text
stringlengths
0
9.1k
ଅଗ୍ନାଶୟ ଏଞ୍ଜାଇମର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ସାଧାରଣତଃ ବାନ୍ତି (vomiting), ପେଟ ଯନ୍ତ୍ରଣା, କୋଷ୍ଠକାଠିନ୍ୟ ଓ ତରଳ ଝାଡ଼ା ହୋଇପାରେ । ଅନ୍ୟାନ୍ୟ ପ୍ରତିକ୍ରିୟା ମଧ୍ୟରେ ମଳଦ୍ୱାର ପାଖରେ (perianal) ଜଳାପୋଡ଼ା ଓ ଅଧିକ ରକ୍ତ ୟୁରିକ ଏସିଡ (high blood uric acid) ହୋଇପାରେ । ଏହି ଏଞ୍ଜାଇମଗୁଡ଼ିକ ଘୁଷୁରୀରୁ (pig) ପ୍ରସ୍ତୁତ ହୋଇଥାଏ । ଗର୍ଭାବସ୍ଥାରେ ଏହା ନିରାପଦ ରହେ । ଏହାର ଉପାଦାନମାନ ହଜମକାରୀ ଏଞ୍ଜାଇମ (digestive enzyme) ଯାହା ମାନବ ଅଗ୍ନାଶୟରୁ (pancreas) ତିଆରି ହେଉଥିବା ଇଞ୍ଜାଇମ ସଦୃଶ ହୋଇଥାଏ । ଚର୍ବି, ସ୍ଟାର୍ଚ୍ଚ ଓ ପୁଷ୍ଟିସାର ହଜମ (digest) କରିବାରେ ସାହାଯ୍ୟ କରେ ।
ଅତି କମ୍‌ରେ ୧୮୦୦ ଶତାବ୍ଦୀରୁ ଅଗ୍ନାଶୟ ଏଞ୍ଜାଇମ ବ୍ୟବ‌ହୃତ ହୋଇଆସୁଛି । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ସଂଯୁକ୍ତ ରାଷ୍ଟ୍ରରେ ଏହାର ଏହି ଔଷଧ ବାବଦ ଏକ ମାସର ଖର୍ଚ୍ଚ ପ୍ରାୟ ୧୧.୬୪ ପାଉଣ୍ଡ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୫୦ରୁ ୧୦୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।
ଅଗ୍ନାଶୟ କର୍କଟ (ଇଂରାଜୀରେ Pancreatic cancer) ପାକସ୍ଥଳୀ ପୃଷ୍ଠଭାଗରେ ଥିବା ଏକ ଗ୍ରନ୍ଥିମୟ ଅଗ୍ନାଶୟର ଜୀବକୋଷମାନଙ୍କର ଅନିୟନ୍ତ୍ରିତ ଅଭିବୃଦ୍ଧି ହୋଇ ସୃଷ୍ଟି ହୁଏ । ଏହି କର୍କଟ ଜୀବକୋଷଗୁଡ଼ିକର ଅନ୍ୟ ଅଙ୍ଗକୁ ବ୍ୟାପିବାର କ୍ଷମତା ଥାଏ । ଏହ ଅନେକ ପ୍ରକାର ହୋଇ ବାହାରେ । ଅତି ସାଧାରଣଭାବେ ୮୫% ଆଡେନୋକାର୍ସିନୋମା ଦେଖାଯାଏ । ହଜମକାରୀ ଏନ୍‌ଜାଇମ ପ୍ରସ୍ତୁତକାରୀ ଅଂଶରୁ ଏହି ଆଡେନୋକାର୍ସିନୋମା ସୃଷ୍ଟି ହୁଏ । ସମୁଦାୟ ଅଗ୍ନାଶୟ କର୍କଟ ସଂଖ୍ୟାର ୧ରୁ ୨ % ନିଉରୋଏଣ୍ଡୋକାର୍‌ସିନୋମା ଥାଏ ଯାହା ହରମୋନ ତିଆରି କରୁଥିବା ନିଉରୋଏଣ୍ଡୋକ୍ରାଇନ ଜୀବକୋଷରୁ ବାହାରେ । ଏହା ଅଳ୍ପ ଆକ୍ରମଣକାରୀ ଅଟେ । ଏହି ରୋଗରେ କାମଳ ବା ଜଣ୍ଡିସ(ହଳଦିଆ ଚମ), ପେଟ ଯନ୍ତ୍ରଣା, କଟି ଯନ୍ତ୍ରଣା ଓ ଅଣସ୍ପଷ୍ଟିକୃତ ଓଜନ ହ୍ରାସ, ଫିକା ଝାଡ଼ା, ଗାଢ଼ ପରିସ୍ରା ଓ କ୍ଷୁଧାହୀନତା ହୁଏ । ଆରମ୍ଭ ଅବସ୍ଥାରେ କୌଣସି ଲକ୍ଷଣ ନ ଥାଏ, ଏହି କର୍କଟ ଅତି ଆଗେଇ ନ ଯିବା ପର୍ଯ୍ୟନ୍ତ ଅଗ୍ନାଶୟ କର୍କଟ ବୋଲି ନିଧାର୍ଯ୍ୟ ଭାବେ କ‌ହିହେବନାହିଁ । ଏହାର ରୋଗ ନିର୍ଣ୍ଣୟ ହେବା ବେଳକୁ ଅନ୍ୟ ଅଙ୍ଗମାନଙ୍କୁ ବ୍ୟାପିଯାଇଥାଏ ।
ଚାଳିଶ ବର୍ଷ ବୟସ ପୂର୍ବରୁ ଏହି ରୋଗ କ୍ୱଚିତ ଦେଖାଯାଏ, ଓ ୭୦ ବର୍ଷ ପରେ ଅଧାରୁ ଅଧିକ ଅଗ୍ନାଶୟ ଆଡେନୋକାର୍ସିନୋମା ଦେଖାଯାଏ । ଧୁମ୍ରପାନ, ମୋଟାପଣ, ଡାଏବେଟିସ ଓ କେତେକ ବିରଳ ଜେନେଟିକ ଅବସ୍ଥା ଏହି ରୋଗ ସଙ୍କଟ ଆଣିଥାଏ । ପ୍ରାୟ ୨୫ % ରୋଗର ଧୁମ୍ରପାନ ସ‌ହ ଯୋଗସୁତ୍ର ଥାଏ, ଓ ୫ରୁ ୧୦ % ଜୀନସ‌ହ ଯୋଗସୁତ୍ର ଥାଏ । ସି.ଟି.ସ୍କାନ, ଅଲ୍‌ଟ୍ରାସାଉଣ୍ଡ, ରକ୍ତ ପରୀକ୍ଷା ଓ ତନ୍ତୁ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ଏହି କର୍କଟ ରୋଗକୁ ପ୍ରଥମରୁ ଆରମ୍ଭ କରି ଚତୁର୍ଥ ସୋପାନ ଯାଏ ୪ଟ ସୋପାନରେ ବିଭକ୍ତ କରାଯାଏ । ସାଧାରଣ ଜନତାଙ୍କର ସ୍କ୍ରିନିଙ୍ଗ କରି ବିଶେଷ ଫଳ ମିଳେନାହିଁ ।
ଅଗ୍ନାଶୟ କର୍କଟ ରୋଗର ପ୍ରତିଷେଧ ନିମନ୍ତେ ଏକ ସ୍ୱାସ୍ଥ୍ୟପ୍ରଦ ଓଜନ ରଖିବା ଓ ଲାଲ ତ‌ଥା ପ୍ରକ୍ରିୟାସମ୍ପର୍ଣ୍ଣ ମାଂସ ନ ଖାଇବା ନିମନ୍ତେ ସୁପାରିଶ କରାଯାଏ । ଧୁମ୍ରପାୟୀମାନଙ୍କର ଏହି ରୋଗ ଆଶା କମିଯାଏ ଯଦି ୨୦ ବର୍ଷ ପରେ ବି ଧୁମ୍ରପାନ ତ୍ୟାଗ କରନ୍ତି । ଏହି ରୋଗକୁ ଅପରେଶନ, ରାଡିଏସନ, କେମୋଥେରାପି, ପାଲିଏଟିଭ୍ ଥେରାପି ଓ ଏମାନଙ୍କର ସମ୍ମିଳିତ ଥେରାପି ସାହାଯ୍ୟରେ ଚିକିତ୍ସା କରାଯାଏ । କର୍କଟ ସୋପାନ ଉପରେ ଏହାର ଚିକିତ୍ସା ନିର୍ଭର କରେ । ଅପରେସନ ହେଉଛି ଏକମାତ୍ର ଉପାୟ ଯାହା ସାହାଯ୍ୟରେ ରୋଗମୁକ୍ତ କରିହେବ ବା ଉନ୍ନତ ଜୀବନ‌ଯାତ୍ରା ନିର୍ବାହ କରିହେବ । ଅନେକ ସମୟରେ ଯନ୍ତ୍ରଣା ନିବାରଣ ଓ ହଜମକାରୀ ଔଷଧ ଆବଶ୍ୟକ ହୁଏ । ଆରୋଗ୍ୟ ଚିକିତ୍ସା ସ‌ହ ପ୍ରାକ୍-ପାଲିଏଟିଭ ଚିକିତ୍ସା ଆରମ୍ଭ କରିବାକୁ ସୁପାରିଶ କରାଯାଏ ।
କର୍କଟ ମୃତ୍ୟୁ କାରଣମାନଙ୍କ ମଧ୍ୟରେ ୨୦୧୨ ମସିହାରେ ଅଗ୍ନାଶୟ କର୍କଟ ସପ୍ତମ ସ୍ଥାନ ଅଧିକାର କରିଥିଲା, ଓ ପୃଥିବୀରେ ୩୩୦,୦୦୦ ମୃତ୍ୟୁ ହୋଇଥିଲା । ଆମେରିକାରେ ଏହା କର୍କଟ ମୃତ୍ୟୁର ଚତୁର୍ଥ ସ୍ଥାନ ଅଧିକାର କରିଛି । ଅଧିକାଂଶ ସମୟରେ ଏହି ରୋଗ ବିକଶିତ ଦେଶମାନଙ୍କରେ ହୁଏ ଓ ୨୦୧୨ ମସିହାରେ ଏହି ସ୍ଥାନମାନଙ୍କରେ ୭୦ % ନୂଆ କେସ ଦେଖାଯାଇଥିଲା । ଆଡେନୋକାର୍ସିନୋମାର ଫଳାଫଳ ଅତି ନିରୁତ୍ସାହ ଜନ‌କ; ରୋଗ ନିର୍ଣ୍ଣୟ ପରେ ୨୫% ଏକ ବର୍ଷ ବଞ୍ଚନ୍ତି ଓ କେବଳ ୫ % ପାଞ୍ଚ ବର୍ଷ ବଞ୍ଚନ୍ତି । ଶୀଘ୍ର ନିର୍ଣ୍ଣିତ ହୋଇଥିବା ରୋଗ ପାଞ୍ଚ ବର୍ଷ ବଞ୍ଚିବା ହାର ୨୦ %କୁ ବଢ଼ିଛି । ଅନ୍ୟ ପକ୍ଷରେ ନିଉରୋଏଣ୍ଡୋକ୍ରାଇନ କର୍କଟ ରୋଗୀଙ୍କ କ୍ଷେତ୍ରରେ ଫଳାଫଳ ଉତ୍ସାହ ଜନ‌କ; ପାଞ୍ଚ ବର୍ଷ ବଞ୍ଚିବା ହାର ୬୫ % ।
ଅଗ୍ନାଶୟ ପ୍ରଦାହ (ଇଂରାଜୀରେ Pancreatitis) ରୋଗ ଦେହରେ ଥିବା ଅଗ୍ନାଶୟର ପ୍ରଦାହକୁ ବୁଝାଏ । ପାକସ୍ଥଳୀର ପଛପଟେ ଅଗ୍ନାଶୟ ନାମକ ଏକ ବଡ଼ ଗ୍ରନ୍ଥି ବା ଗ୍ଲାଣ୍ଡ ଥାଏ ଯେଉଁଥିରୁ ପାଚକ ଏଞ୍ଜାଇମ ନିର୍ଗତ ହୁଏ । ଏହାର ଦୁଇ ପ୍ରକାର ପ୍ରଦାହ ହୋଇପାଏ ଯଥା ଆକ୍ୟୁଟ ଅଗ୍ନାଶୟ ପ୍ରଦାହ ଓ କ୍ରନିକ ଅଗ୍ନାଶୟ ପ୍ରଦାହ । ଏହି ରୋଗର ଲକ୍ଷଣ ହେଲା ଉପର ପେଟର ମଧ୍ୟଭାଗରେ ବା ଏପିଗ୍ୟାସ୍ଟ୍ରିଅମରେ ଯନ୍ତ୍ରଣା, ଓକାଳ ଓ ବାନ୍ତି । ଅଧିକାଂଶ ସମୟରେ ଏହି ଯନ୍ତ୍ରଣା ପିଠିରେ ହୁଏ ଓ ଅତି ତୀବ୍ର ହୁଏ । ଆକ୍ୟୁଟ ଅଗ୍ନାଶୟ ପ୍ରଦାହରେ ଜ୍ୱର ହୋଇପାରେ ଯାହା କିଛିଦିନ ପରେ ଉପଶମ ହୋଇଯାଏ । କ୍ରନିକ ଅଗ୍ନାଶୟ ପ୍ରଦାହ ରୋଗରେ ଓଜନ ହ୍ରାସ, ଚର୍ବିଳ ମଳ ଓ ତରଳ ଝାଡ଼ା ହୁଏ । ଏହି ରୋଗ ଜଟୀଳ ହେଲେ ସଂକ୍ରମଣ, ରକ୍ତସ୍ରାବ, ଡାଏବେଟିସ ମେଲିଟସ କିମ୍ବା ଏହା ସ‌ହିତ ଅନ୍ୟ ଅଙ୍ଗମାନଙ୍କର ଅସୁବିଧା ହୁଏ ।
ଅତ୍ୟଧିକ ମଦ୍ୟପାନ ଓ ଅଗ୍ନାଶୟରେ ପିତ୍ତାସ୍ମରୀ ବା ପିତ୍ତକୋଷ ପଥର ଏହି ଅଗ୍ନାଶୟରେ ରହିଲେ ସାଧାରଣତଃ ଅଗ୍ନାଶୟ ପ୍ରଦାହ ହୁଏ । ଅନ୍ୟାନ୍ୟ କାରଣ ମଧ୍ୟରେ ଏହି ଅଙ୍ଗରେ ସିଧା ଆଘାତ, କେତେକ ଔଷଧ, ମମ୍ପରୋଗ ସଂକ୍ରମଣ ଭଳି ସଂକ୍ରମଣ ଓ ଅର୍ବୁଦ ଇତ୍ୟାଦି । ଅତ୍ୟଧିକ ମଦ୍ୟପାନ ଅନେକ ବର୍ଷ ଧରି ସେବନ କଲେ ସାଧାରଣତଃ ଏହି ରୋଗ ହୁଏ । ଅନ୍ୟ କାରଣ ମଧ୍ୟରେ ରକ୍ତରେ ଚର୍ବି ଅଂଶର ଆଧିକ୍ୟ, ରକ୍ତରେ ଅଧିକ ପରିମାଣର କ୍ୟାଲସିୟମ, କେତେକ ଔଷଧ ସେବନ, ଜେନେଟିକ ଅସୁବିଧା ଯେପରିକି ସିସ୍ଟିକ ଫାଇବ୍ରୋସିସ ରୋଗ ପ୍ରମୂଖ ଅଟନ୍ତି । ଧୁମ୍ରପାନ ଯୋଗୁ ଆକ୍ୟୁଟ ଅଗ୍ନାଶୟ ଓ କ୍ରନିକ ଅଗ୍ନାଶୟ ପ୍ରଦାହ ରୋଗ ସଙ୍କଟ ସୃଷ୍ଟି ହୁଏ । ରକ୍ତରେ ଆମିଲେଜ (amylase) କିମ୍ବା ଲାଇପେଜ (lipase) ପରିମାଣ ତିନିଗୁଣ ଅଧିକ ଥିଲେ ଆକ୍ୟୁଟ ଅଗ୍ନାଶୟ ପ୍ରଦାହ ରୋଗ ନିର୍ଣ୍ଣୟ କରାଯାଏ । କ୍ରନିକ ଅଗ୍ନାଶୟ ପ୍ରଦାହ ଥିଲେ ଏହି ପରୀକ୍ଷାରେ ସେଭଳି କିଛି ମିଳେନାହିଁ । ରୋଗ ନିର୍ଣ୍ଣୟରେ ମେଡିକାଲ ଇମେଜିଙ୍ଗ ଯେପରିକି ଅଲଟ୍ରାସାଉଣ୍ଡ ଓ ସିଟି ସ୍କାନ ସାହାଯ୍ୟ କରିପାରେ ।
ଆକ୍ୟୁଟ ଅଗ୍ନାଶୟ ପ୍ରଦାହ ରୋଗ ହେଲେ ଶୀରାମାଧ୍ୟମ ତରଳ ପଦାର୍ଥ, ଯନ୍ତ୍ରଣା ଔଷଧ ଓ ବେଳେ ଆଣ୍ଟିବାୟୋଟିକ ଦିଆଯାଏ । ପାଟିରେ କୌଣସି ଖାଦ୍ୟ ଦିଆଯାଏ ନାହିଁ ଓ ନାସାପାକସ୍ଥଳୀ ନଳୀ ମାଧ୍ୟମରେ ଦିଆଯାଏ । ଅଗ୍ନାଶୟ ନଳିକା ବାଟ ବନ୍ଦ ଥିଲେ ଗୋଟିଏ ପ୍ରଥା ଅବଲମ୍ବନ କରାଯାଏ ଯାହାର ନାମ ଏଣ୍ଡୋସ୍କୋପିକ ରେଟ୍ରୋଗ୍ରେଡକୋଲାଞ୍ଜିଓପାଙ୍କ୍ରିଆଟୋଗ୍ରାଫି (ERCP) । ପିତ୍ତକୋଷରେ ପିତ୍ତପଥର ଥିଲେ ଅପରେଶନ କରି ପିତ୍ତକୋଷ ବାହାର କରିଦିଆଯାଏ । କ୍ରନିକ ଅଗ୍ନାଶୟ ପ୍ରଦାହ ହୋଇଥିଲେ ଉପରଲିଖିତ ଉପଚାର ସ‌ହିତ ସାମୟିକ ନାସାପାକସ୍ଥଳୀ ନଳୀ ମାଧ୍ୟମରେ ଯଥେଷ୍ଟ ପୋଷକ ଖାଦ୍ୟ ଦିଆଯାଏ । ଦୀର୍ଘସ୍ଥାୟୀ ଖାଦ୍ୟ ପରିବର୍ତ୍ତନ ଓ ଅଗ୍ନାଶୟ ଏଞ୍ଜାଇମ ପୁନଃସ୍ଥାପନ କରାଯାଏ । ବେଳେ ବେଳେ ଅପରେଶନ କରି ଅଗ୍ନାଶ‌ୟର କିଛି ଅଂଶ ବାହାର କରାଯାଏ ।
ବାର୍ଷିକ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୩୦ ଜଣକୁ ଆକ୍ୟୁଟ ଅଗ୍ନାଶୟ ପ୍ରଦାହ ରୋଗ ହୁଏ । ପ୍ରତି ଏକ ଲକ୍ଷ ଲୋକରେ ନୂଆ କ୍ରନିକ ଅଗ୍ନାଶୟ ପ୍ରଦାହ ୮ ଜଣକୁ ହୁଏ ଓ ଆମେରିକାରେ ଅଧୁନା ଏକ ଲକ୍ଷ ଲୋକରେ ୫୦ ଜଣ ଏହି ରୋଗରେ ପିଡ଼ିତ ଅଛନ୍ତି । ସନ ୧୯୯୦ରେ ପୃଥିବୀରେ ଅଗ୍ନାଶୟ ପ୍ରଦାହ ରୋଗରେ ୮୩,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ଏହି ସଂଖ୍ୟା ବଢ଼ିଯାଏ ୧୨୩,୦୦୦ ହୋଇଥିଲା । ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କଠରେ ଏହି ରୋଗ ଅଧିକ ହୁଏ । ଅଧିକାଂଶ ସମୟରେ କ୍ରନିକ ଅଗ୍ନାଶୟ ପ୍ରଦାହ ରୋଗ ୩୦ରୁ ୪୦ ବର୍ଷ ବୟସରେ ଆରମ୍ଭ ହୁଏ ଓ ପିଲାଙ୍କର କ୍ୱଚିତ ଏହି ରୋଗ ହୁଏ । ଶବ ବ୍ୟବଚ୍ଛେଦ କରି ୧୮୮୨ ମସିହାରେ ପ୍ରଥମେ ଆକ୍ୟୁଟ ଅଗ୍ନାଶୟ ପ୍ରଦାହ ରୋଗ ଓ ୧୯୪୬ ମସିହାରେ ପ୍ରଥମେ କ୍ରନିକ ଅଗ୍ନାଶୟ ପ୍ରଦାହ ରୋଗର ବର୍ଣ୍ଣନା କରାଯାଇଥିଲା ।
ପୌରାଣିକ ମତେ ଧର୍ମଙ୍କ ଔରସରେ ବସୁ ଭାର୍ଯ୍ୟାଙ୍କ ଗର୍ଭରେ ଅଗ୍ନି ଜନ୍ମିଥିଲେ ୤ ଦକ୍ଷ କନ୍ୟା ସ୍ଵାହା ଓ ସ୍ଵଧା ଏହାଙ୍କର ଦୁଇ ଭାର୍ଯ୍ୟା ୤ ଏ ଦଶଦିଗପାଳଙ୍କ ମଧ୍ୟରେ ଅନ୍ୟତମ ଓ ଦକ୍ଷିଣପୂର୍ବ (ଅଗ୍ନି) କୋଣର ଅଧିପତି ଅଟନ୍ତି ୤ ଏହାଙ୍କ ବାହନ ଛାଗ ୤ ଏହାଙ୍କ ମୁଖରେ ଦିଆଯିବା ଘୃତକୁ ସମସ୍ତ ଦେବତା ଗ୍ରହଣ କରି ତୃପ୍ତ ହୁଅନ୍ତି ୤ ଅଗ୍ନିଦେବଙ୍କର ଦଶଗୋଟି ଅଙ୍ଗ ବା ଅବୟବ ଧୂମ୍ର; ଅର୍ଚ୍ଚି; ଋକ୍ଷ୍ମା; ଜ୍ଵଳିନୀ; ଜ୍ଵାଳିନୀ; ବିଷ୍ଫୁଲିଙ୍ଗିନୀ; ସୁଶ୍ରୀ; ସୁରୂପା; କପିଳା ଓ ହବ୍ୟକବ୍ୟକୁ ଅଗ୍ନିକଳା କୁହାଯାଏ ୤
ଅଗ୍ନିଙ୍କର ସପ୍ତଜିହ୍ଵା (କରାଳୀ, ଧୂମିନୀ, ଶ୍ଵେତା, ଲୋହିତା, ନୀଳଲୋହିତା, ପଦ୍ମରାଗା ଓ ସୁବର୍ଣ୍ଣା) ଥିବାର କଳ୍ପିତ ହୋଇଅଛି ୤
ଅଗ୍ନିଦେବଙ୍କ ଔରସରେ ସ୍ଵାହାଙ୍କ ଗର୍ଭରୁ ଦକ୍ଷିଣ, ଗାର୍ହପତ୍ୟ ଓ ଆବବନୀୟ ନାମକ ୩ଟି ବୈଦିକ ଅଗ୍ନି ଜାତ ହେଲେ ୤
ବେଦୋକ୍ତ ପାଞ୍ଚଟି ଯଜ୍ଞାଗ୍ନି ଯଥା: ଅନ୍ଵାହାର୍ଯ୍ୟ, ପଚନ ବା ଗାର୍ହପତ୍ୟ, ଆହବନୀୟ, ସଭ୍ୟ ଓ ଅବସଥ୍ୟ ନାମ ତିନି ଗୋଟି ଯଜ୍ଞାଗ୍ନିକୁ ସାଗ୍ନିକ ମାନେ ଗୃହରେ ରକ୍ଷା କରନ୍ତି
ସ୍ୱପନ ଶାହାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଅଗ୍ନି ୨୦୦୫ ମସିହାରେ ମୁକ୍ତିଲାଭ କରିଥିଲା ।
ଓଡ଼ିଆକଥାଚିତ୍ର ‘ଅଗ୍ନି’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଅଗ୍ନିପଥ ହେଉଛି ୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ ଚଳଚ୍ଚିତ୍ର । ଚଳଚିତ୍ରର ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି ଅମିତାଭ ବଚ୍ଚନ, ମିଥୁନ ଚକ୍ରବର୍ତ୍ତୀ, ମାଧବୀ, ନୀଲମ କୋଠାରୀ, ଆଲୋକ ନାଥ ଇତ୍ୟାଦି । ଚଳଚ୍ଚିତ୍ରର ଚିତ୍ରନାଟ୍ୟ ନିର୍ଦ୍ଦେଶକ ହେଉଛନ୍ତି ମୁକୁଳ ଆନନ୍ଦ ଏବଂ ପ୍ରଯୋଜକ ହେଉଛନ୍ତି ୟଶ ଜୋହର । ଚଳଚିତ୍ରର ନାମ ସେହି ନାମରେ ହରିବଂଶ ରାୟ ବଚ୍ଚନଙ୍କଦ୍ଵାରା ଲିଖିତ ଏକ କବିତାରୁ ଆନୀତ । ଚଳଚିତ୍ର ପ୍ରାରମ୍ଭରେ କବିତାଟିର ପ୍ରଚ୍ଛଦପଟରେ ଗାନ ଦର୍ଶକଙ୍କୁ ବିଷୟବସ୍ତୁ ସହ ବାନ୍ଧି ରଖିବାରେ ସକ୍ଷମ ହୋଇଛି ।
ଦୀନାନାଥ ଚୌହାନ (ଆଲୋକ ନାଥ ଅଭିନୀତ) ମାଣ୍ଡୱା ଗ୍ରାମର ଜଣେ ସମ୍ମାନାସ୍ପଦ ଶିକ୍ଷକ । ଦୀନନାଥଙ୍କ ସମ୍ମାନ ଓ ପ୍ରତିପତ୍ତିରେ ଇର୍ଷାନ୍ଵିତ ହୋଇ ଗାଁ ମୁଖିଆ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥାଏ । ଏହି କ୍ରମରେ ଗାଁ ମୁଖିଆଙ୍କ ପୁଅ କାଞ୍ଚା ସେ ଗାଁରେ ହେରୋଇନ ଡ୍ରଗ୍‌ର ଚାଲାଣ ଓ ବ୍ୟବସାୟ କରିବା ପାଇଁ ଯୋଜନା କରୁଥାଏ । ଏହି ଉଦ୍ଦେଶ୍ୟରେ ସେ ଗାଁ ଲୋକଙ୍କ ଜମି ବ୍ୟବହାର କରିବା ପାଇଁ ମନାଇବାରେ ଲାଗିଲା । ଦୀନନାଥ ଚୋଉହାନ କିନ୍ତୁ ଏକଥା ଜାଣିପାରି ଲୋକଙ୍କୁ ଏଥିରୁ ନିବୃତ କରିବାରେ ଲାଗିଲେ । କାଞ୍ଚା ଓ ଦୀନନାଥଙ୍କ ଶତ୍ରୁତା ବଢ଼ିବାରେ ଲାଗିଲା । କାଞ୍ଚା ଗାଁ ସ୍କୁଲ ଘରେ ଜଣେ ବାଳିକାର ହତ୍ୟା କରିଦିଏ ଏବଂ ଏଥିପାଇଁ ଦୀନନାଥଙ୍କୁ ଦାୟୀ କରେ । ମିଥ୍ୟା ଦୋଷାରୋପରେ ଦୀନାନାଥଙ୍କୁ ସେ ଏକ ଗଛରେ ଓହଳାଇ ହତ୍ୟା କରିଦିଏ । ଦୀନନାଥଙ୍କ ବାଳକ ପୁତ୍ର ବିଜୟ ତଥା ଦୀନନାଥଙ୍କ ସ୍ତ୍ରୀ ଏହା ଦେଖିବା ପରେ ଗାଁ ଛାଡି ଚାଲିଯାନ୍ତି । ଘଟଣା ଚକ୍ରରେ ବିଜୟ (ଅମିତାଭ ବଚ୍ଚନ ଅଭିନୀତ) ଏକ ଗ୍ୟାଙ୍ଗଷ୍ଟାର ହୋଇଯାଏ ଏବଂ ଦଳରେ କନ୍ଦଳ ହୋଇ ତାକୁ ମରଣାନ୍ତକ ଆକ୍ରମଣ ହୁଏ । ମୁମୂର୍ଷୁ ଅବସ୍ଥାରେ ତାକୁ କ୍ରୀଷ୍ଣ୍ଣା ଆୟାର (ମିଥୁନ ଚକ୍ରବର୍ତ୍ତୀ) ପାଇ ନିକଟସ୍ଥ ହାସପାତାଳରେ ଚିକିତ୍ସା କରାନ୍ତି । କ୍ରୀଷ୍ଣ୍ଣା ଶିଖାର(ବିଜୟର ଭଉଣୀ) ଅଙ୍ଗ ରକ୍ଷକ ଭାବେ ଦାୟୀତ୍ଵ ନିଏ । ଏହି ସମୟରେ ବିଜୟର ସେବା କରୁଥିବା ନର୍ସ ମେରୀ ମାଥିଉ(ମାଧବୀ)ସହ ମଧୁର ସମ୍ପର୍କ ଗଢି ଉଠେ ।
ପୁନର୍ଜୀବନ ପାଇ ବିଜୟ ତାର ଶତ୍ରୁ ପକ୍ଷକୁ ଗୋଟି ଗୋଟି କରି ହତ୍ୟା କରେ । ବିଜୟର ମା କିନ୍ତୁ ଏଭଳି ପ୍ରତିଶୋଧ ହତ୍ୟାକୁ ସମର୍ଥନ କରି ପାରନ୍ତିନି ଏବଂ ପିତାଙ୍କ ନାମରେ କଳଙ୍କ ବୋଲି ଗାଳିଦେଇ ବିଜୟକୁ ଘରୁ ବାହାର କରିଦିଅନ୍ତି । ବ୍ୟସ୍ତ ବିବ୍ରତ ବିଜୟ ମେରୀ ପାଖକୁ ଚାଲିଆସେ । ଇତି ମଧ୍ୟରେ ବିଜୟର ଶତ୍ରୁ ପକ୍ଷ ପ୍ରତିଶୋଧ ପରାୟଣ ହୋଇ ଶିଖାକୁ ଅପହରଣ କରିନିଅନ୍ତି । କ୍ରୀଷ୍ଣା ଶିଖାକୁ ରକ୍ଷା କରିବାରେ ବିଫଳ ହୁଏ ସିନା ଏହି ପରିପ୍ରେକ୍ଷୀରେ ଦିହିଁଙ୍କ ମଧ୍ୟରେ ପ୍ରେମ ହୁଏ । ବିଜୟ ଶିଖା କୁ ରକ୍ଷା କରିବାକୁ ଆସିଯାଏ । ବିଜୟର ମାଆ କ୍ରୀଷ୍ଣାକୁ ଆଦର କରନ୍ତି ସିନା ବିଜୟକୁ ହତାଦର କରନ୍ତି । ମାଙ୍କ ଏଭଳି ବ୍ୟବହାରରେ ଭୀଷଣ ମର୍ମାହତ ହୋଇ ବିଜୟ ପୁଣି ମେରୀ ପାଖକୁ ଚାଲିଯାଏ । ମେରୀ ସହ ବାହା ହେବା ପରେ ସେ କିନ୍ତୁ ଠିକ କରେ ଯେ ମାଆଙ୍କ କଥାନୁସାରେ ସେ ଏଣିକି ହିଂସାର ପଥ ଛାଡିବ ଆଉ ମନ୍ଦ କାମ କରିବ ନାହିଁ ।
ଏହାପରେ କାହାଣିରେ ମଧୁର ପରିବର୍ତ୍ତନ ଘଟିଛି । ବିଜୟ ଆଇନର ରାସ୍ତାରେ ଯାଇ ଦୋଷୀକୁ ଦଣ୍ଡ ଦେବାରେ ଅନେକ ଚେଷ୍ଟା କରିଛି । କିନ୍ତୁ ପରିସ୍ଥିତି କବଳରେ ପଡି ପୁଣି ମାଆଙ୍କୁ ଉଦ୍ଧାର କରିବାକୁ ଯାଇ ହିଂସ୍ର ହୋଇଯାଇଛି । କାହାଣୀର ଦୁଃଖଦ ଅନ୍ତରେ ବିଜୟର ମୃତ୍ୟୂ ହୋଇଛି । ମାଆ ବୁଝିପାରିଛନ୍ତି ଯେ ବିଜୟ କେବଳ ବାପାଙ୍କ ପୂର୍ବ ସୁନାମ ଫେରେଇ ଆଣିବାକୁ ସବୁକ୍ଲିଛି କରିଛି ।
ଅଗ୍ନି ପରୀକ୍ଷା, ୨୦୦୫ର ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଉମାକାନ୍ତ ରାଉତ । ଶୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ । ସୂର୍ଯ୍ୟ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀ । ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ହର ପଟ୍ଟନାୟକ, ଅନିତା ଦାସ, ଅସୀତ ପତି, ଜୟୀରାମ ସାମଲ, ହରିହର ମହାପାତ୍ର, ରୁନୁ ପରିଜା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି । ନିଜାମ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଉଦିତ ନାରାୟଣ, ସୋନୁ ନିଗମ, ନିଜାମ, ଅନୁରାଧା ପଢ଼ୁଆଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦା କରିଥିଲେ ।
ଅଗ୍ନି ପରୀକ୍ଷା ଇଣ୍ଟରନେଟ ମୁଭି ଡାଟାବେସରେ
ଅଗ୍ନିମିତ୍ର (Sanskrit: अग्निमित्रः) (ଛାଞ୍ଚ:Reign 149ଛାଞ୍ଚ:Reign 141 BCE) ଉତ୍ତର ଭାରତରେ ଅତି ପ୍ରାଚୀନ ଶ୍ରୁଙ୍ଗ ରାଜବଂଶର ଦ୍ଵିତୀୟ ରାଜା ଥିଲେ । ସେ ତାଙ୍କର ପିତା ପୁଷ୍ପମିତ୍ର ଶ୍ରୁଙ୍ଗଙ୍କ ଉତ୍ତରାଧିକାରୀ ଭାବରେ ଖ୍ରୀଷ୍ଟପୂର୍ବ 149 ମସିହାରେ  ଗାଦିନଶିନ ହେଇଥିଲେ । ବାୟୁ ପୁରାଣ ଓ ବ୍ରାହଣ୍ଡ ପୁରାଣ ଅଂଶାରେ ସେ 8 ବର୍ଷ ପାଇଁ  ରାଜୁତି କରିଥିବାର ଉଲ୍ଲେଖ ରହିଛି ।  .
କାଳିଦାସଙ୍କ ମାଲବିକାଗ୍ନିମିତ୍ର ଅନୁସାରେ ଅଗ୍ନିମିତ୍ର ବଇମ୍ବିକା କୁଳଜର ଥିଲେ ଓ ସେ ଜେନ ଶ୍ରୁଙ୍ଗ ଥିଲେ । ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଯେ ଟଙ୍କାପିଟାଙ୍କ ସମୟରେ ଅଗ୍ନିମିତ୍ର ଜଣେ ଗୋପତ୍ରୀ ବା ଭାଇସରାୟ ଥିଲେ ।  .
ମାଲବିକାଗ୍ନିମିତ୍ରରେ ତାଙ୍କର 3 ଜଣ ମହାରାଣୀଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି । ଧରଣୀ ( 4 ର୍ଥ ଶ୍ରୁଙ୍ଗ ମହାରାଜା ବସୁମିତ୍ରାଙ୍କ ମାତା ) , ଇରାବତୀ ଓ ମାଲବିକା ( ବିଦର୍ଭର ରାଜକୁମାରୀ )
ମାଲବିକାଗ୍ନିମିତ୍ର  ରେ ବରଣିତ ତଥ୍ୟ ଅନୁସାରେ ଶ୍ରୁଙ୍ଗ ଓ ନିକଟବର୍ତୀ ବିଦର୍ଭ ରାଜ୍ୟ ମଧ୍ୟରେ ଅଗ୍ନିମିତ୍ର  ଙ୍କ ସମୟରେ ଯୁଦ୍ଧର ସୂତ୍ରପାତ ହେଇଥିଲା । ଶ୍ରୁଙ୍ଗ ମାନଙ୍କ ଉତ୍ଥାନ ପୂର୍ବରୁ ବିଦର୍ଭ ମୌର୍ଯ୍ୟ ସମ୍ଭ୍ରାଜ୍ୟରୁ ସ୍ଵାଧୀନ ହେଇଯାଇ ମୌର୍ଯ୍ୟ ବଂଶର ଜଣେ ସଚିବ ତାଙ୍କର ଜଣେ ଦାମାଦ ଯଜ୍ଞସେନଙ୍କୁ  ଙ୍କୁ ସେଠାରେ ସିଂହାସନ ପ୍ରଦାନ କରିଥିଲେ । କିନ୍ତୁ ମାଧବସେନ , ଯିଏ ଯଜ୍ଞସେନ  ଙ୍କ ସମ୍ପର୍କୀୟ ଭ୍ରାତା ଥିଲେ ସେ ଅଗ୍ନିମିତ୍ରଙ୍କ ସହାୟତାରେ ଯଜ୍ଞସେନ  ଙ୍କ ସହ ଯୁଦ୍ଧ କରି ପରାସ୍ତ ହେଇ ବନ୍ଦୀ ହେଲେ । jimprisoned.
ତତ୍ ପରେ ଅଗ୍ନିମିତ୍ର ନିଜେ ବିଦର୍ଭ ଆକ୍ରମଣ କରି ଅଗ୍ନିମିତ୍ର  ଙ୍କୁ ପରାଜିତ କରିଥିଲେ । ତାହା ପରେ ଅଗ୍ନିମିତ୍ର ରାଜ୍ୟକୁ ବିଭାଜନ କରି ମାଧବସେନଙ୍କୁ ରାଜ୍ୟର ଅର୍ଦ୍ଧେକ ପ୍ରଦାନ କରି ଅଗ୍ନିମିତ୍ରଙ୍କ ବଶତା ସ୍ଵୀକାର କଲେ ।
ଖ୍ରୀଷ୍ଟପୂର୍ବ 141 ମସିହାରେ ଅଗ୍ନିମିତ୍ରଙ୍କ ଶାସନ ସମାପ୍ତ ହେଇଥିଲା ଓ ତାଙ୍କ ସ୍ଥାନରେ ତାଙ୍କ ପୁତ୍ର ବାସୁଜେଷ୍ଠ  କିମ୍ବା ସୁର୍ଜ୍ଯାଜେଷ୍ଠ ଗାଦିନଶିନ ହେଇଥିଲେ । .
ଅଗ୍ନିଶିଖା, ୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ କାନ୍ଦୋଇ । ହିମାଂଶୁ ପରିଜା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ର । କୁମାର ବାପି, ଶ୍ରୀଚରଣ, ଆଲୋକ କୁଣ୍ଡୁ, ସୁଚରିତା ମିଶ୍ର, ରୂପାଲୀ, ଶୈଳଭାମା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଅଗ୍ନିଶିଖା ଇଣ୍ଟରନେଟ ମୁଭି ଡାଟାବେସରେ
ଜଗନ୍ନାଥ ମନ୍ଦିରରେ ତାଙ୍କୁ ବେଢି ରହିଛନ୍ତି ଅନେକ ଦେବା ଦେବୀ । ତାଙ୍କ ପାକଶାଳାର ଅଗ୍ନିକୁ ଘେରି ରହିଛନ୍ତି ଅଗ୍ନିଶ୍ଵର ମହାଦେବ ବା ଆଗ୍ନେୟଶ୍ଵର ମହାଦେବ । ରୋଷଘର ରାସ୍ତା କୋଣରେ ଏହି ମହାଦେବ ବିରାଜିତ ।
କଥିତ ଅଛି, ଏହି ଶିବ ହେଉଛନ୍ତି ଅଗ୍ନି ସ୍ୱରୂପ । ତେଣୁ ତାଙ୍କ ପାଖ ଦେଇ ଜଗନ୍ନାଥଙ୍କ ଭୋଗ ଉଦ୍ଦେଶ୍ୟରେ ବୁହାଯାଉଥିବା ଅନ୍ନ ବ୍ୟଞ୍ଜନାଦୀ କୌଣସି ସମୟରେ ସିଦ୍ଧ ହୋଇ ନଥିଲେ, ତାହା ଏହାଙ୍କ ଦୃଷ୍ଟି ପଡିବା ମାତ୍ରେ ସିଦ୍ଧ ହୋଇଯାଏ । ଏହି ଅଗ୍ନି ଦେବଙ୍କ ଦର୍ଶନରେ ସମସ୍ତ ପାପ ନାଶ ହୁଏ । ମୁକ୍ତି ଚିନ୍ତାମଣି ଗ୍ରନ୍ଥ ଅନୁସାରେ ଅଗ୍ନିଶ୍ଵର ମହାଦେବଙ୍କୁ ପ୍ରଣାମ କରି ସ୍ତୁତି ପଥ କଲେ ଅଶେଷ କଲ୍ୟାଣ ହୁଏ ।
ଅଗ୍ନିଶ୍ୱରଂ ମହାରୁଦ୍ରଂ ବିଷ୍ଣୁପାକ ବିଶୋଧକମ
ମହାଜ୍ଵାଳାମୟଂ ଶମ୍ଭୁ ନମାମି ଚନ୍ଦ୍ର ଶେଖରମ
ଅର୍ଥାତ, ହେ ଅଗ୍ନିଶ୍ଵର, ତୁମେ ରୁଦ୍ରମାନଙ୍କ ମଧ୍ୟରେ ମହାରୁଦ୍ର, ତୁମେ ବିଷ୍ଣୁଙ୍କ ଉଦେଶ୍ୟରେ ପ୍ରସ୍ତୁତ ପାକର ବିଶୋଧକ ,ତୁମେ ମହଜ୍ବାଳାମୟ ଶମ୍ଭୁ , ତୁମେ ଚନ୍ଦ୍ରଶେଖର , ତୁମକୁ ନମସ୍କାର କରୁଅଛି ।
ଜଗନ୍ନାଥ ମନ୍ଦିର ବେଢାରେ ଏହି ମନ୍ଦିର ଛୋଟ ହେଲେ ମଧ୍ୟ ଏହାର ପ୍ରସିଦ୍ଧି ରହିଛି । ଶ୍ରୀମନ୍ଦିର ବାଇଶି ପାହାଚ ଅତିକ୍ରମ କରି କୁର୍ମା ବା ଭିତର ବେଢାରେ ପହଞ୍ଚିବା ପରେ ଭୋଗ ମଣ୍ଡପ ମନ୍ଦିରର ସମୁଖ ତଥା ପାକଶାଳା ପରଜନତା ଯାଇଥିବା ରାସ୍ତାର ଆଗ୍ନେୟ କୋଣକୁ ଲାଗି ଅଗ୍ନିଶ୍ଵର ମହାଦେବଙ୍କ ମନ୍ଦିର ଅଛି । ଏହି ମନ୍ଦିରଟି ଛୋଟ ଓ ଅପେକ୍ଷାକୃତ ଭାବେ ବେଢା ପତନଠାରୁ ନିମ୍ନରେ ଅଛି । ଆଗ୍ନେୟ କୋଣର ରକ୍ଷକ ଭାବେ ଏହି ମହାଦେବ ପ୍ରତିଷ୍ଠିତ ହୋଇଥିବାରୁ ଏହାଙ୍କ ନାମ 'ଅଗ୍ନିଶ୍ଵର' । ଅଗ୍ନିଶ୍ଵର ମହାଦେବ ବିଷ୍ଣୁଙ୍କ ପାକ ବିଶୋଧକ ଭାବେ ବିଦିତ । ତେଣୁ ଏହା ମହାଦେବ ଶ୍ରୀମନ୍ଦିର ପାକଶାଳାର ଅଗ୍ନି ରକ୍ଷକ ଭାବେ ପରିଚିତ ।
ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁଯାୟୀ ପୁରୀର ବଡ଼ଦେଉଳ ସାହି ପ୍ଲଟ ନମ୍ବର ୧୧୬ରେ ଅବସ୍ଥିତ ଏହି ମହାଦେବ ମନ୍ଦିରର କୌଣସି ନିର୍ଦ୍ଦିଷ୍ଟ ସେବକ ନାହାନ୍ତି କି କୌଣସି ସ୍ଵତନ୍ତ୍ର ଖଞ୍ଜ ନାହିଁ । ଶିବରାତ୍ରୀ ଦିନ କୋଠାରୁ ଦିଆହେବା ଚଣା ଖଜା ଇତ୍ୟାଦି ପୂଜାପଣ୍ଡା ଭୋଗ ଲାଗି କରିଥାଆନ୍ତି ।
ଅଗ୍ନ୍ୟାଶୟ ଯେତେବେଳେ ସ୍ଵାଭାବିକ ପାଚନ କ୍ରିୟା ପାଇଁ ଉଦ୍ଧିଷ୍ଟ ପାଚକ ରସ ଓ ସଂତ୍ଵରକ (Enzyme) କ୍ଷରଣ କରିବାରେ ଅସମର୍ଥ ଅବା ଆଂଶିକ ଅସମର୍ଥ ହେଲେ ,ଏହାକୁ ଅଗ୍ନ୍ୟାଶୟ ଅକ୍ଷମତା(Pancreatic insufficiency) କୁହାଯାଇ ଥାଏ । ଏକ ସୁସ୍ଥ ଅଗ୍ନ୍ୟାଶୟ ପ୍ରତ୍ୟହ ୮ କପ୍ ପାଚକ ରସ ପାଚନ ସଂସ୍ଥାନକୁ କ୍ଷାରିତ କରିଥାଏ ।
ଅଗ୍ନ୍ୟାଶୟ ଅକ୍ଷମତା ହେବାଦ୍ବାରା ତୀବ୍ର କୁପୋଷଣ ଜନିତ ବ୍ୟାଧି ଦେଖାଯାଇ ପାରେ । ଯେହେତୁ ଅସମ୍ପୂର୍ଣ ପାଚନ ହୋଇଥାଏ ,ଏହାଦ୍ବାରା ଆହାର ରସ ଓ ଦ୍ରବ୍ୟ ସମ୍ପୁର୍ଣ୍ଣ ଶୋଷିତ ହୋଇନଥାଏ । ଶରୀରରେ ବିଭିନ୍ନ ଜୀବନଦାୟୀ ତତ୍ତ୍ଵ ଓ ଖଣିଜ ଲବଣର ଘୋର ଅଭାବ ପରିଲିକ୍ଷିତ ହୁଏ ।
ଅତ୍ୟଧିକ ତୈଳାକ୍ତ ,ଶ୍ଵେତାଭ ମଳ ହୋଇଥାଏ ,ଏହା ଅତ୍ୟନ୍ତ ଦୁର୍ଗନ୍ଧ ଯୁକ୍ତ ଓ ପାଣିରେ ପାଇଖାନାରେ ଧୋଇବା ବେଳେ ଅତ୍ୟନ୍ତ ବିଳମ୍ବରେ ସଫା ହୋଇଥାଏ ଓ ଏହାର ଅଠାଳିଆ ଗୁଣ ଯୋଗୁଁ ପାଇଖାନାରେ ଲାଗିରହିଥାଏ । ଏହା ଛଡା ପେଟ ଫାମ୍ପିବା ,ପେଟ ମୋଡିହେବା ,ଭାରି ଭାରି ଲାଗିବା ,ସଦାବେଳେ ଝାଡା ଝାଡା ଲାଗିବା ଏବଂ ବାୟୁଦୋଷ ଇତ୍ୟାଦି ଲାଗି ରହିଥାଏ । ଅଗ୍ନ୍ୟାଶୟ ଅକ୍ଷମତା ଯୁକ୍ତ ରୋଗୀର ଅସ୍ଥିରେ ପୀଡା ଏବଂ ମାଂସପେଶୀରେ ବ୍ୟଥା ମଧ୍ୟ ଦେଖା ଦେଇଥାଏ । ଏହା ଅତି ପୁରୁଣା ହେବାଦ୍ଵାରା ନକ୍ତାନ୍ଧତା/ଅନ୍ଧାରକଣା(Night Blindness) ଓ ଅତ୍ୟଧିକ ଶୁଷ୍କ ଓ ସହଜରେ କ୍ଷତ ହୋଇପାରୁଥିବା ତ୍ଵଚା ହୋଇ ଯାଇଥାଏ । ଏକ ସୁସ୍ଥ ଏବଂ ପୋଷକ ତତ୍ତ୍ଵ ପରିପୂର୍ଣ୍ଣ ଆହାର ନେବା ସତ୍ତ୍ୱେ ମଧ୍ୟ ଶରୀର ଓଜନ ଦିନକୁ ଦିନ ହ୍ରାସ ପାଇଥାଏ । ବୟସ୍କଙ୍କ କ୍ଷେତ୍ରରେ ମଧୁମେହ ମଧ୍ୟ ଦେଖାଯାଇ ପାରେ ।
ଏହା ଅତ୍ୟଧିକ ସ୍ନେହ ଓ ଚର୍ବି ଜାତୀୟ ଖାଦ୍ୟର ଅପଚ ଜନିତ ଏକ ତରଳ ଝାଡା ବା ଅତିସାର ଅବସ୍ଥା । ତୈଳ ଓ ଚର୍ବି ଜାତୀୟ ଖାଦ୍ୟକୁ ହଜମ କରୁଥିବା ସଂତ୍ଵରକ ଲାଇପେଜ୍ (Lipase)ର କ୍ଷରଣ ଅଗ୍ନ୍ୟାଶୟରୁ ଅଯଥେଷ୍ଟ କିମ୍ବା ଆଦୌ ନ ହେବାଦ୍ଵାରା ଏହା ହୋଇଥାଏ । ଏହା ବ୍ୟତୀତ ଶ୍ଵେତସାର ଜାତୀୟ ଖାଦ୍ୟକୁ ପାଚନ କରିବା ପାଇଁ ଆମାଇଲେଜ୍ (Amylase) ସଂତ୍ଵରକର ଅଭାବ ଯୋଗୁଁ ମଧ୍ୟ ଅତିସାର ହୋଇଥାଏ ।
ଉଦରର ପାର୍ଶ୍ଵରେ ମୋଡିହେଲା ଭଳିଆ ପୀଡା ହୋଇଥାଏ । ପିଠିରେ ମଧ୍ୟ ପୀଡା ହୋଇପାରେ । ଏହା ଅତି ତୀବ୍ର ହୋଇଯାଇ ଥାଏ , କିଛି ଖାଇବା ପରେ କିମ୍ବା କିଛି ତରଳ ପିଇବାପରେ । ଏହି ବ୍ୟଥା ଓ ପୀଡା ସଂପୂର୍ଣ୍ଣ ଭାବେ ଅନୁପସ୍ଥିତ ହୋଇଥାଏ , ଯେତେବେଳେ ଅଗ୍ନ୍ୟାଶୟରୁ ସଂପୂର୍ଣ୍ଣ ଭାବେ ପାଚକ ରସର କ୍ଷରଣ ବନ୍ଦ ହୋଇଯାଇଥାଏ ।
ତୀବ୍ର ଅଗ୍ନ୍ୟାଶୟ ଅକ୍ଷମତା ହୋଇଥାଏ ; ସିଷ୍ଟିକ ଫାଇବ୍ରୋସିସ୍ , ଜୀର୍ଣ୍ଣ ଅଗ୍ନ୍ୟାଶୟ ପ୍ରଦାହ ଏବଂ ପାଚନ ସଂସ୍ଥାନର କୌଣସି ଶଲ୍ୟ କ୍ରିୟା ଯେଉଁଥିରେ ପାଚନ ସଂସ୍ଥାନର ଅଥବା ଅଗ୍ନ୍ୟାଶୟର କୌଣସି ଅଂଶ ବିଚ୍ଛେଦ କରାଯାଇଥାଏ । ଏହାଛଡା କିଛି ରୋଗ ଯଥା ;ସିଲିୟାକ ଡିସିଜ୍ ,କ୍ରୋହନ୍ସ ଡିସିଜ୍ ଏବଂ ଶରୀର ରୋଗ ପ୍ରତିରୋଧ ବ୍ୟବସ୍ଥାର ବିକୃତି ଜନ୍ୟ ରୋଗ ଯଥା ଶିସ୍ଟେମିକ୍ ଲ୍ୟୁପସ୍ ଏରିଥିମାଟସ୍ ଇତ୍ୟାଦି ଅଗ୍ନ୍ୟାଶୟ ଅକ୍ଷମତାର କାରଣ । ଅତ୍ୟଧିକ ମଦ୍ୟପାନ ,ପିତ୍ତାଶୟ ଅଶ୍ମରୀ ,ଅତ୍ୟଧିକ ରକ୍ତ ଚର୍ବି ଏବଂ ଉଦର ପ୍ରଦେଶରେ ଆଘାତ ଯୋଗୁଁ ମଧ୍ୟ ଅଗ୍ନ୍ୟାଶୟ ଅକ୍ଷମତା ଦେଖା ଦେଇ ଥାଏ ।
ଶୈଶବ ଅଗ୍ନ୍ୟାଶୟ ଅବକ୍ଷୟ ଏବଂ ପୁନଃ ପୁନଃ ଅଗ୍ନ୍ୟାଶୟ ପ୍ରଦାହ ଯୋଗୁଁ ଅଗ୍ନ୍ୟାଶୟ ଶିରା ଧମନୀ ଏବଂ କ୍ଷରଣ ନଳିକା ସମୂହରେ ଅବରୋଧ ଉତ୍ପନ୍ନ ,ଅଗ୍ନ୍ୟାଶୟ ଅକ୍ଷମତାର ଏକ ମୁଖ୍ୟ କାରଣ । ଅଗ୍ନ୍ୟାଶୟ ସ୍ଵୟଂ ଅବକ୍ଷୟ ଶରୀର ରୋଗ ପ୍ରତିରୋଧି ସଂସ୍ଥାନର ସ୍ଵୟଂକ୍ରିୟ ପ୍ରତିକ୍ରିୟା କାରଣରୁ ହୋଇଥାଏ ।
କେତେକ ଔଷଧ ଯଥା:- ଆଜାଥାୟୋପ୍ରିନ ,ସଲ୍ଫୋନାମାଇଡ,କୋରଟିକୋଷ୍ଟେରୋଇଡ ,ନନଷ୍ଟେରୋଇଡାଲ ଆଣ୍ଟି ଇଂଫ୍ଲାମାଟୋରୀ ଡ୍ରଗ୍ସ ଏବଂ କିଛି ପ୍ରତିଜୀବାଣୁ ଔଷଧ ଯଥା ଟେଟ୍ରାସାଇକ୍ଳିନ ଅଗ୍ନ୍ୟାଶୟ ଅକ୍ଷମତା ପାଇଁ ଦାୟୀ । ଏହାଛଡା କିଛି ଭୂତାଣୁ ସଂକ୍ରମଣ ଯଥା: -ମମ୍ପ୍ସ,ହେପାଟାଇଟିସ,ରୁବେଲା,ଏପଷ୍ଟିନ-ବାର-ଭାଇରସ ଏବଂ ସାଇଟୋମେଗାଲୋ-ଭାଇରସ ।
ଏହି ରୋଗର ନିର୍ଣ୍ଣୟାତ୍ମକ ପରୀକ୍ଷା ପାଇଁ ଅନେକ ଚିକିତ୍ସା ବିଜ୍ଞାନଗାର ସମ୍ବନ୍ଧୀୟ ପରୀକ୍ଷା ଅଛି ।
ମଳ ପରୀକ୍ଷାରେ – ମଳରେ ଅଣୁବୀକ୍ଷଣ ସାହାଯ୍ୟରେ ଚର୍ବି ଓ ବସା ଅଣୁ( Fat Globules )ର ଉପସ୍ଥିତି ଦେଖାଯାଇ ପାରେ ।
ଟ୍ରିପ୍ସିନ୍ ଉପସ୍ଥିତି – ଏହା ପୃଷ୍ଟିସାର (protein) ଜାତୀୟ ଉପାଦାନକୁ ହଜମ କରିବା ପାଇଁ ଏକ ସଂତ୍ଵରକ । ପାଚକ ନଳି ବ କ୍ଷ୍ଯୁଦ୍ରାନ୍ତରେ ଏହାର ଉପସ୍ଥିତି ଯଥେଷ୍ଟ ଅଗ୍ନ୍ୟାଶୟ ପାଚକ ରସର କ୍ଷରଣର ପରିଚାୟକ । ଏଣୁ ମଳରେ ଏହାର ଲେସ ମାତ୍ର ଉପସ୍ଥିତି ବ ଅନୁପସ୍ଥିତି ଅଗ୍ନ୍ୟାଶୟ ଅକ୍ଷମତାର ନିର୍ଣ୍ଣୟାତ୍ମକ ପରୀକ୍ଷା ହୋଇଥାଇ ପାରେ ।
ଇଲାଷ୍ଟେଜ – ଏହା ପ୍ରୋଟିନ ଭାଙ୍ଗୁଥିବା ଏକ ସଂତ୍ଵରକ । ଏହା ଅନ୍ୟ ସଂତ୍ଵରକମାନଙ୍କଦ୍ଵାରା ପ୍ରଭାବରେ କ୍ଷୟ ପ୍ରତିରୋଧି । ମଳରେ ଏହାର ଅନୁପସ୍ଥିତି ; ଅଗ୍ନ୍ୟାଶୟ ଅକ୍ଷମତାର ପରିଚାୟକ ଅଟେ ।
ରକ୍ତ ପରୀକ୍ଷା – ଟ୍ରିପ୍ସିନୋଜେନର ମାତ୍ରା ରକ୍ତରେ ଅଳ୍ପ କିମ୍ବା ଅନୁପସ୍ଥିତି , ଅଗ୍ନ୍ୟାଶୟ ଅକ୍ଷମତାର ପରିଚାୟକ ଅଟେ ।
ଅନ୍ୟାନ୍ୟ ଯାନ୍ତ୍ରିକ ପରୀକ୍ଷା - ମାଗ୍ନେଟିକ ରେଜୋନାନ୍ସ କୋଆନ୍ଜିଓ ପାଙ୍କ୍ରିଏଟୋଗ୍ରାଫି (MRCP)-ଏହା ଏକ ମାଗ୍ନେଟିକ ରେଜୋନାନ୍ସ ଇମେଜିଂ (MRI) ପ୍ରକ୍ରିୟା ଯେଉଁଥିରେ ଅଗ୍ନ୍ୟାଶୟ ଏବଂ ପିତ୍ତାଶୟ ନଳିକା ସମୂହ ଗୁଡିକୁ ପରୀକ୍ଷା କରାଯାଏ ।
ଆଧୁନିକ ଚିକିତ୍ସା ବିଜ୍ଞାନରେ ଏହି ରୋଗ ପାଇଁ ଏଞ୍ଜାଇମ ରିପ୍ଲେସମେଣ୍ଟ ଥେରାପିରେ ବିଭିନ୍ନ ସଂତ୍ଵରକ(Enzyme) ସେବନ କରିବା ପାଇଁ ଦିଆଯାଇ ଥାଏ । ଲାଇପେଜ,ଆମାଇଲେଜ ଏବଂ ପ୍ରୋବାୟୋଟିକ ଇତ୍ୟାଦି ବିଭିନ୍ନ ଔଷଧୀୟ ଯୌଗିକ ସୂତ୍ରରେ ପ୍ରୟୋଗ କରାଯାଇଥାଏ । ପାଚନ ସଂସ୍ଥାନର ଅନ୍ତଃରେ ସର୍ବଦା କ୍ଷାରୀୟ ସ୍ଥିତିରେ (pH-5.5 ଅଥବା pH>4) ରଖିବାକୁ ଚେଷ୍ଟା କରାଯାଇଥାଏ । ସଂତ୍ଵରକ (Enzymes)ବଟିକା ଗୁଡିକୁ ଏଣ୍ଟେରିକ କୋଟେଡ ଅଥବା ମାଇକ୍ରୋଏନକେପ୍ସୁଲେଟେଡ ପ୍ରକ୍ରିୟା ଯୁକ୍ତ କରାଯାଇଥାଏ । ଏହି ଏଞ୍ଜାଇମ ବଟିକା ଗୁଡିକୁ ସର୍ବଦା ଖାଦ୍ୟପରେ ସେବନ କରିବା ଉଚ୍ଚିତ ।
ଆହାର ଏବଂ ଖଣିଜ,ଜୀବନଦାୟୀ ତତ୍ତ୍ଵ - ଅଗ୍ନ୍ୟାଶୟ ଅକ୍ଷମତାରେ ଚର୍ବି ଦ୍ରବଣୀୟ ଜୀବନଦାୟୀ ତତ୍ତ୍ଵ ଯଥା ; ଭିଟାମିନ-ଏ,ଇ,ଡି,କେ ଇତ୍ୟାଦିର ଘୋର ଅଭାବ ହୋଇଥାଏ ତେଣୁ ଏହିସବୁ ଯଥେଷ୍ଟ ପରିମାଣରେ ସେବନ କରିବା ପାଇଁ ଦେବା ଉଚ୍ଚିତ । ଆହାର ବ୍ୟବସ୍ଥାରେ ଅତି କମ ଚର୍ବି ଏବଂ ଅଧିକ ପୃଷ୍ଟିସାର ଓ କ୍ୟାଲୋରି ଯୁକ୍ତ ଆହାର ସେବନ କରିବା ଉଚ୍ଚିତ ,ଏକ ସୁସ୍ଥ ଶାରୀରିକ ଓଜନ ଧାରଣ କରିବା ନିମନ୍ତେ । ସର୍ବଦା ଏବଂ ଚିରଦିନ ପାଇଁ ମଦ୍ୟପାନ ଓ ତମ୍ବାଖୁ ସେବନରୁ ବିରତ ରହିବା ଉଚ୍ଚିତ ।
ଅଗ୍ନ୍ୟାଶୟ ଅକ୍ଷମତା ଜନିତ ଉଦରଶୁଳ ବା ପୀଡାକୁ ରୋକିବା ପାଇଁ ଓ ସ୍ଥାୟୀ ପ୍ରତିରୋଧ ପାଇଁ ଖଣିଜ ଲବଣ ତତ୍ତ୍ଵ ଯଥା ସେଲେନିୟମ,ମାଙ୍ଗାନିଜ,କୋବାଲ୍ଟ,ଜିଙ୍କ, ମୋଲିବ୍ଡେନଂ ଏବଂ ମେଥିଓନାଇନ,ଭିଟାମିନ –ସି ,ବିଟା-କାରୋଟିନ , ଅଙ୍ଗୁର ବୀଜରୁ ଅହରିତ ସତ୍ତ୍ଵ ଇତ୍ୟାଦି ପ୍ରୟୋଗ କରାଯାଇଥାଏ।
ଆୟୁର୍ବେଦ ଓ ଔଷଧୀୟ ବୃକ୍ଷ – ଅଗ୍ନ୍ୟାଶୟ ଅକ୍ଷମତାରେ ଦୁଗ୍ଧଫେଣୀ (Taraxacum officinale) ,ତ୍ରାୟମାଣା(Gentiana kurroo Royle),ଯଷ୍ଟିମଧୁ, ହପୁଷା(Juniperus communis Linn.), ମୁସ୍ତକ(Cyperus rotundus L. syn ), ଅଁଳା(Emblica officinalis), ତୁଳସୀ(Ocimum sanctum) ଏବଂ ଆର୍ଦ୍ରକ (Zingiber officinale),ଡାଲଚିନି (Cinnamomum verum) ଇତ୍ୟାଦି ପ୍ରୟୋଗ କରାଯାଇଥାଏ ।
ଜୀବନ ଚର୍ଯ୍ୟା – ଦୈନନ୍ଦିନ ଜୀବନ ଚର୍ଯ୍ୟାରେ ପରିବର୍ତ୍ତନ ମଧ୍ୟ ଅଗ୍ନ୍ୟାଶୟ ଅକ୍ଷମତାରେ ଉନ୍ନତି ଆଣିଥାଏ ।
ଭାରତୀୟ ଆଇନ କମିଶନଙ୍କ ୪୧ତମ ରିପୋର୍ଟରେ କରାଯାଇଥିବା ସୁପାରିଶ ଆଧାରରେ ଭାରତୀୟ ଫୌଜଦାରୀ ଦଣ୍ଡ ପ୍ରକ୍ରୀୟା ସଂହିତାର ଧାରା ୪୩୮ରେ 'ଅଗ୍ରୀମ ଜାମିନ'ର ପ୍ରାବଧାନ ରଖାଯାଇଛି । ଏହି ପ୍ରାବଧାନ ଅନୁସାରେ ଯେ କେହି ଯଦି ଏକ ଜାମିନ-ବିହୀନ ଦଣ୍ଡନୀୟ ଅପରାଧରେ ଗିରଫଦାରୀର ଆଶଙ୍କା କରୁଥାଆନ୍ତି, ତେବେ ଏହି ପ୍ରାବଧାବ ପ୍ରକାରେ ଗିରଫଦାରୀ ପୂର୍ବରୁ ମଧ୍ୟ ନ୍ୟାୟାଳୟଙ୍କ ଦ୍ଵାରସ୍ଥ ହୋଇ ଅଗ୍ରୀମ ଜାମିନ ପାଇଁଁ ଆବେଦନ କରିପାରିବେ ।
ଭାରତର ନ୍ୟାୟିକ ବ୍ୟବସ୍ଥାରେ ସାଧାରଣତଃ ଗିରଫଦାରୀ ପରେ ହିଁ ଜାମିନ ପାଇଁ ଆବେଦନ କରିବା ପ୍ରାବଧାନ ରହିଥିଲା । ତେବେ ଭାରତୀୟ ଆଇନ କମିଶନ ତାଙ୍କ ୪୧ତମ ରିପୋର୍ଟରେ ଅଗ୍ରୀମ ଜାମିନ ଭଳି ଏକ ନୂଆ ପ୍ରାବଧାନ ପାଇଁ ପ୍ରସ୍ତାବ ରଖିଥିଲେ । ତାଙ୍କ ରିପୋର୍ଟର କୀୟଦଂଶ ଏହିଭଳି:
ଅଗ୍ରୀମ ଜାମିନ ସମ୍ପର୍କରେ ବିଚାରପତି ମାନଙ୍କ ମଧ୍ୟରେ ମତଭେଦ ରହିଥିଲେ ମଧ୍ୟ ଏକଥା ସର୍ବମାନ୍ୟ ଯେ ଆମ ବିଚାର ଵ୍ୟଵସ୍ଥାରେ ଅଗ୍ରୀମ ଜାମିନ ଭଳି ପ୍ରାବଧାନ ନାହିଁ । ଅଧୁନା, ବିଶେଷକରି ରାଜନୈତିକ ଶତ୍ରୁତା ଵା ଅନ୍ୟ କାରଣରୁ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କୁ ମିଥ୍ୟା ମକଦ୍ଦମାରେ ଜଡିତ କରି ଗିରଫଦାରୀଦ୍ଵାରା ରାଜନୈତିକ ଫାଇଦା ହାସଲ କରିବା ଭଳି ମାନସିକତା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ଏକ ବିଶେଷ ପ୍ରାବଧାନଦ୍ଵାରା ଅନ୍ତତଃ ଯେଉଁମାନେ ଏଭଳି ମିଥ୍ୟା ମକଦ୍ଦମାର ଶିକାର ହୋଇଥାନ୍ତି ତଥା ଆଇନଦ୍ଵାରା ପ୍ରଦତ୍ତ ଏହି ବିଶେଷ ସୁବିଧାର ଦୁରୂପଯୋଗ ନ କରିବା ଅଦାଲତ ଅନୁଭବ କରନ୍ତି ତେବେ ସେଭଳି ଅଭିଯୁକ୍ତକୁ ପ୍ରଥମେ ଗ୍ରେପ୍ତ। ର କରିବା ପରେ ହିଁ ଜାମିନ ଆବେଦନ ବିଚାରକୁ ନେବା ଅଯୌକ୍ତିକ ମନେହୁଏ । ଅତଏବ ଅଗ୍ରୀମ ଜାମିନ ଭଳି ଏକ ବିଶେଷ ପ୍ରାବଧାନ ବିଶେଷତଃ ଉଚ୍ଚ ନ୍ୟାୟାଳୟ ଏବଂ ଦୌରା ନ୍ୟାୟଲୟଙ୍କ କ୍ଷମତା ପରିସରକୁ ଦିଆଯିବ ପ୍ରସ୍ତାଵ ବିଚାର ହେବା ଉଚିତ । ଏହି ବିଶେଷ ସୁବିଧା କେବଳ ଆବଶ୍ୟକ ସ୍ଥଳେ ହିଁ ଯୋଗ୍ୟ ଆବେଦନକାରୀଙ୍କ କ୍ଷେତ୍ରରେ ଗ୍ରହଣ କରାଯିବ ।
ଭାରତୀୟ ଫୌଜଦାରୀ ଦଣ୍ଡ ପ୍ରକ୍ରୀୟା ସଂହିତାର ଧାରା ୪୩୮ଅନୁଯାୟୀ କେବଳ ଉଚ୍ଚ ନ୍ୟାୟାଳୟ କିମ୍ବା ଦୌରା ଜଜ୍‌ଙ୍କ ନ୍ୟାୟାଳୟରେ ହିଁ ଏଭଳି ଆବେଦନ କରାଯାଇପାରିବ । ଆବେଦନର ପ୍ରାରମ୍ଭିକ ସ୍ତରରେ ଦରଖାସ୍ତର ଏକ ନକଲ ପ୍ରତିପକ୍ଷକୁ କିମ୍ବା ତଦୁପଲକ୍ଷେ ପବ୍ଳିକ ପ୍ରୋସିକ୍ୟୁଟରଙ୍କୁ ପଠାଯିବ । ଅଦାଲତ ଦୁଇପକ୍ଷଙ୍କୁ ମହଲତ ଦିଅନ୍ତି ନିଜ ପକ୍ଷ ରଖିବା ପାଇଁଁ । ଦୁଇ ପକ୍ଷକୁ ଶୁଣିବା ପରେ ଆବଶ୍ୟକ ସ୍ଥଳେ ଆବେଦନ ଗ୍ରହଣ କରି ଏଭଳି ଆଦେଶ ଜାରି କରିବେ ଯେ, ଆବେଦନକାରୀ ଗିରଫ ହେବାମାତ୍ରେ ଜାମିନରେ ମୁକୁଳିବେ ।
ଅଗ୍ରୀମ ଜାମିନ ଆମ ନ୍ୟାୟୀକ ବ୍ୟବସ୍ଥାର ଏକ ବିଶେଷ ପ୍ରାବଧାନ । ଭାରତର ଉଚ୍ଚତମ ନ୍ୟାୟାଳୟ ଏଭଳି ବିଶେଷ ପ୍ରାବଧାନର ନ୍ୟାୟପୂର୍ଣ୍ଣ ଉପଯୋଗ ନିମିତ୍ତ ବିଭିନ୍ନ ସମୟରେ ଏ ସମ୍ପର୍କିତ ଅନେକ ମହତ୍ତ୍ଵପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଅଛନ୍ତି; ଯେପରିକି ନ୍ୟାୟାଳୟ ଅଗ୍ରୀମ ଜାମିନ ଶୁଣାଣି ବେଳେ ନିମ୍ନ ବିଷୟ ଗୁଡିକୁ ଦୃଷ୍ଟିରେ ରଖିବେ ।
ଏହାଛଡା ନ୍ୟାୟାଳୟ ଆବଶ୍ୟକ ମଣିଲେ, ଦରକାରୀ ସର୍ତ୍ତ ସହ ଅଗ୍ରୀମ ଜାମିନ ମଞ୍ଜୁର କରିପାରିବେ ।
"Prevention of atrocities to SC and ST" ଅଧିନିୟମର ଧାରା 18 ଅନୁସାରେ ଏହି ଅଧିନିୟମର ଧାରା 3ରେ ଅଭିଯୁକ୍ତ ଦର୍ଶାଯାଇଥିଲେ ସେହି କ୍ଷେତ୍ରରେ ଅଗ୍ରୀମ ଜାମିନ ଆବେଦନ ଗ୍ରହଣ ହୋଇପାରିବ ନାହିଁ ବୋଲି ପ୍ରାବଧାନ ରହିଅଛି ।
ତେବେ ନିକଟରେ ଭାରତର ଉଚ୍ଚତମ ନ୍ୟାୟାଳୟ ଏ ସଂକ୍ରାନ୍ତରେ ଏକ ଆଦେଶନମା ଜାରି ପୁର୍ବକ କହିଛନ୍ତି ଯେ ଉକ୍ତ ଅଧିନିୟମରେ ଅଭିଯୁକ୍ତ ସରକାରୀ କର୍ମଚାରୀ ହୋଇଥିଲେ ତାଙ୍କୁ ବିନା ନୋଟିସରେ ଗିରଫ କରାଯାଇପାରିବ ନାହିଁ ।
ଭାରତୀୟ ଆଇନ କମିଶନଙ୍କ ୪୧ତମ ରିପୋର୍ଟ
ଅଗ୍ରୋହ ଧାମ (Devnagari: अग्रोहा धाम) ଭାରତୀୟ ରାଜ୍ୟ ହରିୟଣାର ଅଗ୍ରୋହ ଠାରେଥିବା ଏକ ଆଧୁନିକ ମନ୍ଦିର ପରିସର । ଏହାର ନିର୍ମାଣ 1976 ମସିହାରେ ଆରମ୍ଭ ହେଇ 1984 ମସିହାରେ ପୂର୍ଣ ହେଇଥିଲା । ଏହି ଧାମର ମୁଖ୍ୟ ମନ୍ଦିର ହିନ୍ଦୁ ଦେବୀ ମହାଲକ୍ଷ୍ମୀଙ୍କ ପାଇଁ ସମର୍ପିତ ।
ସର୍ବଭାରତୀୟ ଅଗ୍ରୱାଲ ସମିତି ତରଫରୁ ମନ୍ଦିର ନିର୍ମାଣ ପାଇଁ 1976 ମସିହାରେ ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ ଏକ ଟ୍ରଷ୍ଟ ସ୍ଥାପନ ହେଇ ଭକ୍ତଙ୍କଦ୍ଵାରା ଦାନ କରାଯାଇଥିବା ଜମିରେ ନିର୍ମାଣ କରାଯାଇଥିଲା । ଏହା 1984/85 ମସିହାରେ ପୂର୍ଣ ହେଇଥିଲା ।
ମୁଖ୍ୟ ମନ୍ଦିର 3 ଭାଗରେ ବିଭକ୍ତ । କେନ୍ଦ୍ର ଭାଗ ଦେବୀ ମହାଲକ୍ଷ୍ମୀ , ପଶ୍ଚିମ ଅଂଶ ଦେବୀ ସରସ୍ଵତୀ ଓ ପୂର୍ବ ଅଂଶ ମହାରାଜ ଅଗ୍ରସେନଙ୍କ ପାଇଁ ଉତଶରଗୀତ ।
ମନ୍ଦିର ପରିସର ଭିତରେ ଶକ୍ତି ସରୋବର ନାମକ ଏକ ବୃହତ ସରୋବର ଖନନ କରାଯାଇଛି । 1988 ମସିହାରେ ଏହାକୁ ଭାରତର 41ଟି ମୁଖ୍ୟ ନଦୀରୁ ଜଳ ଆଣି ଭର୍ତି କରାଯାଇଥିଲା । ଏହାର ଉତ୍ତର ପଶ୍ଚିମ ଅଂଶରେ ସମୁଦ୍ର ମନ୍ଥନର ଦୃଶ୍ୟ ରହି ଏକ ଚଟ୍ଟନ ନିର୍ମିତ । ଏହା ନିକଟରେ ଏକ ପ୍ରକୃତିକ ଚିକିସ୍ଥା କେନ୍ଦ୍ର ରହିଛି । ଏଠାରେ ଯୋଗ ସହାୟତାରେ ଚିକିସ୍ଥା କରାଯାଇଥାଏ । ମନ୍ଦିର ନିକଟରେ କ ପାର୍କ ଓ ବୋଟିଙ୍ଗ କ୍ଲବ ମଧ୍ୟ ନିର୍ମିତ ହେଇଛି ।  .
