text
stringlengths
0
9.1k
ଅକ୍ଷରା ହାସନ ୧୨ ଅକ୍ଟୋବର ୧୯୯୧ ମସିହାରେ ତାମିଲନାଡ଼ୁର ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ଅଭିନେତା କମଲ ହାସନ ଏବଂ ଅଭିନେତ୍ରୀ ସାରିକା ହାସନଙ୍କର ବଡ଼ ଝିଅ ହେଉଛନ୍ତି ସୃତି ହାସନ ଏବଂ ସାନ ଝିଅ ହେଉଛନ୍ତି ଅକ୍ଷରା ହାସନ । ଅକ୍ଷରାଙ୍କର ପିତା କମଲ ଜଣେ ତାମିଲି ହିନ୍ଦୁ ବ୍ରାହ୍ମଣ ଏବଂ ତାଙ୍କ ମାଆ ସାରିକା ମହାରାଷ୍ଟ୍ର ଅଧିବାସିନୀ । ଅକ୍ଷରା ତାଙ୍କର ବିଦ୍ୟାଳୟ ଶିକ୍ଷା ଚେନ୍ନାଇର ଆବାକସ୍ ମୋଣ୍ଟେସୋରି ବିଦ୍ୟାଳୟରୁ ଶେଷ କରିଥିଲେ । ଏହା ପରେ ସେ ବାଙ୍ଗାଲୋରର ଇନ୍ଦୁସ୍ ଇଣ୍ଟରନେସନ୍ୟାଲ ସ୍କୁଲରେ ପଢ଼ିଥିଲେ ।
ଏବେ ଅକ୍ଷରା ତାଙ୍କ ମାଆ ସକିରାଙ୍କ ସ‌ହ ମୁମ୍ବାଇରେ ବାସ କରୁଛନ୍ତି ।
୨୦୧୦ ମସିହାରେ ଅକ୍ଷରା ନିର୍ଦ୍ଦେଶକ ରାହୁଲ ଧୋଲକିଆଙ୍କ ସ‌ହ ସ‌ହକାରୀ ନିର୍ଦ୍ଦେଶକ ଭାବରେ ସୋସାଇଟ୍ ଚଳଚ୍ଚିତ୍ରରେ କାମ କରିଥିଲେ । ଏହି ଚଳଚ୍ଚିତ୍ରରେ ଅକ୍ଷରାଙ୍କର ମାଆ ସାରିକା ମଧ୍ୟ କାର୍ଯ୍ୟ କରିଥିଲେ । ଏତଦ୍‌ବ୍ୟତୀତ ସେ ମଧ୍ୟ ଅନେକ ବିଜ୍ଞାପନ ଚଳଚ୍ଚିତ୍ରରେ ସ‌ହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଅକ୍ଷରା ଜଣେ ସ‌ହ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ବେଳେ, ନିର୍ଦ୍ଦେଶକ ମଣି ରତ୍ନମ୍ଙ୍କର ୨୦୧୩ର ଚଳଚ୍ଚିତ୍ର କାଦଲରେ ତାଙ୍କୁ ସୁଯୋଗ ଦେଇଥିଲେ, ମାତ୍ର ଅକ୍ଷରା ଏହି କଥାଚିତ୍ରରେ ଅଭିନୟ ପାଇଁ ରାଜି ହୋଇ ନ ଥିଲେ ।
ଅକ୍ଷରା ୨୦୧୫ରେ ଅଭିନେତା ଧନୁଷ ଏବଂ ଅମିତାଭ ବଚନଙ୍କ ସ‌ହ ଶମିତାଭ ଚଳଚ୍ଚିତ୍ରରେ ପ୍ରଥମ କରି ଅଭିନୟ ଆରମ୍ଭ କରିଥିଲେ ।
ଅକ୍ଷରା ହାସନ (ଇଣ୍ଟରନେଟ ମୁଭି ଡାଟାବେସରେ)
ନିରକ୍ଷବୃତ୍ତଠାରୁ ଉତ୍ତର ବା ଦକ୍ଷିଣ ଦିଗରେ କୌଣସି ସ୍ଥାନର ଦୁରତ୍ଵର କୌଣିକ ପରିମାଣକୁ ଅକ୍ଷାଂଶ କୁହାଯାଏ୤ ବିଷୁବରେଖାର ଏକ ସମାନ୍ତରରେ ଅବସ୍ଥିତ ସମସ୍ତ ଅକ୍ଷାଂଶ (latitude) ଏକ ଅଟେ୤ ଅକ୍ଷାଂଶ ଉତ୍ତର ଦିଗରେ ବା ଦକ୍ଷିଣ ଦିଗରେ ଶୁନ୍ୟ ଡିଗ୍ରୀଠାରୁ ୯୦ ଡିଗ୍ରୀ ପର୍ଯ୍ୟନ୍ତ ଗଣନା କରାଯାଏ ୤
ଅକ୍ଷାଂଶ (latitude of a place) ଏବଂ ଦ୍ରାଘିମା (longitude of a place)ଏହି ଦୁଇଗୋଟିକୁ ଗଣିତ ଶାସ୍ତ୍ରରେ ଭୁଜକୋଟି (Co-ordinates) କହନ୍ତି ୤ ଭୂଗୋଲକର କୌଣସି ସ୍ଥାନର ଅବସ୍ଥିତି ଜାଣିବା ସକାଶେ ଏହି ଦୁଈଟି ଦରକାର ୤ ଏହି ଦୁହିଁଙ୍କ ମଧ୍ୟରେ ସମ୍ବନ୍ଧ ଏହି ଯେ ଗୋଟିକର ବିନା ଅନ୍ୟଟିଦ୍ଵାରା ଉକ୍ତସ୍ଥାନର ଅବସ୍ଥିତି ସମ୍ବନ୍ଧେ କୌଣସି ନିର୍ଦ୍ଧିଷ୍ଟ ଧାରଣା ମନ ମଧ୍ୟରେ ହୋଇପାରେ ନାହିଁ ୤
ବାବୁଲାଲ ଦୋଶୀ ଓ ସୁଶିଲ ମୂଖାର୍ଜୀଙ୍କ ଯୁଗ୍ମ ନିର୍ଦ୍ଦେଶନାରେ ନିର୍ମିତ, ଛାୟାବାଣୀ ପ୍ରତିଷ୍ଠାନର ଓଡ଼ିଆଚଳଚ୍ଚିତ୍ର ଅକ୍ଷିତୃତୀୟା - ୧୯୮୧ ମସିହାରେ ମୁକ୍ତିଲାଭ କରିଥିଲା ।
ଓଡ଼ିଆଚଳଚ୍ଚିତ୍ର ‘ଅକ୍ଷିତୃତୀୟା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଅକ୍ଷୟ କୁମାର ଚକ୍ରବର୍ତ୍ତୀ ଓଡ଼ିଶାରେ ଜନ୍ମିତ ଜଣେ ଜଣାଶୁଣା ଓଡ଼ିଆ ଲେଖକ ଓ ଅନୁବାଦକ ଥିଲେ ।
ସେ "ସେକ୍ସପିଅର"ଙ୍କ ଲିଖିତ "'Hamlet"ର ଓଡ଼ିଆରେ ରୂପାନ୍ତର କରିଥିଲେ ।
ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କହନ୍ତି । ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି ।
ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ସହିତ କୃତ୍ତିକା ବା ରୋହିଣୀ ନକ୍ଷତ୍ରଯୁକ୍ତ ହେଲେ ମହାଫଳ ପ୍ରାପ୍ତିହୁଏ । ଏହାକୁ ବ୍ରତ ରୂପେ ପାଳନ କରାଯାଏ । ବ୍ରତୀମାନେ ଶୁଦ୍ଧକାଳରେ ଏହି ବ୍ରତକୁ ଆରମ୍ଭକରି ଆଠବର୍ଷରେ ଉଦ୍‌ଯାପନ କରନ୍ତି । ଏହିଦିନ ଜଳଦାନ କଲେ କି ପୁଣ୍ୟଫଳ ମିଳେ ସେ ସଂପର୍କରେ ଚମତ୍କାର ଉପାଖ୍ୟାନଟି ଏହିପରି- ପୁରାକାଳରେ ଜଣେ ପାପୀ ବ୍ରାହ୍ମଣ ଥିଲା । ସେ ତା’ ଜୀବନରେ କିଛି ଦାନ ଧର୍ମକାର୍ଯ୍ୟ କରି ନଥିଲା । ଥରେ ତା’ ଗୃହକୁ ଅନ୍ୟ ଜଣେ ତୃଷାର୍ତ୍ତ ବ୍ରାହ୍ମଣ ଆସି ଜଳଭିକ୍ଷା କଲା । ପାପୀ ବ୍ରାହ୍ମଣ ତାକୁ ଜଳ ନଦେଇ ନିଷ୍ଠୁର ଭାବେ ଗୃହରୁ ବିତାଡିତ କଲା ସମୟରେ ସୁଶିଳା ନାମ୍ନୀ ତା’ର ସ୍ତ୍ରୀ ଆସି ସ୍ୱାମୀକୁ ସେ କାର୍ଯ୍ୟରୁ ନିବୃତ୍ତ କଲା ଓ ତୃଷାର୍ତ୍ତକୁ ଜଳଦାନ କଲା । କିଛି ବର୍ଷ ପରେ ପାପୀ ବ୍ରାହ୍ମଣର ମୃତ୍ୟୁ ହେଲା । ଯମଦୂତମାନେ ଆସି ତାକୁ ବାନ୍ଧି ନେଇଗଲେ । ଯମପୁରୀରେ ଥାଇ ଥରେ ସେ ତୃଷାର୍ତ୍ତ ହୋଇ ଯମଦୂତଙ୍କୁ ଜଳଭିକ୍ଷା କଲା । ଯମଦୂତମାନେ ତାହାକୁ ତିରଷ୍କାର କରି କହିଲେ- ନିଜ ଜୀବନରେ କେବେ ଜଳଦାନ ନକରି ଜଳଭିକ୍ଷା କରୁଛୁ କିପରି, ପାପୀ ? ଏହି ସମୟରେ ସ୍ୱୟଂ ଯମରାଜ ସେଠାରେ ପହଞ୍ଚି ସ୍ୱହସ୍ତରେ ସେ ବ୍ରାହ୍ମଣକୁ ଜଳଦାନ କଲେ । ଦୂତମାନେ ଆଶ୍ଚର୍ଯ୍ୟ ହୋଇ ଏହାର କାରଣ ପଚାରିବାରୁ ଯମରାଜ କହିଲେ – ଏହି ବ୍ରାହ୍ମଣ ସାରା ଜୀବନ ପାପକର୍ମ କରିଥିଲେ ସୁଦ୍ଧା ଅକ୍ଷୟତୃତୀୟା ଦିନ ଏହାର ସ୍ତ୍ରୀ ତୃଷାର୍ତ୍ତ ବ୍ରାହ୍ମଣକୁ ଜଳଦାନ କରିଥିଲା । ସ୍ତ୍ରୀର ସେହି ପୁଣ୍ୟବଳରୁ ଏହାର ପାପ ଖଣ୍ଡନ ହୋଇଛି । ତେଣୁ ଏହାର ଆଉ ନର୍କଭୋଗ ଯୋଗ ନାହିଁ । ମହର୍ଷି ଜନକ ଭାରତୀୟ କୃଷିଜୀବୀ କୁଳର ପ୍ରତିନିଧି ରୂପେ ନିଜେ ଭୂମିପୂଜା କରି ବୀଜବପନ କରୁଥିଲେ । ଭୂମିକର୍ଷଣ ସମୟରେ ସେ ସୀତାଙ୍କୁ ଲାଭ କରିଥିବାରୁ ଋକ୍ ବେଦରେ ସୀତା ଉତ୍କୃଷ୍ଟ ବୀଜଦାତ୍ରୀ ରୂପେ ବର୍ଣ୍ଣିତ ହୋଇଛନ୍ତି । ବୈଦିକ ଋଷିମାନେ ଅକ୍ଷୟ ଶସ୍ୟ ପ୍ରଦାନ କରିବା କାମନାରେ ସୀତାଙ୍କୁ ସ୍ତୁତି କରିଛନ୍ତି । ଆଗ୍ନେୟ ପୁରାଣ, ବିଷ୍ଣୁ ଧର୍ମୋତ୍ତର ପୁରାଣ ଓ ଭବିଷ୍ୟ ପୁରାଣାଦିରେ ଅକ୍ଷୟ ତୃତୀୟାକୁ ଗୋଟିଏ ପ୍ରଶସ୍ତ ଶୁଭଦିନ ରୂପେ ବର୍ଣ୍ଣନା କରାଯାଉଛି ।
ଏହିତିଥିରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ ଅନୁକୂଳ କରାଯାଏ । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି । ତାଳଧ୍ଵଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ । ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା ସମ୍ପାଦନା କରିବାର ବିଧି ରହିଛି । ରୂପକାର, କମାର, ଚିତ୍ରକର, ଭୋଇ, ଅମୀନସେବକମାନଙ୍କ ଉପସ୍ଥିତିରେ ବିଶ୍ଵକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୁଏ । ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ ରଥନିର୍ମାଣ କରାଯାଏ । ଏଥିରେ ୧୧୩୯ ଖଣ୍ଡ କାଠଲାଗିଥାଏ । ସେହି କାଠଗୁଡିକ ହେଲା ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ, ଦେବଦାରୁ ଇତ୍ୟାଦି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କର୍ମଚାରୀ ରଥଖଳାରେ ଉପସ୍ଥିତ ରହି ଏହିକାର୍ଯ୍ୟ ସୁରୁଖୁରରେ ହେବାରେ ସାହାଯ୍ୟ କରିଥାନ୍ତି । ବାହାର ଚନ୍ଦନ ଯାତ୍ରାର ଶେଷଦିନ ରଥ ଅଖରେ ଚକ ଲାଗେ ।
ଏହି ଦିନ ଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଆରମ୍ଭ ହୁଏ । ଏତଦବ୍ୟତୀତ ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଚନ୍ଦନ ଯାତ୍ରା ପାଳନ କରାଯାଏ । ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।
ଅକ୍ଷୟ ବସ୍ତିଆ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା । ସେ ୧୯୯୮ ମସିହାରେ ଓଡ଼ିଆ କଥାଚିତ୍ର ବୋଉ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଅକ୍ଷୟ ଓଡ଼ିଆ କଥାଚିତ୍ର ସ‌ହ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । ସେ ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ମହାଯଜ୍ଞ ଜରିଆରେ ଓଡ଼ିଆ ଦୂରଦର୍ଶନରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଅନେକ ଧାରାବାହିକରେ ନାୟକ, ଖଳନାୟକ, ପାର୍ଶ-ଅଭିନେତା ଭାବରେ ଅଭିନୟ କରିଛନ୍ତି ।
ଅକ୍ଷୟ ଓଡ଼ିଆ କଥାଚିତ୍ର ବୋଉ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭକରିଥିଲେ । ଏହାପରେ ସେ ଓଡ଼ିଆ ଦୂରଦର୍ଶନ ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ମହାଯଜ୍ଞର ନାୟକ ଗୌତମ ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକଟି ସେହି ସମୟରେ ଓଡ଼ିଶାର ଘରେ ଘରେ ପରିଚିତ କରାଇଥିଲା ଅକ୍ଷୟଙ୍କୁ ।
ଏହାପରେ ସେ ଓଡ଼ିଆ କଥାଚିତ୍ରରେ ଅଭିନୟ କରିବା ସ‌ହ ଧାରାବାହିକରେ ମଧ୍ୟ ଅଭିନୟ ଜାରି ରଖିଛନ୍ତି । ସେ ଧର୍ମର ହେବ ଜୟ, ଶାଶୁଘର ଚାଲିଯିବି, ଆଇ ଲଭ୍ ମାଇଁ ଇଣ୍ଡିଆ, ମୋ ସୁନା ପୁଅ, ଧଉଳି ଏକ୍ସପ୍ରେସ, ଅଗ୍ନିଶିଖା, ସତ୍ୟମେବ ଜୟତେ, ଆସିବୁ କେବେ ସାଜି ମୋ ରାଣୀ, ତୁ ମୋ ଗାର୍ଲ୍ ଫ୍ରେଣ୍ଡ୍, ତୋର ମୋର କଥା ହେବା ଚୁପ୍ ଚାପ୍, ପ୍ରେମ ସବୁଠୁ ବଳବାନ, ମୁଁ ରାଜା ତୁ ରାଣୀ, ଜୟ ହିନ୍ଦ୍, ଲଭ୍ ୟୁ ହମେଶା, ମାୟା, ମୋ ଦିଲ୍ କହେ ଇଲୁ ଇଲୁ ଆଦି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।
ମହାଯଜ୍ଞ ଧାରାବାହିକ ପରେ ଅକ୍ଷୟ ତାସ୍‌ର ଘର, ରାଜନୀତି, ବଧୂ, ମୋ ଜେଜେମା ଆଦି ଧାରାବାହିକରେ ଅଭିନୟ କରିଥିଲେ ।
ଅକ୍ଷୟ ବସ୍ତିଆ (ଇଣ୍ଟରନେଟ ମୁଭି ଡାଟାବେସରେ)
ଅକ୍ଷୟ ମହାନ୍ତି (୧୨ ଅକ୍ଟୋବର ୧୯୩୭ – ୧୭ ନଭେମ୍ବର ୨୦୦୨) (ଅନ୍ୟନାମ: ଖୋକା ଭାଇ)
କଟକଠାରେ ଜନ୍ମିତ ଜଣେ ଓଡ଼ିଆ ଗାୟକ, ସଙ୍ଗୀତଜ୍ଞ,,
ଗାଳ୍ପିକ, ଔପନ୍ୟାସିକ ଓ ଭ୍ରମଣ କାହାଣୀ ଲେଖକ । ସେ ଓଡ଼ିଆ କଥାଚିତ୍ର, ପଲ୍ଲୀଗୀତ, ଭଜନମାନଙ୍କରେ କଣ୍ଠଦାନ କରିଛନ୍ତି, ତାଙ୍କୁ ଓଡ଼ିଆ ଆଧୁନିକ ଓ ସୁଗମ ସଙ୍ଗୀତର ଜନ୍ମଦାତା ବୋଲି କୁହାଯାଇଥାଏ । ଓଡ଼ିଶାର ଅନେକ ଲୋକକଥା ଓ ଗୀତକୁ ନେଇ ସେ ସଙ୍ଗୀତ ସଂଯୋଜନା କରିଛନ୍ତି ।
