url
stringlengths
29
226
text
stringlengths
7
18.1k
https://www.dharitri.com/କାନାଡା-ଓପନ-ବ୍ୟାଡ୍‌ମିଣ୍ଟନ/
କାନାଡା ଓପନ ବ୍ୟାଡ୍‌ମିଣ୍ଟନ: କାଶ୍ୟପ ରନର୍ସ ଅପ୍‌ କାଲଗାରି,୮।୭- ପୂର୍ବତନ ରାଜ୍ୟଗୋଷ୍ଠୀ ଚାମ୍ପିୟନ ପାରୁପଲ୍ଲୀ କାଶ୍ୟପ ଚଳିତ କାନାଡା ଓପନ ୧୦୦ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟରେ ଉପବିଜେତା ଭାବେ ଅଭିଯାନ ଶେଷ କରିଛନ୍ତି। ୩ ଗେମ୍ ବିଶିଷ୍ଟ ଫାଇନାଲରେ କାଶ୍ୟପଙ୍କୁ ଚାଇନାର ଅଣ ସିଡ୍ ଲି ଶି ଫେଙ୍ଗ୍ ହରାଇ ପୁରୁଷ ସିଙ୍ଗଲ୍ସ ବର୍ଗର ଟାଇଟଲ ହାତେଇଛନ୍ତି। ୬ଷ୍ଠ ସିଡ୍ କାଶ୍ୟପ ପ୍ରଥମ ଗେମ୍କୁ ୨୨-୨୦ ବ୍ୟବଧାନରେ ଜିତିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇ ଗେମ୍ରେ ୧୪-୨୧, ୧୭-୨୧ରେ ପରାଜୟବରଣ କରିଥିଲେ। ଫାଇନାଲରେ ଦୁଇ ଖେଳାଳିଙ୍କ ମଧ୍ୟରେ ଏକଘଣ୍ଟା ୧୬ ମିନିଟ୍ ଧରି ଲଢ଼େଇ ହୋଇଥିଲା। ପରାଜୟ ପରେ ୩୨ ବର୍ଷୀୟ କାଶ୍ୟପ କହିଛନ୍ତି, ଫାଇନାଲରେ କଡ଼ା ସଂଘର୍ଷ ସତ୍ତ୍ୱେ ରୌପ୍ୟ ପଦକ ପାଇଛି। ଏହା ମୋ ଶ୍ରେଷ୍ଠ ପ୍ରଦର୍ଶନ ନୁହେଁ। କିନ୍ତୁ ଚଳିତ ସପ୍ତାହରେ ମୁଁ ଭଲ ଖେଳିଛି। ସମର୍ଥନ ପାଇଁ ପ୍ରଶଂସକଙ୍କୁ ଧନ୍ୟବାଦ। ସାଥୀ ଖେଳାଳି ଏଚ୍.ଏସ୍. ପ୍ରଣୟ ଟୁର୍ନାମେଣ୍ଟରେ କ୍ୱାର୍ଟର ଫାଇନାଲରେ ହାରିଯାଇଥିଲେ ମଧ୍ୟ ସ୍ବଦେଶ ଫେରି ନ ଥିଲେ। ସେଠାରେ ସେ ଜଣେ କୋଚ୍ ଭାବେ କୋର୍ଟରେ କାଶ୍ୟପଙ୍କୁ ସାହାଯ୍ୟ କରିଥିଲେ।
https://www.dharitri.com/dharmendras-big-statement/
ପୁଣି ଧର୍ମେନ୍ଦ୍ରଙ୍କ ବଡ଼ ବୟାନ, କହିଲେ ବଲାଙ୍ଗୀର, ସମ୍ବଲପୁରରେ ସବୁଠୁ ଶାସନ… ଭୁବନେଶ୍ୱର,୯।୯(ସୁନିତ୍ ମିଶ୍ର): ଓଡ଼ିଶାରେ ଜନାଦେଶ ସ୍ବୀକୃତି ପାଇଥିବା ଭାଜପା ସରକାର ବହୁତ କମ୍ ସମୟ ମଧ୍ୟରେ ଅନେକ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରୁଛି। ଗରିବ, ଚାଷୀ, ମହିଳା, ଯୁବକ, ପଛୁଆ ତଥା ସବୁ ବର୍ଗର ଉନ୍ନତି ଡବଲ ଇଞ୍ଜିନ ସରକାରର ପ୍ରତିବଦ୍ଧତାରେ ରହିଛି ବୋଲି ରବିବାର ସମ୍ବଲପୁରଠାରେ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ସିଏମ-କିଷାନ ଯୋଜନା ଏବଂ କୃଷିଭିତ୍ତିକ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଭାଜପା ସରକାରରେ ସମ୍ବଲପୁର, ବଲାଙ୍ଗୀର ସମେତ ସବୁଠୁ ଶାସନ ଚାଲିବ ବୋଲି ସେ କହିଛନ୍ତି। ଧର୍ମେନ୍ଦ୍ର ‘ନୂଆଁଖାଇ’ର ପବିତ୍ର ଅବସରରେ କୃଷକଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା କଲ୍ୟାଣକାରୀ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ସିଏମ କିଷାନ ଯୋଜନାରେ ବର୍ତ୍ତମାନ ରାଜ୍ୟର ପ୍ରାୟ ୪୬ ଲକ୍ଷ ଚାଷୀଙ୍କୁ ପ୍ରଥମ କିସ୍ତି ଆକାରରେ ଡିବିଟି ମାଧ୍ୟମରେ ୨୦୨୪-୨୫ ରବି ଫସଲ ଋତୁ ପାଇଁ ୯୨୫ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ସମୃଦ୍ଧ କୃଷକ ଯୋଜନା ସହିତ ଧାନର ଏମ୍ଏସ୍ପି କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ବୃଦ୍ଧି ଏକ ଯୁଗାନ୍ତକାରୀ ନିଷ୍ପତ୍ତି। ସେହିପରି ଏହି ସରକାରରେ ହୀରାକୁଦ ଡ୍ୟାମ୍ ପ୍ରକଳ୍ପ ପଦ୍ଧତିର ନବୀକରଣ ଯୋଜନାକୁ କ୍ୟାବିନେଟ ଅନୁମୋଦନ ଦିଆଯାଇଛି। ଏହି ଯୋଜନା ପାଇଁ ୨୦୨୪-୨୫ରୁ ୨୦୨୭-୨୮ ମଧ୍ୟରେ ପ୍ରାୟ ୯୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।
https://www.dharitri.com/odisha-jayanarayan-and-girish-on-the-same-stage/
ଗୋଟିଏ ମଞ୍ଚରେ ଜୟନାରାୟଣ ଓ ଗିରିଶ ସମ୍ବଲପୁର,୭ା୪ (ଭବାନୀ ଶଙ୍କର ଭୋଇ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷିତ ହେବା ପରେ ଏବେ ସେ ଭାଜପାର ନୂଆପୁରୁଣା ନେତା ଓ କର୍ମୀଙ୍କୁ ଏକଜୁଟ କରି ଦଳକୁ ଅଧିକ ସଂଗଠିତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ବିଗତ କିଛିମାସ ହେବ ସମ୍ବଲପୁର ବିଧାନସଭା କ୍ଷେତ୍ରରେ ଭାଜପାର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ଭାଜପା ଜିଲା ସଭାପତି ଗିରିଶ ପଟେଲ ପରସ୍ପର ବିରୋଧୀ ହୋଇଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା। ଭାଜପା ପ୍ରତିଷ୍ଠା ଦିବସରେ ଧର୍ମେନ୍ଦ୍ର ଉଭୟ ନେତାଙ୍କୁ ଗୋଟିଏ ମଞ୍ଚରେ ଏକାଠି ବସାଇ କର୍ମୀଙ୍କୁ ସକାରାତ୍ମକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ଏପରି କି ଗିରିଶଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ଜୟନାରାୟଣଙ୍କୁ ଗିରିଶ ସ୍ନେହରେ ଜୟଦାଦା ବୋଲି ସମ୍ବୋଧନ କରିଥିବା ବେଳେ ଦୁହେଁ ପାଖାପାଖି ବସିଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଜୟନାରାୟଣଙ୍କ ସମର୍ଥକମାନେ ଗିରିଶଙ୍କ ଫଟୋକୁ ଜିଲା କାର୍ଯ୍ୟାଳୟରେ ଲାଗିଥିବା ହୋର୍ଡିଂରୁ ଗାଏବ କରିଦେଇଥିଲେ। ତେବେ ସେ ପୂର୍ବତନ ନଗରପାଳ ସହ ଜଣେ ପୁରୁଣା ସଂଗଠକ ହୋଇଥିବାରୁ ତାଙ୍କୁ ଧର୍ମେନ୍ଦ୍ର ଉପେକ୍ଷା ନ କରି ଜୟନାରାୟଣ ଏବଂ ଗିରିଶଙ୍କ ମଧ୍ୟରେ ରହିଥିବା ଭୁଲ୍ ବୁଝାମଣାକୁ ଦୂର କରିବାକୁ ଚେଷ୍ଟା କରିଛନ୍ତି। ଅନ୍ୟପକ୍ଷରେ ଦଳର ପୁରୁଣା କର୍ମକର୍ତ୍ତା ରାମଚନ୍ଦ୍ର ମେହେର, ଦାମୋଦର କର, ଫଣିଭୂଷଣ ମିଶ୍ର, ସୁନୀଲ ନନ୍ଦ ପ୍ରମୁଖଙ୍କୁ ଗୁରୁତ୍ୱ ଦେଇ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରୁଥିବା ବେଳେ କିଛିଦିନ ଆଗରୁ ଭାଜପାରେ ସାମିଲ ହୋଇଥିବା ବିଜେଡିର ପୂର୍ବତନ ଜିଲା ସଭାପତି ଡ. ପ୍ରମୋଦ ରଥଙ୍କୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ନିଜ ତରଫରୁ ସାମିଲ କରୁଛନ୍ତି। ଅଞ୍ଚଳର ବିଶିଷ୍ଟ ସଂଗଠକ, ବୁଦ୍ଧିଜୀବୀଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ରଖି ନିର୍ବାଚନରେ ସମର୍ଥନ ହାସଲ କରିବାକୁ ଧର୍ମେନ୍ଦ୍ର ଉଦ୍ୟମ ଚଳାଇଛନ୍ତି। ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ ହେବା ପରେ ଧର୍ମେନ୍ଦ୍ର ତାଙ୍କୁ ଟକ୍କର ଦେବାକୁ ଲାଗି ପଡିଛନ୍ତି। ସେ ପୂର୍ବରୁ ଅନେକଥର ସମ୍ବଲପୁର ଆସି କାର୍ଯ୍ୟକ୍ରମ ସାରି ଫେରି ଯାଉଥିବା ବେଳେ ଏବେ ସମ୍ବଲପୁରରେ ନିଜର ଠିକଣା ତିଆରି କରି ପୂରା ସମୟ ପ୍ରଚାର ପାଇଁ ଲଗାଇବାକୁ ଯୋଜନା କରିଛନ୍ତି। ଶନିବାର ସନ୍ଧ୍ୟାରେ ସେ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନ ଉତ୍କର୍ଷ କାର୍ଯ୍ୟକ୍ରମରେ ସାମିଲ ହୋଇ ସମ୍ବଲପୁରର ଏକ ପ୍ରତିଷ୍ଠିତ ଗୋଷ୍ଠୀ ସହ ସମ୍ପର୍କକୁ ମଜଭୁତ କରିବାକୁ ଉଦ୍ୟମ କରିଛନ୍ତି।
https://www.dharitri.com/he-entered-the-office-and-beat-the-pattamundai-tehsildar/
ଅଫିସ୍‌ରେ ପଶି ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ମାଡ଼ ପଟ୍ଟାମୁଣ୍ଡାଇ,୩।୪(ସ୍ବ.ପ୍ର.): ଚାଷ ଜମି ପାଖରେ ବେଆଇନ ଇଟାଭାଟି ନିର୍ମାଣକୁ ବିରୋଧ କରି ଚାଷୀମାନେ ତହସିଲଦାରଙ୍କୁ ବାରମ୍ବାର ଜଣାଇଥିଲେ । ହେଲେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା । ଶନିବାର ଚାଷୀମାନେ ତହସିଲ ଅଫିସରେ ପଶି ତହସିଲଦାରଙ୍କୁ ମାଡ଼ ମାରିବା ସହିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ା ଏହାକୁ ନେଇ ସ୍ଥାନୀୟ ତହସିଲ ଅଫିସରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ମୋହନପୁର ପଞ୍ଚାୟତ କଣିପାଳ ଗ୍ରାମର ଏକାଧିକ ଚାଷୀ ନିଜ ଜମିରେ ଫସଲ କରିଛନ୍ତି। ସେହି ଜମି ପାଖରେ ଜଣେ ବ୍ୟକ୍ତି ବେଆଇନ ଭାବେ ଇଟା ଭାଟି ତିଆରି କରିଛନ୍ତି। ଏ ସଂକ୍ରାନ୍ତlରେ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ ନିକଟରେ ଚାଷୀମାନେ ଅଭିଯୋଗ କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଏହାର ପ୍ରତିବାଦରେ ଗତ ୩ ଦିନ ତଳେ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ଧାରଣାରେ ବସିଥିଲେ। ତହସିଲଦାର ଦିଲ୍ଲୀପ ସେଠୀଙ୍କ ପ୍ରତିଶ୍ରୁତି ମିଳିବା ପରେ ଗ୍ରାମବାସୀ ଧାରଣାରୁ ଉଠିଥିଲେ ା ହେଲେ ଶୁକ୍ରବାର ରାତିରେ ସମ୍ପୃକ୍ତ ବ୍ୟକ୍ତି ନିଜ ଇଟାଭାଟିରେ ନିଆଁ ଦେବାରୁ ଶନିବାର ଉତ୍ତ୍ୟକ୍ତ ଚାଷୀମାନେ ତହସିଲ ଅଫିସକୁ ଆସି ଏ ସଂକ୍ରାନ୍ତରେ ତହସିଲଦାରଙ୍କୁ ଜଣାଇବା ସହିତ ସମ୍ପୃକ୍ତ ଇଟାଭାଟି ମାଲିକଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ ତହସିଲଦାର ସେଠୀଙ୍କ ସହିତ ଚାଷୀମାନଙ୍କ ବଚସା ହେବା ସହିତ ଧସ୍ତାଧସ୍ତି ହୋଇଥିଲା। କଣିପାଳ ଗାଁର ଦୋଳଗୋବିନ୍ଦ ସାହୁ ଓ ଉଦୟଭାନୁ ସାହୁ ମିଳିତ ଭାବେ ତହସିଲଦାରଙ୍କୁ ମାଡ଼ ମାରିବା ସହିତ ଆକ୍ରମଣ କରିଥିଲେ ବୋଲି ତହସିଲଦାର ସେଠୀ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ୨ ଅଭିଯୁକ୍ତଙ୍କୁ ଧରି ନେଇ ଥାନାରେ ଅଟକ ରଖିଛି। ଉକ୍ତ ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।
https://www.dharitri.com/ନୂତନ-ସଶକ୍ତ-ଓଡ଼ିଶା-ଗଠନ-ଆମ-ଲ/
ନୂତନ, ସଶକ୍ତ ଓଡ଼ିଶା ଗଠନ ଆମ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର,୧୮।୨(ବ୍ୟୁରୋ): ଲୋକ କୈନ୍ଦ୍ରିକ ଶାସନ ହେଉଛି ଗଣତନ୍ତ୍ରର ମୁଖ୍ୟ ଆକର୍ଷଣ। ଓଡ଼ିଶାବାସୀଙ୍କ ଲଗାତର ଭରସା ମୋ ସରକାରକୁ ଭଲ କାମ କରିବାକୁ ପ୍ରେରଣା ଏବଂ ଶକ୍ତି ଯୋଗାଇଛି। ଏକଦା ଗରିବ ଓ ପ୍ରାକୃତିକ ଦୁର୍ବିପାକ ପ୍ରବଣ ରାଜ୍ୟ ଭାବେ ପରିଚିତ ହେଉଥିବା ଓଡ଼ିଶାର ପରିଚୟ ଆଜି ବଦଳିଛି। ସମଗ୍ର ଦେଶର ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଓଡ଼ିଶା ଆଗରେ ରହିଥିବାବେଳେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଶ୍ୱରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣରେ ଧନ୍ୟବାଦ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଥିଲେ, ନୂତନ ଏବଂ ସଶକ୍ତ ଓଡ଼ିଶା ଗଠନ କରିବା ସର୍ବଦା ଆମର ପ୍ରଥମ ଲକ୍ଷ୍ୟ ହୋଇ ରହିଆସିଛି। ଗତ ୨୦ବର୍ଷର ଶାସନକାଳରେ ଆମେ ରାଜ୍ୟବାସୀଙ୍କୁ ଯାହା ପ୍ରତିଶ୍ରୁତି ଦେଇଛୁ ତାହାକୁ ପୂରଣ କରିଛୁ। ଏକମାତ୍ର ରାଜ୍ୟଭାବେ କୃଷକଙ୍କ ଆୟକୁ ଦୁଇଗୁଣ କରିବାରେ ଓଡ଼ିଶା ସଫଳ ହୋଇଛି। ଗତ ଦଶନ୍ଧିରେ ୮୦ଲକ୍ଷ ଲୋକଙ୍କ ଦାରିଦ୍ର୍ୟ ଦୂରୀକରଣ କରିବାସହ ଚାଷୀ ପରିବାରର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିପାରିଛୁ। ଓଡ଼ିଶା ସରକାର ଆରମ୍ଭ କରିଥିବା କାଳିଆ ଯୋଜନା ନିଜର ସ୍ବତନ୍ତ୍ରତା ଲାଗି ସମଗ୍ର ଦେଶପାଇଁ ଏକ ମଡେଲ ହୋଇପାରିଛି। ଚାଷୀମାନଙ୍କ ଆବଶ୍ୟକତାକୁ ଏହା ପୂରଣ କରିଛି। ଏହି ଯୋଜନା ମାଧ୍ୟମରେ ଆମେ ୫୦ଲକ୍ଷ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ପରିବାରକୁ ସହାୟତା ଯୋଗାଇଦେଇଥିବାବେଳେ ୨୫ଲକ୍ଷ ଭୂମିହୀନ ଚାଷୀଙ୍କୁ ସହାୟତା ଦେଇଛୁ। ଓଡ଼ିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବିନା କୌଣସି ପ୍ରତିବନ୍ଧକରେ ଗରିବ ଏବଂ ଧନୀ ସବୁ ବର୍ଗର ଲୋକଙ୍କୁ ସରକାରୀ ମେଡିକାଲରେ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇଦେଇଛି। ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଓଡ଼ିଶା ରେକର୍ଡ କରିଥିବାବେଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଓଡ଼ିଶା ମଡେଲକୁ ବିଶ୍ୱସ୍ତରରେ ପ୍ରଶଂସା କରିଛି। ମହିଳା ସଶକ୍ତୀକରଣ ସର୍ବଦା ମୋ ସରକାରର ପ୍ରାଥମିକତା ହୋଇ ରହିଆସିଛି। ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କ ସାମାଜିକ ଓ ଆର୍ଥିକ ଅବସ୍ଥାରେ ବିଶେଷ ଉନ୍ନତି ଆସିଛି। ସେହିଭଳି ସ୍ବୟଂ ସହାୟକ ଗୋଷ୍ଠୀ ରାଜ୍ୟର ପ୍ରତିକୋଣ ଅନୁକୋଣରେ ନିଜର ଉପସ୍ଥିତି ଜାହିର କରିବାରେ ସଫଳ ହୋଇଛି। ମମତା ଯୋଜନା ମାଧ୍ୟମରେ ୪୦ଲକ୍ଷରୁ ଊର୍ଦ୍ଧ୍ୱ ମା’ ଉପକୃତ ହୋଇଛନ୍ତି। ନ୍ୟୁଟ୍ରିଶନ ଚାମ୍ପିୟନ ରାଜ୍ୟଭାବେ ଓଡ଼ିଶା ପରିଚୟ ପାଇଛି। ଜାଗା ମିଶନ, ନିରନ୍ତର ପାନୀୟ ଜଳ ଯୋଗାଣ ଭଳି ବିଭିନ୍ନ ଯୋଜନା ମାଧ୍ୟମରେ ସହରରେ ରହୁଥିବା ଲୋକଙ୍କର ଜୀବନଜୀବିକାର ଉନ୍ନତି ହୋଇଆସିଛି। ୫ଲକ୍ଷରୁ ଊର୍ଦ୍ଧ୍ୱ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଛାତ୍ରୀଛାତ୍ରଙ୍କୁ ହଷ୍ଟେଲ ଏବଂ ଶିକ୍ଷାଦାନ ସୁବିଧା ଯୋଗାଇ ଦିଆଯାଇଛି। ‘୫ଟି’ ମନ୍ତ୍ର ସମସ୍ତ ସରକାରୀ ବିଭାଗ ଏବଂ ସରକାରୀ କାର୍ଯ୍ୟାଳୟରେ ଲାଗୁ ହେବାପରେ ଶାସନ ବ୍ୟବସ୍ଥାରେ ଅନେକ ସୁଧାର ଆସିଛି। ସରକାର ଲୋକଙ୍କ ପାଖରେ ପହଞ୍ଚତ୍ବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହାମଧ୍ୟରେ ଓଡ଼ିଶା ସରକାର ଏବେ ଯୁବପିଢିଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଶିଳ୍ପାୟନ, ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ, ଏମ୍ଏସ୍ଏମ୍ଇ କ୍ଲଷ୍ଟର, ଷ୍ଟାର୍ଟଅପ୍ ହବ୍, ପର୍ଯ୍ୟଟନର ବିକାଶ ଆଦି ଏକ ନୂତନ ଏବଂ ସଶକ୍ତ ଓଡ଼ିଶା ଗଠନ ଆଡ଼କୁ ଅଗ୍ରସହ ହେଉଛି।
https://www.dharitri.com/agnipath-scheme-recruitment-registration-started-in-air-force/
‘ଅଗ୍ନିପଥ‘ ଯୋଜନାକୁ ବିରୋଧ ସତ୍ତ୍ୱେ ବାୟୁସେନାରେ ଚୟନ ପ୍ରକ୍ରିୟା ଆରମ୍ଭ ନୂଆଦିଲ୍ଲୀ,୨୪ ।୬: କେନ୍ଦ୍ର ସରକାରଙ୍କ ଦ୍ୱାରା ସେନା ଭର୍ତ୍ତି ପ୍ରକ୍ରିୟାକୁ ନେଇ ଆସିଥିବା ଅଗ୍ନିପଥ ଯୋଜନାକୁ ବିରୋଧ କରାଯିବା ପରେ ବି ଶୁକ୍ରବାରଠାରୁ ବାୟୁସେନାରେ ଚୟନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ପୂର୍ବରୁ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଥିଲା କି ୨୪ ଜୁନରୁ ବାୟୁସେନାରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ କରାଯିବ । ଯୁବା ଅଗ୍ନିପଥ ଯୋଜନା ଆଧାରରେ ଶୁକ୍ରବାର ଅର୍ଥାତ୍ ୨୪ ଜୁନରୁ ନିଜର ରେଜିଷ୍ଟ୍ରେଶନ କରିପାରିବେ । ଏହି ସମସ୍ତ ପ୍ରୋସେସ ୫ ଜୁଲାଇ ପର୍ଯ୍ୟନ୍ତ ଚାଲିବ । ଏହାପରେ ଅନଲାଇନ ପରୀକ୍ଷା ଆୟୋଜନ କରାଯିବ । ଏହାପରେ ମନୋନୀତ ପ୍ରାର୍ଥିଙ୍କୁ ଭାରତୀୟ ବାହୁସେନାରେ କାମ କରିବାର ସୁଯୋଗ ମିଳିବ । ଭାରତୀୟ ବାୟୁସେନାର ସୂଚନା ଅନୁଯାୟୀ, ଅଗ୍ନିପଥ ଯୋଜନାରେ ରେଜିଷ୍ଟ୍ରେଶନ କରିଥିବା ପ୍ରାର୍ଥିଙ୍କୁ ୨୪ ଜୁଲାଇରୁ ୩୧ ଜୁଲାଇ ମଧ୍ୟରେ ଅନଲାଇନ ପରୀକ୍ଷା ଦେବାକୁ ପଡିବ । ଏହାପରେ ୨୧ ଅଗଷ୍ଟରୁ ୨୮ ଅଗଷ୍ଟ ମଧ୍ୟରେ ଫିଜିକାଲ ଫିଟନେସ ଟେଷ୍ଟ କରାଯିବ । ୨୯ ଅଗଷ୍ଟରୁ ୮ନଭେମ୍ବର ମଧ୍ୟରେ ମେଡିକାଲ ଟେଷ୍ଟ କରାଯିବ । ଯେଉଁ ପ୍ରାର୍ଥି ଏ ସମସ୍ତ ପରୀକ୍ଷାରେ ଉତ୍ତିର୍ଣ୍ଣ ହେବେ ତାଙ୍କ ନାମ ୧ ଡିସେମ୍ବର ୨୦୨୨ରେ ଘୋଷଣା କରାଯିବ । ଏହାପରେ ୩୦ ଡିସେମ୍ବରରୁ ତାଙ୍କର ଟ୍ରେନିଂ ଆରମ୍ଭ ହୋଇଯିବ ।
https://www.dharitri.com/4-days-work-a-week-3-days-rest-uk-people-like-policy/
ସପ୍ତାହରେ ୪ ଦିନ କାମ, ୩ ଦିନ ଆରାମ, ନୀତିକୁ ପସନ୍ଦ କରୁଛନ୍ତି ବ୍ରିଟେନ ଲୋକେ… ଲଣ୍ଡନ,୨୨।୨ : ବ୍ରିଟେନରେ, ଅନେକ କମ୍ପାନୀ ସପ୍ତାହରେ ଚାରି ଦିନ କାମ ଏବଂ ତିନି ଦିନ ଛୁଟି ପାଇଁ ପରୀକ୍ଷା ଆରମ୍ଭ କରିଛନ୍ତି । ଏହାର ରିପୋର୍ଟ ପ୍ରକାଶ ପାଇଛି। ଏହି ପରୀକ୍ଷା ବହୁତ ସଫଳ ବୋଲି କୁହାଯାଉଛି। ବ୍ରିଟେନର କର୍ମଚାରୀମାନେ ଏହି ନୀତିକୁ ବହୁତ ପସନ୍ଦ କରୁଛନ୍ତି। ବ୍ରିଟେନର ୬୧ ଟି କମ୍ପାନୀର କର୍ମଚାରୀମାନେ ଜୁନ ରୁ ଡିସେମ୍ବର ୨୦୨୨ ମଧ୍ୟରେ ସପ୍ତାହର କାମ କରୁଥିବା ଚାରି ଦିନ ମଧ୍ୟରେ ହାରାହାରି ୩୪ ଘଣ୍ଟା କାର୍ଯ୍ୟ କରିଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୫୬ ଟି କମ୍ପାନୀ, ଅର୍ଥାତ ୯୨ ପ୍ରତିଶତ ଏହି ଧାରା ଜାରି ରଖିବାକୁ ଯୋଜନା କରୁଥିବାବେଳେ୧୮ କମ୍ପାନୀ ସ୍ଥାୟୀ ଭାବରେ ଏହାକୁ ଲାଗୁ କରିଛନ୍ତି। ଅଣ-ଲାଭକାରୀ ଗୋଷ୍ଠୀ ଫୋର ଡେ ଓ୍ବିକ୍ ଗ୍ଲୋବାଲ, ଫୋର୍ ଡେ ଓ୍ବିକ୍ ୟୁକେ କ୍ୟାମ୍ପେନ ଏବଂ ଅଟୋନମି ଦ୍ୱାରା ଆରମ୍ଭ ହୋଇଥିବା ଏହି ପାଇଲଟ କାର୍ଯ୍ୟକ୍ରମ ବେଶ ଆଦୃତି ଲାଭ କରିଛି। ଏହା ଅନ୍ତର୍ଗତ ପ୍ରାୟ, ୩ ହଜାର କର୍ମଚାରୀଙ୍କୁ ୫ ଦିନର ଅଫିସ କାମ ୪ ଦିନ ମଧ୍ୟରେ ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯେତେବେଳେ ରିପୋର୍ଟ ପ୍ରକାଶ ପାଇଲା, ଫଳାଫଳ ସମସ୍ତଙ୍କୁ ଅତ୍ୟନ୍ତ ଚକିତ କରିଥିଲା। ଏହି ସମୟ ମଧ୍ୟରେ, ସମସ୍ତ କର୍ମଚାରୀ ପୂର୍ଣ୍ଣ ଉତ୍ସାହ ସହିତ କାମ କରୁଥିବା ଦେଖାଯାଇଥିଲା ଏବଂ କମ୍ପାନୀର ଉତ୍ପାଦକତା ତଥା ଗୁଣବତ୍ତା ଉପରେ କୌଣସି ବିଶେଷ ପ୍ରଭାବ ପଡ଼ି ନ ଥିଲା । ଏହି ପରୀକ୍ଷାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିଲା। ଏକ ବ୍ରିଟିଶ ଭିତ୍ତିକ ଅନୁସନ୍ଧାନ ସଂଗଠନ ଏବଂ ନ୍ୟୁଜିଲାଣ୍ଡ ଭିତ୍ତିକ ଗୋଷ୍ଠୀ ଫୋର ଡେ ଓ୍ବିକ୍ ଗ୍ଲୋବାଲ ଦ୍ୱାରା ଏହାର ରିପୋର୍ଟ ପ୍ରକାଶ କରାଯାଇଛି। ଏହି ପ୍ରକଳ୍ପ ବିଭିନ୍ନ କାର୍ଯ୍ୟାଳୟରେ ଆରମ୍ଭ ହୋଇଥିଲା ଏବଂ ଏହାର ଫଳାଫଳ ସକାରାତ୍ମକ ହେବ ବୋଲି ଆଶା କରାଯାଉଥିଲା। ଏହା ଏକ ନୂତନ ପରୀକ୍ଷଣ ଯାହାକି କମ୍ପାନୀଗୁଡିକ ଦ୍ୱାରା ପ୍ରଶଂସିତ ହୋଇଛି ଏବଂ କର୍ମଚାରୀମାନେ ଏଥିରେ ସହମତି ପ୍ରକାଶ କରିଛନ୍ତି।
https://www.dharitri.com/brother-inlaw-was-killed-and-buried-under-a-cement-tank/
ଭିଣୋଇଙ୍କୁ ହତ୍ୟା କରି ସିମେଣ୍ଟ ଟାଙ୍କି ତଳେ ପୋତି ଦେଇଥିଲେ ପଦ୍ମପୁର,୧୫।୩(ଡି.ଏନ.ଏ): ବରଗଡ଼ ଜିଲା ପାଇକମାଳ ଯମୁନା ନଗରପଡ଼ାରେ ୨୦୧୫ରେ ସଂଘଟିତ ଏକ ହତ୍ୟା ମାମଲାରେ ମୃତକଙ୍କ ଶାଳୀଙ୍କୁ ଆଜୀବନ କାରାଦଣ୍ଡ ଏବଂ ୫ ହଜାର ଅର୍ଥଦଣ୍ଡ(ଜରିମାନା)ରେ ଦଣ୍ଡିତ କରାଯାଇଛି। ଜରିମାନା ଅନାଦାୟ ଅଧିକ ୩ ମାସ ଜେଲଦଣ୍ଡ ହେବ ବୋଲି ରାୟ ପ୍ରକାଶ ପାଇଛି। ଛତିଶଗଡ଼ ରାଜ୍ୟ ସରାଇପାଲି ଥାନା ଅନ୍ତର୍ଗତ କେଲେଣ୍ଡା ଗ୍ରାମର କଶ୍ୟପ ବାଗ ସେହି ଗ୍ରାମର ବିନ୍ଦୁ ସେଠଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ସେମାନେ ବରଗଡ଼ ଜିଲା ପାଇକମାଲ ଯମୁନା ନଗରପଡ଼ାରେ ଆସି ରହୁଥିଲେ। ପରେ କଶ୍ୟପ ତାମିଲନାଡ଼ୁକୁ ରୋଜଗାର ପାଇଁ ଯାଇଥିଲେ। ହେଲେ ଯମୁନାନଗରପଡ଼ା ଘରେ ସ୍ତ୍ରୀ ବିନ୍ଦୁ ଏବଂ ଶାଳୀ ନୀରୁ ରହିଥିଲେ। ଏହି ସମୟରେ ପାଇକମାଳ ଥାନା ହଲନାଦାଦର ଗ୍ରାମର ଜଣେ ମିସ୍ତ୍ରୀ ପରମାନନ୍ଦ ଡନସନାଙ୍କ ସହିତ ବିନ୍ଦୁଙ୍କ ପ୍ରେମ ସମ୍ପର୍କ ଗଡ଼ି ଉଠିଥିଲା। କାଶ୍ୟପ ତାମିଲନାଡ଼ୁରୁ ଫେରି ସେସବୁ ଜାଣିବାକୁ ପାଇ ସମ୍ପର୍କରୁ ଓହରି ଯିବା ପାଇଁ ବିନ୍ଦୁଙ୍କୁ କହିଥିଲେ। ଏଥିରେ କ୍ରୋଧିତ ହୋଇ ବିନ୍ଦୁ, ନୀରୁ ଏବଂ ପରମାନନ୍ଦ ସବୁଦିନ ପାଇଁ କାଶ୍ୟପଙ୍କୁ ହଟାଇବାକୁ ଯୋଜନା କରିଥିଲେ। ଯୋଜନା ମୁତାବକ, ସେମାନେ କାଶ୍ୟପଙ୍କୁ ହତ୍ୟା କରି ପୋତି ଦେଇଥିଲେ। ପରେ ସେଠାରେ ଏକ ସିମେଣ୍ଟର ଏକ ପାଣିଟାଙ୍କି ତିଆରି କରି ଦେଇଥିଲେ। ଘଟଣା ପ୍ରଘଟ ହେବା ପରେ କାଶ୍ୟପଙ୍କ ବାପା କାର୍ତ୍ତିକ ୨୦୧୫ ମେ ୪ତାରିଖରେ ପାଇକମାଳ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୋଲିସ ଦଫା ୩୦୨, ୨୦୧ରେ ମାମଲା ରୁଜୁ ସହିତ ପାଣିଟାଙ୍କି ଫଟାଇବା ସହିତ ମାଟି ଖୋଲି ମୃତଦେହ ଉଦ୍ଧାର କରିଥିଲା। ୩ ଅଭିଯୁକ୍ତ ବିନ୍ଦୁ, ନୀରୁ ଏବଂ ପରମାନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ପରେ ନୀରୁ ସର୍ତ୍ତମୂଳକ ଜାମିନରେ ଆସିିଥିଲେ। କିନ୍ତୁ ସେ ଆଉ କୋର୍ଟରେ ହାଜର ହୋଇ ନ ଥିଲେ। ଫଳରେ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିଲା। ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗତ ୧୧ତାରିଖରେ ଏଡ଼ିଜେ ଅରବିନ୍ଦ ରଥ ଶୁଣାଣି କରି ନୀରୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଅପରପକ୍ଷେ ୨୦୧୮ରେ ଅନ୍ୟ ୨ ଅଭିଯୁକ୍ତ ବିନ୍ଦୁ ଏବଂ ପରମାନନ୍ଦଙ୍କୁ ଜେଲ ଦଣ୍ଡାଦେଶ ହୋଇଥିଲା।
https://www.dharitri.com/koraput-malkangiri-district-drinking-water-project/
କୋରାପୁଟ, ମାଲକାନଗିରି ଜିଲା ପାଇଁ ପାନୀୟ ଜଳ ପ୍ରକଳ୍ପ ଭୁବନେଶ୍ୱର, ୨୪।୧୧(ବ୍ୟୁରୋ)- ରାଜ୍ୟ ସରକାର ଜଳଜୀବନ ମିଶନ ଯୋଜନାରେ କୋରାପୁଟ ଓ ମାଲକାନଗିରି ଜିଲାର ୮ ବ୍ଲକକୁ ପାନୀୟ ଜଳ ଯୋଗାଇ ଦେବେ। କୋରାପୁଟ ଜିଲାର ୬ ବ୍ଲକ ଅଧୀନରେ ଥିବା ୫୪ ପଞ୍ଚାୟତର ୫୬୮ ଗ୍ରାମର ୨,୪୫,୭୪୮ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିପାଇଁ ଡକାଯାଇଥିବା ୪୬୨.୪୮ କୋଟି ଟଙ୍କାର ଟେଣ୍ଡର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ କାର୍ଯ୍ୟ ୨ ବର୍ଷ ମଧ୍ୟରେ ଶେଷ ହେବ। ସେହିପରି ମାଲକାନଗିରି ଜିଲାର ୨ ବ୍ଲକ ଅଧୀନରେ ଥିବା ୧୯ ପଞ୍ଚାୟତର ୧୩୬ ଗ୍ରାମର ୧,୦୮,୯୬୯ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିପାଇଁ ଆହ୍ବାନ କରାଯାଇଥିବା ୧୯୨.୮୮ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଆସନ୍ତା ୨୪ ମାସ ମଧ୍ୟରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବ। ଜିଲା ଜଜ୍ କ୍ୟାଡର ନିଯୁକ୍ତି ପ୍ରକ୍ରିୟାକୁ ସହଜ କରିବା ପାଇଁ ଓଏସଜେଏସ ଏବଂ ଓଜେଏସ ନିୟମାବଳୀରେ ସଂଶୋଧନ କରାଯାଇଛି। ଆଇନ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି।
https://www.dharitri.com/ipl-2020-ms-dhoni-social-distancing-question-match-refree-first-slip-mumbai-indians-vs-chennai-super-kings/
ଟସ୍‌ ପୂର୍ବରୁ ମ୍ୟାଚ୍‌ ରେଫରୀଙ୍କୁ ଏମିତି ପ୍ରଶ୍ନ ପଚାରିଥିଲେ ଧୋନୀ,ସମସ୍ତେ ହସି ହସି ଗଡିଲେ ଇଣ୍ଡିଆନ ପ୍ରିମିୟର ଲିଗର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନୀ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେବେ ଟସ ପୂର୍ବରୁ ଧୋୀ ମ୍ୟାଚ୍ ରେଫରୀଙ୍କୁ ଏପରି ପ୍ରଶ୍ନ ପଚାରିଥିଲେ ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଧୋନୀ ଟସ ଜିତିବା ମାତ୍ରେ ତାଙ୍କୁ ପ୍ରଶ୍ନ କରୁଥିବା ପୂର୍ବତନ କ୍ରିକେଟର ମୁରଲୀ କାର୍ତ୍ତିକଙ୍କୁ କହିଥିଲେ ଯେ, ସେ ସାମାଜିକ ଦୂରତା ସମ୍ପର୍କରେ ମ୍ୟାଚ ରେଫରୀଙ୍କଠାରୁ କିଛି ଜାଣିବାକୁ ଚାହୁଁଛନ୍ତି। ଏହାପରେ ସେ ରେଫରୀଙ୍କୁ ପଚାରିଥିଲେ ଯେ, ଆମେ ସାମାଜିକ ଦୂରତା ମଧ୍ୟରେ ପ୍ରଥମ ସ୍ଲିପ ନେଇପାରିବା କି ନାହିଁ। ଧୋନୀଙ୍କ ମଜାଳିଆ ପ୍ରଶ୍ନ ଶୁଣି ମ୍ୟାଚ ରେଫରି ଏବଂ ନିକଟରେ ଠିଆ ହୋଇଥିବା ଅନ୍ୟମାନେ ହସିଥିଲେ। ଆଇପିଏଲ ୨୦୨୦ର ପ୍ରଥମ ମ୍ୟାଚରେ ଏମଏସ ଧୋନୀ ୪୩୭ ଦିନ ପରେ କ୍ରିକେଟ ପଡିଆକୁ ଓହ୍ଲାଇଥିଲେ। ଗତ ୨୦୧୯ ବିଶ୍ୱକପ ସେମିଫାଇନାଲରେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ସେବେଠାରୁ ସେ ଦୂରେଇ ରହିଥିଲେ। ଆଇପିଏଲ ଆରମ୍ଭ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ଧୋନୀ ଅବସର ନେଇଥିଲେ। ଆଇପିଏଲ୍ର ପ୍ରଥମ ମ୍ୟାଚ୍ରେ ଧୋନୀଙ୍କ ନେତୃତ୍ୱଧୀନ ଚେନ୍ନାଇ ସୁପର୍ କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି।
https://www.dharitri.com/ଅସ୍ତ୍ରବିରତି-ଉଲ୍ଲଂଘନ-ଭାର/
ଅସ୍ତ୍ରବିରତି ଉଲ୍ଲଂଘନ: ଭାରତୀୟ ଉପ-ଉଚ୍ଚାୟୁକ୍ତଙ୍କୁ ରିପୋର୍ଟ ତଲବ କଲା ପାକିସ୍ତାନ ଇସଲାମାବାଦ୍,୩୦।୯: ନିୟନ୍ତ୍ରଣ ରେଖାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ତେବେ ମିଛୁଆ ପାକିସ୍ତାନ ଭାରତ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛି। ଏନେଇ ଭାରତୀୟ ଉପ-ଉଚ୍ଚାୟୁକ୍ତ ଗୌରବ ଅହଲୁଓ୍ବାଲିଆଙ୍କୁ ରିପୋର୍ଟ ତଲବ କରିଛି ପାକିସ୍ତାନ। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଗାଁ ସମେତ ଭାରତୀୟ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକ ଉପରେ ମୋର୍ଟାର ଶେଲିଂ ମାଡ଼ ଜାରି ରଖିଛି। ଭାରତୀୟ ସେନା ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଉଛି।
https://www.dharitri.com/after-the-forest-the-mafia-is-watching-the-roadside-trees/
ଜଙ୍ଗଲ ପରେ ରାସ୍ତାପାର୍ଶ୍ୱ ବୃକ୍ଷ ଉପରେ ମାଫିଆଙ୍କ ନଜର ଓଡ଼ଗାଁ,୧୯ା୫(ସ୍ବ.ପ୍ର.): ନୟାଗଡ଼ ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ସଂରକ୍ଷଣ ଜଙ୍ଗଲ କାଠ ମାଫିଆ ସଫା କରିବା ପରେ ଏବେ ରାସ୍ତା ପାର୍ଶ୍ୱ ବୃକ୍ଷ ଉପରେ ସେମାନଙ୍କ ନଜର ପଡିଛି। ମାଫିଆମାନେ ଅଭିନବ ଉପାୟରେ ଗଛ କାଟୁଥିବା ବେଳେ ବନ ବିଭାଗ ସବୁ ଜାଣି ନୀରବ ରହୁଥିବାରୁ ଲୋକେ ଚିନ୍ତା ବ୍ୟକ୍ତ କରିଛନ୍ତି। ଏପରି ଏକ ଘଟଣା କୁରାଳ -ପାଣ୍ଡେରୀପଡା ପ୍ରଧାନମନ୍ତ୍ରୀ ସଡ଼କରେ ଦେଖିବାକୁ ମିଳିଛି। ପ୍ରାୟ ୧୦ ବର୍ଷ ପୂର୍ବେ ଏହି ରାସ୍ତାରେ ଆଭିମନ୍ୟୁ ବୃକ୍ଷରୋପଣ ପ୍ରକଳ୍ପ ଜରିଆରେ ରାସ୍ତା ପାର୍ଶ୍ୱରେ ହଜାରେରୁ ଊର୍ଦ୍ଧ୍ୱ ଚାକୁଣ୍ଡା ଗଛ ଲଗାଯାଇଥିଲା। ହେଲେ ମାତ୍ର ଦୁଇ ମାସରେ ଏହି ରାସ୍ତାରେ ଶତାଧିକ ଗଛକୁ ମାଫିଆ ସଫା କରି ନେଇ ସାରିଲେଣି। ଏଥିପାଇଁ ସେମାନେ ଗଛ ଗଣ୍ଡିର ଚାରି ପାର୍ଶ୍ୱରୁ ବକଳା (ଛେଲି ) ଛଡାଇ ଦେଉଛନ୍ତି। ଫଳରେ ଅଳ୍ପ ଦିନରେ ଜିଅନ୍ତା ଗଛ ଶୁଖିଲା ପରେ ଦୁର୍ବୃତ୍ତମାନେ ଅନାୟାସରେ ଦିନ ଦ୍ୱିପ୍ରହରରେ ଗଛକାଟି ନେଉଥିବା ଆଲୋଚନା ହେଉଛି। ଗ୍ରାମବାସୀ ସବୁ ଦେଖି ନୀରବଦ୍ରଷ୍ଟା ସାଜିବାକୁ ବାଧ୍ୟ ହେଉଥିବା ପ୍ରକାଶ କରିଛନ୍ତି। ଏ ନେଇ ପରିବେଶପ୍ରେମୀ ସୁକାନ୍ତ କୁମାର ଚୌଧୁରୀ ଚିନ୍ତା ପ୍ରକଟ କରିବା ସହ ବିଭାଗୀୟ ବନପାଳଙ୍କୁ ଅବଗତ କରିଛନ୍ତି। ହେଲେ ଏସବୁର ସୁରକ୍ଷା ପାଇଁ ସେମାନେ ଆଦୌ ଆଗ୍ରହୀ ନ ଥିବା ଜଣାଯାଇଛି। ବେଳ ଥାଉ ଥାଉ ଏହି ଭଳିଆ ଜିଅନ୍ତା ଗଛର ସୁରକ୍ଷା ଅର୍ନିବାର୍ଯ୍ୟ ବୋଲି ସାଧାରଣରେ ଦାବି ହେଉଛି।
https://www.dharitri.com/wearing-a-saree-and-traveling-around-40-countries-with-bullets/