ମନ୍ଦିରର ବିକାଶ ଓ ପରିଚାଳନା "ଅଗ୍ରୋହ ବିକାଶ ଟ୍ରଷ୍ଟ" କରିଥାଏ ।  .
ପ୍ରତି ବର୍ଷ ଶରଦ ପୁର୍ଣିମା  ସମୟରେ ଏଠାରେ ଅଗ୍ରୋହ କୁମ୍ଭ ମେଳାର ଆୟୋଜନ କରାଯାଇଥାଏ । .
ଅଘରିଆ ଜାତି ଏକ ଭାରତୀୟ ହିନ୍ଦୁ ଜାତି ।
ଅଘରିଆ ମାନେ ମୁଖ୍ଯତଃ ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା ଓ ଛୋଟନାଗପୁର ଅଞ୍ଚଳରେ ବସବାସ କରିଥାନ୍ତି । ସେମାନେ ମୁଖ୍ଯତଃ କୃଷିଜୀବୀ ଥିଲେ କିନ୍ତୁ ଏବେ ଅନ୍ୟ ଜୀବିକା ମଧ୍ୟ କରିଥାନ୍ତି ।
ଓଡ଼ିଶାର ଅଘରିଆମାନେ ତାଙ୍କ ପୂର୍ବଜ ରାଜପୁତ ହେଇଥିବା କଥା ଦାବୀକରନ୍ତି । ଓଡ଼ିଶାର ଅଘରିଆମାନଙ୍କ ନାମରେ ସାଧାରଣତଃ ପଟେଲ, ଚୌଧୁରୀ ବା ନାୟକ ସାଙ୍ଗିଆ ଲାଗିଥାଏ । ତାଙ୍କ ମଧ୍ୟରେ ୮୪ଟି ଗଟର ଥାଏ । ଓଡ଼ିଶା ବାହାରେ ରାୟଗଡ଼, ବିଳାସପୁର, ମହାସମୁନ୍ଦ ଅଞ୍ଚଳରେ ତଥା ଛତିଶଗଡ଼ର ଚମ୍ପା-ଜାଙ୍ଗିର ଜିଲ୍ଲା ଅଧିକ ସଂଖ୍ୟାରେ ବସବାସ କରିଥାନ୍ତି ।
ଅଙ୍କଲେଶ୍ଵର ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଗୁଜରାଟର ‌‌ଭରୁଚ୍ ଜିଲ୍ଲାରେ ଅବସ୍ଥିତ ।
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅଙ୍କଲେଶ୍ଵର ସହରର ମୋଟ ଜନସଂଖ୍ୟା ୬୭୯୫୨ ଅଟେ । ସେଥି ମଧ୍ୟରୁ ୫୨.୭୯% ଜଣ ପରୁଷ ହୋଇଥିବା ବେଳେ ୪୭.୨୧% ଜଣ ନାରୀ ଅଟନ୍ତି । ଅଙ୍କଲେଶ୍ଵରର ସାକ୍ଷରତା ହାର ୭୫.୭୬% ଅଟେ । ଏହା ଜାତୀୟ ହାର ଠାରୁ ୧୦.୯୨% ପ୍ରତିଶତ କମ ଅଟେ । ସେଥିରୁ ୪୨.୧୫% ପ୍ରତିଶତ ପୁରୁଷ ଓ ୩୩.୬୧% ନାରୀ ଅଟନ୍ତି । ୧୨.୫୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।
ଗୁଜରାଟୀ ଅଙ୍କଲେଶ୍ଵରର ସରକାରୀ ଭାଷା ଅଟେ ।
ଅଙ୍କିତା ଦାସ ,  (ଜନ୍ମ ୧୭ ଜୁଲାଇ ୧୯୯୩) ଜଣେ ଭାରତୀୟ ମହିଳା ଟେବଲ ଟେନିସ ଖେଳାଳି । ସେ ପଶ୍ଚିମ ବଙ୍ଗର ସିଲିଗୁଡିଠାରେ ରହନ୍ତି  । ଅଙ୍କିତା ୨୦୧୨ ଅଲିମ୍ପିକ ଖେଳରେ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ପ୍ରତିଯୋଗୀତା କରିଥିଲେ ।
ଅଙ୍କିତାଙ୍କ ପିତା ଓ ମାତା ଯଥାକ୍ରମେ ଅସିମ କୁମାର ଦାସ ଓ ସଂଗୀତା ଦାସ ଥିଲେ । ସେ ପଶ୍ଚିମ ବଙ୍ଗର ଦାର୍ଜିଲିଂଠାରେ ୧୭ ଜୁଲାଇ ୧୯୯୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ ସେ ସିଲିଗୁଡି କଲେଜରୁ ଡିଗ୍ରୀଶିକ୍ଷ୍ୟା ହାସଲ କରିଥିଲେ । .
୨୦୧୪ ମସିହା ୭୫ ତମ ଜାତୀୟ ଟେବୁଲ ଟେନିସ ପ୍ରତିଯୋଗୀତାରେ ଅଙ୍କିତା ଦାସ ମହିଳା ସିଙ୍ଗଲ୍ସ ବିଭାଗରେ  ଚମ୍ପିୟାନ ହେଇଥିଲେ । ଏହା ଆଗରୁ  ସେ ଅନେକ ଜାତୀୟ ପ୍ରତିଯୋଗୀତାରେ ଭାଗ ନେଇ ଅଲିମ୍ପିକ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଥିଲେ ।
ଅଙ୍କିତା ଭାମ୍ବରୀ , ଜଣେ ପୂର୍ବତନ  ଭାରତୀୟ ପେଷାଦାର ମହିଳା ଟେନିସ ଖେଳାଳି ।
୨୦୦୬ ମସିହାରେ ସେ ମହିଳା ସିଙ୍ଗଲ୍ସ ବିଭାଗରେ ବିଶ୍ଵରେ ୩୩୨ ରେନିଙ୍ଗରେ ରହିଥିଲେ । ଦବାଲ୍ସରେ ତାଙ୍କର ବିଶ୍ଵ ରେଙ୍କିଙ୍ଗ ୨୯୯ ରହିଥିଲା ଯାହା ସେ ୨୦୧୫ ମସିହାରେ ଅର୍ଜନ କରିଥିଲେ ।
ଅଙ୍କିତା ବିଶ୍ଵର କୌଣଶୀ ବଡ ତୁରନାମେଣ୍ଟ ଜିତି ନ ଥିଲେ ମଧ୍ୟ ଆଇଟିଏଫ ମହିଳା ସର୍କିଟରେ ସେ ୯ଟି ସିଙ୍ଗଲ୍ସ ଓ ୮ଟି ଦବାଲ୍ସ ଟାଇଟଲ ହାସଲ କରିଥିଲେ । ସେ WTA ଟୁରରେ ୫ ଥର ଖେଳିଥିଲେ ମଧ୍ୟ ୨୦୦୪ରୁ ୨୦୦୬ ମସିହା ମଧ୍ୟରେ ଭାରତର ହାଇଦରାବାଦ , କଲିକତା , ବାଙ୍ଗାଲୋରରେ ପ୍ରଥମ ରାଉଣ୍ଡରେ ବିଦାୟ ନେଇଥିଲେ ।
ତାଙ୍କର ଭଗ୍ନୀ ସନା ଓ ଭାଇ ଯୁକି ଭମ୍ବରୀ ,ଭାରତ ପାଇଁ ପେଶାଗତ ଟେନିସ ଖେଳି ବେସୀ ସଫଳତା ପାଇଥିଲେ ।  .
ଫେଡେରେସନ କପରେ ଭାରତ ପାଇଁ ଖେଳି ସେ ବିଶେଷ ସଫଳତା ଅନିଦେଇଥିଲେ । ତାଙ୍କର ହାର -ଜିତ ରେକର୍ଡ ୮-୧୪ ରହିଥିଲା ।
ଅଙ୍କିତା ମହାପାତ୍ର (ପାୟଲ୍), ଫ୍ୟାସନ୍ ଦୁନିଆରେ ଏକ ଜଣାଶୁଣା ନାମ ।
ଅଙ୍କିତା ମହାପାତ୍ର, ସିଲିକନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନୋଲୋଜି, ଭୁବନେଶ୍ୱରରୁ ୨୦୦୮ ମସିହାରେ ଇଲେକ୍‌ଟ୍ରୋନିକ୍‌ସ ଓ ଏଲି କମ୍ୟୁନିକେସନ୍‌ରେ ସ୍ନାତ୍ତକ ଲାଭ କରିଥିଲେ । ଏହା ପରେ ମଡ଼େଲିଂରେ ବୃତ୍ତି ପାଇଁ ସେ ମୁମ୍ବାଇ ଚାଲିଯାଇଥିଲେ । ଏହାପରେ ସେ ଆକ୍ଟର ପ୍ରିପେୟାର୍‌ସ, ମୁମ୍ବାଇରୁ ଏକ ୩ ମାସିଆ ଡିପ୍ଲୋମା ପାଠ୍ୟକ୍ରମ କରିଥିଲେ । ସେ ଗ୍ଲାଡ୍ରାଗ୍‌ସ ମେଗା ମଡ଼େଲ୍ ୨୦୦୯ର ପ୍ରସ୍ତୁତି ପାଇଁ ତିଆରା ବିୟୁଟି ପିଜାଣ୍ଟ୍ ଟ୍ରେନିଂ ଷ୍ଟୁଡ଼ିଓରେ ରୀତିକା ରାମତ୍ରୀ କୁମାରଙ୍କ ତ‌ତ୍ତ୍ୱାବଧାନରେ ପ୍ରସ୍ତୁତ ହୋଇଥିଲେ ।
ଅଙ୍କୁଶକୃମି (ହୁକ୍‌ୱାର୍ମ/ hookworm) ଏକ ପ୍ରକାର ଗୋଲକୃମି (roundworm) ଓ ଅନ୍ତ୍ରନଳୀ ପରଜୀବୀ, ଇଂରାଜୀରେ ତାହାକୁ ନେମାଟୋଡ Nematode ଦଳରେ ଅନ୍ତର୍ଭୁକ୍ତ କରାଯାଏ । ଏହି ରୋଗ ଆରମ୍ଭ ସମୟରେ ସାମାନ୍ୟ ଗଲୁ ଓ ରାସ ଦେଖାଯାଏ । ଏହା ଆଶ୍ରୟଦାତାର ବା ହୋଷ୍ଟର କ୍ଷୁଦ୍ର ଅନ୍ତ୍ରନଳୀରେ ବାସ କରେ, ଏହି ହୋଷ୍ଟମାନେ ସ୍ତନ୍ୟପାୟୀ ଜୀବ ଯଥା ମଣିଷ, କୁକୁର ବା ବିଲେଇ ହୋଇପାରନ୍ତି । ଅନେକ ଗୁଡ଼ିଏ କୃମିଦ୍ୱାରା ଆକ୍ରାନ୍ତ ହେଲେ ପେଟ ଯନ୍ତ୍ରଣା (abdominal pain), ତରଳ ଝାଡ଼ା, ଓଜନ ହ୍ରାସ, ଥକ୍କା ଅନୁଭବ ହୋଇପାରେ । ଶିଶୁର ମାନସିକ ତ‌ଥା ଶାରୀରିକ ବିକାଶ ବାଧାପ୍ରାପ୍ତ ହୋଇପାରେ । ଆନିମିଆ ହୋଇପାରେ ।
ଦୁଇ ପ୍ରକାର ଅଙ୍କୁଶକୃମି ସାଧାରଣତଃ ମନୁଷ୍ୟ ଦେହରେ ଦେଖାଯାଆନ୍ତି, ଯଥା:- ଆଙ୍କିଲୋସ୍ଟୋମା ଡୁଓଡେନେଲ (Ancylostoma duodenale) ପ ନେକାଟର ଆମେରିକାନ୍‌ସ (Necator americanus) । ପ୍ରଥମଟି ମଧ୍ୟପ୍ରାଚ୍ୟ, ଉତ୍ତର ଆଫ୍ରିକା, ଭାରତ ଓ ଦ୍ୱିତୀୟଟି ଯୁକ୍ତରାଷ୍ଟ୍ର ଆମେରିକା, ଦକ୍ଷିଣପୂର୍ବ ଏସିଆ, ଚୀନ ଓ ଇଣ୍ଡୋନେସିଆରେ ଦେଖାଯାଆନ୍ତି । ଅଙ୍କୁଶ କୃମିର ଅଣ୍ଡା ସଂକ୍ରମିତ ଲୋକର ମଳରେ ଦେଖାଯାଏ । ଏହାର ଅଣ୍ଡାରୁ ଅପରିପକ୍ୱ ଲାର୍ଭା (immature worms) ବାହାରି ମାନବ ଚର୍ମକୁ ଫୁଟେଇ ପଶିଯାଆନ୍ତି । ପରଜୀବୀ ଅପମିଶ୍ରିତ ଖାଦ୍ୟ ମାଧ୍ୟମରେ ମଧ୍ୟ ଏହି ରୋଗ ବ୍ୟାପେ । ଉଷ୍ମ ଜଳବାୟୁ (warm climates) ଥିବା ସ୍ଥାନରେ ପରିମଳ (sanitation) ଅବ୍ୟବସ୍ଥା ଥାଇ ଖାଲି ପାଦରେ ଚାଲିଲେ ଏହି ରୋଗ ସମ୍ଭାବନା ରହେ । ଅଣୁବୀକ୍ଷଣ ଯନ୍ତ୍ର (microscope) ସାହାଯ୍ୟରେ ମଳ ନମୁନାରେ ଲାର୍ଭା ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଏ । ଆଙ୍କିଲୋଷ୍ଟୋମା କ୍ୟାନିଅମ୍ ମନୁଷ୍ୟକୁ ଆକ୍ରମଣ କରିପାରେ ଓ ଅଷ୍ଟେଲିଆର ବ୍ରିସ୍‌ବେନ୍‌ଠାରେ ୧୯୮୮ରୁ ୧୯୯୨ ମସିହା ମଧ୍ୟରେ ୧୫୦ ଜଣ ମନୁଷ୍ୟଙ୍କୁ ଆକ୍ରମଣ କରିଥିଲା ।
ଜିଆ ବା ରାଉଣ୍ଡୱର୍ମ ଅପେକ୍ଷା ଅଙ୍କୁଶକୃମି ଆକାରରେ ଛୋଟ । ଏହି ଅଙ୍କୁଶକୃମି ସଂକ୍ରମଣ ଯୋଗୁ ଦେହର ଲୌହ ଅଂଶ ଓ ପୁଷ୍ଟିସାର କ୍ଷୟ ଯୋଗୁ ରୋଗୀର ଆନିମିଆ ହୁଏ । ଅଙ୍କୁଶକୃମି ବହୁତ ତୃଷାର୍ତ୍ତ ଭଳି ରକ୍ତ ଶୋଷିନିଏ ଓ ଅନ୍ତନଳୀର ମ୍ୟୁକୋସାକୁ ନଷ୍ଟ କରିଦିଏ, କିନ୍ତୁ ମଳରେ ଏହି ରକ୍ତ ଦେଖାଯାଏ ନାହିଁ ।
ରୋଗ ଦେଖାଯାଉଥିବା ସ୍ଥାନରେ ଖାଲି ପାଦରେ ନଚାଲିଲେ ପ୍ରତିଷେଧ ହୋଇପାରିବ । ପଡ଼ିଆରେ (outdoor defecation) ଖାଲି ପାଦରେ ଯାଇ ମଳତ୍ୟାଗ ନ କରିବା, ମଳ ଭଳି ଜିନିଷ ସାର (fertilizer) ଭାବରେ ବ୍ୟବ‌ହାର ବନ୍ଦ କରିବା ଓ ସାମୂହିକ ଅଙ୍କୁଶ କୃମି ନାଶକ (mass deworming) ବ୍ୟବ‌ହାର କରିବାଦ୍ୱାରା ଏହି ରୋଗକୁ ପ୍ରତିରୋଧ କରିହୁଏ । ରୋଗୀକୁ ଆଲବେଣ୍ଡାଜୋଲ ବା ମେବେଣ୍ଡାଜୋଲ ଔଷଧ ଏକରୁ ତିନି ଦିନ ପର୍ଯ୍ୟନ୍ତ ଦିଆଯାଏ । ଆନିମିଆ ହେଉଥିଲେ ଲୌହ ପରିପୂରକ ଦିଆଯାଏ ।
ସନ ୨୦୧୫ରେ ଏହି ରୋଗରେ ପ୍ରାୟ ୪୨୮ ନିୟୁତ ଲୋକ ଆକ୍ରାନ୍ତ ହୋଇଥିଲେ । ପିଲା ଓ ବଡ଼ ମଣିଷଙ୍କୁ ଅତ୍ୟଧିକ ସଂକ୍ରମଣ ହୋଇପାରେ କିନ୍ତୁ ବଡ଼ ମଣିଷ କମ୍ ଆକ୍ରାନ୍ତ ହୁଅନ୍ତି । ଏହା କ୍ୱଚିତ୍ ଘାତକ ହୁଏ । ଏହା ଏକ ମାଟି ସଞ୍ଚାରିତ ହେଲମିନ୍ଥିଆସିସ (soil-transmitted helminthiasis) ରୋଗ ଓ ଏହାକୁ ଉପେକ୍ଷିତ ଟ୍ରପିକାଲ ରୋଗ (neglected tropical disease) ଦଳରେ ଅନ୍ତର୍ଭୁକ୍ତ କରାଯାଇଛି ।
ଅଙ୍କୁଶକୃମି ସଂକ୍ରମଣରେ କୌଣସି ନିର୍ଦ୍ଦିଷ୍ଟ ଚିହ୍ନ ବା ଲକ୍ଷଣ ଦେଖାଯାଏ ନାହିଁ । ଅନ୍ତନଳୀ ପ୍ରଦାହ ଓ ବର୍ଦ୍ଧନଶୀଳ ପ୍ରୋଟିନ୍/ଲୌହ ଅଭାବ ଜନିତ ଆନିମିଆ ଦେଖାଯାଏ । ଏହାର ଲାର୍ଭା ଚର୍ମରେ ବିଶେଷତଃ ପାଦ ବା ଗୋଡ଼ର ନିମ୍ନ ଭାଗରେ ରହିଲେ ଲାର୍ଭା ଥିବା ସ୍ଥାନରେ ପ୍ରବଳ ଗଲୁ ହୁଏ । ଏହା ପୋକ କାମୁଡ଼ା ଭଳି ଦେଖାଯାଏ, ଫୋଟକା ହୁଏ ଓ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ରହେ ।
ଅଙ୍କୁଶକୃମିର ଲାର୍ଭା ମନୁଷ୍ୟ ଚର୍ମର ସ୍ଟ୍ରାଟମ ବାସାଲ୍ ଓ ସ୍ଟ୍ରାଟମ୍ କର୍ନିଅମ୍ ସ୍ତରରେ ମଝିରେ ଅଙ୍କାବଙ୍କା ସୁଡ଼ଙ୍ଗ କରି ଚାଲେ । ଏଥି ଯୋଗୁ କେତେକ ଅଙ୍କାବଙ୍କା ଫୋଟକା ଭଳି ଚିହ୍ନ ଦେଖାଯାଏ । ଲାର୍ଭା ଆଗକୁ ଗତି କଲେ ପଛ ଅଂଶ ଶୁଖିଯାଏ ଓ ଗୋଟିଏ ଆସ୍ତରଣ (crust) ତିଆରି ହୁଏ । ଏହି ସ୍ଥାନରେ ଗଲୁ ହୁଏ ।
ରୋଗୀର ସମୟ ସମୟରେ କାଶ, ଛାତି ଯନ୍ତ୍ରଣା ସହ ସଁସଁ ଶବ୍ଦ ବାହାରେ ଓ ଏହା ଅତ୍ୟଧିକ ଲାର୍ଭା ଥିଲେ ହୁଏ । ଏପିଗ୍ୟାସ୍ଟ୍ରିକ ଯନ୍ତ୍ରଣା, ବଦହଜମୀ, ଓକାଳ ଲାଗିବା, କଠିନ ଝାଡ଼ା ଓ ତରଳ ଝାଡ଼ା ହୋଇପାରେ । ପେଟ ଲକ୍ଷଣ ସମୟକ୍ରମେ ଉନ୍ନତି କରେ । ରୋଗ ଅଗ୍ରଗତି କଲେ ଆନିମିଆ, ପ୍ରୋଟିନ ଅଭାବ, ଇମାସିଏସନ୍, ହୃତ୍‌ପିଣ୍ଡ ଫେଲ ଓ ପେଟ ଫୁଲି ଆସାଇଟିସ୍ ରୋଗ ହୁଏ ।
ଆଙ୍କିଲୋସ୍ଟୋମା ଡୁଓଡେନେଲ୍ ପୋକ ଦେଖିବାକୁ ପାଉଁଶିଆ ଧଳା କିମ୍ବା ପିଙ୍କ ରଙ୍ଗର, ମୁଣ୍ଡ ଦେହଠାରୁ ସାମାନ୍ୟ ବଙ୍କା । ଏହି ବଙ୍କା ଗଠନ ହୁକ୍ (hook) ଭଳି ଦେଖାଯାଉଥିବା ଯୋଗୁ ଏହାକୁ ଇଂରାଜୀରେ ହୁକ୍‌ୱର୍ମ (Hookworm) କୁହାଯାଏ । ଏହାର ମୁହଁ ଭଲ ଭାବରେ ଗଠିତ ଓ ଦୁଇ ଧାଡ଼ି ଦାନ୍ତ ଥାଏ । ଅଣ୍ଡିରା ପୋକର ଆକାର ୧ ସେ.ମି. X୦.୫ ମି.ମି. ଓ ଏହାର କୋପୁଲଟରି ବର୍ସା ଥାଏ କିନ୍ତୁ ମାଈ ଏହାଠାରୁ ଦୀର୍ଘ ଓ ମୋଟା ।
ଆଙ୍କିଲୋସ୍ଟୋମା ଆମେରିକାନସ୍‌ର ଆକାର ପ୍ରାୟ ସମାନ, ଅଣ୍ଡିରାର ଲମ୍ବ ୫ ରୋ ୯ ମି.ମି. ଲମ୍ବ ଓ ମାଈ ପ୍ରାୟ ୧ ସେ.ମି. ଲମ୍ବ । ଏହାର ଦାନ୍ତ ନ ଥାଇ ଗୋଟିଏ ଜୋଡ଼ା କତୁରି ପ୍ଲେଟ (cutting plates) ଥାଏ । ଏହାର ହୁକ ଆକାର ଅଧିକ ସ୍ପଷ୍ଟ ।