ଅକ୍ଷୟ ଆଗର କେନ୍ଦ୍ରାପଡ଼ା ଓ ଏବର କଟକ ଜିଲ୍ଲାର ବାଙ୍କିମୁଣ୍ଡେଇ ଗାଁରେ ବାପା ବିଚିତ୍ରାନନ୍ଦ ମହାନ୍ତି ଓ ମାଆ ସୁବର୍ଣ୍ଣ ମଞ୍ଜରି ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ସେ ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟରୁ ଆଇ.ଏସ.ସି ଓ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ ପାସ କରିଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରୁ, ସେ ଆଇନ ଶିକ୍ଷା ମଧ୍ୟ ଗ୍ରହଣ କରିଛନ୍ତି । କୌଣସି ପ୍ରକାରର ମାନକ ସଙ୍ଗୀତ ଶିକ୍ଷା ନେଇ ନଥିବା ଅକ୍ଷୟ, ମାତ୍ର ୨୨ ବର୍ଷ ବୟସରେ କଟକ ଆକାଶବାଣୀଠାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ, ହେଲେ ସାତ ବର୍ଷ ପରେ ଚାକିରି ଛାଡ଼ି ପୁରା ସମୟ ସଙ୍ଗୀତପାଇଁ ହିଁ ଦେଇଥିଲେ । ସେତେବେଳକୁ ସେ ଆକାଶବାଣୀ, କଟକର ଜଣେ ଗାୟକ ଭାବରେ କଳଗାଉଣା (ଗ୍ରାମୋଫୋନ) ଜରିଆରେ କଣ୍ଠଦାନ କରୁଥିଲେ ।
ଅକ୍ଷୟ,୧୯୬୭ରେ ପ୍ରବିଣା ମହାନ୍ତିଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ଜଣ ପୁଅ ଓ ଦୁଇ ଝିଅ ଅଛନ୍ତି ।
ବଡ ଭଉଣୀ ସୁଲକ୍ଷଣା ପଟ୍ଟନାୟକଙ୍କଠାରୁ ପ୍ରଭାବିତ ଅକ୍ଷୟ, ୧୯୪୮ ମସିହାରେ ଅକ୍ଷୟ ଆକାଶବାଣୀର ପ୍ରତିଷ୍ଠା ଦିବସରେ ଜଣେ ଶିଶୁଶିଳ୍ପୀ ଭାବରେ ଅଂଶଗ୍ରହଣ କରିଥିଲେ । ଏହା ତାଙ୍କର ସଂଗୀତ କ୍ଷେତ୍ରରେ ପ୍ରଥମ ପ୍ରବେଶ । ୧୯୫୫ ମସିହାରୁ ସେ ଜଣେ ସ୍ଵୀକୃତିପ୍ରାପ୍ତ ବେତାର ଶିଳ୍ପୀ । ୧୯୫୭ ମସିହାରେ ଦିଲ୍ଲୀରେ ଅନୁଷ୍ଠିତ ଯୁବଉତ୍ସବ ତାଙ୍କ ପରିଚାଳିତ ସମବେତ ସଙ୍ଗୀତ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଅକ୍ଷୟଙ୍କର ପ୍ରଥମ ଚଳଚ୍ଚିତ୍ର ଗୀତ ଥିଲା ପଚାଶ ଦଶକରେ ମୁକ୍ତିଲାଭ କରିଥିବା ଗାଇଆଳ ଭାଇ ଧରିଛି ଶୁଣ । ୧୯୫୯ର ମା କଥାଚିତ୍ରର ଗୋରି ଗୋରି ଗୋରି ଥିଲା ତାଙ୍କର ପ୍ରଥମ ପ୍ରଚ୍ଛଦ ଗୀତ । ସେ ମୋଟ ୧୨୯ ଗୋଟି କଥାଚିତ୍ରରେ କଣ୍ଠଦାନ କରିଛନ୍ତି ।
୧୯୬୫ରେ ନିର୍ଦ୍ଦେଶକ ନିତାଇ ପାଲିତଙ୍କ ମଲାଜହ୍ନ କଥାଚିତ୍ର ପାଇଁ ସେ ସଙ୍ଗୀତ ତିଆରି କରିଥିଲେ । "ରକତ ଟଳମଳ" ଗୀତଟି ସେହି କଥାଚିତ୍ରର ଏକ ଜଣାଶୁଣା ଗୀତ । ସେ ୭୫ଟି ଓଡ଼ିଆ କଥାଚିତ୍ରରେ ସେ ତିଆରି କରିଛନ୍ତି ସଙ୍ଗୀତ ଓ ୯୨ଟି କଥାଚିତ୍ରରେ ଗୀତିକାର ସାଜିଛନ୍ତି ।
ଓଡ଼ିଆ ସଙ୍ଗୀତରେ ସେ ଆଣିଛନ୍ତି ଅନେକ ପରଖ, ନୂଆ ନୂଆ ଶବଦ ଭେଳିକି (Sound Effect) ଯାହା ସେ କାଳରେ ଆଧୁନିକ ଯନ୍ତ୍ରର ଅଭାବରେ ହୋଇପାରୁନଥିଲା । ତାଙ୍କ ପରଖର ଲମ୍ବା ଧାଡ଼ି ଲମ୍ବିଥିଲା ଓଡ଼ିଆ ପୁରାଣ ଆଉ ପୁରୁଣା ସାହିତ୍ୟ ଯାଏଁ, "କାଞ୍ଚି ଅଭିଯାନ", "ରାଣ୍ଡୀପୁଅ ଅନନ୍ତା" ଆଉ "କୋଣାର୍କ ଗାଥା" ସେ ଭିତରୁ କିଛି । ଫକୀର ମୋହନ ସେନାପତିଙ୍କ "ପେଟେଣ୍ଟ ମେଡିସିନ"କୁ ନେଇ ସେ ତିଆରି କରିଥିବା ନାଟକ ଆକାଶବାଣୀର ଶ୍ରେଷ୍ଠ ନାଟକ ପୁରସ୍କାର ଜିଣିଥିଲା ।
ସାଲବେଗଙ୍କ ରଚନା 'କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ' ଭିତରେ ସେ ଓଡ଼ିଆ ଭଜନରେ ନୂଆ ଧାରାଟିଏ ଆରମ୍ଭ କରିଥିଲେ । 'ସାତ ଦରିଆପାରେ'ର ଦେଶ ପାଇଁ କଥା, "ହେ ଫଗୁଣ ତୁମେ'ର ଉଦାସୀ ମନ ଆଉ 'ରାଜାଝିଅ ସାଙ୍ଗେ"ର ହାଲକା ଫୁଲକା ଭାବ; ଦୁଃଖଭରା 'ରକତ ଟଳମଳ' ଆଉ ଭାବୁକ 'ଚକୋରି ଝରାନା ଲୁହ' - ଏଇ ସବୁ ଗୀତ ଭିତରେ ଅକ୍ଷୟ ନିଜ ପାଇଁ ଗୋଟିଏ ନିଆରା ପରିଚୟ ତିଆରିକରି ଯାଇଛନ୍ତି ଓଡ଼ିଆ ପ୍ରାଣରେ ।
ତିନୋଟି କଥାଚିତ୍ରରେ ସେ ଅଭିନୟ ବି କରିଛନ୍ତି ଆଉ ଗୋଟିଏ କଥାଚିତ୍ରରେ ସହନିର୍ଦେଶନା ଦେଇଛନ୍ତି । ତାଙ୍କ କଲମରୁ ଜନ୍ମ ନେଇଛି ପ୍ରାୟ ୧୮ଟିରୁ ଉର୍ଦ୍ଧ ପୁସ୍ତକ ।
୭୫ଟି କଥାଚିତ୍ରରେ ସେ ତିଆରି କରିଛନ୍ତି ଗୀତ । ସେସବୁରୁ କିଛି ଏଇଠି-
୨୨ ମଇ ୨୦୦୪ (୬୬ ବର୍ଷ)
ଅକ୍ଷୟ ମହାନ୍ତି(ଜନ୍ମ : ୧୯/୧୨/୧୯୩୭) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ଥିଲେ ।
ଅକ୍ଷୟ, ୧୯୩୭ ମସିହାରେ କଟକ ଜିଲ୍ଲାର କିଆଡ଼ିଙ୍ଗିରି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ସେ ନାଟ୍ୟକଳା ପ୍ରତି ଆଗ୍ରହୀ ଥିଲେ । ରେଭେନ୍‌ସା କଲିଜିଏଟ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢୁଥିବା ସମୟରେ ସେ "ଏକଲବ୍ୟ" ନାଟକରେ ଅଭିନୟ କରିଥିଲେ । "ୟୁନାଇଟେଡ଼ ଆର୍ଟିଷ୍ଟ" ଥିଏଟର ଅନୁଷ୍ଠାନ ଆନୁକୁଲ୍ୟରେ ଅଭିନୀତ ନାଟକ "ମମତା" ତାଙ୍କୁ ପରିଚିତି ଆଣିଦେଇଥିଲା । ଅଭିନୟର ଆକର୍ଷଣ ଏପରି ତୀବ୍ର ଥିଲା ଯେ, ସେ ଚାକିରି ଛାଡି ଅଭିନୟକୁ ନିଜର ବୃତ୍ତି ଭାବରେ ଆବୋରୀ ନେଇଥିଲେ । ୧୯୫୯ ମସିହାରେ ଶ୍ରୀ ଲୋକନାଥ ଚଳଚ୍ଚିତ୍ର ମାଧ୍ୟମରେ ସେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ଥାପିଥିଲେ । ପରବର୍ତ୍ତୀ ସମୟରେ ସେ ବହୁ ଓଡ଼ିଆ କଥାଚିତ୍ର ଓ ଯାତ୍ରାରେ ଅଭିନେତା ଓ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।
