url
stringlengths
29
226
text
stringlengths
7
18.1k
https://www.dharitri.com/parineeti-chopra-upcoming-film-code-name-tiranga-teaser-out-actress-in-action-mode-must-watch/
ଆକ୍ସନ ଅବତାରରେ ପରିଣୀତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଅନେକ ଦିନ ହେବ ଫିଲ୍ମ ଜଗତରୁ ଦୂରେଇ ଅଛନ୍ତି। ସେ ଆଗାମୀ ଫିଲ୍ମ ‘କୋଡ ନେମ: ତ୍ରିରଙ୍ଗା’ ଜରିଆରେ ପୁଣି ପରଦାକୁ ଫେରୁଛନ୍ତି। ଏହି ଫଇଲ୍ମରେ ସେ ଆକ୍ସନ ଅବତାରରେ ନଜର ଆସିବେ। ଫିଲ୍ମର ଟିଜର୍ ରିଲିଜ୍ ହୋଇଛି। ଟିଜର୍ରେ ସେ ଦମଦାର ଆକ୍ସନ କରୁଥିବା ନଜର ଆସିଛନ୍ତି। ପରିଣୀତି ନିଜେ ଟିଜର୍ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହି ଫିଲ୍ମରେ ଅଂଶଗ୍ରହଣ କରି ନିଜ ଗୌରବାନ୍ବିତ ମନେ କରୁଥିବା ସେ କହିଛନ୍ତି। ଫିଲ୍ମରେ ପରିଣୀତିଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ପଞ୍ଜାବୀ ସିଙ୍ଗର ଓ ଆକ୍ଟର ହାର୍ଡି ସାନ୍ଧୁ। ରିଭୂ ଦାସଗୁପ୍ତା ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି। ଏହାସହ ଶରଦ କେଲକର, ରଜିତ କାପୁର, ଦିବ୍ୟେନ୍ଦୁ ଭଟ୍ଟାଚାର୍ଯ୍ୟ, ଶିଶିର ଶର୍ମା, ସବ୍ୟସାଚୀ ଚକ୍ରବର୍ତ୍ତୀ ପ୍ରମୁଖ କଳାକାର ଏଥିରେ ଅଭିନୟ କରିଛନ୍ତି। ପରଣୀତି ଶେଷଥର ପାଇଁ ଫିଲ୍ମ ‘ସାଇନା’ରେ ଦେଖାଯାଇଥିଲେ, ଯାହାର କାହାଣୀ ଟେନିସ ଖେଳାଳି ସାଇନା ନେହଓ୍ବାଲଙ୍କ ଜୀବନୀ ଉପରେ ଆଧାରିତ ଥିଲା।
https://www.dharitri.com/identify-the-nuclear-structure-that-powers-the-corona/
କରୋନାକୁ ଶକ୍ତିଶାଳୀ କରୁଥିବା ଆଣବିକ ସଂରଚନା ଚିହ୍ନଟ… ଶିମଲା, ୬।୪ : ହିମାଚଳ ପ୍ରଦେଶର ଆଇଆଇଟିର ମଣ୍ଡିସ୍ଥିତ ସ୍କୁଲ ଅଫ ବେସିକ ସାଇନ୍ସର ବୈଜ୍ଞାନିକମାନେ କରୋନାକୁ ପ୍ରଭାବଶାଳୀ କରାଉଥିବା ଆଣବିକ ସଂରଚନା (ମଲିକୁଲାର କନଫିଗ୍ୟୁରେଶନ)କୁ ଚିହ୍ନଟ କରିଛନ୍ତି। ଏହା କରୋନା ଭୂତାଣୁକୁ ସଂକ୍ରମିତ କରିବା ଲାଗି ଅଧିକ ଶକ୍ତିଶାଳୀ କରାଇଥାଏ। ଭବିଷ୍ୟତରେ କରୋନା ମହାମାରୀର ସମାପ୍ତି ପାଇଁ ଏହି ଗବେଷଣା ଅଧିକ ପ୍ରଭାବଶାଳୀ ଔଷଧ ତିଆରି କରିବାରେ ସାହାଯ୍ୟ କରିବ ବୋଲି ବୈଜ୍ଞାନିକମାନେ ମତପୋଷଣ କରିଛନ୍ତି। ଏହି ଗବେଷଣାର ରିପୋର୍ଟ ଅନ୍ତର୍ଜାତୀୟ ପତ୍ରିକା ଭିରୋଲୋଜିରେ ପ୍ରକାଶିତ ହୋଇଛି। ଆସୋସିଏଟ ପ୍ରଫେସର ଡକ୍ଟର ରଜନୀଶ ଗିରି କହିଛନ୍ତି ଯେ ଏଣ୍ଡୋଡୋମେନ ସ୍ପାଇକ ପ୍ରୋଟିନର ମଲିକୁଲାର ଗଠନକୁ ଚିହ୍ନଟ କରିବା ପାଇଁ ଲାବୋରେଟୋରୀରେ ଏହି ଅଧ୍ୟୟନ କରାଯାଇଥିଲା। ଅଧ୍ୟୟନ ସମୟରେ, କରୋନା ଭୂତାଣୁ ସଂକ୍ରମିତ କରୁଥିବା ମଲିକୁଲାର ଗଠନ ଆବିଷ୍କୃତ ହୋଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ଏହାର ମଲିକୁଲାର ଗଠନ କଠିନ ନୁହେଁ, କିନ୍ତୁ ବହୁତ ନମନୀୟ। ଏହି ଅନୁସନ୍ଧାନରେ ସହଯୋଗ କରିଥିବା ପିଏଚଡି ଛାତ୍ର ପ୍ରତୀକ କୁମାର କହିଛନ୍ତି ଯେ ଏହା ଦ୍ୱାରା କୋଭିଡ -୧୯ ଏବଂ ଅନ୍ୟାନ୍ୟ କରୋନା ଭୂତାଣୁ ସଂକ୍ରମଣର ମୌଳିକ ବିଜ୍ଞାନକୁ ବୁଝିବା କାର୍ଯ୍ୟକୁ ସହଜ କରିବ।
https://www.dharitri.com/ପୋଲିସଙ୍କୁ-ମିଳିବ-କରୋନା-ସୁ/
ପୋଲିସଙ୍କୁ ମିଳିବ କରୋନା ସୁରକ୍ଷା ତାଲିମ କଟକ ଅଫିସ୍, ୯।୫: କରୋନା ଭୂତାଣୁର ଦ୍ରୁତ ସଂକ୍ରମଣ ଯୋଗୁ ରାଜ୍ୟରେ ଭୟର ବାତାବରଣ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଶୁକ୍ରବାର ରାଜ୍ୟର ସମସ୍ତ ରେଞ୍ଜ ଆଇଜି, ଡିଆଇଜି ଏବଂ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ସହ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ସାମ୍ପ୍ରତିକ ପରିସ୍ଥିତି ନେଇ ଆଲୋଚନା କରିଥିଲେ। ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମତ ଦେବା ସହ ଅନ୍ୟମାନଙ୍କ ମତ ସଂଗ୍ରହ କରିଥିଲେ। କରୋନା ମୁକାବିଲାରେ ନିୟୋଜିତ ପୋଲିସ କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଥିଲା। ଏ ନେଇ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯାଇଥିଲା। ପୋଲିସ କର୍ମଚାରୀମାନେ କରୋନାରୁ କେମିତି ନିଜକୁ ସୁରକ୍ଷିତ ରଖିପାରିବେ ସେ ସମ୍ପର୍କରେ ସେମାନଙ୍କୁ ତାଲିମ୍ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। କରୋନା ପ୍ରଭାବିତ ଜିଲା ଏବଂ ସୀମା ତନଖି ଫାଟକ ଥିବା ଜିଲା ସମ୍ପର୍କରେ ପୃଥକ ଭାବେ ଆଲୋଚନା କରାଯାଇଥିଲା। ଉଭୟ ଜିଲାରେ କାର୍ଯ୍ୟରତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ସୁରକ୍ଷା ସରଞ୍ଜାମ ଯଥା ଆଖି ପାଇଁ ଚଷମା, ମୁହଁ ଘୋଡ଼ାଇବା ପାଇଁ ମାସ୍କ ଓ ହାତ ପାଇଁ ଗ୍ଲୋବ୍ସ ଆଦି ସରଞ୍ଜାମ ପ୍ରଦାନ କରାଯିବ। ସାମାଜିକ ଦୂରତାକୁ ସମସ୍ତେ ଗୁରୁତ୍ୱ ଦେବେ। ଅନାବଶ୍ୟକ ମିଳାମିଶାଠାରୁ ନିଜକୁ ଯଥା ସମ୍ଭବ ଦୂରେଇ ରହିବାକୁ ପୋଲିସ କର୍ମଚାରୀଙ୍କୁ ପରାମର୍ଶ ଦିଆଯିବ। କରୋନା ପ୍ରଭାବିତ ଜିଲାରେ ଆକସ୍ମିକ ପାଣ୍ଠି ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ସୀମା ତନଖି ଫାଟକ ଥିବା ଜିଲାଗୁଡ଼ିକରେ ତନଖି ଫାଟକ ପାଇଁ ଧାର୍ଯ୍ୟ ମାନଦଣ୍ଡ (ଏସ୍ଓପି)କୁ କାର୍ଯ୍ୟକାରୀ କରାଯିବ। ପାଦଚଲା ଓ ସାଇକେଲରେ ଆତଯାତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ନୀତି ନିର୍ଦ୍ଧାରଣ କରାଯାଇଛି। ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ରେଖା ଲୋହାନି, ଯତୀନ୍ଦ୍ର କୋଏଲ, ଏଆଇଜି ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।
https://www.dharitri.com/today-is-the-third-phase-of-vaccination-2/
ଆଜିଠୁ ତୃତୀୟ ପର୍ଯ୍ୟାୟ ଟିକାକରଣ: ଏଣିକି ୧୮ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକା ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଜାରି ରହିଥିବାବେଳେ ସୋମବାରଠାରୁ ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବ। ୧୮ରୁ ୪୪ବର୍ଷ ବୟସ୍କଙ୍କୁ ଏହି ପର୍ଯ୍ୟାୟରେ ଟିକା ପ୍ରଦାନ କରାଯିବ। ତୃତୀୟ ପର୍ଯ୍ୟାୟ ଟିକାକରଣ ଗତ ୧ ତାରିଖରୁ ଆରମ୍ଭ ହେବାର ଥିଲା। କିନ୍ତୁ ଟିକା ଅଭାବରୁ ଏହା ହୋଇ ପାରି ନ ଥିଲା। ଏଥିପାଇଁ ରାଜ୍ୟ ସରକାର ଭାରତ ବାୟୋଟେକ୍ଠାରୁ ୧୦.୩୪ ଲକ୍ଷ ଡୋଜ୍ କୋଭାକ୍ସିନ ଓ ସିରମ୍ ଇନ୍ଷ୍ଟିଚ୍ୟୁଟ୍ରୁ ୩୭୭ଲକ୍ଷ ଡୋଜ୍ କୋଭିଶିଲ୍ଡ ଟିକା କିଣିବାକୁ ଅର୍ଡର ଦେଇଥିଲେ। ଇତିମଧ୍ୟରେ ଓଡ଼ିଶାକୁ ୧,୪୯,୯୦୦ ଡୋଜ୍ କୋଭାକ୍ସିନ ଟିକା ଆସି ପହଞ୍ଚତ୍ଥିବାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଛି। କିନ୍ତୁ ଏହା କେବଳ ରାଜଧାନୀ ଭୁବନେଶ୍ୱରରେ ଚାଲିବ। ଏଥିପାଇଁ ଶନିବାର ନୟାପଲ୍ଲୀରେ ଡ୍ରାଏ ରନ୍ ହୋଇଥିଲା। ତେବେ କୋଭିଶିଲ୍ଡ ଟିକା ଆସିବା ପରେ ରାଜ୍ୟର ଅନ୍ୟସବୁ ଅଞ୍ଚଳରେ ଆରମ୍ଭ ହେବ। ସେପଟେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଗୁଆ ନାଁ ପଞ୍ଜୀକରଣ କରିବାକୁ ପଡ଼ିବ। ଏଥିପାଇଁ ଶନିବାର ସନ୍ଧ୍ୟାରୁ ସ୍ଲଟ୍ ବୁକିଂ ଆରମ୍ଭ ହୋଇଛି। କୋୱିନ୍ ପୋର୍ଟାଲ, ଆରୋଗ୍ୟ ସେତୁ ଆପ୍ରେ ହିତାଧିକାରୀମାନେ ନାମ ପଞ୍ଜୀକରଣ କରିପାରିବେ। ଯଦି କେହି ବିନା ପଞ୍ଜୀକରଣରେ ଆସନ୍ତି ତେବେ ସେମାନଙ୍କୁ ପରବର୍ତ୍ତୀ ସମୟରେ ଆଉ ଟିକା ଦିଆଯିବ ନାହିଁ। ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ୫୮,୫୭,୬୨୮ ଡୋଜ୍ ଟିକା ଦିଆଯାଇଛି। ଏଥିମଧ୍ୟରେ ୫,୯୭,୯୯୨ ଡୋଜ୍ ସ୍ବାସ୍ଥ୍ୟକର୍ମୀଙ୍କୁ, ୩,୭୬,୯୦୬ ଡୋଜ୍ ସମ୍ମୁଖ ଯୋଦ୍ଧାଙ୍କୁ ଏବଂ ୪୮,୮୨,୬୩୪ ଡୋଜ୍ ୪୫ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଦିଆଯାଇଛି। ବର୍ତ୍ତମାନ କେନ୍ଦ୍ର ସରକାର ଦେଇଥିବା ୪୬,୨୨୦ ଡୋଜ୍ କୋଭିଶିଲ୍ଡ ଟିକା ଥିବାବେଳେ ୩,୨୧,୬୩୦ ଡୋଜ୍ କୋଭାକ୍ସିନ ଟିକା ରହିଛି। ସେହିଭଳି ରାଜ୍ୟ ସରକାର କିଣିଥିବା ୧,୪୯,୯୦୦ ଡୋଜ୍ କୋଭାକ୍ସିନ ଟିକା ମଧ୍ୟ ମହଜୁଦ ଅଛି। ଟିକା ଅଭାବ ଯୋଗୁ ବିଭିନ୍ନ ଜିଲାରେ ଟିକାକରଣକୁ ବନ୍ଦ କରିଦିଆଯାଇଥିଲା। ଏବେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆବଶ୍ୟକ ଟିକା ରାଜ୍ୟ ସରକାର ସମ୍ପୂର୍ଣ୍ଣ କିଣିବେ। କିନ୍ତୁ ଟିକା ପ୍ରଦାନକାରୀ କମ୍ପାନୀ ଠିକ୍ ସମୟରେ ଟିକା ଯୋଗାଣ ନ କଲେ ଟିକାକରଣ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।
https://www.dharitri.com/ମୋଦିି-ମୋର-ପସନ୍ଦ-ତେବେ-ଭାରତ/
ମୋଦିି ମୋର ପସନ୍ଦ ତେବେ ଭାରତ ସହିତ ଏବେ ନୁହେଁ ବଡ଼ ବ୍ୟବସାୟିକ ଚୁକ୍ତି: ଟ୍ରମ୍ପ୍‌ ଓ୍ବାଶିଂଟନ,୧୯।୨: ଫେବୃୟାରୀ ୨୪ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଭାରତ ଗସ୍ତରେ ଆସୁଛନ୍ତି। ତେବେ ଏହା ପୂର୍ବରୁ ଭାରତ ସହିତ ବଡ଼ ବ୍ୟବସାୟିକ ଚୁକ୍ତି ନେଇ ଟ୍ରମ୍ପ୍ଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋର ପସନ୍ଦ ମାତ୍ର ଏତେ ଶୀଘ୍ର ଭାରତ ସହିତ ବଡ଼ ଚୁକ୍ତି କରାଯିବ ନାହିଁ। ଆମେରିକା ନିର୍ବାଚନ ପୂର୍ବରୁ ଭାରତ ସହିତ ବଡ଼ ଚୁକ୍ତି ହେବ କି ନାହିଁ ତାହା କହିବା ଅସମ୍ଭବ। ଦୁଇ ଦେଶ ମଧ୍ୟରେ କେତେକ ଛୋଟ ଚୁକ୍ତି କରାଯାଇପାରେ ବୋଲି ଟ୍ରମ୍ପ୍ ସୂଚନା ଦେଇଛନ୍ତି। ଏନେଇ ଗଣମାଧ୍ୟମ ସଂସ୍ଥା ବ୍ଲମ୍ବର୍ଗରେ ରିପୋର୍ଟ ପ୍ରକାଶ ପାଇଛି। ଟ୍ରମ୍ପ୍ଙ୍କ ଦୁଇ ଦିନିଆ ଗସ୍ତରେ ଭାରତ ଆମେରିକା ମଧ୍ୟରେ କେତେକ ଚୁକ୍ତି ହେବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଗସ୍ତ ପୂର୍ବରୁ ଟ୍ରମ୍ପ୍ଙ୍କ ଏଭଳି ମନ୍ତବ୍ୟ ନେଇ ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି।
https://www.dharitri.com/kolkata-incident-that-day-was-so-horrific-sanjay-roy-bitten-all-over-doctors-body/
କୋଲକାତା କାଣ୍ଡ: ସେଦିନ ଥିଲା ଏତେ ଭୟଙ୍କର, ସାରା ଶରୀରକୁ କାମୁଡି ଦେଇଥିଲା ନୃଶଂସ ସଞ୍ଜୟ ରୟ କୋଲକାତା,୧୩।୯: ଆରଜି କର ହସ୍ପିଟାଲର ବଳାତ୍କାର ଓ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ଖୁଲାସା ହେଉଛି। ସିବିଆଇ ରିପୋର୍ଟନୁସାରେ ସଞ୍ଜୟ ରୟ ହିଁ ବଳାତ୍କାର ମାମଲାର ମୁଖ୍ୟ ଦୋଷୀ ହୋଇଥିବା ଜଣାପଡିଛି। ତେବେ ଏହି ମାମଲାରେ ଆଉ ଏକ ପ୍ରମାଣର ପର୍ଦ୍ଦାଫାଶ ହୋଇଛି। ସୂଚନାନୁସାରେ, ସିବିଆଇକୁ ମୃତ ଡାକ୍ତରଙ୍କ ଶରୀରରେ କାମୁଡିବା ଚିହ୍ନ ମିଳିଛି। ଏହି ଚିହ୍ନ ସଞ୍ଜୟ ରୟର ବୋଲି ଜଣାପଡିଛି। ସିବିଆଇ ସଞ୍ଜୟଙ୍କ ଦାନ୍ତର ଚିହ୍ନ ପ୍ରମାଣ ହିସାବରେ ନେଇଛି। ଏହାପରେ ଏହି ଦାନ୍ତର ନମୁନାକୁ ସିଏଫଏସଏଲକୁ ପଠାଯିବ। ସୂଚନାନୁସାରେ, ମୃତ ଡାକ୍ତରଙ୍କ ଶରୀର ସାରା କାମୁଡିବାର ବହୁତ ଚିହ୍ନ ଦେଖିବାକୁ ମିଳିଥିଲା। ଏବେ ଫରେନ୍ସିକ ଯାଞ୍ଚରେ ଏହି ଦାନ୍ତର ନମୁନାକୁ ତୁଳନା କରାଯିବ। ଯାହାଦ୍ୱାରା ସ୍ପଷ୍ଟ ହୋଇପାରିବ କି, ସଞ୍ଜୟ ଏହି ମାମଲାରେ ସିଧାସଳଖ ସାମିଲ୍ ଅଛନ୍ତି କି ନାହିଁ।
https://www.dharitri.com/this-place-in-india-has-gold-reserves/
ଭାରତର ଏହି ସ୍ଥାନରେ ରହିଛି ସୁନାର ଭଣ୍ଡାର, ଥରେ ଯଦି ଦ୍ୱାର ଖୋଲିଗଲା କଥା ସରିଲା ପ୍ରାଚୀନ ସଂସ୍କୃତି ପାଇଁ ଭାରତ ସାରା ବିଶ୍ୱରେ ଜଣାଶୁଣା। ଏହା ବ୍ୟତୀତ ଆମ ଦେଶରେ ଅନେକ ରହସ୍ୟମୟ ସ୍ଥାନ ଅଛି, ଯାହାର ରହସ୍ୟ ବୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ ବି ଜାଣିପାରୁନାହାନ୍ତି। ଏଥି ମଧ୍ୟରୁ ବିହାରରେ ଥିବା ଏକ ‘ସୁନା ଭଣ୍ଡାର’ ହେଉଛି ଅନ୍ୟତମ। ଯେଉଁଠି ଏକ ରହସ୍ୟମୟ କବାଟ ଅଛି, ଶତ ଚେଷ୍ଟା ପରେ ମଧ୍ୟ ଏହାକୁ କେହି ଖୋଲିବାରେ ସକ୍ଷମ ହୋଇନାହାନ୍ତି। ଅନେକ ଥର ଏହି କବାଟ ଖୋଲିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ କେବେ ସଫଳତା ମିଳିନାହିଁ। ଏହି ସୁନା ଭଣ୍ଡାର ବିହାରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ରାଜଗିରିର ଏକ ଗୁମ୍ଫା ଭିତରେ ରହିଛି। ଐତିହାସିକମାନେ କୁହନ୍ତି, ହର୍ଯ୍ୟ ରାଜବଂଶ ପ୍ରତିଷ୍ଠା କରିଥିବା ବିମ୍ବିସାର ସୁନା-ରୁପାକୁ ବହୁତ ଭଲ ପାଉଥିଲେ। ସୁନା ଓ ରୁପା ପ୍ରତି ତାଙ୍କର ଭଲପାଇବା ହେତୁ ସେ ଅଳଙ୍କାର ସଂଗ୍ରହ କରୁଥିଲେ। ବିମ୍ବିସାରଙ୍କ ଅମୂଲ୍ୟ ଧନ ରାଜଗିରିର ଏହି ଗୁମ୍ଫାରେ ଲୁଚି ରହିଛି। ବିମ୍ବିସାରଙ୍କ ପତ୍ନୀ ଏହି ଧନକୁ ଲୁଚାଇ ରଖିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ କେହି ଏହି ଧନ ପାଇବାରେ ସକ୍ଷମ ହୋଇ ନାହାନ୍ତି। ବ୍ରିଟିଶମାନେ ଏହି ଗୁମ୍ଫାକୁ ଯିବାକୁ ସମସ୍ତ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ପ୍ରାଚୀନ କାଳରେ, ମଗଧର ରାଜଧାନୀ ରାଜଗିରିରେ ଭଗବାନ ବୁଦ୍ଧ ବିମ୍ବିସାରଙ୍କୁ ଧର୍ମ ବିଷୟରେ କହିଥିଲେ। ବିହାରର ପ୍ରସିଦ୍ଧ ସ୍ଥାନଗୁଡ଼ିକରେ ଅନ୍ତର୍ଭୁକ୍ତ ଏହି ସ୍ଥାନ ମୁଖ୍ୟତଃ ଭଗବାନ ବୁଦ୍ଧଙ୍କ ସହ ଜଡ଼ିତ ସ୍ମାରକୀ ପାଇଁ ଜଣାଶୁଣା। କିଛି ଲୋକ ବିଶ୍ୱାସ କରନ୍ତି ଯେ, ଏହି ଧନ ପୂର୍ବତନ ମଗଧ ସମ୍ରାଟ ଜରାସନ୍ଧଙ୍କର ଅଟେ। କିନ୍ତୁ ଅଧିକ ପ୍ରମାଣ ଅଛି ଯେ, ଏହି ଧନ ହର୍ଯ୍ୟ ରାଜବଂଶର ପ୍ରତିଷ୍ଠାତା ବିମ୍ବିସାରଙ୍କର ଅଟେ, କାରଣ ଏହି ଗୁମ୍ଫାଠାରୁ କିଛି ଦୂରରେ ଅଜାତଶତ୍ରୁ ତାଙ୍କ ପିତା ବିମ୍ବିସାରଙ୍କୁ ହତ୍ୟା କରିଥିଲେ। ତାଙ୍କୁ ଏଠାରେ ବନ୍ଦୀ କରାଯାଇଥିଲା। ସେହି କାରାଗାରର ଅବଶିଷ୍ଟାଂଶ ସେଠାରେ ଅଛି, ତେଣୁ ଏହି ଧନ କେବଳ ବିମ୍ବିସାରଙ୍କର ବୋଲି ବିବେଚନା କରାଯାଏ। କୁହାଯାଏ, ବିମ୍ବିସାରଙ୍କର ଅନେକ ରାଣୀ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ରାଣୀ ବିମ୍ବିସାରଙ୍କ ଅତି ନିକଟତର ଥିଲେ। ଯିଏ ତାଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଉଥିଲେ। ଯେତେବେଳେ ଅଜାତଶତ୍ରୁ ତାଙ୍କ ପିତାଙ୍କୁ ବନ୍ଦୀ କରି ନେଇଥିଲେ, ସେତେବେଳେ ଏହି ରାଣୀ ହିଁ ଗୁମ୍ଫାରେ ରାଜାଙ୍କର ସମସ୍ତ ଧନ ଲୁଚାଇ ରଖିଥିଲେ। ସୁନା ଭଣ୍ଡାର ଭିତରକୁ ଯିବା ମାତ୍ରେ ପ୍ରଥମଟି ହେଉଛି ସୈନିକମାନଙ୍କ କୋଠରି। ଏହା ପରେ ସୁନା ଭଣ୍ଡାର ନିକଟରେ ପହଞ୍ଚିବା ପାଇଁ ଏକ ଉପାୟ ଅଛି, ଯେଉଁ ଦ୍ୱାରରେ ଏକ ବିରାଟ ପଥର ରହିଛି। ଆଜି ପର୍ଯ୍ୟନ୍ତ ଏହି ରହସ୍ୟମୟ ଭଣ୍ଡାରର କବାଟ ଖୋଲିବାକୁ କେହି ସକ୍ଷମ ହୋଇନାହାନ୍ତି। ଏହା ବୈଜ୍ଞାନିକମାନଙ୍କ ପାଇଁ ରହସ୍ୟମୟ ହୋଇ ରହିଯାଇଛି। କୁହାଯାଉଛି, ଥରେ ଯଦି ଏହି ସୁନା ଭଣ୍ଡାର କବାଟ ଖୋଲାଯିବ ଭାରତ ବିଶ୍ୱରେ ଅନ୍ୟ ଦେଶମାନଙ୍କୁ ପଛରେ ପକାଇଦେବ।
https://www.dharitri.com/let-the-audience-decide-if-the-kerala-story-is-good-or-bad-supreme-court/
‘ଦି କେରଲା ଷ୍ଟୋରି’ଫିଲ୍ମ ଭଲ କି ଖରାପ ତାହା ଦର୍ଶକଙ୍କୁ ସ୍ଥିର କରିବାକୁ ଦିଅନ୍ତୁୁ: ସୁପ୍ରିମକୋର୍ଟ ନୂଆଦିଲ୍ଲୀ,୧୨।୫: ସୁପ୍ରିମକୋର୍ଟ ଶୁକ୍ରବାର ଫିଲ୍ମ ‘କେରଲା ଷ୍ଟୋରି’ ମାମଲାର ଶୁଣାଣି କରିଛନ୍ତି। ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ କହିଛନ୍ତି ଯେ, ଯଦି ସାରା ଦେଶରେ ଫିଲ୍ମର ସ୍କ୍ରିନିଂ ହେଉଛିି ତେବେ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଫିଲ୍ମ ବ୍ୟାନ କାହିଁକି? ଫିଲ୍ମ ଭଲ କି ଖରାପ ତାହା ଦର୍ଶକଙ୍କୁ ସ୍ଥିର କରିବାକୁ ଦିଅନ୍ତୁ। କୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୭ରେ ହେବ।
https://www.dharitri.com/celebrates-independence-day-in-purusottampur/
ପୁରୁଷୋତ୍ତମପୁରରେ ସାଧାରଣତନ୍ତ୍ର ଦିବସ ପାଳିତ ପୁରୁଷୋତ୍ତମପୁର,୨୬।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବିଚାରପତି ଦିଲ୍ଲୀପ କୁମାର ବାରିକ ପତାକା ଉତ୍ତୋଳନ କରିଥିବା ବେଳେ ଏସ୍ଡିପିଓ ଅଫିସ ଓ ଥାନାରେ ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ, ତହସିଲ କାର୍ଯ୍ୟାଳୟରେ ତହସିଲଦାର ନିତିଶ କୁମାର ତ୍ରିପାଠୀ, ବ୍ଲକରେ ବିଡିଓ ବିଜୟ କୁମାର ବେହେରା, ତାରିଣୀ କଲେଜରେ ଅଧ୍ୟକ୍ଷ ସୀମାଞ୍ଚଳ ପଟ୍ଟନାୟକ, ହିନ୍ଦୀ ପ୍ରଚାର ସଭାରେ କୂଳସଚିିବ ପ୍ରଫୁଲ କୁମାର ରଥ ପତାକା ଉତ୍ତୋଳନ କରିଥିଲେ।
https://www.dharitri.com/binod-loses-medal-at-paralympics/
ପାରାଲିମ୍ପିକ୍ସରେ ପଦକ ହରାଇଲେ ବିନୋଦ… ଟୋକିଓ,୩୦।୮: ଟୋକିଓ ପାରାଲିମ୍ପିକ୍ସର ଡିସକସ୍ ଥ୍ରୋରେ ବ୍ରୋଞ୍ଜ୍ ପଦକ ବିଜେତା ହୋଇଥିବା ଭାରତର ବିନୋଦ କୁମାରଙ୍କୁ ଆଉ ପଦକ ମିଳିବ ନାହିଁ। ତାଙ୍କୁ ଯୋଗ୍ୟତା ବର୍ଗ ଅନୁସାରେ ଅଯୋଗ୍ୟ ଘୋଷିତ କରାଯାଇଛି। ବିନୋଦ ଏଫ୍-୫୨ ପୁରୁଷ ବର୍ଗରେ ପଦକ ହାସଲ କରିଥିଲେ। ମାତ୍ର ସେ ଏହି ବର୍ଗର ନୁହନ୍ତି ବୋଲି ସାଥି ଖେଳାଳିଙ୍କ ଅଭିଯୋଗ ପରେ କମ୍ପିଟେଶନ ପ୍ୟାନେଲ ପକ୍ଷରୁ ଯାଞ୍ଚ୍ କରାଯାଇ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରବିବାର ୪୧ ବର୍ଷ ବୟସ୍କ ବିନୋଦ ୧୯.୯୧ ମିଟର ଡିସକସ୍ ଥ୍ରୋ କରି ତୃତୀୟ ସ୍ଥାନ ହାସଲ କରିଥିଲେ। ଏହି ପ୍ରତିଯୋଗିତାରେ ପୋଲାଣ୍ଡର ପିଓଟ୍ରୋ କୋସିଓ୍ବିଜ୍ ୨୦,୦୨ ମିଟର ଏବଂ କ୍ରୋଏସିଆର ଭେଲିମିର୍ ସାଣ୍ଡୋର ୧୯.୯୮ ମିଟର ଡିସକସ୍ ଥ୍ରୋ କରି ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିଲେ। ବିନୋଦଙ୍କୁ କ୍ଲାସିଫିକେଶନ ନଟ୍ କମ୍ପ୍ଲିଟେଡ୍(ସିଏନ୍ସି) ଅର୍ନ୍ତଗତ ଅଯୋଗ୍ୟ ଘୋଷିତ କରାଯାଇଥିବା ନେଇ ଆୟୋଜକଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
https://www.dharitri.com/dasha-karma-of-the-deceased-will-not-done-children-will-be-educated-with-the-money-spent-saplings-will-be-planted/
ହେବନି ମୃତକଙ୍କ ଦଶାହ କର୍ମ: ଖର୍ଚ୍ଚ ଟଙ୍କାରେ ପାଠ ପଢ଼ିବେ ପିଲା, ରୋପଣ ହେବ ଚାରା… ବାରାଣସୀ,୮।୬ : ମୃତକଙ୍କର ଦଶାହ କର୍ମରେ ହେଉଥିବା ଅଯଥା ଖର୍ଚ୍ଚ ରୋକିବା ପାଇଁ ବାରାଣାସୀର ୱାଜିଦପୁରର ଲୋକମାନେ ଏକଜୁଟ ହୋଇଛନ୍ତି। ଗାଁରେ କାହାର ମୃତ୍ୟୁରେ ଦଶାହ କର୍ମ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦଶାହ କର୍ମରେ ହେଉଥିବା ଖର୍ଚ୍ଚରେ ପିଲାମାନଙ୍କର ପାଠପଢ଼ା ହେବ। ଦଶାହ କର୍ମ ଦିନ ଗାଁରେ ବୃକ୍ଷ ଚାରା ରୋପଣ କରାଯିବ। ହରହୁଆର ୱାଜିଦପୁର ଗ୍ରାମରେ ଅବସ୍ଥିତ ପଞ୍ଚାୟତ ଭବନରେ ଗ୍ରାମବାସୀ ଏକ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ୱାଜିଦପୁରର ଗ୍ରାମ ମୁଖିଆ ଲାଲମନ ଯାଦବ ଏବଂ ଜିଲା ପଞ୍ଚାୟତ ସଦସ୍ୟ ମଲଚାନ୍ଦ ଯାଦବଙ୍କ ପିତା ଶ୍ୟାମା ଯାଦବଙ୍କ ଦେହାନ୍ତ ହୋଇଥିଲା। ଉଭୟଙ୍କ ନେତୃତ୍ୱରେ ଗ୍ରାମବାସୀ ଦଶାହ କର୍ମ ପରମ୍ପରା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଗାଁ ମୁଖ୍ୟ ଲଲମାନ ଯାଦବ କହିଛନ୍ତି ଗାଁରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କର ଦଶାହ କର୍ମ ଏଣିକି ଆଉ ପାଳନ କରାଯିବ ନାହିଁ। ସେ କହିଛନ୍ତି ପରିବାର ସଦସ୍ୟଙ୍କ ମୃତ୍ୟୁରେ ପରିବାରର ଲୋକମାନେ ପୂର୍ବରୁ ଦୁଃଖିତ ରହିଥାନ୍ତି। ଦଶାହ କର୍ମ କରିବା ପାଇଁ ମୃତକଙ୍କ ସମ୍ପର୍କୀୟଙ୍କୁ ବହୁତ ଚିନ୍ତା କରିବାକୁ ପଡିଥାଏ। ଅନେକ ଗରିବ ପରିବାରକୁ ଏନେଇ ଋଣ ନେବାକୁ ପଡିଥାଏ। ଏଭଳି ପରିସ୍ଥିତିରେ ଗାଁରେ ଦଶାହ କର୍ମ ରେ ଜନସମାଗମ ହୋଇଥାଏ। ପ୍ରଦୂଷଣ ମଧ୍ୟ ବଢ଼ିଥାଏ। ସେ କହିଛନ୍ତି ଏଥିପାଇଁ ଏକ କମିଟି ଗଠନ କରାଯିବ ଏବଂ ଦଶାହ କର୍ମରେ ହେବାକୁ ଥିବା ଖର୍ଚ୍ଚ ସେମାନଙ୍କ ଇଚ୍ଛା ଅନୁଯାୟୀ ଜମା କରାଯିବ। ଏହା ପରେ କମିଟି ନିଷ୍ପତ୍ତି ନେବା ପରେ ସେହି ଟଙ୍କା ଗାଁର ଗରିବ ପିଲାଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ହେବ। ଯଦି କୌଣସି ଗରିବ ବ୍ୟକ୍ତିଙ୍କ ଝିଅର ବିବାହରେ କିଛି ଅସୁବିଧା ଅଛି, ତେବେ ସେହି ବ୍ୟକ୍ତିଙ୍କୁ ମଧ୍ୟ ଆର୍ଥିକ ସାହାଯ୍ୟ କରାଯିବ । ଜିଲା ପଞ୍ଚାୟତ ସଦସ୍ୟ ମଲଚାନ୍ଦ ଯାଦବ କହିଛନ୍ତି ମୃତ ବ୍ୟକ୍ତିଙ୍କ ଦଶାହ କର୍ମ ଦିନ ପଞ୍ଚାୟତ ଭବନରେ ଶୋକସଭା ଅନୁଷ୍ଠିତ ହେବ। ଶୋକସଭା ବୈଠକ ପରେ ମୃତକଙ୍କ ପୁଅଙ୍କ ସଂଖ୍ୟା ସଂଖ୍ୟକ ବୃକ୍ଷ ଚାରା ସର୍ବସାଧାରଣ ଜମିରେ କିମ୍ବା ମୃତ ବ୍ୟକ୍ତିଙ୍କ ଜମିରେ ଲଗାଯିବ। ମାତାପିତାଙ୍କ ମୃତ୍ୟୁ ପରେ କେବଳ ବୃକ୍ଷ ଗୁଡିକ ସେମାନଙ୍କର ପ୍ରତୀକ ଭାବରେ ସ୍ମରଣୀୟ ହେବେ। ବୃକ୍ଷ ଗୁଡିକର ସୁରକ୍ଷା ଏବଂ ଯତ୍ନ ପାଇଁ ପୁଅମାନେ ଦାୟୀ ରହିବେ। ଏହା କରିବା ଦ୍ୱାରା, ପରିବେଶ ସଂରକ୍ଷଣ ହୋଇ ପାରିବ। ଏଭଳି ନିଆରା ପଦକ୍ଷେପକୁ ସଭିଏଁ ପ୍ରଶଂସା କରୁଛନ୍ତି।
https://www.dharitri.com/two-corona-patient-died-in-the-state/
ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୮ ହଜାର ୨୯୮ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଏବଂ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
https://www.dharitri.com/ଅନ୍ତରୀଣ-ଡିଜିପି-ଭାବେ-ବିଧି/
ଅନ୍ତରୀଣ ଡିଜିପି ଭାବେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କଲେ ସତ୍ୟଜିତ: ରାଜ୍ୟ ସରକାରଙ୍କୁ ଜଣାଇଲେ କୃତଜ୍ଞତା ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ରାଜ୍ୟ ପୋଲିସର ଅନ୍ତରୀଣ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜ୍ୟ କାରାଗାର ଡିଜି ସତ୍ୟଜିତ ମହାନ୍ତି। କଟକ ପୋଲିସ ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବା ପରେ ବିଧିବଦ୍ଧ ଭାବେ ସେ ଦାୟିତ୍ୱ ନେଇଛନ୍ତି। ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ରାଜ୍ୟ ସରକାର ଆସ୍ଥା ପ୍ରକଟ କରିଥିବାରୁ କୃତଜ୍ଞତା ଜଣାଉଛି। ନୂଆ ଡିଜିପି ଦାୟିତ୍ୱ ନେବା ପର୍ଯ୍ୟନ୍ତ ମୋତେ ଏହି ଦାୟିତ୍ୱ ଦିଆଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା କିଭଳି ଠିକ ରହିବ ସେ ନେଇ ଅଧିକାରୀଙ୍କ ସହ କଥା ହେବି। ଦିଆଯାଇଥିବା ଦାୟିତ୍ୱକୁ ସୂଚାରୁରୂପେ ତୁଲାଇବି ବୋଲି ସେ କହିଛନ୍ତି। ପ୍ରକାଶଯୋଗ୍ୟ, ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ପଦରୁ ବୁଧବାର ରାଜ୍ୟ ସରକାର ବିଜୟ କୁମାର ଶର୍ମାଙ୍କୁ ହଟାଇ ଦେଇଥିଲେ। ତାଙ୍କ ସ୍ଥାନରେ ନୂତନ ଡିଜିପି ଭାବେ ୧୯୮୬ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ଅଭୟଙ୍କୁ ନିଯୁକ୍ତି ମିଳିଛି। ସେ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ଅତିରିକ୍ତ ଭାବେ ଅନ୍ତରୀଣ ଡିଜି ଦାୟିତ୍ୱ ନେବାକୁ ସତ୍ୟଜିତଙ୍କୁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ନିର୍ଦ୍ଦେଶ ଆଧାରରେ ରାତିରେ ସେ କାଗଜପତ୍ରରେ ଦାୟିତ୍ୱ ନେଇଥିଲେ।
https://www.dharitri.com/ସ୍ଥାୟୀ-ନିଯୁକ୍ତି-ଦାବିରେ-ଏ/
ସ୍ଥାୟୀ ନିଯୁକ୍ତି ଦାବିରେ ଏଡିଏମ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା କେନ୍ଦୁଝର, ୧।୭(ସ୍ବ.ପ୍ର.): ସ୍ଥାୟୀ ନିଯୁକ୍ତି ଦାବିରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟର ଅସ୍ଥାୟୀ କର୍ମଚାରୀମାନେ ସୋମବାର ସକାଳୁ ଏଡିଏମ୍ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ରୋଗୀଙ୍କଠାରୁ ଆଦାୟ ହେଉଥିବା ଅର୍ଥରୁ ସେମାନଙ୍କୁ ଦରମା ଦିଆଯାଉଥିଲା। ତେବେ ମାଗଣା ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସରକାର ଲାଗୁ କରିବା ପରଠାରୁ ସେମାନଙ୍କୁ ଅବ୍ୟାହତି ଦିଆଯାଇଥିଲା। ବହୁ ବର୍ଷ ଧରି ସେମାନେ କାମ କରିଆସୁଥିବାରୁ ସ୍ଥାୟୀ ନିଯୁକ୍ତି ଦାବିକରି ଆସୁଛନ୍ତି। ଏବେ ସରକାରଙ୍କ ନିର୍ମଳା ଯୋଜନାରେ ଅସ୍ଥାୟୀ କର୍ମଚାରୀ ନିଯୁକ୍ତ ହେଉଥିଲେ ହେଁ ସେଥିରେ ସାମିଲ ନ ହୋଇ ସ୍ଥାୟୀ ନିଯୁକ୍ତି ଦାବିକରିଛନ୍ତି। ଏ ନେଇ ଗତ ଫେବୃୟାରୀରେ ଆନ୍ଦୋଳନ ହୋଇଥିଲା। ମାତ୍ର ଦାବି ପୂରଣ ନ ହେବାରୁ କର୍ମଚାରୀମାନେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
https://www.dharitri.com/ପ୍ଲିସ୍‌କୋଭାଙ୍କୁ-ହରାଇଲେ-ମ/
ପ୍ଲିସ୍‌କୋଭାଙ୍କୁ ହରାଇଲେ ମାର୍ଟିକ ପ୍ୟାରିସ୍, ୩୧।୫ (ଏଏଫ୍ପି)- ଦ୍ୱିତୀୟ ସିଡ୍ ଚେକ୍ ରିପବ୍ଲିକ୍ର କାରୋଲିନା ପ୍ଲିସ୍କୋଭା ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ୍ ଟେନିସ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ଏକ ମହିଳା ସିଙ୍ଗଲ୍ସ ତୃତୀୟ ରାଉଣ୍ଡ ମ୍ୟାଚରେ ୩୧ତମ ସିଡ୍ କ୍ରୋଏସିଆର ପେଟ୍ରା ମାର୍ଟିକ ତାଙ୍କୁ ୬-୩, ୬-୩ ସେଟ୍ରେ ପରାସ୍ତ କରିଛନ୍ତି। ମାର୍ଟିକ୍ ସିଜନରେ ଏହାକୁ ମିଶାଇ ୧୪ କ୍ଲେକୋର୍ଟ ମ୍ୟାଚରେ ବିଜୟ ହାସଲ କରିଛନ୍ତି। ଡବ୍ଲ୍ୟୁଟିଏ ଟୁର୍ରେ ଅନ୍ୟ ଖେଳାଳିଙ୍କ ତୁଳନାରେ ଯାହାକି ସର୍ବାଧିକ। ଅନ୍ୟପକ୍ଷରେ ପ୍ଲିସ୍କୋଭାଙ୍କ ପରାଜୟ ଦ୍ୱାରା ରୋଲାଣ୍ଡ ଗ୍ୟାରୋସ ଟୁର୍ନାମେଣ୍ଟ ପରେ ମଧ୍ୟ ନାଓମି ଓସାକା ବିଶ୍ୱର ନମ୍ବର ଓ୍ବାନ ମହିଳା ସିଙ୍ଗଲ୍ସ ଖେଳାଳି ମାନ୍ୟତା ବଜାୟ ରଖିବେ। ମାର୍ଟିକ ଚତୁର୍ଥ ରାଉଣ୍ଡରେ ରୁଷିଆର ଭେରୋନିକା କୁଦରମେଟୋଭା କିମ୍ବା ଇସ୍ତୋନିଆର କାଇଆ କାନେପିଙ୍କୁ ଭେଟିବେ।
https://www.dharitri.com/ଆମେଚର-ଇଭେଣ୍ଟରେ-ପେସାଦାର-ବ/
ଆମେଚର ଇଭେଣ୍ଟରେ ପେସାଦାର ବକ୍ସରଙ୍କୁ ଅନୁମତି ନୂଆଦିଲ୍ଲୀ,୩୧।୮(ପି.ଟି.)- ବକ୍ସିଂ ଫେଡେରେଶନ ଅଫ୍ ଇଣ୍ଡିଆ (ବିଏଫ୍ଆଇ) ଏକ ନିର୍ଣ୍ଣାୟକ ନିଷ୍ପତ୍ତି ନେଇଛି। ଘରୋଇ ଆମେଚର ଇଭେଣ୍ଟରେ ପେସାଦାର ବକ୍ସରଙ୍କୁ ଅଂଶଗ୍ରହଣ କରିବା ପାଇଁ ତତ୍କାଳ ନିର୍ଦ୍ଦେଶ ଦେଇଛି। ଗୁରୁବାର ଅନୁଷ୍ଠିତ ବିଏଫ୍ଆଇ କାର୍ଯ୍ୟକାରୀ କମିଟି ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି। ଯଥାଶୀଘ୍ର ଲାଗୁ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଅକ୍ଟୋବରରେ ପୁରୁଷ ବକ୍ସିଂ ଚାମ୍ପିୟନଶିପ୍ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ମହିଳା ଇଭେଣ୍ଟ ମଧ୍ୟ ଆୟୋଜନ କରାଯିବ। ପ୍ରଥମଥର ପାଇଁ ଏହି ଦୁଇଟି ଇଭେଣ୍ଟରେ ପେସାଦାର ବକ୍ସର ଅଂଶଗ୍ରହଣ କରିବା ନେଇ ପଥ ପରିଷ୍କାର ହୋଇଛି। ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନ (ଏଆଇବିଆଇ) ପେସାଦାର ବକ୍ସରଙ୍କୁ ଆମେଚର ଇଭେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ଦେଉଥିବା ବେଳେ ବିଏଫ୍ଆଇ ମଧ୍ୟ ଏଭଳି କରିବାର ଆବଶ୍ୟକତା ରହିଛି ବୋଲି ହୃଦୟଙ୍ଗମ କରିଛି। ଏନେଇ ବିଏଫ୍ଆଇ ସାଧାରଣ ସମ୍ପାଦକ ଜୟ କୋଓ୍ବଲି ଅନୁମତି ପ୍ରଦାନ କରିଛନ୍ତି। ତେବେ ଅଣସ୍ବୀକୃତିପ୍ରାପ୍ତ ଅନୁଷ୍ଠାନ ଦ୍ୱାରା ଆୟୋଜିତ ହେଉଥିବା ଇଭେଣ୍ଟରେ ଅଂଶଗ୍ରହଣ କରୁଥିବା ବକ୍ସରଙ୍କୁ ଏଭଳି ଅନୁମତି ପ୍ରଦାନ କରାଯାଇନାହିଁ ବୋଲି ସ୍ପଷ୍ଟ କରାଯାଇଛି। ବିଏଫ୍ଆଇର ଏହି ନିଷ୍ପତ୍ତି ପେସାଦାର ବକ୍ସରଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ଭାରତୀୟ ତାରକା ବକ୍ସର ବିଜେନ୍ଦର ସିଂ ପେସାଦାର ବକ୍ସିଂରେ ପୂର୍ବରୁ ସାମିଲ ହୋଇଛନ୍ତି ଓ ସେ ୟୁଏସ୍ ସର୍କିଟର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ବିଏଫ୍ଆଇର ଏହି ନିଷ୍ପତ୍ତି ସତ୍ତ୍ୱେ ସେ ଆମେଚର ବକ୍ସିଂଙ୍କୁ ପ୍ରତ୍ୟାବର୍ତ୍ତନ କରିବା ଭଳି ମନେ ହେଉନାହିଁ। ଉଲ୍ଲେଖଥାଉ କି, ଏଆଇବିଏ ୨୦୧୬ ରିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ପେସାଦାର ବକ୍ସରଙ୍କୁ ଅନୁମତି ଦେଇଥିଲା। ଏପରି କି ଏକ କ୍ୱାଲିଫାଇଙ୍ଗ୍ ଟୁର୍ନାମେଣ୍ଟ ମଧ୍ୟ ଆୟୋଜନ କରିଥିଲା। ବିଏଫ୍ଆଇର ଏହି ନିଷ୍ପତ୍ତି ପୂର୍ବରୁ ପେସାଦାର ବକ୍ସରଙ୍କ ଆମେଚର ଷ୍ଟାଟସ ନେଇ କୌଣସି ସ୍ପଷ୍ଟତା ନ ଥିଲା।
