url
stringlengths
29
226
text
stringlengths
7
18.1k
https://www.dharitri.com/know-what-is-irctc-ipay-autopay-no-money-deduction-until-ticket-confirmed-know-the-booking-process/
ଟ୍ରେନ୍‌ ଟିକେଟ୍‌ କନ୍‌ଫର୍ମ ନହେବା ଯାଏ ଆକାଉଣ୍ଟରୁ କଟିବନି ଗୋଟିଏ ବି ଟଙ୍କା,ଏଭଳି ଉପାୟରେ କରନ୍ତୁ ବୁକିଂ…
https://www.dharitri.com/sonia-rahul-will-come-to-odisha/
ଓଡ଼ିଶା ଆସିବେ ସୋନିଆ, ରାହୁଲ ଭୁବନେଶ୍ୱର,୧୦ା୪: ଓଡ଼ିଶା ଆସିବେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ। କୋରାପୁଟ ଗସ୍ତରେ ପ୍ରଚାର ପାଇଁ ଆସିବେ ସୋନିଆ ଏବଂ ରାହୁଲ। ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଏମ୍ପି ସପ୍ତଗିରି ଉଲାକା। ମେ’ ପ୍ରଥମ ସପ୍ତାହରେ ସୋନିଆ ଏବଂ ରାହୁଲ ଓଡ଼ିଶା ଗସ୍ତରେ ଆସିବେ। କୋରାପୁଟରେ ସୋନିଆ କଂଗ୍ରେସ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ଥିବା ବେଳେ ରାୟଗଡ଼ା ଗସ୍ତରେ ଆସି ପ୍ରଚାର କରିବେ ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀ।
https://www.dharitri.com/involvement-of-children-in-terrorist-activities-is-very-worrying-india-expresses-concern-at-un/
ଆତଙ୍କବାଦୀ କାର୍ଯ୍ୟରେ ଶିଶୁଙ୍କ ସମ୍ପୃକ୍ତି ଅତ୍ୟନ୍ତ ଚିନ୍ତା ଜନକ, ଜାତିସଂଘରେ ଉଦ୍‌ବେଗ ପ୍ରକାଶ କଲା ଭାରତ… ଜେନେଭା,୨୧।୭ : ମିଳିତ ଜାତିସଂଘରେ ଆତଙ୍କବାଦ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ପିଲାମାନଙ୍କର ଯୋଗଦାନକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି। ଜାତିସଂଘର ସ୍ଥାୟୀ ମିଶନରେ ଭାରତର ରାଷ୍ଟ୍ରଦୂତ ଆର.ରବିନ୍ଦ୍ର ଆତଙ୍କବାଦୀ କାର୍ଯ୍ୟକଳାପରେ ପିଲାମାନଙ୍କର ସମ୍ପୃକ୍ତିକୁ ଏକ ବିପଜ୍ଜନକ ଏବଂ ଚିନ୍ତାଜନକ ଧାରା ବୋଲି କହିଛନ୍ତି। ଜାତିସଂଘର ସଦସ୍ୟ ରାଷ୍ଟ୍ରମାନଙ୍କୁ ଆତଙ୍କବାଦ ଅପରାଧୀ ଏବଂ ସେମାନଙ୍କ ପୃଷ୍ଠପୋଷକମାନଙ୍କୁ ଉତ୍ତରଦାୟୀ କରିବା ଏବଂ ସୁରକ୍ଷା ପରିଷଦର ଶିଶୁ ସୁରକ୍ଷା ଦାୟିତ୍ୱକୁ ପୂରଣ କରିବା ପାଇଁ ଅଧିକ ରାଜନୈତିକ ଇଚ୍ଛାଶକ୍ତି କରିବାକୁ ମଧ୍ୟ ସେ ଅନୁରୋଧ କରଛନ୍ତି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଶିଶୁ ଏବଂ ସଶସ୍ତ୍ର ସଂଘର୍ଷ ଉପରେ ଆଲୋଚନା ବେଳେ ଜାତିସଂଘରେ ଥିବା ସ୍ଥାୟୀ ମିଶନର ରାଷ୍ଟ୍ରଦୂତ ଆର ରବିନ୍ଦ୍ର କହିଛନ୍ତି ଯେ ବିଶ୍ୱ ମହାମାରୀ ଯୋଗୁ ବିଦ୍ୟାଳୟଗୁଡ଼ିକ ବନ୍ଦ ହୋଇଯାଇଥିଲା ଏବଂ ଏହି ସମୟରେ ଆତଙ୍କବାଦୀ ଗୋଷ୍ଠୀ ପିଲାମାନଙ୍କୁ ଟାର୍ଗେଟ କରି ବ୍ୟବହାର କରିଥିଲେ। ହିଂସାତ୍ମକ ଚିନ୍ତାଧାରା ବିସ୍ତାର କରିବା ପାଇଁ ସେମାନେ ଅନଲାଇନ ଫୋରମର ମଧ୍ୟ ବ୍ୟବହାର କରିଥିଲେ। ଆତଙ୍କବାଦୀ କାର୍ଯ୍ୟକଳାପ କିମ୍ବା ଆତଙ୍କବାଦୀ ଅପରାଧୀଙ୍କୁ ସୁରକ୍ଷା ଦେବା ପାଇଁ ଆତଙ୍କବାଦୀ ଗୋଷ୍ଠୀ ପିଲାମାନଙ୍କୁ ମାନବ ଢରଲ ଭାବରେ ବ୍ୟବହାର କରୁଛନ୍ତି ବୋଲି ସେ କହିଛନ୍ତି। ରବିନ୍ଦ୍ର କହିଛନ୍ତି ଯେ ଶିଶୁ ସୁରକ୍ଷା ତଥା ଆତଙ୍କବାଦ ବିରୋଧୀ ଏଜେଣ୍ଡା କାର୍ଯ୍ୟକାରୀ କରିବା ପାଇଁ ଅଧିକ ସମନ୍ବିତ ଦୃଷ୍ଟିକୋଣର ଆବଶ୍ୟକତା ରହିଛି। ଶିଶୁ ଏବଂ ସଶସ୍ତ୍ର ସଂଘର୍ଷ ରିପୋର୍ଟ ପ୍ରକାଶ ପାଇବା ପରେ ଏକ ସପ୍ତାହ ପରେ ୟୁଏନଏସସିରେ ଆଲୋଚନା ହୋଇଥିଲା। ରିପୋର୍ଟରେ ଉଲ୍ଳେଖ କରାଯାଇଛି ଯେ ୨୫ ପ୍ରତିଶତ ଅର୍ଥାତ୍ ୨,୨୫୭ ଶିଶୁଙ୍କର ଲ୍ୟାଣ୍ଡମାଇନ, ବିସ୍ଫୋରକ ସାମଗ୍ରୀ ଏବଂ ଯୁଦ୍ଧ ପରବର୍ତ୍ତୀ ବିସ୍ଫୋରକ ଅବଶିଷ୍ଟାଂଶର ସଂସ୍ପର୍ଶରେ ଆସିବା କାରଣରୁ ମୃତ୍ୟୁ ଘଟିଛି। ଏହି ରିପୋର୍ଟକୁ ନେଇ ଉଦବେଗ ପ୍ରକାଶ କରି ଭାରତ କହିଛି ଯେ ଏଥିରେ ଉଲ୍ଲେଖ କରାଯାଇଥିବା ପରିସ୍ଥିତି ସଶସ୍ତ୍ର ସଂଘର୍ଷର ପରିସ୍ଥିତି ନୁହେଁ। କିନ୍ତୁ ଆମେ ସଚେତନ ହେବା ଉଚିତ କାରଣ ଏହିପରି ପ୍ରୟାସ ଏଜେଣ୍ଡାକୁ ରାଜନୀତିକରଣ କରିବ। ଏହା ଆମର ଧ୍ୟାନକୁ ବିଭ୍ରାନ୍ତ କରିବ ଏବଂ ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ତଥା ସଶସ୍ତ୍ର ସଂଘର୍ଷରେ ପିଲାମାନଙ୍କ ପ୍ରତି ହେଉଥିବା ପ୍ରକୃତ ବିପଦରୁ ଆମର ଧ୍ୟାନକୁ ହଟାଇବ ବୋଲି ରବିନ୍ଦ୍ର କହିଛନ୍ତି।
https://www.dharitri.com/head-coachs-video-has-gone-viral/
ମୁଖ୍ୟ କୋଚ୍‌ଙ୍କ ଭିଡିଓ ଭାଇରାଲ ମାଡ୍ରିଡ୍,୨୪ା୮(ପି.ଟି.): ଫିଫା ମହିଳା ବିଶ୍ୱକପ୍ରେ ପ୍ରଥମ ଥର ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିବା ସ୍ପେନ୍ ଫୁଟବଲ ଦଳର ପିଛା ଛାଡୁନି ବିବାଦ। ଷ୍ଟ୍ରାଇକର ଜେନ୍ନି ହର୍ମୋସୋ ଓ ଫୁଟବଲ ମହାସଂଘ ସଭାପତି ଲୁଇସ୍ ରୁବେଲଙ୍କ ଚୁମ୍ବନକୁ ନେଇ ବିବାଦ ଥମି ନ ଥିବା ବେଳେ ମୁଖ୍ୟ କୋଚ୍ଙ୍କ ଏକ ଭିଡିଓ ବୁଧବାର ଭାଇରାଲ ହୋଇଛି। ଭାଇରାଲ ହୋଇଥିବା ଏହି ଭିଡିଓରେ ସ୍ପେନ୍ ଫୁଟବଲ ଦଳର ମୁଖ୍ୟ କୋଚ୍ ଜର୍ଜ ଭିଲ୍ଡା ଜଣେ ମହିଳା ସହକାରୀ କୋଚ୍ଙ୍କ ଛାତିରେ ହାତ ମାରୁଥିବା ଦେଖିବାକୁ ମିଳିଛି। ଫାଇନାଲ ମ୍ୟାଚ୍ରେ ସ୍କୋର ହୋଇଥିବା ଏକମାତ୍ର ଗୋଲ ପରେ ଏହି ଘଟଣା ଦେଖିବାକୁ ମିଳିଥିଲା। ଭିଲ୍ଡାଙ୍କ ୩ ସହଯୋଗୀଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଦୁଇ ଜଣ ମହିଳା। ୩ ଜଣଙ୍କୁ ସେ ଆଲିଙ୍ଗନ କରୁଥିବା ବେଳେ ମହିଳାଙ୍କ ଛାତିକୁ ଛୁଇଁଥିବାର ଭିଡିଓଟି ଭାଇରାଲ ହେବାରେ ଲାଗିଛି। ଏହି ଘଟଣାକୁ ନେଇ ସ୍ପାନିଶ ଫୁଟବଲ ଫେଡେରେଶନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ତେବେ ଜେନ୍ନି ହର୍ମୋସୋ ମାମଲାରେ ସଭାପତି ଲୁଇସ୍ ରୁବେଲଙ୍କ ଇସ୍ତଫା ଦାବି କରିଛନ୍ତି କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍।
https://www.dharitri.com/ପାକିସ୍ତାନ-ସହ-ଆଲୋଚନାକୁ-ଜୟ/
ପାକିସ୍ତାନ ସହ ଆଲୋଚନାକୁ ଜୟଶଙ୍କରଙ୍କ ଖଣ୍ଡନ ଲଣ୍ଡନ,୩ା୯(ପି.ଟି.): ପାକିସ୍ତାନ ଖୋଲାଖୋଲି ଭାବେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛି। ଆତଙ୍କବାଦୀଙ୍କୁ ନିଯୁକ୍ତି, ପ୍ରଶିକ୍ଷଣ ଓ ଆର୍ଥତ୍କ ସହାୟତା ଯୋଗାଇ ଆସୁଛି। ଏଥିରୁ ବିରତ ନ ହେବା ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ପ୍ରକାଶ କରିଛନ୍ତି। ନ୍ୟୁୟର୍କ ଟାଇମ୍ସରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ତୁରନ୍ତ କଶ୍ମୀର ନେଇ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ନ ହେଲେ ଦକ୍ଷିଣ ଏସିଆ ଉପରେ ପରମାଣୁ ଯୁଦ୍ଧର କଳାବାଦଲ ଦେଖାଦେବ ବୋଲି ଉଲ୍ଲେଖ କରିଥିଲେ। ଏହାର ଉତ୍ତର ଦେଇ ବ୍ରସେଲ୍ସରେ ଏକ ସାକ୍ଷାତକାରରେ ଜୟଶଙ୍କର ଏଭଳି ମତ ରଖିଛନ୍ତି। ଆତଙ୍କବାଦୀ ଗୋଷ୍ଠୀଙ୍କୁ ଅର୍ଥ ଓ ସହାୟତା ଯୋଗାଯାଉଥିବା ପର୍ଯ୍ୟନ୍ତ ପାକିସ୍ତାନ ସହ ଆଲୋଚନା ସମ୍ଭବ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି।
https://www.dharitri.com/house-burnt-in-fire/
ଅଗ୍ନିକାଣ୍ଡରେ ୨ ପରିବାର ସର୍ବସ୍ବାନ୍ତ ରାସୋଳ, ୨୧।୧(ଡି.ଏନ୍.ଏ.): ହିନ୍ଦୋଳ ବ୍ଲକ ରାସୋଳ ଥାନା ବୁହାଳିପାଳ ଗ୍ରାମ ବାଲିପଶି ସାହିରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହୋଇଛି। ଏହାର କାରଣ ଜଣାପଡ଼ିନାହିଁ। ରସାନନ୍ଦ ପ୍ରଧାନ (୮୦) ଏବଂ ସଂଯୁକ୍ତା ପ୍ରଧାନ (୪୫)ଙ୍କ ଘର ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଥିବାବେଳେ ସମ୍ପୃକ୍ତ ପରିବାର ସର୍ବସ୍ବ ହରାଇଛନ୍ତି। ରାସୋଳ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। କୁନୁଆ ରାଜସ୍ବ ନିରୀକ୍ଷକ ଅମରେନ୍ଦ୍ର ଶତପଥୀ ଶୁକ୍ରବାର ସକାଳେ ବିପନ୍ନ ପରିବାରକୁ ଭେଟି ପଲିଥିନ୍ ଯୋଗାଇ ଦେଇଛନ୍ତି। ଏବେ ଶୀତ ସାଙ୍ଗକୁ ହାତୀ ଭୟ ଲାଗି ରହିଥିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ିଛନ୍ତି। ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
https://www.dharitri.com/india-has-not-won-a-single-match-in-cape-town/
କେପଟାଉନରେ ଆଜି ପର୍ଯ୍ୟନ୍ତ ଜିତି ନାହିଁ ଭାରତ ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ୨ ମ୍ୟାଚ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ନ୍ୟୁଜିଲ୍ୟାଣ୍ଡ, କେପଟାଉନରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚ ଜାନୁଆରୀ ୩ରୁ ଆରମ୍ଭ ହେବ। ଭାରତୀୟ ଦଳ ଏହି ମ୍ୟାଚ ଜିତି ୨ମ୍ୟାଚ ଟେଷ୍ଟ ସିରିଜ ବରାବର କରିବାକୁ ଚାହୁଁଛି। କିନ୍ତୁ, କେପଟାଉନରେ ଭାରତୀୟ ଦଳ ପାଇଁ ଏହି ସଂଖ୍ୟା ବହୁତ ଭୟାନକ ଅଟେ। ହଁ, ଟିମ ଇଣ୍ଡିଆ ଆଜି ପର୍ଯ୍ୟନ୍ତ ଏହି ଗ୍ରାଉଣ୍ଡରେ ଗୋଟିଏ ବି ଟେଷ୍ଟ ମ୍ୟାଚ ଜିତିବାରେ ସକ୍ଷମ ହୋଇ ନାହିଁ। ଆସନ୍ତୁ ଦେଖିବା କେପଟାଉନରେ ରେକର୍ଡଗୁଡିକ କିପରି ଅଛି … କେପଟାଉନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏପର୍ଯ୍ୟନ୍ତ ୬ ଟି ମ୍ୟାଚ ଖେଳାଯାଇଛି। ଏଥିରୁ ଗୋଟିଏ ବି ମ୍ୟାଚ ଜିତିବାରେ ଭାରତୀୟ ଦଳ ସକ୍ଷମ ହୋଇପାରି ନାହିଁ। ଏଥି ସହିତ ଆଫ୍ରିକୀୟ ଦଳ ୪ ଟି ମ୍ୟାଚ ଜିତିଛି ଏବଂ ୨ଟି ମ୍ୟାଚ ଡ୍ରରେ ଶେଷ ହୋଇଛି। ଏହି ସଂଖ୍ୟାଗୁଡିକ ପ୍ରକୃତରେ ବହୁତ ଖରାପ। କିନ୍ତୁ, ଏହି ସଂଖ୍ୟାରେ ଉନ୍ନତି ଆଣିବା ଏବଂ ଏହି ଗ୍ରାଉଣ୍ଡରେ ଏକ ବିଜୟ ଲକ୍ଷ୍ୟ ନେଇ ରୋହିତ ଶର୍ମା ଏବଂ କମ୍ପାନୀ ମଇଦାନକୁ ଓହ୍ଲାଇବେ। ସୂଚନାଯୋଗ୍ୟ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ୧୯୯୩ରେ କେପଟାଉନରେ ୨-୬ଜାନୁୟାରୀ ମଧ୍ୟରେ ଖେଳାଯାଇଥିଲା, ଯାହା ଡ୍ରରେ ଶେଷ ହୋଇଥିଲା।
https://www.dharitri.com/sherrill-resigns-as-meta-coo/
ମେଟା ସିଓଓ ପଦରୁ ଶେରିଲଙ୍କ ଇସ୍ତଫା ଓ୍ବାଶିଂଟନ,୩ା୮: ଫେସ୍ବୁକ୍ର ମୂଳ କମ୍ପାନୀ ମେଟାରେ ୧୪ ବର୍ଷ କାର୍ଯ୍ୟ କରିବା ପରେ ଏହାର ମୁଖ୍ୟ ଅପରେଟିଂ ଅଫିସର (ସିଓଓ) ପଦରୁ ଶେରିଲ ସ୍ୟାଣ୍ଡବର୍ଗ ଇସ୍ତଫା ଦେଇଛନ୍ତି। ମେଟା ସଫଳତା ପଛରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ତାଙ୍କ ଇସ୍ତଫା ସମ୍ପର୍କରେ ସୋମବାର ମେଟା ପକ୍ଷରୁ ସିକ୍ୟୁରିଟି ଏକ୍ସଚେଞ୍ଜ କମିଶନ (ଏସ୍ଇସି)କୁ ଜଣାଇଦିଆଯାଇଛି। ତାଙ୍କ ସ୍ଥାନରେ ଜାଭିଅର ଓଲିଭାନ୍ଙ୍କୁ ନୂଆ ସିଓଓ ନିଯୁକ୍ତ କରାଯାଇଛି। ୫୨ ବର୍ଷୀୟା ଶେରିଲ ମେଟା ବୋର୍ଡ ସଦସ୍ୟ ଭାବେ କାର୍ଯ୍ୟ କରିବେ ଏବଂ ଜଣେ ଅଣକର୍ମଚାରୀ ନିର୍ଦ୍ଦେଶକ ଭାବେ କମ୍ପେନ୍ସେଶନ ପାଇବେ।
https://www.dharitri.com/ଜାତି-ଧର୍ମର-ସ୍ତମ୍ଭ-ପୂରଣ-ନ-କ/
ଜାତି-ଧର୍ମର ସ୍ତମ୍ଭ ପୂରଣ ନ କରିବାରୁ ସ୍କୁଲରେ ହୋଇ ପାରିଲାନି ନାମଲେଖା ଥିରୁଭାନନ୍ଥପୁରମ,୨୨।୨: କେରଳର ଏକ ସରକାରୀ ସ୍କୁଲରେ ଜଣେ ଛାତ୍ରଙ୍କ ଅଭିଭାବକ ଫର୍ମରେ ଜାତି-ଧର୍ମର ସ୍ତମ୍ଭ ପୂରଣ ନ କରି ଥିବାରୁ ପିଲାଟିର ନାମ ଲେଖିବାକୁ ମନା କରିଦେଲେ ସ୍କୁଲ କର୍ତ୍ତୁପକ୍ଷ। ଏମିତି ଏକ ଖବର ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଏହି ଘଟଣା ଜଣାପଡିବା ପରେ ଶିକ୍ଷା ବିଭାଗ ଓ ଶିକ୍ଷାମନ୍ତ୍ରୀ ଘଟଣା ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ନଜିମ ଓ ଧନ୍ୟା ତାଙ୍କ ପିଲାକୁ ଜାତି-ଧର୍ମଠାରୁ ବାହାରେ ରଖିବାକୁ ଚାହୁଁଥିବାରୁ ସେ ଏହି ସ୍ତମ୍ଭକୁ ପୂରଣ କରି ନ ଥିଲେ। ଏହାକୁ ଦେଖିବା ପରେ ସେଣ୍ଟ ମ୍ୟାରୀ ହାୟର ସେକେଣ୍ଡାରୀ ସ୍କୁଲ ତାଙ୍କ ପିଲାକୁ ନାମ ଲେଖିବାକୁ ଅନୁମତି ଦେଇ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ପିଲାଟି ଭଲ ପାଠ ପଢୁଥିବା ବେଳେ କେବଳ ଜାତି-ଧର୍ମକୁ ନେଇ ସ୍କୁଲରେ ପ୍ରବେଶ ନ ମିଳିବା ସବୁଠାରୁ ଦୁଃଖଦାୟକ ବୋଲି ପିଲାଟିର ଅଭିଭାବକ କହିଛନ୍ତି।
https://www.dharitri.com/hps-new-product-in-the-market/
ବଜାରରେ ଏଚ୍‌ପିର ନୂତନ ଉତ୍ପାଦ ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍ର ଅଫିସ୍ ପ୍ରିଣ୍ଟ ପୋର୍ଟଫୋଲିଓରେ ଏକ ନୂତନ ଯୋଗ ଭାବେ ଏଚ୍ପି କଲର ଲେଜର ଜେଟ୍ ପ୍ରୋ ୩୦୦୦ ସିରିଜ୍ର ନୂଆ ରେଞ୍ଜର ଶୁଭାରମ୍ଭ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ଭାରତରେ ଏଚ୍ପି କଲର୍ ଲେଜରଜେଟ୍ ପ୍ରୋ ୩୦୦୦ସିରିଜରେ ଦୁଇଟି ମଡେଲ ଯଥା ସିଙ୍ଗଲ୍-ଫଙ୍କ୍ଶନ ଏଚ୍ପି କଲର ଲେଜରଜେଟ୍ ପ୍ରୋ ପ୍ରିଣ୍ଟର ୩୨୦୩ ଡିଡବ୍ଲ୍ୟୁ ଓ ମଲ୍ଟି-ଫଙ୍କ୍ଶନ ଏଚ୍ପି କଲର୍ ଲେଜରଜେଟ୍ ପ୍ରୋ ପ୍ରିଣ୍ଟର ୩୩୦୩ ଏସ୍ଡିଡବ୍ଲ୍ୟୁ ସାମିଲ ରହିଛି, ଯାହା କଲର ଏବଂ କଳା ଓ ଧଳାରେ ପ୍ରିଣ୍ଟିଂ, ସ୍କାନିଂ ଓ କପି କରିବା କ୍ଷମତା ପ୍ରଦାନ କରୁଛି। ଏଚ୍ପି ଇଣ୍ଡିଆ ମାର୍କେଟର ପ୍ରିଣ୍ଟିଂ ସିଷ୍ଟମ୍ସ ବିଭାଗର ବରିଷ୍ଠ ନିର୍ଦ୍ଦେଶକ ସୁନିଶ ରାଘବନ କହିଛନ୍ତି, ଆମେ ଆମର ନୂତନ ଉତ୍ପାଦ ତଥା ଏଚ୍ପି ନ୍ୟୁ କଲର ଲେଜରଜେଟ୍ ପ୍ରୋ ୩୦୦୦ସିରିଜକୁ ବଜାର ପ୍ରବେଶ କରାଇ ବେଶ୍ ଉତ୍ସାହିତ ଅଛୁ। ଅଭିନବ ଟେରାଜେଟ୍ ଟେକ୍ନୋଲୋଜି ଥିବା ଏହି ସିରିଜ ଏକ କମ୍ପାକ୍ଟ ଡିଜାଇନରେ ଚମତ୍କାର ରଙ୍ଗ ଗୁଣବତ୍ତା, ପ୍ରଫେସନାଲ ସ୍ପିଡ୍ ଓ ଶକ୍ତି ଦକ୍ଷତା ପ୍ରଦାନ କରୁଛି। ଏହି ସମାଧାନକୁ ବ୍ୟବସାୟଗୁଡିକୁ ଡାଉନଟାଇମ୍ ହ୍ରାସ କରିବା, ପରିଚାଳନାଗତ ଦକ୍ଷତାକୁ ବଜାୟ ରଖିବା ଏବଂ ଏକ ବିକଶିତ ବଜାରରେ ପ୍ରତିଯୋଗୀପୂର୍ଣ୍ଣ ରହିବାରେ ସହଯୋଗ କରିବା ପାଇଁ ଡିଜାଇନ କରାଯାଇଛି।
https://www.dharitri.com/breaking-tradition-in-singhapur-yatra/
ସିଂହାପୁର ଯାତ୍ରାରେ ପରମ୍ପରା ଭଙ୍ଗ ରସୁଲପୁର,୨୧ା୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ପ୍ରସିଦ୍ଧ ସିଂହାପୁର ଯାତ୍ରା ମଙ୍ଗଳବାର ଶେଷ ହୋଇଛି। ମାତ୍ର ଏହି ଯାତ୍ରାରେ ଐତିହାସିକ ପରମ୍ପରା ବଜାଇ ରଖିବାରେ ପ୍ରଶାସନ ବିଫଳ ହୋଇଛି। ଯାତ୍ରାରେ ଭକ୍ତଙ୍କ ବିଶୃଙ୍ଖଳିତ ଆଚରଣ ଯୋଗୁ ପ୍ରଭୁ ନାରାୟଣ ଗୋସାଇଁଙ୍କ ମୁଗୁନି ପ୍ରସ୍ତରର ମୂର୍ତ୍ତି ପାଣିରେ ଖସି ପଡ଼ିଛି। ଉକ୍ତ ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ରାଜଜେମା ଅପର୍ଣ୍ଣା ଧୀର ସିଂ ଭରଦ୍ୱାଜ। ଏହାଛଡ଼ା ଯାତ୍ରା ସମୟରେ ରାଜପରିବାରଙ୍କ ବିନା ପରାମର୍ଶରେ ନିଆଯାଇଥିବା କେତେକ ଅଗଣତାନ୍ତ୍ରିକ ନିଷ୍ପତ୍ତି ସମ୍ପର୍କରେ ଜାଣି ରାଜଜେମା ମର୍ମାହତ ହୋଇଛନ୍ତି। ତାଙ୍କ କହିବା ମୁତାବକ, ଯାତ୍ରା ଅବଧିକୁ ୩ ଦିନ ବଦଳରେ ୫ ଦିନକୁ ବୃଦ୍ଧି କରାଯାଇଛି। ଯାତ୍ରା ପଡ଼ିଆରୁ ବେଆଇନ କମିଟି ଦ୍ୱାରା ବ୍ୟବସାୟୀଙ୍କଠାରୁ ଅର୍ଥ ଆଦାୟ ହୋଇଛି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଠାରୁ ପ୍ରଭୁ ନାରାୟଣ ଗୋସାଇଁଙ୍କ ଉଦ୍ଦେଶ୍ୟରେ ଆସୁଥିବା ଦାନଦକ୍ଷିଣା, ବେଆଇନ ନିର୍ମାଣ, ଠାକୁରଙ୍କ ସିଂହାସନକୁ ଭାଙ୍ଗିବାକୁ ମସୁଧା ଭଳି କେତେକ ଗୁତୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି। ଯାହାର ଖବର ରାଜପରିବାର ପାଖରେ ନାହିଁ। ଯାତ୍ରାରୁ କ’ଣ ଆୟ ହେଉଛି, କ’ଣ ଦାନ ଆସୁଛି ସେ ସମ୍ପର୍କରେ ରାଜପରିବାରକୁ ଅବଗତ କରାଯାଉନାହିଁ। ସେ ସବୁ ଅର୍ଥ ଓ ଜିନିଷର ତତ୍ତ୍ୱାବଧାରକ କିଏ ସେ ସମ୍ପର୍କରେ ରାଜପରିବାର ସମ୍ପୂର୍ଣ୍ଣ ଅଜ୍ଞ ବୋଲି ରାଜଜେମା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ସୂଚନା ମୁତାବକ, ମଧୁପୁରଗଡ଼ ରାଜ ପରିବାରର କୁଳଦେବତା ହେଉଛନ୍ତି ପ୍ରଭୁ ନାରାୟଣ ଗୋସାଇଁ। ପ୍ରଭୁଙ୍କ ବାର୍ଷିକ ୩ ଦିନିଆସ୍ଥଳ ବିଜେ ଯାତ୍ରା ମହାବିଷୁବ ସଂକ୍ରାନ୍ତିରୁ ଆରମ୍ଭ ହୋଇଥାଏ। ଯାତ୍ରାର ୪ର୍ଥ ଦିନ ପ୍ରତ୍ୟୁଷରେ ପ୍ରଭୁ ଜଳାସନକୁ ଯାତ୍ରା କରନ୍ତି। ଏହି ଯାତ୍ରା ସମ୍ପନ୍ନ ପାଇଁ ରାଜପରିବାରର ରାଜଗୁରୁ, ରାଜପୁରୋହିତ, ରାଜସେବକମାନେ ନିୟୋଜିତ ହୋଇଥାଆନ୍ତି। ଯାତ୍ରାରେ ପ୍ରଭୁଙ୍କୁ ବିଭିନ୍ନ ବେଶରେ ଭୂଷିତ ପାଇଁ ରାଜ ପରିବାରରୁ ଅଳଙ୍କାର, ପୂଜାରେ ବ୍ୟବହୃତ ସାମଗ୍ରୀ ଓ ପୂଜାରେ ନିୟୋଜିତ ସେବକଙ୍କୁ ପାରିଶ୍ରମିକ ଆଦି ରାଜପରିବାର ପକ୍ଷରୁ ପ୍ରଦାନ କରାଯାଇଥାଏ। ପୂଜା ସରିବା ପରେ ସେ ସବୁ ସାମଗ୍ରୀ ରାଜବାଟୀକୁ ଫେରିଥାଏ। ପୂଜାରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆସିଥିବା ଦାନଦକ୍ଷିଣା, ଯାତ୍ରା ପଡ଼ିଆର ଆୟରୁ ଟଙ୍କାଟିଏ ଅର୍ଥ ପ୍ରଭୁଙ୍କ ପୂଜାରେ ବ୍ୟବହାର ହୁଏ ନାହିଁ। ମାତ୍ର ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟକ୍ତିଙ୍କ ଅନଧିକାର ପ୍ରବେଶ ପୂଜାରେ ବିଶୃଙ୍ଖଳା ସୃଷ୍ଟି କରୁଛି। ଐତିହାସିକ ପରମ୍ପରା ଭାଙ୍ଗିବା ଭଳି ସ୍ଥିତି ଉପୁଜୁଛି। କିଛି ବର୍ଷ ହେବ ଏହିଭଳି ସ୍ଥିତି ଉପୁଜୁଥିବା ଲକ୍ଷ୍ୟ କରାଯାଉଛି। ରାଜପରିବାରର ବିନା ପରାମର୍ଶରେ ସଫେଇ ଆଳରେ ପୁଷ୍କରିଣୀ ଶୁଖାଇ ଦିଆଯାଉଛି। ଜଳାଶୟସ୍ଥିତ ମନ୍ଦିର ଉପରେ ବୋଟ୍ ଚାଳନା କରାଯାଉଛି। ପୁଷ୍କରିଣୀ ପାଣିରେ ଆତସବାଜି ହେଉଛି। ପ୍ରଭୁଙ୍କୁ ପାଣିରୁ ଉଠାଇବା ସମୟରେ ଅଣସେବାୟତ ସାମିଲ ହେଉଛନ୍ତି ଓ ଠାକୁରଙ୍କୁ ପହଣ୍ଡି ବିଜେରେ କେବଳ ରାଜପରିବାର ପକ୍ଷରୁ ପୁଷ୍ପାଞ୍ଜଳି ଦିଆଯିବା ପ୍ରଥାକୁ ଭାଙ୍ଗି ଦିଆଯାଇଛି। ଶ୍ରଦ୍ଧାଳୁମାନେ ପହଣ୍ଡି ବିଜେ ଯାତ୍ରାରେ ସାମିଲ ହୋଇ ପୁଷ୍ପାଞ୍ଜଳି ପ୍ରଦାନ କରୁଛନ୍ତି। ବିନା ପରାମର୍ଶରେ ଯାତ୍ରାର ଅବଧିକୁ ବଢ଼ାଇ ଦିଆଯାଉଛି। ବ୍ୟବସାୟୀଙ୍କଠାରୁ ବିଭିନ୍ନ ଆଳରେ ଅର୍ଥ ଆଦାୟ କରାଯାଉଛି। ମାଳି ସେବାୟତଙ୍କୁ ଅଧିକାରରୁ ବଞ୍ଚତ୍ତ କରି ଯାତ୍ରା କମିଟି ପକ୍ଷରୁ ଫୁଲ ଦୋକାନକୁ ନିଲାମ ଦିଆଯାଉଛି ଓ ଭୋଗ, ଦୀପ ଦୋକାନ ଆଦିକୁ ନିଲାମ ଦିଆଯିବା ଘଟଣାକୁ ରାଜପରିବାର ପକ୍ଷରୁ ନାପସନ୍ଦ କରାଯାଇଛି। ରାଜ ପରିବାରର ଅଗୋଚରରେ ଏଭଳି ସମସ୍ତ ଆଚରଣ ଯାତ୍ରାର ଐତିହାସିକ ପରିମ୍ପରାକୁ ଭାଙ୍ଗୁଛି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଉଦ୍ଦିଷ୍ଟ ଯାତ୍ରାରେ ବ୍ୟବସାୟିକ ମନୋବୃତ୍ତି ପରମ୍ପରା ଓ ଐତିହ୍ୟକୁ କଳଙ୍କିତ କରୁଛି। ଆଗକୁ ଏସବୁ ବନ୍ଦ କରାଯିବ। ଯାତ୍ରା ସମୟରେ ବେଆଇନ ଅର୍ଥ ଆଦାୟ ଉପରେ ଅଙ୍କୁଶ ଲଗାଇବା ଓ ଅନ୍ୟାନ୍ୟ ସମସ୍ତ ବେଆଇନ କାର୍ଯ୍ୟକୁ ବନ୍ଦ କରିବା ଉପରେ ଗୁରୁତ୍ୱ ଦିଆଯିବ। ଏ ଦିଗରେ ଯାଜପୁର ଜିଲା ପ୍ରଶାସନ ସହ ଆଲୋଚନାକରି ନିଷ୍ପତ୍ତି ନିଆଯିବ। ପ୍ରଶାସନ ପକ୍ଷରୁ ସହଯୋଗ ନ ମିଳିଲେ ରାଜଜେମା କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଶୁଣାଇଛନ୍ତି। ଚଳିତବର୍ଷ ଯାତ୍ରାରେ ଘଟିଥିବା ଅଘଟଣ, ଭାଙ୍ଗିଥିବା ପରମ୍ପରା ସମ୍ପର୍କରେ ସେ ଯାଜପୁର ଜିଲାପାଳ ଓ ଏସ୍ପିଙ୍କ ସହ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି।
https://www.dharitri.com/in-this-india-135/
ଏଇ ଭାରତରେ ବାଉଁଶରୁ ବର୍ଷକୁ ଆୟ ୧ କୋଟି ଟଙ୍କା। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ଏହା ସମ୍ଭବ ହୋଇଛି ମହାରାଷ୍ଟ୍ରର ଚାଷୀ ରାଜଶେଖର ପାଟିଲଙ୍କ ଉଦ୍ୟମରେ। ଓସମାନବାଦ ଜିଲାର ନିପାନି ଗ୍ରାମର ଏହି ଚାଷୀ ଜଣକ ୫୦ ପ୍ରଜାତିର ବାଉଁଶ ଚାଷ କରୁଛନ୍ତି। କେବଳ ଆୟ ୧ କୋଟି ଛୁଇଁନି, ବରଂ ସେ ଏଥିପାଇଁ ୪୦ଟି ପୁରସ୍କାର ପାଇଛନ୍ତି। ରାଜଶେଖରଙ୍କ ଉତ୍ପାଦିତ ବାଉଁଶ, ରାଜଶେଖର ପାଟିଲ ବାମ୍ବୋ’ ମାର୍କାରେ ବିକ୍ରି ହେଉଛି। ତାଙ୍କ ବୟସ ଏବେ ୫୦। ଋଣରେ ବୁଡିଯାଇଥିବା ତାଙ୍କ ପରିବାରକୁ ମୁକୁଳାଇବା ପାଇଁ ସେ କୃଷିକୁ ଆପଣାଇଥିଲେ। କୃଷିରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ରାଜଶେଖର। ଅତ୍ୟନ୍ତ କଷ୍ଟସାଧ୍ୟ କୁହାଯାଉଥିବା ବାଉଁଶ ଚାଷ କରିବାକୁ ଆଗକୁ ଆସିଥିଲେ ୧୯୯୨ରେ ଓ ସଫଳତା ପାଇଥିଲେ ମାତ୍ର କେତୋଟି ବର୍ଷରେ। ଋଣ ପୂରା ଶୁଝିଦେଇଥିଲେ। ତା’ପରେ ତାଙ୍କ ଆୟ ବଢିଚାଲିଲା। ଲୋକମାନଙ୍କୁ ବି ଏଥିରେ ନିଯୁକ୍ତି ଦେଲେ। ଗୋଟିଏ ପରେ ଗୋଟିଏ ପ୍ରଜାତିର ବାଉଁଶ ଯୋଡି ଚାଲିଲେ ଚାଷରେ। ୫୦ଟି ପ୍ରଜାତି ବାଉଁଶ ଚାଷ କରୁଥିବା ରାଜଶେଖରଙ୍କ ପ୍ରେରଣା ହେଉଛନ୍ତି ଗାନ୍ଧିବାଦୀ ଆନ୍ନା ହାଜାରେ। ଗୋଟିଏ ଗାଁକୁ କିଭଳି ସ୍ବାବଲମ୍ବୀ କରାଯାଇପାରେ ତାହା ସେ ଆନ୍ନାଙ୍କଠାରୁ ଶିକ୍ଷା କରି ନିଜ ଗାଁ ନିପାନିକୁ ଜଳ ସମସ୍ୟାରୁ ମୁକ୍ତ କରିପାରିଛନ୍ତି। ରାଜଶେଖର ୫୪ ଏକର ଜମିରେ ବାଉଁଶ ଚାଷ କରୁଛନ୍ତି ଓ ଏବେ ସେଥିରେ ଆଉ ୧୬ ଏକର ଯୋଡିଛନ୍ତି। ଚାଷରେ ୧୦୦ ଜଣ ଶ୍ରମିକ ଓ ଅନ୍ୟାନ୍ୟ ବାବଦରେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।
https://www.dharitri.com/dhoti-saris-are-available-twice-a-year-for-rs-10/
୧୦ ଟଙ୍କାରେ ବର୍ଷକୁ ୨ଥର ମିଳିବ ଧୋତୀ-ଶାଢ଼ୀ ରାଞ୍ଚି, ୧୭।୧୦: ଝାଡ଼ଖଣ୍ଡରେ ୫୭.୧ ଲକ୍ଷ ପରିବାରକୁ ବର୍ଷରେ ୨ଥର ଧୋତୀ-ଶାଢ଼ୀ ଯୋଗାଇ ଦିଆଯିବ। ଏଥିଲାଗି ପରିବାରଠାରୁ ପ୍ରତ୍ୟେକ ଥର ୧୦ ଟଙ୍କା ନିଆଯିବ। ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ‘ସୋନା ସୋବରନ୍ ଧୋତୀ-ଶାଢ଼ୀ ବିତରଣ ଯୋଜନା’କୁ ମଞ୍ଜୁରୀ ମିଳିଯାଇଛି। ଏହି ଯୋଜନା ଅଧିନରେ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମରୁ ଉପକୃତ ହେଉଥିବା ୫୭.୧ ଲକ୍ଷ ହିତାଧିକାରୀଙ୍କ ପରିବାରକୁ ୬ ମାସ ବ୍ୟବଧାନରେ ବର୍ଷକୁ ୨ଥର ସବ୍ସିଡ୍ରେ ଧୋତୀ/ଲୁଙ୍ଗି ଓ ଶାଢ଼ୀ ଯୋଗାଇ ଦିଆଯିବ। ତେବେ ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ଥରେ ଧୋତୀ-ଶାଢ଼ୀ ମିଳିବ। କିନ୍ତୁ ଏହି ଯୋଜନା ଆସନ୍ତା ବର୍ଷଠାରୁ ୨ଥର ମିଳିବ ବୋଲି ଜଣାପଡ଼ିଛି।
https://www.dharitri.com/the-states-first-solar-pump-is-out-of-order/
