url
stringlengths 29
226
| text
stringlengths 7
18.1k
|
---|---|
https://www.dharitri.com/japan-trembled/ | ଥରିଲା ଜାପାନ
ଟୋକିଓ,୧୧ା୬: ରବିବାର ଅପରାହ୍ନରେ ଜାପାନରେ ଭୂକମ୍ପ ଅନୁଭୂତ ହୋଇଛି। ଏଠାରେ ଥିବା ହୋକାଇଡୋରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ମାପ କରାଯାଇଥିବା ଜାପାନ ପାଣିପାଗ ବିଭାଗ ସୂଚନାରୁ ପ୍ରକାଶ।
ଭୂକମ୍ପର କେନ୍ଦ୍ରସ୍ଥଳ ଉରାକାଓ୍ବା ସହର ଉପକୂଳରେ ଥିଲା। ଏହି ଭୂକମ୍ପ ହେତୁ କୌଣସି ସୁନାମି ଚେତାବନୀ ଦିଆଯାଇ ନ ଥିବା ପାଣିପାଗ ବିଭାଗ କହିଛି। କିନ୍ତୁ ଏହା ଏକ ଶକ୍ତିଶାଳୀ ଭୂକମ୍ପ। ବର୍ତ୍ତମାନ ଏହି ଭୂକମ୍ପ ଯୋଗୁ ଧନଜୀବନ ନଷ୍ଟ ହେବାର କୌଣସି ଖବର ହସ୍ତଗତ ହୋଇନାହିଁ। |
https://www.dharitri.com/inter-district-cricket-bhubaneswar-b-champion/ | ଆନ୍ତଃ ଜିଲା କ୍ରିକେଟ : ଭୁବନେଶ୍ୱର ‘ବି’ ଚାମ୍ପିୟନ
ଭୁବନେଶ୍ୱର,୨୭ା୨(ସ୍ପୋଟର୍ସ ବ୍ୟୁରୋ) : ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଆୟୋଜିତ ୧୯ ବର୍ଷରୁ କମ୍ ଆନ୍ତଃ ଜିଲା କ୍ରିକେଟ୍ରେ ଭୁବନେଶ୍ୱର ବି’ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ରବିବାର ଅନୁଷ୍ଠିତ ଫାଇନାଲରେ ଅବଶିଷ୍ଟ ଓଡ଼ିଶା ଡି’କୁ ୪ ଉଇକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଅବଶିଷ୍ଟ ଓଡ଼ିଶା ୪୮.୧ ଓଭରରେ ୧୩୫ ରନ୍ରେ ସମସ୍ତ ଉଇକେଟ ହରାଇଥିଲା। ଡି. ଗୌରବ ସର୍ବାଧିକ ୪୬ ଓ ପ୍ରିୟାଂଶୁ ମହାନ୍ତି ୨୩ ରନ୍ କରିଥିଲେ। ଭୁବନେଶ୍ୱର ପକ୍ଷରୁ ସୟଦ ତୁଫୈଲ ଅହମଦ୍ ୧୯ ରନ୍ରେ ୪ ଉଇକେଟ ନେଇଥିବା ବେଳେ ଅନୁଜ ମହାସୁପକାର ୨ ଉଇକେଟ ନେଇଥିଲେ। ଜବାବରେ ଭୁବନେଶ୍ୱର ବି’ ୪୦.୩ ଓଭର ଖେଳି ୬ ଉଇକେଟରେ ୧୩୯ ରନ୍ କରି ମ୍ୟାଚ୍ ଜିତିନେଇଥିଲା। କରନ ମହାପାତ୍ର ୪୪ ଓ ଏମ୍.ଜି. ଗୋପାଳ ୩୭ ରନ୍ କରିଥିଲେ। ସୟଦ ତୁଫୈଲ ଅହମଦଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ ଘୋଷଣା କରାଯାଇଥିଲା। ଅବଶିଷ୍ଟ ଓଡ଼ିଶା ପକ୍ଷରୁ ଶୁଭାଶିଷ ପାଲୋ ଓ ପ୍ରିୟାଂଶୁ ମହାନ୍ତି ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ସୂଚନା ଯେ, ଫେବୃୟାରୀ ୨ରୁ ୩୬ ଦଳକୁ ନେଇ ଏହି ଟୁର୍ନାମେଣ୍ଟ ଆରମ୍ଭ ହୋଇଥିଲା। ୬ଟି ଦଳ ସୁପର ଲିଗ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ବେଳେ ଅବଶିଷ୍ଟ ଓଡ଼ିଶାର ୪ ଦଳକୁ ସାମିଲ କରାଯାଇଥିଲା। ୧୦ ଦଳକୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯାଇଥିବା ବେଳେ ଦୁଇ ଶୀର୍ଷ ଦଳ ଫାଇନାଲ ଖେଳିଥିଲେ। ଉଦ୍ଯାପନୀ ସମାରୋହରେ ଓସିଏ ଉପସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା, କୋଷାଧ୍ୟକ୍ଷ ବିକାଶ ପ୍ରଧାନ ଓ ଆପେକ୍ସ କାଉନ୍ସିଲ୍ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓସିଏ ସଦସ୍ୟ ନୃସିଂହ ଚରଣ ଚୌଧୁରୀ, ଶିବବ୍ରତ ମଲିକ୍, ଅମିତ୍ ବେହେରା, ତ୍ରଡିତ କୁମାର ରାଉତ, ଅଞ୍ଜନ କୁମାର ଖୁଣ୍ଟିଆ ଓ ସିଇଓ ସୁବ୍ରତ କୁମାର ବେହେରା ଉପସ୍ଥିତ ଥିଲେ। |
https://www.dharitri.com/azeem-mansoori-appeal-marriage-pm-modi-yogi-adityanath/ | ବାହାହେବା ପାଇଁ ମୋଦିଙ୍କୁ ଚିଠି
ଶାମଲି,୧୨।୫: ଉତ୍ତରପ୍ରଦେଶ ଶାମଲି ଜିଲାର କେରାନାରେ ରହୁଥିବା ୨ ଫୁଟ ୬ ଇଞ୍ଚର ୨୮ବର୍ଷୀୟ ଆଜିମ ମନସୁରୀ ନାମକ ଜଣେ ବ୍ୟକ୍ତି ନିଜ ବିବାହ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଗତ ବର୍ଷ ୨୦୨୧ ମାର୍ଚ୍ଚ ୯ରେ ହାପୁଡ ଜିଲାର ୨୧ବର୍ଷୀୟ ଯୁବତୀ ବୁଶରାଙ୍କ ସହ ଆଜିମଙ୍କ ନିର୍ବନ୍ଧ ସରିଛି। ବୁଶରାଙ୍କ ଉଚ୍ଚତା ମଧ୍ୟ ଆଜିମଙ୍କ ଭଳି କମ୍। ବିବାହ ପାଇଁ ସବୁ ପ୍ରସ୍ତୁତି ସରିଥିବା ବେଳେ ଆଜିମଙ୍କ ବାପାମା’ କିନ୍ତୁ ଏବେ ବାହାଘର କରାଇବାକୁ ଚାହୁଁନାହାନ୍ତି। ୩ଭାଇଙ୍କର ବିବାହ ଏକାସାଙ୍ଗରେ ହେବ ବୋଲି ତାଙ୍କ ପରିବାରଲୋକେ କହୁଛନ୍ତି ବୋଲି ଆଜିମ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଶେଷରେ ଆଜିମ ହାତରେ ଏକ ପୋଷ୍ଟର ନେଇ ଗୁରୁବାର ଥାନାଧିକାରୀଙ୍କ ପାଖରେ ପହଞ୍ଚିଥିଲେ। ସେଠାରେ ସେ ଏସ୍ଏଚ୍ଓଙ୍କୁ ଗୁହାରୀ କରି ତାଙ୍କର ବାହାଘର କରେଇଦେବାକୁ ନିବେଦନ କରିିଥିଲେ। ପରିବାର ଲୋକ ବାହାଘର କରାଉନାହାନ୍ତି। ବାହାଘର ଠିକ୍ ହୋଇଥିବା ଝିଅ ହାପୁଡର। ସେ ବି.କମ ପଢ଼ିଛନ୍ତି ବୋଲି ଆଜିମ କହିଛନ୍ତି। ଏସ୍ଏଚ୍ଓ ଥାନାଧିକାରୀ ତାଙ୍କଠାରୁ ସବୁ ଶୁଣିବା ସହ ଉକ୍ତ ଚିଠି ନେଇ ଆଶ୍ବାସନା ଦେଇ କହିଛନ୍ତି ଖୁବ୍ଶୀଘ୍ର ତୁମର ବାହାଘର କରାଇବୁ। ସେହିପରି ଆଜିମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ତାଙ୍କର ବାହାଘର କରାଇଦେବା ପାଇଁ ଗୁହାରୀ କରିଛନ୍ତି। ଉକ୍ତ ଚିଠିରେ ସେ ଲେଖିଛନ୍ତି, ବାହାହେବା ପାଇଁ ମୋର ବହୁତ ମନ ଅଛି,ଏଥିପାଇଁ ମୋତେ ରାତିରେ ନିଦ ହେଉନି। କେହି ଜାଣି ପାରୁନାହାନ୍ତି ମୁଁ ମୋ ଜୀବନସାଥି ପାଇଁ କେତେ କ୍ଦୁଃଖରେ ରହୁଛି, ମୋ ଭାଇମାନଙ୍କର ବାହାଘର ଧୀରେ ଧୀରେ ହେବ କିନ୍ତୁ ମୋ ବାହାଘର ଶୀଘ୍ର କରେଇ ଦିଅନ୍ତୁ ବୋଲି ଆଜିମ ମୋଦିଙ୍କୁ ଚିଠି ଲେଖିଛନ୍ତି। ଆଜିମଙ୍କ ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ସବୁଠି ଏବେ ତାଙ୍କରି ଚର୍ଚ୍ଚା ଲାଗି ରହିଛି। |
https://www.dharitri.com/jawan-died-by-shooting-himself-with-a-service-gun/ | ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ
କୋରାପୁଟ,୨୭ା୯(ଅମିତାଭ ବେହେରା): କୋରାପୁଟ ଜିଲା ସୁନାବେଡ଼ା ନିକଟ ରାଜପୁଟଠାରେ ଥିବା ୨୦୨ କୋବ୍ରା ବାଟାଲିଆନର ଜଣେ ଯବାନ ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରି ଆମତ୍ହତ୍ୟା କରିଥିବା ଜଣାଯାଇଛି ା ମୃତ ଯବାନ ହେଲେ ସେର ଦିଲ୍ଲୀପ। ତାଙ୍କ ଘର ଗୁଜରାଟର ଦ୍ୱାରିକା ଜିଲାର ଜରେରା ଗ୍ରାମରେ ବୋଲି ଜଣାପଡ଼ିଛି। ବୁଧବାର ଭୋର୍ରୁ ଏହି ଘଟଣା ଘଟିଥିବା କୋବ୍ରା ବାଟାଲିଆନ ପକ୍ଷରୁ ଜଣାଯାଇଛି। ସେତେବେଳେ ଯବାନ ସେର ଦିଲ୍ଲୀପ କୋବ୍ରା ବାଟାଲିଆନର ଗେଟ୍ ନଂ ୨ରେ କାର୍ଯ୍ୟରତ ଥିଲେ। କୌଣସି କାରଣ ଯୋଗୁ ସେ ନିଜ ବନ୍ଧୁକରୁ ନିଜକୁ ଗୁଳି କରିଦେଇଥିଲେ। ଖବର ପାଇ ନିକଟରେ ଥିବା ଯବାନଙ୍କ ଅନ୍ୟ ସାଥୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହିତ ସୁନାବେଡ଼ା ପୋଲିସକୁ ଏନେଇ ଖବର ଦେଇଥିଲେ। ସୁନାବେଡ଼ା ପୋଲିସ ଯବାନଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏନେଇ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରଛି।ତେବେ ବର୍ତ୍ତମାନ ସୁଧା ଦିଲ୍ଲୀପ କେଉଁ କାରଣରୁ ନିଜକୁ ଗୁଳି କଲେ ସେ ନେଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବା ସୁନାବେଡ଼ା ଥାନା ପୋଲିସ ପକ୍ଷରୁ ଜଣାଯାଇଛି। |
https://www.dharitri.com/85-children-from-nabodaya-schoolcorona-positive-announcement-of-contenment-zone/ | ନବୋଦୟ ସ୍କୁଲର ୮୫ ପିଲା କରୋନା ପଜିଟିଭ୍,କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା…
ନୈନିତାଲ, ୨।୧ : ନୈନିତାଲର ସୁୟାଲବାଡ଼ିସ୍ଥିତ ଜବାହର ନବୋଦୟ ସ୍କୁଲର ୮୫ପିଲାଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଆକ୍ରାନ୍ତ ପିଲାଙ୍କୁ ଆଇସୋଲେଶନରେ ରଖାଯାଇଛି। ସେହିପରି ପ୍ରଶାସନ ପକ୍ଷରୁ ସ୍କୁଲି ପରିସରକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି।
କରୋନା ନେଗେଟିଭ୍ ପିଲାଙ୍କୁ କେବେ ଘରକୁ ପଠାଯିବ ସେ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ସହିତ ସ୍ଥାନୀୟ ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଲୋଚନା ପରେ ନିଷ୍ପତ୍ତି ଗ୍ରହଣ କରାଯିବ।
ଆଲମୋରା-ଆହ୍ଲାଦିନୀ ରାଜପଥ ପାର୍ଶ୍ୱରେ ଥିବା ଗଙ୍ଗରକୋଟଠାରେ ନିର୍ମିତ ଜବାହର ନାବୋଦୟ ବିଦ୍ୟାଳୟରେ ଆରଟିପିସିଆର ପରୀକ୍ଷା ଅନ୍ତର୍ଗତ ସ୍କୁଲ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ନମୁନା ସଂଗ୍ରହ କରାଯାଇଥିଲା।
ରିପୋର୍ଟରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ପ୍ରାୟ ୧୧ ଜଣ ପିଲା କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏହା ପରେ ସ୍ବାସ୍ଥ୍ୟ ବିଭାଗର ଟିମ ପକ୍ଷରୁ ଏକ ସ୍ବତନ୍ତ୍ର ଶିବିର ଆୟୋଜନ କରି ୪୯୬ ପିଲାଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇଥିଲା। ଏହା ପରେ ଶନିବାର ଦିନ ମିଳିଥିବା ରିପୋର୍ଟରେ ବିଦ୍ୟାଳୟର ୮୫ ପିଲା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ବିଦ୍ୟାଳୟକୁ ଏକ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।
ସେହିପରି କରୋନା ସଂକ୍ରମଣ ଯୋଗୁ ଜମ୍ମୁ-କଶ୍ମୀରର ମାତା ବୈଷ୍ଣୋ ଦେବୀ ବିଶ୍ୱବିଦ୍ୟାଳୟ ବନ୍ଦ ରହିଛି। ଏଠାରେ ୧୩ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। |
https://www.dharitri.com/sisira-saras-mela-is-going-on/ | ଜମୁଛି ଶିଶିର ସରସ ମେଳା
ଭୁବନେଶ୍ୱର,୨।୧(ବ୍ୟୁରୋ): ଗତ ୨ ବର୍ଷ ଧରି ବନ୍ଦ ରହିଥିବା ଜାତୀୟସ୍ତରୀୟ ଶିଶିର ସରସ ମେଳା ପୁଣି ଲୋକଙ୍କ ନିକଟକୁ ଫେରିଛି। ଏଥର ଏହା ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଛି। ଚଳିତ ମାସ ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ସକାଳ ୧୧ଟାରୁ ରାତି ୯ଟା ଯାଏ ସର୍ବସାଧାରଣଙ୍କ ପାଇଁ ଖୋଲା ରହୁଥିବା ଏହି ମେଳାରେ ଦିନକୁ ଦିନ ବେପାର ବଢ଼ିବାରେ ଲାଗିଛି। ବିଶେଷକରି ମେଳାର ଷଷ୍ଠ ଦିନ ଶନିିବାର ଗ୍ରାହକଙ୍କ ଅଧିକ ସମାଗମ ଦେଖିବାକୁ ମିଳିଥିଲା। ନୂଆବର୍ଷରେ ପରିବାର ସହିତ ମେଳା ବୁଲି ଭଳିକି ଭଳି ସାମଗ୍ରୀ କିଣିବା ସହ ସୁସ୍ବାଦୁ ଖାଦ୍ୟର ମଜା ନେଇଥିଲେ ସହରବାସୀ।
ମେଳାରେ ମୋଟ ୩୦୦ଟି ଷ୍ଟଲ୍ ରହିଛି। ଏଥିରେ ରାଜ୍ୟର ୩୦ ଜିଲା ସମେତ ଦେଶର ପ୍ରାୟ ୨୨ ରାଜ୍ୟରୁ ଆସିଥିବା ୪୦୦ରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀ ଭାଗ ନେଇଥିବାବେଳେ ୫୦୦ରୁ ଅଧିକ କାରିଗର ତଥା ବିକ୍ରେତା ଯୋଗଦେଇଛନ୍ତି। ଆନ୍ଧ୍ର ପ୍ରଦେଶ, କର୍ନାଟକ, ଆସାମ, ବିହାର, ରାଜସ୍ଥାନ, ଗୋଆ, ଗୁଜରାଟ, ହରିୟାଣା, ଜମ୍ମୁ ଓ କଶ୍ମୀର, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ମଣିପୁର, ପଞ୍ଜାବ, ତେଲଙ୍ଗାନା, ଉତ୍ତରପ୍ରଦେଶ, ନାଗାଲାଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, କେରଳ ଓ ତାଲିମନାଡୁ ଆଦି ରାଜ୍ୟର କାରିଗରଙ୍କ ଗ୍ରାମୀଣ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ହେଉଛି। ସେହିପରି ମେଳା ପରିସରରେ ୧୦ଟି ଷ୍ଟଲ୍କୁ ନେଇ ଖୋଲିଛି ଫୁଡ୍ କୋର୍ଟ, ଯେଉଁଥିରେ ପାରମ୍ପରିକ ସୁସ୍ବାଦୁ ଓଡ଼ିଆ ଖାଦ୍ୟ ଭିନ୍ନ ଆକର୍ଷଣ ପାଲଟିଛି। ଏଥିରେ କଟକର ପ୍ରସିଦ୍ଧ ଦହିବରା ଆଳୁଦମ୍, ବାରିପଦାର ମୁଢ଼ି ମାଂସ ସହ ଅନ୍ୟ ରାଜ୍ୟର ମଧ୍ୟ ଖାଦ୍ୟ ମଧ୍ୟ ସାମିଲ ରହିଛି। କୋରପୁଟ କଫିର ମଜା ନେବା ପାଇଁ ସ୍ବତନ୍ତ୍ର କୋରାପୁଟ କାଫେ ଷ୍ଟଲ୍ ମଧ୍ୟ ଖୋଲାଯାଇଛି।
ମେଳା ବୁଲିବାକୁ ଆସିଥିବା ସାମାଜିକ କର୍ମୀ ମୀରା ପରିଡା କହିଛନ୍ତି, ରାଜଧାନୀବାସୀ ଏହି ମେଳାକୁ ବେଶ୍ ପସନ୍ଦ କରୁଛନ୍ତି। ୨ବର୍ଷ ପରେ ଖୋଲିଥିବାରୁ ଖୁସି ଲାଗୁଛି। କିନ୍ତୁ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଠାରେ ଲୋକଙ୍କ ଭିଡ଼ ଚିନ୍ତାର ବିଷୟ ପାଲଟିଛି। ବୁଲିବାକୁ ବା କିଣିବାକୁ ଆସୁଥିବା ଲୋକ ଭୟ ଭିତରେ ରହି କିଣାକିଣି କରୁଛନ୍ତି। ସଚେତନତା ଅବଲମ୍ବନ କରି ଆମେ ମଧ୍ୟ ବୁଲିବାକୁ ଆସୁଛୁ। ଜିନିଷ ପସନ୍ଦ ହେଲେ କିଣୁଛୁ। ଗୋଟିଏ ଜାଗାରେ ସବୁ ଜିନିଷ ମିଳୁଥିବାରୁ ମଜା ବି ଲାଗୁଛି। ଯାଜପୁରରୁ ଆସିଥିବା ମହିଳା ବେତ କରିଗର ସାୟା ରାଉତ କୁହନ୍ତି, ବିଭିନ୍ନ ବେତ ସାମଗ୍ରୀ, ଟେମ୍ପୁଲ ପେଡି, ରାଉଣ୍ଡ ପେଡି,ଦୀପ ପେଡି, ଚାରି ଓ ଛ’ କାନିଆ ବାକ୍ସ, ମୋବାଇଲ ଷ୍ଟାଣ୍ଡ୍, ପେନ ଷ୍ଟାଣ୍ଡ ଆଦି ବେପାର କରୁଛି। ଗହଳି ମଧ୍ୟମ ଧରଣର ରହିଛି। ବେପାରବି ସେହିଭଳି ହେଉଥିବା ସେ କହିଛନ୍ତି। |
https://www.dharitri.com/ଭୁଶୁଡ଼ିଲା-ଆଉ-ଏକ-ଡିପ୍ଓ୍ବ/ | ଭୁଶୁଡ଼ିଲା ଆଉ ଏକ ଡିପ୍ଓ୍ବେଲ; ଦେଢ଼କୋଟି ଟଙ୍କାର ପ୍ରକଳ୍ପ ଅଚଳ
ପରଜଙ୍ଗ, ୧୯।୮(ଡି.ଏନ୍.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଙ୍କଡ଼ାସୋଡ଼ା ଗ୍ରାମରେ ‘ବସୁଧା’ ଯୋଜନାରେ ନିର୍ମିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଡିପ୍ଓ୍ବେଲ ଶନିବାର ଭୁଶୁଡ଼ି ପଡ଼ିଛି। ଗତ ୧୫ଦିନ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା। ଏହା ପୂର୍ବରୁ ଅଗଷ୍ଟ ୩ରେ ନୂଆକୁଆଳୋ ଗ୍ରାମରେ ଅନୁରୂପ ଭାବେ ନବନିର୍ମିତ ଡିପ୍ଓ୍ବେଲ ଭୁଶୁଡ଼ି ପଡ଼ିଥିଲା। ନିମ୍ନମାନର କାମ, ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଏବଂ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତାରୁ ଲୋକାର୍ପଣର ୬ମାସ ମଧ୍ୟରେ ପ୍ରକଳ୍ପ ଭୁଶୁଡ଼ି ପଡ଼ିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ କୂଅ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ପରେ ଏହା ଉପରେ ନିର୍ଭର କରୁଥିବା ୬୦୦ରୁ ଊର୍ଦ୍ଧ୍ୱ ପରିବାରକୁ ଘାରିଛି ପାନୀୟ ଜଳ ଚିନ୍ତା।
ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଣ କରିବା ଲକ୍ଷ୍ୟ ନେଇ ‘ବସୁଧା’ ଯୋଜନାରେ ଉକ୍ତ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଓଭରହେଡ୍ ପାଣିଟାଙ୍କି, ପାଇପ ବିଛାଇବା ଏବଂ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟରେ ଦେଢ଼କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଇଥିଲା। କେବଳ କୂଅ ନିର୍ମାଣରେ ଖର୍ଚ୍ଚ ହୋଇଥିଲା ୭ ଲକ୍ଷ ଟଙ୍କା। ଗତ ମାର୍ଚ୍ଚ ୮ରେ ପ୍ରକଳ୍ପ ଲୋକାର୍ପିତ ହୋଇଥିବାବେଳେ ଏଥିରୁ ୬୦୦ରୁ ଊର୍ଦ୍ଧ୍ୱ ପରିବାର ସିଧାସଳଖ ପାଣି ପାଉଥିଲେ। ତେବେ ଶନିବାର ରାତିରେ ହଠାତ୍ ଡିପ୍ଓ୍ବେଲ୍ ଭୁଶୁଡ଼ି ପଡ଼ିଛି। କୂଅ ଭିତରେ ସମସ୍ତ ସାମଗ୍ରୀ ପୋତି ହୋଇଯାଇଛି। ସୁରକ୍ଷା ପାଚେରି ମଧ୍ୟ ଭାଙ୍ଗିଯାଇଛି।
ଗ୍ରାମବାସୀଙ୍କ କହିବା କଥା, ଟେଣ୍ଡର ନେଇଥିବା ଠିକାଦାର ପେଟି କଣ୍ଟ୍ରାକ୍ଟରଙ୍କ ସହାୟତାରେ କାମ କରୁଛନ୍ତି। ବିଭାଗୀୟ ଅଧିକାରୀମାନେ ନିୟମିତ କାର୍ଯ୍ୟ ତଦାରଖ କରୁନାହାନ୍ତି। ଏହାର ସୁଯୋଗରେ ମନଇଚ୍ଛା କାର୍ଯ୍ୟ କରାଯାଇଥିଲା। ଶ୍ରମିକଙ୍କ ପରିବର୍ତ୍ତେ ମେଶିନ ସହାୟତାରେ କୂଅ ଖୋଳାଯାଇଥିଲା। ଏପରି କି କୂଅ ଖନନ ସମୟରେ ଡିନାମାଇଟ୍ରେ ବିସ୍ଫୋରଣ କରାଯାଇଥିଲା। କୂଅ ଚାରିପଟେ ଥିବା ଫାଙ୍କା ସ୍ଥାନରେ ବାଲି ବଦଳରେ ଚିକିଟା ମାଟି ଫିଲିଂ କରାଯାଇଥିଲା। ଏପରି ନିମ୍ନମାନର କାମ ସମ୍ପର୍କରେ ଉକ୍ତ ସମୟରେ ସ୍ଥାନୀୟ ବାସିନ୍ଦା ବିଭାଗୀୟ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ଠିକାଦାରଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ତେଣୁ ଏପରି ଦୁର୍ଘଟଣା ଘଟିଥିବା ଭଗବାନ ସାହୁ, ଦୁଷ୍ମନ୍ତ ରାଉଳ, ସଞ୍ଜୟ ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି।
ବର୍ଷାଦିନେ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଯାଇଥିବାରୁ ଲୋକଙ୍କ ଚିନ୍ତା ବଢ଼ିଛି। ନିମ୍ନମାନର କାର୍ଯ୍ୟ କରିଥିବା ଠିକାଦାର ଏବଂ ତଦାରଖ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ପ୍ରକଳ୍ପ ପୁନରୁଦ୍ଧାର କରିବାକୁ ସ୍ଥାନୀୟ ସରପଞ୍ଚ ପବିତ୍ର ସାହୁ ଦାବି କରିଛନ୍ତି। ସେହିପରି ଜିଲା ପରିଷଦ ସଦସ୍ୟ ଶରତ ଚନ୍ଦ୍ର ସାହୁ କୁହନ୍ତି, ନୂଆକୁଆଲୋ ପରେ କଙ୍କଡ଼ାସୋଡ଼ାରେ ଡିପ୍ଓ୍ବେଲ ଭୁଶୁଡ଼ି ପଡ଼ିଛି। ଏଥିରୁ ନିମ୍ନମାନର କାମ କରାଯାଉଥିବା ସ୍ପଷ୍ଟ ହୋଇଛି। ଏହାର ଭିଜିଲାନ୍ସ ତଦନ୍ତ କରାଇବାକୁ ସେ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି।
ଏ ନେଇ ଆର୍ଡବ୍ଲ୍ୟୁଏସ୍ଏସ୍ ନିର୍ବାହୀଯନ୍ତ୍ରୀ ବିଜୟାନନ୍ଦ ସାହୁ କୁହନ୍ତି, ନିମ୍ନମାନର କାର୍ଯ୍ୟ ଯୋଗୁ ପ୍ରକଳ୍ପ ଭୁଶୁଡ଼ି ପଡ଼ିଛି। ଏହାକୁ ପୁନର୍ବାର ତିଆରି କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। |
https://www.dharitri.com/ସରପଞ୍ଚ-ଉପନିର୍ବାଚନକୁ-ନେଇ/ | ସରପଞ୍ଚ ଉପନିର୍ବାଚନକୁ ନେଇ ଉତ୍ତେଜନା: ଭୋଗରାଇ ବ୍ଲକ ପରିସର ରଣକ୍ଷେତ୍ର
ଭୋଗରାଇ,୨୮।୧୧(ଡି.ଏନ.ଏ.)- ବାଲେଶ୍ୱର ଜିଲାର ଭୋଗରାଇ ବ୍ଲକ କାର୍ଯ୍ୟାଳୟ ପରିସର ବୁଧବାର ସନ୍ଧ୍ୟାରେ ରଣକ୍ଷେତ୍ର ପାଲଟିଛି। ବ୍ଲକ ଅଧୀନ ଶ୍ରଦ୍ଧାପୁର ଓ କସବାକମର୍ଦ୍ଦା ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ପୂର୍ବାହ୍ନରେ ଉପନିର୍ବାଚନ ହୋଇଥିଲା। ମଧ୍ୟାହ୍ନ ୧୨ଟା ସମୟରେ ମତଦାନ ଶେଷ ହେବାରୁ ଭୋଟ ବାକ୍ସଗୁଡିକୁ ଗାଡିରେ ରଖି ବ୍ଲକ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଅପରାହ୍ନ ସମୟରେ ଭୋଟବାକ୍ସ ଆସି ପହଞ୍ଚିବା ବେଳେ ଶ୍ରଦ୍ଧାପୁର ପଞ୍ଚାୟତର ୨ଟି ଭୋଟ ବାକ୍ସ ଖୋଲାଥିବା ଦେଖି ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକମାନେ ପାଟିତୁଣ୍ଡ କରିଥିଲେ। ଏ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ଉପସ୍ଥିତ ସ୍ବାଧୀନ ପ୍ରାର୍ଥୀ, ବିଜେଡ, ଭାଜପା ଓ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଧସ୍ତାଧସ୍ତି ଯାଏ କଥା ଯାଇଥିଲା। ଏହି ଗଣ୍ଡଗୋଳ ବେଳେ ଗୋଟିଏ ଭୋଟ ବାକ୍ସ ଭଙ୍ଗାରୁଜା ହୋଇ ପଡିବା ଦେଖାଯାଇଥିଲା। ଏନେଇ ଉତ୍ତେଜନା ବଢି ଅଣାୟତ ରୂପ ନେଇଥିଲା। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ସମଥର୍ର୍କମାନେ ମୁହାଁମୁହିଁ ହେବାରୁ ସନ୍ଧ୍ୟା ସମୟରେ ଉପସ୍ଥିତି ପୋଲିସକୁ ଲାଠିଚାଳନା କରିବାକୁ ପଡିଥିଲା। ଏଥିରେ କେତେକ ସମର୍ଥକ ଆହତ ହୋଇଥିବା ଅଭିଯୋଗ ହୋଇଛି। ଏପରି କି ଜଣେ ଖବରଦାତା ଆହତ ହୋଇଛନ୍ତି। ପୋଲିିିସ କାର୍ଯ୍ୟାନୁଷ୍ଠାନ ପରେ ବିଭିନ୍ନ ପ୍ରାର୍ଥୀଙ୍କ ସମର୍ଥକମାନେ ଛତ୍ରଭଙ୍ଗ ଦେଇ ବ୍ଲକ ଅଫିସ ବାହାରକୁ ଯାଇ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୋଲିସ ସେଠାରୁ ଜଣେ ବିକ୍ଷୋଭ ପ୍ରଦର୍ଶନକାରୀ ଯୁବନେତାଙ୍କୁ ଥାନାକୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ୧ ପ୍ଲାଟୁନ ଫୋର୍ସ ସହ ଉଚ୍ଚପଦସ୍ଥ ଅଧିକାରୀମାନେ ବ୍ଲକ ଅଫିସ ପରିସରକୁ ଜଗି ରହିଛନ୍ତି ।
ଉଲ୍ଲେଖନୀୟ ଯେ, ଗତ ପଞ୍ଚାୟତ ନିବାଚନ ପରେ ଏହି ଦୁଇ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚଙ୍କ ମୃତ୍ୟୁ ଘଟିଥଲା। ଏହି ପରିପ୍ରେକ୍ଷୀରେ ସେଠାରେ ଉପନିର୍ବାଚନ କରାଯାଇଥିଲା। ଶ୍ରଦ୍ଧାପୁର ଓ କସବାକମର୍ଦ୍ଦା ପଞ୍ଚାୟତରେ ୩ ଜଣ ଲେଖାଏ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ବ୍ଲକ କାର୍ଯ୍ୟାଳୟକୁ ଭୋଟବାକ୍ସ ଅଣାଯିବା ପରେ ଶ୍ରଦ୍ଧାପୁର ପଞ୍ଚାୟତ ଅଧୀନ ୧୨ ଓ ୧୪ ନମ୍ବର ବୁଥ୍ର ଭୋଟ୍ ବାକ୍ସ ଖୋଲାଥିବା ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକମାନେ ଅଭିଯୋଗ କରି ପୋଲିଂ ଅଫିସରଙ୍କୁ ଘେରିଯାଇ ପ୍ରତିବାଦ ଜଣାଇଥିଲେ। ଏହି ସମୟରେ ଗଣ୍ଡଗୋଳ ଘଟି କେହି ଭୋଟ୍ବାକ୍ସ ଭଙ୍ଗାରୁଜା କରିଥିବା କୁୁହାଯାଉଛି। ଏପରି କି କେତେକ ଭୋଟ କାଗଜ ବ୍ଲକ ପରିସରରେ ବିଛାଡ଼ି ହୋଇ ପଡ଼ିଥିବା ଦେଖାଯାଇଥିଲା। ସମ୍ପୃକ୍ତ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକମାନେ ବିଭିନ୍ନ ସରକାରୀ ବିରୋଧୀ ସ୍ଲୋଗାନ ଦେଇ ପ୍ରତିବାଦ ଜଣାଇଥିଲେ। ସେଠାରେ ବିଜେଡି ସମର୍ଥକ କୁହାଯାଉଥିବା କେତେଜଣବ୍ୟକ୍ତି ପହଞ୍ଚି ସେମାନଙ୍କୁ ବ୍ଲକ ପରିସରରୁ ତଡ଼ି ଦେବାକୁ ଉଦ୍ୟମ କରଥିଲେ। ଏହାକୁ ନେଇ କଂଗ୍ରେସ ଓ ଭାଜପା ସମର୍ଥକମାନେ ପ୍ରତିବାଦ ଜଣାଇବାର ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଲୋକଙ୍କୁ ଘଉଡାଇବା ଲାଗି ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିବା କୁହାଯାଉଛି। ଖବର ପାଇ ବାଲେଶ୍ୱର ଉପଜିଲାପାଳ ନୀଲୁ ମହାପାତ୍ର ବ୍ଲକ ଅଫିସ ପରିସରରେ ପହଞ୍ଚତ୍ ଭୋଟ୍ବାକ୍ସ ତନଖି କରିବା ସହିତ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେଠାରେ ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଭଳି ଘଟଣା ନେଇ ଭାଜପା ପକ୍ଷରୁ ବ୍ଲକ ଅଫିସ ମୁଖ୍ୟ ଫାଟକ ଆଗରେ ପ୍ରତିବାଦ ସଭା କରାଯାଇ ଘଟଣାର ତଦନ୍ତ ଦାବି କରାଯାଇଛି। ଅନ୍ୟପକ୍ଷେ ବିଜେଡି ପକ୍ଷରୁ ଭୋଟ ବାକ୍ସ ଭାଙ୍ଗିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବି କରି ଘେରାଉ ଆନ୍ଦୋଳନ କରାଯାଇଥିବା ଖବର ଲେଖା ହେବା ସୁଦ୍ଧା ସୂଚନା ମିଳିଛି। |
https://www.dharitri.com/a-recap-of-history/ | ଇତିହାସର ପୁନରାବୃତ୍ତି
ରଞ୍ଜନ କୁମାର ଦାସ
ପିଲାବେଳେ ସ୍କୁଲରେ ଆମେ ପଢ଼ିଥିଲୁ ଯେ ପୃଥିବୀ ଗୋଲ। ତେଣୁ ଜଣେ ମଣିଷ ନାକସିଧା ଆଗକୁ ମାଡ଼ି ଚାଲିଲେ ସେ ଯେଉଁଠୁ ବାହାରିଥିବ ପୁଣି ସେଇଠି ଆସି ପହଞ୍ଚତ୍ବ। ସେ କଥାରେ ପ୍ରାମାଣିକତା ସଂଗ୍ରହ କରିବା ଆଗରୁ ଆମେ ତାକୁ ଗ୍ରହଣ କରି ନେଇଥିଲୁ। ତା’ର ସତ୍ୟତା ପରଖିବାର ସୁଯୋଗ ମଧ୍ୟ ନଥିଲା। ବଡ଼ ହେଲା ପରେ କଲେଜରେ ଯେତେବେଳେ ଇତିହାସ, ରାଜନୀତି ବିଜ୍ଞାନ ଓ ସମାଜତତ୍ତ୍ୱ ଆଦି ପଢ଼ିଲୁ ଜାଣିବାକୁ ପାଇଲୁ ଯେ ବିବର୍ତ୍ତନବାଦରେ ଇତିହାସ ନିଜର ପୁନରାବୃତ୍ତି କରେ। ମଣିଷର ଅଭ୍ୟାସ ତାକୁ ତା’ର ସଫଳତାକୁ ବାରମ୍ବାର ଦୋହରାଇବାକୁ ପ୍ରବୃତ୍ତ କରେ। ସଫଳତା ଭଳି ଖରାପ ଅଭ୍ୟାସଗୁଡ଼ିକୁ ମଧ୍ୟ ମଣିଷ ସହଜେ ଛାଡ଼ିପାରି ନ ଥାଏ। କିଛି ଦିନର ବ୍ୟବଧାନ ପରେ ପୁଣି ତା’ର ପୁନରାବୃତ୍ତି କରେ। ଚୋର ତା’ର ଚୋରି ଅଭ୍ୟାସ ଛାଡ଼ିପାରେନା, ମଦୁଆ ମଦ ପିଇବା ଛାଡ଼ିପାରେନା, ଜୁଆଡ଼ି ଜୁଆ ଖେଳ ଛାଡ଼ିପାରେନା। ରାଜା ଶିକାର ଛାଡ଼ିପାରେନା, ଯୁଦ୍ଧ ଛାଡ଼ିପାରେନା। ଯେତେ ଦଣ୍ଡ ପାଇଲେ ବି, ଯେତେ କ୍ଷତି ସହିଲେ ବି ମଣିଷ ପୁଣି ସେଇ ପୁରୁଣା ଅଭ୍ୟାସକୁ ଫେରେ। ପୌନଃପୁନିକତା ସଂସାରର ଧାରା।
ମଣିଷ ଯେମିତି ତା’ର ଅଭ୍ୟାସର ବଶବର୍ତ୍ତୀ, ବିବର୍ତ୍ତନବାଦ ମଧ୍ୟ ସେମିତି ଏକ ଜାଗତିକ ଅଭ୍ୟାସ। ସମାଜ ବା ସାମୂହିକ ଭାବେ ମାନବ ସମ୍ପ୍ରଦାୟ ଜାଣେ ଯେ ଯୁଦ୍ଧ ହେଲେ କାହାରି ଲାଭ ହୁଏନା। ଉଭୟ ପକ୍ଷ କ୍ଷତିଗ୍ରସ୍ତ ହୁଅନ୍ତି। ତଥାପି ସମାଜ, ଦେଶ ଓ ସମ୍ପ୍ରଦାୟମାନେ ଆପଣା ଆପଣା ଅଭ୍ୟାସର ବଶବର୍ତ୍ତୀ ହେଇ ବାରମ୍ବାର ଲଢ଼ନ୍ତି। ପ୍ରତ୍ୟେକଟି ଲଢ଼େଇ ପରେ ଯେଉଁ ଜ୍ଞାନୋଦୟ ହେବା କଥା ତାହା ହୁଏନାହିଁ। ମହାଭାରତ ଯୁଦ୍ଧଠାରୁ ବିଭୀଷିକାମୟ ଓ ଆବେଗପୂର୍ଣ୍ଣ ଯୁଦ୍ଧ ଆମ ଲୋକକଥାରେ ଆଉ ନାହିଁ। ଦୁଇଦୁଇଟି ବଂଶ ପୂରା ଲୋପ ହୋଇଗଲେ। କ୍ଷମତା ଓ ଅହଂକାରର ଲଢ଼େଇ କେତେ ଭୟାନକ ହୋଇପାରେ ଜାଣିଲା ପରେ ମଧ୍ୟ ସମାଜରେ କ’ଣ ଯୁଦ୍ଧଲିପ୍ସୁଙ୍କ ସଂଖ୍ୟା କମିଛି? ଜୁଆ ଖେଳର ଭୟାବହ ପରିଣତି ଦେଖିଲା ପରେ ବି କ’ଣ ଲୋକ ଚେତିଛନ୍ତି? ଅପରିଣାମଦର୍ଶୀ ଅନ୍ଧ ଅନୁରାଗ ଓ ପୁତ୍ରମୋହ କିଭଳି ସନ୍ତାନକୁ ନର୍କଗାମୀ କରେ ତାହା ଦେଖିଲାପରେ ବି କ’ଣ ଲୋକଙ୍କର ଚରିତ୍ରରେ ସୁଧାର ଆସିଛି? ନା, କାରଣ ଉତ୍ତରଣ ମାର୍ଗ ସବୁବେଳେ ସିଧା ନୁହେଁ। ଏହା ବୃତ୍ତାକାର। ତେଣୁ ଶୀର୍ଷବିନ୍ଦୁ ଭଳି ପ୍ରତୀୟମାନ ହେଉଥିବା ଏକ ବିନ୍ଦୁ ପରେ ପୁଣି ଏକ ଅଧୋବିନ୍ଦୁ। ଶୀର୍ଷବିନ୍ଦୁରୁ ଅଧୋବିନ୍ଦୁ ଆଡ଼କୁ ଗମନର ମାର୍ଗ ଅବଶ୍ୟମ୍ଭାବୀ। ପର୍ବତର ଶୀର୍ଷରେ ପହଞ୍ଚତ୍ ସାରିଲା ପରେ ପୁଣି ଅବତରଣ କରିବାକୁ ହୁଏ ତଳକୁ। ଉତ୍ତରଣ ଓ ଅବତରଣ ସମୟାନୁବର୍ତ୍ତୀର ଏକ ଚକ୍ରକ୍ରମ। ଆରୋହଣ ଓ ଅବରୋହଣ ଜୀବନଚକ୍ରର ଏକ ପୌନଃପୁନିକ ଅଂଶ। ତେଣୁ ଆଜି ଯାହା ଦେଖାଯାଏ ବହୁବର୍ଷ ପରେ ପୁଣି ସେଇଠି ଆମେ ଯାଇ ପହଞ୍ଚତ୍ୟାଉ। ବାଷ୍ପ ଜଳ ହୁଏ। ଜଳ ହୁଏ ତୁଷାର। ତୁଷାର ଜମାଟ ବାନ୍ଧି ହୁଏ ବରଫ। ବରଫ ତରଳି ପୁଣି ଜଳ ହୁଏ। ଜଳ ଗରମ ହୋଇ ପୁଣି ହୁଏ ବାଷ୍ପ। ଏ ଜଳଚକ୍ର ପରି ଜୀବନଚକ୍ର ମଧ୍ୟ ଅହରହ ଊର୍ଦ୍ଧ୍ୱଗତି ଓ ଅଧୋଗତିକୁ ନେଇ ଏକ ରାମଦୋଳି ପ୍ରାୟ। ଆଜି ଯେ ଉପରେ ଥାଏ କାଲି ସେ ତଳେ। ତଳ ଲୋକ ପୁଣି କିଛି କ୍ଷଣ ପରେ ଉପରେ।
ଜୀବନ ଭଳି ଜୀବନରେ ଘଟୁଥିବା ଘଟଣା ସବୁ ଏ ପ୍ରକାର ପୌନଃପୁନିକତାର ନିୟମକୁ ମାନନ୍ତି। ଆଗେ ଆମ ଗାଁ ଗହଳର ଲୋକେ ଢିଙ୍କିକୁଟା ଚାଉଳ, ଘଣା ତେଲ, ଚୁଡ଼ା, ହୁଡୁମ, ଛତୁଆ, ପଖାଳ ଆଦି ଖାଉଥିଲେ। କାଳକ୍ରମେ ଲୋକେ ସଭ୍ୟଶିକ୍ଷିତ ହେଲେ ଏବଂ ଏସବୁ ଠାରୁ ନିଜକୁ ଦୂରେଇ ନେଲେ। ସଭ୍ୟତାର ପଶାପାଲିରେ ଘାଣ୍ଟି ହୋଇ ଫାଷ୍ଟଫୁଡ଼ ଖାଇ ଖାଇ ମଣିଷ ଯେତେବେଳେ ରୁଗ୍ଣ ହୋଇଗଲା ଡାକ୍ତର କହିଲେ ବ୍ରାଉନ ରାଇସ ଖାଅ, ଡାଇବେଟିସ୍, ବ୍ଲଡପ୍ରେସରରୁ ମୁକ୍ତି ମିଳିବ। ସେଇ ଢିଙ୍କିକୁଟା ଚାଉଳର ଆଧୁନିକ ନାମ ହେଲା ବ୍ରାଉନ ରାଇସ୍। ରିଫାଇନ ତେଲ ବଦଳରେ ଏବେ ଘଣାତେଲ ଖାଇବାକୁ ପୁଣି ଡାକ୍ତରମାନେ କହିଲେଣି, କାରଣ ରିଫାଇନ ତେଲରେ ମୂଳ ପୋଷକତ୍ବ ରହୁନାହିଁ। ଚୁଡ଼ା, ହୁଡୁମ, ଛତୁଆ ଏବେ ଚୁଡ଼ା ପାଉଡ଼ର ହୋଇ ଆମାଜନରୁ ଫ୍ଲିପକାର୍ଟରୁ ଆମ ପାଖକୁ ପୁଣି ଫେରି ଆସିଲାଣି। ଚିନି ଖାଇବା ଲୋକ ପୁଣି ଗୁଡ଼ ଖାଇଲେଣି। ପଖାଳର ଉପକାରିତା ଏବେ ଡାକ୍ତରମାନେ ମୁକ୍ତ କଣ୍ଠରେ ସ୍ବୀକାର କରୁଛନ୍ତି। ପଖାଳ ଖାଇଲେ ମୋଟା ଓ ମାନ୍ଦା ହୋଇଯିବା ବୋଲି ଆମେ ତା’ଠୁ ଦୂରେଇ ଯାଇଥିଲେ। ଏବେ ଡାକ୍ତର କହୁଛନ୍ତି, ପଖାଳ ଖାଇଲେ ପତଳା ରହିବ କାରଣ ସେଥିରେ ଚର୍ବି, ତେଲ ଆଦି କିଛି ନାହିଁ। ସେଇ ପଖାଳ ଖାଇଲେ ସୁନିଦ୍ରା ହବ, ରକ୍ତଚାପ କମିବ, ହଜମ କ୍ରିୟା ଠିକ୍ ହେବ, ଶରୀର ଥଣ୍ଡା ରହିବ, ପେଟ ଭିତରେ ଥିବା ଘା’ ଭଲ ହୋଇଯିବ। ସର୍ବୋପରି ଏଥିରେ ଲୌହସାର, ପୋଟାସିୟମ୍, କ୍ୟାଲସିୟମ ଆଦି ବହୁଳ ମାତ୍ରାରେ ଥିବାରୁ ଭିଟାମିନ୍ ଓ ଖଣିଜ ପଦାର୍ଥର ଅଭାବ ଶରୀରରେ ଅନୁଭୂତ ହେବନାହିଁ। ତେଣୁ ଏବେ ବଡ଼ବଡ଼ ହୋଟେଲରେ ମଧ୍ୟ ନଅ ତିଅଣ ଛଅ ଭଜା ସହ ପଖାଳ ପରଷା ହେଉଛି। ଏଇଠି ଇତିହାସର ପୁନରାବୃତ୍ତି ହେଲା ନା ନାହିଁ? ଚାଷବାସରେ ମଧ୍ୟ ସେମିତି ଏବେ ରାସାୟନିକ ସାରର ବ୍ୟବହାର କମେଇ ପୁଣି ସେଇ ଅର୍ଗାନିକ ଫାର୍ମିଂକୁ ଆମେ ଫେରୁଛେ ଅର୍ଥାତ୍ ପୁଣି ସେ ଖତ, ଗୋବର, ପତ୍ରଶଢ଼ା। ଅର୍ଥାତ୍ ପୁଣି ସେଇ ଗୋରୁର ସଂସାର। ଆମ ଶିକ୍ଷିତ ଯୁବ ସମାଜ ଢେର ଦିନ ଚାକିରି ବ୍ୟବସାୟର ଚାକଚକ୍ୟ ପଛରେ ଧାଇଁଲେ। କରୋନା ସମୟରେ ଇତିହାସ ପୁଣି ତା’ର କଡ଼ ଲେଉଟେଇଲା। ଅନେକ ଯୁବକଙ୍କର ଚାକିରି ଚାଲିଗଲା, କଳକାରଖାନା, ବ୍ୟବସାୟ ବନ୍ଦ ହୋଇଗଲା। ରୋଜଗାର କମିଗଲା। ସେମାନେ ପୁଣି ଫେରିଲେ ଗାଁକୁ, ଯେଉଁ ଗାଁକୁ ଦିନେ ପଛକୁ କରି ସେମାନେ ସହରକୁ ଯାଇଥିଲେ ରୋଜଗାର ଆଶାରେ। ଗାଁକୁ ଫେରି କିଏ ମାଛ ଚାଷ, କୁକୁଡ଼ା ଚାଷ ତ କିଏ ଛେଳି, ପନିପରିବା ଚାଷ କଲେ। ଜୀବନଚକ୍ର ଏମିତି କାହାକୁ ନେଇ କୋଉଠି ପହଞ୍ଚାଏ ବୁଝି ହୁଏନା। ଏପରିକି ବଡ଼ ବଡ଼ ଶିଳ୍ପପତି, ଚାକିରିଆମାନେ ନିଜ ଜୀବନକୁ ନେଇ ସନ୍ତୁଷ୍ଟ ହୋଇପାରୁନାହାନ୍ତି। ଗାଁକୁ ଫେରି ଫାର୍ମହାଉସ କରିବାର ଟ୍ରେଣ୍ଡ ଆରମ୍ଭ ହେଲାଣି।
ପୋଷାକପତ୍ର ଚୟନରେ ଦେଖିବେ ପୁଣି ଲୋକେ ସେ ପୁରୁଣା ଦିନକୁ ଫେରୁଛନ୍ତି। ନଳି ଗୋଡ଼ରୁ, ବେଲବଟମ୍ ପୁଣି ବେଲବଟମରୁ ଏବେ ନଳୀଗୋଡ଼ ପ୍ୟାଣ୍ଟ। କଟନରୁ ଟେରିଲିନ୍, ପଲିଷ୍ଟର, ଗାଭାର୍ଡ଼ିନ ପୁଣି ଏବେ ସେଇ କଟନ୍। ମଝିରେ ଗୋଟେ ସମୟ ଆସିଥିଲା ବାହାଘରରେ ସହରୀ ଶିକ୍ଷିତ ପିଲାମାନେ କୋଟ ଟାଇ ପିନ୍ଧୁଥିଲେ। ଏବେ ସେ ଧାରା ବଦଳି ପୁଣି ଏଥନିକ୍ ନାଆଁରେ ବରମାନେ ଶେରୱାନୀ ପଗଡ଼ି, ଧୋତି, ପଞ୍ଜାବୀ ପିନ୍ଧି ଆସିଲେଣି। ସିନ୍ଦୂର ପିନ୍ଧିବା ମଫସଲିଆ ଢଙ୍ଗ ବୋଲି ଭାବୁଥିବା ଝିଅବୋହୂମାନେ ଏବେ ବଡ଼ ବଡ଼ ସିନ୍ଦୂର ଟୋପା ନାଇଲେଣି। ଟ୍ରାଇବାଲ ଜୁଏଲେରିର ଚାହିଦା ଏବେ ଖୁବ୍ ବେଶି। ଭିଣ୍ଟେଜ୍ କାର୍ର ଦାମ୍ ଅମୂଲମୂଲ। ଯେଉଁଠୁ ଆମେ ବାହାରିଥିଲେ ଦିନେ ସେଇଠି ଆସି ପହଞ୍ଚତ୍ ଯାଇଛେ ବୋଲି ଲାଗୁନାହିଁ? ରୁଚି ସବୁ ମଧ୍ୟ ବଦଳୁଛି। ଟିଭିରେ ଢେର ଦେଖିଲେ ପପ୍, ର଼୍ୟାପ୍, ଡିସ୍କୋ। ଢେର ଦେଖିଲେ ସିନେମା, ଡ୍ୟାନ୍ସ। କିନ୍ତୁ ଆଜି ମଧ୍ୟ ମହାଭାରତ କି ରାମାୟଣ ଦେଲେ, ସବୁଠୁ ବେଶି ଲୋକ ଟିଭି ଲଗେଇ ବସୁଛନ୍ତି। ଯେତେ ପୁରୁଣା ହଉପଛେ ସେ କାହାଣୀ ଯେତେଥର ଦେଖିଲେ ବି ତାହା ନୂଆନୂଆ ଲାଗୁଛି। ଏବେ ପୁଣି ବାହାଘରରେ ଢୋଲ ବାଜା, ତେଲିଙ୍ଗିବାଜା ବାଜିଲାଣି। ଲାଗୁନି ଆମେ ଫେରି ଯାଉଛେ ଆମର ସେଇ ପ୍ରାଚୀନତମ ଅଭ୍ୟାସ ଓ ଆଗ୍ରହମାନଙ୍କ ନିକଟକୁ ?
ପୌନଃପୁନିକତା ସୃଷ୍ଟିର ଅଦ୍ଭୁତ ନିୟମ। ଯେତେ ବିଜ୍ଞାନ ଅଗ୍ରଗତି କଲେ ମଧ୍ୟ ବୈଜ୍ଞାନିକମାନେ ଈଶ୍ୱରଙ୍କ ଅସ୍ତିତ୍ୱକୁ ଯେତେ ଅଗ୍ରାହ୍ୟ କଲେ ମଧ୍ୟ ପ୍ରତିଟି ରକେଟ୍ ପ୍ରକ୍ଷେପଣ, ପ୍ରତିଟି ଉପଗ୍ରହ ପ୍ରେରଣ ପୂର୍ବରୁ ବୈଜ୍ଞାନିକମାନେ ସେଇ ଜେସସ୍, ସେଇ ପ୍ରଫେଟ୍ ଈଶ୍ୱରଙ୍କୁ ନୀରର୍ଥରେ ମନେପକେଇ ମାନସିକଟିଏ କରିଥାନ୍ତି। ଜିମ୍, ଏରୋବିକ୍ସରେ ନିଜ ଦେହକୁ ସଜାଡ଼ିବା ଲୋକେ ଏବେ ପୁଣି ସେଇ ଆୟୁର୍ବେଦ ଓ ଯୋଗ ପ୍ରାଣାୟାମର ପରିଧି ଭିତରକୁ ଫେରି ଆସୁଛନ୍ତି। ସେଇ ଘିକୁଆଁରୀ, ଗୁଳୁଚି, ତୁଳସୀ ପତ୍ରକୁ ଏଲୋଭେରା, ଗିଲୟ ତୁଳସୀ ଡ୍ରପ୍ ନାଁରେ ହଉ ପଛେ ଆମେ ଆପଣେଇ ନେଲେଣି। ସିମେଣ୍ଟ କଂକ୍ରିଟରେ ପରିତୃପ୍ତ ଆଧୁନିକ ଜୀବନ ପରିତାପପୂର୍ବକ ଫେରୁଛି ସବୁଜିମା ଭିତରକୁ। ଏବେ ପୁଣି ଅମ୍ଳଜାନ ପାଇବା ପାଇଁ ଘରେ ଘରେ ଲୋକେ ଲଗେଇଲେଣି ନାନା ଜାତି ଗଛ। ହ୍ୟାଣ୍ଡସେକ୍ ବଦଳରେ ଫେରି ଆସିଛି ପୁଣି ନମସ୍କାର। ଓଡ଼ିଆରେ ଗୋଟେ ଢଗ ଅଛି ‘ଆରେ ଢ଼ମଣା ବୁଲି ବାଲି କରି ସେଇ ଅଗଣା’। ପୃଥିବୀ ତ ଗୋଲ। ଯେତେ ବୁଲିଲେ ବି ଆମେ ପୁଣି ଆସି ସେଇ ଶୂନ୍ୟ ବିନ୍ଦୁରେ ପହଞ୍ଚତ୍ୟାଉଛୁ। ଭବିଷ୍ୟତ ଆମକୁ ପୁଣି ବାଟ କଢ଼େଇ ନଉଚି ଅତୀତର ପୃଷ୍ଠାକୁ। ଅତୀତ ପୁଣି ଆବୋରି ନଉଚି ଆମ ଭବିଷ୍ୟତକୁ। ଏହା ହିଁ ସୃଷ୍ଟିର ବିଚିତ୍ର ନିୟମ।
ନିର୍ଦ୍ଦେଶକ, ସଂସ୍କୃତି ବିଭାଗ |
https://www.dharitri.com/pramod-sukant-number-one/ | ପ୍ରମୋଦ-ସୁକାନ୍ତ ନମ୍ବରଓ୍ବାନ୍
ଭୁବନେଶ୍ୱର, ୨୦।୪ (କ୍ରୀଡ଼ା ପ୍ରତିନିଧି): ଭାରତୀୟ ଯୋଡ଼ି ପ୍ରମୋଦ ଭଗତ ଓ ସୁକାନ୍ତ କଦମ ପାରା ବ୍ୟାଡ୍ମିଣ୍ଟନ ପୁରୁଷ ଡବଲ୍ସରେ ବିଶ୍ୱର ନମ୍ବରଓ୍ବାନ ହୋଇଛନ୍ତି। ବୁଧବାର ବ୍ୟାଡ୍ମିଣ୍ଟନ ଓ୍ବାଲର୍ଡ ଫେଡେରେଶନ ପକ୍ଷରୁ ଏହା ଘୋଷଣା କରାଯାଇଛି। ବ୍ରାଜିଲରେ ନିକଟରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପାରା ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ୍ର ପୁରୁଷ ଡବଲ୍ସରେ ଦୁହେଁ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ଏସ୍ଏଲ୍ ୩- ଏସ୍ଏଲ୍ ୪ ବର୍ଗରେ ପ୍ରମୋଦ ଓ ସୁକାନ୍ତ ଗତ ୮ ମାସଧରି ସାଥିହୋଇ ଖେଳି ୩ଟି ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଦୁହେଁ ୨୦୨୨ ଥାଇଲାଣ୍ଡ, ୨୦୨୩ ସ୍ପାନିଶ୍ ଓ ବ୍ରାଜିଲ ପାରା ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛନ୍ତି। ଏଥିରେ ସ୍ବାଭାବିକ ଭାବେ ଖୁସି ପ୍ରକାଶ କରିଛନ୍ତି ଓଡ଼ିଶାର ପ୍ରମୋଦ। ”ମୁଁ ପୁଣିଥରେ ବିଶ୍ୱର ନମ୍ବରଓ୍ବାନ ହୋଇପାରିଥିବାରୁ ଅତ୍ୟନ୍ତ ଆନନ୍ଦିତ। ମୁଁ ଓ ସୁକାନ୍ତ କଠିନ ପରିଶ୍ରମ କରି ଆଜି ଏଠାରେ ପହଞ୍ଚତ୍ ପାରିଛୁ। ଏହା ଆରମ୍ଭ ମାତ୍ର। ଆମେ ଦୁହେଁ ଅଧିକରୁ ଅଧିକ ସଫଳତା ହାସଲ କରି ଭାରତକୁ ଗର୍ବିତ କରିବାକୁ ଚେଷ୍ଟା କରିବୁ“ ବୋଲି ପଦ୍ମଶ୍ରୀ ଓ ଖେଳରନତ୍ ପୁରସ୍କାରପ୍ରାପ୍ତ ପ୍ରମୋଦ ପ୍ରକାଶ କରିଛନ୍ତି। ସୁକାନ୍ତ କହିଛନ୍ତି ଯେ, ”ପରିଶ୍ରମର ଫଳ ମିଳିଛି। ଏହି ଫର୍ମ ଜାରିରଖି ଆଗକୁଥିବା ଟୁର୍ନାମେଣ୍ଟଗୁଡ଼ିକରେ ସଫଳତା ହାସଲ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ବିଶ୍ୱର ନମ୍ବର ଓ୍ବାନ ହେବା ଆମକୁ ଅଧିକ କଠିନ ପରିଶ୍ରମ କରିବାକୁ ପ୍ରୋତ୍ସାହିତ କରିଛି। କେତେକ କ୍ଷେତ୍ରରେ ତ୍ରୁଟି ରହିଛି। ଆମେ ତାହାକୁ ସୁଧାରିବା ଉପରେ ଫୋକସ କରୁଛୁ“। ପ୍ରମୋଦ ଓ ସୁକାନ୍ତ ଆଗାମୀ ଦିନରେ ହେବାକୁଥିବା ଥାଇଲାଣ୍ଡ ଓ ବାହାରିନ ପାରା ବ୍ୟାଡ୍ମିଣ୍ଟନ ଆଦି ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। |
https://www.dharitri.com/neglect-of-coastal-control-zone-security/ | ଉପକୂଳ ନିୟନ୍ତ୍ରିତ ଅଞ୍ଚଳ ସୁରକ୍ଷାରେ ଅବହେଳା
ପୁରୀ ଅଫିସ,୨।୯: ୮୭ ବର୍ଗ କିଲୋମିଟର ପରିବ୍ୟାପ୍ତ ବାଲୁଖଣ୍ଡ ଅଭୟାରଣ୍ୟ ପୁରୀ ବେଳାଭୂମିକୁ ଲାଗି ରହିଛି। ଏହାକୁ ନେଇ ଗଢ଼ିଉଠିଛି ଉପକୂଳ ନିୟନ୍ତ୍ରିତ ଅଞ୍ଚଳ। ଜୈବ ବିବିଧତାରେ ପରିପୂର୍ଣ୍ଣ ବାଲୁଖଣ୍ଡ ଅଭୟାରଣ୍ୟ ସମେତ ଏହି ଉପକୂଳ ନିୟନ୍ତ୍ରଣ ଅଞ୍ଚଳର ସୁରକ୍ଷା ଲାଗି ବନ ବିଭାଗ ଆବଶ୍ୟକ ପଦକ୍ଷେପ ନେଉନାହିଁ। ଫନୀରେ ବାଲୁଖଣ୍ଡ ଅଭୟାରଣ୍ୟ ଧ୍ୱଂସପ୍ରାୟ ସ୍ଥିତିରେ ପହଞ୍ଚିଥିଲା। ସଂପ୍ରତି ଏହା କ୍ରମଶଃ ଜବରଦଖଲ ହେବାରେ ଲାଗିଛି। ଫଳରେ ଅଭୟାରଣ୍ୟ ସଙ୍କୁଚିତ ହେବାର ଆଶଙ୍କା ବଢ଼ିଛି। ସଦ୍ୟ ପ୍ରକାଶିତ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଅଫ୍ ଇଣ୍ଡିଆ (ସିଏଜି)ଙ୍କ ରିପୋର୍ଟ ଅନୁଯାୟୀ, ଉପକୂଳ ନିୟନ୍ତ୍ରଣ ଅଞ୍ଚଳକୁ ସୁରକ୍ଷା ଦେବାରେ ପ୍ରଶାସନ ବିଫଳ ହୋଇଛି। ଏପରି କି ସରକାର ନିଜେ ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟରେ କୋଠା ନିର୍ମାଣ କରି ଏହାକୁ ସଙ୍କୁଚିତ କରିବାରେ ଲାଗିଛନ୍ତି। ବାଲୁଖଣ୍ଡ ଅଭୟାରଣ୍ୟର ସୀମା ମଧ୍ୟରେ ପୁରୀ ଜିଲା କାରାଗାର ନିର୍ମାଣ ହୋଇଛି। ସମ୍ପୃକ୍ତ ଅଞ୍ଚଳ ଅଲିଭ ରିଡ୍ଲେଙ୍କ ନେଷ୍ଟିଂ ସାଇଟ୍ ଭାବେ ଚିହ୍ନିତ। ସାମୁଦ୍ରିକ ଜୀବଙ୍କ ସୁରକ୍ଷାକୁ ବାଜିରେ ଲଗାଇ ପ୍ରଶାସନ ସେଠାରେ କୋଠା ନିର୍ମାଣ କରିବାକୁ କିପରି ନିଷ୍ପତ୍ତି ନେଲା ସେନେଇ ପରିବେଶବିତ୍ମାନେ ପ୍ରଶ୍ନ ଉଠାଇଛନ୍ତି।
ସିଏଜି ରିପୋର୍ଟ ତଥ୍ୟରେ ଦର୍ଶାଯାଇଛି ଯେ, ରାଜ୍ୟସ୍ତରରେ କୋଷ୍ଟାଲ୍ ଜୋନ୍ ମ୍ୟାନେଜମେଣ୍ଟ ଅଥରିଟି କାର୍ଯ୍ୟକ୍ଷମ ଥିବାବେଳେ ଜିଲାସ୍ତରରେ ଜିଲାସ୍ତରୀୟ କମିଟିମାନ ମଧ୍ୟ ରହିଛି। ଉଭୟ ରାଜ୍ୟ ଓ ଜିଲା କର୍ତ୍ତୃପକ୍ଷ ମିଳିତ ଭାବେ ଉପକୂଳ ଅଞ୍ଚଳର ସୁରକ୍ଷା ସ୍ଥିତି ଯାଞ୍ଚ କରିବାର ଆବଶ୍ୟକତା ଥିଲେ ମଧ୍ୟ ଠିକ ଭାବେ ତାହା କାର୍ଯ୍ୟକାରୀ କରାଯାଉନାହିଁ। ଫଳରେ ଉଭୟ ସରକାରୀ ଓ ଘରୋଇ ଜବରଦଖଲ ବଢ଼ିବାରେ ଲାଗିଛି। ବନ୍ୟଜନ୍ତୁ ସଂରକ୍ଷଣ ଆଇନ ପ୍ରଭାବିତ ହେଉଛି। ସେହିଭଳି ଜିଲାରେ ଉପକୂଳ ନିୟନ୍ତ୍ରିତ ଅଞ୍ଚଳର ସୁରକ୍ଷା ପାଇଁ ଥିବା କମିଟି କାର୍ଯ୍ୟକ୍ଷମ ହୋଇନାହିଁ। ବନ୍ୟଜନ୍ତୁ ପ୍ରଭାବିତ ହେଉଥିବା ସତ୍ତ୍ୱେ ପ୍ରଶାସନ ଆଇନକୁ ଉଲ୍ଲଂଘନ କରି କୋଠା ନିର୍ମାଣ କରିବାରେ ଲାଗିଛି। ସେହିଭଳି ପ୍ରସ୍ତାବିତ ଶ୍ରୀଜଗନ୍ନାଥ ବିମାନବନ୍ଦର ମଧ୍ୟ ପୁରୀ ବେଳାଭୂମିର ଉପକୂଳ ନିୟନ୍ତ୍ରିତ ଅଞ୍ଚଳ ମଧ୍ୟରେ ଆସୁଛି। ଆଇନଜୀବୀ ଚିନ୍ମୟ ଦାଶ କହିଛନ୍ତି, ପୁରୀ କାରାଗାର ହୋଇଥିବା ସ୍ଥାନ ଅଲିଭ ରିଡ୍ଲେଙ୍କ ଅଣ୍ଡା ଦେବା ସ୍ଥଳ ହୋଇଥିବାରୁ ପ୍ରଶାସନ ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ଚିନ୍ତା କରିବା ଆବଶ୍ୟକ ଥିଲା। ଅନ୍ୟପକ୍ଷରେ ଜିଲା ବନ ଅଧିକାରୀ ରାମସ୍ବାମୀ କହିଛନ୍ତି, ଅଲିଭ ରିଡ୍ଲେ ଅଣ୍ଡା ଦେବା ସମୟ ପାଖେଇ ଆସୁଥିବାରୁ ଅଭୟାରଣ୍ୟ ସଂଶ୍ଳିଷ୍ଟ ବେଳାଭୂମିରେ ବନବିଭାଗ ପକ୍ଷରୁ କ୍ୟାମ୍ପ କରାଯିବ। ଶୀତଋତୁ ପାଖେଇ ଆସୁଥିବାରୁ ଅଲିଭ ରିଡ୍ଲେଙ୍କ ପ୍ରଜନନ ସମୟ ନିକଟତର ହେଲାଣି। ଏଭଳି ସ୍ଥଳେ ଅଲିଭ ରିଡ୍ଲେଙ୍କ ସୁରକ୍ଷା ଓ ପ୍ରଜନନ ପ୍ରକ୍ରିୟାର ସଫଳ ପରିଚାଳନା ଉପରେ ବିଭାଗ ଧ୍ୟାନ ଦେଉଛି। ତେବେ ପୁରୀ ଜିଲାର ଉପକୂଳ ନିୟନ୍ତ୍ରିତ ଅଞ୍ଚଳ ଜବରଦଖଲ ହୋଇଥିବା ନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ଆମ ପାଖରେ ନାହିଁ। ଏନେଇ ତଦନ୍ତ କରାଯିବ। ସେହିପରି ପରିବେଶବିତ୍ ହେକ୍ଟର ମିଶ୍ର କହିଛନ୍ତି, ନିୟନ୍ତ୍ରିତ ଅଞ୍ଚଳରେ ସାଧାରଣତଃ ୩ ପ୍ରକାରର ଆଇନ ଉଲ୍ଲଂଘନ ହୋଇଥାଏ। ପ୍ରଥମତଃ ଜନବସତି ନିର୍ମାଣ ଉଦ୍ଦେଶ୍ୟରେ ସମୁଦ୍ରକୁ ପୋତାଯାଇ କୋଠାବାଡ଼ି କିମ୍ବା କୌଣସି ଭିତ୍ତିଭୂମି ନିର୍ମାଣ କରାଗଲେ ଏହାକୁ ସିଆର୍ଜେଡ୍-୧ ବୋଲି କୁହାଯାଏ। ଦ୍ୱିତୀୟରେ ସମୁଦ୍ରର ୫ଶହ ମିଟର ଦୂରତା ମଧ୍ୟରେ କୌଣସି କୋଠାବାଡ଼ି ନିର୍ମାଣ ହେଲେ ଏଥିପାଇଁ ଉପକୂଳ ନିୟନ୍ତ୍ରିତ ଅଞ୍ଚଳର କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେବା ଦରକାର, ନଚେତ୍ ଏହାକୁ ବେଆଇନ ବୋଲି ଗ୍ରହଣ କରାଯିବ। ଏହାକୁ ସିଆରଜେଡ୍-୨ କୁହାଯାଏ। ସେହିପରି ତୃତୀୟରେ ସମୁଦ୍ରକୁ ଯାତାୟାତ କରିବା ପାଇଁ ଥିବା ରାସ୍ତାକୁ କେହି ଅବରୋଧ କଲେ ତାହାକୁ ନିୟମ ଉଲ୍ଲଂଘନ ଭାବେ ବିବେଚନା କରାଯାଏ। ଏହାକୁ ସିଆରଜେଡ୍-୩ କୁହାଯାଏ। ଏହା ବ୍ୟତୀତ ବନ୍ୟଜନ୍ତୁଙ୍କ ସଂରକ୍ଷଣ ଉଦ୍ଦେଶ୍ୟରେ ଚିହ୍ନଟ ହୋଇଥିବା ଅଞ୍ଚଳରେ କୌଣସି ପ୍ରକାର ନିର୍ମାଣ ନିମନ୍ତେ ମଧ୍ୟ ଅନୁମତି ଆବଶ୍ୟକ ବୋଲି ମିଶ୍ର ମତ ଦେଇଛନ୍ତି। |
https://www.dharitri.com/swami-prasad-maurya-is-a-madman-let-him-be-put-in-jail-t-raja-singh/ | ସ୍ବାମୀ ପ୍ରସାଦ ମୌର୍ଯ୍ୟ ଜଣେ ପାଗଳ, ତାଙ୍କୁ ଜେଲ୍ରେ ରଖାଯାଉ: ଟି ରାଜା ସିଂ
ଲକ୍ଷ୍ନୌ,୨୦।୯: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ଏସପି) ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ହିନ୍ଦୁ ଧର୍ମ ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମୌର୍ଯ୍ୟ କହିଛନ୍ତି, ହିନ୍ଦୁ ଏକ ଧର୍ମ ନୁହେଁ, ପାର୍ସୀ ଭାଷାରେ ଏହାର ଅର୍ଥ ଚୋର ଏବଂ ଘୃଣ୍ୟ। ହିନ୍ଦୁ ରାଷ୍ଟ୍ର ଦାବି କରୁଥିବା ଲୋକମାନେ ଦେଶଦ୍ରୋହୀ। ତାଙ୍କର ଏହି ବିବାଦୀୟ ମନ୍ତବ୍ୟକୁ ଚାରିଆଡୁ ସମାଲୋଚନା କରାଯାଉଛି। ହାଇଦ୍ରାବାଦର ଗୋଶାମହାଲର ବିଧାୟକ ଟି ରାଜା ସିଂ ଏସପି ନେତାଙ୍କୁ ଟାର୍ଗେଟ କରିଛନ୍ତି।
ରାଜ ସିଂ କହିଛନ୍ତି, ଦୁର୍ଭାଗ୍ୟବଶତଃ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଜଣେ ହିନ୍ଦୁ। ବୋଧହୁଏ ତାଙ୍କର ପୂର୍ବପୁରୁଷମାନେ ମୋଗଲମାନଙ୍କର ସନ୍ତାନ ଥିଲେ, ସେଥିପାଇଁ ସେ ପ୍ରତିଦିନ ହିନ୍ଦୁ, ହିନ୍ଦୁ ଦେବୀ-ଦେବତା ଏବଂ ରାମଚରିତମାନସ ଉପରେ ଅଶ୍ଳୀଳ ମନ୍ତବ୍ୟ ଦିଅନ୍ତି। ଏପରି ପାଗଳ ବ୍ୟକ୍ତି ସମାଜ ପାଇଁ କ୍ଷତିକାରକ। ମୁଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନୁରୋଧ କରୁଛି ଏପରି ବ୍ୟକ୍ତିଙ୍କୁ ଧରି ଜେଲରେ ରଖାଯାଉ। ବିଧାୟକ ରାଜା ସିଂ ମଧ୍ୟ ବିବାଦୀୟ ବିବୃତ୍ତି ପାଇଁ ଜଣାଶୁଣା। ଏକ ବିବାଦୀୟ ବିବୃତ୍ତି ଯୋଗୁ ଭାଜପା ରାଜା ସିଂଙ୍କୁ ଦଳରୁ ବହିଷ୍କାର କରିଥିଲା। |
https://www.dharitri.com/students-presented-photographs-to-the-chief-minister/ | ମୁଖ୍ୟମନ୍ତ୍ରୀଙ୍କୁ ଫଟୋଚିତ୍ର ପ୍ରଦାନ କଲେ ଛାତ୍ର
ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ା ପାଇକ ସାହିର ଭଗବାନ ସାହୁଙ୍କ ପୁଅ ତଥା ସୋରଡ଼ା ଶଶୀଭୂଷଣ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଶୁଭମ୍ ସାହୁ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରାଜ୍ୟ ଅତିଥି ଭବନରେ
ଭେଟି ପେନସିଲ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଆଙ୍କିଥିବା ଫଟୋଚିତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ଶୁଭମ୍ଙ୍କ ବାପା ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶୁଭମ୍ଙ୍କୁ ଉଚ୍ଚ ଶିକ୍ଷିତ ହେବା ସହ ମା’, ବାପା, ଶିକ୍ଷକଙ୍କ ନିର୍ଦ୍ଦେଶମାନି ଚଳିବାକୁ ପରାମର୍ଶ ଦେଇଥିଲେ। ଏଥିସହ ଜୀବନରେ ସଦା ସର୍ବଦା ଶୃଙ୍ଖଳିତ ରହିବାକୁ ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଶୁଭମ ସୋରଡ଼ା ଅଞ୍ଚଳରେ ଶିଶୁ କଳାକାର ଭାବେ ବେଶ ଜଣାଶୁଣା। ପୂର୍ବରୁ ଶୁଭମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡାକଯୋଗେ ଫଟୋ ଚିତ୍ର ପଠାଇଥିବା ବେଳେ ଗତ ସାଧାରଣ ର୍ନିବାଚନ ସମୟରେ ସୋରଡ଼ା ଗସ୍ତରେ ଆସିଥିବା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ସାହାଙ୍କୁ ଭେଟି ଫଟୋ ଚିତ୍ର ପ୍ରଦାନ କରିଥିଲେ।
ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫୋଟ ଆଙ୍କି ଡାକ ଯୋଗେ ପଠାଇ ଥିଲେ। ଏନେଇ ରାଷ୍ଟ୍ରପତି ଭବନରୁ ଶୁଭମଙ୍କ ପାଖକୁ ଧନ୍ୟବାଦ ପତ୍ର ଆସିଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ସୋରଡାର ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁଙ୍କ ସମେତ ଅନେକ ବିଶିଷ୍ଠ ବ୍ୟକ୍ତିଙ୍କ ଫୋଟ ଚିତ୍ର ଆଙ୍କି ଶୁଭମ୍ ପ୍ରଶଂସିତ ହୋଇଛନ୍ତି । |
https://www.dharitri.com/tajpuria-was-killed-in-an-attack-by-an-opposition-gang-in-tihar-jail/ | ତିହାର ଜେଲରେ ବିରୋଧୀ ଗ୍ୟାଙ୍ଗ୍ ଆକ୍ରମଣରେ ତାଜପୁରିୟା ନିହତ
ନୂଆଦିଲ୍ଲୀ,୩ା୫ : ଦିଲ୍ଲୀର ତିହାର ଜେଲରେ ମଙ୍ଗଳବାର ସକାଳେ ବିରୋଧୀ ଗ୍ୟାଙ୍ଗ୍ ଆକ୍ରମଣରେ ଗ୍ୟାଙ୍ଗ୍ଷ୍ଟର ଟିଲ୍ଲୁ ତାଜପୁରିୟା ନିହତ ହୋଇଛନ୍ତି। ତାଙ୍କ ମୃତଦେହରେ ୯୨ କ୍ଷତଚିହ୍ନ ଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ଜେଲରେ କଡ଼ା ସୁରକ୍ଷା ମଧ୍ୟରେ ଗ୍ୟାଙ୍ଗଷ୍ଟର ଯୋଗେଶ ତୁଣ୍ଡା ଓ ତାଙ୍କ ସହଯୋଗୀ ଧାରୁଆ ଅସ୍ତ୍ରରେ ତାଜପୁରିୟା ଓରଫ୍ ସୁନୀଲ ମାନ୍ଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲ ନିଆଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଆକ୍ରମଣରେ ଅନ୍ୟତମ ବନ୍ଦୀ ରୋହିତ ଆହତ ହୋଇଛନ୍ତି। ବିରୋଧୀ ଗୋଗି ଗ୍ୟାଙ୍ଗ୍ ସଦସ୍ୟ ଯୋଗେଶ ଟୁଣ୍ଡା, ଦୀପକ ଟିଟର, ରିୟାଜ ଖାନ୍ ଏବଂ ରାଜେଶ ପ୍ରଥମ ମହଲାରେ ଥିବା ସେମାନଙ୍କ ଓ୍ବାର୍ଡର ଲୁହା ଗ୍ରିଲ ଭାଙ୍ଗି ତଳ ମହଲାରେ ଥିବା ତାଜପୁରିୟାଙ୍କୁ ଆକ୍ରମଣ କରି ବେଡ୍ଶିଟ୍ ସହାୟତାରେ ତଳ ମହଲାକୁ ଆସିଥିଲେ। ୨୦୨୧ ରୋହିଣୀ କୋର୍ଟ ଗୁଳିକାଣ୍ଡରେ ଜିତେନ୍ଦର ଗୋଗି ନିହତ ହୋଇଥିଲେ। ତାଜପୁରିୟା ଏହାର ମାଷ୍ଟରମାଇଣ୍ଡ। |
https://www.dharitri.com/ହଟ୍-ଷ୍ଟୋନ୍-ମସାଜ୍-ରଖେ-ଏ/ | ହଟ୍ ଷ୍ଟୋନ୍ ମସାଜ୍ ରଖେ ଏସବୁ ରୋଗରୁ ଦୂରେଇ…
ବିଭିନ୍ନ ଶାରୀରିକ ସମସ୍ୟା କ୍ଷେତ୍ରରେ ହଟ୍ ଷ୍ଟୋନ୍ ମସାଜ୍ ଯୋଗୁ ସୁଫଳ ମିଳିଥାଏ। ଏହି ପ୍ରକାର ଚିକିତ୍ସାରେ ପଥରକୁ ଗରମ କରି ଶରୀରର ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯାଇଥାଏ। ପଥରର ତାପମାତ୍ରା ସମ୍ପୃକ୍ତ ସ୍ଥାନର ମାଂସପେଶୀକୁ ସତେଜ କରେ। ଫଳରେ ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇଥାଏ। ଗରମ ପଥରକୁ ମେରୁଦଣ୍ଡରେ କ୍ରମାନ୍ବୟରେ ରଖିଲେ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଭଲ ଭାବେ କାର୍ଯ୍ୟ କରିଥାଏ। ଏହି ପ୍ରକାର ଚିକିତ୍ସା ପକ୍ଷାଘାତ ରୋଗୀଙ୍କ କ୍ଷେତ୍ରରେ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଫାଇବ୍ରୋମାୟଲଜିୟା ସମସ୍ୟାରେ ଏହି ଚିକିତ୍ସା ଦ୍ୱାରା ଶରୀରର ଯନ୍ତ୍ରଣା ଉପଶମ ହୋଇଥାଏ। |
https://www.dharitri.com/ସିଏଏକୁ-ନେଇ-ମୁହଁ-ଖୋଲିଲେ-ଶଙ/ | ସିଏଏକୁ ନେଇ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ: ଭାରତକୁ ହିନ୍ଦୁରାଷ୍ଟ୍ର ଘୋଷଣା କରାଯାଉ
ପୁରୀ ଅଫିସ,୪ା୧: ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ)କୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଜୋରସୋରରେ ଆନ୍ଦୋଳନ ଚାଲିଛି। ପୁଣି କେତେକ ଜାଗାରେ ସମର୍ଥନ ଶୋଭାଯାତ୍ରା ମଧ୍ୟ ବାହାରୁଛି। ସିଏଏକୁ ନେଇ ଦିନକୁ ଦିନ ପରିସ୍ଥିତି ସଙ୍ଗିନ ହେଉଥିବାବେଳେ ଶୁକ୍ରବାର ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ସେ କହିଛନ୍ତି ଭାରତକୁ ହିନ୍ଦୁରାଷ୍ଟ୍ର ଭାବେ ଘୋଷଣା କରାଯାଉ। ଅନ୍ୟପକ୍ଷେ ସିଏଏ ପାସ୍ ହେବା ପୂର୍ବରୁ ସମୀକ୍ଷା କରିଥିଲେ, ଏଭଳି ହିଂସାକାଣ୍ଡ ହୋଇ ନ ଥାନ୍ତା। ସିଏଏ ପ୍ରସଙ୍ଗରେ ଶୁକ୍ରବାର ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟା ଦେଇ ଶଙ୍କରାଚାର୍ଯ୍ୟ କହିଛନ୍ତି, ନାଗରିକତ୍ୱ ସଂଶୋଧନ ଆଇନ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏହା କେବଳ ଭାରତର ନୁହେଁ ବିଶ୍ୱର ସମସ୍ୟା। ମିଳିତ ଜାତିସଂଘ ଏ କ୍ଷେତ୍ରରେ ସମ୍ବେଦନଶୀଳ ହୋଇ ଉଚିତ ପଦକ୍ଷେପ ନେବା ଦରକାର। ବିଶ୍ୱରେ ମୋଟ ୨୦୪ଟି ଦେଶ ରହିଛି । ଏଥିମଧ୍ୟରୁ ପ୍ରାୟ ୫୦ଟି ମୁସ୍ଲିମ ରାଷ୍ଟ୍ର ଥିବାବେଳେ ଅନେକ ଖ୍ରୀଷ୍ଟିୟାନ ଦେଶ ରହିଛି। କିନ୍ତୁ ଅନେକ ଦେଶରେ ହିନ୍ଦୁମାନେ ବସବାସ କରୁଥିଲେ ବି ସ୍ବତନ୍ତ୍ର ହିନ୍ଦୁରାଷ୍ଟ୍ର ନାହିଁ। ପ୍ରାଥମିକ ପର୍ଯ୍ୟାୟରେ ଜାତିସଂଘ ଭାରତ, ନେପାଳ ଏବଂ ଭୁଟାନକୁ ହିନ୍ଦୁରାଷ୍ଟ୍ର ଘୋଷଣା କରୁ। ବାହାର ଦେଶରେ ଥିବା ହିନ୍ଦୁମାନେ ପରିସ୍ଥିତିରେ ପଡି ହେଉ କିମ୍ବା ଉତ୍ପୀଡ଼ନର ଶିକାର ହେଉଥିବା ଅନୁଭବ କରି ଯଦି କୌଣସି ଦେଶ ଛାଡିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ଏହି ୩ ରାଷ୍ଟ୍ରରେ ଥଇଥାନ କରାଯାଉ। ମାନବାଧିକାର ଅନ୍ତର୍ଗତ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ମଧ୍ୟ ଯୋଗାଇ ଦିଆଯାଉ। ଏଥିସହିତ ଜାତିସଂଘରେ ଏ ନେଇ ସ୍ବତନ୍ତ୍ର ନ୍ୟାୟାଳୟ ପ୍ରତିଷ୍ଠା କରାଯିବା ସପକ୍ଷରେ ମତ ରଖିଛନ୍ତି ଶଙ୍କରାଚାର୍ଯ୍ୟ। ବିଭିନ୍ନ ଦେଶରେ ଧର୍ମୀୟ ସଂଖ୍ୟାଲଘୁଙ୍କୁ ଥଇଥାନ ପାଇଁ ଏହି ନ୍ୟାୟାଳୟ କାମ କରୁ । ଏପରି ହେଲେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିବ ନାହିଁ । ଭାରତ ଅତିଥି ଦେବୋ ଭବ ନୀତିକୁ ଆପଣାଇଛି। ଯେଉଁମାନେ ଭାରତର ଶରଣ ପଶିଛନ୍ତି ତାକୁ ଏ ଦେଶ ଅତିଥି ଭାବେ ସ୍ବୀକାର କରିଛି ।
କିନ୍ତୁ ଏହି ଦୟା କାଲି ଆମ ପାଇଁ ଘାତକ ନ ହେଉ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।
ଏକ ଉଦାହରଣ ଦେଇ ଜଗଦ୍ଗୁରୁ କହିଥିଲେ, ବୃନ୍ଦାବନର ଏକ ଜାଗାରେ ମାଛ ମରି ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଲୋକଙ୍କୁ ତା’ର କାରଣ ପଚାରିଥିଲେ । ୨ ବର୍ଷ ହେବ ବର୍ଷା ହୋଇ ନ ଥିଲା। ଅଚାନକ ମୂଷଳ ଧାରାରେ ବର୍ଷା ହେବାରୁ ଆବର୍ଜନା ପାଣିରେ ରହୁଥିବା ମାଛ ସ୍ବଚ୍ଛପାଣିରେ ନିଜକୁ ଖାପଖୁଆଇ ନ ପାରି ମରିଗଲେ। ତେବେ ଏଥିରୁ ଗୋଟିଏ କଥା ସ୍ପଷ୍ଟ, ଆବର୍ଜନା ପାଣିରେ ବଢୁଥିବା ମାଛଙ୍କୁ ସ୍ବଚ୍ଛ ପାଣି ଅଡୁଆ। ଅର୍ଥାତ୍ ଲୁଣିପାଣିରେ ରହୁଥିବା ମାଛଙ୍କୁ ମଧୁର ପାଣି ଏବଂ ମିଠାପାଣିରେ ରହୁଥିବା ମାଛଙ୍କୁ ଲୁଣିପାଣିରେ ରଖିଲେ ସେମାନେ ନିଜକୁ ଖାପ ନ ଖୁଆଇ ମରିଯିବେ। ସେହିଭଳି ଶାସନ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ଦେଶର ହିତ ପାଇଁ କୌଣସି ପଦକ୍ଷେପ ନେବା ପୂର୍ବରୁ ପ୍ରଥମେ ଚିନ୍ତା କରିବା ଦରକାର। ସହିଷ୍ଣୁତା ସୃଷ୍ଟି ଲାଗି ବିଚାରବିମର୍ଶ କରିବା ଉଚିତ। ନିୟମ ପାରିତ ହେବା ପରେ ଯେଉଁ ପଦକ୍ଷେପ ନିଆଗଲା ତା’ ପୂର୍ବରୁ ଯଦି ଏହାର ସମୀକ୍ଷା କରାଯାଇଥାନ୍ତା ତେବେ ହିଂସାକାଣ୍ଡ ଘଟି ନ ଥାନ୍ତା ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ । |
https://www.dharitri.com/heating-gold-shop-there-is-a-lot-of-fraud-in-these-districts-are-you-buying/ | ଠକୁଛନ୍ତି ସୁନା ଦୋକାନୀ! ଏସବୁ ଜିଲାରେ ବେଶୀ ଠକେଇ, କିଣୁଛନ୍ତି କି…
|
https://www.dharitri.com/ଆଲିଆ-ରଣବୀରଙ୍କ-ବିବାହକୁ-ନେ-2/ | ଆଲିଆ, ରଣବୀରଙ୍କ ବିବାହକୁ ନେଇ ଏମିତି କହିଲେ ମହେଶ ଭଟ୍ଟ
ଅନେକ ଦିନରୁ ବଲିଉଡ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି। କେବେ ଦୁହେଁ ବିବାହ କରିବେ, ସେହି ଦିନକୁ ଅନାଇ ବସିଛନ୍ତି ପ୍ରଶଂସକ। ଦୁହେଁ ନିଜର ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ ହେବା ପରେ ପରେ ହିଁ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି କୁହାଯାଉଛି। ତେବେ ଦୁହିଁଙ୍କ ବିବାହକୁ ନେଇ ମତ ରଖିଛନ୍ତି ଆଲିଆଙ୍କ ପିତା ମହେଶ ଭଟ୍ଟ। ରଣବୀର ଜଣେ ଭଲ ହୃଦୟର ବ୍ୟକ୍ତି। ତାଙ୍କୁ ମୁଁ ପସନ୍ଦ କରେ ବୋଲି ସେ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ରଣବୀରଙ୍କ ପିତା ଋଷି କପୁର ଏବଂ ମା’ ନିତୁ ମଧ୍ୟ ଆଲିଆଙ୍କୁ ଭାବି ବୋହୂ ଭାବେ ସ୍ବୀକାର କରିସାରିଛନ୍ତି। ବିଭିନ୍ନ ପାର୍ଟି ହେଉ କି ଘରର କୌଣସି ଉତ୍ସବରେ ଆଲିଙ୍କୁ ଦେଖିବାକୁ ମିଳୁଛି। ନିକଟରେ ରଣବୀର କପୁରଙ୍କର ସଂପର୍କୀୟ ଭାଇ ଅରମାନ ଜୈନଙ୍କ ବିବାହରେ ଆଲିଆ ନୀତୁଙ୍କ ସହ ପହଞ୍ଚିଥିଲେ। |
https://www.dharitri.com/ଏହି-ଅଭିନେତାଙ୍କୁ-ରକ୍ତରେ-ଚ/ | ଏହି ଅଭିନେତାଙ୍କୁ ରକ୍ତରେ ଚିଠି ଲେଖି ପଠାଉଥିଲେ ଯୁବତୀ
ବଲିଉଡର ପ୍ରଥମ ସୁପରଷ୍ଟାର ହେଲେ ରାଜେଶ ଖାନ୍ନା। ତାଙ୍କର ପ୍ରକୃତ ନାଁ ହେଲା ଯତିନ ଖାନ୍ନା। କିନ୍ତୁ ଫିଲ୍ମ ଲାଇନରେ ପାଦ ଥାପିବା ପରେ ସେ ଯତିନରୁ ପାଲଟି ଯାଇଥିଲେ ରାଜେଶ। ସେତେବେଳେ ଯୁବତୀମାନେ ତାଙ୍କ ପାଇଁ ଏକପ୍ରକାର ପାଗଳ ଥିଲେ। କେହି କେହି ତାଙ୍କୁ ରକ୍ତରେ ଚିଠି ଲେଖି ତାଙ୍କ ପାଖ ପଠାଉଥିଲେ। ୧୯୯୬ ମସିହାରେ ଚେତନ ଆନନ୍ଦଙ୍କ ‘ଆଖରି ଖି’ ଫିଲ୍ମ ଜରିଆରେ ସୁପରଷ୍ଟାର ରାଜେଶ ଖାନ୍ନା ଡେବ୍ୟୁ କରିଥିଲେ। ରାଜେଶ ଖାନ୍ନା ଲଗାତର ୧୫ଟି ବ୍ଲକବଷ୍ଟର ଫିଲ୍ମ ଦେବାରେ ଯେଉଁ ବିରଳ ରେକର୍ଡ ବଲିଉଡରେ ସୃଷ୍ଟି କରିଛନ୍ତି, ତାକୁ ଆଜି ଯାଏଁ କେହି ବି ବ୍ରେକ କରିପାରିନାହାନ୍ତି। |
https://www.dharitri.com/the-actress-deadbody-was-found-in-a-hotel/ | ରାତିରେ କଲେ ଶୁଟିଂ, ସକାଳୁ ହୋଟେଲ୍ରୁ ମିଳିଲା ଏହି ଅଭିନେତ୍ରୀଙ୍କ ମୃତଦେହ
ଚଳିତବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ଆସୁଛି। ଅନେକ ଶ୍ରେଷ୍ଠ କଳାକାର ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ି ପରଲୋକ ଗମନ କରିଛନ୍ତି। ସେହିପରି ସାଉଥ୍ ଇଣ୍ଡଷ୍ଟ୍ରିରେ ବେଶ୍ ପରିଚିତି ଲାଭ କରିଥିବା ଭି.ଜେ ଚିତ୍ରାଙ୍କ ମୃତଦେହ ବୁଧବାର ସକାଳୁ ଏକ ହେଟେଲ୍ ରୁମ୍ରୁ ମିଳିଛି। କୁହାଯାଏ, ଚିତ୍ରା ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୁଟିଂ କରିଥିଲେ। ଶୁଟିଂ ପରେ ସେ ହୋଟେଲ ରୁମ୍ରେ ରହିଥିଲେ।
ମାତ୍ର ଆଜି ସକାଳୁ ହୋଟେଲର ରିସେପ୍ସନିଷ୍ଟ ତାଙ୍କର ମୃତଦେହ ଦେଖିବାକୁ ପାଇଥିଲେ। ପରେ ପୋଲିସକୁ ଏହି ଘଟଣା ସମ୍ପର୍କରେ ଜଣାଥିଲେ। ଚିତ୍ରା ସିରିୟଲରେ ବେଶ୍ ଜଣାଶୁଣା। ସେ ଦୀର୍ଘଦିନ ଧରି ସିରିୟଲରେ ଅଭିନୟ କରିଆସୁଥିଲେ। ତାଙ୍କର ଲୋକପ୍ରିୟତା ସିରିୟଲରୁ ହିଁ ଆରମ୍ଭ ହୋଇଥିଲା। ତାଙ୍କ ମୃତ୍ୟୁରେ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଏହା ଏକ ଆତ୍ମହତ୍ୟା ମାମଲା। ପୋଲିସ କେସ ରୁଜୁ କରି ଯାଞ୍ଚ ଆରମ୍ଭ କରିଛି। ଚିତ୍ରାଙ୍କ ପରିବାର ଚେନ୍ନାଇରେ ରହୁଛନ୍ତି। ଚଳିତବର୍ଷ ଅଗଷ୍ଟ ମାସରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ସହ ତାଙ୍କର ନିର୍ବନ୍ଧ ସରିଥିଲା। ତେବେ କ’ଣ ପାଇଁ ଚିତ୍ରା ଏପରି ପଦକ୍ଷେପ ନେଲେ ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ତାଙ୍କ ପରିବାର ବର୍ଗ ମଧ୍ୟ ଏ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। |
https://www.dharitri.com/riya-chakraborty-mahesh-bhatt-chat-revealed-this-is-what-they-talked-about/ | ସୁଶାନ୍ତଙ୍କ ଘର ଛାଡିବା ପରେ ମହେଶ ଭଟ୍ଟଙ୍କୁ ଏଭଳି ମେସେଜ୍ କରିଥିଲେ ରିୟା
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ସତ୍ୟ ପଦାକୁ ଆସୁଛି। ପୂର୍ବରୁ ତାଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ସନ୍ଦେହ ଘେରରେ ଅଛନ୍ତି। ସେ ସୁଶାନ୍ତଙ୍କ ସହ ଅନେକ ଦିନରୁ ଲିଭ୍ଇନ୍ ରିଲେସନଶିପ୍ରେ ରହୁଥିଲେ। ଜୁନ୍ ୧୪ରେ ସୁଶାନ୍ତ ଆତ୍ମହତ୍ୟା କରିଥିବାବେଳେ ରିୟା ତାଙ୍କ ଘର ଛାଡି ଜୁନ୍ ୮ରେ ପଳାଇଥିଲେ। ଉଭୟଙଙ୍କ ମଧ୍ୟରେ ଝଗଡା ହେବାରୁ ସେ ଏଭଳି ନିଷ୍ପତ୍ତି ନେଇଥିଲେ। ସୁଶାନ୍ତଙ୍କ ଘର ଛାଡିବା ପରେ ରିୟା ବଲିଉଡ୍ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ସହ କଥା ହୋଇଥିଲେ। ଏବେ ଉଭୟଙ୍କ ହ୍ବାଟ୍ସଆପ୍ ଚ୍ୟାଟ୍ ଭାଇରାଲ ହୋଇଛି। ଯେଉଁଥିରେ ସେ ଲେଖିଥିଲେ, ଆୟେଶା ଏବେ ଉଚ୍ଚ ଅଭିଳାଶ ନେଇ ଆଗକୁ ବଢିବ ସାର୍,ଆପଣଙ୍କ ଶେଷ ମେସେଜ୍ ମୋ ଆଖି ଖୋଲି ଦେଇଛି। ଆପଣ ମୋ ପାଇଁ ପୂର୍ବରୁ ଶୁଭଚିନ୍ତକ ଥିଲେ ଏବେ ମଧ୍ୟ ଅଛନ୍ତି। ଏହାର ଜବାବରେ ମହେଶ ଲେଖିଥିଲେ ଏବେ ପଛକୁ ଫେରି ଦେଖିବ ନାହିଁ। ଯାହା କେବେ ହୋଇପାରିବ ନାହିଁ ତାହା କରିକି ଏବେ ଦେଖାଅ। ଆଶା କରେ ତୁମ ପିତା ଖୁସି ହେବ ବୋଲି ସେ ଲେଖିଥିଲେ। ସୂଚନାଯୋଗ୍ୟ, ମହେଶ ଭଟ୍ଟଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ଜଲେବିରେ ରିୟା ଅଭିନୟ କରିଥିଲେ। ସେଥିରେ ତାଙ୍କ ଚରିତ୍ର ନାମ ଥିଲା ଆୟେଶା। |
https://www.dharitri.com/tata-steel-to-acquire-stake-in-tpvsl/ | ଟିପିଭିଏସ୍ଏଲ୍ର ଅଂଶଧନ ଅଧିଗ୍ରହଣ କରିବ ଟାଟା ଷ୍ଟିଲ୍
ଭୁବନେଶ୍ୱର,୨୦।୧୦ (ଅଭୟ ଦାଶ):ଦେଶର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ଟାଟା ଷ୍ଟିଲ୍ ଖୁବ୍ଶୀଘ୍ର ଟିପି ବର୍ଦ୍ଧମାନ ସୂର୍ଯ୍ୟ ଲିମିଟେଡ୍ (ଟିପିଭିଏସ୍ଏଲ୍)ର ଅଂଶଧନ ଅଧିଗ୍ରହଣ କରିବାକୁ ଯାଉଛି ବୋଲି କମ୍ପାନୀ ପକ୍ଷରୁ ଗୁରୁବାର ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ବିଶେଷକରି ଟାଟା ପାୱାର ରିନୁଏବଲ୍ ଏନର୍ଜି ଲିମିଟେଡ୍ (ଟିପିଆର୍ଇଏଲ୍)ର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଟିପି ବର୍ଦ୍ଧମାନ ସୂର୍ଯ୍ୟ ଲିମିଟେଡ୍ (ଟିପିଭିଏସ୍ଏଲ୍)ର ୨୬% ଅଂଶଧନ ଅଧିଗ୍ରହଣ କରିବା ନେଇ ଟାଟା ଷ୍ଟିଲ୍ ନିକଟରେ ଆଲୋଚନା ଶେଷ କରିଛି। ଟିପିଆର୍ଇଏଲ୍ ଓ ଟିପିଭିଏସ୍ଏଲ୍ ସହ ଟାଟା ଷ୍ଟିଲ୍ ଲିମିଟେଡ୍ର ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରାଯିବ। ଏପରିକି ଟିପିଭିଏସ୍ଏଲ୍ଠାରୁ ୩୭୯ମେଗାୱାଟ୍ ଅକ୍ଷୟ ଶକ୍ତି ସଂଗ୍ରହ କରିବା ଲାଗି ଟାଟା ଷ୍ଟିଲ୍ ପକ୍ଷରୁ ଏକ ଦୀର୍ଘମିଆଦୀ ସ୍ଥାୟୀ ଟାରିଫ୍ ଚୁକ୍ତି ସ୍ବାକ୍ଷର କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ୨୫ ବର୍ଷର ଚୁକ୍ତି ଅବଧି ମଧ୍ୟରେ ୫୦ ନିୟୁତ ଟନ୍ କାର୍ବନ ନିର୍ଗମନକୁ ରୋକାଯାଇପାରିବ। ସେହିଭଳି ଟିପିଭିଏସ୍ଏଲ୍ ପକ୍ଷରୁ ଏକ ୯୬୬ ମେଗାୱାଟ୍ର ସୌର-ପବନ ହାଇବ୍ରିଡ୍ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ କରାଯିବ। ଏହା ଭାରତର ସର୍ବବୃହତ୍ ଶିଳ୍ପ ବିଦ୍ୟୁତ୍ ପ୍ରକଳ୍ପ ହେବ। ଅପରପକ୍ଷରେ ଜାମଶେଦପୁରଠାରେ ଟାଟା ଷ୍ଟିଲ୍ର ପୂର୍ବରୁ ଥିବା କୋଲଲାଭିତ୍ତିକ ବିଦ୍ୟୁତ୍ ଉପତ୍ାଦନର କିଛି ଅଂଶରେ ଏହା ସ୍ଥାନ ନେବ ଏବଂ ଟାଟା ଷ୍ଟିଲ୍ କଳିଙ୍ଗନଗର ଓ ପଞ୍ଜାବର ଲୁଧିଆନାଠାରେ ଥିବା ଇଲେକ୍ଟ୍ରିକ୍ ଆର୍କ ଫର୍ନାସ୍ର ଆବଶ୍ୟକତାକୁ ମଧ୍ୟ ତାହା ପୂରଣ କରିବ। ଏ ସମ୍ପର୍କରେ ଟାଟା ଷ୍ଟିଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଟି. ଭି .ନରେନ୍ଦ୍ରନ କହିଛନ୍ତି, ଟାଟା ପାୱାର ରିନୁଏବଲ୍ ଏନର୍ଜି ସହିତ ଆମର ସହଯୋଗିତା ୨୦୪୫ ସୁଦ୍ଧା ନେଟ୍ ଜିରୋ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ କରିବା ପାଇଁ ଟାଟା ଷ୍ଟିଲ୍ର ଦୀର୍ଘସ୍ଥାୟୀ ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଏପରିକି ପରିବେଶ ଉପରେ ଆମର ପ୍ରଭାବକୁ କମ୍ କରିବା ଏବଂ ସ୍ବଚ୍ଛ, ସବୁଜ ଶକ୍ତି ସମାଧାନ ଆଡକୁ ଅଗ୍ରସର ହୋଇ ଏକ ଉତ୍ତମ ଭବିଷ୍ୟତ ଗଠନ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ। ସେହିଭଳି ଟାଟା ପାୱାରର ସିଇଓ ଏବଂ ଏମ୍ଡି ଡ. ପ୍ରବୀର ସିହ୍ନା କହିଛନ୍ତି, ଟାଟା ଷ୍ଟିଲ୍ ପାଇଁ ୨୪ ଘଣ୍ଟିଆ ହାଇବ୍ରିଡ୍ ଅକ୍ଷୟ ଶକ୍ତି ପ୍ଲାଣ୍ଟ ବିକାଶ କରୁଥିବାରୁ ଆମେ ବେଶ୍ ଉତ୍ସାହିତ ଅଛୁ। ଏହା ହେଉଛି ଦେଶରେ ଅନ୍ୟତମ ସର୍ବବୃହତ୍ ଶିଳ୍ପ ଗ୍ରୁପ୍ କ୍ୟାପ୍ଟିଭ୍ କାରଖାନା ଏବଂ କାର୍ବନ ନିର୍ଗମନକୁ କମ୍ କରି ସ୍ବଚ୍ଛ ଶକ୍ତି ଲକ୍ଷ୍ୟ ହାସଲ ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବ। |
https://www.dharitri.com/ଚିକିସତ୍ା-ଲାଗି-ଟଁକା-ଅଭାବ୍/ | ଚିକିସତ୍ା ଲାଗି ଟଁକା ଅଭାବ୍: ଭାଏଗ୍କେ ଆଦ୍ରି ପଡ଼ିରହିଛନ୍ ସୂଯର୍ୟମଣି
ଟିକ୍ରାପଡା, ୨ ା୭ (ଡି.ଏନ୍.ଏ.): ବଲାଙ୍ଗୀର ଜିଲା ସଇଁନ୍ତଳା ବ୍ଲକ କରମତଲା ପଁଚେତ୍ ଅଧୀନ ଭଣ୍ଡାରବାଞ୍ଜି ଗଁାର ସୂର୍ଯ୍ୟମଣି ସୁନାପିରତି(୪୬)। ସେ ଗଲା ୨୦୧୮ ଅକ୍ଟୋବରରେ ଗୁଟେ ବାଇକ ଦୁରଘଟନାର ଶିକାର ହେଲାରୁ ତାକର ନଲଗୁଡ଼ର ହାଡ଼ ଭାଂଗିଗଲା। ଏନ୍ତାଥି ପରିବାର ଲୋକ ଧାରଉଧାର କରି ବଲାଙ୍ଗୀରର ଗୁଟେ ଘରୋଇ ଡାକ୍ତରଖାନାରେ ଭରତି କଲେ। ସେଠାନେ ସୂର୍ଯ୍ୟମଣିକଁର ଭଂଗା ଗୋଡ୍ର ଅପରେଶନ କରି ଷ୍ଟିଲ ରଡ଼ ଖଁଜାଗଲା। ହେଲେ ଏହେଦେ ଗୋଡ୍ରୁ ରଡ ବାହାର କରବାର ସମିଆ ୨ ମାସ ଡେଗି ଯାଇଥିଲେ ବି ଟଁକା ପଏସା ଅଭାବୁ ସେ ଘରେ ପଡ଼ିରହିଛନ୍।
ସୂଚନା ଅନ୍ସାରେ ସୂର୍ଯ୍ୟମଣି ୨୦୧୮ ଅକ୍ଟୋବର ମାସେ ଗୁଟେ ଦୁରଘଟନାର ଶିକାର ହେଇଥିଲେ। ପରିବାର ଲୋକ୍ ଚିକିସତ୍ା ଲାଗି ତାହାକୁ ବଲାଙ୍ଗୀର ମୁଖିଆ ଡାକ୍ତରଖାନାରେ ଭରତି କଲେ। ହେଲେ ଡାକ୍ତର ଇଠାନେ ଚିକିସତ୍ା ସମ୍ଭବ ନୁହେ, ବୁର୍ଲା ଯିବାକେ ପଡ଼ବା ବଲି ପରାମଶ ଦେଇଥିଲେ। ହେଲେ ଟଁକା ପଏସା ଅଭାବୁ ସୂର୍ଯ୍ୟମଣି ବୁର୍ଲା ନାଇଁ ଯାଇପାରଲେ। ଶେଷେ ପରିବାର ଲୋକ୍ ଲାଗରଲେସର, ବଁଧୁବାଧଁବ୍ନୁ ଧାର ଉଧାର କରି ୧୯.୧୦.୨୦୧୮ରେ ବଲାଙ୍ଗୀରର ଗୁଟେ ଘରୋଇ ଡାକ୍ତରଖାନାରେ ସୂର୍ଯ୍ୟମଣିକଁର ଭଂଗା ଗୋଡ୍ର ଅପରେଶନ କରାଲେ। ସେଠାନେ ତାକର ଗୋଡ଼ରେ ଷ୍ଟିଲ ରଡ ଖଁଜାଗଲା। ହେଲେ ଇତାର ପରେ ଭିନେ ଭିନେ ସମିଆରେ ଡ୍ରେସିଂ ସେ ବଲାଙ୍ଗୀର ଯିବାର ଆଏବାର କଲେ। ଏନ୍ତାଥି ଲାଗ୍ବରମସ ବଢ଼ବାର ସଂଗେ ଜମିବାଡ଼ି, ସୁନା ଗହନା କରି ପାଖାପାଖି ୭୦ ହଜାର ଟଁକା ଚିକିସତ୍ାରେ ଖରଚ୍ କରି ସରବ୍ସୁଅଁାତ ହେଇଯାଇଛନ୍। ଇଆଡ଼େ ହାଡ଼ ଯୁଡ଼ି ହେବା ବଲି ଗୁଡ଼େ ୮ଟା ଷ୍ଟିଲ ରଡ ଖଁଜା ହେଇଛେ। ଅପରେଶନର ୬ ମାସ ଉତାରୁ ସେ ରଡ ସବୁ ହିଟେଇ ଦେବାର କଥା। ହେଲେ ଟଁକା ପଏସା ଅଭାବୁ ରଡ ହିଟାବାର ଧାଯ୍ ସମିଆନୁ ୨ ମାସ ଡେଗିଯାଇଥିଲେ ବି ସୂର୍ଯ୍ୟମଣି ଅପରେଶନ କରେଇ ନାଇଁ ପାରବାର। ଇଥିରଲାଗି ଯିବାର ଆଏବାର, ଚିକିସତ୍ା, ଉଷୋକଷା ବାବ୍ଦେ ପାଖାପାଖି ୧୦ ହଜାର ଟଁକା ଖରଚ୍ ହେବା। ହେଲେ ସୂର୍ଯ୍ୟମଣି ଅଭାବ ଅନାଟନ ଲାଗି ଟଁକା ଯୁଗାଡ଼ କରି ନାଇଁପାରି ଖଟେ ପଡ଼ିରହିଛନ୍। ଏନ୍ତାଥି ଘରେ ମାଏକିନା ମିଥିଳା, ୪ ପୁଓ ଆର ଗୁଟେ ବଲି ଝି’ ଦୁଖ୍ରେ ଭାଂଗିପଡ଼ିଛନ୍। ସୂର୍ଯ୍ୟମଣିକଁର ବଡ଼ ପୁଓ ଭକ୍ତବନ୍ଧୁ(୨୭) ଘରର ଅବସ୍ତା ଦେଖି ବାହାର ରାଏଜ୍କେ ଦାଦନ ଖଟିଯାଇଥିଲାବେଲେ ଦୁତୀଅ ପୁଓ ପୁଷ୍ପାଞ୍ଚଳ(୧୭) ଗଁାରେ ଲୁକ୍କର କୁଲିମଜୁରି ପରିବାର ଚଲଉଛନ୍। ଉନିଆ ଦୁଇପୁଓ ବିଶ୍ୱାମିତ୍ର ଆର ନରୋତ୍ତମ ଅଷ୍ଟମ ୮ମ ଆର ୪ର୍ଥ ଶ୍ରେଣୀରେ ପଢ଼ୁଛନ୍। ଏନ୍ତାଥି ସୂର୍ଯ୍ୟମଣିକଁର ମାଏକିନା ମିଥିଳା ବଡ଼ା ଗୁଲଗୁଲା ହେଇ ସରକାରୀ ସାହାଯ୍ ଲାଗି ଗଣମାଧ୍ୟମ ଜରିଆରେ ଜିଲାପାଲକୁଁ ଗୁହାରି କରିଛନ୍। ଇ ଦୁଖି ପରିବାର ଉପରେ ଜିଲା ପରଶାସନ ଦୁରୁଷ୍ଟି ଦେଇ ସୂର୍ଯ୍ୟମଣିକୁଁ ଚିକିସତ୍ା ସାହାଯ୍ ଯୁଗେଇ ଦେବାକେ ସାଧାରନରେ ଦାବି ହେଉଛେ। |
https://www.dharitri.com/the-highest-number-of-dengue-patients-is-1125-in-khurda-district/ | ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୧୨୫ ଡେଙ୍ଗୁ ରୋଗୀ
ଭୁବନେଶ୍ୱର, ୪।୯ (ବ୍ୟୁରୋ): ବର୍ଷା, ବନ୍ୟା ପରେ ଏବେ ଚିନ୍ତା ବଢାଇଛି ଡେଙ୍ଗୁ। ରାଜ୍ୟରୁ ଏବେ ନିୟମିତ ଭାବେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବାରୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏପରିକି ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଇତିମଧ୍ୟରେ ଡେଙ୍ଗୁରେ ଅନେକ ଲୋକଙ୍କ ଜୀବନ ଯାଇଥିବାରୁ ଚିନ୍ତା ବଢ଼ିଛି। ତେବେ ଡେଙ୍ଗୁ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବେ ସୁଦ୍ଧା ରାଜ୍ୟରେ ୨୨ ହଜାର ୬୮ ଜଣଙ୍କ ନମୁନା ପରୀକ୍ଷା ସରିଛି। ସେମାନଙ୍କ ମଧ୍ୟରୁ ୨ହଜାର ୩୦୯ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସର୍ବାଧିକ ୧୧ଶହ ୨୫ଜଣ ଡେଙ୍ଗୁ ଆକ୍ରାନ୍ତ ଖୋର୍ଦ୍ଧା ଜିଲାରୁ ଚିହ୍ନଟ ହୋଇଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଡେଙ୍ଗୁ ରୋଗୀ ବାହାରିଛନ୍ତି। ଅଧିକ ଟେଷ୍ଟ କରାଯାଉଥିବାରୁ ଅଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା ମଧ୍ୟ କରିଛନ୍ତି। ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣରେ ପ୍ଲେଟ୍ଲେଟ୍ ରହିଛି। ସେହିପରି ରାଜ୍ୟର ୯ଟି ରକ୍ତ ଭଣ୍ଡାରରେ ପ୍ଲେଟ୍ଲେଟ୍ ପୃଥକୀକରଣ ୟୁନିଟ୍ କାର୍ଯ୍ୟକ୍ଷମ ରହିଥିବା ସେ କହିଛନ୍ତି।
ଏ ସମ୍ପର୍କରେ କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ ଡା. ଦିଲୀପ କୁମାର ପଣ୍ଡା କହିଛନ୍ତି, ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ନିୟମିତ ବଢୁଛି। ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲରେ ୫ରୁ ୧୦ ଡେଙ୍ଗୁ ଆକ୍ରାନ୍ତ ଭର୍ତ୍ତି ହେଉଛନ୍ତି। ଶୁକ୍ରବାର କ୍ୟାପିଟାଲ ହସ୍ପିଟାଲରେ ୨୯ ଡେଙ୍ଗୁ ରୋଗୀ ଥିବାବେଳେ ଶନିବାର ରୋଗୀ ସଂଖ୍ୟା ୩୪ରେ ପହଞ୍ଚତ୍ଛି। ଗୁରୁତର ଡେଙ୍ଗୁ ରୋଗୀଙ୍କ ଲାଗି ପ୍ଲେଟ୍ଲେଟ୍ ଯୋଗାଇ ଦିଆଯାଉଛି। ଏପରିକି ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କୁ ମଧ୍ୟ ଏଠାରୁ ପ୍ଲେଟ୍ଲେଟ ମିଳିବାରେ ଅସୁବିଧା ନାହିଁ ବୋଲି ଡା. ପଣ୍ଡା କହିଛନ୍ତି।
ଗତବର୍ଷ ୧୦ହଜାର ୮୩୩ ନମୁନା ପରୀକ୍ଷା ହୋଇଥିଲାବେଳେ ୨ ହଜାର ୮୭୮ ରୋଗୀ ଚିହ୍ନଟ ହୋଇଥିଲେ। ତେବେ ଚଳିତ ବର୍ଷ କେବଳ ୭ ମାସରେ ଖୋର୍ଦ୍ଧାରେ ସର୍ବାଧିକ ୧୧୨୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ କୋରାପୁଟରେ ୩୪୨, ମାଲକାନଗିରିରେ ୧୭୭, ରାୟଗଡ଼ାରେ ୨୬୮ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଡେଙ୍ଗୁ ଦେଖାଗଲେ ଭୟଭୀତ ନ ହୋଇ ଏହାର ଚିକିତ୍ସା କରିବା ସହ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ। ଏହାର ସ୍ବତନ୍ତ୍ର କୌଣସି ଚିକିତ୍ସା ନ ଥିଲେ ମଧ୍ୟ ଜ୍ବର କମିବା ପାଇଁ ଔଷଧ ଖାଇବା ଜରୁରୀ। ଜ୍ୱର ନ କମିଲେ ଡାକ୍ତରଙ୍କ ପରାମର୍ଶରେ ହସ୍ପିଟାଲରେ ଆଡ୍ମିଟ ହେବା ଉଚିତ୍ ବୋଲି ସେ ପରାମର୍ଶ ଦେଇଛନ୍ତି। ଏଥିସହ ଘର ଚାରିପାଖ ସଫାସୁତୁରା ରଖିବା ସହିତ ସପ୍ତାହକୁ ଗୋଟିଏ ଦିନ ଡ୍ରାଏ ଡେ’ ପାଳନ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। |
https://www.dharitri.com/picnic-spot-wildlife-watch-tower/ | ପିକ୍ନିକ୍ ସ୍ପଟ୍: ଓ୍ବାଇଲ୍ଡଲାଇଫ୍ ୱାଚ୍ ଟାୱାର
ରାୟଗଡ଼ା ଜିଲାର ଅନେକ ସ୍ଥାନ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏଥିପାଇଁ ବର୍ଷ ତମାମ ଭିଡ଼ ଜମିଥାଏ। ହେଲେ ଜିଲାର ଚନ୍ଦ୍ରପୁର ବ୍ଲକ୍ର ଅନ୍ୟତମ ଆକର୍ଷଣ ‘ଓ୍ବାଇଲ୍ଡଲାଇଫ୍ ଓ୍ବାଚ୍ ଟାଓ୍ବାର’ ଅନେକଙ୍କ ପାଇଁ ଏବେ ବି ଅଜଣା। ଡାଙ୍ଗସୋରଡ଼ା ପଞ୍ଚାୟତଠାରୁ ୫ କି.ମି. ଦୂର ଭାଲୁଗୁଡ଼ା ଡ୍ୟାମ୍ ନିକଟରେ ରହିଛି ବନ ବିଭାଗର ଏହି ନୂତନ ଓ୍ବାଚ୍ ଟାଓ୍ବାର।
ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ନଜର ରଖିବା ସହ ସେମାନଙ୍କ ଗଣନା ନିମନ୍ତେ ୫ ବର୍ଷ ତଳେ ଡ୍ୟାମ୍କୁ ଲାଗି ନିର୍ମାଣ ହୋଇଥିଲା ଚାରି ମହଲା ବିଶିଷ୍ଟ ଏହି ଓ୍ବାଚ୍ ଟାଓ୍ବାର। ଡ୍ୟାମ୍ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ପାହାଡ଼, ଜଙ୍ଗଲ ଘେରା ପ୍ରାକୃତିକ ପରିବେଶ ଏବଂ ସାରେ ଡ୍ୟାମ୍ରେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଜଳକ୍ରୀଡ଼ା ଦୃଶ୍ୟ ବେଶ୍ ବିମୋହିତ କରିଥାଏ। ଏହି ସମୟରେ ନିକଟରେ ରହିଥିବା ଓ୍ବାଚ୍ ଟାଓ୍ବାର ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରେ। ବନ ବିଭାଗର ଅନୁମତି ନେଇ ପର୍ଯ୍ୟଟକ ଏଠାରେ ବଣଭୋଜିର ଆନନ୍ଦ ନେବା ସହ ଟାଓ୍ବାର ଉପରେ ଚଢ଼ି ଡ୍ୟାମ୍, ଚାରିପାର୍ଶ୍ୱରେ ରହିଥିବା ସବୁଜ ପରିବେଷ୍ଟନୀ ଏବଂ ପକ୍ଷୀମାନଙ୍କ କିଚିରିମିଚିରି ଶବ୍ଦ ଉପଭୋଗ କରିଥାନ୍ତି।
କେମିତି ଯିବେ
ରାୟଗଡ଼ା ସହରରୁ ୬୦କି.ମି. ଦୂର ମୁନିଗୁଡ଼ାକୁ ଟ୍ରେନ୍, ବସ୍ କିମ୍ବା ଟ୍ୟାକ୍ସି ଯୋଗେ ଯିବାକୁ ହୁଏ। ସେଠାରୁ ପୁଣି ଟାକ୍ସି ଯୋଗେ ଭାୟା ଡାଙ୍ଗସୋରଡ଼ା ଏବଂ ନାଉଡ଼ୁଗୁଡ଼ା ଦେଇ ୨୯କି.ମି. ବାଟ ଗଲେ ଏଠାରେ ପହଞ୍ଚିପାରିବେ।
– ରିପୋର୍ଟ: ବିଜୟ ପ୍ରସାଦ ଉଲାକା, ଚନ୍ଦ୍ରପୁର, ରାୟଗଡ଼ା |
https://www.dharitri.com/ban-e-cigarettes-in-higher-education-institutions/ | ଉଚ୍ଚ ଶିକ୍ଷାନୁଷ୍ଠାନରେ ଇ-ସିଗାରେଟ୍ ରୋକାଯାଉ
ଭୁବନେଶ୍ୱର, ୯।୫(ଅସମାପିକା ସାହୁ)ପରିବର୍ତ୍ତିତ ସମାଜରେ ଟେକ୍ନୋଲୋଜିର ବ୍ୟବହାର ବଢ଼ୁଛି। ଆଉ ଏଥିରେ ଯୁବପିଢ଼ିଙ୍କ କାର୍ଯ୍ୟଶୈଳୀ ବି ବଦଳୁଛି। ଅନେକ କଲେଜ ପଢୁଆ ଯୁବପିଢ଼ି ଏବେ ସିଗାରେଟ୍ ଛାଡ଼ି ଇଲେକ୍ଟ୍ରୋନିକ୍ସ ବା ଇ-ସିଗାରେଟ୍କୁ ଆପଣାଉଛନ୍ତି, ଯାହାକୁ ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଚିନ୍ତାପ୍ରକଟ କରିଛି। ତେଣୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଇ-ସିଗାରେଟ୍୍ ବ୍ୟବହାର ଉପରେ ପ୍ରତିବନ୍ଧକ ଆଣିଛନ୍ତି। ଉଚ୍ଚ ଶିକ୍ଷାନୁଷ୍ଠାନରେ ଏହାର ବ୍ୟବହାରକୁ ନିଷେଧ କରିବା ପାଇଁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ୟୁଜିସି ପକ୍ଷରୁ ଅନୁରୋଧ କରାଯାଇଛି।
ୟୁଜିସି ପକ୍ଷରୁ କୁହାଯାଇଛି, ଭାରତ ସରକାର ପ୍ରୋହିବିଶନ ଅଫ୍ ଇଲେକ୍ଟ୍ରୋନିକ ସିଗାରେଟ୍ ଆକ୍ଟ(ପେକା), ୨୦୧୯ ଲାଗୁ କରି ଇ-ସିଗାରେଟ୍ ଉପରେ ନିଷେଧ କରିଛନ୍ତି। ଅନେକ ସମୟରେ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ଆଇନର ବିଧି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଅନୁରୋଧ କରିଛି। କିନ୍ତୁ ଏହି ଉପକରଣଗୁଡ଼ିକ ଅନ୍ଲାଇନ ଷ୍ଟୋର ଏବଂ ସ୍ଥାନୀୟ ବିକ୍ରେତାଙ୍କ ନିକଟରେ ସହଜରେ ଉପଲବ୍ଧ ହେଉଥିବା ଦେଖାଯାଉଛି। ଏଥିସହିତ ଇ-ସିଗାରେଟ୍୍ର ଉପକରଣଗୁଡ଼ିକ ଶିକ୍ଷାନୁଷ୍ଠାନ ନିକଟରେ ଥିବା ଷ୍ଟୋରରେ ବିକ୍ରି କରାଯାଉଥିବା ଦେଖାଯାଉଛି। ଫଳରେ ଯୁବପିଢ଼ି ଏହାକୁ ସହଜରରେ ବ୍ୟବହାର କରିପାରୁଛନ୍ତି। ପେକା ଅନୁସାରେ ଇଲେକ୍ଟ୍ରୋନିକ ସିଗାରେଟ୍ ସ୍ବାସ୍ଥ୍ୟ ପ୍ରତି ଗୁରୁତର ବିପଦ ସୃଷ୍ଟି କରେ। ବିଶେଷକରି ଯୁବପିଢ଼ି ଏଥିରେ ଅଧିକ ପ୍ରଭାବିତ ହୋଇଥାନ୍ତି। ଏସବୁକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରୋନିକ ସିଗାରେଟ୍ ବ୍ୟବହାର ନ କରିବା ସହିତ ଏଥିରେ ଜଡ଼ିତ ରହିଥିବା ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ୟୁଜିସି କହିଛି। ଇ-ସିଗାରେଟ୍ ଯେପରି ବ୍ୟବହାର ନ ହେବ ସେଥିପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ସ୍ବତନ୍ତ୍ର ଡ୍ରାଇଭ୍ କରିବା ସହିତ ନିୟମିତ ଭାବରେ ଯାଞ୍ଚ କରିବା ଉଚିତ। ଏହା କିପରି ସଫଳ ହେବ ସେଥିପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଆବଶ୍ୟକ ପଦକ୍ଷେପ ନେବା ପାଇଁ ୟୁଜିସି ପକ୍ଷରୁ ଅନୁରୋଧ କରାଯାଇଛି।
ସୂଚନାଯୋଗ୍ୟ, ବିଦ୍ୟାର୍ଥୀଙ୍କୁ ନିଶାଠାରୁ ଦୂରରେ ରଖିବା ପାଇଁ ସରକାର ବାରମ୍ବାର ଉପଦେଶ ଦେଉଛନ୍ତି। ହେଲେ ପିଲାଙ୍କ ହାତପାଆନ୍ତାରେ ଉପଲବ୍ଧ ହେଉଥିବା ନିଶା ସାମଗ୍ରୀକୁ ନିଷିଦ୍ଧ କରିବାରେ ବିଫଳ ହେଉଛନ୍ତି। ଫଳରେ ଯୁବପିଢ଼ିଙ୍କ ମଧ୍ୟରେ ନିଶା ସେବନ ଭୟଙ୍କର ଭାବେ ବଢ଼ିଚାଲିଛି। ଶିକ୍ଷାନୁଷ୍ଠାନ ନିକଟରେ ପାନ, ବିଡ଼ି, ଗୁଟ୍ଖା ଆଦିର ବିପଣନ ଓ ସେବନ ହୋଇପାରିବ ନାହିଁ ବୋଲି କୋଟପା ଆଇନରେ ସ୍ପଷ୍ଟ ବ୍ୟବସ୍ଥା ରହିଛି। ସରକାର ମଧ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିଶାମୁକ୍ତ କରିବା ପାଇଁ ବିଭିନ୍ନ ସମୟରେ ପ୍ରୟାସ କରିଛନ୍ତି। ହେଲେ ସବୁ କେବଳ ନିର୍ଦ୍ଦେଶ ଓ ପରାମର୍ଶ ମଧ୍ୟରେ ସୀମିତ ହୋଇ ରହିଯାଉଛି। ଫଳରେ ନିଶାମୁକ୍ତ କ୍ୟାମ୍ପସ ଏବେ ଏକ ପ୍ରହସନରେ ପରିଣତ ହୋଇଛି। ଶିକ୍ଷାନୁଷ୍ଠାନର ୧୦୦ ମିଟର ଭିତରେ ତମାଖୁ, ସିଗାରେଟ୍ ଆଦି ନିଶା କାରବାର ଚାଳିଛି। ଖୁଲମଖୁଲା ଭାବରେ ଦୋକାନୀମାନେ ବିକ୍ରି କରୁଛନ୍ତି। ତେଣୁ ୟୁଜିସିର ଇ-ସିଗାରେଟ୍ ଉପରେ ପ୍ରତିବନ୍ଧକ କେତେଦୂର ସଫଳ ହେବ ତାହା ଆଗକୁ ଜଣାପଡ଼ିବ।
ଇ- ସିଗାରେଟ୍୍ କ’ଣ
ଇ- ସିଗାରେଟ୍ ହେଉଛି ଏକ ନିଶାଯୁକ୍ତ ଧୂଆଁ। ଏହା ଇଲେକ୍ଟ୍ରୋନିକ ଡିଭାଇସ୍ ମାଧ୍ୟମରେ ତରଳ ନିଶାଯୁକ୍ତ ପଦାର୍ଥକୁ ଗରମ କରାଯାଇ ଏଥିରୁ ସୃଷ୍ଟ ଧୂଅଁାକୁ ପ୍ରଶ୍ୱାସରେ ନିଆଯାଇଥାଏ। ଏହି ଧୂଅଁା ନିକୋଟିନ୍ ଏବଂ ବିଭିନ୍ନ ସ୍ବାଦଯୁକ୍ତ ହୋଇଥାଏ। ଏହା ଶରୀର ପାଇଁ କ୍ଷତିକାରକ। ଇ-ସିଗାରେଟ୍ ବିଭିନ୍ନ ପ୍ରକାରରେ ଆସିଥାଏ, ଯଥା ସିଗାରେଟ୍, ସିଗାର, ପାଇପ୍ସ, ପେନ୍, ୟୁଏସ୍ବି ଷ୍ଟିକ୍ ଇତ୍ୟାଦି। ତରଳ ବା ଇ-ଜୁସ୍ରେ ସାଧାରଣଭାବେ ନିକୋଟିନ, ପ୍ରୋପିଲିନ୍ ଗ୍ଲାଇକଲ, ଭେଜିଟେବଲ ଗ୍ଲିସେରିନ୍ ଏବଂ ଅନ୍ୟ ଉପାଦାନ ରହିଥାଏ। ଏହା ଅତ୍ୟଧିକ ନିଶାପ୍ରବଣ କରାଇବା ସହ ଯୁବଗୋଷ୍ଠୀଙ୍କ ମସ୍ତିଷ୍କକୁ ନକାରାତ୍ମକ ଦିଗରେ ପ୍ରବର୍ତ୍ତାଇଥାଏ।
କେନ୍ଦ୍ର ସରକାର ଇ-ସିଗାରେଟ୍କୁ ନିଷିଦ୍ଧ ଘୋଷଣା କରିବା ସହ ଇଲେକ୍ଟ୍ରୋନିକ ସିଗାରେଟ୍ ପ୍ରୋହିବିଶନ ଆକ୍ଟ -୨୦୧୯ ଲାଗୁ କରିଛନ୍ତି। ଏପରି କି ଇ-ସିଗାରେଟ୍ର କୁପ୍ରଭାବ ସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସମୟରେ ସଚେତନତା ସୃଷ୍ଟି କରାଯାଉଛି। ଉଚ୍ଚ ଶିକ୍ଷାନୁଷ୍ଠାନ ପରିସରକୁ ଇ-ସିଗାରେଟ୍ମକ୍ତ କରିବାକୁ ୟୁଜିସି ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ ଏହି ନିର୍ଦ୍ଦେଶର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଶିକ୍ଷାନୁଷ୍ଠାନ ପରିସରରେ ଯେପରି କଡ଼ାକଡ଼ି ଭାବେ ଏହାକୁ ରୋକାଯାଇପାରିବ, ସେନେଇ ବ୍ୟବସ୍ଥା ଗ୍ରହଣ କରାଯିବା ଜରୁରୀ।
– ରଞ୍ଜନ କୁମାର ମହାନ୍ତି, ଆବାହକ, କୋଆଲିଶନ ଫର୍ ଟବାକୋ ଫ୍ରି ଓଡ଼ିଶା |
https://www.dharitri.com/the-elephant-trampled-the-old-woman-3/ | ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ
ମୋରଡ଼ା,୧୪ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବରେ ଧନଜୀବନ ହାନି ଘଟୁଥିବା ବେଳେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି।
ସୂଚନାନୁଯାୟୀ, ପଶ୍ଚିମବଙ୍ଗ ନୟାଗ୍ରାମ ଥାନା ଅଧୀନ ବେଢାଝାଲ ଗ୍ରାମର ଅଧର କୁମାର ପାତ୍ର(୭୫) ରାସଗୋବିନ୍ଦପୁର ବ୍ଲକ ସ୍ଥିତ ସାରୁମୂଳା ଗ୍ରାମର ନିଜ ଝିଅ ଜ୍ୱାଇଁ ଘରକୁ ଆସିଥିବା ବେଳେ ଆଜି ଭୋର୍ ସମୟରେ ପ୍ରାତଃଭମଣ ପାଇଁ ଯାଉଥିଲେ। ତେବେ ପ୍ରାତଃଭ୍ରମଣ ସମୟରେ ସାରୁମୂଳା-ପାରୁଳିଆ ମୁଖ୍ୟ ରାସ୍ତାର ମାହାଲୀସାହି ନିକଟରେ ଅଧର ଏକ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ। ଉକ୍ତ ଦନ୍ତା ହାତୀଟି ଅଧରଙ୍କୁ କଚାଡ଼ି ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ରାସଗୋବିନ୍ଦପୁର ବନବିଭାଗ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦାସ୍ଥିତ ପିଆର୍ଏମ୍ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲକୁ ପଠାଇଛି।
ଏନେଇ ଅଧରଙ୍କ ଝିଅ ପୂର୍ଣ୍ଣିମା ପାତ୍ର କହିଛନ୍ତି, ବାପା ଅଧରଙ୍କ ଦେହ ଅସୁସ୍ଥ ଥିବାରୁ ସେ ଚିକିତ୍ସା ପାଇଁ ଏଠାକୁ ଆସିଥିଲେ କିନ୍ତୁ ଏଠାରେ ଜୀବନ ହାରିଲେ। ସେହିପରି ଗ୍ରାମବାସୀ କାହ୍ନୁ ଚରଣ ପାତ୍ର ହାତୀ ଉପଦ୍ରବକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ହାତୀ ଉପଦ୍ରବ ରୋକିବାରେ ବନବିଭାଗ ବିଫଳ ହୋଇଛି ବୋଲି କହିଛନ୍ତି। |
https://www.dharitri.com/tmc-mp-nusrat-jahan-reached-enforcement-directorate-office/ | ନୁସରତଙ୍କୁ ଇଡିର ପଚରାଉଚରା
କୋଲକାତା,୧୨।୯: ଟିଏମସି ଏମ୍ପି ନୁସରତ ଜାହାଁଙ୍କୁ ଇଡି ପଚରାଉଚରା କରୁଛି। କୋଲକାତାର ଇଡି କାର୍ଯ୍ୟାଳୟରେ ଠକେଇ ମାମଲାରେ ନୁସରତଙ୍କ ପଚରାଉଚରା ଚାଲିଥିବା ସୂଚନା ମିଳିଛି। ନିକଟରେ ନୁସରତଙ୍କୁ ହାଜର ହେବା ପାଇଁ ଇଡି ସମନ ଜାରି କରିଥିଲା।
ଖବର ଅନୁଯାୟୀ, ସେ ସହରର ନ୍ୟୁ ଟାଉନରେ ଫ୍ଲାଟ ପ୍ରତିଶ୍ରୁତି ଦେଇ ବରିଷ୍ଠ ନାଗରିକଙ୍କୁ ଠକିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ସେପ୍ଟେମ୍ବର ୨ରେ ନୁସରତ ଉକ୍ତ ମାମଲାରେ ଇଡି ସମ୍ମୁଖରେ ହାଜର ହୋଇଥିଲେ। |
https://www.dharitri.com/ହିନ୍ଦୀ-ହିଟ୍-ତାମିଲ-ଫ୍ଲପ୍/ | ହିନ୍ଦୀ ହିଟ୍, ତାମିଲ ଫ୍ଲପ୍
ଥରେ ମନେପକାନ୍ତୁ ନା ସେହି ଶ୍ରୋତାଦୃତ ଗୀତ ‘ପ୍ୟାର କିୟା ତୋ ଡର୍ନା କ୍ୟା’କୁ। ୧୯୬୦ରେ ନିର୍ମିତ ବଲିଉଡ୍ର ବ୍ଲକବଷ୍ଟର ହିନ୍ଦୀ ସିନେମା ‘ମୁଗଲ-ଏ-ଆଜାମ’ରେ ଦୃଶ୍ୟାୟିତ ଏହି ଗୀତ ଏବେ ବି ମନରେ ଶିହରଣ ସୃଷ୍ଟି କରିଥାଏ। ତେବେ ଏହି ସିନେମାଟି ତିନୋଟି ଭାଷା-ହିନ୍ଦୀ, ତାମିଲ, ଇଂଲିଶ୍ରେ ପ୍ରସ୍ତୁତ ହୋଇଥିଲା। କିନ୍ତୁ ଫିଲ୍ମଟି ତାମିଲ୍ରେ ଫ୍ଲପ୍ ହୋଇଥିବା ବେଳେ ହିନ୍ଦୀରେ ରେକର୍ଡ ସୃଷ୍ଟି କରିଥିଲା। ଅନ୍ୟପକ୍ଷରେ ଇଂଲିଶ୍ ଭାଷାରେ ନିର୍ମିତ ଫିଲ୍ମଟି ଆଶାନୁରୂପ ବିଜନେସ୍ କରିଥିଲା। କେ. ଆସିଫଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ସିନେମାର ମୁଖ୍ୟ ଭୂମିକାରେ ପୃଥ୍ବୀରାଜ କପୁର, ଦିଲୀପ କୁମାର, ମଧୁବାଲା, ଦୁର୍ଗା ଖୋଟେ ଅଭିନୟ କରିଥିଲେ। |
https://www.dharitri.com/ris-fraud-made-the-family-homeless/ | ଆର୍ଆଇଙ୍କ ଜାଲିଆତି ପରିବାରକୁ କଲା ବାସହରା
ନୂଆଗାଁ,୧୭।୩ (ଡି.ଏନ.ଏ.): ବାପାଙ୍କ ମୃତ୍ୟୁ ପରେ ମାଆ ଓ ତିନି ଭଉଣୀଙ୍କ ଅଜାଣତରେ ବାପାଙ୍କ ନାମରେ ଥିବା ଜାଗାକୁ ବେଆଇନ ଭାବେ ଚଞ୍ଚକତା କରି ପୁଅ ବିକ୍ରୀ କରିଦେଇଥିବା ନେଇ ପରିବାର ତରଫରୁ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରିବା ପାଇଁ ଉପ-ଜିଲାପାଳ ସବ୍ରେଜିଷ୍ଟର ବିଭାଗରୁ ରେଜିଷ୍ଟ୍ରି ସମୟର ସମସ୍ତ ଦଲିଲ ଆଣିବା ପାଇଁ କହିଥିଲେ। ତେବେ ଦଲିଲ ଆଣିବାରେ ରେଜିଷ୍ଟ୍ରି ପାଇଁ ଆବଶ୍ୟକ ଥିବା ଉତ୍ତରାଧିକାରୀ ପ୍ରମାଣପତ୍ରରେ ଜାଲିଆତି କରି ଆରଆଇ ତଥ୍ୟ ପ୍ରଦାନ କରିଥିବା ଜଣାପଡିଛି । ସେହି ଆଧାରରେ ବିଧବା ମାଆ ଓ ତିନି ଭଉଣୀଙ୍କୁ ବାଦ୍ ଦେଇ ପୁଅଙ୍କ ଦ୍ୱାରା ଜାଗା ବିକ୍ରୀ କରାଯାଇଛି। ଯାହା ଫଳରେ ପରିବାର ଲୋକେ ତଥା ଉତ୍ତରାଧିକାରୀମାନେ ବାସହରା ହୋଇଛନ୍ତି।
ସୂଚନା ମୁତାବକ ନୟାଗଡ଼ ଜିଲା ନୂଆଗାଁ ତହସିଲ ମହିପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନ ଡମୁଣୀ ଗ୍ରାମର ବନବାସୀ ମହାକୁଡ ଓ ସ୍ତ୍ରୀ ଗଣ୍ଡେଇ ମହାକୁଡଙ୍କ ଗୋଟିଏ ପୁଅ ମାଗେତା ମହାକୁଡ ଓ ୩ ଝିଅ ଅଛନ୍ତି। ବନବାସୀ ମହାକୁଡଙ୍କ ୨୦୦୩ରେ ପରଲୋକ ଘଟିଥିଲା। ବାପାଙ୍କ ନାମରେ ଥିବା ୧୩ ଡିସିମିଲ ଜାଗା (ପ୍ଳଟ ନଂ. ୭୦/୫୫୧)ରେ ପରିବାର ଲୋକେ ରହୁଥିଲେ। ଗତ ଜାନୁୟାରୀରେ ସମସ୍ତଙ୍କ ଅଗୋଚରରେ ମହିପୁର ତତ୍କାଳୀନ ଆରଆଇ ଉମେଶ ଚନ୍ଦ୍ର ଭୋଳଙ୍କୁ ହାତ କରି ବେଆଇନ ଭାବେ ମାଗେତା ମହାକୁଡ ନିଜ ସ୍ତ୍ରୀ ରୀତା ମହାକୁଡଙ୍କ ନାମରେ ୫ ଡିସିମିଲି ଜାଗା ରେଜିଷ୍ଟ୍ରି କରିବା ସହ ପ୍ରଫୁଲ କୁମାର ସାହୁଙ୍କୁ ୮ ଡିସିମିଲି ଜାଗା ବିକ୍ରୀ କରିଦେଇଛନ୍ତି। ଜାଗା କିଣି ଥିବା ବ୍ୟକ୍ତି ପରିବାର ଲୋକଙ୍କୁ ଘରୁ ବାହାର କରିଦେବା ପରେ ଜାଗା ବିକ୍ରୀ ହୋଇଥିବା ବିଷୟରେ ସେମାନେ ଜାଣିବାକୁ ପାଇଥିଲେ। ତେବେ ଜାଗା ବିକ୍ରୀ କରିବା ସମୟରେ ଉତ୍ତରାଧିକାରୀମାନଙ୍କ ପ୍ରମାଣ ପତ୍ର ସହ ସବ୍ ରେଜିଷ୍ଟରଙ୍କ ନିକଟରେ ଉପସ୍ଥିତିର ଆବଶ୍ୟକତା ପଡିଥାଏ। ଉତ୍ତରାଧିକାରୀ ପ୍ରମାଣପତ୍ର ସଂପୃକ୍ତ ଜାଗାର ରାଜସ୍ବ ନିରୀକ୍ଷକ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥାନ୍ତି । କିନ୍ତୁ ଏହି ଜାଗା ବିକ୍ରୀ ଘଟଣାରେ ମହିପୁରର ତତ୍କାଳୀନ ଆର ଆଇ ସମ୍ପୂର୍ଣ୍ଣ ଜାଲିଆତି କରି ଉତ୍ତରାଧିକାରୀ ତାଲିକାରୁ ମାଆ ଓ ୩ ଭଉଣୀଙ୍କୁ ବାଦ୍ ଦେଇ କେବଳ ଗୋଟିଏ ପୁଅ ଥିବା ୨୧।୧୨।୨୨ ରିପୋର୍ଟରେ ଦର୍ଶାଇଥିଲେ। ଯାହା ଫଳରେ ମାଆ ଓ ଭଉଣୀମାନଙ୍କ ଅଗୋଚରରେ ପୁଅ ମାଗେତା ଜାଗା ବିକ୍ରୀ କରିବା ପାଇଁ ସମର୍ଥ ହୋଇ ପାରିଥିଲେ। ଆରଆଇଙ୍କ ଜାଲିଆତି ତଥ୍ୟ ଆଧାରରେ ଜାଗା ବିକ୍ରୀ ପରେ ପରିବାର ଲୋକେ ବାସହରା ହୋଇ ପଡିଛନ୍ତି। ବେଆଇନ ଭାବେ ଜାଗା ବିକ୍ରୀ ଘଟଣାକୁ ବିରୋଧ କରି ଜିଲାପାଳଙ୍କ ନିକଟରେ ବନବାସୀଙ୍କ ସ୍ତ୍ରୀ ଗଣ୍ଡେଇ ଓ ୩ ଝିଅ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗକାରୀଙ୍କ ନିକଟକୁ ବିଭିନ୍ନ ଲୋକ ଫୋନ କରି ଧମକ ଦେଉଛନ୍ତି। ଫଳରେ ସେମାନେ ଘର ଛାଡି ବାହାରେ ଆତ୍ମଗୋପନ କରୁଥିବା କହିଛନ୍ତି ପରିବାର ଲୋକେ । ଆରଆଇଙ୍କ ଏପରି ଜାଲିଆତି ବାବଦରେ ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକଙ୍କୁ ପଚାରିବାରେ ସମ୍ପୃକ୍ତ ଆରଆଇଙ୍କ ନାମରେ ପୂର୍ବରୁ ଅନେକ ଅଭିଯୋଗ ହୋଇଛି। ତେଣୁ ଏହାର ନିଷ୍ପତ୍ତି ଉପଜିଲାପାଳ କିମ୍ବା ଜିଲାପାଳ ନେବେ। ଜାଲିଆତି ବାବଦରେ ମହିପୁରର ତତ୍କାଳୀନ ଆରଆଇ ଉମେଶ ଚନ୍ଦ୍ର ଭୋଳଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ୍ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। |
https://www.dharitri.com/naveen-filed-nomination-from-kantabanji/ | କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କଲେ ନବୀନ
ଭୁବନେଶ୍ୱର,୨ା୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଟିଟିଲାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଦ୍ୱିତୀୟ ନିର୍ବାଚନ କ୍ଷେତ୍ର ଭାବରେ ସେ ଆଜି ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଏହି ଆସନରୁ ସେ ପ୍ରଥମଥର ଭାବେ ତାଙ୍କର ନାମାଙ୍କନ ଭରିଛନ୍ତି। ଏହି ସମୟରେ କାର୍ତ୍ତିକ ପାଣ୍ଡିଆନଙ୍କ ସମେତ ବଲାଙ୍ଗୀର ଏମ୍ପି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ , ଟିଟିଲାଗଡ଼ ବିଧାୟକ ପ୍ରାର୍ଥିନୀ ଟୁକୁନି ସାହୁ, ବଲାଙ୍ଗୀର ବିଧାୟକ ପ୍ରାର୍ଥୀ କଳିକେଶ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ସୂଚନାଯୋଗ୍ୟ, ଏହା ପୂର୍ବରୁ ନବୀନ ହିଞ୍ଜିଳିରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିସାରିଛନ୍ତି। ଏହି ଆସନରୁ ସେ ଷଷ୍ଠଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ୨୦୦୦ରୁ ନବୀନ ହିଞ୍ଜିଳି ବିଧାୟକ ରହି ଆସିଛନ୍ତି। ହିଞ୍ଜିଳିରୁ ତାଙ୍କ ବିପକ୍ଷରେ ଭାଜପାରୁ ଶିଶିର ମିଶ୍ର ଓ କଂଗ୍ରେସରୁ ରଞ୍ଜିକାନ୍ତ ପାଢ଼ୀ ପ୍ରାର୍ଥୀ ହୋଇଛନ୍ତି। ଆସନ୍ତା ମେ’ ୨୦ରେ ହିଞ୍ଜିଳିରେ ମତଦାନ ହେବ। |
https://www.dharitri.com/odisha-t20-cricket-league-lions-lose-to-chitas/ | ଓଡ଼ିଶା ଟି୨୦ କ୍ରିକେଟ ଲିଗ୍: ଲାୟନ୍ସକୁ ହରାଇଲା ଚିତାସ
ଭୁବନେଶ୍ୱର,୩।୧(ସ୍ପୋର୍ଟ୍ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍ଜିଏମ୍ ଟି୨୦ କ୍ରିକେଟ ଲିଗ୍ରେ ଶନିବାର ଓଡ଼ିଶା ଚିତାସ ଟୁର୍ନାମେଣ୍ଟର ୧୩ତମ ମ୍ୟାଚରେ ୧୧ ରନରେ ଓଡ଼ିଶା ଲାୟନ୍ସକୁ ହରାଇଛି। ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଚିତାସ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୧୪ ରନ ସଂଗ୍ରହ କରିଥିଲା। ଜବାବରେ ଲାୟନ୍ସ ୨୦ ଓଭରରେ ୫ ଉଇକେଟ ହରାଇ ୧୦୩ ରନରେ ସୀମିତ ରହି ପରାସ୍ତ ହୋଇଥିଲା। ୫୦ ବଲରୁ ୫ ଚୌକା ୧ ଛକା ସହ ୪୯ ରନ ସଂଗ୍ରହ କରିଥିବା ଚିତାସର ଅଭିଷେକ ରାଉତ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଓସିଏ ସଦସ୍ୟା ମଧୁସ୍ମିତା ପାତ୍ର ଅଭିଷେକଙ୍କୁ ପୁରସ୍କୃତ କରିଥିଲେ। ଏଥିସହି ଚିତାସ ୫ଟି ମ୍ୟାଚ ଖେଳି ୩ଟି ବିଜୟ, ୨ଟି ପରାଜୟ ସହ ୧୨ ପଏଣ୍ଟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଲାୟନ୍ସ ୪ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ୩ଟି ପରାଜୟ ସହ ୪ ପଏଣ୍ଟ ପାଇ ତାଲିକାର ପଞ୍ଚମ ସ୍ଥାନରେ ରହିଛି।
୧୧୫ ରନ ଟାର୍ଗେଟର ପିଛା କରି ଲାୟନ୍ସ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଦଳ ତରଫରୁ ଓପନର ସ୍ବସ୍ତିକ ସାମଲ ୧୧, ଶୁଭ୍ରଜ୍ୟୋତି ମିଶ୍ର ୧୨, ଅଧିନାୟକ ସୁଜିତ ଲେଙ୍କା ୧୯, ରାକେଶ ପଟ୍ଟନାୟକ ୨୨, ବିକାଶ ରାଉତ ଅପରାଜିତ ୨୯ ରନ ସଂଗ୍ରହ କରିଥିଲେ। ଦୀପକ ରଞ୍ଜନ ବେହେରା ୪ ରନକରି ଅପରାଜିତ ରହିଥିଲେ। ବିଶ୍ୱଭୂଷଣ ବିହାରୀ ଖାତା ଖୋଲିପାରି ନ ଥିଲେ। ଦଳର ଦୁଇ ବ୍ୟାଟ୍ସମ୍ୟାନ ବିଶ୍ୱଭୂଷଣ ଓ ରାକେଶ ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ ହୋଇଥିଲେ। ବୋଲିଂରେ ଚିତାସ ତରଫରୁ ମନୋଜ ବାରିକ, ରାମ ସି. ବେହେରା ଓ ବାଦଲ ଭୋଳ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଚିତାସ ତରଫରୁ ଅଭିଷେକ ସର୍ବାଧିକ ୪୯ ରନ୍ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଅନୁରାଗ ଷଡ଼ଙ୍ଗୀ ୨୬, ବାଦଲ ଭୋଳ ୧୧ ରନ ସଂଗ୍ରହ କରି ଆଉଟ ହୋଇଥିଲେ। କୋରାପୁ ସନ୍ଦୀପ ୧୨ ରନ କରି ଅପରାଜିତ ରହିଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଲାୟନ୍ସ ପକ୍ଷରୁ ଶିବାଶିଷ ସାହୁ ସର୍ବାଧିକ ୩, ଦୀପକ ରଞ୍ଜନ ବେହେରା ଓ ବିକାଶ ରାଉତ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଅସିତ ପାଲ, ଶତର ଚନ୍ଦ୍ର ସାହୁ ଫିଲ୍ଡ ଅମ୍ପାୟର ଭାବେ ମ୍ୟାଚ ପରିଚାଳନା କରିଥିଲେ। ଅମିତ ଅମିତାଭ ମହାକୁଡ ତୃତୀୟ ଅମ୍ପାୟର, ସ୍କୋରର ଭାବେ ରଶିରଞ୍ଜନ ମଲ୍ଲ ଓ ବୀରବର ନାଏକ ଦାୟିତ୍ୱ ତୁଲାଇଥିଲେ।
**ପୁମାସ୍ ୨୪ ରନରେ ବିଜୟୀ**
ଏମ୍ଜିଏମ୍ କ୍ରିକେଟ ଲିଗ୍ରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ଓଡ଼ିଶା ପୁମାସ ୨୪ ରନରେ ଓଡ଼ିଶା ଟାଇଗର୍ସକୁ ପରାସ୍ତ କରିଛି। ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପୁମାସ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୪୧ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ଟୁକୁନା ସାହୁ ସର୍ବାଧିକ ୬୧, ପ୍ରୟସା ସିଂ ୨୮, ପୂର୍ଣ୍ଣଚନ୍ଦ୍ର ମାଝି ୨୨, ସୌଭାଗ୍ୟ ମହାନ୍ତ ଅପରାଜିତ ୧୪ ରନ ସଂଗ୍ରହ କରିଥିଲେ। ବୋଲିଂରେ ଟାଇଗର୍ସର ଶେଖର ମାଝି ସର୍ବାଧିକ ୫ ଓ ରାଜ କେ. ମାଝି ୨, ବି ଶିବ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଜବାବରେ ଟାଇର୍ଗସ ୨୦ ଓଭରରେ ୭ ଉଇକେଟ ହରାଇ ୧୧୭ ରନରେ ସୀମିତ ରହି ପରାସ୍ତ ହୋଇଥିଲା। ଟାଇଗର୍ସ ତରଫରୁ ଓପନର ରୂପକ ପ୍ରଧାନ ସର୍ବାଧିକ ୪୧, ଆୟୁଷ ନାୟକ ୧୩, ସଂଗ୍ରାମ ମାଝି ୧୦ ଓ ସଞ୍ଜୟ ଦାସ ଅପରାଜିତ ୨୧ ରନ ସଂଗ୍ରହ କରିଥିଲେ। ବୋଲିଂରେ ପୁମାସ ତରଫରୁ ଜିତେନ୍ଦ୍ର ଥାପ୍ପା ଓ ଟୁକନା ସାହୁ ୨ଟି ଲେଖାଏ, ପ୍ରଶାନ୍ତ ରଣା, ପ୍ରୟାସ ସିଂ ଓ ଧୀରଜ ସିଂ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଟୁକୁନା ସାହୁ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି। |
https://www.dharitri.com/viacom-18-bets-on-bcci-media-rights/ | ବିସିସିଆଇ ମିଡିଆ ରାଇଟସ୍: ବାଜି ମାରିଲା ଭାଏକମ ୧୮
ନୂଆଦିଲ୍ଲୀ,୩୧।୮: ଭାରତୀୟ କ୍ରିକେଟ ଦଳର ଘରୋଇ ମ୍ୟାଚ ପାଇଁ ପ୍ରସାରଣ ଅଧିକାର ହାସଲ କରିବା ପାଇଁ ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଦ୍ୱାରା ଇ-ନିଲାମ ପ୍ରକ୍ରିୟା ଆୟୋଜିତ ହୋଇଥିଲା। ଏଥର ଭାଏକମ ୧୮ ଟିମ ଇଣ୍ଡିଆର ଅନ୍ତର୍ଜାତୀୟ ଘରୋଇ ମ୍ୟାଚ ର ଟିଭି ଏବଂ ଡିଜିଟାଲ ପ୍ରସାରଣ ଅଧିକାର ହାସଲ କରିଛ। ଏହା ସହିତ ବର୍ତ୍ତମାନ ଏହି ଚୁକ୍ତି ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଘରୋଇ ଦିନିକିଆ ସିରିଜରୁ ଆରମ୍ଭ ହେବ। ଡିଜ୍ନୀ ଷ୍ଟାର ମଧ୍ୟ ଟିମ ଇଣ୍ଡିଆ ମ୍ୟାଚର ମିଡିଆ ଅଧିକାର ପାଇବା ପାଇଁ ଦୌଡ଼ରେ ଥିଲା, କିନ୍ତୁ ସେ ସଫଳ ହୋଇପାରିଲା ନାହିଁ।
ଟିମ ଇଣ୍ଡିଆର ଘରୋଇ ମ୍ୟାଚ ଟେଲିକାଷ୍ଟ ଅଧିକାର ପୂର୍ବରୁ ଗତ ୧୧ ବର୍ଷ ଧରି ଷ୍ଟାର୍ ସ୍ପୋର୍ଟସ ନେଟୱାର୍କ ପାଖରେ ଥିଲା। ବର୍ତ୍ତମାନ ଭାଏକମ ୧୮ ସେମାନଙ୍କୁ ପଛରେ ପକାଇ ଡିଜିଟାଲ ତଥା ଟିଭିରେ ଅଧିକାର ହାସଲ କରିଛି। ଭାଏକମ ୧୮ ଗୋଟିଏ ମ୍ୟାଚ ପାଇଁ ୬୭.୮ କୋଟି ଟଙ୍କା ଟେଣ୍ଡର କରିଛି, ଯାହା ଗତଥର ତୁଳନାରେ ୭.୮ କୋଟି ଟଙ୍କା ଅଧିକ।
ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜ ଠାରୁ ଆରମ୍ଭ କରି ଭାଏକମ ୧୮ ଆସନ୍ତା ୫ ବର୍ଷ ମଧ୍ୟରେ ଟିମ ଇଣ୍ଡିଆର ୬୬ଟି ଅନ୍ତର୍ଜାତୀୟ ମ୍ୟାଚ ପ୍ରଦର୍ଶନ କରିବାର ସୁଯୋଗ ପାଇବ। ଏହି ଚୁକ୍ତି ମାର୍ଚ୍ଚ ୨୦୨୮ ମାସରେ ଶେଷ ହେବ। ବର୍ତ୍ତମାନ ଟିମ ଇଣ୍ଡିଆର ଘରୋଇ ମ୍ୟାଚ ର ଲାଇଭ ଷ୍ଟ୍ରିମିଂ ଜିଓ ସିନେମା ଆପ ରେ ହେବ।
ଆସନ୍ତା ୫ ବର୍ଷ ପାଇଁ ବିସିସିଆଇରୁ ମିଡିଆ ଅଧିକାର ହାସଲ କରିବା ସହିତ। ଭାଏକମ ୧୮ ବର୍ତ୍ତମାନ ଆହୁରି ଅନେକ କ୍ରୀଡା ଇଭେଣ୍ଟ ଟେଲିକାଷ୍ଟ କରିବାର ଅଧିକାର ପାଇଛ। ଏଥିରେ ଆଇପିଏଲର ଡିଜିଟାଲ ପ୍ରସାରଣ ଅଧିକାର, ଟିଭି ଏବଂ ମହିଳା ପ୍ରିମିୟର ଲିଗର ଡିଜିଟାଲ ଅଧିକାର, ୨୦୨୪ ମସିହାରୁ ଭାରତରେ ଦକ୍ଷିଣ ଆଫ୍ରିକାର ଘରୋଇ ମ୍ୟାଚର ପ୍ରସାରଣ ଅଧିକାର, ରୋଡ ସେଫ୍ଟି ଓ୍ବାଲର୍ଡ ସିରିଜ, ଦକ୍ଷିଣ ଆଫ୍ରିକା ଟି-୨୦, ଏନ୍ବିଏ, ସିରିଜ ଏ ପ୍ରସାରଣ ଅଧିକାର ରହିଛି। |
https://www.dharitri.com/nusrat-returns-home-safely-from-israel/ | ଇସ୍ରାଏଲ୍ରୁ ସୁରକ୍ଷିତ ଭାବେ ଘରକୁ ଫେରୁଛନ୍ତି ନୁଶ୍ରତ
ମୁମ୍ବାଇ: ଇସ୍ରାଏଲ୍ ଉପରେ ହମାସ୍ ଆତଙ୍କବାଦୀ ଆକ୍ରମଣ କରିବାରୁ ଅନେକ ଲୋକ ମୃତାହତ ହୋଇଛନ୍ତି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଇସ୍ରାଏଲରେ ଫସି ରହିଥିବା ବଲିଉଡ୍ ଅଭିନେତ୍ରୀ ନୁଶ୍ରତ ଭାରୁଚା ଇସ୍ରାଏଲ୍ ଛାଡ଼ିଛନ୍ତି। ଖୁବ୍ଶୀଘ୍ର ସେ ଭାରତରେ ପହଞ୍ଚିବେ ବୋଲି ତାଙ୍କ ମା’ ତସ୍ନିମ୍ କହିଛନ୍ତି। ସେ କହିଛନ୍ତି, ତାଙ୍କ ଝିଅ ସୁରକ୍ଷିତ ଅଛନ୍ତି।
ରବିବାର ପିଟିଆଇ ସୂତ୍ରରୁ ପ୍ରକାଶ ଯେ, ଇସ୍ରାଏଲ୍ରୁ ନୁଶ୍ରତଙ୍କୁ ଛଡ଼ାଯିବା ଖବର ପ୍ରକାଶ ପାଇବା ପରେ ତାଙ୍କ ପ୍ରକାଶକ ଏହାକୁ ଶେୟାର କରିଛନ୍ତି। ସେ ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ହାଇଫା ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ଯୋଗଦେବା ପାଇଁ ଇସ୍ରାଏଲ ଯାଇଥିଲେ। ପିଟିଆଇ ରିପୋର୍ଟ କରିଛି, ‘ଆମେ ଶେଷରେ ନୁଶ୍ରତଙ୍କ ସହ ଯୋଗାଯୋଗ କରିବାରେ ସଫଳ ହୋଇଛୁ ଏବଂ ଦୂତାବାସ ସହାୟତାରେ ତାଙ୍କୁ ନିରାପଦରେ ଘରକୁ ଫେରାଇ ଅଣାଯାଉଛି। ସେ ବର୍ତ୍ତମାନ ବିମାନ ଯୋଗେ ଆସୁଛନ୍ତି। ଖୁବ୍ଶୀଘ୍ର ଭାରତରେ ପହଞ୍ଚିବେ। |
https://www.dharitri.com/low-quality-lunch-served/ | ନିମ୍ନମାନର ମଧ୍ୟାହ୍ନଭୋଜନ ଦିଆଯାଉଛି
ଯୋଡ଼ା,୭ା୩(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ କମାରଯୋଡ଼ା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନରେ ଅବ୍ୟବସ୍ଥା ଦେଖାଯାଇଛି। ନିମ୍ନମାନର ଖାଦ୍ୟ ପରସା ଯାଉଥିବା ବେଳେ ଅଧା ଦିନ ଦିଆଯାଉ ନ ଥିବା ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ କାଉନ୍ସିଲର ଯାଞ୍ଚ କରି ଖବରଦାତାଙ୍କୁ ଡାକି ଦେଖାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟରେ ପ୍ରାୟ ୬୭୩ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏଠାରେ ଛାତ୍ରୀଛାତ୍ରଙ୍କୁ ନିମ୍ନମାନର ଖାଦ୍ୟ ଦିଆଯିବା ସହ ଠିକ୍ ସମୟରେ ଦିଆଯାଉ ନ ଥିବା ଅଭିଯୋଗ ହେଇ ଆସିଥିଲା। ଏନେଇ ଛାତ୍ରୀଛାତ୍ର ଭୟରେ ମୁହଁ ଖୋଲୁ ନ ଥିଲେ। ଅନୁରୂପ ସୋମବାର ଦିନ ୧ଟା ସମୟ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ରୋଷେଇ ହୋଇ ନ ଥିଲା। ଏ ନେଇ ସ୍ଥାନୀୟ ୧୧ନଂ. ୱାର୍ଡ କାଉନ୍ସିଲର ବରୁଣ ଆପଟ୍ଟ ଖବର ପାଇ ବିଦ୍ୟାଳୟ ଯାଇ ସତ୍ୟାସତ୍ୟ ଜାଣିବାକୁ ଯାଞ୍ଚ କରିଥିଲେ। ପରେ ଖବରଦାତାଙ୍କୁ ଡାକି ଦେଖାଇଥିଲେ। ଏ ସମ୍ପର୍କରେ ଶିକ୍ଷୟିତ୍ରୀ ଶକୁନ୍ତଳା କେଶି କହିଛନ୍ତି, ପ୍ରଧାନ ଶିକ୍ଷୟିତ୍ରୀ ନ ଥିବାରୁ ସେ ଦାୟିତ୍ୱରେ ଅଛନ୍ତି। ବିଦ୍ୟାଳୟରେ କାଠ ଅଛି କି ନାହିଁ ଏ ବାବଦରେ ତାଙ୍କୁ କିଛି କୁହାଯାଇ ନ ଥିଲା। କାଠ ନ ଥିବାରୁ ରୋଷେଇ ହୋଇ ନ ଥିଲା ବୋଲି କହିଥିଲେ। କାଉନ୍ସିଲର ଆପଟ୍ଟ କହିଛନ୍ତି, ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ଠିକ୍ ସମୟରେ ଖାଇବାକୁ ଦିଆ ଯାଉନାହିଁ। ଖାଦ୍ୟ ନିମ୍ନମାନର ଦିଆଯାଉଛି। ଛାତ୍ରୀଛାତ୍ରମାନେ ଏ ନେଇ ପ୍ରତିବାଦ କଲେ ଧମକ ଚମକ ଦିଆଯାଉଥିବା କହିଥିଲେ। ଏ ସମ୍ପର୍କରେ କେନ୍ଦୁଝର ଜିଲାପାଳ ଆଶିଷ ଠାକ୍ରେ କହିଛନ୍ତି, ଅବିଳମ୍ବେ ସେ ଏହି ଘଟଣାର ତଦନ୍ତ କରିବେ। ଆବଶ୍ୟକସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। |
https://www.dharitri.com/inmate-who-had-just-returned-home-from-jail-in-lockwood-has-not-returned/ | ଲକ୍ଡାଉନ୍ରେ ଜେଲ୍ରୁ ଘରକୁ ଆସିଥିବା କଏଦି ଆଉ ଫେରୁ ନାହାନ୍ତି
ଫିରୋଜାବାଦ୍, ୨୦।୧: ଲକ୍ଡାଉନ୍ ସମୟରେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶର ବିଭିନ୍ନ ଜେଲ୍ରୁ କଏଦିଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜେଲ୍ରେ ଭିଡ଼ କମ କରିବା ଲାଗି ଏଭଳି କରାଯାଇଥିଲା। ତେବେ ଏବେ ସମସ୍ୟା ଉପୁଜିଛି। ଘରକୁ ଆସିଥିବା କଏଦି ଆଉ ଜେଲ୍କୁ ଫେରୁ ନାହାନ୍ତି। ଉତ୍ତରପ୍ରଦେଶ ଫିରୋଜାବାଦ ଜେଲ୍ରେ ଘରକୁ ଆସିଥିବା ୨୪ କଏଦି ଜେଲ୍କୁ ଫେରି ନ ଥିବାରୁ ତନାଘନା ଆରମ୍ଭ ହୋଇଛି। ୨୦୨୦ ଏପ୍ରିଲ୍ରେ ଜେଲ୍ର ୫୦ଜଣ କଏଦିଙ୍କୁ ପାରୋଲରେ ଛଡ଼ାଯାଇଥିଲା। ୨୦୨୦ ନଭେମ୍ବର ୧୫ରେ ପାରୋଲ ସମୟସୀମା ଶେଷ ହେବା ପରେ ୨୬ କଏଦି ଫେରିଥିଲେ। ମାତ୍ର ଅନ୍ୟମାନେ ଫେରି ନ ଥିଲେ। ଫେରି ନ ଥିବା କଏଦିଙ୍କ ମଧ୍ୟରେ ୨୧ ଜଣ ଫିରୋଜାବାଦ୍ର ଥିବାବେଳେ ୨ ଜଣ ଏଟା ଏବଂ ୨ ଜଣ ମୈନପୁରର ବାସିନ୍ଦା। ଫେରାର କଏଦିମାନଙ୍କୁ ଗିରଫ କରିବା ଲାଗି ପୋଲିସ ଅଧିକ୍ଷକ ଚିଠି ଲେଖି ସମ୍ପୃକ୍ତ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି। |
https://www.dharitri.com/କରତକଳ-ଉପରେ-ଚଢ଼ାଉ-୩-ଲକ୍ଷ-ଟଙ/ | କରତକଳ ଉପରେ ଚଢ଼ାଉ: ୩ ଲକ୍ଷ ଟଙ୍କାର ଯନ୍ତ୍ରାଂଶ, କାଠ ଜବତ
ବନ୍ତ,୩୦।୭(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ା ଥାନା ଅଧୀନ କୁଆଂଶମଢ଼ିଆଠାରେ ବେଆଇନ ଭାବେ ଚାଲୁଥିବା ଏକ କରତକଳ ଉପରେ ମଙ୍ଗଳବାର ସକାଳେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏସିଏଫ୍ ବିରାଜ ମୋହନ ମହାନ୍ତି, ମାଜିଷ୍ଟ୍ରେଟ ବିଶ୍ୱନାଥ ବିଶ୍ୱାଳ ଓ ଭଦ୍ରକ ରେଞ୍ଜର ରଣଜିତ ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ାଉକରି ୩ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ସହ ୫୦ ହଜାର ଟଙ୍କାର କାଠ ଜବତ କରିଛନ୍ତି । ଜେସିବି ଲଗାଇ କରତକଳ ଚାଲିଥିବା ସମ୍ପୂର୍ଣ୍ଣ ସ୍ଥାନକୁ ଭାଙ୍ଗି ଦିଆଯାଇଛି। |
https://www.dharitri.com/lok-sabha-adjourned-sine-die/ | ଗୃହରେ ବିରୋଧୀଙ୍କ ହଙ୍ଗାମା,ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲୋକ ସଭା ସ୍ଥଗିିତ
ନୂଆଦିଲ୍ଲୀ,୬।୪: ସଂସଦର ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟର ଶେଷ ଦିନରେ ମଧ୍ୟ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିପାରିନାହିଁ। ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଯାହା ପରେ ଲୋକ ସଭାର ପ୍ରକ୍ରିୟା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଏଥି ସହିତ ରାଜ୍ୟ ସଭାରେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହକାର୍ଯ୍ୟକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
ବିରୋଧୀ ତଥା ଶାସକ ଦଳର ହଙ୍ଗାମା ହେତୁ ମାର୍ଚ୍ଚ ୧୩ରୁ ଆରମ୍ଭ ହୋଇଥିବା ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଲୋକ ସଭା ଓ ରାଜ୍ୟ ସଭା ଗୃହକାର୍ଯ୍ୟ ବାରମ୍ବାର ବ୍ୟାଘାତ ଘଟିଛି। ଜେପିସି ପ୍ରତିଷ୍ଠା ଦାବିରେ ବିରୋଧୀ ଦଳ ଜିଦ ଧରି ବସିଥିବା ବେଳେ ଅନ୍ୟପଟେ, ଶାସକ ଦଳ ଲଣ୍ଡନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ସେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି। |
https://www.dharitri.com/lok-sabha-election-2024-bjp-candidates-first-list-may-be-announced-in-bjp-cec-meet-41-possible-names/ | ଲୋକ ସଭା ନିର୍ବାଚନ: ଆଜି ଆସିପାରେ ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା, ଓଡ଼ିଶାରୁ ଏହି ୨ ଜଣଙ୍କୁ ମିଳିପାରେ ଟିକେଟ୍
ଭୁବନେଶ୍ୱର/ନୂଆଦିଲ୍ଲୀ,୨୯।୨: ଲୋକ ସଭା ନିର୍ବାଚନ ୨୦୨୪ ସମ୍ପର୍କରେ ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଗୁରୁବାର ସାରେ ନୂଆଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ଡକାଯାଇଛି। ଏହି ବୈଠକ ପରେ ସାଧାରଣ ନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇପାରେ। ୪୧ଟି ସମ୍ଭାବ୍ୟ ନାମ ମଧ୍ୟ ଉଲ୍ଲେଖ କରାଯାଇଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନାମ ଅନ୍ତର୍ଭୁକ୍ତ।
ଏହି ବୈଠକ ସା ୭ଟାରୁ ଆରମ୍ଭ ହେବ, ଯାହାକୁ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ଅଧ୍ୟକ୍ଷତା କରିବେ। ଏଥିରେ ପ୍ରଧାନମନ୍ତ୍ରୀ ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଭାଜପା ନେତା ବି.ଏଲ ସନ୍ତୋଷ ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିବେ।
ବୈଠକରେ ରାଜ୍ୟଗୁଡିକର କୋର୍ କମିଟିର ପ୍ରମୁଖ ସଦସ୍ୟମାନେ ମଧ୍ୟ ସାମିଲ ରହିବେ। ଏଥିରେ ଉତ୍ତରପ୍ରଦେଶ, ତେଲଙ୍ଗାନା, ପଶ୍ଚିମବଙ୍ଗ, ଛତିଶଗଡ, ରାଜସ୍ଥାନ, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ଗୋଆ, ଉତ୍ତରପ୍ରଦେଶ, ଗୁଜରାଟ, ଆସାମ, ଝାଡଖଣ୍ଡ, ତାମିଲନାଡୁ, ପୁଡୁଚେରୀ, ଆଣ୍ଡାମାନ-ନିକୋବର, ଓଡ଼ିଶା, ଦିଲ୍ଲୀ, ମଣିପୁର ଏବଂ ଜମ୍ମୁ-କଶ୍ମୀର ଆସନର ପ୍ୟାନେଲକୁ କେନ୍ଦ୍ରୀୟ ନିର୍ବାଚନ କମିଟି ସମ୍ମୁଖରେ ରଖାଯିବ। ତେବେ ଓଡ଼ିଶାର ସମ୍ବଲପୁର ପାଇଁ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ପାଇଁ ସମ୍ବିତ ପାତ୍ରଙ୍କୁ ଲୋକ ସଭା ଟିକେଟ୍ ମିଳିପାରେ। |
https://www.dharitri.com/selection-by-consensus-not-election/ | ନିର୍ବାଚନ ନୁହେଁ, ସହମତିରେ ଚୟନ
କୋରାପୁଟ,୨୧ା୧(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୋଟିଆ ପଞ୍ଚାୟତରେ ନିର୍ବାଚନ ହେବ ନାହିଁ। ସହମତିଭିତ୍ତିରେ ଜନପ୍ରତିନିଧି ଚୟନ ହେବେ ବୋଲି କୋରାପୁଟସ୍ଥିତ ଏକ ହୋଟେଲରେ ଗୁରୁବାର ସନ୍ଧ୍ୟାରେ ବସିଥିବା ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜିଲା ବିଜେଡି ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଜେଡି, ଭାଜପା ଓ କଂଗ୍ରେସ ଦଳର ନେତାମାନେ ଉପସ୍ଥିତ ଥିଲେ। କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢ଼ୀ, ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ଏମ୍ପି ଜୟରାମ ପାଙ୍ଗୀ, କୋରାପୁଟ ଜିଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ପଟ୍ଟାଙ୍ଗୀର ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ, ବିଜେଡିର ପ୍ରଫୁଲ୍ଲ କୁମାର ପାଙ୍ଗୀ ପ୍ରମୁଖ ଉପସ୍ଥିତ ରହି କୋଟିଆ ନିର୍ବାଚନ ଉପରେ ନିଜ ମତ ରଖିଥିଲେ। କୋଟିଆରେ ସର୍ବସମ୍ମତିକ୍ରମେ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡମେମ୍ବର ବଛାହେବେ ବୋଲି ନିଷ୍ପତ୍ତିି ନିଆଯାଇଥିଲା। ଜିଲା ପରିଷଦ ସଭ୍ୟ ମଧ୍ୟ ସର୍ବ ସମ୍ମତିକ୍ରମେ ବଛାହେବେ ବୋଲି ବୈଠକରେ ସ୍ଥିର ହୋଇଛି। ଯେଉଁ ପ୍ରାର୍ଥୀଙ୍କୁ ସର୍ବସମ୍ମତିରେ ବଛାଯିବ, ସେ ଯେକୌଣସି ଦଳରେ ଥାନ୍ତୁ ନା କାହଁିକି, ସେଥିରୁ ଇସ୍ତଫା ଦେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଶୁକ୍ରବାର ନାମାଙ୍କନପତ୍ର ଦାଖଲର ଶେଷ ଦିବସ ଥିବାବେଳେ କୋଟିଆ ପଞ୍ଚାୟତ ନିର୍ବାଚନ ନେଇ କ’ଣ ହେବ ତାହା ନେଇ ସମସ୍ତଙ୍କ ନଜର ରହିଛି। କୋଟିଆ ପଞ୍ଚାୟତରେ ୨୮ଟି ରାଜସ୍ବ ଗ୍ରାମର ୧୩ ୱାର୍ଡରେ ମୋଟ ୫ ହଜାରରୁ ଊର୍ଦ୍ଧ୍ୱ ଭୋଟର ରହିଛନ୍ତି। ସୂଚନାଯୋଗ୍ୟ, ନାମାଙ୍କନପତ୍ର ଦାଖଲର ଚତୁର୍ଥ ଦିବସରେ କୋଟିଆ ପଞ୍ଚାୟତ ପାଇଁ ୬ ଜଣ ସରପଞ୍ଚ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଓ୍ବାର୍ଡସଭ୍ୟ ଲାଗି ୮ ଓ ସମିତିସଭ୍ୟ ପାଇଁ ଜଣେ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। |
https://www.dharitri.com/ଜୀବନକୁ-ବାଜି-ଲଗାଇ-ଜହର-ଖାଇଥ/ | ଜୀବନକୁ ବାଜି ଲଗାଇ ଜହର ଖାଇଥିବା ସାପକୁ ବଞ୍ଚାଇଲେ ଆଇଟି ଅଧିକାରୀ: ସୋସିଆଲ୍ ମିଡ଼ିଆରେ ଭାଇରାଲ
ଇନ୍ଦୋର,୨।୬: ମଣିଷ ଏବଂ ପ୍ରାଣୀଙ୍କ ମଧ୍ୟରେ ସମ୍ପର୍କ ନିଆରା। ପରିବେଶ ସନ୍ତୁଳନରେ ପ୍ରାଣୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜୀବେଦୟାକୁ ଭାରତୀୟ ସମାଜ ଅତିପୁରାତନ କାଳରୁ ଗୁରୁତ୍ୱ ଦେଇଥାଏ। ମଧ୍ୟପ୍ରଦେଶର ଜଣେ ଆଇଟି ଅଧିକାରୀ ନିଜ ଜୀବନକୁ ବାଜି ଲଗାଇ ଜହର ଖାଇଥିବା ଏକ ସାପର ଜୀବନ ବଞ୍ଚାଇଛନ୍ତି। ଇନ୍ଦୋର ଆଇଟି ଅଧିକାରୀ ଶେରସିଂ ଗିନ୍ନାରେ କୀଟନାଶକ ଜହର ଖାଇଥିବା ଏକ ସାପର ଜୀବନ ବଞ୍ଚାଇବା ଲାଗି ନିଜ ପାଟିରେ ପାଣି ଭର୍ତ୍ତି କରି ଏହାକୁ ଆଣି ପ୍ଲାଷ୍ଟିକ୍ ଷ୍ଟ୍ର ଦ୍ୱାରା ସାପ ପାଟିରେ ଛାଡିଥିଲେ। ଏଭଳି ଭାବେ ସାପର ବାନ୍ତି କରାଇ ଶେରସିଂ ଏହାର ଜୀବନ ବଞ୍ଚାଇଛନ୍ତି। ଏବେ ଶେରସିଂଙ୍କ ଏଭଳି ମାନବୀୟ କାର୍ଯ୍ୟ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। |
https://www.dharitri.com/ନୂଆବର୍ଷ-ଆଣିବ-ସୁଖ-ସମୃଦ୍ଧି/ | ନୂଆବର୍ଷ ଆଣିବ ସୁଖ ସମୃଦ୍ଧି: ମୋଦି
ନୂଆଦିଲ୍ଲୀ,୧।୧: ନୂଆବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟରରେ ଏକ ଭିଡ଼ିଓ ଶେୟାର କରିଛନ୍ତି। ନୂଆବର୍ଷ ଭାରତ ପାଇଁ ସୁଖ ସମୃଦ୍ଧି ଆଣିଦେବ ବୋଲି ଶେ ଆଶା କରିଛନ୍ତି। ଏଥିରେ ସେ ଭାରତୀୟ ଯୁବବର୍ଗଙ୍କୁ ପ୍ରତିଭାଶାଳୀ ଭାବେ ବିବେଚନା କରିଛନ୍ତି। ନାମୋ-୨.୦ ଟୁଇଟ୍ ହ୍ୟାଣ୍ଡେଲରେ ଏହାକୁ ଶେୟାର କରାଯାଇଛି। ଏହା ସହିତ ଏହି ଭିଡ଼ିଓରେ ଭାଜପାର ୨୦୧୯ର ସଫଳତା ସମ୍ପର୍କରେ କୁହାଯାଇଛି। |
https://www.dharitri.com/demanding-employment/ | ନିଯୁକ୍ତି ଦାବିରେ ସ୍ଥାନୀୟ ଯୁବକଙ୍କ ଧାରଣା
ପାଟଣା,୨୭ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କ୍ଷୀରେଇ ଟାଙ୍ଗିରି ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ-କୋଲକାତା ଜାତୀୟ ରାଜପଥର ଖିରେଇଟାଙ୍ଗିରି ଟୋଲଗେଟ୍ ସମ୍ମୁଖରେ ଗୁରୁବାର ସ୍ଥାନୀୟ ଯୁବକ ଧାରଣା ଦେଇଛନ୍ତି । କିଛି ସମୟ ପାଇଁ ଉତ୍ତ୍ୟକ୍ତ ଯୁବକ ରାସ୍ତା ଅବରୋଧ କରିଥିଲେ। ସମ୍ଭାବ୍ୟ ଉତ୍ତେଜନାକୁ ଦୃଷ୍ଟରେ ରଖି ସ୍ଥାନୀୟ ଥାନାଧିକାରୀ ମଦନ ମୋହନ ନାଏକଙ୍କ ସହ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଉକ୍ତ ଟୋଲ୍ଗେଟ୍କୁ ଲିଜ୍ ଆକାରରେ ସୁରେନ୍ଦ୍ର କୁମାର ଶୁକ୍ଳା ନାମକ ଏକ ଠିକା କମ୍ପାନୀ ନେଇଥିବା ବେଳେ ଉକ୍ତ କମ୍ପାନୀ ସ୍ଥାନୀୟ ଯୁବକଙ୍କୁ ଟୋଲ୍ଗେଟରେ ନିଯୁକ୍ତି ନ ଦେଇ ବାହାର ଯୁବକଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ କରି ସ୍ଥାନୀୟ ଯୁବକମାନେ ଧାରଣା ଦେଇଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ସ୍ଥାନୀୟ ଯୁବକଙ୍କୁ ଉକ୍ତ ଟୋଲ୍ଗେଟ୍ରେ ନିଯୁକ୍ତି ଦେବା ପାଇଁ ଖିରେଇଟାଙ୍ଗିରିର ଆଖପାଖ ଅଞ୍ଚଳର ଯୁବକମାନେ ଦାବି କରି ଆସୁଥିଲେ। ଟୋଲଗେଟ୍ କର୍ତ୍ତୃପକ୍ଷ ବାହାର ଅଞ୍ଚଳ ପିଲାଙ୍କୁ ନିଯୁକ୍ତି ଦେଇ ଟୋଲ୍ ଆଦାୟ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଟୋଲ୍ଗେଟ୍ ସମ୍ମୁଖରେ ସ୍ଥାନୀୟ ଯୁବକମାନେ ଧାରଣା ଦେଇଛନ୍ତି। |
https://www.dharitri.com/praveen-kumar-took-oath-as-cvc/ | ସିଭିସି ଭାବେ ଶପଥ ନେଲେ ପ୍ରବୀଣ କୁମାର
ନୂଆଦିଲ୍ଲୀ, ୩୦।୫(ପି.ଟି.): ଭିଜିଲାନ୍ସ କମିଶନର ଥିବା ପ୍ରବୀଣ କୁମାର ଶ୍ରୀବାସ୍ତବ ସୋମବାର ସେଣ୍ଟ୍ରାଲ ଭିଜିଲାନ୍ସ କମିଶନର (ସିଭିସି) ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଥିଲେ। ସିଭିସି ଭାବେ ସୁରେଶ ଏନ୍ ପଟେଲଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଶ୍ରୀବାସ୍ତବ ଗତବର୍ଷ ଡିସେମ୍ବରରୁ କାର୍ଯ୍ୟକାରୀ ସିଭିସି ଭାବେ କାର୍ଯ୍ୟ କରିଆସୁଥିଲେ। ଶପଥ ଗ୍ରହଣ ଉତ୍ସବରେ ଉପରାଷ୍ଟ୍ରପତି ଜଗଦୀପ୍ ଧନ୍କର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସିଭିସିଙ୍କ ନେତୃତ୍ୱରେ ପରିଚାଳିତ କମିଶନ୍ରେ ସର୍ବାଧିକ ଦୁଇଜଣ ଭିଜିଲାନ୍ସ କମିଶନର ରହିପାରିବେ। ପୂର୍ବତନ ଗୋଇନ୍ଦା ବ୍ୟୁରୋ (ଆଇବି) ମୁଖ୍ୟ ଅରବିନ୍ଦ କୁମାର ବର୍ତ୍ତମାନ ଏକମାତ୍ର ଭିଜିଲାନ୍ସ କମିଶନର ଅଛନ୍ତି। ୧୯୮୮ ବ୍ୟାଚ୍ର ଆସାମ-ମେଘାଳୟ କ୍ୟାଡରର ଆଇଏଏସ୍ ଅଫିସର ଶ୍ରୀବାସ୍ତବ ଗତବର୍ଷ ଜାନୁୟାରୀ ୩୧ରେ କ୍ୟାବିନେଟ ସଚିବାଳୟର ସମନ୍ବୟ ସଚିବ ଭାବେ ଅବସର ଗ୍ରହଣ କରିଥିଲେ। |
https://www.dharitri.com/ଗୁଣିଗାରେଡ଼ି-ସନ୍ଦେହରେ-ବୃ-2/ | ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା: ଅଭିଯୁକ୍ତ ଅଟକ
ମାଲକାନଗିରି,୧୭।୨(ଡି.ଏନ୍.ଏ): ମାଲକାନଗିରି ଜିଲା ଆଦର୍ଶ ଥାନା ଅନ୍ତର୍ଗତ ନୂଆଗୁଡ଼ା ଗ୍ରାମରେ ଜଣେ ବୃଦ୍ଧଙ୍କୁ ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଉକ୍ତ ଗ୍ରାମର ଗଙ୍ଗା କବାସୀ(୭୫)ଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କୁ ଜିଲା ସଦର ମହକୁମା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗଙ୍ଗାଙ୍କ ମୃତ୍ୟୁ ଲାଗି ଉକ୍ତ ଗ୍ରାମର ଉରା ପଡ଼ିଆମି ଦାୟୀ ଓ ସେ ଗୁଣିଗାରେଡି କରି ଗ୍ରାମବାସୀଙ୍କୁ ହତ୍ୟା କରୁଥିବା ସନ୍ଦେହ କରି ମୃତ ଗଙ୍ଗାଙ୍କ ପୁଅ ଦେବା ଉରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହ ଅଭିଯୁକ୍ତଙ୍କୁ ଥାନାକୁ ନେଇ ଅଟକ ରଖି ପଚରାଉଚରା କରିବା ସହ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇଛି । |
https://www.dharitri.com/ସହଯୋଗର-ହାତ-ବଢ଼ାଇଲେ-ଶିଳ୍ପ/ | ସହଯୋଗର ହାତ ବଢ଼ାଇଲେ ଶିଳ୍ପପତି, ଖବରକାଗଜ ବିତରକଙ୍କୁ ମିଳିଲା ଚାଉଳ
ବରଗଡ଼ ଅଫିସ୍,୧୭।୪-ଲକ୍ ଡାଉନ କଟକଣା ଯୋଗୁ ଖବରକାଗଜ ବିତରକଙ୍କ ରୋଜଗାର ବନ୍ଦ ହୋଇଯାଇଛି । ଫଳରେ ସେମାନଙ୍କୁ କିଛି ସହାୟତା ପ୍ରଦାନ ଦାବିରେ କିଛିଦିନ ତଳେ ଖବରକାଗଜ ବିତରକମାନେ ଜିଲା ପ୍ରଶାସନକୁ ଫେରାଦ ହୋଇଥିଲେ । ମାତ୍ର ଏ ପର୍ଯ୍ୟନ୍ତ ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କ ପାଖକୁ କିଛି ସହାୟତା ପହଞ୍ଚି ପାରି ନାହିଁ । ଅନ୍ୟପଟେ ସ୍ଥାନୀୟ ନବରତ୍ନ ମିଡ଼ିଆ ସେଣ୍ଟରର ସରୋଜ ଷଡ଼ଙ୍ଗୀ ଖବରକାଗଜ ବିତରକଙ୍କୁ କିଛି ସହଯୋଗ କରିବାକୁ ସ୍ଥାନୀୟ ଶିଳ୍ପପତି ଶ୍ୟାମସୁନ୍ଦର ଅଗ୍ରୱାଲଙ୍କୁ ଅନୁରୋଧ କରିଥିଲେ । ଷଡ଼ଙ୍ଗୀଙ୍କ ଅନୁରୋଧ ପରେ ଶିଳ୍ପପତି ଅଗ୍ରୱାଲ ଶୁକ୍ରବାର ସହରର ୩୦ଜଣ ଖବରକାଗଜ ବିତରକଙ୍କୁ ୧୦କିଗ୍ରା ଲେଖାଏଁ ଚାଉଳ ପ୍ରଦାନ କରିଛନ୍ତି। |
https://www.dharitri.com/ବିଶ୍ୱକପ୍-ଓ୍ବାର୍ମଅପ୍-ମ୍/ | ବିଶ୍ୱକପ୍ ଓ୍ବାର୍ମଅପ୍ ମ୍ୟାଚ୍: ଇଂଲଣ୍ଡ, ଅଷ୍ଟ୍ରେଲିଆ ବିଜୟୀ
ଲଣ୍ଡନ,୨୮।୫- ବିଶ୍ୱକପ୍ ଓ୍ବାର୍ମଅପ୍ରେ ସୋମବାର ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିଜୟ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ୩୧ଟି ବଲ ବାକି ରଖି ୫ ଉଇକେଟରେ ଶ୍ରୀଲଙ୍କାକୁ ହରାଇଛି। ସେହିପରି ଅନ୍ୟ ଏକ ଅଭ୍ୟାସ ମ୍ୟାଚ୍ରେ ଇଂଲଣ୍ଡ ଆଫଗାନିସ୍ତାନକୁ ପରାସ୍ତ କରିଛି। ସାଉଥାମ୍ପଟନର ରୋଜ ବଲ ଗ୍ରାଉଣ୍ଡରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ଉଇକେଟ ହରାଇ ୨୩୯ ରନ ସଂଗ୍ରହ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୪୪.୫ ଓଭରରେ ୫ ଉଇକେଟ ହରାଇ ୨୪୧ ରନ କରି ବିଜୟୀ ହୋଇଛି। ଅଷ୍ଟ୍ରେଲିଆ ତରଫରୁ ଉସ୍ମାନ ଖ୍ବାଜା ସର୍ବାଧିକ ୮୯, ଶନ ମାର୍ଶ ୩୪, ଗ୍ଲେନ୍ ମ୍ୟାକ୍ସଓ୍ବେଲ ୩୬, ମାର୍କସ ଷ୍ଟୋଇନିସ୍ ୩୨ ରନ ସଂଗ୍ରହ କରିଥିଲେ। ବୋଲିଂରେ ଶ୍ରୀଲଙ୍କାର ଜେଫ୍ରେ ଭାନଡରସେ ଦୁଇଟି ଉଇକେଟ ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ତରଫରୁ ଓପନର ଲାହିରୁ ଥିରିମାନେ ସର୍ବାଧିକ ୫୬, ଧନଞ୍ଜୟ ଡିସିଲଭା ୪୩ ରନ ସଂଗ୍ରହ କରିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ଦୁଇଟି ଉଇକେଟ ନେଇଥିଲେ।
ସ୍ଥାନୀୟ କେନ୍ନିଂଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚ୍ରେ ଘରୋଇ ଇଂଲଣ୍ଡ ୯ ଉଇକେଟ୍ର ବୃହତ୍ ବ୍ୟବଧାନରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଆଫଗାନିସ୍ତାନ ପ୍ରାରମ୍ଭରୁ ହଜରତ୍ଉଲ୍ଲା ଜାଜାଇ (୧୧) ଓ ଉଇକେଟ୍କିପର ରହମତ୍ ଶାହ (୩)ଙ୍କ ଉଇକେଟ୍ ହରାଇଥିଲା। ନବାଗତ ଜୋଫ୍ରା ଆର୍ଚର ଏହି ୨ଟି ଉଇକେଟ୍ ଅକ୍ତିଆର କରି ଆଫଗାନିସ୍ତାନକୁ ବ୍ୟାକ୍ଫୁଟ୍କୁ ଠେଲି ଦେଇଥିଲେ। ଆଫଗାନିସ୍ତାନ ୩୮.୪ ଓଭରରେ ୧୬୦ ରନ କରି ଅଲ୍ଆଉଟ୍ ହୋଇଯାଇଥିଲା। ନିମ୍ନକ୍ରମରେ ଅଭିଜ୍ଞ ମହମ୍ମଦ ନବି ୪୪, ନୁର୍ ଅଲି ଜର୍ଡାନ ୩୦, ଦଓ୍ବଲତ ଜର୍ଡାନ ୨୦*, ଅଧିନାୟକ ଗୁଲାବଦିନ ନାଇବ ୧୪ ରନ କରିଥିଲେ। ଆର୍ଚର ଓ ପାର୍ଟଟାଇମ ବୋଲର ଜୋ ରୁଟ୍ ୩ଟି ଲେଖାଏ ଉଇକେଟ୍ ନେଇଥିଲେ। ଜବାବରେ ଇଂଲଣ୍ଡ ଦ୍ରୁତ ବ୍ୟାଟିଂ କରି ୧୭.୩ ଓଭରରେ ଜନି ବେୟାରଷ୍ଟୋ (୩୯ ରନ)ଙ୍କ ଉଇକେଟ୍ ହରାଇ ଆବଶ୍ୟକ ରନ୍ ହାସଲ କରିନେଇଥିଲା। ଓପନର୍ ଜାସନ ରଏ ୮୯ (୪୬ ବଲ, ୧୧ ଚୌକା, ୪ ଛକା) ଓ ରୁଟ୍ ୨୯ ରନ କରି ଅପରାଜିତ ରହିଥିଲେ। ପୂର୍ବରୁ ଇଂଲଣ୍ଡ ପ୍ରଥମ ଓ୍ବାର୍ମଅପ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ନିକଟରୁ ୧୨ ରନରେ ପରାସ୍ତ ହୋଇଥିଲା। ବିଶ୍ୱକପ୍ର ଉଦ୍ଘାଟନୀ ଦିବସରେ ଇଂଲଣ୍ଡ ଗୁରୁବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳି ଏହାର ଅଭିଯାନ ଆରମ୍ଭ କରିବ। |
https://www.dharitri.com/ଲୋକ-ସଭା-ନିର୍ବାଚନ-ଲାଗି-ଏକ୍/ | ଲୋକ ସଭା ନିର୍ବାଚନ ଲାଗି ଏକ୍ଜିଟ ପୋଲ୍ ଠିକ୍ ନୁହେଁ
ନୂଆଦିଲ୍ଲୀ,୨୦।୫(ଆଇଏଏନ୍ଏସ୍): ସାତ ପର୍ଯ୍ୟାୟ ବିଶିଷ୍ଟ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଏକ୍ଜିଟ ପୋଲ୍ (ବୁଥ୍ଫେରନ୍ତା ଜନମତ ସର୍ଭେ) ରିପୋର୍ଟ ପ୍ରକାଶ ପାଇଛି। ଏହାକୁ ଯଦି ବିଶ୍ୱାସକୁ ନିଆଯାଏ ତେବେ ନରେନ୍ଦ୍ର ମୋଦି ସରକାର ପୂର୍ଣ୍ଣସଂଖ୍ୟାଗରିଷ୍ଠତା ସହ ପୁଣି ଥରେ କ୍ଷମତାକୁ ଆସିବ। ତେବେ ଅତୀତରେ ଏଭଳି ସର୍ଭେ ରିପୋର୍ଟ ପ୍ରକୃତ ଫଳାଫଳ ସହ ମେଳ ଖାଇନାହିଁ।
୨୦୧୪ରେ ମୋଦି ଲହର ଯୋଗୁ ଏନ୍ଡିଏ ୩୩୬ ଆସନରେ ବିଜୟୀ ହେଲା। ତେବେ ଚାଣକ୍ୟକୁ ଛାଡିଲେ ଅନ୍ୟ କୌଣସି ଗଣମାଧ୍ୟମ ଏନ୍ଡିଏ ୩୦୦ ସଂଖ୍ୟା ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରି ନ ଥିଲେ। ଏନ୍ଡିଏ ୩୪୦ ଓ ଭାଜପା ୨୯୧ ଆସନରେ ଜିତିବ ବୋଲି ଚାଣକ୍ୟ କହିଥିଲା। ଏହା ବ୍ୟତୀତ ଅନ୍ୟ ସମସ୍ତ ଏଜେନ୍ସୀ ଭୋଟରଙ୍କ ମନୋଭାବ ଆକଳନ କରିବାରେ ବିଫଳ ହୋଇଥିଲେ। ଏବିପି-ନିଏଲସେନ୍ ଏନଡିଏକୁ ୨୮୧ ଆସନ ଦେଇଥିବାବେଳେ ଟାଇମ୍ସ ନାଓ ୨୪୯ ଦେଇଥିଲା। ସେହିପରି ଏନ୍ଡିଏ ୨୭୨-୨୮୦ ମଧ୍ୟରେ ସୀମିତ ରହିବ ବୋଲି ସିଏନ୍ଏନ୍-ଆଇବିଏନ୍-ସିଏସ୍ଡିଏସ୍ ଲୋକନୀତି ପୂର୍ବାନୁମାନ କରିଥିଲା।
ମଧ୍ୟ ଏକ୍ଜିଟ ପୋଲ୍ ରିପୋର୍ଟ ଭୁଲ୍ ପ୍ରମାଣିତ ହୋଇଥିଲା। ସେତେବେଳେ ଏନ୍ଡିଏ ବିଜୟୀ ହେବ ବୋଲି ପୂର୍ବାନୁମାନ କରାଯାଇଥିବାବେଳେ କଂଗ୍ରେସ ନେତୃତ୍ୱାଧୀନ ଉପା କ୍ଷମତା ବଜାୟ ରଖିବାକୁ ସକ୍ଷମ ହୋଇଥିଲା। ଏପରିକି ୨୦୦୪ରେ ଉପାକୁ ୧୪୫ ଆସନ ମିଳିଥିବାବେଳେ ୨୦୦୯ରେ ୨୦୬କୁ ବୃଦ୍ଧି ପାଇଥିଲା। ଏନ୍ଡିଏ ୧୯୭ ଆସନରେ ଜିତିବ ବୋଲି ଷ୍ଟାର ନ୍ୟୁଜ୍-ଏସି ନିଏଲସେନ ପୂର୍ବାନୁମାନ କରିଥିବାବେଳେ ଟାଇମ୍ସ ନାଓ ୧୮୩ ଦେଇଥିଲା। କିନ୍ତୁ ଏନଡିଏ ୧୫୯ ଆସନରେ ସୀମିତ ରହିଥିଲା।
ଅଟଳ ବିହାରୀ ବାଜପେୟୀ ପୁଣି ଥରେ କ୍ଷମତାକୁ ଫେରିବେ ଏବଂ ଏନ୍ଡିଏକୁ ୨୯୦ ଓ ୨୭୫ ଆସନ ମିଳିବ ବୋଲି ଯଥାକ୍ରମେ ଆଉଟଲୁକ୍-ଏମ୍ଡିଆର୍ଏ ଏବଂ ଷ୍ଟାର-ସି ଭୋଟର ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା। ଆଜତକ୍ ଏବଂ ଏନ୍ଡିଟିଭି ମଧ୍ୟ ଏନ୍ଡିଏ ସପକ୍ଷରେ ପୂର୍ବାନୁମାନ ଲଗାଇଥିଲେ। ତେବେ ସମସ୍ତ ଏକ୍ଜିଟ ପୋଲ୍ ରିପୋର୍ଟକୁ ଭୁଲ୍ ସାବ୍ୟସ୍ତ କରି ଉପା କ୍ଷମତାକୁ ଫେରିଥିଲା। |
https://www.dharitri.com/the-vaccine-war-teaser-release/ | ‘ଦ ଭ୍ୟାକ୍ସିନ ଓ୍ବାର’ର ଟିଜର ରିଲିଜ
ମୁମ୍ବାଇ: ନିର୍ଦ୍ଦେଶକ ବିବକେ ଅଗ୍ନିହୋତ୍ରୀଙ୍କ ମୋଷ୍ଟ ଆଓ୍ବେଟେଡ ମୁଭି ‘ଦ ଭ୍ୟାକ୍ସିନ ଓ୍ବାର’ର ଟିଜର ରିଲିଜ ହୋଇଛି। ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ଏହି ମୁଭି ପରେ ଭ୍ୟାକ୍ସିନ ପାଇଁ ଲାଗିଥିବା ଲଢେଇକୁ ନେଇ ଫିଲ୍ମ କରିବାକୁ ଘୋଷଣା କରିଥିଲେ। ଏବେ ସେ ତାଙ୍କ କଥା ରଖିଥିବା ଦେଖାଯାଇଛି। ମଙ୍ଗଳବାର ସ୍ବାଧିନତା ଦିବସର ପବିତ୍ର ମୁହୂର୍ତ୍ତରେ ଫିଲ୍ମର ଟିଜର ରିଲିଜ ହୋଇଯାଇଛି, ଯେଉଁଥିରେ ଫିଲ୍ମର ଖାସ୍ ଝଲକ ଦେଖିବାକୁ ମିଳିଛି।
ବିବେକ ଅଗ୍ନିହୋତ୍ରୀ ତାଙ୍କ ଆଗାମୀ ମୁଭି ‘ଦ ଭ୍ୟାକ୍ସିନ ଓ୍ବାର’ ଘୋଷଣା କରିବା ଦିନଠାରୁ ଏହି ମୁଭି ପ୍ରତି ଦର୍ଶକଙ୍କ ଉତ୍ସାହ ବଢିବାରେ ଲାଗିଛି। ଏହି ମୁଭିଟି ବୈଜ୍ଞାନିକ ବିଜୟ ଏବଂ ୧୩୦ କୋଟି ଦେଶବାସୀଙ୍କ ବିଷୟରେ ନିର୍ମିତ ହୋଇଛି। ଯେଉଁମାନେ କୋଭିଡ-୧୯ ଯୁଦ୍ଧରେ ଲଢିଥିଲେ। ଫିଲ୍ମର ଟିଜର ମଙ୍ଗଳବାର ରିଲିଜ ହୋଇଛି। ଏହାର ଆରମ୍ଭ ଏମିତି ଏକ ଲ୍ୟାବରୁ ହୋଇଛି ଯେଉଁଠାରେ ଟିକା ପ୍ରସ୍ତୁତ କରାଯାଉଛି। ଅନ୍ୟପକ୍ଷରେ, ବୈଜ୍ଞାନିକମାନଙ୍କର ଏକ ଟିମ ଲିଫ୍ଟ ଆଡକୁ ଯାଉଥିବାର ଦେଖାଯାଇଛି, ଯେଉଁମାନେ ଟିକା ପ୍ରସ୍ତୁତ କରିବା ପାଇଁ ଏକ ଗୁପ୍ତ ପ୍ରକ୍ରିୟା କରୁଥିବା ଦେଖାଯାଉଛି। ଏହା ପରେ, ଟିମ ଯେମିତି ଲିଫ୍ଟରେ ପ୍ରବେଶ କରୁଛନ୍ତି ଓ ପଛକୁ ଫେରିବା ମାତ୍ରେ ଟିଜରରେ ବୈଜ୍ଞାନିକ ଭୂମିକାରେ ଅଭିନୟ କରୁଥିବା ପଲ୍ଲବି ଯୋଶୀ ତାଙ୍କ ସହାୟକଙ୍କ ପ୍ରଥମ ଝଲକ ଦେଖାଯାଉଛି।
ଏହି ଚଳଚ୍ଚିତ୍ରରେ ପଲ୍ଲବୀ ଯୋଶୀ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏଥି ସହିତ ନାନା ପାଟେକର ଏବଂ ସପ୍ତମିଙ୍କ ପରି ଷ୍ଟାରମାନେ ମଧ୍ୟ ଏହି ମୁଭିରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ସହିତ ଏହା ହେଉଛି ପ୍ରଥମ ମୁଭି ଯାହା ୧୦ଟି ଭିନ୍ନ ଭିନ୍ନ ଭାଷାରେ ମୁକ୍ତିଲାଭ କରିବ। |
https://www.dharitri.com/election-of-deputy-speaker-on-21/ | ୨୧ରେ ଉପବାଚସ୍ପତି ନିର୍ବାଚନ
ଭୁବନେଶ୍ୱର, ୧୪।୧୧(ସୁନିତ୍ ମିଶ୍ର): ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ୨୧ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି। ଏହିଦିନ ଖାଲି ପଡ଼ିଥିବା ଉପବାଚସ୍ପତି ପଦ ଲାଗି ସକାଳ ସାଢେ ୯ଟା ସମୟରେ ନିର୍ବାଚନ ହେବ। ଏହାର ପୂର୍ବଦିନ ଅର୍ଥାତ୍ ୨୦ ତାରିଖରେ ନାମାଙ୍କନପତ୍ର ଦାଖଲ ହେବା କାର୍ଯ୍ୟକ୍ରମ ରହିଛି। ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ ଗତ ୮ ତାରିଖରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏହା ପରଠାରୁ ଏହି ପଦବୀ ଖାଲିପଡ଼ିଛି। ତେବେ ଆସନ୍ତା ସାଧାରଣ ନିର୍ବାଚନକୁ କମ୍ ସମୟ ଥିବାରୁ ଏହି ପଦ ଖାଲିପଡ଼ିପାରେ ବୋଲି ଏକ ପ୍ରକାର ଆଲୋଚନା ଚାଲିଥିଲା। ତେବେ ଉପବାଚସ୍ପତି ନିର୍ବାଚନ ନେଇ ବିଧାନସଭା ସଚିବ ସବୁ ସଦସ୍ୟଙ୍କୁ ଅବଗତ କରାଇଛନ୍ତି।
ଗୋଟିଏ ପଟେ ନିର୍ବାଚନକୁ କମ୍ ସମୟ ଥିବାବେଳେ ଉପବାଚସ୍ପତି ପଦରୁ ରଜନୀକାନ୍ତ ଇସ୍ତପା ଦେବା ଏବଂ ପୁଣି ଥରେ ଏହି ସମୟରେ ନିର୍ବାଚନ କରିବା ଲାଗି ଘୋଷଣା କରାଯିବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଏଭଳି ସମୟରେ ଦଳ ଏହି ପଦରେ କାହାକୁ ବସାଇବ ତାକୁ ନେଇ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଯାଇଛି। ବିଧାନସଭାରେ ବିଭିନ୍ନ ଦଳର ଆସନ ସଂଖ୍ୟା ଉପରେ ନଜର ପକାଇଲେ ଜଣାପଡୁଛି ବିଜେଡି ପ୍ରାର୍ଥୀ ସହଜରେ ବିଜୟୀ ହେବେ। ସେପରି ଦେଖିବାକୁ ଗଲେ ଅନ୍ୟ ଦଳ ପ୍ରାର୍ଥୀ ନ ଦେଇପାରନ୍ତି ଏବଂ ଏଥିଲାଗି ଭୋଟ ମଧ୍ୟ ନ ହୋଇପାରେ। |
https://www.dharitri.com/ଅର୍ଥନୈତିକ-ସର୍ଭେ-ରିପୋର୍ଟ-3/ | ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ;ଜିଡିପି ୭% ରହିବା ସମ୍ଭାବନା
ନୂଆଦିଲ୍ଲୀ,୫-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଶୁକ୍ରବାର ବଜେଟ ଉପସ୍ଥାପନ କରିବେ। ଏହାର ଦିନକ ପୂର୍ବରୁ ପରମ୍ପରା ଅନୁଯାୟୀ ଗୁରୁବାର ସେ ସଂସଦରେ ୨୦୧୮-୧୯ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କେ.ଭି. ସୁବ୍ରମଣ୍ୟନଙ୍କ ଦ୍ୱାରା ପ୍ରସ୍ତୁତ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ନିବେଶ ବୃଦ୍ଧି କାରଣରୁ ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୭% ରହିବା ବୋଲି ଆଶାକରାଯାଉଛି।
ସର୍ଭେ ଅନୁଯାୟୀ, ଦେଶର ମୂଳ ଅର୍ଥନୈତିକ ଦୃଶ୍ୟପଟ ସ୍ଥିର ରହିଛି। ଏହି କାରଣରୁ ନିବେଶ ବୃଦ୍ଧି ହେଲେ ଚଳିତ ଆର୍ଥିକ ବର୍ଷରେ ଅର୍ଥନୀତି ଦୌଡିବ। ଏଥିସହିତ ଦେଶର ବିତ୍ତୀୟ ନିଅଣ୍ଟ ପରିମାଣ ଜିଡିପିର ୩.୪%ରେ ରହିବ ବୋଲି ଆଶା ରହିଛି। ୨୦୧୮-୧୯ରେ ଜିଡିପି ହାର ୬.୮% ରହିଥିଲା ବେଳେ ୨୦୧୭-୧୮ରେ ଏହା ୭.୨% ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ବିଗତ ୫ ବର୍ଷରେ ବିକାଶ ହାର ହାରାହାରି ୭.୫% ରହିଛି, ଯାହା କି ଅନ୍ତରୀଣ ବଜେଟରେ ମଧ୍ୟ ସମାନ ଅନୁମାନ କରାଯାଇଥିଲା। ଏହାର ଅର୍ଥ ଗତ ଆର୍ଥିକ ବର୍ଷ ତୁଳନାରେ ଦେଶର ବିକାଶ ହାର ସାମାନ୍ୟ ହ୍ରାସ ପାଇଛି ବୋଲି ସ୍ବୀକାର କରାଯାଇଛି। କୃଷି ଓ ଏ ସମ୍ପର୍କିତ କ୍ଷେତ୍ର, ବାଣିଜ୍ୟ, ହୋଟେଲ, ପରିବହନ, ଭଣ୍ଡାର, ଟେଲିକମ୍ ଆଦି କ୍ଷେତ୍ରରେ ଅଭିବୃଦ୍ଧି ଧିମା ହେବା କାରଣରୁ ବିକାଶ ହାର ହ୍ରାସ ପାଇଛି ବୋଲି ଦର୍ଶାଯାଇଛି। ସର୍ଭେରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୫ ସୁଦ୍ଧା ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ଭାବେ ଗଢ଼ିତୋଳିବା ଲାଗି ଯେଉଁ ସ୍ବପ୍ନ ଦେଖିଛନ୍ତି, ସେଥିପାଇଁ ଘରୋଇ ନିବେଶ ଅତ୍ୟନ୍ତ ଜରୁରୀ। ବିକାଶ, ନିଯୁକ୍ତି, ରପ୍ତାନି ଓ ଚାହିଦା ବୃଦ୍ଧି ଲାଗି ଘରୋଇ ପୁଞ୍ଜିନିବେଶ ମୁଖ୍ୟ ଚାବି ହେବ। ଆର୍ଥିକ ବର୍ଷ ୨୦୨୦ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବ ବୋଲି କୁହାଯାଇଛି। ଏଥିଯୋଗୁ ଅର୍ଥନୀତି ଅଭିବୃଦ୍ଧିକୁ ସହାୟତା ମିଳିବ। ଆର୍ଥିକ ବର୍ଷ ୨୦୧୯ରେ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ ୨୮୩.୪ ମିଲିୟନ ଟନ ରହିବ ବୋଲି ଅନୁମାନ କରାଯାଇଥିଲା ବେଳେ ଆମଦାନୀ ୧୫.୪% ଓ ରପ୍ତାନି ୧୨.୫% ରହିବ ବୋଲି ଆଶା ରହିଛି। ରିପୋର୍ଟରେ କୁହାଯାଇଛି ଯେ, ୨୦୧୮ ମଧ୍ୟଭାଗରୁ ଗ୍ରାମାଞ୍ଚଳରେ ମଜୁରୀ ବଢ଼ିବା ଆରମ୍ଭ ହୋଇଥିବା ବେଳେ ଧିମା ଅଭିବୃଦ୍ଧି, ଜିଏସ୍ଟି ଏବଂ କୃଷି ଯୋଜନା ବିତ୍ତୀୟ ନିଅଣ୍ଟ କ୍ଷେତ୍ରରେ ଚାଲେଞ୍ଜ ହୋଇପାରେ। ୨୦୧୮-୧୯ରେ ମୁଦ୍ରାସ୍ଫୀତି ହାର ୩.୪%ରେ ସୀମିତ ରହିଥିଲା ବେଳେ ୨୦୧୭-୧୮ ପରେ ନିବେଶ ବୃଦ୍ଧିରେ ସୁଧାର ହେଉଥିବା ସ୍ବୀକାର କରାଯାଇଛି। ସ୍ଥିର ନିବେଶ ବୃଦ୍ଧି ହାର ୨୦୧୬-୧୭ରେ ୮.୩%ରୁ ବୃଦ୍ଧି ପାଇବା ପରେ ପରବର୍ତ୍ତୀ ବର୍ଷରେ ଏହା ୯.୩% ଏବଂ ତହିଁ ପରବର୍ତ୍ତୀ ବର୍ଷ ଅର୍ଥାତ୍ ୨୦୧୮-୧୯ରେ ଏହା ୧୦.୦ ପ୍ରତିଶତ ହୋଇଛି। ଚଳନ୍ତି ଜମା ନିଅଣ୍ଟ ପରିମାଣକୁ ଜିଡିପିର ୨.୧ ପ୍ରତିଶତରେ ସୀମିତ ରଖାଯିବାକୁ ପରାମର୍ଶ ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଏନ୍ବିଏଫ୍ସି ସେକ୍ଟରରେ ଚାପ ଯୋଗୁ ବିକାଶ ପ୍ରଭାବିତ ହେବ। ତେବେ ଆର୍ଥିକ ବର୍ଷ ୨୦୨୦ରେ ଅର୍ଥନୀତି ଲାଗି ଅନେକ ବିତ୍ତୀୟ ଆହ୍ବାନ ରହିଛି। ଆର୍ଥିକ ବର୍ଷ ୨୦୨୧ରେ ବିତ୍ତୀୟ ନିଅଣ୍ଟ ୩% ରହିବା ଅନୁମାନ କରାଯାଇଥିତ୍ବା ବେଳେ ଆର୍ଥିକ ବର୍ଷ ୨୦୧୯-୨୦ରେ ଅଭିବୃଦ୍ଧି ଧିମା ହେଲେ ରାଜସ୍ବ ଆୟ ପ୍ରଭାବିତ ହେବ ବୋଲି ସର୍ଭେ ରିପୋର୍ଟରେ ଚେତାବନୀ ଦିଆଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ୨୦୧୮-୧୯ରେ ରବି ଫସଲ ଲାଗି ମୋଟ ଚାଷ ଅଞ୍ଚଳ ହ୍ରାସ ପାଇଥିଲା। ଫଳରେ କୃଷି ଉତ୍ପାଦନ ପ୍ରଭାବିତ ହୋଇଥିଲା। ଖାଦ୍ୟଶସ୍ୟ ମୂଲ୍ୟ କମିବା କାରଣରୁ ଚାଷୀ କମ୍ ଜମିରେ ଚାଷ କଲେ। |
https://www.dharitri.com/5-grammy-awards-to-indians/ | ଭାରତୀୟଙ୍କୁ ୫ ଗ୍ରାମୀ ଆଓ୍ବାର୍ଡ
ନୂଆଦିଲ୍ଲୀ,୬।୨(ପି.ଟି.): ଲସ୍ ଏଞ୍ଜେଲସ୍ରେ ଅନୁଷ୍ଠିତ ୨୦୨୪ ଗ୍ରାମୀ ଆଓ୍ବାର୍ଡ ଉତ୍ସବରେ ଭାରତୀୟ ସଙ୍ଗୀତକୁ ବଡ଼ ସଫଳତା ମିଳିଛି। ତବଲା ଉସ୍ତାଦ ଜାକିର ହୁସେନ୍, ବଂଶୀବାଦକ ରାକେଶ ଚୌରାସିଆଙ୍କ ସମେତ ୫ ଜଣ ଭାରତୀୟ ସଙ୍ଗୀତକାର ଗ୍ରାମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ହୁସେନଙ୍କୁ ସର୍ବାଧିକ ୩ଟି ଗ୍ରାମୀ ପୁରସ୍କାର ମିଳିଥିବାବେଳେ ରାକେଶ ୨ଟି ପାଇଛନ୍ତି। ଗାୟକ ଶଙ୍କର ମହାଦେବନ, ଭାଓଲିନ୍ ବାଦକ ଗଣେଶ ରାଜଗୋପାଳନ ଏବଂ ଡ୍ରମ୍ ବାଦକ ସେଲ୍ଭାଗଣେଶ ବିନୟାକ୍ରମ, ଫ୍ୟୁଜନ ଗ୍ରୁପ୍ ଶକ୍ତିରେ ହୁସେନ୍ଙ୍କ ସହଯୋଗୀ ଗୋଟିଏ ଲେଖାଏ ଗ୍ରାମୀ ପୁରସ୍କାର ପାଇଛନ୍ତି।
‘ଦିସ୍ ମୋମେଣ୍ଟ’ ସଙ୍ଗୀତ ପାଇଁ ଫ୍ୟୁଜନ ବ୍ୟାଣ୍ଡ୍ ଶକ୍ତିକୁ ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲ୍ବମ୍ ବିଭାଗରେ ଗ୍ରାମୀ ପୁରସ୍କାର ମିଳିଛି। ଉକ୍ତ ଆଲ୍ବମ୍ରେ ୪ ଭାରତୀୟଙ୍କ ସମେତ ବ୍ରିଟିଶ ଗିଟାରିଷ୍ଟ ଜନ୍ ମାକ୍ଲୁଘ୍ଲିନ୍ ରହିଛନ୍ତି। ୨୦୨୩ ଜୁନ୍ରେ ମୁକ୍ତିଲାଭ କରିଥିବା ‘ଦିସ୍ ମୋମେଣ୍ଟ’ ଶକ୍ତି ଗ୍ରୁପ୍ର ପ୍ରଥମ ଷ୍ଟୁଡିଓ ଆଲ୍ବମ୍ ଥିଲା। ଶକ୍ତି ପାଇଁ ପୁରସ୍କାର ସମେତ ହୁସେନ୍ଙ୍କୁ ‘ପାଷ୍ଟୋ’ରେ ସର୍ବଶ୍ରେଷ୍ଠ ବିଶ୍ୱସ୍ତରୀୟ ସଙ୍ଗୀତ ପରିବେଷଣ ଏବଂ ‘ଆଜ୍ ଓ୍ବି ସ୍ପିକ୍’ ଶ୍ରେଷ୍ଠ ସମସାମୟିକ ବାଦ୍ୟଯନ୍ତ୍ର ଆଲବମ୍ ପାଇଁ ଗ୍ରାମୀ ପୁରସ୍କାର ମିଳିଛି। ସେହିପରି କିମ୍ବଦନ୍ତୀ ବଂଶୀବାଦକ ହରିପ୍ରସାଦ ଚୌରାସିଆଙ୍କ ପୁତୁରା ରାକେଶ ଚୌରାସିଆ ପାଷ୍ଟୋ ଏବଂ ଆଜ୍ ଓ୍ବି ସ୍ପିକ୍ ପାଇଁ ୨ଟି ପୁରସ୍କାର ପାଇଛନ୍ତି। |
https://www.dharitri.com/boycott-radhe-trends-on-twitter/ | ଟୁଇଟରରେ ଟ୍ରେଣ୍ଡ କରୁଛି ‘ବୟକଟ ରାଧେ ’
ମୁମ୍ବାଇ,୧୪।୫ : ବହୁ ପ୍ରତିକ୍ଷୀତ ସଲମାନ ଖାନଙ୍କ ଫିଲ୍ମ ‘ ରାଧେ : ୟୋର ମୋଷ୍ଟ ଓ୍ବାଣ୍ଟେଡ୍ ଭାଇ ’ ଗୁରୁବାର ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଯାଇଛି। ଫିଲ୍ମରେ ସଲମାନଙ୍କ ବ୍ୟତୀତ ଦୀଶା ପଟନି ଓ ରଣଦୀପ ହୁଡା ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମକୁ ଦର୍ଶକଙ୍କ ଠାରୁ ମିଶ୍ରିତ ରିଭ୍ୟୁ ମିଳିଥିବାବେଳେ ଟୁଇଟରରେ ଟ୍ରେଣ୍ଡ କରୁଛି ‘ ବୟକଟ ରାଧେ ’।
ୟୁଜର୍ସ କେଉଁ କାରଣରୁ ଏହି ଫିଲ୍ମକୁ ବିରୋଧ କରୁଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ତେବେ ଫିଲ୍ମର ଟାଇଟଲରେ ‘ରାଧେ’ ଶବ୍ଦ ବ୍ୟବହାର ହୋଇଛି। ଏଣୁ ଧାର୍ମିକ କାରଣରୁ ବିରୋଧ ହୋଇଥାଇପାରେ। ସୁଶାନ୍ତ ସିଂ ରାଜପୁତଙ୍କ ଫ୍ୟାନ୍ସ ପୂରା ବଲିବୁଡକୁ ବୟକଟ କରିବାକୁ ଟୁଇଟ୍ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ୨:୫୦ ମିନିଟ୍ ବିଶିଷ୍ଟ ଟ୍ରେଲର ଏତେ ଭୟଙ୍କର ହୋଇଛି। ଲୋକେ ପୂରା ଫିଲ୍ମ କେଉଁଭଳି ଦେଖିବେ?। |
https://www.dharitri.com/for-13-consecutive-days-the-daily-infection-was-below-8000/ | ଲଗାତାର ୧୩ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ…
ନୂଆଦିଲ୍ଲୀ, ୨୩।୧୨: ଦେଶରେ କରୋନା ମହାମାରୀ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ବ୍ରେକ୍ ଲାଗିଛି। ଲଗାତାର ୧୩ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ୭ ହଜାର ୪୯୫ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୪୩୪ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ସେହିପରି ୬ ହଜାର ୯୬୦ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୪୦ ପ୍ରତିଶତ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା ୭୮ ହଜାର ୨୯୧ ରହିଛି। ସାପ୍ତାହିକ ପଜିଟିଭ୍ ହାର ୦.୭୧ ପ୍ରତିଶତରୁ କମ୍ ରହିଛି। ଦୈନିକ ପଜିଟିଭିଟି ହାର ୦.୬୪ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୨୨ ପ୍ରତିଶତରେ ପହଞ୍ଚିଛି।
ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୭୮ ହଜାର ୭୫୯ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୮ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୧୩୯ କୋଟି ୬୯ ଲକ୍ଷ ୭୬ ହଜାର ୭୭୪ ଜଣଙ୍କୁ ଟିକାଦାନ ସରିଛି।
ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୨ ଲକ୍ଷ ୮ ହଜାର ୯୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। |
https://www.dharitri.com/corona-drugs-are-available-in-the-market/ | ଏଣିକି ବଜାରରେ ମିଳିବ କରୋନା ଔଷଧ
ଭୁବନେଶ୍ୱର, ୧୨।୯(ବ୍ୟୁରୋ)- ଏଣିକି ବଜାରରେ କରୋନା ଔଷଧ ମିଳିବ। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଫାଭିପିରାଭିର୍ ଟାବ୍ଲେଟ୍ ଓ ରେମ୍ଡେସିଭିର ଇଞ୍ଜେକ୍ସନ ବିକ୍ରି ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ) ପକ୍ଷରୁ ଅନୁମତି ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ମଧ୍ୟ ଉକ୍ତ ୨ଟି ଔଷଧ ବଜାରରେ ଉପଲବ୍ଧ ହେବ ବୋଲି ଡାଇରେକ୍ଟୋରେଟ୍ ଅଫ୍ ଡ୍ରଗ୍ସ କଣ୍ଟ୍ରୋଲ ଓଡ଼ିଶା ପକ୍ଷରୁ ଶନିବାର ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସ୍କ୍ରିପ୍ଶନ ଥିଲେ ଏହି ଔଷଧଗୁଡ଼ିକ କିଣିହେବ। ତେବେ ଚିକିତ୍ସା ଆରମ୍ଭ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ଫର୍ମରେ ରୋଗୀ କିମ୍ବା ତାଙ୍କ ପ୍ରତିନିଧିଙ୍କଠାରୁ ସମ୍ମତିପତ୍ର ଆଣିବାକୁ ପଡ଼ିବ। ଏହି ଔଷଧଗୁଡ଼ିକୁ ବିକ୍ରିବେଳେ ଦୋକାନୀ ଡାକ୍ତରଙ୍କ ପ୍ରେସ୍କ୍ରିପ୍ଶନ, ରୋଗୀଙ୍କ ସମ୍ମତି ପତ୍ର, ଔଷଧ କିଣୁଥିବା ବ୍ୟକ୍ତିଙ୍କ ବାସସ୍ଥାନ ପ୍ରମାଣପତ୍ର, ଯୋଗାଯୋଗର ସମ୍ପୂର୍ଣ୍ଣ ଠିକଣାର ଫଟୋ କପି ରଖିବାକୁ ପଡ଼ିବ। ଏଥିସହିତ ଏହି ଔଷଧ କିଣାବିକା ସମ୍ପର୍କରେ ଔଷଧ ଦୋକାନୀ ପ୍ରତି ସପ୍ତାହରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଜଣାଇବେ ବୋଲି ଉକ୍ତ ନିର୍ଦ୍ଦେଶନାମରେ ଉଲ୍ଲେଖ କରାଯାଇଛି। |
https://www.dharitri.com/sukhram-captain/ | ସୁଖରାମ ଅଧିନାୟକ
ଭୁବନେଶ୍ୱର, ୫।୧୨ (ତପନ ସ୍ବାଇଁ):ଜାତୀୟ ଦୃଷ୍ଟିବାଧିତ କ୍ରିକେଟ ଟୁର୍ନାମେଣ୍ଟ ନଗେଶ ଟ୍ରଫି ପାଇଁ ସୋମବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ଏହି ସମ୍ମାନଜନକ ଟୁର୍ନାମେଣ୍ଟ ପାଇଁ ସୁଖରାମ ମାଝି ଅଧିନାୟକ ଓ ଲିଙ୍ଗରାଜ ରାଉତରା ଉପ-ଅଧିନାୟକ ମନୋନୀତ ହୋଇଛନ୍ତି। ରାମଦାସ ମୁର୍ମୁ ପ୍ରଥମଥର ପାଇଁ ରାଜ୍ୟ ଦଳରେ ସାମିଲ ହୋଇଛନ୍ତି। ପ୍ରତିଯୋଗିତାରେ ମୋଟ ୨୮ଟି ଦଳ ଅଂଶଗ୍ରହଣ କରିବେ। ଅଂଶଗ୍ରହଣକାରୀ ଦଳଗୁଡ଼ିକୁ ୬ଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ଗ୍ରୁପ୍ ଏ, ବି, ସି ଓ ଡି’ ଏଲିଟ ଏବଂ ଇ ଓ ଏଫ୍’ ପେଟ୍ ଗ୍ରୁପ୍ରେ ଖେଳିବେ। ଏଲିଟ ଗ୍ରୁପ୍ରୁ ୮ ଓପ୍ଲେଟ୍ ଗ୍ରୁପ୍ରୁ ୨ଟି ଦଳ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବେ। ଏଲିଟ ଗ୍ରୁପ୍ ‘ସି’ରେ ଓଡ଼ିଶା ସ୍ଥାନ ପାଇଛି। ଏହି ଗ୍ରୁପ୍ର ମ୍ୟାଚଗୁଡ଼ିକ କେରଳର କୋଚିଂରେ ଚଳିତ ମାସ ୧୮ରୁ ୨୨ ପର୍ଯ୍ୟନ୍ତ ଖେଳିବ। ଗ୍ରୁପ୍ ପର୍ଯ୍ୟାୟରେ ଓଡ଼ିଶା ୧୮ରେ ଝାଡ଼ଖଣ୍ଡ, ୧୯ରେ କେରଳ, ୨୦ରେ ବିହାର ଓ ୨୨ରେ ଉତ୍ତର ପ୍ରଦେଶକୁ ଭେଟିବ। ସୁପର ଏଇଟ୍, ସେମିଫାଇନାଲ ଓ ଫାଇନାଲ ଜାନୁୟାରୀ ଶେଷ ସପ୍ତାହରେ ଦିଲ୍ଲୀରେ ଅନୁଷ୍ଠିତ ହେବ। ଓଡ଼ିଶା ଦୃଷ୍ଟିବାଧିତ ଦଳ ପ୍ରଥମଥର ପାଇଁ ବିମାନ ଯୋଗେ କେରଳ ଯାଇ ଟୁର୍ନାମେଣ୍ଟ ଖେଳିବ। ଏଥିପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଥିବାରୁ ରାଜ୍ୟ କ୍ରୀଡ଼ା ବିଭାଗକୁ ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ ସଂଘର ସାଧାରଣ ସମ୍ପାଦକ ସନ୍ନ୍ୟାସ କୁମାର ବେହେରା ଧନ୍ୟବାଦ ଜଣାଇଛନ୍ତି।
ଓଡ଼ିଶା ଦଳ
ମହମ୍ମଦ ଜାଫର ଇକବାଲ, କାଳିଆ ପ୍ରଧାନ, ହିକିମ ମୁର୍ମୁ, ଅନିଲ ମଲିକ, ଦେବରାଜ ବେହେରା, ଅଞ୍ଜନ ସିଂ, ରାମଦାସ ମୁର୍ମୁ, ପଙ୍କଜ ଭୁଏ, ଲାଲପ୍ରସାଦ ସୋରେନ, ଅର୍ଜୁନ ଭତ୍ରା, ସୁଖରାମ ମାଝି (ଅଧିନାୟକ), ଲିଙ୍ଗରାଜ ରାଉତରା (ଉପ-ଅଧିନାୟକ), ଧନପତି ଗୌଡ଼ା (ଉଇକେଟ କିପର), ସୁକଦେବ ସୋରେନ। କୋଚ୍: ଚନ୍ଦ୍ରଶେଖର ପଟ୍ଟନାୟକ, ମ୍ୟାନେଜର: ସୁରେଶ ବେହେରା। |
https://www.dharitri.com/kareenas-son-or-daughter-astrology-predicted/ | କରିନାଙ୍କ ପୁଅ ହେବ ନା ଝିଅ: ଜ୍ୟୋତିଷ କଲେ ଭବିଷ୍ୟବାଣୀ
ବଲିଉଡ ଅଭିନେତ୍ରୀ କରିନା କପୁର ଖାନ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ପରିବାର ସଦସ୍ୟଙ୍କ ସହିତ ତାଙ୍କର ପ୍ରଶଂସକମାନେ ମଧ୍ୟ ନୂଆ ଅତିଥିଙ୍କ ଆଗମନ ପାଇଁ ବହୁତ ଉତ୍ସାହିତ। କରୀନାଙ୍କ ପ୍ରସବ ପୂର୍ବରୁ ତାଙ୍କ ଦ୍ୱିତୀୟ ସନ୍ତାନ ପାଇଁ ଉପହାର ଆସିବା ଆରମ୍ଭ ହୋଇଛି। ଏଥିମଧ୍ୟରେ କରାୀନାଙ୍କ ପୁଅ ନା ଝିଅ ହେବ ସେନେଇ ଜଣେ ଜ୍ୟୋତିଷ ଭବିଷ୍ୟବାଣୀ କରିଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏଥର କରୀନା ଏକ କନ୍ୟା ସନ୍ତାନର ମା’ ହେବାକୁ ଯାଉଛନ୍ତି। କରିନା ଭବିଷ୍ୟବାଣୀ କରିଥିବା ଜ୍ୟୋତିଷ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ ମଧ୍ୟ ଭବିଷ୍ୟବାଣୀ କରିଥିଲେ, ଯାହା ସତ ହୋଇଥିଲା। ଗତ ଅଗଷ୍ଟ ୨୦୨୦ରେ କରିନା ପ୍ରଶଂସକଙ୍କ ସହ ଗର୍ଭଧାରଣର ଏକ ଖୁସି ଖବର ବାଣ୍ଟିଥିଲେ। ପୂର୍ବରୁ କୁହାଯାଉଥିଲା ଯେ କରିନା ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଶିଶୁକୁ ଜନ୍ମ ଦେବାକୁ ଯାଉଛନ୍ତି, କିନ୍ତୁ ଏବେ ସେହି ସମୟ ଗଡିଯାଇଛି। ସେ ଏବେ ଯେକୌଣସି ସମୟରେ ଅନ୍ୟ ଏକ ଶିଶୁକୁ ଜନ୍ମ ଦେଇ ପାରିବେ। |
https://www.dharitri.com/greta-looked-at-trump-in-his-own-language/ | ଟ୍ରମ୍ପ୍ଙ୍କୁ ତାଙ୍କ ଭାଷାରେ କଟାକ୍ଷ କଲେ ଗ୍ରେଟା
ଓ୍ବାଶିଂଟନ, ୭।୧୧(ଆଇଏଏନ୍ଏସ୍): ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ ସ୍ବିଡେନ୍ର ପରିବେଶ କର୍ମୀ ଗ୍ରେଟା ଥନ୍ବର୍ଗ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ତାଙ୍କ ନିଜ ଭାଷାରେ କଟାକ୍ଷ କରିଛନ୍ତି। ଭୋଟ ଗଣତି ବନ୍ଦ କରିବା ଲାଗି ଟ୍ରମ୍ପ୍ ଟୁଇଟ୍ କରିଥିବାବେଳେ ୧୭ ବର୍ଷୀୟା ଗ୍ରେଟା ମାଇକ୍ରୋ-ବ୍ଲଗିଙ୍ଗ୍ ପ୍ଲାଟ୍ଫର୍ମରେ ଏହାର ଜବାବ ଦେଇ ‘ଅତି ହାସ୍ୟାସ୍ପଦ’ ବୋଲି ଉଲ୍ଲେଖ କରିଛନ୍ତି। ଟ୍ରମ୍ପ୍ ତାଙ୍କ କ୍ରୋଧ ପରିଚାଳନା ସମସ୍ୟାର ସମାଧାନ କରନ୍ତୁ ଏବଂ ନିଜକୁ ଶାନ୍ତ କରିବା ଲାଗି ଜଣେ ବନ୍ଧୁଙ୍କ ସହ ଯାଇ ଗୋଟିଏ ଭଲ ପୁରୁଣା ଫ୍ୟାଶନ୍ର ଚଳଚ୍ଚିତ୍ର ‘ଚିଲ୍ ଟ୍ରମ୍ପ୍, ଚିଲ୍’ ଦେଖନ୍ତୁ। ଗ୍ରେଟାଙ୍କର ଏହି ଟୁଇଟ୍କୁ କିଛି ଘଣ୍ଟା ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲାଇକ୍ କରିଥିବାବେଳେ ୩ ଲକ୍ଷ ରିଟୁଇଟ୍ କରିଛନ୍ତି। ସୂଚନାଯୋଗ୍ୟ ଗ୍ରେଟାଙ୍କୁ ଟାଇମ୍ ପତ୍ରିକା ‘ପର୍ସନ ଅଫ୍ ଦି ଇୟର’ ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇଥିବାବେଳେ ଏହାକୁ ସମାଲୋଚନା କରି ଟ୍ରମ୍ପ୍ ୨୦୧୯ ଡିସେମ୍ବର ୧୨ରେ ଅନୁରୂପ ମନ୍ତବ୍ୟ ଟୁଇଟ୍ କରିଥିଲେ। ସେ ଲେଖିଥିଲେ, ଏହା ଅତ୍ୟନ୍ତ, ହାସ୍ୟାସ୍ପଦ, ଗ୍ରେଟା ତାଙ୍କ କୋଧ ପରିଚାଳନା ସମସ୍ୟା ଦିଗରେ କାର୍ଯ୍ୟ କରନ୍ତୁ ଓ ପରେ ଜଣେ ବନ୍ଧୁଙ୍କ ସହ ଯାଇ ‘ଚିଲ୍ ଗ୍ରେଟା, ଚିଲ୍’ ପୁରୁଣା ଫ୍ୟାଶନ ଚଳଚ୍ଚିତ୍ର ଦେଖନ୍ତୁ। |
https://www.dharitri.com/୩୦-ଲକ୍ଷ-ଟପିଲା-ଆକ୍ରାନ୍ତଙ୍/ | ୩୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଓ୍ବାଶିଂଟନ/ରୋମ୍/ଲଣ୍ଡନ,୨୮ା୪: ପ୍ରାଣଘାତୀ କରୋନାରେ ୨୧୦ ଦେଶରେ ମୋଟ ୨.୦୮ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ସଂକ୍ରମିତଙ୍କ ସଂଖ୍ୟା ୩୦ ଲକ୍ଷ ଟପିଥିବା ବେଳେ ଆମେରିକା, ସ୍ପେନ୍, ଇଟାଲୀ, ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନ ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଯଦିଓ ସୋମବାର ସୁଦ୍ଧା ବିଶ୍ୱରେ ପ୍ରାୟ ୮ ଲକ୍ଷ ୯୦ ହଜାର ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ତଥାପି କ୍ରମବର୍ଦ୍ଧିଷ୍ଣୁ ନୂଆ ରୋଗୀଙ୍କ ସଂଖ୍ୟା ହୋସ୍ ଉଡ଼ାଇ ଦେଉଛି। ଆମେରିକା ସଂକ୍ରମଣ ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୯.୯୦ ଲକ୍ଷରୁ ଅଧିକ ଥିବାବେଳେ ମୃତ୍ୟୁସଂଖ୍ୟା ୫୫,୫୦୦ ଟପିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ପ୍ରାୟ ୩ ହଜାର ନୂଆ ରୋଗୀ ଚିହ୍ନଟ ହୋଇଛନ୍ତିି। ପୋକମାଛି ଭଳି ଏହି ବିତ୍ତଶାଳୀ ଦେଶରେ ଲୋକଙ୍କ ଜୀବନ ଯାଉଛି। ଖାଲି ସେତିକି ନୁହେଁ, ଏହି ରୋଗର ଚିକିତ୍ସା ଲାଗି ସେଭଳି ଫଳପ୍ରଦ ଔଷଧ ଏପର୍ଯ୍ୟନ୍ତ ବାହାରି ନ ଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସ୍ପେନ୍ରେ ଏବେ ୨.୨୯ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ଥିବାବେଳେ ମୃତ୍ୟୁମୁଖରେ ପଡ଼ିଲେଣି ୨୩,୫୨୧ ବ୍ୟକ୍ତି। ଇଟାଲୀରେ ୨୬,୬୫୦ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୧.୯୭ ଲକ୍ଷ ଟପିଛି। ଫ୍ରାନ୍ସରେ ୧.୬୨ ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଥିବାବେଳେ ୨୨,୮୫୬ ଜଣଙ୍କ ଜୀବନ ଗଲାଣି। ଜର୍ମାନୀରେ ସୋମବାର ସୁଦ୍ଧା ୧.୫୮ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଥିବାବେଳେ ପ୍ରାୟ ୬ ହଜାର ଲୋକ ପ୍ରାଣ ହରାଇଥିବା ଜଣାପଡ଼ିଛି। ବ୍ରିଟେନରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୨୦,୭୩୨ରେ ପହଞ୍ଚିଛି। ଅନ୍ୟ ପ୍ରମୁଖ ଦେଶ ମଧ୍ୟରେ ଇରାନରେ ୫,୮୦୬, ଚାଇନାରେ ୪,୬୩୩, ତୁର୍କୀରେ ୨,୮୦୫, ବ୍ରାଜିଲରେ ୪,୨୯୮, ବେଲଜିୟମରେ ୭,୨୦୭, ନେଦରଲାଣ୍ଡ୍ସରେ ୪, ୫୧୮, ସ୍ବିଡେନରେ ୨, ୨୭୪, ମେକ୍ସିକୋରେ ୧,୩୫୧, କାନାଡାରେ ୨,୬୧୭ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ମହାମାରୀ ଭୂତାଣୁଠାରୁ ବର୍ତ୍ତିବା ଲାଗି ସାମାଜିକ ଦୂରତା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଉଛି। |
https://www.dharitri.com/6-bags-of-cannabis-seized-from-asika-bus-stand-6-arrested/ | ଆସିକା ବସଷ୍ଟାଣ୍ଡରୁ ୬ ବସ୍ତା ଗଞ୍ଜେଇ ଜବତ : ୬ ଗିରଫ
ଆସିକା,୧୨ା୧୦(ଡି.ଏନ୍.ଏ.)-ଆସିକା ବସଷ୍ଟାଣ୍ଡରୁ ପୋଲିସ ରବିବାର ୬ଟି ବସ୍ତାରେ ଚାଲାଣ ହେବାକୁ ଥିବା ୧୩୪ କି.ଗ୍ରା. ଗଞ୍ଜେଇ ଜବତ କରିଛି ା ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି ା ସେମାନେ ହେଲେ କବିସୂର୍ଯ୍ୟନଗର ଥାନା ବଡ଼ମହୁରୀ ଗ୍ରାମର ପ୍ରବାସୀ ଗୌଡ, ବିଶ୍ୱନାଥ ସାହୁ, ଟୁନା ଗୌଡ ଏବଂ ଶେରଗଡ ଥାନା ବାଦଗଡ଼ ଗ୍ରାମର ସାଇବ ଗୌଡ, ଜିତୁ ଗୌଡ ଓ ନିରାକାର ଗୌଡ଼। ଅଭିଯୁକ୍ତମାନଙ୍କ ନିକଟରୁ ପୋଲିସ ୫ ହଜାର ଟଙ୍କା, ୪ଟି ମୋବାଇଲ ଫୋନ ଜବତ କରିଛି ା ଏ ନେଇ ଆସିକା ଥାନାରେ ନଂ.୫୩୦/୨୦ରେ ମାମଲା ରୁଜୁ କରାଯାଇଥିବା ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୋମବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। |
https://www.dharitri.com/common-people-want-to-get-rid-of-modi-destroyed-everything-kejriwal/ | ମୋଦିଙ୍କଠାରୁ ମୁକ୍ତି ଚାହୁଁଛନ୍ତି ସାଧାରଣ ଲୋକେ, ସବୁକିଛି ନଷ୍ଟ କରି ଦେଲେ: କେଜରିଓ୍ବାଲ…
ବେଙ୍ଗାଲୁରୁ,୧୮।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ଉପରେ ଆମ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ତଥା ଦିଲ୍ଲୀ ସିଏମ ଅରବିନ୍ଦ କେଜରିୱାଲ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ବେଙ୍ଗାଲୁରୁରେ ବିରୋଧୀ ଦଳର ଏକତା ବୈଠକରେ ଯୋଗ ଦେଇଥିବା କେଜରିୱାଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ୍ଷମତାରୁ ହଟାଇବା ଆବଶ୍ୟକ ବୋଲି କହିଛନ୍ତି। ସେ ଦଶ ବର୍ଷ ଶାସନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିବା ସହ ବିଭିନ୍ନ କ୍ଷେତ୍ରରେ ବିଫଳ ହୋଇଥିବା ଦାବି କରିଛନ୍ତି। କେଜରିୱାଲଙ୍କ ମନ୍ତବ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିକ୍ରିୟା ପରୋକ୍ଷରେ ଏଏପି ମଦ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ପରେ ଆସିଛି।
କେଜରିୱାଲ ବିରୋଧୀ ଦଳ ମଧ୍ୟରେ ଏକତାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୋଦି ଘୃଣାଭାବ ବିସ୍ତାର କରି ଦେଶରେ ଅର୍ଥନୈତିକ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି। ଅର୍ଥନୀତିର ସ୍ଥିତି, ଉଚ୍ଚ ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟାକୁ ସେ ଧ୍ୟାନ ଦେବା ଆବଶ୍ୟକ ବୋଲି ଦର୍ଶାଇଥିଲେ। କେଜରିୱାଲ କହିଛନ୍ତି ଦେଶର ଲୋକମାନେ ନେତୃତ୍ୱରେ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ଏଥିପାଇଁ ସମସ୍ତେ ଏକାଠି ହେବା ଉଚିତ। କେଜରିୱାଲ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ସମସ୍ତ କ୍ଷେତ୍ରକୁ ନଷ୍ଟ କରିଦେଇଛନ୍ତି ଏବଂ ଲୋକଙ୍କ ମଧ୍ୟରେ ଘୃଣା ସୃଷ୍ଟି କରିଛନ୍ତି। ଅର୍ଥନୀତି ଅଡୁଆରେ ପଡିଛି, ମୁଦ୍ରାସ୍ଫୀତି ଏବଂ ବେକାରୀ ଅଧିକ। ଏବେ ଜନସାଧାରଣ ପିଏମ ମୋଦିଙ୍କଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି।
ବେଙ୍ଗାଲୁରୁରେ ବିରୋଧୀ ଦଳର ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଆମ ଆଦମୀ ପାର୍ଟିକୁ ଅପମାନିତ କରିଥିଲେ। ସେ ମଦ ଦୁର୍ନୀତି ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଏଏପି ପରିବର୍ତ୍ତନର ପ୍ରତିଶ୍ରୁତି ଦେଇଥିବା କହିଥିଲେ। |
https://www.dharitri.com/50000-devotees-at-the-damodar-fair/ | ଦାମୋଦର ମେଳାରେ ୫୦ ହଜାର ଶ୍ରଦ୍ଧାଳୁ
ଠାକୁରମୁଣ୍ଡା,୨୧।୧ (ଡି.ଏନ.ଏ. ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡ ନିକଟ ବୈତରଣୀ ନଦୀର ସ୍ବତୀ ଘାଟରେ ସାନ୍ତାଳ ସମ୍ପ୍ରଦାୟର ଅସ୍ଥି ବିସର୍ଜନ ବା ଦାମୋଦର ମେଳା ଗୁରବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଓ ବାଲେଶ୍ୱର ଜିଲା ସମେତ ଝାଡ଼ଖଣ୍ଡ ରାଜ୍ୟରୁ ପ୍ରାୟ ୫୦ ହଜାରରୁ ଊଦ୍ଧର୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଚଳିତ ବର୍ଷ ମୋଟ ୧୬୧୩ ଅସ୍ଥି ବିସର୍ଜନ ହୋଇଥିବା ନେଇ ମେଳାର ଆୟୋଜକ ମାରାଙ୍ଗ ବୁରୁ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ଠାକୁରମୁଣ୍ଡା ଥାନା ଆଇଆଇସି ପ୍ରମୋଦା ନାୟକଙ୍କ ନେତୃତ୍ୱରେ ପୋଲିସ ଟିମ୍, ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ଅଗ୍ନିଶମ ବିଭାଗ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। କମିଟିର ସଭାପତି ଦଶରଥ ସୋରେନ, ସମ୍ପାଦକ ଭାଗୀରଥି ଟୁଡୁ, ବସନ୍ତ ସୋରେନ, ଭୀମସେନ ଟୁଡୁ, ବିଜୟ ଟୁଡୁ, ସଞ୍ଜୟ ମାଝୀ, ନିମାଇଁ ହେମ୍ବ୍ରମ, ଲଲମୋହନ ମାଝୀ, ବିଜୟ ଟୁଡୁ ପ୍ରମୁଖ କର୍ମକର୍ତ୍ତାମାନେ ମେଳା ପରିଚାଳନାରେ ସହଯୋଗ କରିଥିଲେ। |
https://www.dharitri.com/agriculture-will-be-developed-if-new-approaches-are-adopted/ | ‘ନୂତନ ପଦ୍ଧତି ଆପଣାଇଲେ କୃଷିର ବିକାଶ ହେବ’
ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ସହିତ କୃଷକମାନଙ୍କ ଆୟ ବୃଦ୍ଧି କରିବାକୁ ହେଲେ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞନକୌଶଳ ବ୍ୟବହାର କରିବାକୁ ପଡ଼ିବ। ସମୟର ଆହ୍ବାନ ହେଲା ପରିବର୍ତ୍ତିତ ପରିସ୍ଥିତିରେ ନୂତନ ବ୍ୟବସ୍ଥାକୁ ଆପଣାଇବା ଦରକାର। ଜଳବାୟୁ ପରିବର୍ତ୍ତନ ଓ ବଜାର ଚାହିଦାକୁ ଦୃଷ୍ଟିରେ ରଖି ପାରମ୍ପରିକ ପଦ୍ଧତି ବଦଳରେ ନୂତନ ପଦ୍ଧତିକୁ ଆପଣାଇ ପାରିଲେ କୃଷିର ସାମଗ୍ରିକ ବିକାଶ ହୋଇପାରିବ ବୋଲି ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସରକାରୀ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ମଙ୍ଗଳବାର ‘କୃଷି ଓଡ଼ିଶା’ର ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ପଣ୍ଡା କହିଛନ୍ତି, ନୂତନ ଜ୍ଞାନକୌଶଳର ବ୍ୟବହାର ନିମନ୍ତେ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ଅନେକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ଏ ଦିଗରେ ଯୁବ ଉଦ୍ୟୋଗୀମାନେ ଷ୍ଟାର୍ଟଅପ୍ ଗଠନ ମାଧ୍ୟମରେ ନୂତନ ସୁଯୋଗ ସୃଷ୍ଟି କରିପାରିବେ। ଏଥି ସହିତ ସମନ୍ବିତ କୃଷି ଦ୍ୱାରା କୃଷକଙ୍କ ସାମଗ୍ରିକ ଆୟ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ପଣ୍ଡା କହିଛନ୍ତି।
କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି, ସମ୍ପ୍ରତି ‘କୃଷି ଓଡ଼ିଶା’ର ଲୋକପ୍ରିୟତା ବୃଦ୍ଧି ପାଇବାରୁ ଏହା ଏକ ବୃହତ୍ ମେଳା ଭାବେ ତା’ର ଉପସ୍ଥିତି ଜାହିର କରିପାରିଛି। ଏହି ‘କୃଷି ଓଡ଼ିଶା’ରୁ ଚାଷୀମାନେ ବହୁତ କିଛି ଶିଖିବାକୁ ପାଆନ୍ତି। ପରବର୍ତ୍ତୀ ସମୟରେ ସେମାନେ କିଭଳି ଅଧିକ ଅମଳ କରିବେ, ଅଧିକ ଲାଭବାନ ହେବେ ସେଥିଲାଗି ଚେଷ୍ଟା କରନ୍ତି। ‘କୃଷି ଓଡ଼ିଶା’ର ବିଭିନ୍ନ ଦିବସରେ କୃଷି ପାଠଶାଳାର ଆୟୋଜନ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି। ମଙ୍ଗଳବାର ଏହି କ୍ରମରେ ‘କୃଷକ ଉତ୍ପାଦନକାରୀ ଗୋଷ୍ଠୀକୃଷକ ସଶକ୍ତୀକରଣ ନିମନ୍ତେ ଏକ ଅଭିନବ ପଦକ୍ଷେପ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କୃଷକ ଉତ୍ପାଦକ ଗୋଷ୍ଠୀର ଉତ୍ପାଦିତ ବିକ୍ରିବଟା ସୁବିଧା ନିମନ୍ତେ ବିଭାଗ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ‘ଫୁଲଚାଷ, ଜୀବିକା ନିର୍ବାହ ଏବଂ ସମୃଦ୍ଧିର ଏକ ନୂତନ ଦିଗନ୍ତ’ ସଂକ୍ରାନ୍ତ ଆଲୋଚନା ଚକ୍ର ଫୁଲଚାଷୀଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିଛି। ସମ୍ପ୍ରତି ରାଜ୍ୟ ୩୦୦୦ କୋଟି ଟଙ୍କାରୁ ଅଧିକ ମତ୍ସ୍ୟ ରପ୍ତାନୀ କରୁଛି। ‘ମାଛଚାଷ-ଚାଷୀଙ୍କ ଆର୍ଥିକ ଉନ୍ନତିର ସୁଗମ ପଥ’ ଆଲୋଚନାଚକ୍ର ରାଜ୍ୟରେ ମାଛ ଉତ୍ପାଦନ ଓ ରପ୍ତାନୀ ବୃଦ୍ଧି ଦିଗରେ ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ସାହୁ କହିଛନ୍ତି। ପ୍ରାରମ୍ଭରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରତ୍ନାକର ରାଉତ ସ୍ବାଗତ ଭାଷଣ ଦେଇଥିବାବେଳେ ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କୃଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ଅତିଥିମାନଙ୍କ ଦ୍ୱାରା ଏକ୍ସପର୍ଟ କମିଟି ରେକମଣ୍ଡେସନ୍ ପୁସ୍ତକ ଲୋକାର୍ପିତ ହୋଇଯାଇଛି। |
https://www.dharitri.com/the-lover-stabbed-himself/ | ପ୍ରେମିକାଙ୍କ ସହ ଝଗଡ଼ା କରି ନିଜ ଦେହରେ ଛୁରି ଭୁସିଲେ ପ୍ରେମିକ
ଖଲ୍ଲିକୋଟ,୧୯ା୬(ପ୍ରଶାନ୍ତ କୁମାର ମିଶ୍ର): ପ୍ରେମିକାଙ୍କ ସହ ଝଗଡ଼ା କରି ନିଜ ପେଟକୁ ନିଜେ ଛୁରି ମାରିଛନ୍ତି ପ୍ରେମିକ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ସୁମୁଣ୍ଡଳ ଗ୍ରାମରେ। ଉକ୍ତ ଘଟଣା ଘଟିଛି ବେଗୁନିଆପଡ଼ା ଥାନା ଅନ୍ତର୍ଗତ ସୁମୁଣ୍ଡଳ ଗ୍ରାମରେ। ପାଟପୁର ଥାନା କଂସାମାରି ଗ୍ରାମର ସୁନୀଲ କୁମାର ସାହୁ (୨୪) ସୁମଣ୍ଡଳ ଗ୍ରାମର ଜଣେ ୨୧ ବର୍ଷୀୟା ଯୁବତୀକୁ ଭଲ ପାଉଥିଲେ। ସୁନୀଲ ବୁଧବାର ନିଜ ଗ୍ରାମରୁ ସୁମଣ୍ଡଳକୁ ପ୍ରେମିକାଙ୍କୁ ଦେଖାକରିବାକୁ ଆସିଥିବା ବେଳେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପ୍ରଥମେ ତାଙ୍କୁ ଖଲ୍ଲିକୋଟ ମେଡିକାଲ ଅଣାଯାଇଥିଲା ପରେ ବ୍ରହ୍ମପୁର ପଠାଯାଇଛି। ଏଥିରେ ଉତ୍କ୍ଷିପ୍ତ ହୋଇ ସୁନୀଲ ନିଜ ପେଟକୁ ନିଜେ ଛୁରିରେ ଭୁସି ଦେଇଥିଲେ। ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ନରେଶ କୁମାର ସାହୁ ମେଡିକାଲରେ ପହଞ୍ଚି ଆହତ ପ୍ରେମିକଙ୍କୁ ପଚରାଉଚରା କରିଥିଲେ। |
https://www.dharitri.com/how-omikran-came-to-india/ | କେମିତି ଭାରତକୁ ଆସିଲା ଓମିକ୍ରନ୍
ବେଙ୍ଗାଲୁରୁ,୩।୧୧: କରୋନା ଭାଇରସ ଓମିକ୍ରନର ନୂତନ ଭାରିଆଣ୍ଟକୁ ସମଗ୍ର ବିଶ୍ୱରେ ଭୟର ବାତାବରଣ ଅଛି । ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକମାନେ ଅନୁସନ୍ଧାନରେ ନିୟୋଜିତ ଅଟନ୍ତି। ଚଳିତ ସପ୍ତାହ ମଧ୍ୟରେ ଓମିକ୍ରନ ୨୯ଟି ଦେଶକୁ ବ୍ୟାପିଛି। ଏପର୍ଯ୍ୟନ୍ତ ୩୭୩ ଜଣ ଲୋକ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ଓମିକ୍ରନ ମଧ୍ୟ ଭାରତରେ ପଶିଛି। କର୍ନାଟକରେ ପ୍ରଥମ ଦୁଇ ଜଣ ଲୋକ ଏହି ଭାରିଆଣ୍ଟର ଶିକାର ହୋଇଛନ୍ତି। ଏହା ପରେ ଆଉ ପାଞ୍ଚ ଜଣ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଡିସେମ୍ବର ୨ରେ ଭାରତର କର୍ନାଟକ ସହରରେ ଏହି ପ୍ରକାରର ଦୁଇଟି ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ଦକ୍ଷିଣ ଆଫ୍ରିକାର ଫେରିଥିଲେ ଏବଂ ଅନ୍ୟଟି ସ୍ଥାନୀୟ ସ୍ବାସ୍ଥ୍ୟ କର୍ମୀ। ତେବେ ଭୟର ବାତାବରଣ ସୃଷ୍ଟି ନ କରିବାକୁ ଏବଂ କରୋନା ପ୍ରୋଟୋକଲକୁ କଡାକଡି ପାଳନ ନ କରିବାକୁ ମନ୍ତ୍ରଣାଳୟ ଲୋକମାନଙ୍କୁ ନିବେଦନ କରିଛି। ଏଥି ସହ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଶୁକ୍ରବାର ଏକ ଉଚ୍ଚ ସ୍ତରୀୟ ବୈଠକ କରି ରାଜ୍ୟରେ ଅଧିକ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି।
କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ କେ ସୁଧାକର କହିଛନ୍ତି ଯେ ଓମିକ୍ରନରେ ସଂକ୍ରମିତ ହୋଇଥିବା ଜଣେ ୬୬ ବର୍ଷ ବୟସ୍କ ବ୍ୟକ୍ତି ଦକ୍ଷିଣ ଆଫ୍ରିକା ଗସ୍ତରେ ଫେରିଛନ୍ତି। ଅନ୍ୟ ଜଣେ ୪୬ ବର୍ଷୀୟ ରୋଗୀ ସେପରି କୌଣସି ଯାତ୍ରା କରିନାହାଁନ୍ତି। ସେ ଜଣେ ସ୍ବାସ୍ଥ୍ୟ କର୍ମୀ, ଉଭୟ ରୋଗୀଙ୍କୁ କେବଳ ଜ୍ୱର ହୋଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉଭୟ ସଂକ୍ରମିତ ରୋଗୀ ଟିକା ନେଇଛନ୍ତି। ଜଣେ ରୋଗୀ ସଂକ୍ରମିତ ରୋଗୀ ଉଭୟ ଡୋଜ୍ ଟିକା ନେଇଥିବାବେଳେ ଅନ୍ୟ ରୋଗୀ ପ୍ରଥମ ଡୋଜ ନେଇଛନ୍ତି। |
https://www.dharitri.com/ମହାରାଷ୍ଟ୍ର-ଅପେକ୍ଷା-ହରିୟା/ | ମହାରାଷ୍ଟ୍ର ଅପେକ୍ଷା ହରିୟାଣା ବିଧାୟକ ଅଧିକ ପାଠୁଆ
ନୂଆଦିଲ୍ଲୀ : ସଦ୍ୟସମାପ୍ତ ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ର ଅପେକ୍ଷା ହରିୟାଣାରେ ଅଧିକ ଶିକ୍ଷତ ବିଧାୟକ ଅଛନ୍ତି। ପିଆର୍ଏସ୍ ଲେଜିସ୍ଲେଟିଭ୍ ରିସର୍ଚ୍ଚ ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି। ମହାରାଷ୍ଟ୍ରର ମୋଟ ୨୮୮ ବିଧାୟକଙ୍କ ମଧ୍ୟରୁ ୫୭ ପ୍ରତିଶତ ସ୍ନାତକ ପାସ୍ କରିଥିବାବେଳେ ହରିୟାଣାରେ ଏହା ୬୯ ପ୍ରତିଶତ ବୋଲି ଜଣାପଡ଼ିଛି। ମହାରାଷ୍ଟ୍ରର ୧୫ ପ୍ରତିଶତ ବିଧାୟକ ସ୍ନାତକୋତ୍ତର ପାସ୍ କରିଥିବାବେଳେ ହରିୟାଣାରେ ଏହା ୧୮ ପ୍ରତିଶତ। ବୟସକୁ ଯଦି ବିଚାରକୁ ନେବା, ତେବେ ମହାରାଷ୍ଟ୍ରର ୮୫ ପ୍ରତିଶତ ବିଧାୟକ ୪୦ ବର୍ଷରୁ ଊର୍ଦ୍ଧ୍ୱ ବୟସର। କିନ୍ତୁ ହରିୟାଣା ବିଧାୟକଙ୍କ ବୟସ ହାର ୫୫ ବର୍ଷ। ହେଲେ ଦୁଇ ରାଜ୍ୟରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ବହୁତ କମ ରହିଛି। ମହାରାଷ୍ଟ୍ରରେ ୨୪ ମହିଳା ପ୍ରାର୍ଥୀ (୮ ପ୍ରତିଶତ) ନିର୍ବାଚନ ଜିଣିଥିବାବେଳେ ହରିୟାଣାରେ ଏହା ୧୦ ପ୍ରତିଶତ ଅଛି। ୨୦୧୪ ବିଧାନସଭା ନିର୍ବାଚନ ପରେ ହରିୟାଣାରେ ମହିଳା ପ୍ରତିନିଧିଙ୍କ ହାର ୧୪ ପ୍ରତିଶତ ଥିଲା। ନବନିର୍ବାଚିତ ବିଧାୟକଙ୍କ ପ୍ରୋଫାଇଲ ତର୍ଜମା କରାଯିବା ପରେ ପିଆର୍ଏସ୍ ପକ୍ଷରୁ ଏଭଳି ରିପୋର୍ଟ ଉପସ୍ଥାପନ କରାଯାଇଥିବା ଜଣାପଡ଼ିଛି। |
https://www.dharitri.com/young-girl-was-making-instagram-reels-with-dog/ | କୁକୁର ସହ ରିଲ୍ କରୁଥିଲେ ଯୁବତୀ, ରାଗିଗଲା କୁକୁର; ଆଉ ତା’ ପରେ…
ଆଜିକାଲି ସୋସିଆଲ ମିଡିଆରେ ରିଲ୍ କରିବା ଏକ ଟ୍ରେଣ୍ଡ ଚାଲିଛି। ଯେତେବେଳେ ଲୋକେ ଟିକେ ସୁଯୋଗ ପାଉଛନ୍ତି, ସଙ୍ଗେ ସଙ୍ଗେ ରିଲ୍ ତିଆରିରେ ମାତିଯାଆନ୍ତି। ଏବେ ଏମିତି ଦୃଶ୍ୟ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। କେହି ଅଫିସରେ ରିଲ୍ କରୁଛନ୍ତି ତ ଆଉ କିଏ ରାସ୍ତାରେ। କିଛି ଲୋକ ସେମାନଙ୍କର ପଶୁମାନଙ୍କୁ ମଧ୍ୟ ଏଥିରେ ଲଗାଇଥାନ୍ତି।
ସୋସିଆଲ ମିଡିଆରେ ଏବେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଯୁବତୀ କୁକୁର ସହିତ ଇନଷ୍ଟାଗ୍ରାମ୍ ରିଲ୍ ତିଆରି କରୁଛନ୍ତି। ମଝିରେ କୁକୁର ଏମିତି ରାଗିଗଲା ଯେ, ଯାହା କଲା ଦେଖିଲେ ହସ ରୋକିପାରିବେ ନାହିଁ।
ଏହି ଭିଡିଓଟି ଇନଷ୍ଟାଗ୍ରାମରେ smriti.rajput1137 ନାମକ ଜଣେ ୟୁଜର ଶେୟାର କରିଛନ୍ତି। ଭିଡିଓରେ ଦେଖିବେ ଜଣେ ଯୁବତୀ ଏକ ଲାଲ ସୁଟ୍ ପିନ୍ଧି ଇନ୍ଷ୍ଟାଗ୍ରାମ ରିଲ୍ ତିଆରି କରୁଛନ୍ତି। କୁକୁର ସହ ମିଶି ରିଲ୍ କରୁଛନ୍ତି। ଏଥିରେ କୁକୁରଟି ଏତେ ରାଗିଗଲା ଯେ, କାମୁଡ଼ିବାକୁ ଉଦ୍ୟତ ହେଲା। ମାତ୍ର ପରେ ଛାଡ଼ିଦେଲା। ସୌଭାଗ୍ୟ ବଶତଃ ଯୁବତୀ ଜଣକ ବର୍ତ୍ତିଗଲେ।
ଭିଡିଓଟିକୁ ଲୋକେ ବହୁତ ପସନ୍ଦ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓଟିକୁ ୪ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଭିଡିଓରେ ୟୁଜରମାନେ ବହୁତ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଯଦି ସେ କାମୁଡ଼ିଥାନ୍ତେ ତେବେ ସେ ଜାଣିଥାନ୍ତେ। ଅନ୍ୟ ଜଣେ ଲେଖିଛନ୍ତି, କୁକୁରମାନଙ୍କ ସହିତ ସର୍ବଦା ସତର୍କ ରୁହନ୍ତୁ। ନଚେତ୍ ଏପରି ଭୋଗିବେ। |
https://www.dharitri.com/sam-altman-to-return-as-openai-ceo-new-board-to-be-formed/ | ଓପନ ଏଆଇକୁ ଫେରିଲେ ସାମ୍ ଅଲଟମ୍ୟାନ, କମ୍ପାନୀ ପକ୍ଷରୁ ସୂଚନା
ଓ୍ବାଶିଂଟନ୍,୨୨।୧୧: ବହିଷ୍କାର ହେବାର ସପ୍ତାହେ ନ ପୁରୁଣୁ ପୁଣି ଥରେ କମ୍ପାନୀକୁ ଫେରିଛନ୍ତି ଓପନଏଆଇର ସିଇଓ ସାମ୍ ଅଲଟମ୍ୟାନ। ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।
ସାମ୍ ସିଇଓ ଓ ଗ୍ରେଗ୍ ବ୍ରାକମ୍ୟାନ ପ୍ରେସିଡେର୍ଟ ଭାବେ ପୁରି ଥରେ କମ୍ପାନୀକୁ ଫେରୁଛନ୍ତି। ଏଥିପାଇଁ ଏକ ନୂଆ ବୋର୍ଡ ଗଠନ କରାଯାଇଛି।
ସୂଚନାଯୋଗ୍ୟ, ଅଓପଏଆଇ ଛାଡିବା ପରେ ସାମ୍ ମାଇକ୍ରୋସଫ୍ଟରେ ଯୋଗ ଦେବା ନେଇ କୁହାଯାଉଥିଲା। ଏପରିକି ସତ୍ୟା ନାଡେଲା ଏସମ୍ପର୍କରେ ଟ୍ବିଟ୍ କରିଥିଲେ। ଏହାପରେ ସାମ୍ ପୁଣିଫେରିବା ନେଇ ସତ୍ୟା ନାଡେଲାଙ୍କ ହାତ ଥିବା କୁହାଯାଉଛି। ତେବେ ସାମ୍ ଏ ବିଷୟରେ ମଧ୍ୟ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ସୂଚନା ଦେଇଛନ୍ତି। ସେ ସତ୍ୟାଙ୍କ ଯୋଗୁ ପୁଣି ଫେରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। |
https://www.dharitri.com/the-indian-team-arrived-in-chennai/ | ଚେନ୍ନାଇରେ ପହଞ୍ଚିଲା ଭାରତୀୟ ଦଳ
ଚେନ୍ନାଇ,୨।୮: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟ ଖେଳିବା ପାଇଁ ଭାରତୀୟ ଦଳ ମଙ୍ଗଳବାର ଚେନ୍ନାଇରେ ପହଞ୍ଚତ୍ଛି। ବିମାନବନ୍ଦରରେ ବହୁ ସଂଖ୍ୟାରେ ପ୍ରଶଂସକ ଉପସ୍ଥିତ ରହି ଭାରତୀୟ ଦଳକୁ ସ୍ବାଗତ କରିଥିଲେ। ଟାଇଟଲ ଜିତିବା ଲକ୍ଷ୍ୟରେ ଥିବା ହରମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳ ଆସନ୍ତା ୩ ତାରିଖରେ ଏହାର ପ୍ରଥମ ମ୍ୟାଚରେ ଚାଇନାକୁ ଭେଟିବ। ଟୁର୍ନାମେଣ୍ଟ ଇତିହାସ ଦେଖିଲେ ଭାରତ ଓ ପାକିସ୍ତାନ ସବୁଠାରୁ ସଫଳ ଦଳ। ଉଭୟ ଦଳ ୩ ଥର ଲେଖାଏ ଟାଇଟଲ ଜିତିଛନ୍ତି। ତେଣୁ ଏଥର ରେକର୍ଡ ୪ର୍ଥ ଥରପାଇଁ ଟ୍ରଫି ଜିତି ଦେଶକୁ ଗର୍ବିତ କରିବା ଆଶାରେ ରହିଛି ଘରୋଇ ଦଳ। ଟୁର୍ନାମେଣ୍ଟରେ ଭାରତୀୟ ଦଳ ଜାପାନ, କୋରିଆ, ପାକିସ୍ତାନ, ଚାଇନା ଓ ମାଲେସିଆ ସହିତ ମୁକାବିଲା କରିବ। ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମରେ ଟୁର୍ନାମେଣ୍ଟ ୩ରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଟୁର୍ନାମେଣ୍ଟ ଫର୍ମାଟ ଅନୁସାରେ ଅଂଶଗ୍ରହଣକାରୀ ୬ ଦଳ ରାଉଣ୍ଡ ରବିନ ଫର୍ମାଟରେ ପରସ୍ପର ସହିତ ୫ଟି ଲେଖାଏ ମ୍ୟାଚ ଖେଳିବେ। ଏହାପରେ ଶ୍ରେଷ୍ଠ ୪ ଦଳ ସେମିଫାଇନାଲରେ ପ୍ରବେଶ କରିବେ।
ଭାରତୀୟ ଦଳର ଭଲ ପ୍ରଦର୍ଶନ ନେଇ ମୁଖ୍ୟ କୋଚ୍ କ୍ରେଗ୍ ଫଲଟନ ଆଶାବାଦୀ ଅଛନ୍ତି। ”ସ୍ପେନରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଆମର ପ୍ରଦର୍ଶନ ଖୁବ୍ ଭଲ ରହିଥିଲା। ଗତ ୧୦ ଦିନ ମଧ୍ୟରେ ଆମେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଭେଟି ପ୍ରଭାବୀ ଖେଳ ଦେଖାଇଥିଲୁ। ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ମଧ୍ୟ ଆମେ ରଣନୀତିରେ କେତେକ ପରିବର୍ତ୍ତନ କରି ଖେଳିବୁ“ ବୋଲି ଫଲଟନ କହିଛନ୍ତି। |
https://www.dharitri.com/nora-fatehi-looks-like-princess-with-horse/ | ରାଜକୁମାରୀ ଲୁକରେ ନୋରା
ମୁମ୍ବାଇ: ନୋରା ଫତେହି । ଆଜିକାଲି ଯୁବବର୍ଗଙ୍କ ପାଇଁ ଏହି ନାଁ ହିଁ ବହୁତ କିଛି । ଡ୍ୟାନ୍ସିଂ କୁଇନ୍ ତଥା ବଲିଉଡ୍ ଅଭିନେତ୍ରୀ ନୋରା ଫତେହି ତାଙ୍କ ସୁନ୍ଦରତା ପାଇଁ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ଡ୍ୟାନ୍ସକୁ ନେଇ । ତେବେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ଅଭିନେତ୍ରୀ ଅନେକ ସମୟରେ ନିଜର କିଛି ଫଟୋ ଓ ଭିଡିଓକୁ ନେଇ ମଧ୍ୟ ଆସିଥାଆନ୍ତି ଚର୍ଚ୍ଚାକୁ । ଏବେ ନିକଟରେ ତାଙ୍କର ଏକ ମ୍ୟୁଜିକ ଭିଡିଓ ‘ଛୋଡ ଦେଙ୍ଗେ’ ରିଲି୍ଜ ହୋଇଥିଲା । ଯେଉଁଥିରେ ନୋରାଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଥିଲା । ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ପ୍ରିନସେସ୍ ବା ରାଜକୁମାରୀ ବେଶରେ ନଜର ଆସିଛନ୍ତି । ହ୍ୱାଇଟ ବ୍ଲେଜର ସହ ବ୍ଲାକ ହାଫ୍ ନେଟ୍ ଡିଜାଇନ୍ ଟପ୍ରେ ନଜର ଆସିଛନ୍ତି ନୋରା । ତେବେ ଫଟୋଟି ତାଙ୍କ ପ୍ରଶଂସକଙ୍କ ମନକୁ ବେଶ୍ ପାଇଛି । ଏହା ‘ଛୋଡ ଦେଙ୍ଗେ’ ଗୀତର ଶୁଟିଂ ସମୟର ଫଟୋ । ନିଜେ ନୋରା ଏହି ଫଟୋକୁ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି । ସୂଚନାଯୋଗ୍ୟ, ଏହି ଗୀତରେ ନୋରାଙ୍କ ଭଲ ପାଇବା ଓ ବିଶ୍ୱାସକୁ ଧୋକା ଦେଇଥିବା ବ୍ୟକ୍ତି ଉପରେ ସେ ପ୍ରତିଶୋଧ ନେଉଛନ୍ତି । ଗୀତରେ କେତେକ ସ୍ଥାନରେ ନୋରା ବନଜାରନ ଅବତାରରେ ବି ନଜର ଆସିଛନ୍ତି । |
https://www.dharitri.com/ଚନ୍ଦ୍ରଯାନ-୨କୁ-ନେଇ-ପ୍ରତିକ/ | ଚନ୍ଦ୍ରଯାନ-୨କୁ ନେଇ ପ୍ରତିକ୍ରିୟା ରଖିଲେ ମମତା
କୋଲକାତା,୬।୯: ଭାରତ ଚନ୍ଦ୍ରପୃଷ୍ଠରେ ଏକ ନୂଆ ମାଇଲଖୁଣ୍ଟ ତିଆରି କରିବାକୁ ଯାଉଛି। ୪୮ ଦିନର ଯାତ୍ରା ପରେ ଶୁକ୍ରବାର ବିଳମ୍ବିତ ରାତିରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରି ଇତିହାସ ରଚିବ। ଏହି ମିଶନର ସଫଳତାକୁ ନେଇ ସାରା ଦେଶ ବେଶ ଉତ୍ସାହିତ ଥିବା ବେଳେ ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଦେଶରେ ଚାଲୁଥିବା ଆର୍ଥିକ ମାନ୍ଦାବସ୍ଥାରୁ ନଜର ହଟାଇବା ପାଇଁ ଚନ୍ଦ୍ରୟାନ-୨ ମିଶନର ସହାରା ନିଆଯାଉଛି। ସତରେ ଯେମିତି ଦେଶରେ ଏହି ମିଶନ ପ୍ରଥମ ଥର ହେଉଛି। ଏହା ଆର୍ଥିକ ମାନ୍ଦାବସ୍ଥାରୁ ସମସ୍ତଙ୍କ ଦୃଷ୍ଟି ହଟାଇବା ପାଇଁ ପ୍ରୟାସ କରାଯାଉଛି ବୋଲି ମମତା କହିଛନ୍ତି। |
https://www.dharitri.com/16-drugs-declared-toxic-by-dcgi/ | ଏହି ୧୬ ଔଷଧକୁ ବିଷାକ୍ତ ଘୋଷଣା କଲା ଡିସିଜିଆଇ
ନୂଆଦିଲ୍ଲୀ,୨୩ା୯:ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ୧୬ଟି ସାଧାରଣ ବ୍ୟବହୃତ ଔଷଧକୁ ବିଷାକ୍ତ ଘୋଷଣା କରିଛନ୍ତି। ଏହି ଔଷଧଗୁଡ଼ିକ ନିୟାମକର ମାନ ଏବଂ ନରାପତ୍ତା ପରୀକ୍ଷାରେ ବିଫଳ ହୋଇଛି। ବିଷାକ୍ତ ଘୋଷିତ ଔଷଧ ମଧ୍ୟରେ ରହିଛି ରକ୍ତଚାପ ନିୟନ୍ତ୍ରଣ ପାଇଁ ବହୁଳ ବ୍ୟବହୃତ ଗ୍ଲେନ୍ମାର୍କ ଫାର୍ମାସ୍ୟୁଟିକାଲର ଟେଲ୍ମା ଏଚ୍, ପିତ୍ତାଶୟ ପଥୁରୀ ଚିକିତ୍ସା ପାଇଁ ବ୍ୟବହୃତ ସନ୍ ଫାର୍ମାସ୍ୟୁଟିକାଲର ଓସ୍ରୋକଲ୍-୩୦୦, ଫୁସ୍ଫୁସୀୟ ଧମନୀ ଉଚ୍ଚ ରକ୍ତଚାପ ଚିକିତ୍ସାରେ ଲାଗୁଥିବା ପୁଲମୋସିଲ୍ ଇଞ୍ଜେକ୍ାନ ଏବଂ ଗ୍ୟାଷ୍ଟ୍ରିକ୍ ଚିକିତ୍ସା ପାଇଁ ପାଣ୍ଟୋସିଡ୍। ବିଦେଶରେ କେତେକ ଭାରତୀୟ ଔଷଧ ମାନକ ପରୀକ୍ଷାରେ ଫେଲ୍ ମାରିବା ପରେ କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ସଂଗଠନ (ସିଡିଏସ୍ସିଓ) ଏବଂ ରାଜ୍ୟ ଔଷଧ ନିୟନ୍ତ୍ରକ (ଏସ୍ଡିସି)ଗୁଡ଼ିକ ଗତ ବର୍ଷକ ମଧ୍ୟରେ ୪୦୦ରୁ ଊର୍ଦ୍ଧ୍ୱ ଔଷଧ କମ୍ପାନୀ ପରିସରରେ ଅନୁଧ୍ୟାନ କରିଥିଲେ। ୩୦୦ରୁ ଅଧିକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହ ଉତ୍ପାଦନ ଅର୍ଡର ବନ୍ଦ କରିବା, ସ୍ଥଗିତ ରଖିବା, ଲାଇସେନ୍ସ ବାତିଲ ଆଦି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ନିୟାମକ ଡେଟାବେସ୍ ଦ୍ୱାରା ପାଜିଭା-୪୦, ପାଣ୍ଟୋମେଡ୍-୪୦, ସେଫିକ୍ସାଇମ୍ ଓରାଲ ସସ୍ପେନ୍ଶନ ଆଇପି, ମକ୍ସିମେଡ୍ ସିଭି, ଫ୍ରୁସ୍ମାଇଡ୍ ଇଞ୍ଜେକ୍ଶନ ଆଇପି ୨୦ ଏମ୍ଜି, ନୋଡୋସିସ୍ ଟାବ୍ଲେଟ୍, ପାଣ୍ଟୋପ୍ରାଜୋଲ ଇଞ୍ଜେକ୍ଶନ, ବିଭି ୪୦ ଏମ୍ଜି ଉପଯୁକ୍ତ ମାନର ହୋଇ ନ ଥିବା ତାଲିକାରେ ରଖାଯାଇଥିଲା। ତେବେ ରଦ୍ଦ ହୋଇଥିବା ଏକ ନିର୍ଦ୍ଦିଷ୍ଟ ବ୍ୟାଚ୍ର ଔଷଧକୁ ସନ୍ ଫାର୍ମାସ୍ୟୁଟିକାଲ୍ସ ଏବଂ ଗ୍ଲେନ୍ମାର୍କ ଫାର୍ମାସ୍ୟୁଟିକାଲ ଉତ୍ପାଦନ କରି ନ ଥିବା ଡିସିଜିଆଇକୁ ଜଣାଇଛନ୍ତି। |
https://www.dharitri.com/a-bear-is-walking-around-the-village/ | ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ
କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି ପ୍ରହରରେ ବୁଲୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଭାଲୁଟି ନିଜର ଗୋଠରୁ ଅଲଗା ହୋଇ ଇତସ୍ତତଃ ଭାବେ ଗାଁ ନିକଟରେ ଥିବା ଜଙ୍ଗଲ ନିକଟରେ ବୁଲାବୁଲି କରୁଛି। ବେଳେବେଳେ ଖାଦ୍ୟ ଅନେଷ୍ବଣରେ ଗାଁ ନିକଟକୁ ଚାଲି ଆସୁଥିବା ବେଳେ ଆମପାଣିରୁ ପାତ୍ରବସାକୁ ସଂଯୋଗ କରୁଥିବା ରାସ୍ତାକଡ଼କୁ ଆସୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏନେଇ ଗ୍ରାମବାସୀମାନେ ଆମପାଣି ଫରେଷ୍ଟ ସେକ୍ସନ କର୍ମଚାରୀଙ୍କୁ ଖବର ଦେବାପରେ କର୍ମଚାରୀମାନେ ଆସି ଭାଲୁର ଗତିପଥ ଉପରେ ନଜର ରଖିବା ସହ ଭାଲୁ ଚଲାପଥରେ ନ ଯିବାକୁ ଗ୍ରାମବାସୀଙ୍କୁ ବାରଣ କରିଛନ୍ତି। ଏପରିକି ରାତିରେ ଘରୁ ବାହାରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ସଚେତନ କରିଛନ୍ତି। |
https://www.dharitri.com/cannabis-seize/ | ଦାମୀ କାର୍ରେ ଚାଲାଣ ହେଉଥିଲା ବିପୁଳ ପରିମାଣର ଗଞ୍ଜେଇ, ଧରିଲା ଅବକାରୀ
ବ୍ରହ୍ମପୁର ଅଫିସ,୨୧ା୯: ଅବକାରୀ ଗୋଇନ୍ଦା ପୋଲିସ ବୁଧବାର ଭୋର୍ରୁ ୧୫ ଲକ୍ଷର ଦାମୀ କାର୍ ସହ ୧୨୦ କେଜି ଗଞ୍ଜେଇ ଜବତ କରିଛି। ଅବକାରୀ ପୋଲିସ ଓ ସ୍ଥାନୀୟ ଲୋକେ ପିଛା କରୁଥିବା ଦେଖି ଗଞ୍ଜେଇ ଚାଲାଣକାରୀ ଜଣଙ୍କ ରାସ୍ତା ଉପରେ କାର୍ ଛାଡ଼ି ଚମ୍ପଟ ମାରିଥିଲା ବୋଲି ଅବକାରୀ ଡେପୁଟି କମିଶନର ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି। ପୋଲିସ ଉକ୍ତ କାର୍ଟିରେ ଲାଗିଥିବା ନମ୍ବରଟି ନକଲି ଥିବା କହିଛି। ତେବେ କାର୍ର ଇଞ୍ଜିନ ନମ୍ବରକୁ ଟ୍ରାକିଂ କରି ମାଲିକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ ଲଷ ହେବ ବୋଲି ଅବକାରୀ ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ ସୂଚନା ଦେଇଛନ୍ତି। ଉକ୍ତ ଗଞ୍ଜେଇ ଫୁଲବାଣୀରୁ ପଶ୍ଚିମବଙ୍ଗ ଚାଲାଣ ହେବାକୁ ଥିବା ବେଳେ ବୁଧବାର ଅବକାରୀ ପୋଲିସ ଜଗନ୍ନାଥପ୍ରସାଦ ଗୋଛାପଢ଼ା ଗାଁ’ରୁ ଜବତ କରିଛି। ମଙ୍ଗଳବାର ରାତିରେ ଏକ କାର୍ରେ ଗଞ୍ଜେଇ ଫୁଲବାଣୀରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ନେଇ ଡେପୁଟି କମିଶନର ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ। ତାଙ୍କର ନିର୍ଦ୍ଦେଶରେ ଉପ-ଅଧୀକ୍ଷକ କୁବେର ସେଠୀ ଓ ଇନ୍ସପେକ୍ଟର ସାମନ୍ତଙ୍କୁ ନେଇ ଦୁଇଟି ଟିମ୍ ଗଠନ ହୋଇଥିଲା। ବୁଧବାର ଭୋର୍ରୁ ପ୍ରାୟ ୩ଟା ସମୟରେ ଏକ କାର୍ ଓଆର ୦୨ ବିକ୍ୟୁ ୭୮୫୮ ଜଗନ୍ନାଥପ୍ରସାଦ ଦେଇ ଆସୁଥିବା ବେଳେ ପୋଲିସ ଅଟକାଇଥିଲା। ହେଲେ ଉକ୍ତ କାର୍ ଚାଳକ ଜଣଙ୍କ ପୋଲିସ ଗାଡ଼ି ଧକ୍କା ଦେଇ ଆଗକୁ ଚାଲିଯାଇଥିଲା। ପୋଲିସ ଉକ୍ତ କାର୍ଟିକୁ ପିଛା କରିଥିଲା। ପୋଲିସକୁ ଦେଖି କାର୍ ଚାଳକ ଜଣଙ୍କ ଗୋଛାପଢ଼ା ଜଙ୍ଗଲିଆ ରାସ୍ତା ପଟେ ଗାଡ଼ି ନେଇଥିଲେ। ହେଲେ ସ୍ଥାନୀୟ ଲୋକ ମଧ୍ୟ ଉକ୍ତ କାର୍ଟିର ପିଛା କରିଥିଲେ। ପୋଲିସ ଓ ଲୋକଙ୍କ ହାବୁଡ଼ରେ ଧରା ପଡ଼ିଯିବା ଭୟରେ ଗଞ୍ଜେଇ ଚାଲାଣକାରୀମାନେ ରାସ୍ତାକଡ଼ରେ କାର୍ ଛାଡ଼ି ଜଙ୍ଗଲ ଭିତର ଦେଇ ଖସି ପଳାଇଥିଲେ। ପରେ ପୋଲିସ ଉକ୍ତ କାର ଜବତ କରି ଯାଞ୍ଚ ବେଳେ ସେଥିରୁ ୧୨୦ କେଜି ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା। କାର୍ ସହ ଗଞ୍ଜେଇ ଜବତ କରାଯାଇଛି ବୋଲି ଅବକାରୀ ଡେପୁଟି କମିଶନର କହିଛନ୍ତି। |
https://www.dharitri.com/daughter-in-law-is-seriously-injured-by-father-in-law/ | ଶ୍ୱଶୁରଙ୍କ ଟାଙ୍ଗିଆ ଚୋଟରେ ବୋହୂ ଗୁରୁତର
କୁଚିଣ୍ଡା,୩ା୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲ ପଞ୍ଚାୟତ ସୋଲବଗା (ଭଟାଗୁଡ଼ା)ଠାରେ ଶନିବାର ଶ୍ୱଶୁରଙ୍କ ଟାଙ୍ଗିଆ ଚୋଟରେ ବିଧବା ବୋହୂ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଆକ୍ରମଣକାରୀ ଶ୍ବଶୁର ହେଉଛନ୍ତି ଆମତୁନି ବାର୍ଲା(୭୦) ଏବଂ ଆହତ ବୋହୂ ବୁଦୁନି ବାର୍ଲା (୪୫)।
ସୂଚନା ଅନୁଯାୟୀ, ପ୍ରାୟ ୧୦ ବର୍ଷ ପୂର୍ବରୁ ଆମତୁନିଙ୍କ ପୁଅ ସୁନୀଲ ବାର୍ଲାଙ୍କ ମୃତ୍ୟୁ ହୋଇସାରିଛି। ଏହାପରେ ଆମତୁନି ନିଜର ବିଧବା ବୋହୂ ବୁଦୁନିଙ୍କ ସହ ନାତି ସୁଶାନ୍ତ(୨୦)ଏକତ୍ର ରହିଆସୁଛନ୍ତି। ଗତ ୨/୩ ଦିନ ତଳେ ଆମତୁନି ନିଜର ରାଶନ କାର୍ଡ ୨୦ କେଜି ଚାଉଳ ଆଣି ଘରେ ରଖିଥିଲେ। ଗଚ୍ଛିତ ଚାଉଳରୁ ଆମତୁନି କୁଆଡ଼େ ୧୦କେଜି ବିକ୍ରିକରି ମଦ ପିଇଦେଇ ଥିଲେ। ଏହାକୁ ନେଇ ଉଭୟ ଶ୍ବଶୁର ଓ ବୋହୂଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଆମତୁନି ଘରେ ଥିବା ଏକ ଟାଙ୍ଗିଆରେ ବିଧବା ବୋହୂଙ୍କୁ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ବୁଦୁନିଙ୍କ ଚିତ୍କାର ଶୁଣି ସାହିପଡ଼ିଶା ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରିଥିଲେ। ଏହାଦେଖି ଶ୍ୱଶୁର ଆମତୁନି ସେଠାରୁ ଚମ୍ପଟ ମାରିଥିଲେ। ଗୁରୁତର ଅବସ୍ଥାରେ ବୁଦୁନିକୁ ଆମ୍ବୁଲାନ୍ସରେ ବାମରା ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏନେଇ ମହୁଲପାଲି ଥାନାରେ ଏକ ମାମଲା ରୁଜୁ ହୋଇଛି। |
https://www.dharitri.com/rohit-sharma-traffic-challans/ | ରୋହିତ ଶର୍ମାଙ୍କର କଟିଲା ୩ ଚାଲାଣ
ନୂଆଦିଲ୍ଲୀ,୧୮।୧୦: ଓ୍ବାନ ଡେ ଓ୍ବାର୍ଲଡ କପ ୨୦୨୩ମଧ୍ୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ହିଟମ୍ୟାନ ହାଇଓ୍ବେ ଉପରେ ବିଳାସପୂର୍ଣ୍ଣ କାରକୁ ୨୦୦ କିଲୋମିଟରରୁ ଅଧିକ ବେଗରେ ଚଳାଇବା ମହଙ୍ଗା ପଡିଛି। ଏହି କାରଣରୁ ତାଙ୍କର ୩ଟି ଚାଲାଣ କଟିଛି। ଟିମ ଇଣ୍ଡିଆ ଶନିବାର ଅହମ୍ମଦାବାଦରେ ପାକିସ୍ତାନ ବିପକ୍ଷରେ ଏକ ମ୍ୟାଚ ଖେଳିଥିଲା, ଏହା ପରେ ରୋହିତ ଶର୍ମା ଦୁଇ ଦିନ ପାଇଁ ମୁମ୍ବାଇ ଆସିଥିଲେ। କିନ୍ତୁ ବର୍ତ୍ତମାନ ସେ ପୁଣେରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଯୋଗ ଦେଇଛନ୍ତି। ମୁମ୍ବାଇରୁ ପୁଣେ ଯାଉଥିବାବେଳେ ରୋହିତ ଶର୍ମା ୨୦୦ କିଲୋମିଟରରୁ ଅଧିକ ବେଗରେ କାର ଚଳାଇଥିଲେ।
ଏକ ଘରୋଇ ଟେଲିଭିଜନ ଚ୍ୟାନେଲର ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମା ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ ଦେଇ ନିଜର ବିଳାସପୂର୍ଣ୍ଣ କାର ଲମ୍ବୋର୍ଗିନି ଉରୁସରେ ମୁମ୍ବାଇରୁ ପୁଣେ ଯାତ୍ରା କରିଥିଲେ। ରାଜପଥରେ ଗତି ସୀମା ଘଣ୍ଟା ପ୍ରତି ୧୦୦ କିଲୋମିଟର ଥିଲା, କିନ୍ତୁ ଭାରତୀୟ ଅଧିନାୟକ ଘଣ୍ଟା ପ୍ରତି୨୦୦ କିଲୋମିଟରରୁ ଅଧିକ ବେଗରେ କାର ଚଳାଇଥିଲେ। ଟ୍ରାଫିକ ଅଧିକାରୀଙ୍କ ମାଧ୍ୟମରେ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଆହୁରି ମଧ୍ୟ କୁହାଯାଇଥିଲା ଯେ ରୋହିତ ଶର୍ମା ଟ୍ରାଫିକ ନିୟମ ଭାଙ୍ଗିଛନ୍ତି।
ଦ୍ରୁତ ଗତିରେ ଏବଂ ନିୟମ ଭାଙ୍ଗିବା ହେତୁ ରୋହିତ ଶର୍ମାଙ୍କ କାରର ନମ୍ବର ପ୍ଲେଟରେ ତିନୋଟି ଅନଲାଇନ ଟ୍ରାଫିକ ଚାଲାଣ ଜାରି କରାଯାଇଥିଲା। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ରୋହିତ ଶର୍ମାଙ୍କ କାରର ବେଗ ମଧ୍ୟ ଘଣ୍ଟା ପ୍ରତି ୨୧୫ କିଲୋମିଟର ଥିଲା। ଟ୍ରାଫିକ ବିଭାଗର ଏକ ସୂତ୍ରରୁ ପ୍ରକାଶ, ବିଶ୍ୱକପ ସମୟରେ ରୋହିତ ଶର୍ମା ରାଜପଥରେ ଗାଡି ଚଳାଇବା ଠିକ ନୁହେଁ। ସେ ଦଳ ସହିତ ଏକ ବସରେ ଯାତ୍ରା କରିବା ଉଚିତ ଏବଂ ଏହି ବସ ସହିତ ପୋଲିସ ଗାଡି ରହିବା ଉଚିତ। |
https://www.dharitri.com/ଟ୍ରେନ୍-ଇଞ୍ଜିନରୁ-ଖସିଲା-ବ/ | ଟ୍ରେନ୍ ଇଞ୍ଜିନରୁ ଖସିଲା ବଗି, ଦୁଇ ଭାଗ ହେଲା ବିଶାଖା ଏକ୍ସପ୍ରେସ୍
ଖୋର୍ଦ୍ଧା ଅଫିସ,୨।୧୧: ଖାର୍ଦ୍ଧା ଜିଲା ବାଲୁଗାଁ ବଡ଼କୂଳ ରେଳକ୍ରସିଙ୍ଗ ପୂର୍ବରୁ ଭୁବନେଶ୍ୱରରୁ ସିକନ୍ଦରାବାଦ ଯାଉଥିବା ବିଶାଖା ଏକ୍ସପ୍ରେସ୍ ଶନିବାର ଦୁଇ ଭାଗ ହୋଇଯାଇଥିଲା। ଏହା ପୂର୍ବତନ ରେଳ କର୍ତ୍ତୃପକ୍ଷ ସ୍ବୀକାର କରିଛନ୍ତି। ତେବେ ଲକିଂ ସିଷ୍ଟମରେ ତ୍ରୁଟି ଯୋଗୁ ଏଭଳି ପରିସ୍ଥିିତି ସୃଷ୍ଟି ହୋଇଥିବା କୁହାଯାଇଛି।
ଟ୍ରେନ୍ରୁ ଇଞ୍ଜିନ୍ ବଗି ଖସି ଯାଇଥିବା ଯୋଗୁ ଅନ୍ୟ ଡବାଗୁଡ଼ିକ ସହ ଇଞ୍ଜିନ ଦୁଇ କିମି ଚାଲିଯାଇଥିଲା। ଏନେଇ ଟ୍ରେନ୍ର କେତେକ ଯାତ୍ରୀ ବାଲୁଗାଁ ଷ୍ଟେଶନକୁ ସୂଚନା ଦେଇଥିଲେ। ସେଠାକାର ରେଳ କର୍ତ୍ତୃପକ୍ଷ ଡ୍ରାଇଭରଙ୍କୁ ସୂଚନା ଦେବାପରେ ସେ ଇଞ୍ଜିନକୁ ପଛକୁ ଫେରାଇଥିଲେ। ପରେ ରହିଯାଇଥିବା ବଗିଗୁଡ଼ିକୁ ସଂଯୋଗ କରାଯିବା ପରେ ଟ୍ରେନ୍ ସିକନ୍ଦରାବାଦ ଅଭିମୁଖେ ଗସ୍ତ କରିଥିଲା। |
https://www.dharitri.com/akhilesh-on-evm/ | ଇଭିଏମ୍ରେ ତ୍ରୁଟି, ଅଖିଳେଶ କହିଲେ ଭାଜପା ପାଇଁ ହେଉଛି ଭୋଟ
ଲକ୍ଷ୍ନୌ,୨୨।୩: ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଅନେକ ସ୍ଥାନରେ ଇଭିଏମ୍ରେ ତ୍ରୁଟି ଦେଖାଦେଇଛି। ବିଶେଷ କରି ଉତ୍ତର ପ୍ରଦେଶରେ ପାଖାପାଖି ୩ଶହ ଇଭିଏମ୍ରେ ତ୍ରୁଟି ପରିଲକ୍ଷିତ ହୋଇଥିବା ସୂଚନା ମିଳିଛି। ଏହାକୁ ଦେଖିବା ପରେ ସମାଜବାଦୀ ପାର୍ଟି(ଏସ୍ପି)ମୁଖ୍ୟ ଅଖିଳେଶ ଯାଦବ ଭାଜପା ପାଇଁ ଭୋଟ ହେଉଛି ବୋଲି କହିଛନ୍ତି। ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଏହି ମତଦାନରେ ଆମେ କାହାକୁ ଦାୟୀ କରିବା ବୋଲି ଅଖିଳେଶ ପ୍ରଶ୍ନ କରିଛନ୍ତି। |
https://www.dharitri.com/ବିଜୁଳି-ଖୁଣ୍ଟ-ପାଖେ-ଜଳୁଛି-ଡ/ | ବିଜୁଳି ଖୁଣ୍ଟ ପାଖେ ଜଳୁଛି ଡିବିରି
ବଇଣ୍ଡା,୧୬ା୬ – ପରିକ୍ଷିତ ସାହୁ ସରକାରଙ୍କ ସୌଭାଗ୍ୟ ଯୋଜନାର ସେ ହକ୍ଦାର। ପକ୍କା ଘର ପାଇବା ପାଇଁ ମଧ୍ୟ ଉପଯୁକ୍ତ ହିତାଧିକାରୀ। ହେଲେ ପକ୍କା ଘରଟିଏ ପାଇଁ ୫ ବର୍ଷ ହେଲା ପଞ୍ଚାୟତଠାରୁ ବ୍ଲକ କାର୍ଯ୍ୟାଳୟ ଯାଏ ଧାଉଁଥିଲେ ବି କେଉଁଠାରୁ ତାଙ୍କୁ ପ୍ରତିଶ୍ରୁତିଟିଏ ମିଳିପାରୁନାହିଁ। ସେହିପରି ବିଦ୍ୟୁତ୍ ଖୁଣ୍ଟଠାରୁ ମାତ୍ର ୨୫ ମିଟର ଦୂରରେ ଘର ଥିଲେ ହେଁ ସଂଯୋଗ ଦିଆଯାଉ ନ ଥିବାରୁ ଡିବିରି ଜାଳି ରହିବାକୁ ପଡ଼ୁଛି ତାଙ୍କ ପରିବାରକୁ। ଗରିବ, ଦୃଷ୍ଟିହୀନ ବୋଲି ଜାଣି ମଧ୍ୟ ପ୍ରଶାସନର ଏପରି ଅବହେଳା ଅତ୍ୟନ୍ତ କଷ୍ଟଦାୟକ ବୋଲି କହିଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ ବୈଷ୍ଣବସାହିର ଧ୍ରୁବଚରଣ ପ୍ରଧାନ (୪୫)।
ଧ୍ରୁବଚରଣଙ୍କ କହିବା ଅନୁଯାୟୀ, ସେ ଜନ୍ମାନ୍ଧ ନୁହନ୍ତି। ୧୯୯୮ରେ ଏକ ଅଜଣା ରୋଗ ଯୋଗୁ ତାଙ୍କ ଦୃଷ୍ଟି ଶକ୍ତି ଚାଲିଯାଇଥିଲା। ସେବେଠାରୁ ଜୀବନକୁ ନେଇ ସଂଘର୍ଷ କରୁଥିବା ବେଳେ ପରିବାର ଲୋକେ ତାଙ୍କ ବିବାହ କରିଦେଇଥିଲେ। ଏବେ ସ୍ତ୍ରୀ ଓ ୧୦ ବର୍ଷର ପୁଅଙ୍କୁ ନେଇ ତାଙ୍କ ପରିବାର। ଏକ ଭଙ୍ଗା ଆଜବେଷ୍ଟସ ଘରେ ସେ ରହୁଥିବାରୁ ଖରା ଓ ବର୍ଷାଦିନେ ବଡ଼ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ୁଛି। ସରକାରଙ୍କ ଆବାସ ଯୋଜନାରେ ପକ୍କା ଘରଟିଏ ପାଇଁ ସେ ୨୦୦୫ ମସିହାରୁ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ବାରମ୍ବାର ଆବେଦନ କରିଛନ୍ତି। ସେହିପରି ସୌଭାଗ୍ୟ ଯୋଜନାରେ ସରକାର ମାଗଣାରେ ଗରିବ ପରିବାରକୁ ବିଦ୍ୟୁତ୍ ଯୋଗାଇ ଦେଉଥିବା ବେଳେ ୨୦୧୮ରେ ତାଙ୍କ ଘରେ ଓ୍ବେୟାରିଂ କରାଯାଇଥିଲା। କିନ୍ତୁ ବିଦ୍ୟୁତ୍ ଖୁଣ୍ଟଠାରୁ ମାତ୍ର ୨୫ ମିଟର ଦୂରରେ ତାଙ୍କ ଘର ଥିବା ସତ୍ତ୍ୱେ ଏଯାଏ ସଂଯୋଗ ଦିଆଯାଉ ନାହିଁ। ଫଳରେ ରାତି ଅନ୍ଧାରରେ ଡିବିରି ଜାଳି ତାଙ୍କ ପରିବାରକୁ ରହିବାକୁ ପଡ଼ୁଛି। ରୋଜଗାର ବୋଲି ସେପରି କିଛି ନ ଥିବାରୁ ଦୁଇଓଳି ଦୁଇମୁଠା ଖାଇବା ଓ ଡିବିର ପାଇଁ କିରୋସିନ ଯୋଗାଡ଼ କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ୁଛି। ଏପରି ଦୟନୀୟ ଅବସ୍ଥାରେ ପରିବାର ଥିବା ସତ୍ତ୍ୱେ ସରକାରୀ ଯୋଜନାରେ ତାଙ୍କୁ ଅନ୍ତର୍ଭୁକ୍ତ କରାଯାଉ ନ ଥିବା ଧ୍ରୁବଚରଣ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବଇଣ୍ଡା ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ମାଝି କହିଛନ୍ତି, ଧ୍ରୁବଚରଣଙ୍କୁ ସୌଭାଗ୍ୟ ଯୋଜନାରେ ଶୀଘ୍ର ବିଦ୍ୟୁତ୍ ସଂଯୋଗ ଦିଆଯିବ। ସେହିପରି ସରପଞ୍ଚ ଜଳଧର ସାହୁ କହିଛନ୍ତି, ଅନେକ ଗରିବ ପରିବାରକୁ ଘର ଯୋଗାଇ ଦେବା ପାଇଁ ସରକାରଙ୍କ ପାଖକୁ ଚିଠି କରାଯାଇଛି। ଧ୍ରୁବଚରଣଙ୍କୁ ପକ୍କା ଘର ଯୋଗାଇ ଦିଆଯିବା ନିମନ୍ତେ ପଦକ୍ଷେପ ନିଆଯିବ। |
https://www.dharitri.com/bjd-bjp-is-in-conflict-in-the-state/ | ସିଟ୍ ବିଜେଡି ହାତରେ ପଡ଼ୁ
ଭଦ୍ରକ, ୧୨।୩ (ରବିନାରାୟଣ ଖିଲାର):ରାଜ୍ୟରେ ବିଜେଡି-ଭାଜପା ମେଣ୍ଟ ଦ୍ୱନ୍ଦ୍ୱରେ। କେତେକେ ମେଣ୍ଟ ଚାହୁଁ ଥିବାବେଳେ ଅଧିକାଂଶ ସପକ୍ଷରେ ନାହାନ୍ତି। ଏଭଳିସ୍ଥଳେ ଭଦ୍ରକ ବିଜେଡି ଲୋକ ସଭା ଆସନକୁ ଅକ୍ତିଆର କରିବା ପାଇଁ ରାଜ୍ୟ ମୁଖିଆଙ୍କୁ ଅବଗତ କରାଇଛନ୍ତି।
ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ସମେତ ବାଲେଶ୍ୱର ଜିଲାର ସୋର ଓ ସିମୁଳିଆକୁ ମିଶାଇଲେ ମୋଟ ୭ ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଭଦ୍ରକ ଲୋକ ସଭା ଆସନ। ମେଣ୍ଟ ହେଲେ ଭଦ୍ରକ ଏମ୍ପି ଆସନ ଭାଜପା ଭାଗରେ ପଡ଼ିବ ବୋଲି ଚର୍ଚ୍ଚା ହେଉଛି। ଏହାକୁ ନେଇ ବିଜେଡି ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଥିନେଇ ବିଜେଡି ଜିଲା ସଭାପତି ଜଗନ୍ନାଥ ସ୍ବାଇଁ, ଯୁବ ସଭାପତି ମୁକୁନ୍ଦ ସାମଲ, ଛାତ୍ର ସଭାପତି ଦୀପ୍ତିସୂର୍ଯ୍ୟ ବିଶ୍ୱାଳ, ମହିଳା ସଭାନେତ୍ରୀ ବିଦ୍ୟୁତ୍ଲତା ନାୟକଙ୍କ ସମେତ କେତେ ଜଣ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖିବା ସହ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଜିଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସ ବର୍ମାଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଇଛନ୍ତି।
ବିଜେଡି ନେତାଙ୍କ କହିବା କଥା ହେଲା, ଭଦ୍ରକ ସଂସଦୀୟ କ୍ଷେତ୍ରରେ ପ୍ରାୟ ୧ ଲକ୍ଷ ୮୦ ହଜାର ସଂଖ୍ୟାଲଘୁ ଭୋଟର ଅଛନ୍ତି। ଅଧିକାଂଶ ସଂଖ୍ୟାଲଘୁ ଭୋଟର ବିଜେଡି ସହ ଅଛନ୍ତି। ଏଭଳି କ୍ଷେତ୍ରରେ ମେଣ୍ଟ ହେଲେ ଭାଜପା ଯଦି ଏମ୍ପି ପ୍ରାର୍ଥୀ ଦିଏ, ତେବେ ସଂଖ୍ୟାଲଘୁ ଭୋଟରଙ୍କୁ ବିଜେଡି ହାତଛଡ଼ା କରିବ ବୋଲି ଜିଲା ସଭାପତି ସ୍ବାଇଁ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି। ଭଦ୍ରକ ସଂସଦୀୟ କ୍ଷେତ୍ରରେ ସମସ୍ତେ ସଚେତନ ଭୋଟର ଅଛନ୍ତି। ଏଣୁ ଏହାକୁ ବିଚାରକୁ ନେଇ ଯଦି ମେଣ୍ଟ ହୁଏ ଏବଂ ଭଦ୍ରକ ସଂସଦୀୟ କ୍ଷେତ୍ରକୁ ବିଜେଡିକୁ ଦିଆଯାଏ, ତେବେ ଦଳ ମଜଭୁତ ସ୍ଥିତିରେ ରହିବ ବୋଲି ସେମାନେ ଦାବି କରିଛନ୍ତି। ୨୦୧୯ରେ ଏହି ଆସନରୁ ବିଜେଡି ପ୍ରାର୍ଥୀ ୨୮,୮୦୩ ଭୋଟ୍ରେ ଭାଜପା ପ୍ରାର୍ଥୀଙ୍କୁ ପରାଜିତ କରିଥିଲା। ଏଥର କିନ୍ତୁ ଭାଜପା ଏହି ଆସନ ଉପରେ ଅଧିକ ଫୋକସ୍ କରୁଛିି। ପ୍ରକାଶଥାଉ କି, ୧୯୯୫ଠାରୁ ଲଗାତର ବିଜେଡି ଭଦ୍ରକ ଲୋକ ସଭା ଆସନରେ ବିଜୟୀ ହୋଇଆସୁଛି। |
https://www.dharitri.com/kidnapping-from-hospital-by-pretending-to-be-an-aspirant/ | ଆଶାକର୍ମୀ ପରିଚୟ ଦେଇ ଡାକ୍ତରଖାନାରୁ ପିଲାଚୋରି
ବିଷମକଟକ,୨୦।୮(ଡି.ଏନ୍.ଏ.): ଆଶାକର୍ମୀର ପରିଚୟ ଦେଇ ଡାକ୍ତରଖାନାରେ ଦୁଇଦିନ ଧରି ପ୍ରସୂତି ଏବଂ ନବଜାତ ଶିଶୁର ଯତ୍ନନେଲେ। ଶେଷରେ କୌଶଳରେ ମା’ ନିକଟରୁ ଶିଶୁପୁତ୍ରକୁ ଚୋରିକରି ଚମ୍ପଟ ମାରିଲେ। ରାୟଗଡ଼ା ଜିଲା ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ପ୍ରସୂତିଙ୍କଠାରୁ ଶୁକ୍ରବାର ଏଭଳି ଅଭିଯୋଗ ପାଇବା ପରେ ବିଷମକଟକ ପୋଲିସ ତଦନ୍ତ କରି ୨ ଘଣ୍ଟା ମଧ୍ୟରେ ପିଲା ଚୋରି କରିଥିବା ମହିଳାଙ୍କୁ ଧରି ତାଙ୍କ ନିକଟରୁ ଶିଶୁପୁତ୍ରକୁ ଉଦ୍ଧାର କରିଛି। ଧରାପଡ଼ିଥିବା ମହିଳା ହେଲେ ବିହାରର ରୂପାଲୀ ଦେବୀ(୩୫)। ସ୍ବାମୀ ସରୋଜ କୁମାର ଯାଦବଙ୍କ ସହ ସେ ରାୟଗଡ଼ା ସ୍ଥିତ ମଝିଘରିଆଣୀ ମନ୍ଦିର ନିକଟ ବସ୍ତିରେ ରହୁଛନ୍ତି।
ସୂଚନା ଅନୁଯାୟୀ, ବିଷମକଟକ ଥାନା ଅଧୀନ ରାସିକଲା ପଞ୍ଚାୟତ ରଟୋଗାପଦର ଗାଁର ସିଦ୍ଧାନ୍ତ କିଲାକାଙ୍କ ସ୍ତ୍ରୀ ରୀତା ବ୍ରେକବେଡା ଅଗଷ୍ଟ ୧୪ ରେ ଖ୍ରୀଷ୍ଟିଆନ ହସ୍ପିଟାଲରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ଉଭୟ ମା’ ଏବଂ ଶିଶୁ ପ୍ରସୂତି ୱାର୍ଡରେ ଥିଲେ। ଏହି ସମୟରେ ଦୁଇଦିନ ତଳେ ରୂପାଲୀ ଆସି ନିଜକୁ ରାୟଗଡ଼ାର ଆଶାକର୍ମୀ ବୋଲି ପରିଚୟ ଦେଇ ତାଙ୍କ ନିକଟରେ ରହିଥିଲେ। ଯତ୍ନ ନେବା ବାହାନାରେ ତାଙ୍କ ବିଶ୍ୱାସ ଜିଣିଥିଲେ। ଶୁକ୍ରବାର ଓଜନ କରାଇ ଡାକ୍ତରଙ୍କୁ ଦେଖାଇ ଆଣିବେ କହି ଶିଶୁପୁତ୍ରକୁ ନେଇଥିଲେ। ହେଲେ ପିଲାକୁ ନେଇ ଆଉ ଫେରାଇ ନ ଥିଲେ। ଅନୁସନ୍ଧାନ କରି ପୁଅକୁ ପାଇବାରେ ବିଫଳ ହେବାପରେ ରୀତାଙ୍କ ପରିବାର ଲୋକେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ପିଲାଚୋରି ନେଇ ଡାକ୍ତରଖାନାରୁ ଖବର ପାଇବା ପରେ ପୋଲିସ ତୁରନ୍ତ ତାନାଘନା କରି ସମସ୍ତ ରାସ୍ତା ସିଲ୍ କରିଥିଲା। ରୂପାଲୀ ଶିଶୁପୁତ୍ରକୁ ନେଇ ବାଇକ୍ରେ ଚାଲିଯାଇଥିବା ଡାକ୍ତରଖାନା ନିକଟରେ ଥିବା କେତେଜଣ ଲୋକଙ୍କଠାରୁ ଶୁଣିବା ପରେ ପୋଲିସ ଅନୁସନ୍ଧାନ କରି ଚାଟିକଣା ରେଳଷ୍ଟେଶନ ନିକଟରେ ତାଙ୍କୁ ଧରିବା ସହ ଶିଶୁପୁତ୍ରକୁ ଉଦ୍ଧାର କରିଥିଲା। ମହିଳାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ସେହିପରି ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ତଦନ୍ତ ଚାଲିଥିବା ବିଷମକଟକ ଏସ୍ଡିପିଓ ଆକାଶ ଚନ୍ଦ୍ର ସାହୁ କହିଛନ୍ତି। ଅନ୍ୟପକ୍ଷରେ ଜଣେ ମହିଳା ଆଶାକର୍ମୀ ପରିଚୟ ଦେଇ ଦୁଇଦିନ ଧରି ନିର୍ଭୟରେ ରହିବା ଏବଂ ପିଲା ଚୋରି କରି ନେଇଯିବା ପରେ ଘରୋଇ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି। |
https://www.dharitri.com/attempted-rape-sentenced-after-4-years/ | ବଳାତ୍କାର ଉଦ୍ୟମ ଘଟଣା: ୪ ବର୍ଷ ପରେ ମିଳିଲା ଦଣ୍ଡ
କେନ୍ଦୁଝର,୧।୫(ସ୍ବ.ପ୍ର.): କେନ୍ଦୁଝର ଅତିରିକ୍ତ ଜିଲା ଓ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ଏସ୍. ତ୍ରିପାଠୀ ସୋମବାର ଜଣେ ନାବାଳିକା ବଳାତ୍କାର ଉଦ୍ୟମ ଅଭିଯୋଗର ଶୁଣାଣି କରିଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଅଜୟ ନାୟକ ନାମକ ଜଣେ ଯୁବକଙ୍କୁ ୪ବର୍ଷ ଜେଲ ଦଣ୍ଡାଦେଶ ଓ ଦୁଇ ହଜାର ଟଙ୍କା ଜରିମାନା ହୋଇଥିବା ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଗଣେଶ ପ୍ରସାଦ ମହାପାତ୍ର କହିଛନ୍ତି। ୯ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ରିପୋର୍ଟକୁ ଭିତ୍ତି କରି ଜଜ୍ ଏହି ଆଦେଶ ଦେବା ସହ ପୀଡ଼ିତାଙ୍କୁ ଏକ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ଜିଲା ଲିଗାଲ ସର୍ଭିସ ଅଥରିଟିଙ୍କୁ ନିର୍ଦ୍ଦେଶ କରିଛନ୍ତି। ୨୦୧୮ ନଭେମ୍ବର ୭ ତାରିଖ ସନ୍ଧ୍ୟାରେ ଏହି ଅଘଟଣ ଘଟିଥିଲା। |
https://www.dharitri.com/is-data-deletion-possible/ | ଡାଟା ଡିଲିଟ୍ ସମ୍ଭବ କି
କେବେ ଜାଣତରେ ତ କେବେ ଅଜାଣତରେ ଆମେ ଆମର ପର୍ସନାଲ ଡାଟା ବା ବ୍ୟକ୍ତିଗତ ତଥ୍ୟକୁ ଇଣ୍ଟରନେଟ୍ରେ ସାର୍ବଜନୀନ କରିଦେଇଥାଉ। ସାଧାରଣତଃ ପର୍ସନାଲ ଡାଟା କହିଲେ ଜଣଙ୍କର ନାମ, ଫୋନ୍ ନମ୍ବର, ଇ-ମେଲ, ଘରର ଆଡ୍ରେସ୍ ଆଦିକୁ ବୁଝାଏ। କିନ୍ତୁ କିଛି କମ୍ପାନୀ ୟା’ଠାରୁ ଅଧିକ ତଥ୍ୟ ଯେମିତିକି ବୟସ, ଲିଙ୍ଗ, ଇଣ୍ଟେରେଷ୍ଟ, ରିଅଲ ଟାଇମ୍ ଲୋକେସନ୍, ଫ୍ରେଣ୍ଡସ୍ ଓ ଆପ୍ରେ ଜଣଙ୍କର ବିହେଭିୟର୍ କିଭଳି ତାକୁ ବି ସଂଗ୍ରହ କରିଥାନ୍ତି। ଏହିସବୁ ଡାଟାକୁ ଶେୟାର କଲାବେଳେ ତାହା କ୍ଷତିକାରକ ନ ଲାଗିପାରେ। ହେଲେ ଏହା ସେତେବେଳେ କ୍ଷତିକାରକ ସାବ୍ୟସ୍ତ ହୁଏ ଯେବେ ତଥ୍ୟଗୁଡିକ ଭୁଲ୍ ହାତରେ ପଡିଯାଏ, ପର୍ସନାଲ ଆକାଉଣ୍ଟ ଅବା ଏକ କମ୍ପାନୀର ଓ୍ବେସାଇଟ୍ ହ୍ୟାକ୍ ହେଇଯାଏ। ଅବା ଏହାଦ୍ୱାରା କାହାରି ଆର୍ଥତ୍କ କ୍ଷତି ହୁଏ ଓ ବିନା ଅନୁମତିରେ ଜଣଙ୍କ ନାଁରେ କିଛି ନିଷ୍ପତ୍ତି ନିଆଯାଏ। ସାଇବର୍ ଏକ୍ସପର୍ଟ ପ୍ରଶାନ୍ତ ସାହୁ କୁହନ୍ତି,”ଆଗରୁ କୁହାଯାଉଥିଲା ‘ସବ୍ସେ ବଡ଼ା ରୁପୈୟା’। ହେଲେ ଏବେକାର ଯୁଗ ହେଉଛି ‘ସବ୍ସେ ବଡା ଡାଟା’। ଯାହା ପାଖରେ ଯେତେ ଡାଟା ସେ ସେତେ ବଡ କମ୍ପାନୀ। ଓ୍ବାର୍ଲଡର ବଡ ବଡ କମ୍ପାନୀମଧ୍ୟରୁ ଅଧିକାଂଶ ଆଇଟି କମ୍ପାନୀ। ଯେମିତିକି ହ୍ବାଟ୍ସ ଆପ୍, ଫେସ୍ବୁକ, ଇନ୍ଷ୍ଟାଗ୍ରାମ, ଆମାଜନ, ଜିଓ ଆଦି। ବେଳେବେଳେ ମନରେ ଆସୁଥିବ ଫେସ୍ବୁକ୍ ମାଗଣାରେ ସେବା ଦେଉଛି ତେବେ ସେ ଏତେବଡ କମ୍ପାନୀ କେମିତି ହେଲା? ଏହାର ଉତ୍ତର ହେଉଛି ସେମାନଙ୍କ ପାଖରେ ଅଛି ପ୍ରଚୁର ଡାଟା। ସେଇ ଡାଟାକୁ ବିକ୍ରି କରି ସେମାନେ ବଡ କମ୍ପାନୀରେ ପରିଣତ ହେଉଛନ୍ତି। ଅର୍ଥାତ୍ ଆମେ ସେମାନଙ୍କ ପାଇଁ ଗୋଟେ ଗୋଟେ ପ୍ରଡକ୍ଟ। ତଥ୍ୟ ଅନୁଯାୟୀ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେସ୍ବୁକ୍ର ୫୦ ମିଲିୟନ ଆମେରିକୀୟ ୟୁଜର୍ଙ୍କ ବ୍ୟକ୍ତିଗତ ତଥ୍ୟକୁ କିଣି ସେମାନଙ୍କ ଆଚାର ବ୍ୟବହାରକୁ ଷ୍ଟଡି କରି ଭୋଟର୍ଙ୍କୁ ପ୍ରଭାବିତ କରି ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ। ଯାହାକୁ ସୋସିଆଲ ନେଟଓ୍ବର୍କ ଇତିହାସର ସବୁଠାରୁ ବଡ଼ ଡାଟା ଲିକ୍ ଭାବେ ଗଣନା କରାଯାଏ। ଏହାବାଦ୍ ମୋବାଇଲରେ ଯେତିକି ଆପ୍ ସେସବୁଥିରେ ଆମ ଡାଟା ରହିଛି। ତେଣୁ ବ୍ୟକ୍ତିଗତ ବୋଲି ଆମର ଏବେ ଆଉ କିଛି ନାହିଁ। ଏହିସବୁ ଡାଟା ସାଧାରଣତଃ କ୍ଲାଉଡ ସର୍ଭରରେ ରଖାଯାଏ। ଅର୍ଥାତ୍ ବିଭିନ୍ନ ଦେଶର ସର୍ଭରରେ ଏହି ଡାଟା ଥାଏ। ଫଳରେ ଗୋଟିଏ ଯାଗାରୁ ଡାଟା ଡିଲିଟ୍ କଲେ ବି ଅନ୍ୟ କେଉଁଠି ଡାଟା ରହିଥାଏ। ମନେକର କୌଣସି ଆପ୍ ଆପଣ ଅନ୍ଇନଷ୍ଟାଲ କରୁଛନ୍ତି। କିଛି ମାସ ପରେ ଯଦି ତାକୁ ପୁଣି ଥରେ ଇନ୍ଷ୍ଟାଲ କରିବେ ଦେଖିବେ ଆପଣଙ୍କର ସବୁ ଡାଟା ଆସିଯିବ। ଅର୍ଥାତ୍ ଆପଣଙ୍କ ଡାଟା ସେଭ୍ କରି ରଖାଯାଉଛି। ତେଣୁ ଡାଟାକୁ ଡିଲିଟ୍ କରିବା ଏତେ ସହଜ ନୁହେଁ। କିନ୍ତୁ ୟୁରୋପରେ ଜିଡିପିଆର (ଜେନେରାଲ ଡାଟା ପ୍ରୋଟେକ୍ସନ ରେଗୁଲେସନ୍)ଆକ୍ଟ ଓ କାଲିଫର୍ନିଆରେ ସିସିପିଏ (କାଲିଫର୍ନିଆ କନଜ୍ୟୁମର୍ ପ୍ରାଇଭେସି ଆକ୍ଟ) ଲାଗୁ ହେଇଛି। ଯାହା ମାଧ୍ୟମରେ ବ୍ୟକ୍ତିଗତ ଡାଟାକୁ ସେଠାକାର ଅଧିବାସୀ କମ୍ପାନୀଗୁଡିକରୁ ଡିଲିଟ କରିପାରୁଛନ୍ତି। ଭାରତରେ କିନ୍ତୁ ବ୍ୟକ୍ତିଗତ ଡାଟାକୁ ସୁରକ୍ଷା ଦେବା ତଥା ଡାଟା ଡିଲିଟ କରିବାକୁ କୌଣସି କମ୍ପାନୀକୁ କହିବା ପାଇଁ ସେମିତି କିଛି ନିୟମ ନାହିଁ। ‘ଦ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ ୨୦୨୨’ ଆମ ଦେଶରେ ଆସିଥିଲା। ହେଲେ ଏ ଯାଏଁ ତାହା ଲାଗୁ ହେଇନି। କାରଣ ଏଠାରେ ନିୟମଟିଏ ଲାଗୁ ହେବା ପାଇଁ ଲାଗିଯାଏ ବର୍ଷ ବର୍ଷ। ଏ କ୍ଷେତ୍ରରେ ଯେତେ ବିଳମ୍ବରେ ଆଇନ ଆସିବ ଟେକ୍ନଲୋଜି ସେତେ ଅଧିକ ଡେଭଲପ୍ ହେଇଯାଇଥିବ। ଫେସ୍ବୁକ୍ ପରି ବଡ଼ ବଡ଼ କମ୍ପାନୀ ଅନ୍ୟ ଦେଶକୁ ଡାଟା ପ୍ରାଇଭେସି ଭଙ୍ଗ କରିବା ନେଇ ଜରିମାନା ଦେଉଥିବା ଦେଖାଯାଏ। ହେଲେ ଏହି କମ୍ପାନୀଗୁଡିକ ଭାରତକୁ କେବେ ଜରିମାନା ଦେଉଥିବା ଦେଖିବାକୁ ମିଳେନା। କାରଣ ସେହି ଦେଶଗୁଡିକ ଡାଟା ପ୍ରୋଟେକ୍ସନ କ୍ଷେତ୍ରରେ ବହୁତ ଷ୍ଟ୍ରିକ୍ଟ। ଆଉ ଆମ ଦେଶରେ ଡାଟା ଲିକେଜ୍କୁ ନେଇ ନା ଜନସାଧାରଣ ନା ସରକାର କେହି ବି ବିଶେଷ ଗୁରୁତ୍ୱ ଦିଅନ୍ତି ନାହିଁ। ଫଳରେ ଫ୍ରଡ କଲ୍, ସ୍କାମ, ହ୍ୟାକିଂ ଭଳି ଅନେକ ସମସ୍ୟା ଉପୁଜିଥାଏ। ଆମ ପାଖକୁ ଆସୁଥିବା କ୍ରେଡିଟ କାର୍ଡ ପାଇଁ କଲ୍ ହେଉକି ପିଲାଙ୍କ ପାଠପଢା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ଆସୁଥିବା କଲ, ଏହି ଡାଟା ଲିକେଜ୍ ବା ଡାଟା ସେଲିଂ ପାଇଁ ହିଁ ହୋଇଥାଏ।“
ଡାଟା ସେଲିଂ ରୋକୁଛି ସିସିପିଏ:୨୦୨୦ରେ କାଲିଫର୍ନିଆ କନଜ୍ୟୁମର୍ ପ୍ରାଇଭେସୀ ଆକ୍ଟ(ସିସିପିଏ) କାର୍ଯ୍ୟକାରୀ ହେଇଥିଲା। ଏହି ଆକ୍ଟ ରାଜ୍ୟର ଅଧିବାସୀଙ୍କୁ ନିଜର ଡାଟା ବିକ୍ରି ନ କରିବା ଲାଗି କମ୍ପାନୀଗୁଡିକୁ କହିବାର ଅଧିକାର ଦେଇଛି । ତା’ସହ ଶେୟାର ହୋଇଥିବା ଡାଟାର କପି ବି ସେମାନେ ମଗାଇ ପାରିବେ ଓ ଉକ୍ତ ଡାଟାକୁ ଡିଲିଟ କରିବାକୁ କହିବାର ଅଧିକାର ବି ଏଥିରେ ଦିଆଯାଇଛି। ଭର୍ଜିନିଆ, କଲରାଡୋରେ ମଧ୍ୟ କନ୍ଜ୍ୟୁମର୍ ପ୍ରାଇଭେସି ଆଇନ୍ ପାସ୍ ହୋଇସାରିଛି। ଆଗାମୀ ଦିନରେ ମାସାଚୁସେଟ୍ସ, ନ୍ୟୁୟର୍କ, ମିନେସୋଟା, ନର୍ଥ କାରୋଲିନା, ଓହିଓ ଓ ପେନ୍ସିଲଭାନିଆ ଆଦି ରାଜ୍ୟ ମଧ୍ୟ ପ୍ରାଇଭେସି ଲେଜିସଲେସନ୍କୁ ଆପଣେଇପାରନ୍ତି। ସିସିପିଏ ଅନୁସାରେ ଯେଉଁ କମ୍ପାନୀର ୧୦ ମିଲିୟନରୁ ଉର୍ଦ୍ଧ୍ୱ ଗ୍ରାହକ ଅଛନ୍ତି ସେ କମ୍ପାନୀକୁ ବର୍ଷକ ଭିତରେ ଡାଟା ଡିଲିଟ୍ ପାଇଁ କେତେ ଅନୁରୋଧ ଆସିଛି ତାହା ଜଣାଇବା ବାଧ୍ୟତାମୂଳକ। ଆଉ ସେଥିମଧ୍ୟରୁ ସେମାନେ କେତୋଟି ଅନୁରୋଧକୁ ସମ୍ମାନ ଜଣାଇଛନ୍ତି ତା’ର ବିବରଣୀ ବି ସେମାନଙ୍କୁ ଦେବାକୁ ହେବ। ସିସିପିଏ ଆକ୍ଟ କେବଳ କାଲିଫର୍ନିଆବାସୀଙ୍କ ପାଇଁ। ତେବେ ସ୍ପଟିଫାଏ, ଉବର ଓ ଟ୍ବିଟର ଆଦି କିଛି କମ୍ପାନୀ କହିଛନ୍ତି ଡାଟା ଡିଲିଟ୍ର ଅନୁରୋଧ ପୃଥିବୀର ଯେଉଁଠାରୁ ଆସିଲେ ବି ଆମେ ତାକୁ ସମ୍ମାନ ଜଣାଇବୁ। ସେହିଭଳି ନେଟ୍ଫ୍ଲିକ୍ସ, ମାଇକ୍ରୋସଫ୍ଟ, ଷ୍ଟାରବକ୍ ଓ ୟୁପିଏସ୍ କମ୍ପାନି ମଧ୍ୟ କହିଛନ୍ତି ସିସିପିଏ ଅଧିକାରକୁ ଆମେ ସବୁ ଆମେରିକୀୟଙ୍କ ପର୍ଯ୍ୟନ୍ତ ପହଞ୍ଚାଇବୁ। କିନ୍ତୁ ସବୁ କମ୍ପାନୀ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। କାରଣ ଡାଟା ସେମାନଙ୍କ ପାଇଁ ବହୁତ ମୂଲ୍ୟବାନ।
– ଶିବାନୀ ମହାନ୍ତି |
https://www.dharitri.com/the-student-body-drs-sarvapalli-radhakrishnan/ | ଛାତ୍ରବତ୍ସଳ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍
ଦେବଭୂମି ପବିତ୍ର ଭାରତବର୍ଷରେ ଯେଉଁ କେତେଜଣ ମହାନ୍ ଦାର୍ଶନିକ, ରାଷ୍ଟ୍ରନାୟକ, ଚିନ୍ତାନାୟକ, ମାନବପ୍ରେମୀ ସେମାନଙ୍କର ଉତ୍ସର୍ଗୀକୃତ ସେବା, ତ୍ୟାଗ, ପ୍ରେମର ପ୍ରତିଦାନରେ ଭାରତବର୍ଷକୁ ସମଗ୍ର ବିଶ୍ୱରେ ଶକ୍ତିଶାଳୀ ରାଷ୍ଟ୍ର ହେବାର ସ୍ବପ୍ନ ଦେଖିଥିଲେ ସେମାନଙ୍କ ମଧ୍ୟରେ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଥିଲେ ଜଣେ ପ୍ରତିଭାଶାଳୀ ବ୍ୟକ୍ତିତ୍ୱ। ପିଲାଦିନୁ ସେ ଖୁବ୍ ଈଶ୍ୱରବିଶ୍ୱାସୀ ଥିଲେ। ହିନ୍ଦୁ ଧର୍ମ ପ୍ରତି ତାଙ୍କର ଯଦିଓ ଅଗାଧ ବିଶ୍ୱାସ ଓ ଭଲପାଇବା ଥିଲା ତଥାପି ସେ ସବୁ ଧର୍ମକୁ ଆନ୍ତରିକତାର ସହ ଭଲ ପାଉଥିଲେ ଏବଂ ସମ୍ମାନ ମଧ୍ୟ ଦେଉଥିଲେ। ପିଲାଦିନେ ଚୁପ୍ଚାପ୍ ଲାଜକୁଳା ସ୍ବଭାବର ଥିବା ଏହି ପିଲାଟି ଯେ ଭବିଷ୍ୟତରେ ଜଣେ ଜ୍ଞାନୀ, ଦାର୍ଶନିକ, କୂଟନୀତିଜ୍ଞ, ମହାନ୍ ଶିକ୍ଷାବିତ୍ ଭାବରେ କେବଳ ନିଜ ଦେଶରେ ନୁହେଁ, ସମଗ୍ର ବିଶ୍ୱରେ ଯଶ ଅର୍ଜନ କରିବେ ଏ କଥା କାହାକୁ ବି ଜଣା ନ ଥିଲା।
ସେ ପୁଣି ଥିଲେ ଆମ ଭାରତବର୍ଷର ପ୍ରଥମ ଉପ ରାଷ୍ଟ୍ରପତି ଏବଂ ଦ୍ୱିତୀୟ ରାଷ୍ଟ୍ରପତି। ୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ଆଜିର ଦିନରେ ମାନ୍ଦ୍ରାଜର ସର୍ବପଲ୍ଲୀ ନାମକ ଏକ ଛୋଟିଆ ଗରିବ ବ୍ରାହ୍ମଣ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ପିତା ପୁରୋହିତ ଥିଲେ। ନାମ ଥିଲା ତାଙ୍କର ବୀରସ୍ବାମୀ। ପିତା ପୁରୋହିତ ଥିବା ହେତୁ ଭଗବାନ କୃଷ୍ଣ ଓ ଶ୍ରୀରାଧାଙ୍କୁ ଖୁବ୍ ଭଲ ପାଉଥିଲେ। ତେଣୁ ପୁତ୍ରର ନାମ ଅତି ଆଦରରେ ରାଧାକ୍ରିଷ୍ଣନ୍ ରଖିଥିଲେ।
ଆର୍ଥିକ ଅବସ୍ଥା ସ୍ବଚ୍ଛଳ ଥିବାରୁ ରାଧାକ୍ରିଷ୍ଣନ୍ ଖ୍ରୀଷ୍ଟିଆନ୍ ମିଶ୍ନାରୀ ସ୍କୁଲରେ ବିଦ୍ୟାରମ୍ଭ କରିଥିଲେ। ତୁଳସୀ ଦୁଇପତ୍ରରୁ ବାସିବା ପରି ଅଳ୍ପ ବୟସରୁ ଇଂଲିଶ ଭାଷାରେ ତାଙ୍କର ଖୁବ୍ ଜ୍ଞାନ ଲାଭ ହେଲା। ଏହାପରେ ସେ ମାନ୍ଦ୍ରାଜ ସହରର ଖ୍ରୀଷ୍ଟିଆନ୍ କଲେଜରେ ଉଚ୍ଚଶିକ୍ଷା ଲାଭ କଲେ। ସେ ତାଙ୍କ ଅସାଧାରଣ ଜ୍ଞାନ ବଳରେ ଛାତ୍ର, ଶିକ୍ଷକ, ଅଧ୍ୟାପକ, ସମସ୍ତଙ୍କୁ ଚକିତ କରି ଦେଇଥିଲେ। ସେ ପରୀକ୍ଷାରେ ଦର୍ଶନ ଶାସ୍ତ୍ରରେ ଅନର୍ସ (ସମ୍ମାନ) ରଖି ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କଲେ। ଏହାପରେ ଶିକ୍ଷା ଶେଷ ପରେ ସେ ପ୍ରଥମେ ମାନ୍ଦ୍ରାଜର ପ୍ରେସିଡେନ୍ସି କଲେଜରେ ଅଧ୍ୟାପକ ହୋଇଥିଲେ। ତାଙ୍କର ଖାଦ୍ୟଶୈଳୀ ଓ ଜୀବନପ୍ରଣାଳୀ ଅତି ସରଳ ଥିଲା। ସେ ଧୋତି, ଲମ୍ବା କୋଟ ଓ ମଥାରେ ପଗଡ଼ି ପିନ୍ଧୁଥିଲେ।
ସେ ଅଧ୍ୟାପକ ଥିବା ସମୟରେ ଅନେକ ଅସହାୟ, ଦରିଦ୍ର ମେଧାବୀ ଛାତ୍ରଙ୍କୁ ନିଜ ଦରମାରୁ ବହିପତ୍ର, ପୋଷାକ, ପାଠ୍ୟସାମଗ୍ରୀ କିଣିଦେଇ ଅପାର ଆନନ୍ଦ ଲାଭ କରୁଥିଲେ। ଛାତ୍ରୀଛାତ୍ରମାନେ ତାଙ୍କୁ ଖୁବ୍ ଭଲ ପାଉଥିଲେ। ପରେ ପରେ ଏହି ଦର୍ଶନ ଶାସ୍ତ୍ରରେ ଗବେଷଣା କରି ଡକ୍ଟରେଟ୍ ଉପାଧି ଲାଭ କଲେ। ଏହାପରେ ଭାରତବର୍ଷର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଏବଂ କୁଳପତି ରୂପେ କାର୍ଯ୍ୟ କରିଥିଲେ। ଭାରତର ଧର୍ମ, ସଂସ୍କୃତି, ଭାଗବତ, ଉପନିଷଦ୍, ପରମ୍ପରାକୁ ସେ ଦେଶ ବିଦେଶରେ ପ୍ରଚାର କରି ଆନନ୍ଦ ପାଉଥିଲେ। ଯଦିଓ ହିନ୍ଦୁଧର୍ମକୁ ଭଲ ପାଉଥିଲେ ତଥାପି ସେ ନିରପେକ୍ଷ ଭାବେ ସର୍ବଧର୍ମର ଲୋକଙ୍କୁ ସମ୍ମାନ ଦେବା ସହ ଭଲ ପାଉଥିଲେ।
୧୯୪୭ ମସିହାରେ ଭାରତ ସ୍ବାଧୀନ ହେବା ପରେ ସେ ୧୯୫୨ ମସିହାରେ ହେଲେ ଭାରତର ଉପ ରାଷ୍ଟ୍ରପତି ଏବଂ ୧୯୬୨ ମସିହାରେ ହେଲେ ଭାରତର ପ୍ରଥମ ନାଗରିକ ଅର୍ଥାତ ରାଷ୍ଟ୍ରପତି। ପ୍ରକୃତରେ ସେ ଏଭଳି ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଯେ, ସବୁ ଦେଶ ସହ ସେ ସୁସମ୍ପର୍କ ରକ୍ଷା କରିଥିଲେ। ସେ ହିଁ ଥିଲେ ଭାରତମାତାର ପ୍ରକୃତ ଉପଯୁକ୍ତ ସନ୍ତାନ, ଯିଏକି ନିଜର ମିଷ୍ଟଭାଷା, ଭଲପାଇବା, ପ୍ରେମ, ସ୍ନେହ, ସଦାଚାର ଦ୍ୱାରା ପୃଥିବୀରେ ଶାନ୍ତି ପ୍ରତିଷ୍ଠା କରି ବିସ୍ମୟ ସୃଷ୍ଟି କରିଥିଲେ। ତାଙ୍କର ଜନ୍ମଦିନ (ସେପ୍ଟେମ୍ବର ୫)କୁ ଗୁରୁଦିବସ ଭାବରେ ପାଳନ କରାଯାଇଆସୁଅଛି।
-ମୀରା ବେଉରା, ରଘୁନାଥଜୀଉ ମହାବିଦ୍ୟାଳୟ, ଦେଉଳସାହି, କଟକ |
https://www.dharitri.com/odisha-shubham-will-represent-india/ | ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଶାର ଶୁଭମ୍
ଭୁବନେଶ୍ୱର, ୧୩ା୬(ସ୍ପୋଟର୍ସ ବ୍ୟୁରୋ): ଜୁଲାଇ ମାସରେ ମାଳଦ୍ୱୀପରେ ଅନୁଷ୍ଠିତ ହେବାକୁ ଥିବା ଦକ୍ଷିଣ ଏସୀୟ ସୁନ୍ଦର ସ୍ବାସ୍ଥ୍ୟ ଚାମ୍ପିୟନଶିପରେ ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଆ ପୁଅ ଶୁଭମ୍ ମିଶ୍ର। ଜୁନ୍ ୩ ଓ ୪ ତାରିଖରେ ଗୋଆରେ ଅନୁଷ୍ଠିତ ଜାତୀୟ ଆଥଲେଟିକ୍ ଫିଜିକ୍ ଫର ବଡି ବିଲ୍ଡିଂ ଚୟନ ଶିବିରରେ ଯୋଗଦେଇ ତିନୋଟି ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି ଶୁଭମ। ଦକ୍ଷିଣ ଏସୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ବ୍ୟତୀତ ନେପାଳରେ ହେବାକୁ ଥିବା ଏସିଆନ୍ ଚାମ୍ପିୟନଶିପ୍ ଓ କୋରିଆରେ ହେବାକୁ ଥିବା ଓ୍ବାଲର୍ଡ ଚାମ୍ପିୟନଶିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଓଡ଼ିଆ ପୁଅଙ୍କ ଏହି କୃତିତ୍ୱ ପାଇଁ ଓଡ଼ିଶା ବଡି ବିଲ୍ଡିଂ ଫେଡେରେଶନ ସଭାପତି ସୁମିତ୍ରା ତ୍ରିପାଠୀ ଓ ସମ୍ପାଦକ ପ୍ରସନ୍ନ ମହାସୁଆର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶା ମାଇନିଂ କର୍ପୋରେଶନର ସହକାରୀ ପରିଚାଳକ ଭାବେ କାର୍ଯ୍ୟ କରୁଥିବା ଶୁଭମ୍ ୨୦୨୧ରେ ତାଶକେଣ୍ଟରେ ଅନୁଷ୍ଠିତ ସୁନ୍ଦର ସ୍ବାସ୍ଥ୍ୟ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ। ଦକ୍ଷିଣ ଏସୀୟ ଚାମ୍ପିୟନଶିପରେ ସେ ସଫଳ ହେବା ନେଇ ଆଶାବାଦୀ ରହିଥିବା ବେଳେ ଅଭ୍ୟାସ ମଧ୍ୟ ଆରମ୍ଭ କରି ଦେଇଛନ୍ତି। |
https://www.dharitri.com/surgery-in-the-orthopedic-department-id-stop/ | ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍
ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ ସମନ୍ବୟ ନ ରହିବା ଯୋଗୁ ଅଧିକାଂଶ ରୋଗୀ ଅନ୍ୟ ମେଡ଼ିକାଲ କଲେଜକୁ ରେଫର ହେଉଥିବାବେଳେ ବହୁ ସମୟରେ ଗୁରୁତର ରୋଗୀ ହସ୍ପିଟାଲରେ ଠିକ ସମୟରେ ଚିକିତ୍ସା ନ ପାଇ ହଇରାଣ ହେଉଛନ୍ତି। ଏପରି କି ମୃତ୍ୟୁ ମୁଖରେ ପଡୁଛନ୍ତି। ସେହିପରି ମେଡ଼ିକାଲ କଲେଜରେ ଓ ଜିଲା ହେଡକ୍ୱାଟର ହସ୍ପିଟାଲରେ ସି ଆର୍ମ ମେଶିନ ନ ଥିବାରୁ ଅସ୍ଥି ଶଲ୍ୟ ବିଭାଗରେ ଗୋଟିଏ ବି ଅସ୍ତ୍ରୋପଚାର ହୋଇ ପାରୁନାହିଁ। ଗତ ୧ ବର୍ଷ ହେଲା ମେଡ଼ିକାଲ କଲେଜ ଖୋଲିଲାଣି। କଲେଜର ୫ଜଣ ବିଶେଷଜ୍ଞ ଡାକ୍ତର ଥିବାବେଳେ ଜଣେ ହେଡକ୍ୱାଟର ହସ୍ପିଟାଲରେ ନିଯୁକ୍ତି ପାଇଛନ୍ତି। ହେଲେ ଉପରୋକ୍ତ ମେଶିନ ନ ଥିବାରୁ ୧୦୦ ପ୍ରତିଶତ ଅସ୍ଥି ଶଲ୍ୟ ଅସ୍ତ୍ରୋପଚାର ସବୁ ଅନ୍ୟ ମେଡ଼ିକାଲ କଲେଜକୁ ରେଫର ହେଉଛି, ନ ହେଲେ ଲୋକେ ବେସରକାରୀ ହସ୍ପିଟାଲକୁ ଯାଇ ଅଧିକ ଖର୍ଚ୍ଚରେ ପଡୁଛନ୍ତି। ଏମିତି କି ଛୋଟ ଅସ୍ତ୍ରୋପଚାର ବି ହୋଇ ପାରୁନାହିଁ। ଲୋକେ କହୁଛନ୍ତି ମେଡ଼ିକାଲ କଲେଜର ଲାଭ କ’ଣ ବୋଲି ପ୍ରଶ୍ନ କରୁଛନ୍ତି। ପୂର୍ବରୁ ଏକ ଆର୍ମ ମେଶିନ ବହୁ ବର୍ଷ ତଳେ ଥିଲା। ଏହାର ରକ୍ଷଣା ବେକ୍ଷଣା ଅଭାବ ଏବଂ ବ୍ୟବହାର ନ ହେବାରୁ ଖରାପ ହୋଇ ପଡିଛି। ଏହି ପୁରୁଣା କାଳିଆ ମେଶିନ ମରାମତି ବି ହୋଇ ପାରୁନାହିଁ। ଫଳରେ ଅସ୍ତ୍ରୋପଚାର ବନ୍ଦ ରହିଛି। ଏହା ଦ୍ୱାରା ଏହି ବିଭାଗ ବିଶେଷଜ୍ଞଙ୍କ ହାତ ବି ବନ୍ଦ ହୋଇଯାଇଛି। ମେଡ଼ିକାଲ କଲେଜକୁ ଡାକ୍ତର ହେବା ପାଇଁ ପଢିବାକୁ ଆସୁଥିବା ଡାକ୍ତରୀ ଛାତ୍ର ବି କିଛି ଶିଖି ପାରୁ ନାହାନ୍ତି। ଜିଲାରେ ପ୍ରତିଦିନ ବହୁ ଦୁର୍ଘଟଣା ଘଟି ଲକୋଙ୍କ ହାଡ଼ ଗୋଡ଼ ଭାଙ୍ଗୁଛି। ଅଧିକାଂଶ ଅସ୍ତ୍ରୋପଚାର ଆବଶ୍ୟକତା ହେଉଛି। ହେଲେ ଏଠି ମେଶିନ ଅଭାବରୁ ହୋଇ ପାରୁନାହିଁ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମେଶିନର ମୂଲ୍ୟ ବହୁତ ଅଧିକ ଥିବାରୁ କିଣା ଯାଇପାରୁ ନ ଥିବା କୁହାଯାଇଛି। ବହୁ ସମୟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମୀକ୍ଷା ହେଉଛି। ହେଲେ ଏହି ସମସ୍ୟା ଗୁରୁତ୍ୱ ଦିଆ ନ ଯିବାକୁ ଲୋକେ ନା ପସନ୍ଦ କରିଛନ୍ତି। ବର୍ତ୍ତମାନ କଲେଜ ସହ ଜିଲା ହେଡକ୍ୱାଟର ହସ୍ପିଟାଲ ଯୋଡି ହୋଇ ରହିଛି। କିନ୍ତୁ ବହୁ ସମୟରେ ସମନ୍ବୟ୍ର ଅଭାବ ଦେଖାଦେଇଛି। ଯାହା ନେଇ ହଇରାଣ ହେଉଥିବା ରୋଗୀ ଅଭିଯୋଗ କଲେ ମଧ୍ୟ କେହି ପଦକ୍ଷେପ ନେଉ ନାହାନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ନିହାରେନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ ମେଶିନ ନ ଥିବାରୁ ଅସ୍ତ୍ରୋପଚାର ହେଇ ପାରୁ ନ ଥିବା କହିଛନ୍ତି। ଏହା ପାଇଁ ପ୍ରସ୍ତାବ ଦିଆହୋଇଛି ବୋଲି କହିଛନ୍ତି। |
https://www.dharitri.com/karnataka-congress-leader-brijesh-kalappa-quits-the-party/ | କର୍ନାଟକ କଂଗ୍ରେସକୁ ଝଟ୍କା: ଦଳର ହାତ ଛାଡ଼ିଲେ ୨୫ବର୍ଷର ସଦସ୍ୟ
ବେଙ୍ଗାଲୁରୁ,୧।୬: କର୍ନାଟକ କଂଗ୍ରେସ ନେତା ତଥା ସୁପ୍ରିମକୋର୍ଟର ଓକିଲ ବ୍ରିଜେଶ କଲାପ୍ପା ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦୀର୍ଘ ୨୫ ବର୍ଷରୁ କଂଗ୍ରେସରେ ଥିଲେ। ବ୍ରିଜେଶ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ତାଙ୍କ ଇସ୍ତଫା ପତ୍ରକୁ ହସ୍ତାନ୍ତର କରିଛନ୍ତି। ସେଥିରେ ସେ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ କାର୍ଯ୍ୟରେ ଭଲ ପ୍ରଦର୍ଶନ ହେଉନାହିଁ ବୋଲି କହିଛନ୍ତି। ଏଥିସଯୋଗୁ ସେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛନ୍ତି ବୋଲି ବ୍ରିଜେଶ କହିଛନ୍ତି। ସୂଚନାଯୋଗ୍ୟ, ବ୍ରିଜେଶ ମେ’ ୩୦ରେ ସୋନିଆ ଗାନ୍ଧୀଙ୍କୁ ତାଙ୍କ ଇସ୍ତଫା ପତ୍ର ହସ୍ତାନ୍ତର କରିଥିଲେ। ଏଥିସହ ଦଳ ତାଙ୍କୁ ସୁଯୋଗଦେଇଥିବାରୁ ସେ ସୋନିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ କହିଛନ୍ତି, ୨୦୧୪ ଓ ୨୦୧୯ରେ ପରାଜୟ ପରେ ଦଳ ପାଇଁ ସବୁଠାରୁ ଖରାପ ସମୟରେ ମଧ୍ୟ ମୁଁ କେବେ ଶକ୍ତି ଏବଂ ଉତ୍ସାହର ଅଭାବ ଅନୁଭବ କରିନାହିଁ। କିନ୍ତୁ, ନିକଟରେ ତାଙ୍କର ଭଲ ପ୍ରଦର୍ଶନ ହୋଇନାହିଁ ବୋଲି ସେ କହିଛନ୍ତି। ଦଳର ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ନିକଟରେ ହୋଇଥିବା ଏମ୍ଏଲ୍ସି ନିର୍ବାଚନ ଏବଂ ଆଗାମୀ ରାଜ୍ୟ ସଭା ନିର୍ବାଚନ ପାଇଁ ତାଙ୍କୁ ପ୍ରାର୍ଥୀ କରାଯାଇ ନ ଥିବାରୁ ବ୍ରିଜେଶ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି କାରଣରୁ ସେ ତାଙ୍କ ଇସ୍ତଫା କଂଗ୍ରେସ ଅଧ୍ୟକ୍ଷ ନିକଟକୁ ପଠାଇଛନ୍ତି। ୧୯୯୭ରେ ବ୍ରିଜେଶ ଯୋଗ ଦେଇଥିବା ବେଳେ ସେ ପ୍ରାୟ ୨୫ ବର୍ଷ ଧରି ଦଳର ସହିତ ରହିଥିଲେ। |
https://www.dharitri.com/gangster-lawrence-bishnoi-produced-in-amritsar-court-by-punjab-police/ | ୮ଦିନିଆ ରିମାଣ୍ଡରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ
ଚଣ୍ଡିଗଡ଼,୨୮।୬: ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ମଙ୍ଗଳବାର ଅମୃତଶର କୋର୍ଟରେ ହାଜର କରାଯାଇଥିଲା। କୌଣସି ଅପ୍ରିତିକର ପରିସ୍ଥିତି ଯେପରି ନ ଉପୁଜେ ସେଥିପାଇଁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବଳୟରେ ବିଷ୍ଣୋଇଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଏହି ମାମଲା ଆବେଦନର ଶୁଣାଣି କରି ତାଙ୍କୁ ୮ଦିନିଆ ରିମାଣ୍ଡରେ ପଠାଇଦେଇଛନ୍ତି। ଜୁଲାଇ ୬ପର୍ଯ୍ୟନ୍ତ କୋର୍ଟ ତାଙ୍କୁ ରିମାଣ୍ଡରେ ପଠାଇଥିବା ଜଣାପଡ଼ିଛି। ଅମୃତଶର ଏସିପି ପାଲବିନ୍ଦର ସିଂ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗ୍ୟାଙ୍ଗଷ୍ଟର ରାଣା କାନ୍ଧୋୱାଲିଆ ହତ୍ୟାକାଣ୍ଡ ମାମଲାର ପଚରାଉଚରା କରିବା ପାଇଁ ଅମୃତଶର ପୋଲିସ ସୋମବାର-ମଙ୍ଗଳବାର ମଧ୍ୟରାତ୍ରିରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଅମୃତଶରକୁ ଆଣିଥିଲା। ଅମୃତଶର ପୋଲିସ ବିଷ୍ଣୋଇଙ୍କୁ ମନସାରୁ ଦିନିକିଆ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଥିଲା। ମଙ୍ଗଳବାର ସକାଳେ କଡ଼ା ସୁରକ୍ଷା ବଳୟରେ କୋର୍ଟରେ ହାଜର କରାଯିବା ପରେ ତାଙ୍କୁୁ ୮ଦିନିଆ ରିମାଣ୍ଡରେ ନେଇଛି ପୋଲିସ। ଗ୍ୟାଙ୍ଗଷ୍ଟର ବିଷ୍ଣୋଇଙ୍କୁ ଷ୍ଟେଟ ସ୍ପେଶାଲ ଅପରେଶନ ସେଲ୍ରେ ରଖାଯାଇଛି। କୋର୍ଟରେ ହାଜର କରିବା ପାଇଁ ତାଙ୍କୁ ସେଠାରୁ ଏକ ବୁଲେଟ ପ୍ରୁଫ୍ ଗାଡିରେ ନିଆଯାଇଥିଲା। |
https://www.dharitri.com/now-free-abadha-in-the-temple/ | ଏଣିକି ଶ୍ରୀମନ୍ଦିରରେ ମିଳିବ ମାଗଣା ଅବଢ଼ା : ଜାଣନ୍ତୁ କ’ଣ କହିଲେ ଆଇନମନ୍ତ୍ରୀ…
ପୁରୀ,୧୮।୮: ଏଣିକି ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ ମିଳିବ। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏ ନେଇ ବୟାନ ରଖିଛନ୍ତି। ଭକ୍ତଙ୍କୁ ମାଗଣା ଅବଢ଼ା ଦେବାକୁ ବ୍ୟବସ୍ଥା କରାଯାଉଛି। ପ୍ରତିଦିନ ପ୍ରାୟ ଏକରୁ ଦେଢ଼ ଲକ୍ଷ ଭକ୍ତ ଶ୍ରୀମନ୍ଦିର ଆସୁଛନ୍ତି, ସମସ୍ତଙ୍କୁ ମାଗଣା ମହାପ୍ରସାଦ ଦେବାକୁ ଚେଷ୍ଟା ଚାଲିଥିବା ଆଇନମନ୍ତ୍ରୀ କହିଛନ୍ତି।ତେବେ କେବଠୁ ଓ କେମିତି ଦିଆଯିବ ମହାପ୍ରସାଦ, ସେନେଇ ଆଇନ ମନ୍ତ୍ରୀ ସ୍ପଷ୍ଟ କରିନାହାଁନ୍ତି।ସେ କହିଛନ୍ତି, ଏ ସଂପର୍କରେ ରାଜ୍ୟ ସରକାର ଏକ ରୂପରେଖ ପ୍ରସ୍ତୁତ କରୁଛନ୍ତି। ତା’ସହ ଆହୁରି କହିଛନ୍ତି, ପୁରୀରେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଏକ ବ୍ୟାଖ୍ୟାନ କେନ୍ଦ୍ର ଖୋଲାଯିବ। ଯେଉଁଠି ଜଗନ୍ନାଥ ମନ୍ଦିରର ସମ୍ପୂର୍ଣ୍ଣ ନୀତିକାନ୍ତି,ବ୍ୟବସ୍ଥାବଳୀ ଓ ଜଗନ୍ନାଥ ସଂସ୍କୃତି ବିଷୟରେ ଭକ୍ତଙ୍କୁ ତଥ୍ୟ ଦିଆଯିବ। |
https://www.dharitri.com/ହୀରାକୁଦ-ଡ୍ୟାମ୍ରୁ-୮ଟି-ଗେ/ | ହୀରାକୁଦ ଡ୍ୟାମ୍ରୁ ୮ଟି ଗେଟ୍ଦେଇ ବନ୍ୟାଜଳ ନିଷ୍କାସିତ
ସମ୍ବଲପୁର, ୧୩ା୯ (ବ୍ୟୁରୋ): ସମ୍ବଲପୁର ଜିଲା ହୀରାକୁଦ ଡ୍ୟାମ୍ରୁ ଶୁକ୍ରବାର ୮ଟି ଗେଟ୍ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ସକାଳ ୯ଟା ପର୍ଯ୍ୟନ୍ତ ମିଳିଥିବା ରିପୋର୍ଟ ଅନୁସାରେ, ପ୍ରତି ସେକେଣ୍ଡରେ ୧ଲକ୍ଷ ୫୦ ହଜାର ୮୬୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବା ବେଳେ ପ୍ରତି ସେକେଣ୍ଡରେ ଡ୍ୟାମ୍କୁ ୨ଲକ୍ଷ ୫ ହଜାର ୪୪୧ କ୍ୟୁସେକ ଜଳ ପ୍ରବେଶ କରୁଛି । ପାୱାର ଚ୍ୟାନାଲରେ ୧୮ ହଜାର ୯୮, ବିଭିନ୍ନ କେନାଲରେ ୨ହଜାର ୩୩୬ ଓ ଶିଳ୍ପକୁ ୧୭୦ କ୍ୟୁସେକ୍ ଜଳ ଛଡାଯାଉଛି । ସେହିପରି ଡ୍ୟାମ୍ ତଳ ମୁଣ୍ଡ ବେଲଗାଁରେ ୧୯ ହଜାର ୫୦୦, ପର୍ଥଲାରେ ୭୪ ହଜାର ୭୦୦, ଖଇରମାଲରେ ୨ଲକ୍ଷ ୧୯ ହଜାର, ବରମୂଲାରେ ୨ଲକ୍ଷ ୪ ହଜାର ଓ ମୁଣ୍ଡଳିରେ ୩ ଲକ୍ଷ ୯୪ ହଜାର ୩୮୪ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଡ୍ୟାମ୍ରେ ଜଳସ୍ତର ୬୨୭. ୯୭ ଫୁଟ ରହିଛି ବୋଲି ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । |
https://www.dharitri.com/ପୁରୀ-ପ୍ରଶାସନ-ପାଇଁ-ଅଳିଆ-ଅଡ/ | ପୁରୀ ପ୍ରଶାସନ ପାଇଁ ଅଳିଆ ଅଡୁଆ: ସଫେଇ ଚାଲିଛି, ପକାଇବାକୁ ଜାଗା ନାହିଁ
ପୁରୀ ଅଫିସ, ୧୧ା୮: ଆଇକନିକ୍ ସହର ପୁରୀକୁ ସ୍ବଚ୍ଛ ରଖିବା ପାଇଁ ହେଉଥିବା ପ୍ରୟାସକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଏଭଳି ମହତ ଉଦ୍ଦେଶ୍ୟରେ ପ୍ରଶାସନିକ ଅଧିକାରୀ, ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ଖବରଦାତା, ଆଇନଜୀବୀ ଏବଂ ସ୍ଥାନୀୟ ବାସିନ୍ଦ ସ୍ବେଚ୍ଛାକୃତ ଭାବେ ସାମିଲ ମଧ୍ୟ ହେଉଛନ୍ତି। ମାତ୍ର ଏବେ ପୁରୀ ପ୍ରଶାସନ ପାଇଁ ଅଡୁଆ ସୃଷ୍ଟି କରିଛି ଅଳିଆ। ପୁରୀରୁ ବାହାରୁଥିବା ଟନ୍ ଟନ୍ ଅଳିଆ ଆବର୍ଜନାକୁ କେଉଁଠାରେ ପକାଯିବ ସେନେଇ ଚିନ୍ତାରେ ପଡ଼ିଛନ୍ତି ପ୍ରଶାସନିକ ଅଧିକାରୀ। ଡମ୍ପିଂ ପାଇଁ ସ୍ଥାନ ଅଭାବ ପଡ଼ିବାରୁ ପ୍ରସ୍ତାବିତ ଷ୍ଟାଡିୟମ ପରିସର ଆଉ ମଧୁର ଜଳ ସଂରକ୍ଷିତ ଅଞ୍ଚଳରେ ଏହି ଅଳିଆ ଡମ୍ପିଂ କରାଯାଉଛି। ପ୍ରତି ଦିନ ଏଠାରେ ଗଦା କରାଯାଇଛି କୁଢ କୁଢ ଅଳିଆ ଆବର୍ଜନା। ମଧୁର ଜଳ ସଂରକ୍ଷିତ ଅଞ୍ଚଳ ଜଙ୍ଗଲ ଭିତରେ ଜମିଛି ପରିବେଶ ପାଇଁ ଘାତକ ସାଜିଥିବା ପ୍ଲାଷ୍ଟିକ ଆଉ ପଲିଥିନ। ଏହାର ଭବିଷ୍ୟତ କଣ ହେବ ତାହାକୁ ନେଇ ପ୍ରଶାସନ ହରଡ଼ଘଣାରେ ପଡିଥିବା ବେଳେ ପରୀକ୍ଷାମୂଳକ କମ୍ପୋଷ୍ଟ ହିଁ ସାଜିଛି ଶେଷ ଭରସା। ବାତ୍ୟା ପରେ ପୁରୀ ହସରରୁ ବାହାରିଥିବା ଟନ୍ ଟନ୍ ଆବର୍ଜନାକୁ କମ୍ପୋଷ୍ଟ କରିବା ଲାଗି ପୌରସଂସ୍ଥା ଯୋଜନା କରିଛି। ହେଲେ ପରୀକ୍ଷାମୂଳକ ଭାବେ ହେବାକୁ ଥିବା କମ୍ପୋଷ୍ଟ ସଫଳ ହେଉଛି ନା ଫେଲ୍ ମାରୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର।
ବାତ୍ୟା ପୂର୍ବରୁ ପୁରୀ ସହରରୁ ଦୈନିକ ପ୍ରାୟ ୬୦ ଟନ୍ ଆବର୍ଜନା ବାହାରୁଥିଲା। ହେଲେ ଫନୀ ପରେ ଆବର୍ଜନାର ପରିମାଣ ପ୍ରାୟ ୧୦ ଗୁଣ ବୃଦ୍ଧି ପାଇଥିଲା। ପ୍ରାୟ ୨ ମାସ ଧରି ଦୈନିକ ୬୦୦ ଟନ୍ ଅଳିଆ ବାହାରିଥିଲା। ତେବେ ଏହାକୁ କେଉଁଠାରେ ଡମ୍ପିଂ କରାଯିବ ତାହାର ସ୍ଥାନ ସଙ୍କଟ ଦେଖାଦେଲା। ବାତ୍ୟାରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଭାଙ୍ଗି ପଡିଥିବା ବେଳେ ଦୈନିକ ଶହ ଶହ ଟ୍ରିପ୍ ଅଳିଆ ଆବର୍ଜନା ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଥିଲା। ତେଣୁ ବାଧ୍ୟ ହୋଇ ପୌରସଂସ୍ଥା ସହର ମଧ୍ୟରେ ଥିବା ୩/୪ଟି ଖୋଲା ଜାଗାରେ ଆବର୍ଜନା ଗଦା କରିଥିଲା। ହେଲେ ଏହି ସ୍ଥାନଗୁଡ଼ିକ ପୂର୍ଣ୍ଣ ହୋଇଯିବା ପରେ ପୌରସଂସ୍ଥା ପ୍ରସ୍ଥାବିତ ଶ୍ରୀଜଗନ୍ନାଥ ଷ୍ଟାଡିୟମ୍ ପରିସରରେ ଅଳିଆ ଗଦା କରିଥିଲା। ଧୀରେ ଧୀରେ ଆବର୍ଜନା ଜମା ହୋଇ ଛୋଟ ପାହାଡର ଭ୍ରମ ସୃଷ୍ଟି ହୋଇଛି। ତେବେ ଏହାକୁ ନେଇ ସ୍ଥାନୀୟ ଲୋକେ ବିରୋଧ କରିବାରୁ ପ୍ରଶାସନ ଏହି ଆବର୍ଜନାକୁ କମ୍ପୋଷ୍ଟ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଏଥିଲାଗି ଷ୍ଟାଡିୟମ୍ ପରିସରରୁ କିଛି ଟ୍ରିପ୍ ଅଳିଆ ନେଇ ମଧୁର ଜଳ ସଂରକ୍ଷିତ ଅଞ୍ଚଳ ଜଙ୍ଗଲ ମଧ୍ୟରେ ପକାଇଛି। ଏଠାରେ ପରୀକ୍ଷା ମୂଳକ ଭାବେ କମ୍ପୋଷ୍ଟ କରିବା ଲାଗି ଆବର୍ଜନା ଆଣି ପକାଯାଇଥିବା ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି। ସେହିପରି ଏହି ଜଙ୍ଗଲ ମଧ୍ୟରେ ହଜାର ଜହାର ପାଣି ପାଉଚ୍ ମଧ୍ୟ ଗଦା କରାଯାଇଛି। ଏହି ଆବର୍ଜନା ଏବଂ ପାଣି ପାଉଚ ନିକଟ ବାଲୁଖଣ୍ଡ ଅଭୟାରଣ୍ୟ ବନ୍ୟଜନ୍ତୁଙ୍କ ଜୀବନଶୈଳୀକୁ ପ୍ରଭାବିତ କରିବ ବୋଲି କୁହାଯାଉଥିବା ବେଳେ ଏହାକୁ ନେଇ ଚିନ୍ତାରେ ପଡିଛି ପୌରସଂସ୍ଥା। ତେବେ ପରୀକ୍ଷାମୂଳକ କମ୍ପୋଷ୍ଟ ପାଇଁ ମଧୁର ଜଳ ସଂରକ୍ଷିତ ଅଞ୍ଚଳ ଜଙ୍ଗଲ ଭିତରେ ଅଳ୍ପ କେତେ ଟ୍ରିପ୍ ଆବର୍ଜନା ପକାଯାଇଥିବା ପୌରସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ କହିଛନ୍ତି।
ତେବେ ଆବର୍ଜନା ପକାଇବା ପାଇଁ ପୌରସଂସ୍ଥା ଜାଗା ପାଉ ନ ଥିବାବେଳେ ଏଭଳିସ୍ଥଳରେ ସଫେଇ ଉପରେ ଗୁରୁତ୍ୱ ଦେଇଛନ୍ତି ଜିଲାପାଳ। ଗତ କିଛିଦିନ ଧରି ପୁରୀ ବେଳାଭୂମିକୁ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନଙ୍କ ଜରିଆରେ ସଫା କରାଯାଉଛି। ପ୍ରତ୍ୟେହ ବହୁ ପରିମାଣରେ ଅଳିଆ ବାହାରୁଛି। ପୁଣି ପେଣ୍ଠକଟା ଅଞ୍ଚଳର ସବୁ ଗଳିରୁ ଆବର୍ଜନା ହଟାଇବା ଲାଗି ଜିଲା ପ୍ରଶାସନ ଯୋଜନା କରିଛି। ଏଥିପାଇଁ କମିଟି ଗଠନ କରାଯାଇଥିବା ବେଳେ ବସ୍ତିବାସିନ୍ଦାଙ୍କୁ ଏଥିରେ ସହଯୋଗ କରିବା ଲାଗି ନିବେଦନ କରାଯାଇଛି। ପେଣ୍ଠକଟା ବେଳାଭୂମି ମଧ୍ୟ ସଫେଇ ଚାଲିଛି। |
https://www.dharitri.com/the-mining-area-is-polluted/ | ପ୍ରଦୂଷିତ ହେଉଛି ଖଣି ଅଞ୍ଚଳ
କାଳିଆପାଣି,୨୩ା୯(ଅସିତ ମହାନ୍ତ): ଯାଜପୁର ଜିଲାର ଖଣି ଅଞ୍ଚଳ ପ୍ରଦୂଷିତ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ବଢ଼ିବାରେ ଲାଗିଛି। ଫଳରେ ଅଦିନିଆ ବର୍ଷା ସହ ଗୁଳୁଗୁଳି ଓ ରୌଦ୍ରତାପ ଅନୁଭୂତ ହେଉଛି। ସେହିପରି ଋ଼ତୁ ପରିବର୍ତ୍ତନ ଯୋଗୁ ପାଣିର ଅଭାବ ହେଲାଣି। ଜାନୁୟାରୀ ଆରମ୍ଭରୁ ଖଣି ଅଞ୍ଚଳରେ କୂଅ, ପୋଖରୀ, ନଈ ଓ ନାଳ ଶୁଖିଯାଉଛି। ଜିଲାରେ ୨୯୦୦ ବର୍ଗ କିଲୋମିଟର ଜଙ୍ଗଲ ରହିଥିବାବେଳେ ସେଥିମଧ୍ୟରୁ ୬୩୫ ବର୍ଗ କିଲୋମିଟର ସରଂକ୍ଷିତ ଜଙ୍ଗଲ ରହିଛି। ଏହାଛଡ଼ା ୨୯୯.୩୨ ବର୍ଗ କିଲୋମିଟର ସୁରକ୍ଷିତ ଜଙ୍ଗଲ ରହିଛି। ପୂର୍ବରୁ ଗ୍ରାମାଞ୍ଚଳରେ ୪୧୯.୫୯ ବର୍ଗ କିଲୋମିଟର କ୍ଷୁଦ୍ର ଜଙ୍ଗଲ ଥିଲା। ସମୟ କ୍ରମେ ଏସବୁ କ୍ଷୁଦ୍ର ଜଙ୍ଗଲ କମିବାରେ ଲାଗିଛି। ଗ୍ରାମାଞ୍ଚଳ ଲୋକେ ସହରୀ ଢାଞ୍ଚା ଆପଣାଇ ଏବେ ଗ୍ରାମାଞ୍ଚଳର ଜଙ୍ଗଲ ଧ୍ୱଂସ କରିବାରେ ଲାଗିଛନ୍ତି। ୬ ବର୍ଷରୁ ଊର୍ଦ୍ଧ୍ୱ ହେବ ଜଙ୍ଗଲ ବିଭାଗ ପକ୍ଷରୁ ଚାରାରୋପଣ କରାଯାଉଛି। ହେଲେ ବର୍ଷଶେଷରେ ଚାରାରୋପଣ ଫଳକ ରହିଥିବାବେଳେ ବୃକ୍ଷ ସେ ସ୍ଥାନରେ ଦେଖିବାକୁ ମିଳୁନି।
୧୯୪୬ରେ ସୁକିନ୍ଦା ଅଞ୍ଚଳରେ ପ୍ରଥମେ କ୍ରୋମାଇଟ ଚିହ୍ନଟ କରାଯାଇ ୧୯୫୭ରେ ଖନନ ଆରମ୍ଭ ହୋଇଥିଲା। ସେହିଦିନଠାରୁ ଦୈନିକ ବହୁ ସଂଖ୍ୟାରେ ଗଛ କଟାଚାଲିଛି। ଜଙ୍ଗଲ ସରଂକ୍ଷଣ ନିୟମ ହେବାପରେ ଯେ କୌଣସି ଖଣି, କାରଖାନା ଓ ଅନ୍ୟାନ୍ୟ ନିର୍ମାଣ ପାଇଁ କଟାଯାଉଥିବା ଗଛର ୧୦ ପ୍ରତିଶତ ଅଧିକ ଲଗାଇବାକୁ ନିର୍ଦ୍ଦେଶ ରହିଛି। ମାତ୍ର ସରକାରଙ୍କ ସମସ୍ତ ନିୟମ କାଗଜ କଲମରେ ସୀମିତ ଥିବା ଖଣି ଅଞ୍ଚଳକୁ ଦେଖିଲେ ଲାଗୁଛି। ଖଣି ଖୋଲିଲେ ଅଞ୍ଚଳର ଆର୍ଥିକ ଅଭିବୃଦ୍ଧି, ଲୋକଙ୍କ ଆର୍ଥିକ ସ୍ବଚ୍ଛଳତା ବଢିବ ବୋଲି ସମସ୍ତେ ଆଶା କରିଥିଲେ। ଲୋକଙ୍କ ଆଶା ମଧ୍ୟ ଅନେକ ପରିମାଣରେ ସଫଳ ହୋଇଛି। ହେଲେ ମନୁଷ୍ୟ ବଞ୍ଚତ୍ବା ପାଇଁ ଆବଶ୍ୟକ ସୁସ୍ଥ ବାୟୁମଣ୍ଡଳ, ଉତ୍ତମ ପରିବେଶ ଓ ଶୁଦ୍ଧ ପାନୀୟ ଜଳ ଦୁର୍ଲଭ ହେଲାଣି।
ବାୟୁମଣ୍ଡଳ ପ୍ରଦୂଷିତ ହେବାରେ ଲାଗିଛି। ଏହାଦ୍ୱାରା ପ୍ରତି ବର୍ଷ ଯକ୍ଷ୍ମା ପରି ଦୁରାରୋଗ୍ୟ ବ୍ୟାଧିରେ ଲୋକେ ମୃତ୍ୟୁବରଣ କରୁଛନ୍ତି। ପ୍ରତିଦିନ କ୍ରୋମାଇଟ ଲୋଡିଂ କରିବାକୁ ଆସୁଥିବା ଟ୍ରକ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଥିବାବେଳେ ଖଣିରୁ ବାହାରୁଥିବା ହେସ୍କା ଭାଲେଣ୍ଟ ଜଳ କିଡ୍ନୀ ଜନିତ ରୋଗର କାରଣ ପାଲଟୁଛି। ଏହାଦ୍ୱାରା ପ୍ରତିବର୍ଷ ଅଞ୍ଚଳରେ ପ୍ରତିଗାଁରୁ ୫ରୁ୭ ଜଣଙ୍କ ମୃତ୍ୟୁ ହେଉଥିବା ଉଦାହରଣ ରହିଛି। ରାସୋଲ ଗାଁର ରସାନନ୍ଦ ସାମଲ, ନକୁଳ ସାମଲ, ମିନତି ମହାନ୍ତ, ବିଡିଓ ସାମଲଙ୍କ ସହ ଅନ୍ୟମାନେ କକର୍ଟ ଓ ଯକ୍ଷ୍ମା ରୋଗରେ ମୃତ୍ୟୁବରଣ କରିଛନ୍ତି। ବୃକ୍ଷରୋପଣ କରିବା, ପଲିଥିନ କମ ବ୍ୟବହାର କରିବା, ପାଣିକୁ ଫୁଟାଇ ପିଇବା ଓ ଘର ଚାରି ପାଖ ସଫା ରଖିବା ପାଇଁ ସଚେତନ କରିବାର ଆବଶ୍ୟକତା ରହିଛି। ହେଲେ ଖଣି କମ୍ପାନୀ ପ୍ରତିନିଧିମାନେ ବର୍ଷକୁ ଥରେ କିମ୍ବା ଦୁଇଥର ସ୍ବାସ୍ଥ୍ୟଶିବିର କରି କେବଳ ପାରାସିଟାମଲ ବଟିକାରେ ନିଜ କର୍ତ୍ତବ୍ୟ ଶେଷ କରିଦେଉଛନ୍ତି। ଆଗାମୀ ଦିନରେ ଅଧିକ ଚାରାରୋପଣ, ସହ ଅନ୍ୟ ବିଷୟରେ ଲୋକେ ସଚେତନ ନ ହେଲେ ଯୁବପିଢ଼ି ଅକାଳରେ ମୃତ୍ୟୁବରଣ କରିବେ ବୋଲି ବୁଦ୍ଧିଜୀବୀ ଆଶଙ୍କା କରିଛନ୍ତି। |
https://www.dharitri.com/a-look-at-the-bjd-approach-in-the-winter-session-of-parliament/ | ପାର୍ଲାମେଣ୍ଟର ଶୀତ ଅଧିବେଶନରେ ବିଜେଡି ଆଭିମୁଖ୍ୟ ଉପରେ ନଜର
ଭୁବନେଶ୍ବର, ୭।୧୨(ବ୍ୟୁରୋ): ପାର୍ଲାମେଣ୍ଟର ଶୀତ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବ। ଏହା ପୂର୍ବରୁ ଅର୍ଥାତ୍ ମଙ୍ଗଳବାର ଦିଲ୍ଲୀଠାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିଜେଡି ମହିଳା ସଂରକ୍ଷଣ ବିଲ୍ ପାସ୍ କରାଇବାକୁ ଦାବି କରିଥିବା ଜଣାପଡ଼ିଛି। ତେବେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଜେଡିର ପାର୍ଲାମେଣ୍ଟ ଦଳ ବୈଠକ ହୋଇନାହିଁ। ନିକଟରେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଦୁଇଟି ଉପନିର୍ବାଚନରେ ବିଜେଡି ଏବଂ ଭାଜପା ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଛି। ଏପରିକି ଧାମନଗର ଉପନିର୍ବାଚନରେ ବିଜେଡିକୁ ହରାଇ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ବିଜୟୀ ହୋଇଛନ୍ତି। ଅନ୍ୟପଟେ ସୋମବାର ଶେଷ ହୋଇଥିବା ପଦ୍ମପୁର ଉପନିର୍ବାଚନରେ ମଧ୍ୟ ବିଜେଡି ଓ ଭାଜପା ଭିତରେ କଡ଼ା ମୁକାବିଲା ହୋଇଛି। ରାଜ୍ୟ ରାଜନୀତିରେ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ମୁକାବିଲା ହେଉଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଦୋଷ ଲଦାଲଦି ରାଜନୀତି ଦେଖିବାକୁ ମିଳିଛି। ରାଜ୍ୟ ରାଜନୀତିରେ ଏଭଳି ସ୍ଥିତି ଦେଖିବାପରେ ପାର୍ଲାମେଣ୍ଟ ଅଧିବେଶନ ପୂର୍ବରୁ ବିଜେଡି ନିଜର ପାର୍ଲାମେଣ୍ଟ ଦଳ ବୈଠକ କରି ନିର୍ଦ୍ଦିଷ୍ଟ କେତେକ ରାଜ୍ୟ ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନାକରି କେନ୍ଦ୍ରକୁ ଟାର୍ଗେଟ କରିବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ରଖିଥିଲେ। ହେଲେ ଏଭଳି ନ ହୋଇ ବିଜେଡିର ଉଭୟ ରାଜ୍ୟ ସଭା ଏବଂ ଲୋକ ସଭା ସଦସ୍ୟମାନଙ୍କୁ ଚିଠି ଜରିଆରେ କେଉଁସବୁ ପ୍ରସଙ୍ଗ ଗୃହରେ ଉଠାଯିବ ସେନେଇ କୁହାଯାଇଥିବା ଜଣାପଡ଼ିଛି। ତେବେ ରାଜ୍ୟ ସଭା ସଦସ୍ୟା ସୁଲତା ଦେଓଙ୍କୁ ଏନେଇ ପଚାରିବାରୁ ସେ କହିଛନ୍ତି, ବୁଧବାର ପାର୍ଲାମେଣ୍ଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଦଳୀୟ ସଦସ୍ୟଙ୍କ ପ୍ରକୋଷ୍ଠରେ ଏନେଇ ଆଲୋଚନା ହୋଇପାରେ। ଏ ପର୍ଯ୍ୟନ୍ତ କେଉଁସବୁ ପ୍ରସଙ୍ଗ ଉଠାଯିବ ସେନେଇ କିଛି ସୂଚନା ଆସିନାହିଁ। ଅଧିବେଶନ ଆରମ୍ଭ ପୂର୍ବରୁ ଜଣାଇପାରନ୍ତି ବୋଲି ସେ କହିଛନ୍ତି। ତେବେ ବିଜେଡି ଲୋକ ସଭା ଦଳ ନେତା ପିନାକୀ ମିଶ୍ର କହିଛନ୍ତି, ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିଜେଡି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ମହିଳା ସଂରକ୍ଷଣ ପ୍ରସଙ୍ଗକୁ ନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି। ଏହା ବିଜେଡିର ପୁରୁଣା ଦାବି। ମହିଳାଙ୍କୁ ସଂରକ୍ଷଣ ଦେବା ପ୍ରସଙ୍ଗକୁ ବିଜେଡି ଆଗାମୀ ଶୀତ ଅଧିବେଶନରେ ଉଠାଇ ବିଲ୍ ପାସ୍ କରାଇବା ପାଇଁ ଦାବି ରଖିବ। ପଦ୍ମପୁର ଏବଂ ଧାମନଗର ଉପନିର୍ବାଚନ ସମୟରେ ବିଜେଡି ଏକାଧିକ ପ୍ରସଙ୍ଗରେ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଅବହେଳା କରୁଥିବାର ଅଭିଯୋଗ କରିଛିି। ପଦ୍ମପୁର ଉପନିର୍ବାଚନ ସମୟରେ ଫସଲ ବୀମା ରାଶି କେନ୍ଦ୍ର ସରକାରଙ୍କ ଯୋଗୁ ଚାଷୀଙ୍କୁ ନ ମିଳିବା, ପଦ୍ମପୁରକୁ ରେଳଲାଇନ କରିବାକୁ ପ୍ରତିଶ୍ରୁତି ଦେଇ ତାହା ପାଳନ ନ କରିବା ସହ ଆହୁରି କେତେକ କଥାରେ ଭାରତ ସରକାରଙ୍କ ଆଡ଼କୁ ଶାସକ ବିଜେଡି ଅଙ୍ଗୁଳି ଉଠାଇଥିଲା। କେବଳ ସେତିକି ନୁହେଁ, ବିଗତ ଦିନରେ କେନ୍ଦ୍ର ସରକାର ଆଣିଥିବା ୩ କୃଷି ଆଇନ ଯୋଗୁ ଦେଶରେ ଶତାଧିକ ଚାଷୀ ମୃତ୍ୟୁବରଣ କରିଥିବାର ଗୁରୁତର ଅଭିଯୋଗ ମଧ୍ୟ ବିଜେଡି କେନ୍ଦ୍ର ମୁଣ୍ଡରେ ଲଦିଥିଲା। ହେଲେ ଏଭଳି ସମୟରେ ପାର୍ଲାମେଣ୍ଟରେ କେଉଁ ପ୍ରସଙ୍ଗ ବିଜେଡି ଉଠାଇବ ସେନେଇ ଦଳୀୟ ଏମ୍ପିଙ୍କୁ ଜଣା ନ ଥିବା ବିଷୟ ଆଶ୍ଚର୍ଯ୍ୟ କରିବା ଭଳି ହୋଇଛି। ରାଜ୍ୟ ସଭା ସଦସ୍ୟ ପ୍ରଶାନ୍ତ ନନ୍ଦ କହିଛନ୍ତି, ଯେଉଁ ପ୍ରସଙ୍ଗ ନେଇ ବିଜେଡି ଦୀର୍ଘଦିନ ହେଲା ଦାବି କରିଆସୁଛି, ତାହା ପୂରଣ ହୋଇନାହିଁ ସେସବୁ କଥା ପାର୍ଲାମେଣ୍ଟରେ ଉଠିବ। ଯେପରିକି ସ୍ବତନ୍ତ୍ର ଫୋକସ୍ ଷ୍ଟେଟ୍ ଘୋଷଣା, ବିଧାନ ପରିଷଦ ବିଲ୍ ଆଣିବା ଆଦି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯିବ। ବୁଧବାର ଅଧିବେଶନ ଆରମ୍ଭ ପୂର୍ବରୁ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି। ତେଣୁ ଜଣେ ରାଜନୈତିକ ବିଶ୍ଲେଷକଙ୍କ କହିବାନୁଯାୟୀ, ଉପନିର୍ବାଚନ ସମୟରେ ବିଜେଡି ଯେଉଁଭଳି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିଲା ପାର୍ଲାମେଣ୍ଟରେ କ’ଣ ରହିବ ତାହା ଦେଖିବାକୁ ବାକି ରହିଲା । ବିଜେଡି ତା’ର ଆଭିମୁଖ୍ୟ ଦେଖିବାପରେ ହିଁ ବିଜେଡି ଏବଂ ଭାଜପା ମଧ୍ୟରେ ଚାଲିଥିବା ଲଢ଼େଇର ପ୍ରକୃତ ଉଦ୍ଦେଶ୍ୟ ଜଣାପଡ଼ିବ। |
https://www.dharitri.com/4-oriya-referees-have-passed-the-written-and-fitness-exams/ | ଲିଖିତ, ଫିଟ୍ନେସ୍ ପରୀକ୍ଷାରେ ପାସ୍ କଲେ ୪ ଓଡ଼ିଆ ରେଫରି
ଭୁବନେଶ୍ୱର,୧୫।୧(ବ୍ୟୁରୋ): ଓଡ଼ିଶାର ୪ ଜଣ ଫୁଟବଲ ରେଫରି କାଟ-୨ ଜାତୀୟ ରେଫରିର ମର୍ଯ୍ୟାଦା ହାସଲ କରିବା ପାଇଁ ପରୀକ୍ଷାର ଗୋଟିଏ ପର୍ଯ୍ୟାୟରେ ଉନ୍ନତି କରିଛନ୍ତି। ଅଲ୍ ଇଣ୍ଡିଆ ଫୁଟବଲ ଆସୋସିଏଶନ (ଏଆଇଏଫ୍ଏଫ୍) ଦ୍ୱାରା ଆୟୋଜିତ ହୋଇଥିବା ଲିଖିତ ଓ ଫିଟ୍ନେସ୍ ପରୀକ୍ଷାରେ ୪ ଓଡ଼ିଆ ରେଫରି ଉତ୍ତୀର୍ଣ୍ଣ ହୋଇଛନ୍ତି।
ଗତ ୭ ଓ ୯ ତାରିଖରେ ଗୁଆହାଟୀର ଏଲ୍ଏନ୍ଆଇପିଇରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। କାଟା-୨ ଜାତୀୟ ରେଫରିର ମାନ୍ୟତା ହାସଲ କରିବାକୁ ଏହି ୪ ରେଫରି ଏବେ ପ୍ରାକ୍ଟିକାଲ ଓ ଭିଭା ରାଉଣ୍ଡର ସମ୍ମୁଖୀନ ହେବେ। ଏହି ୪ ରେଫରି ହେଲେ କିଶନ ଦାସ, ଆଶୀର୍ବାଦ କାନୁନଗୋ, ଭିମ୍ କୁମାର ଛେତ୍ରୀ ଓ ଅରୁନ ନାୟକ। ଫୁଟବଲ ଆସୋସିଏଶନ ଅଫ୍ ଓଡ଼ିଶା (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା, ଫାଓର ଅନ୍ୟ ପଦାଧିକାରୀମାନେ ଏହି ୪ ରେଫରିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଫାଓର ହେଡ୍ ଅଫ୍ ଦି ରେଫରି ଦୁର୍ଗାମାଧବ ନାଏକ ଏ ନେଇ ଗଠନମୂଳକ କାର୍ଯ୍ୟ କରିଥିବାରୁ ତାଙ୍କୁ ମଧ୍ୟ ଆସୋସିଏଶନ ପକ୍ଷରୁ ପ୍ରଶଂସା କରାଯାଇଛି। |
https://www.dharitri.com/kcr-to-launch-his-national-party-on-this-date/ | ବିଜୟା ଦଶମୀରେ କେସିଆର୍ କରିପାରନ୍ତି ବଡ଼ ଘୋଷଣା
ହାଇଦ୍ରାବାଦ,୨୯।୯: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆର୍ଏସ୍ ଅଧ୍ୟକ୍ଷ କେ. ଚନ୍ଦ୍ରଶେଖର ରାଓ (କେସିଆର୍) ଆସନ୍ତା ଅକ୍ଟୋବର ୫ ବିଜୟା ଦଶମୀରେ ତାଙ୍କର ଜାତୀୟ ଦଳ ଶୁଭାରମ୍ଭ କରିବେ ବୋଲି ଆଶା କରାଯାଉଛି। ସେଦିନ ଟିଆର୍ସି ବିଧାୟକ ଦଳ ବୈଠକ ବସି କେସିଆର୍ଙ୍କୁ ଜାତୀୟ ଦଳ ଆରମ୍ଭ କରିବା ଲାଗି ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ କରାଇବେ। ପରେ ଟିଆର୍ଏସ୍ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଉ ଏକ ପ୍ରସ୍ତାବ ଗୃହୀତ କରାଇ କେସିଆର୍ଙ୍କୁ ଜାତୀୟ ଦଳ ଆରମ୍ଭ କରିବା ଲାଗି ଅନୁରୋଧ କରିବ। ଅକ୍ଟୋବର ୫ ତାରିଖ ଅପରାହ୍ନ ୧ଟା ବେଳେ ତେଲଙ୍ଗାନା ଭବନରେ କେସିଆର୍ ଜାତୀୟ ଦଳ ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ପ୍ରଶାନ୍ତ କିଶୋରଙ୍କ ଆଇ-ପିଏସି କେସିଆର୍ଙ୍କ ସହ କାର୍ଯ୍ୟ ଜାରି ରଖିବ ବୋଲି କୁହାଯାଉଛି। ଅକ୍ଟୋବର ଦ୍ୱିତୀୟ ସପ୍ତାହରେ କେସିଆର୍ ଦିଲ୍ଲୀରେ ଏକ ସାଧାରଣ ସଭା କରିବେ ବୋଲି ଆଶା କରାଯାଉଛି। |
https://www.dharitri.com/kiran-kher-is-diagnosed-with-blood-cancer/ | କିରଣ ଖେରଙ୍କୁ ବ୍ଲଡ୍ କ୍ୟାନସର
ମୁମ୍ବାଇ,୧।୪: ବଲିଉଡ୍ ଅଭିନେତ୍ରୀ ତଥା ଭାଜପାର ଚଣ୍ଡିଗଡ଼ ଲୋକ ସଭା ଆସନ ଏମ୍ପି କିରଣ ଖେର୍ଙ୍କୁ ବ୍ଲଡ୍ କ୍ୟାନସର ହୋଇଛି। ତାଙ୍କର ଚିକିତ୍ସା ମୁମ୍ବାଇର କୋକିଳା ବେନ୍ ହସ୍ପିଟାଲରେ ଜାରି ରହିଛି। କିରଣଙ୍କ ସହକର୍ମୀ ଏବଂ ଚଣ୍ଡିଗଡ଼ର ଭାଜପା ସଦସ୍ୟ ଅରୁଣ ସୁଦ୍ ଏକ ଗଣମାଧ୍ୟମ ସମ୍ମିଳନୀରେ ଏ ସମ୍ପର୍କରେ ସୂଚଚନା ଦେଇଛନ୍ତି। ଧୀରେଧୀରେ କିରନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଥିବା ସେ କହିଛନ୍ତି। ଗତ ବର୍ଷ ନଭେମ୍ବରରେ ତାଙ୍କଠାରେ ବ୍ଲଡ୍ କ୍ୟାନସର ହୋଇଥିବା ଜଣାପଡ଼ିଥିଲା। ଏହାପରେ ୨୦୨୦ ଡିସେମ୍ବର ୪ରେ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇ ଅଣାଯାଇଥିଲା। |
https://www.dharitri.com/heavy-crowd-at-chief-ministers-complaint-hearing-pushing-and-shoving/ | ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ପ୍ରବଳ ଭିଡ଼: ଠେଲା ପେଲା ଦଳାଚକଟା
ଭୁବନେଶ୍ୱର,୫।୮: ସୋମବାର ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏମିତିକି ନାହିଁ ନ ଥିବା ଭିଡ ସହ ଠେଲା ପେଲା ଦଳାଚକଟା ମଧ୍ୟ ହୋଇଛି। ପଞ୍ଜୀକରଣ ପାଇଁ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପଞ୍ଜୀକରଣ କରି ମୁଖ୍ୟମନ୍ତ୍ରୀଙ୍କୁ ନିଜ ଅଭିଯୋଗ ତଥା ଦୁଃଖ ଶୁଣାଇବା ପାଇଁ ଏକାଠି ହୋଇଛନ୍ତି ଶତାଧିକ ଲୋକ। ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ମଧ୍ୟ ଶୁଣୁଛନ୍ତି। ଭୁବନେଶ୍ୱର ୟୁନିଟ- ୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲୋକମାନେ ଏକାଠି ହୋଇ ଦୁଃଖ ଶୁଣାଉଛନ୍ତି। |
https://www.dharitri.com/hrithik-roshan-international-debut-with-the-english-version-of-the-aanand-kumar-biopic-super-30/ | ହ୍ରିତିକ ରୋଶନଙ୍କର ହେବ ଇଣ୍ଟରନ୍ୟାଶନାଲ ଡେବ୍ୟୁ!
ମୁମ୍ବାଇ: ବଲିଉଡ୍ ନାୟକ ହ୍ରିତିକ ରୋଶନ ତାଙ୍କର ଇଣ୍ଟରନ୍ୟାଶନାଲ ଡେବ୍ୟୁ ପାଇଁ ପ୍ରସ୍ତୁତ ହୋଇ ସାରିଲେଣି । ଗତବର୍ଷ ରିଲିଜ୍ ହୋଇଥିବା ସୁପରହିଟ୍ ଫିଲ୍ମ ‘ସୁପର-୩୦’ର ଇଂଲିସ ଭର୍ସନରେ ନଜର ଆସିବେ ହ୍ରିତିକ । ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମ । ତେବେ ହ୍ରିତିକ ତାଙ୍କ ଇଣ୍ଟରନ୍ୟାଶନାଲ ଡେବ୍ୟୁକୁ ନେଇ ଖୁବ୍ ସିରିୟସ୍ ଥିବା କୁହାଯାଉଛି । ଏହା ଆନନ୍ଦ କୁମାରଙ୍କ ଜୀବନୀର ଇଣ୍ଟରନ୍ୟାଶନାଲ ଭର୍ସନ ବୋଲି କୁହାଯାଉଛି । ଆନନ୍ଦ କୁମାର ଏହାର ନିର୍ମାଣ କରିବେ ବୋଲି ଜଣାପଡିଛି । ସୁପର ଥାର୍ଟି ଚେଞ୍ଚିଙ୍ଗ ଦ ୱାର୍ଲଡ ଷ୍ଟୁଡେଣ୍ଟ ଟାଇମ୍: ଆନନ୍ଦ କୁମାର ଏହି ପୁସ୍ତକର ଲେଖକ କାନାଡାର ସାଇକିଆଟ୍ରିକ୍ ବିଜୁ ମେଟ୍ରୋ କରିଥିବା କୁହାଯାଏ । ଏହାର ରାଇଟସ୍ ନିଆଯାଇଛି । ସୂଚନାଯୋଗ୍ୟ, ୨ ବର୍ଷ ପୂର୍ବରୁ ହ୍ରିତିକଙ୍କ ଇଣ୍ଟରନ୍ୟାଶନାଲ କ୍ୟାରିୟର ଆରମ୍ଭ ହେବା କଥା । ଯେତେବେଳେ ତାଙ୍କୁ ତରସେମ ସିଂ ସେକ୍ସପିୟରଙ୍କ ହେଲମେଟର ଦେଶୀ ଅବତାର ପାଇଁ ଚୟନ କରିଥିଲେ । ଏହାର ନାମ ‘ଆଦିତ୍ୟ’ ଥିଲା । ହେଲେ ହ୍ରିତିକ ନିଜେ ଏହାକୁ ମନା କରି ଦେଇଥିଲେ । |
https://www.dharitri.com/ଭାରତରେ-ଚାଇନା-ବାଣ-ସତର୍କ-ସୂ/ | ଭାରତରେ ଚାଇନା ବାଣ: ସତର୍କ ସୂଚନା ଜାରି
ନୂଆଦିଲ୍ଲୀ,୩୦।୯: ଆଗକୁ ଆଲୋକର ପର୍ବ ଦୀପାବଳି ଆସୁଥିବାରୁ ଘାତକ ଚାଇନା ବାଣ ଭାରତ ପ୍ରବେଶ କରିଛି। ଏନେଇ ଡିଆରଆଇ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଭାରତୀୟଙ୍କୁ କ୍ଷତି ପହଞ୍ଚାଇବା ଏବଂ ପରିବେଶ ପ୍ରଦୂଷଣ କରିବା ନିମନ୍ତେ ପାକିସ୍ତାନର ବନ୍ଧୁ ଚାଇନା ଏଭଳି ନୂଆ ଉପାୟ ଅବଲମ୍ବନ କରିଥିବା କୁହାଯାଉଛି। ଚାଇନା ବାଣରେ ରେଡ ଲିଡ, କପର ଅକ୍ସାଇଡ ଓ ଲିଥିୟମ ଭଳି ବିଷାକ୍ତ ରାସାୟନିକ ପଦାର୍ଥ ରହିଛି। ଯାହା ଶରୀର ପାଇଁ ମଧ୍ୟ ବେଶ୍ କ୍ଷତିକାରକ। ଡିଆରଆଇ ପକ୍ଷରୁ ଚାଇନାର ଏହି ଷଡଯନ୍ତ୍ର ସମ୍ପର୍କରେ ଗୁଇନ୍ଦା ସଂସ୍ଥା ଓ ତଦନ୍ତକାରୀ ସଂସ୍ଥାକୁ ଅବଗତ କରାଯାଇଛି। |
https://www.dharitri.com/ହମ୍ପସ-ଦାବିରେ-ରାସ୍ତାକୁ-ଓହ/ | ହମ୍ପସ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ
ବରଗଡ଼,୩ା୬(ଡି.ଏନ୍.ଏ.): ବରଗଡ଼ ଜିଲା ବରଗଡ଼ -ଭଟଲି ରାସ୍ତାର ବରଡୋଲ ଛକ ଓ ଗ୍ରାମର ରାସ୍ତା ଉପରେ ହମ୍ପସ ନିର୍ମାଣ ଦାବିରେ ସୋମବାର ସକାଳ ୬ଟାରୁ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଛନ୍ତି। ଆନ୍ଦୋଳନ ଯୋଗୁ ରାସ୍ତାର ଉଭୟ ପାଶର୍ବରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଛି । ପ୍ରକାଶଥାଉକି, କିଛିଦିନ ତଳେ ବରଡୋଲ ଛକରେ ଏକ ଟ୍ରକ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ପୋଲିସ ବରଡୋଲ ଛକରେ ହମ୍ପସ ନିର୍ମାଣ ପ୍ରତିଶୃତି ଦେଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ସେଠାରେ ହମ୍ପସ ନିର୍ମାଣ କରାଯାଇ ନାହିଁ। ଅନ୍ୟପଟେ ରବିବାର ସନ୍ଧ୍ୟାରେ ଏହି ଛକରେ ଆଉ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ବୋଲେରୋ ଛକରେ ନିକଟସ୍ଥ ବ୍ରିଜ ତଳକୁ ଖସି ପଡ଼ିଥିଲା ଏବଂ ବହୁ ଲୋକ ଆହତ ହୋଇଥିଲେ। ଏହା ପରେ ଲୋକେ ରାସ୍ତାରୋକୋ କରିଛନ୍ତି। |