https://www.dharitri.com/ଗଡ଼ସାହିରେ-ବ୍ୟାପିଲା-ଝାଡ଼ା/
ଗଡ଼ସାହିରେ ବ୍ୟାପିଲା ଝାଡ଼ାବାନ୍ତି: ୧୫ ଆକ୍ରାନ୍ତ, ୫ ଗୁରୁତର ଔପଦା, ୮।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକର ଆଦିବାସୀ ଅଧ୍ୟୁଷିତ ଗଡ଼ସାହି ପଞ୍ଚାୟତ ଗଡ଼ସାହି ଗ୍ରାମରେ ଝାଡାବାନ୍ତିର ପ୍ରାଦୁର୍ଭାବ ଦେଖାଦେଇଛି। ଏଥିରେ ୧୫ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ପାହାଡ଼ ତଳି କୁନ୍ଦବାଡ଼ି ଚୁଆର ଦୂଷିତ ପାଣି ବ୍ୟବହାର ଝାଡାବାନ୍ତିର ମୁଖ୍ୟ କାରଣ ବୋଲି କୁହାଯାଉଛି। ଅନ୍ୟପକ୍ଷେ ଗଡ଼ସାହି ଗ୍ରାମରେ ଥିବା ନଳକୂପ ଖରାପ ହେବା ପରେ ଗାଁ ଲୋକେ ନିକଟ ଗ୍ରାମର ନଳକୂପ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିଲେ। ପୋଖରୀ ପାଣିରେ ସ୍ନାନ, ଶୌଚ ଆଦି କରୁଥିଲେ। ପାନୀୟଜଳ ଅଭାବରୁ ପାହାଡ଼ ତଳି ଚୁଆପାଣିକୁ ମଧ୍ୟ କେତେକ ଲୋକ ପାନୀୟ ଜଳ ଭାବେ ବ୍ୟବହାର କରିବାକୁ ବାଧ୍ୟ ହୋଇଥିଲେ। ଗତ ୭ ତାରିଖରେ ଜଣକ ପରେ ଜଣେ ୧୫ଜଣ ଝାଡ଼ାବାନ୍ତିରେ ଶିକାର ହେବା ସହ ୫ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ଡାକ୍ତରୀ ଦଳ ସେଠାରେ ପହଞ୍ଚତ୍ ଚିକିତ୍ସା ଆରମ୍ଭ କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଈଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପିଓ ପୂର୍ଣ୍ଣଚନ୍ଦ୍ର ଦାସ, ସ୍ବାସ୍ଥ୍ୟକର୍ମୀ ମନୋଜ ମହାପାତ୍ର, ସ୍ବାସ୍ଥ୍ୟ ପରିଦର୍ଶିକା କନକଲତା ପାଲ ପ୍ରମୁଖ ଉପସ୍ଥିତ ରହି ଆକ୍ରାନ୍ତମାନଙ୍କ ଚିକିତ୍ସା କରୁଛନ୍ତି। ଆକ୍ରାନ୍ତମାନଙ୍କ ମଧ୍ୟରେ କୁନି ଖଟୁଆ (୧୯), ଦୀପକ ଖଣ୍ଡେ (୮), ନିନି ଖଣ୍ଡେଇ(୪୫), ଦୀପା ଖଣ୍ଡେ(୨୭), ସାଇବାଣୀ ସେନାପତି(୫୬)ଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି। ଗ୍ରାମବାସୀଙ୍କ ମଧ୍ୟରେ ସ୍ବାସ୍ଥ୍ୟ ସଚେତନତା ସୃଷ୍ଟି କରାଯାଉଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି।
https://www.dharitri.com/didis-house-renovation-begins-jitendra-takes-u-turn/
ଦିଦିଙ୍କ ଘର ସଜଡ଼ା ଆରମ୍ଭ: ଜିତେନ୍ଦ୍ର ନେଲେ ୟୁ-ଟର୍ନ କୋଲକାତା,୧୯।୧୨: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଭାଜପା ପକ୍ଷରୁ ଏହାକୁ ଦୃଷ୍ଟିରେ ରଖି ମିଶନ ପଶ୍ଚିମବଙ୍ଗ ଆରମ୍ଭ ହୋଇଛି। ଶାସକ ତୃଣମୂଳର ବରିଷ୍ଠ ନେତାଙ୍କୁ ବାଡ଼ ଡିଆଁଇବା ଯୋଜନା ଭାଜପା ପକ୍ଷରୁ କରାଯାଇଛି। ଇତିମଧ୍ୟରେ ତୃଣମୂଳ ୫ ଜଣ ଅସନ୍ତୁଷ୍ଟ ଭାଜପା ମୁହାଁ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘର ସଜଡ଼ା ଆରମ୍ଭ କରିଛନ୍ତି। ସେ ଅସନ୍ତୁଷ୍ଟଙ୍କୁ ମନାଇବା ଯୋଜନା କରିଛନ୍ତି। ତେବେ ଅସନ୍ତୁଷ୍ଟ ନେତା ଜିତେନ୍ଦ୍ର ତିଓ୍ବାରୀ ତୃଣମୂଳରେ ରହିଥିବା ନେଇ ଘୋଷଣା କରିଛନ୍ତି। ବରିଷ୍ଠ ନେତା ଅରୂପ ବିଶ୍ୱାସ ତାଙ୍କୁ ବୁଝାଇବା ପରେ ଜିତେନ୍ଦ୍ର ଏଭଳି ଘୋଷଣା କରିଥିବା କୁହାଯାଉଛି। ମାତ୍ର ଜିତେନ୍ଦ୍ର ଭଳି ନେତାଙ୍କୁ ଭାଜପାରେ ନିଆଯିବ ନାହିଁ ବୋଲି ବାବୁଲ ସୁପ୍ରିଓ ନିଜର ଫେସବୁକ୍ ଆକାଉଣ୍ଟ୍ରେ ମତାମତ ଦେବା ପରେ ଏଭଳି ୟୁ-ଟର୍ନ ଘଟଣା ଘଟିଥିବା ନେଇ ଚର୍ଚ୍ଚା ହେଉଛି। ଜିତେନ୍ଦ୍ରଙ୍କ ଦ୍ୱାରା ଭାଜପା ଅଧିକ ଲାଭାନ୍ବିତ ହୋଇପାରିବ ନାହିଁ। ତେଣୁ ତାଙ୍କୁ ଭାଜପାରେ ସାମିଲ କରିବା ନେଇ ବରିଷ୍ଠ ସଦସ୍ୟ ଅମଙ୍ଗ ହେବାରୁ ବାଧ୍ୟ ହୋଇ ଜିତେନ୍ଦ୍ର ପୁଣି ତୃଣମୂଳକୁ ଫେରିବା ସହିତ ଏଭଳି ଘୋଷଣା କରିଥିବା ଚର୍ଚ୍ଚା ହେଉଛି।
https://www.dharitri.com/ଉଦାହରଣ-ଆଇସ୍‌ଲାଣ୍ଡ/
ଉଦାହରଣ ଆଇସ୍‌ଲାଣ୍ଡ ସମ୍ପାଦକୀୟ/ତଥାଗତ ସତପଥୀ ଉତ୍ତର ଆଟ୍ଲାଣ୍ଟିକ୍ର ଏକ କ୍ଷୁଦ୍ର ଦ୍ୱୀପ ଦେଶ ଆଇସ୍ଲାଣ୍ଡର ପାର୍ଲାମେଣ୍ଟ ‘ଅଲ୍ପିଙ୍ଗି’ ନିକଟରେ ଏକ ଅଭିନବ ସଙ୍କଳ୍ପନାମା ଆଣି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଉପସ୍ଥିତ ୬୩ ସାଂସଦଙ୍କ ମଧ୍ୟରୁ ୬୦ ଜଣ ଏହାକୁ ସମର୍ଥନ କରିଥିବା ବେଳେ ୩ ଜଣ ବିରୋଧ କରିଥିଲେ। ସେହି ୩ ଜଣଙ୍କ ମଧ୍ୟରୁ ଜଣେ ବିବୃତି ରଖି କହିଛନ୍ତି ଯେ, ଏହି ପଦକ୍ଷେପ ଆହୁରି ଅଧିକ କଠୋର ହେବା ଉଚିତ ଥିଲା। ତେବେ ଏହି ପଦକ୍ଷେପ କ’ଣ ତାହା ଜାଣିବା ଆମ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଇସ୍ଲାଣ୍ଡ ଦ୍ୱାରା ଗୃହୀତ ହୋଇଥିବା ଏହି ସଙ୍କଳ୍ପନାମାରେ କୁହାଯାଇଛି-ସବୁ ଧର୍ମବିଶ୍ୱାସୀ ମନସ୍ତାତ୍ତ୍ୱିକ ରୋଗାକ୍ରାନ୍ତ। ସେହିପରି ୨୦୧୭ ମସିହାରେ ସେଠାକାର ପାର୍ଲାମେଣ୍ଟ ଦେଶରେ ଥିବା ସବୁ ବାଇବେଲ୍ ଉପରେ ମାନସିକ ରୋଗର ଚେତାବନୀ ଛପାଇବା ସହିତ ଆମେରିକୀୟ ଟେଲିଭିଜନ ଜରିଆରେ ଧର୍ମ ପ୍ରଚାର କରୁଥିବା ଚ୍ୟାନେଲକୁ ଆଇସ୍ଲାଣ୍ଡରେ ନିଷେଧ କରିଥିଲା। ଏହି ଧର୍ମନିରପେକ୍ଷ ନିଷ୍ପତ୍ତିକୁ ହଜମ କରିବା ପାଇଁ ମଣିଷଜାତିର ମାନସିକତା ଏବେ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ। ଏଭଳି ଅତ୍ୟାଧୁନିକ ଚିନ୍ତାଧାରାକୁ ପୂର୍ବରୁ ଅନେକ ବୈଜ୍ଞାନିକ ଆପଣାଇ ସାରିଛନ୍ତି। ବିଜ୍ଞାନର ଚେର ବାସ୍ତବତାରେ ବଢୁଥିବା ବେଳେ ଧର୍ମର ଜନ୍ମ ମଣିଷର ଦୁର୍ବଳତା ଓ ଅନ୍ଧବିଶ୍ୱାସରୁ ସୃଷ୍ଟ ବୋଲି କୁହାଯାଇଥାଏ। ମଣିଷ ଯେତେବେଳେ ନିଜର ପାରିପାର୍ଶ୍ୱିକ ପରିସ୍ଥିତିକୁ ବୁଝିବାରେ କିମ୍ବା ସାମ୍ନା କରିବାରେ ବିଫଳ ହୋଇଥାଏ, ସେତେବେଳେ ପ୍ରଭୁଙ୍କ ଆଶ୍ରୟ ଲୋଡ଼ିବା ପାଇଁ ଚେଷ୍ଟା କରେ। ସୁରୁଖୁରୁରେ ଧନୀ ଜୀବନଯାପନ କରୁଥିବା ମଣିଷର ଠାକୁରଙ୍କ ପ୍ରତି ସମ୍ମାନ ରହିଥାଇପାରେ, କିନ୍ତୁ ବ୍ୟାକୁଳତାର ପରିଚୟ ନ ଥାଏ। ଧର୍ମକୁ ଖୁଣିବା ଅତ୍ୟନ୍ତ କଷ୍ଟକର ା ନାସ୍ତିକ ଓ ଆସ୍ତିକ ଉଭୟ ମିଶି ମଣିଷଜାତିକୁ ଦୀର୍ଘଦିନରୁ ଗଢ଼ି ଆସିଛନ୍ତି। ଉଭୟଙ୍କ ପାଖରେ କେତେକ ସତ୍ୟତା ରହିଛି। ସେଥିପାଇଁ କିଏ ଭୁଲ୍, କିଏ ଠିକ୍ କହିବା ଅସମ୍ଭବ। ଉଭୟ ଗୋଷ୍ଠୀ ପରସ୍ପରକୁ ନୂ୍ୟନ କରି ଦେଖାଇବାର ଚରିତ୍ର ମଧ୍ୟ ଅନେକ ଯୁଗରୁ ଗଡ଼ିଆସିଛି। ବିଜ୍ଞାନର ବିକାଶ ପରେ ଧର୍ମାବଲମ୍ବୀଙ୍କ ସଂଖ୍ୟା ହ୍ରାସ ହେବା ପରିବର୍ତ୍ତେ ବୃଦ୍ଧି ପାଇ ଚାଲିଛି। ଏକ ଅତିଭୌତିକ ଚିନ୍ତାରେ କୁହାଯାଇଛି ଯେ, ଜଙ୍ଗଲରେ ସିଂହର ଗୋଷ୍ଠୀ ସୀମିତ ସଂଖ୍ୟା ଭିତରେ ରହିଥାଏ। ତା’ଠାରୁ ଅଧିକ ବୃଦ୍ଧି ହେଲେ ସେହି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଭାଗ ଭାଗ ହୋଇଯାଏ। ମଣିଷର ସୃଷ୍ଟି ପରେ ଧର୍ମର ସୃଷ୍ଟି ଘଟିବା ପଛରେ ଏକ ମୂଳ କାରଣ ଭାବେ ବୃହତ୍ ଗୋଷ୍ଠୀ ଏକଜୁଟ ରଖିବା ହୋଇଥିଲା ଲକ୍ଷ୍ୟ ା ସେହି ଲକ୍ଷ୍ୟରେ ପହଞ୍ଚିବା ପାଇଁ ଧର୍ମକୁ ବ୍ୟବହାର କରାଗଲା। ଶାସନ କରିବାକୁ ଆଗେଇ ଆସୁଥିବା ବ୍ୟକ୍ତିବିଶେଷ ଧର୍ମର ଦ୍ୱାହି ଦେଇ ନିଜର ଗ୍ରାମ, ଅଞ୍ଚଳ କିମ୍ବା ବୃହତ୍ ଭୂଖଣ୍ଡ ଉପରେ ଆଧିପତ୍ୟ ରଖିବା ପାଇଁ ଚେଷ୍ଟା କରିଚାଲିଲେ । ଅନେକ ସମୟରେ ପୁରାତନ ରାଜାମାନେ ନିଜକୁ ପ୍ରଭୁଙ୍କ ପ୍ରେରିତ ପ୍ରତିନିଧି ଭାବେ ଦର୍ଶାଇବାକୁ ଲାଗିଲେ। ଏହା ପୂର୍ବରୁ ଆଦି ମଣିଷ ପ୍ରକୃତିର ଉପାସକ ଭାବେ ବଞ୍ଚି ଆସିଥିଲା। ପଥର, ମାଟି, ଗଛ, ପାହାଡ଼ ଭଳି ପ୍ରାକୃତିକ ପଦାର୍ଥ ତା’ ପାଇଁ ପୂଜାଯୋଗ୍ୟ ଥିଲା। ଯେତେବେଳେ ବୁଦ୍ଧି ବୃଦ୍ଧି ହେଲା ଏବଂ ସେମାନେ ବୁଝିଲେ ଯେ, ସୂର୍ଯ୍ୟଙ୍କ ତାପରୁ ଜୀବନ ବଢୁଛି; ସେତେବେଳେ ଅନେକ ସ୍ଥାନରେ ସୂର୍ଯ୍ୟ ହୋଇଗଲେ ଶକ୍ତିର ସ୍ବରୂପ। ସେଥିରୁ ଜନ୍ମ ନେଲେ ସୂର୍ଯ୍ୟଦେବତା ଓ ତାଙ୍କଠାରୁ ବୋହିଆସିଲେ ସୂର୍ଯ୍ୟବଂଶୀ ରାଜାରାଜୁଡ଼ା। ସେଥିପାଇଁ ପ୍ରାୟ ସବୁଧର୍ମରେ ଶାସକ ବା ରାଜା ହୋଇଯାଇଛନ୍ତି ଭଗବାନ୍। କିଏ କାହାକୁ ବିଶ୍ୱାସ କିମ୍ବା ଅବିଶ୍ୱାସ କଲା ସେଥିରେ ଅନ୍ୟ କାହାର ଦଖଲ ରହିବା ଠିକ୍ ନୁହେଁ। ଯେମିତି କିଏ ଆମିଷ ଖାଇଲା ଓ କିଏ ନିରାମିଷ ରହିଲା, କିଏ ସୂତାର ଧୋତି ପିନ୍ଧିଲା କିମ୍ବା ସେହି ସୂତାର ଜିନ୍ସ ପିନ୍ଧିଲା ଭଳି କିଏ କେଉଁ ଧର୍ମାବଲମ୍ବୀ ହେଲା ସେଥିରେ ସମାଜ ଏବଂ ବ୍ୟବସ୍ଥାର କୌଣସି ଭୂମିକା ରହିବା ଉଚିତ ନୁହେଁ। ଅନ୍ୟ ଏକ ଦିଗକୁ ମଧ୍ୟ ଉଲ୍ଲେଖ କରିହେବ। ଇତିହାସକୁ ଦେଖିଲେ ଧର୍ମପୀଠଗୁଡ଼ିକର ଦାନବାକ୍ସରେ ଅଧିକ ଅର୍ଥ ପଡ଼ିଥିବା ବେଳେ ରାଜାଙ୍କୁ ଟିକସ ଦେବା ପାଇଁ ସମସ୍ତେ କୁଣ୍ଠାବୋଧ କରନ୍ତି। ସେଥିପାଇଁ ଗୀର୍ଜା, ମନ୍ଦିର, ମସ୍ଜିଦ, ଗୁରୁଦ୍ୱାରା ଭଳି ଧର୍ମପୀଠରେ ଆକ୍ରମଣକାରୀମାନେ ପ୍ରଥମେ ପ୍ରବେଶ କରି ଲୁଟିବାକୁ ଚେଷ୍ଟା କରନ୍ତି। ଦୀର୍ଘଦିନର ଖଟଣିରୁ ଅର୍ଜନ କରିଥିବା ଅର୍ଥକୁ ଖଟିଖିଆ ଚାଷୀ ନିଜର ମାନସିକ ପୂରଣ ସକାଶେ ଠାକୁରଙ୍କ ପାଖରେ ଅଜାଡ଼ି ଦେଇଥାଆନ୍ତି। ସେହି ଅର୍ଥ ଉପରେ ସମସ୍ତଙ୍କ ନଜର ରହୁଥିଲା ା ସେଥିପାଇଁ ଅନେକ ଦିଗ ସହିତ ଧର୍ମରୁ ସୃଷ୍ଟି ହେଉଥିବା ବ୍ୟବସାୟର ମଣିଷ ଜାତିର ଉନ୍ନତିରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି। ପୃଥିବୀରେ ଯେତେବେଳେ ଗୋଳାବାରୁଦ ଓ ବନ୍ଧୁକର ବଜାର ବଢ଼ିଲା ବ୍ୟବସାୟୀ ବୁଝିଲେ ଯେ, ଏହି ବୃହତ୍ ବେପାରକୁ ଧର୍ମ ସହିତ ଯୋଡ଼ିପାରିଲେ ଲାଭ ଅଧିକ ହୋଇପାରିବ। ଆଇସ୍ଲାଣ୍ଡ ଅଲ୍ପିଙ୍ଗିର ନିଷ୍ପତ୍ତିକୁ ଆଜିର ଭାରତରେ କୌତୂହଳପୂର୍ଣ୍ଣ ଦୃଷ୍ଟିରେ ଅଧିକାଂଶ ଦେଖିବେ। କିନ୍ତୁ ସେହି ଦେଶର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ଆଉ ଗୋଟିଏ ସୌଦି ଆରବ କିମ୍ବା ଆମେରିକା ହେବା ଚାହୁଁନାହୁଁ। ସେଭଳି ଉଦାର ମାନସିକତା ଅନ୍ୟ ଦେଶଗୁଡ଼ିିକୁ କେବେ ପ୍ରଭାବିତ କରିପାରିବ କି ନାହିଁ, ତାହା କହିବା କଷ୍ଟକର। ମାତ୍ର ସରକାରୀ ସ୍ତରରେ ଏବଂ ବ୍ୟବସ୍ଥାଠାରୁ ଧର୍ମ ଦୂରେଇଗଲେ ସମାଜର ମଙ୍ଗଳ ସୁନିଶ୍ଚିତ ଘଟିବ। ଏହାର ଅର୍ଥ ନୁହେଁ ଠାକୁର ବିଶ୍ୱାସୀଙ୍କୁ ମନ୍ଦିର, ମସ୍ଜିଦ୍ ଯିବା ପାଇଁ ବାରଣ କରାଯିବ।
https://www.dharitri.com/rourkela-girl-wins-miss-queen-of-asia-title/
ମିସ୍‌ କୁଇନ୍‌ ଅଫ୍‌ ଏସିଆ ଟାଇଟଲ ଜିତିଲେ ରାଉରକେଲା ଝିଅ ରାଉରକେଲା ଅଫିସ,୧୩।୨:ଏସିଆ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ରାଉରକେଲା ସେକ୍ଟର-୪ ଅଞ୍ଚଳର ଡି. ପୂଜା ମିସ୍ କୁଇନ ଅଫ୍ ଏସିଆ ଟାଇଟଲ ଜିତି ସୁନ୍ଦରଗଡ ଜିଲା ତଥା ରାଉରକେଲା ପାଇଁ ଗୌରବ ଆଣିଛନ୍ତି। ଗତ ୩ତାରିଖରେ ବମ୍ବେ ଅନ୍ଧେରୀ ଇଷ୍ଟରେ ମିସ୍ କୁଇନ ଅଫ୍ ଏସିଆ ଟାଇଟଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂଜା ଅନ୍ଲାଇନ ମାଧ୍ୟମରେ ଆବେଦନ କରି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାର ସୁଯୋଗ ପାଇଥିଲେ। ପ୍ରତିଯୋଗିତାରେ ଏସିଆର ବିଭିନ୍ନ ଦେଶରୁ ୪୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପୂଜା ପ୍ରଥମ ରାଉଣ୍ଡରେ ୪୦, ଦ୍ୱିତୀୟ ରାଉଣ୍ଡରେ ୨୦ ଏବଂ ଶେଷ ରାଉଣ୍ଡରେ ୩ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ଟାଇଟଲ ହାସଲ କରିଛନ୍ତି। ପୂଜା ତାଙ୍କର ସୌନ୍ଦର୍ଯ୍ୟ ଓ ବୁଦ୍ଧିମତାର ଦକ୍ଷତା ଦେଖାଇ ଏହି ଟାଇଟଲ ଅର୍ଜନ କରିଥିଲେ। ଏହା ପୂର୍ବରୁ ସେ ଭୁବନେଶ୍ୱରରେ ଆୟୋଜିତ ମିସ୍ ଭୁବନେଶ୍ୱର, ମିସ୍ ପଶ୍ଚିମାଞ୍ଚଳ, ଗ୍ଲୋରି ଅଫ୍ ଇଣ୍ଡିଆ, ଗ୍ଲୋରି ଅଫ୍ ଚାର୍ମିଙ୍ଗ, ମିସ୍ କଳିଙ୍ଗ ଟାଇଟଲ ଜିତିଥିଲେ। ପୂଜା ସେକ୍ଟର-୧୪ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର ଏକାଦଶ ଶ୍ରେଣୀର ବାଣିଜ୍ୟ ଛାତ୍ରୀ ଅଟନ୍ତି। ସେ ତାଙ୍କର ଏହି ସଫଳତାର ଶ୍ରେୟ ଗୁରୁଶ୍ରୀ ଲିନା ବିଶ୍ୱାଳ, ପରିବାର ଓ ସ୍କୁଲ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ଦେଇଛନ୍ତି। ଏ ନେଇ ଡି. ପୂଜାଙ୍କୁ ପଚାରିବାରୁ ସେ କହିଥିଲେ, ପିଲାବେଳୁ ଓଡିଶୀ ନୃତ୍ୟ ଶିଖୁଥିଲି। ୩ ବର୍ଷ ତଳେ ମୁ ଏହି ଲାଇନକୁ ଆସି ମଡେଲିଂ ଶିକ୍ଷା ଆରମ୍ଭ କଲି। କୌଣସି କ୍ଷେତ୍ରରେ ସଫଳତା ପାଇବାକୁ ହେଲେ ନିଷ୍ଠାର ସହ କଠୋର ପରିଶ୍ରମ କଲେ ନିଶ୍ଚିତ ସଫଳ ମିଳିବ ବୋଲି ସେ କହିଥିଲେ।
https://www.dharitri.com/the-first-corona-death-in-subarnapur-district/
ସୁବର୍ଣ୍ଣପୁର ଜିଲାରେ ପ୍ରଥମ କରୋନା ମୃତ୍ୟୁ: ଡାକ୍ତରଖାନାରେ ପଡିରହିଛି ମୃତଦେହ ସୋନପୁର,୧୪।୮(ନି.ପ୍ର.)-ସୁବର୍ଣ୍ଣପୁର ଜିଲାରେ ପ୍ରଥମ କରି କରୋନାରେ ଆକ୍ରାନ୍ତ ଜଣେ ବିବାହିତ ମହିଳା(୩୫)ଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ଘର ଡୁଙ୍ଗୁରିପାଲି ବ୍ଲକର ଶୁଖା ଅଞ୍ଚଳରେ । ତେବେ ଏହା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିବା ବେଳେ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଡାକ୍ତରଖାନାରେ ମୃତଦେହ ପଡିରହିଛି ା ଜିଲା ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗର ଜିଲାସ୍ତରୀୟ ଅଧିକାରୀ ଘଟଣାସ୍ଥଳକୁ ଯାଇ ନ ଥିବାରୁ ଉତ୍ତେଜନା ପ୍ରକାଶ ପାଇଛି । ପ୍ରକାଶ ଯେ, ଥଣ୍ଡା ଓ ଜ୍ୱର ଭଲ ନ ହେବାରୁ ପରିବାର ଲୋକେ ସମ୍ପୃକ୍ତ ମହିଳାଙ୍କୁ ଶୁକ୍ରବାର ସକାଳେ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ନେଇଥିଲେ । ତେବେ ଡାକ୍ତରଖାନାରେ ପହଞ୍ଚତ୍ଲା ବେଳକୁ ମହିଳାଙ୍କ ମୃତ୍ୟୁ ଘଟିଥିଲା । ମୃତ ମହିଳାଙ୍କ ସହିତ ଡାକ୍ତରଖାନା ଆସିଥିବା ପରିବାର ଲୋକଙ୍କ ନିକଟରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା । ଏହା ଦେଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରା ଯାଇଥିଲା । ପରୀକ୍ଷାରୁ ମହିଳାଙ୍କ ପରିବାରର ୩ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ପରେ ଶୁଖା ଗ୍ରାମର ଅନ୍ୟ ୨ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିବାରୁ ମୃତ ମହିଳାଙ୍କ ସ୍ବାବ୍ ନମୁନା ନିଆ ଯାଇଥିଲା । ରିପୋର୍ଟରୁ ମୃତ ମହିଳା ସଂକ୍ରମିତ ଥିବା ସ୍ପଷ୍ଟ ହୋଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ଶୁଖା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ା କୋଭିଡ୍ ଗାଇଡ ଲାଇନ ଅନୁଯାୟୀ କରୋନାରେ କେହି ମୃତ୍ୟୁବରଣ କଲେ ପ୍ରଶାସନ ମୃତଦେହ ସତ୍କାର କରାଇବ ା କିନ୍ତୁ ଦୀର୍ଘ ୯ ଘଣ୍ଟା ଧରି ଡାକ୍ତରଖାନା ପରିସରରେ ମୃତଦେହ ପଡି ରହଥିଲେ ହେଁ ପ୍ରଶାସନର ନିଦ ଭାଙ୍ଗିନାହିଁ ା ଏହାକୁ ନେଇ ଉତ୍ତେଜନା ଲାଗି ରହିଛି ା ଖବର ଲେଖା ହେବା ପର୍ଯ୍ୟନ୍ତ ରାମପୁର ତହସିଲଦାର ଯୁଗଳ କିଶୋର ବିଶ୍ୱାଳ ଓ ଡୁଙ୍ଗୁରିପାଲି ଆଇଆଇସି ଭାନୁପ୍ରସାଦ ଯାଦବ ଉପସ୍ଥିତ ଥିଲେ ମଧ୍ୟ ମୃତଦେହକୁ ଉଠାଯାଇ ପାରିନାହିଁ । ଏ ସମ୍ପର୍କରେ ଡାକ୍ତରଖାନାର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ପାର୍ଥ ପ୍ରତିମା ପଣ୍ଡାଙ୍କୁ ପଚାରିବାରୁ ଆମେ ପୂର୍ବାହ୍ନ ୧୦ଟାରୁ ମୃତଦେହକୁ ସିଲ୍ କରି ରଖିଛୁ । ଡାକ୍ତରଖାନାକୁ ସାନିଟାଇଜ୍ କରିଛୁ । ମୃତଦେହ ସତ୍କାର କାମ ପ୍ରଶାସନର ବୋଲି ଡାକ୍ତର ପଣ୍ଡା କହିଥିଲେ । ଅପରପକ୍ଷରେ ମୃତଦେହ ନେବା ପାଇଁ ଆମ୍ବୁଲାନ୍ସ କି ଘରୋଇ ଭ୍ୟାନ୍ର ଡ୍ରାଇଭର ରାଜି ହେଉ ନ ଥିବା କୁହାଯାଉଛି ା
https://www.dharitri.com/us-military-chopper-carrying-20-marines-crashes-during-drills-in-australia/
ଅଷ୍ଟ୍ରେଲିଆରେ ଆମେରିକୀୟ ସୈନ୍ୟ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ମାନବେରା,୨୭।୮: ଅଷ୍ଟ୍ରେଲିଆରେ ସାମରିକ ଅଭ୍ୟାସ ବେଳେ ପ୍ରାୟ ୨୦ ଆମେରିକୀୟ ନୌସେନାଙ୍କୁ ନେଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଡାରୱିନ ଉତ୍ତରରେ ଥିବା ତିୱି ଦ୍ୱୀପପୁଞ୍ଜରେ ଏହି ଘଟଣା ଘଟିଛି। ଅଷ୍ଟ୍ରେଲୀୟ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି, ଏହି ଦୁର୍ଘଟଣା ପ୍ରିଡେଟର ରନ ୨୦୨୩ ସମୟରେ ହୋଇଛି। ଏହି ସାମରିକଭ୍ୟାସରେ ଆମେରିକା, ଅଷ୍ଟ୍ରେଲିଆ, ଫିଲିପାଇନ୍ସ, ତିମୋର-ଲେଷ୍ଟ ଏବଂ ଇଣ୍ଡୋନେସିଆର ୨୫୦୦ରୁ ଅଧିକ ସୈନ୍ୟ ତିୱି ଦ୍ୱୀପପୁଞ୍ଜରେ ଅଂଶଗ୍ରହଣ କରିଛନ୍ତି। ଅଷ୍ଟ୍ରେଲିୟ ବ୍ରଡକାଷ୍ଟ କମ୍ପାନୀ (ଏବିସି) ଅନୁଯାୟୀ, ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ। ଯଦିଓ ସ୍କାଏ ନ୍ୟୁଜ ଅନୁସାରେ, କିଛି ସୈନିକ ନିଖୋଜ ଥିବାର ଖବର ମିଳିଛି।
https://www.dharitri.com/hitler/
ହିଟ୍‌ଲର ଚନ୍ଦନ ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ହୋଇଛି ନୂଆ ଓଡ଼ିଆ ସିନେମା ‘ହିଟ୍ଲର’। ନିକଟରେ ଏହାର ପୋଷ୍ଟର ସହ ଫାଷ୍ଟ ଲୁକ୍ ମଧ୍ୟ ଲୋକାର୍ପିତ ହୋଇଛି। ଫିଲ୍ମଟିର କାହାଣୀରେ ଆକ୍ସନ ଏବଂ ଫ୍ୟାମିଲି ଡ୍ରାମା ଭରି ରହିଛି। ଚିତ୍ରର ଟାଇଟଲ ଭୂମିକାରେ ଅଭିନୟ କରୁଛନ୍ତି ଦୀପକ। ଡ. ପ୍ରକାଶ ଶ୍ରୀଚନ୍ଦନଙ୍କ ଦ୍ୱାରା ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି କୋରିଓଗ୍ରାଫର-କମ୍-ନିର୍ଦ୍ଦେଶକ ସୁଧାକର ବସନ୍ତ। ଦିଲ୍ଲୀପ ଶ୍ରୀଚନ୍ଦନଙ୍କ କାହାଣୀକୁ ଆଧାର କରି ସଂଳାପ ରଚନା କରିଛନ୍ତି ମନୋରଞ୍ଜନ ରାଉଳ। ଅଜିତ ପ୍ରକାଶ ସିନେମାଟୋଗ୍ରାଫି ଦାୟିତ୍ୱ ତୁଲାଇଛନ୍ତି। ଏଥିରେ ଦୀପକଙ୍କ ବ୍ୟତୀତ ଅର୍ଲିନ, ଅଙ୍କିତା, ସୁକାନ୍ତ ପାତ୍ର, ହରିହର ମହାପାତ୍ର, ଦିବ୍ୟା,ସିଆ, ରାଜଶ୍ରୀ, ଦୁର୍ଗା, ପଲଶ କୁମାର, ମଧୁସୂଦନ ରାଓଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମରେ ସଂଯୋଜିତ ତଥା ଡା. ନିର୍ମଳ ନାୟକଙ୍କ ରଚିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ଅନ୍ୟତମ ଆଗଧାଡିର ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ଏହାପୂର୍ବରୁ ଏହି ବ୍ୟାନରରେ ‘ମହା ଶଙ୍କରା’ ନିର୍ମିତ ହୋଇଥିଲା l ‘ଆମ ବ୍ୟାନରରେ ଆମେ ସବୁବେଳେ କାହାଣୀ ଏବଂ ତା’ସହ କଳାକାର ଚୟନକୁ ଗୁରୁତ୍ୱ ଦେଉ। ତା’ସହ ଫିଲ୍ମର ସଂଳାପ, ସଙ୍ଗୀତ ଏବଂ ଉପସ୍ଥାପନା ଦିଗ ପ୍ରତି ମଧ୍ୟ ଶତ ପ୍ରତିଶତ ଦୃଷ୍ଟି ଦିଆଯାଏ। ଚଳିତ ବର୍ଷ ଜୁନ୍ରେ ରିଲିଜ ହେବାକୁ ଥିବା ‘ହିଟ୍ଲର’ ଫିଲ୍ମଟି ମଧ୍ୟ ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁବ ବୋଲି କହନ୍ତି ଏହାର ପ୍ରଯୋଜକ। ଉକ୍ତ ସିନେମାର ମିଡିଆ ପ୍ଲାନର ଅଛନ୍ତି ପ୍ରଣୟ ଜେଠୀ।
https://www.dharitri.com/candidates-are-campaigning-with-barnabodha-book/
ବର୍ଣ୍ଣବୋଧ ବହି ଧରି ପ୍ରଚାର କରୁଛନ୍ତି ପ୍ରାର୍ଥୀ ଆଳି,୧୩ା୨(ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀମାନଙ୍କ ପ୍ରଚାରରେ କମ୍ପୁଛି ଆଳି ବ୍ଲକର ୩୪ ପଞ୍ଚାୟତ । ପ୍ରାର୍ଥୀମାନେ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି । ସିଙ୍ଗିରି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଅକ୍ଷୟ ଦାସ ପଞ୍ଚାୟତରେ ନିଆରା ଢଙ୍ଗରେ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି। ଅକ୍ଷୟ ଦାସଙ୍କ ନିର୍ବାଚନୀ ଚିହ୍ନ ଖୋଲାବହି ହୋଇଥିବାରୁ ସେ ଓ ତାଙ୍କ ସମର୍ଥକମାନେ ହାତରେ ବର୍ଣ୍ଣବୋଧ ବହି ଧରି ଘର ଘର ବୁଲି ନିଜ ସପକ୍ଷରେ କ୍ୟାମ୍ପେନିଂ କରୁଛନ୍ତି । ଏ ସଂକ୍ରାନ୍ତରେ ଅକ୍ଷୟ କୁହନ୍ତି, ଅନ୍ୟ ବହି ଅପେକ୍ଷା ବର୍ଣ୍ଣବୋଧ ସମସ୍ତଙ୍କ ପାଖରେ ପରିଚିତ । ପିଲାଟି ଦିନରୁ ଏହି ବହି ପ୍ରତି ସମସ୍ତଙ୍କ ସମ୍ମାନ ରହିଛି ା ମୁଁ ବି ସେହି ବହିର ସମ୍ମାନ ରଖି ମୋ ନିର୍ବାଚନ ପ୍ରଚାରର ମାଧ୍ୟମ କରିଛି ।
https://www.dharitri.com/you-are-in-love/
ତୋ ପ୍ରେମରେ.. ଓଡ଼ିଆ ମ୍ୟୁଜିକ ଆଲବମ୍ ‘ତୋ ପ୍ରେମରେ’କୁ ନେଇ ଚର୍ଚ୍ଚା। ଜିତ୍ ଏଣ୍ଟରଟେନ୍ମେଣ୍ଟ ବ୍ୟାନରରେ ନିର୍ମିତ ଏହି ବ୍ୟୟବହୁଳ ମ୍ୟୁଜିକ୍ ଭିଡିଓ ନଭେମ୍ବର ଶେଷ ସପ୍ତାହରେ ୟୁଟ୍ୟୁବ୍ ମାଧ୍ୟମରେ ରିଲିଜ୍ ହୋଇ ସାଉଁଟିଛି ଅନେକ ପ୍ରଶଂସା। ଏହାର ଭିଜୁଆଲରେ ଅଭିନୟ କରିଛନ୍ତି ଆକ୍ଟର-କମ୍-ଆଙ୍କରର୍ ସୁଜିତ ପାଇକରାୟ ଏବଂ ନିକଟରେ ରିଲିଜ ହୋଇଥିବା ଓଡ଼ିଆ ସିନେମା ‘କଟକ ଓ୍ବେଡ୍ସ ସମ୍ବଲପୁର’ ନାୟିକା ସୁସ୍ମିତା ପ୍ରଧାନ। ନବାଗତ ପ୍ରଭାତ ମାର୍ଥା ଏହି ମ୍ୟୁଜିକ୍ ଭିଡିଓର ପ୍ରଯୋଜନା କରିଛନ୍ତି। ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ସୋମେଶ ଶତପଥୀ। ଏହାର୍ପୂର୍ବରୁ ସେ ‘ଗୁପଚୁପ’୍ ଓ ‘ତାଣ୍ଡବ’ ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇସାରିଛନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୋମେଶ ଶତପଥୀ । ଏଥିରେ ସଂଯୋଜିତ ଗୀତଗୁଡ଼ିକ ପାଇଁ କଣ୍ଠଦାନ କରିଛନ୍ତି ସ୍ବୟଂ ପ୍ରକାଶ ପାଢ଼ୀ ଓ ଅନ୍ତରା ଚକ୍ରବର୍ତ୍ତୀ । କ୍ୟାମେରା ପରିଚାଳନା ଅକ୍ଷୟ କୁମାର ନାୟକ କରିଥିବା ବେଳେ ସମ୍ପାଦନା ଭାର ତୁଲାଇଛନ୍ତି ମାନସ ସାହୁ । ରାକେଶ ଦାସ ଗୀତ ରଚନା କରିଥିବା ବେଳେ କ୍ରିଏଟିଭ୍ ହେଡ୍ ଅଛନ୍ତି ପ୍ରଣୟ ଜେଠୀ। ଏହି ମ୍ୟୁଜିକ ଆଲବମ୍ର ଶୁଟିଂ ସୁଦୂର ଲେହ ଏବଂ ଲଦାଖରେ କରାଯାଇଛି।
https://www.dharitri.com/anju-who-went-from-india-to-pakistan-and-had-dinner-with-nasrulla-and-her-friends-video-viral/
ପାକିସ୍ତାନରେ ନସରୁଲ୍ଲା ତାଙ୍କ ବନ୍ଧୁଙ୍କ ସହ ବୁର୍ଖା ପିନ୍ଧି ଖାଉଛନ୍ତି ଅଞ୍ଜୁ, ଫଟୋ ଭାଇରାଲ ଇସଲାମାବାଦ,୨୭।୭: ବନ୍ଧୁ ନସରୁଲ୍ଲାଙ୍କ ଭାରତରୁ ପାକିସ୍ତାନ ଯାଇଥିବା ଅଞ୍ଜୁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କ ବିଷୟରେ ଅନେକ ଭିଡିଓ ସାମ୍ନାକୁ ଆସିଛି। ଏଥି ସହିତ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ତାଙ୍କ ବନ୍ଧୁ ନସରୁଲ୍ଲା ଏବଂ ତାଙ୍କର ଅନ୍ୟ କିଛି ବନ୍ଧୁଙ୍କ ସହ ଖାଦ୍ୟ ଖାଉଥିବା ନଜର ଆସିଛନ୍ତି। ଏହି ଭାଇରାଲ ଭିଡିଓରେ ଅଞ୍ଜୁ ଏକ ବୁର୍ଖା ଏବଂ ନସରୁଲ୍ଲାଙ୍କ ସହ ଅନ୍ୟ କିଛି ବନ୍ଧୁଙ୍କ ସହ ମଧ୍ୟ ସମାନ ଟେବୁଲରେ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଛି। ଏହାପୂର୍ବରୁ ଅଞ୍ଜୁ ଏବଂ ନସରୁଲ୍ଲାଙ୍କ ଭିଡିଓ ଶୁଟ୍ ମଧ୍ୟ ସାମ୍ନାକୁ ଆସିଥିଲା। ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ଦୁହେଁ ପର୍ବତ, ରାସ୍ତା ଏବଂ ଏକ ସୁନ୍ଦର ବଗିଚାରେ ବସିଥିବାର ନଜର ଆସିଛନ୍ତି ଏବଂ ଖେବର ପାଖ୍ଟନଖୱା ଦିର ଜିଲାରେ ଏହି ଭିଡିଓର ଶୁଟିଂ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ପାକିସ୍ତାନର କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଅଞ୍ଜୁ ନସରୁଲ୍ଲା ବିବାହ କରିଛନ୍ତି ଏବଂ ଉଭୟ କୋର୍ଟ ବିବାହ କରିଛନ୍ତି।
https://www.dharitri.com/the-thief-picked-up-the-box-from-the-two-temples/
ଦୁଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ, ତାଡ଼ିନେଲେ ଠାକୁରଙ୍କ ଆଖି ଭଦ୍ରକ,୧୮ା୧୨(ସନାତନ ରାଉତ): ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦୁଇଟି ମନ୍ଦିରରୁ ଦାନ ବାକ୍ସ ସହ ଠାକୁରଙ୍କ ଅଳଙ୍କାର ଚୋରି କରି ନେଇଛନ୍ତି। ସୂଚନା ମୁତାବକ ଭଦ୍ରକ ପୁରୁଣା ବଜାର ଥାନା ସନ୍ଥିଆସ୍ଥିତ ରାଧାଗୋବିନ୍ଦଜୀଉ ଓ ମଦନମୋହନ ମନ୍ଦିରରୁ ଚୋରି ହୋଇଛି। ଦାନବାକ୍ସରୁ ଟଙ୍କା ନେଇଯାଇ ବାକ୍ସକୁ ମନ୍ଦିରଠାରୁ କିଛି ଦୂର ହୋରିପଦା ଠାରେ ପକାଇଛନ୍ତି। ଏପରିକି ଦୁର୍ବୃତ୍ତମାନେ ପ୍ରଭୁ ମଦନମୋହନଙ୍କ ଆଖି ତାଡ଼ି ନେଇଛନ୍ତି। ଯାହା ଭକ୍ତ ଓ ସ୍ଥାନୀୟ ଅଧିବାସୀଙ୍କୁ ବ୍ୟଥିତ କରିଛି। ଖବର ପାଇ ସିଟି ଡିଏସ୍ପି ଅଂଶୁମାନ ଦ୍ବିବେଦୀ ଓ ପୁରୁଣାବଜାର ଆଇଆଇସି ନିରୋଜ ସାମଲ ସଦଳବଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମନ୍ଦିରରେ ଲାଗିଥିବା ସିସିଟିଭିରେ ଚୋରି ବେଳର ଦୃଶ୍ୟ କଏଦ ହୋଇଥିବା ବେଳେ ସିସିଟିଭିକୁ ଯାଞ୍ଚ କରିଛି ପୋଲିସ। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧନୀ କୁକୁର ଦ୍ୱାରା ତଦନ୍ତ ହେବ ବୋଲି ସିଟି ଡିଏସଥପି କହିଛନ୍ତି। ଏନେଇ ରାଧାଗୋବିନ୍ଦ ମନ୍ଦିର କମିଟି ସଭାପତି କେଦାରନାଥ ଭଟ୍ଟାଚାର୍ଯ୍ୟ ଓ ମଦନମୋହନ ମନ୍ଦିର ମହନ୍ତ ଆଶିଷ ଦେବ ଗୋସ୍ବାମୀ ଲିଖିତ ଅଭିଯୋଗ କରିଛନ୍ତି।
https://www.dharitri.com/order-to-keep-underwriting-for-the-original-certificate/
ମୂଳ ସାର୍ଟିଫିକେଟ୍‌ ପାଇଁ ଅଣ୍ଡରଟେକିଂ ରଖିବାକୁ ନିର୍ଦ୍ଦେଶ ଭୁବନେଶ୍ୱର, ୨୯।୯(ବ୍ୟୁରୋ): ଯୁକ୍ତ୩ ନାମଲେଖା ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ବତ୍ତର୍ମାନ କୋଭିଡ୍-୧୯ ମହାମାରୀ ପାଇଁ ଛାତ୍ରୀଛାତ୍ରଙ୍କୁ ଅରିଜନାଲ ମାର୍କଶିଟ୍, ସାର୍ଟିଫିକେଟ୍, ମାଇଗ୍ରେଶନ ସାର୍ଟିଫିକେଟ୍ ଇତ୍ୟାଦି ମିଳିବାରେ ବିଳମ୍ବ ହେଉଛି। ଫଳରେ ନାମଲେଖା ସମୟରେ ତଥ୍ୟ ଯାଞ୍ଚବେଳେ ଛାତ୍ରୀଛାତ୍ରମାନେ ଅରିଜନାଲ ଡକ୍ୟୁମେଣ୍ଟ ଦେଖାଇପାରିବେ ନାହିଁ। ତେଣୁ ନାମଲେଖା ସମୟରେ ଡିଗ୍ରୀ କଲେଜଗୁଡ଼ିକ ଛାତ୍ରୀଛାତ୍ରଙ୍କଠାରୁ ଡାଉନଲୋଡ୍ ହୋଇଥିବା ମାର୍କଶିଟ୍ ଓ ଅଣ୍ଡରଟେକିଂ ନେଇପାରିବେ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଏ ନେଇ ସୋମବାର ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, କଲେଜଗୁଡ଼ିକ ସିଏଚ୍ଏସ୍ଇ ହେଉ କିମ୍ବା ସିବିଏସ୍ଇ ବା ଆଇସିଏସ୍ଇ ଛାତ୍ରୀଛାତ୍ରଙ୍କୁ ସେମାନଙ୍କର ଅରିଜନାଲ ମାଇଗ୍ରେଶନ ସାର୍ଟିଫିକେଟ୍ ଦେବା ପାଇଁ ବାଧ୍ୟ କରିପାରିବେ ନାହିଁ। ଛାତ୍ରୀଛାତ୍ରମାନେ ନାମଲେଖା ସମୟରେ ଅଧ୍ୟକ୍ଷ କିମ୍ବା ଆଡ଼ମିଶନ ଇନ୍ଚାର୍ଜଙ୍କ ଉଦ୍ଦେଶ୍ୟରେ ଏକ ଅଣ୍ଡରଟେକିଂ ଦେବେ। ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ମନୋନୀତ ଛାତ୍ରୀଛାତ୍ରମାନେ ନାମଲେଖାର ୧୨ ମଧ୍ୟରେ ଅରିଜନାଲ ମାର୍କଶିଟ୍ ଓ ସାର୍ଟିଫିକେଟ୍ ଦେବେ ବୋଲି ଉକ୍ତ ଅଣ୍ଡରଟେକିଂରେ ଉଲ୍ଲେଖ କରିବେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁମାନେ ମନୋନୀତ ହୋଇଥିବେ ସେମାନେ ୫ଦିନ ମଧ୍ୟରେ ଦାଖଲ କରିବେ। ଯଦି ସାର୍ଟିଫିକେଟ ଦାଖଲ କରିବା ପାଇଁ ନାମଲେଖା ଦିନଠାରୁ ମାସେ ଅତିକ୍ରମ କରିଯିବ, ସେମାନଙ୍କ ନାମଲେଖା ବାତିଲ ହୋଇଯିବ। ଯଦି କୌଣସି କାରଣରୁ ଛାତ୍ରୀଛାତ୍ରମାନେ ନାମଲେଖା ପାଇଁ ଯାଇପାରିବେ ନାହିଁ, ତେବେ ସେ କ୍ଷେତ୍ରରେ ଅଭିଭାବକ କିମ୍ବା କୌଣସି ଅଧିକୃତ ବ୍ୟକ୍ତି ସେହି ପିଲାଙ୍କର ନାମଲେଖା ପାଇଁ ଯାଇପାରିବେ। କିନ୍ତୁ ସେ କ୍ଷେତ୍ରରେ ମଧ୍ୟ ଛାତ୍ରୀଛାତ୍ର ଏକ ଅଣ୍ଡରଟେକିଂ ଦେବେ। ଯଦି କଲେଜ କର୍ତ୍ତୃପକ୍ଷ ଡାଉନଲୋଡ୍ ହୋଇଥିବା ମାର୍କଶିଟ୍ ବା କାଷ୍ଟ ସାର୍ଟିଫିକେଟ୍ରେ ଜାଲ୍ ଥିବା ଜାଣିବେ, ସେ କ୍ଷେତ୍ରରେ ନାମଲେଖା ପାଇଁ ଅନୁମତି ଦେଇ ନ ପାରନ୍ତି ବୋଲି ଉକ୍ତ ଚିଠିରେ ଉଲ୍ଲେଖ ରହିଛି।
https://www.dharitri.com/ଏଣିକି-ଏନ୍‌ଡିଆର୍‌ଏଫ୍‌ରେ-ନ/