ଅମ୍ଳଜାନ (ଇଂରାଜୀ: Oxygen; ଅକ୍‌ସିଜେନ୍) ହେଉଛି ଏକ ରାସାୟନିକ ମୌଳିକ ଯାହାର ପ୍ରତୀକ O, ପରମାଣୁ କ୍ରମାଙ୍କ ୮ । ଅମ୍ଳଜାନ ଜାରଣରେ ସାହାଯ୍ୟ କରେ‌‌। ଉଦ୍‌ଜାନ ଓ ହିଲିଅମ୍‌ ପରେ ବ୍ରହ୍ମାଣ୍ଡରେ ସବୁଠାରୁ ବେଶି ଉପଲବ୍ଧ ମୌଳିକ ହେଉଛି ଅମ୍ଳଜାନ। ସମସ୍ତ ଜଟିଳ ପ୍ରାଣୀ ଶ୍ବାସକ୍ରିୟା ପାଇଁ ଅମ୍ଳଜାନ ଗ୍ରହଣ କରନ୍ତି।
ପୃଥିବୀ ବାୟୁମଣ୍ଡଳରେ ଅମ୍ଳଜାନ ସାଧାରଣତଃ ଦୁଇଟି ପରମାଣୁରେ ଗୋଟିଏ ଅଣୁ ଗଠନ କରିଥାଏ । ମାତ୍ର ଉର୍ଦ୍ଧ୍ବ ବାୟୁମଣ୍ଡଳରେ ଅମ୍ଳଜାନର ତିନୋଟି ପରମାଣୁ ମିଶି ଓଜୋନ୍‌ ଅଣୁ ସୃଷ୍ଟି କରନ୍ତି। ଓଜୋନ୍‌ ସୂର୍ଯ୍ୟଙ୍କ କ୍ଷତିକାରୀ ରଶ୍ମୀକୁ ପୃଥିବୀପୃଷ୍ଠକୁ ଆସିବାକୁ ଦିଏ ନାହିଁ।
ଏଠାରେ ପିପିଏମ୍ ଅର୍ଥ ପାର୍ଟ୍ସ୍ ପାର୍ ମିଲିଅନ୍ ବା ୧୦ ଲକ୍ଷ ଭାଗରେ ଏକ ଭାଗ । ସେହିପରି ପିପିବି ଅର୍ଥ ପାର୍ଟ୍ସ୍ ପାର୍ ବିଲିଅନ୍ ବା ୧୦୦ କୋଟି ଭାଗରେ ଏକ ଭାଗ ।
୧୭୭୩ ମସିହାରେ ସ୍ଵିଡେନ ବୈଜ୍ଞାନିକ କାର୍ଲ ଉଇଲ୍‌ହେମ ସିଲି ଏବଂ ୧୭୭୪ ମସିହାରେ ଲଣ୍ଡନ ବୈଜ୍ଞାନିକ ଜୋସେଫ ପ୍ରିଷ୍ଟଲେ ସ୍ଵାଧୀନ ଭାବେ ପୃଥକ ଭାବେ ଅମ୍ଳଜାନର ଆବିଷ୍କାର କରିଥିଲେ ବୋଲି ଦାବି ହେଉଥିଲେ ମଧ୍ୟ ପ୍ରଥମେ ସନ୍ଧର୍ଭ ପ୍ରକାଶ କରିଥିବାରୁ ପ୍ରିଷ୍ଟଲେଙ୍କୁ ଅମ୍ଳଜାନର ଆବିଷ୍କାରକ ବୋଲି ଅନେକ ସ୍ଥାନରେ କୁହାଯାଏ । ତେବେ ଏହାର ନାମ "oxygen" ୧୭୭୭ ମସିହାରେ ଲାଭୋଇସିଏର ଦେଇଥିଲେ ।
ଅକ୍ସିଟୋସିନ (ଓଏକ୍ସଟି) ଏକ ଔଷଧ ଓ ହରମୋନ । ଏହା ଔଷଧ ହିସାବରେ ଜରାୟୁର ସଙ୍କୋଚନ କରେ ଯାହାଦ୍ୱାରା ପ୍ରସବ ଆରମ୍ଭ ହୁଏ ବା ଦୃତ ହୁଏ ଓ ପ୍ରସବୋତ୍ତର ରକ୍ତସ୍ରାବ ବନ୍ଦ ହୁଏ । ଏହା ଅନ୍ତଃପେଶୀ ବା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ ।
ବେଳେ ବେଳେ ଜରାୟୁର ଅତ୍ୟଧିକ ସଙ୍କୋଚନ ହୁଏ ଯାହା ଯୋଗୁ ଶିଶୁର ଅସୁବିଧା ହୁଏ । ଅଇ ଓ ଅଳ୍ପ ହୃତ୍‌ପିଣ୍ଡ ହାର ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ । ଅତ୍ୟଧିକ ଅକ୍ସିଟୋସିନ ଡୋଜ ଦେଲେ ଜଳ ବିଷାୟନ (water intoxication) ଓ ଜରାୟୁ ଫାଟିବା ଇତ୍ୟାଦି ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇପାରେ । ଆଲର୍ଜି ମଧ୍ୟ ହୋଇପାରେ ।
ମସ୍ତିଷ୍କର ଏକ ଅଂଶ ହାଇପୋଥାଲାମସରେ ଏହା ପ୍ରସ୍ତୁତ ହୋଇ ପଛ ପିଟୁଇଟାରି ଗ୍ରନ୍ଥିରେ ସଞ୍ଚିତ ହୋଇରହେ । ଯୌନ ପ୍ରଜନନ, ଜନ୍ମ ସମୟରେ ଓ ଜନ୍ମ ପର ସମୟରେ ଏହାର ଭୂମିକା ଅଛି । ପ୍ରସବ ବେଳେ ଜରାୟୁ ଓ ଜରାୟୁଗ୍ରୀବା ପ୍ରସାରିତ ହେଲେ, ସ୍ତନ୍ୟପାନ ସମୟରେ ସ୍ତନାଗ୍ର ଉତ୍ତେଜିତ ହେଲେ ଅକ୍ସିଟୋସିନ ନିର୍ଗତ ହୁଏ । ଏହା ଜନ୍ମରେ ସାହାଯ୍ୟ କରେ, ମାଆ ଓ ଶିଶୁର ବନ୍ଧନ ମଜବୁତ କରେ ଓ କ୍ଷୀର ପ୍ରସ୍ତୁତିରେ ଅଂଶ ଗ୍ରହଣ କରେ ।
ଅକ୍ସିଟୋସିନ ସନ ୧୯୫୨ରେ ଆବିଷ୍କୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ସନ୨୦୧୪ରେ ଡୋଜ ପ୍ରତି ମୂଲ୍ୟ ୦.୧୦ରୁ ୦.୫୬ ଆମେରିକୀୟ ଡଲାର ଥିଲା ।
ଓଡ଼ିଆ ପଞ୍ଜିକାରେ ମାର୍ଗଶୀର ଶୁକ୍ଳ ପକ୍ଷ ଦ୍ୱାଦଶୀ ବ୍ୟଞ୍ଜନ ଦ୍ଵାଦଶୀ ବା ଅଖଣ୍ଡ ଦ୍ଵାଦଶୀ ନାମରେ ଜଣା । ଏହି ଦ୍ୱାଦଶୀରେ ଅନୁଷ୍ଠିତ ଧର୍ମକର୍ମର ନିଶ୍ଚିତ ଫଳ ମିଳେ ବୋଲି ଲୋକ ବିଶ୍ବାସ ରହିଛି । ବ୍ୟଞ୍ଜନ ଦ୍ଵାଦଶୀ ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଅନୁଗାମୀମାନଙ୍କର ଏକ ପ୍ରମୁଖ ପର୍ବ । ଦିନଟି କୃଷ୍ଣଙ୍କ ପାଇଁ ସମର୍ପିତ ।
ମା’ ଯଶୋଦା ହଠାତ ଦିନେ ଦେଖିଲେ ଯେ ତାଙ୍କ ଏକୋଇର ବଳା ବିଶିକେଶନ କାହ୍ନାର ଦେହ ଝଡ଼ି ଯାଇଛି। ମା’ଙ୍କ ଆଖିକୁ ସେ ଶୁଖି କଳାକାଠ ପଡ଼ି ଯାଇଥିବା ଦେଖାଗଲେ । ଏତିକିରେ ମା’ ଉଚ୍ଛନ୍ନ ହୋଇଗଲେ । ଭାବିଲେ ନଖାଇ ନପିଇ ସେ ଏମିତି ହୋଇଗଲାଣି । ସେଠୁ ଯଶୋଦା କ’ଣ କଲେ ନା ନିଜେ ରୋଷେଇ ଘରକୁ ଯାଇଁ ନାନାଦି ପ୍ରକାରର ପୁଷ୍ଟିକର ତଥା ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି କୃଷ୍ଣଙ୍କୁ ଖୁଆଇଲେ ।
ଶ୍ରୀଚୈତନ୍ୟ ମହାପ୍ରଭୁ ମଧ୍ୟ ବାଲ୍ୟକାଳରେ ନିଜ ମା’ଙ୍କ ପରଷା ବହୁବିଧ ଖାଦ୍ୟ ଖାଇଥିବାର ଶୁଣାକଥା ଅଛି । ଏହି ଦୁଇଟି ଶୁଣାକଥାକୁ ମିଶାଇ ଗୌଡ଼ୀୟ ବୈଷ୍ଣବମାନେ ନିଷ୍ଠାର ସହିତ ବ୍ୟଞ୍ଜନ ଦ୍ବାଦଶୀ ପାଳନ କରିଥାନ୍ତି ।