ଶାଢ଼ି ପିନ୍ଧି ବୁଲେଟରେ ବୁଲିବେ ୪୦ ଦେଶ ପୁଣେ: ବିଶ୍ୱରେ ମହିଳା ସଶକ୍ତୀକରଣର ବାର୍ତ୍ତା, ଅନ୍ୟମାନଙ୍କଠାରୁ କିଛି ଭିନ୍ନ କରିବାର ପ୍ରୟାସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ପୁଣେର ରାମାବାଇ ଲଟ୍ପଟେ ନାମ୍ନୀ ମହିଳା ଶାଢ଼ି ପିନ୍ଧି ଏକାକୀ ୪୦ ଦେଶର ୮୦ହଜାର କିଲୋମିଟର ବାଇକ୍ ଯାତ୍ରା ଆରମ୍ଭ କରିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସରେ ସେ ମୁମ୍ବାଇ ଗେଟ୍ ଓ୍ବେ ଅଫ୍ ଇଣ୍ଡିଆରୁ ଦିଲ୍ଲୀ ଅଭିମୁଖେ ଏହି ଯାତ୍ରା ଆରମ୍ଭ କରିଛନ୍ତି। ଦିଲ୍ଲୀରୁ ସେ ପ୍ରଥମେ ଅଷ୍ଟ୍ରେଲିଆ ଯିବେ। ତାଙ୍କର ଏହି ଯାତ୍ରା ସମୟରେ ସେ ମହାରାଷ୍ଟ୍ରର ନାଉରାଭି ଶାଢ଼ି ପିନ୍ଧିବେ। ଏହି ଯାତ୍ରାରେ ରାମାବାଈ ଜି୨୦ ରାଷ୍ଟ୍ର ସମୂହର ୧୨ ଏବଂ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଫ୍ରାନ୍ସ, ନ୍ୟୁୟର୍କ, ମରକୋ ଏବଂ ଦୁବାଇ ସମେତ ମୋଟ ୪୦ ଦେଶ ପରିଭ୍ରମଣ କରିବାର ଯୋଜନା ରଖିଛନ୍ତି। ରାମାବାଈ ଅଷ୍ଟ୍ରେଲିଆର ପର୍ଥ ଏବଂ ସିଡ୍ନୀ ମଧ୍ୟରେ ୧୬୦୦ କିଲୋମିଟର ଦୂରତାକୁ ଅତିକ୍ରମ କରିବେ, ଯେଉଁଠାରେ ଜନବସତି କିମ୍ବା ମୋବାଇଲ୍ ନେଟ୍ଓ୍ବର୍କ ମଧ୍ୟ ନାହିଁ। ଯାତ୍ରା ସମୟରେ ପ୍ରତିବନ୍ଧକ ଆସିବ ଏବଂ ଯିବ, ତାକୁ ଖାତିର ନ କରି ନିଜ ଲକ୍ଷ୍ୟ ପୂରଣ କରିବାର ଦୃଢ଼ ଆତ୍ମବିଶ୍ୱାସ ତାଙ୍କଠାରେ ଅଛି ବୋଲି ରାମାବାଈ କହିଛନ୍ତି।
https://www.dharitri.com/କୂଅରେ-ବୁଡି-ବୃଦ୍ଧଙ୍କ-ମୃତ୍/
କୂଅରେ ବୁଡି ବୃଦ୍ଧଙ୍କ ମୃତ୍ୟୁ ଘଟଣା: ରାତି ଅଧରେ ବ୍ୟବଚ୍ଛେଦ ଦାବିରେ ସମ୍ପର୍କୀୟଙ୍କ ଡାକ୍ତରଙ୍କୁ ମାଡ଼ ଅଭିଯୋଗ ପାଟଣା,୧୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ବିଳମ୍ବିତ ରାତିରେ ଜଣେ ବୃଦ୍ଧଙ୍କ ମୃତଦେହ ବ୍ୟବ୍ୟଚ୍ଛେଦ ଦାବିରେ ସେମାନଙ୍କ ସମ୍ପର୍କୀୟ ୨ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ୩ ସମ୍ପର୍କୀୟ ମାଡ଼ ମାରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ନେଇ ମଙ୍ଗଳବାର ପାଟଣା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଗୁଡିପୋଖରୀ ଗ୍ରାମର ନନ୍ଦ କିଶୋର ମହାନ୍ତ(୭୦) ସୋମବାର ସନ୍ଧ୍ୟାରେ କୂଅରେ ପଡ଼ିଥିଲେ। ପରେ ପରିବାର ଲୋକ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡ୍ୟୁଟିରେ ଥିବା ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାଏକ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ରାତିରେ ମୃତଦେହ ବ୍ୟବଚ୍ଛେଦ ଲାଗି ଦାବି କରିବା ସହ କାହିଁକି ବ୍ୟବଚ୍ଛେଦ ହେବନି ବୋଲି କହି ନନ୍ଦ କିଶୋରଙ୍କ ୩ ସମ୍ପର୍କୀୟ ଅସଭ୍ୟ ଭାଷାରେ ଡାକ୍ତରଙ୍କୁ ଗାଳି ଗୁଲଜ କରିଥିଲେ। ପରେ ଠେଲାପେଲା କରିବା ସହ ମାଡ଼ ମାରିଥିବା ନେଇ ଡାକ୍ତର ଶୁଭେନ୍ଦୁ ସାଗର ନାଏକ ଏବଂ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଚିତ୍ତରଞ୍ଜନ ନାଏକ ପାଟଣା ଥାନାରେ ମଙ୍ଗଳବାର ଅଭିଯୋଗ କରିଛନ୍ତି। ଥାନାଧିକାରୀ ସନ୍ଧ୍ୟାରାଣୀ ଜେନା ୨୭/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା କହିଛନ୍ତି।
https://www.dharitri.com/pakistani-prime-minister-angry-on-kashmir-issue/
ରାଗିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: ରଖିଲେ ଏମିତି ସର୍ତ୍ତ ଇସଲମାବାଦ,୧୨।୫: କରୋନା ଏବଂ ଆର୍ଥିକ ସଙ୍କଟ ସହ ଲଢୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ କଶ୍ମୀର ମାମଲାକୁ ନେଇ ରାଗିଯାଇଛନ୍ତି। ଇମ୍ରାନ ଖାନ କହିଛନ୍ତି ଯେ,ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତି ନୂଆଦିଲ୍ଲୀ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ପାକିସ୍ତାନ ଭାରତ ସହ ଆଲୋଚନା କରିବ ନାହିଁ। ସୂଚନାଯୋଗ୍ୟ, ଅଗଷ୍ଟ ୫, ୨୦୧୯ରେ ଭାରତ ଧାରା ୩୭୦ର ଉଠାଇ ଦେଇଥିଲା। ଏହାସହ ଜମ୍ମୁ କଶ୍ମୀର ଏବଂ ଲଦାଖକୁ ଦୁଇଟି ପୃଥକ ୟୁନିଅନ ପ୍ରଦେଶ କରାଯାଇଥିଲା। ଏହା ପରେ ପାକିସ୍ତାନ ଭାରତ ସହ ବ୍ୟବସାୟିକ ସମ୍ପର୍କ କାଟିଦେଇଥିଲା। କାଶ୍ମୀର ଉପରେ ନିଆଯାଇଥିବା ନିଷ୍ପତ୍ତି ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ପାକିସ୍ତାନ ସରକାର କୌଣସି ମୂଲ୍ୟରେ ଭାରତ ସହ ଆଲୋଚନା କରିବେ ନାହିଁ। ଲାଇଭ ପ୍ରସାରଣ ଅଧିବେଶନରେ ଇମ୍ରାନ ସାଧାରଣ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବା ଅବସରରେ ଏକଥା କହିଛନ୍ତି। ଏହାପୂର୍ବରୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି କହିଛନ୍ତି ଯେ ଏବେ ଭାରତ ସହ କୌଣସି ଆଲୋଚନା ହେବନାହିଁ, କିନ୍ତୁ ଯଦି ନୂଆଦିଲ୍ଲୀ କଶ୍ମୀର ଉପରେ ନୀତି ସଂଶୋଧନ କରି କଶ୍ମୀରବାସୀଙ୍କୁ ସହାୟତା ପ୍ରଦାନ କରେ ତେବେ ଆଲୋଚନା ହୋଇପାରେ।
https://www.dharitri.com/ramlala-received-more-than-35-crores-in-donations-the-number-of-devotees-increased-10-times/
ରାମଲାଲାଙ୍କୁ ମିଳିଲା ୩୫୦୦ କୋଟିରୁ ଅଧିକ ଦାନ, ୧୦ ଗୁଣା ବଢିଲା ଭକ୍ତଙ୍କ ସଂଖ୍ୟା ଅଯୋଧ୍ୟା,୨୭।୧: ଧାର୍ମିକ ସହର ଅଯୋଧ୍ୟାରେ ପ୍ରସିଦ୍ଧ ରାମ ମନ୍ଦିର ଉଦଘାଟନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜାନୁୟାରୀ ୨୨ ରେ ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା, ଏହାପରେ ରାମ ମନ୍ଦିରର ଦ୍ୱାର ସର୍ବସାଧାରଣଙ୍କ ପୂଜା ପାଇଁ ଖୋଲା ଯାଇଥିଲା। ସେବେଠାରୁ ଅଯୋଧ୍ୟାରେ ରାମ ଭକ୍ତଙ୍କ ଆଗମନ ପ୍ରକ୍ରିୟା ଜାରି ରହିଛି। ଦେଶର ପ୍ରତ୍ୟେକ କୋଣ ଅନୁକୋଣରୁ ଅଯୋଧ୍ୟାରେ ପହଞ୍ଚୁଥିବା ଭକ୍ତଙ୍କ ଭିଡ ଦେଖି ପୋଲିସ ପ୍ରଶାସନ ମଧ୍ୟ କାର୍ଯ୍ୟବ୍ୟସ୍ତ ହୋଇ ପଡିଛି। ୧୫-୨୦ ଦିନ ପରେ ଭକ୍ତମାନଙ୍କୁ ଅଯୋଧ୍ୟାକୁ ଆସିବାକୁ ଅନୁରୋଧ କରାଯାଇଛି। ରାମ ମନ୍ଦିରରେ ଭକ୍ତମାନଙ୍କର ଲମ୍ବା ଧାଡି ଦେଖିବାକୁ ମିଳିଛି। ଏହା ସହିତ ଲୋକମାନେ ମନ୍ଦିରକୁ ଖୋଲାଖୋଲି ଦାନ ମଧ୍ୟ କରୁଛନ୍ତି। ରାମଲାଲା ମାତ୍ର ଗୋଟିଏ ମାସ ମଧ୍ୟରେ ୩୫୫୦ କୋଟି ଟଙ୍କା ଦାନ ପାଇଛନ୍ତି। ସୂଚନା ପ୍ରଦାନ କରି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଦାୟିତ୍ୱରେ ଥିବା ପ୍ରକାଶ ଗୁପ୍ତା କହିଛନ୍ତି ଯେ ରାମ ମନ୍ଦିରରେ ଭୂମି ପୂଜନ ପରେ ଏକ ପାଣ୍ଠି ଉତ୍ସର୍ଗ ଅଭିଯାନ କରାଯାଇଥିଲା। ଏହି ଅଭିଯାନ ଅଧୀନରେ ପ୍ରାୟ ୩୫୫୦ କୋଟି ଟଙ୍କା ମୂଲ୍ୟର ଦାନ ଏକ ମାସରେ ଆସିଛି। ମୋଟ ଉପରେ, ଦାନ ଏପର୍ଯ୍ୟନ୍ତ ୪୫୦୦ କୋଟି ଟଙ୍କା ଗ୍ରହଣ କରାଯାଇଛି। ସେ କହିଛନ୍ତି ଯେ ଏହି ରାଶି ମନ୍ଦିରରେ ଖର୍ଚ୍ଚ ହେଉଛି। ବର୍ତ୍ତମାନ ରାମଲାଲା ମନ୍ଦିରରେ ବସିଛନ୍ତି, ଏହା ପରେ ରାମ ଭକ୍ତଙ୍କ ସଂଖ୍ୟା ୧୦ ଗୁଣ ବୃଦ୍ଧି ପାଇଛି। ପ୍ରକାଶ ଗୁପ୍ତା ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବରୁ ପ୍ରାୟ ୨୦ ହଜାର ଭକ୍ତ ରାମଲାଲାଙ୍କୁ ଦେଖିବା ପାଇଁ ଅଯୋଧ୍ୟାକୁ ଆସୁଥିଲେ, କିନ୍ତୁ ମନ୍ଦିରର ଉଦଘାଟନ ପରେ ଏହି ସଂଖ୍ୟା ୧୦ ଗୁଣ ବୃଦ୍ଧି ପାଇଛି। ଭକ୍ତଙ୍କ ସଂଖ୍ୟା ବୃଦ୍ଧି ସହିତ ମନ୍ଦିରକୁ ଆସୁଥିବା ଦାନ ପରିମାଣ ମଧ୍ୟ ବୃଦ୍ଧି ପାଇଛି।
https://www.dharitri.com/bricks-seller-not-respond-rules-of-ngt/
ଏନ୍‌ଜିଟି ନିୟମ ମାନୁନାହାନ୍ତି ଇଟା ବ୍ୟବସାୟୀ କେନ୍ଦ୍ରାପଡ଼ା ଅଫିସ, ୭ା୫: ମେ’ମାସରେ ତାତି ବଢ଼ିଛି। ଗତ ସପ୍ତାହରେ ତାପମାତ୍ରା ୪୦ ଡିଗ୍ରୀ ଟପି ସାରିଛି। ଏହା ସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲାରେ ନାଲି ଇଟା ଭାଟିରୁ ନିଆଁ ଲିଭୁନି। ସେହିପରି ବାଲି ଚୋରାଚାଲାଣ ଜିଲାର ନଦୀଶଯ୍ୟାକୁ ବେହାଲ କରୁଛି। ଏନ୍ଓସି ନ ଥାଇ ଅବାଧରେ ବାଲି ଚାଲାଣ ହେଉଛି। ବେଆଇନ ଲଘୁ ଖଣିଜ ସମ୍ପଦ ଚାଲାଣ ପାଇଁ ରାଜକୋଷକୁ ରାଜସ୍ବ ମିଳୁ ନ ଥିବା ବେଳେ ଏନ୍ଓସି ବିନା ଶତାଧିକ ଇଟା ଭାଟି ଚାଲିଛି। ଶିଶୁ ଶ୍ରମିକ ନିୟୋଜନ, ବାୟୁ ପ୍ରଦୂଷଣ ପ୍ରତି କାହାରି ଧ୍ୟାନ ନାହିଁ। ଏପରି କି ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି)ର ନିର୍ଦ୍ଦେଶ ସତ୍ତ୍ୱେ ବେଆଇନ ଇଟା ବ୍ୟବସାୟ ଚାଲିଛି। ଖରା ସହିତ ଇଟାଭାଟି ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବା ଦର୍ଶାଇ ଗତ ୨ରେ ହେନ୍ତାଳ ବନ ସୁରକ୍ଷା ସଙ୍ଗଠନ ପକ୍ଷରୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଛି। ଏହା ପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ସଙ୍ଗଠନ ସଭାପତି ସତ୍ୟପ୍ରକାଶ ମହାନ୍ତି କହିଛନ୍ତି, ଜିଲାର ନଦୀ ଶଯ୍ୟା ଏପରି କେତେଜଣ ବ୍ୟବସାୟୀଙ୍କ କବ୍ଜାରେ ଅଛି। ମାଟି, ବାଲି ପରି ଲଘୁ ଖଣିଜ ସମ୍ପଦ ପ୍ରତ୍ୟେହ ଚୋରି ହେଉଛି। ଜଙ୍ଗଲ ଓ ପରିବେଶ ସୁରକ୍ଷା ଆଇନ ୧୯୮୬, ଅଗ୍ନିଶମ, ଶ୍ରମ, ରାଜସ୍ବ ବିଭାଗ ଆଦି ଏହି ବେଆଇନ ଇଟାଭାଟି ଉପରେ ରୋକ୍ ଲଗାଇ ପାରୁନାହାନ୍ତି। ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗର ବିନା ଅନୁମତିରେ ମାଟି ଇଟା ପ୍ରସ୍ତୁତ କରିବା ଓ ପୋଡ଼ିବା ବେଆଇନ। ଏହା ସତ୍ତ୍ୱେ ଶତାଧିକ ଇଟାଭାଟି ଯୋଗୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହେଉଛି। ପରିବେଶବିତ୍ ଅଶୋକ କୁମାର ସ୍ବାଇଁ କହିଛନ୍ତି, ଖରା ସହିତ ଇଟାଭାଟି ତାତି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଇଟାଭାଟିର ଧୂଆଁ ଓ ତାତି ମିଶି ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷିତ ପରିବେଶ ସୃଷ୍ଟି କରୁଛି। ଡେରାବିଶ ବ୍ଲକ ବନ୍ଧପଡା ଗ୍ରାମର ଅକ୍ଷୟ ବେହେରା କହିଛନ୍ତି, କିଛିଦିନ ପୂର୍ବେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏସମ୍ପର୍କରେ ଏକ ଅଭିଯୋଗ ପତ୍ର ଦିଆଯାଇଥିଲା। ଅଭିଯୋଗ ମୁତାବକ ତରଜଙ୍ଗା (ବାଲିଦିଆପାଟଣା)ର ଗୋଚର ଜମିରୁ କେତେଜଣ ଖଳ ପ୍ରକୃତିର ବ୍ୟକ୍ତି ମାଟି ଉଠାଇ ଇଟା ପ୍ରସ୍ତୁତ କରିଛନ୍ତି। ଫଳରେ ଏହି ସ୍ଥାନରେ ପ୍ରାୟ ୩ରୁ ୪ ଫୁଟ ଗର୍ତ୍ତ ହୋଇଥିବାରୁ ଗୋଚାରଣରେ ସମସ୍ୟା ହେଉଛି। କେନ୍ଦ୍ରାପଡ଼ାର ଶୁଭେନ୍ଦୁ କୁମାର ଦାସ କୁହନ୍ତି, ଗୋଚର, ଅନାବାଦୀ, ବଗଚର, ନୟନଯୋରି, ନଦୀ ପଠା ଆଦିରୁ ଇଟା ଭାଟି ମାଲିକମାନେ ମାଟି ଉଠାଉଛନ୍ତି। ତହସିଲଦାରଙ୍କ ନଜରକୁ ଏସବୁ ଆସୁ ନ ଥିବାରୁ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଫଳରେ ବାଲି ମାଟି ବାବଦ ରାଜସ୍ବ ରାଜକୋଷକୁ ମିଳୁନାହିଁ। ଇନ୍ଦୁପୁରର ଦେବାଶିଷ ଜେନା କୁହନ୍ତି, ଜିଲା ମଧ୍ୟ ଦେଇ ଯାଇଥିବା ନଦୀର ପଠା ଏବେ ଏପରି ବ୍ୟବସାୟୀଙ୍କ ପେଣ୍ଠସ୍ଥଳ ପାଲଟିଛି। ପଠା ଆଖପାଖ ବାଲିଆ ଦୋରସା ମାଟି ମିଳୁଥିବାରୁ ନଦୀ ଶଯ୍ୟା ଦୁର୍ବଳ ହେବାରେ ଲାଗିଛି। ଇଟାଭାଟି ମାଲିକମାନେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, କଲିକତାର ମେଦିନାପୁର, ବିହାର ବସିହାର ଛାପ୍ରା ଅଞ୍ଚଳର ଲୋକଙ୍କୁ ଏହି କାମରେ ଲଗାଉଛନ୍ତି। ଏଥିରେ ଶିଶୁ ଶ୍ରମିକଙ୍କୁ ଦେଖିବାକୁ ମିଳୁଛି। ଜଣେ ଇଟାଭାଟି ମାଲିକ କହିଛନ୍ତି, ଘର ନିର୍ମାଣ ପାଇଁ ଫ୍ଲାଇଆସ୍ ଇଟା ଫ୍ୟାକ୍ଟ୍ରି କମ୍ ଥିବାରୁ ମାଟି ନିର୍ମିତ ଇଟାକୁ ସମସ୍ତେ ଆଦର କରୁଛନ୍ତି। ଏହାକୁ କୁଟୀର ଶିଳ୍ପର ମାନ୍ୟତା ମିଳିଲେ ଯୁବ ଶିଳ୍ପୋଦ୍ୟୋଗୀ ବାହାରିବା ସହିତ ଶ୍ରମିକଙ୍କ କର୍ମ ନିଯୁକ୍ତି ସମସ୍ୟାର ଆଶୁ ସମାଧାନ ହୋଇପାରିବ। ଆଇନଜୀବୀ ବିଧୂଭୂଷଣ ମହାପାତ୍ର କହିଛନ୍ତି, ରାଜ୍ୟ ପ୍ରଦୂଷଣ ବୋର୍ଡ ଓ ଏନ୍ଜିଟିର ବାରଣ ସତ୍ତ୍ୱେ ବେଆଇନ ଇଟାଭାଟି ନିର୍ମାଣ ଚାଲିଛି। ପ୍ରଦୂଷଣ ବୋର୍ଡର ୧୯୮୬ ଆଇନ, ୨୦୦୫ରେ ନଦୀ ଶର୍ଯ୍ୟାର ୫୦୦ ମିଟର ମଧ୍ୟରେ ବାଲି ଉଠାକୁ ବନ୍ଦ କରାଯାଇଛି। ଏନେଇ ଏକ ଜନସ୍ବାର୍ଥ ମାମଲା କରିବେ ବୋଲି ସେ ସୂଚନା ଦେଇଛନ୍ତି। ଏଡିଏମ୍ ପୀତାମ୍ବର ସାମଲ କହିଛନ୍ତି, ବେଆଇନ ଇଟାଭାଟି ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
https://www.dharitri.com/viral-photo-dsp-monika-singh-carries-her-daughter-on-duty/
ଦେଢ଼ ବର୍ଷର ଝିଅଙ୍କୁ କୋଳରେ ଧରି ଡ୍ୟୁଟି କରୁଥିଲେ ଡିଏସ୍‌ପି; ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ… କଥାରେ ଅଛି ନାରୀ ସର୍ବଗୁଣସମ୍ପନ୍ନା। କର୍ତ୍ତବ୍ୟ ସହ ପରିବାରର ଦାୟିତ୍ୱକୁ ସେ ଠିକ୍ ଭାବେ ତୁଲାଇପାରେ। ଏହାର ଅନେକ ଉଦାହରଣ ସମାଜରେ ଦେଖିବାକୁ ମିଳିଥାଏ। ଏହି କ୍ରମରେ ଅଲିରାଜପୁରର ଜଣେ ମହିଳା ପୋଲିସ ଅଧିକାରୀ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି। କାରଣଟି ହେଲା ସେ ନିଜ କୋଳରେ ଦେଢ଼ ବର୍ଷର ଝିଅଙ୍କୁ ଧରି ଡ୍ୟୁଟି କରୁଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ପୋଲିସ ଅଫିସରଙ୍କ ପ୍ରଶଂସକ ପାଲଟିଛନ୍ତି। ସେ ନିଜର ସୋସିଆଲ ପୃଷ୍ଠାରେ ତାଙ୍କର କିଛି ଫଟୋ ଟୁଇଟ୍ କରିଛନ୍ତି। ମହିଳା ଡିଏସ୍ପିଜଣଙ୍କ ହେଲେ ମୋନିକା ସିଂହ। ସେ ଏକ ହେଲିପ୍ୟାଡ୍ରେ ଦେଢ଼ ବର୍ଷ ଝିଅଙ୍କୁ କୋଳରେ ଧରି ଡ୍ୟୁଟି କରୁଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ଶିବରାଜ ପହଞ୍ଚିବାର କାର୍ଯ୍ୟକ୍ରମ କତିଲା। ଜୋବଟ ବିଧାନସଭା ଆସନରେ ହେଉଥିବା ଉପନିର୍ବାଚନ ଲାଗି ଦୁଇ ଦିନିଆ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ସେଠାରେ ପହଞ୍ଚିଥିଲେ। ମହିଳା ଅଫିସରଙ୍କୁ ପିଲା ସହ ଦେଖି ସେ ଭାବୁକ ହୋଇଯାଇଥିଲେ। ମୋନିକା ଏବଂ ତାଙ୍କ ଶିଶୁଙ୍କ ସହ ନିଜର ଫଟୋ ଶେୟାର କରି ଶିବରାଜ ଲେଖିଛନ୍ତି, ଅଲିରାଜପୁର ଯାତ୍ରା ସମୟରେ ଡିଏସ୍ପି ମୋନିକା ନିଜର ଦେଢ଼ ବର୍ଷର ଝିଅକୁ ବେବି କ୍ୟାରିୟର ବ୍ୟାଗ୍ରେ ଧରି ଡ୍ୟୁଟି କରୁଥିବା ଦେଖିଥିଲି। ନିଜର କର୍ତ୍ତବ୍ୟ ପ୍ରତି ଏଭଳି ସମର୍ପଣକୁ ଅଭିନନ୍ଦନ ଜଣାଉଛି। ମଧ୍ୟପ୍ରଦେଶ ଆପଣଙ୍କୁ ନେଇ ଗର୍ବ କରେ। ଶୁଭକାମନା ସହ ଗେହ୍ଲି ଝିଅକୁ ଆଶୀର୍ବାଦ ଦେଉଛି ବୋଲି ସେ କହିଛନ୍ତି। ଫଟୋଗୁଡ଼ିକୁ ଏବେ ବେଶ ପସନ୍ଦ କରାଯାଉଛି।
https://www.dharitri.com/modi-government-has-sold-everything-in-the-country-sachin-pilot/
ଦେଶର ସବୁ କିଛି ବିକ୍ରି କରି ଦେଇଛନ୍ତି ମୋଦି ସରକାର: ସଚିନ ପାଇଲଟ… ନୂଆଦିଲ୍ଲୀ,୬।୧୧ : ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ରବିବାର ହିମାଚଳ ପ୍ରଦେଶର ନିର୍ବାଚନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ମୋଦି ସରକାର ବ୍ୟାଙ୍କ, ବିମାନବନ୍ଦର ଏବଂ ବୀମା କମ୍ପାନୀ ସମେତ ଦେଶର ସବୁକିଛି ବିକ୍ରି କରିଛନ୍ତି। ଭାଜପା ବିରୋଧୀ ଦଳ ଭାବେ ପୂର୍ବରୁ ଏନେଇ ଚିତ୍କାର କରୁଥିଲା। ସ୍ବଦେଶୀ ଜାଗରଣ ମଞ୍ଚ କହୁଥିଲା ଯେ ଆମେ ଦେଶକୁ ବିକ୍ରୟ କରିବାକୁ ଦେବୁ ନାହିଁ। ମାତ୍ର ମୋଦି ସରକାର ବର୍ତ୍ତମାନ କିଛି ବିକ୍ରି କରିଛନ୍ତି। ହୋଟେଲ ଏବଂ ରାସ୍ତାକୁ ଅଳ୍ପ କିଛି ଲୋକଙ୍କୁ ହାତରେ ବିକ୍ରି ହୋଇଛି। ପାଲାମପୁରରେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ପାଇଲଟ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ସଚିନ ପାଇଲଟ କହିଛନ୍ତି ଯେ ଯେତେବେଳେ ନିର୍ବାଚନ ଆସୁଛି, ଭାଜପା ହିନ୍ଦୁ-ମୁସଲମାନ ଏବଂ ମନ୍ଦିର-ମସଜିଦ ବିଷୟରେ କହି ଲୋକଙ୍କୁ ବିଭ୍ରାନ୍ତ କରୁଛି। ସୂଚନା ଅଧିକାର ଏବଂ ଶିକ୍ଷା ଅଧିକାର ହେଉଛି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଶାସନର ଉପହାର। ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଖାଦ୍ୟ ନିରାପତ୍ତା ଅଧିକାର ସୃଷ୍ଟି କରାଯାଇଥିଲା। ଜନସାଧାରଣଙ୍କ ପକେଟକୁ କିପରି ଟଙ୍କା ଆସିବ ସେନେଇ କଂଗ୍ରେସ ଏକ ଆଇନ ପ୍ରସ୍ତୁତ କରିଥିଲା। ପାଇଲଟ କହିଛନ୍ତି ଯେ ଯେତେବେଳେ ଭାଜପା ବିରୋଧୀ ଦଳ ଥିଲା ସେତେବେଳେ ଜିଏସଟିକୁ ବିରୋଧ କରୁଥିଲା, ଆଧାର କାର୍ଡକୁ ବିରୋଧ କରୁଥିଲା। ଯେତେବେଳେ ବିରୋଧୀ ଥିଲା, ଭାଜପା ଏଫଡିଆଇକୁ ବିରୋଧ କରୁଥିଲା। ମେକ ଇଣ୍ଡିଆ, ଫିଟ ଇଣ୍ଡିଆ ଏବଂ ଭାଗୋ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ସ୍ବଚ୍ଛ ଭାରତ ଭଳି ଭାଜପା ୧୭ ଟି ସ୍ଲୋଗାନ ଦେଇଛି। ସେଥିମଧ୍ୟରୁ କେତେ ସଫଳ ହୋଇଛି ତାହାର ହିସାବ ଭାଜପା ଦେଉ ବୋଲି ସେ କହିଛନ୍ତି।
https://www.dharitri.com/10-km-to-the-dead-baby-girl-father-carried/
ମୃତ ଶିଶୁକନ୍ୟାକୁ ୧୦ କି.ମି. ବୋହିଲେ ବାପା ପାତ୍ରପୁର,୫।୪(ଡି.ଏନ୍.ଏ): ଗଁାକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ନ ଯାଇପାରିବା ଫଳରେ ମୃତ ଦେଢ଼ବର୍ଷର ଝିଅକୁ ଡାକ୍ତରଖାନାରୁ ଦୀର୍ଘ ୧୦ କି.ମି. କାନ୍ଧରେ ବୋହି ନେଇଛନ୍ତି ବାପା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ପାତ୍ରପୁର ବ୍ଲକରେ। ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତ ଏଲଗଲ ଗ୍ରାମର ଘନଶ୍ୟାମ କାର୍ଜି ତୁରୁବୁଡିଠାରେ କାମ କରୁଥିବା ବେଳେ ତାଙ୍କ ଦେଢ଼ବର୍ଷର ଝିଅ ଅନିକାକୁ ପ୍ରବଳ ଥଣ୍ଡା, କାଶ ହୋଇଥିଲା। ଏଥିପାଇଁ ଘନଶ୍ୟାମ ଝିଅକୁ ଭ୍ରମରପୁର ଗ୍ରାମରେ ଜଣେ ଚିକିତ୍ସକଙ୍କୁ ଦେଖାଇଥିଲେ। ତା’ର ସ୍ବାସ୍ଥ୍ୟରେ ସୁଧାର ନ ଆସିବାରୁ ତାକୁ ସନ୍ଧ୍ୟାରେ ସୁରଙ୍ଗୀ ପରେ ପାତ୍ରପୁର ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ଅନିକାଙ୍କୁ ମୃତ ଘୋଷଣା କରିଥିଲେ। ଝିଅର ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ତାଡ଼କାସାହି ନେଇଥିଲେ। ସେଠାରୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗଁାକୁ ଯାଇପାରି ନଥିଲା। ଫଳରେ ୧୦ କିଲୋମିଟର ଦୂର ଏଲଗଲ ଗ୍ରାମକୁ ମୃତ ଶିଶୁକନ୍ୟାଙ୍କୁ କାନ୍ଧରେ ବୋହି ନେଇଥିଲେ। ଗ୍ରାମରେ ପହଞ୍ଚତ୍ବା ପରେ ଅନ୍ତିମ ସଂସ୍କାର କରାଯିବ ବୋଲି ଘନଶ୍ୟାମ କହିଛନ୍ତି।
https://www.dharitri.com/special-strategies-for-the-4-district/
୪ ଜିଲା ପାଇଁ ସ୍ବତନ୍ତ୍ର ରଣନୀତି: କୋରାପୁଟରେ ହେବ ପ୍ଲାଜ୍‌ମା ବ୍ୟାଙ୍କ ଭୁବନେଶ୍ୱର,୧୯ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍ଫରେନ୍ସ ଜରିଆରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର କୋଭିଡ୍ ପରିସ୍ଥିତି ଓ ରଣନୀତି ନେଇ ସମୀକ୍ଷା କରିଛନ୍ତି। ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ରାୟଗଡ଼ା ଜିଲାରେ ଆଞ୍ଚଳିକଭିତ୍ତିକ ରଣନୀତି ଅବଲମ୍ବନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏଥିରେ ପରାମର୍ଶ ଦେଇଛନ୍ତି। ପ୍ରତି ୧ ଲକ୍ଷରେ ୧୦୯୬ଟି କରୋନା ପରୀକ୍ଷଣ କରି ଓଡ଼ିଶା ଜାତୀୟସ୍ତରରେ ଦୈନିକ ସର୍ବାଧିକ ଟେଷ୍ଟ କରୁଥିବା ରାଜ୍ୟ ଭାବେ ପରିଗଣିତ ହୋଇଛି। ଏଥିସହ ଏଇ ସପ୍ତାହ ମଧ୍ୟରେ ଦୈନିକ ନମୁନା ପରୀକ୍ଷା ସଂଖ୍ୟା ୫୦ ହଜାରକୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରି ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ, ସମସ୍ତ ଜିଲାପାଳ ଓ ସେମାନଙ୍କ ଟିମ୍ ତଥା ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟରେ କୋଭିଡ୍ ମୁକାବିଲା ପାଇଁ ୫୦ ଲକ୍ଷରୁ ଅଧିକ ଲୋକ ତାଲିମ ପାଇଛନ୍ତି। ଏହା ବାସ୍ତବରେ ବଡ଼ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଲକ୍ଷଣବିହୀନ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଗୃହ ସଙ୍ଗରୋଧକୁ ପ୍ରୋତ୍ସାହନ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ପ୍ଲାଜ୍ମାଦାତାଙ୍କ ମହତ୍ କାର୍ଯ୍ୟକୁ ସ୍ବୀକୃତି ଦେଇ ସେମାନଙ୍କୁ ପ୍ରଶଂସାପତ୍ର ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ କୋଭିଡ୍ ଯୋଦ୍ଧା ଓ ରୋଗୀଙ୍କ ମତାମତ ନେବା ପାଇଁ ଜିଲା ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ହୋଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫ଟି ପ୍ଲାଜ୍ମା ୟୁନିଟ୍ ସ୍ଥାପନ କରାଯାଇଛି। କୋରାପୁଟ ମେଡିକାଲ କଲେଜରେ ଆଉ ଏକ ପ୍ଲାଜ୍ମା ବ୍ୟାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସପ୍ତାହ ସୁଦ୍ଧା ଏହା ସ୍ଥାପନ କରାଯିବ। ରାଜ୍ୟରେ କୃଷିକାର୍ଯ୍ୟ ସୂଚାରୁରୂପେ ଚାଲିବା ଓ ଚାଷୀଙ୍କୁ ସମସ୍ୟା ନ ହେବା ପାଇଁ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନଙ୍କ ସଞ୍ଚାଳନାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରମୁଖ ଯୋଗ ଦେଇଥିଲେ।
https://www.dharitri.com/security-preparations-ahead-of-elections-flagmarch-of-central-forces-in-capital/
ନିର୍ବାଚନ ପୂର୍ବରୁ ସୁରକ୍ଷା ପ୍ରସ୍ତୁତି: ରାଜଧାନୀରେ କେନ୍ଦ୍ରୀୟ ଫୋର୍ସର ଫ୍ଲାଗମାର୍ଚ୍ଚ ଭୁବନେଶ୍ୱର,୩।୩ (ସୂର୍ଯ୍ୟକାନ୍ତ ବେହେରା): ଆଗକୁ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଏନେଇ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ନିର୍ବାଚନ ହାୱା ଚାରି ଆଡେ ଦେଖିବାକୁ ମିଳିଲାଣି । ତେବେ ଏହା ପୂର୍ବରୁ କଡା ସୁରକ୍ଷା ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଓଡିଶାର ବିଭିନ୍ନ ସ୍ଥାନରେ ପହଞ୍ଚି ସାରିଲେଣି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (ସିଆରପିଏଫ)। ପୂର୍ବରୁ ରାଜ୍ୟର କଟକ,ପୁରୀ,ରାଉରକେଲା,କେନ୍ଦ୍ରାପଡା,ଯାଜପୁର ଭଳି ୮ ଟି ଜିଲାରେ ୮ ଟି କମ୍ପାନୀ ମୁତୟନ ହୋଇସାରିଥିବା ବେଳେ ଭୁବନେଶ୍ୱରରେ ଆଉ ଏକ କମ୍ପାନୀ ଫୋର୍ସ ଆସି ପହଞ୍ଚିଛନ୍ତି। ଏହାସହ ନିର୍ବାଚନ ପାଇଁ ରବିବାର ରାଜଧାନୀ ଭୁବନେଶ୍ୱରରେ ଉକ୍ତ କେନ୍ଦ୍ରୀୟ ଫୋର୍ସ ପକ୍ଷରୁ ରାଜମହଲା ଛକରୁ ଶିଶୁଭବନ ଏବଂ କିଛି ବସ୍ତିରେ ଫ୍ଲାଗମାର୍ଚ୍ଚ କରାଯାଇଥିଲା । ଏଥିରେ ଖାରବେଳନଗର,କ୍ୟାପିଟାଲ ଓ ଏୟାରପୋର୍ଟ ଥାନା ପୋଲିସ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ । ଅପରାଧୀ ଓ ଅପରାଧିକ କାର୍ଯ୍ୟକଳାପକୁ ଚେକ ଦେବାକୁ ଫ୍ଲାଗମାର୍ଚ୍ଚ କରିଛି କେନ୍ଦ୍ରୀୟ ଫୋର୍ସ। ସୂଚନା ଅନୁସାରେ ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ ହେବେ ୩ ଲକ୍ଷ ୪୦ ହଜାର (ସିଆରପିଏଫ) ଯବାନ । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ସ୍ଥାନରେ ୨ ହଜାର କମ୍ପାନୀ ବା ୨ ଲକ୍ଷ ଯବାନ ମୁତୟନ ହେବେ। ନକ୍ସଲ ହିଂସା ପ୍ରଭାବିତ ରାଜ୍ୟ ସମେତ ପଶ୍ଚିମବଙ୍ଗ ଓ ଜାମ୍ମୁ-କାଶ୍ମୀରରେ ପ୍ରଥମ ପର୍ଯ୍ୟାୟରେ ଫୋର୍ସ ମୁତୟନ ହେବେ। ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ଅଧିକ ଫୋର୍ସ ମୁତୟନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା ।
https://www.dharitri.com/sweden-clears-path-to-join-nato/
ସ୍ବିଡେନ ନାଟୋରେ ଯୋଗଦେବା ରାସ୍ତା ସଫା ଷ୍ଟକହୋମ,୧୧।୭: ସ୍ବିଡେନ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ)ରେ ଯୋଗଦେବା ପାଇଁ ରାସ୍ତା ସଫା ହୋଇଛି। ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଡୋଗାନ ନାଟୋ ସଦସ୍ୟତା ପାଇଁ ସ୍ବିଡେନର ପ୍ରସ୍ତାବକୁ ଗ୍ରାଣ୍ଡ ନ୍ୟାଶନାଲ ଆସେମ୍ବଲିରେ ସମର୍ଥନ ଏବଂ ପଠାଇବାକୁ ରାଜି ହୋଇଛନ୍ତି। ନୂତନ ବିକାଶ ବିଷୟରେ ସୂଚନା ଦେଇ ନାଟୋର ସେକ୍ରେଟେରୀ ଜେନେରାଲ ଜେନ୍ସ ଷ୍ଟୋଲଟେନବର୍ଗ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି। ତଥାପି ସ୍ବିଡେନର ପ୍ରସ୍ତାବକୁ ତୁର୍କୀର ସଂସଦ ଅନୁମୋଦନ କରିବା ଜରୁରୀ। ଏଥି ସହିତ ନାଟୋ ସଦସ୍ୟ ହଙ୍ଗେରୀ ସ୍ବିଡେନର ପ୍ରସ୍ତାବକୁ ଏପର୍ଯ୍ୟନ୍ତ ଅନୁମୋଦନ କରିନାହିଁ।
https://www.dharitri.com/the-queen-was-arrested-for-violating-temple-rules/
ମନ୍ଦିର ନିୟମ ଭାଙ୍ଗି ରାଣୀ ଗିରଫ ଭୋପାଳ,୧୦।୯: ମଧ୍ୟପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳର ଶ୍ରୀ ଯୁଗଳ କିଶୋର ମନ୍ଦିରରେ ଗୁରୁବାର ଜନ୍ମାଷ୍ଟମୀ ଉତ୍ସବ ପାଳନବେଳେ ପାନ୍ନା ରାଣୀ ଜିତେଶ୍ୱରୀ ଦେବୀ ମଦ୍ୟପାନ କରି ଆଳତି କରିବା ପାଇଁ ଉଦ୍ୟମ କରିଥିଲେ। ଏହା ମନ୍ଦିର ନିୟମ ହୋଇ ନ ଥିବାରୁ ତାଙ୍କୁ ପୂଜକମାନେ ଅଟକାଇଥିଲେ। ସେ ପୂଜକମାନଙ୍କୁ ଦୁର୍ବ୍ୟବହାର କରିବାରୁ ବିବାଦ ଦେଖାଦେଇଥିଲା। ଏହି ମାମଲାରେ ପୋଲିସ ମହାରାଣୀଙ୍କୁ ଗିରଫ କରିଛି। ମନ୍ଦିର ପୂଜକଙ୍କ କହିବା ଅନୁସାରେ ଜନ୍ମାଷ୍ଟମୀ ଅବସରରେ ରାଜବଂଶର ଜଣେ ପୁରୁଷ ପହଞ୍ଚତ୍ ମହାପ୍ରଭୁଙ୍କ ଆଳତି କରିଥାନ୍ତି। ଚଳିତ ବର୍ଷ ରାଣୀ ଜିତେଶ୍ୱରୀଙ୍କ ପୁଅ ଏହି କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା। କିନ୍ତୁ ସେ ନ ଆସିବାରୁ ନିଜେ ମହାରାଣୀ ଆସିଥିଲେ। ହେଲେ ସେ ନିଶାସକ୍ତ ଅବସ୍ଥାରେ ମନ୍ଦିର ଗର୍ଭଗୃହ ମଧ୍ୟକୁ ପ୍ରବେଶ ସହ ଆଳତି କରିବାକୁ ଉଦ୍ୟମ କରିଥିଲେ।
https://www.dharitri.com/after-the-death-of-divya-bharati-this-happened-on-the-ladla-set-she-was-scared-to-see-sridevi/
