url
stringlengths 29
226
| text
stringlengths 7
18.1k
|
---|---|
https://www.dharitri.com/ମୋହନ-ଭାଗଓ୍ବତଙ୍କ-୧୩୦-କୋଟି/ | ମୋହନ ଭାଗଓ୍ବତଙ୍କ ୧୩୦ କୋଟି ହିନ୍ଦୁ ମନ୍ତବ୍ୟ: ମୁହଁ ଖୋଲିଲେ ରାମଦାସ ଉଠାଓ୍ବଲେ
ନୂଆଦିଲ୍ଲୀ,୨୬।୧୨: ଆରଏସ୍ଏସ୍ ପ୍ରମୁଖ ମୋହନ ଭାଗଓ୍ବତଙ୍କ ୧୩୦ କୋଟି ହିନ୍ଦୁ ମନ୍ତବ୍ୟ ନେଇ ରିପବ୍ଲିକ୍ ପାର୍ଟି ଅଫ୍ ଇଣ୍ଡିଆ ତଥା କେନ୍ଦ୍ରୀୟ ମନ୍ତ୍ରୀ ରାମଦାସ ଉଠାଓ୍ବଲେ ମୁହଁ ଖୋଲିଛନ୍ତି। ରାମଦାସ କହିଛନ୍ତି ଏପରି ଏକ ସମୟ ଥିଲା ସେତେବେଳେ ଭାରତରେ ବୌଦ୍ଧ ଧର୍ମ ଥିଲା। ଏହାପରେ ଏଥିରେ ପରିବର୍ତ୍ତନ ଆସିଛି। ତେବେ ସମସ୍ତ ଲୋକଙ୍କୁ ହିନ୍ଦୁ କହିବା ଠିକ୍ ନୁହେଁ। ଯଦି ଭାଗଓ୍ବତ ସବୁ ଲୋକ ଆମ ଭାରତର ବୋଲି ଉଦ୍ଦେଶ୍ୟ ରଖି କହିଥାନ୍ତି ତାହା ହିଁ ଠିକ୍ ହେବ। ସୂଚନାଯୋଗ୍ୟ, ବୁଧବାର ତେଲଙ୍ଗାନାର ହାଇଦ୍ରାବାଦ୍ଠାରେ ଆର୍ଏସ୍ଏସ୍ର ଏକ ୩ଦିନିଆ କାର୍ଯ୍ୟକ୍ରମରେ ଯୋଗଦେଇ ଭାଗଓ୍ବତ କହିଥିଲେ ଯେ, ସଂଘ ଦେଶର ୧୩୦ କୋଟି ଜନତାଙ୍କୁ ହିନ୍ଦୁ ଭାବେ ବିବେଚନା କରିଥାଏ। |
https://www.dharitri.com/ବାତ୍ୟା-ବିପନ୍ନଙ୍କୁ-ସମବେଦନ/ | ବାତ୍ୟା ବିପନ୍ନଙ୍କୁ ସମବେଦନା ଜଣାଇଲେ ବିଦେଶିନୀ
ଭୁବନେଶ୍ୱର, ୧୯ା୫(ବ୍ୟୁରୋ)- ବାତ୍ୟା ‘ଫନୀ’ ପରେ ଏବେ ଓଡ଼ିଶାକୁ ବିଭିନ୍ନ ଦେଶ ସହଯୋଗ ହାତ ବଢ଼ାଉଛନ୍ତି। ଏହି ଭୟଙ୍କର ବାତ୍ୟାରେ ବିପନ୍ନ ଓଡ଼ିଶାବାସୀଙ୍କୁ ବିଭିନ୍ନ ଆଡୁ ସମବେଦନା ମିଳିବାରେ ଲାଗିଛି। ଫ୍ରାନ୍ସର ଜଣେ ଯୁବତୀ ତଥା ଓଡ଼ିଶୀ ନୃତ୍ୟାଙ୍ଗନା ମହିନା ଖାନୁମ୍ ସୋସିଆଲ ମିଡିଆ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ସମବେଦନା ଜଣାଇଛନ୍ତି। ମହିନା ଭୁବନେଶ୍ୱରସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଓଡ଼ିଶୀ ନୃତ୍ୟଶିକ୍ଷା କରିଛନ୍ତି। ସେ ଇଲିଆନା ସିତାରିଷ୍ଟିଙ୍କ ଛାତ୍ରୀ। ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ଦ୍ୱାରା ଫ୍ରାନ୍ସରେ ପ୍ରତିଷ୍ଠିତ ନୃତ୍ୟ ଅନୁଷ୍ଠାନ ଲାସ୍ୟକଳାରେ ସମ୍ପ୍ରତି ସେ ଶିକ୍ଷାଲାଭ କରୁଥିବାବେଳେ ଓଡ଼ିଶା ଓ ଓଡ଼ିଶୀ ନୃତ୍ୟପ୍ରତି ତାଙ୍କର ସମ୍ପର୍କ ରହିଛି। ଏଣୁ ଓଡ଼ିଶାରେ ବାତ୍ୟା ‘ଫନୀ’ର ତାଣ୍ଡବ ତାଙ୍କୁ ବ୍ୟଥିତ କରିଛି। ସେ କହିଛନ୍ତି, ବାତ୍ୟାରେ ଓଡ଼ିଶାର ଅନେକ କ୍ଷୟକ୍ଷତି ହୋଇଛି। କିନ୍ତୁ ଓଡ଼ିଶାର ଗୌରବମୟ ଅତୀତ, କଳା ନୈପୁଣ୍ୟ ଓ ପ୍ରାକୃତିକ ଶୋଭାରାଶି ଅକ୍ଷୁର୍ଣ୍ଣ ରହିଛି। ଶୀଘ୍ର ଓଡ଼ିଶାବାସୀ ଏହି ପ୍ରାକୃତିକ ବିପର୍ଯ୍ୟୟଜନିତ ସମସ୍ୟାରୁ ମୁକୁଳି ଆସନ୍ତୁ। ଏଥିସହ ମହିନା ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ‘ବନ୍ଦେ ଉତ୍କଳ ଜନନୀ’ ନିଆରା ଢଙ୍ଗରେ ଉଚ୍ଚାରଣ କରି ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି। ତାଙ୍କର ଏହି ଭିଡିଓକୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛି। |
https://www.dharitri.com/adoption-is-not-a-fundamental-right/ | ପୋଷ୍ୟ ସନ୍ତାନ ଗ୍ରହଣ ମୌଳିକ ଅଧିକାର ନୁହେଁ
ନୂଆଦିଲ୍ଲୀ,୨୧ା୨(ପି.ଟି.): ଜଣେ ଶିଶୁକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିବାର ଅଧିକାରକୁ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ ଅଧୀନକୁ ଆଣି ମୌଳିକ ଅଧିକାର ବୋଲି ଦାବି କରାଯାଇପାରିବ ନାହିଁ। କେଉଁ ପିଲାକୁ ପୋଷ୍ୟ ଭାବେ ଗ୍ରହଣ କରିବେ ତାହା ଚୟନ କରିବା ଅଧିକାର ମଧ୍ୟ ଭାବୀ ମାତାପିତାଙ୍କର ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
ଦୁଇ କିମ୍ବା ତଦୂର୍ଦ୍ଧ୍ୱ ଶିଶୁଙ୍କ ମା’ବାପା କେବଳ ଦିବ୍ୟାଙ୍ଗ ଶିଶୁଙ୍କୁ ପୋଷ୍ୟ ରୂପେ ଗ୍ରହଣ କରିପାରିବେ ବୋଲି ଜୁଭେନାଇଲ୍ ଜଷ୍ଟିସ୍ (କେୟାର ଆଣ୍ଡ୍ ପ୍ରୋଟେକ୍ସନ ଅଫ୍ ଚିଲ୍ଡ୍ରେନ୍)-ସିଏଆର୍ଏ ଆକ୍ଟ, ୨୦୧୫ରେ ନିୟମ ରହିଛି। ଗତବର୍ଷ ସିଏଆର୍ଏ ପକ୍ଷରୁ ଜାରି ପୋଷ୍ୟ ନିୟମାବଳୀ, ୨୦୨୨ରେ ଷ୍ଟିୟରିଂ କମିଟି ରିସୋର୍ସ ଅଟରିଟି ମଧ୍ୟ ଏହି ବିଷୟ ଉଲ୍ଲେଖ କରିଥିଲେ। ଏହି ନିୟମକୁ ସମ୍ଭାବ୍ୟ ପୋଷ୍ୟ ମାତାପିତା (ପିଏପି)ମାନେ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଜଷ୍ଟିସ୍ ସୁବ୍ରମଣ୍ୟମ୍ ପ୍ରସାଦ ଏସମ୍ପର୍କିତ ଏକାଧିକ ଆବେଦନର ଶୁଣାଣି କରି କହିଛନ୍ତି, ଜିଲାପାଳ ପୋଷ୍ୟ ସନ୍ତାନ ଗ୍ରହଣ ଉପରେ ଚୂଡ଼ାନ୍ତ ନିର୍ଦ୍ଦେଶ ନ ଦେବା ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ ଶିଶୁକୁ ପୌଷ୍ୟ ରୂପେ ଗ୍ରହଣ କରିବା ପାଇଁ ଅନୁମତି ପ୍ରଦାନ କରାଯାଇପାରିବ ନାହିଁ। ଏହି ପ୍ରକ୍ରିୟା ପିଲାମାନଙ୍କ ମଙ୍ଗଳ ପାଇଁ ଉଦ୍ଦିଷ୍ଟ। ପିଏପିମାନଙ୍କ ଇଚ୍ଛା ବା ଆଗ୍ରହକୁ ଏଥିରେ ଅଗ୍ରାଧିକାର ଦିଆଯାଇପାରିବ ନାହିଁ। ସେମାନେ କାହାକୁ ପୌଷ୍ୟ ଭାବେ ଗ୍ରହଣ କରିବାକୁ ଚାହୁଁଛନ୍ତି, ସେନେଇ ଦାବି କରିପାରିବେ ନାର୍ହି ବୋଲି ନିକଟରେ ଦିଲ୍ଲୀ ହାଇକୋର୍ଟ ଏକ ରାୟ ଦେଇଛନ୍ତି। ଜଷ୍ଟିସ୍ ପ୍ରସାଦ ଆହୁରି କହିଛନ୍ତି, ପୋଷ୍ୟ ଗ୍ରହଣ ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି। ଅନେକ ନିଃସନ୍ତାନ ଦମ୍ପତି ଏବଂ ଗୋଟିଏ ପିଲାର ମାତାପିତା ଜଣେ ସ୍ବାଭାବିକ ମାନସିକତାର ଶିଶୁକୁ ପୋଷ୍ୟ ରୂପେ ଗ୍ରହଣ କରିବା ପାଇଁ ଚାହୁଁଛନ୍ତି। ଏଥିଯୋଗୁ ଜଣେ ଭିନ୍ନକ୍ଷମ ଶିଶୁର ପୋଷ୍ୟ ଗ୍ରହଣ ସମ୍ଭାବନା କମିଯାଉଛି। ତେଣୁ ଏଭଳି ଶିଶୁଙ୍କୁ ଅଧିକରୁ ଅଧିକ ଆପଣାଯିବାକୁ ସୁନିଶ୍ଚିତ କରାଯିବା ଏହି ଆଇନର ଉଦ୍ଦେଶ୍ୟ ବୋଲି ବିଚାରପତି ପ୍ରସାଦ ସ୍ପଷ୍ଟ କରିଛନ୍ତି। ଏଥିସହ ସେ ପିଏପିମାନଙ୍କ ପିଟିଶନଗୁଡ଼ିକୁ ଖାରଜ କରିଦେଇଛନ୍ତି। ଆବେଦନକାରୀମାନେ ନ୍ୟସ୍ତସ୍ବାର୍ଥ ସମ୍ବଳିତ ଦାବି କରୁଛନ୍ତି, ଯାହାକି ଗ୍ରହଣୀୟ ନୁହେଁ ବୋଲି ବିଚାରପତି କହିଛନ୍ତି। |
https://www.dharitri.com/violence-before-by-elections-attack-on-hotel-2-serious-5-arrested/ | ଉପନିର୍ବାଚନ ପୂର୍ବରୁ ହିଂସା: ହୋଟେଲରେ ପଶି ସଂଘବଦ୍ଧ ଆକ୍ରମଣ, ୨ ଗୁରୁତର, ୫ ଗିରଫ
ବାଲେଶ୍ୱର ଅଫିସ,୨।୧୧-ବାଲେଶ୍ୱର ବିଧାନସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟଗ୍ରହଣ ହେବ। ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରବିବାର ମଧ୍ୟରାତିରେ ଦୁଇ ପ୍ରମୁଖ ଦଳର କର୍ମୀଙ୍କ ମଧ୍ୟରେ ନିର୍ବାଚନୀ ହିଂସା ଦେଖାଦେଇଛି। ଗୋଟିଏ ଗୋଷ୍ଠୀର ସଂଘବଦ୍ଧ ଆକ୍ରମଣରେ ଅନ୍ୟ ଗୋଷ୍ଠୀର ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ଆହତ ୨ଜଣଙ୍କୁ ପ୍ରଥମେ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଉପନିର୍ବାଚନ ପ୍ରଚାର ପାଇଁ ଅନ୍ୟ ଜିଲାର ବହୁ ନେତା ଚାନ୍ଦିପୁର ଥାନା ଅଧୀନ ଏକ ଘରୋଇ ହୋଟେଲରେ ରହିଥିଲେ। ନିର୍ବାଚନ ଆଚରଣ ବିଧି ରବିବାର ଅପରାହ୍ନ ୫ଟାରୁ ଲାଗୁ ହେବା ପରେ ବାହାର ନେତା ନିର୍ବାଚନମଣ୍ଡଳୀ ଛାଡ଼ିଯିବାର ନିୟମକୁ ମାନି ନ ଥିଲେ। ଏହାକୁ ଗୋଟିଏ ଗୋଷ୍ଠୀ ଅଭିଯୋଗ କରିବା ପରେ ଦୁଇ ରାଜନୈତିକ ଦଳ ମଧ୍ୟରେ ବଚସା ଓ ପରେ ଗଣ୍ଡଗୋଳ ହୋଇଥିଲା। ସ୍ଥାନୀୟ ଚାନ୍ଦିପୁର ଥାନା ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କ କହିବାନୁସାରେ, ନିର୍ବାଚନ ଆଚରଣ ବିଧି ନିୟମ ଅନୁସାରେ ଚାନ୍ଦିପୁରସ୍ଥିତ ହୋଟେଲଗୁଡିକରେ ଥିବା ରାଜନୈତିକ ବ୍ୟକ୍ତିମାନଙ୍କୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବହୁ ଦୂରରୁ ଆସିଥିବା କେତେଜଣ ବ୍ୟକ୍ତିଙ୍କ ଯିବାରେ ବିଳମ୍ବ ହୋଇଥିଲା। ମଧ୍ୟରାତ୍ର ସମୟରେ କେତେଜଣ ବ୍ୟକ୍ତି ହୋଟେଲ ଛାଡୁଥିବା ବେଳେ ସ୍ଥାନୀୟ ଏକ ରାଜନୈତିକ ଦଳର ଲୋକମାନେ ଏହାକୁ ବିରୋଧ କରିଥିଲେ। ଫଳରେ ପାଟିତୁଣ୍ଡ ଓ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଚାନ୍ଦିପୁର ପଞ୍ଚାୟତ ସମିତିସଭ୍ୟ ସଞ୍ଜୁ ଦଳେଇ ଏବଂ ଚମ୍ପୁଆ ଅଞ୍ଚଳରୁ ଆସିଥିବା ବିଜେଡି ନେତା ହରିଭକ୍ତ କୁନାଗିରି ଉଭୟେ ଏହି ଗଣ୍ଡଗୋଳରେ ଗୁରୁତର ହୋଇଥିଲେ। ଖବରପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା। ଏନେଇ ଚାନ୍ଦିପୁର ଥାନାରେ ଏକ ମାମଲା (ନଂ. ୧୦୬/୨୦୨୦) ରୁଜୁ କରାଯାଇ ୫ଜଣଙ୍କୁ ଗିରଫ କରାଯାଇଛି। ଉତ୍ତେଜନାକୁ ଆଖି ଆଗରେ ରଖି ଉକ୍ତ ଅଞ୍ଚଳରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। |
https://www.dharitri.com/fire-in-karuchipali/ | ୨ ବଖରା ସହ ଜଳିଗଲା ଗୁହାଳ
ବୁଗୁଡ଼ା,୩୦ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କରଚୁଲି ପଞ୍ଚାୟତ ଡ଼େଙ୍ଗାବାଡ଼ି ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ସହ ୨ଟି ଗୁହାଳ ପୋଡ଼ିଯାଇଛି। ଗୁହାଳରେ ଥିବା ୩ଟି ଗାଈ ଆହତ ହୋଇଛନ୍ତି।
ଗ୍ରାମର ସୁଶାନ୍ତ ପ୍ରଧାନ ଓ ନାରାୟଣ ପ୍ରଧାନଙ୍କ ଗୋଟିଏ ଲେଖାଏ ବଖରା ପୋଡ଼ିଯିବା ସହ ଲକ୍ଷାଧିକ ଟଙ୍କାର ଜିନିଷ ମଧ୍ୟ ଭସ୍ମୀଭୂତ ହୋଇଯାଇଛି। ସେହିପରି ଟୁନା ସେନାପତି ଓ ବିଦ୍ୟାଧର ସେନାପତିଙ୍କ ଗୁହାଳ ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ୨ ଜଣଙ୍କ ଗୁହାଳରେ ବନ୍ଧାଯାଇଥିବା ୩ ଗାଈ ପୋଡ଼ି ହୋଇଛନ୍ତି। ବୁଗୁଡ଼ା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। |
https://www.dharitri.com/moram-extraction-from-manjuri-area/ | ମଞ୍ଜୁରୀ ମୌଜାରୁ ମୋରମ ଉତ୍ତୋଳନ ପ୍ରସଙ୍ଗ: ହାଇକୋର୍ଟରେ ମାମଲା, ସତ୍ୟପାଠ ଦାଖଲ ନିର୍ଦ୍ଦେଶ
ଯାଜପୁର ରୋଡ୍,୨୧।୮ (ଡି.ଏନ୍.ଏ.): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ମଞ୍ଜୁରୀ ମୌଜାର ଏକ ଜଙ୍ଗଲ କିସମ ଜମିରେ ପୋଖରୀ ଖନନ କରିବାକୁ ପ୍ରଥମେ ଅନୁମତି ଦେବା ଓ ପରେ ବାତିଲ କରିବା ଘଟଣାକୁ ନେଇ ଜଙ୍ଗଲ ଓ ରାଜସ୍ବ ବିଭାଗର ସମ୍ପୃକ୍ତ ଅଧିକାରୀମାନେ ହରଡ଼ଘଣାରେ ପଡିଛନ୍ତି। ଏହି ମର୍ମରେ ଅଭିଯୋଗକାରୀ ଏକନ ପାତ୍ରଙ୍କ ଅବେଦନକୁ ଭିତ୍ତିକରି, ହାଇକୋର୍ଟରେ ଡବ୍ଲ୍ୟୁପି(ସି) ୧୮୦୩୫/୨୦୨୦ରେ ଏକ ମାମଲା ରୁଜୁ ହେବା ସହିତ ରାଜସ୍ବ ବିଭାଗ ସଚିବ, ଯାଜପୁର ଜିଲାପାଳ, କଟକ ଜଙ୍ଗଲ ଡିଭିଜନ ଡିଏଫ୍ଓ, ବ୍ୟାସନଗର ତହସିଲଦାର ଓ ପଛିକୋଟ ରାଜସ୍ବ ନିରୀକ୍ଷକଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆସନ୍ତା ୪।୯।୨୦୨୦ ତାରିଖ ସୁଦ୍ଧା ଉପରୋକ୍ତ ମାମଲା ଉପରେ କାଉଣ୍ଟର ସତ୍ୟପାଠ ଦାଖଲ କରିବାକୁ ଅତିରିକ୍ତ ସରକାରୀ ଓକିଲ ନିବେଦନ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ବ୍ୟାସନଗର ତହସିଲ ଅଧୀନ ମଞ୍ଜୁରୀ ମୌଜା ଖାତା ନମ୍ବର ୨୦ ଓ ପ୍ଲଟ ନମ୍ବର ୧୫୧ ସାରଦ-୩ କିସମ ୧ ଏକର ପରିମିତ ଜମିରୁ ବ୍ୟାସନଗର ତହସିଲଦାର ତାଙ୍କ ପତ୍ରସଂଖ୍ୟା ୪୩୫୦/୯।୭।୨୦୨୦ରେ ଏକନ ପାତ୍ରଙ୍କୁ ଅଙ୍କିତା କନଷ୍ଟ୍ରକ୍ସନ ଦ୍ୱାରା ମୋରମ ଉତ୍ତୋଳନ କରିବାକୁ ଅନୁମତି ଦେଇଥିଲେ। ସେହି ଜମିରେ ପୋଖରୀ ଖନନ କରି ମାଛଚାଷ କରିବା ଉଦ୍ଦେଶ୍ୟରେ ଏହି ଅନୁମତି ମିଳିଥିଲା। ଧାମରା ବନ୍ଦର ଓ ଯାଜପୁର କୋୟାଁଗୋଲାର ସରକାରୀ କାର୍ଯ୍ୟରେ ଉକ୍ତ ଖନନରୁ ବାହାରିଥିବା ମୋରମ ବ୍ୟବହୃତ କରିବାକୁ ଅନୁମତି ପତ୍ରରେ ଦର୍ଶାଯାଇଥିଲା। ହେଲେ ବ୍ୟାସନଗର ତହସିଲଦାର, ଯାଜପୁର ରୋଡ୍ ରେଞ୍ଜରଙ୍କ ସହଯୋଗରେ ଜଙ୍ଗଲ ଜମିରୁ ମୋରମ ବେଆଇନ ଭାବେ ଉତ୍ତୋଳନ ହେଉଥିବା ନେଇ ଗତ ୧୩ ତାରିଖରେ ପଛିକୋଟ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ଏହି କ୍ରମରେ ଜଙ୍ଗଲ ଓ ପରିବେଶ ବିଭାଗର ଅନୁ ସଚିବ ତ୍ରିଲୋଚନ କିଶାନ ତାଙ୍କ ପତ୍ର ସଂଖ୍ୟା ୧୧୧୧୩/୧୫।୭।୨୦୨୦ରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜଙ୍ଗଲ ବିଭାଗ ପ୍ରିନ୍ସିପାଲ କନଜରଭେଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କଟକ ଫରେଷ୍ଟ ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର(ଡିଏଫ୍ଓ) ତାଙ୍କ ପତ୍ରସଂଖ୍ୟା ୭୧୦୧/୧୭।୭।୨୦୨୦ରେ ଯାଜପୁର ରୋଡ୍ ରେଞ୍ଜରଙ୍କୁ ଅଭିଯୋଗ ହୋଇଥିବା ଜମି ସଂକ୍ରାନ୍ତରେ ତଦନ୍ତ କରି ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଜମି ଜଙ୍ଗଲ କିସମ ହୋଇଥିବାରୁ ବ୍ୟାସନଗର ତହସିଲଦାର ତାଙ୍କ ପତ୍ର ସଂଖ୍ୟା ୪୬୫୩/୨୨।୭।୨୦୨୦ରେ ପୋଖରୀ ଖନନ ନିର୍ଦ୍ଦେଶକୁ ବାତିଲ କରିଥିଲେ। ଏହାସହ ମୋରମ ଉତ୍ତୋଳନ ବାବଦକୁ ଏକନ ପାତ୍ରଙ୍କୁ ୨୮।୭।୨୦୨୦ ତାରିଖରେ ତହସିଲଦାର ପତ୍ର ସଂଖ୍ୟା ୮୦/୨୦୨୦-୨୧ରେ ୨,୭୯,୮୬୦ ଟଙ୍କାର ଡିମାଣ୍ଡ ନୋଟିସ୍ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଏକନ ଆଇନର ଆଶ୍ରୟ ନେଇଛନ୍ତି। ଏ ସଂକ୍ରାନ୍ତରେ ମତାମତ ନେବାକୁ ବ୍ୟାସନଗର ତହସିଲଦାରଙ୍କ ଯୋଗାଯୋଗ କରାଯାଇଥିଲେ ବି ତାହା ସମ୍ଭବ ହୋଇପାରିନାହିଁ। |
https://www.dharitri.com/anupam-kher-birthday-special/ | ଘରୁ ଟଙ୍କା ଚୋରି କରିଥିଲେ ଏହି ପ୍ରସିଦ୍ଧ ଅଭିନେତା, ମା’ କରିଥିଲେ ପୋଲିସକୁ ଫୋନ୍
ବଲିଉଡ ଅଭିନେତା ଅନୁପମ ଖେର ପ୍ରତ୍ୟେକ ଥର ତାଙ୍କ ଅଭିନୟ ଜରିଆରେ ସମସ୍ତଙ୍କ ହୃଦୟ ଜିତନ୍ତି। ସେ ତାଙ୍କ ଅଭିନୟ କ୍ୟାରିୟରରେ ଏପର୍ଯ୍ୟନ୍ତ ସମସ୍ତ ପ୍ରକାରର ଚରିତ୍ରରେ ଅଭିନୟ କରିଛନ୍ତି। ଦୀର୍ଘ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ଜଲଓ୍ବା ଦେଖାଇ ଆସୁଥିବା ଅନୁପମ ଖେର ଆଜି ତାଙ୍କର ୬୭ ତମ ଜନ୍ମଦିନ ପାଳନ କରୁଛନ୍ତି। ଅନୁପମ ଖେର ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ସବୁଆଡେ କାମ କରିଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଅନୁପମ ଖେର ଥରେ ଅଡିସନ ଦେବା ପାଇଁ ଟଙ୍କା ଚୋରି କରିଥିଲେ?
ଶିମଲାରେ ତାଙ୍କ କଲେଜ ଦିନ ଗୁଡିକରେ ଅନୁପମଙ୍କୁ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଏକ ଅଡିସନରେ ଯୋଗଦେବା ଥିଲା। ମାତାପିତାଙ୍କଠାରୁ ଟଙ୍କା ମାଗିବାକୁ ସାହସ ନ ଥିଲା। ଏଥିପାଇଁ ସେ ମା’ଙ୍କ ବ୍ୟାଗ୍ରୁ ୧୧୮ ଟଙ୍କା ଚୋରି କରିଥିଲେ।
ସେହି ଦିନକୁ ମନେ ପକାଇ ଅନୁପମ ଏକ ସାକ୍ଷାତକାରରେ କହିଥିଲେ, ସେ ଅଡିସନ ଦେବା ପରେ ଘରକୁ ଫେରିବା ପରେ ତାଙ୍କ ମାତାପିତା ପୋଲିସକୁ ଫୋନ କରି ଚୋରି ଘଟଣା ବିଷୟରେ କହିଦେଇଥିଲେ। ଅନୁପମ ପ୍ରଥମେ ସେ ଚୋରି କରିଥିବା କଥା ସ୍ବୀକାର କରି ନ ଥିଲେ, କିନ୍ତୁ ଗୋଟିଏ ସପ୍ତାହ ପରେ ପିତା ପଚାରିବାରୁ ସେ ସ୍ବୀକାର କରିଥିଲେ। ଅନୁପମ ଖେର କହିଥିଲେ ଯେ ଏହା ଜାଣିବା ପରେ ତାଙ୍କ ମା’ ତାଙ୍କୁ ଚାପୁଡ଼ା ମାରିଥିଲେ। |
https://www.dharitri.com/whatsapp-is-off-on-all-these-phones-know-if-your-handset-is/ | ଏସବୁ ଫୋନରେ ହ୍ବାଟସଆପ ବନ୍ଦ, ଜାଣନ୍ତୁ ଅଛି କି ଆପଣଙ୍କ ହ୍ୟାଣ୍ଡସେଟ…
ନୂଆଦିଲ୍ଲୀ,୨୪।୧୦ : ହ୍ବାଟସଆପ ବହୁ ଫୋନରେ ଏହାର ସେବାକୁ ବନ୍ଦ କରିବାକୁ ଯାଉଛି। ହ୍ବାଟସଆପ କିଛି ଦିନ ପୂର୍ବରୁ ସୂଚନା ଦେଇଥିଲା ଏହା ମନୋନୀତ ଉପଭୋକ୍ତାଙ୍କ ପାଇଁ ସେବା ଶେଷ କରିବ। କମ୍ପାନୀ ଏହାର ଆପ ଡାଉନଲୋଡ କରିବାର ଯୋଗ୍ୟତା ସମ୍ବନ୍ଧରେ ଏକ ବିସ୍ତୃତ ଗାଇଡ ଶେୟାର କରିଛି। ଏନେଇ ଉପଭୋକ୍ତା ବର୍ତ୍ତମାନ ଚିନ୍ତିତ ଅଛନ୍ତି। ତେବେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ହ୍ବାଟସଆପ ବନ୍ଦ ହେବ କି ନାହିଁ ତାହା ୟୁଜର ମାନେ ନିଜ ନିଜ ଫୋନରେ ଯାଞ୍ଚ କରି ପାରିବ।
ଏଥିପାଇଁ ନିଜ ଫୋନର ସେଟିଙ୍ଗକୁ ଯିବାକୁ ପଡିବ ଏବଂ ତା’ପରେ ଡିଭାଇସ ବିଷୟରେ ଯାଞ୍ଚ କରିବାକୁ ପଡିବ। ଯଦ ଫୋନ ଆଣ୍ଡ୍ରଏଡ ୫.୦ କିମ୍ବା ନୂତନ ସଂସ୍କରଣରେ ଚାଲୁଛି ତେବେ ହ୍ବାଟସଆପ ବନ୍ଦ ହେବ ନାହିଁ। ଆଇଫୋନ ବ୍ୟବହାରକାରୀ ଏବଂ ସ୍ମାର୍ଟଫୋନ ଆଇଓଏସ ୧୨ କିମ୍ବା ଏହାର ପରବର୍ତ୍ତୀ ସଂସ୍କରଣ ରହିଛି ତେବେ ଏଥିରେ ହ୍ବାଟସଆପ ବନ୍ଦ ହେବ ନାହିଁ।
ଜିଓଫୋନ ବ୍ୟବହାରକାରୀଙ୍କ ପାଇଁ ଡିଭାଇସ କେଏଆଇଓଏସ ୨.୫.୦ କିମ୍ବା ନୂତନ ସଂସ୍କରଣ ଲାଗି କୌଣସି ଅସୁବିଧା ନାହିଁ ।
ସାମସଙ୍ଗ ଗାଲାକ୍ସି ଏସ ୨, ଆର୍କୋସ ୫୩ ପ୍ଲାଟିନମ, ନେକ୍ସସ ୭, ଆଇଫୋନ ୫, ଆଇଫୋନ ୫ ସି, ଏଲଜି ଅପ୍ଟିମସ ୨ ଏକ୍ସ, ଗ୍ରାଣ୍ଡ ଏସ ଫ୍ଲେକ୍ସ ଜେଟିଇ, ଏଚଟିସି ଡିଜାଇର ଏଚଡି, ସାମସଙ୍ଗ ଗାଲାକ୍ସି ଏସ, ଆସସ ପ୍ୟାଡ ଟ୍ରାନ୍ସଫର୍ମର, ସାମସଙ୍ଗ ଗାଲାକ୍ସି ଟ୍ୟାବ ୧୦.୧, ଗ୍ରାଟି ମୋଟରୋଲା ଜୁମ, ଏଚଟିସି ଡିଜାଇର ୫୦୦, ହୁଆୱାଇ ଆସେଣ୍ଡ ଡି, ହୁଆୱେ ଆସେଣ୍ଡ ଡି ୧, ଏଚଟିସି ଓ୍ବାନ, ସୋନି ଏକ୍ସପେରିଆ ଜେଡ ଏବଂ ସାମସଙ୍ଗ ଗାଲାକ୍ସି ନେକ୍ସସ ପ୍ରଭୃତି ଫୋନରେ ହ୍ବାଟସଆପ କାମ କରିବ ନାହିଁ।
ଯେତେବେଳେ ହ୍ବାଟସଆପ ବନ୍ଦ ହେବ ଏନେଇ ହ୍ବାଟସଆପ ଦ୍ୱାରା ସୂଚନା ଦିଆଯିବ। ହ୍ବାଟସଆପ ଫୋନକୁ ଅପଗ୍ରେଡ କରିବାକୁ କହିବ, ନଚେତ ହ୍ବାଟସଆପ ଫୋନରେ ଆଉ କାମ କରିବ ନାହିଁ । ଅକ୍ଟୋବର ୨୪ ପୂର୍ବରୁ ଏସବୁ କରିବାକୁ ହେବ। |
https://www.dharitri.com/politics-is-growing-over-the-inauguration-of-the-parliament-building/ | ପାର୍ଲାମେଣ୍ଟ ଭବନ ଉଦ୍ଘାଟନକୁ ନେଇ ବଢୁଛି ରାଜନୀତି
ଭୁବନେଶ୍ୱର,୨୬ା୫(ବ୍ୟୁରୋ): ମେ’୨୮ରେ ନୂଆଦିଲ୍ଲୀଠାରେ ନୂଆ ସଂସଦ ଭବନର ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହେବ। ଏହାକୁ ନେଇ ରାଜନୀତି ଜୋର ଧରିଛି। ଏହି ଉଦ୍ଘାଟନ ଉତ୍ସବରେ ୧୯ ବିରୋଧୀ ଦଳ ଯୋଗ ନ ଦେବାକୁ ମିଳିତ ବିବୃତି ଜାରି କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ସଂସଦ ଭବନକୁ ଉଦ୍ଘାଟନ କରନ୍ତୁ ବୋଲି ସେହି ଦଳଗୁଡ଼ିକ ଦାବି କରିଛନ୍ତି। ତେବେ ବିଜେଡି ଉଦ୍ଘାଟନୀ ଉତ୍ସବରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି। ଏହାକୁ ରାଜ୍ୟ କଂଗ୍ରେସ ବିରୋଧ କରିଛି।
ଉଦ୍ଘାଟନୀ ଉତ୍ସବରେ ସାମିଲ ହେବାକୁ ନେଇ ବିବାଦ କି ରାଜନୀତି ହେବା କଥା ନୁହେଁ ବୋଲି ବିଜେଡି କହିଛି। ମୁଖ୍ୟମନ୍ତ୍ରୀ ସବୁବେଳେ ବିକାଶର ରାଜନୀତିକୁ ବିଶ୍ୱାସ କରନ୍ତି। ବିଜେଡି ଓଡ଼ିଶାର ସ୍ବାର୍ଥ ପାଇଁ ସବୁବେଳେ ସମର୍ଥନ ଦେଇଆସିଛି। ପ୍ରସଙ୍ଗ ନେଇ ଭାଜପାକୁ ଲୋକ ସଭା ଓ ରାଜ୍ୟ ସଭାରେ ଦଳ ସମର୍ଥନ କରିଥିବା ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି।
ଅନ୍ୟପକ୍ଷରେ ସମାରୋହରେ ବିଜେଡି ସାମିଲ ହେବା ସମ୍ପର୍କରେ ବିଧାୟକ ଅମର ଶତପଥୀ କହିଛନ୍ତି, ଏହା ଏକ ସାମ୍ବିଧାନିକ ଉତ୍ସବ। ଏଥିରେ ରାଜନୀତି ହେବା ଉଚିତ ନୁହେଁ। ବିଜେଡି ସମ୍ବିଧାନ ଓ ଲୋକତନ୍ତ୍ରକୁ ସମ୍ମାନ ଦେଉଛି। ସବୁବେଳେ କେନ୍ଦ୍ର ସରକାରଙ୍କୁ ଦଳ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ସବୁବେଳେ ସ୍ପଷ୍ଟ ଥାଏ। ସଂସଦ ଭବନ ଉତ୍ସବରେ ଦଳର ସମସ୍ତ ଏମ୍ପି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସାମ୍ବିଧାନିକ ବ୍ୟବସ୍ଥାକୁ ବିଜେଡି ସବୁବେଳେ ସମ୍ମାନ ଦିଏ ବୋଲି ଅମର କହିଛନ୍ତି।
ଉଦ୍ଘାଟନୀ ଉତ୍ସବରେ ବିଜେଡିର ଯୋଗଦାନ ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିଛନ୍ତି। କୌଣସି ଦଳ ନୁହେଁ, ଭାରତର ସ୍ବାଧୀନତା ପାଇଁ ସମସ୍ତେ ଲଢ଼ିଛନ୍ତି। ଯେଉଁମାନେ ଗଣତନ୍ତ୍ରରେ ବିଶ୍ୱାସ କରନ୍ତି ସେମାନେ ଏହି ଉତ୍ସବରେ ଯୋଗଦେବେ। ବିଜେଡିର ଏହା ଏକ ଭଲ ନିଷ୍ପତ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଅନ୍ୟପକ୍ଷରେ ପାର୍ଲାମେଣ୍ଟ ଭବନ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଜେଡିର ଯୋଗଦାନକୁ କଂଗ୍ରେସ କଡ଼ା ସମାଲୋଚନା କରିଛି। କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅସମ୍ମାନ କରିଛନ୍ତି। ରାଷ୍ଟ୍ରପତିଙ୍କୁ ଉଦ୍ଘାଟନୀ ଉତ୍ସବକୁ ନିମନ୍ତ୍ରଣ କରା ନ ଯିବା ନିଷ୍ପତ୍ତିକୁ ମୁଁ ଓ ମୋ ଦଳ ନିନ୍ଦା କରୁଛି। ରାଷ୍ଟ୍ରପତି ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ରୌପଦୀଙ୍କୁ ଭଉଣୀ ବୋଲି ସମ୍ବୋଧନ କରିଥିଲେ। ଏବେ ସେହି ସ୍ନେହ ଭଉଣୀ ଏବଂ ଓଡ଼ିଶା ପ୍ରତି କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। |
https://www.dharitri.com/israeli-prime-minister-naftali-bennett-to-visit-india-from-april-2/ | ମୋଦିଙ୍କ ନିମନ୍ତ୍ରଣ ରଖି ଭାରତ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୧।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ୍ ଏପ୍ରିଲ ୨ରେ ୪ ଦିନିଆ ଭାରତ ଗସ୍ତରେ ଆସିବେ। ଏ ନେଇ ବେନେଟ୍ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତିରେ ସୂଚନା ଦିଆଯାଇଛି। ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୩୦ ବର୍ଷ ପୂର୍ତ୍ତି ଅବସରରେ ବେନେଟ୍ ଭାରତରେ ପହଞ୍ଚିବେ ବୋଲି ଏହି ବିବୃତିରେ କୁହାଯାଇଛି। ଦୁଇ ନେତା ପ୍ରଥମ ଥର ପାଇଁ ଗ୍ଲାସ୍ଗୋରେ ଗତ ଅକ୍ଟୋବରରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କୋପ୍୨୬)ରେ ପରସ୍ପରକୁ ଭେଟିଥିଲେ। ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ତାଙ୍କୁ ନିମନ୍ତ୍ରଣ ଦେଇଥିଲେ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାବେ ବେନେଟ୍ ପ୍ରଥମ ଥର ଭାରତ ଗସ୍ତ କରିବେ। |
https://www.dharitri.com/a-young-woman-over-the-age-of-18-is-unique-in-staying-with-the-young-man-of-her-choice-the-delhi-high-court/ | ୧୮ ବର୍ଷରୁ ଅଧିକ ବୟସ୍କ ଯୁବତୀ ନିଜ ପସନ୍ଦର ଯୁବକଙ୍କ ସହିତ ରହିବାକୁ ସ୍ବତନ୍ତ୍ର: ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ,୨୬।୧୧: ଭାରତୀୟ ସମ୍ବିଧାନ ଅନୁସାରେ ୧୮ ବର୍ଷରୁ ଅଧିକ ବୟସ୍କ ଯୁବତୀ ନିଜ ପସନ୍ଦର ଯୁବକଙ୍କ ସହିତ ରହିବାକୁ ସ୍ବତନ୍ତ୍ର। ସେ ସାବାଳିକା ହୋଇଥିବାରୁ ଏହା ତାଙ୍କର ଗଣତାନ୍ତ୍ରିକ ଅଧିକାର ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ସେ ନିଜ ଇଛାରେ ଘର ଛାଡ଼ିବା ସହିତ ଅନ୍ୟ କାହା ସହିତ ରହିବାକୁ ଅବା ବିବାହ କରିପାରିବେ। ଏଥିରେ ଯୁବତୀଙ୍କ ପରିବାର ସଦସ୍ୟ କିମ୍ବା ଅନ୍ୟ କେହି ବାଧା ସୃଷ୍ଟି କରିବା ଆଇନ ଅନୁସାରେ ଅପରାଧ। ଏନେଇ ବାଧା ସୃଷ୍ଟିକାରୀଙ୍କ ବିରୋଧରେ ମାମଲା ଦାଏର କରାଯାଇ ପାରେ ବୋଲି ବିଚାରପତି ବିପିନ ସାଙ୍ଘି ଏବଂ ରଜନୀଶ୍ ଭଟ୍ଟନାଗରଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ରାୟ ଦେଇଛନ୍ତି। ୨୦ ବର୍ଷ ବୟସ୍କା ଜଣେ ଯୁବତୀ ନିଜ ପସନ୍ଦର ଜଣେ ଯୁବକଙ୍କୁ ବିବାହ କରି ତାଙ୍କ ସହିତ ବାସ କରୁଥିଲେ। ଏନେ ଯୁବତୀଙ୍କ ପରିବାର ପକ୍ଷରୁ ଏକ ଅପହରଣ ମାମଲା ସେପ୍ଟେମ୍ବର ୧୨ରେ ଦାଏର କରାଯାଇଥିଲା। ଏହାର ବିଚାର କରି କୋର୍ଟ ପୋଲିସକୁ ଯୁବତୀଙ୍କ ଅଭିଭାବକଙ୍କୁ ବୁଝାଶୁଝା କରିବାକୁ କହିଛନ୍ତି। ଝିଅ ଏବଂ ଜ୍ୱାଇଁଙ୍କୁ ଭୟଭୀତ ନ କରିବା ଲାଗି ସେମାନଙ୍କୁ ବୁଝାଇବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯୁବତୀଙ୍କୁ ସମ୍ପୃକ୍ତ ଯୁବକଙ୍କ ପାଖକୁ ଫେରି ଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। |
https://www.dharitri.com/khimjis-valentine-collection-lovestruck-2023/ | ଖିମ୍ଜୀର ଭାଲେଣ୍ଟାଇନ୍ କଲେକ୍ସନ ‘ଲଭ୍ଷ୍ଟ୍ରକ୍-୨୦୨୩’
ଭୁବନେଶ୍ୱର,୭।୨:ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍ଜୀ ଜୁଏଲର୍ସ ପକ୍ଷରୁ ସ୍ବତନ୍ତ୍ର ଭାଲେଣ୍ଟାଇନ୍ କଲେକ୍ସନ ‘ଲଭ୍ଷ୍ଟ୍ରକ୍ ୨୦୨୩’ର ଉନ୍ମୋଚନ କରାଯାଇଛି। ବିଶେଷ କରି ଚଳିତ ବର୍ଷ ଫେବୃୟାରୀ ୧୪ ପର୍ଯ୍ୟନ୍ତ ଏହି କଲେକ୍ସନ ଖିମ୍ଜୀର ସମସ୍ତ ଷ୍ଟୋରରେ ଉପଲବ୍ଧ ରହିବ। ସେହିଭଳି ‘ଲଭ୍ଷ୍ଟ୍ରକ୍ ୨୦୨୩’ ଅବସରରେ ୧୨,୬୦୦ ଟଙ୍କାରୁ ଆରମ୍ଭ କରି ଗ୍ରାହକମାନେ ହୀରା ଅଳଙ୍କାରର ପେଣ୍ଡେଣ୍ଟ୍, ମୁଦି ଏବଂ ବ୍ରେସ୍ଲେଟ୍ର ବ୍ୟାପକ ସମ୍ଭାର ପାଇପାରିବେ। ଏହା ସହିତ ଖିମ୍ଜୀ ଷ୍ଟୋରକୁ ଆସୁଥିବା ଦମ୍ପତିମାନଙ୍କ ପାଇଁ ମଧ୍ୟ ଏକ ‘ସେଲ୍ଫି ପ୍ରତିଯୋଗିତା’ର ଆୟୋଜନ କରାଯାଇଛି। ଉକ୍ତ ପ୍ରତିଯୋଗିତାର ନିୟମ ଅନୁଯାୟୀ ପ୍ରତିଯୋଗୀମାନେ ଖିମଜୀ ଷ୍ଟୋର ପରିସରରେ ସ୍ବତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ‘ସେଲ୍ଫି ସ୍ପଟ୍’ରେ ଏକ ସେଲ୍ଫି ନେଇ ତାହାକୁ ନିଜର ଫେସ୍ବୁକ୍ କିମ୍ବା ଇନ୍ଷ୍ଟାଗ୍ରାମ ଟାଇମଲାଇନ୍ରେ ପୋଷ୍ଟ କରି ଖିମ୍ଜୀର ଅଫିସିଆଲ୍ ପେଜ୍କୁ ଟ୍ୟାଗ୍ କରିବେ। ଏପରିକି ଉକ୍ତ ପ୍ରତିଯୋଗିତାର ସର୍ବୋତ୍ତମ ଫଟୋକୁ ଖିମ୍ଜୀ ଜୁଏଲର୍ସ ଅଫିସଆଲ୍ ଆକାଉ୍ଣ୍ଟରେ ଅପ୍ଲୋଡ୍ କରାଯିବ।
ଏ ସମ୍ପର୍କରେ ଖିମଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍ଜୀ କହିଛନ୍ତି, ଭାଲେଣ୍ଟାଇନ୍ ଡେ ହେଉଛି ପ୍ରେମର ଉତ୍ସବ। ଆମର ପ୍ରିୟ ଗ୍ରାହକମାନଙ୍କ ଭାବନାକୁ ବୁଝି ଆମେ ଏହି ସ୍ବତନ୍ତ୍ର ସଂଗ୍ରହଗୁଡିକୁ ନେଇ ଆସିଛୁ। ପ୍ରେମ ଏବଂ ଉତ୍ସାହ ସହିତ ନିର୍ମିତ ‘ଲଭ୍ଷ୍ଟ୍ରକ୍ ୨୦୨୩’ର ସଂଗ୍ରହ ଆମ ପ୍ରିୟଜନଙ୍କ ପାଇଁ ପ୍ରେମର ଅଭିବ୍ୟକ୍ତିକୁ ଦର୍ଶାଇବ ବୋଲି ସେ ମତପ୍ରକାଶ କରିଛନ୍ତି। |
https://www.dharitri.com/an-old-man-who-danced-like-hrithik-will-be-surprised-to-see-the-video/ | ହ୍ରିତିକଙ୍କ ଭଳି ଏମିତି ନାଚିଲେ ବୃଦ୍ଧ, ଭିଡିଓ ଦେଖି ହେବେ ଆଶ୍ଚର୍ଯ୍ୟ
ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି। ବେଳେବେଳେ ଏହି ଭିଡିଓ ଜରିଆରେ କିଛି ଲୋକଙ୍କ ପ୍ରତିଭା ଦେଖି ଆଶ୍ଚର୍ଯ୍ୟ ଲାଗିଥାଏ। ଏବେ ସୋସିଆଲ ମିଡିଆରେ ସେମିତି ଜଣେ ବୃଦ୍ଧଙ୍କ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ବୃଦ୍ଧ ହ୍ରିତିକ ରୋଶନଙ୍କ ଫିଲ୍ମ ‘କ୍ରିଶ’ର ‘ଦିଲ ନା ଦିୟା’ ଗୀତରେ ନାଚୁଥିବାର ନଜର ଆସିଛନ୍ତି। ତାଙ୍କ ଷ୍ଟେପ୍ ସବୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଭିଡିଓ ଇନଷ୍ଟାଗ୍ରାମରେ ଏସ୍. ସୁରେଶଙ୍କ ଦ୍ୱାରା ଶେୟାର କରାଯାଇଛି। ଭିଡିଓଟି ଏପର୍ଯ୍ୟନ୍ତ ୫୦,୦୦୦ରୁ ଅଧିକ ଭ୍ୟୁ ଏବଂ ୪,୦୦୦ରୁ ଅଧିକ ଲାଇକ ପାଇଛି।
ଏସ୍.ସୁରେଶ ଇନଷ୍ଟାଗ୍ରାମରେ s.sureshdancer ନାମକ ଏକ ଆକାଉଣ୍ଟ ଖୋଲିଛନ୍ତି। ପ୍ରାୟତଃ ସେ ବଲିଉଡ୍ ଗୀତରେ ନୃତ୍ୟ କରି ଲୋକଙ୍କ ହୃଦୟ ଜିତିଥାନ୍ତି। ବୟସ ହୋଇଯାଇଥିବା ସତ୍ତ୍ୱେ ବୃଦ୍ଧଙ୍କ ଷ୍ଟାଇଲ୍ ଦେଖି ଲୋକେ ଦିଓ୍ବାନା ହୋଇଯାଇଛନ୍ତି। ଲୋକମାନେ ସୁରେଶଙ୍କର ନୃତ୍ୟ ଦକ୍ଷତାକୁ ପ୍ରଶଂସା କରୁଛନ୍ତି। ଚାଚା ସୁରେଶଙ୍କ ଏପର୍ଯ୍ୟନ୍ତ ୧୭.୪ ହଜାର ଫଲୋଅର୍ସ ଅଛନ୍ତି। |
https://www.dharitri.com/common-people-will-also-be-business-partners-of-the-government/ | ସାଧାରଣ ଲୋକେ ବି ହେବେ ସରକାରଙ୍କ ବ୍ୟବସାୟିକ ଅଂଶୀଦାର…
ନୂଆଦିଲ୍ଲୀ,୨୯।୧୦ : ଭାଜପା ସଂସଦୀୟ ବୋର୍ଡରୁ ବାଦ ପଡ଼ିବା ପରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ତାଙ୍କ ବିବୃତ୍ତି ପାଇଁ ଗଣମାଧ୍ୟମର ଶୀର୍ଷରେ ରହିଛନ୍ତି। ଭାରତୀୟ ଜନତା ଦଳର ବରିଷ୍ଠ ନେତାମାନେ ସର୍ବଦା ସେମାନଙ୍କ ବକ୍ତବ୍ୟ ବିଷୟରେ ଆଲୋଚନାରେ ରହିଥାନ୍ତି। ଇତିମଧ୍ୟରେ, ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଇନଭିଷ୍ଟ ଏନସିଡି ତାଲିକାଭୁକ୍ତ ହେବା ଅବସରରେ ନିତିନ ଗାଡକରୀ ଏକ ବଡ଼ ବିବୃତ୍ତି ଦେଇ କହିଛନ୍ତି ଯେ ଏହି ଐତିହାସିକ ମୂହୁର୍ତ୍ତ ନେଇ ମୁଁ ବେଶ ଆନନ୍ଦିତ।
ସେ କହିଛନ୍ତି ଯେ ଭିତ୍ତିଭୂମି କ୍ଷେତ୍ରରେ ଦେଶର ସାଧାରଣ ନାଗରିକଙ୍କୁ ପୁଞ୍ଜି ବିନିଯୋଗ ସୁଯୋଗ ଦେବା ପାଇଁ ସରକାର ଇନଭିଷ୍ଟ ଏନସିଡି ଗଠନ କରିଛନ୍ତି। ଏଥିମଧ୍ୟରୁ ୨୫ ପ୍ରତିଶତ ଏନସିଡିର ଅଣ ପରିବର୍ତ୍ତନଶୀଳ ଡିଭେଞ୍ଜର ଖୁଚୁରା ନିବେଶକାରୀଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଫଳରେ ଏଣିକି ସାଧାରଣ ଲୋକେ ବି ସରକାରଙ୍କ ବ୍ୟବସାୟିକ ଅଂଶୀଦାର ହୋଇ ପାରିବେ। |
https://www.dharitri.com/ogb-awarded-in-the-field-of-loan-giving/ | ଋଣ ପ୍ରଦାନ କ୍ଷେତ୍ରରେ ଓଜିବି ପୁରସ୍କୃତ
ଭୁବନେଶ୍ୱର,୧୯।୧: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି)କୁ ଜାତୀୟସ୍ତରରେ ସମ୍ମାନିତ ସହ ପୁରସ୍କୃତ ମଧ୍ୟ କରାଯାଇଛି। ବିଶେଷକରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଓଜିବି ପୁରସ୍କୃତ ହୋଇଛି। ଏପରିକି ପୂର୍ବ ଭାରତରେ ବ୍ୟାଙ୍କ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସର୍ବାଧିକ ଋଣ ବଣ୍ଟନକରି ପୂର୍ବ ଭାରତର ଶ୍ରେଷ୍ଠ ବ୍ୟାଙ୍କ ଭାବେ ନିକଟରେ ସମ୍ମାନିତ ହୋଇଛି। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ବ୍ୟାଙ୍କର ଅଧ୍ୟକ୍ଷ ଋଷି ସିଂହ ଅତିରିକ୍ତ ସଚିବ (ସେକ୍ରେଟାରି) ଡେ.ଏନ୍.ଆର.ଏଲ୍.ଏମ୍. ଚରଣଜିତ ସିଂହଙ୍କ ଠାରୁ ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ।
ଉଲ୍ଲେଖଯୋଗ୍ୟ,୨୦୨୨-୨୩ ଆର୍ଥିକ ବର୍ଷରେ ବ୍ୟାଙ୍କ ୮୧,୦୦୦ ରୁ ଊର୍ଦ୍ଧ୍ୱ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରାୟ ୨,୩୨୦ କୋଟି ଟଙ୍କାର ଋଣ ପ୍ରଦାନ କରିଥିଲାବେଳେ ୮ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ବ୍ୟାଙ୍କ ସହଯୋଗ (ଉପକୃତ) କରିପାରିଛି। ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷରେ ବ୍ୟାଙ୍କ ୫୪,୦୦୦ରୁ ଉର୍ଦ୍ଧ୍ୱ ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କୁ ପ୍ରାୟ ୧,୬୯୬କୋଟି ଟଙ୍କାର ଋଣ ପ୍ରଦାନ କରିଛି। ଅପରପକ୍ଷରେ ଓଜିବି କିଛିଦିନ ତଳେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ ନିମନ୍ତେ ଓଡ଼ିଶାରେ ଶ୍ରେଷ୍ଠ ବ୍ୟାଙ୍କ ଭାବେ ବିବେଚିତ ହୋଇ ମୁଖ୍ୟମନ୍ତ୍ରୀଙ୍କଠାରୁ ମଧ୍ୟ ପୁରସ୍କାର ଗ୍ରହଣ କରିଥିଲା। |
https://www.dharitri.com/ମେମୁ-ହେବ-ପୂର୍ବତଟ-ରେଳପଥର-ପ/ | ମେମୁ ହେବ ପୂର୍ବତଟ ରେଳପଥର ପାସେଞ୍ଜର ଟ୍ରେନ
ଭୁବନେଶ୍ୱର,୨୩-୬: ଖୋର୍ଦ୍ଧା ରୋଡଠାରେ ଥିବା ମେମୁ ସେଡ୍ର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣକୁ ରେଲଓ୍ବେ ବୋର୍ଡ ପକ୍ଷରୁ ଅନୁମୋଦନ ମିଳିଛି। ଏହା ଦ୍ୱାରା ପୂର୍ବତଟ ରେଳପଥର ସମସ୍ତ ପାସେଞ୍ଜର ଟ୍ରେନକୁ ଆଗାମୀ ୨ ବର୍ଷ ମଧ୍ୟରେ ମେମୁ ଟ୍ରେନରେ ରୂପାନ୍ତରିତ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ମେମୁ ସେଡ୍ର ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେଲେ ଟ୍ରେନଗୁଡିକୁ ଧିରେ ଧିରେ ମେମୁରେ ରୂପାନ୍ତରିତ କରିବା ସୁବିଧା ହେବ। ଟ୍ରେନ ଚଳାଚଳରେ ସମୟାନୁବର୍ତ୍ତିତା ଆଣିବା ଲାଗି ରେଲଓ୍ବେ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ରେଳଓ୍ବେ ବୋର୍ଡ ରୋଲିଙ୍ଗ ଷ୍ଟକ ସଦସ୍ୟ ରାଜେଶ ଅଗ୍ରଓ୍ବାଲ ପୂର୍ବତଟ ରେଳପଥର ବିଭିନ୍ନ କାର୍ଯ୍ୟ ଶନିବାର ସମୀକ୍ଷା କରିବା ପରେ ଏହି ଘୋଷଣା କରିଛନ୍ତି। ଫନୀରେ ପ୍ରଭାବିତ ଏବଂ କ୍ଷତିଗ୍ରସ୍ତ ହୋଇଥିବା ରେଳ ଭିତ୍ତିଭୂମି, ରେଳ ସେବାକୁ ସମୀକ୍ଷା ସେ କରିଥିଲେ। ସେବା ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରିତ କରିଥିବାରୁ ପୂର୍ବତଟ ରେଳପଥକୁ ଅଗ୍ରଓ୍ବାଲ ପ୍ରଶଂସା କରିଥିଲେ।
ପଣ୍ୟ ପରିବହନରେ ରେଳପଥକୁ ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇଥିବାରୁ ସମସ୍ତ ସଦସ୍ୟଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ୩ ମାସରେ ଭୁବନେଶ୍ୱର ଏବଂ ପୁରୀଠାରେ ମେକାନାଇଜଡ ଲଣ୍ଡ୍ରି ସ୍ଥାପନ, ଯାତ୍ରୀବାହୀ ଟ୍ରେନଗୁଡିକରେ ପାଣିର ଅଭାବ ଦୂରୀକରଣ, ଶିଳ୍ପସଂସ୍ଥାଗୁଡିକର ମାଲ ପରିବହନ ଚାହିଦା ପୂରଣ ଲାଗି ଅଧିକ ଓ୍ବାଗନ ଉପଲବ୍ଧ କରାଇବାକୁ ଯୋଜନା ରହିଥିବା ସେ ବୈଠକରେ ସୂଚନା ଦେଇଛନ୍ତି। ଏହା ଦ୍ୱାରା ପାଓ୍ବାର ପ୍ଲାଣ୍ଟ ଏବଂ କୋଇଲ ଉତ୍ପାଦନକାରୀ ସଂସ୍ଥାଗୁଡିକ ଲାଭବାନ ହୋଇ ପାରିବେ। ସେହିଭଳି ବାୟୋଟଏଲେଟ ଟ୍ରେନ ଶୌଚାଳୟଗୁଡିକରେ ବ୍ୟବହାର ହେଉଥିବା ଭେନଚୁରୀ ପ୍ରଣାଳୀକୁ ପୂର୍ବତଟ ରେଳପଥର ସବୁ ଟ୍ରେନରେ ଚଳାଚଳକରିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି।
ଫନୀ ପ୍ରଭାବିତ ପୁରୀ ରେଳଷ୍ଟେସନକୁ ଆସନ୍ତା ମାସ ସୁଦ୍ଧା ସମ୍ପୂର୍ଣ୍ଣ ପୁନରୁଦ୍ଧାର କରାଯିବାକୁ ପୂର୍ବତଟ ପକ୍ଷରୁ ଯୋଜନା ଧାର୍ଯ୍ୟ ହୋଇଛି। ରଥଯାତ୍ର ସମୟରେ ୧୪୯ ସ୍ବତନ୍ତ୍ର ଟ୍ରେନ ଚଳାଚଳ ନେଇ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ପୂର୍ବତଟ ରେଳପଥରେ ସଂରକ୍ଷତି କୋଚ୍ ସଂଖ୍ୟା ବୃଦ୍ଧି, ଅଟୋମୋବାଇଲ ଡିଲରଙ୍କ ସୁବିଧା ଲାଗି ପରିବହନ ବ୍ୟବସ୍ଥା, ମଞ୍ଚେଶ୍ୱର ରେଳ ଡବା କାରଖାନାରେ ଏଲଏଚବି କୋଚଗୁଡିକର ମରାମତି କାର୍ଯ୍ୟ ତ୍ୱରାନ୍ବିତ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଅଗ୍ରଓ୍ବାଲ କହିଛନ୍ତି। ଫନୀ ଦ୍ୱାରା ପୂର୍ବତଟ ରେଳପଥ ୬୦୦ କୋଟି ଟଙ୍କାର କ୍ଷତି ସହିଛି। ଏହା ମଧ୍ୟରେ ଭିତ୍ତିଭୂମି ବାବଦ ୪୦୦ କୋଟି ଏବଂ ଆୟ ବାବଦରେ ୨୦୦ କୋଟି ଟଙ୍କା କ୍ଷତି ସାମିଲ ରହିଛି। ପୁନରୁଦ୍ଧାର କାର୍ଯ୍ୟ ଲାଗି ସ୍ବତନ୍ତ୍ର ଆର୍ଥତ୍କ ସହାୟତା ପ୍ରଦାନ କରିବାକୁ ରେଳପଥ ପକ୍ଷରୁ ରେଲଓ୍ବେ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି। |
https://www.dharitri.com/will-go-over-the-head/ | ମୁଣ୍ଡ ଉପରେ ଯିବ!
ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ସପ୍ତାହରେ ରେଳଗାଡ଼ି ଯୋଗେ ଉତ୍ତରପ୍ରଦେଶର କାନପୁର ଯାଇଥିଲେ। ଏହି ଦେଶର ବିରାଟକାୟ ରେଳ ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବା ବେଳେ ଅଳ୍ପ କେତୋଟି ଗାଡ଼ି ଚାଲିଛି। ଅବଶ୍ୟ ରାଷ୍ଟ୍ରପତିଙ୍କ ରେଳ ଗାଡ଼ିରେ ସାଧାରଣ ଯାତ୍ରୀ ଚଢ଼ିବାର ସୁବିଧା ନ ଥାଏ। କାରଣ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ଟ୍ରେନ୍ ରହିଛି। ଭାରତକୁ ଆମେ ଗଣତାନ୍ତ୍ରିକ ଦେଶ କହିଲେ ମଧ୍ୟ ବଡ଼ବଡ଼ିଆଙ୍କ ରାଜକୀୟ ଠାଣି ଭାଙ୍ଗିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଛି। ଦୀର୍ଘ ୭ ଦଶନ୍ଧିର ସ୍ବାଧୀନତା ପରେ ଆମର ଅମଲାତନ୍ତ୍ର ଯୋଗୁ ସାଧାରଣ ଲୋକଙ୍କ ମନରେ ଏହି ବଡ଼ଲୋକଙ୍କ ପ୍ରତି ଥିବା ସମ୍ମାନ କ୍ରମଶଃ ବିକୃତ ରୂପ ଧାରଣ କରିସାରିଲାଣି। ବହୁ ଶତାବ୍ଦୀ ଧରି ବିଭିନ୍ନ ବାହ୍ୟଶକ୍ତି ଦ୍ୱାରା ଶାସିତ ହୋଇଆସିଥିବା ଭାରତୀୟ ବଡ଼ଲୋକଙ୍କର ଚାକର ଭାବେ ନିଜର ଆତ୍ମଶାନ୍ତି ଲାଭ କରିଥାଏ। ଅନେକ ଭାରତୀୟଙ୍କ ଘରେ ଏବେ ମଧ୍ୟ ବଡ଼ବଡ଼ିଆଙ୍କ ସହ ଫଟୋ କାନ୍ଥରେ ଟଙ୍ଗା ହୋଇଥିବା ଦେଖିବାକୁ ମିଳେ। ସେହି ଫଟୋକୁ ଅତି ଗର୍ବର ସହ ପ୍ରଦର୍ଶିତ କରାଯିବାର ଉଦାହରଣ ରହିଛି।
ଇତିମଧ୍ୟରେ ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧି ସରିଲାଣି। ସମଗ୍ର ପୃଥିବୀରେ ପରିବର୍ତ୍ତନ ଆସୁଥିବା ବେଳେ ଭାରତୀୟମାନେ ସେହିଭଳି ରାଜା ଖୋଜିବାରେ ବ୍ୟସ୍ତ ଅଛନ୍ତି। ଆମର ପୂର୍ବପୁରୁଷଙ୍କ ଚିନ୍ତାଧାରା ଅନୁଯାୟୀ ସାଧାରଣ ଲୋକଙ୍କ ଦୁଃଖଦୁର୍ଦ୍ଦଶା ଦୂର ହେବାକୁ ହେଲେ ରାଜା ହିଁ କରିପାରିବେ। ଏହି ସାମନ୍ତବାଦୀ ମନୋଭାବରେ ଗଢ଼ିଉଠିଥିବା ଭାରତୀୟ ପୁରୁଣା ଚିନ୍ତାଧାରା ଛାଡ଼ିପାରୁ ନ ଥିବା ହେତୁ ଗଣତାନ୍ତ୍ରିକ ନେତାମାନଙ୍କୁ ମଧ୍ୟ ରାଜାଙ୍କ ପୋଷାକ କିମ୍ବା ଢାଞ୍ଚାରେ ଦେଖିବାକୁ ସବୁବେଳେ ଲୋକେ ଭଲ ପାଆନ୍ତି। ହୁଏତ ସେଇଥିପାଇଁ ଗତ ସପ୍ତାହରେ ରାଷ୍ଟ୍ରପତି କୋବିନ୍ଦଙ୍କ ରେଳଗାଡ଼ି କାନପୁର ସହର ପ୍ରବେଶ କରିବା ପୂର୍ବରୁ ଏକ ଦୁଃଖଦାୟକ ଘଟଣା ଘଟିଲା। ଭାରତୀୟ ଶିଳ୍ପ ସଂଗଠନ (ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ଆସୋସିଏଶନ) କାନପୁର ଶାଖାର ମହିଳା ସଭାନେତ୍ରୀ ବନ୍ଦନା ମିଶ୍ର ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କ ପୁତ୍ରଙ୍କ ସହିତ ହସ୍ପିଟାଲ ବାଟରେ ଥିଲେ। ସହରର ଗୋବିନ୍ଦପୁରୀ ଅଞ୍ଚଳରେ ରେଳପଥ ଉପରେ ଥିବା ଫ୍ଲାଏଓଭର ଦେଇ ତାଙ୍କ ଗାଡ଼ି ଡାକ୍ତରଖାନା ଯାଇଥାଆନ୍ତା। କିନ୍ତୁ ରାଷ୍ଟ୍ରପତିଙ୍କ ରେଳଗାଡ଼ି ତଳେ ଯିବାକୁ ଥିବାରୁ ଫ୍ଲାଏଓଭର ଉପରେ ପୋଲିସ ସବୁ ଗାଡ଼ି ଯାତାୟାତ ବନ୍ଦ କରିଦେଇଥିଲା। ସେଇ ଫ୍ଲାଏଓଭର କିମ୍ବା ରେଳ ଓଭରବ୍ରିଜ୍ରେ ଗାଡ଼ି ଚଳାଚଳ ଘଟିଥିଲେ ରାଷ୍ଟ୍ରପତିଙ୍କ ରେଳଗାଡ଼ି ଯିବାରେ ଅସୁବିଧା ହୋଇ ନ ଥାନ୍ତା। ଏମିତି ବି ନୁହେଁ ଯେ, ରାମନାଥ କୋବିନ୍ଦ ତାଙ୍କ ଡବାର ଦୁଆର ଖୋଲି ବାହାରକୁ ଝୁଲିକରି ଠିଆ ହୋଇଥିବେ। ତେଣୁ ଫ୍ଲାଏଓଭର ଉପରେ ମୋଟରଗାଡ଼ି ଯାତାୟାତ କରିବାର କୌଣସି ଅସୁବିଧା ନ ଥିଲା। ପ୍ରୋଟୋକଲ କିମ୍ବା ସୁରକ୍ଷା ନିମନ୍ତେ ଯଦି ପୋଲିସର ଚିନ୍ତା ଥିଲା, ତେବେ ପୋଲିସ ପୋଲର ଦୁଇ ପାର୍ଶ୍ୱରେ ଛିଡ଼ା ହୋଇ କୌଣସି ଗାଡ଼ିକୁ ଅଟକିବା ପାଇଁ ବାରଣ କରିପାରିଥାନ୍ତା। କିନ୍ତୁ ଯେହେତୁ ଉଭୟ ପାର୍ଶ୍ୱରେ ଗାଡ଼ିକୁ ବନ୍ଦ କରିଦିଆଯାଇଥିଲା, ସେଥିପାଇଁ ଅସୁସ୍ଥ ବନ୍ଦନାଙ୍କ ଗାଡ଼ି ମଧ୍ୟ ଦୀର୍ଘ ସମୟ ଅଟକି ରହିଥିଲା। ଡାକ୍ତରଖାନା ସୁବିଧାରୁ ବଞ୍ଚିତ ହେବା ଫଳରେ ତାଙ୍କର ମୃତ୍ୟୁ ଘଟିଲା।
ବନ୍ଦନା ମିଶ୍ର ଏହି ଭିଭିଆଇପି ପ୍ରୋଟୋକଲର ପ୍ରଥମ ଶିକାର ନୁହନ୍ତି। ଦିଲ୍ଲୀରେ ଅନେକ ଥର ଭିଭିଆଇପିଙ୍କ କାର୍କେଡ୍ ଯିବାର ବହୁ ପୂର୍ବରୁ ରାସ୍ତା ବନ୍ଦ କରିଦିଆଯାଇଥାଏ, ଯେଉଁଥିପାଇଁ ମୃତ୍ୟୁ ସମେତ ବିଭିନ୍ନ ପ୍ରକାର ହଇରାଣହରକତ ହେବା ପାଇଁ ସାଧାରଣ ନାଗରିକ ବାଧ୍ୟ ହୋଇଥାଏ। ଏଭଳି ଘଟଣା ଭାରତର ବିଭିନ୍ନ ସ୍ଥାନରେ ବାରମ୍ବାର ଘଟୁଥିଲେ ମଧ୍ୟ ପୋଲିସ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ପ୍ରତିକାର ଉଦ୍ୟମ ହୁଏ ନାହିଁ। ତେବେ କାନପୁର ପୋଲିସ କମିଶନର କ୍ଷମାପ୍ରାର୍ଥନା କରି ବନ୍ଦନା ମିଶ୍ରଙ୍କ ଦେହାନ୍ତ ଯୋଗୁ ଦୁଃଖ ପ୍ରକାଶ କରିଛନ୍ତି। ଏହି କ୍ଷୁଦ୍ର କ୍ଷମାପ୍ରାର୍ଥନା ହୋଇ ନ ଥାନ୍ତା ଯଦି ବନ୍ଦନା ଜଣେ ସୁପରିଚିତ ଓ ଧନୀ ମହିଳା ହୋଇ ନ ଥାନ୍ତେ। ତାଙ୍କ ସ୍ଥାନରେ ଜଣେ ଅଟୋରିକ୍ସା ଚାଳକଙ୍କ ମାତା କିମ୍ବା ଶ୍ରମିକଙ୍କ ପତ୍ନୀ ହୋଇଥିଲେ ଗଣମାଧ୍ୟମରେ ସେଇ ଘଟଣା ସ୍ଥାନ ପାଇ ନ ଥାନ୍ତା। ଭାରତ କେବେ ବିଶ୍ୱଶକ୍ତି ହୋଇପାରିବ କି ନାହିଁ କହିବା କାହାରି ପାଇଁ ସମ୍ଭବପର ନୁହେଁ। କିନ୍ତୁ ଯେଉଁ ଗଣତାନ୍ତ୍ରିକ ଦେଶରେ ନାଗରିକଙ୍କ ଜୀବନ ମାଛି ମଶା ଭଳି ପରିଗଣିତ ହୋଇଥାଏ, ସେହି ଦେଶରେ କୌଣସି ସ୍ଥାୟୀ ସାମାଜିକ ପରିବର୍ତ୍ତନ ବା ଉନ୍ନତି ଘଟିବା ଅସମ୍ଭବ। |
https://www.dharitri.com/criticise-to-indian-economy/ | ଭାରତୀୟ ଅର୍ଥନୀତିକୁ କଟାକ୍ଷ
ମାଡ୍ରିଡ୍/ ନୂଆଦିଲ୍ଲୀ,୧୫।୧୦: ଏକଦା ଭାରତକୁ ସାପୁଆକେଳାଙ୍କ ଦେଶ ବୋଲି ୟୁରୋପୀୟମାନେ କହୁଥିଲେ। ଦେଶ ବିକାଶ ଦିଗରେ ଅଗ୍ରସର ହେଉଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପୂର୍ବରୁ ଭାରତ ପ୍ରତି ପାଶ୍ଚାତ୍ୟର ସାପୁଆ କେଳା ଓ କଳାଯାଦୁ ଆଭିମୁଖ୍ୟ ବିଷୟରେ ଏକାଧିକଥର ଅବତାରଣା କରିଥିଲେ। ୟୁରୋପୀୟ ରାଷ୍ଟ୍ର ସ୍ପେନ୍ ସମ୍ଭବତଃ ସାପୁଆ କେଳା ପ୍ରସଙ୍ଗ ଭୁଲିପାରି ନାହିଁ। ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିକୁ ଚିତ୍ରଣ କରିବାକୁ ଯାଇ ସ୍ପେନ୍ର ଏକ ଖବରକାଗଜ ଏହାର ପ୍ରଥମ ପୃଷ୍ଠାରେ ସାପୁଆ କେଳା ଛବି ଛାପିଛି। ଭାରତର ବିଭିନ୍ନ ମହଲରେ ଏହାକୁ ସମାଲୋଚନା କରାଯାଇଛି।
ଭାଙ୍ଗୁଆର୍ଡିଆ’ ହେଉଛି କାଟାଲୋନିଆର ଏକ ଅଗ୍ରଣୀ ଖବରକାଗଜ, ଯାହାର ମୁଖ୍ୟାଳୟ ବାର୍ସିଲୋନାରେ ଅବସ୍ଥିତ। ଅକ୍ଟୋବର ୯ରେ ଏହି ସ୍ପାନିଶ୍ ନ୍ୟୁଜ୍ପେପର ଭାରତୀୟ ଅର୍ଥନୀତି ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ କରିଛି, ଯାହାର ଶୀର୍ଷକ ରହିଛି ‘ଦି ଆଓ୍ବାର୍ ଅଫ୍ ଦ ଇଣ୍ଡିଆନ୍ ଇକୋନୋମି’। ଏହି ପ୍ରଚ୍ଛଦ ଷ୍ଟୋରିରେ ଏକ କାର୍ଟୁନ ରହିଛି। ଉକ୍ତ ବ୍ୟଙ୍ଗ ଚିତ୍ର ଜଣେ ସାପୁଆ କେଳାଙ୍କର, ଯିଏକି ଏକ ଗ୍ରାଫ୍ ଭିତରେ ବସି ନାଗେଶ୍ୱରୀ ବଜାଉଛନ୍ତି। ସାରା ବିଶ୍ୱ ମୁଦ୍ରାସ୍ଫୀତିଜନିତ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାବେଳେ ଆଗକୁ ମାନ୍ଦାବସ୍ଥା ଦେଖାଦେଇପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏଭଳି ସମୟରେ ଭାରତୀୟ ଅର୍ଥନୀତିର ଉପରମୁହଁା ଗ୍ରାଫ୍କୁ ସାପୁଆକେଳା ଜଣକ ନିୟନ୍ତ୍ରଣ କରୁଥିବା ଏହି କାର୍ଟୁନରୁ ବୁଝାପଡ଼ୁଛି। ସାମାଜିକ ଗଣମାଧ୍ୟମରେ ଏହି ଫଟୋ ବହୁଳ ପ୍ରସାରିତ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବେଙ୍ଗାଲୁରୁର ଭାଜପା ଏମ୍ପି ପି.ସି.ମୋହନ କହିଛନ୍ତି, ଭାରତର ଦୃଢ଼ ଅର୍ଥନୀତି ବୈଶ୍ୱିକ ସ୍ବୀକୃତି ପାଇଛି। ସ୍ବାଧୀନତାର ଅନେକ ଦଶନ୍ଧି ପରେ ମଧ୍ୟ ଆମ ଛବିକୁ ସାପୁଆକେଳା ଭାବେ ଦର୍ଶାଇବା ମୂର୍ଖାମି ଛଡ଼ା କିଛି ନୁହେଁ। ସେହିପରି ଜିରୋଧା ସିଇଓ ନୀତୀନ କାମାଥ କହିଛନ୍ତି, ଭାରତୀୟ ଅର୍ଥନୀତି ସମ୍ପର୍କରେ ବିଶ୍ୱର ଧାରଣା ବଦଳିବାରେ ଲାଗିଛି। କିନ୍ତୁ ଭାରତକୁ ପ୍ରତିନିଧିତ୍ୱ କରିବା ଭଳି ସାପୁଆକେଳାର ସାଂସ୍କୃତିକ ବ୍ୟଙ୍ଗ ଚିତ୍ର ଦେଶ ପ୍ରତି ଏକ ଅପମାନ। ଲେଖକ ରଜତ ସେଠୀ ମଧ୍ୟ ଏଭଳି ତାଚ୍ଛଲ୍ୟକୁ ନିନ୍ଦା କରିଛନ୍ତି। ଆଉ କେତେଜଣ ୟୁଜର୍ସ ଏଥିରେ ଅପମାନିତ କଲା ଭଳି କିଛି ନାହିଁ ବୋଲି ମତ ଦେଇଛନ୍ତି। |
https://www.dharitri.com/scooty-burnt-on-the-road/ | ରାସ୍ତାରେ ଜଳିଗଲା ସ୍କୁଟି
କୁଚିଣ୍ଡା,୨୦ା୭(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା-ବାମରା ୨୪ନମ୍ବର ରାଜ୍ୟ ରାଜପଥ ପାରୁଆଭାଡି ନିକଟ ବଡପୋଲଠାରେ ଗୁରୁବାର ଶର୍ଟସର୍କିଟ ଯୋଗୁ ଏକ ୫-ଜି ଆକ୍ଟିଭା ସ୍କୁଟି (ନଂ-ଓଡି୧୫ଏଲ-୪୬୨୨) ସମ୍ପୂର୍ଣ୍ଣ ଜଳିଯାଇଛି। ହେଲେ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସମ୍ବଲପୁର ନିକଟ ସିଂପାଲି ଗ୍ରାମର ପରେଶ ଚନ୍ଦ୍ର ଭୋଇ କୌଣସି କାମରେ ଝାରସୁଗୁଡା ଦେଇ କୁଚିଣ୍ଡାକୁ ଆସୁଥିଲେ। ବାଟବଣା ହୋଇ ସେ ଖଣ୍ଡୋକଟାରୁ ଭାୟା ପାରୁଆଭାଡି ଦେଇ ଯିବା ବାଟରେ ବଡପୋଲ ନିକଟରେ ହଠାତ୍ ସ୍କୁଟିରୁ ଧୂଆଁ ବାହାରିଥିଲା। ଏହାଦେଖି ପରେଶ ସ୍କୁଟିକୁ ଛିଡା କରି ଷ୍ଟାର୍ଟ ବନ୍ଦ କରି ଦେଇଥିଲେ। ହେଲେ ସ୍କୁଟିଟି ଆପେ ଷ୍ଟାର୍ଟ ହୋଇ ସମ୍ପୂର୍ଣ୍ଣ ଜଳିଯାଇଥିଲା। |
https://www.dharitri.com/vodafone-shocks-government-over-tax-case/ | ଭୋଡାଫୋନ ଟିକସ ମାମଲାରେ ସରକାରଙ୍କୁ ଝଟକା
ନୂଆଦିଲ୍ଲୀ: ଭୋଡାଫୋନ ଉପରେ ପ୍ରାୟ ୨ ବିଲିୟନ ଡଲାର(ପ୍ରାୟ୧୫ ହଜାର କୋଟି) ଟିକସ ମାମଲାରେ ସରକାରଙ୍କୁ ଶୁକ୍ରବାର ଝଟକା ଲାଗିଛି। ଏହି ମାମଲା କୋର୍ଟ ବାହାରେ ଫଇସଲା ହେଉଥିବା ବେଳେ ଏଥିରେ ଭୋଡାଫୋନ ବିଜୟ ଲାଭ କରିଛି। ଅନ୍ତର୍ଜାତୀୟ ଆର୍ବିଟ୍ରେଶନ ଭୋଡାଫୋନ ସପକ୍ଷରେ ମାମଲାର ଶୁଣାଣି କରିଛନ୍ତି। କମ୍ପାନୀ ଉପରେ ଭାରତ ସରକାର ଲଗାଇଥିବା ଟିକସ ଏବଂ ଟିକସ ଉପରେ ସୁଧ ଏବଂ ଜରିମାନାକୁ ବେଆଇନ ବୋଲି ଶୁଣାଣିରେ କୁହାଯାଇଛି। ଏଭଳି କାର୍ଯ୍ୟ ଭାରତ-ନେଦରଲାଣ୍ଡସ ମଧ୍ୟରେ ହୋଇଥିବା ନିବେଶ ଚୁକ୍ତିର ଉଲ୍ଲଂଘନ ବୋଲି ଏଥିରେ ସ୍ପଷ୍ଟ କରାଯାଇଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଟ୍ରିବ୍ୟୁନାଲ ଶୁଣାଣି ବେଳେ କହିଛନ୍ତି, ଭାରତ ଭୋଡାଫୋନଠାରୁ ସମସ୍ତ ବକେୟା ରାଶି ମାଗିବା ବନ୍ଦକରୁ। ଏହି ମାମଲା ଉପରେ ଭାରତ ସରକାର ଏବଂ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ସୂଚନାଯୋଗ୍ୟ, ଭୋଡାଫୋନ ୨୦୦୭ରେ ଭାରତରେ ହଚିସନ ଓ୍ବାମ୍ପୂଆର ମୋବାଇଲ ବିଜନେସକୁ ଅଧିଗ୍ରହଣ କରିଥିଲା। ଏହିଠାରୁ ଟିକସ ବିବାଦ ଆରମ୍ଭ ହୋଇଥିଲା। ଭୋଡାଫୋନ ଟିକସ ପ୍ରଦାନ କରୁ ବୋଲି ଭାରତ ସରକାର ଦାବି କରିଥିଲେ। ମାତ୍ର କମ୍ପାନୀ ଏହାରକୁ ବିରୋଧ କରିବା ସହ ମାମଲା ଆରମ୍ଭ ହୋଇଥିଲା। ୨୦୧୨ରେ ସୁପ୍ରିମକୋର୍ଟ କମ୍ପାନୀ ସପକ୍ଷରେ ଶୁଣାଣି କରିଥିଲେ। ହେଲେ ସରକାର ଏହି ବର୍ଷ ନିୟମରେ ପରିବର୍ତ୍ତନ କରିଦେଇଥିଲେ। ୨୦୧୪ରେ ଭୋଡାଫୋନ ଭାରତ ସରକାରଙ୍କ ବିରୋଧରେ ଅନ୍ତର୍ଜାତୀୟ ଆର୍ବିଟ୍ରେଶନର ଦ୍ୱାରସ୍ଥ ହୋଇଥିଲା। ବିଭିନ୍ନ କମ୍ପାନୀ ଭାରତ ସରକାରଙ୍କ ଅନ୍ତର୍ଜାତୀୟ ଆର୍ବିଟ୍ରେଶନକୁ ଘୋଷାଡି ଛନ୍ତି। ଭାରତ ସରକାର ଏଭଳି ୧୨ରୁ ଅଧିକ ମାମଲା ଲଢୁଛନ୍ତି। ଏଥିରେ କେର୍ନ ଏନର୍ଜି ମଧ୍ୟ ସାମିଲ ରହିଛି। |
https://www.dharitri.com/ଗଞ୍ଜାମରେ-ଅଷ୍ଟମଶ୍ରେଣୀ-ଛାତ/ | ଗଞ୍ଜାମରେ ଅଷ୍ଟମଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାର ପର୍ଦ୍ଦାଫାଶ: ୨ ଛାତ୍ର ଗିରଫ
ବ୍ରହ୍ମପୁର ଅଫିସ ,୧୫।୧ – ଗଞ୍ଜାମ ଜିଲାରେ ଜଣେ ଅଷ୍ଟମଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ଗଣବଳାତ୍କାର ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି । ଏଥିରେ ସାମିଲ ଥିବା ୨ ଜଣ ଯୁକ୍ତ ୩ ଛାତ୍ରଙ୍କୁ ମଙ୍ଗଳବାର ଗିରଫ କରାଯାଇଛି। ଅଭିଯୁକ୍ତ ଦ୍ୱୟ ହେଲେ ମୁଖ୍ୟ ଅଭିଯୁକ୍ତ ଦନାର୍ଦ୍ଦନ ବେହେରା ଓ ତାଙ୍କ ସାଙ୍ଗ ମିଥୁନ ଦାସ ବୋଲି ବୁଧବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା। ସୋନପୁର ଥାନାରେ ମାମଲା (ନଂ.୧/୨୦) ଅନୁସାରେ ଗିରଫ ଅଭିଯୁକ୍ତମାନଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। ତଦନ୍ତ ବେଳେ ଏଥିରେ ଅନ୍ୟ ଯେଉଁମାନଙ୍କର ସମ୍ପୃକ୍ତି ଥିବା ଜଣାପଡିବ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସ୍ପି ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପଟେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପୀଡ଼ିତା ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଏବେ ସୁଧାର ଆସିଛି। ପିଡ଼ିତା ଏବଂ ତାଙ୍କ ପରିବାରଙ୍କୁ ପୋଲିସ ପକ୍ଷରୁ ଏବେ ସୁରକ୍ଷା ଯୋଗାଇ ଦିଆଯାଉଥିବା ଏସପି ସୂଚନା ଦେଇଛନ୍ତି ।
ଘଟଣାରୁ ପ୍ରକାଶ ଯେ, ଗତ ୧୦ ତାରିଖ ପୂର୍ବାହ୍ନ ୧୦ଟା ବେଳେ ଛାତ୍ରୀଜଣଙ୍କ ନିକଟସ୍ଥ ଏକ ନଦୀକୁ ଗାଧୋଇବାକୁ ଯାଉଥିବା ବେଳେ ଦନାର୍ଦ୍ଦନ ରାସ୍ତାରେ ତାଙ୍କୁ ଟଣାଓଟରା କରିଥିଲେ। ଛାତ୍ରୀ ଜଣଙ୍କ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଦନାର୍ଦ୍ଦନ ତାଙ୍କର ଅନ୍ୟ ୨ ଜଣ ସାଙ୍ଗଙ୍କ ସହ ଅପହରଣ କରି ନେଇ ଉକ୍ତ ନଦୀ ନିକଟ ଏକ ବୁଦା ମୂଳେ ତାଙ୍କ ଗୋଡହାତ ବାନ୍ଧିଦେଇଥିଲେ । ପରେ ତାଙ୍କୁ କିଛି ଥଣ୍ଡାପାନୀୟ ପିଇବାକୁ ଦେଇଥିଲେ। ଛାତ୍ରୀ ଜଣଙ୍କ ଅଚେତ ହୋଇଯିବା ପରେ ଜଣେ ଜଣେ ତାଙ୍କୁ ବଳାତ୍କାର କରିଥିଲେ ବୋଲି ୧୧ ତାରିଖ ସାରେ ସେ ଘରକୁ ଗୁରୁତର ଅବସ୍ଥାରେ ପହଞ୍ଚି ପରିବାର ଲୋକଙ୍କୁ ଜଣାଇଥିଲେ। ଗୁରୁତର ଅବସ୍ଥାରେ ପିଡ଼ିତାଙ୍କୁ ପରିବାର ଲୋକେ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅଭିଯୋଗ ପରେ ପୋଲିସ ଘଟଣାର ଛାନଭିନ କରିବା ସହ ଉପରୋକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରଛି ବୋଲି ଏସ୍ପି କହିଛନ୍ତି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଏସ୍ପି ପ୍ରଭାତ ରାଉତରାୟ ,ସଦର ଏସ୍ଡିପିଓ ଜୟନ୍ତ ମହାପାତ୍ର ଓ ମେରାଇନ ଥାନାଧିକାରୀ ଗୌରାଙ୍ଗ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । |
https://www.dharitri.com/student-plea-for-rescue/ | ଆମକୁ ମାରି ଦିଆଯିବ, ରକ୍ଷା କର
ସୁମି,୫ା୩: ଏଠାରେ ନା ଅଛି ଖାଦ୍ୟ, ନା ପାଣି। ପଦାକୁ ବାହାରିବାକୁ ଭୟ ଲାଗୁଛି। ପ୍ରତି ୨୦ ମିନିଟରେ ଏଠାରେ ଗୁଳି ଫୁଟିବା ସହ ଏୟାର ଷ୍ଟ୍ରାଇକର ଭୟ ରହିଛି। ଆମକୁ ରକ୍ଷା କରାଯାଉ ନଚେତ୍ ଆମକୁ ମାରି ଦିଆଯିବ। ଏମିତି କିଛି ବାର୍ତ୍ତା ଦେଇ ୟୁକ୍ରେନ୍ର ଉତ୍ତର-ପୂର୍ବାଞ୍ଚଳ ସୁମିରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ର ଏକ ଭିଡିଓ ଜାରି କରିଛନ୍ତି। ସୁମିରେ ଫସି ରହିଥିବା ଛାତ୍ରୀଛାତ୍ରଙ୍କ ଉଦ୍ଧାର ପାଇଁ କେନ୍ଦ୍ର ସରକାର କୌଣସି ବ୍ୟବସ୍ଥା କରି ନ ଥିବା କୁହାଯାଉଛି। ସହରରୁ ବାହାରିବା ପାଇଁ ରୁଷିଆ ସୀମାରେ ବସ୍ ବ୍ୟବସ୍ଥା କରାଯାଇଛି। ରୁଷିଆ ପଟୁ ତୁହାକୁ ତୁହା ଆକ୍ରମଣ ଭୟରେ ଛାତ୍ରୀଛାତ୍ରମାନେ ବାହାରକୁ ବାହାରିବା ପାଇଁ ଡରୁଛନ୍ତି। ଖର୍କିଭରେ ୩୦୦ ଏବଂ ସୁମିରେ ୭୦୦ ଜଣ ଭାରତୀୟ ଫସି ରହିଥିବାବେଳେ ସେମାନଙ୍କ ଉଦ୍ଧାର ପାଇଁ ବସ୍ ବ୍ୟବସ୍ଥା କରାଯିବ ବୋଲି ବହିର୍ବ୍ୟାପାର ସଚିବ ଅରିନ୍ଦମ ବାଗଚୀ କହିଛନ୍ତି। ୟୁକ୍ରେନ୍ରେ ଫସିଥିବା ଭାରତୀୟଙ୍କ ଉଦ୍ଧାର ପାଇଁ ଅପରେଶନ ଗଙ୍ଗା ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। |
https://www.dharitri.com/all-11-convicts-in-bilkis-bano-case-surrender/ | ବିଲ୍କିସ ମାମଲା: ଆତ୍ମସମର୍ପଣ କଲେ ସମସ୍ତ ୧୧ ଦୋଷୀ
ଗୋଧ୍ରା,୨୨।୧: ବିଲ୍କିସ୍ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାର ସମସ୍ତ ୧୧ ଦୋଷୀ ରବିବାର ରାତିରେ ଗୁଜରାଟ ପଞ୍ଚମହଲ ଜିଲାର ଗୋଧ୍ରା ସବ୍ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ପାଇଁ ସମୟ ବଢ଼ାଇବା ନିମନ୍ତେ ସେମାନଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେବା ସହ ରବିବାର ସୁଦ୍ଧା ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
୨୦୨୨ ଅଗଷ୍ଟ ୧୫ରେ ଗୁଜରାଟ ସରକାର ଅପରାଧୀମାନଙ୍କୁ କ୍ଷମା ଦେଇ ମିଆଦ ପୂରିବା ପୂର୍ବରୁ ଜେଲରୁ ମୁକ୍ତ କରିଦେଇଥିଲେ। ଗତ ୮ ତାରିଖରେ ସର୍ବୋଚ୍ଚ ଅଦାଲତ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ଖାରଜ କରିଦେଇ ଅପରାଧୀଙ୍କୁ ଜେଲ ଫେରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଅପରାଧୀମାନେ ହେଲେ ବକାଭାଇ ଭୋହାନିଆ, ବିପିନ ଚନ୍ଦ୍ର ଜୋଷୀ, କେସରଭାଇ ଭୋହନିଆ, ଗୋବିନ୍ଦ ନାଇ, ଯଶଓ୍ବନ୍ତ ନାଇ, ମିତେଶ ଭଟ୍ଟ, ପ୍ରଦୀପ ମୋର୍ଧତ୍ଆ, ରାଧେଶ୍ୟାମ ଶାହ, ରାଜୁଭାଇ ସୋନି, ରମେଶ ଚନ୍ଦନ ଏବଂ ଶୈଳେଶ ଭଟ୍ଟ।
୨୦୦୨ ଗୋଧ୍ରା ସାମ୍ପ୍ରଦାୟିକ ଦଙ୍ଗା ବେଳେ ୫ ମାସର ଗର୍ଭବତୀ ଥିବା ୨୧ ବର୍ଷୀୟା ବିଲ୍କିସ୍ଙ୍କୁ ଅପରାଧୀମାନେ ଗଣବଳାତ୍କାର କରିବା ସହ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା କରିଥିଲେ। |
https://www.dharitri.com/omprakash-rajbhar-says-if-jinnah-become-first-pm-of-india-there-would-be-no-partition-of-country/ | ‘ଜିନ୍ନା ପ୍ରଧାନମନ୍ତ୍ରୀ ହୋଇଥିଲେ, ଦେଶ ବିଭାଜନ ହୋଇ ନ ଥାନ୍ତା’
ଲକ୍ଷ୍ନୌ,୧୦।୧୧:: ସମାଜବାଦୀ ପାର୍ଟି (ଏସପି) ସଭାପତି ଅଖିଳେଶ ଯାଦବଙ୍କ ପରେ ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସବିବି) ସଭାପତି ଓମ ପ୍ରକାଶ ରାଜଭର ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲି ଜିନ୍ନାଙ୍କୁ ପ୍ରଶଂସା କରିଛନ୍ତି। ରାଜଭର କହିଛନ୍ତି, ଯଦି ଜିନ୍ନାଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ କରାଯାଇଥାନ୍ତା, ତେବେ ବିଭାଜନ ଭଳି ପରିସ୍ଥିତି ଉପୁଜି ନ ଥାନ୍ତା। ବାରାଣାସୀରେ ଏକ କାର୍ଯ୍ୟକ୍ରମରେ ରାଜଭାର ଏକଥା କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ଭାଜପାର ବରିଷ୍ଠ ନେତା ଏଲ.କେ ଆଡଭାନୀ ମଧ୍ୟ ଜିନ୍ନାଙ୍କ ପ୍ରଶଂସକ। ଭାବନ୍ତୁ କାହିଁକି ଅଟଳ ଜୀ ଏବଂ ଆଡଭାନୀ ଜୀ ମଧ୍ୟ ଜିନ୍ନାଙ୍କ ଧାରଣାକୁ ପ୍ରଶଂସା କରିଛନ୍ତି, ସେଥିପାଇଁ ମୁଁ ବିଶ୍ୱାସ କରେ ଯେ ଯଦି ଜିନ୍ନାଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ କରାଯାଇଥାନ୍ତା, ତେବେ ଦେଶ ବିଭାଜିତ ହୋଇ ନ ଥାନ୍ତା।’
ସୂଚନାଯୋଗ୍ୟ ଯେ, ନିକଟରେ ଏସପି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଜିନ୍ନାଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲ ଏବଂ ନେହେରୁଙ୍କ ଭଳି ସ୍ବାଧୀନତା ସଂଗ୍ରାମରେ ଜିନ୍ନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। |
https://www.dharitri.com/୧୭ରୁ-ବଜେଟ-ଅଧିବେଶନ/ | ୧୭ରୁ ବଜେଟ ଅଧିବେଶନ
ନୂଆଦିଲ୍ଲୀ,୧ା୬ପି.ଟି.): ସପ୍ତଦଶ ଲୋକ ସଭାର ପ୍ରଥମ ଅଧିବେଶନ ତଥା ବଜେଟ ଅଧିବେଶନ ଜୁନ୍ ୧୭ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାର୍ଲାମେଣ୍ଟର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ମାନେକା ଗାନ୍ଧୀଙ୍କୁ ଗୁରୁବାର ଲୋକ ସଭାର କାମଚଳା ବାଚସ୍ପତି ନିଯୁକ୍ତ କରାଯାଇଛି। ସେ ନବନିର୍ବାଚିତ ଏମ୍ପିମାନଙ୍କୁ ଶପଥ ପାଠ କରାଇବେ। ଜୁନ୍ ୧୯ରେ ବାଚସ୍ପତି ନିର୍ବାଚନ ହେବ। ବାଚସ୍ପତି ନିଯୁକ୍ତ ହେବା ପରେ ଉଭୟ ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଅଣାଯିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ଉତ୍ତର ରଖିବେ। ଜୁଲାଇ ୫ରେ ଅର୍ଥମନ୍ତ୍ରୀ ଲୋକ ସଭାରେ ବଜେଟ ଉପସ୍ଥାପନ କରିବେ।
ଲୋକ ସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏନ୍ଡିଏ) ୩୫୨ ଆସନରେ ବିଜୟୀ ହୋଇ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ କ୍ଷମତାକୁ ଫେରିଥିବାବେଳେ ଭାଜପା ଏକାକୀ ୩୦୩ ଆସନ ହାତେଇଛି। ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ପ୍ରଥମ ଭାଜପା ନେତା ଯିଏ କି ସରକାରରେ ୫ ବର୍ଷ କାର୍ଯ୍ୟକାଳ ପୂରଣ କରି କ୍ରମାଗତ ଭାବେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପୂର୍ବରୁ ୩ ଜଣ କଂଗ୍ରେସ ନେତା ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଏବଂ ମନମୋହନ ସିଂଙ୍କୁ ଏହି ସଫଳତା ମିଳିଥିଲା। |
https://www.dharitri.com/ପୁଞ୍ଜିବଜାରରେ-ଉତ୍ସାହ-ନିବ/ | ପୁଞ୍ଜିବଜାରରେ ଉତ୍ସାହ; ନିବେଶକଙ୍କ ଲାଭ ୨.୮୩ ଲକ୍ଷ କୋଟି
ନୂଆଦିଲ୍ଲୀ,୧୮।୪: ରିଜର୍ଭ ବ୍ୟାଙ୍କ ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ଦ୍ୱିତୀୟ ବୁଷ୍ଟର ପ୍ୟାଜେକ ଘୋଷଣା କରିବା ପରେ ଏହାର ପ୍ରଭାବ ଦେଶର ପୁଞ୍ଜିବଜାର ଉପରେ ପରିଲକ୍ଷିତ ହୋଇଛି। ଶୁକ୍ରବାର ନିବେଶକଙ୍କ ସମ୍ପତ୍ତିରେ ୨.୮୩ ଲକ୍ଷ କୋଟି ଟଙ୍କା ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ସମୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ୯୮୬ ପଏଣ୍ଟ ବୃଦ୍ଧି ଘଟିଥିବା ଜଣାପଡିଛି। ୩୦ ଶେୟାର ବିଶିଷ୍ଟ ବିଏସ୍ଇ ସେ୍ନସେକ୍ସ ୯୮୬.୧୧ ପଏଣ୍ଟ ବା ୩.୨୨% ବୃଦ୍ଧି ଘଟି ୩୧.୫୮୮.୭୨ ସ୍ତରରେ ବନ୍ଦ ହୋଇଛି। ଆର୍ବିଆଇର ପଦକ୍ଷେପ ବଜାରରେ ଅତିରିକ୍ତ ନଗଦ ଏବଂ ବିତ୍ତୀୟ ସ୍ଥିରତା ବଜାୟ ରଖିବାରେ ସହାୟକ ହୋଇପାରିବ ବୋଲି ରେଲିଗାରେ ବ୍ରୋକିଂ ଲିମିଟେଡ୍ର ରିସର୍ଚ୍ଚ ବିଭାଗ ଉପସଭାପତି ଅଜିତ ମିଶ୍ର କହିଛନ୍ତି। |
https://www.dharitri.com/444-corona-positives-in-state/ | ଆଜି ରାଜ୍ୟରୁ ୪୪୪ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୫୯ ଶିଶୁ
ଭୁବନେଶ୍ୱର,୨୭।୯(ବ୍ୟୁରୋ): ସୋମବାର ରାଜ୍ୟରୁ ୪୪୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୪,୭୬୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୨୫୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୮୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୩ ଏବଂ ମୟୂରଭଞ୍ଜରୁ ୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଅନୁଗୋଳରୁ ୮, ବାଲେଶ୍ୱର ୧୬, ବରଗଡ଼ ୧, ଭଦ୍ରକ ୪, ବଲାଙ୍ଗୀର ୩, ଦେବଗଡ଼ ୧, ଢେଙ୍କାନାଳ ୩, ଗଞ୍ଜାମ ୬, ଜଗତସିଂହପୁର ୧୩, ଯାଜପୁର ୨୨, ଝାରସୁଗୁଡ଼ା ୩, କେନ୍ଦ୍ରାପଡ଼ା ୫, କେନ୍ଦୁଝର ୩, ନୟାଗଡ଼ ୮, ନୂଆପଡ଼ା ୧, ପୁରୀ ୭, ରାୟଗଡ଼ା ୯, ସମ୍ବଲପୁର ୭, ସୋନପୁରରୁ ୨ ଏବଂ ସୁନ୍ଦରଗଡ଼ରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍ ସଂଖ୍ୟା ରହିଛି ୩୭।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୨୪,୭୬୪ରେ ପହଞ୍ଚିଥିବା ବେଳେ ୧୦,୧୦,୯୨୯ଜଣ ସୁସ୍ଥ ହୋଇଛନ୍ତି। ୫୭୦୨ ଜଣ ଚିକିିତ୍ସିତ ହେଉଛନ୍ତି। |
https://www.dharitri.com/my-instinct-says-i-want-to-make-odi-comeback-rahane/ | ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହେଁ: ରାହାନେ
ନୂଆଦିଲ୍ଲୀ,୧୧।୭(ପି.ଟି.): ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଆଜିଙ୍କ ରାହାନେ ଦିନିକିଆ ଫର୍ମାଟକୁ ଫେରିବାକୁ ଇଚ୍ଛା ଜାହିର କରିଛନ୍ତି। ଶେଷଥର ପାଇଁ ୨୦୧୮ ଫେବୃୟାରୀରେ ଦିନିକିଆ ଖେଳିଥିଲେ। ପ୍ରତ୍ୟାବର୍ତ୍ତନ ପାଇଁ ତାଙ୍କ ପାଖରେ ଦକ୍ଷତା ଅଛି ବୋଲି ସେ ଭାବୁଛନ୍ତି। ୩ ଯାକ ଫର୍ମାଟ୍ରେ ଖେଳିବା ପାଇଁ ମାନସକ ଭାବେ ପ୍ରସ୍ତୁତି ଚଳାଉଛି ବୋଲି ସେ କହିଛନ୍ତି।
ଦିନିକିଆରେ ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ଅଛି। ଓପନିଂ ହେଉ କି ୪ ନମ୍ବରରେ ହେଉ ସବୁ ସ୍ଥାନରେ ବ୍ୟାଟିଂ କରିପାରିବି। ମୋଟମୋଟି ଉପରେ ଦିନିକିଆକୁ ଫେରିବାକୁ ଚାହେଁ ବୋଲି ସେ ଇଏସ୍ପିଏନ୍ କ୍ରିକ୍ଇନ୍ଫୋ ଚାର୍ଟା ଶୋ’ରେ ଦୀପ୍ ଦାସ୍ଗୁପ୍ତାଙ୍କ ସହ କଥା ହେବା ବେଳେ କହିଛନ୍ତି। ପୁଣି କେବେ ଦିନିକିଆ ଖେଳିବାକୁ ସୌଭାଗ୍ୟ ମିଳିବ ତାହା ଜଣେ ନାହିଁ। କିନ୍ତୁ ମାନସିକ ଭାବେ ସବୁ ଫର୍ମାଟ ଖେଳିବାକୁ ପ୍ରସ୍ତୁତ ରହିଛି। ଓପନିଂ କରିବାକୁ ଭଲପାଏ। କିନ୍ତୁ ଯଦି କୁହାଯିବ ତା’ହେଲେ ୪ ନମ୍ବରରେ ମଧ୍ୟ ବ୍ୟାଟିଂ କରିପାରିବି। ଦୁଇଟି ସ୍ଥାନରେ ବ୍ୟାଟିଂ କରିବାକୁ ଉପଭୋଗ କରେ ୯୦ଟି ଦିନିକିଆ ମ୍ୟାଚ୍ ଖେଳିଥିବା ରହାନେ କହିଛନ୍ତି। ସେ ମଧ୍ୟ ଏପର୍ଯ୍ୟନ୍ତ ୬୫ଟି ଟେଷ୍ଟ ଖେଳିଛନ୍ତି। ଶେଷଥର ପାଇଁ ସେ ନ୍ୟୁଜିଲାଣ୍ଡ ଗସ୍ତରେ ଟେଷ୍ଟ ଖେଳିଥିଲେ। ଗତ ୪ ବର୍ଷ ହେବ ସେ ଭାରତୀୟ ଟି୨୦ ଦଳରେ ମଧ୍ୟ ସେ ସ୍ଥାନ ପାଇନାହାନ୍ତି। ଟି୨୦ରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ପ୍ରଦର୍ଶନ କରିପାରିବି ବୋଲି ସେ କହିଛନ୍ତି। |
https://www.dharitri.com/attack-on-legislator-police-arrested-the-main-accused/ | କେନ୍ଦୁଝର ବିଧାୟକଙ୍କୁ ଆକ୍ରମଣ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
କେନ୍ଦୁଝର,୧୮।୧୦(ସ୍ବ.ପ୍ର): କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝିଙ୍କ ଗାଡି ଉପରକୁ ବୋମାମାଡ଼ ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ରଘୁନାଥ ପଣ୍ଡା ଓରଫ (ରାଘବ )ଙ୍କୁ ଗିରଫ କରାଯାଇଛି। ରାଘବଙ୍କୁ ଟାଉନ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛିି। ରାଘବ ନମୋଃ ସେନା ଦଳର ସଦସ୍ୟ ହୋଇଥିବା ବେଳେ ତାଙ୍କ ଘର ପଣ୍ଡାପଡ଼ା ଥାନାର ହୁଣ୍ଡା ଗାଁରେ। ପଇସା ଲୋଭ ଦେଖାଇ ଡାକି ଆଣିବା ସହ ବୋମାମାଡ ଘଟଣାରେ ତାଙ୍କର ସମ୍ପୃକ୍ତ ଥିବା ସ୍ବୀକାର କରିଥିଲେ।
ସୂଚନାଯୋଗ୍ୟ, ରବିବାର ବିଧାୟକଙ୍କ ଗାଡି ଉପରକୁ ବୋମା ମାଡ ଘଟଣାର ମୁଖ୍ୟ ଅଭିଯୁକ୍ତ ସହ ପାଞ୍ଚ ଜଣଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା। ପୋଲିସ ସିସିଟିଭି ଓ ସିଟି ସର୍ଭିଲାନ୍ସ ଆଧାରରେ ସମସ୍ତ ଦୁର୍ବୃତ୍ତଙ୍କୁ ଗିରଫ କରିଥିଲା। ଏମାନେ ହେଲେ ମୁଖ୍ୟ ଅଭିଯୁକ୍ତ ମନ ମୋହନ ଦାସ (ମୁନ), ପ୍ରତାପ ରାଉତ, ବିଦ୍ୟାଧର ପରିଡା , ଶରତ ଜେନା ଓ ଶିଙ୍କୁଲ ଶେଖ । ଏମାନେ ନମୋଃ ସେନା ନାମକ ଏକ ସଂଗଠନର ସଦସ୍ୟ । ଏମାନେ ବିଧାୟକଙ୍କୁ ପୂର୍ବରୁ ମଧ୍ୟ ଦୁଇଥର ଆକ୍ରମଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଏହି ଆକ୍ରମଣ ବ୍ୟକ୍ତିଗତ ଶତ୍ରୁତା ଓ ପଇସା ଦେଣ ନେଣକୁ ନେଇ ହୋଇଥିବା ଏସ୍ପି ସୂଚନା ଦେଇଥିଲେ । |
https://www.dharitri.com/crop-is-on-the-decline/ | ଅର୍ଥକରୀ ଫସଲ ଆଖୁଚାଷ ତଳମୁହାଁ