ଏଣିକି ଏନ୍‌ଡିଆର୍‌ଏଫ୍‌ରେ ନିୟୋଜିତ ହେବେ ମହିଳା ଯବାନ: ଡିଜି ଭୁବନେଶ୍ୱର,୮ା୩(ବ୍ୟୁରୋ): ଏଣିକି ଏନ୍ଡିଆର୍ଏଫ୍ରେ ମହିଳା ଯବାନ ନିୟୋଜିତ ହେବେ। ବିଶ୍ୱ ମହିଳା ଦିବସ ଅବସରରେ ଏନ୍ଡିଆର୍ଏଫ୍ ଡିଜି ସତ୍ୟନାରାୟଣ ପ୍ରଧାନ ରବିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରତି ଏନ୍ଡିଆର୍ଏଫ୍ ବାଟାଲିୟନ୍ରେ ଗୋଟିଏ ଲେଖାଏଁ ମହିଳା ୟୁନିଟ୍ ରହିବ। ପ୍ରତି ୟୁନିଟ୍ରେ ପ୍ରାୟ ୧୩୨ ମହିଳା ଯବାନ ଓ ଅଧିକାରୀ ରହିବେ ବୋଲି ସେ ସୂଚନା ଦେଇଛନ୍ତି।
https://www.dharitri.com/dharitri-newspaper-celebrates-50-years-sudharsan-patnaik-congratulated-through-sand-art/
୫୦ ବର୍ଷରେ ପଦାର୍ପଣ କଲା ‘ଧରିତ୍ରୀ’ ଖବରକାଗଜ: ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ ଭୁବନେଶ୍ୱର,୨୪।୧୧: ‘ଧରିତ୍ରୀ’ ଖବରକାଗଜ ୫୦ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ନିଆରା ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ଏହି ବାଲୁକାକଳା ଧରିତ୍ରୀର ‘୫୦ ତମ ଜନ୍ମଦିନ ବିଶେଷାଙ୍କ’ ପ୍ରଚ୍ଛଦରେ ସ୍ଥାନିତ ହୋଇଛି। ଏହା ସହ ଏଥିରେ ‘ଉତ୍କର୍ଷର ୫୦ ବର୍ଷ’ ବୋଲି ଲେଖାଯାଇଛି। ୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ କନେକ୍ଲେଭ’। ଚଳିତବର୍ଷର ପ୍ରସଙ୍ଗ ରହିଛି ‘କ୍ଲାଇମେଟ ଚେଞ୍ଜ: ଦି ପାଥ ଆହେଡ’। ରାଜ୍ୟର ଯୁବପିଢ଼ିଙ୍କ ମଧ୍ୟରେ ଜଳବାୟୂ ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସଚେତନତା କରିବା ପାଇଁ ଆଜି ‘ଯୁବ ସମ୍ମିଳନୀ’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ। ଏହି ୟୁଥ୍ କନେକ୍ଲେଭରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଯୁବ ପରିବେଶବିତ୍ମାନେ ଯୋଗଦେବେ।
https://www.dharitri.com/astronauts-eat-pizza-full-of-stomach-pizza-party-video-goes-viral/
ପେଟ ଭରି ପିଜା ଖାଇଲେ ମହାକାଶଚାରୀ, ପିଜା ପାର୍ଟି ଭିଡ଼ିଓ ଭାଇରାଲ… ଓ୍ବାଶିଂଟନ,୨୯।୮: ପୃଥିବୀରେ ପିଜା ଖାଇବା ଅତି ସାଧାରଣ କଥା। ମାତ୍ର ସ୍ପେସ୍ ଷ୍ଟେଶନରେ ବିଭିନ୍ନ କଟକଣା ମଧ୍ୟରେ ବସି ପିଜା ଖାଇବା କିଛି କମ୍ କଥା ନୁହେଁ। ତେବେ ଏହା ସତରେ ପରିଣତ ହୋଇଛି। ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେଶନରେ ହୋଇଥିବା ଏକ ପଜା ପାର୍ଟିର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମହାକାଶଚାରୀମାନେ ସ୍ପେସ୍ ଷ୍ଟେଶନରେ ପେଟ ଭରି ପିଜା ଖାଇବାର ଆନନ୍ଦ ନେଇଛନ୍ତି। ଏହାକୁ ସେମାନେ ଫ୍ଲୋଟିଂ ପିଜା ନାଇଟ୍ ଭାବେ ନାମିତ କରିଛନ୍ତି। ମହାକାଶଚାରୀ ଥୋମାସ୍ ପେସ୍କେଟ୍ ଇନଷ୍ଟାଗ୍ରାମ୍ରେ ଏହାର ଏକ ଭିଡ଼ିଓ ଅପଲୋଡ୍ କରିଛନ୍ତି। ସୂଚନାଯୋଗ୍ୟ, ସ୍ପେସ୍ ଷ୍ଟେଶନ୍ରେ ୭ ମହାକାଶଚାରୀଙ୍କ ପିଜା ପାର୍ଟି ପାଇଁ ନର୍ଥ୍ରୋପ ଗ୍ରୁମ୍ୟାନ କମ୍ପାନୀର ରକେଟ ପିଜା ସହିତ ଅଗଷ୍ଟ ୧୦ରେ ସ୍ପେସ ଷ୍ଟେସନ ଅଭିମୁଖେ ଭର୍ଜିନିଆର ପୂର୍ବ ଉପକୂଳରୁ ଯାତ୍ରା କରିଥିଲା। ମହାକାଶଚାରୀଙ୍କ ପାଇଁ ଏକ ପିଜା କିଟ ଏବଂ ତାଜା ଆପଲ, ଟମାଟୋ, କିୱି, ପନିର ବଟର ଆଦି ପଠାଯାଇଥିଲା। ଏହି ସ୍ପେସ ଷ୍ଟେସନରେ ବର୍ତ୍ତମାନ ୩ ଜଣ ଆମେରିକୀୟ, ୨ ଜଣ ରୁଷ୍, ଜଣେ ଫରାସୀ ଏବଂ ଜଣେ ଜାପାନୀ ମହାକାଶଚାରୀ ରହିଛନ୍ତି।
https://www.dharitri.com/ମଧ୍ୟପ୍ରଦେଶ-ସଙ୍କଟ-ଭଙ୍ଗାଗ/
ମଧ୍ୟପ୍ରଦେଶ ସଙ୍କଟ: ଭଙ୍ଗାଗଢ଼ା ରାଜନୀତି ଛାଡ଼ି ଶୀଘ୍ର ଶକ୍ତି ପରୀକ୍ଷା କରିବାକୁ କହିଲେ ସୁପ୍ରିମ୍‌କୋର୍ଟ ଭୋପାଳ,୧୯।୩: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଲନାଥ ସରକାରଙ୍କ ସଙ୍କଟ ବଢ଼ିଚାଲିଛି। ଗୁରୁବାର ସୁପ୍ରିମ୍କୋର୍ଟ ବିଧାନସଭାରେ ଶୀଘ୍ର ଶକ୍ତି ପରୀକ୍ଷା କରିବାକୁ କହିଛନ୍ତି। ବିଦ୍ରୋହୀ ବିଧାୟକ ନିଜର ଇସ୍ତଫା ଦେଇଥିବା ନିଶ୍ଚିତ କରନ୍ତୁ। ଗୋଟିଏ ଦିନରେ ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ନେଇ ନିଷ୍ପତ୍ତି ଗ୍ରହଣ କରାଯିବା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱାରୋପ କରିଛନ୍ତି। ବିଧାୟକଙ୍କ ଲାଗି ଭିଡ଼ିଓ କନଫରେନ୍ସିଂ ହେବ। ଏଥି ପାଇଁ ଜଣେ ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ନିଯୁକ୍ତ କରାଯିବ। ରାଜ୍ୟରେ ଅଧିକ ଦିନ ଧରି ଭଙ୍ଗାଗଢ଼ା ରାଜନୀତିକୁ ସହ୍ୟ କରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, କମଲନାଥ ସରକାର ଶକ୍ତି ପରୀକ୍ଷା ନେଇ ସଙ୍କଟରେ ଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ପ୍ରତି ଅଧିକ ବିଧାୟକଙ୍କ ସମର୍ଥନ ଥିବା କୁହାଯାଉଛି।
https://www.dharitri.com/ଆବାସ-ଦୁର୍ନୀତି-ନେଇ-ଭାଜପାର/
ଆବାସ ଦୁର୍ନୀତି ନେଇ ଭାଜପାର ଟାର୍ଗେଟ ଭୁବନେଶ୍ୱର,୨୦-୧୧(ବ୍ୟୁରୋ):ମାହାଙ୍ଗା ଆବାସ କେଳାଙ୍କାରୀ କରିଥିବା ଜଣେ ଅଫିସର ବର୍ତ୍ତମାନ ମନ୍ତ୍ରୀଙ୍କ ଓଏସଡି ଭାବେ ଦାୟିତ୍ୱ ପାଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଭାଜପା କହିଛି। ଭାଜପା ରାଜ୍ୟ କାର୍ଯ୍ୟାଳୟ ଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପା ଉପସଭାପତି ସମୀର ମହାନ୍ତି କହିଛନ୍ତି, ମାହାଙ୍ଗା ନିର୍ବାଚନମଣ୍ଡଳୀରେ ଆବାସ କେଳାଙ୍କାରୀ ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନମୂଳକ କାମରେ ହୋଇଥିବା ଦୁର୍ନୀତିରେ ସମ୍ପୃକ୍ତ ବିଡିଓ ବର୍ତ୍ତମାନ ମନ୍ତ୍ରୀଙ୍କ ଓଏସଡିଭାବେ ନିଯୁକ୍ତି ପାଇଛନ୍ତି ତାଙ୍କ ବିରୋଧରେ ତୁରନ୍ତ କାର୍ଯାନୁଷ୍ଠାନ ନେବାକୁ ସମିର ମହାନ୍ତି ଦାବି କରିଛନ୍ତି। ଆବାସ କେଳାଙ୍କାରୀ ହୋଇଥିବା ମାହାଙ୍ଗାବାସୀ କହୁଥିବା ବେଳେ ସରକାରଙ୍କ ୫-ଟି କୁଆଡେ ଗଲା ବୋଲି ସମୀର ପ୍ରଶ୍ନ କରିଛନ୍ତି।
https://www.dharitri.com/lack-of-beds-at-mkcg-medical/
ଏମ୍‌କେସିଜି ମେଡିକାଲରେ ବେଡର ଅଭାବ: ବାରଣ୍ଡାରେ କରୋନା ସନ୍ଧିଗ୍ଧ ବ୍ରହ୍ମପୁର ଅଫିସ,୩।୮: ଗଞ୍ଜାମ ଜିଲାରେ କରୋନା ବର୍ତ୍ତମାନ ବଢ଼ିବାରେ ଲାଗିଛି। ପ୍ରତିଦିନ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ତେବେ ବ୍ରହ୍ମପୁର ମହାନଗର ନିଗମର କୁଠାରୀ ମନ୍ଦିର ସାହିର ଜଣେ ଯୁବକଙ୍କ ଗତ ୨୮ ତାରିଖରେ କରୋନାରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭାଇ ବିଶ୍ୱନାଥ ବେହେରାଙ୍କ ଗତ ୨୯ରେ ସ୍ବାବ ସଂଗ୍ରହ କରାଯାଇଥିଲା। ସେ ରବିବାର ରାତିରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭ କରିବାରୁ ତାଙ୍କୁ ଏମ୍କେସିଜି ମେଡିକାଲର ସଙ୍ଗରୋଧ କକ୍ଷରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ବେଡ ନ ଥିବାରୁ ତାଙ୍କୁ ମେଡିକାଲ ବାରଣ୍ଡାରେ ବସାଇ ମେଡିକାଲ କର୍ମଚାରୀ ଅକ୍ସିଜେନ ଦେଇଥିଲେ । ଜଣେ କରୋନା ସନ୍ଦିଗ୍ଧଙ୍କୁ ଏଭଳି ଭାବେ ବାରଣ୍ଡାରେ ବସାଇ ଚିକିତ୍ସା କରିବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଦେଇଛିି । ଏମ୍କେସିଜିରେ ଏଭଳି ଏକ ଅଭାବନୀୟ ଘଟଣା ସମ୍ପର୍କରେ ଚର୍ଚ୍ଚା ଜୋର ଧରିଛି। ମେଡିକାଲରେ ରୋଗୀଙ୍କୁ ମାସ୍କ ମଧ୍ୟ ଦିଆ ଯାଉ ନ ଥିବାରୁ ତାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଏନେଇ ଏମ୍କେସିଜି ମେଡିକାଲ ଅଧିକ୍ଷକ ଡା.ସନ୍ତୋଷ କୁମାର ମିଶ୍ର କହିଛନ୍ତି ଯେ, ମେଡିକାଲରେ ୮୦ ଶଯ୍ୟା ବିସିଷ୍ଟ ସଙ୍ଗରୋଧ କକ୍ଷ ରହିଛି । ଯୁବକ ଜଣକ ମେଡିକାଲରେ ପହଞ୍ଚିବା ବେଳକୁ ବେଡ ଖାଲି ନ ଥିଲା । ତେଣୁ ତାଙ୍କୁ କିଛି ସମୟ ପାଇଁ ବାରଣ୍ଡାରେ ଚିକିତ୍ସା କରାଯାଇ ପରେ ମେଡିକାଲ ପରିସରରେ ନିକଟରେ ଉଦ୍ଘାଟିତ ହୋଇଥିବା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
https://www.dharitri.com/indian-hockey-goalkeeper-pr-sreejesh-amid-india-vs-bharat-row-says/
“ଇଣ୍ଡିଆ ବନାମ ଭାରତ”କୁ ନେଇ କହିଲେ ଭାରତୀୟ ପୁରୁଷ ହକି ଗୋଲକିପର ପି.ଆର ଶ୍ରୀଜେଶ, ଆମେ ସବୁବେଳେ ଭାରତ ମାତା କି ଜୟ… ନୂଆଦିଲ୍ଲୀ,୬।୯: ଦେଶରେ ଇଣ୍ଡିଆ ବନାମ ଭାରତକୁ ନେଇ ବିବାଦ ତେଜିବାରେ ଲାଗିଛି। ଏପ୍ରସଙ୍ଗରେ କ୍ରୀଡା ଜଗତରୁ ମଧ୍ୟ ପ୍ରତିକ୍ରିୟା ଆସୁଛି। ଭାରତୀୟ ପୁରୁଷ ହକି ଗୋଲକିପର ପି.ଆର ଶ୍ରୀଜେଶ କହିଛନ୍ତି, ଇଣ୍ଡିଆରୁ ଭାରତକୁ ପରିବର୍ତ୍ତନ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ। ପୂର୍ବରୁ ଭାରତ ନାଁ ସବୁବେଳେ ରହି ଆସିଛି। ସେ ଆହୁରି କହିଛନ୍ତି, ମୁଁ କେବେ ଏପରି ଅନୁଭବ କରି ନ ଥିଲି। କାରଣ ଆମେ ସବୁବେଳେ ‘ଭାରତ ମାତା କି ଜୟ’ କହିଥାଉ। ବର୍ତ୍ତମାନ ଇଣ୍ଡିଆ ବଦଳରେ ଆମେ ଭାରତ ଲେଖୁଛୁ। ଟିକିଏ ଅଜବ ହେଲେ ବି ଏହି ଶବ୍ଦରେ ଅଭ୍ୟସ୍ତ ହୋଇଯିବା। ଆମେ ଏତେ ବର୍ଷ ଧରି ଏହି ଶବ୍ଦ ବ୍ୟବହାର କରି ଆସୁଛଚ। କିନ୍ତୁ ଯୁବକମାନଙ୍କ ପାଇଁ ଏହା ଏକ ନୂଆ ଅନୁଭୂତି ହେବ ଏବଂ ଏଥିରେ ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ। କିନ୍ତୁ ହଁ, ଇଣ୍ଡିଆରୁ ଭାରତକୁ ପରିବର୍ତ୍ତନ ଏକ ଚ୍ୟାଲେଞ୍ଜପୂର୍ଣ୍ଣ ହେବାକୁ ଯାଉଛି।
https://www.dharitri.com/ଗତ-୨୪-ଘଣ୍ଟାରେ-ଦେଶରେ-୧୫୬୯-କ/
ଗତ ୨୪ ଘଣ୍ଟାରେ ଦେଶରେ ୧,୫୬୯ କରୋନା ଆକ୍ରାନ୍ତ ଚିହ୍ନଟ ନୂଆଦିଲ୍ଲୀ,୨୮।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ଦିନ ହେବ ଶହେରୁ କମ୍ ରହିବା ପରେ ଏବେ କିଛିଟା ବୃଦ୍ଧି ଘଟିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୫୬୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪,୪୭,୦୭,୫୨୫ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୪,୪୧,୬୫,୭୦୩ ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୧୦,୯୮୧ ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫,୩୦,୮୪୧କୁ ବୃଦ୍ଧି ପାଇଛି।
https://www.dharitri.com/rajeev-was-shaking-hands-with-more-than-5000-people-a-day-sometimes-his-hands-were-bleeding-sam-pitroda/
ଦିନକରେ ୫୦୦୦ରୁ ଅଧିକ ଲୋକଙ୍କ ସହ ହାତ ମିଳାଉ ଥିଲେ ରାଜୀବ, ବେଳେବେଳେ ହାତରୁ ବୋହୁଥିଲା ରକ୍ତ: ସାମ ପିଟ୍ରୋଡା… ନୂଆଦିଲ୍ଲୀ,୧୦।୧ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜ ଇଚ୍ଛା ଅନୁଯାୟୀ ପରିବେଶ ସୃଷ୍ଟି କରିବାରେ ବ୍ୟସ୍ତ ଅଛି। ରାହୁଲ ଗାନ୍ଧୀ ଏକ ନୂତନ ଯାତ୍ରା ଆରମ୍ଭ କରୁଛନ୍ତି। ଏହି ମର୍ମରେ ସାମ ପିଟ୍ରୋଡା ଏକ ଚ୍ୟାନେଲ ସହ ହୋଇଥିବା ଆଲୋଚନାରେ କହିଛନ୍ତି ରାହୁଲ ଗାନ୍ଧୀଙ୍କ ପରି ରାଜୀବ ଗାନ୍ଧୀ ମଧ୍ୟ ଅନେକ ଲୋକଙ୍କୁ ଭେଟୁଥିଲେ। ସେ ଦିନରେ ୫ ହଜାରରୁ ଅଧିକ ଲୋକଙ୍କ ସହ ହାତ ମିଳାଉଥିଲେ ଯେଉଁଥିପାଇଁ ତାଙ୍କ ହାତରୁ ବେଳେବେଳେ ରକ୍ତସ୍ରାବ ହେଉଥିଲା। ଦିନେ ରାତିରେ ମୁଁ ଏବଂ ମୋ ସ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଭେଟିଥିଲୁ। ସେତେବେଳେ ତାଙ୍କ ହାତରୁ ରକ୍ତ ବାହାରୁଥିଲା। ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଗଲି। ମୁଁ ପଚାରିଲି କଣ ହେଲା? ତେଣୁ ସେ କହିଲେ ଆଜି ମୁଁ ୫ ହଜାରରୁ ଅଧିକ ଲୋକଙ୍କ ସହ ହାତ ମିଳାଇଥିଲି। ମୁଁ ଯେଉଁଆଡେ ଗଲି ଲୋକମାନେ ହାତ ମିଳାଇଲେ। ସେସବୁ ଲୋକମାନେ ଚାଷ କରନ୍ତି, ସେମାନଙ୍କର ହାତ ବହୁତ ଶକ୍ତ ଥିଲା। ମାତ୍ର ଏହାପରେ ମଧ୍ୟ ରାଜୀବ ଗାନ୍ଧୀ ଅଟକି ନ ଥିଲେ। ଏହି କ୍ରମ ଜାରି ରହିଥିଲା । ସେ ଖୁସିରେ ବଞ୍ଚିଥିଲେ ଏବଂ କହୁଥିଲେ ଲୋକଙ୍କୁ ଭେଟିବା ତାଙ୍କର କର୍ତ୍ତବ୍ୟ। ପ୍ରଧାନମନ୍ତ୍ରୀ ହେବା ସତ୍ତ୍ୱେ ସେ ଏତେ ସଂଖ୍ୟକ ଲୋକଙ୍କୁ ଭେଟୁଥିଲେ। ତେବେ ଏହି ବିବୃତ୍ତି ପରେ ଏବେ ଭାଜପା ପକ୍ଷରୁ ଗାନ୍ଧୀ ପରିବାରକୁ ନେଇ କଡ଼ା ସମାଲୋଚନା କରାଯାଇଛି।
https://www.dharitri.com/india-america-military-drill-near-lac-china-border-auli-uttarakhand-big-massage-for-china/
ଏଲଏସିରେ ଉତ୍ତେଜନା ମଧ୍ୟରେ ୧୪ ହଜାର ଫୁଟ ଉପରେ ଯୁଦ୍ଧାଭ୍ୟାସ କଲେ ଭାରତ-ଆମେରିକା ସେନା ନୂଆଦିଲ୍ଲୀ,୨୭ ।୧୦: ଭାରତ ଓ ଚାଇନା ମଧ୍ୟରେ ବେଶ କିଛି ଦିନ ହେବ ତୁତୁମେମେ ଲାଗି ରହିଛି । ସୀମାରେ ଉଭୟ ଦେଶର ସେନା ବହୁବାର ସାମ୍ନା ସାମ୍ନି ହୋଇଥିବା ବେଳେ ହିଂସା ବି ଦେଖିବାକୁ ମିଳିଛି । ସୀମାରେ ସବୁବେଳେ ଚାଇନା ସେନା ଆଗ୍ରେସିଭ ମୁଡରେ ନଜର ଆସିଛନ୍ତି । ଏହାର ଜବାବ ବି ଭାରତୀୟ ସେନା ପକ୍ଷରୁ ଦିଆଯାଇଛି । ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଦେଖି ଚାଇନା ଘାବରେଇ ଯିବ ନିଶ୍ଚୟ । ଖବର ଅନୁଯାୟୀ, ଅକ୍ଟୋବରରେ ଏଲଏସି ନିକଟ ଉତ୍ତରାଖଣ୍ଡର ଓଲିରେ ଭାରତ ଓ ଆମେରିକା ସେନା ହାଇ ଅଲଟିଚ୍ୟୁଡ ମିଲିଟ୍ରି ଏକ୍ସରସାଇଜ କରିବାକୁ ଯାଉଛନ୍ତି । ଆମେରିକା ଓ ଭାରତ ସେନାଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧାଭ୍ୟାସ ଚୁକ୍ତିର ଏହା ୧୫ ତମ ସୁଯୋଗ । ସୂଚନାଯୋଗ୍ୟ, ଆମେରିକା ଓ ଭାରତ ସେନାଙ୍କ ମଧ୍ୟରେ ପ୍ରତିବର୍ଷ ଯେଉଁ ମିଲିଟ୍ରଅି ଏକ୍ସରସାଇଜ କରାଯାଇଥାଏ ତାକୁ ‘ଯୁଦ୍ଧାଭ୍ୟାସ’ କୁହାଯାଇଥାଏ । ଗୋଟିଏ ବର୍ଷ ଏହା ଭାରତରେ ହେବା ବେଳେ ଅନ୍ୟ ବର୍ଷ ଏହା ଆମେରିକାରେ ହୋଇଥାଏ । ଗତ ବର୍ଷ ଏହା ଆମେରିକାର ଆଲାସ୍କାରେ ହୋଇଥିଲା । ସେଥିପାଇଁ ଚଳିତବର୍ଷ ଏହି ଏକ୍ସରସାଇଜ ଭାରତରେ ହେଉଛି । ଏହି ଏକ୍ସରସାଇଜ ୧୫ ନଭେମ୍ବରରୁ ୨ ଡିସେମ୍ବର ପର୍ଯ୍ୟନ୍ତ ହେବ ।
https://www.dharitri.com/national-ex-iaf-chief-air-chief-marshal-retired-rks-bhadauria-said-c-295-induction-heralds-new-era-for-air-force/
ଭାରତୀୟ ବାୟୁସେନା ପାଇଁ ନୂଆ ଯୁଗ ଆରମ୍ଭ, ଆଇଏଏଫ୍‌ର ମେରୁଦଣ୍ଡ ହେବ ସି-୨୯୫ ବିମାନ ଗାଜିଆବାଦ,୨୫ା୯ : ଭାରତୀୟ ବାୟୁସେନାରେ ସୋମବାର ପ୍ରଥମ ସି-୨୯୫ ପରିବହନ ବିମାନ ସାମିଲ ହୋଇଛି। ଏହା ବାୟୁସେନାର ଲଜିଷ୍ଟିକ୍ ସାମର୍ଥ୍ୟ ବଢ଼ାଇବାରେ ସହାୟକ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ହିଣ୍ଡନ ବାୟୁସେନା ଷ୍ଟେଶନରେ ସି-୨୯୫ ସାମିଲ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେଠାରେ ସର୍ବଧର୍ମ ପୂଜା କରିଥିଲେ। ଉତ୍ସବରେ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଭି.ଆର୍. ଚୌଧରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପୁରୁଣା ଆଭ୍ରୋ-୭୪୮ ବିମାନ ସ୍ଥାନରେ ସି-୨୯୫ ବିମାନ ସାମିଲ କରିବାକୁ ଏୟାରବସ୍ ଡିଫେନ୍ସ ଆଣ୍ଡ ସ୍ପେସ୍ ସହ ୨୧,୯୩୫ କୋଟି ଟଙ୍କାର ଡିଲ୍ ହୋଇଥିଲା। ୫୬ଟି ବିମାନ ଅଣାଯିବାକୁ ଥିବାବେଳେ ଗତ ୧୩ ତାରିଖରେ ଭାରତକୁ ପ୍ରଥମ ସି-୨୯୫ ବିମାନ ମିଳିଥିଲା। ୨୦ ତାରିଖରେ ଉକ୍ତ ବିମାନ ବଡୋଦରାରେ ଅବତରଣ କରିଥିଲା। ହିଣ୍ଡନ ଏୟାରବେସ୍ରେ ଏକ ମେଗା ଡ୍ରୋନ୍ ଶୋ’କୁ ପ୍ରତିରକ୍ଷା ମନ୍ତ୍ରୀ ଉଦ୍ଘାଟନ କରିଥିଲେ। ଭାରତ ଡ୍ରୋନ୍ ଶକ୍ତି ୨୦୨୩ ନାମରେ ଉକ୍ତ ଶୋ’ ବାୟୁସେନା ଏବଂ ଡ୍ରୋନ୍ ଫେଡେରେଶନ ଅଫ୍ ଇଣ୍ଡିଆ ଦ୍ୱାରା କରାଯାଉଛି। ଏହି ଶୋ’ରେ ୭୫ଟି ଡ୍ରୋନ୍ ସାମିଲ ହୋଇଛନ୍ତି।
https://www.dharitri.com/restrictions-on-trumps-account-youtube-removed-video/
ଟ୍ରମ୍ପଙ୍କ ଆକାଉଣ୍ଟ ଉପରେ ଲାଗିଲା ପ୍ରତିବନ୍ଧକ: ଭିଡିଓ ହଟାଇଲା ୟୁଟ୍ୟୁବ୍‌ ଓ୍ବାଶିଂଟନ୍,୧୩।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲଗାତାର ପ୍ରତିବନ୍ଧକ ଲଗାଯାଉଛି। ଟୁଇଟରର ସହିତ ଟ୍ରମ୍ପଙ୍କ ଶତ୍ରୁତା ବହୁ ପୁରୁଣା, କିନ୍ତୁ ଏବେ ଫେସବୁକ ଏବଂ ୟୁଟ୍ୟୁବ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। କିଛି ଦିନ ପୂର୍ବରୁ ଫେସବୁକ, ସ୍ନାପଚାଟ ଏବଂ ଟୁଇଟର ଟ୍ରମ୍ପଙ୍କ ଭିଡିଓ, ପୋଷ୍ଟ ଏବଂ ଆକାଉଣ୍ଟକୁ ହଟାଇ ଦେଇଥିଲା ଏବଂ ଏବେ ୟୁଟ୍ୟୁବ ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଅପଲୋଡ ହୋଇଥିବା ନୂଆ ଭିଡିଓ କଣ୍ଟେଟ ହଟାଇ ଦେଇଛି। ଏଥିସହ ସେବା ସର୍ତ୍ତାବଳୀ ଉଲ୍ଲଂଘନ ଅଭିଯୋଗରେ ଡୋନାଲ୍ଡ ଟ୍ରମ୍ପଙ୍କ ଚ୍ୟାନେଲକୁ ସ୍ଥଗିତ ରଖାଯାଇଛି। ୟୁଟ୍ୟୁବ ଏକ ବିବୃତ୍ତିରେ କହିଛି ଯେ ଟ୍ରମ୍ପ ଏକ ଭିଡିଓ ଅପଲୋଡ କରିଛନ୍ତି ଯାହା ଆମର ନୀତିର ଉଲ୍ଲଂଘନ କରୁଛି ଯାହା ପରେ ତାଙ୍କ ଚ୍ୟାନେଲ ଉପରେ କଟକଣା ଲଗାଯାଇଛି। ଏଭଳି ପରିସ୍ଥିତିରେ ଟ୍ରମ୍ପ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ତାଙ୍କ ଚ୍ୟାନେଲରେ କୌଣସି ଭିଡିଓ ଅପଲୋଡ କରିପାରିବେ ନାହିଁ। ୟୁଟ୍ୟୁବରେ ଟ୍ରମ୍ପଙ୍କ ଚ୍ୟାନେଲର ନାମ ହେଉଛି ଡୋନାଲ୍ଡ ଜେ. ଟ୍ରମ୍ପ। ତାଙ୍କର ୨.୭୭ ମିଲିୟନ ଗ୍ରାହକ।
https://www.dharitri.com/୨ରୁ-ଊର୍ଦ୍ଧ୍ୱ-ଆଇନଜୀବୀ-ନ-ରହ/
୨ରୁ ଊର୍ଦ୍ଧ୍ୱ ଆଇନଜୀବୀ ନ ରହିବା ଉପରେ ରହିତାଦେଶ କଟକ ଅଫିସ,୧୪ା୧: କେନ୍ଦ୍ରାପଡା ଏମ୍ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣିବେଳେ ୨ରୁ ଊର୍ଦ୍ଧ୍ୱ ଆଇନଜୀବୀ ନ ରହିବା ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଏଥିସହ ହାଇକୋର୍ଟ ଅନୁଭବଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରି ବର୍ଷାଙ୍କୁ ନୋଟିସ ଜାରି କରିଛନ୍ତି। ଜଷ୍ଟିସ କେ. ଆର୍. ମହାପାତ୍ରଙ୍କ ଖଣ୍ଡପୀଠ ଅନୁଭବଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଅନୁଭବଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଲଳିତେନ୍ଦୁ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ଆସନ୍ତା ଫେବୃୟାରୀ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ବର୍ଷା-ଅନୁଭବଙ୍କ ଛାଡ଼ପତ୍ର ମାମଲାର ଶୁଣାଣିବେଳେ ପରିବାର ଅଦାଲତରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା। ବର୍ଷାଙ୍କୁ ଅନୁଭବଙ୍କ ପକ୍ଷରୁ ଆଇନଜୀବୀ ଜେରା କରୁଥିଲେ। ସାକ୍ଷ୍ୟ ଗ୍ରହଣବେଳେ ଉଭୟ ପକ୍ଷର ୨ରୁ ଊର୍ଦ୍ଧ୍ୱ ଆଇନଜୀବୀ ଅଦାଲତରେ ଉପସ୍ଥିତ ରହିପାରିବେ ନାହିଁ ବୋଲି ପରିବାର ଅଦାଲତ ଗତ ନଭେମ୍ବର ୩ରେ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ବିରୋଧ କରି ଅନୁଭବଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି।
https://www.dharitri.com/barun-surrounded-the-bjp-government-again-even-after-bread-cloth-space-treatment-is-now-expensive/
ଭାଜପା ସରକାରଙ୍କୁ ପୁଣି ଘେରିଲେ ବରୁଣ, ରୁଟି-କପଡ଼ା-ମକାନ ପରେ ଏବେ ଚିକିତ୍ସା ବି ହେଲା ମହଙ୍ଗା… ନୂଆଦିଲ୍ଲୀ, ୨।୭ : ଦେଶରେ ବୃଦ୍ଧି ପାଉଥିବା ଦରଦାମ୍ ବୃଦ୍ଧି ନେଇ ଭାଜପା ଏମ୍ପି ବରୁଣ ଗାନ୍ଧୀ ନିଜ ସରକାରକୁ ପୁଣି ଘେରିଛନ୍ତି। ଏହା ପ୍ରଥମ ଥର ନୁହେଁ ଯେ ସେ ଭାଜପା ସରକାରଙ୍କୁ ସେ ଟାର୍ଗେଟ କରିଛନ୍ତି। ଏହାପୂର୍ବରୁ ମଧ୍ୟ ଅନେକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ସେ ସମାଲୋଚନା କରି ସାରିଛନ୍ତି। ଦରଦାମ ବୃଦ୍ଧି ପାଇଁ ଏବେ ସେ ସରକାରଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ କେବଳ ଅତ୍ୟାବଶ୍ୟକ ତଥା ବ୍ୟବହାର ଯୋଗ୍ୟ ଔଷଧର ଦାମ୍ରେ ବୃଦ୍ଧି ହୋଇନାହିଁ, ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସା କରିବା ମଧ୍ୟ ମହଙ୍ଗା ହୋଇ ପଡିଛି। ସେ କହିଛନ୍ତି ଯେ ୮୦୦ ଅତ୍ୟାବଶ୍ୟକ ତଥା ସାଧାରଣ ବ୍ୟବହାର ଔଷଧର ଦାମ୍ ବୃଦ୍ଧି ପରେ ବର୍ତ୍ତମାନ ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ଠାରୁ ଅଧିକ ମହଙ୍ଗା ହୋଇ ପଡିଛି। ରୁଟି ମହଙ୍ଗା, ପୋଷାକ ମହଙ୍ଗା, ଘର ମହଙ୍ଗା ଏବଂ ବର୍ତ୍ତମାନ ଚିକିତ୍ସା ବି ମହଙ୍ଗା ହୋଇଛି ବୋଲି ସେ କହିଛନ୍ତି। ସ୍ବାସ୍ଥ୍ୟ ଏବଂ ଶିକ୍ଷା ହେଉଛି ମୌଳିକ ଆବଶ୍ୟକତା। ମାତ୍ର ଏହା ଏବେ ଏହାର ଖର୍ଚ୍ଚ ଢ଼େର ବୃଦ୍ଧି ପାଇଛି। ଦରଦାମ୍ ବୋଝରେ ଚାପି ହୋଇଥିବା ହୋଇଥିବା ସାଧାରଣ ଲୋକ କେବେ ଆରାମ ପାଇବେ? ତାହାର ଅନୁସନ୍ଧାନ ଆବଶ୍ୟକ ବୋଲି ସେ କହିଛନ୍ତି।
https://www.dharitri.com/marriage-of-a-baby-girl-to-a-dog/
କୁକୁର ସହ ଶିଶୁକନ୍ୟାଙ୍କ ବିବାହ ଢେଙ୍କାନାଳ ଅଫିସ, ୯।୩: ସାରା ବିଶ୍ୱରେ ମଙ୍ଗଳବାର ପାଳିତ ହୋଇଛି ଅନ୍ତର୍ଜାତୀୟ ମହିଳା ଦିବସ। ମହିଳାଙ୍କ ଯଶଗାନ କରୁଛନ୍ତି ସଭିଏଁ। ବାଲ୍ୟବିବାହ ରୋକିବା, ମହିଳା ବିରୋଧୀ ନିର୍ଯାତନା ବିରୋଧରେ ସ୍ବର ଉଠାଇବାକୁ ସଭାସମିତି କରି ସଚେତନ କରାଯାଉଛି। ହେଲେ ଢେଙ୍କାନାଳ ଜିଲାର ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକରୁ ଜଣେ ନାବାଳିକାଙ୍କୁ ନେଇ ଯେଉଁ ଚିତ୍ର ଆସିଛି, ତାହା ଯେତିକି ହୃଦୟ ବିଦାରକ ସେତିକି ସ୍ପର୍ଶକାତର ମଧ୍ୟ। ଜନ୍ମ ସମୟରେ ଉପର ମାଢ଼ିରେ ଦାନ୍ତ ଉଠିଥିବାରୁ ଗ୍ରହମନ୍ଦ ଏବଂ ଶିଶୁ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ସମ୍ପୃକ୍ତା ୧୦ବର୍ଷ ବୟସର କନ୍ୟାଙ୍କୁ ଏକ କୁକୁର ସହିତ ବିବାହ କରାଇ ଦିଆଯାଇଛି। ଆଦିବାସୀବହୁଳ ଗ୍ରାମଗୁଡ଼ିକରେ ଅନ୍ଧବିଶ୍ୱାସ କାରଣରୁ ପ୍ରତିବର୍ଷ ଏଭଳି ଅନେକ ନାବାଳିକାଙ୍କୁ କୁକୁର ସହ ବିବାହ କରାଇ ଦିଆଯାଉଛି। ଏ ନେଇ ଜିଲା ଶିଶୁ ସୁରକ୍ଷା ବିଭାଗ ନିକଟରେ ସୂଚନା ଥିଲେ ହେଁ ସଚେତନତା ସୃଷ୍ଟି ଦିଗରେ ଆନ୍ତରିକତା ପ୍ରକାଶ ପାଉ ନ ଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଆଦିବାସୀବହୁଳ ଅଞ୍ଚଳରେ ଜବଜାତକଙ୍କୁ ନେଇ ପରିବାର ସଦସ୍ୟଙ୍କ ମଧ୍ୟରେ ଆଜି ବି ଅନ୍ଧବିଶ୍ୱାସ ଦାନା ବାନ୍ଧିଛି। ଜନ୍ମ ସମୟରେ ଯଦି କୌଣସି ଶିଶୁର ଦାନ୍ତ ଉଠିଥାଏ, ତେବେ ଏହାକୁ ଗ୍ରହଚକ୍ର ଖରାପ ବୋଲି ବିବେଚନା କରାଯାଏ। ଭବିଷ୍ୟତରେ ଶିଶୁ ଜୀବନ ଉପରେ ବିପଦ ଥିବା ଘର ଲୋକେ ଆଶଙ୍କା ବ୍ୟକ୍ତ କରିଥାଆନ୍ତି। ଗ୍ରହଦୋଷରୁ ମୁକ୍ତି ପାଇଁ ଏଭଳି ଶିଶୁଙ୍କୁ ବାଲ୍ୟାବସ୍ଥାରେ କୁକୁର ସହିତ ବିବାହ କରାଇ ଦିଆଯାଇଥାଏ। ମଙ୍ଗଳବାର କଙ୍କଡ଼ାହାଡ଼ ବ୍ଲକର କରଗୋଳା ଅଞ୍ଚଳରେ ସମାନ ଘଟଣା ଘଟିଛି। ଏକବିଂଶ ଶତାବ୍ଦୀରେ ମନୁଷ୍ୟ ମଙ୍ଗଳ ଗ୍ରହରେ ରହିବା ଲାଗି ଯୋଜନା କରୁଥିବାବେଳେ ଏଭଳି ଅନ୍ଧବିଶ୍ୱାସକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଏ ନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ କୁହନ୍ତି, ଘଟଣା ସମ୍ପର୍କରେ ସେ ଜାଣିବାକୁ ପାଇଛନ୍ତି। ଅଞ୍ଚଳବାସୀଙ୍କୁ ସଚେତନ କରାଇବା ଲାଗି ବ୍ଲକର ସମନ୍ବିତ ଶିଶୁ ବିକାଶ ଅଧିକାରୀ ଏବଂ ଚାଇଲ୍ଡ ଲାଇନ୍ ସଦସ୍ୟଙ୍କୁ ନିର୍ଦ୍ଦେଶ ଦିଆଯିବ।
https://www.dharitri.com/ଏଇ-ଭାରତରେ-355/
ଏଇ ଭାରତରେ ଚାକିରି ଛାଡି ଚାଷ କରି କେରଳର ଓ୍ବିଲିୟମ ମାଥ୍ୟୁସ ଯୁବପିଢିଙ୍କୁ ନୂଆ ବାଟ ଦେଖାଇଛନ୍ତି। ୮ ଏକର ଜମିରେ ୫୫୦ ଫଳ ଗଛ ଲଗାଇଛନ୍ତି। ଏମ୍ସିଏ ଗ୍ରାଜୁଏଟ୍ ମାଥ୍ୟୁ ରହନ୍ତି କୋଝିକୋଡ୍ ଜିଲାର କାବାତୁମାଲା ଗାଁରେ। ଶିକ୍ଷା ଶେଷ କରିବା ପରେ ସେ ଦୁବାଇରେ ଚାକିରି କରିଥିଲେ। ୨୦୧୦ରେ ଚାକିରି ଛାଡି ଘରକୁ ଫେରି ଫଳଚାଷ ଆରମ୍ଭ କରିଥିଲେ। ୧୦ ବର୍ଷ ମଧ୍ୟରେ ସେ ଏହି ଚାଷରେ ସଫଳତା ପାଇଛନ୍ତି। ତାଙ୍କ ଫାର୍ମରେ ଉପତ୍ାଦିତ ଫଳର ଚାହିଦା କେରଳ ସମେତ ଦେଶର ଅନ୍ୟ ରାଜ୍ୟରେ ବେଶ୍ ଭଲ ରହିଛି। ଫାର୍ମରେ ୩୦ ପ୍ରକାରର ଲେମ୍ବୁ, ୧୯ ପ୍ରକାର ଖଜୁରି କୋଳି, ୭ ପ୍ରକାର ପିଜୁଳି ଓ ୮ ପ୍ରକାର ବିଦେଶୀ ଫଳଚାଷ କରୁଛନ୍ତି। ୨୦୧୦ରେ ସେ ପ୍ରତ୍ୟେକ ଚାରା ୫୦୦ ଟଙ୍କାରେ କିଣିଥିତ୍ଲେ, ଏବେ ଏହାର ମୂଲ୍ୟ ୧ ହଜାରରୁ ୨ ହଜାର ଟଙ୍କା ହେବ ବୋଲି କହନ୍ତି ୪୨ ବର୍ଷୀୟ ମାଥ୍ୟୁ। ଫଳଚାଷ ସହ ସେ ଦୁଇଟି ପୋଖରୀରେ ମାଛ ଚାଷ କରୁଛନ୍ତି। ମହୁଚାଷ କରିବା ସହ ଅନ୍ୟମାନଙ୍କୁ ଏହି ଚାଷ ସମ୍ପର୍କରେ ଶିକ୍ଷା ମଧ୍ୟ ଦେଉଛନ୍ତି। ଫାର୍ମରେ ସେ ୧୦୦ଟି ମହୁବାକ୍ସ ରଖିଛନ୍ତି ଓ ବିଭିନ୍ନ ଓ୍ୟଷଧୀୟ ବୃକ୍ଷ ମଧ୍ୟ ଲଗାଇଛନ୍ତି । ସେ ମଧ୍ୟ ତାଙ୍କ ଅଞ୍ଚଳର ପିଲାମାନଙ୍କୁ ଆଇଟି କ୍ଷେତ୍ରରେ ଦକ୍ଷ କରିବା ପାଇଁ ଏକ ଅନୁଷ୍ଠାନ ଗଢି ଶିକ୍ଷା ଦେଉଛନ୍ତି।
https://www.dharitri.com/investigation-by-the-ngt-4-member-team/
ଏନ୍‌ଜିଟି ୪ଜଣିଆ ଟିମ୍‌ର ତଦନ୍ତ ବାରିପଦା ଅଫିସ,୭ା୪: ମୟୂରଭଞ୍ଜ ଜିଲା ବୁଢ଼ାବଳଙ୍ଗ ନଦୀର ଆରପଟା ଓ ଡିଙ୍ଗିରା ବାଲି ସଇରାତରୁ ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ ଓ ପରିବହନକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ବୁଧବାର ଏନ୍ଜିଟି (ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ)ର ଏକ ୪ ଜଣିଆ କମିଟି ଉଭୟ ସଇରାତକୁ ଯାଇ ତଦନ୍ତ ସହ ବେଆଇନ ଗଚ୍ଛିତ ଥିବା ବାଲି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛି। ଏକ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଏନ୍ଜିଟିକୁ ପ୍ରଦାନ କରିବା ପରେ ଆସନ୍ତା ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି। ଉକ୍ତ କମିଟିରେ ରାଜ୍ୟ ପରିବେଶ ଓ ପ୍ରଭାବ ମୂଲ୍ୟାୟନ କର୍ତ୍ତୃପକ୍ଷଙ୍କ ଜଣେ ବରିଷ୍ଠ ବୈଜ୍ଞାନିକ, ରାଜ୍ୟ ପ୍ରଦୂଷଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ, ଜିଲାପାଳଙ୍କ ପ୍ରତିନିଧି ଓ ଜିଲା ଖଣି ଅଧିକାରୀ ତଦନ୍ତ କରିବାକୁ ଆସିଛନ୍ତି। ପ୍ରାରମ୍ଭରେ ବେତନଟୀ କଲେଜ ପଛ ପାର୍ଶ୍ୱ ଗରୁଡବସାରେ ଗଚ୍ଛିତ ଥିବା ବାଲି ଗଦାକୁ ଯାଇ ତଦନ୍ତ କରିବା ପରେ ବଡ଼ସାହି ତହସିଲ ଅଭିମୁଖେ ଯାଇଥିଲେ ା ପରେ ଉଭୟ ସଇରାତ ଯାଇ ଉତ୍ତୋଳନ ଓ ପରିବହନ ସମ୍ପର୍କିତ ତଥ୍ୟ ସଂଗ୍ରହ କରି ଫେରିଛନ୍ତି। ବାଲି ମାଫିଆଙ୍କ ଆକ୍ରୋଶର ଶିକାରକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ବେତନଟୀ ଏସ୍ଡିପିଓ ସୁଦର୍ଶନ ଦାସ ଓ ବଡ଼ସାହି ଆଇଆଇସି ସଦଳବଳ ପହଞ୍ଚି ତଦନ୍ତକାରୀ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇଥିଲେ। ଅନୁଯାୟୀ, ବଡ଼ସାହି ତହସିଲ ଅଧୀନ ଆରପଟା ଓ ଡିଙ୍ଗିରା ବାଲି ସଇରାତରୁ ବେଆଇନ ଲଘୁଖଣିଜ ଉତ୍ତୋଳନ ଓ ପରିବହନକୁ ନେଇ ରାଧା ମୋହନ ସିଂଙ୍କ ଅଭିଯୋଗ କ୍ରମେ ଏନ୍ଜିଟି ଇଷ୍ଟର୍ଣ୍ଣ ଜୋନ୍ ବେଞ୍ଚ କୋଲକାତାରେ ମାମଲା ରୁଜୁ ହୋଇଛି। ଉଭୟ ସଇରାତରୁ ପାଖାପାଖି ଶହେ କୋଟି ଟଙ୍କାର ରାଜସ୍ବ କ୍ଷତି ହୋଇଥିବା ନେଇ ଏନ୍ଜିଟିର ଜୁଡିସିଆଲ ମେମ୍ବର ଜଷ୍ଟିସ ବି.ସ୍ଥହଲେକାର ଓ ଏକ୍ସପର୍ଟ ମେମ୍ବର ସାଇବଲ ଦାସଗୁପ୍ତାଙ୍କ ଖଣ୍ଡପୀଠ ମାମଲାରେ ୧୬ଜଣ ଅଧିକାରୀଙ୍କୁ ପକ୍ଷଭୁକ୍ତ କରିବା ସହ ପ୍ରଶାସନକୁ ଜବାବ ତଲବ କରିଛନ୍ତି।
https://www.dharitri.com/ସିଏସ୍‌ଆର୍‌-ବିବେଚିତ-ହେବ-ପ/