ରାଜ୍ୟର ପ୍ରଥମ ସୋଲାର ପମ୍ପ ଅଚଳ ଡେରାବିଶ, ୧୦ା୫ (ସ୍ବ.ପ୍ର.):ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କ ପାନୀୟ ଜଳ କଷ୍ଟ ଦୂର କରିବାକୁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଜରିଆରେ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି। ଅକ୍ଷୟ ଶକ୍ତି ଦ୍ୱାରା ଲୋକଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ସୋଲାର ସିଷ୍ଟମ ମାଧ୍ୟମରେ ୨୦୧୬ରେ କେନ୍ଦ୍ରାପଡ଼ା ଜିଲାର ଡେରାବିଶ ବ୍ଲକ ଅଧୀନ ଚାଟରାଚକଡ଼ା ପଞ୍ଚାୟତର ଛତାଠାରେ ରାଜ୍ୟର ପ୍ରଥମ ସୋଲାର ପମ୍ପ ଲଗାଯାଇଥିଲା। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଏହି ପ୍ରକଳ୍ପଟିକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ। ୧୨୮.୮୫ ଲକ୍ଷ ଟଙ୍କା ବ୍ୟୟରେ ୧ ଲକ୍ଷ ଲିଟର ବିଶିଷ୍ଟ ଏକ ଓଭରହେଡ଼ ଟ୍ୟାଙ୍କ ମଧ୍ୟ ନିର୍ମାଣ କରାଯାଇଥିଲା। ଲକ୍ଷ୍ୟ ଥିଲା ଚାଟରାଚକଡ଼ା ପଞ୍ଚାୟତର ୪ଟି ଗ୍ରାମ ଯଥା ଚାଟରାଚକଡ଼ା, ମୁକୁନ୍ଦପୁର, ହାପିମେଳକ ଓ ଚାଟରାଶାସନ ଗ୍ରାମର ୩୬୧୯ ଜଣ ହିତାଧିକାରୀଙ୍କୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ହେଲେ ଏହି ପ୍ରକଳ୍ପଟି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସିନତା ଓ ରକ୍ଷଣାବେକ୍ଷଣ ଅଭାବରୁ ୨୦୧୮ରୁ ଅଚଳ ହୋଇପଡ଼ିଛି। ପାନୀୟ ଜଳରୁ ବଞ୍ଚତ୍ତ ହେଉଥିବା ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଭିଯୋଗ ପରେ ବିଭାଗୀୟ କର୍ତ୍ତୃପକ୍ଷ ସୋଲାର ପମ୍ପ ମରାମତି ବଦଳରେ ଏହି ପମ୍ପକୁ ବିଦ୍ୟୁତ୍ ସଂଯୋଗ କରି କାର୍ଯ୍ୟକ୍ଷମ କରିଥିଲେ। ମାତ୍ର ଉପରୋକ୍ତ ଗ୍ରାମଗୁଡ଼ିକୁ ପାନୀୟ ଜଳ ଯୋଗାଇବା ପାଇଁ ପାଇପ୍ ବିଛା ଯାଇଥିଲେ ମଧ୍ୟ ପାନୀୟ ଜଳ ଠିକ୍ ଭାବେ ଲୋକମାନେ ପାଇ ନ ଥିଲେ। ଚଳିତ ବର୍ଷ ମାର୍ଚ୍ଚ ମାସ ଶେଷ ସପ୍ତାହଠାରୁ ଏଯାଏ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିବା ସମ୍ପୃକ୍ତ ଗ୍ରାମବାସୀ ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରାପଡ଼ା ନିର୍ବାହୀ ଯନ୍ତ୍ରୀଙ୍କ ଯାଏ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏପରି କି ଚାଟରାଚକଡ଼ା ସରପଞ୍ଚ ମମତା ରାଉତ ପ୍ରଥମ ପଞ୍ଚାୟତ ସମିତି ବୈଠକରେ ତୁରନ୍ତ ପାଇପ୍ ଯୋଗେ ପାନୀୟ ଜଳ ତାଙ୍କ ପଞ୍ଚାୟତରେ ଯୋଗାଇ ଦେବା ପାଇଁ ଦାବି ଜଣାଇଥିଲେ। ଏ ବିଷୟରେ ସରପଞ୍ଚ ରାଉତ କହିଛନ୍ତି, ମେ ମାସ ମଧ୍ୟ ଭାଗ ହୋଇଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ପାଇଁ ବ୍ଲକ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ତାଙ୍କ ସହ ଥରୁଟିଏବି ଆଲୋଚନା କରି ନ ଥିବା ଅଭିଯୋଗ କରିଛନ୍ତି। ଚାଟରାଚକଡ଼ା ପଞ୍ଚାୟତର ଏହି ୪ ଗ୍ରାମ ନୁହେଁ ପଞ୍ଚାୟତ ଅଧୀନ ୯, ୧୦ ଓ ୧୧ ନଂ. ୱାର୍ଡ଼ରେ ପାଇପ୍ ବିଛା ଯାଇଥିଲେ ମଧ୍ୟ ଏହି ୩ଟି ୱାର୍ଡ଼ର ଅଧିବାସୀ ପାନୀୟଜଳ ପାଇବାରୁ ବଞ୍ଚତ୍ତ ଥିବା ସେ କହିଛନ୍ତି। ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ରାଉତ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଜଣାଇଛନ୍ତି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠଯନ୍ତ୍ରୀ ବିଭୁଦତ୍ତ ଦାସଙ୍କୁ ପଚାରିବାର ପାଇପ୍ ବିଛା ଯାଇଥିବା ଚାଟରାଚକଡ଼ା ଗ୍ରାମ ଦେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ରାସ୍ତା ନିର୍ମାଣ ଚାଲି ଥିବାରୁ ସମ୍ପୃକ୍ତ ଠିକା ସଂସ୍ଥା ପାଇପ୍କୁ ବିଚ୍ଛିନ୍ନ କରି ଦେଇଛନ୍ତି। ରାସ୍ତା କାମ ସରିବା ପରେ ଏହି ଗ୍ରାମଗୁଡ଼ିକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦେବା ପାଇଁ ସେ କହିଛନ୍ତି। ଅଚଳ ସୋଲାର ପମ୍ପ ବିଷୟରେ ଯନ୍ତ୍ରୀ ଦାସଙ୍କୁ ପଚାରିବାରୁ ଗତ ୬ ମାସ ତଳୁ ଏହି ପମ୍ପଟି ଚୋରି ହୋଇଯାଇଛି। ଏ ବିଷୟରେ ଡେରାବିଶ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ଲୋକଙ୍କୁ ପାଣି ଯୋଗାଇବାକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି। ମାତ୍ର ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ଦାସ କହିଛନ୍ତି, ବିଭାଗୀୟ ଅପାରଗତା ପାଇଁ ଏହି ୪ଟି ଗ୍ରାମର ଅଧିବାସୀ ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ତୁରନ୍ତ ଏହାର ସମାଧାନ ନ ହେଲେ ଅଞ୍ଚଳବାସୀଙ୍କ ପକ୍ଷରୁ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେ ଚେତାବନୀ ଦେଇଛନ୍ତି।
https://www.dharitri.com/sanju-samsons-1st-odi-century-india-win-the-series/
ସଞ୍ଜୁ ସାମସନଙ୍କ ପ୍ରଥମ ଦିନିକିଆ ଶତକ: ସିରିଜ୍‌ ହାତେଇଲା ଭାରତ ପର୍ଲ, ୨୨।୧୨- ବୋଲାଣ୍ଡ ପାର୍କରେ ଗୁରୁବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ବିଜୟ ହାସଲ କରିଛି। ଭାରତ ଘରୋଇ ଦଳକୁ ୭୮ ରନ୍ରେ ପରାସ୍ତ କରିଛି। ଏହି ମ୍ୟାଚ୍ ସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୨-୧ରେ ଜିତି ନେଇଛି। ସଞ୍ଜୁଙ୍କ ଶତକ ଓ ତିଳକ ବର୍ମାଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ୫୦ ଓଭରରେ ୮ ଉଇକେଟ ହରାଇ ୨୯୬ ରନ ସ୍କୋର କରଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୪୫.୫ ଓଭରରେ ୨୧୮ରେ ଅଲଆଉଟ୍ ହୋଇଥିଲା। ଦକ୍ଷିଣ ଆଫ୍ରିକା ପାଇଁ ଓପନର୍ ଜର୍ଜି ସର୍ବାଧିକ ୮୧ ରନ ସ୍କୋର କରିଥିଲେ। ଏଥି ସହ ଅର୍ଶଦୀପ ସିଂ ଭାରତ ପାଇଁ ସର୍ବାଧିକ ୪ ଉଇକେଟ ନେଇଥିଲେ। ଏହା ବ୍ୟତୀତ ଆବେଶ ଖାନ ଏବଂ ୱାଶିଂଟନ ସୁନ୍ଦର ପ୍ରତ୍ୟେକଙ୍କୁ ଦୁଇଟି ସଫଳତା ମିଳିଥିଲା। ମୁକେଶ କୁମାର ଏବଂ ଅକ୍ଷାର ପଟେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟରେ ପରାସ୍ତ କରିଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳ ଭାରତକୁ ୮ ଉଇକେଟରେ ପରାସ୍ତ କରିଥିଲା।
https://www.dharitri.com/16-year-old-boy-in-britain-earn-lakhs-by-currency-trading/
ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା ବ୍ରିଟେନ,୨୨।୪: ଅଳ୍ପ ବୟସର ଏମିତି କେତେ ପିଲା ଅଛନ୍ତି, ଯେଉଁମାନେ ବୟସ୍କଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ସମୟ ପୂର୍ବରୁ ଏମାନେ ପାଇଛନ୍ତି ସଫଳତା। କିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ। ବ୍ରିଟେନର ୧୬ ବର୍ଷର ବାଳକ ଏଡଓ୍ବାର୍ଡ ରିକେଟ୍ସ କମ୍ ପରିଶ୍ରମରେ ଲକ୍ଷାଧିକ ଟଙ୍କା ରୋଜଗାର କରିଥିବା ଜଣାପଡ଼ିଛି। ଏଡଓ୍ବାର୍ଡ ସାଧାରଣ ପିଲାଙ୍କ ଭଳିି ଫୁଟବଲ ଖେଳିବା ସହ ୟୁଟ୍ୟୁବ୍ରୁ ଭିଡିଓ ଦେଖିବା ପସନ୍ଦ କରିଥାନ୍ତି। ଦୀର୍ଘ ୮ମାସ ଧରି ସେ ୟୁଟ୍ୟୁବରୁ କରେନ୍ସି ଟ୍ରେଡିଂ ଶିଖୁଥିଲେ। ଏଡଓ୍ବାର୍ଡ ବାପା ଓ ୨ଭାଇଙ୍କ ସହ ରହୁଥିବା ବେଳେ ଖରାଛୁଟି ସମୟରେ ସେ ଚାକିରି କରି ୧୫୦ ପାଉଣ୍ଡ ଯୋଗାଡ କରିଥିଲେ। ପରେ କରେନ୍ସି ଟ୍ରେଡିଂରେ ସେ ୧୫୦ ପାଉଣ୍ଡ(ପ୍ରାୟ ୧୩ ହଜାର ଟଙ୍କା) ବିନିଯୋଗ କରି ୬୧ହଜାର ପାଉଣ୍ଡ(ପ୍ରାୟ ୫୫ ଲକ୍ଷ ଟଙ୍କା) ରୋଜଗାର କରିଥିବା ଜଣାପଡ଼ିଛି। ଜଣେ ଇନ୍ଷ୍ଟାଗ୍ରାମ ୟୁଜରଙ୍କ ଲାଇଫ ଷ୍ଟାଇଲକୁ ଦେଖି ଏଡଓ୍ବାର୍ଡ ଟ୍ରେଡିଂକୁ ନେଇ ଆକର୍ଷିତ ହୋଇଥିଲେ। ଇନ୍ଷ୍ଟାଗ୍ରାମ ୟୁଜର ଜଣଙ୍କ କରେନ୍ସି ଟ୍ରେଡିଂ କରିଥାନ୍ତି, ସେ ସବୁବେଳେ ନିଜର ମହଙ୍ଗା ଗାଡ଼ି ଓ ଡ୍ରେସକୁ ପୋଷ୍ଟ କରିଥାନ୍ତି। ତେବେ ଏଡଓ୍ବାର୍ଡ ତାଙ୍କୁ ଦେଖି ପ୍ରଭାବିତ ହେବା ସହ ଏହି ବାବଦରେ ତାଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ୟୁଜର ତାଙ୍କୁ ଏକ ଭଲ ସ୍ଥାନରେ ଟ୍ରେଡିଂ କୋର୍ସ କରିବାକୁ କହିଥିଲେ। ଏହାପରେ ଏଡଓ୍ବାର୍ଡ ଏ ସମ୍ବନ୍ଧୀୟ ସମସ୍ତ ଭିଡିଓ ୟୁଟ୍ୟୁବରେ ଦିନକୁ ୫ଘଣ୍ଟା ଲେଖାଏଁ ଦେଖିଥିଲେ। ନିୟମିତ ଭାବେ ସେ କରେନ୍ସି ଟ୍ରେଡିଂ ସମ୍ବନ୍ଧୀୟ ଖବରକୁ ଦେଖୁଥିବା ବେଳେ ଏବେ ତାଙ୍କ ପାଖରେ ଶହେ ଗ୍ରାହକ ରହିଛନ୍ତି। ଏଥିସହ ବଜାରର ସ୍ଥିତି ଉପରେ ପରାମର୍ଶ ଦେବା ପାଇଁ ଏଡଓ୍ବାର୍ଡ ୧୫୫ ପାଉଣ୍ଡ(ପ୍ରାୟ ୧୪ ହଜାର ଟଙ୍କା) ଫିସ୍ ନେଉଥିବା ଜଣାପଡ଼ିଛି। ତାଙ୍କର ଏହି କାର୍ଯ୍ୟ ବାବଦରେ ପରିବାର ଲୋକେ ପ୍ରଥମେ କେହି ଜାଣି ନ ଥିଲେ। ତାଙ୍କର ଏହି କାର୍ଯ୍ୟକୁ ନେଇ ବାପା ଅମଙ୍ଗ ଥିବା ବେଳେ ଏଡଓ୍ବାର୍ଡ କିନ୍ତୁ ରାଜି କରାଇ ଦେଇଥିଲେ। ନିଜର ଅର୍ଜିତ ଟଙ୍କାରେ ସେ ପ୍ରପର୍ଟି ମାର୍କେଟରେ କରିଡର ତିଆରି କରିବାକୁ ଚାହଁୁଛନ୍ତି। ଯେଉଁଥିପାଇଁ ଏବେ ଅର୍ଥ ସଞ୍ଚୟ କରୁଥିବା ସେ କହିଛନ୍ତି। ତେବେ କମ୍ ବୟସରୁ ସେ ହାସଲ କରିଥିବା ସଫଳତା ନେଇ ଚାରିଆଡ଼େ ଚର୍ଚ୍ଚା ଲାଗିରହିଛି।
https://www.dharitri.com/ସୁନା-୩୮୮୨୦-ଟଙ୍କା/
ସୁନା @ ୩୮,୮୨୦ ଟଙ୍କା ନୂଆଦିଲ୍ଲୀ,୨୨।୮: ସୁନା ଓ ରୁପା ଦର କ୍ରମାଗତ ରେକର୍ଡ କରିଚାଲିଛି। ଦୈନିକ ଏହା ନୂଆ ସର୍ବୋଚ୍ଚ ସ୍ତର ପାର୍ କରୁଛି। ବୁଧବାର ବଜାର ବନ୍ଦ ହେବା ବେଳକୁ ସୁନା ଦର ପ୍ରତି ୧୦ ଗ୍ରାମ୍ ୩୮,୮୨୦ ଟଙ୍କା ରହିଛି। ସେହିପରି ରୁପା ଦର ପୁନର୍ବାର ୪୫ ହଜାର ଟଙ୍କା ଅତିକ୍ରମ କରିଛି। ଗହଣା ନିର୍ମାତାଙ୍କ ପକ୍ଷରୁ ଚାହିଦା ବୃଦ୍ଧି କାରଣରୁ ଦେଶରେ ଏହି ଦୁଇ ମୂଲ୍ୟବାନ ଧାତୁର ଦର ହୁହୁ ହୋଇ ବଢ଼ିଚାଲିଛି। ତେବେ ବୁଧବାର ବିଶ୍ୱ ବଜାରରେ ଏହି ଦୁଇ ଧାତୁର ଦର କମିଛି। ଦିଲ୍ଲୀ ସର୍ରାଫା ବଜାରରେ ସୁନା ପ୍ରତି ୧୦ ଗ୍ରାମ୍ ୫୦ ଟଙ୍କା ବୃଦ୍ଧି ପାଇ ୩୮,୮୨୦ ଟଙ୍କା ହୋଇଛି। ସେହିପରି ରୁପା ଦର ପ୍ରତି କେଜି ୧୧୪୦ ଟଙ୍କା ବଢ଼ି ୪୫,୦୪୦ ଟଙ୍କାରେ ପହଞ୍ଚତ୍ଛି।
https://www.dharitri.com/usa-indian-in-america-has-scammed-more-than-82-crore-rupees/
ଆମେରିକାରେ ଭାରତୀୟ ବଂଶୋଭବ କରିଛନ୍ତି ୮୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଘୋଟାଲା, ୭ ହଜାର ଲୋକ ଦେଇଛନ୍ତି ଠକେଇ ମାମଲା ଓ୍ବାଶିଂଟନ,୧ା୯: ଆମେରିକାର ନ୍ୟୁ ଜର୍ସିରେ ଜଣେ ଭାରତୀୟ ବଂଶୋଭବଙ୍କୁ ୭ ହଜାରରୁ ଅଧିକ ଲୋକଙ୍କୁ ଠକିବା ସହ ପ୍ରାୟ ୧୩ ମିଲିୟନ ଆମେରିକୀୟ ଡଲାର ଠକେଇ କରିଥିବା ବୈଷୟିକ ସହାୟତା କମ୍ପାନୀର ସ୍କାମରେ ସମ୍ପୃକ୍ତ ଥିବାରୁ ଗିରଫ କରାଯାଇଛି। ଏନେଇ ଜଣେ ଆମେରିକୀୟ ଓକିଲ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ , ଟେକ୍ନୋଲୋଜି ବ୍ୟବହାର କରି ଆର୍ଥିକ ଠକେଇର ଷଡ଼ଯନ୍ତ୍ରରେ ଅଭିଯୁକ୍ତ ମନୋଜ ଯାଦବ। ଆମେରିକାର ଆଟର୍ନିଂ ଫିଲିପ ଆର୍ ସାଲିଙ୍ଗର କହିଛନ୍ତି, ଅଭିଯୁକ୍ତ ତଥା ସେମାନଙ୍କ ସହ-ଷଡ଼ଯନ୍ତ୍ରକାରୀମାନେ ଏକାଧିକ ଲୋକଙ୍କୁ ଏକ ପ୍ରମୁଖ ସଫ୍ଟୱେୟାର କମ୍ପାନୀ ସହ ଜଡ଼ିତ ଏକ ବୈଷୟିକ ଜ୍ଞାନ କୌଶଳ ସହାୟତା କମ୍ପାନୀ ସହ ସଂଯୁକ୍ତ ବୋଲି ବିଶ୍ୱାସ କରିବା ପାଇଁ ଅଭିଯୋଗ କରିଛନ୍ତି। ସଫ୍ଟଓ୍ବେୟାର କମ୍ପାନୀର ଲୋକପ୍ରିୟ ଆକାଉଣ୍ଟିଂ ସଫ୍ଟଓ୍ବେୟାର ସହିତ ଏକ ସମସ୍ୟାର ବୈଷୟିକ ସମାଧାନ ପ୍ରଦାନ କରିବାକୁ ଦାବି କରିବା ପରେ ସେମାନେ ଅଭିଯୋଗ କରିଛନ୍ତି ଯେ, ସଫ୍ଟୱେୟାର କମ୍ପାନୀ ଦ୍ୱାରା ଅନୁମୋଦିତ ହୋଇ ନ ଥିବା ସେବା ପାଇଁ ସେମାନେ ପୀଡ଼ିତଙ୍କୁ ଅଧିକ ଦେୟ ପ୍ରଦାନ କରିଛନ୍ତି। ଏହି ଠକେଇରେ ମନୋଜ ବ୍ୟକ୍ତିଗତ ଭାବେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।
https://www.dharitri.com/ବିଦ୍ୟାଳୟରେ-ମଦ୍ୟପାନ-କଲେ-ଶ/
ବିଦ୍ୟାଳୟରେ ମଦ୍ୟପାନ କଲେ ଶିକ୍ଷକ: ଭିଡ଼ିଓ ହେଲା ଭାଇରାଲ ବଇଣ୍ଡା,୨୫।୮(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମଇମୁରା ସର୍କଲ କେଞ୍ଚୁଆନାଳୀ ପ୍ରାଥମିକ ବିଦ୍ୟାଳୟର ଜୈନେକ ଶିକ୍ଷକ ଶନିବାର ବିଦ୍ୟାଳୟ ଶ୍ରେଣୀଗୃହ ପ୍ରକୋଷ୍ଠରେ ମଦ୍ୟପାନ କରୁଥିବା ବିଡ଼ିଓ ରବିବାର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏ ନେଇ କେଞ୍ଚୁଆନାଳୀ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଉକ୍ତ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ରବିବାର ଆଠମଲ୍ଲିକ ବ୍ଲକ ଶିକ୍ଷାଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାର ଏକ ନକଲ ଅନୁଗୋଳ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ଗ୍ରାମବାସୀ କହିଛନ୍ତି, ପ୍ରତିଦିନ ଉକ୍ତ ଶିକ୍ଷକ ବିଦ୍ୟାଳୟକୁ ଆସି ଶ୍ରେଣୀ ପ୍ରକୋଷ୍ଠରେ ମଦ୍ୟପାନ କରୁଛନ୍ତି। ଫଳରେ କୁନିକୁନି ଶିଶୁଙ୍କ ଉପରେ ଏହାର ପ୍ରଭାବ ପଡ଼ୁଛି। ସେହିପରି ମଦ୍ୟପାନ ପରେ ପାଠ ନ ପଢାଇବା ସହ ଛାତ୍ରୀଛାତ୍ରଙ୍କୁ ମାଡ଼ ମାରୁଛନ୍ତି। ଶନିବାର ଶ୍ରେଣୀ ପ୍ରକୋଷ୍ଠରେ ମଦ୍ୟ ପାନ କରୁଥିବାବେଳେ କେତେକ ଯୁବକ ଭିଡ଼ିଓ ରେକଡିଂ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଛନ୍ତି। ତୁରନ୍ତ ଉକ୍ତ ଘଟଣାକୁ ତଦନ୍ତ କରି ପଦକ୍ଷେପ ନିଆ ନ ଗଲେ ବିଦ୍ୟାଳୟରେ ତାଲା ପକାଇ ଅନ୍ଦୋଳନ କରାଯିବ ବୋଲି ଗ୍ରାମର ବାବାଜି ବେହେରା, ଗୁରୁଚରଣ ପ୍ରଧାନ, ଶୁଶାନ୍ତ ଦେହୁରି, ଭାଷ୍କର ଭୋଇ, ସରୋଜ ପ୍ରଧାନ, ବିଚ୍ଛନ୍ଦ ଭୋଇ, ପ୍ରଶାନ୍ତ ଦେହୁରି, ବିପିନ ଭୋଇଙ୍କ ସମେତ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ନେଇ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରମାରଞ୍ଜନ ତ୍ରିପାଠୀଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ନ ଦେଇ ପ୍ରସଙ୍ଗକୁ ଏଡାଇ ଦେଇଥିଲେ। ଆଠମଲ୍ଲିକ ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ କହିଛନ୍ତି, ଉକ୍ତ ଘଟଣାକୁ ତଦନ୍ତ କରିବା ପାଇଁ ବିଇଓ ନିର୍ଦ୍ଦେଶ ଦିଆଯିବ।
https://www.dharitri.com/ବିଶ୍ୱ-ସ୍କାଉଟ-ଦିବସ-ଚିନ୍ତା/
ବିଶ୍ୱ ସ୍କାଉଟ ଦିବସ: ଚିନ୍ତା ଓ ପ୍ରତିଜ୍ଞାର ସମୟ ବିଶ୍ୱବ୍ୟାପୀ ଫେବୃୟାରୀ ୨୨କୁ ସ୍କାଉଟ ଦିବସ ଭାବେ ପାଳନ କରାଯାଇଥାଏ। କୋଟି କୋଟି ସ୍କାଉଟ ଏହି ଦିନଟିକୁ ବିଭିନ୍ନ ସ୍ଥାନରେ ପାଳନ କରିଥାନ୍ତି। ଏହି ଦିନ ବ୍ରିଟେନର ଲ୍ୟୁଟନାଣ୍ଟ ଜେନେରାଲ ବଡେନ୍ ପାଓ୍ବେଲ ଜନ୍ମଗ୍ରହଣ କରିଥିଲେ। ଜଣେ ସେନା ଅଧିକାରୀ, ଲେଖକ ଓ ସମାଜ ସଂସ୍କାରକ ଭାବେ ସେ ବେଶ୍ ଜଣାଶୁଣା। ବିଶ୍ୱର ସେ ପ୍ରଥମ ଚିଫ୍ ସ୍କାଉଟ ହୋଇଥିବାରୁ ତାଙ୍କ ଜନ୍ମଦିନ(୧୮୫୭) କୁ ବିଶ୍ୱ ସ୍କାଉଟ ଦିବସ ଭାବେ ପାଳନ କରାଯାଇ ଆସୁଛି। ତାଙ୍କ ସ୍ତ୍ରୀ ଓଲେଭ୍ ବଡେନ୍ ପାଓ୍ବେଲ ସ୍କାଉଟିଂ ଓ ଗଲର୍ସ ଗାଇଡ୍ର ପ୍ରତିଷ୍ଠାତା ଥିଲେ। ଦୁହିଁଙ୍କ ପ୍ରେରଣା କେବଳ କେନିଆ ନୁହେଁ ସାରା ବିଶ୍ୱକୁ ବାଟ ଦେଖାଇଥିଲା। ବିଭିନ୍ନ ସ୍କାଉଟ ସଂଘ ପକ୍ଷରୁ ଏହି ଦିବସକୁ ପ୍ରତିଜ୍ଞା ଦିବସ ଭାବେ ମଧ୍ୟ ପାଳନ କରାଯାଉଛି। ଗଲର୍ସ ଗାଇଡ ଓ ଗଲର୍ସ ସ୍କାଉଟ ପକ୍ଷରୁ ଏହି ଦିବସକୁ ବିଶ୍ୱ ଚିନ୍ତନ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିବସ ସମସ୍ତ ସ୍କାଉଟ ଓ ଗଲର୍ସ ଗାଇଡ୍ମାନେ ନିଜକୁ ଶୃଙ୍ଖଳିତ କରିବା ଓ ଆନ୍ଦୋଳନର ଆଦର୍ଶକୁ ବଜାୟ ରଖିବା ଲାଗି ପ୍ରତିଜ୍ଞା କରିଥାନ୍ତି। ସମୟକ୍ରମେ ବିଭିନ୍ନ ଦେଶରେ ସ୍କାଉଟ ଓ ଗାଇଡ୍ର ନିୟମାବଳୀ ବଦଳି ଥିଲେ ହେଁ ଜଣେ କିପରି ଶୃଙ୍ଖଳାର ସହ ଆଦର୍ଶ ଜୀବନ ବିତାଇ ପାରିବ ଓ ସମାଜ ଲାଗି ଉଦାହରଣ ସୃଷ୍ଟି କରିପାରିବ, ସେନେଇ ଚିନ୍ତା କରିବା ସହ ପ୍ରତିଜ୍ଞା ନେଇଥାନ୍ତି।
https://www.dharitri.com/fire-on-gandhidham-puri-express/
ଗାନ୍ଧିଧାମ-ପୁରୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ମୁମ୍ବାଇ,୨୯।୧: : ଗାନ୍ଧିଧାମ-ପୁରୀ ଏକ୍ସପ୍ରେସ୍ ଗାଡି ନଂ- ୧୨୯୯୩ରେ ଭୟଙ୍କର ଅଗ୍ନିକାଣ୍ଡ । ମହାରାଷ୍ଟ୍ର ନନ୍ଦୁରବର ଷ୍ଟେସନକୁ ପଶୁଥିବା ବେଳେ ଶନିବାର ଏହି ଘଟଣା ଘଟିଛି। ଏ ନେଇ ଓ୍ବେଷ୍ଟର୍ଣ୍ଣ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରେନ୍ର ପ୍ୟାଣ୍ଟ୍ରି କାର୍ରେ ନିଆଁ ଲାଗିଥିବା ସୂଚନା ମିଳିଛି। ସୂଚନାନୁସାରେ, ଏହି ଏକ୍ସପ୍ରେସ୍ ଟ୍ରେନ ଗାନ୍ଧୀଧାମରୁ ପୁରୀ ଆସୁଥିଲା। ମହାରାଷ୍ଟ୍ର ନନ୍ଦୁରାବର ଷ୍ଟେସନ ନିକଟରେ ଗାନ୍ଧିଧାମ-ପୁରୀ ଏକ୍ସପ୍ରେସ୍ରେ ହଠାତ୍ ନିଆଁ ଲାଗିଥିବା ସୂଚନା ମିଳିଥିଲା । ଏହାପରେ ଟ୍ରେନ୍କୁ ଅଟକାଯାଇ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ କର୍ମଚାରୀ ତୁରନ୍ତ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ କେମିତି ଲାଗିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି। ଏବେ ଯାଏ କୌଣସି କ୍ଷତକ୍ଷତିର ସୂଚନା ମିଳିନାହିଁ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।
https://www.dharitri.com/opposition-bjp-and-congress-have-blamed-public-education-minister-sameer-ranjan-das-for-dharmendras-death/
ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଅଣ୍ଡା, ଟମାଟୋ ମାଡ଼ ଭୁବନେଶ୍ବର,୨୮ା୯(ବ୍ୟୁରୋ): ପୁରୀ ଜିଲା ୧୧ ନମ୍ବର ଜୋନ୍ ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାକୁ ନେଇ ଆନ୍ଦୋଳନ ତେଜିବାରେ ଲାଗିଛି। ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଦାୟୀ କରିଛନ୍ତି ବିରୋଧୀ ଭାଜପା ଓ କଂଗ୍ରେସ। ଏପରିକି ଏହି ଘଟଣାରେ ସମୀରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ପ୍ରତିବାଦରେ ଛାତ୍ର କଂଗ୍ରେସ ତାତିଛି। ବୁଧବାର ୟୁନିଟ୍-୧ ସ୍ଥିତ ମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖ ରଣକ୍ଷେତ୍ର ପାଲଟିଛି। ଶତାଧିକ ଛାତ୍ର କଂଗ୍ରେସ କର୍ମୀ ସେଠାରେ ପହଞ୍ଚି ମନ୍ତ୍ରୀଙ୍କ ବିରୋଧରେ ନାରା ଦେଇଛନ୍ତି। ଏହାପରେ ସେମାନେ ମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ। ଏହି ସମୟରେ ପୋଲିସ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରବଳ ଟଣାଓଟରା ପରିସ୍ଥିତି ଦେଖିବାକୁ ମିଳିଥିଲା। ଏହାପରେ ପୋଲିସ ପହଞ୍ଚି ସମସ୍ତ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି। ଆସନ୍ତା ୭ ଦିନ ମଧ୍ୟରେ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆନ୍ଦୋଳନକୁ ଅଧିକ ଜୋର୍ଦାର କରାଯିବା ସହ ନବୀନ ନିବାସ ଘେରାଉ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।
https://www.dharitri.com/protests-against-rising-oil-prices/
ତୈଳଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ଛତ୍ରପୁର,୧୧।୬(ଡି.ଏନ୍.ଏ.): କେନ୍ଦ୍ରସରକାରଙ୍କ ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆନ୍ଦୋଳନର ଡାକରା ଦିଆଯାଇଛି। ଏହିପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି ଅବନୀ ଶତପଥୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ଶୁକ୍ରବାର ପେଟ୍ରୋଲ ପମ୍ପ ଆଗରେ ପ୍ରତିବାଦ ସହ ବିକ୍ଷୋଭ କରିଛନ୍ତି । ଦର କମ ନ ହେଲେ ଆଗାମୀ ଦିନରେ ସେମାନେ ରାଜରାସ୍ତାକ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
https://www.dharitri.com/ଗୀତ-ମାଧ୍ୟମରେ-କରୋନା-ସଚେତନ/
ଗୀତ ମାଧ୍ୟମରେ କରୋନା ସଚେତନତା କଟକ ଅଫିସ,୨୭ା୪: କରୋନା ମହାମାରୀ ପାଇଁ ସମଗ୍ର ବିଶ୍ୱ ଭୟଭୀତ। ଏପର୍ଯ୍ୟନ୍ତ ଏହାର ନିରାକରଣ ପାଇଁ ଟିକା କିମ୍ବା ଔଷଧ ବାହାରି ନ ଥିବାରୁ ସ୍ବଚ୍ଛତା, ସାମାଜିକ ଦୂରତା ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଛି। ଏ ନେଇ ମଧ୍ୟ ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରାଯାଉଛି। ଏବେ ଗୀତ ‘ପୁଣି ହସିବ ଓଡ଼ିଶା’ ମାଧ୍ୟମରେ ଜନସଚେତନତା ସୃଷ୍ଟି ଲାଗି ପ୍ରୟାସ କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ଏବଂ ଅବିନାଶ ନନ୍ଦ। ଏହି ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୁବପିଢିଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ପର୍ଯ୍ୟନ୍ତ ସମସ୍ତେ ଏହି ଗୀତକୁ ବେଶ୍ ପସନ୍ଦ କରୁଛନ୍ତି। ଏହି ଗୀତରେ ଗାଁ ଓ ସହରର ପାଣି ପବନ ଆଦିକୁ ଚିତ୍ରିତ କରାଯାଇଛି। ଗୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ବାର୍ତ୍ତା ଦେଇଛନ୍ତି। ଗୀତିକାର ବସନ୍ତରାଜ ସାମଲ ଗୀତଟିକୁ ଲେଖିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। କଣ୍ଠଦାନ କରିଛନ୍ତି ସବିଶେଷ, ଦୀପ୍ତିରେଖା ଓ ବିଶ୍ୱଜିତ। ଏହି ଗୀତର ଭିଡିଓରେ ଅଭିନେତ୍ରୀ ମହେଶ୍ୱତା ରାୟ, ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ପଦ୍ମଶ୍ରୀ ତୁଳସୀ ମୁଣ୍ଡା ପ୍ରମୁଖ ଅଭିନୟ କରିଥିବାବେଳେ କ୍ରିଏଟିଭ ଡାଇରେକ୍ଟର ଭାବେ ଅବିନାଶ ନନ୍ଦ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ଗୀତ ଗୋଟିଏ ସପ୍ତାହ ମଧ୍ୟରେ ଟିକ୍ଟକ୍ରେ ଅଧିକ ଭାଇରାଲ ହୋଇଛି।
https://www.dharitri.com/ଚାଇନାକୁ-ପୁଣି-ଥରେ-କରୋନା-ଫେ/
ଚାଇନାକୁ ପୁଣି ଥରେ କରୋନା ଫେରିଲେ ସ୍ଥିତି ହେବ ଭୟାବହ ବେଜିଂ,୧୮।୫: ପୃଥିବୀରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ସେହିପରି କରୋନା ସଂକ୍ରମଣକୁ ରୋକିବା ପାଇଁ ବହୁ ଦେଶରେ ଲକ୍ଡାଉନ୍ ମଧ୍ୟ ଜାରି ହୋଇଛି। କରୋନାର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାକୁ ଯଦି ପୁଣିଥରେ କରୋନା ଫେରେ ତେବେ ପରିସ୍ଥିତି ଭୟାବହ ହେବ। ପ୍ରଥମ ଥର ଅପେକ୍ଷା ଦ୍ୱିତୀୟ ଥର କରୋନା ସଂକ୍ରମଣରେ ଅଧିକ ଲୋକଙ୍କ ମୃତ୍ୟୁ ଘଟିବାର ଆଶଙ୍କା ରହିଥିବା ସେ କହିଛନ୍ତି। ଏନେଇ କରୋନା ସଂକ୍ରମଣ ରୋକିବା କ୍ଷେତ୍ରରେ ଚାଇନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଝୋଙ୍ଗ୍ ନାନ୍ଶାନ୍ ସୂଚନା ଦେଇଛନ୍ତି। ଏବେ ଦେଶରେ ସ୍ବାଭାବିକ ସ୍ଥିତି ଫେରିବାରେ ଲାଗିଛି। କିନ୍ତୁ ବହୁ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଥିବାରୁ କରୋନା ସଂକ୍ରମଣ ସେମାନଙ୍କୁ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଦେଶରେ ନୂଆ କରୋନା ସଂକ୍ରମଣ ଘଟଣା ଘଟୁ ନ ଥିଲେ ମଧ୍ୟ ସ୍ବାସ୍ଥ୍ୟ ଅଧିକାରୀମାନେ କରୋନା ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଥିବା ଝୋଙ୍ଗ୍ କହିଛନ୍ତି।
https://www.dharitri.com/huge-quantities-of-counterfeit-cement-were-seized/
ବିପୁଳ ପରିମାଣରେ ନକଲି ସିମେଣ୍ଟ ଜବତ କଟକ ଅଫିସ,୩।୧: କଟକ ଜିଲା ଜଗତପୁର ଥାନା ଅନ୍ତର୍ଗତ ଚମ୍ପତି ଗ୍ରାମରେ ନକଲି ସିମେଣ୍ଟ ଜବତ ହୋଇଛି । ମା’ ତାରିଣୀ ନାମକ ଏକ ଘରୋଇ କନଷ୍ଟ୍ରକଶନ କମ୍ପାନୀ ନକଲି ସିମେଣ୍ଟ ତିଆରି କରି ଦୀର୍ଘ ଦିନ ଧରି ବହୁ ପରିମାଣର ଅର୍ଥ ଲୋକଙ୍କ ପାଖରୁ ଲୁଟିଥିବା ନେଇ ଜଗତପୁର ପୋଲିସ କୌଣସି ସୂତ୍ରରୁ ଖବରପାଇଥିଲା । ପରେ ସୋମବାର ଏହି କନଷ୍ଟ୍ରକଶନ ଉପରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ସିମେଣ୍ଟ ଜବତ କରିଛି । ଏହାସହ ମାଲିକଙ୍କୁ ଅଟକ ରଖାଯାଇଛି। ବିଭିନ୍ନ ସାମଗ୍ରୀ ଆଣି ନକଲି ସିମେଣ୍ଟ ତିଆରି କରୁଥିବା ଜଣାପଡ଼ିଛି । ଆଗରୁ ଉକ୍ତ ଅଞ୍ଚଳରୁ ବହୁ ଥର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ନକଲି ଜିନିଷ ଜବତ ହୋଇଛି।
https://www.dharitri.com/ବିନା-ଭକ୍ତରେ-ରଥଯାତ୍ରା-ହେଉ/
ବିନା ଭକ୍ତରେ ରଥଯାତ୍ରା ହେଉ: ରଘୁନାଥ ମହାପାତ୍ର ପୁରୀ ଅଫିସ, ୧୩।୬: ମହାମାରୀ କରୋନା ପାଇଁ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନକୁ ନେଇ ଆଶା ଆଶଙ୍କା ଲାଗିରହିଛି। ରଥଯାତ୍ରାକୁ ଆଉ ମାତ୍ର ୯ ଦିନ ରହିଥିବା ବେଳେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। ତେବେ ଏଥର ବିନା ଭକ୍ତରେ ରଥଯାତ୍ରା କରାଯାଉ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରଘୁନାଥ ମହାପାତ୍ର କହିଛନ୍ତି। ଶନିବାର ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଓ ରଥଯାତ୍ରା ହେବା ଆବଶ୍ୟକ। ପୁରୀ ସହରକୁ ଚାରିପଟୁ ସିଲ୍ କରି ବିନା ଭକ୍ତରେ ରଥଯାତ୍ରା ହେଉ। ପୋଲିସ ଏବଂ ସେବାୟତ ରଥ ଟାଣନ୍ତୁ। ପୁରୀବାସୀଙ୍କ ସମେତ ସମସ୍ତ ଶ୍ରଦ୍ଧାଳୁ ଘରେ ବସି ଟିଭିରେ ରଥଯାତ୍ରା ଦେଖନ୍ତୁ। ଯଦି କରୋନାକୁ ନେଇ ପରିସ୍ଥିତି ଅଧିକ ଖରାପ ହୁଏ ତେବେ ରଥଯାତ୍ରା ନ ହେଲେ କିଛି ଅସୁବିଧା ନାହିଁ। ମହାପ୍ରଭୁଙ୍କ ପାତାଳି ସମୟରେ ମଧ୍ୟ ରଥଯାତ୍ରା ହୋଇ ନ ଥିଲା ବୋଲି ରଘୁନାଥ କହିଛନ୍ତି।
https://www.dharitri.com/homeless-people-do-not-get-habitable-land/