ଦ୍ବାପର ଯୁଗର କଥା ଯଶୋଦା ଓ କୃଷ୍ଣଙ୍କ କାହାଣୀ କୃଷ୍ଣ ଲୀଳା, ପୁରୀର ବିଭିନ୍ନ ମଠବାଡ଼ିରେ ଅଭିନୀତ ହୁଏ । ବିଶେଷକରି ମାତାମଠରେ । କୃଷ୍ଣ ଓ ଯଶୋଦାଙ୍କର ସେହି କଥା ମନେ ପକାଇବାକୁ ପୁରୀର ମାତା ମଠ ବା ଗୌର ବିହାର ଆଶ୍ରମରେ ଭିନ୍ନ ଭିନ୍ନ ବର୍ଷରେ କେବେ ୫୦୫, କେବେ ୬୦୬ ଆଉ କେବେ ୫୫୫ ପ୍ରକାର ବ୍ୟଞ୍ଜନାଦି ଖାଦ୍ୟ ଭୋଗ କରିଥାନ୍ତି । ପ୍ରତି ବର୍ଷ ଏ ଭୋଗ ସଂଖ୍ୟା ବଦଳିଥାଏ । କୃଷ୍ଣଙ୍କୁ ଏସବୁ ଖାଦ୍ୟ ଅର୍ପଣ କରାଯାଏ । ଗତ କିଛିବର୍ଷ ଧରି ଆଶ୍ରମରେ ଏହି ଅବସରରେ ଶହ ଶହ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଛି । ଏହି ଆଶ୍ରମରେ ପ୍ରତିବର୍ଷ ୩୦ରୁ ଅଧିକ ଅନ୍ତେବାସୀ ଅନ୍ନବ୍ୟଞ୍ଜନ ପ୍ରସ୍ତୁତ କରି ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାଇଥାନ୍ତି । ଏହା ମଧ୍ୟରେ ଥାଏ ୫୦ରୁ ଅଧିକ ପ୍ରକାରର ଅନ୍ନ, ୫୦ରୁ ଅଧିକ ପ୍ରକାରର ଡାଲି, ୧୦୦ରୁ ଅଧିକ ପ୍ରକାର ତରକାରୀ, ୫୦ରୁ ଅଧିକ ପ୍ରକାର ଭଜା ଓ ୧୦୦ରୁ ଅଧିକ ପ୍ରକାର ପିଠା ଓ ମିଠା ଇତ୍ୟାଦି । ଆଶ୍ରମବାସୀ ପରିବାପତ୍ର କଟାକଟି କରିବା ସହିତ ଆନୁଷଙ୍ଗିକ ପ୍ରସ୍ତୁତି ପରେ ଅପରାହ୍ଣ ୨ଟାରୁ ଭୋଗ ପ୍ରସ୍ତୁତି ଆରମ୍ଭ କରାଯାଇଥାଏ । ପରେ ପ୍ରସାଦକୁ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରଯାଏ । ଏତେ ପ୍ରକାର ବ୍ୟଞ୍ଜନ ପରଷିବା ପାଇଁ ସ୍ଵତନ୍ତ୍ର ଭାବେ ନିର୍ମିତ ଖଲିପତ୍ର ବ୍ୟବହାର କରାଯାଇଥାଏ ।
ଗୌର ବିହାର ବ୍ୟତୀତ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ମଠ ମନ୍ଦିରରେ ମଧ୍ୟ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଭୋଗ କରାଯାଇଏ । ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ୪୦୦ରୁ ଅଧିକ ବ୍ୟଞ୍ଜନରେ ଆପ୍ୟାୟିତ କରାଯାଏ ।
ଅଖିଳ ମୋହନ ପଟ୍ଟନାୟକ ଜଣେ ଜଣାଶୁଣା ଓଡ଼ିଆ ଗଳ୍ପ ଲେଖକ ଥିଲେ । ୧୯୨୭ ମସିହା ଡିସେମ୍ବର ୧୮ ତାରିଖ ଦିନ ଅଖିଳ ମୋହନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ବାଙ୍କବିହାରୀ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ୧୯୪୪ ମସିହାରେ ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ଓ ୧୯୪୮ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଏ ପାସ କରିଥିଲେ । ୧୯୫୨ ମସିହାରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ । ଏଥିପାଇଁ ସେ ବହୁବାର କଲେଜରୁ ବରଖାସ୍ତ ହୋଇଥିଲେ ଓ କାରାବରଣ ମଧ୍ୟ କରିଥିଲେ । ଅଖିଳମୋହନ ପେଷାରେ ଜଣେ ଓକିଲ ଥିଲେ ।
ଅଖିଳମୋହନଙ୍କ ସମସାମୟିକ ସାହିତ୍ୟିକମାନେ ଗ୍ରାମାଞ୍ଚଳର ଜୀବନ ଆଧାରରେ ସେମାନଙ୍କ ସାହିତ୍ୟ ସୃଷ୍ଟି କରୁଥିଲା ବେଳେ ତାଙ୍କ ସାହିତ୍ୟର ମୁଖ୍ୟ ଉପଜୀବ୍ୟ ଥିଲା ସହରୀ ଜୀବନ । ୧୯୪୮ ମସିହାରେ, ତାଙ୍କର ପ୍ରଥମ ଗଳ୍ପ "ସପନ" ଶଙ୍ଖ ପତ୍ରିକାରେ ପ୍ରକାଶିତ ହୋଇଥିଲା । ୧୯୮୧ ମସିହାରେ ଓ ଅନ୍ଧଗଳି ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ତାଙ୍କ ଲିଖିତ ପୁସ୍ତକ ଗୁଡ଼ିକ ଇଂରାଜୀ ଏବଂ ଅନ୍ୟ ଭାରତୀୟ ଭାଷାରେ ଅନୁବାଦିତ ହୋଇସାରିଛି । ଅଖିଳ ମୋହନ ଅଭିନୟରେ ମଧ୍ୟ ରୁଚି ରଖୁଥିଲେ । "ଜନତା ରଙ୍ଗମଞ୍ଚ"ର ପୁନରୁଦ୍ଧାର ଦିଗରେ, ସେ କାର୍ଯ୍ୟ କରିଥିଲେ ।
ଅଖିଳ ମୋହନଙ୍କ ସ୍ମୃତିରେ ପ୍ରତିବର୍ଷ ତାଙ୍କ ଜନ୍ମବାର୍ଷିକି ୧୮ଡିସେମ୍ବର ଦିନ "ଅଖିଳ ଉତ୍ସବ" ପାଳନ କରାଯାଏ ।
ଅଗଝୋଳ ଗାଁ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଭଞ୍ଜନଗର ଥାନା ଅଧୀନରେ ଥିବା ଏକ ଗାଆଁ ।
ଏହା ଭଞ୍ଜନଗର ନିକଟରେ ଅବସ୍ଥିତ । ଏହା ଭଞ୍ଜନଗର ଠାରୁ ୩ କି.ମି. ଦୂରରେ ଅବସ୍ଥିତ ।
ଏହି ଗାଆଁରେ ଏକ ଅଗ୍ନିଶମ ସେବା କେନ୍ଦ୍ର ଅଛି ।
ଏହି ଗ୍ରାମରେ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି ।
ଏହି ଗାଆଁଠାରୁ ଅଳ୍ପ ଦୂରରେ ରଘୁନାଥ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ଶ୍ରୀରାମ ନବମୀ ଓ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ ।
ଅଗଣି ନାୟକ ଊନବିଂଶ ଶତାବ୍ଦୀର ଜଣେ ଓଡ଼ିଆ କବି ଓ ବାଳବୋଧ କୋଇଲିର ରଚୟିତା ଅଟନ୍ତି । ଏହି ରଚନାରେ କୃଷ୍ଣ ବିରହରେ ଯଶୋଦାଙ୍କ ବାତ୍ସଲ୍ୟ କୋଇଲିକୁ ସମ୍ବୋଧନ ମାଧ୍ୟମରେ ପ୍ରକାଶ କରାଯାଇଛି । ଏହା ଆଷାଢ଼ଶୁକ୍ଳ ବାଣୀରେ ରଚିତ ।
ଏହି ବାଳବୋଧ କୋଇଲି ଭିକଟୋରିଆ ପ୍ରେସରୁ ୧୮୯୮ରେ ପ୍ରକାଶିତ ।
A. agallocha,A. secundaria, A. malaccense', Agalochum malaccense
ଇଣ୍ଡୋମାଲେସିଆନ ପ୍ରଜାତିର ୧୫ ପ୍ରକାର ବୃକ୍ଷ ମଧ୍ୟରୁ ଅଗର ବା ଅଗୁରୁ ହେଉଛି ଏକ । ଏହା ଥିମିଲେସ କୁଳର ବୋଲି ବୈଜ୍ଞାନିକ ମାନେ ମତ ଦେଇଛନ୍ତି । ଏହା ଏକ ଲମ୍ବା ଚିରହରିତ ବୃକ୍ଷ । ଏହାର ଲମ୍ବ ପାଖାପାଖି ୪୦ମିଟର ଯାଏ ବଢ଼ିଥାଏ ଏବଂ ମୋଟେଇ ୧.୫ରୁ ୨.୫ମିଟର ଯାଏ ହୋଇଥାଏ । ସମୁଦ୍ର ପତନଠାରୁ ୧୦୦୦ ମିଟର ଉଚ୍ଚତା ଭିତରେ ଏହି ବୃକ୍ଷମାନ ବଢ଼ିଥାନ୍ତି । ଭାରତ, ବାଙ୍ଗଲାଦେଶ, ଭୁଟାନ, ଇଣ୍ଡୋନେସିଆ, ମାଲେସିଆ, ମିଆଁମାର, ଫିଲିପାଇନସ, ସିଙ୍ଗାପୁର ଏବଂ ଥାଇଲାଣ୍ଡରେ ଏହି ଗଛ ବ‌ହୁଳ ଭାବରେ ଦେଖାଯାଏ । ଏହି ଗଛର କାଠ ଅତ୍ୟନ୍ତ ମୂଲ୍ୟବାନ ହୋଇଥାଏ । ଏହି କାଠଗୁଡ଼ିକ ଔଷଧ ପାଇଁ ମୁଖ୍ୟ ଦରକାରୀ ପଦାର୍ଥ ।