କେନ୍ଦ୍ରାପଡ଼ା ଅଫିସ,୧୪ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ୭୦ ପ୍ରତିଶତ ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ। ତେବେ ଅର୍ଥକରୀ ଫସଲ ଉତ୍ପାଦନ ପାଇଁ ବିଭିନ୍ନ ସମସ୍ୟାର ସମାଧାନ ଦୀର୍ଘଦିନ ଧରି ହେଉନାହିଁ। ପ୍ରାୟ ୧୫ ହଜାର ହେକ୍ଟର ଅଞ୍ଚଳରେ ହେଉଥିବା ଆଖୁଚାଷ ଚଳିତବର୍ଷ ୧ ହଜାର ହେକ୍ଟରକୁ ଛୁଇଁପାରିନାହିଁ। ସେହିପରି ଝୋଟ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଗବେଷଣା କେନ୍ଦ୍ର ଏବେ ଅକାମୀ ହୋଇପଡ଼ିଛି। ହରଡ଼, ସୂର୍ଯ୍ୟମୁଖୀଠାରୁ ଆରମ୍ଭକରି ବହୁ ଅର୍ଥକରୀ ଫସଲ ଉତ୍ପାଦନ, ବିକ୍ରି ପାଇଁ ଜଳ ପରିଚାଳନା ଓ ମଣ୍ଡିର ଅଭାବ ଦେଖାଦେଇଛି। ଉନ୍ନତ ଜ୍ଞାନକୌଶଳ ପ୍ରଦାନ ସହ ଉପାନ୍ତ ଅଞ୍ଚଳରେ ଥିବା ନଦୀଗୁଡ଼ିକ ସଂଯୋଗୀକରଣ ପାଇଁ ଏକ ବୃହତ୍ କେନାଲର ଆବଶ୍ୟକତା ଥିବା ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ପଟ୍ଟାମୁଣ୍ଡାଇର ଆଖୁଚାଷୀ ଅକ୍ଷୟ ବେହେରା କହିଛନ୍ତି, ଜିଲାର ଗରଦପୁର, ମାର୍ଶାଘାଇ, ଡେରାବିଶ, ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା ବ୍ଲକ ଅଞ୍ଚଳର ଚାଷୀ ୧୦ ବର୍ଷ ପୂର୍ବେ ଆଖୁଚାଷକୁ ପ୍ରାଧାନ୍ୟ ଦେଉଥିଲେ। ତତ୍କାଳୀନ ସମୟରେ ୧୫ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଅଞ୍ଚଳରେ ଆଖୁଚାଷ ହେଉଥିଲା। ନିକଟସ୍ଥ କୃଷ୍ଣଦାସପୁରରେ ଏକ ଆଖୁ ମିଲ୍ ହୋଇଥିଲା। ଏହି ମିଲ୍ ବନ୍ଦ ହେବା ସହିତ କ୍ଷେତକୁ ଜଳ ପରିଚାଳନା ଆଖୁ ଚାଷକୁ ନଷ୍ଟ କରିଛି। ବୃହତ୍ ବଜାର ଅଭାବରୁ ପର୍ବପର୍ବାଣି ପାଇଁ ମାତ୍ର ହଜାର ହେକ୍ଟର ଅଞ୍ଚଳରେ ଏବେ ଚାଷ ହେଉଛି। କେନ୍ଦ୍ରାପଡ଼ା ବ୍ଲକ କଂସାର ଗ୍ରାମର ଚାଷୀ ନିରଞ୍ଜନ ପରିଡ଼ା କହିଛନ୍ତି, ଜିଲାରେ ଚାଷକରି ସାମ୍ପ୍ରତିକ ସମୟରେ ପରିବାର ପ୍ରତିପୋଷଣ କରିବା ବଡ଼ କଷ୍ଟକର। ୧୫ ଏକର ଜମିରେ ହରଡ଼ ଓ ସୂର୍ଯ୍ୟମୁଖୀ ଚାଷ ହେଉଥିବା ବେଳେ ଚଳିତବର୍ଷ ମଜୁରି ମୂଲ୍ୟ, ଜଳଯୋଗାଣ ଆଦି ଅସୁବିଧା ସୃଷ୍ଟି ହେବାରୁ କ୍ଷେତ ପଡ଼ିଆ ରହିବ। ବଜାରରେ ଉପଯୁକ୍ତ ମୂଲ୍ୟ ନ ମିଳିବାରୁ ବାଧ୍ୟହୋଇ ୨ ପୁଅ କର୍ମନିଯୁକ୍ତି ପାଇଁ ସୁରଟକୁ ଯାଇଛନ୍ତି। କୃଷକ ନେତା ଗୟାଧର ଧଳ କହିଛନ୍ତି, କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ସ୍ଲୋଗାନ ଓ ରାଜ୍ୟ ସରକାରଙ୍କ କେନ୍ଦ୍ରାପଡ଼ା ଜିଲାର କୃଷି ପ୍ରତି ବିଶେଷ ଧ୍ୟାନଦେବା ପ୍ରତିଶ୍ରୁତି ଏଠାରେ କାର୍ଯ୍ୟକାରୀ ହେଉନାହିଁ। ଦୀର୍ଘ ୨୮ ବର୍ଷ ଧରି ଜଳସେଚନ ପାଇଁ କେନାଲ ଖନନ ହୋଇ ନ ଥିବା ବେଳେ ଖରିଫ ଧାନ ଚାଷ ସମୟରେ ଜଳ ନିଷ୍କାସନ ଏକ ସମସ୍ୟା ହୋଇଛି। ରାଜ୍ୟରେ ପ୍ରତିବର୍ଷ ୨.୨୧ ଲକ୍ଷ ମେଟ୍ରିକ ଟନ ଚିନିର ଆବଶ୍ୟକତା ଅଛି। ଏଥିପାଇଁ ଆଖୁଚାଷକୁ ପ୍ରୋତ୍ସାହନ ମିଳିବା କଥା। କେନ୍ଦ୍ରାପଡ଼ା ଜିଲାରେ ଏହି ଚାଷ ଏବେ ତଳମୁହଁା ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଚିନିକଳକୁ ବନ୍ଦ କରାଯାଉଛି। ଉପଯୁକ୍ତ ବଜାର ମଣ୍ଡି ନ ହେଲେ ଚାଷୀ କ୍ଷତି ସହିବେ। ବୁଦ୍ଧିଜୀବୀ ମୀର ଅବୁ ଓବେଦା କହିଛନ୍ତି, କେନ୍ଦ୍ରାପଡ଼ା ଜିଲା ପାଇଁ ଜଳ ପରିଚାଳନା ଏକ ବଡ଼ ସମସ୍ୟା। ଏହାର ସମାଧାନ ପାଇଁ ଉପାନ୍ତ ଅଞ୍ଚଳରେ ଥିବା ନଦୀର ସଂଯୋଗୀକରଣ କେନାଲ ଆବଶ୍ୟକ। ବନ୍ୟା ସମୟରେ ଏହାକୁ ସୁପରିଚାଳନା କରିହେବ। ସେହିପରି ବିଭିନ୍ନ ବ୍ଲକେଜ ମାଧ୍ୟମରେ କ୍ଷେତକୁ ଜଳସେଚନ ହୋଇପାରିବ। ଏ ସମ୍ପର୍କରେ ଜଜାଙ୍ଗସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ରଙ୍କୁ ପଚାରିବାରେ କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟ ଜୋନ୍ରେ ଅଛି। ଜିଲାରେ ଚାଷ ପାଇଁ ଉପଯୁକ୍ତ ପରିମାଣରେ ବର୍ଷା ହେଉଥିଲେ ମଧ୍ୟ ୪ ପ୍ରକାର ମାଟି ଅଛି। ଏହାକୁ ଭିତ୍ତିକରି ସମନ୍ବିତ ଚାଷକୁ ଗୁରୁତ୍ୱ ଦିଆଯାଇଛି। ପୋଖରୀ, ପନିପରିବା, ଫଳ ଗଛ ଲଗାଇବାକୁ ପରାମର୍ଶ ଦିଆଯାଉଛି। ସେହିପରି ଛେଳି, କୁକୁଡ଼ା ଫାର୍ମ, ଛତୁ, ହଳଦୀ ଓ ଔଷଧୀୟ ବୃକ୍ଷ ଜିଲାର ଅର୍ଥନୀତି କ୍ଷେତ୍ରରେ ପରିବର୍ତ୍ତନ ଆଣିପାରିବ ବୋଲି ସେ କହିଛନ୍ତି। |
https://www.dharitri.com/a-four-month-old-baby-was-blown-away-by-the-storm/ | ଚାରି ମାସର ଶିଶୁକୁ ଉଡାଇ ନେଲା ତୋଫାନ, ଗଛରେ ଲଟକିଥିଲେ ବି ଲାଗି ନାହିଁ କୌଣସି ଆଘାତ
ଓ୍ବାଶିଂଟନ: କୁହାଯାଏ ଯେ ‘ଯାହାକୁ ରଖିବେ ଅନନ୍ତ, କେ କରିପାରେ ବଳବନ୍ତ…’ ଏହି କଥା ଆମେରିକାରେ ପୁଣି ଥରେ ସତ୍ୟ ହୋଇଛି। ଏଠାରେ ଏକ ଚମତ୍କାର ଘଟଣା ଘଟିଛି, ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଘଟଣା ହେଲା, ଟେନେସିରେ ପ୍ରବଳ ଝଡ଼ ସମୟରେ ଝୁଲଣା ସହିତ ଉଡ଼ିଯାଇଥିବା ୪ମାସର ଶିଶୁ ଚମତ୍କାର ଭାବରେ ବଞ୍ଚି ଯାଇଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।
ଏବିସିର ରିପୋର୍ଟ ଅନୁଯାୟୀ, ୪ ମାସର ଶିଶୁର ମା ସିଡନୀ ମୋର୍ କହିଛନ୍ତି ଯେ ତାଙ୍କର ଶିଶୁ ଚମତ୍କାର ଭାବରେ ଝଡ଼ରୁ ବଞ୍ଚି ଯାଇଥିଲେ। ଏହି ସମୟ ମଧ୍ୟରେ ଘରର ଛାତ ଉଡିଯାଇଥିଲା ଏବଂ ସେମାନଙ୍କ ପିଲାଙ୍କ ଦୋଳି ମଧ୍ୟ ଉଡିଯାଇଥିଲା। ପ୍ରବଳ ଝଡ଼ତୋଫାନ ସମୟରେ, ପିଲାଟି ଉଡ଼ିଯାଇ ଏକ ଭାଙ୍ଗି ଯାଇଥିବା ଗଛରେ ଅଟକି ଗଲା, ସେତେବେଳେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା।
ରିପୋର୍ଟ ଅନୁଯାୟୀ, ମୋର୍ ‘ଗୁଡ ମର୍ନିଂ ଆମେରିକା’କୁ କହିଥିଲେ ଯେ ଝଡ଼ ଏତେ ଶକ୍ତିଶାଳୀ ଥିଲା ଯେ ସବୁକିଛି ଉଡ଼ିଯାଉଥିଲା। ଆମେ ନିଜକୁ ଏବଂ ଆମର ବଡ ପିଲାକୁ ସମ୍ଭାଳିବା କଷ୍ଟକର ଥିଲା। ଏହି ସମୟ ମଧ୍ୟରେ, ଛୋଟ ପିଲାଟି ଦୋଳିରେ ଶୋଇଥିବା ସମୟରେ ଖେଳୁଥିଲା, କିନ୍ତୁ ଆମର କୌଣସି ଧାରଣା ନଥିଲା ଯେ ଏହି ଝଡ଼ଟି ପିଲାଟିକୁ ଦୋଳି ସହିତ ନେଇଯିବ, କିନ୍ତୁ ଆଖି ପିଛୁଳାକେ ଏହି ଘଟଣା ଘଟିଥିଲା । ଆମେ କିଛି ବୁଝିବା ପୂର୍ବରୁ, ଆମର ଛୋଟ ପିଲା ଆମ ଆଖି ଆଗରେ ଅଦୃଶ୍ୟ ହୋଇଗଲା।
ଏହା ପରେ ତାଙ୍କ ପିତା ତାଙ୍କୁ ବଞ୍ଚାଇବାକୁ ଦୌଡିଥିଲେ, ଏହି ସମୟରେ ମୋର୍ ତାଙ୍କ ବଡ ପୁଅକୁ ଧରିଥିଲେ। ହେଲେ ଆମର ଛୋଟ ପିଲା ନିଖୋଜ ହୋଇଯାଇଥିଲା। ଯାହା ପରେ ଆମେ ତାଙ୍କୁ ଏକ ଗଛ ଉପରେ ପାଇଲୁ। ଏହି ଦୃଶ୍ୟ ଦେଖି ଆମେ ଭାବିଲୁ ଯେ ପିଲାଟିକୁ ଜୀବନ୍ତ ଦେଖି ପାରିବୁ ନାହିଁ କିନ୍ତୁ ଈଶ୍ବରଙ୍କ ଦୟା ଦ୍ୱାରା ଆମେ ତାଙ୍କୁ ଜୀବନ୍ତ ପାଇଲୁ। ମୋର୍ କହିଛନ୍ତି ଯେ ସେ ତାଙ୍କ ଛୋଟ ପିଲାକୁ ଘୂର୍ଣ୍ଣିବଳୟ ଦ୍ୱାରା ନିଆଯାଉଥିବା ଦେଖି ଏକ ଫିଲ୍ମ ଦେଖୁଥିବାର ଅନୁଭବ କରିଛନ୍ତି। ସୂଚନାଯୋଗ୍ୟ, ଶନିବାର ଦିନ ଆସିଥିବା ଏହି ଝଡ଼ରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ଦୁଇଜଣ ଡଜନ ଆହତ ହୋଇଥିଲେ।
ଏହି ଝଡ଼ରେ ତାଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ମୋର୍ କହିଛନ୍ତି। ସେମାନଙ୍କର ସମସ୍ତ ଜରୁରୀ ଜିନିଷ ନଷ୍ଟ ହୋଇଯାଇଛି, ତେଣୁ ମୋର୍ଙ୍କ ଭଉଣୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଗୋଫଣ୍ଡ ମି ଆକାଉଣ୍ଟ ଏପର୍ଯ୍ୟନ୍ତ ସହାୟତା ପାଇଁ ୫୦,୦୦୦ ଡଲାରରୁ ଅଧିକ ସଂଗ୍ରହ କରିଛି, ଏଥିପାଇଁ ମୋର୍ କହିଛନ୍ତି ଯେ ସେ ବହୁତ କୃତଜ୍ଞ। |
https://www.dharitri.com/ipl-rajasthan-royals-fielding-coach-dishant-yagnik-tests-positive-for-covid-19/ | ଆଇପିଏଲ୍ ପୂର୍ବରୁ ଝଟ୍କା
ନୂଆଦିଲ୍ଲୀ,୧୨।୮: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍(ଆଇପିଏଲ୍) ହେବା ର୍ପୂରୁ ଏକ ଝଟ୍କା ଲାଗିଛି। ଫ୍ରାଞ୍ଜାଇଜ୍ ରାଜସ୍ଥାନ ରୟାଲ୍ସର ଫିଲ୍ଡିଂ କୋଚ ଦିଶାନ୍ତ ୟାଗ୍ନିକ୍ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ଦଳ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ୟୁଏଇ ଯିବାର କିଛି ଦିନ ପୂର୍ବରୁ ଏହା ଜଣାପଡିବା ଆଇପିଏଲ୍ ମ୍ୟାନେଜମେଣ୍ଟକୁ ଚିନ୍ତାରେ ପକାଇଛି। ସୂଚନାଯୋଗ୍ୟ, ଚଳିତବର୍ଷ ଆଇପିଏଲ୍ ୟୁଏଇରେ ଖେଳାଯିବ। ଏହି ମହାକୁମ୍ଭ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ନଭେମ୍ବର ୧୦ ପର୍ଯ୍ୟନ୍ତ ଚାଲିବ। ୟୁଏଇ ଯିବା ପୂର୍ବରୁ ପ୍ରତି ଦଳର ସଦସ୍ୟଙ୍କ କରୋନା ଟେଷ୍ଟ କରାଯିବା ବାଧ୍ୟତାମୂଳକ କରାଯାଇଛି। ଏହାସହ ସବୁ ଦଳର ଖେଲାଳି ମୁମ୍ବାଇରେ ଏକତ୍ରିତ ହେବେ। ଏହି କାରଣରୁ ଦିଶାନ୍ତ କରୋନା ଟେଷ୍ଟ କରାଇଥିଲେ। ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଦଳ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଦିଶାନ୍ତ ଏବେ ନିଜ ଘର ଉଦୟନଗରରେ ରହୁଛନ୍ତି। ରିପୋର୍ଟ ଆସିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। |
https://www.dharitri.com/a-7-year-old-boy-drowned-in-the-pond/ | ପୋଖରୀରେ ବୁଡି ୭ ବର୍ଷ ବାଳକଙ୍କ ମୃତ୍ୟୁ
ବେଗୁନିଆପଡ଼ା,୧୧।୪(ଡି.ଏନ.ଏ.): ଗାଧୋଇବା ବେଳେ ପୋଖରୀରେ ବୁଡିଗଲେ ୭ ବର୍ଷର ବାଳକ(ଶରତ ପ୍ରଧାନ)। ଗଞ୍ଜାମ ଜିଲା କୋଦଳା ନିକଟସ୍ଥ ଦେଓଗାଁ ଗ୍ରାମରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ ଦେଓଗାଁ ବ୍ରାହ୍ମଣ ଗାଡିଆ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଶରତ। ତେବେ ଗାଧୋଇବାକୁ ଯାଇ ଅସାବଧାନତା ବଶତଃ ଗୋଡ଼ ଖସି ଯିବାରୁ ପୋଖରୀରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ଶରତକୁ ବୁଡି ଯାଉଥିବା ଦେଖି ତୁରନ୍ତ ଉଦ୍ଧାର କରିଥିଲେ। ଖବରପାଇ ପରିବାର ଲୋକେ ଶରତଙ୍କୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଏଭଳି ଘଟଣା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେପଟେ ଏକମାତ୍ର ପୁତ୍ର ଶରତକୁ ହରାଇ ବାପା ପୂର୍ଣଚନ୍ଦ୍ର ଓ ମା’ ରେଣୁ ଦୁଃଖରେ ଭାଙ୍ଗି ପଡିଛନ୍ତି। ଶରତ ତୃତୀୟ ଶ୍ରେଣୀର ଛାତ୍ର ଥିଲେ। |
https://www.dharitri.com/sharmista-on-remand-for-3-days/ | ୩ ଦିନିଆ ରିମାଣ୍ଡରେ ଶର୍ମିଷ୍ଠା
ଭୁବନେଶ୍ୱର,୪।୪(ବ୍ୟୁରୋ): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ପୋଲିସକୁ ସମ୍ପୂର୍ଣ୍ଣ ପ୍ରମାଣ ମିଳିିନାହିଁ। ତେବେ କ୍ରାଇମବ୍ରାଞ୍ଚ ସୋମବାରଠୁ ଶର୍ମିଷ୍ଠା ଓ ଝୁନା ଭୋଇଙ୍କୁ ୩ ଦିନିଆ ରିମାଣ୍ଡରେ ନେବ । ଦ୍ବିତୀୟ ପର୍ଯ୍ୟାୟର ୩ ଦିନିଆ ରିମାଣ୍ଡର ଆଜି ପ୍ରଥମ ଦିନ। ପୂର୍ବରୁ ରିମାଣ୍ଡରେ ଯାଇଥିବା ଶର୍ମିଷ୍ଠା ସିନ୍ ରିକ୍ରିଏଶନ ବେଳେ ସେ ମାନସଙ୍କୁ ମାରିଥିବା ନେଇ କହିଥିଲେ। ହେଲେ କାହିଁକି ମାରିଥିଲେ ସେନେଇ ସେ କୌଣସି ସୂଚନା ଦେଇ ନ ଥିଲେ। ଅଧିକ ତଥ୍ୟ ପାଇବା ନେଇ କ୍ରାଇମ୍ବ୍ରାଞ୍ଚ ରବିବାର ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରଥିଲା, କିନ୍ତୁ ଚାନ୍ଦବାଲି ଜେଏମ୍ଏଫ୍ସି କୋର୍ଟ ୩ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ। |
https://www.dharitri.com/gill-breaks-tendulkars-record-of-most-50-plus-score-after-30-odi-innings/ | ମହାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ଶୁଭମନ ଗିଲ
ମୋହାଲି,୨୩।୯: ଭାରତୀୟ କ୍ରିକେଟର ଶୁଭମନ ଗିଲ ଘରୋଇ ମଇଦାନରେ ଅଷ୍ଟ୍ରେଲିଆ ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ଦିନିକିଆରେ ୭୪(୬୩) ରନ୍ର ଇନିଂସ ଖେଳିଥିଲେ। ଏହି ଇନିଂସରେ ଗିଲ ୩୭ ବଲ୍ରେ ଛକା ମାରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କ ଦିନିକିଆ କ୍ୟାରିୟରର ଏହା ନବମ ଅର୍ଦ୍ଧଶତକ ଥିଲା। ଏହାଛଡ଼ା ଦିନିକିଆ କ୍ୟାରିୟରରେ ସେ ୫ ଶତକ ମଧ୍ୟ ମାରିଛନ୍ତି। ଏହିଭଳି ଭାବେ ସେ ୧୪ ଥର ୫୦ ରନ୍ରୁ ଅଧିକ ରନ୍ ସ୍କୋର କରିଛନ୍ତି। ଗିଲ ଏହି ୧୪ରୁ ୧୩ ଇନିଂସ ଓପନିଂ କରିବା ବେଳେ ଖେଳିଛନ୍ତି। ଏଭଳି ସେ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦିନିକିଆରେ ଓପନିଂ କରି ପ୍ରାରମ୍ଭର ୩୦ ଇନିଂସରେ ସର୍ବାଧିକ ୫୦ରୁ ଅଧିକ ସ୍କୋର କରିଥିବା ପ୍ରଥମ ଭାରତୀୟ କ୍ରିକେଟର ପାଲଟିଛନ୍ତି। ଦିନିକିଆରେ ଓପନର୍ ଭାବେ ସଚିନ ପ୍ରଥମ ୩୦ ଇନିଂସରେ ୧୨ ଥର ୫୦ ରନ୍ରୁ ଅଧିକ ସ୍କୋର କରିଥିଲେ। ଏହି ତାଲିକାରେ ତୃତୀୟ ସ୍ଥାନରେ ରୋହିତ ଶର୍ମା ଏବଂ ଶିଖର ଧାଓ୍ବନ ଅଛନ୍ତି। ଉଭୟ ଆରମ୍ଭର ୩୦ ଇନିଂସରେ ୧୦ ଥର ୫୦ରୁ ଅଧିକ ରନ୍ର ଇନିଂସ ଖେଳିଛନ୍ତି। |
https://www.dharitri.com/petrol-and-diesel-prices-increased-again-today/ | ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର; ୧୩ ଦିନରେ ୮ ଟଙ୍କା ମହଙ୍ଗା
ନୂଆଦିଲ୍ଲୀ,୩।୪: ଜାତୀୟ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି। ୨୨ ମାର୍ଚ୍ଚରୁ ଏଯାବତ ଅର୍ଥାତ ୧୩ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୮ଟଙ୍କା ବଢ଼ିସାରିଛି। ରବିବାର ମଧ୍ୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି।
ଆଇଓସିଏଲ୍ ମୁତାବକ, ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୮ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ୧୦୨ ଟଙ୍କାରେ ବିକ୍ରି ହେଉଛି। ଦିଲ୍ଲୀରେ ଏକ ଲିଟର ପେଟ୍ରୋଲ ୧୦୩.୪୧ ଟଙ୍କାରେ ପହଞ୍ଚିଛି। ସେହିଭଳି ଡିଜେଲ ଲିଟର ପିଛା ୯୪.୬୭ ଟଙ୍କାରେ ବିକ୍ରି ହେଉଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୧୩.୦୩ ଟଙ୍କା ଏବଂ ଡିଜେଲ ୯୭.୮୨ ଟଙ୍କାରେ ବିକ୍ରି ହେଉଛି।
ପ୍ରକାଶ ଯେ, ମାର୍ଚ୍ଚ ୨୨ରୁ ୩ ଏପ୍ରିଲ ଯାଏ ୧୩ ଦିନ ମଧ୍ୟରେ ୧୧ ଥର ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇଛି। କେବଳ ମାର୍ଚ୍ଚ ୨୪ ଏବଂ ଏପ୍ରିଲ ୧ରେ ଦର ବୃଦ୍ଧି କରାଯାଇ ନ ଥିଲା। |
https://www.dharitri.com/the-displacement-movement-is-gaining-momentum/ | ବିସ୍ଥାପନକୁ ନେଇ ଆନ୍ଦୋଳନ ତେଜୁଛି
ଯାଜପୁର ଅଫିସ,୨୧ା୬: ଶିଳ୍ପାୟନ ପ୍ରକ୍ରିୟାରେ ଅଞ୍ଚଳରେ ଦେଖାଯାଇଥିବା ପ୍ରଦୂଷଣ ସମସ୍ୟା ଓ ଏହାର ନିୟନ୍ତ୍ରଣ ଦିଗରେ ସରକାରଙ୍କ ବିଫଳତା ଲୋକଙ୍କୁ ଏଭଳି ହତାଶ କରିଛି ଯେ ଆର୍ଥତ୍କ ଅଭିବୃଦ୍ଧିର ସ୍ବାଦ ଚାଖିବେ କ’ଣ ନିଜ ଗଁା ମାଟି ଛାଡି ବିସ୍ଥାପିତ କରିବାକୁ ଦାବି କରୁଛନ୍ତି। କିନ୍ତୁ ଲୋକଙ୍କ ଏଭଳି ଅସହାୟତାର ସୁଯୋଗ ନେଇ ପ୍ରଶାସନ ଜଙ୍ଗଲ ଜମିର ଦ୍ୱାହି ଦେଇ ଶାଗମାଛ ଦରରେ କ୍ଷତିପୂରଣ ଚୂଡାନ୍ତ କରିଛନ୍ତି। ଏହାସହ ବିସ୍ଥାପନ ଓ ପୁନର୍ବାସ ନୀତି-୨୦୦୫ ଲାଗୁ ପରେ ଯେଉଁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ନୂତନ ପରିବାର ଗଢ଼ିଛନ୍ତି, ସେମାନଙ୍କୁ ବିସ୍ଥାପନରୁ ବାଦ୍ ଦେଇ ପ୍ରଶାସନ ନିଜର ଦାୟିତ୍ୱ ସମ୍ପାଦନ କରୁଥିବା ଅଭିଯୋଗ ହେଉଛି। ଏଭଳିସ୍ଥିତିରେ ବର୍ତ୍ତମାନ ଚାଲିଥିବା ବିସ୍ଥାପନ ପ୍ରକ୍ରିୟାକୁ କଳିଙ୍ଗନଗର ଶିଳ୍ପାଞ୍ଚଳର କୁଡୁମୀସାହି, ଅରାସାହି, ଟାଙ୍ଗରସାହି ଓ କଚେରୀଗାଁର ପ୍ରଭାବିତ ୧୧୫ ଆଦିବାସୀ ପରିବାର ଲୋକେ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ତେଣୁ ପ୍ରଶାସନ ଏହି ସମସ୍ୟାର ତ୍ୱରିତ ସମାଧାନ ନ କଲେ ଆଗକୁ କଳିଙ୍ଗନଗର ଗୁଳିକାଣ୍ଡ ଭଳି ପରିସ୍ଥିତିର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଚର୍ଚ୍ଚା ଜୋର ଧରିଛି।
କଳିଙ୍ଗନଗର ଅଞ୍ଚଳରେ ଥିବା ଏକାଧିକ ବୃହତ୍ କମ୍ପାନୀଗୁଡ଼ିକୁ ଲାଗି ଅନେକ ବସ୍ତି ଅଞ୍ଚଳ ରହିଛି। ଏହି କମ୍ପାନୀଗୁଡ଼ିକର ପ୍ରଦୂଷଣ ସମସ୍ୟା ସୁଧୁରିବ ବୋଲି ଅଞ୍ଚଳବାସୀ ବହୁ ଆଶା ରଖିଥିଲେ। ହେଲେ ସେହି ଆଶା ଏବେ କ୍ଷୀଣ ହେବାରେ ଲାଗିଛି। ତେଣୁ ସେମାନେ ବିସ୍ଥାପିତ ହେବାକୁ ପୂର୍ବରୁ ବହୁ ଦାବି କରି ଆସିଛନ୍ତି। ବର୍ଜ୍ୟବସ୍ତୁର ପରିଚାଳନା ପାଇଁ ପରିବେଶ ସୁରକ୍ଷା ଆଇନ ଅନୁସାରେ ଅଧିକାଂଶ କାରଖାନାଗୁଡ଼ିକର କୌଣସି ନିଜସ୍ବ ବ୍ୟବସ୍ଥା ନାହିଁ। ଏଥିଯୋଗୁ ଅଞ୍ଚଳବାସୀଙ୍କ କେବଳ ଜୀବନ ଜୀବିକାକୁ ନୁହେଁ, ଦୈନନ୍ଦିନ ପରିଚର୍ଯ୍ୟାକୁ ବିଶେଷ ଭାବେ ପ୍ରଭାବିତ କରିଛି। କାରଖାନାରୁ ନିର୍ଗତ କଳା ପାଉଁଶର ଆସ୍ତରଣ ସମଗ୍ର ଅଞ୍ଚଳକୁ ଆଚ୍ଛାଦିତ କରୁଛି। ଏହାବାଦ୍ କାରଖାନାରୁ ବର୍ଜ୍ୟଜଳ ଗ୍ରାମବାସୀଙ୍କ ପାଇଁ କାଳ ହୋଇଛି। ବର୍ଜ୍ୟଜଳ ମାଡି ଯାଇଥିବାରୁ ଆଉ କୌଣସି ଚାଷ ହୋଇପାରୁ ନ ଥିବା ମତପ୍ରକାଶ ପାଇଛି। ଜନବସତି ଆଉ ଜଳଉତ୍ସ ପାଉଁଶ ପ୍ରଭାବରେ ତୀବ୍ର ପ୍ରଦୂଷିତ ହେବା ସହ ବାୟୁ ପ୍ରଦୂଷଣ ଯୋଗୁ ସମଗ୍ର ଅଞ୍ଚଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଆଖପାଖର ଚାରଣ ଭୂମି ପାଉଁଶ ପ୍ରଭାବରେ ପ୍ରଦୂଷିତ ହୋଇ ଗୃହପାଳିତ ପଶୁଙ୍କ ପାଇଁ ମଧ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରୁଛି। ତେଣୁ ପ୍ରଭାବିତ ଗ୍ରାମବାସୀ ବିସ୍ଥାପନ ଦାବି କରୁଥିବାବେଳେ ପ୍ରଶାସନ ୧୮ ବର୍ଷରୁ ଊର୍ଦ୍ଧ୍ୱ ନୂତନ ପରିବାରଙ୍କୁ ଅଣଦେଖା କରି ଚାଲିଛି। ଏଭଳିସ୍ଥିତିରେ ବିସ୍ଥାପନ ହେଲେ ମଲେ ନ ହେଲେ ବି ମଲେ ବୋଲି କୁହାଯାଉଛି। କଳିଙ୍ଗନଗର ଶିଳ୍ପାଞ୍ଚଳର ଦାନଗଦି ବ୍ଲକ କଚେରୀଗାଁ, ଅରାସାହି, କୁଡୁମୀସାହି ଏବଂ ଟାଙ୍ଗରସାହି ଗ୍ରାମବାସୀ ଏବେ ଏହି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ପ୍ରଥମେ କ୍ଷତିପୂରଣ ପ୍ରଦାନ ଏବଂ କ୍ଷତିଗ୍ରସ୍ତ ପରିବାରର ଜଣଙ୍କୁ ନିଯୁକ୍ତି ସହ ୧୮ ବର୍ଷ ହେଉଥିବା ଯୁବକଙ୍କୁ ସ୍ବତନ୍ତ୍ର ପରିବାର ମାନ୍ୟତା ଆଦି ଦାବି କରି ଜମି ଅଧିଗ୍ରହଣକୁ ବିରୋଧ କରୁଛନ୍ତି। ଏଥିରେ କୁଡୁମୀସାହିର ୩୭, ଅରାସାହି ୨୪, ଟାଙ୍ଗରସାହି ୨୯ ଏବଂ କଚେରୀ ଗାଁର ୨୫ ପରିବାରକୁ ଗ୍ରାମବାସୀ ଚିହ୍ନଟ କରିଛନ୍ତି। କିନ୍ତୁ ଇଡ୍କୋ କର୍ତ୍ତୃପକ୍ଷ ପୋଲିସ ଫୋର୍ସ ମୁତୟନ କରି ବଳପୂର୍ବକ ଜମି ଅଧିଗ୍ରହଣ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଉପରୋକ୍ତ ମର୍ମରେ କ୍ଷତିଗ୍ରସ୍ତ ଲୋକେ ଜିଲାପାଳ ଏବଂ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ବହୁବାର ଅଭିଯୋଗ କରିଥିଲେ ହେଁ କିଛି ସୁଫଳ ମିଳୁନାହିଁ। ତେଣୁ ଜୀବନ ଦେବୁ ପଛେ ନିଜର ଭିଟାମାଟି ଛାଡ଼ିବୁନି ବୋଲି କ୍ଷତିଗ୍ରସ୍ତ ପରିବାର ଲୋକେ ଚେତାବନୀ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ ଉପରୋକ୍ତ ଗ୍ରାମଗୁଡ଼ିକରେ ଆଦିବାସୀ, ଦଳିତ, ପଛୁଆବର୍ଗ ସମ୍ପ୍ରଦାୟର ପ୍ରାୟ ୨୯୨ ପରିବାର ଦୀର୍ଘ ବର୍ଷ ହେଲା ବସବାସ କରୁଛନ୍ତି। କିନ୍ତୁ ଉକ୍ତ ଜାଗା ଉପରେ ଶିଳ୍ପ ସ୍ଥାପନ ପାଇଁ ସରକାର ଯୋଜନା କରିଛନ୍ତି। ହେଲେ ସେମାନଙ୍କୁ କୌଣସି ସୂଚନା ଦିଆ ନ ଯାଇ କିମ୍ବା ଜଣଶୁଣାଣି ନ କରି ଜମି ଅଧିଗ୍ରହଣ କରାଯାଉଛି। ନିକଟରେ ପ୍ରଶାସନ ପକ୍ଷରୁ ଘରଦ୍ୱାର ମାପଚୁପ କରାଯାଇଛି। ତେଣୁ ପ୍ରଭାବିତ ଲୋକେ ଆଶଙ୍କାରେ ଜୀବନ ଅତିବାହିତ କରୁଛନ୍ତି। ପ୍ରଭାବିତ ବାସିନ୍ଦା ବିଜୟ କୁମାର ଦାସ, ଈଶ୍ୱର ଦାସ, ପାଣ୍ଡବ ବଦରା, ରାମରାୟ ଲାଗୁରି, ସୁରେଶ କୁରଲି ପ୍ରମୁଖ କହିଛନ୍ତି, ପ୍ରଶାସନ ବେଆଇନ ଭାବେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆମର କୌଣସି ଅଭିଯୋଗକୁ ଶୁଣୁନାହାନ୍ତି। ତେଣୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ପରିବାରଙ୍କୁ ସ୍ବତନ୍ତ୍ର ଭାବେ କ୍ଷତିପୂରଣ ପ୍ରଦାନ ନ କଲେ ଆନ୍ଦୋଳନ ଆହୁରି ତୀବ୍ର ହେବ। ଅନ୍ୟପକ୍ଷେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର କହୁଛନ୍ତି ୨୦୦୫ ବିସ୍ଥାପନ ଆଇନ ଅନୁସାରେ ପ୍ରକ୍ରିୟା ଚାଲିଛି। ସ୍ବତନ୍ତ୍ର ପରିବାର ଦାବି ଉପରେ ଏଯାଏ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। |
https://www.dharitri.com/lock-down-for-6-to-8-weeks/ | ୬ରୁ ୮ ସପ୍ତାହ ଲକ୍ଡାଉନ କର
ନୂଆଦିଲ୍ଲୀ,୧୩ା୫: କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ରୋକିବାକୁ ହେଲେ ଭାରତର ଅଧିକାଂଶ ଭାଗ ୬ରୁ ୮ ସପ୍ତାହ ପାଇଁ ଲକ୍ଡାଉନ୍ରେ ରହିବା ଉଚିତ। ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର୍) ମୁଖ୍ୟ ଡକ୍ଟର ବଳରାମ ଭାର୍ଗବ ବୁଧବାର କେନ୍ଦ୍ର ସରକାରଙ୍କୁ ଏହି ପରାମର୍ଶ ଦେଇଛନ୍ତି। ଦେଶର ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଜାତୀୟ ଲକ୍ଡାଉନ୍କୁ ଏତେ ଗୁରୁତ୍ୱ ଦେବାରେ ଏହା ହେଉଛି ପ୍ରଥମ ଘଟଣା। ଭାର୍ଗବ ପ୍ରତ୍ୟକ୍ଷ ଭାବେ ମୋଦି ସରକାରଙ୍କୁ ବିଫଳତା ପାଇଁ ସମାଲୋଚନା କରି ନ ଥିଲେ ହେଁ ସାମ୍ପ୍ରତିକ ସଙ୍କଟର ମୁକାବିଲାରେ କେନ୍ଦ୍ରୀୟ ଅବହେଳାକୁ ସ୍ବୀକାର କରିଛନ୍ତି।
ସାକ୍ଷାତ୍କାରରେ ଡକ୍ଟର ଭାର୍ଗବ କହିଛନ୍ତି, ଯେଉଁ ଜିଲାଗୁଡ଼ିକରେ ପଜିଟିଭ୍ ହାର ଅଧିକ ରହିଛି ସେଗୁଡ଼ିକୁ ବନ୍ଦ କରାଯିବା ଆବଶ୍ୟକ। ସେହି ଜିଲାଗୁଡ଼ିକରେ ସଂକ୍ରମଣ ହାର ୧୦%ରୁ ୫%କୁ ଖସିଲେ ସେଗୁଡ଼ିକୁ ପୁଣି ଖୋଲାଯାଇପାରେ। ତେବେ ୬ରୁ ୮ ସପ୍ତାହ ମଧ୍ୟରେ ଏପରି ହେବା ଭଳି ମନେହେଉନାହିଁ। ବର୍ତ୍ତମାନ ଭାରତର ତିନି-ଚତୁର୍ଥାଂଶ ଅର୍ଥାତ୍ ୭୧୮ ଜିଲାରେ ପଜିଟିଭ୍ ରେଟ୍ ୧୦%ରୁ ଅଧିକ ରହୁଛି। ନୂଆଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁ ଭଳି ସହରର ଜିଲାଗୁଡ଼ିକ ଏଥିରେ ସାମିଲ ଅଛି। ଦିଲ୍ଲୀ ସମ୍ପର୍କରେ ଭାର୍ଗବ କହିଛନ୍ତି, ଜାତୀୟ ରାଜଧାନୀର କଟକଣାକୁ ତୁରନ୍ତ କୋହଳ କରିଦେଲେ ତାହା ବିପର୍ଯ୍ୟୟ ହେବ। ମହାମାରୀର ଦ୍ୱିତୀୟ ଲହର ଭାରତକୁ ବହୁଳ ଭାବେ ପ୍ରଭାବିତ କରିଥିବାବେଳେ ଦିଲ୍ଲୀ ଏଥିରେ ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଛି। ଦିଲ୍ଲୀରେ ପଜିଟିଭ୍ ହାର ୩୫% ରହିଥିଲା, ଯାହାକି ଏବେ ୧୭%କୁ ଖସିଛି। କୋଭିଡ୍-୧୯କୁ ନେଇ ନ୍ୟାଶନାଲ୍ ଟାସ୍କଫୋର୍ସ କେନ୍ଦ୍ର ସରକାରଙ୍କୁ ଏପ୍ରିଲ ୧୫ରେ ୧୦% କିମ୍ବା ତଦୂର୍ଦ୍ଧ୍ୱ ସଂକ୍ରମଣ ହାର ରହୁଥିବା ଜିଲାଗୁଡ଼ିକରେ ଲକ୍ଡାଉନ୍ ଜାରି ପାଇଁ ପରାମର୍ଶ ଦେଇଥିଲା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୦ର ରାଜ୍ୟଗୁଡ଼ିକୁ ଲକ୍ଡାଉନ୍କୁ ଶେଷ ବିକଳ୍ପ ଭାବେ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଏପ୍ରିଲ ୨୬ରେ ସର୍ବାଧିକ ସଂକ୍ରମିତ ଜିଲାଗୁଡ଼ିକରେ ‘ଲାର୍ଜ କଣ୍ଟେଣ୍ଟମେଣ୍ଟ ଏରିଆ’ରେ ୧୪ ଦିନ ପାଇଁ କଟକଣା ଜାରି କରିବାକୁ କହିଥିଲା। |
https://www.dharitri.com/a-man-was-killed/ | ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା: ୬ ଅଟକ
ଟିକିରି,୪ା୮(ଡି.ଏନ୍.ଏ.): ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ହତ୍ୟା କରିଛନ୍ତି ଗ୍ରାମବାସୀ। ଏହି ଅଭିଯୋଗରେ ୬ ଜଣଙ୍କୁ ଟିକିରି ଥାନାରେ ଅଟକ ରଖାଯାଇଛି। ଏପରି ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲା କାଶୀପୁର ବ୍ଲକ ଡୁଦୁକାବାହାଲ ପଞ୍ଚାୟତ ଟିଟିଗୁଡ଼ାରେ।
ସୂଚନାନୁସାରେ ଦଇ ମାଝି ସ୍ତ୍ରୀ ଓ ଦୁଇ ପୁଅଙ୍କୁ ଧରି ଘରେ ଶୋଇଥିବା ବେଳେ ଗାଁ ଲୋକେ ଗୁଣିଗାରେଡ଼ି କରି ଲୋକଙ୍କୁ ନଷ୍ଟ କରିଦେଉଥିବା କହି ପାଟିତୁଣ୍ଡ ଓ ଗାଳିଗୁଲଜ କରିଥିଲେ। ଏପରିକି ଗାଁ ଲୋକ ଏକାଠି ହୋଇ ବିଳମ୍ବିତ ରାତିରେ ବାପା ଓ ଦୁଇ ପୁଅକୁ ପ୍ରଥମେ ବାନ୍ଧି ନିର୍ଧୂମ ପିଟିଥିଲେ। କୌଶଳ କ୍ରମେ ଦୁଇ ପୁଅ ଦୂର୍ଯ୍ୟ ମାଝି ଓ ଲାଲୁ ମାଝି ଖସି ପଳାଇଥିଲେ। ପିତା ଦଇ ମାଝି ଖସି ନ ପାରିବାରୁ ତାଙ୍କୁ ପିଟିପିଟି ହତ୍ୟା କରିଦେଇଛନ୍ତି। ଏହି ଘଟଣା ସମୟରେ ପରିବାର ବର୍ଗ ସ୍ଥାନୀୟ ଟିକିରି ପୋଲିସକୁ ସୂଚନା ଦେଇଥିଲେ ମଧ୍ୟ ପୋଲିସ ପହଞ୍ଚ ନ ଥିଲା। ଗାଁରେ ପୂର୍ବରୁ ଗୁଣିଗାରେଡ଼ି ସନ୍ଦେହରେ ଅନେକଥର ମାରପିଟ୍ କରିଥିଲେ। ପୋଲିସର ନିଷ୍କ୍ରିୟତା ଯୋଗୁ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି ଓ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଏସ୍ଡିପିଓ ଦିବ୍ୟଜ୍ୟୋତି ଦାଶ କହିଛନ୍ତ। ବର୍ତ୍ତମାନ ଦୁଇ ପୁଅ ଟିକିରି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। |
https://www.dharitri.com/2-sahi-contenment-kantia-village-ganijang-bazaar-7-days-shot-down-find-out-why/ | କନ୍ତିଆ ଗ୍ରାମର ୨ ସାହି କଣ୍ଟେନମେଣ୍ଟ, ଗଣିଜାଙ୍ଗ ବଜାର ୭ ଦିନ ଶଟ୍ଡାଉନ୍: ଜାଣନ୍ତୁ କାହିଁକି
ବନ୍ତ,୧୬।୮(ଡି.ଏନ୍.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ଗ୍ରାମର ଦୁଇ ସାହି ଯଥା ରାଉତ ଓ ବିଶ୍ୱାଳ ସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଶନିବାର ୬ ପଜିଟିଭ୍ ଚିହ୍ନଟ ହେବା ପରେ କନ୍ତିଆ ଗ୍ରାମର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି । ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ସରପଞ୍ଚ ରଞ୍ଜନ କୁମାର ସାହୁ ଶନିବାରଠାରୁ ୭ ଦିନ ପାଇଁ ଦୁଇଟି ସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ଏନେଇ ଉଭୟ ସାହିର ମୁଖ୍ୟ ରାସ୍ତାକୁ ବାଡ ବନ୍ଧା ଯାଇ ଅବରୋଧ କରାଯାଇଛିା ଏଥିସହ ସୋମବାରଠାରୁ ଗଣିଜାଙ୍ଗ ବଜାରକୁ ୭ ଦିନ ପାଇଁ ଶଟ୍ଡାଉନ୍ ଘୋଷଣା କରାଯାଇଛି । |
https://www.dharitri.com/hope-to-do-well-in-bawarpal/ | ବଅଁରପାଳରେ ଭଲ ପ୍ରଦର୍ଶନ ଆଶା
ବଅଁରପାଳ, ୫ ।୨(ଡି.ଏନ୍.ଏ.) ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ ମତଦାନ ତାରିଖ। ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣକୁ ଆଉ ଦିନ କେଇଟା ବାକି ଥିବାବେଳେ ସରଗରମ ହୋଇଉଠିଛି ଗ୍ରାମାଞ୍ଚଳ ରାଜନୀତି। ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡସଭ୍ୟ ପ୍ରାର୍ଥୀମାନେ ସମର୍ଥକଙ୍କ ସହ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ଜିଲା ପରିଷଦ ପ୍ରାର୍ଥୀମାନେ ପ୍ରଚାର ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ଥିବା ୪ଟି ଜିଲା ପରିଷଦ ଜୋନ୍ ହାତେଇବାକୁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଛି। ପୂର୍ବାପେକ୍ଷା ଚଳିତ ନିର୍ବାଚନରେ ଭଲ ପ୍ରଦର୍ଶନ ନେଇ ଦଳୀୟ ନେତାମାନେ ଆଶାବାଦୀ ଅଛନ୍ତି। ଜିଲା ପରିଷଦ ପ୍ରାର୍ଥୀମାନଙ୍କ ସହ ବ୍ଲକର ୩୫ ପଞ୍ଚାୟତରୁ ମୋଟ୍ ୧୦୫୧ ପ୍ରାର୍ଥୀ ଆସନ୍ତା ୧୬ ତାରିଖରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ।
ଅନୁଗୋଳ ଜିଲା ରାଜନୀତିରେ ବଅଁରପାଳ ବ୍ଲକ ସର୍ବଦା ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି। ଚଳିତ ପଞ୍ଚାୟତ ନିର୍ବାଚନରେ ବ୍ଲକର ୩୫ ପଞ୍ଚାୟତରୁ ଓ୍ବାର୍ଡସଭ୍ୟ ପାଇଁ ୮୨୪ ପ୍ରାର୍ଥୀ ରହିଛନ୍ତି। ସରପଞ୍ଚ ପଦବୀ ପାଇଁ ୧୨୧ ଜଣ ଲଢ଼ୁଛନ୍ତି। ସମିତିସଭ୍ୟ ପଦବୀ ଲାଗି ୯୩ଜଣ ନିର୍ବାଚନ ରଣାଙ୍ଗନରେ ଅଛନ୍ତି। ଏହାକୁ ନେଇ ପଞ୍ଚାୟତ ରାଜନୀତି ଜୋର୍ ଧରିଛି। ସେହିପରି ବ୍ଲକରେ ଥିବା ୪ ଜିଲା ପରିଷଦ ଜୋନ୍ ୨୫, ୨୬, ୨୭ ଓ ୨୮ନଂ.ରେ ୧୩ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନିଜ ପ୍ରାର୍ଥୀମାନଙ୍କୁ ବିଜୟୀ କରିବାକୁ ୩ ପ୍ରମୁଖ ଦଳ ବିଜେଡି, ଭାଜପା, କଂଗ୍ରେସ ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି। ୨୫ ନଂ. ଜୋନ୍ରେ ଭାଜପାରୁ ସରୋଜ ଦେବତା, ବିଜେଡିରୁ ଦିଲୀପ କୁମାର ପ୍ରଧାନ ଓ କଂଗ୍ରେସରୁ ରାଜେଶ କୁମାର ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି। ୨୬ନଂ. ଜୋନ୍ରେ ଭାଜପାରୁ ଗୀତାଞ୍ଜଳି ବେହେରା, ବିଜେଡିରୁ ସୁଶୀଳା ନାଏକ, କଂଗ୍ରେସରୁ ପଦ୍ମିନୀ ନାଏକ, ୨୭ନଂ. ଜୋନ୍ରେ ଭାଜପାରୁ ଦାଶରଥି ନାଏକ, ବିଜେଡିରୁ ଗୋପାଳ ନାଏକ, କଂଗ୍ରେସରୁ ବିକ୍ରମ ନାଏକ ଏବଂ ୨୮ନଂ. ଜୋନ୍ରେ ଭାଜପାରୁ ଅମିତା ସିଂହ, ବିଜେଡିରୁ ମୀରା ଗଡ଼ନାୟକ ଓ କଂଗ୍ରେସରୁ ରଶ୍ମିତା ଦେହୁରୀ ପ୍ରାର୍ଥୀ ରହିଛନ୍ତି। ୨୦୧୭ ନିର୍ବାଚନରେ ବିଜେଡି ୨୬, ୨୭, ୨୮ନଂ. ଜୋନ୍ ଅକ୍ତିଆର କରିଥିବା ବେଳେ ଭାଜପା ୨୫ନଂ. ଜୋନ୍ରେ ବିଜୟୀ ହୋଇଥିଲା। ତେଣୁ ଚଳିତ ନିର୍ବାଚନରେ ବିଜେଡି ସମସ୍ତ ଜୋନ୍ ଅକ୍ତିଆର କରିବାକୁ ଉଦ୍ୟମ କରୁଛି। ଭାଜପା ମଧ୍ୟ ପୂର୍ବପରି ଗୋଟିଏ ଜୋନ୍ରେ ସନ୍ତୁଷ୍ଟ ରହିବାକୁ ଚାହଁୁନାହିଁ। କଂଗ୍ରେସ ଏଠାରେ ଖାତା ଖୋଲିବା ଲକ୍ଷ୍ୟ ରଖି ଜୋରଦାର ପ୍ରଚାର ଚଳାଇଥିବା ଦେଖିବାକୁ ମିଳୁଛି। |
https://www.dharitri.com/use-of-environmentally-friendly-materials-is-essential/ | ପରିବେଶ ଉପଯୋଗୀ ସାମଗ୍ରୀ ବ୍ୟବହାର ଜରୁରୀ
ଆମେ ବ୍ୟବହାର କରୁଥିବା ଏଭଳି କିଛି ସାମଗ୍ରୀ ଯାହା ଆମ ପରିବେଶ ପାଇଁ ସବୁଠାରୁ ଅଧିକ କ୍ଷତିକାରକ ତାହା ହେଉଛି ପ୍ଲାଷ୍ଟିକ। ଏହା ବ୍ୟବହାର ଦ୍ବାରା ଆମ ପରିବେଶ ପ୍ରଭାବିତ ହୋଇଥାଏ। ତେଣୁ ପରିବେଶକୁ ସୁରକ୍ଷା ଦେବା ପାଇଁ ପ୍ଲାଷ୍ଟିକ ବ୍ୟବହାରକୁ ବିଶ୍ୱସ୍ତରରେ ମନା କରାଯାଇଛି। ପ୍ଲାଷ୍ଟିକମୁକ୍ତ ପରିବେଶ ସୃଷ୍ଟିକରିବା ପାଇଁ ଆହ୍ବାନ ଦିଆଯାଇଛି। ପ୍ରତିବର୍ଷ ଜୁଲାଇ ୧୨ରେ ବିଶ୍ୱ କାଗଜ ବ୍ୟାଗ୍ ଦିବସ ପାଳନ କରାଯାଏ ଯାହା ଲୋକଙ୍କୁ କାଗଜ ବ୍ୟାଗ୍ ବ୍ୟବହାର କରିବା ଏବଂ ପ୍ଲାଷ୍ଟିକ ବ୍ୟାଗ୍ ବ୍ୟବହାରରୁ ଦୂରେଇରହିବା ନେଇ ସଚେତନ କରିଥାଏ। ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର କରିବା ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହା ପୃଥିବୀର ସମସ୍ତ ଜୈବ ବିବିଧତା ପ୍ରତି ଗୁରୁତର ବିପଦ ସୃଷ୍ଟି କରିଥାଏ। ତେଣୁ ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟାଗ୍ଗୁଡିକର ବିପଜ୍ଜନକ ପ୍ରଭାବ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ବିଶ୍ୱ କାଗଜ ବ୍ୟାଗ୍ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ବିଶ୍ୱସ୍ତରରେ ଅନୁଷ୍ଠିତ ହୋଇଥାଏ।