ଭୂମିହୀନଙ୍କୁ ମିଳୁନି ବାସୋପଯୋଗୀ ଜମି ବାଲେଶ୍ୱର ଅଫିସ, ୧୨।୪: ବାଲେଶ୍ୱର ସହର ତଥା ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଭୂମିହୀନଙ୍କୁ ବାସ ଉପଯୋଗୀ ଜମିର ପଟ୍ଟା ଯୋଗାଇ ଦେବା ପାଇଁ ଜିଲା ପ୍ରଶାସନ ବାରମ୍ବାର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ତାହା ପାଣିର ଗାର ପାଲଟିଛି। ଜିଲାପାଳଙ୍କ ପ୍ର୍ରତିଶ୍ରୁତିକୁ ଭରସା ନ କରି ଜାଗ୍ରତ ନାରୀ ସଙ୍ଗଠନ ପକ୍ଷରୁ ଆସନ୍ତା ଜୁଲାଇ ୩ରୁ ହିତାଧିକାରୀଙ୍କୁ ନେଇ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଭୂମିହୀନ ଗରିବ ପରିବାରଙ୍କୁ ଘରବାଡ଼ି ପଟ୍ଟା ପ୍ରଦାନରେ ଜିଲା ପ୍ରଶାସନର କାଳକ୍ଷେପଣନୀତି ଗ୍ରହଣ କରୁଛି। ଜାଗ୍ରତ ନାରୀ ସଙ୍ଗଠନ ସମ୍ପାଦିକା ମମତା ଦାସଙ୍କ ନେତୃତ୍ୱରେ ସଙ୍ଗଠନ ସଦସ୍ୟାଙ୍କ ସମେତ ବହୁ ଗରିବ ପରିବାର ସୋମବାର ଜିଲାପାଳଙ୍କୁ ସାକ୍ଷାତ୍ ସହ ଜମିପଟ୍ଟା ପ୍ରଦାନରେ ବିଳମ୍ବ ଯୋଗୁ ଭୂମିହୀନ ଲୋକେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ। ସରକାରୀ ନିୟମ ଭିତ୍ତିରେ ଭୂମିହୀନ ପରିବାରଙ୍କ ପକ୍ଷରୁ ଜିଲାର ବିଭିନ୍ନ ତହସିଲରେ ଘରବାଡ଼ି ପଟ୍ଟା ଆବେଦନ କରାଯାଇଥିଲା। ମାତ୍ର ତହସିଲଦାର ତଥା ତାଙ୍କ ଅଧୀନ କର୍ମଚାରୀ ଏବଂ ଅଧିକାରୀଙ୍କ ଉଦାସୀନତା ଯୋଗୁ ଲୋକେ ଦୀର୍ଘଦିନ ପରେ ବି ପଟ୍ଟା ପାଇପାରିନାହାନ୍ତି। ଏହାକୁ ନେଇ ସଙ୍ଗଠନ ଗତ ୨୦୨୨ ଜୁଲାଇ ୨୬ତାରିଖରେ ଅନଶନ କରିବା ପାଇଁ ଚେତାବନୀ ଦେଇଥିଲେ। ତେବେ ଖୁବ୍ଶୀଘ୍ର ଆବେଦନକାରୀ ଭୂମିହୀନ ପରିବାରଙ୍କୁ ଜମିପଟ୍ଟା ପ୍ରଦାନ ନେଇ ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ସଙ୍ଗଠନ ଆନ୍ଦୋଳନ ନିଷ୍ପତ୍ତି ପ୍ରତ୍ୟାହୃତ କରିଥିଲେ। ମାତ୍ର ଜିଲାପାଳଙ୍କ ପ୍ରତିଶ୍ରୁତିକୁ ଦୀର୍ଘଦିନ ବିତିଯିବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ ଭୂମିହୀନଙ୍କୁ ପଟ୍ଟା ପ୍ରଦାନ ବାବଦରେ କାର୍ଯ୍ୟ ଆଗକୁ ନ ଯିବା ଦୁର୍ଭାଗ୍ୟର ବିଷୟ ବୋଲି ସଙ୍ଗଠନ ସମ୍ପାଦିକା ଦାସ ଅଭିଯୋଗ କରିଛନ୍ତି। ତୁରନ୍ତ ଏ ବାବଦରେ ଉଚିତ୍ ପଦକ୍ଷେପ ନିଆ ନ ଗଲେ ଆସନ୍ତା ଜୁଲାଇ ୩ ତାରିଖରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଙ୍ଗଠନ ପକ୍ଷରୁ ହିତାଧିକାରୀଙ୍କୁ ନେଇ ଅନଶନ ଆରମ୍ଭ କରିବେ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି। ସେହିପରି ସଦର ବ୍ଲକ ଅଧୀନ ପରିଖୀ ପଞ୍ଚାୟତର ଭୂମିହୀନମାନେ ସୋମବାର ସଦର ତହସିଲଦାରଙ୍କୁ ଭେଟି ଜମି ପଟ୍ଟା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି। ଯୁବନେତା ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ଭୂମିହୀନ ପରିବାର ଏକ ଶୋଭାଯାତ୍ରା ମାଧ୍ୟମରେ ସଦର ତହସିଲରେ ପହଞ୍ଚତ୍ ତହସିଲଦାରଙ୍କ ମାଧ୍ୟମରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଘରବାଡ଼ି ପଟ୍ଟା ନ ରହିବା ଯୋଗୁ ଆବାସ ଯୋଜନାରେ ସେମାନେ ସାମିଲ ହୋଇପାରୁ ନ ଥିବା ବେଳେ ଆବଶ୍ୟକ ପ୍ରମାଣପତ୍ର ଅଭାବରୁ ସେମାନଙ୍କ ପୁଅ ଝିଅ ଶିକ୍ଷାରୁ ବଞ୍ଚତ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
https://www.dharitri.com/ପ୍ରାଚୀନ-ଶିବ-ମନ୍ଦିର-କିନ୍ତ/
ପ୍ରାଚୀନ ଶିବ ମନ୍ଦିର କିନ୍ତୁ ଅଧାଗଢା ବିହାରର ଭୋଜପୁର ପାହାଡି ଅଞ୍ଚଳରେ ରହିଛି ଏମିତି ଏକ ଶିବ ମନ୍ଦିର ଯାହା ବିଶ୍ୱର ସର୍ବ ପୁରାତନ ଶିବ ମନ୍ଦିର ଭାବେ ପ୍ରସିଦ୍ଧ। ଏହାକୁ କେହି କେହି ଭୋଜଶ୍ୱର ଶିବ ମନ୍ଦି ବୋଲି ମଧ୍ୟ କହି ଥାଆନ୍ତି। ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏହା ଗୋଟିଏ ଖଣ୍ଡ ଚିକ୍କଣ ଲାଲ ପାଷାଣ ପଥରରେ ତିଆରି କରାଯାଇଛି। ତାହାପୁଣି ଅଧାଗଢା। ମନ୍ଦିର ଅଥବା ଲିଙ୍ଗ ସବୁ ଏଠାରେ ଅଧାଗଢା ଅବସ୍ଥାରେ ପୂଜା କରାଯାଉଛନ୍ତି। ଗର୍ଭ ଗୃହର ଦୁଇ ପଟରେ ଯବୁନା ଦେବୀ ଓ ଗଙ୍ଗା ଦେବୀଙ୍କ ମୂର୍ତ୍ତି ଲାଗିଛି। ଏହି ମନ୍ଦିରକୁ ଉତ୍ତର ଭାରତର ସୋମନାଥ ବୋଲି ମଧ୍ୟ କୁହାଯାଇଥାଏ। ଏହା ଭୋଜପୁରର ଏକ ପାହାଡ ଉପରେ ୧୧୫ ଫୁଟ ଲମ୍ବା, ୮୨ ଫୁଟ ଚଉଡ଼ା ଓ ୧୩ ଫୁଟ ଉଚ୍ଚ ଚଉତରା ଉପରେ ନିର୍ମାଣ କରାଯାଇଛି। ତେବେ ପରମାର ବଂଶର ପ୍ରସିଦ୍ଧ ରାଜା ଭୋଜ ଏହାକୁ ନିର୍ମାଣ କରିଥିବା ଇତିହାସ କୁହେ। ମନ୍ଦିର ମଧ୍ୟରେ ଶିବ-ପାର୍ବତୀ, ବ୍ରହ୍ମା-ସରସ୍ବତୀ, ରାମ-ସୀତା ଏବଂ ବିଷ୍ଣୁ-ଲକ୍ଷ୍ମୀଙ୍କ ମୂର୍ତ୍ତି ସ୍ଥାପନା କରାଯାଇଛି। ବହୁ ଦୂରଦୂରାନ୍ତରରୁ ଭକ୍ତ ଏଠାକୁ ଦର୍ଶନ ଲାଗି ଆସିଥାଆନ୍ତି ବୋଲି ଶୁଣିବାକୁ ମିଳେ।
https://www.dharitri.com/first-hindu-american-conference-on-the-premises-of-the-us-parliament/
ଆମେରିକା ସଂସଦ ଭବନ ପରିସରରେ ପ୍ରଥମ ହିନ୍ଦୁ-ଆମେରିକୀୟ ସମ୍ମିଳନୀ… ଓ୍ବାଶିଂଟନ,୧୫।୬ : ଆମେରିକାର ପ୍ରଥମ ହିନ୍ଦୁ-ଆମେରିକୀୟ ସମ୍ମିଳନୀ ଆମେରିକାର ଶକ୍ତିର କେନ୍ଦ୍ର ଆମେରିକାର କ୍ୟାପିଟୋଲ ହିଲରେ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀ ଜୁନ ୧୪ ରେ ଅନୁଷ୍ଠିତ ହୋଇଥିଲା। ଯାହାର ଉଦ୍ଦେଶ୍ୟ ଆମେରିକାରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟର ସମସ୍ୟା ପ୍ରତି ଆମେରିକାର ଆଇନ ନିର୍ମାତାଙ୍କ ଦୃଷ୍ଟି ଆକର୍ଷଣ କରିବା ଥିଲା। ଏହି ସମ୍ମିଳନୀକୁ ହିନ୍ଦୁମାନଙ୍କ ପାଇଁ ଆମେରିକୀୟ ନାମ ଦିଆଯାଇଥିଲା। ଏହି ହିନ୍ଦୁ ସମ୍ମିଳନୀର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ରୋମେଶ ଜାପ୍ରା କହିଥିଲେ, ଏହି ସମ୍ମିଳନୀ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି। ରାଜନୈତିକ ଅଂଶଗ୍ରହଣ ପାଇଁ ହିନ୍ଦୁ ଆମେରିକୀୟ ସମ୍ମିଳନୀ ଆୟୋଜନ କରାଯାଉଛି। ଆମ ସମ୍ପ୍ରଦାୟ ସାଂସ୍କୃତିକ, ସାମାଜିକ, ଅର୍ଥନୈତିକ, ଧାର୍ମିକ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଅନେକ କ୍ଷେତ୍ରରେ ସକ୍ରିୟ, କିନ୍ତୁ ଆମେ ରାଜନୀତିରେ ବହୁ ପଛରେ ଅଛୁ। ଆମେରିକୀୟ ଫର ହିନ୍ଦୁ ସମ୍ମିଳନୀ ଆମେରିକୀୟଙ୍କ ପାଇଁ ହିନ୍ଦୁ ରାଜନୈତିକ କ୍ରିୟାନୁଷ୍ଠାନ କମିଟି ସହିତ ଅନ୍ୟ ୨୦ ଜଣଙ୍କ ଦ୍ୱାରା ଆୟୋଜିତ ହୋଇଛି। ଫ୍ଲୋରିଡା, ନ୍ୟୁୟର୍କ, ବୋଷ୍ଟନ, ଟେକ୍ସାସ, ଚିକାଗୋ, କାଲିଫର୍ଣ୍ଣିଆ ଇତ୍ୟାଦି ସହରରୁ ପ୍ରାୟ ୧୩୦ ଭାରତୀୟ ଆମେରିକୀୟ ନେତା ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଜାପ୍ରା କହିଛନ୍ତି ଆମ ସମ୍ପ୍ରଦାୟରେ ଅନେକ ଭଲ ବୈଜ୍ଞାନିକ, ଡାକ୍ତର ଏବଂ ବୁଦ୍ଧିଜୀବୀ ଅଛନ୍ତି କିନ୍ତୁ ରାଜନୀତିରେ ଆମକୁ ସେତେ ସଫଳତା ମିଳି ନାହିଁ। ତେଣୁ ପ୍ରଥମ ଥର ପାଇଁ ଆମର ସମସ୍ତ ହିନ୍ଦୁ ଆମେରିକୀୟ ନେତା ଏବଂ ୨୦ ଟି ଭିନ୍ନ ସଂଗଠନ ଏକାଠି ହୋଇଛନ୍ତି। ଆମେରିକା ସଂସଦର ବାଚସ୍ପତି କେଭିନ ମ୍ୟାକକାରି ଏବଂ ଡେମୋକ୍ରାଟ ଏବଂ ରିପବ୍ଲିକାନ ଦଳର ବହୁ ନେତା ମଧ୍ୟ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ଯାହା ଦ୍ୱାରା ଆମର ନେତା ତଥା ଭବିଷ୍ୟତ ପିଢ଼଼ି ମଧ୍ୟ ସକ୍ରିୟ ଭାବରେ ରାଜନୀତିରେ ଅଂଶଗ୍ରହଣ କରିପାରିବେ। ଜାପ୍ରା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ଆମେରିକା ଗସ୍ତକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି। ଭାରତକୁ ବିଶ୍ୱ ମାନଚିତ୍ରରେ ରଖିବାର ତାଙ୍କର ଶକ୍ତି ଅଛି। ସେ ବହୁତ କିଛି କରିବାକୁ ସକ୍ଷମ ଏବଂ ଆମେ ଏହା ଦ୍ୱାରା ଅନୁପ୍ରାଣିତ ହୋଇଛୁ ।
https://www.dharitri.com/drinking-water-is-pouring-into-the-pipes/
ପାଇପ୍‌ ଫାଟି ବିଲରେ ମାଡ଼ୁଛି ପାନୀୟ ଜଳ ମାଧପୁର,୧୮।୪: ଗ୍ରୀଷ୍ମ ପ୍ରବାହ ବେଳେ ଗାଁକୁ ମିଳୁନି ପିଇବା ପାଣି। ୨ ଦିନ ହେଲା ପାଇପ୍ ଫାଟିବା କାରଣରୁ ସବୁତକ ପାଣି ବିଲରେ ମାଡ଼ୁଛି। କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ମରାମତି କରାଯାଉ ନ ଥିବାରୁ ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତର କୁନ୍ଦନାଳୀ ଗ୍ରାମବାସୀ ଜଳ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ମାଧପୁର ଓ ଆଖପାଖ ୩ ପଞ୍ଚାୟତର ୯ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ କନ୍ଧପଡା ନାଳ ଉପରେ ୧୯୯୮ ମସିହାରେ ଏକ ପମ୍ପ ହାଉସ୍ ସ୍ଥାପନ କରାଯାଇଥିଲା। ଉକ୍ତ ପମ୍ପ ହାଉସ୍ରୁ କୁନ୍ଦନାଳୀ ଗ୍ରାମକୁ ପାଇପ୍ ପାଣି ଯୋଗାଣ କରାଯାଉଛି। ହେଲେ ଗତ ୧୫ ତାରିଖରୁ କୁମୁସିହା ସାହି ନିକଟରେ କୌଣସି କାରଣ ଯୋଗୁଁ ପାଇପ୍ ଫାଟି ଯାଇଥିବାରୁ ପାନୀୟ ଜଳ ବିଲ ମଧ୍ୟକୁ ବହିଯାଉଛି। ଫଳରେ ଗଁାର ଏକ ହଜାରରୁ ଅଧିକ ଲୋକ ପିଇବା ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଅବଗତ ଥିଲେ ମଧ୍ୟ ପଦକ୍ଷେପ ନେଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ଯଥାଶୀଘ୍ର ସମସ୍ୟାର ସମାଧାନ କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଉମାକାନ୍ତ ବେହେରା କହିଛନ୍ତି, ପଣା ସଂକ୍ରାନ୍ତି ବା ମେରୁ ଯାତ୍ରା ପାଇଁ ଶ୍ରମିକ ମିଳୁନାହାନ୍ତି। ଶ୍ରମିକ ମିଳିଲେ ତୁରନ୍ତ ପାଇପ୍ ମରାମତି କାର୍ଯ୍ୟ କରାଯିବ।
https://www.dharitri.com/ସାଧାରଣତନ୍ତ୍ର-ଦିବସ-ଦିଲ୍ଲ/
ସାଧାରଣତନ୍ତ୍ର ଦିବସ: ଦିଲ୍ଲୀ ସୁରକ୍ଷା ଛାଉଣିରେ ପରିଣତ; ୨୨ ହଜାର ପୋଲିସ ମୁତୟନ ନୂଆଦିଲ୍ଲୀ, ୨୫।୧: ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହରର ଗଳିକନ୍ଦିରେ ସୁରକ୍ଷାକର୍ମୀଙ୍କୁ ସଜାଗ ରଖାଯାଇଛି। ସୁରକ୍ଷା କାର୍ଯ୍ୟରେ ୨୨ ହଜାର ପୋଲିସଙ୍କୁ ମୁତୟନ କରାଯାଇଛି। ଦିଲ୍ଲୀର ସ୍ଥଳ ଓ ଆକାଶ ସୁରକ୍ଷା ଛାଉଣୀରେ ପରିଣତ ହୋଇଛି। ୪୮ କମ୍ପାନୀ ସିଏପିଏଫ୍ ଯବାନଙ୍କୁ ସହରରେ ମୁତୟନ କରାଯାଇଛି। ୨୫ ତାରିଖ ରାତିଠାରୁ ଦିଲ୍ଲୀର ସମସ୍ତ ସୀମାକୁ ସିଲ୍ କରାଯିବାର ବ୍ୟବସ୍ଥା ହୋଇଛି। ମେଟ୍ରୋ, ରେଳଷ୍ଟେଶନ ଏବଂ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କେନ୍ଦ୍ରୀୟ ଦିଲ୍ଲୀର ରାଜପଥ ନିକଟବର୍ତ୍ତୀ ଅଞ୍ଚଳରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରେଡ଼ ଉତ୍ସବରେ ଯୋଗଦେବାକୁ ଆସିଥିବା ଅତିଥିଙ୍କ ସୁରକ୍ଷାରେ ଏନ୍ଏସ୍ଜି, ଏସ୍ପିଜି ଏବଂ ଆଇଟିବିପି ଯବାନଙ୍କୁ ମୁତୟନ କରାଯାଇଛି। ପରେଡ଼ ରାସ୍ତାରେ ହଜାରେରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇଛି। ସୁରକ୍ଷା ତଦାରଖ ପାଇଁ ୧୦ ମୋବାଇଲ୍ କଣ୍ଟ୍ରୋଲ ରୁମ୍, ୧୦ ସିସିଟିଭି କଣ୍ଟ୍ରୋଲ ରୁମ ଏବଂ ଫେସ୍ ଚିହ୍ନଟ ପାଇଁ ଶହେରୁ ଅଧିକ କ୍ୟାମେରା ଲଗାଯାଇଛି।
https://www.dharitri.com/the-problem-is-growing-in-the-market-building/
ମାର୍କେଟ ବିଲ୍ଡିଂରେ ବଢ଼ୁଛି ସମସ୍ୟା, ଗ୍ରାହକ ହନ୍ତସନ୍ତ ଭୁବନେଶ୍ୱର,୨୨।୯ (ବନ୍ଦନା ସେଠୀ): ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ବଜାର ୟୁନିଟ-୨ସ୍ଥିତ ମାର୍କେଟ ବିଲ୍ଡିଂ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ୭୫ବର୍ଷ ପୂର୍ବେ ହାତଗଣତି କେତେଜଣ ବ୍ୟବସାୟୀଙ୍କୁ ନେଇ ଗଠନ ହୋଇଥିବା ଏହି ମାର୍କେଟରେ ଏବେ ୧୭୦ରୁ ଊର୍ଦ୍ଧ୍ୱ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ରହିଛି। ତା’ ମଧ୍ୟରେ ଛୋଟ ବଡ଼ ଶୋ’ରୁମ୍ ମଧ୍ୟ ରହିଛି। କମ୍ ଦାମ୍ରେ ଚାହୁଁଥିବା ଭଳି ସବୁ ଜିନିଷ ମିଳୁଥିବାରୁ ଶପିଂ ପାଇଁ ମାର୍କେଟ ବିଲ୍ଡିଂ ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି। କେବଳ ରାଜଧାନୀବାସୀ ନୁହନ୍ତି, କଟକ, ଖୋର୍ଦ୍ଧା, ପୁରୀ ଜିଲା ଆଦି ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ଶହଶହ ଲୋକ ଏଠାକୁ ଆସିଥାନ୍ତି। ଆଉ ପର୍ବପର୍ବାଣି ଥିଲେ ମାର୍କେଟରେ ପଶିବା କଷ୍ଟକର ହୋଇପଡେ। ତେବେ ଏତେବଡ଼ ମାର୍କେଟରେ ଗ୍ରାହକଙ୍କୁ ମୌଳିକ ସୁବିଧା ମିଳୁ ନ ଥିବାରୁ ଗ୍ରାହକମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ମାର୍କେଟ ପରିସରରେ ଶୌଚାଳୟ ବ୍ୟବସ୍ଥା ନାହିଁ। ତେଣୁ ଲୋକମାନେ ରାସ୍ତା କଡ଼ରେ କିମ୍ବା ବାହାରେ ଶୌଚ ହେଉଛନ୍ତି। ପୁରୁଷମାନେ ଯାହା ଯେମିତି କାମ ଚଳାଉଥିବାବେଳେ ମହିଳାମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗାଡ଼ି ଷ୍ଟାଣ୍ଡ୍ ପାଖରେ ଗୋଟିଏ ସୁଲଭ ଶୌଚାଳୟ ଥିଲେ ବି ସେଠାରେ ୧୦ଟଙ୍କା ନେଉଥିବାରୁ ଅଧିକାଂଶ ଲୋକ ଯିବାକୁ ରାଜି ହେଉନାହାନ୍ତି। ମାର୍କେଟ ଭିତରେ ପିଇବା ପାଣି ବ୍ୟବସ୍ଥା ମଧ୍ୟ ନାହିଁ। ପୂର୍ବରୁ ଲାଗିଥିବା ଆକ୍ୱାଗାର୍ଡ ଫନି ପରଠାରୁ ଭାଙ୍ଗିରୁଜି ପଡିଥିଲେ ବି ଏହା ଉପରେ କାହାର ନଜର ପଡୁନାହିଁ। ଫଳରେ ଶୋଷ ମେଣ୍ଟାଇବା ପାଇଁ ଗ୍ରାହକଙ୍କୁ ଦୋକାନରୁ ପାଣି ବୋତଲ କିଣି ପିଇବାକୁ ପଡୁଛି। ଅପରପକ୍ଷେ ପାର୍କିଂ ବ୍ୟବସ୍ଥା ମାର୍କେଟ ପାଇଁ ଅନ୍ୟ ଏକ ସମସ୍ୟା ପାଲଟିଛି। ବିଏମ୍ସି ପକ୍ଷରୁ ଯଦିଓ ପାର୍କିଂ ପାଇଁ ୨ଟି ଷ୍ଟାଣ୍ଡ୍ କରାଯାଇଛି ତେବେ ଭିଡ଼ ସମୟରେ ଗାଡ଼ି ରଖିବାକୁ ତାହା ପର୍ଯ୍ୟାପ୍ତ ହେଉନାହିଁ। ଅଧିକାଂଶ ଲୋକ ମାର୍କେଟ ମୁଖ୍ୟ ଗେଟ୍ ସମ୍ମୁଖରେ ଏବଂ କେଶରୀ ମଲ୍ ପାଖରେ ଗାଡ଼ି ରଖୁଥିବାରୁ ଯାତାୟାତ ସମସ୍ୟା ସୃଷ୍ଟି ହେଉଛି। ହାତଗଣତି କେତେକ ବଡ଼ ଶୋ’ରୁମ୍କୁ ବାଦ୍ଦେଲେ ମାର୍କେଟରେ ଅଗ୍ନିନିର୍ବାପକ ବ୍ୟବସ୍ଥା ନାହିଁ। ନିକଟରେ ଥିବା ବିଏମ୍ସି କେଶରୀ ମଲ୍ରେ ୨ଥର ଶର୍ଟସର୍କିଟ୍ରୁ ନିଆଁ ଲାଗି ସାରିଲାଣି। ଏପରିକି ମାର୍କେଟରେ ଥିବା ଉଷା ଶୋ’ରୁମ୍ରେ ମଧ୍ୟ କିଛି ମାସ ତଳେ ନିଆଁ ଲାଗିଥିଲା। ହେଲେ ଆସୋସିଏଶନ୍ କିମ୍ବା ବିଏମ୍ସି କେହି ବି ମାର୍କେଟର ସୁରକ୍ଷା ନେଇ ପଦକ୍ଷେପ ନେଉ ନାହାନ୍ତି। ବଡ଼ଧରଣର ନିଆଁ ଲାଗିଲେ ବା ଦୁର୍ଘଟଣା ଘଟିଲେ ମାର୍କେଟ ବିଲ୍ଡିଂ ଭିତରକୁ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି ପଶି ପାରିବ ନାହିଁ। କେବଳ ସେତିକି ନୁହେଁ, ମାର୍କେଟରେ ଯେତିକି ଲାଇଟ୍ ଲାଗିବା କଥା ତାହା ମଧ୍ୟ ନାହିଁ। ମାର୍କେଟର ରକ୍ଷଣାବେକ୍ଷଣ ଠିକ୍ ଭାବେ ହେଉ ନ ଥିବାରୁ ଏଭଳି ଦୁର୍ଦ୍ଦଶା ହୋଇଛି। ସେହିପରି ବିଶ୍ୱକପ୍ ହକି ସମୟରେ ମାର୍କେଟର ଭିତରେ ବସିବା ପାଇଁ କିଛି ଚୌକି ନିର୍ମାଣ କରାଯାଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ସେଥିରୁ କେତେକ ଭାଙ୍ଗି ଗଲାଣି। ଗତ କିଛିଦିନ ହେବ ମାର୍କେଟର ରକ୍ଷଣାବେକ୍ଷଣ ଦାୟିତ୍ୱ ବିଏମ୍ସି ଆସୋସିଏଶନ୍କୁ ଦେଇଛି। ମାତ୍ର ସମସ୍ୟା ଓ ଅବ୍ୟବସ୍ଥା ବଢ଼ିଯାଇଥିବାରୁ ବିଏମ୍ସି ସହଯୋଗ କରିବା ଆବଶ୍ୟକ ବୋଲି ଆସୋସିଏଶନ୍ ପକ୍ଷରୁ କୁହାଯାଇଛି। ବିଏମ୍ସି ମାର୍କେଟ ବିଲ୍ଡିଂରେ ଇ-ଟଏଲେଟ୍ କରୁ ରାଜଧାନୀର ଏକ ପ୍ରମୁଖ ମାର୍କେଟ ହୋଇଥିଲେ ମଧ୍ୟ ମୌଳିକ ସୁବିଧା ନାହିଁ। ବିଏମ୍ସି ବିଭିନ୍ନ ସ୍ଥାନରେ ଇ-ଟଏଲେଟ୍ ନିର୍ମାଣ କରୁଛି ବୋଲି କହୁଛି, ମାତ୍ର ମାର୍କେଟ ବିଲ୍ଡିଂ ଭିତରେ ଗୋଟିଏ ବି ଟଏଲେଟ୍ ନାହିଁ। ତେଣୁ ଶୌଚ ପାଇଁ ପାଖରେ ଥିବା ମଲ୍ ଉପରେ ଆମକୁ ନିର୍ଭର କରିବାକୁ ପଡୁଛି। – ରଶ୍ମିତା ନାୟକ, ଛାତ୍ରୀ ତଥା ଗ୍ରାହକ ପାଣି ଧରି ଆସିବାକୁ ପଡୁଛି, ଗାଡି ରଖିବାକୁ ହଟହଟା ମାର୍କେଟକୁ ଆସିଲେ ସାଙ୍ଗରେ ପାଣି ବୋତଲ ଧରି ଆସିବାକୁ ପଡୁଛି। ଏତେବଡ ମାର୍କେଟରେ ପିଇବା ପାଣି ବ୍ୟବସ୍ଥା ନାହିଁ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି। ସେହିପରି ପାର୍କିଂ ବ୍ୟବସ୍ଥା ନ କହିବା ଭଲ। ଯଦି ଛୁଟିଦିନରେ ମାର୍କେଟ ଆସିଛ, ତା’ହେଲେ ଷ୍ଟାଣ୍ଡରେ ଗାଡ଼ି ରଖିବାକୁ ଅଧଘଣ୍ଟାରୁ ଅଧିକ ସମୟ ଲାଗି ଯାଉଛି। – ମାନସ ରଞ୍ଜନ ବିଶ୍ୱାଳ, କର୍ମଜୀବୀ ତଥା ଗ୍ରାହକ ବିଏମ୍ସି ବ୍ୟବସ୍ଥା କରୁ, ରକ୍ଷଣାବେକ୍ଷଣ କରିବ ଆସୋସିଏଶନ ମାର୍କେଟରେ ଏବେ ଟଏଲେଟ୍ ଓ ପାଣି ମୁଖ୍ୟ ସମସ୍ୟା। ପୂର୍ବରୁ ଏଠାରେ ପୋଲିସ୍ ଆଉଟ୍ପୋଷ୍ଟ ଥିଲା। କିଛି ଘଟଣା ବା ସମସ୍ୟା ହେଲେ ତୁରନ୍ତ ସେଠାରେ ଅଭିଯୋଗ କରାଯାଉଥିଲା। ମାତ୍ର ଅପରାଜିତା ଷଡ଼ଙ୍ଗୀଙ୍କ ପରେ ଏସବୁ ଉଠିଗଲା। ଏବେ ମାର୍କେଟରେ ଭଲ ପ୍ରବେଶ ଗେଟ୍ ନାହିଁ। ଲୋକେ ଦୁଇ ପାର୍ଶ୍ୱରେ ଗାଡ଼ି ରଖି ରାସ୍ତା ବ୍ଲକ୍ କରି ଦେଉଛନ୍ତି। ବିଏମ୍ସି ଆମଠାରୁ ଟ୍ରେଡ୍ ଲାଇସେନ୍ସ ଫି’ ନେଉଛି। ତେଣୁ ଲାଇଟ୍, ପାଣି, ଶୌଚାଳୟ ନିର୍ମାଣ କରିବା ତା’ର ଦାୟିତ୍ୱ। ଏହାପରେ ଆସୋସିଏଶନ ତାହାର ରକ୍ଷଣାବେକ୍ଷଣ କରିବ। ମାତ୍ର ମୌଳିକ ସୁବିଧା ନ ଦେଇ ସବୁକିଛି ଆସୋସିଏଶନ୍ ଉପରେ ଛାଡିଦେବା ଠିକ୍ ନୁହେଁ। – ରଞ୍ଜିତ ମହାନ୍ତି, ଜଏଣ୍ଟ ସେକ୍ରେଟାରି, ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ
https://www.dharitri.com/ncp-chief-sharad-pawar-attack-pm-modi-and-said-next-opposition-parties-meeting-is-in-bengaluru/
ଶିମଲାରେ ନୁହେଁ ବେଙ୍ଗାଲୁରୁ ହେବ ବିରୋଧୀ ଦଳ ବୈଠକ ମୁମ୍ବାଇ,୨୯।୬: ଲୋକ ସଭା ନିର୍ବାଚନ -୨୦୨୪ରେ ଭାଜପା ବିରୋଧରେ ଏକଜୁଟ ହେବାକୁ ଚେଷ୍ଟା କରୁଥିବା ବିରୋଧୀ ଦଳର ପରବର୍ତ୍ତୀ ବୈଠକ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶିମଲାରେ ଅନୁଷ୍ଠିତ ହେବ ବୋଲି କୁହାଯାଉଥିଲା। ବିରୋଧୀଙ୍କ ପରବର୍ତ୍ତୀ ବୈଠକ ୧୩ ଏବଂ ୧୪ ଜୁଲାଇରେ ହେବ ବୋଲି ଏନସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଯୋଗ ଉପରେ ଏନସିପି ସୁପ୍ରିମୋ ଶରଦ ପାୱାର ପାଲଟା ଉତ୍ତର ଦେଇଛନ୍ତି। ଶରଦ ପାୱାର କହିଛନ୍ତି, ପାଟନାରେ ବିରୋଧୀ ଦଳର ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ଅଶାନ୍ତ ହୋଇପଡିଛନ୍ତି। ବିରୋଧୀଙ୍କ ପରବର୍ତ୍ତୀ ବୈଠକ ୧୩ ଏବଂ ୧୪ ଜୁଲାଇରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ।ଯେଉଁଠାରେ ଭାଜପା ସରକାର ଅଛି ସେଠାରେ ଜାତି ଦଙ୍ଗା ଘଟୁଛି। ଜାତି ଧର୍ମ ନାମରେ ମହାରାଷ୍ଟ୍ରରେ ଦଙ୍ଗା ଚାଲିଛି। ଶରଦ ପାୱାର କହିଛନ୍ତି, ମୋ ଝିଇ ସୁପ୍ରିୟା ତାଙ୍କ କାର୍ଯ୍ୟ ଆଧାରରେ ୩ଥର ଲୋକ ସଭା ନିର୍ବାଚନ ଜିତିଛନ୍ତି। ମହାରାଷ୍ଟ୍ରରେ ଜିଲା ପଞ୍ଚାୟତ, ଗ୍ରାମ ପଞ୍ଚାୟତ, ମ୍ୟୁନିସିପାଲିଟି କର୍ପୋରେଶନ ସ୍ତରରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ରହିଛି। ଆମ କେନ୍ଦ୍ର ସରକାରଙ୍କ ତରଫରୁ ଏକ ଦାବି ରହିଛି ଯେ ବିଧାନସଭା ଏବଂ ଲୋକ ସଭାରେ ମହିଳାମାନଙ୍କୁ ସଂରକ୍ଷଣ ଦେବା ପାଇଁ ଦେଶ ନିଷ୍ପତ୍ତି ନେବା ଉଚିତ୍। ଏନସିପି ସେମାନଙ୍କ ସହିତ ଛିଡା ହେବ।
https://www.dharitri.com/chhatrapur-block-list-of-letters-reserved-for-sarpanch-and-samiti-members/
ଛତ୍ରପୁର ବ୍ଲକ : ସରପଞ୍ଚ ଓ ସମିତି ସଭ୍ୟଙ୍କ ନିମନ୍ତେ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ଛତ୍ରପୁର,୨୯।୧୨(ଡି.ଏନ୍.ଏ.): ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ୧୮ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ନିମନ୍ତେ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି । ଛତ୍ରପୁର ବ୍ଲକ ଅଗସ୍ତିନୂଆଗାଁ ପଞ୍ଚାୟତ ସରପଞ୍ଚ ପଦ ନିମନ୍ତେ ଅନୁସୂଚିତ ଜାତି ମହିଳା, ଆର୍ଯ୍ୟପଲ୍ଲୀ ପଞ୍ଚାୟତ ଅନୁସୂଚିତ ଜାତି, କଣମଣା ପଞ୍ଚାୟତ ଅନୁସୂଚିତ ଜାତି ମହିଳା, କାଳିପଲ୍ଲୀ ପଞ୍ଚାୟତ ମହିଳା, ଚମାଖଣ୍ଡି ପଞ୍ଚାୟତ ଅଣସଂରକ୍ଷିତ, ଚିକଲଖଣ୍ଡି ପଞ୍ଚାୟତ ଅନୁସୂଚିତ ଜାତି, ଟାଙ୍ଗଣାପଲ୍ଲୀ ପଞ୍ଚାୟତ ଅଣସଂରକ୍ଷିତ, ନରେନ୍ଦ୍ରପୁର ପଞ୍ଚାୟତ ମହିଳା, ପୋଟ୍ଟଲାମପୁର ପଞ୍ଚାୟତ ଅଣସଂରକ୍ଷିତ, ପୋଡାପଦର ପଞ୍ଚାୟତ ଅନୁସୂଚିତ ଜାତି ମହିଳା, ବଉଳଗାଁ ପଞ୍ଚାୟତ ଅନୁସୂଚିତ ଜାତି, ବଡମାଧପୁର ପଞ୍ଚାୟତ ଅନୁସୂଚିତ ଜାତି ମହିଳା, ବିପୁଳିଙ୍ଗି ପଞ୍ଚାୟତ ଅନୁସୂଚିତ ଜାତି ମହିଳା, ଭିକାରିପଲ୍ଲୀ ପଞ୍ଚାୟତ ମହିଳା, ମହାନାଦପୁର ପଞ୍ଚାୟତ ଅଣସଂରକ୍ଷିତ, ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅଣସଂରକ୍ଷିତ, ସୁନ୍ଦରପୁର ପଞ୍ଚାୟତ ଅନୁସୂଚିତ ଜାତି, ଲକ୍ଷ୍ମୀପୁର ପଞ୍ଚାୟତ ପାଇଁ ମହିଳା ସଂରକ୍ଷଣ ରହିଛି । ସେହିପରି ସମିତିସଭ୍ୟ ପଦ ନିମନ୍ତେ ଅଗସ୍ତିନୂଆଗାଁ ପଞ୍ଚାୟତ ଅନୁସୂଚିତ ଜାତି, ଆର୍ଯ୍ୟପଲ୍ଲୀ ପଞ୍ଚାୟତ ଅନୁସୂଚିତ ଜାତି, କଣମଣା ପଞ୍ଚାୟତ ଅନୁସୂଚିତ ଜନଜାତି ମହିଳା, କାଳିପଲ୍ଲୀ ପଞ୍ଚାୟତ ଅଣସଂରକ୍ଷିତ, ଚମାଖଣ୍ଡି ପଞ୍ଚାୟତ ଅଣସଂରକ୍ଷିତ, ଚିକଲଖଣ୍ଡି ପଞ୍ଚାୟତ ଅନୁସୂଚିତ ଜାତି ମହିଳା, ଟାଙ୍ଗଣାପଲ୍ଲୀ ପଞ୍ଚାୟତ ଅଣସଂରକ୍ଷିତ, ନରେନ୍ଦ୍ରପୁର ପଞ୍ଚାୟତ ମହିଳା, ପୋଟ୍ଟଲାମପୁର ପଞ୍ଚାୟତ ଅଣସଂରକ୍ଷିତ, ପୋଡାପଦର ପଞ୍ଚାୟତ ଅନୁସୂଚିତ ଜାତି ମହିଳା, ବଉଳଗାଁ ପଞ୍ଚାୟତ ଅଣସଂରକ୍ଷିତ, ବଡମାଧପୁର ପଞ୍ଚାୟତ ମହିଳା, ବିପୁଳିଙ୍ଗି ପଞ୍ଚାୟତ ମହିଳା, ଭିକାରିପଲ୍ଲୀ ପଞ୍ଚାୟତ ମହିଳା, ମହାନାଦପୁର ପଞ୍ଚାୟତ ମହିଳା, ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅଣସଂରକ୍ଷିତ, ସୁନ୍ଦରପୁର ପଞ୍ଚାୟତ ଅନୁସୂଚିତ ଜାତି ମହିଳା, ଲକ୍ଷ୍ମୀପୁର ପଞ୍ଚାୟତ ପାଇଁ ଅଣସଂରକ୍ଷିତ ରହିଛି ।
https://www.dharitri.com/ଶେଷ-ପର୍ଯ୍ୟାୟ-ଲୋକ-ସଭା-ନିର୍/
ଶେଷ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ: ମତଦାନ ଜାରି ନୂଆଦିଲ୍ଲୀ, ୧୯।୫: ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ଟି ଆସନ ପାଇଁ ରବିବାର ମତଦାନ ସକାଳ ୭ଟାଠାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୧୩ ଆସନ, ପଞ୍ଜାବର ୧୩, ପଶ୍ଚିମବଙ୍ଗର ୯, ବିହାରର ୮, ମଧ୍ୟପ୍ରଦେଶର ୮, ହିମାଚଳପ୍ରଦେଶର ୪, ଝାଡଖଣ୍ଡର ୩ ଏବଂ ଚଣ୍ଡିଗଡ଼ର ଗୋଟିଏ ଆସନରେ ମତଦାନ କରାଯାଉଛି। ପ୍ରାୟ ୧୦ କୋଟିରୁ ଊର୍ଦ୍ଧ୍ୱ ଭୋଟର ଏହି ପର୍ଯ୍ୟାୟରେ ୯୧୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଦେଶର ୧.୧୨ ଲକ୍ଷ ବୁଥ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଜାରି ରହିଛି।
https://www.dharitri.com/drdo-scientist-goes-to-jail/
ଜେଲ ଗଲେ ଡିଆର୍‌ଡିଓ ବୈଜ୍ଞାନିକ ନୂଆଦିଲ୍ଲୀ, ୧୭ା୫: ପାକିସ୍ତାନର ଗୋଇନ୍ଦା ସଂସ୍ଥାକୁ ଗୋପନୀୟ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଗିରଫ ଡିଆର୍ଡିଓ ବୈଜ୍ଞାନିକ ଡ. ପ୍ରଦୀପ କୁରୁଲକରଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମଙ୍ଗଳବାର ମହାରାଷ୍ଟ୍ର ପୁଣେର ଏକ ସ୍ବତନ୍ତ୍ର ଅଦାଲତ ବୈଜ୍ଞାନିକ କୁରୁଲକରଙ୍କୁ ମେ’ ୨୯ ପର୍ଯ୍ୟନ୍ତ ଜେଲ ପଠାଇଛନ୍ତି। ଡିଆର୍ଡିଓ ଲାବ୍ର ନିର୍ଦ୍ଦେଶକ ଥିବା କୁରୁଲକରଙ୍କୁ ଗତ ୩ ତାରିଖରେ ମହାରାଷ୍ଟ୍ର ପୋଲିସର ଏଟିଏସ୍ ଟିମ୍ ଗିରଫ କରିଥିଲା। ଶୁଣାଣି ବେଳେ ବୈଜ୍ଞାନିକଙ୍କର ଉଚ୍ଚ ରକ୍ତ ଶର୍କରା ଥିବା ଦର୍ଶାଇ କେତେକ ଔଷଧ ଓ ଘରରନ୍ଧା ଖାଦ୍ୟ ପାଇଁ ଅନୁରୋଧ କରିଥିଲେ। ଔଷଧ ପାଇଁ କୋର୍ଟ ଅନୁମତି ଦେଇଥିଲେ ହେଁ ଘରରନ୍ଧା ଖାଦ୍ୟ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। କୁରୁଲକର ହ୍ବାଟ୍ସଆପ୍ ଏବଂ ଭିଡିଓ କଲ୍ ଜରିଆରେ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ସହ ଯୋଗାଯୋଗରେ ଥିଲେ। ସେ ହନିଟ୍ରାପ୍ରେ ଫସିଥାଇପାରନ୍ତି ବୋଲି ଗତ ସପ୍ତାହରେ ଏଟିଏସ୍ର ଜଣେ ଅଧିକାରୀ କହିଥିଲେ।
https://www.dharitri.com/କାଳିଆହତା-ଫରେଷ୍ଟ-ବିଟ-ଅଞ୍ଚ/
କାଳିଆହତା ଫରେଷ୍ଟ ବିଟ ଅଞ୍ଚଳରେ ୪ ହାତୀଙ୍କ ଉପଦ୍ରବ: ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଥିବା ଅଭିଯୋଗ ତେଲକୋଇ, ୩।୯(ଡି.ଏନ.ଏ.)-ତେଲକୋଇ ବନାଞ୍ଚଳ ଅଧୀନର କାଳିଆହତା ଫରେଷ୍ଟ ବିଟ ଅଞ୍ଚଳରେ ହାତୀ ପଲ ଘର ଭାଙ୍ଗିଛନ୍ତି। ଉକ୍ତ ଅଞ୍ଚଳର ରାଇସୁଆ ପଞ୍ଚାୟତ ଅଧୀନ ନୂଆଗାଁରେ ଗତ ସୋମବାର ୪ଟି ହାତୀ ଗ୍ରାମରେ ପଶି ଘର ଭାଙ୍ଗିବା ସହିତ ଘରୁ ଧାନ ଚାଉଳ ଖାଇ ଦେଇଥିବା ଅଭିଯୋଗ ହୋଇଛି। ନୂଆଁଗା ଗ୍ରାମର ଲକ୍ଷ୍ମଣ ଟୁଡୁ ,ମୋହନ ହେମ୍ବ୍ରମ, ଗାଗାରାଇ ସିଙ୍ଗରାଙ୍କ ଘର ଭାଙ୍ଗିଥିବା ଅଭିଯୋଗରେ ଦର୍ଶାଯାଇଛି। ତେବେ ହାତୀ କବଳରୁ ଉକ୍ତ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଅଞ୍ଚଳରେ ହାତୀ ରହିବା ସହିତ ଧାନ କ୍ଷେତ ଓ ରାତି ସମୟରେ ଗ୍ରାମରେ ପଶୁଥିବା ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ବନାଞ୍ଚଳ ଅଧିକାରୀ ଏହି ଅଞ୍ଚଳର ହାତୀ ପଲଙ୍କ ଯାତାୟାତ ପାଇଁ ଉଦ୍ୟମ କରୁଥିବା ପିତାମ୍ବର ନାୟକ କହିଛନ୍ତି । ତେବେ ବଣୁଆ ହାତୀ ଜଙ୍ଗଲ ମଧ୍ୟରେ ରହୁଥିବା ବେଳେ ଜଙ୍ଗଲ ଅଧୀନରେ ଥିବା ବସ୍ତିଙ୍କୁ ଜଙ୍ଗଲ ସୁରକ୍ଷା କମିଟି ମାଧ୍ୟମରେ ସଚେତନତା କରୁଥିବା କହିଛନ୍ତି।
https://www.dharitri.com/ଲକ୍‌ଡାଉନ୍‌-ବେଳେ-ମାଲ୍‌-ପର/