ଦିବ୍ୟା ଭାରତୀଙ୍କ ମୃତ୍ୟୁ ପରେ ଲାଡ୍‌ଲା ସେଟ୍‌ରେ ଘଟିଥିଲା ଏମିତି, ଶ୍ରୀଦେବୀଙ୍କୁ ଦେଖି ଡରିଗଲେ… ବଲିଉଡରେ ଖୁବ କମ ବୟସରେ ଅତୁଳନୀୟ ସଫଳତା ହାସଲ କରିଥିଲେ ଅଭିନେତ୍ରୀ ଦିବ୍ୟା ଭାରତୀ। । ସୁନ୍ଦର ସହିତ ଅଭିନୟ ହିଁ ଦିବ୍ୟା ଭାରତୀଙ୍କୁ ରାତାରାତି ଷ୍ଟାର କରାଇଥିଲା । ସେହି ସମୟର ସବୁଠାରୁ କନିଷ୍ଠ ଅଭିନେତ୍ରୀ ଥିଲେ ଦିବ୍ୟା । ଦିବ୍ୟା ଖୁବ୍ କମ ବୟସରେ ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ପାଇଥିଲେ । ତାମିଲ ଏବଂ ତେଲୁଗୁ ଫିଲ୍ମରୁ ଦିବ୍ୟା ତାଙ୍କ ଅଭିନୟର କ୍ୟାରିୟର ଆରମ୍ଭ କରିଥିଲେ। ଦିବ୍ୟା ୨୫ ଫେବୃଆରୀ ୧୯୭୪ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ସମ୍ପର୍କିତ କିଛି ବିଶେଷ କଥା। ଦିବ୍ୟା ଫିଲ୍ମ ନିର୍ମାତା-ନିର୍ଦ୍ଦେଶକ ସାଜିଦ ନାଦିଆୱାଲାଙ୍କୁ ୧୦ ମଇ ୧୯୯୨ରେ ବିବାହ କରିଥିଲେ। ବିବାହ ପରେ ସେ ତାଙ୍କ ନାମ ସନା ନାଦିଆୱାଲାରେ ବଦଳାଇଲେ। ହେଲେ ୧୯ ବର୍ଷ ବୟସରେ ସେ ଏହି ଦୁନିଆ ଛାଡି ଯାଇଥିଲେ। ୧ ଏପ୍ରିଲରେ ତାଙ୍କର ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଦେଇଥିଲା। ତାଙ୍କ ମୃତ୍ୟୁ ପରେ ମଧ୍ୟ ଏପରି କିଛି ଘଟଣା ଘଟିଥିଲା ଯାହା ଲୋକଙ୍କୁ ସଚେତନ କରାଇଥିଲା । ଫିଲ୍ମ ‘ଲାଡଲା’ର ସେଟ୍ରେ ଏପରି ଏକ ଘଟଣା ଘଟିଥିଲା ଯେଉଁଥିରେ ଦିବ୍ୟା ଭାରତୀ କିଛି ସମୟ କାମ କରିଥିଲେ। ତାଙ୍କ ଘର ବାଲକୋନିରୁ ପଡ଼ିଯିବା ପରେ ଦିବ୍ୟାଙ୍କ ମୃତ୍ୟୁ ଘଟିଥିଲା। ଏହି ଆକସ୍ମିକ ଘଟଣାକୁ ନେଇ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଅନେକ ପ୍ରଶ୍ନ ଉଠିଥିଲା। ଏହି ଦୁର୍ଘଟଣା ହତ୍ୟାକାଣ୍ଡ ଦୃଷ୍ଟିକୋଣରୁ ମଧ୍ୟ ଦେଖାଯାଇଥିଲା। କିନ୍ତୁ ସମସ୍ତ ଅନୁସନ୍ଧାନ ପରେ ମଧ୍ୟ କୌଣସି ଖୁଲାସା ମିଳି ନ ଥିଲା। ଯେତେବେଳେ ଦିବ୍ୟା ଏହି ଦୁନିଆରୁ ଚାଲିଗଲେ, ସେ ଫିଲ୍ମର ଏକ ବଡ଼ ତାରକା ଥିଲେ । ତାଙ୍କ ହାତରେ ଅନେକ ଫିଲ୍ମ ଥିଲା ଯାହା ତାଙ୍କ ମୃତ୍ୟୁ ପରେ ଅନ୍ୟ ହିରୋଇନଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା । ଶ୍ରୀଦେବୀ ଫିଲ୍ମ ‘ଲାଡଲା’ରେ ଦିବ୍ୟା ଭାରତୀଙ୍କ ସ୍ଥାନ ନେଇଥିଲେ। ଏହି ଚଳଚ୍ଚିତ୍ରର ଅନେକ ଦୃଶ୍ୟ ଦିବ୍ୟା ଭାରତୀଙ୍କ ଦ୍ୱାରା ଶୁଟିଂ କରାଯାଇଥିଲା, କିନ୍ତୁ ଶ୍ରୀଦେବୀ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶ୍ରୀଦେବୀ ଏବଂ ଦିବ୍ୟା ଭାରତୀଙ୍କ ଚେହେରା ବହୁତ ସମାନ ଥିଲା। ଏଭଳି ପରିସ୍ଥିତିରେ ନିର୍ମାତାମାନେ ଶ୍ରୀଦେବୀଙ୍କୁ ଫିଲ୍ମ ସାଇନ କରିବାକୁ କହିଥିଲେ। ତେବେ ଏହି ଫିଲ୍ମ ଶୁଟିଂ ସମୟରେ ଏକ ଘଟଣା ଘଟିଥିଲା ଯାହା ସେଟ୍ରେ ଉପସ୍ଥିତ ଲୋକଙ୍କୁ ଭୟଭୀତ କରିଦେଇଥିଲା। ପ୍ରକୃତରେ ଶ୍ରୀଦେବୀ ସେହି ସ୍ଥାନରେ ଶୁଟିଂ କରୁଥିଲେ ଯେଉଁଠାରେ ଦିବ୍ୟା କରୁଥିଲେ। କୁହାଯାଏ ଯେ, ଏକ ସିନ୍ ସମୟରେ ଶ୍ରୀଦେବୀ ସେହି ଲାଇନ ଅଟକି ଯାଉଥିଲେ ଯେଉଁଥିରେ ଦିବ୍ୟା ଅଟକିଥିଲେ। ଏହି ଦୃଶ୍ୟରେ ଶକ୍ତି କପୁର ଏବଂ ରବିନା ଟଣ୍ଡନ ମଧ୍ୟ ଥିଲେ। ଶ୍ରୀଦେବୀ ଲାଇନ ଭୁଲିଯିବାର ଦେଖି ସମସ୍ତେ ସେତେବେଳେ ଭୟଭୀତ ହୋଇଥିଲେ। ପରେ ସେଠାରେ ଗାୟତ୍ରୀ ମନ୍ତ୍ର ପାଠ କରାଯାଇଥିଲା ଏବଂ ନଡ଼ିଆ ଫଟାଯାଇଥିଲା।ପରେ ଫିଲ୍ମର ଶୁଟିଂ ଶେଷ ହୋଇଥିଲା। ଏହି ଚଳଚ୍ଚିତ୍ରଟି ଜବରଦସ୍ତ ହିଟ ଥିଲା ଏବଂ ଯଦି ଦିବ୍ୟା ଭାରତୀ ଜୀବିତ ଥାଆନ୍ତେ, ତେବେ ଏହା ତାଙ୍କ କ୍ୟାରିୟରରେ ଆଉ ଏକ ବଡ଼ ହିଟ ଫିଲ୍ମ ହୋଇଥାନ୍ତା
https://www.dharitri.com/divya-agarwal-got-engaged-to-apurva-padgaonkar/
ବିଜ୍‌ନେସମ୍ୟାନ୍‌ଙ୍କ ସହ ନିର୍ବନ୍ଧ କଲେ ଦିବ୍ୟା, ୯ ମାସ ପୂର୍ବରୁ ବରୁଣଙ୍କ ସହ କରିଥିଲେ ବ୍ରେକ୍‌ଅପ ବିଗ୍ ବସ୍ ଓଟିଟି ବିଜେତା ଦିବ୍ୟା ଅଗ୍ରଓ୍ବାଲ ତାଙ୍କର ନୂତନ ସମ୍ପର୍କ ବିଷୟରେ ଘୋଷଣା କରିଛନ୍ତି। ତାଙ୍କର ୩୦ତମ ଜନ୍ମଦିନ ଅବସରରେ ତାଙ୍କ ପ୍ରେମିକ ତଥା ବ୍ୟବସାୟୀ ଅପୂର୍ବ ପଡଗାଓଁକରଙ୍କ ସହ ନିର୍ବନ୍ଧ କରିଛନ୍ତି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ୯ ମାସ ପୂର୍ବରୁ ଅଭିନେତ୍ରୀ ବରୁଣ ସୁଦଙ୍କ ସହ ବ୍ରେକ୍ଅପ କରିଥିଲେ। ଦିବ୍ୟା ଅଗ୍ରଓ୍ବାଲ ଇନ୍ଷ୍ଟାଗ୍ରାମରେ ଅପୂର୍ବଙ୍କ ଫଟୋ ଶେୟାର କରି ସମ୍ପର୍କର ଖୁଲାସା କରିଛନ୍ତି। ଦିବ୍ୟାଙ୍କ ଜନ୍ମଦିନରେ ଅପୂର୍ବ ତାଙ୍କୁ ମୁଦି ପିନ୍ଧାଇ ପ୍ରପୋଜ୍ କରିଛନ୍ତି। ଯାହାର ଫଟୋ ଏବେ ସାମ୍ନାକୁ ଆସିଛି। ଦିବ୍ୟା ଏକ ବାଇଗଣୀ ରଙ୍ଗର ଡ୍ରେସ୍ରେ ନଜର ଆସିଥିବା ବେଳେ ଅପୂର୍ବ କଳା ରଙ୍ଗର ଡ୍ରେସ୍ରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି।
https://www.dharitri.com/in-this-india-37/
ଏଇ ଭାରତରେ ଭାରତରେ ଏବେ ବାୟୋମେଡିକାଲ ଓ୍ବେଷ୍ଟ ବା ବର୍ଜ୍ୟ ଠୁଳ ହେବାରେ ଲାଗିଛି। ଏହିକୁ ପୁନଃ ଉପଯୋଗ କରି ଇଟା ତିଆରି କରୁଛନ୍ତି ଗୁଜରାଟର ବିନିଶ ଦେଶାଇ। ତାଙ୍କୁ ‘ରିସାଇକ୍ଲେ ମ୍ୟାନ୍’ ମଧ୍ୟ କୁହାଯାଉଛି। ସେ ମେଡିକାଲ, ସ୍କୁଲ, ସେଲୁନ, ବସ୍ଷ୍ଟାଣ୍ଡ୍ ଏବଂ ସର୍ବସାଧାରଣ ସ୍ଥାନରେ ‘ଇକୋ ବିନ’ ରଖି ବର୍ଜ୍ୟ ସଂଗ୍ରହ କରୁଛନ୍ତି। କରୋନା ଚିକିତ୍ସାରେ ବ୍ୟବହୃତ ପର୍ଶନାଲ ପ୍ରୋଟେକ୍ସନ ଇକ୍ୟୁପ୍ମେଣ୍ଟ (ପିପିଇ) ଯଥା ମାସ୍କ, ଗାଉନ୍ ଏବଂ ହେଡ୍ କଭରର ପୁନଃ ଉପଯୋଗ କରି ପରିବେଶ ଉପଯୋଗୀ ଏଭଳି ଇଟା ପ୍ରସ୍ତୁତ କରୁଛନ୍ତି। ଏଥିରେ ୫୨ ପ୍ରତିଶତ କାଗଜ ଶିଳ୍ପରୁ ମିଳୁଥିବା ବର୍ଜ୍ୟ ଓ ୩ ପ୍ରତିଶତ ଏକ ପ୍ରକାର ଅଠା ବ୍ୟବହାର କରୁଛନ୍ତି। ଏହି ଇଟାକୁ ସ୍ଥାନୀୟ ସରକାରୀ ପରୀକ୍ଷାଗାର ମଧ୍ୟ ସ୍ବୀକୃତି ଦେଇଛି । ୧୨ ଇଞ୍ଚ ଲମ୍ବ, ୮ ଇଞ୍ଚ ଚଉଡ଼ା ଓ ୪ ଇଞ୍ଚ ମୋଟା ଗୋଟିଏ ଇଟାରେ ୭ କେଜି ଓଜନର ବର୍ଜ୍ୟ ବ୍ୟବହୃତ ହେଉଛି। ଏହା ହାଲ୍କା, ଅଗ୍ନି ପ୍ରତିରୋଧୀ ଓ ଓ୍ବାଟରପ୍ରୁଫ୍ ଏବଂ ଗୋଟିଏ ଇଟାର ମୂଲ୍ୟ ୨.୮ ଟଙ୍କା। ସେପ୍ଟେମ୍ବରରୁ ଅଧିକ ଇଟା ତିଆରି କରାଯିବ ବୋଲି ବିନିଶ କହିଛନ୍ତି। ପିପିଇ ବର୍ଜ୍ୟ (କପଡ଼ା ସିଲେଇ ହୋଇ ନ ଥିବା) ‘ଇକୋ ବିନ୍’ରେ ଠୁଳ ହେବାପରେ ୭୨ ଘଣ୍ଟା ଯାଏ ତାହାକୁ ସ୍ପର୍ଶ କରାଯାଉନି। ପରେ ବର୍ଜ୍ୟକୁ ବିଶୋଧନ କରାଯାଇ ଇଟା ପ୍ରସ୍ତୁତିରେ ବ୍ୟବହାର କରାଯାଉଛି। ଏହି ଇଟାର ନାମ ରଖିଛନ୍ତି ପି-ବ୍ଲକ୍-୨ ବ୍ରିକ୍ସ। ବିନିଶ ବି-ଡ୍ରିମ୍ କମ୍ପାନୀ ଦ୍ୱାରା ଏହି ଇଟା ପ୍ରସ୍ତୁତ କରୁଛନ୍ତି।
https://www.dharitri.com/ଜୀବନବିନ୍ଦୁ-କାର୍ଯ୍ୟକ୍ରମ-ମ/
ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୩୧ ୟୁନିଟ୍‌ ରକ୍ତ ସଂଗୃହୀତ ପାଟଣା,୨୯।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ମୁଖ୍ୟାଳୟ ସ୍ଥିତ ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ବୁଧବାର ସାହାରପଡା ବ୍ଲକ ବିଜେଡି ତରଫରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କରୋନା ଭୂତାଣୁ ସଂକ୍ରମଣ ସକାଶେ ଏବେ ଲକ୍ଡାଉନ୍ ସମୟ ଚାଲିଥିବାବେଳେ ଜିଲା ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବକୁ ଭରଣା କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଛି ବୋଲି ପାଟଣା ବିଧାୟକ ଜଗନ୍ନାଥ ନାଏକ ସୂଚନା ଦେଇଛନ୍ତି। ରକ୍ତଦାନ ଶିବିରରେ ବୁଧବାର ସାମାଜିକ ଦୂରତ୍ୱ ଅବଲମ୍ବନ କରି ମୋଟ ୩୧ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଏହି ରକ୍ତଦାନ ଶିବିରରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ରାଜ୍ୟ ବିଜେଡି ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ, ବିଜେଡି ନେତା ସୌମ୍ୟ ଶଙ୍କର ଚକ୍ର, ନେତ୍ରୀ କିରଣବାଳା ସିଂ, ମିନା ମାଝୀ, ଯୁବନେତା କରୁଣା ସାଗାର ଖାଟୁଆ, ସୌମ୍ୟ ରଞ୍ଜନ ରାଉତ, ହିମାଂଶୁ ଶେଖର ବେହେରା, ପୂର୍ବତନ ବ୍ଲକ ଅଧକ୍ଷ ଦୀପକ ରାଜ ଓ ପ୍ରମୋଦ ଖାଟୁଆ ପ୍ରମୁଖ ଯୋଗଦେଇ ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ପାଟଣା ଥାନାଧିକାରୀ ସାରାଣୀ ଜେନା ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ।
https://www.dharitri.com/sehwag-selects-his-best-ipl-2020-playing-11/
ନିଜ ଆଇପିଏଲ୍‌ ଟିମ୍‌ ପାଇଁ କୋହଲିଙ୍କୁ ଅଧିନାୟକ ଭାବେ ବାଛିଲେ ସେହଓ୍ବାଗ, ପ୍ରଶଂସକଙ୍କୁ କଲେ ଚକିତ ନୂଆଦିଲ୍ଲୀ,୧୩।୧୧: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ପଞ୍ଚମ ଥର ପାଇଁ ଟାଇଟଲ ହାସଲ କରି ରେକର୍ଡ କରିଛନ୍ତି। ଏହି ଟୁର୍ନାମେଣ୍ଟରେ ଅନେକ ଜଣାଶୁଣା ତଥା ଉଦୀୟମାନ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ। ଏହାଛଡ଼ା ଅନେକ ଆନ୍ତର୍ଜାତୀୟ ଖେଳାଳି ପୂର୍ବବତ୍ ଟୁର୍ନାମେଣ୍ଟରେ ନିଜର ଦବ୍ଦବା ଜାହିର କରିଥିଲେ। ତେବେ ନିକଟରେ ପୂର୍ବତନ ବିସ୍ଫୋରକ ଭାରତୀୟ ଓପନର୍ ବିରେନ୍ଦ୍ର ସେହୱାଗ ଆଇପିଏଲ୍ ୨୦୨୦ ପାଇଁ ତାଙ୍କର ସର୍ବୋତ୍ତମ ଦଳ ଚୟନ କରିଥିଲେ। ବିରୁ ତାଙ୍କ ଦଳର ଅଧିନାୟକ ଭାବେ ବିରାଟ କୋହଲିଙ୍କୁ ବାଛି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ସେହୱାଗ ନିଜ ଟିମ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରୁ ୪ ଜଣ, କିଙ୍ଗସ ଏକାଦଶ ପଞ୍ଜାବର ୨ ଜଣ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସରୁ ଜଣେ ଖେଳାଳିଙ୍କୁ ଦଳରେ ଚୟନ କରିଛନ୍ତି। ଆଇପିଏଲ ନିୟମକୁ ଧ୍ୟାନରେ ରଖି ବିରୁ ଦଳରେ ୭ ଜଣ ଭାରତୀୟ ଏବଂ ୪ ଜଣ ବିଦେଶୀ ଖେଳାଳିଙ୍କୁ ଚୟନ କରିଥିଲେ। ବିରେନ୍ଦର ସେହୱାଗଙ୍କ ଆଇପିଏଲ୍-୨୦୨୦ ଶ୍ରେଷ୍ଠ ଦଳ: କେ.ଏଲ୍ ରାହୁଲ (କିଙ୍ଗସ ଏକାଦଶ ପଞ୍ଜାବ) ଦେବଦତ୍ତ ପାଦିକ୍କାଲ (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର) ସୂର୍ଯ୍ୟକୁମାର ଯାଦବ (ମୁମ୍ବାଇ ଇଣ୍ଡିଆନ୍ସ) ବିରାଟ କୋହଲି (କ୍ୟାପଟେନ) (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର) ଡେଭିଡ ୱାର୍ନର (ସନରାଇଜର୍ସ ହାଇଦ୍ରାବାଦ) ଏବି ଡି ଭିଲିୟର୍ସ (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର) ରସିଦ ଖାନ (ସନରାଇଜର୍ସ ହାଇଦ୍ରାବାଦ) ୟୁଜଭେନ୍ଦ୍ର ଚହଲ (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର) କାଗିସୋ ରାବାଡା (ଦିଲ୍ଲୀ ରାଜଧାନୀ) ଜସପ୍ରୀତ ବୁମ୍ରା (ମୁମ୍ବାଇ ଇଣ୍ଡିଆନ୍ସ) ମହମ୍ମଦ ଶାମି (କିଙ୍ଗସ ଏକାଦଶ ପଞ୍ଜାବ)
https://www.dharitri.com/ପୋଲିସ-ମାଓବାଦୀ-ଗୁଳି-ବିନିମ-2/
ପୋଲିସ-ମାଓବାଦୀ ଗୁଳି ବିନିମୟ ମାଲକାନଗିରି, ୨୩ା୪(ଡି.ଏନ୍.ଏ): ମାଲକାନଗିିରି ଜିଲାରେ ପୁଣି ଲାଲ୍ବାହିନୀ ସକ୍ରିୟ ହୋଇଛି। ଜିଲାର ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ର ନିକଟସ୍ଥ ଦଲଦଲିଠାରେ ମାଓବାଦୀମାନେ ଏକତ୍ରିତ ହୋଇ ଅଘଟଣା ଘଟାଇବା ନେଇ ଯୋଜନା କରୁଥିବା ଖବର ପାଇ ଗତ ୨ ଦିନ ଧରି ଏସ୍ଓଜି ଯବାନମାନେ କୋମ୍ବିଂ ଅପରେଶନ ଚଳାଇଥିଲେ। ବୁଧବାର ଉଭୟ ପକ୍ଷ ମୁହଁ।ମୁହିଁ ହୋଇଥିଲେ। ସେମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୋଲିସ ସହ ମୁକାବିଲା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ପୋଲିସ ମାଓବାଦୀ ପୋଷାକ, କିଟ୍ବ୍ୟାଗ୍, ବିସ୍ଫୋରକ ସାମଗ୍ରୀ, ସୋଲାର ଓ ଖାଦ୍ୟ ସାମଗ୍ରୀ ଜବତ କରିଥିବା ଏସ୍ପି ରିଷିକେଶ ଡି.ଖିଲାରି କହିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଛି।
https://www.dharitri.com/hrishita-amayara-miss-shriya-miss-india/
ହ୍ରିଷିତା ଅମାୟରା ମିସ୍‌, ଶ୍ରୀୟା ମିସେସ୍‌ ଇଣ୍ଡିଆ ପୁରୀ ଅଫିସ, ୮।୫: ଇଣ୍ଡିଆନ୍ ବିୟୁଟି କାଉନସିଲ୍ ପକ୍ଷରୁ ପୁରୀ ପାନ୍ଥନିବାସରେ ଅମାୟରା ମିସ୍ ଇଣ୍ଡିଆ ଏବଂ ଆମ୍ୟାରା ମିସେସ୍ ଇଣ୍ଡିଆ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଶ୍ଚିମବଙ୍ଗର ହ୍ରିଷିତା ସରକାର ପ୍ରଥମ ସ୍ଥାନ ଅଧିକାର କରି ଅମାୟରା ମିସ୍ ଇଣ୍ଡିଆ ଟାଇଟଲ ଜିତିଛନ୍ତି। ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୧୫ଟି ରାଜ୍ୟରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ହ୍ରିଷିତା ଅନ୍ୟମାନଙ୍କୁ ପଛରେ ପକାଇ ଟାଇଟଲ ଜିତିବା ସହ ମାନପତ୍ର ଏବଂ ନଗଦ ୫୦ ହଜାର ଟଙ୍କା ପୁରସ୍କାର ପାଇଛନ୍ତି। ସେହିପରି ଓଡ଼ିଶାର ଶ୍ରୀୟା କୁମୁଦ ଅମାୟରା ମିସେସ୍ ଇଣ୍ଡିଆ ବିଜେତା ହୋଇଛନ୍ତି। ଟାଇଟଲ ସହ ତାଙ୍କୁ ମାନପତ୍ର ଏବଂ ନଗଦ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ଅନ୍ୟ ବିଜେତାମାନଙ୍କ ମଧ୍ୟରେ ଆସାମର ଭାୟୋଲିନା ବୋରୋ ପ୍ରଥମ ରନର୍ସଅପ୍ ଏବଂ ଓଡ଼ିଶାର ଆକାଂକ୍ଷା ପଟେଲ ଦ୍ୱିତୀୟ ରନର୍ସ ଅପ୍ ହୋଇଛନ୍ତି। ସେହିପରି ମିସେସ୍ ଇଣ୍ଡିଆ ଭାବେ ଝାଡ଼ଖଣ୍ଡର ସ୍ବାତୀ ସିଂ ପ୍ରଥମ ଏବଂ ମହାରାଷ୍ଟ୍ରର ଅଞ୍ଜଳି ଶର୍ମା ଦ୍ୱିତୀୟ ରନର୍ସ ଅପ୍ ହୋଇଛନ୍ତି। ସିମରନ୍ ଅଗ୍ରୱାଲ ସର୍ବୋତ୍ତମ ପ୍ରତିଭା, ବି. ଶ୍ରାବଣୀ ସର୍ବୋତ୍ତମ ହସ, ପିଙ୍କି ସେନଗୁପ୍ତା ସର୍ବୋତ୍ତମ ଆଖି, ରିଷିତା ସାର୍କ କ୍ୟାଟୱାଲ, ଟ୍ରୁପ୍ଟି ୱେଡ୍ ଉତ୍ତମ ବ୍ୟକ୍ତିତ୍ୱ, ମାହେଶ୍ୱରୀ ସାନିଆଲ୍ ଉତ୍ତମ ମନୋଭାବ, ୟାସୁ ସୋନି ଉତ୍ତମ ପୋଷାକ, ଅଙ୍କିତା ତ୍ରିଲାଥୀ ସର୍ବୋତ୍ତମ କେଶ, ମନୀଷା କିରଣ ଫଟୋଜେନିକ୍ ଭାବେ ଯୋଗ୍ୟ ବିବେଚିତ ହୋଇ ପୁରସ୍କାର ପାଇଛନ୍ତି। ଅତିଥି ଓ ବିଚାରକ ଭାବେ ଆମେରିକାର କ୍ରିଷ୍ଟି ଜୁଡ଼ି, ଇଂଲଣ୍ଡର ମଞ୍ଜୁ ୱରାଙ୍କ ସମେତ ଶିଲା ପଟ୍ଟନାୟକ, ସ୍ନେହା ଚଟୱନୀ, ସୌରଭ ତେଲୋରେ ଏବଂ ଏକତା ବାଘାରିଆ ଯୋଗଦେଇଥିଲେ। ପ୍ରତିଷ୍ଠାତା ନିର୍ଦ୍ଦେଶିକା ମିନତୀ ସାହୁ, ସ୍ନେହଲତା ତ୍ରିପାଠୀ ଏବଂ ସୁଚିସ୍ମିତା ଷଡ଼ଙ୍ଗୀ ପ୍ରତିଯୋଗିତା ପରିଚାଳନା କରିଥିବାବେଳେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦାମ ପ୍ରଧାନ ମିଡିଆ ସଂଯୋଜକ ଥିଲେ।
https://www.dharitri.com/handloom-is-an-indian-successor/
‘ହ୍ୟାଣ୍ଡଲୁମ୍‌- ଏକ ଭାରତୀୟ ଉତ୍ତରାଧିକାରୀ’ ପ୍ରତିବର୍ଷ ଅଗଷ୍ଟ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଉଛି। ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ହସ୍ତତନ୍ତ କାରିଗରଙ୍କ ଯେଉଁ ଭୂମିକା ରହିଛି ତାକୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଉଛି। ଏହି ଦିବସ ପାଳନର ଉଦ୍ଦେଶ୍ୟ ଲୋକଙ୍କ ମଧ୍ୟରେ ହ୍ୟାଣ୍ଡଲୁମ୍ ବା ହସ୍ତତନ୍ତ ଶିଳ୍ପ ବିଷୟରେ ସଚେତନତା ସୃଷ୍ଟି କରିବା। ଚଳିତ ବର୍ଷ ୨୦୨୧ ଜାତୀୟ ହସ୍ତତନ୍ତ ଦିବସର ଥିମ୍ ରହିଛି, ‘ହ୍ୟାଣ୍ଡଲୁମ୍-ଏକ ଭାରତୀୟ ଉତ୍ତରାଧିକାରୀ’। ଏହାର ଇତିହାସ କହେ, ହସ୍ତତନ୍ତ ଶିଳ୍ପର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଜୁଲାଇ ୨୦୧୫ରେ ବର୍ତ୍ତମାନର ସରକାର ପ୍ରତିବର୍ଷ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ସହ ସ୍ବଦେଶୀ ଆନ୍ଦୋଳନକୁ ପ୍ରୋତ୍ସାହିତ କରିବା ଲାଗି ଅଗଷ୍ଟ ୭କୁ ହସ୍ତତନ୍ତ ଦିବସ ଭାବେ ପାଳନ କରାଗଲା। ଏହା ପରଠାରୁ ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ପାଳନ କରାଯାଉଛି ଜାତୀୟ ହସ୍ତତନ୍ତ ଦିବସ।
https://www.dharitri.com/a-message-of-world-peace-at-the-peace-walk/
ଶାନ୍ତି ପଦଯାତ୍ରାରେ ବିଶ୍ୱଶାନ୍ତିର ବାର୍ତ୍ତା ଭୁବନେଶ୍ୱର,୨୮।୧୦(ବ୍ୟୁରୋ):ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିପାଇଁ ବିଶ୍ୱର ବିଭିନ୍ନ ଦେଶରୁ ବୌଦ୍ଧ ସନ୍ନ୍ୟାସୀଙ୍କ ସମାଗମ ହୋଇଛି। ଗୁରୁବାର ଏହି ବୌଦ୍ଧ ସନ୍ନ୍ୟାସୀମାନେ ଶାନ୍ତି ପଦଯାତ୍ରା ମାଧ୍ୟମରେ ଭୁବନେଶ୍ୱରରୁ ବିଶ୍ୱଶାନ୍ତିର ବାର୍ତ୍ତା ଦେଇଛନ୍ତି। ସକାଳ ପ୍ରାୟ ୯ଟାରେ ଭୁବନେଶ୍ୱର ସର୍କିଟ୍ ହାଉସ୍ଠାରେ ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କ ଉପସ୍ଥିତିରେ ଜାପାନର ବୌଦ୍ଧ ଭିକ୍ଷୁ ଟାକା ଓ ଟାକାଡୋ ଅତିଥି ଭାବେ ଯୋଗଦେଇ ଏହି ଶାନ୍ତି ପଦଯାତ୍ରାକୁ ଉଦ୍ଘାଟନ କରିଥିଲେ। ଏହି ପଦଯାତ୍ରାରେ ଆମେରିକା, ୟୁକ୍ରେନ୍, ଜାପାନ ଆଦି ବିଭିନ୍ନ ଦେଶରୁ ଆସିଥିବା ବୌଦ୍ଧ ଭିକ୍ଷୁ, ସନ୍ନ୍ୟାସୀ ଓ ସାଧୁସନ୍ଥମାନେ ଯୋଗ ଦେଇଥିଲେ। ବୌଦ୍ଧ ଭିକ୍ଷୁ ଓ ଅତିଥିମାନେ ଢୋଲ ବାଦନ ପୂର୍ବକ ଶାନ୍ତି ମନ୍ତ୍ର ‘ନା-ମ୍ୟୁ-ମ୍ୟୋ-ହୋ-ରେନ୍-ଗେ-କ୍ୟୋ…’ ଉଚ୍ଚାରଣ କରି ରାଜଭବନ ଛକ ଦେଇ ଏଜି ଛକ ପର୍ଯ୍ୟନ୍ତ ଆସିଥିଲେ। ଏହା ପରେ ସେମାନେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ସ୍ବତନ୍ତ୍ର ବସ୍ ଯୋଗେ ଧଉଳି ଛକରେ ପହଞ୍ଚତ୍ବା ପରେ ସେଠାରୁ ଧଉଳି ଶାନ୍ତିସ୍ତୁପ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଶାନ୍ତିସ୍ତୂପ ପଦଦେଶରେ ଥିବା ସମ୍ରାଟ ଅଶୋକଙ୍କ ଶିଳାଲେଖଠାରେ ପ୍ରାର୍ଥନା କରିଥିଲେ। ଖୋର୍ଦ୍ଧା ଜିଲା ପ୍ରଶାସନ ତଥା ଭୁବନେଶ୍ୱର ଉପଖଣ୍ଡ ପ୍ରଶାସନର ସମସ୍ତ ଅଧିକାରୀ ଓ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଖୋର୍ଦ୍ଧା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବୌଦ୍ଧ ଭିକ୍ଷୁମାନଙ୍କୁ ସାକ୍ଷାତ କରିଥିଲେ। ସୂଚନାଯୋଗ୍ୟ, ରାଜ୍ୟ ସରକାର, କଳିଙ୍ଗ ନିପ୍ପନ ବୁଦ୍ଧ ସଂଘ ଓ ଧଉଳି ଉନ୍ନୟନ ପରିଷଦ କମିଟି ପକ୍ଷରୁ ଏହି ଜୟନ୍ତୀ ଅନୁଷ୍ଠିତ ହେଉଛି।
https://www.dharitri.com/ପରିବାର-ନିୟୋଜନକୁ-ନେଇ-ଜାରି/
ପରିବାର ନିୟୋଜନକୁ ନେଇ ଜାରି କରାଯାଇଥିବା ସର୍କୁଲାରକୁ ଫେରାଇ ନେଲେ ମଧ୍ୟପ୍ରଦେଶ ସରକାର ଭୋପାଳ,୨୧।୨: ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ଯାଇ ମଧ୍ୟପ୍ରଦେଶର କମଳନାଥ ସରକାର ଯେଉଁ ସର୍କୁଲାର ଜାରି କରିଥିଲେ ତାହା ପରେ ବିବାଦୀୟ ହୋଇ ପଡିବାରୁ ସରକାର ଏହାକୁ ଫେରାଇ ନେଇଥିବା କହିଛନ୍ତି। ମଧ୍ୟପ୍ରଦେଶର ସ୍ବାସ୍ଥ୍ୟମନ୍ତ୍ରୀ ତୁଳସୀ ସିଲାଓ୍ବତ ଏହା ଫେରାଇ ନିଆଯାଇଥିବା ଶୁକ୍ରବାର କହିଛନ୍ତି। ସେ କହିଛନ୍ତି ପରିବାର ନିୟୋଜନ ପାଇଁ ସରକାର କାହାକୁ ବାଧ୍ୟ କରିବେ ନାହିଁ। ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ସରକାର ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ଏକ ଅଜବ ଧରଣର ସର୍କୁଲାର ଜାରି କରିଥିଲେ। ଏଥିରେ ରାଜ୍ୟର ସ୍ବାସ୍ଥ୍ୟକର୍ମୀଙ୍କୁ କୁହାଯାଇଥିଲା କି ଅତିକମ୍ରେ ଜଣଙ୍କର ଅତ୍ସୋପଚାର କରାଯିବା ଦରକାର। ଯଦି କେହି ସ୍ବାସ୍ଥ୍ୟକର୍ମୀ ଏହା ନ କରି ପାରନ୍ତି ତେବେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ ନଚେତ୍ ସେମାନଙ୍କ ଦରମା କାଟି ଦିଆଯିବ।
https://www.dharitri.com/ଏଫ୍‌ଆଇଏଚ୍‌-ସିରିଜ-ଫାଇନାଲ-12/
ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଭାରତ-ଜାପାନ ସେମିଫାଇନାଲ ଭୁବନେଶ୍ୱର, ୧୩।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍୍ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଭାରତ ସେମିଫାଇନାଲରେ ଏସୀୟ ଚାମ୍ପିୟନ ଜାପାନକୁ ଭେଟିବ। ବୁଧବାର ଅନୁଷ୍ଠିତ ପ୍ରଥମ କ୍ରସ୍ ଓଭର ମ୍ୟାଚ୍ ପରେ ଏହା ସ୍ପଷ୍ଟ ହୋଇଛି। ଏହି ମ୍ୟାଚରେ ଜାପାନ ୬-୨ ଗୋଲରେ ପୋଲାଣ୍ଡକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଆଗାମୀ ୧୪ରେ ସେମିଫାଇନାଲ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ପୋଲାଣ୍ଡ ସେହିଦିନ ୫ମ ସ୍ଥାନ ପାଇଁ ପ୍ଲେସିଂ ମ୍ୟାଚ ଖେଳିବ। ପୂର୍ବରୁ ଭାରତ ଗ୍ରୁପ ପର୍ଯ୍ୟାୟରେ ସମସ୍ତ ୩ଟି ଯାକ ମ୍ୟାଚ ଜିତି ୯ ପଏଣ୍ଟ ସହ ପୁଲ୍‘ଏ’ରୁ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିଥିଲା। ଜାପାନ ବିପକ୍ଷରେ ପୋଲାଣ୍ଡ ଭଲ ଆରମ୍ଭ କରିଥିଲା। ଆରମ୍ଭରୁ ଆକ୍ରମଣାତ୍ମକ ଖେଳି ଦଳ ୭ମ ମିନିଟରେ ଏକ ଗୋଲ ଦେଇ ପ୍ରତିପକ୍ଷ ଜାପାନ ଉପରେ ଚାପ ପ୍ରୟୋଗ କରିଥିଲା। ମିକୋଲାଜ୍ ଗୁମ୍ନି ଏହି ଫିଲ୍ଡ ଗୋଲଟି ଦେଇଥିଲେ। ପ୍ରଥମ କ୍ବାର୍ଟରରେ ଅଗ୍ରଣୀ ରହିବାପରେ ଦ୍ୱିତୀୟ କ୍ବାର୍ଟର ଆରମ୍ଭରେ ମଧ୍ୟ ପୋଲାଣ୍ଡର ପ୍ରଭାବୀ ପ୍ରଦର୍ଶନ ଜାରି ରହିଥିଲା। ମାତ୍ର ଗୋଲ ପରିଶୋଧ ଚକ୍କରରେ ଥିବା ଜାପାନ ସୁଯୋଗ ଅପେକ୍ଷାରେ ଥିଲା। ୨୦ତମ ମିନିଟରେ ମିିଳିଥିବା ପେନାଲ୍ଟି କର୍ନରକୁ ଜାପାନର ଶୋତା ୟାମାଦା ଗୋଲରେ ପରିଣତ କରିବାରୁ ମ୍ୟାଚ ୧-୧ ସମାନ ସ୍ତରକୁ ଚାଲି ଆସିଥିଲା। ୨ ମିନିଟ ଅନ୍ତରରେ ଜାପାନ ଲଗାତର ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା। ହିରୋତକା ଜେଣ୍ଡାନା ଏହାକୁ ଗୋଲରେ ପରିଣତ କରିବାରୁ ଜାପାନ ୨-୧ରେ ଅଗ୍ରଣୀ ନେଇ ଯାଇଥିଲା। ମାତ୍ର ୨୬ତମ ମିନିଟରେ ପୋଲାଣ୍ଡର ମାଟେଉଜ୍ ହୁଲବୋଜ ଫିଲ୍ଡ ଗୋଲ ସ୍କୋର କରିିବାରୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ମ୍ୟାଚ ୨-୨ ସ୍ଥିତିକୁ ଚାଲିଆସିଥିଲା। କିନ୍ତୁ ଭିନ୍ନ ଖେଳ ଦେଖାଇଥିଲା ଜାପାନ। ତୃତୀୟ କ୍ବାର୍ଟର ଆରମ୍ଭରେ ଅର୍ଥାତ୍ ୩୪ତମ ମିନିଟରେ ପେନାଲ୍ଟି କର୍ନରରୁ କେନ୍ତା ତନକା ଏବଂ ୩୬ତମ ମିନିଟରେ କୋଜି ୟାମାସାକି ଗୋଲ ଦେବାରୁ ଜାପାନ ୪-୨ରେ ଅଗ୍ରଣୀ ଲାଭ କରିଥିଲା। ଏହି ୨ ଗୋଲ ବରଣ ପରେ ଚାପକୁ ଚାଲି ଆସିଥିଲା ପୋଲାଣ୍ଡ। ଫଳରେ ଖେଳର ଅବଶିଷ୍ଟ ସମୟରେ ଦଳ ସ୍ବାଭାବିକ ପ୍ରଦର୍ଶନ କରିପାରି ନ ଥିଲା। ଏହାର ସୁଯୋଗ ନେଇ ୪ର୍ଥ କ୍ବାର୍ଟରରେ ଅର୍ଥାତ୍ ମ୍ୟାଚର ୪୭ତମ ମିନିଟରେ କେନ୍ଜି କିତାଜାତୋ ଏକ ଫିଲ୍ଡ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ପୋଲାଣ୍ଡର ଦୁର୍ଦ୍ଦଶା ଏତିକିରେ ସରି ନ ଥିଲା। ମ୍ୟାଚ ସରିବାର ଅଳ୍ପକିଛି କ୍ଷଣ ପୂର୍ବରୁ ୬୦ତମ ମିନିଟରେ କୋଜି ବ୍ୟକ୍ତିଗତ ଏବଂ ଦଳ ପକ୍ଷରୁୁ ୬ଷ୍ଠ ଗୋଲଟି ସ୍କୋର କରିଥିଲେ। ମ୍ୟାଚ ଆରମ୍ଭରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ କ୍ରିକେଟର ଦେବାଶିଷ ମହାନ୍ତି ଅତିଥିଭାବେ ଯୋଗଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଆକର୍ଷଣୀୟ ପ୍ରଦର୍ଶନ ପାଇଁ ଜାପାନର କାଜୁମା ମୁରାତା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।
https://www.dharitri.com/accommodation-planning-in-mohana/
ମୋହନାରେ ଆବାସ ଯୋଜନା କେଳେଙ୍କାରୀ ମୋହନା,୭ା୭(ମନ୍ମଥ ମିଶ୍ର)ସରକାର ଆବାସ ଯୋଜନାରେ ଅସହାୟ ଗରିବ ପରିବାରଙ୍କୁ ପକ୍କା ଘର ଯୋଗାଉଛନ୍ତି। ହେଲେ କିଛି ଅସାଧୁ ନେତା ଓ କର୍ମଚାରୀଙ୍କ ପାଇଁ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚତ୍ ପାରୁନଥିବା ଅଭିଯୋଗ ହେଉଛି। ଆବାସ ନିର୍ମାଣ ନାମରେ ହିତାଧିକାରୀଙ୍କ ଅର୍ଥକୁ ବାଟମାରଣା କରାଯାଇଥିବା ଅଭିଯୋଗ ହେଉଛି। ଗଜପତି ଜିଲା ମୋହନା ବ୍ଲକ ଲିଲିଗଡ ପଞ୍ଚାୟତ ମର୍ଚିମା ଗାଁର ସବିତା ମଳିକଙ୍କ ଅଭିଯୋଗ ଆବାସ ଦୁର୍ନୀତିକୁ ପଦାରେ ପକାଇଛି। ୨୦୧୧-୧୨ରେ ସବିତା ମଳିକଙ୍କ ନାମରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ସବିତାଙ୍କୁ ତତ୍କାଳୀନ ସରପଞ୍ଚ ଓ ପିଇଓ ମୋହନା ବ୍ୟାଙ୍କକୁ ଡାକି ସେଠାରେ ୫ ହଜାର ଟଙ୍କା ଦେଇଥିଲେ। ସେଥିରୁ ଖର୍ଚ୍ଚ ପାଇଁ ୨ ହଜାର ଟଙ୍କା ନେଇଥିଲେ। ଫାଉଣ୍ଡେଶନ ପକାଇ ଘର କାମ ଆରମ୍ଭ କରିବା ପାଇଁ କହିଥିଲେ। ସବିତା କୁଡିଆକୁ ଭାଙ୍ଗି ପକ୍କା ଘର ନିମନ୍ତେ ଫାଉଣ୍ଡେସନ ପକାଇଥିଲେ। ଦ୍ୱିତୀୟ କିସ୍ତି ଟଙ୍କା ପାଇଁ ପଞ୍ଚାୟତକୁ ବାରମ୍ବାର ଦୌଡ଼ି ଥିଲେ ସବିତା। କିନ୍ତୁ କିଛି ମାସ ପରେ ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ସବିତାଙ୍କୁ କୁହାଗଲା ତୁମ ନାମରେ ଥିବା ଆବାସ ଯୋଜନାରେ ନାମ କଟିଯାଇଛି। ଆଉ ଟଙ୍କା ମିଳିବ ନାହିଁ। ତେଣୁ ସବିତା ନିଜ ଉଦ୍ୟମରେ ଧୀରେ ଧୀରେ ଘର ନିର୍ମାଣ କରିଚାଲିଛନ୍ତି। କିନ୍ତୁ ଘରେ କେହି ନଥିବା ସମୟରେ ୨୦୨୨ରେ ବ୍ଲକ୍ ପ୍ରଶାସନ ଆସି ଘର କାନ୍ଥରେ ସମ୍ପୂର୍ଣ୍ଣ ପକ୍କାଘର ଫଳକ ମାରି ଚାଲିଯାଇଥିଲେ। ପରେ ଘର ମରାମତି ପାଇଁ ୩ ହଜାର ଟଙ୍କା ଆସିଛି ବୋଲି ସୂଚନା ଦେଇଥିଲେ। ଯଦି ସେମାନଙ୍କ ନାମ ଆବାସ ତାଲିକାରୁ ନାମ କଟିଯାଇଥିଲା ତେବେ ଘର ମରାମତି ବାବଦରେ ଟଙ୍କା କେମିତି ଆସିଲା ବୋଲି ପ୍ରଶ୍ନ କରିଛନ୍ତି ସବିତାଙ୍କ ପୁଅ ସନ୍ତୋଷ। ତେଣୁ ସନ୍ଦେହ କରି ସନ୍ତୋଷ ରୁରାଲ ହାଉସିଂ ୱେବସାଇଟରେ ଯାଞ୍ଚ କରି ଦେଖିବା ବେଳେ ତାଙ୍କ ଘର ସଂପୂର୍ଣ୍ଣ ହୋଇଛି ବୋଲି ଏକ ଫଟୋ ପାଇଥିଲେ। ତେଣୁ ସୂଚନା ଅଧିକାର ଆଇନ ବଳରେ ସନ୍ତୋଷ ତଥ୍ୟ ମାଗିଥିଲେ ମଧ୍ୟ ତାଙ୍କୁ ଅନେକ ଥର ଫର୍ମ ନ ରଖି ଫେରାଇ ଦିଆଯାଇଥିଲା। ସବିତା ଗତ ୨୦୨୨ ମାର୍ଚ୍ଚ ୨ରେ ଏଭଳି ସମସ୍ୟା ପାଇଁ ବିଡିଓଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ। ବିଡିଓ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା ବେଳେ ସୂଚନା ଅଧିକାର ଆଇନରେ ସନ୍ତୋଷ ମାଗିଥିବା ତଥ୍ୟ ମଧ୍ୟ ମିଳନଥିଲା। ତେଣୁ ସନ୍ତୋଷ ପୁଣି ଜୁନ ୨୦୨୨ ଜୁନ ୨୮ରେ ବିଡିଓଙ୍କ ନିକଟରେ ପ୍ରଥମ ଅପିଲ୍ କରିଥିଲେ। ବ୍ଲକ୍ ପ୍ରଶାସନ ପକ୍ଷରୁ ଜୁଲାଇ ୧୯ରେ ପତ୍ର ସଂଖ୍ୟା ୨୯୦୭ରେ ସନ୍ତୋଷକୁ ୭ ଦିନ ମଧ୍ୟରେ ସୂଚନା ଦେବା ପାଇଁ କହିଥିଲେ। ତଥାପି ଆଜିଯାଏଁ କୌଣସି ସୂଚନା ଦେଇନାହାନ୍ତି। ୨୦୨୩ ମଇ ୧୮ରେ ବ୍ଲକ୍ ସୂଚନା ଅଧିକାରୀ ପତ୍ର ସଂଖ୍ୟା ୧୮୯୪ ପ୍ରକାରେ ବିପିସି ରୁରାଲ ହାଉସିଂ ଅଧିକାରୀ ଶ୍ୟାମସୁନ୍ଦର ବେହେରା, ଲିଲିଗଡ ପଞ୍ଚାୟତ ପିଇଓ ପ୍ରକାଶ ଚନ୍ଦ୍ର ବେହେରା ଏବଂ ପିଣ୍ଡିକି ପଞ୍ଚାୟତ ପିଇଓ ଏସ୍ ଲକ୍ଷ୍ମଣଙ୍କୁ ସବିତା ମଳିକଙ୍କ ସମସ୍ତ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେବାସହ ପତ୍ର ସଂଖ୍ୟା ୧୮୯୫ ପ୍ରକାରେ ସନ୍ତୋଷଙ୍କୁ ଜଣାଇଥିଲେ। ତେବେ ଏକ ମାସ ପରେ ପଞ୍ଚାୟତ ଅଧିକାରୀ ଏସ୍. ଲକ୍ଷ୍ମଣ ସୂଚନା ଅଧିକାର କର୍ମୀ ସନ୍ତୋଷକୁ ତଥ୍ୟ ଦେବା ବଦଳରେ ଗତ ଜୁନ ୨୭ରେ ବିଡ଼ିଓଙ୍କୁ ଚିଠି ଲେଖିଛନ୍ତି ଯେ ଆବେଦନ କରିଥିବା ବ୍ୟକ୍ତି ଆବାସ ଗୃହର କାର୍ଯ୍ୟାଦେଶ ଆବେଦନ ଫର୍ମ ସଂଲଗ୍ନ କରି ଦେଇନଥିବାରୁ ତଥ୍ୟ ଯୋଗାଇବା ଅସମ୍ଭବ। ତେଣୁ ଏହି ଆବେଦନକୁ ଗ୍ରହଣ କରାଯାଇପାରିବ ନାହିଁ। ଏଭଳି ଲେଖାର ଏକକିତା କପି ସନ୍ତୋଷକୁ ପଠାଇ ଚୁପ୍ ବସିଛନ୍ତି। ମୋହନା ବ୍ଲକ୍ରେ ଏଭଳି ଆବାସ ଦୁର୍ନୀତି ପାଇଁ ବରିଷ୍ଠ ଓକିଲ ଦୁର୍ଯ୍ୟୋଧନ କରଡା, ସାମାଜିକ କର୍ମୀ ଜିତେନ୍ଦ୍ର ବେହେରା ଓ ସୂଚନା ଅଧିକାର କର୍ମୀ ସନ୍ତୋଷ ମଳିକ ନିନ୍ଦା କରିବା ସହ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି। ଏହି ଘଟଣା ସମ୍ପର୍କରେ ମୋହନା ବିଡ଼ିଓଙ୍କୁ ଯୋଗାଯୋଗ କରାଯାଇଥିଲା, କିନ୍ତୁ ସେ ଫୋନ ଉଠାଇନଥିଲେ।
https://www.dharitri.com/ଅନିୟମିତତାରେ-ଚାଲିଛି-ଆର୍‌ଡ/