ପ୍ରଥମ ପେପର ବ୍ୟାଗ୍ ମେଶିନ ୧୮୫୨ ମସିହାରେ ଜଣେ ଆମେରିକୀୟ ଫ୍ରାନ୍ସିସ ୱେଲ୍ଙ୍କ ଦ୍ୱାରା ଉଦ୍ଭାବିତ ହୋଇଥିଲା। ବିଶ୍ୱ କାଗଜ ବ୍ୟାଗ୍ ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ପରିବେଶକୁ ବଞ୍ଚାଇବା ପାଇଁ ଲୋକଙ୍କୁ କାଗଜ ବ୍ୟାଗ୍ ବ୍ୟବହାର କରିବାକୁ ଉତ୍ସାହିତ କରିବା।
ପ୍ଲାଷ୍ଟିକ ବ୍ୟାଗ୍ ଅଣ-ନବୀକରଣଯୋଗ୍ୟ ଉତ୍ସରୁ ନିର୍ମିତ ଏବଂ ଏହା କ୍ଷୟ ହେବା ପାଇଁ ୧୦୦୦ ବର୍ଷ ସମୟ ନେଇପାରେ; ଯାହା ଦ୍ୱାରା ପ୍ରଦୂଷଣ ବୃଦ୍ଧି ପାଇଥାଏ। କାଗଜ ବ୍ୟାଗ୍ ଦିବସରେ, ସାରା ବିଶ୍ୱରେ ଲୋକମାନେ କାଗଜ ବ୍ୟାଗ୍ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ କାର୍ଯ୍ୟରେ ଅଂଶଗ୍ରହଣ କରନ୍ତି।
କେତେକ ସଂସ୍ଥା ଲୋକମାନଙ୍କୁ କାଗଜ ବ୍ୟାଗ୍ କିପରି ତିଆରି କରିବେ ଶିଖାଇବା ପାଇଁ କର୍ମଶାଳା ଆୟୋଜନ କରୁଥିବାବେଳେ ଅନ୍ୟମାନେ ସେମାନଙ୍କ ବ୍ୟବହାରକୁ ଉତ୍ସାହିତ କରିବା ପାଇଁ ମାଗଣା କାଗଜ ବ୍ୟାଗ୍ ବଣ୍ଟନ କରିଥାନ୍ତି।
ପେପର ବ୍ୟାଗ୍ ଦିବସର ଇତିହାସ ଊନବିଂଶ ଶତାବ୍ଦୀର ମଧ୍ୟଭାଗରୁ ଆରମ୍ଭ ହୋଇଥିଲା ଯେତେବେଳେ ଯୁକ୍ତରାଷ୍ଟ୍ରରେ ଫ୍ରାନ୍ସିସ ୱେଲ୍ଙ୍କ ଦ୍ୱାରା ପ୍ରଥମ କାଗଜ ବ୍ୟାଗ୍ ଉଦ୍ଭାବନ କରାଯାଇଥିଲା। ୱେଲ୍ ଜଣେ ସ୍କୁଲ ଶିକ୍ଷକ ଥିଲେ ଯିଏକି ତାଙ୍କ ଛାତ୍ରମାନଙ୍କ ପାଇଁ ସେମାନଙ୍କ ବହି ବହନ କରିବା ଲାଗି ଏକ ସୁବିଧାଜନକ ଉପାୟ ସୃଷ୍ଟି କରିବାକୁ ଚାହୁଁଥିଲେ। ସେ ଏକ ଯନ୍ତ୍ର ବିକଶିତ କରିଥିଲେ ଯାହା ସମତଳ ପାର୍ଶ୍ୱରେ ଫ୍ଲାଟ୍-ତଳ କାଗଜ ବ୍ୟାଗ୍ ଉତ୍ପାଦନ କରିପାରିବ।
ସମୟ ସହ ଅଧିକ ବ୍ୟୟବହୁଳ ଏବଂ କମ୍ ସ୍ଥାୟୀ ଚମଡ଼ା ଏବଂ କପଡ଼ା ବ୍ୟାଗ୍ ପାଇଁ କାଗଜ ବ୍ୟାଗ୍ ଏକ ଲୋକପ୍ରିୟ ବିକଳ୍ପ ହୋଇଗଲା। ବିଂଶଶତାବ୍ଦୀର ପ୍ରାରମ୍ଭ ସୁଦ୍ଧା ସାରା ବିଶ୍ୱରେ ଦୋକାନ ଏବଂ ବଜାରରେ କାଗଜ ବ୍ୟାଗ୍ ଏକ ସାଧାରଣ ଦୃଶ୍ୟ ହୋଇଗଲା। ତଥାପି, ବିଂଶଶତାବ୍ଦୀର ମଧ୍ୟଭାଗରେ ପ୍ଲାଷ୍ଟିକର ବୃଦ୍ଧି ସହ କାଗଜ ବ୍ୟାଗ୍ଗୁଡିକର ବ୍ୟବହାର ହ୍ରାସ ହେବାକୁ ଲାଗିଲା। ପ୍ଲାଷ୍ଟିକ ବ୍ୟାଗ୍ ଉତ୍ପାଦନ ପାଇଁ ଶସ୍ତା ଥିଲା ଏବଂ ଅଧିକ ସୁବିଧାଜନକ ବିବେଚନା କରାଯାଉଥିଲା। ଅବଶ୍ୟ, ପ୍ଲାଷ୍ଟିକ ବ୍ୟାଗ୍ଗୁଡ଼ିକର ପରିବେଶ ପ୍ରଭାବ ବିଷୟରେ ସଚେତନତା ବଢ଼଼ିବା ସହିତ କାଗଜ ବ୍ୟାଗ୍ ବ୍ୟବହାର ପୁଣି ଫେରି ଆସିଲା।
୧୯୯୯ରେ, ସାନ୍ଫ୍ରାନ୍ସିସ୍କୋ ସହର ପୃଥିବୀରେ ପ୍ରଥମେ ଦୋକାନ ବଜାର ଏବଂ ବଡ଼ ଫାର୍ମାସିରେ ପ୍ଲାଷ୍ଟିକ ବ୍ୟାଗ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହା ପରେ ବିଶ୍ୱର ଅନ୍ୟ ସହର ଏବଂ ଦେଶଗୁଡ଼ିକ କାଗଜ ବ୍ୟାଗ୍ ପ୍ରତି ଏକ ନୂତନ ଆଗ୍ରହ ସୃଷ୍ଟି କରାଯାଇଥିଲା। ପ୍ଲାଷ୍ଟିକ ବ୍ୟାଗ୍ ଉପରେ କାଗଜ ବ୍ୟାଗ୍ ବ୍ୟବହାର କରିବାର ଲାଭ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱବ୍ୟାପୀ କାଗଜ ବ୍ୟାଗ୍ ଦିବସ ପାଳନ କରାଯାଉଛି। ଏହି ଦିନଟି ଆମର ଦୈନନ୍ଦିନ ଜୀବନରେ ଇକୋ-ଫ୍ରେଣ୍ଡଲି ପସନ୍ଦ କରିବାର ମହତ୍ତ୍ୱର ସ୍ମାରକ ଭାବରେ କାର୍ଯ୍ୟ କରେ ଏବଂ ଅଧିକ ସ୍ଥାୟୀ ବିକଳ୍ପକୁ ଚୟନ କରିବାକୁ ଉତ୍ସାହିତ କରେ। ଜଳବାୟୁ ପରିବର୍ତ୍ତନ ଏବଂ ପ୍ଲାଷ୍ଟିକ ପ୍ରଦୂଷଣକୁ ଦୃଷ୍ଟିରେ ରଖି କାଗଜ ବ୍ୟାଗ୍ର ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତିବର୍ଷ ବିଶ୍ୱ କାଗଜ ବ୍ୟାଗ୍ ଦିବସ ଏକ ନିର୍ଦ୍ଦିଷ୍ଟ ବାର୍ତ୍ତା ବହନ କରିଥାଏ। ୨୦୨୩ ବର୍ଷ ପାଇଁ ଏହି ଦିବସର ବାର୍ତ୍ତା ହେଉଛି, ପ୍ଲାଷ୍ଟିକକୁ ହଟାଇବା ପାଇଁ କାଗଜ ବ୍ୟାଗ୍ ବ୍ୟବହାର କରନ୍ତୁ। |
https://www.dharitri.com/8people-were-awarded-the-odisha-academy-of-fine-arts/ | ୮ଜଣଙ୍କୁ ଓଡ଼ିଶା ଲଳିତକଳା ଏକାଡେମୀ ପୁରସ୍କାର
ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଓଡ଼ିଶା ଲଳିତ କଳା ଏକାଡେମୀର ୩୯ତମ ପୁରସ୍କାର ପ୍ରଦାନ ଉତ୍ସବ ଶୁକ୍ରବାର ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୮ଜଣ ଚିତ୍ରଶିଳ୍ପୀଙ୍କୁ ‘ଓଡ଼ିଶା ଲଳିତ କଳା ପୁରସ୍କାର-୨୦୨୧’ ଓ ୪ଜଣଙ୍କୁ ‘ରାଜ୍ୟସ୍ତରୀୟ ଫଟୋଗ୍ରାଫି ପୁରସ୍କାର-୨୦୨୦’ ପ୍ରଦାନ କରାଯାଇଛି। ‘ସୃଜନଶୀଳ ଚିତ୍ର’ରେ ଅନୁପ କୁମାର ଚାନ୍ଦ, ସୂର୍ଯ୍ୟକାନ୍ତ ସ୍ବାଇଁ ଓ ଜ୍ୟୋତି ପ୍ରକାଶ ସେଠୀ, ‘ଭାସ୍କର୍ଯ୍ୟ’ରେ ବିଶ୍ୱରଞ୍ଜନ କର ଓ ସୁଧିରଞ୍ଜନ ମହାରଥା, ‘ମୁଦ୍ରଣ କଳା’ରେ ସୁଜିତ କୁମାର ସ୍ବାଇଁ ଓ ବିକାଶ ଚନ୍ଦ୍ର ସେନାପତି ଏବଂ ‘ପାରମ୍ପରିକ କଳା’ରେ ପ୍ରମୋଦ କୁମାର ମହାରଣା ଏକାଡେମୀ ପୁରସ୍କାର ପାଇଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ପୁରସ୍କାର ରାଶି ସ୍ବରୂପ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ଚେକ୍, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଛି। ସେହିଭଳି ସଞ୍ଜିତ ପଟ୍ଟନାୟକ, ନିରଞ୍ଜନ ପଣ୍ଡା, ଉଦୟନ ସାରଥି ବେହେରା ଓ ମନୀଷ ରଞ୍ଜନ ସାହୁଙ୍କୁ ‘ରାଜ୍ୟସ୍ତରୀୟ ଫଟୋଗ୍ରାଫି ପୁରସ୍କାର’ ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ୫୦ହଜାର ଟଙ୍କାର ଚେକ୍ ସହ ମାନପତ୍ର ଓ ଉପଢ଼ୌକନ ଦିଆଯାଇଛି। ଏଥିସହ ୮ଜଣଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ବାବଦରେ ଉପଢ଼ୌକନ, ମାନପତ୍ର ସହ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ସମ୍ମାନିତ ଅତିଥି ଭାବେ ବିଭାଗୀୟ ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ, ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ, ଓଡ଼ିଶା ଲଳିତ କଳା ଏକାଡେମୀ ସଭାପତି ତଥା ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଏକାଡେମୀର ଓଏସ୍ଡି ମନସ୍ବିନୀ ସାହୁ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଏକାଡେମୀ ସଚିବ ପଞ୍ଚାନନ ସାମଲ ପରିଚାଳନା କରିଥିଲେ। |
https://www.dharitri.com/appliances-industry-growth-path-odisha-market-godrejs-new-product/ | ଆପ୍ଲାଏନ୍ସେସ୍ ଶିଳ୍ପ ଅଭିବୃଦ୍ଧି ପଥରେ ଓଡ଼ିଶା ବଜାର, ଗୋଦ୍ରେଜ୍ର ନୂତନ ଉତ୍ପାଦ
ଭୁବନେଶ୍ୱର,୨୪ା୫: କ୍ରମାଗତ ଭାବେ ଘରୋଇ ଆପ୍ଲାଏନ୍ସେସ୍ ଶିଳ୍ପ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଥିବା ବେଳେ ଜାତୀୟସ୍ତରରେ ମଧ୍ୟ ଓଡ଼ିଶା ବଜାରର ଅଂଶ ପ୍ରାୟ ୬% ରହିଛି ବୋଲି ଗୋଦ୍ରେଜ ୍ ଆପ୍ଲାଏନ୍ସେସ୍ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ବିଜ୍ନେସ୍ ହେଡ୍ କମଲ ନନ୍ଦୀ ଏ ନେଇ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ଏପରିକି ଜାତୀୟସ୍ତର (ପାନ୍ ଇଣ୍ଡିଆ)ରେ ଶିଳ୍ପ ଭାଗୀଦାରି ୮୦,୦୦୦ କୋଟି ଟଙ୍କା ରହିଥିଲାବେଳେ ଏୟାର କଣ୍ଡିଶନର ଓ ରେଫ୍ରିଜରେଟର ବଜାର ଅଂଶ ସର୍ବାଧିକ ରହିଛି।
ସେହିଭଳି ଚଳିତ ବର୍ଷର ଗ୍ରୀଷ୍ମଋତୁ (ସମର ସିଜନ)ରେ ବଜାର ଅଂଶ ବିଗତ ବର୍ଷଗୁଡିକଠାରୁ ବେଶ ୍ ଉତ୍ସାହଜନକ ଏବଂ ଅଭିବୃଦ୍ଧି ଭିତ୍ତିକ ହୋଇଥିଲାବେଳେ କୁଲିଂ ପ୍ରଡକ୍ଟସର ବଜାର ଅଂଶ ୨୫ରୁ ୩୦% ବୃଦ୍ଧି ଘଟିଛି। ବିଶେଷକରି ବ୍ରାଣ୍ଡ୍ର ଚାହିଦା ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ଉତ୍ପାଦଗୁଡିକ କମ୍ପାନୀର ବଜାର ଅଂଶକୁ ବୃଦ୍ଧି କରାଇବା ସହ ମାକେର୍ଟ ଲିଡର କରାଇପାରିଛି। ଅପରପକ୍ଷରେ ଓଡ଼ିଶା ବଜାରର ଚାହିଦା ବେଶ୍ ଉତ୍ସାହଜନକ ରହିଥିଲାବେଳେ ପୂର୍ବ ଭାରତର ବଜାର ଅଂଶରେ ଓଡ଼ିଶାର ଅଂଶ ଯଥେଷ୍ଟ ବୃଦ୍ଧି ପାଇଛି। ଫଳରେ କମ୍ପାନୀ ଓଡ଼ିଶା ବଜାରକୁ ଅଗ୍ରଣୀ ବଜାର ଭାବେ ବିବେଚିତ କରିବା ସହ ନୂତନ ଉତ୍ପାଦ ଓ ଆଉଟ୍ଲେଟ ସମ୍ପ୍ରସାରଣରେ କାରବାର ବୃଦ୍ଧିକୁ ଗୁରୁତ୍ୱ ଦେଉଛି।
ଗୋଦ୍ରେଜ୍ ଆଣ୍ଡ ବଏସ୍ର ପ୍ରମୁଖ କମ୍ପାନୀ ଗୋଦ୍ରେଜ୍ ଆପ୍ଲାଏନ୍ସେସ୍ର ନୂତନ ଉତ୍ପାଦ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବ୍ରାଣ୍ଡ୍ର ଲୋକପ୍ରିୟ ‘ଭୋଗ୍ ସିରିଜ’ର ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ପଏଣ୍ଟ ପାତ୍ର ଇଲେକ୍ଟ୍ରୋନିକ୍ସର ସିଡିଏ ସେକ୍ଟର-୮ କଟକ ଆଉଟ୍ଲେଟ ପରିସରରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଗୋଦ୍ରେଜ୍ ଆପ୍ଲାଏନସେସ୍ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ବିଜ୍ନେସ୍ ହେଡ୍ କମଲ ନନ୍ଦୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୋଦ୍ରେଜ୍ ଆପ୍ଲାଏନସେସ୍ର ଜାତୀୟ ବିକ୍ରି ମୁଖ୍ୟ ସଞ୍ଜୀବ ଜୈନ, ଆଞ୍ଚଳିକ ବାଣିଜ୍ୟ ମୁଖ୍ୟ ସୌଗତ ଦତ୍ତ, ଓଡ଼ିଶା ବିଜ୍ନେସ୍ ହେଡ୍ ନୀଳମାଧବ ଜେନା ଏବଂ ଓଡ଼ିଶା ମାର୍କେଟିଂ ମ୍ୟାନେଜର ପ୍ରେମାଂଶୁ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ। |
https://www.dharitri.com/monkeypox-in-delhi-turns-out-to-be-negative/ | ନେଗେଟିଭ୍ ଆସିବା ପରେ ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ‘ମଙ୍କିପକ୍ସ’ଆକ୍ରାନ୍ତ
ନୂଆଦିଲ୍ଲୀ,୨୮।୭: ଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ(ଏଲ୍ଏନ୍ଜେପି) ହସ୍ପିଟାଲରେ ଭର୍ତ୍ତି ହୋଇଥିବା ‘ମଙ୍କିପକ୍ସ’ଆକ୍ରାନ୍ତଙ୍କ ରିର୍ପୋଟ ଗୁରୁବାର ନେଗେଟିଭ୍ ଆସିଛି। ନେଗେଟିଭ୍ ରିପୋର୍ଟ ଆସିବା ପରେ ଯୁବକଙ୍କୁ ଡିସ୍ଚାର୍ଜ କରାଯାଇଛି। ଏନେଇ ଏଲ୍ଏନ୍ଜେପି ହସ୍ପିଟାଲ ନିର୍ଦ୍ଦେଶକ ଡା.ସୁରେଶ କୁମାର ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ୩୪ ବର୍ଷୀୟ ଯୁବକ ନିକଟରେ ହିମାଚଳ ପ୍ରଦେଶର ମନାଲିରେ ଏକ ପାର୍ଟିରେ ଯୋଗ ଦେଇଥିଲେ। ତେବେ ସୋମବାର ଦିଲ୍ଲୀ ଫେରିଥିବା ବେଳେ ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଥିଲା। ଏନେଇ ତାଙ୍କୁ ଏଲ୍ଏନ୍ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। |
https://www.dharitri.com/ଜିଲାପାଳଙ୍କ-ବ୍ଲକସ୍ତରୀୟ-ଜନ/ | ଜିଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣି
ବୋଲଗଡ଼,୯ା୭(ଡି.ଏନ.ଏ.)-ବୋଲଗଡ଼ ବ୍ଲକ କାର୍ଯ୍ୟାଳୟସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଗୃହର ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲାପାଳ ସୀତାଂଶୁୁ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଏସ୍ପି ଅମୂଲ୍ୟ କୁମାର ଦାଶ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କୁମାର ମିଶ୍ର, ବୋଲଗଡ଼ ବିଡିଓ ମଧୁସୂଦନ ବେହେରା, ତହସିଲଦାର ମୋନାଲିସା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ୧୭୬ଟି ବ୍ୟକ୍ତିଗତ , ୧୪ଟି ସାମୁହିକ ଭାବେ ସମୁଦାୟ ୧୯୦ଟି ଅଭିଯୋଗ ଶୁଣାଣି ହୋଇଛି । ୧୫ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୭୬ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ସେହିପରି ୪ଜଣଙ୍କୁ ରେଡ୍କ୍ରସ ପକ୍ଷରୁ ୧୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ସରକାରୀ ଯୋଜନା ଅନ୍ତର୍ଭୁକ୍ତ ସୁବିଧା ଗୁଡ଼ିକ ହିତାଧିକାରୀମାନେ କିପରି ପାଇବେ ସେ ନେଇ ଆଲେଚନା ଓ ଶୁଣାଣି ହୋଇଥିଲା। ତେବେ ଶୁଣାଣି ଶିବିର ଉପର ମହଲାରେ ହୋଇଥିବାରୁ ଭିନ୍ନକ୍ଷମମାନେ ସଭାରେ ଯୋଗଦେବାକୁ ସମସ୍ୟା ସୃଷ୍ଟି ହୋଇଥିଲା। |
https://www.dharitri.com/punjab-girl-raped-in-dehradun/ | ପଞ୍ଜାବ ଯୁବତୀଙ୍କୁ ଡେରାଡୁନରେ ଗଣବଳାତ୍କାର
ଡେରାଡୁନ,୧୮।୮: ପଞ୍ଜାବରୁ ଡେରାଡୁନକୁ ଆସିଥିବା ଜଣେ ଯୁବତୀଙ୍କୁ ଗଣ ବଳାତ୍କାର କରାଯାଇଥିବା ସାମ୍ନାକୁ ଆସିଛି। ଯୁବତୀଙ୍କ ମାନସିକ ଅବସ୍ଥା ଭଲ ନୁହେଁ ଏବଂ ସେ ରୋଡୱେ ବସ ଯୋଗେ ଡେରାଡୁନରେ ପହଞ୍ଚିଥିଲେ। ପୋଲିସ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ଆରମ୍ଭ କରିଛି।
ଏହି ମାମଲା ଡେରାଡୁନ ଆଇଏସବିଟିର ବୋଲି କୁହାଯାଉଛି। ଜାଣିବାକୁ ମିଳିଛି ଯେ ପଞ୍ଜାବର ଜଣେ ୧୬ବର୍ଷର ଯୁବତୀଙ୍କୁ ଡେରାଡୁନରେ ଗଣବଳାତ୍କାର କରାଯାଇଛି। ଅଜଣା ଅଭିଯୁକ୍ତମାନେ ଏକ ବସରେ ଏହି ବଳାତ୍କାର କରିଛନ୍ତି। ଯୁବତୀ ଜଣକ ମାନସିକ ସ୍ତରରେ ଅସୁସ୍ଥ ଥିବା କୁହାଯାଉଛି।
୧୩ ଅଗଷ୍ଟ ରାତିରେ ସେ ପଞ୍ଜାବରୁ ଡେରାଡୁନ ଆସିଥିଲା । ସୂଚନାନୁସାରେ, ପୀଡିତା ପଞ୍ଜାବରୁ ଦିଲ୍ଲୀ ଆସିଥିଲେ ଏବଂ ପରେ ମୋରାଦାବାଦ ଦେଇ ଡେରାଡୁନରେ ପହଞ୍ଚିଥିଲେ। ତାଙ୍କର ମାନସିକ ଅବସ୍ଥା ଦେଖି ଡେରାଡୁନ ଆଇଏସବିଟିରେ ପହଞ୍ଚିବା ମାତ୍ରେ କିଛି ଅଜ୍ଞାତ ଅଭିଯୁକ୍ତ ତାଙ୍କୁ ବସରେ ବଳାତ୍କାର କରି ଘଟଣାସ୍ଥଳରୁ ପଳାଇଥିବାର ଅଭିଯୋଗ ହୋଇଥିଲା।
ଏହି ଘଟଣା ପରେ ପୀଡ଼ିତାଙ୍କୁ ଶିଶୁ କଲ୍ୟାଣ କମିଟି (ସିଡବ୍ଲୁସି) ଉଦ୍ଧାର କରିଥିଲା। କମିଟି ସଦସ୍ୟମାନେ ତାଙ୍କୁ ପରାମର୍ଶ ଦେଉଥିବା ବେଳେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଏହା ପରେ ସେ ତୁରନ୍ତ ଶନିବାର ବିଳମ୍ବିତ ରାତିରେ ପୋଲିସକୁ ସୂଚନା ଦେଇଥିଲେ। |
https://www.dharitri.com/new-dress-code-for-cbi-employees-no-jeans-t-shirts-beard/ | ସିବିଆଇ କାର୍ଯ୍ୟାଳୟରେ ବଡ଼ ପରିବର୍ତ୍ତନ: ଏଣିକି ଜିନ୍ସ,ଟି-ଶାର୍ଟ ପିନ୍ଧି କାର୍ଯ୍ୟାଳୟକୁ ଆସିପାରିବେନି କର୍ମଚାରୀ
ନୂଆଦିଲ୍ଲୀ,୪।୬: ସିବିଆଇ କାର୍ଯ୍ୟାଳୟରେ ବଡ଼ ପରିବର୍ତ୍ତନ ହୋଇଛି। ଏଣିକି ସିବିଆଇ କର୍ମଚାରୀ ଫର୍ମାଲ ଲୁକ୍ରେ ନଜର ଆସିବେ। ସୂଚନାଯୋଗ୍ୟ, ନିକଟରେ କେନ୍ଦ୍ର ଯାଞ୍ଚ ବ୍ୟୁରୋ(ସିବିଆଇ)ର ନୂଆ ନିର୍ଦ୍ଦେଶକ ଭାବେ ଆଇପିଏସ୍ ସୁବୋଧ କୁମାର ଜୟସଓ୍ବାଲ ଦାୟିତ୍ୱ ଗ୍ରହଣ କରିଛନ୍ତି। ନିର୍ଦ୍ଦେଶକ ହେବା ପରେ ସୁବୋଧ ଆକ୍ସନ ମୁଡରେ ଆସିଯାଇଛନ୍ତି। ବର୍ତ୍ତମାନ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ସେ ଏକ ପ୍ରୋଟୋକଲ୍ ପ୍ରସ୍ତୁତ କରିଛନ୍ତି। ଏହି ପ୍ରୋଟୋକଲ ଅନୁସାରେ ଏଣିକି କର୍ମଚାରୀମାନେ ଜିନ୍ସ, ଟି-ଶାର୍ଟ ଓ ସ୍ପୋଟର୍ସ ଜୋତା ପିନ୍ଧି କାର୍ଯ୍ୟାଳୟକୁ ଆସିପାରିବେ ନାହିଁ। ତେବେ ଏହି ନିୟମ କେବଳ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ନୁହେଁ ବରଂ ଦେଶର ସମସ୍ତ ଶାଖାରେ ଲାଗୁ ହେବ ବୋଲି ନିର୍ଦ୍ଦେଶକ ସୁବୋଧ କୁମାର କହିଛନ୍ତି। ସେହିପରି ପୁରୁଷ କର୍ମଚାରୀଙ୍କ ସହ ମହିଳା କର୍ମଚାରୀଙ୍କ ପାଇିଁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି। ମହିଳାମାନେ କେବଳ ଶାଢ଼ୀ, ସାଲଓ୍ବାର ସୁଟ କିମ୍ବା ଫର୍ମାଲ ଶାର୍ଟ ପିନ୍ଧିପାରିବେ। ସୂଚନା ମୁତାବକ ଗତ କିଛି ବର୍ଷ ହେବ ସିବିଆଇ କର୍ମଚାରୀମାନେ ଜିନ୍ସ ଓ ଟି-ଶାର୍ଟ ପିନ୍ଧି କାର୍ଯ୍ୟାଳୟକୁ ଆସୁଥିଲେ। ଯାହାକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। |
https://www.dharitri.com/rahuls-innings-gave-india-to-take-slender-lead/ | ଟିମ୍ ଇଣ୍ଡିଆକୁ ଇନିଂସ ଅଗ୍ରଣୀ ଦେଲେ ରାହୁଲ
ଟ୍ରେଣ୍ଟ ବ୍ରିଜ,୬।୮: ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ପୂର୍ବଦିନର ସ୍କୋର ୧୨୫/୪ ରୁ ବ୍ୟାଟିଂ କରିଥିବା ଭାରତୀୟ ଦଳ ତୃତୀୟ ଦିନର ମଧ୍ୟାହ୍ନ ଭୋଜନ ସୁଦ୍ଧା ୫ ଉଇକେଟ ହରାଇ ୧୯୧ ରନ୍ କରିଛି। ଫଳରେ ୮ ରନ୍ର ଅଗ୍ରଣୀ ହାସଲ କରିଛି ଟିମ୍ ଇଣ୍ଡିଆ। ପୂର୍ବରୁ ଇଂଲଣ୍ଡ ତା’ର ପ୍ରଥମ ଇନିଂସରେ ୧୮୩ ରନ୍ରେ ଅଲଆଉଟ୍ ହୋଇଯାଇଥିଲା।
ବର୍ଷା କାରଣରୁ ବିଳମ୍ବରେ ଆରମ୍ଭ ହୋଇଥିଲା ତୃତୀୟ ଦିନର ଖେଳ। ଆରମ୍ଭରୁ ଆଟାକିଂ ବ୍ୟାଟିଂ କରୁଥିବା ରିଷଭ ପନ୍ତ (୨୫) ରନ୍ କରି ଆଉଟ୍ ହୋଇଥିଲେ। କିନ୍ତୁ ଲୋକେଶ ରାହୁଲ (୭୭ ରନ୍, ୧ ଚୌକା ) ଏବେ ମଧ୍ୟ ଛିଡ଼ା ହୋଇଛନ୍ତି କ୍ରିଜ୍ରେ। ତାଙ୍କ ଉପଯୁକ୍ତ ସହାୟତା ପ୍ରଦାନ କରିଛନ୍ତି ରବୀନ୍ଦ୍ର ଜାଡେଜା (୨୭ ରନ୍, ୪ ଚୌକା) । ଦୁହେଁ ଅବିଭାଜିତ ୬ଷ୍ଠ ଉଇକେଟ ପାଇଁ ୪୬ ରନ୍ ଯୋଡ଼ିଛନ୍ତି। |
https://www.dharitri.com/fear-of-modis-corona-diplomacy-global-times-launches-false-propaganda/ | ମୋଦିଙ୍କ କରୋନା କୂଟନୀତିକୁ ଭୟ: ମିଥ୍ୟା ପ୍ରଚାର ଆରମ୍ଭ କଲା ଗ୍ଲୋବାଲ ଟାଇମ୍ସ୍
ନୂଆଦିଲ୍ଲ/ବେଜିଂ, ୨୫।୧: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତରେ ସାର୍ବଜନୀକ ଭାବେ ଟିକାକରଣ ଜାରି ରହିଛି। ଏହା ସହିତ ଭାରତ ପକ୍ଷରୁ ବାଂଲାଦେଶ, ନେପାଳ, ଭୁଟାନ ଆଦି ପଡୋଶୀଙ୍କୁ ଟିକା ଯୋଗାଇ ଦିଆଯାଇଛି। ସେହିପରି ବ୍ରାଜିଲ୍ ସମେତ ଅନ୍ୟ ଦେଶକୁ ଭାରତ ତିଆରି କରୋନା ଟିକା ଯୋଗାଇ ଦିଆଯିବାର ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ଦ୍ୱାରା ଅର୍ନ୍ତଜାତୀୟସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରୋନା କୂଟନୀତି ବେଶ୍ ସଫଳ ରହିଛି। ତେବେ ଏହାକୁ ନେଇ ଚାଇନା ଚିନ୍ତାରେ ପଡ଼ିଛି। ତେଣୁ ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ୍ ପକ୍ଷରୁ ମିଥ୍ୟା ପ୍ରଚାର ଆରମ୍ଭ ହୋଇଛି। ପୁଣେର ସେରମ୍ ଇନଷ୍ଟିଚ୍ୟୁଟରେ ହୋଇଥିବା ଅଗ୍ନିକାଣ୍ଡକୁ ନେଇ ଗ୍ଲୋବାଳ ଟାଇମ୍ସ୍ ଅପପ୍ରଚାର କରୁଛି। ଭାରତର କରୋନା ଟିକା ଉତ୍ପାଦନ କରିବା କ୍ଷମତା ଉପରେ ଖବର କାଗଜ ପକ୍ଷରୁ ପ୍ରଶ୍ନ କରାଯାଇଛି। ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ପାକିସ୍ତାନକୁ ଛାଡ଼ି ଅନ୍ୟ ସାର୍କ ରାଷ୍ଟ୍ରକୁ ଭାରତ ଉପହାର ଭାବେ କୋଭିଶିଲ୍ଡ ଟିକା ପଠାଇ ସାରିଛି। ଆଫଗାନିସ୍ତାନ ଡ୍ରଗ୍ ନିୟାମକଙ୍କ ସ୍ବୀକୃତି ପରେ ଭାରତ ଟିକା ଯୋଗାଇ ଦେବେ ବୋଲି କହିଛି। ସେହିପରି ଶ୍ରୀଲଙ୍କାକୁ ୨୭ ଜାନୁୟାରୀରେ ଭାରତ ଟିକାର ୫ଲକ୍ଷ ଡୋଜ୍ ପଠାଇବ। ଏହା ଚାଇନା ପାଇଁ ଅସହ୍ୟ ହୋଇପଡ଼ିଛି। ଭାରତର ଏଭଳି ପଦକ୍ଷେପ ଯୋଗୁ ଚାଇନା ଟିକା ବେପାର ମାନ୍ଦା ହେବାର ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ଭାରତ ବିରୋଧୀ ଅପପ୍ରଚାର ଏବଂ ବିଭ୍ରାନ୍ତିକର ଖବର ପ୍ରସାରଣ କରିବା ଲାଗି ଚାଇନା ଷଡ଼ଯନ୍ତ୍ର କରିଥିବା କୁହାଯାଉଛି। |
https://www.dharitri.com/loot-case/ | ସୁନା ବ୍ୟବସାୟୀଙ୍କଠାରୁ ଚୋରିକରି ପଳାଉଥିଲେ ଡ୍ରାଇଭର
ଦେବଗଡ଼,୧୯ା୫(ଡି.ଏନ୍.ଏ.)-ପଶ୍ଚିମବଙ୍ଗର ଜଣେ ସୁନା ବ୍ୟବସାୟୀଙ୍କଠାରୁ ୭ଲକ୍ଷ ୧୦ ହଜାର ଟଙ୍କା ଚୋରି କରିବା ଅଭିଯୋଗରେ ଜଣେ ଡ୍ରାଇଭରଙ୍କୁ ଦେବଗଡ଼ ପୋଲିସ ଗିରଫ କରିଛିି। ତାଙ୍କ ନାମ ମୁକୁଳ ସନ୍ତୋଷ ଦାଶ।
ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ମିଦନାପୁର ଅଞ୍ଚଳର ନିର୍ମଳ ଚନ୍ଦ୍ର ସେନ ନାମକ ଜଣେ ସୁନା ବ୍ୟବସାୟୀ ବୁଧବାର ୭ଲକ୍ଷ ଟଙ୍କା ନେଇ ଏକ କାର ନଂ. ଏମ୍ଏଚ୍ ୦୩-ଏଏଚ୍ ୫୦୦୫ ଯୋଗେ ମୁମ୍ବାଇରୁ ଫେରୁଥିଲେ। ମାତ୍ର ରାତି ହୋଇଯିବାରୁ ସେ ଦେବଗଡ଼ ଥାନା ଅନ୍ତର୍ଗତ କୈଳାଶ ନିକଟସ୍ଥ ୪୯ନଂ. ଜାତୀୟ ରାଜପଥ କଡ଼ରେ ଥିବା ଏକ ଢାବା ନିକଟରେ କାର ଅଟକାଇବା ସହ ଖିଆପିଆ ସାରି କାର ମଧ୍ୟରେ ଶୋଇ ପଡ଼ିଥିଲେ। ଗୁରୁବାର ସକାଳୁୁ ଉଠି ଦେଖିବା ବେଳକୁ କାର ଚାଳକ ଏବଂ କାରରେ ଥିବା ୭ ଲକ୍ଷ ୧୦ ହଜାର ଟଙ୍କା ଉଭାନ ହୋଇଯାଇଛି। ଏ ନେଇ ନିର୍ମଳ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରିବା ସହ ତୁରନ୍ତ କାର ଚାଳକଙ୍କ ମୋବାଇଲ ଟ୍ରାକିଂ କରି ତାଙ୍କୁ ପିଛା କରିଥିଲା। ବାରକୋଟ ଥାନା ଅନ୍ତର୍ଗତ କଲା ଟୋଲ୍ ଗେଟ ନିକଟରୁ ତାଙ୍କୁ ଗିରଫ କରି ଦେବଗଡ଼ ଥାନାକୁ ଆଣିଥିଲା। ଏଥିସହ ତାଙ୍କ ନିକଟରୁ ବ୍ୟବସାୟୀଙ୍କର ୭ ଲକ୍ଷ ୧୦ ହଜାର ଟଙ୍କା ଜବତ କରିଥିବା ଜଣାପଡ଼ିଛି। |
https://www.dharitri.com/ଓ୍ବାର୍ନର-ଜିତିଲେ-ଆଲାନ-ବର୍/ | ଓ୍ବାର୍ନର ଜିତିଲେ ଆଲାନ ବର୍ଡର ପଦକ
ମେଲବୋର୍ନ, ୧୦।୨ (ପି.ଟି.)- କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ ଏହାର ପୁରସ୍କାର ପ୍ରଦାନ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ ଡେଭିଡ୍ ଓ୍ବାର୍ନର ୩ୟ ଥର ଲାଗି ଆଲାନ ବର୍ଡର ପଦକ ଜିତିଛନ୍ତି। ସେହିଭଳି ମହିଳା କ୍ରିକେଟ୍ ଦଳର ଷ୍ଟାର୍ ଅଲ୍ରାଉଣ୍ଡର ଏଲିସେ ପେରୀ ‘ବେଲିଣ୍ଡା କ୍ଲାର୍କ’ ପୁରସ୍କାର ହାସଲ କରିଛନ୍ତି। ପେରୀ ୨ୟ ଥର ଲାଗି ଏହି ପୁରସ୍କାର ଜିତିବାରେ ସଫଳ ହୋଇଛନ୍ତି। ଓ୍ବାର୍ନରଙ୍କୁ ମଧ୍ୟ ବର୍ଷର ଶ୍ରେଷ୍ଠ ଅଷ୍ଟ୍ରେଲିଆ ଟି୨୦ କ୍ରିକେଟର୍ ପୁରସ୍କାର ମିଳିଛି।
କ୍ରିକେଟ୍ ଦଳର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍ଙ୍କୁ ଭୋଟିଂରେ ପରାସ୍ତ କରି ଓ୍ବାର୍ନର ଏହି ସମ୍ମାନଜନକ ପୁରସ୍କାର ଜିତିଛନ୍ତି। ଗତ ବର୍ଷ ଏହି ପୁରସ୍କାର ବିଜେତା ପ୍ୟାଟ୍ କୁମିନ୍ସଙ୍କୁ ଏଥର ୩ୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ୨୦୧୮ ମାର୍ଚ୍ଚରେ କେପ୍ ଟାଉନ୍ରେ ହୋଇଥିବା ବହୁଚର୍ଚ୍ଚିତ ବଲ୍ ଟ୍ୟାମ୍ପରିଂ ମାମଲାରେ ଏକ ବର୍ଷ ବାସନ୍ଦାଦେଶ ଭୋଗିବା ପରେ ଓ୍ବାର୍ନର ଗତ ବର୍ଷ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏଥିପୂର୍ବରୁ ସେ ୨୦୧୬ ଓ ୨୦୧୭ରେ ଏହି ପୁରସ୍କାର ଲାଭ କରିଥିଲେ। ଏଥିସହ ଦୁଇ ବା ତତୋଧିକଥର ଆଲାନ ବର୍ଡର ପଦକ ଜିତିବାରେ ଓ୍ବାର୍ନର ଏଲିଟ୍ କ୍ଲବରେ ସାମିଲ ହୋଇଛନ୍ତି। ପୂର୍ବରୁ ରିକି ପଣ୍ଟିଂ, ମାଇକେଲ କ୍ଲାର୍କ, ଶେନ୍ ଓ୍ବାଟ୍ସନ ଓ ସ୍ମିଥ୍ ଏକାଧିକ ଥର ଏହି ପୁରସ୍କାର ହାସଲ କରିଛନ୍ତି। ଅପରପକ୍ଷରେ ଆଲିସା ହେଲୀଙ୍କୁ ବର୍ଷର ଶ୍ରେଷ୍ଠ ଅଷ୍ଟ୍ରେଲିଆ ଦିନିକିଆ ଓ ଟି୨୦ ଖେଳାଳି ପୁରସ୍କାର ଜିତିଛନ୍ତି।
ଅଷ୍ଟ୍ରେଲିଆ କ୍ରିକେଟ୍ ପୁରସ୍କାର
ବର୍ଷର ଶ୍ରେଷ୍ଠ ପୁରୁଷ ଦିନିକିଆ କ୍ରିକେଟର୍- ଆରୋନ୍ ଫିଞ୍ଚ୍
ର୍ବରେ ଶ୍ରେଷ୍ଠ ମହିଳା ଦିନିକିଆ କ୍ରିକେଟର୍- ଆଲିସା ହେଲୀ
ବର୍ଷର ଶ୍ରେଷ୍ଠ ପୁରୁଷ ଟେଷ୍ଟ କ୍ରିକେଟର୍- ମାର୍ନସ ଲାବୁସେନ
ବର୍ଷର ଶ୍ରେଷ୍ଠ ଘରୋଇ ପୁରୁଷ କ୍ରିକେଟର୍- ଶନ୍ ମାର୍ଶ
ବର୍ଷର ଶ୍ରେଷ୍ଠ ପୁରୁଷ ଟି୨୦ କ୍ରିକେଟର୍- ଡେଭିଡ୍ ଓ୍ବାର୍ନର
ବେଲିଣ୍ଡା କ୍ଲାର୍କ ପୁରସ୍କାର- ଏଲିସେ ପେରୀ
ଆଲାନ ବର୍ଡର ପଦକ- ଡେଭିଡ୍ ଓ୍ବାର୍ନର |
https://www.dharitri.com/break-in-corona-infection/ | କରୋନା ସଂକ୍ରମଣରେ ବ୍ରେକ୍…
ନୂଆଦିଲ୍ଲୀ, ୧୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪୮ ହଜାର ତଳେ ରହିଛି।କେରଳରେ ସତର୍କ ସୂଚନା ଜାରି କରାଯାଇଛି। ଏଠାରେ ଦୈନିକ ସଂକ୍ରମଣ ୧୮ ଶହ ଉପରେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୬ ହଜାର ତଳେ ରହିଛି। ଏହା ୫,୨୧୭ ରହିଛି। ଗୋଟିଏ ଦିନ ତଳେ ଏହା ୫,୦୭୨ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୧ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୭ ଥିଲା। ଏହି ସମୟରେ ସକ୍ରିୟ ମାମଲା କମି ୪୭ ହଜାର ୧୭୬ ରେ ପହଞ୍ଚିଛି। ଗୋଟିଏ ଦିନତଳେ ଏହା ୪୭ ହଜାର ୯୪୫ ଥିଲା। ସେହିପରି ୨୪ ଘଣ୍ଟାରେ ୫ ହଜାର ୯୭୫ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୫ ହଜାର ୯୭୦ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୧୬୫ ଛୁଇଁଛି।
ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୫ ଲକ୍ଷ ୫୮୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୯ ଲକ୍ଷ ୨୫ ହଜାର ୨୩୯ ଜଣ ସୁସ୍ଥ ହୋଇ ସାରିଛନ୍ତି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି। |
https://www.dharitri.com/the-one-with-200-eyes-that-works-like-a-telescope/ | ଅଜବ ଜୀବ: ଯାହାର ରହିଛି ୨୦୦ ଆଖି, ଟେଲିସ୍କୋପ ପରି କରେ କାମ
ଦୁନିଆରେ ଏମିତି ଏକ ଅଜବ ଜୀବ ଅଛି, ଯାହାର ଗୋଟିଏ କି ଦୁଇଟି ନୁହେଁ, ଏକାବେଳକେ ୨୦୦ ଆଖି ରହିଛି। ଏହା ଟେଲିସ୍କୋପ ପରି କାମ କରେ। ଏହାର ସନ୍ତରଣ ପଦ୍ଧତି ବି କମ୍ ଆଶ୍ଚର୍ଯ୍ୟଜନକ ନୁହେଁ। ଯେଉଁଥିରେ ଏହା ଜେଟ୍ ପ୍ରପୁଲସନ୍ କୌଶଳ ବ୍ୟବହାର କରେ। ଏବେ ଏହି ଜୀବର ଭିଡିଓ ଭାଇରାଲ ହେବାରେ ଲାଗିଛି।
@ gunnrosesgirl3 ନାମକ ଏକ ଆକାଉଣ୍ଟରେ ଏହି ଭିଡିଓଟି ଶେୟାର କରାଯାଇଛି। ଏଥିରେ କ୍ୟାପ୍ଶନ୍ ଲେଖାଅଛି, ସ୍କ୍ଲାପ୍ର ୨୦୦ ଆଖି ଅଛି। ଯାହା ଟେଲିସ୍କୋପ ପରି କାମ କରେ।
ସ୍କ୍ଲାପ୍ର ଆଖି ବହୁତ ସ୍ବତନ୍ତ୍ର, ଛୋଟ ଏବଂ ପ୍ରାୟ ୧ ମିଲିମିଟର ଚଉଡ଼ା। ଏହି ଆଖିଗୁଡିକ ପାର୍ଶ୍ୱରେ ରହିଛି। ଯାହା ମଣିଷ ଆଖି ସମେତ ଅଧିକାଂଶ ପ୍ରାଣୀମାନଙ୍କ ଆଖିଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଆଲୋକକୁ ଧ୍ୟାନ ଦେବା ପାଇଁ ଲେନ୍ସ ବଦଳରେ ଏହାର ଅବତଳ ଦର୍ପଣ ରହିଛି। |
https://www.dharitri.com/rare-bird-rescued/ | ବିରଳ ପକ୍ଷୀ ଉଦ୍ଧାର: ନନ୍ଦନକାନନରେ ରହିବ
ଟେନ୍ସା, ୫।୫(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବଣାଇ ବନାଞ୍ଚଳର ବରାହମୂଷା ଗ୍ରାମରୁ ବୁଧବାର ସକାଳେ ଏକ ବିରଳ ବିଦେଶୀ ପକ୍ଷୀ ଉଦ୍ଧାର କରାଯାଇଛି। ଏହାକୁ ଗୁରୁବାର ଭୁବନେଶ୍ୱର ନନ୍ଦନକାନନକୁ ପଠାଯିବ ବୋଲି ଜଣାପଡିଛି। ବରାହମୂଷା ଗ୍ରାମର କିଶାନସାହିଠାରେ ଥିବା ପୋଖରୀରେ ଏକ ବିରଳ ପକ୍ଷୀ ବସିଥିବା ଗ୍ରାମବାସୀ ଦେଖିଥିଲେ। ଏ ନେଇ ଗ୍ରାମବାସୀ ବଣାଇ ବନ ବିଭାଗକୁ ଖବର ଦେବା ପରେ ବଣାଇଗଡ଼ ବନପାଳ ସଦାଶିବ ପାତ୍ର ଏବଂ ବନ୍ୟଜନ୍ତୁ ବିଶେଷଜ୍ଞ ଶାନ୍ତିଭୂଷଣ ଘଟଣା ସ୍ଥଳରେ ପହଞ୍ଚତ୍ ଥିଲେ। ଏହା ଏକ ବିରଳ ବିଦେଶୀ ପକ୍ଷୀ ବୋଲି ଜାଣି ଏହାକୁ ଉଦ୍ଧାର କରି ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ। ଏହି ପ୍ରଜାତିର ପକ୍ଷୀର ନାମ କଥିତ ଭାଷାରେ ହାଡ଼ଗିଳl ବୋଲି କୁହାଯାଉଥିବାବେଳେ କେଉଁ ଅଞ୍ଚଳରୁ ଏହା ଉଡି ଆସିଛି ବନ ବିଭାଗ ଅନୁସନ୍ଧାନ ଜାରି ରଖିଥିବା ବଣାଇ ଡିଏଫ୍ଓ ସୂଚନା ଦେଇଛନ୍ତି। ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ଭିଡ଼ ଲାଗଛି। |
https://www.dharitri.com/my-bus-is-2-years-old/ | ମୋ ବସ୍କୁ ୨ ବର୍ଷ: ଆଜି ନିରାଡ଼ମ୍ବର ପ୍ରତିଷ୍ଠା ଦିବସ
ଭୁବନେଶ୍ୱର,୬।୧୧ (ବ୍ୟୁରୋ): ‘ମୋ ବସ୍’ ସେବାକୁ ଇତି ମଧ୍ୟରେ ଦୁଇବର୍ଷ ପୂରିଛି। ରାଜଧାନୀ ଭୁବନେଶ୍ୱର ସମତେ କଟକ, ଖୋର୍ଦ୍ଧା, ପୁରୀ ଓ କୋଣାର୍କରେ ଯାତ୍ରୀଙ୍କୁ ଭରସାଯୋଗ୍ୟ ସ୍ବଳ୍ପକାଳୀନ ସେବା ଯୋଗାଇବା ସହ ଲୋକଙ୍କ ଆସ୍ଥା ଭାଜନ ହୋଇପାରିଛି ମୋ ବସ୍। ସ୍ବଚ୍ଛତା, ସମୟାନୁବର୍ତ୍ତିତା ତଥା ସୁରକ୍ଷିତ ଯାତ୍ରା ପାଇଁ ଲୋକେ ଅଧିକ ଆକର୍ଷିତ ହେଉଛନ୍ତି। ଗତ ଫେବୃୟାରୀରେ ଦୈନିକ ଯାତ୍ରୀ ସଂଖ୍ୟା ୧ଲକ୍ଷ ୩୧ ହଜାର ଅତିକ୍ରମ କରିଥିବାବେଳେ ଗତବର୍ଷ ସର୍ବଭାରତୀୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ମୋ ବସ୍କୁ ଏକାଧିକ ପୁରସ୍କାର ମିଳିଥିଲା। ଏପରି କି ଅନ୍ୟ ରାଜ୍ୟଗୁଡ଼ିକର ଯାତ୍ରୀ ପରିବହନ ସେବାକୁ ପଛରେ ପକାଇ ଶୀର୍ଷରେ ପହଞ୍ଚତ୍ ପାରିଥିଲା। ହେଲେ କରୋନା ପାଇଁ ଲକ୍ଡାଉନ୍ ଓ ଶଟ୍ଡାଉନ୍ ଯୋଗୁ ଯାତ୍ରୀ ସେବା ଗୁରୁତର ବାଧାପ୍ରାପ୍ତ ହୋଇଥିଲା। ଏବେ ଅନ୍ଲକ୍ ପର୍ଯ୍ୟାୟରେ ଦୈନିକ ଯାତ୍ରୀ ସଂଖ୍ୟା ୨୦ରୁ ୨୬ ହଜାର ମଧ୍ୟରେ ରହୁଛି। ପର୍ଯ୍ୟଟନ ଋତୁରେ ମୋ ବସ୍ ଯାତ୍ରୀ ସଂଖ୍ୟା ଆହୁରି ବଢ଼ିଯିବାର ସମ୍ଭାବନା ରହିଛି। କର୍ମଠ କର୍ମଚାରୀଙ୍କ ଦୃଢ ବିଶ୍ୱାସବଳରେ ଏବର୍ଷ ମଧ୍ୟ ପୁଣି ଜାତୀୟ ପୁରସ୍କାର ପାଇବାକୁ ଆଶା ରଖିଛନ୍ତି ‘ମୋ ବସ୍’ ପରିଚାଳନା ଦାୟିତ୍ୱରେ ଥିବା କ୍ୟାପିଟାଲ ରିଜିଅନ୍ ଟ୍ରାନ୍ସପୋର୍ଟ ଲିମିଟେଡ୍ (କ୍ରୁଟ୍) କର୍ତ୍ତୃପକ୍ଷ।
ମୋ ସାଇକେଲ୍ : ୨ ବର୍ଷରେ ଦୟନୀୟ ସ୍ଥିତି
ପୂର୍ବରୁ କ୍ରୁଟ୍ ଦ୍ୱାରା ପରିଚାଳିତ ‘ମୋ ସାଇକେଲ୍’ ସେବା ଶୁକ୍ରବାର ୨ ବର୍ଷରେ ପଦାର୍ପଣ କରିଛି। ବର୍ତ୍ତମାନ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ମୋ ସାଇକେଲ୍କୁ ନିଜ ଅଧୀନକୁ ନେଇଥିଲେ ମଧ୍ୟ ପ୍ରଚାର ପ୍ରସାର ଓ ସଚେତନତା ଅଭାବରୁ ମୋ ସାଇକେଲ ପ୍ରତି ଲୋକେ ଆକର୍ଷିତ ହୋଇପାରୁନାହାନ୍ତି। କେଉଁଠି କେନାଲରେ ତ କେଉଁଠି ଗଛ ଉପରେ, ପୁଣି ରାସ୍ତା କଡ଼ରେ ଦୟନୀୟ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳୁଛି। |
https://www.dharitri.com/pm-cm-and-mps-to-get-vaccinated-in-second-phase-of-vaccination/ | ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଏମ୍ପିମାନେ ନେବେ କରୋନା ଟିକା!