ଲକ୍‌ଡାଉନ୍‌ ବେଳେ ମାଲ୍‌ ପରିବହନରେ ବାଧା ନାହିଁ, ବ୍ୟବସାୟୀ ୧୦୦ ଡାଏଲ୍‌ କରିପାରିବେ: ସିପି ଭୁବନେଶ୍ୱର,୮।୪(ବ୍ୟୁରୋ): ଛୋଟ ବ୍ୟବସାୟୀଙ୍କ ଗାଡ଼ିକୁ ତଳିଆ ପୋଲିସ କର୍ମଚାରୀ ଛାଡ଼ୁ ନ ଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଏ ନେଇ ଏକ ଟୁଇଟ୍ କରି ସେ କହିଛନ୍ତି, ଲକ୍ଡାଉନ୍ ବେଳେ ମାଲ୍ ପରିବହନ ପ୍ରସଙ୍ଗରେ କୌଣସି ବାଧା ନାହିଁ। ପୋଲିସ ଅଧିକାରୀ ଘଟଣାର ସତ୍ୟାସତ୍ୟ ପରଖିଥିଲେ। ବାଙ୍କି, ଆଠଗଡ଼ ଓ ଖୁଣ୍ଟୁଣୀ ଯାଇ ସତ୍ୟାସତ୍ୟ ପରଖିଥିଲେ। ମାଲ ପରିବହନ ସୁଗମ କରିବାକୁ ସମସ୍ତ ବ୍ୟବସ୍ଥା କରୁଛୁ। ସମସ୍ୟା ହେଲେ ବ୍ୟବସାୟୀ ୧୦୦ ଡାଏଲ୍ କରିପାରିବେ। ଏହି ନମ୍ବରରେ ଫୋନ କରି ତେଜରାତୀ ଓ ପରିବା ବ୍ୟବସାୟୀଙ୍କୁ ଜଣାଇବାକୁ ସେ ଅନୁରୋଧ ମଧ୍ୟ କରିଛନ୍ତି।
https://www.dharitri.com/hanuman-jayanti-was-celebrated-without-a-procession/
ବିନା ଶୋଭାଯାତ୍ରାରେ ହେଲା ହନୁମାନ ଜୟନ୍ତୀ: ଆଳତି କଲେ ଧର୍ମେନ୍ଦ୍ର ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର): ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିନା ଶୋଭାଯାତ୍ରାରେ ସମ୍ବଲପୁର ସହରରେ ରବିବାର ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଛି। ଗତବର୍ଷର ହନୁମାନ ଜୟନ୍ତୀ ହିଂସାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଚଳିତବର୍ଷ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରେ କଟକଣା ଲାଗୁ କରାଯାଇଥିଲା। ମାତ୍ର ହନୁମାନ ଜୟନ୍ତୀ ଆୟୋଜନରେ ଭକ୍ତ ଓ ଆୟୋଜକ କମିଟି ମଧ୍ୟରେ ଥିବା ଉତ୍ସାହ ହ୍ରାସ ପାଇ ନ ଥିଲା। ପୂର୍ବବର୍ଷ ଭଳି ସମଗ୍ର ସହର ହନୁମାନ ଝଣ୍ଡାରେ ଗୈରିକମୟ ହୋଇ ଉଠିଥିବାବେଳେ ସହରର ମୁଖ୍ୟରାସ୍ତାର ସମସ୍ତ ବିଦ୍ୟୁତ୍ ଖୁଣ୍ଟରେ ଲାଗିଥିବା ଡାକବାଜି ଯନ୍ତ୍ରରେ ହନୁମାନ ଚାଳିଶା ପାଠର ଗୁଞ୍ଜରଣ ସମଗ୍ର ସହରରେ ଏକ ପ୍ରକାର ଧାର୍ମିକ ପରିବେଶ ସୃଷ୍ଟି କରିଥିଲା। ବିଭିନ୍ନ ଅଞ୍ଚଳରେ ଥିବା ହନୁମାନ ମନ୍ଦିରରେ ହନୁମାନ ଜୟନ୍ତୀ ସମନ୍ବୟ କମିଟି ତଥା ଆୟୋଜକ କମିଟି ପକ୍ଷରୁ ନିଜ ଅଞ୍ଚଳରେ ପୂଜାର୍ଚ୍ଚନା ସହ ଧୁମଧାମ୍ରେ ପାଳନ କରାଯାଇଛି। ପୂର୍ବାହ୍ନରେ ସମ୍ବଲପୁର ବୃକ୍ସହିଲସ୍ଥିତ ହନୁମାନ ମନ୍ଦିର, ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଭୀମଭୋଇ କଲୋନୀ ହନୁମାନ ମନ୍ଦିର, ଏସ୍ଆରଆଇଟି କଲୋନୀ, ଜଗନ୍ନାଥ କଲୋନୀ, ବୁଢ଼ାରଜା, ପୌର ପରିଷଦ ଛକ, କୁଲୁଥକାନୀ, ଚାରଭାଟି, ଜେଲଛକ, ବଡ଼ବଜାର, ମୁଦିପଡ଼ା, ଫାଟକ, ଗେଙ୍ଗୁଟିପାଲି ଆଦି ଅଞ୍ଚଳରେ ଥିବା ହନୁମାନ ମନ୍ଦିରରେ ହୋମ ଓ ଯଜ୍ଞ ମଧ୍ୟରେ ବିଧିପୂର୍ବକ ପୂଜାର୍ଚ୍ଚନା ସହିତ ପଣା ଓ ଚଣାଭୋଗ ଲାଗି କରାଯାଇଥିଲା। ସନ୍ଧ୍ୟାରେ ମନ୍ଦିରମାନଙ୍କରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଆଳତି ଅନୁଷ୍ଠିତ ହୋଇଥିଲା। ବୃକ୍ସହିଲସ୍ଥିତ ହନୁମାନ ମନ୍ଦିରରେ ସନ୍ଧ୍ୟାରେ ମହାଆଳତି ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତାଙ୍କ ସ୍ତ୍ରୀ ଡ. ମୁଦୁଲା ଠାକୁର ପ୍ରଧାନ, ବିଧାୟକ ଜୟନାରାୟଣ ମିଶ୍ର, ଭାଜପା ସମ୍ବଲପୁର ଜିଲା ସଭାପତି ଗିରିଶ ପଟେଲ ପ୍ରମୁଖ ଭାଗନେଇଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପୂଜାର୍ଚ୍ଚନା ପୂର୍ବକ ହନୁମାନଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଏଥିପାଇଁ ମନ୍ଦିର ନିକଟରେ ବ୍ୟାପକ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସମ୍ବଲପୁର ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସହରର ବିଭିନ୍ନ ଛକରେ ବ୍ୟାପକ ପୋଲିସ ମୁତୟନ କରାଯାଇ କଡ଼ା ନଜର ରଖାଯାଇଛି। ସମଗ୍ର ସହରରେ ସିଆର୍ପିଏଫ୍ ଯବାନଙ୍କ ସହିତ ୧୫ ପ୍ଲାଟୁନ୍ ପୋଲିସ ବାହିନୀଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ୮ ଜଣ ଡିଏସ୍ପି ପାହ୍ୟା ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ପରିଚାଳନା ଦାୟିତ୍ୱରେ ରହିଛନ୍ତି।
https://www.dharitri.com/who-knows-sixers-king-in-the-t20-world-cup-find-out-what-the-record-says/
ଟି-୨୦ ବିଶ୍ୱକପ୍‌ରେ ‘ସିକ୍ସର୍‌ କିଙ୍ଗ୍‌’ କିଏ ଜାଣନ୍ତି? ଜାଣନ୍ତୁ କ’ଣ କହୁଛି ରେକର୍ଡ ନୂଆଦିଲ୍ଲୀ,୨୦।୧୦: ଟି -୨୦ ବିଶ୍ୱକପ୍ର ପ୍ରଥମ ରାଉଣ୍ଡ ଆରମ୍ଭ ହୋଇଛି। ୨୪ ଅକ୍ଟୋବରରେ ଭାରତକୁ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ମ୍ୟାଚ ଖେଳିବାକୁ ପଡିବ। ଟିମ ଇଣ୍ଡିଆ ଗତ ୧୪ ବର୍ଷ ଧରି ଟି -୨୦ ଚାମ୍ପିଅନ ହୋଇନାହିଁ। ଶେଷ ଥର ପାଇଁ ଭାରତ ୨୦୦୭ ମସିହାରେ ଧୋନୀଙ୍କ ଅଧିନାୟକତ୍ୱରେ ଟାଇଟଲ ଜିତିଥିଲା। ଆସନ୍ତୁ ଦେଖିବା ଟୁର୍ନାମେଣ୍ଟର ସବୁଠୁ ବଡ ରେକର୍ଡ …. କ୍ରିସ ଗେଲ ଟି-୨୦ ବିଶ୍ୱକପ୍ରେ ସର୍ବାଧିକ ଛକା ରେକର୍ଡ ରଖିଛନ୍ତି। ଗେଲ ଏପର୍ଯ୍ୟନ୍ତ ୨୮ ଟି ମ୍ୟାଚରେ ୬୦ଟି ଛକା ମାରିଛନ୍ତି। ଭାରତର ଯୁବରାଜ ସିଂ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ମୋଟ ୩୩ ଛକା ମାରିଛନ୍ତି। ଟି -୨୦ ବିଶ୍ୱକପରେ ସର୍ବାଧିକ ରନ ସ୍କୋରରଙ୍କ ରେକର୍ଡ ଶ୍ରୀଲଙ୍କାର ମହେଲା ଜୟବର୍ଦ୍ଧନେଙ୍କ ନାଁରେ ରହିଛି। ସେ ୩୧ଟି ମ୍ୟାଚରୁ ୧୦୧୬ ରନ ସଂଗ୍ରହ କରିଛନ୍ତି । ୯୨୦ ରନ ସହ କ୍ରିସ ଗେଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଅଧିକାଂଶ ମ୍ୟାଚ୍ରେ ଅଧିନାୟକତ୍ୱର ରେକର୍ଡ ମହେନ୍ଦ୍ର ସିଂ ଧୋନୀଙ୍କ ନାମରେ ରହିଛି। ସେ ମୋଟ ୩୩ଟି ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି। ୱେଷ୍ଟଇଣ୍ଡିଜର ଡାରେନ ସାମି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ୧୮ଟି ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି।
https://www.dharitri.com/pakistan-army-chiefs-warning-to-taliban/
ତାଲିବାନୀ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଲେ ଉଚିତ୍‌ ଜବାବ ଦିଆଯିବ: ପାକିସ୍ତାନ ସେନା ମୁଖ୍ୟ ଇସଲାମବାଦ,୧୫।୭: ପାକିସ୍ତାନର ସେନା ପ୍ରମୁଖ୍ୟ ଆଫଗାନିସ୍ତାନ ତାଲିବାନୀଙ୍କୁୁ ଚେତାବନୀ ଦେଇଛନ୍ତି। ସୀମାରେ ଆକ୍ରମଣ ପାଇଁ ଷଡଯନ୍ତ୍ର ରଚୁୁଥିବା ଆତଙ୍କବାଦୀଙ୍କୁ ସୁରକ୍ଷା ଦେଲେ ଆଫଗାନିସ୍ତାନକୁ ଉଚିତ୍ ଜବାବ ଦେବ ପାକିସ୍ତାନ। ଦେଶର ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶରେ ଏହି ସପ୍ତାହରେ ଦୁଇଟି ଆତଙ୍କବାଦୀ ଆକ୍ରମଣରେ ୧୨ ଯବାନ ନିହତ ହୋଇଛନ୍ତି। ଏହାପରେ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ଏନେଇ ତାଲିବାନୀଙ୍କୁ ଟାର୍ଗେଟ କରିଛନ୍ତି।
https://www.dharitri.com/ସାଉଥ୍‌-ସୁପରଷ୍ଟାର-ଅଲୁ-ଅର୍/
ସାଉଥ୍‌ ସୁପରଷ୍ଟାର ଅଲୁ ଅର୍ଜୁନ ଦାନ କଲେ ୧.୨୫ କୋଟି ଟଙ୍କା ମୁମ୍ବାଇ: କରୋନା ଭାଇରସ୍ ମହାମାରୀକୁ ନେଇ ସାରା ବିଶ୍ୱରେ ସଂଘର୍ଷ ଜାରି ରହିଛି। କରୋନା ସହ ମୁକାବିଲା ପାଇଁ ସମସ୍ତେ ଏବେ ସହାୟତାର ହାତ ବଢ଼ାଇଛନ୍ତି। ଉଦ୍ୟୋଗ ଜଗତଠାରୁ ଆରମ୍ଭ କରି ଖେଳାଳି ଓ ସେଲିବ୍ରିଟି କରୋନାକୁ ହରାଇବା ପାଇଁ ଯଥାସମ୍ଭବ ଲୋକଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ସାଉଥ୍ ସୁପରଷ୍ଟାର ଅଲୁ ଅର୍ଜୁନ ମଧ୍ୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଏଥିପାଇଁ ସେ ୧କୋଟି ୨୫ଲକ୍ଷ ଟଙ୍କା ଦାନ କରିଥିବା ଜଣାପଡ଼ିଛି। ଏନେଇ ଅର୍ଜୁନ ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ଶେୟାର କରି ଘୋଷଣା କରିଛନ୍ତି। ଏଥିସହ ଟୁଇଟ କରି ସେ ଲେଖିଛନ୍ତି, କୋଭିଡ-୧୯ ଯୋଗୁ ସାଧାରଣ ଜୀବନଯାପନ ଏକପ୍ରକାର ଠପ୍ ହୋଇଯାଇଛି। ତେଣୁ ଏହି କଷ୍ଟକର ସମୟରେ ସେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କେରଳର ଲୋକଙ୍କ ପାଇଁ ୧କୋଟି ୨୫ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହି ମହାମାରୀକୁ ସମସ୍ତେ ମିଳିମିଶି ଲଢ଼ିବା ସହ ଖୁବ୍ଶୀଘ୍ର ଏହାକୁ ଶେଷ କରିବା ବୋଲି ଆଶା କରୁଛି। ତେଣୁ ସମସ୍ତେ ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି ଅର୍ଜୁନ ସମସ୍ତଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି। ଏହା ପୂର୍ବରୁ ରଜନୀକାନ୍ତ, ପବନ କଲ୍ୟାଣ ଓ ରାମ ଚରଣ ସମେତ କେତେକ ସାଉଥ୍ ସୁପରଷ୍ଟାର ଆର୍ଥିକ ସହାୟତା ପାଇଁ ଘୋଷଣା କରିସାରିଛନ୍ତି।
https://www.dharitri.com/panditanka-karanamaa/
ପଣ୍ଡିତଙ୍କ କାରନାମା ବାଡ଼ ଯଦି ଫସଲ ଖାଏ ତେବେ ତାହାର ସୁରକ୍ଷା କେହି କରିପାରିବେ ନାହିଁ। ସମାନ ପ୍ରକାରେ ଆଇନ ଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱ ମୁଣ୍ଡାଇଥିବା ପୋଲିସ ଯଦି ଦୁର୍ବ୍ୟବହାର, ଅପରାଧ ଓ ଦୁର୍ନୀତିରେ ଜଡ଼ିତ ରହେ ତେବେ ସାମାଜିକ ସ୍ତରରେ ବିଶୃଙ୍ଖଳା ସୃଷ୍ଟିହେବା ସ୍ବାଭାବିକ। ଏଭଳି ଆଚରଣ ପୋଲିସକୁ ନାଗରିକମାନଙ୍କ ବିଶ୍ୱାସଭାଜନ କରାଇପାରିବ ନାହିଁ। ଓଡ଼ିଶା ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ବହୁ ସମୟରେ ରାଜ୍ୟ ପୋଲିସରେ କାର୍ଯ୍ୟରତ ଅନେକ କର୍ମଚାରୀ ଓ ଅଧିକାରୀଙ୍କ ଏଭଳି ଆଚରଣ ଖବର ସାମ୍ନାକୁ ଆସେ , ଯାହାକୁ ଖାକିରେ ଦାଗ ବୋଲି ସାଧାରଣରେ ଚର୍ଚ୍ଚା ହୋଇଥାଏ। ଏମିତି ଏକ ସଦ୍ୟ ଘଟଣା ରାଜ୍ୟବାସୀଙ୍କୁ ଚକିତ କରିଛି। ଜୁଲାଇ ୨୭ରେ ଭୁବନେଶ୍ୱରରେ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓ ନାମକ ଜଣେ ବରିଷ୍ଠ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଫିସର ଯେଉଁଭଳି ଭାବେ ଜଣେ ମହିଳା ପୋଲିିସ ଇନ୍ସପେକ୍ଟରଙ୍କ ସ୍ବାମୀଙ୍କୁ ଆକ୍ରମଣକଲେ ତାହା ଜନସାଧାରଣଙ୍କୁ ଉଭୟ କୌତୂହଳ ଯୋଗାଇବା ସହ ଆଶ୍ଚର୍ଯ୍ୟ କରିଛି। ପଣ୍ଡିତ ରାଜେଶ ସେହି ମହିଳାଙ୍କ ଘରକୁ କାହିଁକି ପ୍ରବେଶକଲେ ଏବଂ ତାଙ୍କ ସ୍ବାମୀଙ୍କୁ କେଉଁ କାରଣରୁ ଆକ୍ରମଣକଲେ ସେ ସମ୍ପର୍କରେ ଅନେକ ଗୁଜବ ଶୁଣିବାକୁ ମିଳୁଛି। ଯାହାର ସତ୍ୟାସତ୍ୟ ହୁଏତ ଅନୁସନ୍ଧାନ ପରେ ଜଣାପଡ଼ିବ। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପଣ୍ଡିତଙ୍କୁ ନିିଲମ୍ବିତ କରାଯିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗୃହ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପୋଲିସ ମହଲରେ ପଣ୍ଡିତ ରାଜେଶଙ୍କ ସମ୍ପର୍କରେ ଅନେକ କଥା ଶୁଣିବାକୁ ମିଳେ ଯାହାକି ଏଠାରେ ଲେଖିବା ସମ୍ଭବପର ନୁହେଁ। ତେବେ ଏହି ବରିଷ୍ଠ ଅଫିସରଙ୍କ ବ୍ୟବହାରକୁ ଏକଘରିଆ କରି ଦେଖିଲେ ଚଳିବ ନାହିଁ। ଦୀର୍ଘ ୨୪ ବର୍ଷ ଧରି ଚାଲିଆସିଥିବା ଏକ ରାଜନୈତିକ ବ୍ୟବସ୍ଥାରେ ରାଜ୍ୟବାସୀ ହନ୍ତସନ୍ତ ହେବା ଯୋଗୁ ଗତ ନିର୍ବାଚନରେ ପରିବର୍ତ୍ତନ ଆଣିଥିଲେ। ସେହି ପୂର୍ବତନ ରାଜନୈତିକ ବ୍ୟବସ୍ଥାରେ ଶାସକ ଦଳର ରାଜନେତାମାନଙ୍କୁ ଗୌଣ କରିଦିଆଯିବା ସହ ଅମଲାତନ୍ତ୍ରକୁ ଅତ୍ୟଧିକ କ୍ଷମତାସୀନ କରିଦିଆଯାଇଥିଲା। ରାଜ୍ୟର ଅନେକ ଆଇଏଏସ୍, ଆଇପିଏସ୍ ଏବଂ ଅନ୍ୟ କେତେକ ସେବାର ଅଫିସରମାନେ ନିଜକୁ ସର୍ବେସର୍ବା ଭାବିବାକୁ ଆରମ୍ଭ କରିଦେଲେ। ଯେହେତୁ ରାଜନୈତିକ ବ୍ୟକ୍ତିମାନଙ୍କର ଗୁରୁତ୍ୱ ହ୍ରାସ ପାଇଲା, ସେହି ତୁଳନାରେ ଅମଲାତନ୍ତ୍ରୀଙ୍କ ପ୍ରଭାବ ଏବଂ ପ୍ରାଦୁର୍ଭାବ ବୃଦ୍ଧି ଘଟିଲା। ସେଭଳି ପ୍ରଶାସନକୁ ଓଡ଼ିଶାର ଜନସାଧାରଣ ପସନ୍ଦ କରନ୍ତି ନାହିଁ ବୋଲି ନିର୍ବାଚନ ମାଧ୍ୟମରେ ଜଣାଇଦେଲେ। ଏଠାରେ ସ୍ବୀକାର କରିବାକୁ ହେବ ଯେ, ରାଜନୈତିକ ମୁହଁରେ ପରିବର୍ତ୍ତନ ଆସିଥିଲେ ମଧ୍ୟ ସରକାରୀ ବ୍ୟବସ୍ଥାରେ ଏ ପର୍ଯ୍ୟନ୍ତ ତାହାର ପ୍ରଭାବ ପଡ଼ିନାହିଁ। ଅରାଜକତାର ସୀମାରେ ପହଞ୍ଚିଥିବା କ୍ଷମତାସୀନ ବ୍ୟକ୍ତି ଏବେ ଓଡ଼ିଶାରେ ମାଳ ମାଳ ହୋଇ ବୁଲୁଥିବା ଭଳି ମନେହୁଏ। ପୋଲିସ ଅଫିସର ପଣ୍ଡିତ ରାଜେଶଙ୍କ ଚାରିତ୍ରିକ ଦୋଷ ଲୋକଲୋଚନକୁ ଆସିବା ପୂର୍ବରୁ ଅନ୍ୟ ଏକ ଘଟଣା ସେହିଭଳି ଅରାଜକତାର ପରିଚୟ ଦେଇଥିଲା। ରଥଯାତ୍ରା ସମୟରେ ରାଜ୍ୟପାଳ ରଘୁବର ଦାସଙ୍କ ପୁତ୍ର ଯେଉଁଭଳି ଭାବେ ଜଣେ କନିଷ୍ଠ ରାଜ୍ୟପାଳ କର୍ମଚାରୀଙ୍କୁ ପୁରୀରେ ଆକ୍ରମଣ କରିଥିଲେ ତାହା ସମସ୍ତଙ୍କର ମନେଅଛି। ସେହି ଘଟଣାରେ ବିରୋଧୀ ରାଜନୈତିକ ଦଳ ବିଜୁ ଜନତା ଦଳ ଓ କଂଗ୍ରେସ ପ୍ରବଳ ପାଟିତୁଣ୍ଡ କରି ବିଧାନସଭାରେ ହଟ୍ଟଗୋଳ ସୃଷ୍ଟି କରିଥିଲେ। ପ୍ରତିକ୍ରିୟା ସ୍ବରୂପ, ସେହି କନିଷ୍ଠ ଅଫିସରଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ବଦଳି କରିଦିଆଗଲା। କିନ୍ତୁ ରାଜ୍ୟପାଳଙ୍କ ପୁତ୍ରଙ୍କ ବିରୋଧରେ ଏ ପର୍ଯ୍ୟନ୍ତ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଇନାହିଁ। ଏଭଳି ପ୍ରଚ୍ଛଦପଟରେ ନୂତନ ଭାବେ କ୍ଷମତାକୁ ଆସିଥିବା ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦ ଓଡ଼ିଶାରେ ଯଦି ପରିବର୍ତ୍ତନ ଆଣିବାକୁ ଇଚ୍ଛୁକ, ତେବେ ଏଭଳି ଘଟଣାଗୁଡ଼ିକରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଅତିଶୀଘ୍ର ଗ୍ରହଣ କରିବା ଉଚିତ ହେବ। ସବୁ କଥା ପରେ ବି ଉଲ୍ଲେଖ କରିବା ଦରକାର ଯେ ସମ୍ପୃକ୍ତ ମହିଳା ପୋଲିସ କର୍ମଚାରୀ ଏବଂ ତାଙ୍କ ସ୍ବାମୀ ଉଭୟେ କେହି ପଣ୍ଡିତ ରାଜେଶଙ୍କ ବିରୋଧରେ କୌଣସି ବିଧିବଦ୍ଧ ଅଭିଯୋଗ ଏ ପର୍ଯ୍ୟନ୍ତ ଦାଏର କରିନାହାନ୍ତି।
https://www.dharitri.com/railways-exam-protest-khan-sir-urges-students-not-to-participate-in-bihar-bandh/
ବିହାର ବନ୍ଦରୁ ଦୂରେଇ ରହିବାକୁ କହିଲେ ଖାନ ସାର୍‌ ପାଟଣା,୨୮।୧: ରେଲଓ୍ବେ ରିକ୍ରୁଟମେଣ୍ଟ ବୋର୍ଡ (ଆରଆରବି)ର ପରୀକ୍ଷା ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ୨୮ ତାରିଖରେ ବିହାର ବନ୍ଦ ଡାକରା ଦେଇଛି ଅନେକ ଛାତ୍ର ସଂଗଠନ। ହିଂସା ରୂପ ନେଇ ସାରିଥିବା ବିକ୍ଷୋଭରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ଅନୁରୋଧ କରିଛନ୍ତି ୟ୍ୟୁଟ୍ୟୁବର ଖାନ ସାର। ଖାନ ସାର୍ ଶୁକ୍ରବାର ଛାତ୍ରୀଛାତ୍ରଙ୍କୁ ରାଜ୍ୟ ବ୍ୟାପି ବନ୍ଦରେ ଭାଗ ନ ନେବାକୁ କହିଛନ୍ତି। ଏଥି ସହିତ ସରକାର ତାଙ୍କ ଦାବିକୁ ଗୁରୁତ୍ୱ ଦେଉଥିବାରୁ ବିକ୍ଷୋଭ କରିବା ଭୁଲ ନିଷ୍ପତ୍ତି ହେବ ବୋଲି ଖାନ ସାର୍ କହିଛନ୍ତି। ସର୍ବଭାରତୀୟ ଛାତ୍ରୀଛାତ୍ର ଆସୋସିଏଶନ (ଏଆଇଏସ୍ଏ) ସମେତ ଅନ୍ୟ କିଛି ଛାତ୍ର ସଂଗଠନ ଆରଆରବିର ଏନ୍ଟିସିପି (ନନ୍-ଟେକନିକାଲ ପପୁଲାର କାଟେଗୋରିଜ) ପରୀକ୍ଷା ବିରୋଧରେ ଶୁକ୍ରବାର ରାଜ୍ୟ ବ୍ୟାପି ବନ୍ଦ ପାଳନ କରିବାକୁ ଧମକ ଦେଇଥିଲେ। ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ପାଇଁ କୋଚିଂ କ୍ଲାସ ଦେଉଥିବା ଖାନ ସାର୍ଙ୍କ ବିରୋଧରେ ଛାତ୍ରଙ୍କୁ ଉସୁକାଇବା ପାଇଁ ମାମଲା ରୁଜୁ କରାଯାଇଛି। ହିଂସାତ୍ମକ ଆନ୍ଦୋଳନ ପାଇଁ ଅଟକ ରଖାଯାଇଥିବା ଛାତ୍ରଙ୍କ ବୟାନ ଆଧାରରେ ପାଟଣା ମାମଲା ରୁଜୁ କରାଯାଇଥିଲା।
https://www.dharitri.com/ରଣ୍‌ଜୀ-ଟ୍ରଫି-୧୩-ବର୍ଷ-ପରେ-ଫ/
ରଣ୍‌ଜୀ ଟ୍ରଫି: ୧୩ ବର୍ଷ ପରେ ଫାଇନାଲରେ ବେଙ୍ଗଲ କୋଲକାତା, ୩।୩ (ପି.ଟି.)- ସ୍ଥାନୀୟ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଅନୁଷ୍ଠିତ ରଣ୍ଜୀ ଟ୍ରଫି ଦ୍ୱିତୀୟ ସେମିଫାଇନାଲ ମୁକାବିଲାରେ ତାରକା ଖଚିତ କର୍ନାଟକକୁ ୧୭୪ ରନରେ ପରାସ୍ତ କରି ବେଙ୍ଗଲ ଫାଇନାଲରେ ସ୍ଥାନ ପକ୍କା କରିଛି। ଏଥିସହ ଘରୋଇ ବେଙ୍ଗଲ ଦୀର୍ଘ ୧୩ ବର୍ଷର ବ୍ୟବଧାନ ପରେ ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛି। ସୌରାଷ୍ଟ୍ର ଓ ଗୁଜରାଟ ମଧ୍ୟରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲର ବିଜେତା ସହ ବେଙ୍ଗଲ ଫାଇନାଲରେ ଖେଳିବ। ପକ୍ଷରୁ ଧାର୍ଯ୍ୟ ୩୫୨ ରନର ଚ୍ୟାଲେଞ୍ଜିଂପୂର୍ଣ୍ଣ ଟାର୍ଗେଟ୍କୁ ପିଛା କରି ଭ୍ରମଣକାରୀ କର୍ନାଟକ ସୋମବାର ୩ୟ ଦିବସ ଶେଷ ସୁଦ୍ଧା ୩ ଉଇକେଟ୍ ହରାଇ ୯୮ ରନ କରିଥିଲା। ମଙ୍ଗଳବାର ୪ର୍ଥ ଦିବସରେ କର୍ନାଟକ ଲଢ଼େଇ କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଦଳ ୧୬.୩ ଓଭରରେ ଆଉ ୭୯ ରନ ସଂଗ୍ରହ କରି ବଳକା ୭ ଉଇକେଟ୍ ହରାଇ ମୋଟ୍ ୧୬୧ ରନରେ ଅଲ୍ଆଉଟ୍ ହୋଇଯାଇଥିଲା। ବିଜୟୀ ବେଙ୍ଗଲ ପକ୍ଷରୁ ଦ୍ରୁତ ବୋଲର ମୁକେଶ କୁମାର ସବୁଠାରୁ ସଫଳ ରହିଥିଲେ। ସେ ୬୧ ରନରେ ୬ ଉଇକେଟ୍ ଅକ୍ତିଆର କରିଥିଲେ। ଏହା ତାଙ୍କ କ୍ୟାରିୟର ଶ୍ରେଷ୍ଠ ବୋଲିଂ ରହିଥିଲା। କର୍ନାଟକ ପକ୍ଷରୁ ପୂର୍ବଦିନର ଅପରାଜିତ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ଆଉ ଏକ ରନ୍ ଯୋଗ କରି ୧୨ରେ ଆଉଟ୍ ହୋଇଥିଲେ। ସେହିଳଭି ଦେବଦତ୍ତ ପାଡିକଲ ୬୨, କ୍ରିଷ୍ଣାପ୍ପା ଗୋଥାମ ୨୨, ଅଭିମନ୍ୟୁ ମିଥୁନ ୩୮ ରନ କରିଥିଲେ। ଦୁଇ ପ୍ରମୁଖ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ (୦) ଓ ଅଧିନାୟକ କରୁନ ନାୟାର (୬) ବିଫଳ ହୋଇଥିଲେ। ବେଙ୍ଗଲର ପ୍ରଥମ ଇନିଂସରେ ଅପରାଜିତ ୧୪୯ ରନର ଇନିଂସ ଖେଳିଥିବା ଅନୁଷ୍ଟୁପ୍ ମଜୁମଦାର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ। ସଂକ୍ଷିପ୍ତ ସ୍କୋର- ବେଙ୍ଗଲ ପ୍ରଥମ ଇନିଂସ- ୩୧୨/୧୦, କର୍ନାଟକ ପ୍ରଥମ ଇନିଂସ- ୧୨୨/୧୦, ବେଙ୍ଗଲ ୨ୟ ଇନିଂସ- ୧୬୧/୧୦, କର୍ନାଟକ ୨ୟ ଇନିଂସ- ୧୭୭/୧୦।
https://www.dharitri.com/foundation-stone-of-jindal-arogyam-hospital-in-angul/
ଅନୁଗୋଳରେ ଜିନ୍ଦଲ ଆରୋଗ୍ୟମ ହସ୍ପିଟାଲର ଶିଳାନ୍ୟାସ ଭୁବନେଶ୍ୱର,୨୮।୧: ଦେଶର ପ୍ରମୁଖ ଘରୋଇ ବାଣିଜି୍ୟକ ସଂସ୍ଥା ‘ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର’ (ଜେଏସ୍ପି)ର ସହଯୋଗୀ ତଥା କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ଶାଖା ଜେଏସ୍ପି ଫାଉଣ୍ଡେଶନ ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ ଏକ ମଲ୍ଟି ସ୍ପେଶାଲିଟି ହସ୍ପିଟାଲର ଭୂମିପୂଜନ ସମାରୋହ ଅନୁଗୋଳ ଜିନ୍ଦଲନଗରଠାରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଅନୁଗୋଳ ଜିଲାରେ ସ୍ବାସ୍ଥ୍ୟସେବାର ନିରନ୍ତର ଉନ୍ନତି ନିମନ୍ତେ ଜେଏସ୍ପି ପକ୍ଷରୁ ଜିନ୍ଦଲନଗର ଦେବଭୂମିଠାରେ ହେବାକୁ ଥିବା ଏହି ଅତ୍ୟାଧୁନିକ ଜିନ୍ଦଲ ଆରୋଗ୍ୟମ ହସ୍ପିଟାଲର ଶିଳାନ୍ୟାସ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜେଏସ୍ପିର ଅଧ୍ୟକ୍ଷ ନବୀନ ଜିନ୍ଦଲ ଏବଂ ଜେଏସ୍ପି ଫାଉଣ୍ଡେଶନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ ଉକ୍ତ ହସ୍ପିଟାଲର ଭୂମିପୂଜା ଓ ଆଧାରଶିଳା ରଖିଥିଲେ। ଏହି ଅବସରରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଏବଂ ଅନୁଗୋଳ ପୌରପାଳିକା ନଗରପାଳ ଅକ୍ଷୟ କୁମାର ସାମନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅପରପକ୍ଷରେ ଜେଏସ୍ପିର ସିଇଓ ଦିନେଶ କୁମାର ସରୋଗୀ ସମସ୍ତ ଅତିଥିଙ୍କୁ ସେମାନଙ୍କ ଉପସ୍ଥିତି ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସମାରୋହରେ ଜେଏସ୍ପିର ନିର୍ବାହୀ ନିର୍ଦ୍ଦେଶକ ହୃଦୟେଶ୍ୱର ଝା, ଦାମୋଦର ମିତ୍ତଲ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଅଗସ୍ତି ବେହେରା, ପ୍ରତାପ ପ୍ରଧାନ, ଅନୁଗୋଳ ଓକିଲ ସଂଘର ପୂର୍ବତନ ସଭାପତି ଦିଲୀପ ଦାସ ପ୍ରମୁଖ ଭୂମିପୂଜାରେ ଯୋଗଦେଇଥିଲେ।
https://www.dharitri.com/gas-leak-at-omfed-center/
ଓମ୍‌ଫେଡ କେନ୍ଦ୍ରରେ ଗ୍ୟାସ ଲିକ୍‌ କୋକସରା୧୬।୭: କଳାହାଣ୍ଡି ଜିଲା କୋକସରା ଓମ୍ଫେଡ ଦୁଗ୍ଧ ଶୀତଳିକରଣ କେନ୍ଦ୍ରରେ ମରାମତି ବେଳେ ଶୁକ୍ରବାର ଗ୍ୟାସ ଲିକ୍ ହୋଇଛି। ଏଥିରେ ୩ ମେକାନିକ ଗୁରୁତର ହୋଇଛନ୍ତି। ଖବର ପାଇ କୋକସରା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲିକ୍ ହେଉଥିବା ଗ୍ୟାସକୁ ଆୟତ୍ତ କରିଥିଲେ। ପରେ ୩ ଜଣ ମେକାନିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋକସରା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଥିଲା। ମିଳିଥିବା ସୂଚନା ମୁତାବକ, ବଲାଙ୍ଗୀର ଜିଲାର ୨ ଜଣ ମେକାନିକ ସହ କଟକର ଜଣେ ମେକାନିକ କୋକସରା ଓମ୍ଫେଡ ଦୁଗ୍ଧ ଶୀତଳକରଣ କେନ୍ଦ୍ରର ଖରାପ ଥିବା କମ୍ପ୍ରେସର ପାଇପ ମରାମତି କରୁଥିଲେ। ଏହି ସମୟରେ ଗ୍ୟାସ ପାଇପ ଫାଟି ଯାଇଥିଲା। ଫଳରେ ବଲାଙ୍ଗର ଜିଲା କୁସୁମଖାଲ ଗ୍ରାମର ଗୁଣନିଧି ବଗର୍ତ୍ତି(୨୯), କୁଟୁରୁପାଲିର ସଞ୍ଜୀବ ପଟେଲ(୪୫) ଓ କଟକର ସୁଶାନ୍ତ ବେହେରା(୨୪) ଗୁରୁତର ଆହତ ହୋଇଥିଲେ।
https://www.dharitri.com/ନଦୀକୁ-ଖସିଲା-ବରଯାତ୍ରୀ-ବସ୍/
ନଦୀକୁ ଖସିଲା ବରଯାତ୍ରୀ ବସ୍‌ ବୁନ୍ଦି,୨୬।୨: ରାଜସ୍ଥାନର ବୁନ୍ଦି ଜିଲାରେ ବୁଧବାର ସକାଳେ ଏକ ଅଘଟଣ ଘଟିଛି। ପାପଡ଼ି ଗାଁ ନିକଟରେ ଏକ ବରଯାତ୍ରୀ ବସ୍ ମେଜ୍ ନଦୀରେ ଖସିପଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୨୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ କୋଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, କୋଟାରୁ ସବାଇ ମାଧୋପୁରକୁ ଏକ ବିବାହ ସମାରୋହରେ ଯୋଗଦେବାକୁ ବରଯାତ୍ରୀ ବସ୍ରେ ଯାଉଥିଲେ। ପାପଡ଼ି ଗାଁ ନିକଟରେ କୋଟା ଲାଲସୋଟ ମେଗା ହାଇଓ୍ବେ ନିକଟରେ ବସ୍ଟି ଭାରସାମ୍ୟ ହରାଇ ନଦୀରେ ଖସିପଡ଼ିଥିଲା। ଏଥିରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଯାତ୍ରା କରୁଥିବା ବେଳେ ଘଟଣାସ୍ଥଳରେ ୨୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୧୦ଜଣ ପୁରୁଷ, ୧୧ମହିଳା ଓ ୩ଶିଶୁ ରହିଛନ୍ତି। ଖବରପାଇ ଘଟଣାସ୍ଥଳରେ ପୋଲିସ ଓ ଏନ୍ଡିଆର୍ଏଫ୍ ଟିମ୍ ପହଞ୍ଚି ରେସକ୍ୟୁ ଅପରେଶନ୍ ଆରମ୍ଭ କରିଥିଲେ। ମୃତଦେହ ଉଦ୍ଧାର କରାଯିବା ସହ ୫ଜଣ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟୁଇଟ କରି ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
https://www.dharitri.com/କୁଡୁପାତିଆରୁ-କୁହୁଡ଼ିକୁ-ଗଞ/
କୁଡୁପାତିଆରୁ କୁହୁଡ଼ିକୁ ଗଞ୍ଜେଇ ଚାଲାଣ: ୨ ଗିରଫ ସୋରଡ଼ା,୨୪।୨(ଡି.ଏନ୍.ଏ.): କନ୍ଧମାଳ ଜିଲା କଣାସ ନୂଆଗାଁ ଥାନ କୁଡୁପାତିଆରୁ ଖୋର୍ଦ୍ଧା କୁହୁଡ଼ିକୁ ଗଞ୍ଜେଇ ଚାଲାଣ ବେଳେ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କଣାସ ନୂଆଗାଁର ସୁଦାମ ପ୍ରଧାନ ଓ ଖଗେଶ୍ୱର ପ୍ରଧାନ। ଜବତ ଗଞ୍ଜେଇର ଓଜନ ୧୫ କେଜି ହୋଇଥିବା ବେଳେ ଆନୁମାନିକ ମୂଲ୍ୟ ୭୫ ହଜାର ଟଙ୍କା ହେବ। ଏ ନେ କେସ୍ ନଂ. ୪୫/୨୦୨୦ ରୁଜୁ କରାଯାଇ ସୋମବାର ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ସୁଦାମ ଓ ଖଗେଶ୍ୱର କୁଡୁପାତିଆରୁ ବାଇକ୍ (ନଂ. ଓଡି୩୨ ବି୯୯୪୭) ଯୋଗେ ଏକ ବସ୍ତାରେ ୧୫ କେଜି ଗଞ୍ଜେଇ ନେଇ ଖୋର୍ଦ୍ଧା ଅଞ୍ଚଳର କୁହୁଡ଼ିକୁ ଯାଉଥିଲେ। ରବିବାର ସକାଳୁ କୌଣସି ସୂତ୍ରରୁ ଖବର ପାଇ ସୋରଡ଼ା-ଗାଜଲବାଡ଼ି ରାସ୍ତା ପାଟପଲି ନିକଟରେ ପାଟ୍ରୋଲିଂ କରୁଥିବା ପୋଲିସ ସେମାନଙ୍କୁ ଧରିଥିଲା।
https://www.dharitri.com/ଯେଉଁଠି-ବିବାହ-ପୂର୍ବରୁ-ବରକ/
ଯେଉଁଠି ବିବାହ ପୂର୍ବରୁ ବରକୁ ମାରିବାକୁ ପଡ଼େ ଘୁଷୁରି… ଭାରତର ବିଭିନ୍ନ ପ୍ରାନ୍ତରେ ବିବାହର ଭିନ୍ନ ଭିନ୍ନ ପରମ୍ପରା ରହିଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବାସ କରୁଥିବା ଗୋଣ୍ଡ ଜନଜାତିରେ ଅଛି ଏକ ଅଜବ ପରମ୍ପରା। ଏହି ଜନଜାତିଙ୍କ ବିବାହରେ ବରକୁ ଘୁଷୁରି ମାରିବାକୁ ପଡିଥାଏ। ପରେ ବର ଏହାର ରକ୍ତ ମଧ୍ୟ ପାନ କରିଥାଏ। ଏପରି ନ ହେଲେ ବିବାହକୁ ମାନ୍ୟତା ମିଳି ନ ଥାଏ ବୋଲି ଜନଜାତିର ଲୋକ ବିଶ୍ୱାସ କରନ୍ତି। ବିବାହ କରି ସମାଜରେ ବାସ କରିବା ପାଇଁ ସାହସ ଆବଶ୍ୟକ। ଏହାର ପରୀକ୍ଷା ଲାଗି ବରକୁ ବିବାହ ପୂର୍ବରୁ ହିଁ ଏପରି କରିବାକୁ ପଡ଼ିଥାଏ। ଏହାଦ୍ୱାରା କନ୍ୟାବରଙ୍କ ଭବିଷ୍ୟତ ଜୀବନ ନିରାମୟ ହୋଇଥାଏ ବୋଲି ଏହି ଜନଜାତି ବିଶ୍ୱାସ କରନ୍ତି। ଆଧୁନିକ ଦୁନିଆର ଚାକଚକ୍ୟଠାରୁ ଦୂରେଇ ରହି ଏହି ଜନଜାତି ନିଜ ପରମ୍ପରା ଓ ସଂସ୍କୃତିକୁ ବେଶ୍ ଭଲ ପାଇଥାନ୍ତି। ଆଧୁନିକ ସଭ୍ୟତାକୁ ଆପଣେଇ ନେଲେ ତାଙ୍କ ସମାଜ ଧ୍ୱଂସ ପାଇଯିବ ବୋଲି ସେମାନେ ବିଶ୍ୱାସ କରିଥାନ୍ତି।