ଅନିୟମିତତାରେ ଚାଲିଛି ଆର୍‌ଡବ୍ଲୁଏସ୍‌ଏସ୍‌ କାର୍ଯ୍ୟାଳୟ: ଇଛା ଅନୁସାରେ ଅଫିସ ଆସୁଛନ୍ତି କର୍ମଚାରୀ, ଜାଣିଶୁଣି କାର୍ଯ୍ୟାଳୟର ସିସି ଟିଭି କେମେରା ଅଚଳ ଦେବଗଡ଼, ୧୨ା୧(ଡି.ଏନ.ଏ.) -ଦେବଗଡ଼ ସହର ପୁରୁଣାଗଡ କଲେଜ ରୋଡସ୍ଥିତ ଆର୍ଡବ୍ଲୁଏସ୍ଏସ୍ (ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ) ବିଭାଗର କାର୍ଯ୍ୟାଳୟ ଅନିୟମିତତାରେ ଚାଲିଛି। ଇଛା ଅନୁସାରେ ଅଫିସ ଆସୁଛନ୍ତି କର୍ମଚାରୀ। ଫଳରେ ପାନୀୟଜଳ ଯୋଗାଣ ସମସ୍ୟା ନେଇ ଲୋକେ ଆପତ୍ତି ଅଭିଯୋଗ କରିବାକୁ ଗଲେ କାହା ଦେଖା ପାଆନ୍ତି ନାହିଁ। ଜଳଯୋଗାଣ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିଲେ ମଧ୍ୟ ଲୋକେ କର୍ମଚାରୀଙ୍କ ଦେଖାପାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ଲୋକେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟିବାକୁ ଚାର୍ହିଲେ ମଧ୍ୟ ଦେଖାପାଆନ୍ତି ନାହିଁ। ସେ ମଧ୍ୟ ଠିକ ଅଫିସ୍ ଆସୁନାହାନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଖବର ନେବାରେ ଜଣାଯାଇଛି ଯେ, ଉକ୍ତ କାର୍ଯ୍ୟାଳୟର ମୁଖ୍ୟ ଠିକ୍ ଭାବେ ଆସୁ ନ ଥିବାରୁ ଇଛାଅନୁସାରେ ଚାଲିଛି ଅଫିସ। କେହି କେହି କର୍ମଚାରୀ ୩ ରୁ ୪ ଦିନରେ ଥରେ ଆସି ଉପସ୍ଥାନ ଦସ୍ତଖତ କରୁଥିବା ଜଣାପଡିଛି। ଫିଲ୍ଡ଼ କାମରେ ବାହାରକୁ ଯିବାକୁ ପଡ଼ୁ ଥିବାରୁ ଅଫିସ ଆସି ହେଉନାହିଁ ବୋଲି କେତେଜଣ କର୍ମଚାରୀ ବାହାନା କରୁଛନ୍ତି। ଏହି ଅଫିସର ସିସି ଟିଭି କେମେରା ଦୀର୍ଘମାସ ହେବ ବନ୍ଦ ହୋଇ ପଡିଛି। ଫଳରେ ଅନିୟମିତତା, ନିୟମିତ ଅଫିସ ନ ଆସିବାକୁ ଏହା ସୁଯୋଗ ସୃଷ୍ଟି କରୁଛି। ଏହା କେମିତି ଖରାପ ହେଲା, ଯଦି ଖରାପ ହେଲା ମରାମତି କଣ ପାଇଁ ହେଉ ନାହିଁ କି ଜାଣିଶୁଣି କି ବନ୍ଦ କରାଯାଇଛି ତାହା ତଦନ୍ତ କଲେ ପ୍ରକୃତ ରହସ୍ୟ ଜଣାପଡ଼ିବ। ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ସବୁ ବିଭାଗର ଅଧିକାରୀ ଉପସ୍ଥିତ ରହିବା କଥା। କିନ୍ତୁ ଆର୍ଡବ୍ଲୁଏସ୍ଏସ୍ ବିଭାଗର ଅଧିକାରୀ ବହୁବାର ଅନୁପସ୍ଥିତ ରହୁଥିବା ଜଣାପଡିଛି। ଫଳରେ ବିଭାଗୀୟ ଏସ୍ଡିଓ ଉପସ୍ଥିତ ହୋଇ କାମ ଚଳାଇ ଦେଉଥିବା କୁହାଯାଉଛି। କେବଳ ସେତିକି ନୁହେଁ, ଉକ୍ତ ଅଫିସରେ ବିଭିନ୍ନ ପ୍ରକଳ୍ପ ପାଇଁ ଲକ୍ଷାଧିକ ଟଙ୍କା ଆସୁଥିବାରୁ ଉକ୍ତ କାର୍ଯ୍ୟ ପାଇଁ ଠିକାଦାରଙ୍କଠାରୁ ମୋଟାଅଙ୍କର ପିସି କାରବାର ହେଉଥିବା ଅଭିଯୋଗ ହେଉଛି। ଫଳରେ ଜଳଯୋଗାଣ ପ୍ରକଳ୍ପ ନିମ୍ନମାନର ହେଉଛି। ଫଳରେ ପାଣି ଯୋଗାଣର ଅଳ୍ପ ଦିନ ପରେ ପ୍ରକଳ୍ପ ଅଚଳ ହୋଇପଡ଼ୁଛି। ବର୍ତ୍ତମାନ ଜିଲାର କେତେକ ପ୍ରକଳ୍ପ କାମ ଚାଲିଥିବା ବେଳେ କେତେକ ଅଚଳ ହୋଇପଡିଛି। ଏ ସମ୍ପର୍କରେ ଦେବଗଡ଼ ଜଳ ଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ନିହାର ରଞ୍ଜନ ଦାଶ କୁହନ୍ତି, ସେ ସବୁଦିନ ଅଫିସ ଆସୁଛନ୍ତି। ସିସି ଟିଭି କେମେରା ଖରାପ ହେବା କଥା ଜାଣିନାହାନ୍ତି। ଖରାପ ଥିଲେ ଠିକ କରାଯିବ ବୋଲି କହିଥିଲେ। ଏପଟେ ଏସ୍ଡିଓ ସତ୍ୟଜିତ ସାହୁ କହିଛନ୍ତି, ମୋତେ ଯେଉଁ ଦାୟୀତ୍ୱ ମିଳିଲେ କରିଥାଏ। ଜିଲାପାଳଙ୍କ ଜନଶୁଣାଣିକୁ ନିର୍ବାହୀ ଯନ୍ତ୍ରୀ ନ ଗଲେ ମୁଁ ଯାଇଥାଏ ବୋଲି କହିବା ସହ ସିସି କେମେରା ଠିକ କରାଯିବ ବୋଲି କହିଥିଲେ। ଏହି କାର୍ଯ୍ୟାଳୟ ସମ୍ପର୍କରେ ଓ ବିଭାଗ ପକ୍ଷରୁ ହେଉଥିବା ବିଭିନ୍ନ ପ୍ରକଳ୍ପ ଉପରେ ଭିଜିଲାନ୍ସ ତଦନ୍ତ କରାଗଲେ ବହୁ ରହସ୍ୟ ଲୋକଲୋଚନକୁ ଆସିବ ବୋଲି କୁହାଯାଉଛି।
https://www.dharitri.com/air-pollution-by-burning-garbage-dumps/
ଆବର୍ଜନା ଗଦାରେ ନିଆଁ ଲଗାଇ ବାୟୁ ପ୍ରଦୂଷଣ ପଟ୍ଟାମୁଣ୍ଡାଇ,୧୨ା୧୨ (କଳ୍ପତରୁ ନାୟକ): ସହରର ସ୍ବଚ୍ଛ ଓ ସୁସ୍ଥ ପରିମଳ ପ୍ରତ୍ୟେକ ସ୍ବାୟତ ଶାସନ ସଂସ୍ଥାର ମୌଳିକ ଦାୟିତ୍ୱ। ଏ କ୍ଷେତ୍ରରେ ପଟ୍ଟାମୁଣ୍ଡାଇ ପୌରପାଳିକା କେବଳ ଆପରାଧିକ ଅବହେଳା କରୁନାହିଁ, ବରଂ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତାଗିଦ୍କୁ ମଧ୍ୟ ବେଖାତିର କରାଯାଉଛି। ପଟ୍ଟାମୁଣ୍ଡାଇ ପୌର ପରିଷଦ କର୍ମଚାରୀମାନେ ସହରର ବିଭିନ୍ନ ସ୍ଥାନରେରେ ଅଳିଆ ଆବର୍ଜନା ପକାଇବା ସହିତ ରାତିରେ ନିଆଁ ଲଗାଇ ଜଳାଇ ଦେଉଛନ୍ତି। ଫଳରେ ସେଠାରେ ବସବାସ କରୁଥିବା ଲେକେ ବାୟୁ ପ୍ରଦୂଷଣର ଶିକାର ହେଉଛନ୍ତି। ପୌର ପରିଷଦର ଏହି ଆଭିମୁଖ୍ୟ ପାଇଁ ସହରାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସାମାଜିକ କର୍ମୀ ପ୍ରେମାନନ୍ଦ ପଣ୍ଡା କହିଛନ୍ତି, ପଟ୍ଟାମୁଣ୍ଡାଇ ପୌର ସଂସ୍ଥା ପକ୍ଷରୁ ବିଭିନ୍ନ ୱାର୍ଡରୁ ବାହାରୁଥିବା ଆବର୍ଜନା ସବୁକୁ ପଟ୍ଟାମୁଣ୍ଡାଇ କେନାଲ ବନ୍ଧର ବିଦ୍ୟୁତ୍ ଅଫିସ ନିକଟ ପୋଲ ପାଖ କଡ଼ରେ ପକାଯାଉଥିବାରୁ ସେଠାରେ ଗଦା ହୋଇ ରହି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ସେହି ରାସ୍ତା ଦେଇ ଲୋକମାନେ ନାକରେ କପଡ଼ା ଦେଇ ଯାଅଆସ କରୁଛନ୍ତି। ସଫେଇ ଦାୟିତ୍ୱରେ ଥିବା କର୍ମଚାରୀମାନେ ଡଷ୍ଟବିନ୍ରେ ପଡୁଥିବା ଅଳିଆ ସବୁ ଆଣି ରସ୍ତାକଡ଼ରେ ଫିଙ୍ଗି ଦେଉଛନ୍ତି। ୧୫ଦିନ ମାସେ ପରେ ସେହି ଅଳିଆ ଆବର୍ଜନାରେ ନିଆଁ ଲଗାଇ ପୋଡ଼ି ଦେଉଛନ୍ତି। ଅନନ୍ତ ଦାସ କହିଛନ୍ତି ପଟ୍ଟାମୁଣ୍ଡାଇ ପୌର ପରିଷଦର ପକ୍ଷରୁ କାନ୍ଥବାଡ଼ରେ ଅଳିଆକୁ ବାହାରେ ନିଆଁ ଲଗାଇ ଜାଳିବା ଆଇନ ଅନୁଯାୟୀ ନିଷିଦ୍ଧ ବୋଲି ଲେଖି ବିଜ୍ଞାପନ କରୁଛନ୍ତି। ହେଲେ ପୌର କର୍ମଚାରୀଙ୍କ ଦ୍ୱାରା କୁଢ଼ କୁଢ଼ ଅଳିଆ ପୋଡ଼ା ଯାଉଥିବା ମଙ୍ଗଳବାର ସନ୍ଧ୍ୟା ବିଦ୍ୟୁତ କାର୍ଯ୍ୟାଳୟ ପାଖ କେନାଲ କଡ ବାଇପାସ ରାସ୍ତାରେ ଦେଖିବାକୁ ମିଳିଛି। ଫଳରେ ଆବର୍ଜନାରୁ ବିଷାକ୍ତ ଧୁଆଁ ବାହାରି ପରିବେଶ ପ୍ରତି ବିପଦ ସୃଷ୍ଟିି କରୁଛି। କାନ୍ଥବାଡ଼ରେ ସ୍ବଚ୍ଛ ପରିମଳ ପାଇଁ ବିଭିନ୍ନ ନିୟମ ପାଳନ କରିବାକୁ ଅର୍ଥ ଖର୍ଚ୍ଚ କରି ବହୁ ସଚେତନତାର ବାର୍ତ୍ତା ଲେଖାଯାଉଛି। ଉଲ୍ଲଂଘନକାରୀଙ୍କୁ ଜାତୀୟ ସବୁଜ ପ୍ରାଧିକରଣଙ୍କ ଦ୍ୱାରା ୫ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ବୋଲି ଦର୍ଶାଯାଇଛି। ହେଲେ ଖୋଦ୍ ଉକ୍ତ ନିୟମକୁ ପାଳନ ନ କରି ପୌର ପରିଷଦ ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ବୁଦ୍ଧିଜୀବୀ ପ୍ରବିର ନାୟକ କହିଛନ୍ତି, ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ୨୦ଟି ୱାର୍ଡକୁ ନେଇ ଗଠିତ। ଏହି ପୌରାଞ୍ଚଳରେ ବେସରକାରୀ ଭାବେ ଲୋକସଂଖ୍ୟା ପ୍ରାୟ ୪୫ ହଜାରରୁ ଊର୍ଦ୍ଧ୍ୱ ଛୁଇଁଲାଣି। ପ୍ରତ୍ୟହ ସହରରୁ ଅତି କମ୍ରେ ୫୦ଟନ ଆବର୍ଜନା ବାହାରୁଛି। ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅନୁସାରେ ପୌରାଞ୍ଚଳ ଆବର୍ଜନାର ପରିଚାଳନା ପାଇଁ ମାକ୍ରୋ କମ୍ପୋଷ୍ଠ କେନ୍ଦ୍ର ମାଟିଆ ଓ କଷଣଅଣ୍ଟାରେ ପ୍ରତିଷ୍ଠା କରିଛନ୍ତି। ମ୍ୟୁନିସିପାଲିଟି ସହରର ୨୦ଟି ଯାକ ୱାର୍ଡର ଆବର୍ଜନା ଉଠାଇବା ଦାୟିତ୍ୱ ଚନ୍ଦନ ସିକ୍ୟୁରିଟ ସର୍ଭିସ ନାମକ ଏକ ବେସରକାରୀ ସଂସ୍ଥାକୁ ଠିକା ଦେଇଛି। ସମ୍ପୃକ୍ତ ଠିକା ସଂସ୍ଥା ସହରର ଆବର୍ଜନା ଏଣେତେଣେ ଗଦା କରିବା ସହ ବଡ଼ ଅଂଶ ବିଦ୍ୟୁତ୍ ଅଫିସ କେନାଲ ବନ୍ଧରେ ଜମା କରୁଛି। କିନ୍ତୁ କମ୍ପୋଷ୍ଠ କେନ୍ଦ୍ରଠାରେ ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା ନ କରି ରାତି ଅଧିଆ ସେଠାରେ ନିଆଁ ଲଗାଇ ଦିଆଯାଉଛି। ଆଇନଜୀବୀ ପ୍ରମୋଦ ସାହୁ କହିଛନ୍ତି, ପରିମଳ ବ୍ୟବସ୍ଥା ପାଇଁ ନିୟୋଜିତ ଠିକାସଂସ୍ଥାକୁ ସରକାରୀ ଭାବେ ମାସକୁ ପ୍ରାୟ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଦିଆଯାଉଛି। ଏହାବାଦ ରାସ୍ତାକଡ଼ରୁ ମଇଳା ନ ଉଠିବା, ଡ୍ରେନ୍ ସଫା ନ ହେବା ଯୋଗୁ ମଶାଙ୍କ ପ୍ରାର୍ଦୁଭାବ ଚରମସୀମାରେ ପହଞ୍ଚତ୍ଛି। ପୌର ପରିଷଦ ପକ୍ଷରୁ ନିୟୋଜିତ ସଂସ୍ଥା ଦ୍ୱାରା କୌଣସି ମଶାମରା ଔଷଧ ବ୍ୟବହାର ହେଉନାହିଁ। ପ୍ରାୟ ୬ମାସ ହେବ ସହରର ଅଧିକାଂଶ ଡ୍ରେନ ସଫା ହୋଇନାହିଁ। ଡ୍ରେନରେ ଆବଶ୍ୟକ ମଶା ତେଲ ସିଞ୍ଚନ କରାଯାଉନାହିଁ। ଏଥିପାଇଁ ଆସୁଥିବା ଅନୁଦାନକୁ ଠିକା ସଂସ୍ଥା ଓ ପୌର କର୍ତ୍ତୃପକ୍ଷ ମିଳିମିଶି ଚଳୁ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରିଙ୍କୁ ପଚାରିବାରେ ଅଳିଆ ଗଦାରେ ନିଆଁ ଲଗାଇବା ଘଟଣା ଉପରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
https://www.dharitri.com/ପଦ୍ମିନୀଙ୍କ-ବଲିଉଡ୍‌-ଲେଉଟା/
ପଦ୍ମିନୀଙ୍କ ବଲିଉଡ୍‌ ଲେଉଟାଣିକୁ ନେଇ ଟୁଇଟ୍‌ କଲେ ଲତା ମୁମ୍ବାଇ: ବେଶ୍ କିଛି ବର୍ଷ ପରେ ପୁଣି ବଲିଉଡ୍କୁ ଫେରୁଛନ୍ତି ୮୦ ଦଶକର ନାୟିକା ପଦ୍ମିନୀ କୋହ୍ଲାପୁରେ। ଫିଲ୍ମ ‘ପାନିପତ’ରେ ସେ ଗୋପିକା ବାଇ ଭୂମିକାରେ ନଜର ଆସିବେ। ନିକଟରେ ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଥିବା ବେଳେ ସେଥିରେ ପଦ୍ମିନୀଙ୍କ ଝଲକ୍ ଦେଖିବାକୁ ମିଳିଥିଲା। ୮୦ ଦଶକରେ ଦର୍ଶକଙ୍କ ପସନ୍ଦ ଥିବା ନାୟିକା ଆଜିବି ତାଙ୍କ ଅଭିନୟର ଯାଦୁଗରି ଦେଖାଇବେ ବୋଲି ଦର୍ଶକେ ଭାବିଛନ୍ତି। ଏହାକୁ ନେଇ ଏବେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଟୁଇଟ୍ କରିଛନ୍ତି। ସେ ପଦ୍ମିନୀଙ୍କ ବଲିଉଡ୍ ଲେଉଟାଣିକୁ ସ୍ବାଗତ କରିବା ସହ ତାଙ୍କୁ ଆଶୀର୍ବାଦ ଦେଇଛନ୍ତି। ଏହା ସହ ତାଙ୍କର ଏକ ଲୁକ୍ ମଧ୍ୟ ଶେୟାର କରିଛନ୍ତି। ପ୍ରାୟ ଦୀର୍ଘ ୬ ବର୍ଷ ପରେ ପଦ୍ମିନୀ ପୁଣି ଥରେ ବଡ ପରଦାରେ ନଜର ଆସିବେ। ଏହାକୁ ନେଇ ଦର୍ଶକେ ଉତ୍ସୁକତାର ସହ ତାଙ୍କ ଅଭିନୟ ଦେଖିବାକୁ ଅପେକ୍ଷା ରଖିଛନ୍ତି। ପୂର୍ବରୁ ‘ପ୍ରେମ ରୋଗ’, ‘ଓ୍ବ ସାତ ଦିନ’, ‘ବିଧାତା’ ଭଳି ଫିଲ୍ମରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିତିଛନ୍ତି।
https://www.dharitri.com/naveen-won-from-henjili-assembly/
ହିଞ୍ଜିଳି ବିଧାନସଭା ଆସନରୁ ଜିତିଲେ ନବୀନ ଭୁବନେଶ୍ୱର,୪।୬: ହିଞ୍ଜିଳିରେ ବିଧାନସଭା ଆସନରୁ ଜିତିଲେ ନବୀନ। ନିଜ ପାରମ୍ପରିକ ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ନିର୍ବାଚିତ ହୋଇଛନ୍ତି। ଭାଜପାର ଶିଶିର ମିଶ୍ରଙ୍କୁ ହରାଇ ନବୀନ ବିଜୟଲାଭ କରିଛନ୍ତି। ଭାଜପା ପ୍ରାର୍ଥୀଙ୍କୁ ୪ ହଜାରରୁ ଅଧିକ ଭୋଟରେ ନବୀନ ହରାଇଥିବା ସୂଚନା ମିଳିଛି । ୨୦୦୦ ମସିହାରୁ ଲଗାତାର ହିଞ୍ଜିଳି ଆସନରୁ ଜିତି ନବୀନ ଆସୁଛନ୍ତି। ୨୦୨୪ରେ ସବୁଠି ଠୋକର କହିଥିବା ନବୀନ ହିଞ୍ଜିଳିରେ ନିଜର କରିସ୍ମା ଦେଖାଇଛନ୍ତି।
https://www.dharitri.com/section-370-repeal-case-supreme-court-reserves-verdict/
ଅନୁଚ୍ଛେଦ ୩୭୦ ରଦ୍ଦ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ… ନୂଆଦିଲ୍ଲୀ,୫।୯ : ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ଧାରା ୩୭୦ ରଦ୍ଦ ଏବଂ ଜମ୍ମୁ-କଶ୍ମୀରର ପୂର୍ବ ରାଜ୍ୟକୁ ଦୁଇଟି ୟୁନିଅନ ଅଞ୍ଚଳରେ ବିଭକ୍ତ କରିବାକୁ ନିଷ୍ପତ୍ତି ନେଇଥିବା ଆବେଦନ ମାମଲା ଉପରେ ରାୟ ସଂରକ୍ଷିତ ରଖିଛି। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସଞ୍ଜୟ କିଶାନ କୌଲ, ସଞ୍ଜୀବ ଖାନ୍ନା, ବିଆର ଗାଭାଇ ଏବଂ ସୂର୍ଯ୍ୟ କାନ୍ତଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ୧୬ ଦିନ ଧରି ଯୁକ୍ତି ଶୁଣିବା ପରେ ଏହି ରାୟ ସଂରକ୍ଷିତ ରଖିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯଦି ଆବେଦନକାରୀ କିମ୍ବା ଉତ୍ତରଦାତା କୌଣସି ଓକିଲ ଲିଖିତ ଯୁକ୍ତି ଉପସ୍ଥାପନ କରିବାକୁ ଚାହାଁନ୍ତି, ତେବେ ସେ ଆସନ୍ତା ତିନି ଦିନ ମଧ୍ୟରେ ତାହା କରିପାରିବେ। ତେବେ ଲିଖିତ ଯୁକ୍ତି ଦୁଇଟି ପୃଷ୍ଠାରୁ ଅଧିକ ହେବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି। ଗତ ୧୬ ଦିନର ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ଆଟର୍ନି ଜେନେରାଲ ଆର. ଭେଙ୍କଟାରାମଣି, ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା, ବରିଷ୍ଠ ଓକିଲ ହରିଶ ସାଲଭେ, ରାକେଶ ଦ୍ୱିବେଦୀ, ଭି ଗିରି ଏବଂ ଅନ୍ୟମାନେ ଧାରା ୩୭୦ ରଦ୍ଦ କରିବାକୁ ସରକାରଙ୍କ ନିଷ୍ପତ୍ତିକୁ ସୁରକ୍ଷା କରୁଥିବା ଶୁଣିବାକୁ ମିଳିଥିଲା।
https://www.dharitri.com/the-kalia-yojana-period-will-increase-by-2024/
୨୦୨୪ ଯାଏ ବଢ଼ିବ ‘କାଳିଆ’ ଅବଧି ଭୁବନେଶ୍ୱର, ୨୮।୩(ବ୍ୟୁରୋ): ଚାଷୀ ଓ ଚାଷକୁ ପ୍ରୋତ୍ସାହିତ କରିବାକୁ ଓଡ଼ିଶା ସରକାର ୨୦୧୯ରେ ଆରମ୍ଭ କରିଥିଲେ ‘କାଳିଆ’ ଯୋଜନା। ୨୦୨୧-୨୨ ଆର୍ଥିକ ବର୍ଷର ମାର୍ଚ୍ଚ ୩୧ରେ ଏହାର ଅବଧି ଶେଷ ହେଉଥିବାବେଳେ ରବିବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ରାଜ୍ୟ ସରକାର ଏହାକୁ ୨୦୨୩-୨୪ ଆର୍ଥିକ ବର୍ଷ ଯାଏ ବୃଦ୍ଧି କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଫଳରେ ଆଉ ୨ବର୍ଷ ଯାଏ ଚାଷୀଙ୍କୁ ବାର୍ଷିକ ଦୁଇ ପର୍ଯ୍ୟାୟ ହିସାବରେ ସହାୟତା ମିଳିବ। ସୂଚନାଯୋଗ୍ୟ, ‘କାଳିଆ’ ଯୋଜନା ଆରମ୍ଭ ହେବା ଦିନରୁ ପ୍ରତିବର୍ଷ ଅକ୍ଷୟ ତୃତୀୟା ଏବଂ ନୂଆଖାଇରେ ସହାୟତା ପ୍ରଦାନ କରାଯାଉଛି। ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ୨ ହଜାର ଟଙ୍କା ଯାଉଛି। କୋଭିଡ୍ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଯୋଗାଉଥିବା ନିଃଶୁଳ୍କ ଖାଦ୍ୟସାମଗ୍ରୀ ଯୋଗାଣ ଅବଧିକୁ ଶନିବାର କେନ୍ଦ୍ର ସରକାର ୬ମାସ ପାଇଁ ବୃଦ୍ଧି କରିଛନ୍ତି। ଏହାର ଦିନକ ପରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। କାଳିଆ ଅବଧି ବୃଦ୍ଧି ସହ ବିଭିନ୍ନ ବିଭାଗର କ୍ୟାଡ୍ର ରୁଲ୍ ସମ୍ପର୍କିତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ରେ ଅନୁମୋଦନ ମିଳିଥିବା ଜଣାପଡ଼ିଛି।
https://www.dharitri.com/ଚାଇନାକୁ-ଜର୍ମାନୀର-୧୬୫-ବିଲ/
ଚାଇନାକୁ ଜର୍ମାନୀର ୧୬୫ ବିଲିୟନ ଡଲାରର ବିଲ୍‌ ନୂଆଦିଲ୍ଲୀ,୨୧ା୪: କରୋନା ଭାଇରସ୍ ସଂକ୍ରମଣ ଦ୍ୱାରା ସାରା ବିଶ୍ୱରେ ବ୍ୟାପକ ଭାବେ ଧନଜୀବନ କ୍ଷତି ଘଟିବାରେ ଲାଗିଛି। ଚାଇନାର ଉହାନରୁ ପ୍ରଥମେ ଏହି ସଂକ୍ରମଣ ଦେଖାଦେଇଥିଲା ଏବଂ ତାହା ସାରା ବିଶ୍ୱକୁ ବ୍ୟାପିଛି। ଏଥିପାଇଁ ଚାଇନାକୁ ଦାୟୀ କରୁଛନ୍ତି ଆମେରିକା, ଫ୍ରାନ୍ସ, ବ୍ରିଟେନ, ଜର୍ମାନୀ ଓ ଅଷ୍ଟ୍ରେଲିଆ ଭଳି ଦେଶ। ଏପରି କି ଚାଇନାକୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇସାରିଲେଣି। ଚାଇନାକୁ ବିଭିନ୍ନ ଦେଶରୁ ନିନ୍ଦା କରାଯିବା ସହ ଏକପ୍ରକାର ଘେରିବାକୁ ଉଦ୍ୟମ ଆରମ୍ଭ ହେଲାଣି। ଏହି ପରିପ୍ରେକ୍ଷୀରେ ଜର୍ମାନୀର ଏକ ପ୍ରମୁଖ ଦୈନିକ ଟାବ୍ଲଏଡ୍ ‘ବିଲ୍ଡ’ କରୋନା ସଂକ୍ରମଣ ଯୋଗୁ ଦେଶରେ ହୋଇଥିବା କ୍ଷୟକ୍ଷତି ପାଇଁ ଚାଇନାକୁ ଦାୟୀ କରିଛି। ଏହାସହିତ ଚାଇନା ଉକ୍ତ କ୍ଷତି ଭରଣା କରିବା ପାଇଁ ‘ବିଲ୍ଡ’ ପକ୍ଷରୁ ୧୬୫ ବିଲିୟନ ଡଲାର ବା ୧୫୦ ବିିଲିୟନ ୟୁରୋର ଏକ ବିଲ୍ ଜାରି କରାଯାଇଛି। ଗତ ବୁଧବାର ଉକ୍ତ ଟାବଲଏଡ୍ରେ ‘ଚାଇନା ଆମର କେତେ ଋଣୀ’ ଶୀର୍ଷକ ଏକ ଲେଖା ପ୍ରକାଶ ପାଇଥିଲା। ଜର୍ମାନୀର ପର୍ଯ୍ୟଟନ କ୍ଷେତ୍ରର କ୍ଷତି ପାଇଁ ଉକ୍ତ ଖବରକାଗଜ ୨୭ ବିଲିୟନ ୟୁରୋ ଧାର୍ଯ୍ୟ କରିଛି। ସେହିପରି ଫିିଲ୍ମ ଇଣ୍ଡଷ୍ଟ୍ରି ପାଇଁ ୭.୨ ବିଲୟନ ୟୁରୋ, କ୍ଷୁଦ୍ର ବ୍ୟବସାୟଗୁଡ଼ିକର କ୍ଷତି ଭରଣା ନିମନ୍ତେ ୫୦ ବିଲିୟନ ୟୁରୋ ଏବଂ ବିମାନ କମ୍ପାନୀ ଲୁଫ୍ଥାନ୍ସାର ପ୍ରତି ଘଣ୍ଟାର କ୍ଷତି ଲାଗି ୧ ମିଲିୟନ ୟୁରୋ ଧାର୍ଯ୍ୟ କରିଛି। ଏହି ଲେଖାକୁ ନେଇ ଜର୍ମାନୀରେ ଥିବା ଚାଇନା ଦୂତାବାସ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ଏହା ଚାଇନା ବିରୋଧରେ ରାଷ୍ଟ୍ରବାଦ, ଜେନୋଫୋବିଆ(ବିଦେଶୀଙ୍କୁ ଘୃଣା) ଓ ଶତ୍ରୁଭାବର ପ୍ରତିଫଳନ ବୋଲି କୁହାଯାଇଛି।
https://www.dharitri.com/କୋଇଲା-ବୋଝେଇ-ଟ୍ରେନ୍‌ରେ-ନି/
କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ରାୟଗଡ଼ା ଅଫିସ, ୩୧।୭ (ଡି.ଏନ୍.ଏ.): ରାୟଗଡ଼ା ରେଳ ଷ୍ଟେଶନର ୭ ନଂ. ପ୍ଲାଟଫର୍ମରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନ୍ରେ ବୁଧବାର ଘଟିଛି ଅଗ୍ନିକାଣ୍ଡ। ନିଆଁ ଲାଗିବା ଦେଖି ରେଳ ବିଭାଗ ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ସେଠାରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି। ପ୍ରକାଶ ଯେ, ୨୦ ଦିନ ହେବ ବିଶାଖାପାଟଣାରୁ କୋଇଲା ବୋଝେଇ ୨୨ଟି ଓ୍ବାଗନ ବିଶିଷ୍ଟ ଟ୍ରେନ୍ ରାୟଗଡ଼ା ଷ୍ଟେଶନରେ ରହିଛି। ବୁଧବାର ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା। କେଉଁ କାରଣରୁ ଅଗ୍ନିକାଣ୍ଡି ଘଟିଛି ତାହା ଜଣାପଡିନାହିଁ। ତେବେ ସୌଭାଗ୍ୟବଶତଃ ନିଆଁ ବ୍ୟାପିବା ଆଗରୁ ତାକୁ ଆୟତ୍ତ କରାଯାଇଥିଲା। ନିଆଁକୁ ଆୟତ୍ତ କରାଯିବା ପରେ ରେଳ ବିଭାଗର ବିଶାଖାପାଟଣା ଡିଭିଜନକୁ ସୂଚନା ଦିଆଯାଇଛି।
https://www.dharitri.com/ଏଇ-ଭାରତରେ-174/
ଏଇ ଭାରତରେ କରଓ୍ବାଚୌଥରେ ପ୍ରତ୍ୟେକ ମହିଳା ତାଙ୍କ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରୁଥିବାବେଳେ ମଥୁରାର ଏକ ଗାଁରେ ମହିଳାମାନେ କରଓ୍ବାଚୌଥ ଦିନ ସ୍ବାମୀଙ୍କ ପାଇଁ ବ୍ରତ ରଖନ୍ତିନି। ଏହା ପଛରେ କୌଣସି ବୈଜ୍ଞାନିକ ତର୍କ ନାହିଁ, କିନ୍ତୁ ସେଠାକାର ଲୋକକଥାକୁ ବିଶ୍ୱାସ କରି ସେମାନେ ଏହା କରୁଛନ୍ତି। ସେମାନଙ୍କ ମଧ୍ୟରେ ରହିଥିବା ଅଜବ ଭୟ ଯୋଗୁ ସେମାନେ କରଓ୍ବାଚୌଥଠାରୁ ପୂରା ଦୂରେଇ ଯାଇଛନ୍ତି। ଯଦି ସେମାନେ କରଓ୍ବାଚୌଥ ବ୍ରତ ପାଳନ କରନ୍ତି, ତେବେ ତାଙ୍କ ସ୍ବାମୀଙ୍କ ଆୟୁଷ କମିଯିବ ବୋଲି ସେମାନଙ୍କ ମଧ୍ୟରେ ବିଶ୍ୱାସ ରହିଆସିଛି। ପ୍ରାୟ ୨୦୦ ବର୍ଷ ପୂର୍ବେ ରାମ ନଗଲା ଗାଁର ଜଣେ ବ୍ରାହ୍ମଣ ତାଙ୍କ ସ୍ତ୍ରୀଙ୍କୁ ନେଇ କରବାଚୌଥ ଦିନ ଯାଉଥିବାବେଳେ ରାସ୍ତାରେ କେତେଜଣ ଲୋକ ଚୋର ସନ୍ଦେହରେ ତାଙ୍କୁ ଅଟକାଇ ପିଟିପିଟି ମାରିଦେଇଥିଲେ। ଏହାପରେ ତାଙ୍କ ସ୍ତ୍ରୀ ଗାଁ ଲୋକଙ୍କୁ ଅଭିଶାପ ଦେଇ ସ୍ବାମୀଙ୍କ ଚିତାରେ ଝାସ ଦେଇଥିଲେ। ଗାଁରେ ପୁରୁଷ ପୁରୁଷ ଧରି ଏହି ଅସାମୟିକ ମୃତ୍ୟୁରୁ ଏଭଳି ଅନ୍ଧବିଶ୍ୱାସ ଚଳିଆସୁଛି। ଏଣୁ ଗଁାର ମହିଳାମାନେ ଏହାକୁ ଆଜିଯାଏ ମାନି କରଓ୍ବାଚୌଥ ବ୍ରତ ରଖୁନାହାନ୍ତି। ମହିଳାମାନେ ବ୍ରତ ନ ରଖି କରଓ୍ବାଚୌଥ ଦିନ ଗାଁରେ ଥିବା ସତୀ ମନ୍ଦିର ଯାଇ ସ୍ବାମୀଙ୍କ ପାଇଁ ଦୀର୍ଘ ଜୀବନ କାମନା କରନ୍ତି।
https://www.dharitri.com/ଅନେକ-ବାଟ/
ଅନେକ ବାଟ ଅକ୍ଟୋବର ୨୧ରେ ଶେଷ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଅକ୍ଟୋବର ୨୪ରେ ପ୍ରକାଶ ପାଇଥିଲା। ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ଭାଜପା ୧୦୫ ଆସନ ପାଇଥିବା ବେଳେ ନିର୍ବାଚନ ପୂର୍ବର ସହଯୋଗୀ ଏବଂ ହିନ୍ଦୁତ୍ୱ ଚିନ୍ତାଧାରାର ପ୍ରମୁଖ ଅଂଶୀଦାର ଶିବସେନା ପାଇଥିଲା ୫୬ ଆସନ। ଅପରପଟେ ବିରୋଧୀ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍୍ସିପି) ୫୪ ଆସନ ପାଇଥିବା ବେଳେ ୪୪ ଆସନ ଅକ୍ତିଆର କରିଥିଲା କଂଗ୍ରେସ। ଫଳାଫଳରୁ ସ୍ପଷ୍ଟ ବୁଝାପଡିଲା ଯେ, ସର୍ବାଧିକ ସଂଖ୍ୟା ପାଇଥିବା ସତ୍ତ୍ୱେ ମହାରାଷ୍ଟ୍ରର ଜନସାଧାରଣ ଭାଜପାକୁ ସଂଖ୍ୟାଗରିଷ୍ଠତା ଦେଇ ନ ଥିଲେ। କୁହୁକ ନମ୍ବର ୧୪୫ ଥିବା ବେଳେ ଭାଜପାର ଲୋକପ୍ରିୟତା ପ୍ରବଳ ମାତ୍ରାରେ ହ୍ରାସ ପାଇଥିଲା ବୋଲି ଫଳାଫଳରୁ ଜଣାପଡିଲା। ତା’ପରେ ରାଜନୈତିକ ଖେଳ ଆରମ୍ଭ ହେଲା। ଗଣତନ୍ତ୍ରର ସର୍ବନିମ୍ନ ମର୍ଯ୍ୟାଦା ରକ୍ଷା କରିବା ପାଇଁ କୌଣସି ପକ୍ଷରୁ ତିଳେମାତ୍ର ଉଦ୍ୟମ ହୋଇଥିବା ଭଳି ମନେହେଲା ନାହିଁ। ଗତ ୫ ବର୍ଷ ଶାସନ କରିଥିବା ଭାଜପା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ ଡହଳବିକଳ ହୋଇ କ୍ଷମତାରେ ରହିବାକୁ ଚେଷ୍ଟା କରୁଥିବା ବେଳେ ଯେତେ ପରିମାଣର ଅସାମ୍ବିଧାନିକ ସହଯୋଗ ହୋଇପାରେ, ତାହାସବୁ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ର ସରକାର ଦେବା ପାଇଁ ଆଗେଇ ଆସିଥିଲେ। ଯଦି ଭାଜପା ସରକାର କରିବ ନାହିଁ, ତେବେ ଅନ୍ୟକେହି ଗାଦିରେ ବସିବାର ପ୍ରୟୋଜନ ନାହିଁ। ଏହିଭଳି ବିଶ୍ୱାସ ରଖି ଭାଜପାର କେନ୍ଦ୍ର ନେତୃତ୍ୱ କାର୍ଯ୍ୟ ଆରମ୍ଭ କଲେ। ଉଚ୍ଚସ୍ବରରେ ‘ଜନାଦେଶ’ର ଦ୍ୱାହି ଦେଉଥିବା ଭାଜପା ଜନକୁ ଆଦେଶ ଦେବାରେ ଆଗେଇ ଆସିଲା। ଭାଜପାର ନିର୍ବାଚନ ପୂର୍ବର ସଙ୍ଗାତ ଶିବସେନା ପ୍ରଥମ ପର୍ଯ୍ୟାୟ ମୁଖ୍ୟମନ୍ତ୍ରୀ ପଦବୀ ଦାବି କରିବସିଲା। ସେହି ଦାବିକୁ ଭାଜପାର ନେତୃବୃନ୍ଦ ସ୍ବୀକାର ନ କରିବାରୁ ସମସ୍ୟା ବୃଦ୍ଧି ପାଇଲା। ହଠାତ୍ ରାଷ୍ଟ୍ରପତି ଶାସନ ଜାରି କରିଦିଆଗଲା। ତା’ପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ଏବଂ ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ଆଲୋଚନା କରିବସିଲେ। କଂଗ୍ରେସ ମଧ୍ୟ ସେମାନଙ୍କ ସହ ସାମିଲ ହେଲା। ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ଭେଟି ନିଜର ଦାବି ଉତ୍ଥାପନ କରିବେ ବୋଲି ୩ ଦଳ ନିଷ୍ପତ୍ତି ନେଲେ। ଏହା ଥିଲା ୨୨ ନଭେମ୍ବର ବିଳମ୍ବିତ ରାତି କଥା। ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବେ ବୋଲି ମଧ୍ୟ ଘୋଷଣା କରିଦିଆଗଲା। ସବୁ ଛାପା ଓ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମରେ ଏହି ଖବର ଶିରୋନାମା ପାଲଟିଗଲା। କିନ୍ତୁ ୨୩ ନଭେମ୍ବର ସକାଳୁ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ମୋଡ଼ ନେଲା। ଏନ୍ସିପି ବିଧାୟକ ଦଳ ନେତା ଅଜିତ୍ ପାଓ୍ବାର ନିଜ ଦଳର ଏକ ଅଂଶ ଭାଙ୍ଗି ନେଇ ଭାଜପା ସହ ମେଣ୍ଟ ଗଢ଼ି ନିଜେ ଉପମୁଖ୍ୟମନ୍ତ୍ରୀ ପଦବୀ ନେଇଗଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦୁର୍ନୀତି ବିରୋଧରେ ଚିତ୍କାର କରିଆସୁଥିବା ଭାଜପା ଆଜି ମହାରାଷ୍ଟ୍ରରେ ଫଡ୍ନବିସଙ୍କ ନେତୃତ୍ୱାଧୀନ ସରକାର ଗଠନ କରିବାକୁ ବ୍ୟାକୁଳ ହୋଇପଡ଼ିିଥିବା ହେତୁ ପ୍ରବଳ ମାତ୍ରାରେ ଦୁର୍ନୀତିଗ୍ରସ୍ତ ଅଜିତ୍ ପାଓ୍ବାରଙ୍କ ସହିତ ଉତ୍ଫୁଲିତ ହୋଇ ହାତ ମିଳାଇଥିଲା। ଏଠାରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇପାରେ ଯେ, ଅନେକ ଆପରାଧିକ ମାମଲା ସହିତ ରାଜ୍ୟର ଜଳସେଚନ ମନ୍ତ୍ରୀ ରୂପେ ୧୯୯୯ରୁ ୨୦୦୯ ପର୍ଯ୍ୟନ୍ତ ଦାୟିତ୍ୱରେ ଥିବା ଅଜିତ୍ ପାଓ୍ବାର ୭୦ ହଜାର କୋଟି ଟଙ୍କାର ଦୁର୍ନୀତିରେ ମୁଖ୍ୟ ନାୟକ ବୋଲି ଏହି ଭାଜପା ଦେଶବାସୀଙ୍କୁ ବିଶ୍ୱାସ ଦିଆଇଥିଲା। ୨୩ ନଭେମ୍ବର ସକାଳ ୮ଟାରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍ନବିସ ଏବଂ ସେହି ମନ୍ତ୍ରିମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ ରୂପେ ଅଜିତ୍ ପାଓ୍ବାର ଶପଥ ଗ୍ରହଣ କରିବା ପରେ କ୍ଷୁଦ୍ର ବୁଦ୍ଧି ଥିବା ଭାରତୀୟ ବୁଝିପାରିବ ଯେ, ଦୁର୍ନୀତି ବିରୋଧରେ କହିବାର ନୈତିକତା ଭାଜପା ସମ୍ପୂର୍ଣ୍ଣ ଭାବେ ହରାଇଛି। ଏହିଭଳି କ୍ଷମତାଲୋଭ ଯୋଗୁ ଉତ୍ତରପ୍ରଦେଶରେ ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ବିମୁଦ୍ରୀକରଣ ଲାଗୁ କରି ବିରୋଧୀଙ୍କୁ ଅସ୍ତ୍ରହୀନ କରାଇଦେଲେ ମୋଦି। ସେହି କ୍ଷଣକ ଜିତାପଟ ପାଇଁ ଭାରତର ଅର୍ଥନୈତିକ ମେରୁଦଣ୍ଡକୁ ଭାଙ୍ଗି ଚୂର୍ମାର୍ କରିଦେବାରେ ଭାଜପାର କୌଣସି ଦ୍ୱିଧା ରହିଲା ନାହିଁ। ମହରାଷ୍ଟ୍ର ରାଜନୀତିକୁ ଫେରିବା । କୌତୂହଳର ବିଷୟ ହେଲା ଯେ କେବଳ ଉଦ୍ଧବ, ଶରଦ କିମ୍ବା କଂଗ୍ରେସ ନୁହେଁ, ତାଙ୍କଠାରୁ ବଡ଼ ଶିକାର ହୋଇଗଲା ଗଣମାଧ୍ୟମ। ଦେଶବ୍ୟାପୀ ସବୁ ଖବରକାଗଜର ପ୍ରଥମ ପୃଷ୍ଠାର ଶିରୋନାମାରେ ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଖବର ଛାପା ହେବା ସହିତ ଅଧିକାଂଶ ନିରପେକ୍ଷ ଟେଲିଭିଜନ ଚ୍ୟାନେଲ ବ୍ରେକିଂ ନ୍ୟୁଜ୍ରେ ମଧ୍ୟ ତାହା ହିଁ ପ୍ରକାଶ କଲେ। ୨୩ ନଭେମ୍ବର ସକାଳେ ଚା’ ସହ ଖବରକାଗଜ ପଢୁଥିବା ପାଠିକାପାଠକ ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀ ଆସନ ଗ୍ରହଣ ସମ୍ପର୍କିତ ଖବର ପଢୁଥିବା ବେଳେ ଟେଲିଭିଜନରେ ଦେବେନ୍ଦ୍ର ଫଡନବିସ ଏବଂ ଅଜିତ୍ ପାଓ୍ବାରଙ୍କ ଶପଥ ଗ୍ରହଣ ଉତ୍ସବର ସିଧା ପ୍ରସାରଣ ଦେଖିପାରୁଥିଲେ। ଭୋର ୫ଟା ୪୭ରେ ରାଷ୍ଟ୍ରପତି ଶାସନ ପ୍ରତ୍ୟାହୃତ ହୋଇ ୮ଟା ବେଳେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ନିଜର ବୋକାମିକୁ ସ୍ବୀକାର କରି ପ୍ରାୟ ଅଧିକାଂଶ ଜାତୀୟ ଛାପା ଗଣମାଧ୍ୟମ ମାନିନେଲେ ଯେ, ରାଜନୈତିକ ଲୋକଙ୍କ ବିଚିତ୍ର ଚରିତ୍ରକୁ ଅନୁମାନ କରିବାରେ ସେମାନେ ବିଫଳ ହୋଇଛନ୍ତି। ଅବଶ୍ୟ ଓଡ଼ିଶାର କୌଣସି ଖବରକାଗଜରେ ଏଭଳି ସ୍ବୀକାରୋକ୍ତି ଦେଖିବାକୁ ମିଳିନାହିଁ। ଅର୍ଥାତ୍ ଓଡ଼ିଆ ଭାଷାରେ ପ୍ରକାଶିତ ସବୁ ଖବରକାଗଜକୁ ଉଚ୍ଚକୋଟୀର ସାମ୍ବାଦିକତା ହାସଲ କରିବା ପାଇଁ ଅନେକ ବାଟ ବାକି ଅଛି।
https://www.dharitri.com/ସ୍ମିତାରାଣୀ-ମୃତ୍ୟୁ-ଘଟଣାକୁ/
ସ୍ମିତାରାଣୀ ମୃତ୍ୟୁ ଘଟଣାକୁ ନେଇ ବର୍ଷିଲା ଭାଜପା ଭୁବନେଶ୍ୱର,୩ା୧(ବ୍ୟୁରୋ): ଯାଜପୁର ଜିଲା ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ଅଢ଼େଇ ମାସ ବିତିଥିଲେ ମଧ୍ୟ ଏହି ଘଟଣାର ରହସ୍ୟ ପର୍ଦ୍ଦାଫାଶ ହୋଇନାହିଁ। ପୂର୍ବରୁ ଏହି ହତ୍ୟା ଘଟଣାରେ ଯାଜପୁର ଏସ୍ପି ସ୍ମିତାରାଣୀଙ୍କୁ ଚରିତ୍ରହୀନ ଦର୍ଶାଇ ଘଟଣାକୁ ଏକ ନୂଆମୋଡ ଦେଇଥିଲେ। ଏବେ ଯାଜପୁର ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ହେପାଜତକୁ ନେବା ପରିବର୍ତ୍ତେ ଜାଣିଶୁଣି ଦୁର୍ବଳ ଚାର୍ଜଶିଟ କରି ଜାମିନ ଦେବାକୁ ଷଡ଼ଯନ୍ତ୍ର କରୁଥିବା ଭାଜପା ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି ଯେ, ଏହି ଘଟଣାରେ ପୋଲିସ ରୂପେଶ ଭଦ୍ରଙ୍କୁ ଗିରଫ କରିଛି କିନ୍ତୁ ତାଙ୍କୁ ହେପାଜତକୁ ନେଇନାହିଁ। କେଉଁ ଆଧାରରେ ପୋଲିସ ୨ ହଜାର ପୃଷ୍ଠାର ଚାର୍ଜଶିଟ ଦାଖଲ କରିଛି। ମୁଖ୍ୟ ଅପରାଧୀଙ୍କୁ ପୋଲିସ ହେପାଜତକୁ ନିଆ ନ ଯାଇ ଚାର୍ଜଶିଟ କିପରି ତିଆରି କଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ମୃତା ସ୍ମିତାରାଣୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ ସେ ଆତ୍ମହତ୍ୟା କରିନାହାନ୍ତି। କିନ୍ତୁ ପୋଲିସ ଘଟଣାର ୩ଦିନ ପରେ ଏହାକୁ ଆତ୍ମହତ୍ୟାର ରୂପ ଦେଇ ଘଟଣାକୁ ଦିଗହରା କରିବାକୁ ବସିଥିଲା। ମୃତ୍ୟୁ ସମୟରେ ଉପସ୍ଥିତ ଅନ୍ୟ ୪ଜଣଙ୍କୁ ପୋଲିସ ତଦନ୍ତ ପରିସରଭୁକ୍ତ କଲାନାହିଁ। ଉକ୍ତ ଘଟଣାରେ ସ୍ମିତାରାଣୀଙ୍କ ମୃତ୍ୟୁ ସମୟରେ ଉପସ୍ଥିତ ୪ଜଣଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ଘଟଣାରେ ସମ୍ପୃକ୍ତ ଅଛନ୍ତି ଏବଂ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ସବୁ ପ୍ରକାର ପ୍ରଚେଷ୍ଟା କରିଆସିଛନ୍ତି। ଏଣୁ କେବଳ ସିବିଆଇ ତଦନ୍ତ ହେଲେ ହିଁ ସମସ୍ତ ଘଟଣାର ପର୍ଦ୍ଦାଫାଶ ହେବ, ଏହାସହ ସ୍ମିତାରାଣୀ ଏବଂ ଓଡ଼ିଶାର ସମସ୍ତ ମହିଳାଙ୍କୁ ନ୍ୟାୟ ମିଳିପାରିବ ବୋଲି ଲେଖାଶ୍ରୀ କହିଛନ୍ତି। ଲେଖାଶ୍ରୀଙ୍କ ଖବରଦାତା ସମ୍ମିଳନୀର ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଏଭଳି ସ୍ପର୍ଶକାତର ବିଷୟ ଉପରେ ମନ୍ତବ୍ୟ ଦେବା ସମୟରେ ନମ୍ରତା ଅବଲମ୍ବନ କରିବା ଦରକାର। ଏମିତି ନିମ୍ନମାନର ବକ୍ତବ୍ୟ ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ୨୦୧୪ ଏବଂ ୨୦୧୯ ନିର୍ବାଚନ ପୂର୍ବରୁ ଲେଖାଶ୍ରୀ ବିଜେଡିରୁ ଟିକେଟ ନେବା ଲାଗି ଆଶା ରଖିଥିଲେ। କିନ୍ତୁ ଦଳ ତାଙ୍କୁ ମନା କରିଦେବାରୁ ସେ ଈର୍ଷାନ୍ବିତ ହୋଇ ଏଭଳି ମନ୍ତବ୍ୟ ରଖୁଛନ୍ତି ବୋଲି ସସ୍ମିତ କହିଛନ୍ତି।
https://www.dharitri.com/pm-narendra-modi-shares-conversation-with-rishabh-pants-mother-after-road-accident/
‘ଯାହାକୁ ଏଭଳି ମା’ ମିଳିଛି, ସେ କେବେ ବି ବିଫଳ ହୋଇପାରିବ ନାହିଁ’; ପନ୍ତଙ୍କୁ ଏଭଳି କହି… ନୂଆଦିଲ୍ଲୀ,୫।୭: ଭାରତୀୟ କ୍ରିକେଟ ଟିମ୍ ଟି୨୦ ବିଶ୍ୱକପ୍ ୨୦୨୪ ଜିତିବା ପରେ ସ୍ବଦେଶ ଫେରିଛି। ଗୁରୁବାର ଦଳର ଖେଳାଳିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହି ସମୟରେ ସମସ୍ତେ ନିଜର ପ୍ରଦର୍ଶନ ଉପରେ ଚର୍ଚ୍ଚା କରିଥିଲେ। ବିଶେଷକରି ଟିମ୍ ଇଣ୍ଡିଆ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା ଋଷଭ ପନ୍ତଙ୍କ ସହ ଆଲୋଚନା ସମୟରେ ମୋଦି ପୁରୁଣା ଦିନକୁ ମନେ ପକାଇଥିଲେ। ଦୁର୍ଘଟଣାରେ ଆହତ ହେବା ପରେ ସେ ଯେତେବେଳେ ପନ୍ତଙ୍କ ମା’ଙ୍କ ସହ କଥା ହୋଇଥିଲେ ସେତେବେଳେ ତାଙ୍କୁ ବିଶ୍ୱାସ ହୋଇଯାଇଥିଲା ଯେ ପନ୍ତ କୁଶଳତାର ସହ ମଇଦାନକୁ ପୁଣି ଫେରିବେ ବୋଲି ମୋଦି କହିଛନ୍ତି। ପନ୍ତ ମୋଦିଙ୍କୁ କହିଥିଲେ, ଦୁର୍ଘଟଣା ପରର ଦିନଗୁଡ଼ିକ କଷ୍ଟକର ଥିଲା। ମୋ ସାମ୍ନାରେ ପୁଣିଥରେ ଉଇକେଟକିପର୍ ଭାବେ ଦାୟିତ୍ୱ ତୁଲାଇବାର ବଡ଼ ଚ୍ୟାଲେଞ୍ଜ ଥିଲା। ପ୍ରଥମେ ସୁସ୍ଥ ହୋଇ ମଇଦାନକୁ କେବେ ଫେରିବି ଦିନ ଗଣୁଥିଲି। ଏମିତିରେ ଆପଣ ମା’ଙ୍କ ସହ କଥା ହେବା ବଳ ଦେଇଥିଲା। ବହୁତ କିଛି ଚିନ୍ତା ରହିଥିଲେ ହେଁ ଆପଣଙ୍କ ସହ କଥା ହେବା ପରେ ସବୁକିଛି ଦୂର ହୋଇଯାଇଥିଲା ବୋଲି ସେ କହିଥିଲେ। ଏହାପରେ ମୋଦି ପନ୍ତଙ୍କ ମା’ଙ୍କ ସହ ଫୋନ୍ କଲ୍ରେ ହୋଇଥିବା କଥା ବିଷୟରେ ଚର୍ଚ୍ଚା କରିଥିଲେ। ସେ କହିଥିଲେ, ପୂର୍ବରୁ ମୁଁ ଡାକ୍ତରମାନଙ୍କ ସହ କଥା ହୋଇ ସାରିଥିଲି। ମା’ଙ୍କୁ ପଚାରିଥିଲି ଯେ କ’ଣ ପୁଅଙ୍କୁ ବିଦେଶକୁ ନେଇଯିବାର ଆବଶ୍ୟକତା ରହିଛି। ହେଲେ ମୁଁ ତାଙ୍କୁ ନୁହେଁ ବରଂ ସେ ମୋଦି ସାନ୍ତ୍ୱନା ଦେବା ଭଳି ଲାଗିଥିଲା। ସେତେବେଳଠାରୁ ମୋତେ ଲାଗିଥିଲା ଯେ ଯାହାକୁ ଏଭଳି ମା’ ମିଳିଛି ସେ କେବେ ବିଫଳ ହୋଇପାରିବ ନାହିଁ।
https://www.dharitri.com/waynad-landslide-276-people-lost-their-lives/
ଓ୍ବାୟନାଡ୍‌ ଭୂସ୍ଖଳନ: ୨୭୬ ଜଣଙ୍କ ଗଲାଣି ଜୀବନ ଓ୍ବାୟନାଡ୍,୧।୮:କେରଳର ଓ୍ବାୟନାଡ୍ରେ ଲଗାଣ ବର୍ଷାଜନିତ ଭୂସ୍ଖଳନ ୨୭୬ ଜଣଙ୍କ ଜୀବନ ନେଇଥିବାବେଳେ ୧୩୨ ଆହତ ହୋଇଛନ୍ତି। ୨୨୫ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତିମାନଙ୍କୁ ଉଦ୍ଧାରକରିବା ପାଇଁ ସେନା ପକ୍ଷରୁ ବୁଧବାର ରେସ୍କ୍ୟୁ ଅପରେଶନ୍କୁ ଜୋର୍ଦାର କରାଯାଇଛି। ସେନା ଅଦ୍ୟାବଧି ପ୍ରାୟ ୧,୫୯୨ ଜଣଙ୍କୁ ଉଦ୍ଧାର କରିଥିବାବେଳେ ୭୦ ମୃତଦେହ ଠାବ କରିଥିବା କହିଛି। ନିଜ ଦେଶ’ କୁହାଯାଉଥିବା କେରଳକୁ ମଙ୍ଗଳବାର ସକାଳେ ମାଡ଼ି ଆସିଥିଲା ବିପତ୍ତି। ଓ୍ବାୟନାଡ୍ର ପାର୍ବତ୍ୟ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା। ଏଥିରେ ନିଖୋଜ ହୋଇଯାଇଥିବା ଲୋକଙ୍କୁ ସେମାନଙ୍କ ଆତ୍ମୀୟମାନେ ଖୋଜିବାରେ ଲାଗିଛନ୍ତି। ବିଭିନ୍ନ ସ୍ଥାନରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ କନ୍ନୁର ଡିଫେନ୍ସ ସିକ୍ୟୁରିଟି କର୍ (ଡିଏସ୍ସି) ସେଣ୍ଟର ଏବଂ ୧୨୨ ଟିଏ ବାଟାଲିୟନ୍ର ୪ କଲମ୍ ଯବାନ ମିଳିତ ଭାବେ ରେସ୍କ୍ୟୁ ଅପରେଶନ୍ ଚଳାଇଛନ୍ତି। ଏଥିରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍ଡିଆର୍ଏଫ୍) ଏବଂ ରାଜ୍ୟର ଉଦ୍ଧାରକାରୀ ଟିମ୍ ମଧ୍ୟ ନିୟୋଜିତ ଥିବା ଜଣେ ସେନା ଅଧିକାରୀ ସୂଚନା ଦେଇଛନ୍ତି। ହ୍ୟୁମାନିଟାରିଆନ୍ ଆସିଷ୍ଟାନ୍ସ ଆଣ୍ଡ୍ ଡିଜାଷ୍ଟର ରିଲିଫ୍ (ଏଚ୍ଏଆର୍ଡି)ର ୨ କଲମ୍ ଓ ୨ ମେଡିକାଲ ଟିମ୍କୁ ତ୍ରିଭେନ୍ଦ୍ରମ୍ରୁ କୋଝିକୋଡ୍କୁ ସ୍ବତନ୍ତ୍ର ବିମାନରେ ଏୟାରଲିଫ୍ଟ କରାଯାଇଛି। ଭାରି ଇଞ୍ଜିନିୟରିଂ ଉପକରଣ ଏବଂ ରେସ୍କ୍ୟୁ ଡଗ୍ ଟିମ୍ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତେବେ ଲଗାଣ ବର୍ଷା ଉଦ୍ଧାର କାର୍ଯ୍ୟରେ ବାଧାସୃଷ୍ଟି କରିଛି। ବନ୍ୟା ପରେ ଏହା ହେଉଛି କେରଳରେ ସବୁଠୁ ବଡ଼ ବିପର୍ଯ୍ୟୟ। ଗତ ୨ ସପ୍ତାହ ମଧ୍ୟରେ ଏହି ଅଞ୍ଚଳରେ ଲଗାତର ବର୍ଷା ଜାରି ରହିଛି। ବର୍ଷା ଯୋଗୁ ମାଟି ନରମ ହୋଇଯାଇଥିବାରୁ ଭୂସ୍ଖଳନ ହୋଇଥିବା ବିଶେଷଜ୍ଞମାନେ କହିଛନ୍ତି। ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛି ଚୁରାଲମାଲା ସହର। ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଭୂସ୍ଖଳନ ପ୍ରସଙ୍ଗ ଉଠାଇ ପ୍ରଭାବିତ ଲୋକଙ୍କୁ ସବୁ ପ୍ରକାର ସହାୟତା ପ୍ରଦାନ ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ଏଭଳି ବିପର୍ଯ୍ୟୟ ଏଡ଼ାଇବା ପାଇଁ ହାଇଟେକ୍ ସମାଧାନର ପନ୍ଥା ଆପଣାଇବାକୁ ସେ ପରାମର୍ଶ ଦେଇଛନ୍ତି। ଗୃହରେ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଆଗତ ବେଳେ ଓ୍ବାୟନାଡ୍ର ପୂର୍ବତନ ଏମ୍ପି ରାହୁଲ ସେନାର ଉଦ୍ଧାରକାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷେ କେରଳରେ ପ୍ରବଳ ବର୍ଷା ହୋଇପାରେ ବୋଲି କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ସପ୍ତାହେ ପୂର୍ବରୁ ସତର୍କ କରାଯାଇଥିବା ବିଷୟ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ସୂଚନା ଦେଇଛନ୍ତି। ପ୍ରଭାବିତ ଲୋକଙ୍କୁ ସବୁ ସହାୟତା ଦିଆଯିବ ବୋଲି ଶାହା କହିଛନ୍ତି। ଇତିମଧ୍ୟରେ କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଏନ୍ ଭୂସ୍ଖଳନ ସ୍ଥଳ ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି।
https://www.dharitri.com/water-pollution-is-on-the-rise/
ଜଳଉତ୍ସରେ ପ୍ରଦୂଷଣ ବଢ଼ୁଛି କେନ୍ଦ୍ରାପଡ଼ା ଅଫିସ,୧୫ା୧୧: ରାଜ୍ୟର ୨୩ ଜିଲାରେ ୫୫ଟି ଜଳ ଉତ୍ସ ପ୍ରଦୂଷିତ। ତାହା ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ଉପଯୋଗୀ ନୁହେଁ। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍ଜିଟି) ପକ୍ଷରୁ ଜଳଉତ୍ସ ବିଶୋଧନ ପାଇଁ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏନେଇ ଚେତିଛନ୍ତି। ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ସମ୍ପୃକ୍ତ ୨୩ ଜିଲାର ଜିଲାପାଳଙ୍କୁ ଆସନ୍ତା ୧୫ ତାରିଖ ମଧ୍ୟରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉପରୋକ୍ତ ୨୩ ଜିଲା ମଧ୍ୟରେ କେନ୍ଦ୍ରାପଡ଼ା ଅଛି। ନିକଟରେ ଗରଦପୁର ବ୍ଲକ ଅଞ୍ଚଳରେ ଭୂଗର୍ଭ ଜଳ ଦ୍ରୁତଗତିରେ ହ୍ରାସ ପାଇଥିବା ନେଇ ରାଜ୍ୟ ଭୂତଳ ଜଳ ବିଶେଷଜ୍ଞ ସୂଚନା ଦେଇଥିଲେ। ଓଡ଼ିଶାର ଏକମାତ୍ର ଜଳ ସଙ୍କଟ ଜିଲା ଭାବେ କେନ୍ଦ୍ରାପଡ଼ାକୁ କେନ୍ଦ୍ର ସରକାର ଚିହ୍ନଟ କରି ୨୦୧୯ରୁ ଜଳ ଶକ୍ତି ସଂରକ୍ଷଣ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଏବେ କାଗଜପତ୍ରରେ ସୀମିତ ରହିଛି। ଜଳଉତ୍ସ ପ୍ରଦୂଷଣ ରୋକିବା ପାଇଁ ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମାକୁ ରାଜ୍ୟ ସରକାର ଜଳଉତ୍ସ ସଂରକ୍ଷଣ ଦିବସ ଭାବେ ଘୋଷଣା କରନ୍ତୁ ବୋଲି ଜିଲା ଜନ ସୁରକ୍ଷା ମଞ୍ଚ ଦାବି କରିଛି। ଏହାକୁ ଜିଲାର ବହୁ ବୁଦ୍ଧିଜୀବୀ ସ୍ବାଗତ କରିଛନ୍ତି। ଏ ସମ୍ପର୍କରେ ମଞ୍ଚର ସଭାପତି ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ଜଳ ହିଁ ଜୀବନ। ଏହାର ସୁରକ୍ଷା ଆବଶ୍ୟକ। ହିନ୍ଦୁ ସଂସ୍କୃତିରେ ସାଧାରଣ ଚଳଣିଠାରୁ ପୂଜା ପାର୍ବଣରେ ଜଳର ଗୁରୁତ୍ୱ ଅଧିକ। ଦ୍ରୁତ ଜନସଂଖ୍ୟା ବୃଦ୍ଧି ଜଳ ଉତ୍ସର ପରିସମାପ୍ତି ଘଟାଉଛି। ପୂର୍ବରୁ ଥିବା ଜଳ ପଥ ଓ ଉତ୍ସକୁ ପୋତା ଯାଇ ଏବେ ଗୃହ ନିର୍ମାଣ ହେଉଛି। ସେହିପରି ପୂଜା ପାର୍ବଣରେ ମୂର୍ତ୍ତି ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ଜଳ ଉତ୍ସକୁ ପ୍ରଦୂଷିତ କରୁଛି। ଏହାବ୍ୟତୀତ ଅତ୍ୟାଧୁନିକ ଜୀବନ ଯାପନ ପାଇଁ ଦ୍ରୁତ ଶିଳ୍ପାୟନ ଯୋଗୁ ବର୍ଜ୍ୟବସ୍ତୁ ଜଳଉତ୍ସକୁ ନଷ୍ଟ କରୁଛି। ସହରରେ ଥିବା ୨୪ଟି ବଡ଼ ପୋଖରୀ ମଧ୍ୟରୁ ପ୍ରାୟ ୧୮ଟି ଏବେ ପୋତି ଦିଆଯାଇଛି। ଆଗାମୀ କାର୍ତ୍ତିକ ପୂର୍ଣ୍ଣିମାରେ ବହୁ ପ୍ରଚଳିତ ଡଙ୍ଗାଭସା କାର୍ଯ୍ୟକ୍ରମ ପାଇଁ ଜଳଉତ୍ସ ଦେଖିବାକୁ ମିଳୁନାହିଁ। ଜଳଉତ୍ସର ସଂରକ୍ଷଣ ପାଇଁ ଆସନ୍ତା କାର୍ତ୍ତିକ ପୂର୍ଣ୍ଣମୀକୁ ଜଳଉତ୍ସ ଦିବସ ଭାବେ ପାଳନ କଲେ ସଚେତନତା ବୃଦ୍ଧି ପାଇବ। ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ଏହି ଜିଲାରେ କୌଣସି ଖଣି ଅଥବା ଶିଳ୍ପ ନାହିଁ। ତେବେ ଜିଲାର ୭ ନଦୀ ଓ ୨୭ ଶାଖା ନାଳରେ ଏବେ ପ୍ରଦୂଷିତ ଜଳ ପ୍ରବାହିତ ହେଉଛି। ଏପରି କି ଏହି ଜଳ ସାମୁଦ୍ରିକ ଜୀବ ଉପରେ ପ୍ରଭାବ ପକାଇଛି। ପଡ଼ୋଶୀ ଜଗତ୍ସିଂହପୁର, ଯାଜପୁର ଓ ଭଦ୍ରକ ଜିଲାର ଶିଳ୍ପ ଅନୁଷ୍ଠାନ ବର୍ଜ୍ୟ ପରିଚାଳନାକୁ ଗୁରୁତ୍ୱ ଦେଉନାହାନ୍ତି। ଶିଳ୍ପ ବର୍ଜ୍ୟ ସାମଗ୍ରୀକୁ ନଦୀ ଜଳକୁ ଛାଡୁଛନ୍ତି। ସେହିପରି କେନ୍ଦ୍ରାପଡ଼ା ଜିଲାରେ ଚିଙ୍ଗୁଡି ଚାଷ ଉପାନ୍ତ ଅଞ୍ଚଳରେ କୁଟୀର ଶିଳ୍ପ ପାଲଟିଛି। ଚିଙ୍ଗୁଡି ଘେରିରୁ ନିର୍ଗତ ବର୍ଜ୍ୟ ରାସାୟନିକ ସାମଗ୍ରୀ ନାଳ, କେନାଲ ଓ ନଦୀ ମାଧ୍ୟମରେ ଛଡ଼ାଯିବା ଫଳରେ ସମୁଦ୍ରାଞ୍ଚଳ ପ୍ରଦୂଷିତ ହେଉଛି। ପୂଜା ପାର୍ବଣ ସମୟରେ ଏକ ସ୍ବତନ୍ତ୍ର ପୋଖରୀରେ ମୂର୍ତ୍ତି ଓ ପୂଜା ସାମଗ୍ରୀକୁ ପକାଯାଉ। ସେହିପରି ମୂର୍ତ୍ତି ଗଠନରେ ରାସାୟନିକ ଦ୍ରବ୍ୟ ବଦଳରେ ପରିବେଶ ଅନୁକୂଳ ଉପାଦାନ ବ୍ୟବହାର ହେଉ ବୋଲି ସେ ମତ ଦେଇଛନ୍ତି। ସାମାଜିକ କର୍ମୀ ପ୍ରତାପ କୁମାର ମହାନ୍ତି କହିଛନ୍ତି, ଜଳଉତ୍ସ ସଂରକ୍ଷଣ ଜରୁରୀ। ଏଥିପାଇଁ ଜିଲାର ଜଳ ସଙ୍କଟ ଦୂର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଳ ଶକ୍ତି ସଂରକ୍ଷଣ ଅଭିଯାନ ଆରମ୍ଭ ହୋଇଛି। ଏଥିରେ ପୁରୁଣା ଜଳଉତ୍ସର ପୁନରୁଦ୍ଧାର, ଭୂଗର୍ଭକୁ ବର୍ଷା ଓ ଉଦ୍ବୃତ୍ତ ଜଳ ପ୍ରେରଣ ସହିତ ବ୍ୟାପକ ଭାବେ ବୃକ୍ଷରୋପଣକୁ ଗୁରୁତ୍ୱ ଦିଆଯାଇଛି। ଏହି ଅଭିଯାନ କେନ୍ଦ୍ରାପଡ଼ା ଜିଲାରେ କେବଳ କାଗଜପତ୍ରରେ ସୀମିତ ହୋଇଛି। ଅଭିଯାନର ଉଦ୍ଘାଟନ ପରେ ଏନେଇ ସଚେତନତା ସୃଷ୍ଟି ହୋଇପାରିନାହିଁ। ସହରଠାରୁ ଗ୍ରାମ ପର୍ଯ୍ୟନ୍ତ ଜଳଉତ୍ସଗୁଡିକ ନଷ୍ଟ ହୋଇଛି ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍ ଦୁର୍ଗା ପ୍ରସାଦ ମହାରଣା କହିଛନ୍ତି, ଜଳଉତ୍ସ ପ୍ରଦୂଷଣ ମୁକ୍ତ ପାଇଁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇଛନ୍ତି। ଚିଙ୍ଗୁଡି ଘେରି ଉଚ୍ଛେଦ ସହ ବିଭିନ୍ନ ଯୋଜନାରେ ବନୀକରଣ ଓ ପୋଖରୀର ପୁନରୁଦ୍ଧାର କରାଯାଉଛି।
https://www.dharitri.com/nipah-infection-reached-10-states-warning-issued-for-state-governments/
୧୦ ରାଜ୍ୟରେ ପହଞ୍ଚିଲା ନିପା ସଂକ୍ରମଣ, ରାଜ୍ୟ ସରକାରଙ୍କ ପାଇଁ ସତର୍କ ସୂଚନା ଜାରି… ନୂଆଦିଲ୍ଲୀ,୧୪।୯ : ଭାରତରେ ରିପୋର୍ଟ ହୋଇଥିବା ନିପା ସଂକ୍ରମଣର ଜେନୋମ କ୍ରମରେ ପ୍ରକାଶ ପାଇଛି ଭାଇରସର ଷ୍ଟ୍ରେନ ବାଂଲାଦେଶ ଏବଂ ମାଲେସିଆରେ ବ୍ୟାପିଥିବା ଷ୍ଟ୍ରେନ ସହିତ ସମାନ। କେରଳରେ ନିପା ସଂକ୍ରମଣ ଯୋଗୁ ଦୁଇ ଜଣଙ୍କ ମୃତ୍ୟୁ ପରେ ସମସ୍ତ ରାଜ୍ୟକୁ ସତର୍କ କରାଯାଇଛି। ତେବେ ଭାରତୀୟ ବୈଜ୍ଞାନିକମାନଙ୍କ ସତର୍କତା ଆଧାରରେ ସରକାରଙ୍କ ପକ୍ଷରୁ ତୃଣମୂଳ ସ୍ତରରେ ସତର୍କ ରହିବା ଲାଗି ସୂଚନା ଜାରି କରାଯାଇଛି। ନିପା ଭାଇରସ ଦେଶରେ ବାଦୁଡିମାନଙ୍କଠାରୁ ମଣିଷକୁ ସଂକ୍ରମିତ ହେଉଛି। ଅଦ୍ୟାବଧି, ୧୦ ଟି ରାଜ୍ୟରେ ଏହି ଭାଇରସରଉପସ୍ଥିତି ଚିହ୍ନଟ ହୋଇସାରିଛି, ଏହା ସତ୍ତ୍ୱେ ଗୋଟିଏ କିମ୍ବା ଦୁଇଟି ରାଜ୍ୟ ବ୍ୟତୀତ କେହି ମଧ୍ୟ ନୀରିକ୍ଷଣସ୍ତରକୁ ସୁଦୃଢ଼ କରିବାକୁ କାର୍ଯ୍ୟ କରୁନାହାଁନ୍ତି। ପରିସଂଖ୍ୟାନ ଦର୍ଶାଉଛି ଭାରତରେ ନିପାର ପ୍ରଥମ ମାମଲା ୨୦୦୧ରେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଥିଲା। ସେଠାରେ ୨୦୦୭ ରେ ଦ୍ୱିତୀୟ ଥର ଲୋକେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ଏହା ପରେ, ୨୦୧୮ ରେ ତୃତୀୟ ଥର ପାଇଁ କେରଳରେ ନିପା ମାମଲା ରିପୋର୍ଟ ହୋଇଥିଲା ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା। ସେବେଠାରୁ ନିପା ସଂକ୍ରମଣ ଚାରିଥର କେରଳରେ ବ୍ୟାପିଛି। ଏହା ୧୯ ଜଣଙ୍କ ଜୀବନ ନେଇଛି। ତେବେ କେରଳ ବ୍ୟତୀତ ତାମିଲନାଡୁ, ଗୋଆ, କର୍ନାଟକ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ, ଆସାମ, ମେଘାଳୟ ଏବଂ ପୁଡୁଚେରୀରେ ସଂକ୍ରମିତ ବାଦୁଡି ଦେଖିବାକୁ ମିଳିଛି। ପୁଣେ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି (ଏନଆଇଭି) ର ମୁଖ୍ୟ ବୈଜ୍ଞାନିକ ଡାକ୍ତର ପ୍ରୟାଗ ଯାଦବ କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ନିପା ସଂକ୍ରମଣ ଉପରେ ୬ ରୁ ୭ ଟି ଅଧ୍ୟୟନ କରିଛନ୍ତି। ଏପର୍ଯ୍ୟନ୍ତ ନିପା ସଂକ୍ରମିତ ରୋଗୀଙ୍କଠାରେ ଦୁଇଟି ରୋଗ ଚିହ୍ନଟ ହୋଇଛି, ସେଥିମଧ୍ୟରୁ ଗୋଟିଏ ଶୀଘ୍ର ଆରମ୍ଭ ହୋଇଥିବା ଶ୍ୱାସକ୍ରିୟା ରୋଗ ଏବଂ ବିଳମ୍ବରେ ଆରମ୍ଭ ହୋଇଥିବା ସ୍ନାୟୁଗତ ଲକ୍ଷଣ ରହିଛି। ନିପା ଭାଇରସ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ପରେ କେରଳର କୋଝିକୋଡେ ଜିଲାରେ ୪୦ ରୁ ଅଧିକ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ପୋଲିସ କର୍ଡନ ଦ୍ୱାରା ସ୍କୁଲ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ବନ୍ଦ ରହିଛି। ବୁଧବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋଝିକୋଡେସ୍ଥିତ ଏକ ଘରୋଇ ଡାକ୍ତରଖାନାର ସ୍ବାସ୍ଥ୍ୟ କର୍ମୀଙ୍କ ସମେତ ତିନି ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ସଂକ୍ରମଣ ପାଇଁ ଏପର୍ଯ୍ୟନ୍ତ ୧୩୦ରୁ ଅଧିକ ଲୋକ ପରୀକ୍ଷା କରିଛନ୍ତି। କୋଝିକୋଡେ ଜିଲା କଲେକ୍ଟର ଏ ଗୀତା କହିଛନ୍ତି ନିପା ସଂକ୍ରମଣ ରୋଗୀଙ୍କ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୭୦୨ କୁ ବୃଦ୍ଧି ପାଇଛି ଏବଂ ସେମାନଙ୍କ ମଧ୍ୟରୁ ଅନେକ ବିପଦପୂର୍ଣ୍ଣ ବର୍ଗରେ ଅଛନ୍ତି।
https://www.dharitri.com/mm-keeravani-reveals-guneet-monga-admit-in-hospital-after-oscar-2023-win/
ଓସ୍କାର ଜିତିବା ପରେ ହସ୍ପିଟାଲରେ ଆଡମିଟ ହୋଇଥିଲେ ଗୁନିତ ମୋଙ୍ଗା ମୁମ୍ବାଇ,୨୬ ।୩: ଚଳିତ ବର୍ଷର ଓସ୍କାର ଆୱାର୍ଡ ୨୦୨୩ରେ ଭାରତୀୟ ସିନେମା ବାଜି ମାରିଛି । ଗୋଟିଏ ପଟେ ସାଉଥ ସିନେମାର ବ୍ଲକ ବୁଷ୍ଟର ମୁଭି ‘ଆର ଆର ଆର’ର ସୁପରହିଟ ସଙ୍ଗ ‘ନାଟୁ ନାଟୁ’କୁ ବେଷ୍ଟ ଅରିଜନାଲ ସଙ୍ଗ ଆୱାର୍ଡ ମଳିଛି । ଅନ୍ୟପଟେ ଫିଲ୍ମ ମେକର ଗୁନିତ ମୋଙ୍ଗାଙ୍କ ଶର୍ଟ ମୁଭି ‘ଦ ଏଲିଫ୍ୟାଣ୍ଟ ହ୍ୱିସପର୍ସ’କୁ ବେଷ୍ଟ ଡକ୍ୟୁମେଣ୍ଟାରୀ ଫିଲ୍ମର ଓସ୍କାର ଆୱାର୍ଡ ମିଳିଛି । ନାଟୁ ନାଟୁ ଗୀତ ପାଇଁ ଓସ୍କାର ଜିତିଥିବା ମ୍ୟୁଜିକ କମ୍ପୋଜର ଏମ ଏମ କିରୱାନି ଫିଲ୍ମ ମେକର ଗୁନିତ ମୋଙ୍ଗାଙ୍କୁ ନେଇ ଏକ ବଡ କଥା କହିଛନ୍ତି । ସେ କହିଛନ୍ତି ଓସ୍କାର ଜିତିବା ପରେ ଗୁନିତ ମୋଙ୍ଗାଙ୍କୁ ହସ୍ପିଟାଲରେ ଆଡମିଡ କରାଯାଇଥିଲା । ନିକଟରେ ଓସ୍କାର ଜିତିବା ପରେ ‘ଆର ଆର ଆର’ ଫିଲ୍ମର ମ୍ୟୁଜିକ କମ୍ପୋଜର ଏମ ଏମ କିରୱାନି ଗଲତା ପ୍ଲସକୁ ଏକ ଇଣ୍ଟରଭ୍ୟୁ ଦେଇଥିଲେ । ଏହି ଇଣ୍ଟରଭ୍ୟୁରେ ଏମ ଏମ କିରୱାନି ଓସ୍କାର ୨୦୨୩ରେ ଗୁନିତ ମୋଙ୍ଗାଙ୍କ ୱିନିଂ ସ୍ପିଚ କାଟିଦେବା ଘଟଣାକୁ ନେଇ ବଡ କଥା କହିଛନ୍ତି । କିରୱାନି କହିଛନ୍ତି, ଓସ୍କାର ଜିତିବା ପରେ ତୁରନ୍ତ ଗୁନିତ ମୋଙ୍ଗାଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇଥିଲା । ଓସ୍କାର ଜିତିବା ପରେ ତାଙ୍କୁ ତାଙ୍କ କଥା କହିବାକୁ ସମୟ ଦିଆଯାଇ ନ ଥିଲା । ମାଇକ ବନ୍ଦ କରି ଦିଆଯାଇଥିଲା । ଫଳରେ ତାଙ୍କ ଶ୍ୱାସ ରୁଦ୍ଧ ହୋଇ ଆସିଥିଲା ଓ ସେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
https://www.dharitri.com/singapore-to-allow-indians-to-enter-country-from-26-oct/
୨୬ରୁ ସିଙ୍ଗାପୁର ଯାଇପାରିବେ ଭାରତୀୟ ସିଙ୍ଗାପୁର,୨୪।୧୦: ଅକ୍ଟୋବର ୨୬ରୁ ଭାରତୀୟମାନେ ସିଙ୍ଗାପୁର ଯାଇପାରିବେ। ସିଙ୍ଗାପୁରର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସିଙ୍ଗାପୁର ବିଦେଶୀଙ୍କ ଭ୍ରମଣ କଟକଣାକୁ କୋହଳ କରିଛି। ଭାରତ ସମେତ ଅନ୍ୟ ୫ ଦକ୍ଷିଣ ଏସୀୟ ଦେଶ ବାଂଲାଦେଶ, ମିଆଁମାର, ନେପାଳ, ପାକିସ୍ତାନ, ଶ୍ରୀଲଙ୍କା ଯାତ୍ରୀଙ୍କୁ ସିଙ୍ଗାପୁର ପ୍ରବେଶ ଅନୁମତି ଦିଆଯିବ। ତେବେ ଉପରୋକ୍ତ ଦେଶର ଯାତ୍ରୀଙ୍କୁ ୧୦ ଦିନ ହୋମ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇଲ ଜାରି କରାଯାଇଛି।
https://www.dharitri.com/ନକଲି-ବିଦେଶୀ-ମଦ-ଜବତ-୨-ଗିରଫ-2/
ନକଲି ବିଦେଶୀ ମଦ ଜବତ, ୨ ଗିରଫ ଭଦ୍ରକ ଅଫିସ, ୨୮।୩: ଭଦ୍ରକ ଜିଲା ରାଣୀତାଲ ଛକ ନିକଟରୁ ଶନିବାର ସକାଳେ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨ ନକଲି ବିଦେଶୀ ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ରାଣୀତାଲର ଦିଲ୍ଲୀପ ମଲିକ ଓ ଅଶୋକ ମଲିକ। ସେମାନଙ୍କ ନିକଟରୁ ବ୍ୟାପକ ପରିମାଣର ମଦ ଜବତ ହୋଇଥିବା ଜଣାପଡ଼ିଛି।
https://www.dharitri.com/fell-ill-after-eating-ladu/
ବୁଲା ବାବାଙ୍କ ଲଡୁ ଖାଇ ୬ ଅସୁସ୍ଥ ଦଶମନ୍ତପୁର, ୧୧।୩(ଡି.ଏନ୍.ଏ.): ହାତ ଦେଖିବାକୁ ଗାଁକୁ ଆସିଥିଲେ ବୁଲା ବାବା। ଲୋକମାନଙ୍କୁ ଖାଇବାକୁ ଦେଲେ ଲଡୁ। ବୁଲା ବାବାଙ୍କଠାରୁ ଲଡୁ ଖାଇଥିବା ୬ଜଣ ଏବେ ଅସୁସ୍ଥ। ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି। ଗୁରୁତରଙ୍କୁ କୋରାପୁଟ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହା କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଚଣାବାଡ଼ ପଞ୍ଚାୟତ ଅଧୀନ ଏସ୍.ଦଣ୍ଡାବାଡ଼ ଗ୍ରାମର ଘଟଣା। ଗାଁର ପାତ୍ର ସାଉଁତା, ମାନସ ସାଉଁତା(୯), ଲୋକେଶ ସାଉଁତା (୭), ସୁନ୍ଦର କୁଲେସିକା(୪୦), ବେନି ଖୋସଲା (୫୦) ଓ ଲିଙ୍ଗା ଜାନୀ (୩୫)ଅସୁସ୍ଥ ହୋଇଥିଲେ। ମାନସ ଗୁରୁତର ଅଛନ୍ତି। ସୂଚନାନୁଯାୟୀ, ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଜଣେ ବାବା ଗାଁକୁ ଆସିଥିଲେ। ସେ ସମସ୍ତଙ୍କ ହାତ ଦେଖି ଭବିଷ୍ୟତ ସମ୍ପର୍କରେ କହିବେ ବୋଲି ଜଣାଇଥିଲେ। ଏହାପରେ ପାତ୍ର ସାଉନ୍ତା ବାବାଙ୍କ ପାଖକୁ ଆସିଥିଲେ। ବାବା ତାଙ୍କୁ ଲଡୁ ଖାଇବାକୁ ଦେଇଥିଲେ। ପାତ୍ର ତାଙ୍କ ପାଖରେ ଥିବା ଅନ୍ୟମାନଙ୍କୁ ମଧ୍ୟ ଉକ୍ତ ଲଡୁ ଖାଇବାକୁ ଦେଇଥିଲେ। ବାବା ସେଠାରୁ ପଳାଇଥିଲେ। କିଛି ସମୟ ପରେ ଲଡୁ ଖାଇଥିବା ପାତ୍ର, ମାନସ, ଲୋକେଶ, ସୁନ୍ଦର, ବେନି ଓ ଲିଙ୍ଗାଙ୍କ ମୁଣ୍ଡ ମୁଲାଇବା ସହ ବାନ୍ତି ହୋଇଥିଲା। ମାନସ ଓ ଲୋକେଶଙ୍କୁ ପରିବାର ଲୋକେ ଦଶମନ୍ତପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଲୋକେଶ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଥିବାବେଳେ ମାନସଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି। ତେଶୁ ତାଙ୍କୁ କୋରାପୁଟ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସମ୍ପୃକ୍ତ ବାବାଙ୍କୁ ଖୋଜି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।
https://www.dharitri.com/india-will-face-pakistan-first/
ଭାରତ ପ୍ରଥମେ ପାକିସ୍ତାନକୁ ଭେଟିବ ଦୁବାଇ,୪ା୧୦: ଆଇସିସି ମହିଳା ଟି୨୦ ବିଶ୍ୱକପ୍ ୨୦୨୩ ପାଇଁ ସୋମବାର ଅନ୍ତର୍ଜାତୀୟ କ୍ରୀଡ଼ା ପରିଷଦ (ଆଇସିସି) ତରଫରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ତଦନୁସାରେ ଭାରତ ଏହାର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଫେବୃୟାରୀ ୧୨ରେ କେପ୍ଟାଉନ୍ଠାରେ ଖେଳିବ। ଦକ୍ଷିଣ ଆଫ୍ରିକାରେ ଫେବୃୟାରୀ ୧୦ରୁ ୨୬ ପର୍ଯ୍ୟନ୍ତ ହେବାକୁଥିବା ଏହି ଟୁର୍ନାମେଣ୍ଟର ଗ୍ରୁପ୍ ୨ରେ ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ, ପାକିସ୍ତାନ ଓ କ୍ୱାଲିଫାୟର ଆୟର୍ଲାଣ୍ଡ ସ୍ଥାନ ପାଇଛନ୍ତି। ଭାରତ ଏହାର ଦ୍ୱିତୀୟ ମ୍ୟାଚ୍ ଫେବୃୟାରୀ ୧୫ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କେପ୍ଟାଉନ୍ରେ ଖେଳିବ। ଦଳ ଇଂଲଣ୍ଡ ଓ ଆୟର୍ଲାଣ୍ଡକୁ ଯଥାକ୍ରମେ ଫେବୃୟାରୀ ୧୮ ଓ ୨୦ରେ ଜିକ୍ୱେବର୍ହାଠାରେ ଭେଟିବ। ଆୟୋଜକ ଦକ୍ଷିଣ ଆଫ୍ରିକା ଟୁର୍ନାମେଣ୍ଟର ଉଦ୍ଘାଟନୀ ମ୍ୟାଚ ଶ୍ରୀଲଙ୍କା ବିପକ୍ଷରେ କେପ୍ଟାଉନ୍ରେ ଖେଳିବ। ଫାଇନାଲ ମ୍ୟାଚ୍ ଫେବୃୟାରୀ ୨୬ରେ ଖେଳାଯିବ।
https://www.dharitri.com/youth-should-take-initiative-to-do-business-president-draupadi-murmu/
ଯୁବପିଢ଼ି ଚାକିରି କରନ୍ତୁ, ମନା ନାହିଁ କିନ୍ତୁ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ମଧ୍ୟ ଆଗଭର ହୁଅନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପାରାଦ୍ୱୀପ,୨୭।୧୧: ସୋମବାର ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଆଜିର ଯୁବପିଢ଼ି ମାନଙ୍କୁ କିଛି ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ, ଯୁବପିଢ଼ି ସେମାନଙ୍କର ଯୋଗ୍ୟତା ଅନୁସାରେ ଚାକିରିବାକିରି କରନ୍ତୁ, ମନା ନାହିଁ କିନ୍ତୁ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ମଧ୍ୟ ଆଗଭର ହୁଅନ୍ତୁ। କଥାରେ ଅଛି, “ବାଣିଜ୍ୟେ ବସତେ ଲକ୍ଷ୍ମୀଃ” । ଯୁବପିଢ଼ି ନିଜ ରୁଚି ଅନୁସାରେ ନୂଆ ନୂଆ ଶିଳ୍ପ ପ୍ରତିଷ୍ଠାରେ ମଧ୍ୟ ମନୋନିବେଶ କରନ୍ତୁ । ଏହା ଦ୍ୱାରା ସେମାନେ ନିଜେ ଜୀବିକା ଅର୍ଜନ କରିବା ସହିତ ଅନ୍ୟମାନଙ୍କୁ ଜୀବିକା ପ୍ରଦାନ କରିପାରିବେ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ବର୍ତ୍ତମାନ ଆମ ଦେଶ ବନ୍ଦରର ବିକାଶରୁ ବନ୍ଦରର ନେତୃତ୍ୱରେ ବିକାଶ ଆଡକୁ ଅଗ୍ରସର ହେଉଛି । ଏହି ଦିଗରେ କେନ୍ଦ୍ର ସରକାରଙ୍କର ସାଗରମାଳା କାର୍ଯ୍ୟକ୍ରମ ଏକ ପ୍ରଶଂସନୀୟ ପଦକ୍ଷେପ । କେନ୍ଦ୍ର ସରକାର ପୋର୍ଟ୍‍ସ ଫର୍‍ ପ୍ରସପରିଟି ଏବଂ ପୋର୍ଟ୍‍ସ ଫର ପ୍ରୋଗ୍ରେସ୍‍ ଦିଗରେ କାର୍ଯ୍ୟ କରୁଛନ୍ତି । ତେବେ ବିଶ୍ୱସ୍ତରୀୟ ମାନଦଣ୍ଡକୁ ଦୃଷ୍ଟିରେ ରଖି ଭାରତର ବନ୍ଦର ଗୁଡ଼ିକ ଅଧିକ ଦକ୍ଷତାର ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ବନ୍ଦର ଭିତ୍ତିଭୂମିକୁ ଆହୁରି ଦୃଢ଼ କରିବା ଦରକାର ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ୟେଶୋ ନାୟକ, ବିଶ୍ୱେଶ୍ୱର ଟୁଡୁ, ମନ୍ତ୍ରୀ ଟୁକୁନି ସାହୁ ଓ ଶାନ୍ତନୁ ଠାକୁର ଉପସ୍ଥିତ ଥିଲେ ।
https://www.dharitri.com/ଘର-ମାଲିକଙ୍କ-ବଦାନ୍ୟତା-୧୨-ପ/
ଘର ମାଲିକଙ୍କ ବଦାନ୍ୟତା: ୧୨ ପରିବାରଙ୍କୁ ଛାଡ କଲେ ମାସକର ଭଡା,ସମ୍ବର୍ଦ୍ଧିତ କଲେ ଉପଜିଲାପାଳ ବ୍ରହ୍ମପୁର ଅଫିସ,୧୫ା୫-କରୋନା ସ୍ଥିତି ରାଜ୍ୟରେ ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି। ଏଭଳି ସମୟରେ ବ୍ରହ୍ମପୁରରେ ରହୁଥିବା ଗରିବ ପରିବାରଙ୍କର ମାସକର ଘର ଭଡା ଛାଡକରି ବଦାନ୍ୟତା ଦେଖାଇଛନ୍ତି ମାଲିକ ମୁରଲୀ ମୋହନ ଆଚାର୍ଯ୍ୟ। ଆସ୍କାରୋଡ ସୋମନାଥନଗର ୫ମ ଲେନ୍ ଗୁପ୍ଚୁପ୍ କଲୋନୀରେ ମୁରଲୀଙ୍କ ଘରେ ଭଡାରେ ରହୁଥିବା ୧୨ ପରିବାରଙ୍କୁ ସେ ଏପ୍ରିଲ ମାସର ଭଡା ଛାଡ କରିଛନ୍ତି ା ଏଥିସହ ସେ ସମସ୍ତ ପରିବାରଙ୍କୁ ୨୫ କି.ଗ୍ରା.ଚାଉଳ ଦେଇଛନ୍ତି। ବର୍ତ୍ତମାନ କରୋନା ଲାଗି ଲକ୍ଡାଉନ୍ ଯୋଗୁ ସେମାନଙ୍କ ଆର୍ଥକ ସ୍ଥିିିତି ଦୁର୍ବଳ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ମାସର ଭଡା ଛାଡ କରିଥିବା ମୁରଲୀ କହିଛନ୍ତି ା ଏଭଳି କାର୍ଯ୍ୟ ପାଇଁ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ମୁରଲୀଙ୍କୁ ଉପଢୌକୋନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ା
https://www.dharitri.com/ଶିକ୍ଷାର୍ଥୀଙ୍କୁ-୯୯-ନମ୍ବର/
ଶିକ୍ଷାର୍ଥୀଙ୍କୁ ୯୯ ନମ୍ବର ପରିବର୍ତ୍ତେ ଶୂନ ଦେଇ ନିଲମ୍ବିତ ହେଲେ ଶିକ୍ଷୟତ୍ରୀ ହାଇଦ୍ରାବାଦ୍,୨୯।୪: ତେଲେଙ୍ଗାନାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଦ୍ୱାଦଶ ଶ୍ରେଣୀ ତେଲୁଗୁ ମାତୃଭାଷା ପରୀକ୍ଷାରେ ଶିିକ୍ଷାର୍ଥୀଙ୍କୁ ଜଣେ ଶିକ୍ଷୟତ୍ରୀ ୯୯ ନମ୍ବର ପରିବର୍ତ୍ତେ ଶୂନ ଦେଇ ନିଲମ୍ବିତ ହୋଇଛନ୍ତି। ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଉଚ୍ଚକର୍ତ୍ତୃପକ୍ଷ ଶିକ୍ଷୟତ୍ରୀ ଉମା ଦେବୀଙ୍କୁ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ସହିତ ନିଲମ୍ବିତ କରିଛନ୍ତି। ପରୀକ୍ଷାରେ ଫେଲ୍ ହୋଇଥିବା ଶିକ୍ଷାର୍ଥୀଙ୍କ ମଧ୍ୟରେ ଆତ୍ମହତ୍ୟା ମାନସିକତା ବଢୁଥିବାରୁ ଉଚ୍ଚକର୍ତ୍ତୃପକ୍ଷ ଏଭଳି ଦାୟିତ୍ୱହୀନତା ପାଇଁ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଥିବା କୁହାଯାଉଛି।
https://www.dharitri.com/content-zone-without-information-thermal-screening-in-progress/
ବିନା ସୂଚନାରେ କଣ୍ଟେନମେଣ୍ଟ ଜୋନ୍‌, ଚାଲିଛି ଥର୍ମାଲ ସ୍କ୍ରିନିଂ ଜି.ଉଦୟଗିରି,୧୮।୭(ଡି.ଏନ୍.ଏ.): କନ୍ଧମାଳ ଜିଲା ମହାଗୁଡ଼ାସାହିରୁ ଜଣେ ସ୍ଥାନୀୟ କରୋନା ପଜିଟିଭ୍ ଚିହ୍ନଟ ପରେ ଏହି ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହା ସହ ଉକ୍ତ ଜୋନ୍ର ଘରଘର ବୁଲି ଥର୍ମାଲ ସ୍କ୍ରିନିଂ କରାଯାଉଛି। ଏହା ସହିତ ଥଣ୍ଡା, କାଶ, ଜ୍ୱର ଆଦି ଲକ୍ଷଣ ଥିବା ଲୋକଙ୍କ ସ୍ବାବ ସଂଗ୍ରହ କରାଯାଉଛି। ଏହି କାଯ୍ୟରେ ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀଣି ମମତା ପ୍ରଧାନ, ବହୁମୂଖୀ ସ୍ବାସ୍ଥ୍ୟ ପରିଦର୍ଶକ ନେତ୍ର ମଲିକ, ମହିଳା ସ୍ବାସ୍ଥ୍ୟ କର୍ମି ଅଙ୍କିତା ପଟ୍ଟନାୟକ ପ୍ରମୁଖ ନିଯୋଜିତ ଅଛନ୍ତି। ଦୁଇ ଦିନରେ ୫୦୦ରୁ ଅଧିକ ଲୋକଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିବା ବେଳେ ଲକ୍ଷଣ ଦେଖାଦେଇଥିବା ୬ ଜଣଙ୍କ ସ୍ବାବ ସଂଗ୍ରହ କରାଯାଇଛି ବୋଲି ପିଏଚଇଓ କହିଛନ୍ତି। ବିନା ସୂଚନାରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିବାରୁ ଲୋକମାନେ ଜରୁରୀ ସାମଗ୍ରୀ କିଣି ନପାରି ଅସୁବିଧାରେ ସମ୍ମୁଖିନ ମଧ୍ୟ ହୋଇଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସେମାନଙ୍କୁ ସହଯୋଗ କରାଯିବ ବୋଲି ଏନଏସି ବରିଷ୍ଠ ସହାୟକ ସତ୍ୟପ୍ରକାଶ ମହାପାତ୍ର କହିଛନ୍ତି ।
https://www.dharitri.com/vigilance-raids-on-mentally-retarded-residential-schools/
ମାନସିକ ଅନଗ୍ରସର ଆବାସିକ ବିଦ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ ଛତ୍ରପୁର,୨୦ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ ଥିବା ‘ସମର୍ଥ’ ମାନସିକ ଅନଗ୍ରସର ଆବାସିକ ବିଦ୍ୟାଳୟରେ ଭିଜିଲାନ୍ସ ଟିମ୍ ବୁଧବାର ଚଢ଼ାଉ କରିଛି। ଆଜି ଅପରାହ୍ନରେ ବ୍ରହ୍ମପୁର ଭିଜିଲାନ୍ସର ୫ ଜଣିଆ ଟିମ୍ ସମର୍ଥ ଶିକ୍ଷାନୁଷ୍ଠାନରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ସୂଚନାଥାଉକି, ସମର୍ଥ ଶିକ୍ଷାନୁଷ୍ଠାନର ସମ୍ପାଦକଙ୍କ ନାଁରେ ପୂର୍ବରୁ ବିଭିନ୍ନ ଅର୍ଥ ହଡ଼ପ ଅଭିଯୋଗ ଆସିଥିବା ବେଳେ ଆଜି ଭିଜିଲାନ୍ସ ଟିମ୍ ପହଞ୍ଚି ସେଗୁଡ଼ିକର ତଦନ୍ତ ଆରମ୍ଭ କରିଛି। ଚଳିତ ମାସ ୪ ତାରିଖରେ ଅନୁଷ୍ଠାନରେ ଥିବା ୧୧୪ଜଣ ପିଲାଙ୍କ ଅର୍ଥ ହଡ଼ପ କରାଯାଇଥିବା ନେଇ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା। ଏହାସହିତ ଶାରୀରିକ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ଅଣାଯାଇଥିଲା। ଏହା ସହ ଅର୍ଥ ହଡ଼ପ କରାଯାଇଥିବା ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରାଯାଇଥିଲା। ଫଳରେ ଆଜି ଭିଜିଲାନ୍ସ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
https://www.dharitri.com/ସ୍ବାଭିମାନ-ଅଞ୍ଚଳରେ-କଡ଼ା-ବ/
ସ୍ବାଭିମାନ ଅଞ୍ଚଳରେ କଡ଼ା ବିରୋଧ: ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ମାଓବାଦୀ ମୃତ, ଜଣେ ଗୁରୁତର ମାଲକାନଗିରି,୨୬।୧(ସ୍ବ.ପ୍ର.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ଶନିବାର ରାତିରେ ମାଓବାଦୀଙ୍କୁ କଡ଼ା ବିରୋଧ କରାଯାଇଛି। ଉକ୍ତ ଅଞ୍ଚଳର ଜନ୍ତୁରାଇ ଗାଁକୁ ମାଓବାଦୀ ଆସି ଉନ୍ନୟନମୂଳକ କାର୍ଯ୍ୟକୁ ବିରୋଧ କରିବା ଲାଗି ଗ୍ରାମବାସୀଙ୍କୁ ଆଦେଶ ଦେଇଥିଲେ। ମାତ୍ର ଗ୍ରାମବାସୀ ଏହାର ବିରୋଧ କରିବା ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ମାଓବାଦୀ ଗୁଳିଚାଳନା କରିବାରୁ ଗ୍ରାମବାସୀ ଟେକା ପଥର ପକାଇବା ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ପାଲଟା ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗ୍ରାମବାସୀ ହନ୍ତାଳଗୁଡ଼ା ବିଏସ୍ଏଫ କାର୍ଯ୍ୟାଳୟକୁ ହସ୍ତାନ୍ତର କରିଛନ୍ତି। ସେଠାରୁ ଗୁରୁତରଙ୍କୁ ଚିକିତ୍ସାଲାଗି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ମୃତ ମାଓବାଦୀଙ୍କୁ ଏସ୍ପିଙ୍କ କାର୍ଯ୍ୟାଳୟକୁ ପଠାଯାଇଛି। ସୂଚନାଯୋଗ୍ୟ, କିଛିଦିନ ତଳେ ଜନ୍ତୁରାଇକୁ ରାସ୍ତା ସଂଯୋଗୀକରଣ ହୋଇଥିଲା। ଏହାକୁ ମାଓବାଦୀ କଡ଼ା ବିରୋଧ କରିଥିଲେ।
https://www.dharitri.com/rohit-sharmas-wife-won-the-heart/
ହୃଦୟ ଜିତିଲେ ରୋହିତ ଶର୍ମାଙ୍କ ସ୍ତ୍ରୀ ଢାକା,୮।୧୨: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି। ଏହି ବିଜୟ ସହିତ ବାଂଲାଦେଶ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛ। ବୁଧବାର ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୫୦ ଓଭରରେ ୭ ଉଇକେଟ୍ ହରାଇ ୨୭୧ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତୀୟ ଦଳ ୪୩ ତମ ଓଭରରେ ୨୦୭ ରନ ପାଇଁ ୭ଟି ଉଇକେଟ ହରାଇଥିଲା। ଏହା ପରେ ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ ପଡ଼ିଆରେ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଏହି ସାହସିକ ଇନିଂସ ପାଇଁ ସୂର୍ଯ୍ୟକୁମାର ଯାଦବ ଏବଂ ସ୍ତ୍ରୀ ରିତିକା ସଜଦେହ ରୋହିତଙ୍କୁ ପ୍ରଶଂସା କରିଛନ୍ତି। ରୋହିତ ଏକକ ଭାବରେ ଭାରତକୁ ବିଜୟର ଆଡକୁ ନେଇଥିଲେ, କିନ୍ତୁ ଶେଷରେ ସେ ପଛରେ ରହିଯାଇଥିଲେ। ନଅ ନମ୍ବରରେ ବ୍ୟାଟିଂ କରୁଥିବା ରୋହିତ ୨୮ ବଲରୁ ଅପରାଜିତ ୫୧ ରନ କରିଥିଲେ। ସେ ନିଜ ଇନିଂସରେ ତିନି ଚୌକା ଓ ୫ ଛକା ମାରିଥିଲେ। ମ୍ୟାଚ ଆରମ୍ଭରେ ରୋହିତ ଆହତ ହୋଇଥିଲେ। ସେ ତାଙ୍କ ବାମ ହାତର ଆଙ୍ଗୁଠିରେ ଆଘାତ ପାଇଥିଲେ। ତାଙ୍କ ଆଙ୍ଗୁଠିରୁ ରକ୍ତ ମଧ୍ୟ ବାହାରୁଥିଲା। ଏହା ପରେ ତାଙ୍କୁ ତୁରନ୍ତ ପଡ଼ିଆରୁ ନିଆଯାଇଥିଲା। ଏହା ପରେ ଢାକା ଡାକ୍ତରଖାନା ମଧ୍ୟ ଯାଇଥିଲେ। ତେବେ କିଛି ସମୟ ପରେ ସେ ଷ୍ଟାଡିୟମକୁ ଫେରିଥିଲେ ମଧ୍ୟ ଫିଲ୍ଡିଂ ପାଇଁ ଓହ୍ଲାଇ ନ ଥିଲେ। ଭାରତୀୟ ଦଳର ବ୍ୟାଟିଂ ଏକ ଫ୍ଲପ ଥିଲା ଏବଂ ଦଳ ୬୫ ରନରେ ୪ଟି ଉଇକେଟ ହରାଇଥିଲା। ଏହା ପରେ ଶ୍ରେୟାସ ଆୟର ଏବଂ ଅକ୍ଷାର ପଟେଲ ଇନିଂସ ସମ୍ଭାଳି ଥିଲେ। ଏହି ଦୁଇଜଣ ଆଉଟ୍ ହେବା ମାତ୍ରେ ଭାରତୀୟ ଦଳ ପୁଣି ଅସୁବିଧାରେ ପଡ଼ିଥିଲେ। ଏହା ପରେ ରୋହିତ ଆଙ୍ଗୁଠିରେ ଏକ ବ୍ୟାଣ୍ଡେଜ ବାନ୍ଧି ପଡ଼ିଆକୁ ଓହ୍ଲାଇଥିଲେ। ଭାରତୀୟ ଦଳ ହୁଏତ ହାରିଥାଇପାରେ, କିନ୍ତୁ ସୋସିଆଲ ମିଡିଆରେ ସେମାନଙ୍କ ଇନିଂସକୁ ବହୁତ ପ୍ରଶଂସା କରାଯାଉଛି। ଟିମ ଇଣ୍ଡିଆରେ ରୋହିତଙ୍କ ପାର୍ଟନର ଏବଂ ଆଇପିଏଲ ଫ୍ରାଞ୍ଚାଇଜ ସୂର୍ଯ୍ୟକୁମାର ଯାଦବ ଟୁଇଟ୍ କରିଛନ୍ତି – ରୋହିତ ଶର୍ମାଙ୍କୁ ବହୁତ ସମ୍ମାନ। ଏଥି ସହିତ, ରିତିକା ରୋହିତଙ୍କ ପାଇଁ ଏକ ଇନଷ୍ଟାଗ୍ରାମ ଷ୍ଟାଟସରେ ଲେଖିଥିଲେ – ମୁଁ ତୁମକୁ ଭଲ ପାଏ ଏବଂ ତୁମେ ଭଳି ବ୍ୟକ୍ତି ପାଇଁ ମୁଁ ଗର୍ବିତ। ଏଭଳି ପରିସ୍ଥିତିରେ ପଡ଼ିଆକୁ ଯାଇ ଏକ ଉଜ୍ଜ୍ୱଳ ଇନିଂସ ଖେଳିବା ନିହାତି ଗର୍ବର ବିଷୟ।
https://www.dharitri.com/fast-tag-to-february-15/
ଫେବୃୟାରୀ ୧୫କୁ ଘୁଞ୍ଚିଲା ଫାସ୍‌ଟାଗ୍‌ ନୂଆଦିଲ୍ଲୀ, ୧।୧:ଜାତୀୟ ରାଜପଥଗୁଡ଼ିକରୁ ଫାସ୍ଟାଗ୍ ମାଧ୍ୟମରେ ଶତପ୍ରତିଶତ ଟୋଲ୍ ସଂଗ୍ରହ ଲାଗି ଧାର୍ଯ୍ୟ ସମୟସୀମାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଫେବୃୟାରୀ ୧୫ ଯାଏ ବୃଦ୍ଧି କରିଛନ୍ତି। ଏନେଇ ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ)କୁ ମନ୍ତ୍ରଣାଳୟ ଜଣାଇଦେଇଛି। ବର୍ତ୍ତମାନ ସୁଦ୍ଧା ୭୦ରୁ ୮୦ ପ୍ରତିଶତ ଟୋଲ୍ ସଂଗ୍ରହ ଫାସ୍ଟାଗ୍ରେ ହେଉଛି। ଫେବୃୟାରୀ ୧୫ରୁ ୧୦୦% ଫାସ୍ଟାଗ୍ ଟୋଲ ସଂଗ୍ରହ ପାଇଁ ଏନ୍ଏଚ୍ଏଆଇ ଆବଶ୍ୟକ ନିୟମାବଳୀ ପ୍ରଣୟନ କରିପାରିବ ବୋଲି ମନ୍ତ୍ରଣାଳୟ କହିଛି। ୨୦୨୧ ଜାନୁୟାରୀ ୧ରୁ ଫାସ୍ଟାଗ୍ ମାଧ୍ୟମରେ ସମ୍ପୂର୍ଣ୍ଣ ଟୋଲ୍ ସଂଗ୍ରହ ଲାଗି ପୂର୍ବରୁ ଘୋଷଣା କରାଯାଇଥିଲା। ଟୋଲ୍ ପ୍ଲାଜାଗୁଡ଼ିକରେ ନିର୍ବିଘ୍ନରେ ଯାତାୟାତ ଲାଗି ୨୦୨୧ ବର୍ଷର ପ୍ରଥମ ଦିନରୁ କ୍ୟାଶ୍ଲେସ୍ କାରବାର ପାଇଁ ବିଭାଗୀୟ ମନ୍ତ୍ରୀ ନୀତୀନ ଗଡ଼କରି ଲକ୍ଷ୍ୟ ରଖିଥିଲେ। ଏଥିପାଇଁ ନଭେମ୍ବରରେ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା। ଜାନୁୟାରୀ ୧ରୁ ଫାସ୍ଟାଗ୍ ବାଧ୍ୟତାମୂଳକ ବୋଲି ଗଡ଼କରୀ ଡିସେମ୍ବର ୨୫ରେ ଘୋଷଣା କରିଥିଲେ। ୪ ବ୍ୟାଙ୍କ ପକ୍ଷରୁ ୨୦୧୬ରେ ୧ ଲକ୍ଷ ଫାସ୍ଟାଗ୍ ଇସ୍ୟୁ ହୋଇଥିଲା। ୨୦୧୮ ସୁଦ୍ଧା ଏହି ସଂଖ୍ୟା ୩୪ ଲକ୍ଷରେ ପହଞ୍ଚତ୍ଥିଲା।
https://www.dharitri.com/tomorrow-lunar-eclipse-india-will-not-be-able-to-see/
କାଲି ଚନ୍ଦ୍ର ଗ୍ରହଣ: ଭାରତକୁ ହେବନି ଦୃଶ୍ୟମାନ… ନୂଆଦିଲ୍ଲୀ,୪।୫ : ୨୦୨୩ର ପ୍ରଥମ ଚନ୍ଦ୍ରଗ୍ରହଣ ୫ ମେ‘ ଶୁକ୍ରବାର ଦିନ ବୈଶାଖ ପୂର୍ଣ୍ଣିମାରେ ଘଟିବ। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ । ଚଳିତ ବର୍ଷ ଦୁଇଟି ଚନ୍ଦ୍ରଗ୍ରହଣ ହେବ। ଗୋଟିଏ ମେ’ ୫ ଏବଂ ଦ୍ୱିତୀୟ ତଥା ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅକ୍ଟୋବରରେ ହେବ। ଦୁଇଟି ଚନ୍ଦ୍ରଗ୍ରହଣ ବ୍ୟତୀତ ଆଉ ଗୋଟିଏ ସୂର୍ଯ୍ୟ ପରାଗ ମଧ୍ୟ ହେବ। ପ୍ରଥମ ସୂର୍ଯ୍ୟ ପରାଗ ୨୦ ଏପ୍ରିଲରେ ହୋଇଥିଲା। ଯାହା ଏକ ହାଇବ୍ରିଡ ସୂର୍ଯ୍ୟ ପରାଗ ଥିଲା। \୨୦୨୩ ର ଶେଷ ସୂର୍ଯ୍ୟ ପରାଗ ୧୪ ଅକ୍ଟୋବରରେ ଘଟିବ । ମେ’ ୫ ରେ, ଉପଛାୟା ଚନ୍ଦ୍ରଗ୍ରହଣ ରାତି ୮ଟା ୪୪ ରୁ ଆରମ୍ଭ ହୋଇ ମେ’ ୬ ତାରିଖ ଗୋଟାଏ ୧ ରେ ଶେଷ ହେବ। ଚନ୍ଦ୍ରଗ୍ରହଣର ସମୁଦାୟ ଅବଧି ୪ ଘଣ୍ଟା ୧୮ ମିନିଟ ହେବ। ଏହି ମହାଜାଗତିକ ଦୃଶ୍ୟ ଭାରତକୁ ଦୃଶ୍ୟମାନ ହେବ ନାହିଁ। ୟୁରୋପ, ଆଫ୍ରିକା, ଅଷ୍ଟ୍ରେଲିଆ, ଏସିଆ, ପ୍ରଶାନ୍ତ ମହାସାଗରୀୟ, ଆଟଲାଣ୍ଟିକ ଏବଂ ଭାରତ ମହାସାଗରୀୟ ଅଞ୍ଚଳରେ ଏହା ଦୃଶ୍ୟମାନ ହେବ। ସଧାରଣତଃ ତିନୋଟି ପ୍ରକାରର ଚନ୍ଦ୍ରଗ୍ରହଣ ଘଟିଥାଏ। ସେଗୁଡିକ ହେଉଛି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, ଆଂଶିକ ଚନ୍ଦ୍ରଗ୍ରହଣ ଏବଂ ଉପଛାୟା ଚନ୍ଦ୍ରଗ୍ରହଣ। ପୃଥିବୀ ଚନ୍ଦ୍ର ଏବଂ ସୂର୍ଯ୍ୟ ମଧ୍ୟରେ ଗତି କଲାବେଳେ ସୂର୍ଯ୍ୟଙ୍କ ଆଲୋକକୁ ଅନ୍ଧକାର କରି ଚନ୍ଦ୍ର ପୃଷ୍ଠରେ ଛାଇ ପଡ଼ିଲେ ଉପଛାୟା ଚନ୍ଦ୍ରଗ୍ରହଣ ଘଟିଥାଏ । ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣର ବିଶେଷ ଗୁରୁତ୍ୱ ଦିଆଯାଇଛି। ଯାହାର ଶୁଭ ଏବଂ ଅଶୁଭ ପ୍ରଭାବ ୧୨ଟି ରାଶି ଉପରେ ଅନୁଭୁତ ହୋଇଥାଏ। ଏହି ଚନ୍ଦ୍ରଗ୍ରହଣ ତୁଳା ରାଶି ଏବଂ ସ୍ବାତୀ ନକ୍ଷତ୍ରରେ ଘଟୁଛି।
https://www.dharitri.com/top-ukraine-minister-to-visit-india-on-monday/
୪ ଦିନିଆ ଭାରତ ଗସ୍ତରେ ଆସିବେ ୟୁକ୍ରେନ୍‌ ଉପବୈଦେଶିକ ମନ୍ତ୍ରୀ ନୂଆଦିଲ୍ଲୀ,୮ା୪: ଗତ ବର୍ଷ ଫେବୃୟାରୀରେ ରୁଷିଆ-ୟୁକ୍ରେନ ଯୁଦ୍ଧ ପରଠାରୁ ପ୍ରଥମ ଥର ପାଇଁ ସୋମବାର ୪ ଦିନିଆ ଭାରତ ଗସ୍ତରେ ଆସିବେ ୟୁକ୍ରେନ୍ ଉପବୈଦେଶିକ ମନ୍ତ୍ରୀ ଏମିନ୍ ଡିଜାରୋଭା। ଏହି ଅବସରରେ ସେ ଭାରତ-ୟୁକ୍ରେନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିବେ। ଏପରିକି ରୁଷିଆ ଆକ୍ରମଣରେ କ୍ଷତିଗ୍ରସ୍ତ ୟୁକ୍ରେନ୍ର ଭିତ୍ତିଭୂମିର ମରାମତି ପାଇଁ ମାନବିକ ସହାୟତା ଏବଂ ଯନ୍ତ୍ରପାତି ଯୋଗାଇ ଦେବାକୁ ଭାରତ ସହିତ ଆଲୋଚନା କରିବେ ବୋଲି ଜଣାପଡିଛି। ଅନ୍ୟପକ୍ଷେ ଉପବୈଦେଶିକ ମନ୍ତ୍ରୀ ଏମିନ୍ ଡିଜାରୋଭା ଭାରତ ବୈଦେଶିକ ବ୍ୟାପାର ଓ ସଂସ୍କୃତି ମନ୍ତ୍ରୀ ମୀନାକ୍ଷୀ ଲେଖୀ ଏବଂ ଡେପୁଟି ଜାତୀୟ ସୁରକ୍ଷା ପରାମର୍ଶଦାତା ବିକ୍ରମ ମିଶ୍ରିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହଛି। ଏପରିକି ଏମିନ୍ ଜାପାରୋଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁକ୍ରେନ ଗସ୍ତରେ ଯିବାକୁ ନିମନ୍ତ୍ରଣ କରିବେ ବୋଲି ଆଶା କରାଯାଉଛି।
https://www.dharitri.com/3-death-in-corona/
ରାଜ୍ୟରେ ୩ ଜଣଙ୍କ ଜୀବନ ନେଲା କରୋନା ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୮ ହଜାର ୩୭୩ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ୱରରୁ ୨ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜରୁ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
https://www.dharitri.com/ଗ୍ରାମ୍ୟ-ନ୍ୟାୟାଳୟ-ବିଳମ୍ବକ/
ଗ୍ରାମ୍ୟ ନ୍ୟାୟାଳୟ ବିଳମ୍ବକୁ ନେଇ ରାଜ୍ୟକୁ ସୁପ୍ରିମକୋର୍ଟ ଝଟକା ନୂଆଦିଲ୍ଲୀ,୧୨ା୨: ଗ୍ରାମ୍ୟ ନ୍ୟାୟାଳୟ ସ୍ଥାପନକୁ ନେଇ ଏକ ପିଟିଶନ ଉପରେ ସତ୍ୟପାଠ ଦାଖଲରେ ବିଳମ୍ବ କରିଥିବା ଓଡ଼ିଶା ସରକାରଙ୍କ ଉପରେ ସୁପ୍ରିମକୋର୍ଟ ୧ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରିଥିଲେ। ଅର୍ଥଦଣ୍ଡରୁ ବାଦ୍ ଦେବା ପାଇଁ ରାଜ୍ୟ ସରକାର କରିଥିବା ଆବେଦନକୁ ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ଅଗ୍ରାହ୍ୟ କରିଦେଇଛନ୍ତି। ଫଳରେ ରାଜ୍ୟ ସରକାରଙ୍କୁ ଶକ୍ତ ଝଟକା ଲାଗିଛି। ବିଚାରପତି ଏନ୍.ଭି. ରମାନା, କ୍ରିଷ୍ଣା ମୁରାରି ଏବଂ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡିଶା ଓ ଛତିଶଗଡ଼ର ଜରିମାନା ଛାଡ଼ ଆବେଦନକୁ ଖାରଜ କରିଦେବା ସହ ଯେଉଁ ରାଜ୍ୟମାନେ ଏକ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିନାହାନ୍ତି ସେମାନଙ୍କ ଜରିମାନା ପରିମାଣକୁ ଦ୍ୱିଗୁଣିତ କରିଛନ୍ତି। ସବୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଗ୍ରାମ୍ୟ ନ୍ୟାୟାଳୟ ସ୍ଥାପନ ପାଇଁ ନିର୍ଦ୍ଦେଶ ଦେବାକୁ ନ୍ୟାଶନାଲ ଫେଡେରେଶନ ଅଫ ସୋସାଇଟିଜ୍ ଫର ଲାଷ୍ଟ ଜଷ୍ଟିସ୍ ପକ୍ଷରୁ ପିଟିଶନ ଦାଏର ହୋଇଥିଲା। ଗ୍ରାମାଞ୍ଚଳ ଲୋକଙ୍କୁ ଶୀଘ୍ର ଓ ସୁବିଧାରେ ନ୍ୟାୟ ଯୋଗାଇଦେବା ପାଇଁ ଗ୍ରାମ୍ୟ ନ୍ୟାୟାଳୟ ସ୍ଥାପନ ନିମନ୍ତେ ୨୦୦୮ରେ ପାର୍ଲାମେଣ୍ଟରେ ବିଲ୍ ଗୃହୀତ ହୋଇଥିଲା।
https://www.dharitri.com/best-innings-of-his-career/
କ୍ୟାରିୟରର ଶ୍ରେଷ୍ଠ ଇନିଂସ କହିଲେ କୋହଲି ମେଲବୋର୍ନ,୨୩ା୧୦: ପାକିସ୍ତାନ ବିପକ୍ଷ ସୁପର-୧୨ ମ୍ୟାଚରେ ଭାରତ ଅବିଶ୍ୱସନୀ ବିଜୟୀ ହୋଇଛି। ଏଥିରେ ୫୩ ବଲରୁ ଅପରାଜିତ ୮୨ ରନ୍ର ଦମ୍ଦାର ଇନିଂସ ଖେଳିଥିଲେ ପୂର୍ବତନ ଅଧିନାୟକ ବିରାଟ କୋହଲି। ୩୧ ରନ୍ରେ ଭାରତ ୪ ଉଇକେଟ ହରାଇଥିବା ବେଳେ କୋହଲି ଏକପାଖିଆ ଭାବେ ଭାରତକୁ ବିଜୟୀ କରିଥିଲେ। ତେବେ ଏହି ଇନିଂସ ତାଙ୍କର ଶ୍ରେଷ୍ଠ ଇନିଂସ ହୋଇଥିବା ବେଳେ ଏହାକୁ ବର୍ଣ୍ଣନା କରିବା ପାଇଁ ତାଙ୍କ ପାଖରେ ଶବ୍ଦ ନ ଥିବା କହିଥିଲେ କୋହଲି। ସେ ଏହି ଇନିଂସରେ ୬ ଚୌକା ଓ ୪ ଛକା ମାରିଥିଲେ। ୧୮ତମ ଓଭର ବୋଲିଂ କରିଥିବା ଶାହିନ ଶାହ ଆଫ୍ରିଦିଙ୍କ ଓଭରରେ ୧୭ ରନ୍ ସଂଗ୍ରହ କରିବା ପରେ ହରିଶ ରୌଫଙ୍କ ପରବର୍ତ୍ତୀ ଓଭରରୁ ୧୫ ରନ୍ କରିଥିଲେ। ପ୍ରଥମ ୪ ବଲରେ ୩ରନ୍ ଆସିଥିବା ବେଳେ ଅନ୍ତିମ ଦୁଇ ବଲରେ ଦୁଇଟି ଛକା ମାରିଥିଲେ କୋହଲି। ଫଳରେ ମହମ୍ମଦ ନଓ୍ବାଜଙ୍କ ଅନ୍ତିମ ଓଭରରୁ ଭାରତକୁ ବିଜୟ ପାଇଁ ୧୬ ରନ୍ ଆବଶ୍ୟକ ଥିଲା। ହେଲେ ଶେଷ ଓଭରରେ ଆବଶ୍ୟକ ରନ୍ କରି ଭାରତ ବିଜୟ ହାସଲ କରିଥିଲା। ମୋହାଲିରେ ୫୨ ବଲରେ ୮୨ ରନ୍ ମୋର ଶ୍ରେଷ୍ଠ ଇନିଂସ ରହିଥିଲା ତେବେ ଆଜିର ପରସ୍ଥିତିକୁ ଦୃଷ୍ଟିରେ ଏହି ଇନିଂସ ମଧ୍ୟ ବେଶ ସ୍ବତନ୍ତ୍ର ବୋଲି କହିଛନ୍ତି କୋହଲି। ଅନ୍ୟପକ୍ଷେ ୪୦ ରନ୍ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ କୋହଲି ପ୍ରଶଂସା କରିଛନ୍ତି। ଏହା ସହିତ ତାଙ୍କ ଉପରେ ନିୟମିତ ବିଶ୍ୱାସ ଦେଖାଇଥିବା ରୋହିତ ଶର୍ମାଙ୍କୁ ମଧ୍ୟ ପ୍ରଶଂସା କରି ଧନ୍ୟବାଦ ଜଣାଇଛନ୍ତି। କୋହଲି ଏବଂ ପାଣ୍ଡ୍ୟା ଉଭୟ ଅଭିଜ୍ଞ ଖେଳାଳି। ଉଭୟଙ୍କ ଉପରେ ଟିମ୍ର ଭରସା ଥିଲା ବୋଲି ଅଧିନାୟକ ରୋହିତ ଶର୍ମା ପ୍ରକାଶ କରିଛନ୍ତି।
https://www.dharitri.com/uma-strongly-countered-to-arvind-dhali/
ଢାଲିଙ୍କ ବିଜେଡି ଭାଙ୍ଗିବା ମନ୍ତବ୍ୟକୁ ନେଇ ଜୋରଦାର କାଉଣ୍ଟର କଲେ ଉମା ସାମନ୍ତରାୟ, କହିଲେ ଏବେ ବି… ଭୁବନେଶ୍ୱର,୨।୮: ଭାଜପା ନେତା ଅରବିନ୍ଦ ଢାଲିଙ୍କ ବିଜେଡି ଭାଙ୍ଗିବା ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି ବିଜେଡି ନେତା ଉମା ସାମନ୍ତରାୟ। ଉମା କହିଛନ୍ତି, ଯେଉଁମାନେ ରଙ୍ଗ ବଦଳାନ୍ତି,ସେମାନଙ୍କ ଚରିତ୍ର ସେପରି। ବିଜେଡି ଆଜି ବି ଶକ୍ତିଶାଳୀ ଦଳ, ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ଅଛି। ତାଙ୍କ କଥାର କିଛି ଗୁରୁତ୍ୱ ନାହିଁ, ବିଜେଡିକୁ ଫରକ ପଡ଼ିବନି। ସ୍ଥିତି ଟଳମଳ ପରେ ଚକ୍ରାନ୍ତ କରି ଭାଜପା ଯାଉଛନ୍ତି ବୋଲି ବିଜେଡି ନେତା ଉମା କହିଛନ୍ତି। ଏହା ପୂର୍ବରୁ ବିଜେଡିକୁ ନେଇ ଅରିବନ୍ଦ ଢାଲି କହିଥିଲେ, ବିଜେଡିର ବସା ଭବିଷ୍ୟତରେ ଖାଲି ହୋଇଯିବ। ୨୫ ବର୍ଷରେ ବିଜେଡି ଯାହା କରିନି, ଭାଜପା ୫ ବର୍ଷରେ କରିବ। ମୁଖ୍ୟମନ୍ତ୍ରୀ ଦିନରାତି କାମ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିଏ ଯାଉଛି ଅଭିଯୋଗ ଶୁଣାଯାଉଛି।ଯାହାକୁ ନେଇ ଏବେ ବିଜେଡି ପକ୍ଷରୁ କାଉଣ୍ଟର କରାଯାଉଛି।
https://www.dharitri.com/ileana-in-bold-look/
ବୋଲ୍ଡ ଲୁକ୍‌ରେ ଇଲିଆନା ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଇଲିଆନା ଡି-କ୍ରୁଜ ଫଟୋ ଏବଂ ଭିଡିଓକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଏବେ ସେ ମାଲଦ୍ୱୀପରେ ଛୁଟିଦିନ କାଟୁଛନ୍ତି ଇନଷ୍ଟାଗ୍ରାମରେ ଅଭିନେତ୍ରୀଙ୍କ ଗ୍ଲାମରସ ଲୁକ୍ର ଫଟୋ ଏବଂ ଭିଡିଓରେ ଦେଖିବାକୁ ମିଳୁଛି । ଯାହା ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି । ଭାଇରାଲ ହେଉଥିବା ଫଟୋରେ ଇଲିଆନା ସମୁଦ୍ର କୂଳରେ ନଜର ଆସିଛନ୍ତି । ଏକ ଧଳା ଏବଂ ଏକ ଲାଲ ବିକିନିରେ ସେ ଏକଦମ ଜବରଦସ୍ତ ବୋଲ୍ଡ ଅନ୍ଦାଜରେ ନଜର ଆସୁଛନ୍ତି। ତେବେ ତାଙ୍କର ଏହି ଫଟୋକୁ ଫ୍ୟାନ୍ସ ପସନ୍ଦ କରିବା ସହିତ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି ।
https://www.dharitri.com/କୋଭିଡ୍‌-୧୯-ଆମ୍ବୁଲାନ୍ସ-ଧକ/
କୋଭିଡ୍‌-୧୯ ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ ବ୍ରହ୍ମପୁର ଅଫିସ,୧୦ା୬: ଏମ୍କେସିଜି ମେଡିକାଲ କାଜୁଆଲଟି ପରିସରରେ ବୁଧବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି। ମେଡିକାଲରୁ ଜଣେ କରୋନା ପଜିଟିଭ୍ ରୋଗୀଙ୍କୁ ନେଇ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ଯାଉଥିବା କୋଭିଡ୍-୧୯ ଆମ୍ବୁଲାନ୍ସ ନମ୍ବର ଓ ଆର ୦୭ ଭି – ୧୬୨୩ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ଖୋର୍ଦ୍ଧା ଜିଲା ବାଲୁଗାଁ ଥାନା ଅନ୍ତର୍ଗତ ନାଚୁଣିର ମଦନମୋହନ ମହାପାତ୍ରଙ୍କ ସ୍ତ୍ରୀ ମଞ୍ଜୁ ମହାପାତ୍ର (୪୫)ବୋଲି ଟ୍ରାଫିକ୍ ପୋଲିସ ସୂଚନା ଦେଇଛି। ମହିଳା ଜଣକ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କ ସ୍ବାମୀ ଏବଂ ପୁତୁରାଙ୍କ ସହ ଏମ୍କେସିଜି ମେଡିକାଲ ଆସିଥିଲେ। ସେ ମେଡିକାଲ କାଜୁଆଲଟି ଭିତରକୁ ଯାଉଥିବା ବେଳେ ଏମ୍କେସିଜିରୁ ଜଣେ କରୋନା ରୋଗୀଙ୍କୁ ନେଇ ସିତଳାପଲ୍ଲୀ କୋଭିଡ୍ ହସ୍ପିଟାଲକୁ ଆମ୍ବୁଲାନ୍ସଟି ଯିବା ସମୟରେ ପଛରୁ ମହିଳାଙ୍କୁ ଧକ୍କା ଦେଇଥିଲା। ଏପରିକି ମହିଳାଙ୍କ ପେଟ ଉପରେ ଆମ୍ବୁଲାନ୍ସଟି ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଆମ୍ବୁଲାନ୍ସଟି କରୋନା ରୋଗୀଙ୍କୁ ଧରି ସିତଳାପଲ୍ଲୀ ଚାଲିଯାଇଥିବା ବେଳେ ପୋଲିସ ଏନେଇ ୨୧/୨୦ ରେ ଏକ ମାମଲା ରୁଜୁ କରିଥିବା କହିଛି। ଅନ୍ୟପଟେ ଡ୍ରାଇଭର ବିନୋଦଙ୍କୁ ପୋଲିସ ଅଟକ ରଖିଥିବା କହିଛି।
https://www.dharitri.com/bollywood-swara-bhaskar-joins-rahul-gandhi-bharat-jodo-yatra/
ରାହୁଲଙ୍କୁ ଗୋଲାପ ଦେଲେ ସ୍ବରା ନୂଆଦିଲ୍ଲୀ,୧।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ଗୁରୁବାର ଉଜୈନରେ ପହଞ୍ଚିଛି। କଂଗ୍ରେସ ଏହି ଯାତ୍ରାରେ ସାମିଲ ହେବା ପାଇଁ ବଲିଉଡ୍ ଅଭିନେତ୍ରୀ ସ୍ବରା ଭାସ୍କର ମଧ୍ୟ ଉଜୈନରେ ପହଞ୍ଚିଥିଲେ। ଏହାପରେ ସେ ରାହୁଲ ଗାନ୍ଧୀଙ୍କ ସହ ଯାତ୍ରାରେ ସାମିଲ ହୋଇଥିଲେ। ଯାତ୍ରା ସମୟର କେତେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉକ୍ତ ଫଟୋରେ ସ୍ବରା ସିମ୍ଫଲ୍ ଲୁକ୍ରେ ନଜର ଆସିଥିଲେ। ସେ ଧଳା ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ଏହା ସହିତ ଏକ ପ୍ରିଣ୍ଟେଡ୍ ଶାଲ ନେଇଥିଲେ। ଅନ୍ୟପଟେ ଏହି ଯାତ୍ରାରେ ସ୍ବରା ରାହୁଲଙ୍କୁ ଏକ ଗୋଲାପ ଫୁଲ ଗୁଚ୍ଛ ଦେଇଥିବା ଦେଖିବାକୁ ମିଳିଛି। ଏହି ସମୟରେ ସ୍ବରା ହସୁଥିବା ବେଳେ ରାହୁଲ ମୁଣ୍ଡ ତଳକୁ କରି ଫୁଲ ଗ୍ରହଣ କରୁଥିବା ନଜର ଆସିଛନ୍ତି। ଏହି ସମୟରେ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାତ୍ରାରେ ସାମିଲ ହେବା ପରେ ଅଭିନେତ୍ରୀ ରାହୁଲ ଗାନ୍ଧୀଙ୍କ ଏହି ପଦଯାତ୍ରାକୁ ବେଶ୍ ପ୍ରଶଂସା କରିଛନ୍ତି।
https://www.dharitri.com/ବର୍ଷା-ସାଜିଛି-ବାଧକ-ଚାଷ-ଆଗେ/
ବର୍ଷା ସାଜିଛି ବାଧକ, ଚାଷ ଆଗେଇ ପାରୁନି୨ ମାସରେ ୪୦୫ ମି.ମି. ବର୍ଷା ହୋଇଛି କର୍ଲାମୁଣ୍ଡା,୬।୮(ଡି.ଏନ.ଏ.) ଦିନକୁ ଦିନ ଗଡି ଚାଲିଥିଲେ ହେଁ ବର୍ଷା ହେଉ ନ ଥିବାରୁ ଚାଷୀଙ୍କ ଚାଷ କାର୍ଯ୍ୟ ଏବେ ଠପ୍ ହୋଇଯାଇଛି । କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । କର୍ଲାମୁଣ୍ଡା ବ୍ଲକ କୃଷି ବିଭାଗଠାରୁ ମିଳିଥିବା ତଥ୍ୟ ମୁତାବକ ଏହି ବ୍ଲକରେ ମୋଟ ୭୮୦୦ ହେକ୍ଟର ଧାନ ଚାଷ ଜମି ରହିଛି । ଏଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪୬୫୦ ହେକ୍ଟର ବୁଣା ଓ ୩୦୦ ହେକ୍ଟର ଧାନ ତଳି (ନର୍ସରି) ପଡିଛି । ତେବେ ଆବଶ୍ୟକ ସମୟରେ ବର୍ଷା ହେଉ ନ ଥିବାରୁ ଚାଷୀଙ୍କ ଚାଷ କାର୍ଯ୍ୟ ଆଗେଇ ପାରୁ ନ ଥିବା ଚାଷୀ ରାମ ପ୍ରସାଦ ସାହୁ କହିଛନ୍ତି । ଅନ୍ୟପଟେ ପାଣିପାଗ ରିପୋର୍ଟ ଅନୁଯାୟୀ ଗତ ଜୁନରେ ୧୨୬ ମି.ମି., ଜୁଲାଇ ମାସରେ ୨୭୫.୪୦ ମି.ମି. ଓ ଅଗଷ୍ଟ ମାସ ପ୍ରଥମ ସପ୍ତାହ ସୋମବାର ସୁଦ୍ଧା ମାତ୍ର ୪ ମି.ମି. ବର୍ଷା ହୋଇଛି । ଫଳରେ ଚାଷୀଙ୍କ ପାଇଁ ଜୁଲାଇ ଶେଷ ସପ୍ତାହ ଓ ଅଗଷ୍ଟ ପ୍ରଥମ ସପ୍ତାହରେ ଦରକାର ପଡୁଥିବା ବର୍ଷା ପାଣି ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି । ବିଶେଷ ଭାବେ ଏହି ବ୍ଲକର ରିଞ୍ଜା, କର୍ଲାମୁଣ୍ଡା, ସ-ମାଲପଡା, ଯୋରାବେରା, ରେଗଡା, ସାପଲହରା, ଗଜବାହାଲ, ପୌରକେଲା, ତେରେସିଙ୍ଗା, ରିଷିଡା ପଞ୍ଚାୟତ ଗୁଡିକର ଅଧିକାଂଶ ଗାଁରେ ଚାଷୀଙ୍କ ଚାଷ କାର୍ଯ୍ୟ ହୋଇ ପାରି ନ ଥିବା ଦେଖିବାକୁ ମିଳିଛି । ଉତେଇ ଜଳସେଚନ ବ୍ୟବସ୍ଥା ରହିଥିଲେ ହେଁ କମ ବର୍ଷା ହେତୁ କେନାଲଗୁଡିକରେ ଆବଶ୍ୟକ ମୁତାବକ ପାଣି ଆସି ପାରୁନାହିଁ । ଏବେଠୁ ବର୍ଷା ଜଳ ସଂରକ୍ଷଣ ଦିଗରେ ବ୍ଲକ ପ୍ରଶାସନ ପଞ୍ଚାୟତଗୁଡିକରେ ଯୋଜନାମାନ ପ୍ରସ୍ତୁତ କରାଯାଇ କାର୍ଯ୍ୟକ୍ଷମ କରାଯାଇ ପାରିଲେ ମରୁଡିର ମୁକାବିଲା କରାଯାଇ ପାରନ୍ତା ବୋଲି ବୃଦ୍ଧିଜୀବି ମହଳଲରେ ମତ ପ୍ରକାଶ ପାଇଛି। ଫଟୋ:
https://www.dharitri.com/the-bjp-is-facing-the-bjp/
ବିଜେଡିକୁ ମୁକାବିଲା କରୁଛି ଭାଜପା ବ୍ରହ୍ମପୁର ଅଫିସ,୧୩।୨: ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ୧୦ନଂ. ଜିଲା ପରିଷଦ ଜୋନ୍ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୧୬ରେ ହେବ। ବ୍ରହ୍ମପୁର ନିକଟ ଲୋଚାପଡ଼ା, ନିମଖଣ୍ଡି, ହୁଗୁଳାପଟା, ଗୁରୁଣ୍ଠି, ବୋରଗଁା, ଜଗଦଳପୁର, ଆଙ୍କୁଶପୁର ଓ ମସିହାଖାଲି ଏହି ୮ ପଞ୍ଚାୟତକୁ ନେଇ ଗଠିତ ୧୦ନଂ. ଜୋନ୍। ଏହି ସମସ୍ତ ପଞ୍ଚାୟତ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁକୁଡ଼ାଖଣ୍ଡି ବ୍ଲକ ଅଧିନ ହୋଇଥିଲେ ମଧ୍ୟ ଗୋପାଳପୁରରେ ଅନ୍ତର୍ଭୁକ୍ତ ରହିଛି। ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ଶାସକ ବିଜେଡିରୁ ଭାରତୀ ନାୟକ, ଭାଜପାରୁ ଅନିତା ବେହେରା ଓ କଂଗ୍ରେସରୁ କୃଷ୍ଣଲତା ଦାସ ପ୍ରାର୍ଥୀ ହୋଇଛନ୍ତି। ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ମୁଖ୍ୟତଃ ଶଙ୍ଖ ଓ ପଦ୍ମ ଦଳ ମଧ୍ୟରେ ଲଢ଼େଇ ତୀବ୍ର ହେଉଛି। ସୂଚନାଯୋଗ୍ୟ, ୨୦୧୭ ନିର୍ବାଚନରେ ଏହି ଜୋନ୍ ପୁରୁଷଙ୍କ ପାଇଁ ଥିଲା। ଭାଜପାରୁ ବର୍ତ୍ତମାନର ଗଞ୍ଜାମ ସାଙ୍ଗଠନିକ ଜିଲା ଯୁବମୋର୍ଚ୍ଚା ସଭାପତି ଏଲ.ମୋହନ ଦାସ ଜିଲା ପରିଷଦକୁ ନିର୍ବାଚିତ ହୋଇଥିଲେ। ଚଳିତ ନିର୍ବାଚନରେ ଭାଜପା ହାତରୁ ଛଡ଼ାଇ ନେବା ପାଇଁ ବିଜେଡି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି। ଏହି ଜୋନ୍ ଉଭୟ ବିଜେଡି ଓ ଭାଜପାର ସମ୍ମାନର ପ୍ରଶ୍ନ ହୋଇଛି। ମୋହନ ଦାସ ଏବେ ଲୋଚାପଡ଼ା ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି। ଗତ ନିର୍ବାଚନରେ ଗୋପାଳପୁର କ୍ଷେତ୍ରର ୪ ଜୋନ୍ରୁ ୧୦ ଓ ୫୪ନଂ. ଜୋନ୍ରେ ଭାଜପା ଜିତିଥିଲା। ତାହା ବଜାୟ ରଖିତ୍ବା ନିମନ୍ତେ ପଦ୍ମ ଦଳ କସରତ କରୁଛି। କୁକୁଡ଼ାଖଣ୍ଡି ବ୍ଲକର ଏହି ଜୋନ୍ରେ ବିଜେଡି ପକ୍ଷରୁ ଗୋପାଳପୁର ସେଗ୍ମେଣ୍ଟ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିିବ ଗୋପବନ୍ଧୁ ଦାସ ଭୋଟରଙ୍କ ପାଖକୁ ଯାଇ ସଚେତନ କରୁଛନ୍ତି। ଭାଜପା ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରାଜନୀତିରେ ପୁରୁଣା ଏବଂ ଗୋପାଳପୁର ଆସନରେ ୩ ଥର ନିର୍ବାଚନ ଲଢ଼ିଥିବା ପାର୍ଟି ଜିଲା ସଭାପତି ବିଭୂତି ଜେନା କାଉଣ୍ଟର ପ୍ରଚାର କରୁଛନ୍ତି। ମୋହନ ଦାସଙ୍କ ସମେତ ଅନ୍ୟମାନେ ଭୋଟ ପ୍ରଚାରରେ ସାମିଲ ହେଉଛନ୍ତି। ତେବେ ନିର୍ବାଚନୀ ପ୍ରଚାରରେ କଂଗ୍ରେସ ଅନ୍ୟ ଜୋନ୍ଗୁଡ଼ିକ ଭଳି ୧୦ନଂ.ରେ ବହୁ ପଛରେ ଥିବା ଲକ୍ଷ୍ୟ କରାଯାଇଛି। ତେଣୁ ଭାଜପା ଓ ବିଜେଡି ମଧ୍ୟରେ କଡ଼ା ମୁକାବିଲା ହେଉଛି। ଯିଏ ଜିତିବ ଭୋଟ ବ୍ୟବଧାନ ଅଳ୍ପ ହେବାର ପ୍ରାକ୍ ଆକଳନ କରାଯାଇଛି। ସେହିପରି ଗୋପାଳପୁର କ୍ଷେତ୍ର ରଙ୍ଗେଇଲୁଣ୍ଡା ବ୍ଲକ ୫୪ନଂ. ଜୋନ୍ରେ ମଧ୍ୟ ବିଜେଡି -ଭାଜପା ମଧ୍ୟରେ ଟକ୍କର ହେଉଛି। ପୂର୍ବତନ ଜିଲା ପରିଷଦ ସଭ୍ୟ ଦୀପକ ସାମନ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ଶୁଭାଶିଷ ସାହୁ ଭାଜପାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନୂଆ ଓ ପୁରୁଣାଙ୍କ ଏହି ଲଢ଼େଇ ରୋଚକ ହୋଇଛି। ଗତ ନିର୍ବାଚନରେ ବିଜେଡିରୁ ନିର୍ବାଚିତ ସଭ୍ୟା ମଞ୍ଜୁଶ୍ରୀ ଦଳାଇଙ୍କୁ ଏଥର ଟିକେଟ ଦିଆଯାଇନାହିଁ। ତଥାପି ସେ ଦୀପକଙ୍କ ପାଇଁ ପ୍ରଚାର କରୁଥିଲେ ମଧ୍ୟ ଅସନ୍ତୁଷ୍ଟ ଥିବା ଅଞ୍ଚଳରେ ଆଲୋଚନା ହେଉଛି। ଏହି ଜୋନ୍ରେ ମଧ୍ୟ କଂଗ୍ରେସ ପଛରେ ରହିଛି। କିଏ ଜିତିବ ଓ କିଏ ହାରିବ ସେନେଇ ସବୁ ଖଟିରେ ଜୋର ଧରିଛି ଚର୍ଚ୍ଚା।
https://www.dharitri.com/omar-abdullah-rahul-gandhi-live-session-delhi-ncr-chicago-student/
ଥରିଲା ଉତ୍ତର ଭାରତ: କମ୍ବଳ ନେଇ ଦୌଡିଲେ ଉମର ଅବଦୁଲ୍ଲା ନୂଆଦିଲ୍ଲୀ,୧୩ ।୨: ଦିଲ୍ଲୀ-ଏନ୍ସିଆର୍ ସମେତ ସମ୍ପୂର୍ଣ୍ଣ ଉତ୍ତର ଭାରତ ଶୁକ୍ରବାର ରାତିରେ ଭୂକମ୍ପ ଝଟ୍କାରେ ଥରି ଉଠିଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ଥିବା ଜଣାପଡିଥିଲା । ଏହାର କେନ୍ଦ୍ରସ୍ଥଳ ତାଜିକିସ୍ତାନର ଭୂମିଠାରୁ ପାଖାପାଖି ୯୦ କିଲୋମିଟର ଗଭିରରେ ଥିଲା । ତେବେ ଭୂକମ୍ପ ପ୍ରଭାବରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ । ଏହି ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭିଡିଓ କନଫରେନ୍ସିଂ ଜରିଆରେ ସିକାଗୋ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ସହ କଥା ହେଉଥିଲେ । ଆଉ ଭୂକମ୍ପ ହେବା ପରେ ରାହୁଲ କହିଥିଲେ କୋଠରି ଦୋହଲୁଛି ବୋଲି । ଅନ୍ୟପଟେ ନ୍ୟାଶନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲା ଭୂକମ୍ପ ହେଉଥିବା ଜାଣିପାରି ଘର ବାହାରକୁ ବାହାରି ଆସିଥିଲେ । ଏହାପରେ ଏବେ ସେ ଟୁଇଟ୍ କରି କହିଛନ୍ତି ଯେ ୨୦୦୫ ପରେ ଶ୍ରୀନଗରରେ ଭୂକମ୍ପର ଝଟକା ଅନୁଭବ କଲି । ହେଲେ ମୁଁ କିଛି ନ ବୁଝି କମ୍ବଳ ଧରିବାହାରକୁ ବାହାରି ଆସିଲି । ଏମିତିକି ନିଜ ଫୋନ୍ ଆଣିବାକୁ ବି ଭୁଲିଗଲି । ସେଥିପାଇଁ ଯେତେବେଳେ ଭୂକମ୍ପ ହେଉଥିଲା ସେତେବେଳେ ମୁଁ ‘ଭୂକମ୍ପ’ ଟୁଇଟ୍ କରିପାରିଲି ନାହିଁ ।