ନୂଆଦିଲ୍ଲୀ,୨୧ ।୧: ଦେଶରେ କରୋନା ବିରୋଧରେ ଲଢିବାକୁ ଭ୍ୟାକ୍ସିନେଶନ ପ୍ରୋଗ୍ରାମ ଆରମ୍ଭ ହୋଇସାରିଛି । ଭ୍ୟାକ୍ସିନେଶନର ପ୍ରଥମ ପର୍ଯ୍ୟାୟରେ ହେଲ୍ଥ ୱାର୍କର ଓ ଫ୍ରଣ୍ଟ ଲାଇନ୍ ୱାର୍କରଙ୍କୁ ସ୍ଥାନ ଦିଆଯାଇଥିଲା । ଏବେ ଶୁଣିବାକୁ ମିଳିଛି କି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଏମ୍ପି ଓ ଅନ୍ୟ ରାଜନେତାଙ୍କୁ ଟିକା ଦିଆଯାଇପାରେ । ତେବେ ଯେଉଁ ଏମ୍ପି ଓ ବିଧାୟକଙ୍କ ବୟସ ଅଧିକ ହୋଇଯାଇଛି ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ହୋଇଛନ୍ତି । ଏବେ ଦେଶରେ ଥିବା ଅଧିକାଂଶ ରାଜନେତାଙ୍କ ବୟସ ୮୦ ବର୍ଷରୁ ଅଧିକ । ଅନ୍ୟପଟେ ଭ୍ୟାକ୍ସିନେଶନ ତାଲିକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମମୋହନ ସିଂ ଓ ଏଚ୍ ଡି ଦେବେଗୌଡାଙ୍କ ନାମ ଆସୁଥିବା ଜଣାପଡିଛି । ସୂଚନାଯୋଗ୍ୟ, ପୂର୍ବରୁ ସରକାର ସ୍ପଷ୍ଟ କରିଥିଲେ କି ଭ୍ୟାକ୍ସିନେଶନ କିଛି ପର୍ଯ୍ୟାୟରେ ହେବ । ଅନୁମାନ କରାଯାଉଛି କି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆସନ୍ତା ଏପ୍ରିଲ ମାସରେ କରାଯିବ । |
https://www.dharitri.com/one-mla-one-pension-bill-approved-in-punjab/ | ‘ଜଣେ ବିଧାୟକ-ଗୋଟିଏ ପେନ୍ସନ’ ବିଲ୍କୁ ରାଜ୍ୟପାଳଙ୍କ ମଞ୍ଜୁରୀ
ଚଣ୍ଡିଗଡ଼,୧୩।୮: ପଞ୍ଜାବରେ ଦଶନ୍ଧି ଧରି ଏକରୁ ଅଧିକ ପେନ୍ସନ ପ୍ରଦାନ କରାଯାଉଥିବା ଆଇନ ଏବେ ଶେଷ ହୋଇଛି। ରାଜ୍ୟପାଳ ବନୱାରିଲାଲ ପୁରୋହିତ ଜଣେ ବିଧାୟକ-ଗୋଟିଏ ପେନ୍ସନ’ ଆଇନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପଞ୍ଜାବରେ ମାନ ସରକାରଙ୍କ ପକ୍ଷରୁ ପାସ୍ ହୋଇଥିବା ବିଲ୍କୁ ଶନିବାର ରାଜ୍ୟପାଳ ଅନୁମୋଦନ କରିବା ପରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁସାରେ, ବର୍ତ୍ତମାନଠାରୁ ବିଧାୟକଙ୍କୁ କେବଳ ଏକ କାର୍ଯ୍ୟକାଳ ଅବଧି ପାଇଁ ପେନ୍ସନ୍ ମିଳିପାରିବ। ଏନେଇ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଟୁଇଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପଞ୍ଜାବବାସୀଙ୍କୁ ଏହି ଖବର ଜଣାଇ ବହୁତ ଖୁସି ଯେ, ମାନ୍ୟବର ରାଜ୍ୟପାଳ ‘ଜଣେ ବିଧାୟକ-ଗୋଟିଏ ପେନ୍ସନ୍’ ବିଲ୍କୁ ଅନୁମୋଦନ କରିଛନ୍ତି। ଏହାପରେ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଏହାଦ୍ୱାରା ଜନସାଧାରଣଙ୍କ ଅନେକ ଟିକସ ସଞ୍ଚୟ ହୋଇପାରିବ। |
https://www.dharitri.com/କରୋନା-ସହାୟତା-ରାଜ୍ୟ-ଶାକଦ୍/ | କରୋନା ସହାୟତା: ରାଜ୍ୟ ଶାକଦ୍ବୀପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ
ଭୁବନେଶ୍ବର, ୨୯।୪(ବ୍ୟୁରୋ): କରୋନା ସହାୟତା ନେଇ ରାଜ୍ୟ ଶାକଦ୍ବୀପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୧୦୦୦ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ଏହି ଚେକ୍କୁ ମହାସଂଘର ସାଧାରଣ ସମ୍ପାଦକ ପ୍ରେମାନନ୍ଦ ସେନାପତି, ସଂଗଠନ ସମ୍ପାଦକ ପ୍ରଭୁ ପ୍ରସାଦ ନାୟକ, କୋଷାଧ୍ୟକ୍ଷ ବିଚିତ୍ର କୁମାର ମହାପାତ୍ର ପ୍ରମୁଖ ଭୁବନେଶ୍ବର କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି। |
https://www.dharitri.com/went-fishing-and-found-dead-body-after-18-hours/ | ମାଛ ଧରିବାକୁ ଯାଇ ୧୮ ଘଣ୍ଟା ପରେ ମିଳିଲା ମୃତଦେହ
ଚିତ୍ରକୋଣ୍ଡା,୨୨।୧(ଡି.ଏନ୍.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅଧୀନ ସ୍ବାଭିମାନ ଅଞ୍ଚଳ ବଡ଼ପଡ଼ା ପଞ୍ଚାୟତ କାଦଗୁମ୍ମା ଗ୍ରାମର ନିଖୋଜ ମଙ୍ଗରା ପାଙ୍ଗି(୪୬)ଙ୍କ ମୃତଦେହ ୧୮ ଘଣ୍ଟା ପରେ ଉଦ୍ଧାର ହୋଇଛି।
ମିଳିଥିବା ସୂଚନା ମୁତାବକ, ଶନିବାର ପୂର୍ବାହ୍ନରେ କାଦଗୁମ୍ମା ଗ୍ରାମର ମଙ୍ଗରା ସ୍ତ୍ରୀଙ୍କ ସହ ମିଶି ମାଛ ଧରିବାକୁ ଚିତ୍ରକୋଣ୍ଡା ଜଳଭଣ୍ଡାରକୁ ଡଙ୍ଗାରେ ଯାଇଥିଲେ। ହେଲେ ଜଳଭଣ୍ଡାର ମଝିରେ ଡଙ୍ଗାରୁ ଖସିପଡ଼ି ମଙ୍ଗରା ନିଖୋଜ ହୋଇଯାଇଥିଲେ। ପାପରମେଟ୍ଲା ପୋଲିସ ଓ ଚିତ୍ରକୋଣ୍ଡା ଅଗ୍ନିଶମ ବିଭାଗ ଖୋଜାଖୋଜି କରିଥିଲେ ସୁଦ୍ଧା ମଙ୍ଗରାଙ୍କ କୌଣସି ପତ୍ତା ମିଳି ନ ଥିଲା। ରବିବାର ପୁଣି ଖୋଜାଖୋଜି କରାଯାଇଥିଲା। ବହୁ ଖୋଜାଖୋଜି ପରେ ନିଖୋଜ ମଙ୍ଗରାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏନେଇ ପାପରମେଟ୍ଲା ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୩/୨୦୨୩) ରୁଜୁକରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ମାନସ ସ୍ବାଇଁ
କହିଛନ୍ତି।
ଅନ୍ୟପକ୍ଷେ ମଙ୍ଗରାଙ୍କ ପରିବାରକୁ ସରକାରୀ ସୁବିଧା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରାଙ୍କୁ ପଚାରିବାରୁ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସରକାରଙ୍କ ନିୟମ ଅନୁସାରେ ସମସ୍ତ ପ୍ରକାର ସାହାଯ୍ୟ କରାଯିବ ବୋଲି କହିଛନ୍ତି। |
https://www.dharitri.com/celebrate-international-womens-day/ | ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
ପାରଳାଖେମୁଣ୍ଡି,୮।୩: ସାରା ଦେଶରେ ବୁଧବାର ହୋଲି ପର୍ବ ଏବଂ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି। ଏହି ଅବସରରେ ଗଜପତି ଜିଲା ପାରାଳାଖେମୁଣ୍ଡିରେ ବରିଷ୍ଠ ନାଗରିକ ମଞ୍ଚ ପାରଳାଖେମୁଣ୍ଡି ପକ୍ଷରୁ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହି ଯାତ୍ରାରେ ପ୍ରାକୃତିକ ରଙ୍ଗର ବ୍ୟବହାର କରିବା ପାଇଁ ସଚେତନ କରାଯାଇଥିଲା। ଏଥିସହ ବରିଷ୍ଠ ନାଗରିକମାନଙ୍କୁ ସମାଜରେ ଅବହେଳିତ ନ କରିବାକୁ ଆହ୍ବାନ ଦିଆଯାଇଥିଲା। ମହିଳା ଦିବସ ଅବସରରେ ଏହି ମଞ୍ଚର ମହିଳା ଶାଖା ପକ୍ଷରୁ ପରିବାରରେ ଶାଶୁ ଓ ବୋହୁ ମଧ୍ୟରେ ମଧୁର ସମ୍ପର୍କ ରଖିବାକୁ ମଧ୍ୟ କୁହାଯାଇଥିଲା। ଏଥିରେ ୫୦ରୁ ଉଦ୍ଧର୍ବ ସଦସ୍ୟ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ। ଏହି ଯାତ୍ରା ମଞ୍ଚର ସଭାପତି ଲକ୍ଷ୍ମୀ ନୃସିଂହ ରଥଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ବେଳେ ଏଥିରେ ରଘୁନାଥ ମହାରଣା, ସତ୍ୟବାଦୀ ପାତ୍ର, ନୃସିଂହ ପ୍ରସାଦ ନାୟକ, ସୁବାଷ ରାଉତ, ଲବଜେନା ଆଦି ପରିଚାଳନା କରିଥିଲେ। ମହିଳା ଶାଖାର ସଭାପତି ନିବେଦିତା ରଥ ଓ ସମ୍ପାଦିକା ବାସନ୍ତୀ ମହାରଣା ସହ ଅନେକ ସଦସ୍ୟା ଭାଗ ନେଇଥିଲେ। |
https://www.dharitri.com/odishas-rakesh-tapan-in-the-indian-team/ | ଭାରତୀୟ ଦଳରେ ଓଡ଼ିଶାର ରାକେଶ, ତପନ
ଭୁବନେଶ୍ୱର, ୧୩।୭ (ତପନ ସ୍ବାଇଁ): ଏସିଆନ ଗେମ୍ସ ୨୦୨୩ ପାଇଁ ଆର୍ଟିଷ୍ଟିକ୍ସ ଜିମ୍ନାଷ୍ଟିକ୍ସ ଚୟନ ଟ୍ରାଏଲ ବୁଧବାର କଳିଙ୍ଗ ଷ୍ଟାଡିୟମର ଜିମ୍ନାଷ୍ଟିକ୍ସ ସେଣ୍ଟରରେ ଶେଷ ହୋଇଛି। ଜିମ୍ନାଷ୍ଟିକ୍ସ ଫେଡେରେଶନ ଅଫ୍ ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଉକ୍ତ ଟ୍ରାଏଲ୍ସରେ ଭାରତର ବିଭିନ୍ନ ସ୍ଥାନରୁ ଜିମ୍ନାଷ୍ଟମାନେ ଅଂଶଗ୍ରହଣ କରିଥିଲେ। ଏସିଆନ ଗେମ୍ସ ପାଇଁ ପ୍ରସ୍ତୁତ ହେବାକୁଥିବା ଭାରତୀୟ କୋର୍ ଗ୍ରୁପ୍ରେ ସ୍ଥାନ ପାଇବା ଥିଲା ଜିମ୍ନାଷ୍ଟଙ୍କର ମୁଖ୍ୟ ଲକ୍ଷ୍ୟ। ଟ୍ରାଏଲ୍ ଶେଷରେ ସିନିୟର ପୁରୁଷ ବ୍ୟକ୍ତିଗତ ବର୍ଗରେ ହରିୟାଣାର ଯୋଗେଶ୍ୱର ସିଂ, ଓଡ଼ିଶାର ରାକେଶ ପାତ୍ର ଓ ତପନ ମହାନ୍ତି ଶୀର୍ଷ-୩ ସ୍ଥାନରେ ରହିଥିଲେ। ସେହିପରି ସିନିୟର ମହିଳା ବ୍ୟକ୍ତିଗତ ବର୍ଗରେ ତ୍ରିପୁରାର ଦୀପା କର୍ମକାର ଏବଂ ରେଲଓ୍ବେ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ପ୍ରଣତି ଦାସ ଓ ପ୍ରଣତି ନାୟକ ପ୍ରଥମ ୩ ସ୍ଥାନ ଅଧିକାର କରିଥିଲେ। ଏହି ଜିମ୍ନାଷ୍ଟଙ୍କ ବ୍ୟତୀତ ପୁରୁଷ ବର୍ଗରେ ଗୌରବ କୁମାର ଓ ସତ୍ୟଜିତ ମଣ୍ଡଳ ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଆନାସ ଅଲୀ ଶେଖ୍ ଓ ସୈଫ୍ ତାମ୍ବୋଲି ରିଜର୍ଭ ତାଲିକାରେ ରହିଛନ୍ତି। ସେହିପରି ମହିଳା ବର୍ଗରେ ଦୀପା, ପ୍ରଣତି ଦାସ ଓ ନାୟକଙ୍କ ବ୍ୟତୀତ ପ୍ରତିଷ୍ଠା ସାମନ୍ତଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି। ବିଦିଶା ଗାୟେନ ରିଜର୍ଭ-୧ ଭାବେ ସ୍ଥାନ ପାଇଛନ୍ତି।
ଏସିଆନ ଗେମ୍ସ ସମେତ ଆଗାମୀ ଦିନରେ ଅନ୍ୟ ଅନ୍ତର୍ଜାତୀୟ ଇଭେଣ୍ଟଗୁଡ଼ିକ ପାଇଁ ହେବାକୁ ଥିବା ଟ୍ରେନିଂ କ୍ୟାମ୍ପ ଲାଗି ମଧ୍ୟ ଖେଳାଳି ତାଲିକା ପ୍ରକାଶ ପାଇଛି। ଏଥିରେ ପୁରୁଷ ବିଭାଗରେ ଯୋଗେଶ୍ୱର, ରାକେଶ, ତପନ, ସତ୍ୟଜିତ, ଅନାସ, ସୈଫ୍ଙ୍କ ସମେତ ଶାୟନ ଶର୍ମା ସ୍ଥାନ ପାଇଛନ୍ତି। ସେହିପରି ମହିଳା ବିଭାଗରେ ଦୀପା, ପ୍ରଣତି ଦାସ ଓ ନାୟକଙ୍କ ସମେତ ପ୍ରତିଷ୍ଠା, ବିଦିଶା ଏବଂ ରିତୁ ଦାସ ଓ ଶ୍ରୀବର୍ଷିନୀ ପି.ଏସ୍.ଙ୍କୁ ସାମିଲ କରାଯାଇଛି।
ଡୋପିଂ ବାସନ୍ଦ ପରେ ପ୍ରତ୍ୟାବର୍ତ୍ତନ କରିଥିବା ଦୀପା କର୍ମକାର ଟ୍ରାଏଲ ପୂର୍ବରୁ ଫେଭରାଇଟ ଥିଲେ। ସେ ନିଜ ପ୍ରତିଷ୍ଠା ଅନୁସାରେ ପ୍ରଦର୍ଶନ ମଧ୍ୟ କରିଥିଲେ। ଦୀପାଙ୍କ ପ୍ରଦର୍ଶନ ସମ୍ପର୍କରେ ଭାରତୀୟ କୋଚ୍ ବିଶ୍ୱେଶ୍ୱର ନନ୍ଦି କହିଛନ୍ତି ଯେ, ଦୀପା ଗତ ଦେଢ଼ମାସ ଧରି ଅଗରତାଲାରେ ଟ୍ରେନିଂ ନେଇ ଆସୁଛନ୍ତି। ଆହତ ସମସ୍ୟାରୁ ମୁକୁଳିବା ପରେ ଫର୍ମକୁ ଫେରିବା ସହଜ କଥା ନୁହେଁ। ଏହାକୁ ଦୃଷ୍ଟିରେ ରଖି ଆମେ ତାଙ୍କ ପାଇଁ ଜଣେ ବ୍ୟକ୍ତିଗତ ଫିଜିଓଙ୍କୁ ନିଯୁକ୍ତ କରିଛୁ। ମୁଁ କେବଳ ତାଙ୍କର କୋଚ୍ ନୁହେଁ ଜଣେ ବାପା, ଅଭିଭାବକ, ମେଣ୍ଟର, ଫିଜିଓ ରୂପରେ ତାଙ୍କ ପ୍ରତି ଯନତ୍ବାନ ଅଛି। ସେ ମାନସିକ ଭାବେ ଖୁବ୍ ଦୃଢ଼। କୌଣସି ପରିସ୍ଥିତିରେ ଭାଙ୍ଗିଯିବା ପରି ପିଲା ନୁହେଁ। ଏଠାରେ ତାଙ୍କ ପ୍ରଦର୍ଶନରେ ଆମେ ସନ୍ତୁଷ୍ଟ“। କଳିଙ୍ଗ ଷ୍ଟାଡିୟମର ଜିମ୍ନାଷ୍ଟିକ୍ସ ସେଣ୍ଟରରେ ଉପଲବ୍ଧ ସୁବିଧା ସୁଯୋଗକୁ ପ୍ରଶଂସା କରିଥିଲେ ବିଶ୍ୱେଶ୍ୱର।
ପ୍ରଭାବୀ ପ୍ରଦର୍ଶନ କରି ଭାରତୀୟ କୋର୍ ଦଳରେ ସ୍ଥାନ ସୁରକ୍ଷିତ କରିଥିବାରୁ ଓଡ଼ିଶାର ତପନ ମହାନ୍ତି ସ୍ବାଭାବିକଭାବେ ଖୁସି ପ୍ରକାଶ କରିଛନ୍ତି। ” ମୁଁ ପ୍ରଥମଥର ପାଇଁ ଏସିଆନ ଗେମ୍ସ ପାଇଁ ଟ୍ରାଏଲ୍ ଦେଇଥିଲି। ଏହି ପ୍ରତିଯୋଗିତାରେ ଟପ୍ କ୍ୱାଲିଟି ଆଥ୍ଲେଟମାନେ ଅଂଶଗ୍ରହଣ କରିଥାନ୍ତି। ଭାରତୀୟ ଦଳ ପାଇଁ ଚୟନ ହେବା ମୋ ପାଇଁ ସ୍ବତନ୍ତ୍ର ଅନୁଭବ। ଭାରତ ଏବଂ ଓଡ଼ିଶାକୁ ଗର୍ବିତ କରିବାକୁ ମୁଁ ଆଶା ରଖିଛି“ ବୋଲି ତପନ ପ୍ରକାଶ କରିଛନ୍ତି। ତପନ ସମ୍ପ୍ରତି ଓଡ଼ିଶା ଏମ୍/ଏନ୍ଏସ୍ ଜିମ୍ନାଷ୍ଟିକ୍ସ ହାଇପରଫର୍ମାନ୍ସ ସେଣ୍ଟରର କ୍ୟାଡେଟ୍। ସେଠାରେ ତାଙ୍କର ଅନୁଭୂତି ସମ୍ପର୍କରେ କହିଛନ୍ତି ଯେ, ”ସମସ୍ତଙ୍କ ସମର୍ଥନ ବିନା ମୁଁ ଆଜି ଏଠାରେ ପହଞ୍ଚତ୍ ପାରି ନ ଥାନ୍ତି। ମୁଁ ଯେତିକି ପରିଶ୍ରମ କରିଛି ମୋ କୋଚ୍ମାନେ ମଧ୍ୟ ମୋତେ ପ୍ରସ୍ତୁତ କରିବାପାଇଁ ସେତିକି ପରିଶ୍ରମ କରିଛନ୍ତି। ଏଠାକାର ସୁବିଧା ସୁଯୋଗ ଅନେକ ଅନ୍ତର୍ଜାତୀୟ ସେଣ୍ଟରର ସୁବିଧା ସୁଯୋଗଠାରୁ ଉନ୍ନତ ବୋଲି ମୋର ଅନୁଭବ ହେଉଛି। ଏଠାରେ ଟ୍ରେନିଂ ନେଉଥିବା ଅନ୍ୟ ଆଥ୍ଲେଟଙ୍କ ସହ ମିଶି ମୁଁ ମୋ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ପ୍ରୟାସ କରୁଛି“।
ଓଡ଼ିଶା ସରକାର ଆଗାମୀ ଦିନରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତା ଆୟୋଜନର ଲକ୍ଷ୍ୟ ରଖିଛନ୍ତି। ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ଚୟନ ଟ୍ରାଏଲ୍କୁ ସଫଳତାର ସହ ଆୟୋଜନ କରି ସରକାର ଲକ୍ଷ୍ୟ ଦିଗରେ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି। ରାଜ୍ୟ ସରକାର ଏବଂ ଏମ୍/ଏନ୍ଏସ୍ର ମିଳିତ ସହଯୋଗରେ ଭୁବନେଶ୍ୱରରେ ହାଇପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା ହୋଇଛି। ଏହା ବ୍ୟତୀତ ପୁରୀ, ଜୟପୁର ଓ ରାଉରକେଲାରେ ତୃଣମୂଳ ସ୍ତରରୁ ଜିମ୍ନାଷ୍ଟିକ୍ର ଉନ୍ନତି ପାଇଁ ଏକାଡେମୀ ପ୍ରତିଷ୍ଠା ହୋଇଛି। ”ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା ଜିମ୍ନାଷ୍ଟଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଚୟନ ଟ୍ରାଏଲ୍ ଇଭେଣ୍ଟ ଉପଯୁକ୍ତ ପ୍ଲାଟ୍ଫର୍ମ ଥିଲା। ଏପରି ଏକ ଇଭେଣ୍ଟ ଆୟୋଜନ କରିଥିବାରୁ ମୁଁ ଜିମ୍ନାଷ୍ଟିକ୍ସ ଫେଡେରେଶନ ଅଫ୍ ଇଣ୍ଡିଆ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗକୁ ଧନ୍ୟବାଦ ନ ଦେଇ ରହିପାରୁନାହିଁ। ଏଠାରେ ବହୁ ଜିମ୍ନାଷ୍ଟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ବୋଲି ଓଡ଼ିଶା ଏମ୍/ଏନ୍ଏସ୍ ଜିମ୍ନାଷ୍ଟିକ୍ସ ହାଇପରଫର୍ମାନ୍ସ ସେଣ୍ଟର କୋଚ୍ ଅଶୋକ କୁମାର ମିଶ୍ର ପ୍ରକାଶ କରିଛନ୍ତି।
**ଦେଶରେ ଜିମ୍ନାଷ୍ଟିକ୍ସର ଆଦର ବଢ଼ୁଛି: ଦୀପା**
”ମୁଁ ମୋ ଜୀବନର କଷ୍ଟ ପରିସ୍ଥିତିଦେଇ ଗତି କରିଛି। ଏଠାରେ ଯଦିଓ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପାରିନାହିଁ ତେବେ ଶୀର୍ଷରେ ରହିଥିବାରୁ ଖୁସି ଅଛି। ଏସିଆନ ଗେମ୍ସ ପାଇଁ ମୁଁ ଭାରତୀୟ ଦଳରେ ସ୍ଥାନ ପାଇବାକୁ ଆଶାବାଦୀ ଥିଲି ଏବଂ ଏହାଠାରୁ ଆଗକୁ ଆହୁରି ଭଲ ପ୍ରଦର୍ଶନର ଆଶା ରଖିଛି। ମୁଁ ସବୁବେଳେ ଶତପ୍ରତିଶତ ପ୍ରଦର୍ଶନ ପାଇଁ ପ୍ରତିଶ୍ରୁତିବଦ୍ଧ ଥାଏ। ଆଗକୁ ଦୁଇମାସ ଟ୍ରେନିଂ କରିବି। ଏହି ଅବସରରେ ପ୍ରଦର୍ଶନରେ ଉନ୍ନତି ପାଇଁ ନିଶ୍ଚିତ ପ୍ରୟାସ କରିବି। ଦେଶରେ ଜିମ୍ନାଷ୍ଟିକ୍ସର ଆଦର ବଢ଼ୁଛି। ଫଳରେ ଅନେକ ଜିମ୍ନାଷ୍ଟିକ୍ ପ୍ରତିଭା ସାମ୍ନାକୁ ଆସୁଛନ୍ତି। ଯୁବ ପ୍ରତିଭାମାନେ ସିନିୟର ଖେଳାଳିଙ୍କୁ ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ। ମୁଁ ମଧ୍ୟ ସେମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପସନ୍ଦ କରିବି। ଓଡ଼ିଶାରେ ହାଇପରଫର୍ମାନ୍ସ ସେଣ୍ଟରର ମାନ ବହୁତ ଭଲ। ରାଜ୍ୟ ସରକାର କ୍ରୀଡ଼ାର ଉନ୍ନତି ଚାହୁଁଥିବାରୁ ଆଗକୁ ଏଠାରୁ ଆହୁରି ଅଧିକ ଖେଳାଳି ବାହାରିବା ସମ୍ଭାବନା ରହିଛି“ ବୋଲି ଦୀପା କର୍ମକାର ପ୍ରକାଶ କରିଛନ୍ତି। |
https://www.dharitri.com/3-more-gates-of-hirakuda-were-opened/ | ଖୋଲିଲା ହୀରାକୁଦର ଆଉ ୩ ଗେଟ୍
ସମ୍ବଲପୁର,୨୫ା୭(ଶୁଭାଶିଷ ପାଢ଼ୀ):ସମ୍ବଲପୁର ହୀରାକୁଦ ଡ୍ୟାମ୍ର ଆଉ ୩ ଗେଟ୍ ସୋମବାର ଖୋଲାଯାଇଛି। ଫଳରେ ଏବେ ମୋଟ ୮ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଡ୍ୟାମ୍କୁ ଜଳ ପ୍ରବେଶ ପରିମାଣ ବୃଦ୍ଧି ପାଉଥିବାରୁ କର୍ତ୍ତୃପକ୍ଷ ପୁଣି ଗେଟ୍ ଖୋଲିବା ନିଷ୍ପତ୍ତି ନେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ଡ୍ୟାମ୍ର ଜଳସ୍ତର ୬୧୪.୩୧ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୩୮ହଜାର ୩୩୫ କ୍ୟୁସେକ ଜଳ ପ୍ରବେଶ କରୁଛି। ସେହିପରି ସ୍ପିଲୱେ, ଜଳସେଚନ, ପାୱାର ଚ୍ୟାନେଲ, କଳକାରଖାନ ଏବଂ ଡ୍ୟାମ୍ ବାମ ପାର୍ଶ୍ୱର ୬ଟି ଓ ଡାହାଣ ପାର୍ଶ୍ୱର ୨ଟି ସ୍ଲୁଇସ ଗେଟ୍ ଦେଇ ମୋଟ ୧ ଲକ୍ଷ ୬୨ ହଜାର ୪୧୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ବେଲଗଁାରେ ୮ହଜାର, ପର୍ଥଲାରେ ୪୨ ହଜାର ୭୦୭, ଖଇରମାଲରେ ୨ଲକ୍ଷ ୬ ହଜାର, ବରମୁଲାରେ ୧ଲକ୍ଷ ୫ଶହ ଓ ମୁଣ୍ଡୁଳିରେ ୭୬ ହଜାର ୨୦୦ କ୍ୟୁସେକ ଜଳ ପ୍ରବାହିତ ହେଉଛି। ସୂଚନାଯୋଗ୍ୟ, ଡ୍ୟାମ୍ର ୫ ଗେଟ୍ ଦେଇ ରବିବାର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଥିଲା। ଏ ନେଇ ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି, ଏବେ କୌଣସି ଭୟଭୀତ ହେବାର ନାହିଁ। ଜଳଭଣ୍ଡାରରେ ନିୟନ୍ତ୍ରଣ ଅନୁସାରେ ଜଳ ରହିଛି। ଜୁଲାଇ ୩୧ ସୁଦ୍ଧା ଜଳସ୍ତର ୬୦୫ ଫୁଟ୍ ରଖାଯିବ। ପାଣିପାଗ ବିଭାଗ ଓ ଅତ୍ୟାଧୁନିକ ଜ୍ଞାନକୌଶଳ ସୂଚନା ଅନୁସାରେ ବହୁମାତ୍ରାରେ ବର୍ଷା ହେବା ସମ୍ଭାବନା ନାହିଁ ବୋଲି ସାହୁ କହିଛନ୍ତି। |
https://www.dharitri.com/youtuber-faisal-wani-arrested-for-provocative-video-on-nupur-sharma/ | ନୁପୁର ଶର୍ମାଙ୍କ ଉପରେ ଉତ୍ତେଜନାମୂଳକ ଭିଡିଓ କରି ଗିରଫ ହେଲେ କଶ୍ମୀରର ୟୁଟ୍ୟୁବର୍
ନୂଆଦିଲ୍ଲୀ,୧୧।୬: ନିଲମ୍ବିତ ଭାଜପା ମୁଖପାତ୍ର ନୁପୁର ଶର୍ମାଙ୍କ ମୁଣ୍ଡ ବିରୋଧରେ ଉତ୍ତେଜନାମୂଳକ ଭିଡିଓ କରି ଗିରଫ ହୋଇଛନ୍ତି କଶ୍ମୀରର ୟୁ-ଟ୍ୟୁବର ଫୈଜଲ ୱାନି। ଶନିବାର ତାଙ୍କୁ ଜମ୍ମୁ-କଶ୍ମୀର ପୁଲିସ ଗିରଫ କରିଛି।
ୟୁଟ୍ୟୁବ୍ରେ ଫୈଜଲଙ୍କର ‘ଡିପ୍ ପେନ୍ ଫିଟ୍ନେସ୍’ ନାମରେ ଏକ ଚ୍ୟାନେଲ ରହିଛି। ସେ ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଗତ ସପ୍ତାହରେ ନିଜେ ଖୋଲା ଦେହରେ ଥାଇ ଏକ ଭିଡିଓ କରିଥିଲେ। ଏଥିରେ ସେ ଏକ ଖଣ୍ଡା ଧରି ନୂପୁର ଶର୍ମାଙ୍କ ଫଟୋର ବେକ କାଟୁଥିବା ଦୃଶ୍ୟ ରହିଥିଲା। ପ୍ରଫେଟ ମହମ୍ମଦଙ୍କ ବିରୋଧରେ ନୂପୁର ଶର୍ମା ଦେଇଥିବା ବିବାଦୀୟ ବୟାନର ପ୍ରତିବାଦ ସ୍ବରୂପ ଫୈଜଲ ଏଭଳି ଭିଡିଓ କରିଥିଲେ। ତେବେ ଏହି ଭିଡିଓଟିକୁ ନେଇ ବିବାଦ ସୃଷ୍ଟି ହେବାରୁ ସେ ଏହାକୁ ଡିଲିଟ କରି ଦେଇଥିଲେ।
ଏପରିକି ଫୈଜଲ ଆଉ ଗୋଟିଏ ଭିଡିଓ ପୋଷ୍ଟ କରି କହିଥିଲେ, ‘ମୁଁ ହିଁ ଉକ୍ତ ଭିଡିଓ ଭିଏଫ୍ଏକ୍ସ ଜରିଆରେ ତିଆରି କରିଥିଲି। କିନ୍ତୁ ମୋର କୌଣସି ମନ୍ଦ ଉଦ୍ଦେଶ୍ୟ କିମ୍ବା ହିଂସା ସୃଷ୍ଟି କରିବାର ଲକ୍ଷ୍ୟ ନ ଥିଲା। ମୁଁ ଏବେ ଉକ୍ତ ଭିଡିଓକୁ ଡିଲିଟ କରି ଦେଇଛି। ଯଦି ମୋ ଭିଡିଓ କାହାକୁ ଆଘାତ ଦେଇଥିବ, ତା’ହେଲେ ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି। ଆମ ଇସଲାମରେ କେଉଁ ଧର୍ମକୁ ଅପମାନିତ କରିବାକୁ କେବେ ହେଲେ ଶିଖାଯାଇ ନ ଥାଏ ବୋଲି କହିଥିଲେ।’ ହେଲେ ତାଙ୍କର ଉକ୍ତ ଭିଡିଓ ବିରୋଧରେ ସଫା କାଦଲ ପୋଲିସ ଷ୍ଟେଶନରେ ଭାରତୀୟ ଦଣ୍ଡବିଧାନର ୫୦୫ ଏବଂ ୫୦୬ ଅନୁଯାୟୀ ଏଫ୍ଆଇଆର୍ ରୁଜୁ ହୋଇଛି। ଏହାପରେ ତାଙ୍କୁ ଗିରଫ କରାଯାଇଥିବା ଜମ୍ମୁ କଶ୍ମୀର ପୋଲିସ କହିଛି। |
https://www.dharitri.com/the-term-is-over-the-ship-is-where-it-is/ | ଅବଧି ଶେଷ ହେଲାଣି, ଜାହାଜ ଯେଉଁଠି ସେଇଠି
ପାରାଦୀପ,୨୬ା୯(ଶରତ ରାଉତ):ପାରାଦୀପ ବନ୍ଦରରେ ୨୦୨୩ ନଭେମ୍ବର ୩୦ରୁ ଅଟକ ଥିବା ଏମ୍.ଭି. ଦେବୀ ଜାହାଜ ଏବେ ବି ସମୁଦ୍ରର ଆଙ୍କରେଜ ଏରିଆରେ ରହିଛି। ସମ୍ପୃକ୍ତ ଜାହାଜକୁ ଓଡ଼ିଶା ହାଇକୋର୍ଟ ବିକ୍ରି କରିବାକୁ ଅଗଷ୍ଟ ୨୦ରେ ନିର୍ଦ୍ଦେଶ ଦେଇଥିଲେ। ଏହି ଜାହାଜର ମୂଲ୍ୟାଙ୍କନ କରି ରିପୋର୍ଟ ଦେବାକୁ ସମୟ ଥିଲା ସେପ୍ଟେମ୍ବର ୨୧ତାରିଖ। ଏହା ମଧ୍ୟରେ ଧାର୍ଯ୍ୟ ସମୟ ୪ ଦିନ ଅତିକ୍ରାନ୍ତ କରିସାରିଲାଣି। ଜାହାଜ ବିକ୍ରି ହେବା ପ୍ରସଙ୍ଗ ଏବେ ଅନାଲୋଚିତ ହୋଇ ରହିଛି। ଜାହାଜ ବିକ୍ରି ହେବ କି ନାହିଁ, ସେଥିରେ ସମ୍ପୃକ୍ତ ଘରୋଇ ସଂସ୍ଥା, ଅଟକ ରଖିଥିବା କଷ୍ଟମ୍ସ ବିଭାଗ, ଦେଖାରଖା କରୁଥିବା ମେରାଇନ୍ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ମେରାଇନ୍ ଥାନାଧିକାରିଣୀ ସୁଜାତା ବେହେରାଙ୍କୁ ଜାହାଜ ବିକ୍ରି ସମ୍ପର୍କରେ ପଚାରିବାରେ ଆମ ପାଖକୁ ସେ ସମ୍ପର୍କରେ କୌଣସି ନୋଟିସ ଆସିନାହିଁ। ଅର୍ଥାତ୍ ଜାହାଜ ବିକ୍ରି ହୋଇନାହିଁ। ଏବେ ଜାହାଜ ଯେଉଁଠି ଥିଲା ସେଇଠି ରହିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନାହିଁ ବୋଲି ଜଣାପଡିଛି। ଏହା ମଧ୍ୟରେ ଜାହାଜ ମାଲିକ ପ୍ରାୟ ୪ଟି ଏଜେଣ୍ଟ କମ୍ପାନୀ ପରିବର୍ତ୍ତନ କରିସାରିଲାଣି। ଏବେ କୋଲକାତାର ଗୋଟିଏ ଏଜେଣ୍ଟ ଜାହାଜ ନାବିକଙ୍କ ଦେଖାଶୁଣା ଓ ଖାଦ୍ୟ ସାମଗ୍ରୀ ଯୋଗାଉଛି। ଯେଉଁ ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) କମ୍ପାନୀ ଜାହାଜ ଭଡ଼ା ବାବଦରେ ହାଇକୋର୍ଟରେ ଅଭିଯୋଗ କରିଥିଲେ ସେ ମଧ୍ୟ କୌଣସି ସୂଚନା ଦେଉନାହାନ୍ତି। କମ୍ପାନୀ ଏଚ୍ଆର୍(ମାନବ ସମ୍ବଳ) ବିଭାଗର କର୍ମଚାରୀ ଶାରଦା ନାୟକଙ୍କୁ ପଚାରିବାରେ ସେ ବିଷୟରେ କିଛି କହିବେ ନାହିଁ ବୋଲି କହିଛନ୍ତି। ୨୨୦ କୋଟି ଟଙ୍କାର କୋକେନ୍ ଜବତ ଘଟଣା ପରେ ଜାହାଜ ଅଟକ ରହିଛି। ସେଥିରେ ଥିବା ୨୧ ଜଣ ନାବିକ ନିର୍ବାସନ ଭଳି ଦଣ୍ଡ ଭୋଗୁଛନ୍ତି ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ୨୦୨୩ ନଭେମ୍ବର ୩୦ରେ ଏହି ଏମ୍.ଭି. ଦେବୀ ଜାହାଜ (ଆଇଏମ୍ଓ ନଂ. ୯୬୧୬୭୩୫) ପିଆଇସିଟି ବର୍ଥରେ ପଣ୍ୟ ବୋଝେଇ କରୁଥିବା ବେଳେ କୋକେନ୍ ଥିବା ଜଣାପଡ଼ିଥିଲା। ପରେ କଷ୍ଟମ୍ସ ବିଭାଗ କୋକେନ୍ ଜବତ କରିବା ସହ ଜାହାଜ ଓ ନାବିକଙ୍କୁ ଅଟକ ରଖିଛି। ଦୀର୍ଘଦିନ ଧରି ଜାହାଜ ପିଆଇସିଟି ବର୍ଥରେ ରହିବା ଯୋଗୁ ତା’ର ଭଡ଼ା ମିଳି ନ ଥିଲା। ସେଥିପାଇଁ ପିଆଇସିଟି କମ୍ପାନୀ ଓଡ଼ିଶା ହାଇକୋର୍ଟରେ ଅଭିଯୋଗ କରିଥିଲେ। ଏଥିରେ ବର୍ଥ ଭଡ଼ା ୭ କୋଟି ୯୫ ଲକ୍ଷ ୪୭ ହଜାର ୧୩୦ ଟଙ୍କା, ସୁଧ ୨୦ ଲକ୍ଷ ୩୬ ହଜାର ୩୪୫ ଟଙ୍କା ଓ ଆଇନ ଗତ ଖର୍ଚ୍ଚ ୫୦ ଲକ୍ଷ ଟଙ୍କା ଦେବାକୁ ଆବେଦନ କରିଥିଲେ। କୋର୍ଟରେ ଜାହାଜ ମାଲିକଙ୍କ ପକ୍ଷରୁ କୌଣସି ପକ୍ଷ ଉପସ୍ଥିତ ନ ରହିବାରୁ କୋର୍ଟ ଜାହାଜ ବିକ୍ରି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଆଡୋନିଆ ଅଫ୍ଶୋର କନ୍ସଲାଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ନାମକ କମ୍ପାନୀ ଜାହାଜର ମୂଲ୍ୟ ଆକଳନକରି ସେପ୍ଟେମ୍ବର ୨୧ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଥିଲା। ଏହା କାର୍ଯ୍ୟକାରୀ ହୋଇ ନ ଥିବା ଜଣାପଡ଼ିଛି। |
https://www.dharitri.com/ବଳାତ୍କାର-ଓ-ଅପହରଣ-ମାମଲାକୁ/ | ବଳାତ୍କାର ଓ ଅପହରଣ ମାମଲାକୁ ୮ମାସ ବିତିଲା, ଅଭିଯୁକ୍ତଙ୍କୁ ଗିରଫ କରୁନି ପୋଲିିସ
ରଣପୁର,୪।୧୨(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ବାଣିକିଲୋ ପଞ୍ଚାୟତ ଅଞ୍ଚଳରେ ଜଣେ ୧୭ ବର୍ଷୀୟା ନାବାଳିକା କଲେଜ ଛାତ୍ରୀଙ୍କୁ ଅପହରଣ ଓ ବଳାକତ୍ାର କରାଯିବା ଘଟଣାକୁ ୮ମାସ ବିତି ଗଲାଣି। ତେବେ ଏ ଯାଏ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିନି। ଫେରାର ବଳାତ୍କାରୀ ଅଧିକାଂଶ ସମୟ ନିଜ ଘରକୁ ଆସୁଥିଲେ ମଧ୍ୟ ପୋଲିସ ନୀରବ ରହିବା ଘଟଣା ‘ମୋ ସରକାର’ କାର୍ଯ୍ୟକ୍ରମର ସ୍ବଚ୍ଛତାକୁ ପଦାରେ ପକାଇଛି । ରାଜନୈତିକ ଚାପରେ ପୋଲିସ ଚୁପ୍ ହୋଇ ବସିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ଏହି ଘଟଣାକୁ ସହଯୋଗ କରିଥିବା ଅଭିଯୁକ୍ତଙ୍କ ପରିବାର ଲୋକଙ୍କ ପ୍ରତି ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏଭଳିସ୍ଥଳେ ନାବାଳିକା କଲେଜ ଛାତ୍ରୀ ପାଢ଼ପଢ଼ା ବନ୍ଦ କରି ମାନସିକ ଦୁଶ୍ଚିନ୍ତାରେ ଘରେ ଚୁପ ହୋଇ ବସି ରହୁଛନ୍ତି । ପୋଲିସର ନୀରବତା ଓ ମୟୂରଭଞ୍ଜର ଅଧ୍ୟାପିକା ପୋଲିସଠାରୁ ସହଯୋଗ ନ ପାଇ ଆମତ୍ହତ୍ୟା କରିବା ଘଟଣା ପରେ ପୀଡିତା ଅସହାୟ ହୋଇ ପଡିଛନ୍ତି। ଅଭିଯୁକ୍ତ ପରିବାର ସଦସ୍ୟଙ୍କ ଧମକ, ପୋଲିସର ଅସହଯୋଗକୁ ନେଇ ନାବାଳିକାଙ୍କ ମା’ ବାପା ନ୍ୟାୟ ପାଇଁ ଥାନା ଓ କୋଟର୍ର୍ କଚେରିକୁ ଦୌଡି ଦୌଡି ନୟାନ୍ତ ହୋଇ ସାରିଥିଲେ ମଧ୍ୟ ସୁଫଳ ମିଳୁନି ବୋଲି ଅଭିଯୋଗ ହେଉଛି । ଏପରିକି ୩ ଥର ଜିଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଯାଇ ଜିଲାପାଳ ଓ ଏସପିଙ୍କୁ ଭେଟି ନ୍ୟାୟ ପାଇଁ ନିବେଦନ କରିଥିଲେ ମଧ୍ୟ ନିରାଶ ହେବାକୁ ପଡିଛି ବୋଲି ପୀଡିତାଙ୍କ ବାପା ପ୍ରକାଶ କରିଛନ୍ତି।
ପ୍ରକାଶଥାଉକି, ଗତ ଏପ୍ରିଲ ୧ରେ ନାବାଳିକା ସାଇକେଲରେ କଲେଜକୁ ଯାଇ ଆଉ ଘରକୁ ଫେରି ନ ଥିଲେ । ନାବାଳିକାଙ୍କ ସାଇକେଲ ବାଟରେ ପଡି ରହିଥିବା ଦେଖି ପରିବାର ଲୋକେ ଝିଅକୁ ବହୁ ଖୋଜା ଖୋଜି କରି ନ ପାଇବାରୁ ଶେଷରେ ସୁନାଖଳା ଫାଣ୍ଡିରେ ଅଭିଯୋଗ କରିଥିଲେ । ଦୁଇ ଦିନ ପରେ ପରିବାର ଲୋକେ ବୋଲଗଡ ଥାନା ମାଣିକଗୋଡା ଗଁାରୁ ଝିଅକୁ ବିଷ ପିଇ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୁନାଖଳା ଡାକ୍ତରଖାନାରେ ଭର୍ତ୍ତି କରିିଥିଲେ । ପରେ ସେ ସୁସ୍ଥ ହୋଇଥିଲେ। ତାଙ୍କ ବୟାନ ଅନୁସାରେ ବଡପତୁରିଆ ଗ୍ରାମର ସୁଶୀଲ କୁମାର ମହାରଣା କିଛି ସମ୍ପର୍କୀୟଙ୍କ ସହ ମିଶି ଅପହରଣ କରି ନେଇଥିଲେ । ଗୋଟିଏ ଘରେ ରଖି ସୁଶୀଲ ତାଙ୍କୁ ବଳାତ୍କାର କରିଥିଲେ। ପରେ ତାଙ୍କୁ ମାରିଦେବା ପାଇଁ ସେ ଓ ତାଙ୍କ ପରିବାର ସଦସ୍ୟ ମିଶି ଜୋରଜବରଦସ୍ତି ବିଷ ପିଆଇଥିଲେ । ଏ ନେଇ ପୀଡିତାଙ୍କ ପରିବାର ଲୋକେ ଅପହରଣ, ବଳାକତ୍ାର ଓ ହତ୍ୟା ଉଦ୍ୟମ ପରି ଘଟଣା ସମ୍ପର୍କରେ ଫାଣ୍ଡିରେ ଅଭିଯୋଗ କରିଥିଲେ। ପୋଲିସ ୩୬୩, ୩୬୬, ୩୭୬,(୨)(ଏନ), ୩୪ ଆଇପିସି, ୬ ଓ ୧୭ ପୋକ୍ସୋ ଆକ୍ଟ ୮୦/୧୯ରେ ମାମଲା ରୁଜୁ କରି ବସି ରହିଛି । ଏ ସମ୍ପର୍କରେ ସୁନାଖଳା ଫାଣ୍ଡି ଅଧିତ୍କାରୀ ପ୍ରଦୀପ କୁମାର ସାମଲଙ୍କୁ ପଚାରିବାରୁ ସେ କୁହନ୍ତି ଅଭିଯୁକ୍ତ ଫେରାର ହୋଇ ଯାଇଥିବାରୁ ଗିରଫ କରାଯାଇ ପାରୁ ନାହିଁ । କେସ ଡାଏରୀ ହାଇକୋର୍ଟ ମାଗିବା ପରେ ପ୍ରଦାନ କରାଯାଇଛି । |
https://www.dharitri.com/bhubaneswar-is-a-hot-city/ | ଭୁବନେଶ୍ୱର ଉତ୍ତପ୍ତ ସହର
ଭୁବନେଶ୍ୱର, ୨୭।୨(ବ୍ୟୁରୋ): ଭୁବନେଶ୍ବରରେ ଶୁକ୍ରବାର ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ସେଲ୍ସିଅସ୍ ରେକର୍ଡ କରାଯାଇଛି। ଫଳରେ ଭୁବନେଶ୍ୱର ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍. ଆର. ବିଶ୍ୱାସ କହିଛନ୍ତି। ୨୦୧୧ରୁ ଏଯାବତ୍ ଚତୁର୍ଥ ଥର ପାଇଁ ଫେବୃୟାରୀରେ ତାପମାତ୍ରା ୩୮ ଡିଗ୍ରୀ ଟପିଛି। ୨୦୧୬ ଫେବୃୟାରୀ ୨୦ରେ ଭୁବନେଶ୍ୱରରେ ସର୍ବାଧିକ ୪୦.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଭୁବନେଶ୍ୱର ସମେତ ଟିଟିଲାଗଡ଼ ଓ ସମ୍ବଲପୁରରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଛି। ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ସେପଟେ ଶୁକ୍ରବାର ରାଜ୍ୟର ଅନ୍ୟ ସହରରେ ଯେପରିକି ବାରିପଦାରେ ୩୮.୬, ଅନୁଗୋଳରେ ୩୮.୧, ବଲାଙ୍ଗୀର ଓ ନୟାଗଡ଼ରେ ୩୮, ବାଲେଶ୍ୱରରେ ୩୭.୬, ଭବାନୀପାଟଣାରେ ୩୭.୫, ତାଳଚେରରେ ୩୭.୪, କଟକ, ଚାନ୍ଦବାଲି, ଟିଟିଲାଗଡ଼ ଓ ସୋନପୁରରେ ୩୭.୨, ସମ୍ବଲପୁର ୩୭.୧, ଝାରସୁଗୁଡ଼ାରେ ୩୭, ହୀରାକୁଦରେ ୩୬.୩, ସୁନ୍ଦରଗଡ଼ରେ ୩୬, ମାଲକାନଗିରିରେ ୩୫.୫ ଡିଗ୍ରୀ ସେଲ୍ସିଅସ୍ ରେକର୍ଡ କରାଯାଇଛି। |
https://www.dharitri.com/ଫନୀକୁ-ବିତିଲା-୨ମାସ-ସଳଖିପା/ | ଫନୀକୁ ବିତିଲା ୨ମାସ, ସଳଖିପାରୁନି ସୂଚନାଫଳକ
ନରାଜ,୧୯।୭(ଡି.ଏନ୍.ଏ.)- ବାରଙ୍ଗ ଅଞ୍ଚଳରେ ବିଭିନ୍ନ ଅଞ୍ଚଳକୁ ରାସ୍ତା ଜଣାଇବା ପାଇଁ ଥିବା ସୂଚନାଫଳକଗୁଡିକ ଭାଙ୍ଗିଯାଇଥିବା ବାତ୍ୟା ଫନୀରେ ଭାଙ୍ଗି ଯାଇଥିଲା। ଫନୀ ଯିବାର ଦୁଇମାସରୁ ଊର୍ଦ୍ଧ୍ୱଦିନ ହୋଇଯାଇଥିଲେ ବି ଭଙ୍ଗା ସୂଚନାଫଳକଗୁଡିକ ଏପର୍ଯ୍ୟନ୍ତ ଠିକ କରାଯାଇନାହିଁ। ତ୍ରିଶୁଳିଆ ଛକରୁ ବାଙ୍କୀ ଓ ଭୁବନେଶ୍ୱର ରାସ୍ତାର ପାର୍ଶ୍ୱରେ ଥିବା ବହୁ ଦାମୀ ଷ୍ଟିଲ ସୂଚନାଫଳକଗୁଡିକ ସେଭଳି ଭଙ୍ଗା ଅବସ୍ଥାରେ ପଡିରହିଛି। କିଛି ଚୋରି ହୋଇଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିରେ ଏସବୁ ପଡୁନାହିଁ। ଏହି ଅଞ୍ଚଳକୁ ବାହାରୁ ପର୍ଯ୍ୟଟକ ନନ୍ଦନକାନନ ଓ ବାଙ୍କୀରେ ଚର୍ଚ୍ଚିକା ଭଳି ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଆସିଥାନ୍ତି। ଏହି ରାସ୍ତାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଯିବା ଆସିବା କରୁଥିବାରୁ ସୂଚନାଫଳକର ନିହାତି ଆବଶ୍ୟକତା ରହିଛି। ଏହି ରାସ୍ତାରେ ବିଭାଗୀୟ କର୍ମଚାରୀମାନେ ସବୁବେଳେ ଯିବାଆସିବା କରୁଥିଲେ ମଧ୍ୟ ଏଥିପ୍ରତି ଧ୍ୟାନ ନ ଦେବା ଜଣାପଡୁଛି। ଆଗକୁ ପର୍ଯ୍ୟଟନ ଋ଼ତୁ ଆସୁଥିବାରୁ ଖୁବଶୀଘ୍ର ସୂଚନାଫଳକଗୁଡିକୁ ଠିକ କରିବା ପାଇଁ ସାଧାରଣରେ ଦାବି ହୋଇଛି। |
https://www.dharitri.com/checkdam/ | ଚାଷୀଙ୍କ କାମରେ ଲାଗୁନି ଚେକ୍ଡ୍ୟାମ୍
ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୪।୧: ବର୍ଷାର ଅନିୟମିତତା ଯୋଗୁ ରାଜ୍ୟରେ ଦେଖାଦେଉଥିବା କୃଷି ସମସ୍ୟାର ସମାଧାନ ପାଇଁ ସରକାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ(ଏମ୍ଆଇପି) କାର୍ଯ୍ୟକାରୀ କରୁଛନ୍ତି। ଅଣ ଜଳସେଚିତ ଅଞ୍ଚଳରେ ଆବଶ୍ୟକ ବର୍ଷାର ଅଭାବ ଯୋଗୁ କୃଷକର ମେରୁଦଣ୍ଡ ଦୋହଲି ଯାଉଛି। ଏହାକୁ ପ୍ରତିହତ କରିବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବିପୁଳ କୋଟି ଟଙ୍କାର ଅନୁଦାନ ଦେଇଚାଲିଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ଓ ଦୁର୍ନୀତିଖୋର ମନୋଭାବ ସାଙ୍ଗକୁ ତଦାରଖ ଦାୟିତ୍ୱରେ ଥିବା ଉଚ୍ଚକର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଜନାର ସଫଳତାରେ ପ୍ରତିବନ୍ଧକ ସୃଷ୍ଟି କରିଛି। ଯାଜପୁର ଜିଲାର କୋରେଇ ବ୍ଲକରେ ନିର୍ମାଣ ଓ ମରାମତି ହେଉଥିବା ଚେକ୍ଡ୍ୟାମଗୁଡ଼ିକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏହିସବୁ ଚେକ୍ଡ୍ୟାମ ନିର୍ମାଣ ଓ ମରାମତି କାର୍ଯ୍ୟରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ କୋରେଇ ବ୍ଲକ ଅଧୀନରେ ଗତ ୫ ବର୍ଷ ମଧ୍ୟରେ ଏମ୍ଆଇପିଗୁଡ଼ିକର ମରାମତି ନିମନ୍ତେ ପ୍ରାୟ ୪.୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି। କୋଲାର ଚେକ୍ଡ୍ୟାମ ମରାମତିରେ ୧.୧୩ ଲକ୍ଷ ଏବଂ ଅନ୍ଧାରୀ ଚେକ୍ଡ୍ୟାମ ୨ଥର ମରାମତି ନାମରେ ୪.୪୪ ଲକ୍ଷ, ତାଜପୁର ଚେକ୍ଡ୍ୟାମ ୨ଥର ମରାମତିରେ ୩.୧୧ ଲକ୍ଷ, ଜହ୍ନା ଏମ୍ଆଇପି ମରାମତି ଏବଂ ଫେବ୍ରିକେଶନ କାର୍ଯ୍ୟରେ ୯.୩୮ ଲକ୍ଷ, ବଡବନ୍ଧ ଉନ୍ନତୀକରଣ ଏବଂ ମରାମତି ପାଇଁ ୩ ଥରରେ ୨୩.୪୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୨ରେ ପଛିକୋଟ ପଞ୍ଚାୟତର ଆଇଚିପୁର ଏବଂ ଗୋଦରାପାଳ ଗ୍ରାମରେ ୨ ନୂଆ ଚେକଡ୍ୟାମ ନିର୍ମାଣରେ ୧.୧୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ପୂର୍ବରୁ ତଳଗଡ଼ ପଞ୍ଚାୟତର (ବନ୍ଦୀ) ଭଙ୍ଗାବନ୍ଧ ଏମ୍ଆଇପି ନିର୍ମାଣରେ ପାଖାପାଖି ୮୦ ଲକ୍ଷ ଟଙ୍କା ଓ ତୁଳତୀ ଏମ୍ଆଇପିରେ ୫୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ବିଡମ୍ବନା ଯେ, ଉପରୋକ୍ତ ଅର୍ଥରେ ନିର୍ମାଣ ଓ ମରାମତି ହୋଇଥିବା ଚେକ୍ଡ୍ୟାମଗୁଡ଼ିକର ପାଣି ସ୍ଥାନୀୟ ଚାଷୀଙ୍କ ଜମିକୁ ଜଳସେଚନ ପାଇଁ ଉପଯୋଗୀ ହୋଇପାରୁ ନାହିଁ। ସାଧାରଣରେ ଅଭିଯୋଗ ହେଉଛି, ସୁବିଧା ସୁଯୋଗ ଦେଖି ଅଧିକାରୀମାନେ ଚେକ୍ଡ୍ୟାମଗୁଡ଼ିକର ଅନାବଶ୍ୟକ ମରାମତି ଦର୍ଶାଇ ଠିକାଦାରଙ୍କୁ ପୋଷିବା ସାର ହେଉଛି। ଏହିକ୍ରମରେ ସମ୍ପକ୍ତ ଯନ୍ତ୍ରୀ ଓ ଠିକାଦାର ମିଳିମିଶି ବିପୁଳ ସରକାରୀ ଅର୍ଥ ହେରଫେର କରୁଥିବା ଅଭିଯୋଗ ହେଉଛି। ଏମ୍ଆଇପି ନିର୍ମାଣ ବା ମରାମତି ସମୟରେ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ କିମ୍ବା ବିଭାଗୀୟ କୌଣସି ବରିଷ୍ଠ ଅଧିକାରୀ ପରିଦର୍ଶନ ନ କରି ପ୍ରକଳ୍ପର ଯୋଜନା କରୁଛନ୍ତି। ଫଳରେ ପ୍ରକଳ୍ପଗୁଡ଼ିକ ଚାଷୀଙ୍କ କାମରେ ଲାଗିପାରୁନାହିଁ। ଏଭଳିଭାବେ ଉକ୍ତ ପ୍ରକଳ୍ପଗୁଡ଼ିକର ଅବସ୍ଥା ଯଥା ପୂର୍ବଂ ତଥା ପର ଭାବେ ପରିଗଣିତ ହୋଇଛି। ଖରିଫ ଋତୁରେ ମରୁଡି ଦାଉରୁ ରକ୍ଷା ପାଇବା ପାଇଁ ଆଶା କରୁଥିବା ଚାଷୀ ନିରାଶ ହେଉଛନ୍ତି। କେବଳ କାଗଜପତ୍ରରେ ଜଳସେଚିତ ଜମିର ପରିମାଣ ଦର୍ଶାଯାଇ ବାହୁସ୍ଫୁୁଟ ମାରୁଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଏମ୍ଆଇପି ଡିଭିଜନର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ସୋମବାର ସନ୍ଧ୍ୟାରେ ଏକାଧିକ ଥର ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍ ଗ୍ରହଣ କରି ନଥିଲେ। ହେଉଥିବା ଅଭିଯୋଗର ଭିଜିଲାନ୍ସ ତଦନ୍ତ କରାଯିବାକୁ ଚାଷୀ ମହଲରେ ଦାବି ହେଉଛି। |
https://www.dharitri.com/private-funeral-held-for-wagner-chief-prigozhin-in-russia-what-we-know-so-far/ | ବ୍ୟକ୍ତିଗତ ଭାବେ ହେଲା ପ୍ରିଗୋଝିନ୍ଙ୍କ ଅନ୍ତିମ ସଂସ୍କାର, ସାମିଲ ହେଲେନି ପୁଟିନ୍
ମସ୍କୋ,୩୦।୮: ୱାଗନର୍ ଗ୍ରୁପର ମୁଖ୍ୟ ୟେଭେଗେନି ପ୍ରିଗୋଝିନ୍ଙ୍କ ଅନ୍ତିମ ସଂସ୍କାର ତାଙ୍କ ସହର ସେଣ୍ଟ ପିଟର୍ସବର୍ଗର ଏକ ଶ୍ମଶାନରେ ବ୍ୟକ୍ତିଗତ ଭାବେ ହୋଇଛି। ଗତ ସପ୍ତାହରେ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ପ୍ରେସ ସେବାତାଙ୍କ ଫଟୋ ସହିତ ଟେଲିଗ୍ରାମରେ ଏକ ଛୋଟ ପୋଷ୍ଟରେ କହିଛି, ପ୍ରିଗୋଝିନ୍ଙ୍କ ବିଦାୟ ଏକ ବନ୍ଦ ଫର୍ମାଟରେ (ବାକ୍ସ) ହୋଇଛି। ବିଦାୟ ଦେବାକୁ ଇଚ୍ଛା କରୁଥିବା ବ୍ୟକ୍ତିମାନେ ପୋରୋଖୋଭସ୍କୋଏ ଶ୍ମଶାନକୁ ଯାଇପାରିବେ।
୨୩ ଅଗଷ୍ଟରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ। ତାଙ୍କ ଅନ୍ତିମ ସଂସ୍କାର ପାଇଁ ଗୁପ୍ତ ଭାବରେ ବ୍ୟବସ୍ଥା କରାଯାଇଥିଲା। ଏହାପୂର୍ବରୁ କ୍ରେମଲିନ କହିଥିଲା ଯେ, ଭ୍ଲାଦିମିର ପୁଟିନ୍ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ। ରାଷ୍ଟ୍ରପତିଙ୍କ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଥିଲେ, ଅନ୍ତିମ ସଂସ୍କାର ବ୍ୟବସ୍ଥା ୱାଗନର୍ ମୁଖ୍ୟଙ୍କ ପରିବାରର ଏକ ମାମଲା। ଶେଷ ରୀତିନୀତି କେବେ ହେବ ତାହା ସେ ଜାଣନ୍ତି ନାହିଁ। |
https://www.dharitri.com/girls-looking-for-her-mother/ | ଜନ୍ମଦାତ୍ରୀମା’ଙ୍କୁ ଖୋଜୁଛନ୍ତି ଝିଅ
ମୁମ୍ବାଇ: ସୁଇଜରଲାଣ୍ଡରେ ରହୁଥିବା ବୀଣା ମଖିଜାନି ମୁମ୍ବାଇ ଆସି ତାଙ୍କ ଜନଦାତ୍ରୀ ମା’ଙ୍କୁ ଖୋଜୁଛନ୍ତି। ମା’ଙ୍କୁ ଖୋଜିବାରେ ବିତିଗଲାଣି ୧୦ ବର୍ଷ, କିନ୍ତୁ ଏ ପର୍ଯ୍ୟନ୍ତ ସେ ଏଥିରେ ସଫଳ ହୋଇ ନାହାନ୍ତି। ବୀଣାଙ୍କ ପାଖରେ ତାଙ୍କ ଜନ୍ମକଲା ମା’ଙ୍କ ନାମ ଛଡ଼ା ଆଉ କୌଣସି ଫଟୋ କିମ୍ବା ପରିଚୟପତ୍ର ନାହିଁ। ୧୯୭୮ରେ ମୁମ୍ବାଇର ଆଶା ସଦନରୁ ବୀଣାଙ୍କୁ ଏକ ଦମ୍ପତି ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଥିଲେ। ସେହି ସମୟରେ ଆଡପ୍ଟିଭ୍ ପ୍ୟାରେଣ୍ଟଙ୍କ ସ୍ଥାନରେ ରୋବେଲ୍ଲୋଙ୍କ ନାମ ଲେଖାଯାଇଥିଲା। ବୀଣାଙ୍କ କହିବା ମୁତାବକ, ରୋବେଲ୍ଲୋ ହେଉଛନ୍ତି ବୀଣାଙ୍କ ବାୟୋଲୋଜିକାଲ ମଦର। ସେ ଗୋଆର ବାସିନ୍ଦା ହୋଇଥିବାବେଳେ ମୁମ୍ବାଇରେ ଆସି ରହୁଥିଲେ। ୧୯୭୮ରେ ସେ ବୀଣାଙ୍କୁ ଜନ୍ମ ଦେଇଥିଲେ। ବୀଣାଙ୍କ ଜନ୍ମ ପରେ ରୋବେଲ୍ଲୋ ଝିଅକୁ ସାଉଥ୍ ମୁମ୍ବାଇର ଆଡପ୍ଶନ୍ ସେଣ୍ଟର ଆଶା ସଦନରେ ଛାଡ଼ିଯାଇଥିଲେ। ସେଠାରୁ ଏକ ଭାରତୀୟ ଦମ୍ପତି ତାଙ୍କୁ ପୋଷ୍ୟଭାବେ ଗ୍ରହଣ କରିବା ସହ ସୁଇଜରଲାଣ୍ଡ ନେଇଯାଇଥିଲେ। ଏହାପରେ ୨୦୧୧ରୁ ବର୍ତ୍ତମାନ ପର୍ଯ୍ୟନ୍ତ ବୀଣା ତାଙ୍କ ମା’ ରୋବେଲ୍ଲୋଙ୍କୁ ଖୋଜୁଛନ୍ତି। ୪୪ ବର୍ଷୀୟା ବୀଣାଙ୍କର ଦୁଇଟି ପୁଅ ଅଛନ୍ତି। ପୁଣେର ପୋଷ୍ୟ ଅଧିକାର କାଉନ୍ସିଲ୍ ନିର୍ଦ୍ଦେଶକ ଆଇନ୍ଜୀବୀ ଅଞ୍ଜଳି ପାଓ୍ବାର ବୀଣାଙ୍କୁ ଏଥିରେ ସାହାଯ୍ୟ କରୁଛନ୍ତି। ପ୍ରାରମ୍ଭିକ ସମୟରେ ଆଶା ସଦନ କର୍ମକର୍ତ୍ତା ଏଥିରେ ସହଯୋଗ ନ କରିବାରୁ ଅଞ୍ଜଳି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି। |
https://www.dharitri.com/rare-cosmic-scene-earth-saturn-closes-to-each-other/ | ବିରଳ ମହାଜାଗତିକ ଦୃଶ୍ୟ, ପାଖାପାଖି ହେଲେ ପୃଥିବୀ-ଶନି…
ଓ୍ବାଶିଂଟନ,୨।୮: ଆମର ସୌରମଣ୍ଡଳରେ ସୋମବାର ଏକ ବିରଳ ମହାଜାଗତିକ ଦୃଶ୍ୟ ଘଟିଛି। ଭାରତୀୟ ସମୟ ପୂର୍ବାହ୍ନ ୧୧ଟା ୩୦ରେ ଶନିଗ୍ରହ ପୃଥିବୀର ଅତି ନିକଟତର ହୋଇଛି। ସୂର୍ଯ୍ୟ ଚାରିପଟେ ଘୂରି ବୁଲିବା ସମୟରେ ଶନି ପୃଥିବୀ ସହିତ ଏକ ସରଳ ରେଖାରେ ରହିଛନ୍ତି। ଉଭୟଙ୍କ ମଧ୍ୟରେ ହାରାହାରି ଦୂରତା ପ୍ରାୟ ୧୨୦ କୋଟି କିଲୋମିଟର ରହିଥିବାର ମହାକାଶ ଗବେଷଣା କେନ୍ଦ୍ର ନାସା କହିଛି। ଭାରତରେ ଏହା ଦିନ ହୋଇଥିବାରୁ ଏହା ଦେଖିବା ସମ୍ଭବ ନୁହେଁ। କିନ୍ତୁ ଯେଉଁଠି ରାତି ହୋଇଥିବ ସେଠାରେ ଲୋକେ ଏକ ଉଜ୍ଜ୍ୱଳ ଶନିଗ୍ରହକୁ ଦେଖି ପାରିବେ। ଏହି ମହାଜାଗତିକ ଦୃଶ୍ୟକୁ ବିନା ସୁରକ୍ଷା ଚଷମାରେ ଖାଲି ଆଖିରେ ସହଜରେ ଦେଖିହେବ। ପୃଥିବୀ ସୂର୍ଯ୍ୟ ଚାରିପଟେ ଥରେ ଘୂରିବା ପାଇଁ ପ୍ରାୟ ୩୬୫ ଦିନ ୬ ଘଣ୍ଟା ସମୟ ନେଇଥାଏ। ଅପରପକ୍ଷରେ ଶନି ସୂର୍ଯ୍ୟ ଚାରିପଟେ ଗୋଟିଏ ଥର ଘୂରିବାକୁ ୨୯.୫ ବର୍ଷ ସମୟ ନେଇଥାଏ। ଏହି ମହାଜାଗତିକ ଦୃଶ୍ୟ ପ୍ରତି ବର୍ଷେ ୧୩ ଦିନ ଅନ୍ତରରେ ଦୃଶ୍ୟମାନ ହୋଇଥାଏ। ପୃଥିବୀ ଏବଂ ଶନି ନିଜ ନିଜ କକ୍ଷପଥରେ ଗତି କରିବା ସମୟରେ ପରସ୍ପରର ନିକଟତର ହୋଇଥାନ୍ତି। ଏହାପୂର୍ବରୁ ୨୦୨୦ ଜୁଲାଇ ୨୦ରେ ଉଭୟ ଗ୍ରହ ପରସ୍ପରର ନିକଟତର ହୋଇଥିଲେ। ଏଭଳି ଦୃଶ୍ୟ ପୁଣି ୨୦୨୨ ଅଗଷ୍ଟ ୧୪ରେ ଦେଖିବାକୁ ମିଳିବ ବୋଲି ନାସାର ବୈଜ୍ଞାନିକ ସୂଚନା ଦେଇଛନ୍ତି। |
https://www.dharitri.com/the-car-caught-fire-on-the-road/ | ରାସ୍ତା ଉପରେ ଜଳିଗଲା କାର୍
ଚୌଦ୍ୱାର,୨୪ା୬(ଡି.ଏନ୍.ଏ.) : ଚୌଦ୍ୱାର ଚାରବାଟିଆ ଆଗ୍ରାହାଟ ମୁଖ୍ୟ ରାସ୍ତାରେ ବୁଧବାର ମଧ୍ୟାହ୍ନରେ ହଠାତ୍ ଏକ ଚଳନ୍ତା କାର୍ରେ ନିଆଁ ଲାଗିଯାଇଛି। କାର୍ ଚାଳକ ଭୟରେ ପଳାଇଯାଇଥିବା ଦେଖାଣାହାରୀ କହିଛନ୍ତି।
ସୂଚନା ଅନୁଯାୟୀ, ଚାରବାଟିଆ ବଜାର ଆଡୁ ଆଗ୍ରାହାଟ ଆଡ଼କୁ ଏକ ଧଳା ରଙ୍ଗର କାର୍ଟି ଯାଉଥିବା ସମୟରେ ଗାଡ଼ିରୁ ହଠାତ୍ ଧୂଆଁ ବାହାରିଥିଲା। ଏହା ଦେଖି ଚାଳକ କାର୍ଟିକୁ ଅଟକାଇ କେଉଁ ଆଡ଼େ ଚାଲିଯାଇଛନ୍ତି। ପରେ ସ୍ଥାନୀୟ ଲୋକେ ପାଣି ପକାଇବା ସହିତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଦମକଳ ପହଞ୍ଚିବାର ବିଳମ୍ବ ହେବା ଯୋଗୁ କାର୍ଟି ସମ୍ପୂର୍ଣ୍ଣ ଜଳିଯାଇଛି। କାର୍ ଚାଳକଙ୍କ ପରିଚୟ ମିଳିପାରିନାହିଁ। ଅନ୍ୟପଟେ ଚୌଦ୍ୱାର ଦମକଳର ଯୋଗାଯୋଗ ନମ୍ବର ଖରାପ ଥିବାରୁ ଅଭିଯୋଗକାରୀମାନେ ୧୦୧କୁ ଡାଏଲ କଲା ପରେ କଟକ ଅଗ୍ନିଶମ ବିଭାଗ ଚୌଦ୍ୱାରକୁ ଜଣାଇଥିଲେ। ସେଠାରୁ ଦମକଳ ଗାଡ଼ି ଆସିବା ବିଳମ୍ବ ହେଉଥିବା ଚୌଦ୍ୱାର ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି। |
https://www.dharitri.com/employment-for-34-thousand-810-youth-chief-minister-laid-foundation-stone-of-3-projects-in-paradipnaveen-patnaik/ | ୩୪ ହଜାର ୮୧୦ ଜଣ ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି: ପାରାଦୀପ୍ରେ ୩ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
|
https://www.dharitri.com/ତାଳସାରୀ-ବେଳାଭୂମିରୁ-ମୃତ-ଡ/ | ତାଳସାରୀ ବେଳାଭୂମିରୁ ମୃତ ଡଲଫିନ ଉଦ୍ଧାର
ଜଳେଶ୍ୱର/ଭୋଗରାଇ,୧୫।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର ବେଳାଭୂମିରୁ ଏକ ମୃତ ଡଲଫିନ ଉଦ୍ଧାର ହୋଇଛି। ରବିବାର ସକାଳେ ତାଳସାରୀ ବେଳାଭୂମିରେ ମାଛ ଧରିବାକୁ ଯାଇଥିବା ସ୍ଥାାନୀୟ ଲୋକ ଓ ମତ୍ସ୍ୟଜୀବୀମାନେ ପ୍ରଥମେ ଏହି ମୃତ ଡଲ୍ଫିନ୍କୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନବିଭାଗ ଏହାକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।
ଏହା ଏକ ନାକୁଆ ଡଲଫିନ ବୋଲି ବନବିଭାଗ କହିଛି। ତେବେ ଏହି ଡଲଫିନ ଓଡ଼ିଶା ଉପକୂଳରେ ଅଧିକ ଦେଖାଯାଉଥିବା ବେଳେ ମାଛଧରା ଷ୍ଟିମର ଓ ଯନ୍ତ୍ରଚାଳିତ ଡଙ୍ଗାର ଆଘାତରେ ମୃତ୍ୟୁବରଣ କରିଥିବା କୁହାଯାଉଛି। ବିଭିନ୍ନ ସମୟରେ ବହୁ ସାମୁଦ୍ରିକ ଜୀବଜନ୍ତୁ ମତ୍ସଜୀବୀମାନଙ୍କର ମୋଟରଚାଳିତ ଡଙ୍ଗା ଓ ଷ୍ଟିମର ଫେନ୍ ବ୍ଲେଟ ଆଘାତରେ ମୃତ୍ୟୁବରଣ କରୁଥିବା ପରିବେଶବିତ୍ମାନେ ଅଭିଯୋଗ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଶାସନ ଏଥିପ୍ରତି ନଜର ନ ଦେବା କାରଣରୁ ବାରମ୍ବାର ଏପରି ଘଟଣା ଘଟୁଛି ବୋଲି କୁହାଯାଇଛି। |
https://www.dharitri.com/sales-of-adulterated-low-quality-food-are-on-the-rise/ | ଅପମିଶ୍ରିତ, ନିମ୍ନମାନର ଖାଦ୍ୟ ବିକ୍ରି ବଢୁଛି
ନୟାଗଡ଼ ଅଫିସ, ୪।୬: ନୟାଗଡ଼ ଜିଲା ସଦର ମହକୁମା ନିକଟସ୍ଥ ଘଡୁଆଳର ଏକ ଜଳଖିଆ ଦୋକାନରେ ଇଡ୍ଲି ଓ ଘୁଗୁନିରୁ ପୋକ ବାହାରି ଥିଲା। ନୟାଗଡ଼ର ଏକ ପରିବାର ଖାଉଥିବାବେଳେ ପୋକ ବାହାରିବାରୁ ଅଭିଯୋଗ କରିଥିଲେ । ତେବେ ସୁଫଳ ମିଳି ନ ଥିଲା । ବରଂ ଦୋକାନୀ ଗ୍ରାହାକଙ୍କ ଅଭିଯୋଗକୁ ଅଣଦେଖା କରି ତାଙ୍କ ପ୍ରାପ୍ୟ ନେଲେ । ଖାଉଟି ତାଙ୍କ ଜଳଖିଆ ବାବଦ ଟଙ୍କା ଫୋନ ପେ’ରେ ପଇଠ କରି ଚାଲିଆସିଲେ । ଘଟଣା ସମ୍ପର୍କରେ ଫୋନ ଯୋଗେ ନୟାଗଡ଼ ଫୁଡ୍ ସେପ୍ଟି ଅଫିସରଙ୍କୁ ଯୋଗାଯୋଗ କରାଯାଇଥିଲା । ହେଲେ ଫୁଡ୍ ସେଫ୍ଟି ଅଫିସରଙ୍କ ଫୋନ ସୁଇଚ୍ ଅଫ୍ ଥିଲା। ଏନେଇ ସମ୍ପୃକ୍ତ ଗ୍ରାହାକ ଶୂନ୍ୟବିଜୟୀ ମିଶ୍ର କୁହନ୍ତି, ଘଡୁଆଳର ସାଉଥ୍ ଓଡ଼ିଶା ଟିଫିନ ସେଣ୍ଟରରେ ଶନିବାର ଇଡ୍ଲି ଘୁଗୁନି ଖାଉଥିଲେ। ଖାଦ୍ୟ ଖାଇବା ବେଳେ ଘୁଗୁନିରୁ ବାଇଗଣ ପୋକ ବାହାରିଥିଲା । ଦୋକାନୀଙ୍କୁ ପଚାରିବାରୁ ସେ କହିଥିଲେ ମୁଁ କ’ଣ କରିବି ପୋକଟି କାଢ଼ି ଖାଇ ଦିଅନ୍ତୁ । ନୟାଗଡ଼ ଜିଲା ସଦର ମହକୁମାରେ ଏପରି ଅନେକ ଦୋକାନ ଅଛି ଯେଉଁଠାରେ ପ୍ରତ୍ୟହ ଅପରିଷ୍କାର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଛି । ହେଲେ ଫୁଡ୍ ସେଫ୍ଟି ଅଫିସର ଏହାର ତଦନ୍ତ କରୁ ନ ଥିବାରୁ ସୁଫଳ ମିଳୁନି ବୋଲି ଅଭିଯୋଗ ହୋଇଛି ା
ଜିଲା ସଦର ମହକୁମାରେ ଥିବା ହୋଟେଲ, ଜଳଖିଆ ଦୋକାନରେ ଅପରିଷ୍କାର ଓ ବାସୀ ଖାଦ୍ୟ ବିକ୍ରି ହେଉଛି ବୋଲି ଅଭିଯୋଗ ହେଉଛି। ଫୁଡ୍ ସେଫ୍ଟି ଅଫିସର ଠିକ୍ ଭାବରେ ଚଢ଼ାଉ କରୁ ନ ଥିବା ଓ ସାମ୍ପୁଲ ସଂଗ୍ରହ ଠିକ୍ରେ କରାଯାଉ ନ ଥିବାରୁ ଗ୍ରାହକ ଭଲ ଖାଦ୍ୟ ନଁାରେ ରୋଗ କିଣୁଛନ୍ତି । ଜିଲା ସଦର ମହକୁମାରେ ଖାଦ୍ୟ ଦୋକାନୀଙ୍କ ମନମାନି ବଢ଼ି ଚାଲିଛି । ଏନେଇ ଫୁଡ୍ ସେଫ୍ଟି ଅଫିସର ନବ ସାହୁଙ୍କୁ ମୋବାଇଲ ନଂ.୮୨୪୯୦ ୬୭୮୩୫ ନମ୍ବରକୁ ଯୋଗାଯୋଗ କରାଯାଇଥିଲା । ହେଲେ ତାଙ୍କର ଫୋନ ସୁଇଚ୍ଅପ୍ ଥିଲା । ଜିଲା ମୁଖ୍ୟ ଚିକିସତ୍ାଧିକାରୀ ମକରନ୍ଦ ବେଉରା କୁହନ୍ତି, ଫୁଡ୍ ସେଫ୍ଟିି ଅଫିସରଙ୍କ ଫୋନ ସୁଇଚ୍ ଅଫ୍ କାହିଁକି ଅଛି ଜଣାପଡିନାହିଁ । ତେବେ ସାମ୍ପୁଲ ସଂଗ୍ରହ ହେଉଛି । କିନ୍ତୁ ଷ୍ଟାଫ୍ କମ ଥିବାରୁ ଯାଞ୍ଚରେ ସମସ୍ୟା ସୃଷ୍ଟି ହେଉଛି । ତଥାପି ବ୍ଲକ ଓ ଜିଲା କାର୍ଯ୍ୟାଳୟ ସମେତ ସହରାଞ୍ଚଳକୁ ଗୁରୁତ୍ୱ ଦିଆଯାଉଛି । ଇଡ୍ଲି ଓ ଘୁଗୁନିରୁ ପୋକ ବାହାରିବା ଉପରେ ତଦନ୍ତ କରାଯିବ । ଘଟଣା ସମ୍ପର୍କରେ ଫୁଡ୍ ସେଫ୍ଟି ଅଫିସରଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ। ତେବେ ଅଭିଯୋଗକାରୀ ଅଭିଯୋଗ କରିବା ଦରକାର ବୋଲି କହିଛନ୍ତି। ରଣପୁରର ସୁଦାମ ନାୟକ, ନୟାଗଡ଼ର ମିନତୀ ବାରିକ, ଦଶପଲ୍ଲାର ଟିକି ପଲେଇ କୁହନ୍ତି ବଜାରରେ ଅପମିଶ୍ରଣ ଓ ନିମ୍ନମାନର ଖାଦ୍ୟ ପଦାର୍ଥ ବିକ୍ରି ହେଉଛି। କେଉଁଟା ଭଲ ଓ ମନ୍ଦ ଆଖିକୁ ଜଣାପଡୁନି। ଗ୍ରାହକ ତଟକା ଖାଦ୍ୟ ନଁାରେ ବାସୀ ଓ ଦୂଷିତ ଖାଦ୍ୟ ଖାଉଛନ୍ତି। ଅଭିଯୋଗ କଲେ ସୁଫଳ ମିଳୁନି । ଫୁଡ ସେପ୍ଟି ଅଫିସର ଏହାକୁ ଗୁରୁତର ସହ ନେଇ ଯାଞ୍ଚ କରିବା ଦରକାର। କର୍ମଚାରୀ ଅଭାବ ଦର୍ଶାଇ ସ୍ବାସ୍ଥ୍ୟ ବିଭାଗ ଯେଉଁ ଭଳି ଢ଼ଙ୍ଗରେ ଯାଞ୍ଚ ଓ ଧରପଗଡକୁ ଅଣଦେଖା କରୁଛି କେତେବେଳେ କ’ଣ ହେବ କହି ହେବ ନାହିଁ। |
https://www.dharitri.com/in-this-india-554/ | ଏଇ ଭାରତରେ
ଧର୍ମନଗରୀ କାଶୀ ସହ ସେଠାକାର ଲୋକଙ୍କ ଦିବ୍ୟସମ୍ପର୍କ ରହିଛି। ସେମାନଙ୍କ ବିଶ୍ୱାସକୁ ଆଧାରକରି ସେଠାରେ ଦଣ୍ଡାୟମାନ ହୋଇଛି ରାମରମାପତି ବ୍ୟାଙ୍କ। କାଶୀ ବିଶ୍ୱନାଥ ଧାମ ନିକଟ ତ୍ରିପୁରା ଭୈରବୀ ଗଳିରେ ରହିଛି ଏହି ବ୍ୟାଙ୍କ। ଏଠାରେ ଶ୍ରୀରାମଙ୍କ ନାମର ନେଣଦେଣ ହୋଇଥାଏ। ଶ୍ରଦ୍ଧାଳୁ ସେମାନଙ୍କ ମନସ୍କାମନା ପୂରଣ ଲାଗି ବ୍ୟାଙ୍କରୁ ରାମନାମ ଋଣ ନେଇଥାଆନ୍ତି। ମନସ୍କାମନା ପୂରଣ ହେବା ପରେ ଋଣୀ ନିଜେ ଆସି ତାହା ଜମା କରିଦିଅନ୍ତି। ଏହି ଧାରାରେ ୯୫ ବର୍ଷରେ ବ୍ୟାଙ୍କର ପୁଞ୍ଜି ଭାବେ ବହୁ କୋଟି ଶ୍ରଦ୍ଧାଳୁଙ୍କ ନାମ ଜମା ହୋଇସାରିଛି। ବ୍ୟାଙ୍କରୁ ଋଣ ନେବା ଲାଗି ବିଦେଶରୁ ମଧ୍ୟ ଶ୍ରଦ୍ଧାଳୁ ଆସୁଛନ୍ତି। ରାମନାମ ଋଣ ଲାଗି ଆହାର ବିହାରରେ ସଂଯମତା ଲୋଡ଼ା। ମିଥ୍ୟା ଛାଡ଼ିବା ଜରୁରୀ। ଋଣ ଅନୁସାରେ ରାମନାମ ଲେଖିବାକୁ ହୁଏ। ରାମନାମ ଲିଖନ, ରାମନାମ ପଠନ ଓ ରାମନାମ ଜପ କରିବାକୁ ପଡ଼ିଥାଏ। ପ୍ରତିଦିନ ୫୦୦ ହିସାବରେ ୧୦ ଦିନ ରାମନାମ ଲେଖିବା, ୨୧ ମାସ ଯାଏ ରାମନାମ ପାଠ କରିବା ଏବଂ ୩ ବର୍ଷ ରାମନାମ ଜପ କରିବାକୁ ହୋଇଥାଏ। ରାମନାମ ଲେଖା ପୂରଣ ହେଲେ ତାହାକୁ ପୁଟୁଳିରେ ବାନ୍ଧି ବ୍ୟାଙ୍କରେ ଜମା କରାଯାଏ। ଲେଖିବା ଲାଗି ବ୍ୟାଙ୍କରୁ କାଗଜ, କଲମ ଯୋଗାଇ ଦିଆଯାଇଥାଏ। ରାମରମାପତି ବ୍ୟାଙ୍କରେ ଜମା ଆକାରରେ ସଂଗ୍ରହ ହୋଇଥିବା ରାମନାମ ରାମନବମୀଠାରୁ ଦଶଦିନ ଯାଏ ଶ୍ରଦ୍ଧାଳୁଙ୍କୁ ଦେଖିବାର ସୁଯୋଗ ମିଳିଥାଏ। |
https://www.dharitri.com/i-was-born-in-centre-of-power-but-honestly-i-dont-have-interest-in-it-says-rahul-gandhi/ | କ୍ଷମତାର କେନ୍ଦ୍ରରେ ମୋର ଜନ୍ମ, ହେଲେ ମୋର ସେଥିରେ ଆଗ୍ରହ ନାହିଁ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୯।୪: ମୁଁ କ୍ଷମତାର କେନ୍ଦ୍ରରେ ଜନ୍ମ ହୋଇଛି। ହେଲେ ମୋର ସେଥିପ୍ରତି ଲୋଭ ନାହିଁ ବୋଲି ଶନିବାର ପୂର୍ବତନ ଆଇଏଏସ୍ ଅଫିସର କେ. ରାଜୁ ଜୱାହରଙ୍କ ଏକ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଇ ରାହୁଲ ଏହା କହିଛନ୍ତି।
ରାହୁଲ କହିଛନ୍ତି, ରାଜନୈତିକ ବ୍ୟକ୍ତିମାନେ ସର୍ବଦା କ୍ଷମତାର ପଛରେ ରୁହନ୍ତି। ସମସ୍ତ ଶକ୍ତି ଖଟାଇ ତାକୁ ହାସଲ କରିବାକୁ ଚିନ୍ତା କରନ୍ତି। ମୁଁ କ୍ଷମତା ବଳୟରେ ଜନ୍ମ ହୋଇଛି ସତ କିନ୍ତୁ, ସତ କହିବାକୁ ଗଲେ ମୋର ସେଥିପ୍ରତି ଆଦୌ ଆଗ୍ରହ ନାହିଁ। ଏହା ବଦଳରେ ମୁଁ ମୋ’ ଦେଶକୁ ବୁଝିବାକୁ ପ୍ରୟାସ କରେ ବୋଲି ସେ କହିଛନ୍ତି। |
https://www.dharitri.com/hundreds-of-boreholes-have-been-exposed-the-departmental-engineer-will-conduct-a-field-study/ | ମୁକୁଳାପଡ଼ିଛି ଶତାଧିକ ବୋର୍ଓ୍ବେଲ, କ୍ଷେତ୍ରୀୟ ଅନୁଧ୍ୟାନ କରିବେ ବିଭାଗୀୟ ଇଞ୍ଜିନିୟର
ସୋନପୁର,୧୬।୧୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ ମୟୂରଉଡାନ ପଞ୍ଚାୟତର କଇଁଫୁଲ ଗାଁରେ ଏକ ଡିପ୍ ବୋରଓ୍ବେଲରେ ପଡି ଦୁଃଖୀ ନେଗୀ(୭୨) ନାମ୍ନୀ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା। ଓଡିଶା ଉଠା ଜଳସେଚନ ନିଗମ(ଓଏଲଆଇସି) ପକ୍ଷରୁ ୧୦ ବର୍ଷ ପୂର୍ବରୁ ଏହି ଗଭୀର ନଳକୂପ ଖୋଳା ଯାଇଥିଲା। ତେବେ ନଳକୂପଟି ଶୁଷ୍କ ପଡିବାରୁ ଠିକା ସଂସ୍ଥା ଉକ୍ତ ଗାତକୁ ବାଲି ଫିଲିଂ ନ କରି ସେମିତି ଛାଡି ଦେଇଥିଲା। ବର୍ଷାରେ ଧୋଇ ହୋଇ ଗାତର ଉପରି ଭାଗ କ୍ରମଶଃ ଓସାରିଆ ହୋଇ ଯାଇଥିଲା। ଫଳରେ ଘାସରେ ଭର୍ତ୍ତି ହୋଇଥିବା ଉକ୍ତ ଗାତରେ ପଡି ବୃଦ୍ଧା ଦୁଃଖୀଙ୍କ ଜୀବନ ଗଲା ବୋଲି ଅଭିଯୋଗ ହୋଇଛି। ଏହି ଘଟଣା ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ଓଏଲଆଇସି ପକ୍ଷରୁ ରାଜ୍ୟରେ ଖୋଳା ଯାଇଥିବା ସମସ୍ତ ଡିପ୍ ବୋରଓ୍ବେଲ ଓ ସାଲୋ ଟ୍ୟୁବ୍ଓ୍ବେଲର ସ୍ଥିତି ଜାଣିବା ପାଇଁ ତତ୍ପରତା ପ୍ରକାଶ ପାଇଛି।
ଓଡିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ ଏହି ପ୍ରସଙ୍ଗରେ ବୁଧବାର ନିଗମର ସମସ୍ତ ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଓ ଠିକାସଂସ୍ଥାର ପ୍ରତିନିଧିଙ୍କ ସହିତ ଭିଡିଓ କନ୍ଫରେନ୍ସିଂ ଯୋଗେ ଆଲୋଚନା କରିଥିଲେ। ଏଭଳି ଦୁର୍ଭାଗ୍ୟଜନକ ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ସତର୍କ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାରଠାରୁ ରାଜ୍ୟର ସମସ୍ତ ପୁରାତନ ଓ ନୂତନ ଡିପ୍ ବୋରଓ୍ବେଲ, ସାଲୋ ଟ୍ୟୁବ୍ ଓ୍ବେଲର ସ୍ଥିତି ଜାଣିବା ପାଇଁ ଓଏଲଆଇସିର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀମାନେ ପ୍ରକଳ୍ପ ଅଞ୍ଚଳ ବୁଲିବେ। ଅସଫଳ ପ୍ରକଳ୍ପଗୁଡିକ ମୁକୁଳା ପଡିଥିଲେ ନିଗମ ପକ୍ଷରୁ ସେଗୁଡିକୁ ତୁରନ୍ତ ପୋତାଯିବ। ସେହିପରି ଯେଉଁ ପ୍ରକଳ୍ପଗୁଡିକରେ ବିଦ୍ୟୁତ୍ ସଂଯୋଗ ହୋଇନି ସେଗୁଡିକୁ ଚିହ୍ନଟ କରାଯାଇ କେସିଂ ପାଇପ୍ରେ କ୍ୟାପିଂ କରାଯିବାକୁ ଏମ୍ଡି ସାମଲ ନିର୍ବାହୀ ଯନ୍ତ୍ରୀ ଓ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ୩୦ ଜିଲାରେ ୭ ଦିନ ଭିତରେ ଏହି କାମ ସାରିବାକୁ କୁହାଯାଇଛି। ନିଜ ଅଞ୍ଚଳରେ କୌଣସି ଡିପ୍ ବୋରଓ୍ବେଲ ଓ ସେଲୋ ଟ୍ୟୁବ୍ ଓ୍ବେଲ ମୁକୁଳା ପଡିନାହିଁ, ସେଗୁଡିକ ଆବଦ୍ଧ କରାଯାଇଛି ବୋଲି ନିଗମର ନିର୍ବାହୀ ଯନ୍ତ୍ରୀମାନେ ଲିଖିତ ଭାବେ ଜଣାଇବାକୁ ଏମ୍ଡି ସାମଲ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଏଭଳି ଦୁଃଖଦ ଘଟଣା ପରେ ବୁଧବାର ସୁବର୍ଣ୍ଣପୁର ଜିଲାର କେତେକ ଗ୍ରାମରେ ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଖୋଳା ଯାଇଥିବା ପୁରାତନ ଓ ନୂତନ ଡିପ୍ ବୋରଓ୍ବେଲଗୁଡିକ ସେମିତି ମୁକୁଳା ପଡିଥିବା ଦେଖିବାକୁ ମିଳିଥିଲା। ଅସଫଳ ପ୍ରକଳ୍ପଗୁଡିକୁ ଠିକାସଂସ୍ଥା ନ ପୋତି ସେମିତି ଛାଡି ଦେଇଛନ୍ତି। ବିଭାଗୀୟ ଇଞ୍ଜିନିୟରମାନେ ଏ ଦିଗରେ ଯତ୍ନବାନ ନୁହନ୍ତି। ସେହିପରି ନୂତନ ଭାବେ ଖୋଳା ଯାଇଥିବା ବୋରଓ୍ବେଲଗୁଡିକରେ ବିଦ୍ୟୁତ୍ ସଂଯୋଗ ହୋଇ ନ ଥିବାରୁ ସେଗୁଡିକ କାର୍ଯ୍ୟକ୍ଷମ ହୋଇପାରୁନି। ଦୀର୍ଘ ମାସ ଧରି କେସିଂ ପାଇପ୍ରେ କ୍ୟାପିଂ କରାଯାଇନି। ଗଭୀର ନଳକୂପର ପାଇପ୍ଗୁଡିକ ମୁକୁଳା ପଡିଛି। ମୃତ ବୃଦ୍ଧାଙ୍କ ଝିଅ ଜ୍ୱାଇଁଙ୍କ ଗାଁ ମଲ୍ଳିକମୁଣ୍ଡା ପଞ୍ଚାୟତର କସୁରପାଲିରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ଏକାଧିକ ଡିପ୍ ବୋରଓ୍ବେଲର କେସିଂ ପାଇପ୍ ମୁକୁଳା ପଡିଛି। ସରକାରୀ ତଥ୍ୟ ଅନୁଯାୟୀ ସୁବର୍ଣ୍ଣପୁର ଜିଲାରେ ୨୦୧୪-୧୫ ମସିହା ପୂର୍ବରୁ ୨୬୦୧ଟି ସଚଳ ପ୍ରକଳ୍ପ ରହିଛି। ସେହିପରି ୨୦୧୫-୧୬ ମସିହା ପରେ ୮୪୦ଟି ବୋରଓ୍ବେଲ ଖୋଳାଯାଇଛି। ସେଥିମଧ୍ୟରୁ ୫୨୩ଟି ପ୍ରକଳ୍ପ ସଚଳ ଥିବା ବେଳେ ୩୧୭ଟି ଅଚଳ ହୋଇପଡିଛି। ଚଳିତବର୍ଷ ପୁଣି ୨୩୦୦ଟି ନୂଆ ବୋରଓ୍ବେଲ ଖୋଳିବା ପାଇଁ ଟେଣ୍ଡର ପରେ କାର୍ଯ୍ୟ ଚାଲୁ ରହିଛି। ତେବେ କେତୋଟି ବୋରଓ୍ବେଲ ମୁକୁଳା ପଡିଛି ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ ମୁହଁ ଖୋଲୁନାହାନ୍ତି। ଏ ସମ୍ପର୍କରେ ସୁବର୍ଣ୍ଣପୁର ଉଠା ଜଳସେଚନ ନିଗମର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଫୁଲ୍ଲ କୁମାର ବେହେରା କୁହନ୍ତି ସମସ୍ତ ପୁରାତନ ଓ ନୂତନ ପ୍ରକଳ୍ପଗୁଡିକୁ ଅନୁଧ୍ୟାନ କରାଯିବ। ଅସଫଳ ପ୍ରକଳ୍ପଗୁଡିକ ମୁକୁଳା ପଡିଥିଲେ ସେଗୁଡିକୁ ତୁରନ୍ତ ପୋତାଯିବ। ସଫଳ ପ୍ରକଳ୍ପଗୁଡିକ ମୁକୁଳା ପଡିଥିଲେ କେସିଂ ପାଇପ୍ଗୁଡିକୁ କ୍ୟାପିଂ କରାଯିବ ବୋଲି କହିଛନ୍ତି। କଇଁଫୁଲ ଘଟଣାରେ ପ୍ରକଳ୍ପଟି ଅସଫଳ ହୋଇଥିଲା। ଠିକାସଂସ୍ଥା ପକ୍ଷରୁ ତାହା ପୋତା ଯାଇଥିଲା। ତେବେ ବର୍ଷାରେ ମାଟି ଦବି ଯିବାରୁ ୨୦ ଫୁଟ ଗାତ ସୃଷ୍ଟି ହୋଇଥିବା ଇଂ ବେହେରା ସ୍ବୀକାର କରିଛନ୍ତି।
ସୂଚନାଯୋଗ୍ୟ, ମୁକୁଳା ବୋର ଓ୍ବେଲରେ ପଡି ମୃତ୍ୟୁବରଣ କରିଥିବା ଦୁଃଖୀଙ୍କ ଘର ସୋନପୁର ବ୍ଲକ ଖଲିଆପାଲି ପଞ୍ଚାୟତର ଗୋବିନ୍ଦପୁର ଗାଁରେ। ସେ ଝିଅ ଘରକୁ ବୁଲି ଆସିଥିବା ବେଳେ ଏଭଳି ଅଘଟଣ ଘଟିଥିଲା।ଏହି ଘଟଣାରେ ସୋନପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। |
https://www.dharitri.com/strap-on-the-chain/ | ବେଡ଼ି ଉପରେ କୋରଡ଼ା ମାଡ଼
ଭାଲଚନ୍ଦ୍ର ଷଡ଼ଙ୍ଗୀ
ନିକଟରେ ରାଜ୍ୟ ସରକାର ତାଙ୍କ କ୍ୟାବିନେଟ୍ ବୈଠକରେ ରାଜ୍ୟର ଶିଳ୍ପନୀତିରେ କେତେକ ପରିବର୍ତ୍ତନ କରିବା ସହିତ ଶ୍ରମିକଙ୍କ ସୁରକ୍ଷା ଏବଂ ଅଧିକାର ପାଇଁ ରହିଥିବା ବିଭିନ୍ନ ଶ୍ରମ ଆଇନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି। ରାଜ୍ୟକୁ ନୂଆ ପୁଞ୍ଜିନିବେଶକୁ ଆକର୍ଷିତ କରିବାକୁ ତଥା ମହାମାରୀ ଓ ତଜ୍ଜନିତ ଲକ୍ଡାଉନ୍ ଯୋଗୁ ସଙ୍କଟରେ ଥିବା ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନର ମାଲିକମାନଙ୍କୁ ରିହାତି ଦେବା ଲକ୍ଷ୍ୟରେ ଶ୍ରମ ଆଇନକୁ କୋହଳ କରାଯାଇଛି ବୋଲି ସରକାର କହିଛନ୍ତି। ତେବେ ମହାମାରୀ ବେଳେ ଦେଶୀ ବିଦେଶୀ କମ୍ପାନୀଗୁଡ଼ିକ ସ୍ବାର୍ଥରେ ଶ୍ରମିକମାନଙ୍କ କଷ୍ଟଲବ୍ଧ ଶ୍ରମ ଅଧିକାର ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଆକ୍ରମଣ ନୂଆ ନୁହେଁ। ପୂର୍ବରୁ ଅର୍ଥାତ୍ ଗତ ମେ’ ମାସରେ ମଧ୍ୟ ସରକାର ରାଜ୍ୟରେ ଆଠ ଘଣ୍ଟିଆ ଶ୍ରମ ଦିବସକୁ ବାର ଘଣ୍ଟାକୁ ବୃଦ୍ଧି କରିବା ସହିତ ଶ୍ରମ ଆଇନରେ ଅନେକଗୁଡ଼ିଏ ପରିବର୍ତ୍ତନ କରି ସାରିଛନ୍ତି। ସରକାର ଇତି ମଧ୍ୟରେ କାରଖାନା ଆଇନ – ୧୯୪୮, ଶିଳ୍ପ ବିବାଦ ଆଇନ – ୧୯୪୭ ଏବଂ ଠିକା ଶ୍ରମିକ (ନିୟନ୍ତ୍ରଣ ଓ ଉଚ୍ଛେଦ) ଆଇନ – ୧୯୭୧ରେ ସଂଶୋଧନ କରି ସାରିଛନ୍ତି। କାରଖାନା ଆଇନ- ୧୯୪୮ରେ ସଂଶୋଧନ କରି ତିନି ମାସର ଅବଧି ମଧ୍ୟରେ ପୂର୍ବରୁ ରହିଥିବା ଓଭର ଟାଇମ୍ର ସୀମାକୁ ୭୫ ଘଣ୍ଟାରୁ ୧୧୫ ଘଣ୍ଟାକୁ ବୃଦ୍ଧି କରିଛନ୍ତି। କମ୍ ଶ୍ରମିକଙ୍କୁ ନିୟୋଜିତ କରି ଓଭର ଟାଇମ୍ ଜରିଆରେ ଅଧିକ କାମ ଆଦାୟ କରିବାକୁ ମାଲିକମାନଙ୍କୁ ସୁଯୋଗ ଦେବା ହେଉଛି ଏହି ସଂଶୋଧନର ଉଦ୍ଦେଶ୍ୟ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଲକ୍ଡାଉନ୍ ଯୋଗୁ ରାଜ୍ୟର ବର୍ତ୍ତମାନ ଲକ୍ଷ ଲକ୍ଷ ଶ୍ରମିିକ ଛଟେଇ ହୋଇ ବସିଥିବା ବେଳେ ବାହାର ରାଜ୍ୟରୁ ବି ୭/୮ ଲକ୍ଷ ପ୍ରବାସୀ ଶ୍ରମିକ ଆମ ରାଜ୍ୟକୁ ଆସି କାମ ପାଇବା ଅପେକ୍ଷାରେ ରହିଛନ୍ତି। ଏଭଳି ପରିସ୍ଥିତିରେ ସରକାର କାମ ହରାଇଥିବା ଅଧିକରୁ ଅଧିକ ଶ୍ରମିକଙ୍କ ନିଯୁକ୍ତି ପାଇଁ ପଦକ୍ଷେପ ନେବା ବଦଳରେ ଓଭରଟାଇମ୍ର ସୀମାକୁ ବୃଦ୍ଧି କରି କାହାକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ? କାରଣ ଓଭରଟାଇମ୍ର ସୀମା ବଢ଼ିଲେ କମ୍ ଶ୍ରମିକଙ୍କ ଜରିଆରେ ଅଧିକ କାମ କରାଇ କାରଖାନା ଚଳାଇବାକୁ ମାଲିକମାନେ ସୁଯୋଗ ପାଇବେ। ଏହାଦ୍ୱାରା ହୁଏତ କମ୍ପାନୀଗୁଡ଼ିକ ନିଜର ଶ୍ରମ ବାବଦରେ ଖର୍ଚ୍ଚ କମାଇ ଅଧିକ ମୁନାଫା କମାଇ ପାରିବେ। ତା’ଫଳରେ ଶ୍ରମିକମାନଙ୍କ କାମର ବୋଝଟି ବଢ଼ିବ; ଯାହା କି ସେମାନଙ୍କ ସ୍ବାସ୍ଥ୍ୟ ଏବଂ ଜୀବନ ଉପରେ ଯେ ଖରାପ ପ୍ରଭାବ ପକାଇବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
କାରଖାନା ଆଇନରେ ସଂଶୋଧନର ଦ୍ୱିତୀୟ ବିପଦଟି ହେଲା, ଅଧିକରୁ ଅଧିକ ଶିଳ୍ପକୁ ଏହି ଆଇନର ପରିଧିରୁ ମୁକ୍ତ କରି ସେସବୁରେ କାର୍ଯ୍ୟରତ ଶ୍ରମିକଙ୍କୁ ସେମାନଙ୍କ ଶ୍ରମ ଅଧିକାରରୁ ବଞ୍ଚିତ କରିବା। ଏହି କ୍ରମରେ ସରକାର ଶ୍ରମିକଙ୍କ ସୀମାକୁ ଯଥାକ୍ରମେ ୨୦ ଓ ୪୦କୁ ବୃଦ୍ଧି କରି ଅଧିକ ଶିଳ୍ପକୁ ଏହି ଆଇନରୁ ମୁକ୍ତ କରିଦେବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ବୈଦ୍ୟୁତିକ ମୋଟର ଲାଗି ନ ଥିବା ଶିଳ୍ପରେ ସର୍ବନିମ୍ନ ୧୦ ଜଣ ଏବଂ ମୋଟର ଚାଳିତ ଶିଳ୍ପରେ ସର୍ବନିମ୍ନ ୨୦ଜଣ ଶ୍ରମିକ କାମ କରୁଥିଲେ କାରଖାନା ଆଇନ ଲାଗୁ ହେଉଥିଲା। ଏହାର ଅର୍ଥ ହେଲା, ଏଣିକି ଯଥାକ୍ରମେ ୨୦ ଓ ୪୦ରୁ କମ୍ ଶ୍ରମିକ କାମ କରୁଥିବା ଶିଳ୍ପ ପ୍ରତିଷ୍ଠାନରେ ଶ୍ରମିକମାନେ କାରଖାନା ଆଇନ ଅନୁଯାୟୀ ପାଇବାକୁ ଥିବା ସମସ୍ତ ଶ୍ରମ ଅଧିକାରରୁ ବଞ୍ଚିତ ହେବେ।
ଶ୍ରମ ଆଇନରେ ତୃତୀୟ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ହେଲା, ମହିଳାମାନଙ୍କୁ ରାତ୍ରିକାଳୀନ ସିଫ୍ଟରେ ନିୟୋଜିତ କରିବା। ଏଯାଏ କୌଣସି ଶିଳ୍ପ କାରଖାନାରେ ମହିଳା ଶ୍ରମିକ ଏବଂ କର୍ମଚାରୀଙ୍କ ରାତ୍ରିକାଳୀନ ସିଫ୍ଟକୁ ଅନୁମତି ନ ଥିବା ବେଳେ ସେମାନଙ୍କ ରାତ୍ରିକାଳୀନ ଡ୍ୟୁଟି (ସନ୍ଧ୍ୟା ୭ରୁ ସକାଳ ୬ ପର୍ଯ୍ୟନ୍ତ) ପାଇଁ ଅନୁମତି ଦିଆଯାଇଛି। ଏଭଳି ପଦକ୍ଷେପ ଶିଳ୍ପରେ କାର୍ଯ୍ୟରତ ମହିଳା ଶ୍ରମିକ ଓ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଏବଂ ନିରାପତ୍ତାକୁ ପ୍ରଭାବିତ କରିବାକୁ ଯାଉଛି। ଏହା ବ୍ୟତୀତ ପୂର୍ବରୁ ସର୍ବନିମ୍ନ ଦଶ ବା ତଦୂର୍ଦ୍ଧ୍ୱ ଶ୍ରମିକ କାମ କରୁଥିବା କାରଖାନାରେ ଠିକା ଶ୍ରମିକ (ନିୟନ୍ତ୍ରଣ ଓ ଉଚ୍ଛେଦ) ଆଇନ – ୧୯୭୧ଲାଗୁ ହେଉଥିବା ବେଳେ ବର୍ତ୍ତମାନ ସରକାର ତାକୁ ୫୦କୁ ବୃଦ୍ଧି କରିଛନ୍ତି। ଅର୍ଥାତ୍ ୫୦ ପର୍ଯ୍ୟନ୍ତ ଶ୍ରମିକ କାମ କରୁଥିବା ଶିଳ୍ପସଂସ୍ଥାରେ ଏଣିକି ଠିକା ଶ୍ରମିକ ଆଇନ ଆଉ ଲାଗୁ ହେବନାହିଁ। ସେମାନଙ୍କ ପାଇଁ ସମ୍ପୃକ୍ତ ମାଲିକଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବନି କିମ୍ବା ଲାଇସେନ୍ସ ଆଣିବାକୁ ପଡ଼ିବନି। ଏହାର ପରିଣାମ ହେଲା, ସେସବୁ କାରଖାନାର ଶ୍ରମିକମାନେ ପୂର୍ବପରି ଆଉ ଶ୍ରମ ଅଧିକାର ପାଇବାରୁ ବଞ୍ଚିତ ହେବେ।
ସରକାର ଶିଳ୍ପ ବିବାଦ ଆଇନ – ୧୯୪୭କୁ ମଧ୍ୟ ସଂଶୋଧନ କରି ୩୦୦ ପର୍ଯ୍ୟନ୍ତ ଶ୍ରମିକ ଥିବା କାରଖାନାଗୁଡ଼ିକୁ ଏହି ଆଇନର ପରିଧିରୁ ମୁକ୍ତ କରିଛନ୍ତି। ପୂର୍ବରୁ ସର୍ବନିମ୍ନ ୧୦୦ ଶ୍ରମିକ ଥିବା କୌଣସି ଶିଳ୍ପରେ ମାଲିକ ବା ପରିଚାଳନା କର୍ତ୍ତୃପକ୍ଷ ଯଦି ଶ୍ରମିକମାନଙ୍କୁ ଛଟେଇ, ଲେ-ଅଫ୍ କିମ୍ବା ତାଲାବନ୍ଦ କରିବାକୁ ଚାହିଁଲେ, ସରକାରଙ୍କ ଅନୁମତି ନେବା ଅନିବାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ଏହି ସୀମାକୁ ୩୦୦କୁ ବୃଦ୍ଧି କରିବା ଫଳରେ ଅଧିକରୁ ଅଧିକ ଶିଳ୍ପ ଏହି ଆଇନର ପରିଧି ମଧ୍ୟରୁ ବାହାରିଯିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ୮୦ପ୍ରତିଶତରୁ ଅଧିକ ଶିଳ୍ପରେ ୩୦୦ରୁ କମ୍ ସଂଖ୍ୟକ ଶ୍ରମିକ କାମ କରୁଥିବାରୁ ଏହି ସଂଶୋଧନ ଫଳରେ ରାଜ୍ୟର ଶିଳ୍ପ ଶ୍ରମିକଙ୍କ ଏକ ସିଂହଭାଗଟି ଶ୍ରମ ଅଧିକାରରୁ ବଞ୍ଚିତ ହୋଇ ମାଲିକମାନଙ୍କ ହାୟାର ଏଣ୍ଡ ଫାୟାର ବା ଛଟେଇ ନୀତିର ସହଜ ଶିକାର ହେବେ।
ଦେଶରେ ଶ୍ରମ ସଂସ୍କାର ନାଁରେ କେନ୍ଦ୍ରର ମୋଦି ସରକାର ବର୍ତ୍ତମାନ ଥିବା ଶ୍ରମ ଆଇନରେ ସଂଶୋଧନ ବା ଉଚ୍ଛେଦ କରି ତାକୁ ଚାରୋଟି ଶ୍ରମ କୋଡରେ ରୂପାନ୍ତରିତ କରିବାକୁ ଉଦ୍ୟମ କରି ଆସିଛନ୍ତି। ଦେଶୀ ବିଦେଶୀ ବୃହତ୍ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ବର୍ତ୍ତମାନ ରହିଥିବା ଶ୍ରମ ଆଇନଗୁଡ଼ିକୁ ପ୍ରତିବନ୍ଧକ ଭାବେ ଉପସ୍ଥାପିତ କରୁଛନ୍ତି। କିନ୍ତୁ ଏହା ଏକଦମ୍ ଭିତ୍ତିହୀନ। କାରଣ ଗତ ଚାଳିଶ ବର୍ଷ ମଧ୍ୟରେ ଆମ ଦେଶରେ ଦ୍ରବ୍ୟର ଉପତ୍ାଦନ ମୂଲ୍ୟରେ ମଜୁରିର ହାର ଲଗାତର ଭାବେ କମିବା ବିଭିନ୍ନ ଅଧ୍ୟୟନରୁ ଜଣାପଡ଼ିଛି। ୧୯୮୦-୮୧ରେ ଏହା ୩୦ପ୍ରତିଶତ ଥିବା ବେଳେ ୧୯୯୦-୯୧ରେ ୨୧ପ୍ରତିଶତ, ୨୦୦୦-୦୧ରେ ୧୫ପ୍ରତିଶତ ଏବଂ ୨୦୧୦-୧୧ରେ ତାହା ୧୦ପ୍ରତିଶତକୁ ହ୍ରାସ ପାଇଥିବା ଜଣାପଡ଼ିଛି। ଅତଏବ ଏଭଳି ପରିସ୍ଥିତିରେ ଶ୍ରମ ଆଇନକୁ ଶିଳ୍ପ ବିକାଶର ପ୍ରତିବନ୍ଧକ କହି ସମସ୍ତ ଶ୍ରମ ଆଇନକୁ ସମାପ୍ତ କରି ତାରି ସ୍ଥାନରେ ଚାରୋଟି ଦୁର୍ବଳ ଓ ନିଷ୍ପ୍ରଭାବୀ ଶ୍ରମ କୋଡ୍ ଆଣିବାକୁ ଉଦ୍ୟମ କରିଛନ୍ତି ତାହା ବିପଜ୍ଜନକ ମନେହୁଏ।