ସିଏସ୍‌ଆର୍‌ ବିବେଚିତ ହେବ ପିଏମ-କେୟାର୍ସ ପାଣ୍ଠିକୁ ଯୋଗଦାନ ନୂଆଦିଲ୍ଲୀ,୩୦। ୩: କର୍ପୋରେଟ ଜଗତ ପକ୍ଷରୁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ପ୍ରଦାନ କରାଯାଉଥିବା ଅର୍ଥ ରାଶି କର୍ପୋରେଟ ସାମାଜିକ ଦାୟିତ୍ୱବୋଧ(ସିଏସ୍ଆର୍) ଖର୍ଚ୍ଚ ଭାବେ ବିବେଚିତ କରାଯିବ। କମ୍ପାନୀ ଆଇନରେ ସାମାଜିକ କଲ୍ୟାଣକାରୀ ଖର୍ଚ୍ଚ ଭାବେ ଏହାକୁ ବିଚାର କରାଯିବା ନେଇ ରବିବାର ସରକାର ସ୍ପଷ୍ଟ କରିଛନ୍ତି। କରୋନା ପ୍ରଭାବରେ ଏବେ ସାରା ଦେଶରେ ଏକ ସଙ୍କଟ ସ୍ଥିତି ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଅସୁବିଧାରେ ଥିବା ଲୋକଙ୍କ ଲାଗି ଅର୍ଥ ଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିବେଦନ କରିଥିଲେ। କମ୍ପାନୀ ଆଇନ ଅନ୍ତର୍ଗତ କେତେକ ଶ୍ରେଣୀର ଲାଭକାରି ସଂସ୍ଥା ସେମାନଙ୍କ ୩ ବର୍ଷର ବାର୍ଷିକ ହାରାହାରି ନେଟ ଲାଭର ୨% ସିଏସ୍ଆର୍ରେ ଖର୍ଚ୍ଚ କରିବାକୁ ନିୟମ ରହିଛି। ପିଏମ୍ କେୟାରକୁ ପ୍ରଦାନ କରାଯାଉଥିବା ଅର୍ଥ ସିଏସ୍ଆର୍ ଖର୍ଚ୍ଚ ଭାବେ ଧରି ନିଆଯିବ ବୋଲି ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଏହି ପାଣ୍ଠିର ଅର୍ଥ ବିପତ୍ତି ସମୟରେ ବ୍ୟବହାର ହୋଇ ପାରିବ।
https://www.dharitri.com/ନିର୍ମାଣ-ଶ୍ରମିକଙ୍କୁ-ଆର୍ଥ-2/
ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ : ସାମାଜିକ ଦୂରତା ଉପରେ ଦିଆଯାଉଛି ଗୁରୁତ୍ୱ ବନ୍ତ,୧୨ା୪(ଡି.ଏନ୍.ଏ.): କରୋନା ଲକ୍ଡାଉନ୍ ପାଇଁ ରାଜ୍ୟ ସରକାର ବେରୋଜଗାରୀ ନିର୍ମାଣ ଶ୍ରମିକମାନଙ୍କୁ ୧୫ ଶହ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବା ସହ ଏହାକୁ ଘର ଦୁଆରମୁହଁରେ ପ୍ରଦାନ କରାଯିବାର ବ୍ୟବସ୍ଥା କରିଛନ୍ତି। ଭଦ୍ରକ ଜିଲା ବନ୍ତ ବ୍ଲକର ୨୫ଟି ପଞ୍ଚାୟତରେ ୬୩୫୪ ଜଣ ନିର୍ମାଣ ଶ୍ରମିକଙ୍କୁ ଏହି ସହାୟତା ରାଶି ମିଳିବ ବୋଲି ଜଣାଯାଇଛି। ଏହିକ୍ରମରେ ନିଳୋକ ପଞ୍ଚାୟତରେ ୨୧୭ଜଣ ନିର୍ମାଣ ଶ୍ରମିକ ଥିବା ବେଳେ ରବିବାରଠାରୁ ଆର୍ଥିକ ସହାୟତା ରାଶି ପ୍ରଦାନ ଆରମ୍ଭ ହୋଇଛି। ସରପଞ୍ଚ ଅଶୋକ କୁମାର ମହାନ୍ତି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଚନ୍ଦ୍ର ପଣ୍ଡା, ଗ୍ରାମ ରୋଜଗାର ସେବକ ପ୍ରଦୀପ କୁମାର ବିଶ୍ୱାଳ ଘର ଘର ବୁଲି ଅର୍ଥ ରାଶି ପ୍ରଦାନ କରୁଛନ୍ତି। ଦୁଇଦିନ ମଧ୍ୟରେ ସମସ୍ତ ହିତାଧିକାରୀଙ୍କୁ ସହାୟତା ରାଶି ମିଳିଯିବ ବୋଲି ସରପଞ୍ଚ କହିଛନ୍ତି। ବଡବର୍ଚ୍ଚିକୟାଁ ପଞ୍ଚାୟତରେ ସରପଞ୍ଚ ବିଷ୍ଣୁମୋହନ ଯେନା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଙ୍ଗୀତାରାଣୀ ପାଣିଗ୍ରାହୀ, ପିଏଜି ଅକ୍ଷୟ ପଣ୍ଡା ଘର ଘର ବୁଲି ନିର୍ମାଣ ଶ୍ରମିକମାନଙ୍କୁ ଏହି ଅର୍ଥରାଶି ବଣ୍ଟନ କରିଥିଲେ। ଏଥିରେ ସି.ଏଫ୍.ଡବ୍ଲ୍ୟୁ.ଏସ୍.ଡିର କାର୍ଯ୍ୟକାରୀ ସମ୍ପାଦକ ନୃସିଂହ ମହାନ୍ତି, ଆଇନଜୀବୀ ବସନ୍ତ ଖିଲାର ସହଯୋଗ କରିଥିଲେ। ସେହିଭଳି ବ୍ଲକର ବିଭିନ୍ନ ପଞ୍ଚାୟତରେ ନିର୍ମାଣ ଶ୍ରମିକମାନଙ୍କୁ ଆର୍ଥତ୍କ ସହାୟତା ରାଶି ପ୍ରଦାନ କରାଯାଉଥିବା ଜଣାଯାଇଛି। ଏହି ସହାୟତା ରାଶି ପ୍ରଦାନ ବେଳେ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଛି।
https://www.dharitri.com/୩ଦିନରେ-ନିବେଶକ-ହରାଇଲେ-୪-ଲକ/
୩ଦିନରେ ନିବେଶକ ହରାଇଲେ ୪ ଲକ୍ଷ କୋଟି ମୁମ୍ବାଇ,୨୩-୭: ବିଶ୍ୱ ଶେୟାର ବଜାରରେ ନିବେଶକଙ୍କ ନକରାମତ୍କ ମନୋଭାବର ପ୍ରତିଫଳନ ଘରୋଇ ଷ୍ଟକ୍ ବଜାର ଉପରେ ପଡିଛି। କ୍ରମାଗତ ତିନି ଦିନ ଧରି ସେନ୍ସେକ୍ସ ଓ ନିଫ୍ଟି ହ୍ରାସ ପାଇବା କାରଣରୁ ନିବେଶକମାନେ ୪ ଲକ୍ଷ କୋଟି ଟଙ୍କା ହରାଇ ସାରିଲେଣି। ବିଏସ୍ଇ ସେନସେକ୍ସ ଜୁଲାଇ ୧୮ରୁ ଅଦ୍ୟାବଧି ୩.୦୫% ଅର୍ଥାତ୍ ୧୧୮୪.୧୫ ପଏଣ୍ଟ ହ୍ରାସ ପାଇଛି। ୩୦ ଶେୟାର ବିଶିଷ୍ଟ ସେନସେକ୍ସ ସୋମବାର ୩୦୫.୮୮ ପଏଣ୍ଟ ହ୍ରାସ ପାଇ ୩୮,୦୩୧.୧୩ରେ ବନ୍ଦ ହୋଇଛି। ସେନ୍ସେକ୍ସର ଏହି ସ୍ତର ମେ’ ୧୭ ପରେ ସର୍ବନିମ୍ନ। ସେହିପରି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି ମଧ୍ୟ ୮୨.୧୦ ପଏଣ୍ଟ ହ୍ରାସ ପାଇ ୧୧,୩୩୭.୧୫ରେ ବନ୍ଦ ହୋଇଛି। ଗତ ୩ ଦିନରେ ବିଏସ୍ଇରେ ତାଲିକାଭୁକ୍ତ କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ୪,୩୭,୬୦୨.୪ କୋଟି ଟଙ୍କା ହ୍ରାସ ପାଇ ୧,୪୪,୭୬,୨୦୪.୦୨ କୋଟି ଟଙ୍କାରେ ପହଞ୍ଚତ୍ୟାଇଛି। ୬୦୦ରୁ ଅଧିକ ଶେୟାର ୫୨ ସପ୍ତାହର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ୟାଇଛି।
https://www.dharitri.com/cpm-leaders-life-was-lost-in-bee-attack/
ମହୁମାଛି ଆକ୍ରମଣରେ ଚାଲିଗଲା ସିପିଏମ୍‌ ନେତାଙ୍କ ଜୀବନ ନୀଳଗିରି,୧୦ା୫(ସ୍ବ.ପ୍ର.): ମହୁମାଛି ଆକ୍ରମଣରେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଗରଡି ପଞ୍ଚାୟତ ବାଙ୍କିସାହି ଗ୍ରାମର ବରିଷ୍ଠ ସିପିଏମ୍ ନେତା ରାମଚନ୍ଦ୍ର ସ(୭୨) ବୁଧବାର ପ୍ରାଣ ହରାଇଛନ୍ତି। ଏଥିରେ ତାଙ୍କ ନାତି ମଧ୍ୟ ଆହତ ହୋଇଛନ୍ତି। ରାମଚନ୍ଦ୍ର ଆଜି ବାଡ଼ି ସଫା କରୁଥିବା ବେଳେ ଅଳିଆ ସବୁକୁ ଗୋଟିଏ ଜାଗାରେ ଏକାଠି କରି ନିଆଁ ଲଗାଇଦେଇଥିଲେ। ଧୂଆଁ ଉପରକୁ ଉଠିବାରୁ ଗଛ ଉପରେ ଥିବା ମହୁମାଛି ଉଡିଆସି ତାଙ୍କୁ ଆକ୍ରମଣ କରିଥିଲେ। ତଳେ ପଡି ରାମଚନ୍ଦ୍ର ଛଟପଟ ହୋଇ ଡାକୁଥିବା ବେଳେ ତାଙ୍କ ନାତି ଦୌଡ଼ି ଆସିବାରୁ ତାଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିଥିଲା। ନାତି ସେଠାରୁ ଦୌଡି ଆସି ପରିବାର ଲୋକଙ୍କୁ ଘଟଣା ସଂକ୍ରାନ୍ତରେ କହିଥିଲେ। ପରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବରହମପୁର ଡାକ୍ତରଖାନା ନେଇଥିଲେ। ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବାରୁ ନୀଳଗିରି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ରାମଚନ୍ଦ୍ରଙ୍କ ମରଶରୀରକୁ ନୀଳଗିରି ସିପିଏମ୍ କାର୍ଯ୍ୟାଳୟକୁ ନିଆଯାଇ ଥିଲା। ସେଠାରେ ବହୁ କର୍ମକର୍ତ୍ତା ତାଙ୍କୁ ଶେଷ ଦର୍ଶନ କରିଥିଲେ। ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ସିପିଏମ ନେତା ବିଜୟ ପାତ୍ର, ଯୋଗାନନ୍ଦ ଦାସ, ଜ୍ୟୋତିର୍ମୟୀ ରାଉତ ଓ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ପ୍ରମୁଖ ଶେଷ ଦର୍ଶନ କରି ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଗାଁରେ ତାଙ୍କ ଶେଷକୃତ୍ୟ କରାଯାଇଥିଲା।
https://www.dharitri.com/the-situation-will-improve-director-of-health/
ଆଗକୁ ସ୍ଥିତି ଆହୁରି ସୁଧୁରିବ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଭୁବନେଶ୍ୱର,୧୭।୨(ବ୍ୟୁରୋ) : କୋଭିଡ୍ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତିି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ନିଜ ରାଜ୍ୟର ସ୍ଥାନୀୟ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି କିଛି ରାଜ୍ୟ ଅତିରିକ୍ତ କଟକଣା ଲଗାଇଛନ୍ତି। ନିୟମ କୋହଳ କରିବା ଲାଗି କେନ୍ଦ୍ର ସରକାରଙ୍କ ଯେଉଁ ଚିଠି ଆସିଛି । ତା’ ଉପରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ, ଆମ ରାଜ୍ୟରେ ଗାଇଡଲାଇନ ଅନୁସାରେ କଟକଣା ହୋଇଛି । ସରକାରଙ୍କର ତା’ ଉପରେ ନଜର ରହିଛି । କୋଭିଡ୍ ସ୍ଥିତିର ସମୀକ୍ଷା ମଧ୍ୟ କରାଯାଉଛି । କିଛି ଦିନ ହେଲା ସଂକ୍ରମଣ ହଜାରେ ତଳେ ରହିଛି । ହସ୍ପିଟାଲିଟି ରେଟ୍ ମଧ୍ୟ କମ ରହୁଛି । ଆଗକୁ ସ୍ଥିତି ଆହୁରି ସୁଧୁରିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
https://www.dharitri.com/graduates-should-be-given-a-mark-sheet/
ସ୍ନାତକ ଛାତ୍ରୀଛାତ୍ରଙ୍କୁ ମାର୍କଶିଟ୍‌ ଦିଆଯାଉ ଭୁବନେଶ୍ୱର, ୩୧।୮(ବ୍ୟୁରୋ): ଓଡ଼ିଶାରେ ସ୍ନାତକ(ୟୁଜି) ପରୀକ୍ଷା ଦେଇଥିବା ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେମାନଙ୍କ ପ୍ରୋଭିଜନାଲ ମାର୍କଶିଟ୍ ଶୀଘ୍ର ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ସୋମବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି। ଧର୍ମେନ୍ଦ୍ର ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି, ଅଗଷ୍ଟ ୧ମ ଓ ୨ୟ ସପ୍ତାହରେ ଛାତ୍ରୀଛାତ୍ରମାନେ ଅନ୍ଲାଇନ ମାଧ୍ୟମରେ ୟୁଜି ୬ଷ୍ଠ ସେମିଷ୍ଟର ପରୀକ୍ଷା ଦେଇଥିଲେ। ଏହାର ଫଳାଫଳ ପ୍ରକାଶ ପାଇ ନ ଥିବାରୁ ଛାତ୍ରୀଛାତ୍ରମାନେ କଲେଜ ଏବଂ ଓଡ଼ିଶା ଶିକ୍ଷା ବିଭାଗ ଅଧିକାରୀଙ୍କ ଏନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାସତ୍ତ୍ୱେ ଏ ପର୍ଯ୍ୟନ୍ତ ସେମାନଙ୍କୁ ପ୍ରୋଭିଜନାଲ ମାର୍କଶିଟ୍ ଦିଆଯାଇନାହିଁ। ଅନେକ ବିଶ୍ୱବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପରୀକ୍ଷାଫଳ ପ୍ରକାଶ ପାଇବା ନେଇ ପରୀକ୍ଷାର୍ଥୀମାନେ ଆଶା ଆଶଙ୍କାରେ ରହିଛନ୍ତି। ପୂର୍ବରୁ ପ୍ରୋଭିଜନାଲ ମାର୍କଶିଟ୍ ମଧ୍ୟ ନ ମିଳିବା ଯୋଗୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉପରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା କରାଯାଉଛି। ପରୀକ୍ଷାଫଳ ପ୍ରକାଶ ପାଇ ନ ଥିବାରୁ ଅନେକ ଛାତ୍ରୀଛାତ୍ରମାନେ ମିଜୋରାମ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଭାରଥିଆର ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାରୁ ବଞ୍ଚିତ ହୋଇଛନ୍ତି। ମୁମ୍ବାଇ ବିଶ୍ୱବିଦ୍ୟାଳୟ, କୁମାଁଉ ବିଶ୍ୱବିଦ୍ୟାଳୟ ଭଳି ଅନେକ ବିଶ୍ୱବିଦ୍ୟାଳୟରେ ଆଡମିସନ ତାରିଖ ନିକଟବର୍ତ୍ତୀ ହେଉଥିବାରୁ ଛାତ୍ରୀଛାତ୍ରମାନେ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ଏହାସହ ରାଜ୍ୟ ବାହାରେ ଅଫ୍ଲାଇନ ମାଧ୍ୟମରେ ହେଉଥିବା ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ହସ୍ତକ୍ଷେପ କରି ଛାତ୍ରୀଛାତ୍ରଙ୍କୁ ୬ଷ୍ଠ ସେମିଷ୍ଟର ପରୀକ୍ଷାଫଳର ଫାଇନାଲ କିମ୍ବା ପ୍ରୋଭିଜନାଲ ମାର୍କଶିଟ୍ ଦେବା ପାଇଁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି। ପ୍ରୋଭିଜନାଲ ମାର୍କଶିଟ୍ ଦିଆଗଲେ ପରୀକ୍ଷାର୍ଥୀମାନେ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସୁଯୋଗ ପାଇପାରିବେ ବୋଲି ସେ ଉଲ୍ଲେଖ କରିଛନ୍ତି।
https://www.dharitri.com/russia-ukraine-conflict-many-countries-are-ready-to-respond/
ଫସିଗଲା ରୁଷିଆ, କଡ଼ା ଜବାବ ଦେବାକୁ ପ୍ରସ୍ତୁତ ଅନେକ ଦେଶ ନ୍ୟୁୟର୍କ,୨୨।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ସୀମାରେ ବିପୁଳ ସଂଖ୍ୟାରେ ଯୁଦ୍ଧାସ୍ତ୍ର ଖଞ୍ଜି ୟୁକ୍ରେନକୁ ଭୟଭୀତ କରୁଥିବା ରୁଷିଆ ଏବେ ଆଉ ଏକ ବଡ ପଦକ୍ଷେପ ନେଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶକୁ ସମ୍ବୋଧନ କରି ୟୁକ୍ରେନର ପୂର୍ବ ଭାଗରେ ଥିବା ଦୁଇଟି ଅଞ୍ଚଳକୁ ସ୍ବାଧୀନତା ପ୍ରଦାନ କରିଛନ୍ତି। ପୁଟିନ କହିଛନ୍ତି, ମୋର ବିଶ୍ୱାସ ଯେ ଡୋନେଟସ୍କ ପିପୁଲ୍ସ ରିପବ୍ଲିକ ଓ ଲୁହାନସ୍କ ପିପୁଲ୍ସ ରିପବ୍ଲିକକୁ ସ୍ବାଧୀନତା ଓ ସାର୍ବଭୌମତ୍ୱ ସ୍ବୀକୃତି ଦେବା ପାଇଁ ଦୀର୍ଘ ଦିନ ହେଲା ବିଚାର ଚାଲିଥିଲା। ଏବେ ଏହି ଦୁଇ କ୍ଷେତ୍ରକୁ ସ୍ବତନ୍ତ୍ର ସ୍ଥାନର ମାନ୍ୟତା ଦେବାର ଆବଶ୍ୟକ ରହିଛି। ୟୁକ୍ରେନ ଅଧୀନରେ ଥିବା ଅଞ୍ଚଳକୁ ରୁଷ ଏପରି ମାନ୍ୟତା ପ୍ରଦାନ କରିବା ନୂଆ ବିବାଦ ସୃଷ୍ଟି କରିଛି। ଖାଲି ସେତିକି ନୁହେଁ, ମାନ୍ୟତା ପ୍ରଦାନ କରିବା ପରେ ୟୁକ୍ରେନର ଏହି ଦୁଇ ଅଞ୍ଚଳକୁ ରୁଷିଆ ସରକାର ଯୁଦ୍ଧ ତୋପ ଓ ଯବାନ ମଧ୍ୟ ପହଞ୍ଚାଇଛନ୍ତି। ଏହାକୁ ନେଇ ୟୁକ୍ରେନ ଓ ଏହାକୁ ସମର୍ଥନ କରୁଥିବା ଦେଶଗୁଡିକ ଭିତରେ ଯୁଦ୍ଧ ଆଶଙ୍କା ଆହୁରି ଘନୀଭୂତ ହୋଇଛି। ରୁଷିଆର ଏଭଳି ପଦକ୍ଷେପକୁ ୟୁରୋପୀୟ ସଂଘ, ନାଟୋ ସହ ଆମେରିକା ମଧ୍ୟ କଡ଼ା ନିନ୍ଦା କରିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରୋନ, ଜର୍ମାନୀ ଚାନ୍ସଲେର୍ଙ୍କ ସହ ଫୋନରେ କଥା ହୋଇଛି। ଏହି ୩ ନେତା ରୁଷିଆକୁ କଡ଼ା ଜବାବ ଦେବା ଉପରେ ସହମତ ହୋଇଛନ୍ତି। ଏହାପୂର୍ବରୁ ୟୁକ୍ରେନର ଦୁଇଟି ବିଦ୍ରୋହୀ ଅଞ୍ଚଳକୁ ସ୍ବାଧୀନତାର ମାନ୍ୟତା ଦେବା ପରେ ଆମେରିକା ପକ୍ଷରୁ ବ୍ୟବସାୟୀ କଟକଣା ଲଗାଯାଇଛି। ରୁଷିଆ ଦ୍ୱାରା ତଥାକଥିତ ସ୍ବାଧୀନ ପାଇଥିବା ପୂର୍ବ ୟୁକ୍ରେନର ଡୋନେଟସ୍କ ପିପୁଲ୍ସ ରିପବ୍ଲିକ ଓ ଲୁହାନସ୍କ ପିପୁଲ୍ସ ରିପବ୍ଲିକରେ କୌଣସି ପ୍ରକାରର ପୁଞ୍ଜି ନିବେଶ କିମ୍ବା ବ୍ୟବସାୟ କେହି କରିପାରିବେ ନାହିଁ ବୋଲି ଆମେରିକା କହିଛି। ଏ ସଂକ୍ରାନ୍ତ ଦସ୍ତାବିଜ ଉପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦସ୍ତଖତ ମଧ୍ୟ କରିଛନ୍ତି।
https://www.dharitri.com/ମୋରଡ଼ାରେ-ଡବଲ-ମର୍ଡର-ସ୍ତ୍ର/
ମୋରଡ଼ାରେ ଡବଲ ମର୍ଡର: ସ୍ତ୍ରୀ, ଶାଶୁ ମୃତ: ପୋଲିସର ଅବହେଳାକୁ ଦାୟୀକଲେ ସ୍ଥାନୀୟ ଲୋକେ ବାରିପଦା ଅଫିସ,୧୭।୬: ମୋରଡ଼ା ଥାନା ଚିକିଟାମାଟିଆ ପଞ୍ଚାୟତ ଖୁଣ୍ଟାପାଳ ଗ୍ରାମରେ ସୋମବାର ଏକ ଡବଲ ମର୍ଡର ଘଟିଛି। ସକାଳ ପ୍ରାୟ ସାଢ଼େ ୬ଟାରେ ଅନୈତିକ ସମ୍ପର୍କ ସନ୍ଦେହରେ ଜଣେ ବ୍ୟକ୍ତି କୁରାଢ଼ିରେ ହାଣି ସ୍ତ୍ରୀ ଓ ଶାଶୁଙ୍କୁ ହତ୍ୟା କରିଛନ୍ତି। ମୃତକ ଦ୍ୱୟ ହେଲେ ଶାଶୁ ସୁମତି ମହାନ୍ତ(୬୧) ଏବଂ ସ୍ତ୍ରୀ ମମତା ମହାନ୍ତ(୪୦)। ଅଭିଯୁକ୍ତ ହେଲେ ପୂର୍ଣ୍ଣଚନ୍ଦ୍ର ମହାନ୍ତ(୫୦)। ପ୍ରକାଶ ଯେ, ପୂର୍ଣ୍ଣଚନ୍ଦ୍ର ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ତାଙ୍କୁ ଏବଂ ଶାଶୁ ସୁମତିଙ୍କୁ ମାରିଦେବା ପାଇଁ କୁରାଢ଼ି ଧରି ବୁଲୁଥିଲେ। ତେଣୁ ଶାଶୁ, ସ୍ତ୍ରୀ ଭୟରେ ଗାଁରେ ଅନ୍ୟ ଲୋକଙ୍କ ଘରେ ଆତ୍ମଗୋପନ କରୁଥିଲେ। ଏ ନେଇ ରବିବାର ସୁମତି ମୋରଡ଼ା ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୋଲିସ ଅଭିଯୋଗକୁ ଗୁରୁତ୍ୱ ଦେବା ବଦଳରେ ଅଣଦେଖା କରିଥିଲା। ପୋଲିସର ଅବହେଳାକୁ ଦାୟୀକରି ଗାଁଲୋକେ ପୋଲିସକୁ ଅଟକରଖି ମୃତା ଗରିବ ମା’ ଝିଅ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି।
https://www.dharitri.com/construction-of-i-anganavadi-centre-not-end/
ସରୁନି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟ ଜଟଣୀ,୨୫।୯(ଡି.ଏନ୍.ଏ.): ଶିକ୍ଷାର ବିକାଶ ସହିତ ବିଦ୍ୟାଳୟଗୁଡିକର ଭିତ୍ତିଭୂମି ସୁଦୃଢ କରିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ତେବେ ଅନେକ ସମୟରେ ବିଭାଗୀୟ ଅଧିକାରୀ ଅବହେଳା ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଏଥିରେ ବ୍ୟତିକ୍ରମ ହୋଇଥାଏ। ଜଟଣୀ ପୌରାଞ୍ଚଳର କୁଦିଆରୀ ଏବଂ ହାଟ ବଜାର ଅଞ୍ଚଳରେ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣରେ ବ୍ୟତିକ୍ରମ ଯୋଗୁ ବହୁ ଛାତ୍ରୀଛାତ୍ର ଶିକ୍ଷା ପାଇବାରୁ ବଞ୍ଚିତ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି। କି, ଦୀର୍ଘବର୍ଷ ଧରି ଉକ୍ତ ଅଞ୍ଚଳରେ ଥିବା ଅଙ୍ଗନୱାଡି କେନ୍ଦ୍ର ଅଧାପନ୍ତରିଆ ଭାବେ ପଡ଼ିରହିଛି। ପୌରାଞ୍ଚଳ ଅନ୍ତର୍ଗତ କୁଦିଆରୀ ଦଶଦୋଳ ମେଳଣ ପଡ଼ିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିର୍ମାଣ ହେଉଥିବା ଅଙ୍ଗନଓ୍ବାଡି କେନ୍ଦ୍ରର ନିର୍ମାଣ କାର୍ଯ୍ୟକୁ ୪ବର୍ଷ ବିତିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କାମ ସରିନାହିଁ। ଫଳରେ ୪୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ଉକ୍ତ ବିଦ୍ୟାଳୟ ବାରଣ୍ଡାରେ ପିଲାଙ୍କୁ ପାଠ ପଢାଯିବା ନେଇ ସ୍ଥାନୀୟ ଗ୍ରାମବାସୀ ଏବଂ ପୂର୍ବତନ କାଉନସିଲର ଲୁସେନ ରାୟ ଅଭିଯୋଗ କରିଛନ୍ତି। ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଥିବା ଏହି ଅଙ୍ଗନଓ୍ବାଡି କେନ୍ଦ୍ର ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ପୌରାଞ୍ଚଳ ଅଧୀନ ୧୫ ନଂ. ୱାର୍ଡ ହାଟ ବଜାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିର୍ମିତ ୧୫(ଏ) ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ଦୀର୍ଘବର୍ଷ ଧରି ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଛି। ଫଳରେ ପିଲାମାନେ ବାର ଦୁଆରେ ପାଠ ପଢୁଥିବା ସାଧାରଣରେ ଅଭିଯୋଗ ହେଉଛି। ଏନେଇ ଗତ ଅଗଷ୍ଟ ୨୫ରେ ‘୪ ବର୍ଷ ବିତିଲା ସରୁନି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟ’ ଶୀର୍ଷକ ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା। ସେତେବେଳେ ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ ସରୋଜ ରାଉତଙ୍କୁ ପଚାରିବାରେ, କରୋନା ପାଇଁ ନିର୍ମାଣରେ ସମସ୍ୟା ଦେଖାଯାଇଥିଲା। ଆସନ୍ତା ୩ୟ ସପ୍ତାହରୁ ଏକ ମାସ ମଧ୍ୟରେ କୁଦିଆରୀ ମେଳଣ ପଡିଆ ଅଙ୍ଗନୱାଡି କେନ୍ଦ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ ବୋଲି କହିଥିଲେ। ତେବେ ଧାର୍ଯ୍ୟ ସମୟ ବିତି ଯାଇଥିବାବେଳେ କାର୍ଯ୍ୟ ସରି ନ ଥିବାରୁ ପୂର୍ବତନ କାଉନସିଲର ରାୟ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ ରାଉତ କହିଛନ୍ତି, ଲଗାଣ ବର୍ଷା ଯୋଗୁ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଦଶହରା ଛୁଟି ପରେ କାର୍ଯ୍ୟ ଆରମ୍ଭ ହୋଇ ଆଗାମୀ ୧ ମାସ ମଧ୍ୟରେ କୁଦିଆରୀ ଏବଂ ୬ ମାସ ମଧ୍ୟରେ ହାଟବଜାର ଅଙ୍ଗନୱାଡି କେନ୍ଦ୍ର ସମ୍ପୂର୍ଣ୍ଣ କରାଯିବ।
https://www.dharitri.com/israel-attacks-on-refugee-camp-50-people-killed/
ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ବୋମା ମାଡ଼, ୫୦ ମୃତ, ୧୫୦ ଆହତ ଜେରୁଜେଲମ,୧।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି, ଯେଉଁଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ସାଢେ ନଅ ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ଏହି ସମୟରେ ପାଲେଷ୍ଟାଇନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଉତ୍ତର ଗାଜାରେ ଥିବା ଜବାଲିଆ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ ଆକ୍ରମଣ କରିଛି। ଏହି ଆକ୍ରମଣରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ଏ ପର୍ଯ୍ୟନ୍ତ ଏହି ଆକ୍ରମଣ ସମ୍ପର୍କରେ ଇସ୍ରାଏଲ ପକ୍ଷରୁ କୌଣସି ବିବୃତ୍ତି ଆସିନାହିଁ। ଏଥି ସହିତ ହମାସ ଆତଙ୍କବାଦୀମାନେ ଗାଜାରେ ଇସ୍ରାଏଲ ସୈନିକମାନଙ୍କୁ ମଧ୍ୟ ହତ୍ୟା କରିଛନ୍ତି। ଆପଣଙ୍କୁ କହିରଖୁଛୁ ଯେ, ଅପହରଣ ଓ ହତ୍ୟା ବିରୋଧରେ ଇସ୍ରାଏଲ ଲୋକମାନେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟରେ ଆବେଦନ କରିଛନ୍ତି।
https://www.dharitri.com/କ୍ରିସ୍‌ମାସ-ପାଇଁ-ପ୍ରସ୍ତୁତ/
କ୍ରିସ୍‌ମାସ ପାଇଁ ପ୍ରସ୍ତୁତ ବେଥଲହମ ବେଥଲହମ,୨୪।୧୨: ପ୍ରଭୁ ଯୀଶୁଙ୍କ ଜନ୍ମସ୍ଥାନ କୁହାଯାଉଥିବା ବେଥଲହମ କ୍ରିସ୍ମାସ ପାଇଁ ବିଶ୍ୱବାସୀଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ହୋଇ ସାରିଲାଣି। ଇସ୍ରାଏଲ କବଜାରେ ଥିବା ଓ୍ବେଷ୍ଟ ବ୍ୟାଙ୍କର ଏହି ଛୋଟ ସହର ଚର୍ଚ୍ଚ ଅଫ୍ ନେଟିଭିଟି ଓ ଏହାର ଆଖପାଖରେ ଉତ୍ସବର ପରିବେଶ ଦେଖିବାକୁ ମିଳିଛି। କୁହାଯାଏ ଏହି ଚର୍ଚ୍ଚ ଏମିତି ସ୍ଥାନରେ ନିର୍ମାଣ କରାଯାଇଛି ଯେଉଁଠି ଯୀଶୁଙ୍କ ଜନ୍ମ ହୋଇଥିଲା। ଜେରୁଜେଲମର ଲାଟିନ ପର୍ଟିଆର୍କର ଧର୍ମ ପ୍ରଶାସକ ଓ ପଶ୍ଚିମ ଏସିଆର ରୋମାନ କ୍ୟାଥୋଲିକର ବରିଷ୍ଠ ଅଧିକାରୀ ଆର୍ଚବିଶପ ପିୟରବଟିଷ୍ଟା ମଙ୍ଗଳବାର ଜେରୁଜେଲମରୁ ବେଥଲହମ ଆସିବାର କାର୍ଯ୍ୟକ୍ରମ ଥିଲା। ସେ ଚର୍ଚ୍ଚ ଅଫ୍ ନେଟିଭିଟିରେ ମଧ୍ୟ ରାତ୍ରିରେ ହେବାକୁ ଥିବା ପ୍ରାର୍ଥନାର ନେତୃତ୍ୱ ନେବେ ବୋଲି ଜଣାପଡିଛି। ପାଲେଷ୍ଟାଇନ ରାଷ୍ଟ୍ରପତି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି।
https://www.dharitri.com/ନିର୍ମାଣାଧୀନ-ହବିଷିଆଳି-ଆଶ୍/
ନିର୍ମାଣାଧୀନ ହବିଷିଆଳି ଆଶ୍ରୟସ୍ଥଳ ବୁଲିଲେ ଜିଲାପାଳ ପୁରୀ ଅଫିସ, ୨୪।୯: ଆସୁଛି ଧର୍ମ ମାସ କାର୍ତ୍ତିକ। ଆଉ ୨୦ଦିନ ପରେ ହବିଷ ବ୍ରତ ପାଳନ କରିବାକୁ ପୁରୀକୁ ଆସିବେ ହଜାର ହଜାର ହବିଷିଆଳି। ପ୍ରାୟ ମାସେ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ରହି ବ୍ରତ ପାଳିବେ। ତେବେ ବିଗତ କିଛିବର୍ଷ ହେବ ରାଜ୍ୟ ସରକାର ଅସ୍ଥାୟୀ ହବିଷିଆଳି ଶିବିର କରି ବ୍ରତଧାରୀଙ୍କ ରହିବା, ଖାଇବା ଆଦି ବ୍ୟବସ୍ଥା କରିଆସୁଛନ୍ତି। ପଞ୍ଜୀକରଣ ଜରିଆରେ ପ୍ରାୟ ଅଢେଇ ହଜାର ହବିଷିଆଳି ଏକାଧିକ ଶିବିରରେ ରହିଥାନ୍ତି ହେଲେ ଚଳିତବର୍ଷଠାରୁ ହବିଷିଆଳି ସେମାନଙ୍କ ଲାଗି ତିଆରି ଚାଲିଥିବା ସ୍ଥାୟୀ ଆଶ୍ରୟସ୍ଥଳରେ ରହିବେ। ଏହାର କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ସୋମବାର ଜିଲାପାଳ ବଲୱନ୍ତ ସିଂ ଅନ୍ୟ ପ୍ରଶାସନିକ ଅଧିକାରୀମାନଙ୍କ ସହ ଏହି ଆଶ୍ରୟସ୍ଥଳ ବୁଲି ଦେଖିଛନ୍ତି। ନିର୍ମାଣକାରୀ ସଂସ୍ଥା ଆସନ୍ତା ୧୦ତାରିଖ ସୁଦ୍ଧା ପ୍ରଶାସନକୁ ଆଶ୍ରୟସ୍ଥଳ ହସ୍ତାନ୍ତର କରିବ। ପ୍ରତିବର୍ଷ କାର୍ତ୍ତିକ ମାସରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ବ୍ରତଧାରୀଙ୍କୁ ଆତିଥେୟତାର ଡୋରିରେ ବାନ୍ଧିଥାଏ ପୁରୁଷୋତ୍ତମ କ୍ଷେତ୍ର। କୁମାର ପୂର୍ଣ୍ଣିମାଠାରୁ କାର୍ତ୍ତିକ ପୂର୍ଣ୍ଣିମା ମାସେ ପର୍ଯ୍ୟନ୍ତ ପୁରୀରେ ହବିଷିଆଳିଙ୍କ ଗହଳି ଲାଗେ। ଆଧ୍ୟାତ୍ମିକ ପରିବେଶରେ ଉଛୁଳିପଡ଼େ ଶ୍ରୀକ୍ଷେତ୍ର। ଏଠାକୁ ହବିଷ ପାଳିବାକୁ ଆସୁଥିବା ବ୍ରତଧାରୀଙ୍କ ପାଇଁ ନରେନ୍ଦ୍ର କୋଣସ୍ଥିତ ପୁରୁଣା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆର୍ଟିସି) ଗ୍ୟାରେଜ ଜମିରେ ୨୦୧୭ ଅକ୍ଟୋବର ୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ମହଲା ବିଶିଷ୍ଟ ହବିଷିଆଳି ଆଶ୍ରୟସ୍ଥଳର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୨ଏକର ୭୪୪ ଡେସିମିଲ ପରିମିତ ଜମିରେ ୧୫ହଜାର ବର୍ଗମିଟର ଅଞ୍ଚଳରେ ଚାଲିଥିବା ଏହି ହବିଷିଆଳି ଗୃହର ନିର୍ମାଣ କାର୍ଯ୍ୟକୁ ସୋମବାର ଜିଲାପାଳ ବୁଲି ଦେଖିଛନ୍ତି। ପାଚେରି ଏବଂ ଅଳ୍ପ କିଛି କାମ ବାକି ରହିଛି। ୧୦ତାରିଖ ସୁଦ୍ଧା ଏହା ଶେଷ ହୋଇଯିବ ବୋଲି ଜିଲାପାଳଙ୍କୁ ନିର୍ମାଣକାରୀ ସଂସ୍ଥା କର୍ତ୍ତୃପକ୍ଷ କହିଥିଲେ। ହବିଷିଆଳିମାନଙ୍କର ଯେପରି କୌଣସି ଅସୁବିଧା ହେବ ନାହିଁ ସେଥିଲାଗି ସମସ୍ତ ବ୍ୟବସ୍ଥା କରିବାକୁ ଜିଲାପାଳ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତବର୍ଷ ନୂଆକୋଠାରେ ପ୍ରାୟ ୧୬୦୦, ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପରେ ୬୦୦ ଏବଂ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସରେ ୧୨୦୦ବ୍ରତଧାରୀଙ୍କ ରହିବା ପାଇଁ ପ୍ରଶାସନ ବ୍ୟବସ୍ଥା କରୁଛି। ହବିଷିଆଳିଙ୍କ ରହଣି ଓ ପଞ୍ଜୀକରଣ ନେଇ ଆସନ୍ତା ୨୭ରେ ବୈଠକ ବସି ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି। ଜିଲାପାଳଙ୍କ ସହିତ ଉପଜିଲାପାଳ ଭବତାରଣ ସାହୁ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ବିଜୟ ଜେନା, ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ଦାଶ, ସହକାରୀ ଯନ୍ତ୍ରୀ ଘନଶ୍ୟାମ ପଣ୍ଡା ନିର୍ମାଣାଧୀନ ଆଶ୍ରୟସ୍ଥଳୀ ବୁଲି ଦେଖିଥିଲେ।
https://www.dharitri.com/preethiman-was-with-him-on-the-night-of-his-death/
ମୃତ୍ୟୁ ରାତିରେ ସାଙ୍ଗରେ ଥିଲେ ପ୍ରୀତିମାନ ସମ୍ବଲପୁର,୧୨।୩(ବ୍ୟୁରୋ): ସମ୍ବଲପୁର ଭିସୁଟ୍ର ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ଡାଏଟମ୍ ରିପୋର୍ଟ ସ୍ବାଭାବିକ ରହିଛି। ଏହି ରିପୋର୍ଟରେ ଚିନ୍ମୟୀଙ୍କ ପେଟରୁ ଯେଉଁ ପାଣି ବାହାରିଥିଲା ତାହା ବୁଡ଼ିଥିବା ସ୍ଥାନର ପାଣି ସହ ସମାନ ବୋଲି ଉଲ୍ଲେଖ ରହିଛି। ତେଣୁ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ନେଇ ପୋଲିସକୁ ଆଉ ଏକ ପ୍ରମାଣ ମିଳିଛି। ଭିସେରା ପରୀକ୍ଷା ରିପୋର୍ଟ ଆସିନାହିଁ। ଏହା ଆସିବା ପରେ ନିଶାଦ୍ରବ୍ୟ ସେବନ କିମ୍ବା ଅନ୍ୟ କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ଜଣାପଡ଼ିବ। ପୁରୁଷବନ୍ଧୁ ପ୍ରୀତିମାନ ଓ ଚିନ୍ମୟୀ ପୂର୍ବରୁ ଅନେକ ଥର ବିଭିନ୍ନ ସ୍ଥାନକୁ ସାଙ୍ଗହୋଇ ଯାଉଥିଲେ। ମୃତ୍ୟୁ ସମୟରେ ମଧ୍ୟ ପ୍ରୀତିମାନ ଚିନ୍ମୟୀଙ୍କ ସହିତ ଥିଲେ ବୋଲି ଶନିବାର ଏସ୍ପି ଅଫିସରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସମ୍ବଲପୁର ଏସ୍ପି ବାତୁଳା ଗଙ୍ଗାଧର କହିଛନ୍ତି। ହେଲେ କିଭଳି ସେ ବ୍ରିଜ୍ ଉପରୁ ପାଣିରେ ପଡ଼ିଲେ, ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା କି ଚିନ୍ମୟୀ ସ୍ବଇଚ୍ଛାରେ ଡେଇଁଥିଲେ ନା କେହି ତାଙ୍କୁ ଠେଲିଦେଇଥିଲେ ଏଭଳି ଅନେକ ପ୍ରଶ୍ନ ଖବରଦାତାମାନେ ପଚାରିଥିଲେ। ଏହାର ଉତ୍ତରରେ ଏସ୍ପି ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି କହିଥିଲେ। ସେ ଆହୁରି କହିଥିଲେ, ହତ୍ୟା ଅଭିଯୋଗ ପରେ ଚିନ୍ମୟୀ ଓ ପ୍ରୀତିମାନଙ୍କ ମୋବାଇଲ ହ୍ବାଟ୍ସଆପ୍, ଲାପ୍ଟପ୍, ବ୍ୟାଗ୍, ଡାଏରି, ଜିମେଲ୍ ମେସେଜ ଭଳି ତଥ୍ୟ ପ୍ରମାଣ ସଂଗ୍ରହ କରାଯାଇଛି। ସେଥିରେ ଉଭୟଙ୍କ ଝଗଡ଼ା କିମ୍ବା ଭୟଭୀତ କରିବା ଭଳି ସୂଚନା ନାହିଁ। ଉଭୟଙ୍କ ସାଙ୍ଗମାନଙ୍କୁ ପଚରାଉଚୁରା କରିବା ପରେ ଚିନ୍ମୟୀଙ୍କୁ ନେଇ ପ୍ରୀତିମାନ ସନ୍ତୋଷ ନ ଥିବା, ତାଙ୍କୁ ମାରିଦେବାକୁ ଯୋଜନା କରିବା ଭଳି କୌଣସି ତଥ୍ୟ ପ୍ରମାଣ ମିଳିନାହିଁ। ମୃତ୍ୟୁ ପୂର୍ବରୁ ଚିନ୍ମୟୀଙ୍କ ସହ କୌଣସି ଶାରୀରିକ ସମ୍ପର୍କ ରଖାଯାଇ ନ ଥିଲା ବୋଲି ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ହୋଇଛି ବୋଲି ଏସ୍ପି ଗଙ୍ଗାଧର କହିଥିଲେ। ସୂଚନାଯୋଗ୍ୟ, ଫେବୃୟାରୀ ୨୮ରେ ଭିସୁଟ୍ରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବରେ ଚିନ୍ମୟୀ ଯୋଗଦେଇ ସାର୍ଟିଫିକେଟ ଓ ମେଡାଲ ଗ୍ରହଣ କରିଥିଲେ। ପରେ ପୁରୁଷବନ୍ଧୁ ପ୍ରୀତିମାନଙ୍କ ସହ ଖାଇବା ଓ ବୁଲିବାକୁ ଯାଇଥିଲେ। ହେଲେ ରାତି ପ୍ରାୟ ସାଢେ ୯ଟା ସମୟରେ ବୁର୍ଲା ଥାନା ପିସି ବ୍ରିଜ୍ ପାୱାର ଚ୍ୟାନେଲରେ ପଡ଼ିଯାଇ ନିଖୋଜ ହୋଇଯାଇଥିବା ଖବର ପ୍ରଚାର ହୋଇଥିଲା। ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗ ପରଦିନ ପାଓ୍ବାର ଚ୍ୟାନେଲ ପାଣି ଭିତରୁ ଚିନ୍ମୟୀଙ୍କ ମୃତଦେହ ଜବତ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୋଲିସ ଏକ ହତ୍ୟା ମାମଲା (ନଂ.୯୬/୨୩) ରୁଜୁ କରିଥିଲା। ଘଟଣାରେ ରାଜ୍ୟ ଗୃହ ବିଭାଗ ଯୁଗ୍ମ ସଚିବ ପ୍ରଣବ ଦେଙ୍କ ପୁଅ ପୁରୁଷବନ୍ଧୁ ପ୍ରୀତିମାନ ଓ ସହଯୋଗୀ ମାନସ ଟୁଡୁଙ୍କୁ ପୋଲିସ ଅଟକ ରଖିଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଥିଲା। ପରେ ପ୍ରୀତିମାନ ଓ ମାନସଙ୍କ ଲାଏ ଡିଟେକ୍ସନ ପରୀକ୍ଷା କରାଯାଇଥିଲା। ଏଥିରେ ଉଭୟ ସତ କହିଥିଲେ ଅର୍ଥାତ୍ ପୋଲିସ ତଦନ୍ତକରି ଯାହା ପାଇଥିଲା ତାହା ସେମାନେ କହିଥିଲେ। ଅନ୍ୟପକ୍ଷେ ପୋଲିସ ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ଘଟିଥିବା ବାରମ୍ବାର କହୁଥିବାବେଳେ ପରିବାର ଲୋକେ ହତ୍ୟାକରି ଆତ୍ମହତ୍ୟାର ରୂପ ଦିଆଯାଉଛି ବୋଲି ଅଭିଯୋଗ କରିଆସୁଛନ୍ତି।