https://www.dharitri.com/earthquake-in-jammu-and-kashmir/
ଜମ୍ମୁ-କଶ୍ମୀରରେ ଭୂକମ୍ପ ଜମ୍ମୁ-କଶ୍ମୀର,୨୧ା୧୨: ଜମ୍ମୁ-କଶ୍ମୀରରେ ସୋମବାର ସକାଳ ୮ଟା ୩୩ରେ ଭୂକମ୍ପର ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୭ ରେକର୍ଡ କରାଯାଇଛି। ଏଥିରେ କୌଣସି ଧନଜୀବନ ହାନି ହୋଇ ନ ଥିବା ସୂଚନାରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଡିସେମ୍ବର ୩ରେ ଲଦାଖରେ ଭୂକମ୍ପ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରେକର୍ଡ କରାଯାଇଥିଲା।
https://www.dharitri.com/ଯିଏ-ଆମ-ସର୍ତ୍ତ-ମାନିନେବେ-ଆମ/
ଯିଏ ଆମ ସର୍ତ୍ତ ମାନିନେବେ ଆମେ ତାଙ୍କୁ ସହଯୋଗ କରିବୁ: ଜେଜେପି ଚଣ୍ଡିଗଡ,୨୫।୧୦: ଜନନାୟକ ଜନତା ପାର୍ଟି(ଜେଜେପି) ନେତା ଦୁଷ୍ୟନ୍ତ ଚୌତାଲା ଶୁକ୍ରବାର ତାଙ୍କ ପିତା ଅଜୟ ଚୌତାଲାଙ୍କୁ ତିହାର ଜେଲ୍ରେ ସାକ୍ଷାତ୍ କରିଛନ୍ତି। ଏହାପରେ ସେ ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇ ହରିୟାଣାରେ ସରକାର ଗଠନକୁ ନେଇ କିଛି ମତ ରଖିଛନ୍ତି। ହରିୟାଣା ବିଧାନସଭା ନିର୍ବାଚନରେ ଜେଜେପି ତୃତୀୟ ନମ୍ବର ଦଳ ଭାବେ ଉଭା ହୋଇଛି। ଏବେ ସେଠାରେ ଭାଜପା କି କଂଗ୍ରେସ କାହାକୁ ସଂଖ୍ୟା ଗରିଷ୍ଠତା ନ ମିଳିବା ବେଳେ ଏମାନେ ସରକାର ଗଠନ ପାଇଁ ଜେଜେପି ବା ସ୍ବାଧିନ ପ୍ରାର୍ଥୀଙ୍କ ସହାୟତା ଲୋଡିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜେଜେପି ନେତା ଦୁଷ୍ୟନ୍ତ କହିଛନ୍ତି ଯେଉଁ ଦଳ ଆମ ସର୍ତ୍ତ ମାନିନେବ ଆମେ ତାକୁ ସହଯୋଗ କରିବୁ। ତାଙ୍କର କମନ ମିନିମମ ପ୍ରୋଗ୍ରାମରେ ସେ କହିଛନ୍ତି ହରିୟାଣାବାସୀଙ୍କ ପାଇଁ ଚାକିରି କ୍ଷେତ୍ରରେ ୭୫ ପ୍ରତିଶତ ସଂରକ୍ଷଣ ଓ ବାର୍ଦ୍ଧକ୍ୟ ଭତ୍ତା ରହିଛି। ଅନ୍ୟପଟେ ଭାଜପାକୁ ଆବଶ୍ୟକ ଥିବା ୬ଟି ଆସନ ପାଇଁ ସ୍ବାଧିନ ପ୍ରାର୍ଥୀଙ୍କ ସମର୍ଥନ ମିଳିଯାଇଥିବା ଜଣାପଡିଛି। ଯାହାକୁ ନେଇ ଭାଜପା ଶନିବାର ସରକାର ଗଠନ ଲାଗି ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେବ ବୋଲି ହରିୟାଣା ଭାଜପା ପ୍ରଭାରୀ ଅନିଲ ଜୈନ ସୂଚନା ଦେଇଛନ୍ତି। ତେଣୁ ହରିୟାଣାରେ ସରକାର ଗଠନ ଲାଗି ବୋଧହୁଏ ଜେଜେପିର ଆବଶ୍ୟକତା ପଡି ନ ପାରେ।
https://www.dharitri.com/ngt-directs-andhra-pradesh-hear-other-state-grievances/
ଆନ୍ଧ୍ରକୁ ଏନ୍‌ଜିଟିଙ୍କ ନିର୍ଦ୍ଦେଶ: ଅନ୍ୟ ରାଜ୍ୟ ଅଭିଯୋଗ ଶୁଣ ଭୁବନେଶ୍ୱର,୨୦ା୯(ବ୍ୟୁରୋ): ପୋଲାଭରମ୍ ପ୍ରକଳ୍ପ ନେଇ ଗୋଦାବରୀ ଉପରମୁଣ୍ଡରେ ଥିବା ରାଜ୍ୟଗୁଡିକ ସମସ୍ୟା କଥା ବୁଝ । ଏକ ମିଳିତ ବୈଠକ ଡାକି ସେମାନଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଅ। ଶନିବାର ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି) ପୋଲାଭରମ ପ୍ରକଳ୍ପ ଅଥରିଟି(ପିପିଏ) ଏବଂ ଆନ୍ଧ୍ର ସରକାରଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଦୁଇମାସ ମଧ୍ୟରେ କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲ୍ୟୁସି), ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲ (ଡବ୍ଲ୍ୟୁଆରଡିଟି), ପିପିଏ ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ଜଳ ସମ୍ପଦ ବିଭାଗ, ଓଡ଼ିଶା ସମେତ ତେଲଙ୍ଗାନା ଏବଂ ଛତିଶଗଡ଼ ସରକାରଙ୍କ ଅଧିକାରୀଙ୍କ ସହ ଏକ ମିଳିତ ବୈଠକ କରି ପ୍ରକଳ୍ପକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ କରିବାକୁ ଏନ୍ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଆନ୍ଧ୍ରପ୍ରଦେଶ ଜଳ ସମ୍ପଦ ବିଭାଗ ଏବଂ ପୋଲାଭରମ ପ୍ରକଳ୍ପ ଅଥରିଟି ପ୍ରଭାବ ନେଇ ପରୀକ୍ଷା କରିବେ। ପ୍ରକଳ୍ପ ଉପରମୁଣ୍ଡରେ ଥିବା ଲୋକଙ୍କ ସ୍ବାର୍ଥ ରକ୍ଷା ଲାଗି କି ପ୍ରତିକାର ବ୍ୟବସ୍ଥା କରାଯାଇଛି, ଡ୍ୟାମ୍ ସୁରକ୍ଷା ବୈଠକରେ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି। ନିର୍ଦ୍ଦେଶନାମା ବିଷୟରେ କେନ୍ଦ୍ର ଜଳ ଶକ୍ତି ମିଶନ, କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ତେଲଙ୍ଗାନା, ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ କେନ୍ଦ୍ରୀୟ ଜଳ ଆୟୋଗ ଏବଂ ପିପିଏକୁ ଅବଗତ କରାଇବାକୁ ଏନ୍ଜିଟି ନିର୍ଦ୍ଦେଶ ଦେଇଛନ୍ତି। ପୋଲାଭରମ ପ୍ରକଳ୍ପକୁ ଓଡ଼ିଶା ବିରୋଧ କରିଆସୁଛି। ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରି ଜିଲାର ବହୁ ଗ୍ରାମ ଓ ଚାଷଜମି ମଧ୍ୟ ବୁଡିଯିବ। ଓଡ଼ିଶା ସରକାର ଏହାକୁ ଦୀର୍ଘଦିନ ଧରି ବିରୋଧ କରି ଆସୁଛନ୍ତି।
https://www.dharitri.com/apollo-11-mission-completes-52-years-nasa-shares-image/
ମାନବ ଜାତି ପାଇଁ ଗର୍ବର ଦିନ ଓ୍ବାଶିଂଟନ,୨୧।୭: ଠିକ୍ ୫୨ ବର୍ଷ ତଳେ। ଅର୍ଥାତ ୧୯୬୯ ମସିହା ଜୁଲାଇ ୨୦। ସମଗ୍ର ମାନବ ଜାତି ପାଇଁ ଗର୍ବର ଦିନ। ପୃଥିବୀର ପ୍ରଥମ ମାନବ ଭାବେ ନିଲ ଆର୍ମଷ୍ଟ୍ରଙ୍ଗ ପାଦ ଦେଇଥିଲେ ଜହ୍ନରେ। ଏହି ଅବସରରେ ନାସା (ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା) ପକ୍ଷରୁ ଇନ୍ଷ୍ଟାଗ୍ରାମରେ ଶେୟାର କରାଯାଇଛି। ଫଟୋରେ ଅଛି ଜହ୍ନ ଉପରେ ମାନବର ପ୍ରଥମ ପାଦ ଚିହ୍ନ। କ୍ୟାପଶନରେ ଉଲ୍ଲେଖ କରାଯାଇଛି, ୫୨ ବର୍ଷ ତଳେ ଗୋଟିଏ ପାଦଚିହ୍ନ ପୂରା ବିଶ୍ୱକୁ ପ୍ରେରିତ କରିଥିଲା। ଆର୍ମଷ୍ଟ୍ରଙ୍ଗଙ୍କ ସହ ଏଡଓ୍ବିନ ଆଲଡ୍ରିନ ଓ ମାଇକେଲ କଲିନ୍ସ ଆପୋଲୋ ୧୧ ମିଶନରେ ଜହ୍ନରେ ଅବତରଣ କରିଥିଲେ। ମହାକାଶ କ୍ଷେତ୍ରରେ ଏହା ଥିଲା ମାନବର ଉଲ୍ଲେଖନୀୟ ସଫଳତା। ତେବେ ଇଗଲ ନାମକ ଲୁନାର ମଡ୍ୟୁଲ ସହ ଜହ୍ନରେ ଓହ୍ଲାଇଥିଲେ ଆର୍ମଷ୍ଟ୍ରଙ୍ଗ ଓ ଆଲଡ୍ରିନ। ଅର୍ବିଟରେ ରହି ଯାଇଥିଲେ କଲିନ୍ସ। ଦୁଇ ମହାକାଶଚାରୀ ଜହ୍ନରେ ଚାଲିବା ସହିତ ସେଠାରୁ ପରୀକ୍ଷା ପାଇଁ ପୃଥ୍ବୀକୁ ପଥର ଆଣିଥିଲେ। ସେମାନେ ସାଥିରେ ନେଇଥିଲେ ଟିଭି କ୍ୟାମେରା। କିଛି ଫଟୋ ଉତ୍ତୋଳନ କରିଥିଲେ। ଫଳରେ ପୂରା ବିଶ୍ୱ ଐତିହାସିକ ଘଟଣା ଦେଖିପାରିବେ। ନାସା ଶେୟାର କରିଥିବା ଫଟୋକୁ ୧୧ ଘଣ୍ଟାରେ ୧୬ ଲକ୍ଷ ଲାଇକ୍ସ ମିଳି ସାରିଲାଣି।
https://www.dharitri.com/rushdies-attackers-are-rewarded/
ରଶ୍‌ଡିଙ୍କ ଆକ୍ରମଣକାରୀ ପୁରସ୍କୃତ ଦୁବାଇ,୨୨।୨: ଖ୍ୟାତନାମା ଔପନ୍ୟାସିକ ସଲ୍ମାନ ରଶ୍ଡିଙ୍କ ଆକ୍ରମଣକାରୀଙ୍କୁ ଇରାନର ଏକ ଫାଉଣ୍ଡେଶନ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କୁ ୧,୦୦୦ ବର୍ଗମିଟର ଚାଷଜମି ପୁରସ୍କାର ଦେଇଛି। ଗତବର୍ଷ ଅଗଷ୍ଟ ୧୨ରେ ନ୍ୟୁୟର୍କର ଲେକ୍ ଏରି ନିକଟରେ ଏକ ସାହିତ୍ୟ କାର୍ଯ୍ୟକ୍ରମ ଚାଲିଥିବାବେଳେ ୭୫ ବର୍ଷୀୟ ରଶ୍ଡିଙ୍କୁ ନ୍ୟୁଜର୍ସିର ଜଣେ ୨୪ ବର୍ଷୀୟ ଶିୟା ମୁସଲମାନ ଆକ୍ରମଣ କରିଥିଲେ। ଏଥିରେ ଔପନ୍ୟାସିକ ଗୋଟିଏ ଆଖି ହରାଇବା ସହ ତାଙ୍କର ଗୋଟିଏ ହାତ ଅଚଳ ହୋଇଯାଇଥିଲା। ରଶ୍ଡିଙ୍କୁ ଆକ୍ରମଣ କରି ମୁସଲମାନମାନଙ୍କୁ ଖୁସି କରିଥିବା ଆମେରିକୀୟ ଯୁବକଙ୍କ ଦୁଃସାହସିକ କାର୍ଯ୍ୟକୁ ଇମାମ ଖୋମେଇନିଙ୍କ ଫତଓ୍ବା କାର୍ଯ୍ୟକାରୀ କରିବାକୁ ଥିବା ଫାଉଣ୍ଡେଶନ୍ର ସମ୍ପାଦକ ମହମ୍ମଦ ଇସ୍ମାଇଲ ଜରାଇ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ରଶ୍ଡି ଏବେ ଜଣେ ଜିଇଥିବା ମୃତବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କିଛି ନୁହନ୍ତି ବୋଲି ସେ କହିଛନ୍ତି। ‘ଦି ସାଟାନିକ୍ ଭର୍ସସ’ ପ୍ରକାଶନର କିଛି ମାସ ପରେ ଇରାନର ତତ୍କାଳୀନ ସୁପ୍ରିମ ଲିଡର ଆୟାତୋଲ୍ଲା ଖୋମନେଇ ଏକ ଫତଓ୍ବା ଜରି କରି ରଶ୍ଡିଙ୍କୁ ହତ୍ୟା କରିବା ଲାଗି ମୁସଲମାନମାନଙ୍କୁ ଆହ୍ବାନ ଦେଇଥିଲେ। ଏହାର ୩୩ ବର୍ଷ ପରେ ଉକ୍ତ ବିବାଦୀୟ ଔପନ୍ୟାସିକଙ୍କ ଉପରେ ଆକ୍ରମଣ ହୋଇଥିଲା। ରଶ୍ଡିଙ୍କ ଉକ୍ତ ଉପନ୍ୟାସର କେତେକ ପାରାଗ୍ରାଫ୍ରେ ପ୍ରଫେଟ୍ ମହମ୍ମଦଙ୍କ ନିନ୍ଦା କରାଯାଇଥିବା କେତେଜଣ ମୁସଲମାନ କହିଥାନ୍ତି। ଭାରତରେ ଏକ କଶ୍ମୀରୀ ମୁସଲମାନ ପରିବାରରେ ଜନ୍ମିତ ରଶ୍ଡିଙ୍କୁ ଧରାଇଦେଲେ ବହୁ କୋଟି ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ଫଳରେ ୯ ବର୍ଷ ଯାଏ ଔପନ୍ୟାସିକ ବ୍ରିଟିଶ ପୋଲିସ ସୁରକ୍ଷାରେ ଲୁଚି ରହିଥିଲେ। ୯୦ ଦଶକ ଶେଷ ଭାଗରେ ଇରାନ ରାଷ୍ଟ୍ରପତି ମହମ୍ମଦ ଖାତମି ଫତଓ୍ବାଠାରୁ ନିଜକୁ ଦୂରେଇ ରଖିଥିଲେ। ତେବେ ଫତଓ୍ବାକୁ ପ୍ରତ୍ୟାହାର କରାଯାଇ ନାହିଁ ବୋଲି ପରବର୍ତ୍ତୀ ସୁପ୍ରିମ ଲିଡର ଆୟାତୋଲା ଅଲି ଖୋମନେଇ କହିବା ପରେ ୨୦୧୯ରେ ତାଙ୍କୁ ଟୁଇଟରରୁ ସସ୍ପେଣ୍ଡ କରାଯାଇଥିଲା।
https://www.dharitri.com/pankaja-munde-may-leave-bjp-amol-mitkari-claims/
ଭାଜପାକୁ ଝଟ୍‌କା ଦେଇପାରନ୍ତି ପଙ୍କଜା: ଅମୋଲ ମିଟକରି ମୁମ୍ବାଇ,୨୬।୬: ରାଜନୀତିର ଗଳି କନ୍ଦିରେ ଚର୍ଚ୍ଚା ହେଉଛି କି ଭାରତୀୟ ଜନତା ପାର୍ଟି(ଭାଜପା)ର ଜଣେ ନାମୀ ନେତା ପଙ୍କଜା ମୁଣ୍ଡେଙ୍କୁ ବାରମ୍ବାର ଅଣଦେଖା କରାଯାଉଛି। ଇତିମଧ୍ୟରେ ମହାରାଷ୍ଟ୍ରରେ ନିଜର ସ୍ଥିତିକୁ ମଜଭୁତ କରିବାକୁ ଚେଷ୍ଟା କରୁଥିବା ବିଆରଏସ(ଭାରତ ରାଷ୍ଟ୍ର ସମିତି) ପଙ୍କଜାଙ୍କୁ ଖୋଲାଖୋଲି ଭାବେ ମୁଖ୍ୟମନ୍ତ୍ରୀ ପଦର ଅଫର ଦେଇଛି। ଏହାରି ଭିତରେ ଏନସିପି ପ୍ରବକ୍ତା ଅମୋଲ ମିଟକରି ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ପଙ୍କଜା ମୁଣ୍ଡେ ଖୁବଶୀଘ୍ର ଏନସିପିରେ ଶାମିଲ ହେବାକୁ ଯାଉଛନ୍ତି। ମିଟକରି କହିଛନ୍ତି, ଭାଜପା ପ୍ରଦେଶ ଅଧ୍ୟକ୍ଷ ଚନ୍ଦ୍ରଶେଖଣ ବାବନକୁଲେ ଏକଥା ଜଶାଣିଛନ୍ତି। ସେ ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ଏ ସମ୍ପର୍କିତ ଆଲୋଚନା କରିଛନ୍ତି। ପଙ୍କଜା ମୁଣ୍ଡେଙ୍କୁ ଅସନ୍ତୋଷ ଏବଂ ବିଆରଏସ ଅଫର ବିଷୟରେ ପଚରାଗଲା, ଆମୋଲ ମିଟକରି କହିଛନ୍ତି, ’ଏକନାଥ ଖାଡସେ ପଙ୍କଜା ମୁଣ୍ଡେଙ୍କୁ ଭେଟିଥିଲେ। ସେହି ଦିନଠାରୁ ଯଦି ଆମେ ବିକାଶକୁ ଦେଖିବା, ତେବେ ପଙ୍କଜା ମୁଣ୍ଡେଙ୍କୁ ବହୁ ପରିମାଣରେ ଭାଜପା ଦ୍ୱାରା ଅପମାନିତ ହେବାକୁ ପଡିଛି। ସେଥିପାଇଁ ଆମେ ଅନୁମାନ କରୁଛୁ ଯେ ପଙ୍କଜା ମୁଣ୍ଡେ ଏନସିପିରେ ଯୋଗ ଦେଇ ପାରନ୍ତି। ପଙ୍କଜା ମୁଣ୍ଡେ ଗୋପୀନାଥ ମୁଣ୍ଡେଙ୍କ ଝି। ସେ ମହାରାଷ୍ଟ୍ରର ନେତୃତ୍ୱ। ସେଥିପାଇଁ ସମସ୍ତେ ଭାବୁଥିଲେ ଯେ ସେ ଆମ ପାର୍ଟିରେ ରହିବା ଉଚିତ। ସେଥିପାଇଁ ମୁଁ ମଧ୍ୟ ଅନୁଭବ କରୁଛି ଯେ ପଙ୍କଜା ଆମ ପାର୍ଟିରେ ରହିବା ଉଚିତ।
https://www.dharitri.com/ପୁରୁଷୋତ୍ତମ-ଗମାଙ୍ଗଙ୍କ-ମୃତ/
ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ: ତାରାପ୍ରସାଦ ବାହିନୀପତି ଗୁଣପୁର, ୩୦।୧୨(ଡି.ଏନ.ଏ)- ରାୟଗଡା ଜିଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ବାଇକ ଦୁର୍ଘଟଣାରେ ମୁତ୍ୟୁ ହୋଇଥିଲା l ଗୁଣପୁର ପୂର୍ତ୍ତବିଭାଗ ଡାକବଙ୍ଗଳାଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏହି ଦୁର୍ଘଟଣାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ କିମ୍ବା ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି। ୭ ଦିନ ମଧ୍ୟରେ ଘଟଣାର ତଦନ୍ତ ଆରମ୍ଭ ନ ହେଲେ ଦଳ ପକ୍ଷରୁ ଅବିଭକ୍ତ କୋରାପୁଟ ଜିଲାରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ ବାହିନୀପତି। ସୂଚନାଯୋଗ୍ୟ, ଏକ ସଡ଼କ ଦୁର୍ଘଟଣାରେ ରାୟଗଡା ଜିଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ଘଟିଥିଲା। ଗତ ୨୪ ତାରିଖ ବିଳମ୍ବିତ ରାତିରେ ନିଜ ବାଇକରେ ରାମନାଗୁଡା ଅଭିମୁଖେ ଯାଉଥିବାବେଳେ ହଠାତ୍ ଭାରସାମ୍ୟ ହରାଇ ଗାଡିରୁ ତଳେ ପଡିଯାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।
https://www.dharitri.com/bihar-teachers-writing-strange-letters-for-sudden-leave-applications/
ଛୁଟି ପାଇଁ ଶିକ୍ଷକ ଲେଖିଲେ ଅଜବ ଦରଖାସ୍ତ: ଅଡୁଆରେ ଶିକ୍ଷା ବିଭାଗ ପାଟନା,୨।୧୨: ବିହାରର ଏବେ ଶିକ୍ଷକମାନେ ଅଜବ ଢ଼ଙ୍ଗରେ ଦରଖାସ୍ତ ଲେଖି ଆକସ୍ମିକ ଛୁଟି ପାଇଁ ଆବେଦନ କରୁଛନ୍ତି। ବର୍ତ୍ତମାନ ଏହି ଛୁଟି ଆବେଦନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶିକ୍ଷକ ଅଜୟ କୁମାର ଡିସେମ୍ବର ୫ ସୋମବାର ୮ଟାରେ ମୋ ମା’ଙ୍କ ମୃତ୍ୟୁ ହେବାର ସମ୍ଭାବନା ରହିଛି, ସେଥିପାଇଁ ମୁଁ ତାଙ୍କର ଶେଷ ରୀତିନୀତି ପାଇଁ ଡିସେମ୍ବର ୬ରୁ ୭ ପର୍ଯ୍ୟନ୍ତ ସ୍କୁଲରେ ଅନୁପସ୍ଥିତ ରହିବି। ଅନ୍ୟପକ୍ଷେ ଅନ୍ୟ ଏକ ଆବେଦନରେ ଶିକ୍ଷକ ରାଜ ଗୌରବ ଲେଖିଛନ୍ତି, ସେ ଡିସେମ୍ବର ୪ରୁ ୫ ପର୍ଯ୍ୟନ୍ତ ଅସୁସ୍ଥ ହେବାର ସମ୍ଭାବନା ରହିଛି। ତେଣୁ ସ୍କୁଲକୁ ଆସିପାରିବି ନାହିଁ। ଏହିପରି ଏକ ଆବେଦନରେ ଶିକ୍ଷକ ନୀରଜ କୁମାର ଲେଖିଛନ୍ତି, ପେଟ ବ୍ୟଥା ସମ୍ଭାବନା ଥିବାରୁ ସେ ଡିସେମ୍ବର ୭ରୁ ୯ ପର୍ଯ୍ୟନ୍ତ ସ୍କୁଲ କାମ କରିବାରେ ଅସମର୍ଥ ହେବେ। ଏଭଳି କହି ପ୍ରଧାନଶିକ୍ଷକଙ୍କଠାରୁ ଛୁଟି ମାଗୁଛନ୍ତି ଶିକ୍ଷକ। ଏହି ସମସ୍ତ ଛୁଟି ଆବେଦନଗୁଡିକୁ ଏଥିପାଇଁ ଲେଖାଯାଇଛି, କାରଣ ଜିଲା ଶିକ୍ଷା ବିଭାଗ ଏକ ନିର୍ଦ୍ଦେଶ ଜାରି ହୋଇଛି। ଏଥିରେ ଆକସ୍କିକ ଛୁଟି ପାଇଁ ୩ଦିନ ପୂର୍ବରୁ ଆବେଦନ ଦେବାକୁ ପଡ଼ିବ। ସୂଚନାଯୋଗ୍ୟ, ମୁଙ୍ଗେର, ଭାଗଲପୁର ଏବଂ ବାଙ୍କା ଜିଲାରେ ଶିକ୍ଷକମାନଙ୍କ ଆକସ୍ମିକ ଛୁଟି ଦାବି ସମ୍ପର୍କରେ ଶିକ୍ଷା ବିଭାଗ ପକ୍ଷରୁ ଏକ ନୂତନ ନିର୍ଦ୍ଦେଶ ଜାରି କରାଯାଇଛି ଯେଉଁଥିରେ କୁହାଯାଇଛି ଯେ ଶିକ୍ଷକମାନଙ୍କୁ ୩ଦିନ ପୂର୍ବରୁ ଆକସ୍ମିକ ଛୁଟି ପାଇଁ ଆବେଦନ କରିବାକୁ ପଡିବ। ଯଦି ସେମାନେ ତାହା ନ କରନ୍ତି, ତେବେ ତାଙ୍କର ଛୁଟି ଗ୍ରହଣ କରାଯିବ ନାହିଁ। ଏହି ଆଦେଶରେ ଶିକ୍ଷକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶିକ୍ଷକ ସଂଘ ସହ ଜଡିତ ଶିକ୍ଷକ ନେତା କହିଛନ୍ତି, ହଠାତ୍ ପରିସ୍ଥିତି ଯୋଗୁ ଛୁଟି ନିଆଯାଏ। ତେବେ ୩ଦିନ ପୂର୍ବରୁ ଆସୁଥିବା ଅସୁବିଧାକୁ କେହି କିପରି ପୂର୍ବାନୁମାନ କରିପାରିବ। ତେଣୁ ଏହି ଆଦେଶ ପ୍ରତ୍ୟାହାର କରିନେବାକୁ ଶିକ୍ଷକମାନେ ସରକାରଙ୍କୁ ଦାବି କରିଛନ୍ତି।
https://www.dharitri.com/ବିଶ୍ୱକପ୍‌ରୁ-ବାଦ୍‌-ପଡ଼ିବା/
ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବା ପରେ ରାୟୁଡୁଙ୍କ ଅବସର ନୂଆଦିଲ୍ଲୀ,୩।୭(ପି.ଟି.)- ଚଳିତ ବିଶ୍ୱକପ୍ରେ ଭାରତୀୟ ଦଳରୁ ବାଦ୍ ପଡ଼ିବା ପରେ ମିଡ୍ଲ ଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏଥିନେଇ ସେ କୌଣସି କାରଣ ଦର୍ଶାଇ ନ ଥିବା ବିସିସିଆଇ ଅଫିସିଆଲ କହିଛନ୍ତି। ୩୩ ବର୍ଷୀୟ ଆନ୍ଧ୍ରପ୍ରଦେଶ ଖେଳାଳିଙ୍କୁ ବିଶ୍ୱକପ୍ ଲାଗି ଷ୍ଟାଣ୍ଡବାଇ ରଖାଯାଇଥିଲା। ହେଲେ ଅଲରାଉଣ୍ଡର ବିଜୟ ଶଙ୍କର ଆହତ ସମସ୍ୟା ଯୋଗୁ ବିଶ୍ୱକପ୍ରୁ ବାଦ୍ ପଡ଼ିବା ପରେ ମଧ୍ୟ ରାୟୁଡୁଙ୍କୁ ଉପେକ୍ଷା କରାଯାଇ ଓପନର ମୟଙ୍କ ଅଗ୍ରଓ୍ବାଲଙ୍କୁ ଦଳରେ ସାମିଲ କରାଯାଇଥିଲା। ଏଥିଯୋଗୁ ରାୟୁଡୁ ଦୁଃଖିତ ଥିଲେ। ଅବସର ସମ୍ପର୍କରେ ସେ ଖୁବ ଶୀଘ୍ର ଘୋଷଣା କରିବେ। କିନ୍ତୁ ନିଜ ନିଷ୍ପତ୍ତି ବିଷୟରେ ବିସିସିଆଇକୁ ଯୋଗାଯୋଗ କରି ଜଣାଇ ଦେଇଛନ୍ତି। ଆମେ ସକାଳେ ତାଙ୍କର ଏକ ମେଲ୍ ପାଇଥିଲୁ। ଅବସର ଲାଗି ନିର୍ଦ୍ଦିଷ୍ଟ କାରଣ ଦେଇନାହାନ୍ତି। ଯେଉଁ ଅଧିନାୟକଙ୍କ ନେତୃତ୍ୱରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିଛି, ସେମାନଙ୍କୁ ଓ ବିସିସିଆଇକୁ ରାୟୁଡୁ ଧନ୍ୟବାଦ ଜଣାଇଛନ୍ତି ବୋଲି ବିସିସିଆଇ କର୍ମକର୍ତ୍ତା କହିଛନ୍ତି। ଦେଶ ପାଇଁ ୫୫ ଦିନିକିଆ ଖେଳି ୪୭.୦୫ ଆଭରେଜରେ ମୋଟ ୧୬୯୪ ରନ୍ କରିଛନ୍ତି। ତାଙ୍କୁ ଟେଷ୍ଟ ଦଳରେ କଦାପି ସ୍ଥାନ ମିଳିନାହିଁ। ପୂର୍ବରୁ ଶଙ୍କର ୩ ଡାଇମେନସନାଲ ଖେଳାଳି ହୋଇଥିବାରୁ ତାଙ୍କୁ ଦଳରେ ସ୍ଥାନ ଦିଆଯାଇଥିବା ଏମ୍.ଏସ୍.କେ. ପ୍ରସାଦ କହିଥିଲେ। ରାୟୁଡୁଙ୍କୁ ଷ୍ଟାଣ୍ଡବାଇ ଖେଳାଳିଙ୍କ ତାଲିକାରେ ରଖାଯାଇଥିଲା। ସେ ଦିନିକିଆ ଫର୍ମାଟକୁ ଗୁରୁତ୍ୱ ଦେବା ଲାଗି ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ନେଇସାରିଛନ୍ତି। ଘଟଣାକ୍ରମେ ବାସନ୍ଦ ୭୯ ଖେଳାଳିଙ୍କ ମଧ୍ୟରେ ରାୟୁଡୁ ସାମିଲ ଥିଲେ। ତାଙ୍କୁ ୨୦୦୯ରେ ବିସିସିଆଇ କ୍ଷମା କରିଥିଲା। ଏହାପରେ ୨୦୧୩ ଜିମ୍ବାଓ୍ବେ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ।
https://www.dharitri.com/jina-shubhashish-the-star-preacher-in-the-campaign/
ପ୍ରଚାରରେ ଷ୍ଟାର ପ୍ରଚାରକ ଜିନା, ଶୁଭାଶିଷ ଗଞ୍ଜାମ,୨୧।୩(ଡି.ଏନ.ଏ.): ପୌର ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଗଞ୍ଜାମ ସହାରାଞ୍ଚଳରେ ଶକ୍ତି ପ୍ରଦର୍ଶନ କରାଯାଇଛି। ଷ୍ଟାର ପ୍ରଚାରକ ତଥା ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଜିନା ଓ ସିରିଏଲ ଅଭିନେତା ଶୁଭାଶିଷ ଶର୍ମା ପ୍ରମୁଖଙ୍କୁ ନେଇ ବିଜେଡି ଏନ୍ଏସି ଯୁବ ସଭାପତି ସୁଧୀର କୁମାର ପାଢ଼ୀଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ ରାଲି ସହର ସ୍ଥିତ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରୁ ବାହାରି ସହରାଞ୍ଚଳର ବିଭିନ୍ନ ୱାର୍ଡ ପରିକ୍ରମା କରିଥିଲା। ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡି ପ୍ରାର୍ଥିନୀ ଝୁଲି ପାତ୍ର ଏବଂ ସମସ୍ତ ବିଜେଡି କାଉନସିଲରଙ୍କୁ ଭୋଟ ଦେବାକୁ ଅନୁରୋଧ କରାଯାଇଥିଲା। ଏହି ଶୋଭାଯାତ୍ରାରେ ମୁଖ୍ୟ ମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ନଗର ବିଜେଡି ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ୧୫ନଂ.ଜିଲା ପରିଷଦ ସଦସ୍ୟ ସନାତନ ବେହେରା, ନିରଞ୍ଜନ ପରିଡା, ପୂର୍ବତନ ଏନ୍ଏସି ଅଧ୍ୟକ୍ଷା ଊର୍ମିଳା ପଲାଇ, ପୂର୍ବତନ ଉପାଧ୍ୟକ୍ଷ ନୀଳାଞ୍ଚଳ ବାରିକି, ନଗର ସଭାପତି ପି.ରାଜୁ ରେଡ୍ଡୀ, ପୂର୍ବତନ କାଉନସିଲର ନିରଞ୍ଜନ ରାଉଳଙ୍କ ସମେତ ସମସ୍ତ ୱାର୍ଡର ଯୁବ ବିଜେଡି କର୍ମୀ ଉକ୍ତ ଶୋଭାଯାତ୍ରାରେ ସାମିଲ ରହିଥିଲେ।
https://www.dharitri.com/the-post-of-block-chairperson-went-to-the-independent-candidate/
ସ୍ବାଧୀନ ପ୍ରାର୍ଥୀଙ୍କ ହାତକୁ ଗଲା ବ୍ଲକ ଅଧ୍ୟକ୍ଷା ପଦବୀ କୁତ୍ରା,୧୨ା୩(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ କାର୍ଯ୍ୟାଳୟ ପରିସରରେ ଶନିବାର ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିବା ପରେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଅଧ୍ୟକ୍ଷା ପଦ ପାଇଁ ଅଙ୍କକଷା ଚାଲିଥିଲା। ଶେଷରେ ଶାନ୍ତିଶୃଙ୍ଖଳାର ସହିତ ଅନ୍ତ ଘଟିଛି। ବ୍ଲକରେ ୧୬ଟି ପଞ୍ଚାୟତ ରହିଛି। ଏଥିରେ ୧୬ଟି ପଞ୍ଚାୟତର ସମିତିସଭ୍ୟ/ସଭ୍ୟା ଯୋଗ ଦେଇଥିଲେ। ଅଧ୍ୟକ୍ଷା ପଦବୀ ପାଇଁ ଦୁଇ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସ୍ବାଧୀନ ଭାବରେ ପ୍ରାର୍ଥିପତ୍ର ଦାଖଲ କରିଥିବା ପୁର୍କାପାଲି ପଞ୍ଚାୟତର ସମିତି ସଭ୍ୟା ଶାନ୍ତିଲତା ଲାକ୍ରା ଏବଂ ବିଜେଡି ପକ୍ଷରୁ ଆମ୍ବଗୋଭା ପଞ୍ଚାୟତର ସମିତିସଭ୍ୟା ମାଗ୍ରୀତା କେର୍କେଟା। ଏଥିରେ ସ୍ବାଧୀନ ପ୍ରାର୍ଥୀ ଭାବରେ ପ୍ରାର୍ଥିପତ୍ର ଦାଖଲ କରିଥିବା ଶାନ୍ତିଲତା ଲାକ୍ରା ୧୧/୫ ଭୋଟ୍ରେ ବିଜୟୀ ହୋଇଛନ୍ତି। ପରେ କୁତ୍ରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସମସ୍ତ ସମିତିସଭ୍ୟ/ସଭ୍ୟା ନିଜ ନିଜ ମତ ବ୍ୟକ୍ତ କରିବା ସହିତ ନବ ନିର୍ବାଚିତ ଅଧ୍ୟକ୍ଷାଙ୍କୁ ସ୍ବାଗତ କରିଥିଲେ। ଏଥିରେ କୁତ୍ରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବୀନ୍ଦ୍ର କୁମାର ସେଠୀ,କୁତ୍ରା ଥାନାଧିକାରୀ ସୁଶାନ୍ତ କୁମାର ପରିଡ଼ା ଉପସ୍ଥିତ ଥିଲେ। ସମସ୍ତେ ଏକଜୁଟ୍ ହୋଇ କାର୍ଯ୍ୟ କରିବା ସହିତ କୁତ୍ରା ବ୍ଲକକୁ ଉନ୍ନତି ଦିଗରେ ଆଗେଇ ନେବା ପାଇଁ ବିଡିଓ ଏବଂ ଥାନାଧିକାରୀ ପରାମର୍ଶ ଦେଇଥିଲେ।
https://www.dharitri.com/first-time-corona-positives-has-been-identified-in-30-districts/
ପ୍ରଥମଥର ପାଇଁ ୩୦ ଜିଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର,୨୬ା୭(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ରବିବାର ରାଜ୍ୟରେ ୧୩୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୁଖ୍ୟକଥା ହେଲା ପ୍ରଥମଥର ପାଇଁ ୩୦ ଜିଲାରୁ ଏହି ରୋଗୀମାନେ ଚିହ୍ନଟ ହୋଇଛନ୍ତି। ଯାହାକି ପୂର୍ବରୁ କେବେ ହୋଇ ନ ଥିଲା। ପ୍ରତିଦିନ ରୋଗୀ ଚିହ୍ନଟ ହେଉଥିଲେ ସତ ମାତ୍ର ପୂରା ୩୦ ଜିଲାରୁ କେବେ ରୋଗୀ ବାହାରୁ ନ ଥିଲେ। କିଛି କିଛି ଜିଲା ବାଦ୍ ପଡ଼ି ଯାଉଥିଲା। ମାତ୍ର ଆଜି ପ୍ରଥମଥର ପାଇଁ ଏମିତି ହୋଇଛି। ଯାହାକି ଚିନ୍ତାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ରବିବାର ସୁଦ୍ଧା ୨୫,୩୮୯ରେ ପହଞ୍ଚିଥିବା ବେଳେ ୧୫,୯୨୮ ସୁସ୍ଥ ହୋଇଛନ୍ତି। ୯,୨୮୭ ଚିକିତ୍ସିତ ହେଉଛନ୍ତି। ବିଭିନ୍ନ ଜିଲାରୁ ୧୪୦ ଜଣଙ୍କର କରୋନା ଜନିତ ମୃତ୍ୟୁ ମଧ୍ୟ ଘଟିସାରିଲାଣି।
https://www.dharitri.com/sunil-gavaskar-criticises-star-players-for-missing-india-matches-due-to-workload/
‘ଓ୍ବାର୍କଲୋଡ୍‌ ଖାଲି ଭାରତ ପାଇଁ ଖେଳିବା ବେଳେ, ଆଇପିଏଲ୍‌ରେ ତ କେହି ଥକ୍କା ହେଉନାହଁ’ ନୂଆଦିଲ୍ଲୀ,୧୨।୧୧: ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଲଜ୍ଜାଜନକ ପରାଜୟ ପରେ ଟିମ୍ ଇଣ୍ଡିଆକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ବିଶେଷକରି ଖେଳାଳିମାନେ ଆଇପିଏଲ୍ ସମୟରେ ଜବରଦସ୍ତ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ତର୍ଜାତୀୟ ମ୍ୟାଚ୍ରେ ନିରାଶ କରିବାକୁ ନେଇ ପ୍ରଶ୍ନ ଉଠୁଛି। ଏହି କ୍ରମରେ ଭେଟେରାନ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର ଖେଳାଳିଙ୍କ ଓ୍ବାର୍କଲୋଡ୍ ମ୍ୟାନେଜ୍ମେଣ୍ଟକୁ ନେଇ କଟୁ ମନ୍ତବ୍ୟ ଦେଇଛନ୍ତି। ଖେଳାଳିମାନେ ଅନ୍ତର୍ଜାତୀୟ ମ୍ୟାଚ୍ରୁ ଦୂରେଇ ଯାଇ ବିଶ୍ରାମ କରୁଛନ୍ତି ହେଲେ ଆଇପିଏଲ୍ର ସମସ୍ତ ମ୍ୟାଚ୍ ପାଇଁ ଉପଲବ୍ଧ ରହୁଥିବା ସେ କହିଛନ୍ତି। ଗାଭାସ୍କର ଏକ ସାକ୍ଷାତକାରରେ କହିଛନ୍ତି, ଆଗାମୀ ଦିନରେ ଭାରତର ଟି୨୦ ସେଟ୍ଅପ୍ରେ ପରିବର୍ତ୍ତନ ନିଶ୍ଚିତ ଭାବେ ଘଟିବ। ନ୍ୟୁଜିଲାଣ୍ଡ ଗସ୍ତରେ ଯାଉଥିବା ଦଳରେ ପରିବର୍ତ୍ତନ କରାଯାଇଛି। ଯେଉଁ ଓ୍ବାର୍କଲୋଡ୍(କାର୍ଯ୍ୟଭାର) କଥା ଉଠୁଛି ତାହା କେବଳ ଭାରତ ପାଇଁ ଖେଳିବା ଲାଗି କାହିଁକି ରହିଛି। ସମସ୍ତେ ଆଇପିଏଲ୍ ଖେଳୁଛନ୍ତି। ପୁରା ସିଜନ ଖେଳୁଛନ୍ତି। ସେଠାରେ ଭ୍ରମଣ କରୁଛନ୍ତି। ଗତ ଥରର ଆଇପିଏଲ୍ ଦେଖିଲେ ଚାରିଟି ସେଣ୍ଟରରେ ତାହା ଆୟୋଜିତ ହୋଇଥିଲା। ବାକି ସମସ୍ତ ସ୍ଥାନରେ ଧାଁ ଧାପଡ଼ କରିବାକୁ ପଡ଼ିଥିଲା। ସେଠାରେ ଥକ୍କା ଲାଗିଲା ନାହିଁ। ସେଠାରେ ଓ୍ବାର୍କଲୋଡ ନ ଥିଲା। କେବଳ ଯେତେବେଳେ ଭାରତ ପାଇଁ ଖେଳିବାକୁ ହେଉଛି, ସେତେବେଳେ ତୁମ ଉପରେ ଓ୍ବାର୍କଲୋଡ୍ ଆସିଯାଉଛି। ଏହା ଭୁଲ ବୋଲି ସେ କହିଛନ୍ତି। ପ୍ରକାଶ ଯେ, ନଭେମ୍ବର ୧୮ରୁ ଭାରତର ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ ହେଉଛି। ଏଥିଲାଗି ଚୟନ ହୋଇଥିବା ଟିମର ନେତୃତ୍ୱ ହାର୍ଦ୍ଦିକ ପାଣ୍ଡ୍ୟା ନେବେ। ଅପରପକ୍ଷେ ସିରିଜ ଲାଗି ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି।