ଅଗର ବୃକ୍ଷ ବିଭିନ୍ନ ପ୍ରକାରର ମାଟିରେ ବଢ଼ିଥାଏ । ପଥୁରିଆ, ବାଲିଆ, କେଲୁଆ ତ‌ଥା ଉର୍ବର ମାଟିରେ ଏହି ଗଛ ଭଲଭାବରେ ବଢ଼ିପାରେ । ଏହି ବୃକ୍ଷ ସାଧାରଣତଃ ସମୁଦ୍ରପତନ ଠାରୁ ୦ରୁ ୮୫୦ ମିଟର ମଧରେ ବଢ଼ିଥାଏ ଏବଂ ସର୍ବୋଚ୍ଚ ୧୦୦୦ମିଟର ଭିତରେ ଭଲଭାବରେ ବଢ଼ିପାରେ । ଏହି ବୃକ୍ଷଗୁଡ଼ିକୁ ବଢ଼ିବା ପାଇଁ ସାଧାରଣତଃ ୨୦ରୁ ୨୨ ଡୀଗ୍ରୀ ତାପମାତ୍ରା ଆବଶ୍ୟକ ହୋଇଥାଏ ।
ଅଗର ଗଛରେ ମୁଖ୍ୟତଃ ୭ରୁ ୯ ବର୍ଷ ମଧ୍ୟରେ ଫୁଲ ଏବଂ ଫଳ ଆସିଥାଏ । ଏବଂ ମଧ୍ୟମ ଧରଣର ବୃକ୍ଷମାନ ୧.୫କିଲୋଗ୍ରାମ ପର୍ଯ୍ୟନ୍ତ ମଞ୍ଜି ଉତ୍ପନ କରିପାରେ । ମାଲେସିଆର ଜଙ୍ଗଲରେ ଏହି ଗଛର ମୋଟେଇ ବର୍ଷକୁ ହାରାହାରି ୦.୩୩ ସେଣ୍ଟିମିଟର ବଢ଼ିଥାଏ । ଏହି ଗଛଗୁଡ଼ିକ ୪୦ ମିଟର ଉଚ୍ଚ ହୋଇଥିବା ବେଳେ ଏହାର ଡାଳ ଗୁଡ଼ିକ ପାଖାପାଖି ୬୦ ସେଣ୍ଟିମିଟର ଯାଏ ମୋଟା ହୋଇଥାଏ ।
ଅଗରତାଲା, ତ୍ରିପୁରା ରାଜ୍ୟର ରାଜଧାନୀ ଅଟେ।
ଅଗଷ୍ଟ ମାସ ଜୁଲିଆନ ଓ ଗ୍ରେଗୋରିଆନ କ୍ୟାଲେଣ୍ଡରରେ ବର୍ଷର ଅଷ୍ଟମ ମାସ । ଜୁଲିଅସ୍‌ ସିଜର୍‌ଙ୍କ ଭଣଜା ଅଗଷ୍ଟସ୍‌ଙ୍କ ନାମାନୁସାରେ ଏହି ମାସର ନାମକରଣ କରାଯାଇଛି ।
ରୋମାନ ସମ୍ରାଟ ଅଗଷ୍ଟସ ଖ୍ରୀଷ୍ଟ ପୂର୍ବ ୬୩ରେ କେନ୍ଦ୍ରୀୟ ଇଟାଲୀ ଅନ୍ତର୍ଗତ ଲାଟିଅମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପୁରା ନାମ ଥିଲା ଗାୟସ ଅକ୍ଟାଭିଅସ ଥ୍ରୁନିଅସ । ତାଙ୍କ ପିତା ଗାୟସ ଅକ୍ଟାଭିଅସ ଜୁଲିଅସ ସିଜରଙ୍କ ସମ୍ପର୍କୀୟ ଥିଲେ । ମାସିଡୋନିଆ ଏବଂ ଆତିଆର ସେ ଥିଲେ ଶାସକ । ଥ୍ରୁନିଅସ ମାତ୍ର ୪ବର୍ଷ ବୟସରେ ନିଜର ପିତାଙ୍କୁ ହରାଇବା ପରେ ଜୁଲିଅସ ସିଜର ତାଙ୍କୁ ପୋଷ୍ୟ କରିବା ସହ ନିଜର ଉତ୍ତରାଧିକାରୀ ଘୋଷିତ କରିଥିଲେ । ସିଜରଙ୍କ ମୃତ୍ୟୁ ପରେ ସେ ରୋମର ସମ୍ରାଟ ହୋଇଥିଲେ ଏବଂ ସିନେଟର ଅନୁମୋଦନ କ୍ରମେ ଅଗଷ୍ଟସ ନାମ ଗ୍ରହଣ କରିବା ସହ ସେହି ନାମରେ ସର୍ବତ୍ର ପରିଚିତ ହୋଇଥିଲେ । ଅଗଷ୍ଟସ ଜଣେ ସୁଶାସକ ଓ ପ୍ରବୀଣ ଯୋଦ୍ଧା ଥିଲେ । କେବଳ ଭୋକ ହେଲେ ଖାଉଥିବା ଅଗଷ୍ଟସଙ୍କ ଖାଦ୍ୟ ଅତି ସାଧାରଣ ମୋଟା ରୁଟି, ଛେନା ଓ ସବୁଜ ଫିଗ କୋଳି ଥିଲା । ସେ ମାଛ ଧରିବାକୁ ଭଲ ପାଉଥିଲେ । ସେ କାଳରେ ପ୍ରଚଳିତ ଗ୍ଳାଡ଼ିଏଟର ଲଢ଼େଇ ଓ ଅନ୍ୟ ପାଶବିକ ମନୋରଞ୍ଜନ ତାଙ୍କର ପସନ୍ଦ ନ ଥିଲା । ସେ ସିଜରଙ୍କ ପ୍ରମୁଖ ହତ୍ୟାକାରୀ ବ୍ରୁଟସଙ୍କ କଟା-ମୁଣ୍ଡକୁ ରୋମ ପଠାଇଥିବା ଇତିହାସରୁ ଜଣାପଡ଼େ । ପୁଣି ତାଙ୍କ ନିର୍ଦ୍ଦେଶରେ ସିଜର ଓ କ୍ଳିଓପାଟ୍ରାଙ୍କ ନାବାଳକ ପୁତ୍ର ସିଜରିଆନ ଓ ୩୦୦ ସଂଭ୍ରାନ୍ତଙ୍କୁ ହତ୍ୟା କରାଯାଇଥିଲା । ଏଥିରୁ ସେ ନୃଶଂସ ଥିବା ପ୍ରତିୟମାନ ହୁଏ । ସେ ଅତିମାତ୍ରାରେ ଅନ୍ଧବିଶ୍ଵାସୀ ଥିଲେ ହେଁ ଏକଦା ଭବିଷ୍ୟତବାଣୀ ସମ୍ପର୍କିତ ୨୦୦୦ ପୁସ୍ତକ ପୋଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଜୁଳିକୁ ଡରୁଥିବା ଅଗଷ୍ଟସ ଭୟ ଦୂରକରିବା ପାଇଁ ହାତରେ ସିଲ ଚମଡ଼ାର ତାବିଜଟିଏ ବାନ୍ଧିଥିଲେ । ଜଣେ ପଠନପ୍ରିୟ ସୁଲେଖକ ଥିବା ଅଗଷ୍ଟସ ଆତ୍ମଜୀବନୀ ଓ କିଛି କବିତା ରଚନା କରିଥିଲେ । ଭର୍ଜିଲ ଏବଂ ହୋରେସ ତାଙ୍କଦ୍ଵାରା ଅନୁପ୍ରାଣିତ ହୋଇଥିବା ବିଶ୍ଵାସ କରାଯାଏ । ଭର୍ଜିଲଙ୍କ ମହାକାବ୍ୟ ଏନିଡର ବିଷୟବସ୍ତୁ ଅଗଷ୍ଟସଙ୍କର ପରିକଳ୍ପନା ଥିଲା । ଭର୍ଜିଲ ନିଜ ଜୀବନକାଳରେ ଏନିଡର ରଚନା ସମାପ୍ତ କରିପାରିନଥିବାରୁ, ତାହାକୁ ପୋଡ଼ିଦେବା ପାଇଁ ଅଗଷ୍ଟସଙ୍କୁ ଅନୁରୋଧ କରିଥିଲେ । ଅଗଷ୍ଟସ ଭର୍ଜିଲଙ୍କ କଥା ନ ରଖି, ଏନିଡ଼କୁ ଅନ୍ୟମାନଙ୍କଦ୍ଵାରା ଶେଷ କରାଇ ଛାପିଥିଲେ ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧ ଅଗଷ୍ଟ ବର୍ଷର ୨୧୩ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୧୪ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୫୨ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୦ ଅଗଷ୍ଟ ବର୍ଷର ୨୨୨ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୨୩ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୪୩ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୧ ଅଗଷ୍ଟ ବର୍ଷର ୨୨୩ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୨୪ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୪୨ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୨ ଅଗଷ୍ଟ ବର୍ଷର ୨୨୪ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୨୫ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୪୧ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୩ ଅଗଷ୍ଟ ବର୍ଷର ୨୨୫ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୨୬ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୪୦ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୪ ଅଗଷ୍ଟ ବର୍ଷର ୨୨୬ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୨୭ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୩୯ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୫ ଅଗଷ୍ଟ ବର୍ଷର ୨୨୭ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୨୮ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୩୮ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୬ ଅଗଷ୍ଟ ବର୍ଷର ୨୨୮ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୨୯ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୩୭ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୭ ଅଗଷ୍ଟ ବର୍ଷର ୨୨୯ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୩୦ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୩୬ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୮ ଅଗଷ୍ଟ ବର୍ଷର ୨୩୦ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୩୧ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୩୫ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୯ ଅଗଷ୍ଟ ବର୍ଷର ୨୩୧ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୩୨ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୩୪ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨ ଅଗଷ୍ଟ ବର୍ଷର ୨୧୪ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୧୫ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୫୧ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୦ ଅଗଷ୍ଟ ବର୍ଷର ୨୩୨ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୩୩ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୩୩ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୧ ଅଗଷ୍ଟ ବର୍ଷର ୨୩୩ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୩୪ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୩୨ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୨ ଅଗଷ୍ଟ ବର୍ଷର ୨୩୪ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୩୫ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୩୧ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୩ ଅଗଷ୍ଟ ବର୍ଷର ୨୩୫ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୩୬ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୩୦ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୪ ଅଗଷ୍ଟ ବର୍ଷର ୨୩୬ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୩୭ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୨୯ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୫ ଅଗଷ୍ଟ ବର୍ଷର ୨୩୭ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୩୮ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୨୮ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୬ ଅଗଷ୍ଟ ବର୍ଷର ୨୩୮ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୩୯ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୨୭ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୭ ଅଗଷ୍ଟ ବର୍ଷର ୨୩୯ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୪୦ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୨୬ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୮ ଅଗଷ୍ଟ ବର୍ଷର ୨୪୦ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୪୧ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୨୫ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୯ ଅଗଷ୍ଟ ବର୍ଷର ୨୪୧ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୪୨ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୨୪ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୩ ଅଗଷ୍ଟ ବର୍ଷର ୨୧୫ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୧୬ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୫୦ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୩୦ ଅଗଷ୍ଟ ବର୍ଷର ୨୪୨ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୪୩ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୨୩ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୩୧ ଅଗଷ୍ଟ ବର୍ଷର ୨୪୩ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୪୪ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୨୨ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୪ ଅଗଷ୍ଟ ବର୍ଷର ୨୧୬ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୧୭ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୪୯ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୫ ଅଗଷ୍ଟ ବର୍ଷର ୨୧୭ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୧୮ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୪୮ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୬ ଅଗଷ୍ଟ ବର୍ଷର ୨୧୮ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୧୯ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୪୭ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୭ ଅଗଷ୍ଟ ବର୍ଷର ୨୧୯ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୨୦ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୪୬ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୮ ଅଗଷ୍ଟ ବର୍ଷର ୨୨୦ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୨୧ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୪୫ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୯ ଅଗଷ୍ଟ ବର୍ଷର ୨୨୧ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୨୨ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୪୪ ଦିନ ବାକି ଅଛି ।
ଅକ୍ଷୟ ପରିଜା ପ୍ରଯୋଜନା କେ. ଏମ. କ୍ରିଷ୍ଣାଙ୍କ ନିର୍ଦେଶନାରେ ଓଡ଼ିଆ ଚଳଚ୍ଚିତ୍ର ଅଗସ୍ତ୍ୟ ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା । ଏହି ସିନେମାର ମୁଖ୍ୟ ଭୂମିକାରେ ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା । ଗୀତଗୁଡ଼ିକ ସୂଚାରୁରୂପେ ସଜାଇବାର ଦାୟିତ୍ୱ ନେଇଥିଲେ ପ୍ରେମ ଆନନ୍ଦ । ୨୦୧୪ ମସିହାରେ କନଡ଼ ଭାଷାରେ ନିର୍ମିତ ହୋଇଥିବା ଉଗ୍ରମ୍ ଚଳଚ୍ଚିତ୍ରର କାହାଣୀକୁ ରୂପାନ୍ତରିତ କରାଯାଇ ଏହା ତିଆରି କରାଯାଇଛି ।
ଓଡ଼ିଆଚଳଚ୍ଚିତ୍ର ଅଗସ୍ତ୍ୟରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ :
ଏହି ଚଳଚ୍ଚିତ୍ରରେ ସର୍ବମୋଟ ୫ଟି ଗୀତ ଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ପ୍ରେମ ଆନନ୍ଦ । ସୁବ୍ରତ ସ୍ୱାଇଁ ଏବଂ ଅରୁଣ ମନ୍ତ୍ରୀ ଗୀତ ରଚନା କରିଛନ୍ତି । ହ୍ୟୁମାନ ସାଗର, ବିଷ୍ଣୁମୋହନ କବି, ସତ୍ୟଜିତ, ଆଶୁତୋଷ, ପ୍ରଜ୍ଞା ଓ ଶିଶୁ କଣ୍ଠଶିଳ୍ପୀ ଆର୍ୟାନ ଗୀତଗୁଡ଼ିକୁ ଗାଇଛନ୍ତି । ତେବେ ପ୍ରଥମ ଥର ପାଇଁ ଇଣ୍ଡିଆନ୍ ଆଇଡଲ୍‌ ଜୁନିୟର୍ ବିଜେତା ଅନନ୍ୟା ଶ୍ରୀତମ ନନ୍ଦ ଏହି ଫିଲ୍ମରେ କଣ୍ଠଦାନ କରିଛନ୍ତି ।
ଅଗସ୍ତ୍ୟ (ଇଣ୍ଟରନେଟ ମୁଭି ଡାଟାବେସରେ)
ଅଗ୍ନାଶୟ ଏଞ୍ଜାଇମ (ଇଂରାଜୀ ଭାଷାରେ Pancreatic enzymes, ଅନ୍ୟ ନାମ ପାଙ୍କ୍ରିଲାଇପେଜ/ pancrelipase ଓ ପାଙ୍କ୍ରିଆଟିନ/ pancreatin) ଏକ ବ୍ୟବସାୟୀକ ମିଶ୍ରଣ ଯେଉଁଥିରେ ଆମିଲେଜ (amylase), ଲାଇପେଜ (lipase) ଓ ପ୍ରୋଟିଏଜ (protease) ଥାଏ । ଅଗ୍ନାଶୟ ଜନିତ ଅଭାବ ଯୋଗୁ ହେଉଥିବା ମାଲଆବସର୍ପସନ ସିଣ୍ଡ୍ରୋମ (pancreatic problems) ରୋଗରେ ବ୍ୟବ‌ହାର କରାଯାଏ । ସିସ୍ଟିକ୍ ଫାଇବ୍ରୋସିସ୍, ଅଗ୍ନାଶୟ ନିଷ୍କାସନ (surgical removal of the pancreas), ଦୀର୍ଘକାଳୀନ ଅଗ୍ନାଶୟ ପ୍ରଦାହ ଇତ୍ୟାଦି ରୋଗମାନଙ୍କ ଯୋଗୁ ଏହି ଅଗ୍ନାଶୟ ସମସ୍ୟା ସୃଷ୍ଟି ହୁଏ । ଏହି ଔଷଧକୁ ପାଟିରେ ଦିଆଯାଏ ।