https://www.dharitri.com/ମେସର୍ସ-ରିଲାଏନ୍ସକୁ-୨-୧୫-କୋ/
ମେସର୍ସ ରିଲାଏନ୍ସକୁ ୨.୧୫ କୋଟି ଷ୍ଟାମ୍ପ ଡ୍ୟୁଟି ଛାଡ଼ିଲେ ସରକାର ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ରାଜ୍ୟ ସରକାର ମେସର୍ସ ରିଲାଏନ୍ସ (ଓଡିଶା ପଲି ଫାଇବର୍ସ ଲିମିଟେଡ) ଇଣ୍ଡଷ୍ଟ୍ରିଜ କମ୍ପାନୀକୁ ୨ କୋଟି ୧୫ ଲକ୍ଷ୬୪ ହଜାର ୬୪୮ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଛାଡ କରିଛନ୍ତି। ଶିଳ୍ପ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ମଙ୍ଗଳବାର ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ରୁଗ୍ଣ ଶିଳ୍ପ କମ୍ପାନୀ ଅଧିନିୟମ-୧୯୮୫ ଅନୁଯାୟୀ ଇପିକଲ ସଂସ୍ଥା ସହିତ ମିଶି ମେସର୍ସ ଷ୍ଟ୍ର ପ୍ରଡକ୍ସନ ଲିମିଟେଡ ଢେଙ୍କାନାଳ ଜିଲାରେ ଏକ ପଲିଷ୍ଟର ସିଲାଇ କାରଖାନା ମେସର୍ସ ଓଡ଼ିଶା ସିନ୍ଥେଟିକ ଲିମିଟେଡ କମ୍ପାନୀ ସ୍ଥାପିତ ହୋଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ସିନ୍ଥେଟିକ କମ୍ପାନୀ ଜେ.କେ କର୍ପୋରେଶନ ସହ ବିଲୟ ହୋଇଥିଲା। ଜେ.କେ, କର୍ପୋରେସନ ଲିମିଟେଡ ଓଡିଶା ପଲି ଫାଇବର୍ସ ଲିମିଟେଡ ନାମ ଏକ ସ୍ବତନ୍ତ୍ର କମ୍ପାନୀ ଗଠନ କରିଥିଲେ। ଉକ୍ତ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର କମ୍ପାନୀ ସମୂହ ମେସର୍ସ ସିଲଭା ପଲିଷ୍ଟର ଲିମିଟେଡ ନାମକ କମ୍ପାନୀ ସହ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ମେସର୍ସ ଓଡିଶା ପଲିଫାଇବର୍ସ ଲିମିଟେଡ୍ ୯୭ ଏକର ସରକାରୀ ଜମି ହସ୍ତାନ୍ତର ବାବଦ ୭୨ ଲକ୍ଷ ଟଙ୍କା, ୧୩୦ ଏକର ବେସରକାରୀ ଜମି ବାବଦ ୯୮ ଲକ୍ଷ ଟଙ୍କା ଏବଂ କୋଠାବାଡି ମୂଲ୍ୟ ବାବଦ ୬ କୋଟି ୫୦ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଛାଡ ପାଇଁ ଆବେଦନ କରିଥିଲେ। ରାଜ୍ୟସ୍ତରୀୟ ନୋଡାଲ କମିଟି ୧୯୯୯ ଅଗଷ୍ଟ ୬ ତାରିଖ ବୈଠକରେ ଉକ୍ତ ପ୍ରସ୍ତାବ ଶିଳ୍ପ ନୀତି-୧୯୯୬ରେ ଥିବା ବ୍ୟବସ୍ଥା ଅନୁଯାୟୀ ମନ୍ତ୍ରୀ ମଣ୍ଡଳ ବୈଠକରେ ଷ୍ଟାମ୍ପ ଡ୍ୟୁଟି ଛାଡ କରିବାକୁ ସୁପାରିସ କରାଯାଇଥିଲା। ଏଥିସହିତ ମେସର୍ସ ରିଲାଏନ୍ସ (ଓଡ଼ିଶା ପଲିଫାଇବର୍ସ ଲିମିଟେଡ) ଏହାକୁ ନେଇ ୨୦୦୬ରେ ରାଜ୍ୟ ସରକାରଙ୍କ ବିରୋଧରେ ହାଇକୋଟରେ ମାମଲା ଦାୟୀ କରିଥିଲା। ରାଜ୍ୟସ୍ତରୀୟ ନୋଡାଲ କମିଟିଙ୍କ ସୁପାରିସକୁ ବିଚାର କରିବାକୁ ହାଇକୋଟର୍’ ଶିଳ୍ପ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଛାଡ କରାଯାଇଛି। ରାଜ୍ୟ ସରକାର ଓଏସଜେଏସ ଏବଂ ଓଡିଶା ନ୍ୟାୟିକ ସେବା(ଓଜେଏସ) ନିୟମାବଳୀ-୨୦୦୭କୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଓଜେଏସ ରେ ଅଧିକ ସଂଖ୍ୟାରେ ପୂର୍ବତନ ସେନା କର୍ମଚାରୀ ତଥା ଷ୍ଟାଫସିଲେକ୍ସନ କମିଶନ (ଏସଏସସି)ରେ କାର୍ଯ୍ୟରତ ଅଧିକାରୀ ଏବଂ ଭିନ୍ନକ୍ଷମ ବର୍ଗର ପ୍ରାର୍ଥୀଙ୍କୁ ନିଯୁକ୍ତି ସୁଯୋଗ ଦିଆଯାଇ ପାରିବ। ଏହା ଫଳରେ ସିଭିଲ ଜଜ ପଦବୀ ପାଇଁ ହେଉଥିବା ପରୀକ୍ଷା ନିମନ୍ତେ ପୂର୍ବତନ ସେନା କର୍ମଚାରୀ ଏବଂ ଏସ୍ଏସ୍ସି କର୍ମଚାରୀଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମାକୁ ୫ବର୍ଷ କୋହଳ କରାଯାଇଛି। ଭିନ୍ନକ୍ଷମ, ଏସସି,ଏସଟି ଓ ଏସ୍ଇବିସି ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ଥିବା ସର୍ବୋଚ୍ଚ ବୟସ ସୀମା ଆଉ ଅଧିକ ୧୦ ବର୍ଷ କୋହଳ କରାଯିବ। ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁର ପ୍ରଦାନ କରିଛି।
https://www.dharitri.com/ଫନୀ-ପରେ-ଅମ୍ଫନ୍‌-ଦେଇଗଲା-ଦୁ/
ଫନୀ ପରେ ଅମ୍ଫନ୍‌ ଦେଇଗଲା ଦୁଃଖ ପୁରୀ ଅଫିସ,୨୩ା୫: ବାତ୍ୟା ଫନୀରେ ପୁରୀ ଜିଲାର ପାନଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିଲା। ପବନ ମାଡ଼ରେ ଧରାଶାୟୀ ହୋଇଥିଲା ହଜାର ହଜାର ପାନବରଜ। ଧାର, କରଜ କରି ବରଜ ତିଆରି କରିଥିବା ପାନଚାଷୀ ମୁଣ୍ଡରେ ହାତ ଦେଇଥିଲେ। କେମିତି ପୁଣି ବରଜକୁ ଠିଆ କରିବେ ସେହି ଚିନ୍ତାରେ ଥିଲେ। ପରେ ବହୁ କଷ୍ଟ ଓ ଋଣ କରି ପ୍ରାୟ ୪/୫ ମାସ ପରେ ନିଜ ଜୀବିକାର ମୁଖ୍ୟ ଉତ୍ସକୁ ଠିଆ କରାଇଥିଲେ। ଧୀରେ ଧୀରେ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଥିବାବେଳେ ଅଚାନକ ମାଡ଼ି ଆସିଥିଲା କରୋନା ରାକ୍ଷସ। ସବୁଆଡେ ଲକ୍ଡାଉନ। ଗଡ଼ିଲାନି ଗାଡ଼ି, ଖୋଲିଲାନି ଦୋକାନ ବଜାର। ସବୁ ବନ୍ଦ। ଏହାର ପ୍ରଭାବ ପାନଚାଷୀଙ୍କ ଉପରେ ପଡ଼ିଲା। ବରଜ ଭିତରେ ନଷ୍ଟ ହେଲା ପାନପତ୍ର। ସେମାନେ ପ୍ରାୟ ଦୁଇମାସ ହାତ ବାନ୍ଧି ବସିଥିବାବେଳେ ଗତ କିଛିଦିନ ହେବ ଲକ୍ଡାଉନ୍ ସାମାନ୍ୟ କୋହଳ ହୋଇଥିଲା। ଦୋକାନ ବଜାର ଖୋଲିଲା। ଗାଡ଼ିମୋଟର କିଛିମାତ୍ରାରେ ସ୍ବାଭାବିକ ହେଲା। ପାନଚାଷୀ ମନୋବଳ ଦୃଢ କରି ଛିଡ଼ା ହେବାକୁ ଚେଷ୍ଟା କଲେ। ମାତ୍ର ପୁଣି ଦଇବ ଦାଉ ସାଧିଲା। ମାଡ଼ିଆସିଲା ବାତ୍ୟା ଅମ୍ଫନ୍। ବର୍ଷା, ପବନ ମାଡ଼ରେ ପୁଣି ମାଟି କାମୁଡ଼ିଲା ହଜାର ହଜାର ଏକର ପାନବରଜ। ଋଣଭାର ସହି ବରଜ ସଜାଡ଼ିିଥିବା ପାନଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଫନୀ ପରେ ଅମ୍ଫନ୍ର ଦୁଃଖ ବଳିଗଲା ବୋଲି ସେମାନେ କହୁଛନ୍ତି। ପୁରୀ ଜିଲାର କାକଟପୁର, ଅସ୍ତରଙ୍ଗ, ନିମାପଡ଼ା, ଗୋପ, ପିପିଲି ଆଦି ବ୍ଲକରେ ହଜାର ହଜାର ପାନଚାଷୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ପରିବାର ସମ୍ପୂର୍ଣ୍ଣ ପାନଚାଷ ଉପରେ ହିଁ ନିର୍ଭରଶୀଳ। ପାନ ବିକିଲେ ପରିବାର ଚଳେ। ଜିଲାର ପିପିଲି, ନୟାହାଟ, ଓଥକା, କୁଣ୍ଢେଇ, ଅସ୍ତରଙ୍ଗ ଏବଂ କଟକ ଜିଲାର ନିଆଳିରେ ସାପ୍ତାହିକ ପାନ ହାଟ ରହିଛି। ଉପରୋକ୍ତ ହାଟଗୁଡ଼ିକ ଉପରେ ପିପିଲି, ବଳଙ୍ଗା, ସାତଶଙ୍ଖ, ନିମାପଡ଼ା, ବାମନାଳ, ଚାରିଛକ, ନୟାହାଟ, କାକଟପୁର, ଅସ୍ତରଙ୍ଗ, ବାଙ୍ଗୁରିଗାଁ, କୋଣାର୍କ ପ୍ରଭୃତି ଅଞ୍ଚଳର ପାନଚାଷୀ ନିର୍ଭର କରନ୍ତି। ଚାଷୀମାନେ ପାନ ବିକି ବରଜ ପାଇଁ ପଟ, ପାଖୁଡ଼ି, ରଶି, ଦଉଡ଼ି, ବାଉଁଶ, ପିଡ଼ିଆ, କୀଟନାଶକ, ଜୁଣ, ଟୋକେଇ, ବେତା ପ୍ରଭୃତି କିଣିବା ସହିତ ପରିବାର ପ୍ରତିପୋଷଣ ଲାଗି ଆବଶ୍ୟକ ଜିନିଷପତ୍ର ମଧ୍ୟ କିଣିଥାନ୍ତି। ଉକ୍ତ ପାନହାଟଗୁଡ଼ିକରୁ ପାନ ବ୍ୟବସାୟୀମାନେ ଚାଷୀଙ୍କଠାରୁ ପାନ କିଣି ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ, ବେଙ୍ଗାଲୁରୁ, ବିଶାଖାପାଟଣା, ବାଂଲାଦେଶ, ପ୍ରଭୃତି ସ୍ଥାନକୁ ପଠାଇଥାନ୍ତି। କିନ୍ତୁ ଗତବର୍ଷ ମେ ୩ ତାରିଖ ଫନୀ ବାତ୍ୟା ପରଠାରୁ ଆଉ ଅଣ୍ଟା ସଳଖି ପାରୁନାହାନ୍ତି ପାନଚାଷୀ। ଫନୀରେ ପାନବରଜ ଭାଙ୍ଗିବା ପରେ ଏହାକୁ ସଜାଡ଼ିବାକୁ ପ୍ରାୟ ୩/୪ ମାସ ଲାଗିଗଲା। ଏହାପରେ ଧୀରେ ଧୀରେ ପାନ ବ୍ୟବସାୟ ଜମି ଆସୁଥିବାବେଳେ କରୋନା ପାଇଁ ପ୍ରାୟ ଦୁଇମାସ ହାତ ବାନ୍ଧି ବସିଲେ ପାନଚାଷୀ। ଏହି ସମୟରେ ବରଜରେ ପାନ ନଷ୍ଟ ହେବାକୁ ଲାଗିଲା। କାହାର ପାନ ତୋଳା ନ ଯାଇ ପାଚି ପଚିଗଲା ତ ପୁଣି କେହି ପାନ ତୋଳି ଫିଙ୍ଗିବାକୁ ବାଧ୍ୟ ହେଲା। ତେବେ ଦୋକାନ ବଜାର ଖୋଲିବା ପରେ ଚାଷୀମାନେ ବେଶ୍ ଆଶାବାଦୀ ଥିଲେ। କିନ୍ତୁ ଅମ୍ଫନ୍ର ପ୍ରକୋପ ପୁଣି ସେମାନଙ୍କ ମୁହଁରୁ ହସ ଛଡ଼ାଇ ନେଲା। ବିଶେଷକରି କାକଟପୁର, ଅସ୍ତରଙ୍ଗ, ଗୋପ ଆଦି ବ୍ଲକର ହଜାର ହଜାର ଏକର ଜମିରେ ଠିଆ ହୋଇଥିବା ପାନବରଜ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। କାକଟପୁର ଅଞ୍ଚଳର ଚାଷୀ ପ୍ରତାପ ନାୟକ କହିଛନ୍ତି, ଗତବର୍ଷ ଫନୀ ପାନଚାଷକୁ ଉଜାଡ଼ି ଦେଇଥିଲା। ଏବେ ପୁଣି ଆମ ଦାନାରେ ଧୂଳି ଦେଲା କରୋନା ଓ ଅମ୍ଫନ୍। ଝଡ଼ବର୍ଷାରେ ଶହ ଶହ ପାନବରଜ ମାଟି କାମୁଡ଼ି ପଡ଼ିିଛି। ଲକ୍ଷ ଲକ୍ଷ ଟଙ୍କା ଧାର କରଜ କରି ବରଜ ସଜାଡ଼ିିଥିବା ଅନେକ ଚାଷୀ ଏବେ ମାନସିକ ଚାପରେ ରହିଛନ୍ତି। ସରକାର ତୁରନ୍ତ କ୍ଷୟକ୍ଷତି ଆକଳନ କରି ସହାୟତା ନ ଦେଲେ ପାନଚାଷ ସମ୍ପୂର୍ଣ୍ଣ ଉଜୁଡ଼ିଯିବ।
https://www.dharitri.com/ଥାଇ-ବକ୍ସିଂ-ଟୁର୍ନାମେଣ୍ଟ-ପ/
ଥାଇ ବକ୍ସିଂ ଟୁର୍ନାମେଣ୍ଟ: ପଦକ ନିଶ୍ଚିତ କଲେ ନିଖାତ୍‌, ଦୀପକ ନୂଆଦିଲ୍ଲୀ, ୨୪।୭ (ପି.ଟି.): ବ୍ୟାଙ୍କକ୍ରେ ଚାଲିଥିବା ଥାଇଲାଣ୍ଡ ଇଣ୍ଟରନ୍ୟାଶନାଲ ବକ୍ସିଂ ଟୁର୍ନାମେଣ୍ଟରେ ଭାରତୀୟ ବକ୍ସରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ପୂର୍ବତନ ଜୁନିୟର ବିଶ୍ୱ ଚାମ୍ପିୟନ ନିଖାତ୍ ଜରୀନ (୫୧ କିଗ୍ରା) ଓ ଏସୀୟ ରୌପ୍ୟ ପଦକ ବିଜେତା ଦୀପକ ସିଂ (୪୯ କିଗ୍ରା) ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ନିଶ୍ଚିତ କରିଛନ୍ତି। ମହିଳା ୫୧ କିଗ୍ରା କ୍ୱାର୍ଟର ଫାଇନାଲ ମୁକାବିଲାରେ ନିଖାତ୍ ୫-୦ରେ ପ୍ରତିପକ୍ଷ ଉଜ୍ବେକିସ୍ତାନ ବକ୍ସର ସିତୋରା ଶୋଗଡାରୋଭାଙ୍କୁ ପରାସ୍ତ କରିଥିଲେ। ସେହିଭଳି ପୁରୁଷ ବିଭାଗରେ ଦୀପକ ତାଙ୍କ ପ୍ରତିପକ୍ଷ ଥାଇଲଣ୍ଡ ବକ୍ସରଙ୍କୁ କିଛି ମିନିଟ୍ରେ ରକ୍ତାକ୍ତ କରି ଧରାଶାୟୀ କରିବା ସହ ସହଜ ବିଜୟ ଲାଭ କରିଥିଲେ। ଏହି ଦୁଇ ଭରତୀୟ ବକ୍ସରଙ୍କ ବ୍ୟତୀତ ଆଶିଷ (୬୯ କିଗ୍ରା), ମଞ୍ଜୁ ରାଣୀ (୪୮ କିଗ୍ରା), ବ୍ରିଜେଶ ଯାଦବ (୮୧ କିଗ୍ରା) ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକ ବିଜେତା ମହମ୍ମଦ ହସମୁଦ୍ଦିନ (୫୬ କିଗ୍ରା) ମଧ୍ୟ ପଦକ ରାଉଣ୍ଡରେ ପ୍ରବେଶ କରିଛନ୍ତି। କିନ୍ତୁ ଏସୀୟ ରୌପ୍ୟ ପଦକ ବିଜୟିନୀ ମନିଷା ମୋନୁ (୫୭ କିଗ୍ରା) ରୁଷିଆର ଲୁଇଡ୍ମିଲା ଭୋରୋଣ୍ଟୋସୋଭାଙ୍କ ନିକଟରୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।
https://www.dharitri.com/କଂଗ୍ରେସକୁ-ଝଟ୍‌କା-ଦଳ-ଛାଡି/
କଂଗ୍ରେସକୁ ଝଟ୍‌କା: ଦଳ ଛାଡି ପାରନ୍ତି ସଞ୍ଜୟ ନିରୁପମ ମୁମ୍ବାଇ,୩।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଟିକେଟକୁ ନେଇ କଂଗ୍ରେସ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ଟଣା ଓଟରା। ଏମିତିକି କଂଗ୍ରେସ ନେତା ସଞ୍ଜୟ ନିରୁପମ ଦଳ ଛାଡିବାକୁ ସଙ୍କେତ ଦେଇଛନ୍ତି। ଗୁରୁବାର ସେ ଏକ ଟୁଇଟ୍ କରି କହିଛନ୍ତି ଏବେ କଂଗ୍ରେସକୁ ତାଙ୍କର ଆବଶ୍ୟକତା ବୋଧହୁଏ ନାହିଁ। ତେଣୁ ତାଙ୍କୁ ଦଳ ଛାଡିବାକୁ ଆଉ ବେଶୀ ସମୟ ଲାଗି ନ ପାରେ। ସଞ୍ଜୟଙ୍କ ଏହି ଟୁଇଟ୍ ପରେ ରାଜନୀତି ହୋଇଛି ସରଗରମ। ଅନୁମାନ କରାଯାଉଛି କି ଏବେ ସଞ୍ଜୟ କଂଗ୍ରେସ ଉପରେ ଅସନ୍ତୁଷ୍ଟ ହୋଇ ପଡିଛନ୍ତି। ହେଲେ ସେ ଏବେ କେଉଁ ଦଳକୁ ଲମ୍ଫ ମାରିବେ ତାଙ୍କୁ ନେଇ ଚାଲିଛି ଆଲୋଚନା।
https://www.dharitri.com/sister-claims-navjot-sidhu-threw-our-mother-out-after-fathers-death/
ଟଙ୍କା ପାଇଁ ମା’ଙ୍କୁ ଘରୁ ତଡ଼ି ଦେଇଥିଲେ ସିଦ୍ଧୁ, ଷ୍ଟେଶନରେ ଯାଇଥିଲା ଜୀବନ: ଭଉଣୀ ଚଣ୍ଡିଗଡ଼,୨୮।୧: କ୍ରିକେଟରୁ ରାଜନେତା ପାଲଟିଥିବା ତଥା ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। ତାଙ୍କ ବଡ଼ ଭଉଣୀ ସୁମନ ତୁର ଶୁକ୍ରବାର ଖବରଦାତା ସମ୍ମିଳନୀ କରି ସିଦ୍ଧୁଙ୍କୁ ନେଇ ବିଷ ଓଗାଳିଛନ୍ତି। ସିଦ୍ଧୁ ଜଣେ ନିର୍ଦ୍ଦୟ ବ୍ୟକ୍ତି। ସେ ଟଙ୍କା ପାଇଁ ତାଙ୍କ ମା’ଙ୍କୁ ଘରୁ ତଡ଼ି ଦେଇଥିବା ସୁମନ ଅଭିଯୋଗ କରିଛନ୍ତି। ଆମେରିକାରେ ରହୁଥିବା ସୁମନ ନିକଟରେ ଚଣ୍ଡିଗଡ଼ ଆସିଛନ୍ତି। ସେ ସିଦ୍ଧୁଙ୍କ ସହ ଯୋଗାଯୋଗ କରିବାରେ ବିଫଳ ହେବା ପରେ ମା’ଙ୍କୁ ନ୍ୟାୟ ଦେବା ଲାଗି ଖବରଦାତା ସମ୍ମିଳନୀ କରିଥିଲେ। ଏଥିରେ ଭାବବିହ୍ବଳ ହୋଇ ସେ କହିଛନ୍ତି, ୧୯୮୬ରେ ସିଦ୍ଧୁ ତାଙ୍କୁ ଏବଂ ବୁଢ଼ି ମା’ଙ୍କୁ ଘରୁ ତଡ଼ି ଦେଇଥିଲେ। ବାପାଙ୍କ ମୃତ୍ୟୁ ପରେ ଏପରି ହୋଇଥିଲା। ପରେ ୧୯୮୯ରେ ରେଳ ଷ୍ଟେଶନରେ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଥିଲା। ସେମାନେ ବହୁତ କଠିନ ସମୟ ଦେଇ ଗତି କରିଛନ୍ତି। ମା’ ୪ ମାସ କାଳ ହସ୍ପିଟାଲରେ ଥିଲେ। ଯାହା ପି ସେ ଦାବି କରୁଛନ୍ତି ତାର ପ୍ରମାଣ ତାଙ୍କ ପାଖରେ ରହିଥିବା ସୁମନ କହିଛନ୍ତି। ଏହାଛଡ଼ା ସୁମନ ସିଦ୍ଧୁଙ୍କ ଅନ୍ୟ ଏକ ଦାବିକୁ ମିଥ୍ୟା ବୋଲି ଅବିହିତ କରିଛନ୍ତି। ୧୯୮୭ରେ ସିଦ୍ଧୁ ମା’-ବାପା ଅଲଗା ହୋଇ ଯାଇଥିବା ନେଇ କହିଥିଲେ। ହେଲେ ଏହା ସମ୍ପୂର୍ଣ୍ଣ ମିଛ ଥିଲା। ମା’ବାପାଙ୍କ ବିଷୟରେ ସିଦ୍ଧୁ ଯାହାବି ଦାବି କରିଛନ୍ତି ତାହା ମିଛ। ମା’ବାପା ଆଇନଗତ ଉପାୟରେ ଅଲଗା ହୋଇଯାଇଥିବା ନେଇ ସିଦ୍ଧୁ କରିଥିବା ଦାବି ବିରୋଧରେ ମା’ କୋର୍ଟଙ୍କ ଦାରସ୍ଥ ହୋଇଥିଲେ। ସେଠାରେ ପଚରାଯିବାରେ ସିଦ୍ଧୁ ତାହା କହି ନ ଥିବା ସଫେଇ ଦେଇଥିଲେ। ସିଦ୍ଧୁ ଜଣେ ନିଷ୍ଠୁର ବ୍ୟକ୍ତି। ଜାନୁୟାରୀ ୨୦ରେ ତାଙ୍କୁ ଦେଖା କରିବାକୁ ଚାହିଁଥିଲି। ହେଲେ ସେ ତାଙ୍କୁ ଦେଖା କରିବାକୁ ମନା କରିଦେଇଥିଲେ। ସେ ଫୋନ୍ ନମ୍ବରକୁ ବ୍ଲକ କରିଛନ୍ତି। ତାଙ୍କ ସହ ଯୋଗାଯୋଗ କରିବାକୁ ଏଭଳି ସାମ୍ବାଦିକ ସମ୍ମିଳନୀ କରିଥିବା ସୁମନ କହିଛନ୍ତି। ତେବେ ଏହି ଅଭିଯୋଗକୁ ନେଇ ସିଦ୍ଧୁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
https://www.dharitri.com/lok-sabha-election-survey-2023-who-successor-of-pm-narendra-modi/
ଭାଜପାରେ କିଏ ହେବେ ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀ: ସର୍ଭେ ନୂଆଦିଲ୍ଲୀ,୨୭ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ସାରା ବିଶ୍ୱରେ ବେଶ ପରିଚିତ । କେବଳ ଦେଶ କାହିଁକି ବିଦେଶରେ ବି ମୋଦିଙ୍କ ଲୋକପ୍ରିୟତା ଖୁବ୍ ରହିଛି । ଏବେ ତ ପ୍ରଧାନମନ୍ତ୍ରୀ ମୋଦି ଅବସର ନେବାର କୌଣସି ସୂଚନା ଜଣାପଡୁନାହିଁ । ହେଲେ ଏକ ସର୍ଭେରେ ଜାଣିବାକୁ ଚେଷ୍ଟା କରାଯାଇଛି କି ଯଦି ମୋଦିଙ୍କ ଉତ୍ତରାଧିକାରୀ ବଛାଯାଏ ତେବେ କେଉଁ ନେତା ସବୁଠାରୁ ଅଧିକ ଉପଯୁକ୍ତ ହେବେ । ଇଣ୍ଡିଆ ଟୁଡେ ଓ ସି ଭୋଟର ଦେଶର ଜନତାଙ୍କ ମୁଡ ଜାଣିବାକୁ ଚେଷ୍ଟା କରିଛି । ଏହି ସର୍ଭେରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତରାଧିକାରୀଙ୍କୁ ନେଇ ବି ଜନତାଙ୍କ ମୁଡ ଜଣାପଡିଛି । ଏବେବି ଅନେକ ଲୋକ ମୋଦିଙ୍କୁ ନମ୍ବର ୱାନରେ ରଖିଛନ୍ତି । ଏମିତି ୫୨.୫ ପ୍ରତିଶତ ଲୋକ ଅଛନ୍ତି, ଯେଉଁମାନେ ୨୦୨୪ରେ ବି ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ତେବେ ମୋଦିଙ୍କ ଉତ୍ତରାଧିକାରୀ ଭାବେ ଯେଉଁ ନେତାମାନେ ଆଗରେ ରହିଛନ୍ତି ସେମାନଙ୍କ ମଧ୍ୟରେ ଏକ ନମ୍ବରରେ ରହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ଆଉ ତାଙ୍କୁ ଟକ୍କର ଦେଉଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୋଦିଙ୍କ ଉତ୍ତରାଧିକାରୀ ଭାବେ ୨୬ ପ୍ରତିଶତ ଲୋକେ ଶାହାଙ୍କୁ ସମର୍ଥନ ଦେଇଛନ୍ତି । ସେହିପରି ୨୫ ପ୍ରତିଶତ ଲୋକେ ଯୋଗୀ ଆଦିତ୍ୟନାଥଙ୍କୁ ମୋଦିଙ୍କ ଉତ୍ତରାଧିକାରୀ ଭାବେ ପସନ୍ଦ କରିଛନ୍ତି । ନୀତୀନ ଗଡକରି ବି ଏହି ରେସରେ ରହିଛନ୍ତି । ଦେଶର ୧୬ ପ୍ରତିଶତ ଲୋକେ ନୀତୀନ ଗଡକରିଙ୍କୁ ମୋଦିଙ୍କ ଉତ୍ତରାଧିକାରୀ ଭାବେ ଦେଖିବାକୁ ଚାହୁଁଥିବା ବେଳେ ୬ ପ୍ରତିଶତ ଲୋକେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ମୋଦିଙ୍କ ଉତ୍ତରାଧିକାରୀ ଭାବେ ଦେଖିବାକୁ ଚାହୁଁଛନ୍ତି ।
https://www.dharitri.com/launch-of-india-qr-code/
ଭାରତ କ୍ୟୁଆର୍‌ କୋଡ୍‌ର ଶୁଭାରମ୍ଭ ଭୁବନେଶ୍ୱର, ୨୨ା୭ (ଅଭୟ ଦାଶ): ବନ୍ଧନ ବ୍ୟାଙ୍କର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂଆ ପେମେଣ୍ଟ ସମାଧାନ ‘ଭାରତ କ୍ୟୁଆର୍ କୋଡ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତ କ୍ୟୁଆର୍ କୋଡ୍ ଜରିଆରେ ଏହି ନୂଆ ପେମେଣ୍ଟ ସମାଧାନ ଆରମ୍ଭ ହୋଇଯାଇଛି। ଏ ସମ୍ପର୍କରେ ବନ୍ଧନ ବ୍ୟାଙ୍କର ଇଡି ତଥା ସିବିଓ ରାଜିନ୍ଦର ବବର୍ କହିଛନ୍ତି, ଆମର ମୂଲ୍ୟବାନ ଗ୍ରାହକଙ୍କ ବର୍ଦ୍ଧିତ ଆବଶ୍ୟକତା ଅନୁଯାୟୀ ସୁବିଧା ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ। ଏପରିକି ଭାରତ କ୍ୟୁଆର୍ କୋଡ୍ (ବିକ୍ୟୁଆର୍) ର ଶୁଭାରମ୍ଭ ସହିତ ଆମେ ଏକ ଦୃଢ଼ ପେମେଣ୍ଟ ସମାଧାନ ପ୍ରଦାନ କରିବାକୁ ଚାହୁଛୁ, ଯାହା ଗ୍ରାହକମାନଙ୍କୁ ସୁବିଧାଜନକ ପେମେଣ୍ଟ ମାଧ୍ୟମ ପ୍ରଦାନ କରିବାରେ ମର୍ଚାଣ୍ଟମାନଙ୍କୁ ସଶକ୍ତ କରିବ। ଉନ୍ନତ ପ୍ରଯୁକ୍ତି ଓ ଗ୍ରାହକକୈନ୍ଦ୍ରିକ ସମାଧାନ ସହିତ ନିରନ୍ତର ନିବେଶ ଜରିଆରେ ଆମେ ଗ୍ରାହକମାନଙ୍କ ଲାଗି ଏକ ନିରବଚ୍ଛିନ୍ନ, ଦୃଢ଼ ଏବଂ ଉନ୍ନତ ବ୍ୟାଙ୍କିଙ୍ଗ ଅନୁଭୂତି ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ପ୍ରଦାନ କରିବାକୁ ଚାହୁଛୁ। ସେହିଭଳି ବ୍ୟାଙ୍କର ଚଳନ୍ତି ଓ ସଞ୍ଚୟ ଖାତାଧାରୀ ଗ୍ରାହକମାନଙ୍କ ପାଇଁ ଏହା ବେଶ୍ ସୁବିଧାଜନକ ଥିଲାବେଳେ ଯେକୌଣସି ମର୍ଚାଣ୍ଟ ଆଉଟ୍ଲେଟ୍ରେ ପେମେଣ୍ଟ କରିବାର ଏହି ସୁବିଧା ଉପଲବ୍ଧ। ଏପରିକି ଏହି ବର୍ଗର ସ୍ବାବଲମ୍ବୀ ଗ୍ରାହକମାନଙ୍କ ଲାଗି ସହଜ ହେବ। ପ୍ରତି ପେମେଣ୍ଟ ପରେ ଏକ ଛୋଟ ସ୍ପିକର୍ ଜରିଆରେ ପେମେଣ୍ଟ ହୋଇଥିବାର ସୂଚନା ପ୍ରାପ୍ତହେବ। ସେହିପରି ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡକୁ ସ୍ବାଇପ୍ ନ କରି ଗ୍ରାହକମାନେ ଯେକୌଣସି ବ୍ୟାଙ୍କିଙ୍ଗ ଆପ୍ କିମ୍ବା ୟୁପିଆଇ ଆପ୍ ଜରିଆରେ ପେମେଣ୍ଟ କରିପାରିବେ। ପେମେଣ୍ଟ୍ କରିବା ଲାଗି ଭାରତ କ୍ୟୁଆର୍ ହେଉଛି, ଏକ ଅତ୍ୟଧିକ ସୁରକ୍ଷିତ ଓ ଦ୍ରୁତ ଆପ୍। ଛୋଟ ହୁଅନ୍ତୁ କିମ୍ବା ବଡ଼ ରିଟେଲର୍ ଫର୍ମାଟ୍ର ଷ୍ଟୋର୍, ମର୍ଚାଣ୍ଟମାନେ ଏହି ସମାଧାନ ଦ୍ୱାରା ଉପକୃତ ହେବେ। ଡିଜିଟାଲ୍ ନବସୃଜନ ଆଗକୁ ବଢ଼ୁଥିବା ବେଳେ ଅତ୍ୟାଧୁନିକ ପ୍ରଯୁକ୍ତି ଓ ନିରବଚ୍ଛିନ୍ନ ଡିଜିଟାଲ୍ ଅଭିଜ୍ଞତା ଜରିଆରେ ବ୍ୟାଙ୍କିଙ୍ଗର ଭବିଷ୍ୟତ ବଦଳାଇବାରେ ବ୍ୟାଙ୍କ ଅଗ୍ରଣୀ ରହିଛି।
https://www.dharitri.com/free-and-expensive/
ମାଗଣା ଓ ମହରଗ ଡ.ପ୍ରଫୁଲ୍ଲ କୁମାର ସାହୁ ଏବେ ଭୟଙ୍କର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି ଶ୍ରୀଲଙ୍କା। ଖାଦ୍ୟପଦାର୍ଥ, ତୈଳ, ରନ୍ଧନ ଗ୍ୟାସ୍, ଔଷଧ ଓ ଦୁଗ୍ଧ ଇତ୍ୟାଦି ଅତ୍ୟାବଶ୍ୟକ ଜିନିଷର ଘୋର ଅଭାବ। ଦର ଆକାଶଛୁଆଁ । ଶ୍ରୀଲଙ୍କା ମୁଦ୍ରା ରୁପିରେ ଚାଉଳ କିଲୋ ୨ଶହ ଓ ରୋଷେଇ ଗ୍ୟାସ୍ ୪ ହଜାର ଉପରେ। ଶହେ ଟଙ୍କା ଦେବାକୁ ପଡୁଛି କପେ ଚା’ ପିଇବା ପାଇଁ। ଅତି ଦୟନୀୟ ଅବସ୍ଥା। କୁହାଯାଉଛି ଦୀର୍ଘଦିନ ପର୍ଯ୍ୟନ୍ତ କ୍ଷମତାରେ ରହିବା ଲକ୍ଷ୍ୟରେ ସେଠାକାର ସରକାର ବହୁ ସଂଖ୍ୟାରେ ମାଗଣା ବାଣ୍ଟିବା ଯୋଜନା ଚଳାଇ ରଖିବା ଫଳରେ ଏଭଳି ଆର୍ଥିକ ସଙ୍କଟ ଭିତରକୁ ଠେଲି ହୋଇଗଲା ଦେଶ। ଶ୍ରୀଲଙ୍କାରେ ଏହି ଆର୍ଥିକ ପରିସ୍ଥିତିକୁ ନେଇ ଆମ ଦେଶରେ ଏବେ ଜୋର୍ ଧରିଛି ଚର୍ଚ୍ଚା। ଏଠାରେ ହୁ ହୁ ହୋଇ ବଢୁଥିବା ଦରଦାମ୍କୁ ଦେଖି ଭାରତରେ ଶ୍ରୀଲଙ୍କା ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା ବ୍ୟକ୍ତ କଲେଣି ଅନେକ ଲୋକ। କେବଳ ସାଧାରଣ ଲୋକ ନୁହନ୍ତି, ମାଗଣା ବଣ୍ଟନ ବ୍ୟବସ୍ଥାକୁ ନେଇ ଉଦ୍ବେଗ ପ୍ରକାଶ କଲେଣି ଅନେକ ବରିଷ୍ଠ ପ୍ରଶାସନିକ ଅଧିକାରୀ। ସେମାନଙ୍କ ଆଶଙ୍କା ଅନୁଯାୟୀ ବିଭିନ୍ନ ରାଜ୍ୟରେ ଚାଲିଥିବା ମାଗଣା ବଣ୍ଟନ ବ୍ୟବସ୍ଥା ଯୋଗୁ ସମ୍ପୃକ୍ତ ରାଜ୍ୟ ଋଣଯନ୍ତାରେ ପଡ଼ିବା ସଙ୍ଗେ ସଙ୍ଗେ ସଙ୍କଟ ଭିତରକୁ ଟାଣି ହୋଇଯିବ ଜାତୀୟ ଅର୍ଥନୀତି। ସେମାନଙ୍କ ଆଶଙ୍କା ସତ ହୋଇପାରେ, ମାତ୍ର ସେମାନେ କହିବାକୁ ଭୁଲି ଯାଇଛନ୍ତି କେବଳ ରାଜ୍ୟଗୁଡ଼ିକ ନୁହନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ବଣ୍ଟା ଯାଉଛି ମାଗଣା ରାଶନ, ଗ୍ୟାସ୍ ସଂଯୋଗ, ପକ୍କା ଘର, ବିଦ୍ୟୁତ୍, ଶୌଚାଳୟ ଓ ସ୍ବାସ୍ଥ୍ୟବୀମା ଆଦି ଯୋଜନା। ସାଧାରଣତଃ ଦାରିଦ୍ର୍ୟ ଦୂରୀକରଣ ଲକ୍ଷ୍ୟରେ କାର୍ଯ୍ୟକାରୀ ହୁଏ କଲ୍ୟାଣକାରୀ ଯୋଜନା। ଗୋଟିଏ ଦଶନ୍ଧି ପୂର୍ବରୁ ପ୍ରତିଦିନ ଖବରକାଗଜରେ ପୃଷ୍ଠା ମଣ୍ଡନ କରୁଥିଲା ଅନାହାର ମୃତ୍ୟୁ। ତା’ର ପ୍ରତିକାର ପାଇଁ ୨୦୧୩ରେ ପ୍ରଣୟନ ହେଲା ଖାଦ୍ୟ ସୁରକ୍ଷା ଆଇନ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ମାଗଣାରେ କିମ୍ବା ରିହାତି ଦରରେ ମିଳିଲା ଚାଉଳ ଓ ଗହମ ଇତ୍ୟାଦି ଖାଦ୍ୟଶସ୍ୟ। ଏହାଦ୍ୱାରା ଦେଶର ମଥାରୁ ଅନାହାର ମୃତ୍ୟୁଜନିତ କଳଙ୍କ ଲିଭିଲା ସତ କିନ୍ତୁ ହଟିଲାନି ଦାରିଦ୍ର୍ୟ। କେବଳ ଖାଦ୍ୟ ସୁରକ୍ଷା ଆଇନ ନୁହେଁ, ସ୍ବାଧୀନତା ପରଠାରୁ ଗରିବ ହଟେଇବା ପାଇଁ ଦେଶରେ କାର୍ଯ୍ୟକାରୀ ହୋଇଛି ଯୋଜନା ପରେ ଯୋଜନା। ମାତ୍ର ଏତେସବୁ ଯୋଜନା ସତ୍ତ୍ୱେ ଗରିବ ଓ ଗରିବୀ ବାଟ ଚାଲିଛନ୍ତି ହାତ ଧରାଧରି ହୋଇ। ମନରେ ପ୍ରଶ୍ନ ଉଠେ କ’ଣ ପାଇଁ ହଟୁନି ଦାରିଦ୍ର୍ୟ? କାହିଁକି ଲମ୍ବି ଲମ୍ବି ଯାଉଛି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ତାଲିକା? ବିଶେଷଜ୍ଞଙ୍କ ମତରେ ଏହାର ମୂଳ କାରଣ ହେଉଛି କଲ୍ୟାଣକାରୀ ଯୋଜନାର ନକାରାମତ୍କ ପ୍ରଭାବ। ଅନ୍ୟଭାବରେ କହିଲେ କଲ୍ୟାଣକାରୀ ଯୋଜନାର ଆଭିମୁଖ୍ୟ ଅର୍ଥନୀତିକୁ ଛାଡ଼ି ରାଜନୀତିକୁ ଜାବୁଡ଼ି ଧରିବା ଫଳରେ ବାଟବଣା ହେଉଛି ଯୋଜନା। ଏକଥା ସତ୍ୟ ଯେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଦେବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ବିଶେଷ କରି ଭିନ୍ନକ୍ଷମ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ଆଦି ନିର୍ଦ୍ଦିଷ୍ଟ ବର୍ଗ ପାଇଁ ଉଦ୍ଦିଷ୍ଟ ଯୋଜନାଗୁଡ଼ିକୁ ଚଳେଇ ରଖିବା ସରକାରଙ୍କର ପ୍ରାଥମିକ ଦାୟିତ୍ୱ। ସାଧାରଣତଃ ଏସବୁ ଯୋଜନା ସମ୍ପର୍କରେ ସରକାର ସଂସଦ ବା ବିଧାନସଭାରେ ଘୋଷଣା କରନ୍ତି ଏବଂ ଏହା କାର୍ଯ୍ୟାନ୍ବିତ ହୁଏ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ। ମାତ୍ର ରାଜନୀତିକୁ ଜାବୁଡ଼ି ଧରିଥିବା ଯୋଜନାଗୁଡ଼ିକ ସଂସଦ କିମ୍ବା ବିଧାନ ସଭାରେ ନୁହେଁ, ନିର୍ଦ୍ଦିଷ୍ଟ ଦଳର ମୁଖ୍ୟଙ୍କ ଦ୍ୱାରା ଘୋଷଣା ହୋଇଥାଏ ନିର୍ବାଚନ ସଭାରେ। ଏସବୁ ଯୋଜନାର ଭଲମନ୍ଦ ଦିଗ ଉପରେ ବିତର୍କ ହୁଏନି କି ଏଥିପାଇଁ ନ ଥାଏ ଅର୍ଥ ବିଭାଗର ମଞ୍ଜୁରୀ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ବାଣ୍ଟିବା ରାଜନୀତି ନୁହେଁ, ଏହା ଅର୍ଥନୀତିର କଥା। ଏହି ତୁଷ୍ଟୀକରଣ ରାଜନୀତି ଯୋଗୁ ହିତାଧିକାରୀ ଚୟନରେ ଚଞ୍ଚକତା ହେଉଛି ଏବଂ ଲମ୍ବିଯାଉଛି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ତାଲିକା। ଏହାଦ୍ୱାରା ଅକ୍ଷମ ଲୋକ ତ ସକ୍ଷମ ହୋଇପାରୁନି, ବରଂ ସକ୍ଷମ ଲୋକଟା ଅକ୍ଷମର ଅଭିନୟ କରୁଛି ମାଗଣା ମୋହରେ ପଡ଼ି । କହିଲେ ଦେଖି, କର୍ମକୁଶଳୀ ମଣିଷଟା ଯଦି ଶ୍ରମକାତର ହୋଇଯାଏ ତେବେ କେମିତି ହଟିବ ଦାରିଦ୍ର୍ୟ? ସରକାର ଜାଣନ୍ତି, ଯେତେ ଯାହା ମାଗଣା ବାଣ୍ଟିଲେ ବି କେବେ ହଟିବନି ଦାରିଦ୍ର୍ୟ। ଏଥିପାଇଁ ଆବଶ୍ୟକ ଉତ୍ତମ ରୋଜଗାର ସମ୍ବଳିତ ସୁରକ୍ଷିତ କର୍ମନିଯୁକ୍ତି। ମାତ୍ର ନିଯୁକ୍ତିକୁ ଅଣଦେଖା କରି ସରକାର ତିଆରି କରୁଛନ୍ତି ମାଗଣା ବଣ୍ଟନ ବ୍ୟବସ୍ଥା। ଅର୍ଥାତ୍ ସରକାର ପରୋକ୍ଷରେ ଚାହୁଁଛନ୍ତି ଲୋକେ ପରାଙ୍ଗପୁଷ୍ଟ ହୋଇ ରହନ୍ତୁ ଏବଂ ସବୁଦିନ ପାଇଁ ନିର୍ଭର କରନ୍ତୁ ସରକାରୀ ସହାୟତା ଉପରେ। ଏହାଦ୍ୱାରା ଜୈବିକ ଦାରିଦ୍ର୍ୟ କମୁଛି ସତ, ମାତ୍ର ମାନସିକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯାଉଛି ହିତାଧିକାରୀ। ସେ ବୁଝିପାରୁନି ଏସବୁ ମାଗଣା ବଣ୍ଟନ ବ୍ୟବସ୍ଥାର ଭିତିରି କଥା। ସେ ଦାବି ନ କଲେ ମଧ୍ୟ କାହିଁକି ତାଙ୍କ ଉପରେ ଅଜାଡ଼ି ଦିଆଯାଉଛି ଏତେ ସବୁ ମାଗଣା ଜିନିଷ। ଏହି ମାଗଣା ବଣ୍ଟନର ଶ୍ରେୟ ନେବା ପାଇଁ ପୁଣି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବାରମ୍ବାର ଝଗଡ଼ା ଲାଗୁଛି କାହିଁକି? କେନ୍ଦ୍ର କହୁଛି ଇଏ ମୋ ପଇସା ଏବଂ ରାଜ୍ୟ କହୁଛି ମୋର। ମାତ୍ର ତାହା କେନ୍ଦ୍ରର ନୁହେଁ କି ରାଜ୍ୟର ନୁହେଁ ଲୋକଙ୍କ ଟିକସ୍ ପଇସା। ସରକାର କେବଳ ସେ ପଇସାର ଉତ୍ତରଦାୟୀ। ଲୋକଙ୍କ ପଇସାକୁ ମାଗଣା ବଣ୍ଟନ ବ୍ୟବସ୍ଥାକୁ ନେଇ ଗଣମାଧ୍ୟମରେ ପ୍ରକାଶିତ ଏକ ରୋଚକ କଥାଟିଏ- ଥରେ ମେଣ୍ଢାମାନଙ୍କର ରାଜା ଘୋଷଣା କଲେ ଯେ, ଏଥର ଶୀତଦିନେ ଘୋଡ଼ି ହୋଇ ଶୋଇବା ପାଇଁ ପ୍ରତ୍ୟେକ ମେଣ୍ଢାଙ୍କୁ ରାଜାଙ୍କ ତରଫରୁ ମିଳିବ ଦୁଇଟି କରି କମ୍ବଳ। ଏକଥା ଶୁଣିବା ମାତ୍ରେ ମେଣ୍ଢାମାନଙ୍କର ଖୁସି କହିଲେ ନ ସରେ। ସେମାନେ ଏକାଠି ହୋଇ ରାଜାଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଜଣାଇବା ସହିତ ଆରମ୍ଭ କରିଦେଲେ ନୃତ୍ୟଗୀତ। ଗୋଟିଏ ମେଣ୍ଢା କିନ୍ତୁ ଅନ୍ୟମାନଙ୍କ ଖୁସିର କାରଣ ବୁଝି ନ ପାରି ଚିନ୍ତାମଗ୍ନ ହୋଇ ଠିଆ ହୋଇଥିଲା ସାମାନ୍ୟ ଦୂରରେ। ଅନ୍ୟମାନେ ତା’ର ଉଦାସୀନତାର କାରଣ ସମ୍ପର୍କରେ ପ୍ରଶ୍ନ କଲାରୁ କହିଲା, ତମେମାନେ ରାଜାଙ୍କ ଘୋଷଣା ଶୁଣି ଖୁସି ହେଉଛ ସତ, ହେଲେ ତମେ କେହି କେବେ ଭାବିନାହଁ ତା’ର ପରିଣାମ ସମ୍ପର୍କରେ। ଏହା ରାଜାଙ୍କର ବଦାନ୍ୟତା ଭାବି ତାକୁ ଧନ୍ୟବାଦ ଦେବା ପୂର୍ବରୁ ଥରୁଟିଏ ଭାବିଲ ଦେଖି ଏତେ କମ୍ବଳ ପାଇଁ ରାଜା ପଶମ ପାଇବେ କେଉଁଠୁ ? ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ, ପଡ଼ିଆବେଡ଼ା, ମୟୂରଭଞ୍ଜ
https://www.dharitri.com/india-can-win-gold-in-hockey-olympics/
