text
stringlengths 0
9.1k
|
---|
ପ୍ରଭୁ ଆଜ୍ଞା ଘେନି ପ୍ରବେଶ ହୋଇଲି ଗର୍ଭେଣ ମୁହିଁ ତାହାରି ।। |
ଦଶମାସ ଦଶ ଦିବସ ମଧ୍ୟରେ ଶୁକ୍ଳ ମାଘ ଏକାଦଶୀ । |
ଜନମ ଲଭନ୍ତେ ପିତା ମୋ ଦେଖନ୍ତେ ଅପୁତ୍ରିକ ଦୋଷଧ୍ୱଂସୀ ।। |
କେ ବୋଲେ ଅନାମ ଅଗଣି ତ ନାମ କେ ବୋଲେ ଅନନ୍ତ ହରି । |
ମାତା ପିତା ମୋତେ ଡାକିଲେ ନିଶ୍ଚୟ ଅଚ୍ୟୁତ ଯେ ନାମ ଧରି । |
ଶୂଦ୍ରକୁଳର ଦୀନବନ୍ଧୁ ଖୁଣ୍ଟିଆ ଓ ପଦ୍ମାବତୀ ମୋ ମାତା ପିତା । ପ୍ରଭୁଙ୍କ ଆଜ୍ଞାରୁ ମୁଁ ତାହାଙ୍କ (ପଦ୍ମାବତୀଙ୍କ) ଗର୍ଭରେ ପ୍ରବେଶ କରି ଦଶମାସ ଦଶଦିନରେ ଜନ୍ମଗ୍ରହଣ କଲି ଓ ତାଙ୍କ ଅପୁତ୍ରିକ ଦୋଷ ନାଶ କଲି । କେହି ମୋତେ ଅଗଣି ଡାକିଲେ, ଆଉ କେହି ଅନନ୍ତ, ହରି ଡାକିଲେ କିନ୍ତୁ ମୋ ନାମ ଅଚ୍ୟୁତ ବୋଲି ନିଶ୍ଚୟ କରାଗଲା । |
ଏଣୁ କବିଙ୍କ ନିଜ ଲେଖାରୁ ତାଙ୍କ ଜନ୍ମସ୍ଥାନ, ମାତା ପିତାଙ୍କ ବିଷୟରେ ଯଥେଷ୍ଟ ପ୍ରମାଣ ମିଳୁଛି । |
'ଶୂନ୍ୟସଂହିତା'ରେ କବି ନିଜ ପରିଚୟ ଦେଇ ଲେଖିଛନ୍ତି ଯେ ସେ ପୂର୍ବ ଜନ୍ମରେ ସୁଦାମ ଥିଲେ । |
ପୁନଃ ଅଚ୍ୟୁତଙ୍କ ନିଜ ଲେଖାରୁ ତାଙ୍କର ଚୈତନ୍ୟଙ୍କ ସହ କିପରି ଭେଟ ହୋଇଥିଲା ତାହାର ବର୍ଣ୍ଣନ ରହିଛି । |
ଚୈତନ୍ୟ ଗୋସାଇଁ ବିଜେ କରିଛନ୍ତି ବଡ଼ଦାଣ୍ଡରେ ଯେ ଆସି । |
ପିତାଙ୍କ ସଙ୍ଗରେ ଦର୍ଶନ କଲି ମୁଁ ଚରଣେ ପଡ଼ିଲି ଝାସି ।। |
ଚୈତନ୍ୟ ଗୋସାଇଁ ବଡ଼ଦାଣ୍ଡରେ ବିଜେ କରିଥିବା ବେଳେ ପିତାଙ୍କ ସଙ୍ଗେ ମୁଁ ତାଙ୍କ ଦର୍ଶନ କଲି ଓ ତାଙ୍କ ଚରଣରେ ପଡ଼ିଲି । |
ଅଚ୍ୟୁତ ଦାସଙ୍କ ୩୦୦୦ ଭକ୍ତ ବା ଶିଷ୍ୟ ଥିଲେ । ଏହି ଭିତରୁ ଉତ୍ତମ ଶିଷ୍ୟ ୫୦୦ । ପ୍ରାଚୀକୂଳରେ ଅଚ୍ୟୁତଙ୍କ ୧୦୦୦ ଭକ୍ତ ଥିଲେ । ଅନନ୍ତପୁର ଶାସନର ଶର୍ମ୍ମା ଦ୍ୱିଜବର, ପ୍ରାଚୀ କୂଳର ଦାସ ମହାପାତ୍ର, ଗଣେଶ ପତି, ଗଣକକୁଳ କାହ୍ନୁଙ୍କ ପୁତ ପରୀକ୍ଷିତ, ଯାଜପୁର ବନ୍ଧୁ ମହାନ୍ତି - ଏମାନେ ଦାସଙ୍କ ପ୍ରମୁଖ ଶିଷ୍ୟ ଥିଲେ । |
ସେତେବେଳେ ପ୍ରତାପରୁଦ୍ର ଦେବ ଓଡ଼ିଶାର ରାଜା ଥିଲେ । ଦାସଙ୍କ ଶୂନ୍ୟଭଜନ କଥା ରାଜା ଶୁଣିପାରିଲେ ଓ ଶୂନ୍ୟଭଜନ କି ପ୍ରକାର ତାହା ଜାଣିବା ଲାଗି ଅଚ୍ୟୁତଙ୍କ ସହ ଅନେକ କଟାଳ କଲେ । ବ୍ରାହ୍ମଣମାନେ ଏହା ଶୁଣି ଉପହାସ କଲେ । ଦାସଙ୍କର ଉପହାସ ପ୍ରତି ଭ୍ରୂକ୍ଷେପ ନ ଥିଲା । ଦାସେ ରାଜାଙ୍କ ଆଜ୍ଞା ପାଇ ସଙ୍କଟରେ ପଡ଼ିଲେ ମାତ୍ର ଶେଷକୁ ପରୀକ୍ଷା ହେବା ସ୍ଥିର କରାଗଲା । ପୁରୀ ସହରର ବାଙ୍କି ମୁହାଁଣ ନିକଟସ୍ଥ ଶୂନ୍ୟ ବାମ୍ଫିଠାରେ ପରୀକ୍ଷା ହେଲା । ପରୀକ୍ଷା ପରେ ରାଜା ସନ୍ତୁଷ୍ଟ ହୋଇ ଓ ସେହି ସ୍ଥାନରେ ବାସ କରିବା ଲାଗି ଅଚ୍ୟୁତଙ୍କୁ ଆଜ୍ଞା ଦେଲେ । ଅଦ୍ୟାବଧି ଏହି ସ୍ଥାନରେ ଗୋଟିଏ ମଠ ରହିଛି ଯାହାର ନାମ ଗୋପାଳ ମଠ । |
ଅଚ୍ୟୁତାନନ୍ଦ ଶରୀରତତ୍ତ୍ୱ ଭଳି କଠିଣ ଦାର୍ଶନିକ ବିଷୟଗୁଡ଼ିକୁ ସରଳ ଓଡ଼ିଆ ଭାଷାରେ ଲେଖିଛନ୍ତି । |
ଅଚ୍ୟୁତ ଚୈତନ୍ୟଙ୍କ ଶିଷ୍ୟ ଥିବା ସ୍ପଷ୍ଟଭାବରେ ଲେଖିଥିବାରୁ ସେ ବୈଷ୍ଣବ ଥିଲେ ବୋଲି କୁହାଯାଇପାରିବ । କେତେକଙ୍କ ମତରେ ସେ ବୌଦ୍ଧ ଥିଲେ କାରଣ ଶୂନ୍ୟସଂହିତାରେ ସେ ନିରାକାର ଉପାସନାକୁ ଶ୍ରେଷ୍ଠ ବୋଲି କହିଛନ୍ତି । ହିନ୍ଦୁଧର୍ମରେ ମଧ୍ୟ ନିରାକାର ଉପାସନାର ଶାଖା ଥିବାରୁ ଏହା ଠିକ ବୋଲି କୁହାଯାଇପାରିବନି । |
ଶୂନ୍ୟସଂହିତାର ପଞ୍ଚମ ଅଧ୍ୟାୟରୁ ଅଚ୍ୟୁତ ଏକଦେଶଦର୍ଶୀ ନ ଥିଲେ ବୋଲି ଜଣାଯାଏ । |
ହିନ୍ଦୁ ଭଜେ ଅଲେଖ, ତୁଚୁକ ଅଲେଫ ଯେ |
ଏଣୁ ଅଲେଫ ତେଜ, ଅଲେଖ ହିନ୍ଦୁ ଭଜେ । |
ଅଚ୍ୟୁତାନନ୍ଦ ନିରାକାର ଭଜନର ମହତ୍ତ୍ୱ ବିଷୟରେ ବାରମ୍ବାର ଲେଖିଛନ୍ତି । |
ମୋହ ଶପଥ ତୋତେ ଆହୋ ବାବୁ । ଏ ଭଜନ ସୂତ୍ର ସୂତ୍ରେ ଭଜିବୁ ।। |
କିଏ କାହାର ମିଥ୍ଯା ଯେ ସଂସାର । ଆପେ ତରିଲେ ଆଉ କେ କାହାର ।। |
ଆପକୁ ଆପେ ଚିହ୍ନିଲେରେ ବାବୁ । କାଳେ କାଳେ ଅଜାମର ହୋଇବୁ ।। |
ସୁଖେ ପାରିହେବୁ ଭବସାଗର । ବୁଲିଗଲା ପ୍ରାୟେ ଯିବ ଶରୀର ।। |
ଅଚ୍ୟୁତାନନ୍ଦ ଜାତିଭେଦରେ ବିଶ୍ୱାସ ରଖୁନଥିଲେ । |
ହେଲେ ଜାତି ହୀନ ନାହିଁ ତହିଁ ମାନ ଶ୍ରୀକୃଷ୍ଣ ବାସନା ଥାଏ । |
କଲିକତରା ଯେ ପଙ୍କରେ ବୁଡ଼ିଲେ ପଙ୍କ ନ ଲାଗଇ ଦେହେ ।। |
ରାମଦାସଙ୍କ ପ୍ରଶ୍ନ ଶୁଣି ଅଚ୍ୟୁତ ଯେଉଁ ଉପଦେଶ ଦେଇଥିଲେ ତାହା ହିଁ ଶୂନ୍ୟସଂହିତାର ବିଷୟ । |
ମହାପୁରୁଷଙ୍କ ସଂଖ୍ୟାଧିକ ରଚନାବଳୀ ମଧ୍ୟରୁ କେତକ ପ୍ରାପ୍ତ ତଥା ପ୍ରକାଶିତ ଗ୍ରନ୍ଥର ବିବରଣୀ ନିମ୍ନରେ ପ୍ରଦତ୍ତ । ସେ ୩୬ଟି ସଂହିତା, ୭୮ଟି ଗୀତା, ୨୭ଟି ହରିବଂଶାଦି ଚରିତ, ୧୨ଟି ଉପବଂଶ ଚରିତ, ୧୦୦ଟି ପୁରାଣ ବା ମାଳିକା ଲେଖିଛନ୍ତି । ଏହା ସହିତ ସେ ଅନେକ ଭଜନ ଚୌପଦୀ ଲେଖିଛନ୍ତି । |
ଅଚ୍ୟୁତାନନ୍ଦ ପତି (୨୬ ଜୁନ ୧୯୨୭) |
ଜଣେ ଓଡ଼ିଆ ସାହିତ୍ୟିକ । ଗଳ୍ପପୁସ୍ତକ ସିକ୍ତ ସୈକତ, ଅଶୁଭ ପୁତ୍ରର କାହାଣୀ ଓ କାହାଣୀ ନୁହେଁ କାବ୍ୟ ଆଦି ତାଙ୍କର ଜନପ୍ରିୟ ସାହିତ୍ୟ କୃତି । ଓଡ଼ିଆ ସାହିତ୍ୟରେ ତାଙ୍କର ଅବଦାନ ନିମନ୍ତେ ସେ ଅନେକ ପୁରସ୍କାରରେ ଭୂଷିତ । ୨୦୦୮ରେ ତାଙ୍କ ରଚିତ 'ଚ'ରୁ ଚୈତନ୍ୟ ନିମନ୍ତେ ତାଙ୍କୁ ୨୦୧୩ ଶାରଳା ପୁରସ୍କାରରେ ସମ୍ମାନିତ କରାଯାଇଛି । |
ଅଛନେରା ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ଆଗ୍ର ଜିଲ୍ଲାରେ ଅବସ୍ଥିତ । |
ଅଛନେରା ୨୭.୧୭୮୭ ଉତ୍ତର ଅକ୍ଷାଂଶ ଓ ୭୭.୭୫୭୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି । |
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅଛନେରା ସହରର ମୋଟ ଜନସଂଖ୍ୟା ୧୯୯୭୪ ଅଟେ । ସେଥି ମଧ୍ୟରୁ ୫୩.୨୬% ଜଣ ପରୁଷ ହୋଇଥିବା ବେଳେ ୪୬.୭୪% ଜଣ ନାରୀ ଅଟନ୍ତି । ଅଛନେରାର ସାକ୍ଷରତା ହାର ୫୫.୭୯% ଅଟେ । ଏହା ଜାତୀୟ ହାର ଠାରୁ ୯.୦୫% ପ୍ରତିଶତ କମ ଅଟେ । ସେଥିରୁ ୩୫.୦୪% ପ୍ରତିଶତ ପୁରୁଷ ଓ ୨୦.୭୫% ନାରୀ ଅଟନ୍ତି । ୧୬.୦୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । |
ହିନ୍ଦୀ ଅଛନେରାର ସରକାରୀ ଭାଷା ଅଟେ । |
ଅଛମଟ୍ଟୀ ଦକ୍ଷୀଣ ରାଜ୍ୟ କର୍ଣ୍ଣାଟକ, ଭାରତର ଏକ ଗ୍ରାମ ଅଟେ । ଏହା କର୍ଣ୍ଣାଟକରେ ପରାଗତ ତାଳୁକ ବେଲଗୌମ ଜିଲ୍ଲାରେ ସ୍ଥିତ । |
ଅଛାମନହାଲି ଦକ୍ଷୀଣ ରାଜ୍ୟ କର୍ଣାଟକ, ଭାରତର ଏକ ଗ୍ରାମ ଅଟେ । ଏହା କର୍ଣାଟକରେ କୃଷ୍ଣରାଜପେଟ-ତାଳୁକ ମାଣ୍ଡ୍ୟ ଜିଲ୍ଲାରେ ସ୍ଥିତ ରହିଛି । |
ଅଛାମ୍ମନହାଲି ଦକ୍ଷୀଣ ରାଜ୍ୟ କର୍ଣ୍ଣାଟକ, ଭାରତର ଏକ ଗ୍ରାମ ଅଟେ । ଏହା କର୍ଣ୍ଣାଟକର ଟୁମକୁର ଜିଲ୍ଲାର ପାବାଗଡ଼ା ତାଳୁକରେ ସ୍ଥିତ । |
ଅଣସୋରିଷିଆ, ଅଣସୋରିଷମ ବା ଅଜଗନ୍ଧା (କ୍ଳିଓମ ଗାଇନାଣ୍ଡ୍ରା) (ଇଂରାଜୀ: Cleome gyanandra) ଏକ ବରୁଣ (cappridaceae) କୁଳ(family)ର ଫୁଲ । |
ଏହା ଦୁଇପ୍ରକାର 'ଶ୍ଵେତ'ପୁଷ୍ପା ଓ 'ପୀତ'ପୁଷ୍ପା | |
ଏହା ସମସ୍ତ ଭାରତବର୍ଷର ଉଷ୍ଣ ପ୍ରଦେଶ ଗୁଡିକରେ ବହୁତାୟାତ ପରିମାଣରେ ଅନାବନା ଭାବରେ ହୋଇଥାଏ l ସମଗ୍ର ପୃଥିବୀର ପ୍ରାୟତଃ ସମସ୍ତ ଦେଶ ମହାଦେଶରେ ଦେଖିବାକୁ ମିଳେ ଯଥା-ଆମେରିକା, ଆଫ୍ରିକା, ଇଉରୋପ ଆଦି ପ୍ରମୁଖ ମହାଦେଶ ଗୁଡିକରେ ବହୁଳ ଭାବେ ଦେଖା ଯାଏ l |
ପୃଥିବୀ ସାରା ଏହାର ବ୍ୟବହାର ବିଭିନ୍ନ ଉଦ୍ଦେଶ୍ୟରେ ହୋଇ ଥାଏ l |
ଅଜନସିଙ୍ଗେନିଆ (ଇଂରାଜୀ: Ajancingenia) ଡାଇନୋସର ବଂଶର ଜୀବ ଅଟେ । ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ । ଏହାର ଜୀବାଶ୍ମ ଓ ଅବଶେଷ ଏସିଆରୁ ମିଳିଥିଲା । ବହୁ ସ୍ୱର୍ଗୀୟ କ୍ରେଟାସିୟସ - ଜୀବାଷ୍ମ ଭୂବୈଜ୍ଞାନିକ ଗଠନ, ୭୦ ଲକ୍ଷ ବର୍ଷ ପୂର୍ବେ ମଙ୍ଗୋଲୀୟର ଜୀବାଷ୍ମ ମିଳିଛି । ଅଜନସିଙ୍ଗେନିଆ ବିବିଧ ନମୁନାରୁ ଜଣାଯାଇଥାଏ, ଯେଉଁଥିରେ ଅସ୍ତ୍ରଶସ୍ତ୍ର, ଗୋଡ, ଶ୍ରେଣୀ, କାନ୍ଧ କମର ବନ୍ଧ, ଆଶିଂକ ଖପୁରି ଓ କିଛି ମେରୁହାଡ ଅନ୍ତର୍ଭୁକ୍ତ ରହିଛି । କିଛି ସାମଗ୍ରୀକୁ "ଅଜନନେସିୟା" ଋପେ ସନ୍ଦର୍ଭିତ କରାଯାଇଥାଏ ଯାହା ଛୋଟ ସରଞ୍ଚନାରୁ ଆସିଥାଏ, କିନ୍ତୁ ଏଥିରୁ କିଛି ନମୁନା ଗୁଡିକୁ ପ୍ରଶ୍ନବାଚକ ଋପେ ମାନିନିଆ ଯାଇଛି । |
ଏହି ଡାଇନୋସରଟି କ୍ରେଟାସିଅସ ଯୁଗରେ ବାସ କରୁଥିଲା । |
ଅଜନସିଙ୍ଗେନିଆ ପ୍ରଥମେ ୧୯୮୧ ମସିହାରେ ପେଲିୟୋଲାଜୀରେ ବର୍ଣ୍ଣିତ କରାଯାଇଥିଲା ଏବଂ ଭିନ୍ନ ପ୍ରକାର ପ୍ରଜାତିରେ "ରିଞ୍ଚେନ ବାର୍ସବୋଲ୍ଡ"ର ନାମ ଇଞ୍ଜେନିଆ ୟାନସିନ ଦିଆଯାଇଥିଲା । "ଇଞ୍ଜେନିଆ"ର ନାମ "ବାୟନଖୋଙ୍ଗର ପ୍ରୋଭିନ୍ସ"ର ମଙ୍ଗୋଲିୟର ଅଜଣା ଖୋବୁରର ଅବସାଦରୁ ବାହାରିଛି, ଯେଉଁଠାରେ ଏହିଗୁଡିକୁ ଏକତ୍ର କରାଯାଇଥିଲା । |
ସାମାନ୍ୟ ନାମ "ଇଞ୍ଜୋନିଆ"କୁ ଇଞ୍ଜୋନିଆ ମିର୍ବେଲୀସ (ଗେରଲାଚ, ୧୯୫୭), ଏକ ଟ୍ରିପିଲାଇଡିଡ ନେମାଟୋଡର ସାମାନ୍ୟ ନାମରୁ ପୂର୍ବାଧିକୃତ ଥିଲା । ୨୦୧୭ ମସିହାରେ, ଗ୍ରେଗରୀ ଫନଷ୍ଟୋନ ଈ.ଏ "ହେୟୁଏନିୟା"ର ଏକ ପ୍ରଜାତି ଋପେ ବର୍ଗୀକୃତ ହୋଇଥିଲା ଏବଂ ଏକ ନୂତନ ସଂଯୋଗ "ହେୟୁଏନିୟା ୟୁଂହହିନୀ"ର ନିର୍ମାଣ ହୋଇଥିଲା । |
ଅଜନସିଙ୍ଗେନିଆ ୟୂନିଶିନ ଓବିରାପ୍ରୋର୍ଡସର ଅନ୍ତର୍ଗତରୁ ଆସିଥାଏ, ଯେପରି ଏକ ପବିସରୁ ଅଲଗା ଅଲଗା ସାଫ୍ଟ (ଅନ୍ୟ ବିଶେଷତା ମଧ୍ୟରେ) ସହିତ, ଏବଂ ତଳପାଟିର ହାଡର ଏକ ବିଶିଷ୍ଟ ଋପେ ଏସ-ବକ୍ରରେଖା ପାଟିହାଡ ମାର୍ଜି, ଲଘୁ କ୍ଷୁଦ୍ରଗ୍ରହ, ଏବଂ ଗୋଲ, ଯୋଡିହୋଇଥିବା କପାଳ ହାଡ କିଛି ସାମଗ୍ରୀରେ ମିଡଲାଇନ ସହିତ ଜୋଡିହୋଇଥିବା ତାରଯୁକ୍ତ ପ୍ଲେଟ୍ସ ଏବଂ ଏକ ଛୋଟ ବାହ୍ୟଆବରଣ "କାରିନା" ସାମିଲ ରହିଛି । |
ଏହା ଅନ୍ୟ ସମସ୍ତ ଓଭିରାପ୍ଟୋରିଡ୍ସରୁ ଅଲଗା ଅଟେ, ମାନୁଆଲ ଅଙ୍କରେ ଲିକ୍ୱିଡ ଟୁ ଡିଜିଜ ଦ୍ୱିତୀୟ, ଏବଂ ଅନ୍ୟ ସମସ୍ତ ଓଭିରାପ୍ଟୋରିଡ୍ସରୁ "ନେମେଗଟୋମାଇଆ ବାର୍ସବୋଲ୍ଡି"କୁ ଛାଡି ମାନୁଆଲ ଅଙ୍କଦ୍ୱାରା ଅଲଗା ଅଲଗା ଉଙ୍ଗୁଆଲ IIରୁ ୧୦୦%ରୁ ଅଧିକ ବଡ ଅଟେ । |
ତଳେ "କ୍ଲାଡୋଗ୍ରାଫ" ଫାଣ୍ଟି 'ଏଟ ଅଲ'ଦ୍ୱାରା ଏକ ବିଶ୍ଳେଷଣ କରାଯାଇଛି, 2012 |
ଓଭିରାପ୍ଟର |
ରିଞ୍ଚେନିଆ |
ସିଟିପାଟି |
ଖାନ |
କଞ୍ଚୋରାପ୍ଟର |
ମଚାଇରାସଉରସ |
"ଇନ୍ଗେନିଆ" |
ନେମେଗଟୋମାଇଆ |
ହେୟୁଆନ୍ନିଆ |
ଆଜମେର ରାଜସ୍ଥାନର ପଞ୍ଚମ ବୃହତ୍ତମ ସହର ଓ ଆଜମେର ଜିଲ୍ଲାର ମୁଖ୍ୟାଳୟ । |
ଆଜମେର ଜିଲ୍ଲା ରାଜସ୍ଥାନର ଏକ ପ୍ରଶାସନିକ ଜିଲ୍ଲା। |
ଭାଦ୍ରପଦ କୃଷ୍ଣ ଏକାଦଶୀକୁ କାଳୀୟଦଳନ ଏକାଦଶୀ ବା ଅଜା ଏକାଦଶୀ କୁହାଯାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ କାଳୀୟଦଳନ ବେଶରେ ସଜ୍ଜିତ କରାଯାଇଥାଏ । |
ଏହି ଏକାଦଶୀ ବ୍ରତ କରିବାଦ୍ୱାରା ସମସ୍ତ ପାପ ନାଶ ହୋଇଯାଏ । ଯେଉଁ ବ୍ୟକ୍ତି ଏହିଦିନ ଭଗବାନ ଋଷିକେଶଙ୍କୁ ପୂଜା କରିବ ବୈକୁଣ୍ଠ ପ୍ରାପ୍ତି ଅବଶ୍ୟ କରିପାରିବ ବୋଲି ମଧୁସୂଦନ ଯୁଧିଷ୍ଠିରଙ୍କୁ କହିଛନ୍ତି । ଏହି ଏକାଦଶୀର ମାହାତ୍ମ୍ୟ ହେଉଛି ପ୍ରାଚୀନ କାଳରେ ରାଜା ହରିଶ୍ଚନ୍ଦ୍ର ତଥା ଚକ୍ରବର୍ତ୍ତୀ ରାଜା ଶାସନ କରୁଥିଲେ । ସେ ବିଶ୍ଵାମିତ୍ରଙ୍କୁ ନିଜର ସମସ୍ତ ସମ୍ପତ୍ତି, ରାଜ୍ୟ ଦାନ କରିବାପରେ ଦକ୍ଷିଣା ଦେବା ନିମନ୍ତେ ନିଜ ପରିବାରକୁ ମଧ୍ୟ ବିକ୍ରି କରିଦେଲେ । ଫଳରେ ସେ ଚଣ୍ଡାଳର ଦାସ ହୋଇ ସତ୍ୟକୁ ଧାରଣ କରି ମୃତକଙ୍କ ବସ୍ତ୍ର ଗ୍ରହଣ କରୁଥିଲେ । କିନ୍ତୁ କେବେ ସେ ସତ୍ୟରୁ ବିଚଳିତ ହେଉ ନଥିଲେ । କ’ଣ କରିବେ, କୁଆଡ଼େ ଯିବେ ଏବଂ କିପରି ଉଦ୍ଧାର ହେବେ ଇତ୍ୟାଦି ଚିନ୍ତାର ସମୁଦ୍ରରେ ସେ ସର୍ବଦା ଘେରି ହୋଇ ରହୁଥିଲେ । ଏମିତି କେତେବର୍ଷ ଗଲା ଦିନେ ରାଜା ସମୁଦ୍ର କୂଳରେ ଚିନ୍ତାରେ ଥିବାବେଳେ ଗୌତମ ଋଷି ସେଠାରେ ପହଞ୍ଚିଲେ । ରାଜା ତାଙ୍କୁ ପ୍ରଣାମ କରି ତାଙ୍କର ବେଦନା ଜଣାଇଲେ । ଋଷି ତାଙ୍କୁ ଅଜା ଏକାଦଶୀ ବ୍ରତ କରିବାକୁ ପାଇଁ କହିଲେ । ଭାଦ୍ରପଦ କୃଷ୍ଣପକ୍ଷରେ ବିଧିବଦ୍ଧ ଭାବେ ଏହିବ୍ରତ କଲେ ତୁମର ସମସ୍ତ ପାପ ନଷ୍ଟ ହୋଇଯିବ । ଏତିକି କହି ଗୌତମ ଋଷି ଅନ୍ତର୍ଦ୍ଧାନ ହୋଇଗଲେ । ଋଷିଙ୍କ କହିବାନୁସାରେ ରାଜା ବ୍ରତ ପାଳନ କଲେ । ବ୍ରତ କରିବାଦ୍ୱାରା ରାଜାଙ୍କର ସମସ୍ତ ପାପ ନଷ୍ଟ ହେଲା । ନିଜ ପୁତ୍ର ଓ ପତ୍ନୀ ସହ ରାଜ୍ୟର ସମସ୍ତ ଧନ ସେ ଫେରିପାଇଲେ । ଶେଷରେ ସେ ସମସ୍ତ ପାପରୁ ମୁକ୍ତି ହୋଇ ସ୍ୱର୍ଗଲୋକ ଗମନ କଲେ । |
ଅଜାତଶତ୍ରୁ, ୨୦୧୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ସୋହମ ସିଂହ । ନିର୍ଦ୍ଦେଶକ ବିଭୂତି ଭୂଷଣ ମହାପାତ୍ର ଏହି ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ଡଃ ନିର୍ମଳ ନାୟକ ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ । ବିଭୂତି ଭୂଷଣ ମହାପାତ୍ର ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେବା ସହ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । |
ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନବାଗତ ନାୟକ ସୋହମ ଏବଂ ନାୟିକା ଦେବଯାନୀ । ନବାଗତା ସ୍ୱାଧୀ ସିଂହ ମଧ୍ୟ ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ମନୋଜ ମିଶ୍ର, ଶକ୍ତି ବରାଳ, ପ୍ରଜ୍ଞା ଖଟୁଆ, କାଳୀ ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । |
ଏହି କଥାଚିତ୍ରରେ ଅଭିନୟ କରୁଥିବା କଳାକାର ବିଶ୍ୱ ଏବଂ ମୀରାଙ୍କ ସହ ପ୍ରଯୋଜକ ସୋହମ ସିଂହଙ୍କର ଟଙ୍କା ଉପରେ ପଇସା ବିବାଦ ଉପୁଜିଥିଲା । ସୋହମଙ୍କର ସାଥୀ ବିଶ୍ୱଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ମୀରାଙ୍କୁ ସୋହମ ଦୁର୍ବବହାର କରିଥିଲେ । ଏହାକୁ ଭିତ୍ତି କରି ଖଣ୍ଡଗିତି ଥାନାରେ ଏକ ମାମଲା ମଧ୍ୟ ରୁଜ୍ଜୁ କରାଯାଇଥିଲା । |
ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୂଷଣ ମହାପାତ୍ର । |
ଅଜିଙ୍କ୍ୟ ମଧୁକର ରାହାଣେ (ଜନ୍ମ ୬ ଜୁନ ୧୯୮୮) ଭାରତୀୟ କ୍ରିକେଟ ଦଳର ଜଣେ ସଦସ୍ୟ । ସେ ମୁମ୍ବାଇ ଘରୋଇ ଦଳରୁ ପ୍ରତିନିଧିତ୍ଵ କରନ୍ତି । ସେ ଜଣେ ଡାହାଣହାତି ବ୍ୟଟ୍ସମ୍ୟାନ ଯିଏ ତାଙ୍କ ପ୍ରଥମ ଆତର୍ଜାତୀୟ ମ୍ୟାଚ Twenty20 ମ୍ୟାଚରୁ ଇଂଲଣ୍ଡ ବିପକ୍ଷରେ ୨୦୧୧ରେ ଆରମ୍ଭ କରିଥିଲେ ଓ ଟେଷ୍ଟ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୧୩ରେ ଆରମ୍ଭ କରିଥିଲେ । |
ରାହାଣେ ହେଉଛନ୍ତି ମଧୁକର ବାବୁରାଓ ରାହାଣେ ଓ ସୁଜାତା ରାହାଣେ ପ୍ରଥମ ସନ୍ତାନ । ତାଙ୍କର ଜଣେ ସାନ ଭାଇ ଓ ଭଉଣୀ ଅଛନ୍ତି । ରାହାଣେ ପୂର୍ବତନ ଭାରତୀୟ ବ୍ୟଟ୍ସମ୍ୟାନ ପ୍ରବିନ ଆମ୍ରେଙ୍କ ଠାରୁ କୋଚିଙ୍ଗ ନେଉଥିଲେ । ସେ ଏସଭି ଯୋଶୀ କଲେଜରୁ ଯୁକ୍ତ୨ ପାସ କରିଥିଲେ । ରାହାଣେ ୨୬ ସେପ୍ଟେମ୍ବର ୨୦୧୪ରେ ରାଧିକା ଧୋପାବକରଙ୍କୁ ବିବାହ କରିଥିଲେ । ଏହା ଏକ ପ୍ରେମ ବିବାହ ଥିଲା । |
ରାହାଣେ ତାଙ୍କ ପ୍ରଥମ ଘରୋଇ କ୍ରିକେଟ ମ୍ୟାଚ ୧୯ ବର୍ଷ ବୟସରେ ମୁମ୍ବାଇ ତରଫରୁ ଖେଳିଥିଲେ । ସେ ତାଙ୍କ ପ୍ରଥମ ରଣଜୀ ଟ୍ରଫି ୨୦୦୭/୦୮ରେ ଖେଳିଥିଲେ । ୨୦୦୮-୦୯ର ରଣଜୀ ମ୍ୟାଚରେ ସେ ୧୦୮୯ ରନ କରି ସମସ୍ତଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ୨୦୧୧ରେ ୱେଷ୍ଟଇଣ୍ଡିସ ବିପକ୍ଷରେ ଟେଷ୍ଟ ଖେଳିବା ପାଇଁ ମନୋନୟନ ହୋଇଥିଲେ କିନ୍ତୁ ମ୍ୟାଚ ଖେଳିବାକୁ ସୁଯୋଗ ପାଇ ନଥିଲେ । ୨୨ ମାର୍ଚ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ତାଙ୍କ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ । ଟେଷ୍ଟ ମ୍ୟାଚରେ ପ୍ରଥମ ଶତକ ସେ ନିଉଜିଲାଣ୍ଡ ବିପକ୍ଷରେ ଓ ଦିନିକିଆ ମ୍ୟାଚରେ ପ୍ରଥମ ଶତକ ଇଂଲଣ୍ଡ ବିପକ୍ଷରେ କରିଥିଲେ । |
ଅଜିତ ବାଳଚନ୍ଦ୍ର ଅଗରକର ( ଜନ୍ମ 4 ଡିସେମ୍ବର , 1977 ) ଜେନ ପ୍ରାକ୍ତନ ଭାରତୀୟ କ୍ରିକେଟ ଖେଳାଳୀ । ସେ ଭାରତ ପାଇଁ ଅନ୍ତର୍ଜାତିକ କ୍ରିକେଟ ଖେଳି 200ରୁ ଅଧିକ ୱିକେଟ ନେବାସହ ବ୍ୟାଟିଂରେ ମଧ୍ୟ ଉପଯୋଗୀ ଅବଦାନ ଦେଇଛନ୍ତି । ଆଇପିଏଲରେ ଦିଲ୍ଲୀ ଓ କଲିକତା ପାଇଁ ଖେଳିବା ସହ ରଣଜୀ ଟ୍ରଫିରେ ମୁମ୍ବାଇର ଅଧିନାୟକ ମଧ୍ୟରହିଥିଲେ । ଅଧିନାୟକ ଭାବେ ସେ ମୁମ୍ବାଇ ପାଇଁ ୪୦ ତମ ରଣଜୀ ଟ୍ରଫି ବିଜୟ ଦେଇଥିଲେ । ସେ ୧୯୯୮ରେ ଉଭୟ ଟେଷ୍ଟ ଓ ଏକଦିବସୀୟ ଅନ୍ତର୍ରାଷ୍ଟ୍ରୀୟରେ ଭରତ ପାଇଁ ପଦାର୍ପଣ ମ୍ୟାଚ ଖେଳିଥିଲେ । ଟି୨୦ରେ ସେ ୨୦୦୬ରେ ତାଙ୍କର ପ୍ରଥମ ମ୍ୟାଚ ଖେଳିଥିଲେ । ଏକଦିବସୀୟରେ ସେ ଭାରତର ତୃତୀୟ ସର୍ବାଧିକ ୱିକେଟ ହାସଲକାରୀ । ସେ ୧୯୯୯ ୦ ୨୦୦୭ ବିଶ୍ଵକପରେ ଭାରତ ପାଇଁ ଖେଳିଥିଲେ । |
ନିଜର ଜେଜେବାପା ଓ ଜେଜେ ମାଙ୍କଦ୍ଵାରା ପାଳିତ ଅଜିତ ଶିବାଜି ପାର୍କ ଅଞ୍ଚଳରେ ରହି ଥିଲେ । ଏଠାରୁ ଅନେକ ଭାରତୀୟ ପ୍ରସିଦ୍ଧ କ୍ରିକେଟ ଖେଳାଳିଙ୍କ ଅଭିରଭାବ ହେଇଥିଲା । ରାମାକାନ୍ତ ଅଚ୍ରେକାର ଟକ୍ର କୋଚ ଥିଲେ । ସେ ପରେ ରୂପାରେଲ କଲେଜରେ ପଢୀଥିଲେ। ସେ ଫାଟିମା ଘାଡିଆଳିଙ୍କୁ ବିଭାହ କରିଥିଲେ ଓ ରଙ୍କର ଏକ ପୁତ୍ର ରାଜ ଅଛି । ବର୍ତମାନ ସେ ୱୋର୍ଲି ଅଞ୍ଚଳରେ ବାସ କରନ୍ତି । |
ଉଚ୍ଚତାରେ ଅଧିକ ନ ଥିଲେ ମଧ୍ୟ ସେ ବଳିଷ୍ଠ ଗଠନ ଯୋଗୁ ଖୁବ ଦ୍ରୁତ ଗତିରେ ବୋଲିଂ କରିପାରୁଥିଲେ । ପୁରୁଣା ବଲରେ ମଧ୍ୟ ରିଭର୍ସ ସ୍ଵିଙ୍ଗ ଦେଇପାରିବା ତାଙ୍କ ବିଶେଷତା ଥିଲା । |
୧ ଏପ୍ରିଲ ୧୯୯୮ରେ ସେ କୋଚିରେ ଅଷ୍ଟ୍ରେଲିଆ ସହ ଏକଦିବାସୀୟ ଖେଳି ତାଙ୍କର ଅନ୍ତର୍ଜାତିକ କ୍ରିକେଟ ଜୀବନ ଆରମ୍ଭ କରିଥିଲେ । ସେ ତାଙ୍କର ପ୍ରଥମ ମେଚରେ ଆଦାମ ଗିଲଖ୍ରୀଷ୍ଟଙ୍କୁ ଆଉଟ କରିଥିଲେ । |
ମୋହାଲି, ଭାରତଦେଶର ଉତ୍ତର ଭାଗରେ ଅବସ୍ଥିତ ପଞ୍ଜାବରାଜ୍ୟର ମୋହାଲି ଜିଲ୍ଲାର ଏକ ସହର। |
ଅଜିତ ଦାସ ଜଣେ ଓଡ଼ିଆ ନାଟ୍ୟକାର, ମଞ୍ଚ ଅଭିନେତା, ନିର୍ଦ୍ଦେଶକ ଏବଂ ନାଟ୍ୟଗୁରୁ । ସେ ମଞ୍ଚ ଅଭିନୟ ଶିକ୍ଷାନୁଷ୍ଠାନ ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ ଅଫ ଥିଏଟରର ପ୍ରତିଷ୍ଠାତା । |
ସେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆଠାରେ ଜନ୍ମଗ୍ରହଣ କରିଥିଲେ । ଅଜିତ ଛୋଟବେଳରୁ ନାଟକ ସହିତ ଜଡିତ । ତାଙ୍କ ବଡ଼ବାପା ସୁଧୀର ଚନ୍ଦ୍ର ଦାସ ଜଣେ ନାଟକ ଅଭିନେତା ଥିଲେ ଓ ମୟୂରଭଞ୍ଜରେ ତାଙ୍କର ଏକ ନାଟକ ଦଳ ଥିଲା । ସେଠାରେ ନାଟକ ଦେଖୁ ଦେଖୁ ସେ ନାଟକ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ । |
ଅଜିତ ଦାସଙ୍କୁ ୧୯୭୬ ମସିହାରେ ନିର୍ମିତ ସିନ୍ଦୂର ବିନ୍ଦୁ କଥାଚିତ୍ରରେ, ଖଳନାୟକ ଭୂମିକାରେ ପ୍ରଥମ ସୁଯୋଗ ଦେଇଥିଲେ ଧୀର ବିଶ୍ଵାଳ । ଏହାପରେ ସେ ନାୟକ ଓ ଚରିତ୍ର ଭୂମିକାରେ ବହୁ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । କଥାଚିତ୍ର ବ୍ୟତିତ, ଅଜିତ ବାବୁ ଟେଲିଭିଜନ ଓ ମଞ୍ଚନାଟକ ସହିତ ମଧ୍ୟ ଜଡିତ । ସେ, ଅଜିତ (ଅଭିନୟ ଜାଗୃତି ଇନଷ୍ଟିଉଟ ଅଫ ଥିଏଟର) ନାମକ ନାଟ୍ୟସଂସ୍ଥା ଗଠନକରି ନାଟକ ପରିବେଷଣ ଓ ନାଟ୍ୟଶିକ୍ଷା ପ୍ରଦାନ କରିଆସୁଛନ୍ତି । |
ଅଜିତ ପାଲ ସିଂହ, ଜନ୍ମ ୧ ଅପ୍ରେଲ ୧୯୪୭, ପଞ୍ଜାବର ସଂସାରପୁର ଅଞ୍ଚଲର ଜଣେ ଭାରତୀୟ ପେଶାଦାର ହକି ଖେଳାଳୀ । ସେ ଭାରତୀୟ ହକି ଦଳର ଅଧିନାୟକ ଥିଲେ । ତାଙ୍କୁ ୧୯୭୦ ମସିହାରେ ଅର୍ଜୁନ ପୁରସ୍କାର ଦେଆଯାଇଥିଲା, ମାତ୍ର ୧୯୭୨ ମସିହାରେ ସେ ଏଥିରେ ସମ୍ମାନିତ ହୋଇଥିଲେ । ସେ ୧୯୭୫ ମସିହାରେ କୁଆଲା ଲୁମ୍ପୁର, ମାଲେସିଆରେ ଅନୁଷ୍ଠିତ ହୋଇଥିବା ବିଶ୍ୱକପ ହକି ପ୍ରତିଯୋଗିତାରେ ଭାରତୀୟ ଦଳର ଅଧିନାୟକ ଥିଲେ । |
ସେ ୧୯୮୬ରୁ ୧୯୭୬ ମଧ୍ୟରେ ତିନିଥର ଅଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ଏବଂ ପ୍ରଥମ ଦୁଇ ଅଲିମ୍ପିକ୍ସରେ କାଂସ୍ୟ ପଦକ ପାଇଥିଲେ । ସେ ୨୦୧୨ ଗ୍ରୀଷ୍ମ ଅଲିମ୍ପିକ୍ସ ପାଇଁ ଭାରତର ମୁଖ୍ୟ ଭାବେ ନିଯୁକ୍ତି ପାଇଥିଲେ । ପ୍ରଥମ ଥର ପାଇଁ କୌଣସି ଖେଳାଳୀକୁ ଏହି ଅଧିକାର ଦିଆଯାଇଥିଲା, କାରଣ ଏହା ପୂର୍ବରୁ କୌଣସି ରାଜନୀତିକ ବ୍ୟକ୍ତି କିମ୍ବା ପଦାଧିକାରୀ ଏଥିରେ ନିଯୁକ୍ତ ହେଉଥିଲେ । ମାତ୍ର ସେ ଭାରତର ଅଭିନୟକାରୀ ମୁଖ୍ୟ ଥିଲେ । ସ୍ପଣ୍ଡିଲାଇଟିସ କାରଣରୁ ସେ ପ୍ରତିଯୋଗିତାକୁ ଯାଇ ପାରିନଥିଲେ । ଭାରତୀୟ ଅଲିମ୍ପିକ ସଂଦଠନର ୭ ଜଣ କର୍ମକର୍ତ୍ତା ଅପ୍ରେଲ ୨୦୧୨ରେ ଅଜିତ ପାଲ ସିଂହଙ୍କ ନେତୃତ୍ୱରେ ବଛା ଯାଇଥିଲେ । ସେ ମଧ୍ୟ ବର୍ତ୍ତମାନ ମାତା ପ୍ରକାଶ କୌର କପ୍ ପାଇଁ ସର୍ବ ଭାରତୀୟ ବଲୱନ୍ତ ସିଂହ ହକି ପ୍ରତିଯୋଗିତାର ଆୟୋଜକ ସଭ୍ୟ ଅଛନ୍ତି, ଯାହା ପ୍ରତିବର୍ଷ ୧୬ ବର୍ଷରୁ କମ୍ ବାଳକମାନଙ୍କ ପାଇଁ ଆୟୋଜିତ ହୋଇଥାଏ । ସେ ବେସାମରିକ ଉପାଧୀ ପଦ୍ମଶ୍ରୀରେ ୧୯୯୨ ମସିହାରେ ସମ୍ବର୍ଦ୍ଧିତ ହୋଇଥିଲେ । |
ସିଂହ ୫ ଅପ୍ରେଲ ୧୯୪୭ରେ ପଞ୍ଜାବର ଜଳନ୍ଧର ସେନା ଛାଉଣୀ ନିକଟରେ ସଂସାରପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ, ଯାହା ପ୍ରସିଦ୍ଧ ହକି ଖେଳାଳୀଙ୍କ ଜନ୍ମସ୍ଥାନ ରୂପେ ଖ୍ୟାତି ଅର୍ଜିଥିଲା । ଏହି ଗ୍ରାମ ବହୁ ସଂଖ୍ୟକ ଆନ୍ତର୍ଜାତୀୟ ହକି ଖେଳାଳୀଙ୍କ ଗ୍ରାମ ଅଟେ । |
୭/୮ ବର୍ଷ ବୟସରେ ତାଙ୍କୁ ପ୍ରଥମେ ତାଙ୍କ ଦାଦା ଏକ ହକି ବାଡି ଧରାଇଥିଲେ । ସେ କ୍ୟାଣ୍ଟନମେଣ୍ଟ ଉଚ୍ଚ ମାଦ୍ଧମିକ ବିଦ୍ୟାଳୟ, ଜଳନ୍ଧରରେ ପଢିଥିଲେ । ସେ ୧୬ ବର୍ଷ ବୟସରେ ୧୯୬୩ରେ ପଞ୍ଜାବ ରାଜ୍ୟ ବିଦ୍ୟଳୟ ହକି ଦଳରେ ଥିଲେ । ପ୍ରଥମେ ସେ ଫୋଲ୍ ବ୍ୟାକ୍ ସ୍ଥାନ (Full Back position)ରେ ଖେଳୁଥିଲେ । ୧୯୬୪ରେ ସେ ଲୀଲାପୁର ଖାଲସା ମହାବିଦ୍ୟାଳୟକୁ ସ୍ଥାନାନ୍ତରିତ ହେଲେ । ସେଠାରେ ୪ ବର୍ଷ ମଧ୍ୟରେ ସେ ପଞ୍ଜାବ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ନିଜ ମହାବିଦ୍ୟାଳୟକୁ ୩ ଥର ଜିତାଇଥିଲେ । ଏହିଠାରେ ସେ ଫୁଲ୍ ବ୍ୟାକ୍ରୁ ସେଣ୍ଟର ହାଫ୍ (Center Half), ନିଜ ମୂଳ ସ୍ଥାନକୁ ଯାଇଥିଲେ । ୧୯୬୬ରେ ସେ ପଞ୍ଜାବ ବିଶ୍ୱବିଦ୍ୟାଳୟ ହକି ପ୍ରତିଯୋଗିଟାର ଅଧିନାୟକ ହେଲେ ଓ ୧୯୬୮ରେ ଭାରତୀୟ ବିଶ୍ୱବିଦ୍ୟାଳୟକୁ ପ୍ରତିନିଧିତ୍ୱ କଲେ । |
ସେ ତାଙ୍କର ପ୍ରଥମ ଆନ୍ତର୍୍ଜାତୀୟ ପ୍ରତିଯୋଗିତା ୧୯୬୦ରେ ବମ୍ବେଠାରେ ଖେଳିଥିଲା । ସେ ୧୯୬୬ରେ ଜାପାନ ଯାଇଥିବା ଭାରତୀୟ ଦଳରେ ଥିଲେ । ଏହା ପରବର୍ଷ ପ୍ରି-ଅଲିମ୍ପିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପୁଣିଥରେ ସେ ୧୯୬୮ ମସିହାରେ ମେକ୍ସିକୋ ଅଲିମ୍ପିକ୍ସ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଯଦିଓ ଭାରତୀୟ ଦଳ ଏଥିରେ ତୃତୀୟ ସ୍ଥାନ ଅଧିକାର କରିଥିଲା, ତେବେ ଅଜିତଙ୍କ ଖେଳ ଉଚ୍ଚମାନର ଥିଲା । ସେ ୧୯୭୦ ମସିହାରେ ବ୍ୟାଙ୍ଗକକ୍ ଏସିୟ କ୍ରୀଡାରେ ଭାଗ ନେଇଥିଲେ ଓ ୧୯୭୧ରେ ସିଙ୍ଗାପୁରରେ ହୋଇଥିବା ଶୁଆନ ପ୍ରତିଯୋଗିତା ପରେ ୧୯୭୪ ତେହରାନ ଏସିୟ ପ୍ରତିଯୋଗିତାରେ ଅଧିନାୟକ ଭାବେ ନିଯୁକ୍ତି ପାଇଥିଲେ । ଉଭୟ ପ୍ରତିଯୋଗିତାରେ ଭାରତୀୟ ଦଳ ରୌପ୍ୟ ପଦକ ଜିତିଥିଲା । ସେ ୧୯୭୨ ମସିହା ମୁନିଚ ଅଲିମ୍ପିକ୍ସରେ ଭାଗ ନେଇଥିଲେ, ଯେଉଁଠାରେ ଭାରତୀୟ ଦଳ କାଂସ୍ୟ ପଦକ ଜିତିଥିଲା । ସେ ୧୯୭୫ରେ କୁଆଲା ଲୁମ୍ପୁରଠାରେ ହୋଇଥିବା ବିଶ୍ୱ ହକି ପ୍ରତିଯୋଗିତାରେ ଭାରତୀୟ ଦଳର ନେତୃତ୍ୱ ନେଇ ବିଜୟ ଦେଇଥିଲେ । ମାତ୍ର ୧୯୭୪ ମଣ୍ଟ୍ରଲ ଅଲିମ୍ପିକ୍ସରେ ଭାରତୀୟ ଦଳ ଅତି ଖରାପ ଖେଳି ୭ମ ସ୍ଥାନ ଅଧିକାର କରିଥିଲା । ଏହି ବିପର୍ଯ୍ୟୟ ପରେ ୧୯୮୦ ମସିହାରେ କରାଚୀରେ ଚାମ୍ପ୍ୟିଅନ୍ସ ପ୍ରତିଯୋଗିତାରେ ନିଜ ଶେଷ ଖେଳ ଖେଳି ଅଜିତ ଆନ୍ତର୍ଜାତୀୟ ଖେଳରୁ ଅବସର ନେଇଥିଲେ । ତେବେ ଆନ୍ତର୍ଜାତୀୟ ଖେଳରୁ ଅବସର ପରେ ମଧ୍ୟ ସେ ଘରୋଇ ଖେଳରେ ସୀମା ସୁରକ୍ଷା ବାହିନୀ ତରଫରୁ ହକି ଖେଳୁଥିଲେ । |
ଭାରତୀୟ ହକିକୁ ସଫଳ ଅବଦାନ ପାଇଁ, ଅଜିତଙ୍କୁ ୧୯୦ରେ ଅର୍ଜୁନ ପୁରସ୍କାର ଦିଆ ଯାଇଥିଲା । ପରେ ତାଙ୍କୁ ୧୯୯୨ରେ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ଦିଆ ଯାଇଥିଲା । |
ଅଜିତ ମନୋହର ପାଇ pronunciation (help·info) (ଜନ୍ମ 28 ଏପ୍ରିଲ 1945 , ବମ୍ବେ ) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ସେ ଭାରତ ପାଇଁ 1969 ମସିହାରେ ଗୋଟିଏ ଟେଷ୍ଟ ଖେଳିଥିଲେ । |
ପାଇ ଜଣେ ଦ୍ରୁତ ବୋଲର ଥିଲେ ଓ ତଳ ଆଦରରେ ଜେନ ଉପଯୋଗୀ ବେଟ୍ସ ମେନ ଥିଲେ । ସେ 1968/69 ସିଜନରେ ବମ୍ବେ ପାଇଁ ରଣଜୀ ଟ୍ରଫିରେ ଖେଳିବା ଆରମ୍ଭ କରିଥିଲେ । ସେ ପ୍ରଥମ 3ଟି ମେଚରେ 11ଟି ୱିକେଟ ନେବା ପରେ ପଶ୍ଚିମ ଜୋନ ଦଳ ପାଇଁ ବଛା ହେଇ ଦୁଲିପ ଟ୍ରଫି ମଧ୍ୟ ଖେଳିଥିଲେ । ସେ ସେଥିରେ 25.80 ହାରରେ 129 ରନ ସହ 23ଟି ୱିକେଟ ନେଇଥିଲେ । |
ସେପ୍ଟେମ୍ବର 1969ରେ ସେ ପଶ୍ଚିମ ଜୋନର କେନ୍ଦ୍ର ଜୋନ ସହ ମେଚରେ 7/42 ନେଇଥିଲେ । ତାହା ପରେ ସେ ଭାରତୀୟ ଟେଷ୍ଟ ଦଳ ସହ ନିଉଜିଲାଣ୍ଡ ଖେଳିଥିବା ପ୍ରଥମ ଟେଷ୍ଟରେ ଖେଳିଥିଲେ । ସେ ସେଥିରେ 2ଟି ୱିକେଟ ନେଇଥିଲେ ଓ ଭାରତ ଟେଷ୍ଟ ଜିତିଥିଲା । କିନ୍ତୁ ଚୟନକର୍ତା ମାନେ ଅଳ ରାଉଣ୍ଡର ରୁଷୀ ସୁର୍ତି ଓ ଆବିଦ ଅଲିଙ୍କୁ ଓପନିଂ ବୋଲିଂ ପାଇଁ ବାଛି 2 ୟ ଟେଷ୍ଟରେ ତାଙ୍କୁ ନେଇନଥିଲେ । |
ସେ ଏହା ପରେ ଔ ଦୁଲିପ ଟ୍ରଫି ଖେଳି ନଥିଲେ ମଧ୍ୟ ରଣଜୀ ଟ୍ରଫିରେ ସୌରସ୍ତ୍ର ବିରୁଦ୍ଧରେ ସେ 7 ନମ୍ବରରେ ବେଟିଙ୍ଗ କରି 91 ରଣ କରିଥିଲେ ଓ ତାହା ପରେ 22 ରଣ ଦେଇ 5 ୱିକେଟ ନେଇଥିଲେ । ପରେ ଦ୍ଵିତୀୟ ଇନିଂସରେ 30 ରଣରେ 6 ୱିକେଟ ନେଇ ବମ୍ବେକୁ ବିଜୟୀ କରେଇଥିଲେ । |
ଅଜିତ ଲକ୍ଷ୍ମଣ ୱାଦେକର ଜଣେ ପୂର୍ବତନ ଭାରତୀୟ ଅନ୍ତର୍ଜାତିକ କ୍ରିକେଟ ଖେଳାଳି । ସେ ଭାରତ ପାଇଁ ୧୯୬୬ରୁ ୧୯୭୪ ଯାଏ ଖେଳିଥିଲେ । ଜଣେ ବିସ୍ଫୋରକ ବେଟସମେନ ଭାବରେ ପରିଚିତ ୱାଦେକର ପ୍ରଥମ ଶ୍ରେଣୀ କ୍ରିକେଟ ଜୀବନ ୧୯୫୮ରେ ଆରମ୍ଭ କରିଥିଲେ ଓ ଅନ୍ତର୍ଜାତିକ ସ୍ତରକୁ ୧୯୬୬ରେ ଆସିଥିଲେ । ୩ ନମ୍ବର ସ୍ଥାନରେ ବେଟିଙ୍ଗ କରୁଥିବା ୱାଦେକର ସ୍ଲିପ ଅଞ୍ଚଳରେ ଜଣେ ଦକ୍ଷ କ୍ଷେତ୍ରରକ୍ଷଣକାରୀ ଥିଲେ । ତାଙ୍କ ଅଧିନାୟକତ୍ଵରେ ଭାରତ ପ୍ରଥମ କରି ଇଂଲଣ୍ଡ ଓ ୱେଷ୍ଟ ଇଣ୍ଡିଜ ରେ ସିରିଜ ଜିତି ଆସିଥିଲା । |
ବମ୍ବେରେ ଜନ୍ମିତ ୱାଦେକରଙ୍କ ବାପା ସେ ଜଣେ ଇଞ୍ଜିନିଅର ହୁଅନ୍ତୁ ବୋଲି ଚାହୁଥିଲେ ଭି , ଅଜିତ ତାଙ୍କ ପଢା ସମୟରୁ ହିଁ ତାଙ୍କର କ୍ରିକେଟ ପ୍ରତିଭାର ପ୍ରଦର୍ଶନ କରି ୧୯୫୮/୫୯ ସିଜନରେ ବମ୍ବେ ଦଳ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଲେ । ଡିସେମ୍ବର ୧୯୬୬ରେ ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ବମ୍ବେଠାରେ ଖେଳି ସେ ତାଙ୍କର ଟେଷ୍ଟ ଜୀବନ ଆରମ୍ଭ କରିଥିଲେ । ତାହା ପରେ ସେ ନିୟମିତ ଭାବରେ ଭାରତୀୟ ଦଳରେ ସ୍ଥାନ ପାଇ ୧୯୬୬ରୁ ୧୯୭୪ ମଧ୍ୟରେ ୩୭ ତି ଟେଷ୍ଟ ଖେଳିଥିଲେ । |
ବମ୍ବେ ଟିମର ଅଧିନାୟକ ନିଯୁକ୍ତ ହେଲା ପରେ ସେ ଭାରତୀୟ ଜାତୀୟ ଦଳର ଅଧିନାଯକ ଭାବେ ୧୯୭୧ରେ ନିଯୁକ୍ତ ହେଇଥିଲେ । ତାଙ୍କ ନେତୃତ୍ଵରେ କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କର , ନିର୍ଭରଯୋଗ୍ୟ ବେଟସମେନ ଗୁଣ୍ଡାପ୍ପା ବିଶ୍ଵନାଥ , ୱିକେଟ କିପର ଫାରୁଖ ଇଞ୍ଜିନିଅରଙ୍କ ପରି ଖେଳାଳି ସହ , ବିଶ୍ଵର ଶ୍ରେଷ୍ଠ ସ୍ପିନ ବୋଲର ( spin quartet) ଭାବରେ ପରିଗଣିତ ବେଦୀ, ଚନ୍ଦ୍ରଶେଖର , ପ୍ରସନ୍ନା ଓ ଭେଙ୍କଟରାଘବନ ଖେଳୁଥିଲେ । ଏହି କୃତିସମ୍ପନ୍ନ ଦଳକୁ ଦୃଢ ନେତୃତ୍ଵ ଦେଇ , ୱାଦେକର ଭାରତ ପାଇଁ ବିଦେଶ ମାଟିରେ ପ୍ରଥମ ସିରିଜ ବିଜୟ ଆଣି ଦେଇଥିଲେ । ୧୯୭୧ରେ ପ୍ରଥମେ ଇଂଲଣ୍ଡ ଓ ତା ପରେ ୱେଷ୍ଟ ଇଣ୍ଡିଜକୁ ତାଙ୍କ ଦେଶରେ ପରାସ୍ତ କରି ନୂଆ କୀର୍ତିମାନ ହାସଲ କରିବା ପରେ , ୧୯୭୨-୭୩ରେ ପୁଣି ଇଂଲଣ୍ଡକୁ ଘରେଇ ସିରିଜରେ ୨-୧ରେ ପରାସ୍ତ କରିଥିଲେ । |
୧୯୭୪ରେ ଭାରତୀୟ ଦଳର ଇଂଲଣ୍ଡ ଗସ୍ତରେ ୱାଦେକର ଅଧିନାଯକ ଥିଲେ , କିନ୍ତୁ ଦଳ ଆଉ ଭଲ ପ୍ରଦର୍ଶନ ଦେଇ ପାରିନଥିଲା । ସେହି ସିରିଜରେ ଖେଲାଯାଇଥିବା ଏକମାତ୍ର ଏକଦିବସୀୟ ଅନ୍ତର୍ଜାତିକ ମେଚ ( ଯାହାକି ଭାରତର ପ୍ରଥମ ଅନ୍ତର୍ଜାତିକ ଏକଦିବାସୀୟ ମେଚ ଥିଲା )ରେ ୱାଦେକର ନିଜେ ୬୭ ରନ କରିଥିଲେ ମଧ୍ୟ ଦଳକୁ ପରାଜୟରୁ ବଞ୍ଚେଇ ପାରି ନଥିଲେ । ସେ ସେହି ସିରିଜ ପରେ ଅନ୍ତର୍ଜାତିକ କ୍ରିକେଟରୁ ଅବସର ନେଇଥିଲେ । ତାହା ପରେ ଆଉ ମାତ୍ର ଗୋଟିଏ ପ୍ରଥମ ଶ୍ରେଣୀ ମେଚ ଖେଳି ସମସ୍ତ ପ୍ରକାର କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଥିଲେ । |
ଅବସର ପରେ ୱାଦେକର ଭାରତୀୟ କ୍ରିକେଟ ଦଳର ମେନେଜର ଭାବରେ ୧୯୯୦ ପରେ ରହିଥିଲେ । ସେତେବେଳେ ଅଝାରୁଦ୍ଦିନ ଦଳର ଅଧିନାୟକ ଥିଲେ । ପରେ ସେ ଭାରତୀୟ କ୍ରିକେଟ ପାଇଁ ସିଲେକସନ ବୋର୍ଡର ଚେୟାରମେନ ରହିଥିଲେ । ଜଣେ ବ୍ୟକ୍ତି ଟେଷ୍ଟ ଖେଳାଳି , ଅଧିନାଯକ , କୋଚ ବା ମେନେଜର ତଥା ସିଲେକସନ ବୋର୍ଡର ଚେୟାରମେନ ସବୁ ରହିଥିବାର ବିରଳ ସମ୍ମାନର ଅଧିକାରୀ ଥିଲେ ଅଜିତ ୱାଦେକର । ଲାଲା ଅମରନାଥ ଓ ଚନ୍ଦୁ ବୋଡେ ହଉଛନ୍ତି ଅନ୍ୟ ଦୁଇଜଣ ସେପରି ସମ୍ମାନର ଅଧିକାରୀ । |
ଅଜିତ ୱାଦେକର ତାଙ୍କର କ୍ରିକେଟ ପାଇଁ ଅବଦାନ ହେତୁ ଭାରତ ସରକାରଙ୍କଦ୍ଵାରା ସମ୍ମାନ ଜନକ ଅର୍ଜୁନ ପୁରସ୍କାର ଲାଭ କରିଥିଲେ । ସେ ୧୯୭୨ ମସିହାରେ ଭରତର ୪ ର୍ଥ ସର୍ବୋଛ ନାଗରିକ ପୁରସ୍କାର ' ପଦ୍ମଶ୍ରୀ 'ଦ୍ଵାରା ସମ୍ମାନିତ ହେଇଥିଲେ । ଅନ୍ୟ ସମ୍ମାନ ମଧ୍ୟରେ ସି॰ କେ॰ ନାଇଡୁ ପୁରସ୍କାର ଆଜୀବନ ଅବଦାନ ପାଇଁ ଓ କାସ୍ତ୍ରାଳ ଆଜୀବନ ଅବଦାନ ପୁରସ୍କାର ଅନ୍ତର୍ଭୁକ୍ତ । |
ଅଜିମ୍ ହାସିମ ପ୍ରେମଜୀ(ଜନ୍ମ ୨୪ ଜୁଲାଇ ୧୯୪୫) ଜଣେ ଭାରତର ବିଖ୍ୟାତ ବ୍ୟବସାୟୀ,ପୁଞ୍ଜିଲଗାଣକାରୀ ଏବଂ ଜଣେ ଲୋକହିତକାରୀ ଅଟନ୍ତି। ସେ ୱିପ୍ରୋ ଲିମିଟେଡ୍ର ଚେୟାରମ୍ୟାନ୍ ଅଟନ୍ତି। ଅପୌଚାରିକଭାବେ ସେ ଭାରତୀୟ ଆଇଟି ଇଣ୍ଡଷ୍ଟ୍ରିର ସିଜାର ଭାବେ ଜଣାଶୁଣା। ସେ ଚାରି ଦଶନ୍ଧି ଧରି ସେ ୱିପ୍ରୋର ମାର୍ଗଦର୍ଶକ ସାଜିବା ସଙ୍ଗେ ସଙ୍ଗେ ଭାରତୀୟ ଆଇଟି ଇଣ୍ଡଷ୍ଟ୍ରିର ଜଣେ ଆଗ ଧାଡିର ନେତା ଅଟନ୍ତି। ୨୦୧୦ ମସିହାରେ ଏସିଆ ୱିକ୍ଦ୍ୱାରା ସେ ୨୦ ଜଣ ବିଖ୍ୟାତ ଲୋକଙ୍କ ମଧ୍ୟରେ ମନୋନୀତ ହୋଇଥିଲେ। ୨୦୦୪ ଓ ୨୦୧୧ ମସିହାରେ ସେ ଟାଇମ୍ ମାଗାଜିନ୍ଦ୍ୱାରା ୧୦୦ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ମନୋନୀତ ହୋଇଥିଲେ। ପ୍ରେମ୍ଜୀ ୱିପ୍ରୋର ୭୩ ଶତଭାଗ ମାଲିକ ଅଟନ୍ତି ଓ ପ୍ରାଇଭେଟ୍ ଇକ୍ୟୁଟି ଫଣ୍ଡ, ପ୍ରେମଜୀ ଇନ୍ଭେଷ୍ଟର ମାଲିକ ଅଟନ୍ତି। ସେ ୨ ଶତକୋଟି ଡଲାର ସମ୍ପତ୍ତିର ମାଲିକ ଅଟନ୍ତି। |
୨୦୧୭ ନଭେମ୍ବର ମାସ ସୁଦ୍ଧା ସେ ୧୯.୫ ଶତକୋଟି ଡଲାର (ୟୁଏଏସ୍ ମୁଦ୍ରା ଅନୁସାରେ) ସମ୍ପତିର ମାଲିକ ହିସାବରେ ଭାରତର ଦ୍ୱିତୀୟ ଧନଶାଳୀ ବ୍ୟକ୍ତି ଅଟନ୍ତି। ୨୦୧୩ ମସିହାରେ ସେ ତାଙ୍କ ସମ୍ପତ୍ତିରୁ ଅଧା ସମ୍ପତ୍ତି ଲୋକହୀତ ପାଇଁ ଦେବାକୁ ଆଗ୍ରହ ପ୍ରକାଶ କରି "ଦ ଗିଭିଙ୍ଗ ପ୍ଲେଜ୍"ରେ ସ୍ୱାକ୍ଷର କରିଛନ୍ତି। ଶିକ୍ଷାକୁ ଦୃଷ୍ଟିରେ ରଖି ସେ "ଅଜିମ୍ ଫାଉଣ୍ଡେସନ୍"କୁ ୨.୨ ଶତକୋଟି ଡଲାରରୁ ଦାନ କରିବା ଆରମ୍ଭ କରିଥିଲେ। |
୧୯୪୫ ମସିହାରେ ମହମ୍ମଦ ହସିମ୍ ପ୍ରେମଜୀ ଇଣ୍ଡିୟାନ୍ ୱେଷ୍ଟ୍ରନ୍ ଭେଜିଟେବୁଲ୍ ପ୍ରଡକ୍ଟସ୍ ଲିମିଟେଡ୍ରେ ଜଡିତ ଥିଲେ, ଯେଉଁଟାକି ମହାରାଷ୍ଟ୍ରର ଜଲ୍ଗାଓଁ ଜିଲ୍ଲାର ଅମଲ୍ନାର ନାମକ ଏକ ଛୋଟ ସହରରେ ଅବସ୍ଥିତ। ଏଠାରେ ସନ୍ ଫ୍ଲାୱାର୍ ବନସ୍ପତି ନାମକ ରନ୍ଧନ ତୈଳ ପ୍ରସ୍ତୁତ କରାଯାଏ। ୧୯୬୬ ମସିହାରେ ମହମ୍ମଦ ହସିମ୍ଙ୍କ ମୃତ୍ୟୁ ଘଟଣା ପାଇ ଅଜିମ୍ ପ୍ରେମଜୀ ଷ୍ଟାଣ୍ଡଫୋର୍ଡ ୟୁନିଭର୍ସିଟି, ଯେଉଁଠି ସେ ୱିପ୍ରୋର ଦାୟିତ୍ୱ ନେବା ପାଇଁ ଇଂଜିନିୟରିଙ୍ଗ କରୁଥିଲେ ସେଠା ଛାଡି ଘରକୁ ଚାଲିଆସିଥିଲେ। ସେତେବେଳେ ତାଙ୍କୁ ୨୧ ବର୍ଷ ବୟସ ହୋଇଥିଲା। ଇଣ୍ଡିୟାନ୍ ୱେଷ୍ଟ୍ରନ୍ ଭେଜିଟେବୁଲ୍ ପ୍ରଡକ୍ଟସ୍ ନାମରେ ଜଣାଶୁଣା କମ୍ପାନୀରେ ତୈଳ ପରିବର୍ତ୍ତେ ବେକରୀ, ଗାଧୁଆପାଧୁଆ ଦ୍ରବ୍ୟ, ଚୁଟି ସଫା ସାବୁନ୍, ଛୋଟ ପିଲାଙ୍କ ଗାଧୁଆପାଧୁଆ ଦ୍ରବ୍ୟ, ଲାଇଟ୍ ବଲ୍ବ ସାମଗ୍ରୀ,ହାଇଡ୍ରୋଲିକ୍ ସାମଗ୍ରୀରେ ଆଦି ସାମଗ୍ରୀ ଉତ୍ପାଦନ କଲେ। ଏହି ଯୁବ ବ୍ୟବସାୟୀ ଆଇଟିର ଗୁରୁତ୍ତ୍ୱପୂର୍ଣ୍ଣ ବୁଝିପାରି ଆଇଟି କ୍ଷେତ୍ର ଆଡକୁ ମୁହାଁଇ ଥିଲେ ଓ ନିଜ କମ୍ପାନୀର ନାମ ୱିପ୍ରୋ ଦେଇଥିଲେ। ଆମେରିକୀୟ କମ୍ପାନୀ ସେଣ୍ଟିନେଲ୍ କର୍ପୋରେସନ୍ ସହ ସହଯୋଗ ସ୍ଥାପନ କରି ମିନିକମ୍ପ୍ୟୁଟର୍ ତିଆରି କରିବା ଆରମ୍ଭ କରିଥିଲେ। |
ପ୍ରେମ୍ଜୀ ମୁମ୍ବାଇଠାରେ ନିଜାରୀ ଇସ୍ମାଲାୟି ସିୟା ମୁସ୍ଲିମ୍ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଯାହାର ମୂଳୋତ୍ପତି ଗୁଜରାଟର କୁଚ୍ରୁ ହୋଇଛି। ତାଙ୍କ ବାପା ଜଣେ ବ୍ୟବସାୟୀ ଥିଲେ ଓ ବର୍ମାର ରାଇସ୍ କିଙ୍ଗ ଭାବେ ସେ ପରିଚିତ। |
ପ୍ରେମ୍ଜୀ ୟୁଏସ୍ଏର ଷ୍ଟାଣ୍ଡଫୋର୍ଡ ୟୁନିଭର୍ସିଟିରୁ ବୈଦ୍ୟୁତିକ ବିଜ୍ଞାନରେ ଇଂଜିନିୟରଂ ଡିଗ୍ରୀ ହାସଲ କରିଥିଲେ। ସେ ୟସ୍ମୀନ୍ଙ୍କୁ ବିବାହ କରିଥିଲେ। ଏହି ଦମ୍ପତ୍ତିଙ୍କ ଦୁଇ ସନ୍ତାନ ରିସଦ୍ ଓ ତାରିକ୍ ଅଟନ୍ତି। ରିସଦ୍ ବର୍ତ୍ତମାନ ୱିପ୍ରୋର ଚିଫ୍ ଷ୍ଟାଟେଜି ଅଫିସର୍ ଅଟନ୍ତି। |
ଡ. ଅଜୟ କୁମାର ପରିଡ଼ା ଜଣେ ଭାରତୀୟ ଜୀବବିଜ୍ଞାନୀ ଯିଏ କୃଷି, ପ୍ଲାଣ୍ଟ ମଲିକ୍ୟୁଲାର ବାୟୋଲୋଜି ଓ ବାୟୋଟେକ୍ନୋଲୋଜି ବିଷୟମାନଙ୍କରେ ତାଙ୍କର ଦାନ ନିମନ୍ତେ ଜଣାଶୁଣା ଅଛନ୍ତି । ସନ ୨୦୧୪ରେ ପରିଡ଼ାଙ୍କୁ ଭାରତର ରାଷ୍ଟ୍ରପତି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ ଯାହା ତାଙ୍କର ବିଜ୍ଞାନ ଓ ଟେକ୍ନିଲୋଜିକୁ ଦାନ ନିମନ୍ତେ ଉଦ୍ଦିଷ୍ଟ ଥିଲା । |
ଅଜୟ କୁମାର ଓଡ଼ିଶାରେ ଜନ୍ମ ଗ୍ରହଣ କରି ବଢ଼ିଥଲେ ଓ ଚେନାଇର ଏମ. ଏସ. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନର ଏକ୍ଜିକ୍ୟୁଟିଭ ନିର୍ଦ୍ଦେଶକ ଥିଲେ । |