ଆମ ଦେଶରେ ଶ୍ରମ ଆଇନଗୁଡ଼ିକ ଅନେକ ବର୍ଷ ତଳେ ପ୍ରଣୀତ ହୋଇଥିବାରୁ ଏବଂ ସେସବୁକୁ ଠିକ୍ ରୂପେ ଲାଗୁ କରାଯାଉ ନ ଥିବାରୁ ସେସବୁରେ ସଂସ୍କାର ଆଣି ତାହା କିପରି ଅଧିକ ଶକ୍ତିଶାଳୀ ଏବଂ ଶ୍ରମିକ ସପକ୍ଷବାଦୀ ହୋଇପାରିବ ସେଥିପାଇଁ ସରକାର ପଦକ୍ଷେପ ନେବା ଦରକାର ଥିଲା। କିନ୍ତୁ ସରକାରଙ୍କ ଉଦ୍ଦେଶ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏହି ସଂସ୍କାରଟି ଶ୍ରମିକଙ୍କ ସ୍ବାର୍ଥରେ ନୁହେଁ ବରଂ ମାଲିକ ଶ୍ରେଣୀର ସ୍ବାର୍ଥରେ କରାଯାଉଛି। ଶ୍ରମ ଆଇନରେ ସଂଶୋଧନ ଜରିଆରେ ସରକାର ସେଥିରେ ଥିବା ଶ୍ରମିକମାନଙ୍କ ଅଧିକାରକୁ ଦୁର୍ବଳ ଓ ପ୍ରଭାବହୀନ କରିବା ସହିତ ଅଧିକରୁ ଅଧିକ ଶ୍ରମିକ ଯେପରି ଶ୍ରମ ଆଇନର ପରିଧିରୁ ବାହାରିଯିବେ ସେଥିପାଇଁ ଉଦ୍ୟତ ଅଛନ୍ତି। ଅତଏବ ଶ୍ରମିକମାନଙ୍କୁ ସେମାନଙ୍କ କଷ୍ଟଲବ୍ଧ ବିଭିନ୍ନ ଅଧିକାରରୁ ବଞ୍ଚତ୍ତ କରି ମାଲିକମାନଙ୍କୁ ମନଇଚ୍ଛା ଶୋଷଣ ପାଇଁ ଅବାଧ ସୁଯୋଗ ଦେବା ହେଉଛି ଏହି ସଂଶୋଧନର ଏକମାତ୍ର ଉଦ୍ଦେଶ୍ୟ। ତେବେ ଶ୍ରମିକ ସଂଗଠନଗୁଡ଼ିକ ଜୋରଦାର ବିରୋଧ ଲାଗି ଏଯାଏ ଶ୍ରମ ଆଇନରେ ସଂଶୋଧନ କରିବାରେ ସଫଳ ହୋଇ ପାରି ନ ଥିବା ସରକାର ଆଜି ଲକ୍ଡାଉନ୍ର ଆଢ଼ୁଆଳରେ ସମସ୍ତ ପ୍ରକାର ରାଜନୈତିକ ଗତିବିଧି ଏବଂ ଆନ୍ଦୋଳନ ଉପରେ କଟକଣାର ସୁଯୋଗ ନେଇ ତାକୁ ଲାଗୁ କରିବାରେ ଏକରକମ ସଫଳ ହୋଇପାରିଛନ୍ତି।
ମହାମାରୀର ମୁକାବିଲା ନାଁରେ ମାସ ମାସ ଧରି ଲକ୍ଡାଉନ୍ ଫଳରେ ରାଜ୍ୟର ସାଧାରଣ ଜନତା ବିଶେଷ କରି ଶ୍ରମିକ ଶ୍ରେଣୀ ଭୟଙ୍କର ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଅଧିକାଂଶ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହୋଇଯିବାରୁ ରାଜ୍ୟର ଲକ୍ଷ ଲକ୍ଷ ଶ୍ରମିକ ନିଜର କାମ ଧନ୍ଦା ହରାଇ ଭୟଙ୍କର ଆର୍ଥିକ ଓ ମାନସିକ ସଙ୍କଟରେ ରହିଛନ୍ତି। ଏହି ସମୟ ମଧ୍ୟରେ ନା କେନ୍ଦ୍ର ନା ରାଜ୍ୟ, କୌଣସି ବି ସରକାର ସେମାନଙ୍କୁ କୌଣସି ପ୍ରକାର ସହାୟତା ଯୋଗାଇବାରେ ଏକଦମ୍ ବିଫଳ ହୋଇଛନ୍ତି। ଏପରି କି ବିଶ୍ୱର ପ୍ରାୟ ସମସ୍ତ ଦେଶରେ ଲକ୍ଡାଉନ୍ ସମୟରେ ଶ୍ରମିକ ଏବଂ କର୍ମଚାରୀଙ୍କ ଦରମାହାନିର ଭରଣା କ଼ରିବାକୁ ସେମାନଙ୍କ ଦରମା ଟଙ୍କାକୁ ସିଧାସଳଖ ବ୍ୟାଙ୍କଖାତାରେ ଜମା କରିଥିବା ବେଳେ ଆମ ଦେଶରେ ସରକାରମାନେ କିନ୍ତୁ ଚରମ ପ୍ରତାରଣା କରିଛନ୍ତି। ଏଭଳି ପରିସ୍ଥିତିରେ ମହାମାରୀ ଓ ଲକ୍ଡାଉନ୍ର ଦୋହରା ମାଡ଼ର ସମ୍ମୁଖୀନ ହୋଇ ଦୁର୍ଦ୍ଦିନ ଭିତରେ ରହିଥିବା ରାଜ୍ୟର ଶ୍ରମିକ ଶ୍ରେଣୀକୁ ସରକାରଙ୍କ ସଦ୍ୟତମ ପଦକ୍ଷେପ ବେଡ଼ି ଉପରେ କୋରଡ଼ା ମାଡ଼ ପରି ହୋଇଛି। |
https://www.dharitri.com/sehwag-on-john-wright-controversy/ | ଚମକାଇଲେ ସେହ୍ବାଗ: କହିଲେ ‘କୋଚ୍ କଲର୍ ଧରିଥିଲେ, ଧକ୍କା ବି ଦେଇଥିଲେ…
ନୂଆଦିଲ୍ଲୀ, ୩। ୮: କ୍ରିକେଟରେ ଖେଳାଳି ଏବଂ କୋଚ୍ ଙ୍କ ମଧ୍ୟରେ ବିବାଦ ଖୁବ୍ କମ୍ ଦେଖିବାକୁ ମିଳେ। ସେଭଳି ଗୋଟିଏ ଘଟଣା ୨୦୦୦ ମସିହାରେ ଘଟିଥିଲା। ଟିମ୍ ଇଣ୍ଡିଆର କୋଚ୍ ଜନ୍ ରାଇଟ୍ ଏବଂ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ବିରେନ୍ଦ୍ର ସେହ୍ବାଗଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। କଂଗ୍ରେସ ନେତା ଶଶି ଥରୁରଙ୍କ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗ ଦେବା ଅବସରରେ ସେହ୍ବାଗ ଏହି ବିବାଦ ବିଷୟରେ କହିଛନ୍ତି।
ସେହ୍ବାଗ କହିଛନ୍ତି, ନେଟଓ୍ବେଷ୍ଟ ସିରିଜ ସମୟରେ କୋଚ୍ ରାଇଟଙ୍କ ସହ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ସେ ମୋ କଲର୍ ଧରିବା ସହ ମୋତେ ଧକ୍କା ଦେଇଥିଲେ। ମୁଁ ଦଳର ମ୍ୟାନେଜର ରାଜୀବ ଶୁକ୍ଳା ଙ୍କ ପାଖକୁ ଯାଇଥିଲି। ସେ ଏମିତି କିଭଳି କରିପାରିଲେ ବୋଲି ପଚାରିଥିଲେ। ଏଥିସହ ଦଳର ଅଧିନାୟକ ସୌରଭ ଗାଙ୍ଗୁଲି ଙ୍କୁ ଜଣାଇବା ସହ ରାଉଟ୍ କ୍ଷମା ନ ମାଗିବା ଯାଏ ଆପୋଷ ବୁଝାମଣା ହୋଇପାରିବ ନାହିଁ ବୋଲି କହିଥିଲେ। ପରେ ସେ କୋଠରୀକୁ ଯାଇ କ୍ଷମା ମାଗିଥିଲେ ବୋଲି ସେ କହିଛନ୍ତି।
ପରେ ସଚିନ ତାଙ୍କୁ ଘଟଣାକୁ ଭୁଲି ଯିବାକୁ ଏବଂ ବାହାରେ ଘଟଣା ପ୍ରଘଟ ନ କରିବାକୁ କହିଥିଲେ। ତାହାହିଁ ହୋଇଥିଲା ବୋଲି ସେହ୍ବାଗ କହିଛନ୍ତି। |
https://www.dharitri.com/kareena-kapoor-had-told-that-saif-ali-khan-used-to-call-the-actress-mam/ | ଏକଦା କରିନାଙ୍କୁ ମ୍ୟାମ ଡାକୁଥିଲେ ସୈଫ୍: ଆଉ ତା’ ପରେ
ଅଭିନେତା ସୈଫ୍ ଅଲ୍ଲୀଖାନ ଏବଂ ଅଭିନେତ୍ରୀ କରିନା କପୁର ହେଉଛନ୍ତି ବଲିଉଡର ଲୋକପ୍ରିୟ ଯୋଡି। ୨୦୧୨ ରେ ସୈଫ୍-କରିନା ବିବାହ କରିଥିଲେ। ଉଭୟ ଏକାଠି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। କିନ୍ତୁ ସେମାନଙ୍କର ପ୍ରେମ କାହାଣୀ ୨୦୦୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଟଶନ୍’ର ସେଟ୍ରେ ଆରମ୍ଭ ହୋଇଥିଲା।
ଟଶନ୍ର ଶୁଟିଂ ସମୟରେ ସୈଫ୍ ଏବଂ କରିନାଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ଏହା ପରେ ଦୁହେଁ ପରସ୍ପରକୁ ଡେଟିଂ କରିବା ଆରମ୍ଭ କରିଥିଲେ। ଏହାପୂର୍ବରୁ ଦୁହେଁ ୨୦୦୬ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଓମକାରା’ରେ ମଧ୍ୟ ଏକାଠି କାମ କରିଥିଲେ। ଏହି ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ନ ଥିଲା, ଯେଉଁ କାରଣରୁ ସୈଫ୍ କରିନାଙ୍କୁ ମ୍ୟାମ’ ବୋଲି ଡାକୁଥିଲେ। କରିନା ତାଙ୍କର ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଥିଲେ।
କରିନା ଥରେ ସେଲିବ୍ରିଟି ଟକ୍ ଶୋରେ କହିଥିଲେ ଯେ, ସୈଫ୍ ତାଙ୍କୁ ମ୍ୟାମ ବୋଲି ଡାକୁଥିଲେ। ’ ଏପରିକି ଦୁହେଁ ଅଧିକ କଥା ହେଉ ନ ଥିଲେ। ହେଲେ ସୈଫ୍ ତାଙ୍କୁ ଅଧିକ ସମ୍ମାନ ଦେଉଥିଲେ ବୋଲି ସେ କହୁଥିଲେ। |
https://www.dharitri.com/84224/ | ଓସିଏ ନିର୍ବାଚନ: ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ଭୋଟର ତାଲିକା
କଟକ ଅଫିସ,୧୪।୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନ ନେଇ ଏକ ଭୋଟର ତାଲିକା ଶୁକ୍ରବାର ଘୋଷଣା କରାଯାଇଛି। ତେବେ ଏହା ଚୂଡ଼ାନ୍ତ ନୁହେଁ। ଆସନ୍ତା ୧୫ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ତଥାପି ପ୍ରାଥମିକ ଭୋଟର ତାଲିକାକୁ ନେଇ ସମୀକରଣ କରୁଛନ୍ତି ଆଶାୟୀ ପ୍ରାର୍ଥୀ। କେଉଁ ପ୍ରତିନିଧି କାହାକୁ ଭୋଟ ଦେବେ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। କିନ୍ତୁ ଭୋଟର ତାଲିକାରେ ତ୍ରୁଟି ଥିବା ବିଷୟ ଏସ୍ବିଆଇ, ଓଡ଼ିଶା ସରକାରୀ ମୁଦ୍ରଣାଳୟ(ଓଜିପି) ଓ ଗଞ୍ଜାମ ଜିଲା ପକ୍ଷରୁ ଅଭିଯୋଗ କରାଯାଇଛି। ସେମାନଙ୍କ ଅଭିଯୋଗକୁ ଗ୍ରହଣ ମଧ୍ୟ କରିଛି ଓସିଏ। ସୂଚନାଥାଉକି ଗୁରୁବାର ଅନୁବନ୍ଧିତ ୟୁନିଟ ଗୁଡ଼ିକ ପ୍ରତିନିଧିଙ୍କ ନାମ ପଠାଇବା ପରେ ନିର୍ବାଚନ ଅଧିକାରୀ ମାଖନଲାଲ ମଜୁମଦାର ପ୍ରାଥମିକ ପର୍ଯ୍ୟାୟରେ ଏକ ଭୋଟର ତାଲିକା ଘୋଷଣା କରିଛନ୍ତି। ଶୁକ୍ରବାର ଓ ଶନିବାର ଯାଞ୍ଚ ସହ ଅଭିଯୋଗ ଗ୍ରହଣ କରାଯିବାପରେ ରବିବାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।
ବୌଦ୍ଧ ଜିଲାରୁ ପଙ୍କଜ ଲୋଚନ ମହାନ୍ତି, କଟକ ଜିଲାରୁ ସଞ୍ଜୟ ବେହେରା, ସୋନପୁର ଜିଲାରୁ ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକ, ନୟାଗଡ଼ ଜିଲାରୁ ସଂଗ୍ରାମ କେଶରୀ ଗୁମାନସିଂ, କଳାହାଣ୍ଡି ଜିଲାରୁ ଜଗମୋହନ ପଟ୍ଟନାୟକ, ଗଜପତି ଜିଲାରୁ ଦେବାଶିଷ ପାଢୀ, ଢେଙ୍କାନାଳ ଜିଲାରୁ ନଳିନୀ କୁମାର ଦାସ, ମାଲକାନଗିରି ଜିଲାରୁ ସତବୀର ସିଂ ରିଆର, ନବରଙ୍ଗପୁର ଜିଲାରୁ ପ୍ରହଲ୍ଲାଦ ତ୍ରିପାଠୀ, ଖୋର୍ଦ୍ଧା ଜିଲାରୁ ବିକାଶ ପ୍ରଧାନ, କୋରାପୁଟ ଜିଲାରୁ ଅନୁପ କୁମାର ପାତ୍ର, ବାଲେଶ୍ୱର ଜିଲାର ଅଧୀପ ଦାସ, ଦେବଗଡ଼ ଜିଲାରୁ ସୁଜିତ କୁମାର ପ୍ରଧାନ, ବଲାଙ୍ଗୀର ଜିଲାରୁ ହରିନାରାୟଣ ପୂଜାରୀ, ଗଞ୍ଜାମ ଜିଲାରୁ ଅଶୋକ କୁମାର ସାହୁ, କନ୍ଧମାଳ ଜିଲାରୁ ଶିବପ୍ରସାଦ ତ୍ରିପାଠୀ, ମୟୂରଭଞ୍ଜ ଜିଲାରୁ କିଶୋର କୁମାର ବିଶ୍ୱାଳ, ରାୟଗଡ଼ା ଜିଲାରୁ ଡ. ନିରଞ୍ଜନ ପ୍ରସାଦ ବକ୍ସିପାତ୍ର, କେନ୍ଦୁଝର ଜିଲାରୁ ଜନାର୍ଦ୍ଦନ ଦାସ, ସୁନ୍ଦରଗଡ଼ ଜିଲାରୁ ପ୍ରଭାତ କୁମାର ଭୋଳ, ସମ୍ବଲପୁର ଜିଲାରୁ ଦୁଲାଲ ଚନ୍ଦ୍ର ପ୍ରଧାନ, ନୂଆପଡ଼ା ଜିଲାରୁ ସରୋଜ କୁମାର ସାହୁ, ପୁରୀ ଜିଲାରୁ ରବି ଶଙ୍କର ପ୍ରତିହାରୀ, ଝାରସୁଗୁଡ଼ା ଜିଲାରୁ ମେହତାବ ଖାଁ, ଭଦ୍ରକ ଜିଲାରୁ ଧୀରେନ ପଲେଇ, କେନ୍ଦ୍ରାପଡ଼ା ଜିଲାରୁ ସୁଭାଶିଷ ସେନାପତି, ବରଗଡ଼ ଜିଲାରୁ ରବିନାରାୟଣ ପଣ୍ଡା, ଅନୁଗୋଳ ଜିଲାରୁ ଅକ୍ଷୟ କୁମାର ସାମନ୍ତ, ଜଗତ୍ସିଂହପୁର ଜିଲାରୁ ଅନିଲ କୁମାର ବିଶ୍ୱାଳ, ଯାଜପୁର ଜିଲାରୁ ଜ୍ଞାନଚନ୍ଦ୍ର ଦାସ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି। ଭୁବନେଶ୍ୱର ଆଥଲେଟିକ୍ ଆସୋସିଏଶନରୁ ଡ. ଏସ୍.ଆର୍. ପରିଜା ପ୍ରତିନିଧି ଭାବେ ଭୋଟର ତାଲିକାରେ ଅଛନ୍ତି। ସେହିପରି ଏସ୍ବିଆଇ ସ୍ପୋଟର୍ସ କ୍ଲବରୁ ଉପେନ୍ଦ୍ର କୁମାର ଦାସ, ଓଜିପିରୁ ବୀରେନ୍ଦ୍ର କୁମାର ବେହେରା, ସହୀଦ ସ୍ପୋର୍ଟିଂ କ୍ଲବରୁ ସନ୍ତୋଷ କୁମାର ଦାସ, ଜୟଦୁର୍ଗା କ୍ଲବରୁ ଅସିତ ପଟ୍ଟନାୟକ, ଏଲ୍ଆଇସି ସ୍ପୋଟର୍ସ କ୍ଲବରୁ ଅଶୋକ କୁମାର ଦାସ, ମଙ୍ଗଳା କ୍ଲବରୁ ନବରଞ୍ଜନ ପଟ୍ଟନାୟକ, ବାରବାଟୀ କଲଚରାଲ ୟୁନିୟନରୁ ପ୍ରତାପ ଶତପଥୀ, ବିଶ୍ୱଭାରତୀ କ୍ଲବରୁ ସୁଶାନ୍ତ କୁମାର ମହାନ୍ତି, କିଶୋର କ୍ଲବରୁ ନୃସିଂହ ଚରଣ ଚୌଧୁରୀ, ସନରାଇଜ କ୍ଲବରୁ ତଡିତ କୁମାର ରାଉତ, ଜଗତପୁର ଆଥ୍ଲେଟିକ ଆସୋସିଏଶନରୁ ଗଣେଶ ପ୍ରସାଦ ସିଂ, ରୟାଲ କ୍ଲବରୁ ବଙ୍କିମ ଚନ୍ଦ୍ର ଦାସ, ଟାଉନ କ୍ଲବରୁ କ୍ଷୀତିଶ ଚନ୍ଦ୍ର ସାମନ୍ତରାୟ, ରାଇଜିଂ ଷ୍ଟୁଡେଣ୍ଟ କ୍ଲବରୁ ଆଶୀର୍ବାଦ ବେହେରା, ରାଇଜିଂ ଷ୍ଟାର୍ରୁ ବିଜୟ କୁମାର ଦାସ, ଜୁଭେନାଇଲରୁ ନିର୍ବାଣ ରାୟ, ସନସାଇନ କ୍ଲବରୁ ସଞ୍ଜୀବ ଦତ୍ତ, ରୋଭର୍ସ ଆଥ୍ଲେଟିକ କ୍ଲବରୁ ଶ୍ରଦ୍ଧାନନ୍ଦ ଦାସ, ଏସିସିରୁ ସୌଭାଗ୍ୟ କୁମାର ମହାପାତ୍ର ଓ ୟୁନିୟନ ସ୍ପୋର୍ଟିଂ କ୍ଲବରୁ ପ୍ରଦୀପ ଚୌହ୍ବାନ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି। ୧୧ଟି ସ୍କୁଲ ଓ ୩ କଲେଜର ପ୍ରତିନିଧି ଭାବେ ଆସିଥିବା ନାମକୁ ମଧ୍ୟ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ରେଭେନ୍ଶା ବିଶ୍ୱବିଦ୍ୟାଳୟରୁ ଅଞ୍ଜନ କୁମାର ଖୁଣ୍ଟିଆ, କିଟ୍ ବିଶ୍ୱବିଦ୍ୟାଳୟରୁ ଡ. ଗଗନେନ୍ଦୁ ଦାସଙ୍କ ନାମ ରହିଥିବା ବେଳେ ପୂର୍ବତଟ ରେଲୱେରୁ ବିଜୟ କୁମାର ମିଶ୍ର, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରୁ ଆର୍.ଏନ୍. ପାଢୀ, ପାରାଦୀପ ପୋର୍ଟରୁ ରବୀନ୍ଦ୍ର କୁମାର ଦାସ ରହିଛନ୍ତି । ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଦେବାଶିଷ ମହାନ୍ତି, ଶିବ ସୁନ୍ଦର ଦାସ ଓ ସଞ୍ଜୟ ରାଉଳଙ୍କ ନାମ ମଧ୍ୟ ଭୋଟର ତାଲିକାରେ ରହିଛି ।
ଆସିଲେ ଆଶୀର୍ବାଦ
ଓସିଏର ପଦବୀରେ ବସିବା ନିମନ୍ତେ ଲୋଧା କମିଟିର ମାନଦଣ୍ଡ ପୂରଣ କରିବା ପାଇଁ ବରିଷ୍ଠ କ୍ରୀଡ଼ା ସଙ୍ଗଠକ ତଥା ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଅସମର୍ଥ। ହେଲେ ସଦସ୍ୟ ଭାବେ ରହିବା ନିମନ୍ତେ ତାଙ୍କୁ ବାରଣ କରାଯାଇପାରିବ ନାହିଁ। ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ପକ୍ଷରୁ ଆଶୀର୍ବାଦ ପ୍ରତିନିଧି ଭାବେ ଭୋଟର ତାଲିକାରେ ରହିଛନ୍ତି । ଯାହା ଫଳରେ ପ୍ରତ୍ୟକ୍ଷ ହେଉ କି ପରୋକ୍ଷ, ଆଶୀର୍ବାଦଙ୍କ ଉପସ୍ଥିତି ଏବେ ନିର୍ବାଚନ ସମୀକରଣରେ ପ୍ରଭାବ ପକାଇବ । |
https://www.dharitri.com/nagaland-elections-59-seats-in-the-60-member-assembly-will-be-voted-on-27-february/ | ନାଗାଲାଣ୍ଡ ନିର୍ବାଚନ: ୬୦ ସଦସ୍ୟ ବିଶିଷ୍ଟ ବିଧାନସଭା ଆସନ ଲାଗି ୫୯ ଆସନରେ ୨୭ ଫେବୃୟାରୀରେ ହେବ ଭୋଟ
ଦିମାପୁର,୨୪ ।୨: ନାଗାଲାଣ୍ଡ ରାଜ୍ୟ ଗଠନ ହେବାର ୬ ଦଶକ ପରେ ବି ତା’ର ପ୍ରଥମ ମହିଳା ବିଧାୟକଙ୍କ ଅପେକ୍ଷାରେ ରହିଛି । ନେଫାରୁ ୧୯୬୩ରେ ଅଲଗା ହୋଇ ନାଗାଲାଣ୍ଡ ରାଜ୍ୟ ହୋଇଥିଲା । ଏଥର ଏଠାରେ ବିଧାନସଭା ନିର୍ବାଚନରେ ଭାଜପା, ଏନଡିପିପି ଓ କଂଗ୍ରେସରେ ମୋଟ ୪ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି ।
ପୂର୍ବରୁ ଏମିତି ସମୟ ଥିଲା ଯେତେବେଳେ କୌଣସି ମହିଳାଙ୍କୁ ଏଠି ଟିକେଟ ଦିଆଯାଉ ନ ଥିଲା । ଏହାର କାରଣ ହେଉଛି ନାଗା ପରମ୍ପରା ଅନୁଯାୟୀ ସାମାଜିକ ନିଷ୍ପତ୍ତି ନେବାର ଅଧିକାର କେବଳ ପୁରୁଷଙ୍କର ରହିଛି । ଏବେ ରାଜ୍ୟର ଦୁଇ ମହିଳା ଏମପି ହୋଇସାରିଛନ୍ତି । ପ୍ରଥମଥର ୧୯୭୭ରେ ରାନୋ ଏମ ଶାଜା ଏମପି ହୋଇଥିଲେ । ଏହାପରେ ୨୦୨୨ରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଏସ ଫାନୋନ କୋନ୍ୟାକ ରାଜ୍ୟ ସଭା ସଦସ୍ୟ ହୋଇଥିଲେ । ନାଗାଲାଣ୍ଡର ୬୦ ସଦସ୍ୟ ବିଶିଷ୍ଟ ବିଧାନସଭା ଆସନ ମଧ୍ୟରୁ ୫୯ଟି ଆସନ ଲାଗି ୨୭ ଫେବୃୟାରୀରେ ମତଦାନ ହେବାକୁ ଯାଉଛି । ଗୋଟିଏ ଆସନରେ ଭାଜପା ପ୍ରାର୍ଥୀ କଝୋତୋ କିନିମି ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି । |
https://www.dharitri.com/emphasis-on-the-protection-of-life-livelihood/ | ଜୀବନ, ଜୀବିକାର ସୁରକ୍ଷା ଉପରେ ଗୁରୁତ୍ୱାରୋପ -ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ କେନ୍ଦୁଝର ଗସ୍ତ
କେନ୍ଦୁଝର, ୧୦ା୭ (ସ୍ବ.ପ୍ର./ଡି.ଏନ୍.ଏ.)- ଉତ୍ତରାଞ୍ଚଳ ରାଜସ୍ବ କମିଶନର ନିରଞ୍ଜନ ସାହୁ ଗୁରୁବାର କେନ୍ଦୁଝର ଜିଲା ଗସ୍ତରେ ଆସି କୋଭିଡ୍-୧୯ ପରିଚାଳନା, ଏମ୍ଜିଏନ୍ଆର୍ଇଜିଏସ୍ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମର କାଯର୍ୟାନ୍ବୟନ ସମ୍ପର୍କରେ ସମୀକ୍ଷା କରିଛନ୍ତି। ମହାମାରୀ କରୋନା ପରିସ୍ଥିତିରେ ଜୀବନ ଓ ଜୀବିକାର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି ଏ ଦିଗରେ ସମସ୍ତେ କାର୍ଯ୍ୟ କରିବାକୁ କହିଛନ୍ତି। ଦରବାର ହଲ୍ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକର ପ୍ରାରମ୍ଭରେ ଜିଲାପାଳ ଆଶିଷ ଠାକ୍ରେ କୋଭିଡ୍-୧୯ର ପ୍ରତିରୋଧ ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର ଜିଲାରେ କୋଭିଡ୍-୧୯ ନିୟମାବଳୀ ଅନୁପାଳନ ସମ୍ପର୍କରେ ଅବଗତ କରାଇଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡ଼.ଉଦ୍ଧବ ଚନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଡ଼.ଭକ୍ତଚରଣ ପ୍ରଧାନ, ଅତିରିକ୍ତ ଜିଲାପାଳ(ରାଜସ୍ବ) ସନ୍ତୋଷ କୁମାର ନାୟକ, ଜିଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘାସିନାଥ ମୁର୍ମୁ, ପିଏ ଆଇଟିଡିଏ କେନ୍ଦୁଝର ନାରାୟଣ ମୁର୍ମୁ, କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁଙ୍କ ସମେତ ବିିଭିନ୍ନ ବିଭାଗୀୟ ଅଧିକାରୀ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ। |
https://www.dharitri.com/ଏଇ-ଭାରତରେ-90/ | ଏଇ ଭାରତରେ
ଜିଭ କାଟି ମହାଦେବଙ୍କୁ ଅର୍ପଣ କଲେ ଯୁବକ। ଆଧୁନିକ ବିଜ୍ଞାନ ଯୁଗରେ ଏବେ ମଣିଷ ଚନ୍ଦ୍ରରେ ବସତି ସ୍ଥାପନ କରିବାକୁ ଚିନ୍ତା କରୁଛି। ଏପରି ସ୍ଥଳେ କେତେକ ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନାନା ଅବିଶ୍ୱସନୀୟ କାର୍ଯ୍ୟ କରୁଛନ୍ତି। ଛତିଶଗଡ଼ରେ ସମ୍ପ୍ରତି ଏଭଳି ଏକ ଘଟଣା ଘଟିଛି। ସ୍ଥାନୀୟ କୋରବା ଅଞ୍ଚଳରେ ଥିବା କରତାଲା-ସେନ୍ଦ୍ରୀପାଲି ଜନଜାତିବହୁଳ ଗାଁରେ ଜଣେ ଯୁବକ ମାନସିକ ପୂରଣ ପାଇଁ ମହାଦେବ ମନ୍ଦିରରେ ଶିବଲିଙ୍ଗଙ୍କୁ ନିଜ ଜିଭ କାଟି ଅର୍ପଣ କରିଛନ୍ତି। ଲକ୍ଷ୍ମୀପ୍ରସାଦ ନାମକ ଏହି ଯୁବକ ସକାଳୁ କାହାକୁ କିଛି ନ ଜଣାଇ ଘରୁ ବାହାରି ଯାଇଥିଲେ। ତେବେ ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ଶେଷରେ ଲକ୍ଷ୍ମୀପ୍ରସାଦ ଗାଁ ମୁଣ୍ଡରେ ଥିବା ଶିବମନ୍ଦିରରେ ଚୁପ୍ଚାପ୍ ବସିଥିବା ଦେଖିବାକୁ ମିଳିଥିଲା। ମନ୍ଦିରର ଶିବଲିଙ୍ଗ ଉପରେ ଲକ୍ଷ୍ମୀପ୍ରସାଦଙ୍କର କଟାଜିଭ ରହିଥିବା ଲୋକେ ଦେଖିଥିଲେ। ମାତ୍ର ଗାଁ ଲୋକେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେବା ପରିବର୍ତ୍ତେ ତାଙ୍କର ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ଏବେ ତାଙ୍କ ପାଇଁ ସେଠାରେ ତମ୍ବୁ ଟଣା ଯାଇଥିବା କୁହାଯାଉଛି। ଏହି ଘଟଣା ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। |
https://www.dharitri.com/till-3-years-child-is-looking-for-a-reward/ | ୩ ବର୍ଷ ହେବ ପିଲା ଖୋଜୁଛନ୍ତି ପୁରସ୍କାର
ଭୁବନେଶ୍ୱର,୬।୭
(ଶର୍ମିଷ୍ଠା ପାଣିଗ୍ରାହୀ)ପିଲାଙ୍କୁ ପୁରସ୍କାର ଲୋଭ ଦେଖାଇ ଭୁଲି ଯାଇଛନ୍ତି ରାଜ୍ୟ ସରକାର। ଇତିମଧ୍ୟରେ ୩ବର୍ଷ ବିତିଯାଇଛି। ‘ମୋ ପ୍ରତିଭା’ ପୁରସ୍କାର ପାଇବାକୁ ୩୫ରୁ ଊର୍ଦ୍ଧ୍ୱ ପିଲା ଚାହିଁବସିଛନ୍ତି। କରୋନା ସମୟରେ ସ୍କୁଲ ବନ୍ଦ ରହିବା ସହ ବାହାରେ ଖେଳିବାକୁ ପିଲାମାନଙ୍କୁ ବାରଣ କରାଯାଇଥିଲା। ଏପରିସ୍ଥିତିରେ ପିଲାଙ୍କ ସ୍ବାସ୍ଥ୍ୟଗତ ତଥା ମାନସିକ ବିକାଶ ଯେପରି ପ୍ରଭାବିତ ନ ହେବ ସେଥିପାଇଁ ରାଜ୍ୟ ସରକାର କେତେକ ପଦକ୍ଷେପ ନେଇଥିଲେ। ଏଥିମଧ୍ୟରେ ‘ମୋ ପ୍ରତିଭା-ମୋ ପରିଚୟ’ କାର୍ଯ୍ୟକ୍ରମ ଅନ୍ୟତମ ଥିଲା। ପରିବାର ସଦସ୍ୟଙ୍କ ଗହଣରେ ସୃଜନଶୀଳତାର ପରିବୃଦ୍ଧି ନିମନ୍ତେ ୨୦୨୦ ଏପ୍ରିଲ ୨ରେ ରାଜ୍ୟ ସରକାର ଏହି ପ୍ରତିଭା ବିକାଶ କାର୍ଯ୍ୟକ୍ରମ ଅନ୍ଲାଇନ୍ ମାଧ୍ୟମରେ ଆରମ୍ଭ କରିଥିଲେ। ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ୟୁନିସେଫ୍ର ସହଯୋଗରେ ଅନ୍ଲାଇନ୍ରେ ପ୍ରତିଯୋଗିତା କରାଯାଇଥିଲା। ୫ରୁ ୧୮ବର୍ଷ ବୟସର ଶିଶୁ ତଥା କିଶୋରୀକିଶୋରମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ୫ରୁ ୧୦ବର୍ଷ, ୧୧ରୁ ୧୬ବର୍ଷ ଓ ୧୬ରୁ ୧୮ବର୍ଷ ପିଲାଙ୍କ ପାଇଁ ୩ଟି ବର୍ଗରେ ପ୍ରତିଯୋଗିତା ହୋଇଥିଲା। ‘ଲକ୍ ଡାଉନ୍ ସମୟରେ ଗୃହ ଭିତରେ ରହିବାର ଅନୁଭବ’ ଓ ‘ଜଣେ ଯୁବ ନାଗରିକ ହିସାବରେ କୋଭିଡ୍-୧୯ ସମୟରେ ମୋର କର୍ତ୍ତବ୍ୟ’ ଉପରେ ପିଲାମାନେ ଚିତ୍ରାଙ୍କନ, ପୋଷ୍ଟର ତିଆରି, ସ୍ଲୋଗାନ ରଚନା, କ୍ଷୁଦ୍ରଗଳ୍ପ ଓ କବିତା ରଚନା ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମ ୫ ସପ୍ତାହ ଧରି ଚାଲିଥିଲା। ପ୍ରତି ଗୁରୁବାର ପ୍ରତି ବର୍ଗର ବିଜେତାଙ୍କ ନାମ ମଧ୍ୟ ଘୋଷଣା କରାଗଲା। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା। ଓଡ଼ିଶା ସରକାର ଓ ୟୁନିସେଫ୍ଠାରୁ ବିଜେତାମାନେ ମାନପତ୍ର ପାଇବେ ବୋଲି ସେଥିରେ ଉଲ୍ଲେଖ କରାଯାଇଥିଲା। ଏଥିସହ ଶ୍ରେଷ୍ଠ ପ୍ରସଙ୍ଗଗୁଡ଼ିକୁ କୋଭିଡ୍-୧୯ ସୂଚନା ପ୍ରଚାରରେ ବ୍ୟବହାର କରାଯିବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା। ପରବର୍ତ୍ତୀ ସମୟରେ ଅର୍ଥାତ୍ ୨୦୨୦ ଜୁନ୍ରେ ପ୍ରାୟ ୩୫ରୁ ଅଧିକ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିବା ନେଇ ଅଭିଭାବକଙ୍କ ପାଖକୁ ସୂଚନା ମଧ୍ୟ ଦିଆଯାଇଥିଲା। ଏହାକୁ ନେଇ ପିଲାମାନେ ଆହୁରି ଉତ୍ସାହିତ ହୋଇପଡିଥିଲେ। କିନ୍ତୁ ତା’ପରେ ପ୍ରତିଯୋଗିତା ହେଲା ନାହିଁ କି ପୁରସ୍କାର ମିଳିଲା ନାହିଁ। କାଳେ ଅନ୍ଲାଇନ୍ରେ ପୁରସ୍କାର ମିଳିବ, ସେଥିପାଇଁ ପିଲା ଓ ସେମାନଙ୍କ ଅଭିଭାବକ ଦିଆଯାଇଥିବା ଓ୍ବେବ୍ସାଇଟ୍କୁ ବାରମ୍ବାର ସର୍ଚ୍ଚ କରି ଏପର୍ଯ୍ୟନ୍ତ ପୁରସ୍କାର ଖୋଜି ଚାଲିଛନ୍ତି।
ପୁରସ୍କାର ଜିତିଥିବା ଜଣେ ପିଲାଙ୍କ ଅଭିଭାବକ କହିଛନ୍ତି, ପିଲାମାନଙ୍କ ପାଇଁ ସେତେବେଳେ ଏହା ଏକ ଭଲ ସମୟୋପଯୋଗୀ ଉଦ୍ୟମ ଥିଲା। ଏ ନେଇ ଆମେ ଖୁସି ମଧ୍ୟ ଥିଲୁ। ପିଲାଙ୍କ ପାଇଁ ପୁରସ୍କାରର ପ୍ରାଧାନ୍ୟ ସବୁବେଳେ ରହିଛି। ସେମାନଙ୍କୁ ପୁରସ୍କାର କଥା କହି ନ ଦେଲେ ଆଗାମୀ ଦିନରେ କୌଣସି କାର୍ଯ୍ୟକ୍ରମରେ ଭାଗ ନେବାକୁ ସେମାନେ ଆଗ୍ରହୀ ହେବେ ନାହିଁ।
ନେଇ ୟୁନିସେଫ୍ ସହ ଯୋଗାଯୋଗ କରାଯିବାରୁ ‘ମୋ ପ୍ରତିଭା’ ପୁରସ୍କାର ଦାୟିତ୍ୱ କ୍ରୀଡ଼ା ଓ ଯୁବ ସେବା ବିଭାଗ ନେଇଥିବା କୁହାଯାଇଛି। ଅନ୍ୟପକ୍ଷେ କ୍ରୀଡ଼ା ଓ ଯୁବ ସେବା ବିଭାଗର ଯୁଗ୍ମ ସଚିବ ରଞ୍ଜିତ ପରିଡ଼ା କହିଛନ୍ତି, ପୁରସ୍କାର ଦିଆଯିବା କଥା କୁହାଯାଇ ନ ଥିଲା। କିନ୍ତୁ ଏବେ ପୁରସ୍କାର ଦିଆଯିବା ନେଇ ଆଲୋଚନା ଚାଲିଛି। କିଛିଦିନ ମଧ୍ୟରେ ପୁରସ୍କାର ଦିଆଯିବ ବୋଲି ସେ କହିଛନ୍ତି। |
https://www.dharitri.com/ଲଗାଣ-ବର୍ଷାରେ-କୃତ୍ରିମ-ବନ୍/ | ଲଗାଣ ବର୍ଷାରେ କୃତ୍ରିମ ବନ୍ୟା
ବାଲେଶ୍ୱର ଅଫିସ,୨୬।୯- ବାଲେଶ୍ୱର ଜିଲାରେ ୩ ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ସହର ତଳି ଅଞ୍ଚଳରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଉପରମୁଣ୍ଡରେ ବର୍ଷା ଯୋଗୁ ଜଳକା ନଦୀ ବିପଦ ସଙ୍କେତ ଅତିକ୍ରମ କରି ପ୍ରବାହିତ ହେଉଥିବାବେଳେ ବୁଢ଼ାବଳଙ୍ଗ, ସୋନ, ଗଙ୍ଗାହାର ଓ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଅଧିକ ବର୍ଷା ଲାଗି ରହିଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ଜିଲା ପ୍ରଶାସନ ସଜାଗ ରହିଛି। ପ୍ରତ୍ୟେକ ବ୍ଲକରେ ତହସିଲଦାର, ବିଡିଓ ପ୍ରମୁଖ ପ୍ରଶାସନିକ ଅଧିକାରୀ ସ୍ଥିତିର ତଦାରଖ କରୁଛନ୍ତି। ଏନ୍ଡିଆର୍ଏଫ୍ ଟିମ୍ ଜିଲାରେ ପ୍ରସ୍ତୁତ ରହିଛି। ବନ୍ୟା ପରିସ୍ଥିତି ଉପୁଜିଲେ, ଏଥିଲାଗି ଆବଶ୍ୟକୀୟ ପ୍ରାଥମିକ ଶୁଖିଲା ଖାଦ୍ୟ, କିରୋସିନ, ମହମବତି ଓ ପଲିଥିନ୍ ପ୍ରଭୃତି ସାମଗ୍ରୀ ପ୍ରସ୍ତୁତ ରଖାଯାଇଥିବାର ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାରଠାରୁ ବୁଧବାର ପୂର୍ବାହ୍ନ ୮ଟା ସୁଦ୍ଧା ଜିଲାରେ ୧୦୨୪ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଭୋଗରାଇ ବ୍ଲକରେ ସର୍ବାଧିକ ୧୫୨ , ଜଳେଶ୍ୱର ବ୍ଲକ ୧୪୩, ବାଲିଆପାଳ ୯୫, ବସ୍ତାରେ ୯୧, ବାଲେଶ୍ୱର ସଦର ବ୍ଲକ ଓ ସହରାଞ୍ଚଳରେ ୧୦୩ ମି.ମି. ବର୍ଷା ହୋଇଛି। ସେହିପରି ରେମୁଣାରେ ୧୦୪, ନୀଳଗିରିରେ ୮୭, ସୋରରେ ୫୩ , ବାହାନଗାରେ ୫୭ , ସିମୁଳିଆରେ ୫୪ ,ଖଇରାରେ ୪୫ , ଔପଦା ବ୍ଲକରେ ସର୍ବନିମ୍ନ ୪୦ ମି.ମି. ବର୍ଷା ହୋଇଥିବା ଜଣାପଡିଛି। ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ମଥାନୀ ନିକଟରେ ବିପଦସଙ୍କେତ ୫.୫୦ ମିଟର ଥିବାବେଳେ ବୁଧବାର ସନ୍ଧ୍ୟା ସୁଦ୍ଧା ଜଳସ୍ତର ୬.୪୦ ମିଟରକୁ ବୃଦ୍ଧି ପାଇଥିଲା। ଏ ନେଇ ଉକ୍ତ ବ୍ଲକର ୧୨ ପଞ୍ଚାୟତ ମଥାନୀ, ବାହାର୍ଦ୍ଦା, ପତ୍ରଝଡ଼ା, ଦୁଧହଂସା, ସଦାନନ୍ଦପୁର ସହ ସଦର ବ୍ଲକର ୨ ପଞ୍ଚାୟତ ରସଲପୁର ଓ ଶ୍ରୀରାମପୁର ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବୁଢ଼ାବଳଙ୍ଗ, ସୋନ, ଗଙ୍ଗାହାର ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଉଥିଲେ ମଧ୍ୟ ଏହା ବନ୍ୟା ଆଶଙ୍କା ସୃଷ୍ଟି କରିବ ନାହିଁ ବୋଲି ପ୍ରଶାସନ କହିଛି।
୩ଦିନ ଧରି ଲଗାଣବର୍ଷା ଯୋଗୁ ବାଲେଶ୍ୱର ସହରର ଅବସ୍ଥା ଅଧିକ ବେହାଲ ହୋଇପଡିଛି। ବର୍ଷାଜଳ ନିଷ୍କାସନ ହୋଇ ନ ପାରିବାରୁ କେତେକ ଅଞ୍ଚଳରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ମ୍ୟୁନିସିପାଲିଟି ଅନ୍ତର୍ଗତ ତଳି ଅଞ୍ଚଳର ନୂଆସାହି, କୋଷ୍ଟାଲକଲୋନୀ, ଗୁଡ଼ିପଦା ଅଞ୍ଚଳରେ ମଙ୍ଗଳବାର ରାତି ୧୦ଟା ପରେ ଲୋକଙ୍କ ଘରେ ପାଣି ପଶିଥିଲା। ୧୦୦ରୁ ଅଧିକ ପରିବାର ଏବେ ମଧ୍ୟ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ସାଧାରଣ ଜୀବନଯାତ୍ରା ଠପ୍ ହୋଇଯାଇଛି। ବସ୍ତି ଅଞ୍ଚଳର ଲୋକେ ଘରଦ୍ୱାର ଛାଡ଼ି ସମ୍ପର୍କୀୟଙ୍କ ଘରକୁ ପଳାଇ ଯାଇଛନ୍ତି। ଯେଉଁମାନେ ଅଛନ୍ତି, ସେମାନଙ୍କ ଘରେ ଚୁଲି ଜଳି ନାହଁି। ଜିଲା ପ୍ରଶାସନ ପକ୍ଷରୁ ଅଦ୍ୟାବଧି କୌଣସି ସହାୟତା ପହଞ୍ଚତ୍ ନ ଥିବା ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ଜିଲା ଜରୁରିକାଳୀନ ଅଧିକାରୀ ଅଭୟ କୁମାର ନାୟକଙ୍କୁ ପଚାରିବାରୁ କହିଛନ୍ତି, ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିଲେ ମଧ୍ୟ ବନ୍ୟାଜଳ କୂଳ ଲଂଘି ନାହଁି। ଉପରମୁଣ୍ଡରେ ଯଦି ଅଧିକ ଲଗାଣବର୍ଷା ହୋଇ ବନ୍ୟା ସ୍ଥିତି ଉପୁଜେ ସେଥିଲାଗି ପ୍ରଶାସନ ସତର୍କ ରହିଛି। ବସ୍ତା ତହସିଲଦାର ନରେନ୍ଦ୍ର ଖମାରୀ, ବିଡିଓ କୁକୁମିନା ଦାସଙ୍କୁ ସଜାଗ ରହିବା ପାଇଁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ସହରର ବିଭିନ୍ନ ତଳି ଅଞ୍ଚଳରୁ ବର୍ଷା ଜଳ ନିଷ୍କାସନ ହୋଇ ନ ପାରିବାରୁ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜରୁରିକାଳୀନ ଭିତ୍ତିରେ ଜଳ ନିଷ୍କାସନ କାର୍ଯ୍ୟକ୍ରମ ଜାରି ରହିଥିବା ସେ କହିଛନ୍ତି। |
https://www.dharitri.com/୧୦-ଖଣି-ପାଇଁ-ନିଲାମ-ପ୍ରକ୍ରି/ | ୧୦ ଖଣି ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ: ଭାଗନେଲେ ୧୭୬ ବିଡର
ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ରାଜ୍ୟ ସରକାର ୧୦ଟି ଖଣି ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସେହି ଖଣିଗୁଡ଼ିକ ହେଲା ନୂଆଗଁା ଲୁହାପଥର ଖଣି, ଠାକୁରାଣୀ ଲୁହା ପଥର ଖଣି, ସିଲଜୋରା-କାଳିମାଟି ଲୁହାପଥର ଓ ମାଙ୍ଗାନିଜ୍, ଜିିଲିଂ-ଲଙ୍ଗଲୋଟା ଲୁହାପଥର, ଜରିବାହାଲ ଲୁହାପଥର, ରଏଡା-୨, ଜୁରୁରୀ ଲୁହାପଥର, ନାରାୟଣପୋଷି ଲୁହାପଥର ଓ ମାଙ୍ଗାନିଜ୍, ମହୁଲ ସୁଖା ଲୁହପଥର ଓ ମାଙ୍ଗାନିଜ୍ ଏବଂ ଗୋନୁଆ ଲୁହାପଥର ଖଣି। ଉକ୍ତ ଖଣି ନିଲାମରେ ୧୭୬ ଜଣ ଭାଗ ନେଇଛନ୍ତି। ରଏଡା-୨ ପାଇଁ ୨୧ ଜଣ ବିଡର ଆବେଦନ କରିଥିବାବେଳେ ନୂଆଗାଁ ଖଣି ପାଇଁ ୧୫, ଠାକୁରାଣୀ ପାଇଁ ୧୫, ଜିିଲିଂ-ଲଙ୍ଗଲୋଟା ପାଇଁ ୨୪, ଜୁରୁରୀ ପାଇଁ ୨୨, ଗୋନୁଆ ପାଇଁ ୧୨, ଜରିବାହାଲ ପାଇଁ ୨୫, ମହୁଲସୁଖା ପାଇଁ ୧୮, ନାରାୟଣପୋଷୀ ପାଇଁ ୧୨ ଏବଂ ସିଲଜୋରା-କାଳିମାଟି ଖଣି ପାଇଁ ୧୨ ଜଣ ବିଡର ଆବେଦନ କରିଛନ୍ତି। ସୋମବାର ଏହି ସବୁଖଣି ପାଇଁ ଟେକ୍ନିକାଲ ବିଡ୍ ଖୋଲାଯାଇଛି। ମଙ୍ଗଳବାର ଠାରୁ ଖଣି ବିଭାଗର ବୈଷୟିକ କମିଟି ଦ୍ୱାରା ଉକ୍ତ ବିଡରଙ୍କର ବୈଷୟିକ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ଡିସେମ୍ବର ୯ ତାରିଖରେ ଖଣି ପାଇବାକୁ ଯୋଗ୍ୟତା ଅର୍ଜନ କରିଥିବା ବିଡରମାନଙ୍କର ତାଲିକା ପ୍ରକାଶ କରାଯିବ ବୋଲି ଖଣି ନିର୍ଦ୍ଦେଶକ ଦୀପକ କୁମାର ମହାନ୍ତି କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ କାଳିମାଟି ଖଣି ପାଇଁ ମିଥ୍ରୀ ଇନଫ୍ରା, ସିପି ଇସ୍ପାତ, ବେଦାନ୍ତ, ଦେବବ୍ରତ ବେହେରା, ଅଲଟ୍ରେଡ ମିନେରାଲ, ସାଉଥ ଓ୍ବେଷ୍ଟ ମାଇନିଂ, ରୁଙ୍ଗଟା, କେଜେଏସ, ଏମ.ବାବନା, ଫୋରଓ୍ବେ ଇନଫ୍ରା, ୟାଜଦାନୀ ଏବଂ ଜିଏମ ଆଇରନ ଆବେଦନ କରିଥିବାବେଳେ ନାରାୟଣପୋଷି ଖଣି ପାଇଁ ଇଲେକ୍ଟ୍ରୋଷ୍ଟିଲ, ଶ୍ୟାମ ମେଟାଲିକ୍, ଜେଏସପିଏଲ, ବେଦାନ୍ତ, ରୁଙ୍ଗଟା, ଅମ୍ବା ରିଭର କୋ, ଆରଆଇଏନଏଲ, ପ୍ରୋ ମ୍ୟାଟେରିଆଲ, ଓଏମ୍ପିଏଲ, ଟିଏସ୍ଏଲ ଏବଂ ଆର୍ସେଲର ମିତ୍ତଲ ଆବେଦନ କରିଛନ୍ତି। ସେହିପରି ଜିଲିଂ ଖଣି ପାଇଁ ଆଦାନୀ, ଟିଏସ୍ ଆଲଏଜ୍, ଶ୍ୟାମ ଷ୍ଟିଲ,ଶ୍ୟାମ ମାଇନିଂ, ଜେଏସ୍ପିଏଲ, ଶ୍ୟାମ କୋର, ଓଏମ୍ପିଏଲ, ଟିପି ସାଓ, ବିଆରପିଏଲ, କେଜେଏସ୍ ପାଓ୍ବାର, ସିରାଜଉଦ୍ଦିନ, ଆଇପି, ଏସେଲ, ନାରବେହେରାମ ବିଶ୍ରାମ,ଜେଏସପିଏଲ, , ଆମଲଗାମ ପାଓ୍ବାର, ଜେଏସ୍ଡବ୍ଲ୍ୟୁ ଷ୍ଟିଲ, ଫୋମେଣ୍ଟୋ, ପ୍ରୋ ମିନେରାଲସ୍, ରାମଗଡ଼ ମିନେରାଲ୍ସ, ରୁଙ୍ଗଟା ମାଇନ୍ସ, ଆର୍ସେଲର ମିତ୍ତଲ, ଫୋରଓ୍ବେ ଇନଫ୍ରା, ସାଓ୍ବନ ଡେସଟିଲଣ୍ଟିଂ ଏବଂ ବେଦାନ୍ତ ଆବେଦନ କରିଛନ୍ତି। |
https://www.dharitri.com/up-mlc-election-result-latest-updates-bjp-cm-yogi-raja-bhaiya-brijesh-singh-wife-pratapgarh-varanasi/ | ମୋଦିଙ୍କ ଗଡ଼ରେ ଭାଜପାର ପରାଜୟ
ବାରାଣସୀ,୧୨।୪: ଉତ୍ତର ପ୍ରଦେଶର ବିଧାନ ପରିଷଦ (ଏମ୍ଏଲସି) ନିର୍ବାଚନ ଫଳାଫଳ ଆଜି ଘୋଷଣା କରାଯାଉଛି। ୨୭ଟି ବିଧାନ ପରିଷଦ ଆସନର ଫଳାଫଳ ଆଜି ଅପରାହ୍ନ ସୁଦ୍ଧା ବାହାରିବ। ବିଧାନସଭା ନିର୍ବାଚନରେ ସକାଳ ୮ଟାରୁ ୨୭ଟି ଜିଲାର ମୁଖ୍ୟାଳୟରେ ଥିବା କଲେକ୍ଟରେଟରେ ଭୋଟ ଗଣନା ଚାଲିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡ ବାରାଣସୀରେ ପୁଣିଥରେ ବ୍ରିଜେଶ ସିଂ ପ୍ରାଧାନ୍ୟ ବିସ୍ତାର କରିଥିଲେ। ତାଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣା ବିପୁଳ ବ୍ୟବଧାନରେ ଏମଏଲସି ନିର୍ବାଚନରେ ଜିତିଛନ୍ତି। ଏଠାରେ ଭାଜପା ତୃତୀୟ ସ୍ଥାନ ପାଇଛି। ଶେଷ ରାଉଣ୍ଡ ଗଣନାରେ ଏସପିର ଉମେଶ ଯାଦବ ୩୪୫ ଭୋଟ ପାଇଛନ୍ତି, ଭାଜପାର ଡା ସୁଦାମା ପଟେଲ ୧୭୦ ଭୋଟ ପାଇଛନ୍ତି। ଏଥି ସହିତ ସ୍ବାଧୀନ ଅନ୍ନପୂର୍ଣ୍ଣା ୪୨୩୪ ଭୋଟ ହାସଲ କରି ଜିତିଥିଲେ। ୨୪ ବର୍ଷ ଧରି ବାରାଣସୀର ଏହି ଆସନ କେନ୍ଦ୍ରୀୟ ଜେଲରେ ଥିବା ବ୍ରିଜେଶ ସିଂ କିମ୍ବା ତାଙ୍କ ପରିବାର ଦଖଲ କରିଛନ୍ତି। ସେହିପରି ଗୋରଖପୁର, ରାଇବରେଲିରଚ ଭାଜପା ପ୍ରାର୍ଥୀ ଜିତିଛନ୍ତି।
ୟୁପି ବିଧାନ ପରିଷଦରେ ମୋଟ ୩୬ଟି ଆସନ ଅଛି। ଏଥିମଧ୍ୟରୁ ୯ ଜଣ ସଦସ୍ୟ ବିନା ପ୍ରତିଦ୍ୱନ୍ଦିତା କରି ନିର୍ବାଚିତ ହୋଇସାରିଛନ୍ତି। |
https://www.dharitri.com/virat-kohlis-big-lottery-even-crores/ | ବିରାଟ କୋହଲିଙ୍କ ହାତରେ ଲାଗିଲା ବଡ଼ ଲଟେରି: ଏଣିକି କୋଟି କୋଟି….