‘ଅଲିମ୍ପିକ୍ସ ହକିରେ ଭାରତ ସ୍ବର୍ଣ୍ଣ ଜିତିପାରିବ’ ନୂଆଦିଲ୍ଲୀ, ୯ା୧୦ (ପି.ଟି.): ଭାରତୀୟ ପୁରୁଷ ହକି ଦଳର ଦୃଢ଼ ମନୋବଳ ଓ ପ୍ରତିଭା ରହିଛି। ତେଣୁ ଆଗାମୀ ଅଲିମ୍ପିକ୍ସ ହକିରେ ଦଳ ସ୍ବର୍ଣ୍ଣ ଜିତିପାରିବା ନେଇ ତାଙ୍କର ବିଶ୍ୱାସ ରହିଛି ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ହାଙ୍ଗ୍ଝୋ ଏସିଆନ ଗେମ୍ସରେ ଭାରତ ସ୍ବର୍ଣ୍ଣ ପଦକ ଜିତିବା ପରେ ଏକ ସାକ୍ଷାତ୍କାର ଅବସରରେ ନବୀନ ଏକଥା କହିଛନ୍ତି। ସେ କହିଛନ୍ତି, ହକି ହେଉଛି ଆମର ଡିଏନ୍ଏ। ଇତିମଧ୍ୟରେ ଅନ୍ୟ କେତେକ ଖେଳ ଦୃଷ୍ଟି ଆକର୍ଷଣ କରିପାରିଛି, ହେଲେ ବର୍ତ୍ତମାନ ହକିର ପ୍ରଶଂସା କରିବା ସମୟ ଆସି ଉପନୀତ ହୋଇଛି। ଓଡ଼ିଶା ସରକାର ଭାରତର ଉଭୟ ପୁରୁଷ ଓ ମହିଳା ହକିର ପ୍ରାୟୋଜକ ଅଛନ୍ତି। ପୁରୁଷ ହକି ଦଳ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ଜିତିବା ସହ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିପାରିଛି। ନବୀନ ପଟ୍ଟନାୟକଙ୍କର ହକି ଖେଳ ପ୍ରତି କାହିଁକି ଏତେ ଆବେଗ ରହିଛି ତାହା କାହାରିକୁ ଆଉ ଅଛପା ନାହିଁ। ସେ ଡୁନ୍ ସ୍କୁଲରେ ପାଠପଢୁଥିବା ବେଳେ ହକି ଖେଳୁଥିଲେ। ଭାରତୀୟ ଦଳ ଯେତେବେଳେ ଓଡ଼ିଶାରେ ଖେଳିଥାଏ ଗ୍ୟାଲେରିରେ ଏବଂ ବିଦେଶରେ ଖେଳୁଥିବା ବେଳେ ଟିଭି ସାମ୍ନାରେ ବସି ଦଳକୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥାଏ। ୨୦୧୮ରେ ଯେତେବେଳେ ସାହାରା ସମସ୍ତ ଦଳ ଉପରୁ ଏହାର ସ୍ପନସରଶିପ୍ ପ୍ରତ୍ୟାହାର କରିନେଲା ସେତେବେଳେ ତାଙ୍କ ସରକାର ଭାରତୀୟ ହକି ଦଳକୁ ସହାୟତାର ହାତ ବଢ଼ାଇଥିଲା। ଆସନ୍ତାବର୍ଷ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଏହି ସଫଳତା ଦୋହରାଇବା ନେଇ ତାଙ୍କର ଦୃଢ଼ ବିଶ୍ୱାସ ରହିଛି ବୋଲି ନବୀନ କହିଛନ୍ତି। ଏହି ସ୍ବପ୍ନ ସାକାରା କରାଇବା ଲାଗି ହକି ଇଣ୍ଡିଆକୁ ସମସ୍ତ ପ୍ରକାର ସାହାଯ୍ୟ ଓ ସମର୍ଥନ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ନିକଟରେ ଅନୁଷ୍ଠିତ ହୋଇଯାଇଥିବା ଟୁର୍ନାମେଣ୍ଟଗୁଡ଼ିକରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଭଲ ପ୍ରଦର୍ଶନ କରିଆସିଛନ୍ତି। ସେମାନଙ୍କୁ ସମର୍ଥନ କରିବାକୁ ଯାଇ ଫେବୃୟାରୀରେ ଭୁବନେଶ୍ୱର ଓ ରାଉରକେଲାରେ ଆମେ ପ୍ରୋ-ଲିଗ୍ ମ୍ୟାଚଗୁଡ଼ିକ ଆୟୋଜନ କରିଛୁ। ଅଲିମ୍ପିକ୍ସ ପୂର୍ବରୁ ଏହା ସେମାନଙ୍କୁ ଅଭ୍ୟାସରେ ସହାୟକ ହେବ ବୋଲି ସେ କହିଛନ୍ତି। ଭାରତ ଶେଷ ଥର ପାଇଁ ଅଲିମ୍ପିକ ସ୍ବର୍ଣ୍ଣ ପଦକ ୧୯୮୦ରେ ଜିତିଥିଲା। ହକି ଖେଳ ପ୍ରତି ସେ କାହିଁକି ଆକୃଷ୍ଟ ହେଲେ ତାହା ମନେ ପକାଇବାକୁ ଯାଇ ସେ କହିଥିଲେ, ସ୍ବାଧୀନତା ଆନ୍ଦୋଳନ ସମୟରେ ରାଷ୍ଟ୍ର ଗଠନରେ ହକିର ଯେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ତାହା ସେ ତାଙ୍କ ପିତା ବିଜୁ ପଟ୍ଟନାୟକଙ୍କଠାରୁ ଜାଣିବାକୁ ପାଇଥିଲେ। ପରେ ଏହି ଖେଳ ପ୍ରତି ତାଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଥିଲା। ସ୍କୁଲରେ ଜଣେ ଗୋଲକିପର ଭାବେ ସେ ଖେଳିବା ଆରମ୍ଭ କରିଥିଲେ। ହକି ଆମର ଜାତୀୟ କ୍ରୀଡ଼ା ବୋଲି ଅଧିକାଂଶ ଭାରତୀୟ ବିଶ୍ୱାସ କରନ୍ତି। ତେଣୁ ଏହି ଖେଳ ପ୍ରତି ଆମର ଭାବାବେଗ ରହିବା ସ୍ବାଭାବିକ। ହକି ସମସ୍ତ ପ୍ରକାର ସହାୟତା ପାଇବା ପାଇଁ ହକ୍ଦାର। ଭାରତ ଯେତେବେଳେ ଅଲିମ୍ପିକ୍ସରେ ଖେଳିବ ସମଗ୍ର ଦେଶର ଜନତାଙ୍କୁ ଏକାଠି ବାନ୍ଧି ରଖିବ। ଓଡ଼ିଶାର ସୁନ୍ଦରଗଡ଼ରେ ହକି କେବଳ ଏକ ଖେଳ ହୋଇ ରହି ନାହିଁ, ଏହା ସେଠିକାର ଏକ ଜୀବନଶୈଳୀ। ଓଡ଼ିଶାବାସୀଙ୍କର ଏହି ଖେଳ ପ୍ରତି ଖୁବ୍ ଆବେଗ ରହିଛି। ଓଡ଼ିଶା ସରକାର ଉଭୟ ପୁରୁଷ ଓ ମହିଳା ଦଳ (ସିନିୟର ଓ ଜୁନିୟର)ର ପ୍ରଥମ ୫ବର୍ଷ ପ୍ରାୟୋଜକ ହେବାପରେ ଏହାର ମିଆଦକୁ ଆଉ ୧୦ ବର୍ଷ (୨୦୨୩ରୁ ୨୦୩୩) ବୃଦ୍ଧି କରିଛନ୍ତି। ଓଡ଼ିଶାରେ ହକି ମ୍ୟାଚ୍ ବେଳେ ଷ୍ଟାଡିୟମରେ ଦର୍ଶକ ଭରପୂର ଥାନ୍ତି। ଏପରି କି ରାଉରକେଲାରେ ସ୍ଥାନୀୟ ଟୁର୍ନାମେଣ୍ଟ ବେଳେ ମ୍ୟାଚ ଦେଖିବା ଲାଗି ଓ ସେମାନଙ୍କ ଦଳକୁ ଉତ୍ସାହିତ କରିବା ପାଇଁ ୧୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ଉପସ୍ଥିତ ଥାନ୍ତି। ଓଡ଼ିଶା ଦିଲୀପ ତିର୍କୀ, ଲାଜରୁସ ବାର୍ଲା, ଓ୍ବିଲିୟମ ଖାଲ୍କୋ, ନମିତା ଟପ୍ପୋ, ଦୀପଗ୍ରେସ୍ ଏକ୍କା ଓ ଅମିତ ରୋହିଦାସଙ୍କ ଭଳି ଖେଳାଳି ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଓଡ଼ିଶା ୨୦୧୮ ଓ ୨୦୨୩ରେ ପୁରୁଷ ବିଶ୍ୱକପ୍, ୨୦୧୪ରେ ଚାମ୍ପିିୟନ୍ସ ଟ୍ରଫି, ୨୦୧୮-୧୯ରେ ପୁରୁଷ ଏଫ୍ଆଇଏଚ୍ ସିରିଜ, ୨୦୧୯ରେ ଏଫ୍ଆଇଏଚ୍ ଅଲିମ୍ପିକ କ୍ୱାଲିଫାୟର୍ସ ଏବଂ ପୁରୁଷ ପ୍ରୋ ଲିଗ୍ ୨୦୨୧ ସଫଳତାର ସହ ଆୟୋଜନ କରିସାରିଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ସରକାର ହକି ପାଇଁ ବହୁ ଅର୍ଥ ବ୍ୟୟ କରୁଛନ୍ତି। ତୃଣମୂଳ ସ୍ତରରେ ଆଷ୍ଟ୍ରୋ ଟର୍ଫ ସହ ୨୨ ହକି ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ରାଜ୍ୟରେ ହକି ଖେଳର ପ୍ରସାର ପାଇଁ ଆହୁରି ଅନେକ ଯୋଜନା କାର୍ଯ୍ୟକାରୀ ହେବାର ଅଛି। ଭୁବନେଶ୍ୱର ଓ ରାଉରକେଲା ଇତିମଧ୍ୟରେ ହକି ହବ୍ରେ ପରିଣତ ହୋଇଛି। ସ୍ପୋଟର୍ସ ସାଇନ୍ସ ସୁବିଧା ସହ ଭୁବନେଶ୍ୱରରେ ଆମର ଏକ ହାଇ ପରଫର୍ମାନ୍ସ ସେଣ୍ଟର ରହିଛି। ଆମେ ଖୁବ୍ ଶୀଘ୍ର ଏକ ରାଜ୍ୟ ସ୍ତରୀୟ ହକି ଲିଗ୍ର ଆୟୋଜନ କରିବାକୁ ଯାଉଛୁ ବୋଲି ସେ ସୂଚନା ଦେଇଥିଲେ।
https://www.dharitri.com/କେନର୍‌ସ-କପ୍‌-ଚେସ୍‌-ହମ୍ପି/
କେନର୍‌ସ କପ୍‌ ଚେସ୍‌: ହମ୍ପି ଚାମ୍ପିୟନ: ୨ ନମ୍ବର ସ୍ଥାନକୁ ଉଠିଲେ ସେଣ୍ଟ ଲୁଇସ୍, ୧୭।୨(ପି.ଟି.): ଓ୍ବାଲର୍ଡ ରାପିଡ୍ ଚେସ୍ ଚାମ୍ପିୟନ କୋନେରୁ ହମ୍ପି ଆଉ ଏକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛନ୍ତି। ଆମେରିକାର ସେଣ୍ଟ ଲୁଇସ୍ରେ ଅନୁଷ୍ଠିତ କେନର୍ସ କପ୍ ଚେସ୍ ଟୁର୍ନାମେଣ୍ଟରେ ସେ ଟାଇଟଲ ହାସଲ କରିଛନ୍ତି। ନିଜ ଦେଶର ଦ୍ରୋଣାଭାଲି ହାରିକାଙ୍କ ବିପକ୍ଷ ନବମ ତଥା ଅନ୍ତିମ ରାଉଣ୍ଡ ମୁକାବିଲା ମ୍ୟାଚ୍ ଡ୍ର ରଖି ସେ ଚାମ୍ପିୟନ ହୋଇଛନ୍ତି। ମୋଟ ଉପରେ ସେ ୬ ପଏଣ୍ଟ ହାସଲ କରିଥିଲେ। ଏଥି ସହିତ ସେ ୫ ଇଲୋ ରେଟିଂ ପଏଣ୍ଟ ପାଇଛନ୍ତି ଓ ଏଥି ସହିତ ସେ ବିଶ୍ୱ ତାଲିକାର ୨ ନମ୍ବର ସ୍ଥାନ ହାସଲ କରିଛନ୍ତି। ଗତ ଦୁଇମାସ ମଧ୍ୟରେ ହମ୍ପି ଦୁଇଟି ଟାଇଟଲ ହାସଲ କରିଛନ୍ତି। ୨୦୧୯ ଡିସେମ୍ବର ଶେଷ ସପ୍ତାହରେ ହମ୍ପି ବିଶ୍ୱ ଚାମ୍ପିୟନ୍ଶିପ୍ ହାସଲ କରିଥିଲେ। ନିଜ ସଫଳତାରେ ସେ ଖୁସି ଜାହିର କରିଛନ୍ତି। ଟାଇଟଲ ହାସଲ ପାଇଁ ସେ ଅନ୍ତିମ ରାଉଣ୍ଡରେ କେବଳ ମାତ୍ର ଏକ ଡ୍ର ଆବଶ୍ୟକ କରୁଥିଲେ। ଏହି ଟାଇଟଲ ଜିତିବା ସହ ହମ୍ପି ୪୫,୦୦୦ ଆମେରିକୀୟ ଡଲାର ପୁରସ୍କାର ହାସଲ କରିଛନ୍ତି। ଏହି ଟୁର୍ନାମେଣ୍ଟ ବିଶ୍ୱ ଅନ୍ୟତମ ଶ୍ରେଷ୍ଠ ଟୁର୍ନାମେଣ୍ଟ ବିବେଚିତ ହେଉଛି। ବିଶ୍ୱଚାମ୍ପିୟନ ଓ୍ବେନଜୁନ ଜୁ ୫.୫ ପଏଣ୍ଟ ହାସଲ କରିବା ସହ ଦ୍ୱିତୀୟସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। ସେହିପରି ମାରିୟା ମୁଜିଚୁକ୍ ୫ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ତିମ ରାଉଣ୍ଡରେ ସେ ରୁଷିଆର ଆଲେଜାଣ୍ଡ୍ରା କୋଷ୍ଟେନିଉକ (୫ ପଏଣ୍ଟ)ଙ୍କୁ ପରାସ୍ତ କରିଥିଲେ। କୋଷ୍ଟେନିଉକ ଚତୁର୍ଥ ସ୍ଥାନରେ ରହିଛନ୍ତି। ଅନ୍ୟପଟେ ହାରିକା ୪.୫ ପଏଣ୍ଟ ହାସଲ ପଞ୍ଚମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। କୋଷ୍ଟେନିଉକଙ୍କ ବିପକ୍ଷ ସପ୍ତମ ରାଉଣ୍ଡ ମ୍ୟାଚ୍ ସବୁଠାରୁ କଷ୍ଟକର ଥିଲା। ଏବେ ମେ’ ମାସରେ ଇଟାଲୀରେ ଆଉ ଏକ ବଡ଼ ଇଭେଣ୍ଟ ଗ୍ରାଣ୍ଡପ୍ରିକ୍ସ ଖେଳାଯିବ। ଅବଶ୍ୟ ସେତେବେଳେ ହମ୍ପି ଭାରତରେ ପିଏସ୍ପିବି ଟୁର୍ନାମେଣ୍ଟ ଖେଳୁଥିବେ। ହମ୍ପି ଏବେ ଏଫ୍ଆଇଡିଇ ମହିଳା ଗ୍ରାଣ୍ଡପ୍ରିକ୍ସ ସିରିଜରେ ଅଗ୍ରଣୀ ରହିଛନ୍ତି।
https://www.dharitri.com/6-km-to-test-90-students-walked/
ପରୀକ୍ଷା ଦେବାକୁ ୬ କି.ମି. ଚାଲିଲେ ୯୦ ଛାତ୍ରୀ ମୋରଡ଼ା,୧୩।୧୨(ସ୍ମାରକ ମାଜୀ): ପଞ୍ଚାୟତସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ୯୦ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ୬ କି.ମି. ଚଲାଇ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କରିଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍ ଅଧୀନ ଭାଲିଆଡ଼ିହା ପଞ୍ଚାୟତ ଭାଲିଆଡ଼ିହା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ(କେଜିବିଭି)ର ଛାତ୍ରୀ ଏଭଳି ଚାଲିଚାଲି ଯିବା ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବାରମାଇଲସ୍ଥିତ ଉପେନ୍ଦ୍ର ନାଥ ଘୋଷ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ଉକ୍ତ ସ୍କୁଲଟି କେଜିବିଭି ସ୍କୁଲଠାରୁ ୬ କି.ମି. ଦୂର। ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ଜେନା ୪ର୍ଥ, ୫ମ ଓ ଷଷ୍ଠ ଶ୍ରେଣୀର ୯୦ ଛାତ୍ରୀଙ୍କୁ ଚଲାଇ ଚଲାଇ କେନ୍ଦ୍ରକୁ ନେଇଥିଲେ। ପରୀକ୍ଷା ସରିବା ପରେ ପୁଣି ଚଲାଇ ଚଲାଇ ଆଣିଥିଲେ। ସ୍ଥାନୀୟ ଲୋକେ ଏହାର ଭିଡିଓ କରିବା ସହ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିନ୍ଦା କରିଛନ୍ତି। ବିଦ୍ୟାଳୟ ଏସ୍ଆଇଜି ଗ୍ରାଣ୍ଟ୍ରେ ଟଙ୍କା ଥାଇ ଛାତ୍ରୀଙ୍କୁ ରାସ୍ତାରେ ଚଲାଇବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା କହିଛନ୍ତି, ଛାତ୍ରୀମାନଙ୍କୁ ଗାଡ଼ିରେ ନେବା ପାଇଁ କୌଣସି ଅନୁଦାନ ନ ଥିଲା। ଫଳରେ ବିଲ ରାସ୍ତାରେ ଚଲାଇ ପରୀକ୍ଷା କେନ୍ଦ୍ରକୁ ନେଇଥିଲେ। ଘଟଣା ସମ୍ପର୍କରେ ଏବିଇଓ ପାଲୁ ହଁାସଦା ଅବଗତ ନ ଥିବା କହିଛନ୍ତି।
https://www.dharitri.com/woman-left-family-and-lived-in-live-in-killed-by-boyfriend/
ପରିବାର ଛାଡି ଲିଭ୍‌ ଇନ୍‌ରେ ରହୁଥିଲେ ମହିଳା: ହତ୍ୟା କଲା ପ୍ରେମିକ ବଣାଇଁ,୨୬।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଥାନା କନ୍ୟାଶ୍ରମ ବସ୍ତିରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ଗୁରୁବାର ପୋଲିସ ମୃତଦେହ ଜବତ କରି ସ୍ଥାନୀୟ ଲୋକଙ୍କ ସହାୟତାରେ ବ୍ୟବଚ୍ଛେଦ ପାଇଁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ମୃତା ମହିଳା ହେଲେ ଲହୁଣୀପଡ଼ା ଥାନା ଅନ୍ତର୍ଗତ ବେଲକୁଦର ଗ୍ରାମର ଯଶୋମତି ଧୀବର (୪୫)। ପ୍ରାୟ ୪ ବର୍ଷ ହେବ ସେ ସ୍ବାମୀ ଓ ପରିବାରକୁ ଛାଡି ଗୁରୁଣ୍ଡିଆର ଜଣେ ଟ୍ରାକ୍ଟର ଚାଳକ ମନେସ ଲୁଗୁନ୍(୨୯)ଙ୍କ ସହିତ ଲିଲ୍ ଇନ୍ ରିଲେଶନରେ ରହୁଥିଲେ। ଉଭୟେ କାମ କରିବା ସହିତ କନ୍ୟାଶ୍ରମ ବସ୍ତିରେ ଥିବା ମନେସଙ୍କ ଘରେ ଏକତ୍ର ଥିଲେ। ଗତ ସୋମବାର ରାତିରେ ଉଭୟେ କାମରୁ ଫେରିବା ପରେ ଘରେ ଝଗଡ଼ା ହୋଇଥିଲା। ସେହିଦିନଠାରୁ ଗୁରୁବାର ସୁଦ୍ଧା ଯଶୋମତିଙ୍କୁ କେହି ଦେଖି ନ ଥିଲେ। ହତ୍ୟା କରାଯାଇଛି ବୋଲି କେହି ଜାଣିପାରି ନ ଥିଲେ। ଯଶୋମତିଙ୍କୁ ଦେଖିବାକୁ ନ ପାଇ ଲୋକଙ୍କ ସନ୍ଦେହ ହେବାରୁ ଥାନାରେ ଜଣାଇଥିଲେ। ଗୁରୁଣ୍ଡିଆ ଥାନା ପୋଲିସ ମନେସ ଲୁଗୁନଙ୍କ ଘରକୁ ଯାଇଥିଲା। ଘର ଭିତରେ ଯଶୋମତିଙ୍କ ମୃତଦେହ ପଡ଼ିଥିଲା। ତାଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହଣାଯାଇଥିବା ଦେଖିବାକୁ ମିଳିଥିଲା। ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଲୁଚି ରହିଥିବା ମନେସଙ୍କୁ ସାରେ ଧରି ପଚରାଉଚରା କରୁଛି। ମହିଳାଙ୍କୁ ହତ୍ୟାକରିଥିବା ସେ ସ୍ବୀକାର କରିଛନ୍ତି ବୋଲି ପୋଲିସ ସୂଚନା ଦେଇଛି। ଏହି ସଂକ୍ରାନ୍ତରେ ଗୁରୁଣ୍ଡିଆ ଥାନାରେ ଏକ ହତ୍ୟା ମାମଲା (ନଂ.୪୭/୨୦୨୪) ରୁଜୁ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
https://www.dharitri.com/ମାଓବାଦୀଙ୍କ-ବର୍ବରକାଣ୍ଡ-ପ/
ମାଓବାଦୀଙ୍କ ବର୍ବରକାଣ୍ଡ:  ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣକୁ ଗୁଳିକରି ହତ୍ୟା ଦାରିଙ୍ଗବାଡ଼ି/କ.ନୂଆଗଁ।,୪।୧(ଡି.ଏନ୍.ଏ.)- କନ୍ଧମାଳ ଜିଲା କ. ନୂଆଗଁ। ବ୍ଲକ ଲେତିଙ୍ଗିଆ ପଞ୍ଚାୟତ ବୁଡ୍ରୁମାହାରେ ଗୁରୁବାର ରାତିରେ ମାଓବାଦୀମାନେ ଜଣକୁ ପୋଲିସ ଇନ୍ଫର୍ମର ସନ୍ଦେହରେ ଗୁଳିକରି ହତ୍ୟା କରିଛନ୍ତି। ହତ୍ୟାର ଶିକାର ହୋଇଛନ୍ତି ବାଲିଗୁଡା ଥାନା ରେବିଙ୍ଗିଆ ପଞ୍ଚାୟତ ମାର୍ଦ୍ଦୋଳ ଗ୍ରାମର ରଞ୍ଜନ ଦିଗାଳ (୪୫)। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ନ ଥିଲା। ରଞ୍ଜନଙ୍କ ସ୍ତ୍ରୀ ମୀନାକ୍ଷୀ କ.ନୂଆଗଁ। ଥାନାରେ ପହଞ୍ଚତ୍ ଅଭିଯୋଗ କରିଥିଲେ। ନଂ.୧/୨୦ରେ ହତ୍ୟା ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଛି। ସୁରକ୍ଷା ଦୃଷ୍ଟିରୁ ପୋଲିସ ସିର୍ତ୍ତିଗୁଡା ପର୍ଯ୍ୟନ୍ତ ପହଞ୍ଚତ୍ଥିଲା। ଗ୍ରାମବାସୀଙ୍କ ସହାୟତାରେ ରଞ୍ଜନଙ୍କ ମୃତଦେହ ମହାପ୍ରୟାଣ ଗାଡ଼ିରେ ଅଣାଯାଇଥିଲା। ରଞ୍ଜନଙ୍କୁ ପୂର୍ବରୁ ମାଓବାଦୀମାନେ ଇନ୍ଫର୍ମର ସନ୍ଦେହରେ ଜନ ଅଦାଲତକୁ ଡକାଇଥିଲେ। ସେ ଭୟରେ ଗ୍ରାମଛାଡ଼ି ପ୍ରାୟ ୫୦ କି.ମି. ଦୂର ଶଶୁର ଘର ବୁଡ୍ରୁମାହାରେ ସ୍ତ୍ରୀ ଓ ୨ ସନ୍ତାନଙ୍କ ସହ ରହୁଥିଲେ। ତାଙ୍କ ସ୍ତ୍ରୀ ମୀନାକ୍ଷୀ ବୁଡ୍ରୁମାହା ଅଙ୍ଗନାୱାଡ଼ି କେନ୍ଦ୍ରରେ କର୍ମୀଭାବେ କାର୍ଯ୍ୟରତ। ପ୍ରକାଶ ଯେ, ଗୁରୁବାର ବିଳମ୍ବିତ ରାତିରେ ପ୍ରାୟ ୭ ରୁ ୮ ସଶସ୍ତ୍ର ମାଓବାଦୀ ବୁଡ୍ରୁମାହା ଆସିଥିଲେ। ରଞ୍ଜନ ପରିବାର ସହ ଶୋଇଥିବାବେଳେ ତାଙ୍କୁ ଡାକିଥିଲେ। ମାତ୍ର ଭୟରେ ସେମାନେ ଘରୁ ବାହାରି ନ ଥିଲେ। ମାଓବାଦୀମାନେ ଘର ଭାଙ୍ଗି ପଶି ରଞ୍ଜନଙ୍କୁ ବାହାରକୁ ଟାଣିଆଣି ଗୁଳି କରି ହତ୍ୟା କରିଥିଲେ। ମୃତଦେହକୁ ଆଣି ଗଁା ମୁଣ୍ଡରେ ଥିବା ବିଦ୍ୟାଳୟ ସମ୍ମୁଖରେ ଛାଡ଼ି ଚାଲିଯାଇଥିବା ରଞ୍ଜନଙ୍କ ଶାଶୁ ଲିସାରା ପ୍ରଧାନ କହିଛନ୍ତି। ସେମାନେ ନେହୁରା ହୋଇଥିଲେ ମଧ୍ୟ ମାଓବାଦୀମାନେ କିଛି ଶୁଣି ନ ଥିଲେ। ବରଂ ସମସ୍ତଙ୍କୁ ମାଡ଼ ମାରିଥିବା ଲିସାରା କହିଛନ୍ତି। ରଞ୍ଜନ ପୋଲିସ ଇନ୍ଫର୍ମର ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ମୃତଦେହ ନିକଟରେ ମାଓବାଦୀମାନେ ଛାଡ଼ିଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ଅନ୍ୟ ଏକ ପୋଷ୍ଟରରେ ସିପିଆଇ ମାଓବାଦୀ ବିରୋଧରେ ରଞ୍ଜନ କାର୍ଯ୍ୟ କରିଆସୁଥିଲେ। ଏନେଇ ତାଙ୍କୁ ଜନ ଅଦାଲତକୁ ବିଚାର ପାଇଁ ବାରମ୍ବାର ଡକାଯାଇଥିଲା। ମାତ୍ର ସେ ନିଜ ଗ୍ରାମରୁ ଲୁଚି ପଳାଇବା ସହ ପୋଲିସ ଇନ୍ଫର୍ମର ଭାବେ କାର୍ଯ୍ୟ କରି ଲୋକଙ୍କୁ ଭୟଭୀତ କରାଉଥିଲେ। ସେ ଜଣେ ମହିଳା କ୍ୟାଡର ମାଓବାଦୀଙ୍କ ହତ୍ୟାରେ ସାମିଲ ଥିଲେ। ତେଣୁ ଜନ ଅଦାଲତର ନିଷ୍ପତ୍ତି ପ୍ରକାରେ ରଞ୍ଜନଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଆହୁରି ଅନେକ ଇନ୍ଫର୍ମର ରହିଛନ୍ତି ସେମାନେ ମଧ୍ୟ ଜନଅଦାଲତକୁ ନ ଆସିଲେ ଏଭଳି ମୃତ୍ୟୁଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଚେତାବନୀ ଦିଆଯାଇଛି। ଶେଷରେ କେକେବିଏନ ଡିଭିଜନାଲ କମିଟି, ସିପିଆଇ (ମାଓବାଦୀ) ବୋଲି ଉଲ୍ଲେଖ ରହିଛି।
https://www.dharitri.com/2022-womens-cricket-world-cup-indias-campaign-against-qualifier/
୨୦୨୨ ମହିଳା କ୍ରିକେଟ ବିଶ୍ୱକପ୍‌: କ୍ୱାଲିଫାୟର ବିପକ୍ଷରୁ ଭାରତର ଅଭିଯାନ ଦୁବାଇ, ୧୬।୧୨(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପକ୍ଷରୁ ୨୦୨୨ ମହିଳା କ୍ରିକେଟ ବିଶ୍ୱକପ ପାଇଁ ମଙ୍ଗଳବାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏହି ପ୍ରତିଯୋଗିତା ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ହେବ। ପୁନଃନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମାର୍ଚ୍ଚ ୬ରେ ଟୌରଙ୍ଗାର ବେ ଓଭାଲ ଗ୍ରାଉଣ୍ଡରେ ଏକ କ୍ୱାଲିଫାୟର ଦଳ ବିପକ୍ଷରେ ଖେଳି ଭାରତ ଏହାର ଅଭିଯାନ ଆରମ୍ଭ କରିବ। ପରେ ମାର୍ଚ୍ଚ ୧୨ ଓ ୨୨ରେ ମଧ୍ୟ ଭାରତ ହାମିଲଟନର ସେଡନ ପାର୍କରେ ଅନ୍ୟ ଦୁଇ କ୍ୱାଲିଫାୟର ଦଳ ବିପକ୍ଷରେ ମ୍ୟାଚ ଖେଳିବ। ରାଉଣ୍ଡ ରବିନ ଭିତ୍ତିରେ ଖେଳାଯିବାକୁଥିବା ଟୁର୍ନାମେଣ୍ଟରେ ଭାରତ ମାର୍ଚ୍ଚ ୧୬ରେ ଇଂଲଣ୍ଡକୁ ଭେଟିବ। ଏହି ମ୍ୟାଚ ଲଡର୍ସରେ ୨୦୧୭ ମହିଳା ବିଶ୍ୱକପ ଫାଇନାଲର ରିମ୍ୟାଚ ସଦୃଶ ହେବ। ଏହାପରେ ଭାରତ ୧୯ରେ ଅକ୍ଲାଣ୍ଡର ଇଡେନ ପାର୍କରେ ଅଷ୍ଟ୍ରେଲିଆ ଏବଂ ୨୭ରେ ଖ୍ରୀଷ୍ଟଚର୍ଚ୍ଚର ହାଗ୍ଲେ ଓଭାଲରେ ଦକ୍ଷିଣ ଆଫ୍ରିକା ସହିତ ମୁକାବିଲା କରିବ। ଏହି ମେଗା ପ୍ରତିଯୋଗିତା ପ୍ରକୃତରେ ୨୦୨୧ ଫେବୃୟାରୀ-ମାର୍ଚ୍ଚ ମଧ୍ୟରେ ହେବାର ଥିଲା। ମାତ୍ର କୋଭିଡ୍-୧୯ ମହାମାରୀ ଯୋଗୁ ଏହାକୁ ସ୍ଥଗିତ ରଖା ଯାଇଥିଲା। ପୁନଃନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଏହି ପ୍ରତିଯୋଗିତା ୨୦୨୨ ମାର୍ଚ୍ଚ ୪ରୁ ଏପ୍ରିଲ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୬ଟି ଆୟୋଜକ ସହର ଓ ଭେନ୍ୟୁକୁ ଅପରିବର୍ତ୍ତିତ ରଖାଯାଇଛି। ବିଶ୍ୱର ଶ୍ରେଷ୍ଠ ୮ଟି ଦଳ ଅକ୍ଲାଣ୍ଡ, ଟୌରଙ୍ଗା, ହାମିଲଟନ, ଓ୍ବେଲିଂଟନ, ଖ୍ରୀଷ୍ଟଚର୍ଚ୍ଚ ଓ ଡୁନେଡିନ୍ରେ ଖେଳିବେ। କାର୍ଯ୍ୟସୂଚୀ ଅନୁସାରେ ମାର୍ଚ୍ଚ ୪ରେ ନ୍ୟୁଜିଲାଣ୍ଡ ଉଦ୍ଘାଟନୀ ମ୍ୟାଚରେ ଏକ କ୍ୱାଲିଫାୟର ଦଳକୁ ଭେଟି ଅଭିଯାନ ଆରମ୍ଭ କରିବ। ଓ୍ବେଲିଂଟନର ବେସିନ ରିଜର୍ଭ ଏବଂ ଖ୍ରୀଷ୍ଟଚର୍ଚ୍ଚର ହାଗ୍ଲେ ଓଭାଲ ସେମିଫାଇନାଲ ଆୟୋଜନ କରିବେ। ଖ୍ରୀଷ୍ଟଚର୍ଚ୍ଚରେ ଫାଇନାଲ ଏପ୍ରିଲ ୨ରେ ଖେଳାଯିବ। ଭାରତ ବ୍ୟତୀତ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା କ୍ୱାଲିଫାଏ କରିଛନ୍ତି। ଅନ୍ୟ ୩ଟି ଦଳ ଆଇସିସି କ୍ୱାଲିଫାୟର ଟୁର୍ନାମେଣ୍ଟରୁ ଆସିବେ। ଏହି ପ୍ରତିଯୋଗିତା ଆସନ୍ତାବର୍ଷ ଶ୍ରୀଲଙ୍କାରେ ଜୁନ୍ ୨୬ରୁ ଜୁଲାଇ ୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବିଶ୍ୱକପ ପାଇଁ ପୁରସ୍କାର ରାଶି ୫.୫ ମିଲିୟନ ନ୍ୟୁଜିଲାଣ୍ଡ ଡଲାର ରଖା ଯାଇଛି। ଯାହାକି ୨୦୧୭ ବିଶ୍ୱକପ ତୁଳନାରେ ୬୦ ପ୍ରତିଶତ ଏବଂ ୨୦୧୩ ତୁଳନାରେ ୧୦୦୦ ପ୍ରତିଶତ ଅଧିକ। ଦିନିକିଆ ହେଉ କିମ୍ବା ଟି୨୦, ଗତ ୩-୪ ବର୍ଷ ଧରି ଭାରତ ଆଇସିସି ଟୁର୍ନାମେଣ୍ଟଗୁଡ଼ିକରେ ଭଲ ପ୍ରଦର୍ଶନ କରିଆସୁଛି। ଆମେ ଯଦି ୨୦୨୨ରେ ବିଶ୍ୱକପ ଜିତିବାକୁ ସକ୍ଷମ ହେଉ ତେବେ ପରବର୍ତ୍ତୀ ପିଢ଼ିର ବାଳିକାଙ୍କ ପାଇଁ ବଡ଼ ପ୍ରେରଣା ସଦୃଶ ହେବ ବୋଲି ଭାରତୀୟ ଅଧିନାୟିକା ମିଥାଲି ରାଜ ପ୍ରକାଶ କରିଛନ୍ତି।
https://www.dharitri.com/indian-army-jammu-kashmir-doda-unfurls-100-foot-tall-national-flag-tiranga/
ଜମ୍ମୁ-କଶ୍ମୀରର ଡୋଡାରେ ଶହେ ଫୁଟ ଉଚ୍ଚରେ ତ୍ରିରଙ୍ଗା ଉତ୍ତୋଳନ କଲେ ଯବାନ ଶ୍ରୀନଗର,୯।୩: ଜମ୍ମୁ-କଶ୍ମୀରର ପାର୍ବତ୍ୟ ଡୋଡା ଜିଲାରେ ଗୁରୁବାର ଭାରତୀୟ ସେନା ଶହେ ଫୁଟ ଉଚ୍ଚରେ ଜାତୀୟ ପତାକା ଉତ୍ତୋଳନ କରିଛି। ଏହି ଉଦ୍ୟମକୁ ଦେଶ ପାଇଁ ଜୀବନ ଦେଇଥିବା ଅଗଣିତ ସେନ୍ୟଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଯେଉଁମାନେ ରାଷ୍ଟ୍ର ପାଇଁ ନିଜ ଜୀବନକୁ ବଳିଦାନ ଦେଇ ଦେଇଛନ୍ତି। ଚିନାବ ଉପତ୍ୟକା ଅଞ୍ଚଳରେ ସେନା ଦ୍ୱାରା ଏତେ ଉଚ୍ଚତାରେ ଉତ୍ତୋଳନ କରାଯାଇଥିବା ଏହା ହେଉଛି ଦ୍ୱିତୀୟ ଜାତୀୟ ପତାକା। ଏକ ଦଶନ୍ଧି ପୂର୍ବରୁ ଏହି ଅଞ୍ଚଳ ଆତଙ୍କବାଦର ଏକ ଗଡ ରହିଥିଲା। ଗତ ବର୍ଷ ଜୁଲାଇରେ ନିକଟସ୍ଥ କିଶତ୍ୱାର ସହରରେ ଶହେ ଫୁଟ ଉଚ୍ଚରେ ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିଲା। ଡୋଡା ସ୍ପୋର୍ଟସ ଷ୍ଟାଡିୟମରେ ସେନାର ଡେଲଟା ଫୋର୍ସର ଜେନେରାଲ ଅଫିସର କମାଣ୍ଡିଂ ମେଜର ଜେନେରାଲ ଅଜୟ କୁମାର ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ତାଙ୍କ ସହ ରାଷ୍ଟ୍ରୀୟ ରାଇଫଲ୍ସ ସେକ୍ଟର-୯ର କମାଣ୍ଡର ବ୍ରିଗେଡିୟର ସମୀର କେ ପଲାଣ୍ଡେ, ଡୋଡାର ଡେପୁଟି କମିଶନର ବିଶେଷ ପଲ୍ ମହାଜନ ଏବଂ ବରିଷ୍ଠ ପୋଲିସ ଅଧୀକ୍ଷକ ଅବଦୁଲ କାୟୁମ ଉପସ୍ଥିତ ଥିଲେ। ମେଜର ଜେନେରାଲ କୁମାର ଦେଶର ସେବାରେ ଶହୀଦ ହୋଇଥିବା ସୈନ୍ୟମାନଙ୍କ ପରିବାରକୁ ସମ୍ମାନିତ କରିବା ସହ ରାଷ୍ଟ୍ର ନିର୍ମାଣରେ ଉଲ୍ଲେଖନୀୟ ଅବଦାନ ରହିଥିବା ନାଗରିକ ସମାଜର ସଦସ୍ୟମାନଙ୍କୁ ମଧ୍ୟ ସମ୍ମାନିତ କରିଥିଲେ। ଡୋଡାରେ ଏହାର ପ୍ରଥମ। ଶହେ ଫୁଟ ଉଚ୍ଚରେ ଥିବା ଜାତୀୟ ପତାକା କେବଳ ସେନା ପାଇଁ ନୁହେଁ, ଏହି ପାର୍ବତ୍ୟ ଜିଲାର ସମସ୍ତ ବାସିନ୍ଦାଙ୍କ ପାଇଁ ମଧ୍ୟ ଏକ ଗର୍ବର ମୁହୂର୍ତ୍ତ ବୋଲି ମେଜର ଜେନେରାଲ କୁମାର କହିଛନ୍ତି।
https://www.dharitri.com/city-will-be-decorated-with-lights/
ଆଲୋକମାଳାରେ ସଜ୍ଜିତ ହେବ ସହର ଅନୁଗୋଳ ଅଫିସ, ୧୪ା୩: ଜିଲାସ୍ତରୀୟ ଓଡ଼ିଶା ଦିବସ ଓ ଅନୁଗୋଳ ଜିଲା ପ୍ରତିଷ୍ଠା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସୋମବାର ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ (ସାଧାରଣ) ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଦିବସ ଦିନ ପ୍ରତ୍ୟୁଷରୁ ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ସହର ପରିକ୍ରମା କରାଯିବା ସହ ବିଭିନ୍ନ ଶିକ୍ଷାନୁଷ୍ଠାନୁଷ୍ଠାନ ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରଭାତ ଫେରି କରାଯିବ। ସହରରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ମୁଖ୍ୟ ଅତିଥି ଓ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯିବ। ଓଡ଼ିଶା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା ଚଳିତମାସ ୨୭ ତାରିଖରୁ ଆରମ୍ଭ ହେବ। ରକ୍ତଭଣ୍ଡାର ଓ ପତଞ୍ଜଳି ଯୋଗ ସମିତି ଦ୍ୱାରା ରକ୍ତଦାନ ଶିବିର ଆୟୋଜନ କରାଯିବ। ସନ୍ଧ୍ୟାରେ ସଭାଘର ଠାରେ ସାଧାରଣ ସଭା ଓ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ। ପରେ ଜିଲା ସଂସ୍କୃତି ପରଷଦ ଅନୁକୂଲ୍ୟରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବୈଠକ ଆରମ୍ଭରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କୌଳାଶ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ବିଗତ ବର୍ଷ ବିବରଣୀ ପାଠ କରିଥିଲେ। ଓଡ଼ିଶା ଦିବସ ଓ ଜିଲା ପ୍ରତିଷ୍ଠା ଦିବସ ଗୋଟିଏ ଦିନରେ ପଡ଼ୁଥିବାରୁ ବିଭିନ୍ନ କୋଠାବାଡ଼ିକୁ ସମ୍ପୃକ୍ତ ଅନୁଷ୍ଠାନ କର୍ମକର୍ତ୍ତାମାନେ ଆଲୋକମାଳାରେ ସଜାଇ ପାଳନ କରିବେ ବୋଲି ଆଲୋଚନା ହୋଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ(ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲଳିତ ମୋହନ ବେହେରା, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ, ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ପ୍ରତିଭା ବାରିକଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ, ସାମାଜିକ କର୍ମୀ, ଶିକ୍ଷୟିତ୍ରୀ ଶିକ୍ଷକ, ଖବରଦାତା, ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ।
https://www.dharitri.com/ଅଲେଖ-ଧର୍ମାବଲମ୍ବୀଙ୍କ-ନୂଆଖ/
ଅଲେଖ ଧର୍ମାବଲମ୍ବୀଙ୍କ ନୂଆଖାଇ ଉତ୍ସବ: ନବାନ୍ନ ଖାଇଲେ ଭକ୍ତ କର୍ଲାମୁଣ୍ଡା,୧୬।୮(ଡି.ଏନ୍.ଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିଆଲପଲା ଓ ଲକ୍ଷ୍ମୀପଡା ନିକଟରେ ଥିବା ଭୀମଭୋଇ ସାଂସ୍କୃତିକ କଳାମଣ୍ଡପ ଓ ଗ୍ରନ୍ଥାଳୟ ମଠରେ ଗୁରୁବାର ମହିମା ଧର୍ମାବଲମ୍ବୀଙ୍କ ନୂଆଖାଇ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସାଧୁବାବା ନାଲୁମୋହନ ଦାସ ଓ ଜୋରନ୍ଦା ବାବା ଅନାଦି ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫ ଶହରୁ ଅଧିକ ଲୋକ ଯୋଗଦେଇ ନବାନ୍ନ ଖାଇଛନ୍ତି। ଏଥିରେ ମଠର ସାଧୁବାବା ମହେଶ୍ୱର ଦାସ, ସାଧୁବାବା ଚୈତନ୍ୟ ଦାସ, ଶିଆଲପଲା ଓ ଲକ୍ଷ୍ମୀପଡାର ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ।
https://www.dharitri.com/sunetra-yojana-has-failed-2/
ଫେଲ୍‌ ମାରିଛିି ସୁନେତ୍ର ଯୋଜନା ରାୟଗଡ଼ା,୭।୯(ଭାଗ୍ୟଶ୍ରୀ ମିଶ୍ର )ଚକ୍ଷୁ ପରୀକ୍ଷା ଓ ଆବଶ୍ୟକ ସେବା ଯୋଗାଇଦେବା ପାଇଁ ୨୦୧୯ରୁ ରାୟଗଡ଼ା ଜିଲାରେ ସୁନେତ୍ର ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା ମାଧ୍ୟମରେ ସହାୟକଙ୍କ ସମେତ ବିଭିନ୍ନ ସ୍ବାସ୍ଥ୍ୟ ବିଭାଗର ଟିମ୍ ଗ୍ରାମାଞ୍ଚଳକୁ ଯାଇ ଶିଶୁଙ୍କଠାରୁ ଆରମ୍ଭକରି ବୃଦ୍ଧାବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଯାହାର ପରଳ ଦୋଷ ରହିଛି ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଅସ୍ତ୍ରୋପଚାର କରାଯିବ। ଯେଉଁମାନଙ୍କର ଚଷମାର ଆବଶ୍ୟକତା ରହିଛି ସେମାନଙ୍କୁ ମାଗଣାରେ ଚଷମା ପ୍ରଦାନ କରାଇବାର ବ୍ୟବସ୍ଥା ରହିଛି। ହେଲେ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଏହି ଯୋଜନା ଫେଲ୍ ମାରିଥିବା ଅଭିଯୋଗ ହୋଇଛି। ଲୋକେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚକ୍ଷୁ ପରୀକ୍ଷା ପାଇଁ ଆସୁଥିବାବେଳେ ଡାକ୍ତର ମଧ୍ୟ ଆବଶ୍ୟକତା ଅନୁଯାୟୀ ଚଷମା ଲେଖିଥାନ୍ତି। ଏଥିସହ ଚିକିତ୍ସାଳୟରେ ଲୋକେ କିପରି ସହଜ ସୁବିଧାରେ ଚଷମା ପାଇବେ ସେଥିପାଇଁ ଅଧିକାରୀମାନେ ମଧ୍ୟ ନିୟୋଜିତ ହୋଇଛନ୍ତି। ହେଲେ ଲୋକଙ୍କୁ ଠିକ୍ ସମୟରେ ଚଷମା ମିଳୁ ନ ଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗତ ୫ ବର୍ଷରେ ୧୦୯୭ ଚଷମା ବଣ୍ଟା ନ ହୋଇ ଖତ ଖାଉଥିବା ଦେଖିବାକୁ ମିଳିଛି। ସାମାନ୍ୟ ପରିଚାଳନାଗତ ତ୍ରୁଟି ଯୋଗୁ ଗରିବ ଲୋକ ସୁବିଧା ପାଇବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ୨୦୧୯-୨୦ ମସିହାରେ ୧୧୦୭ ଚଷମାର ଆବଶ୍ୟକତା ଥିବା ମେଡିକାଲ ପକ୍ଷରୁ ବରାଦ କରାଯାଇଥିଲା। ସେଥିରୁ ୮୬୧ ଚଷମା ବଣ୍ଟନ କରାଯାଇଥିବାବେଳେ ୨୪୬ ଚଷମା ବଣ୍ଟା ନ ଯାଇ ପଡ଼ିରହିଛି। ସେହିପରି ୨୦୨୦-୨୧ରେ ୬୪୯ ଚଷମା ଆବଶ୍ୟକ ଥିବା ମେଡିକାଲ ପକ୍ଷରୁ କୁହାଯାଇଥିଲା। ସେଥିରୁ ୪୯୮ ଚଷମା ବଣ୍ଟାଯାଇଥିବାବେଳେ ୧୫୧ ବଳକା ଚଷମା ମେଡିକାଲରେ ପଡ଼ି ରହିଛି । ୨୦୨୧-୨୨ରେ ବରାଦ ଅନୁଯାୟୀ ୧୨୩୬ ଚଷମା ମେଡିକାଲକୁ ଆସିଥିବାବେଳେ ସେଥିରୁ ୮୦୬ ଚଷମା ବଣ୍ଟନ କରାଯାଇଛି ଏବଂ ୩୦୮ ବଣ୍ଟା ନ ହୋଇ ପଡିରହିଛି । ସେହିପରି ୨୦୨୨-୨୩ରେ ୭୭୦ଜଣଙ୍କର ଚଷମା ଆବଶ୍ୟକ ଥିବାବେଳେ ୩୭୮ ଚଷମା ବଣ୍ଟନ କରାଯାଇଛି ଏବଂ ୩୯୨ ଚଷମା ମେଡିକାଲରେ ପଡ଼ି ରହିଥିବା ଜଣାପଡିଛି l ସମଗ୍ର ରାୟଗଡ଼ା ଜିଲାକୁ କେତେ ଚଷମା ରାଜ୍ୟସ୍ତରରୁ ଆସୁଛି ତାହାର ହିସାବ କାହା ପାଖରେ ନାହିଁ ବୋଲି ବୁଦ୍ଧିଜୀବୀ କହିଛନ୍ତି। ମେଡିକାଲ ସମ୍ମୁୁଖରେ ଥିବା ଚଷମା ଦୋକନରେ ବରାଦ ଦେଲେ ୧ ଘଣ୍ଟା ମଧ୍ୟରେ ଚଷମା ମିଳୁଥିବାବେଳେ ସରକାରୀ ମେଡିକାଲରେ ଚଷମା ପାଇଁ ଆବେଦନ କଲେ ବର୍ଷକରୁ ଅଧିକ ସମୟ ଲାଗୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଚେନ୍ନାଇସ୍ଥିତ ଏକ ଘରୋଇ ସଂସ୍ଥା ମାଧ୍ୟମରେ ଜିଲାକୁ ଚଷମା ଆସୁଥିବାରୁ ଚଷମା ଆସିବାରେ ବିଳମ୍ବ ହେଉଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। ଚଷମା ଆସିବା ପରେ ଲୋକଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି କିଏ ଡାକିବ ତାକୁ ନେଇ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଛି। ଲୋକେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଚଷମା ଆସିଲାଣି କି ନାହିଁ ବାରମ୍ବାର ବୁଝୁଥିଲେ ମଧ୍ୟ ଚଷମା ଆସିନି ବୋଲି କହି କର୍ତ୍ତୃପକ୍ଷ ଫେରାଇ ଦେଉଥିବା ଅଭିଯୋଗ ହେଉଛି। ଫଳରେ ଲୋକେ ଖର୍ଚ୍ଚାନ୍ତ ହୋଇ ବାହାର ଦୋକାନରୁ ଚଷମା ଆଣୁଥିବା କହିଛନ୍ତି। ରାୟଗଡ଼ା ଆର୍କେନଗରର ଶାନ୍ତି ତ୍ରିପାଠୀ କହିଛନ୍ତି, ସେ ଚକ୍ଷୁ ଦେଖାଇବାକୁ ମେଡିକାଲକୁ ଯିବାରୁ ତାଙ୍କର ଚଷମା ଲାଗିବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପ୍ରେସ୍କ୍ରିପସନ୍ ଅନୁଯାୟୀ ମେଡିକାଲରେ ଚଷମା ପାଇଁ ଆବେଦନ କରିବାର ୧ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କ ଚଷମା ନ ଆସିବାରୁ ସେ ବାଧ୍ୟହୋଇ ବାହାରେ ଟଙ୍କା ଖର୍ଚ୍ଚକରି ଚଷମା କରିଛନ୍ତି। ସିଡିଏମ୍ଓ ଛୁଟିରେ ଥିବାରୁ ଏଡିଏମ୍ଓ ଡା. ବରଦାକାନ୍ତ ମିଶ୍ରଙ୍କୁ ଏ ସମ୍ପର୍କରେ ପଚାରିବାରୁ, ଯେବେ ଚଷମା ଆସୁଛି, ସେମାନେ ଲୋକଙ୍କ ମଧ୍ୟରେ ବଣ୍ଟନ କରୁଛନ୍ତି। ଚଷମା ବଳକା ଥିବା କଥା ପଚାରିବାରୁ ଆମେ ଏ ନେଇ ବିଭଗୀୟ ଅଧିକାରୀଙ୍କୁ ଅବଗତ କରାଇଛୁ, କିପରି ଲୋକେ ସୁବିଧାରେ ଚଷମା ପାଇପାରିବେ ସେ ନେଇ ବ୍ୟବସ୍ଥା କରାଯିବ।
https://www.dharitri.com/uttar-pradesh-demands-immediate-justice-for-victims/
