text
stringlengths
0
9.1k
ଅଙ୍କୁଶକୃମି ସଂକ୍ରମଣ ଲକ୍ଷଣବିହୀନ ବୋଲି ଧରାଯାଏ, କିନ୍ତୁ ୧୯୬୨ ମସିହାରେ ନର୍ମାନ ସ୍ଟଲ (Norman Stoll) ଏହାକୁ ଶବ୍ଦହୀନ ଆକ୍ରମଣକାରୀ ବୋଲି ଅଭିହିତ କରିଥିଲେ । ସଂକ୍ରମଣ ପରେ ପରେ ଗ୍ରାଉଣ୍ଡ-ଗଲୁ ଅନୁଭୁତ ହୁଏ ଅର୍ଥାତ୍ ପୋକ ଦେହକୁ ପଶିଥିବା ସ୍ଥାନରେ ଆଲର୍ଜୀ ହୁଏ ଓ ଏହା ଆମେରିକାନସ୍ ପୋକରେ ଅଧିକ ଦେଖାଯାଏ ।
ଯେଉଁ ସ୍ଥାନମାନଙ୍କରେ ଗରିବ ଲୋକମାନେ ପଡ଼ିଆରେ ମଳତ୍ୟାଗ କରନ୍ତି, ସେହି ସ୍ଥାନ ମାନଙ୍କରେ ମାଟିରେ ଅଙ୍କୁଶକୃମି ଅଣ୍ଡା ମଳରୁ ଯାଇ ମାଟିରେ ମିଶିଯାଏ । ମାଟିର ଉତ୍ତାପ ୧୮୦ରୁ ଅଧିକ ଥିବା ସ୍ଥାନରେ ଅଣ୍ଡା ଓ ଲାର୍ଭା ରହନ୍ତି । ଶୁଖିଲା ସ୍ଥାନରେ ଓ ସିଧା ସୂର୍ଯ୍ୟାଲିକରେ ସେମାନେ ମରିଯାଆନ୍ତି । ସାଧାରଣତଃ ବାଲିଆ ମାଟି ତଥା ବାଲି, ପଟୁ ଓ କାଦୁଆ ମିଶା ମାଟିରେ ରହନ୍ତି । ସେମାନେ ବଞ୍ଚିବା ନିମିତ୍ତ ବର୍ଷକୁ ୧୦୦ ମି.ମି. ବର୍ଷା ଆବଶ୍ୟକ ହୁଏ ।
ମାଟିରେ ଅଣ୍ଡା ଫୁଟି ଅଣସଂକ୍ରମଣକାରୀ ପ୍ରଥମ ସ୍ଟେଜ ଲାର୍ଭା (L1. L2) ବାହାରି ମାଟିରେ ଥିବା ଜୀବଙ୍କୁ ଖାଆନ୍ତି ଓ ପରେ ମୋଲ୍ଟ ହୋଇ ୨ୟ ସ୍ଟେଜ ଲାର୍ଭା (L2.L2)ରେ ପରିଣତ ହୁଅନ୍ତି । ଏହାର ୭ ଦିନ ପରେ ଏହା ସଂକ୍ରମଣକାରୀ ୩ୟ ସ୍ଟେଜ ଲାର୍ଭାରେ ପରିଣତ ହୋଇ ଭୂମି ଉପରକୁ ଆସି ରହନ୍ତି । ଏହି ସ୍ଟେଜର ଲାର୍ଭା ମାଟିର ଖାଦ୍ୟ ଗ୍ରହଣ କରେ ନାହିଁ । ଅଙ୍କୁଶକୃମି ସଂକ୍ରମଣ ଅଣ୍ଡାଦ୍ଵାରା ନ ହୋଇ ଲାର୍ଭାଦ୍ଵାରା ହୁଏ ଓ ଖାଦ୍ୟ ମାଧ୍ୟମରେ ମଧ୍ୟ ହୋଇପାରେ । ଖାଲି ପାଦରେ ସେହି ସ୍ଥାନରେ ଚାଲିଲେ ଲାର୍ଭା ଚର୍ମରେ ଲାଗିଯାଆନ୍ତି ଓ ଚର୍ମକୁ ଭେଦ କରି ଦେହରେ ପ୍ରବେଶ କରନ୍ତି । ଏହା ଲିମ୍ଫାଟିକ୍ସ ଓ ଛୋଟ ଶୀରାର ରକ୍ତରେ ଯାଇ ଫୁସ୍‌ଫୁସ୍‌ରେ ପ୍ରବେଶ କରନ୍ତି ଓ ସେଠାରୁ ଟ୍ରାକିଆ ବାଟ ଦେଇ ଖାଦ୍ୟ ନଳୀରେ ଯାଇ ଅନ୍ତନଳୀରେ ପହଞ୍ଚି ବୟଷ୍କ ପୋକରେ (L4) ସ୍ଟେଜରେ ପରିଣତ ହୁଅନ୍ତି ।
ବୟସ୍କ ଆଙ୍କିଲୋସ୍ଟୋମା କେବଳ ୬ ମାସ ବଞ୍ଚନ୍ତି । ଲାର୍ଭା ଦେହରେ ସୁପ୍ତ ଅବସ୍ଥାରେ ଷ୍ଟୋର ହୋଇ ରହି ପାରନ୍ତି ଓ ପରେ ବାହାରି ବହୁ ବର୍ଷ ଧରି ରୋଗ କରେଇ ପାରନ୍ତି । ଏହା ଫଳରେ ଋତୁ ଵାରି ରୋଗ ହୁଏ । ହୋଷ୍ଟ ଦେହରେ ଅଣ୍ଡିରା ଓ ମାଈ ପୋକ ସଙ୍ଗମ ପରେ ମାଈ ଦୈନିକ ୩୦,୦୦୦ ଅଣ୍ଡା ଦିଏ ଓ ୧୮ରୁ ୫୪ ନିୟୁତ ଅଣ୍ଡା ଜୀବନ କାଳ ମଧ୍ୟରେ ଦିଏ । ଏହି ଅଣ୍ଡା ଫୁଟି ବୟସ୍କ ଅବସ୍ଥାକୁ ଆସିବାକୁ ୫ରୁ ୭ ସପ୍ତାହ ଲାଗ । ଏଣୁ ରୋଗୀର ପ୍ରାଥମିକ ଅବସ୍ଥାରେ ମଳରେ ଅଣ୍ଡା ଆସେ ନାହିଁ, ତେଣୁ ରୋଗ ନିର୍ଣ୍ଣୟ କରିବା କଷ୍ଟସାଧ୍ୟ ହୁଏ । ଏହି ଅଣ୍ଡା ଫୁଟି ମାଟିରେ ଲାର୍ଭା ହେବାକୁ କିଛି ଦିନ ଲାଗେ ଓ ଜୀବନ ଚକ୍ର ନୂଆରେ ଆରମ୍ଭ ହୁଏ ।
ସଂକ୍ରମଣ କରୁଥିବା ଲାର୍ଭା ସଂଖ୍ୟା ଅନୁପାତରେ ରୋଗପୁଷ୍ଟି ସମୟ ବା ଇକ୍ୟୁବେସନ ପିରିଅଡ କିଛି ସପ୍ତାହରୁ କିଛି ମାସ ଲାଗେ ।
ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ରୋଗୀର ମଳ ପରୀକ୍ଷା କରି ତାହା ମଧ୍ୟରେ ଉଷୁମ ଅଣ୍ଡା ପାଇଲେ ଏହି ରୋଗ ନିର୍ଣ୍ଣୟ ହୁଏ କିନ୍ତୁ ଏହା ପ୍ରାରମ୍ଭିକ ଅବସ୍ଥାରେ ମିଳେ ନାହିଁ । ଅଙ୍କୁଶ କୃମିର ଆକାର ଅଣ୍ଡା ଅଣ୍ଡାକୃତି ବା ଏଲିପ୍ଟିକାଲ ଥାଏ, ମାପ ୬0 µm X ୪0 µm, ରଙ୍ଗ‌ହୀନ, ପିତ୍ତ ଜଡ଼ିତ ନୁହେଁ ଓ ତାହାର ଗୋଟିଏ ପତଳା ହ୍ୟାଲିନ କୋଷ ପରଦା(hyaline shell membrane) ଥାଏ । ଅନ୍ତନଳୀରେ ଏହା ପୋକ ଶରୀରରୁ ଏହା ନିର୍ଗତ ହେବା ସମୟରେ ଅଣ୍ଡାର ବିଭାଗ ବା ସେଗମେଣ୍ଟ ନ ଥାଏ । ଅନ୍ତନଳୀ ଭିତରେ ଏହା ଗତି କରିବା ସମୟରେ ଏହାର ସେଗମେଣ୍ଟ ତିଆରି ହୁଏ ଓ ଏଥିରେ ୪ରୁ ୮ ବ୍ଲାସ୍ଟୋମିଅର ଥାଏ । ଅଣ୍ଡାଗୁଡ଼ିକ ଏହା ପ୍ରକାର ଦେଖାଯାଏ ଓ ସେଥିରୁ ଲାର୍ଭା ନ ବାହାରିଲା ଯାଏ କେଉଁ ପ୍ରକାର କୃମି ତାହା ଅଣୁବୀକ୍ଷଣ ଯନ୍ତ୍ରରେ ଜାଣିହୁଏ ନାହିଁ ।
ସାମ୍ପ୍ରତିକ ଗବେଷଣାଦ୍ୱାରା ଡି.ଏନ.ଏ ଆଧାର‌ଯୁକ୍ତ ଟୁଲ ବ୍ୟବ‌ହାର କରି ବିଭିନ୍ନ ପ୍ରକାରର ଅଙ୍କୁଶକୃମି ଓ ସେମାନଙ୍କର ଜେନେଟିକ ଭାରିଏସନ ଚିହ୍ନିବାକୁ ଚେଷ୍ଟା ଚାଲିଛି । ଏହି ଅଣ୍ଡାଗୁଡ଼ିକ ଅନେକ ସମୟରେ ଅନ୍ୟ ପରଜୀବୀ ଅଣ୍ଡାଠାରୁ ମଧ୍ୟ ପୃଥକ ଜଣାପଡ଼େ ନାହିଁ । ନିଧାର୍ଯ୍ୟ ନିର୍ଣ୍ଣୟ ନିମନ୍ତେ ପି.ସି.ଆର. ଆସେ ପ୍ରୟୋଗ ଚେଷ୍ଟା ଚାଲିଛି ।
ଓଦା, ବାଲୁକାମୟ ମଇଳା ମାଟିରେ ସଂକ୍ରମଣକାରୀ ଲାର୍ଭା ବଞ୍ଚିପାରନ୍ତି; କାଦୁଆ ଓ ଖତ ବା ନାଳପାଖ ଜାଗାରେ ରହିପାରନ୍ତି ନାହିଁ । ଏଣୁ ସତର୍କତା ଅବଲମ୍ବନ କରିବା ନିମନ୍ତେ କେତେକ ଉପାୟ ଦିଆଗଲା
ଅଙ୍କୋସର୍ସିଆସିସ (ଇଂରାଜୀରେ Onchocerciasis), ବା ନ‌ଦୀ ଅନ୍ଧତ୍ୱ/ ରିଭର ବ୍ଲାଇଣ୍ଡନେସ (ଇଂରାଜୀରେ river blindness) ବା ରୋବ୍ଲ ରୋଗ (ଇଂରାଜୀରେ Robles disease), ଏକ ରୋଗ ଯାହା ଏକ ପ୍ରକାର ପରଜୀବୀ ପୋକ ଅଙ୍କୋସର୍କା ଭୋଲ୍‌ଭ୍ୟୁଲସ (ଇଂରାଜୀରେ Onchocerca volvulus) ସଂକ୍ରମଣଦ୍ୱାରା ଲୋକଙ୍କୁ ହୁଏ । ଅତ୍ୟଧିକ ଗଲୁ (itching), ଚର୍ମ ତଳେ ଆବୁ (bump) ଓ ଅନ୍ଧତ୍ୱ ଏହାର ଲକ୍ଷଣ । ଚକ୍ଷୁ ସଂକ୍ରମଣ ରୋଗରେ ଟ୍ରାକୋମା ପରେ ଏହା ଦ୍ୱିତୀୟ ସର୍ବାଧିକ ସ୍ଥାନ ଗ୍ରହଣ କରେ ।
ସିମୁଲିଅମ୍ ଟାଇପ୍‌ର କଳା ମାଛି/ବ୍ଲାକ୍ ଫ୍ଲାଇ (ଇଂରାଜୀରେ black fly) କାମୁଡ଼ିବାଦ୍ୱାରା ଏହି ପରଜୀବୀ ପୋକ ବିସ୍ତାର ଲାଭ କରେ । ଏହି ସଂକ୍ରମଣ ନିମନ୍ତେ ସାଧାରଣତଃ ଅନେକ ଥର କାମୁଡ଼ିବା ଦରକାର ହୁଏ । ଏହି ମାଛି ନ‌ଦୀ ତଟରେ ବଞ୍ଚନ୍ତି, ଏଣୁ ଏହାର ନାମ ନ‌ଦୀ ଅନ୍ଧତ୍ୱ ବା ରିଭର ବ୍ଲାଇଣ୍ଡନେସ ହୋଇଛି । ଥରେ ଲୋକ ଶରୀରରେ ପ୍ରବେଶ କଲାପରେ ପୋକ ଲାର୍ଭା ସୃଷ୍ଟି କରନ୍ତି ଯେଉଁମାନେ ଚର୍ମକୁ ଆସନ୍ତି । ଏଠାରେ ସେମାନେ ଅନ୍ୟ କଳା ମାଛି କାମୁଡ଼ିବାବେଳେ ସେମାନଙ୍କୁ ସଂକ୍ରମିତ କରନ୍ତି । ଅନେକ ଉପାୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ ଯଥା ଅଣୁବୀକ୍ଷଣ ତଳେ ଚର୍ମ ବାୟୋପ୍ସି ନେଇ ନର୍ମାଲ ସାଲାଇନରେ ଥୋଇଲେ ଲାର୍ଭା ବାହାରି ଆସିବା ଦେଖାଯାଏ, ଚକ୍ଷୁରେ ଲାର୍ଭା ଖୋଜି ଓ ଚର୍ମ ତଳ ଆବୁ ମଧ୍ୟରେ ବୟଃପ୍ରାପ୍ତ ପୋକ ଖୋଜି ମିଳିଲେ ନିର୍ଣ୍ଣୟ କରାଯାଏ ।
ଟିକା ଏହି ରୋଗ ନିମନ୍ତେ ଅଦ୍ୟାପି ବାହାରି ନାହିଁ । ମାଛି କାମୁଡ଼ାରୁ ରକ୍ଷା ପାଇବା ନିମନ୍ତେ ଚେଷ୍ଟା କରାଯାଏ ।
ପୋକ ଘଉଡ଼ାକାରୀ ଔଷଧ (insect repellent) ଓ ଉପ‌ଯୁକ୍ତ ପୋଷାକ ବ୍ୟବ‌ହାର ଆବଶ୍ୟକ ହୁଏ । ମାଛି ବଂଶ କମ୍ କରିବା ନିମନ୍ତେ ଔଷଧ ସ୍ପ୍ରେ କରିବା ଦରକାର । Efforts to eradicate the disease by treating entire groups of people twice a year is ongoing in a number of areas of the world. ସଂକ୍ରମିତ ହୋଇଥିବା ବ୍ୟକ୍ତିମାନଙ୍କୁ ଇଭରମେକ୍‌ଟିନ ଔଷଧ ଛଅରୁ ବାର ମାସରେ ଦିଆଯାଏ । This treatment kills the larva but not the adult worms. ଡକ୍‌ସିସାଇକ୍ଲିନ (doxicycline) ଏହାର ସ‌ହ‌ଯୋଗୀ ଜୀବାଣୁକୁ (Wolbachia) ମାରି ଦେବାପରେ ଏହି ପୋକ ଦୁର୍ବଳ ହୋଇଯାଉଥିବାରୁ ଅନେକ ଏହାକୁ ଦେବାକୁ ନିର୍ଦ୍ଦେଶ ଦିଅନ୍ତି । ଅପରେଶନ୍ କରି ଚର୍ମ ତଳ ଆବୁକୁ କାଢ଼ିଦିଆଯାଏ ।
ନ‌aଦୀ ଅନ୍ଧତ୍ୱ ରୋଗଦ୍ୱାରା ପ୍ରାୟ ୧୭ରୁ ୨୫ ନିୟୁତ ଲୋକ ସଂକ୍ରମିତ ହୁଅନ୍ତି ଯେଉଁମାନଙ୍କ ମଧ୍ୟରୁ ପ୍ରୟ ୦.୮ ନିୟୁତ ସମ୍ୟକ୍ ଅନ୍ଧତ୍ୱର ଶୀକାର ହୁଅନ୍ତି । ସବ୍ ସାହାରା ଆଫ୍ରିକା ଇଲାକାରେ ଅଧିକାଂଶ ସଂକ୍ରମଣ ହେଲେ ମଧ୍ୟ ୟେମେନ ଓ କେତେକ ମଧ୍ୟ ଆମେରିକା ଓ ଦକ୍ଷିଣ ଆମେରିକାରେ କିଛି ରିପୋର୍ଟ ହୋଇଛି । ସନ ୧୯୧୫ରେ ଡାକ୍ତର ରୋଡୋଲ୍‌ଫୋ ରୋବ୍ଲ ପ୍ରଥମେ ଚକ୍ଷୁ ରୋଗ ସ‌ହ ଏହି ରୋଗକୁ ଲିଙ୍କ କରିଥିଲେ । ଅବ‌ହେଳିତ ଗ୍ରଷ୍ମମଣ୍ଡଳୀୟ ରୋଗରେ ଏହାକୁ ଡବ୍ଲ୍ୟୁ.ଏଚ୍.ଓ. (World Health Organization) ଏହାକୁ ନାମିତ କରିଛନ୍ତି ।
ଅଙ୍ଗ ନଦୀ , ଭାରତୀୟ ରାଜ୍ୟ ଓଡ଼ିଶାରେ ବାହିତ ହଉଥିବା ଏକ ନଦୀ । ଏହା ପୂର୍ବ -ମଧ୍ୟ ଭରତର ଏକ ମୁଖ୍ୟ ନଦୀ ମହାନଦୀର ଏକ ଉପନଦୀ । ଏହି ନଦୀ ୪୫୭ ମିଟର ପତ୍ତନ ଉପରୁ ଆସି ମହାନଦୀରେ ମିଶିବା ଆଗରୁ ୨୦୪ କିଲୋମିଟର ଦୁରତ୍ଵ ପ୍ରବାହିତ ହେଇ ସୋନପୁର ସହରର ଉପର ଦିଗରେ ୧୧ କିଲୋମିଟର ଦୂରରେ ମହାନଦୀ ସହ ସମ୍ମିଳିତ  ହୁଏ  ।
ଅଙ୍ଗ ନଦୀର ଜଳଗ୍ରହଣ ଅଞ୍ଚଳ ପ୍ରାୟ ୫.୧୨୮ ବର୍ଗ କିଲୋମିଟର
ଲୁହାସିଙ୍ଗା, ଓଡ଼ିଶାର ଅନୁଗୋଳ ଜିଲ୍ଲାର ଅନୁଗୋଳ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଅନୁଗୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳ ଠାରୁ ୭୦ କି.ମି. ଦୂରରେ ଅବସ୍ଥିତ ।
ଅଙ୍ଗାରକ (ଇଂରାଜୀ: Carbon;କାର୍ବନ) ହେଉଛି ଏକ ରାସାୟନିକ ମୌଳିକ, ଏହାର ପ୍ରତୀକ C, ଓ ପରମାଣୁ କ୍ରମାଙ୍କ ୬ । ଏହା ଏକ ଅଧାତୁ ଅଟେ । ଅଙ୍ଗାରକର ତିନୋଟି ସମସ୍ଥାନିକ ଅଛନ୍ତି, ତାହା ଭିତରୁ ଦୁଇଟି ସ୍ଥିର ଓ ଅନ୍ୟଟି ତେଜସ୍କ୍ରିୟ ।
ଅଙ୍ଗାରବନ୍ଧ, ଓଡ଼ିଶାର ଅନୁଗୋଳ ଜିଲ୍ଲାର ଅନୁଗୋଳ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଅନୁଗୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।
ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳ ଠାରୁ ୧୦ କି.ମି. ଦୂରରେ ଅବସ୍ଥିତ ।
ହିନ୍ଦୁ ପୁରାଣୋକ୍ତ ସପ୍ତର୍ଷିମାନଙ୍କ ମଧ୍ୟରେ ଅନ୍ୟତମ ମହର୍ଷି ଅଙ୍ଗିରାଙ୍କ ଆଶ୍ରମ ଶ୍ରୀମନ୍ଦିରଠାରୁ ତିନିଶହ ମିଟର ଦୂର ଦୋଳମଣ୍ଡପ ସାହିରେ ଅବସ୍ଥିତ । ଆଶ୍ରମ ଭିତରେ ରହିଛି ବର ଓ ଅଶ୍ଵତ୍ଥ ବୃକ୍ଷ। ଏହି ବୃକ୍ଷ ପରସ୍ପର ମଧ୍ୟରେ ଏତେ ନିବିଡ଼ ଯେ ତାହା ଗୋଟିଏ ବୃକ୍ଷର ଭ୍ରମ ସୃଷ୍ଟି କରୁଛି । ନୀଳାଦ୍ରୀ ମହୋଦୟର ସଂସ୍କୃତ ଗ୍ରନ୍ଥରେ ଅଙ୍ଗିରା ଆଶ୍ରମରେ ଥିବା ବୃକ୍ଷକୁ କାମ୍ୟବଟ ବା କାମନା ବୃକ୍ଷ ବୋଲି ବର୍ଣ୍ଣନା କରାଯାଇଛି । ଶ୍ରୀମନ୍ଦିରରେ ଥିବା କଳ୍ପବଟର ସମସାମୟିକ ଏହି ବୃକ୍ଷ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଇଛି । ଗ୍ରନ୍ଥରେ କାମ୍ୟବଟଠାରୁ କଳ୍ପବଟ ପର୍ଯ୍ୟନ୍ତ ଭୂମିକୁ ପୁଣ୍ୟଭୂମି ବୋଲି ଧରାଯାଇଛି । ଏହି କାମ୍ୟବଟ ବୃକ୍ଷ ମୂଳରେ ରହିଛି ମହର୍ଷିଙ୍କ ତପସ୍ୟାସ୍ଥଳୀ । ତପସ୍ୟାସ୍ଥଳୀଟି ଗଛର ଚେର ଏବଂ ଓହଳରେ ଗୁମ୍ଫାକୃତି ହୋଇଯାଇଛି । ଗୁମ୍ଫା ନିକଟରେ ତିନିଠାକୁରଙ୍କ ଏକ ମନ୍ଦିର ରହିଛି । ଅଷ୍ଟମ ଶତାବ୍ଦୀର ପଟଳ ଆକୃତିର ଶ୍ରୀମନ୍ଦିର ଢାଞ୍ଚାରେ ରହିଥିବା ଏହି ମନ୍ଦିର ଭିତରେ ତିନିଠାକୁର ପୂଜା ପାଉଛନ୍ତି । ସବୁଠି ତିନିଠାକୁର ପୂର୍ବାଭିମୁଖୀ ଥିବା ବେଳେ ଏଠାରେ ଦକ୍ଷିଣାଭିମୁଖୀ । ଏହି ମନ୍ଦିରଠାରୁ ମହର୍ଷିଙ୍କ ତପସ୍ୟାସ୍ଥଳୀ ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ଅଛି।। ଭାରତର କୌଣସି ସ୍ଥାନରେ ମହର୍ଷିଙ୍କ ମୂର୍ତ୍ତି ରହିଥିବା ସୂଚନା ନ ଥିବା ବେଳେ ଶ୍ରୀକ୍ଷେତ୍ରରେ ଥିବା ଅଙ୍ଗିରାଙ୍କ ଆଶ୍ରମରେ ତାଙ୍କର ମୂର୍ତ୍ତି ପୂଜା ପାଉଛି । ଏହି ଆଶ୍ରମ ସହ ଶ୍ରୀଜୀଉମାନଙ୍କ ନୀତିର ସମ୍ପର୍କ ରହିଛି । ଆଶ୍ରମକୁ ସୁଦର୍ଶନ ମହାପ୍ରଭୁ ବର୍ଷକୁ ଚାରିଥର ଭ୍ରମଣ କରୁଥିବା ବେଳେ ଶ୍ରୀଜୀଉମାନଙ୍କ ମଙ୍ଗଳଆଳତି ଓ ଧୂପ ପରେ ଏଠାରେ ଆଳତି ଓ ଧୂପ ନୀତି ହୋଇଥାଏ ।
ମହର୍ଷି ଅଙ୍ଗିରା ହେଉଛନ୍ତି ପ୍ରଜାପତି ବ୍ରହ୍ମାଙ୍କର ମାନସ ପୁତ୍ର । ଋଷି ଅଙ୍ଗିରା ପରମ‌ପାବନ ଶ୍ରୀପୁରୁଷୋତ୍ତମ କ୍ଷେତ୍ରକୁ ଆସି ଜ‌ହ୍ନିମୁଣ୍ଡିଆ ଛକଠାରେ ଆଶ୍ରମ ନିର୍ମାଣ କରି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆରାଧନା କରୁଥିଲେ ।
ଦୋଳମଣ୍ଡପ ସାହିରେ ରାଧାବଲ୍ଲ‌ଭ ମଠ, ଦାମ‌ପଡ଼ା ମଠ, ହଳଦିଆ ମଠ, ଝାଞ୍ଜିପିଟା ମଠ, ନବଳ ଦାସ ମଠ ଏବଂ ଅଙ୍ଗିରା ଆଶ୍ରମ ଆଦି ରହିଛି । ଜଗନ୍ନାଥ ମନ୍ଦିରଠାରୁ ତିନିଶହ ମିଟର ଦୂରରେ ଏହି ଅଙ୍ଗିରା ଆଶ୍ରମ ଅବସ୍ଥିତ ।
ଏହି ପ୍ରାଚୀନ ଆଶ୍ରମ ପରିସରରେ ପୁରାତନ ବଟ ଏବଂ ଅଶ୍ୱତ୍ଥ ବୃକ୍ଷ ରହିଛି । ଏହି ବୃକ୍ଷ ଦ୍ୱୟ ପରସ୍ପର ସ‌ହ ଏମିତି ଯୋଡ଼ି ହୋଇ ରହିଛନ୍ତି ଯେ, ତାହା ଗୋଟିଏ ବୃକ୍ଷ ପରି ଦୃଶ୍ୟମାନ ହୋଇଥାଏ । ଏହି ବୃକ୍ଷଦ୍ୱୟ ପାଖରେ ଆଶ୍ରମର ପ୍ରାଚୀନ ଋଷିଙ୍କ ଏକ ଗୁମ୍ଫା ରହିଛି । ବଟବୃକ୍ଷର ଚେରଦ୍ୱାରା ଗୁମ୍ଫାଟି ଆଚ୍ଛାଦିତ ହୋଇ ରହିଅଛି । ଗୁମ୍ଫାଟିକୁ ଲାଗି ଏକ ପ୍ରାଚୀନ କ୍ଷୁଦ୍ରକାୟ ମନ୍ଦିରଟିଏ ରହିଛି । ସେହି ମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀସୁଦର୍ଶନ ପୂଜା ପାଉଛନ୍ତି । ଅଷ୍ଟମ ଶତାବ୍ଦୀର ପଟଳ ଆକୃତିର ଶ୍ରୀମନ୍ଦିର ଢାଞ୍ଚାରେ ରହିଥିବା ଏହି ମନ୍ଦିର ଭିତରେ ତିନିଠାକୁର ପୂଜା ପାଉଛନ୍ତି । ସବୁଠି ତିନିଠାକୁର ପୂର୍ବାଭିମୁଖୀ ଥିବା ବେଳେ ଏଠାରେ ଦକ୍ଷିଣାଭିମୁଖୀ । ଚତୁର୍ଦ୍ଧାମୂର୍ତ୍ତିଙ୍କ ପାର୍ଶ୍ୱରେ ଅତି ପ୍ରାଚୀନ ଶ୍ରୀରଘୁନାଥଙ୍କ କମନୀୟ ବିଗ୍ରହ ବିରାଜିତ । ଠାକୁରଙ୍କ ଭୋଗ ପ୍ରସ୍ତୁତି ପାଇଁ ସେଠାରେ ଏକ ରୋଷଶାଳା ମଧ୍ୟ ରହିଛି । ଏହି ମନ୍ଦିରଠାରୁ ମହର୍ଷିଙ୍କ ତପସ୍ୟାସ୍ଥଳୀ ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ଅଛି।।
ଗହ୍ମା ପୂର୍ଣ୍ଣିମା ଏବଂ କୁମାର ପୂର୍ଣ୍ଣିମା ଦିନ ଶ୍ରୀ ମନ୍ଦିରରୁ ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା ଆଶ୍ରମକୁ ବିଜେ କରି ପଂକ୍ତି ଖାଇଥାନ୍ତି । ସକଳା ଭୋଗରେ ଖଇକୋରା, ଫଳମୂଳ ଏବଂ ସନ୍ଧ୍ୟାରେ ସର, ଛେନା ଓ କ୍ଷୀର ଭୋଗ କରାଯାଇଥାଏ । ଦ୍ୱିପ୍ରହରରେ ଅନ୍ନ ଭୋଗ ଲାଗିକରାଯାଇଥାଏ ।
ଇଣ୍ଡୋନେସିଆରେ ବାଲୀ ଦ୍ଵୀପରେ ଏକ ଜ୍ୱାଳାମୁଖୀ ପର୍ବତ ଅଙ୍ଗୁଗ, 2017 ମସିହାରେ ନିର୍ଗତ ହୋଇଥିଲା, ଯାହା କାରଣରୁ ହଜାର ହଜାର ଯାତ୍ରୀ ମାନଙ୍କୁ ଆକାଶ ପଥରେ ବାଧା ସୃଷ୍ଟି ହୋଇଥିଲା । 27 ନଭେମ୍ବର 2017 ପର୍ଯ୍ୟନ୍ତ, ସତର୍କ ସ୍ତର ନିଜର ଉଚ୍ଚତମ ସ୍ତରରେ ଥିଲା ଏବଂ ପରେ ସ୍ଥାନ ପରିତ୍ୟାଗ କରିଥିଲା ।
ଜ୍ୱାଳାମୁଖୀରୁ ଟେକ୍ଟୋନିକ ଭୂକମ୍ପର ଆରମ୍ଭ ଅଗଷ୍ଟ ମାସର ଆରମ୍ଭରୁ ହୋଇଥିଲା ଏବଂ ଅକ୍ଟୋବର ମାସର ଶେଷରେ କାଫି କମ ହେବା ପୂର୍ବରୁ ଜ୍ୱାଳାମୁଖୀ ଗତିବିଧି ବହୁ ସପ୍ତାହ ପର୍ଯ୍ୟନ୍ତ ଅଧିକ ହୋଇଯାଇଥିଲା । ପ୍ରମୁଖ ଗତିବିଧିର ଏକ ଦ୍ଵିତୀୟ ଅଧିକ ହିଂସା ଧରଣର କାଳ ନଭେମ୍ବର ଶେଷରେ ଆରମ୍ଭ ହୋଇଥିଲା ।
ସେପ୍ଟେମ୍ବର 2017 ମସିହାରେ, ଜ୍ୱାଳାମୁଖୀ ପାଖାପାଖି ଘଡଘଡି ଏବଂ ଭୂକମ୍ପ ଗତିବିଧିର ବୃଦ୍ଧିରେ ଉଚ୍ଚତମ ସ୍ତରରେ ସତର୍କତା ବଢ଼େଇ ଦେଇଥିଲା ଏବଂ ଏହା ପ୍ରଭାବରୁ ପାଖାପାଖି କ୍ଷେତ୍ରର 122,500 ଲୋକ ମାନଙ୍କୁ ନିଜ ଘରଠାରୁ ବିସ୍ତାରିତ କରାଯାଇଥିଲା । ଇଣ୍ଡୋନେସିଆ ରାଷ୍ଟ୍ରୀୟ ପ୍ରବନ୍ଧନ ପ୍ରାଧିକରଣଦ୍ୱାରା 24 ସେପ୍ଟେମ୍ବରରେ ଜ୍ୱାଳାମୁଖୀକୁ ଆଖପାଖ 12 କିମି.ର ବହିଷ୍କାର କ୍ଷେତ୍ର ବୋଲି ଘୋଷିତ କରାଗଲା ।
25 ସେପ୍ଟେମ୍ବରରେ 844 ଜ୍ୱାଳାମୁଖୀ କମ୍ପନର ଅନୁଭବ ହୋଇଥିଲା ଏବଂ 26 ସେପ୍ଟେମ୍ବରରେ ଦିନବେଳା ପର୍ଯ୍ୟନ୍ତ 300ରୁ 400 ଭୂକମ୍ପ ଆସିଥିଲା । ଭୂକମ୍ପ ବିଶେଷଜ୍ଞ ମାନେ କମ୍ପନର ବଳ ଓ ଆବୃତ୍ତିରେ ଚିନ୍ତା କରିଥିଲେ, କାରଣ ଏହି ଅନୁସାରେ ଜ୍ୱାଳାମୁଖୀର ବିସ୍ଫୋଟରେ ବହୁତ କମ ସମୟ ଥିଲା ।
ଅକ୍ଟୋବର ଶେଷରେ, ଜ୍ୱାଳାମୁଖୀ ଗତିବିଧିରେ କାଫି କମି ଆସିଗଲା, ଯାହାଦ୍ୱାରା ଅକ୍ଟୋବର 29ରେ ସତର୍କତାକୁ ଅଳ୍ପ କରିଦିଆ ଗଲା ।
21 ନଭେମ୍ବର (ୟୁଟିସି)ରେ 09:05 ସମୟରେ ଏକ ଛୋଟ ବିସ୍ଫୋଟ ହୋଇଥିଲା, ଯାହାଦ୍ୱାରା ସମୁଦ୍ରତଳରୁ 3,842 (12,605 ଫିଟ) ଉପର ପର୍ଯ୍ୟନ୍ତ ପାଉଁଶର ବଦଳ ପହଞ୍ଚି ଯାଇଥିଲା । ହଜାର ହଜାର ଲୋକ ତୁରନ୍ତ ସେହି କ୍ଷେତ୍ରରୁ ଦୌଡ଼ି ପଳେଇ ଗଲେ , ଏବଂ 29,000ରୁ ଅଧିକ ଅସ୍ଥାୟୀ ଶରଣାର୍ଥୀ ମାନଙ୍କ ପାଖକୁ 270ରୁ ଅଧିକ ସ୍ଥାନରେ ପହଞ୍ଚାଇ ଦିଆଗଲା ।
ଏକ ଶୈଳଭୂତ ବିସ୍ଫୋଟ ଶନିବାର, 25 ନଭେମ୍ବରରେ ଆରମ୍ଭ ହୋଇଥିଲା ।
ଯାହାର ପରିଣାମ ସ୍ୱରୂପ ମୋଗ୍ମାର ତୁକୁଡ଼ା ଜ୍ୱାଳାମୁଖୀ ପାହାଡ଼ର ମୁଖରୁ 1.5-4 କିମି ଉପର ପର୍ଯ୍ୟନ୍ତ ଯିବାପାଇଁ ସୂଚନା ମିଳିଥିଲା, ଯାହା ଦକ୍ଷିଣ ଆଡ଼କୁ ଗତି କରୁଥିଲା ଏବଂ ଏହା ସହିତ ଆଖପାଖର କ୍ଷେତ୍ରରେ ଧୂଳି ଏବଂ ପାଉଁଶର ଏକ ପତଳା ପରସ୍ତ ଖେଳିଯାଥିଲା, ଯାହାଦ୍ୱାରା ସେଠାରେ ହେଉଥିବା ଅଷ୍ଟ୍ରେଲିଆ ଏବଂ ନ୍ୟୁଜଲ୍ୟାଣ୍ଡ ପାଇଁ ଉଡାଯାହାଜର ଉଡାଣକୁ ବନ୍ଦ କରିଦିଆଗଲା । ପରେ ରାତିରେ ଗାତର ଆଖପାଖରେ ଏକ ନାରଙ୍ଗୀ ଚମକ ଦେଖା ଦେଇଥିଲା, ଯାହାଦ୍ୱାରା ଏହା ଜଣାଯାଏ କି, ସତେଜ ଶୈଳଭୂତ ମେଗ୍ମାକୁ ପହଞ୍ଚି ଯାଇଥିଲା 26 ନଭେମ୍ବର 2017 ମସିହାରେ 23:37 (ଜିଏମଟି)ରେ ଆଉଗୋଟେ ବିସ୍ଫୋଟ ହୋଇଥିଲା ଯାହା ଏକ ସପ୍ତାହରୁ କମ ସମୟରେ ଦ୍ଵିତୀୟ ବିସ୍ଫୋଟ ଥିଲା ।
26 ନଭେମ୍ବର 2017 ମସିହାରେ ଗ୍ନୁରାହ ରାୟ ଅନ୍ତଃରାଷ୍ଟ୍ରୀୟ ଉଡାଯାହାଜକୁ ବନ୍ଦ କରିଦିଆଗଲା ।
ବହୁତ ଲୋକ ଯାହାଙ୍କୁ ଖାଲି କରିବାର ଉପଦେଶ ଦିଆଯାଇଥିଲା, ସେମାନେ ଏହିପରି କଲେନାହିଁ ଏବଂ ସେମାନେ ସେଠାରେ ଫସିଛନ୍ତି । ଲହରର ସୂଚନା ଦିଆଯାଇଛି । ଜ୍ୱାଳାମୁଖୀର 6 ମିଲ (9.7 କିମି) ତ୍ରିଯ୍ୟାରେ 100,000ରୁ ଅଧିକ ଲୋକ ମାନଙ୍କୁ ବାହାର କରିବାର ଆଦେଶ ଦିଆଯାଇଥିଲା ।
ଅଙ୍ଗୁର ଏକ ଲତା ଜାଦୀୟ ଉଦ୍ଭିଦ। ଏହା ଅତି ଲୋକପ୍ରିୟ ଫଳ (କୋଳି)। ଏହାର ପାଚିଲା ଫଳକୁ ଅଙ୍ଗୁର କୁହାଯାଏ ଓ ଶୁଖିଲା ଫଳକୁ କିସମିସ। ଏହାକୁ ସିଧା ସେବନ କରାଯାଏ କିମ୍ବା ରସ, ଜାମ ବା ଏହାରୁ ମଞ୍ଜିରୁ ତେଲ ବାହାର କରି ବ୍ୟବହାର କରା ଯାଇଥାଏ।
ଅଙ୍ଗୁର କୋଳି ପେନ୍ଥା ପେନ୍ଥା ହୋଇ ଫଳିଥାଏ। ଗୋଟିଏ ପେନ୍ଥାରେ ୧୫ରୁ ୩୦୦ କୋଳି ରହିଥାଏ। ଏହା ଭିନ୍ନ ଭିନ୍ନ ରଙ୍ଗର ହୋଇଥାଏ ଯଥା: ଲାଲ୍, ବାଇଗଣି (ନାରଙ୍ଗୀ), କଳା, ସବୁଜ, ହଳଦିଆ, ଗାଢ଼ନୀଳ, କମଳାରଙ୍ଗ ଓ ଗୋଲାପି ଇତ୍ୟାଦି ରଙ୍ଗର ଅଙ୍ଗୁର ଦେଶ ବିଦେଶରେ ମିଳେ। ଧଳାଅଙ୍ଗୁର ପ୍ରକୃତରେ ସବୁଜ ରଙ୍ଗର ହୋଇଥାଏ ଓ ଅନୁବଂଶୀକ ରୂପେ ଏହା ନାରଙ୍ଗୀ ଜାତୀୟ ଅଙ୍ଗୁରରୁ ଉଦ୍ଭୁତ। ଏଥିରେ ଆନ୍ଥୋସିଆନିନ ନାମକ ରଙ୍ଗ କଣିକା ପ୍ରସ୍ତୁତକାରି ରସାୟନ ପ୍ରସ୍ତୁତ ହେବା ବନ୍ଦ ହୋଇଯିବାରୁ ଏହା ବାଇଗଣି ବଦଳରେ ସବୁଜ ରଙ୍ଗ ଧାରଣ କରେ।
ଅଙ୍ଗୁର ଚାଷ ୬୦୦୦ରୁ ୮୦୦୦ ବର୍ଷ ପୂର୍ବେ ପ୍ରାଚ୍ୟ ଦେଶ ମାନଙ୍କରେ ଆରମ୍ଭ ହୋଇଥିଲା। ଇଷ୍ଟ ନାମକ ସୂକ୍ଷ୍ମଜୀବ (microorganism) ପ୍ରାକୃତିକ ରୂପେ ଅଙ୍ଗୁରର ଚୋପାରେ ବଢ଼ିଥାଏ। ଏହାକୁ ନିରୀକ୍ଷଣ କରି ସୁରାଜାତୀୟ (alcoholic) ପାନୀୟ ବିକଶିତ ହୋଇଥିଲା। ପାଖାପାଖି ୪୦୦୦ ଖ୍ରୀ.ପୂ.ରେ ଆର୍ମେନିଆରେ ସର୍ବପୁରାତନ ମଦଭାଟି (winery)ର ସନ୍ଧାନ ମିଳେ।
ଅଙ୍ଗୁର କଢ଼
ଅଙ୍ଗୁର ଫୁଲ
ଅଙ୍ଗୁର କଷି
ଅଙ୍ଗୁର ବଗିଚା
ଅଙ୍ଗ୍ୱୀଲା ( /æŋˈɡwɪlə/ ang-gwil-ə) କାରିବିଆନରେ ଥିବା ଏକ ବ୍ରିଟିଶ ବୈଦେଶିକ କ୍ଷେତ୍ର ଅଟେ ।
ଅଚଙ୍କମାର ବନ୍ୟାପ୍ରାଣୀ ଅଭୟାରଣ୍ୟ ଭାରତୀୟ ରାଜ୍ୟ ଛତିଶଗଦର ଏକ ବନ୍ୟା ଜନ୍ତୁ ଅଭୟାରଣ୍ୟ । ଏଠାରେ କେତେକ ଶ୍ରେଣୀର ଅବଲୁପ୍ତ ପ୍ରାୟ ଜୀବ ଜନ୍ତୁ ରହିଛନ୍ତି ।
ଏହି ଅଭୟାରଣ୍ୟ 1975 ମସିହାରେ ସ୍ଥାପିତ ହେଇଥିଲା । 2009 ମସିହାରେ ଏହାକୁ ବ୍ୟାଘ୍ର ରିଜର୍ଭ ହିସାବରେ ମଧ୍ୟ ସ୍ବୀକୃତି ମିଳିଥିଲା । ଏହାର ଆୟତନ 557.55 ବର୍ଗ କିଲୋମିଟର ଏବଂ କହ୍ନା - ଅଚଙ୍କ୍ୟମାର କରିଡର ନାମକ ଆରଣ୍ଯକ ପଥଦ୍ଵାରା ମଧ୍ୟ ପ୍ରଦେଶର କାହ୍ନା ବ୍ୟାଘ୍ର ରିଜର୍ଭଦ୍ଵାରା ସଂଯୁକ୍ତ ।  ଏହି ପାର୍କ ବିଲାସପୁର ଓ ମୁଙ୍ଗୁଳି ଜଙ୍ଗଲ ଡିଭିଜନର ଏକ ଅଂଶ । ଏହାର ନିକଟସ୍ଥ ରେଳ ଷ୍ଟେସନ ବେଲଗହଣାଠାରେ ରହିଛି । ଏଠାକୁ ପେଣ୍ଡରା ରୋଡ ଦେଇ କିମ୍ବା ବିଲାସପୁର ରେଳ ଷ୍ଟେସନ ବାଟେ ପହଞ୍ଚି ହୁଏ । ଏଠାରେ ରେଷ୍ଟୁରାଣ୍ଟ ଆଦି ସୁବିଧା ମଧ୍ୟ ରହିଛି । ଏହି ସ୍ଥାନ ନର୍ମଦା ନଦୀର ମୂଳ ସୃଷ୍ଟି ସ୍ଥଳ  ଅମରକଣ୍ଟକର ସନ୍ନିକଟରେ ରହିଛି । .
ଜଙ୍ଗଲରେ ମୁଖ୍ଯତଃ ଶାଳ  , ପିଆଶାଳ , ବୀଜା ଓ ବାଉଁଶ ଜାତୀୟ ବୃକ୍ଷ ରହିଥାଏ .
॰ଏହି ଅଭୟାରଣ୍ୟରେ ବ୍ୟାଘ୍ର , ଚିତାବାଘ , ଗୌର ଛି8ତଳ , ବେଙ୍ଗଲ ଟାଇଗର , ହେଟାବାଘ , ସ୍ଳୋଥ ଭାଲୁ , ନୀଳଗାଇ , ଜଙ୍ଗଲି ଶ୍ଵାନ , ଚତୁସିଙ୍ଗା , ଆଦି ଜାତିର ବନ୍ୟା ପ୍ରାଣୀ ରହନ୍ତି .
ଅଚଳପୁର ଏକ ଭାରତୀୟ ପୌରପାଳିକା (Municipal Council) ଅଟେ । ଏହା ମହାରାଷ୍ଟ୍ରର ଅମରାବତି ଜିଲ୍ଲାରେ ଅବସ୍ଥିତ ।
ଅଚଳପୁର ୨୧.୨୫୭୨ ଉତ୍ତର ଅକ୍ଷାଂଶ ଓ ୭୭.୫୦୮୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୧୦ ଫୁଟ ଉଚ୍ଚତାରେ ରହିଛି ।
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅଚଳପୁର ସହରର ମୋଟ ଜନସଂଖ୍ୟା ୧୦୭୩୦୪ ଅଟେ । ସେଥି ମଧ୍ୟରୁ ୫୧.୮୯% ଜଣ ପରୁଷ ହୋଇଥିବା ବେଳେ ୪୮.୧୧% ଜଣ ନାରୀ ଅଟନ୍ତି । ଅଚଳପୁରର ସାକ୍ଷରତା ହାର ୭୭.୩୭% ଅଟେ । ଏହା ଜାତୀୟ ହାର ଠାରୁ ୧୨.୫୩% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୨.୧୦% ପ୍ରତିଶତ ପୁରୁଷ ଓ ୩୫.୨୭% ନାରୀ ଅଟନ୍ତି । ୧୨.୦୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।
ମରାଠୀ ଅଚଳପୁରର ସରକାରୀ ଭାଷା ଅଟେ ।
ଅଚଳୁ (ରାମନଗରମ୍) ଦକ୍ଷୀଣ ରାଜ୍ୟ କର୍ଣ୍ଣାଟକ, ଭାରତର ଏକ ଗ୍ରାମ ଅଟେ । ଏହା କର୍ଣ୍ଣାଟକର ବାଙ୍ଗାଲୋର ଗ୍ରାମିଣ ଜିଲ୍ଲାର ରାମନଗରମ୍ ତାଳୁକରେ ସ୍ଥିତ ହୋଇଛି ।
ରୋଷଘରୁ ଜୟବିଜୟ ଦ୍ଵାର ପର୍ଯ୍ୟନ୍ତ ଲାଗିଥିବା ପଥକୁ ଅଚିନ୍ତା ପହଣ୍ଡ କୁହାଯାଏ । ଯେଉଁଠି ଚିନ୍ତା ନ କରି ପାଦ ପକାଇ ହବ ତାହାକୁ କହନ୍ତି ଅଚିନ୍ତା ପହଣ୍ଡ । ବିଶେଷ କରି ଭୋଗ ରାସ୍ତାକୁ ଏହା ବୁଝାଏ । ରୋଷଘରୁ ଭୋଗ ବୁହାହେବା ପାଇଁ ସୁଡ଼ଙ୍ଗ ଭଳି ଏକ ରାସ୍ତା ।
ଭୋଗ ବୁହା ହେବା ପାଇଁ ଏହି ସ୍ଵତନ୍ତ୍ର ବ୍ୟବସ୍ଥା ଓଡ଼ିଶାର ଅନେକ ମନ୍ଦିରରେ ଦେଖିବାକୁ ମିଳେ ।
ଶ୍ରୀମନ୍ଦିରରେ ରହିଛି 'ଅଚିନ୍ତା ପହଣ୍ଡ' । ବଡ଼ ଦେଉଳର ରୋଷେଇଘରୁ ଅମୁଣିଆ ସେବକମାନେ ଛେକ (ଭୋଗ କୁଡିଆ ଭାର) ଧରି ଗର୍ଭଗୃହକୁ ଯାଆନ୍ତି । ରାସ୍ତାରେ କାଳେ କିଏ ଛୁଇଁ ଦେଲେ ଛେକ ମରାହୋଇଯିବ,ସେଥିପାଇଁ ରୋଷଘରୁ ଗର୍ଭଗୃହ ପାଖକୁ ଏକ ସ୍ଵତନ୍ତ୍ର ରାସ୍ତା ରହିଛି । ଯେଉଁ ରାସ୍ତାରେ ଛେକ ଗଲେ କେହିଚୂନିବାର ଭୟ ନଥିବ ବା କେହି ସାମ୍ନା ହେବାର ସମ୍ଭାବନା ନଥିବ । ଶ୍ରୀମନ୍ଦିରରେ ଏହି ଅଚିନ୍ତା ପହଣ୍ଡ ଭୋଇବଂଶୀ ଗଜପତି ମହାରାଜା ହରେକୃଷ୍ଣ ଦେବଙ୍କ ସମୟରେ ହୋଇଛି । ୧୭୧୬ରୁ ୧୭୨୦ ପର୍ଯ୍ୟନ୍ତ ଶାସନ କରିଥିବା ଭୋଇବଂଶୀ ଗଜପତି ମହାରାଜାଙ୍କ ସମୟରେ ଏହା ତିଆରିହୋଇଛି । ଗଜପତି ମହାରାଜାଙ୍କ ପାତ୍ର ଭଗବାନ ଭ୍ରମର ବରଙ୍କଦ୍ଵାରା ଅମୁଣିହା ବୁହା ହେବାପାଇଁ ଶ୍ରୀମନ୍ଦିରରେ ଅଚିନ୍ତା ପହଣ୍ଡ ନିର୍ମିତ ହୋଇଥିଲା । ଏହି ରାଜାଙ୍କ ନାମରେ ପୁରୀ ଉପକଣ୍ଠରେ ଥିବା ବୀର ହରେକୃଷ୍ଣ ଶାସନ ଗାଁ ଗଢଢ଼ିଉଠିଛି ।
ଅଚିହ୍ନା ବାସଭୂମି କଳ୍ପନା କୁମାରୀ ଦେବୀଙ୍କଦ୍ଵାରା ରଚିତ ଏକ ଉପନ୍ୟାସ । ୨୦୧୨ ମସିହା ପାଇଁ ଏହା ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲା ।
ଏହି ପୁସ୍ତକଟି ପୁରସ୍କାର ପାଇବାକୁ ବୋରୋଧକରି କିଛି ଲେଖକ ଉଚ୍ଚ ନ୍ୟାୟଳୟଙ୍କ ଦ୍ଵାରସ୍ଥ ହେବା ପରେ ସାହିତ୍ୟ ଏକାଡେମିର ସଭାପତି ନିଜ ଇସ୍ତଫା ଦେଇଥିଲେ । ଏହା ପରେ ନ୍ୟାୟଳୟ ପୁରସ୍କାର ଉପରେ ବିରତି ଘୋଷଣା କରିଥିଲେ ।
ଉପନ୍ୟାସଟିର ନାୟିକା "ନଳିନାକ୍ଷୀ"ର ଭାଇ "ଅତ୍ରିନାରାୟଣ" ହାଣବଂଶର ଅଷ୍ଟମ ପ୍ରଜନ୍ମର ପୁରୁଷ । ଏହି ବଂଶର ପ୍ରଥମ ପ୍ରଜନ୍ମର ପୁରୁଷ ଖୋର୍ଦ୍ଧା ରାଜାଙ୍କ ଦେୱାନ ଥିଲେ, ତେଣୁ କେହି କେହି ଦେୱାନବଂଶ ବି କହିଥାନ୍ତି । ଦେୱାନଙ୍କୁ କୌଣସି ଏକ ଘଟନା ଯୋଗୁଁ ରାଜଦଣ୍ଡ - ମୁଣ୍ଡକାଟ ଭୋଗିବାକୁ ପଡ଼ିଥିଲା । ରାଜାଜ୍ଞାରେ ଦେୱାନବଂଶର ମୂଳୋତ୍ପାଟନ ପାଇଁ ସୈନ୍ୟମାନେ ବଂଶର ଆବାଳବୃଦ୍ଧବନିତା ସମସ୍ତଙ୍କୁ ଖୋଜିବୁଲି ନିପାତ କଲେ । ହେଲେ ସେ ବଂଶର ବୋହୁଟିଏ ସେତେବେଳକୁ ଗର୍ଭବତୀ ଥିଲା । ଗର୍ଭସ୍ଥ ସନ୍ତାନର ସଂହାର ଧର୍ମଶାସ୍ତ୍ରାନୁଯାୟୀ ପାପକର୍ମ, ଏଣୁ ରାଜଦରବାରରେ ନିଷ୍ପତ୍ତି ନିଆଗଲା ଯେ ପିଲା ଜନ୍ମ ହେବାପରେ ଶେଷ କରିଦିଆଯିବ ମାଆପୁଅଙ୍କୁ । ବନ୍ଦୀଶାଳାରେ ଥାଇ ବୋହୁଟି ବାରମ୍ବାର ଡାକୁଥାଏ - "ବାପ ଗାଁ ଠାକୁର, ରକ୍ଷା କର" ! ଦିନେ ରାତିରେ ଘଟିଲା ଅଭାବିତ କାଣ୍ଡ । ବୋହୁଟି ଦୈବାତ୍ ଅଧନିଦରୁ ଉଠି ଦେଖିଲାବେଳକୁ ବନ୍ଦୀଶାଳାର କବାଟ ଖୋଲା ! ସେଇଦିନ ରାତିରେ ହିଁ ସେ ଲୁଚିଛପି ପଳେଇଆସିଲା ବାପଘର ଗାଁ ଝଙ୍କଡ - ଦେବୀ ଶାରଳାଙ୍କ ପୂଜାପୀଠ । ବାପଗାଁ ଠାକୁରାଣୀ ଶାରଳାଙ୍କ ପାଖରେ ବଂଶରକ୍ଷା ପାଇଁ ଅଧିଆ ପଡ଼ିଲା ବୋହୁଟି । କିଛିଦିନ ପରେ ତାର ପୁଅଟିଏ ହେଲା - ଜନ୍ମବେଳୁ ହାତରେ କଟାଚିହ୍ନଟାଏ ! ସେ ପୁଅର ବଂଶହିଁ ହେଉଛି ହାଣବଂଶ । ଏହି ବଂଶର ସନ୍ତାନମାନଙ୍କ ହାତରେ ଜନ୍ମରୁ ଦେଖାଯାଏ ଏଇ କଟାଚିହ୍ନ !
ଏହାତ ଥିଲା ସେ ବଂଶର ଇତିହାସ, ବର୍ତ୍ତମାନ ଉପନ୍ୟାସର ନାୟିକା 'ନଳିନାକ୍ଷୀ' ସାମ୍ନା କରୁଛି ନୂଆ ସମୟକୁ । ଆଉ ତାକୁ ହିଁ କେନ୍ଦ୍ର କରି ଗଢିଉଠିଛି ଉପନ୍ୟାସର ମୁଖ୍ୟ ବିଷୟବସ୍ତୁ ।
ଓଡ଼ିଆ ସାହିତ୍ୟ · (ଶ୍ରେଣୀ ଅନୁସାରେ)
ଓଡ଼ିଆ ଭାଷା
ଓଡ଼ିଆ ସାହିତ୍ୟର ବିଭାଗ
ଚର୍ଯା ଯୁଗ - ସାରଳା ଯୁଗ
ପଞ୍ଚସଖା ଯୁଗ - ରୀତି ଯୁଗ
ରାଧାନାଥ ଯୁଗ - ସତ୍ୟବାଦୀ ଯୁଗ
ପ୍ରଗତି ଯୁଗ - ସବୁଜ ଯୁଗ
ସମୟ ଅନୁସାରେ ତାଲିକା
ଲେଖକଗଣ -
ଔପନ୍ୟାସିକ
ନାଟ୍ୟକାର -
କବି
ପ୍ରାବନ୍ଧିକ
କ୍ଷୁଦ୍ରଗଳ୍ପ ଲେଖକ
ଚଉତିଶା - ଚଉପଦୀ - ଛାନ୍ଦ - ଚମ୍ପୂ
ଉପନ୍ୟାସ - କାବ୍ୟ କବିତା - ନାଟକ
ବିଜ୍ଞାନ କାହାଣୀ - ହାସ୍ୟରସ
କଳ୍ପିତ କାହାଣୀ
ଓଡ଼ିଆ ସାହିତ୍ୟ ଏକାଡେମି
ଚର୍ଯା ସାହିତ୍ୟ - ଭକ୍ତି ସାହିତ୍ୟ
ସାହିତ୍ୟ -
ସମାଲୋଚନା
ସାହିତ୍ୟ ସମ୍ମାନ
ଓଡ଼ିଆ ଭାଷା ଓ ସାହିତ୍ୟ ଅତି ପ୍ରାଚୀନ । ଅଠରଶହ ବର୍ଷ ତଳର ବିଭାଷ ଓଡ୍ର ଭାରତର ମୂଳ ଭାଷା ସଂସ୍କୃତ, ପ୍ରାକୃତ ଭାଷା ପାଲି ଇତ୍ୟାଦିର ପ୍ରଭାବରେ ପରିବର୍ତ୍ତିତ ହୋଇ ଆଧୁନିକ ଓଡ଼ିଆ ଭାଷାର ରୂପ ଧାରଣ କରିଛି । ଏହି ଭାଷାର ଅଭ୍ୟୁଦୟ ତଥା ଉତ୍ଥାନ ସକାଶେ ଓଡ଼ିଶାର ଅସଂଖ୍ୟ ଜନସାଧାରଣ ଏବଂ ଏହାର ସମସ୍ତ କବି ଓ ଲେଖକଙ୍କ ଅବଦାନ ଯେ ଅତୁଳନୀୟ ଏକଥା ଉଲ୍ଲେଖ କରିବା ଅନାବଶ୍ୟକ । ଖ୍ରୀଷ୍ଟାବ୍ଦ ଦ୍ଵାଦଶ ମସିହା ବେଳକୁ ଓଡ଼ିଆ ଭାଷା ଏହାର ଆଧୁନିକ ରୂପ ଧାରଣ କରିଥିଲା । ଏହାର ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟ, ଓଡ଼ିଶାର ଅଧିବାସୀ ଓ ସେମାନଙ୍କର ରୀତି, ନୀତି, ଚାଲି, ଚଳଣ ଉପରେ ଯେଉଁ କବି ମାନଙ୍କର ରଚନା ଗଭୀର ପ୍ରଭାବ ବିସ୍ତାର କରିଥିଲା । ଅଧିକାଂଶ ରଚୟିତାଙ୍କ ନାମ ତଥା ରଚନା, କାଳର ଅକାଳ ଗର୍ଭରେ ଲୀନ ହୋଇଯାଇଛି । ଯେଉଁ କେତେକଙ୍କ ରଚନା ସଂରକ୍ଷିତ ସେମାନଙ୍କ ମଧ୍ୟରୁ ଅତ୍ୟନ୍ତ ଲୋକପ୍ରିୟ କବି ଓ ଲେଖକଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ରଚନା ଉପର ଯଥେଷ୍ଟ ଗବେଷଣା ମଧ୍ୟ ହୋଇନାହିଁ । ଏଠାରେ କେତେକ ଲୋକପ୍ରିୟ କବି ଓ ସେମାନଙ୍କର ପ୍ରଧାନ ରଚନା ବିଷୟରେ ଆଲୋଚନା କରାଯାଇଛି । ଆହୁରି ତଳେ ବିସ୍ତୃତ ଭାବରେ ଓଡ଼ିଆ କବିଙ୍କ ସୂଚୀ ଦିଆଯାଇଛି ।
ଅଚ୍ୟୁତାନନ୍ଦ କର, ଜଣେ ପ୍ରଖ୍ୟାତ ଓଡ଼ିଆ ବ୍ୟଙ୍ଗ ସାହିତ୍ୟିକ, ପ୍ରବଚକ, ସାମ୍ବାଦିକ ତଥା ସମାଲୋଚନାଧର୍ମୀ ପତ୍ରିକା ଦୁର୍ମୁଖର ପ୍ରତିଷ୍ଠାତା ସମ୍ପାଦକ ।
ଅଚ୍ୟୁତାନନ୍ଦ, ୧୯୩୩ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଳକ ଅନ୍ତର୍ଗତ ତରଜଙ୍ଗା ଗ୍ରାମରେ ପିତା, କଣ୍ଡୁରୀ ଦାସ ଓ ମାତା ମଉନାଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ସାଲେପୁର ହାଇସ୍କୁଲରୁ କୃତିତ୍ଵର ସହ ମେଟ୍ରିକ ପାସ କରିବା ପରେ, ସେ କଲିକତାର ବଙ୍ଗବାଟି ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ । ପିଲାଟି ଦିନରୁ ଲେଖାଲେଖି ପ୍ରତି ତାଙ୍କର ବିଶେଷ ଆଗ୍ରହ ରହିଥିଲା ।
ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଓ ବିଶେଷକରି ବ୍ୟଙ୍ଗ ସାହିତ୍ୟ ଲେଖିବାରେ, ସେ ଥିଲେ ସିଦ୍ଧହସ୍ତ। ସମାଜର କୁସଂସ୍କାର, ଅପସଂସ୍କୃତି ତଥା ଶାସନ ବ୍ୟବସ୍ଥାକୁ ଠିକଣା ବାଟରେ ଆଣିବା ପାଇଁ, ସେ ବହୁ ବ୍ୟଙ୍ଗସାହିତ୍ୟ ରଚନା କରିଥିଲେ । ୧୯୬୦ ମସିହାରେ ସେ ଆକାଶବାଣୀ କଟକ କେନ୍ଦ୍ରର ଜଣେ ସ୍ଵିକୃତିପ୍ରାପ୍ତ କଳାକାର ହିସାବରେ, ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେଇ ବହୁ ଲୋକପ୍ରିୟତା ହାସଲ କରିଥିଲେ । ଦୂରଦର୍ଶନ କେନ୍ଦ୍ରରେ ମଧ୍ୟ ସେ ଜଣେ ସମ୍ମାନନୀୟ ଆଲୋଚକ ଥିଲେ । ସେ, ବହୁ ସାହିତ୍ୟ ଅନୁଷ୍ଠାନ ସହିତ ମଧ୍ୟ ଜଡିତ ରହିଥିଲେ। ଉତ୍କଳ ସାହିତ୍ୟ ସମାଜରେ ସେ ଦୀର୍ଘ ୨୫ ବର୍ଷ କର୍ମକର୍ତା ରହିଥିଲେ ଓ ଉପସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଦଳିତ, ନିଷ୍ପେସିତ ଜନତାର ଅନ୍ତଃସ୍ଵର ପ୍ରକାଶ କରିବା ପାଇଁ, ସେ ଆରମ୍ଭ କରିଥିଲେ ସମାଲୋଚନା ଧର୍ମୀ ପତ୍ରିକା 'ଦୁର୍ମୁଖ' । ୧୯୭୧ ମସିହା, ଏପ୍ରିଲ ମାସ ୧୪ ତାରିଖରେ ଆତ୍ମପ୍ରକାଶ କରିଥିଲା ଏହି ପତ୍ରିକା । ଏହି ପତ୍ରିକା ମାଧ୍ୟମରେ ଅନ୍ୟାୟ, ଅନୀତି ବିରୁଦ୍ଧରେ ସ୍ଵରଉତ୍ତୋଳନ କରି ସେ ଓଡ଼ିଶାର ପୁରପଲ୍ଲୀରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟିକରିଥିଲେ । 'ରାମଚରିତ ମାନସ' ବିଷୟରେ ଆଧ୍ୟାତ୍ମିକ ପ୍ରବଚନ ଦେଇ ସେ ଖୁବ ଲୋକପ୍ରିୟ ହୋଇପାରିଥିଲେ । ସେ ନିଜ ଜୀବନକାଳ ମଧ୍ୟରେ ପ୍ରାୟ ୨୦ଟି ପୁସ୍ତକ ରଚନା କରିଯାଇଛନ୍ତି। ବ୍ୟଙ୍ଗସାହିତ୍ୟ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ, ତାଙ୍କୁ ଓଡ଼ିଆ ବ୍ୟଙ୍ଗସାହିତ୍ୟର ଭିଷ୍ମ ପିତାମହ ଆଖ୍ୟା ଦିଆଯାଇଛି ।
୨୦୧୨ ମସିହା, ସେପ୍ଟେମ୍ବର ମାସ ୧୬ ତାରିଖରେ ତାଙ୍କର ତିରୋଧାନ ଘଟିଛି। କଟକର ଖାନନଗର ଶ୍ମସାନରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ଅଚ୍ୟୁତାନନ୍ଦଙ୍କର ଶେଷ ଇଛା ଥିଲା, ତାଙ୍କ ରଚିତ ଆତ୍ମଜୀବନୀଟି ପ୍ରତିଟି ଓଡ଼ିଆଙ୍କ ନିକଟରେ ପହଞ୍ଚୁ ।
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ୧୬ଶ ଖ୍ରୀ.ର ପ୍ରାରମ୍ଭ ବେଳକୁ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ଜଣେ ଯୋଗକଳ୍ପା ଓ ତ୍ରିକାଳଦର୍ଶୀ ବୈଷ୍ଣବ କବି । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ, ଜଣାଣ ଏହିପରି ପାଖାପାଖି ୧୬୦୦୦୦ ପଦ୍ୟପଦ୍ୟାବଳି ସେ ରଚନା କରିଯାଇଛନ୍ତି ।। ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଅୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ସେ ମହାପୁରୁଷ ନାମରେ ପରିଚିତ ।
ଅଚ୍ୟୁତାନନ୍ଦ ଓଡ଼ିଆ ସାହିତ୍ୟର ପଞ୍ଚସଖା (ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ)ଙ୍କ ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ ।
ଅଚ୍ୟୁତାନନ୍ଦ ଗୋପାଳ ବଂଶରେ ଜନ୍ମଲାଭ କରିଥିଲେ । ଅଚ୍ୟୁତ ନିଜ ଆତ୍ମପରିଚୟ ଏହି ଭାବେ ଦେଇଛନ୍ତି-
ତିଳକଣାରେ ମୁଁ ଜନମ ହୋଇଲି କେହି ନ ଚିହ୍ନିଲେ ମୋରେ ।
ଅଗଣି ତ ବୋଲି ମାତା ଡାକୁଥାନ୍ତି ଅନ୍ନ ନ ମିଳଇ ଘରେ ।।
ବେନି ଭ୍ରାତ ମୋର ଏକ ଯେ ଭଗିନୀ ତ୍ରିପୁର ଗ୍ରାମରେ ବାସ ।
ଏମନ୍ତ ମୋ ମାତା ପିଅର ବଞ୍ଚନ୍ତି ଗ୍ରାମରେ କରି ନିବାସ ।।
ନାମ ମୋ ଅଚ୍ୟୁତ ଦାସ ଯେ ବିଖ୍ୟାତ ନେମାଳ ଗ୍ରାମରେ ଥାଇ ।
ଏବେ ଶୂଦ୍ରକୁଳେ ଜନମ ଲଭିଛି ପ୍ରଭୁଙ୍କ ଆଜ୍ଞାରୁ ମୁହିଁ ।।
ଏହି ଉଦ୍ଧୃତି ଅନୁସାରେ ସେ ତିଳକଣା ଗ୍ରାମରେ ଜନ୍ମ ହୋଇଥିଲେ । ତାଙ୍କ ମାତା ତାଙ୍କୁ 'ଅଗଣି' ବୋଲି ଡାକୁଥିଲେ । ତାଙ୍କର ଦୁଇ ଭାଇ ଓ ଗୋଟିଏ ଭଉଣୀ ଥିଲେ ଓ ସେ ଶୂଦ୍ରକୁଳରେ ଜନ୍ମିତ । ପୁନଃ ସେ ନିଜ ମାତା ପିତାଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି-
ଦୀନବନ୍ଧୁ ନାମ ଖୁଣ୍ଟିଆ ଶୂଦ୍ରର କୁଳରେ ହୋଇବୁ ଜାତ ।
ବାଞ୍ଛିଲାର ଫଳ ନୋହିବ ବିଫଳ ପ୍ରି ଅଂଶେ ଲାଭ ପୁତ୍ର ।।
ଖୁଣ୍ଟିଆ ଦୀନବନ୍ଧୁ ନାମେ ବୋଲିଣ ପଦ୍ମାବତୀ ନାମେ ନାରୀ ।