text
stringlengths
0
9.1k
ଏହି ପବିତ୍ର ରମଜାନ୍ ମାସ ଶାନ୍ତି, ଏକତା ଓ ସଦ୍ଭାବନାର ମାର୍ଗକୁ ପ୍ରଶସ୍ତ କରିବ ।
ମୁଁ ସମସ୍ତଙ୍କୁ ପୁଣିଥରେ ଶୁଭକାମନା ଜଣାଉଛି ।
ଗତଥର ଯେତେବେଳେ ମୁଁ ମନର କଥା କହିଥିଲି ସେତେବେଳେ ମୁଁ ଗୋଟିଏ କଥା କହିଥିଲି – ବିଶେଷକରି ଯୁବପିଢ଼ୀଙ୍କୁ କହିଥିଲି କି କିଛି ନୂଆକଥା କରନ୍ତୁ, Comfort oneରୁ ବାହାରକୁ ଆସନ୍ତୁ, ନୂଆ ଅନୁଭବ ସୃଷ୍ଟି କରନ୍ତୁ ।
ମୁଁ ତ ସବୁଗୁଡ଼ିକୁ ପଢ଼ିପାରି ନାହିଁ, ସମସ୍ତଙ୍କ ବାର୍ତାକୁ ଶୁଣିବିପାରିନି ବହୁତଗୁଡ଼ିଏ କଥା ଆସିଥିଲା ।
ୟା ପରେ ଆପଣ ଦେଖିବେ – ଯେତେବେଳେ ଆପଣ ପ୍ରାକୃତିକ ଅବସ୍ଥା ସହ ଜଡ଼ିତ ହେବେ ସେତେବେଳେ ଆପଣଙ୍କ ଭିତରେ ଏକ ନୂତନ ଚେତନା ଜାଗ୍ରତ ହେବ ।
ପୃଥିବୀ ଆମର ମାତା ଏବଂ ଆମେ ତା'ର ପୁତ୍ର ଅଟୁ ।
ଆଜିକାଲି ମୋ ପାଖକୁ ରାଜ୍ୟଗୁଡ଼ିକରୁ ଖବର ଆସୁଛି ।
ପ୍ରାୟ ସବୁ ରାଜ୍ୟରେ ବର୍ଷା ଆସିବା ସଙ୍ଗେ ସଙ୍ଗେ ବୃକ୍ଷରୋପଣର ଗୋଟିଏ ବଡ଼ ଅଭିଯାନ ଆରମ୍ଭ ହେଉଛି ।
କୋଟି କୋଟି ସଂଖ୍ୟାରେ ଗଛ ଲଗାଯାଉଛି ।
ସାରା ବିଶ୍ୱ ଏହାକୁ ବିଶ୍ୱ ଯୋଗ ଦିବସ ରୂପରେ ପାଳନ କରୁଛି ।
ସେଦିନଠାରୁ ଆଜିପର୍ଯ୍ୟନ୍ତ ଭାରତର ବିଭିନ୍ନ ସ୍ଥାନକୁ ମୁଁ ଯାତ୍ରା କରିଛି ।
କିନ୍ତୁ ଏହି ଫୋନକଲ୍ ଆସିବା ପରେ ମୁଁ ମଧ୍ୟ ଭାବିଲି ଏବଂ ଲକ୍ଷ୍ୟକଲି ଯେ ଏକଥା ଠିକ୍ ।
ମୁଁ ଜାଣିନି, ମୁଁ ଏହାକୁ କରିପାରିବି କି ନାହିଁ ।
କୃଷିକ୍ଷେତ୍ରର ରଙ୍ଗ ସବୁଜ, କେବଳ ସେତିକି ମନେ ରଖିଲେ ସବୁଜ Dustbin ରେ କ'ଣ ସବୁ ପକାଇବେ ତାହା ମନେ ରହିଯିବ ।
Champions of the Earth Award - ଏହି ପୁରସ୍କାର ପାଇବାରେ ସେ ପ୍ରଥମ ଭାରତୀୟ ହୋଇପାରିଛନ୍ତି ।
ଧନ୍ୟବାଦ ।
ଆମ ଦେଶରେ ବିଶେଷକରି ଯୁବପିଢ଼ି ଅନେକ ଦିନରୁ ଏ କାମ କରି ଆସୁଛନ୍ତି ସେ କଥା ମୁଁ ମଧ୍ୟ ଭାବିନଥିଲି ।
