url
stringlengths
29
226
text
stringlengths
7
18.1k
https://www.dharitri.com/young-man-arrested/
ବାଣ ଭିଡୁଥବା ବେଳେ ଯୁବକ ଗିରଫ ଛତ୍ରପୁର,୨୭ା୬(ଡି.ଏନ୍.ଏ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ନରେନ୍ଦ୍ରପୁର ଗାଁରେ ବେଆଇନ୍ ଭାବେ ଦୀର୍ଘ ଦିନ ଧରି ବାଣ ତିଆରି କରାଯାଉଥିବା ଅଭିଯୋଗ ହୋଇଥିଲା। ଏଥିସହ ରାତିରେ ବିସ୍ଫୋରକ ବାଣ ଫୁଟା ଯାଉଥିବାରୁ ଗାଁ ଲୋକେ ଭୟଭୀତ ହୋଇପଡ଼ି ପୋଲିସକୁ ଅଭିଯୋଗ କରିଥିଲେ। ଏନେଇ ଗ୍ରାମବାସୀଙ୍କ ଏତଲା କ୍ରମେ ରବିବାର ରାତିରେ ଚମାଖଣ୍ଡି ପୋଲିସ ଚଢ଼ାଉ କରିଥିଲା। ସେହି ସମୟରେ ଅନୀଲ ବାଣ ଭିଡୁଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିବା ସହ ବାଣ ଏବଂ ଏହାର ପ୍ରସ୍ତୁତ ସାମଗ୍ରୀକୁ ଜବତ କରିଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି।
https://www.dharitri.com/malaika-arora-will-soon-surprise-the-fans/
ପ୍ରଶଂସକଙ୍କ ପାଇଁ କିଛି ନୂଆ ଚିନ୍ତା କରିଛନ୍ତି ମଲାଇକା ମୁମ୍ବାଇ: ମନୋରଞ୍ଜନ ଦୁନିଆର କଳାକାରମାନେ ଅଧିକାଂଶ ସମୟରେ ନିଜର ଫଟୋ ଭିଡିଓକୁ ନେଇ ଚର୍ଚ୍ଚାର ବିଷୟ ପାଲଟି ଯାଇଥାଆନ୍ତି । ଏମିତି ଜଣେ ନାୟିକା ହେଉଛନ୍ତି ବଲିଉଡ୍ ବିୟୁଟି ମଲାଇକା ଆରୋରା । ସେ ଅନକେ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ । ନିଜର ବୋଲ୍ଡ ଅନ୍ଦାଜ ସହ ଫିଟନେସ୍ ପାଇଁ ଅଧିକାଂଶ ସମୟ ସେ ରୁହନ୍ତି ଚର୍ଚ୍ଚାରେ । ନିକଟରେ ଦେଇଥିବା ଏକ ସାକ୍ଷାତ୍କାରେ ମଲାଇକା ଖୁବଶୀଘ୍ର ତାଙ୍କ ପ୍ରଶଂସକଙ୍କ ପାଇଁ କିଛି ନୂଆ ଆଣି ଆସିବା କଥା କହିଛନ୍ତି । ଅସଲ କଥା ହେଲା ମଲାଇକା ତାଙ୍କର କେତେଜଣ ବନ୍ଧୁଙ୍କ ସହ ମିଶି ନୂଆ କଣ୍ଟେଣ୍ଟ ପ୍ରଡ୍ୟୁସ କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ମଲାଇକା ଆରୋରା ଚର୍ଚ୍ଚା ସମୟରେ କହିଥିଲେ, ସବୁ ଆଗକୁ ବଢୁଛି ଏବେ ମୁଁ କିଛି ଶୋ’କୁ କୋପ୍ରଡ୍ୟୁସ କରିବାକୁ ଯାଉଛି । ଆଶା କରୁଛି ଏହାସବୁ ବିନା ବାଧାରେ ହୋଇଯିବ । ସିଜ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ମଲାଇକା ଏବେ ଅଭିନେତ୍ରୀରୁ ପ୍ରଯୋଜିକା ହେବାକୁ ଯାଉଛନ୍ତି ।
https://www.dharitri.com/dod-z-sarthak-world-dance-league-from-7th-january/
ଜାନୁୟାରୀ ୭ରୁ ‘ଡିଓଡି ଜୀ-ସାର୍ଥକ ସଂସାର ଡ୍ୟାନ୍ସ ଲିଗ୍‌’ ଭୁବନେଶ୍ୱର,୫।୧: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ଜାନୁୟାରୀ ୭ରୁ ଆରମ୍ଭ ହେବାକୁ ଯାଉଛି ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ (ଡିଓଡି), ଜୀ-ସାର୍ଥକ ସଂସାର ଡ୍ୟାନ୍ସ ଲିଗ୍’। ଜୀ-ସାର୍ଥକରେ ପ୍ରସାରିତ ହେଉଥିବା ମେଗା ଧାରାବାହିକଗୁଡ଼ିକର ଅଭିନେତ୍ରୀମାନେ ଏଥିରେ ପ୍ରତିଯୋଗୀ ଭାବରେ ଭାଗ ନେବେ। ଏପରିକି ସୁଜିତ ଓ ଚାନ୍ଦିନୀଙ୍କ ଦମ୍ଦାର ସଂଯୋଜନାରେ ଆରମ୍ଭ ହେବାକୁ ଯାଉଥିବା ଏହି ଡ୍ୟାନ୍ସ ଲିଗ୍ରେ ଅଭିନେତା ଦେବାଶିଷ ପାତ୍ର, ଅଭିନେତ୍ରୀ ଲିପି ମହାପାତ୍ର ଏବଂ ଡ୍ୟାନ୍ସର ହରିହର ଦାଶ ଜୁରି ଆସନ ଅଳଙ୍କୃତ କରିବେ ଏବଂ ବାଛିବେ କେଉଁ ଦଳ ହେବ ବିଜେତା। ଏହି ଡ୍ୟାନ୍ସ ଲିଗ୍ରେ ପ୍ରତିଯୋଗୀ ଭାବେ ଭାଗନେବେ ନିକିତା,ଅଙ୍କିତା,ଜସ୍ମିନ, ଦୀପିକା, ଅନନ୍ୟା, ଏଲି, ଅର୍ପିତା ଓ ଛନ୍ଦିତା,ଉପରୋକ୍ତ ଅଭିନେତ୍ରୀମାନଙ୍କୁ ନେଇ ଦୁଇଟି ଦଳରେ ହେବାକୁ ଥିବା ଡ୍ୟାନ୍ସ ଧମାକାର ଟକ୍କର ସହ ଏହି ଶୋ, ଆପଣଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବ। ଅଭିନେତ୍ରୀ ଭାବରେ ପରଦା ଉପରେ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନ ଜିଣି ସାରିଥିବା ଏହି ଚୁଲ୍ବୁଲି ନାୟିକାମାନେ ନୃତ୍ୟ ପ୍ରଦର୍ଶନରେ କେତେ କମାଲ ଦେଖାଇ ପାରିବେ, ତା’ ଉପରେ ସମସ୍ତଙ୍କର ନଜର ରହିବ। ପ୍ରଥମଥର ପାଇଁ ଓଡ଼ିଆ ଟେଲି ଇଣ୍ଡଷ୍ଟ୍ରିରେ ଏପରି ଏକ ଡ୍ୟାନ୍ସ ରିୟଲିଟି ଶୋ ହେବାକୁ ଯାଉଛି। ଯଦିଓ ପୂର୍ବରୁ ଅନେକ କିଛି ସଫଳ କାର୍ଯ୍ୟକ୍ରମରେ ଅଭିନେତ୍ରୀମାନେ ନୃତ୍ୟ ପରିବେଷଣ କରି ସେମାନଙ୍କର ଟ୍ୟାଲେଣ୍ଟ ଦେଖାଇ ସାରିଛନ୍ତି, କିନ୍ତୁ ଏହି ଶୋରେ ସେମାନେ ପରସ୍ପରକୁ ଏକ ପ୍ରତିଯୋଗୀ ଭାବରେ ଟକ୍କର ଦେଇ ସାମ୍ନା କରିବେ। ନିଜ ଭିତରେ ପ୍ରତିଯୋଗୀ ମନୋଭାବ ନେଇ କେହି ନୃତ୍ୟ ପ୍ରଦର୍ଶନରେ ମଧ୍ୟ କାହାଠାରୁ କମ୍ ନୁହନ୍ତି ତାହା ସେମାନେ ପ୍ରତିପାଦିତ କରିବା ପାଇଁ ଏହି ରିଆଲିଟି ଶୋ’ରେ ଚେଷ୍ଟା କରିବେ ଜ଼ୀ ସାର୍ଥକ ଚାନେଲର ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି । ଏହି ମେଗା ଡ୍ୟାନ୍ସିଂ ରିଆଲିଟି ଶୋ ଆଗାମୀ ଜାନୁୟାରୀ ୭ରୁ ପ୍ରତି ଶନିବାର ଓ ରବିବାର ରାତି ୯:୩୦ ରୁ ୧୦:୩୦ ମଧ୍ୟରେ ପ୍ରସାରିତ ହେବ ବୋଲି ଜୀ-ସାର୍ଥକ ପକ୍ଷରୁ ସୂଚନା ଦିଆଯାଇଛି।
https://www.dharitri.com/ଦୁଇ-ଦିନିଆ-ଗ୍ରାହକ-ସେବା-ମେଳ/
ଦୁଇ ଦିନିଆ ଗ୍ରାହକ ସେବା ମେଳା ଉଦ୍‌ଯାପିତ: ୩୧ କୋଟି ୯୧ ଲକ୍ଷ ଋଣ ପ୍ରଦାନ ଅନୁଗୋଳ ଅଫିସ, ୬।୧୦ – ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ଦୁଇ ଦିନିଆ ଗ୍ରାହକ ସେବା ମେଳା ଶନିବାର ଉଦ୍ଯାପିତ ହୋଇଯାଇଛି। ଏହି ଦୁଇ ଦିନରେ ମୋଟ ୩୩ଟି ବ୍ୟାଙ୍କ ୧୩୯୧ ଜଣ ଲୋକଙ୍କୁ ୩୧ କୋଟି ୯୧ ଲକ୍ଷ ଟଙ୍କା ଋଣ ପ୍ରଦାନ କରିଛନ୍ତି। ସର୍ବାଧିକ ଋଣ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ବିଶ୍ୱରେ ମାନ୍ଦାବସ୍ଥା ଚାଲୁଥିବାରୁ ତୃଣମୂଳ ସ୍ତରରେ ସେବା ପହଞ୍ଚାଇବା ପାଇଁ ଅର୍ଥମନ୍ତ୍ରଣାଳୟ ନିର୍ଦ୍ଦେଶକ୍ରମେ ବିଭିନ୍ନ ବ୍ୟାଙ୍କ ପ୍ରୟାସ ଆରମ୍ଭ କରିଛନ୍ତି। ସେହି କ୍ରମରେ ଅନୁଗୋଳରେ ଗ୍ରାହକ ସେବା ମେଳା ଅନୁଷ୍ଠିତ ହୋଇଛି। ଦୁଇ ଦିନ ମଧ୍ୟରେ ଜିଲାର ୭୪୦ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ୯ କୋଟି ୨୦ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିବାବେଳେ କୃଷି ବାବଦକୁ ୧୯୪ ଜଣ ଚାଷୀଙ୍କୁ ୩ କୋଟି ଓ ୧୦୭ ଜଣ ଲୋକଙ୍କୁ ସୁନା ଋଣ ବାବଦରେ ୯୧ ଲକ୍ଷ ୮୧ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହି ମେଳାରେ ସମୁଦାୟ ୩୩ ବ୍ୟାଙ୍କ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ଦିନରେ ୧୩୦୩ ଜଣ ଲୋକଙ୍କୁ ୩୦ କୋଟି ୨୩ ଲକ୍ଷ ଟଙ୍କା ଋଣପତ୍ର ପ୍ରଦାନ କରାଯାଇଥିଲା। ସେହିପରି ଶନିବାର ୮୯ ଜଣଙ୍କୁ ୧ କୋଟି ୬୮ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିବା ଇକୋ ବ୍ୟାଙ୍କ ଏଲଡ଼ିଏମ୍ ମହେଶ୍ୱର ଗୌଡ଼ ସୂଚନା ଦେଇଛନ୍ତି।
https://www.dharitri.com/the-elephant-is-dead-in-the-sadangi-range/
ଷଡ଼ଙ୍ଗୀ ରେଞ୍ଜରେ ହାତୀ ମୃତ ଢେଙ୍କାନାଳ ଅଫିସ,୨୩।୧୦: ଢେଙ୍କାନାଳ ଜିଲା ଷଡ଼ଙ୍ଗୀ ରେଞ୍ଜ ଗନ୍ଦିଆରେ ଏକ ୭ ବର୍ଷିଆ ହାତୀର ମୃତ୍ୟୁ ଘଟିଛି। ହାତୀଟି ସେଫ୍ଟିସେମିଆ ରୋଗରେ ପୀଡିତ ଥିଲା ବୋଲି ଏସିଏଫ୍ ରଶ୍ମିରଞ୍ଜନ କହିଛନ୍ତି। ଗତ ଦୁଇ ଦିନ ଧରି ହାତୀଟି ସାତକୋଶିଆ ଏବଂ କପିଳାସ ଭେଟେରିନାରି ଡାକ୍ତରଙ୍କ ଚିକିତ୍ସାରେ ଥିଲା। ଶରୀରର ନମୁନା ଅଧିକ ପରୀକ୍ଷଣ ପାଇଁ ଓୟୁଏଟି ଭୁବନେଶ୍ୱରକୁ ପଠାଯାଇଥିଲା।
https://www.dharitri.com/ଏଇ-ଭାରତରେ-510/
ଏଇ ଭାରତରେ ପିଲାଦିନରୁ ସଂଘର୍ଷ କରି ଉତ୍ତରାଖଣ୍ଡର ହିମାଂଶୁ କଫଲ୍ଟିଆ ସିଭିଲ୍ ସର୍ଭିସ୍ରେ କୃତକାର୍ଯ୍ୟ ହେବା ପରେ ଏସ୍ଡିଏମ୍ ଭାବେ ନିଜ ଦାୟିତ୍ୱ ନିର୍ବାହ କରୁଛନ୍ତି । ସେ କେବଳ ତାଙ୍କ ଦାୟିତ୍ୱ ଭିତରେ ସୀମିତ ରହିନାହାନ୍ତି, ବରଂ ଦୁର୍ଗମ ଅଞ୍ଚଳର ଗାଁଗୁଡ଼ିକରେ ଲାଇବ୍ରେରି ଖୋଲୁଛନ୍ତି। ସେ ପଢ଼ିବା ସମୟରେ ବହି ପାଇବା ଲାଗି ଯେଭଳି ଅସୁବିଧାର ସମ୍ମୁଖୀନ ହେଉଥିଲେ ତାହା ଅନ୍ୟ କାହା ଜୀବନରେ ନ ଆସୁ, ସେହି ବିଚାରଧାରାକୁ ନେଇ ଏଭଳି କାର୍ଯ୍ୟ ଜାରି ରଖିଛନ୍ତି। ହିମାଂଶୁ ୨୦୨୦ରେ ଟକନ୍ପୁରରେ ପ୍ରଥମ ଲାଇବ୍ରେରି ଖୋଲିଥିଲେ। ପ୍ରାରମ୍ଭରୁ ହିମାଂଶୁ ନିଜ ଖର୍ଚ୍ଚରେ ବହି କିଣୁଥିଲେ। ପରେ ସେ ଏଥିପାଇଁ ଏକ ଅଭିଯାନ ଚଳାଇଲେ, ଯେଉଁଥିରେ ପ୍ରତ୍ୟେକ ସକ୍ଷମ ବ୍ୟକ୍ତିଙ୍କୁ ୨ଟି ବହି ଦାନ କରିବାକୁ ଅନୁରୋଧ କରିଥିଲେ। ଏହି ଅଭିଯାନ ତାଙ୍କର ସଫଳ ହେଲା ଓ ସେ ଅଧିକରୁ ଅଧିକ ଲାଇବ୍ରେରି ଖୋଲିବାରେ ଲାଗିଲେ। ଯେଉଁସବୁ ଗାଁରେ ଏହି ଲାଇବ୍ରେରି ଖୋଲାଯାଇଛି ତାହା ୨୪ ଘଣ୍ଟା ଖୋଲା ରହୁଛି। ସକାଳ ୫ଟାରୁ ଛାତ୍ରମାନଙ୍କର ଆସିବା ଆରମ୍ଭ ହେଉଛି ଓ ବିଳମ୍ବିତ ରାତି ଯାଏ ସେମାନେ ସେଠାରେ ପଢ଼ୁଛନ୍ତି। ଲାଇବ୍ରେରିରେ ଛାତ୍ରମାନଙ୍କ ପାଇଁ ପ୍ରତିଯୋଗୀ ପରୀକ୍ଷାଭିତ୍ତିକ ବହି ସହ ଅନ୍ୟ ବହି ବି ରଖାଯାଉଛି। ଫଳରେ ଗାଁର ବୟସ୍କମାନେ ସେଠାରେ ପଢ଼ିବାର ସୁବିଧା ପାଉଛନ୍ତି।
https://www.dharitri.com/ଦେବାଳୟର-ସ୍ମୃତିଚିହ୍ନ-ବହନ/
ଦେବାଳୟର ସ୍ମୃତିଚିହ୍ନ ବହନ କରୁଥିବାରୁ ଦେଉଳସାହି କଟକ ଅଫିସ, ୨୭।୧୨: ବାଉନ ବଜାର ତେପନ ଗଳିର ସହର କଟକ। ଯଦିଓ ଏବେ ବାଉନ ବଦଳରେ ଶହେ ବଜାର, ହଜାରେ ଗଳି ସୃଷ୍ଟି ହେଲାଣି ତଥାପି କଟକ ସହିତ ଏହି ଢଗଟି ଚିରକାଳଧରି ଅମର ରହିଛି। ପ୍ରାଚୀନ ଏହି ସହରର ପ୍ରତ୍ୟେକ ଗଳି ଓ କନ୍ଦି ପଛରେ ରହିଛି ଇତିହାସ ଓ ଅନେକ କାହାଣୀ। ଏହି କାହାଣୀଗୁଡ଼ିକ ଯେତିକି ରୋଚକ ସେତିକି ଶିକ୍ଷଣୀୟ ମଧ୍ୟ। କଟକର ସାହି, ବସ୍ତି ଓ ବଜାର ସହିତ ଯୋଡି ହୋଇ ରହିଥିବା କାହାଣୀକୁ ଲୋକଲୋଚନକୁ ଆଣିବା ନିମନ୍ତେ ଆମର ଏହି ପ୍ରୟାସ। ଧରିତ୍ରୀର ହସ୍ତଗତ ହୋଇଥିବା ୨୦୦ ବର୍ଷ ତଳର ଏକ ପ୍ରାଚୀନ ନଥିପତ୍ରକୁ ଆଧାର କରି ଏହି ସ୍ବତନ୍ତ୍ର ସ୍ତମ୍ଭ ପ୍ରସ୍ତୁତ କରାଯାଉଛି। ତତ୍କାଳୀନ ଚିଫ୍ ସେକ୍ରେଟାରି ଅଫ ଗଭନର୍ର୍ମେଣ୍ଟ ଜଜ୍ ଡୁଡୁସ୍ୱେଲ ଏସକୋୟାରଙ୍କ ଲିଖିତ ଏହି ନଥିପତ୍ର କଟକ ଉପରେ ଅନେକ ଚମତ୍କାର ତଥ୍ୟ ପ୍ରଦାନ କରୁଛି। ଏହି କ୍ରମରେ କଟକର ଦେଉଳ ସାହି ଉପରେ ଆମର ସ୍ବତନ୍ତ୍ର ଉପସ୍ଥାପନା… ଦେଉଳସାହି ନାମ ପଛରେ ଏକ କିମ୍ବଦନ୍ତୀ ରହିଛି। ରାଜା ଅନଙ୍ଗଭୀମ ଦେବଙ୍କ ରାଜତ୍ୱ ସମୟରେ ଦେଉଳ ସାହି ଅଞ୍ଚଳରେ ପୁରୁଷୋତ୍ତମ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ଏହି ସ୍ଥାନର ନାମ ଦେବକୁଳ ଦେଉଳ ଥିଲା। ସେହି ଦେବାଳୟର ସ୍ମୃତିଚିହ୍ନ ବହନ କରୁଥିବାରୁ ଏହି ସାହିର ନାମ ଦେଉଳ ସାହି ରହିଛି। ଓ୍ବାର୍ଡ ଓ ଲୋକସଂଖ୍ୟା କଟକ ମହାନଗର ନିଗମ ଅନ୍ତର୍ଗତ ୭, ୮ ଓ ୯ ନମ୍ବର ୱାର୍ଡକୁ ନେଇ ଦେଉଳସାହି ପରିବ୍ୟାପ୍ତ। ଏବେ ଏଠାକାର ଲୋକସଂଖ୍ୟା ୧୩ ହଜାରରୁ ଊର୍ଦ୍ଧ୍ୱ। ଏଠାରେ କ’ଣ ରହିଛି… ଦେଉଳ ସାହିରେ ରଘୁନାଥଜୀୟୁ ଉଚ୍ଚ ବିଦ୍ୟାପୀଠ ଓ ରଘୁନାଥଜୀୟୁ ମହାବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ରହିଛି। ସେହିପରି ଏହି ସାହିରେ ରାମ ଲିଙ୍ଗେଶ୍ୱର ମଠ, ଗ୍ରାମଦେବତୀ ମା’ ସ୍ବର୍ଣ୍ଣଦେବୀ ମନ୍ଦିର, କୁଞ୍ଜବିହାରୀ ଭାଗବତ ଟୁଙ୍ଗି, ତ୍ରିନାଥ ମନ୍ଦିର, ହନୁମାନ ମନ୍ଦିର, କାଳୀ ମନ୍ଦିର, ସାଇ କୁଟୀର ଓ ମଙ୍ଗଳା ମନ୍ଦିର ରହିଛି। ଏଥିସହ ସାହିରେ ଦେଉଳ ସାହି ଦୁର୍ଗାପୂଜା କମିଟି, ପୋଲିସ କଲୋନୀ କାଳୀପୂଜା କମିଟି, ସେଲ୍ଟର ଛକ କାର୍ତ୍ତିକେଶ୍ୱର ପୂଜା କମିଟି ଅଛି। ବିଭିନ୍ନ ସାମାଜିକ କାର୍ଯ୍ୟଠାରୁ ଆରମ୍ଭ କରି ପର୍ବପର୍ବାଣିରେ ମୋଟ୍ ୬ଟି କ୍ଲବର ସଦସ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ଏହି କ୍ଲବଗୁଡିକ ହେଉଛି ଡେଫ୍ ଅଫ୍ କ୍ଲବ, ଗଣପତି କ୍ଲବ, ବାବାସାହେବ କ୍ଲବ, ରାଧାଗୋବିନ୍ଦ କ୍ଲବ, ମହାବୀର କିଶୋର କ୍ଲବ ଓ ୱଷ୍ଟେନ ମହାବୀର କ୍ଲବ। ଏଠାକାର ସମସ୍ୟା ଏହି ସାହିରେ ଦୀର୍ଘଦିନ ଧରି ରାସ୍ତା ସମସ୍ୟା ରହିଛି। ଏଥିସହିତ ରାସ୍ତାର ଉଭୟ ପାର୍ଶ୍ୱରେ ପୋତାହୋଇଥିବା ବିଦ୍ୟୁତ ଖୁଣ୍ଟ ବିପଜ୍ଜନକ ଅବସ୍ଥାରେ ରହିଛି। ଏଥିଯୋଗୁ ଯାତାୟତ କରୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି। ଏ ନେଇ ବାରମ୍ବାର ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉ ନ ଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି। ସାହିରେ ଲୋକମାନେ ମିଳିମିଶି ରୁହନ୍ତି। ସବୁଠୁ ବଡକଥା ହେଉଛି ସାହିରେ ସମସ୍ତେ ଭାଇ ଚାରାରେ ବିଶ୍ୱାସ ରଖନ୍ତି। କାହାର କିଛି ଅସୁବିଧା ହେଲେ ସମସ୍ତେ ସାହାଯ୍ୟର ହାତ ବଢାଇଥାନ୍ତି। -ଶିବପ୍ରସାଦ ନାୟକ, ସାହି ସଭାପତି ସାହିରେ ଯାହା କିଛି କାର୍ଯ୍ୟ ହୁଏ ଏଥିପାଇଁ ସମସ୍ତ କ୍ଲବର ଯୁବକ ଆଗେଇ ଆସିଥାନ୍ତି। ଏଥିସହିତ ବାର ମାସରେ ତେର ପର୍ବ ସାହିରେ ପାଳନ କରାଯାଇଥାଏ। କ୍ଲବଗୁଡିକ ଏହାର ପରିଚାଳନା ଦାୟିତ୍ୱରେ ରହିଥାନ୍ତି। ଅସହାୟ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ ଏହି କ୍ଲବର ସଦସ୍ୟମାନେ ସାହାଯ୍ୟ କରିଥାନ୍ତି। -ସତ୍ୟରଞ୍ଜନ ମଲ୍ଲିକ, ଯୁବକ
https://www.dharitri.com/minors-involved-in-terrorist-organizations-by-temptation/
ପ୍ରଲୋଭନ ଦେଖାଇ ଆତଙ୍କବାଦୀ ସଂଗଠନରେ ନାବାଳକଙ୍କୁ କରାଯାଉଛି ସାମିଲ ଜେନେଭା/ନୂଆଦିଲ୍ଲୀ,୩୦।୧: ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଆତଙ୍କବାଦୀ ସଂଗଠନରେ ନାବାଳକଙ୍କ ସାମିଲ୍ କରାଯାଉଥିବା ପ୍ରସଙ୍ଗ ନେଇ କ୍ଷୋଭ ପ୍ରକାଶ କରିଛି। ଭାରତ ପକ୍ଷରୁ ସ୍ଥାୟୀ ଉପ-ପ୍ରତିନିଧି ନାଗରାଜ ନାଇଡୁ ଏଭଳି କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନଗୁଡ଼ିକୁ ଚିହ୍ନଟ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଛୋଟ ପିଲାଙ୍କୁ ଫୁସୁଲାଇ ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କ ହାତରେ ବନ୍ଧୁକ ଧରାଇ ଦିଆଯାଉଛି। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ସେ କହିଛନ୍ତି। ଅନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ସମ୍ପର୍କିତ ଆଲୋଚନାରେ ଯୋଗଦେଇ ସେ ଏଭଳି କହିଛନ୍ତି। ଏହା ପୂର୍ବରୁ ପାକିସ୍ତାନର ନାମ ନ ନେଇ ଭାରତ ପକ୍ଷରୁ କୁହାଯାଇଥିଲା ଯେ, କରୋନା ମହାମାରୀ ସଙ୍କଟ ସମୟକୁ କେତେକ ଦେଶ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଉପଯୁକ୍ତ ସୁଯୋଗ ବୋଲି ଧରିନେଇଛନ୍ତି। ଆତଙ୍କବାଦୀ ଅନୁପ୍ରବେଶ କରାଇ ବଡ଼ଧରଣର ଆକ୍ରମଣ ଷଡ଼ଯନ୍ତ୍ର ରଚାଯାଉଥିବା ଭାରତ ପକ୍ଷରୁ କୁହାଯାଇଥିଲା। କରୋନାରୁ ଦୂରେଇ ରହିବା ପାଇଁ ପୃଥିବୀସ୍ତରରେ ସାର୍ବଜନୀକ ଟିକାକରଣକୁ ଗରୁତ୍ୱଦେବା ପରିବର୍ତ୍ତେ ଏସବୁ ଦେଶ ଆତଙ୍କବାଦର ଜହର ଅନ୍ୟ ଦୋ ବିରୋଧରେ ପ୍ରୟୋଗ କରୁଥିବା ଭାରତ କହିଥିଲା।
https://www.dharitri.com/parag-will-be-removed-from-twitter/
ଟୁଇଟରରୁ ବିଦା ହେବେ ପରାଗ ଓ୍ବାଶିଂଟନ,୩।୫: ବିଶ୍ୱର ସବୁଠୁ ଧନୀ ଏଲନ ମସ୍କ ୪୪ ବିଲିୟନ ଡଲାରରେ ଟୁଇଟର କିଣିବା ପରେ ନୂଆ ସିଇଓ ସନ୍ଧାନରେ ଲାଗିପଡ଼ିଛନ୍ତି। ଫଳରେ ବର୍ତ୍ତମାନର ଟୁଇଟର ସିଇଓ ପରାଗ ଅଗ୍ରଓ୍ବାଲ ବିଦା ହେବା ନେଇ ଚର୍ଚ୍ଚା ଜୋର ଧରିଛି। ରିପୋର୍ଟ ଅନୁସାରେ ଟୁଇଟର କିଣିବା ପ୍ରକ୍ରିୟା ଶେଷ ହେବା ପରେ ମସ୍କ କମ୍ପାନୀର ନୂଆ ସିଇଓଙ୍କ ନାମ ଘୋଷଣା କରିବେ। ସାନ୍ ଫ୍ରାନ୍ସିସ୍କୋରେ ଥିବା କମ୍ପାନୀ ମ୍ୟାନେଜମେଣ୍ଟ ଉପରେ ମସ୍କଙ୍କ ଭରସା ନ ଥିବା ଗତମାସରେ ସେ ଟୁଇଟର ଅଧ୍ୟକ୍ଷ ବ୍ରେଟ ଟଏଲୋରଙ୍କ ସହ ଆଲୋଚନା ବେଳେ କହିଥିଲେ। ସେହିପରି ଟୁଇଟର ନ୍ୟାୟିକ ମୁଖ୍ୟ ବିଜୟା ଗାଡ୍ଡେଙ୍କୁ ବିଦା କରିବା ନେଇ ମସ୍କ ଯୋଜନା କରୁଥିବା ରିପୋର୍ଟ ପ୍ରକାଶ ପାଇଛି। ଗତବର୍ଷ ନଭେମ୍ବରରେ ପରାଗ ଟୁଇଟର ସିଇଓ ପଦରେ ନିଯୁକ୍ତ ହୋଇଥିଲେ। ରିସର୍ଚ୍ଚ ଫ୍ରମ୍ ଇକ୍ୱିଲିୟର ରିପୋର୍ଟ ମୁତାବକ ଦାୟିତ୍ୱ ଗ୍ରହଣର ୧୨ ମାସ ଭିତରେ ଯଦି ପରାଗଙ୍କୁ ସିଇଓ ପଦରୁ ବହିଷ୍କାର କରାଯାଏ ତେବେ ଟୁଇଟର ତାଙ୍କୁ ୪୨ ମିଲିୟନ ଡଲାର ଦେବ।
https://www.dharitri.com/ଦେଶରେ-ପହଞ୍ଚତ୍ବା-ମାତ୍ରେ-ଏ/
ଦେଶରେ ପହଞ୍ଚତ୍ବା ମାତ୍ରେ ଏନ୍‌ଆର୍‌ଆଇଙ୍କୁ ମିଳିବ ଆଧାର ନୂଆଦିଲ୍ଲୀ,୨୪-୯: ବୈଧ ପାସ୍ପୋର୍ଟ ଜରିଆରେ ଦେଶରେ ପାଦ ଦେବା ମାତ୍ରେ ପ୍ରବାସୀ ଭାରତୀୟ ଆଧାର ପାଇଁ ଏଣିକି ଆବେଦନ କରିପାରିବେ। ସେମାନଙ୍କୁ ଆଉ ୧୮୨ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ। ସରକାରଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି। ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପରେ ଆଧାର ଜାରି କରୁଥିବା ସଂସ୍ଥା ୟୁନିକ୍ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍ ଇଣ୍ଡିଆ(ୟୁଆଇଡିଏଆଇ) ଏ ସଂକ୍ରାନ୍ତରେ ଏକ ସର୍କୁଲାର ଜାରି କରିଛି। ଏଥିରେ କୁହାଯାଇଛି ଯେ, ଆଧାର ଲାଗି ଦାଖଲ କରିବାକୁ ଥିବା ଫର୍ମରେ ବିଶେଷ ପରିବର୍ତ୍ତନ କରାଯାଇ ନାହିଁ। ଏନ୍ଆର୍ଆଇମାନେ ଭାରତରେ ପହଞ୍ଚତ୍ବା କ୍ଷଣି ପୂର୍ବରୁ ସାକ୍ଷାତ୍କାର ସମୟ ନେଇ ଆଧାର ପାଇଁ ଆବେଦନ କରିପାରିବେ। ପରିଚୟ, ଠିକଣା ଓ ଜନ୍ମ ସଂକ୍ରାନ୍ତୀୟ ତଥ୍ୟର ପ୍ରମାଣ ଭାବେ ବୈଧ ପାସ୍ପୋର୍ଟକୁ ଗ୍ରହଣ କରାଯିବ। ତେବେ ଭାରତୀୟ ଠିକଣା ନ ଥିଲେ ଏନ୍ଆର୍ଆଇମାନେ ୟୁଆଇଡିଏଆଇ ଦ୍ୱାରା ଅନୁମୋଦିତ ଅନ୍ୟ ଯେକୌଣସି ପରିଚୟପତ୍ର ଦେଖାଇପାରିବେ ବୋଲି ସର୍କୁଲାରରେ କୁହାଯାଇଛି। ସୂଚନାଥାଉ କି, ବୈଧ ଭାରତୀୟ ପାସ୍ପୋର୍ଟ ଥିବା ଏନ୍ଆର୍ଆଇଙ୍କୁ ଦେଶରେ ପହଞ୍ଚତ୍ବା ମାତ୍ରେ ଆଧାର ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଚଳିତବର୍ଷ ଜୁଲାଇ ୫ରେ ବଜେଟ ଉପସ୍ଥାପନ ବେଳେ ଘୋଷଣା କରିଥିଲେ।
https://www.dharitri.com/ସନ୍ଦୀପଙ୍କୁ-୭-ଉଇକେଟ୍‌-ପଞ୍/
ସନ୍ଦୀପଙ୍କୁ ୭ ଉଇକେଟ୍‌: ପଞ୍ଜାବ ବିଜୟୀ ଭଦୋଦରା, ୭।୧୦ (ପି.ଟି.)- ବିସିସିଆଇ ଆନୁକୂଲ୍ୟରେ ଚାଲିଥିବା ଜାତୀୟ ଏକଦିବସୀୟ କ୍ରିକେଟ୍ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫିରେ ପଞ୍ଜାବ ଯୁବ ଦ୍ରୁତ ବୋଲର ସନ୍ଦୀପ ଶର୍ମା କ୍ୟାରିୟର ଶ୍ରେଷ୍ଠ ୭ ଉଇକେଟ୍ ଅକ୍ତିଆର କରିଛନ୍ତି। ସନ୍ଦୀପଙ୍କ ଏହି ମାରାତ୍ମକ ବୋଲିଂ ଯୋଗୁ ପଞ୍ଜାବ ୩ ଉଇକେଟ୍ରେ ହରିୟାଣାକୁ ପରାସ୍ତ କରିଛି। ରବିବାର ଖେଳାଯାଇଥିବା ଏଲିଟ୍ ଗ୍ରୁପ୍-ବି’ର ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ହରିୟାଣା ୧୬.୧ ଓଭରରେ ମାତ୍ର ୪୯ ରନ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦଳର ୫ ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲି ପାରି ନ ଥିଲେ। ସନ୍ଦୀପ ୮ ଓଭରରେ ୨ ମେଡେନ ସହ ୧୯ ରନ ବ୍ୟୟ କରି ୭ଟି ଉଇକେଟ୍ ନେଇଥିଲେ। ଅନ୍ୟତମ ଦ୍ରୁତ ବୋଲର ସିଦ୍ଦାର୍ଥ କାଉଲଙ୍କୁ ବଳକା ୩ ଉଇକେଟ୍ ହାସଲ କରିଥିଲେ। ଜବାବରେ ୫୦ ରନର ଛୋଟିଆ ଟାର୍ଗେଟ୍କୁ ପିଛା କରି ପଞ୍ଜାବ ଅନୁରୂପ ଭାବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୧୫.୧ ଓଭରରେ ୭ ଉଇକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିଥିଲା।
https://www.dharitri.com/active-cases-are-0-01-percent/
ସକ୍ରିୟ ମାମଲା ୦.୦୧ ପ୍ରତିଶତ… ନୂଆଦିଲ୍ଲୀ, ୫।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ ପଜିଟିଭ୍ ହାର ଏକ ପ୍ରତିଶତରୁ କମ ହୋଇଛି ଏବଂ ସୁସ୍ଥତା ହାରରେ ମଧ୍ୟ ଉନ୍ନତି ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୧ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ ରହିଛି। ଦୈନିକ ସଂକ୍ରମଣ ୦.୧୧ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ୦.୮ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୯ ପ୍ରତିଶତରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ି ଶହେ ଟପିଛି । ଏହା ୧୧୩ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୧୨୪ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ଶୂନରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ଶୂନ ଥିଲା। ଏହି ସମୟରେ ସକ୍ରିୟ ମାମଲା ୧୮ ଶହ ଉପରେ ରହିଛି। ଏହା ୧ ହଜାର ୮୧୭ ରେ ପହଞ୍ଚିଛି। ଗୋଟିଏ ଦିନତଳେ ଏହା ୧ ହଜାର ୭୯୨ ଥିଲା। ସେହିପରି ୨୪ ଘଣ୍ଟାରେ ୮୮ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୯୬ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୭୪୫ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୮୩ ହଜାର ୩୬୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୫୦ ହଜାର ୮୦୧ ଜଣ ସୁସ୍ଥ ହୋଇ ସାରିଛନ୍ତି।
https://www.dharitri.com/tb-program-has-been-postponed-due-to-the-corona-epidemic/
କରୋନା ମହାମାରୀ ଯୋଗୁ ପଛେଇ ଯାଇଛି ଟିବି କାର୍ଯ୍ୟକ୍ରମ ନୂଆଦିଲ୍ଲୀ, ୧୯।୯: ଦେଶରେ ଜାରି ରହିଥିବା କରୋନା ମହାମାରୀ ସଂକ୍ରମଣ ଯୋଗୁ ଟିବି କାର୍ଯ୍ୟକ୍ରମ ପଛେଇ ଯାଇଛି। ଏନେଇ ଶନିବାର ରାଜ୍ୟସଭାରେ ଭାଜପା ଏମ୍ପି କେ.ଜେ. ଆଲଫୋନ୍ସ୍ ସୂଚନା ଦେଇଛନ୍ତି। ଦେଶରେ ୨୪ ଲକ୍ଷ ୪ ହଜାରରୁ ଅଧିକ ଟିବି ରୋଗୀ ରହିଛନ୍ତି। ସେମାନଙ୍କୁ ଚିହ୍ନଟ କରିବା ସହିତ ଆବଶ୍ୟକ ସ୍ବାସ୍ଥ୍ୟ ସେବା ଯୋଗାଇବା କାର୍ଯ୍ୟ ଜାରି ରହିଛି। ତେବେ ଲକଡାଉନ୍ ଯୋଗୁ ସରକାରୀ ସ୍ବାସ୍ଥ୍ୟ ସେବାରେ ବାଧା ସୃଷ୍ଟି ହୋଇଛି। କରୋନା ସହିତ ଲଢ଼େଇରେ ସରକାର ବ୍ୟସ୍ତ ରହିଥିବାରୁ ଏଭଳି ହୋଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଅନୁସାରେ ଦେଶରେ ୨୪ ଲକ୍ଷ ୯ ହଜାର ଟିବି ରୋଗୀ ରହିଛନ୍ତି। ଜାତୀୟ ଟିବି କାର୍ଯ୍ୟକ୍ରମରେ ପ୍ରାୟ ୩ ଲକ୍ଷ ରୋଗୀ ବାଦ ପଡ଼ିଥିବା ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ଦେଶରେ ୭୯ ହଜାର୧୪୪ ଜଣ ଟିବି ରୋଗୀଙ୍କ ମୃତ୍ୟୁ ଘଟିଥିବା ଜାତୀୟ ଟିବି ରିପୋର୍ଟରେ ପ୍ରକାଶ ପାଇଛି। ତେବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ଏହି ସଂଖ୍ୟା ୪ ଲକ୍ଷ ୪ ହଜାର ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
https://www.dharitri.com/major-boost-to-indias-bid-for-permanent-seat-at-un-security-council/
ୟୁଏନ୍‌ଏସ୍‌ସିରେ ଭାରତର ସ୍ଥାୟୀ ସଦସ୍ୟତାକୁ ବ୍ରିଟେନ୍‌ର ସମର୍ଥନ: ପୂର୍ବରୁ ଆମେରିକା, ଫ୍ରାନ୍ସ ସମର୍ଥନ ଜଣାଇଥିଲେ ନୂଆଦିଲ୍ଲୀ,୨୭ା୯: ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ ଭାରତକୁ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରିବା ନିମନ୍ତେ ସମର୍ଥନ ବଢ଼ିବାରେ ଲାଗିଛି। ପୂର୍ବରୁ ଆମେରିକା ଏବଂ ଫ୍ରାନ୍ସ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ ଜଣାଇଥିବାବେଳେ ଶୁକ୍ରବାର ଜାତିସଂଘ ସାଧାରଣ ସଭାର ୭୯ତମ ଅଧିବେଶନରେ ଉଦ୍ବୋଧନ ଦେଇ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର ସେମାନଙ୍କ ସହ ସ୍ବର ମିଳାଇଛନ୍ତି। ସୁରକ୍ଷା ପରିଷଦରେ ଭାରତ, ବ୍ରାଜିଲ, ଜାପାନ ଏବଂ ଜର୍ମାନୀଙ୍କୁ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରାଯିବା ଆବଶ୍ୟକ। ଏଥିସହିତ ନିର୍ବାଚିତ ସଦସ୍ୟମାନଙ୍କ ପାଇଁ ଅଧିକ ଆସନ ରଖିବା ସପକ୍ଷରେ ଷ୍ଟାର୍ମର ଯୁକ୍ତି ରଖିଛନ୍ତି। ୟୁଏନ୍ଏସ୍ସିରେ ଅଧିକ ପ୍ରତିନିଧ୍ୱତ୍ୱ ରହିଲେ, ରାଜନୈତିକ ଅଚଳାବସ୍ଥା ଯୋଗୁ ଦେଖାଦେଇଥିବା ପ୍ରତିବନ୍ଧକକୁ ଅତିକ୍ରମ କରି ବୈଶ୍ୱିକ ଚ୍ୟାଲେଞ୍ଜଗୁଡ଼ିକର ପ୍ରଭାବୀ ସମାଧାନ ହୋଇପାରିବ ବୋଲି ଷ୍ଟାର୍ମର କହିଛନ୍ତି। ୧୯୪୫ରେ ଜାତିସଂଘ ଗଠନ ହୋଇଥିବାବେଳେ ଏହାର ସୁରକ୍ଷା ପରିଷଦରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଥିରେ ସଂସ୍କାର ଆଣିବାକୁ ଅନେକ ଦେଶ ଦାବି କରିଆସୁଛନ୍ତି। ୟୁଏନ୍ଏସ୍ସିରେ ୫ ସ୍ଥାୟୀ ସଦସ୍ୟ ରାଷ୍ଟ୍ର ହେଲେ, ଆମେରିକା, ଚାଇନା, ଫ୍ରାନ୍ସ, ରୁଷିଆ ଏବଂ ବ୍ରିଟେନ୍। କୌଣସି ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିବା କ୍ଷମତା କେବଳ ଏହି ୫ ରାଷ୍ଟ୍ର ହାତରେ ରହିଛି। ଏହା ବ୍ୟତୀତ ୟୁଏନ୍ଏସ୍ସିକୁ ୧୦ ଜଣ ଅସ୍ଥାୟୀ ସଦସ୍ୟ ୨ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି। ଜାତିସଂଘ ସୁରକ୍ଷା ପରିଷଦର ସାମର୍ଥ୍ୟ ଏବଂ ପ୍ରତିନିଧିତ୍ୱ ବୃଦ୍ଧି ଲାଗି ଏହାର ସମ୍ପ୍ରସାରଣ ଜରୁରୀ ବୋଲି କିଛିଦିନ ପୂର୍ବରୁ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକରଁ କହିଥିଲେ। ସେ ମଧ୍ୟ ଭାରତ, ବ୍ରାଜିଲ, ଜାପାନ ଏବଂ ଜର୍ମାନୀକୁ ସ୍ଥାୟୀ ସଦସ୍ୟତା ଏବଂ ଆଫ୍ରିକାରୁ ୨ଟି ଦେଶକୁ ପ୍ରତିନିଧିତ୍ୱ ସୁଯୋଗ ଦେବା ପାଇଁ ଆହ୍ବାନ ଦେଇଥିଲେ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ବେଳେ ବୈଶ୍ୱିକ ସ୍ତରରେ ଭାରତର ଉଲ୍ଲେଖନୀୟ ଭୂମିକାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସ୍ବୀକୃତି ଦେବା ସହ ୟୁଏନ୍ଏସ୍ସିରେ ଭାରତର ସ୍ଥାୟୀ ସଦସ୍ୟତା ସପକ୍ଷରେ ମତବ୍ୟକ୍ତ କରିଥିଲେ।
https://www.dharitri.com/government-will-make-a-big-decision-willtruecaller-stop-caller-name-with-number-will-not-appear-again/
ସରକାର ନେବେ ବଡ଼ ନିଷ୍ପତ୍ତି ! ଟ୍ରୁକଲର ହେବ କି ବନ୍ଦ ? ଆଉ ଦେଖା ଯିବନି ନମ୍ବର ସହିତ କଲରଙ୍କ ନାମ… ନୂଆଦିଲ୍ଲୀ,୩୦।୧୨ : ସ୍ମାର୍ଟଫୋନ ଆସିବା ସହିତ ୟୁଜରଙ୍କୁ ନୂତନ ବୈଶିଷ୍ଟ୍ୟ ମଧ୍ୟ ମିଳିଛି। ଟ୍ରୁକଲରର ଏପରି ଏକ ବୈଶିଷ୍ଟ୍ୟ ଅଛି ଯେଉଁଥିରେ ଉପଭୋକ୍ତା ଫୋନ ନମ୍ବର ସହିତ କଲରଙ୍କ ନାମ ଦେଖିଥାନ୍ତି । କିନ୍ତୁ ବର୍ତ୍ତମାନ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏଥିରେ, କଲିଂ ବ୍ୟବହାରକାରୀଙ୍କ ନାମ କାହାକୁ ଦୃଶ୍ୟମାନ ହେବ ନାହିଁ। ସରକାର ଏହାର ନୂତନ ଟେଲି ଯୋଗାଯୋଗ ବିଲରେ ଏହି ନିଷ୍ପତ୍ତି ନେଇଛନ୍ତି। ନୂତନ ବିଲରେ ସିଏନଏପିକୁ ବାଧ୍ୟତାମୂଳକ ତାଲିକାରୁ ହଟାଇ ଦିଆଯାଇଛି। ଏହାର ଅର୍ଥ ବର୍ତ୍ତମାନ ଏହି ପଏଣ୍ଟ ବାଧ୍ୟତାମୂଳକ ହେବ ନାହିଁ। ଏହି ବୈଶିଷ୍ଟ୍ୟ ଅଧୀନରେ, ଉପଭୋକ୍ତା ତାଙ୍କ ନମ୍ବର ସହିତ କଲରଙ୍କ ନାମ ଦେଖିପାରୁଥିଲେ। କିନ୍ତୁ ବର୍ତ୍ତମାନ ଏହି ନିୟମକୁ ପରିବର୍ତ୍ତନ କରାଯାଇଛି ତେଣୁ ନମ୍ବର ସହିତ ନାମ ଦୃଶ୍ୟମାନ ହେବ ନାହିଁ । ଏହି ନିୟମ ସବୁ କମ୍ପାନୀ ପାଇଁ ସମାନ ଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ତାଲିକାରୁ ହଟାଇ ଦିଆଯାଇଛି। ତେବେ ଏ ସମ୍ପର୍କରେ ସରକାର କୌଣସି ସରକାରୀ ସୂଚନା ଦେଇନାହାନ୍ତି। କିନ୍ତୁ ଗୋପନୀୟତା ଏବଂ ତଥ୍ୟ ଉଲ୍ଲଂଘନ ଉପରେ ନୂତନ ନିୟମ ଉପରେ କ୍ରମାଗତ ଭାବରେ କାର୍ଯ୍ୟ କରାଯାଉଛି। ଏହି ନିୟମକୁ ମଧ୍ୟ ଏହା ଅଧୀନରେ ଅଣାଯାଇଛି । ବାସ୍ତବରେ, ଏହି କାରଣରୁ ଡାଟା ଉଲ୍ଲଂଘନ ସମସ୍ୟା ଜାରି ରହିଥିଲା। ଯଦି କମ୍ପାନୀଗୁଡିକ ସେମାନଙ୍କର ନାମ ପ୍ରକାଶ କରିବାକୁ ଚାହାନ୍ତି, ତେବେ ଉପଭୋକ୍ତାଙ୍କର ଗୋପନୀୟତା ମଧ୍ୟ ଉଲ୍ଲଂଘନ ହେବ। ବର୍ତ୍ତମାନ ନେଟୱାର୍କ କମ୍ପାନୀଗୁଡିକକୌଣସି ବ୍ୟବହାରକାରୀଙ୍କ ନାମ ଦେଖାଇବାକୁ ସମର୍ଥ ହେବେ ନାହିଁ । ସରକାରଙ୍କ ଏହି ନିଷ୍ପତ୍ତି ଟ୍ରୁକଲର ସହିତ ଜଡିତ ନୁହେଁ। ହୁଏତ ଏହା ଦ୍ୱାରା ଟ୍ରୁକାଲର ବ୍ୟବହାର ବଢ଼ିପାରେ। କାରଣ ଲୋକମାନେ ବର୍ତ୍ତମାନ ଏହି କାରଣରୁ ଅନ୍ୟ ଆପ ବ୍ୟବହାର କରିବା ଆରମ୍ଭ କରିବେ। ଏହାର ସାହାଯ୍ୟରେ, ଉପଭୋକ୍ତା ସୂଚନା ମଧ୍ୟ ସହଜରେ ମିଳିପାରିବ। ଆହୁରି ମଧ୍ୟ, ବର୍ତ୍ତମାନ ଟ୍ରୁକାଲର୍ ବ୍ୟବହାର କରିବାକୁ କୌଣସି ଦେୟ ଦେବାକୁ ପଡିବ ନାହିଁ।