ନୂଆଦିଲ୍ଲୀ,୭।୨: ଭାରତୀୟ କ୍ରିକେଟର ବିରାଟ କୋହଲି ପୁମା କମ୍ପାନୀ ସହ ଏକ ବଡ ଚୁକ୍ତି କରିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ପୁମା କମ୍ପାନୀ ସହିତ ୮ ବର୍ଷ ପାଇଁ ୧୧୦ କୋଟି ଟଙ୍କା ମୂଲ୍ୟର ଚୁକ୍ତି ସ୍ବାକ୍ଷର କରିଛନ୍ତି। ଯେକୌଣସି ବ୍ରାଣ୍ଡ ସହିତ ଏଭଳି ଚୁକ୍ତି ବିରାଟ କୋହଲି ପ୍ରଥମ ଭାରତୀୟ କ୍ରିକେଟର ହୋଇପାରିଛନ୍ତି।କି, ଏହା ପୂର୍ବରୁ ସଚିନ ତେନ୍ଦୁଲକର ଏବଂ ମହେନ୍ଦ୍ର ସିଂ ଧୋନୀ ୧୦୦ କୋଟିରୁ ଅଧିକ ମୂଲ୍ୟର ଏଣ୍ଡୋର୍ସମେଣ୍ଟ ଚୁକ୍ତି ସ୍ବାକ୍ଷର କରିଥିଲେ, କିନ୍ତୁ ସେମାନେ ଏକରୁ ଅଧିକ କମ୍ପାନୀ ପାଇଁ ଥିଲେ।
ପ୍ରସିଦ୍ଧ ପୁମା କମ୍ପାନୀ ଜାମାଇକା ସ୍ପ୍ରିଣ୍ଟର ଉସେନ ବୋଲ୍ଟ-ଆସଫା ପାୱେଲ, ଫ୍ରାନ୍ସର ଫୁଟବଲର୍ ଥିଏରି ହେନେରୀ-ଅଲିଭିଆର ଜିରାଡଙ୍କୁ ସ୍ବାକ୍ଷର କରିଥିଲେ। ପୁମା କମ୍ପାନୀ ଏହି ଆଥଲେଟ୍ମାଙ୍କ ସହିତ ଏକ ବଡ ଚୁକ୍ତି କରିଥିଲା। ବର୍ତ୍ତମାନ ଏହି ତାଲିକାରେ ବିରାଟ କୋହଲିଙ୍କ ନାମ ଯୋଡି ହୋଇଛି।
ଏହା ପରେ ବିରାଟ କୋହଲି କହିଛନ୍ତି ଯେ, ମୁଁ ଗର୍ବିତ ଅନୁଭବ କରୁଛି କାରଣ ଅନେକ ମହାନ ଆଥଲେଟ ପୁମାଙ୍କୁ ସମର୍ଥନ କରନ୍ତି। ଉସେନ ବୋଲ୍ଟଙ୍କ ବ୍ୟତୀତ ଏହି କମ୍ପାନୀରେ ପେଲେ, ମାରାଡୋନା, ଥିଏରି ହେନେରୀ ଏବଂ ଅନ୍ୟାନ୍ୟ ମହାନ ବ୍ୟକ୍ତି ଅଛନ୍ତ। ପୁମା ପାଇଁ ବିଜ୍ଞାପନ କରିବା ଏକ ଗର୍ବର ବିଷୟ।ମୁଁ ଏବଂ ପୁମା ଏକ ଦୀର୍ଘ ଭାଗିଦାରୀ ପାଇଁ ପ୍ରତିବଦ୍ଧ। କମ୍ପାନୀ ହାସଲ କରିଥିବା ଲୋକପ୍ରିୟତାକୁ ନେଇ ମୁଁ ବହୁତ ପ୍ରଭାବିତ। ସୂଚନାଯୋଗ୍ୟ ଯେ ବିରାଟ କୋହଲି ୨୦୨୩ରେ ତିନି ବର୍ଷ ପାଇଁ ଆଡିଡାସ ସହିତ ୩୦ କୋଟି ଟଙ୍କା ଚୁକ୍ତି କରିଥିଲେ। |
https://www.dharitri.com/some-people-are-trying-to-monetize-journalism-affection/ | କିଛି ଲୋକ ସାମ୍ବାଦିକତାକୁ ସମ୍ପତ୍ତି କରିବାକୁ ଚେଷ୍ଟା କରୁଛନ୍ତି: ଅନୁରାଗ
ଭୁବନେଶ୍ୱର,୪।୧୦(ଶର୍ମିଷ୍ଠା ପାଣିଗ୍ରାହୀ)ଗାନ୍ଧିଜୀ ସାମ୍ବାଦିକତାକୁ ସେବାର ମାଧ୍ୟମ ମାନୁଥିଲେ। ଏବେ କିଛି ଲୋକ ଏହାକୁ ସମ୍ପତ୍ତି କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ସେମାନଙ୍କୁ ଗାନ୍ଧୀଙ୍କ କଥା ମନେପକାଇଦେବାକୁ ଚାହୁଁଛି। ସୋସିଆଲ ମିଡିଆରେ ମିଛ ଖବର ପ୍ରସାରଣ ସମାଜରେ ବହୁତ କ୍ଷତି ପହଞ୍ଚାଇଥାଏ ବୋଲି ମଙ୍ଗଳବାର ଦୈନିକ ଖବରକାଗଜ ‘ସମ୍ବାଦ’ର ୪୦ତମ ସ୍ବନକ୍ଷତ୍ର ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏଭଳି ମତ ଦେଇଛନ୍ତି। ସେ କହିଛନ୍ତି, ରାଷ୍ଟ୍ର ଗଢ଼ିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସାମ୍ବାଦିକତାରେ ଆଞ୍ଚଳିକ ଭାଷାର ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଛନ୍ତି।
କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଗଣତନ୍ତ୍ରରେ ମତକୁ ନେଇ ବିତର୍କ ହୋଇପାରେ। ବିଚାରକୁ ନେଇ ଆଲୋଚନା ଓ ସମାଲୋଚନା ହେବ। କିନ୍ତୁ ସମସ୍ତେ ଲକ୍ଷ୍ମଣରେଖା ଭିତରେ ରହିବା ଦରକାର । ବିଚାର ପାର୍ଥକ୍ୟକୁ ସମ୍ମାନକରି ଶିଖିବା ଦରକାର; ଏହା ହିଁ ଗଣତନ୍ତ୍ରର ବଡ଼ ସର୍ତ୍ତ । ସମ୍ବାଦର ମୂଳ ଦାୟିତ୍ୱକୁ ଅଣଦେଖା କରି ବିଚାର କରିବା ଉଚିତ ନୁହେଁ । କିଛି ବିଷୟରେ ଆମ ଭିତରେ ଅସହମତି ଥାଇପାରେ, କିନ୍ତୁ କେତେକ ବିଷୟରେ ଆମକୁ ସହମତ ହେବାକୁ ପଡ଼ିିବ ବୋଲି ପ୍ରଧାନ କହିଛନ୍ତି। କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ‘ସମ୍ବାଦ’ ସମ୍ପାଦକ ତନୟା ପଟ୍ଟନାୟକ କହିଛନ୍ତି, ‘ସମ୍ବାଦ’ ଆଜି କେବଳ ଏକ ଖବରକାଗଜ କିମ୍ବା ଅନୁଷ୍ଠାନ ନୁହେଁ, ଏହା ଏକ ଆନ୍ଦୋଳନ, ଏକ ଚିନ୍ତାଧାରା, ଭାବ ଓ ଏକ ଅଭିଯାନ। ‘ସମ୍ବାଦ’ର ଫିଚର୍ ସମ୍ପାଦକ ଗୌରହରି ଦାସ ଅତିଥି ପରିଚୟ ଦେଇଥିଲେ। ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର୍ ପଟ୍ଟନାୟକ ଅଭିଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ଅତିଥିମାନେ ‘ସମ୍ବାଦ’ର ବାର୍ଷିକ ବିଶେଷାଙ୍କ ଉନ୍ମୋଚନ କରିଥିଲେ। |
https://www.dharitri.com/ରବର୍ଟ-ଭଦ୍ରାଙ୍କୁ-ମିଳିଲା-ବ/ | ରବର୍ଟ ଭଦ୍ରାଙ୍କୁ ମିଳିଲା ବିଦେଶ ଯିବା ଅନୁମତି: ଯାଇପାରିବେ ଆମେରିକା-ନେଦରଲାଣ୍ଡ; ଇଂଲଣ୍ଡ ମନା
ନୂଆଦିଲ୍ଲୀ,୩।୬: ମନି ଲାଉଣ୍ଡରିଂ ମାମଲାରେ ରବର୍ଟ ଭଦ୍ରାଙ୍କୁ ଦିଲ୍ଲୀର ଏକ କୋର୍ଟ ସୋମବାର ବିଦେଶ ଯିବାକୁ ଅନୁମତି ଦେଇଛନ୍ତି। ତାଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ସେ ବିଦେଶ ଯିବାକୁ କୋର୍ଟଙ୍କ ଅନୁମତି ଲୋଡିଥିଲେ। କୋର୍ଟ ପକ୍ଷରୁ ଆବେଦନ ବିଚାର କରାଯାଇ ଏଭଳି ରାୟ ଦିଆଯାଇଛି। ତେବେ ତାଙ୍କୁ ଆମେରିକା ଏବଂ ନେଦରଲାଣ୍ଡ ଯିବାକୁ ଅନୁମତି ମିଳିଛି। ଭଦ୍ରାଙ୍କ ଇଂଲଣ୍ଡ ଯିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ୬ ସପ୍ତାହ ପାଇଁ ସେ ବିଦେଶ ଯାଇପାରିବେ। ଏହି ସମୟ ମଧ୍ୟରେ କୌଣସି ଲୁକ୍ଆଉଟ୍ ନୋଟିସ୍ ଜାରି ହେଲେ ତାହା ଲାଗୁ ହେବ ନାହିଁ ବୋଲି କୋର୍ଟ ସୂଚନା ଦେଇଛନ୍ତି। |
https://www.dharitri.com/the-saini-government-passed-the-test-of-power/ | ଶକ୍ତି ପରୀକ୍ଷାରେ ପାସ୍ ହେଲେ ସୈନି ସରକାର
ଚଣ୍ଡିଗଡ,୧୩।୩: ହରିୟାଣାର ନୟାବ ସିଂ ସାଇନି ସରକାର ଗୃହରେ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି। ବୁଧବାର ଉପସ୍ଥାପିତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଧ୍ୱନିମତ ଦ୍ୱାରା ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହା ପରେ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା।
ହରିଆଣା ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୪୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବାବେଳେ ଭାଜପାକୁ ୪୮ ବିଧାୟକଙ୍କ ସମର୍ଥନ ମିଳିଛି। ଏଥିମଧ୍ୟରୁ ଭାଜପାର ୪୧ ଜଣ ବିଧାୟକ ଥିବା ବେଳେ ୬ ଜଣ ସ୍ବାଧୀନ ବିଧାୟକ ଓ ହରିଆଣାର ଲୋକହିତ ପାର୍ଟିର ଏକମାତ୍ର ବିଧାୟକ ଗୋପାଳ କାଣ୍ଡଙ୍କ ସମର୍ଥନ ମିଳିଛି।
ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟାର ଓ ତାଙ୍କ ମନ୍ତ୍ରିମଣ୍ଡଳ ମଙ୍ଗଳବାର ଇସ୍ତଫା ଦେବାର କିଛି ସମୟ ପରେ ଭାଜପା ନେତା ନାୟବ ସିଂ ସୈନି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ତାଙ୍କ ସମେତ ନୂଆ ମନ୍ତ୍ରୀ ପରିଷଦର ୫ ଜଣ ସଦସ୍ୟ ଶପଥ ନେଇଥିଲେ। ସେମାନେ ହେଲେ ଭାଜପା ବିଧାୟକ କନଓ୍ବର ପାଲ୍, ମୂଲ୍ଚାନ୍ଦ ଶର୍ମା, ଜୟପ୍ରକାଶ ଦଲାଲ, ବନଓ୍ବାରିଲାଲ୍ ଏବଂ ସ୍ବାଧୀନ ବିଧାୟକ ରଣଜିତ ସିଂ ଚୌତାଲା। ସୈନି ଶପଥ ନେବା ପରେ ଖଟ୍ଟାରଙ୍କ ନିକଟରେ ମୁଣ୍ଡ ନୁଆଁଇ ଆଶୀର୍ବାଦ ନେଇଥିଲେ।
ଲୋକ ସଭା ନିର୍ବାଚନ ଆଉ କିଛି ସପ୍ତାହ ବାକି ଥିବାବେଳେ ଅକ୍ଟୋବରରେ ହରିୟାଣା ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ଭାଜପା ରାଜ୍ୟ ନେତୃତ୍ୱରେ ପରିବର୍ତ୍ତନ କରିଛି। ସରକାର ବିରୋଧୀ ହାଓ୍ବାକୁ ଏଡ଼ାଇବା ପାଇଁ ଏଭଳି ପରିବର୍ତ୍ତନ କରାଯାଇଥିବା କୁହାଯାଉଛି। ପୂର୍ବରୁ ଗୁଜରାଟ ଓ ଉତ୍ତରାଖଣ୍ଡରେ ମଧ୍ୟ ଦଳ ଅନୁରୂପ ପଦକ୍ଷେପ ନେଇ ବିପୁଳ ବ୍ୟବଧାନରେ ବିଜୟୀ ହୋଇଥିଲା। ସୈନିଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରି ଭାଜପା ସାଧାରଣ ନିର୍ବାଚନ ପୂର୍ବରୁ ଜାତି ଏବଂ ଓବିସି ସମୀକରଣକୁ ଗୁରୁତ୍ୱ ଦେଇଛି।
ଲୋକ ସଭା ନିର୍ବାଚନରେ ଆସନ ବୁଝାମଣାକୁ ନେଇ ସହଯୋଗୀ ଦଳ ଜନନାୟକ ଜନତା ପାର୍ଟି (ଜେଜେପି) ସହ ଭାଜପା ମତଭେଦ ପରେ ମେଣ୍ଟ ସରକାର ଭାଙ୍ଗିବା ଆଶଙ୍କା କରାଯାଉଥିଲା। ହରିୟାଣାର ୧୦ ଆସନ ମଧ୍ୟରୁ ଜେଜେପି ପାଇଁ ଏହାର ନେତା ଦୁଷ୍ୟନ୍ତ ଚୌତାଲା ୨ଟି ଆସନ ମାଗିଥିବାବେଳେ ଭାଜପା ଗୋଟିଏ ଆସନ ଛାଡ଼ିବାକୁ ପ୍ରସ୍ତୁତ ଥିଲା। ୨୦୧୯ ନିର୍ବାଚନରେ ଭାଜପା ୧୦ଟି ଆସନରେ ଜିତିଥିଲା। ମେଣ୍ଟ ଭାଙ୍ଗିବା ପରେ ଜେଜେପି ସମସ୍ତ ୧୦ ଆସନରେ ଲଢ଼ିବ ବୋଲି କହିଛି। |
https://www.dharitri.com/danger-of-hiding-corona-symptoms-ganjam-district-magistrate/ | କରୋନା ଲକ୍ଷଣ ଲୁଚାଇଲେ ବିପଦ: ଗଞ୍ଜାମ ଜିଲାପାଳ
ଛତ୍ରପୁର, ୬।୭(ଡି.ଏନ୍.ଏ.): ସପ୍ତାହକ ମଧ୍ୟରେ କେତେକ କେସ୍ ଅନୁଧ୍ୟାନ କରିବା ପରେ ବହୁ ଲୋକ ନିଜର କରୋନା ଲକ୍ଷଣ ଲୁଚାଉଥିବା ଜଣାପଡ଼ିଛି। ଏ ନେଇ ସୋମବାର ଏକ ଭିଡିଓ ବାର୍ତ୍ତାରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଡାକ୍ତରଙ୍କ ବିନା ପରାମର୍ଶରେ ଲୋକେ ପାରାସିଟାମଲ ଓ ଅନ୍ୟ ଔଷଧ ଖାଉଛନ୍ତି। ଏହା ଦ୍ୱାରା କିଛି ସମୟ ପାଇଁ ଲକ୍ଷଣ କମିଯାଇଛି, ପରେ ପୁଣି ଲକ୍ଷଣ ଦେଖାଯାଉଛି। ଏହା ଦ୍ୱାରା ନିଜର ଓ ନିଜ ପରିବାର ସଦସ୍ୟଙ୍କ ପ୍ରତି ବିପଦ ସୃଷ୍ଟ ହେଉଥିବା ଜ଼ିଲାପାଳ କହିଛନ୍ତି। ଶ୍ୱାସ ସମସ୍ୟା, ଜ୍ୱର, କାଶ, ଡାଇରିଆ ଭଳି କରୋନା ଲକ୍ଷଣ ଦେଖାଦେଲେ ତୁରନ୍ତ ଆଶାକର୍ମୀ, ଅଙ୍ଗନଓ୍ବାଡି କର୍ମୀ କିମ୍ବା ଏଏନ୍ଏମ୍ଙ୍କୁ ଜଣାନ୍ତୁ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଇସୋଲଶନକରି ଟେଷ୍ଟିଙ୍ଗ ଓ ଚିକିତ୍ସା କରାଯିବ ବୋଲି ଜ଼ିଲାପାଳ କହିଛନ୍ତି । |
https://www.dharitri.com/amit-shah-filed-nomination-from-gandhi-nagar-said-modi-is-keeping-the-country-safe/ | ଗାନ୍ଧିନଗରରୁ ପ୍ରାର୍ଥିପତ୍ର ଦାଖଲ କଲେ ଅମିତ ଶାହା, କହିଲେ ମୋଦି ଦେଶକୁ ସୁରକ୍ଷିତ ରଖିଛନ୍ତି
ଅହମଦାବାଦ,୧୯।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭା ନିର୍ବାଚନ ପାଇଁ ଗାନ୍ଧିନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ କରିବା ପାଇଁ ଅମିତ ଶାହା ଗାନ୍ଧିନଗର କଲେକ୍ଟରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ସମୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ।
ପ୍ରାର୍ଥିପତ୍ର ଦାଖଲ କରିବା ପରେ ଅମିତ ଶାହା କହିଛନ୍ତି, ‘ମୁଁ ଗାନ୍ଧିନଗର ଆସନରୁ ନାମାଙ୍କନପତ୍ର ଦାଖଲ କରିଛି ଏବଂ ଗାନ୍ଧିନଗରକୁ ପ୍ରତିନିଧିତ୍ୱ କରିବା ମୋ ପାଇଁ ଗର୍ବର ବିଷୟ। ଏହି ନିର୍ବାଚନ ହେଉଛି ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବା। ମୋଦି ଜି ଦେଶକୁ ସୁରକ୍ଷିତ କରିଛନ୍ତି ଏବଂ ୨୦୪୭ ସୁଦ୍ଧା ଭାରତ ବିକଶିତ ଦେଶ ହେବ। ଏହାର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ନିଜ ନିର୍ବାଚନମଣ୍ଡଳୀରେ ଗୋଟିଏ ପରେ ଗୋଟିଏ ରୋଡ ଶୋ’ କରିଥିଲେ ଏବଂ ପ୍ରାୟ ୨୦ କିଲୋମିଟର ଦୂରତା ଅତିକ୍ରମ କରିଥିଲେ।
ଅମିତ ଶାହାଙ୍କ ରୋଡ ଶୋ’ ଗାନ୍ଧିନଗର ଲୋକ ସଭା ଆସନର ଏକ ଅଂଶ ଅହମ୍ମଦାବାଦ ସହରର ସାବରମାଟି, ଘାଟୋଡିଆ, ନରଣପୁରା ଏବଂ ଭେଜଲପୁର ବିଧାନସଭା ନିର୍ବାଚନମଣ୍ଡଳୀ ଦେଇ ଯାଇଥିଲା। ସେ ୨୦୧୯ରେ ଏହି ଆସନରୁ ଜିତିଥିଲେ। ଏହାପୂର୍ବରୁ ଅମିତ ଶାହା ଗାନ୍ଧିନଗର ଲୋକ ସଭା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ଅହମ୍ମଦାବାଦର ସାନନ୍ଦରେ ଏବଂ ଗାନ୍ଧିନଗର ଜିଲାର କାଲୋଲରେ ରୋଡ ଶୋ’ କରିଥିଲେ। |
https://www.dharitri.com/ବାଂଲାଦେଶ-ବିପକ୍ଷ-ଟି୨୦-ସିର/ | ବାଂଲାଦେଶ ବିପକ୍ଷ ଟି୨୦ ସିରିଜପାଇଁ ଦଳ ଚୟନ ଆଜି; କୋହଲିଙ୍କ କାର୍ଯ୍ୟଭାର, ପନ୍ତ, ସାମସନଙ୍କ ଉପରେ ଫୋକସ
ମୁମ୍ବାଇ, ୨୪।୧୦(ପି.ଟି.)- ଭାରତ ଓ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ଦଳ ମନୋନୟନ ଗୁରୁବାର ହେବ। ଏହି ଅବସରରେ ମୁଖ୍ୟତଃ ଅଧିନାୟକ ବିରାଟ କୋହଲିଙ୍କ କାର୍ଯ୍ୟଭାର, ରିଷଭ ପନ୍ତ ଓ ସଞ୍ଜୁ ସାମସନଙ୍କ ମନୋନୟନ ଉପରେ ଚୟନକର୍ତ୍ତାଙ୍କ ଫୋକସ ରହିବ। ଟି୨୦ ସିରିଜର ପ୍ରଥମ ମ୍ୟାଚ ନଭେମ୍ବର ୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ରାଜକୋଟ ଓ ନାଗପୁରରେ ପରବର୍ତ୍ତୀ ୨ ମ୍ୟାଚ ଖେଳାଯିବ। ଏହାପରେ ଆଇସିସି ବିଶ୍ୱ ଚାମ୍ପିୟନଶିପ୍ ଅନ୍ତର୍ଗତ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଇନ୍ଦୋର ଓ ଫିରୋଜଶାହ କୋଟଲାରେ ଖେଳାଯିବ।
୨୦୧୮ ଅକ୍ଟୋବର ପରଠାରୁ ଭାରତ ଖେଳିଥିବା ୫୬ ଗେମ୍ରୁ କୋହଲି ୪୮ଟିରେ ଖେଳି ସାରିଛନ୍ତି। ତେଣୁ ଆସନ୍ତା ଟି୨୦ ସିରିଜରେ ଖେଳିବେ କିମ୍ବା ବିଶ୍ରାମ ନେବେ ସେ ସମ୍ପର୍କରେ ନିଷ୍ପତ୍ତି ନେବାପାଇଁ ଚୟନକର୍ତ୍ତାମାନେ କୋହଲିଙ୍କ ଉପରେ ଛାଡ଼ି ଦେଇଛନ୍ତି। ଚୟନ କମିଟି ବୈଠକରେ ମୁମ୍ବାଇ ଅଲରାଉଣ୍ଡର ଶିଭମ୍ ଦୁବେଙ୍କ ସାମିଲ ସମ୍ପର୍କରେ ଆଲୋଚନା ହେବା ସମ୍ଭାବନା ରହିଛି। ସେ ଅଲରାଉଣ୍ଡର ଭାବେ ଆହତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେଇପାରନ୍ତି। ବଡ଼ ଶଟ୍ ଖେଳିବାର ଦକ୍ଷତା ରଖିଥିବାରୁ ତାଙ୍କ ଚୟନ ସମ୍ଭାବନା ବଢ଼ିଛି। ସାମସନ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିରେ କେରଳ ପକ୍ଷରୁ ଦ୍ୱିଶତକ ହାସଲ କରିଛନ୍ତି। ”ଉଭୟ ସାମସନ ଓ ପନ୍ତ ଭାରତୀୟ ଦଳରେ ସାମିଲ ହେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ସେମାନେ ସାଥିହୋଇ ଆଇପିଏଲ ଖେଳିଛନ୍ତି। ଟି୨୦ରେ ରିଷଭଙ୍କ ରେକର୍ଡ ଭଲ ନ ଥିଲେ ହେଁ ତାଙ୍କୁ ଦୀର୍ଘ କାଳୀନ ଭିତ୍ତିରେ ତାଙ୍କ ଚୟନକୁ ଗୁରୁତ୍ୱ ଦିଆ ଯାଇପାରେ। ସାମସନଙ୍କ ନିକଟରେ ମ୍ୟାଚର ମୋଡ଼ ପରିବର୍ତ୍ତନ କରିବା ଦକ୍ଷତା ରହିଛି। ଆଗକୁ ଟି୨୦ ବିଶ୍ୱକପ ଆସୁଥିବାରୁ ଚୟନକର୍ତ୍ତାମାନେ ଉପଲବ୍ଧ ବିଭିନ୍ନ ବିକଳ୍ପକୁ ଧ୍ୟାନରେ ରଖି ଦଳ ଚୟନ କରିବେ ବୋଲି ଜଣେ ବିସିସିଆଇ ଅଫିସିଆଲ ପ୍ରକାଶ କରିଛନ୍ତି।
କୋହଲି ଯଦି ଉପଲବ୍ଧ ନ ହୁଅନ୍ତି ତେବେ ସାମସନ ବ୍ୟାକ୍ଅପ୍ ବ୍ୟାଟ୍ସମ୍ୟାନଭାବେ ଦଳରେ ରହିପାରନ୍ତି। ମାତ୍ର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିବା ମନୀଷ ପାଣ୍ଡେ ଯଦି ସ୍ଥାନ ବଜାୟ ରଖନ୍ତି ତେବେ କାହାକୁ ମନୋନୟନ କରାଯାଉଛି ତାହା ଦେଖିବାକୁ ଉତ୍କଣ୍ଠା ରହିବ। ବିଗ୍ ହିଟିଂ ଦକ୍ଷତା ଯୋଗୁ ଶିଭମ୍ ଏବେ ବିଜୟ ଶଙ୍କରଙ୍କୁ ପଛରେ ପକାଇ ଭାରତର ଦ୍ୱିତୀୟ ପସନ୍ଦ ଅଲରାଉଣ୍ଡର ହୋଇ ଯାଇଛନ୍ତି। ”ଶିଭମଙ୍କ ବୋଲିଂ ଏବେ ଅନ୍ତର୍ଜାତୀୟ ଷ୍ଟାଣ୍ଡାର୍ଡର ନୁହେଁ ବୋଲି ସମସ୍ତେ ନିଶ୍ଚିତ ସ୍ବିକାର କରିବେ। ହାର୍ଦ୍ଦିକ ଯେପରି ପେସ୍ରେ ବିବିଧତା ଆଣିପାରନ୍ତି ଶିଭମ୍ ତାହା ମଧ୍ୟ କରିପାରନ୍ତି ନାହିଁ। ମାତ୍ର ସେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ ଏବଂ ବଡ଼ ଛକ୍କା ମାରିବାର ଦକ୍ଷତା ରଖିଛନ୍ତି। ଆଇପିଏଲ ଖେଳୁଥିବାବେଳେ କୋହଲି ନିଶ୍ଚିତ ଶିଭମଙ୍କ ପ୍ରଦର୍ଶନକୁ ଲକ୍ଷ୍ୟ ରଖିଥିବେ“ ବୋଲି ସେ କହିଛନ୍ତି। ୫୦ ଓଭର ବିଶିଷ୍ଟ ବିଶ୍ୱକପ ପର୍ଯ୍ୟନ୍ତ ବିଜୟ ଶଙ୍କର ଭାରତର ଦ୍ୱିତୀୟ ପସନ୍ଦର ଅଲରାଉଣ୍ଡର ଥିଲେ। ମାତ୍ର ଏବେ ସେ କେବଳ ଜଣେ ଦିନିକିଆ ଖେଳାଳିଭାବେ ପରିଗଣିତ ହେଉଛନ୍ତି। ରାହୁଲ ଚହର ଓ ଓ୍ବାଶିଂଟନ ସୁନ୍ଦରଙ୍କୁ ଆଉ ଏକ ସୁଯୋଗ ଦିଆଯାଇପାରେ। ତେଣୁ ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ସ୍ଥାନ ପାଇବା ସମ୍ଭାବନା କମ୍। ଲୋକେଶ ରାହୁଲ ବିଜୟ ହଜାରେ ଟ୍ରଫିରେ ଭଲ ଖେଳିଥିବାରୁ ଦଳରେ ସ୍ଥାନ ବଜାୟ ରଖିବା ଆଶା ରହିଛି। |
https://www.dharitri.com/ipl-orange-cap-now-who-will-break-kl-rahuls-record-of-670-runs-in-ipl/ | କିଏ ଜିତିବ ଅରେଞ୍ଜ୍ କ୍ୟାପ୍, ଜାଣନ୍ତୁ କେଉଁ ଖେଳାଳି ଅଛନ୍ତି ରେସ୍ରେ
ଆଇପିଏଲ ୨୦୨୦ ଏବେ ଶେଷ ରାଉଣ୍ଡରେ ପହଞ୍ଚିଛି। ଆଉ ମାତ୍ର ୨ଟି ଲିଗ ମ୍ୟାଚ ବାକି ଅଛି । ଏହା ପରେ ପ୍ଲେ ଅଫ ଏବଂ ପରେ ଫାଇନାଲ ହେବ। ଏଭଳି ପରିସ୍ଥିତିରେ ଟୁର୍ନାମେଣ୍ଟରେ ଅରେଞ୍ଜ୍ କ୍ୟାପ୍ ବିଜେତାଙ୍କୁ ନେଇ (ସର୍ବାଧିକ ରନ ସ୍କୋରର) ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏବେ ଅରେଞ୍ଜ କ୍ୟାପ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ଅଧିନାୟକ କେ.ଏଲ ରାହୁଲଙ୍କ ପାଖରେ ଅଛି। କିନ୍ତୁ ତାଙ୍କ ଦଳ ଟୁର୍ନାମେଣ୍ଟରୁ ବାଦ୍ ପଡିଛି। ଏଭଳି ପରିସ୍ଥିତିରେ ଏବେ ଅନେକ ବ୍ୟାଟ୍ସମ୍ୟାନ ଅରେଞ୍ଜ କ୍ୟାପ ଦୌଡ଼ରେ ଅଛନ୍ତି। ପ୍ରଶ୍ନ ଉଠିଛି ରାହୁଲଙ୍କ ରେକର୍ଡ କିଏ ଭାଙ୍ଗିବ? ଅରେଞ୍ଜ କ୍ୟାପ ଦୌଡରେ ଥିବା ବ୍ୟାଟ୍ସମ୍ୟାନଙ୍କ ସ୍କୋର ବିଷୟରେ ତଥ୍ୟ..
ରାହୁଲ ୧୪ଟି ମ୍ୟାଚ୍ ଖେଳି ଗୋଟିଏ ଶତକ ଏବଂ ୫ଟି ଅର୍ଦ୍ଧଶତକ ହାସଲ କରି ରନ୍ ତାଲିକାର ସର୍ବାଗ୍ରେ ଅଛନ୍ତି।
ଦିଲ୍ଲୀ କ୍ୟାପିଟାଲ୍ସ ଓପନର୍ ଶିଖର ଧାୱନ ସର୍ବାଧିକ ରନ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଧାୱନ ଏପର୍ଯ୍ୟନ୍ତ ୧୩ ଟି ମ୍ୟାଚରେ ୪୭୧ ରନ ସଂଗ୍ରହ କରିଛନ୍ତି। ଅର୍ଥାତ୍ ରାହୁଲଙ୍କ ରେକର୍ଡ ଭାଙ୍ଗିବା ପାଇଁ ତାଙ୍କୁ ଆଉ ୨୦୦ ରନ ଆବଶ୍ୟକ । ଯଦି ଦିଲ୍ଲୀ ଦଳ ପ୍ଲେ ଅଫରେ ପହଞ୍ଚେ ତେବେ ତାଙ୍କୁ ୨-୩ ମ୍ୟାଚ ଖେଳିବାର ସୁଯୋଗ ମିଳିବ।
ରନ ସ୍କୋର କରିବାକୁ ଦୌଡ଼ରେ ଚେନ୍ନାଇ ସୁପର କିଙ୍ଗ୍ସର ଫାଫ ଡୁପ୍ଲେସି ତୃତୀୟ ସ୍ଥାନରେ ଅଛନ୍ତି । କିନ୍ତୁ ୪୪୯ ରନ ସ୍କୋର କରିଥିବା ଡୁପ୍ଲେସିଙ୍କ ଦଳ ଟୁର୍ନାମେଣ୍ଟରୁ ବାଦ ପଡିଛି।
ଫାଫ୍ଙ୍କ ପରେ ସମସ୍ତଙ୍କ ଆଖି ଏବେ ଡେଭିଡ ୱାର୍ଣ୍ଣରଙ୍କ ଉପରେ ରହିଛି। ଓ୍ବାର୍ଣ୍ଣର ଏପର୍ଯ୍ୟନ୍ତ ୪୪୪ ରନ ସଂଗ୍ରହ କରିଛନ୍ତି। ବିଶେଷ କଥା ହେଉଛି ସନରାଇଜର୍ସ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରୁ ବାହାରି ନାହାଁନ୍ତି।
ଏହା ପରେ କେକେଆରର ଶୁଭମାନ ଗିଲ ଅଛନ୍ତିି। ଗିଲ ଏପର୍ଯ୍ୟନ୍ତ ୧୪ଟି ମ୍ୟାଚରେ ୪୪୦ ରନ ସଂଗ୍ରହ କରିଛନ୍ତି।
ବିରାଟ କୋହଲି ମଧ୍ୟ ଅରେଞ୍ଜ୍ କ୍ୟାପ ରେସରେ ଅଛନ୍ତି। ବିରାଟ ଏପର୍ଯ୍ୟନ୍ତ ୪୩୧ ରନ ସଂଗ୍ରହ କରିଛନ୍ତି। ଯଦି ଆରସିବି ଦଳ ପ୍ଲେ ଅଫ୍ରେ ପହଞ୍ଚେ, ତେବେ ବିରାଟଙ୍କ ଦଳ ଆହୁରି ମ୍ୟାଚ ଖେଳିପାରିବ। ଏଭଳି ପରିସ୍ଥିତିରେ ସେ ମଧ୍ୟ କେ.ଏଲ ରାହୁଲଙ୍କ ସ୍କୋର ପାଖରେ ପହଞ୍ଚି ପାରିବେ। |
https://www.dharitri.com/the-young-man-was-chased-and-killed/ | ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ
ଛେଣ୍ଡିପଦା,୧୪।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପାତ୍ରପଡ଼ା ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାରୁ ଗାଁର ଜଣେ ଯୁବକଙ୍କୁ ଅନ୍ୟ ଜଣେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିବା ଜଣା ପଡ଼ିଛି ।
ସୂଚନାନୁସାରେ, ଗାଁର ଜିତେନ୍ଦ୍ର ସାହୁ ଓ ପୀତବାସ ସାହୁଙ୍କ ମଧ୍ୟରେ ପୂର୍ବରୁ ଟଙ୍କା ନେଣଦେଣକୁ ନେଇ ଶତ୍ରୁତା ଲାଗି ରହିଥିଲା । ଏହାକୁ ନେଇ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ମଧ୍ୟ ହେଉଥିଲା। ଗତକାଲି ମଧ୍ୟ ଝଗଡ଼ା ହୋଇଥିବା ବେଳେ ଜିତେନ୍ଦ୍ର ମଦ୍ୟପାନ କରି ପୀତବାସଙ୍କୁ ଗାଳି ଗୁଲଜ କରିଥିଲେ । ରାତିରେ ଜିତେନ୍ଦ୍ର ପାତ୍ରପଡ଼ା ଗଡଭିତର ସାହିରେ ଥିବା ମନ୍ଦିର ପାଖରେ ବସିଥିବା ବେଳେ ପୀତବାସ ଏକ ଟାଙ୍ଗିଆ ଧରି ଜିତେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ । ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ସେ ଜିତେନ୍ଦ୍ରଙ୍କୁ ହାଣି ହତ୍ୟା କରିଥିଲେ । ଖବରପାଇ ବାଗଡିଆ ଫାଣ୍ଡି ଏସ୍ଆଇ ଆଶିଷ କୁମାର ଦାଶ ଓ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପୀତବାସଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ଏ ନେଇ ଖବରପାଇ ଆଠମଲ୍ଲିକ ଏସ୍ଡିପିଓ ଭବାନୀ ଶଙ୍କର ଉଦଗାତା, ନିଶା ଶିଳ୍ପାଞ୍ଚଳ ଥାନା ଅଧିକାରୀ ପ୍ରିୟବ୍ରତ ଦାଶ ଓ ଛେଣ୍ଡିପଦା ଥାନା ଅଧିକାରୀ ପହଞ୍ଚି ଛାନଭିନ୍ କରୁଛନ୍ତି । |
https://www.dharitri.com/new-financial-package-of-rs-2-75-lakh-crore/ | ୨.୬୫ ଲକ୍ଷ କୋଟିର ନୂଆ ଆର୍ଥିକ ପ୍ୟାକେଜ
ନୂଆଦିଲ୍ଲୀ,୧୩।୧୧ – କରୋନା ମହାମାରୀ ଦ୍ୱାରା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ସରକାର ପ୍ରୟାସ ଜାରି କରିଛନ୍ତି। ପୂର୍ବରୁ ଆତ୍ମନିର୍ଭର ପ୍ୟାକେଜ ଭାବେ ୨୦ ଲକ୍ଷ କୋଟି ଏବଂ ଦ୍ୱିତୀୟ ପ୍ରୋତ୍ସାହନ ପ୍ୟାକେଜ ଭାବେ ପାର୍ବଣ ଉପଲକ୍ଷେ ସରକାରୀ କର୍ମଚାରୀଙ୍କ ଲାଗି ୭୩ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି। ଦୀପାବଳି ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଦେଶବାସୀଙ୍କ ଲାଗି ଆଉ ଏକ ଆର୍ଥତ୍କ ପ୍ୟାକେଜ ଗୁରୁବାର ଘୋଷଣା କରିଛନ୍ତି। ୨.୬୫ ଲକ୍ଷ କୋଟି ଟଙ୍କାର ଏହି ପ୍ୟାକେଜ ପ୍ରଭାବିତ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଦିଗରେ ସହାୟକ ହେବ ବୋଲି ସରକାର ଆଶା ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ସୀତାରାମନ କହିଛନ୍ତି, ଅର୍ଥବ୍ୟବସ୍ଥାରେ ବର୍ତ୍ତମାନ ଦ୍ରୁତ ଭାବେ ସୁଧାର ପରିଲକ୍ଷିତ ହେଉଛି। ନୂଆ ପଦକ୍ଷେପଗୁଡିକ ଅର୍ଥ ବ୍ୟବସ୍ଥାକୁ ଆହୁରି ଗତି ପ୍ରଦାନ କରିବ ବୋଲି ସେ ମତ ପ୍ରକାଶ କରିଛନ୍ତି।
ସେ କହିଛନ୍ତି, ଦେଶର ଶକ୍ତି ଚାହିଦା, ପରଚେଜିଂ ପାଓ୍ବାର ଇଣ୍ଡେକ୍ସ, ବ୍ୟାଙ୍କଗୁଡିକର ଋଣ ପ୍ରଦାନରେ ଉନ୍ନତି, ଷ୍ଟକ୍ ବଜାରରେ ଅଭିବୃଦ୍ଧି ହୋଇଛି। ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତା’ର ଲାଭ ଅର୍ଥ ବ୍ୟବସ୍ଥାକୁ ମିଳିବା ଆରମ୍ଭ ହୋଇଛି। ନୂଆ କରି ଆସିଥିବା ‘ଆତ୍ମନିର୍ଭର ଭାରତ ୩.୦’ରେ ୧୨ ଘୋଷଣା ସାମିଲ ରହିଛି। ଏହା ଦେଶର ଜାତୀୟ ଜିଡିପିର ପ୍ରାୟ ୧୫% ବୋଲି ଜଣାପଡିଛି। ଅର୍ଥମନ୍ତ୍ରୀ ନୂଆ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି। ଏହା ନିଯୁକ୍ତି ସୃଷ୍ଟି ଦିଗରେ ସହାୟକ ହୋଇପାରିବ। ଇପିଏଫ୍ଓ ପଞ୍ଜୀକୃତ ସଂସ୍ଥାଗୁଡିକରେ କାର୍ଯ୍ୟରତ ନୂଆ କର୍ମଚାରୀ(ବେତନ ୧୫ ହଜାର ଟଙ୍କାରୁ କମ୍)ଙ୍କୁ ଏହି ସ୍କିମରେ ମଧ୍ୟ ସାମିଲ କରାଯିବ। ଚଳିତ ବର୍ଷ ଅକ୍ଟୋବରରୁ ଆସନ୍ତା ବର୍ଷ ଜୁନ ୩୦ ସମୟସୀମା ମଧ୍ୟରେ ନିଯୁକ୍ତି ପାଇଥିଲେ ୨ ବର୍ଷ ଯାଏ ସଂସ୍ଥାଗୁଡିକ ଇପିଏଫ୍ଓର ବିଭିନ୍ନ ରିହାତି ସୁବିଧା ପାଇବେ। ସେହିଭଳି ଆସନ୍ତା ବର୍ଷ ମାର୍ଚ୍ଚ ୩୧ ଯାଏ ଜରୁରିକାଳୀନ ଋଣ ଗ୍ୟାରେଣ୍ଟି ଯୋଜନା (ଇସିଏଲ୍ଜିଏସ୍) ଅବଧିକୁ ବଢାଯାଇଛି। ଇସିଏଲ୍ଜିଏସ୍ ୨.୦ ଋଣ ଅବଧି ୫ ବର୍ଷ ରହିବ। ମୂଳ ଅର୍ଥ ଦେୟ କ୍ଷେତ୍ରରେ ଗୋଟିଏ ବର୍ଷର ମୋରାଟୋରିୟମ ସୁବିଧା ମଧ୍ୟ ରହିଛି।
ମାନୁଫାକ୍ଚରିଂ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଲାଗି ୧.୪୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ଯୋଜନା ରଖାଯାଇଛି। ଏଥିରେ ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ ଭାବେ ୧୦ କ୍ଷେତ୍ରକୁ ସାମିଲ କରାଯାଇଛି। ମୋବାଇଲ ମାନୁଫାକ୍ଚରିଂ, ଇଲେକଟ୍ରୋନିକ୍ସ କମ୍ପୋନେଣ୍ଟ ଏବଂ ଫାର୍ମା ଭଳି ପ୍ରମୁଖ କ୍ଷେତ୍ର ଏହା ମଧ୍ୟରେ ସାମିଲ ରହିଛି। ଏଭଳି ପଦକ୍ଷେପ ନିଯୁକ୍ତି ସୃଷ୍ଟି ଏବଂ ଦେଶର ଆର୍ଥତ୍କ ଅଭିବୃଦ୍ଧି କ୍ଷେତ୍ରରେ ଯୋଗଦାନ ରଖିବ ବୋଲି ସୀତାରାମନ କହିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍ଏଓ୍ବାଇ-ଅର୍ବାନ) ଲାଗି ସରକାର ଅତିରିକ୍ତ ୧୮ ହଜାର କୋଟି ଟଙ୍କା ପାଣ୍ଠି ବ୍ୟବସ୍ଥା କରିବେ। ୧୨ ଲକ୍ଷ ଘର କାମକୁ ତ୍ୱରାନ୍ବିତ କରିବା ଏବଂ ୧୮ ଲକ୍ଷ ବାସଗୃହ କାମକୁ ଶେଷ କରିବାରେ ଏହି ଅର୍ଥ ଖର୍ଚ୍ଚ କରାଯିବ। ନିର୍ମାଣ ଏବଂ ଭିତ୍ତିଭୂମି କ୍ଷେତ୍ରକୁ ଉତ୍ସାହିତ କରିବା ଲାଗି ସୀତାରାମନ କେତେକ ପଦକ୍ଷେପ ଘୋଷଣା କରିଛନ୍ତି। ଅମାନତ ଅର୍ଥ ଜମା (ଇଏମ୍ଡି) ଏବଂ ସରକାରୀ ଟେଣ୍ଡର କ୍ଷେତ୍ରରେ ପରଫରମାନ୍ସ ସିକ୍ୟୁରିଟି ଜମା ନିୟମ କ୍ଷେତ୍ରରେ ନିୟମ କୋହଳ କରାଯାଇଛି। ଫଳରେ ଟେଣ୍ଡର ଲାଗି ଇଏମ୍ଡି ଆଉ ଆବଶ୍ୟକ ପଡିବନାହିଁ। କଣ୍ଟ୍ରାକ୍ଟ କ୍ଷେତ୍ରରେ ପରଫରମାନ୍ସ ସିକ୍ୟୁରିଟିକୁ ୩%କୁ ହ୍ରାସ କରାଯାଇଛି। ରେସିଡେନସିଆଲ ରିୟଲ ଇଷ୍ଟେଟ କ୍ଷେତ୍ରରେ ଚାହିଦା ବୃଦ୍ଧି ଲାଗି ଡେଭଲପର ଏବଂ ଘର କିଣୁଥିବା ଲୋକଙ୍କୁ ଆୟକରରେ ରିହାତି ପ୍ରଦାନ କରାଯାଇଛି।
ଅପରପକ୍ଷରେ ଭିତ୍ତିଭୂମି ଡେଟ୍ ଫାଇନାନ୍ସି ପାଇଁ ୧.୧ ଲକ୍ଷ କୋଟି ଟଙ୍କାର ସୁବିଧା ସରକାର ଯୋଗାଇଦେବେ। ସେହିଭଳି ଏନ୍ଆଇଆଇଏଫ୍ ଡେଟ୍ ପ୍ଲାଟଫର୍ମରେ ୬ ହଜାର କୋଟିର ଇକ୍ୱିଟି ପୁଞ୍ଜି ସରକାର ଯୋଗାଣ କରିବେ। ଚଳିତ ଥର ମଧ୍ୟ କୃଷି କ୍ଷେତ୍ରକୁ ସହାୟତା କରିବା ଲାଗି ସରକାର ଆଗେଇ ଆସିଛନ୍ତି। ସାର ସବ୍ସିଡି ଲାଗି ୬୫ ହଜାର କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଯୋଜନାରେ ଚଳିତ ଆର୍ଥତ୍କ ବର୍ଷରେ ଅତିରିକ୍ତ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ଏମଜିଏନ୍ଆର୍ଇଜିଏ ଏବଂ ପିଏମ୍ଜିଏସ୍ଓ୍ବାଇ ଭଳି ଯୋଜନାରେ ଖର୍ଚ୍ଚ କରାଯିବ। ରପ୍ତାନିକୁ ପ୍ରୋତ୍ସାହନ ଦେବାକୁ ଋଣ ଭାବେ ସରକାର ଏକଜିମ ବ୍ୟାଙ୍କକୁ ୩ ହଜାର କୋଟି ଟଙ୍କା ପ୍ରଦାନ କରିବେ। ପୁଞ୍ଜି ଏବଂ ଶିଳ୍ପ କ୍ଷେତ୍ରର ଖର୍ଚ୍ଚ ଲାଗି ସରକାର ଅତିରିକ୍ତ ବଜେଟ ସହାୟତା ଭାବେ ୧୦,୨୦୦ କୋଟି ଟଙ୍କା ପ୍ରଦାନ କରିବେ। ଏହାବାଦ କୋଭିଡ୍ ସୁରକ୍ଷା ମିଶନ ଲାଗି ୯୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଭାରତୀୟ ଭାକ୍ସିନ ଗବେଷଣା ବିକାଶରେ ଏହା ସହାୟକ ହେବ ବୋଲି ସୀତାରାମନ ସ୍ପଷ୍ଟ କରିଛନ୍ତି। |