କିଛି ସାମାଜିକ ସଂସ୍ଥା ଏହି କାମ କରୁଛନ୍ତି ସେ କଥା ଆମେ ଅନେକ ବର୍ଷ ହେଲା ଜାଣିଛୁ, କିନ୍ତୁ ମୋ ଦେଶର ଯୁବଗୋଷ୍ଠୀ ଏହି କାମରେ ଲାଗିଛନ୍ତି – ଏକଥା ତ ମୁଁ ପରେ ଜାଣିଲି ।
ଏହି ଅବସରରେ ଉଭୟ ରାଜ୍ୟର ନାଗରିକମାନଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ।
ଉଭୟ ରାଜ୍ୟ ଉନ୍ନତିର ନୂତନ ଶିଖରକୁ ପାର କରିବା ପାଇଁ ଅନବରତ ଭାବରେ ପ୍ରଚେଷ୍ଟା କରିଛନ୍ତି ।
ଗିନିସ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ମଧ୍ୟ ଏକଥା ସ୍ଥାନ ପାଇଥିଲା ।
ମାତ୍ର ଅଧିକାଂଶ ଆରାମଦାୟକ ପରିସରରେ ରହିବାର ନଜରକୁ ଆସନ୍ତି । ଏବେ ତ ପରୀକ୍ଷା ସରିଯାଇଛି ।
ଗ୍ରୀଷ୍ମ-ଅବକାଶ । ଗ୍ରୀଷ୍ମ ହେଉଥିଲେ ମଧ୍ୟ ଆରାମଦାୟକ ।
କିନ୍ତୁ ମୁଁ ଆପଣଙ୍କର ଜଣେ ବନ୍ଧୁ ହିସାବରେ ଆପଣମାନେ ଗ୍ରୀଷ୍ମାବକାଶ କିପରି କଟାଇବେ, ସେ ସମ୍ବନ୍ଧରେ କିଛି ପରାମର୍ଶ ଦେଉଛି ।
ମୋର ବିଶ୍ୱାସ ଅଛି ଯେ ଆପଣମାନଙ୍କ ମଧ୍ୟରୁ କେହି କେହି ଏହାକୁ ପ୍ରୟୋଗ କରିବେ ଏବଂ ମତେ ଚିଠି ଲେଖି ଜଣାଇବେ ।
ନୂଆ ନୂଆ ସ୍ଥାନ, ନୂଆ ନୂଆ ସହର, ନୂଆ ନୂଆ ନଗର, ନୂଆ ନୂଆ ଗାଁ ଓ ନୂଆ ନୂଆ ଇଲାକା ।
ପୁଣି ଆଉ ଗୋଟିଏ ସ୍ଥାନକୁ ଯାଆନ୍ତୁ ଏବଂ ସେଠାରେ ମଧ୍ୟ ତିନି ଚାରି ଦିନ ସମୟ ଦିଅନ୍ତୁ ।
ଏଥିରୁ ଆପଣଙ୍କୁ ଅନେକ କିଛି ଶିକ୍ଷା କରିବାର ସୁଯୋଗ ମିଳିବ ।
ହଜାର ବର୍ଷ ପୂର୍ବେ ସେମାନଙ୍କର ମନ୍ଦିର ପ୍ରବେଶ ପାଇଁ ସେ ଆନ୍ଦୋଳନ କରିଥିଲେ ଏବଂ ସେମାନଙ୍କୁ ମନ୍ଦିରରେ ପ୍ରବେଶ କରାଇଥିଲେ ।
ଆମେମାନେ ସତରେ କେତେ ଭାଗ୍ୟବାନ ଯେ ପ୍ରତ୍ୟେକ ଯୁଗରେ ଆମ ସମାଜର କୁସଂସ୍କାରଗୁଡ଼ିକୁ ଦୂର କରିବା ପାଇଁ ଆମ ଭିତରେ ମହାପୁରୁଷମାନେ ଜନ୍ମ ନେଇଛନ୍ତି ।
ଅନ୍ୟ ଶବ୍ଦରେ କହିଲେ "ଶ୍ରମ ହିଁ ଶିବ' । ମୁଁ ବାରମ୍ବାର "ଶ୍ରମେବ ଜୟତେ' ବୋଲି କହିଥାଏ ।
ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଅଧିକାଂଶ ପରିବାର ନିଜର ପିଲାମାନଙ୍କ ପାଇଁ ପରୀକ୍ଷା କାର୍ଯ୍ୟରେ ବ୍ୟସ୍ତ ଥିବେ ।
ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କର ବଳିଦାନର ଗାଥା ଆମେ ଶବ୍ଦରେ ବର୍ଣ୍ଣନା କରିପାରିବୁ ନାହିଁ ।
ndia ପାଇଁ ଏକ ଉତ୍ତମ ଶୁଭାରମ୍ଭ ହୋଇପାରେ ।
ମୋର ପ୍ରିୟ ଦେଶବାସୀଗଣ, ମୁଁ ଆଜି ଆପଣଙ୍କ ପ୍ରତି ମୋର କୃତଜ୍ଞତା ପ୍ରକାଶ କରିବାକୁ ଚାହୁଁଛି ।
”ଦେଖନ୍ତୁ ଭାଇ ଓ ଭଉଣୀମାନେ, ଏକାଦଶ ଶ୍ରେଣୀର ଜଣେ ଛାତ୍ରୀଙ୍କ ମନରେ କେତେ ବ୍ୟଥା ଭରିରହିଛି ।
ସେହି ନଈରେ ଅଳିଆ-ଆବର୍ଜନା ଦେଖି ତା’ ମନରେ କେତେ କ୍ରୋଧ ଜାତ ହେଉଛି ।
ମୁଁ ଏହାକୁ ଶୁଭ ଲକ୍ଷଣ ମନେକରୁଛି ।
ଏହି କଥା ତ ମୁଁ ଚାହୁଁଛି, ଯେ ଶହେ ପଚିଶ କୋଟି ଦେଶବାସୀଙ୍କ ମନରେ ଅସ୍ୱଚ୍ଛତା ପ୍ରତି କ୍ରୋଧ ଜାତ ହେଉ ।
ଥରେ କ୍ରୋଧ ଜାତ ହେଲେ, ଅସନ୍ତୋଷ ଜାତ ହେଲେ, ଆମେ ଅସ୍ୱଚ୍ଛତା ବିରୁଦ୍ଧରେ କିଛି ନା କିଛି କରିବା ଆରମ୍ଭ କରିଦେବା ।
ଏହା ଭଲକଥା ଯେ, ଗାୟତ୍ରୀ ନିଜର କ୍ରୋଧର ପରିପ୍ରକାଶ କରୁଛନ୍ତି, ମୋତେ ପରାମର୍ଶ ମଧ୍ୟ ଦେଉଛନ୍ତି ଏବଂ ତା’ସହିତ ଏକଥା ମଧ୍ୟ କହୁଛନ୍ତି ଯେ, ସେ ଅନେକ ଚେଷ୍ଟାକରି ବିଫଳ ହୋଇଛନ୍ତି ।
ମୁଁ କିଛି ଯୁବକଙ୍କୁ ଜାଣେ ଯେଉଁମାନେ ଏ ପ୍ରକାର ଅଭିଯାନ ଚଳାଇଛନ୍ତି ।
ସବୁଠୁଁ ବଡ଼ ଅସୁବିଧା ହେଲା ଆମ ଆଖପାଖରେ ମଧ୍ୟ ଏଭଳି ଘଟଣାକୁ ଆମେ ଜାଣିପାରନ୍ତିନି । ହୁଏତ ଏ ବିଷୟରେ ଖୋଲାଖୋଲି କଥା ହେବାକୁ ମଧ୍ୟ ଆମେ ସଂକୋଚ କରିଥାନ୍ତି ।
ଯଦି ସେ ଆପଣମାନଙ୍କ ସାଥୀରେ ନ ରହି ଏକା ଏକା ରହିବାକୁ ପସନ୍ଦ କରୁଛି ତ ଆପଣମାନେ ସେଭଳି ହେବାକୁ ଦିଅନ୍ତୁନି ।
ଯୋଗ ସମ୍ପର୍କରେ ଯେତେ କବିତା ବା କାବ୍ୟମୟ ରଚନା କରିପାରିବେ ତାହା ନିଶ୍ଚୟ କରନ୍ତୁ ଯେମିତି ଲୋକମାନେ ତାକୁ ସହଜରେ ବୁଝିପାରିବେ ।
ମା’ ଓ ଭଉଣୀମାନଙ୍କୁ ମଧ୍ୟ ମୁଁ ଗୋଟିଏ କଥା ନିଶ୍ଚିତ ଭାବେ କହିବାକୁ ଚାହେଁ, କାରଣ ଆଜି ସ୍ୱାସ୍ଥ୍ୟ ବିଷୟରେ ହିଁ ଆଲୋଚନା ହୋଇଛି, ସ୍ୱାସ୍ଥ୍ୟ ବିଷୟରେ ଖୁବ୍ ଚର୍ଚ୍ଚା ହୋଇଛି ।
ଏଇ କିଛିଦିନ ତଳେ ଭାରତ ସରକାର ଗୋଟିଏ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।
ପୂର୍ବରୁ କର୍ମଜୀବୀ ମହିଳାମାନଙ୍କୁ ତାଙ୍କର ଗର୍ଭାଧାନ ସମୟରେ ପ୍ରସବ ସମୟରେ 12 ସପ୍ତାହ ମାତୃତ୍ୱକାଳୀନ ଛୁଟି ଦିଆଯାଉଥିଲା, ଏବେ ତାହା 26 ସପ୍ତାହକୁ ବଢାଇ ଦିଆଯାଇଛି ।
ଦୁନିଆରେ ବୋଧହୁଏ ଦୁଇ ତିନିଟି ଦେଶ ଅଛନ୍ତି ଯିଏ ଏ ଦିଗରେ ଆମଠୁଁ ଆଗରେ ଅଛନ୍ତି ।
ଏହା ମଧ୍ୟ ଖୁସିର କଥା ଯେ, ଏହା PSLV ର ଲଗାତାର ଭାବରେ 38ତମ ସଫଳ ପ୍ରେରଣ ଅଟେ ।
ଆମ ଦେଶରେ ବିଗତ ଦିନରେ “ଲକି ଗ୍ରାହକ ଯୋଜନା”, “ଡିଜି ଧନ ବ୍ୟବସାୟୀ ଯୋଜନା”କୁ ବହୁଳ ସମର୍ଥନ ମିଳିଛି ।
ଚାରି ହଜାରରୁ ଅଧିକ ବ୍ୟବସାୟୀଙ୍କୁ ପଚାଶ ହଜାର ଟଙ୍କା ଲେଖାଏଁ ପୁରସ୍କାର ମିଳିଛି ।
ମହାରାଷ୍ଟ୍ରର ଜଣେ ଯୁବ ସାଥୀ ପୂଜା ନେମାଡ଼େ, ଜଣେ ସ୍ନାତକୋତ୍ତର ଛାତ୍ରୀ, ସେ ମଧ୍ୟ ନିଜ ପରିବାରରେ Rupay Card, e-allet ଆଦିର ପ୍ରୟୋଗ କେମିତି ହେଉଛି ଆଉ ୟା’ଦ୍ୱାରା କେତେ ଆନନ୍ଦ ମିଳୁଛି ସେ ବିଷୟରେ ନିଜର ଅନୁଭୂତି ସମସ୍ତଙ୍କୁ ଜଣାଉଛନ୍ତି ।
ଆଉ ଏକଲକ୍ଷ ଟଙ୍କାର ପୁରସ୍କାର ତାଙ୍କ ପାଇଁ କେତେ ବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ସେ ଏହି କାମକୁ ଏବେ ଅଭିଯାନ ଭାବରେ ଗ୍ରହଣ କରିଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହି କାର୍ଯ୍ୟ ପାଇଁ ପ୍ରେରିତ କରୁଛନ୍ତି ।
ଏହା ଖାଲି ଡାଲି ଉତ୍ପାଦନ ନୁହେଁ, ମୋ ଦେଶର ଗରିବମାନଙ୍କର ସବୁଠାରୁ ବଡ଼ ସେବା ।
ଆମେ ଜାଣୁ ଯେ ଆମ ଦେଶର କୌଣସି ନାଗରିକ ଯେତେବେଳେ କିଛି ଭଲ କାମ କରେ, ସେତେବେଳେ ସମଗ୍ର ଦେଶ ଏକ ନୂତନ ଶକ୍ତିର ଅନୁଭବ କରେ, ଦେଶର ଆତ୍ମବିଶ୍ୱାସ ବଢ଼ିଯାଏ ।
ରିଓ ପାରାଅଲିମ୍ପିକରେ ଆମ ଦେଶର ଦିବ୍ୟାଙ୍ଗମାନେ ଯେଉଁ ପ୍ରଦର୍ଶନ କଲେ ଆମେ ସମସ୍ତେ ତାଙ୍କୁ ସ୍ୱାଗତ କରିଛୁ ।
ଏହି ମାସରେ ଆୟୋଜିତ ଦୃଷ୍ଟିହୀନ Under-20 ବିଶ୍ୱକପ କ୍ରିକେଟ ଫାଇନାଲରେ ପାକିସ୍ତାନକୁ ହରାଇ ଭାରତ ଲଗାତାର ଦ୍ଵିତୀୟ ଥର ବିଶ୍ୱ ଚମ୍ପିଆନ ହୋଇ ଦେଶର ଗୌରବ ବଢ଼ାଇଲା ।
ମୁଁ ପୁଣିଥରେ ଦଳର ସମସ୍ତ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଉଛି ।
ଆମ ଦିବ୍ୟାଙ୍ଗ ସାଥୀମାନଙ୍କର ଏହି ଉପଲବଧି ପାଇଁ ଦେଶ ଗର୍ବିତ ।
ଆପଣମାନଙ୍କର ସହଭାଗିତା ପାଇଁ ମୁଁ ବହୁତ ବହୁତ କୃତଜ୍ଞ ।
ଇଏ ସେହି ନନ୍ଦ ଲାଲ୍ ବୋଷ ଯାହାଙ୍କ କଳାକୃତ୍ତି ଆମ ସମ୍ବିଧାନର ଶୋଭା ବର୍ଦ୍ଧନ କରୁଛି ।
ସମ୍ବିଧାନକୁ ଗୋଟିଏ ନୂତନ ପରିଚୟ ପ୍ରଦାନ କରୁଛି ।
ପୁଣି ଥରେ, ଗାନ୍ଧୀଜୀଙ୍କର 150ତମ ଜୟନ୍ତୀ ଉପଲକ୍ଷେ ଶୁଭେଚ୍ଛା ସହ, ପ୍ରତ୍ୟେକ ଭାରତୀୟଙ୍କଠାରୁ ମୁଁ କିଛି ନା କିଛି ସଂକଳ୍ପର ଆଶା କରୁଛି ।
ଦେଶ ପାଇଁ, ସମାଜ ପାଇଁ, ଅନ୍ୟ କାହାରି ପାଇଁ କିଛି ନା କିଛି କରିବା ଉଚିତ ।
ଏହା ହିଁ ହେବ ବାପୁଙ୍କ ପ୍ରତି ଉତ୍ତମ, ପ୍ରକୃତ ଏବଂ ପ୍ରାମାଣିକ କାର୍ଯ୍ୟାଞ୍ଜଳୀ ।
ମା ଭାରତୀର ସୁପୁତ୍ରଗଣ, ଆପଣମାନଙ୍କର ମନେଥିବ ଯେ, ଗତ କିଛି ବର୍ଷ ଧରି ଆମେ ଅକ୍ଟୋବର 2 ତାରିଖ ପୂର୍ବରୁ ପ୍ରାୟ ଦୁଇ ସପ୍ତାହ ଯାଏ ସାରା ଦେଶରେ “ସ୍ୱଚ୍ଛତା ହିଁ ସେବା” ଅଭିଯାନ ଚଳାଉଛୁ ।
ଏଥର ଅକ୍ଟୋବର 2 ତାରିଖରେ ଯେତେବେଳେ ବାପୁଙ୍କର 150ତମ ଜୟନ୍ତୀ ପାଳନ କରିବା, ସେତେବେଳେ ଆମେ ତାଙ୍କୁ କେବଳ ଯେ ଖୋଲାରେ ଶୌଚମୁକ୍ତ ଭାରତ ସମର୍ପଣ କରିବା ତାହା ନୁହେଁ, ବରଂ ସେହିଦିନ ସାରା ଦେଶରେ ପ୍ଲାଷ୍ଟିକ ବିରୁଦ୍ଧରେ ଏକ ନୂଆ ଜନ ଅନ୍ଦୋଳନର ମୂଳଦୁଆ ପକାଇବା ।
ଆମ ସଂସ୍କୃତିରେ ଅନ୍ନର ମହିମା ଖୁବ୍ ଅଧିକ ।
ଏପରିକି ଆମେମାନେ ଅନ୍ନର ଜ୍ଞାନକୁ ବିଜ୍ଞାନରେ ପରିବର୍ତ୍ତିତ କରିସାରିଲୁଣି ।
ବିଶେଷକରି ମହିଳା ଓ ଶିଶୁମାନଙ୍କ ପାଇଁ ଏହା ଜରୁରୀ କାରଣ ସେଇମାନେ ହିଁ ସମାଜରେ ଆମ ଭବିଷ୍ୟତର ମୂଳଦୁଆ ।
ଲୋକମାନେ ନୂତନ ଏବଂ ଚମତ୍କାର ପ୍ରଣାଳୀରେ କୁପୋଷଣ ବିରୁଦ୍ଧରେ ସଂଘର୍ଷ କରିଚାଲିଛନ୍ତି ।
ଏହା ଏକ ବହୁତ ଭଲ ପଦକ୍ଷେପ ଥିଲା ଯାହାକି ସବୁ ଅଂଚଳରେ କରାଯାଇପାରନ୍ତା ।
ବନ୍ଧୁଗଣ, ଏମିତି ଛୋଟ ଛୋଟ ଅନେକ କଥା ଅଛି, ଯାହା ମାଧ୍ୟମରେ ଆମ ଦେଶ କୁପୋଷଣ ବିରୁଦ୍ଧରେ ପ୍ରଭାବଶାଳୀ ଭାବରେ ଲଢ଼ିପାରିବ ।
ସଚେତନତାର ଅଭାବ ଯୋଗୁଁ ଆଜି ଗରିବ ପରିବାର ଏବଂ ସଂପନ୍ନ ପରିବାର ମଧ୍ୟ ପ୍ରଭାବିତ ।
ସେପ୍ଟେମ୍ବର ମାସଟି ସାରାଦେଶରେ ‘ପୋଷଣ ଅଭିଯାନ’ ଭାବରେ ପାଳନ କରାଯିବ ।
ଏଇ କାର୍ଯ୍ୟକ୍ରମ ପରେ ବହୁତ ଲୋକ ଜିମ୍ କରବେଟ୍ ଜାତୀୟ ଉଦ୍ୟାନ ବିଷୟରେ କଥାବାର୍ତ୍ତା ହେବା ଦେଖିବାକୁ ମିଳୁଛି ।
ଆପଣମାନେ ମଧ୍ୟ ପ୍ରକୃତି ଏବଂ ବନ୍ୟଜୀବଙ୍କ ସହ ଜଡ଼ିତ ସ୍ଥାନମାନଙ୍କର ଭ୍ରମଣ କରନ୍ତୁ ।
ମୁଁ ଆଗରୁ ବି ଆପଣମାନଙ୍କୁ କହିଛି ଏବେବି କହୁଛି ଆପଣମାନେ ଜୀବନରେ ଥରେ ଉତ୍ତର ପୂର୍ବ ଭାରତକୁ ନିଶ୍ଚିତ ଭାବେ ଯାଆନ୍ତୁ ।
ଆପଣଙ୍କ ଅନ୍ତର୍ମନ ବିସ୍ତାରିତ ହୋଇଯିବ । ଅଗଷ୍ଟ 15 ତାରିଖ ଦିନ ଲାଲକିଲ୍ଲାରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିଥିଲି ଯେ ଆଗାମୀ 3 ବର୍ଷ ମଧ୍ୟରେ ଆପଣମାନେ ଅତି କମରେ 15ଟି ସ୍ଥାନକୁ ଯାଆନ୍ତୁ ।
ଗତମାସରେ ମୋତେ ବ୍ୟାଘ୍ର ଗଣନା ରିପୋର୍ଟ ଉନ୍ମୋଚନ କରିବାର ସୁଯୋଗ ମିଳିଥିଲା ।
ଭାରତରେ ଏବେ ବାଘମାନଙ୍କର ସଂଖ୍ୟା ହେଉଛି 2967 ।
କିନ୍ତୁ ଏ ହେଉଛି ନୂଆ ଭାରତ, ଏଠି ଆମେ ଲକ୍ଷ୍ୟକୁ ଖୁବ୍ ଜଲଦି ପୂରଣ କରିଛୁ ।
ମୁଁ ଯେତେବେଳେ ବାଘ ସମ୍ପର୍କିତ ତଥ୍ୟ ଉନ୍ମୋଚନ କରୁଥିଲି ସେତେବେଳେ ମୋର ଗୁଜରାଟର ଗୀର୍ ଜଙ୍ଗଲ କଥା ମନେପଡ଼ୁଥିଲା ।
ମୁଁ ସେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ଗୀର ଜଙ୍ଗଲରେ ସିଂହଙ୍କର ବାସସ୍ଥାନ ସଂକୁଚିତ ହେବାରେ ଲାଗିଥିଲା ।
କିନ୍ତୁ ଏବେ ଆମକୁ ସଂରକ୍ଷଣଠାରୁ ଆଗକୁ ଯାଇ ସମ୍ବେଦନା ସମ୍ବନ୍ଧରେ ଚିନ୍ତା କରିବାକୁ ପଡ଼ିବ ।
ନିଜକୁ ସୁସ୍ଥ ରଖିବା ସହ ଦେଶକୁ ମଧ୍ୟ ସୁସ୍ଥ ରଖିବାକୁ ପଡ଼ିବ ।
ମୁଁ ଜାଣେ ଏ ସମସ୍ତ ଅଭିଯାନ ସୋସିଆଲ ମିଡିଆରେ ବି ଚହଳ ପକେଇଦେବ ।
ଆସନ୍ତୁ, ଗୋଟିଏ ନୂତନ ଉତ୍ସାହ, ନୂତନ ସଂକଳ୍ପ ଆଉ ନୂତନ ଶକ୍ତି ସହିତ ଆଗେଇ ଚାଲିବା ।
ମୁଁ ଆପଣଙ୍କ କଥା ଓ ଆପଣଙ୍କ ମତାମତକୁ ଅପେକ୍ଷା କରିବି ।
ଆମ ଭିତରର ଆନନ୍ଦକୁ ସେବା ଭାବରେ ପରିଣତ କରି ଆଗେଇ ଚାଲିବା ।
ବହୁତ ବହୁତ ଧନ୍ୟବାଦ, ନମସ୍କାର ।
ଉତ୍ସବ ସମୟରେ ହିଁ ସମାଜର ଶକ୍ତି ଅନୁଭୂତ ହୋଇଥାଏ ।
ବେଳେବେଳେ ଲାଗେ ଯେ, ଆମେ ପରୀକ୍ଷାକୁ ଉଚିତ ଦୃଷ୍ଟିଭଙ୍ଗୀରେ ଦେଖିପାରୁ ନାହୁଁ ।
ଲାଗେ, ସତେଯେମିତି ଏହା ଜୀବନ-ମରଣର ପ୍ରଶ୍ନ ।
ଆପଣ ଯେଉଁ ପରୀକ୍ଷା ଦେବାକୁ ଯାଉଛନ୍ତି ତାହା ବର୍ଷଯାକ ଆପଣ ପଢ଼ିଥିବା ପାଠର ପରୀକ୍ଷା ।
ଆପଣ ତାଙ୍କ ଅଭିଜ୍ଞତା, ତାଙ୍କ ଜ୍ଞାନ, ତାଙ୍କ ସଫଳତାକୁ ଦେଖନ୍ତି ।
ତେଣୁ ଏହି ସଂଖ୍ୟାର ବୋଝ ବେଳେବେଳେ ଆମକୁ ଠିକ୍ ବାଟରେ ଯିବାରେ ଅଟକାଇଦିଏ ।
କାରଣ ସାଧାରଣତଃ ଏଭଳି ଧାରଣା ରହିଛି ଯେ, ଯଦି ବିଦ୍ୟାର୍ଥୀ ଖେଳ ଆଡ଼କୁ ମନ ଦିଅନ୍ତି, ତେବେ ପାଠପଢ଼ାରୁ ସେମାନଙ୍କ ଧ୍ୟାନ ହଟିଯାଏ ।
ଜଣେ ଲୋକଗାୟକ ମୋତେ ସାକ୍ଷାତ୍ କରିବାକୁ ଆସିଲେ ।