https://www.dharitri.com/3-indians-in-the-final-for-the-first-time/
ପ୍ରଥମଥର ଫାଇନାଲରେ ୩ ଭାରତୀୟ ବୁଦାପେଷ୍ଟ, ୨୬।୮(ପି.ଟି.): ଓଡ଼ିଶାର କିଶୋର ଜେନା ଏଠାରେ ଚାଲିଥିବା ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ତାଙ୍କ ସହ ଟୋକିଓ ଅଲିମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟ ନୀରଜ ଚୋପ୍ରା ଓ ଡି.ପି. ମନୁ ମଧ୍ୟ ଫାଇନାଲରେ ପହଞ୍ଚତ୍ଛନ୍ତି। ପ୍ରଥମଥର ପାଇଁ କୌଣସି ଏକ ବିଶ୍ୱ ଚାମ୍ପିୟନଶିପ୍ରେ ୩ ଭାରତୀୟ ଫାଇନାଲରେ ପ୍ରବେଶ କରିଛନ୍ତି। ନୀରଜ ଗୋଟିଏ ପାଦ ଆଗକୁ ବଢ଼ି ୨୦୨୪ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗୋଟିଏ ବଡ଼ ଥ୍ରୋ ତାଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା ଦେଇଛି। କ୍ୱାଲିଫିକେଶନ ଗ୍ରୁପ୍ ‘ବି’ରେ କିଶୋର ୮୦.୫୫ ମିଟର ଥ୍ରୋ କରିଥିଲେ, ଯାହାକି ଫାଇନାଲରେ ସ୍ଥାନ ପାଇବାକୁ ପର୍ଯ୍ୟାପ୍ତ ହୋଇଥିଲା। ଗ୍ରୁପ୍ ‘ଏ’ରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ନୀରଜ ନିଜ ପ୍ରଥମ ଉଦ୍ୟମରେ ହିଁ ସିଜନ ଶ୍ରେଷ୍ଠ ୮୮.୭୭ ମିଟର ଥ୍ରୋ କରିଥିଲେ। ଫଳରେ ବିଶ୍ୱ ଚାମ୍ପିୟନଶିପ୍ର ଫାଇନାଲରେ ପ୍ରବେଶ କରିବା ସହ ଅଲିମ୍ପିକ୍ସ ଟିକେଟ ପାଇ ଯାଇଥିଲେ। ଡି.ପି. ମନୁ ୮୧.୩୧ ମିଟର ଥ୍ରୋ କରିଥିଲେ। ପ୍ୟାରିସ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଇଂ ମାର୍କ ୮୫.୫୦ ମିଟର। ଜୁଲାଇ ୧ରୁ କ୍ୱାଲିଫାଇଂ ଓ୍ବିଣ୍ଡୋ ଓପନ ରହିଥିବାବେଳେ ନୀରଜ ଏଠାରେ ତାହା ହାସଲ କରିଛନ୍ତି। ଫାଇନାଲ ରବିବାର ଅନୁଷ୍ଠିତ ହେବ। ୨୫ ବର୍ଷୀୟ ନୀରଜ ୨୦୨୨ରେ ଆମେରିକାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍ରେ ରୌପ୍ୟ ପଦକ ହାସଲ କରିଥିଲେ। ଏଥର ସ୍ବର୍ଣ୍ଣ ବିଜୟ ଉପରେ ତାଙ୍କ ନଜର ରହିବ। ନୀରଜଙ୍କ କ୍ୱାଲିଫାଇଂ ରାଉଣ୍ଡ ଅଳ୍ପ ସମୟ ବିଶିଷ୍ଟ ଥିଲା। କାରଣ ଚଳିତ ବିଶ୍ୱ ଚାମ୍ପିୟନଶିପ୍ର ଫାଇନାଲରେ ପ୍ରବେଶ ପାଇଁ ଅଟୋମେଟିକ୍ ଯୋଗ୍ୟତା ମାର୍କ ୮୩ ମିଟର ଥିଲା। ସେ ପ୍ରଥମ ଉଦ୍ୟମରେ ୮୮.୭୭ ମିଟର ସ୍ପର୍ଶ କରିବାରୁ ଆଉ ଥ୍ରୋ କରିବାକୁ ପଡ଼ି ନ ଥିଲା। ନୀରଜଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୯.୯୪ ମିଟର। ଏଠାରେ ଗ୍ରୁପ୍ ‘ଏ’ ଓ ଗ୍ରୁପ୍ ‘ବି’ର ଶ୍ରେଷ୍ଠ ୧୨ ଥ୍ରୋୟର ଫାଇନାଲରେ ପ୍ରବେଶ ପାଇଁ ଯୋଗ୍ୟତା ପାଇଛନ୍ତି। ନୀରଜଙ୍କ ସହ ଗୋଟିଏ ଗ୍ରୁପ୍ରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ମନୁ ଦ୍ୱିତୀୟ ଉଦ୍ୟମରେ ୮୧.୩୧ ମିଟର ସହ ତୃତୀୟ ସ୍ଥାନରେ ରହିଥିଲେ। ୨ ଗ୍ରୁପ୍ର ପ୍ରଦର୍ଶନ ଭିତ୍ତିରେ ଓଭରଅଲ୍ ତାଙ୍କୁ ୬ଷ୍ଠ ସ୍ଥାନ ମିଳିଥିଲା। ଗତ ଜୁଲାଇରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍ରେ ସେ ରୌପ୍ୟ ପଦକ ପାଇଥିଲେ। ସେହିପରି ନୂଆଦିଲ୍ଲୀଠାରେ ଅବସ୍ଥାପିତ ହଙ୍ଗେରିଆନ ଦୂତାବାସ ପକ୍ଷରୁ ଭିଜା ବାତିଲଜନିତ ସମସ୍ୟାର ସମ୍ମୁଖୀନ ହୋଇଥିବା କିଶୋର ପ୍ରତିଯୋଗିତାରେ କିନ୍ତୁ ଦମ୍ଦାର ପ୍ରଦର୍ଶନ କରିଛନ୍ତି। ସେ ଗ୍ରୁପ୍ ‘ବି’ରେ ୮୦.୫୫ ମିଟର ସହ ୫ମ ସ୍ଥାନରେ ରହିଥିଲେ। ତେବେ ଓଭରଅଲ୍ ସେ ୯ମ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଥିଲେ। ଏହା ତାଙ୍କର ପ୍ରଥମ ବିଶ୍ୱ ଚାମ୍ପିୟନଶିପ୍। ”ପୂର୍ବରୁ କୌଣସି ବିଶ୍ୱ ଚାମ୍ପିୟନଶିପ୍ରେ ୩ ଭାରତୀୟ କେବେ ଫାଇନାଲରେ ପ୍ରବେଶ କରି ନ ଥିଲେ। ଏହା ଭାରତୀୟ ଜାଭେଲିନ୍ ପାଇଁ ଐତିହାସିକ ଦିନ“ ବୋଲି ଜଣେ ଟିମ୍ କୋଚ୍ ପ୍ରକାଶ କରିଛନ୍ତି। ଭାରତ ପ୍ରଥମଥରପାଇଁ ୧୯୮୩ ବିଶ୍ୱ ଚାମ୍ପିୟନଶିପ୍ରେ ଅଂଶଗ୍ରହଣ କରିଥିଲା। କ୍ୱାଲିଫାଇଂ ପର୍ଯ୍ୟାୟରେ ପ୍ରତି ପ୍ରତିଯୋଗୀଙ୍କୁ ୩ ଥର ଥ୍ରୋ ସୁଯୋଗ ମିଳିଥାଏ। ପୂର୍ବରୁ ବିଶ୍ୱ ଚାମ୍ପିୟନଶିପ୍ ହେଉ କିମ୍ବା ଅଲିମ୍ପିକ୍ସ ନୀରଜ ଗୋଟିଏ ଲେଖାଏ ଥ୍ରୋରେ ଯୋଗ୍ୟତା ଅର୍ଜନ କରିଥିଲେ। ଏଠାରେ ମଧ୍ୟ ତାହାର ପୁନରାବୃତ୍ତି କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପାକିସ୍ତାନର ଅର୍ଶଦ ଖାଁ ୮୬.୭୯ ମିଟର ଥ୍ରୋ କରିବା ସହ ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ପାଇଛନ୍ତି। ନଦିମ ୨୦୧୮ ଏସିଆନ ଗେମ୍ସରେ ବ୍ରୋଞ୍ଜ ପାଇଥିଲେ। ସେଠାରେ ନୀରଜ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।
https://www.dharitri.com/ଦୁର୍ଘଟଣାରେ-୨-ଛାତ୍ରଙ୍କ-ମୃ/
ଦୁର୍ଘଟଣାରେ ୨ ଛାତ୍ରଙ୍କ ମୃତ୍ୟୁ ଘଟଣା: ୪ ମାସ ପରେ ଗାଡ଼ି ଜବତ, ଡ୍ରାଇଭର ଗିରଫ ଭଦ୍ରକ ଅଫିସ, ୧୭।୧- ଗତବର୍ଷ ସେପ୍ଟେମ୍ବର ୧୦ ତାରିଖ ସକାଳେ ଭଦ୍ରକ ନୂଆ ବସ୍ଷ୍ଟାଣ୍ଡ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୨ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଦ୍ରୁତଗତିରେ ନାଲି ରଙ୍ଗର ଏକ ଚାରିଚକିଆ ଗାଡ଼ି ଦୁର୍ଘଟଣା ଘଟାଇ କଟକ ଆଡ଼କୁ ଚାଲିଯାଇଥିଲା। ଦୁର୍ଘଟଣାରେ ଛାତ୍ର ଶୁଭଙ୍କର ମଲ୍ଲିକ(୧୭) ଓ ତାଙ୍କ ସାଙ୍ଗ ସୁମିତ୍ କୁମାର ସାହୁ(୧୩)ଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇ ଫେରାର ଥିବା ଗାଡ଼ିକୁ ୪ ମାସ ପରେ ପଶ୍ଚିମବଙ୍ଗ ଅଞ୍ଚଳରୁ ପୋଲିସ ଜବତ କରି ଆଣିଛି। ଜବତ ଗାଡ଼ି(ନଂ.ଡବ୍ଲ୍ୟୁ ବି ୪୨ ଏପି ୨୮୬୨) ଆଇ ୧୦ ସ୍ପୋର୍ଟଜ୍ ସହ ଡ୍ରାଇଭର ବର୍ଦ୍ଧମାନ ଅଞ୍ଚଳର ଦୁର୍ଗାପ୍ରସାଦ ସୋରେନ୍ଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ସୂଚନାଥାଉ କି, ମୃତ ଦୁଇ ଛାତ୍ରଙ୍କ ପରିବାର ପକ୍ଷରୁ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଭଦ୍ରକ ଟାଉନ ଥାନା ପୋଲିସ ଜବତ ନ କରିବା କାରଣରୁ ଏକାଧିବାର ଏସ୍ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ୍ ପଶ୍ଚିମବଙ୍ଗ ଯାଇ ଉକ୍ତ ଗାଡ଼ିକୁ ଠାବ କରିଥିଲା।
https://www.dharitri.com/non-cooperation-in-garbage-collection/
ଅଳିଆ ଉଠାରେ ଅସହଯୋଗ ଅନୁଗୋଳ ଅଫିସ, ୨୨ା୬- ଅନୁଗୋଳ ସହର ସଫେଇ ନେଇ ଦେଖାଦେଇଥିବା ବିବାଦର ସମାଧାନ ଏଯାଏ ହୋଇପାରି ନାହିଁ। ସଫେଇ କର୍ମଚାରୀ ସଂଘ ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ କେତେଜଣ କର୍ମଚାରୀ ପୌର କର୍ତ୍ତୃପକ୍ଷଙ୍କୁ ଅସହଯୋଗ କରୁଛନ୍ତି। ବାରମ୍ବାର କାର୍ଯ୍ୟବନ୍ଦ କରି ନାଲିଆଖି ଦେଖାଉଛନ୍ତି। ସମ୍ପାଦକଙ୍କୁ ପୁନଃ କାର୍ଯ୍ୟରେ ରଖିବା ଓ ଥାନାରେ ହୋଇଥିବା ମାମଲା ପ୍ରତ୍ୟାହାର ପାଇଁ ସେମାନେ ଦାବି କରୁଛନ୍ତି। ହେଲେ ସଫେଇକୁ ପ୍ରାଥମିକତା ଦେଉଥିବା ପୌର କର୍ତ୍ତୃପକ୍ଷ କାର୍ଯ୍ୟରେ କୌଣସି ପ୍ରକାର ଅବହେଳା ଗ୍ରହଣୀୟ ନୁହେଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ଏପରି କି ନିଜ ଅଧୀନରେ ଥିବା କେତେଜଣ ସଫେଇ କର୍ମଚାରୀ ଓ ଠିକା ସଂସ୍ଥାର ଆଉ କେତେଜଣ ନୂଆ ଲୋକଙ୍କୁ ନେଇ ସହର ସଫେଇ କାର୍ଯ୍ୟ ଜାରି ରଖିଛନ୍ତି। ଏପରି ଘଟଣାକୁ ପୌର ପ୍ରଶାସକ ତଥା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗୁରୁତ୍ୱର ସହ ନେଇଛନ୍ତି। ଠିକା ସଂସ୍ଥାକୁ ଟେଣ୍ଡର କରାଯାଇ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବାରୁ ସହଯୋଗର ହାତ ବଢ଼ାଯିବ। ଯଦି ଏଥିରେ ସହଯୋଗ ନ ମିଳେ ତା’ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଚେତାଇ ଦେଇଛନ୍ତି। ପ୍ରକାଶ ଯେ, ଦୁଇ ସପ୍ତାହ ହେଲା ଅନୁଗୋଳ ପୌରାଞ୍ଚଳରେ ସଫେଇ କାର୍ଯ୍ୟକୁ ନେଇ ବିବାଦ ଦେଖିବାକୁ ମିଳୁଛି। ସହରର ୨୩ଟି ୱାର୍ଡ ପାଇଁ ୧୩୧ ଜଣ ଠିକା କର୍ମଚାରୀଙ୍କ ସହ ପୌରପାଳିକାର ନିଜସ୍ବ କର୍ମଚାରୀ ନିୟୋଜିତ ହୋଇଛନ୍ତି। ହେଲେ ସଫେଇକୁ ନେଇ ସହରବାସୀଙ୍କ ଅସନ୍ତୋଷ ପରେ ପୌର ପାଳିକା ପକ୍ଷରୁ ଠିକା ସଂସ୍ଥାର ୩ ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ବିଦା କରାଯିବାରୁ ବିବାଦ ଜଟିଳ ହୋଇଚାଲିଛି। ବିଦା ହୋଇଥିବା ସଫେଇ କର୍ମଚାରୀ ସଂଘ ସମ୍ପାଦକଙ୍କ ବିରୋଧରେ ନାନା ଅଭିଯୋଗ ଆସିଥିଲା। କାର୍ଯ୍ୟରେ ଅବହେଳା ସହ ବିଭିନ୍ନ ଅନିୟମିତତା, ସ୍ବଚ୍ଛ ସାଥୀଙ୍କୁ ଦୁର୍ବ୍ୟବାହାର, ଆବର୍ଜନା ବିକ୍ରି କରିବା ନେଇ ସ୍ବଚ୍ଛ ସାଥୀଙ୍କ ପାଖରୁ ଡ୍ରାଇଭରଙ୍କ ପର୍ଯ୍ୟନ୍ତ ସମସ୍ତେ ଲିଖିତ ଅଭିଯୋଗ କରିଥିଲେ। ତେବେ ସଫେଇ କାର୍ଯ୍ୟ ସୁରୁଖୁରରେ ହେବା ପାଇଁ ପ୍ରଶାସନ ଚୁପ୍ ରହିଥିଲା। କିନ୍ତୁ ସଂଘ ବାହାନାରେ ସଫେଇ କର୍ମଚାରୀମାନଙ୍କ ଅସହଯୋଗ ଦିନକୁ ଦିନ ବଢ଼ିବାରେ ଲାଗିଥିବାରୁ ପୌର କର୍ତ୍ତୃପକ୍ଷ କଠୋର ହୋଇଛନ୍ତି। ଅନ୍ୟ ସଫେଇ କର୍ମଚାରୀଙ୍କୁ ସଂଘର ସମ୍ପାଦକ ଓ ଅନ୍ୟ ଦୁଇଜଣ ଧମକ ଦେବା ନେଇ ପୌର କର୍ତ୍ତୃପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଠିକା ସଂସ୍ଥାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରି ମାମଲାକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ସଫେଇ କାର୍ଯ୍ୟ କରାଗଲେ ମାମଲା ପ୍ରତ୍ୟାହାର ହେବ ଓ ସଂଘ ସମ୍ପାଦକଙ୍କୁ ଏବେ ଯୋଗ ଦେବାକୁ ଦିଆଯିବ ନାହିଁ ବୋଲି ପୌର କର୍ତ୍ତୃପକ୍ଷ ସର୍ତ୍ତ ରଖିଥିଲେ। କିନ୍ତୁ ଠିକା ସଫେଇ କର୍ମଚାରୀମାନେ ଏଥିରେ ରାଜି ନ ହେବାରୁ ପୌର କର୍ତ୍ତୃପକ୍ଷ ବିକଳ୍ପ ବ୍ୟବସ୍ଥା କରି ସହର ସଫେଇ ଜାରି ରଖିଛନ୍ତି। ପୌର ସଂସ୍ଥାର ସଫେଇ କର୍ମଚାରୀ ଓ ସ୍ବଚ୍ଛସାଥୀ ଘର ଘର ବୁଲି ଅଳିଆ ସଂଗ୍ରହ କରୁଛନ୍ତି। ଏଥିରେ ଠିକା ସଂସ୍ଥାର ୨୫ ଜଣ କର୍ମଚାରୀ ସୋମବାର ଠାରୁ ଯୋଗ ଦେଇଛନ୍ତି। ସଫେଇ ଦାୟିତ୍ୱ ଠିକା ସଂସ୍ଥାର ଅନୁଗୋଳ ସହର ସଫେଇ ଦାୟିତ୍ୱ ଟେଣ୍ଡର କରାଯାଇ ଠିକା ସଂସ୍ଥାକୁ ପ୍ରଦାନ କରାଯାଇଛି। ସହର କିଭଳି ଭାବେ ପରିଷ୍କାର ରହିବ ତାହା ଠିକାସଂସ୍ଥାର ଦାୟିତ୍ୱ। ଉକ୍ତ ସଂସ୍ଥାକୁ ପ୍ରଶାସନ ପକ୍ଷରୁ ପୂର୍ଣ୍ଣ ସହଯୋଗ କରାଯାଉଛି। ଯଦି ସଂସ୍ଥା ସଫେଇ କରିପାରିବ ନାହିଁ, ତା’ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। -ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ ତଥା ପୌର ପ୍ରଶାସକ କାର୍ଯ୍ୟରେ ହେଳା ସହ୍ୟ କରାଯିବ ନାହିଁ ବିକଳ୍ପ ବ୍ୟବସ୍ଥାରେ ସହର ସଫେଇ କାର୍ଯ୍ୟ କରାଯାଉଛି। ଯେଉଁମାନେ ଅସହଯୋଗ କରିବେ, ସେମାନଙ୍କୁ ବରଖାସ୍ତ କରାଯିବ। ପୁୁରୁଣା ସଫେଇ କର୍ମଚାରୀମାନେ ଆସି କାର୍ଯ୍ୟ କଲେ ସେମାନଙ୍କୁ ସହଯୋଗ ଦିଆଯିବ। ଏଥିରେ କୌଣସି ପ୍ରକାର ହେଳାକୁ ସହ୍ୟ କରାଯିବ ନାହିଁ। -ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ ଜାଲିଆତି ଧରିଲେ ନାଲି ଆଖି ସହର ସଫେଇ କାର୍ଯ୍ୟରେ ନିୟୋଜିତ କେତେଜଣ କର୍ମଚାରୀ ଜାଲିଆତି କରୁଥିଲେ। ଲୋକଙ୍କ ଘରୁ ସଂଗ୍ରହ ହେଉଥିବା ପ୍ଲାଷ୍ଟିକ ଓ କାଚକୁ ସେମାନେ ବାହାରେ ବିକ୍ରି କରୁଥିଲେ। ଏହା ଧରିବାରୁ ସଂଘର ସମ୍ପାଦକ ନାଲି ଆଖି ଦେଖାଇଥିଲେ। ବିଭିନ୍ନ ସମୟରେ ସଫେଇ କର୍ମଚାରୀମାନେ ଅସଯୋଗ କରି ଆସିଛନ୍ତି। -ସସ୍ମିତା ସିଂହ, ସ୍ବଚ୍ଛସାଥୀ ନୂଆ ଲୋକଙ୍କୁ ନେଇ କାମ ଜାରି ରହିଛି ପୁରୁଣା ସଫେଇ କର୍ମଚାରୀମାନେ ଅସହଯୋଗ କରିବାରୁ ନୂଆ ଲୋକଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏଯାଏ ପୁରୁଣା କର୍ମଚାରୀମାନେ ସଂସ୍ଥା ନିକଟକୁ ଆସିନାହାନ୍ତି। ଯଦି ସେମାନେ କାର୍ଯ୍ୟ କରିବାକୁ ପୁଣିଥରେ ଆଗ୍ରହ ଦେଖାଇବେ ତା’ହେଲେ କାମ ଯୋଗାଇ ଦିଆଯିବ। -ଶାନ୍ତନୁ ସ୍ବାଇଁ, ଠିକା ସଂସ୍ଥା ସୁପରଭାଇଜର
https://www.dharitri.com/educated-men-do-not-rape/
ଶିକ୍ଷିତ ପୁରୁଷ ବଳାତ୍କାର କରନ୍ତି ନାହିଁ କେପ୍ଟାଉନ୍,୧୭ା୨: ଦକ୍ଷିଣ ଆଫ୍ରିକାରେ ମହିଳାମାନଙ୍କ ବିରୋଧରେ ଯୌନ ନିର୍ଯାତନା ବଢ଼ିଚାଲିଥିବାବେଳେ ଦେଶର ମୌଳିକ ଶିକ୍ଷାମନ୍ତ୍ରୀ ଆଙ୍ଗିଏ ମୋଟ୍ଶେକ୍ଗା କହିଛନ୍ତି, ଶିକ୍ଷିତ ପୁରୁଷମାନେ ବଳାତ୍କାର କରନ୍ତି ନାହିଁ। ତାଙ୍କର ଏହି ମନ୍ତବ୍ୟକୁ ନେଇ ଝଡ଼ ସୃଷ୍ଟି ହୋଇଛି। ଶିକ୍ଷାମନ୍ତ୍ରୀ ଉକ୍ତ ବିବାଦୀୟ ମନ୍ତବ୍ୟକୁ ପ୍ରତ୍ୟାହାର କରି କ୍ଷମା ମାଗନ୍ତୁ ବୋଲି ଦେଶର ସର୍ବବୃହତ୍ ବିରୋଧୀ ଦଳ ଡେମୋକ୍ରାଟିକ୍ ଆଲାଏନ୍ସ ଦାବି କରିଛି। ପ୍ରିଟୋରିଆର ଏକ ସ୍କୁଲକୁ ଉଦ୍ଘାଟନ କରି ସୋମବାର ଶିକ୍ଷାମନ୍ତ୍ରୀ ଆଙ୍ଗିଏ କହିଥିଲେ, ସରକାର ଶିକ୍ଷା ଉପରେ ପ୍ରାଥମିକତା ଦେଉଛନ୍ତି। କାରଣ ଶିକ୍ଷା ଦ୍ୱାରା ହିଁ ଆମେ ଅନେକ ଚ୍ୟାଲେଞ୍ଜକୁ ସାମ୍ନା କରିପାରିବା ବୋଲି ସରକାର ଜାଣିଛନ୍ତି। କୌଣସି ଶିକ୍ଷିତ ପୁରୁଷ କେବେ ବଳାତ୍କାର କରନ୍ତି ନାହିଁ। ଶିକ୍ଷାମନ୍ତ୍ରୀ ଏପରି କହୁଥିବାବେଳେ ଉପସ୍ଥିତ ଛାତ୍ରୀଛାତ୍ର ତାଙ୍କୁ ଜବାବ ଦେଇଥିଲେ, ପୁରୁଷମାନେ ବଳାତ୍କାର କରନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିରୋଧୀ ଦଳ ଓ୍ବାନ୍ ସାଉଥ୍ ଆଫ୍ରିକା ମୁଭ୍ମେଣ୍ଟ ନେତା ମୁସି ମାଇମେନ୍ କହିଛନ୍ତି, ଦେଶରେ ହେଉଥିବା ବଳାତ୍କାର ଓ ଲିଙ୍ଗଭିତ୍ତିକ ହିଂସା ସମ୍ପର୍କରେ ଶିକ୍ଷାମନ୍ତ୍ରୀଙ୍କ ଜ୍ଞାନ ନ ଥିବାରୁ ସେ ଏପରି ମନ୍ତବ୍ୟ ଦେଇଛନ୍ତି। ସେ ତୁରନ୍ତ ଇସ୍ତଫା ଦେବା ଜରୁରୀ। ବିବାଦ ସୃଷ୍ଟି ହେବା ପରେ ତାଙ୍କ ମନ୍ତବ୍ୟକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଇଥିବା ଶିକ୍ଷାମନ୍ତ୍ରୀ ସଫେଇ ଦେଇଛନ୍ତି।
https://www.dharitri.com/ଗାଁ-ମଝିରେ-ଡ୍ରେନ୍‌-ଖୋଳାକୁ/
ଗାଁ ମଝିରେ ଡ୍ରେନ୍‌ ଖୋଳାକୁ ନେଇ ଅସନ୍ତୋଷ: ପୋଲିସ, ଗ୍ରାମବାସୀ ମୁହାଁମୁହିଁ ହାଟଡିହୀ,୨୯।୧(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜମ୍ଭିରା ଗାଁରେ ଡ୍ରେନ୍ ଖୋଳାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ୪ରୁ ୫ଟି ପରିବାରର ଲୋକେ ପୂର୍ବରୁ ଡ୍ରେନ୍ ଖୋଳାଯିବା ପାଇଁ ଅଭିଯୋଗ କରିଥିଲେ। ହାଟଡିହୀ ତହସିଲଦାର ଓ ସୋସୋ ପୋଲିସ ବୁଧବାର ଗ୍ରାମରେ ପହଞ୍ଚି ମାପଚୁପ କରି ଗ୍ରାମ ରାସ୍ତା ମଝିରେ କେବଳ ଗୋଟିଏ ପାର୍ଶ୍ୱରେ ଡ୍ରେନ ଖୋଳାଯାଇଥିଲା। ତ୍ରିଲୋଚନ ସାହୁ, ଚନ୍ଦ୍ରଶେଖର ସାହୁ, ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହ ବହୁ ସଂଖ୍ୟାରେ ଗ୍ରାମବାସୀ ଏହି ଡ୍ରେନ୍ ଖୋଳାକୁ ବିରୋଧ କରିଛନ୍ତି। ଅପରପକ୍ଷେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଗାଁ ରାସ୍ତା ମଝିରେ କେବଳ ଗୋଟିଏ ପାର୍ଶ୍ୱରେ କାହା ସ୍ବାର୍ଥରେ ଡ୍ରେନ୍ ଖୋଳାଯାଉଛି ସେନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଏପରି ଡ୍ରେନ୍ ଖୋଳା ଗଲେ ଲୋକେ ନାନା ଅସୁବିଧା ଭୋଗିବେ ବୋଲି ଗ୍ରାମବାସୀ କହିଛନ୍ତି। ଏପରିକି ଗ୍ରାମବାସୀଙ୍କ ସହ ତହସିଲଦାର ଏବଂ ପୋଲିସ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟିଥିଲା। ଏବେସୁଦ୍ଧା ଗ୍ରାମରେ ଉତ୍ତେଜନା ଲାଗିରହିଛି।
https://www.dharitri.com/ravindra-jadeja-creates-new-world-record-after-played-an-unbeaten-knock-of-175-runs/
ବିଶ୍ୱ ରେକର୍ଡ ସାଙ୍ଗକୁ କପିଲ ଦେବଙ୍କୁ ପଛରେ ପକାଇଲେ ମୋହାଲି,୫।୩: ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଦମଦାର ବ୍ୟାଟିଂ କରିଛନ୍ତି । ପ୍ରଥମ ଇନିଂସରେ ଅପରାଜିତ ୧୭୫ ରନ୍ର ଇନିଂସ ଖେଳି ଜାଡେଜା ଏକାଧିକ ରେକର୍ଡ ନିଜ ନାମରେ କରିଛନ୍ତି । ସେ କିମ୍ବଦନ୍ତୀ କ୍ରିକେଟର କପିଲ ଦେବଙ୍କ ରେକର୍ଡ ମଧ୍ୟ ଭାଙ୍ଗି ଦେଇଛନ୍ତି । ବର୍ତ୍ତମାନ ଜାଡେଜା ଭାରତ ପାଇଁ ୭ମ ଉଇକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ଖେଳାଳି ପାଲଟିଛନ୍ତି। ଜାଡେଜାଙ୍କ ପୂର୍ବରୁ କପିଲ ଦେବଙ୍କ ନାମରେ ଏହି ରେକର୍ଡ ଥିଲା । ସେ ୧୯୮୬ରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ୧୬୩ ରନ୍ର ଇନିଂସ ଖେଳିଥିଲେ । ସେବେଠାରୁ କୌଣସି ଭାରତୀୟ ୭ମ ସ୍ଥାନରେ ବ୍ୟାଟିଂ କରି ଏତେ ରନ୍ କରି ପାରି ନଥିଲେ । ହେଲେ ଶନିବାର ଜାଡେଜା ଶ୍ରୀଲଙ୍କା ବିପକ୍ଷରେ ଏହି ରେକର୍ଡକୁ ଭାଙ୍ଗିଛନ୍ତି । ସେହିପରି ଜାଡେଜା ପ୍ରଥମ ଖେଳାଳି ଭାବେ ୭ ନଂରେ ବ୍ୟାଟିଂ କରି କୌଣସି ଇନିଂସରେ ୩ ଖେଳାଳିଙ୍କ ସହ ଶତକୀୟ ଭାଗିଦାରୀ କରି ବିଶ୍ୱ ରେକର୍ଡ କରିଛନ୍ତି । ପ୍ରଥମେ ସେ ଋଷଭ ପନ୍ତ(୯୬)ଙ୍କ ସହ ମିଶି ଶତକୀୟ ଭାଗିଦାରୀ କରିଥିଲେ । ଏହାପରେ ରବି ଅଶ୍ୱିନ(୬୧) ଓ ଶେଷରେ ମହମ୍ମଦ ଶାମି(୨୦)ଙ୍କ ସହ ମିଶି ୧୦୦ ରନ୍ର ଭାଗିଦାରୀ କରିଛନ୍ତି । କପିଲ ଦେବ ଓ ଜାଡେଜାଙ୍କ ବ୍ୟତୀତ ୭ମ ସ୍ଥାନରେ ଭାରତ ପାଇଁ ସର୍ବାଧିକ ରନ୍ କରିଥିବା ତାଲିକାର ତୃତୀୟ ସ୍ଥାନରେ ଋଷଭ ପନ୍ତ(୧୫୬) ରନ୍ ରହିଛନ୍ତି । କହିରଖୁଛୁ, ଜାଡେଜାଙ୍କ ଅପରାଜିତ ୧୭୫ ରନ୍ ବଳରେ ଭାରତ ପ୍ରଥମ ପାଳିରେ ୮ ଉଇକେଟ ହରାଇ ୫୭୪ ରନ୍ କରିଥିବା ବେଳେ ଅଧିନାୟକ ରୋହିତ ଶର୍ମା ଇନିଂସ ଘୋଷଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପନ୍ତ ୯୬, ରବି ଅଶ୍ୱିନ ୬୧, ହନୁମା ବିହାରୀ ୫୮, ବିରାଟ କୋହଲି ୪୫, ମୟଙ୍କ ଅଗ୍ରୱାଲ ୩୩, ରୋହିତ ଶର୍ମା ୩୯ ଓ ଶ୍ରେୟସ ଆୟାର ୨୭ ରନ୍ ଇନିଂସ ଖେଳିଛନ୍ତି ।
https://www.dharitri.com/ନାଳରେ-ବୁଡି-ନାବାଳକ-ମୃତ/
ନାଳରେ ବୁଡି ନାବାଳକ ମୃତ କୋରାପୁଟ, ୧୪।୮(ସ୍ବ.ପ୍ର): କୋରାପୁଟ ଜିଲାର ଜଲାପୁଟ ପାଣ୍ଡି ଅନ୍ତର୍ଗତ ଝୁଲା ବ୍ରିଜ ନିକଟରେ ଥିବା ନାଳରେ ବୁଡି ଜଣେ ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ନନ୍ଦପୁର ବ୍ଲକ ଖିନମୁଙ୍ଗ ଗ୍ରାମର ରବି ଖିଲଙ୍କ ପୁଅ ସନ୍ଦୀପ ଖିଲ(୯)। ମିଳିଥିବା ସୂଚନା ଅନୁଯାୟୀ, ସନ୍ଦୀପ ମା’ଙ୍କ ସହ ଲୁଗା ସଫା କରିବା ପାଇଁ ଉକ୍ତ ନାଳକୁ ଯାଇଥିବା ବେଳେ ତାଙ୍କ ଗୋଡ଼ ଖସିଯିବାରୁ ସେ ଗଭୀର ପାଣିରେ ବୁଡ଼ିଯାଇଥିଲେ। ଲୁଗା ସଫା ସରିବା ପରେ ସେ ପୁଅଙ୍କୁ ଖୋଜାଖୋଜି କରି ନ ପାଇ ଏ ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଶେଷରେ ସନ୍ଦୀପଙ୍କ ମୃତଦେହକୁ ନାଳରୁ ଉଦ୍ଧାର କରାଯାଇଥିଲା। ଘଟଣା ନେଇ ଜଲାପୁଟ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ଜଲାପୁଟ ଫାଣ୍ଡି ଅଧିକାରୀ ମହେଶ୍ୱର କିରସାନୀ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ା ଏ ନେଇ ଜଲାପୁଟ ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି।
https://www.dharitri.com/odisha-fc-aiming-for-victory/
ବିଜୟ ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି ଭୁବନେଶ୍ୱର,୬ା୨(ସ୍ପୋଟର୍ସ ବ୍ୟୁରୋ): ଇଣ୍ଡିଆନ୍ ସୁପର ଲିଗ୍ରେ ସୋମବାର ପରସ୍ପର ସହିତ ମ୍ୟାଚ୍ ଖେଳିବେ ଓଡ଼ିଶା ଏଫ୍ସି (ଓଏଫ୍ସି) ଓ ଏଫ୍ସି ଗୋଆ। କଳିଙ୍ଗ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ ଖେଳାଯିବ। ଘରୋଇ ଦର୍ଶକଙ୍କ ସମ୍ମୁଖରେ ଓଏଫ୍ସି ଏହି ମ୍ୟାଚ ଖେଳିବାକୁ ଥିବା ବେଳେ ଏଫ୍ସି ଗୋଆ ବିପକ୍ଷରେ ପ୍ରଥମ ବିଜୟ ପାଇଁ ଉଦ୍ୟମ କରିବ। ଏହା ପୂର୍ବରୁ ଉଭୟ ଦଳ ୭ଥର ମୁହାଁ ମୁହିଁ ହୋଇଥିବା ବେଳେ ଗୋଆ ୫ ଥର ବିଜୟୀ ହୋଇଛି ଓ ୨ଟି ମ୍ୟାଚ ଅମୀମାଂସିତ ଭାବରେ ଶେଷ ହୋଇଛି। ଚେନ୍ନାଇନ୍ ବିପକ୍ଷ ଅନ୍ତିମ ମ୍ୟାଚ୍ ଡ୍ର ରଖିବା ସହିତ ଓଏଫ୍ସି ୨୩ ପଏଣ୍ଟ ସହିତ ଷଷ୍ଠ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି। ଅନ୍ୟ ପକ୍ଷରେ ଏଫ୍ସି ଗୋଆ ୨୬ ପଏଣ୍ଟ ସହିତ ୫ମ ସ୍ଥାନରେ ରହିଛି। ଏହି ମ୍ୟାଚ୍ ଜିତିଲେ ଓଏଫ୍ସି ପଏଣ୍ଟ ଟେବଲର ୫ମ ସ୍ଥାନକୁ ଉଠିବା ସହିତ ପ୍ଲେ ଅଫ୍ ସମ୍ଭାବନା ମଧ୍ୟ ବୃଦ୍ଧି ପାଈବ। ଉଭୟ ଦଳ ଶେଷ ଥର ପାଇଁ ଗୋଆର ଜଓ୍ବାହାର ଲାଲ ନେହେରୁ ଷ୍ଟାଡିୟମରେ ମ୍ୟାଚ ଖେଳିଥିଲେ ଯେଉଁଥିରେ ଓଏଫ୍ସି ୩-୦ରେ ପରାସ୍ତ ହୋଇଥିଲା। ମ୍ୟାଚର ୬୫ ତମ ମିନିଟରେ ନନ୍ଦ କୁମାର ଶେକରଙ୍କୁ ରେଡ କାର୍ଡ ମିଳିଥିଲା ଏବଂ ଓଏଫ୍ସି ଏହି ମ୍ୟାଚରେ ପରାଜିତ ହୋଇଥିଲା। ମ୍ୟାଚର ଗୋଟିଏ ଦିନ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିଲେ ମୁଖ୍ୟ କୋଚ୍ ଯୋଶେପ୍ ଗୋମ୍ବାଉ ଏବଂ ଅନିକେତ ଯାଦବ। ଏହି ମ୍ୟାଚଟି ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ୩ ପଏଣ୍ଟ ଅକ୍ତିଆର କରିବା ପାଇଁ ଦଳ ଏହାର ଶ୍ରେଷ୍ଠ ପ୍ରୟାସ କରିବ ବୋଲି କହିଛନ୍ତି ମୁଖ୍ୟ କୋଚ୍ ଯୋଶେପ୍ ଗୋମ୍ବାଉ। ଓଏଫ୍ସିରେ ମୁଁ ଅନେକ ନୂତନ ଜିନିଷ ଶିଖିବାର ପ୍ରୟାସ କରୁଛି ଏବଂ ଦଳକୁ ବିଜୟୀ କରିବାକୁ ମୁଁ ମୋର ଶତ ପ୍ରତିଶତ ପ୍ରଦାନ କରିବି ବୋଲି କହିଛନ୍ତି ଅନିକେତ ଯାଦବ।
https://www.dharitri.com/ମହାରାଷ୍ଟ୍ର-ଫେରନ୍ତା-୭ପ୍ରବ/
ମହାରାଷ୍ଟ୍ର ଫେରନ୍ତା ୭ପ୍ରବାସୀ ଶ୍ରମିକ କରୋନା ପଜିଟିଭ୍‌ ଲକ୍ଷ୍ନୌ,୨।୫: ଲକ୍ଡାଉନ ଭିତରେ ବିଭିନ୍ନ ରାଜ୍ୟରୁ ନିଜ ଭିଟାମାଟିକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ନିକଟରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବା ନଜର ଆସିଛି। କିଛି ଏଭଳି ଖବର ଆସିଛି ଉତ୍ତରପ୍ରଦେଶର ବସ୍ତି ଜିଲାରୁ। ବସ୍ତି ଜିଲାକୁ ମହାରାଷ୍ଟ୍ରରୁ ଫେରିଥିବା ୭ ପ୍ରବାସୀ ଶ୍ରମିକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ବସ୍ତି ଜିଲାପାଳ ସୂଚନା ଦେଇ କହିଛନ୍ତି, ଚିହ୍ନଟ ହୋଇଥିବା ଆକ୍ରାନ୍ତ ସମସ୍ତେ ସରକାରୀ ବସ୍ରେ ଯାତ୍ରା କରି ମହାରାଷ୍ଟ୍ରରୁ ଝାନ୍ସି ଦେଇ ବସ୍ତିରେ ପହଞ୍ଚିଥିଲେ। ଏହାପରେ ସେମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିବା ବେଳେ ରିପୋର୍ଟରେ କରୋନା ପଜିଟିଭ୍ ବାହାରିଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶରେ ଶନିବାର ସକାଳ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୦୨୪ରେ ପହଞ୍ଚିଛି। ସେଥିମଧ୍ୟରୁ ୬୫୪ ଜଣ ସୁସ୍ଥ ହୋଇଥିବା ବେଳେ ୪୨ଜଣଙ୍କର ମୃତ୍ୟୁ ଘଟିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।
https://www.dharitri.com/modi-was-investing-by-putting-adani-name/
‘ଆଦାନୀଙ୍କୁ ଆଗରେ ରଖି ପୁଞ୍ଜିନିବେଶ କରୁଥିଲେ ମୋଦି’ ନୂଆଦିଲ୍ଲୀ, ୨୯ା୩: ଦିଲ୍ଲୀ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଦାନୀ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ବନ୍ଧୁଙ୍କୁ ସୁରକ୍ଷା ଦେବା ପାଇଁ କାହିଁକି ଏତେ ଉଦ୍ୟମ କରୁଛନ୍ତି ବୋଲି କେଜ୍ରିଓ୍ବାଲ ପ୍ରଶ୍ନ କରିଛନ୍ତି। ଯଦି ହିଣ୍ଡେନ୍ବର୍ଗ ରିପୋର୍ଟ ଉପରେ ଇଡି କିମ୍ବା ସିବିଆଇ ତଦନ୍ତ ହୁଏ, ତେବେ ଆଦାନୀ ନୁହନ୍ତି, ମୋଦିଜୀ ଡୁବିଯିବେ ବୋଲି ସେ କହିଛନ୍ତି। ଆଦାନୀ କେବଳ ଆଗରେ ଥିଲେ। ପଛରେ ଥିବା ପ୍ରକୃତ ନିବେଶକ ମୋଦିି। ୪୪୨ ନିୟୁତ ଡଲାର ମୂଲ୍ୟର ବାୟୁଶକ୍ତି ପ୍ରକଳ୍ପ ଆଦାନୀ ଗ୍ରୁପ୍କୁ ଦେବା ଲାଗି ଶ୍ରୀଲଙ୍କା ସରକାରଙ୍କ ଉପରେ ମୋଦି ଚାପ ପକାଇଥିବା ରାଜପାକ୍ସେ ସ୍ବୀକାର କରିଥିଲେ ବୋଲି ଏଏପି ନେତା କହିଛନ୍ତି।
https://www.dharitri.com/compassionate-picture-of-patient-suffering/
୫ କି.ମି. କାଦୁଅ ରାସ୍ତାରେ ଖଟିଆରେ ବୁହା ହେଲେ ରୋଗୀ ଚନ୍ଦାହାଣ୍ଡି, ୩।୮(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ରୋଗୀ ଯନ୍ତ୍ରଣାର କରୁଣ ଚିତ୍ର ସାମନାକୁ ଆସିଛି । ଜଣେ ରୋଗୀଙ୍କୁ ୫ କିମି କାଦୁଅ ରାସ୍ତାରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହିଛନ୍ତି ପରିବାର ଲୋକେ। ଚନ୍ଦାହାଣ୍ଡିରେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ପଞ୍ଚାୟତ ଥିପା ଗାଁର ରାଏମତି ସାନ୍ତା (୪୫)ଙ୍କର କିଛିଦିନ ହେବ ଜର ହେଇଥିଲା। ମଙ୍ଗଳବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରିବାର ଲୋକେ ଆମ୍ବୁଲାନ୍ସ ଡକାଇ ଥିଲେ। ଗାଁକୁ ଯିବାକୁ ହେଲେ ଜଙ୍ଗଲ ଓ ନାଳ ପାରି ହେବାକୁ ପଡିଥାଏ। ଆମ୍ବୁଲାନ୍ସ ଥିପା ଗାଁକୁ ଆସି ନ ପାରି ୫ କିମି ଦୂର ବଇଦପଡା ପାଖରେ ଅଟକି ଥିଲା। ପରିବାର ଲୋକେ ୫କିମି କାଦୁଅ ରାସ୍ତାରେ ରୋଗୀଙ୍କୁ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ତାଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେଠାରୁ ତାଙ୍କୁ ଉମରକୋଟ ଡାକ୍ତରଖାନାକୁ ବଦଳି କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ପଞ୍ଚାୟତ ଗୌରଝରିଆ ଗାଁରେ ମଧ୍ୟ ଜଣେ ପ୍ରସୂତିଙ୍କୁ ଖଟିଆରେ ବୋହି ଆଣିବାବେଳେ ସେ ରାସ୍ତା ମଝିରେ ପ୍ରସବ କରିଥିଲେ। ଏହି ଘଟଣା ଲୋକଙ୍କ ମନରୁ ନ ଲିଭୁଣି ପୁଣି ଜଣେ ମହିଳାଙ୍କୁ ଖଟିବାରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ଲୋକେ ସହଜରେ ହଜମ କରିପାରୁନାହାନ୍ତି। ସରକାର କେବଳ ବିଭିନ୍ନ ଯୋଜନାର ନାରା ଦେଉଛନ୍ତି। ଥିପା ଭଳି ଅପହଞ୍ଚ ଇଲାକା ଏବେବି ଅବହେଳିତ ବୋଲି ଅଞ୍ଚଳବାସୀ କହିଛନ୍ତି।
https://www.dharitri.com/we-will-show-black-flags-wherever-health-minister-goes/
‘ସ୍ବାସ୍ଥ୍ୟମନ୍ତ୍ରୀ ଯେଉଁଠିକୁ ଯିବେ ସେଠାରେ କଳାପତାକା ଦେଖାଇବୁ’ ଝାରସୁଗୁଡ଼ା ଅଫିସ,୨୨ା୨: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଝାରସୁଗୁଡ଼ା ପୌର ପରିଷଦ ୧୩ନଂ ଓ୍ବାର୍ଡ ବାଲିଯୋରୀ ଗ୍ରାମରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଯାଉଥିବାବେଳେ ଜିଲା କଂଗ୍ରେସ କର୍ମକର୍ତ୍ତା କଳାପତାକା ପ୍ରଦର୍ଶନ କରିଥିଲେ। ଏ ନେଇ କଂଗ୍ରେସ ଜିଲା ସଭାପତି ଭରତ ଅଗସ୍ତୀ କହିଛନ୍ତି, ଜିଲାରେ ମାତ୍ରାଧିକ ପ୍ରଦୂଷଣ, ବେକାର ସଂଖ୍ୟା ବୃଦ୍ଧି, ସ୍ବାସ୍ଥ୍ୟସେବା ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ଫଳରେ ଜିଲା କଂଗ୍ରେସ ନିଷ୍ପତ୍ତି ନେଇଛି ସ୍ବାସ୍ଥ୍ୟମନ୍ତ୍ରୀ ଯେଉଁ କାର୍ଯ୍ୟକ୍ରମକୁ ଯିବେ ସେଠାରେ ଦଳ ପକ୍ଷରୁ ବିରୋଧ ଜାରି ରହିବ। ପୂର୍ବରୁ ଗତ ୩ତାରିଖରେ ମନ୍ତ୍ରୀ ଦାସ ବେଲପାହାଡ଼ ଯାଉଥିବାବେଳେ କଂଗ୍ରେସ ପକ୍ଷରୁ କଳାପତାକା ଦେଖାଯାଇଥିଲା।
https://www.dharitri.com/tibetans-open-the-winter-clothes-store/
ଶୀତବସ୍ତ୍ର ପସରା ମେଲିଲେଣି ତିବ୍ବତୀୟାନ ବ୍ରହ୍ମପୁର,୨ା୧୧(ସ୍ମୃତି ରଞ୍ଜନ ମହାଲିକ) କୁମାର ପୂର୍ଣ୍ଣିମାଠାରୁ ବ୍ରହ୍ମପୁର ମହାନଗରରେ ଶୀତ ଅନୁଭୂତ ହେବା ଆରମ୍ଭ କରିଛି। ରାତିର ତାପମାତ୍ରାରେ ପରିବର୍ତ୍ତନ ଘଟୁଛି। ଆଗକୁ ଅଧିକ ଶୀତକୁ ଦୃଷ୍ଟିରେ ରଖି ଲୋକେ ଶୀତବସ୍ତ୍ର କିଣିବା ଆରମ୍ଭ କଲେଣି। ବ୍ରହ୍ମପୁରର ଏସ୍ଏସ୍ଭିଟି ପଡିଆରେ ଏବେଠୁ ଶୀତବସ୍ତ୍ର ବିକ୍ରି ଆରମ୍ଭ ହୋଇଗଲାଣି। ପ୍ରତିବର୍ଷ ଭଳି ଶୀତବସ୍ତ୍ର ବିକ୍ରି ପାଇଁ ଗଜପତି ଜିଲାର ଚନ୍ଦ୍ରଗିରି ଅଞ୍ଚଳରୁ ତିବ୍ବତୀୟାନମାନେ ଏଠାକୁ ଛୁଟି ଆସିଲେଣି। ସବୁଥର ଭଳି ଚଳିତଥର ମଧ୍ୟ ଏସଏସଭିଟି ପଡିଆରେ ତିବ୍ବତୀୟାନ ରିଫ୍ୟୁଜି ଉଲେନ ମାର୍କେଟ ଖୋଲିଛି। ଗତ ୨୦ତାରିଖରୁ ଏଠାରେ ଶୀତ ବସ୍ତ୍ର ବିକ୍ରି ଆରମ୍ଭ ହୋଇଛି। ଏସ୍ଏସ୍ଭିଟି ପଡ଼ିଆଟି ଚଳଚଞ୍ଚଳ ହୋଇ ଉଠିଛି। ଅପରାହ୍ନ ଓ ସନ୍ଧ୍ୟାରେ ସହରବାସୀଙ୍କ ଭିଡ ଜମୁଛି। ଚଳିତବର୍ଷ ଏହି ମାର୍କେଟରେ ୩୮ଟି ଷ୍ଟଲ ଖୋଲାଯାଇଛି। ବିଇଏମସି ପକ୍ଷରୁ ଅନୁମତି ମଧ୍ୟ ମିଳିଛି। ୬ଟି ପରିବାରର ଲୋକେ ଶୀତବସ୍ତ୍ର ବିକ୍ରି କରୁଛନ୍ତି। ଏହି ପରିବାରଗୁଡିକ ଏବେ ଗାନ୍ଧୀ ନଗରଠାରେ ଭଡାରେ ରହୁଛନ୍ତି। ଆସନ୍ତା ଜାନୁୟାରୀ ୨୪ ତାରିଖ ଯାଏ ଶୀତ ବସ୍ତ୍ର ବିକ୍ରି କରାଯିବ ବୋଲି ମାର୍କେଟର ସଭାପତି ସିରିଂ ୟାଙ୍ଗଜମ କହିଛନ୍ତି। ଦୀର୍ଘ ୪୦ ବର୍ଷ ଧରି ବ୍ରହ୍ମପୁର ସହରରେ ଶୀତବସ୍ତ୍ର ବିକ୍ରି କରୁଛୁ। ଅମୃତସର, ନେପାଳ ଓ ବ୍ୟାଙ୍କକରୁ ଶୀତବସ୍ତ୍ର ଅଣାଯାଉଛି। ୨୦୧୯ କରୋନା ସମୟରୁ ବ୍ୟବସାୟ ମାନ୍ଦା ରହିଥିଲା। ଗତବର୍ଷ ମଧ୍ୟ ବ୍ୟବସାୟ ଆଶାନୁରୂପକ ହୋଇ ନ ଥିଲା। ଚଳିତବର୍ଷ ଶୀତ ଆରମ୍ଭରୁ ସହରବାସୀଙ୍କ ଭିଡକୁ ଦେଖିଲେ ବ୍ୟବସାୟ ଆଶାନୁରୂପକ ହେବ ବୋଲି ସଭାପତି କହିଛନ୍ତି। ମାର୍କେଟ ପ୍ରବେଶ ଦ୍ୱାର ସମେତ ପରିସରରେ ବୁଦ୍ଧଙ୍କ ବିଭିନ୍ନ ବାଣୀ ଲିଖିତ ପତାକା ବନ୍ଧା ଯାଇଛି। ଯାହାକି ଶାନ୍ତି ଓ ମୈତ୍ରୀର ଭାବନା ସୃଷ୍ଟିରେ ସହାୟକ ହୋଇଥାଏ ବୋଲି ତିବ୍ବତୀୟାନଙ୍କ ବିଶ୍ୱାସ ରହିଛି। ଏହି ମାର୍କେଟରେ ବର୍ତ୍ତମାନ ଛୋଟ ଶିଶୁଙ୍କଠାରୁ ଆରମ୍ଭ କରି ଯୁବତୀ ଓ ଯୁବକଙ୍କ ନିମନ୍ତେ ଭଳିକି ଭଳି ବିଭିନ୍ନ ପସନ୍ଦର ଶୀତ ବସ୍ତ୍ର ବିକ୍ରି ହେଉଛି। ଛୋଟ ଶିଶୁଙ୍କ ନିମନ୍ତେ ବାବା ସୁଟ, ସ୍ବେଟର, ଜ୍ୟାକେଟ, ପାରାସୁଟ ଜ୍ୟାକେଟ ଓ ସ୍କୁଲ ୟୁନିଫର୍ମ ସ୍ବିଟର ବିକ୍ରି ହେଉଛି। ଯାହାର ମୂଲ୍ୟ ୧୦୦ଟଙ୍କାରୁ ଆରମ୍ଭ ହୋଇ ୯୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ମହିଳାଙ୍କ ନିମନ୍ତେ ସ୍ବିଟର, ସ୍ବିଟ ସାର୍ଟ, ପାରାସୁଟ ଜ୍ୟାକେଟ, ଚାଦର, ଷ୍ଟଲ ବିକ୍ରି ହେଉଛି। ଯାହାର ମୂଲ୍ୟ ୮୦୦ରୁ ଆରମ୍ଭ ହୋଇ ୨୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିଭଳି ପୁରୁଷଙ୍କ ନିମନ୍ତେ ବିଭିନ୍ନ ଡିଜାଇନର ଜ୍ୟାକେଟ ବିକ୍ରି ହେଉଛି। ଏହାର ମୂଲ୍ୟ ମଧ୍ୟ ୮୦୦ରୁ ଆରମ୍ଭ ହୋଇ ୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ତେବେ ବିଇଏମ୍ସି ପକ୍ଷରୁ ବଜାରରେ ପାନୀୟ ଜଳ ଯୋଗାଣ ଓ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେବା ପାଇଁ ବ୍ୟବସାୟୀମାନେ ମତ ପ୍ରକାଶ କରିଛନ୍ତି।
https://www.dharitri.com/୨-ବ୍ରାଉନସୁଗାର-ବ୍ୟବସାୟୀ-ଗ/
୨ ବ୍ରାଉନସୁଗାର ବ୍ୟବସାୟୀ ଗିରଫ ଯାଜପୁର ଟାଉନ,୧୨।୯(ଡିଏନଏ): ଯାଜପୁର ସହରରେ ଅନେକ ଯୁବକ ବ୍ରାଉନସୁଗାର ସେବନ କରୁଛନ୍ତି। ଏହି ସହରର ବିଭିନ୍ନ ମଠ, ମନ୍ଦିର ଓ ନଦୀପଠା ଆଦି ନିଛାଟିଆ ସ୍ଥାନରୁ ଆରମ୍ଭ କରି ଜନଗହଳିପୂର୍ଣ୍ଣ ମାର୍କେଟ ଓ ବସଷ୍ଟାଣ୍ଡରେ ମଧ୍ୟ ଯୁବପିଢ଼ି ବ୍ରାଉନସୁଗାର ସେବନ କରୁଥିବା ଜଣାପଡିଛି। ଯାଜପୁର ଥାନା ଅଞ୍ଚଳରେ ବ୍ରାଉନସୁଗାର କାରବାର ବହୁଳ ମାତ୍ରାରେ ବୃଦ୍ଧି ପାଇଥିବା ନେଇ ଗଣମାଧ୍ୟମଗୁଡିକରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ପୋଲିସ ତପତ୍ର ହୋଇଉଠିଛି। ଏସ୍ପି ଚରଣ ସିଂ ମୀନାଙ୍କ ନିର୍ଦ୍ଦେଶକ୍ରମେ ଥାନାଧିକାରୀ ଆଶିଷ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ପୋଲିସ ମଙ୍ଗଳବାର ସ୍ଥାନୀୟ କିଆନାଳୀକୂଳ ମାର୍କେଟ ନିକଟସ୍ଥ ଡକ୍ ଉପରୁ ୨ଜଣ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ ପୌରାଞ୍ଚଳର ରାଉତରାପୁର ଗ୍ରାମର ଶୁଭ୍ରାଂଶୁ ଶେଖର ରାଉତ(୨୮) ଏବଂ ବିଞ୍ଝାରପୁର ଥାନା ଭୋଲାମହଲା ଗ୍ରାମର ଅସରଫ ଅଲ୍ଲୀ ଖାଁ(୪୮)। ଏମାନଙ୍କଠାରୁ ୪୦ ହଜାରରୁ ଅଧିକ ଟଙ୍କା ମୂଲ୍ୟର ୪.୦୩ ଗ୍ରାମର ବ୍ରାଉନସୁଗାର ସହିତ ୨ଟି ମୋବାଇଲ ଫୋନ ଓ ନଗଦ ୧୨୦୦ ଟଙ୍କା ପୋଲିସ ଜବତ କରିଛି। ଅଭିଯୁକ୍ତ ଦ୍ୱୟ ନିଜକୁ ବ୍ୟବସାୟୀ ନୁହେଁ ବରଂ ନିଶା ସେବନକାରୀ ବୋଲି କହୁଥିବାବେଳେ ପୋଲିସ କିନ୍ତୁ ଉଭୟ ନିଶା କାରବାରରେ ସମ୍ପୃକ୍ତ ଥିବା ଦାବି କରିଛି। ଏ ନେଇ ପୋଲିସ ଖୋଳତାଡ କରୁଛି ବୋଲି ବୁଧବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍ଡିପିଓ ରବୀନ୍ଦ୍ର କୁମାର ଜେନା ସୂଚନା ଦେଇଛନ୍ତି। ଏହି ବେପାରୀଙ୍କ ବିରୋଧରେ ଏକ ମାମଲା (ନଂ.୨୫୯/୧୯) ରୁଜୁ କରାଯାଇ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି।
https://www.dharitri.com/vigilance-seized-4-92-lakhs-from-government-vehicles/
ବିଡିଓଙ୍କୁ କୋର୍ଟ ଚାଲାଣ, ସରକାରୀ ଗାଡ଼ିରୁ ୪.୯୨ ଲକ୍ଷ ଜବତ କରିଥିଲା ଭିଜିଲାନ୍ସ ଭବାନୀପାଟଣା,୩ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଭିଜିଲାନ୍ସ ବିଭାଗ ଶୁକ୍ରବାର ଗିରଫ ପରେ କୋର୍ଟ ଚାଲାଣ କରିଛି। ଏଥିସହ ବିଭାଗ ପକ୍ଷରୁ ତାଙ୍କ ନାଁରେ ମାମଲା(ନଂ.୧୪/୨୦୨୪) ରୁଜୁ କରାଯାଇଛି। ସୂଚନା ଅନୁଯାୟୀ ଗୁରୁବାର ଅପରାହ୍ନରେ ବିଡିଓ କାର୍ତ୍ତିକ ଭବାନୀପାଟଣା ଡିଆର୍ଡିଏ ସମ୍ମିଳନୀ କକ୍ଷରେ ହେଉଥିବା ସମୀକ୍ଷା ବୈଠକରେ ଯୋଗଦେଇ ନିଜର ସହକର୍ମୀଙ୍କ ସହ ସରକାରୀ ଗାଡ଼ିରେ କୋରାପୁଟ ଫେରିବା ବେଳେ ଜାରିଙ୍ଗ ଛକଠାରେ ଭିଜିଲାନ୍ସ ଟିମ୍ ତାଙ୍କ ଗାଡ଼ିରୁ ୪ ଲକ୍ଷ ୯୨ ହଜାର ଟଙ୍କା ଜବତ କରିଥିଲା। ତେବେ ଏହି ଟଙ୍କା ସମ୍ପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଫଳରେ ଭିଜିଲାନ୍ସ ଅଧିକାରୀ ସନ୍ଦେହ କରି ପଚରାଉଚରା ପରେ ତାଙ୍କୁ ଗିରଫ କରିଥିଲେ। ଭିଜିଲାନ୍ସ ଅଧିକାରୀଙ୍କ କହିବା ମୁତାବକ, ବିଡିଓ ଅକ୍ଷମିତାଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅଭିଯୋଗ ରହିଛି। କୋଭିଡ୍ ଫଣ୍ଡ, ରେଡ୍କ୍ରସ ଫଣ୍ଡ ଆଦି ହଡ଼ପ ଅଭିଯୋଗରେ ତାଙ୍କ ବିରୋଧରେ ଦୁଇଥର ବିଭାଗୀୟ ତଦନ୍ତ ହୋଇଛି। ଏପରି କି ପୋଲିସରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।
https://www.dharitri.com/state-of-the-union-address-putin-now-isolated-more-than-ever-says-joe-biden/
ରୁଷିଆ ପାଇଁ ନିଜର ଏୟାର ସ୍ପେସ୍‌ ବନ୍ଦ କଲା ଆମେରିକା ଓ୍ବାଶିଂଟନ୍,୨।୩: ରୁଷିଆ ଓ ୟୁକ୍ରେନ ଭିତରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଷ୍ଟେଟ ଅଫ୍ ଦ ୟୁନିଅନର ଅଭିଭାଷଣ ସମୟରେ ବାଇଡେନ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ଟାର୍ଗେଟ କରିଛନ୍ତି। ରୁଷିଆର ଅର୍ଥନୀତିକୁ ନଷ୍ଟ କରିବାରେ ପୁଟିନ୍ଙ୍କ ବଡ଼ ହାତ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ ୟୁକ୍ରେନ ବିରୋଧରେ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ବାଇଡେନ ପ୍ରଶ୍ନ ଉଠାଇଛନ୍ତି। ତେବେ ୟୁକ୍ରେନ ସଙ୍କଟକୁ ଦୃଷ୍ଟିରେ ରଖି ବାଇଡେନ ରୁଷିଆ ଉପରେ ସମସ୍ତ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି। ଏହିକ୍ରମରେ ରୁଷିଆ ପାଇଁ ନିଜର ଏୟାର ସ୍ପେସ୍ ବନ୍ଦ କରିଛି ଆମେରିକା। ଏନେଇ ବୁଧବାର ଷ୍ଟେଟ ଅଫ୍ ଦ ୟୁନିଅନରେ ଆମେରିକା ରାଷ୍ଟ୍ରପତି ଘୋଷଣା କରିଛନ୍ତି। ଏହା ପୂର୍ବରୁ ନାଟୋର ଅନେକ ଦେଶ ରୁଷିଆ ପାଇଁ ନିଜର ଏୟାର ସ୍ପେସ୍ ବନ୍ଦ କରିସାରିଛନ୍ତି। ଇତିମଧ୍ୟରେ ନିଜ ଅଭିଭାଷଣରେ ଜୋ ବାଇଡେନ ପୁଣି ଥରେ ସ୍ପଷ୍ଟ କରିଛନ୍ତି ଯେ, ଆମେରିକା ପକ୍ଷରୁ ରୁଷିଆ ବିରୋଧରେ ସମସ୍ତ ପ୍ରକାର କଟକଣା ଲାଗୁ କରାଯାଇଛି ସତ କିନ୍ତୁ ସେ ନିଜେ ଏହି ଯୁଦ୍ଧରେ ଭାଗ ନେବେ ନାହିଁ। ଆମେରିକୀୟ ସୈନ୍ୟମାନେ ରୁଷିଆ ବିରୋଧରେ ଯୁଦ୍ଧ କରିବେ ନାହିଁ ବୋଲି ସେ ସିଧାସଳଖ ମନା କରିଦେଇଛନ୍ତି। ଏତଦ୍ ବ୍ୟତୀତ ନାଟୋ ଉଦ୍ଦେଶ୍ୟରେ ସେ ଏକ ବଡ଼ ବୟାନ ଦେଇଛନ୍ତି। କାହାରିକୁ ନାଟୋର ମାଟିକୁ ଦଖଲ କରିବାକୁ ଦିଆଯିବ ନାହିଁ। ନାଟୋକୁ ବଞ୍ଚାଇବା ପାଇଁ ପ୍ରାଣପଣେ ଉଦ୍ୟମ କରାଯିବ ବୋଲି ବାଇଡେନ କହିଛନ୍ତି।
https://www.dharitri.com/ପିଏମ୍‌-କିଷାନ-ଯୋଜନା-ଲାଗି-ତ/
ପିଏମ୍‌ କିଷାନ ଯୋଜନା ଲାଗି ତାଲିକା ଦେଲେ ଟଙ୍କା ମିଳିବ: ତୋମାର ଭୁବନେଶ୍ୱର,୨ା୯(ବ୍ୟୁରୋ): ପିଏମ୍ କିଷାନ ଯୋଜନାକୁ ନେଇ ପୁଣିଥରେ ରାଜ୍ୟ ଓ କେନ୍ଦ୍ର ମୁହାଁମୁହିଁ ହୋଇଛନ୍ତି। ଦିନିକିଆ ରାଜ୍ୟ ଗସ୍ତରେ ଆସି ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପିଏମ୍ କିଷାନ ଯୋଜନା ପାଇଁ ରାଜ୍ୟ ତାଲିକା ନ ଦେବା କଥାକୁ ପୁଣିଥରେ ଉଠାଇଛନ୍ତି। ରାଜ୍ୟ ଯେପର୍ଯ୍ୟନ୍ତ ତାଲିକା ନ ଦେବ ସେତେବେଳେ ଯାଏ ଚାଷୀଙ୍କୁ କିପରି ଟଙ୍କା ମିଳିବ ବୋଲି ସେ କହିଛନ୍ତି। ଏପରି ସ୍ଥିତିରେ ଏହି ଯୋଜନା ଲାଗି ରାଜ୍ୟକୁ ପୁଣିଥରେ କେନ୍ଦ୍ର ସରକାର ଚାଷୀଙ୍କ ତାଲିକା ମାଗିଛନ୍ତି। ଦେଶର ସାଢେ ୧୪କୋଟି ଚାଷୀ ଏହି ଯୋଜନାରେ ଯୋଡି ହୋଇଛନ୍ତି। ମାତ୍ର ରାଜ୍ୟ ସରକାର ଯୋଗ୍ୟ ଚାଷୀଙ୍କ ତାଲିକା ନ ଦେଲା ପର୍ଯ୍ୟନ୍ତ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା କେମିତି ଆସିବ ବୋଲି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଓଡ଼ିଶାର ସମସ୍ତ ଚାଷୀଙ୍କୁ ପିଏମ୍ କିଷାନ ଯୋଜନାରେ ଅର୍ଥ ଦେବାକୁ ଚାହୁଁଛି। ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ତୁରନ୍ତ ବାକି ଚାଷୀଙ୍କ ତାଲିକା ପ୍ରଦାନ କରନ୍ତୁ, ଯେମିତି ଆମେ ତୁରନ୍ତ ସହାୟତା ଦେଇପାରିବୁ। ପିଏମ୍ କିଷାନ ଯୋଜନାରେ ସାମିଲ କରିବା ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର କେନ୍ଦ୍ରକୁ ୩୦ଲକ୍ଷ ୮୦ ହଜାର ଚାଷୀଙ୍କ ତାଲିକା ପ୍ରଦାନ କରିଛନ୍ତି। ଏମାନଙ୍କ ମଧ୍ୟରୁ ୩୦ ଲକ୍ଷ ୨୬ ହଜାର ଚାଷୀଙ୍କୁ ପ୍ରଥମ କିସ୍ତି ଟଙ୍କା ଦିଆଯାଇଛି। ୯ଲକ୍ଷ ୩୪ ହଜାର ଚାଷୀଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ଦିଆଯାଇଛି। ଅନ୍ୟପଟେ ରାଜ୍ୟ ସରକାରଙ୍କ ନିଜସ୍ବ କାଳିଆ ଯୋଜନାରେ ୫୧ଲକ୍ଷ ଚାଷୀଙ୍କୁ ପ୍ରଥମ କିସ୍ତି ଟଙ୍କା ଦେଇଛନ୍ତି। ଏହି ତାଲିକାର ବାକି ୨୧ଲକ୍ଷ ଚାଷୀଙ୍କ ତାଲିକା କେନ୍ଦ୍ରକୁ ଦେଇନାହାନ୍ତି।
https://www.dharitri.com/license-revoked-for-drunk-driving/
‘ମଦ ପିଇ ଗାଡ଼ି ଚଳାଇଲେ ଲାଇସେନ୍ସ ରଦ୍ଦ’ ଜଗତ୍ସିଂହପୁର ଅଫିସ, ୩୦ା୧୨:ଜିଲାରେ ଅଧିକ ସଂଖ୍ୟକ ବାଇକ୍ ଚାଳକ ଅଛନ୍ତି। ସେମାନଙ୍କ ନିରାପଦ ଯାତ୍ରା ପାଇଁ ହେଲମେଟ୍ ଚେକିଂକୁ ଜୋରଦାର କରିବାକୁ ପଡ଼ିବ। କେହି ମଦ ପିଇ କିମ୍ବା ମୋବାଇଲ ବ୍ୟବହାର କରି ଗାଡି ଚଳାଉଥିଲେ ଚାଳକଙ୍କୁ ତୁରନ୍ତ ଧରି ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବା ଜରୁରୀ। ବିଶେଷକରି ଜିଲାରେ ଏନଫୋର୍ସମେଣ୍ଟ ପ୍ରକ୍ରିୟାକୁ ଜୋରଦାର କରିବାକୁ ପଡ଼ିବ। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍ଭାବନା ସଭାଗୃହରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ଜିଲାସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକରେ ଜିଲାପାଳ ପାରୁଲ ପଟୱାରୀ ଉପସ୍ଥିତ ରହି ପୋଲିସ ଓ ପରିବହନ ବିଭାଗ କର୍ମକର୍ତ୍ତାଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ସେ ଏକଥା ମଧ୍ୟ କହିଥିଲେ, ଜିଲାରେ ଜାତୀୟ ରାଜପଥରୁ ହମ୍ପସ୍ ଓ ସ୍ପିଡ ବ୍ରେକର ହଟାଇ ଦିଆଯାଇଛି। ତେଣୁ ଗାଡି ଚାଳନା ସମୟରେ ବେସ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ସମ୍ପ୍ରତି ଜିଲାରେ ୧୨ଟି ବ୍ଲାକ ସ୍ପଟ୍ (ଦୁର୍ଘଟଣାପ୍ରବଣ) ଚିହ୍ନଟ କରାଯାଇ ରିଫ୍ଲେକ୍ଟର ଓ ସାଇନେଜ୍ ଲଗାଯାଇଛି। ଆଉ ୬ଟି ବ୍ଲାକ ସ୍ପଟ୍ ଚିହ୍ନଟ ହେବ। ଏସବୁ ବ୍ଲାକ ସ୍ପଟ୍ ସ୍ଥାନରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଏନେଇ ୭୦ଜଣ ସ୍ବେଚ୍ଛାସେବୀ ମନୋନୀତ ହୋଇଛନ୍ତି । ସେମାନଙ୍କୁ ୬ଜଣ ମାଷ୍ଟର ଟ୍ରେନର ତାଲିମ ଦେବେ। ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ସ୍ଥାନାନ୍ତର ପାଇଁ ସେମାନେ କି ପଦକ୍ଷେପ ନେବେ ତାଲିମ ଦିଆଯିବ। ଦୁର୍ଘଟଣାର ୧ ଘଣ୍ଟା ମଧ୍ୟରେ (ଗୋଲଡେନ୍ ଆୱ୍ବାର) ଆହତଙ୍କୁ ନିକଟସ୍ଥ ମେଡିକାଲରେ ପହଞ୍ଚାଇଲେ ସେମାନଙ୍କୁ ଗୁଡ୍ ସାମାରିଟାନ୍ ପୁରସ୍କାର ପ୍ରଦାନ କରାଯିବ। ଏହି ସ୍ବେଚ୍ଛାସେବୀଙ୍କୁ ଡାକ୍ତରମାନେ ପ୍ରମାଣପତ୍ର ଦେବେ। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜିଲାର ସମସ୍ତ ପିଏଚ୍ସି ଓ ସିଏଚ୍ସିରେ ନିୟୋଜିତ ଡାକ୍ତରଙ୍କୁ ଅବଗତ କରାଇବେ। ଏହାବାଦ୍ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ବେଆଇନଭାବେ ଗାଡି ପାର୍କିଂ, ପାରାଦୀପ ଓ ଜଗତ୍ସିଂହପୁର ପୌରାଞ୍ଚଳ ରାସ୍ତାରେ ସିସିଟିଭି ଲଗାଇବା, ଟ୍ରକ ଟର୍ମିନାଲ ପାଇଁ ଜମି ନିରୂପଣ, ଦ୍ରୁତଗତିରେ ଗାଡିଚାଳନା, ୪୦ ବର୍ଷରୁ ଅଧିକ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁବେଳେ ମେଡିକାଲ ସାର୍ଟିଫିକେଟ୍, ଭାରିଯାନ ଚାଳକଙ୍କୁ ରିପ୍ରେସର ଟ୍ରେନିଂ, ଯୋଗଧାରୀ ନୂଆ ବସଷ୍ଟାଣ୍ଡ ଉନ୍ନତୀକରଣ ଓ ବକ୍ସ କଲଭର୍ଟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ବୈଠକରେ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉମେଶ କୁମାର ପଣ୍ଡା, ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତି, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ନିମାଇଁ ଚରଣ ଦାସ, ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ, କର୍ମକର୍ତ୍ତା, ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା, ଟ୍ରାଫିକ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ର, ବସ ମାଲିକ ସଂଘ କର୍ମକର୍ତ୍ତା, ରାସ୍ତା ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ ।
https://www.dharitri.com/ଶ୍ରୀଗୁଣ୍ଡିଚା-ଅଭିମୁଖେ-ଦେବ/
ଶ୍ରୀଗୁଣ୍ଡିଚା ଅଭିମୁଖେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପୁରୀ ଅଫିସ, ୨୩।୬: ବହୁ ପ୍ରତିକ୍ଷାର ଅବସାନ ଘଟାଇ ଶେଷରେ ଶ୍ରୀଗୁଣ୍ଡିଚା ଅଭିମୁଖେ ତିନି ରଥ ବାହାରିଛନ୍ତି। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିବା ପରେ ଏହା ପଛକୁ ଅର୍ଥାତ୍ ୧୨ଟା ୫୫ରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡିଛି। ବଡ଼ଦାଣ୍ଡରେ ସେବାୟତ ଏବଂ ପୋଲିସମାନେ ଗୁଣ୍ଡିଚା ଘର ଅଭିମୁଖେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଟାଣି ନେଉଛନ୍ତି। କରୋନା କଟକଣା ପାଇଁ ଏଥର ଭକ୍ତଙ୍କୁ ବଡ଼ଦାଣ୍ଡକୁ ଯିବାକୁ ବାରଣ କରାଯାଇଛି । କେବଳ ନିର୍ଦ୍ଧାରିତ ସଂଖ୍ୟକ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେଉଛି ରଥଯାତ୍ରା। ତଥାପି ପରମ୍ପରା ଅନୁସାରେ ଚାଲିଛି ମହାପ୍ରଭୁଙ୍କ ଘୋଷଯାତ୍ରା ନୀତି ।
https://www.dharitri.com/କରୋନା-ଯୋଦ୍ଧାଙ୍କୁ-ଓଜିବିକେ/
କରୋନା ଯୋଦ୍ଧାଙ୍କୁ ଓଜିବିକେଏସ୍‌ର ସମର୍ଥନ ଭୁବନେଶ୍ୱର,୨୪।୪: କରୋନା ବିରୋଧରେ ଲଢୁଥିବା ବ୍ୟକ୍ତିବିଶେଷଙ୍କୁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି) ପକ୍ଷରୁ ସମର୍ଥନ କରାଯାଇଛି। କରୋନା ଯୋଦ୍ଧାଙ୍କୁ ସମର୍ଥନ ଜଣାଇ ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀମାନେ ସଲିଡାରିଡି ଡେ ପାଳନ କରିଛନ୍ତି। ଏହି ଦିବସକୁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘ(ଓଜିବିକେଏସ୍) ଏବଂ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅଧିକାରୀ ସଂଘ(ଓଜିବିଏଏସ୍) ପକ୍ଷରୁ ପାଳନ କରାଯାଇଛି। ଭାରତୀୟ ମଜଦୁର ସଂଘ ପକ୍ଷରୁ ୨୨ ଏପ୍ରିଲକୁ ସଲିଡାରିଟି ଡେ ପାଳନ କରାଯିବା ଲାଗି ଏହାର ସମସ୍ତ ସଦସ୍ୟଙ୍କୁ କୁହାଯାଇଥିଲା। କର୍ମଚାରୀମାନେ ନୀରବ ପ୍ରାର୍ଥନା, ପ୍ଲାକାର୍ଡ ଧରି ସମର୍ଥନ ଏବଂ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଭଳି ଅନ୍ୟ ପଦକ୍ଷେପ ହାତକୁ ନିଆଯାଇଛି।
https://www.dharitri.com/ଏଫ୍‌ଏଟିଏଫ୍‌ରେ-ଏକଘରିକିଆ-ହ/
ଏଫ୍‌ଏଟିଏଫ୍‌ରେ ଏକଘରିକିଆ ହେବ ପାକ୍‌ ପ୍ୟାରିସ୍,୧୫ା୧୦(ପି.ଟି.): ଅନ୍ତର୍ଜାତୀୟ ଆତଙ୍କବାଦକୁ ପାଣ୍ଠି ଯୋଗାଣ ଉପରେ କଡ଼ା ନଜର ରଖିଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ୍ ଟାସ୍କଫୋର୍ସ (ଏଫ୍ଏଟିଏଫ୍) ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। ଏହି ଦେଶକୁ ସୁଧୁରିବା ଲାଗି ଶେଷ ଚେତାବନୀ ସ୍ବରୂପ ଡାର୍କ ଗ୍ରେ (କଳା ଧୂସର) ତାଲିକାରେ ରଖାଯାଇପାରେ ବୋଲି ଜଣାପଡିଛି। ଏଫ୍ଏଟିଏଫ୍ର ବିସ୍ତୃତ ଆଲୋଚନାରେ ଭାଗ ନେଇଥିବା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଆତଙ୍କବାଦକୁ ପାଣ୍ଠି ଯୋଗାଣ ରୋକିବା ଦିଗରେ ଯଥେଷ୍ଟ ପଦକ୍ଷେପ ନେଇଥିବା ଇସ୍ଲାମାବାଦ ସବୁ ସଦସ୍ୟ ରାଷ୍ଟ୍ର ଦ୍ୱାରା ଏକଘରିକିଆ ହେବାକୁ ଯାଉଥିବା ସୂଚନା ମିଳିଛି। ଆତଙ୍କବାଦକୁ ପାଣ୍ଠି ଯୋଗାଣ ରୋକିବା ଦିଗରେ ୨୭ଟି ପଦକ୍ଷେପ ନେବା ଲାଗି ପାକିସ୍ତାନକୁ ଏଫ୍ଏଟିଏଫ ପକ୍ଷରୁ ପରାମର୍ଶ ଦିଆଯାଇଥିତ୍ବାବେଳେ ଏହା ମାତ୍ର ୬ଟି ପଦକ୍ଷେପ ନେଇଛି। ଏଫ୍ଏଟିଏଫ୍ ପାକିସ୍ତାନ ବିରୋଧରେ ୧୮ରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଯାଉଛି। ଡାର୍କ ଗ୍ରେ ଅର୍ଥ କୌଣସି ଦେଶ ବିରୋଧରେ ଚୂଡାନ୍ତ ଚେତାବନୀ ଜାରି। ଗତବର୍ଷ ଜୁନ୍ରେ ପାକିସ୍ତାନକୁ ଗ୍ରେ ତାଲିକାଭୁକ୍ତ କରାଯାଇଥିଲା। ଏଥିସହିତ ଉକ୍ତ ଦେଶକୁ କେତେଗୁଡିଏ କାର୍ଯ୍ୟଯୋଜନା ୨୦୧୯ ଅକ୍ଟୋବର ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ କୁହାଯାଇଥିଲା। ଏହାକୁ କାର୍ଯ୍ୟକାରୀ ନ କଲେ ଇରାନ ଓ ଉତ୍ତର କୋରିଆ ଭଳି ଉକ୍ତ ଦେଶକୁ କଳା ତାଲିକାଭୁକ୍ତ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। କୌଣସି ଦେଶ ଡାର୍କ ଗ୍ରେ ତାଲିକାରେ ରହିଲେ ଆଇଏମ୍ଏଫ୍ (ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି), ବିଶ୍ୱବ୍ୟାଙ୍କ, ୟୁରୋପୀୟ ସଂଘ ଆଦିରୁ ଆର୍ଥତ୍କ ସହାୟତା ପାଇବା କଷ୍ଟକର ହୋଇଥାଏ। **‘ଇସ୍ଲାମାବାଦ ବିରୋଧରେ ତଥ୍ୟ ସଂଗ୍ରହ କର’** ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ସହ ଆର୍ଥିକ ସହାୟତା ଯୋଗାଇଆସୁଥିବା କଥା ସମସ୍ତେ ଜାଣନ୍ତି। ଆତଙ୍କବାଦୀ କାର୍ଯ୍ୟରେ ଇସ୍ଲାମାବାଦର ଭୂମିକା ସମ୍ପର୍କରେ ଅଧିକରୁ ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ କରିବା ଲାଗି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ ଡୋଭାଲ ଦେଶର ସମସ୍ତ ଆତଙ୍କବାଦ ନିରୋଧୀ ସଂସ୍ଥାକୁ ପରାମର୍ଶ ଦେଇଛନ୍ତି। ଏହି ତଥ୍ୟଗୁଡ଼ିକୁ ଅନ୍ତର୍ଜାତୀୟ ଫୋରମ୍ ଓ ମଞ୍ଚରେ ଉପସ୍ଥାପନ କରାଯାଇପାରିବ। ତଥ୍ୟ ପ୍ରମାଣ ସଂଗ୍ରହ କରିବା ଜରୁରୀ ବୋଲି ସୋମବାର ଆତଙ୍କବାଦ ନିରୋଧୀ ସ୍କ୍ବାଡ (ଏଟିଏସ୍) ଏବଂ ସ୍ବତନ୍ତ୍ର ଟାସ୍କଫୋର୍ସ (ଏସ୍ଟିଏଫ୍)ର ମୁଖ୍ୟମାନଙ୍କ ସମ୍ମିଳନୀରେ ଉଦ୍ବୋଧନ ଦେଇ ଡୋଭାଲ କହିଥିଲେ। ପାକିସ୍ତାନ ଆତଙ୍କବାଦର ପ୍ରାୟୋଜନ କରୁଥବାର ତଥ୍ୟ ସଂଗ୍ରହ କରି ଏହାକୁ ପ୍ରମାଣରେ ବଦଳାଇବାକୁ ହେବ। ଏଫ୍ଏଟିଏଫ୍ ଇସ୍ଲାମାବାଦ ଉପରେ ସର୍ବାଧିକ ଚାପ ପକାଇଥିବା ଡୋଭାଲ ସୂଚନା ଦେଇଛନ୍ତି।
https://www.dharitri.com/the-leader-and-the-crowd/
ମାଙ୍କଡ଼ଚିତ୍‌ ନେତା, ହତବାକ ଜନତା ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ସମଗ୍ର ବିଶ୍ୱରେ ନିଜର ସ୍ୱାତନ୍ତ୍ର୍ୟ ସ୍ଥାପନ କରିଛି। ରାମ ରାଜ୍ୟର ପରିକଳ୍ପନା ତଥା ସାମ୍ୟବାଦର ପ୍ରତିଷ୍ଠା ପାଇଁ ରାଜତନ୍ତ୍ରର ବିଲୋପ ଘଟିଥିଲା। ତା’ ବଦଳରେ ପ୍ରଜାଙ୍କ ଦ୍ୱାରା, ପ୍ରଜାଙ୍କ ପାଇଁ ଓ ପ୍ରଜାମାନଙ୍କର ଶାସନ ବ୍ୟବସ୍ଥାର ପ୍ରଚଳନ କରାଯାଇଥିଲା। ଏହି ବ୍ୟବସ୍ଥାକୁ ସବୁଠାରୁ ଉତ୍ତମ ବ୍ୟବସ୍ଥା କହିଲେ ଅତ୍ୟୁକ୍ତି ହେବନାହିଁ। ଗଣ ଅର୍ଥାତ୍ ଜନତା ହିଁ ଏହି ବ୍ୟବସ୍ଥାର ମେରୁଦଣ୍ଡ। ଗଣତନ୍ତ୍ର ସବୁଠାରୁ ଶ୍ରେଷ୍ଠ ବ୍ୟବସ୍ଥା। କାରଣ ଏଥିରେ ଗଣ ବା ଜନତା ମୁଖ୍ୟ। ପ୍ରତି ପାଞ୍ଚ ବର୍ଷରେ ଗଣ ପ୍ରତିନିଧି ମନୋନୟନ କରିବାର ସୁଯୋଗ ପାଇଥାଏ। କେବଳ ସେତିକି କହିଲେ ହେବନାହିଁ, ସେ ନିଜେ ମଧ୍ୟ ନିର୍ବାଚନରେ ଭାଗ ନେଇଥାଏ। ମୋଟାମୋଟି ଭାବରେ କହିବାକୁ ଗଲେ ଗଣ ଭୋଟ ଦିଏ, ଭୋଟରେ ଛିଡା ହୁଏ ଓ ମନକୁ ନ ପାଇଲେ ପାଞ୍ଚ ବର୍ଷ ପରେ ଶାସକକୁ ଶାସିତରେ ପରିଣତ ମଧ୍ୟ କରିପାରେ। ସବୁ ତ ଶୁଣିବାକୁ ଭଲ ଲାଗୁଛି, ହେଲେ କ’ଣ ଅସୁବିଧା ରହିଲା ଯେ ଚାଷୀ ଆତ୍ମହତ୍ୟା, ବେକାରି ସମସ୍ୟା, ନାରୀ ନିର୍ଯାତନା ଓ ଅନାହାର ମୃତ୍ୟୁ ପରି ଖବର ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି ? ପ୍ରକୃତ କଥା ଲୁଚି ରହିଛି ସାତତାଳ ପଙ୍କ ଭିତରେ, ଯାହାକୁ ଦେଖିବାକୁ ତଥା ଅନୁଭବ କରିବାକୁ ପ୍ରକୃତ ଶିକ୍ଷାର ଆବଶ୍ୟକତା ରହିଛି। ସେହି ଶିକ୍ଷା ହେଉଛି ବ୍ୟବହାରିକ ଶିକ୍ଷା। ଏହାର ଅଭାବ ମନୁଷ୍ୟକୁ ଧ୍ୱଂସ ଦିଗକୁ ଟାଣି ନେଉଛି। ଉଦାହରଣ ଦ୍ୱାରା କଥାଟା ଟିକେ ସ୍ପଷ୍ଟ ହୋଇପାରିବ। ମେଣ୍ଢା ପଲ ଭିତରେ ଗଧିଆ ପଶି ମେଣ୍ଢାକୁ ଖାଇଲେ ଦୋଷୀ କିଏ ? ଅଧିକାଂଶଙ୍କ ଉତ୍ତର ନିଶ୍ଚିତ ଗଧିଆ। କହିବାର ମାନେ ସମସ୍ତେ ଭାବନ୍ତି ଗଧିଆ ହିଂସ୍ର ଜୀବ, ତେଣୁ ସେ ଦୋଷୀ। କିନ୍ତୁ ଗଧିଆର ସଂଖ୍ୟା ଏକ ଥିଲାବେଳେ ମେଣ୍ଢାର ସଂଖ୍ୟା ଅନେକ। ସବୁ ମେଣ୍ଢା ମିଶି ଏକାଠି ଆକ୍ରମଣ କରିଥିଲେ ହୁଏତ ଗଧିଆର ମୃତ୍ୟୁ ହୋଇଥାନ୍ତା ଅଥବା ପ୍ରାଣ ବିକଳରେ ଗଧିଆ ପଳାୟନ କରିଥାନ୍ତା। ଏମିତି ତ କିଛି ହେଲାନାହିଁ। କାରଣ ଆପେ ବଞ୍ଚିଲେ ତ ବାପର ନାଁ ନ୍ୟାୟରେ ଅନ୍ୟ ମେଣ୍ଢାମାନେ ଚୁପ ରହି ଭାବିଲେ, ଗଧିଆ ତ ତାକୁ ଖାଉଛି ଆମର କ’ଣ ଅସୁବିଧା। କିନ୍ତୁ ବୁଝିପାରିଲେନି ଗଧିଆର ପରବର୍ତ୍ତୀ ଶିକାର ସେଇମାନେ ହେବେ ବୋଲି। ଅଧୁନା ଗଣତନ୍ତ୍ରର ଅବସ୍ଥା ମଧ୍ୟ ଅବିକଳ ମେଣ୍ଢା ଓ ଗଧିଆ ପରି କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରତି ପାଞ୍ଚ ବର୍ଷରେ ଗଣପର୍ବ ଆରମ୍ଭ ହୋଇଥାଏ। ପାଇକଛା ମାରି ବିଭିନ୍ନ ଦଳର ନେତାମାନେ ନିଜର ଚିହ୍ନକୁ ଧରି ବୀରଦର୍ପରେ ପ୍ରଚାର କରନ୍ତି। ଏଇ ସମୟରେ ମନେପଡେ ଚାଷୀ ଆତ୍ମହତ୍ୟା, ବେକାରି ସମସ୍ୟା, ନାରୀ ନିର୍ଯାତନା ଓ ଅନାହାର ମୃତ୍ୟୁ ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସାଙ୍ଗକୁ ଉନ୍ନତିର ଦୃଢ ପ୍ରତିଶ୍ରୁତି। ଟିଭି ପରଦାରେ ଭାସିଉଠେ ଅମୁକ ନେତାଙ୍କ ସମୁକ ଗାଁରେ ଛୋଟ ପିଲାର ସିଙ୍ଘାଣି ପୋଛୁଥିବାର ଦୃଶ୍ୟ, କୌଣସି ଗାଁଦାଣ୍ଡକୁ ମୁହଁରେ ପଟି ବାନ୍ଧି ଝାଡୁ କରୁଥିବାର ଦୃଶ୍ୟ ପରି ଅନେକ କଥା। ନିରୀହ ଜନତା ପେଟପାଟଣାର ଜୀବନ ଯନ୍ତ୍ରଣାରେ ଛନ୍ଦି ହୋଇ ଏସବୁ ଦେଖି କିଛି ବୁଝିପାରେ ନାହିଁ କିମ୍ବା ବୁଝିବାକୁ ଚେଷ୍ଟା ମଧ୍ୟ କରେ ନାହିଁ। କାହିଁକି ବା ବୁଝିବ ସେ? ସ୍ବାଧୀନତା ପ୍ରାପ୍ତି ପରଠାରୁ ସବୁ ନିର୍ବାଚନରେ ମିଳୁଥିବା ପ୍ରତିଶ୍ରୁତି ସବୁ ପାଣିର ଗାର ସଦୃଶ ତାକୁ ପ୍ରତୀତ ହୋଇଛି। ଅବଶ୍ୟ କିଛି ଘର ଛାତ ପଡିଛି, ଘରକୁ ପାଣି ଆସିଛି , ବିଜୁଳିର ସଂଯୋଗ ହୋଇଛି କିଛି ଲାଞ୍ଚ ସହାୟତାରେ। ଗଣ ବୁଝିଛି ଭୋଟ ବେଳେ ନିଜେ ନେଇଥିବା ନୋଟ୍ର ଏହି ଲାଞ୍ଚ ହେଉଛି କଳନ୍ତର ସୁଧ। ପାଞ୍ଚ ବର୍ଷ ପରେ ସେ କାହାକୁ ବଦଳେଇବ। ସବୁ ତ ଗୋଟିଏ ଲାଉର ମଞ୍ଜି। ନେତା ପରେ ତାଙ୍କ ପୁଅ, ବୋହୂ ବା ସମ୍ପର୍କୀୟଙ୍କୁ ନେତା ହେବାର ସୁଯୋଗ ମିଳିଥାଏ, ଠିକ୍ ରାଜତନ୍ତ୍ର ପରି। ଏଠି ଯୋଜନାର ନାମ ସିନା ବିକାଶ ବୋଲି କୁହାଯାଏ, କିନ୍ତୁ ଫଳ ଓଲଟା। ଏଇ ଦେଖୁନାହାନ୍ତି ସମାଜ ଆଡକୁ ଜଳ ସଙ୍କଟ ମାଡି ଆସୁଛି ଏକ ମହାମାରୀ ପରି। ତାକୁ ରୋକିବାକୁ ଅନେକ ବିଜ୍ଞାପନ ଓ ଅନେକ ଯୋଜନା। କିନ୍ତୁ ସେଇ ଯୋଜନା ଭିତରୁ ଗୋଟିଏ ଯୋଜନା ହେଉଛି ବସୁଧା ଯୋଜନା। ଯେଉଁଥିରେ ସବୁଆଡେ ଜଳ ଯୋଗାଣ ହେଉଛି। ଅଧିକାଂଶ ଜାଗାରେ ଟ୍ୟାପ ଭାଙ୍ଗି ପାଣି ବୋହିଗଲେ ମଧ୍ୟ କାହାର ନିଘା ନାହିଁ ସେ ଦିଗକୁ। କେବଳ ସେତିକି ନୁହେଁ ଲୋକେ ସେଥିରୁ ମଟର ଲଗାଇ ନିଜ ବଗିଚାରେ ମଧ୍ୟ ଜଳସେଚନ ବ୍ୟବସ୍ଥା କରୁଛନ୍ତି। ଏହିପାଇଁ ଦାୟୀ ଯିଏ ବା ହେଉ ଜଳ ସଙ୍କଟ ତ ନିଶ୍ଚିତ ମାଡି ଆସିବ ଏଥିରେ ସନ୍ଦେହ ନାହିଁ। ଗଣତନ୍ତ୍ର ବ୍ୟବସ୍ଥାରେ ନିର୍ବାଚିତ ନେତାଙ୍କ ମହତ ଲକ୍ଷ୍ୟ କ’ଣ ସମାଜ ପ୍ରତି ସଙ୍କଟ। ଏମିତି ଅନେକ ସମସ୍ୟା ଅଛି, ବର୍ଣ୍ଣନାରେ ହୁଏତ ମୂଳ କଥାରୁ ବିଚ୍ୟୁତି ହୋଇଗଲାଣି। ଗଣତନ୍ତ୍ର ବ୍ୟବସ୍ଥାରେ ସାଧାରଣ ଜନତା ନିଜେ ସଚେତନ ହୋଇପାରିଲେ କିଛି ପରିବର୍ତ୍ତନ ହୋଇପାରିବ ବୋଲି ଆଶା । କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ କିଛି ପରିବର୍ତ୍ତନ ଏକ ପ୍ରଶ୍ନବାଚୀ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଅଧୁନା ଭୋଟ ଓ ନୋଟର ଶାସନ ବ୍ୟବସ୍ଥା ଚାଲିଛି। ଶିକ୍ଷିତ ବ୍ୟକ୍ତିବିଶେଷ ଭୋଟକୁ ବର୍ଜନ କରିବା ସ୍ଥଳେ କିଛି ନୋଟାକୁ ନିଜର ଅସ୍ତ୍ର ବୋଲି ଭାବୁଛନ୍ତି। ଏହା ଦ୍ୱାରା ଗଣତନ୍ତ୍ର ବଞ୍ଚିବ ବା ରାଜତନ୍ତ୍ର ସୃଷ୍ଟି ହେବ, ତାହା କହିବା ବାହୁଲ୍ୟ। ମାଙ୍କଡ ବିଲେଇ ପିଠା ଭାଗ ଚାଲିଛି। ତରାଜୁର ଯେଉଁ ପାଖ ଅଧିକ ହେଉଛି ସେଥିରୁ ମାଙ୍କଡ କିଛି ଖାଇଦେଇ ସମାନ କରୁ କରୁ ତରାଜୁର ଦୁଇ ପାଖ ଖାଲି ହୋଇଯାଉଛି। ବିଚରା ବିଲେଇ ଓଠ ଛାଟୁଛି। ଠିକ୍ ସେମିତି ଅବସ୍ଥା ନେତା ଓ ଜନତାଙ୍କର। ନେତାଙ୍କର ସମ୍ପତ୍ତି ବୃଦ୍ଧି ହୋଇ ଭିଜିଲାନ୍ସ ଦ୍ୱାରା ଧରା ହେବାର ଖବର ସଙ୍ଗେ ଚାଷୀ ଆତ୍ମହତ୍ୟା, ବେକାରି ସମସ୍ୟା ଓ ଅନାହାର ମୃତ୍ୟୁ ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଉଛି। ନେତା ମଧ୍ୟ କମ୍ ନୁହନ୍ତି। ତରାଜୁ ନ ଧରି ପାରିଲେ ମାଙ୍କଡଚିତ ମାରି ଦଳ ପରିବର୍ତ୍ତନ କରି ଦେଉଛନ୍ତି। ବିଚରା ସାଧାରଣ ଜନତା କିଛି ବୁଝି ନ ପାରି ଖାଲି ଓଠ ଚାଟୁଛି। କ’ଣ କଲେ ଗଣତନ୍ତ୍ରର ପ୍ରକୃତ ସ୍ଥାପନା ହୋଇପାରିବ, ତାହା ବର୍ତ୍ତମାନ ଚିନ୍ତାର ବିଷୟ। ଖାଲି ଜନତା ସଚେତନ ହେଲେ ପରିବର୍ତ୍ତନ ଅସମ୍ଭବ। ନେତା ହେବା ପାଇଁ ମଧ୍ୟ ମାନଦଣ୍ଡ ସ୍ଥିରୀକୃତ ହେବାର ଆବଶ୍ୟକତା ଅଛି, ଠିକ୍ ଯେମିତି ଚାକିରି ପାଇବା ପାଇଁ ପ୍ରବେଶିକା ପରୀକ୍ଷା ସହିତ ସାକ୍ଷାତକାର କରିବାର ଆବଶ୍ୟକତା ରହିଛି। ଏହି ସାକ୍ଷାତକାର ପାଇଁ ଜନତାମାନଙ୍କୁ ପ୍ରଶ୍ନକର୍ତ୍ତା ଭାବେ ନିୟୋଜିତ କଲେ, ହୁଏତ କିଛି ପରିବର୍ତ୍ତନ ହୋଇପାରିବ ବୋଲି ମୁଁ ଭାବୁଛି। ନଚେତ୍ କିଛି ହେବନି। ଗଣତନ୍ତ୍ର ନାଁରେ ରାଜତନ୍ତ୍ର ପରି ସ୍ବେଚ୍ଛାଚାରୀ ଶାସନ ଚାଲିବ। ଏପରି ଅବସ୍ଥାକୁ ମାଙ୍କଡଚିତ ନେତା, ହତବାକ ଜନତା କହିଲେ ଅତ୍ୟୁକ୍ତି ହେବ ନାହିଁ।
https://www.dharitri.com/aishwarya-bachchan-and-jaya-bachchan-gang-up-against-abhishek-bachchan/
ସ୍ବାମୀଙ୍କୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଏପରି କରନ୍ତି ଐଶ୍ୱର୍ଯ୍ୟା ରାୟ ବଲିଉଡରେ ବଚ୍ଚନ ପରିବାର ପ୍ରଶଂସକଙ୍କ ପାଇଁ ସବୁବେଳେ ପ୍ରିୟ ହୋଇ ରହିଆସିଛି। ପ୍ରଶଂସକମାନେ ଏହି ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ବହୁତ ଭଲ ପାଆନ୍ତି। ସେମାନଙ୍କ ଝଲକ ପାଇବାକୁ ଘଣ୍ଟା ଘଣ୍ଟା ମଧ୍ୟ ଅପେକ୍ଷା କରନ୍ତି। ପାରିବାରିକ ସମ୍ପର୍କ କିପରି ପରିଚାଳିତ ହୁଏ, ବଚ୍ଚନ ପରିବାରକୁ ଏକ ଉଦାହରଣ ଭାବରେ ନିଆଯାଇପାରେ। ବଚ୍ଚନ ପରିବାରରେ ବୋହୂ ଐଶ୍ୱର୍ଯ୍ୟା ଏବଂ ଶାଶୁ ଜୟାଙ୍କ ମଧ୍ୟରେ ବନ୍ଧନ ଏତେ ଗଭୀର ଏବଂ ସ୍ବତନ୍ତ୍ର ଯେ ଉଭୟ ବଙ୍ଗଳା ଭାଷାରେ କଥାବାର୍ତ୍ତା କରନ୍ତି। ଜୟା ବଙ୍ଗଳୀ ପରିବାରରୁ ଆସିଥିବାରୁ ଏହି ଭାଷାକୁ ଭଲଭାବେ ଜାଣିଥିବାବେଳେ ଐଶ୍ୱର୍ଯ୍ୟା ରିତୁପର୍ନୋ ଘୋଷଙ୍କ ‘ଚୋଖରେ ବାଲେ’ପାଇଁ ଶୁଟିଂ କରୁଥିବା ସମୟରେ ଏହା ଶିଖିଥିଲେ। ଏକ ସାକ୍ଷାତକାରରେ ଅଭିଷେକ କହିିଛନ୍ତି ଯେ, ମା ଏବଂ ସ୍ତ୍ରୀ ତାଙ୍କ ବିରୋଧରେ ପ୍ରାୟତଃ କଥା ହୁଅନ୍ତି। ମୋତେ ସବକ ଶିଖାଇବା ପାଇଁ ଐଶ୍ ମୋ ମା’ଙ୍କ ସହାୟତା ନିଅନ୍ତି। ଯେତେବେଳେ ମୋ ବିରୋଧରେ ଷଡଯନ୍ତ୍ର ଚାଲେ, ସେମାନେ ବଙ୍ଗଳାରେ କଥାବାର୍ତ୍ତା ହୁଅନ୍ତି। ଫଳରେ ମୁଁ ସେ ସବୁ ବୁଝିପାରେ ନାହିଁ ବୋଲି ସେ କହିଛନ୍ତି। ଉଭୟ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। ଏବଂ ପ୍ରାୟତଃ ତାଙ୍କ ପ୍ରଶଂସକଙ୍କ ସହିତ ତାଙ୍କ ପରିବାରର ଫଟୋ ବାଣ୍ଟନ୍ତ। ତାଙ୍କ ଝିଅ ଆରାଧ୍ୟା ମଧ୍ୟ ଅଧିକାଂଶ ସୋସିଆଲ ମିଡିଆ ପୋଷ୍ଟରେ ଦେଖାଯାଏ। ପ୍ରଶଂସକମାନେ ମଧ୍ୟ ତାଙ୍କର ଫଟୋକୁ ବହୁତ ପସନ୍ଦ କରନ୍ତି। ଅଭିଷେକ ଖୁବ ଶୀଘ୍ର ଚିତ୍ରାଙ୍ଗଦାା ସିଂଙ୍କ ସହ ‘ବବ ବିଶ୍ୱାସ’ରେ ନଜର ଆସିବେ। ଅନ୍ୟ ପଟେ ଐଶ୍ୱର୍ଯ୍ୟା ମଣିରତ୍ନମଙ୍କ ସହ ‘ପୋନିୟିନ ସେଲଭାନ’ କାର୍ଯ୍ୟ କରୁଛନ୍ତି।
https://www.dharitri.com/first-ball-of-this-cricket-now-the-explosive-batsman/
୧୪୪ ବର୍ଷ ଟେଷ୍ଟ ଇତିହାସରେ କେବଳ ଏହି କ୍ରିକେଟର ପ୍ରଥମ ବଲ୍‌ରେ ମାରିଛନ୍ତି ଛକା, ଏବେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌… ନୂଆଦିଲ୍ଲୀ,୩।୧୧: କ୍ରିକେଟର ତିନି ଫର୍ମାଟ ମଧ୍ୟରୁ ଟେଷ୍ଟ କ୍ରିକେଟ ସବୁଠାରୁ ଲମ୍ବା। ଏଥିରେ ଖେଳାଳିଙ୍କ ଧୌର୍ଯ୍ୟର ପରୀକ୍ଷା ହୋଇଥାଏ। ଦୀଘେ ପାଞ୍ଚ ଦିନ ଧରି ଚାଲୁଥିବା ଏହି ଫର୍ମାଟରେ ସଂଯମତାର ସହ ଖେଳିବାକୁ ପଡ଼ିଥାଏ। ହେଲେ କିଛି ବ୍ୟାଟ୍ସମ୍ୟାନ୍ ଏଭଳି ଥାନ୍ତି, ଯେଉଁମାନେ ନିଜସ୍ବ ଶୈଳୀକୁ ଭଲ ପାଆନ୍ତି। ନିଜ ଅନୁସାରେ ଖେଳିବାକୁ ପସନ୍ଦ କରିଥାନ୍ତି। ସେଭଳି ଜଣେ ବ୍ୟାଟ୍ସମ୍ୟାନ୍ ହେଲେ ଓ୍ବେଷ୍ଟଇଣ୍ଡିଜ୍ର ପୂର୍ବ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍। ଗେଲ୍ ଟି-୨୦ ଓ ଦିନିକିଆ କ୍ରିକେଟରେ ନିଜର ବିସ୍ଫୋରକ ପାଳି ପାଇଁ ଖ୍ୟାତ। ଏକଦା ସେ ଟେଷ୍ଟ କ୍ରିକେଟରେ ଏଭଳି କିଛି କରିଥିଲେ ଯାହାକି ୧୪୪ ବର୍ଷର ଟେଷ୍ଟ ଇତିହାସରେ କେହି କରିପାରି ନାହାନ୍ତି। ଟେଷ୍ଟ ମ୍ୟାଚ୍ର ପ୍ରଥମ ବଲ୍ରେ ଛକା ମାରି ସେ ସମସ୍ତଙ୍କୁ ଚକିତ କରିଦେଇଥିଲେ। ୨୦୧୨ରେ ବାଲାଂଦେଶ ଗସ୍ତ କରିଥିଲା ଓ୍ବେଷ୍ଟଇଣ୍ଡିଜ୍ କ୍ରିକେଟ ଟିମ୍। ସେହି ସମୟରେ ଗେଲ୍ ଫର୍ମରେ ଥିଲେ ଏବଂ ଟେଷ୍ଟ କ୍ରିକେଟ ମଧ୍ୟ ଖେଳୁଥିଲେ। ଏହି ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ଟେଷ୍ଟ ମ୍ୟାଚ୍ରେ ବାଲାଂଦେଶର ସ୍ପିନର ସୋହାଗ ଗାଜି ଡେବ୍ୟୁ କରିଥିଲେ। ତାଙ୍କୁ ପ୍ରଥମ ଓଭର ବୋଲିଂ କରିବାକୁ ଅଧିନାୟକ କହିଥିଲେ। ହେଲେ ଗେଲ୍ ତାଙ୍କ ପ୍ରଥମ ବଲ୍ରେ ଛକା ମାରିଥିଲେ। ଏହାପରେ ତୃତୀୟ ବଲ୍ରେ ଚଉକା, ଚତୁର୍ଥ ବଲ୍ରେ ପୁଣି ଏକ ଛକା ମାରିଥିଲେ। ଫଳରେ ଗୋଟିଏ ଓଭରରେ ୧୮ ରନ୍ ହୋଇଥିଲା। ଗେଲ୍ ପରେ ସେହି ବୋଲରଙ୍କ ଅନ୍ୟ ଏକ ବଲ୍ରେ ପ୍ୟାଭିଲିୟନ୍କୁ ଫେରିଥିଲେ।
https://www.dharitri.com/୬୧ରୁ-୬୦-ନମୁନା-ନେଗେଟିଭ/
୬୧ରୁ ୬୦ ନମୁନା ନେଗେଟିଭ ଭୁବନେଶ୍ୱର,୧୯।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ଚିହ୍ନଟ ପାଇଁ ପଠାଯାଇଥିବା ୬୧ଟି ନମୁନାରୁ ୬୦ଟି ନେଗେଟିଭ୍ ବାହାରିଛି। ବୁଧବାର ୫ଟି ସାମ୍ପୁଲ୍କୁ ପରୀକ୍ଷା ପାଇଁ ପଠାଯାଇଥିଲା। ସବୁଗୁଡ଼ିକ ନେଗେଟିଭ୍ ଆସିଥିବା ଗୀତଗୋବିନ୍ଦ ସଦନରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍ଚୀ ସୂଚନା ଦେଇ କହିଛନ୍ତି। ବାଗ୍ଚୀ କହିଛନ୍ତି, ଏଯାବତ୍ ୨୩ଜଣଙ୍କୁ ବିଭିନ୍ନ ଡାକ୍ତରଖାନାରେ ଅବ୍ଜରଭେଶନରେ ରଖାଯାଇଛି। ହେଲେ ସେମାନଙ୍କ ଦେହରେ କରୋନା ଭୂତାଣୁ ଥିବା ସ୍ପଷ୍ଟ ହୋଇନାହିଁ। ସେହିଭଳି ଜିଲାସ୍ତରୀୟ ହସ୍ପିଟାଲ ଆଇସୋଲେଶନ ଫାଶିଲିଟି ବଢ଼ାଯାଉଛି। ଇତିମଧ୍ୟରେ ୩୧୮୩ଟି ଆଇସୋଲେଶନ ବେଡ୍ ପ୍ରସ୍ତୁତ ରହିଛି। କ୍ୟାରାଣ୍ଟାଇନ୍ ଫାସିଲିଟି ପାଇଁ ପଞ୍ଚାୟତସ୍ତରୀୟ ବ୍ୟବସ୍ଥା କରାଯାଉଛି। କଟକ ମ୍ୟୁନିସିପାଲିଟି କର୍ପୋରେଶନ ଅଧୀନରେ ୨୧୫୦ ବେଡ୍, ବ୍ରହ୍ମପୁର ମ୍ୟୁନିସିପାଲିଟି ଅଧୀନରେ ୮୪୦, ଭୁବନେଶ୍ୱର ଘରୋଇ ମେଡିକାଲ କଲେଜରେ ୯୯ ବେଡ୍ ପ୍ରସ୍ତୁତ ରହିଛି। ସେହିଭଳି କଟକରେ ୯୪ଟି ପେଡ୍ କ୍ୱାରେଣ୍ଟାଇନ୍ ହୋଟେଲ ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଅର୍ବାନ୍ ଏରିଆରେ ୪୫୦ କୋଠାକୁ ଚିହ୍ନଟ କରାଯାଇଛି। ଯଦି କୌଣସି ବିପଦ୍ଜନକ ପରିସ୍ଥିତି ସୃଷ୍ଟି ହୁଏ ତେବେ ସେଥିପାଇଁ ଅଧିକ ପ୍ରସ୍ତୁତ କରି ରଖାଯାଇଥିବା ସେ କହିଛନ୍ତି।
https://www.dharitri.com/a-village-is-known-by-3-names/
ଗୋଟିଏ ଗାଁ ୩ ନାଁରେ ପରିଚିତ ପାରଳାଖେମୁଣ୍ଡି,୨୯ା୩(ଗିରିଧାରୀ ପରିଛା): ଗ୍ରାମ ଗୋଟିଏ ମାତ୍ର ନାମ ତିନୋଟି। ଏଥିରେ ଦୁଇ ରାଜ୍ୟର ତିନି ଜିଲା ପ୍ରଶାସନ ଉପସ୍ଥିତ ଜାହିର କରୁଛନ୍ତି। ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ପରିବାର ରହୁଥିବା ଏହି ଗ୍ରାମ ଉପରେ ଆନ୍ଧ୍ର ଦୃଷ୍ଟି ପକାଇ ଅକ୍ତିଆର କରିବାରେ ଲାଗିଛି। ପ୍ରଶାସନର ଆନ୍ତରିକତା ଅଭାବରୁ ଏହି ଗ୍ରାମରେ ଆନ୍ଧ୍ରର ପ୍ରଭାବ ବେଶି। ଏହି ଗ୍ରାମ ହେଉଛି ଗଜପତି ଜିଲା ରାୟଗଡ଼ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ଗୁଡିଖୁଡି। ଗୋଟିଏ ଗ୍ରାମ ତିନି ନାମରେ ପରିଚିତ। ଗଜପତି ତଥା ଓଡ଼ିଶା ରାଜ୍ୟ ଅନୁଯାୟୀ ଏହା ଗୁଡିଖୁଡି। ଆନ୍ଧ୍ର ଏହି ଗ୍ରାମର ନାମକରଣ ଗୁଡିଖୋଳା ବୋଲି କହୁଥିବା ବେଳେ ଗଞ୍ଜାମ ଜିଲା ପ୍ରଶାସନ ଏହି ଗ୍ରାମକୁ ଜିଲାର ବୋଲି ଉଲ୍ଲେଖ କରିଛି। ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ସବିତା ଶବରଙ୍କ ବାସଗୃହର କାନ୍ଥରେ ଲାଗିଥିବା ଫଳକରେ ଏହା ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତର ଅବନ୍ଦିଆ ଗ୍ରାମ। ଏହା ଆର୍ଥିକ ବର୍ଷ ୨୦୨୧-୨୦୨୨ରେ ନିର୍ମିତ ହୋଇଥିବା ଫଳକରେ ଉଲ୍ଲେଖ ରହିଛି। ଏହି ଗ୍ରାମକୁ ନେଇ ଉଭୟ ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ଏଥିରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତରେ ରହିଥିବା ଉଲ୍ଲେଖ ରହିଛି। ଗଜପତି ଜିଲା ପ୍ରଶାସନ ପକ୍ଷରୁ ରାୟଗଡ଼ ବ୍ଲକ ଗଙ୍ଗାବାଡ ପଞ୍ଚାୟତରେ ଗୁଡ଼ିଖୁଡ଼ି ଗ୍ରାମ ରହିଥିବା ଉଲ୍ଲେଖ କରାଯାଇଛି। ଏଠାରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରରେ ଗଜପତି ଜିଲା ଅନ୍ତର୍ଗତ ବୋଲି ଉଲ୍ଲେଖ ରହିଛି। ଗ୍ରାମର ବହୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହରେ ଆନ୍ଧ୍ରର ବୋଲି ଉଲ୍ଲେଖ ରହିଛି। ଏପରିସ୍ଥଳେ ଉକ୍ତ ଗଁାଟି କେଉଁ ରାଜ୍ୟ ଓ ଜିଲାରେ ରହିଛି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗଜପତି ଜିଲା ପ୍ରଶାସନ ତଥା ରାଜସ୍ବ ବିଭାଗର ଖାମଖିଆଲି ମନୋବୃତ୍ତି ଯୋଗୁ ଓଡ଼ିଶାର ଏହି ଗ୍ରାମ ଆନ୍ଧ୍ରର ଅକ୍ତିଆରକୁ ଚାଲିଯାଉଥିବା ଅଭିଯୋଗ ହେଉଛି। ବିଦ୍ୟୁତ୍ ସେବାଠାରୁ ଆରମ୍ଭ କରି ଆବାସିକ ଯୋଜନା, ସ୍ବାସ୍ଥ୍ୟସେବା ଆଦି ଗ୍ରାମବାସୀଙ୍କୁ ଆନ୍ଧ୍ର ସରକାର ଯୋଗାଉଛନ୍ତି। ଏପରିକି ଆଧାର କାର୍ଡ, ରାଶନ କାର୍ଡ, ଭୋଟର କାର୍ଡ ମଧ୍ୟ ଗ୍ରାମବାସୀଙ୍କୁ ଆନ୍ଧ୍ର ପ୍ରଦାନ କରିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ଆଧାର କାର୍ଡ, ରାଶନ କାର୍ଡ, ଭୋଟର କାର୍ଡ ଗ୍ରାମବାସୀଙ୍କୁ ପ୍ରଦାନ କରାଯାଇଛି। ଏହି ଗ୍ରାମର ପ୍ରାୟତଃ ପରିବାର ନିକଟରେ ଉଭୟ ରାଜ୍ୟର ବିଭିନ୍ନ କାର୍ଡ ରହିଛି। ଆନ୍ଧ୍ର ଓ ଓଡ଼ିଶା ସରକାର ତଥା ପ୍ରଶାସନ ଆସି ଏଠାରେ ସୁବିଧା ଦେଉଛନ୍ତି, ତା’ର ଲାଭ ଉଠାଉଛନ୍ତି ଉକ୍ତ ଗ୍ରାମବାସୀ। ଗଙ୍ଗାବାଡ଼ ପଞ୍ଚାୟତର ଏହା ଗୋଟିଏ ଗ୍ରାମ ନୁହେଁ ଅନେକ ଗ୍ରାମରେ ଏପରି ପରିସ୍ଥିତି ରହିଛି। ଶାସନ ଓ ରାଜସ୍ବ ବିଭାଗ ପୁନଃ ସର୍ଭେ ବା ଡିମାର୍କେଶନ କରି ସୀମାନ୍ତ ଗ୍ରାମାଞ୍ଚଳକୁ ଚିହ୍ନଟ କରି ଆବଶ୍ୟକ ସେବା ଯୋଗାଇଦେଲେ ଆନ୍ଧ୍ର ପ୍ରଦେଶ ପ୍ରଲୋଭନ ଦେଖାଇ ଗ୍ରାମବାସୀଙ୍କୁ ନିଜ ଆଡକୁ ଟାଣିବାରେ ସକ୍ଷମ ହେବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
https://www.dharitri.com/pm-modi-will-lay-the-foundation-stone-of-dhyan-chand-sports-university/
ପ୍ରଥମ କ୍ରୀଡା ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ,୨ ।୧: କ୍ରାନ୍ତି ଓ କ୍ରୀଡା ନଗରୀ ନାମରେ ପରିଚିତ ମିରଠ ପାଇଁ ରବିବାର ଏକ ଐତିହାସିକ ଦିନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମିରଠରେ ଦେଶର ପ୍ରଥମ କ୍ରୀଡା ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବାକୁ ଯାଉଛନ୍ତି । ଏହାସହ ମୋଦି ଔଘଡ ନାଥ ମନ୍ଦିର ଓ ଶହୀଦ ସ୍ମାରକ ବି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସରଧାନା ତହସିଲର ସଲାୱାରେ ଗଙ୍ଗ ନଗରଠାରେ ୯୧.୩୮ ଏକର ପରିମିତ ଜମିରେ ୭୦୦ କୋଟି ଟଙ୍କା ବ୍ୟୟରେ ଏହି ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯାଉଛି । ଏଥିରେ ୫୪୦ ପୁରୁଷ, ୫୪୦ ମହିଳା ସମେତ ୧୦୮୦ ଖେଳାଳିଙ୍କ ପ୍ରଶିକ୍ଷଣର ବ୍ୟବସ୍ଥା ରହିବ । ଏଥିରେ ଶୁଟିଂ, ସ୍କେ୍ୱøଶ, ଜିମନାଷ୍ଟିକ, ୱେଟଲିପ୍ଟିଂ, ତୀରଚାଳନା ସହିତ ଅନ୍ୟାନ୍ୟ ଖେଳ ସୁବିଧା ରହିବ । କ୍ରୀଡା ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ପାଇଁ ପ୍ରଧାନମନ୍ତ୍ର ୩ ଘଣ୍ଟା ମିରଠରେ ରହିବାର କାର୍ଯ୍ୟକ୍ରମ ରହିଛି । ସେ ସକାଳ ୧୧ଟା ୩୦ରେ କ୍ୟାଣ୍ଟ ସ୍ଥିତ ସେନା ହେଲିପ୍ୟାଡରେ ପହଞ୍ଚିବେ । ଏହାପରେ ସଡ଼କ ମାର୍ଗରେ ଶହୀଦ ସ୍ମାରକ ପହଞ୍ଚିବେ । ଦିନ ୧ଟାରୁ ୨ଟା ୩୦ ପର୍ଯ୍ୟନ୍ତ କ୍ରୀଡା ବିଶ୍ୱବିଦ୍ୟାଳୟ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ମୋଦି ।
https://www.dharitri.com/smith-will-bat-in-top-3-if-he-is-in-playing-xi-feels-dc-coach-ponting/
ସ୍ମିଥଙ୍କୁ ଟପ୍‌ ୩ରେ ବ୍ୟାଟିଂ କରିବାକୁ ପଡ଼ିବ ମୁମ୍ବାଇ, ୬ା୪- ପୂର୍ବତନ ଅଷ୍ଟ୍ରେଲିଆନ୍ ଅଧିନାୟକ ଷ୍ଟିଭ ସ୍ମିଥ ଯଦି ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ସ୍ଥାନ ପାଆନ୍ତି, ତେବେ ୩ୟ କ୍ରମରେ ବ୍ୟାଟିଂ କରିବେ। ଦଳର ମୁଖ୍ୟ କୋଚ୍ ରିକି ପଣ୍ଟିଂ ଏହା ମଙ୍ଗଳବାର କହିିଛନ୍ତି। ଅଷ୍ଟ୍ରେଲିଆନ୍ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ଓ ଦକ୍ଷିଣ ଆଫ୍ରିକାର ଦୁଇ ପେସର କାଗିସୋ ରବାଡା ଓ ଅନରିଚ ନର୍ଟଜେ ଭଲ ଫର୍ମରେ ଅଛନ୍ତି। ଏଥିଯୋଗୁ ଦିଲ୍ଲୀ ପାଖରେ ଗୋଟିଏ ବିଦେଶୀ ଖେଳାଳିଙ୍କ ପାଇଁ ସ୍ଲଟ୍ ଫାଙ୍କ ରହିଛି। ଆଉ ଏହି ସ୍ଥାନକୁ ହାତେଇବା ପାଇଁ ସ୍ମିଥଙ୍କୁ ସଂଘର୍ଷ କରିବାକୁ ପଡ଼ିବ। ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ ସିମରନ ହେଟମାୟାର। ଦୀର୍ଘ ଦିନ ଧରି ସ୍ମିଥ ରାଜସ୍ଥାନ ପାଇଁ ଖେଳୁଥିଲେ। ଏଥର ତାଙ୍କ ଦଳ ବଦଳିଛି। ଏଥି ଯୋଗୁ ସେ ଚଳିତ ଥର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବେ। ଏଣୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଲେ ସେ ଟପ୍ ୩ରେ ବ୍ୟାଟିଂ କରିବେ ମୁଁ ଭାବୁଛି। ଆଉ ମୋତେ ଲାଗୁଛି, ସେ ଚଳିତ ବର୍ଷ ଆମ ପାଇଁ ଭଲ କରିବେ ବୋଲି ପଣ୍ଟିଂ କହିଛନ୍ତି।
https://www.dharitri.com/ଜଳିଗଲା-୮-ବଖରା-2/
ଜଳିଗଲା ୮ ବଖରା ଭଣ୍ଡାରିପୋଖରୀ,୧୬।୧(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ଜଳମଣ୍ଡୁଆ ପଞ୍ଚାୟତର କରଞ୍ଜିଗୁଣୁପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୮ ବଖରା ଜଳିଯାଇଛି। ଗ୍ରାମର ବଳରାମ ସେନାପତି, ରମାକାନ୍ତ ସେନାପତି, ପ୍ରଶାନ୍ତ କୁମାର ଦାସ ଓ ଉଦୟଭାନୁ ଦାସଙ୍କ ଘର ଜଳିଯାଇଥିବା ବେଳେ ସମସ୍ତ ଆସବାବପତ୍ର, ଲକ୍ଷାଧିକ ଟଙ୍କା, ସୁନା, ରୁପା ଅଳଙ୍କାର ଆଦି ପୋଡ଼ି ପାଉଁଶ ହୋଇଯାଇଛି। ଫଳରେ ୪ ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି। ଭଣ୍ଡାରିପୋଖରୀରୁ ଦମକଳ ବାହିନୀ ଆସି ନିଅଁାକୁ ଆୟତ୍ତ କରିଥିଲା। ବିଦ୍ୟୁତ୍ ଶର୍ଟ୍ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଆବାସ ଯୋଜନାରେ ଘର ଖଣ୍ଡେ ପାଇନାହାନ୍ତି। ଏଣୁ କଷ୍ଟ ଉପାର୍ଜିତ ସଞ୍ଚୟରୁ ୮୦ ହଜାର ଟଙ୍କା ଉଠାଇ ଘର କରିବାକୁ ରଖିଥିଲେ। ସେତକ ବି ପୋଡ଼ିଗଲା କହିଛନ୍ତି ବଳରାମ ଓ ରମାକାନ୍ତଙ୍କ ବାପା ବନମାଳୀ। ତେବେ ବିପନ୍ନ ପରିବାରବର୍ଗଙ୍କୁ ସାହାଯ୍ୟ ଓ ସରକାରୀ ଅନୁଦାନ ବ୍ୟବସ୍ଥା ପାଇଁ ସମିତିସଭ୍ୟ ଜଗତ ପ୍ରକାଶ ବାରିକ ପ୍ରତିଶ୍ରୁତି ଦେଇଥିଲେ। ସକାଳେ ସରପଞ୍ଚଙ୍କ ପ୍ରତିନିଧି ଜଗବନ୍ଧୁ ଦାସ ପହଞ୍ଚି ବିପନ୍ନଙ୍କ ପାଇଁ ଶୁଖିଲା ଖାଦ୍ୟ, ୩ ଦିନ ପାଇଁ ରନ୍ଧାଖାଦ୍ୟ ଓ ପଲିଥିନ ବ୍ୟବସ୍ଥା କରିଛନ୍ତି। ବିଜୁ ଯୁବ ଜନତା ଦଳର ଜିଲା ସଭାପତି ମୁକୁନ୍ଦଦେବ ସାମଲ, ବିଧାୟକଙ୍କ ପ୍ରତିନିଧି ଇଂ. ପ୍ରୟାସକାନ୍ତି ସାମଲ, ଜିଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ବିଜୁ ଜନତା ଦଳର ପଞ୍ଚାୟତ ସଭାପତି ଅରୁଣ ବାରିକ, ବିଷ୍ଣୁପୁର ସରପଞ୍ଚ ଅମୂଲ୍ୟ କୁମାର ନାୟକ, ସମିତିସଭ୍ୟ ଦୀପକ ପାଣିଗ୍ରାହୀ, ବିଜୟ ରାଉତ, ଅଭିମନ୍ୟୁ ଦାସ ପ୍ରମୁଖ ପହଞ୍ଚି ଆର୍ଥିକ ସାହାଯ୍ୟ, ଲୁଗା, କମ୍ବଳ ଓ ପଲିଥିନ ବ୍ୟବସ୍ଥା କରିଛନ୍ତି। ତହସିଲଦାର ସରୋଜ କୁମାର ନାୟକ ଓ ରାଜସ୍ବ ନିରୀକ୍ଷକ ସତ୍ୟରଞ୍ଜନ କର ସ୍ଥିତି ଅନୁଧ୍ୟାନ କରି ଯଥାସମ୍ଭବ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
https://www.dharitri.com/naturally-the-joda-cities/
ସ୍ବାଭାବିକ ହେଉଛି ଯୋଡ଼ା ସହର ଯୋଡ଼ା,୧୬।୪(ଡି.ଏନ.ଏ.) ରାମଝଣ୍ଡା ସ୍ଥାପନକୁ ନେଇ ଅଶାନ୍ତ ହୋଇ ପଡ଼ିଥିବା କେନ୍ଦୁଝର ଜିଲା ଯୋଡ଼ା ସହର ଧିରେ ଧିରେ ସ୍ବାଭାବିକ ପରିସ୍ଥିତିକୁ ଫେରୁଛି। ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିତ୍ବା ୧୪୪ ସାମୟିକ କୋହଳ କରାଯାଇଛି। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର କିଣାବିକା ପାଇଁ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଥିଲା। ତେବେ ଶନିବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ୧୪୪ ଧାରା ସମ୍ପୂର୍ଣ୍ଣ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦିଆଯାଇଛି। ପରିସ୍ଥିତି ଦେଖି ଶନିବାର ପୁଣି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯିବ ବୋଲି ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରୀତିମୟ କହିଛନ୍ତି। ସହରରୁ ସମ୍ପୂର୍ଣ୍ଣ ୧୪୪ଧାରା କୋହଳ ଉପରେ ସୋମବାର ନିଷ୍ପତ୍ତି ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ୧୪୪ ଧାରା କୋହଳ ହେବା ପରେ ବଜାରରେ ଛୋଟ ବଡ଼ ବ୍ୟବସାୟୀମାନେ ଦୋକାନ ଖୋଲିଥିବା ଦେଖିବାକୁ ମିଳିଛି। ପ୍ରଶାସନିକ ତତ୍ପରତା ଏବଂ କେନ୍ଦୁଝର ଏସ୍ପିଙ୍କ ତ୍ୱରିତ ପଦକ୍ଷେପ ଯୋଗୁୁ ସହରରେ ସ୍ଥିତାବସ୍ଥା ପୁନର୍ବାର ଫେରି ଆସିଥିଲେ ହେଁ ପ୍ରଶାସନ ଏଥିପ୍ରତି ତୀକ୍ଷ୍ଣ ନଜର ରଖିଛି। ଲୋକେ ଘରୁ ବାହାରି ଅତ୍ୟାବଶ୍ୟକ ଜିନିଷ କିଣାକିଣି କରୁଛନ୍ତି। ଅନ୍ୟପକ୍ଷରେ ଶାନ୍ତି ବଜାୟ ରଖିବା ପାଇଁ ସହରର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି। ବନ୍ଦ ଥିବା ଇଣ୍ଟରନେଟ ସେବାକୁ ସକ୍ରିୟ କରଯାଇଛି। ୨ ଦିନ ଇଣ୍ଟରନେଟ ସେବା ବନ୍ଦ ରହିବା ଫଳରେ ଖଣିଜ ପରିବହନରେ ବ୍ୟବହାର ହେଉଥିବା ଆଇ ଥ୍ରୀ ଏମ୍ଏସ୍ ପ୍ରଯୁକ୍ତି ବିଦ୍ୟା ଅଚଳ ହୋଇପଡ଼ିଥିଲା। ଫଳରେ ଖଣିଜ ପରିବହନରେ ଘୋର ଅସୁବିଧା ସୃଷ୍ଟି ହୋଇଥିଲା। ଏହାଦ୍ବାରା ଯୋଡ଼ା ଖଣି ମଣ୍ଡଳରେ ବ୍ୟାପକ ରାଜସ୍ବହାନି ହୋଇଥିଲା। ସେହିପରି ବ୍ୟାଙ୍କ ବନ୍ଦ ରହିବା ଯୋଗୁ ଟଙ୍କା ନେଣ ଦେଣରେ ମଧ୍ୟ ବ୍ୟାପକ ଅସୁବିଧା ହୋଇଥିଲା। ଉଲ୍ଲେଖଯୋଗ୍ୟ, ଗତ ରାମନବମୀ ଦିନ ରାମଝଣ୍ଡା ସ୍ଥାପନକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟି ସହରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।
https://www.dharitri.com/ସ୍ବତଃ-ମିଳିବନି-ଭାରତୀୟ-ନା/
‘ସ୍ବତଃ ମିଳିବନି ଭାରତୀୟ ନାଗରିକତ୍ୱ’ ନୂଆଦିଲ୍ଲୀ,୧୭ା୧୨(ପି.ଟି.): ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧର୍ମୀୟ ବିଦ୍ୱେଷର ଶିକାର ହୋଇ ଭାରତରେ ଶରଣ ନେଇଥିବା ହିନ୍ଦୁ, ବୌଦ୍ଧ, ଶିଖ୍, ପାର୍ସୀ, ଜୈନ ଓ ଖ୍ରୀଷ୍ଟିଆନମାନଙ୍କୁ ଆପଣାଛାଏଁ ଭାରତୀୟ ନାଗରିକତ୍ୱ ମିଳିଯିବ ନାହିଁ। ସିଏଏରେ ଏଥିପାଇଁ ସେମାନଙ୍କୁ କେତେଗୁଡ଼ିଏ ଜରୁରୀ ଆବଶ୍ୟକତା ପୂରଣ କରିବାକୁ ପଡିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସଂଶୋଧିତ ନାଗରିକତ୍ୱ ଆଇନକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଥିବାବେଳେ ସରକାରଙ୍କ ପକ୍ଷରୁ ଏଭଳି ସ୍ପଷ୍ଟୀକରଣ ଦିଆଯାଇଛି। ନୂଆ ଆଇନ ଆସିଯିବା ମାନେ ନୁହେଁ ବେଆଇନ ଭାବେ ରହିଥିବା ଅଣମୁସଲମାନମାନଙ୍କୁ ସ୍ବତଃ ଭାରତୀୟ ନାଗରିକତ୍ୱ ମିଳିଯିବ। ଏଥିପାଇଁ ଉପଯୁକ୍ତ ଅଧିକାରୀଙ୍କ ପାଖରେ ଆବେଦନ କରିବା ସହ କେତେକ ପ୍ରକ୍ରିୟା ମଧ୍ୟଦେଇ ଯିବାକୁ ପଡିବ ବୋଲି ଅଧିକାରୀ ଜଣକ ସ୍ପଷ୍ଟ କରିଦେଇଛନ୍ତି।
https://www.dharitri.com/repo-rate-unchanged/
ରେପୋ ରେଟ ଅପରିବର୍ତ୍ତିତ… ନୂଆଦିଲ୍ଲୀ,୬।୪ : ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ନୂତନ ମୁଦ୍ରା ନୀତି ଘୋଷଣା କରିଛି। ଆରବିଆଇ ଏମପିସି ଏଥର ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ। ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏହା ଘୋଷଣା କରିଛନ୍ତି। ଚଳିତ ଥର ଆରବିଆଇ ଗଭର୍ନରଙ୍କ ନେତୃତ୍ୱରେ ଗଠିତ କମିଟି ସମ୍ମୁଖରେ ଦୁଇଟି ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା, ଗୋଟିଏ ହେଉଛି କ୍ରମାଗତ ମୁଦ୍ରାସ୍ଫୀତି ୬ ପ୍ରତିଶତରୁ ଅଧିକ ଏବଂ ଅନ୍ୟଟି ପ୍ରତିକୂଳ ବିଶ୍ୱ ଆର୍ଥିକପରିସ୍ଥିତିର ମୁକାବିଲା ପାଇଁ ଯୋଜନା। ଉଭୟ ଯୋଜନା ଏକାଠି କାର୍ଯ୍ୟକାରିବା କରିବା ଅତ୍ୟନ୍ତ କଷ୍ଟକର। ଉଚ୍ଚ ଖୁଚୁରା ମୁଦ୍ରାସ୍ଫୀତି ଏବଂ ବିକଶିତ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ବିଶେଷକରି ଆମେରିକାର ଫେଡେରାଲ ରିଜର୍ଭ, ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ ଇଂଲଣ୍ଡ ଦ୍ୱାରା ସମ୍ପ୍ରତି ବୃଦ୍ଧି ଜାରିହିଛି। ରେପୋ ରେଟକୁ ୬.୫୦ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ଗୁରୁବାର ଆରବିଆଇର ମୁଦ୍ରା ନୀତି କମିଟିର ବୈଠକ ସମ୍ମତି ପ୍ରକାଶ ପାଇବା ପରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏହା ଘୋଷଣା କରିଛନ୍ତି। ଫେବୃଆରୀରେ ଆରବିଆଇ ରେପୋ ରେଟ ୨୫ ଆଧାର ପଏଣ୍ଟ ବୃଦ୍ଧି କରିଥିଲେ। ଡିସେମ୍ବର ମୁଦ୍ରା ନୀତି ସମୀକ୍ଷାରେ, କେନ୍ଦ୍ରୀୟ ବ୍ୟାଙ୍କ ପ୍ରମୁଖ ବେଞ୍ଚମାର୍କ ସୁଧ ହାରକୁ ୩୫ ଆଧାର ପଏଣ୍ଟ (ବିପିଏସ) ବୃଦ୍ଧି କରିଥିଲେ। ଗତ ବର୍ଷ ମେ ମାସରୁ ରିଜର୍ଭ ବ୍ୟାଙ୍କ କ୍ରମାଗତ ଭାବରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ସ୍ବଳ୍ପ ମିଆଦି ଋଣ ହାର ବୃଦ୍ଧି କରିଥିଲେ। ଦ୍ୱି-ମାସିକ ମୁଦ୍ରା ନୀତି ଘୋଷଣା କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ମୁଦ୍ରା ନୀତି କମିଟି (ଏମପିସି) ଭବିଷ୍ୟତରେ ରେପୋ ରେଟ ବଢ଼ାଇବାକୁ ଦ୍ୱିଧା କରିବ ନାହିଁ। ସୁଧ ହାରକୁ ବଜାୟ ରଖିବାବେଳେ ଦାସ କହିଛନ୍ତି ଯେ ମୂଳ ମୁଦ୍ରାସ୍ଫୀତି ସ୍ଥିର ରହିଛି। ଫେବୃଆରୀରେ ଖୁଚୁରା ମୁଦ୍ରାସ୍ଫୀତି ପୂର୍ବ ମାସର ୬.୫୨ ପ୍ରତିଶତ ତୁଳନାରେ ୬.୪୪ ପ୍ରତିଶତ ରହିଥିଲା। ସୁଧ ହାର ନିର୍ଣ୍ଣୟ କରିବାକୁ ଏମପିସି ଖୁଚୁରା ମୁଦ୍ରାସ୍ଫୀତି ସଂଖ୍ୟାକୁ ଧ୍ୟାନରେ ରଖିଥାଏ । ପରବର୍ତ୍ତୀ ଆର୍ଥିକ ବର୍ଷ ପାଇଁ ଆରବିଆଇ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ଧାର୍ଯ୍ୟ କରିଛି। ଯାହା ଫେବୃଆରୀରେ ୬.୪ ପ୍ରତିଶତ ରହିଛି। ଅର୍ଥ ମନ୍ତ୍ରଣାଳୟର ସଦ୍ୟତମ ଅର୍ଥନୈତିକ ସର୍ବେକ୍ଷଣରେ ୨୦୨୩-୨୪ ପାଇଁ ଅଭିବୃଦ୍ଧି ହାର ୬ରୁ ୬.୮ ପ୍ରତିଶତ ହେବ ବୋଲି ଆକଳନ କରାଯାଇଥିଲା। ଗତ ମାସରେ, ଆମେରିକାର ଫେଡେରାଲ ରିଜର୍ଭ ମୁଦ୍ରାସ୍ଫୀତି ହ୍ରାସ କରିବା ପାଇଁ ୨୫ ଆଧାର ପଏଣ୍ଟ ସୁଧ ହାର ବୃଦ୍ଧି କରିବାକୁ ଘୋଷଣା କରିଥିଲା। ଏହି ବୃଦ୍ଧି ସହିତ ଫେଡ ଫେଡେରାଲ ରେପୋ ରେଟକୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଶୂନ ସ୍ତରରୁ ୪.୭୫ ରୁ ୫ ପ୍ରତିଶତକୁ ବୃଦ୍ଧି କରିଥିଲା।
https://www.dharitri.com/the-laptop-arrived-in-13-minutes/
୧୩ ମିନିଟ୍‌ରେ ପହଞ୍ଚତ୍ଲା ଲାପ୍‌ଟପ୍‌ ବେଙ୍ଗାଲୁରୁ: ବେଙ୍ଗାଲୁରୁର କେତେକ ଅଞ୍ଚଳରେ ଇ-କମର୍ସ ପ୍ଲାଟ୍ଫର୍ମ ଫ୍ଲିପ୍କାର୍ଟ ନିଜର ‘ଫ୍ଲିପ୍କାର୍ଟ ମିନିଟ୍ସ’ ନାମରେ ଇନ୍ଷ୍ଟାଣ୍ଟ ସର୍ଭିସ୍ ସେବା ଆରମ୍ଭ କରିଛି। ବେଙ୍ଗାଲୁରୁର ସନ୍ନି ଗୁପ୍ତା ନାମକ ଜଣେ ଯୁବକ ଶନିବାର ‘ଫ୍ଲିପ୍କାର୍ଟ ମିନିଟ୍ସ’ରୁ ଏକ ଲାପ୍ଟପ୍ ଅର୍ଡର କରିଥିଲେ। ତେବେ ଉକ୍ତ ଲାପ୍ଟପ୍ଟି ଫ୍ଲିପ୍କାର୍ଟ କର୍ମଚାରୀଙ୍କ ଦ୍ୱାରା ମାତ୍ର ୧୩ ମିନିଟ୍ ମଧ୍ୟରେ ସନ୍ନୀଙ୍କୁ ଡେଲିଭରି ହୋଇଥିଲା। ସନ୍ନି ନିଜର ଏହି ଅଭିଜ୍ଞତାକୁ ରବିବାର ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସ’ରେ ଶେୟାର କରିଛନ୍ତି। ତେବେ ଫ୍ଲିପ୍କାର୍ଟର ଏହି ନୂତନ ସେବାକୁ ନେଇ ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେହି କେହି ଏହାକୁ ପ୍ରଭାବଶାଳୀ କହୁଥିବା ବେଳେ ଅନ୍ୟମାନଙ୍କ ହିସାବରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀଗୁଡ଼ିକର ଶୀଘ୍ର ବିତରଣର ଆବଶ୍ୟକତା ନାହିଁ। ଯେକୌଣସି ବ୍ୟକ୍ତି ନିକଟସ୍ଥ ଦୋକାନକୁ ଯାଇ ଉକ୍ତ ସାମଗ୍ରୀ କିଣିପାରିବେ ବୋଲି ସେମାନେ କହିଛନ୍ତି।
https://www.dharitri.com/ଆର୍ଚରଙ୍କୁ-ବର୍ଣ୍ଣବୈଷମ୍ୟ-ଆ/
ଆର୍ଚରଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ: ସୁରକ୍ଷା ବ୍ୟବସ୍ଥା କଡ଼ା କଲା ନ୍ୟୁଜିଲାଣ୍ଡ ଓ୍ବେଲିଂଟନ,୨୭।୧୧(ଏଏଫ୍ପି)- ହାମିଲଟନରେ ଆଗକୁ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡ କ୍ରିକେଟ ସୁରକ୍ଷା ତଥା ନିରାପତ୍ତା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଛି। ମାଉଣ୍ଟ ମାନୁଗାନୁଇରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ଖେଳିବା ଅବସରରେ ଇଂଲଣ୍ଡ ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ଗ୍ୟାଲେରୀରେ ଉପସ୍ଥିତ କେତେକ ଦର୍ଶକ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିଲେ। ଏଭଳି ଆକ୍ଷେପ ଗ୍ରହଣୀୟ ନୁହେଁ ଓ ଏହା ନିହାତି ଅଶୋଭନୀୟ ବୋଲି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ବିଲିୟମସନ କହିଛନ୍ତି। ସିସିଟିଭି ଫୁଟେଜରେ ଏମାନଙ୍କୁ ଚିହ୍ନଟ କରାଯିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି। ଚିହ୍ନଟ ହେଲେ ଏମାନଙ୍କୁ କ୍ରିକେଟ ଗ୍ରାଉଣ୍ଡରୁ ବାରଣ କରାଯିବ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ତରଫରୁ କୁହାଯାଇଛି। ଏଭଳି ଘଟଣା ଦୁର୍ଭାଗ୍ୟଜନକ ଓ ଏହା ଆଦୌ ଗ୍ରହଣୀୟ ନୁହେଁ। ଏହାକୁ ଆମେ ବରଦାସ୍ତ କରିବୁ ନାହିଁ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍ ହ୍ବାଇଟ୍ କହିଛନ୍ତି। ପୂର୍ବରୁ ଆର୍ଚର ଟୁଇଟ କରି ଏ ନେଇ ଜଣାଇଥିଲେ। ବ୍ୟାଟିଂ କରୁଥିବା ବେଳେ କେତେକ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିଲେ ବୋଲି ସେ ଉଲ୍ଲେଖ କରିଥିଲେ। ଆଉଟ ହୋଇ ପ୍ୟାଭିଲିୟନ ଯାଉଥିବା ବେଳେ ଜଣେ ନ୍ୟୁଜିଲାଣ୍ଡ ପ୍ରଶଂସକ ମୋ ଦେହର ରଙ୍ଗ ନେଇ ଟିପ୍ପଣୀ ଦେଇଥିଲେ। ଏହି ଟେଷ୍ଟରେ ନ୍ୟୁଜିଲାଣ୍ଡ ଏକ ଇନିଂସ ଓ ୬୫ ରନରେ ବିଜୟୀ ହୋଇଥିଲା। ତେବେ ଏହି ଘଟଣା ବିଜୟକୁ ଫିକା କରିଦେଇଥିଲା। ତେବେ ଏଭଳି ଘଟଣାକୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ହ୍ବାଇଟ୍ ଜଣାଇଛନ୍ତି। ଆବଶ୍ୟକ ପଡିଲେ ଆର୍ଚରଙ୍କୁ ଆମେ କ୍ଷମା ମାଗିବାକୁ ପଛାଇବୁ ନାହିଁ ବୋଲି ସେ କହିଛନ୍ତି।
https://www.dharitri.com/visit-mata-mansa-devi-temple/
ବୁଲିଯାଆନ୍ତୁ ‘ମାତା ମନସା ଦେବୀ ମନ୍ଦିର’ ମନସା ଦେବୀଙ୍କୁ ସମର୍ପିତ ଏହି ମନ୍ଦିରଟି ହରିୟାଣାର ଏକ ପ୍ରମୁଖ ଦେବୀ ମନ୍ଦିର। ମା’ଙ୍କ ମହିମା ସାଙ୍ଗକୁ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶାନ୍ତ ବାତାବରଣ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିଥାଏ। ସେଥିପାଇଁ ପ୍ରାୟତଃ ଏଠାରେ ଆଗନ୍ତୁକଙ୍କର ଭିଡ଼ ପରିଲକ୍ଷିତ ହୁଏ… ହରିୟାଣାର ପଞ୍ଚକୁଲା ଜିଲା ଅନ୍ତର୍ଗତ ବିଳାସପୁର ନାମକ ଏକ ଗାଁ ନିକଟରେ ରହିଛି ମାତା ମନସା ଦେବୀଙ୍କ ମନ୍ଦିର। ମନସା ଦେବୀଙ୍କୁ ସମର୍ପିତ ଏହି ମନ୍ଦିରଟି ଉତ୍ତର ଭାରତର ଏକ ପ୍ରମୁଖ ଶକ୍ତି ମନ୍ଦିର ଭାବେ ବେଶ୍ ଲୋକପ୍ରିୟତା ହାସଲ କରିପାରିଛି। ପ୍ରାୟ ୧୦୦ ଏକର ପରିସୀମା ବିଶିଷ୍ଟ ଅଞ୍ଚଳ ଉପରେ ଗଢ଼ି ଉଠିଥିବା ଏହି ଆଧ୍ୟାତ୍ମିକ ପୀଠଟିର ଆକର୍ଷଣୀୟ ପ୍ରାକୃତିକ ପରିବେଶ ତଥା ଶାନ୍ତ ବାତାବରଣ ଭକ୍ତଗଣଙ୍କ ସମେତ ଶାନ୍ତିପ୍ରିୟ ପର୍ଯ୍ୟଟକଙ୍କୁ ବି ଖୁବ୍ ଆକୃଷ୍ଟ କରିଥାଏ। ଇତିହାସ ଇତିହାସ ପୃ୍ଷ୍ଠା ଓଲଟାଇଲେ ଜଣାଯାଏ ଯେ, ଏହି ମନ୍ଦିରର ନିର୍ମାଣ କୁଆଡ଼େ ମଣି ମାଜରାର ମହାରାଜା ଗୋପାଳ ଦାସ ସିଂଙ୍କ ଦ୍ୱାରା ୧୮୧୧ରୁ ୧୮୧୫ ମସିହା ଭିତରେ କରାଯାଇଥିଲା। କିନ୍ତୁ ସମୟକ୍ରମେ ଏହି ମନ୍ଦିରର ରକ୍ଷଣାବେକ୍ଷଣକୁ ନେଇ ଏକ ବୋର୍ଡ କମିଟି ଗଠନ କରାଯାଇଥିଲା। ଆଉ ସେବେଠାରୁ ଏହି କମିଟି ମନ୍ଦିରର ସବୁ ଭଲମନ୍ଦ କଥା ବୁଝି ଆସୁଛି। ବାସ୍ତୁକଳା ମାତା ମନସା ଦେବୀଙ୍କ ମନ୍ଦିରର ବାସ୍ତୁକଳା ବି ଖୁବ୍ ଆକର୍ଷଣୀୟ ଲାଗିଥାଏ। ବିଶେଷକରି ଏହି ମନ୍ଦିରର କାନ୍ଥ ଓ ଛାତରେ ହୋଇଥିବା ହାଲୁକା ପୁଷ୍ପ ଡିଜାଇନ୍ ବେଶ୍ ଆଖିଦୃଶିଆ ଲାଗେ। ଏଠାରେ ପୂଜା ପାଉଥିବା ମନସା ଦେବୀ ଖୁବ୍ ପ୍ରତ୍ୟକ୍ଷା। ତେଣୁ ନିଜ ନିଜର ମନୋସ୍କାମନା ପୂରଣ କରିବା ପାଇଁ ଏଠାକୁ ଭକ୍ତଗଣ ଧାଇଁ ଆସିଥାନ୍ତି। ତେବେ ଏହି ମନ୍ଦିରରେ ମାତା ମନସା ଦେବୀଙ୍କ ବ୍ୟତୀତ ଅନ୍ୟ ପାର୍ଶ୍ୱ ଦେବଦେବୀଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଆସ୍ଥାନର ବ୍ୟବସ୍ଥା ରହିଛି। ନବରାତ୍ରି ମେଳା ଏଠାକାର ମୁଖ୍ୟ ଆକର୍ଷଣ ହେଉଛି ନବରାତ୍ରି ମେଳା, ଯାହା ବର୍ଷରେ ଦୁଇଥର ଏଠାରେ ପାଳନ କରାଯିବାର ବିଧି ରହିଛି। ଗୋଟେ ହେଉଛି ଚୈତ୍ର ମାସରେ ଅନ୍ୟଟି ହେଉଛି ଆଶ୍ୱିନ ମାସରେ। ଏହି ଦୁଇ ନବରାତ୍ରି ସମୟରେ ଏଠାରେ ବିଶେଷ ପୂଜାପାଠ ତଥା ମେଳା ମହୋତ୍ସବର ଆୟୋଜନ କରାଯାଇଥାଏ; ଯାହାକୁ ଦେଖିବାକୁ ଦେଶର ବିଭିନ୍ନ ସ୍ଥାନରୁ ଆଗନ୍ତୁକମାନେ ଏଠାକୁ ଆସିଥାନ୍ତି। କେବଳ ସେତିକି ନୁହେଁ, ଦଶହରା ପୂଜା ବି ଏଠାରେ ବେଶ୍ ଧୁମ୍ଧାମ୍ରେ ପାଳନ କରାଯାଇଥାଏ। ଏହି ଅବସରରେ ମା’ଙ୍କର ସ୍ବତନ୍ତ୍ର ବେଶଭୂଷା ଦେଖିବାକୁ ମିଳିଥାଏ। କେବେ ଓ କେମିତି ଯିବେ ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ ନବରାତ୍ରି ସମୟରେ ଏଠାକୁ ବୁଲିଗଲେ କିଛିଟା ଭିନ୍ନ ଅନୁଭୂତି ମିଳିଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ବି ଭଲ ସୁବିଧା ରହିଛି। ଏହି ମନ୍ଦିରର ନିକଟତମ ମୁଖ୍ୟ ବିମାନବନ୍ଦର ଓ ରେଳପଥ ହେଉଛି ଚଣ୍ଡିଗଡ଼। କିଛି ଜାଣିବା କଥା * ଭକ୍ତଗଣଙ୍କ ଦର୍ଶନ ନିମନ୍ତେ ମା’ଙ୍କର ଏହି ମନ୍ଦିରଟି ଭୋର୍ ୫ଟାରୁ ରାତି ୧୦ଟା ଯାଏଁ ଖୋଲା ରହିଥାଏ। କିନ୍ତୁ ନବରାତ୍ରି ସମୟରେ ଦର୍ଶକଙ୍କ ଭିଡ଼କୁ ଦେଖି ଦର୍ଶନ ସମୟକୁ ଟିକେ ବଢ଼ାଇ ଦିଆଯାଇଥାଏ। * ଦର୍ଶନ ନିମନ୍ତେ ପ୍ରବେଶ ଶୁଳ୍କ ଏଠାରେ ପଡ଼େନାହିଁ। * କିନ୍ତୁ ଗହଳି ସମୟରେ ଏଠାରେ ପକେଟ୍ମାର୍ ହେବାର ସମ୍ଭାବନା ଥାଏ। ତେଣୁ ନିଜ ଜିନିଷ ପ୍ରତି ସତର୍କ ରହିବା ଜରୁରୀ। * ଯଦି ଏଠାରେ କୌଣସି ଭକ୍ତ ଦିନେ ଦୁଇଦିନ ରହିବାକୁ ଚାହାନ୍ତି, ତା’ହେଲେ ଏଠାରେ ସ୍ବତନ୍ତ୍ର ପର୍ଯ୍ୟଟକ ବିଶ୍ରାମ ଗୃହର ମଧ୍ୟ ବ୍ୟବସ୍ଥା ରହିଛି। ନିକଟବର୍ତ୍ତୀ ପର୍ଯ୍ୟଟନସ୍ଥଳୀ ମାତା ମନସା ଦେବୀଙ୍କ ମନ୍ଦିରର ନିକଟବର୍ତ୍ତୀ ଅଞ୍ଚଳରେ ଆଉ କିଛିଟା ଦର୍ଶନୀୟ ସ୍ଥାନ ବି ରହିଛି। ଯେମିତିକି: କାକ୍ଟସ୍ ଗାର୍ଡେନ, ମୋର୍ନି ହିଲ୍ସ, ରାମଗଡ଼ ଦୁର୍ଗ, ନାଡ଼ା ସାହିବ ଇତ୍ୟାଦି ଅନ୍ୟତମ।
https://www.dharitri.com/ଦେଶୀ-ମାଛରୁ-ପ୍ରସ୍ତୁତ-ହେବ-ମ/
ଦେଶୀ ମାଛରୁ ପ୍ରସ୍ତୁତ ହେବ ମୂଲ୍ୟଯୁକ୍ତ, ପୁଷ୍ଟିକର ଖାଦ୍ୟ କଟକ ଅଫିସ, ୨।୮ : ଓଡ଼ିଶାରେ ମଧୁରଜଳ ମାଛର ଚାହିଦା ଅଧିକ ଥିବାବେଳେ ଛୋଟ ମାଛଗୁଡ଼ିକ ଅଧିକ ପୁଷ୍ଟିଯୁକ୍ତ ଓ ଅନ୍ୟାନ୍ୟ ଖାଦ୍ୟସାରରେ ପରିପୂର୍ଣ୍ଣ। ତେଣୁ ଏହାର ଉତ୍ପାଦନ ସହିତ ଏଥିରୁ ମୂଲ୍ୟଯୁକ୍ତ ପଦାର୍ଥ ପ୍ରସ୍ତୁତ କରି ବଜାରରେ ଉପଲବ୍ଧ କରିବା ପାଇଁ ଆନ୍ତର୍ଜାତିକ ମତ୍ସ୍ୟ ଗବେଷଣା ସଂସ୍ଥା ୱାର୍ଲଡଫିସ୍ ପକ୍ଷରୁ ଯୋଜନା କରାଯାଇଛି। ମାଲେସିଆରେ ଥିବା ଏହି ସଂସ୍ଥା ରାଜ୍ୟ ସରକାରଙ୍କ ସହିତ ଏଥିଲାଗି ୫ ବର୍ଷିଆ ଚୁକ୍ତି କରିଛି। ଏନେଇ କଟକସ୍ଥିତ ମତ୍ସ୍ୟ ନିର୍ଦ୍ଦେଶାଳୟଠାରେ ୱାର୍ଲଡଫିସ୍ ସଂଗଠନ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଇଛି। ଏପରି କି ଏକ ପ୍ରତିନିଧିମଣ୍ଡଳୀ କୋଚିନ ଗସ୍ତରେ ଯାଇ ଭାରତ ସରକାରଙ୍କ କେନ୍ଦ୍ରୀୟ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। ୱାର୍ଲଡଫିସ ସଂଗଠନର ପ୍ରକଳ୍ପ ପ୍ରବନ୍ଧକ ଡ. ବୈଷ୍ଣବ ଚରଣ ରଥ, ରୁଚି ଉଦ୍ୟୋଗର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ ଓ ଫାଲକନ ମେରାଇନ ଏକ୍ସପୋର୍ଟର ବିକ୍ରୟ ପ୍ରବନ୍ଧକ ସ୍ବଦେଶ ଷଡଙ୍ଗୀ ଏହି ପ୍ରତିନିଧିମଣ୍ଡଳୀରେ ସାମିଲ ଥିଲେ। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ମତ୍ସ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ସି. ରବିଶଙ୍କରଙ୍କ ସହିତ ପ୍ରତିନିଧିମଣ୍ଡଳୀର ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରତିନିଧିମଣ୍ଡଳୀ ମାଛରୁ ବିଭିନ୍ନ ଗୁଣାତ୍ମକ ଖାଦ୍ୟ ପ୍ରସ୍ତୁତି, ଓଡ଼ିଶାରେ ତାହାର ବହୁଳ ଉତ୍ପାଦନ ଓ ପ୍ରସାର ସମ୍ପର୍କରେ ବୈଠକରେ ଆଲୋଚନା କରିଥିଲେ। ରାଜ୍ୟ ମତ୍ସ୍ୟ ବିଭାଗ ସହଯୋଗରେ ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ଜରିଆରେ ପଞ୍ଚାୟତ ପୋଖରୀକୁ ଦୀର୍ଘମିଆଦୀ ଲିଜ୍ ସୂତ୍ରରେ ଦିଆଯାଇଛି। ମାଛଚାଷ କାର୍ଯ୍ୟକ୍ରମରେ ଅନୂ୍ୟନ ୧୫୦୦ ହେକ୍ଟର ପରିମିତ ପୋଖରୀରେ ମାଛଚାଷ କରାଯାଉଛି। ଏ ବର୍ଷ ଏହାକୁ ଦ୍ୱିଗୁଣିତ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ୱାର୍ଲଡଫିସ୍ର ପ୍ରବନ୍ଧକ ଡ. ରଥ କହିଛନ୍ତି।
https://www.dharitri.com/students-wrote-an-open-letter-to-the-president/
ରାଷ୍ଟ୍ରପତିଙ୍କୁ ଖୋଲା ଚିଠି ଲେଖିଲେ ଛାତ୍ରୀ: ସାବିତ୍ରୀ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବି ଭଞ୍ଜନଗର,୩୦।୧୧(ଡି.ଏନ.ଏ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ସ୍ଥାପନ ହେବାର ୪୨ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଏହାକୁ ସରକାରୀ ମାନ୍ୟତା ମିଳିନାହିଁ। ଏହାକୁ ସରକାରୀ ମାନ୍ୟତା ଦିଆଯାଉ ବୋଲି ବୁଧବାର ମହାବିଦ୍ୟାଳୟର ଛାତ୍ରୀମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଖୋଲା ଚିଠି ଲେଖି ନିବେଦନ କରିଛନ୍ତି। ୧୯୮୧ରେ ପୂର୍ବତନ ବାଚସ୍ପତି ସ୍ବର୍ଗତ ସୋମନାଥ ରଥଙ୍କ ଉଦ୍ୟମକ୍ରମେ ତାଙ୍କ ମା’ ସାବିତ୍ରୀ ଦେବୀଙ୍କ ନାମରେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏଠାରେ ପ୍ରାୟ ୪ ହଜାର ଛାତ୍ରୀ ପାଠ ପଢ଼ୁଛନ୍ତି। ବର୍ତ୍ତମାନ ସରକାରୀ ଅନୁଦାନପ୍ରାପ୍ତ କଲେଜ ଭାବେ ତାହା ପରିଚାଳିତ ହେଉଛି। ଛାତ୍ରୀମାନେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ମହାବିଦ୍ୟାଳୟ ସହରର ମଧ୍ୟ ଭାଗରେ ସୁରକ୍ଷିତ ସ୍ଥାନରେ ଅଛି । ଛାତ୍ରୀମାନେ ସୁରକ୍ଷିତ ଭାବେ ପାଠ ପଢ଼ୁଛନ୍ତି । ମାତ୍ର ଏହା ଅନୁଦାନପ୍ରାପ୍ତ ହୋଇଥିତ୍ବାରୁ ସରକାରୀ କଲେଜ ଅପେକ୍ଷା ଛାତ୍ରୀମାନଙ୍କୁ ବହୁତ କମ୍ ସୁବିଧା ମିଳୁଛି। ଲାଇବ୍ରେରୀ, ବିଜ୍ଞାନାଗାରରେ ପର୍ଯ୍ୟାପ୍ତ ସୁବିଧା ନାହିଁ । ଏଠାରେ ଭଞ୍ଜନଗର ଉପଖଣ୍ଡ ସମେତ କନ୍ଧମାଳ, ନୟାଗଡ଼ ଆଦି ଜିଲାର ଛାତ୍ରୀମାନେ ପାଠ ପଢ଼ନ୍ତି। ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଷୟରେ ଏଠାରୁ ଛାତ୍ରୀମାନେ ଯୁକ୍ତ ୩ ଟପ୍ପର ହୋଇ କଲେଜର ସୁନାମ ବଢ଼ାଉଛନ୍ତି। କଲେଜରେ ଆହୁରି ଅନେକ ଅନର୍ସ ଖୋଲିବା ଆବଶ୍ୟକ ରହିଛି । ଭଞ୍ଜନଗର ଅଞ୍ଚଳର ୪୦ କି.ମି. ପରିଧି ମଧ୍ୟରେ କୌଣସି ସରକାରୀ ମହାବିଦ୍ୟାଳୟ ନ ଥିବା ବେଳେ ଏହି ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦେବାପାଇଁ ଚିଠିରେ ନିବେଦନ କରାଯାଇଛି। ଛାତ୍ରୀମାନଙ୍କ ଏହିଭଳି ଉଦ୍ୟମକୁ କଲେଜର କେତେଜଣ ଅଧ୍ୟାପକ ପ୍ରଶଂସା କରି ସେମାନଙ୍କୁ ସମର୍ଥନ ଜଣାଇଥିବା ଜଣାପଡ଼ିଛି ା ଏଭଳି ଚିଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଉଚ୍ଚଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ ପ୍ରମୁଖଙ୍କ ଉଦ୍ଦେଶ୍ୟରେ ମଧ୍ୟ ଲେଖାଯାଇଛି। ସମସ୍ତ ଚିଠି ସ୍ପିଡ଼୍ ପୋଷ୍ଟ ମାଧ୍ୟମରେ ପଠାଯାଇଛି । ସୂଚନାଯୋଗ୍ୟ, ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଉଦ୍ୟମକ୍ରମେ କଲେଜର ଭିତ୍ତିଭୂମି ସୁଦୃଢ଼ ହେବା ସହ ଅନ୍ୟାନ୍ୟ ଉନ୍ନତି ମଧ୍ୟ ହୋଇଛି। କଲେଜର ଆହୁରି ଅଧିକ ଉନ୍ନତି ପାଇଁ ଛାତ୍ରୀମାନେ ନିବେଦନ କରିଛନ୍ତି। ଅନ୍ୟ ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଏବଂ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଭିତ୍ତିଭୂମି ଆହୁରି ସୁଦୃଢ଼ କରାଯିବା ସହ ଅନ୍ୟାନ୍ୟ ସରକାରୀ ସୁବିଧା ଦେବା ପାଇଁ କିଛିମାସ ପୂର୍ବେ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତି ଚାଲିଛି ।
https://www.dharitri.com/bjp-asked-kejriwal-to-answer-5-questions/
କେଜ୍‌ରିଓ୍ବାଲଙ୍କୁ ୫ଟି ପ୍ରଶ୍ନର ଉତ୍ତର ମାଗିଲା ଭାଜପା ନୂଆଦିଲ୍ଲୀ,୧୫।୪: ଦିଲ୍ଲୀର ନୂଆ ଅବକାରୀ ନୀତି ମାମଲାରେ ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରି୍ଓ୍ବାଲଙ୍କୁ ସମନ ଜାରି କରିଛି। ଏହାକୁ ନେଇ ଶନିବାର ଭାଜପା ଖବରଦାତା ସମ୍ମିଳନୀ କରି କେଜରି୍ଓ୍ବାଲଙ୍କୁ ୫ଟି ପ୍ରଶ୍ନର ଉତ୍ତର ମାଗିଛିି। ଅବକାରୀ ନୀତିର ଗୁରୁତ୍ୱପୂର୍ଣ୍ଣ ବୈଠକ ୫ ଫେବୃୟାରୀ ୨୦୨୧ରେ ହୋଇଥିଲା, ଯାହାର ଅଧ୍ୟକ୍ଷତା କେଜ୍ରିଓ୍ବାଲ୍ କରିଥିଲେ। ମୁଖ୍ୟ ଅଭିଯୁକ୍ତ ସମୀର ମେହେନ୍ଦୁଙ୍କ ସହ ଆପଣ କେବେ କଥା ହୋଇଥିଲେ? ଅବକାରୀ ନୀତି ଘୋଟାଲାରେ ଆପଣଙ୍କ ସମ୍ପର୍କ କଣ? ଅବକାରୀ ନୀତି ଯଦି ଠିକ୍ ଥିଲା ତାକୁ ଫେରେଇନେଲେ କାହିଁକି? କେଜ୍ରିଓ୍ବାଲ୍ କେବଳ ଭ୍ରଷ୍ଟାଚାର କରିବା ଜାଣନ୍ତି ବୋଲି ଭାଜପା ଏଭଳି ପ୍ରଶ୍ନ କରିଛି। ଏପରିକି କେଜ୍ରିଓ୍ବାଲ୍ଙ୍କୁ ଅବକାରୀ ଦୁର୍ନୀତିର ସୂତ୍ରଧର ବୋଲି ଭାଜପା ନେତା ଅଭିଯୋଗ କରିଛନ୍ତି। ସମ୍ମିଳନୀରେ ଭାଜପା ପ୍ରବକ୍ତା ଗୌରବ ଭାଟିଆ କେଜ୍ରିଓ୍ବାଲ୍ଙ୍କୁ କଟାକ୍ଷ କରି କହିଛନ୍ତି, ଦଳୀୟ ନେତାଙ୍କୁ କେଜ୍ରିଓ୍ବାଲ୍ ସାଧୁତାର ସାର୍ଟିଫିକେଟ୍ ଦେଉଥିବା ବେଳେ ସେମାନେ ଦୁର୍ନୀତିରେ ଲିପ୍ତ ଥିବା ସେ କହିଛନ୍ତି। ଏବେ ସେମାନଙ୍କୁ ବେଲ୍ ମିଳିବ ନାହିଁ। ଏଥିସହ ସେ କେଜ୍ରିଓ୍ବାଲଙ୍କୁ ୫ଟି ପ୍ରଶ୍ନର ଜବାବ ରଖିବାକୁ କହିଛନ୍ତି।
https://www.dharitri.com/jayashankar-gave-a-stern-reply-to-the-american-ambassador/
ଆମେରିକା ରାଷ୍ଟ୍ରଦୂତଙ୍କୁ କଡ଼ା ଜବାବ ଦେଲେ ଜୟଶଙ୍କର ନୂଆଦିଲ୍ଲୀ,୧।୪: ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁଙ୍କ ହତ୍ୟା ଷଡଯନ୍ତ୍ରରେ କୌଣସି ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଅନୁସନ୍ଧାନ କରାଯାଉଛି। କାରଣ ଦେଶର ସୁରକ୍ଷା ସ୍ବାର୍ଥ ମଧ୍ୟ ଏଥିରେ ଜଡିତ ଥିବା ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସୋମବାର କହିଛନ୍ତି। ଆମେରିକାର ଭାରତରେ ଥିବା ରାଷ୍ଟ୍ରଦୂତ ଏରିକ ଗାର୍ସେଟିଙ୍କ ବିବୃତ୍ତି ବିଷୟରେ ପଚରାଯାଇଥିବା ଏକ ପ୍ରଶ୍ନ ଉପରେ ସେ ଏହା କହିଛନ୍ତି। ଅନ୍ୟ ଦେଶର ନାଗରିକଙ୍କୁ ହତ୍ୟା ଉଦ୍ୟମରେ ଜଣେ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଗ୍ରହଣୀୟ ନୁହେଁ ବୋଲି ଏରିକ ଗାର୍ସେଟି କହିଛନ୍ତି। ଏନେଇ ଜୟଶଙ୍କର କହିଛନ୍ତି, ଆମେରିକାର ରାଷ୍ଟ୍ରଦୂତ ତାଙ୍କ ସରକାରଙ୍କ ଚିନ୍ତାଧାରା କିମ୍ବା ଆଭିମୁଖ୍ୟ ଅନୁଯାୟୀ ଯାହା ଠିକ ତାହା କହିବେ। ମୋ ସରକାରଙ୍କ ଆଭିମୁଖ୍ୟ ହେଉଛି ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଆମକୁ କିଛି ତଥ୍ୟ ପ୍ରଦାନ କରାଯାଇଛି, ଯାହାକୁ ଆମେ ଅନୁସନ୍ଧାନ କରୁଛୁ। ଏଥିରେ ଭାରତର ନିଜର ସୁରକ୍ଷା ସ୍ବାର୍ଥ ମଧ୍ୟ ଜଡିତ ଅଛି।
https://www.dharitri.com/matric-exam-note-will-be-conductedfrom-april-3/
ଏପ୍ରିଲ ୩ରୁ ମାଟ୍ରିକ ଖାତାଦେଖା କଟକ ଅଫିସ,୨୦ା୩: ସୋମବାର ଶେଷ ହୋଇଛି ମାଟ୍ରିକ ପରୀକ୍ଷା। ଶେଷଦିନରେ ଛାତ୍ରୀଛାତ୍ରୀ ଗଣିତ ପରୀକ୍ଷା ଦେଇଥିଲେ। ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ସରିଥିବା ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି। ତେବେ ଆସନ୍ତା ୩ରୁ ମାଟ୍ରିକ ଖାତା ଦେଖାହେବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି। ମୋଟ୍ ୫୬ଟି କେନ୍ଦ୍ରରେ ଖାତା ଦେଖା ହେବ। ସୂଚନାଯୋଗ୍ୟ, ମାର୍ଚ୍ଚ ୧୦ରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ଚଳିତବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଫର୍ମ ପିଲିଫ କରିଥିଲେ। ମୋଟ ୩ ହଜାର ୨୧୮ ପରୀକ୍ଷା କେନ୍ଦ୍ର ହୋଇଥିଲା ବେଳେ ୩୧୬ଟି ନୋଡାଲ ସେଣ୍ଟର ବୋର୍ଡ ପକ୍ଷରୁ କରାଯାଇଥିଲା। ମାଓବାଦୀ ପ୍ରଭାବିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଥିଲା। ପରୀକ୍ଷାରେ କପି ରୋକିବାକୁ ବୋର୍ଡ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ନିଆଯାଇଥିଲା।
https://www.dharitri.com/the-case-against-the-director-of-the-kashmir-files/
‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ଭୋପାଳବାସୀଙ୍କ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଭୋପାଳବାସୀଙ୍କୁ ଲୋକେ ଅନେକ ସମୟରେ ସମଲିଙ୍ଗୀ ଭାବନ୍ତି ବୋଲି ବିବେକ ଏକ ସାକ୍ଷାତକାରରେ କହିଥିଲେ। ଏହି ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ମୁମ୍ବାଇର ଭର୍ସୋଭା ଥାନାରେ ବିବେକଙ୍କ ବିରୋଧରେ ୨୭ ବର୍ଷୀୟ ପିଆର୍ ମ୍ୟାନେଜର ରୋହିତ ପାଣ୍ଡେ ଅଭିଯୋଗ କରିଛନ୍ତି। ରୋହିତ ନିଜେ ଭୋପାଳବାସୀ ହୋଇଥିବା ବେଳେ ତୁରନ୍ତ ତାଙ୍କ ମାମଲା ପଞ୍ଜିକୃତ କରାଯାଉ ବୋଲି ସେ ଦାବି କରିଛନ୍ତି। ଏକ ସାକ୍ଷାତକାରରେ ବିବେକ କହିଥିଲେ, ଭୋପାଳବାସୀଙ୍କର ନୱାବୀ ଇଚ୍ଛା ପାଇଁ ଲୋକମାନେ ଅନେକ ସମୟରେ ତାଙ୍କୁ ସମଲିଙ୍ଗୀ ବୋଲି ଭାବନ୍ତି। ଏହି ଭିଡିଓ କ୍ଲିପ ଭାଇରାଲ ହେବା ପରେ ବିବାଦ ବଢ଼ିବାରେ ଲାଗିଛି।
https://www.dharitri.com/a-teacher-for-class-5-2/
୫ ଶ୍ରେଣୀକୁ ଜଣେ ଶିକ୍ଷକ ବଇଣ୍ଡା,୨ା୨ (ପରିକ୍ଷିତ ସାହୁ): ୫ଟି ଶ୍ରେଣୀର ପିଲାଙ୍କୁ ପଢ଼ାଇବା ପାଇଁ ଅଛନ୍ତି ଜଣେ ମାତ୍ର ଶିକ୍ଷକ। ଦୀର୍ଘଦିନ ହେଲା ଏପରି ଅବ୍ୟବସ୍ଥାରେ ଚାଲିଛି ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ଠେଲକନାଳୀଠାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ। ସ୍କୁଲର ସମସ୍ୟା ସମ୍ପର୍କରେ ଶିକ୍ଷା ବିଭାଗକୁ ଅବଗତ କରାଇଛି। ହେଲେ ପଦକ୍ଷେପ ନିଆଯାଉ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ତୀବ୍ର ଅସନ୍ତୋଷ। ତୁରନ୍ତ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦିଆ ନ ଗଲେ ସ୍କୁଲରେ ତାଲା ପକାଇ ଆନ୍ଦୋଳନ କରାଯିବ ବୋଲି ଗୁରୁବାର ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସେମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀ ଦର୍ଶାଇଛନ୍ତି, ୧୯୫୭ ମସିହାରେ ଅଞ୍ଚଳବାସୀ ଏହି ବିଦ୍ୟାଳୟ ସ୍ଥାପନ କରିଥିଲେ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଏଠାରେ ପଢ଼ାଯାଉଥିବା ବେଳେ ୬୧ ଜଣ ଛାତ୍ରୀଛାତ୍ର ବର୍ତ୍ତମାନ ସ୍କୁଲରେ ଅଛନ୍ତି। ସରକାରୀ ନିୟମ ଅନୁଯାୟୀ ଏହି ବିଦ୍ୟାଳୟରେ ୩ ଜଣ ଶିକ୍ଷକ ନିଯୁକ୍ତି ପାଇବା କଥା। କିନ୍ତୁ ଦୀର୍ଘ ବର୍ଷ ହେବ ୨ ଜଣ ଶିକ୍ଷକ ଏଠାରେ କାର୍ଯ୍ୟରତ ଥିଲେ। ହେଲେ କିଛି ଦିନ ତଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅକାଳ ବିୟୋଗ ଘଟିବାରୁ ବର୍ତ୍ତମାନ ଜଣେ ଶିକ୍ଷକରେ ପାଠପଢା ଚାଲିଛି। ଟ୍ରେନ୍ ଲାଇନ କଡରେ ଏହି ବିଦ୍ୟାଳୟ ଥିବାବେଳେ ମାତ୍ର ଜଣେ ଶିକ୍ଷକ ଥିବାରୁ ଛାତ୍ରୀଛାତ୍ରମାନେ ଅସୁରକ୍ଷିତ ହୋଇପଡିଛନ୍ତି। ଫଳରେ ଅଭିଭାବକମାନେ ପିଲାଙ୍କୁ ସ୍କୁଲକୁ ଛାଡ଼ିବାକୁ ନିରାପଦ ମଣୁନାହାନ୍ତି। ପୂର୍ବରୁ ଶିକ୍ଷକ ନିଯୁକ୍ତି ପାଇଁ ବହୁବାର ବିଇଓଙ୍କ କାର୍ଯ୍ୟାଳୟ ଠାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଶିକ୍ଷକ ନିଯୁକ୍ତି କରାଯାଉନାହିଁ। ତୁରନ୍ତ ଶିକ୍ଷକ ନିଯୁକ୍ତି କରା ନ ଗଲେ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରାଯିବ ବୋଲି ଗ୍ରାମ କମିଟି ସଭାପତି ପବିତ୍ର ମୋହନ ସାହୁ, ସମୀର ପ୍ରଧାନ, ଅଗସ୍ତି ସାହୁ, ଟିକିନା ସାହୁ, ବେଞ୍ଜମିନି ସାହୁ, ମଧୁସୂଦନ ସାହୁ, ସୁରେଶ ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଇଓ ଅରୁଣ କୁମାର ସେଠୀ କହିଛନ୍ତି, ଗ୍ରାମବାସୀ ଦାବିପତ୍ର ଦେଇଛନ୍ତି। ସମସ୍ୟା ସମ୍ପର୍କରେ ଜିଲା ଶିକ୍ଷା ପ୍ରଶାସନକୁ ଅବଗତ କରାଯାଇଛି। ସରକାରଙ୍କ ପକ୍ଷରୁ ନୂତନ ଶିକ୍ଷକ ନିଯୁକ୍ତ କରାଗଲେ ତୁରନ୍ତ ଉକ୍ତ ସ୍କୁଲର ସମସ୍ୟା ସମାଧାନ କରଯିବ।
https://www.dharitri.com/distribution-of-japanese-podina-sugar-to-farmers/
ଚାଷୀଙ୍କୁ ଜାପାନୀ ପୋଦିନା ସକର ବଣ୍ଟନ ନବରଙ୍ଗପୁର,୭ା୨(ବି.ପ୍ର.): ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରକଳ୍ପ ଓସିଏସ୍ଆଇଆର୍ ଆରୋମା ମିଶନ ପକ୍ଷରୁ ନବରଙ୍ଗପୁର ଜିଲାରେ ଜାପାନୀ ପୋଦିନା ସକର ବଣ୍ଟନ କରାଯାଇଛି। ଜିଲାପାଳ କମଳଲୋଚନ ମିଶ୍ର ୪ ଚାଷୀଙ୍କୁ ଜାପାନୀ ପୋଦିନା ସକର ପ୍ରଦାନ କରିଛନ୍ତି। ଗତବର୍ଷ ୪ ଏକର ଜାଗାରେ ଜାପାନୀ ପୋଦିନା ପରୀକ୍ଷା ମୂଳକଭାବେ ଚାଷ କରାଯାଇଥିଲା। ସେଥିମଧ୍ୟରୁ ପ୍ରାୟ ଏକର ପିଛା ୪୦ ଲିଟର ତେଲ ବାହାରିଥିଲା। ଚଳିତବର୍ଷ ୧୦ ଏକର ଜମିରେ ଏହି ଚାଷ କରାଯାଉଛି। ନବରଙ୍ଗପୁର ବ୍ଲକ ଚୁରାହାଣ୍ଡିଠାରେ ୫ ଏକର, ତେନ୍ତୁଳିଖୁଣ୍ଟି ବ୍ଲକର କବାଗୁଡ଼ାଠାରେ ୩ ଏକର, ପାପଡ଼ାହାଣ୍ଡି ବ୍ଲକର ସେମାଳାଠାରେ ୧ ଏକର ଜମିରେ ଚାଷ କରାଯିବ। ଜାପାନୀ ପୋଦିନା ଚାଷ ଦ୍ୱାରା ଏକର ପିଛା ୫୦ହଜାର ଟଙ୍କା ଲାଭ ହେଉଥିବା ବେଳେ ଖର୍ଚ୍ଚ ମାତ୍ର ୧୫୦୦ ଟଙ୍କା ହୋଇଥାଏ। ଜାପାନୀ ପୋଦିନା ତେଲରୁ ପାନ ମସଲା, କଫ ସିରପ୍, ଚକୋଲେଟ ସମେତ ବିଭିନ୍ନ ପ୍ରକାର ଔଷଧରେ ବ୍ୟବହାର ହୋଇଥାଏ ବୋଲି କେନ୍ଦ୍ରୀୟ ସୁଗନ୍ଧୀ ଓ ଔଷଧୀୟ ସଂସ୍ଥାନ ଲକ୍ଷ୍ନୌର ପ୍ରଧାନ ବୈଜ୍ଞାନିକ ଡ. ପ୍ରଶାନ୍ତ କୁମାର ରାଉତ କହିିଛନ୍ତି। କାର୍ଯ୍ୟକ୍ରମରେ ଓର୍ମାସର ଏ. ଉମା ମହେଶ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରକଳ୍ପର କ୍ରିୟାନ୍ବୟନ କମିଟିର ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ଉପସ୍ଥିତ ଥିଲେ।
https://www.dharitri.com/ଷଷ୍ଠ-ପର୍ଯ୍ୟାୟରେ-୫୩-ମତଦାନ/
ଷଷ୍ଠ ପର୍ଯ୍ୟାୟରେ ୫୩% ମତଦାନ ଲକ୍ଷ୍ନୌ,୩।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଗୁରୁବାର ୧୦ ଜିଲାର ୫୭ ଆସନ ଲାଗି ମତଦାନ ହୋଇଛି। ଏଥିସହିତ ୬୭୬ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି। ମତଦାନ ଶାନ୍ତିପୂର୍ଣ୍ଣ ଥିବା ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ବିଡିଆର୍ ତିଓ୍ବାରୀ କହିଛନ୍ତି। ଅପରାହ୍ନ ୫ଟା ସୁଦ୍ଧା ୫୩.୩୧ ପ୍ରତିଶତ ମତଦାନ ହୋଇଥିଲା। ଏହି ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟ କଂଗ୍ରେସ ସଭାପତି ଅଜୟ କୁମାର ଲଲ୍ଲୁ। ଯୋଗୀ ଗୋରଖପୁର ଅର୍ବାନରୁ ପ୍ରଥମ ଥର ଲାଗି ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି। ସେହିପରି ଲଲ୍ଲୁ ତମକୁହି ରାଜରୁ, ସମାଜବାଦୀ ପାର୍ଟିର ସ୍ବାମୀ ପ୍ରସାଦ ମୌର୍ଯ୍ୟ ଫାଜିଲନଗରରୁ ଏବଂ ବିରୋଧୀ ଦଳ ନେତା ରାମଗୋବିନ୍ଦ ଚୌଧରୀ ବଂଶଡିହ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସକାଳେ ମୁଖ୍ୟମନ୍ତ୍ରୀ ଯୋଗୀ, ମୌଳିକ ଶିକ୍ଷାମନ୍ତ୍ରୀ ସତୀଶ ଦ୍ୱିବେଦୀ, ବିରୋଧୀ ଦଳ ନେତା ରାମଗୋବିନ୍ଦ ଚୌଧୁରୀ, ସୁହେଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ଓମ୍ପ୍ରକାଶ ରାଜଭର, ମନ୍ତ୍ରୀ ଉପେନ୍ଦ୍ର ତିଓ୍ବାରୀ ପ୍ରମୁଖ ସେମାନଙ୍କ ବୁଥ୍କୁ ଯାଇ ଭୋଟ ଦେଇଥିଲେ। ସୂଚନାଯୋଗ୍ୟ, ୨୦୧୭ରେ ଭାଜପା ଉକ୍ତ ୫୭ ଆସନରୁ ୪୬ଟିରେ ବିଜୟୀ ହୋଇଥିଲା।
https://www.dharitri.com/india-has-made-the-impossible-possible-the-country-is-making-3-vaccines/
ଅସମ୍ଭବକୁ ସମ୍ଭବ କରିଛି ଭାରତ: ଦେଶରେ ପ୍ରସ୍ତୁତ ହେଉଛି ୩ କରୋନା ଟୀକା ନୂଆଦିଲ୍ଲୀ, ୧୫।୮: କରୋନା ମହାମାରୀ ଲଢ଼େଇରେ ଭାରତ ଆଗୁଆ ରହିଛି। ଅସମ୍ଭବକୁ ଭାରତ ସମ୍ଭବ କରି ଦେଖାଇଛି। କରୋନାର ପ୍ରତିରୋଧ ପାଇଁ ଦେଶରେ ୩ ଟି ଟୀକା ଉପରେ ଟ୍ରାଏଲ୍ ଜାରି ରହିଛି। ୭୪ ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏପରି କହିଛନ୍ତି। କରୋନା ସଙ୍କଟରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ ଭୟ ଅବା ଆଶଙ୍କାର କୌଣସି କାରଣ ନ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଖୁବ୍ ଶୀଘ୍ର କରୋନା ଟୀକାକୁ ମଞ୍ଜୁରୀ ମିଳିବ। ଏହାପରେ ଟୀକାକୁ ବ୍ୟାପକ ଭାବେ ଜନସାଧାରଣଙ୍କୁ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।
https://www.dharitri.com/୨୦୨୩-ସୁଦ୍ଧା-ଜଓ୍ବେର-ଏୟାର-ପ/
୨୦୨୩ ସୁଦ୍ଧା ଜେୱର ଏୟାର ପୋର୍ଟ ହୋଇପାରେ ବିଶ୍ୱର ୫ମ ସର୍ବବୃହତ୍ତ ଏୟାରପୋର୍ଟ ନୂଆଦିଲ୍ଲୀ,୨୨।୩: ଯୋଜନା ମୁତାବକ ଯଦି କାମ କରାଯାଏ ତେବେ ୨୦୨୩ ସୁଦ୍ଧା ଅର୍ଥାତ୍ ୪ ବର୍ଷ ପରେ ଉତ୍ତର ପ୍ରଦେଶରେ ବିଶ୍ୱର ୫ମ ସର୍ବବୃହତ୍ତ ଏୟାର ପୋର୍ଟ ଦୃଶ୍ୟମାନ ହେବ। ଏହା ଦିଲ୍ଲୀରେ ଥିବା ଇନ୍ଦିରା ଗାନ୍ଧୀ ଇଣ୍ଟନ୍ୟାଶନାଲ ଏୟାରପୋର୍ଟଠାରୁ ୨ଗୁଣା ବଡ ହେବ। ଏହାର ୮ଟି ରନ୍ ଓ୍ବେ ରହିବ। ସୂଚନାଯୋଗ୍ୟ, ଇନ୍ଦିରା ଗାନ୍ଧୀ ଏୟାରପୋର୍ଟର ଭିଡକୁ କମ୍ କରିବା, ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ, ପର୍ଯ୍ୟଟନ, ରୋଜଗାର ଓ ବ୍ୟବସାୟ ବୃଦ୍ଧି କରିବାକୁ ନେଇ ଜେୱର ଏୟାରପୋର୍ଟ ନିର୍ମାଣ କରିବାକୁ ବହୁ ଆଗରୁ ଦାବି ହୋଇ୍ଆସୁଛି। ଏଥିପାଇଁ ରାଜ୍ୟ ସରକାରଙ୍କର ସହଯୋଗ ମିଳିବାରୁ କାମ ଆଗେଇ ହେବ ବୋଲି କୁହାଯାଉଛି।
https://www.dharitri.com/after-months-the-child-returned-the-stolen-bicycle-writing-in-the-letter-i-am-sorry/
ମାସେ ପରେ ଚୋରି କରିଥିବା ସାଇକେଲ ଫେରାଇଲେ ଶିଶୁ, ଚିଠିରେ ଲେଖିରେ ‘ଆ ଆମ ସରି’… ଭାଗଲପୁର,୧୭।୬ : କୁହାଯାଏ ଛୋଟ ପିଲାମାନଙ୍କ ନୀରିହ ମନରେ ମିଥ୍ୟା ପ୍ରବେଶ କରି ନ ଥାଏ। ସେମାନେ ସତ୍ୟ ହିଁ କହିଥାନ୍ତି। ସେମାନଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ନ ଥାଏ। ସମସ୍ତେ ପିଲାମାନଙ୍କର ସଚ୍ଚୋଟତା ଏବଂ ସତ୍ୟତା ଉପରେ ବିଶ୍ୱାସ କରନ୍ତି। ଭାଗଲପୁର ଜିଲାରେ ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଯେଉଁଠାରେ ଗୋଟିଏ ମାସ ପରେ ଏକ ଶିଶୁର ସଚ୍ଚୋଟତା ଜାଗ୍ରତ ହୋଇଛି ଏବଂ ସେ ମଧ୍ୟ ତାଙ୍କର ଭୁଲକୁ ହୃଦୟଙ୍ଗମ କରିଛନ୍ତି। ଯେଉଁଥିପାଇଁ ସେ ଅନୁତାପ କରି ଭୁଲ ସଂଶୋଧନ କରିବାବେଳେ ଏଥିପାଇଁ କ୍ଷମା ମାଗିଛନ୍ତି। ଏହି ଘଟଣା ବିଷୟରେ ଯିଏ ଶୁଣୁଛି, ସେ ଶିଶୁଟି ନିର୍ଦ୍ଦୋଷ ବୋଲି ନିଶ୍ଚିତ ହେଊଛନ୍ତି । କାରଣ ପିଲାଟି ଅତି ନୀରିହ ଭାବରେ କ୍ଷମା ମାଗିଛି । ବାସ୍ତବରେ, ଜିଲାର ଇଣ୍ଡଷ୍ଟ୍ରିଆଲ ପୋଲିସ ଷ୍ଟେଶନ ଅଧୀନରେ ଥିବା ଜ୍ୟୋତି ବିହାର କଲୋନୀରୁ ଏକ ମାସ ପୂର୍ବରୁ ତଣେ ଛୋଟପିଲା ଅନୋମାଲଙ୍କର ସାଇକେଲ ଚୋରି ହୋଇଥିଲା। ଏପରିକି ପରିବାର ସଦସ୍ୟ ବୁଝିିପାରିଲେ ନାହିଁ କୌଣସି ବ୍ୟକ୍ତି ଘରେ କିପରି ପ୍ରବେଶ କଲେ ଏବଂ କାହିଁକି ସେ କେବଳ ସାଇକେଲ ନେଇ ଚାଲିଗଲେ? ତାଙ୍କ ଘର ବାହାରେ ସିସିଟିଭି ମଧ୍ୟ ଲଗାଯାଇଥିଲା। ଯେଉଁଥିରେ ସେମାନେ ମଧ୍ୟ ଦେଖିଲେ ଏକ ଛୋଟ ପିଲା ଚୋରି କରିବା ପାଇଁ ଘରେ ପ୍ରବେଶ କରି କେବଳ ସାଇକେଲ ନେଇ ଚାଲିଗଲା। ପରିବାର ସଦସ୍ୟମାନେ ଏହି ସାଇକେଲ ଫେରି ପାଇବାର ଆଶା ଛାଡି ଦେଇଥିଲେ। କିନ୍ତୁ ଏକ ମାସ ପରେ ଚକ୍ର ପାଇବା ପରେ ଅନୋମାଲ ବହୁତ ଖୁସି। କୁହାଯାଉଛି ସାଇକେଲ ଚୋରି କରିଥିବା ପିଲା ଏକ ମାସ ପରେ ନିଜେ ଆସି ସାଇକେଲ ଫେରାଇ ଏକ ଚିଠିରେ ‘ଆ ଆମ ସରି’ଲେଖି ପଳାଇଥିଲେ। ସାଇକେଲ ସହିତ କ୍ଷମା ପ୍ରାର୍ଥନା ଚିଠି ଦେଖି ପରିବାର ସଦସ୍ୟମାନେ ପିଲାଟି ପ୍ରତି ବୋ ଭାବୁକ ହୋଇପଡ଼ିଛନ୍ତି। ପିଲାଟି ଚିଠିରେ ଲେଖିଥିଲା ଯେ ମୋର ନାମ ଅର୍ଣ୍ଣବ, ମୁଁ ଆପଣଙ୍କର ସାଇକେଲ ନେଇଥିଲି, ମୋର ବନ୍ଧୁ ମୋତେ ଏହା କରିବାକୁ କହିଥିଲେ। ତେବେ ମୋର ବନ୍ଧୁଙ୍କୁ ଆପଣମାନେ ଦୋଷ ଦିଅନ୍ତୁ ନାହିଁ । ମୁଁ ଏଭଳି କାର୍ଯ୍ୟ କରିଥିବାରୁ ବେଶ୍ ଦୁଃଖିତ। ‘ଆ ଆମ ସରି’ ଚିଠିର ପଛ ଭାଗରେ ଲେଖାଯାଇଥିଲା। ଏନେଇ ପରିବାର ସଦସ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି କିପରି ଏକ ମାସ ପରେ ପିଲା ଜଣକ ତାଙ୍କ ଭୁଲକୁ ଅନୁଭବ କଲେ ଏବଂ ଏଥିପାଇଁ କ୍ଷମା ମାଗି ସାଇକେଲ ଫେରାଇ ଦେଲେ।
https://www.dharitri.com/seized-by-hioba-during-sand-poaching/
ବାଲି ଚୋରାଚାଲାଣବେଳେ ହାଇଓ୍ବା ଜବତ ପାଟଣା,୨୯।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ବାଲି ମାଫିଆମାନେ ଦିନରାତି ବିଭିନ୍ନ ନଦୀ ନାଳରୁ ଏଭଳି କି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ନଦୀ ନାଳରୁ ଚୋରା ବାଲି ଉତ୍ତୋଳନ କରି ଚାଲାଣ କରୁଛନ୍ତି। ଏଥିପାଇଁ ବାଲି ମାଫିଆ ମାନେ ନକଲି ଟ୍ରାଞ୍ଜିଟ ପାସ ବ୍ୟବହାର କରି ଦୈନିକ ଶହ ଶହ ଟ୍ରିପ ବାଲି ଚୋରା ଚାଲାଣ କରୁଛନ୍ତି। ପାଟଣା ବ୍ଲକ ଭୀମକୁଣ୍ଡ-ଠାକୁରମୁଣ୍ଡା ରାସ୍ତାର ଭୀମକୁଣ୍ଡ ନିକଟରୁ ଏକ ବାଲି ବୋଝେଇ ହାଇୱାକୁ ଡିଏଫଓ ଏଚ.ଡି ଧନରାଜ ରବିବାର ଅପରାହ୍ନରେ ଜବତ କରିଛନ୍ତି। ହାଇୱା ଗାଡିଟି ବାଲି ନେଇ ଯାଉଥିବା ସମୟରେ ସନ୍ଦେହ ହେବାରୁ ଡିଏଫଓ ଗାଡିର ଟ୍ରାଞ୍ଜିଟ ପାସ ମାଗିଥିଲେ। ପରେ ଏହା ନକଲି ଜଣା ପଡିବା ପରେ ଗାଡିକୁ ଜବତ କରି ପାଟଣା ରେଞ୍ଜ କାର୍ଯ୍ୟାଳୟକୁ ନେଇ ଖଣି ବିଭାଗକୁ ହସ୍ତାନ୍ତର କରିଥିବା ପାଟଣା ବନପାଳ ପିଅନ ନାଏକ କହିଛନ୍ତି।
https://www.dharitri.com/india-post-recruitment-dak-vibhag-recruitment-1900-posts/
୧୯୦୦ପଦବୀରେ ନିଯୁକ୍ତି ଦେବ ଭାରତୀୟ ଡାକ ବିଭାଗ, ଅନଲାଇନରେ କରନ୍ତୁ ଆବେଦନ ନୂଆଦିଲ୍ଲୀ,୯।୧୧: ଭାରତୀୟ ଡାକ ବିଭାଗ ୧୯୦୦ପଦବୀରେ ନିଯୁକ୍ତି ଦେବାକୁ ଯାଉଛି। ଏହିସବୁ ପଦବୀଗୁଡିକ ହେଲା ପୋଷ୍ଟ ଆସିଣ୍ଟାଣ୍ଡ, ସର୍ଟିଂ ଆସିଣ୍ଟାଣ୍ଡ, ପୋଷ୍ଟମ୍ୟାନ, ପୋଷ୍ଟ ଗାର୍ଡ ଓ ଏମଟିଏସ(ମଲ୍ଟିଂ ଟାସ୍କିଂ ଷ୍ଟାପ୍)। ଖେଳରେ ପୁରସ୍କାର ପାଇଥିବା ଆବେଦନକାରୀ ମଧ୍ୟ ଏଥିରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ୧୦ନଭେମ୍ବର ଅର୍ଥାତ୍ ଶୁକ୍ରବାର ଠାରୁ ଆରମ୍ଭ ହେବ। ଏଥିସହ ଆବେଦନର ଶେଞ ତାରିଖ ୧୦ଡିସେମ୍ବରରୁ ୧୪ ଡିସେମ୍ବର ଯାଏଁ ରହିଛି। ଆବେଦନକାରୀ ଓ୍ବେବଶାଇଟ୍କୁ ଯାଇ ଅନଲାଇନରେ ଆବେଦନ କରିପାରିବେ।
https://www.dharitri.com/ବିବାହରେ-ନିଜ-ଓଜନର-ବହି-ମାଗି/
ବିବାହରେ ନିଜ ଓଜନର ବହି ମାଗିଲେ କନ୍ୟା ଗାନ୍ଧିନଗର,୧୩।୨: ବିବାହରେ ଜଣେ କନ୍ୟା ବାପାଙ୍କୁ କୌଣସି ମୂଲ୍ୟବାନ ଦ୍ରବ୍ୟ ବଦଳରେ ନିଜ ଓଜନର ବହି ମାଗିଛନ୍ତି। ଏଭଳି ଘଟଣା ଗୁଜରାଟରେ ଘଟିଛି। ଏହା ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ବାପାଙ୍କୁ କନ୍ୟା ଓଜନର ବହି ଯୋଗାଡ଼ କରିବାକୁ ୬ ମାସ ସମୟ ଲାଗିଛି। ଏହି ସମୟରେ ମଧ୍ୟରେ ସେ ୨୨୦୦ ବହି ଯୋଗାଡ଼ କରିପାରିଛନ୍ତି। ସ୍ଥାନୀୟ ରାଜକୋଟରେ ବାସ କରୁଥିବା ଶିକ୍ଷକ ହରଦେବ ସିଂ ଜାଡେଜାଙ୍କ ଝିଅ କିନ୍ନରୀ ବା ବିବାହରେ ଏଭଳି ନିଆରା ଉପହାର ମାଗିଛନ୍ତି। କିନ୍ନରୀଙ୍କୁ ବହି ପଢ଼ିବା ପାଇଁ ଭଲ ଲାଗିଥାଏ। ନିଜ ସଉକ ପୂରଣ ପାଇଁ ସେ ଶାଶୁଘରକୁ ବିଦା ସମୟରେ ବାପାଙ୍କୁ ଏଭଳି ଅନୁରୋଧ କରିଥିଲେ। କିନ୍ନରୀଙ୍କ ଏହି ଅନୁରୋଧରେ ସ୍ବାମୀ ପୂର୍ବଜିତ୍ ସିଂ ବେଶ ଆନନ୍ଦିତ ହୋଇଥିବା କହିଛନ୍ତି। ତେବେ ପିତା ପରିଶ୍ରମ କରି ବିଭିନ୍ନ ଧର୍ମଗନ୍ଥ ସହିତ ଆଧୁନିକ ବହି ଯୋଗାଡ଼ କରି ନେଇ କିନ୍ନରୀଙ୍କ ଶାଶୁଘରେ ଦେଇ ଆସିଛନ୍ତି।
https://www.dharitri.com/us-reacts-to-elon-musks-remark-on-permanent-unsc-seat-for-india/
ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ ଭାରତକୁ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରିବା ପାଇଁ ଦାବି ବଢ଼ୁଥିବା ବେଳେ ଆମେରିକା ପରରାଷ୍ଟ୍ର ବିଭାଗର ପ୍ରମୁଖ ଉପମୁଖପାତ୍ର ବେଦାନ୍ତ ପଟେଲ ଉପରୋକ୍ତ ସୂଚନା ଦେଇଛନ୍ତି। ୟୁଏନ୍ଏସ୍ସିରେ ଭାରତକୁ ସ୍ଥାୟୀ ଆସନ ବିନା ଜାତିସଂଘର କିଛିମାନେ ନାହିଁ ବୋଲି ବିଶିଷ୍ଟ ବ୍ୟବସାୟୀ ତଥା ଟେସ୍ଲା ସିଇଓ ଏଲନ୍ ମସ୍କ କହିଥିଲେ। ଜାତିସଂଘ ସାଧାରଣ ସଭାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସଂସ୍କାର ଆବଶ୍ୟକତା ସମ୍ପର୍କରେ ମତ ରଖିଥିଲେ ବୋଲି ପଟେଲ କହିଛନ୍ତି।
https://www.dharitri.com/emergency-landing-at-bhubaneswar-airport/
ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ ଭୁବନେଶ୍ୱର,୨।୩(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଭୁବନେଶ୍ୱର-ପୁଣେ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ପକ୍ଷୀ ପିଟି ହୋଇଛି। ଫଳରେ ବିମାନଟି ଜରୁରୀ ଅବତରଣ କରିଛି। ଉଡାଣ ଭରୁଥିବା ସମୟରେ ପକ୍ଷୀ ପିଟି ହୋଇଥିବା ଜଣାପଡିଛି। ଏହାପରେ ପରେ ବିମାନ କର୍ତ୍ତୃପକ୍ଷ ବିମାନ ଉଡାଣ ବନ୍ଦ କରିଦେଇଥିଲେ। ତେବେ ସମସ୍ତ ଯାତ୍ରୀ ଅଟକ ଥିବା ବେଳେ ବିମାନର ଯାଞ୍ଚ କରାଯାଉଛି।
https://www.dharitri.com/cyber-attack-on-india-on-11th-threats-received/
୧୧ରେ ଭାରତ ଉପରେ ହେବ ସାଇବର ଆକ୍ରମଣ, ମିଳିଲା ଧମକ ନୂଆଦିଲ୍ଲୀ,୯ା୧୨: ଦେଶକୁ ଏକ ବଡ଼ଧରଣର ସାଇବର ଆକ୍ରମଣ ଧମକ ମିଳିଛି। ଏପରି ଧମକ ଦେଇଛି ପାକିସ୍ତାନୀ ହ୍ୟାକର୍ସ ଗ୍ରୁପ୍। ଏହି ଗ୍ରୁପ୍ ଲେଖିଛି, ଡିସେମ୍ବର ୧୧ରେ ଭାରତରେ ଏକ ‘ସାଇବର ପାର୍ଟି’ ଆୟୋଜନ ହେବ। ଏହାକୁ କେନ୍ଦ୍ର ସରକାର ଗୁରୁତର ସହ ନେଇ ସଜାଗ ରହିଛନ୍ତି। ପୂର୍ବରୁ ଆମେରିକା, ଇସ୍ରାଏଲ ଏବଂ ସ୍ବିଡେନ ଭଳି ଦେଶ ଉପରେ ସାଇବର ଆକ୍ରମଣ କରିଥିବା ପାକିସ୍ତାନୀ ଓ ଇଣ୍ଡୋନେସିଆ ହ୍ୟାକର୍ସଙ୍କ ଏକ ଗୋଷ୍ଠୀ ଭାରତ ଉପରେ ବି ଏପରି ବଡ଼ଧରଣର ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ଏହି ଗ୍ରୁପ୍ର ଧମକ ପରେ କେନ୍ଦ୍ରୀୟ ଏଜେନ୍ସିଂଗୁଡ଼ିକ ସତର୍କ ହୋଇଯାଇଛନ୍ତି। ବିଶେଷକରି ହ୍ୟାକର୍ସମାନେ ସ୍ବାସ୍ଥ୍ୟକ୍ଷେତ୍ରକୁ ଟାର୍ଗେଟ କରିପାରନ୍ତି ବୋଲି ଅନୁମାନ କରାଯାଉଛି। କାରଣ ସ୍ବାସ୍ଥ୍ୟକ୍ଷେତ୍ର ହିଁ ହ୍ୟାକର୍ସମାନଙ୍କ ରାଡାରରେ ଆସିଥାଏ।
https://www.dharitri.com/people-are-forcibly-encroached-on-the-settlement-leased-land/
ପଟ୍ଟାଜମିରେ ଗୁଣ୍ଡାଗର୍ଦ୍ଦି, ଉପଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଲୋକେ ବାଲିଗୁଡ଼ା,୪ା୫(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡର ତୁମୁଡିବନ୍ଧ ତହସିଲ ଅନ୍ତର୍ଗତ କୁର୍ତ୍ତମଗଡ଼ଠାରେ ଦୀର୍ଘବର୍ଷ ହେଲା ରହିଆସୁଥିବା ସାଧାରଣ ଲୋକଙ୍କ ସେଟେଲମେଣ୍ଟ ପଟ୍ଟା ଜମି ଉପରେ କିଛି ଅସାମାଜିକ ବ୍ୟକ୍ତି ଜୋର ଜବରଦସ୍ତି ଆସି ଗୁଣ୍ଡା ଗର୍ଦ୍ଦି କରି ଜାଗା ଅକ୍ତିଆର ଘଟଣା ଏବେ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ସୁରକ୍ଷା ପାଇଁ ପୋଲିସ ନିକଟରେ ଗୁହାରି କଲେ ବି କୌଣସି ସୁଫଳ ମିଳି ନ ଥିବାରୁ ଉପଜିଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକେ। ଘଟଣାରୁ ପ୍ରକାଶ ଯେ, କୁର୍ତ୍ତମଗଡ଼ ବଜାର ସାହିର ୫ଜଣଙ୍କ ଘର ପଛପଟେ ଥିବା ସେଟେଲମେଣ୍ଟ ପଟ୍ଟା ଜାଗାକୁ ସେହି ଗ୍ରାମର କିଛି ଅସାମାଜିକ ଲୋକ ଆସି ମାରଣାସ୍ତ୍ର ଧରି ଆମ ଜାଗା କହି ବାଡ଼ ଦେବା ଆରମ୍ଭ କରିଥିଲେ। ଏ ସମ୍ପର୍କରେ ଉକ୍ତ ୫ ପରିବାର ତହସିଲଦାର ଓ ପୋଲିସର ଆଶ୍ରୟ ନେଇଥିଲେ। ତୁମୁଡ଼ିବନ୍ଧ ତହସିଲଦାରଙ୍କ ନିର୍ଦ୍ଦେଶରେ ରାଜସ୍ବ ନିରୀକ୍ଷକ ଓ ପୋଲିସ ପହଞ୍ଚିଥିଲେ। ରାଜସ୍ବ ନିରୀକ୍ଷକ ଏହି ଜାଗା ସେଟେଲମେଣ୍ଟ ପଟ୍ଟା ହୋଇଥିବା ଅସାମାଜିକ ବ୍ୟକ୍ତିମାନଙ୍କୁ ଜଣାଇଥିଲେ। ଏହା ସତ୍ତ୍ୱେ ସେମାନେ ନ ମାନି ପୁଣି ଜୋର ଜବରଦସ୍ତି ବାଡ଼ ଦେଇଥିଲେ। ତୁମୁଡିବନ୍ଧ ଥାନାଧିକାରୀ ସେହି ଅସାମାଜିକ ବ୍ୟକ୍ତିମାନଙ୍କୁ ସହଯୋଗ କରୁଥିବାରୁ ସେମାନେ ଦିନକୁ ଦିନ ଉଗ୍ର ହେଉଥିବା ନେଇ ଚିନ୍ତାରେ ବରିଷ୍ଠ ନାଗରିକଙ୍କ ପରିବାର ଅସହାୟ ମନେ କରି କୁର୍ତ୍ତମଗଡ଼ର କୁମୁଦ ଚନ୍ଦ୍ର ପଣ୍ଡା, ପ୍ରକାଶ ଚନ୍ଦ୍ର ସାହୁଙ୍କ ସମେତ ୫ଜଣଙ୍କ ପରିବାର ବାଲିଗୁଡ଼ା ଉପଜିଲାପାଳ ମିସ୍. ମଧୁମିତାଙ୍କୁ ଭେଟି ସେମାନଙ୍କୁ ସୁରକ୍ଷା ଓ ସେମାନଙ୍କ ସେଟେଲମେଣ୍ଟ ପଟ୍ଟା ଜମିର ସୁରକ୍ଷା ପାଇଁ ନିବେଦନ କରିଛନ୍ତି। ମଧୁସ୍ମିତା ପରିବାରକୁ ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ ଥାନା ଅଧିକାରୀ ସୁରକ୍ଷା ଦେବା ପାଇଁ ବାରମ୍ବାର ପ୍ରତିଶ୍ରୁତି ଦେଉଥିବାବେଳେ ଆଜି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୋଲିସ ଜମିଜମା ମାମଲାରେ କିଛି ସାହାଯ୍ୟ କରିପାରିବ ନାହିଁ। ପୋଲିସର ଏପରି ନିରବତା ନେଇ ନାନା ପ୍ରଶ୍ନ ଉଠିଛି।
https://www.dharitri.com/allegations-of-concealment/
ଦୋଷ ଲୁଚାଇବାକୁ ଯାଇ ଅଭିଯୋଗ ନୂଆଦିଲ୍ଲୀ, ୯ା୯: ଭାରତୀୟ ସେନା ବେଆଇନ ଭାବେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି)ର ପାଙ୍ଗୁଙ୍ଗଶୋକୁ ଅତିକ୍ରମ କରିଛି ବୋଲି ଚାଇନା ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଭାରତ ମଙ୍ଗଳବାର ଖଣ୍ଡନ କରିଛି। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଚାଇନାର ସରକାରୀ ଗଣମାଧ୍ୟମ (ଗ୍ଲୋବାମ୍ ଟାଇମ୍ସ)ରେ ଭାରତର ସୀମା ଅତିକ୍ରମ ନେଇ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ଭୁଲ୍। ନିଜ ଦୋଷ ଲୁଚାଇବାକୁ ଯାଇ ଚାଇନା ଭାରତ ବିରୋଧରେ ଆଣିଥିବା ଅଭିଯୋଗରୁ ଦୂରେଇ ରହିବାକୁ ନୂଆଦିଲ୍ଲୀ ପକ୍ଷରୁ ବେଜିଂକୁ ଚେତାବନୀ ଦିଆଯାଇଛି। ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ, ଚାଇନା ସେନା ମଙ୍ଗଳବାର ସକାଳେ ବିବାଦୀୟ ଲଦାଖ୍ ଅଞ୍ଚଳରେ ପ୍ରଥମେ ଗୁଳିମାଡ଼ କରିଥିଲା। ସେନା ମୁଖ୍ୟ ଜେନେରାଲ ମନୋଜ ନରଓ୍ବାଣେ ଲଦାଖର ଦକ୍ଷିଣରେ ଚାଇନା ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଜଣାଇ ଦେଇଛନ୍ତି। ମିଳିଥିବା ଖବରରୁ ଜଣାପଡ଼ିଛି ଯେ, ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍ଏ) ପ୍ରଥମେ ସୋମବାର ଏଲ୍ଏସିର ଫରଓ୍ବାର୍ଡ ପୋଜିଶନ୍ରେ ଆକ୍ରମଣ କରିଥିଲା। କିନ୍ତୁ ପିଏଲ୍ଏ ମିଛରେ ଭାରତୀୟ ସେନା ବିରୋଧରେ ଅଭିଯୋଗ ଆଣିଛି। ଏଲ୍ଏସିରେ କିଭଳି ଉତ୍ତେଜନା ହ୍ରାସ କରାଯାଇପାରିବ ସେ ଦିଗରେ ଭାରତ ସର୍ବାଧିକ ସତର୍କତା ଅବଲମ୍ବନ କରିଚାଲିଛି। କୌଣସି ଭାବେ ଭାରତ ଏଲ୍ଏସି ଅତିକ୍ରମ କରିନାହିଁ କିମ୍ବା ଆକ୍ରମଣ କରିନାହିଁ। ବରଂ ପିଏଲ୍ଏ ମୁଖପାରୀ ଅଞ୍ଚଳର ସାଉଥ୍ ବ୍ୟାଙ୍କ୍ ନିକଟରେ ସୋମବାର ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ଭାରତୀୟ ସୀମା ଆଡ଼କୁ ମାଡ଼ିଆସିଥିଲା। ପିଏଲ୍ଏର ଉଦ୍ୟମକୁ ଭାରତୀୟ ସେନା ପଣ୍ଡ କରିବା ପରେ ଚାଇନା ଗଣମାଧ୍ୟମରେ ଭାରତ ବିରୋଧରେ ମିଛ ଅଭିଯୋଗ ଅଣାଯାଇଛି। ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିବାଲାଗି ଚାଇନା ଗଣମାଧ୍ୟମ ଭାରତୀୟ ସେନା ବିରୋଧରେ ମିଥ୍ୟା ଅଭିଯୋଗ କରୁଥିବା ଏହି ଘଟଣାରୁ ସ୍ପଷ୍ଟ ଜଣାପଡ଼ିଛି। ସେନା ମୁଖପାତ୍ରଙ୍କ କହିବା ଅନୁଯାୟୀ, ଭାରତୀୟ ସେନା ଏଲ୍ଏସିରେ ଶାନ୍ତି ବଜାୟ ରଖିବା ଲାଗି କାର୍ଯ୍ୟ କରୁଛି। ଏଲ୍ଏସିରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଲାଗି ଭାରତ ସର୍ବଦା ପ୍ରତିଶ୍ରୁତିବଦ୍ଧ। କିନ୍ତୁ ଦେଶର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି ହେଲେ ସେନା ଏହାର ଦୃଢ଼ ଜବାବ ଦେବ ବୋଲି ନୂଆଦିଲ୍ଲୀ ପକ୍ଷରୁ ବେଜିଂକୁ ଜଣାଇ ଦିଆଯାଇଛି। ସାଉଥ୍ ବ୍ୟାଙ୍କ୍ ନିକଟରେ ଦୁଇ ଦେଶ ମଧ୍ୟରେ ଅଗଷ୍ଟ ୨୯ ଓ ୩୦ ମଧ୍ୟରାତ୍ରିଠାରୁ ଉତ୍ତେଜନା ଲାଗି ରହିଛି। ପିଏଲ୍ଏ ବେଆଇନ ଭାବେ ଏଲ୍ଏସି ଅତିକ୍ରମ କରିବାକୁ ଉଦ୍ୟମ କରିବା ପରେ ଭାରତୀୟ ସେନା ତାହାକୁ ଭଣ୍ଡୁର କରିଦେଇଥିଲା। ଫଳରେ ଥାକୁଙ୍ଗରୁ ରେଚିନ୍ ଲା ଏବଂ ଚୁସୁଲ୍ ସେକ୍ଟରର କେତେକ ଅଞ୍ଚଳକୁ ଭାରତୀୟ ସେନା ଅକ୍ତିଆର କରିଥିବା ସେନା ମୁଖପାତ୍ର କହିଛନ୍ତି। ହେଲେ ପିଏଲ୍ଏର ମନ୍ଦ ଉଦ୍ଦେଶ୍ୟ ଧରାପଡ଼ିଯିବା ପରେ ଚାଇନା ଗଣମାଧ୍ୟମରେ ଭାରତ ବିରୋଧୀ ଅପପ୍ରଚାର କରାଯାଉଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
https://www.dharitri.com/the-fifth-phase-of-ratha-katha-reached-puri/
ପୁରୀରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟ ରଥକାଠ ପୁରୀ ଅଫିସ,୨୫।୪: ପୁରୀରେ ପଞ୍ଚମ ପର୍ଯ୍ୟାୟ ରଥକାଠ ସୋମବାର ପହଞ୍ଚିଛି। ଦୁଇଟି ଟ୍ରକରେ ନୟାଗଡ ଓ ବୌଦ୍ଧ ବନଖଣ୍ଡରୁ ୧୧୪ ଖଣ୍ଡ ରଥକାଠ ଆସିଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୨୨୮ ଖଣ୍ଡ ରଥକାଠ ପୁରୀରେ ପହଞ୍ଚିଥିବା ବେଳେ ପର୍ଯ୍ୟାୟ କ୍ରମେ ରଥକାଠ ଆସି ପହଞ୍ଚିଯିବ ବୋଲି ବରିଷ୍ଠ ରଥ ତତ୍ତ୍ବାବଧାରକ କହିଛନ୍ତି। ସେପଟେ ମେ’୩ରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।
https://www.dharitri.com/underworld-don-chhota-rajan-deth-in-corona/
କରୋନାରେ ଆଖି ବୁଜିଲେ ଅଣ୍ଡରଓ୍ବାର୍ଲଡ ଡନ ଛୋଟା ରାଜନ ନୂଆଦିଲ୍ଲୀ, ୭।୫: ଅଣ୍ଡରଓ୍ବାର୍ଲଡ ଡନ ଛୋଟା ରାଜନ କରୋନାରେ ଆଖି ବୁଜି ଛନ୍ତି। କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରାଜନଙ୍କ ମୃତ୍ୟୁ ଘଟିଛି। ତିହାର ଜେଲରେ ଥିବା ବେଳେ ସେ କରୋନା ସଂକ୍ରମିତ ହୋଇଥିଲା। ଏପ୍ରିଲ ଶେଷ ସପ୍ତାହରେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ, ୨୦୧୫ରେ ତାଙ୍କୁ ଇଣ୍ଡୋନେସିଆର ବାଲିରୁ ଗିରଫ କରାଯାଇଥିଲା। ଇଣ୍ଡୋନେସିଆ ସରକାର ତାଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିଥିଲେ। ସେ ଭାରତକୁ ଆସିବା ଦିନଠାରୁ ତିହାର ଜେଲରେ ଥିଲେ। ତାଙ୍କ ନାମରେ ଏକାଧିକ ଆପରାଧିକ ମାମଲା ରହିଛି ।
https://www.dharitri.com/suresh-rainas-uncle-dies-aunt-critical-after-attack-by-unidentified-assailants-in-pathankot/
ପଠାନକୋଟରେ ସୁରେଶ ରାଇନାଙ୍କ ପରିବାର ଉପରେ ଆକ୍ରମଣ: ପିଉସା ମୃତ, ଜୀବନମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ପିଉସୀ ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ପିଉସୀଙ୍କ ପରିବାରକୁ ଅଜଣା ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଘଟଣାରେ ତାଙ୍କର ପିଉସାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ସଦସ୍ୟ ଗୁରୁତର ଅଛନ୍ତି। ଅଗଷ୍ଟ ୧୯ ତାରିଖରେ ପଠାନକୋଟର ଧରିୟାଲ ଗ୍ରାମରେ ଏହି ଅଘଟଣ ଘଟିଛି। ପେସାରେ କଣ୍ଟ୍ରାକ୍ଟର ଥିବା ରାଇନାଙ୍କ ପିଉସା ଅଶୋକ କୁମାରଙ୍କ ପରିବାର ଛାତ ଉପରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣକରି ଫେରାର ହୋଇଯାଇଥିଲେ। ଏଥିରେ ଅଶୋକଙ୍କ ମୃତ୍ୟୁ ଘଟିଥିଲା। ଅପରପକ୍ଷେ ପିଉସୀ ଆଶାଦେବୀ ଗୁରୁତର ଭାବେ ଆହତ ହୋଇଥିଲେ। ସେ ଏବେ ଡାକ୍ତରଖାନାରେ ଜୀବନମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସେହିଭଳି ତାଙ୍କ ପୁଅ କୌଶଳ କୁମାର(୩୨), ଅପିନ କୁମାର(୨୪), ଶାଶୁ ସତ୍ୟା ଦେବୀ(୮୦) ମଧ୍ୟ କ୍ଷତାକ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କରେ ରାଇନାଙ୍କ ପକ୍ଷରୁ କୌଣସି ଆଧିକାରିକ ବୟାନ ଆସି ନ ଥିଲେ ହେଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ଆକ୍ରମଣକାରୀଙ୍କ ବିଷୟରେ ସୁରାକ ମିଳିପାରିନାହିଁ। ପ୍ରକାଶ ଥାଉ କି, ଚଳିତ ଆଇପିଏଲ୍ ପାଇଁ ୟୁଏଇ ଗସ୍ତ କରିଥିବା ରାଇନା ଭାରତ ଫେରି ଆସିଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସର ସିଇଓ ଶନିବାର ଏନେଇ ଟୁଇଟ୍ କରି ସୂଚନା ଦେଇଥିଲେ। ଏହା ପଛରେ ବ୍ୟକ୍ତିଗତ କାରଣ ଥିବା କୁହାଯାଉଥିଲା। ଏବେ ଏହି ଘଟଣା ସାମ୍ନାକୁ ଆସିବା ପରେ ରାଇନା ଆଇପିଏଲ୍ ନ ଖେଳିବା ପଛରେ ଏହି କାରଣ ରହିଥିବା ଚର୍ଚ୍ଚା ହେଉଛି।
https://www.dharitri.com/son-refused-to-crematory-his-mother/
ମା’ଙ୍କ ଶବଦାହ ପାଇଁ ମନା କରିଦେଲା ପୁଅ ବରଗଡ଼ ଅଫିସ୍,୧୧।୯: ନୂଆଁଖାଇରେ ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର ହୋଇପଡ଼ି ଥିବାବେଳେ ବରଗଡ଼ ସହର ପୁରୁଣା ବସ୍ଷ୍ଟାଣ୍ଡ ପଛପଟେ ଥିବା ଝୁମ୍ପୁଡ଼ିପଡ଼ାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ସତ୍କାର ପାଇଁ କେହି ଆତ୍ମୀୟ ସ୍ବଜନ ନ ପହଞ୍ଚିବାରୁ ଏଠାରେ ମୃତା ମଳି ମିର୍ଦ୍ଧା(୬୦)ଙ୍କ ମୃତଦେହ ଦୀର୍ଘ ୧୫ଘଣ୍ଟା ଧରି ପଡ଼ି ରହିଥିଲା। ଖବର ପାଇ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ସ୍ବେଚ୍ଛାସେବୀମାନେ ନୂଆଁଖାଇ ପାଳନ ଛାଡ଼ି ମୃତାଙ୍କ ଘରେ ପହଞ୍ଚିଥିଲେ। ପରେ ମୃତଦେହ ସ୍ଥାନୀୟ ଜୀରାନଦୀ କୂଳକୁ ନେଇ ସତ୍କାର କରିଥିଲେ । ପ୍ରକାଶ ଯେ, ମୃତା ବୃଦ୍ଧା ଦୀର୍ଘଦିନ ଧରି ଶଯ୍ୟାଶାୟୀ ଥିଲେ। ଶୁକ୍ରବାର ସନ୍ଧ୍ୟା ୬ଟାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁଶଯ୍ୟାରେ ତାଙ୍କ ସ୍ବାମୀ ମୁକୁନ୍ଦ ଏବଂ ଝିଅ ସଞ୍ଜୁ ଉପସ୍ଥିତ ଥିଲେ । ମଳିଙ୍କ ମୃତ୍ୟୁ ପରେ ଅନ୍ୟତ୍ର ରହୁଥିବା ତାଙ୍କ ପୁଅଙ୍କୁ ସୂଚନା ଦିଆଯାଇଥିଲା । ମାତ୍ର ମାଆଙ୍କ ମୃତ୍ୟୁଖବର ପାଇବା ସତ୍ତ୍ବେ ନୂଆଁଖାଇ ଆଳ ଦେଖାଇ ସେ ଆସି ପାରିବେ ନାହିଁ ବୋଲି କହିଥିବା ମୃତା ମଳିଙ୍କ ଝିଅ ସଞ୍ଜୁ କହିଛନ୍ତି । ଏହାପରେ ସ୍ଥାନୀୟ ଲୋକେ ସଂକଳ୍ପ ପରିବାରକୁ ସୂଚନା ଦେଇଥିଲେ । ଖବର ପାଇ ଶନିବାର ପୂର୍ବାହ୍ନ ପ୍ରାୟ ୯ଟାରେ ଅନୁଷ୍ଠାନର ବିକାଶ ଅଗ୍ରୱାଲ, ଜି. ରମେଶ, ନିଧାନ ଦନ୍ତା, ସନ୍ତୋଷ ଦନ୍ତା, ସନ୍ତୋଷ ସାହୁ ପ୍ରମୁଖ ମୃତାବୃଦ୍ଧାଙ୍କ ଘରକୁ ପହଞ୍ଚିଥିଲେ ଏବଂ ମୃତଦେହ ନେଇ ଜୀରାନଦୀ କୂଳ ସ୍ବର୍ଗଦ୍ୱାରରେ ଦାହ କରିଥିଲେ।
https://www.dharitri.com/possibility-of-rain-in-low-depression/
ପୁଣି ଲଘୁଚାପ, ପ୍ରବଳ ବର୍ଷିବ ଭୁବନେଶ୍ୱର, ୧୪।୧୧(ବ୍ୟୁରୋ): ଥାଇଲାଣ୍ଡ ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଶନିବାର ଏକ ଲଘୁଚାପ ସୃଷ୍ଟି ହୋଇଛି। ୧୫ ତାରିଖ ସୁଦ୍ଧା ଏହା ଆଣ୍ଡାମାନ ଉପକୂଳରେ ପହଞ୍ଚତ୍ବ। ପରେ ଏହା ଅବପାତର ରୂପ ନେଇ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ୧୮ ତାରିଖ ସାରେ ଅତିକ୍ରମ କରିବ। ଏହି ସମୟରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ମଧ୍ୟ ହୋଇପାରେ। ଏହା ପ୍ରଭାବରେ ଆନ୍ଧ୍ର ପ୍ରଦେଶ ସହ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ହେବ ଓ ଉପକୂଳ ଜିଲାଗୁଡ଼ିକରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ୪୦ କି.ମି.ରୁ କମ୍ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ବାରଣ କରାଯାଇଛି। ମତ୍ସ୍ୟଜୀବୀମାନେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ୧୬ରୁ ୧୮ ତାରିଖ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରୁ ୧୭ ଓ ୧୮ତାରିଖରେ ସମୁଦ୍ର ଭିତରକୁ ନ ଯିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ଶୁକ୍ରବାରରୁ ଶନିବାର ସକାଳ ସାଢ଼େ ୮ଟା ମଧ୍ୟରେ ଛତ୍ରପୁରରେ ସର୍ବାଧିକ ୧୩୭.୬ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ପୁରୀ ୧୨୪, ଗୋପାଳପୁର ୧୦୦.୪, ନୟାଗଡ଼ ୮୫, ଦାରିଙ୍ଗବାଡ଼ି ୪୬, ଭୁବନେଶ୍ୱରରେ ୩୩ ମିମି ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁରୀ, ଜଗତ୍ସିଂହପୁର, ଗଞ୍ଜାମ, କଟକ, ଖୋର୍ଦ୍ଧା ଓ ନୟାଗଡ଼ରେ ପ୍ରବଳ ବର୍ଷା ହେବ। ତେବେ ୧୫ ଓ ୧୬ ତାରିଖରେ ବର୍ଷାର ସମ୍ଭାବନା ନାହିଁ। ୧୭ରୁ ୧୮ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ହେବ। ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯିବା ସହିତ ସତର୍କ ରହିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍ଆର୍ସି) ଶନିବାର ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି।
https://www.dharitri.com/ଇତିହାସ-ରଚିଲା-ଇସ୍ରୋ-ଚନ୍ଦ୍/
ପୃଥିବୀ କକ୍ଷରେ ଚନ୍ଦ୍ରୟାନ-୨; ଇତିହାସ ରଚିଲା ଇସ୍ରୋ ଶ୍ରୀହରିକୋଟା,୨୩।୭: ଭାରତର ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରୟାନ-୨ ସୋମବାର ଅପରାହ୍ନ ୨ଟା ୪୩ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍କ୍ଷେପଣ କରାଯାଇଛି। ଜିଏସ୍ଏଲ୍ଭି ମାର୍କ-୩ ବାହୁବଳୀ ରକେଟରେ ଏହାର ଉତ୍କ୍ଷେପଣ ହୋଇଛିି। ଏହା ସେପ୍ଟେମ୍ବର ୬ରେ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ ଅବତରଣ କରିବ। ପୃଥିବୀକୁ ଚନ୍ଦ୍ରର ଉତ୍ତର ପାର୍ଶ୍ୱ ଦେଖାଯାଇଥାଏ। ଏହାର ଦକ୍ଷିଣ ପାର୍ଶ୍ୱରେ କମ୍ ଆଲୋକ ପଡୁଥିବାରୁ ଏହା ଅନ୍ଧାର ଭଳି ଦେଖାଯାଇଥାଏ। ପ୍ରଥମ ମହାକାଶ ଯାନ ଭାବେ ଚନ୍ଦ୍ରୟାନ-୨ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱ ସମ୍ପର୍କରେ ତଥ୍ୟ ପ୍ରେରଣ କରିବ। ଏହି ତଥ୍ୟ ଭବିଷ୍ୟତ ଚନ୍ଦ୍ର ମିଶନ ପାଇଁ ବେଶ୍ ସହାୟକ ହୋଇପାରିବ ବୋଲି କୁହାଯାଉଛି। ୪୪ ମିଟର ଉଚ୍ଚତା ବିଶିଷ୍ଟ ଚନ୍ଦ୍ରୟାନ-୨ରେ ଥିବା ଓର୍ବିଟରର ଲମ୍ବ ୨.୫ ମିଟର। ଏହାର ଓଜନ ୩୫ ଶହ କିଗ୍ରା ରହିଛି। ସେହିପରି ଏଥିରେ ଥିବା ଲାଣ୍ଡର ବିକ୍ରମର ଲମ୍ବ ୩.୫ ମିଟର ରହିଛି। ଏହାର ଓଜନ ୧୪ ଶହ କିଗ୍ରା। ଏଥିରେ ଥିବା ରୋଭର ପ୍ରଜ୍ଞାର ଲମ୍ବ ଏକ ମିଟର ଏବଂ ଏହାର ଓଜନ ୨୭ କିଗ୍ରା ରହିଛି। **ଚନ୍ଦ୍ରୟାନ-୨ର ବିଶେଷତ୍ୱ** ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିବାର ଏହା ପ୍ରଥମ ମିଶନ୍। ନିଜସ୍ବ ଜ୍ଞାନକୌଶଳରେ ଚନ୍ଦ୍ରୟାନ-୨କୁ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ଭାରତର ଏହା ପ୍ରଥମ ପ୍ରୟାସ । ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡ୍ କରିବାରେ ଆମେରିକା, ରୁଷିଆ ଓ ଚାଇନା ପରେ ଭାରତ ବିଶ୍ୱର ଚତୁର୍ଥ ଦେଶ। **ଅର୍ବିଟର:** ଏହାର ଓଜନ ୨,୩୭୯ କିଲୋଗ୍ରାମ। ଏଥିରେ ୮ଟି ପେଲୋଡ୍ ରହିଛି। ଏହା ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଡିପ୍ ସ୍ପେସ ନେଟ୍ଓ୍ବାର୍କ (ଆଇଡିଏସଏନ)କୁ ତଥ୍ୟ ପଠାଇବ। ଏହାର ଲ୍ୟାଣ୍ଡର ସହ ବି ସମ୍ପର୍କ ରହିବ। ଟେରାଇନ ମ୍ୟାପିଂ କ୍ୟାମେରା ପୂରା ଚନ୍ଦ୍ରର ଏଲିଭେସନ ମଡେଲ ପ୍ରସ୍ତୁତ କରିବ। ଲାର୍ଜ ଏରିଆ ସଫ୍ଟ ଏକ୍ସ-ରେ ସ୍ପେକ୍ଟ୍ରୋମିଟର ଚନ୍ଦ୍ରପୃଷ୍ଠର ବିଭିନ୍ନ ଉପାଦାନ ଉପରେ ପରୀକ୍ଷା କରିବ । ସୋଲାର ଏକ୍ସରେ ମନିଟର-ସୋଲାର ଏକ୍ସରେ ସ୍ପେକ୍ଟ୍ରମର ଇନପୁଟ ଉପଲବ୍ଧ କରାଇବ। **ଲ୍ୟାଣ୍ଡର ବିକ୍ରମ:** ଏହାର ଓଜନ ୧,୪୭୧ କିଲୋଗ୍ରାମ। ପ୍ରତି ସେକେଣ୍ଡରେ ଦୁଇ ମିଟର ଗତି କରିବ। ବେଙ୍ଗାଲୁରୁର ଆଇଡିଏସଏନ ସହ ଅର୍ବିଟର ଓ ରୋଭରର ସମ୍ପର୍କ କରାଇବ। ସରଫେସ ଥର୍ମୋ ଫିଜିକାଲ ଏକ୍ସପେରିମେଣ୍ଟ-ଚନ୍ଦ୍ରର ଥର୍ମାଲ କଣ୍ଡକ୍ଟିିଭିଟି ଉପରେ ତଥ୍ୟ ସଂଗ୍ରହ କରିବ। ଲେଙ୍ଗମ୍ୟୁର ପ୍ରୋବ ଚନ୍ଦ୍ରପୃଷ୍ଠ ସମ୍ପର୍କରେ ଅଧ୍ୟୟନ କରିବ। **ରୋଭର ପ୍ରଜ୍ଞା:** ଏହା ସୌର ଶକ୍ତି ସାହାଯ୍ୟରେ ଏହା ପ୍ରତି ସେକେଣ୍ଡରେ ଏକ ସେଣ୍ଟିମିଟର ଗତି କରିବ। **୨୦୦୩ରୁ ଆରମ୍ଭ ହୋଇଥିଲା ମୁନ୍ ମିଶନ** ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୦୦୦ ଅଗଷ୍ଟ ୧୫ ସ୍ବାଧୀନତା ଦିବସ ବାର୍ତ୍ତାରେ ଚନ୍ଦ୍ରୟାନ ମିଶନ ସମ୍ପର୍କରେ ଘୋଷଣା କରିଥିଲେ। ଭାରତର ଏହି ମୁନ୍ ମିଶନ୍ ୨୦୦୩ରୁ ଆରମ୍ଭ ହୋଇଥିଲା। ୨୦୦୩ ନଭେମ୍ବର: ମୁନ୍ ମିଶନକୁ ସରକାର ଅନୁମୋଦନ କରିଥିଲେ। ୨୦୦୮ ଅକ୍ଟୋବର ୨୨: ଶ୍ରୀହରିକୋଟାର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରୟାନ-୧ ସଫଳତାର ସହ ଉତ୍କ୍ଷେପଣ କରାଯାଇଥିଲା। ୨୦୦୮ ନଭେମ୍ବର ୨୬: ଚନ୍ଦ୍ରୟାନ-୧ରେ ଥିବା ସ୍ବଦେଶୀ ଜ୍ଞାନକୌଶଳଯୁକ୍ତ ଟେରେନ ମ୍ୟାପିଙ୍ଗ୍ କ୍ୟାମେରା ପ୍ରଥମେ କାର୍ଯ୍ୟକ୍ଷମ ହୋଇ ଚନ୍ଦ୍ରପୃଷ୍ଠର ଫଟୋ ଉତ୍ତୋଳନ ପୃଥିବୀକୁ ପଠାଇଥିଲା। ୨୦୦୯ ଅଗଷ୍ଟ ୨୮: ଚନ୍ଦ୍ରାୟନ-୧ ୨ବର୍ଷ କାର୍ଯ୍ୟକ୍ଷମ ରହିବ ବୋଲି ଆଶା କରାଯାଉଥିବାବେଳେ ଏହିଦିନ ହଠାତ ତାହା ସହ ଯୋଗାଯୋଗ ବନ୍ଦ ହୋଇଯାଇଥିଲା। ଏହି ଯାନ ଚନ୍ଦ୍ରର କକ୍ଷପଥରେ ୩୧୨ ଦିନ କାର୍ଯ୍ୟକ୍ଷମ ରହିଥିଲା। ୨୦୦୭ ନଭେମ୍ବର ୧୨: ଚନ୍ଦ୍ରୟାନ-୨ ପ୍ରକଳ୍ପ ଲାଗି ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ରୁଷିଆ ଫେଡେରାଲ ସ୍ପେସ୍ ଏଜେନ୍ସି (ରସ୍କସ୍ମସ୍) ଓ ଇସ୍ରୋ ମଧ୍ୟରେ ରାଜିନାମା ସ୍ବାକ୍ଷର ହୋଇଥିଲା। ୨୦୦୮ ସେପ୍ଟେମ୍ବର ୧୮: ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଉକ୍ତ ମିଶନକୁ ଅନୁମୋଦନ କରାଯାଇଥିଲା। ୨୦୦୯ ଅଗଷ୍ଟ: ଇସ୍ରୋ ଏବଂ ରସ୍କସ୍ମସ୍ ଚନ୍ଦ୍ରୟାନ-୨ର ଡିଜାଇନ୍ ସମ୍ପୂର୍ଣ୍ଣ କରିଥିଲେ। ତେବେ ଲ୍ୟାଣ୍ଡର ନିର୍ମାଣ କରିବାରେ ରୁଷିଆ ବିଳମ୍ବ କରିବାରୁ ଏହାର କାର୍ଯ୍ୟକ୍ରମକୁ ବାରମ୍ବାର ସ୍ଥଗିତ ରଖିବାକୁ ପଡିଥିଲା। ଶେଷରେ ରସ୍କସ୍ମସ୍ ଚୁକ୍ତିନାମାରୁ ଓହରିଯିବାରୁ ଭାରତ ଏକାକୀ ମୁନ୍ ମିଶନ୍କୁ ଆଗେଇନେବାକୁ ନିଷ୍ପତ୍ତି ନେଇଥିଲା। ୨୦୧୯ ଜୁନ୍ ୨୮: ଲଞ୍ଚ ଭେହିକିଲ୍ ଜିଏସ୍ଏଲ୍ଭି ଏମ୍କେ୩-ଏମ୍୧ ଏବଂ ଚନ୍ଦ୍ରୟାନ-୨ରେ ବ୍ୟାଟେରି ସଂଯୋଗ ହୋଇ ଉତ୍କ୍ଷେପଣ ପାଇଁ ପ୍ରସ୍ତୁତ ହୋଇଥିଲା। ୨୦୧୯ ଜୁଲାଇ ୧: ଜିଏସ୍ଏଲ୍ଭି ରକେଟରେ ସଂଯୋଗ ହେବା ଲାଗି ଚନ୍ଦ୍ରୟାନ-୨ ପ୍ରସ୍ତୁତ ହୋଇଥିଲା। ୨୦୧୯ ଜୁଲାଇ ୭: ଜିଏସ୍ଏଲ୍ଭି ଏମ୍କେ୩-ଏମ୍୧କୁ ଲଞ୍ଚ୍ ପ୍ୟାଡ୍କୁ ନିଆଯାଇଥିଲା। ୨୦୧୯ ଜୁଲାଇ ୮: ଉତ୍କ୍ଷେପଣ ପାଇଁ ପ୍ରଥମ ରିହରସାଲ ହୋଇଥିଲା। ୨୦୧୯ ଜୁଲାଇ ୧୫: ଏହି ଦିନ ଚନ୍ଦ୍ରୟାନ-୨ ଉତ୍କ୍ଷେପଣ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖିଥିଲେ। **ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ** ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୨ର ସଫଳ ଉତ୍କ୍ଷେପଣ ପରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ବୈଜ୍ଞାନିକଙ୍କୁ ଦେଶବିଦେଶରୁ ଅଭିନନ୍ଦନର ସୁଅ ଛୁଟୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇ ଚନ୍ଦ୍ରୟାନ-୨ ମହାକାଶ ସମ୍ବନ୍ଧରେ ନୂତନ ଗବେଷଣାତ୍ମକ ତଥ୍ୟ ପ୍ରଦାନ କରିବାରେ ସହାୟକ ହେବ ବୋଲି କହିଛନ୍ତି। ଏହା ୧୩୦କୋଟି ଭାରତୀୟଙ୍କ ସ୍ବପ୍ନକୁ ସାକାର କରିଛି ବୋଲି ନବୀନ ପ୍ରକାଶ କରିଛନ୍ତି। **ଶ୍ରେୟ ନେବାକୁ କଂଗ୍ରେସର ଉଦ୍ୟମ** ଚନ୍ଦ୍ରୟାନ-୨ର ସଫଳ ଉତ୍କ୍ଷେପଣ ପରେ ଏହାର ଶ୍ରେୟ ନେବା ପାଇଁ କଂଗ୍ରେସ ପକ୍ଷରୁ ଉଦ୍ୟମ ହୋଇଛି। ଏହି ପ୍ରକଳ୍ପକୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଞ୍ଜୁରୀ ପ୍ରଦାନ କରିଥିବାରୁ ତାଙ୍କୁ ଶ୍ରେୟ ମିଳିବା ଆବଶ୍ୟକ ବୋଲି କଂଗ୍ରେସ କହିଛି। ଏଥିସହିତ ମହାକାଶ ଗବେଷଣା ପାଇଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ୧୯୬୨ରେ ଇନ୍କୋସ୍ପାର ମାଧ୍ୟମରେ ପାଣ୍ଠି ଯୋଗାଇଦେଇଥିଲେ। ଏହା ପରବର୍ତ୍ତୀ ପର୍ଯ୍ୟାୟରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ରେ ପରିଣତ ହୋଇଥିଲା। ତେଣୁ ଚନ୍ଦ୍ରୟାନ-୨ର ସଫଳତା ନେହେରୁଙ୍କ ପାଖକୁ ଯିବା ଉଚିତ ବୋଲି କଂଗ୍ରେସ କହିଛି। ଅନ୍ୟପକ୍ଷରେ କଂଗ୍ରେସର ଏଭଳି ଉଦ୍ୟମକୁ ଭାଜପା ସମାଲୋଚନା କରିଛି। କଂଗ୍ରେସ ନିମ୍ନ ଧରଣର ମନ୍ତବ୍ୟ ଦେଇ ଭାରତର ଏତେବଡ଼ କାର୍ଯ୍ୟକ୍ରମକୁ ରାଜନୀତିକରଣ କରିଥିବା ଭାଜପା କହିଛି।
https://www.dharitri.com/ସପ୍‌ନାଙ୍କୁ-ନେଇ-ଚିନ୍ତାରେ/
ସପ୍‌ନାଙ୍କୁ ନେଇ ଚିନ୍ତାରେ ଭାଜପା ନୂଆଦିଲ୍ଲୀ,୨୦।୧୦: ନିକଟରେ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିବା ହରିୟାଣାର ଡ୍ୟାନ୍ସର ସପ୍ନା ଚୌଧୁରୀଙ୍କୁ ନେଇ ଏବେ ଭାଜପା ଚିନ୍ତାରେ ପଡିଯାଇଛି। ମଙ୍ଗଳବାର ହରିୟାଣା ବିଧାନସଭାର ନିର୍ବାଚନ ଥିବାବେଳେ ସପ୍ନା ଶନିବାର ଅନ୍ୟଜଣେ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଥିଲେ। ଯାହା ଦଳ ବିରୋଧୀ ହୋଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏବେ ଦାବି ହୋଇଛି। ତେବେ ସପ୍ନା କହିବା କଥା ସେ ଜଣେ ସ୍ବାଧୀନ ପ୍ରାର୍ଥୀ ଥିବାରୁ ସେ ତାଙ୍କ ପାଇଁ ପ୍ରଚାର କରିଛନ୍ତି। ସୂଚନାଯୋଗ୍ୟ, ସପ୍ନା ଏହି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା।
https://www.dharitri.com/alleged-disregard-of-rules-in-promotion-of-teachers/
ଶିକ୍ଷକଙ୍କ ପଦୋନ୍ନତିରେ ନିୟମକୁ ଅଣଦେଖା ଅଭିଯୋଗ ଫୁଲବାଣୀ ଅଫିସ, ୧୩।୫: କନ୍ଧମାଳ ଜିଲାରେ ଶିକ୍ଷକଙ୍କ ପଦୋନ୍ନତିରେ ଦୁର୍ନୀତିର ଗନ୍ଧ ବାରିହୋଇଛି। ପ୍ରାଥମିକ ଶିକ୍ଷକ (ପ୍ରାଇମେରୀ ଟିଚର) ଲେଭେଲ ୪ରୁ ଲେଭେଲ ୩କୁ ପଦୋନ୍ନତିରେ ଥିବା ୨୦୧୯ ଶିକ୍ଷା ନିୟମକୁ ଅଣଦେଖା କରାଯାଇଛି ା ଜିଲା ଶିକ୍ଷାଧିକାରୀ ଏହି କାର୍ଯ୍ୟରେ ଖୋଦ ସମ୍ପୃକ୍ତ ଅଛନ୍ତି ା ଉପଯୁକ୍ତ ନିୟମକୁ ପାଳନ ନ କରି ସେ କିଛି ଶିକ୍ଷକଙ୍କୁ ଏହି ପଦୋନ୍ନତୀ ଦେବାକୁ ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ଏହାର ତଦନ୍ତର ଆବଶ୍ୟକତା ଅଛି ବୋଲି ଶୁକ୍ରବାର ଜିଲା ପ୍ରାଥମିକ ଶିକ୍ଷକମାନେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହିତ ଦାବିପତ୍ର ପ୍ରଦାନ କରିଛନ୍ତି। ଗତ ୧୦ ତାରିଖରେ ଜିଲା ଶିକ୍ଷାଧିକାରୀ ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ଲେଭେଲ ୪ ପ୍ରାଥମିକ ଶିକ୍ଷକରୁ ଲେଭେଲ ୩କୁ ପଦୋନ୍ନତୀ ପାଇଁ ଏକ କାଉନସେଲିଂ ନିମନ୍ତେ ୨୩ ତାରିଖକୁ ଚିଠି ନଂ ୪୦୪୮ରେ ଦିନ ଧାର୍ଯ୍ୟ କରିଛନ୍ତି ା କିନ୍ତୁ ଏହି ବିଷୟରେ ଜିଲା ଶିକ୍ଷାଧିକାରୀଙ୍କୁ ଭେଟି, ପୂର୍ବ ଚୂଡାନ୍ତ ଗ୍ରେଡେସନ ଲିଷ୍ଟରେ ଭୁଲ ରହିଥିବା ନେଇ ଆମେ ଅବଗତ କରିଛୁ ା ଅନେକ ଶିକ୍ଷକ ଏହି ପଦୋନ୍ନତି ପାଇଁ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଅର୍ଜନ କରିଛନ୍ତି ା ହେଲେ ସେମାନେ ଚାକିରୀ(କାର୍ଯ୍ୟରେ) ଥାଇ ଶିକ୍ଷା ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ବିନା ଅନୁମତିରେ ଏହି ଯୋଗ୍ୟତା ହାସଲ କରିଛନ୍ତି, ଯାହା ପ୍ରାଥମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ନୋଟିଫିକେସନ ନଂ ୧୦୬୮୬ ତା ୬ା୫ା୨୦୨୩ରେ ଉଲ୍ଲେଖ ରହିଛି ା କିନ୍ତୁ ଏହି ନିର୍ଦ୍ଦେଶକୁ ଜିଲା ଶିକ୍ଷାଧିକାରୀ ମାନି ନାହାନ୍ତି ା ଯେଉଁମାନଙ୍କୁ ନିୟମ ବହିର୍ଭୂତ ଭାବେ ପଦୋନ୍ନତୀ ପାଇଁ ବଛାଯାଇଛି, ସେମାନଙ୍କୁ ଚୂଡାନ୍ତ ଗ୍ରେଡେସନ ଲିଷ୍ଟରେ ନ ରଖିବାକୁ ଆମେ ଦାବି କରିଛୁ ା ଜିଲା ଶିକ୍ଷାଧିକାରୀ ସମସ୍ତ ନିୟମ ଉଲ୍ଲଂଘନ କରି ପୂର୍ବ ଗ୍ରେଡେସନ ଲିଷ୍ଟକୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରୁଛନ୍ତି ା ଏଥିରେ ସମ୍ପୂର୍ଣ୍ଣ ଭାବେ ଦୁର୍ନୀତି କରାଯାଇଛି, ଯେଉଁଠି ଅନ୍ୟ ଜିଲାର ଶିକ୍ଷାଧିକାରୀ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ଉପଯୁକ୍ତ ପ୍ରମାଣପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ା ତେଣୁ ଏହି ଘଟଣାରେ ଜିଲା ଶିକ୍ଷାଧିକାରୀଙ୍କ ଦ୍ୱାରା ତିଆରି ହୋଇଥିବା ଶିକ୍ଷକଙ୍କ ତାଲିକାର ତଦନ୍ତ କରିବା ସହ ଉପଯୁକ୍ତ ଯୋଗ୍ୟତା ଥିବା ଶିକ୍ଷକଙ୍କ ପଦୋନ୍ନତୀ ପାଇଁ ଏକ ନୂଆ ତାଲିକା ତିଆରି କରିବାକୁ ଶିକ୍ଷକ ବିରେନ୍ଦ୍ର କୁମାର ଦିଗାଲ, ଅଞ୍ଜନ କୁମାର ନାୟକ, ଦେବେନ୍ଦ୍ର ବେହେରା, ଅଜୟ କିଶୋର ଭଞ୍ଜ, ଉଷାରାଣୀ ମିଶ୍ର, ଦୂତିକୃଷ୍ଣ ପଣ୍ଡାଙ୍କ ସହ ଅନ୍ୟମାନେ ପ୍ରକାଶ କରିଛନ୍ତି ା ଏ ନେଇ ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡଙ୍ଗୀଙ୍କୁ ପଚାରିବାରୁ ଯେତେ ବେଳେ ଆମେ ଲିଷ୍ଟ କରିଥିଲୁ ସେତେବେଳେ ବିଇଓଙ୍କୁ କହିଥିଲୁ ା ସେମାନେ ସେତେବେଳେ ଅଭିଯୋଗ କରିବା କଥା ା ଯଦି ଏବେ କହନ୍ତେି ତାହାଲେ ସେହି ଶିକ୍ଷକମାନଙ୍କ ନାଁ କୁହନ୍ତୁ ା ଆମେ ସେମାନଙ୍କ ନାଁ କାଟିବାକୁ ନିର୍ଦ୍ଦେଶକଙ୍କୁ କହିବୁ ବୋଲି ପ୍ରକାଶ କରିଛନ୍ତି ା
https://www.dharitri.com/due-to-this-the-announcement-of-the-bjp-candidate-has-stopped/
ଏହି କାରଣରୁ ଅଟକିଛି ଭାଜପା ପ୍ରାର୍ଥୀ ଘୋଷଣା ପାଟଣା,୧୬ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ଜଗନ୍ନାଥ ନାଏକଙ୍କୁ ବିଜେଡି ପ୍ରାର୍ଥୀ କରିଛି। କଂଗ୍ରେସ ରବିବାର ଏଠାରୁ ୫ଥର ପ୍ରତିନିଧିତ୍ୱ କରିଥିବା ପୂର୍ବତନ ବିଧାୟକ ହୃଷୀକେଶ ନାଏକଙ୍କ ପ୍ରାର୍ଥୀତ୍ୱରେ ମୋହର ମାରିଛି। ନବ ନିର୍ମାଣ କୃଷକ ସଂଗଠନ ଦୀପକ ନାୟକଙ୍କୁ ସ୍ବାଧୀନ ପ୍ରାର୍ଥୀ କରିଛି। ତେବେ ପ୍ରମୁଖ ବିରୋଧୀ ଦଳ ଭାଜପା ଏପର୍ଯ୍ୟନ୍ତ ପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଦଳୀୟ କର୍ମୀମାନେ ନିର୍ବାଚନ ପ୍ରଚାରରେ ପଛରେ ପଡ଼ିଛନ୍ତି। ଭାଜପାରୁ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକ, ପୂର୍ବତନ ଜିଲା ପରିଷଦ ସଦସ୍ୟା ମମିତା ନାଏକ, ପୂର୍ବତନ ସାହାରପଡ଼ା ବ୍ଲକ୍ ଅଧ୍ୟକ୍ଷ ଗୌତମ ନାଏକ ଟିକେଟ ପାଇଁ ଲବି ଚଳାଇଛନ୍ତି। ତେବେ ଚାମ୍ପୁଆର ପ୍ରଭାବଶାଳୀ ନେତା ସନାତନ ମହାକୁଡ଼ ଭାଜପାରେ ଯୋଗ ଦେବା ନେଇ ଆଲୋଚନା ହେଉଛି। ତେଣୁ ପାଟଣା, ଚମ୍ପୁଆ ଓ ତେଲକୋଇ ଭଳି ବିଧାନସଭା କ୍ଷେତ୍ରରେ ଭାଜପା ପ୍ରାର୍ଥୀ ଦେବାରେ ବିଳମ୍ବ କରୁଛି ବୋଲି ଭାଜପାର ଜଣେ ନେତା ନାମ ଗୋପନ ରଖି କହିଛନ୍ତି। ସନାତନ କୁଆଡ଼େ ନିଜ ସମର୍ଥିତ ପ୍ରାର୍ଥୀ ଦେବାକୁ ଚାହୁଁ ଥିବାରୁ ଅଡ଼ୁଆ ସୃଷ୍ଟି ହୋଇଛି।
https://www.dharitri.com/naveens-birthday-was-celebrated/
ନବୀନଙ୍କ ଜନ୍ମଦିନ ପାଳିଲା ସଂଖ୍ୟାଲଘୁ ସେଲ୍‌ ନିଶ୍ଚିନ୍ତକୋଇଲି,୧୬ା୧୦(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡ଼ା ଡାକବଙ୍ଗଳାରେ ନିଶ୍ଚିନ୍ତକୋଇଲି ସଂଖ୍ୟାଲଘୁ ସେଲ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ନବୀନଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିବା ସହ ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ସଂଖ୍ୟାଲଘୁ ସଭାପତି ମିର୍ଜା ଅବଦୁଲ ବେଗ୍,ଜିଲା ଉପସଭାପତି ଜାକିର ଖାଁ, ନୁର୍ ଖାଁ ମୌଲାନା ମୁୁକ୍ତାର କଲାମ ଖାଁ,ବ୍ଲକ ଉପାଧ୍ୟକ୍ଷ ଅଶୋକ ଓଝା,ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି ଯୋଗ ଦେଇଥିଲେ। ଏହି ଅବସରରେ କେକ୍ କଟାଯିବା ସହ ମେଗା ରକ୍ତଦାନ ଶିବିର ହୋଇଛି।
https://www.dharitri.com/ନାବାଳିକାଙ୍କୁ-ଗଣବଳାତ୍କା-4/
ନାବାଳିକାଙ୍କୁ ଗଣବଳାତ୍କାର: ୨ ନାବାଳକଙ୍କ ସମେତ ୩ ଅଟକ ବଣାଇ,୧୮।୧୧(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡ ଲହୁଣୀପଡା ଥାନା ଅନ୍ତର୍ଗତ ଟେନସାବସ୍ତିରେ ଶୁକ୍ରବାର ରାତିରେ ଜଣେ ନାବାଳିକା (୧୪)ଙ୍କୁ ଗଣବଳାତ୍କାର କରାଯାଇଛି। ରବିବାର ଘଟଣାରେ ସମ୍ପୃକ୍ତ ୨ନାବାଳକ ସହ ଜଣେ ଯୁବକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଅଭିଯୁକ୍ତ ଓ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯିବ ବୋଲି ପୋଲିସ କହିଛି। ଶୁକ୍ରବାର ଏକ ନିର୍ବନ୍ଧ ଉତ୍ସବରେ ଯୋଗଦେବା ପାଇଁ ଉକ୍ତ ଅଞ୍ଚଳର ନାବାଳିକା ଯାଇଥିଲେ। ଜଣେ ନାବାଳକ ତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଟେନସା ଡାକବଙ୍ଗଳା ନିକଟକୁ ନେଇଯାଇଥିଲେ। ପରେ ଆଉ ଦୁଇଜଣ ସେଠାରେ ପହଞ୍ଚତ୍ ଥିଲେ। ଶେଷରେ ସମସ୍ତେ ତାଙ୍କୁ ବଳାତ୍କାର କରିଥିଲେ। ଏହି ଘଟଣା ନାବାଳିକାଙ୍କ ପରିବାର ଲୋକେ ଜାଣିବା ପରେ ଶନିବାର ଟେନ୍ସା ଫାଣ୍ଡିରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାକୁ ଗୁରୁତ୍ୱ ଦେଇ ନ ଥିଲା। ପରେ ସ୍ଥାନୀୟ ଅଞ୍ଚଳର ୩୦ରୁ ଊର୍ଦ୍ଧ୍ୱ ମହିଳା ଫାଣ୍ଡି ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ପୋଲିସ ଅଭିଯୋଗକୁ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା। କେଉଁ କାରଣରୁ ପୋଲିସ ଏହି ଘଟଣାକୁ ଚାପି ଦେବାକୁ ଚେଷ୍ଟା କରୁଥିଲା ତାହା ଜଣାପଡିନାହିଁ। ମହିଳାଙ୍କ ଆନ୍ଦୋଳନ ପରେ ପୋଲିସ ଚାପରେ ଏକ ମାମଲା ରୁଜୁ କରିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏ ସଂକ୍ରାନ୍ତରେ ଲହୁଣୀପଡା ଥାନାରେ ଏକ ମାମଲା (ନଂ.୧୨୧/୨୦୧୯) ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଛି ବୋଲି ଉପଖଣ୍ଡ ପୋଲିସ ଅଧିକାରୀ ଅବକାଶ ରାଉତରାୟ ପ୍ରକାଶ କରିଛନ୍ତି। ଅପରପକ୍ଷରେ ପୋଲିସ ପ୍ରଥମରୁ ଏହି ଘଟଣାକୁ ଚାପିଦେବାକୁ ଚେଷ୍ଟା କରୁଥିବାରୁ ତଦନ୍ତର ଦିଗ କୁଆଡେ ଯାଉଛି ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
https://www.dharitri.com/ଆସିକା-ବିଧାୟକ-ପ୍ରାର୍ଥୀ-ମନ-2/
ଆସିକା ବିଧାୟକ ପ୍ରାର୍ଥୀ ମନୋଜ ଜେନା ହତ୍ୟା ମାମଲା: ପୋଲିସ ଏନ୍‌କାଉଣ୍ଟରରେ ୨ ମୁଖ୍ୟ ଅଭିଯୁକ୍ତ ଗିରଫ, ମାଷ୍ଟରମାଇଣ୍ଡଙ୍କୁ ଖୋଜୁଛି ପୋଲିସ ବ୍ରହ୍ମପୁର ଅଫିସ,୧ା୬- ଆସିକା କଂଗ୍ରେସ ବିଧାୟକ ର୍ପ୍ରାଥୀ ମନୋଜ ଜେନାଙ୍କୁ ଗତ ୨୨ ତାରିଖ ରାତ୍ର ସାଢ଼େ ୯ଟା ବେଳେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୬ ଲାଞ୍ଜିପଲ୍ଲୀ ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ଗୁଳିମାଡ଼ ଓ ତଣ୍ଟି କାଟି ହତ୍ୟା କରାଯାଇଥିଲା। ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗୋଳନ୍ଥରା ଥାନା ଅମିତ୍ ହସ୍ପିଟାଲ ନିକଟରେ ଶୁକ୍ରବାର ରାତ୍ର ସାଢ଼େ ୧୧ଟାରେ ପୋଲିସ ଦୁଇଜଣଙ୍କୁ ଏନ୍କାଉଣ୍ଟର କରିଛି ସେମାନେ ହେଲେ ଆସିକାର ବୁଲୁ ଓରଫ ଗଣେଶ ନାୟକ (୨୫) ଓ ହୃଷିକେଶ ପାତ୍ର (୨୭)। ଉଭୟଙ୍କ ନାମରେ ୬ଟି ହତ୍ୟା ମାମଲା ରହିଥିବା ନେଇ ଶନିବାର ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସପି ପିନାକ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ଓ ମଦ ବ୍ୟବସାୟ ରହିଥିବା ପୋଲିସ ପ୍ରାଥମିକ ତଦନ୍ତକୁ ଆଧାର କରି ଅନୁମାନ କରୁଛି । ମନୋଜ ହତ୍ୟା ଘଟଣାରେ ୭ ଜଣଙ୍କ ନାଁରେ ଏତଲା ଦାୟର ହୋଇଥିବା ବେଳେ ପୋଲିସ ଦୁଇ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ବୁଲୁ ପ୍ରଥମେ ମନୋଜଙ୍କ ଉପରକୁ ଗୁଳି ଫୁଟାଇବା ପରେ ସେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ହୃଷିକେଶ ମନୋଜଙ୍କୁ ଗୋଡ଼ାଇ କାବୁ କରି ଶେଷରେ ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟି କାଟି ଦେଇଥିଲେ ବୋଲି ଏସପି ମିଶ୍ର କହିଛନ୍ତି। ଉଭୟଙ୍କୁ ଜେରା କରିବା ପରେ ଅଧିକ ତଥ୍ୟ ମିଳିବ ବୋଲି ଏସ୍ପି କହିଛନ୍ତି। ସେହିପରି ଏହି ହତ୍ୟା ଘଟଣା ପଛରେ ଷଡ଼ଯନ୍ତ୍ରକାରୀ ଓ ସୁପାରିକିଲରଙ୍କୁ ଠାବ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ବୋଲି ସେ ପ୍ରକାଶ କରିଛନ୍ତି। ଏହି ହତ୍ୟା ଘଟଣାର ଅପରାଧିଙ୍କୁ ଚିହ୍ନଟ କରିବା ଓ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ସହ ଶୁକ୍ରବାର ଏନକାଉଣ୍ଟର ଘଟଣାରେ ୩ଟି ସ୍ବତନ୍ତ୍ର ଟିମ, ଏଏସ୍ପି ପ୍ରଭାତ ରାଉତରାୟ, ବ୍ରହ୍ମପୁର ଏସଡିପିଓ ବିଷ୍ଣୁ ପ୍ରସାଦ ପତି, ଆସିକା ଏସ୍ଡିପିଓ ଏସ୍ଏମ୍ ପ୍ରଧାନଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଏସପି କହିଛନ୍ତି। ପ୍ରକାଶ ଯେ, ଶୁକ୍ରବାର ରାତ୍ର ସାଢ଼େ ୧୧ଟା ବେଳେ ମନୋଜ ଜେନା ହତ୍ୟା ମାମଲାର ଅଭିଯୁକ୍ତମାନେ ଗୋଳନ୍ଥରା ଦେଇ ଆନ୍ଧ୍ରପ୍ରଦେଶକୁ ଫେରାର ହୋଇଯିବା ପାଇଁ ଉଦ୍ୟମ କରୁଥିଲେ। ଏହାର ଖବର ପାଇ ଏସ୍ପିଙ୍କ ନିର୍ଦ୍ଦେଶରେ ଗୋଷାଣୀ ନୂଆଗାଁ ଥାନାଧିକାରୀ ସୁମିତ କୁମାର ସୋରେନ, ବୈଦ୍ୟନାଥପୁର ଥାନା ଏସ୍ଆଇ କୈଶିକ ମାଝି ଏକ ଟିମ୍ ନେଇ ଅପରାଧିଙ୍କ ପିଛା କରିଥିଲେ। ଅପରାଧିମାନେ ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ନିକଟ ଅମିତ ହସ୍ପିଟାଲ ଜାତୀୟ ରାଜପଥ ଦେଇ ଯାଉଥିବା ବେଳେ ପୋଲିସକୁ ଦେଖି ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଏହାର ଜବାବରେ ପୋଲିସ ପାଲଟା ଫାଇରିଂ କରିଥିଲା । ଫଳରେ ହୃଷିକେଶ ଓ ବୁଲୁଙ୍କ ଗୋଡ଼ରେ ଗୁଳି ବାଜିଥିଲା। ଉଭୟ ଆହତ ହୋଇ ବାଇକରୁ ଖସି ତଳେ ପଡ଼ି ଯାଇଥିଲେ। ସେପଟେ ଅନ୍ୟ ତିନିଜଣ ଅଭିଯୁକ୍ତ ବାଇକ ଧରି ଆନ୍ଧ୍ରପ୍ରଦେଶ ଅଭିମୁଖେ ଚମ୍ପଟ ମାରିଥିଲେ ବୋଲି ଏସପି କହିଛନ୍ତି। ପୋଲିସ ଘଟଣାସ୍ଥଳରୁ ଉଭୟଙ୍କୁ ଗିରଫ କରିଥିବା ବେଳେ ଏକ ଦେଶୀ ପିସ୍ତଲ, ତିନୋଟି ଗୁଳି ଓ ଗୋଟିଏ ବାଇକ ଜବତ କରିଥିଲା। ଉଭୟଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ସେମାନଙ୍କୁ ଏମ୍କେସିିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଶନିବାର ଖବରଦାତା ସମ୍ମିଳନୀରେ ଏସ୍ପି ମିଶ୍ରଙ୍କ ସମେତ ଅତିରିକ୍ତ ଏସ୍ପି ପ୍ରଭାତ ରାଉତରାୟ, ଆସିକା ଏସ୍ଡିପିଓ ଏସ୍ଏମ୍ ପ୍ରଧାନ ଉପସ୍ଥିତ ଥିଲେ।
https://www.dharitri.com/1-rupee-coins-and-10-rupee-coins-are-not-in-circulation-in-the-market/
ଅଚଳ ହେଉଛି ଏକଟଙ୍କିଆ, ଦଶ ଟଙ୍କିଆ ମୁଦ୍ରା ପାରଳାଖେମୁଣ୍ଡି, ୯ା୪(ଗିରିଧାରୀ ପରିଛା):ବଜାରରେ ଚାଲୁ ନାହିଁ ୧ ଟଙ୍କିଆ, ୧୦ ଟଙ୍କିଆ ମୁଦ୍ରା, ମୁଖ୍ୟତଃ ଗଜପତି ଜିଲାରେ ଏହିସବୁ ମୁଦ୍ରା ଅଚଳ ହୋଇପଡ଼ିଛି। ଯାହା ଦ୍ୱାରା ଖୁଚୁରା ବ୍ୟବସାୟରେ ଅନେକ ସମସ୍ୟା ଦେଖାଦେଇଛି। ସରକାର ଏହିସବୁ ମୁଦ୍ରା ପ୍ରଚଳନ ଜାରି ରଖିଥିବା ସତ୍ତ୍ୱେ ଏହାକୁ ଗ୍ରହଣ କରୁନାହାନ୍ତି ବ୍ୟବସାୟୀ। ଫଳରେ ଅନେକ ସମୟରେ ଏହାକୁ ନେଇ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଚଳ ହୋଇଛି ସଚଳ ଟଙ୍କା, ଅଘୋଷିତ ବେଆଇନ ଖୁଚୁରା। ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶନାମାକୁ ବେଖାତିର କରି ବ୍ୟାଙ୍କ ଶାଖାରେ ମଧ୍ୟ ଏହି କଏନକୁ ଗ୍ରହଣ କରୁ ନ ଥିବା ଅଭିଯୋଗ ଖୁଚୁରା ବ୍ୟବସାୟୀ ଓ ଜନସାଧାରଣ କରିଛନ୍ତି । ସାଧାରଣ ଜିନିଷର କିଣାବିକାର ସୁବିଧା ଦୃଷ୍ଟିରୁ ସରକାର ଏକ ଟଙ୍କା ଦୁଇ ଟଙ୍କା ପାଞ୍ଚ ଓ ଦଶ ଟଙ୍କିଆ ମୁଦ୍ରା ପ୍ରଚଳିତ କରିଛନ୍ତି। ଯାହାଦ୍ୱାରା ବଜାରରେ ଟଙ୍କା ବିନିମୟରେ ସୁବିଧା ଓ ସହଜ ହୋଇପାରିବ। ହେଲେ ସମସ୍ତ ଖୁଚୁରାକୁ ସରକାରଙ୍କ ତରଫରୁ ବେଆଇନ କରାଯାଇ ନ ଥିଲେ ମଧ୍ୟ କୌଣସି ଏକ ଗୁଜବ ଲାଗି ଏବେ ଜିଲାରେ ଏହା ବ୍ୟବହାର ହୋଇପାରୁନାହିଁ। ଏମିତି କି ଏହି ସବୁ ଖୁଚୁରାକୁ କୌଣସି ଭିକାରୀ ମଧ୍ୟ ଗ୍ରହଣ କରୁନାହାନ୍ତି। ତେବେ ଅଞ୍ଚଳରେ କଏନର ପ୍ରଚଳନ ନେଇ ଦେଖାଦେଇଥିବା ସମସ୍ୟା ଯୋଗୁ ଆଗକୁ ସହର ବଜାରରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ସ୍ବତନ୍ତ୍ର ଦୃଷ୍ଟିଦେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଏହି ସବୁ ମୁଦ୍ରାକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଦୂର କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ପ୍ରଶାସନ ଆଗେଇ ଆସିବା ଆବଶ୍ୟକ।
https://www.dharitri.com/ରାଜ୍ୟକୁ-ଫେରିଛନ୍ତି-୩-ଲକ୍ଷ/
ରାଜ୍ୟକୁ ଫେରିଛନ୍ତି ୩ ଲକ୍ଷ ଓଡ଼ିଆ ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟକୁ ୨ଶହ ଶ୍ରମିକ ସ୍ପେଶାଲ ଟ୍ରେନ୍ରେ ୩ ଲକ୍ଷ ଓଡ଼ିଆ ଫେରିଛନ୍ତି। ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି। ସମସ୍ତଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ସହ ସେମାନଙ୍କୁ ଜିଲାକୁ ପଠାଯାଇଛି। ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍ରେ ରହିବାର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିବାର ଟୁଇଟ୍ କରି ସୂଚନା ଦିଆଯାଇଛି।
https://www.dharitri.com/the-company-is-a-chicken-farm/
କମ୍ପାନୀ କବଳରେ କୁକୁଡ଼ା ଚାଷୀ କେନ୍ଦ୍ରାପଡ଼ା ଅଫିସ, ୧।୬: ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ, ବ୍ୟାଙ୍କ ଜରିଆରେ ଯୁବଗୋଷ୍ଠୀଙ୍କୁ କୁକୁଡା ଚାଷ ପାଇଁ ଋଣ ଆଣି ଯୋଗାଇ ଦେଉଛନ୍ତି। କୁକୁଡା ଚାଷ କରି ଦୁଇ ପଇସା ରୋଜଗାର କଲେ ପରିବାର ପ୍ରତିପୋଷଣରେ ସହାୟକ ହେବ ବୋଲି ଆଶା ବାନ୍ଧିଛନ୍ତି। ହେଲେ ଦାନା, ଚିଅଁା ଓ ଔଷଧ ଯୋଗାଉଥିବା କମ୍ପାନୀ କବଳରେ କୁକୁଡା ଚାଷୀ ପଡିଛନ୍ତି। ଫଳରେ ସେମାନେ ଚାଷ କରି ଦୁଇ ପଇସା ଲାଭ କରିବା ବଦଳରେ କ୍ଷତି ସହୁଛନ୍ତି। ସହରାଞ୍ଚଳ, ଗ୍ରାମାଞ୍ଚଳର ଛକ ବଜାରରେ ବହୁ ସଂଖ୍ୟାରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଖୋଲିଛି। କେଜି ପ୍ରତି ୨୫୦ ଟଙ୍କାରେ ମାଂସ ବିକ୍ରି ହେଉଛି। ଏହାସତ୍ତ୍ୱେ କୁକୁଡା ଚାଷୀଙ୍କୁ ଲାଭ ମିଳୁନି। ବାହାର ଓ ଓଡ଼ିଶାର କେତେଗୋଟି କମ୍ପାନୀ ହାତକୁ ଏହି ବ୍ୟବସାୟ ଚାଲିଯାଇଛି। ଏପରି କି ଆର୍ଥିକ ପରିସ୍ଥିତି ସୁଧାରିବାକୁ କୁକୁଡା ଫାର୍ମ କରିଥିବା ଯୁବଗୋଷ୍ଠୀ ଏହି କମ୍ପାନୀ ହାତରେ ବନ୍ଧା ପଡିଛନ୍ତି। ଏଭଳି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲାର କୁକୁଡା ଚାଷୀଙ୍କ କ୍ଷେତ୍ରରେ ବୋଲି ଅଭିଯୋଗ ହେଉଛି। ଏ ସମ୍ପର୍କରେ ଇନ୍ଦୁପୁରର କାଳିଆ ସାମନ୍ତରାୟ, କଂସାର ଗଁାର ଶୁଭାଶିଷ ଜେନା, ପାଖଡ ଗଁାର ରମାକାନ୍ତ ମଲ୍ଲିକ, ବାରିମୂଳର ସେକ୍ ହସନ ପ୍ରମୁଖ କୁକୁଡା ଫାର୍ମ ମାଲିକ କହିଛନ୍ତି, କୁକୁଡା ଦର ନିୟନ୍ତ୍ରଣରେ ପ୍ରଶାସନର କୌଣସି ଭୂମିକା ରହୁନାହିଁ। ଫଳରେ କମ୍ପାନୀ କର୍ତ୍ତୃପକ୍ଷ ମନଇଚ୍ଛା ଲାଭ ଉଠାଉଛନ୍ତି। ସେମାନେ କହିଛନ୍ତି, ଆନ୍ଧ୍ର, ଛତିଶଗଡର ବଡ ବଡ କୁକୁଡା ବ୍ୟବସାୟୀ ଓଡ଼ିଶାରେ ଅର୍ଥ ଖଟାଇଛନ୍ତି। ଓଡ଼ିଶାର ଦୁଇ ତିନୋଟି କମ୍ପାନୀ ମଧ୍ୟ ଏହି କାରବାରରେ ସାମିଲ ହୋଇଛନ୍ତି। ଏହି କମ୍ପାନୀମାନେ ଚିଅଁାଠାରୁ ଆରମ୍ଭ କରି ଦାନା ଓ ଔଷଧ ଆଦି ଯୋଗାଇଥାନ୍ତି। ଚାଷୀ କେବଳ ଫାର୍ମ ଘର, ବିଜୁଳି, ପାଣି ଓ ମାନବସମ୍ବଳ ବ୍ୟୟ କରୁଛି। ଚାଷୀମାନେ କୁକୁଡା ଫାର୍ମରେ ଦାୟିତ୍ୱର ସହ କୁକୁଡାକୁ ରକ୍ଷଣାବେକ୍ଷଣ କରିବା ପରେ କେଜି ପ୍ରତି ୩ରୁ ୫ଟଙ୍କା ପାଉଛନ୍ତି। କୁକୁଡାର ଦର ବୃଦ୍ଧି ସହ ଚାଷୀଙ୍କ କୌଣସି ସମ୍ପର୍କ ନାହିଁ। ଅର୍ଥ ଖଟାଇଥିବା କମ୍ପାନୀ ଠିକଣା ସମୟରେ ଔଷଧ ଓ ଦାନା ଆଦି ପ୍ରଦାନ କରିଥାନ୍ତି। କୁକୁଡା ପ୍ରାୟ ଦେଢ଼ କେଜି ହୋଇଗଲେ କମ୍ପାନୀ କର୍ତ୍ତୃପକ୍ଷ ତାହାକୁ ସଂଗ୍ରହ କରି ରାଜ୍ୟ ଓ ବାହାର ରାଜ୍ୟକୁ ନେଇ ବିକ୍ରି କରିଥାନ୍ତି। ଚାଷୀଙ୍କୁ କୁକୁଡା ବିକ୍ରି ପାଇଁ କୌଣସି ଅନୁମତି ନାହିଁ। ଚାଷ ଆରମ୍ଭରୁ କମ୍ପାନୀ କର୍ତ୍ତୃପକ୍ଷ ଏ ନେଇ ଚାଷୀଙ୍କ ସହ ଚୁକ୍ତି କରୁଛନ୍ତି। କୁକୁଡ଼ା ଚାଷ କରି ଆତ୍ମନିର୍ଭର ହେବା ପାଇଁ ସରକାରୀ ରିହାତିରେ କୁକୁଡା ଫାର୍ମ କରିଥିଲେ ମଧ୍ୟ ଚାଷୀମାନେ କମ୍ପାନୀ କବଳକୁ ଚାଲି ଯାଇଛନ୍ତି। ଯଦି କୌଣସି ଚାଷୀ କମ୍ପାନୀର ସର୍ତ୍ତ ମାନିବାକୁ ରାଜି ନୁହେଁ, ତେବେ ଏହି କମ୍ପାନୀ କର୍ତ୍ତୃପକ୍ଷ ଚିଆଁଠାରୁ ଆରମ୍ଭ କରି ଔଷଧ, ଦାନା ଆଦିକୁ ଚଢା ଦରରେ କିଣିବାକୁ ବାଧ୍ୟ କରୁଛନ୍ତି। ସରକାରଙ୍କ ନିୟନ୍ତ୍ରଣ ଏହି କମ୍ପାନୀ ଉପରେ ରହୁ ନ ଥିବାରୁ ରାଜ୍ୟବାସୀ କମ୍ପାନୀର ଶସ୍ତା ଅଥବା ଅଧିକ ଦାମରେ ଦେଉଥିବା ମାଂସ କିଣିବାକୁ ବାଧ୍ୟ ହେଉଛନ୍ତି। ବଜାରରେ କୁକୁଡା ମାଂସ ଚାହିଦା ଦ୍ରୁତଗତିରେ ବଢୁଥିବା ବେଳେ ଚାଷୀ ଲାଭ ପାଉନାହାନ୍ତି। ଏଥିପ୍ରତି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।
https://www.dharitri.com/little-happiness/
ଛୋଟ ଛୋଟ ଖୁସି ବନ୍ଧୁ ଶିବାଶିଷ ନିକଟରେ ଫୋନ କଲେ। ଫୋନର କାରଣ ଥିଲା ସେ ଓଡ଼ିଆ ପିଜି ପରୀକ୍ଷାରେ ପାଶ୍ କଲେ। ବହୁତ ହର୍ଷର ସହ ନିଜର ଭାବକୁ ବ୍ୟକ୍ତ କରୁଥିଲେ। ବିଶେଷକରି ରଖିଥିବା ପ୍ରତିଶତକୁ ନେଇ ବେଶ୍ ଖୁସି ଥିଲେ। ମୁଁ ବି ତାଙ୍କ ଖୁସିରେ ବି ସାମିଲ ହୋଇଗଲି। କିଛି ମୁହୂର୍ତ୍ତ ପରେ ସେ ନିଜର ଫୋନ ରଖିଦେଲେ। ଯଦିଓ ଏହି ଶିକ୍ଷାଗତ ଯୋଗ୍ୟତା ତୁରନ୍ତ ତାଙ୍କ ବୃତ୍ତିଗତ ଜୀବନରେ କୌଣସି ସୁଫଳ ଦେବନି। ତଥାପି ସେ ବେଶି ଖୁସି ଥିଲେ। ଏକଥା ସୂଚେଇ ଥିଲେ ହୁଏତ ତାଙ୍କ ଖୁସିରେ ତୁରନ୍ତ ଭଟ୍ଟା ପଡ଼ିଯାଆନ୍ତା। ଜଣେ ଯଦି ଛୋଟ ଖୁସିରେ ବି ଉତ୍ଫୁଲ୍ଲିତ। ଏମିତିରେ ଜୀବନର କିଛି ସମୟକୁ ସୁଖକର କରିପାରୁଛି। ତାକୁ କରିବାକୁ ସୁଯୋଗ ଦେବା ଅନିବାର୍ଯ୍ୟ। ମଣିଷ ଜୀବନରେ ଅନେକ ସମୟରେ ଏମିତି ଅବସର ଆସିଥାଏ। ତାକୁ ଅନୁଭବ କରିବା ମଣିଷର ଧେୟ। କାର୍ରେ ବସି ନ ଥିବା ଲୋକଟିକୁ କାରରେ ବସି ବୁଲିବାର ସୁଯୋଗ ମିଳେ ତ ସେ ଖୁସି ହୋଇଯାଏ। ଗରିବ ଲୋକଟିକୁ ତା’ର ପ୍ରାପ୍ୟ ଜିନିଷ ମିଳିଲେ କୋଟିନିଧି ମିଳିଗଲା ଭଳି ଅନୁଭବ କରେ। ଅଭାବକୁ ଭାବ ମିଳିଲେ, ଦୁଃଖୀକୁ ସୁଖ ମିଳିଲେ ଜୀବନଟା ରସମୟ ହୋଇଯାଏ। ରସର ଫୁଆରା ସୃଷ୍ଟି ହୁଏ। ମନ ଓ ହୃଦୟ ଗୋଟାପଣେ ଉଛୁଳି ପଡ଼େ। ଦୈନନ୍ଦିନ ଜୀବନରେ ମଣିଷ ନିକଟରେ ଏମିତି ଅଜସ୍ର ଛୋଟ ଛୋଟ ଖୁସି ଆସି ପହଞ୍ଚି ଯାଇଥାଏ। ଏଇ ଖୁସି ହୁଏତ କିଛି ସମୟ ପାଇଁ ହୋଇପାରେ ଅବା କିଛି ଦିନ ପାଇଁ ହୋଇପାରେ କିନ୍ତୁ ମଣିଷର ତମାମ ଶରୀରକୁ ଫୂର୍ତ୍ତି ରଖେ। ମନକୁ ଚଞ୍ଚଳ କରେ। ହୃଦୟ ଭରିଯାଏ ଅଜଣା ଭାବରେ। ଏହିତକ ସମୟ ମଣିଷ ଅଜଣା ରାଇଜରେ ଘୂରି ବୁଲେ। ନିଜକୁ ହାଲୁକା ମନେକରେ। ଦୁନିଆର ବାକିତକ ଜଞ୍ଜାଳ ପଛ ହୋଇଯାଏ। ସବୁତକ ଦାୟିତ୍ୱ ଗୁରୁତ୍ୱହୀନ ହୋଇଯାଏ। ଗୋଟିଏ ଅଜବ ନିଶାରେ ଝୁମି ଉଠେ। ଏଇ ଭାବ ମଣିଷକୁ ଆହୁରି ଅଧିକ ସମୟ ବଞ୍ଚିବାକୁ ବଳ ଗୋଟାଏ। ଏସବୁ ସତ୍ତ୍ୱେ ମଣିଷ ଛୋଟ ଛୋଟ ଖୁସିକୁ ଅଣଦେଖା କରିଥାଏ। ଜୀବନରେ ଅଜସ୍ର ଦୁଃଖ ଆଗୁଆ ସୂଚନା ନ ଜଣେଇ ହିଁ ଆସିଯାଏ। ଜୀବନର ଝର୍କା ଡେଇଁ ଆସିଗଲେ ଜୀବନକୁ ନିରସ କରେ। ଜୀବନର ସବୁତକ ରଙ୍ଗ ଛଡ଼େଇ ନିଏ। ସ୍ବାଭାବିକ ଜୀବନକୁ ଅସ୍ତବ୍ୟସ୍ତ କରିଦିଏ। ଜୀବନ ଦୁଃଖର ସାଗର। ଜୀବନ ଦୁଃଖମୟ। ଜୀବନର କଷଟି ପଥରରେ ମୁହୁର୍ମୁହୁଃ ବଞ୍ଚିବାକୁ ପଡ଼େ। ଏସବୁ ଆମେ ଭୁକ୍ତଭୋଗୀ। ସବୁ ମଣିଷର ଜୀବନରେ ଦୁଃଖ ପାହାଡ଼ ଭଳି ଆସି ପଡ଼ିଯାଏ। ମେରୁଦଣ୍ଡକୁ ଭାଙ୍ଗିଦିଏ। ବେଳେବେଳେ ଦୁଃଖକୁ ଏଡ଼େଇ ଯିବା ବି ଭାରି କଷ୍ଟକର ହୋଇପଡ଼େ। ଏମିତି କି ଦୁଃଖର ସମୟରେ ଆପଣାର ଲୋକମାନେ ବି କେଳି କରନ୍ତି। ଦୁଃଖକୁ ଉପଭୋଗ କରନ୍ତି। ଏସବୁ ଦୁଃଖ ଭୋଗୁଥିବା ମଣିଷକୁ ଅସହ୍ୟ କରିଦିଏ। ଅନେକେ ଦୁଃଖରେ ଏମିତି ଭାଙ୍ଗି ପଡ଼ନ୍ତି ଜୀବନ ମରୁମୟ ଲାଗେ। ଜୀବନ ପିତା ହୋଇଯାଏ। ମଣିଷ ଜୀବନର ଦୁଃଖର ସଂଜ୍ଞାକୁ ବ୍ୟାଖ୍ୟା କରିବା ସହଜ ନୁହଁ। କାହାକୁ କେଉଁ ରୂପରେ ଦୁଃଖ ଆସେ ତାହା ବ୍ୟକ୍ତିଗତ ସ୍ତରରେ ଭିନ୍ନ ଭିନ୍ନ ହୋଇଥାଏ। ଏକଥା ସତ ଯେ ଦୁଃଖ ମନ ଓ ହୃଦୟକୁ କୋରି ପକାଏ। ତେବେ କଥା ହେଲା ଜୀବନ ଦୁଃଖର ସାଗରରେ ସବୁବେଳେ ବୁଡ଼ ପକାଇଲାବେଳେ ଆମ ପାଖରେ ପହଞ୍ଚୁଥିବା ଖୁସିକୁ ଅଣଦେଖା କରିବା ଉଚିତ ନୁହଁ। ସୁଖକୁ ସାଉଁଟିବା ଲୋଡ଼ା। ସୁଖ ଆସେ ଅନେକ ଖୁସିର ପସରା ନେଇ। ମହକାଏ ମନ ଅଗଣାକୁ। ଉଚ୍ଚାଟିତ କରେ। ତା’ର ମହମହ ବାସ୍ନାରେ ଚାରିପାଖର ପୃଥିବୀ ମହକିତ ହୁଏ। ମଣିଷ ବାସ୍ନାରେ ବିଭୋର ହୋଇପାରେନା। ସେ ଖୁସିରେ ନିଜକୁ ସାମିଲ କରିପାରେନା। ଏହାର ବଡ଼ କାରଣ ହେଲା ମଣିଷର ଅତି ଆଶା। ବଡ଼ ବଡ଼ ସ୍ବପ୍ନ ଓ ଉଚ୍ଚ ଅଭିଳାଷରେ ବୁଡ଼ି ରହିଥାଏ ମଣିଷ। ସେସବୁ ଲକ୍ଷ୍ୟକୁ ହାସଲ କଲେ ହିଁ ସୁଖକୁ ପ୍ରାପ୍ତି କରିହେବ ବୋଲି ମାନସିକ ସ୍ତରରେ ଧରି ନେଇଥାଏ। ସେଇ ସେଇ ଅବଦମିତ ଲାଲସାକୁ ଚରିତାର୍ଥ କରିବା ଲାଗି ଗୋଟାପଣେ ଲାଗି ପଡ଼ିଥାଏ ସେ। ସେ ନିଶାରେ ନିଜ ପାଖକୁ ଆସୁଥିବା ଛୋଟ ଛୋଟ ସୁଖକୁ ହେୟ ମନେକରେ। ମୂଲ୍ୟହୀନ ଓ ଅର୍ଥହୀନ ମନେକରେ। କିନ୍ତୁ ଅନିଶ୍ଚିତ ଭବିଷ୍ୟତ ପାଖରେ ଛୋଟ ଛୋଟ ଖୁସିର ଗୁରୁ୍ତ୍ୱ ଢେର ଅଧିକା। ବଡ଼ ଖୁସିରେ ବିଭୋର ମଣିଷ ହୁଏତ ଗୋଟେ ଲମ୍ବା ସମୟର ଅପେକ୍ଷାରେ ଜୀବନର ସମସ୍ତ ଖୁସିକୁ ଅପାଂକ୍ତେୟ ମନେକରେ। ହୁଏତ ସେଇ ସୁଖ ନାମ୍ନୀ ପକ୍ଷୀକୁ ଧରିବାର ଲୋଭରେ ଜୀବନ ବି ଚାଲିଯାଏ। ଅଥଚ ଜୀବନର ଖୁସିକୁ ଅନୁଭବ କରିବା ସମ୍ଭବ ହୋଇପାରେନା। ବ୍ୟସ୍ତବହୁଳ ତଥା ଦୁଃଖ ଓ ଯନ୍ତ୍ରଣାମୟ ଜୀବନରେ ଛୋଟ ଛୋଟ ଖୁସି ଏକ ମହୌଷଧି ଭଳି କାମ କରେ। ଏକଥାକୁ ଯିଏ ବୁଝେ ସେ ଜୀବନରେ ସୁଖୀ ମଣିଷ ବୋଲାଯାଏ। ନିତିଦିନ ନିଜ ପାଖକୁ ପହଞ୍ଚୁଥିବା ଖୁସିରେ ଯେ ସୁଖ ଅନୁଭବ କରେ ତାକୁ ଜୀବନ ଛୋଟ ଲାଗେ। ଜୀବନ ଗୋଟେ ସିଧା ଓ ସରଳ ରାସ୍ତା ଭଳି ଲାଗେ। ଜୀବନକୁ ସୁଗମ, ସରଳ, ରୁଚିପୂର୍ଣ୍ଣ ଏବଂ ସର୍ବୋପରି ଅର୍ଥମୟ କରିବାକୁ ହେଲେ ଛୋଟ ଛୋଟ ଖୁସିରେ ଖୁସି ହୁଅନ୍ତୁ। ପାଦକୁ ପାଦ ପକାଇ ଆଗକୁ ଗଲା ବେଳେ ଛୋଟ ଛୋଟ ଖୁସିକୁ ନେଇ ଜୀବନର ଗତିପଥକୁ ଆଗେଇ ନିଅନ୍ତୁ। ଦେଖିବେ ଜୀବନ କେତେ ମହାର୍ଘ ଲାଗିବ। ଖୁସିକୁ ନିଜର ମାପକାଠିରେ ତଉଲିବା ଅପେକ୍ଷା ବେଧଡ଼କ ନିଜକୁ ଖୁସିରେ ସାମିଲ କରନ୍ତୁ। ଅପରପକ୍ଷେ ଆମ ପାଇଁ ନୂ୍ୟନ ମନେହେଉଥିଲେ ବି ଛୋଟ ଛୋଟ ଖୁସିରେ ସୁଖ ଅନୁଭବ କରୁଥିବା ଅନ୍ୟ ମଣିଷକୁ ତା’ ଖୁସିରେ ବଞ୍ଚତ୍ବାକୁ ଛାଡ଼ିଦିଆଯାଉ। ସେଇ ଅକୁଳଣ ଖୁସି ଆମକୁ ବି ସଂକ୍ରମିତ କରୁ। ସଂକ୍ରମଣରେ ଆପଣ, ସେ ଓ ଅନ୍ୟମାନେ ଖୁସିରେ ମସ୍ଗୁଲ ହୁଅନ୍ତୁ। ଜୀବନ ଗୀତକୁ ନିଜେ ଗାଇବା ଆରମ୍ଭ କରନ୍ତୁ। – ଦ୍ୱିତୀ ଚନ୍ଦ୍ର ସାହୁ ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା,
https://www.dharitri.com/the-assembly-road-is-sealed/
ସର୍ବସାଧାରଣଙ୍କ ପାଇଁ ବିଧାନସଭା ରାସ୍ତା ସିଲ୍‌ ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ସର୍ବସାଧାରଣଙ୍କ ପାଇଁ ବିଧାନସଭା ରାସ୍ତାକୁ ରବିବାର ସିଲ୍ କରାଯାଇଛି। ଶୀତ ଅଧିବେଶନ ଆରମ୍ଭ ହେବା ଦିନରୁ ଲଗାତାର ଆତ୍ମାହୃତି ଉଦ୍ୟମ ହେଉଥିବା ଯୋଗୁ ଉକ୍ତ ରାସ୍ତାକୁ ବନ୍ଦ କରିଦିଆଯାଇଛି। ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏ ରାସ୍ତାକୁ ସିଲ କରାଯାଇଛି। ତେବେ ଲୋକମାନେ ଜୟଦେବଭବନରୁ ଆଇଜି ପାର୍କ ରାସ୍ତା ଦେଇ ଯିବାକୁ ଅନୁମତି ଦିଆଯାଇଛି। କମିଶନରେଟ ପୋଲିସ ପକ୍ଷରୁ ଏହି କଟକଣା ଲାଗିଥିବା ସୂଚନା ମିଳିଛି। ପ୍ରକାଶ ଯେ, ଗତ ୫ ଦିନ ମଧୟରେ ଆତ୍ମାହୃତିର ୩ ଘଟଣା ଦେଖିବାକୁ ମିଳିଛି। ମଙ୍ଗଳବାର ପରୀ ହତ୍ୟା ଘଟଣାରେ ନୟାଗଡ଼ର ଦମ୍ପତି ଓ ସମବାୟ ବ୍ୟାଙ୍କ ଋଣ ଜାଲିଆତିକୁ ନେଇ ଶୁକ୍ରବାର ଠକେଇର ଶିକାର ହୋଇଥିବା ଆଠଗଡ଼ର ତିନିଜଣ ଚାଷୀ ବିଧାନସଭା ଆଗରେ ଆତ୍ମାହୃତି ଉଦ୍ୟମ କରିଥିଲେ। ଏହିକ୍ରମରେ ଶନିବାର ଜଗତସିଂହପୁର କୁଜଙ୍ଗ ଅଞ୍ଚଳର ମା, ପୁଅ ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।
https://www.dharitri.com/ଅଖା-ଧାନ-କାଟ-ବାବଦରେ-୬-କୋଟି-ଦ/
ଅଖା, ଧାନ କାଟ ବାବଦରେ ୬ କୋଟି ଦୁର୍ନୀତି ପାଇଁ ପ୍ରୟାସ ଜଗତ୍ସିଂହପୁର ଅଫିସ୍, ୧୯ା୧: ଜଗତ୍ସିଂହପୁର ଜିଲାର ବିଭିନ୍ନ ମଣ୍ଡିରେ ଅଖା ଓ ଧାନ କାଟ ବାବଦରେ ପାଖାପାଖି ୬ କୋଟି ଟଙ୍କାର ଦୁର୍ନୀତି ଯୋଜନା ରହିଛି। ଶନିବାର ନବ ନିର୍ମାଣ କୃଷକ ସଙ୍ଗଠନ ଜଗତ୍ସିଂହପୁର ଶାଖା କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏଭଳି ଅଭିଯୋଗ କରାଯାଇଛି। ସଙ୍ଗଠନ ପକ୍ଷରୁ କୁହାଯାଇଛି ଚାଷୀଙ୍କୁ ଝୋଟ ଅଖା ବଦଳରେ ଜରି ଅଖା ଯୋଗାଯାଇ ପାଖାପାଖି ୧ କୋଟି ୪୪ ଲକ୍ଷ ଓ କୁଇଣ୍ଟାଲ ପିଛା ୨ କିଲୋଗ୍ରାମ ଧାନ କାଟରେ ୪ କୋଟି ୩୨ ଲକ୍ଷ ଟଙ୍କା ଚଳୁ ପାଇଁ ଷଡ଼ଯନ୍ତ୍ର ହୋଇଛି। ସେହିପରି ବିକେନ୍ଦ୍ରିକ ଧାନ କିଣା ବ୍ୟବସ୍ଥାରେ ପାକ୍ସ ହେଉଛି ଏକକ ସଂସ୍ଥା। କିନ୍ତୁ ଧାନ ମଣ୍ଡିରେ ପଞ୍ଜୀକରଣ କରିଥିବା ଛୋଟ, ମଧ୍ୟମ ଓ ବଡ ଚାଷୀଙ୍କ ଅନୁପାତିକ ହିସାବକୁ ଆଧାର କରି ଟୋକନ ଦିଆଯିବା ନିୟମର ଖୋଲା ଉଲ୍ଲଙ୍ଘନ କରାଯାଉଛି। ଯଦ୍ଦ୍ବାରା ଅନେକ ଚାଷୀ ମଣ୍ଡିରେ ଧାନ ଦେଇ ନ ପାରି ବେପାରୀଙ୍କୁ ଶାଗମୁଗ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏସବୁର ପ୍ରତିକାର କରା ନ ଗଲେ ବାଧ୍ୟ ହୋଇ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଙ୍ଗଠନ ନେତାମାନେ ଚେତାବନୀ ଦେଇଛନ୍ତି। ଚଳିତ ଖରିଫ ସିଜିନରେ ଜିଲାରେ ୩୦,୫୮୨ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଏହି ଚାଷୀଙ୍କଠାରୁ ବଳକା ଧାନ କ୍ରୟ ପାଇଁ ରାଜ୍ୟ ସରକାର ବିଭିନ୍ନ ସେବା ସମବାୟ ସମିତି (ପାକ୍ସ) ମାଧ୍ୟମରେ ମଣ୍ଡି ଖୋଲିଛନ୍ତି। କିନ୍ତୁ କେଉଁ ଚାଷୀ କେତେ ଜମି ଉପରେ ଧାନ ବିକ୍ରି କରିପାରିବେ ସେ ସଂକ୍ରାନ୍ତିୟ ତଥ୍ୟ ଅନ୍ଧାରରେ ରଖାଯାଇଛି। ଯାହାକି ଚାଷୀ ଅସନ୍ତୋଷର କାରଣ ହୋଇଛି। ଗତବର୍ଷର ପଞ୍ଜୀକୃତ ଚାଷୀଙ୍କ ବଳକା ଧାନର ପରିମାଣ ଦେଖିଲେ ଏହା ୧୨ ଲକ୍ଷ କ୍ବିଣ୍ଟାଲରୁ ଅଧିକ ହେବା ଆକଳନ କରାଯାଉଛି। ତେବେ ଏହି ଧାନ ଚାଷୀଙ୍କଠାରୁ କିଣାଯିବା ପୂର୍ବରୁ ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ତଦାରଖ ଦଳ ତତ୍ତ୍ବାବଧାନରେ ସମ୍ପୃକ୍ତ ମିଲର ଚାଷୀଙ୍କୁ ଟୋକନ ପାଇବା ସମୟରେ ଝୋଟ ଅଖା ଯୋଗାଇ ଦେବା କଥା। କିନ୍ତୁ ତା ପରିବର୍ତ୍ତେ ଜରି ଅଖା ପ୍ରଚଳନ କରାଯାଉଛି। କେବଳ ଏତିକି ନୁହେଁ ଚାଷୀ ୧୦/୧୨ ଟଙ୍କାରେ ଜରି ଅଖା କିଣୁଥିବା ବେଳେ ଦିଆଯାଉଛି ମାତ୍ର ୫ ଟଙ୍କା, ଯାହାକି ଅଖାପ୍ରତି ୬ ଟଙ୍କା କମ। ଜିଲାରେ ୧୨ ଲକ୍ଷ କୁଇଣ୍ଟାଲ ଧାନ ଭରିବା ପାଇଁ ୨୪ ଲକ୍ଷ ଅଖା ଦରକାର। ଅଖା ପିଛା ୬ ଟଙ୍କା କାଟି ଦିଆଯାଉଥିବାରୁ ୨୪ ଲକ୍ଷ ଅଖା ବାବଦରେ ୧ କୋଟି ୪୪ ଲକ୍ଷ ଟଙ୍କା ଲୁଟ୍ ଯୋଜନା ରହିଛି। ସେହିପରି ଧାନ କୁଇଣ୍ଟାଲ ପିଛା ଅତି କମରେ ୨ କିଲୋଗ୍ରାମ କାଟି ଦିଆଯାଉଛି। ତେଣୁ ୧୨ ଲକ୍ଷ କୁଇଣ୍ଟାଲ ଧାନ ଉଠାଣ ଉପରେ ୪ କୋଟି ୩୨ ଲକ୍ଷ ଟଙ୍କା ଚଳୁ ଉଦ୍ୟମ ହେଉଛି। ଏହାର ପ୍ରତିକାର ନ ହେଲେ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇବ ବୋଲି କୁହାଯାଇଛି। ଖବରଦାତା ସମ୍ମିଳନୀରେ ସଙ୍ଗଠନ ଉପଦେଷ୍ଟା ବଂଶୀଧର ପଟ୍ଟନାୟକ, ନିତ୍ୟାନନ୍ଦ ପଣ୍ଡା, ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ, ଜିଲା ସଂଯୋଜକ ଦୁର୍ଗାଚରଣ ସ୍ବାଇଁ, ଜିଲା ସହ ସଂଯୋଜକ ଅଶୋକ ସ୍ବାଇଁ ଓ ଯୁବ ସଂଗଠକ ସନ୍ତୋଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ଦିଲୀପ କୁମାର ପାତ୍ରଙ୍କୁ ପଚାରିବାରେ ସେ କହିଥିଲେ, ମଣ୍ଡିରେ କୌଣସି ତ୍ରୁଟି ହେଉନାହିଁ କିମ୍ବା ଚାଷୀଙ୍କୁ ନିରାଶ କରାଯାଉନାହିଁ ବୋଲି କହିଥିଲେ।
https://www.dharitri.com/suspicious-death-of-young-woman-in-hotel/
ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ମା’: ଆସିଲା ବ୍ୟବଚ୍ଛେଦ ରିପୋର୍ଟ ବ୍ରହ୍ମପୁର,୧୬ା୧(ସୁବାସ ଚନ୍ଦ୍ର ପାଢ଼ୀ): ଗୋଳନ୍ଥରା ଥାନା ହଳଦିଆପଦରସ୍ଥିତ ଏକ ହୋଟେଲରେ ଗତ ଶୁକ୍ରବାର ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ନେଇ ତାଙ୍କ ମା’ ଅଭିଯୋଗ କରିଥିଲେ। ତେବେ ମୃତଦେହ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟରେ ଯୁବତୀଙ୍କୁ ବଳାତ୍କାର ହୋଇନାହିଁ କି ହତ୍ୟା କରାଯାଇନାହିଁ ବୋଲି ଉଲ୍ଲେଖ କରାଯାଇଛି। ଶ୍ୱାସ ସମସ୍ୟାରୁ ଯୁବତୀଙ୍କ ହୃଦଘାତରେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ବ୍ରହ୍ମପୁର ଏସ୍ପି ଡ. ସର୍ବଣା ବିବେକ ଏମ କହିଛନ୍ତି, ମୃତା ଯୁବତୀଙ୍କ ମା ଓ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଗୋଳନ୍ଥରା ପୋଲିସ ବଳାତ୍କାର ଓ ହତ୍ୟା ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଯାଇଛି। ସେଥିରେ କୌଣସି ଫାଉଲ ପ୍ଲେ ନାହିଁ। ଯୁବତୀଙ୍କୁ ବଳାତ୍କାର କରାଯାଇନାହିଁ କି ହତ୍ୟା ମଧ୍ୟ କରାଯାଇନାହିଁ ବୋଲି ସ୍ପଷ୍ଟ ଭାବେ ଜଣାପଡିଛି। ପୋଲିସ ଭିସେରା ସଂଗ୍ରହ କରିଛି। ତାହା ଭୁବନେଶ୍ୱରସ୍ଥିତ ଏସଏଫଏସଏଲକୁ ପଠାଯିବ। ସେଠାରୁ ତଥ୍ୟ ମିଳିବା ପରେ ଘଟଣାର ସମ୍ପୂର୍ଣ୍ଣ ରହସ୍ୟ ଜଣାପଡିବ ବୋଲି ଏସ୍ପି କହିଛନ୍ତି। ଅଟକ ଥିବା ଯୁବକଙ୍କୁ ତାଙ୍କ ପରିବାର ଲୋକଙ୍କ ଜିମାରେ ଛଡ଼ାଯାଇଛି। ପ୍ରତିଦିନ ଯୁବକ ଜଣଙ୍କ ଥାନାରେ ହାଜର ହେଉଛନ୍ତି ବୋଲି ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ କହିଛନ୍ତି। ସୂଚନାଯୋଗ୍ୟ, ରାୟଗଡାର ମୂଳ ନିବାସୀ ସଂକେତ ସେନାପତି ତାଙ୍କ ମା’ଙ୍କ ସହ ଭୁବନେଶ୍ୱରରେ ରୁହନ୍ତି। ଗତ ଦେଢ଼ ବର୍ଷ ହେଲା ଫେସବୁକରେ ପୁରୀ ଜିଲା ଚନ୍ଦନପୁର ଅଞ୍ଚଳର ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗତ ୧୨ ତାରିଖ ସଙ୍କେତଙ୍କ ଜନ୍ମଦିନରେ ଉଭୟେ ଗୋପାଳପୁର ବେଳାଭୂମି ବୁଲିବାକୁ ଆସିଥିଲେ। ସେଠାରେ ବୁଲାବୁଲି କରି ବ୍ରହ୍ମପୁର ଉପକଣ୍ଠ ହଳଦିଆପଦରରେ ଥିବା ଏକ ହୋଟେଲକୁ ଆସିଥିଲେ। ସେଠାରେ ଯୁବତୀ ଜଣଙ୍କ ରାତି ପ୍ରାୟ ୧୦ଟାରେ ଅସୁସ୍ଥ ହୋଇପଡିଥିଲେ। ସଂକେତ ନିଜ କାରରେ ଏମକେସିଜି ମେଡିକାଲ ନେଇ ସେଠାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଯୁବତୀଙ୍କ ମୃତ୍ୟୁ ଘଟି ସାରିଥିବା କହିଥିଲେ। ମୃତ ପ୍ରେମିକାଙ୍କ ମା’ଙ୍କୁ ସଂକେତ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା ବୋଲି ଥାନାରେ ମା ଅଭିଯୋଗ କରିଥିଲେ। ପୋଲିସ ଏସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।
https://www.dharitri.com/stone-thrown-on-arvind-kejriwal-during-road-show-in-surat/
କେଜ୍‌ରିଓ୍ବାଲଙ୍କ ରୋଡ ଶୋ’ରେ ପଥରମାଡ଼ ସୁରଟ,୨୮।୧୧: ଗୁଜରାଟରେ ବର୍ତ୍ତମାନ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ରହିଛି। ଏଥିପାଇଁ ସେଠାରେ ଲଗାତର ଭାବେ ରୋଡ ଶୋ’ ଓ ଜନସଭା ଅନୁଷ୍ଠିତ ହେଉଛି। ଇତିମଧ୍ୟରେ ଏଏପିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସୋମବାର ସୁରଟରେ ଏକ ରୋଡ ଶୋ’ କରିଥିଲେ। ସେହି ସମୟରେ ତାଙ୍କ ଉପରେ ପଥରମାଡ଼ କରାଯାଇଥିବା ଜଣାପଡ଼ିଛି। ଏହି ରୋଡ ଶୋ’ରେ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିବା ବେଳେ ତାଙ୍କ କ୍ୟାମେରା ଉପରେ ମଧ୍ୟ ପଥରମାଡ଼ ହୋଇଥିଲା। ଯେତେବେଳେ ଏହି ପଥରମାଡ଼ ଆରମ୍ଭ ହୋଇଥିଲା ସେତେବେଳେ କେଜ୍ରିଓ୍ବାଲ ଗାଡ଼ି ଭିତରକୁ ପଳାଇଥିଲେ। ତେବେ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ ହେବା ପରେ ପୁଣି ଥରେ ସେ ରୋଡ ଶୋ’ କରିଥିଲେ।
https://www.dharitri.com/ସୈନ୍ୟ-ଶିବିରରେ-ଆତଙ୍କବାଦୀ/
ସୈନ୍ୟ ଶିବିରରେ ଆତଙ୍କବାଦୀ ଆକ୍ରମଣ: ୫୪ ମୃତ ବାମାକୋ,୨।୧୧: ମାଲିର ଉତ୍ତର-ପୂର୍ବ ମନେକା ଅଞ୍ଚଳରେ ଆତଙ୍କବାଦୀମାନେ ଏକ ସୈନ୍ୟ ଶିବିର ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୫୩ ଜଣ ସୈନ୍ୟ ଏବଂ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏନେଇ ସଞ୍ଚାର ମନ୍ତ୍ରୀ ୟାୟା ସାଙ୍ଗ୍ରେ ଟୁଇଟ୍ କରି ଜଣାଇଛନ୍ତି। ମନେକା ଏବଂ ବୁର୍କିନା ଫାସୋରେ ଅଲକାଇଦା ଏବଂ ଦାଏଶ୍ ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଛନ୍ତି। ସୂଚନାଯୋଗ୍ୟ, ଗତ ମାସରେ ବୁର୍କିନା ଫାସୋ ସୀମାରେ ୨ ଜଣ ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ୪୦ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା।
https://www.dharitri.com/why-irans-unprecedented-attack-failed-against-israels-arrow-defence/
ଡ୍ରୋନ୍-କ୍ଷେପଣାସ୍ତ୍ର ସହିତ ଇସ୍ରାଏଲ ଉପରେ ଇରାନର ଘନ ଘନ ଆକ୍ରମଣ, ଶାନ୍ତି ବଜାୟ ରଖିବାକୁ ଭାରତର ଅପିଲ୍ ଜେରୁଜେଲମ,୧୪।୪: ଶନିବାର ରାତି ଏବଂ ରବିବାର ସକାଳେ ଇରାନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଦ୍ୱାରା ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କରିଛି। ଏହା ପରେ ବଡ ଯୁଦ୍ଧ ଆଶଙ୍କାରେ ସମଗ୍ର ଇସ୍ରାଏଲରେ ଏୟାର ଷ୍ଟ୍ରାଇକ୍ ଚେତାବନୀ ଦିଆଯାଇଛି। ଏହି ଆକ୍ରମଣ ମୁଖ୍ୟତ ଜେରୁଜେଲମ, ନେଗେଭ ମରୁଭୂମି ଏବଂ ଦକ୍ଷିଣରେ ମୃତ ସମୁଦ୍ର, ଉତ୍ତରରେ ଇସ୍ରାଏଲ୍ ଅଧିକୃତ ଗୋଲାନ୍ ହାଇଟ୍ସ ଏବଂ ଅଧିକୃତ ପଶ୍ଚିମବଙ୍ଗରେ କରାଯାଇଥିଲା। ଇସ୍ରାଏଲର କାନ ଟିଭି ସମ୍ବାଦ ରିପୋର୍ଟ ଅନୁଯାୟୀ ଉତକ୍ଷେପଣ ହୋଇଥିବା ପ୍ରାୟ ୪୦୦-୫୦୦ ଡ୍ରୋନ ମଧ୍ୟରୁ ପ୍ରାୟ ୧୦୦ ଟି ଆମେରିକା, ଜୋର୍ଡାନ ଏବଂ ବ୍ରିଟିଶ ସୈନ୍ୟ ସମେତ ସହଯୋଗୀ ଦେଶ ଇସ୍ରାଏଲରେ ପହଞ୍ଚିବା ପୂର୍ବରୁ ଅଟକାଯାଇଥିଲା। ଭାରତ କହିଛି ଯେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଶତ୍ରୁତାକୁ ନେଇ ଆମେ ଗୁରୁତର ଭାବରେ ଚିନ୍ତିତ, ଯାହା ଏହି ଅଞ୍ଚଳରେ ଶାନ୍ତି ଏବଂ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢୁଥିବା ତିକ୍ତତାକୁ ନେଇ ସମଗ୍ର ବିଶ୍ୱ ଭୟଭୀତ ହୋଇପଡିଛି। ଏହି ସମୟରେ ଭାରତ କହିଛି ଯେ ଏହି ଶତ୍ରୁତା ଦ୍ୱାରା ଆମେ ଗୁରୁତର ଭାବରେ ଚିନ୍ତିତ, ଯାହା ଏହି ଅଞ୍ଚଳରେ ଶାନ୍ତି ଏବଂ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛି। ଆମେ ଉଭୟ ଦେଶକୁ ତୁରନ୍ତ ଉତ୍ତେଜନା ହ୍ରାସ କରିବା, ସଂଯମତା, ହିଂସା ଠାରୁ ଦୂରେଇ ରହିବା ଏବଂ କୂଟନୈତିକ ସ୍ତରରେ ଆଲୋଚନା ପାଇଁ ଆହ୍ୱାନ କରୁଛୁ। ଆମେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ। ଆମର ଦୂତାବାସ ଏହି ଅଞ୍ଚଳର ଭାରତୀୟ ସମ୍ପ୍ରଦାୟ ସହିତ ଘନିଷ୍ଠ ସମ୍ପର୍କରେ ଅଛି। ଏହି ଅଞ୍ଚଳରେ ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖିବା ଜରୁରୀ ଅଟେ।
https://www.dharitri.com/ora-escaped-from-the-school-classroom/
ବିଦ୍ୟାଳୟ ଶ୍ରେଣୀଗୃହରୁ ଖସିଲା ଓରା ଗୋପ,୧୮।୪(ଡି.ଏନ୍.ଏ.): ପୁରୀ ଜିଲାର ସର୍ବପୁରାତନ ବିଦ୍ୟାଳୟ ମଧ୍ୟରେ ରହିଛି ଗୋପର ନିଗମାନନ୍ଦ ସ୍ମାର୍ଟ ସ୍କୁଲ। ଏହି ପୁରାତନ ବିଦ୍ୟାଳୟରେ ସପ୍ତାହ ତଳେ ଏକ ଶ୍ରେଣୀଗୃହର ଆଜବେଷ୍ଟସରେ ଲାଗି ଥିବା ଗୋଟିଏ ବଡ଼ ଓରା(କାଠ ଶ୍ରେଣୀ) ଖସି ପଡ଼ିଯାଇଥିଲା। ଏହାକୁ ନେଇ ଛାତ୍ରୀଛାତ୍ର ଭୟଭୀତ ହୋଇଯାଇଥିବା ବେଳେ କାଳେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିଲାଗି ସ୍କୁଲ କର୍ତ୍ତୃପକ୍ଷ ଏହା ଲୁଚାଇବାକୁ ଚେଷ୍ଟା କରିଥିଲେ। ଏପରି ଖବର ଜଣାପଡିବା ପରେ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧିମାନେ ସ୍କୁଲରେ ପହଞ୍ଚତ୍ବା ପରେ ସତ ଘଟଣା ଏବେ ପଦାକୁ ଆସିଛି। ପ୍ରକାଶ ଯେ,୧୯୪୪ରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିବା ବେଳେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧ ହଜାର ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଗତବର୍ଷ ଏହି ସ୍କୁଲକୁ ୫-ଟି ଯୋଜନାରେ ନିଆଯାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ପୁରୁଣା ଆଜବେଷ୍ଟସ ଘରଗୁଡିକୁ କେବଳ ରଙ୍ଗ କରାଯାଇଥିଲା। ଗତ ସପ୍ତାହରେ ହଠାତ୍ ଏହି ଆଜବେଷ୍ଟସ ଗୋଟିଏ ଶ୍ରେଣୀ ଗୃହର ଉପରୁ ବଡ଼ ଓରା ଖସି ପଡିଥିଲା। ଶ୍ରେଣୀ ଗୃହରେ ଅଳ୍ପ କିଛି ଛାତ୍ରୀଛାତ୍ର ଥିଲେ ମଧ୍ୟ କୌଣସି ଅଘଟଣ ଘଟି ନ ଥିଲା। ଏହି ଘଟଣା ବିଷୟରେ ବାହାରେ କେହି ନ ଜାଣିବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ଏହି ଶ୍ରେଣୀ ଗୃହରେ ତାଲା ପକାଇ ଦେଇଥିଲେ। ଏବେ ୫ଟି ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ନେଇ ୧୮ଟି ସେକ୍ସନ କରାଯାଇଛି। ତୁରନ୍ତ ଏଥିପ୍ରତି ଗୁରୁତ୍ୱ ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିବା ସହ ଅତିଶୀଘ୍ର ଆଜବେଷ୍ଟସ ଘରଗୁଡ଼ିକୁ ଭଙ୍ଗାଯାଇ ନୂତନ ଗୃହ ନିର୍ମାଣ କରାଯିବାକୁ ଦାବି କରାଯାଇଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଧ୍ୟ ଏଥିପ୍ରତି ଧ୍ୟାନ ଦେବାକୁ ଦାବି କରାଯାଇଛି। ସୂଚନାଯୋଗ୍ୟ, କିଛିଦିନ ତଳେ ନିଗମାନନ୍ଦ ସ୍ମାର୍ଟସ୍କୁଲ ପୁରାତନ କୋଠା କାନ୍ଥରେ ଫାଟ ସୃଷ୍ଟି ହେବାର ଖବର ପ୍ରକାଶିତ ପରେ ବ୍ଲକ ପକ୍ଷରୁ ଦୁଇଟି ସିମେଣ୍ଟ ବିମ କରାଯାଇଥିଲା। ଏପରି ଅଭିଯୋଗକୁ ନେଇ ସ୍କୁଲର ପ୍ରଧାନଶିକ୍ଷକ ମନୋରଞ୍ଜନ ପଟ୍ଟନାୟକ କହିଛନ୍ତି, ଆର ସପ୍ତାହରେ ଆଜବେଷ୍ଟସ ଘର ଉପରୁ ଏକ କାଠ ଶ୍ରେଣୀ ଖସିଥିଲା। ଏହାକୁ ମରାମତି କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି।
https://www.dharitri.com/swadeshi-message-is-khadi-mohotsav/
ସ୍ବଦେଶୀ ବାର୍ତ୍ତା ଦେଉଛି ଖଦି ମହୋତ୍ସବ ଭୁବନେଶ୍ୱର,୨୬।୨(ବ୍ୟୁରୋ): ଖଦୀ ଏକ ବସ୍ତ୍ର ନୁହେଁ, ବିଚାର। ଖଦୀ କହିଲେ ଆମେ ସେହି ପୁରୁଣା କିଛି ବସ୍ତ୍ରକୁ ଭାବିନେଉ। କିନ୍ତୁ ଖଦିରେ ବି ସ୍ବଦେଶୀ ସହ ଫ୍ୟାଶନର ମିଶ୍ରଣ ଦେଖିବାକୁ ମିଳିଲାଣି। ସ୍ବଦେଶୀର ଆଦର ସବୁବେଳେ ରହି ଆସିଛି। ସେ ବସ୍ତ୍ର ହେଉ କି ଘରକରଣା ସାମଗ୍ରୀ, ନିଜ ହାତରେ ତିଆରି ହୋଇଥିବା ଜିନିଷଗୁଡ଼ିକ ସବୁବେଳେ ସୁନ୍ଦର। ଯେଉଁଥିପାଇଁ ଖଦୀର ଲୋକପ୍ରିୟତା ସବୁବେଳେ ରହି ଆସିଛି। ବୁଣାକାରମାନେ ଏହାକୁ ବେଶ୍ ଯତ୍ନରେ ତିଆରି କରିଥାନ୍ତି। ଖଦୀକୁ ଆଉ ଟିକେ ଆକର୍ଷିତ ଢଙ୍ଗରେ ଲୋକଙ୍କ ପାଖକୁ ପହଞ୍ଚାଇବା ସହ ସ୍ବଦେଶୀର ବାର୍ତ୍ତା ଦେବାକୁ ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ଚାଲିଛି ରାଜ୍ୟସ୍ତରୀୟ ଖଦୀ ମହୋତ୍ସବ ୨୦୨୩। ପ୍ରାୟ ୯୦ଟି ଷ୍ଟଲ୍ରେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ,ତେଲେଙ୍ଗାନା, କର୍ନାଟକ ସମେତ ବିଭିନ୍ନ ରାଜ୍ୟର ଖଦୀ ସାମଗ୍ରୀ ପ୍ରଦର୍ଶନ ସହ ବିକ୍ରି ହେଉଛି। ବସ୍ତ୍ର ସହ ଘର ଉପକରଣ ସମାଗ୍ରୀ, ଫୁଡ୍ ଷ୍ଟଲ ଆଦିରେ ଲୋକଙ୍କ ଭିଡ଼ ଲାଗି ରହିଛି। ଏଥିସହ ଗ୍ରାହକଙ୍କୁ ମନୋରଞ୍ଜନ ଦେବା ସହ ସଂସ୍କୃତି ସହ ଯୋଡ଼ିବାକୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି। ଶନିବାର ପଞ୍ଚମ ସାରେ ବ୍ରହ୍ମଗିରିର ନାଗା ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ମାର୍ଚ୍ଚ ୨ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହା ଖୋଲା ରହୁଛି। ବସ୍ତ୍ର ବୁଣା ଦେଖିବାକୁ ଭିଡ଼ ଲାଗୁଛି ମେଶିନ ଯୁଗରେ ତନ୍ତ, ଚରଖା ଦେଖିବାକୁ ଖଦୀ ମହୋତ୍ସବରେ ଲୋକଙ୍କ ଭିଡ଼। ତନ୍ତ ମାଧ୍ୟମରେ କିଭଳି ବସ୍ତ୍ର ବୁଣା ଯାଉଛି, ତାହାକୁ ଜଣେ ବୁଣାକାର ଷ୍ଟଲ୍ରେ ବସି ଦେଖାଉଛନ୍ତି। ଲୋକଙ୍କ ଆଖି ସାମ୍ନାରେ ଲୁଗା ଓ ଅନ୍ୟାନ୍ୟ ସମାଗ୍ରୀ ବୁଣାଯାଉଛି। ସେହିପରି ଚରଖାରେ ତୁଳାରୁ ସୂତା ତିଆରି ଦେଖାଉଛନ୍ତି ଗୀତାରାଣୀ ମହାନ୍ତି ଓ ବଚନି ସେଠୀ ନାମକ ୨ ମହିଳା କାରିଗର। ଉକ୍ତ ସୂତାରୁ ଗାମୁଛା, ଲୁଙ୍ଗୀ, ରୁମାଲ, ଜ୍ୟାକେଟ୍, ଶାଢ଼ୀ ପ୍ରସ୍ତୁତ କରାଯାଉଛି। ପ୍ରାୟ ୧୦ବର୍ଷ ହେବ ସେମାନେ ଏହି କାମ କରୁଥିବା କହିଛନ୍ତି।
https://www.dharitri.com/east-coast-railway-record-transportation/
ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ପୂର୍ବତଟ ରେଳପଥ ୨୫୦ ନିୟୁତ ଟନ୍ ପଣ୍ୟ ପରିବହନ କରି ୨୦୨୨-୨୩ ଆର୍ଥିକ ବର୍ଷର ସର୍ବୋଚ୍ଚ ମାଲ୍ ପରିବହନ ରେକର୍ଡକୁ ଅତିକ୍ରମ କରିଛି। କ୍ରମାଗତ ୫ଥର ପାଇଁ ୨୦୦ ମିଲିୟନ ଟନ୍ ପଣ୍ୟ ବୋଝେଇ କ୍ଷେତ୍ରରେ ପୂର୍ବତଟ ରେଳପଥ ମାଇଲ ଖୁଣ୍ଟ ଅତିକ୍ରମ କରିବାରେ ମଧ୍ୟ ପ୍ରଥମ ଜୋନ ହୋଇପାରିଛି। ପୂର୍ବତଟ ରେଳପଥର ୩ଟି ରେଳ ମଣ୍ଡଳ ଦ୍ୱାରା ଉତ୍ତମ ପ୍ରଦର୍ଶନ ପାଇଁ ଏହି ଲକ୍ଷ ହାସଲ ହୋଇପାରିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ୨୦୦ ନିୟୁତ ଟନ୍ ପଣ୍ୟ ବୋଝେଇ କରିବା ପାଇଁ ପୂର୍ବତଟ ରେଳବାଇ ଅବିଭକ୍ତ ଦକ୍ଷିଣ ପୂର୍ବ ରେଳପଥ ପରେ ଦ୍ୱିତୀୟ ରେଳ ଜୋନ୍ ଥିଲା। ବର୍ତ୍ତମାନ ଏହା ୨୫୦ ନିୟୁତ ଟନ୍ ପଣ୍ୟ ପରିବହନ କରିଥିବା ପ୍ରଥମ ରେଳ ଜୋନ୍ ହୋଇପାରିଛି। ୨୦୨୩-୨୪ଆର୍ଥିକ ବର୍ଷରେ, ପୂର୍ବତଟ ରେଳପଥ ୧୪୯.୫୦ ନିୟୁତ ଟନ୍ କୋଇଲା, ୧୨.୯ ନିୟୁତ ଟନ୍ ଇସ୍ପାତ କାରଖାନାକୁ କଞ୍ଚାମାଲ ପରିବହନ କରିଛି। ସେହିପରି ୨୦.୧୫ ନିୟୁତ ଟନ୍ ଷ୍ଟିଲ ଆଣ୍ଡ ସ୍ଲାଗ, ୩୭.୪ ନିୟୁତ ଟନ୍ ଲୁହାପଥର, ୧.୨୧ ନିୟୁତ ଟନ୍ ସିମେଣ୍ଟ, ୩.୧୬ ନିୟୁତ ଟନ ଖାଦ୍ୟ ଶସ୍ୟ ପରିବହନ କରିଥିବା ବେଳେ ୬.୪ ନିୟୁତ ଟନ୍ ସାର, ୩.୦ ନିୟୁତ ଟନ୍ ଖଣିଜ ତୈଳ ଏବଂ ଏହା ସହିତ କଣ୍ଟେନର ଏବଂ ଅନ୍ୟାନ୍ୟ ସାମଗ୍ରୀରେ ୨୩.୨୭ ନିୟୁତ ଟନ୍ ପଣ୍ୟ ପରିବହନ କରାଯାଇଛି। ଗତ ବର୍ଷର ସମାନ ସମୟ ଅବଧି ତୁଳନାରେ ଏହା ୬%ରୁ ଅଧିକ ପଣ୍ୟ ପରିବହନ ହୋଇପାରିଛି। ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ନେତୃତ୍ୱରେ ପୂର୍ବତଟ ରେଳପଥ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସକରାତ୍ମକ ମନୋଭାବ ଏବଂ ନିରନ୍ତର କଠିନ ପରିଶ୍ରମ ରେଳବାଇ ଜୋନ୍ ପାଇଁ ସଫଳତା ଆଣିଦେଇଛି ବୋଲି ମହାପ୍ରବନ୍ଧକ ଶର୍ମା କହିଛନ୍ତି।
https://www.dharitri.com/imran-khan-case-his-lawyer-naeem-haider-panjotha-claims-he-is-ready-to-spent-rest-of-life-in-jail/
ସାରା ଜୀବନ ଜେଲରେ ବିତାଇବାକୁ ପ୍ରସ୍ତୁତ ଅଛନ୍ତି ଇମ୍ରାନ୍‌, ପିଟିଆଇ ମୁଖ୍ୟ ଓକିଲଙ୍କ ଦାବି ଇସଲାମାବାଦ,୮।୮: ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ) ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଓକିଲ ନାଇମ ହାଇଦର ପଞ୍ଜୋଥା ଦାବି କରିଛନ୍ତି ଯେ, ଇମ୍ରାନ୍ଙ୍କୁ ଜେଲରେ ସି-ଗ୍ରେଡ ସୁବିଧା ଦିଆଯାଇଛି ଏବଂ ତାଙ୍କୁ ଅତ୍ୟନ୍ତ ଖରାପ ଅବସ୍ଥାରେ ରଖାଯାଇଛି। ରିପୋର୍ଟ ଅନୁଯାୟୀ ପଞ୍ଜୋଥା କହିଛନ୍ତି, ଇମ୍ରାନ୍ ଖାନ ସାରା ଜୀବନ ଜେଲରେ ବିତାଇବାକୁ ପ୍ରସ୍ତୁତ ଅଛନ୍ତି। ଯେଉଁଠାରେ ପିଟିଆଇ ମୁଖ୍ୟଙ୍କୁ ରଖାଯାଇଛି, ସେହି ଜେଲର ଅବସ୍ଥା ବିଷୟରେ ବର୍ଣ୍ଣନା କରି ପଞ୍ଜୋଥା କହିଛନ୍ତି ଯେ, ଏହା ମାଛି ଏବଂ କୀଟନାଶକ ପରିପୂର୍ଣ୍ଣ। ଇମ୍ରାନ୍ଙ୍କ ଓକିଲଙ୍କ ଏହି ବିବୃତ୍ତି ସୋମବାର ତାଙ୍କୁ ଭେଟିବା ପରେ ଆସିଛି। ଖାନଙ୍କ ଓକିଲ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଏକ ଛୋଟ କୋଠରୀ ଦିଆଯାଇଛି ଯେଉଁଥିରେ ଖୋଲା ଶୈଚାଳୟ ଅଛି। ଓକିଲ କହିଛନ୍ତି ଯେ ତାଙ୍କୁ ଜେଲରେ ତାଙ୍କ ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦିଆଯାଉନାହିଁ।
https://www.dharitri.com/congress-support-to-sanjay-we-are-together-says-adhir-ranjan/
ସଞ୍ଜୟଙ୍କୁ କଂଗ୍ରେସର ସମର୍ଥନ, ଆମେ ଅଛୁ ସାଥିରେ, କହିଲେ ଅଧୀର ରଞ୍ଜନ… ନୂଆଦିଲ୍ଲୀ,୧।୮ : ପାତ୍ରା ଚୋଲ ଜମି ସ୍କାମ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଗିରଫ କରିଛି। ସୋମବାର ତାଙ୍କୁ ପିଏମଏଲଏ ସ୍ବତନ୍ତ୍ର କୋର୍ଟରେ ହାଜର କରାଯିବ ବୋଲି କୁହାଯାଉଛି। ସଞ୍ଜୟ ରାଉତଙ୍କୁ କଂଗ୍ରେସ ସମର୍ଥନ କରୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କଂଗ୍ରେସର ବରିଷ୍ଠ ନେତା ଆଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ସେ ରାଉତଙ୍କ ସହ ଅଛନ୍ତି। ଅଧୀର ରଞ୍ଜନ କହିଛନ୍ତି ଭୟ କରନାହିଁ, ଆମେ ସାଥିରେ ଅଛୁ। ସଞ୍ଜୟ ରାଉତଙ୍କ ଗିରଫଦାରୀକୁ ଶିବସେନା ସମର୍ଥକମାନେ ବିରୋଧ କରୁଛନ୍ତି। ଏନେଇ ଶିବସେନା ସମଗ୍ର ମୁମ୍ବାଇରେ ବିରୋଧ କରିବାକୁ ଯୋଜନା କରିଛି। ତେବେ ଶିବସେନା ନେତା ସଞ୍ଜୟ ରାଉତଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଜମି ସ୍କାମ ମାମଲାରେ ଗିରଫ ହେବାପରେ ତାଙ୍କ ବିରୋଧରେ ଏଫଆଇଆର୍ ପଞ୍ଜିକୃତ ହୋଇଛି। ପ୍ରକାଶ ଯେ ମହିଳା ସାକ୍ଷୀଙ୍କୁ ଧମକ ଦେଇଥିବାରୁ ତାଙ୍କ ବିରୋଧରେ ଏହି ଅଭିଯୋଗ ପଞ୍ଜିକୃତ ହୋଇଛି।
https://www.dharitri.com/money-laundering-ventures-in-the-name-of-pipe-scorpions/
ପାଇପ୍‌ ବିଛା ନାଁରେ ଟଙ୍କା ଚଳୁ ଉଦ୍ୟମ କୋରେଇ,୭ା୪(ଡି.ଏନ.ଏ.): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନରେ ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗ (ଆର୍ଡବ୍ଲ୍ୟୁଏସ୍ଏସ୍)ରେ ଦୁର୍ନୀତି ବଢ଼ି ଚାଲିଛି। କେତେଜଣ ଅଧିକାରୀ ଠିକାଦାରଙ୍କ ସ୍ବାର୍ଥରେ ମାତି ସରକାରୀ ତହବିଲରୁ ବିପୁଳ ଟଙ୍କା ହରିଲୁଟ କରୁଛନ୍ତି। ନିର୍ମାଣ ହେଉଥିବା ପ୍ରକଳ୍ପଗୁଡ଼ିକରେ ବ୍ଲକର କିଛି ପ୍ରଭାବଶାଳୀ ନେତାଙ୍କ ହାତ ରହୁଥିବାରୁ ଉଚ୍ଚ ପଦସ୍ଥ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବକୁ ଭୟ କରୁଥିବା ଆଲୋଚନା ହେଉଛି। ଏଠାରେ ବ୍ଲକ ଅଧୀନ ପଛିକୋଟ ପଞ୍ଚାୟତ କଡ଼ମା ଗ୍ରାମରେ ଚାଲୁଥିବା ପାଇପ୍ ବିଛା କାର୍ଯ୍ୟକୁ ଉଦାହରଣ ଭାବେ ନିଆଯାଇଛି। କଡ଼ମା-କାମୁଡେଇ ରାସ୍ତା ସମ୍ପ୍ରସାରଣ ନିମନ୍ତେ ସାଇଡ୍ ଫିଲିଂ ପାଇଁ ଠିକାଦାର ରାସ୍ତା କଡ଼ରୁ ୧ ଫୁଟ୍ ଲେଖାଏ ଖନନ କରିଥିଲେ। ଏହାଦ୍ୱାରା ୪ଟି ଗ୍ରାମକୁ ଜଳ ଯୋଗାଣ ପାଇଁ ରଗଡ଼ି ଛକର ମା’ କାମୁଡେଇ ନିକଟରେ ଥିବା ବସୁଧା ଯୋଜନା ଓଭରହେଡ୍ ପାଣିଟାଙ୍କିରୁ କଡ଼ମା ଗ୍ରାମକୁ ବିଛାଯାଇଥିବା ପାଇପଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଫଳରେ କଡ଼ମା ଗ୍ରାମର ଆଇଚିପୁର, ମାଦଳା, ଉଆସପୋଖରୀ ଆଦି ୪ଟି ବସ୍ତିର ପ୍ରାୟ ୪୮୦ ପରିବାରର ପାଖାପାଖି ୨ ହଜାରରୁ ଊଦ୍ଧର୍ବ ଲୋକ ୨ ମାସ ହେବ ଜଳକଷ୍ଟ ଭୋଗୁଛନ୍ତି। ଏନେଇ ଧରିତ୍ରୀରେ ‘କଡ଼ମାରେ ଜଳସଂକଟ ଉତ୍କଟ’ ଶୀର୍ଷକ ଖବର ପ୍ରକାଶ ପରେ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଏହାର ମରାମତି ତଥା ପାଇପ ବିଛାଇବା ପାଇଁ ୧୮ ଲକ୍ଷ ଟଙ୍କାର ଅନୁଦାନ ବରାଦ କରାଯାଇଛି। ମାତ୍ର ବିନା କୌଣସି ଟେଣ୍ଡରରେ ବ୍ଲକର ଜଣେ ପ୍ରଭାବଶାଳୀ ନେତାଙ୍କ ପାଖ ଠିକାଦାର ଏହାର କାର୍ଯ୍ୟାଦେଶ ପାଇ କାମକୁ ଆଗେଇ ନେଉଛନ୍ତି। ବିଡ଼ମ୍ବନାର ବିଷୟ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଯେନତେନ ପ୍ରକାର କାମ କରି ଠିକାଦାର ଆବଣ୍ଟିତ ଅର୍ଥରାଶି ହରିଲୁଟ କରିବାକୁ ବସିଥିବା ଆଲୋଚନା ହେଉଛି। ନିୟମ ଅନୁଯାୟୀ କୌଣସି କାମ ହେଉନାହିଁ। ଏଷ୍ଟିମେଟ ଅନୁଯାୟୀ ପାଇପ୍ ବ୍ୟବହାର ହେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ମାଟିରୁ ୩ ଫୁଟ୍ ତଳେ ପାଇପ ପୋତିବାକୁ ଅନୁମତି ରହିଥିଲେ ହେଁ ଠିକାଦାର ନିଜ ମନମୁତାବକ ୧ ଫୁଟରୁ ୧.୫ ଫୁଟ ମଧ୍ୟରେ ପାଇପ ବିଛାଇ ମାଟି ଢାଙ୍କି ଦେଉଛନ୍ତି। ବିଭାଗୀୟ ଯନ୍ତ୍ରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଫଳରେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଭିତ୍ତିରି ବୁଝାମଣା ହୋଇଥିବା ଚର୍ଚ୍ଚା ହେଉଛି। ବ୍ଲକର ଏକାଧିକ ଗ୍ରାମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ସମ୍ପ୍ରସାରଣ ଓ ମେଗା ପ୍ରକଳ୍ପ ନିର୍ମାଣ ପାଇଁ ଠିକାଦାର ପାଇପଗୁଡ଼ିକ ତାଡ଼ି ନଷ୍ଟ କରିଥିବାରୁ ଜଳଯୋଗାଣ ବନ୍ଦ ରହିଥିବା ସୂଚନା ମିଳିଛି। ଆରଡବ୍ଲ୍ୟୁଏସ୍ଏସ୍ ପକ୍ଷରୁ ପାଇପଗୁଡ଼ିକ ୩ ଫୁଟ ତଳେ ପୋତିବାକୁ ଅନୁମତି ରହିଛି। ପୂର୍ବରୁ ପ୍ରକଳ୍ପ ନିର୍ମାଣ ସମୟରେ ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତୁରାରେ କାମ ହୋଇଥିଲା। କେତେଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଯନ୍ତ୍ରୀଙ୍କୁ ହାତକରି ଠିକାଦାର ଏକାଧିକ ପ୍ରକଳ୍ପରେ କେଉଁଠି ୧ ଫୁଟ ତ କେଉଁଠି ମାଟି ଉପରେ ପାଇପ ବିଛାଇ ଅନେକ କୋଟି ଟଙ୍କାର ଅର୍ଥ ଆତ୍ମସାତ କରିଥିଲେ। ଫଳରେ ଏବେ ଏକାଧିକ ପଞ୍ଚାୟତରେ ବସୁଧା ପ୍ରକଳ୍ପ ଥିଲେ ମଧ୍ୟ ପାଇପ ଗୁଡ଼ିକ ନଷ୍ଟ ହୋଇ ଅନେକ ଗ୍ରାମକୁ ଜଳଯୋଗାଣ ବନ୍ଦ ରହିଛି। ସାଧାରଣ ଲୋକ ଜଳକଷ୍ଟ ଭୋଗୁଛନ୍ତି। ଏଥିପ୍ରତି ସଜାଗ ନ ହେଲେ ଆଗକୁ ମଧ୍ୟ ଏହିପରି ଅସୁବିଧା ଭୋଗିବାକୁ ପଡ଼ିବ ବୋଲି ମତପ୍ରକାଶ ପାଇଛି। ଏ ସମ୍ପର୍କରେ ଆର୍ଡବ୍ଲ୍ୟୁଏସ୍ଏସ୍ କନିଷ୍ଠ ଯନ୍ତ୍ରୀ ସୁଧାକର ପଣ୍ଡାଙ୍କୁ ପଚାରିବାରେ ସେ ଏଥିପ୍ରତି ଦୃଷ୍ଟି ଦେବା ସହ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।
https://www.dharitri.com/national-al-qaeda-threat-not-averted-from-jammu-and-kashmir-200-terrorists-present-in-indian-subcontinent-united-nations/
ଜମ୍ମୁ -କଶ୍ମୀରରୁ ଟଳିନି ଅଲ-କାଏଦାର ଭୟ, ଭାରତୀୟ ଉପମହାଦ୍ୱୀପରେ ୨୦୦ ଆତଙ୍କବାଦୀ ମହଜୁଦ: ସଂଯୁକ୍ତ ରାଷ୍ଟ୍ର ଶ୍ରୀନଗର,୨୭।୭: ସାରା ବିଶ୍ୱରେ ଧାର୍ମିକ ଆତଙ୍କବାଦକୁ ପ୍ରୋତ୍ସାହିତ କରିବାରେ ଜଡିତ ଥିବା ଆତଙ୍କବାଦୀ ସଂଗଠନ ଅଲ-କାଏଦା ପକ୍ଷରୁ ବର୍ତ୍ତମାନ କୌଣସିି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହେଉନାହିଁ। କିନ୍ତୁ ଏହାର ବିପଦ ଦୁନିଆରୁ କିମ୍ବା ଭାରତରୁ ଶେଷ ହୋଇନାହିଁ। ଏହି ସଂଗଠନ ଏବେବି ନିରବ ରହିଛି କିନ୍ତୁ ଭାରତର ଜମ୍ମୁ-କଶ୍ମୀର ରାଜ୍ୟ ସମେତ ଭାରତୀୟ ଉପମହାଦ୍ୱୀପର ଅନ୍ୟାନ୍ୟ ଅଂଶ ଉପରେ ଏହାର ନଜର ରହିଛି ଏବଂ ଏହା ଭିତରେ ଏହାର ପ୍ରସ୍ତୁତି କାର୍ଯ୍ୟରେ ବ୍ୟସ୍ତ ଅଛି। ମିଳିତ ଜାତିସଂଘର ଏକ ନୂତନ ରିପୋର୍ଟରେ ଏହା କୁହାଯାଇଛି। ଏହି ଅନୁଯାୟୀ, ଭାରତୀୟ ଉପମହାଦ୍ୱୀପରେ ଅଲ କାଏଦାର ୨୦୦ ଆତଙ୍କବାଦୀ ଅଛନ୍ତି ଏବଂ ଓସାମା ମେହମୁଦ ହେଉଛନ୍ତି ସେମାନଙ୍କ ଆମିର। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଜୁଲାଇ ୨ ରେ ଅଲ-କାଏଦା ଏବଂ ଇସଲାମିକ ଷ୍ଟେଟର କାର୍ଯ୍ୟକଳାପ ସମ୍ପର୍କରେ ଏହି ରିପୋର୍ଟ ପ୍ରକାଶ ପାଇଛି।
https://www.dharitri.com/get-rid-of-all-29-apps-quickly-there-is-a-virus/
ଏସବୁ ୨୯ ଆପ୍‌ ଫୋନ୍‌ରୁ ଶୀଘ୍ର ହଟାନ୍ତୁ: ରହିଛି ଭାଇରସ୍‌ ନୂଆଦିଲ୍ଲୀ, ୨୯।୭: କେତେକ ଆପ୍ରେ ଭାଇରସ୍ ରହିଥିବାରୁ ସେଗୁଡ଼ିକୁ ଶୀଘ୍ର ଫୋନ୍ ରୁ ହଟାଇବା ଲାଗି ସତର୍କ ସୂଚନା ଜାରି କରାଯାଇଛି। ହ୍ବାଇଟ ଓପସ୍ର ଇଣ୍ଟେଲଜେନ୍ସ୍ ଟିମ୍ ଏସବୁ ଆପ୍ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ଏହି ଆପ୍ ପ୍ଲେ ଷ୍ଟୋରରୁ ୟୁଜର ପ୍ରାୟତଃ ଡାଉନଲୋଡ୍ କରିଥାନ୍ତି। ଇତିମଧ୍ୟରେ ୩୫ ଲକ୍ଷ ୟୁଜର ଏସବୁ ଆପ୍କୁ ଡାଉନଲୋଡ୍ କରି ସାରିଛନ୍ତି। ଏସବୁ ଆପ୍ ଯୋଗୁ ଫୋନ୍କୁ ଭାଇରସ୍ ପ୍ରବେଶ କରୁଥିବା ଜଣାପଡ଼ିବା ପରେ ଗୁଗଲ ଏହାକୁ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି। ଏହି ଆପ୍ ଗୁଡ଼ିକ ମଧ୍ୟରେ ଅଟୋ ପିକଚର କଟ୍, କଲର କଲ୍ ଫ୍ଲାଶ୍, ସ୍କୋୟାର ଫଟୋ ବ୍ଲର, ସ୍କୋୟାର ବ୍ଲର ଫଟୋ, ମ୍ୟାଜିକ୍ କଲ୍ ଫ୍ଲାଶ୍, ଇଜି ବ୍ଲର, ଇମେଜ୍ ବ୍ଲର, ଅଟୋ ଫଟୋ ବ୍ଲର, ଫଟୋ ବ୍ଲର, ଫଟୋ ବ୍ଲର ମାଷ୍ଟର, ସୁପର କଲ୍ ସ୍କ୍ରିନ୍, ସ୍କୋୟାର ବ୍ଲର ମାଷ୍ଟର, ସ୍କୋୟାର ବ୍ଲର ଆଦି ଆପ୍ ରହିଛି। ସେହିପରି ଅନ୍ୟ ଆପ୍ ଗୁଡ଼ିକ ମଧ୍ୟରେ ସ୍ମାର୍ଟ ବ୍ଲର ଫଟୋ, ସ୍ମାର୍ଟ ଫଟୋ ବ୍ଲର, ସୁପର କଲ୍ ଫ୍ଲାଶ୍, ସ୍ମାର୍ଟ କଲ୍ ଫ୍ଲାଶ୍, ବ୍ଲର ଫଟୋ ଏଡ଼ିଟର, ବ୍ଲର ଇମେଜ୍ ଆଦି ଆପ୍ ରହିଥିବା ହ୍ବାଇଟ ଓପସ୍ର ଇଣ୍ଟେଲଜେନ୍ସ୍ ଟିମ୍ ପକ୍ଷରୁ କୁହାଯାଇଛି। ଏସବୁ ଆପ୍ ଦ୍ୱାରା ହ୍ୟାକର ୟୁଜରଙ୍କ ଗୁପ୍ତ ସୂଚନା ମଧ୍ୟ ହ୍ୟାକ୍ କରୁଥିବା କୁହାଯାଉଛି।