https://www.dharitri.com/shraddha-cooper-was-crazy-about-the-love-of-this-married-actor/
ଏହି ବିବାହିତ ଅଭିନେତାଙ୍କ ପ୍ରେମରେ ପାଗଳ ଥିଲେ ଶ୍ରଦ୍ଧା କପୁର: ତାଙ୍କ ସହ ଏକତ୍ର ରହିବା ପାଇଁ କରିଥିଲେ ଏମିତି କିଛି… ବର୍ତ୍ତମାନ ସମୟରେ ବଲିଉଡ୍ର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ଶ୍ରଦ୍ଧା କପୁର। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ଛୋଟ ଏବଂ ବଡ ବଜେଟ ସିନେମାରେ କାମ କରିସାରିଛନ୍ତି। ତାଙ୍କର ଅନେକ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ ମଧ୍ୟ କରିଛି। ଗତ ବର୍ଷ ତାଙ୍କୁ ବରୁଣ ଧଓ୍ବନଙ୍କ ସହ ଫିଲ୍ମ ‘ଷ୍ଟ୍ରିଟ୍ ଡ୍ୟାନ୍ସର’ ଏବଂ ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ସହ ‘ସାହୋ’ରେ ଦେଖିବାକୁ ମିଳିଥିଲା। ‘ସାହୋ’ ଏକ ବିଗ୍ ବଜେଟ୍ ଫିଲ୍ମ ଥିଲା। ତେବେ ଏକ ସମୟରେ ଶ୍ରଦ୍ଧା ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍ ଚର୍ଚ୍ଚାରେ ଥିଲେ। ସେ ବିବାହିତ ଅଭିନେତା ଫରହାନ୍ ଅଖତର୍ଙ୍କ ପ୍ରେମରେ ପାଗଳ ଥିଲେ। ଏପରିକି ଶ୍ରଦ୍ଧା ତାଙ୍କ ସହ ଏକାଠି ରହିବାକୁ ଚାହୁଁଥିଲେ। ତେଣୁ ସେ ଫରହାନ୍ଙ୍କ ଘରେ ପହଞ୍ଚି ଯାଇଥିଲେ। ଏହା ଶ୍ରଦ୍ଧାଙ୍କ ମା’ ବାପା ଜାଣିବା ପରେ ଫରହାନ୍ଙ୍କ ଘରେ ପହଞ୍ଚି ଝିଅକୁ ନେଇ ଯାଇଥିଲେ। ସେହି ସୟମରେ ଏହି ଖବରକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା।
https://www.dharitri.com/cm-bhagwant-mann-departments-allotted-to-ministers-home-finance/
ବିଭାଗ ବଣ୍ଟନ କଲେ ମାନ: ଜାଣନ୍ତୁ କାହା ପାଖରେ କ’ଣ ଚଣ୍ଡିଗଡ଼,୨୧।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ପଦଭାର ଗ୍ରହଣ କରିବା ପରେ ଆକ୍ସନ ମୁଡରେ ଆସିଯାଇଛନ୍ତି। କ୍ୟାବିନେଟ ଗଠନ ହେବାର କିଛି ସମୟ ପରେ ହିଁ ମୁଖ୍ୟମନ୍ତ୍ରୀ ମାନ କ୍ୟାବିନେଟ ବୈଠକ କରି ସରକାରୀ ବିଭାଗରେ ୨୫ହଜାର ଖାଲି ପଦବୀ ନିଯୁକ୍ତି କରିବାକୁ ନିଷ୍ପତ୍ତି ନେଇଥିଲେ। ଇତିମଧ୍ୟରେ ପଞ୍ଜାବ କ୍ୟାବିନେଟରେ ସାମିଲ ହୋଇଥିବା ସଦସ୍ୟଙ୍କୁ ଭଗଓ୍ବନ୍ତ ମାନ ସୋମବାର ମନ୍ତ୍ରୀ ପଦ ପ୍ରଦାନ କରିଛନ୍ତି। ଏହିକ୍ରମରେ ହରପାଲ ଚିମାଙ୍କୁ ଅର୍ଥ ବିଭାଗ ଦିଆଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମାନ ନିଜ ପାଖରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ ରଖିଛନ୍ତି। ସେହିପରି ଗୁରମିତ ସିଂହ ମିତ ହେୟରଙ୍କୁ ପଞ୍ଜାବର ଶିକ୍ଷା ମନ୍ତ୍ରୀ, ଡକ୍ଟର ବିଜୟ ସାଙ୍ଗେଲାଙ୍କୁ ସ୍ବାସ୍ଥ୍ୟ ବିଭାଗ, ହରଜୋତ ବେନ୍ସଙ୍କୁ ଆଇନ ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ କରାଯାଇଛି। ସେହିପରି ମାନଙ୍କ ମନ୍ତ୍ରୀ ମଣ୍ଡଳରେ ଏକମାତ୍ର ମହିଳା ଥିବା ଡକ୍ଟର ବଲଜିତ କୌରଙ୍କୁ ସାମାଜିକ ସୁରକ୍ଷା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ ଚୟନ କରାଯାଇଛି। ଅନ୍ୟପଟେ ଶକ୍ତି ବିଭାର ଦାୟିତ୍ୱ ହରଭଜନ ସିଂହ ଇଟିଓଙ୍କୁ ଦିଆଯାଇଥିବା ବେଳେ ଲାଲ ଚାନ୍ଦଙ୍କୁ ଖାଦ୍ୟ ଓ ଯୋଗାଣ ବିଭାଗ, କୁଲଦୀପ ସିଂହ ଧଲିୱାଲଙ୍କୁ ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜ, ଲାଲଜିତ ସିଂହଙ୍କୁ ପରିବହନ ଏବଂ ବରମ ଶଙ୍କରଙ୍କୁ ଜଳ ଯୋଗାଣ ମନ୍ତ୍ରୀ ଭାବେ ଭଗଓ୍ବନ୍ତ ମାନ ଦାୟିତ୍ୱ ଦେଇଛନ୍ତି।
https://www.dharitri.com/228-crore-shock-to-sarbeswar/
ସର୍ବେଶ୍ୱରଙ୍କୁ ୨୨୮ କୋଟିର ଝଟକା ଯାଜପୁର,୨୮ା୧୨(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ଥିବା ମାଣ୍ଡୁକା ପାହାଡ଼ରୁ ମୋରମ ଲୁଟ୍ ମାମଲାର କ୍ଷତିପୂରଣ ବାବଦକୁ ୨୨୮ କୋଟି ୨୫ ଲକ୍ଷ ୬୧ ହଜାର ୭୮ ଟଙ୍କା ଆଦାୟ କରାଯିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ତାଙ୍କ ପତ୍ରସଂଖ୍ୟା ୧୪୬୧୩/୨୬ା୧୨ା୨୦୨୩ରେ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କୁ ଡିମାଣ୍ଡ ନୋଟିସ ଦେବାକୁ ଦର୍ପଣ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାଟେଲାଇଟ୍ ମାପଚୁପ୍ରେ ଏହି ଅର୍ଥ ଆକଳନ ହୋଇଥିବାବେଳେ ପୂର୍ବରୁ କଳାପଥର ଲୁଟ୍ ପରିମାଣ ତୁଳନାରେ ଅତି କମ୍ ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଥିବା ନେଇ ଏବେ ସାରା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଯାହା ଦ୍ୱାରା ରାଜ୍ୟ ସରକାର ଅନେକ କୋଟି ଟଙ୍କା ରାଜସ୍ବ ହରାଇଛି ବୋଲି ମତପ୍ରକାଶ ପାଇଛି। ଜିଲାପାଳଙ୍କୁ ଦେଇଥିବା ଦର୍ପଣ ତହସିଲଦାରଙ୍କ ପ୍ରସ୍ତାବ ଅନୁସାରେ ସର୍ବେଶ୍ୱର ମାଣ୍ଡୁକା ମୋରମ ଖଣିରୁ ୨୫୩୨୭୩.୬୫ ଘନମିଟର ମୋରମ ବେଆଇନ ଭାବେ ଉତ୍ତୋଳନ କରିଥିଲେ। ଓଏମ୍ଏମ୍ସି ରୁଲ୍ସ-୨୦୧୬ ଅନୁସାରେ, ଘନମିଟର ପିଛା ୩୫ ଟଙ୍କା ହିସାବରେ ୮୮,୬୪,୫୭୮ ଟଙ୍କା, ଅତିରିକ୍ତ ଜରିମାନା ବାବାଦକୁ ଘନମିଟର ପିଛା ୧୧୦୦ ଟଙ୍କା ହିସାବରେ ୨୭,୮୬,୦୧,୦୧୫ ଟଙ୍କା, ଏହାର ୧୦୦% ଜରିମାନାକୁ ମିଶାଇଲେ ୫୭,୪୯,୩୧,୧୮୬ ଟଙ୍କା, ୩୦% ଡିଏମ୍ଏଫ୍ ବାବଦକୁ ୨୬,୫୯,୩୭୩ ଟଙ୍କା, ୫% ଇଏମ୍ଏଫ୍ ବାବଦକୁ ୪,୪୩,୨୨୯ ଟଙ୍କା ଏବଂ ପରିବେଶଗତ କ୍ଷତିପୂରଣ ବାବଦକୁ ଘନମିଟର ପିଛା ୬୭୩୦ ଟଙ୍କା ଅନୁସାରେ ୧୭୦,୪୫,୨୭,୨୯୦ ଟଙ୍କା ଜରିମାନା ଅର୍ଥ ଆକଳନ କରାଯାଇଛି। ଅଭିଯୋଗ ଅନୁଯାୟୀ, ମାଣ୍ଡୁକା ମୌଜାର ୩୬୧୧ ପ୍ଲଟ୍ ୧୨ ଏକର ଜମିରେ ମୋରମ ଉତ୍ତୋଳନ କରିବାକୁ ଭୁବନେଶ୍ୱର ବାପୁଜୀ ନଗରର ହରପ୍ରସାଦ ଷଡ଼ଙ୍ଗୀଙ୍କୁ ତହସିଲ ପକ୍ଷରୁ ଅନୁମତି ମିଳିଛି। ଅନୁମତି ଅନୁସାରେ ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ୫ ବର୍ଷ ଦୀର୍ଘମିଆଦି ଲିଜ୍ ଅନୁସାରେ ବର୍ଷକୁ ୧ କୋଟି ଟଙ୍କା ହିସାବରେ ଲିଜ୍ ଦିଆଯାଇଛି। ହେଲେ ଲିଜ୍ ଏରିଆ ବାହାରେ ୩୬୧୦ ନମ୍ବର ପ୍ଲଟରୁ ମୋରମ ବେଆଇନ ଭାବେ ଉତ୍ତୋଳନ ହେଉଥିବାବେଳେ ଗତ ଜୁଲାଇରେ ତହସିଲ ପ୍ରଶାସନ ପକ୍ଷରୁ ଚଢାଉ ହୋଇଥିଲା। ପ୍ରଶାସନ ପକ୍ଷରୁ ହୋଇଥିବା ତଦନ୍ତରେ ଏଥିରେ ସର୍ବେଶ୍ୱରଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା। ଏହାପରେ ସେପ୍ଟେମ୍ବରରେ ପ୍ରଶାସନ ପକ୍ଷରୁ ସାଟେଲାଇଟ୍ ମାପଚୁପ କରାଯାଇଥିଲା। ଉକ୍ତ ରିପୋର୍ଟକୁ ଆଧାର କରି ଦର୍ପଣ ତହସିଲଦାର ଗତ ୨୧ା୧୧ା୨୦୨୩ରେ ଜିଲାପାଳଙ୍କୁ ଜରିମାନା ଆଦାୟ କରିବାକୁ ପ୍ରସ୍ତାବ ଦେଇଥିଲେ। ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ଥିବା ବହୁ ମୂଲ୍ୟବାନ ବେଆଇନ କଳାପଥର କାରବାର ଉପରେ ପୂର୍ବରୁ ସାଟେଲାଇଟ୍ ମାପଚୁପ କରି ୧୧ ଜଣ ଲିଜ୍ଧାରୀଙ୍କଠାରୁ ବିଭିନ୍ନ ପର୍ଯ୍ୟାୟରେ ୩୨୦ କୋଟି ଟଙ୍କାର ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଛି। ଏହାକୁ ନେଇ ଲିଜ୍ଧାରୀମାନେ କୋର୍ଟ କଚେରିର ଦ୍ୱାରସ୍ଥ ହୋଇଛନ୍ତି। ତେବେ କଳାପଥର ଲୁଟ୍ ମାପଚୁପରେ ବ୍ୟାପକ ହେରାଫେରି କରି କେତେଜଣ ପ୍ରଭାବଶାଳୀ ଲୁଟ୍କାରୀଙ୍କୁ ଅତି କମ ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇ ସେମାନଙ୍କୁ ସୁରକ୍ଷା ଦେଇଥିବା ଚର୍ଚ୍ଚା ହେଉଛି। ଏଠାରେ ଅନୁମତିଠାରୁ ବହୁଗୁଣ ଅଧିକ କଳାପଥର ଲୁଟ୍ ହୋଇଥିଲେ ସୁଦ୍ଧା ପରିବେଶଗତ କ୍ଷତିପୂରଣ ଅର୍ଥ ବାବଦକୁ ଘନମିଟର ପିଛା ୬୭୩୦ ଟଙ୍କା ମିଶାଯାଇ ନାହିଁ। ବର୍ତ୍ତମାନ ମଧ୍ୟ ଲିଜ୍ ଅଞ୍ଚଳ ବାହାରୁ ବ୍ୟାପକ କଳାପଥର ଚୋରି ହେଉଥିବାବେଳେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ନୈରାଶ୍ୟଜନକ ରହିଛି। ଡଙ୍କାରୀ ପାହାଡ଼ରେ ଅନୁରୂପ ଲୁଟ୍ କାରବାରକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହେବା ପରେ ଜିଲା ପ୍ରଶାସନକୁ ୮ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ହୋଇଛି। ଏହାବାଦ୍ ରାହାଡପୁର, ଲୁଣିବର, ବାରମାଣ, ବରଡା, ବାଜବାଟି, ଆରୁହା, ବିଛାଖଣ୍ଡି ଆଦି ଖାଦାନରୁ ଅନେକ କୋଟି ଟଙ୍କାର କଳାପଥର ଚୋରି ହେଉଛି। ଏହିକ୍ରମରେ ଉକ୍ତ କଳାପଥର ଖାଦାନଗୁଡିକର ଲୁଟକାରୀଙ୍କ ବିରୋଧରେ ମାଣ୍ଡୁକା ମୋରମ ଖଣି ଲୁଟ୍ ଭଳି କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟ ସରକାର ବିପୁଳ କୋଟି ଟଙ୍କାର ରାଜସ୍ବ ପାଇପାରନ୍ତା ବୋଲି ମତପ୍ରକାଶ ପାଇଛି।
https://www.dharitri.com/jhamuytra-today-ramchandi-will-shine-in-gold/
ଆଜି ଝାମୁଯାତ୍ରା: ସୁନାବେଶରେ ଝଲସିବେ ମା’ ରାମଚଣ୍ଡୀ ମହାକାଳପଡ଼ା,୧୪ା୪ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ଥିବା ମା’ ରାମଚଣ୍ଡୀଙ୍କ ଶୁକ୍ରବାର ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଝାମୁଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରଦ୍ଧାଳୁଙ୍କୁ ମା’ ସୁନାବେଶରେ ଦର୍ଶନ ଦେବେ। ଗୁରୁବାର ରାତି ୪ଟାରୁ ମା’ଙ୍କ ନୀତିକାନ୍ତି ସମ୍ପନ୍ନ ହେବା ପରେ ପାଟବସ୍ତ୍ର ପରିଧାନ କରିବେ। ଏହା ପରେ ମା’ଙ୍କୁ ବିଭିନ୍ନ ସୁନା ଅଳଙ୍କାରରେ ସଜାଯିବ। ପଣା ସଂକ୍ରାନ୍ତି ତିଥି ଥିବାରୁ ବିଭିନ୍ନ ଫଳ, ଫୁଲୁରି , ଛେନା,ଲହୁଣୀ, ନଡ଼ିଆ, କଦଳୀ, ଗୁଡ଼, ଯଅ ଛତୁଆ, ବେଲ ଆଦି ସାମଗ୍ରୀ ମିଶି ପଣା ପ୍ରସ୍ତୁତ କରାଯିବ। ମା’ଙ୍କୁ ଅବକାଶ ନୀତି ପରେ ପଣା ଭୋଗ ଅର୍ପଣ କରାଯିବାର ପାରମ୍ପରିକ ବିଧି ବ୍ୟବସ୍ଥା ରହିଛି। ପରେ ଉକ୍ତ ପଣାକୁ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟନ କରାଯାଇଥାଏ। ମା’ଙ୍କ ନୀତିକାନ୍ତି ସମାପନ ପରେ ମଧ୍ୟାହ୍ନରେ ଅନ୍ନପ୍ରସାଦ, ଖିରି ଖେଚୁଡ଼ି ଓ ବିଭିନ୍ନ ବ୍ୟଞ୍ଜନରେ ପ୍ରସ୍ତୁତ ପ୍ରସାଦ ଲାଗି କରାଯାଇଥାଏ। ପରେ ଠିକ୍ ଦିନ ଗୋଟାଏରେ ମା’ଙ୍କ ଚଳନ୍ତି ପ୍ରତିମା ସୁସଜ୍ଜିତ ବେଶରେ ବିମାନରେ ବସାଯାଇଥାଏ। ନିକଟସ୍ଥ କୋଚିଳା ଗ୍ରାମର ହୁରିଆ ସେବାୟତମାନଙ୍କ ଦ୍ୱାରା ଝାଞ୍ଜ ମୃଦଙ୍ଗ, କାହାଳୀ, ଘଣ୍ଟଘଣ୍ଟା ବିରାଟ ପଟୁଆରରେ ବିମାନ ୭ ଥର ମନ୍ଦିର ବେଢ଼ା ପରିକ୍ରମା କରାଯାଇଥାଏ। ପରେ ମନ୍ଦିର ସମ୍ମୁଖରେ ମା’ଙ୍କ ବିମାନ ଅବସ୍ଥାନ କରାଯାଇଥାଏ। ମା’ଙ୍କ ବିମାନ ସମ୍ମୁଖରେ ୨ ଫୁଟ୍ ପ୍ରସ୍ଥ ୧୨ ଫୁଟ ଲମ୍ବ ବିଶିଷ୍ଟ ଏକ ଗର୍ତ୍ତ ମଧ୍ୟରେ ରଡ଼ ନିଆଁରେ ମାନସିକଧାରୀ ରାଉଳ, ପାଟୁଆମାନେ ଖାଲି ପାଦରେ ୭ ଥର ଚାଲିବାର ପରମ୍ପରା ରହିଛି। ଏହି ସମୟରେ ମା’ଙ୍କ ବିମାନ ସମ୍ମୁଖରେ ମାନସିକଧାରୀମାନେ ଏକବର୍ଣ୍ଣ କୁକୁଡ଼ାଗୁଡ଼ିକ ଉଡ଼ାଇଥାନ୍ତି। ବର୍ଷକରେ ଥରେ ଏହି ଝାମୁଯାତ୍ରା ଦର୍ଶନ କରିବା ପାଇଁ ମା’ଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ। ଦିନ ଥିଲା ମା’ଙ୍କ ପୀଠରେ ମେଣ୍ଢା, ବୋଦା ବଳିରେ ରକ୍ତ ରଞ୍ଜିତ ହେଉଥିଲା। ପ୍ରଶାସନର କଟକଣା ଲାଗୁ ହେବା ପରେ ପୀଠରେ ବଳି ପ୍ରଥା ବନ୍ଦ ରହିଛି। ମା’ଙ୍କ ପୀଠରେ ମୁଖ୍ୟ ଭୋଗ ଭାବେ ଆମିଷ ଘାଣ୍ଟ ଲାଗି ହେବାର ବିଶେଷତ୍ୱ ରହିଛି। ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ଗଲେ ଜାଲରେ ପଡ଼ିଥିବା ପ୍ରଥମ ମାଛକୁ ମା’ଙ୍କ ନିକଟରେ ସମର୍ପଣ କରିବା ବିଧି ରହିଛି। ଅପରପକ୍ଷରେ ଏହି ପୀଠରେ ଝାମୁଯାତ୍ରାରେ ଜମ୍ବୁ ସାମୁଦ୍ରିକ ଥାନା ଓ ମହାକାଳପଡ଼ା ଥାନା ପୋଲିସ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ପରେଶ କୁମାର ମହାନ୍ତି କହିଛନ୍ତି।
https://www.dharitri.com/govt-concerned-have-ordered-probe-it-minister-ashwini-vaishnaw-on-iphone-hack-alert-issue/
ଆପଲ୍ ଆଇଫୋନ୍ ହ୍ୟାକିଂ ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର ନୂଆଦିଲ୍ଲୀ,୩୧/୧୦: ମଙ୍ଗଳବାର କେନ୍ଦ୍ର ସରକାର ବିରୋଧୀଙ୍କ ଆପଲ୍ ଆଇଫୋନ୍ ହ୍ୟାକିଂ ଦାବିକୁ ଖାରଜ କରିଛନ୍ତି। ଏହା ସହିତ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଏହି ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଅଶ୍ୱିନ୍ ବୈଷ୍ଣବ କହିଛନ୍ତି ଯେ କିଛି ସହକର୍ମୀ ଆପଲ୍ ଆଲର୍ଟ ବିଷୟରେ ଅଭିଯୋଗ କରିଛନ୍ତି, ଏଭଳି ପରିସ୍ଥିତିରେ ଆମେ ମାମଲାର ମୂଳରେ ନିଶ୍ଚିନ୍ତ ପହଞ୍ଚିବା। ବିରୋଧୀଙ୍କ ଅଭିଯୋଗ ଉପରେ ସେ କହିଛନ୍ତି ଯେ ଆମର କିଛି ସମାଲୋଚକ ଅଛନ୍ତି ଯେଉଁମାନେ ସବୁବେଳେ ମିଛ ଅଭିଯୋଗ କରନ୍ତି। ସେମାନେ ଦେଶର ପ୍ରଗତି ଚାହୁଁ ନାହାଁନ୍ତି। ୧୫୦ ଟି ଦେଶରେ ଆପଲ୍ ଆଲର୍ଟ ଜାରି କରିଛି। ଆପଲ୍ ଅନୁମାନ ଉପରେ ଆଧାର କରି ବାର୍ତ୍ତା ପଠାଇଛି, ଯାହା ବିଷୟରେ ଆପଲ୍ ଏହାର ସ୍ପଷ୍ଟୀକରଣ ଜାରି କରିଛି। ଏହା ବ୍ୟତୀତ ଆଇଟି ମନ୍ତ୍ରୀ କହିଛନ୍ତି ବିରୋଧୀ ମାନଙ୍କର ଅଭ୍ୟାସ ରହିଛି, କି କୌଣସି ବିଷୟ ନଥିଲେ ସେମାନଙ୍କ ଗୋଇନ୍ଦା ଗିରି ହେଉଥିବା ଅଭିଯୋଗ ଲଗାଇଥାନ୍ତି। ତେବେ ଏହି ଅଭିଯୋଗ ସେମାନେ କିଛି ବର୍ଷ ପୂର୍ବରୁ ଲଗାଇବାକୁ ଚେଷ୍ଟା କରିଥିଲେ। ଯାହାର ତଦନ୍ତ ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ହୋଇଥିଲା, କିନ୍ତୁ କିଛି ସାବ୍ୟସ୍ତ ହୋଇ ନଥିଲା। ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଦାବି କରିଥିଲେ ଯେ, ତାଙ୍କର ଦୁଇ ପିଲାଙ୍କର ଫୋନ ହ୍ୟାକି ହୋଇଥିଲା, କିନ୍ତୁ ତଦନ୍ତରେ କିଛି ମିଳିନଥିଲା।
https://www.dharitri.com/he-didnt-want-the-money-he-just-wanted-to-play-looking-back-at-deepak-hoodas-rollercaster-ride/
‘ସେ ଟଙ୍କା ନୁହେଁ, ଖେଳିବାକୁ ଚାହାନ୍ତି’ ମୁମ୍ବାଇ,୨୮।୧: ଦୀପକ ହୁଡା ଟଙ୍କା ନୁହେଁ, କ୍ରିକେଟ ଖେଳିବାକୁ ଭଲ ପାଆନ୍ତି। ଯେମିତି ଚକୋଲେଟ୍ ପ୍ରତି ଲୋକଙ୍କ ଭଲ ପାଇବା ଥାଏ, ଠିକ୍ ସେମିତି ସେ ଫିଲ୍ଡରେ ରହିବାକୁ ଭଲ ପାଆନ୍ତି। ୨୬ ବର୍ଷୀୟ ଅଲରାଉଣ୍ଡରଙ୍କ ସମ୍ପର୍କରେ ଏଭଳି କହିଛନ୍ତି ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନ। ହୁଡାଙ୍କୁ ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜ୍ ଲାଗି ଘୋଷିତ ଭାରତୀୟ ଦଳରେ ସ୍ଥାନ ମିଳିଛି। ବରୋଦା ଖେଳାଳିଙ୍କୁ ଏଥି ପୂର୍ବରୁ ୨୦୧୭ରେ ଜାତୀୟ ଦଳରୁ ଡକରା ଆସିଥିଲା। ହେଲେ ଖେଳିବାକୁ ସୁଯୋଗ ପାଇ ନ ଥିଲେ। ଗତ ବର୍ଷକ ମଧ୍ୟରେ ହୁଡାଙ୍କ ଜୀବନ ସମସ୍ୟାରେ ଭରି ରହିଥିଲା। ୨୦୨୦-୨୧ରେ ଅଧିନାୟକ କ୍ରୁନାଲ ପାଣ୍ଡ୍ୟାଙ୍କ ସହ ଯୁକ୍ତିତର୍କ ପରେ ବରୋଦା ଦଳର ହୋଟେଲ ଛାଡ଼ି ଚାଲି ଆସିଥିଲେ ହୁଡା। ସାଧାରଣତଃ ଖେଳାଳିମାନେ ନିଜ ରାଜ୍ୟ ବୋର୍ଡରୁ ଅଲଗା ହେବା ପରେ ଘରୋଇ କ୍ରିକେଟରେ ଛୋଟ ଦଳକୁ ଯାଆନ୍ତି। ଯାହାଫଳରେ ସେମାନଙ୍କୁ ମ୍ୟାଚ୍ ଫି’ରୁ ଅଧିକ ଟଙ୍କା ମିଳିବ। କିନ୍ତୁ ଦୀପକ ପେଶାଦାର କ୍ରିକେଟ ପାଇଁ ରାଜସ୍ଥାନ ଦଳ ସହ ଯୋଡ଼ି ହୋଇଥିଲେ। ଏଥି ଲାଗି ଆରସିଏକୁ ଅତିରିକ୍ତ ଟଙ୍କା ମାଗି ନ ଥିଲେ। ଯାହାକି ଉଭୟ ପକ୍ଷଙ୍କୁ ସୁହାଇ ଥିଲା। “ସେ କ୍ରିକେଟ ଖେଳିବାକୁ ଚାହାନ୍ତି। ସାଧାରଣତଃ ପେଶାଦାର କ୍ରିକେଟର ଟଙ୍କା ବାଛନ୍ତି। କିନ୍ତୁ ସେ ସେଭଳି କିଛି ଦାବି କରି ନ ଥିଲେ। ସେ କେଉଁ ଭଳି ପରିସ୍ଥିତିରେ ଆମ ପାଖକୁ ଆସିଥିଲେ ଆମକୁ ଜଣାଥିଲା। ଆମକୁ ତାଙ୍କ ଭଳି ଜଣେ ବ୍ୟାଟିଂ ଅଲରାଉଣ୍ଡରଙ୍କ ଆବଶ୍ୟକତା ଥିଲା, ଯିଏକି ସ୍ଥାନୀୟ ଯୁବ ଖେଳାଳିଙ୍କୁ ଗାଇଡ୍ କରିପାରିବ। ସେ ଭଲ ପ୍ରଦର୍ଶନ କରି ଜାତୀୟ ଦଳରେ ସ୍ଥାନ ପାଇଥିବାରୁ ଆମେ ଗର୍ବିତ” ବୋଲି ଆର୍ସିଏ ସମ୍ପାଦକ ମହେନ୍ଦ୍ର ଶର୍ମା କହିଛନ୍ତି। ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ସର୍ବାଧିକ ରନ୍ କରିଥିବା ବ୍ୟାଟରଙ୍କ ତାଲିକାରେ ସେ ଦ୍ୱିତୀୟ ସ୍ଥାନରେ ଥିଲେ। ୨୦୧୩ରେ ଇର୍ଫାନ ପଠାନ ବରୋଦା ଦଳର ମେଣ୍ଟର ଥିବା ବେଳେ କ୍ୟାରିୟର ଆରମ୍ଭ କରିଥିଲେ ଦୀପକ ହୁଡା। “ଏହା ସତ କଥା। ଅନେକ ଦଳ ତାଙ୍କୁ ଚାହୁଁ ଥିଲେ। ସେ ଟଙ୍କାକୁ ଖାତିର କରନ୍ତି ନାହିଁ। ସେ କେବଳ ଖେଳିବାକୁ ଚାହାନ୍ତି। ତାଙ୍କ ନିଷ୍ପତ୍ତି ଆରସିଏର ଅଧିକାରୀଙ୍କୁ ଚକିତ କରି ଦେଇଥିଲା। ସେ ଟଙ୍କା କଥା ଉଠାଇ ନ ଥିଲେ” ବୋଲି ଇର୍ଫାନ କହିଛନ୍ତି।
https://www.dharitri.com/ଅଙ୍ଗନବାଡ଼ି-କେନ୍ଦ୍ର-ପରିଦର/
ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କଲେ ତହସିଲଦାର ଶେରଗଡ଼,୨୫।୭(ଡି.ଏନ.ଏ.): ଗଞ୍ଜାମ ଜିଲାର ଶେରଗଡ଼ ତହସିଲଦାର ଗୁରୁବାର ଦିନ କୁଲାଗଡ଼ ସେକ୍ଟର ଓ ମହୁପଦର ସେକ୍ଟରରେ ଥେିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡିକୁ ଅଚାନକ ପରିଦର୍ଶନ କରିଛନ୍ତି। ତହସିଲଦାର ଡ଼. ଦୟାସିନ୍ଧୁ ପରିଡା ପ୍ରଥମେ ମହୁପଦର ସେକ୍ଟରର କିଛି ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି କେନ୍ଦ୍ରର ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିଥିଲେ। ମୂଖ୍ୟତଃ ଅଙ୍ଗନବାଡ଼ି କର୍ମୀ ଆସୁଛନ୍ତି ନା ନାହିଁ, ଉପସ୍ଥାନ ଖାତା, ଖାଦ୍ୟ ରନ୍ଧା ଯାଉଛିନା ନାହିଁ, ପ୍ରାକ୍ ପ୍ରାଥମିକ ଶିକ୍ଷା ଦିଆଯାଉଛି ନା ନାହିଁ ସେନେଇ ସେ ତଦାରଖ କରିଥିଲେ। ଏଥିସହ କେନ୍ଦ୍ରର କାଗଜପତ୍ର ଠିକ୍ କରିବାକୁ କହିବା ସହ କାମରେ ଅବହେଳା ହେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦୟାସିନ୍ଧୁ କର୍ମୀମାନଙ୍କୁ ଚେତାବନୀ ଦେଇଛନ୍ତି। ଏହାପରେ ସେ ବ୍ଲକର ଶେରଗଡ଼, ତାକରଡା, ଖମାର, କୁଲାଗଡ଼ ଗଁ।ରେ ଥିବା କେନ୍ଦ୍ରକୁ ପରିଦର୍ଶନ କରିଥିଲେ। ଉକ୍ତ ପରିଦର୍ଶନ ସମୟରେ ସୁପର ଭାଇଜର ଗେଲିସାରିଆ ସାହୁ, ବାସନ୍ତୀ ଲତା ଦେବୀ ମଧ୍ୟ ଉପସ୍ଥିତ ରହିଥିଲେ।
https://www.dharitri.com/karthiks-shehzada-flops-at-the-box-office/
କାର୍ତ୍ତିକଙ୍କ ‘ଶେହଜାଦା’ ବକ୍ସ ଅଫିସରେ ଫ୍ଲପ୍‌ ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଫିଲ୍ମ ‘ଶେହଜାଦା’ କୁ ଦେଖିବାକୁ ଦର୍ଶକ ଅପେକ୍ଷା କରି ରହିଥିଲେ। ହେଲେ ଫିଲ୍ମଟି ରିଲିଜ୍ ହେବା ପରେ ଦର୍ଶକଙ୍କୁ ଆକର୍ଷିତ କରିବାରେ ବିଫଳ ହୋଇଛି। ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଛି ବୋଲି କୁହାଯାଉଛି। ‘ଶେହଜାଦା’ ପ୍ରଥମ ଦିନରେ ୬ କୋଟି, ଦ୍ୱିତୀୟ ଦିନରେ ୬.୬୫ କୋଟି ଟଙ୍କା ଆୟ କରିଥିବାବେଳେ ତୃତୀୟ ଦିନରେ ୭.୫୫ କୋଟି ଟଙ୍କା ସଂଗ୍ରହ କରିଛି। ସେହିପରି ଚତୁର୍ଥ ଦିନରେ ଅର୍ଥାତ୍ ସୋମବାର ଏହି ଚଳଚ୍ଚିତ୍ରଟି ମାତ୍ର ୨.୨୫ କୋଟି ଟଙ୍କା ଆୟ କରିଛି। ବର୍ତ୍ତମାନ ମଙ୍ଗଳବାର ରିଲିଜ୍ର ପଞ୍ଚମ ଦିନର ପ୍ରାରମ୍ଭିକ ଆକଳନ ମଧ୍ୟ ଆସିଛ। ଯାହା ଅନୁଯାୟୀ ଫିଲ୍ମଟି ପଞ୍ଚମ ଦିନରେ ମାତ୍ର ୨ କୋଟି ଟଙ୍କା ସଂଗ୍ରହ କରିଥିବା ଜଣାପଡିଛି। ଏହା ସହିତ ଫିଲ୍ମର ମୋଟ ସଂଗ୍ରହ ବର୍ତ୍ତମାନ ୨୪.୪୫ କୋଟି ଟଙ୍କାରେ ପହଞ୍ଚିଛି।
https://www.dharitri.com/india-vs-australia-4th-test-live-streaming-telecast-channel-where-and-how-to-watch-ind-vs-aus-today-match/
ଆଜିଠୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଟେଷ୍ଟ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌ ଅହମ୍ମଦାବାଦ,୯।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଜିତିବା ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚ ଜିତିବା ପରେ ଭାରତ ୩-୧ ସିରିଜରେ ନିଜର ନାମ ସୃଷ୍ଟି କରିବ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ମଧ୍ୟ ନିଜର ସ୍ଥାନ ନିଶ୍ଚିତ କରିବ। ଏହି ମ୍ୟାଚ ହାରିବା ପରେ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଖେଳିବାର ଭାଗ୍ୟ ଉପରେ ନିର୍ଭର କରିବ। ଚାରି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ ସହଜରେ ଭାରତ ଜିତିଥିଲା। ଏଥି ସହିତ ଭାରତକୁ ତୃତୀୟ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ ମାର୍ଚ୍ଚ ୯ରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ସକାଳ ୯.୩୦ରୁ ଖେଳାଯିବ। ଟସ ସକାଳ ୯ଟାରେ ହେବ। ଷ୍ଟାର ସ୍ପୋର୍ଟସ ନେଟୱାର୍କ ନିକଟରେ ଭାରତ ଏବଂ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ପ୍ରସାରଣ ଅଧିକାର ଅଛି। ଷ୍ଟାର୍ ସ୍ପୋର୍ଟସର ବିଭିନ୍ନ ଚ୍ୟାନେଲରେ ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ଦେଶର ଅନ୍ୟ ଭାଷାରେ ମନ୍ତବ୍ୟ ସହିତ ଆପଣ ଏହି ମ୍ୟାଚ ଦେଖିପାରିବେ। ଏହି ମ୍ୟାଚର ଲାଇଭ-ଷ୍ଟ୍ରିମିଂ ଭାରତର ହଟଷ୍ଟାର ଆପରେ ଦେଖିବାକୁ ମିଳିବ।
https://www.dharitri.com/icc-expresses-happiness-over-ms-dhoni-not-taking-retirement-from-csk/
ଧୋନୀଙ୍କ ନିଷ୍ପତ୍ତିରେ ଖୁସି ଆଇସିସି ଦୁବାଇ,୨।୧୧: କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ବିଜୟ ସହ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ୨୦୨୦ରେ ନିରାଶାଜନକ ଯାତ୍ରା ଶେଷ କରିଛି। ମ୍ୟାଚ୍ ପୂର୍ବରୁ ଧୋନୀ ଚେନ୍ନାଇ ପାଇଁ ଏହା ତାଙ୍କର ଶେଷ ମ୍ୟାଚ ନୁହେଁ ବୋଲି କହି ପ୍ରଶଂସକଙ୍କୁ ଖୁସି କରିଥିଲେ। ଏହି ମ୍ୟାଚ୍ରେ ଧୋନୀ ଟସ ଜିତିବା ପରେ କ୍ରିକେଟ୍ ସମୀକ୍ଷକ ଡାନି ମରିସନ୍ ତାଙ୍କୁ ହଳିଦିଆ ଜର୍ସିରେ ଏହା ଶେଷ ମ୍ୟାଚ୍ କି ବୋଲି ପଚାରିଥିଲେ। ଏହା ଶୁଣି ଧୋନୀ କହିଥିଲେ ଆଦୌ ନୁହେଁ। ଧୋନୀଙ୍କ ଏହି ନିଷ୍ପତ୍ତିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ସମୟରେ ଧୋନୀଙ୍କ ଏଭଳି ନିଷ୍ପତ୍ତିକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ମଧ୍ୟ ସ୍ବାଗତ କରିଛି। ଧୋନୀଙ୍କ ଫଟୋ ମଧ୍ୟ ଶେୟାର କରି ଏହାର କ୍ୟାପସନରେ ଆଇସିସି ଲେଖିଛି, ୧୯୨୯ ଘଣ୍ଟାରୁ ଏମଏସ ଧୋନୀଙ୍କୁ ଅବସର ନେବାକୁ ପଡିବ, ଆଦୌ ନୁହେଁ। ଏମଏସ ଧୋନୀଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସ ଏପର୍ଯ୍ୟନ୍ତ ୧୧ଥର ଆଇପିଏଲରେ ଭାଗ ନେଇଛି। ଏଥିମଧ୍ୟରୁ ଦଳ ୧୦ଥର ପ୍ଲେ ଅଫ୍କୁ ଯାଇଛି। ଚଳିତବର୍ଷ ପ୍ରଥମଥର ପାଇଁ ଚେନ୍ନାଇ ପ୍ଲେ ଅଫରେ ପ୍ରବେଶ କରିନାହିଁ।
https://www.dharitri.com/ending-human-kindness-honesty-respect-for-others-survey-report/
ଶେଷ ହେବାରେ ଲାଗିଛି ମଣିଷ ମନରୁ ଦୟା, ସଚ୍ଚୋଟ ପଣିଆ, ଅନ୍ୟପ୍ରତି ସମ୍ମାନ: ସର୍ଭେ ରିପୋର୍ଟ… ଓ୍ବାଶିଂଟନ,୧୩।୬ : ସମ୍ପ୍ରତି ସମଗ୍ର ବିଶ୍ୱରେ ସାଧାରଣ ଲୋକଙ୍କ ମନରୁ ଦୟା, ଅନ୍ୟମାନଙ୍କ ପ୍ରତି ସମ୍ମାନର ଭାବନା, ସଚ୍ଚୋଟତା ଇତ୍ୟାଦି ଗୁଣ ଲୋପ ପାଇବାକୁ ଯାଉଛି। କିନ୍ତୁ ମନୋବିଜ୍ଞାନୀମାନେ ଯୁକ୍ତି କରନ୍ତି ଏଭଳି ମତ କେବଳ ଏକ ସ୍ବଭାବଗତ ତ୍ରୁଟି। ବିଶେଷଜ୍ଞମାନେ କହିଛନ୍ତି ଲୋକଙ୍କ ବିଶ୍ୱାସ ଗୁରୁତ୍ୱପୂର୍ଣ୍ଣ କାରଣ ପ୍ରାୟତଃ ଏଥିରେ ସେମାନଙ୍କ ଆଚରଣ ପ୍ରକାଶିତଜ ହୋଇଥାଏ। ସେଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ । ଏକ ନୂତନ ଅଧ୍ୟୟନ ଦ୍ୱାରା ଏହି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏହି ଅଧ୍ୟୟନ ରିପୋର୍ଟ ପ୍ରସିଦ୍ଧ ନେଚର ପତ୍ରିକାର ନୂତନ ସଂଖ୍ୟାରେ ପ୍ରକାଶିତ ହୋଇଛି । ୬୦ ଟି ଦେଶରେ କରାଯାଇଥିବା ଏକ ସର୍ଭେ ଉପରେ ଆଧାର କରି ଏହି ଅଧ୍ୟୟନ କରାଯାଇଛି। ଏହି ସର୍ବେକ୍ଷଣ ସମୟରେ, ଅଧିକାଂଶ ଲୋକ ସମାନ ମତ ପ୍ରକାଶ କରିଥିଲେ. ଗତ ଛଅ-ସାତ ଦଶନ୍ଧି ମଧ୍ୟରେ ନୈତିକତା ହ୍ରାସ ପାଇଛି। ଆମେରିକାର କଲମ୍ବିଆ ବିଜନେସ ସ୍କୁଲରେ ଗବେଷକ ଆଡାମ ମାସ୍ଟ୍ରିଆନିଙ୍କ ଦ୍ୱାରା ଏହି ଅଧ୍ୟୟନ କରାଯାଇଥିଲା। ଏହି ସମୟରେ, ଲୋକଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା, ସେମାନଙ୍କ ମତରେ ୨୦୨୦, ୨୦୧୦ ଏବଂ ୨୦୦୦ ମସିହାରେ ଲୋକମାନଙ୍କ ମଧ୍ୟରେ ଅଧିକ ଦୟା ଭାବ ଥିଲା। ଛାତ୍ରୀଛାତ୍ରମାନଙ୍କ ଠାରୁ ଆରମ୍ଭ କରି ସେମାନଙ୍କ ପିତାମାତାଙ୍କ ପିଢ଼ି ପର୍ଯ୍ୟନ୍ତ ଏହିପରି ମତ ପ୍ରକାଶ କରିଥିଲେ। ଏଥିସହ ଉଭୟ ରାଜନୈତିକ ଉଦାରବାଦୀ ଏବଂ ରକ୍ଷଣଶୀଳ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସମାନ ମତ ପ୍ରକାଶ ପାଇଥିଲା। କିନ୍ତୁ ଅତୀତରେ କରାଯାଇଥିବା ସର୍ବେକ୍ଷଣକୁ ଦର୍ଶାଇ ଅଧ୍ୟୟନ ରିପୋର୍ଟରେ କୁହାଯାଇଛି ସେତେବେଳେ ମଧ୍ୟ ଲୋକମାନେ ସମାନ ମତ ପ୍ରକାଶ କରିଥିଲେ। ଏହାର ଅର୍ଥ ହେଉଛି ନୈତିକ ଅବନତିର ବିଷୟ ଏକ ଭ୍ରମ। ତଥାପି, ମାସ୍ଟ୍ରୋଏନି ଚେତାବନୀ ଦେଇଛନ୍ତି ଏହାର ଅର୍ଥ ନୁହେଁ ନୈତିକ ମାନଦଣ୍ଡ ଆଜି ଭଲ ସ୍ଥିତିରେ ରହିଛି। ମାସ୍ଟ୍ରିଓନିଙ୍କ ଅନୁଯାୟୀ, ଅନେକ ସମ୍ଭାବ୍ୟ କାରଣ ଥାଇପାରେ ଯେଉଁ କାରଣରୁ ସାମୂହିକ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ। ଏଥିରେ ଦୁଇ ପ୍ରକାରର ମାନସିକ ଘଟଣା ଅନ୍ତର୍ଭୁକ୍ତ । ମାନବ ପ୍ରକୃତି ଏପରି ସକାରାତ୍ମକ ସୂଚନା ଅପେକ୍ଷା ନକାରାତ୍ମକ ସୂଚନା ପ୍ରତି ଅଧିକ ଧ୍ୟାନ ଦେଇଥାଏ। ଏହା ବ୍ୟତୀତ, ଦେଖାଯାଇଛି ମଣିଷ ଭଲ ସ୍ମୃତି ଅପେକ୍ଷା ଖରାପ ସ୍ମୃତିକୁ ଶୀଘ୍ର ଭୁଲିଯାଏ। ଏହି ଉପାୟରେ ପ୍ରାୟତଃ ଅନୁଭବ କରାଯାଏ ଅବସ୍ଥା ପୂର୍ବରୁ ଭଲ ଥିଲା । ୱାଟରଲୁ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନର ପ୍ରଫେସର ରିଚାର୍ଡ ଆଇବାକ କହିଛନ୍ତି ଏହି ଅଧ୍ୟୟନର ଫଳାଫଳଗୁଡ଼ିକ ସମାନ ଭ୍ରମର ଅସ୍ତିତ୍ୱକୁ ନିଶ୍ଚିତ କରିଥାଏ। ଅନ୍ୟ ମନୋବିଜ୍ଞାନୀଙ୍କ ଅନୁଯାୟୀ, ସର୍ବଶେଷ ଅଧ୍ୟୟନ ପୂର୍ବ ଅଧ୍ୟୟନର ଫଳାଫଳକୁ ନିଶ୍ଚିତ କରେ ଲୋକମାନେ ନିରାଶା ପ୍ରତି ଅଧିକ ଆଗ୍ରହୀ ଅଟନ୍ତି।
https://www.dharitri.com/mehbooba-sat-at-jantar-mantar/
ଜନ୍ତରମନ୍ତରରେ ବସିଲେ ମେହବୁବା ନୂଆଦିଲ୍ଲୀ, ୭।୧୨: ଜମ୍ମୁ-କଶ୍ମୀରରେ ନିରୀହ ଜନସାଧାରଣଙ୍କୁ ହତ୍ୟା କରାଯାଉଛି। ତୁରନ୍ତ ଏହାକୁ ବନ୍ଦ କରିବା ଦାବିରେ ସୋମବାରଠୁ ଜନ୍ତରମନ୍ତରଠାରେ ଧାରଣାରେ ବସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି। ତାଙ୍କ ସହ ଧାରଣାରେ ବହୁସଂଖ୍ୟାରେ ସାମିଲ ହୋଇଛନ୍ତି ଦଳୀୟ କର୍ମୀ। କଶ୍ମୀରରେ ବିକ୍ଷୋଭ ପ୍ରଦର୍ଶନ ଲାଗି ତାଙ୍କୁ ଅନୁମତି ଦିଆଯାଉ ନ ଥିବାରୁ ସେ ଜାତୀୟ ରାଜଧାନୀରେ ଧାରଣାରେ ବସିବା ଲାଗି ନିଷ୍ପତ୍ତି ନେଇବା କହିଛନ୍ତି ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ଅଧ୍ୟକ୍ଷା। ଯେତେଥର ସେ ନିଜ ରାଜ୍ୟରେ ବିକ୍ଷୋଭ କରିବାକୁ ଯୋଜନା କରିଛନ୍ତି, ତାଙ୍କୁ ଗୃହବନ୍ଦୀ ରଖାଯାଇଛି ବୋଲି କହିଛନ୍ତି। ୨୦୧୯ ଅଗଷ୍ଟ ୫ରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ କଶ୍ମୀର ଏକ ବନ୍ଦୀଶାଳାରେ ପରିଣତ ହୋଇଛି। ସେଠାରେ ଲୋକମାନଙ୍କୁ ମତବ୍ୟକ୍ତ କରିବା ଲାଗି ଅନୁମତି ମିଳୁନାହିଁ। ସେମାନଙ୍କୁ ଏକପ୍ରକାର ଦମନ କରି ରଖାଯାଇଥିବା ମେହବୁବା କହିଛନ୍ତି। ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ସେ ସବୁବେଳେ ପ୍ରଶ୍ନ ଉଠାଉଥିବା କଥାକୁ ମେହବୁବା ଖଣ୍ଡନ କରିଛନ୍ତି। ଯେତେବେଳେ ଏନ୍କାଉଣ୍ଟରରେ ଆତଙ୍କବାଦୀ ମରୁଛନ୍ତି, ସେତେବେଳେ କେହି ପ୍ରଶ୍ନ ଉଠାନ୍ତି ନାହିଁ। କିନ୍ତୁ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଲେ ଲୋକେ ରାସ୍ତାକୁ ଆସନ୍ତି ଓ ପ୍ରଶାସନ ପ୍ରତି ଅଙ୍ଗୁଳି ଉଠାନ୍ତି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି।
https://www.dharitri.com/ଦିଲ୍ଲୀରେ-ଜୁହାର-ପରିବାର-ବା/
ଦିଲ୍ଲୀରେ ଜୁହାର ପରିବାର ବାଣ୍ଟିଲା ରିଲିଫ ସମ୍ବଲପୁର, ୭।୫ (ବ୍ୟୁରୋ)- ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଜୁହାର ପରିବାର ପକ୍ଷରୁ ଦିଲ୍ଲୀରେ କରୋନା ପରିସ୍ଥିତିକୁ ଦେଖି ରିଲିଫ ବଣ୍ଟନ କରାଯାଇଛି । ଲକ୍ ଡାଉନରେ ପ୍ରଭାବିତ ହୋଇଥିବା ଗରିବମାନଙ୍କୁ ଚାଉଳ, ଡାଲି, ଅଟା, ତେଳ, ଆଳୁ, ଲୁଣ, ଚିନି, ଚା, ଆଚାର ପ୍ରଭୃତି ସପ୍ତାହ ଲାଗି ଦିଆଯାଇଛି। ଦିଲ୍ଲୀ ସାହାପୁର ଜାଠ ଅଞ୍ଚଳରେ ରହୁଥିବା ଓଡିଶା ଏବଂ ପଶ୍ଚିମଓଡିଶା ସମେତ ଦେଶର ବିଭିନ୍ନ ଅଞ୍ଚଳର ଗରିବମାନଙ୍କୁ ରାଶନ ସାମଗ୍ରୀ ଦିଆଯାଇଥିଲା।
https://www.dharitri.com/the-puja-committee-will-be-added-to-the-transparency/
ସ୍ବଚ୍ଛତାରେ ଯୋଡ଼ିହେବେ ପୂଜା କମିଟି ଢେଙ୍କାନାଳ ଅଫିସ, ୨।୧: ଢେଙ୍କାନାଳ ସହରର ପୂଜା ପ୍ରତିଷ୍ଠାନଗୁଡ଼ିକୁ ସ୍ବଚ୍ଛତା କାର୍ଯ୍ୟକ୍ରମରେ ସାମିଲ କରାଯିବ। ସହର ସୌନ୍ଦର୍ଯ୍ୟକରଣରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ପୌରସଂସ୍ଥା ପକ୍ଷରୁ ଲକ୍ଷ୍ମୀବଜାର ଇନ୍ଦିରା ଗାନ୍ଧୀ ସୁପରମାର୍କେଟ୍ କମ୍ପ୍ଲେକ୍ସ ପ୍ରାଙ୍ଗଣରେ ଆୟୋଜିତ ‘ସଫେଇ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଏହି ପ୍ରସ୍ତାବ ଗୃହୀତ ହୋଇଛି। ଜିଲାପାଳ ସରୋଜ କୁମାର ସେଠୀ ଯୋଗଦେଇ ସହର ସୌନ୍ଦର୍ଯ୍ୟବୃଦ୍ଧି ଉପରେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ମିଳିତ ବଜାର ଲକ୍ଷ୍ମୀପୂଜା କମିଟି ସଭାପତି ବିଶ୍ୱନାଥ ବେହେରାଙ୍କ ଅଧ୍ୟକ୍ଷତାରେ ପୌର ନିର୍ବାହୀ ଅଧିକାରୀ ଅତନୁ ସାମନ୍ତ ଓ ପୌରଯନ୍ତ୍ରୀ ରଶ୍ମିତା ମିଶ୍ର ଉପସ୍ଥିତ ଥିଲେ। ସମସ୍ତ ଲକ୍ଷ୍ମୀପୂଜା ପ୍ରତିଷ୍ଠାନକୁ ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟ ରକ୍ଷା କ୍ଷେତ୍ରରେ ସାମିଲ କରିବାକୁ ଶିକ୍ଷାବିତ୍ ପ୍ରଦ୍ୟୁମ୍ନ ରଥ ମତ ଦେଇଥିଲେ। ଏଣିକି ପ୍ରତି ୱାର୍ଡରେ ସ୍ବଚ୍ଛତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ‘ସଫେଇ ପେ ଚର୍ଚ୍ଚା, ଚାଏ କେ ସାଥ’ ଏହାର ଥିମ୍ ରହିବ। ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରାଯିବ। ପୂର୍ବତନ ନଗରପାଳ ସୁନୀଲ୍ କୁମାର ଶର୍ମା, ଇନ୍ଦ୍ରମଣି ବେହେରା, ସୁଧାଂଶୁ ଦଳେଇ, ରୋଟାରିଆନ୍ ରାଜକିଶୋର ବେହେରା, ସ୍ବଚ୍ଛତା ସହଯୋଗୀ ‘ହେଲ୍ପିଂ ହ୍ୟାଣ୍ଡ ସୋସାଇଟି’ର କର୍ମକର୍ତ୍ତାମାନେ ଆଲୋଚନାରେ ଭାଗନେଇଥିଲେ।
https://www.dharitri.com/ରକ୍ତଭଣ୍ଡାରରେ-ରକ୍ତର-ଅଭାବ/
ରକ୍ତଭଣ୍ଡାରରେ ରକ୍ତର ଅଭାବ: ଭରଣା ଉଦ୍ଦେଶ୍ୟରେ ରକ୍ତଦାନ କାର୍ଯ୍ୟକ୍ରମ ରକ୍ତଭଣ୍ଡାରରେ ରକ୍ତର ଅଭାବ: ଭରଣା ଉଦ୍ଦେଶ୍ୟରେ ରକ୍ତଦାନ କାର୍ଯ୍ୟକ୍ରମ ପାଟଣା,୧୫ା୪(ସ୍ବ.ପ୍ର.): କରୋନା ସଂକ୍ରମଣ ପାଇଁ ଏବେ ଲକ୍ଡାଉନ୍ ଜାରି ରହିଥିବା ବେଳେ କେନ୍ଦୁଝର ଜିଲା ରକ୍ତଭଣ୍ଡାରରେ ଏବେ ରକ୍ତର ଘୋର ଅଭାବ ପରିଲକ୍ଷିତ ହୋଇଛି। ଏହାକୁ ଭରଣା କରିବା ଉଦ୍ଦେଶ୍ୟରେ କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ରାଜୀବଗାନ୍ଧୀ ସେବାକେନ୍ଦ୍ରଠାରେ ବୁଧବାର ପାଟଣା ବ୍ଲକ ବିଜେଡି ପକ୍ଷରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ପାଟଣା ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ଜଗନ୍ନାଥ ନାଏକ କହିଛନ୍ତି। ଏଥିରେ ସାମାଜିକ ଦୂରତ୍ୱ ଅବଲମ୍ବନ କରି ମୋଟ୍ ୨୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ଏହି ରକ୍ତଦାନ ଶିବିରରେ ଜିଲା ବିଜେଡି ସଭାପତି ତଥା ପୂର୍ବତନ ଏମ୍ପି.ମାଧବ ସର୍ଦ୍ଦାର, ପାଟଣା ବିଧାୟକ ଜଗନ୍ନାଥ ନାଏକ, ବିଜେଡି ରାଜ୍ୟ ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ, ଜିଲା ଯୁବ ବିଜେଡି ସଭାପତି ସୌମ୍ୟଶଙ୍କର ଚକ୍ର ପ୍ରମୁଖ ରକ୍ତଦାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲା ବ୍ଲଡ୍ ବ୍ୟାଙ୍କର ଡ. ଅନୁଜା ତ୍ରିପାଠୀ, ଟେକ୍ନିସିଆନ ସ୍ନିଗ୍ଧା ରାୟ, ଜଗନ୍ନାଥ ମହାନ୍ତ ଓ ହେମରଞ୍ଜନ ମହାନ୍ତ ପ୍ରମୁଖ ରକ୍ତ ସଂଗହ କରିଥିଲେ।
https://www.dharitri.com/big-win-for-cuttack-a-dhenkanal-keonjhar/
କଟକ ‘ଏ’, ଢେଙ୍କାନାଳ, କେନ୍ଦୁଝରର ବୃହତ୍‌ ବିଜୟ ଭୁବନେଶ୍ୱର, ୫।୪ (କ୍ରୀଡ଼ା ପ୍ରତିନିଧି): ଚଳିତ କଳାହାଣ୍ଡି କପ୍ କ୍ରିକେଟ ଟୁର୍ନାମେଣ୍ଟର ଡାଇମଣ୍ଡ-ବି ଓ ଗୋଲ୍ଡ-ବି ଗ୍ରୁପ୍ର ୬ଟି ମ୍ୟାଚ ମଙ୍ଗଳବାର କଟକର ବିଭିନ୍ନ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ-ଏ’ ୧୦ ଉଇକେଟରେ ବିଜୟୀ ହୋଇଥିବାବେଳେ ଢେଙ୍କାନାଳ, କେନ୍ଦୁଝର, ରାଉରକେଲା ଓ ମୟୂରଭଞ୍ଜ ବୃହତ୍ ବିଜୟ ହାସଲ କରିଛନ୍ତି। ଝାରସୁଗୁଡ଼ା ଦଳ ମାତ୍ର ୧ ଉଇକେଟରେ ରୋମାଞ୍ଚକ ବିଜୟ ହାସଲ କରିଛି। ରାଉରକେଲାର ରଣଜିତ ସିଂ ଓ କେନ୍ଦୁଝରର ପଙ୍କଜ ସେନାପତି ଶତକ ହାସଲ କରିଥିବାବେଳେ କେନ୍ଦୁଝରର ସୁଜିତ କୁମାର ବାରିକ ୭ ଓ ଢେଙ୍କାନାଳର ବିକାଶ କୁମାର ରାଉତ ୫ ଉଇକେଟ ସଫଳତା ପାଇଛନ୍ତି। ଅଡ଼ଶପୁର ଗ୍ରାଉଣ୍ଡ: କଟକ-ଏ’ ୧୦ ଉଇକେଟରେ ବାଲେଶ୍ୱରକୁ ହରାଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ବାଲେଶ୍ୱର ୪୩.୧ ଓଭରରେ ୧୪୦ ରନକରି ଅଲ୍ଆଉଟ ହୋଇଥିଲା। ଜବାବରେ କଟକ-ଏ ୩୦.୩ ଓଭରରେ କୌଣସି ଉଇକେଟ ନ ହରାଇ ବିଜୟ ଲକ୍ଷ୍ୟ ଅତିକ୍ରମ କରି ଯାଇଥିଲା। ବିଶ୍ୱସ୍ବାଗତ ଏମ୍. ୭୪ ଓ ରାମଚନ୍ଦ୍ର ବେହେରା ୭୨ ରନରେ ଅପରାଜିତ ରହିଥିଲେ। ଏମ୍ଜିଏମ୍ ଏସ୍ଓଏସ୍ ଗ୍ରାଉଣ୍ଡ: ଝାରସୁଗୁଡ଼ା ୧ ଉଇକେଟରେ ଯାଜପୁରକୁ ପରାସ୍ତ କଲା। ବ୍ୟାଟିଂ ଆମନ୍ତ୍ରଣ ପାଇ ଯାଜପୁର ୪୭.୩ ଓଭରରେ ୧୯୪ ରନକରି ଅଲ୍ଆଉଟ ହୋଇ ଯାଇଥିଲା। ଜବାବରେ ଝାରସୁଗୁଡ଼ା ୪୯.୪ ଓଭରରେ ୯ ଉଇକେଟ ହରାଇ ୧୯୬ ରନରେ ପହଞ୍ଚତ୍ଥିଲା। ଡ୍ରିମ୍ସ ଗ୍ରାଉଣ୍ଡ: ରାଉରକେଲା ୧୫୨ ରନରେ ଭୁବନେଶ୍ୱର-ବି’କୁ ହରାଇଲା। ରାଉରକେଲା ଦଳ ୫୦ ଓଭରରେ ୮ ଉଇକେଟ ହରାଇ ୨୪୯ ରନ କରିଥିଲା। ଦଳ ପକ୍ଷରୁ ରଞ୍ଜିତ ସିଂ ୧୪୯ ବଲ୍ରୁ ୧୬୫ ରନକରି ଅପରାଜିତ ରହିଥିଲେ। ଜବାବରେ ଭୁବନେଶ୍ୱର-ବି ୩୧.୪ ଓଭରରେ ମାତ୍ର ୯୭ ରନରେ ଅଲ୍ଆଉଟ ହୋଇ ଯାଇଥିଲା। ରେଭେନ୍ସା ଗ୍ରାଉଣ୍ଡ-୧: ମୟୂରଭଞ୍ଜ ୧୪୧ ରନରେ ପୁରୀକୁ ପରାସ୍ତ କଲା। ମୟୂରଭଞ୍ଜ ଦଳ ୫୦ ଓଭରରେ ୯ ଉଇକେଟ ହରାଇ ୨୩୧ ରନ କରିଥିଲା। ଦଳ ପକ୍ଷରୁ ଅଭିଜ୍ଞାନ ସର୍ବାଧିକ ୮୬ ରନ କରିଥିଲେ। ପୁରୀ ଦଳ ୨୯ ଓଭରରେ ମାତ୍ର ୯୦ ରନରେ ସମସ୍ତ ଉଇକେଟ ହରାଇଥିଲା। ବିଜୟୀ ଦଳର ମୋହିତ କଙ୍କରିଆ ୪ ଉଇକେଟ ନେଇଥିଲେ। ରେଭେନ୍ସା ଗ୍ରାଉଣ୍ଡ-୨: ଢେଙ୍କାନାଳ ୨୧୨ ରନରେ ନୟାଗଡ଼କୁ ହରାଇଲା। ପ୍ରଥମେ ବ୍ୟାଟିଂ କରିଥିବା ଢେଙ୍କାନାଳ ୫୦ ଓଭରରେ ୮ ଉଇକେଟ ହରାଇ ୨୯୭ ରନ କରିଥିଲା। ଦଳ ପକ୍ଷରୁ ମୃତ୍ୟୁଞ୍ଜୟ ସର୍ବାଧିକ ୯୧ ରନକରି ଅପରାଜିତ ରହିଥିଲେ। ଜବାବରେ ନୟାଗଡ଼ ୨୨.୩ ଓଭରରେ ମାତ୍ର ୮୫ ରନରେ ଅଲ୍ଆଉଟ ହୋଇଯାଇଥିଲା। ଢେଙ୍କାନାଳ ଦଳର ବିକାଶ କୁମାର ରାଉତ ମାତ୍ର ୧୭ ରନ ଦେଇ ୫ ଉଇକେଟ ସଫଳତା ପାଇଥିଲେ। ସନ୍ସାଇନ୍ ଗ୍ରାଉଣ୍ଡ: କେନ୍ଦୁଝର ୧୮୨ ରନରେ ଜଗତ୍ସିଂହପୁରକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା କେନ୍ଦୁଝର ୫୦ ଓଭରରେ ୬ ଉଇକେଟ ହରାଇ ୩୨୨ ରନ କରିଥିଲା। ଦଳ ପକ୍ଷରୁ ପଙ୍କଜ ସେନାପତି ୧୦୭ ବଲ୍ରୁ ୧୩୯ ଓ ସୁଧାଂଶୁ ୯୨ ରନର ଇନିଂସ ଖେଳିଥିଲେ। ଜବାବରେ ଜଗତ୍ସିଂହପୁର ୨୪ ଓଭରରେ ୧୪୦ ରନରେ ସମସ୍ତ ଉଇକେଟ ହରାଇଥିଲା। କେନ୍ଦୁଝରର ସୁଜିତ କୁମାର ବାରିକ ୨୯ ରନ ବିନିମୟରେ ୭ ଉଇକେଟ ସଫଳତା ପାଇଥିଲେ।
https://www.dharitri.com/witness-threatened-accused-arrested/
ସାକ୍ଷୀଙ୍କୁ ଧମକ, ଅଭିଯୁକ୍ତ ଗିରଫ ବ୍ରହ୍ମପୁର ଅଫିସ,୨୦ା୧-ଏକ ହତ୍ୟା ଉଦ୍ୟମ ମାମଲାର ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗରେ ନିମଖଣ୍ଡି ଥାନା ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ଜଗଦଳପୁରର ହେମନ୍ତ ଡାକୁଆ(୨୪)। ଶୁକ୍ରବାର ମାମଲା ନଂ.୧୪/୨୩ ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘର କାନ୍ଥକୁ ନେଇ ହେମନ୍ତ ଓ ଦୁର୍ଯ୍ୟୋ ବିଷୋୟୀଙ୍କ ମଧ୍ୟରେ ବିବାଦ ଲାଗିଥିଲା। ଗତ ମେ ୨୩ ତାରିଖରେ ହେମନ୍ତ ଜଗଦଳପୁରର ଦୁର୍ଯ୍ୟୋଙ୍କୁ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ। ପରେ ସେ ଜାମିନରେ ଆସିଥିଲେ। ଉକ୍ତ ମାମଲା ବର୍ତ୍ତମାନ କୋର୍ଟରେ ବିଚାରଧୀନ ରହିଛି। ଏଥିରେ ନୀଳାଞ୍ଚଳ ବେହେରା ଜଣେ ସାକ୍ଷୀ ଭାବେ ରହିଛନ୍ତି। ହେମନ୍ତ ଜେଲରୁ ଆସିବା ପରେ ନୀଳାଞ୍ଚଳଙ୍କୁ ବିଭିନ୍ନ ସମୟରେ ସାକ୍ଷୀ କାହିଁକି ରହିଛୁ ବୋଲି କହି ଧମକ ଦେଉଥିଲେ। ଗତ ୧୮ ତାରିଖରେ ନୀଳାଞ୍ଚଳ କୌଣସି କାମରେ ବ୍ରହ୍ମପୁର ଯାଉଥିବା ବେଳେ ନିମଖଣ୍ଡି ବିଟ୍ ହାଉସ୍ ନିକଟରେ ହେମନ୍ତ ତାଙ୍କୁ ଅଟକାଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ନୀଳାଞ୍ଚଳ ଗୁରୁତର ଆହତ ହୋଇଥିଲେ। ପରେ ସେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ହେମନ୍ତଙ୍କୁ ଗିରଫ କରି ପରେ କୋର୍ଟଚାଲାଣ କରିଛି।
https://www.dharitri.com/pm-modi-congratulated-on-ramzan-may-this-month-bring-unity-and-harmony-in-our-society/
ରମଜାନ ଶୁଭେଚ୍ଛା ଜଣାଇଲେ ମୋଦି ନୂଆଦିଲ୍ଲୀ,୨୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବିତ୍ର ରମଜାନ ମାସ ଆରମ୍ଭ ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ରମଜାନ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଏହି ପବିତ୍ର ମାସ ସମାଜରେ ଏକତା ଏବଂ ଭାଇଚାରାର ଭାବନା ବିକଶିତ କରୁ। ଆଜିଠାରୁ ଦିଲ୍ଲୀ ସମେତ ଦେଶର ଅନ୍ୟାନ୍ୟ ଦେଶରେ ରମଜାନ ଆରମ୍ଭ ହେଉଛି। ଇସଲାମ ଧର୍ମରେ ଏହି ପବିତ୍ର ମାସ ୨୯ କିମ୍ବା ୩୦ ଦିନ ଅଟେ। ଗୋଟିଏ ମାସରେ ଦିନ ସଂଖ୍ୟା ଚନ୍ଦ୍ର ଦେଖିବା ଉପରେ ନିର୍ଭର କରେ।
https://www.dharitri.com/apj-abdul-kalam-will-always-remain-a-source-of-inspiration-for-countrymen-pm/
ଦେଶବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ସବୁଦିନ ପାଇଁ ମନେ ରହିବେ କଲାମ: ମୋଦି ନୂଆଦିଲ୍ଲୀ,୧୫ ।୧୦: ମିଶାଇଲ ମ୍ୟାନ, ଭାରତ ରତ୍ନ ତଥା ଭାରତର ୧୧ତମ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କ ୯୦ତମ ଜନ୍ମଦିନରେ ଦେଶ ତାଙ୍କୁ ମନେ ପକାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି କହିଛନ୍ତି କଲାମ ଦେଶବାସୀଙ୍କ ପ୍ରେରଣାର ଉତ୍ସଭାବେ ସବୁଦିନ ପାଇଁ ମନେ ରହିବେ । ଭାରତକୁ ଶକ୍ତ, ସମୃଦ୍ଧିଶାଳୀ ଓ ସମର୍ଥ ବା ପାରଙ୍ଗମ କରିବାକୁ ମିଶାଇଲ ମ୍ୟାନ ତାଙ୍କ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ । ଲୋକଙ୍କ ରାଷ୍ଟ୍ରପତି ଭାବେ ପରିଚିତ ଥିବା କଲାମ ଜଣେ ଏରୋସ୍ପେଶ ସାଇଣ୍ଟିଷ୍ଟ ହୋଇ ଦେଶର ଦୁଇଟି ମୁଖ୍ୟ ରିସର୍ଚ୍ଚ ଅର୍ଗାନାଇଜେଶନ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେଶନ(ଡିଆର୍ ଡିଓ) ଓ ଇଣ୍ଡିଆନ୍ ସ୍ପେଶ ରିସର୍ଚ୍ଚ ଅର୍ଗାନାଇଜେଶନ(ଇସ୍ରୋ)ରେ କାମ କରିଛନ୍ତି । ମିଶାଇଲ କ୍ଷେତ୍ରରେ ଭାରତକୁ ତାଙ୍କର ଅବଦାନ ଅତୁଳନୀୟ ।
https://www.dharitri.com/ଦୀପକ-ଚହର-ନୁହେଁ-ଏହି-ଭାରତୀୟ/
ଦୀପକ ଚହର ନୁହେଁ, ଏହି ଭାରତୀୟ ଖେଳାଳି ନେଇଥିଲେ ଟି୨୦ରେ ପ୍ରଥମ ହ୍ୟାଟ୍ରିକ୍‌ ନୂଆଦିଲ୍ଲୀ,୧୨।୧୧:ବାଲାଂଦେଶ ବିପକ୍ଷରେ ଖେଳାଯାଇଥିବା ଶେଷ ଟି୨୦ ମ୍ୟାଚରେ ହ୍ୟାଟ୍ରିକ୍ ସହ ୬ ଉଇକେଟ ନେଇ ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦୀପକ ଚହରଙ୍କୁ ଚାରିଆଡୁ ପ୍ରଶଂସା ମିଳୁଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମଧ୍ୟ ଚହରଙ୍କୁ ଶୁଭେଚ୍ଛା ଜଣାଇଛି। ଦୀପକ ଚହର ପ୍ରଥମ ଭାରତୀୟ କ୍ରିକେଟର ଭାବେ ଟି୨୦ରେ ହ୍ୟାଟ୍ରିକ ନେଇଥିବା ବିସିସିଆଇ ଟୁଇଟରରେ କହିଛି। ଯାହାକୁ ନେଇ ଅଲ୍ ଇଣ୍ଡିଆ ମହିଳା କଂଗ୍ରେସ ଆପତ୍ତି ଉଠାଇଛି। ଦୀପକ ଚହର ନୁହେଁ, ଭାରତୀୟ ମହିଳା କ୍ରିକେଟ ଖେଳାଳି ଏକତା ବିଷ୍ଟ୍ ପ୍ରଥମ ଭାରତୀୟ ଭାବେ ଟି-୨୦ରେ ହ୍ୟାଟ୍ରିକ୍ ନେଇଥିଲେ ବୋଲି ମହିଳା କଂଗ୍ରେସ ଟୁଇଟ୍ କରି ବିସିସିଆଇକୁ ଟ୍ରୋଲ କରିଛି। ୨୦୧୨ରେ ଏକତା ଶ୍ରୀଲଙ୍କା ବିପକ୍ଷରେ ଏହି କୃତିତ୍ୱ ହାସଲ କରିଥିଲେ ବୋଲି ଜଣାପଡିଛି। ୟୁଜର୍ସମାନେ ବିସିସିଆଇକୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି।
https://www.dharitri.com/big-blow-to-bjp-senior-leader-left-the-party/
ଭାଜପାକୁ ବଡ଼ ଝଟ୍‌କା: ଦଳ ଛାଡିଲେ ବରିଷ୍ଠ ନେତା ହାଇଦ୍ରାବାଦ୍,୨୫।୧୦: ପୂର୍ବତନ ବିଧାୟକ ରାଜ ଗୋପାଳ ରେଡ୍ଡୀ ଭାରତୀୟ ଜନତା ପାର୍ଟି (ଭାଜପା) ଛାଡିଛନ୍ତି। ସେ ପୁଣି କଂଗ୍ରେସରେ ଯୋଗଦେବେ। ନିକଟରେ ଶେଷ ହୋଇଥିବା ଉପ-ନିର୍ବାଚନରେ ସେ ମୁନୁଗୋଡେ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତଥାପି ସେ ସଫଳତା ପାଇଲେ ନାହିଁ। ସୂଚନାଯୋଗ୍ୟ ଯେ, ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱାରା ପ୍ରକାଶିତ ପ୍ରାର୍ଥୀଙ୍କ ପ୍ରଥମ ତାଲିକାରେ ରାଜାଗୋପାଳ ରେଡ୍ଡୀଙ୍କ ନାମ ସାମିଲ କରାଯାଇ ନାହିଁ। ରାଜଗୋପାଳ ଭୋଙ୍ଗୀର କଂଗ୍ରେସ ଏମ୍ପି ଭେଙ୍କଟ ରେଡ୍ଡୀଙ୍କ ସାନ ଭାଇ। ସେ କଂଗ୍ରେସ ଛାଡି ଗତ ବର୍ଷ ଅଗଷ୍ଟରେ ଭାଜପାରେ ଯୋଗ ଦେଇଥିଲେ।
https://www.dharitri.com/ଟିମ୍‌-ଇଣ୍ଡିଆ-ଟ୍ରେନର-ଦୌଡ଼/
ଟିମ୍‌ ଇଣ୍ଡିଆ ଟ୍ରେନର ଦୌଡ଼ରେ ନିକ୍‌ ଓ୍ବେବ୍‌ ସର୍ବାଗ୍ରେ ନୂଆଦିଲ୍ଳୀ,୧।୯(ପି.ଟି.): ଭାରତୀୟ କ୍ରିକେଟ ଦଳର କଣ୍ଡିସନିଙ୍ଗ୍ କୋଚ୍ ବା ଟ୍ରେନର ଦୌଡ଼ରେ ପୂର୍ବତନ ନ୍ୟୁଜିଲାଣ୍ଡ ରଗ୍ବୀ ଲିଗ୍ ଟ୍ରେନର ନିକ୍ ଓ୍ବେବ୍ ସାମିଲ ହୋଇଛନ୍ତି। ସେ ଏହି ଦୌଡ଼ରେ ସମସ୍ତଙ୍କଠାରୁ ଆଗରେ ରହିଛନ୍ତି। ଓ୍ବେବ୍ ପୂର୍ବରୁ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳ ଓ ଅକ୍ଲାଣ୍ଡ ପର୍ଯ୍ୟବେଶିତ ରଗ୍ବୀ ଲିଗ୍ ଦଳ ଓ୍ବାରିୟର ସହିତ କାର୍ଯ୍ୟ କରିଛନ୍ତି। ଏହି ପଦ ପାଇଁ ଘୋଷିତ ହୋଇ ୩ ଜଣିଆ ସଂକ୍ଷିପ୍ତ ତାଲିକାରେ ଓ୍ବେବ୍ ଶୀର୍ଷରେ ରହିଛନ୍ତି। ସେହିପରି ଲ୍ୟୁକ୍ ଉଡ୍ହାଉସ୍ ଓ ଭାରତର ଏସ୍. ରଜନୀକାନ୍ତ ତାଲିକାର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ରଜନୀକାନ୍ତଙ୍କୁ କେତେକ ଆଗଧାଡିର ଭାରତୀୟ ଖେଳାଳି ସମର୍ଥନ କରୁଥିଲେ ମଧ୍ୟ ସେ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍ସିଏ)ରେ ହୋଇଥିବା ପ୍ରାକ୍ସିକାଲ ଆସେସମେଣ୍ଟ ବା ବ୍ୟବହାରିକ ମୂଲ୍ୟାଙ୍କନରେ ତୃତୀୟ ସ୍ଥାନରେ ରହିଥିଲେ। ଫଳରେ ସେ ଟ୍ରେନର ନିଯୁକ୍ତି ହେବାର ସମ୍ଭାବନା କମ୍ ରହିଛି। ବୋର୍ଡ ମୁଖ୍ୟ କାର୍ଯ୍ୟନିର୍ବାହୀ ନଯୁକ୍ତି ନେଇ ସବୁ ଔପଚାରିକତା ପୂରଣ କରିବେ। ଫଳରେ ଓ୍ବେବ୍ ନିଯୁକ୍ତ ହେବା ନେଇ ସ୍ପଷ୍ଟ କରାଯାଇନାହିଁ। ୩୨ ବର୍ଷୀୟ ଓ୍ବେବ ନ୍ୟୁଜିଲାଣ୍ଡ ପ୍ରଥମ ଶ୍ରେଣୀ କ୍ରିକେଟ ଦଳ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ସ ବା ଷ୍ଟାଗ୍ସ ସହ କାର୍ଯ୍ୟ କରିଥିଲେ। ନ୍ୟୁଜିଲାଣ୍ଡ ମହିଳା ଦଳ ‘ହ୍ବାଇଟ୍ ଫନର୍ସ’ ପାଇଁ ମଧ୍ୟ କାର୍ଯ୍ୟ କରିଛନ୍ତି।
https://www.dharitri.com/ଡିଆରଏସ୍‌-ନେବାରେ-କୋହଲି-ଦକ/
ଡିଆରଏସ୍‌ ନେବାରେ କୋହଲି ଦକ୍ଷ ନୁହନ୍ତି ଖ୍ରୀଷ୍ଟଚର୍ଚ୍ଚ,୧।୩- ଭାରତୀୟ ଅଧିନାୟକ ବିରାଟ କୋହଲି ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ସେ ଗତ ୨୦ ଇନିଂସରେ ତିନି ସଂଖ୍ୟା ବିଶିଷ୍ଟ ସ୍କୋର ଛୁଇଁ ପାରି ନାହାନ୍ତି, ଯାହାକି ଟିମ ଇଣ୍ଡିଆ ପାଇଁ ଚିନ୍ତାର କାରଣ। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ କୋହଲି ମାତ୍ର ୩ ରନ କରି ଆଉଟ୍ ହୋଇଥିଲେ ଓ ଭାରତୀୟ ଦଳର ଏକ ଡିଆରଏସ୍ ମଧ୍ୟ ନଷ୍ଟ କରିଥିଲେ। ଏଥିନେଇ ସୋସିଆଲ ମିଡିଆରେ ତାଙ୍କୁ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟର ଦ୍ୱିତୀୟ ଇନିଂସ ମିଶାଇ କୋହଲି ଟେଷ୍ଟ କ୍ୟାରିୟରରେ ଏପର୍ଯ୍ୟନ୍ତ ୧୫ ଥର ଏଲବିଡବ୍ଲ୍ୟୁ ଆଉଟ୍ ହୋଇଛନ୍ତି। କୌତୂହଳର ବିଷୟ ହେଉଛି, ସେ ୧୪ ଥର ଡିଆରଏସ୍ ନେଇଛନ୍ତି। ମାତ୍ର ନିଜ ପାଇଁ ଡିଆରଏସ୍ ବ୍ୟବହାର କରିବାରେ କୋହଲିଙ୍କ ରେକର୍ଡ ସେତେଟା ଭଲ ନାହିଁ। ସେ ନେଇଥିବା ୧୪ ଡିଆରଏସ୍ରୁ ୯ଟି ଭାରତ ହରାଇଛି। ଏହାର ଅର୍ଥ କୋହଲି ନିଜ ପାଇଁ ବ୍ୟବହାର କରୁଥିବା ରିଭ୍ୟୁର ୬୦ ପ୍ରତିଶତ ଭୁଲ। ୩ ଥର ଅମ୍ପାୟରଙ୍କ ନିଷ୍ପତ୍ତି ଯୋଗୁ ତାଙ୍କୁ ଆଉଟ୍ ହେବାକୁ ପଡ଼ିଛି। କେବଳ ଦୁଇ ଥର କୋହଲି ସଫଳ ହୋଇଛନ୍ତି।
https://www.dharitri.com/ମଠ-ପରିସରରେ-ଟିଫିନ-ବୋମା-ବିସ/
ମଠ ପରିସରରେ ଟିଫିନ ବୋମା ବିସ୍ଫୋରଣ, ମହିଳା ଗୁରୁତର ପୁରୀ ଅଫିସ,୧୪।୧୦: ପୁରୀ ଜିଲା ବ୍ରହ୍ମଗିରି ଥାନା ଅଧୀନ ଖଜୁରିଆରେ ସୋମବାର ପୂର୍ବାହ୍ନରେ ଟିଫିନ ବୋମା ବିସ୍ଫୋରଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମର କୁନ୍ତଳା ପରିଡା(୫୭)। ଚିକିତ୍ସା ପାଇଁ ତାଙ୍କୁ ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, କୁନ୍ତଳା ଖଜୁରିଆରେ ଥିବା ଶ୍ୟାମ କାଳି ମଠକୁ ଜାଳେଣି କାଠ ଆଣିବା ପାଇଁ ଯାଇଥିଲେ। ସେଠାରେ ଥିବା କାଠ ଭିତରେ ଏକ ଟିଫିନ୍ ରହିଥିଲା। କୁନ୍ତଳା କୌତୁହଳ ବଶତଃ ଏହାକୁ ଖୋଲିବା ମାତ୍ରେ ବିସ୍ଫୋରଣ ଘଟିଥିଲା। ତେବେ ମଠ ପରିସରରେ କିଏ ଓ କାହିଁକି ଟିଫିନ୍ ବୋମା ରଖିଥିଲା ତାହାକୁ ନେଇ ଆଲୋଚନା ଜୋର୍ ଧରିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
https://www.dharitri.com/marital-rape-is-not-a-crime-the-husband-was-acquitted-by-the-high-court/
ବୈବାହିକ ବଳାତ୍କାର ନୁହେଁ ଅପରାଧ, ସ୍ବାମୀଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ହାଇକୋର୍ଟ… ପ୍ରୟାଗରାଜ,୯।୧୨ : ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯଦି ସ୍ତ୍ରୀଙ୍କ ବୟସ ୧୮ ବର୍ଷରୁ ଅଧିକ ତେବେ ବୈବାହିକ ବଳାତ୍କାରକୁ ଭାରତୀୟ ଦଣ୍ଡବିଧି (ଆଇପିସି) ଅନୁଯାୟୀ ଅପରାଧ ଭାବେ ବିବେଚନା କରାଯାଇପାରିବ ନାହିଁ। ସ୍ତ୍ରୀଙ୍କ ବିରୋଧରେ ଅପ୍ରାକୃତିକ ଅପରାଧ କରିଥିବା ସ୍ବାମୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାବେଳେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଏହି ମାମଲାରେ ଅଭିଯୁକ୍ତଙ୍କୁ ଆଇପିସିର ଧାରା ୩୭୭ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ବୋଲି ବିଚାର କରି ଜଷ୍ଟିସ ରାମ ମନୋହର ନାରାୟଣ ମିଶ୍ର କହିଛନ୍ତି ଯେ ବୈବାହିକ ବଳାତ୍କାର ଏପର୍ଯ୍ୟନ୍ତ ଭାରତରେ ଅପରାଧ ଭାବେ ପରିଗଣିତ ହୋଇନାହିଁ। ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ବୈବାହିକ ବଳାତ୍କାରକୁ ଅପରାଧିକ କରିବାକୁ ଚାହୁଁଥିବା ଆବେଦନଗୁଡିକ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି, ଯେପର୍ଯ୍ୟନ୍ତ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ବିଚାର ନ କରିଛନ୍ତି, ଯେପର୍ଯ୍ୟନ୍ତ ସ୍ତ୍ରୀଙ୍କର ବୟସ ୧୮ ବର୍ଷ କିମ୍ବା ତା’ଠାରୁ ଅଧିକ ନ ହୋଇଛି ସେପର୍ଯ୍ୟନ୍ତ ଏହା କୌଣସି ଅପରାଧ ହେବ ନାହିଁ। ମଧ୍ୟପ୍ରଦେଶ ହାଇକୋର୍ଟଙ୍କର ପୂର୍ବ ରାୟକୁ ସମର୍ଥନ କରି ଆହ୍ଲାବାଦ ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ବେୈବାହିକ ସମ୍ପର୍କରେ ଅପରାଧର ସ୍ଥାନ ନାହିଁ। ଅଭିଯୋଗକାରୀ ତାଙ୍କ ପିଟିଶନରେ ଅଭିଯୋଗ କରିଥିଲେ ସେମାନଙ୍କ ବିବାହ ଏକ ଅପମାନଜନକ ସମ୍ପର୍କ ଏବଂ ସ୍ବାମୀ ତାଙ୍କୁ ଶାରୀରିକ ନିର୍ଯାତନା ଦେବା ସହ ଜୋରଜବରଦସ୍ତ ତାଙ୍କ ସହ ଅସ୍ବାଭାବିକ ଯୌନ ସମ୍ପର୍କ ରଖିଥିଲେ। କୋର୍ଟ ଧାରା ୪୯୮-ଏ ଏବଂ ଆଇପିସି ୩୨୩ ଅନ୍ତର୍ଗତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଧାରା ୩୭୭ ଅନୁଯାୟୀ ତାଙ୍କୁ ଦୋଷମୁକ୍ତ କରିଛନ୍ତି। ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ବଳାତ୍କାରର ସ୍ଥାନ ନାହିଁ ବୋଲି କୋର୍ଟ କହିଛନ୍ତି।
https://www.dharitri.com/the-elephant-man-conflict-is-on-the-rise/
ବଢୁଛି ହାତୀ-ମଣିଷ ଲଢ଼େଇ ଯାଜପୁର,୧୯ା୧(ହର୍ଷବର୍ଦ୍ଧନ ବେହେରା): ହାତୀ ଚଲାପଥ (ଏଲିଫ୍ୟାଣ୍ଟ କରିଡର) ଏବଂ ହାତୀ ସଂରକ୍ଷିତ ଅଞ୍ଚଳ (ଏଲିଫ୍ୟାଣ୍ଟ ରିଜର୍ଭ) ଯୋଜନା କଟକ ଫରେଷ୍ଟ ଡିଭିଜନ ଅଞ୍ଚଳରେ ଲକ୍ଷ୍ୟଚ୍ୟୁତ ହୋଇଛି। ସେହିପରି ଜାତୀୟ ରାଜପଥ (ଏନ୍ଏଚ୍) ନିର୍ମାଣରେ ହାତୀପଲ ସହଜରେ ଚଳାଚଳ ପାଇଁ ଗଳି ପୋଲ ବା ଏଲିଫ୍ୟାଣ୍ଟ ଅଣ୍ଡର ପାସେସ୍ (ଇୟୁପି) ଉପଯୁକ୍ତ ଭାବେ ଆବଶ୍ୟକ ସଂଖ୍ୟାରେ ନିର୍ମାଣ ହେଉନାହିଁ। ଫଳରେ ଯାଜପୁର ଜିଲାରେ ଏବେ ବଣୁଆ ହାତୀ ଗ୍ରାମାଭିମୁଖୀ ହୋଇଛନ୍ତି। ଗତ ପ୍ରାୟ ୩ ଦିନ ହେବ ଧର୍ମଶାଳା, କୋରାଇ, ରସୁଲପୁର ଓ ସୁକିନ୍ଦାର କାଳିଆପାଣି ଅଞ୍ଚଳରେ ହାତୀମାନେ ମଣିଷଙ୍କ ଜୀବନ ନେବା ସହ ବ୍ୟାପକ ଫସଲହାନୀ କରୁଥିବା ସୂଚନା ମିଳିଛି। କୋରେଇ ବ୍ଲକ ତଣ୍ଡରା ଗ୍ରାମରେ ଏବଂ ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତର ପୋଡାହରା ଗାଁରେ ହାତୀ ଆକ୍ରମଣରେ ୨ ଜଣଙ୍କ ଜୀବନ ଯାଇଛି। ସୁକିନ୍ଦା କାଳିଆପାଣି ଖଣି ଅଞ୍ଚଳରେ ୧୦ହାତୀ ଥିବା ପଲ ଏବଂ କୋରାଇ ଓ ଧର୍ମଶାଳା ଅଞ୍ଚଳରେ ଏକ ବଣୁଆ ହାତୀ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଦେଇଛି । ଜାତୀୟ ରାଜପଥ ଦେଇ ସହଜରେ ହାତୀ ଚଲାପଥ ସଂକ୍ରାନ୍ତରେ ଓଡ଼ିଶା ବନ୍ୟଜନ୍ତୁ ସମ୍ପଦ ସୋସାଇଟି ପକ୍ଷରୁ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍ଜିଟି)ରେ ୬୧/୨୦୨୧/ଇଜେଡ ନମ୍ବରରେ ଏକ ମାମଲା ରୁଜୁ ହୋଇଥିଲା। ହେଲେ ଭାରତ ସରକାରଙ୍କ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ପକ୍ଷରୁ ବିଭିନ୍ନ ବୈଷୟିକ ଆଳ ଦେଖାଇ ଏହାକୁ ଅଣଦେଖା କରାଯାଇଛି। ସରକାରୀ ପରିସଂଖ୍ୟାନ ଅନୁଯାୟୀ ରାଜ୍ୟରେ ୨୦୧୨-୧୩ ରୁ ୨୦୨୧-୨୨ ମଧ୍ୟରେ ୭୮୪ ହାତୀଙ୍କ ମୃତ୍ୟୁ ହୋଇଛି। ଏନେଇ ପୂର୍ବରୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ହାତୀବଂଶ ସୁରକ୍ଷା ପାଇଁ ରାଜ୍ୟରେ ୧୪ଟି ହାତୀ ଚଲାପଥ ଏବଂ ୩ ହାତୀ ସଂରକ୍ଷିତ ଅଞ୍ଚଳ ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିପାଇଁ ବିଗତ ୧୦ ବର୍ଷରେ ହାତୀ ମଣିଷ ବିବାଦର ସମାଧାନ ପାଇଁ ବନ୍ୟପ୍ରାଣୀ ସଂସ୍ଥା ତରଫରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବଜେଟ୍ ଯୋଜନାରେ ବିପୁଳ ଅର୍ଥ ଖର୍ଚ୍ଚ ହୋଇଛି। ଏହାବାଦ ଚିହ୍ନଟ କରିଡର ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। କିନ୍ତୁ ଜାତୀୟ ରାଜପଥ ନିର୍ମାଣବେଳେ ହାତୀଙ୍କ ସୁରକ୍ଷା ବିଷୟକୁ ଦଳିମକଚି ବିଭାଗୀୟ କର୍ତ୍ତୃପକ୍ଷ ଏବଂ ସଂପୃକ୍ତ ଠିକାଦାର ମିଶି ନିଜ ସ୍ବାର୍ଥ ସାଧନରେ ମାତିଛନ୍ତି। ଯାଜପୁର ଜିଲାରେ ୧୬, ୫୩ ଏବଂ ୨୦ନଂ. ଜାତୀୟ ରାଜପଥ ଯାଇଛି। ଏହିସବୁ ରାଜପଥ ଜିଲାର ପ୍ରାୟ ଅଞ୍ଚଳକୁ ସଂଯୋଗ କରିଛି। ଯେଉଁଠାରେ ହାତୀଙ୍କ ସୁରକ୍ଷା ତଥା ସହଜରେ ଚଳାଚଳ କରିବାକୁ ଆବଶ୍ୟକ ଇୟୁପି ନିର୍ମାଣ ହୋଇ ନ ଥିବା ଅଭିଯୋଗ ହେଉଛି। ତେଣୁ ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ଏନ୍ଜିଟିରେ ସୋସାଇଟି ପକ୍ଷରୁ ହୋଇଥିବା ଅଭିଯୋଗରେ ୱାଇଲ୍ଡ ଲାଇଫ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ରିପୋର୍ଟ-୨୦୧୬ର ନିର୍ଦ୍ଦେଶନାମା ଅନୁଯାୟୀ ଇୟୁପିର ଲମ୍ବ ୫୦ ମିଟର ହେବା ଆବଶ୍ୟକ। ଏହି ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ, ହାତୀପଲଙ୍କ ସହଜ ଚଳାଚଳ ପାଇଁ ଇୟୁପିର ଉଚ୍ଚତା ୬ ରୁ ୮ ମିଟର ଏବଂ ଓସାର ୧୦ ରୁ ୧୨ ମିଟର ହେବା କଥା। କିନ୍ତୁ ଜାତୀୟ ରାଜପଥ ନିର୍ମାଣରେ ଏହାର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ବୈଷୟିକ ଦୃଷ୍ଟିକୋଣକୁ ଆଳ କରି ୫୦ ମିଟର ସ୍ପାନ ସ୍ଥଳେ ୨୫ ମିଟର ସ୍ପାନ ଲମ୍ବର ଇୟୁପି ନିର୍ମାଣ କରାଯାଉଛି। ଏହାଦ୍ୱାରା ଏକାଥରକେ ୫୦ ରୁ ୬୦ ହାତୀଥିବା ପଲ ଚଳାଚଳରେ ଏହି ଇୟୁପି ଯଥେଷ୍ଟ ନୁହେଁ ବୋଲି ଅଭିଯୋଗକାରୀ ତାଙ୍କ ଆବେଦନରେ ଦର୍ଶାଇଥିଲେ। କିନ୍ତୁ ବୈଷୟିକ ଆଳ କରି ଏହା ସମ୍ଭବପର ନୁହେଁ ବୋଲି ଏନ୍ଏଚ୍ଏଆଇ ଅଭିଯୋଗକୁ ଖଣ୍ଡନ କରି ଏନ୍ଜିଟିରେ ସତ୍ୟପାଠ ଦାଖଲ କରିଥିଲେ। ନଦୀ ଉପରେ ୧କିଲୋମିଟରରୁ ଊର୍ଦ୍ଧ୍ୱ ସ୍ପାନ ନିର୍ମାଣ ହୋଇ ପାରୁଥିବାବେଳେ ରାଜପଥରେ ଏହା କାହିଁକି ସମ୍ଭବପର ନୁହେଁ ବୋଲି ଅଭିଯୋଗକାରୀ ପୁଣି ପ୍ରଶ୍ନ କରିବା ସହ ଏହ ଉପରେ ସୁପ୍ରିମକୋର୍ଟରେ ୪୫୬୫/୨୦୨୨ରେ ଏକ ମାମଲା ରୁଜୁ କରାଯାଇଛି। ଅନ୍ୟପକ୍ଷେ ଯାଜପୁର ଜିଲାରେ ମାତ୍ରାଧିକ କଳାପଥର ଖାଦାନ, ଖଣି କାରଖାନା, ଶିଳ୍ପ ପ୍ରତିଷ୍ଠା ଓ ରାସ୍ତାଘାଟ ନିର୍ମାଣ ଯୋଗୁ ସବୁଜବଳୟ ନଷ୍ଟ ହେବା ସହ ବନ୍ୟଜନ୍ତୁମାନଙ୍କ ଆବାସସ୍ଥଳୀ ସଙ୍କୁଚିତ ହେବାରେ ଲାଗିଛି। ଏହିକ୍ରମରେ ୪୯୮୩ ବର୍ଗ କି.ମି. ପରିମିତ କଟକ ଫରେଷ୍ଟ ଡିଭିଜନ ଅନ୍ତର୍ଗତ ଜଙ୍ଗଲ ବିପଦରେ ପଡିଛି । ଏହାଦ୍ୱାରା ଜଙ୍ଗଲ ପାଦଦେଶରେ ଥିବା ଜଳାଶୟଗୁଡିକ ଶୁଖିଯାଉଥିବାରୁ ବଣୁଆ ହାତୀ ଗାଁ ମୁହାଁ ହୋଇ ଫସଲ ନଷ୍ଟ କରିବା ସାଙ୍ଗକୁ ହାତୀ-ମଣିଷ ବିବାଦ ତେଜୁଛି ବୋଲି ମତପ୍ରକାଶ ପାଇଛି। ହାତୀପଲ କିପରି ଜନବସତି ମଧ୍ୟକୁ ନ ଆସି ଜଙ୍ଗଲ ମଧ୍ୟରେ ସୁରକ୍ଷିତ ଭାବେ ଚଳପ୍ରଚଳ କରିପାରିବେ ସେଥିପାଇଁ ରାଜ୍ୟର ବିିଭିନ୍ନ ଜଙ୍ଗଲରେ ହାତୀ ଚଳାପଥ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହୋଇ ପାରୁନାହିଁ ବୋଲି ଅଭିଯୋଗ ହୋଇଛି।
https://www.dharitri.com/in-this-india-169/
ଏଇ ଭାରତରେ କୃଷିରେ ମହିଳାଙ୍କ ଭାଗୀଦାରି ବଢ଼ିବାରେ ଲାଗିଛି। କିନ୍ତୁ ଏମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ମହିଳା ଚାଷୀ କନକଲତାଙ୍କୁ ନେଇ ଚର୍ଚ୍ଚା ଜୋର। କାରଣ, ସେ ଦିନକୁ ୭ କୁଇଣ୍ଟାଲ ଟମାଟୋ ଉତ୍ପାଦନ କରୁଛନ୍ତି। କନକଙ୍କ ଘର ଭିତଲପୁରରେ। ତାଙ୍କ ବୟସ ୫୭। ସେ ଜୈବିକ ପଦ୍ଧତିରେ ଦୁର୍ଗା ଓ ଆର୍ଯ୍ୟମାନ କିସମର ଟମାଟୋ ଚାଷକରି ଏହାକୁ ଦେଶର ବିଭିନ୍ନ ସ୍ଥାନକୁ ପଠାଇବା ସହ ଓମାନ ଓ ଆମେରିକାକୁ ରପ୍ତାନି କରୁଛନ୍ତି। ଚାଷରେ କନକଙ୍କ ସ୍ବାମୀ ତାଙ୍କୁ ସହଯୋଗ କରୁଛନ୍ତି। ୨୦୧୭ରେ ମିର୍ଜାପୁରଠାରୁ ୩୦ କି.ମି. ଦୂର ଭିତଲପୁର ଗାଁରେ ସେ ୧.୪ ଏକର ଜମିରେ ପ୍ରଥମେ ଚାଷ ଆରମ୍ଭ କରିଥିତ୍ତ୍ଲେ। ପରେ ନ୍ୟାଶନାଲ ବ୍ୟାଙ୍କ୍ ଫର୍ ଏଗ୍ରିକଲଚର ଆଣ୍ଡ୍ ରୁରାଲ ଡେଭଲପ୍ମେଣ୍ଟ (ନାବାର୍ଡ) ସହ ସହବନ୍ଧିତ ଚେତନ ଆଗ୍ରୋ ସେଣ୍ଟର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍ରୁ ପ୍ରଶିକ୍ଷଣ ନେବା ପରେ ସେ ଜୈବିକ ପଦ୍ଧତି ଆପଣାଇଥିତ୍ଲେ। ପ୍ରଥମେ ଏଥିରେ ସେ କ୍ଷତି ସହିଥିଲେ । ଏବେ କିନ୍ତୁ ସେ ଆଧୁନିକ ପ୍ରଣାଳୀରେ ଚାଷ କରି ଦିନକୁ ୭ କୁଇଣ୍ଟାଲ ଟମାଟୋ ଉତ୍ପାଦନ କରୁଛନ୍ତି। ତାଙ୍କ ଉତ୍ପାଦିତ ଟମାଟୋର ବିଶେଷ ଗୁଣ ହେଉଛି ତାହା ବିନା ରେଫ୍ରିଜରେଟରରେ ୨ ସପ୍ତାହ ଯାଏ ରହିପାରୁଛି। ଉତ୍ପାଦନ ବଢ଼ିବା ପରେ ଏବେ କନକ ମାସକୁ ଏଥିରୁ ୨.୫ ଲକ୍ଷ ଟଙ୍କା ଲାଭ କରିବାକୁ ଆଶା ରଖିଛନ୍ତି। ଆଗକୁ ସେ ଷ୍ଟ୍ରବେରି, ଡ୍ରାଗନ୍ଫ୍ରୁଟ୍ସ, ବ୍ଲାକ୍ ଟମାଟୋ ଓ କ୍ୟାପ୍ସିିକମ୍ ଚାଷ କରିବାକୁ ଯୋଜନା ରଖିଛନ୍ତି।
https://www.dharitri.com/mobile-phones-are-denied-to-police-personnel-in-the-temple/
ଶ୍ରୀମନ୍ଦିରରେ ମୁତୟନ ଥିବା ପୋଲିସ କର୍ମଚାରୀଙ୍କୁ ମୋବାଇଲ ମନା ପୁରୀ ଅଫିସ,୨୫।୧୧: ଶ୍ରୀମନ୍ଦିରରେ ମୁତୟନ ହୋଇଥିବା ହୋମ୍ ଗାର୍ଡ,ଓଏସ୍ଏପି ଯବାନ ସମେତ ପୋଲିସ କର୍ମଚାରୀଙ୍କୁ ମୋବାଇଲ୍ ବାରଣ କରାଯାଇଛି। ସୋସିଆଲ ମିଡିଆରେ ଶ୍ରୀମନ୍ଦିରର ଫଟୋ, ଭିଡିଓ ଭାଇରାଲ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି। କେବଳ ସିନିଅର ଅଫିସରଙ୍କୁ ମୋବାଇଲ ନେବାକୁ ଅନୁମତି ରହିଛି। ପରୀ ଏସ୍ପି କନଓ୍ବର ବିଶାଲ ସଂ ଏ ନେଇ ଶୁକ୍ରବାର ସୂଚନା ଦେଇଛନ୍ତି। ଶ୍ରୀମନ୍ଦିରରେ ଶହ ଶହ ପୋଲିସ ପହରା ଦେଉଥିବା ବେଳେ ସତ୍ତ୍ୱେ ମହାପ୍ରଭୁଙ୍କ ଫଟୋ, ଭିଡିଓ ଭାଇରାଲ ହେଉଛି। ଏହି ଘଟଣା ପ୍ରଥମଥର ଘଟିନାହିଁ। ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଛି। ଏହାକୁ ନେଇ ସିଂହଦ୍ବାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଥିଲା।
https://www.dharitri.com/ripping-of-clothes-of-poor-women-should-not-be-seen-in-political-lens-tmc-minister/
ଗରିବ ମହିଳାଙ୍କ ଲୁଗା ଚିରିବା ଘଟଣାକୁ ରାଜନୈତିକ ଚଷମାରେ ଦେଖା ନ ଯାଉ: ଟିଏମସି ମନ୍ତ୍ରୀ… କୋଲକାତା,୨୨।୭ : ପଶ୍ଚିମବଙ୍ଗର ଟିଏମସି ନେତା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରରେ ମହିଳା ଏବଂ ଶିଶୁ ବିକାଶ ତଥା ସାମାଜିକ କଲ୍ୟାଣ ମନ୍ତ୍ରୀ ଥିବା ଶଶି ପାଞ୍ଜା ରାଜ୍ୟର ମାଲଦା ଜିଲାର ଦୁଇଜଣ ମହିଳାଙ୍କ ଉପରେ ହୋଇଥିବା ନିର୍ଯାତନା ନେଇ ମୁହଁ ଖୋଲିଛନ୍ତି। ଏହି ଘଟଣା ସମ୍ପର୍କରେ ତାଙ୍କ ବିବୃତ୍ତି ବିଷୟରେ ପଚରାଯିବାରୁ ସେ କହିଛନ୍ତି ପାକୁଆହାଟ ନାମକ ଏକ ବଡ ଗାଁ ଭିତରେ ଏହା ଏକ ବଜାରରେ ଘଟିଛି। ଏହା ଚୋରି ମାମଲା ଥିଲା। ଲୋକମାନେ ଚୋରି କରିଥିବା ଦୁଇ ମହିଳାଙ୍କୁ ଧରିଥିଲେ। ଧରା ପଡ଼ିଥିବା ମହିଳାଙ୍କ ସହିତ ଅନ୍ୟ ମହିଳାଙ୍କର ଝଗଡା ହୋଇଥିଲା। ଗରିବ ମହିଳାମାନଙ୍କର ଧସ୍ତାଧସ୍ତିରେ ଲଚଗା ଚିରି ଯାଇଥିଲା। ଯାହା ଘଟିଛି ତାକୁ କାହିଁକି ରାଜନୀତିର ଚଷମାରେ ଦେଖାଯାଉଛି। ପୋଲିସ ଦୁଇ ମହିଳାଙ୍କୁ ଉଦ୍ଧାର କରିଛି। ଯଦିଓ ଭାଇରାଲ ଭିଡିଓରେ କୌଣସି ପୋଲିସ କର୍ମଚାରୀଙ୍କୁ ଦେଖିବାକୁ ମିଳିନାହିଁ। ସେ କହିଛନ୍ତି ପୋଲିସ ଝଗଡ଼ା ବନ୍ଦ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ମହିଳାଙ୍କ ଭିଡ଼ ସମସ୍ୟା ସୃଷ୍ଟି କରିଥିଲା। ଅପରାଧୀମାନେ ମଧ୍ୟ ମହିଳା ବୋଲି ସେ କହିଛନ୍ତି। ମହିଳାମାନେ ନିଜ ହାତକୁ ଆଇନ ଶୃଙ୍ଖଳା ନେବା ଠିକ ନୁହେଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଉପଯୁକ୍ତ ଦଣ୍ଡବିଧାନ କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।
https://www.dharitri.com/corruption-in-crores-of-rupees-in-pmay/
ପିଏମ୍‌ଏଓ୍ବାଇରେ ବହୁ କୋଟିର ଦୁର୍ନୀତି ନୂଆଦିଲ୍ଲୀ,୨୫।୩: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏଓ୍ବାଇ)ରେ ବହୁକୋଟି ଟଙ୍କା ଦୁର୍ନୀତିର ପର୍ଦ୍ଦାଫାସ୍ କରିଛି ସିବିଆଇ। ଏହି ଦୁର୍ନୀତିରେ ସମ୍ପୃକ୍ତ ଦଓ୍ବୋନ ହାଉସିଂ ଫାଇନାନ୍ସ ଲିମିଟେଡ୍ (ଡିଏଚ୍ଏଫ୍ଏଲ୍)ର ପ୍ରମୋଟର କପିଲ୍ ଓ ଧୀରଜ ଓ୍ବାଧଓ୍ବାନଙ୍କ ବିରୋଧରେ ସିବିଆଇ ବୁଧବାର ମାମଲା ରୁଜୁ କରିଛନ୍ତି। ଦୁଇ ଓ୍ବାଧଓ୍ବାନ ଭ୍ରାତା ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ଏବେ ଜେଲ୍ରେ ଅଛନ୍ତି। ସିବିଆଇ କହିବା ଅନୁଯାୟୀ କପିଲ୍ ଓ ଧୀରଜ ଜାଲ୍ ଗୃହଋଣ ଆକାଉଣ୍ଟମାନ ଖୋଲି ଏହା ମାଧ୍ୟମରେ ୧୪,୦୦୦ କୋଟି ଟଙ୍କା ଋଣ ଦେଇଥିବା ଦର୍ଶାଇ ସରକାରଙ୍କଠାରୁ ୧,୮୮୦ କୋଟି ଟଙ୍କା ସୁଧ ସବ୍ସିଡି ପାଇଥିଲେ। ସମସ୍ତଙ୍କୁ ଘର ଯୋଗାଇବା ପାଇଁ କେନ୍ଦ୍ର ସରକାର ୨୦୧୫ ଅକ୍ଟୋବରରେ ପିଏମ୍ଏଓ୍ବାଇ ଯୋଜନା ଆରମ୍ଭ କରିଥିଲେ। ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ଏବଂ ନିମ୍ନ ଓ ମଧ୍ୟମ ଆୟକାରୀ ଗୋଷ୍ଠୀର ଲୋକମାନଙ୍କୁ ଏହି ଯୋଜନାରେ ଋଣ ଦିଆଯାଉଛି। ଏହି ଋଣ ଯୋଗାଉଥିବା ଫାଇନାନ୍ସ କମ୍ପାନୀଗୁଡ଼ିକୁ ସରକାର ସୁଧ ସବ୍ସିଡି ଦେଇଥାନ୍ତି। ୨୦୧୮ ଡିସେମ୍ବରରେ ଡିଏଚ୍ଏଫ୍ଏଲ୍ ଏହାର ନିବେଶକମାନଙ୍କୁ କହିଥିଲା, କମ୍ପାନୀ ପିଏମ୍ଏଓ୍ବାଇରେ ୮୮,୬୫୧ଟି ଋଣ ପ୍ରକ୍ରିୟା କରିଛି ଓ ସବ୍ସିଡି ବାବଦରେ ୫୩୯.୪ କୋଟି ଟଙ୍କା ପାଇଥିବାବେଳେ ୧,୩୪୭.୮ କୋଟି ଟଙ୍କା ପାଇବାକୁ ବାକି ଅଛି। ତେବେ ଫୋରେନ୍ସିକ ଅଡିଟରୁ ଜଣାପଡ଼ିଥିଲା, କପିଲ୍ ଓ ଧୀରଜ ୨.୬ ଲକ୍ଷ ଜାଲ୍ ହାଉସିଂ ଲୋନ୍ ଆକାଉଣ୍ଟ ଖୋଲି ଏବାବଦରେ ସବ୍ସିଡି ନେଇଛନ୍ତି। ୨୦୦୭ରୁ ୨୦୧୯ ମଧ୍ୟରେ ଉକ୍ତ ଜାଲ୍ ଆକାଉଣ୍ଟ ନାମରେ ୧୪,୦୪୬ କୋଟି ଟଙ୍କା ମଞ୍ଜୁର ହୋଇଛି। ସେଥିରୁ ୧୧,୭୫୫.୭୯ କୋଟି ଟଙ୍କା ଅନ୍ୟ ଜାଲ୍ ଫାର୍ମକୁ ସ୍ଥାନାନ୍ତର କରାଯାଇଥିବା ସିବିଆଇ ଅଭିଯୋଗ କରିଛି। ଡିଏଚ୍ଏଫଏଲ୍ରେ ନିବେଶ ଲାଗି ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର ପରିବାର ଉତ୍କୋଚ ନେବା ମାମଲାରେ ସିବିଆଇ ଗତବର୍ଷ ଜୁନ୍ରେ ଓ୍ବାଧଓ୍ବାନ ଭ୍ରାତା ଓ କପୁରଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିଥିଲା। ୟେସ୍ ବ୍ୟାଙ୍କ ଲୋକଙ୍କ ଜମା ରାଶି ୩.୭୦୦ କୋଟି ଟଙ୍କା ଡିଏଚ୍ଏଫଏଲ୍ର ସ୍ବଳ୍ପକାଳୀନ ଡିବେଞ୍ଚରରେ ଲଗାଇଥିଲେ। ଏଥିପାଇଁ ଓ୍ବାଧଓ୍ବ୍ାନ ଭ୍ରାତା କପୁରଙ୍କ ସ୍ତ୍ରୀ ଓ ଝିଅମାନଙ୍କ ନିୟନ୍ତ୍ରଣରେ ଥିବା ଏକ କମ୍ପାନୀକୁ ୬୦୦ କୋଟି ଟଙ୍କା ଋଣ ନାମରେ ସହାୟତା କରିଥିଲେ। କପୁରଙ୍କୁ ଗତବର୍ଷ ମାର୍ଚ୍ଚ ଓ ଓ୍ବାଧଓ୍ବାନ ଭ୍ରାତାଙ୍କୁ ଏପ୍ରିଲରେ ଗିରଫ କରାଯାଇଥିଲା।
https://www.dharitri.com/ୟୁରୋ-କପ୍‌-ଯୋଗ୍ୟତା-ପର୍ଯ୍ୟ/
ୟୁରୋ କପ୍‌ ଯୋଗ୍ୟତା ପର୍ଯ୍ୟାୟ: ପର୍ତ୍ତୁଗାଲର ପ୍ରଥମ ବିଜୟ ବେଲଗ୍ରେଡ୍,୮।୯(ଏଏଫ୍ପି): ୟୁରୋପିଆନ୍ ଚାମ୍ପିୟନ ପର୍ତ୍ତୁଗାଲ ୟୁରୋ କପ୍ ଯୋଗ୍ୟତା ପର୍ଯ୍ୟାୟରେ ତା’ର ପ୍ରଥମ ବିଜୟ ହାସଲ କରିଛି। ୨୦୨୦ ୟୁରୋ କପ୍ ପାଇଁ ଯୋଗ୍ୟତା ପର୍ଯ୍ୟାୟରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପର୍ତ୍ତୁଗାଲ ଶନିବାର ଅନୁଷ୍ଠିତ ମୁକାବିଲାରେ ସର୍ବିଆକୁ ୪-୨ ଗୋଲ୍ରେ ପରାସ୍ତ କରିଛି। ପର୍ତ୍ତୁଗାଲ ଆରମ୍ଭରୁ ପ୍ରଭାବ ବିସ୍ତାର କରିଖେଳିଥିଲା। ପର୍ତ୍ତୁଗାଲ ତରଫରୁ ୪୨ତମ ମିନିଟ୍ ଓ୍ବିଲିୟମ କାରଭାଲୋ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହାପରେ ଗୋନକାଲୋ ଗୁଏଡ୍ସ ୫୮ତମ ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ତେବେ ୬୮ତମ ମିନିଟ୍ରେ ସର୍ବିଆର ନିକେଲା ମିଲେନୋକୋଭିକ ଗୋଲ ପ୍ରଦାନ କରି ଗୋଲ ବ୍ୟବଧାନ କମାଇଥିଲେ। ଏହାପରେ ୮୦ତମ ମିନିଟ୍ରେ କ୍ରିଷ୍ଟିଆନୋ ରୋନାଲ୍ଡୋ ଗୋଲ ସ୍କୋର କରି ଅଗ୍ରଣୀ ବଢ଼ାଇଥିଲେ। ତେବେ ୮୫ତମ ମିନିଟ୍ରେ ସର୍ବିଆର ଆଲେକଜାଣ୍ଡାର ମିଟ୍ରୋଭିକ୍ ଗୋଲ ସ୍କୋର କରିଥିଲେ। ତେବେ ଏହାର ଗୋଟିଏ ମିନିଟ ପରେ ବର୍ଣ୍ଣାଡୋ ସିଲଭା ଗୋଲ ଦେଇ ପର୍ତ୍ତୁଗାଲକୁ ବିଜୟୀ କରାଇଥିଲେ। ଏଥିସହିତ ପର୍ତ୍ତୁଗାଲ ୩ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ଓ ଦୁଇଟି ଡ୍ର ସହ ୫ ପଏଣ୍ଟ ପାଇ ଗ୍ରୁପ୍ ବି’ର ଦ୍ୱିତୀୟ ସ୍ଥାନରେ ରହିଛି। ଏହି ଗ୍ରୁପ୍ରେ ୟୁକ୍ରେନ ୫ଟି ମ୍ୟାଚ୍ ଖେଳି ୪ ବିଜୟ ଓ ଗୋଟିଏ ଡ୍ର ସହ ୧୩ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି।
https://www.dharitri.com/ଅସ୍ତ୍ର-ସଂଶୋଧନ-ବିଲ୍‌କୁ-ରା/
ଅସ୍ତ୍ର ସଂଶୋଧନ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ବଣ୍ଡା,୧୬ା୧୨(ପି.ଟି.): ଅସ୍ତ୍ର(ସଂଶୋଧନ) ବିଲ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିବା ପରେ ଏହା ଆଇନରେ ପରିଣତ ହୋଇଛି। ଫଳରେ କୌଣସି ବ୍ୟକ୍ତି ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିଥିବା ପ୍ରମାଣିତ ହେଲେ ତାଙ୍କୁ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡ ଭୋଗିବାକୁ ପଡ଼ିବ। ଏହା ସହ ଉକ୍ତ ଆଇନରେ ଇଲେକ୍ଟ୍ରୋନିକ ଜରିଆରେ ଲାଇସେନ୍ସ ପ୍ରଦାନ ବ୍ୟବସ୍ଥା ମଧ୍ୟ ରହିଛି। ଦେଶରେ ବେଆଇନ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ପ୍ରସାରକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଆଣିଥିବା ଏହି ବିଲ୍ ଗତ ସପ୍ତାହରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିଲା।
https://www.dharitri.com/the-fiscal-deficit-is-rs-4-66-lakh-crore/
ବିତ୍ତୀୟ ନିଅଣ୍ଟ ସ୍ତର ୪.୬୬ ଲକ୍ଷ କୋଟି ନୂଆଦିଲ୍ଲୀ,୧।୭: ଦେଶର ବିତ୍ତୀୟ ନିଅଣ୍ଟ ପ୍ରଥମ ଦୁଇ ମାସରେ ୪.୬୬ ଲକ୍ଷ କୋଟି ଟଙ୍କା ରହିଛି। ଚଳିତ ଆର୍ଥତ୍କ ବର୍ଷ ବଜେଟ ଧାର୍ଯ୍ୟ ଲକ୍ଷ୍ୟର ଏହା ୫୮.୬%। ଏପ୍ରିଲ ଏବଂ ମେ ମାସରେ ନେଟ୍ ଟିକସ ସଂଗ୍ରହ ୩୩,୮୫୦ କୋଟି ଟଙ୍କା ରହିଛି। ଏହି ସମୟରେ ମୋଟ ଖର୍ଚ୍ଚ ୫.୧୨ ଲକ୍ଷ କୋଟି ଟଙ୍କା ରହିଛି। କରୋନା ମୁକାବିଲା ଲାଗି ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡୁଥିବାରୁ ଏଭଳି ସ୍ଥିତି ଉପୁଜିଛି। ୨୦୧୯-୨୦ରେ ଦେଶର ବିତ୍ତୀୟ ନିଅଣ୍ଟ ମୋଟ ଜିଡିପିର ୪.୬% ରହିଛି। ଏହା ୩.୩% ରହିବ ବୋଲି ଆକଳନ କରାଯାଇଥିଲା। କରୋନା ଯୋଗୁ ଅର୍ଥ ବ୍ୟବସ୍ଥାକୁ କେତେ ପରିମାଣର କ୍ଷତି ପହଞ୍ଚିଛି ତା’ର ଆକଳନ କରିବା ପରେ ଅର୍ଥ ବ୍ୟବସ୍ଥା ଲାଗି ଅଧିକ ସମ୍ବଳ ଆବଶ୍ୟକତା ପଡିପାରେ ବୋଲି ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି।
https://www.dharitri.com/after-being-discharged-from-the-hospital-muktikant-went-home/
ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ମୁକ୍ତିକାନ୍ତ, ଘରକୁ ଗଲେ ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ହୋର୍ଡିଂ ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ ପରେ ଚିକିତ୍ସିତ ହେଉଥିବା ସାମାଜିକ କର୍ମୀ ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ ଶନିବାର କ୍ୟାପିଟାଲ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ମାନସିକ ସ୍ଥିତି ଠିକ ନ ଥିବାରୁ ତାଙ୍କୁ ହସ୍ପିଟାଲରୁ ସିଧା ଟ୍ରେନ ଯୋଗେ ନିଜ ଘର ରାଉରକେଲାକୁ ନିଆଯାଉଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ମୁକ୍ତିକାନ୍ତଙ୍କ ସହ ତାଙ୍କ ଭାଇ ଓ ୨ ଜଣ ପୋଲିସ କର୍ମଚାରୀ ରହିଛନ୍ତି। ତାଙ୍କୁ ଘରେ ଛାଡ଼ିବା ପରେ ପୋଲିସ କର୍ମଚାରୀମାନେ ଭୁବନେଶ୍ୱର ଫେରିଆସିବେ। ତେବେ ଡିସଚାର୍ଜ ପରେ ମୁକ୍ତିକାନ୍ତ କହିଛନ୍ତି, ରାଉରକେଲାବାସୀଙ୍କ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଏହି ଲଢେଇ ଜାରି ରହିବ। ଦରକାର ପଡିଲେ ଭୁବନେଶ୍ୱର ଆଉଥରେ ଆସିବାକୁ ପଡିବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୩ରେ ରାଉରକେଲା ଗସ୍ତରେ ଯାଇଥିବାବେଳେ ଦେଇଥିବା ପ୍ରତିଶ୍ରୁତିଗୁଡ଼ିକୁ ପାଳନ କରି ନ ଥିବାରୁ ସେ ସଂପର୍କରେ ମନେ ପକାଇ ଦେବାକୁ ମୁକ୍ତିକାନ୍ତ ପଦଯାତ୍ରାରେ ଭୁବନେଶ୍ୱର ଆସିଥିଲେ। ସେ ରାଉରକେଲାରୁ ସମ୍ପୂର୍ଣ୍ଣ ହୋଇ ନ ଥିବା ପ୍ରକଳ୍ପର ମଡ଼େଲକୁ କାନ୍ଧରେ ବୋହି ଚାଲି ଚାଲି ଏଠାରେ ପହଞ୍ଚତ୍ବା ପରେ ନବୀନ ନିବାସ ଅଭିମୁଖେ ବାହାରିଥିଲେ। ହେଲେ ଶିଶୁ ଭବନ ଛକରେ ତାଙ୍କୁ ପୋଲିସ ଅଟକାଇବାରୁ ସେ ସେଠାରେ ଧାରଣାରେ ବସିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ୭ ଦିନ ଅପେକ୍ଷା କରିବା ପରେ ଅନୁମତି ନ ମିଳିବାରୁ ଶେଷରେ ନିରାଶ ହୋଇ ମୁକ୍ତିକାନ୍ତ ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଶିଶୁ ଭବନ ଛକ ନିକଟରେ ଥିବା ଏକ ୫୦ଫୁଟ ଉଚ୍ଚର ହୋର୍ଡିଂ ଉପରକୁ ଚଢିଯାଇଥିଲେ। ଦେହରେ ଡିଜେଲ ଢାଳି ଆତ୍ମାହୁତି ଉଦ୍ୟମ ଦେବା ସହ ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ତେବେ ଦୀର୍ଘ ସାଢେ ୪ ଘଣ୍ଟାର କସରତ ପରେ ଅଗ୍ନିଶମ ବାହିନୀ ଓ ପୋଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲର ଆଇସୋଲେଶନ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଥିଲା।
https://www.dharitri.com/ପଶ୍ଚିମ-ଓଡିଶା-ପ୍ରବାସୀ-ଶ୍ର/
ପଶ୍ଚିମ ଓଡିଶା ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର ଦାବିରେ ୬୦କିମି ପଦଯାତ୍ରା ବଲାଙ୍ଗୀର ଅଫିସ, ୨୫ା୫-କରୋନା ଲକ୍ଡାଉନ୍ ଯୋଗଁୁ ବାହାର ରାଜ୍ୟରେ ଫସି ରହିଥିବା ପଶ୍ଚିମ ଓଡିଶାର ଲକ୍ଷାଧିକ ଦାଦନ ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର ଏବଂ କ୍ୱାରାଣ୍ଟାଇନ୍ ସେଣ୍ଟରରେ ପ୍ରବାସୀଙ୍କୁ ଉଚିତ୍ ଖାଦ୍ୟ ଯୋଗାଇବାକୁ ଦାବି ହୋଇଛି। ଏହି ଦାବି ନେଇ କୋଶଳ ରାଜ୍ୟ ସମନ୍ବୟ ସମିତି ବେଲପଡା ଶାଖାର ତିନିଜଣ ସ୍ବେଚ୍ଛାସେବୀ ୬୦ କିଲୋମିଟର ପଦଯାତ୍ରାରେ ବଲାଙ୍ଗୀର ଆସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି ା କୋଶଳ ରାଜ୍ୟ ସମନ୍ବୟ ସମିତିର ଯୁବ କେନ୍ଦ୍ରିୟ ସଙ୍ଗଠକ ବନମାଳୀ ନାଏକ, ପାଟଣାଗଡ ନିର୍ବାଚନ ମଣ୍ଡଳୀ ସଂଯୋଜକ ଗିରିରାଜ ଭୋଇ ଓ ଅଚ୍ୟୁତ ସିଫନ୍ ଖମାରୀ ରବିବାରଠାରୁ ବେଲପଡା ତାରିଣୀ ମନ୍ଦିରରୁ ପଦଯାତ୍ରା ଆରମ୍ଭ କରିଥିଲେ ା ସୋମବାର ପୂର୍ବାହ୍ନରେ ଏହି ତିନି ପଦଯାତ୍ରୀ ବଲାଙ୍ଗୀର ସହରକୁ ପ୍ରବେଶ କଲାବେଳେ ଲିଟିଲ ଫ୍ଲାୱାର ସ୍କୁଲ ସମ୍ମୁଖରେ ୟୁଥ୍ ଆକ୍ସନ କମିଟି ପକ୍ଷରୁ ସ୍ବାଗତ କରାଯାଇଥିଲା ା ପଦଯାତ୍ରୀ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ବା ପରେ କୋଶଳ ରାଜ୍ୟ ସମନ୍ବୟ ସମିତି କେନ୍ଦ୍ରୀୟ କମିଟି ତରଫରୁ କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର, ଉପସଭାପତି ମନୋରଞ୍ଜନ ସାହୁ, ସାଧାରଣ ସମ୍ପାଦକ ବିଭୁଦତ୍ତ ମିଶ୍ର, ଶରତ ହୋତା, ରବି ମିଶ୍ର, ରଣରାଜ ସିଂଦେଓ, କୋଶଳ ଯୁବ ସମନ୍ବୟ ସମିତି କେନ୍ଦ୍ରୀୟ ସଂଯୋଜକ ରିଲୁ ରଥ, ଡୋଳାମଣି ପ୍ରଧାନ, ବିନୋଦ କାଲସାଏ, ସନ୍ଦୀପ ବାଗ, ଆକ୍ସନ କମିଟିର ମୁନା ପଟ୍ଟନାୟକ, ପଦଯାତ୍ରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ା ଉପକୂଳ ଅଞ୍ଚଳର ପ୍ରବାସୀ ଶ୍ରମିକ ଓ ପଶ୍ଚିମ ଓଡିଶାର ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ଆଣିବା ଓ ଖାଦ୍ୟ ଯୋଗାଇଲା ବେଳେ ରାଜ୍ୟ ସରକାର ପାତରଅନ୍ତର କରୁଥିବା ପଦଯାତ୍ରୀମାନେ ଅଭିଯୋଗ କରିଥିଲେ ା କୌଣସି ପରିସ୍ଥିତିରେ ଏଭଳି ପଦକ୍ଷେପକୁ ସହ୍ୟ କରାଯିବ ନାହିଁ ବୋଲି କେନ୍ଦ୍ରୀୟ ସଭାପତି ମିଶ୍ର ସୂଚନା ଦେଇଥିଲେ ା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ଦାବିପତ୍ରକୁ ଜିଲା ଜରୁରୀ ଅଧିକାରୀ ଶଙ୍କର୍ଷଣ ପ୍ରଧାନଙ୍କୁ ପ୍ରଦାନ କରିଥିଲେ ା
https://www.dharitri.com/khalistan-supporters-in-america-misbehaved-with-bhagwant-mann-daughter-on-phone/
ଆମେରିକାରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପିଲାଙ୍କୁ ଗାଳିଗୁଲଜ କଲେ ଖଲିସ୍ତାନ ସମର୍ଥକ ନ୍ୟୁୟର୍କ,୩୦।୩: ଭାରତ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଖଲିସ୍ତାନ ସମର୍ଥକମାନେ ଆମେରିକାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ଙ୍କ ପିଲାମାନଙ୍କୁ ଗାଳିଗୁଲଜ କରିବା ସହ ହଇରାଣ କରିବାକୁ ଯୋଜନା କରୁଛନ୍ତି। ଖଲିସ୍ତାନର ସମର୍ଥକମାନେ ଏବେ ଲଜ୍ଜାଜନକ କାର୍ଯ୍ୟ କରିଛନ୍ତି। ସେ କେବଳ ପଞ୍ଜାବର ଭଗଓ୍ବନ୍ତ ମାନଙ୍କ ଝିଅ ସିରତ କୌରଙ୍କୁ ଫୋନରେ ଧମକ ଦେଇ ନ ଥିଲେ ବରଂ ତାଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିଲେ। ଭଗଓ୍ବନ୍ତଙ୍କର ପୂର୍ବତନ ସ୍ତ୍ରୀ ଇନ୍ଦରପ୍ରୀତ କୌର ଫେସ୍ବୁକ ମାଧ୍ୟମରେ ଏକଥା କହିଛନ୍ତି। ସୂଚନାଯୋଗ୍ୟ, ଇନ୍ଦରପ୍ରୀତ ଦୁଇ ସନ୍ତାନଙ୍କ ସହ ଆମେରିକାରେ ରୁହନ୍ତି। ଭଗଓ୍ବନ୍ତ ତାଙ୍କ ପ୍ରଥମ ସ୍ତ୍ରୀଙ୍କଠାରୁ ଛାଡ଼ପତ୍ର ନେଇଛନ୍ତି ଏବଂ ତାଙ୍କର ଦୁଇଟି ସନ୍ତାନ ଝିଅ ସିରତ କୌର ଏବଂ ପୁଅ ଦିଲଶାନ ମାନ। ଗତବର୍ଷ ମାର୍ଚ୍ଚ ୧୬ରେ ଉଭୟ ନିଜ ପିତାଙ୍କ ଶପଥ ଗ୍ରହଣ ସମାରୋହରେ ଭାଗନେବାକୁ ଭାରତ ଆସିଥିଲେ।