ଉତ୍ତରପ୍ରଦେଶ ପୀଡ଼ିତାଙ୍କୁ ତ୍ୱରିତ ନ୍ୟାୟ ଦାବି: ରାଜରାସ୍ତାରେ ଗର୍ଜିଲେ ଆମ୍ବେଡକରବାଦୀ ସଂଗଠନ ଭବାନୀପାଟଣା,୪।୧୦(ଡି.ଏନ୍.ଏ.): ଉତ୍ତରପ୍ରଦେଶର ହାଥରସ ଓ ବଳରାମପୁରରେ ଦଳିତ ନାବାଳିକାଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସାରା ଦେଶର ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସାରା ଦେଶରେ ଏହି ପ୍ରତିବାଦର ସ୍ବର ତୀବ୍ର ହେବାରେ ଲାଗିଥିବାବେଳେ କଳାହାଣ୍ଡି ଜିଲାର ଭବାନୀପାଟଣା ସହରରେ ଏହାର ଝଲକ ଦେଖିବାକୁ ମିଳିଛି । କରୋନା କଟକଣା ସତ୍ତ୍ୱେ ଜିଲାର ସମସ୍ତ ଆମ୍ବେଡକରବାଦୀ ସଂଗଠନ ଏକଜୁଟ୍ ହୋଇ ହାଥରସ ଓ ବଳରାମପୁରର ଦଳିତ ବାଳିକାଙ୍କ ଉପରେ ପାଶବିକ ଅତ୍ୟାଚାରକୁ କଡା ଶବ୍ଦରେ ନିନ୍ଦା କରିବା ସହ ଏହା ମାନବିକତାର ହତ୍ୟା ବୋଲି କହିଛି ସଂଗଠନ । ଏ ନେଇ ଏକ ବିଶାଳ ଶୋଭାଯାତ୍ରା ଭବାନୀପାଟଣା ସହରର ଷ୍ଟାଚ୍ୟୁଛକରୁ ବାହାରି ଟାଉନ ଥାନା ସମ୍ମୁଖକୁ ଯାଇଥିଲା । ସେଠାରେ ଏକ ପ୍ରତିବାଦ ସଭାରେ ଉତ୍ତରପ୍ରଦେଶର ଯୋଗୀ ସରକାର ଉପରେ ଏହି ସଂଗଠନର ନେତା ଓ କର୍ମୀମାନେ ପ୍ରବଳ ବର୍ଷିଥିଲେ । ଏ ଥିରେ ବିଶିଷ୍ଟ ସମାଜସେବୀ ସ୍ଯଯବାଦୀ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଏପିଆଇର ବରିଷ୍ଠ ନେତା ତଥା ଆଇନଜୀବୀ ଛବିଲାଲ ନିଆଲ ପ୍ରମୁଖ ପୀଡିତାଙ୍କୁ ନ୍ୟାୟ ଦାବି କରିବା ସହ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏହି ଅବସରରେ କଳାହାଣ୍ଡି ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଜରିଆରେ ଭାରତର ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
https://www.dharitri.com/ଆଶିଷ-ଗଡ଼ନାୟକ-ସ୍ବାଗତିକା-ସ/
ଆଶିଷ ଗଡ଼ନାୟକ, ସ୍ବାଗତିକା ସ୍ବାଇଁ ପାଇବେ ‘ଟାଇମ୍‌ପାସ୍‌ ବୁକର୍‌ ପୁରସ୍କାର’ ଭୁବନେଶ୍ୱର,୨୨।୯(ବ୍ୟୁରୋ): ଯୁବ ଲେଖକମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶାର ଉଚ୍ଚାଭିଳାଷୀ ପ୍ରକାଶନ ସଂସ୍ଥା ‘ଟାଇମପାସ୍’ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଟାଇମ୍ପାସ୍ ବୁକର୍ ପୁରସ୍କାର’ର ବିଜେତାଙ୍କ ନାମ ଶନିବାର ଘୋଷଣା କରାଯାଇଛି। ଗଳ୍ପ ପାଣ୍ଡୁଲିପି ‘କ୍ରୁଶ’ ପାଇଁ କଥାକାର ଆଶିଷ ଗଡ଼ନାୟକ ୨୦୧୮ ମସିହାର ଟାଇମ୍ପାସ୍ ବୁକର୍ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାବେଳେ ଉପନ୍ୟାସ ପାଣ୍ଡୁଲିପି ‘ସ୍ବପ୍ନର ଶହେ ବର୍ଷ’ ପାଇଁ ଗାଳ୍ପିକା ସ୍ବାଗତିକା ସ୍ବାଇଁ ୨୦୧୯ ମସିହା ଲାଗି ମନୋନୀତ ହୋଇଛନ୍ତି। ଲେଖକ ଦ୍ୱୟଙ୍କ ପୁରସ୍କୃତ ପାଣ୍ଡୁଲିପିକୁ ପ୍ରକାଶନ ସଂସ୍ଥା ପକ୍ଷରୁ ପୁସ୍ତକ ଆକାରରେ ପ୍ରକାଶିତ ହେବା ସହ ଉଭୟଙ୍କୁ ମାନପତ୍ର ଓ ଫଳକ ପ୍ରଦାନ କରାଯାଇ ସମ୍ମାନିତ କରାଯିବ। ଏଥିସହିତ ଛଅ ଜଣଙ୍କୁ ଟାଇମ୍ପାସ୍ ବେଷ୍ଟସେଲର୍ ପୁରସ୍କାର ପ୍ରଦାନ କରାଯିବାକୁ ସ୍ଥିର ହୋଇଛି। ଗଳ୍ପ ସଙ୍କଳନ ‘କାଠ’ ପାଇଁ ଅମିୟ ବେଜ୍ ଓ ‘ମୁଠାଏ ଅଙ୍ଗାର’ ପାଇଁ ବିଚିତ୍ର ବିଶ୍ୱାଳ, କବିତା ସଙ୍କଳନ ‘ଝଡ଼ପକ୍ଷୀର ଗୀତ’ ପାଇଁ ଶର୍ମିଷ୍ଠା ସାହୁ ଓ ‘ଏ ସମ୍ପର୍କ ଏମିତି’ ପାଇଁ ସୂର୍ଯ୍ୟସ୍ନାତ ତ୍ରିପାଠୀ, ଉପନ୍ୟାସ ‘ଅପରାଜିତା’ ପାଇଁ ପ୍ରଜ୍ଞାପ୍ରର୍ବିକା ଦାଶ ଏବଂ ଅନୁବାଦ ପୁସ୍ତକ ‘ସେମାନଙ୍କ ଶ୍ରେଷ୍ଠ ଗଳ୍ପ’ ପାଇଁ କିଶୋର ପାଣିଗ୍ରାହୀ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଏତଦ୍ ବ୍ୟତୀତ ବହି ସହ ଗଭୀର ସମ୍ପୃକ୍ତି ପାଇଁ ପ୍ରଦାନ କରାଯାଉଥିବା ‘ଟାଇମ୍ପାସ୍ ବହିବନ୍ଧୁ ସମ୍ମାନ’ ପୁସ୍ତକପ୍ରିୟ ତାପସ ରାଉତ ପାଇବେ। ଆସନ୍ତା ଅକ୍ଟୋବର ୨୦ ତାରିଖରେ ଟାଇମ୍ପାସ୍ ପକ୍ଷରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଦିବସବ୍ୟାପୀ ସାହିତ୍ୟ ଉତ୍ସବରେ ପ୍ରତିଭାମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଓଡ଼ିଶା ତଥା ରାଜ୍ୟ ବାହାରର ଯଶସ୍ବୀ ଲେଖକଗଣ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବଳ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି।
https://www.dharitri.com/earthquake-in-afghanistan-magnitude-reported-national-center-for-seismology/
ଥରିଲା ଆଫଗାନିସ୍ତାନ କାବୁଲ,୧୨।୧୨: ଆଫଗାନିସ୍ତାନରେ ମଙ୍ଗଳବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଛି।
https://www.dharitri.com/wildlife-safari-will-be-held-in-chudanggarh-forest/
ଚୂଡ଼ଙ୍ଗଗଡ଼ ଜଙ୍ଗଲରେ ହେବ ବନ୍ୟଜନ୍ତୁ ସଫାରି ଭୁବନେଶ୍ୱର, ୧୩।୨(ବ୍ୟୁରୋ): ଦେଶର ବୃହତ୍ ପ୍ରାକୃତିକ ଚିଡିଆଖାନା ନନ୍ଦନକାନନ ନୂଆ ରୂପ ନେବ। ନନ୍ଦନକାନନ ସହ ନୂତନ ଭାବେ ଯୋଡ଼ି ହୋଇଥିବା ପ୍ରାୟ ୮ବର୍ଗ କିମି ଚୂଡ଼ଙ୍ଗଗଡ଼ ଜଙ୍ଗଲରେ ବନ୍ୟଜନ୍ତୁ ସଫାରି ହେବ। ଏଥିସହ ବଟାନିକାଲ ଗାର୍ଡେନରୁ ମୁଖ୍ୟରାସ୍ତାକୁ ସିଧା ବାଟ ଫିଟିବ। ଏଥିପାଇଁ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଜାରି ରହିଥିବାବେଳେ ଶୁକ୍ରବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନନ୍ଦନକାନନ ଓ ଏହାର ପରିପାର୍ଶ୍ୱ କ୍ଷେତ୍ର ପରିଦର୍ଶନ କରିବା ସହିତ ସ୍ଥିତିର ସମୀକ୍ଷା କରିଛନ୍ତି। ଏଥିସହ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ନିମନ୍ତେ ଅଧିକ ସୁବିଧା ଉପଲବ୍ଧ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ସେ ପ୍ରଥମେ ନନ୍ଦନକାନନ ନିକଟରେ ପର୍ଯ୍ୟଟକଙ୍କ ପାଇଁ ନିର୍ମାଣଧୀନ ବହୁତଳ ଗାଡ଼ି ପାର୍କିଂସ୍ଥଳର ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହ ୨ମାସ ମଧ୍ୟରେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପାର୍କିଂ ପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ସାରିବାକୁ ମଧ୍ୟ ମୁଖ୍ୟ ଶାସବ ସଚିବ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ନନ୍ଦନକାନନରେ ପାର୍କିଂ ଅସୁବିଧା ଦୂର କରିବା ଲାଗି ରାଜ୍ୟର ସର୍ବବୃହତ୍ ବହୁତଳ ପାର୍କିଂ ନିର୍ମାଣ ଚାଲୁ ରହିଛି। ଏଥିରେ ଏକ ସମୟରେ ପ୍ରାୟ ୧,୫୦୦ ଚାରିଚକିଆ ଏବଂ ୬୦୦ ଦୁଇଚକିଆ ଯାନ ରହିପାରିବ। ଏହାଛଡ଼ା ନନ୍ଦନକାନନ ସାମ୍ନା ଏବଂ ବସ୍ଷ୍ଟାଣ୍ଡର ପୁନଃବିକାଶ ପାଇଁ ଏକ ମାଷ୍ଟରପ୍ଳାନ ପ୍ରସ୍ତୁତ କରିବା ପାଇଁ ସେ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଆନୁଷଙ୍ଗିକ ସୁବିଧା ଓ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ ସଙ୍ଗଠିତ କରିବା ପାଇଁ କହିଛନ୍ତି। ନନ୍ଦନକାନନରେ ପିଲାଙ୍କ ପାଇଁ ଟୟ-ରେଲ୍ ବ୍ୟବସ୍ଥାକୁ ଅଧିକ ଆକର୍ଷଣୀୟ କରାଯିବ। ଏହି କାର୍ଯ୍ୟ ମାର୍ଚ୍ଚ ଶେଷ ସୁଦ୍ଧା ପୂର୍ଣ୍ଣାଙ୍ଗ କରିବାକୁ ସ୍ଥିର କରାଯାଇଛି। ପରେ ମୁଖ୍ୟ ଶାସନ ସଚିବ ଚୂଡ଼ଙ୍ଗଗଡ଼ ଜଙ୍ଗଲ ଅଞ୍ଚଳ ପରିଦର୍ଶନ କରିଥିଲେ। ଉକ୍ତ ଜଙ୍ଗଲକୁ ବନ୍ୟଜନ୍ତୁ ସଫାରି ଭାବେ ବିକଶିତ କରିବା ପାଇଁ ନିଷ୍ପତ୍ତି ହୋଇଥିବାବେଳେ ଏହି ଢାଞ୍ଚାରେ ଏହାର ଚତୁଃପାର୍ଶ୍ୱକୁ ଜୁନ୍ ଶେଷ ସୁଦ୍ଧା ପାଚେରି ନିର୍ମାଣ ସରିବ। ସେହିପରି ବଟାନିକାଲ ଗାର୍ଡେନକୁ ସିଧାସଳଖ ଜୟଦେବବିହାର-ନନ୍ଦନକାନନ ମୁଖ୍ୟ ରାସ୍ତା ସହ ସଂଯୋଗ ହେବ। ଏଥିପାଇଁ ପ୍ରାୟ ୫୦୦ମିଟର ରାସ୍ତା ଓ ଝରଣା ନିମନ୍ତେ କଲ୍ଭର୍ଟ ଆଦି ନିର୍ମାଣ ହେବ। ପୂର୍ତ୍ତ ବିଭାଗ ଏଥି ନିମନ୍ତେ ତୁରନ୍ତ ଡିପିଆର୍ ଓ ଖର୍ଚ୍ଚ ଆକଳନ ଆଦି କରିବା ପାଇଁ ମୁଖ୍ୟ ଶାସନ ସଚିବ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ସହ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ପ୍ରଧାନ ବନ୍ୟଜନ୍ତୁ ସଂରକ୍ଷକ ତଥା ନନ୍ଦନକାନନ ନିର୍ଦ୍ଦେଶକ ଶଶୀ ପଲ୍ଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।
https://www.dharitri.com/elon-musk-just-followed-pm-modi-on-twitter/
ଟୁଇଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫଲୋ କଲେ ଏଲନ ମସ୍କ ଓ୍ବାଶିଂଟନ୍,୧୦।୪: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏବଂ ମାଇକ୍ରୋବ୍ଲଗିଂ ସାଇଟ ଟୁଇଟରର ମାଲିକ ଏଲନ ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କରିବା ଆରମ୍ଭ କରିଦେଇଛନ୍ତି। ସମଗ୍ର ଦୁନିଆରେ କେବଳ ୧୯୫ଜଣ ଅଛନ୍ତି, ଯେଉଁମାନଙ୍କୁ ଏଲୋନ ମସ୍କ ଫଲୋ କରିଥାନ୍ତି। ସୋମବାର ଏଲୋନ ମସ୍କ ଟୁଇଟ କରି ନିଜେ ଏହି ସୂଚନା ଦେଇଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟୁଇଟରରେ ଫଲୋଅର୍ସଙ୍କ ସଂଖ୍ୟା ୮୭ମିଲିୟନରୁ ବି ଅଧିକ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଏହି ସୋସିଆଲ ସାଇଟରେ ସବୁଠାରୁ ଅଧିକ ଫଲୋ କରାଯାଉଥିବା ନେତାଙ୍କ ମଧ୍ୟରୁ ଅନ୍ୟତମ। ନିକଟରେ ଏଲୋନ ମସ୍କର ସର୍ବାଧିକ ସଂଖ୍ୟକ ଫଲୋଅର୍ସ ଥିବା ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଟୁଇଟରରେ ଏଲୋନ ମସ୍କଙ୍କ ୧୩.୩ କୋଟିରୁ ଅଧିକ ଫଲୋଅର୍ସ ଅଛନ୍ତି।
https://www.dharitri.com/citizens-see-the-difference-between-words-and-deeds-rahul-targets-modi/
ଦେଶବାସୀ ଦେଖୁଛନ୍ତି କଥା କାର୍ଯ୍ୟ ମଧ୍ୟରେ ଥିବା ପାର୍ଥକ୍ୟ, ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ… ନୂଆଦିଲ୍ଲୀ, ୧୭।୮ : ବିଲକିସ ବାନୋ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଅପରାଧୀଙ୍କ ମୁକ୍ତ କରିବା ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ କଥାଓ କାର୍ଯ୍ୟ ମଧ୍ୟରେ ପାର୍ଥକ୍ୟକୁ ଦେଖୁଛି। ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି, ଏଭଳି ନିଷ୍ପତ୍ତି ଦେଶର ମହିଳାମାନଙ୍କୁ କେଉଁ ବାର୍ତ୍ତା ଦେଉଛି? ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତି ଯେ ଯେଉଁମାନେ ୫ ମାସର ଗର୍ଭବତୀ ମହିଳାଙ୍କୁ ବଳାତ୍କାର କରି ତାଙ୍କ ୩ ବର୍ଷର ଶିଶୁକନ୍ୟାଙ୍କୁ ହତ୍ୟା କରିଥିଲେ ସେମାନଙ୍କୁ ସ୍ବାଧୀନତାର ଅମୃତ ମହୋତ୍ସବ ସମୟରେ ମୁକ୍ତ କରାଯାଇଛି। ଦେଶର ଶକ୍ତି ବିଷୟରେ କହୁଥିବା ଦେଶର ମହିଳାମାନଙ୍କୁ ଏହା କ’ଣ ବାର୍ତ୍ତା ଦେଉଛି? ସେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ, ସମଗ୍ର ଦେଶ ତୁମର କଥା ଓ କାର୍ଯ୍ୟ ମଧ୍ୟରେ ପାର୍ଥକ୍ୟ ଦେଖୁଛି । ୨୦୦୨ ଗୁଜୁରାଟ ଦଙ୍ଗା ସମୟରେ ଗର୍ଭବତୀ ମହିଳା ବିଲକିସ ବାନୋଙ୍କୁ ଗଣ ବଳାତ୍କାର କରାଯାଇଥିଲା। ଏହା ପରେ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ୧୧ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରଥିଲେ। ତେବେ ସମସ୍ତ ଦୋଷୀଙ୍କୁ ଗୁଜରାଟ ସରକାରଙ୍କ ମୁକ୍ତ ନୀତି ଅନୁଯାୟୀ ଖଲାସ କରାଯାଇଥିଲା। ଅପରପକ୍ଷରେ ତେଲେଙ୍ଗାନା ମନ୍ତ୍ରୀ କେ.ଟି. ରାମା ରାଓ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ସେ କହିଛନ୍ତି ଯେ ବିଲକିସ ବାନୋ ଗଣ ବଳାତ୍କାର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ହତ୍ୟା ମାମଲାରେ ୧୧ ଜଣ ଦୋଷୀଙ୍କୁ ଛାଡ ପ୍ରଦାନ କରିବାକୁ ଗୁଜରାଟ ସରକାରଙ୍କ ନିଷ୍ପତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ହସ୍ତକ୍ଷେପ କରିବା ଉଚିତ। ରାମା ରାଓ ଏକ ଟୁଇଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ଯଦି ପ୍ରକୃତରେ ମହିଳାମାନଙ୍କ ସମ୍ମାନ ବିଷୟରେ କହିଥାନ୍ତି ତେବେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଜରୁରୀ। ପ୍ରଧାନମନ୍ତ୍ରୀ ଗୁଜରାଟ ସରକାରଙ୍କ ଛାଡ଼ ଆଦେଶକୁ ପ୍ରତ୍ୟାହାର କରନ୍ତୁ ବୋଲି ସେ କହିଛନ୍ତି।
https://www.dharitri.com/uttar-pradesh-anti-paper-leak-law-yogi-government-will-soon-bring-public-examination-ordinance/
ଏଣିକି ପେପର୍‌ ଲିକ୍‌ କଲେ ଆଜୀବନ କାରାଦଣ୍ଡ ସହ ଲାଗିବ ୧ କୋଟିର ଜରିମାନା! ଯୋଗୀ ସରକାର ଆଣୁଛନ୍ତି କଠୋର ଆଇନ୍‌
https://www.dharitri.com/good-morning/
ଶୁଭ ସକାଳ ସକାଳ ଭାରି ଶାନ୍ତ। ଘୋ ଘା ନ ଥିବ। ଅଳସ ଭାଙ୍ଗୁଥିବ ପୃଥିବୀ। ଜୀବନ ଧୀରେ ଧୀରେ ଫେରୁଥିବ ତା’ ନିକଟକୁ। କ୍ଷୀର ଖାଉଥିବା ବାଛୁରିକୁ ସ୍ନେହବୋଳା ହମ୍ବା ରଡ଼ିରେ ସକାଳ ଆହୁରି ସତେଜ ହେଉଥିବ। ପକ୍ଷୀର କିଚିରିମିଚିରି, ହଳ ଲଙ୍ଗଳ ଧରି ଯାଉଥିବା ଚଷା ପୁଅର ନିଜ ବଳଦ ସହ କଥାବାର୍ତ୍ତା, ସଜ ଫିଟା କୁକୁଡ଼ାର ମୁକ୍ତ ମୂର୍ଚ୍ଛନା, ଦାଣ୍ଡ ଧୋଉ ଧୋଉ ସକାଳର ସମ୍ଭାଷଣ କରୁଥିବା ସାହି ମାଇପିଙ୍କ ଆଲୋଚନା, ମୁହଁ ନ ଧୋଇ ଦାଣ୍ଡରେ ଖେଳୁଥିବା ଛୋଟ ପିଲାଙ୍କ ହସରୋଳ, ଫେରିବାଲାର ଡାକ, ପୋଖରୀରୁ ଦଳବଦ୍ଧ ହୋଇ ଫେରୁଥିବା କିଶୋରୀ ଓ ନୂଆ ବୋହୂଙ୍କ ଚିପା ଚିପା କଥା, ମନ୍ଦିର ସକାଳ ଆଳତିର ଘଣ୍ଟ ଇତ୍ୟାଦି ଗାଁ ସକାଳକୁ ଆହୁରି କମନୀୟ କରି ଗଢ଼ି ତୋଳୁଥିଲା। ନଡ଼ାଛପର ଚାଳର ରନ୍ଧ୍ର ଦେଇ ଘର ଭିତରକୁ ସୂର୍ଯ୍ୟ କିରଣ ସିଧା ମୁହଁରେ ପଡ଼ିଲେ କିମ୍ବା ଝରକା ପାଖରେ କୁଆ କି ବଣି ଆସି ନିଜର ସ୍ବରରେ ସକାଳୁଆ ଗୀତ ଗାଇଲେ ଅଥବା ମାଆ ଆସି ସ୍ନେହବୋଳା ବିରକ୍ତିକର ନିଜ ଭାଷାରେ ସକାଳୁଆ ଚଉପଦୀ ଗାଳି ଶୁଣିଲେ ଅବଶ୍ୟ କିଛି ଲୋକଙ୍କ ନିଦ ଭାଙ୍ଗେ। ଶେଯ ଛାଡ଼ି ନ ଥିବା ଲୋକଟି ତରତର ହୋଇ ଶେଯ ଛାଡ଼ିବାକୁ ବାଧ୍ୟ ହେଉଥିଲା। ଶେଯରୁ ଉଠିବାବେଳେ ନିଜର ଦୁଇ ପାପୁଲିକୁ ଦେଖି ବୋଲିବାକୁ ହେଉଥିଲା – କରାଗ୍ରେ ବସତି ଲକ୍ଷ୍ମୀ, କର ମଧ୍ୟେ ସରସ୍ବତୀ, କର ମୂଳେ ତୁ ଗୋବିନ୍ଦଃ ପ୍ରଭାତେ କର ଦର୍ଶନମ। ଏହା କାଳେ ଶୁଭମୟ। ମାନ୍ୟତା ମୁତାବକ କରର ଅଗ୍ରଭାଗରେ ମା’ ଲକ୍ଷ୍ମୀ, ମଧ୍ୟମରେ ସରସ୍ବତୀ, ମୂଳରେ ସ୍ବୟଂ ଗୋବିନ୍ଦଙ୍କ ବାସ ରହିଛି। ନିଜର ହାତ ପାପୁଲିକୁ ସକାଳୁ ସକାଳୁ ଦର୍ଶନ କଲେ ଲକ୍ଷ୍ମୀ, ସରସ୍ବତୀ ଓ ଗୋବିନ୍ଦଙ୍କ ଏକତ୍ର ଦର୍ଶନ ହୋଇଥାଏ। ଆଉ କାହା ମୁହଁ ଦର୍ଶନ ଅପେକ୍ଷା ଭଗବାନଙ୍କ ଦର୍ଶନରୁ ସକାଳ ଆରମ୍ଭ ହୁଏ ଏବଂ ଦିନଟି ଶୁଭପ୍ରଦ ହୋଇଥାଏ। ଆମ ପ୍ରକୃତିର ବିଭବ ସକାଳର ଶୁଦ୍ଧ ଧୀର ସମୀର, ଜୀବନ୍ତ ଓ ପ୍ରାଣବନ୍ତ ଗଛଲତା, ବନ ପାହାଡ଼, ଝୁଲାଝରଣା, ଗାଁ ମାଟିର ବାସ୍ନା, ସ୍ବାଗତ ଭଙ୍ଗୀରେ ଠିଆ ହୋଇଥିବା ଗାଁ ପାଖ ଧାଡ଼ି ଧାଡ଼ି ତାଳଗଛ, ପ୍ରଣାମ ମୁଦ୍ରାରେ ନଇଁଥିବା ଗାଁ ଛେଦର ଝଙ୍କାଳିଆ ବର କି ତୁରେଇ ଗଛ, ରହି ରହି ଟଙ୍ଗ ଟଙ୍ଗ ବାଜୁଥିବା ଘଣ୍ଟି, ଗାଁ ଚାରିପଟର ସବୁଜିମା ଆଦି ଆଖିରେ ପଡ଼ିଗଲେ ସକାଳ ମନଟା ଫୁର୍ତ୍ତି ଲାଗୁଥିଲା ଏବଂ ଭିତରେ ଏକ ଊର୍ଜା ଜାଗ୍ରତ ହେଉଥିଲା। ନିଜ ଭିତରେ ଗୋଟେ ଆତ୍ମ ବିଶ୍ୱାସ ଜାଗ୍ରତ ହେଉଥିଲା – ନା ମୁଁ ଏକା ନୁହେଁ, ମୋ ସହିତ ମୋ ଗାଁ ମାଟି, ଗାଁର ମଣିଷ ଓ ଗାଁର ପ୍ରକୃତି ରହିଛି। ଏଇ ବିଶ୍ୱାସର ବଳରେ ମଣିଷ ଖେଦି ବୁଲୁଥିଲା ଚାରିଆଡ଼େ ନିଜ କର୍ମପଥରେ। ଗାଁର ସକାଳ କହିଲେ ଭୋରବେଳା। ସୂର୍ଯ୍ୟ ଉଇଁବା ପରେ ଉଠିଲେ ତା’ ପଛରେ ଅଳସୁଆର ଷ୍ଟାମ୍ପ ଲାଗି ଯାଉଥିଲା। ସମୟ ବଦଳିଛି। ସହର କଥା ଛାଡନ୍ତୁ, ସେଠି ସକାଳ ଓ ରାତିର ହିସାବ କିଏ କରେନି। ନିଅନ ଆଲୁଅ ଭିତରେ ମଣିଷ ରାତିରେ ବି ଦିନର ଭ୍ରମରେ ରହେ। ଅନିଦ୍ରା କାମ କରେ। ଅଲଗା ଅଲଗା ମଣିଷ ପାଇଁ ସକାଳର ପରିଭାଷା ସ୍ବତନ୍ତ୍ର। ରାତି ବାର ପରଠାରୁ ସକାଳ ଏଗାର ଯାଏ ଭିନ୍ନ ଭିନ୍ନ ମଣିଷ ନିଜ ବାଗରେ ଶେଯ ଛାଡନ୍ତି ଓ ସେମାନଙ୍କ ଶୁଭ ସକାଳ ଆରମ୍ଭ ହୁଏ ସେହିକ୍ରମରେ। ବ୍ୟତିକ୍ରମ ଜୀବନଶୈଳୀ ଓ ସମୟ ସହ ତାଳ ନ ଦେଇ ବଞ୍ଚିବା ଆଜିକାର ବଡ଼ ସମସ୍ୟା। ଏହା ହିଁ ବିବିଧ ରୋଗର ମୂଳ କାରଣ ବୋଲି ଚିକିତ୍ସକମାନେ ଧରି ବସିଲେଣି। ଗାଁ ଏବେ ବିଦୀର୍ଣ୍ଣ। ନିର୍ଯାତନା ଭୋଗୀ ନାରୀଟିଏ ପରି ଗୁମୁରି ଗୁମୁରି କାନ୍ଦୁଛି। ତା’ ଯନ୍ତ୍ରଣାକୁ କିଏ ଭୋଗୁଛି। ବରଂ ସମସ୍ତେ କୃତ୍ରିମ ଶୋକପ୍ରକାଶ କରି ପୁନଶ୍ଚ ଅନୁରୂପ ନିର୍ଯାତନା ଦେବାକୁ ପଛ ଘୁଞ୍ଚା ଦେଉ ନାହାନ୍ତି। ସହର ଓ ଗାଁରେ ସକାଳର ବିକଳ ଚିତ୍ର। ଏବେ ସକାଳ ଆସେ ମୋବାଇଲର ରିଂରେ ଅଥବା ମେସେଜର ବିପ୍ ସାଉଣ୍ଡରେ। ଆକର୍ଷଣୀୟ ଶୁଭ ସକାଳର ସଂଗୀତର ମୂର୍ଚ୍ଛନା, ମନଲୋଭା ଚିତ୍ର, ଚିତ୍ତକୁ ସମ୍ମୋହନ କରୁଥିବା ତଥ୍ୟ ସମ୍ବଳିତ ଚିତ୍ର ବା ଇମୋଜି, ଡିଜିଟାଲ ପୋଷ୍ଟର, ଏଆଇର ଶୁଭ ସକାଳର ବାର୍ତ୍ତା ଇତ୍ୟାଦି। ଅନ୍ତରଂଗ ଆଳାପ କରୁ କରୁ ରାତି ବାର ପରେ ପ୍ରିୟ ମଣିଷ ଏଣିକି ଗୁଡ୍ ନାଇଟ ବଦଳରେ ଶୁଭ ସକାଳ ବୋଲି ସମ୍ବୋଧନ କରନ୍ତି କିମ୍ବା ଚମକପ୍ରଦ ଶୁଭ ସକାଳର ବାର୍ତ୍ତା ଦେଇ ଶୋଇବାକୁ ଯାଆନ୍ତି। ସୋସିଆଲ ମିଡିଆରେ ଘୂରି ବୁଲୁଥିବା ରାତିଚରଙ୍କ ଶୁଭ ସକାଳର ବାର୍ତ୍ତା ଆପଣଙ୍କୁ ଯେ କୌଣସି ସମୟରେ ଆସି ପହଞ୍ଚତ୍ବ। ନିଜ ପାଖରେ ମୋବାଇଲ ରଖିବା ଅଭ୍ୟାସ ଥିଲେ ଏହି ଶୁଭ ବାର୍ତ୍ତା ଆପଣଙ୍କ ବିରକ୍ତିକୁ ବହୁ ଗୁଣିତ କରିବ। ବାରମ୍ବାର ନିଦ ଭାଙ୍ଗୁଥିବ। ଆପଣ ବି ପ୍ରେରଣକର୍ତ୍ତାଙ୍କ ଭଳି ସମଧର୍ମା ହୋଇଥିଲେ ଅଗତ୍ୟା ସାଉଣ୍ଡ କାନରେ ବାଜୁ ବାଜୁ ମୋବାଇଲ ଉଠେଇ ନିଦଭରା ଆଖିରେ ମୋବାଇଲକୁ ପହଁରେଇବେ। ମୋବାଇଲ ସ୍କ୍ରିନର ସମୟକୁ ପ୍ରଥମେ ଦେଖିବେ। ଆଖିକୁ ବିସ୍ଫାରିତ କରିବେ। କେବେକେବେ ମୁଚୁକୁନ୍ଦିଆ ହସଟେ ଖୋଲିଯିବ ଆପେ ଆପେ। ପରେ ପ୍ରେରଣକର୍ତ୍ତାଙ୍କ ବାର୍ତ୍ତାକୁ ପଢିବେ। ତତ୍ପଶ୍ଚାତ ଆପଣ ଆଉ କାହାଠାରୁ ପ୍ରାପ୍ତ ଶୁଭ ସକାଳର ବାର୍ତ୍ତାକୁ ପଠେଇବାକୁ ଆଦୌ ହେଳା କରିବେନି। ପୁଣି କିଛି ସମୟ ହୁଏତ ମୋବାଇଲ ପହଁରେଇବେ ନତୁବା ଥୋଇ ଦେଇ ଶୋଇବାକୁ ଚେଷ୍ଟା କରିବେ। ଶୁଭ ସକାଳର ଅଜବ ବାର୍ତ୍ତା ମଧ୍ୟ ସବୁ ଆସେ। ପ୍ରାଣାୟମ, କସରତ, ସକାଳୁଆ ବୁଲା, ବିଭିନ୍ନ ରୋଗର ଉପଶମ ପାଇଁ ଗୁରୁବାଣୀ, ନେଚର ପାଥି, ହିତବାଣୀ, ଚାଣକ୍ୟ ନୀତି, ବାବା ଓ ମାତାଙ୍କ ଉପଦେଶ, ମଜାଳିଆ ଚୁଟୁକୁଳା, ଦିବସର ଅନୁଚିନ୍ତା, ଦିବସର ବିଶେଷ ଖାଦ୍ୟର ତାଲିକା, ଦିବସର ବିଶେଷତା, ଶବ୍ଦର ସନ୍ଧିବିଶେଷ ସହ ଅର୍ଥତତ୍ତ୍ୱ, ରାଜନୀତି, ଅର୍ଥନୀତି, ବ୍ୟଙ୍ଗ, ଶ୍ଲୋକ, ଏଆଇ ବାର୍ତ୍ତା ଠାରୁ ଆରମ୍ଭ କରି କିଛି ନ ଦେଖିପାରିବା ଓ ନ ପଢ଼ିପାରିବା ଭଳି ଆପତ୍ତିଜନକ ବାର୍ତ୍ତା ବି ସେଥିରେ ଥିବ। ଗ୍ରହଣକର୍ତ୍ତା ବି ପଢୁ ବା ନ ପଢୁ ହୃଦୟକୁ ଛୁଇଁଥିବା କିଛି ସନ୍ଦେଶକୁ ପ୍ରଥମେ ଆଉ କିଛି ଜଣକୁ ଶେଯରୁ ଅଧା ଉଠି ନ ପଠେଇଲେ ମନ ଶାନ୍ତି ଲାଗିବନି। ଥୋକାଏ ଗ୍ରୁପରେ ଛାଡ଼ିଦେଲେ ଯାଇ ଶେଯ ତ୍ୟାଗର ପର ଚିନ୍ତା। କଥା ହେଲା ପଠଉଥିବା କିମ୍ବା ଗ୍ରହଣ କରୁଥିବା ବ୍ୟକ୍ତିଟି ଏଇସବୁ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତାରୁ ଯଦି କାଣିଚାଏ ନିଜ ଜୀବନରେ ଅନୁପାଳନ କରିବ ତେବେ ଦୁନିଆଟା କାଉଁରୀ କାଠିର ଛୁଆଁ ପରି ବଦଳିଯିବ। କିନ୍ତୁ ଏସବୁ ପାଳନ କରିବ କିଏ? ଏହା କେବଳ ବାର୍ତ୍ତା ଶୁଭ ସକାଳ ପାଇଁ। ତାକୁ ଧରି ରଖିଲେ କ’ଣ ହେବ? ସକାଳ ସହ ତ ତାକୁ ଛାଡି ଦେବାକୁ ହେବ। ନ ହେଲେ ଆପଣ ପଛରେ ପଡ଼ିଯିବେ ଏଇ ଭାବ ଆମର। ତଥାପି ଆପଣଙ୍କୁ ଶୁଭ ସକାଳ। ଚେତନା ଜାଗ୍ରତ ହେଉ ଏଥର। ଡ. ଦ୍ୱିତୀ ଚନ୍ଦ୍ର ସାହୁ ଇନ୍ଦିରା ନଗର, ୪ର୍ଥ ଗଳି, ରାୟଗଡା
https://www.dharitri.com/snake-vidio-viral/
ଲୋମ ଟାଙ୍କୁରା ଦୃଶ୍ୟ: ଜନ୍ମ ହେଉହେଉ ହରିଣ ଛୁଆକୁ ଗିଳିଦେଲା ଅଜଗର ସାପ ଦେଖିଲେ ଲୋକେ ଭୟ କରିବାକୁ ଲାଗନ୍ତି। ମାତ୍ର ଉକ୍ତ ସାପଟି ଯଦି ଅନ୍ୟକୌଣସି ସାପ ନ ହୋଇ ଅଜଗର ହୁଏ ତେବେ କଥା ଶେଷ। ଅଜଗର କଥା ଉଠିଲେ ଲୋମ ଟାଙ୍କୁରି ଉଠେ। କାରଣ ଏହି ଭୟଙ୍କର ସାପ କେବଳ ପଶୁଙ୍କୁ ନୁହେଁ ମାତ୍ର ଜୀବିତ ମଣିଷଙ୍କୁ ମଧ୍ୟ ଗିଳିପକାଏ। ବର୍ତ୍ତମାନ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ସ୍ନେକ ହେଲ୍ପଲାଇନ୍ ଟିମ୍ ଏକ ଅଜଗରକୁ ଉଦ୍ଧାର କଲାବେଳେ ଏପରି ଭିଡିଓ ସାମ୍ନାକୁ ଆସିଛି। ଜନ୍ମପରେ ଅଜଗର ଏକ ହରିଣ ଛୁଆକୁ ଗିଳି ଦେଇଛି, ପରେ ସେ ଚାଲିବାକୁ ଅସମର୍ଥ ହେଉଛି। କୌଣସି ପ୍ରକାରେ ହରିଣ ଛୁଆକୁ ଅଜଗର ପେଟରୁ ବାହାର କରିଦିଆଯାଉଛି। ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ଅକ୍ଟୋବର ୨୫ରେ ଇନଷ୍ଟାଗ୍ରାମ ପୃଷ୍ଠା @ମୁରଲି ଓ୍ବାଲେହଉସଲା୨୪ରୁ ପୋଷ୍ଟ କରାଯାଇଥିଲା। ସେ କ୍ୟାପଶନରେ ଲେଖିଛନ୍ତି – ଏହି ଅଜଗର ଜନ୍ମ ହେବା ମାତ୍ରେ ହରିଣଛୁଆକୁ ଜୀବନ୍ତ ଗିଳି ଦେଇଥିଲା । ଏହି ଭିଡିଓଟି ଭଲ ଭିୟ୍ୟୁ ଯାଇଥିବା ବେଳେ ବହୁତ କମେଣ୍ଟ ମଧ୍ୟ ମିଳୁଛି।
https://www.dharitri.com/fierce-fire-broke-out-in-hotel-levana-in-lucknow-many-trapped-inside/
ହୋଟେଲ ଲେୱାନରେ ଭୟଙ୍କର ଅଗ୍ନିକାଣ୍ଡ, ଫସି ରହିଛନ୍ତି ଅନେକ ଲୋକ ଲକ୍ଷ୍ନୌ,୫ ।୯: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଥିବା ଲେୱାନ ହୋଟେଲରେ ସୋମବାର ସକାଳୁ ନିଆଁ ଲାଗି ଯାଇଛି । ହୋଟେଲ ସହରର ଭିଆଇପି ଅଞ୍ଚଳ ହଜରତଗଞ୍ଜରେ ଅବସ୍ଥିତ । ଅନୁମାନ କରାଯାଉଛି ଏହି ହୋଟେଲ ନିଆଁରେ କେତେକ ଲୋକେ ଆହତ ହୋଇଛନ୍ତି । ନିଆଁ ଲିଭାଇବାକୁ ଖବର ପାଇଁ ତୁରନ୍ତ ଅଗ୍ନିଶମ ବାହିନିର ଗାଡି ପହଞ୍ଚିଛି । ହୋଟେଲ ବାହାରେ ଥିବା ଜଣେ ବ୍ୟକ୍ତି କହିଛନ୍ତି ହୋଟେଲ ଭିତରେ ଅତିକମ୍ରେ ୨୦ଜଣ ଲୋକ ଥାଇପାରନ୍ତି । ଫାୟାର ବ୍ରିଗେଡର ୬ଟି ଗାଡି ନିଆଁ ଲିଭା କାର୍ଯ୍ୟରେ ଲାଗିଛି । ହେଲେ କେମିତି ନିଆଁ ଲାଗିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।
https://www.dharitri.com/the-park-has-been-in-various-states-of-disrepair-over-the-years/
ଅବ୍ୟବସ୍ଥାରେ ମହାତ୍ମା ଗାନ୍ଧୀ ପ୍ରମୋଦ ଉଦ୍ୟାନ ରାୟଗଡ଼ା ଅଫିସ,୧୪ା୧୨: ରାୟଗଡ଼ା ସହରରେ ଜେକେ କାଗଜକଳ ଏବଂ ପୌର ପରିଷଦ ପକ୍ଷରୁ ଅଞ୍ଚଳବାସୀ ଏବଂ ବିଶେଷକରି ଶିଶୁଙ୍କ ମନୋରଞ୍ଜନ ଉଦ୍ଦେଶ୍ୟରେ ୨୦୦୭ ରେ ମହାତ୍ମା ଗାନ୍ଧୀ ପ୍ରମୋଦ ଉଦ୍ୟାନ(ଗାନ୍ଧୀ ପାର୍କ) କରାଯାଇଥିଲା। ଏହା ସହରର ଏକ ପ୍ରମୁଖ ଉଦ୍ୟାନ ରୂପେ ପରିଚିତ। ହେଲେ ବର୍ଷେ ହେଲା ପାର୍କ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ରହିଛି। ଏଠାରେ ଛୋଟ ପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତ ବର୍ଗର ଲୋକେ ଖୋଲା ପବନ ଖାଇବା ସହ କିଛି ସମୟ ବିତାଇ ଖୁସି ଅନୁଭବ କରିଥାନ୍ତି। ସେହିପରି ସକାଳ ଓ ସନ୍ଧ୍ୟା ଭ୍ରମଣ କରିବା ସହ ବ୍ୟୟାମ ମଧ୍ୟ କରିଥାନ୍ତି। ଏହି ପାର୍କରେ ପିଲାଙ୍କ ଖେଳିବା ପାଇଁ ଦୋଳି, ସ୍ଲୋପ, ସ୍ଲାଇଡ୍, ଖେଳନା ଟ୍ରେନ୍ ରହିଛି। ସେହିପରି ବ୍ୟାୟାମ ଯନ୍ତ୍ରପାତି, ସସ୍ତ ବର୍ଗର ଲୋକଙ୍କ ମନୋରଞ୍ଜନ ପାଇଁ ଓ୍ବାଟର ପୁଲ୍ ସହ ବିଭିନ୍ନ କିସମର ଫୁଲ ଗଛ ଲାଗିଛି। ହେଲେ ବର୍ଷେ ହେଲା ପାର୍କରେ ଥିବା ଉକ୍ତ କ୍ରୀଡ଼ା ସାମଗ୍ରୀ, ବ୍ୟାୟାମ ଯନ୍ତ୍ରପାତି, ଓ୍ବାଟର ପୁଲ୍ ଭାଙ୍ଗାରୁଜା ଏବଂ ଅଚଳାବସ୍ଥାରେ ରହିଛି। ପାର୍କକୁ ଯାଉଥିବା ଲୋକଙ୍କ ଠାରୁ ଫି ୫ ଟଙ୍କା ଆଦାୟ କରାଯାଉଛି। ଶିଶୁଙ୍କ ପାଇଁ ୩ ଟଙ୍କା ନିୟମ ରହିଥିଲେ ମଧ୍ୟ ୫ ଟଙ୍କା ଆଦାୟ ହେଉଛି। ହେଲେ ଦାୟିତ୍ୱରେ ଥିବା ପୌର ପରିଷଦ ପକ୍ଷରୁ ଏଗୁଡ଼ିକୁ ମରାମତି କିମ୍ବା ବଦଳ କରାଯାଉ ନ ଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଯନ୍ତ୍ରପାତି ଓ କ୍ରୀଡ଼ା ଉପକରଣ ମରାମତି ଦୂର କଥା ଉଦ୍ୟାନରେ ରହିଥିବା ଶୌଚାଳୟ ଏବଂ ପାଇଖାନାର ସଫେଇ କରାଯାଉନାହିଁ। ସେହିପରି ଅନେକ ସମୟରେ ଶୌଚାଳୟରେ ପାଣି ରହୁ ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ଅପରିଷ୍କାର ଏବଂ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏହା ବ୍ୟତୀତ ୱାଟର ପୁଲ୍ରେ ସୁନ୍ଦରତା ପାଇଁ କରାଯାଇଥିବା ଫାଉଣ୍ଟେନ ମଧ୍ୟ ଅଚଳ ରହିଛି। ପାର୍କ ପରିସରରେ ଅଳିଆ, ଆବର୍ଜନା ସଫା ହେଉ ନ ଥିବାରୁ ସଫା ନ ଥିବାରୁ ମଶାଙ୍କ ଉପଦ୍ରବ ମଧ୍ୟ ବଢ଼ୁଛି। ସହରର ଏକମାତ୍ର ଜିସିଡି ପଡ଼ିଆ ଠାରେ ଅସାମାଜିକ ବ୍ୟକ୍ତି ତଥା ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ମହିଳାମାନେ ସେଠାକୁ ପ୍ରାତଃ କିମ୍ବା ସନ୍ଧ୍ୟାଭ୍ରମଣରେ ଯିବା ପାଇଁ ସୁରକ୍ଷିତ ନ ମଣି ଗାନ୍ଧୀ ପାର୍କକୁ ଯାଉଛନ୍ତି। ହେଲେ ପାର୍କରେ ଅବ୍ୟବସ୍ଥା ଯୋଗୁ ଲୋକେ ଖୋଲା ପରିବେଶରେ ବ୍ୟାୟାମ କରିପାରୁନାହାନ୍ତି। ତେଣୁ ପାର୍କ ପ୍ରତି ଧୀରେ ଧୀରେ ଲୋକେ ବିମୁଖ ହେଉଛନ୍ତି। ଶୀଘ୍ର ପାର୍କର ଯନ୍ତ୍ରପାତି ଏବଂ କ୍ରୀଡ଼ା ଉପକରଣ ମରାମତି କରିବା ସହ ପାର୍କ ପରିସରକୁ ସ୍ବଚ୍ଛ ଓ ସୁନ୍ଦର କରାଯାଉ ବୋଲି ପାର୍କକୁ ବ୍ୟାୟାମ ପାଇଁ ଆସୁଥିବା ରାୟଗଡ଼ା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପି. ଭି. ରାମଣା କହିଛନ୍ତି। ଯନ୍ତ୍ରପାତି ମରାମତି କରାଯାଇଥିବା ଆଶା ରଖି ସେ ପ୍ରତ୍ୟେକ ଦିନ ଏଠାକୁ ଆସୁଥିବା ପ୍ରକାଶ କରିଛନ୍ତି। ସେହିପରି ଏଠାକୁ ଆସୁଥିବା ସହରର ବୈଜୟନ୍ତି ମାଳା ମିଶ୍ର ଏବଂ ଅବୀନା କହିଛନ୍ତି, ଗାନ୍ଧୀ ପାର୍କ ଏକ ପ୍ରମୁଖ ପାର୍କ ହୋଇଥିଲେ ମଧ୍ୟ ଅବହେଳିତ ଅବସ୍ଥାରେ ରହିଛି। ଶୀଘ୍ର ଖେଳ ଉପକରଣ ଏବଂ ଅନ୍ୟ ସମସ୍ୟାର ସମାଧାନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ପାର୍କର ଉନ୍ନତିକରଣ ହେଲେ ଅଧିକ ଲୋକ ଆସିବେ ଏବଂ ରାଜସ୍ବ ବଢ଼ିବ ବୋଲି ମତପ୍ରକାଶ ପାଇଛି। ଅବ୍ୟବସ୍ଥା ବିଷୟରେ ଗାନ୍ଧୀ ପାର୍କର ସୁପରଭାଇଜର ଦାୟିତ୍ୱ ଥିବା ଚନ୍ଦ୍ରଶେଖର ରଥଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି, ସମସ୍ତ ପାର୍ଟ୍ସ ଏଠାରେ ମିଳୁ ନ ଥିବାରୁ ବାହାରୁ ମଗାଯାଇଛି। ସେଗୁଡ଼ିକ ଆସିଲେ ଶୀଘୟ ଲଗାଯିବ। ଅନ୍ୟପକ୍ଷରେ ୱାଟର ପୁଲ୍ରେ ପାଣି ଆସିବା ପାଇଁ ଆବଶ୍ୟକ ମେଶିନ ତାର ପଡ଼ିବ। ଅନ୍ୟ ସମସ୍ୟା ପ୍ରତି ମଧ୍ୟ ଦୃଷ୍ଟିଦେଇ ସମାଧାନ କରାଯିବ ବୋଲି ସେ କହିଛନ୍ତି। ତେବେ ପ୍ରତ୍ୟେକ ବର୍ଷ କେତେ ଅନୁଦାନ ଆସୁଛି ପଚାରିବାରୁ ତାଙ୍କ ନିକଟର ସୂଚନା ନ ଥିବା କହିଛନ୍ତି। ଅନ୍ୟପକ୍ଷରେ ଏ ବିଷୟରେ ଜାଣିବା ପାଇଁ ପୌର ପରିଷଦ ନିର୍ବାହୀ ଅଧିକାରୀ ୟାଶିର୍ ବିଲାଲ ଅହମ୍ମଦଙ୍କୁ ଫୋନ୍ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ।
https://www.dharitri.com/550-corona-positive-found-in-state12-corona-death/
ରାଜ୍ୟରେ ପୁଣି ୫୫୦ କରୋନା ପଜିଟିଭ ଚିହ୍ନଟ; ଆଖି ବୁଜିଲେ ୧୨ ଭୁବନେଶ୍ୱର, ୨୮।୧୧(ବ୍ୟୁରୋ): ରାଜ୍ୟରେ ଶନିବାର ନୂଆ ୫୫୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ …ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩୧୭ଜଣ କ୍ୱାରାଣ୍ଟାଇନରୁ ଚିହ୍ନଯ ହୋଇଥିବା ବେଳେ ୨୩୩ ଲୋକାଲ କେସ୍ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୭୭୮୯ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ୫୫୦ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ ସର୍ବାଧିକ ୫୩ ଜଣ ରହିଛନ୍ତି। ସେହିପରି ବାଲେଶ୍ୱର ୨୧, ବରଗଡ଼ ୨୫ , ଭଦ୍ରକ ୫, ବଲାଙ୍ଗୀର ୨୧, ବୌଦ୍ଧ ୨, କଟକ ୩୫, ଦେବଗଡ଼ ୭, ଢେଙ୍କାନାଳ ୫, ଗଞ୍ଜାମ ୪, ଜଗତ୍ସିଂହପୁର ୧୯, ଯାଜପୁର ୧୯ , ଝାରସୁଗୁଡ଼ା ୨୫, କଳାହାଣ୍ଡି ୧୯ , କେନ୍ଦ୍ରାପଡ଼ା ୧୬, କେନ୍ଦୁଝର ୧୩, ଖୋର୍ଦ୍ଧା ୪୯, କୋରାପୁଟ ୨, ମାଲକାନଗିରି ୩, ମୟୂରଭଞ୍ଜ ୪୦, ନବରଙ୍ଗପୁର ୮ , ନୟାଗଡ଼ ୨, ନୂଆପଡ଼ା ୩୧, ପୁରୀ ୨୬, ରାୟଗଡ଼ା ୨, ସମ୍ବଲପୁର ୩୭ ସୋନପୁର ୩, ସୁନ୍ଦରଗଡ଼ ୪୭ ଏବଂ ଷ୍ଟେଟ ପୋଲରୁ ୧୧ଜଣ ରହିଛନ୍ତି। ସେହିପରି ରାଜ୍ୟରେ ଶନିବାର ଆଉ ୧୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୩୦ରେ ପହଞ୍ଚିଛି। ଏହି ୧୨ ଜଣଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲାରୁ କେବଳ ୪ ଜଣ ରହିଛନ୍ତି। ସେହିପରି ଭୁବନେଶ୍ୱରର ୩ ଜଣ ଥିବା ବେଳେ ଅନୁଗୋଳର ୨ ଜଣ ଅଛନ୍ତି। ବାଲେଶ୍ୱର, ଢେଙ୍କାନାଳ ଓ ଯାଜପୁରରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ମୃତ୍ୟୁ ଘଟିଛି।
https://www.dharitri.com/undeclared-markets-across-the-city/
ସହରସାରା ଅଘୋଷିତ ବଜାର ଭୁବନେଶ୍ୱର, ୮।୬(ବନ୍ଦନା ସେଠୀ): ରାଜଧାନୀ ସାରା ଜବରଦଖଲ ମାଡିଗଲାଣି। ସ୍ମାର୍ଟ ସିଟି ଭୁବନେଶ୍ୱର ଦିନକୁ ଦିନ ଅବ୍ୟବସ୍ଥିତ ହୋଇପଡିଲାଣି। ସହରର ବିଭିନ୍ନ ପ୍ରମୁଖ ଛକ, ରାସ୍ତାକଡ଼, ଫୁଟ୍ପାଥ, ସାଇକେଲ୍ଟ୍ରାକ୍ ସବୁଠି ଏବେ ଅଘୋଷିତ ବଜାର ସୃଷ୍ଟି ହୋଇ ସାରିଲାଣି। ଫଳରେ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେବା ସହିତ ସହର ବିକୃତ ହେବାରେ ଲାଗିଛି। ଦିନକୁ ଦିନ ଏହି ସଂଖ୍ୟା ବଢି ଚାଲିଥିଲେ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଚୁପ୍ ବସିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଏମ୍ସି ପକ୍ଷରୁ ଭେଣ୍ଡିଂଜୋନ୍ କରାଯାଇ ଉଠାଦୋକାନୀଙ୍କୁ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ କେଉଁଠି ସ୍ଥାନ ଅଭାବରୁ ଭେଣ୍ଡିଂଜୋନ୍ ହୋଇ ପାରୁ ନ ଥିବାବେଳେ, ଆଉ କେଉଁଠି ଭେଣ୍ଡିଂଜୋନ୍ ନିର୍ମାଣ ହୋଇଥିଲେ ମଧ୍ୟ ତାଲା ପଡିରହିଛି। ସହରରେ ମୋଟ୍ ୩୨ହଜାର ଉଠାଦୋକାନୀ ଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୨ହଜାର ଦୋକାନୀଙ୍କୁ ଥଇଥାନ କରାଯାଇଛି। ବାକି ୩୦ହଜାର ଉଠାଦୋକାନୀ ନିଜର ଗୁଜୁରାଣ ମେଣ୍ଟାଇବାକୁ ଯେଉଁଠି ପାରୁଛନ୍ତି ସେଠି ନିଜର ପସରା ମେଲାଉଛନ୍ତି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ବିଜେବି କଲେଜ ସମ୍ମୁଖ ଫୁଟ୍ପାଥ୍। କଲେଜ ଓ ସମ୍ମୁଖରେ କୋର୍ଟ ଥିବାରୁ ସହରର ବ୍ୟସ୍ତବହୁଳ ଅଞ୍ଚଳ ଭାବେ ଏହା ପରିଚିତ। ତେଣୁ ଏଠାରେ ସାଧାରଣତଃ ଟ୍ରାଫିକ୍ ଜାମ୍ ରହିଥାଏ। ଏବେ ଫୁଟ୍ପାଥ୍ରେ ଫଳ ବଜାର ଗଢ଼ି ଉଠିଥିବାରୁ ଏହି ସମସ୍ୟା ଆହୁରି ଜଟିଳ ହୋଇପଡୁଥିବା ଦେଖିବାକୁ ମିଳୁଛି। ୨/୩ବର୍ଷ ତଳେ ଏଠାରେ ଗୋଟିଏ ଫଳ ଦୋକାନ ଖୋଲିଥିଲା। ତାହାର କିଛିଦିନ ପରେ ଆଉ ୨/୩ଟି ଦୋକାନ ଖୋଲିଲା। ଏବେ ସେଠାରେ ୮୩ଜଣ ଦୋକାନୀ ପସରା ମେଲାଇ ବେପାର କରୁଛନ୍ତି। ବିଜେବି କଲେଜ ଫାଟକଠାରୁ ଭିଜିଲାନ୍ସ କାର୍ଯ୍ୟାଳୟ ଯାଏ ଅଘୋଷିତ ବଜାର ସୃଷ୍ଟି ହୋଇଛି। ସମାନ ସ୍ଥିତି ପ୍ରଦର୍ଶନୀ ପଡ଼ିଆ ସମ୍ମୁଖ ରାସ୍ତାରେ ମଧ୍ୟ ଦେଖାଯାଉଛି। ପୂର୍ବରୁ କୌଣସି ମେଳା, ପ୍ରଦର୍ଶନୀ ପଡିଲେ ବାହାରେ ବିଭିନ୍ନ ସାମଗ୍ରୀର ପସରା ମେଲିଥାଏ। ମାତ୍ର ଏବେ ବର୍ଷ ତମାମ ଫଳଠାରୁ ଆରମ୍ଭ କରି ଡ୍ରେସ୍ ଏବଂ ଗୃହସଜ୍ଜା ସାମଗ୍ରୀ ଦୋକାନ ଖୋଲୁଛି। ଗୋଟିଏ ଦୁଇଟି ଦୋକାନରୁ ଆରମ୍ଭ ହୋଇ ଏବେ ସେଠାରେ ପ୍ରାୟ ୭୦ଜଣ ଦୋକାନୀ ବ୍ୟବସାୟ କରୁଛନ୍ତି। ସେହିପରି ସତ୍ୟନଗରସ୍ଥିତ ବ୍ଲାଇଣ୍ଡ୍ ଆସୋସିଏଶନ ସମ୍ମୁଖରେ ୫୫ଜଣ ଉଠାଦୋକାନୀ ବ୍ୟବସାୟ କରୁଥିବାବେଳେ, ଚନ୍ଦ୍ରଶେଖରପୁରସ୍ଥିତ ଓମ୍ଫେଡ୍ ଓ ରେଳ ଭବନ ସମ୍ମୁଖରେ ୧୦୮ଜଣ, ନୂଆ ଏୟାରପୋର୍ଟ ପଛ ରାସ୍ତାରେ ୯୨ଜଣ, କିମ୍ସ ହସ୍ପିଟାଲ ସମ୍ମୁଖ ରାସ୍ତାରେ ୮୫ଜଣ, ସମ୍ ହସ୍ପିଟାଲ ପାଖରେ ୭୦-୮୦ଜଣ, ଏମ୍ସ ହସ୍ପିଟାଲ ରାସ୍ତା ପାର୍ଶ୍ୱରେ ୧୫୦ଜଣ ଉଠାଦୋକାନୀ ବେପାର କରୁଥିବା ଦେଖିବାକୁ ମିଳୁଛି। ସେହିପରି ସତ୍ସଙ୍ଗ ବିହାର ନିକଟ ଶ୍ୟାମାପ୍ରସାଦ ପାର୍କ ପାର୍ଶ୍ୱରେ ଗୋଟିଏ ଦୁଇଟି ଦୋକାନରୁ ଆରମ୍ଭ ହୋଇଥିବା ବ୍ୟବସାୟ ଏବେ ଲମ୍ବା ଧାଡ଼ିରେ ଚାଲିଛି। ଅଭିଯୋଗ ହେଲେ ବିଏମ୍ସିର ଏନ୍ଫୋସର୍ମମେଣ୍ଟ ଟିମ୍ ମଝିରେ ମଝିରେ ଆସି ଦୋକାନୀଙ୍କୁ ଉଠାଇ ଦେଉଛନ୍ତି। ମାତ୍ର ଦିନେ ଦୁଇଦିନ ପରେ ଯଥା ପୂର୍ବଂ ତଥା ପର ସ୍ଥିତି ସୃଷ୍ଟି ହେଉଛି। ସହରର ମୁଖ୍ୟ ରାସ୍ତାଘାଟ, ସାଇକେଲ୍ ଟ୍ରାକ୍, ଫୁଟ୍ପାଥ୍ ଆଦି ସ୍ଥାନଗୁଡିକରେ ଜବରଦଖଲ ହେବାକୁ ଦିଆଯିବ ନାହିଁ ବୋଲି ବିଏମ୍ସି ବାରମ୍ବାର ଘୋଷଣା କରିଛି। ମାତ୍ର ଉଠାଦୋକାନୀଙ୍କୁ ଥଇଥାନ କରିବାରେ ବିଏମ୍ସି ବିଫଳ ହେଉଥିବାରୁ ସବୁ ଦେଖି ମଧ୍ୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା କୁହାଯାଉଛି। ଫଳରେ ଲୋକଙ୍କ ପାଇଁ ତିଆରି ହୋଇଥିବା ଚଲାପଥ ଏବଂ ସାଇକେଲ୍ ଟ୍ରାକ୍ ଏବେ ବ୍ୟବସାୟୀଙ୍କ କବ୍ଜାରେ ରହିଛି। ଅପରପକ୍ଷେ ବିଏମ୍ସି ଉଠାଦୋକାନୀମାନଙ୍କୁ ବ୍ୟବସ୍ଥିତ କରୁ ନ ଥିବାରୁ ବାଧ୍ୟହୋଇ ସେମାନେ ରାଜରାସ୍ତାରେ ବେପାର କରୁଥିବା ଉଠାଦୋକାନୀ ମହାସଂଘ ସଭାପତି ପ୍ରତାପ ସାହୁ କହିଛନ୍ତି। ବର୍ଷବର୍ଷ ଧରି ଉଠାଦୋକାନୀମାନେ ରାସ୍ତାକଡ଼ରେ ବ୍ୟବସାୟ କରୁଛନ୍ତି। ବିଏମ୍ସି ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଥଇଥାନ କରିପାରୁ ନାହିଁ। ମାତ୍ର ଯେତେବେଳେ ଇଚ୍ଛା ସେତେବେଳେ ସେମାନଙ୍କୁ ଉଚ୍ଛେଦ କରୁଛି। ଏହାଦ୍ୱାରା ସେମାନେ ନିଜ ଗୁଜୁରାଣ ମେଣ୍ଟାଇବାକୁ ସମର୍ଥ ହେଉନାହାନ୍ତି। ତେଣୁ ଗୋଟିଏ ଯାଗାରୁ ଉଚ୍ଛେଦ ହେବା ପରେ ସେମାନେ ଅନ୍ୟ କେଉଁଠି ଖାଲି ସ୍ଥାନ ଦେଖି ବ୍ୟବସାୟ କରୁଛନ୍ତି। ଯେ ପର୍ଯ୍ୟନ୍ତ ବିଏମ୍ସି ସେମାନଙ୍କୁ ଥଇଥାନ ନ କରିଛି, ସେମାନେ ଏହିଭଳି ବ୍ୟବସାୟ କରିବାକୁ ବାଧ୍ୟ ହେବେ ବୋଲି ପ୍ରତାପ କହିଛନ୍ତି। ଏନେଇ ବିଏମ୍ସିର ଭେଣ୍ଡିଂଜୋନ୍ ଆଣ୍ଡ୍ କିଓସ୍କ ଦାୟିତ୍ୱରେ ଥିବା ଡେପୁଟି କମିଶନର ଅଜୟ କୁମାର ମହାନ୍ତି କହିଛନ୍ତି, ଉଠାଦୋକାନୀମାନଙ୍କୁ ପର୍ଯ୍ୟାୟକ୍ରମେ ଥଇଥାନ କରାଯିବ। ଯଦିଓ ଏକ୍ଜାକ୍ଟ ଫିଗର ନାହିଁ, ତଥାପି ପ୍ରାୟ ୩ଶହ ଦୋକାନୀଙ୍କୁ ଥଇଥାନ କରାଯିବ। ନିର୍ବାଚନ ସରିଲା, ଖୁବ୍ଶୀଘ୍ର କମିଟି ଫର୍ମେଶନ ହେବାପରେ କେଉଁ ଯାଗାରେ କାହାକୁ ଥଇଥାନ କରାଯିବ ଦେଖିବୁ।
https://www.dharitri.com/in-this-india-720/
ଏଇ ଭାରତରେ ବହୁ ସମୟରେ ଏକ ନିଷ୍ପତ୍ତି ଜଣଙ୍କ ଜୀବନର ମୋଡ଼ ବଦଳାଇଦିଏ, ଯାହା ଘଟିଛି ହରିୟାଣାର କୃଷକ କମ୍ବଲ ସିଂ ଚୌହାନ୍ଙ୍କ କ୍ଷେତ୍ରରେ। ଚୌହାନ୍ ୧୬ ବର୍ଷ ବୟସରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର ସେଥିରେ ଲାଭ ନ ହେବାରୁ ସେ ୧୯୯୮ରେ ମକାଚାଷ କରିବାକୁ ନିଷ୍ପତ୍ତି ନେଲେ ଓ ଏବେ ସେ ମକାଚାଷର ବାଦ୍ଶାହ ପାଲଟି ଯାଇଛନ୍ତି। ସୋନିପତ୍ ଜିଲା ନିବାସୀ କମ୍ବଲ ସିଂ ଛୋଟ କିସମର ମକାଚାଷରୁ ବିପୁଳ ଲାଭ ପାଇବା ପରେ ଆଖପାଖର ୧୫ରୁ ୨୦ଟି ଗାଁରେ କୃଷକମାନଙ୍କୁ ଏହି ଚାଷ ସହ ଯୋଡ଼ି ସେମାନଙ୍କ ଆୟ ବୃଦ୍ଧି କରିଛନ୍ତି। କୃଷକମାନଙ୍କ ମାର୍କେଟିଂ ବ୍ୟବସ୍ଥା ମଧ୍ୟ ବହନ କରୁଛନ୍ତି। ସେ ନିଜେ ୪ଟି ମକା ପ୍ରୋସେସିଂ ୟୁନିଟ୍ ପ୍ରତିଷ୍ଠା କରି କୃଷକମାନଙ୍କଠାରୁ ମକା ସଂଗ୍ରହ କରୁଛନ୍ତି। ଏହାଦ୍ୱାରା କୃଷକମାନେ ସେମାନଙ୍କ ଆୟ ଦୁଇଗୁଣ ବୃଦ୍ଧି କରିବାକୁ ସକ୍ଷମ ହୋଇଛନ୍ତି। କମ୍ବଲ ସିଂ ନିଜର ମକାଚାଷକୁ ଏତେ ବଢ଼ାଇ ପାରିଛନ୍ତି ଯେ, ପ୍ରତ୍ୟେକ ଦିନ ତାଙ୍କ କ୍ଷେତରେ ୪୦୦ କୃଷି ଶ୍ରମିକ କାମ କରୁଛନ୍ତି। ମକା ଉତ୍ପାଦନ ଓ ଏହାର ପ୍ରୋସେସିଂରେ ମୋଟରେ ଅନେକ ହଜାର ଲୋକଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି।
https://www.dharitri.com/ଆଇଏଏସ୍‌-ବିଜୟ-କେତନଙ୍କୁ-ଜା/
ଆଇଏଏସ୍‌ ବିଜୟ କେତନଙ୍କୁ ଜାମିନ ଭୁବନେଶ୍ୱର,୩।୨(ବ୍ୟୁରୋ): ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ସୋମବାର ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତ ଜାମିନର ସର୍ତ୍ତ ସ୍ଥିର କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଡିସେମ୍ବର ୩୦ରେ ୧ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ୨୦୦୯ ବ୍ୟାଚର ଆଇଏଏସ୍ ବିଜୟ କେତନଙ୍କୁ ଗିରଫ କରିଥିଲା। ଉଦ୍ୟାନ ଓ କୃଷି ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଏକ ବିଲ୍ ପାସ କରିବା ପାଇଁ ଉକ୍ତ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତେବେ ଗିରଫ ପରେ ତାଙ୍କୁ ଫସାଇ ଦିଆଯାଇଥିବା ବିଜୟ କହିଥିଲେ। ବିଜୟଙ୍କ ସହ ଜଣେ ଘରୋଇ ବ୍ୟାଙ୍କ କର୍ମଚାରୀ ମଧ୍ୟ ଗିରଫ ହୋଇଥିଲେ।
https://www.dharitri.com/rana-kapoor-released-on-bail/
ରାଣା କପୁରଙ୍କୁ ଜାମିନ ମୁମ୍ବାଇ,୧୭ା୨: ଋଣ ହେରଫେର ମାମଲାରେ ଜେଲରେ ଥିବା ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର ଜାମିନ ପାଇଛନ୍ତି। ମୁମ୍ବାଇର ଏକ ପିଏମ୍ଏଲ୍ଏ କୋର୍ଟ ସ୍ବତନ୍ତ୍ର ବିଚାରପତି ଏମ୍.ଜି. ଦେଶପାଣ୍ଡେ ବୁଧବାର ରାଣା, ଅବନ୍ଥା ଗ୍ରୁପ୍ର ଗୌତମ ଥାପର ଓ ଅନ୍ୟ ୭ ଅଭିଯୁକ୍ତଙ୍କୁ ବୁଧବାର ଜାମିନ ପ୍ରଦାନ କରିଛନ୍ତି। ତେବେ ରାଣା ଓ ଗୌତମଙ୍କ ବିରୋଧରେ ଅନ୍ୟ କେତେକ ମାମଲା ବିଚାରାଧୀନ ଥିବାରୁ ଉଭୟେ ଏବେ ଜେଲରୁ ବାହାରିପାରିବେ ନାହିଁ। ଏହି ମାମଲାରେ ୟେସ୍ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ରାଣା କପୁର, ତାଙ୍କ ସ୍ତ୍ରୀ ବିନ୍ଦୁ କପୁର ଓ ଅଓ୍ବନ୍ଥା ଗ୍ରୁପ୍ ପ୍ରମୋଟର ଗୌତମ ଥାପର ସମ୍ପୃକ୍ତ। ୨୦୧୭ରୁ ୨୦୧୯ ମଧ୍ୟରେ ଅବନ୍ଥା ରିୟଲିଟି ଲିଃ (ଏଆର୍ଏଲ୍) ଅଧୀନ ହୋଲ୍ଡିଂ କମ୍ପାନୀ ଓୟଷ୍ଟର ବିଲ୍ଡଓ୍ବେଲ୍ ୟେସ୍ ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରି ନ ଥିଲା। ରାଣା ଏଆର୍ଏଲ୍କୁ ଋଣ ମଞ୍ଜୁର କରିବା ପାଇଁ ଲାଞ୍ଚ ଆକାରରେ ନୂଆଦିଲ୍ଲୀର ଶେର୍ଗିଲ ମାର୍ଗ ବଙ୍ଗଳାକୁ ଉକ୍ତ କମ୍ପାନୀଠାରୁ ୩୮୪ କୋଟି ଟଙ୍କାରେ ନେଇଥିଲେ, ଯାହାକି ପ୍ରକୃତ ବଜାର ମୂଲ୍ୟଠାରୁ ବହୁତ କମ୍। କେବଳ ଏତିକି ନୁହେଁ, ଏଆର୍ଏଲ୍ ଉପରେ ଋଣ ବକେୟା ଥାଇ ସୁଦ୍ଧା ସେ ଏହାକୁ ଅତିରିକ୍ତ ୨,୫୦୦ କୋଟି ଟଙ୍କାର କ୍ରେଡିଟ୍ ଫାସିଲିଟି ଦେଇଥିଲେ। ପରେ ସେ ଆହୁରି ୪୦୦ କୋଟି ଟଙ୍କାର ଋଣ ଦେଇଥିଲେ ବୋଲି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦର୍ଶାଇଥିଲା। ଏହି ମାମଲାରେ ଗତ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଣାଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିଥିଲା। ଏହା ପୂର୍ବରୁ ଇଡି ଏନେଇ ରାଣା, ତାଙ୍କ ସ୍ତ୍ରୀ ଏବଂ ଗୌତମଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆଣି ଏକ ମନି ଲଣ୍ଡରିଂ ମାମଲା ଦାଏର କରିଥିଲା। ୟେସ୍ ବ୍ୟାଙ୍କ ଜାଲିଆତି ମାମଲା ସାମ୍ନାକୁ ଆସିବା ପରେ ୨୦୨୦ ମାର୍ଚ୍ଚରେ ରାଣା ଗିରଫ ହୋଇ ନଭି ମୁମ୍ବାଇର ତଲୋଜା ଜେଲରେ ଅଛନ୍ତି। ସେହିପରି ଗୌତମଙ୍କୁ ଦିଲ୍ଲୀର ତିହାର ଜେଲରେ ରଖାଯାଇଛି।
https://www.dharitri.com/kuchinda-lanka-in-the-gi-tag-race/
ଜିଆଇ ଟ୍ୟାଗ୍‌ ଦୌଡ଼ରେ କୁଚିଣ୍ଡା ଲଙ୍କା ସମ୍ବଲପୁର, ୩୦।୯(ବ୍ୟୁରେ): ସମ୍ବଲପୁର ଜିଲା କୁଚିଣ୍ଡା ଲଙ୍କା ଜିଆଇ (ଜିଓଗ୍ରାଫିକାଲ ଇଣ୍ଡିକେଶନ) ଟ୍ୟାଗ୍ ଦୌଡ଼ରେ ରହିଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରେଢ଼ାଖୋଲ ଏନ୍ଏସିରେ ଏକ୍ଜିକ୍ୟୁଟିଭ୍ ଅଫିସର ଥିବା ଆଇଏଏସ୍ (ଶିକ୍ଷାନବିସ) ଆଶୁତୋଷ କୁଲକର୍ନି ନିଜସ୍ବ ଉଦ୍ୟମରେ ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରିଛନ୍ତି। ପୂର୍ବରୁ କୁଚିଣ୍ଡା ଉପଖଣ୍ଡରେ ଉତ୍ପାଦିତ ଲଙ୍କାର ଆକାର, ଆକର୍ଷଣକୁ ନେଇ ରାଜ୍ୟ ତଥା ରାଜ୍ୟ ବାହାର ଟ୍ରେଡରମାନେ ଏଠାକୁ କିଣିବାକୁ ଆସୁଥିଲେ। ଏବେ ଜିଆଇ ଟ୍ୟାଗ୍ ମିଳିଲେ ବଜାରରେ ଲଙ୍କାର ମାନ ଆହୁରି ବୃଦ୍ଧି ପାଇବ। ଏହା ଦ୍ୱାରା ଚାଷୀଙ୍କୁ ଉଚିତ ମୂଲ୍ୟ ମିଳିପାରିବ ବୋଲି ଆଶା କରାଯାଉଛି। ଏ ସମ୍ପର୍କରେ ଓର୍ମାସ ଜିଲା ସଂଯୋଜକ ଶ୍ରୀମନ୍ତ ହୋତା କହିଛନ୍ତି, କୁଚିଣ୍ଡା ଅଞ୍ଚଳର ଚାଷୀମାନେ ମୁଖ୍ୟତଃ ଲଙ୍କାଚାଷ କରନ୍ତି। ରବି ଓ ଖରିଫ ସମୟରେ ପ୍ରାୟ ୭୮୪୫ ହେକ୍ଟର ଜମିରେ ଲଙ୍କା ଚାଷ ହୋଇଥାଏ। ୧୨ ହଜାର ଚାଷୀ ଲଙ୍କାଚାଷ କରି ରୋଜଗାର କରନ୍ତି। କୁଇଣ୍ଟାଲ ପିଛା ୩ ହଜାରରୁ ୩୫ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରନ୍ତି। ସ୍ବାବଲମ୍ବୀ ହୋଇ ଚାଷ ପରିମାଣ ବୃଦ୍ଧି କରିବା ପାଇଁ କିଛିବର୍ଷ ହେବ ଲଙ୍କା ଗୁଣ୍ଡ ତିଆରି କରିବା ପ୍ଲାଣ୍ଟ ନିର୍ମାଣ କରାଯାଇଛି। ଏସ୍ଏଚ୍ଜି ମହିଳାମାନେ ତାଲିମ ନେଇ ଲଙ୍କାଗୁଣ୍ଡ ତିଆରି କରୁଛନ୍ତି। ଏହାକୁ କୁଇଣ୍ଟାଲ ପିଛା ୧୫ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ପ୍ଲାଣ୍ଟ ହେବା ଫଳରେ ଚାଷୀମାନେ ଉଚିତ ଦର ପାଇପାରୁଛନ୍ତି। ଏବେ ଅଧିକ ବଜାର ସୁବିଧା ପାଇଁ ଜିଆଇ ଟ୍ୟାଗ୍ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିଲାଗି ଏକ ଏଜେନ୍ସିର ସହଯୋଗ ନିଆଯାଇଛି। ଏଜେନ୍ସି କର୍ମକର୍ତ୍ତା କୁଚିଣ୍ଡା ଲଙ୍କା ଚାଷ କିଭଳି ହେଉଛି, କେତେ ପରିବାର ନିୟୋଜିତ ଅଛନ୍ତି, କେବେଠାରୁ ଆରମ୍ଭ ହୋଇଛି, ଲଙ୍କାର ମାନ ଓ ବଜାରରେ ଚାହିଦା ପ୍ରଭୃତି ଦିଗରେ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ଯଦି ଜିଆଇ ଟ୍ୟାଗ୍ ମିଳିଯାଏ ତା’ହେଲେ ଦେଶ ବାହାରେ ମଧ୍ୟ ବ୍ୟବସାୟ କରିହେବ। ଲଙ୍କାର ମାନ ବୃଦ୍ଧି ପାଇବ। ଚାଷୀମାନେ ଅଧିକ ମୂଲ୍ୟରେ ଲଙ୍କା ବିକ୍ରି କରିପାରିବେ ବୋଲି କହିଥିଲେ। ଐତିହାସିକ ତଥ୍ୟ ଅନୁଯାୟୀ କୁଚିଣ୍ଡା ଅଞ୍ଚଳ ଅଣଜଳସେଚିତ। ଧାନ ଓ ଅନ୍ୟ ଫସଲ ପାଇଁ ଅଧିକ ପାଣିର ଆବଶ୍ୟକ ପଡିଥାଏ। ତେଣୁ ବାରମ୍ବାର ମରୁଡ଼ି ଓ ଜଳ ନିଅଣ୍ଟ ହୋଇ ଫସଲ ନଷ୍ଟ ହେଉଥିଲା। ୧୯୦୧ରେ ତତ୍କାଳୀନ ବାମଣ୍ଡା ରାଜା ବାସୁଦେବ ସୁଧଳ ଦେଓ ଚାଷୀ ଓ ଚାଷକୁ ନେଇ ଚିନ୍ତାରେ ପଡିଥିଲେ। ସେ ବିକଳ୍ପ ଚାଷ ପାଇଁ ଚିନ୍ତା କରିଥିଲେ। ସେ ସମୟରେ ଉନ୍ନତମାନର ଲଙ୍କା ବିହନ ଚାଷୀଙ୍କୁ ଯୋଗାଇ ଚାଷ କରିବା ପାଇଁ ପ୍ରବର୍ତ୍ତାଇଥିଲେ। ପ୍ରଥମେ ଦ୍ୱନ୍ଦ୍ୱରେ ଥିବା ଚାଷୀ ପରେ ଲଙ୍କା ଚାଷକୁ ପ୍ରାଧାନ୍ୟ ଦେଇଥିଲେ। ଜଳବାୟୁ ସହଯୋଗ ଓ ଚାଷୀଙ୍କ ପରିଶ୍ରମରେ ଏହି ଅଞ୍ଚଳ ଲଙ୍କା ଚାଷରେ ଏକ ନମ୍ବର ହୋଇପାରିଛି। ପ୍ରାୟ ୧୨୦ ବର୍ଷ ପରେ ଏହି ଅଞ୍ଚଳ ଲଙ୍କା ଚାଷରେ ରାଜ୍ୟ ଓ ଦେଶରେ ସୁନାମ ଅର୍ଜନ କରିଛି। ଏବେ ଜିଆଇ ଟ୍ୟାଗ୍ ମିଳିଲେ କୁଚିଣ୍ଡାର ଲଙ୍କା ଚାଷୀମାନଙ୍କର ସାମାଜିକ, ଆର୍ଥତ୍କ ଉନ୍ନତି ହେବ ବୋଲି ଆଶା କରାଯାଉଛି।
https://www.dharitri.com/list-of-candidates-of-bjp-congress-is-hanging/
ଝୁଲୁଛି ଭାଜପା, କଂଗ୍ରେସର ପ୍ରାର୍ଥୀ ତାଲିକା ନୟାଗଡ଼,୩୧ା୩ (ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଥିବାବେଳେ ଭାଜପା ଓ କଂଗ୍ରେସ ପକ୍ଷରୁ କୌଣସି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦିଆଯାଇ ପାରିନାହିଁ। ସବୁ ନିର୍ବାଚନମଣ୍ଡଳୀରେ ୨ ଜାତୀୟ ଦଳର ପ୍ରାର୍ଥୀ ତାଲିକା ଝୁଲିରହିଛି। କାହାକୁ ଟିକେଟ ଦେଲେ ଦଳ ଶାସକ ବିଜେଡି ଦଳର ପ୍ରାର୍ଥୀଙ୍କୁ ମୁକାବିଲା କରି ବାଜିମାରିବ ସେନେଇ ଜୋରଦାର ସମୀକ୍ଷା ଓ ଅଙ୍କକଷା ଛିଣ୍ଡୁନି। ସେପଟେ ରଣପୁର, ନୟାଗଡ଼ ଓ ଦଶପଲ୍ଲା ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ଦେଇ ପ୍ରଚାରରେ ଆଗୁଆ ରହିଛି। ଏଠାରେ ପ୍ରାର୍ଥୀମାନେ ପ୍ରଚାରକୁ ତ୍ୱରାନ୍ବିତ କରି ସାରିଲେଣି। ଅନ୍ୟପକ୍ଷେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ଦେଇପାରିନାହିଁ। ଏହି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ପାଇଁ ଅନେକ ଆଶାୟୀ ରହିଥିବାବେଳେ ବିଜେଡି ଦଳ କାହାକୁ ଟିକେଟ ଦେଉଛି ଦେଖିବାର ରହିଲା। ଏଭଳିସ୍ଥଳେ ଆଶାୟୀ ପ୍ରାର୍ଥୀ ଟିକେଟ ପାଇବାକୁ କସରତ ଜାରି ରଖିଥିବାବେଳେ ସେପଟେ ପ୍ରଚାର ଓ ଭୋଟରଙ୍କ ସହ ସମୟ ବିତାଇବାକୁ ପାଉନାହାନ୍ତି। ନୟାଗଡ଼ ଜିଲାର ୪ଟି ନିର୍ବାଚନମଣ୍ଡଳୀ ୩ଟି ଲୋକ ସଭା ଆସନରେ ରହିଛି। କଟକ ଲୋକ ସଭା ଅଧୀନରେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ରହିଥିବାବେଳେ କନ୍ଧମାଳ ଲୋକ ସଭା ଅଧୀନରେ ଦଶପଲ୍ଲା ନିର୍ବାଚନମଣ୍ଡଳୀ ରହିଛି। ସେହିପରି ପୁରୀ ଲୋକ ସଭା ଅଧୀନରେ ନୟାଗଡ଼ ଓ ରଣପୁର ନିର୍ବାଚନମଣ୍ଡଳୀ ରହିଛି। ଜିଲାର ୪ଟି ଯାକ ନିର୍ବାଚନମଣ୍ଡଳୀ ଓ ୩ଟି ଲୋକ ସଭା ଆସନ ବିଜେଡିର ବିଧାୟକ ଓ ଏମ୍ପିଙ୍କ ଅଧୀନରେ ଅଛି। ମୋଟାମୋଟି ଭାବେ ନୟାଗଡ଼ ଜିଲା ପୂରା ବିଜେଡି ଦଖଲରେ ରହି ବିଜେଡିର ଦୁର୍ଗ ପାଲଟିଛି। ୩ ଏମ୍ପି ସିଟ୍ ମଧ୍ୟରୁ କଟକ ପାଇଁ ସଂତୃପ୍ତ ମିଶ୍ର, କନ୍ଧମାଳ ପାଇଁ ଅଚ୍ୟୁତ ସାମନ୍ତ ଓ ପୁରୀ ପାଇଁ ଅରୂପ ପଟ୍ଟନାୟକ ଏମ୍ପି ପ୍ରାର୍ଥୀ ଭାବେ ଟିକେଟ ପାଇ ସାରଛିନ୍ତି। କଟକ ଓ ପୁରୀ ଲୋକ ସଭା କ୍ଷେତ୍ର ପାଇଁ ଏମ୍ପି ପ୍ରାର୍ଥୀ କେବଳ ବଦଳିଛନ୍ତି। ଅନ୍ୟପକ୍ଷେ ଜିଲାର ୪ଜଣ ବିଧାୟକଙ୍କ ମଧ୍ୟରୁ ନୟାଗଡ଼ ପାଇଁ ଅରୁଣ କୁମାର ସାହୁ, ରଣପୁର ପାଇଁ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ପାଇଁ ରମେଶ କୁମାର ବେହେରା ବିଜେଡି ଟିକେଟ ପାଇ ସାରିଛନ୍ତି। କେବଳ ବାକି ରହିଛି ଖଣ୍ଡପଡା। ଏଠାର ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ବହିଷ୍କାର କରିଥିବା ବେଳେ କେହି ଟିକେଟ ପାଇନାହାନ୍ତି। ସେହିପରି ଭାଜପା ପକ୍ଷରୁ ୩ ଲୋକସଭା ଆସନ ଲାଗି ପୁରୀରୁ ସମ୍ବିତ ପାତ୍ର, କଟକରୁ ଭର୍ତ୍ତୃହରି ମହତାବ, କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଏମ୍ପି ପ୍ରାର୍ଥୀ ଭାବେ ଘୋଷଣା କରିଛି।
https://www.dharitri.com/registrar-general-of-ngt-ashu-garg-succumbs-to-covid-19/
କରୋନାରେ ଆଶୁ ଗର୍ଗଙ୍କ ପରଲୋକ ନୂଆଦିଲ୍ଲୀ,୭।୬: କରୋନା ଯୋଗୁ ଦେଶରେ ଅନେକ ବଡ଼ ବଡ଼ ସେଲିବ୍ରିଟିଙ୍କ ପରଲୋକ ଘଟିଛି। ଏହି କ୍ରମରେ ଶୁକ୍ରବାର ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ ରେଜିଷ୍ଟ୍ରାର୍ ଜେନେରାଲ ଆଶୁ ଗର୍ଗଙ୍କ ଜୀବନ ନେଇଛି କରୋନା। ପ୍ରଶାସନିକ ସିଭିଲ୍ ଜଜ୍ ଶିରିଶ ଅଗ୍ରଓ୍ବାଲ ଏନେଇ ସୂଚନା ଦେଇଛନ୍ତି। ୨୦୦୫ରେ ଆମିଟି ଲ ସ୍କୁଲରୁ ଗର୍ଗ ତାଙ୍କର ବିଏ.ଏଲଏଲବି କରିଥିଲେ। ପରବର୍ତ୍ତୀ ସମୟରେ ସେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ଏଲଏଲଏମ କରିଥିଲେ। ସେ ଭାରତୀୟ ଆଇନ ପ୍ରତିଷ୍ଠାନ, ଦିଲ୍ଲୀରୁ Intellectual Property Rightରେ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ଏବଂ ଦିଲ୍ଲୀର ଆମିଟି ଲ ସ୍କୁଲରୁ ସାଇବର ଲ’ରେ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ମଧ୍ୟ କରିଥିଲେ।ଗର୍ଗ ଦିଲ୍ଲୀ ହାଇକୋର୍ଟରେ ଆଇନ ଗବେଷଣାକାରୀ ଭାବରେ କାର୍ଯ୍ୟ କରିଥିଲେ। ସେ ୨୦୦୭ରେ ଦିଲ୍ଲୀ ଜୁଡିସିଆଲ ସର୍ଭିସରେ ଯୋଗ ଦେଇଥିଲେ ଏବଂ ନଭେମ୍ବର,୨୦୧୯ରେ ଦିଲ୍ଲୀ ଉଚ୍ଚ ନ୍ୟାୟିକ ସେବାକୁ ପଦୋନ୍ନତି ପାଇଥିଲେ। ଜଣେ ଜୁଡିସିଆଲ ଅଫିସର ଭାବରେ ସେ ସିଭିଲ ଜଜ, ମହାନଗର ମାଜିଷ୍ଟ୍ରେଟ୍ ଅତିରିକ୍ତ ବରିଷ୍ଠ ସିଭିଲ ଜଜ, ଅତିରିକ୍ତ ମୁଖ୍ୟ ମହାନଗର ମାଜିଷ୍ଟ୍ରେଟ୍ ଏବଂ ମୁଖ୍ୟ ମହାନଗର ମାଜିଷ୍ଟ୍ରେଟ୍ (କେନ୍ଦ୍ରୀୟ) କାର୍ଯ୍ୟ କରିଥିଲେ॥ ୧୪ ଜାନୁଆରୀ ୨୦୨୦ରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ (ପ୍ରିନ୍ସିପାଲ ବେଞ୍ଚ) ଭାବରେ ଗର୍ଗ ଏନଜିଟିରେ ଯୋଗ ଦେଇଥିଲେ।
https://www.dharitri.com/ପ୍ରଶାସନ-ଚୁପ୍‌-ଆଗେଇଆସିଲେ/
ପ୍ରଶାସନ ଚୁପ୍‌, ଆଗେଇଆସିଲେ ସ୍ବେଚ୍ଛାସେବୀ:ସଚେତନତା ପାଇଁ ଟାଙ୍ଗିଲେ ଫଳକ ଜୟପୁର,୧୫ା୩(ଡି.ଏନ୍.ଏ.) ରାସ୍ତାଘାଟ ପରି ସାର୍ବଜନୀନ ସ୍ଥାନରେ ଲୋକଙ୍କ ସୁରକ୍ଷା ଓ ସଚେତନତା ପାଇଁ ପ୍ରଶାସନ କିଛି ନାମଫଳକ ଲଗାଇବା କଥା। କିନ୍ତୁ ପ୍ରଶାସନ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ଭୁଲିଯିବା ପରେ କେତେଜଣ ସଚେତନ ସ୍ବେଚ୍ଛାସେବୀ ନିଜ ଖର୍ଚ୍ଚରେ ଲୁହା ପ୍ଲେଟ ଓ ଖୁଣ୍ଟ ଲଗାଇଛନ୍ତି। ସ୍ଥାନୀୟ ପାରାବେଢ଼ାସ୍ଥିତ ସରକାରୀ ଶିଶୁ ଭବନ ୧୯୭୭ରେ ସ୍ଥାପିତ ହୋଇଥିଲା। କିନ୍ତୁ ଏଯାବତ୍ ସେଠାରେ ନାମଫଳକ ଟାଙ୍ଗି ନ ଥିଲା ପ୍ରଶାସନ। ଜୟପୁରର ସ୍ବେଚ୍ଛସେବୀ ଲାଲୁଦେବ ଶର୍ମା, ସୁବାସ ସାହୁ, ରଶ୍ମିରଞ୍ଜନ ସାଗର, ଜୟନ୍ତ ପଟ୍ଟନାୟକ, ସାଗର ପରିଡ଼ା ଏହି କାର୍ଯ୍ୟ ଏବେ ନିଜ ହାତକୁ ନେଇ ପୁରାତନ ଶିଶୁ ଭବନରେ ନାମଫଳକ ଲଗାଇଛନ୍ତି। ଜୟପୁର ସଦରଥାନା ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥର ପାତ୍ରପୁଟ କୋଲାବ ନଦୀ ପୋଲ ନିକଟରେ ମାଙ୍କଡ଼ମାନେ ଜମା ହୁଅନ୍ତି। ରାସ୍ତାରେ ଯାଉଥିବା ଲୋକେ ସେମାନଙ୍କୁ କଦଳୀ, ଚଣା, ବିସ୍କୁଟ ଦିଅନ୍ତି। ରାସ୍ତା ଉପରେ ଏପରି ଖାଦ୍ୟ ଦେବା ସମୟରେ ବିଭିନ୍ନ ଦୁର୍ଘଟଣା ଘଟିବା ଆଶଙ୍କା ରହୁଛି। ଅଧିକାଂଶ ସମୟରେ ଗାଡ଼ି ଚକା ତଳେ ପଡ଼ି ମାଙ୍କଡ଼ମାନଙ୍କ ଜୀବନ ଯାଉଛି। ବନବିଭାଗ ସେମାନଙ୍କ ସୁରକ୍ଷା ପାଇଁ ଚିନ୍ତିତ ନ ଥିବାବେଳେ ସ୍ବେଚ୍ଛାସେବୀମାନେ ସଚେତନତା ବୋର୍ଡ଼ ଲଗାଇଛନ୍ତି। ସେହିପରି ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ରାସ୍ତାର ରାମଗିରି ଛକରେ ବୋର୍ଡ ଲଗାଯାଇ ଗୁପ୍ତେଶ୍ୱରକୁ ସ୍ବଚ୍ଛ ରଖିବା, ବଣଭୋଜି ପାଇଁ ଆସୁଥିବା ପର୍ଯ୍ୟଟକଙ୍କୁ ଆମିଷ ଭୋଜି ପାଇଁ ବାରଣ ସହ ପଲିଥିନ ବର୍ଜନ କରିବାକୁ କୁହାଯାଇଛି। ଏଭଳି କାର୍ଯ୍ୟରେ ସ୍ବେଚ୍ଛାସେବୀ ଯୁବକଙ୍କୁ ସ୍ଥାନୀୟ ସୀମା ସୁରକ୍ଷା ବାହିନୀ କ୍ୟାମ୍ପର ଯବାନ ସହାୟତା ଦେଇଛନ୍ତି।
https://www.dharitri.com/counting-of-votes-for-simultaneous-lok-sabha-and-vidhan-sabha-elections-in-odisha-will-begin-at-8-am-on-tuesday/
ଓଡ଼ିଶାରେ ସକାଳ ୮ଟାରୁ ହେବ ମତଗଣନା, ଇସିଆଇ ଦେଲେ ସୂଚନା ଭୁବନେଶ୍ୱର/ନୂଆଦିଲ୍ଲୀ,୩।୬: ଦେଶରେ ଶନିବାର ଶେଷ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ତେବେ ଏହି ୭ଟି ପର୍ଯ୍ୟାୟରେ ହୋଇଥିବା ଭୋଟିଂର କାଉଣ୍ଟିଂ ମଙ୍ଗଳବାର ସକାଳ ୮ଟାରେ ଆରମ୍ଭ ହେବାକୁ ଯାଉଛି। ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ ଓ ନିର୍ବାଚନମଣ୍ଡଳୀଗୁଡିକର ଉପ-ନିର୍ବାଚନ ପାଇଁ ଭୋଟ ଗଣନା ମଙ୍ଗଳବାର ଦିନ ହିଁ ଅନୁଷ୍ଠିତ ହେବ। ମତଗଣନା ସକାଳ ୮ଟାରୁ ଆରମ୍ଭ ହେବ ବୋଲି ଇସିଆଇ ସୂଚନା ଦେଇଛନ୍ତି। ଦେଶରେ ସାଧାରଣ ନିର୍ବାଚନ ୧୯ ଏପ୍ରିଲରୁ ୧ ଜୁନ ପର୍ଯ୍ୟନ୍ତ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ସାତୋଟି ପର୍ଯ୍ୟାୟରେ ହୋଇଥିବା ସମସ୍ତ ଭୋଟିଂର ଫଳାଫଳ ଜୁନ ୪ରେ ଘୋଷଣା ହେବ। ତେବେ ଭୋଟ ଗଣତିର ସମ୍ପର୍ଣ୍ଣ ସମ୍ପୂର୍ଣ୍ଣ ସୂଚନା ଓ ଫଳାଫଳ ECI ୱେବସାଇଟ results.eci.gov.in ତଥା ଭୋଟର ହେଲ୍ପଲାଇନ ଆପରେ ଉପଲବ୍ଧ ହେବ। ଗୁଗୁଲ ପ୍ଲେ ଷ୍ଟୋର କିମ୍ବା ଆପଲର ପ୍ଲେ ଷ୍ଟୋରରୁ ଭୋଟର ହେଲ୍ପଲାଇନ ଆପ ଡାଉନଲୋଡ କରି ନିର୍ବାଚନ ସମ୍ପର୍କିତ ସମସ୍ତ ତଥ୍ୟ ଦେଖିହେବ । ସୂଚନାଥାଉ କି, ଜୁନ ୪ରେ ଲୋକ ସଭା ନିର୍ବାଚନର ରେଜଲ୍ଟ ଆସିବାକୁ ଯାଉଛି। ତେବେ ଏହାର ଗୋଟିଏ ଦିନ ପୂର୍ବରୁ ସୋମବାର ନିର୍ବାଚନ କମିଶନର ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ସମ୍ପର୍କିତ ସୂଚନା ଦେଇଛନ୍ତି। ଦେଶର ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ ଭୋଟ ଶେଷ ହେବା ପରେ ଇସିଆଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।
https://www.dharitri.com/ଜୁଆ-ଆଡ୍ଡାରେ-ଚଢ଼ାଉ-୩-ଗିରଫ-3/
ଜୁଆ ଆଡ୍ଡାରେ ଚଢ଼ାଉ: ୩ ଗିରଫ ଧାମନଗର,୧୮।୨(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗରସ୍ଥିତ ଖାନକା ସରିଫ ନିକଟରେ ଚାଲିଥିବା ଜୁଆ ଆଡ୍ଡାରେ ଧାମନଗର ପୋଲିସ ସୋମବାର ରାତିରେ ଚଢ଼ାଉ କରି ୩ ଜୁଆଡ଼ୀଙ୍କୁ ଗିରଫ କରିଛି। ସେମାନେ ହେଲେ ମୁଲଣାସାହି ଗ୍ରାମର ସିତାର ଖାଁ, ଦକ୍ଷିଣ ବାଡ ଗ୍ରାମର ସଞ୍ଜୟ ବିଶ୍ୱାଳ ଏବଂ ମୁଲଣାସାହିର ମିର ଜାଭିର। ସେମାନଙ୍କଠାରୁ ଜୁଆଖେଳ ସାମଗ୍ରୀ ସମେତ ନଗଦ ୪ ହଜାର ୭ ଶହ ୪୦ ଟଙ୍କା ଜବତ କରିଛି। ଏଏସ୍ଆଇ ପ୍ରୀଦୀପ ଦାସ ଏହି ଚଢ଼ାଉ କରିଥିବା ବେଳେ ଥାନାରେ ନଂ ୩୬/୨୦ରେ ଏକ ମାମଲା ରୁଜୁ ହୋଇଛି। ତେବେ ମଙ୍ଗଳବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
https://www.dharitri.com/satpura-bhavan-fire-a-big-corruption-case-kamal-nath-asks-to-investigate/
ସତପୁରା ଭବନ ଅଗ୍ନିକାଣ୍ଡ: ଏକ ବଡ ଦୁର୍ନୀତି ମାମଲା, ଅନୁସନ୍ଧାନ କରାଯିବାକୁ କହିଲେ କମଲ ନାଥ… ଭୋପାଳ,୧୩।୬ : ମଧ୍ୟପ୍ରଦେଶର ଭୋପାଳରେ ଅବସ୍ଥିତ ବିଭିନ୍ନ ସରକାରୀ ବିଭାଗର କାର୍ଯ୍ୟାଳୟ ଥିବା ସତପୁରା ବିଲ୍ଡିଂରେ ନିଆଁ ଲାଗିବା ସହିତ ରାଜ୍ୟର ରାଜନୈତିକ ଉଷ୍ମତା ମଧ୍ୟ ବୃଦ୍ଧି ପାଇଛି। ପ୍ରାୟ ୧୪ ଘଣ୍ଟା ପରିଶ୍ରମ ପରେ ସେନା, ସିଏସଏଫ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଛନ୍ତି। ଏ ସମ୍ପର୍କରେ ରାଜ୍ୟ କଂଗ୍ରେସ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ପ୍ରଶ୍ନ କରିଛନ୍ତି ନିଆଁ ଲାଗିଛି ନା ଲଗାଯାଇଛି ଏହାର ତଦନ୍ତ ଜରୁରୀ। ଏହା ଦୁର୍ନୀତିର ଏକ ବଡ ମାମଲା । ଏକ ନିରପେକ୍ଷ ଏଜେନ୍ସି ଦ୍ୱାରା ଏହାର ଅନୁସନ୍ଧାନ କରାଯିବା ଆବଶ୍ୟକ। ମଙ୍ଗଳବାର କମଲ ନାଥ କହିଛନ୍ତି, ’ଏହା ଦୁର୍ନୀତିର ଆଉ ଏକ ଉଦାହରଣ। ପ୍ରଶ୍ନ ହେଉଛି ବର୍ତ୍ତମାନ ପର୍ଯ୍ୟନ୍ତ ଏହା କୁହାଯାଉଛି ୧୨ ହଜାର ଫାଇଲ ପୋଡି ଯାଇଛି। ତେବେ ପ୍ରକୃତରେ କେତେ ଫାଇଲ ପୋଡି ଯାଇଛି? ଏହି ଘଟଣାର ଲକ୍ଷ୍ୟ, ଉଦ୍ଦେଶ୍ୟ କ’ଣ ଥିଲା? ଅଗ୍ନିକାଣ୍ଡର ତଦନ୍ତ ପାଇଁ ଗଠିତ କମିଟି ମଙ୍ଗଳବାର ଅପରାହ୍ନ ୧ ଟାଠାରୁ କାର୍ଯ୍ୟ ଆରମ୍ଭ କରିଛି। ସେହିଭଳି ଭୋପାଳ କଲେକ୍ଟର ଆଶିଷ ସିଂ କହିଛନ୍ତି ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇଛି। ଆମର ପ୍ରାଥମିକତା ଥିଲା ମାନବ ଜୀବନର କୌଣସି କ୍ଷତି ନ ହେବା ଏବଂ ନିଆଁ ଆଖପାଖ ଅଞ୍ଚଳରେ ଯେପରି ନ ବ୍ୟାପୁ। ଆମେ ଏଥିରେ ସମ୍ପୂର୍ଣ୍ଣ ସଫଳ ହୋଇଥିଲୁ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପରିସ୍ଥିତି ଉପରେ ନଜର ରଖିଛନ୍ତି।
https://www.dharitri.com/ଟ୍ରମ୍ପଙ୍କ-ପ୍ରସ୍ତାବକୁ-ନେଇ/
ଟ୍ରମ୍ପଙ୍କ ପ୍ରସ୍ତାବକୁ ନେଇ ଚାଇନା କହିଲା ତୃତୀୟ ପକ୍ଷର ଆବଶ୍ୟକତା ନାହିଁ, ଆଲୋଚନା ମାଧ୍ୟମରେ ହେବ ସମାଧାନ ବେଜିଂ,୨୯।୫: ଭାରତ ଓ ଚାଇନା ସୀମା ବିବାଦ ଉପରେ ମଧ୍ୟସ୍ଥତା କରିବାକୁ ଆମେରିକା ଆଗ୍ରହ ପ୍ରକାଶ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପ କହିଛନ୍ତି, ଯଦି ଦୁଇ ଦେଶ ଚାହିଁବେ, ତା’ହେଲେ ମୁଁ ନିଶ୍ଚିତ ସହଯୋଗ କରିବି। ଶୁକ୍ରବାର ଚାଇନା ଐହାକୁ ପ୍ରତ୍ୟାଖ୍ୟାନ କରିଛି। ଉଭୟ ଦେଶର ମଧ୍ୟରେ ସୀମା ବିବାଦ ଦ୍ୱିପାକ୍ଷିକ ଭାବେ ସମାଧାନ ହେବ ତୃତୀୟ ପକ୍ଷର ଆଶ୍ୟକତା ନାହିଁ। ଉଭୟ ଦେଶ ଆଲୋଚନା ମାଧ୍ୟରେ ଏହାକୁ ସମାଧାନ କରିବେ ବୋଲି ବୋଲି ଚାଇନା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି। ପୂର୍ବରୁ ଟ୍ରମ୍ପଙ୍କ ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତ ମଧ୍ୟ ପ୍ରତ୍ୟାଖ୍ୟାନ ସୂଚନାଯୋଗ୍ୟ, ମେ’ ୫ ରୁ ଲଦାଖ ଓ ଉତ୍ତର ସିକ୍କିମ ସୀମାରେ ଭାରତ ଏବଂ ଚାଇନା ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି।