text
stringlengths
0
9.1k
ଜଳବାୟୁ ପରିବର୍ତ୍ତନ, ବର୍ଦ୍ଧିଷ୍ଣୁ ସମୁଦ୍ର ପତନ ଯୋଗୁ କୃଷି ଉତ୍ପାଦନ କମିବାକୁ ଲକ୍ଷ ରଖି ସେ ମୁଖ୍ୟ ଅସୁବିଧାକୁ ଦୂର କରିବାକୁ ଅନେକ ବୈଜ୍ଞାନିକ ଦାନ ଦେଇଛନ୍ତି । ସ୍ଥାନୀୟ ଜଳବାୟୁ ପରିବର୍ତ୍ତନ‌କୁ ଖାପ ଖୁଆଇ କେତେକ କୃଷି କାମରେ ପରିବର୍ତ୍ତନ ଆଣିବାକୁ ସେ ଗବେଷଣା କରି ସଫଳ ହୋଇଛନ୍ତି ।
ଫସଲ ଉନ୍ନତି ଆଣିବା ନିମନ୍ତେ ସେ କେତେକ ଆଧୁନିକ ବାୟୋଟେକନୋଲୋଜିକାଲ ଟୁଲ ବ୍ୟବ‌ହାର କରିଛନ୍ତି । ଲୁଣା ଓ ଶୁଖା ସ୍ଥାନମାନଙ୍କରେ ଚାପ ସ‌ହ୍ୟକାରୀ ଜିନ୍ ଚିହ୍ନଟ କରି ଅନେକ ଆଗୁଆ ପଦକ୍ଷେପ ନେଇଛନ୍ତି ।
ଆମ୍ବତୋଟା ଓ ଜଙ୍ଗଲିଆ ସେରିଆଲ ଓ ଲେଗ୍ୟୁମ ଓ ଅନ୍ୟ ଫସଲ ଜାତି ମଧ୍ୟରେ ସମ୍ବନ୍ଧ ଓ ଜେନେଟିକ ଆର୍କିଟେକଚର ବିଷୟରେ ମୌଳିକ ଚିନ୍ତାଧାରା ଉପରେ ଗବେଷଣା କରିଥିଲେ । ପ୍ରାୟ ୨୦ ଜଣ ପିଏଚଡି ଡିଗ୍ରୀ ନିମନ୍ତେ ପଢୁଥିବା ଛାତ୍ରଙ୍କର ବିଭିନ୍ନ ଆନ୍ତର୍ଜାତିକ ଜର୍ନାଲରେ ଛପା ହେବାକୁ ଯାଉଥିବା ସନ୍ଦର୍ଭକୁ ପର୍ଯ୍ୟବେକ୍ଷଣ କରିଥିଲେ ଯାହା ଜେନେଟିକ ରିସୋର୍ସର ପ୍ରକ୍ରିୟା ଓ କାର୍ଯ୍ୟକାରୀତାକୁ ବୁଝିବାରେ ସ‌ହାୟକ ହୋଇଥିଲା ।
ସନ ୨୦୧୨ରେ ସେ ଜାତୀୟ ବିଜ୍ଞାନ ଏକାଡେମିର କୃଷି ବିଜ୍ଞାନ ଓ ଜଙ୍ଗଲ ବିଭାଗର ପ୍ରେସିଡେଣ୍ଟ ଭାବରେ ନିର୍ବାଚିତ ହୋଇଥିଲେ । ସେ ଜାତୀୟ ବିଜ୍ଞାନ ଏକାଡେମିର ବାୟୋଲୋଜିକାଲ ବିଜ୍ଞାନ ବିଭାଗର ପ୍ରେସିଡେଣ୍ଟ ଭାବରେ ସନ୨୦୧୪ରେ ନିର୍ବାଚିତ ହୋଇଥିଲେ ।
ଅଜୟଗଡ ରାଜ୍ୟ ,  ବ୍ରିଟିଶ ଶାସନ କାଳରେ ଏକ ରାଜକୀୟ ରାଜ୍ୟ ଥିଲା । ଏହାର ରାଜଧାନୀ ମଧ୍ୟ ପ୍ରଦେଶର ଅଜୟଗଡଠାରେ ଥିଲା । ଏହି ରାଜ୍ୟ 1785 ମସିହାରେ ସ୍ଥାପିତ ହେଇଥିଲା ।
ଅଜୟଗଡର ଶେଷ  ଶାସକ ଏହାକୁ 1950 ମସିହା ଜାନୁଆରୀ 1 ତାରିଖରେ ଭାରତୀୟ ରାଜା ସଂଘକୁ ସମାରୋପଣ କାଲେ ।
ଅଜୟଗଡ ଜେନ ବୁନ୍ଦେଲା ରାଜପୁତ ଗୁମାନ ସିଂହଙ୍କଦ୍ଵାରା 1765 ମସିହାରେ ସ୍ଥାପିତ ହେଇଥିଲା । ସେ ଜଇତପୁର ରାଜ୍ୟର ଶାସକ ରାଜା ପାହାଡ ସିଂହଙ୍କ ପୁତୁରା ଥିଲେ । ଅଜୟଗଡକୁ ବ୍ରିଟିଶ ମାନେ ଅକ୍ତିଆର କଳା ପରେ ଏହାକୁ 1909 ମସିହାରେ ଏକ କରଦ ରାଜକୀୟ ରାଜ୍ୟ କରି ବୁନ୍ଦେଳଖଣ୍ଡ ଏଜେନ୍ସି ଅଧୀନରେ ରଖିଲେ । ଏହାର ଆୟତନ 1997 ବର୍ଗ କିଲୋମିଟର ଓ ଜନସଂଖ୍ୟା 1909 ଜନଗଣନା ଅନୁସାରେ 78,226 ଥିଲା । ରାଜାଙ୍କ ଉପାଧି ସୱାଇ ମହାରାଜ ଥିଲା । ରାଜ୍ୟର ରାଜସ୍ୱ 15,000 ପାଉଣ୍ଡ   ଥିବା ବେଳେ ବ୍ରିଟିଶ ମାନଙ୍କୁ 460 ପାଉଣ୍ଡ କର ଭାବରେ ଦଉଥିଲେ । ରାଜ୍ୟ ମୁଖ୍ୟ ନୌଗଙ୍ଗ ନାମକ ସହର , ଯାହା ଅଜୟଗଡ ଦୁର୍ଗଥିବା ପାହାଡ ତଳ ଦେଶରେ ଥିଲା ।  ଏହି ଦୁର୍ଗ ସହର ଠାରୁ 800 ଫୁଟ ଉତ୍ଚରେ ଥିଲା । ଏହି ଦୁର୍ଗରେ ଅନେକ ଭଗ୍ନ ମନ୍ଦିର ରହିଛି । ଏହି ପ୍ରାଚୀନ ମନ୍ଦିର ସବୁରେ ଅନେକ ସୂକ୍ଷ୍ମ କ୍ଷୋଦିତ ମୂର୍ତି ରହିଛି । ଅଜୟଗଡ ସହରରେ ମେଲେରିଆ ବହୁଳ ଭାବରେ ବ୍ୟପୁଥିଲା ଓ ଏଠାରେ 1868 -69 ଓ 1896-97ରେ ମରୁଡି ପଡିଥିଲା ।
ଏହି ରାଜ୍ୟ 1950 ଜାନୁୟାରୀ 1ରେ ଭାରତୀୟ ରାଜ୍ୟ ସଂଘ ସହ ମିଳିତ ହେବା ପରେ ଏହାର ଶାସକଙ୍କୁ ବାର୍ଷିକ 74,700 ତାଙ୍କ ପ୍ରିଭି ପର୍ସ ଆକାରରେ ଦିଅ ଯାଉଥିଲା। ତେବେ ଏହା 1971ରେ ଉଚ୍ଛେଦ ହେଇଗଲା । ଅଜୟଗଡ ରାଜ୍ୟ ସେତେବେଳର ବିନ୍ଦ୍ୟପ୍ରଦେଶର ଅଂଶ ହେଇ ରହିଲା । ପରେ 1956 ମସିହାରେ ବିନ୍ଦ୍ୟପ୍ରଦେଶ ମଧ୍ୟ ପ୍ରଦେଶ ସହିତ ମିଳିତ ହେଇଗଲା ।
ଅଜୟ କୁମାର ଶର୍ମା   pronunciation (help·info) (ଜନ୍ମ 3 ଏପ୍ରିଲ , 1964) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ସେ ଦିଲ୍ଲୀଠାରେ ଜନ୍ମ ଗ୍ରହଣ କରି ଦିଲ୍ଲୀ ପାଇଁ ଘରେଇ କ୍ରିକେଟ ଖେଳୁଥିଲେ ।
ଘରେଇ ରଣଜୀ ଓ ଅନନ୍ୟ ପ୍ରଥମଶ୍ରେଣୀ ମେଚରେ ଅଜୟ 10,000 ରନ କରିଥିଲେ ଓ ତାଙ୍କର ହାର 67.46 ଥିଲା । . ବିଶ୍ଵର ମାତ୍ର 3 ଜଣ କ୍ରିକେଟର ତାଙ୍କଠୁ ଅଧିକ ହାରରେ ରନ କରିଥିଲେ ।  .
ରଣଜୀ ଟ୍ରଫିରେ ଶର୍ମା 31ଟି ଶତକ କରିଥିଲେ ।   ତାଙ୍କର ବେଟିଙ୍ଗ ହାର 80 ଥିଲା । . Iସେ ଦୁଲିପ ଟ୍ରଫି ମଧ୍ୟ ଖେଳିଥିଲେ ।
ଅଜୟ ଶର୍ମା ଭାରତ ପାଇଁ ମାତ୍ର ଗୋଟିଏ ଟେଷ୍ଟ ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ଖେଳିବାର ସୁଯୋଗ ପାଇଥିଲେ । . ସେ 1988ରୁ 1993 ମଧ୍ୟରେ 31ଟି ଏକଦିବାସୀୟ ଖେଳିଥିଲେ ।
1988ରେ ସେ ନିଉଜିଲାଣ୍ଡ ବିରୁଦ୍ଧରେ 2ଟି ଅରଧ ଶତକ କରିଥିଲେ ମଧ୍ୟ ପୁଣି 1993ରେ ଜିମ୍ବାବ୍ୱେ ବିରୂଢରେ 59 କରିବା ଯାଇ ଆଉ ଭଲ କରିପାରିନଥିଲେ । . ସେ 1989ରେ ଅଷ୍ଟ୍ରେଲିଆ ସହ ଖେଳି 424 ରନ ସହ 15ଟି ୱିକେଟ ନେଇଥିଲେ ।
2000 ମସିହାରେ ଅଜୟ ଶର୍ମାଙ୍କୁ ମେଚ ଫିକସିଙ୍ଗ ଅଭିଯୋଗରେ ଆଜୀବନ ପାଇଁ ସମସ୍ତ ପ୍ରକାର କ୍ରିକେଟରୁ ବାସନ୍ଦ କରାଗଲା ।
2014ରେ ଦିଲ୍ଲୀ କୋର୍ଟଦ୍ଵାରା ତାଙ୍କୁ ମେଚ ଫିକସିଙ୍ଗ ଅଭିଯୋଗରୁ ମୁକ୍ତ କରାଗଲା ଓ ତାଙ୍କୁ ସମସ୍ତ ସୁବିଧା ଦେବା ପାଇଁ ଆଦେଶ କରାଗଲା ।
ଅଜୟ ସ୍ୱାଇଁ(ଜନ୍ମ : ୧୯୫୭) ଜଣେ ଓଡ଼ିଆ ଗାଳ୍ପିକ । ସେ ୨୦୧୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।
ଅଞ୍ଜନଗାଓଁ ଏକ ଭାରତୀୟ ପୌରପାଳିକା (Municipal Council) ଅଟେ । ଏହା ମହାରାଷ୍ଟ୍ରର ଆମ୍ରବତି ଜିଲ୍ଲାରେ ଅବସ୍ଥିତ ।
ଅଞ୍ଜନଗାଓଁ ୨୧.୧୬୩୪ ଉତ୍ତର ଅକ୍ଷାଂଶ ଓ ୭୭.୩୧୦୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୨୭ ଫୁଟ ଉଚ୍ଚତାରେ ରହିଛି ।
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅଞ୍ଜନଗାଓଁ ସହରର ମୋଟ ଜନସଂଖ୍ୟା ୫୧୧୬୩ ଅଟେ । ସେଥି ମଧ୍ୟରୁ ୫୧.୯୦% ଜଣ ପରୁଷ ହୋଇଥିବା ବେଳେ ୪୮.୧୦% ଜଣ ନାରୀ ଅଟନ୍ତି । ଅଞ୍ଜନଗାଓଁର ସାକ୍ଷରତା ହାର ୭୩.୪୫% ଅଟେ । ଏହା ଜାତୀୟ ହାର ଠାରୁ -୮.୬୧% ପ୍ରତିଶତ କମ ଅଟେ । ସେଥିରୁ ୩୯.୭୫% ପ୍ରତିଶତ ପୁରୁଷ ଓ ୩୩.୭୦% ନାରୀ ଅଟନ୍ତି । ୧୪.୫୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।
ମରାଠୀ ଅଞ୍ଜନଗାଓଁର ସରକାରୀ ଭାଷା ଅଟେ ।
ଅଞ୍ଜନା ଜଣେ ହିନ୍ଦୁ ପୌରାଣିକ ଚରିତ୍ର । ପୁରାଣ ବର୍ଣ୍ଣନା ଅନୁସାରେ ତ୍ରେତୟା ଯୁଗରେ ପୁଞ୍ଜିକସ୍ଥଳା ନାମକ ଅପସରା ଜଣେ ଋଷିଙ୍କ ଅଭିଶାପ କାରଣରୁ ସେ ବାନର କନ୍ୟା ରୂପରେ ଜନ୍ମ ନେଇଥିଲେ । ଶିବରୁଦ୍ରସଂହିତାରେ ଥିବା ବର୍ଣ୍ଣନା ଅନୁଯାୟୀ ସେ ହେଉଛନ୍ତି ମହର୍ଷି ଗୌତମଙ୍କ କନ୍ୟା । ସେ ବାନରରାଜ କେଶରୀଙ୍କୁ ବିବାହ କରିଥିଲେ । ବାୟୁଦେବଙ୍କ କୃପା କାରଣରୁ ସେ ପୁତ୍ର ପ୍ରାପ୍ତ କରିଥିଲେ । ସ୍କନ୍ଦ ପୁରାଣର ବର୍ଣ୍ଣନା ଅନୁଯାୟୀ, ମତଙ୍ଗ ଋଷିଙ୍କ ପରାମର୍ଶକ୍ରମେ ଅଞ୍ଜନା ଏବଂ ବାନରରାଜ କେଶରୀ ଭେଙ୍କଟାଚଳ ପର୍ବତକୁ ଯାଇ ପୁଷ୍କରଣୀ ତୀର୍ଥସ୍ଥଳରେ ସ୍ନାନ କରିଥିଲେ । ସେଠାରେ ଥିବା ବରାହ ଏବଂ ଭେଙ୍କଟେଶଙ୍କୁ ପ୍ରଣାମ କରିଥିଲେ । ଆକାଶଗଙ୍ଗା ତୀର୍ଥକୁ ଯାଇ ଦୁହେଁ ବାୟୁଦେବଙ୍କ ଆରାଧନା କରିଥିଲେ । ଅଞ୍ଜନା ଏକ ହଜାର ବର୍ଷ ତପସ୍ୟା କରିବା ପରେ ବାୟୁଦେବତା ପ୍ରକଟ ହେଲେ ଏବଂ ତାଙ୍କୁ ବର ମାଗିବାକୁ କହିଲେ । ଅଞ୍ଜନା ତାଙ୍କୁ ପୁତ୍ରପ୍ରାପ୍ତି ନିମନ୍ତେ ବର ମାଗିଲେ । ପରେ ବାୟୁଦେବଙ୍କ କୃପାରୁ ରୁଦ୍ରବତାର ହନୁମାନଙ୍କୁ ଜନ୍ମ ଦେଇଥିଲେ । ହନୁମାନ ତ୍ରେତୟା ଯୁଗରେ ବିଷ୍ଣୁଙ୍କ ଅବତାର ରାମଙ୍କୁ ସହାୟତା କରିବାକୁ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଦ୍ୱାରାରା ଅସାଧ୍ୟ କାର୍ଯ୍ୟ ସାଧିତ ହୋଇଥିଲା ।
ଅଞ୍ଜନା ମିଶ୍ର ଧର୍ଷଣ ମାମଲା ୧୯୯୯ ମସିହାରେ ଓଡ଼ିଶାରେ ଘଟିଥିବା ଏକ ବହୁଚର୍ଚ୍ଚିତ ଅପରାଧିକ ମାମଲା । ଅଞ୍ଜନା ମିଶ୍ର ନାମ୍ନୀ ଜନୈକ ବନ ସେବା ଅଧିକାରୀଙ୍କ ସ୍ଵାମୀ ପରିତ୍ୟକ୍ତା ସ୍ତ୍ରୀ ୯ ଜାନୁଆରୀ ୧୯୯୯ରେ ଧର୍ଷଣର ଶିକାର ହୋଇଥିଲେ ଏବଂ ଏହି ଦୁଃଖଦ ଘଟଣା ତତ୍କାଳୀନ ଓଡ଼ିଶାରେ ରାଜନୈତିକ ହଇଚଇ ସୃଷ୍ଟି କରିଥିଲା । ଏପରିକି, ଉକ୍ତ ଘଟଣାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ତାଙ୍କ ତଥାକଥିତ ବନ୍ଧୁ ତଥା ପୂର୍ବତନ ମହାଧୀବକ୍ତା ଇନ୍ଦ୍ରଜିତ ରାୟଙ୍କର ପ୍ରଛନ୍ନ ହାତ ଥିବା ଅଭିଯୋଗ ହୋଇଥିଲା । ଫଳରେ ଓଡ଼ିଶାର ତତ୍କାଳୀନ ଶାସକ ଦଳ କଂଗ୍ରେସର ଭାବମୂର୍ତ୍ତୀ ଅକ୍ଷୁର୍ଣ୍ଣ ରଖିବା ଉଦ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ତାଙ୍କ ଆସନ ହରାଇବାକୁ ପଡିଲା ଏବଂ ଶ୍ରୀଯୁକ୍ତ ଗିରିଧର ଗମାଙ୍ଗ ଉକ୍ତ ପଦବୀ ଲାଭ କଲେ ।
ଅଭିଯୋଗ ଅନୁଯାୟୀ, ଘଟଣା ଦିନ ଅର୍ଥାତ ୯ ଜାନୁଆରୀ ୧୯୯୯ ଦିନ ଅଞ୍ଜନା ତାଙ୍କରି ଜନୈକା ସାମ୍ବାଦିକା ବାନ୍ଧବୀଙ୍କ ସହ ଏକ କାର୍‌ରେ ଯାତ୍ରା କରୁଥିଲେ । ଭୁବନେଶ୍ୱର ଉପକଣ୍ଠସ୍ଥ ବାରଙ୍ଗ ନିକଟବର୍ତ୍ତୀ ଏକ ନିକାଞ୍ଚନ ଜାଗାରେ ତିନିଜଣ ଦୁରୁର୍ତ୍ତ ସେମାନଙ୍କ ପଥରୋଧ କରିବା ସହ ବାନ୍ଧବୀଙ୍କ ସାମନାରେ ଅଞ୍ଜନାକୁ ଗଣଧର୍ଷଣ କରିଥିଲେ । ଏ ଘଟଣା ପ୍ରଘଟ ହେବା ପରେ ପୋଲିସ ତତ୍ପରତାର ସହ ୨୬ ଜାନୁଆରୀ ୧୯୯୯ ଦିନ ମାତ୍ର ଦୁଇଜଣକୁ ଗିରଫ କଲା । ଘଟଣାକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏହାର ତଦନ୍ତ କେନ୍ଦ୍ରୀୟ ତଦନ୍ତକାରି ବ୍ୟୁରୋଦ୍ଵାରା ହେବା ନିମିତ୍ତ ଆଦେଶ ଦେଲେ ।
ବିଶ୍ବଭୁଷଣ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଅଞ୍ଜଳି ୨୦୧୧ ମସିହାରେ ମୁକ୍ତିଲାଭ କରିଥିଲା ।
ଓଡ଼ିଆଚଳଚ୍ଚିତ୍ର ‘ଅଞ୍ଜଳି’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଅଞ୍ଜୋଳି ଇଲା ମେନନ୍ (ଜନ୍ମ ୧୯୪୦ ) ଭାରତର ଜଣେ ସମସାମୟିକ ଅଗ୍ରଧାଡିର କଳାକାର । ତାଙ୍କର ଅଙ୍କିତ ଚିତ୍ର ଗୁଡିକ ଅନେକ ସଂଗ୍ରହରେ ମୁଖ୍ୟ ଆକର୍ଷଣ ଭାବରେ ରହିଥାଏ । ୨୦୦୬ ମସିହାରେ ତାଙ୍କର " ଯାତ୍ରା " ନାମକ ଏକ ମୌକ୍ୟ ଚିତ୍ର କାଲିଫରଣିଆର ସାନ ଫ୍ରାନସିସ୍କୋଠାରେ ଥିବା ଏସୀୟ ଆର୍ଟ ମିଉଜିଆମଦ୍ଵାରା ଗୃହିତ ହେଇଥିଲା । ସେ ସମସ୍ତ ପ୍ରକାର ମାଧ୍ୟମକୁ ଚିତ୍ରାଙ୍କନ ପାଇଁ ବ୍ୟବହାର କରୁଥିଲେ ମଧ୍ୟ ମାସୋନାଇଟ ଉପରେ ତୈଳଚିତ୍ର ଅଙ୍କନ ତାଙ୍କର ପ୍ରିୟ ମାଧ୍ୟମ । ସେ ୱାଟର କଲର , କାଚ ଚିତ୍ର ମଧ୍ୟ କରିଥାନ୍ତି । ମୁରାଲ ଚିତ୍ରାଙ୍କନରେ ମଧ୍ୟ ସେ ତାଙ୍କର ଦକ୍ଷତା ପ୍ରତିପାଦନ କରିଥାନ୍ତି । ତାଙ୍କର କୃତି ପାଇଁ ଭାରତ ସରକାର ତାଙ୍କୁ ୨୦୦୦ ମସିହାରେ ସମ୍ମାନଜନକ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଥିଲେ ।
ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର ବର୍ଣପୁରଠାରେ ଜୁଲାଇ ୧୭, ୧୯୪୦ ରେ ଅଞ୍ଜୋଳି ଇଲା ମେନନ୍ଙ୍କ ଜନ୍ମ ବଙ୍ଗାଳୀ ଓ ଆମେରିକୀୟ ଦମ୍ପତିଙ୍କ ଔରସରୁ ହେଇଥିଲା । ସେ ତାମିଲନାଡୁର ନିଳଗିରିଠାରେ ଥିବା ଲରେନ୍ସ ସ୍କୁଲରୁ ଶିକ୍ଷ୍ୟା ଲାଭ କରିଥିଲେ । ପିଲା ଦିନରୁ ତାଙ୍କର ଚିତ୍ରାଙ୍କନ ପ୍ରତି ଗଭୀର ଆକର୍ଷଣ ଥିଲା ଓ ମାତ୍ର ୧୫ ବର୍ଷ ବୟସର ହେଇଥିବା ବେଳେ ସେ ତାଙ୍କର କେତେକ ଚିତ୍ର ବିକ୍ରି କରି ସାରିଥିଲେ । ତାହା ପରେ ସେ ମୁମ୍ବାଇର ଯେ. ଯେ. ଇନ୍ସଟିଚୁଟରୁ ପ୍ରାୟୋଗିକ କଳାରେ ଅଧ୍ୟୟନ କରି ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇଂରେଜୀ ଭାଷାରେ ସ୍ନାତକ କରିଥିଲେ । ସେଠାରେ ସେ ମିରଣ୍ଡା ହାଉସ ମହିଳା କଲେଜରେ ପଢିବା ସମୟରେ ପ୍ରଖ୍ୟାତ ଚିତ୍ରକର ଏମ. ଏଫ. ହୁସେନ ଓ ଅମୃତା ଶେରଗିଲଙ୍କଦ୍ଵାରା ପ୍ରଭାବିତ ହେଇଥିଲେ । ମାତ୍ର ୧୮ ବର୍ଷ ବୟସରେ ସେ ତାଙ୍କର ପ୍ରଥମ ଏକକ ପ୍ରଦର୍ଶନୀ ୫୩ଟି ଭିନ୍ନ ପ୍ରକାର ଚିତ୍ର ସହ କରିଥିଲେ । ତାଙ୍କର ସୃଜନ କଳାରେ ପ୍ରଭାବିତ ହେଇ ଫରାଶି ସରକାର ତାଙ୍କୁ ସ୍କଲାରଶିପ ପ୍ରଦାନ କରି ପାରିସ ସ୍ଥିତ ଆର୍ଟ ପ୍ରତିଷ୍ଠାନରେ  ରେ ୧୯୫୯ରୁ ୧୯୬୧ ମସିହା ଯାଏ ତାଲିମ ଦେଇଥିଲେ । ସେଠାରେ ଥିବା ସମୟରେ ସେ ବିଶ୍ରୂତ ଭାବରେ ଇଉରୋପ ଓ ପଶ୍ଚିମ ଏସିଯା ଭ୍ରମଣ କରି ରୋମାନ ଓ ବାଇଜନ୍ତାଇନ କଳାର ନିରୀକ୍ଷଣ କରିବାର ସୁଯୋଗ ପାଇଥିଲେ ।
ଅଞ୍ଜୋଲି ମୁଖ୍ୟତଃ ମାସୋନାଇଟ ଉପରେ ତୈଳ ରଙ୍ଗ ବ୍ୟବହାର କରି ଚିତ୍ରାଙ୍କନ କରିଥାନ୍ତି । ସେ ତାଙ୍କର ଚିତ୍ର ସବୁ ପତଳା ରଙ୍ଗର ସ୍ତର ସବୁ ଦେଇ କରିଥିବାରୁ ତାହା ପାରଦୀୟ ଦୃଶ୍ୟ ହେଇଥାଏ । ତୈଳ ଚିତ୍ର ଓ ମୁରାଲ୍ ବ୍ଯତୀତ ସେ ଅନ୍ୟ ମାଧ୍ୟମରେ ମଧ୍ୟ କାର୍ଯ୍ୟ କରିରଥାନ୍ତି । କମ୍ପୁଟର ଗ୍ରାଫିକ୍ସ ମୁରଣୋ ଗ୍ଲାସ ଅଙ୍କନରେ ମଧ୍ୟ ତାଙ୍କର ଦକ୍ଷତାl ପ୍ରତିପାଦାନ କରିଛନ୍ତି । ତାଙ୍କର ଥିମ ମଧ୍ୟରେ ଧାର୍ମିକ , ସାମାଜିକ ଘଟଣା ପ୍ରତିକୃତି , ନଗ୍ନଚିତ୍ର ମଧ୍ୟ ଅନ୍ତର୍ଭୁକ୍ତ ଥାଏ । ତାଙ୍କର ଆର୍ଟରେ ଇଉରୋପୀୟ ରେନାଇଜନାନ୍ସ ସମୟର କଳାର ଛାପ  ଦେଖିବାକୁ ମିଳିଥାଏ । ୧୯୯୭ ମସିହାରେ ସେ ବୌଦ୍ଧ କଳା ର କେତେକ ଚିତ୍ର ଅଙ୍କନ କରିଥିଲେ । ସେ ପାରିସ , ଅଲଜିଅର୍ସ, ସାଓ ପାଓଲୋ ଓ ନୂଆ ଦିଲ୍ଲୀଠାରେ ଆନ୍ତର୍ଜାତିକ ଆର୍ଟ କଂଫେରେନ୍ସରେ ଭାରତର ପ୍ରତିନିଧିତ୍ଵ କରିଥିଲେ
ଅଞ୍ଜୋଳି ତାଙ୍କର ବାଲ୍ୟ ବନ୍ଧୁ ତଥା ପ୍ରେମିକ ରାଜା ମେନନଙ୍କୁ ବିବାହ କରିଥିଲେ । ରାଜା ମେନନ ଭାରତୀୟ ନୌସେନାରେ ଥିବାରୁ ଅଞ୍ଜୋଳି ବିବାହ ପରେ ଭାରତରେ ରହିଥିଲେ । ରାଜା ମେନନ ପରବର୍ତୀ କାଳରେ ନୌସେନାର ଆଡମିରାଲ ଭାବରେ ଅବସର ନେଇଥିଲେ । ଆର୍ଟ ପ୍ରଦର୍ଶନୀ ପାଇଁ ଅଞ୍ଜୋଳି ଆମେରିକା ,ରୁଷୀଆ ସମେତ ବିଶ୍ଵର ଅନେକ ଦେଶ ଭ୍ରମଣ କରିଛନ୍ତି ।
ଅଞ୍ଜଳି ଓଡ଼ିଆ କବି କୁନ୍ତଳା କୁମାରୀ ସାବତଙ୍କ ରଚିତ ଏକ ଓଡ଼ିଆ କବିତା ସଙ୍କଳନ ।
ଫ୍ଲାଇଙ୍ଗ୍ ଅଫିସର୍ ଅଞ୍ଜଳି ଗୁପ୍ତା, ଭାରତୀୟ ଆକାଶ ବାହିନୀର ଜଣେ ଅଧିକାରୀ । ସେ କୋର୍ଟ୍ ମାର୍ସାଲ୍ ହେବାରେ ପ୍ରଥମ ଭାରତୀୟ ମହିଳା । ସେ ବାଙ୍ଗାଲୋରରେ ଥିବା ଏୟାର୍‌କ୍ରାଫ୍ଟ୍ ସିଷ୍ଟମ୍ ଏଣ୍ଡ୍ ଟେଷ୍ଟିଂ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ରେ କାର୍ଯ୍ୟରତ ଥିଲେ ।
ସେ ଜଣେ ବିଦ୍ୟାଳୟ ଶିକ୍ଷୟିତ୍ରୀ ଓ ବ୍ୟାଙ୍କ୍ ଅଫିସର୍‌ଙ୍କ ଦ୍ୱିତୀୟ ଝିଅ । ସେ ଦିଲ୍ଲୀ ବଶ୍ୱବିଦ୍ୟାଳୟରୁ ସୋସିଓଲୋଜିରେ ଏମ୍‌ଫିଲ୍ ଅର୍ଜନ କରି ପ୍ରଥମେ ୨୦୦୧ରେ ବେଲ୍‌ଗାମ୍‌ରେ ଚାକିରୀ ଆରମ୍ଭ କରିଥିଲେ ।
ଅଞ୍ଜଳି ଭଗବତ୍ (ଜନ୍ମ ୫ ଡିସେମ୍ବର ୧୯୬୯) ଜଣେ ପେଶାଗତ ଭାରତୀୟ ବନ୍ଧୁକ ଚଳାଳି । ସେ ୨୦୦୨ ମସିହାରେ ୧୦ ମିଟର ଏୟାର୍ ରାଇଫଲ୍‌ରେ ବିଶ୍ୱରେ ୧ ନମ୍ବର ସ୍ଥାନରେ ଥିଲେ । ସେ ମଧ୍ୟ ୨୦୦୩ରେ ୩୯୯/୪୦୦ ସ୍କୋର କରି ମିଲାନ ଠାରେ ଆୟୋଜିତ ବିଶ୍ୱ କପ୍ ଫାଇନାଲ୍ ପ୍ରଥମ ଥର ପାଇଁ ଜିତିଥିଲେ ।
ଅଞ୍ଜଳି ୨୦୦୨ରେ ମୁନିଚ ଠାରେ ଆୟୋଜିତ ଏୟାର୍ ରାଇଫଲ୍ ବିଭାଗରେ ମହିଳା ଓ ପୁରୁଷ ମିଶ୍ରିତ ବିଭାଗରେ ଆଇଏସ୍ଏସ୍ଏଫ୍ ଚାମ୍ପିଆନ୍ ପୁରସ୍କାର ଏକମାତ୍ର ଭାରତୀୟ ଭାବେ ଜିତିଥିଲେ । ସେ ଭାରତକୁ ୩ଟି କ୍ରମାଗତ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିଲେ ଓ ୨୦୦୦ ସିଡ଼୍‌ନୀ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ମହିଳା ବନ୍ଧୁକ ଚାଳନାକାରୀ ଫାଇନାଲିଷ୍ଟ ଥିଲେ । ସେ ରାଜ୍ୟଗୋଷ୍ଠୀ କ୍ରୀଡାରେ ୧୨ଟି ସ୍ୱର୍ଣ୍ଣ ଓ ୪ଟି ରୌପ୍ୟ ଜିତିଥିଲେ । ସେ ୧୦ ମିଟର ଏୟାର ରାଇଫଲ୍‌ ଓ ସ୍ପୋର୍ଟ୍‌ସ ରାଇଫଲ୍ ୩ପିରେ ରାଜ୍ୟଗୋଷ୍ଠୀ ରେକର୍ଡଧାରୀ ଅଟନ୍ତି । ୨୦୦୩ ଆଫ୍ରୋ-ଏସିଆନ୍ କ୍ରୀଡାରେ ଭଗବତ୍ ପ୍ରଥମ ଭାରତୀୟ ମହିଳା ଭାବେ ୩ପି ଓ ଏୟାର୍ ରାଇଫଲ୍ ବିଭାଗରେ ସ୍ୱର୍ଣ୍ଣ ଓ ରୌପ୍ୟ ଜିତି ଇତିହାସ ସୃଷ୍ଟି କରିଥିଲେ ।
ଏ ପର୍ଯ୍ୟନ୍ତ ସେ ୩୧ଟି ସ୍ୱର୍ଣ୍ଣ, ୨୩ଟି ରୌପ୍ୟ ଓ ୭ଟି କାଂସ୍ୟ ପାଇଛନ୍ତି । ଆନ୍ତର୍ଜାତୀୟ ସ୍ତରରେ ୧୩ଟି ନୂଆ ରେକର୍ଡ କରିବା ସ‌ହ ଭାରତରେ ଜାତୀୟ ସ୍ତରରେ ୫୫ଟି ସ୍ୱର୍ଣ୍ଣ, ୩୫ଟି ରୌପ୍ୟ ଓ ୧୬ଟି କାଂସ୍ୟ ଜିତିବା ସ‌ହ ୮ଟି ରେକର୍ଡ କରିଛନ୍ତି ।
ଅଞ୍ଜଳି ରମାକାନ୍ତ ବେଦପାଠକ ୫ ଡିସେମ୍ବର ୧୯୬୯ରେ ଜନ୍ମ ହୋଇଥିଲେ । ସେ ମୁମ୍ବାଇର କ କୋଙ୍କଣୀ ପରିବାରର । ପ୍ରଖ୍ୟାତ ଆଥ୍‌ଲେଟ୍ କାର୍ଲ୍ ଲୁଇସ୍ଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଖେଳରେ ମନ ଦେଇଥିଲେ । ସେ ଜାତୟ ସମର ଶିକ୍ଷାର୍ଥୀ ବାହିନୀରେ ତାଲିମ ନେଉଥିବା ବେଳେ ପ୍ରଥମ ଥର କରି ବନ୍ଧୁକ ସଂସ୍ପର୍ଶରେ ଆସିଥିଲେ । ସେତେବେଳେ ସେ ଜୁଡୋ ଓ ପାହଡ ଚଢାଲିର ପ୍ରଶିକ୍ଷାର୍ଥୀ ଥିଲେ । ଏହାପରେ ସେ ମୁମ୍ବାଇର କିର୍ତ୍ତୀ ମହାବିଦ୍ୟାଳୟରେ ଯୋଗ ଦେଇଥିଲେ । ସେ ସେଠାରେ ଏମ୍ଆରେ (ମହାରାଷ୍ଟ୍ର ରାଇଫଲ୍ ଆସୋସିଏସନ୍‌)ର ଅଂଶବିଶେଷ ହୋଇଥିଲେ । ସେ ୨୧ ବର୍ଷ ବୟସରେ ବନ୍ଧୁକ ଧରବାର ୭ ଦିନ ମଧ୍ୟରେ ବନ୍ଧୁକ ଚାଳନା ଆରମ୍ଭ କରିଥିଲେ । ୧୯୮୮ରେ ସେ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ମହାରାଷ୍ଟ୍ର ପାଇଁ ରୌପ୍ୟ ପଦକ ଜିତିଥିଲେ ।
ଅଞ୍ଜଳୀ ମେନନ୍, ଜଣେ  ଭାରତୀୟ ଫିଲ୍ମ ନିର୍ଦେଶିକା ଓ ସଂଳାପ ଲେଖିକା । ସେ " ମଞ୍ଜଡିକୁରୁ " (Lucky Red Seeds)ନାମକ ଫିଲ୍ମରୁ ତାଙ୍କର ଲେଖିକା ଓ ନିର୍ଦେଶିକା ଜୀବନୀ ଆରମ୍ଭ କରିଥିଲେ । ସେ ତାଙ୍କର ପ୍ରଥମ ଫିଲ୍ମରେ ଶ୍ରେଷ୍ଠ ମାଳୟାଲାମ ଫିଲ୍ମ ଓ ଭାରତୀୟା ଭାଷାରେ ଶ୍ରେଷ୍ଠ ନୂତନ ଅବଦାନ ଫିଲ୍ମ ପୁରସ୍କାର ଲାଭ କରିଥିଲେ । ତାଙ୍କର ଦ୍ଵିତୀୟ ଫିଲ୍ମ " ବାଙ୍ଗାଲୋର ଡେ " ଓ " ଉସ୍ତାଦ ହୋଟେଲ " ମଢ ସମାଲୋଚକ ମାନଙ୍କଦ୍ଵାରା ବହୁଳ ପ୍ରଶଂଷିତ ହେଇଥିଲା ।
ଅଞ୍ଜଳୀଙ୍କ ଜନ୍ମ ଦକ୍ଷିଣ ଆଫ୍ରିକାର ଦୁବାଇଠାରେ ହେଇଥିଲା । ସେ ପୁନେ ବିଶ୍ୱବିଦ୍ୟାଳୟ  ଠାରେ ଗଣଯୋଗାଯୋଗ ( mass Communication) ବିଷୟରେ ସ୍ନାତକୋତ୍ତର ଡିଗ୍ରୀ କରିଥିଲେ । ଲଣ୍ଡନଠାରେ ଥିବା ଫିଲ୍ମ ସ୍କୁଲରୁ ୨୦୦୩ ମଶିହାରେ ସେ ଫିଲ୍ମ ଏଡିଟିଂ , ନିର୍ଦେଶନା ଓ ପ୍ରଯୋଜନାରେ ଡିଗ୍ରୀ ହାସଲ କରିଥିଲେ । ତାଙ୍କର ସେଠାରେ ପଢୁଥିବା ସମୟର ଚିତ୍ର " Black Nor White " ମଧ୍ୟ ଆନ୍ତର୍ଜାତୀୟ ଫିଲ୍ମ ଫେସ୍ତିଭାଲରେ ପ୍ରଦର୍ଶିତ ହେଇଥିଲା ।
ଅଞ୍ଜଳୀ ପ୍ରଥମେ ୨୦୦୬ ମସିହା ଯାଏ ଭାରତରେ ଡକୁମେଣ୍ଟରୀ ଓ କ୍ଷୁଦ୍ର ଫିଲ୍ମ ନିର୍ମାଣ କରି ତାହା ସହ ମଧ୍ୟ ପ୍ରାଚ୍ୟ ଦେଶ ଓ ଇଂଲଣ୍ଡରେ ମଧ୍ୟ ଫିଲ୍ମ ନିର୍ମାଣ କରିଥିଲେ । ଏହା ପରେ ସେ ମୁମ୍ବାଇଠାରେ " ଲିଟଲ ଫିଲ୍ମ ଇଣ୍ଡିଆ " ନାମକ ଫିଲ୍ମ ନିର୍ମାଣ କମ୍ପାନୀ ସ୍ଥାପନ କରି ଫିଲ୍ମ ସବୁ ନିର୍ମାଣ କରନ୍ତି । ସେ ଜେନ ଉତ୍ତମ ଲେଖିକା ଭାବରେ "Monsoon Feast" ନାମରେ ଏକ କ୍ଷୁଦ୍ର ଗଳ୍ପ ସଂକଳନରେ ତାଙ୍କର ଗଳ୍ପ ସବୁ ପ୍ରକାଶ କରିଛନ୍ତି । ବର୍ତମାନ ସେ ମୁମ୍ବାଇରେ ତାଙ୍କ ସ୍ଵାମୀ ଓ ପୁତ୍ର ସହ ବସବାସ କରନ୍ତି ।
ଅଞ୍ଜା ଜିଲ୍ଲା (Pron:/ˈændʒɔ:/) ଭାରତର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ଅରୁଣାଚଳ ପ୍ରଦେଶର ଏକ ପ୍ରଶାସନିକ ଜିଲ୍ଲା ଅଟେ।
ଅଞ୍ଜାର ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଗୁଜରାଟର କଚ୍ଛ୍ ଜିଲ୍ଲାରେ ଅବସ୍ଥିତ ।
ଅଞ୍ଜାର ୨୩.୧୧୩୨ ଉତ୍ତର ଅକ୍ଷାଂଶ ଓ ୭୦.୦୨୬୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୩୯ ଫୁଟ ଉଚ୍ଚତାରେ ରହିଛି ।
ଗୁଜରାଟୀ ଅଞ୍ଜାରର ସରକାରୀ ଭାଷା ଅଟେ ।
ଅଞ୍ଜୁମ ଚୋପ୍ରା(ଜନ୍ମ :୨୦ ମଇ ୧୯୭୭) ଆନ୍ତର୍ଜାତୀୟ ସ୍ଥରରେ ଭାରତକୁ ପ୍ରତିନିଧିତ୍ଵ କରିଥିବା ଜଣେ ମହିଳା କ୍ରିକେଟର । ଏହି ଖେଳାଳି ଜଣକ ୯ ବର୍ଷ ବୟସରେ କ୍ରିକେଟ୍ ପଡ଼ିଆକୁ ଓହ୍ଲାଇଥିଲେ । ସେ ପ୍ରଥମ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ମହାବିଦ୍ୟାଳୟରେ ବାଳିକାମାନଙ୍କ ସ‌ହ ଖେଳି ୨୦ ରନ୍ କରିଥିଲେ ଓ ୨ଟି ୱିକେଟ୍ ନେଇଥିଲେ । ପରେ ସେହି ବର୍ଷ ସେ ୧୫ ବର୍ଷରୁ କମ୍ ପ୍ରତିଯୋଗିତା ପାଇଁ ଦିଲ୍ଲୀ ତରଫରୁ ମନୋନୀତ ହୋଇଥିଲେ ।
ପ୍ରଥମାର୍ଦ୍ଧରେ ସେ ବିଭିନ୍ନ ଖେଳ ଖେଳୁଥିଲେ, ଯଥା: ଆଥ୍‌ଲେଟିକ୍‌ସ, ବାସ୍କେଟ୍‌ବଲ୍, ପ‌ହଁରା । ସେ ମଧ୍ୟ ଜାତୀୟ ସ୍ତରରେ ଦିଲ୍ଲୀ ବାସ୍କେଟ୍‌ବଲ୍‌ର ସଦସ୍ୟ ଥିଲେ ।
ଅଞ୍ଜୁମ୍ ତାଙ୍କର ପ୍ରଥମ ଦିନିକିଆ ମ୍ୟାଚ୍ ୧୭ ବର୍ଷ ବୟସରେ ୧୨ ଫେବୃଆରୀ ୧୯୯୫ରେ ନ୍ୟୁଜିଲ୍ୟାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ଠାରେ ଖେଳିଥିଲେ । ଏହାର କିଛି ଦିନ ପରେ ୧୭ ନଭେମ୍ବର ୧୯୯୫ରେ କୋଲକାତାର ଇଡ଼େନ୍ ଗାର୍ଡ଼େନ୍ ଷ୍ଟାଡ଼ିୟମ୍‌ରେ ଇଂଲଣ୍ଡ ବବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ସେହି ବର୍ଷ ଦ୍ୱିତୀୟ ସିରିଜ୍‌ରେ, ଇଂଲଣ୍ଡ ବିପକ୍ଷରେ ୬୭.୫ ଆଭରେଜ୍‌ରେ ରନ୍ କରି ସେ ପ୍ଲେୟାର୍ ଅଫ୍ ଦି ସିରିଜ୍ ପୁରସ୍କାର ପାଇଥିଲେ ।
ସେ ଜଣେ ବାମ ହାତୀ ବ୍ୟାଟମ୍ୟାନ ଏବଂ ଡାହାଣ ହାତୀ ମିଡ଼ିୟମ-ଫାଷ୍ଟ ବୋଲର । ସେ ଭାରତ ପାଇଁ ୧୨ଟି ଟେଷ୍ଟ ଏବଂ ୧୧୬ଟି ଦିନିକିଆ ମ୍ୟାଚ ଖେଳିଛନ୍ତି।
ପୁରୁଷ ପ୍ରଧାନ କ୍ରିକେଟ ଖେଳରେ, ଅଞ୍ଜୁମ ନିଜକୁ ଜଣେ ଦକ୍ଷ ମହିଳା ଖେଳାଳି ଭାବରେ ପରିଗଣିତ କରି ପାରିଛନ୍ତି । କ୍ରିକେଟରୁ ଅବସର ଗ୍ରହଣ କରିବା ପରେ, ସେ ଜଣେ ଭାଷ୍ୟକାର, ପରାମର୍ଶ ଦାତ୍ରୀ, ପ୍ରେରଣାଦାୟୀ ଲେଖିକା, ଅଭିନେତ୍ରୀ ଓ ବକ୍ତା ଭାବରେ ପରିଚିତ କରାଇଛନ୍ତି ।
ତାଙ୍କ ପରିବାର ଲୋକମାନେ ବିଭିନ୍ନ ଖେଳ ସହ ଜଡ଼ିତ ରହିଆସିଛନ୍ତି :
ଅଞ୍ଜୁମ ଜଣେ ପଶୁ ପ୍ରେମୀ । ସେ ତାଙ୍କ ପୋଷାକୁକୁର ସହ ସମୟ ବିତାଇବାକୁ ଭଲ ପାଆନ୍ତି । ସେ ଦିଲ୍ଲୀ ପବ୍ଲିକ ସ୍କୁଲ(ଆର.କେ.ପୁରମ)ର ଛାତ୍ରୀ ଥିଲେ । ସେଣ୍ଟ ଷ୍ଟିଫେନ୍ସ କଲେଜ ଓ ଦିଲ୍ଲୀ ୟୁନିଭରସିଟିରେ ପାଠ ପଢିଥିବା ଅଞ୍ଜୁମ, "ଫୋର ସ୍କୁଲ ଅଫ ମ୍ୟାନେଜମେଣ୍ଟ"ରୁ ମାର୍କେଟିଙ୍ଗ ଏବଂ ଏଚ୍.ଆରରେ ଏମ.ବି.ଏ କରିଛନ୍ତି । ଜେନେରାଲ ଇଲେଟ୍ରୋନିକ୍ସ, ଷ୍ଟାଣ୍ଡାର୍ଡ ଚାଟାର୍ଡ, ଗୋଲ୍ଡମାନ ସଚ୍, ଭୋଡାଫୋନ ଭଳି ସଂସ୍ଥାନରେ ସେ ପ୍ରଶିକ୍ଷଣ ଦେଇ ସାରିଛନ୍ତି ।
ଅଞ୍ଜୁମ ଚୋପ୍ରା ଟେଷ୍ଟ ଏବଂ ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଭାରତୀୟ ମହିଳା କ୍ରିକେଟ ଟିମକୁ ପ୍ରତିନିଧିତ୍ଵ କରିଛନ୍ତି । ସେ ନିଜ ପ୍ରଥମ ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚ ୧୯୯୫ ମସିହାରେ ନିଉଜିଲାଣ୍ଡ ବିରୋଧରେ ଖ୍ରୀଷ୍ଟଚର୍ଚ୍ଚରେ ଖେଳିଥିଲେ । ଏହି ମ୍ୟାଚରେ ଭାରତ ପାଇଁ ବୋଲିଂ କରି ୪ ଓଭରରେ ୧୪ ରନ ଦେଇଥିଲେ ଏବଂ ୧୦ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଯାଇ, ସଙ୍କଟମୟ ପରିସ୍ଥିତିରେ ୧୧ରନର ପାର୍ଟନରସିପ କରି ଭାରତକୁ ଜିତେଇ ଥିଲେ । ପ୍ରଥମ ଟେଷ୍ଟ ମ୍ୟାଚ ସେ ନଭେମ୍ବର ୧୯୯୫ରେ ଇଂଲଣ୍ଡ ବିରୋଧରେ କଲିକତାରେ ଖେଳିଥିଲେ । .
୨୦୦୦ ମସିହାରେ ନିଉଜିଲାଣ୍ଡରେ ହୋଇଥିବା "କ୍ରିକ ଇନ୍ଫୋ" ବିଶ୍ଵକପରେ, ଅଞ୍ଜୁମ ଭାରତୀୟ ଦଳର ଉପ ଅଧିନାୟକ ଭାବରେ ଖେଳିଥିଲେ । ଏହି ବିଶ୍ଵକପରେ ସେ ଭାରତ ତରଫରୁ ସବୁଠୁ ଅଧିକ ରନ କରିଥିଲେ ଓ ଦୁଇଥର "ପ୍ଲେୟାର ଅଫ ଦ ମ୍ୟାଚ" ବିବେଚିତ ହୋଇଥିଲେ । ଭାରତ ସେମିଫାଇନାଲରେ ନିଉଜିଲାଣ୍ଡଠାରୁ ପରାଜିତ ହୋଇଥିଲା ।
୨୦୦୨ ମସିହାରେ ସେ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ ଓ ତାଙ୍କ ପ୍ରଥମ ସିରିଜରେ ସେ ଇଂଲଣ୍ଡକୁ ହରାଇଥିଲେ । ଭାରତର ଦକ୍ଷିଣ ଆଫ୍ରିକା ଗସ୍ତରେ ତାଙ୍କ ନେତୃତ୍ଵର ଭାରତ ବିଦେଶରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ଜିତିଥିଲା । ଅଞ୍ଜୁମ ଏହି ମ୍ୟାଚରେ ୮୦ରନ କରିଥିଲେ । ୨୦୦୫ରେ ବିଶ୍ଵ କପରେ ଭାରତ ପ୍ରଥମ ଥର ଫାଇନାଲରେ ପହଞ୍ଚି ପାରିଥିଲା । ଭାରତ ତରଫରୁ ସେ ସର୍ବାଧିକ ରନ କରିଥିଲେ ଓ ଇଂଲଣ୍ଡ ବିପକ୍ଷ ମ୍ୟାଚରେ "ପ୍ଲେୟାର ଅଫ ଦ ମ୍ୟାଚ" ବିବେଚିତ ହୋଇଥିଲେ । ୨୦୦୯ ଅଷ୍ଟ୍ରେଲିଆ ବିଶ୍ଵକପରେ , ୭୬ ରନ କରି ସେ ଭାରତକୁ ଜିତାଇଥିଲେ ଏବଂ "ପ୍ଲେୟାର ଅଫ ଦ ମ୍ୟାଚ" ସମ୍ମାନ ପାଇଥିଲେ । ଇଂଲଣ୍ଡ ଏବଂ ନିଉଜିଲାଣ୍ଡ ପଛକୁ ଭାରତ ଏହି ବିଶ୍ଵକପରେ ତୃତୀୟ ସ୍ଥାନ ଅଧିକାର କରିଥିଲା ।
ଅଞ୍ଜୁମ ୬ଟି ବିଶ୍ଵ କପ ଭାରତ ପାଇଁ ଖେଳିଥିଲେ । ସେଥିରୁ ୪ଟି ଦିନିକିଆ ବିଶ୍ଵ କପ ଏବଂ ୨ଟି ଟି୨୦ ବିଶ୍ଵ କପ । ସେ ପ୍ରଥମ ଖେଳାଳି, ଯିଏ ଭାରତ ପାଇଁ ୧୦୦ଟି ଦିନିକିଆ ଖେଳିଥିଲେ । ସେ ଜଣେ ଭଲ ଫିଲ୍ଡ଼ର ଏବଂ ସେ ଅଧିକ ସ୍ଲିପ କ୍ୟାଚ ଭାରତ ପାଇଁ ଧରିଥିଲେ । ଅଞ୍ଜୁମ ନିଜ ଦଳ ପାଇଁ ପ୍ରାୟ ସବୁ ସ୍ଥାନରେ ବ୍ୟାଟିଂ କରିଥାନ୍ତି ।
ଘରୋଇ କ୍ରିକେଟର ଭାବରେ, ସେ ଅଣ୍ଡର ୧୫ରେ ଦିଲ୍ଲୀ ରାଜ୍ୟ ପାଇଁ ଖେଳିବାର ସୌଭାଗ୍ୟ ପାଇଥିଲେ । ସେ ଏୟାର ଇଣ୍ଡିଆକୁ ଘରୋଇ ମ୍ୟାଚରେ ପ୍ରତିନିଧିତ୍ଵ କରିଥିଲେ ।
ତାଙ୍କ ପ୍ରତିନିଧିତ୍ଵରେ :
ଅଞ୍ଜୁମ ୱାର୍ଲଡର ପ୍ରଥମ କଫି ଟେବୁଲ ବୁକର ଟାଇଟେଲ ‘Women’s Cricket World- ‘A Journey from 1745- 2013’ର କୋ -ଅଥର ଥିଲେ।
ଅଞ୍ଜୁମ "ଫିୟର ଫ୍ୟାକ୍ଟର - ଖତ୍ରୋ କେ ଖିଲାଡ଼ି ସିଜନ ୪" ରିୟାଲିଟି ଶୋରେ ଭାଗ ନେଇଥିଲେ ।
ଅଞ୍ଜୁମ ମୋଦଗିଲ୍ ଜଣେ ଭାରତୀୟ ଖେଳ ସୁଟର୍ । ସେ ଚଣ୍ଡୀଗଡ ବାସିନ୍ଦା ଓ ପଞ୍ଜାବକୁ ପ୍ରତିନିଧିତ୍ୱ କରନ୍ତି । ସେ ବର୍ତ୍ତମାନ ଖେଳ ମନୋବିଜ୍ଞାନରେ ସ୍ନାତ୍ତକୋତ୍ତର କରୁଛନ୍ତି । ସେ ମଧ୍ୟ ଜଣେ ଚିତ୍ରକର । . ସେ ରାହୁଳ ଦ୍ରାବିଡ ଆଥଲେଟ୍ ସଦସ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଗୋ ସ୍ପୋର୍ଟସ୍ କାର୍ଯ୍ୟକ୍ରମ ଦ୍ୱାରା ସମର୍ଥିତ ହେଉଛନ୍ତି ।
ଅଞ୍ଜୁମ ଚଣ୍ଡୀଗଡ ବାସିନ୍ଦା । ସେ ୨୦୦୯ରେ ବନ୍ଧୁକଚାଳନାକୁ ପେଶା ଭାବେ ଗ୍ରହଣ କରିଥିଲେ ।
୨୦୧୮ର ପ୍ରଥମାର୍ଦ୍ଧରେ, ସେ ମେକ୍ସିକୋରେ ଅନୁଷ୍ଠିତ ଆଇଏସ୍ଏସ୍ଏଫ୍ ବିଶ୍ୱ କପ୍ ମହିଳା ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍‌ରେ ରୌପ୍ୟ ପଦକ ଜିତିଥିଲେ । ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍‌ରେ ସେ ନିଲିଂରେ ୧୫୧.୯ ପଏଣ୍ଟ୍ ଓ ପ୍ରୋନ୍‌ରେ ୧୫୭.୧ ପଏଣ୍ଟ୍ ସ‌ହ ମୋଟରେ ୪୫୫.୭ ପଏଣ୍ଟ୍ ସ‌ହ ରୌପ୍ୟ ପଦକ ଜିତିଥିଲେ । ଯୋଗ୍ୟତା ପର୍ଯ୍ୟାୟରେ ସେ ରାଜ୍ୟଗୋଷ୍ଠୀ କ୍ରୀଡାର ରେକର୍ଡ ଭାଙ୍ଗିଥିଲେ । ମୋଦଗିଲ୍ ୫୮୯ (ନିଲିଂରେ ୧୯୬, ପ୍ରୋନ୍‌ରେ ୧୯୯ ଓ ଷ୍ଟାଣ୍ଡିଂରେ ୧୯୪) ପଏଣ୍ଟ୍ ପାଇଥିଲେ ।
ପେନସନ ବ୍ୟବସ୍ଥାକୁ ବ୍ୟାପକ କରିବା ଲକ୍ଷ୍ୟରେ ସମଗ୍ର ଦେଶରେ ୧ ମଇ ୨୦୧୫ରେ ନରେନ୍ଦ୍ର ମୋଦୀଙ୍କଦ୍ଵାରା ଅଟଳ ପେନସନ ଯୋଜନା(APY) ଶୁଭାରମ୍ଭ ହୋଇଛି । ଏହା କେନ୍ଦ୍ର ସରକାରଙ୍କ ସମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ଏବଂ ଅର୍ଥ ମନ୍ତ୍ରଣାଳୟ ପରିଚାଳିତ ଏକ ଯୋଜନା । ଓଡ଼ିଶାରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସମନ୍ବୟ ରାଜ୍ୟ ମନ୍ତ୍ରୀ ଉଷା ଦେବୀଙ୍କ ଉପସ୍ଥିତିରେ ରାଜ୍ୟପାଳ ଏସ ସି ଜମିରଙ୍କଦ୍ଵାରା ୯ ମଇ ୨୦୧୫ରେ ଭୁବନେଶ୍ଵର କିଟ କନଭେନସନ ସେଣ୍ଟରଠାରେ ଅଟଳ ପେନସନ ଯୋଜନା ଶୁଭାରମ୍ଭ କରିଛନ୍ତି ।
ଅବ୍ୟବସ୍ଥିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଗରିବ କର୍ମଜୀବୀଙ୍କ ପାଇଁ ବାର୍ଦ୍ଧକ୍ୟ ରୋଜଗାର ସୁରକ୍ଷା ସୃଷ୍ଟି ଏବଂ ସେମାନଙ୍କୁ ଜାତୀୟ ପେନସନ ବ୍ୟବସ୍ଥା(NPS)ରେ ଯୋଗଦେବାପାଇଁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ଯୋଜନା ରଚନା କରାଯାଇଛି । ପୁର୍ବରୁ ଥିବା ସ୍ଵାବଲମ୍ବନ ଯୋଜନାରେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ନିଶ୍ଚିତ ପେନସନ ସୁବିଧା ନଥିବାରୁ ଏହି ଯୋଜନାର ଆବଶ୍ୟକତା ହେଲା ।
ଏହି ଯୋଜନାରେ ସାଧାରଣ ବ୍ୟକ୍ତିଟିଏ ବର୍ଷକୁ ୧ ହଜାର ଟଙ୍କା ଲେଖାଏଁ ୫ ବର୍ଷ ପର୍ଯ୍ୟନ୍ତ ପ୍ରିମିୟମ ପ୍ରଦାନ କଲେ ୬୦ ବର୍ଷ ପରେ ସେମାନଙ୍କୁ ମାସିକ ୫ ହଜାର ଟଙ୍କା ପେନସନ ଦେବାର ବ୍ୟବସ୍ଥା ହୋଇଛି । ଉପଭୋକ୍ତାମାନଙ୍କୁ ୧୦୦୦ଟଙ୍କାରୁ ୫୦୦୦ଟଙ୍କା ପର୍ଯ୍ୟନ୍ତ ସ୍ଥିର ପେନସନ ସୁବିଧା । ଯଦି ସେ ୧୮ରୁ ୪୦ ବର୍ଷ ମଧ୍ୟରେ ହୋଇଥାନ୍ତି ଅବଦାନ ସ୍ତର ଭିନ୍ନ ଭିନ୍ନ ହୋଇପାରେ । ଯଦି ସେ ଜଲ୍ଦୀ ଯୋଗଦିଅନ୍ତି ତେବେ କମ ଏବଂ ଯଦି ବିଳମ୍ବରେ ଯୋଗ ଦିଅନ୍ତି ଅଧିକ ହେବ । ଉପଭୋକ୍ତାଙ୍କର ମନୋନୟନକାରୀଙ୍କୁ କର୍ପସ ପାଣ୍ଠିର ଫିକ୍ସଡ ରିଟର୍ନ ମାସିକ ପେନସନ ମିଳିବ । ଉଦାହରଣ: ଯଦି ବୟସ ୧୮ ଏବଂ ୧୦୦୦ରୁ ୫୦୦୦ଟଙ୍କା ପାଇବା ପାଇଁ ଚାହୁଁଛନ୍ତି ଅବଦାନ ରାଶି ୪୨ରୁ ୨୧୦ ଟଙ୍କା ମଧ୍ୟରେ ଦେବାକୁ ହେବ । ସେହି ପେନସନ ସ୍ତର ପାଇବା ପାଇଁ ୪୦ ବର୍ଷରେ ଏହି ଯୋଜନାରେ ଜଣେ ଯୋଗଦିଅନ୍ତି, ୨୯୧ରୁ ୧୪୫୪ ଅବଦାନ ରାଶି ଟଙ୍କା ଦେବାକୁ ହେବ । ସ୍ଵାବଲମ୍ବନ ଯୋଜନାରେ ପୁର୍ବରୁ ଥିବା ଉପଭୋକ୍ତା ସ୍ବତଃ ଭାବେ ଏହି ଯୋଜନାକୁ ପରିବର୍ତ୍ତିତ ହୋଇଯିବେ ଯଦି ସେମାନେ ଏହାକୁ ବିରୋଧ ନକରନ୍ତି ।
ଏହା ସମସ୍ତଙ୍କ ପାଇଁ ଉନ୍ମୁକ୍ତ ଅଛି ଯଦି ସେ କୌଣସି ବୈଧାନିକ ସୁରକ୍ଷା ଯୋଜନାରେ ନାହାନ୍ତି । ସେମାନେ ୩୧ ଡିସେମ୍ବର ୨୦୧୫ ପୁର୍ବରୁ ଜାତୀୟ ପେନସନ ବ୍ୟବସ୍ଥା ଯୋଗ ଦେଇଥିବେ ଏବଂ ଆୟକରଦାତା ହୋଇନଥିବେ ।
ସର୍ବନିମ୍ନ ବୟସ ୧୮ ଏବଂ ସର୍ବାଧିକ ୪୦ ବର୍ଷ ବୟସ ମଧ୍ୟରେ ହେବ ଉଚିତ । ଏଣୁ ଉପଭୋକ୍ତାମାନଙ୍କର ଅବଦାନର ସର୍ବନିମ୍ନ ଅବଧି ୨୦ ବର୍ଷ ଏବଂ ତତୋଧିକ ଅଟେ ।
ଅଣବ୍ୟବସ୍ଥିତ କ୍ଷେତ୍ରର କର୍ମଜୀବୀମାନେ ।
ଯୋଗ୍ୟ ଶ୍ରେଣୀର ସମସ୍ତ ବ୍ୟାଙ୍କ ଆକାଉଣ୍ଟଧାରୀ ଏହି ସ୍ବତଃକାଟ (ଅଟୋ-ଡେବିଟ)ସୁବିଧାରେ ଯୋଗଦେଇପାରିବେ ।
ସମସ୍ତ ସେବା ପ୍ରଦାନକାରୀ (Point of Presence) ଜାତୀୟ ପେନସନ ବ୍ୟବସ୍ଥାରେ ସ୍ଵାବଲମ୍ବନ ଯୋଜନା ଅଧିନରେ ଉପଭୋକ୍ତାମାନଙ୍କୁ ନାମାଙ୍କନ କରାଇବେ ।
ଏହା କେନ୍ଦ୍ର ସରକାରଙ୍କ ଯୋଜନା ଯାହା ପେନସନ ପାଣ୍ଠି ପରିଚାଳନା ଏବଂ ଉନ୍ନୟନ ପ୍ରାଧିକରଣ(Pension Fund Regulatory and Development Authority)ଦ୍ଵାରା ପରିଚାଳିତ ହେଉଛି । ଜାତୀୟ ପେନସନ ବ୍ୟବସ୍ଥାର ଇନଷ୍ଟିଚ୍ୟୁସନାଲ ଆର୍କିଟେକଚର ଏହି ଯୋଜନାରେ ନାମାଙ୍କନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବେ ।
ଅଟଳ ବିହାରୀ ବାଜପେୟୀ, ଜଣେ ରାଜନେତା, ଓଜସ୍ୱୀ ବକ୍ତା ଏବଂ ପ୍ରସିଦ୍ଧ ହିନ୍ଦୀ କବି ଭାବେ ପରିଚିତ । ସ୍ଵାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ ମୋଟ ସେ ତିନିଥର (୧୯୯୬ରେ ୧୩ ଦିନ, ୧୯୯୮ରୁ୧୯୯୯ ମଧ୍ୟରେ ୧୩ ମାସ,୧୯୯୯ରୁ୨୦୦୪ ପୁରା ୫ ବର୍ଷ) କାର୍ଯ୍ୟଭାର ସମ୍ଭାଳି ଥିଲେ । ବାଜପେୟୀ ଅବିବାହିତ ଅଟନ୍ତି ।
ବାଜପେୟୀଙ୍କୁ ଜଣେ ଉଦାରବାଦୀ ନେତା ଭାବେ ବିବେଚିତ କରାଯାଇଥାଏ ।
ଅଟଳ ବିହାରୀ ବାଜପେୟୀ ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଗ୍ଵାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ବାଜପେୟୀଙ୍କ ପିତା କୃଷ୍ଣବିହାରୀ ବାଜପେୟୀ ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାର ପ୍ରାଚୀନ ବଟେଶ୍ୱରର ମୂଳନିବାସୀ । କୃଷ୍ଣବିହାରୀ ଜଣେ କବି ଓ ସେ ନିଜ ଗାଁରେ ଶିକ୍ଷକତା କାର୍ଯ୍ୟ କରୁଥିଲେ । ବାଜପେୟୀଙ୍କ ମାତାଙ୍କ ନାମ ଥିଲା କୃଷ୍ଣା ବାଜପେୟୀ । ମହାତ୍ମା ରାମଚନ୍ଦ୍ର ବୀରଙ୍କଦ୍ୱାରା ରଚିତ ଅମର କୃତି ‘ବିଜୟ ପତାକା’ ପଢ଼ି ବାଜପେୟୀଙ୍କ ଜୀବନର ଗତି ବଦଳି ଯାଇଥିଲା । ସେ ସ୍ନାତକ ଡିଗ୍ରୀ ଗ୍ୱାଲିୟରର ଭିକ୍ଟୋରିଆ କଲେଜ (ବର୍ତ୍ତମାନ ଲକ୍ଷ୍ମୀବାଈ କଲେଜ)ରୁ ପ୍ରାପ୍ତ କରିଥିଲେ । ଛାତ୍ର ଜୀବନରେ ସେ ଆରଏସ୍‍ଏସ୍‍ର ସ୍ୱୟଂସେବକ ହୋଇଥିଲେ ଏବଂ ସେବେଠାରୁ ରାଷ୍ଟ୍ରୀୟସ୍ତରୀୟ ତର୍କ ପ୍ରତିଯୋଗିତାରେ ଭାଗ ନେଉଥିଲେ । ସେ କାନପୁରର ଡିଏଭି କଲେଜରୁ ରାଜନୀତି ବିଜ୍ଞାନରେ ଏମ୍‍ଏ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ।
ଏମ୍‍ଏ ପରେ ପରେ ସେ କାନପୁରରେ ଏଲ୍‍ଏଲ୍‍ବି ପଢ଼ା ଆରମ୍ଭ କରିଥିଲେ । ତେବେ ମଝିରୁ ପାଠପଢ଼ା ଛାଡ଼ି ସଂଘ କାର୍ଯ୍ୟରେ ନିଷ୍ଠାର ସହ ଲାଗିଥିଲେ ।
ସେ ଦୀର୍ଘବର୍ଷ ଧରି ରାଷ୍ଟ୍ରଧର୍ମ, ପଞ୍ଚଜନ୍ୟ, ବୀରଅର୍ଜୁନ ଆଦି ରାଷ୍ଟ୍ରୀୟ ଭାବନାରେ ଜଡିତ ପତ୍ର-ପତ୍ରିକାର ସଂପାଦନା କରିଥିଲେ । ବାଜପେୟୀଙ୍କ କାବ୍ୟଗୁଣ ବଂଶାନୁଗତ ଭାବେ ପ୍ରାପ୍ତ ହୋଇଛି । ବିଭିନ୍ନ କବି ସମ୍ମିଳନୀରେ ଯୋଗଦେବା ଅବସରରେ ସେ ପିଲାଦିନୁ କବିତା ଲେଖିବା ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ କବିତା ଥିଲା ତାଜମହଲ । ତାଙ୍କର ସଂଘର୍ଷମୟ ଜୀବନ, ପରିବର୍ତ୍ତନଶୀଳ ପରିସ୍ଥିତି, ରାଷ୍ଟ୍ରବ୍ୟାପୀ ଆନ୍ଦୋଳନ, ଜେଲ-ଜୀବନ ଆଦି ତାଙ୍କ କାବ୍ୟ-କବିତାରେ ପ୍ରକାଶ ପାଇଛି । ତାଙ୍କର କବିତା ସଂକଳନ " ମେରି ଇକ୍ୟାବନ କବିତାୟେଁ' (ମୋର ୫୧ଟି କବିତା) ବେଶ୍ ଲୋକପ୍ରିୟତା ହାସଲ କରିଛି । ପ୍ରସିଦ୍ଧ ଫିଲ୍ମ ପ୍ରଯୋଜକ ୟଶ ଚୋପ୍ରା ବାଜପେୟୀଙ୍କ କେତେକ କବିତାକୁ ନେଇ ତିଆରି କରିଛନ୍ତି ଏକ ଆଲବମ "ଅନ୍ତର୍ନାଦ' । ଏଥିରେ କବିତାଗୁଡିକୁ ସଂଗୀତ ରୂପ ଦେଇଛନ୍ତି ଗଜଲ ଗାୟକ ଜଗଜୀତ ସିଂହ । ଲୋକ ସଭାରେ ତାଙ୍କର ବକ୍ତବ୍ୟକୁ ଅମର ବଳିଦାନ ନାମରେ ସଂଗୃହୀତ କରାଯାଇଛି । କ୍ୟା ଖୋୟା କ୍ୟା ପାୟା, ଶ୍ରେଷ୍ଠ କବିତା ଓ ନୟାଦିଶା ପ୍ରଭୃତି କବିତା ଗ୍ରନ୍ଥ ଏବଂ ବିନ୍ଦୁ ବିନ୍ଦୁ ବିଚାର, ନା ଦୈନ୍ୟମଂ ନା ପଳାୟନଂ, ନୈ ଚୁନୌତି ନୟା ଅବସର ପ୍ରଭୃତି ଗଦ୍ୟ ରଚନା କରିଛନ୍ତି ।
ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ୧୯୪୨ରେ ଜେଲ ଯାଇଥିଲେ । ୧୯୭୫ରେ ଇନ୍ଧିରା ଗାନ୍ଧୀଙ୍କ ନିର୍ବାଚନକୁ ଆହ୍ଲାବାଦ ହାଇକୋର୍ଟ ଅସିଦ୍ଧ ଘୋଷଣାପରେ ସେ ଜରୁରୀକାଳୀନ ପରିସ୍ଥିତି ଜାରି କଲେ ଏବଂ ଦେଶର ସବୁ ତୁଙ୍ଗ ବିରୋଧୀ ନେତାମାନଙ୍କୁ ଗିରଫ କରାଗଲା । ବାଜପେୟୀଙ୍କୁ ମଧ୍ୟ ୨୨ ମାସ କାଳ କାରାବରଣ କରିବାକୁ ପଡ଼ିଥିଲା ।
ଭାରତୀୟ ଜନସଂଘର ପ୍ରତିଷ୍ଠାତାଙ୍କ ମଧ୍ୟରେ ବାଜପେୟୀ ଅନ୍ୟତମ । ଜନସଂଘ ପରେ ଭାରତୀୟ ଜନତା ପାର୍ଟି (ବିଜେପି) ନାମରେ ରାଜନୈତିକ ଦଳର ମାନ୍ୟତା ପାଇଥିଲା । ୧୯୬୮ରୁ ୧୯୭୩ ପର୍ଯ୍ୟନ୍ତ ବାଜପେୟୀ ଜନସଂଘର ଅଧ୍ୟକ୍ଷ ରହିଥିଲେ । ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପରାମର୍ଶରେ ସେ ରାଜନୀତର ପାଠ ପଢ଼ିଥିଲେ ।
୧୯୫୭ରୁ ୨୦୦୯ ପର୍ଯ୍ୟନ୍ତ ସେ ନଅଥର ଲୋକ ସଭାକୁ ନିର୍ବାଚିତ ହୋଇ ଥିବାବେଳେ ରାଜ୍ୟସଭାକୁ ୧୯୬୨ ଓ ୧୯୮୬ରେ ଦୁଇଥର ନିର୍ବାଚିତ ହୋଇ ମଝିରେ ମାତ୍ର ଦେଢ ବର୍ଷକୁ ଛାଡିଦେଲେ ସଂସଦରେ ୫୦ ବର୍ଷରୁ ଅଧିକ କାଳ ସଦସ୍ୟ ହୋଇ ରହିଛନ୍ତି । ଭାରତବର୍ଷରେ ସେ ଏକମାତ୍ର ସାଂସଦ ଯିଏ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ ଓ ଦିଲ୍ଲୀ, ଚାରୋଟି ରାଜ୍ୟରୁ ସଂସଦକୁ ନିର୍ବାଚିତ ହୋଇଛନ୍ତି । ସେ ଲଗାତର ଲକ୍ଷ୍ମୌ ନିର୍ବାଚନ ମଣ୍ଡଳୀରୁ ୬ଥର ବିଜୟୀ ହୋଇଛନ୍ତି ।
୧୯୫୫ରେ ପ୍ରଥମ କରି ସେ ଲୋକ ସଭା ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ୧୯୫୭ରେ ଅନୁଷ୍ଠିତ ଦ୍ୱିତୀୟ ସାଧାରଣ ନିର୍ବାଚନରେ ବାଜପେୟୀ ମାତ୍ର ୩୩ ବର୍ଷ ବୟସରେ ଉତ୍ତରପ୍ରଦେଶର ବଳରାମପୁର ଲୋକ ସଭା ଆସନରୁ ଜନସଂଘର ପ୍ରାର୍ଥୀ ଭାବେ ଜିତି ଲୋକ ସଭାକୁ ପ୍ରଥମ କରି ଯାଇଥିଲେ । ସେତେବେଳେ ସେ ଯେଉଁ ଭାଷଣ ଦେଇଥିଲେ, ତାହା ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ଏପରିକି ନେହେରୁ କହିଥିଲେ, ଏହି ଯୁବକଜଣକ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବେ ।
୧୯୫୯ରୁ ୧୯୭୭ ପର୍ଯ୍ୟନ୍ତ ଜନତା ପାର୍ଟି ପ୍ରତିଷ୍ଠା ହେବା ଯାଏଁ ବାଜପେୟୀ ୨୦ ବର୍ଷ ଧରି ଜନସଂଘ ସଂସଦୀୟ ଦଳର ନେତା ଥିଲେ । ମୋରାରଜୀ ଦେଶାଇ ସରକାରରେ ସେ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରୀ ଥିଲେ । ତାଙ୍କ ବିବୃତି; "ଆପଣ ବନ୍ଧୁମାନଙ୍କୁ ପରିବର୍ତ୍ତନ କରିପାରିବେ, ମାତ୍ର ପଡୋଶୀମାନଙ୍କୁ ପରିବର୍ତ୍ତନ କରିପାରିବେ ନାହିଁ' ଆଜି ବୈଦେଶିକ ନୀତିରେ ଏକ ଜନପ୍ରିୟ ବିବୃତି ଭାବେ ଖ୍ୟାତ ହୋଇଛି । ବାଜପେୟୀ ପ୍ରଥମ ବିଦେଶ ମନ୍ତ୍ରୀ ଥିଲେ; ଯିଏକି ଜାତିସଂଘରେ ହିନ୍ଦୀରେ ଭାଷଣ ଦେଇ ଭାରତକୁ ଗୌରବାନ୍ୱିତ କରିଥିଲେ ।
ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଓ ମନମୋହନ ସିଂହଙ୍କ ପରେ ବାଜପେୟୀ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ଦିନ ଦାୟିତ୍ୱ ତୁଲାଇଛନ୍ତି । ୧୯୯୬ରେ ବାଜପେୟୀ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ତେବେ ସେ ୧୩ ଦିନ ପ୍ରଧାନମନ୍ତ୍ରୀ ପଦରେ ହିଁ ରହିପାରିଥିଲେ । ୧୯୯୮ରେ ସେ ୧୩ ମାସ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହାପରେ ୧୯୯୯ରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ଏହି ସମୟରେ ସେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ ।
୧୯୭୯ରେ ଜନତାପାର୍ଟି ସରକାର ଭାଙ୍ଗିବା ପରେ ଏବଂ ମୂଳ ଜସସଂଘର ନେତାମାନଙ୍କର ଜନତା ପାର୍ଟି ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ-ଏହି ଦ୍ୱୈତ ସଦସ୍ୟତାକୁ ଦେଇ ବିବାଦ ଉପୁଜିବାରୁ ଅଟଳଙ୍କ ନେତୃତ୍ୱରେ ନାନାଜୀ ଦେଶମୁଖ, ଲାଲକୃଷ୍ଣ ଆଡ଼ଭାନୀ ଓ ବଲରାଜ ମାଧୋକ ପ୍ରମୁଖ ନେତାମାନେ ଜନତାପାର୍ଟିରୁ ଅଲଗା ହୋଇ ଭାରତୀୟ ଜନତା ପାର୍ଟି ଗଠନ କଲେ । ୧୯୮୦ ଏପ୍ରିଲ ୬ରେ ପ୍ରତିଷ୍ଠା ହୋଇଥିବା ବିଜେପିର ଅଧ୍ୟକ୍ଷ ପଦର ଦାୟିତ୍ୱ ମଧ୍ୟ ବାଜପେୟୀଙ୍କୁ ଅର୍ପଣ କରାଯାଇଥିଲା । ଏହିି ପାର୍ଟି ୧୯୮୪ରେ ମାତ୍ର ୨ଟି ଆସନ ଜିତିଥିଲା ବେଳେ ୧୯୯୬ରେ ୧୬୧ଟି ଆସନ ଲାଭ କରି ସରକାର ଗଢିଥିଲା ଏବଂ ଅଟଳବିହାରୀ ବାଜପେୟୀ ୧୩ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ୧୯୯୮ରେ ଭାଜପାର ୧୮୨ଟି ଆସନ ସହିତ ୨୪ଟି ଦଳକୁ ନେଇ ଗଠିତ ଗଣତାନ୍ତ୍ରିକ ସମ୍ମୁଖ୍ୟ କ୍ଷମତାକୁ ଆସିଲା ଏବଂ ଅଟଳଜୀ ୧୩ ମାସ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲୋ ଜୟଲଳିତା ଗଣତନ୍ତ୍ର ସାମ୍ମୁଖ୍ୟରୁ ତାଙ୍କର ସମର୍ଥନ ପ୍ରତ୍ୟାହାର କରିନେବାରୁ ଅଟଳଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିଥିଲା ଏବଂ ସେତେବେଳେ ଓଡ଼ିଶାରେ ମୁଖମନ୍ତ୍ରୀ ହୋଇଥିବା ଗିରିଧର ଗମାଙ୍ଗ ଲୋକ ସଭା ସଭ୍ୟ ପଦରୁ ଇସ୍ତଫା ଦେଇନଥିବାରୁ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ସରକାର ବିରୁଦ୍ଧରେ ଭୋଟ୍ ଦେଇଥିଲେ । ତାଙ୍କର ଏହି ଗୋଟିଏ ଭୋଟରେ ସରକାରର ପତନ ଘଟିଲା । ପୁନଶ୍ଚ ୧୯୯୬ରେ ସଂଖ୍ୟାଗରିଷ୍ଠତା ସହ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ କ୍ଷମତାକୁ ଫେରିଲା ଓ ସେ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ । ୨୦୦୪ ମଇ ୧୯ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦବୀରେ ଥିଲେ ।
୧୯୯୮ ମଇ ୧୩ରେ ପୋଖରାନଠାରେ କରାଯାଇଥିବା "ଅପରେସନ ଶକ୍ତି' ଥିଲା ତାଙ୍କର ଆଉ ଏକ ସଫଳତା । ଏହାଦ୍ଵାରା ସେ ବିଶ୍ୱରେ ହାତଗଣତି ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଭାରତକୁ ସାମିଲ କରାଇଥିଲେ । ସେ ଏଭଳି କୌଶଳରେ ପରମାଣୁ ବୋମା ପରୀକ୍ଷା କରାଇଲେ ଏହାର ସୂଚନା ଆମେରିକା ମଧ୍ୟ ପାଇନଥିଲା । ସେ ୧୦୦ ବର୍ଷର ପୁରାତନ କାବେରୀ ଜଳ ବିବାଦର ସମାଧାନ କରିଥିଲେ । ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ ଓ ବିମାନ ବନ୍ଦରର ବିକାଶ, ନୂଆ ଟେଲିକମ୍ ନୀତି ତଥା କୋଙ୍କଣ ରେଳବାଇର ଶୁଭାରମ୍ଭ ମାଧ୍ୟମରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ତୁଲାଇଥିଲେ । ସେ ରାଷ୍ଟ୍ରୀୟ ସୁରକ୍ଷା ସମିତି, ଆର୍ଥିକ ପରାମର୍ଶଦାତା କମିଟି ଏବଂ ବ୍ୟାପାର ଓ ଉଦ୍ୟୋଗ କମିଟି ଗଠନ କରିଥିଲେ । ୧୯୯୯ରେ କାରଗିଲ ଯୁଦ୍ଧ ଓ ୨୦୦୧ରେ ସଂସଦ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ବାଜପେୟୀଙ୍କ କାର୍ଯ୍ୟକାଳ ମଧ୍ୟରେ ଘଟିଥିଲା । ୨୦୦୧ରେ ଗୁଜରାଟ ଦଙ୍ଗା ସମୟରେ ସେ କହିଥିଲେ ‘ମୋଦି ରାଜଧର୍ମ ପାଳନ କରିନାହାନ୍ତି । ’ ବିଜେପିରେ ବାଜପେୟୀଙ୍କୁ ‘ରାମ’ ଓ ଲାଲକୃଷ୍ଣ ଆଡୱାଣୀଙ୍କୁ ‘ଲକ୍ଷ୍ମଣ’ ଉପାଧି ଦିଆଯାଉଥିଲା । ପାକିସ୍ତାନ ସହିତ ସଂପର୍କରେ ଉନ୍ନତି ଆଣିବା ଲାଗି ୧୯୯୯ ଫେବୃଆରୀ ୧୯ରେ ତାଙ୍କ ଉଦ୍ୟମରେ ଦିଲ୍ଲୀରୁ ପାକିସ୍ତାନର ଲାହୋର ମଧ୍ୟରେ ବସ୍‍ସେବା ଆରମ୍ଭ କରିଥିଲେ । ଦିଲ୍ଲୀରୁ ଲାହୋର ଯାଉଥିବା ପ୍ରଥମ ବସ୍‍ରେ ବସି ସେ ପାକିସ୍ତାନ ଯାଇଥିଲେ । ୧୯୯୯ ଫେବୃଆରୀ ୨୧ରେ ବାଜପେୟୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସହ ଲାହୋର ଘୋଷଣାନାମାରେ ସ୍ୱାକ୍ଷର କରିଥିଲେ ଏବଂ ଭାରତ ଓ ପାକିସ୍ତାନ ମଧ୍ୟରେ ରହିଥିବା ସମସ୍ୟାବଳୀକୁ ଦ୍ୱିପାକ୍ଷିକ ଆଲୋଚନା ଜରିଆରେ ସମାଧାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ୧୯୯୯ ମଇ ଓ ଜୁଲାଇରେ କାରଗିଲ ଉପରେ ପାକିସ୍ତାନର ସେନାମୁଖ୍ୟ ପରଭେଜ ମୁଶାରଫ ଆକ୍ରମଣ କରିବା ସମୟରେ ବି ବାଜପେୟୀ ଏହି ବସସେବାକୁ ବାତିଲ କରି ନଥିଲେ । ତେବେ ୨୦୦୧ ଡିସେମ୍ବର ୧୩ରେ ସଂସଦ ଉପରେ ଆଇଏସଆଇ ଆକ୍ରମଣ ପରେ ଏହି ବସ୍ ସେବା ବନ୍ଦ ହୋଇ ଯାଇ ଥିଲା । ପରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ବନ୍ଦ କରିବା ଏବଂ ନିଜ ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦିଆଯିବ ନାହିଁ ବୋଲି ପାକିସ୍ଥାନ ପ୍ରତିଶ୍ରୁତି ଦେବା ପରେ ୨୦୦୩ ଜୁଲାଇ ୧୬ ତାରିଖରେ ଏହି ବସ୍ ସେବା ପୁଣି ଆରମ୍ଭ ହୋଇଥିଲା ।
୨୦୦୪ରେ କାର୍ଯ୍ୟକାଳ ପୂରା ହେବା ପୂର୍ବରୁ ‘ଭାରତ ଉଦୟ’ ସ୍ଲୋଗାନ ଦେଇ ବାଜପେୟୀଙ୍କ ନେତୃତ୍ୱରେ ଏନ୍‍ଡିଏ ନିର୍ବାଚନ ଲଢିଥିଲା, ତେବେ ପରାଜୟବରଣ କରିବାକୁ ପଡ଼ିଥିଲା । ଏହାପରଠାରୁ ବାଜପେୟୀ କ୍ରମଶଃ ରାଜନୀତିରୁ ଦୂରେଇ ଯାଇଥିଲେ ।
ଦେଶପ୍ରତି ବାଜପେୟୀଙ୍କ ଅବଦାନକୁ ସମ୍ମାନ ଜଣାଇବା ପରିପ୍ରେକ୍ଷୀରେ ୨୦୧୪ ଡିସେମ୍ବର ୨୫ ତାଙ୍କ ୯୦ତମ ଜୟନ୍ତୀକୁ ସୁଶାସନ ଦିବସ ଭାବେ ପାଳନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।
ଅଟାରୀ (ହିନ୍ଦୀ : अटारी), ଆଉ ମଧ୍ୟ Atari କୁହାଯାଏ, ଅଟାରୀ ଅମୃତସର ସହର ପଞ୍ଜାବ ଭାରତର ଗୋଟେ ଗାଁ ଇଣ୍ଡୋ-ପାକିସ୍ତାନ ସୀମାନ୍ତ ୱାଘା ଠାରୁ ୩ କି.ମି ଦୂରରେ ଅବସ୍ଥିତ। ଏହା ଶିଖମାନଙ୍କ ପବିତ୍ର ସହର ଅମୃତସର ଠାରୁ ୨୫କି. ମି. ଦକ୍ଷିଣକୁ ଅବସ୍ଥିତ, ଏବଂ ଏହା ଭାରତର ଶେଷ ଷ୍ଟେସନ ଯାହା ଲାହୋର, ପାକିସ୍ତାନକୁ ଭାରତର ରାଜଧାନୀ ଦିଲ୍ଲୀକୁ ରେଳ ଦ୍ବାରା ସଂଯୋଗ କରୁଚି . ଅଟାରୀ ଗାଁ ଦଶପ୍ରେମୀ ସର୍ଦ୍ଦାର ଶ୍ୟାମ ସିଂ ଅଟାରୀୱାଲା,ସେ ମହାରାଜା ରଞ୍ଜିତ ସିଂଙ୍କ ସେନା ବାହୀନୀରେ ଥିଲେ
କିଛି ବର୍ଷ ପରେ,୨୦୦୭ରେ ଭାରତ ପାକିସ୍ତାନ ମଧ୍ୟରେଶାନ୍ତି ପ୍ରତିଷ୍ଠା ପାଇଁ ବାଣିଜ୍ୟ ପାଇଁ ଧାର୍ଯ୍ୟ ନିୟମ ହୋଇଥିଲା,ବାର୍ଷିକ ବାଣିଜ୍ୟ କାରବାର ପାଇଁ ସ୍ଥଳପଥେ ୨୦୦୭ ଠାରୁ ୬୫ ବିଲିୟନ ୨୦୧୦-୧୧ ୧୫ ବିଲିୟନରେ ପହଂଚି ଥିଲା। . Integrated Check Post (ICP)ପରେ ଅପ୍ରେଲ୧୩ ,୨୦୧୨ରେ ସ୍ଥଳ ବାଣିଜ୍ୟ ପାଇଁ ୫୦୦ ଟ୍ରକ ସବୁଦିନ ଯିବା ଆସିବା ପାଇଁ ଅଟାରୀରେ ସୀମାନ୍ତ ଖୋଲିଥିଲା।
ଏହା ଜାତୀୟ ରାଜପଥ ୧ର ଆରମ୍ଭ ପଇଣ୍ଟ, ଏହା ଐତିହାସିକ ଗ୍ରାଣ୍ଡ ଟ୍ରଙ୍କ ରୋଡ଼ ର ଗୋଟେ ଅଂଶ ଏବଂ ଏହା AH1, ସବୁଠୁ ଲମ୍ବା ରୁଟ ଏସିଆ ହାଇୱ ନେଟୱାର୍କ । ସମଝୋତା ଏକ୍ସପ୍ରେସ ,ଟ୍ରେନ ସେବା ଅନ୍ତର୍ଜାତୀୟ ସୀମାନ୍ତ ପାର କରିବା ପାଇଁ ବ୍ୟବହାର ହୁଏ, ଟ୍ରେନ କେବଳଅଟାରୀ ରେଲୱେ ଷ୍ଟେସନ ଠୁ ୱାଘାପର୍ଯ୍ୟନ୍ତ ଯିବା ଆସିବା କରେ,ପାକିସ୍ତାନ ଠାରୁ ୩ କି.ମି.।
ପ୍ରଶାସନିକ ଅନୁସାରେ ଅଟାରୀ ପାଞ୍ଚୋଟି ସବ -ତହସିଲ ମଧ୍ୟରୁ ଗୋଟେ ଏବଂ ବ୍ଲକ ଅମୃତସର ସହର . ଏହା ନଅଟି ବିଧାନ ସଭା ମଣ୍ଡଳୀରୁ ଗୋଟେ(ଆଇନ ପ୍ରଣୟନ ପାଇଁ ଭରପ୍ରାପ୍ତ ବିଧାନ ସଭା) ତା ସହ ଅମୃତସର ଲୋକ ସଭାର ନିର୍ବାଚନ ମଣ୍ଡଳୀ।
9.ସବ-ତହସିଲ ବିଲ୍ଡିଂଙ୍ଗ ଅଟାରୀ
10.ଅଟାରୀ ବ୍ଲକ ବିଲ୍ଡିଂଙ୍ଗ, ବସ ଷ୍ଟାଣ୍ଡ ଅଟାରୀ, ବ୍ରାଞ୍ଚ OBC, ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭିରକ ଗ୍ରୀନ ଫାର୍ମ ବସ ଷ୍ଟାଣ୍ଡ ଅଟାରୀ ଏବଂ Govt.Sr.Sec. School (ବାଳକ) (ବାଳିକା).
Trans-Asian Railway ଯାହା ସିଙ୍ଘାପୁର, ଚାଇନା, ଭିଏତନାମା, କାମ୍ବୋଡିଆ, ଭାରତ, ବାଂଲାଦେଶ, ମିଆଁମାରେ, ଥାଇଲାଣ୍ଡ ଏବଂ କୋରିଆକୁ ୟୁରୋପପର୍ଯ୍ୟନ୍ତ ସ୍ଥଳପଥେ ଟ୍ରେନ ଦ୍ବାରା ଯିବା ଆସିବା କରିବା ପାଇଁ ସୁବିଧା ଅଛି। Trans-Asian ରେଲୱେ ଭାରତର ଦକ୍ଷିଣ ପଟେ ପ୍ରମୁଖ ସ୍ଥାନମାନଙ୍କରେ ରେଳ ଚଳାଚଳ ପାଇଁ ଇଛା ରହିଅଛି,ଏହା ୟୁନାନଯାହାଚାଇନା ଏବଂ ଥାଇଲାଣ୍ଡ ସହିତ ୟୁରୋପ ଭାୟା ତୁର୍କୀ ଏବଂ ଭାରତର ବିଭିନ୍ନ ସ୍ଥାନଭଦେଇ ଯାଉଛି।
ରୁଟ ଭାରତ ମଧ୍ୟ ଦେଇତାମୁ ଏବଂ ମୋରେହ ଯାହା ମଣିପୁର ସୀମାନ୍ତ ମିଆଁମାର, ତା ପରେ ବାଂଲାଦେଶ ସୀମାନ୍ତ ମହିସାନ ଏବଂ ସହବଜାପୁର ମଧ୍ୟ ଦେଇ ଯାଏ ଏବଂ ଫୁଣିଥରେ ଭାରତ ମଧ୍ୟକୁ ବାଂଲାଦେଶ ଦେଇ ଗେଦେ ରେ ପ୍ରବେଶ କରେ। ପଶ୍ଚିମ ପଟେ ,ପାକିସ୍ତାନ ଯିବା ପାଇଁ ଅଟାରୀ ମଧ୍ୟ ଦେଇଯାଏ । ସେମାନେ ୩୧୫ କିଲୋମିଟର (୧୯୬ mi)କମ ବାଟ ପଡେ ମିଆଁମାର- ଇଣ୍ଡିଆ ସେକ୍ଟର ରୁଟ ମଧ୍ୟରେ; ଏହା , ୧୮୦ କିଲୋମିଟର (୧୧୦ mi), ଭାରତ , ଜିରିବାମ ମଣିପୁର ଏବଂ ତାମୁ ମିଆଁମାର ମଧରେ। ରେଳ ଲାଇନ ଜିରିବାମ ଓ ଇମ୍ଫାଲ ରେଳ ଚଳାଚଳ ପାଇଁ ମଞ୍ଜୁରୀ ପ୍ରାପ୍ତି ଭାରତୀୟ ରେଲୱ ତରଫରୁ, କିନ୍ତୁ ୨୦୧୬ରେ ଅସମ୍ଭବ କାର୍ଯ୍ୟ ୯୭ କିଲୋମିଟର (୬୦ mi) ସିଧା ରାସ୍ତା ଜିରିବାମ ଏବଂ ଟୁପୁଲ ମଧରେ ତିଆରି ହୋଇଥିଲା।
ପ୍ରତିବର୍ଷ ୨ ଅପ୍ରେଲକୁ ବିଶ୍ଵ ସ୍ଵପରାୟଣତା ସଚେତନ ଦିବସ ଭାବେ ପାଳନ କରାଯାଏ । ସ୍ଵପରାୟଣତା ମସ୍ତିଷ୍କର କାର୍ଯ୍ୟ ପ୍ରଣାଳୀକୁ ପ୍ରଭାବିତ କରେ ଓ ଲୋକ ମାନେ କଣ ଦେଖନ୍ତି, ଶୁଣନ୍ତି ଓ ଅନୁଭବ କରନ୍ତି, ସେଗୁଡ଼ିକ ଭଲକରି ବୁଝିବାକୁ ଏହା ବାଧା ଦେଇଥାଏ । ସ୍ଵପରାୟଣତା କଣ ପାଇଁ ହୁଏ ତାର କାରଣ ଜଣା ନାହିଂ; ତେଣୁ କରି ତାର ଆରୋଗ୍ୟ ମଧ୍ୟ ନାହିଁ । ସ୍ଵପରାୟଣତା ସାମାଜିକ, ଶିକ୍ଷା, ଆର୍ଥିକ, ଜାତି କିମ୍ବା ଧର୍ମର ଭିନ୍ନତା ମାନେନହିଁ ।
ସ୍ଵପରାୟଣତାର ଲକ୍ଷଣ ଶିଥିଳ ସାମାଜିକ ଏବଂ ଶିଖିବାର ଅକ୍ଷମତାକୁ ନେଇ ଗମ୍ଭିର କ୍ଷିଣତା ପର୍ଯ୍ୟନ୍ତ ହୋଇପାରେ । ସ୍ଵପରାୟଣତାଗ୍ରସ୍ତ କିଛି ପିଲା କେବେବି କହିବା ଶିଖିପାରନ୍ତି ନାହିଁ । କେତେକ ଯୋଗାଯୋଗ ପାଇଁ କ୍ଵଚିତ ଭାଷା ବ୍ୟବହାର କରନ୍ତି ।
'''ଓଡ଼ିଆ:   ଅଟିଜିମ୍ ହେଉଛି ଏକ ସ୍ନାୟୁବିକାଶଗତ ବିକୃତି ଯାହା ବ୍ୟକ୍ତିର ସମାଜିକ ଅନଗ୍ରସରତା ସହ ଭାବ ବିନିମୟ, ରୁଚି, ଏବଂ ଆଚରଣରେ ବ୍ୟାପକ ଅକ୍ଷମତାକୁ ସୂଚାଏ ।
ଅଟୋଇମ୍ମ୍ୟୁନ ଡିଜିଜ (ଇଂରାଜୀ ଭାଷାରେ autoimmune disease) ଏକ ଏ ଭଳି ରୋଗ ଯେଉଁଥିରେ ନିଜ ଶରୀରର ଅଂଶ ବିରୁଦ୍ଧରେ ଅସାଧାରଣ ଇମ୍ମ୍ୟୁନ ପ୍ରତିକ୍ରିୟା (immune response) ସୃଷ୍ଟି ହୁଏ । ଅଧୁନା ପ୍ରାୟ ୮୦ ପ୍ରକାର ଅଟୋଇମ୍ମ୍ୟୁନ ଡିଜିଜ ଚିହ୍ନଟ ହୋଇସାରିଲାଣି । ଶରୀରର ଯେ କୋଣସି ଅଂଶ ପ୍ରଭାବିତ ହୋଇପାରିବ । ଲକ୍ଷଣ: ଅଳ୍ପ ମାତ୍ରାର ଜ୍ୱର ଓ ଥକ୍କା (feeling tired) ଅନୁଭବ ହୁଏ । ଏହି ଲକ୍ଷଣମାନ ଆସେ ଓ ଚାଲିଯାଏ ।
ଏହାର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । ଲୁପସ ଭଳି କେତେକ ରୋଗ ପରିବାରରେ ଚାଲୁରହେ ଓ ଅନ୍ୟ କେତେକ କୌଣସି ଅବସ୍ଥା ଯେପରିକି ସଂକ୍ରମଣ ବା ପରିବେଶ କାରକ ଯୋଗୁ ଟ୍ରିଗର ହୁଏ । କେତେକ ସାଧାରଣ ଅଟୋଇମ୍ମ୍ୟୁ ରୋଗମାନଙ୍କର ନାମ: ସିଲିଆକ୍ ଡିଜିଜ୍, ମଧୁମେହ ଟାଇପ ୧, ଗ୍ରେଭସ ରୋଗ, ଇନଫ୍ଲାମେଟରି ବାୱେଲ ଡିଜିଜ (inflammatory bowel disease), ମଲ୍ଟିପ୍ଲ ସ୍କ୍ଲେରୋସିସ, ସୋରିଆସିସ, ରିଉମାଟଏଡ ଆର୍ଥ୍ରାଇଟିସ ଓ ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍ । ରୋଗ ନିର୍ଣ୍ଣୟ କଷ୍ଟସାଧ୍ୟ ହୋଇପାରେ ।
ରୋଗର ଶ୍ରେଣୀ ଓ ସାଂଘାତିକତା ଉପରେ ଚିକିତ୍ସା ନିର୍ଭର କରେ । ନନସ୍ଟିରଏଡାଲ ଆଣ୍ଟି-ଇନଫ୍ଲାମେଟରି ଡ୍ରଗସ (Nonsteroidal anti-inflammatory drugs) (NSAIDs) ଓ ଇମ୍ମ୍ୟୁନୋସପ୍ରେସାଣ୍ଟ (immunosuppressants) ଔଷଧ ଅଧିକାଂଶ ସମୟରେ ବ୍ୟବ‌ହୃତ ହୁଏ । ବେଳେବେଳେ ଶିରାଭ୍ୟନ୍ତର ଇମ୍ମୁନୋଗ୍ଲୋବ୍ୟୁଲିନ (Intravenous Immunoglobulin ଦିଆଯାଇପାରେ । ଏହି ଚିକିତ୍ସାରେ ଲକ୍ଷଣ କମିଯାଏ କିନ୍ତୁ ଆରୋଗ୍ୟ ହୁଏନାହିଁ ।
ଯୁକ୍ତରାଷ୍ଟ୍ର ଆମେରିକାରେ ୨୪ ନିୟୁତ (୭%) ଲୋକ ଅଟୋଇମ୍ମ୍ୟୁନ ରୋଗଦ୍ୱାରା ପିଡ଼ିତ ଅଛନ୍ତି । ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି । ଯୁବାବସ୍ଥାରେ ଏହି ରୋଗ ଆରମ୍ଭ ହୁଏ । ସନ ୧୯୯୦ର ପ୍ରାରମ୍ଭରେ ପ୍ରଥମ ଅଟୋଇମ୍ମ୍ୟୁନ ରୋଗ ବିଷୟରେ ବର୍ଣ୍ଣନା କରାଯାଇଥିଲା ।