https://www.dharitri.com/50-sebayta-from-puri-to-naveen-nibas/
ପୁରୀରୁ ନବୀନ ନିବାସ ଅଭିମୁଖେ ୫୦ ସେବାୟତ ପୁରୀ ଅଫିସ,୩।୬: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗ୍ରୀନ୍ ସିଗନାଲ ମିଳିବା ପରେ ସେବାୟତ ବେଶ ଉତ୍ସାହିତ ଥିବା କହିଛନ୍ତି। ଏ ନେଇ ୫୦ରୁ ଊଦ୍ଧର୍ବ ସେବାୟତ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ପୁରୀରୁ ଭୁବନେଶ୍ବର ବାହାରିଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରକଳ୍ପ କାର୍ଯ୍ୟ କିଭଳି ଦ୍ରୁତ ଗତିରେ ଚାଲିବ ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଆଗକୁ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନପୂର୍ଣ୍ଣିମା ଓ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଥିବାରୁ ଏହାର ପ୍ରସ୍ତୁତି ନେଇ ମଧ୍ୟ ଆଲୋଚନା ହେବ ବୋଲି ସେବାୟତମାନେ କହିଛନ୍ତି। ସେବାୟତଙ୍କ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଓ ଜିଲାପାଳ ସମର୍ଥ ବର୍ମା ପୁରୀରୁ ନବୀନ ନିବାସ ଯିବା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ।
https://www.dharitri.com/ବିବାହ-ବନ୍ଧନରେ-ବାନ୍ଧିହେଲ-5/
ବିବାହ ବନ୍ଧନରେ ବାନ୍ଧିହେଲେ ୨ ମହିଳା ମାଓବାଦୀ ଫୁଲବାଣୀ ଅଫିସ, ୫ା୧୨:ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ମହିଳା ମାଓବାଦୀ। କନ୍ଧମାଳ ଜିଲା ପୋଲିସ ରିଜର୍ଭ କାର୍ଯ୍ୟାଳୟରେ ଥିବା ରାଧାକୃଷ୍ଣ ମନ୍ଦିରରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ଦୁଇ ମହିଳା ମାଓବାଦୀ ହେଲେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତ ଗୁଡ୍ରି ଗ୍ରାମର ସ୍ବପ୍ନିତା ପାଟମାଝି (ନନ୍ଦିନୀ) ଓ ଛତିଶଗଡ଼ ରାଜ୍ୟ କଙ୍କେର ଜିଲା ଗୁମୁଡ଼ି ଗ୍ରାମର ଫୁଲବତୀ ଉଶେଣ୍ଡି (କରୁଣା)। ନନ୍ଦିନୀ ଦାରିଙ୍ଗବାଡ଼ିର ବିନୋଦଙ୍କୁ ଏବଂ କରୁଣା ଜି. ଉଦୟଗିରି ଅଞ୍ଚଳର ସ୍ବପ୍ନେଶ୍ୱରଙ୍କୁ ବିବାହ କରିଛନ୍ତି। ଉଭୟ ପୁଅଘର ଲୋକେ ପୋଲିସ ରିଜର୍ଭ ପଡ଼ିଆରୁ ବରଯାତ୍ରୀ ସହ ରାଧାକୃଷ୍ଣ ମନ୍ଦିରରେ ପହଞ୍ଚତ୍ଥିଲେ। ପୋଲିସ ପକ୍ଷରୁ ସମସ୍ତଙ୍କୁ ପାଛୋଟି ନିଆଯାଇଥିଲା। ଏହାପରେ ମନ୍ଦିରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା। ମାଓବାଦୀ କ୍ୟାମ୍ପ ଛାଡ଼ି ନୂଆ ଜୀବନ ଗଢୁଥିବାରୁ ଉଭୟ କରୁଣା ଏବଂ ନନ୍ଦିନୀ ଖୁସି ଅଛନ୍ତି। କନ୍ଧମାଳ ଏସ୍ପି ବିନୀତ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବିବାହ କାର୍ଯ୍ୟ ହୋଇଥିଲା। ନନ୍ଦିନୀ ୨୦୧୮ରେ ମାଓବାଦୀ ସଙ୍ଗଠନରେ ଯୋଗ ଦେଇଥିଲେ। ପ୍ରାୟ ଦେଢ଼ ବର୍ଷ ସଙ୍ଗଠନରେ କାର୍ଯ୍ୟ କରିବା ପରେ ୨୦୧୯ରେ କନ୍ଧମାଳ ଏସ୍ପିଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ। କରୁଣା ୨୦୦୮ରେ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ। ସେ ଦୀର୍ଘ ୧୩ ବର୍ଷ ସଙ୍ଗଠନରେ କାମ କରିବା ପରେ ୨୦୨୧ରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ। ପୋଲିସ ପାଖରେ ଆତ୍ମସମର୍ପଣ କରିବା ପରେ ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଏହି ଦୁଇ ଜଣଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିଲା। ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବା ଲାଗି ସିଲେଇ ତାଲିମ ଯୋଗାଇ ଦିଆଯାଇଛି। ଯେତେବେଳେ ସେମାନେ ବିବାହ କରିବା ପାଇଁ ମନ ବଳାଇଲେ, ସେମାନଙ୍କ ମନ ମୁତାବକ ପୁଅ ଖୋଜାଯାଇ ବିବାହ କରାଯାଇଛି। ସେମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ବୋଲି ଏସ୍ପି ଅଗ୍ରୱାଲ କହିବା ସହ ସେମାନଙ୍କୁ ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଏଥିସହ ଅନ୍ୟ ମାଓବାଦୀ ଭଉଣୀ ଭାଇମାନେ ହିଂସାର ରାସ୍ତା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ସରକାରଙ୍କ ଦ୍ୱାରା ଦିଆଯାଉଥିବା ସମସ୍ତ ସୁବିଧାର ଲାଭ ନେବାକୁ ଏସ୍ପି ନିବେଦନ କରିଛନ୍ତି।
https://www.dharitri.com/ସୁନ୍ଦରଗଡ଼ରେ-ଆଉ-୪-ପଜିଟିଭ୍/
ସୁନ୍ଦରଗଡ଼ରେ ଆଉ ୪ ପଜିଟିଭ୍‌ ଚିହ୍ନଟ: ୩୭ରେ ପହଞ୍ଚିଲା ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ସୁନ୍ଦରଗଡ଼,୨୪।୫(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲାରେ ଆଉ ୪ଜଣ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ପୁରୁଷ ଏବଂ ଜଣେ ମହିଳା ରହିଛନ୍ତି। ସେମାନଙ୍କ ମଧ୍ୟରେ ଦୁଇଜଣ ମହାରାଷ୍ଟ୍ର ଫେରନ୍ତା ଥିବା ବେଳେ ଜଣେ ଚେନ୍ନାଇ ଫେରନ୍ତା ଅଛନ୍ତି। ସେମାନେ ବିଶ୍ରା ଓ ଲାଠିକଟା ବ୍ଲକ ଅଞ୍ଚଳର। ଗତ ୨୨ ତାରିଖରେ ଆକ୍ରାନ୍ତଙ୍କମାନଙ୍କର ସ୍ବାବ୍ ଟେଷ୍ଟ କରାଯାଇଥିଲା। ଏବେ ସେମାନଙ୍କ ନମୁନା ପଜିଟିଭ୍ ଆସିବା ପରେ ସେମାନଙ୍କୁ ରାଉରକେଲାସ୍ଥିତ କୋଭିଡ ହସ୍ପିଟାଲକୁ ପଠାଯାଇଛି। ସେମାନଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ବର୍ତ୍ତମାନ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି।
https://www.dharitri.com/bjp-government-first-budget-in-odisha-know-which-depeartment-got-how-much/
ଆଗତ ହେଲା ମୋହନ ସରକାରର ପ୍ରଥମ ବଜେଟ୍: ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ଟଙ୍କା ? ଭୁବନେଶ୍ୱର,୨୫।୭: ରାଜ୍ୟରେ ପ୍ରଥମ ଥର ପୂର୍ଣ୍ଣ ବହୁମତ ସହିତ କ୍ଷମତାକୁ ଫେରିବା ପରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ ହୋଇଛି। ଯାହା ୨୦୨୩-୨୪ ତୁଳନାରେ ବଜେଟ ପରିମାଣ ୧୫% ଅଧିକ ଅଟେ। ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି କ୍ଷମତାକୁ ଆସିଥିବା ଭାଜପା ସରକାର ଓଡ଼ିଆ ଅସ୍ମିତାର ବିକାଶ କରିବା ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟୟ ବରାଦ କରିଛନ୍ତି। ଓଡ଼ିଆ ଅସ୍ମିତା ପାଇଁ ମୋହନ ସରକାର ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିଛନ୍ତି। ତେବେ ଭାଜପା ସରକାର ଆସିବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ପୁରୀ ଶ୍ରୀମନ୍ଦିର ଲାଗି ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ସରକାର ଘୋଷଣା କରିଥିଲେ। ଯାହାଦ୍ୱାରା ଶ୍ରୀମନ୍ଦିରର ବିଭିନ୍ନ କାର୍ଯ୍ୟ ପାଇଁ ଏହି ଟଙ୍କା ଖର୍ଚ୍ଚ କରାଯିବ। ପୂର୍ବ ଘୋଷଣା ମୁତାବକ ସରକାର ବଜେଟରେ ୨୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ବଜେଟରେ କୃଷି ପାଇଁ ପୂର୍ବ ବର୍ଷ ତୁଳନାରେ ସରକାର ହାତ ଖୋଲା କରିଛନ୍ତି। ଗତବର୍ଷ କୃଷି ବଜେଟ ୨୪, ୮୨୯ କୋଟି ଟଙ୍କା ଥିଲା ବେଳେ ଚଳିତ ବର୍ଷ କୃଷି ବଜେଟ ପରିମାଣ ୩୩, ୯୧୯ କୋଟିକକୁ ବୃଦ୍ଧି ପାଇଛି। ଏଥିସହିତ ନିର୍ବାଚନୀ ପ୍ରତିଶ୍ରୁତି ରକ୍ଷା କରି ସରକାର ଧାନ କୁଇଣ୍ଟାଲ ୩୧ଶହ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହାଦ୍ୱାରା ଧାର୍ଯ୍ୟ ଏମ୍ଏସ୍ପିଠାରୁ ୮ଶହ ଟଙ୍କା ଅଧିକ ପାଇବେ ଚାଷୀ। ଏହା ବ୍ୟତୀତ ସରକାର ଚାଷୀ ମାନଙ୍କ ପାଇଁ ନୂତନ ମୁଖ୍ୟମନ୍ତ୍ରୀ ଚାଷୀ ଯୋଜନା ଆଣିଛନ୍ତି। ଯେଉଁଥି ପାଇଁ ସରକାର ୧୯୩୫ କୋଟି ବ୍ୟୟବରାଦ କରିଛନ୍ତି। ସେହିପରି କୃଷି କ୍ଷେତ୍ରକୁ ବଳ ଦେବା ପାଇଁ ବଜେଟରେ ଚାଷୀଙ୍କ ପାଇଁ ସରକାର ‘ସମୃଦ୍ଧ କୃଷକ ଯୋଜନା’ ଘୋଷଣା କରିଛନ୍ତି। ଏହି ଯୋଜନା ପାଇଁ ୫ ହଜାର କୋଟି ବ୍ୟୟବରାଦ କରାଯାଇଥିଲା ବେଳେ ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି ଘୋଷଣା କରାଯାଇଛି। ସେହିପରି ସରକାର ତାଙ୍କର ଅନ୍ୟ ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଲାଗି ସୁଭଦ୍ରା ଯୋଜନା ପାଇଁ ବଜେଟରେ ୧୦ ହଜାର କୋଟିର ବ୍ୟୟବରାଦ କରିଛନ୍ତି। ଭାଜପା ଏହାର ନିର୍ବାଚନୀ ଇସ୍ତାହାରରେ ସୁଭଦ୍ରା ଯୋଜନା ଘୋଷଣା କରିଥିଲା। ପୂର୍ବ ସରକାର ଅମଳରେ ଚାଲିଥିବା ଅନେକ ଯୋଜନାକୁ ସରକାର ଚାଲୁ ରଖିବାକୁ ସଂକେତ ଦେଇଥିବା ବେଳେ ଭୁବନେଶ୍ୱର ମେଟ୍ରୋ ରେଳ ପାଇଁ ସରକାର ୧୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ନୂତନ ସହର ବିକଶିତ କରିବା ପାଇଁ ସରକାର ୯୧୮ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ବିଭିନ୍ନ ଯୋଜନା ତଥା ଶିଳ୍ପ ପାଇଁ ଆଗୁଆ ଜମି ଅଧିଗ୍ରହଣ କରିବା ପାଇଁ ସରକାର ଲ୍ୟାଣ୍ଡବ୍ୟାଙ୍କ ଯୋଜନାରେ ୨୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ରାଜ୍ୟରେ ପ୍ରଥମ ଭାଜପା ସରକାର ଶିଳ୍ପ ବିଭାଗ ପାଇଁ ବଜେଟରେ ୮୦୮ କୋଟି ଟଙ୍କା ବ୍ୟୟବରାଦ କରିଛି। ୨୦୨୭ ସୁଦ୍ଧା ରାଉରକେଲା, ସମ୍ବଲପୁର, ପାରାଦୀପ, ଧାମରାକୁ ସଂଯୋଗ କରୁଥିବା ଶିଳ୍ପ କରିଡର ବିକାଶ ପାଇଁ ସରକାର ୨୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ରାଜ୍ୟରେ ସିନେମାକୁ ଶକ୍ତି ଦେବା ଲକ୍ଷ୍ୟରେ ସରକାର କଳିଙ୍ଗ ଷ୍ଟୁଡିଓର ପୁନଃବିକାଶ ପାଇଁ ୨୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ସେହିପରି ରାଜ୍ୟରେ ଚାଲିଥିବା ଏବଂ ନୂତନ ରେଳ ପ୍ରକଳ୍ପ ବିକଶିତ କରିବା ପାଇଁ ସରକାର ୬୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ରାଜ୍ୟରେ ସଡ଼କ ପଥ ଗମନାଗମନ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଥିଲା ବେଳେ, ସରକାର ଏଥିପାଇଁ ୬୧୮୦ କୋଟି ଟଙ୍କା ବ୍ୟୟବରଦ କରାଯାଇଛି। ପୂର୍ବ ସରକାର ଅମଳରେ ରାଜ୍ୟରେ ଖେଳର ଅନେକ ବିକାଶ କରାଯିବ ସହିତ ଅନେକ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ବେଳେ ନୂତନ ସରକାର ଏହି ଧାରାକୁ ଆଗେଇ ନେବା ଲାଗି ୯୫୨ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଓଡ଼ିଶା ଏକ ସମୁଦ୍ର କୁଳିଆ ରାଜ୍ୟ ହୋଇଥିବାରୁ ଏବଂ ବର୍ଷରେ ବନ୍ୟା ସାଙ୍ଗକୁ ବାତ୍ୟାର ଭୟ ଥିବାରୁ ସରକାର କୋୖଅଂଶୀ ପ୍ରକାର ବିପର୍ଯ୍ୟୟ ପରିଚାଳନା କରିବା ପାଇଁ ୩,୯୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ରାଜ୍ୟବାସୀଙ୍କ ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତ ସେବା ଯୋଗାଇ ଦେବା ଲାଗି ସରକାର ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ପାଇଁ ୩ ହଜାର ୫୬ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଶିକ୍ଷାକୁ ଗୁରୁତ୍ୱ ଦେଇ ସରକାର ସେନାଗ୍ର ଶିକ୍ଷା ଯୋଜନାରେ ୩୭୯୧ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ସେହିଭଳି ପିଏମ ପୋଷଣ ଯୋଜନା ପାଇଁ ୯୯୭ କୋଟି ଟଙ୍କା ବରାଦ କରାଯାଇଛି। ଗ୍ରାମାଞ୍ଚଳର ବିକାଶ କରିବା ଲକ୍ଷ୍ୟରେ ସରକାର ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ପାଇଁ ୧୦୦୦ କୋଟି ଟଙ୍କା, ବସୁଧା ଯୋଜନା ପାଇଁ ୨୦୦୦ କୋଟି ଟଙ୍କା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୬୦୯୦ କୋଟି, ଜଳ ଜୀବନ ମିଶନ ପାଇଁ ୬୦୦୦ କୋଟି ଟଙ୍କାର ବଜେଟ ବରାଦ କରାଯାଇଛି। ରାଜ୍ୟରେ ବିଭିନ୍ନ ନଦୀରେ ସେତୁ ନିର୍ମାଣ ପାଇଁ ୧୯୯୦ କୋଟି, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ପାଇଁ ୧୯୭୬ କୋଟି, ଗ୍ରମଞ୍ଚଳରେ ରାସ୍ତା ନିର୍ମାଣ ପାଇଁ ୨୩୧୯ କୋଟି ଏବଂ ସଡକ ସୁରକ୍ଷା ପାଇଁ ୪୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଓଡ଼ିଶାର ପ୍ରମୁଖ ମାର୍ଗରେ ବାସ ରହଣି ସ୍ଥାନ(ବସଷ୍ଟାଣ୍ଡ) ନିର୍ମାଣ କରିବା ପାଇଁ ୮୩୯ କୋଟି, ଗ୍ରାମାଞ୍ଚଳ ପରିବହନ ପାଇଁ ୧୯୮୫ କୋଟି, ଗ୍ରାମାଞ୍ଚଳ ପରିବହନ କ୍ଷେତ୍ରରେ ସରକାର ୧୦୮୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ରାଜ୍ୟରେ ପର୍ଯ୍ୟଟନର ବିକାଶ କରିବା ପାଇଁ ଭରପୁର ସୁଯୋଗ ଥିବା ବେଳେ ସରକାର ପର୍ୟ୍ୟଟନ ପାଇଁ ୮୦୦ କୋଟି, ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରିବା ପାଇଁ ୪୪୫ କୋଟି, ପର୍ୟ୍ୟଟନର ପ୍ରଚାର ପ୍ରସାର ପାଇଁ ୨୭୯ କୋଟି ଏବଂ ବରିଷ୍ଠ ନାଗରିକ ତୀର୍ଥ ଯୋଜନା ପାଇଁ ୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
https://www.dharitri.com/ଦ୍ୱିତୀୟ-ଦିନିକିଆ-ପ୍ରତ୍ୟା/
ଦ୍ୱିତୀୟ ଦିନିକିଆ: ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ ଅକ୍ଲାଣ୍ଡ,୮।୨(ପି.ଟି.)- ଟି୨୦ ସିରିଜରେ ୫-୦ରେ କ୍ଳିନ୍ ସୁଇପ୍ କରିବା ପରେ ଭାରତ ଘରୋଇ ନ୍ୟୁଜିଲାଣ୍ଡଠାରୁ ପ୍ରଥମ ଦିନିକିଆରେ ବୃହତ୍ ସ୍କୋର ହାସଲ କରିଥିଲେ ମଧ୍ୟ ପରାସ୍ତ ହୋଇଥିଲା। ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ୧-୦ରେ ପଛରେ ପଡିଥିବା ଭାରତ ଓ ନ୍ୟୁଜିଲାଣ୍ଡ ଶନିବାର ଦ୍ୱିତୀୟ ଦିନିକିଆରେ ପରସ୍ପରକୁ ଭେଟିବେ। ସ୍ଥାନୀୟ ଇଡେନ ପାର୍କ ଗ୍ରାଉଣ୍ଡରେ ଖେଳାଯିବାକୁଥିବା ଏହି ମ୍ୟାଚ୍ରେ ଭାରତ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି। ସରିଜକୁ ଜୀବିତ ରଖିବାକୁ ହେଲେ ଭାରତକୁ ଏହି ମ୍ୟାଚ୍ରେ ବିଜୟୀ ହୋବ ଅପରିହାର୍ଯ୍ୟ ହୋଇ ପଡିଛି। ପ୍ରଥମ ଦିନିକିଆର ପରାଜୟ ଭାରତର ବୋଲିଂ ଓ ଫିଲ୍ଡିଂ ଦୁର୍ବଳତାକୁ ପଦାରେ ପକାଇଛି। ତେଣୁ ଏହି ଦୁଇ ବିଭାଗରେ ଭାରତ ଉନ୍ନତି କରି ବିଜୟୀ ହେବା ପାଇଁ ପ୍ରୟାସ କରିବ। ଅନ୍ୟପଟେ ପ୍ରଥମ ମ୍ୟାଚ୍ରେ ୪ ଉଇକେଟରେ ବିଜୟୀ ହୋଇଥିବା ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍ ଜିତି ସିରିଜ ହାତେଇବାକୁ ଚେଷ୍ଟା କରିବ। ନ୍ୟୁଜିଲାଣ୍ଡ ୩୪୮ ରନର ଟାର୍ଗେଟକୁ ୧୧ଟି ବଲ ବାକି ରଖି ସଫଳତାର ସହ ଚେଜ୍ କରିଥିଲା। ସେଡନ ପାର୍କରେ ଏହା ନ୍ୟୁଜିଲାଣ୍ଡର ସର୍ବାଧିକ ରନ୍ ଚେଜ୍ ସାବ୍ୟସ୍ତ ହୋଇଛି। ସ୍ଥାନୀୟ ଇଡେନ ପାର୍କ ଗ୍ରାଉଣ୍ଡ ଅପେକ୍ଷାକୃତ ଛୋଟ ହୋଇଥିବାରୁ ପୁଣି ଥରେ ଟସ୍ର ଭୂମିକା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଯେଉଁ ଦଳ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବ ଫାଇଦାରେ ରହିବ। ଏଠାରେ ଖେଳାଯାଇଥିବା ଦୁଇଟି ଟି୨୦ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଭାରତ ଦୁଇଟି ଯାକ ମ୍ୟାଚ୍ରେ ଚେଜ୍ କରିବାରେ ସଫଳ ହୋଇଥିଲା। ହାମିଲଟନରେ ପରାଜୟ ବରଣ କରିବା ପରେ ଭାରତ ଅବଶ୍ୟ ଶିକ୍ଷା ଗ୍ରହଣ କରିଥିବ। ଏହାପୂର୍ବରୁ ଭାରତ ଓ୍ବେଷ୍ଟଇଣ୍ଡିଜ ଓ ପରେ ଅଷ୍ଟ୍ରେଲିଆକୁ ଦିନିକିଆ ସିରିଜରେ ପରାସ୍ତ କରିଥିଲା। ବିରାଟ କୋହଲିଙ୍କ ଦଳ ଏହି ସଫଳତାକୁ ଏଠାରେ ମଧ୍ୟ ଦୋହରାଇବାକୁ ଚାହିଁବ। ଚେନ୍ନାଇରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଓ ମୁମ୍ବାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ହାମିଲଟନରେ ମଧ୍ୟ ଭାରତ ମିଡଲ ଓଭରରେ ଉଇକେଟ ହାସଲ କରିପାରି ନ ଥିଲା। ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କୁ ନିର୍ମମ ପ୍ରହାର କରି ବଡ଼ ସଟ୍ ମାନ ଖେଳିଥିଲେ। ଏହାର ଉତ୍ତର ଭାରତ ପାଖରେ ନ ଥିଲା। ପ୍ରଥମ ଦିନିକିଆ ଯେତେବେଳେ ଉଇକେଟ ସନ୍ଧାନରେ ଭାରତ ଥିଲା ଅଧିନାୟକ କୋହଲି ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ବୋଲିଂ ଦେଇଥିଲେ। ବୁମ୍ରାଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ହେବା ମଧ୍ୟ ଏକ ଦୁର୍ବଳତା ସାବ୍ୟସ୍ତ ହୋଇଛି। ପ୍ରଥମ ମୁକାବିଲାରେ ଭାରତୀୟ ଫିଲ୍ଡିଂ ନିମ୍ନମାନର ଥିଲା। ବାଂଲାଦେଶ ବିପକ୍ଷ ସିରିଜ ପରଠାରୁ ଭାରତୀୟ ଖେଳାଳିଙ୍କ ଫିଲ୍ଡିଂ ନିମ୍ନଗାମୀ ହୋଇଛି। ପ୍ରତ୍ୟାବର୍ତ୍ତନ ପାଇଁ ଭାରତୀୟ ଫିଲ୍ଡିଂରେ ସାମୂହିକ ବିକାଶର ଆବଶ୍ୟକତା ରହିଛି। ନ୍ୟୁଜିଲାଣ୍ଡରେ ସାଧାରଣତଃ ପବନ ଦେଉଥିବା ବେଳେ ହାଇ କ୍ୟାଚ୍ ଧରିବାରେ ସମସ୍ୟା ହୋଇଥାଏ। ଇଡେନ ପାର୍କରେ ଥିବା ଲାଇଟ୍ ମଧ୍ୟ ଏଥିରେ ଯଥେଷ୍ଟ ପରିମାଣରେ ବାଧା ସୃଷ୍ଟି କରିଥାଏ। ଶୁକ୍ରବାର ନେଟ୍ସରେ ଭାରତୀୟ ଖେଳାଳିମାନେ ଅଭ୍ୟାସ କରିଥିଲେ। ନବୀଦପ ସଇନି ଓ ଶାର୍ଦ୍ଦୂଳ ଠାକୁର ବୋଲିଂ କରିବା ସହ ବ୍ୟାଟିଂ ଅଭ୍ୟାସ ମଧ୍ୟ କରିଥିଲେ। ଇଡେନ ପାର୍କରେ ଖେଳାଯାଇଥିବା ଟି୨୦ରେ ଠାକୁର ବେଶ୍ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ଦିନିକିଆରେ ମଧ୍ୟ ତାଙ୍କ ପ୍ରଦର୍ଶନ ଆଶାନୁରୂପ ହୋଇ ନ ଥିଲା। ତେଣୁ ଠାକୁରଙ୍କ ବଦଳରେ ସଇନିଙ୍କୁ ଖେଳାଯିବାର ସମ୍ଭାବନା ରହିଛି। ପୁଣି ଦଳରେ କେଦାର ଯାଦବଙ୍କ ଭୂମିକାକୁ ନେଇ ଚିନ୍ତା ସୃଷ୍ଟି ହୋଇଛି। ଭଲ ପାର୍ଟ ଟାଇମ୍ ସ୍ପିନ ବୋଲିଂ କରୁଥିଲେ ମଧ୍ୟ କୋହଲି ତାଙ୍କୁ ହାମିଲଟନରେ ଗୋଟିଏ ଓଭର ମଧ୍ୟ ବୋଲିଂ କରିବାକୁ ଦେଇ ନ ଥିଲେ। ଛୋଟ ବାଉଣ୍ଡାରୀ ପାଇଁ ବୋଧେ ତାଙ୍କୁ ବୋଲିଂ କରିବାର ସୁଯୋଗ ଦିଆଯାଇ ନ ଥିଲା। ଏବେ ତାଙ୍କ ବଦଳରେ ଶିବମ୍ ଦୁବେ କିମ୍ବା ଫୁଲ ଟାଇମ୍ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେଙ୍କୁ ସୁଯୋଗ ଦିଆଯାଇପାରେ। ଗତ ମ୍ୟାଚ୍ରେ ଓପନର ଭାବେ ଡେବ୍ୟୁ କରିଥିବା ଦୁଇ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରଓ୍ବାଲ ଓ ପୃଥ୍ବୀ ଶ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ସ୍କୋର ହାସଲ କରି ନ ଥିଲେ। ଏଥର ଦୁଇ ଓପନ ଭଲ ଖେଳିବେ ବୋଲି ଆଶା କରାଯାଉଛି। ଅପରପକ୍ଷରେରେ ଟି୨୦ ସିରିଜରେ ହ୍ବାଇଟ୍ ଓ୍ବାସ୍ର ସମ୍ମୁଖୀନ ହେବା ପରେ ନ୍ୟୁଜିଲାଣ୍ଡ ରଣନୀତିରେ ପରିବର୍ତ୍ତନ ଆଣି ସଫଳ ହୋଇଛି। ମିଡଲ ଅର୍ଡରରେ କାମଚଳା ଅଧିନାୟକ ଟମ୍ ଲାଥମଙ୍କ ବ୍ୟାଟିଂ ଦଳ ପାଇଁ କାମରେ ଆସିଲା। ମାର୍ଟିନ ଗୁପ୍ତଟିଲ ଇନିଂସ ଓପନ କରିବେ ବୋଲି ହେନେରୀ ନିକୋଲ୍ସ ସୂଚନା ଦେଇଛନ୍ତି। ରସ୍ ଟେଲର ତାଙ୍କ ଦମ୍ଦାର ବ୍ୟାଟିଂ ବଜାୟ ରଖିବେ ବୋଲି ଆଶା କରାଯାଉଛି। ଅଧିନାୟକ କେନ୍ ଓ୍ବିଲିୟମସନ ଫିଟ୍ ହେବା ପାଇଁ ଆହୁରି କିଛି ଦିନ ଆବଶ୍ୟକ କରିବେ। ଅସୁସ୍ଥତା କାରଣରୁ ସ୍କଟ ଗୁଗେଲେଜିନ୍ ଦ୍ୱିତୀୟ ଦିନିକିଆରୁ ବାଦ୍ ପଡିଛନ୍ତି। ୬ ଫୁଟ୍ ୮ ଇଞ୍ଚ୍ ଉଚ୍ଚତା ବିଶିଷ୍ଟ ଅକ୍ଲାଣ୍ଡ ଦ୍ରୁତ ବୋଲର କାଏଲ ଜେମିସନ ହୋମ୍ ଗ୍ରାଉଣ୍ଡରେ ଡେବ୍ୟୁ କରିବେ। ସ୍ପିନର ଇଶ୍ ସୋଧୀଙ୍କ ବଦଳରେ ସେ ଖେଳିବାର ସୁଯୋଗ ପାଇବେ। ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ପୃଥ୍ବୀ ଶ, ମୟଙ୍କ ଅଗ୍ରଓ୍ବାଲ, ଲୋକେଶ ରାହୁଲ (ଉଇକେଟ କିପର), ମନୀଷ ପାଣ୍ଡେ, ରିଷଭ ପନ୍ତ, ଶ୍ରେୟାୟ ଆୟାର, ଶିବମ୍ ଦୁବେ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସାମି, ଯଶପ୍ରୀତ ବୁମ୍ରା, ଶାର୍ଦ୍ଦୁଳ ଠାକୁର ଓ ନବଦୀପ ସଇନି। ନ୍ୟୁଜିଲାଣ୍ଡ ଦଳ: କେନ୍ ଓ୍ବିଲିୟମସନ (ଅଧିନାୟକ), ଟମ୍ ଲାଥମ (ଉଇକେଟ କିପର), ମାର୍ଟିନ ଗୁପ୍ଟିଲ, ରସ୍ ଟେଲର, କଲିନ୍ ଡି ଗ୍ରାଣ୍ଡହୋମ, ଜିମ୍ମି ନିଶାମ, ସ୍କଟ ଗୁଗେଲେଜିନ, ଟମ୍ ବ୍ଲଣ୍ଡେଲ, ହେନେରୀ ନିକୋଲ୍ସ, ମିଚେଲ ସାଣ୍ଟନର, ହାମିଶ ବେନେଟ, ଟିମ ସୌଦି ଓ କାଏଲ ଜେମିସନ। ସମୟ: ୭.୩୦ ସ୍ଥାନ:ଅକଲାଣ୍ଡ ପ୍ରସାରଣ: ଷ୍ଟାର ସ୍ପୋଟର୍ସ ନେଟ୍ଓ୍ବର୍କ
https://www.dharitri.com/president-in-jammu-and-kashmir-security-is-tight/
ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି… ଶ୍ରୀନଗର,୨୫।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪ ଦିନିଆ ଜମ୍ମୁ-କଶ୍ମୀର, ଲଦାଖ ଗସ୍ତରେ ରବିବାର ୧୧ଟା ୧୫ରେ ଶ୍ରୀନଗର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଉପରାଜ୍ୟପାଳ ମନୋଜ ସିହ୍ନା ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ସହିତ ପାଛୋଟି ନେଇଛନ୍ତି। ଗସ୍ତକାଳରେ ରାଷ୍ଟ୍ରପତି ଜୁଲାଇ ୨୬ରେ କାରଗୀଲ୍ ବିଜୟ ଦିବସର ୨୨ ବର୍ଷ ପୂରଣ ଅବସରରେ ଲଦାଖର ଡ୍ରାସ୍ସ୍ଥିତ କାରଗୀଲ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଜୁଲାଇ ୨୭ରେ ଶ୍ରୀନଗରସ୍ଥିତ କଶ୍ମୀର ବିଶ୍ୱବିଦ୍ୟାଳୟର ୧୯ତମ ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ। ରାଷ୍ଟ୍ରପତି ଜୁଲାଇ ୨୮ ପର୍ଯ୍ୟନ୍ତ ଏଠାରେ ଅବସ୍ଥାନ କରୁଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
https://www.dharitri.com/ଏନ୍‌ସିଏ-ଦାୟିତ୍ୱ-ନେଇ-ନାହା/
ଏନ୍‌ସିଏ ଦାୟିତ୍ୱ ନେଇ ନାହାନ୍ତି ଡ୍ରାଭିଡ ନୂଆଦିଲ୍ଲୀ, ୨ା୭ (ଏଏଫ୍ପି)-ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଜନିତ ସମସ୍ୟା ଯୋଗୁ ରାହୁଲ ଡ୍ରାଭିଡ ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନ୍ସିଏ)ର କ୍ରିକେଟମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିପାରୁ ନାହାନ୍ତି। ସେ ଜୁଲାଇ ୧ରେ ତାଙ୍କ ନୂଆ ଦାୟିତ୍ୱ ଗ୍ରହଣ କରିଥାନ୍ତେ। ଡ୍ରାଭିଡ ବର୍ତ୍ତମାନ ଇଣ୍ଡିଆନ ସିମେଣ୍ଟରେ କାର୍ଯ୍ୟରତ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସମ୍ବିଧାନ ଅନୁସାରେ ଜଣେ ବ୍ୟକ୍ତି ଏକକାଳୀନ ଦୁଇଟି ପଦବୀରେ କାର୍ଯ୍ୟ କରିପାରିବେ ନାହିଁ। ଏହି କାରଣରୁ ପୂର୍ବତନ ଭାରତୀୟ ଅଧିନାୟକ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ପରିସରକୁ ଆସୁଛନ୍ତି। ତାଙ୍କୁ ସମ୍ଭବତଃ ଇଣ୍ଡିଆ ସିମେଣ୍ଟରୁ ଇସ୍ତଫା ଦେବାକୁ ପଡ଼ିବ ବୋଲି ବିସିସିଆଇର ଜଣେ ଅଫିସିଆଲ ପ୍ରକାଶ କରିଛନ୍ତି। ପୂର୍ବରୁ ଏହି ଭଳି ଏକ ପରିସ୍ଥିତିରେ ବିସିସିଆଇ ଏଥିକ୍ସ ଅଫିସର ଡି.କେ. ଜୈନ ଭିଭିଏସ୍ ଲକ୍ଷ୍ମଣଙ୍କ ବିରୋଧରେ ଏକ ରୁଲିଂ ଦେଇ ସାରିଛନ୍ତି। ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ଲକ୍ଷ୍ମଣ ଏକକାଳୀନ ଦୁଇଟି ପଦବୀରେ ଥିବାରୁ ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏଶନର ଜଣେ ଅନ୍ୟତମ ସଦସ୍ୟ ସଞ୍ଜୀବ ଗୁପ୍ତା ତାଙ୍କ ବିରୋଧରେ ସ୍ବାର୍ଥନିହିତ ଦ୍ୱନ୍ଦ୍ୱ ଅଭିଯୋଗ ଆଣିଥିଲେ। ଗୁପ୍ତା ପୁଣି ଡ୍ରାଭିଡଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଛନ୍ତି। ଜୁନ୍ ୩୦ରେ ସେ ଜୈନ ଏବଂ ବିସିସିଆଇର ପ୍ରଶାସକ କମିଟି(ସିଓଏ) ନିକଟକୁ ଏନେଇ ଏକ ଚିଠି ଲେଖିଛନ୍ତି। କ୍ରିକେଟ ମୁଖ୍ୟ ହିସାବରେ ଡ୍ରାଭିଡ ଜୁନିୟର କ୍ରିକେଟ ପାଇଁ ରୋଡ୍ ମ୍ୟାପ ପ୍ରସ୍ତୁତ କରିବାକୁ ହେବ। ପରବର୍ତ୍ତୀ ପୀଢି ପାଇଁ ଖେଳାଳି ସୃଷ୍ଟି କରିବାକୁ ହେବ। ସେ ଆହୁରି ମଧ୍ୟ ଏନ୍ସିଏ ଓ ଜୋନାଲ କ୍ରିକେଟ ଏକାଡେମୀଗୁଡ଼ିକ ଲାଗି କୋଚ୍ ନିଯୁକ୍ତି ବ୍ୟତୀତ ଉଦୀୟମାନ ମହିଳା କ୍ରିକେଟମାନଙ୍କ ମନିଟର ଦାୟିତ୍ୱରେ ରହିବେ। ଏହି ମହାନ ବ୍ୟାଟ୍ସମ୍ୟାନ ପୁନଶ୍ଚ ଇଞ୍ଜୁରି କ୍ରିକେଟରଙ୍କ ଲାଗି ଏନ୍ସିଏର ରିହାବିଲିଟିଶେନ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱରେ ରହିବେ। ନୂଆ ଭୂମିକା ଯୋଗୁ ସେ ଆଉ ପୂର୍ବଭଳି ଭାରତ ‘ଏ’ ଏବଂ ୧୯ ବର୍ଷରୁ କମ୍ ଦଳ ସହିତ ଗସ୍ତ କରିପାରିବେ ନାହିଁ। ପୂର୍ବତନ ପେସ୍ ବୋଲର ପାରସ ମାହାମ୍ବ୍ରେ ଏବଂ ଅଭୟ ଶର୍ମା ଜୁନିୟର ଟିମ୍ର ସହଯୋଗୀ ଷ୍ଟାଫ୍ ଭାବେ କାର୍ଯ୍ୟ କରିବେ।
https://www.dharitri.com/sanjay-jha-may-be-take-active-president-charge-of-jdu/
ସଞ୍ଜୟ ଝାଙ୍କୁ ବଡ଼ ଦାୟିତ଼୍ବ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ପାଟନା, ୨୮।୦୬: ବିହାର ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ମୁଖ୍ୟ ନୀତୀଶ କୁମାର ରାଜ୍ୟସଭା ଏମ୍ପି ସଞ୍ଜୟ ଝାଙ୍କୁ ବଡ଼ ଦାୟିତ଼୍ବ ଦେଇପାରନ୍ତି । ତାଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ କରିବା ପାଇଁ ଯୋଜନା ହେଉଥିବା ଶୁଣାଯାଉଛି । ନୀତୀଶ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ରହିଥିବା ସଞ୍ଜୟ ପ୍ରଥମ କରି ରାଜ୍ୟ ସଭା ଯାଇଛନ୍ତି । ରାଜ୍ୟ ସଭାରେ ତାଙ୍କୁ ଜେଡିୟୁର ସଂସଦୀୟ ଦଳର ନେତା ନିର୍ବାଚିତ କରାଯାଇଛି । ଶନିବାର ନୀତୀଶ କୁମାର ଦିଲ୍ଲୀରେ ଦଳର କାର୍ଯ୍ୟକାରିଣୀ ବୈଠକ ଡକାଇଛନ୍ତି । ସୂତ୍ର ଅନୁସାରେ, ସଞ୍ଜୟ ଝାଙ୍କୁ ଜେଡିୟୁର ଦ଼୍ବିତୀୟ ମୁଖ୍ୟ ଭାବେ ଚୟନ କରାଯାଇପାରେ । ନୀତୀଶ କୁମାରଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତା ବୈଠକ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି । ଶନିବାର ବୈଠକରେ ଦଳର ସମସ୍ତ ଏମ୍ପି, ମନ୍ତ୍ରୀ, ଦଳର ମୁଖ୍ୟ ଏବଂ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଯୋଗଦେବେ । କୁହାଯାଉଛି ନୀତୀଶଙ୍କୁ ଏନ୍ଡିଏରେ ସାମିଲ୍ କରିବା ପାଇଁ ସଞ୍ଜୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
https://www.dharitri.com/terrorists-shot-dead-2-workers-search-operation-continues/
୨ ଶ୍ରମିକଙ୍କୁ ଗୁଳି କଲେ ଆତଙ୍କବାଦୀ, ସର୍ଚ୍ଚ ଅପରେଶନ ଜାରି… ଶ୍ରୀନଗର, ୨୪।୯ : ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ୨ ଜଣ ବିହାରର ଶ୍ରମିକଙ୍କ ଆତଙ୍କବାଦୀମାନେ ଗୁଳି କରିଛନ୍ତି। ଏହି ଘଟଣା ଶନିବାର ପୁଲଓ୍ବାମାର ଖରପୋରାର ରତ୍ନପୋରାରେ ଘଟିଛି। ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆତଙ୍କବାଦୀଙ୍କ ଆକ୍ରମଣ ପରେ ସୁରକ୍ଷାକର୍ମୀ ସମଗ୍ର ଅଞ୍ଚଳରେ ଘେରାବନ୍ଦୀ କରିବା ସହିତ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି। ଶ୍ରମିକ ମାନଙ୍କୁ ବିହାରର ବେତିଆ ଜିଲାର ଶମଶାଦ ଅହମ୍ମଦ ଏବଂ ଫୈଜାନ କାଦରି ଭାବେ ଚିହ୍ନଟ କରାଯାଇଛି।
https://www.dharitri.com/ବସ୍‌-ଧକ୍କାରେ-ମହିଳା-ମୃତ-କ୍/
ବସ୍‌ ଧକ୍କାରେ ମହିଳା ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକୋ ଗଞ୍ଜାମ,୩୦ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ୧୬ ନଂ. ଜାତୀୟ ରାଜପଥ ପୁଇଁତୋଳା ଗ୍ରାମ ନିକଟରେ ମଙ୍ଗଳବାର ଭୋରରେ ବସ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପୁଇଁତୋଳା ଗ୍ରାମର ଯୁଧିଷ୍ଠିର ନନ୍ଦଙ୍କ ସ୍ତ୍ରୀ ଅପସରି ନନ୍ଦ(୬୧)। ମିଳିଥିବା ସୂଚନାନୁଯାୟୀ, ଅପସରି ଚାଷ କାର୍ଯ୍ୟ ପାଇଁ ସକାଳୁ ବିଲକୁ ଯାଉଥିବା ବେଳେ ବ୍ରହ୍ମପୁରରୁ ଜୟପୁର ଅଭିମୁଖେ ଯାଉଥିବା ଜି. ଗ୍ରୀନ ବସ୍(ନଂ. ଓଡି୦୨ଏଲ୫୨୮୬) ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି। ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ଜାତୀୟ ରାଜପଥ ଅବରୋଧ କରିଥିଲେ। ପାଖାପାଖି ଏକ ଘଣ୍ଟା କାଳ ଉକ୍ତ ରାସ୍ତାରେ ଜାନବାବହନ ଚଳାଚଳ ବନ୍ଦ ରହିଥିଲା। ଖବର ପାଇ ଗଞ୍ଜାମ ଥାନା ଅଧିକାରୀ ସୁଦାମ ମଲିକ, ଏସ୍ଆଇ ହୃଷିକେଶ ପଣ୍ଡା, ଏଏସ୍ଆଇ ସକୁନ୍ତଳା ଦେବୀ, ଆର୍ଆଇ ନିଳାଞ୍ଚଳ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ଦୁର୍ଘଟଣା ଘଟାଇଥିବା ବସ୍ ମାଲିକଙ୍କ ସହ ଥାନା ଅଧିକାରୀ ଫୋନ୍ ଯୋଗେ କଥାବାର୍ତ୍ତା କରିଥିଲେ। ବସ୍ ମାଲକ ମୃତକଙ୍କ ସ୍ବାମୀଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ରାଜି ହେବା ପରେ ରାସ୍ତାରୋକୋ ହଟିଥିଲା। ଏଥିସହ ରେଡ୍କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଆର୍ଆଇ ବେହେରା କହିଛନ୍ତି । ପରେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।
https://www.dharitri.com/champion-america-lost-by-sudden-death/
ସଡନ୍‌ଡେଥ୍‌ରେ ହାରିଲା ଚାମ୍ପିୟନ ଆମେରିକା ସିଡ୍ନୀ,୭ା୮(ପି.ଟି.): ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ଫୁଟବଲ୍ ବିଶ୍ୱକପ୍ରେ ରବିବାର ଏକ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଡିଫେଣ୍ଡିଂ ଚାମ୍ପିୟନ ଯୁକ୍ତରାଷ୍ଟ୍ର ଆମେରିକାକୁ ବିଦା କରି ଅନ୍ତିମ-୮ରେ ସ୍ଥାନ ସୁରକ୍ଷିତ କରିଛି ସୁଇଡେନ୍। ଅନ୍ୟପକ୍ଷରେ ବିଗତ ସଂସ୍କରଣର ରନର ଅପ୍ ନେଦରଲାଣ୍ଡ୍ସ ୨-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଡିଫେଣ୍ଡିଂ ଚାମ୍ପିୟନ ବିଦା : ଡିଫେଣ୍ଡିଂ ଚାମ୍ପିୟନ ଆମେରିକାକୁ ସଡନ୍ ଡେଥ୍ରେ ୫-୪ ଗୋଲରେ ପରାସ୍ତ କରିଛି ସୁଇଡେନ୍ । ମ୍ୟାଚ୍ଟି ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିବା ବେଳେ ନିର୍ଦ୍ଧାରିତ ସମୟରେ ମ୍ୟାଚଟି ୦-୦ ରହିଥିଲା। ଅତିରିକ୍ତ ୩୦ ମିନିଟରେ ମଧ୍ୟ ଉଭୟ ଦଳ ପରସ୍ପର ବିପକ୍ଷରେ ସ୍କୋର କରିବାରେ ଅସମର୍ଥ ରହିଥିଲେ। ପେନାଲ୍ଟି ଶୁଟ୍ ଆଉଟକୁ ମ୍ୟାଚ ଯାଇଥିବା ବେଳେ ଏହା ମଧ୍ୟ ୩-୩ରେ ଅମୀମାଂସିତ ରହିଥିଲା। ସଡନ୍ ଡେଥ୍ରେ ମ୍ୟାଚ୍ ଫଇସଲା ହୋଇଥିବା ବେଳେ ବିଶ୍ୱ ମାନ୍ୟତାର ୩ ନମ୍ବର ସ୍ଥାନରେ ଥିବା ସୁଇଡେନ୍ ବିଶ୍ୱ ମାନ୍ୟତାର ଏକ ନମ୍ବର ଦଳ ଆମେରିକାକୁ ପରାସ୍ତ କରିଛି। ପେନାଲ୍ଟି ଶୁଟ୍ ଆଉଟରେ ଆମେରିକା ପକ୍ଷରୁ ଆଣ୍ଡି ସୁଲିଭାନ୍, ଲିଣ୍ଡସେ ହୋରାନ୍, କ୍ରିଷ୍ଟି ମଓ୍ବେିସ୍ ସ୍କୋର କରିଥିବା ବେଳେ ଷ୍ଟାର ଖେଳାଳି ମେଗାନ୍ ରାପିନୋ ଓ ସୋଫିଆ ସ୍ମିଥ୍ ବିଫଳ ହୋଇଥିଲେ। ସେହିପରି ସୁଇଡେନ୍ ପକ୍ଷରୁ ଫ୍ରିଡୋଲିନା ରୁଲ୍ଫୋ, ଏଲିନ୍ ରୁବେନ୍ସନ୍ ଓ ହାନ୍ନା ବେନିସନ୍ ସ୍କୋର କରିଥିବା ବେଳେ ନାତାଲି ବୋର୍ନ ଓ ରେବେକା ବ୍ଲୋମକୋଭେଷ୍ଟଙ୍କ ଶଟ୍ ପୋଷ୍ଟ ବାହାରକୁ ଯାଇଥିଲା। ସଡନ୍ ଡେଥ୍ରେ ଆମେରିକୀୟ ଗୋଲ୍କିପର ଆଲିସିଆ ନାହେର ସ୍କୋର କରିଥିବା ବେଳେ ସୁଇଡେନ୍ ପକ୍ଷରୁ ମାଗଡାଲେନା ଏରିକ୍ସନ୍ ସ୍କୋର କରିଥିଲେ। କେଲେଓ ହାରାଙ୍କ ଶଟ୍ ବାର୍ରେ ବାଜି ଫେରି ଆସିବାରୁ ଆମେରିକା ଶଟ୍ ମିସ୍ କରିଥିବା ବେଳେ ସୁଇଡେନ୍ ପକ୍ଷରୁ ବିଜୟ ସୂଚକ ଗୋଲ ଦେଇଥିଲେ ଲିନା ହର୍ଟିଗ୍। ନିର୍ଦ୍ଧାରିତ ସମୟର ଖେଳରେ ଆମେରିକା ୫୮ ପ୍ରତିଶତ ସମୟ ବଲକୁ ନିୟନ୍ତ୍ରଣରେ ରଖିଥିଲା। ଆମେରିକା ଖେଳାଳି ୨୨ଟି ଶଟ୍ ମାରିଥିବା ବେଳେ ଏଥିରୁ ୧୧ଟି ଟାର୍ଗେଟରେ ମଧ୍ୟ ରହିଥିଲା। ତେବେ ସୁଇଡେନ୍ ଗୋଲକିପର ଜେକିରା ମୁସୋଭିକ୍ ଏହାକୁ ରୋକିବାରେ ସମର୍ଥ ହୋଇଥିଲେ। ସୁଇଡେନ୍ କ୍ୱାର୍ଟର ଫାଇନାଲରେ ଜାପାନକୁ ଭେଟିବ। ଆମେରିକା ଇତିହାସର ଖରାପ ପ୍ରଦର୍ଶନ: ଆମେରିକା ଫୁଟବଲ ଇତିହାସରେ ଏହା ସବୁଠାରୁ ଖରାପ ପ୍ରଦର୍ଶନ। ୪ ଥର ଟାଇଟଲ ଜିତି ସାରଥିବା ଆମେରିକା ପ୍ରଥମ ଥର ପାଇଁ ସେମି ଫାଇନାଲ ପ୍ରବେଶରେ ବିଫଳ ହୋଇଛି। କ୍ୱାର୍ଟରରେ ନେଦରଲାଣ୍ଡ୍ସ: ପ୍ରଥମ ଥର ନକ୍ଆଉଟରେ ପ୍ରବେଶ କରିଥିବା ଦକ୍ଷିଣ ଆଫ୍ରିକାକୁ ୨-୦ରେ ପରାସ୍ତ କରି କ୍ୱାର୍ଟରରେ ପ୍ରବେଶ କରିଛି ନେଦରଲାଣ୍ଡ୍ସ। ଦଳ ପକ୍ଷରୁ ଜିଲ୍ ରୁର୍ଡ ମ୍ୟାଚ୍ର ନବମ ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧରେ ୧-୦ରେ ଆଗୁଆ ରହିବା ପରେ ଦ୍ୱିତୀୟାର୍ଦ୍ଧରେ ଲିନେଥ୍ ବିରନ୍ଷ୍ଟେନ୍ ଦ୍ୱିତୀୟ ଗୋଲ ଦେଇଥିଲେ।
https://www.dharitri.com/harshit-ranjan-champion/
ହର୍ଷିତ ରଞ୍ଜନ ଚାମ୍ପିୟନ ଭୁବନେଶ୍ୱର, ୧୬।୬ (ସରୋଜ ଜେନା)ଓଡ଼ିଶା ରାଜ୍ୟ ଚେସ୍ ଆସୋସିଏଶନ୍ ଆନୁକୂଲ୍ୟରେ ଅନୁଷ୍ଠିତ ଅଟଳ ବିହାରୀ ସେନାପତି ମେମୋରିଆଲ ଓପନ ଚେସ୍ ଚାମ୍ପିୟନଶିପ୍ରେ କଟକର ହର୍ଷିତ ରଞ୍ଜନ ସାହୁ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ୧୦ ଜୁନ୍ରୁ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟଟି ଗୁଗୁଲ ମିଟ୍ ଜରିଆରେ ଉଦ୍ଘାଟିତ ହୋଇଥିଲା। ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଅମରଜିତ୍ ସେନାପତି ଓ ଟ୍ରାଇଡେଣ୍ଟ ଏକାଡେମୀର ବିବିଏ ବିଭାଗ ମୁଖ୍ୟ ଡ. ନର୍ଗିସ୍ ବେଗମ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ଚେସ୍ ଆସୋସିଏଶନ୍ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଓ ଭୁବନେଶ୍ୱର ଚେସ୍ ଆସୋସିଏଶନ୍ ନିର୍ଦ୍ଦେଶକ ଦୀପକ କୁମାର ପଲାଇ ଉପସ୍ଥିତ ଥିଲେ। ସିନିୟର ବର୍ଗରେ ୨୫ ମ୍ୟାଚରୁ ୨୧ ବିଜୟ ସହିତ କଟକର ସେଣ୍ଟ ଜାଭିୟର୍ସର ହର୍ଷିତ ରଞ୍ଜନ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ। କେନ୍ଦ୍ରାପଡାର ଅଭୟ କୁମାର ଦାସ ୨୫ ମ୍ୟାଚ୍ରୁ ୧୫ ବିଜୟ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲେ। କଟକର ରବୀନ୍ଦ୍ର କୁମାର ଓଝା ୨୭ ମ୍ୟାଚ୍ରୁ ୧୬ ବିଜୟ ସହ ତୃତୀୟ ସ୍ଥାନରେ ରହିଥିଲେ। ୯ ବର୍ଷରୁ କମ୍ ବୟସ ବର୍ଗରେ ସତ୍ୟଜିତ ସେନାପତି ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ୧୧ ବର୍ଷରୁ କମ୍ ବୟସ ବର୍ଗରେ ରେୟାଂଶ ଜଗନାନୀ, ୧୩ ବର୍ଷରୁ କମ୍ ବୟସ ବର୍ଗରେ ଅର୍ଣ୍ଣବ ମହାନ୍ତି ଓ ବାଳିକା ବର୍ଗରେ ପି. ନନ୍ଦିନୀ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲେ। କଳାହାଣ୍ଡିର ଭୀମସେନ ପାତ୍ରଙ୍କୁ ଶ୍ରେଷ୍ଠ ଭେଟେରାନ୍ ଖେଳାଳି ଭାବରେ ସମ୍ମାନିତ କରାଯାଇଥିଲା। ଦେବାଶିଷ ପାଣିଗ୍ରାହୀ ଆର୍ବିଟର ଦାୟିତ୍ୱ ନିର୍ବାହ କରିଥିଲେ।
https://www.dharitri.com/government-take-action-over-the-factory-after-the-lebanon-bombing/
ଲେବାନନ୍‌ ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିକୁ ନେଇ ସରକାର ତତ୍ପର ଭୁବନେଶ୍ୱର,୧୩।୮(ବ୍ୟୁରୋ): ଲେବାନନ୍ ବିସ୍ଫୋରଣ ଘଟଣା ପରେ ରାଜ୍ୟର କଳକାରଖାନାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଫ୍ୟାକ୍ଟ୍ରି ଆଣ୍ଡ ବଏଲର ନିର୍ଦ୍ଦେଶକ ଗତ ସୋମବାର ରାଜ୍ୟରେ ଥିବା ସବୁ କଳକାରଖାନାକୁ ଚିଠି ଲେଖିଛନ୍ତି। ଫ୍ୟାକ୍ଟ୍ରିଗୁଡିକର ନିରାପତ୍ତା ଏବଂ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିଲାଗି କ’ଣ ପ୍ରସ୍ତୁତି ରହିଛି ସେନେଇ ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଫ୍ୟାକ୍ଟ୍ରିରେ କେତେ ପରିମାଣର ବିସ୍ଫୋରଣ ସାମଗ୍ରୀ ଅଛି, ଇନ୍ଧନ ଜାତୀୟ ସାମଗ୍ରୀ କେତେ ରହିଛି, ତା’ର ରିପୋର୍ଟ ମଧ୍ୟ ପ୍ରଦାନ କରିବା ପାଇଁ କୁହାଯାଇଛି। ଗତ ୪ତାରିଖରେ ଲେବାନନ୍ର ରାଜଧାନୀ ବେରୁଟରେ ବଡ଼ଧରଣର ବିସ୍ଫୋରଣ ହୋଇଥିଲା। ବନ୍ଦରରେ ଥିବା ଆମୋନିୟମ ନାଇଟ୍ରେଟ୍ ବିସ୍ଫୋରଣ ଯୋଗୁ ପ୍ରାୟ ୨୦୦ ଜଣଙ୍କ ମୃତ୍ୟୁ ଘଟିଥିଲା। କେତେଜଣ ଲୋକ ନିଖୋଜ ରହିଥିବା ବେଳେ ବହୁତ ଲୋକ ଆହତ ହୋଇଛନ୍ତି। ବେରୁଟ ବନ୍ଦରରେ ପ୍ରାୟ ୨୭୫୦ଟନ୍ ଆମୋନିୟମ ନାଇଟ୍ରେଟ ଗଚ୍ଛିତ ଥିଲା।
https://www.dharitri.com/mother-death-due-to-not-getting-oxygen/
ମା’ଙ୍କୁ ମିଳିଲାନି ଅକ୍ସିଜେନ, ସାନିଟାଇଜର ପିଇ ଜୀବନ ହାରିଲେ ଝିଅ ବେଙ୍ଗାଲୁରୁ,୬।୫: ଦେଶରେ ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହର ଚାଲିଛି। ଫଳରେ ପୂରା ଦେଶରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ଏହା ମଧ୍ୟରେ ମହାରାଷ୍ଟ୍ରର ନାସିକରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ କରୋନା ସଂକ୍ରମିତ ମହିଳାଙ୍କୁ ଅକ୍ସିଜେନ ଏବଂ ବେଡ୍ ନ ମିଳିବାରୁ ମୃତ୍ୟୁ ହୋଇଥିଲା। ପରେ ତାଙ୍କର ୨୦ ବର୍ଷୀୟା ଝିଅ ସାନିଟାଇଜର ପିଇ ହସ୍ପିଟାଲ କ୍ୟାମ୍ପସରେ ପ୍ରାଣ ହରାଇଛନ୍ତି। ମୃତ ଯୁବତୀଙ୍କ ନାମ ଶିବାନୀ। ସେ ନାସିକର ଦିଣ୍ଡୋରି ତହସିଲ ଅନ୍ତର୍ଗତ ଆଶେ ଗାଁର। ଶିବାନୀଙ୍କ ମା’ଙ୍କ ଦେହ ଖରାପ ହେବାରୁ ସେ ନାସିକ ରୋଡ୍ସ୍ଥିତ ବେଟକୋ କୋଭିଡ୍ ସେଣ୍ଟରକୁ ଆଣିଥିଲେ। ମାତ୍ର ଶିବାନୀଙ୍କ ମା’ଙ୍କୁ ଅକ୍ସିଜେନ ବେଡ୍ ମିଳିଲା ନାହିଁ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ମ୍ରିୟମାଣ ହୋଇ ଶିବାନୀ ସାନିଟାଇଜର ପିଇ ଆତ୍ମହତ୍ୟା କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି।
https://www.dharitri.com/thunderstorms-burned-29-houses/
ବଜ୍ରପାତରେ ଜଳିଗଲା ୨୯ ବଖରା ପାଟଣା/ହାଟଡିହୀ/ରୂପସା/ଭଦ୍ରକ ଅଫିସ,୨।୫: କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନର ବଜ୍ରପାତ ଘଟି ଗଛ ସହ ୨୯ ବଖରା ଜଳିଯାଇଛି। କେନ୍ଦୁଝର ପାଟଣା ବ୍ଲକରେ ରବିବାର କାଳବୈଶାଖୀ ପ୍ରଭାବରେ ବୁଢ଼ୀକାପୁଡି ମହାନ୍ତ ସାହିରେ ବଜ୍ରପାତ ହୋଇଥିଲା। ଉକ୍ତ ଗ୍ରାମର ଲକ୍ଷ୍ମୀଧର ମହାନ୍ତଙ୍କ ପଡ଼ିଆରେ ଥିବା ଏକ କଞ୍ଚା ମହୁଲ ଗଛ ଉପରେ ବଜ୍ରପାତ ହେବାରୁ ଗଛଟି ସମ୍ପୂର୍ଣ୍ଣ ଜଳିଯାଇଛି। ପାଟଣା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସେହିପରି ହାଟଡିହୀ ବ୍ଲକ ଅଁରା ପଞ୍ଚାୟତ ମଧୁରଗଡିଆ ଗ୍ରାମରେ ଶନିବାର ରାତିରେ ବଜ୍ରପାତ ଘଟି ୩ ବଖରା ପୋଡ଼ିଯାଇଛି। ବଜ୍ରପାତରେ ହଠାତ ନିଆଁ ଲାଗିବାରୁ ପରିବାର ଲୋକ ଭୟରେ ବାହାରକୁ ପଳାଇ ଆସିଥିଲେ। ଫଳରେ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଧରଣୀଧର ଶଙ୍ଖୁଆ ଓ ନିତ୍ୟାନନ୍ଦ ଶଙ୍ଖୁଆ ଏଥିରେ କ୍ଷତିଗ୍ରସ୍ତ ହୋଇଛନ୍ତି। ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ କୁଡ଼ିଆ ଗ୍ରାମର ଗୋପାଳ ଜେନାଙ୍କ ୬ ବଖରା ବାସଗୃହ ବଜ୍ରପାତରେ ଅଗ୍ନିକାଣ୍ଡ ଘଟି ଭସ୍ମୀଭୂତ ହୋଇଯାଇଛି। ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବର୍ଷା ସହ ବଜ୍ରପାତ ହୋଇଥିଲା। ଚାହୁଁ ଚାହୁଁ ଘରଗୁଡିକ ସମ୍ପୂର୍ଣ୍ଣ ଜଳିଯାଇଥିଲା। ଦମକଳବାହିନୀ ଓ ଗାଁ ଲୋକେ ମିଶି ନିଆଁକୁ ଆୟତ୍ତ କରିଥିଲେ। ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ପରିବାର ଲୋକେ ଓ ଗୋରୁଗାଈ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଅଚକ ପଞ୍ଚାୟତ ଗୋପସାହିରେ ୨୦ ବଖରା ଘର ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ୧୧ ପରିବାର ସର୍ବସ୍ବାନ୍ତ ହୋଇଛନ୍ତି। ସ୍ଥାନୀୟ ଅଗ୍ନିଶମ ବାହିନୀ ଆସି ନିଅଁା ଲିଭାଇଥିଲେ। ଅଗ୍ନିକାଣ୍ଡରେ ଗ୍ରାମର କୃପାସିନ୍ଧୁ ଖୁଣ୍ଟିଆ, ନରହରି ଖୁଣ୍ଟିଆ, ବିଷ୍ଣୁ ମୋହନ ଖୁଣ୍ଟିଆ, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ପ୍ରମୁଖଙ୍କ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି।
https://www.dharitri.com/ସିଏଏ-ବିରୋଧ-ପ୍ରଦର୍ଶନ-ପରେ-ପ/
ସିଏଏ ବିରୋଧ ପ୍ରଦର୍ଶନ ପରେ ପ୍ରଥମଥର ଗୁଆହାଟି ପହଞ୍ଚିଲେ ମୋଦି ଗୁଆହାଟି, ୭।୨: ଐତିହାସିକ ବୋଡୋ ଏଗ୍ରିମେଣ୍ଟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ରଥମଥର ପାଇଁ ଆସାମ ଗସ୍ତ କରିଛନ୍ତି। କୋକରାଝରରେ ପହଞ୍ଚିବା ପରେ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବୋଲ ସ୍ବାଗତ କରିଥିଲେ। ସେହି ସମୟରେ ରାଜ୍ୟପାଳ ଜଗଦୀଶ ମୁଖି ମଧ୍ୟ ଉପସ୍ଥିତ ରହିଥିେଲେ। ବୋଡୋ ବାହୁଲ୍ୟ କୋକରାଝରରେ ଏଗ୍ରିମେଣ୍ଟର ଉତ୍ସବ ପାଳନରେ ମୋଦି ଯୋଗଦେବେ। ଏହାପରେ ସେ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ନିକଟରେ ଆସାମରେ ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ବଡ଼ ଧରଣରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ପ୍ରଦର୍ଶନ ଯୋଗୁ ଗତ ମାସରେ ମୋଦିଙ୍କ ଗସ୍ତ ବାତିଲ ହୋଇଥିଲା। ତେବେ ବିରୋଧ ପ୍ରଦର୍ଶନ ପରେ ଏହା ମୋଦିଙ୍କ ପ୍ରଥମ ଆସାମ ଗସ୍ତ ବୋଲି ଚର୍ଚ୍ଚା ହେଉଛି।
https://www.dharitri.com/tokyo-olympics-indus-punia-in-indian-flag-race/
ଟୋକିଓ ଅଲିମ୍ପିକ୍ସ : ଭାରତୀୟ ପତାକାଧାରୀ ଦୌଡ଼ରେ ସିନ୍ଧୁ, ପୁନିଆ ନୂଆଦିଲ୍ଲୀ, ୩ା୭-ଟୋକିଓ ଅଲିମ୍ପିକ୍ସ କ୍ରମେ ପାଖେଇ ଆସିଥିବାବେଳେ ଉଦ୍ଘାଟନୀ ସମାରୋହରେ କେଉଁ ଆଥ୍ଲେଟ ଭାରତୀୟ ପତାକାଧାରୀ ହେବେ ତାହାକୁ ନେଇ ଉତ୍ସାହ ବଢ଼ିଛି। ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଜୁଲାଇ ୫ରେ ପତାକାଧାରୀଙ୍କ ନାମ ଘୋଷଣା କରିବା ସମ୍ଭାବନା ରହିଛି। ଏହା ମଧ୍ୟରେ କିଛି ଆଥ୍ଲେଟଙ୍କ ନାମ ଶର୍ଟଲିଷ୍ଟ ହୋଇଥିବା ଜଣା ଯାଇଛି। ସେମାନଙ୍କ ମଧ୍ୟରେ ଭାରତୀୟ ମହିଳା ବ୍ୟାଡ୍ମିଣ୍ଟନ ତାରକା ପି.ଭି. ସିନ୍ଧୁ ଏବଂ ରେସଲର ବଜରଙ୍ଗ ପୁନିଆ ଆଗରେ ରହିଥିବା ସୂଚନା ମିଳିଛି। ତେବେ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରାଯାଇନାହିଁ। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଓ ଆଇଓଏ ମଧ୍ୟରେ ଆଲୋଚନା ଚାଲିଛି। ଏଥିପାଇଁ ହକ୍ଦାର ଆଥ୍ଲେଟଙ୍କୁ ସୁଯୋଗ ଦିଆଯିବା ଉପରେ ଗୁରୁତ୍ୱାରୋପ କରାଯାଉଛି।
https://www.dharitri.com/peasant-leaders-will-go-to-the-polls-state/
ନିର୍ବାଚନୀ ରାଜ୍ୟକୁ ଯିବେ କୃଷକ ନେତା ନୂଆଦିଲ୍ଲୀ, ୩ା୩: ଆଉ କିଛି ଦିନ ପରେ ବିଧାନସଭା ନିର୍ବାଚନ ହେବାକୁ ୫ ରାଜ୍ୟରେ ଭାଜପାକୁ ଲୋକେ ଭୋଟ ନ ଦେବାକୁ କୃଷକ ସଙ୍ଗଠନ ଭାରତୀୟ କିଷାନ ୟୁନିଅନ(ବିକେୟୁ) ପକ୍ଷରୁ ଅନୁରୋଧ କରାଯିବ। ଏଥିପାଇଁ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ଚାଷୀ ନେତା ଯାଇ ଭାଜପା ବିରୋଧରେ ଭୋଟ ଦେବାକୁ ଲୋକଙ୍କୁ କହିବେ ବୋଲି ବିକେୟୁ ନେତା ବଲବୀର ଏସ୍ ରାଜଓ୍ବୋଲ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ମାର୍ଚ୍ଚ ୧୨ରୁ ପ୍ରଥମେ ପଶ୍ଚିମବଙ୍ଗରୁ ଏହି ଅଭିଯାନ ଆରମ୍ଭ ହେବ। ଏହା ପୂର୍ବରୁ ଆସନ୍ତା ୬ ତାରିଖରେ କେଏମ୍ପି ଏକ୍ସପ୍ରେସ ଓ୍ବେ ଅବରୋଧ କରାଯିବ। କେନ୍ଦ୍ରର ଭାଜପା ସରକାର ନୂଆ କୃଷି ଆଇନ ପ୍ରତ୍ୟାହାର ପାଇଁ ଆନ୍ଦୋଳନରତ ଚାଷୀଙ୍କ ଦାବି ଶୁଣୁ ନ ଥିବାରୁ ଏପରି କରାଯିବାକୁ ନିଷ୍ପତ୍ତି ହୋଇଥିବା ରାଜଓ୍ବୋଲ ପ୍ରକାଶ କରିଛନ୍ତି। ନିର୍ବାଚନରେ କୌଣସି ନିର୍ଦ୍ଦିଷ୍ଟ ଦଳକୁ ସଙ୍ଗଠନ ସମର୍ଥନ ଦେବ ନାହିଁ ବୋଲି ସେ ସ୍ପଷ୍ଟ କରିଥିବାବେଳେ ଯେଉଁ ପ୍ରାର୍ଥୀ ଭାଜପାକୁ ହରାଇପାରିବେ ତାଙ୍କୁ ଭୋଟ ଦେବାକୁ ଲୋକଙ୍କୁ ଅନୁରୋଧ କରାଯିବ। ସଙ୍ଗଠନ ନେତୃବୃନ୍ଦ ଜନସାଧାରଣଙ୍କ ନିକଟରେ ପହଞ୍ଚି କେନ୍ଦ୍ର ସରକାରଙ୍କ କୃଷକମାରଣ ନୀତି ବିଷୟରେ ଅବଗତ କରାଯିବ ବୋଲି ରାଜଓ୍ବୋଲ କହିଛନ୍ତି। ଏହାପରେ ଅଣ ନିର୍ବାଚନୀ ରାଜ୍ୟରେ ମଧ୍ୟ ଏହି ଢଙ୍ଗରେ ଆନ୍ଦୋଳନ ଚାଲିବ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
https://www.dharitri.com/woman-fell-from-the-roof/
ଛାତରୁ ଖସିପଡ଼ିଲେ ମହିଳା ନିରାକାରପୁର,୩୧।୫(ଡି.ଏନ୍.ଏ.): ଛାତରୁ ଖସିପଡ଼ି ବୁଧବାର ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଖୋର୍ଦ୍ଧା ଜିଲା ଲେଣ୍ଡୋ ପଞ୍ଚାୟତ ଜାଜପୁର ଗ୍ରାମର ନିରୁପମା ମିଶ୍ର(୨୮)। ନିରୁପମା ଛାତ ଉପରକୁ ଲୁଗା ଶୁଖାଇବାକୁ ଯାଇଥିଲେ। ହେଲେ କୌଣସି କାରଣରୁ ସେ ଛାତ ଉପରୁ ତଳେ ପଡିଯାଇଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ନିରାକାରପୁର ସରକାରୀ ମେଡିକାଲକୁ ଆଣିଥିଲେ। ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରସ୍ଥିତ ଏମ୍ସ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
https://www.dharitri.com/the-developer-locked-the-school-for-arrears/
ବକେୟା ପାଇଁ ସ୍କୁଲରେ ତାଲା ପକାଇଲେ ଠିକାଦାର ବାଲେଶ୍ୱର,୧୦ା୪(ମାନସ ବିଶ୍ୱାଳ): ୫-ଟି ଅଧୀନରେ ରୂପାନ୍ତରଣ ହୋଇଥିବା ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଦହପଡ଼ା ଚିନ୍ତାମଣି ହାଇସ୍କୁଲର ନିର୍ମାଣ କାର୍ଯ୍ୟ ଶେଷ ହେବାର ବର୍ଷେ ବିତିଗଲାଣି। ହେଲେ ଏଯାଏ ବକେୟା ଟଙ୍କା ମିଳ ନ ଥିବାରୁ ଠିକାଦାର ଅସନ୍ତୋଷ ପ୍ରକାଶ କରିବା ସହ ମଙ୍ଗଳବାର ସ୍କୁଲ ଗୃହରେ ତାଲା ପକାଇ ଦେଇଥିଲେ। ଅଷ୍ଟମ, ନବମ ଏବଂ ଦଶମ ଶ୍ରେଣୀର ଛାତ୍ରୀଛାତ୍ରମାନେ ଆସି ବାହାରେ ବୁଲିବା ସହ ଶିକ୍ଷକମାନେ ବାହାରେ ଛିଡ଼ା ହୋଇଥିଲେ। ଖବର ପାଇ ସ୍ଥାନୀୟ ଏବିଡିଓ, ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ପୋଲିସ ପହଞ୍ଚିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ୫-ଟି ରୂପାନ୍ତର ବେଳେ ଗ୍ରାମର କେତେଜଣ ବ୍ୟକ୍ତିଙ୍କୁ ପକ୍କା ଘର ନିର୍ମାଣ କାମ କରିବା ପାଇଁ ଦିଆଯାଇଥିଲା। ବର୍ଷେରୁ ଅଧିକ ବିତିଯାଇଥିଲେ ବି ବକେୟା ଟଙ୍କା ମିଳିନାହିଁ। ଫଳରେ ସେମାନେ କାମ କରିଥିବା ୫ଟି କ୍ଲାସ ରୁମ୍ଗୁଡ଼ିକରେ ତାଲା ପକାଇ ବନ୍ଦ ରଖିଥିଲେ। ଫଳରେ ପିଲାମାନଙ୍କ କ୍ଲାସ କରିବାରେ ବାଧା ସୃଷ୍ଟି ହୋଇଥିଲା। ଅଷ୍ଟମ, ନବମ ଏବଂ ଦଶମ ଶ୍ରେଣୀର ଛାତ୍ରୀଛାତ୍ର ଓ ଶିକ୍ଷକମାନେ ମଧ୍ୟ ବାହାରେ ଛିଡ଼ା ହୋଇଥିଲେ। ପ୍ରଶାସନିକ ଅଧିକାରୀମାନେ ଓ ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ବୁଝିବା ସହ ୫-ଟି କାମ ଉକ୍ତ ଠିକାଦାରମାନଙ୍କୁ କିଏ ପ୍ରଦାନ କରିଥିଲା ଓ କେଉଁ ସୂତ୍ରରେ ପ୍ରଦାନ କରିଥିଲେ, କେତେଟଙ୍କା ପୈଠ ହୋଇଛି, କେତେ ଟଙ୍କା ବାକି ଅଛି, ଏ ସମ୍ପର୍କରେ ବୁଝିଥିଲେ। ଠିକାଦାରମାନଙ୍କୁ ବ୍ଲକ ଅଫିସ୍କୁ ଡକାଇ ଆଲୋଚନା କରିବା ପାଇଁ ପ୍ରଶାସନିକ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ କ୍ଲାସରୁମ୍ରେ ପଡ଼ିଥିବା ତାଲା ଖୋଲିଥିଲା।
https://www.dharitri.com/today-2796-corona-patients-has-recover-in-odisha/
ସୁସ୍ଥ ହେଲେ ୨୭୦୬ କରୋନା ଆକ୍ରାନ୍ତ: କେଉଁ ଜିଲାରୁ କେତେ ପଢନ୍ତୁ ଭୁବନେଶ୍ୱର,୧୦।୯(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୨୭୦୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲାରୁ ସର୍ବାଧିକ ୪୧୧ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୫୪, ମୟୂରଭଞ୍ଜରୁ ୨୩୩, ଗଞ୍ଜାମରୁ ୧୭୩, ନୟାଗଡ଼ରୁ ୧୫୨, ବରଗଡ଼ରୁ ୧୩୯, ପୁରୀରୁ ୧୩୨, ରାୟଗଡ଼ାରୁ ୧୦୧, ଝାରସୁଗୁଡ଼ାରୁ ୯୩, ଯାଜପୁରରୁ ୯୨, କେନ୍ଦୁଝରରୁ ୮୨, ସମ୍ବଲପୁରରୁ ୮୧, ଜଗତସିଂହପୁରରୁ ୭୫, ଢେଙ୍କାନାଳ ୬୫, କୋରାପୁଟରୁ ୬୫, ଭଦ୍ରକରୁ ୫୩, ନବରଙ୍ଗପୁରରୁ ୫୨, ବାଲେଶ୍ୱରରୁ ୩୮, ସୁନ୍ଦରଗଡ଼ରୁ ୩୪, କଳାହାଣ୍ଡିରୁ ୩୩, ମାଲକାନଗିରିରୁ ୨୭, ବଲାଙ୍ଗିରରୁ ୨୫, ସୋନପୁରରୁ ୨୪, ବୌଦ୍ଧ ୨୩, ନୂଆପଡ଼ାରୁ ୨୩, କନ୍ଧମାଳରୁ ୨୦, ଗଜପତିରୁ ୧୮, ଅନୁଗୋଳରୁ ୧୭ ଓ ଦେବଗଡ଼ରୁ ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
https://www.dharitri.com/afghanistan-kabul-bomb-blast-near-gate-of-foreign-ministry-building/
ଆଫଗାନିସ୍ତାନରେ ବୈଦେଶିକ ମନ୍ତ୍ରଣାଳୟର ଫାଟକ ନିକଟରେ ବୋମା ବିସ୍ଫୋରଣ, ୨୦ ମୃତ କାବୁଲ,୧୧।୧: ଆଫଗାନିସ୍ତାନର କାବୁଲ ସ୍ଥିତ ବୈଦେଶିକ ମନ୍ତ୍ରଣାଳୟର ଫାଟକ ନିକଟରେ ବୁଧବାର ଅପରାହ୍ନରେ ଏକ ବୋମା ବିସ୍ଫୋରଣ ହୋଇଛି। ଏଥିରେ ୨୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାବୁଲ ସୁରକ୍ଷା ଏଜେନ୍ସି ମୁଖପାତ୍ର ଖାଲିଦ ଜଡ୍ରାନ ଟୁଇଟ୍ କରି ଏହି ବିସ୍ଫୋରଣ ଘଟିଥିବା ନିଶ୍ଚିତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଗୋଷ୍ଠୀ ଏହି ଆକ୍ରମଣ ଲାଗି ନିଜକୁ ଦାୟୀ କରିନାହାନ୍ତି।
https://www.dharitri.com/rohit-shetty-et-to-make-biopic-on-mumbai-topcop-rakeh-maria/
ରାକେଶ ମାରିଆଙ୍କ ବାୟୋପିକ ନିର୍ମାଣ କରିବେ ରୋହିତ ସେଟ୍ଟି ମୁମ୍ବାଇ: ସିଂଘମ, ଚେନ୍ନାଇ ଏକ୍ସପ୍ରେସ ଓ ବ୍ଲକବଷ୍ଟର ହିଟ ଗୋଲମାଲ ଫ୍ରାଞ୍ଚାଇଜର ନିର୍ଦ୍ଦେଶକ ରୋହିତ ସେଟ୍ଟି ପୂର୍ବତନ ପୋଲିସ କମିଶନର ରାକେଶ ମାରିଆଙ୍କ ବାୟୋପିକ୍ ନିର୍ମାଣ କରିବାକୁ ଯାଉଛନ୍ତି । ଏଥିପାଇଁ ରୋହିତ ସେଟ୍ଟି ରିଲାଏନ୍ସ ଏଣ୍ଟରଟେନମେଣ୍ଟ ସହ ହାତ ମିଳାଇଛନ୍ତି । ବାୟୋପିକ ମାରିଆଙ୍କ ୨୦୨୦ର ସଂସ୍ମରଣ ଲେଟ ମି ସେ ଇଟ ନାମରେ ଆଧାରିତ ହେବ । ବାୟୋପିକ ପାଇଁ କାଷ୍ଟିଂ କରାଯାଉଛି । ବାୟୋପିକ ସମ୍ପର୍କରେ କଥା ହୋଇ ରୋହିତ ସେଟ୍ଟି କହିଛନ୍ତି, ରାକେଶ ମାରିଆ ସେହି ବ୍ୟକ୍ତି ଯେ ୩୬ ବର୍ଷ ପର୍ଯ୍ୟନ୍ତ ଆତଙ୍କ ଦେଖିଛନ୍ତି । ତାଙ୍କର ଅବିଶ୍ୱସନୀୟ ଯାତ୍ରା ୧୯୯୩ରେ ମୁମ୍ବାଇରେ ହୋଇଥିବା ବିସ୍ଫୋରଣରୁ ଆରମ୍ଭ କରି ଅଣ୍ଡରୱାର୍ଲଡଙ୍କ ବିପଦ ପର୍ଯ୍ୟନ୍ତ ରହିଛି । ରିୟଲ ଲାଇଫର ସୁପର ହିରୋଙ୍କ ବାହାଦୂରି ଓ ଲିଡରଶିପକୁ ପରଦାକୁ ଆଣିଥିବାରୁ ମୁଁ ସମ୍ମାନୀତ ବୋଧ କରୁଛି ବୋଲି ସେଟ୍ଟି କହିଛନ୍ତି । ଆଇପିଏସ୍ ମାରିଆ ୧୯୮୧ ବ୍ୟାଚର ସିଭିଲ ସର୍ଭିସ ପରୀକ୍ଷା ପାସ କରିଥିଲେ । ୧୯୯୩ରେ ପୋଲିସ କମିଶନର ଭାବେ ସେ ମୁମ୍ବାଇ ସିରିଏଲ ବ୍ଲାଷ୍ଟ ମାମଲାର ଯାଞ୍ଚ କରିଥିଲେ । ମାରିଆ ୨୦୦୩ ଗେଟ ୱେ ଅଫ୍ ଇଣ୍ଡିଆ ଓ ଜାବୋରି ବଜାର ବିସ୍ଫୋରଣର ବି ଯାଞ୍ଚ କରିଥିଲେ । ଦେଶର ଆର୍ଥିକ ରାଜଧାନୀରେ ହୋଇଥିବା ୨୬/୧୧ ଆକ୍ରମଣର ଯାଞ୍ଚ ବି ତାଙ୍କୁ ଦିଆଯାଇ ଥିଲା । ମାରିଆ ଜୀବିତ ଭାବେ ଧରାପଡିଥିବା ଏକମାତ୍ର ଆତଙ୍କବାଦୀ ଅଜମଲ କସାବକୁ ବି ପଚରା ଉଚରା କରିଥିଲେ ଓ ମାମଲାକୁ ସଫଳତା ପୂର୍ଣ୍ଣ ଯାଞ୍ଚ କରିଥିଲେ । ବାୟୋପିକକୁ ନେଇ ମାରିଆ କହିଛନ୍ତି ଯାତ୍ରାକୁ ପୁଣିଥରେ ଜୀବିତ କରିବା ରୋମାଞ୍ଚକର ଅନୁଭୁତି ହେବ । ରୋହିତ ସେଟ୍ଟିଙ୍କ ଭଳି ଜଣେ ଆଗଧାଡିର ନିର୍ଦ୍ଦେଶକ ମୋର ବାୟୋପିକ ନିର୍ମାଣ କରୁଛନ୍ତି ଏହା ମୋ ପାଇଁ ଖୁସିର କଥା ବୋଲି ମାରିଆ କହିଛନ୍ତି । ପୁରୁଣା ସ୍ମୃତିଠାରୁ ଅଧିକ, କଠିନ ପରିସ୍ଥିତିର ସାମ୍ନା କରି କାମ କରୁଥିବା ମୁମ୍ବାଇ ପୋଲିସର ଅସାଧାରଣ କାମକୁ ଲୋକଙ୍କ ସାମ୍ନାକୁ ଆଣିବାର ଏହାଏକ ମୂଲ୍ୟବାନ ସମୟ ବୋଲି ମାରିଆ କହିଛନ୍ତି ।
https://www.dharitri.com/chief-ministers-move-will-guide/
‘ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଦିଗ୍‌ଦର୍ଶନ ଦେବ’ ଯାଜପୁର ଟାଉନ,୧୬ା୧୨(ଡି.ଏନ.ଏ.): ଯାଜପୁର ଏନ୍ସି କଲେଜ ପଡ଼ିଆଠାରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ଚ୍ଚୁଆଲ ମାଧ୍ୟମରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କଓ୍ବୋଇ)ର ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରାଯାଇଛି। ଯାଜପୁର ଜିଲାର ୩୧୧ ପଞ୍ଚାୟତ, ୨ଟି ପୌରପରିଷଦ ଅଞ୍ଚଳର ମୋଟ୍ ୪ ଲକ୍ଷ ୧୦ ହଜାର ୮୭ ପରିବାରର ୧୫ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏହି ଯୋଜନାରେ ସାମିଲ ହୋଇଛନ୍ତି। ଏହାଦ୍ୱାରା ପ୍ରତ୍ୟେକ ହିତାଧିକାରୀ ପରିବାର ସଦସ୍ୟଙ୍କ ଚିକିତ୍ସା ନିମନ୍ତେ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ୧୦ଲକ୍ଷ ଟଙ୍କା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ମା’ ବିରଜାଙ୍କୁ ପ୍ରଣାମ ଜଣାଇବା ସହ ଜିଲାର ୨୮ଶହ କୋଟି ଟଙ୍କାର ପ୍ରକଳ୍ପକୁ ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିଥିଲେ। ଉତ୍ସବରେ ୩୦ ଜିଲାର ନୃତ୍ୟ ପ୍ରତିନିଧିମାନେ ଯୋଗଦେଇ ସେମାନଙ୍କ କଳାନୈପୁଣ୍ୟ ପରିବେଷଣ କରିଥିଲେ। ଉତ୍ସବକୁ କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ଏବଂ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପରିଚାଳନା କରିଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଯୋଗଦେଇ ଓଡ଼ିଶାର ସାଢ଼େ ଚାରି କୋଟି ପରିବାର ମୁଖ୍ୟମନ୍ତ୍ରୀଙ୍କ ପରିବାର ବୋଲି କହିବା ସହ କୌଣସି ବ୍ୟକ୍ତି ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚତ୍ତ ନ ହେଉ ବୋଲି ମୁଖ୍ୟମନ୍ତ୍ରୀ ଚାହାନ୍ତି। ଏଥିପାଇଁ ନବୀନ ପଟ୍ଟନାୟକ ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଭାରତ ବର୍ଷରେ ଦିଗ୍ଦର୍ଶନ ଦେବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ସ୍ମାର୍ଟକାର୍ଡର ଦିଗ ଉପରେ ଆଲୋଚନା କରିଥିଲେ। ଉତ୍ସବରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ, କୋରେଇ ବିଧାୟକ ଅଶୋକ ବଳ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ବରୀ ବିଧାୟିକା ସୁନନ୍ଦା ଦାସ ଓ ଏମ୍ପି ସର୍ମିଷ୍ଠା ସେଠୀ ଯୋଗ ଦେଇଥିଲେ। ଅତିଥି ୩୦ଜଣ ମହିଳାଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରିଥିଲେ। ୧୬ ତାରିଖଠାରୁ ଜିଲାର ସମସ୍ତ ବ୍ଲକ୍ ଓ ପୌରପରିଷଦର ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ।