text
stringlengths 17
85.6k
|
---|
ବିଛଣା ମୂତ୍ରତ୍ୟାଗ (ଇଂରାଜୀ ଭାଷାରେ ବା କୁହାଯାଏ) ରୋଗରେ ନିଦ୍ରାଗତ ସମୟରେ ବାରମ୍ବାର ଅନିଚ୍ଛାକୃତ ମୂତ୍ରତ୍ୟାଗ ହୁଏ ଯେଉଁ ବୟସରେ ମୂତ୍ରତ୍ୟାଗ ଉପରେ ନିୟନ୍ତ୍ରଣ ଆସିଥାଏ । ପିଲା ଏବଂ ବୟସ୍କମାନଙ୍କ ମଧ୍ୟରେ ଶୋଇବା ସମୟରେ ଭାବପ୍ରବଣ ଚାପ କିମ୍ବା ଶାରୀରିକ ନିର୍ଯାତନା ଯୋଗୁ ଏହି ଅବସ୍ଥା ସୃଷ୍ଟି ହୋଇପାରେ ବେଳେବେଳେ ଦିବା ସମୟରେ ପରିସ୍ରା କ୍ଷୟ ହୋଇପାରେ କିମ୍ବା ଅନ୍ୟାନ୍ୟ ମୂତ୍ର ଲକ୍ଷଣ ଉପସ୍ଥିତ ଥାଇପାରେ ରୋଗଜଟିଳ ହେଲେ ମୂତ୍ରନଳୀ ସଂକ୍ରମଣ ହୋଇପାରେ ଅଧିକାଂଶ ବିଛଣା ମୂତ୍ରତ୍ୟାଗ ଧୀର ଶାରୀରିକ ବିକାଶ ଯୋଗୁ କିମ୍ବା ଭାବପ୍ରବଣ କିମ୍ବା ଶାରୀରିକ ସମସ୍ୟା ନଥାଇ ଅତ୍ୟଧିକ ମୂତ୍ର ତିଆରି ଯୋଗୁ ହୁଏ ଯେଉଁମାନଙ୍କ ପିତାମାତା ପ୍ରଭାବିତ ହୋଇଥିଲେ ସେମାନଙ୍କଠାରେ ସାଧାରଣତଃ ଏହି ରୋଗ ହୁଏ ଅନ୍ୟାନ୍ୟ କାରଣ ମଧ୍ୟରେ ମୂତ୍ରନଳୀ ସଂକ୍ରମଣ, କୋଷ୍ଠକାଠିନ୍ୟ, ଏଡିଏଚଡି , ମଧୁମେହ, ଚାପ, ସ୍ପାଇନା ବାଇଫିଡା ଏବଂ ସୁପ୍ତ ଅବସ୍ଥାରେ ଶ୍ୱାସକ୍ରିୟା ବନ୍ଦ ରୋଗ ( ) ଯୋଗୁ ହୋଇପାରେ ଅନ୍ତର୍ନିହିତ କାର୍ଯ୍ୟବିଧିରେ ଭାସୋପ୍ରେସିନ୍ ଅଭାବ, ମୂତ୍ରାଶୟ ଅସ୍ଥିରତା କିମ୍ବା ମୂତ୍ରାଶୟରୁ ସଙ୍କେତ ଆସିଲେ ମଧ୍ୟ ଉଠିବାର ଅକ୍ଷମତା ଯୋଗୁ ହୋଇପାରେ ବିଛଣା ମୂତ୍ରତ୍ୟାଗ ଦୁଇ ପ୍ରକାର ହୁଏ; ପ୍ରାଥମିକ ଶ୍ରେଣୀରେ ଶିଶୁ ଦୀର୍ଘ ସମୟ ଶୁଖିଲା ଥାଏ ଏବଂ ମାଧ୍ୟମିକ ଶ୍ରେଣୀରେ ଅତି କମ୍ରେ ଛଅ ମାସ ଶୁଖିଲା ରହିବା ପରେ ବିଛଣା ଓଦା ଆରମ୍ଭ ହୁଏ ମୂଳ କାରଣ ଏବଂ ସମ୍ଭାବ୍ୟ ସହଯୋଗୀ ବ୍ୟାଧି ଉପରେ ଚିକିତ୍ସା ଆଧାରିତ ହୁଏ ଶୋଇବାକୁ ଯିବାର ୨ରୁ ୪ ଘଣ୍ଟା ପୂର୍ବରୁ ତରଳ ପଦାର୍ଥ ଦେବା ସୀମିତ ରଖିବା ରଖିବା ଏବଂ ଶୋଇବା ପୂର୍ବରୁ ମୂତ୍ରତ୍ୟାଗ କରି ଶୋଇବାକୁ ଉପଦେଶ ଦିଆ ଯାଇପାରେ ଏଥିରେ ଡେସମୋପ୍ରେସିନ୍ ଔଷଧ ଦିଆଯାଏ ଓ ବିଛଣା ମୂତ୍ରତ୍ୟାଗ ସମୟରେ ଏକ ଆଲାର୍ମ ବାଜିବା ବ୍ୟବସ୍ଥା କରାଯାଇପାରେ ଅନ୍ୟାନ୍ୟ ପ୍ରୟାସରେ କୋଷ୍ଠକାଠିନ୍ୟର ଚିକିତ୍ସା କରାଯାଏ ଯେଉଁମାନେ ଓଏସଏ ରେ ଅଛନ୍ତି, ତାଙ୍କର ଟନ୍ସିଲେକ୍ଟୋମି ଅସ୍ତ୍ରୋପଚାର କରି ଏହି ବ୍ୟାଧିର ସମାଧାନ କରାଯାଇପାରେ ସମୟ କ୍ରମେ ଏହି ଅବସ୍ଥାର ସାଧାରଣତଃ ସମାଧାନ ହୋଇଯାଏ ଶିଶୁମାନଙ୍କର ଯତ୍ନ ନେଉଥିବା ବ୍ୟକ୍ତିଙ୍କୁ ସଠିକ ପରାମର୍ଶ ଦିଆଯିବା ସହିତ ଦଣ୍ଡର କୌଣସି ଭୂମିକା ରଖାଯାଏ ନାହିଁ । ୫ ବର୍ଷ ବୟସରେ ୧୭ %, ୬ ବର୍ଷ ବୟସରେ ୧୩ %, ୭ ବର୍ଷ ବୟସରେ ୧୦% ଏବଂ ୧୫ ବର୍ଷ ବୟସରେ ୧.୫% ପିଲାମାନଙ୍କଠାରେ ବିଛଣା ମୂତ୍ରତ୍ୟାଗ ଏକ ସାଧାରଣ କଥା ଅଟେ। ବାଳିକାମାନଙ୍କ ଅପେକ୍ଷା ପୁଅମାନେ ଅଧିକ ପ୍ରଭାବିତ ହୁଅନ୍ତି; ଯଦିଓ ୧୦ ବର୍ଷ ବୟସ ପରେ ଏହି ପାର୍ଥକ୍ୟ କମ୍ ହୋଇଯାଏ ପ୍ରାଚୀନ ମିଶରୀୟମାନଙ୍କ ସମୟରୁ ଏହି ଅବସ୍ଥା ବର୍ଣ୍ଣନା କରାଯାଇଛି। ଗ୍ରୀକ୍ ଭାଷାରେ ଏନୁରେସିସ " " ଶବ୍ଦର ଅର୍ଥରୁ "ମୂତ୍ରତ୍ୟାଗ କରିବା" ଅଟେ |
ସୁରଜିତ ପାତର ପଞ୍ଜାବୀ ଭାଷାର ଜଣେ ଲେଖକ ତଥା କବି ଅଟନ୍ତି । ତାଙ୍କର କବିତା ସାଧାରଣ ଜନତାଙ୍କ ସହିତ ଅପାର ଲୋକପ୍ରିୟତା ଉପଭୋଗ କରିବା ସହିତ ସମାଲୋଚକମାନଙ୍କଦ୍ୱାରା ଉଚ୍ଚ ପ୍ରଶଂସା ଲାଭ କରିଛି । ଜୀବନୀ ସୁରଜିତ ପାତର ପଟ୍ଟର ଗ୍ରାମର ପଞ୍ଜାବୀ: ଜଲନ୍ଦର ଜିଲ୍ଲାର କାଲାନରୁ ଅଟନ୍ତି, ଯେଉଁଠାରୁ ସେ ନିଜର ନାମ ପାଇଥିଲେ । ସେ କପୁରଥାଲା ରାନ୍ଧୀ କଲେଜରୁ ସ୍ନାତକ ହାସଲ କରିଥିଲେ ଏବଂ ପରେ ପଟିଆଲା ପଞ୍ଜାବୀ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ଏବଂ ଅମୃତସରର ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟରୁ "ଗୁରୁ ନାନକ ଭାନିରେ ଲୋକନୃତ୍ୟର ରୂପାନ୍ତର" ଉପରେ ସାହିତ୍ୟରେ ପିଏଚଡି କରିଥିଲେ । ଏହାପରେ ସେ ଏକାଡେମିକ୍ ବୃତ୍ତିରେ ଯୋଗ ଦେଇଥିଲେ ଏବଂ ଲୁଧିଆନାର ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟରୁ ପଞ୍ଜାବୀର ପ୍ରଫେସର ଭାବରେ ଅବସର ନେଇଥିଲେ । ସେ ଷାଠିଏ ଦଶକର ମଧ୍ୟଭାଗରେ କବିତା ଲେଖିବା ଆରମ୍ଭ କରିଥିଲେ । ସେ ଫେଡେରିକୋ ଗାର୍ସିୟା ଲୋର୍କା, ଗିରିଶ କର୍ଣ୍ଣାଡ଼ଙ୍କର ନାଗମାଣ୍ଡାଲା ନାଟକ ଏବଂ ବର୍ଟୋଲ୍ଟ ବ୍ରେଖ୍ଟ ଏବଂ ପାବଲୋ ନେରୁଡାଙ୍କ କବିତାକୁ ପଞ୍ଜାବୀରେ ଅନୁବାଦ କରିଛନ୍ତି। ସେ ଜିନ୍ ଜିରାଡକ୍ସ, ଇଉରିପାଇଡ୍ସ ଏବଂ ରେସିନର ନାଟକ ମଧ୍ୟ ଅନୁକୂଳ କରିଛନ୍ତି । ସେ "ଶେଖ ଫରିଦ" ଙ୍କଠାରୁ ଆରମ୍ଭ କରି "ଶିବ କୁମାର ବାଟାଲଭି" ଙ୍କ ପର୍ଯ୍ୟନ୍ତ ପଞ୍ଜାବୀ କବିମାନଙ୍କ ଉପରେ ଟେଲି ସ୍କ୍ରିପ୍ଟ ଲେଖିଛନ୍ତି । ସେ ଚଣ୍ଡିଗଡ଼ର ପଞ୍ଜାବ କଳା ପରିଷଦର ସଭାପତି ଅଟନ୍ତି । ଅତୀତରେ ସେ ଲୁଧିଆନାର ପଞ୍ଜାବୀ ସାହିତ୍ୟ ଏକାଡେମୀରେ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଛନ୍ତି । ତାଙ୍କୁ ୨୦୧୨ ମସିହାରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା । ଚଳଚ୍ଚିତ୍ର ଚିତ୍ର ସୁରଜିତ ପାତର ପଞ୍ଜାବୀ ଚଳଚ୍ଚିତ୍ର ଶାହିଦ୍ ଉଦହମ୍ ସିଂ ଏବଂ ଦୀପା ମେହେତ୍ତାଙ୍କ ଚଳଚ୍ଚିତ୍ର ହେଭେନ୍ ଅନ୍ ୟାର୍ଥ୍ ଚଳଚ୍ଚିତ୍ରଟିକୁ ପଞ୍ଜାବୀ ସଂସ୍କରଣରେ ସଂଳାପ ଲେଖିଛନ୍ତି । |
ଜଗତସିଂହପୁର, ଭାରତୀୟ ରାଜ୍ୟ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଏକ ସହର । ଏହା ଜଗତସିଂହପୁର ଜିଲ୍ଲାର ସଦର ମହକୁମା । କଟକଠାରୁ ଏହାର ଦୂରତା ୪୧ କିଲୋମିଟର । ଭୁଗୋଳ ଜଗତସିଂହପୁର ୨୦ ୨୭ 'ଉତ୍ତର, ୮୬ ୧୭ ' ପୂର୍ବରେସ୍ଥିତ ଅଛି । ଇତିହାସ ଏହାର ପୁରୁଣା ନାଁ ହରିହରପୁର ଥିଲା । 'ଜଗତ ସିଂହ' ଜାମ୍ମୁ ଅଞ୍ଚଳର ଜଣେ 'ପଠାଣିଆ ରାଜପୁତ' ଥିଲେ (ପଠାଣମାନଙ୍କର ଆକ୍ରମଣ ପ୍ରତିରୋଧ କରିଥିବାରୁ ସେମାନଙ୍କୁ ପଠାଣିଆ ରାଜପୁତ କୁହାଯାଉଥିଲା) ଓ ତାଙ୍କ ନାଁରେ ରାଜ୍ୟର ନାମ ଜଗତସିଂହପୁର ହୋଇଥିଲା । ପ୍ରମୁଖ ଶିକ୍ଷା ଅନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱୟଂଶାସିତ ମହାବିଦ୍ୟାଳୟ । ଏହା ଲୋକମୁଖରେ ଏସ.ବି.ଏମ ଭାବେ ପରିଚିତ । ଏହା ମୃତ ଅଳକା ନଦୀର ବାଲି ଉପରେ ଗଢ଼ା ହୋଇଛି । ଶ୍ରୀକୃଷ୍ଣ ଏକାଡେମୀ , ଓଡ଼ିଶାର ପ୍ରାଚୀନତମ ଶିକ୍ଷା ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ । ଏହା ଏସ.କେ. ଏକାଡେମୀ ( . ) ଭାବେ ଜଣାଶୁଣା । ବାଲିକୁଦା ଉଚ୍ଚ ବିଦ୍ୟାଳୟ, ଓଡ଼ିଶାର ସର୍ବପୁରାତନ ବିଦ୍ୟାଳୟ ମଧ୍ୟରୁ ଗୋଟେ । ଏହା ବାଲିକୁଦା ବ୍ଲକ ଅନ୍ତର୍ଗତ ବାଲିକୁଦାରେ ଅବସ୍ଥିତ। ଦର୍ଶନୀୟ ସ୍ଥାନ ମା ଶାରଳା ମନ୍ଦୀର ପାରାଦ୍ୱୀପ ବନ୍ଦର ଗାରେଇ ଆଶମ କିପରି ଯିବେ କଟକରୁ ରେଳ ଯୋଗେ ପାରାଦୀପ ସଂଯୋଗ ହୋଇଛି । ଗୋରଖନାଥଠାରେ ମଧ୍ୟ ଏକ ଷ୍ଟେସନ ଅଛି , ସେଠାରୁ ଜଗତସିଂହପୁରର ଦୂରତା ୧୦ କି.ମି । କଟକ , ଭୂବନେଶ୍ୱର ସହ ଏହି ସହରକୁ ସବୁ ବେଳେ ବସ ଚଳାଚଳ କରିଥାଏ । |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୭ ଡିସେମ୍ବର ବର୍ଷର ୩୪୧ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୩୪୨ତମ । ବର୍ଷ ଶେଷ ହେବା ପାଇଁ ଆଉ ୨୪ ଦିନ ବାକି ଅଛି । |
ଚୁପ୍ କିଏ ଆସୁଛି, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ମମତା ରଥ ଓ ମୋହନ କୁମାର ସାହୁ । ବିଶ୍ୱଭୂଷଣ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ, ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଗୁଡ୍ଲି ରଥ ଏବଂ ବିଶ୍ୱଭୂଷଣ ମହାପାତ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଭ୍ରାନ୍ତି, ବିଶ୍ୱଜିତ୍, ଜୟ ବିଶ୍ୱାସ, ସୁନୀଲ କୁମାର, ହରିହର ମହାପାତ୍ର, ଶକ୍ତି ମିଶ୍ର, ଅନୁଭବ ମହାନ୍ତି, ସୁବ୍ରତ ନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନୟ ସୁନୀଲ କୁମାର ଅନୁଭବ ମହାନ୍ତି ହରିହର ମହାପାତ୍ର ଶକ୍ତି ମିଶ୍ର ଭ୍ରାନ୍ତି ବିଶ୍ୱଜିତ୍ ଜୟା ବିଶ୍ୱାସ ସୁବ୍ରତ ନାୟକ ସୋନାଲ ସମର ତ୍ରିପାଠୀ ଶୁଭ୍ରାଂଶୁ ନାୟକ କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍ଲି ରଥ ଓ ବିଶ୍ୱଭୂଷଣ ମହାପାତ୍ର । |
ନିର୍ମଳା ଦେବୀ (୧୯୦୭ - ୧୯୮୭) ଜଣେ ଓଡ଼ିଆ କବୟତ୍ରୀ ଥିଲେ । ସେ ଓଡ଼ିଆ ଭାଷାରେ ଅନେକ କାବ୍ୟ କବିତା ରଚନା କରିଥିଲେ । ୧୯୮୫ ମସିହାରେ ନିର୍ମଳା ଦେବୀଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ତାଙ୍କ ରଚିତ କବ୍ୟ କବିତା ବର୍ଣ୍ଣରାଗ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା । ୨୦୧୮ ମସିହାରେ ନିର୍ମଳା ଦେବୀଙ୍କ ବର୍ଣ୍ଣରାଗ ପୁସ୍ତକରୁ ୬ଟି କବିତାକୁ ଗୀତରେ ପରିଣତ କରିଥିଲେ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ରତିକାନ୍ତ ଶତପଥୀ । ଏହି ଆଲବମ୍ଟିର ନାମ ରଖାଯାଇଥିଲା ବର୍ଣ୍ଣରାଗ । ଏହି ଆଲବମ୍ର ପ୍ରଯୋଜନା କରିଥିଲେ ନିର୍ମଳା ଦେବୀଙ୍କ ନାତୁଣୀ ପଞ୍ଚମୀ ମାନୁ ଉକିଲ୍ । ସାହିତ୍ୟ କୃତି ନିର୍ମଳା ଦେବୀଙ୍କ ରଚିତ କିଛି କବିତା ଗ୍ରନ୍ଥ ମଧ୍ୟରେ ଦିନାନ୍ତେ, ସୀମାନ୍ତେ, ୧୯୫୩ ଆଦି ଅନ୍ୟତମ । ୧୯୮୫ ମସିହାରେ ତାଙ୍କ ରଚିତ କାବ୍ୟ ଗ୍ରନ୍ଥ ବର୍ଣ୍ଣରାଗ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ରଚନାବଳୀ ବର୍ଣ୍ଣରାଗ - ୧୯୮୫ (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର) ଦିନାନ୍ତେ ସୀମାନ୍ତେ ୧୯୫୩ ଏ ଜୀବନେ ପୁରସ୍କାର ଓ ସମ୍ମାନ ୧୯୮୫ ମସିହାରେ ନିର୍ମଳା ଦେବୀଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ତାଙ୍କ ରଚିତ କାବିତାବଳୀ ବର୍ଣ୍ଣରାଗ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା । |
ବଡ଼ଦାଣ୍ଡ ହେଉଛି ପବିତ୍ର ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତର ରାସ୍ତା ବା ଦାଣ୍ଡ । ଶ୍ରୀମନ୍ଦିର ଏବଂ ରଥଯାତ୍ରା ସହ ଏହି ମାର୍ଗର ସମ୍ପର୍କ ଥିବା ଯୋଗୁଁ ଏହାକୁ 'ବଡ଼ଦାଣ୍ଡ' ବୋଲି କୁହାଯାଏ ଓ ଜଗନ୍ନାଥ ସଂସ୍କୃତିରେ ଏହାର ବିଶେଷ ସ୍ଥାନ ରହିଛି । ବଡ଼ଦାଣ୍ଡରେ ବିଶାଳ ପକ୍ଷରେ ଶୋଭା ପାଉଛି, ତାହା ମଧ୍ୟରୁ ସିଂହ ଦୁଆରଠାରୁ ଗୁଣ୍ଡିଚା ମନ୍ଦିର ଭିତରେ ରହିଛି ଅନେକ ମଠ ବାଡି, ରାଧାବଲ୍ଲଭ ମଠ, ବଡ଼ଛତା ମଠ, ବଡ଼ ଅଖଡା ମଠ, ଜଗନ୍ନାଥ ବଲ୍ଲଭ ମଠ,ଚୈତନ୍ୟ ଗୌଡୀୟ ମଠ,ଦଶ ଅବତାର ମଠ, ସହିତ ବାଗେଡିଆ ଧର୍ମଶାଳ ଓ ଅନେକ ରମଣୀୟ ସ୍ଥଳ ରହିଛି । ଆଗରୁ ବଡ଼ଦାଣ୍ଡର ଦୃଶ୍ୟ ଗାଆଁ ରାସ୍ତା ଭଳି ଦେଖା ଯାଉଥିଲା । କୁହାଯାଏ ପୂର୍ବକାଳରେ ବଡ଼ଶଙ୍ଖ ନିକଟରେ ପ୍ରଭାହିତ ହେଉଥିଲା ମାଲେଣି ନଦୀ । ରଥ ଯାତ୍ରାରେ ବହୁତ୍ ସମସ୍ୟା ଦେଖା ଯାଉଥିଲା । ଗଙ୍ଗବଂଶୀ ରାଜାମାନେ ଏ ନଦୀକୁ ପୋତିଥିଲେ । ଏ ନଦୀ ପୋତିବା ଆଗରୁ ମାଉସୀ ମା ମନ୍ଦିରକୁ ପ୍ରତିଷ୍ଠିତ କରା ଯାଇଥିଲା। ବଳଗଣ୍ଡିଠାରେ ଅଛି ଭକ୍ତ ସାଲବେଗ ପୀଠ । ବଡ଼ ଦାଣ୍ଡର ଶେଷ ଭାଗରେ ଗୁଣ୍ଡିଚା ମନ୍ଦିର ନିକଟରେ ଅବସ୍ତିତ ସରଧା ବାଲି । ଏ ବାଲି ଏତେ ପବିତ୍ର କବିମାନେ ବର୍ଣ୍ଣନା କରିଛନ୍ତି , ଏହିଠାରେ ମହାଲକ୍ଷ୍ମୀ ରୋଷର ଶିକାର ହୁଅନ୍ତି । ନନ୍ଦିଘୋଷେ ପ୍ରଭୁ ଘୋଷ ଯାତ୍ରାରେ ବିଜେ କରିଥିବା ବେଳ ଭକ୍ତଙ୍କ କଳାହୋଳିରେ ଉଛୁଳି ପଡେ । ଏ ସମଗ୍ର ବଡ଼ଦାଣ୍ଡ ହୋଇ ପଡେ ଲୋକାରନ୍ୟ । |
ଓଲେ ଓଲେ ଦିଲ୍ ବୋଲେ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଭୂତି ଭୂଷଣ ଷଡ଼ଙ୍ଗୀ । ଡି. ନିରଞ୍ଜନ ରେଡ୍ଡୀ ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ । ଅନ୍ତର୍ଜାମୀ ସରଘରିଆ ନିରଞ୍ଜନଙ୍କ ସହ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । କୈଳାସ ମହାପାତ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତିରଞ୍ଜନ ନାୟକ ଏବଂ ଝିଲିକ୍ ଭଟ୍ଟାଚାର୍ଯ୍ୟ । ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଚୌଧୁରୀ ବିକାଶ ଦାସ, ହାଡ଼ୁ, ରାଜୀବ, ଗୁର, ପ୍ରଭାତୀ ସାହୁ, ପ୍ରିୟଙ୍କା, ପିୟୁଷ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନୟ ଜ୍ୟୋତିରଞ୍ଜନ ନାୟକ ଝିଲିକ୍ ଭଟ୍ଟାଚାର୍ଯ୍ୟ ସିଦ୍ଧାନ୍ତ ମହାପାତ୍ର ମିହିର ଦାସ ଚୌଧୁରୀ ବିକାଶ ଦାସ ହାଡ଼ୁ ରାଜୀବ ଗୁର ପ୍ରଭାତୀ ସାହୁ ପ୍ରିୟଙ୍କା ପିୟୁଷ ମହାନ୍ତି କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ବସନ୍ତରାଜ ସାମଲ ଏବଂ ସୁବ୍ରତ ସ୍ୱାଇଁ । ଦୀପ୍ତିରେଖା ପାଢ଼ୀ, ଉଦିତ ନାରାୟଣ, ଆଶୁତୋଷ, ଲୋପାମୁଦ୍ରା, ସବିଶେଷ, ଅନନ୍ୟା ଶ୍ରୀତମ ନନ୍ଦ, ବିଶ୍ୱଜିତ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । |
ମଇ ମାସ ଜୁଲିଆନ ଓ ଗ୍ରେଗୋରିଆନ କ୍ୟାଲେଣ୍ଡରରେ ବର୍ଷର ପଞ୍ଚମ ମାସ । ଗ୍ରୀକ୍ ମାଇଥୋଲୋଜିରେ ଦେବୀ 'ମାଇଆ' ଙ୍କ ନାମାନୁସାରେ ମଇ ମାସର ନାମକରଣ ହୋଇଛି । |
ଆଦିତୀ ପନ୍ଥ ଜଣେ ଭାରତୀୟ ସମୁଦ୍ର ବିଜ୍ଞାନୀ । ସେ ଆଣ୍ଟାର୍କଟିକା କାର୍ଯ୍ୟକ୍ରମର ଅଂଶଗ୍ରହଣ କରିବାରେ ୧୯୮୩ ମସିହାରେ ସୁଦୀପ୍ତା ସେନଗୁପ୍ତଙ୍କ ସହ ପ୍ରଥମ ଭାରତୀୟ ମହିଳା । ସେ ରାଷ୍ଟ୍ରୀୟ ସମୁଦ୍ର ବିଜ୍ଞାନ ସଂସ୍ଥାନ, ଭାରତ, ରାଷ୍ଟ୍ରୀୟ ରାସାୟନିକ ପ୍ରୟୋଗଶାଳା, ପୁଣେ ବିଶ୍ୱବିଦ୍ୟାଳୟ ଏବଂ ମହାରାଷ୍ଟ୍ର ବିଜ୍ଞାନ ଏକାଡେମୀ ଆଦି ଅନୁଷ୍ଠାନରେ ପ୍ରମୁଖ ପଦରେ କାର୍ଯ୍ୟ କରିଛନ୍ତି । ପ୍ୟାଟେଣ୍ଟ ଓ ପୁରସ୍କାର ଆଦିତୀ ପନ୍ଥ ପାଞ୍ଚଟି ପ୍ୟାଟେଣ୍ଟ ଅଧିକାର କରିବା ସହ ବିଭିନ୍ନ ଆନ୍ତର୍ଜାତିକ ଜର୍ଣ୍ଣାଲରେ ୬୭ରୁ ଅଧିକ ସନ୍ଦର୍ଭ ପ୍ରକାଶ କରିଛନ୍ତି । ଭାରତୀୟ ଆଣ୍ଟାର୍କଟିକା କାର୍ଯ୍ୟକ୍ରମରେ ତାଙ୍କର ଯୋଗଦାନ ପାଇଁ ଭାରତ ସରକାରଙ୍କଦ୍ୱାରା ତାଙ୍କୁ ଆଣ୍ଟାର୍କଟିକା ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେ ସହକର୍ମୀ ସୁଦୀପ୍ତା ସେନଗୁପ୍ତା, ଜୟ ନୈଥାନୀ ଏବଂ କନୱାଲ ଭିଲକୁଙ୍କ ସହ ଏହି ସମ୍ମାନ ମିଳିତ ଭାବେ ପାଇଥିଲେ । ସେ ଏସ.ଇ.ଆର.ସି. ପୁରସ୍କାର ପାଇଥିଲେ ଏବଂ ଗବେଷଣା କ୍ଷେତ୍ରରେ ତାଙ୍କର ଅନୁସନ୍ଧାନ ପାଇଁ ବୃତ୍ତି ଲାଭ କରିଥିଲେ । ସେ ମହାରାଷ୍ଟ୍ର ସୋସାଇଟି ଅଫ କଲ୍ଟିଭେସନ ସାଇନ୍ସ, ମହାରାଷ୍ଟ୍ର ଆସୋସିଏସନ ଫର ଦି କଲ୍ଟିଭେସନ ଅଫ ସାଇନ୍ସର ସାଧାରଣ ବିଭାଗ, ବାୟୋ ଫୁଏଲ କମିଟି, ଜୈବପ୍ରଯୁକ୍ତି ବିଭାଗ, ସିଜିଓ କମ୍ପ୍ଲେକ୍ସ, ନୂଆଦିଲ୍ଲୀର ସଦସ୍ୟ । ସେ ମହାରାଷ୍ଟ୍ର ବିଜ୍ଞାନ ଏକାଡେମୀର ଜଣେ ସହକର୍ମୀ । |
ରୁନୁ ପରିଜା (ଜନ୍ମ: ୧୫ ମଇ ୧୯୬୫, କରଞ୍ଜିଆ) ଜଣେ ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତ୍ରୀ । ସେ ଅନ୍ନପୂର୍ଣ୍ଣା ଥିଏଟରରୁ ନିଜର ଅଭିନୟ ଜୀବନ ଅାରମ୍ଭ କରି "ବତାସୀ ଝଡ଼" ଚଳଚ୍ଚିତ୍ରରୁ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ଅନ୍ୟାନ୍ୟ ଜଣାଶୁଣା ଚଳଚ୍ଚିତ୍ର ହେଲା "ପଞ୍ଜୁରୀ ଭିତରେ ଶାରୀ ', "ନାରୀ ନୁହେଁ ତୁ ନାରାୟଣୀ ' ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଲୋକପ୍ରିୟତାର ଶିଖରରେ ପହଞ୍ଚି ଥିବା ରୁନୁ "ଲକ୍ଷ୍ମଣ ରେଖା ' ଚଳଚ୍ଚିତ୍ରରେ ଅଭିନୟ ପାଇଁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଭାବେ ରାଜ୍ୟ ପୁରସ୍କାର ହାସଲ କରିଥିଲେ । ସେ ପ୍ରାୟ ୮୦ଟି ଓଡ଼ିଅା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ ଅନେକ ଟେଲିଭିଜନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । ଦୂରଦର୍ଶନ ଭୁବନେଶ୍ୱରରେ ପ୍ରସାରିତ "ତୋଷ ନୋହିଲା ମୋ 'ର ଚିତ୍ତ' ରେ ଅଭିନୟ ପାଇଁ ସେ ବିଶେଷ ଜନାଦୃତି ଲାଭ କରିଥିଲେ । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ "ତପସ୍ୟା ଧାରାବାହିକରେ ଅଭିନୟ କରି ଅାସୁଥିଲେ । ଜୀବନୀ ପାରିବାରିକ ଚୁନୁଙ୍କ ପିତା ଭୋଳାନାଥ, ଅନ୍ନପୂର୍ଣ୍ଣାର ଥିଏଟରରେ ଜଣେ ନିର୍ଦ୍ଦେଶକ ଥିଲେ ଓ ମା କ୍ରିଷ୍ଣା ଜଣେ ଚଳଚ୍ଚିତ୍ର ଅଭିନେତ୍ରୀ ଥିଲେ । ରୁନୁ, ଓଡ଼ିଆ ସିନେ ନିର୍ଦ୍ଦେଶକ ଓ ପ୍ରଯୋଜକ ଚଣ୍ଡୀ ପରିଜାଙ୍କୁ ବିବାହ କରିଥିଲେ । ତାଙ୍କ ଭଉଣୀ ଝରଣା (ଝୁନୁ), ଚଳଚ୍ଚିତ୍ର ଅଭିନେତା ହର ପଟ୍ଟନାୟକଙ୍କୁ ବିବାହ କରିଛନ୍ତି । |
ବିମଳା ମନ୍ଦିର ପୁରୀ ଗୋବର୍ଦ୍ଧନ ପୀଠ ପରିସର ମଧ୍ୟସ୍ଥ ଦେବୀ ବିମଳାଙ୍କର ଏକ ପ୍ରାଚୀନ ଆସ୍ଥାନ । ୨୦୧୭ ଜାନୁଆରୀ ୧୮ତାରିଖରେ ସେଠାରେ ବିମଳାଙ୍କ ଏକ ନୂତନ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ଇତିହାସ ଶ୍ରୀମନ୍ଦିରରେ ବିମଳାଙ୍କ ମନ୍ଦିର ମୂଳପୀଠ ହୋଇଥିବାବେଳେ ଗୋବର୍ଦ୍ଧନ ମଠରେ ଗାଦି ପୀଠ ରହିଛି । ଏଠାରେ ମଧ୍ୟ ଶ୍ରୀଜଗନ୍ନାଥ ଓ ମା ବିମଳାଙ୍କ ପୂଜା ଶହଶହ ବର୍ଷ ଧରି ଚାଲିଛି । ୨୫୦୦ ବର୍ଷତଳେ ଆଦିଶଙ୍କରାଚାର୍ଯ୍ୟ ଶ୍ରୀମନ୍ଦିରକୁ ପୁନଃପ୍ରତିଷ୍ଠା କରିବା ସହ ଗୋବର୍ଦ୍ଧନ ପୀଠର ସ୍ଥାପନା କରିଥିଲେ । ଏଠାରେ ଇଷ୍ଟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ, ଇଷ୍ଟଦେବୀ ମା ବିମଳା ଓ ତୀର୍ଥ ମହୋଦଧି । ଆବାହମାନ କାଳରୁ ପ୍ରତ୍ୟେକ ଦିନ ମହାପ୍ରଭୁଙ୍କର ଖେଇ (ଖେଚୁଡ଼ି ଭୋଗ) ଗୋବର୍ଦ୍ଧନ ପୀଠକୁ ଆସିଥାଏ । ଏଠାରେ ମା ବିମଳାଙ୍କୁ ସମର୍ପଣ ହୋଇ ସାଧୁସନ୍ଥଙ୍କୁ ପ୍ରଦାନ କରାଯାଏ । ଶ୍ରୀମନ୍ଦିରରେ ବିମଳା ବାମାଚାର ପଦ୍ଧତିରେ ପୂଜା ପାଉଥିବା ବେଳେ ଏଠାରେ ମା ଙ୍କୁ ପରମ ବୈଷ୍ଣବୀ ରୂପରେ ଦକ୍ଷିଣାଚାର ପଦ୍ଧତିରେ ପୂଜା ହୋଇଥାଏ । ଗଠନ ଓ ବୈଶିଷ୍ଟ୍ୟ ୨୦୧୨ମସିହାରୁ ୪ ବର୍ଷ ଧରି ଦ୍ୱିତୀୟ ବିମଳା ମନ୍ଦିର ନିର୍ମାଣ ଚାଲିଥିଲା । ଶ୍ରୀମନ୍ଦିର ସେବାୟତଙ୍କ ବିରୋଧ ଜଗନ୍ନାଥ ମନ୍ଦିର ପରିସରରେ ଏକ ବିମଳା ମନ୍ଦିର ଥିବାବେଳେ ଏହା ନିକଟରେ ଅନ୍ୟ ଏକ ମନ୍ଦିର ପ୍ରତିଷ୍ଠା ହେଲେ ଜଗନ୍ନାଥ ସଂସ୍କୃତି ଉପରେ ଆଞ୍ଚ ଆସିବା ସନ୍ଦେହ କରି ୨୦୧୬ ମସିହା ନଭେମ୍ବରରେ ଶ୍ରୀମନ୍ଦିର ସେବାୟତମାନେ ବିରୋଧ କରିଥିଲେ । ପ୍ରତିଷ୍ଠାକୁ ନେଇ ଉଠିଥିବା ବିବାଦ ଉପରେ ପୁରୀ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ପଷ୍ଟୀକରଣ ଦେବାପରେ ସେବାୟତମାନେ ଶାନ୍ତ ହୋଇଥିଲେ । |
ପ୍ରହଲ୍ଲାଦ ଭଗବାନରାଓ ସିନ୍ଧେ ୧୯୩୩ ୨୩ ଜୁନ ୨୦୦୪ ଜଣେ ଭାରତୀୟ-ମରାଠୀ ଗାୟକ ଥିଲେ । ସେ ଭକ୍ତି ଗୀତ, ଆମ୍ବେଦକରାଇଟ୍ ଗୀତ ଏବଂ କବାଲି ଆଦି ଗାୟକ ପାଇଁ ପ୍ରସିଦ୍ଧ ଥିଲେ । ପ୍ରାରମ୍ଭିକ ଜୀବନ ପ୍ରହଲ୍ଲାଦ ୧୯୩୩ ମସିହାରେ ଅହମ୍ମଦନଗରର ପିମ୍ପଲଗାଁ ଗ୍ରାମରେ ଭଗବନରାଓ ଏବଂ ସୋନାବାଇ ସିନ୍ଧେଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ତାଙ୍କ ତିନି ଭାଇଙ୍କ ମଧ୍ୟରେ ସେ ସାନ ଥିଲେ । ପିଲାଦିନେ ତାଙ୍କ ପରିବାର ଦାରିଦ୍ରତା ପାଇଁ ସେ ତାଙ୍କ ପିତାମାତାଙ୍କ ସହିତ କିର୍ତ୍ତନରେ ଏବଂ ରାସ୍ତାଘାଟରେ ଗୀତ ଗାଇବା ଆରମ୍ଭ କରିଥିଲେ । ଛୋଟବେଳୁ ସେ ଇସମାଇଲ ଆଜାଦଙ୍କ ଦଳରେ ତବଲା ବାଦକ ଭାବରେ କାମ କରିବା ଆରମ୍ଭ କରିଥିଲେ । ସେ ହାଇଦର କି ତଲୱାର୍ ଗୀତରେ ଜଣେ ପ୍ରଚ୍ଛଦପଟ ଗାୟକ ଭାବରେ ଏହାର କିଛି ଅଂଶ ଗାଇଥିଲେ । ତାଙ୍କ ପ୍ରଥମ ଭକ୍ତି ଆଲବମ୍ ଏଚ୍ଏମ୍ଭିଦ୍ୱାରା ମୁକ୍ତିଲାଭ କରିଥିଲା । ସେ ଅନେକ ଭକ୍ତିଗୀତ ଏବଂ ଲୋକଗୀତ ଗାଇଥିଲେ ଯାହା ତାଙ୍କୁ ମହାରାଷ୍ଟ୍ରରେ ପ୍ରସିଦ୍ଧ କରିଥିଲା । ସେ କିଛି କବାଲି ମଧ୍ୟ ଗାଇଥିଲେ । ବ୍ୟକ୍ତିଗତ ଜୀବନ ସେ ରୁକମଣିବାଇଙ୍କୁ ବିବାହ କରିଥିଲେ । ଗାୟକ ଆନନ୍ଦ ସିନ୍ଧେ, ମିଲିନ୍ଦ ସିନ୍ଧେ ଏବଂ ଦିନକର ସିନ୍ଧେ ତାଙ୍କର ପୁଅ । ଆନନ୍ଦଙ୍କ ପୁଅ ଆଦର୍ଶ ସିନ୍ଧେ, ଉତ୍କର୍ଷ ଏବଂ ହର୍ଷଦ ତାଙ୍କର ନାତି । ସିନ୍ଧେ ପରିବାର ବି.ଆର. ଆମ୍ବେଦକରଙ୍କଦ୍ୱାରା ପ୍ରଭାବିତ ହୋଇ ବୌଦ୍ଧ ଧର୍ମ ଅନୁସରଣ କରିଛନ୍ତି । |
ଲାମୋଟ୍ରିଜିନ (ଇଂରାଜୀ ଭାଷାରେ , ଗୋଟିଏ ବ୍ୟବସାୟୀକ ନାମ ) ଏକ ବାତ ନିରୋଧୀ ଔଷଧ ଯାହା ଏପିଲେପ୍ସି ବା ଅପସ୍ମାର ବାତ ଓ ବାଇପୋଲାର ଡିଜଅଡର ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ । ଅପସ୍ମାର ବାତରେ ହେଉଥିବା ସ୍ଥାନୀୟ ବାତ, ଟନିକ-କ୍ଲୋନିକ ବାତ ଓ ଲେନକ୍ସ-ଗାସଟଟ ସିଣ୍ଡ୍ରୋମ ବାତ ନିମନ୍ତେ ଦିଆଯାଏ । ବାଇପୋଲାର ଡିଜଅଡରରେ ଅବସାଦ, ବାଇପୋଲାର ଟାଇପ ୨ ରୋଗର ରାପିଡ ସାଇକ୍ଲିଙ୍ଗ ଓ ବାଇପୋଲାର ଟାଇପ ୧ ରୋଗର ପୁନରାବୃତ୍ତି ନ ହେବା ନିମନ୍ତେ ଦିଆଯାଏ । ନିଦ୍ରାଳୁ, ମୁଣ୍ଡବିନ୍ଧା, ବାନ୍ତି, ନିୟନ୍ତ୍ରଣ ସମସ୍ୟା ଓ ରାସ ଆଦି ପ୍ରତିକ୍ରିୟା ସାଧାରଣତଃ ଏହି ଔଷଧ ବ୍ୟବହାର କଲେ ଦେଖାଯାଇପାରେ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ହେମୋଲାଇଟିକ ଆନିମିଆ , ଅଧିକ ଆତ୍ମହତ୍ୟା ସଙ୍କଟ, ସ୍ଟୋଭେନ୍ସ-ଜନସନ ସିଣ୍ଡ୍ରୋମ ଓ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହାର ବ୍ୟବହାର ବିପଦ ଜନକ ହୋଇପାରେ । ଲାମୋଟ୍ରିଜିନ ଏକ ଫିନାଇଲଟ୍ରିଆଜିନ ଥାଏ ଯାହା ଅନ୍ୟାନ୍ୟ ବାତ ନିରୋଧୀ ଔଷଧମାନଙ୍କଠାରୁ ପୃଥକ । ଏହାର କାର୍ଯ୍ୟକାରୀତା ଅସ୍ପଷ୍ଟ ଅଛି । ଜଣାଯାଏ, ଏହା କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳର ଗାମା-ଆମିନୋବ୍ୟୁଟିରିକ ଏସିଡ ବା ଗାବାର ନିଉରୋଟ୍ରାନ୍ସମିଟର ପ୍ରକ୍ରିୟାକୁ ବୃଦ୍ଧି କରେ ଓ ଭୋଲଟେଜ-ସେନ୍ସିଟିଭ ସୋଡ଼ିଅମ ଚାନେଲକୁ ( : - ) କମାଏ । ସଂଯୁକ୍ତ ରାଷ୍ଟ୍ରରେ ସନ ୧୯୯୧ରେ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୪ରେ ବ୍ୟବସାୟୀକ ଭିତ୍ତିରେ ଲାମୋଟ୍ରିଜିନ ବ୍ୟବହାରକୁ ସ୍ୱୀକୃତି ଦିଆଗଲା । ଡକ୍ଲ୍ୟଏଚଓର ଅତ୍ୟାବଶ୍ୟକୀୟ ଔଷଧ ' ର ସ୍ୱାସ୍ଥ୍ୟ ପ୍ରଣାଳୀ ନିମନ୍ତେ ଥିବା ପ୍ରଭାବଶାଳୀ ଓ ବିପଦମୁକ୍ତ ଓଷଧ ତାଲିକାରେ ଲାମୋଟ୍ରିଜିନର ନାମ ଅଛି । ସନ ୨୦୧୫ରେ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଏହାର ହୋଲସେଲ ମୂଲ୍ୟ ୩.୫୭ ଆମେରିକୀୟ ଡଲାର ଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ହୋଲସେଲ ମୂଲ୍ୟ ୪.୬୪ ଆମେରିକୀୟ ଡଲାର ଥିଲା । |
ପ୍ରତିଦିନ ଶ୍ରୀମନ୍ଦିରରେ ୨୨ଟି ନୀତି ପାଳିତ ହୋଇଥାଏ । ଦ୍ୱାର ଫିଟା: ଶ୍ରୀମନ୍ଦିରର ପ୍ରଥମ ନୀତି । ପୂର୍ବରାତ୍ର ପହୁଡ଼ ବେଳେ ତଳିଚ୍ଛ ମହାପାତ୍ର ମନ୍ଦିର ଦ୍ୱାରରେ ଯେଉଁ ମୁଦ ଦେଇଥାନ୍ତି, ପରଦିନ ସକାଳେ ଉକ୍ତ ମୁଦ ଠିକ ଅଛି କି ନାହିଁ ତାହା ଭିତରଚ୍ଛ ମହାପାତ୍ର ତଦାରଖ କରି ଦେଖନ୍ତି । ଭିତର ଶୋଧ: ଦ୍ୱାରଫିଟା ପରେ ମନ୍ତ୍ରପୂତ ଜଲ ସିଞ୍ଚନପୂର୍ବକ ମନ୍ଦିର ଭିତର ଶୋଧନ କରାଯାଏ । ମଙ୍ଗଳ ଆଳତି: ପ୍ରତିଦିନ ସକାଳେ ଦେବ ବିଗ୍ରହମାନଙ୍କର ନିଦ୍ରାତ୍ୟାଗ ସୂଚକ ସର୍ବ ପ୍ରଥମେ କରାଯିବା ଆରତି ବା ଦୀପାଦି ପ୍ରଦର୍ଶନଦ୍ୱାରା ପୂଜା । ପ୍ରତ୍ୟେକ ଦିନ ଦିନ ମୋଟ ୭ ଥର ଆଳତି କରାଯାଇଥାଏ ଯଥା: ମଙ୍ଗଳ ଆଳତି, ସକାଳ ଧୂପ ଆଳତି, ମଧ୍ୟାହ୍ନ ଧୂପ ଆଳତି, ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ ଆଳତି ବା ଜୟମଙ୍ଗଳ ଆଳତି, ବଡ଼ସିଂହାର ଆଳତି ଓ ପହୁଡ଼ ଆଳତି । ମଇଲମ: ପୂର୍ବ ରାତ୍ରର ସିଂହାର ବେଶରେ ପରିଧାନ କରିଥିବା ବସ୍ତ୍ର, ଫୁଲ, ତୁଳସୀ ଓ ଅଳଙ୍କାର ବାହାର କରିବା । ତଡ଼ପଲାଗି: ଦେବତାଙ୍କ ବସ୍ତ୍ର ପରିଧାନ ନୀତି । ଅବକାଶ ନୀତି ନିମନ୍ତେ ଠାକୁରମାନଙ୍କୁ ତଡ଼ପ ଓ ଉତ୍ତରୀୟ ପିନ୍ଧାଇ ଦିଆଯାଏ । ଅବକାଶ: ଠାକୁରମାନଙ୍କର ଦନ୍ତ ଧାପନ ଓ ସ୍ନାନ ବିଧି । ପ୍ରତ୍ୟେକ ବିଗ୍ରହଙ୍କ ସାମନାରେ ପିତଳ ଦର୍ପଣ ରଖି, କର୍ପୁର, ଚନ୍ଦନ, ଦହି ଓ ଅଁଳା ମିଶ୍ରିତ ସୁବାସିତ ଜଳରେ ସ୍ନାନ ଏବଂ ମୁତୁରି ଦାନ୍ତକାଠିରେ ଦନ୍ତଧାପନ ନୀତି କରାଯାଏ ଓ ତାପରେ ଠାକୁରମାନଙ୍କୁ ଶୁଖିଲା ଲୁଗା ପିନ୍ଧାଇ ଦିଆଯାଏ । ସାହାଣମେଲା (ପ୍ରଥମ): ବିନା ମୂଲ୍ୟରେ ସାହାଣମେଲାରେ ସର୍ବସାଧାରଣ ଦର୍ଶନ ହୋଇଥାଏ । ସାହାଣ ମେଲା ସମୟରେ ସାଧାରଣ ଯାତ୍ରୀମାନେ ଗର୍ଭଗୃହକୁ ପ୍ରବେଶ କରି ରତ୍ନବେଦୀ ନିକଟରୁ ଜଗନ୍ନାଥଙ୍କୁ ଅବାଧରେ ଦର୍ଶନ କରନ୍ତି । ମଇଲମ ଓ ବେଶ: ସାହାଣମେଲା ପରେ ବେଶଲାଗି ହୁଏ ଓ ସ୍ୱତ୍ୱଲିପି ବର୍ଣ୍ଣିତ ମତେ ଭିନ୍ନ ଭିନ୍ନ ଋତୁରେ ଠାକୁରମାନେ ବିଭିନ୍ନ ପୋଷାକ ପିନ୍ଧିଥାନ୍ତି । ରୋଷହୋମ: ରୋଷ ମଧ୍ୟରେ ଅମୃତ ମଣୋହି ରନ୍ଧନ ନିମନ୍ତେ ଅଗ୍ନିସ୍ଥାପନ । ରୋଷହୋମ ପରେ ବିଭିନ୍ନ ଚୁଲିକୁ ଅଗ୍ନି ନିଆଯାଇ ନୈବେଦ୍ୟ ପ୍ରସ୍ତୁତ କରାଯାଇଥାଏ । ସୂର୍ଯ୍ୟପୂଜା: ମୁକ୍ତିମଣ୍ଡପ ନିକଟରେ ଥିବା ସୂର୍ଯ୍ୟମୂର୍ତ୍ତିଙ୍କ ସମ୍ମୁଖରେ ଅନୁଷ୍ଠିତ ହୁଏ । ଦ୍ୱାରପାଳ ପୂଜା: ଜୟ ବିଜୟ ଦ୍ୱାରରେ ହୁଏ । ଗୋପାଳବଲ୍ଲଭ: ପ୍ରଥମ ଶୁଖିଲା ଭୋଗ । ସକାଳଧୂପ: ଏହା ଦିନର ପ୍ରଥମ ସଙ୍ଖୁଡ଼ି ନୈବେଦ୍ୟ, ଷୋଡ଼ଶପଚାର ବିଧିରେ ରତ୍ନବେଦିରେ ଅର୍ପଣ କରାଯାଏ । ଏହା କୋଠଭୋଗ ବା ରାଜ ଭୋଗ ଭାବେ ପରିଚିତ । ମଇଲମ ଓ ବେଶ: ଭୋଗମଣ୍ଡପ ଭୋଗ: ବଡ଼ସଙ୍ଖୁଡ଼ି ଭୋଗ ବା ଛତ୍ର ଭୋଗ ଭାବେ ପରିଚିତ ଏହି ଭୋଗର କୌଣସି ଖର୍ଚ୍ଚଭାର ଶ୍ରୀମନ୍ଦିର ପ୍ରଶାସନ ବହନ କରନ୍ତି ନାହିଁ । ବିଭିନ୍ନ ମଠ ତଥା ତୀର୍ଥଯାତ୍ରୀମାନଙ୍କୁ ଯଥେଷ୍ଟ ପରିମାଣର ଭୋଗ ଯୋଗାଇବା ଉଦ୍ଦେଶ୍ୟରେ ଏହା ସୁଆରମାନଙ୍କଦ୍ୱାରା ମନ୍ଦିର ରୋଷଶାଳାରେ ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥାଏ । ଏହା ସାଧାରଣତଃ ପ୍ରତିଦିନ ଥରେ ହୋଇଥାଏ କିନ୍ତୁ ବିଶେଷ ଦିନମାନଙ୍କରେ ଭୋଗର ଚାହିଦା ମୁତାବକ ଏକାଧିକ ଥର ହୋଇଥାଏ । ମଧ୍ୟାହ୍ନ ଧୂପ: ଦ୍ୱିତୀୟ ସଙ୍ଖୁଡ଼ି ନୈବେଦ୍ୟ, ଷୋଡ଼ଶ ଉପଚାରରେ ଅର୍ପନ କରାଯାଏ । ମଧ୍ୟାହ୍ଣ ପହୁଡ଼: ଠାକୁରମାନଙ୍କର ବିଶ୍ରାମ ପହୁଡ଼ ଫିଟା ଓ ସନ୍ଧ୍ୟା ଆରତି: ସନ୍ଧ୍ୟା ଧୂପ:ସନ୍ଧ୍ୟା ଆଳତି ପରେ ଷୋଡ଼ଶ ଉପଚାରରେ ଅର୍ପନ କରାଯାଏ । ଜୟମଙ୍ଗଳ ଆଳତି: ସନ୍ଧ୍ୟାଧୂପ ପରବର୍ତ୍ତୀ ଆଳତି । ସାହାଣମେଲା (ଦ୍ୱିତୀୟ): ସାନ୍ଧ୍ୟ ସାହାଣମେଲା, ବିନା ମୂଲ୍ୟରେ ସର୍ବସାଧାରଣ ଯାତ୍ରୀମାନେ ଗର୍ଭଗୃହକୁ ପ୍ରବେଶ କରି ରତ୍ନବେଦୀ ନିକଟରୁ ଜଗନ୍ନାଥଙ୍କୁ ଅବାଧରେ ଦର୍ଶନ କରନ୍ତି । ମଇଲମ ଓ ବେଶ ବଡ଼ସିଂହାର ବେଶ: ଏହା ଦିନର ଶେଷ ବେଶ, ପ୍ରତ୍ୟେହ ରାତ୍ରରେ ଶ୍ରୀଜୀଉମାନଙ୍କ ଚନ୍ଦନଲାଗି ନୀତି ପରେ ହୋଇଥାଏ । ଗୀତଗୋବିନ୍ଦ ଖଣ୍ଡୁଆ ବଡ଼ସିଂହାର ବେଶରେ ଠାକୁରମାନଙ୍କୁ ଲାଗିହେଲା । ବଡ଼ସିଂହାର ଭୋଗ: ଦିନର ସର୍ବଶେଷ ଭୋଗ । ଖଟଶେଯ ଲାଗି ଓ ରାତ୍ରପହଡ଼: ଠାକୁରଙ୍କର ଖଟ ଶେଜ ପ୍ରସ୍ତୁତି ଓ ଶୟନ ନୀତି । ସଙ୍ଗୀତ ଗାନ ଓ ଗୀତଗୋବିନ୍ଦ ପାଠ ସହ ପୁଷ୍ପାର୍ପଣ ଓ ପଇଡ଼ ପାଣି ଅର୍ପଣ କରାଯାଏ । ଲକ୍ଷ୍ମୀ-ନାରାୟଣ ଯୁଗ୍ମମୂର୍ତ୍ତି (ଶୟନଠାକୁର ନାମରେ ପରିଚିତ)ଙ୍କୁ ପୂଜା, ଆଳତି ଓ ଭୋଗ କରାଯାଇ ମନ୍ଦିର ଦ୍ୱାର ଜଉମୁଦ ହୁଏ । |
ଏସ. କେ. ମୁରଲିଧରନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଛାତି ଚିରି ଦେଲେ ତୁ ୨୦୦୮ ମସିହାରେ ମୁକ୍ତିଲାଭ କରିଥିଲା । |
ଟୋଲକାପୋନ (ଇଂରାଜୀ ଭାଷାରେ ), ଟାସମାର ଏହାର ଏକ ବେପାର ନାମ, ହେଉଛି ପାର୍କିନ୍ସନ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । ଲେଭୋଡୋପା/କାର୍ବିଡୋପା ସହିତ ଏହାକୁ ଏକତ୍ର ଦିଆଯାଏ । ଏହା ପାଟିରେ ଦିଆଯାଏ । ଯଦି ଲୋକମାନେ ୩ ସପ୍ତାହ ମଧ୍ୟରେ କିଛି ଉନ୍ନତି ଦେଖନ୍ତି ନାହିଁ, ତେବେ ଏହାକୁ ବନ୍ଦ କରିବା ଉଚିତ୍ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଭୋକ ହ୍ରାସ, ଗତିବିଧି ଅସୁବିଧା, ମୁଣ୍ଡବିନ୍ଧା, ସ୍ୱପ୍ନ ବୃଦ୍ଧି ଏବଂ ଦ୍ୱନ୍ଦ୍ୱ ହୋଇକଲପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସାଇକୋସିସ ଓ ଯକୃତ ସମସ୍ୟା ହୋଇପାରେ, ଯାହା ଗୁରୁତର ମଧ୍ୟ ହୋଇପାରେ । ଏହା କ୍ୟାଟେକୋଲ ଓ ମିଥାଇଲଟ୍ରାନ୍ସଫରେଜର ଏକ ପ୍ରତିବନ୍ଧକ । ୧୯୯୭ ମସିହାରେ ୟୁରୋପରେ ଏବଂ ୧୯୯୮ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟୋଲକାପୋନକୁ ଅନୁମୋଦନ କରାଯାଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଜ୍ୟରେ ୧୦୦ ମିଗ୍ରା ବିଶିଷ୍ଟ ୧୦୦ଟି ବଟିକାର ମୂଲ ୨୦୨୧ରେ ୯୫ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୨୦୦ ଡଲାର ଅଟେ । ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ଏହା ସାଧାରଣତଃ ଅଧିକ ବ୍ୟବହୃତ ହୁଏ ନାହିଁ । |
ଲକ୍ଷ୍ମଣ ମାଝି (ଜନ୍ମ: ୧୨ ମଇ ୧୯୪୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ଲକ୍ଷ୍ମଣ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ଜନ୍ମ, ପରିବାର ଓ ଶିକ୍ଷା ଲକ୍ଷ୍ମଣ ମାଝି ୧୯୪୬ ମସିହାର ମଇ ମାସ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରଧାନ ମାଝି ଏବଂ ପତ୍ନୀଙ୍କ ନାମ ନୀଳିମା ମୁର୍ମୁ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ । ରାଜନୈତିକ ଜୀବନ ଲକ୍ଷ୍ମଣ ମାଝି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । |
ଓଡ଼ିଶାରେ ବିଭିନ୍ନ ସମୟରେ ଓଡ଼ିଆ ଭାଷା ପାଇଁ ହୋଇଥିବା ଆନ୍ଦୋଳନଗୁଡ଼ିକ ସାମୁହିକ ଭାବେ ଓଡ଼ିଆ ଭାଷା ଆନ୍ଦୋଳନ ଭାବେ ଜଣା । ଆଧୁନିକ ଇତିହାସରେ ଏହା ପ୍ରଥମେ ୧୮୬୬ ବ୍ରିଟିଶ ଶାସନ କାଳରେ ଆରମ୍ଭ ହୋଇ ୧୯୦୩ ମସିହାରେ ଏକ ବିଶାଳ ଆନ୍ଦୋଳନର ରୂପ ନେଇଥିଲା । ଏହାର ପରିଣତି ସ୍ୱରୂପ ୧୯୩୬ ମସିହାରେ ଭାଷା ଭିତ୍ତିରେ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଗଠିତ ହୋଇଥିଲା । ୧୯୫୪ ଓଡ଼ିଶା ରାଜଭାଷା ଆଇନ ଅନୁସାରେ ଓଡ଼ିଶାରେ ଓଡ଼ିଆ ରାଜଭାଷା ଭାବେ ବ୍ୟବହାର ହେବାର ନିୟମ ଗୃହୀତ ହୋଇଥିଲା। ୧୯୫୪ ମସିହାରେ ଓଡ଼ିଶା ବିଧାନ ସଭାରେ ପ୍ରଣୀତ ହେବା ପରେ ୧୯୬୬, ୧୯୬୮, ୧୯୮୫, ୧୯୯୫ ଓ ୨୦୧୨ ମସିହାର ଏହି ଆଇନକୁ କାର୍ଯ୍ୟକାରୀ କରିବା ନିମନ୍ତେ କିଛି ଆଦେଶନାମା ଜାରି ହୋଇଥିଲା। ୧୯୮୫ ଓ ୧୯୯୫ ମସିହାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହା କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିଥିଲେ। । ପରେ ଓଡ଼ିଆ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଦ୍ୱିତୀୟ ରାଜଭାଷାର ସ୍ୱୀକୃତି ପାଇବା ପରେ ଓଡ଼ିଆ ଭାଷା ଓଡ଼ିଶାର ବିଚ୍ଛିନ୍ନାଞ୍ଚଳରେ ଶିକ୍ଷା, ଆଇନ ଓ ଶାସନର ଭାଷା ହେବାର ସୁଯୋଗ ମିଳିଲା । ଇତିହାସ ଭାରତର ସମସ୍ତ ଆଧୁନିକ ଭାରତୀୟ ଭାଷାମାନଙ୍କ ଭିତରେ ଓଡ଼ିଆ ତେଣୁ ସବୁଠାରୁ ଗଣତାନ୍ତ୍ରିକ ବୋଲି କୁହାଯାଇପାରେ- କାରଣ ଏହା ମୋଟରେ ଜନତାଙ୍କପାଇଁ ଓ ଜନତାଙ୍କଦ୍ୱାରା ସୃଷ୍ଟ ଓ ପରିପୁଷ୍ଟ । ଏ ଭାଷା ଆଜି ଯେ ସଗର୍ବରେ ଦଣ୍ଡାୟମାନ, ତାହା ନିଶ୍ଚୟ ଶାସକବର୍ଗର ଉତ୍ସାହ ଓ ଆନୁକୁଲ୍ୟ ଯୋଗୁଁ ନୁହେଁ, ବରଂ ସେମାନଙ୍କର ବିରାଗ, ଅଶ୍ରଦ୍ଧା, ନିରପେକ୍ଷତା ଓ କୌଣସି କୌଣସି କାଳରେ ରୀତିମତ ବିଲୋପ ସାଧନର ପ୍ରଚେଷ୍ଟା ସହେ ବୋଲି ଦମ୍ଭର ସହ କୁହାଯାଇପାରେ। ଅନ୍ୟ କୌଣସି ଭାରତୀୟ ଭାଷାକୁ କେବଳ ନିଜ ସ୍ଥିତିପାଇଁ ଏପରି କଠିନ ସଂଗ୍ରାମ କରିବାକୁ ପଡିନାହିଁ, ଯେପରି ଘଟିଛି ଓଡ଼ିଆ ଭାଷାର ଭାଗ୍ୟରେ । ଇତିହାସରୁ ୩ଟି ବୃହତ ଓଡ଼ିଆ ଭାଷା ଆନ୍ଦୋଳନର ସୂଚନା ମିଳେ। ଏହି ତିନୋଟି ଆନ୍ଦୋଳନଦ୍ୱାରା ଓଡ଼ିଆ ସୁରକ୍ଷିତ ହେବା ସହିତ ଭାଷା ସହ ଭୂମିକୁ ଯୋଡିବାରେ ସଫଳ ହୋଇଥିଲା। ପ୍ରଥମଟି ୧୦୭୩ ମସିହାରେ ଗଙ୍ଗବଂଶୀ ରାଜା ଚୋଳଗଙ୍ଗ ଦେବ ନିଜକୁ ସକଳୋତ୍କଳ ରକ୍ଷାକର୍ତ୍ତା ଭାବେ ଘୋଷଣା କରିବା ସହିତ ଓଡ଼ିଆ ଭାଷାକୁ ତାମିଲ ଓ ସଂସ୍କୃତ ସହିତ ରାଜଭାଷାର ମାନ୍ୟତା ଦେଇଥିଲେ। ସେହିପରି ଦ୍ୱିତୀୟ ଭାଷା ଆନ୍ଦୋଳନ ଘଟିଥିଲା ୧୪୩୬ ମସିହାରେ। ଏହି ସମୟରେ କପିଳେନ୍ଦ୍ର ଦେବ ନିଜକୁ ଜଗନ୍ନାଥଙ୍କ ରାଉତ ଭାବରେ ଘୋଷଣା କରି ଓଡ଼ିଶାର ଶାସକ ହେବା ସହିତ ପ୍ରଥମକରି କେବଳ ଓଡ଼ିଆକୁ ଶାସନର ଭାଷା ଭାବରେ ଗ୍ରହଣ କଲେ। ଫଳରେ ଓଡ଼ିଆରେ ସାହିତ୍ୟ ରଚନା ହେବା ସହିତ ଭାରତର ପ୍ରଥମ ରାଜ୍ୟ ଭାବରେ ଶତକଡ଼ା ଶହେଭାଗ ଲୋକ ଶିକ୍ଷିତ ହୋଇପାରିଥିଲେ। ଇଂରେଜ ଶାସନକାଳରେ ତୃତୀୟ ଥର ଭାଷା ଆନ୍ଦୋଳନ ୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷ ସମୟରେ ହୋଇଥିଲା। ୧୮୬୬ - ୧୯୦୩ ଇଂରେଜ ଶାସନାଧୀନ ଓଡ଼ିଶାରେ ଓଡ଼ିଆ ଭାଷା ଆନ୍ଦୋଳନ ତିନୋଟି ପର୍ଯ୍ୟାୟରେ ଉପକୂଳ ଓଡ଼ିଶା, ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହୋଇଥିଲା। ୧୪୩୬ରେ ଅନୁଷ୍ଠିତ ଭାଷା ଆନ୍ଦୋଳନ ଓଡ଼ିଶାର ରାଜନୈତିକ ପରିବର୍ତ୍ତନ ଆଣିବା ସହିତ ବିଶାଳ ସାହିତ୍ୟ ରଚନାର ବାଟ ଫିଟାଇଥିଲା। ଠିକ ସେହିପରି ୧୮୬୬ରେ ଆରମ୍ଭ ହୋଇଥିବା ଓଡ଼ିଆ ଆନ୍ଦୋଳନ ଓଡ଼ିଶା ଏକତ୍ରୀକରଣର ବାଟ ଫିଟାଇବା ସହିତ ଆଧୁନିକ ସାହିତ୍ୟ ରଚନାର ବାଟ ଫିଟାଇଥିଲା। ଦକ୍ଷିଣ ଓଡ଼ିଶା ବଙ୍ଗଳା ଅଧୀନରେ ଥିବା ଉପକୂଳବର୍ତ୍ତୀ ଓଡ଼ିଶା ଅଞ୍ଚଳ ମାନବୀକୃତନ ଅଙ୍କ ଦୁର୍ଭିକ୍ଷଦ୍ୱାରା ଅର୍ଦ୍ଧାଧିକ ଓଡ଼ିଆଙ୍କୁ (ସରକାରୀ ହିସାବରେ ଏକତୃତୀୟାଂଶ ବା ମୋଟ ୩୦ ଲକ୍ଷ ଜନସଂଖ୍ୟାରୁ ୧୦ ଲକ୍ଷ) ହରାଇବା ସମୟରେ ଓଡ଼ିଆ ଭାଷା, ଜାତି ଓ ସଂସ୍କୃତିର ସୁରକ୍ଷାପାଇଁ କନ୍ଧମାଳର ଦାରିଙ୍ଗବାଡ଼ି ଅନ୍ତର୍ଗତ କାଟିଙ୍ଗିଆ ଜମିଦାର ଭେଙ୍କଟେଶ୍ୱର ଦେଓ ପ୍ରଥମକରି ଓଡ଼ିଆମାନଙ୍କୁ ଏକାଠି କରିବାକୁ ଉଦ୍ୟମ କରିଥିଲେ । ଜଣେ ଦୂରଦ୍ରଷ୍ଟା, ସ୍ୱାଭିମାନୀ ସ୍ୱାଧୀନଚେତା ଓଡ଼ିଆ ଭାବେ ସେ ଅନୁଭବ କଲେ ଓଡ଼ିଆୀ ଅଞ୍ଚଳକୁ ଏକ ଶାସନାଧୀନ କରିବାପାଇଁ ଏହି ଅଞ୍ଚଳର ଅଧିବାସୀଙ୍କୁ ନିଜ ମାତୃଭାଷାରେ ଶିକ୍ଷିତ ନ କଲେ ଐତିହାସିକ ଗୌରବମୟ ଓଡ଼ିଶା ଭୂଖଣ୍ଡର ବୀର ଉତ୍ତରାଧିକାରୀ ଯେପରି ଇଂରେଜ ଚକ୍ରାନ୍ତରେ ପୋକମାଛି ଭଳି ମରୁଛନ୍ତି, ଏମାନଙ୍କ ପରେ ଆଉ କାହା ଚକ୍ରାନ୍ତରେ ନିଜର ସତ୍ତା ହରାଇ ବସିବେ । ଓଡ଼ିଆଜାତିର ସର୍ବାଙ୍ଗୀନ ବିକାଶପାଇଁ ଏକମାତ୍ର କାର୍ଯ୍ୟ ହେଉଛି ମାନ୍ଦ୍ରାଜ, ମଧ୍ୟପ୍ରଦେଶ ଓ ବଙ୍ଗଳା ଅଧୀନରେ ଥିବା ଓଡ଼ିଆ ଭୂଖଣ୍ଡକୁ ଏକତ୍ରକରି ସମଗ୍ର ଶାସନବ୍ୟବସ୍ଥା ଓଡ଼ିଆ ଓ ଇଂରାଜୀଭାଷା ମାଧ୍ୟମରେ କରାଇବା। ହିତବାଦିନୀ ସଭା ୧୮୬୬ରେ ଭେଙ୍କଟେଶ୍ୱର ଦେଓ ଜମିଦାରୀ କ୍ଷମତା ପାଇବା ପରେ ହଦଗଡ଼, ମୁଠା (ଟିକାବାଲି), ଚକାପାଦ, ଖଣ୍ଡମ, ଅଠର ଓ ବାରମୁଠାର ସମସ୍ତ ରୟତ, କରଡ଼ା, ରଣବା, ଗଦାପୁର, ପାଲୁର, ହୁମା, ଗଞ୍ଜା, ମହୁରୀ,ସୁରଙ୍ଗୀ, ଜରଡା, ଖଲ୍ଲିକୋଟ, ଆଠଗଡ଼, ଘୁମୁସର, ଧରାକୋଟ, ସୋରଡ଼ା, ଖେମୁଣ୍ଡି,ଚିକିଟି,ଜଳନ୍ତର, ମଞ୍ଜୁଷା, ପାରଳା ଆଦି ଅଞ୍ଚଳର ଦେଶୀୟ ରାଜା, ଭାଷାପ୍ରେମୀ ଶିକ୍ଷିତ ଓଡ଼ିଆ, ବିଭିନ୍ନ ଛୋଟବଡ଼ ସାଂସ୍କୃତିକ ଅନୁଷ୍ଠାନ ଓ ସଂଗଠନ ସଦସ୍ୟଗଣଙ୍କ ସହ ଯୋଗସୂତ୍ର ସ୍ଥାପନ କରି ସେପ୍ଟେମ୍ବର ୧୮୭୦ରେ ରସୁଲକୁଣ୍ଡା (ବର୍ତ୍ତମାନର ଭଂଜନଗର)ଠାରେ ଏକ ସଭାର ଆୟୋଜନ କଲେ । ଏହାର ନାମ ରହିଲା ହିତବାଦିନୀ ସଭା। ଏହା ହେଉଛି ଭାରତର ପ୍ରଥମ ରାଜନୈତିକ ସଂଗଠନ। ଏହି ସଭାରେ ଦକ୍ଷିଣ ଓଡ଼ିଶା ଅଞ୍ଚଳରେ ତେଲୁଗୁଭାୁଷୀଙ୍କ ପ୍ରାଦୁର୍ଭାବ ଓ ଉତ୍ପୀଡ଼ନକୁ ତୀବ୍ର ଭର୍ତ୍ସନା କରାଯିବା ସହ ଏଠିକାର ନ୍ୟାୟାଳୟ ଓ ବିଦ୍ୟାଳୟରେ ଓଡ଼ିଆ ପ୍ରଚଳନ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତୁତ ହୋଇଥିବା ସ୍ମାରକପତ୍ର ତତ୍କାଳୀନ ମାନ୍ଦ୍ରାଜ ଲାଟଙ୍କୁ ପ୍ରଦାନ କରାଯାଇଥିଲା। ଏହି ସଂଗଠନର ଜଣେ ପ୍ରତିଷ୍ଠାତା ସଦସ୍ୟ ତଥା ଘୁମୁସର ତାଲୁକା ଦରୋଦସ୍ତ ଦେବସ୍ଥଳ କମିଟି ସଦସ୍ୟ କନକତୁରର ଶ୍ରୀ ଜନାର୍ଦ୍ଦନ ଦାସ ଦକ୍ଷିଣ ଓଡ଼ିଶାବାସୀଙ୍କ ଏଭଳି ବିପତ୍ତି ସମୟରେ ଉପକୂଳ ଓଡ଼ିଶାବାସୀ ଭାଈ ଭଳି ସେମାନଙ୍କ ସହ ଠିଆ ହେବାକୁ ଆକୁଳ ନିବେଦନ କରିଥିଲେ। ଏହି ସଭାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ସମଗ୍ର ଓଡ଼ିଆ ଅଞ୍ଚଳ ଏକତ୍ର କରାଯିବାର ଶୁଭଶଙ୍ଖ ସର୍ବ ପ୍ରଥମେ ଏହିଠାରେ ହିଁ ନିନାଦିତ ହୋଇଥିଲା, ଯାହା ବଙ୍ଗ ଓ ମଧ୍ୟପ୍ରଦେଶ ଅନ୍ତର୍ଭୁକ୍ତ ତତ୍କାଳୀନ ଜାତୀୟତାବାଦୀ ଓଡ଼ିଆଙ୍କ ହୃଦୟତନ୍ତ୍ରୀରେ କମ୍ପନ ସୃଷ୍ଟି କରିଥିଲା। ପରେ ଅଧିକ ରାଜ୍ୟ ଏହି ସଂଗଠନ ସହ ମିଶିବାରୁ ଏହାର ନାମ ପରିବର୍ତ୍ତନ କରି ରଖାଗଲା ଉତ୍କଳ ହିତବାଦିନୀ ସଭା।ଉତ୍କଳ ହିତବାଦିନୀ ସଭା ପକ୍ଷରୁ ଏହାର ସମ୍ପାଦକ ଭେଙ୍କଟେଶ୍ୱର ଦେଓ ପୂର୍ବରୁ ମାଡ୍ରାସ ଗଭର୍ଣ୍ଣରଙ୍କୁ୧୮୬୯ରେ ଚିଠି ଲେଖି ୪ଟି ଦାବି ରଖିଥିବା ମନ୍ତବ୍ୟକୁ ଦୋହରାଇ ଲଣ୍ଡନରେ ବ୍ରିଟେନ ମହାରାଣୀଙ୍କୁ ଏହାକୁ ପୁଣି ଥରେ ମନେ ପକାଇବାକୁ ବିଲାତ ଆୟବ୍ୟୟ ସଭାରେ ସାକ୍ଷ୍ୟ ଦେବାକୁ ଯାଉଥିବା ବ୍ରିଟିଶ-ଓଡ଼ିଶା ସରକାରୀ ଅଧିକାରୀ କାଳିପଦ ବନ୍ଦୋପାଧ୍ୟାୟଙ୍କୁ ଅନୁରୋଧ କରିଥିଲେ। ଉତ୍କଳ ଦୀପିକାର ୧୮ ଅକ୍ଝୋବର ୧୮୭୩ ସଂଖ୍ୟାରେ ପ୍ରକାଶିତ ଏହି ଦାବିଗୁଡିକ ହେଲା: ଗଞ୍ଜାମବାସୀଙ୍କୁ ଓଡ଼ିଆ ଭାଷା ଓ ଲିପିରେ ଯୋଗାଯୋଗ କରିବାପାଇଁ ଅନୁମତି ଦିଆଯାଉ । ସମସ୍ତ ସରକାରୀ କାଗଜପତ୍ର, ରେକର୍ଡ ଆଦି ଓଡ଼ିଆରେ ଲେଖାଯାଉ । ସମସ୍ତ ବିଦ୍ୟାଳୟରେ ଓଡ଼ିଆ ମାଧ୍ୟମରେ ଶିକ୍ଷା ଦିଆଯାଉ । ଓଡ଼ିଆ ଭାଷାରେ ସମସ୍ତ ପରୀକ୍ଷା ଦେବାପାଇଁ ବିଦ୍ୟାର୍ଥୀଙ୍କୁ ଅନୁମତି ଦିଆଯାଉ। ହିତବାଦିନୀ ସଭାର ଦାବୀ ସିଧାସଳଖ ମହାରାଣୀ ଭିକ୍ଟୋରିଆଙ୍କ ନିକଟରେ ପହଞ୍ଚିବା ଫଳରେ ତାଙ୍କରି ଆଦେଶ ବଳରେ ୪ ମାର୍ଚ୍ଚ ୧୮୭୨ ତାରିଖରେ ମାନ୍ଦ୍ରାଜ ପ୍ରେସିଡେନ୍ସୀ ଅଧୀନସ୍ଥ ଓଡ଼ିଆ ଅଞ୍ଚଳରେ ଥିବା ସରକାରୀ କାର୍ଯ୍ୟାଳୟ ଓ ନ୍ୟାୟାଳୟର କାର୍ଯ୍ୟ ଓଡ଼ିଆ ଭାଷାରେ କରାଯିବ ବୋଲି ଘୋଷଣା କରାଗଲା। ତେବେ ଏହି ଆନ୍ଦୋଳନର ଫଳ ଖୁବ ଶୀଘ୍ର ଭେଙ୍କଟେଶ୍ୱର ଦେଓଙ୍କୁ ମିଳିଗଲା। ଦଫାଦାରରୁ ପଦୋନ୍ନୋତି ପାଇଥିବା ତତ୍କାଳୀନ କନ୍ଧମାଳ ତହସିଲଦାର ଦୀନବନ୍ଧୁ ପଟ୍ଟନାୟକ କୌଶଳ କରି ତାଙ୍କୁ ଜମିଦାରୀରୁ ୨୫.୪.୧୮୭୪ରେ ବଞ୍ଚିତ କରିବାପରେ ବାର୍ଷିକ ୫୦ଟଙ୍କାର ପେନସନଭୋଗୀ ହେଲେ। ସମ୍ପତ୍ତିି ଚାଲିଗଲା ପରେ ନିରୂପାୟଶୂନ୍ୟ ଭେଙ୍କଟେଶ୍ୱର ଦେଓ ଓଡ଼ିଆ ଆନ୍ଦୋଳନକୁ ଗତିଶୀଳ କରାଇ ନ ପାରିବା ଦୁଃଖରେ ମ୍ରିୟମାଣ ହୋଇ ୧୮୮୩ରେ ମୃତ୍ୟୁଲାଭ କଲେ। ତାଙ୍କ ଅନୁଗାମୀ ତଥା ହିତବାଦିନୀ ସଭାର ସମ୍ପାଦକ ଉଇଲିୟମ ମହାନ୍ତି 'ସ୍ୱଦେଶୀ' ନାମକ ଓଡ଼ିଆ ଜାତୀୟତାବାଦୀ ପତ୍ରିକା ପ୍ରକାଶନ କରି ଏହି ଆନ୍ଦୋଳନକୁ ବଞ୍ଚାଇ ରଖିବାରେ ଆପ୍ରାଣ ଚେଷ୍ଟା କରିଥିଲେ। ପଶ୍ଚିମ ଓଡ଼ିଶା ୧୮୪୯ରେ ରାଜସ୍ୱତ୍ତ୍ୱଲୋପ ନୀତି ଅନୁସାରେ ସମ୍ବଲପୁର ରାଜ୍ୟ ଇଂରେଜ ଶାସନାଧୀନ ହେବାପରେ ଦକ୍ଷିଣପୂର୍ବ ସୀମାନ୍ତ ଏଜେନ୍ସି ଅନ୍ତର୍ଭୁକ୍ତ ହୋଇ ମୂଳ ଓଡ଼ିଶାଠାରୁ ବିଚ୍ଛିନ୍ନ ହୋଇଗଲା। ୧୮୫୪ରେ ଏହି ଏଜେନ୍ସୀର ନାମକରଣ ଛୋଟନାଗପୁର ଡିଭିଜନ ହେବାପରେ ଏଜେନ୍ସିର କାର୍ଯ୍ୟାଳୟଭାଷା ଭାବେ ହିନ୍ଦୀକୁ ଲାଗୁ କରାଯିବାରୁ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାରେ ହିନ୍ଦୀଭାଷା ପ୍ରଚଳନ ହେଲା । ତେବେ ୧୮୬୦ରେ ଏହି ଅଞ୍ଚଳ ଓଡ଼ିଶା ଡିଭିଜନ ମିଶିଯିିବାରୁ ଏଠାରେ ଓଡ଼ିଆର ପୁନଃପ୍ରଚଳନ ହେଲା । ଏପରିକି ୨ବର୍ଷ ପରେ ଅର୍ଥାତ୍ ୩୦ଅପ୍ରେଲ୧୮୬୩ରେ ଏହା ମଧ୍ୟପ୍ରଦେଶ ଡିଭିଜନରେ ମିଶି ଓଡ଼ିଶା ଡିଭିଜନଠାରୁ ଅଲଗା ହୋଇଗଲେ ମଧ୍ୟ ୧୮୯୪ ପର୍ଯ୍ୟନ୍ତ ଓଡ଼ିଆର ପ୍ରଚଳନ ଥିଲା । ମଧ୍ୟପ୍ରଦେଶ ଚିଫ କମିଶନର ଉଡ୍ବର୍ଣ୍ଣ ୧ଜାନୁଆରୀ ୧୮୯୫ମସିହାରେ ହିନ୍ଦୀ ପ୍ରଚଳନପାଇଁ ନିର୍ଦ୍ଦେଶ ଦେଲେ । ଏହାକୁ ସମ୍ବଲପୁରର ଡେପୁଟି କମିଶନର ଚେପ୍ମେନ୍ ସମର୍ଥନ ଜଣାଇବାରୁ ୧ଜାନୁଆରୀ୧୮୯୬ଠାରୁ ହିନ୍ଦୀଭାଷାରେ ଅଦାଲତ ତଥା ଅନ୍ୟାନ୍ୟ କାର୍ଯ୍ୟ ପରିଚାଳିତ ହେଲା । ଅଥଚ ମଧ୍ୟପ୍ରଦେଶ ଅନ୍ତର୍ଭୁକ୍ତ ନାଗପୁରରେ ମରାଠୀ ଓ ସିରୋଞ୍ଚରେ ତେଲୁଗୁ ଭାଷା ପୂର୍ବପରି ଚାଲୁ ରହିଲା । ଏହି ନିଷ୍ପତ୍ତି ବିରୁଦ୍ଧରେ ସମ୍ବଲପୁରମାଟିରେ ଓଡ଼ିଆ ସୁରକ୍ଷା ଆନ୍ଦୋଳନର ମୂଳଭିତ୍ତି ସ୍ଥାପନହେଲା। ରାଜ୍ୟପାଳ ଫ୍ରେଜରସାହେବ ଜନସାଧାରଣଙ୍କ ଅଭିଯୋଗ ବଡ଼ଲାଟ ଲର୍ଡ ଏଲଗିନ୍ଙ୍କୁ ଜଣାଇଲେ ମଧ୍ୟ ବଡ଼ଲାଟ ଫ୍ରେଜରଙ୍କ ପରାମର୍ଶକୁ ପ୍ରତ୍ୟାଖ୍ୟାନ କରି ହିନ୍ଦୀଭାଷା ପ୍ରଚଳନପାଇଁ ନିର୍ଦ୍ଦେଶ ଦେଲେ । ଶିମିଳା ଯାତ୍ରା ସୋମନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାର ପ୍ରସ୍ତାବକ୍ରମେ ମହନ୍ତ ବିହାରୀ ଦାସ, ବ୍ରଜମୋହନ ପଟ୍ଟନାୟକ, ବଳଭଦ୍ର ସୂପକାର (ସୁଆର), ମଦନମୋହନ ମିଶ୍ରଙ୍କ ସହିତ ଯୁବକ ଶ୍ରୀପତି ମିଶ୍ର ବଡ଼ଲାଟ ଲର୍ଡ କର୍ଜନକୁ ଭେଟି ସମ୍ବଲପୁରରେ ଓଡ଼ିଆ ପ୍ରଚଳନପାଇଁ ଦାବିପତ୍ର ପ୍ରଦାନ କରିବେ ବୋଲି ଶିମିଳା ଯାଇଥିଲେ । ଯାହା ପରବର୍ତ୍ତୀ ସମୟରେ ଶିମିଳା ଯାତ୍ରା ନାମରେ ଖ୍ୟାତ। ୧୮୯୯ରେ ସମ୍ବଲପୁର ଅଞ୍ଚଳରେ ଭୟାବହ ଦୁର୍ଭିକ୍ଷ ଦେଖାଦେଇଥିଲା । ଏହା ୧୮୬୬ ମସିହାରେ ଘଟିଯାଇଥିବା ଉପକୂଳ ଓଡ଼ିଶାର ନ ଅଙ୍କ ଦୁର୍ଭିକ୍ଷ ଭଳି ମନୁଷ୍ୟକୃତ ଥିଲା । ୧୮୯୦ରେ ଝାରସୁଗୁଡ଼ା ଦେଇ ବମ୍ବେ-କଲିକତା ରେଳପଥ ନିର୍ମାଣ ହେବାପରେ ୧୮୯୪ରେ ଝାରସୁଗୁଡ଼ାଠାରୁ ସମ୍ବଲପୁରକୁ ରେଳପଥ ନିର୍ମାଣହେଲା । ଫଳରେ ଏହି ଅଞ୍ଚଳରୁ ଉତ୍ପାଦିତ ଶସ୍ୟକୁ ସଂଗ୍ରହକରି ରେଳ ମାଧ୍ୟମରେ ପଠାଇ ଦିଆଗଲା । ଆବଶ୍ୟକ ସମୟରେ ଶସ୍ୟ ଆମଦାନୀର କୌଣସି ବ୍ୟବସ୍ଥା କରାଯାଇ ନ ଥିଲା । ଖାଦ୍ୟ ରପ୍ତାନୀହାର ଏଭଳି ମାତ୍ରାରେ ବୃଦ୍ଧି ପାଇଲା ଯେ ମାତ୍ର ୩/୪ବର୍ଷ ପରେ ଯେଉଁ ଭୟଙ୍କର ଦୁର୍ଭିକ୍ଷ ଦେଖାଦେଲା, ସେଥିରେ ସମ୍ବଲପୁର ଜିଲ୍ଲାର ୮ ଲକ୍ଷ ମଧ୍ୟରୁ ୧ ଅକ୍ଟୋବର ୧୮୯୯ରୁ ୩୦ ସେପ୍ଟେମ୍ବର୧୯୦୦ମଧ୍ୟରେ ୬୨ହଜାର୯୨୪ଜଣ ଓଡ଼ିଆ ପ୍ରାଣ ହରାଇ ଥିବାବେଳେ ଏହାର ୫ଗୁଣ ସ୍ୱଚ୍ଛଳ ଓଡ଼ିଆ ସବୁକିଛି ହରାଇ ନିଃସ୍ୱ ହୋଇଯାଇଥିଲେ । ଏପରିକି ଏମାନେ ସରକାରଙ୍କୁ ବିଭିନ୍ନ ନିବେଦନ ଓଡ଼ିଆରେ ଲେଖି ପଠାଉଥିବାରୁ ଅଣଓଡ଼ିଆ କିରାଣୀଦଳ ଏହିସବୁ ଦରଖାସ୍ତକୁ ଚିରି ଦେଉଥିଲେ କିମ୍ବା ନାଲିଫିତା ତଳେ ଲୁଚାଇ ରଖି ଦେଉଥିଲେ । ଜିଲ୍ଲା ମୁଖ୍ୟପ୍ରଶାସନିକ କାର୍ଯ୍ୟାଳୟରେ କିରାଣୀ ଥିବା ଦାଶରଥି ମିଶ୍ର ଏ ସଂପର୍କିତ ତଥ୍ୟ ଭାଇ ଶ୍ରୀପତି ମିଶ୍ରଙ୍କ ମାଧ୍ୟମରେ ଅନ୍ୟମାନଙ୍କୁ ସୂଚନା ଦେଇ ହିନ୍ଦୀଭାଷୀ କର୍ମଚାରୀଙ୍କ ଚକ୍ରାନ୍ତ ବିରୁଦ୍ଧରେ ଜନମତ ସୃଷ୍ଟି କରିବାରେ ଚେଷ୍ଟିତ ଥିଲେ । ଆଉଜଣେ ଓଡ଼ିଆପ୍ରାଣ ବ୍ୟକ୍ତିତ୍ୱ ତଥା ସମ୍ବଲପୁରର ଅତିରିକ୍ତ ସହକାରୀ କମିଶନର ବୈକୁଣ୍ଠନାଥ ପୂଜାରୀ ୧୯୦୧ର ଜନଗଣନା କାର୍ଯ୍ୟରେ ଉପୁଜିଥିବା ବିଶୃଙ୍ଖଳାର ତଦାରଖ ଦାୟିତ୍ୱରେ ଥିବାବେଳେ ରାତିରାତି ଅନିଦ୍ରା ହୋଇ ସାଧାରଣ ନିରୀହ ଓଡ଼ିଆଙ୍କୁ କୌଣସି ପ୍ରଲୋଭନର ବଶବର୍ତ୍ତୀ ନ ହୋଇ ଭୟ ଓ ଆଶଙ୍କାରହିତ ଭାବେ ନିଜ ମାତୃଭାଷା ଓଡ଼ିଆ ବୋଲି ଜନଗଣନାକାରୀଙ୍କୁ ଦୃଢ଼଼ଭାବେ କହିବାପାଇଁ ପରାମର୍ଶ ଦେଉଥିଲେ । ଏହି ସୂଚନା ଜିଲ୍ଲାପାଳ ପାଇବାରୁ ପୂଜାରୀ ମହାଶୟଙ୍କୁ ଜବଲପୁର ବଦଳି କରାଗଲା । ସେହିପରି ଅନ୍ୟଜଣେ ଯୁବନେତୃତ୍ୱ ତଥା ଆଇନଜୀବୀ ଚନ୍ଦ୍ରଶେଖର ବେହେରା ମଧ୍ୟ ଓଡ଼ିଆର ସ୍ଥିତିରକ୍ଷାପାଇଁ ବାହାରି ପଡ଼ିଲେ । ୧୯୦୧ବେଳକୁ ହିନ୍ଦୀଭାଷୀଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସାଧାରଣ ଜନତାଙ୍କ ଭିତରେ ଏଭଳି ଆଲୋଡ଼ନ ସୃଷ୍ଟି ହେଲା ଯେ, ମଇମାସରେ ମଦନମୋହନ ମିଶ୍ରଙ୍କ ନେତୃତ୍ୱରେ ଓ ୨୯ଜୁଲାଇ ୧୯୦୧ରେ ବ୍ରଜମୋହନ ପଟ୍ଟନାୟକଙ୍କ ନେତୃତ୍ୱରେ ନାଗପୁର ଚିଫ୍ କମିଶନର ଫ୍ରେଜର ସାହେବଙ୍କୁ ଓଡ଼ିଆର ପୁନଃ ପ୍ରଚଳନପାଇଁ ଦାବିପତ୍ର ପ୍ରଦାନ ପୂର୍ବକ ନିଜ ଅଧିକାର ସାବ୍ୟସ୍ତ କରିବାକୁ ବାହାରି ପଡ଼ିଲେ। ଓଡ଼ିଆତ୍ୱର ଆବେଗରେ ହଜିଯାଇଥିବା ୫ଜଣ ବ୍ୟକ୍ତି କେତେବେଳେ ଚାଲିଚାଲି, କେତେବେଳେ ଟାଙ୍ଗାଗାଡ଼ି କିମ୍ବା ରେଳଗାଡ଼ି ଯୋଗେ ଦୀର୍ଘପଥ ଅତିକମ୍ର କରି୧୬ସେପ୍ଟେମ୍ବର୧୯୦୧ରେ ଶିମିଳାଠାରେ ପହ୍ଞ୍ଚିଲେ । ମାତ୍ର ଶିମିଳାରେ ଉଭୟ ବଡ଼ଲାଟ ଲର୍ଡ କର୍ଜନ ଓ ମଧ୍ୟପ୍ରଦେଶ ଗଭର୍ଣ୍ଣର ଆଣ୍ଡ୍ୟୁ ଫ୍ରେଜର ଉପସ୍ଥିତ ଥିଲେ ମଧ୍ୟ ସାକ୍ଷାତ ପାଇପାରି ନ ଥିଲେ । ତେବେ ପୂର୍ବରୁ ସମ୍ବଲପୁରର କଲେକ୍ଟର ତଥା ଏହି ସମୟରେ ମଧ୍ୟପ୍ରଦେଶର ଗଭର୍ଣ୍ଣରଙ୍କ ଘରୋଇ ସଚିବ ଭାବେ ନିଯୁକ୍ତି ପାଇଥିବା କ୍ରମ୍ପଟ ସାହେବଙ୍କ ପରାମର୍ଶ କ୍ରମେ ଦାବିପତ୍ର ପ୍ରଦାନ କରି ସମ୍ବଲପୁର ଫେରି ଆସିଥିଲେ । ସମ୍ବଲପୁର ଡିଭିଜନ ମିଶ୍ରଣ ଶିମିଳାଠାରେ ଚାଲିଥିବା ସର୍ବଭାରତୀୟ ଶିକ୍ଷାନୀତି ସଂପର୍କିତ ସମ୍ମିଳନୀରେ ବଡ଼ଲାଟ କର୍ଜ୍ଜନ ମଧ୍ୟପ୍ରଦେଶ ସରକାର ଆଣ୍ଡ୍ୟୁ ଫ୍ରେଜରଙ୍କୁ ମଧ୍ୟପ୍ରଦେଶ ଅଧିନସ୍ଥ ନାଗପୁରରେ ମରାଠୀ ଓ ସିରଞ୍ଚ ତେଲୁଗୁ ଭାଷା ପ୍ରଚଳନ ହେଉଥିବା ବେଳେ ସମ୍ବଲପୁରରେ ଓଡ଼ିଆ ପ୍ରଚଳନ ନ ହେବ କାହିଁକି ବୋଲି ସ୍ପଷ୍ଟୀକରଣ ଚାହିଁଥିଲେ। ଓଡ଼ିଆ ପ୍ରଚଳନକୁ ବିରୋଧ କରୁଥିବା ଫ୍ରେଜର ଏହାର ଉତ୍ତର ଦେଇପାରି ନ ଥିଲେ। ତେଣୁ ଏହାପରେ ସେ ନିଜ ପ୍ରତ୍ୟକ୍ଷ ଅନୁଭୂତିକୁ ନିରପେକ୍ଷ ରଖିବାପାଇଁ ସିଧାସଳଖ ସମ୍ବଲପୁର ଆସି ବିଭିନ୍ନ ଜନତାଙ୍କଠାରୁ ମତାମତ ସଂଗ୍ରହ କରିଥିଲେ। ୨୬ ତାରିଖ ସକାଳେ ତାଙ୍କୁ ସମ୍ବଲପୁରବାସୀଙ୍କଦ୍ୱାରା ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଗଲା। ସମ୍ବଲପୁର ହିତୈଷିଣୀ ବର୍ଣ୍ଣନାନୁସାରେ- ମାନ୍ୟବର ଫ୍ରେଜର ସାହେବ ଯହିଁ ଯହିଁ ଗଲେ, ସେଠାରେ ଓଡ଼ିଆମାନଙ୍କର ହୃଦୟନିହତି ମର୍ମାନ୍ତିକ ବେଦନାଜନିତ ଆର୍ଭିନାଦ ଶ୍ରବଣ କଲେ । ଓଡ଼ିଆଙ୍କ ଦୁଃଖରେ ତାଙ୍କର ହୃଦୟ ବିଗଳିତ ହେଲା । ସେ ତତ୍କ୍ଷଣାତ୍ ବୁଝିପାରିଲେ ଯେ, ଓଡ଼ିଆଙ୍କର ଦୁଃଖ କାଳ୍ପନିକ ନୁହେଁ, କିନ୍ତୁ ହୃଦୟଜାତ ଏବଂ ସ୍ୱାଭାବିକ । ସମ୍ବଲପୁରବାସୀ ଓଡ଼ିଆମାନଙ୍କର ଭାଷାନିମିତ୍ତି ଗଭୀର ଉଦ୍ବେଗ ଲକ୍ଷ୍ୟ କରି କହିଥିଲେ, ଆମ୍ଭେ ଆପଣମାନଙ୍କର ଦେଶରେ ଉପସ୍ଥିତ ହୋଇ ଆପଣମାନଙ୍କ ଭାଷା ପରିବର୍ତ୍ତନ ଜନିତ ଦୁଃଖକଷ୍ଟ ବିଷୟରେ ଅନୁସନ୍ଧାନ କଲୁ । ଆପଣମାନେ ପ୍ରକୃତରେ କଷ୍ଟ ଅନୁଭବ କରୁଛନ୍ତି ଏବଂ ଏତଦ୍ ଦୃଷ୍ଟିରେ ଆମ୍ଭେ ସମ୍ବଲପୁରରେ ଓଡ଼ିଆ ପୁନଃପ୍ରଚଳନ ନିମନ୍ତେ ନିକଟରେ ଗଭର୍ଣ୍ଣର ଜେନେରାଲ ବାହାଦୁରଙ୍କ ନିକଟକୁ ଲେଖୁଅଛୁ । ଆପଣମାନେ ମନେକରନ୍ତୁ ଯେ ଓଡ଼ିଆ ଆଜିଠାରୁ ସମ୍ବଲପୁରର ଅଦାଲତ ଭାଷା ହେଲା । ଆପଣ ଜାଣିରଖନ୍ତୁ,ଜାନୁଆରୀମାସ ପ୍ରଥମ ତାରିଖଠାରୁ କାଗଜପତ୍ର ଓଡ଼ିଆରେ ଲିଖିତ ହେବାର ଆଦେଶ ଅବିଳମ୍ବେ ପ୍ରଚାରିତ ହେବ । (ହିତୈଷିଣୀ, ୧୬ ଅକ୍ଟୋବର ୧୯୦୧, ପୃ-୯୦) ଦୀର୍ଘ ଛଅବର୍ଷର ନିର୍ବାସନଦଣ୍ତ ପରେ ଓଡ଼ିଆଙ୍କ ମୁଖରେ ଓଡ଼ିଆ ପୁନଃ ପ୍ରଚଳିତ ହେଲା । । ଉପକୂଳ ଓଡ଼ିଶା ଓଡ଼ିଆତ୍ୱ ହନନପାଇଁ ଇଂରେଜ ସରକାରଙ୍କ୍ୱାରା ୧୮୬୫-୬୬ ମସିହାରେ ସୃଷ୍ଟି କରାଯାଇଥିବା ମାନବୀକୃତ ନଅଙ୍କ ଦୁର୍ଭିକ୍ଷର ପରବର୍ତ୍ତୀ ପଦକ୍ଷେପ ଥିଲା ଓଡ଼ିଆରେ ଶିକ୍ଷାବ୍ୟବସ୍ଥାକୁ ବନ୍ଦ କରିବା। ଏପର୍ଯ୍ୟନ୍ତ ପାରମ୍ପରିକ ଶିକ୍ଷାବ୍ୟବସ୍ଥାକୁ ଗ୍ରହଣ କରିଆସୁଥିବା ଓଡ଼ିଶାରେ ନିଜ ଶିକ୍ଷାପଦ୍ଧତି ପ୍ରଚଳନପାଇଁ ତତ୍କାଳୀନ ଇଂରେଜ ଶାସକ ହାର୍ଡିଂଜ ବିଦ୍ୟାଳୟ ସଂଖ୍ୟାବୃଦ୍ଧି କରିଚାଲିଥିବାବେଳେ ଏଥିପାଇଁ ଓଡ଼ିଆ ପାଠ୍ୟପୁସ୍ତକ ମୁଦ୍ରଣ ଜାଣିଶୁଣି କରାଗଲା ନାହିଁ । ଓଡ଼ିଆ ପୁସ୍ତକର ଅଭାବ ତଥା କୌଣସି ନୂତନ ଓଡ଼ିଆ ପୁସ୍ତକ ରଚନାପାଇଁ ସରକାର ଉତ୍ସାହିତ ନ କରିବାରୁ ବଙ୍ଗଳା ପୁସ୍ତକ ଓଡ଼ିଆ ବିଦ୍ୟାଳୟରେ ସରକାରୀ ବିନା ଆଦେଶରେ ପ୍ରଚଳିତ ହେଲା । ଫଳରେ ଏହିସବୁ ସ୍କୁଲର ବିଦ୍ୟାର୍ଥୀ ଉଭୟ ଓଡ଼ିଆ ଓ ବଙ୍ଗଳା ଭାଷାରେ ଦକ୍ଷ ନ ଥିବାରୁ ପରୀକ୍ଷାରେ ଅକୃତକାର୍ଯ୍ୟ ହେଲେ । ଏହି ଦ୍ୱିଭାଷିକ ଶିକ୍ଷାବ୍ୟବସ୍ଥାର ମଧ୍ୟରୁ ଓଡ଼ିଆରେ ପଢ଼ାଇବା ଉଚିତ୍ ନୁହେଁ ବୋଲି କେତେକ ଅଧିକାରୀ ଯୁକ୍ତି ବାଢ଼ିଲେ । ଇଂରାଜୀ ଢାଞ୍ଚାରେ ସ୍ଥାପିତ ବିଦ୍ୟାଳୟମାନଙ୍କରେ ବଙ୍ଗଳା ପୁସ୍ତକ ପ୍ରଚନ କରାଯାଇ ବଙ୍ଗ-ଓଡ଼ିଆ ମିଶ୍ରିତ ଶିକ୍ଷାଦାନ କରାଯାଉଥିବା ସମୟରେ ଓଡ଼ିଶାରେ ଅନ୍ୟାନ୍ୟ ଶିକ୍ଷା ବ୍ୟବସ୍ଥା ଯଥା- ଗ୍ରାମାଞ୍ଚଳ ଓ ସହରମାନଙ୍କରେ ମାଟିବଂଶ ଅବଧାନଙ୍କଦ୍ୱାରା ଚାଟଶାଳୀ ଶିକ୍ଷା ଦିଆଯାଉଥିଲା। ତେଣୁ ଏହି ସୀମିତ ପରିସର ମଧ୍ୟରେ ସାମୟିକ ଭାବେ ଶିକ୍ଷାର ମାଧ୍ୟମ ଭାବେ ବ୍ୟବହୃତ ବଙ୍ଗଳାଭାଷାକୁ ଓଡ଼ିଆଜାତିର ଭାଷା ଭାବେ ସରକାରୀ ଘୋଷଣା କରିବାପାଇଁ ଉଦ୍ୟମ ହୋଇଥିଲା। ଓଡ଼ିଆ ଭାଷାର ସପକ୍ଷ ଓ ବିପକ୍ଷ ମତ ୧୮୬୫ରୁ ୧୮୭୦ ମଧ୍ୟରେ ହୋଇଥିବା ଆଧୁନିକ ଓଡ଼ିଆ ବିଦ୍ୟାଳୟରୁ ଓଡ଼ିଆ ଭାଷା ବିଲୋପ ଚକ୍ରାନ୍ତକୁ ଉତ୍ସାହିତ କରିଥିଲା କଟକ ଡିବେଟିଂ କ୍ଲବ୍, କଟକ ସୋସାଇଟି, ଡି.ପି.ଆଇ. ଅଟକିନ୍ସନ୍ ସାହେବଙ୍କ ମନ୍ତବ୍ୟ । ଅପ୍ରେଲ ୧୮୬୩ରେ ଶିକ୍ଷା ବିଭାଗର ତତ୍କାଳୀନ ଦକ୍ଷିଣ ପଶ୍ଚିମାଞ୍ଚଳ ଶିକ୍ଷା ବିଭାଗୀୟ ଇନ୍ସପେକ୍ଟର ମେଡ଼ଲକିଟ କହିଥିଲେ - ସାହିତ୍ୟ ନ ଥିବା ଓଡ଼ିଆ ଏକ ଆଞ୍ଚଳିକ ଭାଷା, ତେଣୁ ପ୍ରବେଶିକା ପରୀକ୍ଷାରେ ଓଡ଼ଅ। ପରିବର୍ତ୍ତେ ବଙ୍ଗଳାକୁ ଦ୍ୱିତୀୟଭାଷା ଭାବରେ ଛାତ୍ରମାନେ ଗ୍ରହଣ କରିବା ଉଚିତ । ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ ଅଟକିନ୍ସନ, ମାତ୍ର ତକ୍ରାଳୀନ ଓଡ଼ିଶା କମିଶନର ଆର୍.ଏନ୍. ସୋର ଏହି ତଥ୍ୟକୁ ବିରୋଧ କରି ବଙ୍ଗସରକାରଙ୍କୁ ଲେଖି ଜଣାଇଲେ - ବଙ୍ଗଳାପରି ଓଡ଼ିଆ ଏକ ସ୍ୱତନ୍ତ୍ର ଓ ସ୍ୱାଧୀନ ଭାଷା । ପ୍ରବେଶିକା ପରୀକ୍ଷାରେ ଓଡ଼ିଆଛାତ୍ରଙ୍କୁ ବଙ୍ଗଳାଭାଷାରେ ପରୀକ୍ଷା ବୋକୁ ବାଧ୍ୟ କଲେ ଏମାନଙ୍କପାଇଁ ବିଶ୍ୱବିଦ୍ୟାଳୟର ପଥ ସବୁଦିନପାଇଁ ବନ୍ଦ ହୋଇଯିବ ।(ତା ୯.୬.୧୮୬୩ର ପତ୍ର) ଅପ୍ରେଲ ୧୮୬୪ରେ ଓଡ଼ିଶା ସ୍କୁଲ ସମୂହର ଡେପୁଟି ଇନ୍ସପେକ୍ଟର ଉମାଚରଣ ହାଲଦାର ୧୮୬୪-୬୫ ମସିହାର ଶିକ୍ଷା ସଂପର୍କୀତ ବାର୍ଷିକ ରିପୋର୍ଟରେ - ଓଡ଼ିଶାରେ ଶିକ୍ଷାର ଉନ୍ନତି ଓ ଅଭିବୃଦ୍ଧିର ପ୍ରକୃତ ପ୍ରତିବନ୍ଧକ ହେଉଛି ସର୍ବତ୍ର ବଙ୍ଗଳା ଓ ଓଡ଼ିଆର ଏକତ୍ର ପ୍ରଚଳନ ଏବଂ ଅଧ୍ୟୟନ । ଓଡ଼ିଆରେ ବ୍ୟାକରଣ ତଥା ଅନ୍ୟାନ୍ୟ ପାଠ୍ୟପୁସ୍ତକର ଅଭାବ ଥିବାରୁ ବଙ୍ଗଳାଭାଷାର ବ୍ୟବହାର ଅନିବାର୍ଯ୍ୟ ହୋଇପଡ଼ିଛି । ଏହି ଦ୍ୱିଭାଷିକ ଶିକ୍ଷାନୀତିର ପରିବର୍ତ୍ତନପାଇଁ ୧-ବଙ୍ଗଳା ଭାଷାକୁ ସରକାରୀଭାଷା ରୂପେ ସ୍ୱୀକାର କରି ସର୍ବତ୍ର ବଙ୍ଗଳାଭାଷା ଓ ପୁସ୍ତକ ପ୍ରଚଳନ କିମ୍ବା ବଙ୍ଗଳା ପୁସ୍ତକ ପ୍ରଚଳନକୁ ସଂପୂର୍ଣ୍ଣ ପରିହାର କରାଯାଇ ଓଡ଼ିଆ ଭାଷାର ଅନୁଶୀଳନ ଓ ଅଭିବୃଦ୍ଧି ଉଦ୍ଦେଶ୍ୟରେ ସେହିଭାଷାର ଉପଯୁକ୍ତ ବ୍ୟାକରଣ, ଅଭିଧାନ ଓ ଅନ୍ୟାନ୍ୟ ପାଠ୍ୟପୁସ୍ତକ ରଚନା ଦିଗରେ ବିଶେଷ ଉପାୟ ଅବଲମ୍ବନ କରାଯାଉ ଉଲ୍ଲେଖ କରି ତତ୍କାଳୀନ ଇନ୍ସପେକ୍ଟର ହାରିସନ ସାହେବଙ୍କ ନିକଟକୁ ପଠାଇଲେ । ରେଭେନ୍ସା ସାହେବ ତାଙ୍କର ସହକାରୀ ତଥା ଶିକ୍ଷା ବିଭାଗର ପୂର୍ବତନ କର୍ମଚାରୀ ଟେଲର ସାହେବ, କଟକ-ବାଲେଶ୍ୱର ସମୂହର ଡେପୁଟି ସ୍କୁଲ-ଇନ୍ସପେକ୍ଟର ଉମାଚରଣ ହାଲଦାର ଓ ପୁରୀ-ଅନୁଗୁଳ ସମୂହର ଡେପୁଟି ସ୍କୁଲ-ଇନ୍ସପେକ୍ଟର କୈଳାଶ ଚନ୍ଦ୍ର ତର୍କାଳଙ୍କାରଙ୍କ ସାହାଯ୍ୟରେ ୧୮୬୪-୬୫ର ଶିକ୍ଷା ସମ୍ପର୍କୀତ ବାର୍ଷିକ ରିପୋର୍ଟକୁ ଭିତ୍ତିକରି ୧୨.୯.୧୮୬୫ରେ ଏକ ପତ୍ର ମାଧ୍ୟମରେ ଓଡ଼ିଆର ସ୍ୱାତନ୍ତ୍ର୍ୟ ଓ ଭାବପ୍ରକାଶ ଶକ୍ତି, ବିସ୍ତୃତ ଅଞ୍ଚଳରେ ଲୋକଙ୍କ୍ୱାରା ଏହି ଭାଷାର ବ୍ୟବହାର, ଛାତ୍ରର ବିଦ୍ୟାଗ୍ରହଣ ଶକ୍ତି ଓ ପୁସ୍ତକ ପ୍ରକାଶନ ସଂପର୍କରେ ସୂଚନା ଦେଇଥିଲେ । ଓଡ଼ିଶା କମିଶନରଙ୍କ ଏହି ପ୍ରସ୍ତାବ ଉପରେ ତତ୍କାଳୀନ ଦକ୍ଷିଣ-ପଶ୍ଚିମ ଡିଭିଜନର ସ୍କୁଲ ଇନ୍ସପେକ୍ଟର ଆର୍.ଏଲ୍. ମାର୍ଟିିନ ତା ୯.୮.୧୮୬୭ରେ ଲେଖିଥିଲେ - ବର୍ତ୍ତମାନ ବଙ୍ଗଳାଭାଷା ସହିତ ଓଡ଼ିଆକୁ ସମାନ କରିବାକୁ ହେଲେ ଈଶ୍ୱରଚନ୍ଦ୍ରଙ୍କ ପରି କୌଣସି ବ୍ୟକ୍ତିଙ୍କୁ ବର୍ତ୍ତମାନଠାରୁ ଆରମ୍ଭ କରି ୨୦ବର୍ଷ ପର୍ଯ୍ୟନ୍ତ ଚେଷ୍ଟା କରିବାକୁ ପଡ଼ିବ । ଏଥି ସହିତ ବଙ୍ଗଳା ଭଳି ଉନ୍ନତ ଭାଷାକୁ ପ୍ରତ୍ୟେକ ଓଡ଼ିଆ ଗ୍ରହଣ କରିନେବା ଉଚିତ୍ ଓ ଓଡ଼ିଆ ଭାଷା କେବଳ ନିମ୍ନ ଶ୍ରେଣୀର ସୀମା ଭିତରେ ରଖି ଅନ୍ୟ ମଧ୍ୟବିତ୍ତ ଓ ଉଚ୍ଚଶ୍ରେଣୀ ବଙ୍ଗଳା ଭାଷା ଗ୍ରହଣ କରିନେବା ଉଚିତ୍ ତଥା ଯେଉଁ ଓଡ଼ିଆଛାତ୍ର ବଙ୍ଗଳାଭାଷା ଜାଣିନାହାନ୍ତି, ସେମାନଙ୍କୁ ଭର୍ଣ୍ଣାକୁଲାର ପରୀକ୍ଷା ଉତ୍ତୀର୍ଣ୍ଣ ବୃତ୍ତି ମିଳିବନାହିଁ ବୋଲି ମତ ଦେଇଥିଲେ । ଓଡ଼ିଆ ସପକ୍ଷରେ ସରକାରୀ ମତ ତତ୍କାଳୀନ ସ୍କୁଲ ଇନ୍ସପେକ୍ଟର ମାଟିନସାହେବ ଓଡ଼ିଶାର ବିଦ୍ୟାଳୟ ପରିଦର୍ଶନରେ ଆସି ପ୍ରକୃତ ତଥ୍ୟ ଅନୁଭବ କଲାପରେ ପୂର୍ବପତ୍ର (୯.୮.୧୮୬୭)ରେ ଦେଇଥିବା ମତକୁ ସଂଶୋଧନ କରି ୩୦.୩.୬୮ରେ ସେ ଆଉ ଏକ ପତ୍ର ଲେଖି ଓଡ଼ଅ ।ଭାଷାର ସ୍ୱାତନ୍ତ୍ର୍ୟ, ଏହି ଭାଷାଭାଷୀ ଅଞ୍ଚଳ ପରିସର, ଓଡ଼ିଆ ପ୍ରତି ସରକାରଙ୍କ ଅବହେଳା ବର୍ଣ୍ଣନା କରିବା ସହିତ ଓଡ଼ିଶାରେ ଶ୍ରେଣୀ ଅନୁଯାୟୀ ଓଡ଼ିଆ ପ୍ରଚଳନ କରିବାକୁ ପ୍ରସ୍ତାବ ସରକାରଙ୍କୁ ଦେଇଥିଲେ। ଏଥିରେ ସେ ସୂଚାଇଥିଲେ- ଓଡ଼ିଶାର ଶିକ୍ଷାବିଭାଗ ଉତ୍ତର ଜିଲ୍ଲା ବଙ୍ଗ ପ୍ରଦେଶର, ଦକ୍ଷିଣରେ ଥିବା ଜିଲ୍ଲା ମାନ୍ଦ୍ରାଜ ପ୍ରଦେଶର ଓ ପଶ୍ଚିମରେ ଥିବା ଜିଲ୍ଲା ମଧ୍ୟପ୍ରଦେଶର ଇନ୍ସପେକ୍ଟରଙ୍କଦ୍ୱାରା ପରିଚାଳିତ ହେଉଥିବାରୁ ଏହି କର୍ମଚାରୀମାନେ ବଙ୍ଗଳା, ତେଲୁଗୁ ଓ ହିନ୍ଦୀ ସ୍କୁଲ ପ୍ରତି ଅଧିକ ଯତ୍ନବାନ ହୋଇଥାନ୍ତି । ଯାହାଫଳରେ ଏହି ତିନୋଟି ଭାଷା ଉନ୍ନତ ହେବା ସହିତ ଓଡ଼ିଆର ଅବନତି ଘଟୁଛି। ତେଣୁ ଶିକ୍ଷା ଦୃଷ୍ଟିରୁ ଏମାନେ ଅନ୍ୟ ଭାଷାଠାରୁ ନିମ୍ନରେ ରହିବାକୁ ବାଧ୍ୟହୁଅନ୍ତି । ଫଳସ୍ୱରୂପ ଓଡ଼ିଶାର ସମସ୍ତ ଚାକିରିବୃତ୍ତି ଏହି ଉଚ୍ଚଶିକ୍ଷିତ ଅଣଓଡ଼ିଆଙ୍କ ହସ୍ତଗତ ହୋଇଥାଏ। ଓଡ଼ିଆଭଳି ସମୃଦ୍ଧଭାଷାକୁ ସ୍କୁଲ ଶିକ୍ଷାରେ ପ୍ରଚଳନ ତଥା ଓଡ଼ିଆ ପାଠ୍ୟପୁସ୍ତକ ଅଭାବର ତତ୍କାଳ ସମାଧାନପାଇଁ ବିଭିନ୍ନ ଶ୍ରେଣୀର ପୁସ୍ତକ ନିର୍ବାଚନ ସହିତ ଓଡ଼ିଆ ଅନୁବାଦ କରିବା ପ୍ରାଥମିକତା ଭିତ୍ତିରେ ଆବଶ୍ୟକ ହୋଇପଡ଼ିଛି। ଏହିପରି ଭାବରେ ପ୍ରାରମ୍ଭିକ ସମୟରେ ବଙ୍ଗଳାରେ ଅନୁବାଦ ମାଧ୍ୟମରେ ବଙ୍ଗଳା ଭାଷା ଓ ସାହିତ୍ୟ ଉନ୍ନତ ହୋଇଥିଲା । ତେଣୁ ସେହି ସୂତ୍ରରେ ଓଡ଼ିଆ ଓ ସାହିତ୍ୟ ମଧ୍ୟ ଉନ୍ନତ ହୋଇପାରିବ ବୋଲି ସେ ଆଶା କରିଥିଲେ। ଏହି ଆଲେଖ୍ୟରେ ସେ ସମୟର ଚାରି ପ୍ରକାରର ବିଦ୍ୟାଳୟ - (୧) ପୁରୀ ଓ ବାଲେଶ୍ୱର ଜିଲ୍ଲା ସ୍କୁଲ, (୨) ମଧ୍ୟ ଇଂରାଜୀ ଭର୍ଣ୍ଣାକୁଲାର ସ୍କୁଲ, (୩) ମଧ୍ୟ ଭର୍ଣ୍ଣାକୁଲାର ସ୍କୁଲ, (୪) ନିମ୍ନ ଶ୍ରେଣୀ ସ୍କୁଲପାଇଁ କିଭଳି ପାଠ୍ୟପୁସ୍ତକ ଆବଶ୍ୟକତା ଅଛି, ତାହାର ବିବରଣୀ ପ୍ରଦାନ କରିଥିଲେ । କଟକ ଜିଲ୍ଲା କଲେକ୍ଟର ବାଉରିଂ ଓଡ଼ିଆ ପ୍ରଚଳନକୁ ଅସ୍ୱୀକାର କରି ବଙ୍ଗଭାଷା ପ୍ରଚଳନ ଉପରେ ଗୁରୁତ୍ୱ ଦେଇଥିବାବେଳେ କଟକ କମିଶନର ମିଲ୍ସ ଓ ଗୋଲ୍ଡବେରୀ ଓଡ଼ିଆ ସପକ୍ଷରେ ମତ ଦେଇଥିଲେ । ଉତ୍କଳ ଦୀପିକା (୪.୧.୬୮) ମାଧ୍ୟମରେ ଓଡ଼ିଶାବାସୀ ମଧ୍ୟ ଦୃଢ଼଼ ପ୍ରତିବାଦ ଜଣାଇଥିଲେ । କିନ୍ତୁ ଜନସାଧାରଣଙ୍କଦ୍ୱାରା ବଙ୍ଗ ସରକାରଙ୍କୁ ଦିଆଯାଇଥିବା ଦରଖାସ୍ତରେ ଓଡ଼ିଆଭାଷୀ ଅଞ୍ଚଳ ପ୍ରତି ସରକାର ତଥା ବଙ୍ଗଭାଷୀ କର୍ମଚାରୀମାନଙ୍କର ଅବିଚାରର ତୀବ୍ର ପ୍ରତିବାଦ ଉଲ୍ଲେଖ କରାଯାଇ ନ ଥିଲା। ଓଡ଼ିଶା କମିଶନରଙ୍କ ନିର୍ଦ୍ଦେଶନାମା କମିଶନର ରେଭେନ୍ସା ୨୧-୧୧-୬୭ରେ ସରକାରଙ୍କୁ ଦେଇଥିବା ପତ୍ରରେ ଲେଖିଥିଲେ - ଓଡ଼ିଶାରେ ବାସ କରୁଥିବା ବଙ୍ଗାଳୀମାନେ ଅସ୍ଥାୟୀ, ଏଠିକାର ସ୍କୁଲ ଶିକ୍ଷକ, ଡେପୁଟି ଇନ୍ସପେକ୍ଟର ଇତ୍ୟାି ହେଉଛନ୍ତି ବଙ୍ଗାଳୀ। ତେଣୁ ସ୍ୱାଭାବିକ୍ ଭାବରେ ନିଜଭାଷା ପ୍ରଚଳନପାଇଁ ଏମାନେ ଆଗ୍ରହୀ ଅଛନ୍ତି । ଫଳରେ ଓଡ଼ିଆ ସଂପୂର୍ଣ୍ଣ ରୂପେ ଅବହେଳିତ । ଓଡ଼ିଆମାନଙ୍କ ମଧ୍ୟରେ ଶିକ୍ଷା ବିସ୍ତାର କରିବା ଆମର ମୌଳିକ ଲକ୍ଷ୍ୟ, ତେବେ ବିକଳ୍ପ ବଙ୍ଗଳାଭାଷାର ପ୍ରଚଳନ ଏ କ୍ଷେତ୍ରରେ ସଂପୂର୍ଣ୍ଣ କ୍ଷତିକାରକ। ଏହି ପତ୍ରରେ ସେ ବଙ୍ଗଳାଭାଷାକୁ କହି ଏହାର ପରିସୀମାକୁ ଓଡ଼ିଶାରେ ସୀମିତ କରିବା ସହ କହିଥିଲେ - ଓଡ଼ିଶାର ବିଦ୍ୟାଳୟରେ ଯେ କୌଣସି ଭାଷାର ଛାତ୍ର ଓଡ଼ିଆରେ ଶିକ୍ଷା ପାଇବେ। ବଙ୍ଗଳାଭାଷା ପଢ଼ିବାକୁ ଇଚ୍ଛାକଲେ ଏହାକୁ ଅତିରିକ୍ତ ଭାଷା ଭାବରେ ନେଇପାରନ୍ତି। ଓଡ଼ିଆ ବାଧ୍ୟତାମୂଳକ କରିବାର କାରଣ ହେଲା- ବଙ୍ଗଳାଭାଷାରେ ବଙ୍ଗାଳୀମାନେ ପାଶ୍ କରି ଚାକିରି ପାଉଥିବାବେଳେ ଓଡ଼ିଆମାନେ ଅକୃତକାର୍ଯ୍ୟ ହୋଇ ସରକାରୀ ନିଯୁକ୍ତିରୁ ଯେଉଁ ବଞ୍ଚିତ ହେଉଛନ୍ତି, ତାହା ଆଉ ଘଟିବ ନାହିଁ । ବରଂ ଓଡ଼ିଶାମାଟିରେ ଓଡ଼ିଆଙ୍କୁ ପ୍ରଶାସନ କାର୍ଯ୍ୟରେ ନିୟୋଜିତ କରି ଶାସନ ପ୍ରଣାଳୀକୁ ଆହୁରି ସ୍ଥାୟୀ ଓ ସୁଦୃଢ଼଼ କରିପାରିବା। ଶେଷରେ ସେ ଦୁଇଟି ପରାମର୍ଶ ଦେଇ ଲେଖିଥିଲେ - (୧) ଓଡ଼ିଆ ମାଧ୍ୟମରେ ଶିକ୍ଷାାନର ବ୍ୟବସ୍ଥା ଓ ନର୍ମାଲ ସ୍କୁଲ ଗୁରୁ (ଶିକ୍ଷକ)ଟ୍ରେନିଂ ସ୍କୁଲ ସ୍ଥାପନ ତଥା ଓଡ଼ିଶାପାଇଁ ଏକ ସ୍ୱତନ୍ତ୍ର ଶିକ୍ଷାବିଭାଗର ଇନ୍ସପେକ୍ଟର ପଦବୀ ସୃଷ୍ଟି କରିବା ଆବଶ୍ୟକ । (୨) ପୁସ୍ତକ ରଚନା ଓ ଏହାର ପ୍ରକାଶନ ଉପରେ ଗୁରୁତ୍ୱ ଦେବା । ଏଥିପାଇଁ କୌଣସି ମନୋନୀତ ଅନୁବାଦ ପୁସ୍ତକକୁ ଅନୁବାଦକଙ୍କଠାରୁ ସ୍ୱତନ୍ତ୍ର କ୍ରୟକରି ପୁସ୍ତକ ପ୍ରକାଶ କରିବା, କିମ୍ବା ଆର୍ଥିକ ସାହାଯ୍ୟ ପ୍ରଦାନ କରିବା। ପୁସ୍ତକ ନିର୍ବାଚନବେଳେ ଲେଖକଙ୍କୁ ନିର୍ଭର ପ୍ରତିଶ୍ରୁତି ଦିଆଯିବା ଆବଶ୍ୟକ ଯେ ତାଙ୍କ ପୁସ୍ତକଟି ନିଶ୍ଚିତ ପାଠ୍ୟପୁସ୍ତକ ଭାବେ ସ୍ଥାନିତ ହେବ ଓ ଏଥିରୁ ନିର୍ଦ୍ଦିଷ୍ଟ ସଂଖ୍ୟକ ପୁସ୍ତକ ସରକାର କିଣିବେ । ଉଚ୍ଚକୋଟୀର ପୁସ୍ତକକୁ ବୋନସ୍ ଦେଲେ ଲେଖକ ଏବଂ ପ୍ରକାଶକ ଉତ୍ସାହିତ ହୋଇ ପୁସ୍ତକ ରଚନା ଓ ପ୍ରକାଶ କରିବେ । ସମୟକ୍ରମେ ପୁସ୍ତକ ଚାହିା ଅଧିକ ତଥା ସୁନିଶ୍ଚିତ ହେଲେ ସରକାରୀ ସାହାଯ୍ୟ ବନ୍ଦ କରିିଆଯିବ । ଏହି ପୁସ୍ତକ ଓଡ଼ିଶା ସହିତ ମାନ୍ଦ୍ରାଜ ଓ ମଧ୍ୟପ୍ରଦେଶ ଅଧୀନସ୍ଥ ସମ୍ବଲପୁର ଓ ଗଞ୍ଜାମ ଜିଲ୍ଲାରେ ଥିବା ବିଦ୍ୟାଳୟମାନଙ୍କରେ ମଧ୍ୟ ପ୍ରଚଳନ ହେବ । ୧୯୦୩ - ୧୯୨୦ ଅକ୍ଟୋବର ୧୯୦୧ରେ ଆଣ୍ଡ୍ୟୁ ଫ୍ରେଜର ମତାମତ ଦେବାପରେ ବଡ଼ଲାଟ ଲର୍ଡ କର୍ଜନଙ୍କ ଆଦେଶାନୁସାରେ ୧ଜାନୁଆରୀ୧୯୦୩ରୁ ଓଡ଼ିଆ ସମ୍ବଲପୁରରେ ଲାଗୁ ହେବା ସହ୫୦ଟି ପ୍ରାଥମିକ ବିଦ୍ୟାଳୟରେ ଓଡ଼ିଆଶିକ୍ଷା ପ୍ରଚଳନ ହେଲା । ଭାଷା ଆନ୍ଦୋଳନରେ ସଫଳ ହେବାପରେ ସମ୍ବଲପୁରକୁ ଓଡ଼ିଆ ଭୂଖଣ୍ଡରେ ମିଶାଇବାପାଇଁ ଶକ୍ତି ମିଳିଗଲା । ଏହି ଆନ୍ଦୋଳନ ଯୋଗୁଁ ବୁଦ୍ଧିଜୀବୀ ସ୍ତରରେ ଏକତା ଆସିଲା । ଫଳସ୍ୱରୂପ, ୧୮୯୬ ମସିହାରେ କଟକର ମଧୁସୂଦନ ଦାସଙ୍କୁ ବଙ୍ଗ ଲାଟ୍ସଭା ପ୍ରାର୍ଥୀ କରାଯିବ ବୋଲି ସମ୍ବଲପୁରରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଗଲା। ଓଡ଼ିଶା ସ୍ତରରେ ଏହି ଏକତା ଜାତୀୟତାର ଉନ୍ମେଷରେ ଖୁବ୍ ସହାୟକ ସିଦ୍ଧ ହେଲା । ଏହି ସମୟବେଳକୁ ଛୋଟଲାଟ ହୋଇଥିବା ଫ୍ରେଜର ସମ୍ବଲପୁରବାସୀଙ୍କଦ୍ୱାରା ୮ ଜାନୁଆରୀ ୧୯୦୪ ରିଖ ସକାଳ ଆଠଟାରେ ସମ୍ବଲପୁର ଜିଲ୍ଲାସ୍କୁଲରେ ଅନୁଷ୍ଠିତ ବୈଠକରେ ଗୃହୀତ ପ୍ରସ୍ତାବକୁ ଗୃହୀତ କରିନେଲେ। କିନ୍ତୁ ବିସ୍ମୟର କଥା ବଙ୍ଗଳାର ଗଭର୍ଣ୍ଣର ଭାବେ ବଦଳି ହୋଇ ଆସିଥିବା ଫ୍ରେଜର ଯଦିଓ ସମ୍ବଲପୁର ମିଶ୍ରଣକୁ ଗ୍ରହଣ କରିଥିଲେ, ମାତ୍ର ଗଞ୍ଜାମ ମିଶ୍ରଣକୁ ସଂପୂର୍ଣ୍ଣ ବିରୋଧ କରିଥିଲେ। ପୂର୍ବରୁ ଏହି ମିଶଣ୍ରକୁ ବିରୋଧ କରୁଥିବା ମାନ୍ଦ୍ରାଜ ଗଭର୍ଣ୍ଣର ଆମ୍ପଥିଲ୍ ଏହି ସମୟରେ କର୍ଜ୍ଜନଙ୍କ ଅନୁପସ୍ଥିତିରେ କାର୍ଯ୍ୟନିର୍ବାହୀ ବଡ଼ଲାଟ ଭାବେ ନିଯୁକ୍ତ ପାଇବାରୁ ଉଭୟ ମିଶି ଗଞ୍ଜାମ ସମେତ ମାନ୍ଦ୍ରାଜ ଅଧିନସ୍ଥ ସମସ୍ତ ଓଡ଼ିଆଅଞ୍ଚଳ ଓଡ଼ିଶାରେ ମିଶ୍ରଣ ପ୍ରସ୍ତାବକୁ ତୀବ୍ର ବିରୋଧ କଲେ । ଫଳରେ ପରବର୍ତ୍ତୀ କାଳରେ ଲର୍ଡ କର୍ଜ୍ଜନଙ୍କଦ୍ୱାରା ପ୍ରସ୍ତୁତ ରିସ୍ଲେ ଆଦେଶନାମା ଅନୁସାରେ ସମ୍ପୂର୍ଣ୍ଣ ଓଡ଼ିଆଅଞ୍ଚଳ ଏକତ୍ରିକରଣ କାର୍ଯ୍ୟ ସଫଳ ହୋଇପାରିଲା ନାହିଁ । ତେବେ ବଙ୍ଗ ଭଙ୍ଗବେଳେ କିଛି ଅଂଶକୁ ନେଇ ଓଡ଼ିଶା ଏକାଠି ହେବା ଥିଲା ଓଡ଼ିଆ ଜାତିପାଇଁ ଏକ କୌତୁହଳପୂର୍ଣ୍ଣ ଅବିସ୍ମରଣୀୟ ଘଟଣା । ସେ ଯାହାହେଉ, ଚତୁର ରାଜନୈତିକ ଗୋଟିଚାଳନାଦ୍ୱାରା ବ୍ୟବସାୟୀ ଇଂରେଜ ପ୍ରଶାସକ ଶକ୍ତିଶାଳୀ ଓଡ଼ିଆଜାତିକୁ ତିନି ଭାଗରେ ବିଭକ୍ତ କରି ପଡ଼ୋଶୀ ତେଲୁଗୁ, ବଙ୍ଗାଳୀ ଓ ହିନ୍ଦୀଭାଷୀଙ୍କଦ୍ୱାରା ଧନ, ଧର୍ମ ଓ ଭାଷା ଧ୍ୱଂସ କରିବାର ଛଦ୍ମ ପ୍ରଚେଷ୍ଟା ମଧ୍ୟରେ ନିଜକୁ ଓଡ଼ିଆ ଜାତିର ହିତାକାଂକ୍ଷୀ ଭାବେ ବିଶ୍ୱସନୀୟ ପରିଚୟଟିଏ ସ୍ଥାପନ କରିବାରେ ବହୁ ବିଳମ୍ବରେ ସଫଳ ହେଲେ । ଯଦିଓ ଇଂରେଜଶାସକର ଏହି କୌଶଳକୁ ତତ୍କାଳୀନ ଓଡ଼ିଆ ବୁଦ୍ଧିଜୀବୀ ବୁଝିପାରି ନଥିଲେ, ତଥାପି ସର୍ବସ୍ୱହରାଇ କେବଳ ସ୍ୱାଭିମାନକୁ ଜାବୁଡ଼ି ଧରିଥିବା ଏହି ଜାତିକୁ ପୁଣିଥରେ ଏକାଠି କରିବାର ସୂତ୍ର ଏହିଭାଷା ଆନ୍ଦୋଳନଦ୍ୱାରା ମିଳିଗଲା; ଯାହା ସମଗ୍ର ଭାରତବର୍ଷର ଅନ୍ୟ ଭାଷାଭାଷୀମାନଙ୍କପାଇଁ ଈର୍ଷାର କାରଣ ପାଲଟି ଯାଇଥିଲା। ଏହି ସମୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅାନ୍ଦୋଳନର ମଞ୍ଜ ପଡିଥିଲା ମାନ୍ଦ୍ରାଜ ଅଧୀନସ୍ଥ ରମ୍ଭାଠାରେ ଅନୁଷ୍ଠିତ ଓଡ଼ିଶା ଏକତ୍ରୀକରଣ ମୂଳ ମନ୍ତ୍ର ଗଞ୍ଜାମ ସମ୍ମିଳନୀରେ। ଏହା ହିଁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଉତ୍କଳ ସମ୍ମିଳନୀ ଗଠନପାଇଁ ପ୍ରେରଣା ମିଳିଥିଲା। ଉତ୍କଳ ସମ୍ମିଳନୀ ଗଠନ ୨୮-୩୦ ଡିସେମ୍ବର ୧୯୦୩ ମସିହାରେ ମାନ୍ଦ୍ରାଜଠାରେ ଅନୁଷ୍ଠିତ ଭାରତୀୟ ଜାତୀୟ କଂଗ୍ରେସର ୧୯ଶତମ ବାର୍ଷିକ ଅଧିବେଶନରେ ଏହାକୁ ବିରୋଧ କରି ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଥିଲା, ସେଥିରେ ସଦସ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ବିଭେଦ ସୃଷ୍ଟି ହୋଇଯାଇଥିଲା । ଏହି ଅଧିବେଶନରେ ଗଞ୍ଜାମ ଓ ବିଶାଖପାଟଣା ଅଞ୍ଚଳ ଓଡ଼ିଶାରେ ମିଶିବାକୁ ନେଇ ବ୍ରହ୍ମପୁରର ଜି. ରଙ୍ଗାରାଉ ମାନ୍ଦ୍ରାଜ ପ୍ରଦେଶରୁ କୌଣସି ଅଂଶ ବିଚ୍ଛିନ୍ନ କରା ନ ଯାଇ ବୋଲି ବଙ୍ଗ ଭଙ୍ଗ ବିରୁଦ୍ଧରେ ଆସିଥିବା ପ୍ରସ୍ତାବରେ ଯୋଡ଼ିବାକୁ ଏକ ସଂଶୋଧନ ପ୍ରସ୍ତାବ ଆଣିଥିଲେ। ଏହି ସଂଶୋଧନ ପ୍ରସ୍ତାବକୁ ମାନ୍ଦ୍ରାଜ ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ତଥା ମାଇଲାପୁରର ପ୍ରତିନିଧି ତାମିଲଭାଷୀ ଭି. କୃଷ୍ଣସ୍ୱାମୀ ଆୟାର କହିଥିଲେ ଯେ ଏହି ବିବାଦୀୟ ବିଷୟ ଉପରେ ଜାତୀୟ କଂଗ୍ରେସ କୌଣସି ପ୍ରସ୍ତାବ ଗ୍ରହଣ ନ କରୁ । ଓଡ଼ିଆମାନଙ୍କ ପରି ତେଲୁଗୁମାନେ ମଧ୍ୟ ନିଜ ସ୍ୱାର୍ଥ ରକ୍ଷା ଦୃଷ୍ଟିରୁ ଭାରତ ସରକାରଙ୍କୁ ନିବେଦନ କରିବା ଉଚିତ। ଠିକ୍ ଏହି ସମୟରେ ଅର୍ଥାତ୍ ୩୦-୩୧ ଡିସେମ୍ବର ୧୯୦୩ରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କଟକର ଇଦିଗା ପଡ଼ିଆରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀପାଇଁ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ, ବିଭିନ୍ନ ପ୍ରସ୍ତାବ, ସରକାରଙ୍କ ଅନୁମତି ଏବଂ ସୁପରିଚାଳନାପାଇଁ ୧୫/୧୦/୨୦୦୩ଠାରୁ ୨୪/୧୨/୧୯୦୩ ତାରିଖ ପର୍ଯ୍ୟନ୍ତ ଆଠଟି ସ୍ୱତନ୍ତ୍ର ବୈଠକ କଟକର କନିକା ରାଜବାଟିରେ କରାଯାଇଥିଲା । ଏହି ଅଧିବେଶନରେ ଗୃହୀତ ୧୧ଟି ପ୍ରସ୍ତାବ ମଧ୍ୟରୁ ପ୍ରମୁଖ ୭ଟି ପ୍ରସ୍ତାବ ହେଲା ୧. ଉତ୍କଳଭାଷୀ ଅଞ୍ଚଳମାନଙ୍କୁ ଏକ ଶାସନାଧୀନରେ ରଖିବାଯୋଗୁଁ ବଡ଼ଲାଟଙ୍କୁ ଧନ୍ୟବାଦ । ୨. ସମ୍ବଲପୁରରେ ଓଡ଼ିଆ ପୁନଃ ପ୍ରଚଳନ କରାଇବାଯୋଗୁଁ ଛୋଟଲାଟଙ୍କୁ ଧନ୍ୟବାଦ । ୩. ଅନ୍ୟାନ୍ୟ ଜାତିମାନଙ୍କ ସଙ୍ଗେ ଉତ୍କଳୀୟମାନଙ୍କର ଭାତୃଭାବ ସମ୍ବର୍ଦ୍ଧନ । ୪. ଆବଶ୍ୟକୀୟ ସାମାଜିକ ସଂସ୍କାର ନିମନ୍ତେ ସ୍ଥାୟୀ କମିଟି ଗଠନ । ୫. ଓଡ଼ିଆ ସାହିତ୍ୟର ଉନ୍ନତି ନିମନ୍ତେ କମିଟି ଗଠନ । ୬. ଦେଶୀୟ ଶିଳ୍ପର ଉନ୍ନତି ଏବଂ ବାର୍ଷିକ ପ୍ରଦର୍ଶନୀର ବ୍ୟବସ୍ଥା । ୭. ବାଳକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସୁଚାଳିତ ଉପାୟ ନିର୍ଦ୍ଧାରଣ । ଉତ୍କଳ ସମ୍ମିଳନୀର ଆଭିମୁଖ୍ୟ ମଧ୍ୟପ୍ରଦେଶ ଅନ୍ତର୍ଭୁକ୍ତ ଓଡ଼ିଆ ଅଞ୍ଚଳରେ ଓଡ଼ିଆ ପ୍ରଚଳନ ପରେ ଓଡ଼ିଶା ଏକତ୍ର କରାଯାଇ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦିଆଯିବା ପଥ ପରିଷ୍କାର ହୋଇ ଆସୁଥିଲା। ତେବେ ଏହା ମିଳିବା ପୂର୍ବରୁ ଶିକ୍ଷା ଓ ଅର୍ଥନୀତିରେ ଦୁର୍ବଳ ଓଡ଼ିଶାବାସୀଙ୍କ ସାମଗ୍ରିକ ବିକାଶପାଇଁ ଏକ ନିର୍ଦ୍ଦିଷ୍ଟ ଫୋରମ ମାଧ୍ୟମରେ ଗଠନମୂଳକ କାର୍ଯ୍ୟ କରିବା ଏହାର ଲକ୍ଷ୍ୟ ଥିଲା। ଯଦି ରାଜ୍ୟ ନ ହୁଏ, ତେବେ ବିଭିନ୍ନ କାର୍ଯ୍ୟକ୍ରମ ଭିତରେ ଓଡ଼ିଆ ଜାତୀୟ ଚେତନା ଉନ୍ମେଷ ଘଟାଇ କଂଗ୍ରେସ ଭଳି ଏକ ଆନ୍ଦୋଳନାତ୍ମକ ଅନୁଷ୍ଠାନ ଗଢ଼ିତୋଳିବାପାଇଁ ଏଭଳି ଜାତୀୟ ସମ୍ମିଳନୀର ଆବଶ୍ୟକତା ମଧୁବାବୁ ଏବଂ ଗୌରୀଶଙ୍କର ଅନୁଭବ କଲେ । ଡିସେମ୍ବର ୩ ତାରିଖରେ ରିସଲେ ନିର୍ଦ୍ଦେଶନାମା ପ୍ରକାଶିତ ହେବାପରେ ଡିସେମ୍ବର ୨୦ ତାରିଖରେ ସମ୍ମିଳନୀର ପ୍ରସ୍ତାବ ହିଁ ସୂଚୀତ କରାଏ ଉତ୍କଳ ସମ୍ମିଳନୀ ସୃଷ୍ଟି ପଛରେ ଓଡ଼ିଶା ଏକତ୍ରୀକରଣପାଇଁ ସରକାରଙ୍କଠାରେ ଚାପ ସୃଷ୍ଟି କରିବା ବଦଳରେ ଓଡ଼ିଆଙ୍କଠାରେ ଜାତୀୟ ଚେତନା ଜାଗରଣ ପୂର୍ବକ ଭାତୃଭାବ ବିକଶିତ କରିବା ଓ ଓଡ଼ିଶାର ସର୍ବାଙ୍ଗୀନ ବିକାଶପାଇଁ କିଛି ଚିନ୍ତାନାୟକ ତିଆରି କରିବା ସହିତ ଓଡ଼ିଆ ଯୁବପ୍ରାଣଙ୍କ ମଧ୍ୟରେ ଓଡ଼ିଆତ୍ୱର ନବଉନ୍ମାଦନା ସୃଷ୍ଟିକରି ଜାତୀୟ ଜୀବନକୁ ଅତୀତ ଭଳି ଶକ୍ତିଶାଳି କରି ଗଢ଼ିତୋଳିବା ଏକ ପ୍ରମୁଖ କାରଣ ଥିଲା । ଉକ୍ତ ସମ୍ମିଳନୀରେ ସରକାରୀ କର୍ମଚାରୀ ଯୋଗ ନ ଦେବାକୁ ସରକାର ନିର୍ଦ୍ଦେଶ ଦେବାପରେ କେତେକ ଜାତିପ୍ରେମୀ ସରକାରୀ ଚାକିରିରୁ ଇସ୍ତଫା ଦେବାରୁ ୨୪ ତାରିଖ ଦିନ ହୋଇଥ#ବା ପ୍ରସ୍ତୁତି ବୈଠକ ନିଷ୍ପତ୍ତି ଅନୁସାରେ କାର୍ଯ୍ୟନିର୍ବାହୀ ସମିତିର ସମ୍ପାଦକ ମଧୁବାବୁ ବଙ୍ଗ ସରକାରଙ୍କୁ ସମ୍ମିଳନୀର ଉଦ୍ଦେଶ୍ୟ ଓ ଉପସ୍ଥାପନ ହେବାକୁ ଯାଉଥିବା ପ୍ରସ୍ଥାବ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ ପୂର୍ବକ ସୂଚନା ଦେଇ ଉଲ୍ଲେଖ କରିଥିଲେ ଯେ ରାଜନୈତିକ କଂଗ୍ରେସ ସଲଗ୍ନ ପ୍ରଦର୍ଶନୀକୁ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ସାହାଯ୍ୟ କରୁଅଛନ୍ତି । ଯେଉଁ ସମ୍ମିଳନୀ ସଙ୍ଗେ ରାଜନୀତିର ସମ୍ପର୍କ ନାହିଁ, ଏପରି ସମ୍ମିଳନୀରେ ବୋମ୍ବାଇଠାରେ ହାଇକୋର୍ଟ ଜର୍ଜ ଏବଂ ଗଭର୍ଣ୍ଣମେଣ୍ଟଙ୍କ ସେକ୍ରେଟାରି ସଭାପତି ହୋଇଅଛନ୍ତି । ଓଡ଼ିଆମାନେ ଗଭର୍ଣ୍ଣମେଣ୍ଟଙ୍କର ଓଡ଼ିଆଙ୍କ ନିକଟରେ ଅବିଶ୍ୱାସଜନକ ଏପରି କିଛି କାର୍ଯ୍ୟ କରି ନାହାନ୍ତି କି ଯହିଁରେ ଗଭର୍ଣ୍ଣମେଣ୍ଟଙ୍କର ଓଡ଼ିଆଙ୍କପ୍ରତି ବିଶ୍ୱାସ ଉଠି ଯାଇଛି । ଉତ୍କଳସମ୍ମିଳନୀ ପ୍ରଥମ ଅଧିବେଶନର ବିବରଣୀ ପୁସ୍ତିକା । ଉତ୍କଳ ସମ୍ମିଳନୀର ପ୍ରତ୍ୟକ୍ଷ ଆନ୍ଦୋଳନ ପ୍ରାଥମିକ ଅବସ୍ଥାରେ ଉତ୍କଳ ସମ୍ମିଳନୀର ଲକ୍ଷ୍ୟ ଇଂରେଜ ସରକାରଙ୍କୁ ବିରୋଧ ନ କରି ସେମାନଙ୍କ ସଦିଚ୍ଛାରେ ଗଠନମୂଳକ ଓଡ଼ିଶା ନିର୍ମାଣ। ମାତ୍ର ଓଡ଼ିଆଙ୍କ ଦାବିକୁ ଉପେକ୍ଷା କରି ମେଦିନାପୁର ବ୍ୟତୀତ ବଙ୍ଗ ଅଧୀନସ୍ଥ ଓଡ଼ିଆ ଓ ବିହାର ଅଞ୍ଚଳକୁ ନେଇ ୧ ଅପ୍ରେଲ୍ ୧୯୧୨ ମସିହାରେ ବିହାର-ଓଡ଼ିଶା ରାଜ୍ୟ ଗଠନ କରାଗଲା। ଏହି ନିଷ୍ପତ୍ତିଦ୍ୱାରା ପ୍ରଥମେ ଗଞ୍ଜାମ, ଫୁଲଝର, ଚନ୍ଦ୍ରପୁର, ପଦ୍ମପୁର ଓ ବର୍ତ୍ତମାନ ମେଦିନାପୁର ମୂଳ ଓଡ଼ିଆ ଭୂଖଣ୍ଡଠାରୁ ବିଚ୍ଛିନ୍ନ ହୋଇ ରହିଗଲା। ବିହାର-ଓଡ଼ିଶା ରାଜ୍ୟଗଠନ ସମ୍ପର୍କୀତ ହାର୍ଡିଞ୍ଜ ଡେସପାଚ୍ ଅନୁମୋଦନପାଇଁ ବ୍ରିଟିଶ ପାର୍ଲ୍ୟାମେଣ୍ଟର ଉଚ୍ଚସଦନରେ ବିତର୍କ ଚାଲିଥିବାବେଳେ ଓଡ଼ିଆମାନଙ୍କ ଅସ୍ତିତ୍ୱକୁ ଭଲଭାବେ ଚିହ୍ନିଥିବା ଲର୍ଡ କର୍ଜନ ଏହାର ବିରୋଧ କରି କହିଥିଲେ "ଭାଷା, ଚଳଣି କୌଣସିରେ ସମ୍ବନ୍ଧ ନ ଥିବା ଦୁଇଜାତିକୁ ଏକାଠି ରଖିବା ଠିକ୍ ନୁହେଁ । ଉଭୟ ପ୍ରଦେଶ ପର୍ବତ ଓ ନଦୀଦ୍ୱାରା ପରସ୍ପର ଅଲଗାହୋଇ ରହିଛି । ଆମେ ଏପର୍ଯ୍ୟନ୍ତ ଏ ବ୍ୟବଧାନ ଦୂର କରିବାପାଇଁ ରେଳରାସ୍ତାଟିଏ ମଧ୍ୟ ତିଆରି କରିପାରୁ ନାହୁଁ । ମୁଁ ଭବିଷ୍ୟତବାଣୀ କରିପାରେ ଯେ, ଏ ଭୁଲ କଦାପି ଦୀର୍ଘକାଳ ରହିବ ନାହିଁ । ଓଡ଼ିଆମାନେ ତୀବ୍ର ଆନ୍ଦୋଳନ ନ କରିବା ହେତୁ ଆଜି ତାଙ୍କର ସ୍ୱାର୍ଥକୁ ବଳି ଦିଆଗଲା।" ଇଂରେଜ ପ୍ରଶାସନର ସ୍ତାବକ ଭାବରେ ଦୀର୍ଘ ଆଠବର୍ଷ କାଳ ଉତ୍କଳ ସମ୍ମିଳନୀ ଅପେକ୍ଷା କଲାପରେ ଉପଯୁକ୍ତ ନ୍ୟାୟ ଓ ପାଇବାରୁ ଏହି ସ୍ୱତନ୍ତ୍ର ଅଧିବେଶନ ହିଁ ଓଡ଼ିଆ ନବଜାଗରଣର ପ୍ରଥମ ଶଙ୍ଖନାଦ କରିଥିଲା । ଏହାପରଠାରୁ ଉତ୍କଳ ସମ୍ମିଳନୀ ରଚନାତ୍ମକ କାର୍ଯ୍ୟଧାରାରୁ ଧୀରେଧୀରେ ମୁକ୍ତହୋଇ ଜାତୀୟତାବାଦୀ ଆନ୍ଦୋଳନ ଭାବଧାରାକୁ ଗ୍ରହଣ କରିନେବା ଫଳରେ ଓଡ଼ିଆ-ଯୁବମାନସରେ ଯେଉଁ ପ୍ରତିକ୍ରିୟା ଦେଖାଦେଇଥିଲା, ତାହାହିଁ ସତ୍ୟବାଦୀ ପଞ୍ଚସଖା ସୃଜନର ମାର୍ଗ ଫିଟାଇଥିଲା । ସତ୍ୟବାଦୀ ବନ ବିଦ୍ୟାଳୟ ସତ୍ୟବାଦୀ ବନ ବିଦ୍ୟାଳୟ ଭାରତର ପ୍ରଥମ ମୁକ୍ତ ବିଦ୍ୟାଳୟ । ଏହି ଶିକ୍ଷାନୁଷ୍ଠାନଟି ୧୯୧୧ ମସିହାରେ ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର, ଆଚାର୍ଯ୍ୟ ହରିହର, ପଣ୍ଡିତ ଲିଙ୍ଗରାଜ ମିଶ୍ର, ଶ୍ରୀଯୁକ୍ତ ନନ୍ଦକିଶୋର ଦାସଙ୍କ ମିଳିତ ପ୍ରଚେଷ୍ଟାରେ ପ୍ରତିଷ୍ଠିତ ହୋଇଥିଲା। ସେ ସମୟରେ ଓଡ଼ିଶାର ଜଣାଶୁଣା ପଣ୍ଡିତ ଜ୍ଞାନୀ ଦେଶଭକ୍ତମାନେ ଏହି ବିଦ୍ୟାଳୟର ଶିକ୍ଷକ ଥିଲେ। ମୁକ୍ତାକାଶ ତଳେ ଶିକ୍ଷା ପ୍ରଦାନ କରି ଓଡ଼ିଆଜାତିର ଉପଯୁକ୍ତ ଉତ୍ତରଦାୟାଦ ତିଆରି କରିବା ଥିଲା ଏହାର ମୂଳ ଲକ୍ଷ୍ୟ। ଏହି ଲକ୍ଷ୍ୟ ଯଦିଓ ସମ୍ପୂର୍ଣ୍ଣ ସଫଳ ହୋଇପାରି ନ ଥିଲା, ମାତ୍ର ତତ୍କାଳୀନ ଯୁବପ୍ରାଣରେ ଭାଷା ଓ ଜାତିପ୍ରୀତିର ମନ୍ତ୍ର ଫୁଙ୍କିବାରେ ଏହା ସଫଳ ହୋଇଥିଲା। ୧୯୨୦ - ୧୯୩୬ ମଧୁସୂଦନ ଦାସ ଓ କନିକା ରାଜା ମଣ୍ଟେଗୁ ଚେମସଫୋର୍ଡ କମିଟିକୁ ପ୍ରଦାନ କରିଥିବା ଉତ୍କଳ ସମ୍ମିଳନୀର ୧୨ଶ ଅଧିବେଶନରେ ପ୍ରସ୍ତୁତ ଓଡ଼ିଶା ରାଜ୍ୟଗଠନ ରିପୋର୍ଟ ପ୍ରତ୍ୟାଖ୍ୟାତ ହେଲା। ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନେତୃତ୍ୱରେ ବ୍ୟାପକ ଜନଆନ୍ଦୋଳନ ହେବା ଫଳରେ ସିଂହଭୂମି ଡେପୁଟି କମିଶନର ଛୋଟନାଗପୁର ଡେପୁଟି କମିଶନରଙ୍କୁ ଚିଠିଲେଖି ଜଣାଇଲେ ଯେ ପୋଡ଼ାହାଟ, ଧଳଭୂମି ହେଉଛି ଓଡ଼ିଆ ଅଞ୍ଚଳ। ଏଠି ବଙ୍ଗଳାଭାଷା ପଢ଼ାଇବା ଏକଛତ୍ରବାଦର ନିଦର୍ଶନ। ଏଇ ଦୁଇ ସ୍ଥାନରେ ଓଡ଼ିଆ ଟ୍ରେନିଂ ସ୍କୁଲ ସ୍ଥାପନ ତଥା କୋର୍ଟ କଚେରିରେ ଓଡ଼ିଆ ଭାଷା ଚଳାଇବା ଉଚିତ। ଛୋଟନାଗପୁର ଡିଭିଜନ କମିଶନର ମି.ବି. ଫୋଲେ ମାର୍ଚ୍ଚ ୧୯୧୯ରେ ସରକାରଙ୍କୁ ଜଣାଇଲେ ଯେ ଧଳଭୂମିର ପଶ୍ଚିମଭାଗ କୋହ୍ଲାଣ, ଷଢେ଼ଇକଳା, ଖରସୁଆଁ, ସିଂହଭୂମି ଓଡ଼ିଆ ଅଞ୍ଚଳ ଓଡ଼ିଶା ସହିତ ମିଶିଯିବା ଉଚିତ। ୧୯୦୩ରେ ଆରମ୍ଭ ହୋଇଥିବା ଜାତୀୟତାବାଦୀ ଆନ୍ଦୋଳନ ଧୀରେଧୀରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚୁଥିଲା। ଏହି ସମୟର ଶିକ୍ଷିତ ଯୁବସମାଜ ନେତୃତ୍ୱ ପ୍ରତି ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇବାରେ ଲାଗିଲା। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସିଂହଭୂମି ଜିଲ୍ଲାର ଚକ୍ରଧରପୁରଠାରେ ଜଗବନ୍ଧୁ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ୧୬ତମ ଅଧିବେଶନ (ଡିସେମ୍ବର ୧୯୨୦)ରେ ପଣ୍ଡିତ ଗୋପବନ୍ଧୁ ସମ୍ମିଳନୀର ଲକ୍ଷ୍ୟ ଦେଶମିଶ୍ରଣ ନ ରହି ସ୍ୱରାଜ୍ୟପ୍ରାପ୍ତି ହେଉ ବୋଲି ପ୍ରସ୍ତାବ ଦେଲେ । ସମ୍ବଲପୁରର ଚନ୍ଦ୍ରଶେଖର ବେହେରା ଏହି ପ୍ରସ୍ତାବକୁ ସମର୍ଥନ କରିବାପରେ ଏହା ଗୃହୀତ ହୋଇଥିଲା। ଗୋପବନ୍ଧୁଙ୍କ ଉଦ୍ଦେଶ୍ୟ ଥିଲା ଉତ୍କଳସମ୍ମିଳନୀ କଂଗ୍ରେସ ଆଭିମୁଖ୍ୟକୁ ଗ୍ରହଣ କରିନେଲେ ପ୍ରଦେଶ କଂଗ୍ରେସ କମିଟି ଗଠନ କରିବା ସହଜ ହୋଇଯିବ। ଅର୍ଥାତ୍ ପରୋକ୍ଷରେ ସ୍ୱତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନପାଇଁ କଂଗ୍ରେସର ସମର୍ଥନ ମିଳିଯିବ । ମାତ୍ର ଭାଷା ଓ ଜାତି ଆନ୍ଦୋଳନକୁ ଗୁରୁତ୍ୱ ଦେଉଥିବା ବହୁ ସଦସ୍ୟ ଏହାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ସନ୍ଦେହ କରି ଦୂରେଇ ଯିବା ଫଳରେ "ଉତ୍କଳ ସମ୍ମିଳନୀ ' ମୌଳିକ ଲକ୍ଷ୍ୟଠାରୁ ଧୀରେଧୀରେ ଦୂରେଇଗଲା। ଅନ୍ୟପକ୍ଷରେ ସିଂହଭୂମି ଜିଲ୍ଲା କଂଗ୍ରେସ କମିଟି ନବଗଠିତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କିମ୍ବା ବିହାର କଂଗ୍ରେସ କମିଟି ଭୁକ୍ତ ହେବ, ଏ ସମ୍ପର୍କରେ ଏକ ତଦନ୍ତ କମିଟି ଗଠିତ ହେଲା। ଏହାର ସଦସ୍ୟ ରହିଲେ ଗୋପବନ୍ଧୁ ଦାସ, ଗୋପବନ୍ଧୁ ଚୌଧୁରୀ (ଓଡ଼ିଶା), ଦୀପ ନାରାୟଣ ଏବଂ ମୌଲବୀ ସାଫୀ ବିହାର । ସିଂହଭୂମି ଜିଲ୍ଲାର ୪ ଅଣିଆ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ ଭୋଟ ନିଆଗଲା ଓଡ଼ିଶା ସପକ୍ଷରେ ୧୬ ଅଣାରୁ ୧୪ଅଣା ବିହାରପକ୍ଷରେ ଦେଢ଼ଅଣା ଏବଂ ଅଧାଅଣା ଉଦାସୀନ ଭାବରେ ମତ ପ୍ରଦାନ କଲେ। ଏହି ନିଷ୍ପତ୍ତି ଓଡ଼ିଆ ପକ୍ଷରେ ପୂର୍ଣ୍ଣରୂପେ ଯାଇଥିବାରୁ ସିଂହଭୂମି ଜିଲ୍ଲା କଂଗ୍ରେସ କମିଟି ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ସହିତ ସଂଯୁକ୍ତ ହେବାପାଇଁ ସିଂହଭୂମିଠାରେ ଅନୁଷ୍ଠିତ କଂଗ୍ରେସ ସଭାରେ ରାଜେନ୍ଦ୍ର ପ୍ରସାଦ ସ୍ୱୀକୃତ ଦେଲେ। ଜାତୀୟ କଂଗ୍ରେସର ଆଭିମୁଖ୍ୟ ନବଗଠିତ ଉତ୍କଳ ପ୍ରଦେଶକଂଗ୍ରେସ କମିଟି ଓ ଆନ୍ଧ୍ର କଂଗ୍ରେସ କମିଟି ଗଞ୍ଜାମ ଜିଲ୍ଲାରେ ନିଜର ସୀମା ନିର୍ଦ୍ଧାରଣ କରିବାକୁ ନେଇ ବିବାଦ ଭୟଙ୍କର ହୋଇଗଲା। ଫଳରେ ମହାତ୍ମାଗାନ୍ଧୀ ୧୯୨୧ରେ ଗଞ୍ଜାମ ଭ୍ରମଣରେ ଆସି ବ୍ରହ୍ମପୁରଠାରେ ଉଭୟ କମିଟିର କର୍ମକର୍ତ୍ତାଙ୍କ ଦାବି ଶୁଣି ଏହି ଅବସରରେ ହୋଇଥିବା ଏକ ବିରାଟ ସଭାରେ କହିଥିଲେ କାଲି ସୂର୍ଯ୍ୟୋଦୟ ପୂର୍ବରୁ ଓଡ଼ିଆ ଓ ତେଲେଙ୍ଗା ଗଣ୍ଡଗୋଳର ସମାଧାନ ହେବା ଉଚିତ। ସବଳ ଆନ୍ଧ୍ରମାନେ ଦୁର୍ବଳ ଓଡ଼ିଆଙ୍କ ଦାବି ମାନି ନିଅନ୍ତୁ। ଗାନ୍ଧିଙ୍କ ନିର୍ଦ୍ଦେଶ ଥିଲା ଦୁଇ କମିଟିର ପ୍ରତିନିଧି ବ୍ରହ୍ମପୁରଠାରେ ମିଳିତ ହୋଇ ସୀମାବିବାଦର ସମାଧାନ କରିବେ। ୧୦.୫. ୧୯୨୧ରେ ଏଥିପାଇଁ ଉଭୟପକ୍ଷରୁ ଗୋପବନ୍ଧୁ ଦାସ ଓ କୋଣ୍ଡା ଭେଙ୍କଟାପାୟା ମନୋନୀତ ହେଲେ। ମାତ୍ର ନିର୍ଦ୍ଧାରିତ ଦିନରେ ଆନ୍ଧ୍ର ପ୍ରତିନିଧି ଉପସ୍ଥିତ ହେଲେ ନାହିଁ। ପରେ ୧୦.୭.୧୯୨୧ରେ ପଣ୍ଡିତ ନୀଳକଣ୍ଠ ଓ ପଣ୍ଡିତ ଗୋପବନ୍ଧୁ, ତଥା ଶ୍ରୀଟି.ପ୍ରକାଶମ ଓ ବି.ପଟ୍ଟାଭି ସୀତାରାମାୟା ସଦସ୍ୟ ଏବ ସଭାପତି ଡାକ୍ତର ବି.ଏସ୍. ମୁଞ୍ଜେକୁ ନେଇ କମିଟି ଗଠନ କରାଗଲା। ୨୮.୯.୧୯୨୧ରେ ଏହି କମିଟି ବସିବାପରେ ଆନ୍ଧ୍ରସଦସ୍ୟଦ୍ୱୟ ଆଲୋଚନାପାଇଁ ପ୍ରସ୍ତୁତ ନ ଥିବାରୁ ମାସେ ସମୟ ଚାହିଁଲେ। ପରେ ଏହି କମିଟି ଆଉ ବସିଲା ନାହିଁ। ନିଖିଳ ଭାରତ କଂଗ୍ରେସ କମିଟିର କାକିନାଡ଼ା ଅଧିବେଶନ (୨.୧.୧୯୨୪)ର ୫ମ ପ୍ରସ୍ତାବରେ ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କ ଅଧ୍ୟକ୍ଷତାରେ ଉଭୟ କମିଟିର ଦୁଇଜଣ ପ୍ରତିନିଧିଙ୍କ ମାଧ୍ୟମରେ ୩୧.୩.୧୯୨୪ ସୁଦ୍ଧା ଏହି ବିଷୟରେ ଶେଷ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଆଗଲା । ମାତ୍ର ରାଜଗୋପାଳଚାରୀ ୧.୩.୧୯୨୪ରେ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେବାରୁ ୨୪.୪.୧୯୨୪ରେ ରାଜେନ୍ଦ୍ର ପ୍ରସାଦକୁ ଉକ୍ତ କମିଟିର ସଦସ୍ୟଭାବରେ ମନୋନୀତ କରାଗଲା। ସେ ଜୁନ୍ ମାସ ପୂର୍ବରୁ ବିଚାର କରିପାରିବେ ନାହିଁ ସ୍ପଷ୍ଟଭାବେ କହିଥିଲେ ମଧ୍ୟ ପରବର୍ତ୍ତୀ କାଳରେ ଏହି ବୈଠକ ବସି ନ ଥିଲା କିମ୍ବା କଂଗ୍ରେସଦ୍ୱାରା ଏହି ବିବାଦର ସମାଧାନ ହୋଇପାରି ନ ଥିଲା। ଫିଲିଫ-ଡଫ କମିଟି ରିପୋର୍ଟ ଏହି ସମୟରେ ଭାରତ ସରକାରଙ୍କ ଘରୋଇ ବିଭାଗ ନଂ.ଏଫ୍-୬୬୯/୧-୧୦-୧୯୨୪ରିଖ ବିଜ୍ଞପ୍ତିରେ ଓଡ଼ିଆ ଅଞ୍ଚଳ ମିଶ୍ରଣ ପ୍ରସ୍ତାବରେ ବଡ଼ଲାଟଙ୍କ ପରିଷଦ ସନ୍ତୁଷ୍ଟ ହୋଇପାରୁ ନାହାନ୍ତି ବୋଲି ଜଣାଇଲେ। ମିଶ୍ରଣତାର ଶେଷ ନିଷ୍ପତ୍ତି ଶୁଣାଣିପାଇଁ ଶ୍ରୀ ସି.ଏଲ୍.ଫିଲିପ ଓ ଶ୍ରୀ ଏ.ସି. ଡଫଙ୍କୁ ବଡ଼ଲାଟ ନିଯୁକ୍ତ କଲେ। ଉଭୟ ଗଞ୍ଜାମ, ବିଶାଖାପାଟଣା ଅଞ୍ଚଳ ବୁଲି ଜନସାଧାରଣଙ୍କ ମତ ନେବାପରେ ରମ୍ଭାଠାରେ ୧୭.୧୨.୧୯୨୪ରୁ ୨୧.୧୨.୧୯୨୪ ପର୍ଯ୍ୟନ୍ତ ରହି ଉଭୟ ପକ୍ଷର ଦାବି ଶୁଣି ୨୬.୧୨.୧୯୨୪ରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଭାରତସରକାରଙ୍କୁ ପ୍ରଦାନ କଲେ। ଏଥିରେ ଉଭୟ ଓଡ଼ିଆଙ୍କ ଦାବିକୁ ଯଥାର୍ଥ ବୋଲି ସ୍ୱୀକାର କରି ଗଞ୍ଜାମର ନାରସେନାପଟା ବ୍ୟତୀତ ଅନ୍ୟସବୁ ଅଞ୍ଚଳ, ପାରଳାଖେମୁଣ୍ଡି ରାଜ୍ୟ, ତରଳା, ଟିକାଲି, ମଞ୍ଜୁଷା, ଜଳନ୍ତର, ବୁଢ଼ାର ସିଂହ, ଚିକିଟି, ଧରାକୋଟ, ସୁରଙ୍ଗି, ଶରଗଡ଼, ବଡ଼ଗଡ଼, ବଡ଼ଖେମୁଣ୍ଡି, ସାନଖେମୁଣ୍ଡି, ଆଠଗଡ଼, ଖଲ୍ଲିକୋଟ, ବିରୁଳି, ପାଲର, ହୁମା ଜମିଦାରୀ ସମେତ ବ୍ରହ୍ମପୁର, ଛତ୍ରପୁର ଓ ଘୁମୁସର ସବଡିଭିଜନ, ଜିଲ୍ଲାର ମାଳଅଞ୍ଚଳ, ବିଖାଖାପାଟଣା ଜିଲ୍ଲାର ଜୟପୁର ଜମିଦାରି ପ୍ରଭୃତି ଓଡ଼ିଆଅଞ୍ଚଳ ଓଡ଼ିଶାରେ ମିଶିଯିବା ଉଚିତ ବୋଲି ଅକାଟ୍ୟ ଯୁକ୍ତି ଉପସ୍ଥାପନ କରିଥିଲେ। ଓଡ଼ିଶା ଲିବରାଲ ଲିଗ ଭାରତ ଶାସନ ସଂସ୍କାରପାଇଁ ୧୯୨୭ରେ ଜନ ସାଇମନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କଲେ। କଂଗ୍ରେସ ଏହାକୁ ସାରା ଭାରତରେ ବିରୋଧ କରିବାରୁ ଓଡ଼ିଶାରେ ଅନୁରୂପ ଭାବରେ ସାଇମନଙ୍କ ଆଗମନକୁ ବିରୋଧ କରାଗଲା। ଏହି ସ୍ଥିତିରୁ ଲକ୍ଷ୍ୟ ଆଦାୟପାଇଁ କୁଳବୁଦ୍ଧ ଯେକୌଣସି ଉପାୟରେ ସ୍ୱାଗତ ଜଣାଇବାକୁ କନିକାରାଜାଙ୍କୁ ନିର୍ଦ୍ଦେଶ ଦେଲେ। ଏହି ସମୟ ବେଳକୁ ଉତ୍କଳ ସମ୍ମିଳନୀର ଅସ୍ତିତ୍ୱ ନ ଥିବାରୁ ଆଉ ଏକ ସମିତି ଓଡ଼ିଶା ଲିବରାଲ ଲିଗ ଗଠନ କରି ୮ଫେବୃଆରି ୧୯୨୮ ତାରିଖରେ ବ୍ରଜସୁନ୍ଦର ଦାସଙ୍କ ନେତୃତ୍ୱରେ ଗୋପାଳଚନ୍ଦ୍ର ପ୍ରହରାଜ, ବାରିଷ୍ଟର ବିଶ୍ୱନାଥ ମିଶ୍ର, ଭିକାରି ପଟ୍ଟନାୟକ, ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ଉକ୍ରଳ ସମ୍ମିଳନୀର ଗୋଲାପୀ ପଗଡି ପିନ୍ଧି ବିହାରର ପାଟଣା ରେଳଷ୍ଟେସନଠାରେ ସାଇମନ କମିଶନଙ୍କୁ ସ୍ୱାଗତ ଜଣାଇ ଓଡ଼ିଶା ପ୍ରତି ନ୍ୟାୟ ବିଚାର କରିବାକୁ ନିବେଦନ କଲେ। ସାଇମନ କମିଶନ ଏହି ନିବେଦନକୁ ଗ୍ରହଣ କରି ଅଟଲି ସବକମିଟି ଗଢ଼ି ଓଡ଼ିଶା ରାଜ୍ୟଗଠନ ଦାବିର ବିଚାର କରିବାକୁ ଦାୟିତ୍ୱ ଦେଲେ। ଅଟଲି ସବକମିଟି ପୂର୍ବର ଫିଲିପ୍-ଡଫ୍ କମିଶନ ରିପୋର୍ଟକୁ ଗୁରୁତ୍ୱ ଦେଇ ପାରଳା ଓ ଜୟପୁର ଜମିଦାରୀ ଛାଡ଼ି ବାକି ଅଂଶ ଓଡ଼ିଶାରେ ମିଶାଇବାପାଇଁ ପରାମର୍ଶ ଦେଲେ। ଜୟପୁର ମହାରାଜା ବିକ୍ରମଦେବ ଏବଂ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବ ଏହା ବିରୁଦ୍ଧରେ ପ୍ରତିବାଦ ପତ୍ର ପଠାଇବା ସହ ଗୋଲଟେବୁଲ ବୈଠକରେ ଉଭୟ ଉପସ୍ଥିତ ରହି ଓଡ଼ିଶାରେ ପାରଳା ଓ ଜୟପୁର ଜମିଦାରୀ ମିଶାଇବାପାଇଁ ଦୃଢ଼ ଦାବି କଲେ। ଉତ୍କଳ ୟୁନିୟନ କମିଟି ଓଡ଼ିଶା ରାଜ୍ୟ ଗଠନ ପୂର୍ବରୁ ଏହାର ସୀମା ନିର୍ଦ୍ଧାରଣ କରିବାପାଇଁ ଭାରତ ସରକାର ସାର୍ ସାମୁଏଲ ଓଡ଼ନେଲ ଅଧ୍ୟକ୍ଷ ତଥା ସଦସ୍ୟ ଭାବେ ଆସାମର ଶ୍ରୀ ତରୁଣରାମ ଫୁକନ, ବମ୍ବେର ଏଚ୍.ଏଏମ. ମେହେଟ୍ଟାଙ୍କୁ ସଭ୍ୟ ରୂପେ ଏବଂ ବି.ସି. ମୁଖାର୍ଜୀଙ୍କୁ ସଚିବ ଭାବେ ନିଯୁକ୍ତ କରାଗଲା । ଏହି କମିଟିର ସହଯୋଗୀ ସଦସ୍ୟ ରହିଲେ ପାରଳାରାଜା କୃଷ୍ଣଚନ୍ଦ୍ର ଗଜପତି ମାନ୍ଦ୍ରାଜର, ସି.ଭି.ଏସ. ନରସିଂହ ରାଜୁ, ବିହାରର ସଚ୍ଚିଦାନନ୍ଦ ସିଂହ। ପୂର୍ବରୁ ମଣ୍ଟେଗୁ- ଚେମସଫୋର୍ଡ କମିଟି ନିକଟରେ ଓଡ଼ିଶାର ସୀମା ସମ୍ପର୍କୀତ ଦାବୀ ଉତ୍କଳ ସମ୍ମିଳନୀ କରିଥିଲା । ମାତ୍ର ୧୯୩୧ ବେଳକୁ ଏହାର ଅସ୍ତିତ୍ୱ ନ ଥିବାରୁ ମଧୁବାବୁଙ୍କ ପରାମର୍ଶରେ ଉତ୍କଳ ୟୁନିୟନ କମିଟି ଗଠନ କରାଯାଇ ଓଡନେଲ କମିଟି ଆଗରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖାଗଲା। ଓଡ଼ନେଲ କମିଟି ଦକ୍ଷିଣର ବିଭିନ୍ନ ସ୍ଥାନରେ ସାକ୍ଷ୍ୟ ଗ୍ରହଣ କରୁଥିବାବେଳେ ସବୁଠାରେ ଓଡ଼ିଶା ସହିତ ମିଶିବାପାଇଁ ଜନତାଙ୍କ ଆଗ୍ରହ ତଥା ଅନ୍ୟ ଦୁଇ ସଦସ୍ୟଙ୍କ ସମର୍ଥନ ସତ୍ତେ୍ୱ ଓଡ଼ନେଲ ଇଚ୍ଛାପୁର, ମଞ୍ଜୁସା, ତରଳା ପାରଳା, ଟିକାଲି, ଜୟପୁର ବ୍ୟତୀତ ଅନ୍ୟସବୁ ଅଞ୍ଚଳ ଓଡ଼ିଶାରେ ମିଶିବ ବୋଲି ମତ ଦେଲେ । ମଧ୍ୟପ୍ରଦେଶର ବସ୍ତର, ରାୟଗଡ଼, ସାରଙ୍ଗଗଡ଼ ଭଳି ବହୁ ଓଡ଼ିଆ ଅଞ୍ଚଳ ବ୍ୟତୀତ କେବଳ ଖଡ଼ିଆଳ ଓ ପଦ୍ମପୁର ମିଶିବା ସପକ୍ଷରେ ମତ ଦେଲେ । ବିହାରରେ କେବଳ ଷଢେ଼ଇକଳା ଓ ଖରସୁଆଁକୁ ମିଶାଇବପାଇଁ ମତ ଦେଇଥିଲେ । ଏହି ପ୍ରସଙ୍ଗରେ ସିଂହଭୂମି, ଧଳଭୂମି ଆଲୋଚନା ପର୍ଯ୍ୟାୟକୁ ଆସି ନ ଥିଲା । ବଙ୍ଗପ୍ରଦେଶର ମେଦିନପୁର ବିଷୟରେ କମିଶନରଙ୍କ ମତ ଥିଲା ସମ୍ପୂର୍ଣ୍ଣ ପକ୍ଷପାତ ମୂଳକ । ଗୋଟିଏ ଗୋଟିଏ ଗାଁରେ ଦୁଇ ତିନି ହଜାର ଓଡ଼ିଆ ଥିବାବେଳେ ସେଠାରେ ଜଣେ ମାତ୍ର ଓଡ଼ିଆ ବାସ କରୁଛନ୍ତି ବୋଲି ଲେଖାଗଲା । ଏହି କ୍ରମରେ ଛଅଲକ୍ଷ ଥିବା ଓଡ଼ିଆ ଅଞ୍ଚଳ ୪୫ ହଜାରକୁ କମି ଆସିଲା। ଯାହାର ଫଳଶ୍ରୁତି ମେଦିନିପୁର ବଙ୍ଗାଳୀ ଅଞ୍ଚଳ ବୋଲି ସହଜରେ ପ୍ରମାଣିତ ହୋଇଗଲା। ଭାଷାଭିତ୍ତିକ ରାଜ୍ୟ ଗଠନ ଘୋଷଣା ଓଡ଼ନେଲ କମିଟି ସୁପାରିଶ ଅନୁସାରେ ଓଡ଼ିଶା ପ୍ରଦେଶ ଗଠନପାଇଁ ପ୍ରକାଶିତ ଶ୍ୱେତପତ୍ରରେ ୯୬ ପ୍ରତିଶତ ଓଡ଼ିଆ ଅଞ୍ଚଳ ଜୟପୁର ଓ ପାରଳା ଜମିଦାରିକୁ ମଧ୍ୟ ମିଶାଯାଇ ନଥିଲା। କମିଟିର ଉଭୟ ସଦସ୍ୟଙ୍କ ମତକୁ ଅଗ୍ରାହ୍ୟ କରି ଓଡେ଼ନାଲ ଯେଉଁ ପକ୍ଷପାତମୂଳକ ରିପୋର୍ଟ ଦେଇଥିଲେ, ତାହାର ପ୍ରତିବାଦ ଉଭୟ କରିଥିଲେ ଓ ଓଡ଼ିଆ ନେତାଗଣ ଜଏଣ୍ଟ ପାର୍ଲ୍ୟାମେଣ୍ଟାରି କମିଟି ଆଗରେ ଏହି ବିଷୟରେ ପ୍ରତିବାଦ କରିବାକୁ ଆହ୍ୱାନ ଦେଇଥିଲେ। ଡିସେମ୍ବର ୧୯୩୨ରେ ଅନୁଷ୍ଠିତ ତୃତୀୟ ଗୋଲଟେବୁଲ ବୈଠକରେ ଦକ୍ଷିଣ ଭାରତ ଜମିଦାରଙ୍କ ପ୍ରତିନିଧି ଭାବେ ଯୋଗଦେଇ ମହାରାଜ ରାମଚନ୍ଦ୍ର ମର୍ଦ୍ଦରାଜ ଓଡ଼ିଶା ପ୍ରଦେଶ ଗଠନପାଇଁ ପୁଣିଥରେ ଦୃଢ଼଼ ଦାବୀ ଜଣାଇଲେ। ଫଳରେ ୨୪.୧୨.୧୯୩୨ ଦିନ ଲର୍ଡ ସାଙ୍କିଙ୍କ ସଭାପତିତ୍ୱରେ ବସିଥିବା ପ୍ରତିନିଧି ସଭାରେ ସେକ୍ରେଟେରୀ ଅଫ୍ ଷ୍ଟେଟ ସାମୁଏଲ ହୋର ସିନ୍ଧୁ ଓ ଓଡ଼ିଶା ରାଜ୍ୟ ଗଠନ କଥା ଘୋଷଣା କଲେ। ହବାକ କମିଟି ଏହାପରେ ଓଡ଼ିଶା ଗଠନପାଇଁ ଜନ୍ ଅଷ୍ଟିନ ହବାକ ସଭାପତିତ୍ୱରେ ଏକ କମିଟି ଗଠିତ ହୋଇ ସୀମା ସମସ୍ୟା ଓ ଆର୍ଥିକ ପରିସ୍ଥିତି ବିଚାରପାଇଁ ରମ୍ଭାଠାରେ ୬.୧୦.୧୯୩୩ରେ ବୈଠକ ବସିଥିଲା। ବିସ୍ତୃତ ଆଲୋଚନାପରେ ୧୯୩୫ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବାର ଘୋଷଣା ପ୍ରକାଶ ପାଇଲା। ଏହାର ପ୍ରଥମ ଲାଟ ହେଲେ - ଜନ୍ ଅଷ୍ଟିନ୍ ହବାକ୍ । ୧୯୩୬ରେ ୬୦ ସଦସ୍ୟ ବିଶିଷ୍ଟ ବିଧାନ ସଭାପାଇଁ ହୋଇଥିବା ନିର୍ବାଚନରେ କଂଗ୍ରେସ ୩୬ଟି ଆସନ ପାଇଥିଲା । କଂଗ୍ରେସ ଦଳର ନେତା ବିଶ୍ୱନାଥ ଦାସଙ୍କୁ ମନ୍ତ୍ରୀମଣ୍ଡଳ ଗଢ଼ିବାପାଇଁ ଲାଟ ଅନୁରୋଧ କଲେ ମଧ୍ୟ ମନ୍ତ୍ରିମଣ୍ଡଳର ସୁପାରିଶ ଲାଟ ଗ୍ରହଣ କରିବାକୁ ବାଧ୍ୟ ଏହି କଥା ନେଇ କଂଗ୍ରେସ ଓ ଲାଟଙ୍କ ମଧ୍ୟରେ ମତାନ୍ତର ହେବାରୁ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଢ଼ିଲା ନାହିଁ। ଫଳରେ ପାରଳା ରାଜାଙ୍କୁ ମନ୍ତ୍ରିମଣ୍ଡଳ ଗଢ଼ିବାପାଇଁ ଲାଟ୍ ଅନୁରୋଧ କରିବାରୁ ୧.୪.୧୯୩୭ରେ ମାନଧାତା ଗୋରାଚାନ୍ଦ ପଟ୍ଟନାୟକ ଓ ମୌଲାନା ଲତିଫୁର ରହେମନଙ୍କୁ ନେଇ ସେ ମନ୍ତ୍ରୀମଣ୍ଡଳ ଗଠନ କଲେ। ୧୯୩୬ - ୧୯୫୪ ୧ ଅପ୍ରେଲ ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାପରେ ଓଡ଼ିଆ ଭାଷାରେ ଉଚ୍ଚଶିକ୍ଷା ଓ ଶାସନକାର୍ଯ୍ୟପାଇଁ ପଦକ୍ଷେପ ନିଅାଗଲା। ପଣ୍ଡିତ ନୀଳକଣ୍ଠଙ୍କ ନେତୃତ୍ୱରେ ଓଡ଼ିଆ ପ୍ରଶାସନିକ ଶବ୍ଦକୋଷ ପ୍ରସ୍ତୁତ କରାଯିବା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଗଲା। ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ କରିବାପାଇଁ ବିପୁଳ ଅର୍ଥ ଖର୍ଚ୍ଚ ଓଡ଼ିଶାର ରାଜା ଜମିଦାରଙ୍କଠାରୁ ସଂଗୃହୀତ ହେଉଥିବାରୁ ଏହାର ଭାର ଜନସାଧାରଣ ଉପରେ ପଡ଼ିଲା । ପ୍ରଜାମାନଙ୍କ ବାରମ୍ବାର ପ୍ରତିବାଦକୁ ଦୃଷ୍ଟିରେ ରଖି ସରକାର ବଟଲର କମିଶନ ବସେଇଥିଲେ ମଧ୍ୟ ପ୍ରଜା ବଦଳରେ ରାଜାମାନଙ୍କୁ ଅଧିକ ସୁବିଧା ଓ ଅଧିକାର ଦେବାପାଇଁ ଏହି କମିଶନ ୧୯୩୭ ମସିହାରେ ନୂଆ ସନନ୍ଦ ଦେଲେ। ଗଡ଼ଜାତ ପ୍ରଜାଙ୍କ ଅବସ୍ଥା ଅନୁଧ୍ୟାପାଇଁ ନିଖିଳ ଭାରତ କଂଗ୍ରେସ କମିଟି ଜବାହରଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ "ଷ୍ଟେଟ ପିପୁଲସ୍ ଷ୍ଟାଣ୍ଡିଂ କମିଟି ' ଗଠନ କରାଗଲା । ପ୍ରଜା ଆନ୍ଦୋଳନ ୧୯୩୧ରେ ଓଡ଼ିଶାରେ ଭୁବନାନନ୍ଦ ଦାସଙ୍କ ସଭାପତିତ୍ୱରେ "ଗଡ଼ଜାତ ପ୍ରଜା ସମ୍ମିଳନୀ ' ଗଠିତ ହୋଇଥିଲା । ୨୪.୬.୧୯୩୭ରେ କଟକରେ ସାଧାରଣ ସଭା ଅନୁଷ୍ଠିତ କରାଯାଇ ପଟ୍ଟାଭି ସୀତାରାମେୟାଙ୍କୁ ସଭାପତି ଓ ସାରଙ୍ଗଧର ଦାସଙ୍କୁ ସମ୍ପାଦକ ଭାବେ ମନୋନୀତ କରାଗଲା । ୧୯୩୮ରେ ଏକ ଅନୁସନ୍ଧାନ ସମିତି ଗଠନ କରାଯାଇ ହରେକୃଷ୍ଣ ମହତାବ, ଲାଲମୋହନ ପଟ୍ଟନାୟକ, ବଳବନ୍ତ ରାୟ ମେହେଟ୍ଟା ସଦସ୍ୟ ରହିଲେ । ଅନୁସନ୍ଧାନ କମିଟି ଦୁଇହଜାର ଲୋକଙ୍କଠାରୁ ସାକ୍ଷ୍ୟନେଇ ଦୁଇ ଭାଗରେ ରିପୋର୍ଟ ପ୍ରସ୍ତୁତ କଲେ। ଏହି ସମୟରେ ଢେଙ୍କାନାଳ, ନୀଳଗିରି, କନିକା ଓ ରଣପୁରଠାରେ ପ୍ରଜାବିଦ୍ରୋହ ଭୟଙ୍କର ରୂପ ନେଲା। ରଣପୁରର ୨ଯୁବକ ରଘୁ ଓ ଦିବାକର ପଲଟିକାଲ ଏଜେଣ୍ଟ ବେଜେଲଗେଟଙ୍କୁ ହତ୍ୟା କଲେ। ଶେଷରେ ପ୍ରଜାମଣ୍ଡଳ ଦାବି ସରକାର ଶୁଣିଲେ। କୋଶଳୋତ୍କଳ ପ୍ରଜା ପରିଷଦ ବ୍ରିଟିଶଭାରତ ତଥା ଦେଶୀୟ ରାଜ୍ୟର ଏକତ୍ରୀକରଣ ୧୨ମଇ ୧୯୪୬ରେ ଦେଶୀୟ ରାଜ୍ୟପାଇଁ ଏକ ସ୍ୱତନ୍ତ୍ର ଶ୍ୱେତପତ୍ର ବ୍ରିଟିଶ ସରକାର ପ୍ରକାଶ କରି ଘୋଷଣା କଲେ ଯେ ଦେଶୀୟ ରାଜ୍ୟର ସମ୍ରାଟଙ୍କୁ ସର୍ବୋଚ୍ଚ କ୍ଷମତା ଅଧିକାର ସମାପ୍ତ ହେଲା ଏବଂ ସେମାନେ ସ୍ୱାଧୀନ ହେଲେ । ସ୍ୱାଧୀନତା ସମୟରେ ଭାରତରେ ୯ଟି ପ୍ରଦେଶ ଓ ୫୪୨ଟି ଦେଶୀୟରାଜ୍ୟ ଥିଲା । ତେଣୁ ଏହି ଅଧିନିୟମ ବଳରେ ନରେନ୍ଦ୍ର ମଣ୍ଡଳୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଲା । ୧୮ଜୁଲାଇ ୧୯୪୬ରେ ପାଟଣା ରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ନେତୃତ୍ୱରେ ଓଡ଼ିଶା ଓ ମଧ୍ୟପ୍ରଦେଶର ଗଡଜାତରାଜ୍ୟମାନଙ୍କୁ ମିଶାଇ ରାଷ୍ଟ୍ରସଂଘ ଭାବରେ କୋଶଳୋତ୍କଳ ରାଜ୍ୟ ଗଠନ କରିବାପାଇଁ କୋଶଳୋତ୍କଳ ପ୍ରଜା ପରିଷଦ ଗଠନ କଲେ। ଏହାର ପ୍ରଥମ ବୈଠକ କଲିକତାଠାରେ ଅନୁଷ୍ଠିତ ହେଲା । ପରେ ୧ ଅଗଷ୍ଟ୧୯୪୭ରେ ରାୟପୁରଠାରେ ଏମାନେ ମିଳିତ ହୋଇ ନିଜର ସମ୍ବିଧାନ ପ୍ରସ୍ତୁତ କରିବା ସହ ରାୟପୁରଠାରେ ରାଜଧାନୀ ନିର୍ମାଣପାଇଁ ଅର୍ଥସଂଗ୍ରହ କରିଥିଲେ। ଗଡଜାତ ରାଜ୍ୟ ମିଶ୍ରଣ ୧୫ ଅଗଷ୍ଟ ୧୯୪୭ରେ ଭାରତ ଦ୍ୱିଖଣ୍ଡିତ ହେଲାବେଳେ ଓଡ଼ିଶା ଖଣ୍ଡବିଖଣ୍ଡିତ ନ ହେବାପାଇଁ ଏକତ୍ରିକରଣ କାର୍ଯ୍ୟ ଆରମ୍ଭ ହେଲା । ଭାରତ ସ୍ୱାଧୀନ ହେଲେ ମଧ୍ୟ ମୋଗଲବନ୍ଦୀ ବା ଉପକୂଳ ଅଞ୍ଚଳରେ ଥିବା ଗଡଜାତ ରାଜ୍ୟର ପ୍ରଜାଗଣ ସ୍ୱାଧୀନତାରୁ ବଞ୍ଚିତ ହେବାରୁ ପ୍ରଜା ଆନ୍ଦୋଳନ ବ୍ୟାପକ ରୂପ ଧାରଣ କଲା । ଏହି ଆନ୍ଦୋଳନରେ ରାଜାଗଣ ମିଳିତ ହୋଇ ଏଥିରେ ହସ୍ତକ୍ଷେପ କରିବାକୁ ମହାତ୍ମାଗାନ୍ଧୀଙ୍କୁ ଅନୁରୋଧ କଲେ । ମହାତ୍ମାଗାନ୍ଧୀ ମଧ୍ୟ ଏ ବିଷୟରେ ପଦକ୍ଷେପ ନେବାକୁ ଗୃହମନ୍ତ୍ରୀ ପଟେଲଙ୍କୁ ଅନୁରୋଧ କଲେ । ତେବେ ଏହି ସମୟରେ ନିଳଗିରି ରାଜାଙ୍କଦ୍ୱାରା ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ବୃଦ୍ଧିପାଇବାରୁ ଓଡ଼ିଶା ସରକାର ଏଥିରେ ହସ୍ତକ୍ଷେପ କରିବାକୁ ଭାରତ ସରକାରଙ୍କୁ ନିବେଦନ କଲେ । ଭାରତ ସରକାରଙ୍କ ଅନୁମତି ପରେ ଓଡ଼ିଶା ପୋଲିସ ନୀଳଗିରିରେ ପ୍ରବେଶକଲା । ରାଜା ଅନ୍ୟ ଉପାୟ ନ ପାଇ ୧୪ ନଭେମ୍ବର ୧୯୪୭ ମଧ୍ୟାହ୍ନରେ ଶାସନ ଦାୟିତ୍ୱ ଓଡ଼ିଶା ସରକାରଙ୍କୁ ପ୍ରଦାନ କଲେ । ଏହା ଥିଲା ଭାରତ ବର୍ଷର ପ୍ରଥମ ଦେଶିୟ ରାଜ୍ୟ ମିଶ୍ରଣ । ତେବେ ଦେଶୀୟ ରାଜ୍ୟ ବିଲୟ ପତ୍ରରେ ରାଜା ହସ୍ତାକ୍ଷର କରିବାପରେ ଭାରତୀୟ ସଂଘରେ ସାମିଲ ହୋଇପାରିବା ନିୟମ ଥିବାରୁ ଏହାର ସଂଘୀୟ ସ୍ୱୀକୃତିପାଇଁ ୨୦ ନଭେମ୍ବର୧୯୪୭ରେ ଦିଲ୍ଲୀଠାରେ ଓଡ଼ିଶାର ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ, ସ୍ୱରାଷ୍ଟ୍ରବିଭାଗ ସଚିବ ଭି.ପି.ମେନନ, ସମ୍ବଲପୁର ଆଞ୍ଚଳିକ କମିଶନରଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକର ନିଷ୍ପତ୍ତିରେ ସର୍ଦ୍ଧାର ପଟେଲ ସହମତ ହେଲେ । ନୀଳଗିରିମିଶ୍ରଣ ପଦ୍ଧତି ପଟେଲଙ୍କୁ ଏଭଳି ପ୍ରଭାବିତ କରିଥିଲା ଯେ, ହାଇଦ୍ରାବାଦ ମିଶ୍ରଣରେ ସେହି ସମାନ ପଦ୍ଧତି ପ୍ରୟୋଗ କରାଗଲା। ମୟୂରଭଞ୍ଜ ବ୍ୟତୀତ ଓଡ଼ିଶା ମଧ୍ୟରେ ଥିବା ୨୬ଟି ଗଡ଼ଜାତ ଓଡ଼ିଶାରେ ମିଶିଗଲେ । ଗଡ଼ଜାତଗୁଡ଼ିକର ମିଶ୍ରଣ ପରେ ଓଡ଼ିଶାର ଆୟତନ ୬୦.୧୬୪ ବର୍ଗମାଇଲ ଓ ଜନସଂଖ୍ୟା ୧ କୋଟି ୭୦ ଲକ୍ଷ ଥିଲା । ଓଡ଼ିଶା ବାହାରେ ୪ ହଜାର ବର୍ଗମାଇଲ ଓ ୧୦ ଲକ୍ଷ ଓଡ଼ିଆ ଅଞ୍ଚଳ ଓ ଲୋକ ରହିଗଲେ ଓ ନବଗଠିତ ଓଡ଼ିଶା ରାଜ୍ୟରେ ୧୩ଟି ଜିଲ୍ଲା ରହିଲା। ସ୍ୱତନ୍ତ୍ର ମୟୂରଭଞ୍ଜ ଦେଶ ଗଠନ ନୀଳଗିରି ଘଟଣା ପରେ ଗଡଜାତ ରାଜାଗଣ ବ୍ୟସ୍ତ ହୋଇ ପରଦିନ ଅର୍ଥାତ ୧୫ ନଭେମ୍ବର ୧୯୪୭ରେ କଲିକତାଠାରେ ମିଳିତ ହେଲେ ଓ ୧ ଡିସେମ୍ବର ୧୯୪୭ରେ ଦିଲ୍ଲୀ ଯାଇ ପଟେଲଙ୍କୁ ଭେଟି ସେମାନଙ୍କ ପ୍ରସ୍ତାବ ଗ୍ରହଣ କରିବାକୁ ଅନୁରୋଧ କଲେ। ସେ ୧୩ ଡିସେମ୍ବର୧୯୪୭ରେ ଗଡଜାତ ରାଜାମାନଙ୍କୁ ଡକାଇ ସେମାନଙ୍କ ଅଭିଯୋଗ ଶୁଣିଲେ ଓ ୧୪ତାରିଖରେ ରାଜାମାନଙ୍କୁ ସ୍ପଷ୍ଟ ଭାବରେ ଜଣାଇଦେଲେ ଯେ, ଓଡ଼ିଶାରେ ନ ମିଶିଲେ ତୁମ ଦାୟିତ୍ୱ ଆଉ ଭାରତ ସରକାର ନୁହେଁ, ତୁମେ ନିଜେ ସମ୍ଭାଳିବ । ତେଣୁ ଏହି ଦିନଠାରୁ ମିଶ୍ରଣ ଚୁକ୍ତିପତ୍ରରେ ରାଜାମାନଙ୍କର ସ୍ୱାକ୍ଷର ପ୍ରକ୍ରିୟା ଆରମ୍ଭ ହେଲା । ତେବେ ଏହି ସମ୍ମିଳନୀରେ ଯୋଗ ଦେବାପୂର୍ବରୁ ମୟୁରଭଞ୍ଜ ରାଜା ଗୋଟିଏ ମନ୍ତ୍ରୀମଣ୍ଡଳ ଗଠନ କରି ରାଜ୍ୟ ଶାସନ ଦାୟିତ୍ୱ ନ୍ୟସ୍ତ କରିଥିବାରୁ ମିଶ୍ରଣ ଚୁକ୍ତିରେ ସ୍ୱାକ୍ଷର କରିବେନାହିଁ ବା ଏଥିପାଇଁ ତାଙ୍କୁ ଆଇନଗତ ବାଧ୍ୟ କରାଯାଇପାରିବନାହିଁ ବୋଲି ଯୁକ୍ତି ଉପସ୍ଥାପନ କଲେ। ଷଢେ଼ଇକଳା ଓ ଖରସୁଆଁ ବିବାଦ ୧ ଜାନୁଆରୀ ୧୯୪୮ରେ ମୟୁରଭଞ୍ଜ ବ୍ୟତୀତ ବିଧିବଦ୍ଧ ଭାବରେ ନୀଳଗିରି ସମେତ ସମସ୍ତ ଗଡଜାତରାଜ୍ୟ ଓଡ଼ିଶାରେ ମିଶିଲେ ବୋଲି ଘୋଷଣା କରାଗଲା । ମୟୁରଭଞ୍ଜ ନ ମିଶିବାରୁ ସଢେଇକଳା ଓ ଖରସୁଆଁ ଗଡଜାତ ରାଜ୍ୟ ଓଡ଼ିଶାରେ ମିଶି ମଧ୍ୟ ବିଛିନ୍ନ ରହିଲା । ଏ ଦିଗରେ ପଟେଲ କୌଣସି ପଦକ୍ଷେପ ନ ନେବାରୁ ମହତାବ ୧୬.୫.୧୯୪୮ରେ ଭାରତ ସରକାରଙ୍କୁ ଏକ ପତ୍ର ଲେଖି ଅସ୍ଥାୟୀ ଭାବରେ ଉକ୍ତ ଦୁଇ ଅଞ୍ଚଳ ନିଜ ଅଧୀନରେ ରଖିବାକୁ ଅନୁରୋଧ କଲେ । ଭାରତ ସରକାର ଏହା ପରଦିନ ଉକ୍ତ ଦୁଇ ଅଞ୍ଚଳର ଶାସନଭାର ବିହାର ସରକାରଙ୍କୁ ପ୍ରଦାନ କଲେ । ବିହାର ପ୍ରଧାନମନ୍ତ୍ରୀ ଶ୍ରୀକୃଷ୍ଣ ସିହ୍ନା ଏହି ଅଞ୍ଚଳକୁ ବିହାରରେ ସ୍ଥାୟୀଭାବରେ ମିଶ୍ରଣପାଇଁ ବିଧାନ ସଭାରେ ପ୍ରସ୍ତାବ ଗୃହୀତ କରାଇଲେ ଓ ଏହା ପରଦିନ ଅର୍ଥାତ ୧୮.୫.୧୯୪୮ରେ ଭାରତ ସରକାର ସଢେଇକଳା ଓ ଖରସୁଆଁ ଗଡଜାତ ରାଜ୍ୟ ଓଡ଼ିଶାରେ ମିଶ୍ରଣପାଇଁ ୧୪.୧୨.୧୯୪୭ ଓ ୧୫.୧୨.୧୯୪୭ରେ ପଟେଲଙ୍କ ଉପସ୍ଥିତିରେ କରିଥିବା ଚୁକ୍ତିକୁ ବାତିଲ କରି ବିହାର ସହ ମିଶ୍ରଣ ହେଲା ବୋଲି ଅଧିସୂଚନା ଜାରି କଲେ। ଏପରିକି ମୟୁରଭଞ୍ଜ ରାଜାଙ୍କ ସହୃଦୟତା ଯୋଗୁଁ ପୁଣି ଥରେ ୧.୧.୧୯୪୯ରେ ଏହି ରାଜ୍ୟ ଓଡ଼ିଶା ସହିତ ମିଶିଥିଲେ ମଧ୍ୟ ଓଡ଼ିଶାକୁ ଆଉ ସଢେଇକଳା ଓ ଖରସୁଆଁ ମିଳି ନ ଥିଲା। ପୂର୍ବରୁ ୧୯୪୨ ସାଧାରଣ ନିର୍ବାଚନରେ ବିହାର ବିଧାନ ସଭାକୁ ଷଢେ଼ଇକଳାର ଶ୍ରୀ ମିହିର କବି ଷଢେ଼ଇକଳା ଓ ଖରସୁଆଁ ଓଡ଼ିଶାରେ ମିଶିବା ପ୍ରସ୍ତାବ ଉପରେ ଭୋଟ ନିଦ୍ଦ୍ୱର୍ନ୍ଦରେ ଜୟଯୁକ୍ତ ହୋଇ ଓଡ଼ିଆଙ୍କ ବାସ୍ତବ ଇଚ୍ଛା ଓ ବିହାରୀଙ୍କ ଦାବୀରେ ଅସାରତା ପ୍ରତିପାଦନ କଲେ । ଏହାବ୍ୟତୀତ ବିଧାନ ସଭାର ୫ଜଣ "ହୋ ' ସଦସ୍ୟ ବିହାରରୁ ସିଂହଭୂମିକୁ ନେଇ ଓଡ଼ିଶା ସହ ସଂଯୁକ୍ତ କରାଯାଉ ବୋଲି ଦାବୀ କଲେ । ମାତ୍ର ଭାରତ ସରକାର ଏସବୁ ଦାବୀ ପ୍ରତି କର୍ଣ୍ଣପାତ କଲେ ନାହିଁ । ଭାଷା ଆଇନ ୧୯୫୪ ୧୯୪୭ ମସିହାରେ ଭାରତ ସ୍ୱାଧୀନତା ହେବା ପରେ ସ୍ୱାଧୀନ ଭାରତର ସାମ୍ବିଧାନିକ ଭା ଷା ଭାବରେ ଓଡ଼ିଆ ଗ୍ରହଣ କରାଗଲା। ଏହି ଅନୁସାରେ ୧୯୫୪ ମସିହାରେ ଓଡ଼ିଶା ସରକାରୀ ଭାଷା ଆଇନ ଓଡ଼ିଶା ବିଧାନ ସଭାରେ ଗୃହୀତ କରାଗଲା।୨୬.୭.୧୯୪୮ରେ ଓଡ଼ିଶାପାଇଁ ନୂଆ ଉଚ୍ଚନ୍ୟାୟାଳୟ କଟକଠାରେ ସ୍ଥାପନ କରାଗଲା । ୧୩.୫.୧୯୪୮ରେ ପଣ୍ଡିତ ନେହେରୁ ହୀରାକୁଦ ନଦୀବନ୍ଧର ଶୁଭ ଦେଲେ । ୬.୨.୧୯୫୪ରେ ଉତ୍କଳ ସମ୍ମିଳନୀର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଷଢେ଼ଇକଳା ମିଶ୍ରଣ ସମ୍ପର୍କରେ ସେଠାରେ ଅନୁଷ୍ଠିତ ଏକ ବୈଠକରେ ଯୋଗ ଦେଇଥିବା କଳାହାଣ୍ଡି ମହାରାଜା ପ୍ରତାପକେଶରୀ ଦେବ ଓ ପଣ୍ଡିତ ଗୋଦାବରୀଶ ମିଶ୍ର ଆଦିଙ୍କୁ ସ୍ଥାନୀୟ ବିହାରୀଗୁଣ୍ଡା ମାଡ଼ଦେଲେ । ୧୯୫୪ରେ ଭାରତ ସରକାର କେତେକ ପ୍ରଦେଶର ସୀମା ନିରୂପଣ କରିବା ନିମନ୍ତେ ଓଡ଼ିଶା ରାଜ୍ୟପାଳ ସୟଦ ଫଜଲ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ପଣ୍ଡିତ ହୃଦୟନାଥ କୁଞ୍ଜରୁ ଓ ଡାକ୍ତର ପନିକରଙ୍କୁ ସଦସ୍ୟଭାବେ ନେଇ ସୀମାକମିଶନ ଗଠିତ ହେଲା। ଏହି ସମୟରେ ଓଡ଼ିଶା ସୀମାରେ ୪ଟି ରାଜ୍ୟରେ ଥିବା ଓଡ଼ିଆ ଅଞ୍ଚଳକୁ ମିଶାଇବାପାଇଁ ପୁଣିଥରେ ଦାବି କରାଗଲା । ମାତ୍ର ଏହା ମଧ୍ୟ ପୂର୍ବପରି ବିଫଳ ହେଲା । ସୀମା କମିଶନଙ୍କ ବିଚାରରେ କ୍ଷୁର୍ଣ୍ଣ ହୋଇ ଓଡ଼ିଆ ନେତାଗଣ ପୁଣି ଆନ୍ଦୋଳନ କରିବାରୁ ଧେବର କମିଟି ନିଯୁକ୍ତ ହେଲା। ଏହାର ସଦସ୍ୟ ହେଲେ ମୌଲାନା ଆବୁଲ କାଲାମ ଆଜାଦ, ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ଥ। ୧୯୫୬ ମସିହା ଜାନୁୟାରୀ ୨୨ ଓ ୨୩ରେ ଓଡ଼ିଶା ମିଶ୍ରଣ ଆନ୍ଦୋଳନ ଭୟଙ୍କର ରୂପ ନେଲା । ପୁଲିସ ଗୁଳିମାଡ଼ରେ ପୁରୀରେ ବେଙ୍ଗପାଣିଆ ଓ କଟକର ସୁନୀଲ ଦେ ଶହୀଦ ହେଲେ । ତଥାପି ଏହାର କୌଣସି ଫଳ ମିଳିଲାନାହିଁ । ଓଡ଼ିଆ ଅଞ୍ଚଳ ଅନ୍ୟ ରାଜ୍ୟରେ ସେହିଭଳି ମିଶି ରହିଛି ଆଜିଯାଏ। ୧୯୫୪ - ୨୦୦୦ ଭାରତର ଦ୍ୱିତୀୟ ରାଜ୍ୟ ଭାବରେ ଓଡ଼ିଶା ସରକାରୀ ଭାଷା ଆଇନ ୧୯୫୪ରେ ଲାଗୁ କଲା। ଏଥିପାଇଁ ୨ଟି କାରଣ ମୁଖ୍ୟତ ଦାୟୀ ଥିଲା। ସମ୍ବିଧାନର ୧୭ଶ ଭାଗ ଅନ୍ତର୍ଗତ ଧାରା ୩୪୫ ଅନୁସାରେ ଯେଉଁ ରାଜ୍ୟରେ ଭାଷା ଆଇନ ରହିଥିବ, ସେହି ରାଜ୍ୟରେ ଇଂରାଜୀ ଭାଷାରେ ଆଉ କାର୍ଯ୍ୟ ହୋଇପାରିବନାହିଁ। ଭାଷା ଆଇନ ନ କରିଥିବା ରାଜ୍ୟରେ ପୂର୍ବପରି ଇଂରାଜୀ ଭାଷାରେ ଶାସନ କାର୍ଯ୍ୟ ଚାଲିବ। ଅନ୍ୟ କାରଣ ହେଲା ୧.୧୦.୧୯୫୩ରେ ଭାଷାଭିତ୍ତିକରାଜ୍ୟ ଆନ୍ଧ୍ରପ୍ରଦେଶ ଗଠନ ହେବାପରେ ଭାରତର ଅନ୍ୟ ଅଞ୍ଚଳରେ ଭାଷାଭିତ୍ତିକ ରାଜ୍ୟଗଠନପାଇଁ ଆନ୍ଦୋଳନ ହେବାରୁ ୨୨.୧୨.୫୩ରେ କେନ୍ଦ୍ର ସରକାର ଓଡ଼ିଶାର ରାଜ୍ୟପାଳ ନ୍ୟାୟମୂର୍ତ୍ତୀ ଫଜଲ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ରାଜ୍ୟପୁନର୍ଗଠନ ଆୟୋଗ ଗଠନ କଲେ। ଆୟୋଗ ୩୦.୧୨.୫୪ରେ ନିଜ ରିପୋର୍ଟ ସରକାରଙ୍କୁ ସମର୍ପଣ କରିବା ପୂର୍ବରୁ ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳକୁ ଏକତ୍ର କରିବାର ସୁଯୋଗ ଉପସ୍ଥିତ ଥିବାରୁ ଓଡ଼ିଆଙ୍କ ପ୍ରାଣରେ ଜାତୀୟତାଭାବ ସୃଷ୍ଟିପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ୧୪ ଅକ୍ଟୋବର ୧୯୫୪ରେ ଓଡ଼ିଶା କାର୍ଯ୍ୟାଳୟ ଭାଷାଆଇନ-୧୯୫୪ ପ୍ରଣୟନ କଲେ। ଏହାର କାରଣ ଥିଲା ଓଡ଼ିଆଙ୍କ ଜାତୀୟତାବୋଧ ଅଭାବ ଯୋଗୁଁ ୬ ଫେବୃଆରି୧୯୫୪ରେ ଉତ୍କଳ ସମ୍ମିଳନୀର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ପ୍ରସଙ୍ଗରେ କଳାହାଣ୍ଡିରାଜା ପ୍ରତାପ କେଶରୀ ଦେବ ଓ ପଣ୍ଡିତ ଗୋଦାବରୀଶ ମିଶ୍ର ମାଡଖାଇବା ଘଟଣା। ଓଡ଼ିଶା ସରକାରୀ ଭାଷା ଆଇନ-୧୯୫୪ ଗୃହୀତ ହେବାପରେ ଓଡ଼ିଆ ସବୁ କ୍ଷେତ୍ରରେ ପ୍ରଚଳନ ହେବାର ବାଟ ଫିଟିଲା। ଭାଷା ଆଇନ ସଂଶୋଧନ ଭାରତର ପ୍ରଥମରାଜ୍ୟ ଭାବରେ ଓଡ଼ିଶା ଇଂରାଜୀଭାଷାକୁ ପ୍ରତ୍ୟାଖ୍ୟାନ କରି ୩ ଅଗଷ୍ଟ ୧୯୬୪ରେ ଓଡ଼ିଶା ସରକାରଙ୍କ ଘରୋଇ ବିଭାଗଦ୍ୱାରା ସରକାରୀ ସଂକେତ ଗୃହୀତ କରାଇଲେ। ଏଥିରେ ଓଡ଼ିଶା ଶାସନ ଓଡ଼ିଆ ଓ ନାଗରି ଲିପିରେ ଲେଖିବାଦ୍ୱାରା ରାଜ୍ୟସରକାର- ଓଡ଼ିଆରେ ସବୁକାମ କରିବାପାଇଁ ଯେ ବଦ୍ଧପରିକର, ତାହା ପୁଣିଥରେ ପ୍ରମାଣିତ ହେଲା। ଭାରତର ଭାଷା ଆଇନ ସାମ୍ବିଧାନିକ ନିୟମ ଅନୁସାରେ ଭାରତର କୌଣସି ଗୋଟିଏ ଭାଷା ରାଷ୍ଟ୍ରଭାଷା ହୋଇ ନ ଥିବାବେଳେ ଅଷ୍ଟମ ଅନୂସୂଚୀରେ ସ୍ଥାନୀତ ଭାରତୀୟ ଭାଷା କାର୍ଯ୍ୟାଳୟର ଭାଷା ଭାବରେ ଗୃହୀତ ହେଲା। ତେବେ ଆନ୍ତଃରାଜ୍ୟ ଓ କେନ୍ଦ୍ର ରାଜ୍ୟ ସମ୍ପର୍କପାଇଁ ସର୍ବଭାରତୀୟ ସ୍ତରରେ ପ୍ରଥମ କାର୍ଯ୍ୟାଳୟ ଭାଷା ହିନ୍ଦୀ ଓ ସହଯୋଗୀ ଭାଷା ଭାବରେ ଇଂରାଜୀକୁ ଗ୍ରହଣ କରାଗଲା। ସମ୍ବିଧାନ କାର୍ଯ୍ୟକାରି ହେବାର ୧୫ବର୍ଷପାଇଁ ଅସ୍ଥାୟୀ ଭାବରେ ଇଂରାଜୀକୁ ଭାରତର କାର୍ଯ୍ୟାଳୟର ଭାଷା ଭାବରେ ରଖାଯାଇଥିଲା। ମାତ୍ର ତାମିଲନାଡୁରେ ଏହାର ତୀବ୍ର ବିରୋଧ ତଥା ଇଂରାଜୀକୁ କେନ୍ଦ୍ର ସହିତ ଯୋଗାଯୋଗର ଭାଷା ଭାବରେ ରଖିବାର ଯିଦଖୋର ମନୋଭାବ ଫଳରେ କାର୍ଯ୍ୟାଳୟ ଭାଷା ଅଧିନିୟମ-୧୯୬୩ ଗୃହୀତ କରାଯାଇ ୧୯୬୫ ମସିହାରୁ ସର୍ବଭାରତୀୟ ସ୍ତରରେ ଇଂରାଜୀକୁ ସହଯୋଗୀ କାର୍ଯ୍ୟାଳୟଭାଷା ଭାବରେ ଗ୍ରହଣ କରାଗଲା। ପ୍ରଶାସନରେ ଓଡ଼ିଆ, ହିନ୍ଦୀ ଆଦି ୧୪ଟି ସାମ୍ବିଧାନିକ ଭାଷାକୁ ଗୁରୁତ୍ୱ ଦେବାପାଇଁ ଉଚ୍ଚଶିକ୍ଷା ବ୍ୟବସ୍ଥା ଇଂରାଜୀ ସହିତ ଏହିସବୁ ୧୪ଟି ଭାଷାରେ କରିବାକୁ କୋଠାରି କମିଶନଙ୍କ ପ୍ରସ୍ତାବକୁ୧୮.୧.୧୯୬୮ରେ ପାର୍ଲ୍ୟାମେଣ୍ଟ ଗୃହୀତ କଲା। ସଂଶୋଧିତ ଭାଷାଆଇନ୧୯୬୩ର ଧାରା-୩ ଅନୁସାରେ ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଭାଷା କମିଟି ପ୍ରସ୍ତାବ ଅନୁସାରେ କାର୍ଯ୍ୟାଳୟ ଭାଷା ନିୟମାବଳୀ ୧୯୭୬ରେ ଗଠନ ହେଲା। ୧୯୭୯ରେ ସର୍ବଭାରତୀୟ ପ୍ରଶାସନିକ ସେବା ନିଯୁକ୍ତି ପରୀକ୍ଷା ସମସ୍ତ ସାମ୍ବିଧାନିକ ଭାଷାରେ ଆୟୋଜନ କରାଗଲା। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ରର ଏହି ନିଷ୍ପତ୍ତିକୁ ରାଜ୍ୟ ଗ୍ରହଣ କରିବାକୁ ବାଧ୍ୟ ଥିବାରୁ ଓଡ଼ିଶା ସମେତ ସମସ୍ତ ରାଜ୍ୟ ୧୯୬୫ମସିହା ପୂର୍ବରୁ ନିଜନିଜ ବିଧାନ ସଭାରେ ଭାଷା ସଂଶୋଧନ ଆଇନ ଆଣି ପୁଣି ଥରେ ଇଂରାଜୀ ଭାଷାକୁ ରାଜ୍ୟ ଭାଷା ସହିତ କାର୍ଯ୍ୟାଳୟର ଭାଷା ଭାବରେ ଗୃହୀତ କରାଇଲେ। ଏହି ସମୟ ଭିତରେ କେତେକ ରାଜ୍ୟ ନିଜନିଜ ରାଜ୍ୟରେ ରାଜ୍ୟଭାଷା ଓ ଇଂରାଜୀ/ ହିନ୍ଦୀ ଭାଷାର ସୁଷମ ପ୍ରଚଳନପାଇଁ କେନ୍ଦ୍ରଢାଞ୍ଚାରେ ଭାଷାନିୟମାବଳି ପ୍ରଣୟନ କଲେ। ଭାଷା ଆଇନ ସଂଶୋଧନ - ୧୯୮୫ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାର ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରପାଇଁ ୧୯୮୫ରେ ଏକ ସର୍ବେକ୍ଷଣ କରିଥିଲେ । ଏହି ସର୍ବେକ୍ଷଣ ଅନୁସାରେ ଏହା ୬୦ ପ୍ରତିଶତ ଥିଲା । ତାଙ୍କ ସରକାର ଶତ ପ୍ରତିଶତ କରିବାପାଇଁ ଓଡ଼ିଆ ଆଇନ - ୧୯୫୪ର ପ୍ରଥମ ସଂଶୋଧନ କରିଥିଲା । ତେବେ କେବଳ ଓଡ଼ିଆ ଟାଇପ ମେସିନ ପ୍ରସ୍ତୁତି ଓ କିଛି ଚିଠି ବ୍ୟତୀତ ଆଉ କିଛି କରିପାରି ନ ଥିଲେ । ପରେ ୧୯୮୯ ମସିହାରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଓଡ଼ିଆରେ ସରକାରୀ କାମ ପ୍ରାୟତଃ ବନ୍ଦ ହୋଇଯାଇଥିଲା । ୧୯୯୫ ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକ ତୃତୀୟବାର ମୁଖ୍ୟମନ୍ତ୍ରୀ ହେବାପରେ ପୁନର୍ବାର ସର୍ବେକ୍ଷଣ କରିବା ପରେ ଜଣାପଡିଥିଲା ଯେ ଓଡ଼ିଆ ଭାଷାର ସରକାରୀ ସ୍ତରରେ ବ୍ୟବହାର ପୂର୍ବାପେକ୍ଷା ୧୦ ପ୍ରତିଶତ ହ୍ରାସ ହୋଇଥିଲା । ଏଥର ସେ ଓଡ଼ିଆରେ ସରକାରୀ କାମପାଇଁ ଚିଠି ଲେଖିବା ସହ ଓଡ଼ିଆରେ ଫାଇଲ ନ ଆସିଲେ ଫେରାଇ ଦେଉଥିଲେ । ୨୦୦୦ ୨୦୧୦ ୨୦୦୦ ମସିହାରେ ସଢେଇକଳା ଓ ଖରସୁଆଁକୁ ଓଡ଼ିଶା ସହ ମିଶ୍ରଣ ପାଇଁ ଓଡ଼ିଶାର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ସାକ୍ଷାତ କରି ଦାବି କରିଥିଲେ । ଏହାକୁ କେନ୍ଦ୍ର ସିଧାସଳଖ ପ୍ରତ୍ୟାଖ୍ୟାନ କରିଥିଲା । ୨୦୦୪ ମସିହାରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଉଚ୍ଚଶିକ୍ଷା ବ୍ୟବସ୍ଥାରୁ "ଓଡ଼ିଆ ଓ ସାହିତ୍ୟ ବିଭାଗ" ଉଠାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ଜନଅସନ୍ତୋଷକୁ ଭିତ୍ତି କରି ରାଜ୍ୟ ସରକାର ଉକ୍ତ ନିର୍ଦ୍ଦେଶ ପ୍ରତ୍ୟାହାର କରିଥିଲେ ଓ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ ପ୍ରତିଷ୍ଠା କରିଥିଲେ । ଜନ ସମ୍ମିଳନୀ, ଓଡ଼ିଶା ଓଡ଼ିଆ ଜାତୀୟତାବୋଧ ସୃଷ୍ଟି ପାଇଁ ଓଡ଼ିଆକୁ ଜ୍ଞାନ ଓ ବିକାଶର ଭାଷା ଭାବରେ ପ୍ରତିଷ୍ଠା କରିବା ଓ ଜମି, ଜଳ, ଜଙ୍ଗଲ ଓ ଖଣିଜ ସମ୍ପତ୍ତିର ସୁରକ୍ଷା ସହ ଏହା ଉପରେ ନିଜର ଅଧିକାର ସାବ୍ୟସ୍ତ କରିବା ଉଦ୍ଦେଶ୍ୟରେ ୨୦୦୯ ମାର୍ଚ୍ଚ ୨୧ ତାରିଖରେ "ଜନସମ୍ମିଳନୀ, ଓଡ଼ିଶା" ନାମକ ଏକ ସାମାଜିକ ଅନୁଷ୍ଠାନ ଗଠିତ ହୋଇଥିଲା । ଏହାର ପ୍ରଥମ ବୈଠକ ଭୁବନେଶ୍ୱରରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନଙ୍କୁ ନେଇ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ୨୦୦୯ ମାର୍ଚ୍ଚ ୨୯ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାରେ ଓଡ଼ିଆର ଶାସ୍ତ୍ରୀୟ ମାନ୍ୟତା ଦାବି ମାଧ୍ୟମରେ ଓଡ଼ିଆ ଆନ୍ଦୋଳନର ପୁନଃପ୍ରତିଷ୍ଠା କରାଯିବ ବୋଲି ନିଷ୍ପତ୍ତି ନିଆଗଲା । ୨୦୧୦ ୨୦୧୫ ଓଡ଼ିଶା ସଚିବାଳୟ ଓ ବିଧାନ ସଭାରେ ଓଡ଼ିଆ ଭାଷାର ପ୍ରଚଳନ ହେଉ ନ ଥିବାରୁ ଜନସଚେତନା ଆରମ୍ଭ ହୋଇଥିଲା । ଓଡ଼ିଆରେ ପ୍ରକାଶିତ ରାଜ୍ୟର ପ୍ରାୟ ସବୁ ଖବରକାଗଜରେ ଇଂରାଜୀ ଭାଷାର ବିଜ୍ଞାପନ, ଓଡ଼ିଆ ଭାଷାଭାଷୀ ଲୋକଙ୍କଦ୍ୱାରା ଓଡ଼ିଆ ଭାଷା ଓଡ଼ିଆରେ ପାଠ ପଢ଼ିବା ପାଇଁ ଓ ପଢ଼ାଇବା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କର ଅଭାବ, ଓଡ଼ିଆ ଟେଲିଭିଜନରେ ପ୍ରଦର୍ଶିତ ଅନେକ କାର୍ଯ୍ୟକ୍ରମର ଇଂରାଜୀ/ହିନ୍ଦୀ ନାମ, ଓଡ଼ିଆ ସିନେମା ଓ ଟେଲିଭିଜନର ବିଷୟବସ୍ତୁରେ ସଂପୂର୍ଣ୍ଣ ଅଣଓଡ଼ିଆ ଲୋକଙ୍କ ଜୀବନଶୈଳୀ ଓ ସଂସ୍କୃତିର ବର୍ଣ୍ଣନା ଆଦିକୁ ଆଧାର କରି ଏହି ଆଲୋଚନାସବୁ ଆରମ୍ଭ ହୋଇଥିଲା ଓ ଏହାର ନେତୃତ୍ୱକାରୀମାନେ ୧୯୩୬ର ଆନ୍ଦୋଳନ ଭଳି ଭାଷା ଆନ୍ଦୋଳନ ନାମ ଦେଇଥିଲେ । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତା ମିଳିବା, ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ କ୍ଲାସିକାଲ ଓଡ଼ିଆ ସଂସ୍ଥା ଗଠନ ତଥା ଓଡ଼ିଶା ସରକାରୀ ଭାଷା ଆଇନ ୧୯୫୪ର ପ୍ରଥମ ସଂଶୋଧନ କରାଯାଇଥିଲା । ଓଡ଼ିଆରେ ସରକାରୀ କାମ, ଓଡ଼ିଶାର ସମସ୍ତ ନିଯୁକ୍ତି ପରୀକ୍ଷା ଓଡ଼ିଆରେ କରିବା, ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ଅନ୍ୟ ଭାରତୀୟ ଭାଷା ଭଳି ଓଡ଼ିଆରେ କରିବା ଆଦି ଦାବି ନେଇ ଓଡ଼ିଆ ଭାଷା ସୁରକ୍ଷା ଅଭିଯାନ ନାମରେ ୧୦ଟି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ମିଳିତ ମଞ୍ଚ ଗଠନ କରାଯାଇଥିଲା । ଏଥି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଉଦ୍ଦେଶ୍ୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା । ଏହା ଆଜି ପର୍ଯ୍ୟନ୍ତ ବିଚାରାଧୀନ । ଓଡ଼ିଆର ଶାସ୍ତ୍ରୀୟ ମାନ୍ୟତା ପାଇଁ ୨୦୧୦ ମସିହାରୁ ଆରମ୍ଭ କରି ବିଭିନ୍ନ ରଚନା ଓ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା । ୨୦୧୧ ଅଗଷ୍ଟ ୨୨ ତାରିଖରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଏକ ଭାଷା କମିଟି ଗଠନ କରିଥିଲେ । ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ସଂସଦରେ ଏ ବାବଦରେ ପ୍ରଶ୍ନ ଉଠାଇଥିଲେ ଓ ପରେ ୨୦୧୩ ଫେବୃଆରି ୨ ତାରିଖରେ ଏକ ଆଠ ଜଣିଆ କମିଟି ଗଠିତ ହୋଇଥିଲା । ଏହି କମିଟିର ୨୦୧୩ ଫେବୃଆରି ୧୬ ତାରିଖ ଓ ୨୦୧୩ ମାର୍ଚ୍ଚ ୨୦ ତାରିଖ ବୈଠକ ବିବରଣୀ ଅନୁସାରେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାଦ୍ୱାରା ପ୍ରସ୍ତୁତ ଭିତ୍ତିପତ୍ରକୁ କମିଟି ଶାସ୍ତ୍ରୀୟତାପାଇଁ ପ୍ରସ୍ତୁତ ମୂଳ ଭିତ୍ତିପତ୍ର ଭାବରେ ଗ୍ରହଣ କରିଥିଲା। ୩୦ ମାର୍ଚ୍ଚ ୨୦୧୩ ସୁଦ୍ଧା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲେ ମଧ୍ୟ ଶେଷରେ ଏହା ମଇ ମାସ ୩୧ ତାରିଖରେ ପ୍ରଦାନ କରାଗଲା। ଓଡ଼ିଆର ଶାସ୍ତ୍ରୀୟ ମାନ୍ୟତା, ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ କ୍ଲାସିକାଲ ଓଡ଼ିଆ ସଂସ୍ଥା ପ୍ରତିଷ୍ଠା ତଥା ଓଡ଼ିଆକୁ ଜ୍ଞାନ ଓ ବିକାଶର ଭାଷା ଭାବରେ ପ୍ରତିଷ୍ଠା କରିବାପାଇଁ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କମିଟିର ନିର୍ଦ୍ଦେଶକ୍ରମେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ୨୦୧୧ରେ ପଞ୍ଜିକୃତ ହୋଇଥିଲା । ଏହି ସଂସ୍ଥା ଏକ ଭିତ୍ତିପତ୍ର ପ୍ରସ୍ତୁତ କରି ଓଡ଼ିଶା ସରକାରଙ୍କୁ ବେସରକାରୀ ଭାବେ କିମ୍ବା ସହଭାଗିତା ଭିତ୍ତିରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପ୍ରସ୍ତାବ ଦେଇଥିଲା । ଓଡ଼ିଆ ବିଶ୍ୱବିଦ୍ୟାଳୟ ବିଲ ଓଡ଼ିଆ ମାଧ୍ୟମରେ ଉଚ୍ଚଶିକ୍ଷାର ବହୁଳ ପ୍ରଚଳନପାଇଁ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ବିଧାୟିକା ସିପ୍ରା ମଲ୍ଲିକ ଓଡ଼ିଶା ବିଧାନ ସଭାରେ "ଓଡ଼ିଆ ବିଶ୍ୱବିଦ୍ୟାଳୟ ବିଲ" ଉପସ୍ଥାପନ କରିଥିଲେ । ୨୦୧୩ ଜୁଲାଇ ୨୩ ତାରିଖରେ ଓଡ଼ିଆ ଶାସ୍ତ୍ରୀୟତାର ପ୍ରଥମ ଯୋଗ୍ୟତା ହାସଲ କରିବା ପରେ ୨୦୧୪ ମସିହାର ସାଧାରଣ ନିର୍ବାଚନୀ ଇସ୍ତାହାରରେ ସମସ୍ତ ରାଜନୈତିକ ଦଳ ଏହାକୁ ପ୍ରତିଷ୍ଠା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ୨୦୧୭ ଅଗଷ୍ଟ ୧୮ରେ ଓଡ଼ିଶା ସରକାର "ଓଡ଼ିଆ ବିଶ୍ୱବିଦ୍ୟାଳୟ ବିଲ୍ ୨୦୧୭" ବିଧାନ ସଭାରେ ଗୃହୀତ କଲେ । ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ୨୦୧୨ ଫେବୃଆରି ୩୦ ତାରିଖରେ ପ୍ରଥମ କରି ସଂସଦରେ ପ୍ରଶ୍ନ ଉଠାଇଥିଲେ । ଏହାପରେ ଶେକ ମତଲୁବ ଅଲ୍ଲୀଙ୍କଦ୍ୱାରା ୨୦୧୨ ଜୁନ ୭ ତାରିଖରେ ଆୟୋଜିତ ଆଲୋଚନାଚକ୍ରରେ ଶିକ୍ଷାବିତ, ସାହିତ୍ୟିକ, ରାଜନେତା, ସାମ୍ବାଦିକଗଣ ଉପସ୍ଥିତ ରହି ଶାସ୍ତ୍ରୀୟ ଓଡ଼ିଆ କ୍ରିୟାନୁଷ୍ଠାନ କମିଟି ଗଠନ କରିଥିଲେ । ମନ୍ତ୍ରୀସ୍ତରୀୟ କମିଟି ଗଠନ ଓଡ଼ିଆ ଏକ ପ୍ରାଚୀନ ଓ ସମୃଦ୍ଧ ଭାଷା ଭାବରେ କେନ୍ଦ୍ର ସରକାରଙ୍କ ରାଜପତ୍ରରେ ୨୦୧୪ ମାର୍ଚ୍ଚ ୧୧ ତାରିଖରେ ଘୋଷଣା ହୋଇଥିଲା । ଏହା ପରେ ଓଡ଼ିଆ ଭାଷାର ବିକାଶପାଇଁ ୨୭ଟି ଅନୁଷ୍ଠାନ "ଭାଷା ସଂଗ୍ରାମ ସମିତି" ଗଠନ କରିଥିଲେ। ଓଡ଼ିଆକୁ ଶାସନର ଭାଷା କରିବାପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ତିଆରି ହୋଇଥିଲା । ସରକାରଙ୍କ ଭାଷା ପରାମର୍ଶଦାତା ଭାବେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଅଧ୍ୟକ୍ଷ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ମନୋନୀତ କରାଗଲା। କମିଟିର ପ୍ରଥମ ବୈଠକ ୨୦୧୫ ଅଗଷ୍ଟ ୧ ତାରିଖରେ ସଚିବାଳୟ ପ୍ରକୋଷ୍ଠରେ ବସିଥିଲା । ଏହି ବୈଠକରେ ଏହି ସମିତିର ଦାବି ସରକାର ଗ୍ରହଣ କରିବା ସହିତ ପର୍ଯ୍ୟାୟ କ୍ରମେ ଏସବୁ କାର୍ଯ୍ୟକାରି କରିବାପାଇଁ ବୈଠକଗୁଡ଼ିକରେ ଆଲୋଚନା କରାଯିବ ଏବଂ ଅଧିକ ମତ ଏକ ୱେବସାଇଟ ଖୋଲାଯାଇ ତା ' ମାଧ୍ୟମରେ ନିଆଯିବାପାଇଁ ନିଷ୍ପତ୍ତି ନିଆଗଲା । ଏଥି ସହିତ ଏକ ସ୍ୱତନ୍ତ୍ର ଭାଷାନୀତି ପ୍ରସ୍ତୁତ କରିବାପାଇଁ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଗଲା । ପରେ ୨୦୧୫ ନଭେମ୍ବର ୫, ୨୦୧୫ ନଭେମ୍ବର ୨୧, ୨୦୧୬ ଜାନୁଆରୀ ୬ ତାରିଖ ଓ ୨୦୧୬ ଅପ୍ରେଲ ୨୫ ତାରିଖରେ କମିଟି ବୈଠକ ବସି ଓଡ଼ିଆ ସରକାରୀ ଭାଷା ଅଧିନିୟମ ୧୯୫୪ ସଂଶୋଧନ ଓ ସରକାରୀ କାମ ଓଡ଼ିଆରେ କରିବା, ମଡେଲ ସ୍କୁଲର ଶିକ୍ଷା ମାଧ୍ୟମ ଓଡ଼ିଆ ହେବା, ଓଡ଼ିଆ ଶିକ୍ଷକ ଓ ଅଧ୍ୟାପକ ନିଯୁକ୍ତି, ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆଦି ବିଷୟରେ ନିଷ୍ପତ୍ତି ନିଆଗଲା । ୨୦୧୫ ଡିସେମ୍ବର ୧୭ ତାରିଖରେ ନବୀନ ପଟ୍ଟନାୟକ ସଚିବ ସ୍ତରୀୟ ବୈଠକ ପରେ ଓଡ଼ିଆପାଇଁ ୧୪ ସୂତ୍ରୀ କାର୍ଯ୍ୟକ୍ରମ ଘୋଷଣା କଲେ । ୨୦୧୬ ସେପ୍ଟେମ୍ବର ୨୯ ତାରିଖରେ ଓଡ଼ିଶା ବିଧାନ ସଭାରେ ଓଡ଼ିଆ ଆଇନ (ସଂଶୋଧନ) ୧୯୫୪ ବହୁମତରେ ଗୃହୀତ ହେଲା । ୨୦୧୬ - ୨୦୨୧ ଓଡ଼ିଆରେ ସରକାରୀ କାର୍ଯ୍ୟ କରିବା ପାଇଁ ଭୁବନେଶ୍ୱରରେ ୨୦୧୬ ଅପ୍ରେଲ ୧ ତାରିଖ ଓ ତାହା ପରେ କଳାପତାକା ପ୍ରଦର୍ଶନ ଓ ସାଧାରଣ ସଭା ଆଦି ହୋଇଥିଲା । ମନ୍ତ୍ରୀସ୍ତ୍ରରୀୟ କମିଟିର ୪ର୍ଥ ବୈଠକ ୨୦୧୬ ଅପ୍ରେଲ ୨୫ ତାରିଖରେ ଅନୁଷ୍ଠିତ ହୋଇ ଓଡ଼ିଆ ଭାଷାକୁ କେବଳ ଶାସନ ଓ ପ୍ରଶାସନର ଭାଷା ନୁହେଁ, ରୋଜଗାର ଓ ଜ୍ଞାନବିଜ୍ଞାନର ଭାଷା ଭାବରେ ପ୍ରତିଷ୍ଠିତ କରିବାପାଇଁ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କାର୍ଯ୍ୟକୁ ଆଗେଇବା, ମଡେଲ ସ୍କୁଲ ଶିକ୍ଷା ମାଧ୍ୟମ ଓଡ଼ିଆରେ କରିବା, ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଓଡ଼ିଆ ଏକ ବାଧ୍ୟତାମୂଳକ ବିଷୟ ଭାବରେ ଗ୍ରହଣ କରାଯିବା, ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ନିଯୁକ୍ତ ଶିକ୍ଷକମାନଙ୍କ ଭାଷା ସମ୍ପର୍କୀତ ଗୁଣାତ୍ମକ ଶୈକ୍ଷିକ ବିକାଶପାଇଁ ବୈଷୟିକ ତାଲିମ ସହିତ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ଶିକ୍ଷକ ନିଯୁକ୍ତି କରିବା, ଓଡ଼ିଆରେ ଶାସନର ମୌଳିକ ସମସ୍ୟା ଦୂରପାଇଁ ରାଜ୍ୟର ସମସ୍ତ ନିଯୁକ୍ତିଭିତ୍ତି ପରୀକ୍ଷା ଓ ତାଲିମ କାର୍ଯ୍ୟକ୍ରମ ଓଡ଼ିଆରେ କରାଯିବା, ପ୍ରତିବର୍ଷ ଭାଷାପକ୍ଷ, ଭାଷା ସପ୍ତାହ ପାଳନ ଆଦି ନିଷ୍ପତ୍ତି ନିଆଯାଇଥିଲା ।। ଏହି ପ୍ରସ୍ତାବକୁ ୨୪ ମଇ ୨୦୧୬ ତାରିଖ । ୨୦୧୬ ଅଗଷ୍ଟ ୧୨ ତାରିଖରେ ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକ ଅନୁମୋଦନ କରିବାରୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହିତ ୧୯୫୪ ମସିହାରୁ ପ୍ରଚଳିତ ଓଡ଼ିଆ ସରକାରୀ ଭାଷା ଆଇନକୁ ସଂଶୋଧନ କରି ୨୦୧୬ ମଇ ୨୧ ତାରିଖରେ ଗୃହୀତ ଅଧ୍ୟାଦେଶକୁ ଆଇନରେ ପରିଣତ କରିବାପାଇଁ ବାଟ ଫିଟିଥିଲା । । ଏହାପରେ ଗତ ୨୦୧୬ ସେପ୍ଟେମ୍ବର ୨୯ ତାରିଖରେ ଓଡ଼ିଶା ବିଧାନ ସଭାରେ ଓଡ଼ିଆ ଆଇନ (ସଂଶୋଧନ) ୧୯୫୪ ବହୁମତରେ ଗୃହୀତ ହେଲା । ଏହି ଅଧିନିୟମରେ ଓଡ଼ିଆରେ କାର୍ଯ୍ୟ କରିବାପାଇଁ ସମୀକ୍ଷା ବ୍ୟବସ୍ଥା ରହିଲା । ତେବେ ଏହା କାର୍ଯ୍ୟକ୍ଷମ ହେଉ ନ ଥିବାରୁ ସଭାମାନ ହୋଇ ଆଲୋଚନା ହୋଇଥିଲା । । ଓଡ଼ିଆ ଭାଷାରେ ନାମଫଳକ ଓଡ଼ିଶା ରାଜ୍ୟରେ ଥିବା ଦୋକାନ ଓ ବାଣିଜ୍ୟକ ପ୍ରତିଷ୍ଠାନଗୁଡିକରେ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ କରିବାକୁ ବାଧ୍ୟ କରିବାପାଇଁ ଏବଂ ଏଥିରେ ଖିଲାପ କଲେ ଦଣ୍ଡବିଧାନ କରିବାପାଇଁ ଓଡ଼ିଶା ଦୋକାନ ଓ ବାଣିଜ୍ୟକ ପ୍ରତିଷ୍ଠାନ ଅଧିନିୟମ, ୧୯୫୬ ସଂଶୋଧନ କରାଗଲା ଉକ୍ତ ସଂଶୋଧନ ଅନୂଯାୟୀ, ୧ . ପ୍ରତିଷ୍ଠାନ ସାମନାରେ ନାମ ଫଳକରେ ପ୍ରତିଷ୍ଠାନର ନାମ ଯଦି ଅନ୍ୟ କୌଣସି ଭାଷାରେ ଲେଖାଯାଇଥାଏ , ତେବେ ତାହା ସହିତ ଓଡ଼ିଆ ଭାଷାରେ ସୁସ୍ପଷ୍ଟ ଭାବେ ଲେଖାଯାଇ ପ୍ରଦର୍ଶିତ କରାଯିବ ୨ . ଯଦି କୌଣସି ବ୍ୟକ୍ତି ଏହି ଅଧିନିୟମର କୌଣସି ବ୍ୟବସ୍ଥାର ଉଲ୍ଲଙ୍ଘନ କରନ୍ତି ତେବେ ସେ ଦୋଷୀ ସାବ୍ୟସ୍ତ ହେଲେ ପ୍ରଥମ ଥର ଅପରାଧ ନିମନ୍ତେ ଅନ୍ୟୁନ ଏକ ହଜାର ଓ ସର୍ବାଧିକ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଏବଂ ଦ୍ୱିତୀୟ ପରବର୍ତ୍ତୀ ଅପରାଧ ନିମନ୍ତେ ଅନ୍ୟୁନ ଦୁଇ ହଜାର ଓ ସର୍ବାଧିକ କୋଡିଏ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନାରେ ଦଣ୍ଡିତ ହେବେ |
ନେଲଫିନାଭିର (ଇଂରାଜୀ ଭାଷାରେ / ), ଭାଇରାସେପ୍ଟ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଏଚଆଇଭି/ଏଡସ ରୋଗର ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ । ଏହା ଅନ୍ୟାନ୍ୟ ଔଷଧ ସହିତ ଏକତ୍ର ବ୍ୟବହୃତ ହୁଏ । ଏହା ପ୍ରଥମ ଧାଡ଼ିର ଚିକିତ୍ସା ନୁହେଁ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ ଏବଂ ରାସ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ ଶର୍କରା ଏବଂ ଶରୀରର ଚର୍ବିରେ ପରିବର୍ତ୍ତନ ହୋଇପାରେ । ଗର୍ଭାବସ୍ଥାରେ କୌଣସି ନିର୍ଦ୍ଦିଷ୍ଟ କ୍ଷତି ନଥିବାବେଳେ ଏହାଠାରୁ ଉନ୍ନତ ବିକଳ୍ପ ଉପଲବ୍ଧ ମିଳୁଛି । ଏହା ଏକ ଏଚ୍.ଆଇ.ଭି ପ୍ରୋଟିଏଜ ଇନହିବିଟର । ନେଲଫିନାଭିର ୧୯୯୨ ମସିହାରେ ପେଟେଣ୍ଟ ହୋଇଥିଲେ ଏବଂ ୧୯୯୭ରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । ୧୯୯୮ରେ ୟୁରୋପରେ ଏହା ଅନୁମୋଦିତ ହୋଇଥିବାବେଳେ ପରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା । ଯୁକ୍ତରାଷ୍ଟ୍ରରେ ଏହାର ଚିକିତ୍ସା ପିଛା ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୧୨୦୦ ଡଲାର ଖର୍ଚ୍ଚ ହୁଏ । |
ସୁବାଷ ଚନ୍ଦ୍ର ପାଣିଗ୍ରାହୀ (ଜନ୍ମ: ୧୩ ଅଗଷ୍ଟ ୧୯୫୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୧୯୯୮ର ଉପ-ନିର୍ବାଚନ ଏବଂ ୨୦୦୦ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦେବଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ, ୧୨ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ସୁବାଷ ଚନ୍ଦ୍ର ପାଣିଗ୍ରାହୀ ୧୯୫୬ ମସିହାର ଅଗଷ୍ଟ ମାସ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଯୋଗେଶ ଚନ୍ଦ୍ର ପାଣିଗ୍ରାହୀ ଓ ପତ୍ନୀଙ୍କ ନାମ ପ୍ରଣିତା ପାଣିଗ୍ରାହୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ । ରାଜନୈତିକ ଜୀବନ ସୁବାଷ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ଦେବଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୭୩,୨୮୨ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ଠାରୁ ୧୫,୭୯୨ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ । |
ଅଶ୍ୱପତି ଏକ ହିନ୍ଦୁ ପୌରାଣିକ ରାଜାମାନଙ୍କଙ୍କ ଉପାଧି ଅଶ୍ୱପତି କହିଲେ "ହର୍ଷ ମାନଙ୍କ ମାଲିକ " କୁ ବୁଝାଏ । ମହାପୁରାଣ ରାମାୟଣ ଅନୁସାରେ ଅଶ୍ୱପତି କଇକେୟ ରାଜ୍ୟର ରାଜା ଥିଲେ । ସେଠାରେ ବହୁ ସଂଖ୍ୟାରେ ଉତ୍ତମ ଅଶ୍ୱ ଥିବାରୁ ତାଙ୍କୁ ଅସପତି କୁହାଯାଉଥିଲା । କଇକେୟୀ , ଯିଏ ଦଶରଥଙ୍କ ପତ୍ନୀ ଥିଲେ ସେ ଅଶ୍ୱପତିଙ୍କ କନ୍ୟା ଥିଲେ । ତାଙ୍କର ସାତ ପୁତ୍ର ମଧ୍ୟରୁ ଯୁଦ୍ଧଜିତ ଜଣେ ଥିଲେ । ରାମାୟଣରେ ଯୁଦ୍ଧାଜୀତଙ୍କ ଭୂମିକା ଅହମ ଥିଲା । ପତ୍ନୀଙ୍କ ଦେଶାନ୍ତର ବାର ପାଇଥିବାରୁ ଅଶ୍ୱପତି ପକ୍ଷୀ ମାନଙ୍କ ଭାଷା ବୁଝିପାରୁଥିଲେ । କିନ୍ତୁ ବାର ସହ ଏକ ସର୍ତ ରହିଥିଲା । ସେ ଯଦି କାହାକୁ ପକ୍ଷୀ ମାନଙ୍କ ଥୁ ଜାଣିଥିବା ବିଷୟ କହିବେ ତେବେ ତାଙ୍କର ଜୀବନ ଚାଲିଯିବ । ଥରେରାଣୀଙ୍କ ସହ ଉଦ୍ୟାନରେ ଭ୍ରମଣ କରୁଥିବା ସମୟରେ ଏକ ଯୋଡ଼ା ହଂଶଙ୍କ କଥୋପକଥନ ଶୁଣିଲେ । ତାଙ୍କୁ ଏତେ ଆମୋଦ ଲାଗିଲା ଯେ ସେ ଖୁବ ହସିଲେ । କଇକେୟୀଙ୍କ ମାଁ ବା ତାଙ୍କର ପତ୍ନୀ ଯଦିଓ ଯାନୀ ଥିଲେ ଅଶ୍ୱପତି ଛଡ଼େଇ ମାନଙ୍କ କ୍କଥୋପକଥନ କଥା କହି ପାରିବେ ନାହି , ତଥାପି କୌତୁହଳ ଦମନ କରି ନ ପରି ପଚାରିଲେ । ଅଶ୍ୱପତି ଏଥିରେ ବିବ୍ରତ ହୋଇ ତାଙ୍କୁ ତାଙ୍କ ପିତା ମାତାଙ୍କ ଘରେ ତ୍ୟାଗ କରି ଆସିଲେ । ଦଶରଥଙ୍କ ପ୍ରତିଶ୍ରୁତି ରାଜା ଦଶରଥ ଅଶ୍ୱପତି ଓ ତାଙ୍କର ପୁତ୍ର ଯୁଦ୍ଧଜିତଙ୍କୁ କଥା ଡିଥିଲେ ଯେ କଇକେଇଙ୍କ ଅଉରସରୁ ଜାତ ପୁତ୍ର ହିଁ ତାଙ୍କ ପରେ ରାଜଗାଦି ପାଇବେ , ତଥାପି ପରିସ୍ଥିତି କ୍ରମେ ନିୟମାନୁସାରେ ଜେଷ୍ଠ ପୁତ୍ର ରାମଙ୍କୁ ରାଜା କରିଥିଲେ । ତାହା ତାଙ୍କର ପ୍ରତିଜ୍ଞାର ଭଙ୍ଗ ହେଇଥିଲା । |
ରାସ୍ନା ଏକ ସ୍ୱତନ୍ତ୍ର ଉଦ୍ଭିଦ ନୁହେଁ। ଲତାପ୍ରାୟ ଅନ୍ୟ ଗଛରେ ଥାଏ। ଏହାର କୌଣସି ମୂଳ ନ ଥାଏ। କୌଣସି କାରଣରୁ ସେହି ଗଛର ପତ୍ରାଦି ବିକୃତ ହୋଇ ରାସ୍ନା ବୋଲାଏ। ଏଥିରେ ଅଳ୍ପ ସୁଗନ୍ଧ ରହିଥାଏ। ବିବିଧ ଭାରତୀୟ ପ୍ରାଦେଶିକ ନାମ ଶାସ୍ତ୍ରୋକ୍ତ ଗୁଣ ଏହା ତିକ୍ତ ରସ, ପାଚକ, ଦୀପକ, ଉଷ୍ଣବୀର୍ଯ୍ୟ, ଗୁରୁପାକ ଓ ବଳକର। ବ୍ୟବହାର କାସ, ଶ୍ୱାସ, ଜ୍ୱର, କଫ, ଶୂଳ, ବାୟୁ, ଆମବାତ, ବିଷଦୃଷ୍ଟି, ରକ୍ତଦୃଷ୍ଟି, ଶୋଥ ଓ ସମସ୍ତପ୍ରକାର ବାତ ନାଶକ ଅଟେ। ଦେହ ଦରଜ, ଘୋଳାବିନ୍ଧା, ଶୂଳ ଆଦିରେ ଏହାକୁ ପାଣିରେ ସିଝାଇ ମହୁସହିତ ଖିଆଯାଏ। ତେଲରେ ସିଝାଇ ଦେହରେ ଲଗାଇଲେ ଦେହ ହାତର ପୀଡ଼ା ଦୂର ହୁଏ। ହାତ ପାଦର ଜ୍ୱାଳା ନିବାରଣ ପାଇଁ ଗୁଳୁଚି ସହିତ ଏହାର ପ୍ରୟୋଗ କରାଯାଏ। |
କଳିଙ୍ଗ ଷ୍ଟାଡିୟମ ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ଅବସ୍ଥିତ ଏକ ବହୁମୂଖୀ ଷ୍ଟାଡିୟମ । 2010ରେ ନିର୍ମାଣ ସମାପ୍ତ ହେଇଥିବା ଏହି ଷ୍ଟାଡିୟମରେ ଫିଲ୍ଡ ହକି , ବାସ୍କେଟବଲ, ଟେବଳ ଟେନିସ , ଆଥଲେଟିକ , ଫୁଟବଲ ଇତ୍ୟାଦି ପାଇଁ ବ୍ୟବସ୍ଥା ରହିଛି । . ଏହି ପଡିଆର ବିଶେଷତ୍ୱ ଭାବରେ ଏଠାରେ 8-ଲେନ ବିଶିଷ୍ଟ ସିନ୍ଥେଟିକଟ୍ରାକ , ଆନ୍ତର୍ଜାତୀୟ ମାନର ହକି ଟର୍ଫ , ସ୍ପୋର୍ଟ୍ସ ହଷ୍ଟେଲ ରହିଛି ଏଠାରେ 204 ଚମ୍ପିୟାନ ଟ୍ରଫି ପୁରୁଷ ହକି ଓ 2015 ବିଶ୍ୱ କପ ହକି 5ହେଇଥିଲା । |
ତା ପ୍ରୋମ୍ ବା ତା-ପ୍ରୋମ୍ ସ୍ଥାନୀୟ କ୍ଷ୍ମେର୍ ଭାଷାରେ ଉଚ୍ଚାରଣ ପ୍ରସତ୍ ତାପ୍ରୋମ୍ , ଇଂରାଜୀରେ ହେଉଛି କାମ୍ବୋଡ଼ିଆର ସିଏମ୍ ରିପ୍ ପ୍ରାନ୍ତର ଅଂକୋର୍ ନିକଟସ୍ଥ ଏକ ପ୍ରାଚୀନ ମନ୍ଦିର । ଦ୍ୱାଦଶ ଶତାବ୍ଦୀର ଶେଷ କିମ୍ବା ତ୍ରୟୋଦଶ ଶତାବ୍ଦୀର ପ୍ରାରମ୍ଭରେ ବାୟୋନ୍ ମନ୍ଦିରର ନିର୍ମାଣ ଶୈଳୀରେ ଏହି ମନ୍ଦିର ନିର୍ମିତ ହୋଇଥିଲା । ନିର୍ମାଣ କାଳରେ ଏହି ମନ୍ଦିରର ନାମ ସ୍ଥାନୀୟ କ୍ଷ୍ମେର୍ ଭାଷାରେ (ରାଜବିହାର) ଥିଲା । ଅଂକୋର୍ ଥୋମ୍ରୁ ପୂର୍ବ ଦିଗକୁ ପ୍ରାୟ ୧ କିଲୋମିଟର୍ ଦୂରରେ ତା-ପ୍ରୋମ୍ ଅବସ୍ଥିତ । କ୍ଷ୍ମେର୍ ସାମ୍ରାଜ୍ୟର ରାଜା ସପ୍ତମ ଜୟବର୍ମନଙ୍କଦ୍ୱାରା ଏହି ମନ୍ଦିରର ନିର୍ମାଣ କରାଯାଇଥିଲା । ଏହାକୁ ମହାଯାନ ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ଏକ ବିହାର ଓ ବିଶ୍ୱବିଦ୍ୟାଳୟ ନିମନ୍ତେ ବ୍ୟବହାର କରାଯାଉଥିଲା । ଅନ୍ୟ ଅଂକୋର୍ ମନ୍ଦିରଙ୍କ ତୁଳନାରେ ତା-ପ୍ରୋମ୍ ବହୁ ବର୍ଷ ହେଲା ପ୍ରାୟ ସମାନ ସ୍ଥିତିରେ ରହିଛି । ଏଠାକାର ପରିବେଶ, ଭଗ୍ନାବଶେଷ ଉପରେ ବଢ଼ିଥିବା ପରଜୀବୀ ଗଛର ଶୋଭା, ଚତୁଃପାର୍ଶ୍ୱରେ ରହିଥିବା ଜଙ୍ଗଲ ଯୋଗୁଁ ଏହା ପର୍ଯ୍ୟଟକଙ୍କ ଚିତ୍ର ଉତ୍ତୋଳନ ପାଇଁ ଉତ୍ତମ ସ୍ଥାନ । ୧୯୯୨ ମସିହାରେ ତା-ପ୍ରୋମ୍କୁ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ମିଳିଥିଲା । ଅଂକୋର୍ ଅଞ୍ଚଳର ଲୋକପ୍ରିୟ ମନ୍ଦିର ପରିସର ମଧ୍ୟରେ ତା-ପ୍ରୋମ୍ ଅନ୍ୟତମ । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଏବଂ ଅପସରା ମିଳିତ ଭାବେ ତା-ପ୍ରୋମ୍ର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ବହନ କରିଥାନ୍ତି । ଇତିହାସ ନିର୍ମାଣ ଓ ପ୍ରସାରଣ ଖ୍ରୀଷ୍ଟାବ୍ଦ ୧୧୮୬ରେ ଜୟବର୍ମନ (ସପ୍ତମ) ରାଜପରିବାର ଓ ସର୍ବସାଧାରଣଙ୍କ ପାଇଁ ଅନେକ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏମାନଙ୍କ ମଧ୍ୟରୁ ପ୍ରଥମେ ଆରମ୍ଭ କରାଯାଇଥିବା ନିର୍ମାଣ କାର୍ଯ୍ୟ ମଧ୍ୟରେ "ରାଜବିହାର" ଯାହା ଅଧୁନା ତା-ପ୍ରୋମ୍ ବା "ପୂର୍ବଜ (ପରମପିତା) ବ୍ରହ୍ମା " ନାମରେ ପରିଚିତ ଅନ୍ୟତମ ଥିଲା । ମନ୍ଦିରର ଭିତ୍ତିପ୍ରସ୍ତରରୁ ଏହା ୧୧୮୬ ମସିହାରେ ସ୍ଥାପିତ ବୋଲି ଜଣାଯାଏ । ନିଜ ପରିବାର ଉଦ୍ଦେଶ୍ୟରେ ସପ୍ତମ ଜୟବର୍ମନ ରାଜବିହାରର ନିର୍ମାଣ କରାଇଥିଲେ । ମନ୍ଦିରର ମୁଖ୍ୟ ଆଧ୍ୟାତ୍ରୀ ପ୍ରତିମୂର୍ତ୍ତିର ନାମ ପ୍ରଜ୍ଞାପରମିତା (ଜ୍ଞାନରୂପୀ ଦେବୀ) ଥିଲା, ଯାହା ଜୟବର୍ମନଙ୍କ ମାତାଙ୍କ ପରି ନିର୍ମିତ ହୋଇଥିଲା । ଉତ୍ତର ଓ ଦକ୍ଷିଣରେ କିଛି ଦୂରରେ ତୃତୀୟ ବନ୍ଧନୀରେ ନିର୍ମିତ ଦୁଇଟି ମନ୍ଦିର ରାଜାଙ୍କ ଗୁରୁ ଜୟମଙ୍ଗଳାର୍ଥ ଓ ତାଙ୍କ ବଡ଼ ଭାଇଙ୍କ ଉଦ୍ଦେଶ୍ୟରେ ସମର୍ପିତ ଥିଲା । ଏଠାକାର ଆଉ ଏକ ମନ୍ଦିର ପ୍ରିହା ଖାନ୍ ତା-ପ୍ରୋମ୍ର ପରିପୂରକ ବା ଯମଜ ମନ୍ଦିର ପରି । ସେହି ମନ୍ଦିରରେ କରୁଣାର ବୋଧିସତ୍ତ୍ୱ ଲୋକେଶ୍ୱରଙ୍କ ମୂର୍ତ୍ତି ରହିଥିଲା ଯାହା ରାଜାଙ୍କ ପିତାଙ୍କ ଅନୁକରଣ କରି ନିର୍ମିତ ହୋଇଥିଲା । ମନ୍ଦିରର ଭିତ୍ତିଶିଳାର ଅଭିଲେଖରୁ ଜଣାପଡ଼େ ଯେ ମନ୍ଦିର ଆଖପାଖରେ ୧୨,୫୦୦ରୁ ଅଧିକ ଲୋକ ବାସ କରୁଥିଲେ ଯେଉଁଥିରେ ୧୮ ଜଣ ମୁଖ୍ୟ ପୂଜକ ଏବଂ ୬୧୫ ନର୍ତ୍ତକୀ ଅନ୍ୟତମ । ମନ୍ଦିର ନିକଟରେ ରହିଥିବା ବିଭିନ୍ନ ଗ୍ରାମର ୮୦,୦୦୦ ଲୋକ ମନ୍ଦିର ପାଇଁ ଆବଶ୍ୟକୀୟ ସେବା ଓ ଜିନିଷ ଯୋଗାଇ ଦେଉଥିଲେ । ଆହୁରି ମଧ୍ୟ ମନ୍ଦିରରେ ବିଭିନ୍ନ ଉତ୍ସରୁ ପ୍ରାପ୍ତ ବହୁ ପରିମାଣର ଧନ, ସୁବର୍ଣ୍ଣ, ମୋତି, ରେଶମ ପ୍ରଭୃତି ଗଚ୍ଛିତ ଥିବା ବିଷୟ ଅଭିଲେଖରେ ବର୍ଣ୍ଣିତ ଅଛି । ଖ୍ରୀ.ଅ. ପଞ୍ଚଦଶ ଶତାବ୍ଦୀରେ ଶ୍ରୀଇନ୍ଦ୍ରବର୍ମନ ରାଜାଥିବା ସମୟ ପର୍ଯ୍ୟନ୍ତ ତା-ପ୍ରୋମ୍ ମନ୍ଦିରରେ ଅତିରିକ୍ତ ଓ ନୂତନ ନିର୍ମାଣ କାର୍ଯ୍ୟ ଚାଲିଥିଲା । ପରିତ୍ୟକ୍ତ ତା-ପ୍ରୋମ୍ ଏବଂ ପୁନରୁଦ୍ଧାର କାର୍ଯ୍ୟ କ୍ଷ୍ମେର୍ ସାମ୍ରାଜ୍ୟର ଅବସାନ ପରେ ୧୫ଶ ଶତାବ୍ଦୀରେ ତା-ପ୍ରୋମ୍ ମନ୍ଦିର ପରିତ୍ୟକ୍ତ ହେଲା ଓ ବହୁ ଶତାବ୍ଦୀ ପର୍ଯ୍ୟନ୍ତ ଅବହେଳିତ ଅବସ୍ଥାରେ ପଡ଼ି ରହିଥିଲା । ୨୧ଶ ଶତାବ୍ଦୀରେ ସୁଦୂର ପ୍ରାଚ୍ୟ ଅଧ୍ୟୟନର ଫରାସୀ ବିଦ୍ୟାଳୟ ' - ତା-ପ୍ରୋମ୍ର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ କାର୍ଯ୍ୟ ଆରମ୍ଭ କଲେ । ସେମାନେ ଅନୁଭବ କଲେ ଯେ ସବୁଜିମା ଘେରା ତା-ପ୍ରୋମ୍କୁ ସେପରି ଅବସ୍ଥାରେ ରଖାଗଲେ ଏବଂ ଗଛ ପତ୍ର କାଟି ସଫା ନ କରିବା ଠିକ୍ ହେବ । ବିଶିଷ୍ଟ ଅଂକୋର୍ ଗବେଷକ ମୌରିସ୍ ଗ୍ଲେଜ୍ଙ୍କ ମତରେ ତା-ପ୍ରୋମ୍କୁ ସେପରି ଛଡ଼ାଯିବାର କାରଣ ହେଲା ଏହା ଚାରିପଟେ ବଢ଼ି ଉଠିଥିବା ଜଙ୍ଗଲ ମନ୍ଦିରକୁ ସମ୍ପୂର୍ଣ୍ଣ ଗ୍ରାସ କରିପାରିନାହିଁ ଏବଂ ମନ୍ଦିରଟି ଏହି ସବୁଜିମା ମଧ୍ୟରେ ସୁନ୍ଦର ଭାବେ ମିଳିତ ହୋଇ ପୂର୍ଣ୍ଣ ଗୌରବର ସହିତ ଦଣ୍ଡାୟମାନ । ତେବେ "ଅବହେଳା ପରି ପ୍ରତୀତ ହେଉଥିବା ଏପରି ଅବସ୍ଥା ଓ ପୃଷ୍ଠଭୂମି" ମଧ୍ୟରେ ମନ୍ଦିରକୁ ଭୁଷୁଡ଼ିବାରୁ ରକ୍ଷା କରିବା ପାଇଁ, ମନ୍ଦିର ମଧ୍ୟକୁ ପର୍ଯ୍ୟଟକଙ୍କ ଯିବା ପାଇଁ ଓ ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି । ୨୦୧୩ ମସିହା ସୁଦ୍ଧା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ତା-ପ୍ରୋମ୍ ମନ୍ଦିର ପ୍ରାଙ୍ଗଣର ବହୁ ଅଂଶର ପୁନରୁଦ୍ଧାର ଓ ସଂରକ୍ଷଣ କରିଅଛନ୍ତି । ପ୍ରତିଦିନ ବହୁ ପର୍ଯ୍ୟଟକ ଦେଖିବାକୁ ଆସୁଥିବାରୁ କାଠନିର୍ମିତ ପଦଚାରଣ ପଥ, ଉଚ୍ଚ ପିଣ୍ଡା, ଲୌହ ଜାଲି ଆଦି ଲଗାଇ ଅଧିକ କ୍ଷତି ହେବାରୁ ରକ୍ଷା କରିବା ପାଇଁ ଚେଷ୍ଟା କରାଯାଇଛି । ସ୍ଥାନ ନକସା ତା-ପ୍ରୋମ୍ ମନ୍ଦିରର ନକସା ସମତଳରେ ନିର୍ମିତ ଅନ୍ୟ କ୍ଷ୍ମେର୍ ମନ୍ଦିରର ନକସା ପରି । ଉଚ୍ଚତର ସ୍ତରରେ ମେରୁ ପର୍ବତ ପରି ମୁଖ୍ୟ ମନ୍ଦିର ନିର୍ମାଣ କରିବାର କ୍ଷ୍ମେର୍ ଶୈଳୀ ଏହି ମନ୍ଦିରରେ ନାହିଁ । ତା-ପ୍ରୋମ୍ ମନ୍ଦିରରେ ୫ଟି ଆୟତାକାର ପାଚେରୀ କେନ୍ଦ୍ରୀୟ ପ୍ରାଙ୍ଗଣକୁ ଘେରି ରହିଛନ୍ତି । ଅଧିକାଂଶ କ୍ଷ୍ମେର୍ ମନ୍ଦିର ଭଳି ତା-ପ୍ରୋମ୍ର ମୁଖ୍ୟ ଦ୍ୱାର ପୂର୍ବ ଦିଗକୁ ମୁହଁ କରିଛି । ୧୦୦୦ ମି. ୬୫୦ ମି. ମାପର ବାହ୍ୟ ପାଚେରୀ ୬୫୦,୦୦୦ ବର୍ଗ ମିଟର୍ କ୍ଷେତ୍ରଫଳ ମଧ୍ୟରେ ପୂର୍ବେ ବହୁ ଲୋକ ବସବାସ କରୁଥିବେ ଯାହା ଅଧୁନା ଅରଣ୍ୟାବୃତ । ପ୍ରତି ଦିଗରୁ ପ୍ରବେଶ ସ୍ଥାନ ଉପରେ ଏକ ଗୋପୁର ରହିଛି । କିନ୍ତୁ ବର୍ତ୍ତମାନ ସମୟରେ କେବଳ ପୂର୍ବ ଓ ପଶ୍ଚିମ ପଟରୁ ପ୍ରବେଶର ଅନୁମତି ରହିଛି । ୧୩ଶ ଶତାବ୍ଦୀରେ ତା-ପ୍ରୋମ୍ ଗୋପୁରମାନଙ୍କରେ ବାୟୋନ୍ ମନ୍ଦିର ପରି ମୁଖବିଶିଷ୍ଟ ପ୍ରସ୍ତରସ୍ତମ୍ଭ ଲଗାଯାଇଥିଲା ଯେଉଁଥିରୁ କିଛି ଏବେ ଭଗ୍ନାବସ୍ଥାରେ ରହିଛି । ଏକଦା ମନ୍ଦିରର ତୃତୀୟ ଓ ଚତୁର୍ଥ ପ୍ରାଙ୍ଗଣରେ ଖାଇ ରହିଥିଲା । ୨ଟି ଖାଇ ଦେଖି କିଛି ଐତିହାସିକ ମତ ଦେଇଥିଲେ ଯେ ତା-ପ୍ରୋମ୍ ହେଉଛି ଏଠାରେ ପୂର୍ବରୁ ରହିଥିବା ଅଧିକ ପ୍ରାଚୀନ ଆଉ ଏକ ବୌଦ୍ଧ ମନ୍ଦିରର ପ୍ରସାରିତ ଶାଖା । ଭିତର ପଟର ତିନୋଟି ପ୍ରାଙ୍ଗଣରେ ଗ୍ୟାଲେରି ବା ଅଗଣା ନିର୍ମିତ ହୋଇଥିବା ବେଳେ ପ୍ରଥମ ପ୍ରାଙ୍ଗଣର ପାଚେରୀର ଚାରି ବିନ୍ଦୁରେ କୋଣ-ମନ୍ଦିର ରହିଛି । ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟକମାନେ ମନ୍ଦିର ମଧ୍ୟକୁ ବୁଲାଣିଆ ରାସ୍ତାରେ ପ୍ରବେଶ କରନ୍ତି, ତେଣୁ ମନ୍ଦିରର ପ୍ରକୃତ ନକସା ପର୍ଯ୍ୟଟକଙ୍କୁ ଭ୍ରମରେ ପକାଇପାରେ । ମନ୍ଦିର ପରିସରରେ ଥିବା ଅନେକ ଛୋଟ ବଡ଼ ନିର୍ମାଣ ଓ କାରୁକାର୍ଯ୍ୟ ମନ୍ଦିରର ପ୍ରସାରଣ ସମୟର । ପ୍ରଥମ ଓ ତୃତୀୟ ପ୍ରାଙ୍ଗଣର ଦକ୍ଷିଣ-ପୂର୍ବ କୋଣରେ ଥିବା ପୁସ୍ତକାଳୟ, ତୃତୀୟ ପ୍ରାଙ୍ଗଣର ଉତ୍ତର ଓ ଦକ୍ଷିଣରେ ଥିବା ମନ୍ଦିର, ପୂର୍ବ ପଟର ତୃତୀୟ ଓ ଚତୁର୍ଥ ଗୋପୁର ମଧ୍ୟରେ ରହିଥିବା ନର୍ତ୍ତକୀ ଗ୍ୟାଲେରି, ପୂର୍ବ ପଟର ଚତୁର୍ଥ ଗୋପୁରର ପୂର୍ବକୁ ରହିଥିବା ଅଗ୍ନିଗୃହ ଇତ୍ୟାଦି ଏହି ସବୁ ଅତିରିକ୍ତ ନିର୍ମାଣମାନଙ୍କ ମଧ୍ୟରେ ଉଲ୍ଲେଖନୀୟ । କଳା ଅଂକୋର୍ ୱାଟ୍ ବା ଅଂକୋର୍ ଥୋମ୍ ତୁଳନାରେ ତା-ପ୍ରୋମ୍ ମନ୍ଦିରରେ ଅନେକ ପ୍ରସ୍ତରଖୋଦିତ ମୂର୍ତ୍ତି ନାହିଁ । ସପ୍ତମ ଜୟବର୍ମନଙ୍କ ମୃତ୍ୟୁ ପରେ ହିନ୍ଦୁ ମୂର୍ତ୍ତି ଉପାସକମାନେ ମୂଳ ବୌଦ୍ଧ ମୂର୍ତ୍ତିମାନଙ୍କୁ ନଷ୍ଟ କରିଦେଇଥିବେ ଯାହା ତା-ପ୍ରୋମ୍ଠାରେ କମ୍ ମୂର୍ତ୍ତି ରହିଥିବାର ଏକ କାରଣ ହୋଇପାରେ । ଶିଳାମୂର୍ତ୍ତି ମାଧ୍ୟମରେ ବୌଦ୍ଧ ପୌରାଣିକ କଥାର କିଛି ବର୍ଣ୍ଣନା ଏବେ ମଧ୍ୟ ଜୀବିତ ଅଛି । ଅବକ୍ଷୟପ୍ରାପ୍ତ ଏକ ଶିଳାମୂର୍ତ୍ତିରେ ନିଜ ପିତାଙ୍କ ରାଜ ମହଲକୁ ସିଦ୍ଧାର୍ଥ ପରିତ୍ୟାଗ କରି ଗୌତମ ବୁଦ୍ଧ ହେବା ଅଭିମୁଖେ "ମହା ଯାତ୍ରା" କରିବାର କାହାଣୀ ପ୍ରଦର୍ଶିତ । ମନ୍ଦିରର ଅନ୍ୟ ସବୁ ଖୋଦିତ ମୂର୍ତ୍ତିରେ ଅପସରା, ଦେବତା, ଧ୍ୟାନମଗ୍ନ ସାଧୁ ଓ ବୌଦ୍ଧ ଭିକ୍ଷୁ ତଥା ଦ୍ୱାରପାଳ ଇତ୍ୟାଦିଙ୍କୁ ଦେଖିବାକୁ ମିଳେ । ମନ୍ଦିର ପ୍ରାଙ୍ଗଣ ଓ ଚତୁଃପାର୍ଶ୍ୱସ୍ଥ ଗଛ ତା-ପ୍ରୋମ୍ ମନ୍ଦିରର ଭଗ୍ନାବଶେଷ ଉପରେ ବଢ଼ି ଉଠିଥିବା ବୃକ୍ଷମାନେ ବୋଧହୁଏ ଏହି ମନ୍ଦିରର ବିଶେଷ ଶୋଭା ଏବଂ ଏହି ବିଶେଷତ୍ୱ ଯୋଗୁଁ ଲେଖକମାନେ ରହସ୍ୟମୟୀ ମନ୍ଦିରର ଅନ୍ୟ ବର୍ଣ୍ଣନା ଭୁଲିଯାଆନ୍ତି । ଏହି ଗଛମାନଙ୍କ ପ୍ରଜାତି ସମ୍ବନ୍ଧୀୟ ତଥ୍ୟରେ ମତାନ୍ତର ରହିଛି, କିନ୍ତୁ ଉଚ୍ଚା ଗଛଟି ଧଳା ଶିମିଳି ଟେଟ୍ରାମେଲିସ୍ ନ୍ୟୁଡିଫ୍ଲୋରା ଓ ସାନ ଗଛଟି ପରଜୀବୀ ଡିମିରି . ବା ସୁନେଲି ସେଓ ହୋଇପାରେ । ଅଂକୋର୍ ବିଶାରଦ ମୌରିସ୍ ଗ୍ଲେଜ୍ ଲେଖନ୍ତି ସବୁଜିମାର ପୃଷ୍ଠଭୂମିରେ ଧଳା ଶିମିଳି ଗଛଟି ଗଗନମୁଖୀ ହୋଇ ବଢ଼ିଯାଇଛି ଓ ଲୁଗା ପରି ବାହାରିଥିବା ତାହାର ଚେର ସରୀସୃପ ପରି ଭଗ୍ନାବଶେଷକୁ ଗୁଡ଼େଇ ରଖିଛି । ଲୋକପ୍ରିୟ ଗଣମାଧ୍ୟମରେ ତା-ପ୍ରୋମ୍ ଲାରା କ୍ରଫ୍ଟ : ଟୁମ୍ବ୍ ରେଡର୍ ଚଳଚ୍ଚିତ୍ରର କିଛି ଅଂଶ ଏହି ମନ୍ଦିରର ପ୍ରାଙ୍ଗଣରେ ନିର୍ମିତ ହୋଇଥିଲା । ଅଂକୋରର ବହୁ ମନ୍ଦିର ଏହି ଚଳଚ୍ଚିତ୍ରରେ ସ୍ଥାନ ପାଇଥିଲେ । ଅନ୍ୟ ସବୁ ମନ୍ଦିରର ଚିତ୍ରକୁ ଅଳ୍ପ ବହୁତ ବଦଳାଇ ଦେଖାଯାଇଥିବା ବେଳେ ତା-ପ୍ରୋମ୍ର ରହସ୍ୟମୟୀ ପ୍ରାଙ୍ଗଣର ଅଧିକାଂଶ ଚିତ୍ରକୁ ଯଥାବତ ରଖାଯାଇଥିଲା । ତା-ପ୍ରୋମ୍ ମନ୍ଦିରର ଏକ କମ୍ୟୁଟର ରୂପାନ୍ତରିତ ଚିତ୍ରକୁ କ୍ରିଡ୍ ନାମକ ରକ୍ ବ୍ୟାଣ୍ଡର ତୃତୀୟ ଆଲବମ୍ ୱିଦର୍ଡ୍ର ଏକ ପୁସ୍ତିକାରେ ବ୍ୟବହାର କରାଯାଇଥିଲା । |
ଅନନ୍ତରାମ ମାଝି (୧୦ ଜାନୁଆରୀ ୧୯୩୪ - ୨୫ ନଭେମ୍ବର ୨୦୦୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଛଅ ଥର କାର୍ଯ୍ୟ କରିଥିଲେ । ୧୯୬୭, ୧୯୭୪, ୧୯୮୦, ୧୯୮୫, ୧୯୯୫ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାୟଗଡ଼ା ଓ ଲକ୍ଷ୍ମୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୨ୟ ଓ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ଅନନ୍ତରାମ ମାଝି ୧୯୩୪ ମସିହାର ଜାନୁଆରୀ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଶି ମାଝି ଏବଂ ପତ୍ନୀଙ୍କ ନାମ ରାଜମଣି ମାଝି ଓ ଲକ୍ଷ୍ମୀପ୍ରିୟା ମାଝି । ରାଜନୈତିକ ଜୀବନ ଅନନ୍ତରାମ ମାଝି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଛଅ ଥର କାର୍ଯ୍ୟ କରିଥିଲେ । ୧୯୯୯ ମସିହାରେ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ବିଧାନ ସଭା ସଭ୍ୟ ବିବରଣୀ ମୃତ୍ୟୁ ଅନନ୍ତରାମ ମାଝି ୨୦୦୭ ମସିହାର ନଭେମ୍ବର ୨୫ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । |
ପଦ୍ମା ସଚଦେବ (ଜନ୍ମ: ୧୯୪୦) ଜଣେ ଭାରତୀୟ କବି । ସେ ଡୋଗରୀ ଭାଷାର ଆଧୁନିକ ନାରୀ କବି ଅଟନ୍ତି । ସେ ହିନ୍ଦୀରେ ମଧ୍ୟ ଲେଖନ୍ତି । ହିନ୍ଦୀ କବିତା ପୁସ୍ତକ "ମେରି କବିତା ମେରେ ଗୀତ" ପାଇଁ ୧୯୭୧ ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ୨୦୦୧ ମସିହାରେ ସେ ପଦ୍ମଶ୍ରୀ ଓ ୨୦୦୭-୦୮ ବର୍ଷ ପାଇଁ କବୀର ସମ୍ମାନ ହାସଲ କରିଥିଲେ । ବ୍ୟକ୍ତିଗତ ଜୀବନ ପଦ୍ମା ୧୯୪୦ ମସିହାରେ ଜମ୍ମୁ ଓ କଶ୍ମୀର ରାଜ୍ୟର ପୁରମଣ୍ଡଳଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଜୟଦେବ ବଡୁ । ସେ ଜଣେ ସଂସ୍କୃତ ପଣ୍ଡିତ ଥିଲେ ଓ ୧୯୪୭ରେ ଭାରତ ବିଭାଜନ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ପଦ୍ମା ପ୍ରଥମେ ଡୋଗରୀ କବି ବେଦପାଳ ଦେବଙ୍କୁ ବିବାହ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ୧୯୬୬ ମସିହାରେ ସେ ଗାୟକ ସୁରିନ୍ଦର ସିଂହଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ସେ ଦିଲ୍ଲୀରେ ରହନ୍ତି । ବୃତ୍ତିଗତ ଜୀବନ ପଦ୍ମା, ୧୯୬୧ ମସିହାରେ ଆକାଶବାଣୀ ଜମ୍ମୁରେ ଉପସ୍ଥାପକ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ସେଠାରେ ତାଙ୍କର ସୁରିନ୍ଦର ସିଂହଙ୍କ ସହ ପରିଚିତି ହୋଇଥିଲା । ସୁରିନ୍ଦର ଜଣେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ଗାୟକ ଥିଲେ ଓ ସେତେବେଳେ ଆକାଶବାଣୀ ଜମ୍ମୁରେ ଡ୍ୟୁଟି ଅଫିସର ଭାବରେ କାର୍ଯ୍ୟ କରୁଥିଲେ । ପରବର୍ତ୍ତୀ ସମୟରେ ପଦ୍ମା ଆକାଶବାଣୀ ମୁମ୍ବାଇରେ ମଧ୍ୟ କାର୍ଯ୍ୟ କରିଥିଲେ । ପଦ୍ମାଙ୍କର ଅନ୍ୟତମ ପୁସ୍ତକ ଥିଲା "ତୱି ତେ ଚହନ" (୧୯୭୬), "ହ୍ନେରିୟାଁ ଗଲିୟାଁ" (୧୯୮୨), "ପୋତା ପୋତା ନିମ୍ବଲ" (୧୯୮୭), "ଉତ୍ତର ବାହିନୀ" (୧୯୯୨) ଓ "ତୈନ୍ଥିୟାଁ" ୧୯୯୨ । ପଦ୍ମା ସଚଦେବ ହନ୍ଦୀ କଥାଚିତ୍ର ଜଗତରେ ମଧ୍ୟ ଗୀତ ରଚନା କରିଛନ୍ତି । "ପ୍ରେମ ପର୍ବତ" , "ଆଖିଁ ଦେଖି" , "ସାହାସ" ଆଦି ହିନ୍ଦୀ ଚଳଚ୍ଚିତ୍ର ପାଇଁ ସେ ଗୀତ ରଚନା କରିଥିଲେ । |
କେନ୍ଦ୍ରାପଡ଼ା ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । କେନ୍ଦ୍ରାପଡ଼ା ଏହାର ପ୍ରଶାସନିକ ମୁଖ୍ୟାଳୟ । କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମା ରାଜ୍ୟ ରାଜଧାନୀଠାରୁ ୮୫ କି.ମି. ଦୁରରେ ଅବସ୍ଥିତ । ଇତିହାସ ଐତିହ୍ୟ ବିମଣ୍ଡିତ କେନ୍ଦ୍ରାପଡ଼ା ଜିଲ୍ଲା ବା ପ୍ରାଚୀନ ତୁଳସୀକ୍ଷେତ୍ରର ଇତିହାସ ଯେପରି ଘଟଣାବହୁଳ, ସେହିପରି ସୁଦୂରପ୍ରସାରୀ । ଏହି ମାଟିର ପରମ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଙ୍କ କନ୍ଦରାସୁର ଉପାଖ୍ୟାନଙ୍କୁ ନେଇ ଏହାର ନାମ କେନ୍ଦ୍ରାପଡ଼ା ହୋଇଥିବାର ପୌରାଣିକ ତଥ୍ୟକୁ ବାଦ ଦେଲାପରେ ଅନେକ ପଲ୍ଲୀ ବା ଗ୍ରାମର ମଧ୍ୟସ୍ଥଳ ଭାବରେ ଏହାକୁ ପୂର୍ବେ କେନ୍ଦ୍ରପଲ୍ଲୀ କୁହାଯାଉଥିବାର ଐତିହାସିକ ପ୍ରମାଣନୁଯାୟୀ ଏହାକୁ କେନ୍ଦ୍ରାପଡ଼ା କୁହାଯାଇଥାଏ ବୋଲି ବିଜ୍ଞ ଓ ଗବେଷକମାନେ ମତ ପୋଷଣ କରିଥାଆନ୍ତି । ଶ୍ରୀ ବଳଦେବ ମହାପ୍ରଭୁଙ୍କୁ ବାଦ ଦେଲାପରେ କେନ୍ଦ୍ରାପଡ଼ା ଥିଲା ପ୍ରାଚୀନ ନୌବାଣିଜ୍ୟର ଗନ୍ତାଘର । କେନ୍ଦ୍ରାପଡ଼ା ଅନ୍ତର୍ଗତ ତତ୍କାଳୀନ କନିକା ରାଜ୍ୟର ମାଈପୁର ବା ସାଂପ୍ରତିକ ମୟୁରୀ ଗାଁକୁ ଐତିହାସିକ ଟଲେମୀ ମୟୀଡ଼େରା ବନ୍ଦର ଭାବରେ ଚିତ୍ରଣ କରି ଅଛନ୍ତି । ଏହି କନିକାରେ ପୁରାତନକାଳରେ ହୀରା ମିଳୁଥିବାର ପ୍ରମାଣ ମଧ୍ୟ ଉକ୍ତ ବିବରଣୀରୁ ମିଳିଥାଏ । ଏହାଛଡା ପୂର୍ବଦିଗ ସମୁଦ୍ର ଉପକୂଳରେ ଅବସ୍ଥିତ ଜମ୍ବୁ ଦୀପ, କଳଦୀପ (କୋକିଳଦୀପ) ବା ସାତଭାୟା ଥିଲା ସେ ସମୟର ମୁଖ୍ୟ ବାଣିଜ୍ୟକେନ୍ଦ୍ର ବା ବନ୍ଦର । ଏହି ସାତଭାୟାର ବାଣିଜ୍ୟକୁ କେନ୍ଦ୍ର କରି ସୃଷ୍ଟି ହୋଇଛି ତଅପୋଇ କାହାଣୀ । ନୌବାଣିଜ୍ୟର କେନ୍ଦ୍ର ଭାବରେ ପଟ୍ଟାମୁଣ୍ଡାଇ (ପଟ୍ଟାମୁଣ୍ଡାଇ), ବୋଇତରକୁଦ ବୋଇତାଳପାଟ ଉତିକଣ , ଚାନ୍ଦୋଳ ଓ ଗରାପୁର ଆଦି ସ୍ଥାନର ନାମ ଇତିହାସ ପୃଷ୍ଠାରେ ଉଲ୍ଲେଖଯୋଗ୍ୟ।ପରବର୍ତ୍ତୀ ସମୟରେ ଇଂରେଜ ସରକାରଦ୍ୱାରା ୧୮୨୬ ଖ୍ରୀ ଅ ମେ ମାସ ୨୪ ତାରିଖରେ ପ୍ରତିଷ୍ଠା ହୋଇଥିଲା ପ୍ରଥମ ବତୀଘର ଓ ଫଲ୍ସ ପଏଣ୍ଟ ବନ୍ଦର । ୧୮୬୯ ମସିହା ମେ ୨୬ ତାରିଖରେ ଓଡ଼ିଶାର ସର୍ବପ୍ରଥମ ନୌଚାଳନାକ୍ଷମ କେନ୍ଦ୍ରାପଡ଼ା କେନାଲ ଖୋଲାଯାଇ ଏହି ବନ୍ଦର ସହିତ ସଂଯୋଗ କରାଯାଇଥିଲା । ଏହି ବନ୍ଦର ନିକଟସ୍ଥ ଜମ୍ବୁ ଅଞ୍ଚଳରେ ସରକାର ପ୍ରତିଷ୍ଠା କରିଥିଲେ ୧୮୬୧ ମସିହାରେ ଓଡ଼ିଶାରେ ପ୍ରଥମ ଡାକଘର । ପ୍ରାଚୀନ କେନ୍ଦ୍ରପଡ଼ାରେ ଥିଲା ତିନିଗୋଟି ରାଜ୍ୟ ଯଥା କୁଜଙ୍ଗ, ଆଳି ଓ କନିକା । କୁଜଙ୍ଗ ରାଜବଂଶରେ ଷଣ୍ଢବଂଶୀୟ,ଆଳି ରାଜବଂଶରେ ଦେବବଂଶୀୟ ଓ କନିକା ରାଜବଂଶରେ ଭଞ୍ଜ ବଂଶୀୟ ନରପତିମାନେ ଶାସନ କରୁଥିଲେ । କନିକା ରାଜବଂଶର ଅପରାଜୟ ସ୍ୱାଧୀନଚେତା ରାଜା ବଳଭଦ୍ରଭଞ୍ଜ ଓ କୁଜଙ୍ଗର ଦୁର୍ଦାନ୍ତ ଷଣ୍ଢ ରାଜା ଚନ୍ଦ୍ରଧ୍ୱଜଷଣ୍ଢ ସର୍ବପ୍ରଥମେ ମିଳିତ ଭାବେ ହରିଶପୁର ରାଜା ନୀଳକଣ୍ଠ ମଙ୍ଗରାଜଙ୍କ ସହ ହାତ ମିଳେଇ ଇଂରେଜ ବିରୁଦ୍ଧରେ ସଂଗ୍ରାମ କରିଥିଲେ । ଆଳି ରାଜା ନୀଳକଣ୍ଠ ଦେବଙ୍କଦ୍ୱାରା ବର୍ତ୍ତମାନର ପ୍ରସିଦ୍ଧ ଆଳି ଶ୍ରୀ ଶ୍ରୀ ବରାହଜିଉଙ୍କ ମନ୍ଦିର ନିର୍ମିତ ହୋଇଥିବା ସମୟରେ କନିକା ରାଜା ବଳଭଦ୍ରଭଞ୍ଜ ରିଘାଗଡର ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଓ କେରଡାଗଡର ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ ଏହି କେରଡାଗଡରେ ଜନ୍ମ ନେଇଥିଲେ ଦୁଇ ମହାନ ସନ୍ଥ ନାମାଚାର୍ଯା ବାୟାବାବା ଓ ଶୂନ୍ୟବାଦୀ ପୁରୁଷ କ୍ଷେତ୍ରବାସୀ ବାବା, କୁଜଙ୍ଗ ନରେଶ ଅନନ୍ତ ନରେନ୍ଦ୍ର ସାମନ୍ତ କୁଜଙ୍ଗର ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ । ଉନ୍ନବିଂଶ ଶତାବ୍ଦୀର ଓଡ଼ିଶା ଇତିହାସ ପୃଷ୍ଠାରେ କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଅଛି । ଓଡ଼ିଶାରେ ସଂଗଠିତ ନଅଙ୍କ ଦୁର୍ଭିକ୍ଷ ସମୟରେ କେନ୍ଦ୍ରାପଡ଼ାର ଖ୍ୟାତନାମା ଜମିଦାର ରାଧାଶ୍ୟାମ ନରେନ୍ଦ୍ରଙ୍କ ଅକୁଣ୍ଠ ଚିତ୍ତ ସମଗ୍ର ଓଡ଼ିଶା ଲୋକଙ୍କୁ ଯେପରି ଭାବରେ ବୀନା ମୂଲ୍ୟରେ କ୍ଷ୍ଯୁଦାର୍ତ ଲୋକମାନଙ୍କୁ ମାସ ମାସ ଧରି ଆହାର ଯୋଗେଇ ଥିଲେ, ତାହା ସବୁଦିନ ପାଇଁ ଓଡ଼ିଶା ଇତିହାସରେ ଲିପିବଦ୍ଧ ହୋଇ ରହିବ । ଉଲ୍ଲେଖ ଅଛି ଯାଜପୁର ପାଇଁ ରାଧାଶ୍ୟାମ ନରେନ୍ଦ୍ର ୭୫ ହଜାର ମହଣ ଧାନ ବୀନା ମୂଲ୍ୟରେ, ଆଦି ନେତା ବିଚିତ୍ରାନନ୍ଦ ଦାସଙ୍କ ଅନୁରୋଧରେ ଦାନ କରିଥିଲେ । ଏଥିପାଇଁ ଦିଲ୍ଲୀ ଦରବାର ଓ କଟକରେ ଉପସ୍ଥିତ ସମସ୍ତ ରାଜାମାନଙ୍କ ସମ୍ମୁଖରେ ରାଧାଶ୍ୟାମ ନରେନ୍ଦ୍ରଙ୍କୁ ସମ୍ମାନିତ କରାଯାଇଥିଲା । ଏହି ରାଧାଶ୍ୟାମ ନରେନ୍ଦ୍ରଙ୍କ ପିଉସା ଥିଲେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତରାୟ । ସେ ୧୭୮୫ ମସିହାରେ ରାଧାଶ୍ୟାମ ନରେନ୍ଦ୍ରଙ୍କ ପିଉସୀ ବା ସଦାଶିବ ଜାଣ। (ନରେନ୍ଦ୍ରଙ୍କ ପିତା) ଓ ଭଗ୍ନୀ ବିମଳା ଦେବୀଙ୍କୁ ବିବାହ କରିଥିଲେ । ରାଧାଶ୍ୟାମ ନରେନ୍ଦ୍ରଙ୍କ ଜ୍ୟଷ୍ଠା ଭଗ୍ନୀ ସୁଲକ୍ଷଣାଙ୍କୁ କୁଜଙ୍ଗ ଷଣ୍ଢ ରାଜା ଚନ୍ଦ୍ରଧ୍ୱଜ ଷଣ୍ଢ ବିବାହ କରିଥିଲେ । ଏହି ଚନ୍ଦ୍ରଧ୍ୱଜ ଷଣ୍ଢଙ୍କର ନାତି ଜଗନ୍ନାଥ ବୀରବରଙ୍କ ପୋଷ୍ୟ ପୁତ୍ର ଥିଲେ କୁଜଙ୍ଗ ଗାନ୍ଧୀ ନାରାୟଣ ବୀରବର ସାମନ୍ତ । ରାଧାଶ୍ୟାମ ନରେନ୍ଦ୍ରଙ୍କ ଜମିଦାରୀ ମଧ୍ୟରେ ରହିଥିଲେ ଲଳିତଗିରି, ଉଦୟଗିରି ଓ ରତ୍ନଗିରି । ଏହି ଅଞ୍ଚଳଗୁଡ଼ିକ ତତ୍କାଳୀନ ଅଳତୀ ପ୍ରଗଣା ଭୁକ୍ତ ହୋଇଥିଲା । ରାଧାଶ୍ୟାମ ନରେନ୍ଦ୍ରଙ୍କ ତାଙ୍କ ଜମିଦାରୀ ଅଞ୍ଚଳ ମଧ୍ୟରୁ ଓଳାସୁଣୀ ପାହାଡକୁ ସାଧୁ ଅରଖିତଙ୍କୁ ଦାନକରି ତାଙ୍କ ନାମରେ ଉଇଲ କରିନେଇଥିଲେ । ନରେନ୍ଦ୍ର କନିକା ରାଜା ବିନାୟକଭଞ୍ଜଙ୍କ ମୁରବୀ ଭାବରେ ଅଧିଷ୍ଠିତ ହୋଇ କନିକା ରାଜା ବଂଶକୁ ସୁରକ୍ଷା ପ୍ରଦାନ କରିଥିଲେ । ଉନ୍ନବିଂଶ ଶତାବ୍ଦୀରେ, ଯେଉଁ ସମୟରେ ଓଡ଼ିଆ ଭାଷା ବଙ୍ଗବାସୀଙ୍କ ଦ୍ୱାରାକବଳିତ,ସେହି ସମୟରେ ଓଡ଼ିଆ ଭାଷାକୁ ପାଥେୟ କରି ବଡ଼କୋଠା ମଧ୍ୟସ୍ଥ ରଙ୍ଗ ମହଲରେ ଓଡ଼ିଆ ସଂଗୀତର ଆସର ତୋଳୁଥିଲେ ସଙ୍ଗୀତଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ । ଏଠାରେ ସମ୍ମିଳିତ ହେଉଥିଲେ ଭାରତର ଶ୍ରେଷ୍ଠ ସଙ୍ଗୀତଜ୍ଞ, ବଡ଼ ଗୋଲମ ଅଲ୍ଲୀ, ରୋସ୍ନାରା ବେଗମ, ହାଫିଜ ଅଲ୍ଲୀ ଖାଁ, ରାୟଚାନ୍ଦ ବରାଳ ଇତ୍ୟାଦି । ଏହି ଆସର ସହିତ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ହୋଇଥିଲେ ପଦ୍ମଶ୍ରୀ ବାଣୀକଣ୍ଠ ନିମାଇ ହରିଚନ୍ଦନ ଓ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ । ୧୮୯୯ ମସିହାରେ ସର୍ବ ପ୍ରଥମେ ସଙ୍ଗୀତ ଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ ରେକର୍ଡିଂ କରିଥିଲେ ଓଡ଼ିଆ ସଙ୍ଗୀତ ସଜନିରେ . ସଜନି। ବାଣୀକଣ୍ଠ ଥିଲେ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ପୁତୁରା ଓ ବୃନ୍ଦାବନ ହରିଚନ୍ଦନଙ୍କ ପୁତ୍ର ଓ ପୁରୀ ବାଳକଟୀ ଗ୍ରାମର ବାଳକୃଷ୍ଣ ଦାସ ଥିଲେ ଗୋକୁଳ ଶ୍ରୀଚନ୍ଦଙ୍କର ଶିଷ୍ୟ ।ବିଂଶ ଶତାବ୍ଦୀର ଇତିହାସ ପୃଷ୍ଠାରେ କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଅଛି । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ କେନ୍ଦ୍ରପାଡ଼ାର ବରେଣ୍ୟ ନେତା ଯଦୁମଣି ମଙ୍ଗରାଜ ,ନାରାୟଣ ବୀରବର ସାମନ୍ତ,ପୀତାମ୍ବର ଜଗଦେବ ,ଆଶାଦୁଲ୍ଲା,ଅମର ଚାଟାର୍ଜୀ,ଆଳିର ଗାନ୍ଧୀ ସହଦେବ ପ୍ରଧାନ ଆଦି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏମାନଙ୍କ ଆହ୍ୱାନରେ ଗାନ୍ଧୀଜୀ କେନ୍ଦ୍ରାପଡ଼ାକୁ ପଦଯାତ୍ରା କରିଥିଲେ ।ହରିଜନ ପଦଯାତ୍ରା ବେଳେ ବହୁ ସଂଖ୍ୟକ ନାରୀମାନେ ମଧ୍ୟ ଏଥିରେ ଭାଗନେଇଥିଲେ । ଶିକ୍ଷା କ୍ଷେତ୍ରରେ କେନ୍ଦ୍ରାପଡ଼ା ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ଅନେକ ଆଗରେ ରହିଛି । ୧୮୪୪ ମସିହାରେ ସର୍ବ ପ୍ରଥମେ ଓଡ଼ିଶାର (କଟକ ସହର ନୁହେଁ) ହରିପୂର,ରେମୁଣା,କେନ୍ଦ୍ରାପଡ଼ାରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା ।୧୮୬୩ ମସିହାରେ ଏହି ବିଦ୍ୟାଳୟ ମଧ୍ୟ ଇଂରାଜୀ ଓ ୧୮୮୩ ମସିହାରେ ତତ୍କାଳୀନ ଏସଡିଓ କୀର୍ତିଗୋବିନ୍ଦ ଗୁପ୍ତଙ୍କଦ୍ୱାରା ଉଚ ବିଦ୍ୟାଳୟରେ ପରିଚିତ ହୋଇଥିଲା ।ବିଶିଷ୍ଟ ଶିକ୍ଷାବିତ ଜାମାଲଉଦ୍ଦୀନ ଓ ପଲ୍ଲୀକବି ନନ୍ଦକିଶୋର ବଳ ଏହି ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଥିଲେ।ଏହାପରେ ୧୮୯୩ ମସିହାରେ କେନ୍ଦ୍ରାପଡ଼ା ସହରରେ ନାରୀଶିକ୍ଷାର ପ୍ରସାର ପାଇଁ ଫ୍ରେଜର ବାଳିକା ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ୧୮୯୩ ମସିହାରେ ,ସର୍ବ ପ୍ରଥମେ କେନ୍ଦ୍ରାପଡ଼ାରେ ଏକ ସର୍ବସାଧାରଣ ପାଠାଗାର ସ୍ଥାପିତ ହୋଇଥିଲା,ଏହାର ନାମ ତତ୍କାଳୀନ ଥିଲା ନରେନ୍ଦ୍ର ପାଠାଗାର ମାତ୍ର ମହାରାଣୀ ଭିକ୍ଟୋରିଆଙ୍କ ଜନ୍ମ ଜୟନ୍ତୀରେଏହାର ନାମ ଡାଏମଣ୍ଡଯୁବଲୀ ଲାଇବ୍ରେରୀ ହୋଇଥିଲା । ସ୍ୱାୟତ ଶାସନ ପ୍ରସଙ୍ଗରେ ସର୍ବପ୍ରଥମେ କେନ୍ଦ୍ରାପଡ଼ାରେ ତା ୧୦.୦୩.୧୮୬୯ ମସିହାରେ ମୁନିସିପାଲିଟି ସ୍ଥାପିତ ହୋଇଥିଲା । ଏହି ପୌରସଂସ୍ଥା ଓଡ଼ିଶାର ସର୍ବପ୍ରଚୀନ ଓ ସର୍ବପ୍ରଥମ ପୌରସଂସ୍ଥା ଭାବରେ ନମିତା ହୋଇଛି । କଟକ ଗେଜେଟିୟରରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି। ଭୂଗୋଳ କେନ୍ଦ୍ରାପଡ଼ା ଜିଲ୍ଲା ରାଜ୍ୟର ପୂର୍ବ ଭାଗରେ ଅବସ୍ଥିତ ଓ ଏହା ୨୦ ୨୦ ' ଉ.ରୁ ୨୦ ୩୭ ' ଉ. ଅକ୍ଷାଂଶ ଓ ୮୬ ୧୪ ' ପୂ.ରୁ ୮୭ ୦୧ ' ପୂ. ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ବେଳାଭୂମି ୮୯ କି.ମି. ପର୍ଯ୍ୟନ୍ତ ପରିବ୍ୟାପ୍ତ ଯାହା ଧାମରା ମୁହାଣରୁ ବତୀଘର ଯାଏଁ ବ୍ୟାପିଅଛି । କେନ୍ଦ୍ରାପଡ଼ା ଜିଲ୍ଲାର ପୂର୍ବରେ: ବଙ୍ଗୋପସାଗର ପଶ୍ଚିମରେ: କଟକ ଜିଲ୍ଲା ଉତ୍ତରରେ: ଭଦ୍ରକ ଜିଲ୍ଲା ଦକ୍ଷିଣରେ: ଜଗତସିଂହପୁର ଜିଲ୍ଲା ଦକ୍ଷିଣ-ପଶ୍ଚିମରେ : ଯାଜପୁର ଜିଲ୍ଲା ଅବସ୍ଥିତ। ଜନସଂଖ୍ୟା ୨୦୧୧ ଜନଗଣନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ଲୋକସଂଖ୍ୟା ୧୪,୩୯,୮୯୧ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୫୬,୩୫୧ ଓ ସହରାଞ୍ଚଳରେ ୮୩,୫୪୦ ଲୋକ ବାସ କରନ୍ତି । ପୁରୁଷ: ୭,୧୭,୬୯୫ ମହିଳା: ୭,୨୨,୧୯୬ ଛ ବର୍ଷରୁ କମ: ୧,୫୩,୪୪୩ ସାକ୍ଷରତା ହାର ୮୫.୯୩% ପୁରୁଷ: ୯୨.୪୫% ମହିଳା: ୭୯.୫୧% ବିଭାଗ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ପ୍ରତିନିଧି ନିତ୍ୟାନନ୍ଦ କାନୁନଗୋ: ୧୯୫୨ ସୁରେନ୍ଦ୍ରନାଥ ଦ୍ୱିବେଦୀ: ୧୯୫୭, ୧୯୬୨ ଓ ୧୯୬୭ ସୁରେନ୍ଦ୍ର ମହାନ୍ତି: ୧୯୭୧ ବିଜୁ ପଟ୍ଟନାୟକ: ୧୯୭୭, ୧୯୮୦ ଓ ୧୯୮୪ ଶରତ କୁମାର ଦେବ: ୧୯୮୫ ରବି ରାୟ: ୧୯୮୯ ଓ ୧୯୯୧ ଶ୍ରୀକାନ୍ତ ଜେନା: ୧୯୯୬ ପ୍ରଭାତ କୁମାର ସାମନ୍ତରାୟ : ୧୯୯୮ ଓ ୧୯୯୯ ଅର୍ଚ୍ଚନା ନାୟକ: ୨୦୦୪ ବୈଜୟନ୍ତ ପଣ୍ଡା: ୨୦୦୯ ଓ ୨୦୧୮ ଅନୁଭବ ମହାନ୍ତି:୨୦୧୯ ପ୍ରାୟ ୧୨ ଲକ୍ଷ ବାସିନ୍ଦାଙ୍କ ମଧ୍ୟରୁ ୭ଲକ୍ଷ ଭୋଟର ମତଦାନ କରନ୍ତି । ଅବସ୍ଥିତ ମୁଖ୍ୟନଦୀ ବ୍ରାହ୍ମଣୀ ମହାନଦୀ ହଂସୁଆ ଲୁଣା କରାଣ୍ଡିଆ ପାଇକା ଚିତ୍ରତ୍ତ୍ୱଳା ଗୋବରୀ ପାଟଶାଳା ନଦୀ ବଙ୍ଗୋପସାଗର ବେଷ୍ଟୀତ ଏହି ଅଞ୍ଚଳ ସର୍ବଦା ବାତ୍ୟା ଓ ବନ୍ୟା ପ୍ରପିଡିତ । ଶୀଳ୍ପ ବିହୀନ ଅଞ୍ଚଳରେ ଏବେ ଜାହଜ ନିର୍ମାଣ କାରଖାନା କରିବାକୁ ଶିଳ୍ପପତିମାନେ ଆଗ୍ରହ ପ୍ରକାଶ କରୁଛନ୍ତି । ପରିବେଶବିତମାନେ ଜୈବ ବିବିଧତା ନଷ୍ଟ ଆଳରେ ବିରୋଧ କରୁଛନ୍ତି । ମାଛ, ଚିଙ୍ଗୁଡିଧରା ଓ ରପ୍ତାନି ଏଠାରେ ମୁଖ୍ୟ ବ୍ୟବସାୟ । ତହସିଲ ଆଳି କେନ୍ଦ୍ରାପଡ଼ା ରାଜକନିକା ପଟ୍ଟାମୁଣ୍ଡାଇ ମାର୍ଶାଘାଇ ରାଜନଗର ଡେରାବିଶି ଗରଦପୁର ମହାକାଳପଡ଼ା ଗମନାଗମନ କେନ୍ଦ୍ରାପଡ଼ା ସହରକୁ ଗମନା ଗମନ ପାଇଁ ସଡକ ପଥ ହିଁ ଏକମାତ୍ର ପନ୍ଥା । ଭୁବନେଶ୍ୱର ଓ କଟକରୁ ବସଦ୍ୱାରା ଯଥାକ୍ରମେ ତିନି ଓ ଦୁଇ ଘଂଟାରେ ପହଂଚି ହେବ।ଭଦ୍ରକରୁ ଭାୟା ଚାନ୍ଦବାଲି ରାଜ୍ୟ ରାଜପଥଦ୍ୱାରା ଆସିପାରିବେ। ଏହାବାଦ ବନ୍ଦର ସହର ପାରାଦୀପରୁ ଏକ ଘଣ୍ଟା ମଧ୍ୟରେ ପହଂଚି ହେବ । ପର୍ଯ୍ୟଟନ ସ୍ଥଳ 'କେନ୍ଦ୍ରାପଡ଼ା ଜିଲ୍ଲା' ରେ ରାଜ୍ୟସରକାରଙ୍କଦ୍ୱାରା ମାନ୍ୟତାପ୍ରାପ୍ତ ୧୩ଟି ପର୍ଯ୍ୟଟନ ସ୍ଥଳ ରହିଛି । |
ଟ୍ରୋପିକାମାଇଡ ଇଂରାଜୀ ଭାଷାରେ , ଏକ ବିକ୍ରୟ ନାମ ମାଇଡ୍ରିଆସିଲ, ଏକ ମାଇଡ୍ରିଆଟିକ ବା ଆଖି ପିତୁଳାକୁ ବିଷ୍ଫାରିତ କରୁଥିବା ଔଷଧ ଓ ଏହାଦ୍ୱାରା ଆଖି ପରୀକ୍ଷା ସୁଗମ ହୁଏ । ବିଶେଷତଃ ଫଣ୍ଡସ୍ ବା ଆଖିର ପୃଷ୍ଠଭାଗର ପରୀକ୍ଷା ସହଜସାଧ୍ୟ ହୁଏ । ଏହା ଆଖି ଡ୍ରପ ଆକାରରେ ବ୍ୟବହାର କରାଯାଏ । ଏହାର ପ୍ରଭାବ ୪୦ ମିନିଟ ମଧ୍ୟରେ ଆରମ୍ଭ ହୋଇ ପ୍ରାୟ ଏକ ଦିନ ପର୍ଯ୍ୟନ୍ତ ରହେ । ଟ୍ରୋପିକାମାଇଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଝାପସା ଦୃଷ୍ଟି , ଅଧିକ ଚକ୍ଷୁ ଆଭ୍ୟନ୍ତରୀଣ ଚାପ ଓ ଆଲୋକ ସମ୍ବେଦନଶୀଳତା ଆଦି ଲକ୍ଷଣମାନ ଦେଖାଯାଆନ୍ତି । କ୍ୱଚିତ ଦେଖାଯାଉଥିବା ଅନ୍ୟ ଏକ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ସାଇକୋସିସ ବିଶେଷତଃ ପିଲାମାନଙ୍କର ହୋଇପାରେ । ଗର୍ଭାବସ୍ଥାରେ ଏହାର ପ୍ରୟୋଗଦ୍ୱାରା ଶିଶୁର ନିରାପତ୍ତା ବିଷୟରେ ସ୍ପଷ୍ଟ କିଛି ଜଣାଯାଇନାହିଁ । ଏହା ଆଣ୍ଟିକୋଲିନର୍ଜିକ ଶ୍ରେଣୀର ଆଣ୍ଟିମସ୍କାରାଇନିକ ବିଭାଗର ଏକ ଔଷଧ । ଏହି ଔଷଧଦ୍ୱାରା ଚକ୍ଷୁର ମାଂସପେଶୀଗୁଡ଼ିକ ସମ୍ବେଦନରହିତ ହୋଇଯାଆନ୍ତି । ସନ ୧୯୬୦ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଟ୍ରୋପିକାମାଇଡ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ' ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ବିକାଶଶୀଳ ଦେଶମାନଙ୍କରେ ଏହି ଔଷଧର ଏକ ୧୫ ମି:ଲି: ବୋତଲର ହୋଲସେଲ ମୂଲ୍ୟ ୪.୧୯ରୁ ୪.୫୫ ଆମେରିକୀୟ ଡଲାର । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ । |
ସେଲ୍ୟୁଲାଇଟିସ୍ ଏକ ଚର୍ମ ରୋଗର ସଂକ୍ରମଣକୁ କୁହାଯାଏ । ଏହି ରୋଗ ନିର୍ଦ୍ଦିଷ୍ଟ ଭାବରେ ଅନ୍ତଃଚର୍ମ ଓ ଚର୍ମ ତଳେ ଥିବା ଚର୍ବିରେ ହୁଏ । ଏହି ରୋଗ ହେଲେ ରୋଗ ହୋଇଥିବା ସ୍ଥାନ ଲାଲ ଦେଖାଯାଏ ଓ ଦୁଇ ଦିନ ମଧ୍ୟରେ ଏହି ଲାଲ ସ୍ଥାନର ଆୟତନ ବଢ଼ିଯାଏ । ଲାଲ ସ୍ଥାନ ଫୁଲିଥାଇ ପାରେ ଓ ଏହାର ସୀମା ତୀକ୍ଷ୍ମ ନ ଥାଏ । ଲାଲ ଦେଖାଯାଉଥିବା ସ୍ଥାନ ଚିପି ଦେଲେ ଶେତା ହୁଏ କିନ୍ତୁ ସର୍ବଦା ନୁହେଁ । ସଂକ୍ରମିତ ସ୍ଥାନରେ ସାଧାରଣତଃ ଯନ୍ତ୍ରଣା ହୁଏ । ଲସିକା ନଳୀ ମଧ୍ୟ ସଂକ୍ରମିତ ହୋଇପାରେ, ରୋଗୀକୁ ଜ୍ୱର ହୁଏ ଓ ଥକ୍କା ଲାଗେ । ଗୋଡ଼ ଓ ମୁଖମଣ୍ଡଳରେ ଏହି ରୋଗ ଅଧିକ ହୁଏ, ଯଦିଓ ଯେ କୌଣସି ସ୍ଥାନରେ ଏହା ହୋଇପାରେ । ଚର୍ମରେ କ୍ଷତ ହେଲେ ସେହି ସ୍ଥାନରେ ଏହି ରୋଗ ହୁଏ । ଅନ୍ୟ ସଙ୍କଟଦୟୀ ଅବସ୍ଥାମାନଙ୍କ ନାମ ମୋଟାପଣ, ଗୋଡ଼ ଫୁଲା ଓ ବୃଦ୍ଧାବସ୍ଥା । ସ୍ଟ୍ରେପ୍ଟୋକୋକସ୍]] ଓ ସ୍ଟାଫିଲୋକୋକସ୍ ଅରିଅସ୍ ଜୀବାଣୁ ଏହି ରୋଗ କରାଏ । ଚର୍ମରେ ଅନ୍ୟ ଏକ ସଂକ୍ରମଣ ହୁଏ ଯାହାର ନାମ ଏରିସେପାଲସ୍ କିନ୍ତୁ ଏହି ରୋଗ ବାହ୍ୟଚର୍ମରେ ହୁଏ, ଲାଲିମାର ସୀମା ତୀକ୍ଷ୍ଣ ଥାଏ ଓ ଜ୍ୱର ହୁଏ । ଭିତରେ ଥିବା ସାଂଘାତିକ ହାଡ଼ ରୋଗ ବା ଓଷ୍ଟିଓମାୟେଲାଇଟିସ ଓ ନେକ୍ରୋଟାଇଜିଙ୍ଗ ଫାସାଇଟିସ ଆଦି ରୋଗଠାରୁ ଏହାକୁ ପୃଥକ କରିବାକୁ ହୁଏ । ଚିହ୍ନ ଓ ଲକ୍ଷଣ ଦେଖି ଏହି ରୋଗ ନି୍ଣ୍ଣୟ କରାଯାଏ, ଜୀବକୋଷ କଲ୍ଚର୍ କ୍ୱଚିତ ସମ୍ଭବ ହୁଏ । ପାଟିରେ ଖାଇବାକୁ ଦିଆଯାଉଥିବା ଆଣ୍ଟିବାୟୋଟିକମାନଙ୍କର ନାମ ସେଫାଲେକ୍ସିନ, ଆମୋକ୍ସିସିଲିନ ବା କ୍ଲୋକ୍ସାସିଲିନ । ପେନିସିଲିନ ଆଲର୍ଜି ଥିଲେ ଏରିଥ୍ରୋମାଇସିନ ବା କ୍ଲିଣ୍ଡାମାଇସିନ ଦିଆଯାଏ । ମେଥିସିଲିନ ରେଜିସ୍ଟାଣ୍ଟ ସ୍ଟାଫିଲୋକୋକା ଅରିଅସ ଏମ୍ଆର୍ସିଏ ଜୀବାଣୁ ଥିଲେ ଅନ୍ୟ ଔଷଧ ସହ ଡକ୍ସିସିଲିନ ବା ଟ୍ରାଇମେଥିପ୍ରିମ/ସଲ୍ଫାମେଥୋକ୍ସାଜୋଲ ଦିଆଯାଇପାରେ । ପୂଜ ହୋଇଯାଇଥିଲେ ବା ଏମ୍ଆର୍ସିଏ ସଂକ୍ରମଣ ଥିଲେ ଚିନ୍ତାର ବିଷୟ ହୁଏ । ଆଣ୍ଟିବାୟୋଟିକ ଖାଉଥିଲେ ସ୍ଟିରଏଡ ଦେଇ ରୋଗ ଶୀଘ୍ର ଭଲ କରିହୁଏ । ଯନ୍ତ୍ରଣା ଉପସମକାରୀ ଔଷଧ ଦେଲେ ଆରାମ ଲାଗେ । ସାତରୁ ଦଶ ଦିନର ଚିକିତ୍ସାରେ ୯୫% ରୋଗୀ ସୁସ୍ଥ ଅନୁଭବ କରନ୍ତି । ସମ୍ଭାବ୍ୟ କମ୍ପ୍ଲିକେସନ ମଧ୍ୟରେ ଆବସେସ୍ ସୃଷ୍ଟି ଅନ୍ୟତମ । ପ୍ରତି ବର୍ଷ ହଜାରେ ଲୋକରେ ଦୁଇ ଜଣଙ୍କର ଚର୍ମ ସଂକ୍ରମଣ ହୁଏ । ସୁଲ୍ୟୁଲାଇଟିସ ରୋଗରେ ୨୦୧୦ ମସିହାରେ ପୃଥିବୀରେ ୨୭୦୦୦ ମୃତ୍ୟୁ ହୋଇଥିଲା । ଇଂଲଣ୍ଡରେ ଆଡମିସନ ହେଉଥିବା ରୋଗୀଙ୍କମଧ୍ୟରୁ ୧.୬% ଏହି ରୋଗରେ ପୀଡ଼ିତ ଥାଆନ୍ତି । |
ପ୍ରିୟା ପ୍ରକାଶ (ଜନ୍ମ ୧୯୯୦) ଜଣେ ଭାରତୀୟ ବ୍ୟବସାୟୀ ତଥା କାର୍ଯ୍ୟନିର୍ବାହୀ ଅଟନ୍ତି । ସେ ହେଲ୍ଥସେଟଗୋର ସିଇଓ ଏବଂ ପ୍ରତିଷ୍ଠାତା ଅଟନ୍ତି । ପ୍ରାଥମିକ ଜୀବନ ଏବଂ ଶିକ୍ଷା ପ୍ରକାଶ ରିଷି ଭ୍ୟାଲି ସ୍କୁଲ ଏବଂ ମହିଳା ଶ୍ରୀ ରାମ କଲେଜରେ ଶିକ୍ଷିତ ହୋଇଥିଲେ । ବଡ ହେବା ପରେ ତାଙ୍କର ଅଧିକ ଓଜନ ହେତୁ ତାଙ୍କୁ ସର୍ବଦା ହଇରାଣ କରାଯାଇଉଥିଲା, ଯାହାଦ୍ୱାରା ସେ ଖାଦ୍ୟ ପ୍ରତି ବିତୃଷ୍ଣା ଭାବ ଆଣିଥିଲେ । ଏହା ତାଙ୍କୁ ୨୦୧୨ ମସିହାରେ ଏକ ଜିମରେ ଯୋଗଦେବା ପାଇଁ ପ୍ରେରଣା ଦେଇଥିଲା, ଯେଉଁଠାରେ ସେ ଜଣେ ଫିଟନେସ କୋଚଙ୍କୁ ଭେଟିଥିଲେ ଯିଏ ତାଙ୍କୁ ତାଙ୍କ ଖାଦ୍ୟ ପ୍ରତି ଏକ ସୁସ୍ଥ ସମ୍ପର୍କ ରଖିବାକୁ ଉତ୍ସାହିତ କରିଥିଲେ । ପ୍ରକାଶଙ୍କୁ ସ୍ୱାସ୍ଥ୍ୟସେବା ଏବଂ ବିଜ୍ଞାନରେ ଫୋର୍ବସ୍ ଅଣ୍ଡର ୩୦ ଏସିଆ ୨୦୧୮ ମସିହାରେ ପୁରସ୍କୃତ କରାଯାଇଥିଲା ଏବଂ ୨୦୧୮ ମସିହାରେ ୟୁନିଲିଭର ଯୁବ ଉଦ୍ୟୋଗୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟ ବ୍ୟତୀତ ସେ ଦିଲ୍ଲୀ ରାଜ୍ୟ ସ୍ତରର ଭାରୋତ୍ତୋଳକ, ଟେଡକ୍ସ ସ୍ପିକର, କ୍ରସଫିଟ୍ ଏଲ୧ ପ୍ରଶିକ୍ଷକ ଏବଂ ଉତ୍ସାହୀ ସ୍ୱାସ୍ଥ୍ୟ ବ୍ଲଗର ମଧ୍ୟ ଅଟନ୍ତି । ବୃତ୍ତି ମହିଳା ଶ୍ରୀ ରାମ କଲେଜରୁ ସ୍ନାତକ ହାସଲ କରିବା ପରେ, ପ୍ରକାଶ ଆର୍ଥିକ କ୍ଷେତ୍ରରେ କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୪ ସୁଦ୍ଧା, ପ୍ରକାଶ ହେଲ୍ଥସେଟଗୋ ପ୍ରତିଷ୍ଠା କରିଥିଲେ, ଯାହା ଭାରତର ପିଲାମାନଙ୍କ ମଧ୍ୟରେ ସୁସ୍ଥ ଆଚରଣକୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖିଥିଲା । ତିନି ବର୍ଷ ପରେ,ହେଲ୍ଥସେଟଗୋ ୧୬ଟି ଡାକ୍ତରଖାନା, ୯୦ଜଣ ଡାକ୍ତର ଏବଂ ୩୫ଟି କ୍ଲିନିକ୍ ସହିତ ସହଭାଗୀ ହୋଇଥିଲା । ୨୦୧୮ ମସିହାରେ, ହେଲ୍ଥସେଟଗୋ ବିସ୍ତାର ହେତୁ ପ୍ରକାଶଙ୍କୁ ଫୋର୍ବସର ୩୦ ଅଣ୍ଡର ୩୦ ଏସିଆ ତାଲିକାରେ ନାମିତ କରାଯାଇଥିଲା । ସୁସ୍ଥ ସଂଗଠନକୁ ଉତ୍ସାହିତ କରିବା ପାଇଁ ୭୦ଟି ସହରରେ ୩୦୦ରୁ ଅଧିକ ଡାକ୍ତର ଏବଂ ଶିକ୍ଷକଙ୍କୁ ତାଲିମ ଦେବା ପାଇଁ ତାଙ୍କ ସଂଗଠନ ବୃଦ୍ଧି ପାଇଥିଲା, ଯାହା ୮୦,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିଥିବାର ଅନୁମାନ କରାଯାଇଛି । ହେଲ୍ଥସେଟଗୋ ବିଦ୍ୟାଳୟଗୁଡ଼ିକରେ ଯୋଡି ହୋଇଥିବାର ଏକ ପ୍ରୟାଶ ହେଉଛି ପିଲାମାନଙ୍କ ସ୍ୱାସ୍ଥ୍ୟ ଏବଂ ବିକାଶ ଉପରେ ନଜର ରଖିବା ପାଇଁ ବିଦ୍ୟାଳୟ ସମୟରେ ସ୍ୱାସ୍ଥ୍ୟ ମୂଲ୍ୟାଙ୍କନ କରିବା । ଏହାର ଅର୍ଥ ହେଉଛି ରୋଗର ପ୍ରାରମ୍ଭିକ ଲକ୍ଷଣ ଶୀଘ୍ର ଅନୁସନ୍ଧାନ କରାଯାଇ ଏହାର ତୁରନ୍ତ ଉପଚାର କରାଯିବ । ଡାକ୍ତରୀ ପରୀକ୍ଷା ଶେଷ ହେବା ପରେ, ଭବିଷ୍ୟତରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାଗୁଡିକର ଉନ୍ନତି ଏବଂ ମୂଲ୍ୟାଙ୍କନ ପାଇଁ ବିଦ୍ୟାଳୟଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରିବା ପାଇଁ ସେ ବାର୍ଷିକ ହେଲ୍ଥସେଟଗୋ ରନ୍ ଆୟୋଜନ କରିବାରେ ମଧ୍ୟ ସାହାଯ୍ୟ କରିଥିଲେ । ପରବର୍ତ୍ତୀ ବର୍ଷ, ସେ କାର୍ଟିଅର ମହିଳା ଇନିସିଏଟିଭ ପୁରସ୍କାର ପାଇଁ ଫାଇନାଲିଷ୍ଟ ହୋଇଥିଲେ । ପରେ ଡିସେମ୍ବର ମାସରେ, ସେ ସିସ୍କୋ ୟୁଥ ଲିଡରସିପ ପୁରସ୍କାର ପାଇଥିଲେ, ଯେଉଁଥିରେ ହେଲ୍ଥସେଟଗୋ ପାଇଁ $୨୫୦,୦୦୦ ଡଲାର ଅନୁଦାନ ଅନ୍ତର୍ଭୁକ୍ତ ରହିଥିଲା । |
ରୀନା ଅଗ୍ରୱାଲ ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ ଯିଏକି ମୁଖ୍ୟତଃ ଫିଚର ଫିଲ୍ମ, ଦୂରଦର୍ଶନ ଧାରାବାହିକ ଏବଂ ଥିଏଟର ନାଟକରେ ଅଭିନୟ କରିନ୍ତି । ସେ ରୀନା ମଧୁକର ଭାବରେ ମଧ୍ୟ ଜଣାଶୁଣା । ଅଭିନୟ ଓ ମଡେଲିଂ ରୀନା ୨୦୦୯ ମସିହାରେ ଡିଜନି ଚ୍ୟାନେଲ ଇଣ୍ଡିଆରେ ପ୍ରସାରିତ କାର୍ଯ୍ୟକ୍ରମ କ୍ୟା ମସ୍ତ ହୈ ଲାଇଫ୍ ଜରିଆରେ ଦୂରଦର୍ଶନରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହା ପରେ ସେ ନିତିନ ଦେଶାଇଙ୍କ ନିର୍ଦ୍ଦେଶିତ ମରାଠୀ କଥାଚିତ୍ର ଅଜିନ୍ତାରେ ଅଭିନୟ କରିଥିଲେ । ୨୦୧୨ ମସିହାରେ ଅମୀର ଖାନଙ୍କ ଅଭିନୀତ କଥାଚିତ୍ର ତାଲାଶ: ଦି ଆନ୍ସାର୍ ଲାଇଜ୍ ଉଇଦିନ୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହି କଥାଚିତ୍ରରେ ସେ ଜଣେ ମହିଳା ପୋଲିସ କନଷ୍ଟେବଳ ସବିତା ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ତାଙ୍କୁ ଆଣ୍ଡ ଟିଭିରେ ପ୍ରସାରିତ ଧାରାବାହିକ ଏଜେଣ୍ଟ ରାଘବ - କ୍ରାଇମ ବ୍ରାଞ୍ଚରେ ଫରେନସିକ୍ ଡାକ୍ତର ଆରତୀ ମିସ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ । ତାଙ୍କର ମରାଠୀ କଥାଚିତ୍ର ଝାଲା ବାଭତା ଜାନୁଆରୀ ୨୦୧୭ରେ ମୁକ୍ତିଲାଭ କରିଥିଲା । ସେ ହିନ୍ଦୀ କଥାଚିତ୍ର ବେହେନ୍ ହୋଗି ତେରୀ ଓ ମରାଠୀ କଥାଚିତ୍ର ଦେବ ଦେବହାରୀତ୍ ନହିରେ ଅଭିନୟ କରିଥିଲେ । ସେ ମଞ୍ଚରେ ବିଭିନ୍ନ ନାଟକ ଓ ଡ୍ରାମାରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଜଣାଶୁଣା ମରାଠୀ ଥିଏଟର ନାଟକ ହେଉଛି ମାଜି ବାଇକୋ ମାଜି ମେହୁନି ଓ ହିନ୍ଦୀ ଥିଏଟର ନାଟକ ହେଉଛି କୃଷ୍ଣପ୍ରିୟା । ସେ କୋନ୍ ହୋଈଲ୍ ମରାଠୀ କରୋଡ଼ପତି ୩ର ବିଜ୍ଞାପନରେ ଓ ମ୍ୟୁଜିକ୍ ଭିଡିଓ ରଙ୍ଗ ପ୍ରୀତିରେ ଅଭିନୟ କରିଥିଲେ । ୨୦୧୮ ମସିହାରେ, ସେ ୩୧ ଦିବସରେ ଅଭିନୟ କରିଥିଲେ । |
ସିରୁଳୀ ମହାବୀର ଓଡ଼ିଶାର ଧାର୍ମିକ ସହର ପୁରୀଠାରେ ଥିବା ଏକ ହନୁମାନଙ୍କ ମନ୍ଦିର। ସିରୁଳୀ ମହାବୀର ମନ୍ଦିର ପୁରୀ ଜିଲ୍ଲାଠାରୁ ୨୭ କିଲୋମିଟର ଓ ଭୂବନେଶ୍ୱରଠାରୁ ୭୧ କିଲୋମିଟର ଦୂରରେ ଅବସ୍ଥିତ । ଏହି ମନ୍ଦିରଟି ଶିଳ୍ପ ବିଦ୍ଯା ସମ୍ବନ୍ଧୀୟ ପାଇଁ ନୁହେଁ କିନ୍ତୁ ଏକ ଧାର୍ମିକ ସମ୍ବନ୍ଧୀୟ । ଏହା ଓଡ଼ିଶାର ଅନ୍ଯତମ ଗୁରୁତ୍ୱପୂର୍ଣ୍ଣ ତୀର୍ଥସ୍ଥାନ । ପୁରୀ ଭାରତବର୍ଷର ଅତ୍ୟୁତ୍ତମ ତଥା ସର୍ବବୃହତ୍ତ ତୀର୍ଥ ଏବଂ ଧାର୍ମିକ କେନ୍ଦ୍ର । ଏହା ପ୍ରଭୁ ଜଗନ୍ନାଥଙ୍କର ପୁନ୍ୟଭୂମି। ଓଡ଼ିଶାରେ ପ୍ରଭୁ ହନୁମାନ ମଧ୍ୟ ବିସ୍ତାରିତ ରୂପେ ପୂଜା ପାଉଛନ୍ତି । କଟକରେ ପଞ୍ଚମୁଖୀ ହନୁମାନ ମନ୍ଦିର ଏବଂ ପୁରୀର ସିରୁଳୀ ମହାବୀର ଓ ସିଦ୍ଧ ମହାବୀର ମନ୍ଦିର ଓଡ଼ିଶାରେ ବିଖ୍ଯାତ । |
ଲେନଭାଟିନିବ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଲେନଭିମା, ଏକ ଔଷଧ ଯାହା କେତେକ ପ୍ରକାରର ଥାଇରଏଡ କର୍କଟ, ବୃକ୍କୀୟ ଜୀବକୋଷ କର୍କଟ ଏବଂ ହେପାଟୋସେଲୁଲାର୍ କର୍କଟ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଥାଇରଏଡ୍ କର୍କଟ ପାଇଁ, ଯେତେବେଳେ ରେଡିଓଆକ୍ଟିଭ୍ ଆୟୋଡିନ୍ ପ୍ରଭାବଶାଳୀ ହୁଏନି, ସେତେବେଳେ ଏହା ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ତରଳ ଝାଡ଼ା, ଓଜନ ହ୍ରାସ, ଅଇ, ପାଟିରେ ପ୍ରଦାହ, ମୁଣ୍ଡବିନ୍ଧା ଏବଂ ରାସ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍କ ସମସ୍ୟା, ହୃଦ୍ପାତ, ରକ୍ତ ଜମାଟ ବାନ୍ଧିବା, ମସ୍ତିଷ୍କରେ ରକ୍ତସ୍ରାବ ଏବଂ ଯକୃତ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ଏକ ଟାଇରୋସିନ୍ କାଇନେଜ ଇନହିବିଟର ଯାହା ଭିଇଜିଏଫଆର୧, ଭିଇଜିଏଫଆର୨ ଏବଂ ଭିଇଜିଏଫଆର୩ ( 1, 2 ଏବଂ 3) ବିରୁଦ୍ଧରେ କାମ କରେ । ୨୦୧୫ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଲେନଭାଟିନିବ ଅନୁମୋଦିତ ହୋଇଥିଲା ଯୁକ୍ତରାଷ୍ଟ୍ରରେ ଦୈନିକ ୧୦ ମିଗ୍ରା ବିଶିଷ୍ଟ ଏକ ମାସର ଏହି ଔଷଧର ମୂଲ ୨୦୨୧ ମସିହାର ପ୍ରାୟ ୨୧,୩୦୦ ଡଲାର ଥିଲା । |
ଶୁଚିତ୍ୱ ବା ପରିମଳ (ଇଂରାଜୀ ଭାଷାରେ ) ଏକ ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ଯାହାର ପାନୀୟ ଜଳ ଓ ମାନବ ମଳମୂତ୍ର ତଥା ନାଳ ପ୍ରବାହିତ ଦୂଷିତ ଜଳର ଯଥେଷ୍ଟ ବିଶୋଧନ ସହିତ ସମ୍ପର୍କ ରଖିଥାଏ । ବିପଦ ଜନକ ମଳ ସଂସ୍ପର୍ଶ ପ୍ରତିରୋଧ ଓ ସାବୁନ ସାହାଯ୍ୟରେ ହସ୍ତ ପ୍ରକ୍ଷାଳନ ମଧ୍ୟ ଏହାର ଅନ୍ତର୍ଭୁକ୍ତ । ଶୁଚିତ୍ୱ ପ୍ରଣାଳୀରେ ମନୁଷ୍ୟର ସ୍ୱାସ୍ଥ୍ୟ ସୁରକ୍ଷା ଦେବାକୁ ଏକ ପରିଷ୍କାର ପରିବେଶ ଦେବାକୁ ହୁଏ ଯାହା ରୋଗ ସଞ୍ଚାରଣ ବିଶେଷତଃ ମଳ-ମୁଖ ପଥ ବନ୍ଦ କରିବ । ଉଦାହରଣ ସ୍ୱରୁପ ପରିମଳ ବ୍ୟବସ୍ଥା ସାହାଯ୍ୟରେ ଅପପୁଷ୍ଟି ବା ମାଲନ୍ୟୁଟ୍ରିସନ ଓ ପିଲାଙ୍କର ସ୍ୱଳ୍ପ ବିକାଶ କମାଯାଇ ପାରିବ । ସାମାନ୍ୟ ପରିମଳ ବ୍ୟବସ୍ଥା ଥିଲେ ଅନେକ ରୋଗ ପ୍ରତିଷେଧ ଯେପରିକି ଗୋଲ କୃମି ଏକ ପ୍ରକାର ଅନ୍ତନଳୀ ସଂକ୍ରମଣ ବା ହେଲମିନ୍ଥିଆସିସ , କଲେରା, ହେପାଟାଇଟିସ, ପୋଲିଓ, ସିସ୍ଟୋସୋମିଆସିସ ଓ ଟ୍ରାକୋମା ହୋଇପାରିବ । ଶାରୀରିକ, ଅଣୁଜୈବିକ ଓ ରାସାୟନିକ ପଦାର୍ଥ ମଧ୍ୟ ବିପଦଜନକ ହୋଇପାରେ । ମନୁଷ୍ୟ ଓ ପଶୁଜାତ ମଳ, କଠିନ ବର୍ଜ୍ୟ ବସ୍ତୁ ଘରୋଇ ବର୍ଜ୍ୟ ଜଳ, କାରଖାନା ବର୍ଜ୍ୟ ପଦାର୍ଥ ଓ କୃଷି ବର୍ଜ୍ୟ ପଦାର୍ଥ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ । ସ୍ୱାସ୍ଥ୍ୟହାନୀକର ବିପଦରୁ ରକ୍ଷା ପାଇବା ନିମନ୍ତେ ଯନ୍ତ୍ର ସାହାଯ୍ୟ (ନାଳ, ଭୂତଳ ନାଳ ଓ ବର୍ଜ୍ୟ ଜଳ ପରିଷ୍କାର କର୍ମ), ସାଧାରଣ ଯାନ୍ତ୍ରିକ ନିପୁଣତା (ପାଇଖାନା ଓ ସେପ୍ଟିକ ଟାଙ୍କି ତିଆରି) ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ଅଭ୍ୟାସ (ସାବୁନଦ୍ୱାରା ହାତ ଧୋଇବା) ଆବଶ୍ୟକ । ଶୁଚିତ୍ୱ ନିମନ୍ତେ ଅନେକ ଗୁଡ଼ିଏ ପ୍ରଯୁକ୍ତି ବିଦ୍ୟା ଅଛି । ଉଦାହରଣ ସ୍ୱରୂପ ଗୋଷ୍ଠୀ-ନେତୃତ୍ୱ ସମ୍ପୁର୍ଣ୍ଣ ପରିମଳ , ପାତ୍ର ପରିମଳ , ପରିବେଶ ସମ୍ପର୍କୀୟ ପରିମଳ , ଆଶୁ ପରିମଳ , ପରିସ୍ଥିତି ସମ୍ପର୍କୀୟ ପରିମଳ , ସ୍ଥାନ ପରିମଳ ଓ ସ୍ଥାୟୀ ପରିମଳ । ପରିମଳ ବ୍ୟବସ୍ଥାର ବିଭିନ୍ନ ସାଧନ - ଗ୍ରହଣ, ସଂରକ୍ଷଣ, ପରିବହନ, ପ୍ରଶୋଧନ ଓ ମଳ ତଥା ଦୂଷିତ ଜଳୀୟ ପଦାର୍ଥମାନଙ୍କର ନିଷ୍କାସନ ବା ପୁନଃବ୍ୟବହାର । ପୁନଃ ବ୍ୟବହାର କାର୍ଯ୍ୟକ୍ରମରେ ପୋଷକ, ଜଳ, ଶକ୍ତି ଓ ମଳ ତଥା ମଇଳା ଜଳ ଓ ଜୈବିକ ପଦାର୍ଥମାନଙ୍କୁ ଅଗ୍ରାଧିକାର ଦିଆଯାଇଥାଏ । ଏହାକୁ ପରିମଳ ମୂଲ୍ୟ ଚେନ ବା ସାନିଟେସନ ଭାଲ୍ୟୁ ଚେନ ବା ସାନିଟେସନ ଇକୋନୋମି କୁହାଯାଉଛି । ଦେଶ ମଧ୍ୟରେ ବା ଦେଶ ବାହାରେ ପରିମଳ ବ୍ୟବସ୍ଥାର ତୁଳନା କରିବା ନିମନ୍ତେ କେତେକ ସାନିଟେସନ ସୋପାନ " " ବ୍ୟବହାର କରାଯାଉଛି । ଏହି ପରିମଳ ଶିଡ଼ି ସନ ୨୦୧୬ରେ ଯୁଗ୍ମ ନିରୀକ୍ଷଣ ଯୋଜନା ଆରମ୍ଭ ହୋଇଥିଲା ଯାହା ଖୋଲା ମଳତ୍ୟାଗରୁ ଆରମ୍ଭ ହୋଇ କ୍ରମଶଃ ଉପରକୁ ଯାଇ ଅଣଉନ୍ନତ, ସୀମିତ, ମୌଳିକ, ସର୍ବାଧିକ ସୋପାନ "ନିରାପତ୍ତା ପରିଚାଳିତ" ରେ ସମାପ୍ତ ହୋଇଛି । ଏହା ବିକାଶଶୀଳ ଦେଶମାନଙ୍କ ପାଇଁ ପ୍ରଯୁଜ୍ୟ ହୁଏ । ସନ ୨୦୧୦ରେ ମାନବର ଜଳ ଓ ପରିମଳ ଅଧିକାରକୁ ସ୍ୱୀକୃତି ଦେଲେ । ଏହି ଅଧିକାର ଆନ୍ତର୍ଜାତୀୟ ବିକାଶର ପ୍ରାଥମିକତା ଓ ସ୍ଥାୟୀ ବିକାଶ ଲକ୍ଷ ସଂଖ୍ୟା ୬ର ( 6) ଏକ ବିଷୟ । ସନ ୨୦୧୭ରେ ଯୁଗ୍ମ ମନିଟରିଙ୍ଗ ପ୍ରୋଗ୍ରାମ ଫର ୱାଟର ସପ୍ଲାଇ ଆଣ୍ଡ ସାନିଟେସନ ଆକଳନ ଅନୁସାରେ ଅଧୁନା ପ୍ରାୟ ୪.୫ ଶହ କୋଟି ଲୋକଙ୍କ ଉନ୍ନତ ପରିମଳ ବ୍ୟବସ୍ଥା ନାହିଁ । ଏହି ପରିମଳ ଅଭା କେବଳ ଜନସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏନି, ଏହା ମାନବିକ ଗୌରବ ଓ ବ୍ୟକ୍ତିଗତ ସୁରକ୍ଷା ଉପରେ ମଧ୍ୟ ପ୍ରଭାବ ପକାଏ । ଡବ୍ଲ୍ୟୁ.ଏଚ.ଓ. ଅନୁସାରେ ଶୁଚିତ୍ୱ କହିଲେ ସାଧାରଣତଃ ମନୁଷ୍ୟ ମଳମୂତ୍ରର ନିରାପଦ ଦୁରୀକରଣ ବ୍ୟବସ୍ଥାକୁ ବୁଝାଏ । ସାରା ପୃଥିବୀରେ ଶୁଚିତ୍ୱ ଅଭାବରେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ । ଉନ୍ନତ ଶୁଚିତ୍ୱଯୋଗୁଁ ଘରେ ତଥା ଗୋଷ୍ଠୀରେ ଉଲ୍ଲେଖନୀୟ ପ୍ରଭାବ ପଡ଼ୁଥିବା ଦେଖାଯାଉଛି । ରନ୍ଧନଶାଳାର ବର୍ଜ୍ୟ ପଦାର୍ଥ ଓ ଦୂଷିତ ଜଳର ଦୂରୀକରଣଦ୍ୱାରା ଶୁଚିତ୍ତ୍ୱର ରକ୍ଷଣାବେକ୍ଷଣ ହୁଏ । ଅନେକ ଗୁଡ଼ିଏ ବିଷୟ ଶୁଚିତ୍ୱପରିସରକୁ ଆସେ । ସେଗୁଡ଼ିକ ହେଲେ : ଉନ୍ନତ ଶୁଚିତ୍ୱ (ବା ଉନ୍ନତ ସ୍ୱଚ୍ଛତା)- ଏହା ଘରେ ମନୁଷ୍ୟ ମଳ ଦୂର କରିବା ପରିଚାଳନାକୁ ବୁଝାଏ । ଯଥା ସ୍ଥାନ ଶୁଚିତ୍ୱ (ବା ସ୍ୱଚ୍ଛତା)- ବର୍ଜ୍ୟ ବସ୍ତୁ ସଂଗ୍ରହ କରି ଯେଉଁଠାରେ ନିଷ୍କାସନ କରାଯାଏ, ସେହିଠାରେ ଏହାକୁ ନଷ୍ଟ କରାଯାଏ । ଖାଦ୍ୟ ଶୁଚିତ୍ୱ (ବା ଖାଦ୍ୟ ସ୍ୱଚ୍ଛତା)- ଖାଦ୍ୟ ନିରାପତ୍ତା ନିମନ୍ତେ ସ୍ୱାସ୍ଥ୍ୟପ୍ରଦ ପ୍ରକ୍ରିୟା । ପରିବେଶ ଶୁଚିତ୍ୱ (ବା ପରିବେଶ ସ୍ୱଚ୍ଛତା)- ପରିବେଶଦ୍ୱାରା ସଂକ୍ରମିତ ରୋଗ ନ ହେବା ନିମନ୍ତେ ପରିଚାଳନା । ବର୍ଜ୍ୟ ଜଳ, କାରଖାନା ବର୍ଜ୍ୟ ବସ୍ତୁ ଓ ଶବ୍ଦ ପ୍ରଦୂଶଣ ରୋକିବା ପରିଚାଳନା । ପରିସ୍ଥିତି ଶୁଚିତ୍ୱ (ବା ପରିସ୍ଥିତି ସ୍ୱଚ୍ଛତା)- ବର୍ଜ୍ୟ ବସ୍ତୁକୁ ପ୍ରକ୍ରିୟାକରଣ ମାଧ୍ୟମରେ ବ୍ୟବହାର ଉପଯୋଗୀ ପଦାର୍ଥକୁ ପରିବର୍ତ୍ତନ । |
ବ୍ରଜ ସିଂହ, ଜଣେ ଓଡ଼ିଆ ଅଭିନେତା । ସେ ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ଥିଏଟର ଆଦିରେ ଅଭିନୟ କରନ୍ତି । ସେ ୧୯୮୬ ମସିହାରେ ଓଡ଼ିଆ କଥାଚିତ୍ର ଯୋର ଯା 'ର ମୂଲକ ତାର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଡିଡି ଓଡ଼ିଆରେ ପ୍ରସାରିତ ବିଭିନ୍ନ ଧାରାବାହିକଗୁଡ଼ିକରେ ଅଭିନୟ କରିଥିଲେ । ଜଣେ ହାସ୍ୟ କଳାକାର ଭାବରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ବିଭିନ୍ନ ସହକାରୀ ଭୂମିକାରେ ମଧ୍ୟ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଛନ୍ତି । |
କେ. ଶ୍ୟାମବାବୁ ସୁବୁଦ୍ଧି, [ବ୍ରହ୍ମପୁର]]ର ଜଣେ ରାଜନୈତିକ ବ୍ୟକ୍ତିତ୍ୱ । ଏଯାବତ ସେ ୨୮ଥର ନିର୍ବାଚନ ଲଢ଼ି, ସବୁଥର ପରାଜୟ ବରଣ କରିଛନ୍ତି । ବୃତ୍ତିରେ ସେ ଜଣେ ହୋମିଓପାଥି ଡାକ୍ତର । ରାଜନୈତିକ ଜୀବନ ଶ୍ୟାମବାବୁ ୧୯୫୭ ମସିହାରେ ରାଜନୀତିରେ ଯୋଗ ଦେଇଥିଲେ । ୧୯୬୨ମସିହାରେ ହିଞ୍ଜିଳିରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିଜର ପ୍ରଥମ ନିର୍ବାଚନ ଲଢ଼ିଥିଲେ । ସମୁଦାୟ ୨୮ଟି ନିର୍ବାଚନ ମଧ୍ୟରୁ, ୧୦ଥର ସେ ବ୍ରହ୍ମପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଓ ୧୦ଥର ଆସିକା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିଛନ୍ତି । ସେହିପରି ବ୍ରହ୍ମପୁର, ହିଞ୍ଜିଳି, କବିସୂର୍ଯ୍ୟ ନଗର ଓ ବେଗୁନିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସମୁଦାୟ ୮ଥର ନିର୍ବାଚନ ଲଢ଼ିଛନ୍ତି । ଏହି ସବୁ ନିର୍ବାଚନ ମଧ୍ୟରୁ ସେ ଉଭୟ ରାଜନୈତିକ ଦଳର ପାର୍ଥୀ ଭାବରେ ଓ ସ୍ୱାଧୀନ ପାର୍ଥୀ ଭାବରେ ଲଢ଼ିଛନ୍ତି । ପି. ଭି. ନରସିଂହ ରାଓ, ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ ଆଦି ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ୱଙ୍କ ବିରୋଧରେ ଶ୍ୟାମବାବୁ ନିର୍ବାଚନ ଲଢ଼ି ପରାଜିତ ହୋଇଛନ୍ତି । କଳାକୋର୍ଟ ଓ ଟୋପି ପରିଧାନ କରି, ସାଇକେଲ ଚଲାଇ ଶ୍ୟାମବାବୁ ବର୍ଷତମାମ ନିଜର ପ୍ରଚାର ଜାରି ରଖିଥାନ୍ତି । |
ଆଞ୍ଜେଲମ୍ୟାନ ସିଣ୍ଡ୍ରୋମ ( ବା ଏଏସ/ ) ଏକ ଜେନେଟିକ ବେମାରୀ ଯାହା ମୂଖ୍ୟତଃ ସ୍ନାୟୁ ମଣ୍ଡଳକୁ ଆକ୍ରମଣ କରେ । ଏହି ରୋଗରେ ମୁଣ୍ଡ ଛୋଟ , ନିର୍ଦ୍ଦିଷ୍ଟ ମୁଖମଣ୍ଡଳ, ସାଂଘାତିକ ବୌଦ୍ଧିକ ଅସାମର୍ଥ୍ୟ , ବିକାଶ ଅସାମର୍ଥ୍ୟ , ଭାଷଣ ଅସାମର୍ଥ୍ୟ, ଶାରୀରିକ ନିୟନ୍ତ୍ରଣ ଓ ଚଳପ୍ରଚଳ ସମସ୍ୟା, ବାତ ଓ ନିଦ୍ରା ସମସ୍ୟା କେଖାଯାଏ । ପିଲାମାନେ ପ୍ରାକୃତିକ ପରିବେଶରେ ଖୁସି ରହନ୍ତ ଓ ପାଣିରେ ଆଗ୍ରହ ଦେଖାନ୍ତି । ଏକ ବର୍ଷ ବୟସ ବେଳୁ ଏହି ଲକ୍ଷଣଗୁଡ଼ିକ ଦେଖାଯିବା ଆରମ୍ଭ ହୋଇଯାଏ । ଆଞ୍ଜେଲମ୍ୟାନ ସିଣ୍ଡ୍ରୋମ ପିତାମାତାଙ୍କଠାରୁ ଅନୁବଂଶୀୟ ସୁତ୍ରରେ ନ ଆସି ଗୋଟିଏ ନୂଆ ମ୍ୟଟେସନ ଯୋଗୁ ହୁଏ । ମାତାଙ୍କଠାରୁ ଆସୁଥିବା କ୍ରୋମୋଜୋମର ( 15) ଏକ ଅଂଶର କାର୍ଯ୍ୟ ଅଭାବ ଯୋଗୁ ଆଞ୍ଜେଲମ୍ୟାନ ସିଣ୍ଡ୍ରୋମ ହୁଏ । ଅଧିକାଂଶ ସମୟରେ ଏହା ଉକ୍ତ କ୍ରମୋଜୋମରେ ଥିବା ୟୁବିଇ୩ଏ ( 3 ) ଜିନ୍ର ମ୍ୟୁଟେସନ ଅଥବା ବିଲୋପ ଯୋଗୁ ହୁଏ । ବେଳେ ବେଳେ ପିତାଙ୍କଠାରୁ ଆସୁଥିବା କ୍ରୋମୋଜୋମର ( 15) ଦୁଇ କପି ଆସିଯାଏ ଓ ମାତାଙ୍କଠାରୁ ଆଦୌ ଆସେନାହିଁ । ପିତାଙ୍କଠାରୁ ଆସିଥିବା ସଂସ୍କରଣ୍ଟି ଜେନୋମିକ ଇମ୍ପ୍ରିଣ୍ଟିଙ୍ଗ ଯୋଗୁ ନିଷ୍କ୍ରିୟ ହୋଇଯିବାଦ୍ୱାରା ଜିନର କାର୍ଯ୍ୟକାରୀ ଅଂଶ ରହେନାହିଁ । ରୋଗର ଲକ୍ଷଣ ଓ ଜେନେଟିକ ଟେଷ୍ଟିଙ୍ଗ ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । ଏହି ରୋଗ ଆରୋଗ୍ୟସାଧ୍ୟ ନୁହେଁ । ଏହାର କେବଳ ସାହାଯ୍ୟକାରୀ ଚିକିତ୍ସା କରାଯାଏ । ବାତ ମାରୁଥିଲେ ବାତରୋଧୀ ଔଷଧ ଦିଆଯାଏ । ଫିଜିଓଥେରାପି ଓ ବ୍ରେସ ଦେଲେ ଚାଲିବାରେ ସହାୟକ ହୁଏ । ଏହି ଧରଣର ରୋଗୀଙ୍କର ସାଧାରଣ ଆୟୁଷ ଥିବା ଦେଖାଯାଏ । |
୨୦ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
୫୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଥିଆମାଇନ ଅଭାବ ବା ଥାୟାମିନ ଅଭାବ ବା ଜୀବସାର ଖ୧ ଅଭାବ ଏକ ଅବସ୍ଥା ଯେଉଁଥିରେ ଜୀବସାର ଖ୧ ପରିମାଣ ଆବଶ୍ୟକତାରୁ କମ୍ ଥାଏ ଏକ ଗମ୍ଭୀର ଏବଂ କ୍ରନିକ୍ ଆକାରକୁ ବେରିବେରୀ କୁହାଯାଏ ବୟସ୍କମାନଙ୍କ ମଧ୍ୟରେ ଦୁଇଟି ମୁଖ୍ୟ ପ୍ରକାର ଅଛି: ଓଦା ବେରିବେରୀ ଏବଂ ଶୁଖିଲା ବେରିବେରୀ ଓଦା ବେରିବେରୀ ଥିଲେ ହୃଦରକ୍ତନଳୀ ପ୍ରଣାଳୀ ପ୍ରଭାବିତ ହୁଏ ଯାହାଦ୍ୱାରା ଦୃତ ହୃତ୍ପିଣ୍ଡ ଗତି, ଅଣନିଶ୍ୱାସ ହୁଏ ଏବଂ ଗୋଡ ଫୁଲିଯାଏ ଶୁଖିଲା ବେରିବେରୀରେ ସ୍ନାୟୁ ପ୍ରଣାଳୀ ପ୍ରଭାବିତ ହୁଏ ଯାହାଦ୍ୱାରା ହାତ ଓ ପାଦ କାଲୁଆ ଲାଗେ, ଦ୍ୱନ୍ଦ୍ୱ, ଗୋଡ ଚଳାଇବାରେ ଅସୁବିଧା ଏବଂ ଯନ୍ତ୍ରଣା ହୁଏ ଅନ୍ୟ ଏକ ପ୍ରକାରରେ ଅରୁଚି ଏବଂ କୋଷ୍ଠକାଠିନ୍ୟ ହୋଇପାରେ ଅନ୍ୟ ଏକ ପ୍ରକାରରେ ଯାହାକୁ ତୀବ୍ର ବେରିବେରୀ କୁହାଯାଏ, ଅଧିକାଂଶ ଶିଶୁମାନଙ୍କଠାରେ ଦେଖାଯାଏ ଏବଂ ଅରୁଚି, ବାନ୍ତି, ଲାକ୍ଟିକ ଏସିଡୋସିସ, ହୃଦସ୍ପନ୍ଦନ ହାରରେ ପରିବର୍ତ୍ତନ ଏବଂ ହୃତ୍ପିଣ୍ଡର ଆକାର ବୃଦ୍ଧି ହୁଏ ମୁଖ୍ୟତଃ ଏହା ଧଳା ଚାଉଳର ଖାଦ୍ୟ ଖାଇଲେ, ମଦ୍ୟପାନ, ଡାଏଲିସିସ, କ୍ରନିକ୍ ତରଳ ଝାଡ଼ା, ଏବଂ ଅଧିକ ମାତ୍ରାରେ ଡାଇୟୁରେଟିକ ଗ୍ରହଣ କଲେ ଏହି ବିପଦ ସଙ୍କଟ ସୃଷ୍ଟି ହୁଏ । କ୍ୱଚିତ୍ ଏହା ଏକ ଜେନେଟିକ ଅବସ୍ଥା ହେତୁ ହୋଇପାରେ ଯାହା ଫଳରେ ଖାଦ୍ୟରେ ମିଳୁଥିବା ଥିଆମାଇନ୍ ଅବଶୋଷଣରେ ଅସୁବିଧାର ହୁଏ ୱର୍ନିକ୍ ଏନସେଫାଲୋପାଥି ଏବଂ କୋରସାକ୍ଫ୍ ସିଣ୍ଡ୍ରୋମ ଶୁଖିଲା ବେରିବେରୀର ଦୁଇଟ ରୂପ ଅଛି ଯାହାକୁ ୱେର୍ଣ୍ଣିକ ଏନସେଫାଲୋପାଥି ଓ କୋର୍ସାକୋଫ ସିଣ୍ଡ୍ରୋମ କୁହାଯାଏ ମୂତ୍ରରେ ଥିଏମାଇନ୍ ସ୍ତର କମ୍ ଥିଲେ, ଉଚ୍ଚ ରକ୍ତ ଲାକ୍ଟେଟ ଥିଲେ ଏବଂ ଚିକିତ୍ସା ସହିତ ଉନ୍ନତି ହେଉଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ପାଟିରେ କିମ୍ବା ଇଞ୍ଜେକ୍ସନ୍ଦ୍ୱାରା ଥିଆମାଇନ ସପ୍ଲିମେଣ୍ଟେସନ କରି ଚିକିତ୍ସା କରାଯାଏ ଚିକିତ୍ସା ସହିତ ଲକ୍ଷଣଗୁଡିକ ସାଧାରଣତଃ ଦୁଇ ସପ୍ତାହ ମଧ୍ୟରେ କମିଯାଏ ସୁଷମ ଖାଦ୍ୟ ଗ୍ରହଣ କରିବାଦ୍ୱାରା ଜନସଂଖ୍ୟା ସ୍ତରରେ ଏହି ରୋଗକୁ ରୋକାଯାଇପାରେ ଯୁକ୍ତରାଷ୍ଟ୍ରରେ ଥିଆମାଇନ୍ ଅଭାବ ବିରଳ ସାହାର ଆଫ୍ରିକାରେ ଏହା ଅପେକ୍ଷାକୃତ ସାଧାରଣ ଅଟେ ଶରଣାର୍ଥୀ ଶିବିରରେ ଏହି ରୋଗ ଦେଖିବାକୁ ମିଳିଛି। ଏସିଆରେ ହଜାର ହଜାର ବର୍ଷ ଧରି ଥିଆମାଇନ୍ ଅଭାବକୁ ବର୍ଣ୍ଣନା କରାଯାଇଛି ଏବଂ ଚାଉଳର ପ୍ରକ୍ରିୟାକରଣ ଯୋଗୁ ୧୮୦୦ ଶତାବ୍ଦୀର ଶେଷ ଭାଗରେ ଏହା ଅଧିକ ସାଧାରଣ ହୋଇଗଲା |
ଗାନାକ୍ସୋଲୋନ (ଇଂରାଜୀ ଭାଷାରେ ), ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ସାଇକ୍ଲିନ୍-ନିର୍ଭରଶୀଳ କାଇନେଜ-ପରି ୫ ସିଡିଏକଏଲସି ( 5) ଅଭାବ ବ୍ୟାଧି ଥିବା ଲୋକଙ୍କ ବାତ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଅତି କମରେ ୨ ବର୍ଷ ବୟସରେ ଏହା ବ୍ୟବହାର କରାଯାଇପାରେ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା, ଜ୍ୱର, ଲାଳ ବୃଦ୍ଧି, ଏବଂ ଋତୁକାଳୀନ ଆଲର୍ଜି ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା ଚିନ୍ତାଧାରା ହୋଇପାରେ । ଏହା ଏକ ସ୍ନାୟୁ ସକ୍ରିୟ ଗାମା-ଆମିନୋବୁଟାଇରିକ୍ ଏସିଡ୍ ସ୍ଟିରଏଡ ଯାହା ଏକ ରିସେପ୍ଟର ପଜିଟିଭ୍ ମଡ୍ୟୁଲେଟର । ୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଗାନାକ୍ସୋଲୋନ ଅନୁମୋଦିତ ହୋଇଥିଲା । ଏହା ୟୁରୋପରେ ଏକ ଅନାଥ ଔଷଧ ଏବଂ ୨୦୨୨ ସୁଦ୍ଧା ବ୍ରିଟେନରେ ଅନୁମୋଦିତ ହୋଇନାହିଁ । ଯୁକ୍ତରାଷ୍ଟ୍ରରେ ୨୦୨୨ମସିହାରୁ ପ୍ରାୟ ୪.୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହାର ମୂଲ୍ୟ ୧୩୩,୦୦୦ ଡଲାର ଅଟେ । |
ମହମ୍ମଦ ଆରବୀ: (୫୭୧ ଖ୍ରୀଷ୍ଟାବ୍ଦ ଅପ୍ରେଲ ୨୦ରୁ ୬୩୨ ଖ୍ରୀଷ୍ଟାବ୍ଦ ଜୁନ ୮) ହେଉଛନ୍ତି ଜଣେ ଆରବ୍ୟ ଧାର୍ମିକ ଓ ରାଜନୈତିକ ନେତା । ମୁସଲମାନମାନେ ବିଶ୍ୱାସ କରନ୍ତି, ସେ ହେଉଛନ୍ତି ଶେଷ ସନ୍ଦେଶବାହକ (ପୟଗମ୍ବର) ଯାହାଙ୍କୁ ଆଲ୍ଲା (ଅଲ୍ଲାହ) ଜିବ୍ରାଏଲ ନାମକ ଦେବଦୂତ (ଫରିସ୍ତା)ଙ୍କ ଜରିଆରେ କୁରାନର ସନ୍ଦେଶ ଦେଇଥିଲେ । ମହାପୁରୁଷ ବା ହଜରତ ମହମ୍ମଦ ଆରବର ମକ୍କା ନଗରୀରେ ଖ୍ରୀ ୫୭୦ରେ କୋରେଶ୍ ବଂଶରେ ଜନ୍ମଗ୍ରହଣ କରିଥିଲେ। ଏହାଙ୍କର ପିତାଙ୍କର ନାମ ଅବଦୁଲା ଓ ମାତାଙ୍କ ନାମ ବିବି ଅମିଲା। ହାଲିମା ବିବି ଏହାଙ୍ଗର ପାଳତୀ ମା । ମହମ୍ମଦଙ୍କର ୮ ଗୋଟି ସ୍ତ୍ରୀଙ୍କ ମଧ୍ୟରେ ଖୋଦିତା ସବୁଠାରୁ ବେଶୀ ସୁନ୍ଦରୀ ଓ ଗୁଣବତୀ ଥିଲେ। ଖାଦିଜାଙ୍କ ଗର୍ଭଜାତ ପୁତ୍ରଙ୍କ ନାମ ଆବୁ ତୟବ ଓ ଆବୁ ତହେର ଓ ଝିଅ ଫାତମା ଜୋହୋରା। ଏହି କନ୍ୟା ମହମ୍ମଦଙ୍କ ଖୁଡୂତା ପୁଅ ଭାଇ ଆଲିଙ୍କୁ ବିବାହ କରିଥିଲେ ଏବଂ ଅତ୍ୟନ୍ତ ରୂପବତୀ, ଗୁଣବତୀ ଏବଂ ଧାର୍ମିକା ଥିଲେ। ମହମ୍ମଦଙ୍କର ପିତୃବ୍ୟଙ୍କ ନାମ ଆବୁତାଲିବ୍ ଓ ପିତାମହଙ୍କ ନାମଅବଦୁଲ୍ ମୋତଲବ୍। ଅଳ୍ପ ବୟସରେ ଏହାଙ୍କର ପିତୃବିୟୋଗ ଘଟିବାରୁ ଏ ଜଣେ ଧନୀ ବଣିକଙ୍କ ପଣ୍ୟବାହୀ ଉଷ୍ଟ୍ର ଚାଳକ ରୂପେ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ବହୁ ଦୁଃଖରେ କାଳାତିପାତ କରିଥିଲେ। ତତ୍ପରେ ଖାଦିଜା ନାମ୍ନୀ ଜଣେ ଧନବତୀ ବିଧବାଙ୍କ ପାଣି ଗ୍ରହଣ କରିବାରୁ ସୁଖରେ ରହିଲେ। ଏହାଙ୍କର ବାଲ୍ୟ କାଳରେ ବିଦ୍ୟା ଶିକ୍ଷାଲାଭ ହୋଇ ନ ଥିଲେ ହେଁ ଏ ସ୍ୱଭାବତଃ ଚିନ୍ତାଶୀଳ ଥିଲେ। ଆରବ ଦେଶ ବାସୀଙ୍କର ପୌତ୍ତଳିକତା ଓ ତଜ୍ଜନିତ ମତଭେଦ ଓ ବିବାଦ ତେଖି ଏ ବ୍ୟଥିତ ହୋଇଥିଲେ। ଗୋଟିଏ ଗିରିଗୁହାକୁ ଯାଇ ଧ୍ୟାନମଗ୍ନ ହୋଇ ତପସ୍ୟା କରିବା ସମୟରେ ଈଶ୍ୱର ଗେବ୍ରୀଏଲ୍ ନାମକ ସ୍ୱର୍ଗଦୂତଦ୍ୱାରା ଏହାଙ୍କୁ ଈଶ୍ୱରଙ୍କର ଆଜ୍ଞାମାନ (ଏକେଶ୍ୱରବାଦ ଆଦି) ଶୁଣାଇଥିଲେ ଓ ସେହି ସେହି ଆଜ୍ଞାମାନ ମହମ୍ମଦ୍ କୋରାନ ରୂପେ ପ୍ରଚାର କଲେ। ଏକେଶ୍ୱରବାଦ ଧର୍ମର ପ୍ରଚାର ମହମ୍ମଦଙ୍କର ୪୦ ବର୍ଷ ବୟସରେ ଆରବ୍ଧ ହେଲା। ପ୍ରଥମେ ଏହାଙ୍କର ପତ୍ନୀ ଓ ଆଉ ମାତ୍ର ଦୁଇଜଣ ବ୍ୟକ୍ତି ଏହାଙ୍କର ମତ ଗ୍ରହଣ କଲେ। କ୍ରମେ କ୍ରମେ ଏହାଙ୍କର ଶିଷ୍ୟ ସଂଖ୍ୟା ବଢ଼ିଲା। କିନ୍ତୁ ମକ୍କାବାସୀ ଏହାଙ୍କର ପ୍ରଚାରିତ ଧର୍ମର ବିରୋଧି ହେଇ ଏହାଙ୍କ ଉପରେ ନାନାଦି ଉତ୍ପୀଡ଼ନ ଆରମ୍ଭ କରିଦେଲେ। ଶେଷରେ ମହମ୍ମଦ ମଦିନା ନଗରକୁ ଗଲେ ଓ ଏହାଙ୍କର କେତେକ ଶିଷ୍ୟ ଆଫ୍ରିକାର ଆବିସିନିଆକୁ ଗଲେ। ମହମ୍ମଦଙ୍କୁ ଆତ୍ମରକ୍ଷାପାଇଁ ଅସ୍ତ୍ରଧାରଣ କରିବାକୁ ହୋଇଥିଲା। କ୍ରମଶଃ ଏହାଙ୍କର ଶିଷ୍ୟସଂଖ୍ୟା ବଢ଼ିଲା ଓ ଶିଷ୍ୟମାନେ ଆରବ ଦେଶ ତମାମ ଏହି ଧର୍ମ ପ୍ରଚାର କଲେ। କ୍ରମେ କ୍ରମେ ମହମ୍ମଦ ସେନା ନାୟକ ହୋଇ ଅନେକ ସ୍ଥାନ ଓ ନଗର ଅଧିକାର କଲେ। ଏହାଙ୍କୁ ୫୨ ବର୍ଷ ହୋଇଥିବା ସମୟରେ ଅର୍ଥାତ୍ ୬୩୨ ଖ୍ରୀଷ୍ଟାବ୍ଦରେ ଏହାଙ୍କର ଦେହାନ୍ତର ହୋଇଥିଲା। ଏହାଙ୍କର ପ୍ରବର୍ତ୍ତିତ ଧର୍ମ ଇସଲାମ୍ ଓ ଏହି ଧର୍ମାବଲମ୍ବୀମାନେ ମୁସଲମାନ ନାମରେ ଖ୍ୟାତ। ମହମ୍ମଦ ମଦିନାକୁ ଯିବା ସମୟ (ଖ୍ରୀ ୬୨୨)ଠାରୁ ମୁସଲମାନମାନଙ୍କର ହିଯିରୀ ସନର ଗଣନା ଆରମ୍ଭ ହେଲା। ମକାରୁ ମଦିନା ଯିବା ପରେ ବିଧର୍ମୀମାନେ ତାଙ୍କୁ ମଦିନାରେ ମଧ୍ୟ ଶାନ୍ତିରେ ରଖାଇ ଦେଲେ ନାହିଁ। ସେଠାରେ ବିଧର୍ମୀମାନଙ୍କ ସହିତ ଯେଉଁ ଯୁଦ୍ଧ ହୋଇଥିଲା ସେଥିରେ ଏହାଙ୍କର ଦଳ ପରାସ୍ତ ହୋଇଥିଲା। ମହମ୍ମଦଙ୍କ ପୂର୍ବେ ମକ୍କା ନଗରୀରେ ଯେଉଁ ମନ୍ଦିରରେ ପ୍ରତିମା ପୂଜା କରାଯାଉଥିଲା ମହମ୍ମଦ ତାକୁ ହିଁ ପ୍ରଥମେ ଏକେଶ୍ୱରବାଦର ଉପାସନା ମନ୍ଦିରରେ ପରିଣତ କଲେ। ବର୍ତ୍ତମାନ ମକ୍କା ନଗରୀର ଏହି ମନ୍ଦିର ବା କବ୍ୱା ପ୍ରକାରାନ୍ତରେ କାବା ମୁସଲମାନମାନଙ୍କର ଏକ ପ୍ରଧାନ ତୀର୍ଥ ଓ ଏଠାକୁ ଲକ୍ଷ ଲକ୍ଷ ମୁସଲମାନ ଯାତ୍ରୀ ପ୍ରତିବର୍ଷ ହଜ୍ (ଈଶ୍ୱରଙ୍କ ନାମରେ ଉତ୍ସର୍ଗୀକୃତ ପୂଜା) କରିବାକୁ ଯାଆନ୍ତି । ଯେଉଁମାନେ ମକ୍କାକୁ ଯାଇ ହଜ୍ କରନ୍ତି ସେମାନଙ୍କୁ ହାଜୀ କହନ୍ତି। ମୁସଲମାନମାନଙ୍କ ପୂଜିତ ଆଲ୍ଲାଙ୍କ ପ୍ରାର୍ଥନାରୂପେ ଆଲ୍ଲୋପନିଷଦ୍ ନାମରେ ଗୋଟିଏ ସୂକ୍ତ ଅଥର୍ବ ବେଦରେ ଲେଖା ଯାଇଅଛି ଓ ତହିଁରେ ମହମ୍ମଦଙ୍କର ନାମୋଲ୍ଲେଖ ଅଛି। |
ଭାରତ ଏକ ଅର୍ଦ୍ଧ ରାଷ୍ଟ୍ର ସଂଘ ସମୀକ୍ଷା କର ମୁଖବନ୍ଧ ମୁଖବନ୍ଧ, ପ୍ରସ୍ତାବନା, ପୂର୍ବାଭାସ ବା ପ୍ରାକ୍କଥନ ସମ୍ବିଧାନର ମୁଖ ସଦୃଶ । ଜାତିର ଅଭୀପ୍ସା, ଆକାଙ୍କ୍ଷା ଓ ଲକ୍ଷ୍ୟ ଏଥିରେ ସନ୍ନିବେଶିତ ହୋଇଛି । ସମ୍ବିଧାନର ପ୍ରଣେତାମାନେ ଭାରତବାସୀଙ୍କ ତରଫରୁ ସମ୍ବିଧାନ ପ୍ରଣୟନ କରି ସେମାନଙ୍କ ହାତରେ ଅର୍ପଣ କରିଛନ୍ତି ବୋଲି ଘୋଷଣା କରିଛନ୍ତି । ମୁଖବନ୍ଧରେ ଲେଖାଯାଇଅଛି - ଆମ୍ଭେ, ଭାରତର ଲୋକମାନେ, ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ପନ୍ଥ-ନିରପେକ୍ଷ, ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରୂପେ ପ୍ରତିଷ୍ଠିତ କରିବାକୁ ତଥା ଏହାର ସମସ୍ତ ନାଗରିକଙ୍କୁ: ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ନ୍ୟାୟ; ବିଚାର, ଅଭିବ୍ୟକ୍ତି, ବିଶ୍ବାସ, ଧର୍ମ ଏବଂ ଉପାସନାର ସ୍ୱତନ୍ତ୍ରତା; ପ୍ରତିଷ୍ଠା ଓ ସୁଯୋଗରେ ସମାନତା ପ୍ରାପ୍ତ କରାଇବା ପାଇଁ, ଏବଂ ସମସ୍ତଙ୍କ ମଧ୍ଯରେ, ବ୍ୟକ୍ତିର ଗାରିମା ଏବଂ ରାଷ୍ଟ୍ରର ଏକତା ଓ ଅଖଣ୍ଡତା ସୁନିଶ୍ଚିତ କରୁଥିବା ଭ୍ରାତୃଭାବର ବୃଦ୍ଧି ପାଇଁ ସଂକଳ୍ପବଦ୍ଧ ହୋଇ; ଆମ୍ଭର ଏହି ସମ୍ବିଧାନ ସଭାରେ ଆଜି ତାରିଖ ୨୬ ନଭେମ୍ବର ୧୯୪୯ ମସିହାରେ (ଦୁଇହଜାର ଛଅ ବିକ୍ରମ ସମ୍ବତ୍ସର ମାର୍ଗଶୀର ମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ), ଏତଦ୍ୱାରା ଏହି ସମ୍ବିଧାନକୁ ଅଙ୍ଗୀକୃତ, ଅଧିନିୟମିତ ଏବଂ ଆତ୍ମାର୍ପିତ କରୁଛୁ । ସମ୍ବିଧାନ ଚିଠା କମିଟିର ଚେୟାରମ୍ୟାନ୍ ଡକ୍ଟର ଭୀମାରାଓ ରାମଜୀ ଆମ୍ବେଦକର (ବି.ଆର. ଆମ୍ବେଦକର) ଶାସନ ବିଧାୟକ ସଭାରେ ଘୋଷଣା କରିଥିଲେ ଯେ "ଏହି ପ୍ରସ୍ତାବନାରେ ସଦସ୍ୟମାନଙ୍କର ବାସନା ପରିସ୍ଫୁଟ ହୋଇଛି । ଜନସାଧାରଣ ଯେ ଏ ସମ୍ବିଧାନର ଚେର, ଉତ୍ସ ଓ ଜନସାଧାରଣ ଯେ ସାର୍ବଭୌମ ତାହା ଏଥିରେ ରୂପାୟିତ ହୋଇଛି ।" ଏହାକୁ ୪୨ଶ ସଂଶୋଧନରେ ଏକ ସମାଜବାଦୀ ଓ ଧର୍ମନିରପେକ୍ଷ ରାଷ୍ଟ୍ରରେ ପରିଣତ କରିବାକୁ ଘୋଷଣା କରାଯାଇଛି । ମୁଖବନ୍ଧ ପାଠକଲେ ୩ଟି ବିଷୟ ଜଣାଯାଏ । (୧) ସମ୍ବିଧାନର ଉତ୍ସ ଓ ମୂଳଭିତ୍ତି (୨) ସମ୍ବିଧାନର ଆଦର୍ଶ ଓ ଆଭିମୁଖ୍ୟ, (୩) ସମ୍ବିଧାନ ପ୍ରଣୟନର ତାରିଖ । ଏହି ମୁଖବନ୍ଧର ଉପାଦେୟତା ଉପରେ ଭାରତର ସୁପ୍ରିମକୋର୍ଟ କହିଛନ୍ତି. "ଭାରତର ଜନସାଧାରଣଙ୍କଦ୍ୱାରା କି କି ସାଧାରଣ ଉଦ୍ଦେଶ୍ୟ ସାଧିତ କରିବା ପାଇଁ ସମ୍ବିଧାନ ପ୍ରବର୍ତ୍ତିତ ଓ ପ୍ରତିଷ୍ଠା କରିଛନ୍ତି, ତାହା ଏହି ମୁଖବନ୍ଧରୁ ସ୍ପଷ୍ଟ ହୁଏ ।" ବିଖ୍ୟାତ ଆଇନଜ୍ଞ ଆଲ୍ଲାଦି କ୍ରିଷ୍ଣାସ୍ୱାମୀ ଆୟାରଙ୍କ ମତରେ " ସମ୍ବିଧାନ ପ୍ରଣେତାମାନଙ୍କର ମନର କଥା ରୂପାୟିତ କରିଥାଏ । କେଉଁ କେଉଁ ଅଭାବ-ଅସୁବିଧାକୁ ଦୂରୀଭୂତ କରାଯିବ, ତାହାର ଇଙ୍ଗିତ ମୁଖବନ୍ଧରେ ରହିଥାଏ ।" ସୁପ୍ରିମକୋର୍ଟର ମାନ୍ୟବର ବିଚାରପତି ଶ୍ରୀ ମହାଜନଙ୍କ ମତରେ " ମୁଖବନ୍ଧର ଗମ୍ଭୀର ଘୋଷଣାର ଭାଷା ଓ ଶୈଳୀ ସମ୍ବିଧାନକୁ ପବିତ୍ର କରିଦେଇଛି ।" ଗାନ୍ଧିଜୀଙ୍କ ପରିକଳ୍ପିତ ସ୍ୱାଧୀନ ଭାରତର ଆଶା-ଆକାଙ୍ କ୍ଷା ଏଥିରେ ପ୍ରତିଫଳିତ ହୋଇଛି । ମୁଖବନ୍ଧରେ ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ ମଧ୍ୟ ରହିଛି । ଏଥିରେ ଘୋଷଣା କରାଯାଇଛି ଯେ, ଭାରତ ଏକ ସ୍ୱାଧୀନ ଓ ସାର୍ବଭୌମ ରାଷ୍ଟ୍ର । ଭାରତ ଏକ ସାଧାରଣତନ୍ତ୍ର ରାଷ୍ଟ୍ର । ଭାରତରେ ଗଣତାନ୍ତ୍ରିକ ସରକାର ପ୍ରତିଷ୍ଠିତ ହେବ । ନ୍ୟାୟବିଚାର, ସମତା ଓ ମୈତ୍ରୀ ସମସ୍ତଙ୍କୁ ନିଶ୍ଚିତ ଭାବେ ମିଳିବ । ବ୍ୟକ୍ତି ମର୍ଯ୍ୟାଦା ଓ ଜାତିର ଏକତା ଓ ସଂହତି । ଜନତାର ସାର୍ବଭୌମତ୍ୱ । ସମାଜବାଦ ଓ ଧର୍ମନିରପେକ୍ଷତା ଆଦି ସମ୍ବିଧାନର ଲକ୍ଷ୍ୟ । ବିଖ୍ୟାତ ରାଜନୀତିକ ଦାର୍ଶନିକ ଆର୍ଣ୍ଣେଷ୍ଟ ବାର୍କରଙ୍କ ମତରେ "ଭାରତ ସମ୍ବିଧାନର ମୁଖବନ୍ଧରେ ସମ୍ବିଧାନର ସଂକ୍ଷିପ୍ତ ସାର ଓ ଯୁକ୍ତି ସନ୍ନିବେଶିତ ହୋଇଛି । ଫଳରେ ଏହା ସମ୍ବିଧାନର ଚାବିକାଠି ରୂପେ କାର୍ଯ୍ୟ କରିବ ।" ଜନତାର ସାର୍ବଭୌମତ୍ୱ ପ୍ରତିଷ୍ଠା କରି ସମ୍ବିଧାନର ପ୍ରଣେତାମାନେ କହିଦେଇଛନ୍ତି ଯେ. " ସରକାର ସର୍ବଦା ଜନତାଦ୍ୱାରା ସୃଷ୍ଟି ଓ ଜନତାର ସିଦ୍ଧାନ୍ତଦ୍ୱାରା ଆବଦ୍ଧ ରହିବ ।" ପଣ୍ଡିତ ଜବାହରଲାଲ ନେହେରୁ ୧୯୪୬ ମସିହା ଡିସେମ୍ବର ୧୩ ତାରିଖ ଦିନ ଯେଉଁ ଅବଜେକ୍ଟିଭ ରିଜୋଲ୍ୟୁସନ ବା " ଆଭିମୁଖ୍ୟ ପ୍ରସ୍ତାବ " ପେଶ କରିଥିଲେ, ସେଥିରେ ଥିବା ସମସ୍ତ ବ୍ୟବସ୍ଥା ସମ୍ବିଧାନର ମୁଖବନ୍ଧରେ ଉଲ୍ଲେଖ କରାଯାଇଛି । ମାନବ ସମାଜ ଯେଉଁ ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଇଥାଏ, ସେସବୁ ଦର୍ଶନର ସମାହାର ଏହି ମୁଖବନ୍ଧରୁ ମିଳିବ । ପଣ୍ଡିତ ଠାକୁରଦାସ ଭାର୍ଗବ ଶାସନ ବିଧାୟକ ସଭାରେ ମୁଖବନ୍ଧକୁ "ସମ୍ବିଧାନର ଆତ୍ମା" ରୂପେ ବର୍ଣ୍ଣନା କରିଥିଲେ । ଶାସନ ବିଧାୟକ ସଭାରେ ମୁଖବନ୍ଧକୁ "ସମ୍ବିଧାନର ଉପାଦେୟତାର ମାପକାଠି" ରୂପେ ଘୋଷଣା କରାଯାଇଛି । ତେବେ ବିଚାରାଳୟରେ ସମ୍ବିଧାନର ମୁଖବନ୍ଧକୁ ଆଇନ ହିସାବରେ ଗଣାଯାଇପାରିବ ନାହିଁ । ଏହା କେବଳ ସମ୍ବିଧାନର ଆଭିମୁଖ୍ୟ ଦର୍ଶାଏ; ଅନ୍ତର୍ନିହିତ ଉଦ୍ଦେଶ୍ୟ ପ୍ରତିପାଦିତ କରେ ଓ ଦର୍ପଣ ରୂପେ କାମ ଦିଏ, କିନ୍ତୁ ଆଇନ ପରି ଫଳ ଦେଇପାରିବ ନାହିଁ । ଭାରତ ଏକ ସାର୍ବଭୌମ ରାଷ୍ଟ୍ର ସମ୍ବିଧାନରେ ଭାରତକୁ ଏକ ସାର୍ବଭୌମ ରାଷ୍ଟ୍ରରୂପେ ଘୋଷଣା କରାଯାଇଛି । ଡକ୍ଟର ଆମ୍ବେଦକର ଶାସନ ବିଧାୟକ ସଭାରେ କହିଥିଲେ, "ଭାରତକୁ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ବହୁ ରାଜ୍ୟରେ ବିଭାଗ କରିଥିଲେ ମଧ୍ୟ, ରାଷ୍ଟ୍ରର ଏକତା ଅକ୍ଷୁର୍ଣ୍ଣ ରହିବ ଓ ସାର୍ବଭୌମତ୍ୱ କେନ୍ଦ୍ରୀଭୂତ ଓ ଏକୀକରଣ ହୋଇ ରହିବ ।" ଭାରତର ଆଭ୍ୟନ୍ତରୀଣ ଓ ବହିର୍ଦ୍ଦେଶ ସାର୍ବଭୌମତ୍ୱ ପ୍ରତିଷ୍ଠିତ ହୋଇଛି । ଅବଶ୍ୟ ଯେ କୌଣସି ସ୍ୱାଧୀନ ରାଷ୍ଟ୍ର ସାର୍ବଭୌମ କ୍ଷମତା ଉପଭୋଗ କରିଥାଏ । ସ୍ୱାଧୀନ ସାଧାରଣତନ୍ତ୍ର ରାଷ୍ଟ୍ର ହେବା ମାତ୍ରେ ରାଷ୍ଟ୍ର ଯେ ସାର୍ବଭୌମ, ଏଥିରେ ସନ୍ଦେହ ନଥାଏ । ତଥାପି ଉପନିବେଶ ଶାସନର ଅବସାନ ହେଲା ବୋଲି ଘୋଷଣା ସହ ଏହି ଶବ୍ଦ ପ୍ରୟୋଗରେ ପ୍ରତିଫଳିତ ହୋଇଛି । ବାହାର ରାଷ୍ଟ୍ର ସହିତ ବନ୍ଧୁତା ସ୍ଥାପନ କରି, ସେମାନଙ୍କ ସହିତ ସହଯୋଗ କଲେ ମଧ୍ୟ ଭାରତ ଯେ ନିଜର ଭାଗ୍ୟ ନିଜେ ନିୟନ୍ତ୍ରଣ କରିବ ଏହି ମନୋଭାବ ଓ ଦୃଢ଼ତା ସମ୍ବିଧାନରେ ଉଲ୍ଲେଖ କରାଯାଇଛି । କମନୱେଲ୍ଥ ବା ରାଜ୍ୟଗୋଷ୍ଠୀର ସଭ୍ୟ ହେଲେ ମଧ୍ୟ ଭାରତ ତା ର ସାର୍ବଭୌମତ୍ୱ ବଜାୟ ରଖିଛି । ସାଧାରଣତନ୍ତ୍ର ରାଷ୍ଟ୍ର ହୋଇ ନିଜ ଇଚ୍ଛାରେ ଅନ୍ୟ ରାଜ୍ୟମାନଙ୍କ ସହିତ ମିଳିମିଶି କାର୍ଯ୍ୟ କରିବାଦ୍ୱାରା ରାଷ୍ଟ୍ରର ସାର୍ବଭୌମତ୍ୱରେ ଆଞ୍ଚ ଆସେ ନାହିଁ । ୧୯୪୯ ମସିହା ଏପ୍ରିଲ ୨୭ ତାରିଖ ଦିନ ରାଜ୍ୟଗୋଷ୍ଠୀ ପ୍ରଧାନମନ୍ତ୍ରୀ ଶାନ୍ତି ସମ୍ମିଳନୀରେ ଶାନ୍ତି. ମୈତ୍ରୀ ଓ ପ୍ରଗତି ପାଇଁ ସମାନ ମର୍ଯ୍ୟାଦା ସହ ସଭ୍ୟ ହୋଇ ରହିବାକୁ ସାଧାରଣତନ୍ତ୍ର ଭାରତର ଘୋଷଣାକୁ ସ୍ୱାଗତ କରାଯାଇଥିଲା । ନେହେରୁଙ୍କ ଯୁକ୍ତି ଥିଲା ଯେ ଜାତିସଂଘର ସଦସ୍ୟ ହିସାବରେ ଭାରତର ବହିଃନିର୍ଦ୍ଦେଶୀୟ ସାର୍ବଭୌମତ୍ୱରେ ଯେତେ ଆଞ୍ଚ ଆସେ, ରାଜ୍ୟଗୋଷ୍ଠୀ ସଭ୍ୟ ହିସାବରେ ସ୍ୱାଧୀନ ରାଷ୍ଟ୍ର ହୋଇ ଇଂଲଣ୍ଡର ରାଣୀଙ୍କୁ ରାଜ୍ୟଗୋଷ୍ଠୀର ମୁଖ୍ୟ ଓ ରାଜ୍ୟଗୋଷ୍ଠୀର ସଙ୍କେତ ହିସାବରେ ଗ୍ରହଣ କରିବାଦ୍ୱାରା ସେଭଳି ଆଞ୍ଚ ଆସିବ ନାହିଁ । ଭାରତ ରାଜ୍ୟଗୋଷ୍ଠୀର ସଦସ୍ୟ ହୋଇ ରହିବାର ନିଷ୍ପତିକୁ ଶାସନ ବିଧାୟକ ସଭା ୧୯୪୯ ମସିହା ମେ ମାସ ୧୭ ତାରିଖ ଦିନ ମଞ୍ଜୁର କରିଥିଲେ । ରାଜ୍ୟଗୋଷ୍ଠୀର ମୁଖ୍ୟ ହିସାବରେ ସେ କେବଳ "ସଙ୍କେତ" ରୂପେ ରହିବେ । ତାଙ୍କର କିଛି କ୍ଷମତା ରହିବ ନାହିଁ କି କାର୍ଯ୍ୟ ବି ରହିବ ନାହିଁ । ଜାତୀୟ ସଙ୍କେତ ଅଶୋକସ୍ତମ୍ଭ ଭଳି ରାଜ୍ୟଗୋଷ୍ଠୀର ସଙ୍କେତ ରୂପେ ଇଂଲଣ୍ଡର ରାଣୀ ରହିବେ । ଏ ସଙ୍କେତକୁ ଯେ କୌଣସି ସମୟରେ ଫିଙ୍ଗି ଦିଆଯାଇପାରେ । ରାଜ୍ୟଗୋଷ୍ଠୀରୁ ଯେ କୌଣସି ସମୟରେ ଭାରତ ଓହରି ଯାଇପାରିବ । ଏଥିରେ ସାର୍ବଭୌମତ୍ୱ ଉପରେ ଆଞ୍ଚ ଆସିବାର ପ୍ରଶ୍ନ ଉଠେ ନାହିଁ । ବୃହତ୍ତମ ଲିଖିତ ସମ୍ବିଧାନ ସମ୍ବିଧାନ ପ୍ରବର୍ତ୍ତିତ ହେଲାବେଳେ ସର୍ବମୋଟ ୩୯୫ ଧାରା ଓ ୮ଟି ତାଲିକା ଥିଲା । ବିଭିନ୍ନ ସମ୍ବିଧାନ ସଂଶୋଧନଦ୍ୱାରା କେତେକ ନୂଆ ଧାରା ଯୋଡ଼ା ଯାଇଛି ଓ କେତୋଟି ପୁରୁଣା ଧାରା କାଟି ଦିଆଯାଇଛି । ଆଉ କେତେକ ତାଲିକା ଅଧିକା ଯୋଡ଼ି ଦିଆଯାଇଛି । ଫଳରେ ମାର୍ଚ୍ଚ ୨୦୧୩ ସୁଦ୍ଧା ୪୪୮ଟି ଧାରା ଓ ୧୨ଟି ତାଲିକା ରହିଛି । ଯଦିଓ ସମ୍ବିଧାନର ଶେଷ ଧାରା କ୍ରମାଙ୍କ ୩୯୫; ପୁରୁଣା କ୍ରମାଙ୍କରେ ପରିବର୍ତ୍ତନ ନ କରାଯାଇ ସମ୍ବିଧାନ ସଂଶୋଧନଦ୍ୱାରା ନୂତନ ଧାରାକୁ ଉପକ୍ରମାଙ୍କ ଭାବେ ଉଲ୍ଲେଖ କରାଯାଇଛି । ଉଦାହରଣ ସ୍ୱରୂପ "ଶିକ୍ଷା ଆଇନ:ଧାରା ୨୧-କ" କୁ ୮୬ତମ ସମ୍ବିଧାନ ସଂଶୋଧନ ପରେ ଗ୍ରହଣ କରାଯାଇଥିଲା । ଏତେ ବଡ଼ ସମ୍ବିଧାନ ଆଉ କେଉଁଠାରେ ଦେଖିବାକୁ ମିଳେନାହିଁ । ହରିବିଷ୍ଣୁ କାମାଥ ଏ ବିଷୟରେ ଥରେ ଆଲୋଚନା କଲାବେଳେ କହିଥିଲେ, "ଆମ ଶାସନ ବିଧାୟକ ସଭାର ସଙ୍କେତ ହେଲା ହାତୀ । ତେଣୁ ଆମ ସମ୍ବିଧାନ ମଧ୍ୟ ହାତୀ ପରି ବଡ଼ ହୋଇଛି ।" ସମ୍ବିଧାନର ଆକାର ବଡ଼ ହେବାର କେତେକେ କାରଣ ମଧ୍ୟ ରହିଛି । ବିଭିନ୍ନ ଦେଶର ସମ୍ବିଧାନର ଭଲ ଅଂଶ ଆଣି ଆମ ସମ୍ବିଧାନରେ ଭର୍ତ୍ତି କରାଯାଇଛି । ବିଲାତର ସଂସଦୀୟ ଶାସନ, ଆମେରିକାର ମୌଳିକ ଅଧିକାର, ଆୟାରଲାଣ୍ଡର ରାଷ୍ଟ୍ରନୀତି ସମ୍ପର୍କୀୟ ନିର୍ଦ୍ଦେଶ, ୧୯୩୫ ମସିହା ଆଇନରୁ ଜରୁରୀକାଳୀନ ବ୍ୟବସ୍ଥା ଇତ୍ୟାଦି ଅଣାଯାଇଛି । ୧୯୩୫ ଆଇନରୁ ଅଧିକାଂଶ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଚାରାଳୟ, ନିର୍ବାଚନ, ପ୍ରଶାସନିକ ସେବା, ଭାଷା ସଂସଦର କାର୍ଯ୍ୟପ୍ରଣାଳୀ ଇତ୍ୟାଦି ବିଷୟରେ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା ରଖିବାକୁ ଚେଷ୍ଟା କରାଯାଇଛି । ଭାରତର ଅନେକ ସମସ୍ୟା ରହିଛି ଯାହା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡ଼ିଥିଲା । ତାହା ହେଉଛି - ତହସିଲଭୁକ୍ତ ଜାତି ଓ ଆଦିବାସୀଙ୍କ ପାଇଁ ଗୋଟିଏ ପରିଚ୍ଛେଦ, ଜରୁରୀକାଳୀନ ବ୍ୟବସ୍ଥା ପାଇଁ ଗୋଟିଏ, ସରକାରୀ ଭାଷା ପାଇଁ ଆଉ ଗୋଟିଏ; ଏହିପରି କେତେକେ ପରିଚ୍ଛେଦ ରଖାଯାଇଛି । ଆମର ସଂଘ ଶାସନର ସମ୍ବିଧାନ ଓ ରାଜ୍ୟର ସମ୍ବିଧାନ ଉଭୟ ଏହି ସମ୍ବିଧାନରେ ସନ୍ନିବେଶିତ କରାଯାଇଛି । ଅବଶ୍ୟ ଜାମ୍ମୁ-କାଶ୍ମୀର ରାଜ୍ୟର ନିଜର ସ୍ୱତନ୍ତ୍ର ସମ୍ବିଧାନ ପ୍ରବର୍ତ୍ତନ କରିବାର କ୍ଷମତା ରହିଛି; କିନ୍ତୁ ଆମେରିକା ସଂଘ ସରକାରଙ୍କ ସମ୍ବିଧାନ ଲିପିବଦ୍ଧ ହୋଇଛି ଓ ରାଜ୍ୟମାନଙ୍କର ଅଲଗା ଅଲଗା ସମ୍ବିଧାନ ରହିଛି । କେନ୍ଦ୍ର-ରାଜ୍ୟ ସଂପର୍କ ନେଇ ବିସ୍ତୃତ ବ୍ୟବସ୍ଥା କରାଯାଇଛି । ପ୍ରଶାସନିକ, ଆର୍ଥିକ ତଥା ଆଇନଗତ ସଂପର୍କ ସବୁ ବିସ୍ତୃତ ଭାବେ ଉଲ୍ଲେଖ ରହିଛି । ମୌଳିକ ଅଧିକାର ଓ ରାଷ୍ଟ୍ରନୀତି ନିର୍ଦ୍ଦେଶ ଉପରେ ଦୁଇଟି ଅଧ୍ୟାୟ ରହିଛି । ସମ୍ବିଧାନର ଚିଠା ପ୍ରସ୍ତୁତ କଲାବେଳେ ଓ ଶାସନ ବିଧାୟକ ସଭାରେ ଗ୍ରହଣ କଲାବେଳେ ବିଭିନ୍ନ ସମ୍ବିଧାନର ଭଲଗୁଣ ସଂଗ୍ରହ କରିବା ପାଇଁ ଯେଉଁ ବ୍ୟଗ୍ରତା ପ୍ରକାଶ ପାଇଥିଲା, ତାହାରି ଫଳରେ ସମ୍ବିଧାନ ବଡ଼ ରୂପ ଧାରଣ କରିଛି । ସମାଲୋଚକମାନଙ୍କୁ ଉତ୍ତର ଦେଇ ଡକ୍ଟର ଆମ୍ବେଦକର କହିଥିଲେ, "ଆମେ ଭଲ ଭଲ ବ୍ୟବସ୍ଥା ଆହରଣ କରିବାରେ ଲଜ୍ଜିତ ନୋହୁଁ । ଏଥିରେ ନକଲ କରିବାର କିଛି ନାହିଁ । ସମ୍ବିଧାନ ଉପରେ ମୌଳିକ ଚିନ୍ତାଧାରାର ଏକଚାଟିଆ ମାଲିକାନା ସ୍ୱତ୍ୱ କାହାର ନାହିଁ ।" ନମନୀୟତା-ଅନମନୀୟତାର ସମାହାର ଭାରତର ସମ୍ବିଧାନ ଏକ ଲିଖିତ ସମ୍ବିଧାନ । ଏହାର କେତେକ ଅଂଶ ନମନୀୟ ବା ପରିବର୍ତ୍ତନୀୟ ଓ ଆଉ କେତେ ଅଂଶ ଅନମନୀୟ । ସଂଘଶାସନ ସମ୍ବନ୍ଧୀୟ ଧାରାମାନ, କେନ୍ଦ୍ର ଓ ରାଜ୍ୟ ସରକାର, ବିଧାନମଣ୍ଡଳ ଓ ବିଚାର ସଂସ୍ଥା, କ୍ଷମତା ବିତରଣ ତାଲିକା ଏବଂ ସମ୍ବିଧାନ ସଂଶୋଧନ ପ୍ରଣାଳୀ ଇତ୍ୟାଦି ଅନମନୀୟ । ଏହାକୁ ସଂଶୋଧନ କରିବାକୁ ହେଲେ ୩୬୮ ଧାରା ଅନୁସାରେ ଏକ କଷ୍ଟକର ବିସ୍ତୃତ ପ୍ରଣାଳୀର ଆଶ୍ରୟ ନେବାକୁ ହୁଏ । କେନ୍ଦ୍ର ପାର୍ଲିଆମେଣ୍ଟରେ ପ୍ରତ୍ୟେକ ସଦନରେ ଯେଉଁଦିନ ଏହା ଗ୍ରହଣ କରାଯିବ ସେଦିନ ଉପସ୍ଥିତ ଥିବା ସଦସ୍ୟମାନଙ୍କର ଦୁଇ ତୃତୀୟାଂଶ ତଥା ସମସ୍ତ ସଦସ୍ୟ ସଂଖ୍ୟାର ଅର୍ଦ୍ଧାଧିକ ଭୋଟରେ ସଂଶୋଧନ କରାଯାଇପାରିବ । ତା ସଙ୍ଗେ ସଙ୍ଗେ ୨୮ଟି ରାଜ୍ୟରୁ ଅନ୍ତତଃ ପକ୍ଷେ ୧୫ଟି ରାଜ୍ୟର ବିଧାନମଣ୍ଡଳର ସମ୍ମତି ଲାଭ କଲେ ଏହିସବୁ ଅନମନୀୟ ଧାରାମାନ ସଂଶୋଧିତ ହୋଇପାରିବ । ଅନ୍ୟ ପକ୍ଷରେ ଆଉ କେତେକ ଧାରା ରହିଛି ଯାହାକୁ ଉକ୍ତ ପ୍ରଣାଳୀରେ ପାର୍ଲିଆମେଣ୍ଟର ଉଭୟ ସଦନ ସଂଶୋଧନ କରିପାରିବେ । କିନ୍ତୁ ରାଜ୍ୟ ବିଧାନମଣ୍ଡଳମାନଙ୍କ ସମ୍ମତି ଦରକାର ନାହିଁ । ମୌଳିକ ଅଧିକାର, ରାଷ୍ଟ୍ରନୀତି ନିର୍ଦ୍ଦେଶାବଳୀ ଇତ୍ୟାଦି ଏ ପ୍ରଣାଳୀର ଅନ୍ତର୍ଭୁକ୍ତ । ଆଉ କେତେକ ଅଂଶ ରହିଛି ଯାହା ସାଧାରଣ ଆଇନ ପ୍ରଣୟନ ପ୍ରଣାଳୀରେ ସଂଶୋଧିତ ହୋଇପାରିବ । ୪ ଧାରାରେ ରାଜ୍ୟର ନାମ, ସୀମା, କ୍ଷେତ୍ରଫଳ; ୧୬୯ ଧାରାରେ ଦ୍ୱିସଦନ ପ୍ରତିଷ୍ଠା କରିବା ବା ରଦ୍ଦ କରିବା ଆଦି ଏହି ପ୍ରଣାଳୀରେ ସଂଶୋଧିତ ହୋଇପାରିଛି । ଆଉ କେତେକ ଧାରା, ପାର୍ଲିଆମେଣ୍ଟର ସାଧାରଣ ଆଇନଦ୍ୱାରା କାର୍ଯ୍ୟକାରୀ ହେବାର ବ୍ୟବସ୍ଥା ରହିଛି । ନାଗରିକତା ବିଷୟରେ ୧୯୫୬ ମସିହାରେ ଆଇନ ପ୍ରଣୀତ ହୋଇଥିଲା । ମିସା ଆଇନ, ଅସ୍ପୃଶ୍ୟତା ନିବାରଣ ଆଇନ, ରାଷ୍ଟ୍ରପତି ନିର୍ବାଚନ, ଲୋକପ୍ରତିନିଧି ଆଇନଦ୍ୱାରା ସମ୍ବିଧାନର କେତେକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି । ଅବସ୍ଥାର ପରିବର୍ତ୍ତନ ସହ ତାଳପକାଇ ଚାଲିବା ପାଇଁ ସମ୍ବିଧାନରେ ବ୍ୟବସ୍ଥା ରହିଛି । ୧୯୬୬ ମସିହାରେ ସୁପ୍ରିମକୋର୍ଟ ଗୋଖଲନାଥ ବନାମ ପଞ୍ଜାବ ମୋକଦ୍ଦମାରେ ରାୟ ଦେଇ ପାର୍ଲିଆମେଣ୍ଟର ସମ୍ବିଧାନ ସଂଶୋଧନ କ୍ଷମତା ମୌଳିକ ଅଧିକାର ପରିଚ୍ଛେଦ ଉପରେ ନାହିଁ ବୋଲି ମତ ଦେଇଥିଲେ । କେଶବାନନ୍ଦ ଭାରତୀ ବନାମ କେରଳ ମୋକଦ୍ଦମାରେ ପାର୍ଲିଆମେଣ୍ଟ ସମ୍ବିଧାନର ସମସ୍ତ ଅଂଶ ସଂଶୋଧିତ କରିପାରିବ, କିନ୍ତୁ ମୌଳିକ ବୈଶିଷ୍ଟ୍ୟ ଛୁଇଁପାରିବ ନାହିଁ ବୋଲି ମତ ଦେଇଥିଲେ । ଏହା ଫଳରେ ଅନିଶ୍ଚିତତା ବୃଦ୍ଧି ପାଇଲା । ସେଥିପାଇଁ ସମ୍ବିଧାନର ଚତୁର୍ବିଂଶ ସଂଶୋଧନରେ ପାର୍ଲିଆମେଣ୍ଟକୁ ସଂପୂର୍ଣ୍ଣ କ୍ଷମତା ଦିଆଯାଇଛି । ଯେ କୌଣସି ଅଂଶକୁ ଏହା ସଂଶୋଧନ କରିପାରିବାର କ୍ଷମତା ପାଇଛି । କିନ୍ତୁ ୧୯୮୦ରେ ସୁପ୍ରିମକୋର୍ଟ "ମିନର୍ତ୍ତା ମିଲସ" ମୋକଦ୍ଦମାରେ ପାର୍ଲିଆମେଣ୍ଟ ସମ୍ବିଧାନର ମୌଳିକ ରୂପରେଖ ପରିବର୍ତ୍ତନ କରିପାରିବ ନାହିଁ ବୋଲି ପୁନଶ୍ଚ ରାୟ ଦେଇଛନ୍ତି । ଜବାହରଲାଲ ନେହେରୁ କହିଥିଲେ, "ଆମେ ଆମ ସମ୍ବିଧାନକୁ ଦୃଢ଼, ଚିରସ୍ଥାୟୀ କରିବାକୁ ଚାହୁଁ । କିନ୍ତୁ ତତ୍ ସଙ୍ଗେ ଏଥିରେ ନମନୀୟତା ରହିବା ଦରକାର । ଯଦି ସମ୍ବିଧାନକୁ ଅନମନୀୟ ଓ ଚିରସ୍ଥାୟୀ କରାଯାଏ, ତେବେ ଜାତିର ଅଭିବୃଦ୍ଧି ବନ୍ଦ ହୋଇଯିବ । ଜାତି ଜୀବନ୍ତ । ତେଣୁ ପରିବର୍ତ୍ତନଶୀଳ ଅବସ୍ଥାର ସମ୍ମୁଖୀନ ହେବାର ସୁବିଧା ରହିବା ଦରକାର । ଆମେ ଭାବୀ ବଂଶଧରଙ୍କର ହାତ ବାନ୍ଧି ଦେଇ ପାରିବା ନାହିଁ ।" ଫଳରେ ୧୯୫୦ରୁ ସେପ୍ଟେମ୍ବର ୨୦୧୩ ଭିତରେ ସମ୍ବିଧାନର ୯୮ଥର ସଂଶୋଧନ ହୋଇଛି । ସଂସଦୀୟ ଶାସନ ପାର୍ଲିଆମେଣ୍ଟଙ୍କ ନିକଟରେ ଦାୟୀ ହେଉଥିବା ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ଗଠିତ ମନ୍ତ୍ରୀମଣ୍ଡଳ ଶାସନକୁ ସଂସଦୀୟ ଶାସନ କୁହାଯାଏ । ରାଷ୍ଟ୍ରମୁଖ୍ୟ କେବଳ ଅଳଙ୍କାର ପରି କ୍ଷମତାଶୂନ୍ୟ ହୋଇ ମନ୍ତ୍ରୀପରିଷଦର ପରାମର୍ଶରେ ପରିଚାଳିତ ହୋଇଥାନ୍ତି । ବିଲାତରେ ଏହିପରି ସରକାର ପ୍ରତିଷ୍ଠିତ । ବିଲାତର ଢାଞ୍ଚାରେ ଭାରତରେ ସଂସଦୀୟ ଶାସନ ବା ମନ୍ତ୍ରୀଶାସନ ପ୍ରବର୍ତ୍ତିତ ହୋଇଛି । ୧୯୩୫ ମସିହା ଆଇନରେ ପ୍ରଦେଶର ଦାୟିତ୍ୱମୂଳକ ସରକାର ପ୍ରତିଷ୍ଠିତ ହୋଇଥିଲା । ସେ ସମ୍ବନ୍ଧରେ ଭାରତୀୟ ନେତାମାନଙ୍କର ଊଣାଅଧିକେ ଅଭିଜ୍ଞତା ଥିଲା । ସମ୍ବିଧାନରେ ବିଲାତର ଏହି ଅନୁଷ୍ଠାନ ସଂସଦୀୟ ଶାସନ ପ୍ରବର୍ତ୍ତିତ ହୋଇଛି । ମନ୍ତ୍ରୀମାନେ ପ୍ରକୃତ ଶାସନ କ୍ଷମତା ପ୍ରୟୋଗ କରନ୍ତି । ପାର୍ଲିଆମେଣ୍ଟ ନିକଟରେ ସେମାନେ ବ୍ୟକ୍ତିଗତ ଓ ମିଳିତ ଭାବେ ଦାୟୀ ଅଟନ୍ତି । ରାଷ୍ଟ୍ରପତି ରାଷ୍ଟ୍ରର ମୁଖ୍ୟ ହିସାବରେ ମନ୍ତ୍ରୀମାନଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରନ୍ତି । ପାର୍ଲିଆମେଣ୍ଟ ଦେଶର ଅର୍ଥନୈତିକ, ରାଜନୈତିକ, ସାମରିକ, ବୈଦେଶିକ ଆଦି ସବୁ ବିଷୟରେ ସର୍ବେସର୍ବା । ପାର୍ଲିଆମେଣ୍ଟଦ୍ୱାରା ମନ୍ତ୍ରୀମାନେ ବିତାଡ଼ିତ ହୋଇପାରିବେ । ପାର୍ଲିଆମେଣ୍ଟର ବିଶ୍ୱାସଭାଜନ ହୋଇଥିବା ପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳ କ୍ଷମତା ପ୍ରୟୋଗ କରିପାରିବ । କିନ୍ତୁ ବିଶ୍ୱାସ ହରାଇଲେ କ୍ଷମତାରୁ ଅପସରି ଯିବାକୁ ବାଧ୍ୟ । ପାର୍ଲିଆମେଣ୍ଟର ପ୍ରାଧାନ୍ୟ ଯୋଗୁଁ ଏହି ପ୍ରଣାଳୀକୁ ପାର୍ଲିଆମେଣ୍ଟାରୀ ଶାସନ ବା ସଂସଦୀୟ କୁହାଯାଏ । ସଂଘ ଶାସନ ଓ ଐକିକ ପ୍ରବୃତ୍ତି ଭାରତ ସମ୍ବିଧାନରେ ସଂଘ ଶାସନ ପ୍ରବର୍ତ୍ତିତ ହୋଇଛି । ସଂଘଶାସନରେ ଯେଉଁ ଯେଉଁ ଉପାଦାନ ଦରକାର, ତାହା ଭାରତ ସମ୍ବିଧାନରେ ଉଲ୍ଲେଖ ରହିଛି । ସଂଘଶାସନର ୪ଟି ଉପାଦାନ ଥାଏ । ଲିଖିତ ଓ ଅନମନୀୟ ସମ୍ବିଧାନ କେନ୍ଦ୍ର ଓ ରାଜ୍ୟ ସ୍ତରରେ ସରକାର କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ କ୍ଷମତା ବଣ୍ଟନ ସ୍ୱାଧୀନ ଓ ନିରପେକ୍ଷ ସର୍ବୋଚ୍ଚ ନ୍ୟାୟାଳୟ ଭାରତ ସମ୍ବିଧାନରେ ଏହି ଚାରୋଟି ଉପାଦାନ ଦେଖିବାକୁ ମିଳେ । ଭାରତ ସମ୍ବିଧାନରେ ରାଜ୍ୟମାନଙ୍କୁ ସଂଘଶାସନରୁ ଅଲଗା ହୋଇଯିବାକୁ ଅଧିକାର ଦିଆଯାଇନାହିଁ । ଫଳରେ ଭାରତ ଏକ ଅଚ୍ଛେଦ୍ୟ ଓ ଅବିନାଶୀ ସଂଘରାଷ୍ଟ୍ର ହିସାବରେ ବିଦ୍ୟମାନ । ପ୍ରଫେସର କେ.ସି. ହୁଏର ଭାରତର ସଂଘଶାସନକୁ ପ୍ରାୟକଳ୍ପ ସଂଘଶାସନ ରୂପେ ବର୍ଣ୍ଣନା କରିଛନ୍ତି । ତାଙ୍କ ମତରେ "ଭାରତରେ କାର୍ଯ୍ୟତଃ ଐକିକ ପ୍ରାଧାନ୍ୟ ସରକାର, ଗୌଣ ସଂଘୀୟ ଆବରଣରେ କାମ କରୁଛି । ସଂଘୀୟ ପ୍ରାଧାନ୍ୟ ଥାଇ ଐକିକ ଉପାଦାନସବୁ ଗୌଣ ହୋଇ ରହିବ ନାହିଁ ।" ଅବଶ୍ୟ ଜାତୀୟ ଏକତା, ସଂହତି ଓ ପ୍ରତିରକ୍ଷା ପାଇଁ ଜରୁରୀକାଳୀନ ଅବସ୍ଥାରେ ଭାରତର ଐକିକ ଶାସନର ପ୍ରାଧାନ୍ୟ ରହିବା ପାଇଁ ବ୍ୟବସ୍ଥା ରହିଛି । ଜାତି ବଞ୍ଚିଲେ, ରାଜ୍ୟ ବଞ୍ଚିବ । ତେଣୁ ରାଜ୍ୟମାନଙ୍କ ସ୍ୱାତନ୍ତ୍ର୍ୟ ମଳିନ ହୋଇଥାଏ । କିନ୍ତୁ ସାଧାରଣ ସମୟରେ ମଧ୍ୟ ଐକିକ ଶାସନର ପ୍ରାଧାନ୍ୟ ଦେଖାଯାଏ । ରାଜ୍ୟପାଳମାନେ ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ହୁଅନ୍ତି । ସେମାନେ ସଂଘଶାସନର ସେତୁ, ପ୍ରହରୀ ଓ ପ୍ରତିନିଧିରୂପେ କାମ ନ କଲେ ସଂଘଶାସନ ଦୁର୍ବଳ ହୋଇଯିବ । କେନ୍ଦ୍ରଠାରୁ ଆର୍ଥିକ ସହାୟତା ପାଇଁ ରାଜ୍ୟମାନଙ୍କ ମଧ୍ୟରେ ପ୍ରବଳ ପ୍ରତିଯୋଗିତା, କେନ୍ଦ୍ରର ଆର୍ଥିକ ସ୍ୱଚ୍ଛଳତା ଓ ରାଜ୍ୟମାନଙ୍କର ଆର୍ଥିକ ଦୁର୍ଗତି, ଯୋଜନା କମିଶନ, ଅତିମାନବ ମନ୍ତ୍ରୀପରିଷଦ ତଥା ରାଷ୍ଟ୍ରାଧିପତି ପରି କ୍ଷମତା ପ୍ରୟୋଗ କରି ଭାରତୀୟ ଯୋଜନା ନିୟନ୍ତ୍ରଣ କରୁଛନ୍ତି । ରାଜ୍ୟମାନେ କେନ୍ଦ୍ର ନିକଟରେ ସର୍ବଦା ଭିକାରୀ ରୂପେ କାର୍ଯ୍ୟ କରୁଥିବା ଲକ୍ଷ୍ୟ କରାଯାଉଛି । ଶିଳ୍ପ ପାଇଁ ଲାଇସେନ୍ସ, ବନ୍ୟା, ବାତ୍ୟା, ଯୋଜନା ପାଇଁ ସାଧାରଣ କାର୍ଯ୍ୟପାଇଁ ଆର୍ଥିକ ସାହାଯ୍ୟ ପ୍ରଭୃତି ଲାଗି ରାଜ୍ୟମାନେ କେନ୍ଦ୍ରର ଦ୍ୱାରସ୍ଥ ହେଉଛନ୍ତି । ସର୍ବଭାରତୀୟ ପ୍ରଶାସନିକ ସେବା, ସବୁ ବିଷୟରେ କେନ୍ଦ୍ରମନ୍ତ୍ରୀଙ୍କ ଅଧିନାୟକତ୍ୱରେ ରାଜ୍ୟମନ୍ତ୍ରୀମାନଙ୍କ ସଭା ଓ ଜାତୀୟ ନୀତିନିୟନ୍ତ୍ରଣ, ଜାତୀୟ ଉନ୍ନୟନ ପରିଷଦ, ରାଜ୍ୟପାଳ ସମ୍ମିଳନୀ, ବାଚସ୍ପତି ସମ୍ମିଳନୀ, ବିଭାଗୀୟ ମନ୍ତ୍ରୀ ସମ୍ମିଳନୀ, ଶାସନ ସଚିବ ତଥା ମୁଖ୍ୟ ସଚିବ ସମ୍ମିଳନୀ ଆଦି କେନ୍ଦ୍ରୀଭୂତ ପ୍ରବୃତ୍ତିର ନିଦର୍ଶନ । ଏହାଦ୍ୱାରା କେନ୍ଦ୍ର ଦୃଢ଼ୀଭୂତ ହେଉଛି ଓ ହେବାର କଥା । ସମ୍ବିଧାନର ୩୫୬ ଧାରା ଅନୁସାରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ପ୍ରବର୍ତ୍ତିତ ହୋଇପାରିବ । କେନ୍ଦ୍ର ରାଜ୍ୟର ସୀମା ପରିବର୍ତ୍ତନ କରିପାରିବ, ରାଜ୍ୟକୁ ଭାଙ୍ଗି ୨ ବା ୩ ରାଜ୍ୟ କରିପାରିବ ବା ଲୋପ କରିଦେଇ ପାରିବ । ରାଜ୍ୟର ସମ୍ମତି ଦରକାର ନାହିଁ । ରାଜ୍ୟ ସରକାର ଯଦି କେନ୍ଦ୍ରର ନିର୍ଦ୍ଦେଶ ଅମାନ୍ୟ କରନ୍ତି ଅଥବା ଜାତୀୟ ଏକତା ଓ ସଂହତି ପ୍ରତି ବାଧା ଆଣନ୍ତି, ତେବେ ସାମ୍ବିଧାନିକ ପନ୍ଥାରେ ୩୫୬ ଧାରା ପ୍ରୟୋଗ କରି ମନ୍ତ୍ରୀମଣ୍ଡଳକୁ ବିଦାୟ ଦେଇ, ରାଷ୍ଟ୍ରପତି ଶାସନ ପ୍ରୟୋଗ କରାଯାଇ ପାରିବ । ରାଜ୍ୟମାନଙ୍କ ପକ୍ଷରୁ କେନ୍ଦ୍ରକୁ କାୟମନୋବାକ୍ୟରେ ଦୁର୍ବଳ କରିବାକୁ ଦିଆଯିବା ଉଚିତ ନୁହେଁ । ରାଜ୍ୟ ସ୍ୱାତନ୍ତ୍ର୍ୟ ନାମରେ ଜାତିକୁ ଦୁର୍ବଳ କରିବାକୁ ଦେବା ଠିକ୍ ହେବ ନାହିଁ । ଜାତୀୟ ସଂହତି, କେନ୍ଦ୍ରର ଦୃଢ଼ତା ଏବଂ ସ୍ୱାଧୀନତାର ନିରାପତ୍ତା, ଜାତୀୟ ସମ୍ମାନ ଓ ଜାତୀୟ ପ୍ରତିରକ୍ଷା, ଆର୍ଥନୀତିକ କଳକୁ କ୍ଷୁଣ୍ଣ କରିବାକୁ ଦିଆଯିବା ଉଚିତ ନୁହେଁ । ସେଥିପାଇଁ ସାର୍ ଆଇଭର ଜେନିଙ୍ଗସ୍ କହିଛନ୍ତି, "ସଂଘଶାସନ ହେଲେ ମଧ୍ୟ ଜାତୀୟ ସ୍ୱାର୍ଥର ପ୍ରାଧାନ୍ୟ ବଜାୟ ରଖିବାକୁ ହେବ ।" କେ. ସାନ୍ତନମ୍ ଙ୍କ ମତରେ, "ଭାରତ ବାସ୍ତବରେ ଐକିକ ଶାସନ ହିସାବରେ ଚଳିଆସିଛି । ଅବଶ୍ୟ କେନ୍ଦ୍ର ଓ ରାଜ୍ୟମାନେ ଆଇନଗତ ହିସାବରେ ଓ ବାହ୍ୟ ବ୍ୟବହାରରେ ସଂଘରାଷ୍ଟ୍ରପରି କାର୍ଯ୍ୟ କରିଛନ୍ତି ।" ସମ୍ବିଧାନର ପ୍ରଣେତାମାନେ ସଂଘଶାସନ ଓ ଐକିକ ଶାସନ ମଧ୍ୟରେ ସମନ୍ୱୟ ସୃଷ୍ଟିକରିବା ପାଇଁ ବ୍ୟବସ୍ଥା ରଖିଥିଲେ । ଡକ୍ଟର ଆମ୍ବେଦକର କହିଛନ୍ତି, " ଆମ ସମ୍ବିଧାନରେ ଏପରି ବ୍ୟବସ୍ଥା ରହିଛି ଯେ ଦରକାର ଅନୁଯାୟୀ ଏହା ସଂଘଶାସନ ଅଥବା ଐକିକ ଶାସନରେ ପରିଣତ ହୋଇପାରିବ ।" ଭାରତରେ କେନ୍ଦ୍ରୀଭୂତ ସଂଘଶାସନ ପ୍ରବର୍ତ୍ତିତ ହୋଇଛି । ଏହା ଏକ "ଯୌଥ ସଂଘଶାସନ ।" କେନ୍ଦ୍ର ଉପରେ ରାଜ୍ୟମାନେ ଯେପରି ନିର୍ଭର କରୁଛନ୍ତି, ରାଜ୍ୟମାନଙ୍କ ଉପରେ କେନ୍ଦ୍ର ସରକାର ସେହିପରି ନିର୍ଭରଶୀଳ । ରାଜ୍ୟ ପୋଲିସ, କୋର୍ଟ କଚେରୀ, କର୍ମଚାରୀମାନଙ୍କ ସାହାଯ୍ୟରେ କେନ୍ଦ୍ରର ସଂପତ୍ତି, କାର୍ଯ୍ୟ ଆଦି ପରିଚାଳିତ । କେନ୍ଦ୍ରର ନିର୍ବାଚନ କାର୍ଯ୍ୟ ରାଜ୍ୟର କର୍ମଚାରୀ ପରିଚାଳନା କରନ୍ତି । କେନ୍ଦ୍ରର ରେଳ, ଡାକ-ତାର ସଂପତ୍ତି ସବୁ ରାଜ୍ୟ ପୋଲିସଙ୍କଦ୍ୱାରା ସଂରକ୍ଷିତ । କେନ୍ଦ୍ରର ସମାନ୍ତରାଳ ଥାନା, କଚେରୀ, ପ୍ରଶାସନିକ କର୍ମଚାରୀ ସବୁ ରାଜ୍ୟରେ ନାହିଁ । ତେଣୁ ରାଜ୍ୟମାନଙ୍କ ଉପରେ କେନ୍ଦ୍ର ନିର୍ଭର କରେ । ଫଳରେ ଭାରତରେ ଏକ "ଯୌଥ-ସଂଘଶାସନ" ପ୍ରବର୍ତ୍ତିତ ହୋଇଛି । ଯଦିଓ କେନ୍ଦ୍ରୀଭୂତ ଶାସନ ଓ ଐକିକ ପ୍ରବୃତ୍ତି ରହିଛି, ତଥାପି ଏହାଦ୍ୱାରା ସଂଘଶାସନ ଦୃଢ଼ୀଭୂତ ହୋଇଛି । ତା ନ ହୋଇଥିଲେ ୟୁରୋପ ପରି ଭାରତରେ ଅନେକ କ୍ଷୁଦ୍ର କ୍ଷୁଦ୍ର ରାଷ୍ଟ୍ର ପ୍ରତିଷ୍ଠିତ ହୋଇସାରନ୍ତାଣି । ସେଥିପାଇଁ କୁହାଯାଏ ଯେ ଭାରତରେ "ଅସୀମ ବିଭେଦ ଓ ଅନ୍ତର୍ଗତ ଐକ୍ୟର ସମନ୍ୱୟ ହୋଇଛି ।" ମୌଳିକ ଅଧିକାର ସମ୍ବିଧାନର ତୃତୀୟ ପରିଚ୍ଛେଦରେ ପ୍ରତ୍ୟେକ ବ୍ୟକ୍ତିକୁ ମୌଳିକ ଅଧିକାର ପ୍ରଦାନ କରାଯଇଛି । ଆମେରିକା ସମ୍ବିଧାନ ପରି ଆମର ମୌଳିକ ଅଧିକାରସବୁ ସମ୍ବିଧାନରେ ଲିପିବଦ୍ଧ ହୋଇଛି । ଏହାକୁ ଛଅଭାଗରେ ବିଭକ୍ତ କରାଯାଇପାରେ: ସମାନତାର ଅଧିକାର ସ୍ବତନ୍ତ୍ର ବା ସ୍ୱାଧୀନତାର ଅଧିକାର ଶୋଷଣ ବିରୋଧ ଅଧିକାର ଧର୍ମଗତ ସ୍ୱାଧୀନତାର ଅଧିକାର ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ସାମ୍ବିଧାନିକ ପ୍ରତିକାରଗତ ଅଧିକାର ସମ୍ପତ୍ତିଗତ ଅଧିକାର ମୌଳିକ ଅଧିକାର ଅନ୍ତର୍ଗତ ନୁହେଁ । ୪୪ତମ ସଂଶୋଧନ ବଳରେ ଏହାକୁ ଆଇନଗତ ଅଧିକାରଭୁକ୍ତ କରାଯାଇଛି । ତା ଅର୍ଥ ହେଉଛି ଯେ ବ୍ୟକ୍ତିର ସଂପତ୍ତି ରହିବ; କିନ୍ତୁ ସରକାର ଶାସନ କରି ସେ ସଂପତ୍ତି ଦଖଲ କଲେ ତା ବିରୁଦ୍ଧରେ ନ୍ୟାୟାଳୟରେ ଉକ୍ତ କାର୍ଯ୍ୟକୁ ସମ୍ବିଧାନବିରୋଧୀ ବୋଲି ମୋକଦ୍ଦମା କରି ହେବନାହିଁ । ସମ୍ବିଧାନରେ ସମତା ଅଧିକାର ୧୪ ଧାରାଠାରୁ ୧୮ ଧାରାରେ ଲିପିବଦ୍ଧ ହୋଇଛି । ଆଇନ ଆଗରେ ସମସ୍ତେ ସମାନ ଓ ଆଇନଦ୍ୱାରା ସମଭାବରେ ସଂରକ୍ଷିତ । ସୁପ୍ରିମକୋର୍ଟ କହିଛନ୍ତି ଯେ ସମଅବସ୍ଥାରେ ସମତା ଲାଗୁହେବ । ରାଷ୍ଟ୍ର ବା ସରକାର ଆଇନ ଜରିଆରେ ଲୋକ ବା ଜିନିଷକୁ ଏକାଗୁଣବିଶିଷ୍ଟ ହୋଇଥିଲେ ବିଭକ୍ତିକରଣ କରିପାରିବେ । ଅର୍ଥାତ୍ ସମଗୁଣବିଶିଷ୍ଟ ବ୍ୟକ୍ତି, ଅନୁଷ୍ଠାନ ବା ଜିନିଷକୁ ଗୋଟିଏ ଗୋଟିଏ ଗୋଷ୍ଠୀ କରି ବା ଭାଗ କରି ସେହି ବିଭାଗରେ ଥିବା ସମସ୍ତଙ୍କୁ ସମତା ବିତରଣ କରିପାରିବେ । ରାଷ୍ଟ୍ର କୌଣସି ନାଗରିକ ବିରୋଧରେ କେବଳ ଧର୍ମ, ଜାତି, ବର୍ଣ୍ଣ, ଜନ୍ମସ୍ଥାନ ବା ସେମାନଙ୍କ ମଧ୍ୟରୁ କୌଣସି କାରଣରେ କୌଣସି ବିଭେଦ କରିପାରିବେ ନାହିଁ । ଅବଶ୍ୟ ସ୍ତ୍ରୀ, ପିଲା ବା ଅନୁନ୍ନତ ବ୍ୟକ୍ତିମାନଙ୍କ ପାଇଁ ରାଷ୍ଟ୍ର ବିଶେଷ ବ୍ୟବସ୍ଥା କରିପାରିବ । ସରକାରୀ ଚାକିରିକ୍ଷେତ୍ରରେ ସମସ୍ତ ନାଗରିକଙ୍କର ସମାନ ସୁଯୋଗ ରହିବ । ଅସ୍ପୃଶ୍ୟତା ଲୋପକରି ଏହାକୁ ଦଣ୍ଡନୀୟ ଅପରାଧ କରାଯାଇଛି । ସରକାର କାହାକୁ ବିଦ୍ୟାଗତ ବା ସାମରିକ ଉପାଧି ବ୍ୟତୀତ ଅନ୍ୟ ଉପାଧି ଦେଇ ପାରିବେ ନାହିଁ । ବର୍ତ୍ତମାନ ଯେଉଁ ଭାରତରତ୍ନ, ପଦ୍ମବିଭୂଷଣ, ପଦ୍ମଭୂଷଣ, ପଦ୍ମଶ୍ରୀ ପ୍ରଭୃତି ପଦବୀ ଦିଆଯାଉଛି ଏହା କେବଳ ସମ୍ମାନ ସୂଚକ । ସପ୍ତସ୍ୱାଧୀନତା ଅଧିକାର ସମ୍ବିଧାନର ୧୯ ଧାରାରେ ଦିଆଯାଇଛି: ବାକ୍ ସ୍ୱାଧୀନତା ଓ ଅଭିବ୍ୟକ୍ତିର ସ୍ୱାଧୀନତା ଶାନ୍ତିପୂର୍ବକ ତଥା ନିରସ୍ତ୍ର ସମ୍ମେଳନର ସ୍ୱାଧୀନତା ସଙ୍ଘ ବା ସମିତି ଗଠନର ସ୍ୱାଧୀନତା ଭାରତରେ ଅବାଧ ଗମନାଗମନ କରିବାର ସ୍ୱାଧୀନତା ଭାରତର ଯେ କୌଣସି ଅଂଶରେ ବସବାସ କରିବାର ସ୍ୱାଧୀନତା ସମ୍ପତ୍ତି ଉପାର୍ଜନ, ରକ୍ଷଣ ଓ ବିକ୍ରୟ ବା ଦାନ କରିବାର ସ୍ୱାଧୀନତା ବୃତ୍ତିଗତ ଜୀବିକା ବା କାରବାର କରିବାର ସ୍ୱାଧୀନତା । ଅବଶ୍ୟ ଏ ସବୁ ସ୍ୱାଧୀନତାର ଅଧିକାର ଉପରେ କଟକଣା ଜାରି କରିବାର ଅଧିକାର ସରକାରଙ୍କର ରହିଛି । ସମ୍ବିଧାନ ୨୦, ୨୧ ଓ ୨୨ ଧାରାରେ ବ୍ୟକ୍ତିଗତ ଅଧିକାର ପ୍ରଦାନ କରାଯାଇଛି । ଏ ସବୁ "ଆଇନ ଶାସନ" ସମ୍ବନ୍ଧୀୟ ଅଧିକାର । ଆଇନଭଙ୍ଗ ନ କଲେ ବ୍ୟକ୍ତି ଦଣ୍ଡିତ ହୋଇପାରିବ ନାହିଁ । ଏକା ଅପରାଧ ପାଇଁ ଏକାଧିକ ଥର ଦଣ୍ଡ ଦିଆଯାଇ ପାରିବ ନାହିଁ । ନିଜ ବିରୁଦ୍ଧରେ ସାକ୍ଷ୍ୟ ଦେବା ପାଇଁ କେହି କାହାକୁ ବାଧ୍ୟ କରିପାରିବେ ନାହିଁ । ୨୧ ଧାରାରେ ବ୍ୟକ୍ତିର ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତା ସଂରକ୍ଷିତ ହୋଇଛି । ୨୨ ଧାରାରେ ବନ୍ଧନ ଓ ହାଜତରେ ରଖିବା ବିରୁଦ୍ଧରେ କେତେକ ବ୍ୟବସ୍ଥା ରହିଛି । ୨୩ ଓ ୨୪ ଧାରାରେ ଶୋଷଣ ବିରୁଦ୍ଧରେ ଅଧିକାର ଦିଆଯାଇଛି । ବେଠି ବେଗାରୀ ଓ ପିଲାଙ୍କୁ କଠିନ କାମରେ ଲଗାଯାଇ ପାରିବ ନାହିଁ । ଧର୍ମସ୍ୱାଧୀନତା ବିଷୟରେ ୨୫ ଧାରାଠାରୁ ୨୮ ଧାରା ପର୍ଯ୍ୟନ୍ତ ଅଧିକାର ଲିପିବଦ୍ଧ ହୋଇଛି । ସମସ୍ତେ ନିଜ ନିଜ ମୁତାବକ ଧର୍ମଗ୍ରହଣ, ପ୍ରଚାର ଓ ପ୍ରସାର କରିବାର କ୍ଷମତା ପାଇଛନ୍ତି । ରାଷ୍ଟ୍ର ବା ସରକାର କୌଣସି ଧର୍ମକୁ ସରକାରୀ ଧର୍ମ ରୂପେ ଘୋଷଣା କରିପାରିବେ ନାହିଁ କିମ୍ବା କୌଣସି ଧର୍ମ ଉପରେ ଜିଜିୟା କର ବସାଇ ପାରିବେ ନାହିଁ । କୌଣସି ସରକାରୀ ଅନୁଷ୍ଠାନରେ ଧର୍ମଶିକ୍ଷା ଦିଆଯାଇ ପାରିବ ନାହିଁ । ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ସମ୍ବିଧାନର ୨୯ ଓ ୩୦ ଧାରାରେ ଉଲ୍ଲେଖ ରହିଛି । ପ୍ରତ୍ୟେକ ସଂଖ୍ୟାଲଘୁ ବା ସଂଖ୍ୟାଗୁରୁ ଗୋଷ୍ଠୀର ବ୍ୟକ୍ତି ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାରିବେ । ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ନିଜର ଭାଷା ଓ ସଂସ୍କୃତି ବଜାୟ ରଖିପାରିବେ । ସମ୍ପତ୍ତିଗତ ଅଧିକାର ମୌଳିକ ଅଧିକାର ପରିସରରୁ ବା ମୌଳିକ ଅଧିକାର ଅଧ୍ୟାୟରୁ ଉଠିଯାଇଛି । ୧୯୭୯ ଅଗଷ୍ଟ ୧ ତାରିଖରେ ହୋଇଥିବା ୪୪ତମ ସମ୍ବିଧାନ ସଂଶୋଧନ ବଳରେ ଏହାକୁ ଆଇନଗତ ଅଧିକାରଭୁକ୍ତ କରାଯାଇଛି । ସମସ୍ତଙ୍କ ସମ୍ପତ୍ତି ରଖିବା ଅଧିକାର ଆଇନଦ୍ୱାରା ନିର୍ଣ୍ଣିତ ହେବ । ସରକାର ସାଧାରଣ ହିତ ପାଇଁ ବ୍ୟକ୍ତିର ସମ୍ପତ୍ତି ନିଜ ହାତକୁ ନେଇ ପାରିବେ । ସମ୍ପତ୍ତିର ସୀମା ଧାର୍ଯ୍ୟ କରିପାରିବେ । ୯ମ ତାଲିକାରେ ସନ୍ନିବିଷ୍ଟ ଆଇନଗୁଡ଼ିକ ଭୂସଂସ୍କାର ପାଇଁ ଉଦ୍ଦିଷ୍ଟ । ରାଷ୍ଟ୍ରୀୟ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ସମ୍ପତ୍ତି ଉପରେ ଆଞ୍ଚ ଆଣିପାରିବେ । ସରକାର ଯେଉଁ ପରିମାଣରେ କ୍ଷତିପୂରଣ ଦେବେ, ତାହା କୋର୍ଟକଚେରୀ ବିଚାର ବହିର୍ଭୂତ ହେବ । ସରକାର ବ୍ୟକ୍ତିଗତ ସମ୍ପତ୍ତିକୁ ଦଖଲ କରିପାରିବା ପାଇଁ ଆଇନ ପ୍ରଣୟନ କରିପାରିବେ । ସେ ଆଇନକୁ ସମ୍ବିଧାନବିରୋଧୀ ବୋଲି କେହି ନ୍ୟାୟାଳୟରେ ଦାବୀ କରିପାରିବେ ନାହିଁ । ଅର୍ଥାତ ବିବାହ, ଚୁକ୍ତି, ଅପରାଧ, ଯାନବାହନ ସମ୍ବନ୍ଧୀୟ ଅଧିକାର ଯେପରି ଆଇନଦ୍ୱାରା ନିର୍ଦ୍ଧାରିତ ହେଉଛି; ସମ୍ପତ୍ତି ରଖିବା, ଭୋଗ କରିବା, ବିକ୍ରୟ କରିବା, ରୋଜଗାର କରିବା ଇତ୍ୟାଦି ଅଧିକାର ମଧ୍ୟ ଆଇନଦ୍ୱାରା ନିର୍ଦ୍ଧାରିତ ବା ନିୟନ୍ତ୍ରିତ ହୋଇପାରିବ । ଉକ୍ତ ଆଇନ ସମ୍ବିଧାନର ଅନ୍ୟାନ୍ୟ ମୌଳିକ ଅଧିକାର କ୍ଷୁଣ୍ଣ କରୁଥିଲେ ସମ୍ବିଧାନବିରୋଧୀ ବୋଲି କୁହାଯାଇପାରିବ । କିନ୍ତୁ ସମ୍ପତ୍ତିଗତ ଅଧିକାର ବିରୋଧାତ୍ମକ ବୋଲି ଯୁକ୍ତି କରାଯାଇ ପାରିବ ନାହିଁ । ସାମ୍ବିଧାନିକ ପ୍ରତିକାର ଅଧିକାର ୩୨ ଧାରାରେ ଉଲ୍ଲେଖ ଅଛି । ମୌଳିକ ଅଧିକାର ଉପରେ କେହି ଯଦି ଆଞ୍ଚ ଆଣନ୍ତି, ତେବେ ସେ ବ୍ୟକ୍ତି ସୁପ୍ରିମକୋର୍ଟରେ ମୋକଦ୍ଦମା କରି ନିଜର ଅଧିକାର ସାବ୍ୟସ୍ତ କରିପାରିବେ । ସୁପ୍ରିମକୋର୍ଟ ୫ଟି ରିଟ୍ ବା ଆଜ୍ଞାପତ୍ରଦ୍ୱାରା ବ୍ୟକ୍ତିର ଅଧିକାର ସଂରକ୍ଷିତ କରିପାରିବେ । ରିଟ୍ଗୁଡ଼ିକ ହେଲା - ହେବିୟସ୍ କର୍ପସ ବା ପ୍ରତ୍ୟକ୍ଷୀକରଣ, ଅର୍ଥାତ ବନ୍ଦୀକୁ ବିଚାରାଳୟ ଆଗରେ ଉପସ୍ଥାପିତ କରିବାର ଆଦେଶ । ମାଣ୍ଡମାସ୍ ବା ପରମାଦେଶ ଆଜ୍ଞାପତ୍ର । ଏହାଦ୍ୱାରା ଉଚ୍ଚ ନ୍ୟାୟାଳୟ ସରକାର ବା ନିମ୍ନ ନ୍ୟାୟାଳୟ ବା କର୍ମଚାରୀଙ୍କୁ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟପାଇଁ ନିର୍ଦ୍ଦେଶ ଦେଇଥାନ୍ତି । ପ୍ରୋହିବିସନ୍ ବା ପ୍ରତିଷେଧ ଆଜ୍ଞାପତ୍ର । ନିମ୍ନ ନ୍ୟାୟାଳୟର କୌଣସି କାର୍ଯ୍ୟକୁ ବା ବିଚାର କାର୍ଯ୍ୟକୁ ବନ୍ଦ କରିବା ପାଇଁ ଯେଉଁ ଆଦେଶ ଦିଆଯାଏ, ତାକୁ ନିଷେଧ ଆଜ୍ଞାପତ୍ର କୁହାଯାଏ । କୋ-ୱାରେଣ୍ଟ ବା ଅଧିକାରପୃଷ୍ଠା ଆଜ୍ଞାପତ୍ର । କେଉଁ ଅଧିକାରରେ, ପଦବୀ ମାଲିକାନା ବା ସ୍ଥାନ ଦଖଲ କରାଯାଇଛି, ତାହା ଦର୍ଶାଇବା ପାଇଁ ଏହି ଆଦେଶ ଦିଆଯାଏ । ସଟଓରାରୀ ବା ଉତ୍କ୍ଷେପଣ ଆଜ୍ଞାପତ୍ର । ଅହାକୁ ଅଭିଧାନ ଅନୁସାରେ "ସର୍ସିଓରାରୀ" ରୂପେ ମଧ୍ୟ ଉଚ୍ଚାରଣ କରାଯାଇଥାଏ । ଏହି ଆଦେଶ ବଳରେ ତଳ କୋର୍ଟ କ୍ଷମତା ପରିସର ଅଭାବରୁ ଉପର କୋର୍ଟକୁ କାଗଜପତ୍ର ସହିତ ମୋକଦ୍ଦମା ପ୍ରେରିତ ହୋଇଥାଏ । ଏହି ୫ଟି ଆଜ୍ଞାପତ୍ର ବା ଆଦେଶ ବଳରେ ସୁପ୍ରିମକୋର୍ଟ ବ୍ୟକ୍ତିର ମୌଳିକ ଅଧିକାରକୁ ସାବ୍ୟସ୍ତ କରିପାରିବେ । ଏହା କିନ୍ତୁ ସାମରିକ ଆଇନ ବା ୩୫୨ ଧାରା ଅନୁସାରେ ଜରୁରୀକାଳୀନ ଘୋଷଣା ପ୍ରବର୍ତ୍ତିତ ସମୟରେ କାର୍ଯ୍ୟକାରୀ ହୋଇ ନ ପାରେ । ସେନାବାହିନୀ ଓ ଆଇନଶୃଙ୍ଖଳା ରକ୍ଷାକରୁଥିବା କର୍ମଚାରୀଙ୍କୁ ଏହି ମୌଳିକ ଅଧିକାର ସବୁ ଲାଗୁ ହେବ ନାହିଁ । ପାର୍ଲିଆମେଣ୍ଟ ଆଇନ ପ୍ରଣୟନ କରି ସେ ସବୁ ବିଷୟ ନିୟନ୍ତ୍ରଣ କରିପାରିବ । ମୌଳିକ ଅଧିକାର ଯୋଗୁଁ ନ୍ୟାୟାଳୟମାନେ କ୍ଷମତା ପାଇଛନ୍ତି । ଆଇନସବୁ ବା ସରକାରୀ କାର୍ଯ୍ୟଦ୍ୱାରା ବ୍ୟକ୍ତିର ସ୍ୱାଧିକାର କ୍ଷୁଣ୍ଣ ହେଲେ ତାକୁ ଅକାମୀ କରିଦେବାକୁ ବ୍ୟକ୍ତି ନିଜ ଅଧିକାରକୁ ଉପଭୋଗ କରି ଜାତୀୟ ଜୀବନକୁ ପରିପୁଷ୍ଟ କରିପାରିବ ଓ ରାଷ୍ଟ୍ର ସରକାର ସୀମିତ ହୋଇ ବ୍ୟକ୍ତିର ସ୍ୱାତନ୍ତ୍ର୍ୟ ପ୍ରତି ସମ୍ମାନ ଦେବା ପାଇଁ ବାଧ୍ୟ ହେବ । ଏ ସବୁ ମୌଳିକ ଅଧିକାର ନିରଙ୍କୁଶ ଅଧିକାର ନୁହେଁ । ସମାଜର ସ୍ୱାର୍ଥବିରୋଧୀ କାର୍ଯ୍ୟ ପାଇଁ ବ୍ୟକ୍ତିର ଅଧିକାର ସଙ୍କୁଚିତ ହୋଇପାରିବ । ଅବଶ୍ୟ ଦାରିଦ୍ର୍ୟ ଲୋପ ପାଇଁ ସରକାରୀ ପ୍ରଚେଷ୍ଟାକୁ ଧନିକ ବ୍ୟକ୍ତିମାନେ ପଣ୍ଡ କରିବା ଉଦ୍ଦେଶ୍ୟରେ କୋର୍ଟ-କଚେରୀରେ ମୌଳିକ ଅଧିକାର ନାମରେ ମୋକଦ୍ଦମା କରିବାରେ ଲାଗିଛନ୍ତି । ସେଥିପାଇଁ ସ୍ୱରଣ ସିଂ କମିଟି (୧୯୭୬) ସୁପାରିଶ କରିଛନ୍ତି ଯେ ସାମ୍ୟବାଦୀ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ମୌଳିକ ଅଧିକାର ସଙ୍କୁଚିତ କରାଯାଉ । ଏପରି କି ଧନୀ ଓ ଶିକ୍ଷିତ ବ୍ୟକ୍ତିମାନେ ଅଧିକାରରେ ଉନ୍ନତ ହୋଇ କର୍ତ୍ତବ୍ୟ ବିସ୍ମୃତ ହୋଇଯାଉଛନ୍ତି । ତେଣୁ ବ୍ୟକ୍ତିର କର୍ତ୍ତବ୍ୟ ସମ୍ବଳିତ କେତେକ ଧାରା ସମ୍ବିଧାନରେ ଲିପିବଦ୍ଧ ହେବାପାଇଁ ସୁପାରିଶ କରାହୋଇଛି । ଏହା କାର୍ଯ୍ୟକାରୀ ହେଲେ ବିଶୃଙ୍ଖଳାର ଅବସାନ ହେବ ଓ ଦେଶର ମେରୁଦଣ୍ଡ ଦୃଢ଼ ହେବ । ରାଷ୍ଟ୍ରୀୟ ନୀତି-ନିର୍ଦ୍ଦେଶାତ୍ମକ ତତ୍ତ୍ୱ ସମ୍ବିଧାନର ୪ର୍ଥ ପରିଚ୍ଛେଦରେ ରାଷ୍ଟ୍ରୀୟ ନୀତିନିୟାମକ ବା ନିର୍ଦ୍ଦେଶକ ତତ୍ତ୍ୱ ସନ୍ନିବେଶିତ ହୋଇରହିଛି । ଏହା କେବଳ ନିର୍ଦ୍ଦେଶାତ୍ମକ ନୀତି; ଆଇନ ନୁହେଁ । କୋର୍ଟକଚେରୀ ମୋକଦ୍ଦମା କରି ଏ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇପାରିବ ନାହିଁ । ଦେଶର ଶାସନ ପାଇଁ ଏହା ମୌଳିକ ନୀତି ରୂପେ ଘୋଷଣା କରାଯାଇଛି । ଆଇନ ପ୍ରଣୟନ ସମୟରେ ଅଥବା ନୀତି ନିର୍ଦ୍ଧାରଣ କଲାବେଳେ ଏହି ନିର୍ଦ୍ଦେଶାବଳୀକୁ ବିଚାରକୁ ନେବା ପାଇଁ ସମ୍ବିଧାନର ପ୍ରଣେତାମାନେ ବ୍ୟବସ୍ଥା କରିଛନ୍ତି । ସମ୍ବିଧାନର ୩୬ ଧାରାରୁ ଆରମ୍ଭ ହୋଇ ୫୧ ଧାରା ପର୍ଯ୍ୟନ୍ତ ନିର୍ଦ୍ଦେଶାବଳୀ ଲିପିବଦ୍ଧ ରହିଛି । ୧୬ଟି ଧାରାରେ ୭ଟି ବିଶିଷ୍ଟ ନିର୍ଦ୍ଦେଶ ରହିଛି । ୧. ଜନମଙ୍ଗଳ ରାଷ୍ଟ୍ର ପ୍ରତିଷ୍ଠା : ଦେଶରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟପ୍ରତିଷ୍ଠା କରାଯିବ । ୨. ସମାଜବାଦ ନୀତି ପ୍ରବର୍ତ୍ତିତ ହେବ : ପ୍ରତ୍ୟେକଙ୍କୁ ଯଥେଷ୍ଟ ଜୀବନଧାରଣର ପନ୍ଥା ମିଳିବାର ବ୍ୟବସ୍ଥା କରାଯିବ । ଜନସାଧାରନଙ୍କ ମଙ୍ଗଳ ପାଇଁ ଦେଶର ପ୍ରାକୃତିକ ସଂପତ୍ତି ବ୍ୟବହାର କରାଯିବ । ଏପରି ଅର୍ଥନୀତି ପ୍ରବର୍ତ୍ତିତ ହେବ ଯଦ୍ୱାରା ଧନ କେତେଜଣ ମୁଷ୍ଟିମେୟ ଲୋକଙ୍କ ହାତରେ ଠୁଳ ନ ରହେ । ସ୍ତ୍ରୀ ପୁରୁଷ ଉଭୟେ ସମାନ କାମ ପାଇଁ ସମାନ ମଜୁରୀ ପାଇବେ । ଶ୍ରମିକମାନଙ୍କର ସ୍ୱାସ୍ଥ୍ୟଭଙ୍ଗ ନେ ହେବାର ବ୍ୟବସ୍ଥା ରହିବ । ବଳ ଅନୁପାତରେ ସେମାନେ ଯେପରି ଶ୍ରମ କରନ୍ତି, ତା ର ବ୍ୟବସ୍ଥା ରହିବ । ପିଲାମାନଙ୍କୁ ଶୋଷଣରୁ ଓ ଅନାଥ ଅବସ୍ଥାରୁ ରକ୍ଷା କରାଯିବ । ୩. ଗାନ୍ଧିନୀତି କାର୍ଯ୍ୟକାରିତା : ପଞ୍ଚାୟତ ପ୍ରତିଷ୍ଠା କରାଯିବ । ନିଶା ନିବାରଣ କରାଯିବ । ସମସ୍ତଙ୍କୁ ସୁଷମ ଖାଦ୍ୟ ମିଳିବାର ବ୍ୟବସ୍ଥା କରାଯିବ । କୁଟୀରଶିଳ୍ପ ପ୍ରତିଷ୍ଠା କରାଯିବ । ସମବାୟ ସମିତିକୁ ଉତ୍ସାହ ଦିଆଯିବ । ହରିଜନ ଓ ଗିରିଜନଙ୍କ ମଙ୍ଗଳ ପାଇଁ ବ୍ୟବସ୍ଥା କରାଯିବ । ୪. ସାମାଜିକ ନିରାପତ୍ତା ପ୍ରବର୍ତ୍ତନ : କର୍ମସଂସ୍ଥାନର ଅଧିକାର ଶିକ୍ଷା ପାଇବା ପାଇଁ ଅଧିକାର ବେକାରୀ, ବାର୍ଦ୍ଧକ୍ୟ, ରୋଗ, ଅକର୍ମଣ୍ୟ, ମାତୃମଙ୍ଗଳ ଇତ୍ୟାଦି ପାଇଁ ଭତ୍ତାର ବ୍ୟବସ୍ଥା ଶ୍ରମିକମାନଙ୍କୁ ଉପଯୁକ୍ତ ମଜୁରୀ, ଉଚିତ ଜୀବନଧାରଣ ମାନ, ବିଶ୍ରାମ ନେବାର ଓ ସାମାଜିକ ତଥା ସାଂସ୍କୃତିକ ସୁବିଧା ମିଳିବା ପାଇଁ ବ୍ୟବସ୍ଥା ୫. ସାମାଜିକ ସଂହତି ପ୍ରତିଷ୍ଠା : ଭାରତରେ ସାମାଜିକ ତଥା ସମ୍ପତ୍ତିଗତ ସଂହତି ଓ ସମାନତା ସକାଶେ ଗୋଟିଏ "ସିଭିଲ୍ କୋଡ଼ " ପ୍ରବର୍ତ୍ତିତ ହେବ । ୬. ବୈଦେଶିକ ନୀତି : ଭାରତର ବୈଦେଶିକ ନୀତି କିପରି ନିର୍ଦ୍ଧାରିତ ହେବ, ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭାରତ ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ଚେଷ୍ଟା କରିବ । ରାଷ୍ଟ୍ରମାନଙ୍କ ମଧ୍ୟରେ ନ୍ୟାୟ ଓ ସମ୍ମାନଜନକ ସଂପର୍କ ପ୍ରତିଷ୍ଠା ପାଇଁ ଚେଷ୍ଟା କରିବ । ଆନ୍ତର୍ଜାତିକ ଆଇନ ଓ ଚୁକ୍ତିନାମା ପ୍ରତି ସମ୍ମାନ ପ୍ରଦର୍ଶନ କରିବ । ମଧ୍ୟସ୍ଥ ଜରିଆରେ ଆନ୍ତର୍ଜାତିକ ବିବାଦର ସମାଧାନ କରିବାକୁ ଚେଷ୍ଟା କରିବ । ୭. ଅନ୍ୟାନ୍ୟ ନୀତି : ବୈଜ୍ଞାନିକ ଓ ଆଧୁନିକ ନୀତିରେ କୃଷି, ପଶୁ-ପାଳନ କାର୍ଯ୍ୟ ପରିଚାଳିତ ହେବ । ଜାତୀୟ କାରୁକାର୍ଯ୍ୟ ଆଦିର ସଂରକ୍ଷଣ କରାଯିବ । ଏହି ସପ୍ତନିୟାମକର ଗୁରୁତ୍ୱ ଉପରେ ଅନେକ ଆଲୋଚନା ହୋଇଛି । ସରକାର ଏ ନିର୍ଦ୍ଦେଶ ମାନି ଆଇନ ପ୍ରଣୟନ କଲାବେଳେ କୋର୍ଟକଚେରୀଦ୍ୱାରା ବାଧା ପ୍ରାପ୍ତ ହୋଇଥିବାରୁ ସମ୍ବିଧାନ ସଂଶୋଧନ କରାଯାଇ ୩୧ (ଗ) ଧାରା ଅଧିକା ଯୋଡ଼ା ଯାଇଛି । ଫଳରେ ମୌଳିକ ଅଧିକାର ପରିଚ୍ଛେଦରେ ଥିବା ୧୪ ଓ ୧୯ ଧାରା ଖିଲାପ ହେଲେ ମଧ୍ୟ ନିର୍ଦ୍ଦେଶାବଳୀର ୩୯ ଧାରାକୁ (ସମାଜବାଦ ନୀତି) କାର୍ଯ୍ୟକାରୀ କରିବା ପାଇଁ ଯଦି ଆଇନ ପ୍ରଣୟନ ହୁଏ, ତେବେ କୋର୍ଟର ବିଚାର କ୍ଷମତା ସେସବୁ ଉପରେ ଲାଗୁ ହେବ ନାହିଁ । ଏହି ବ୍ୟବସ୍ଥା ପଞ୍ଚବିଂଶ ସଂଶୋଧନ (୧୯୭୧)ଦ୍ୱାରା କରାଯାଇ ଭାରତକୁ ସାମ୍ୟବାଦ ନୀତିରେ ପ୍ରଗତି ହାସଲ ପାଇଁ ସୁବିଧା ଦିଆଯାଇଛି । ଏହି ନିର୍ଦ୍ଦେଶାବଳୀ ଉପରେ ମତ ଦେବାକୁ ଯାଇ ଜେନିଙ୍ଗସ୍ କହିଥିଲେ - "ଏହା ଏକ କାଳ୍ପନିକ ବାସନାର ନିଦର୍ଶନ ।" କେ.ସି. ହୁଏର ମଧ୍ୟ କହିଥିଲେ ଯେ, " ଏହାଦ୍ୱାରା ସମ୍ବିଧାନର କିଛି ଲାଭ ହେବନାହିଁ । ବରଂ ସମ୍ବିଧାନର ବଦନାମ ହେବ ।" ଭାରତର ସୁପ୍ରିମକୋର୍ଟ କହିଥିଲେ. " ଏହା କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ ।" ସାର୍ ବି.ଏନ. ରାଓଙ୍କ ମତରେ, "ରାଷ୍ଟ୍ର ପରିଚାଳକ-ମାନଙ୍କ ପାଇଁ ଏହା କେବଳ ନୈତିକ ଆଦେଶ । ଏହାର ଶିକ୍ଷାଗତ ମୂଲ୍ୟ ରହିଛି । ସାମାଜିକ ଓ ଅର୍ଥନୈତିକ ବିପ୍ଳବର ଲକ୍ଷ୍ୟ ହାସଲ ପାଇଁ ଏହା ପ୍ରେରଣା ଦେବ ।" ଏସବୁ ସମାଲୋଚନା ପଞ୍ଚବିଂଶ ସଂଶୋଧନଦ୍ୱାରା ନାକଚ ହୋଇଯାଇଛି । ସ୍ୱରଣ ସିଂ କମିଟି ସୁପାରିଶ କରିଛନ୍ତି ଯେ ୩୧ (ଗ) ଧାରାର ପରିସର ବିସ୍ତାର କରାଯାଇ କେବଳ ୩୯ ଧାରାକୁ ସୀମିତ ନ ରଖି ୪ର୍ଥ ପରିଚ୍ଛେଦର ଯେ କୌଣସି ନିର୍ଦ୍ଦେଶ ଉପରେ ଆଇନ ପ୍ରଣୟନ ହେଲେ ତାହା କୋର୍ଟକଚେରୀର ବିଚାର ବହିର୍ଭୂତ ଆଇନ ହୋଇ ରହିବ । ଫଳରେ ସାମ୍ୟବାଦୀ ଭାରତର ପ୍ରକୃତ ନିୟାମକ ହିସାବରେ ଏହି ୪ର୍ଥ ପରିଚ୍ଛେଦ କାର୍ଯ୍ୟ କରିବ । ସ୍ୱାଧୀନ ଓ ନିରପେକ୍ଷ ବିଚାର ସଂସ୍ଥା ସମ୍ବିଧାନରେ ଏକ ସୁଚିନ୍ତିତ ସ୍ୱାଧୀନ ଓ ନିରପେକ୍ଷ ବିଚାର ବ୍ୟବସ୍ଥା କରାଯାଇଛି । ନିମ୍ନ ନ୍ୟାୟାଳୟଠାରୁ ଆରମ୍ଭ କରି ସର୍ବୋଚ୍ଚ ନ୍ୟାୟାଳୟ ଗୋଟିଏ ସୂତାରେ ବନ୍ଧା । ସମ୍ବିଧାନ ହେଉଛି ଜାତିର ମୌଳିକ ଆଇନ । ସେହି ଆଦିବିଧାନର ତର୍ଜମା ଓ ଅର୍ଥଅର୍ଥାନ୍ତର କରନ୍ତି ବିଚାରପତିମାନେ । ସମ୍ବିଧାନର ଅଭିଭାବକ ଓ ସଂରକ୍ଷକ ହିସାବରେ କ୍ଷମତାଧାରୀ ସଂସ୍ଥାକୁ ସୀମିତ କରି ସମ୍ବିଧାନର ସାର୍ବଭୌମତ୍ୱ ପ୍ରତିଷ୍ଠା କରିବା ହେଲା ସର୍ବୋଚ୍ଚ ନ୍ୟାୟାଳୟର ଧର୍ମ । କୌଣସି ଆଇନ ବା ହୁକୁମନାମା ସମ୍ବିଧାନର ବିରୁଦ୍ଧାଚରଣ କଲେ, ନ୍ୟାୟାଳୟମାନେ ତାକୁ ନାକଚ କରିଦେବାର କ୍ଷମତା ରହିଛି । ସମ୍ବିଧାନର ବ୍ୟବସ୍ଥାକୁ ମାପକାଠି ରୂପେ ବ୍ୟବହାର କରି ସର୍ବୋଚ୍ଚ ଓ ଉଚ୍ଚ ନ୍ୟାୟାଳୟମାନ ଆଇନ ବା ହୁକୁମନାମାକୁ ପୁନରାବଲୋକନ କରନ୍ତି ଓ ବିରୁଦ୍ଧାଚରଣ ହୋଇଥିଲେ ତାହା ନାକଚ ବା ରଦ୍ଦ କରିଦିଅନ୍ତି । ଏହି କ୍ଷମତାକୁ ଜୁଡ଼ିସିଆଲ ରିଭ୍ୟୁ ବା ନ୍ୟାୟାଳୟ ପୁନରାବଲୋକନ କ୍ଷମତା କୁହାଯାଏ । ବିଚାରପତିମାନଙ୍କ ଚାକିରି ଦରମା ଆଦି ସୁରକ୍ଷିତ । ତେଣୁ ସେମାନେ ନିର୍ଭୀକ ହୋଇପାରନ୍ତି । ଅବଶ୍ୟ ଚାକିରିରେ ଉନ୍ନତି ପାଇଁ ସେମାନେ ଜାତୀୟ ସରକାରଙ୍କ ନିଷ୍ପତିଦ୍ୱାରା ପରିଚାଳିତ । ପାର୍ଲିଆମେଣ୍ଟ ସମ୍ବିଧାନର ସମସ୍ତ ଅଂଶ ସଂଶୋଧନ କରିବାର କ୍ଷମତା ହାସଲ କରିଛନ୍ତି । ତଥାପି ସୁପ୍ରିମକୋର୍ଟର ସମ୍ବିଧାନକୁ ତର୍ଜମା କରିବା, ସମ୍ବିଧାନବିରୋଧୀ ଆଇନ ଓ ହୁକୁମନାମାକୁ ରଦ୍ଦ କରିବାର କ୍ଷମତା ବଜାୟ ରହିଛି । ସଂଘଶାସନରେ ସୁପ୍ରିମକୋର୍ଟର ବିଶେଷ ଦାୟିତ୍ୱ ରହିଛି । ସାମ୍ୟବାଦୀ ନୀତିକୁ କାର୍ଯ୍ୟକାରୀ କରିବାରେ ସୁପ୍ରିମକୋର୍ଟ ଅନ୍ତରାୟ ନ ହେଲେ ମଧ୍ୟ, ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଧାରିତ ସାମ୍ବିଧାନିକ ବ୍ୟବସ୍ଥାକୁ ତର୍ଜମା କରିବାର କ୍ଷମତା ଥିବା ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଆଇନ ଶାସନର ପ୍ରହରୀ ରୂପେ ନିଶ୍ଚୟ କାର୍ଯ୍ୟ କରିବ । ପାର୍ଲିଆମେଣ୍ଟର ସାର୍ବଭୌମତ୍ୱ ଥିଲେ ମଧ୍ୟ, ଭାରତରେ ନ୍ୟାୟାଳୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସାର୍ବଜନୀନ ଭୋଟକ୍ଷମତା ସମ୍ବିଧାନର ୩୨୬ ଧାରା ଅନୁସାରେ ପ୍ରତ୍ୟେକ ସାବାଳକ ଭୋଟ କ୍ଷମତା ପାଇଛନ୍ତି । ଏହିପାଇଁ ବିଶ୍ୱର ଅନେକ ସ୍ଥାନରେ ବହୁକାଳ ଆନ୍ଦୋଳନ ଓ ଅପେକ୍ଷା କରିବାକୁ ପଡ଼ିଛି । ଧନ, ଶିକ୍ଷା, ଲିଙ୍ଗ, ଧର୍ମ, ଜନ୍ମସ୍ଥାନ, ଜାତି ନିର୍ବିଶେଷରେ ପ୍ରତ୍ୟେକ ସାବାଳକ ଭୋଟ କ୍ଷମତା ପାଇଛନ୍ତି । ଏହା ଭାରତକୁ "ବୃହତ୍ତମ ଗଣତନ୍ତ୍ର" କରିଛି । ସମ୍ବିଧାନର ଏହି ପଦକ୍ଷେପକୁ ଏକ ସାହସିକ ପଦକ୍ଷେପ ରୂପେ ବର୍ଣ୍ଣନା କରାଯାଇଛି । ୬୨ତମ ସମ୍ବିଧାନ ସଂଶୋଧନଦ୍ୱାରା ବର୍ତ୍ତମାନ ୧୮ ବର୍ଷ ବୟସ୍କ ଲୋକଙ୍କୁ ଭୋଟଦାନ କ୍ଷମତା ଦିଆଯାଇଛି । ଧର୍ମନିରପେକ୍ଷ ରାଷ୍ଟ୍ର ସମ୍ବିଧାନର ୨୫ ଧାରାରେ ସମସ୍ତ ନାଗରିକଙ୍କୁ ଧର୍ମସ୍ୱାଧୀନତା ଦିଆଯାଇଛି । ରାଷ୍ଟ୍ରର ସରକାରୀ ଧର୍ମ ନାହିଁ କି କୌଣସି ଧର୍ମର ପ୍ରଚାର ପାଇଁ ଅନ୍ୟ ଧର୍ମାବଲମ୍ବୀଙ୍କ ଉପରେ ଟିକସ ବସାଇବାର କ୍ଷମତା ନାହିଁ । ନିଜ ନିଜ ଧର୍ମ, ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ଧର୍ମପ୍ରଚାର ଓ ପ୍ରସାର ପାଇଁ ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର ରହିଛି । ନେହେରୁ କହିଥିଲେ. "ଆମେ ଧର୍ମ-ନିରପେକ୍ଷ, ସାମ୍ପ୍ରଦାୟିକତାବୋରୋଧୀ ଓ ଧର୍ମାନ୍ଧତାହୀନ ରାଷ୍ଟ୍ରର ପରିକଳ୍ପନା କରିଛୁ ।" ତେଣୁ ଭାରତର ସମ୍ବିଧାନ ଧର୍ମନିରପେକ୍ଷରାଷ୍ଟ୍ର ପ୍ରତିଷ୍ଠା କରି ବିଶ୍ୱକୁ ଅନୁପ୍ରାଣିତ କରିଛି ଓ ସମ୍ବିଧାନ ସେଥିପାଇଁ ଧର୍ମ ଓ ବିଶ୍ୱାସ ସ୍ଥାପନରେ ପ୍ରତ୍ୟେକ ବ୍ୟକ୍ତିକୁ ସ୍ୱାଧୀନତା ଦେଇଛି । ମୌଳିକ କର୍ତ୍ତବ୍ୟ ସମ୍ବିଧାନର ୪୨ତମ ସଂଶୋଧନଦ୍ୱାରା "ମୌଳିକ କର୍ତ୍ତବ୍ୟ" ଲାଗି ଏକ ସ୍ୱତନ୍ତ୍ର ଅଧ୍ୟାୟ ସନ୍ନିବେଶିତ ହୋଇଛି । ଏହା ୪ (କ) ଅଧ୍ୟାୟ ରୂପେ ଲିପିବଦ୍ଧ ହୋଇଛି । ଏଥିରେ ୧୧ଟି ମୌଳିକ କର୍ତ୍ତବ୍ୟ ରହିଛି । ସ୍ୱତନ୍ତ୍ର ରୂପେ ୫୧ (କ) ଧାରାରେ ଏହି ୧୧ଟି ଯାକ କର୍ତ୍ତବ୍ୟ ଉଲ୍ଲେଖ ରହିଛି । ୪୨ତମ ସଂଶୋଧନଦ୍ୱାରା ୧୦ଟି ମୌଳିକ କର୍ତ୍ତବ୍ୟ ଥିଲା; କିନ୍ତୁ ୨୦୦୨ ମସିହାରେ ହୋଇଥିବା ୮୬ତମ ସଂଶୋଧନଦ୍ୱାରା ଆଉ ଏକ କର୍ତ୍ତବ୍ୟ ଯୋଗ କରାଯାଇଥିଲା । ସମ୍ବିଧାନର ବ୍ୟବସ୍ଥା ପାଳନ, ଏହାର ଆଦର୍ଶ ଓ ଅନୁଷ୍ଠାନ, ଜାତୀୟ ସଙ୍ଗୀତ ଓ ପତାକା ପ୍ରତି ସମ୍ମାନ ପ୍ରଦର୍ଶନ । ସ୍ୱାଧୀନତା ସଂଗ୍ରାମ ସମୟରେ ପ୍ରେରଣା ଦେଇଥିବା ପବିତ୍ର ଆଦର୍ଶକୁ ଅନୁସରଣ ଓ ଗ୍ରହଣ କରିବା । ଭାରତର ସାର୍ବଭୌମତ୍ୱ, ଐକ୍ୟ ଓ ଅଖଣ୍ଡତାର ସଂରକ୍ଷଣ ଓ ଦୃଢ଼ୀକରଣ କରିବା । ଦେଶକୁ ସୁରକ୍ଷିତ କରିବା ଓ ବିପତ୍ତି କାଳରେ ଦରକାର ହେଲେ ସୈନିକ ହୋଇ ଦେଶସେବା କରିବା । ଧର୍ମ, ଭାଷା, ଆଞ୍ଚଳିକତା, ଗୋଷ୍ଠୀଗତ ବିଭେଦ ଊର୍ଦ୍ଧ୍ୱରେ ରହି ଭାରତର ଲୋକମାନଙ୍କ ମଧ୍ୟରେ ସଂହତି ଓ ଭାତୃତ୍ୱଭାବ ବିକଶିତ କରାଇବା ଓ ନାରୀମାନଙ୍କ ପ୍ରତି ଅମର୍ଯ୍ୟାଦାସୂଚକ ବ୍ୟବହାରକୁ ତ୍ୟାଗ କରିବା । ଆମର ମିଶ୍ରିତ ସଂସ୍କୃତିର ମହତ୍ତ୍ୱ ଓ ବିରାଟ ଐତିହ୍ୟକୁ ଆଦର କରିବା ଓ ସଂରକ୍ଷିତ କରିବା । ପ୍ରାକୃତିକ ପରିବେଷ୍ଟନ, ବନ, ହ୍ରଦ, ନଦୀ ଓ ବନ୍ୟଜନ୍ତୁଙ୍କର ସଂରକ୍ଷଣ ଓ ବିକାଶ କରିବା ଏବଂ ପ୍ରାଣୀମାନଙ୍କ ପ୍ରତି ଦୟା ପ୍ରଦର୍ଶନ କରିବା । ବୈଜ୍ଞାନିକ ମନୋଭାବ, ମାନବିକତା, ଜିଜ୍ଞାସା ମନୋଭାବ ଓ ସଂସ୍କାର ପାଇଁ ଆଗ୍ରହ ପୋଷଣ କରିବା । ସାଧାରଣ ସମ୍ପତ୍ତି ରକ୍ଷଣାବେକ୍ଷଣ କରିବା ଓ ହିଂସାତ୍ମକ କାର୍ଯ୍ୟ ପରିହାର କରିବା । ଜାତିକୁ ଉଚ୍ଚତମ ସ୍ତରରେ ରଖିବା ପାଇଁ ଅବିରାମ ଚେଷ୍ଟା ଓ ସଫଳତା ହାସଲ ସକାଶେ ସବୁ କ୍ଷେତ୍ରରେ ବ୍ୟକ୍ତିଗତ ଓ ସାମୂହିକ ଉତ୍କର୍ଷତା ହାସଲ ପାଇଁ ଉଦ୍ୟମ କରିବା । ଅଭିଭାବକ ବା ପିତାମାତାଙ୍କଦ୍ୱାରା ୬ରୁ ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ଶିକ୍ଷା ଗ୍ରହଣ କରିବାର ସୁବିଧାସୁଯୋଗ ଯୋଗାଇ ଦେବା । ଏହାର କାର୍ଯ୍ୟକାରିତା ପାଇଁ ଆଇନ ପ୍ରଣୟନ କରିବାକୁ କୁହାଯାଇନାହିଁ । ରାଷ୍ଟ୍ର ନିର୍ଦ୍ଦେଶାତ୍ମକ ଆଦର୍ଶ ପରି ଏହା ନାଗରିକଙ୍କୁ ଏକ ନିର୍ଦ୍ଦେଶାମୂଳକ ସୂଚନା । ସମ୍ବିଧାନର ପଞ୍ଚସ୍ତମ୍ଭ ସମ୍ବିଧାନର ପ୍ରାସାଦ ପାଞ୍ଚୋଟି ସ୍ତମ୍ଭ ଉପରେ ନ୍ୟସ୍ତ ହୋଇଛି । ନିର୍ବାଚନ କମିଶନ : ଏହା ଗଣତାନ୍ତ୍ରିକ ନିର୍ବାଚନଦ୍ୱାରା ଦେଶକୁ ବଞ୍ଚାଇ ରଖିଛି । ଅର୍ଥ କମିଶନ: ଏହା ସଂଘରାଷ୍ଟ୍ରର ରାଜ୍ୟମାନଙ୍କ ମଧ୍ୟରେ ସୁଷମ ଅର୍ଥ ବଣ୍ଟନ କରି ସଂଘରାଷ୍ଟ୍ରର ମୂଳଭିତ୍ତି ସୁଦୃଢ଼ କରୁଛି । ପବ୍ଲିକ ସର୍ଭିସ କମିଶନ ବା ସାଧାରଣ ପ୍ରଶାସନିକ ସେବା ଆୟୋଗ: ଏହା ରାଜନୀତିର ରଙ୍ଗ ପରିବର୍ତ୍ତନ ଓ ଝଡ଼ଝଞ୍ଜା ଭିତରେ ପ୍ରଶାସନିକ ସେବା ସଂସ୍ଥାକୁ ନିରପେକ୍ଷ ଓ ସଚ୍ଚୋଟ କରି ରଖିବା ପାଇଁ କର୍ମଚାରୀ ନିର୍ବାଚନ ଓ ଦଣ୍ଡବିଧାନ କାର୍ଯ୍ୟ କରୁଛି । ଅଡ଼ିଟର ଜେନେରାଲ: କ୍ଷମତାରେ ଥିବା ଅଧିକାରୀମାନଙ୍କୁ ଜାତୀୟ ପାଣ୍ଠିକୁ ବରବାଦ ନ କରି ଜନତାର ଅର୍ଥର ପ୍ରହରୀ ରୂପେ କାମ କରୁଛି । ଆଟର୍ଣ୍ଣି ଜେନେରାଲ: ସରକାରଙ୍କ ଆଇନ ଶାସନର ବିବେକ ରୂପେ ସେ କାର୍ଯ୍ୟ କରି ଆଇନ ଶାସନକୁ ବଳବତ୍ତର ରଖିଛନ୍ତି । ଏହିସବୁ ସ୍ତମ୍ଭ ସରକାରଙ୍କ ଅଙ୍ଗ ହେଲେ ମଧ୍ୟ ନୀତିନିୟମର ମଙ୍ଗ ଧରି ସମ୍ବିଧାନକୁ ସୁସ୍ଥ ଓ ସବଳ କରି ବଞ୍ଚାଇଛନ୍ତି । ସମ୍ବିଧାନ ସଂଶୋଧନ ପଦ୍ଧତି ସମ୍ବିଧାନ ସଂଶୋଧନ ପଦ୍ଧତି ୩୬୮ ଧାରାରେ ବର୍ଣ୍ଣିତ ହୋଇଛି । ସମ୍ବିଧାନ ସଂଶୋଧନ କ୍ଷମତା ପାର୍ଲିଆମେଣ୍ଟକୁ ଦିଆଯାଇଛି । ସଂଶୋଧନ ପାଇଁ ଚିଠା ଆଇନ ପାର୍ଲିଆମେଣ୍ଟରେ ପେଶ କରାଯାଏ । ରାଜ୍ୟସଭା ବା ଲୋକ ସଭାରେ ଏହା ପ୍ରଥମେ ଆଲୋଚନା କରାଯାଇପାରେ । ମୌଳିକ ଅଧିକାର ସମେତ ଯେ କୌଣସି ଅବସ୍ଥାକୁ ସଂଶୋଧନ କରିବା ପାଇଁ ପାର୍ଲିଆମେଣ୍ଟର କ୍ଷମତା ରହିଛି । କିନ୍ତୁ ସଂଘଶାସନ ଓ ନ୍ୟାୟାଳୟ କ୍ଷମତା ସଂପର୍କୀୟ ବ୍ୟବସ୍ଥାମାନ ସଂଶୋଧନ କରିବା ସମୟରେ ରାଜ୍ୟ ବିଧାନମଣ୍ଡଳର ଅନୁମୋଦନ ଆବଶ୍ୟକ ହୋଇଥାଏ । ମିନର୍ଭା କାରଖାନା ମୋକଦ୍ଦମାରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ସମ୍ବିଧାନର ମୌଳିକ ବ୍ୟବସ୍ଥାସବୁ ସଂଶୋଧନ କରିବାର କ୍ଷମତା ପାର୍ଲିଆମେଣ୍ଟର ନାହିଁ । ସମ୍ବିଧାନ ସଂଶୋଧନର ତିନୋଟି ପଦ୍ଧତି ସମ୍ବିଧାନ ସଂଶୋଧନ କରିବା ପାଇଁ ୩ଟି ପଦ୍ଧତି ରହିଛି । ୧. କେତେକ ବ୍ୟବସ୍ଥା ଧାରା ପାର୍ଲିଆମେଣ୍ଟର ଉପସ୍ଥିତ ସଦସ୍ୟମାନଙ୍କର ସଂଖ୍ୟାଗରିଷ୍ଠ ମତରେ ସଂଶୋଧିତ କରାଯାଇପାରିବ । ଯଥା: ନୂଆ ରାଜ୍ୟଗଠନ, ନାମ ଓ ସୀମା ନିର୍ଦ୍ଧାରଣ; ସଂପୃକ୍ତ ରାଜ୍ୟ ବିଧାନମଣ୍ଡଳର ସମ୍ମତି ନେଇ ସଂଶୋଧନ କରାଯାଇପାରେ । ସମ୍ବିଧାନର ତୃତୀୟ ଧାରା ଏହି ପରିସରର ଅନ୍ତର୍ଭୁକ୍ତ । ବିଧାନ ମଣ୍ଡଳର ଦ୍ୱିତୀୟ ସଦନ ଉଚ୍ଛେଦ କରିବା ପାଇଁ ୧୬୯ ଧାରା ଅନୁସାରେ ସଂଶୋଧନ ପ୍ରସ୍ତାବ । ନାଗରିକତା ଏବଂ ତାଲିକାଭୁକ୍ତ ଅଞ୍ଚଳ ବା ଉପଜାତିମାନଙ୍କ ବିଷୟରେ ସଂଶୋଧନ କରିବାକୁ ହେଲେ ସାଧାରଣ ଆଇନ ପରି ଉପସ୍ଥିତ ସଂଖ୍ୟାଗରିଷ୍ଠ ଭୋଟରେ ସଂଶୋଧନ କରାଯାଇପାରେ । ୨. ବିଶିଷ୍ଟ ସଂଖ୍ୟାଗରିଷ୍ଠତା ବା କଷ୍ଟକର ପ୍ରଣାଳୀଦ୍ୱାରା ସମ୍ବିଧାନର କେତେକ ଅଂଶ ସଂଶୋଧିତ ହୋଇପାରିବ । ସଦନର ଲୋକ ସଭା ଓ ରାଜ୍ୟସଭାର ସଭ୍ୟମାନଙ୍କର ଅର୍ଦ୍ଧାଧିକ ଏବଂ ପ୍ରତ୍ୟେକ ସଦନର ଉପସ୍ଥିତ ସଭ୍ୟମାନଙ୍କର ଦୁଇ-ତୃତୀୟାଂଶ ଓ ତତୋଧିକ ଭୋଟରେ ଗୃହୀତ ହୋଇଥିବା ଦରକାର । ଉଭୟ ସଦନରେ ଏହି ପ୍ରଣାଳୀ ପ୍ରବର୍ତ୍ତିତ ହୋଇଥାଏ । ତା ପରେ ରାଷ୍ଟ୍ରପତିଙ୍କ ନିକଟରେ ଅନୁମୋଦନ ପାଇଁ ଉପସ୍ଥିତ କରାଯାଏ । ଚତୁର୍ବିଂଶ ସମ୍ବିଧାନ ସଂଶୋଧନରେ ରାଷ୍ଟ୍ରପତି ଉକ୍ତ ପ୍ରସ୍ତାବକୁ ଗ୍ରହଣ କରିବାକୁ ବାଧ୍ୟ ବୋଲି ବ୍ୟବସ୍ଥା ରହିଛି । ଏହି ଧାରା ଅନୁସାରେ ସାଧାରଣତଃ ବିଧାନ ମଣ୍ଡଳର ସମ୍ମତି ଦରକାର ହୁଏ ନାହିଁ । ୩. ତୃତୀୟ ପଦ୍ଧତି ଅନୁସାରେ ସମ୍ବିଧାନ ସଂଶୋଧନ ଅତ୍ୟନ୍ତ କଷ୍ଟକର । ଏହି ପଦ୍ଧତି ଅନୁସାରେ ପ୍ରଥମେ ପାର୍ଲିଆମେଣ୍ଟର ପ୍ରତ୍ୟେକ ସଦନରେ ସଦସ୍ୟ ସଂଖ୍ୟାର ଅର୍ଦ୍ଧାଧିକ ସମ୍ମତିଲାଭ କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସଦସ୍ୟ ସଂଖ୍ୟାର ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସମ୍ମତି ଲାଭ କରିଥିବା ଦରକାର ଏବଂ ରାଜ୍ୟମାନଙ୍କ ସଂଖ୍ୟାର ଅର୍ଦ୍ଧାଧିକ ବିଧାନ ମଣ୍ଡଳଦ୍ୱାରା ସାଧାରଣ ସଂଖ୍ୟାଗରିଷ୍ଠ ମତରେ ସମର୍ଥିତ ହେବା ଦରକାର । ତାହାପରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ଏହା ଉପସ୍ଥାପିତ କରାଯାଏ । ଏହି କଷ୍ଟକର ପଦ୍ଧତି ନିମ୍ନଲିଖିତ ବ୍ୟବସ୍ଥାର ସଂଶୋଧନ ପାଇଁ ପ୍ରୟୋଗ କରାଯାଏ । ୫୪ (କ) ଧାରା ଅନୁସାରେ ରାଷ୍ଟ୍ରପତି ନିର୍ବାଚନ, ୫୫ ଧାରା ଅନୁସାରେ ରାଷ୍ଟ୍ରପତି ନିର୍ବାଚନର ପଦ୍ଧତି, ୭୩ ଧାରା ଅନୁସାରେ କେନ୍ଦ୍ର ସରକାରଙ୍କ କ୍ଷମତା, ୧୬୨ ଧାରା ଅନୁସାରେ ରାଜ୍ୟମାନଙ୍କ କ୍ଷମତା, ୨୦୧ ଧାରା ଅନୁସାରେ କେନ୍ଦ୍ରଶାସିତ ଅଞ୍ଚଳର ଉଚ୍ଚ ନ୍ୟାୟାଳୟ ପ୍ରତିଷ୍ଠା, ପଞ୍ଚମ ପରିଚ୍ଛେଦର ସୁପ୍ରିମକୋର୍ଟ କ୍ଷମତା, ଷଷ୍ଠ ପରିଚ୍ଛେଦର ରାଜ୍ୟର ଉଚ୍ଚ ନ୍ୟାୟାଳୟ କ୍ଷମତା, ଏକାଦଶ ପରିଚ୍ଛେଦର କେନ୍ଦ୍ର-ରାଜ୍ୟ ସଂପର୍କ, ସପ୍ତମ ତାଲିକାର ଅଧିକାର ତାଲିକାକ୍ରୟ, ପାର୍ଲିଆମେଣ୍ଟରେ ରାଜ୍ୟମାନଙ୍କ ପ୍ରତିନିଧିତ୍ୱ ଏବଂ ୩୬୮ ଧାରାରେ ସମ୍ବିଧାନ ସଂଶୋଧନ ପଦ୍ଧତି ପ୍ରଣାଳୀ ଆଦି ବିଷୟବସ୍ତୁ ଏହି ତୃତୀୟ ପଦ୍ଧତିର ପରିସରଭୁକ୍ତ । ଦୁଇ ସଦନ ମଧ୍ୟରେ ମତଭେଦ ଯଦି ସମ୍ବିଧାନ ସଂଶୋଧନ ସମୟରେ ଦୁଇ ସଦନ ମଧ୍ୟରେ ମତଭେଦ ହୁଏ, ତେବେ ଉକ୍ତ ସଂଶୋଧନ କିମ୍ବା ତା ର କୌଣସି ଅଂଶ ବାତିଲ ହୋଇଯାଏ । ୧୯୭୮ ମସିହାରେ ୪୪ତମ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ବେଳେ ଏହିପରି ଅବସ୍ଥା ହୋଇଥିଲା । ନିର୍ଦ୍ଦେଶାତ୍ମକ ନିୟମ ମୌଳିକ ଅଧିକାରଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଜବତ କରିବା ପାଇଁ ଯାଇଥିବା ପ୍ରସ୍ତାବ ବାତିଲ ହୋଇଥିଲା । ଶିକ୍ଷାକୁ ଉଭୟ କେନ୍ଦ୍ର ଓ ରାଜ୍ୟ କ୍ଷମତା ପରିସର ଭିତରେ ରଖାଯିବା ବ୍ୟବସ୍ଥାକୁ ନାକଚ କରିବା ପାଇଁ ସଂଶୋଧନ ପ୍ରସ୍ତାବକୁ ବାତିଲ କରାଯାଇଥିଲା । କଂଗ୍ରେସ ଦଳ ରାଜ୍ୟସଭାରେ ଜନତା ସରକାରଙ୍କ ଏହି ପ୍ରସ୍ତାବ ଅଗ୍ରାହ୍ୟ କରିଥିଲେ । ସମ୍ବିଧାନ ସଂଶୋଧନର ଅଗ୍ରଗତି ଅବସ୍ଥାର ପରିବର୍ତ୍ତନ ସହ ତାଳଦେଇ ଚାଲିବାକୁ ସମ୍ବିଧାନ ସଂଶୋଧନ କରିବାକୁ ହୋଇଥାଏ । ସମ୍ବିଧାନ ସଂଶୋଧନ କରିବା ବା ନ କରିବା ସମୟ ପାର୍ଲିଆମେଣ୍ଟ ସ୍ଥିର କରିବା ଆବଶ୍ୟକ । କେଉଁ ଅଂଶ କିପରି ଭାବରେ ସଂଶୋଧିତ ହେବ ତାହା ଲୋକ-ପ୍ରତିନିଧିମାନେ ନିଷ୍ପତି କରିବା ଦରକାର । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ସମ୍ବିଧାନର ମୌଳିକ ଅଙ୍ଗକୁ ପରିବର୍ତ୍ତନ କରିବା ଠିକ ନୁହେଁ । କିନ୍ତୁ ସମ୍ବିଧାନକୁ ଅତି ଆବଶ୍ୟକ ସମୟରେ ସଂଶୋଧନ କରିବା ପାର୍ଲିଆମେଣ୍ଟର ଏକ କର୍ତ୍ତବ୍ୟ ଅଟେ । ଅନ୍ୟାନ୍ୟ ବୈଶିଷ୍ଟ୍ୟ ସମ୍ବିଧାନର ଅନେକ ଛୋଟ ଛୋଟ ଉପାଦାନ ମଧ୍ୟ ରହିଛି । ଯଥା - ଏକ ନାଗରିକତା, ଦ୍ୱିସଦନତା, ଜରୁରୀକାଳୀନ ବ୍ୟବସ୍ଥା, ସର୍ବଭାରତୀୟ ସେବା ସଂସ୍ଥା, କ୍ଷମତା ସ୍ୱତନ୍ତ୍ରୀକରଣ, ସଂଖ୍ୟାଲଘୁ ଗୋଷ୍ଠୀର ଭାଷା ଓ ସଂସ୍କୃତିର ସଂରକ୍ଷଣ, ଜାତୀୟ ଭାଷା ନିର୍ଦ୍ଧାରଣ, ସାମ୍ବିଧାନିକ ଆଚରଣ ପଦ୍ଧତି, ବୈଦେଶିକ ନୀତି ନିର୍ଦ୍ଧାରଣ, ସମ୍ବିଧାନ ସଂଶୋଧନ ବ୍ୟବସ୍ଥା, ତଫସିଲ ଜାତି ଓ ଉପଜାତିର ମଙ୍ଗଳ ବିଧାନ, ପ୍ରତ୍ୟେକ ରାଜ୍ୟର ଅଞ୍ଚଳ ନିର୍ଦ୍ଧାରଣ, ଅର୍ଥନୈତିକ କ୍ଷମତା ବିସ୍ତୃତିକରଣ, ବାଣିଜ୍ୟ ବ୍ୟବସାୟ ବ୍ୟବସ୍ଥା, ଜାମ୍ମୁ- କାଶ୍ମୀର, ଆନ୍ଧ୍ର ପ୍ରଦେଶ, ଗୁଜୁରାତ, ନାଗାଲାଣ୍ଡ, ସିକିମ, ମଣିପୁର, ଆସାମ ପ୍ରଭୃତି ରାଜ୍ୟଗୁଡ଼ିକ ବିଷୟରେ ବିଶେଷ ବ୍ୟବସ୍ଥା ମାନ ରହିଛି । ସର୍ବୋପରି ୪୨ତମ ସମ୍ବିଧାନ ସଂଶୋଧନରେ ଭାରତକୁ ସମାଜବାଦୀ ରାଷ୍ଟ୍ର ରୂପେ ଘୋଷଣା କରାଯାଇ ମୁଖବନ୍ଧର ସଂଶୋଧନ କରାଯାଇଛି । ୬୪ତମ ସମ୍ବିଧାନ ସଂଶୋଧନଦ୍ୱାରା ପଞ୍ଚାୟର ରାଜ୍ୟକୁ ସ୍ୱାତନ୍ତ୍ର୍ୟ, ମାନ୍ୟତା ଓ ଅର୍ଥନୈତିକ କ୍ଷମତା ଦିଆଯାଇଛି । ସମ୍ବିଧାନକୁ ସୂକ୍ଷ୍ମଭାବେ ଅନୁଧ୍ୟାନ କଲେ ଦେଖାଯାଏ ଏଥିରେ ନିମ୍ନଲିଖିତ ମୌଳିକ ଦର୍ଶନ ନୀତିମାନ ରହିଛି । ଜନତାର ସାର୍ବଭୌମତ୍ୱ ସଂଘ ଶାସନ ବ୍ୟକ୍ତିର ମୌଳିକ ଅଧିକାର ରାଷ୍ଟ୍ରପତି ନିର୍ଦ୍ଦେଶ ଓ ଆଦେଶ ବିଚାରାଳୟର ଅଖଣ୍ଡ ସ୍ୱାଧୀନତା ସଂସଦୀୟ ଶାସନ ଜାତୀୟ ସଂହତି ଓ କେନ୍ଦ୍ର ସରକାରଙ୍କ ଆଧିପତ୍ୟ ସ୍ୱରଣ ସିଂହ କମିଟିର ସୁପାରିଶ ଅନୁସାରେ ଆଉ ଗୋଟିଏ ଦର୍ଶନ ଯୋଡ଼ି ଦିଆଯାଇପାରେ । ତାହା ହେଉଛି - ସାମ୍ୟବାଦ ଓ ଧର୍ମନିରପେକ୍ଷତା । ସର୍ବୋପରି ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ - ପଞ୍ଚାୟତି ରାଜ ଓ ନଗର ସ୍ୱାୟତ୍ତ ଶାସନର ସାମ୍ବିଧାନିକ ମର୍ଯ୍ୟାଦା ଓ ଭିତ୍ତି । ଏହି ଆଦର୍ଶ ଓ ବାସ୍ତବତା, ବ୍ୟକ୍ତି ଓ ସମାଜ, ବ୍ୟକ୍ତିର ସମ୍ମାନ ଓ ଜାତିର ସଂହତି, ଏକନାୟକତ୍ୱ ଓ ଗଣତନ୍ତ୍ର, ଐକିକ ଓ ସଂଘଶାସନ କେନ୍ଦ୍ରୀକରଣ ଓ ବିକେନ୍ଦ୍ରୀକରଣ ଆଦି ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା ହୋଇଛି । |
ଶବର ଡୁମ୍ବା (୫ ଅପ୍ରେଲ ୧୯୨୨ - ୨୧ ସେପ୍ଟେମ୍ବର ୨୦୦୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ସ୍ୱାଧୀନ ଭାରତରେ ହୋଇଥିବା ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୁଣୁପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ଶବର ଡୁମ୍ବା ୧୯୨୨ ମସିହାର ଅପ୍ରେଲ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ରାଜନୈତିକ ଜୀବନ ଶବର ଡୁମ୍ବା ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ଶବର ଡୁମ୍ବା ୨୦୦୮ ମସିହାର ସେପ୍ଟେମ୍ବର ୨୧ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । |
ଆଟେନୋଲୋଲ (ଇଂରାଜୀ ଭାଷାରେ ) ଏକ ପ୍ରକାର ବିଟା ବ୍ଲକର ଔଷଧ ଯାହା ପ୍ରାଥମିକ ଭାବରେ ଉଚ୍ଚ ରକ୍ତଚାପ ଓ ଆଞ୍ଜିନା ରୋଗମାନଙ୍କ ନିମନ୍ତେ ବ୍ୟବହାର କରାଯାଏ । ଏହା ବ୍ୟତୀତ ଅଧକପାଳି ପ୍ରତିଷେଧ ଓ କେତେକ ଆରିଦମିଆ ବା ଅନିୟମିତ ହୃତ୍ସ୍ପନ୍ଦନ ରୋଗ ନିମନ୍ତେ ଦିଆଯାଇପାରେ । ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ । ଅନ୍ୟାନ୍ୟ ରକ୍ତଚାପ ଔଷଧ ସାଥିରେ ମିଶ୍ରିତ ଭାବରେ ମଧ୍ୟ ଦିଆଯାଏ । ଆଟେନୋଲୋଲ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା ଅନୁଭବ, ହୃଦ୍ପାତ, ମୁଣ୍ଡ ଓଜନିଆ, ଅବସାଦ ଓ ଅଣନିଶ୍ୱାସୀ ହୋଇପାରେ । ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ବ୍ରୋଙ୍କୋସ୍ପାଜ୍ମ ହୋଇପାରେ । ଗର୍ଭାବସ୍ଥାରେ ଏହା ଦେବାକୁ ସୁପାରିସ କରାଯାଏନାହିଁ । ସ୍ତନ୍ୟପାନ କରେଇବା ସମୟରେ ମଧ୍ୟ ଏହା ନଦେଇ ଅନ୍ୟ ଔଷଧ ଦେବାକୁ ପସନ୍ଦ କରାଯାଏ । ହୃତ୍ପିଣ୍ଡରେ ଏହା ବିଟା୧-ଆଡ୍ରେନର୍ଜିକ ରିସେପ୍ଟରକୁ ( 1- ) ଅବରୋଧ କରି ହୃଦ୍ଗତି ହାର ଓ ଚାପ କମେଇଦିଏ । ସନ ୧୯୬୯ରେ ଆଟେନୋଲୋଲ ପେଟେଣ୍ଟ ହୋଇ ସନ ୧୯୭୬ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା । ଏହା ଜେନେରିକ ଔଷଧ ନାମରେ ମିଳେ । ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୮ରେ ଏକ ମାସର ହୋଲସେଲ ଖର୍ଚ୍ଚ ୧୫ ଡଲାରରୁ କମ୍ ଥିଲା । ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସ ନିମନ୍ତେ ଏହାର ମୂଲ୍ୟ ୫ ପାଉଣ୍ଡରୁ କମ୍ ଥିଲା । ସନ ୨୦୧୬ରେ ପ୍ରାୟ ୨୬ ନିୟୁତ ପ୍ରେସକ୍ରିପସନ ହୋଇ ଏହା ୨୦ତମ ସର୍ବାଧିକ ମାନ୍ୟତା ପାଇଥିଲା । |
ସରସ୍ୱତୀ ଦେବୀ (୮ ଜାନୁଆରୀ ୧୯୧୪ - ୪ ଅପ୍ରେଲ ୨୦୦୧) ଜଣେ ଓଡ଼ିଆ ରାଜନୀତିଜ୍ଞା ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସରସ୍ୱତୀ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ସରସ୍ୱତୀ ଦେବୀ ୧୯୧୪ ମସିହାର ଜାନୁଆରୀ ମାସ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପତିଙ୍କ ନାମ ରଘୁନାଥ ମହାନ୍ତି । ରାଜନୈତିକ ଜୀବନ ସରସ୍ୱତୀ ଦେବୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ସରସ୍ୱତୀ ଦେବୀ ୨୦୦୧ ମସିହାର ଅପ୍ରେଲ ମାସ ୪ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । |
ଓଁକାରେଶ୍ୱର, ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଅନ୍ୟତମ । ମଧ୍ୟ ପ୍ରଦେଶର ନର୍ମଦା ନଦୀ ମଧ୍ୟସ୍ଥଳରେ ଓଁ ଆକାରର ମାନ୍ଧାତା ନାମକଏକ ଦ୍ୱୀପରେ ବିରାଜମାନ। କିମ୍ବଦନ୍ତୀ ଏହି ଦ୍ୱୀପଟିର ଆକାର ଦେଖିବାକୁ ହିନ୍ଦୁଧର୍ମର ଓଁ ପ୍ରତୀକ ପରି । ଖାସ ସେଇଥିପାଇଁ ଏହା ମଧ୍ୟରେ ଥିବା ସହରଟିର ନାମ ଓଁକାରେଶ୍ୱର ରଖାଯାଇଥିଲା । ତା 'ଛଡା ଏଠାରେ ଯେଉଁ ମୂଖ୍ୟ ଶୈବ ମନ୍ଦିର ରହିଛି , ତାହାର ନାମ ମଧ୍ୟ ଓଁକାରେଶ୍ୱର ରଖାଯାଇଛି । ତେବେ ଏଠାରେ ଅମଲେଶ୍ବର ନାମରେ ଆଉ ଏକ ଶୈବପୀଠ ମଧ୍ୟ ରହିଛି । ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀ ଶ୍ରୀ ଗୋବିନ୍ଦ ଭାଗବତପାଦ ଗୁମ୍ଫା ଇତିହାସରୁ ଜଣାଯାଏ ଯେ, ଏକଦା ଏହି ଗୁମ୍ଫାରେ ମହାଗ୍ୟାନୀ ଗୋବିନ୍ଦ ଭାଗବତପାଦ ନାମରେ ଜଣେ ସନ୍ଥ ବାସ କରୁଥିଲେ । ଆଉ ଏହିଠାରେ ଥିବା ଅବସ୍ଥାରେ ସେହି ସନ୍ଥଙ୍କଠାରୁ ଶଙ୍କରାଚାର୍ଯ୍ୟ ଦୀଖ୍ୟା ଏବଂ ଶିଖ୍ୟା ଲାଭ କରିଥିଲେ । ଖାସ ସେଇଥିପାଇଁ ଏହି ସ୍ଥାନଟିକୁ ଖୁବ ପବିତ୍ର ମନେ କରାଯାଏ । କେଦାରେଶ୍ୱର ମନ୍ଦିର ମଧ୍ୟପ୍ରଦେଶର ଏହା ଏକ ସବୁଠାରୁ ପବିତ୍ର ତୀର୍ଥସ୍ଥଳୀ ଅଟେ । ଏହି ମନ୍ଦିରରେ ପୂଜା ପାଉଥିବା ଠାକୁର ଖୁବ୍ ପ୍ରତ୍ୟକ୍ଷ । ଖାସ୍ ସେଇଥିପାଇଁ ଏଠାକୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲି ଆସିଥାନ୍ତି । ଆଉ ନିଜ ନିଜର ମାନସିକ ରଖିଥାନ୍ତି । ଓଁକାର ମାନ୍ଧାତା ମନ୍ଦିର ଓମକାର ମାନ୍ଧାତା ମନ୍ଦିର ହେଉଛି ଏକ ଶୈବପୀଠ । ଭାରତରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏହା ଅନ୍ୟତମ । ଏଠାରେ ପୂଜା ପାଉଥିବା ଶିବଲିଙ୍ଗ ହେଉଛନ୍ତି ପାତାଳଫୁଟା । କିନ୍ତୁ ତାଙ୍କୁ କେହି ସହଜରେ ଦର୍ଶନ କରିପାରନ୍ତି ନାହିଁ । କାରଣ ସିଏ ସବୁବେଳେ ପାଣିରେ ବୁଡି ରହିଥାନ୍ତି । ତେବେ ଏହି ମନ୍ଦିରରେ କେବଳ ମହାଦେବ ପୂଜା ପାଆନ୍ତି ନାହିଁ । ତାଙ୍କ ବ୍ୟତୀତ ଏଠାରେ ଦେବୀ ଅନ୍ନପୂର୍ଣ୍ଣା ଆଉ ପ୍ରଭୁ ଗଣେଷଙ୍କୁ ମଧ୍ୟ ପୂଜା କରାଯାଇଥାଏ । ଭ୍ରମଣ ସମୟ ବର୍ଷର ଯେ କୌଣସି ସମୟରେ ଓଁକାରେଶ୍ୱର ଯାଇହେବ । |
ସତ୍ୟ ସୁନ୍ଦର ତ୍ରିପାଠୀ, ଜଣେ ପରିବେଶବିତ । ୨୦୧୮ ଅଗଷ୍ଟ ମସିହାରେ ସେ ଜାତିସଂଘର ସହାୟକ ମହାସଚିବ (ଆସିଷ୍ଟାଣ୍ଟ ସେକ୍ରେଟାରୀ ଜେନେରାଲ) ଭାବରେ ନିଯୁକ୍ତ ହୋଇଛନ୍ତି । ସେ ନ୍ୟୁୟର୍କଠାରେ ଜାତିସଂଘ ପରିବେଶ କାର୍ୟ୍ୟକ୍ରମର ମୁଖ୍ୟ ସଚିବ ଭାବରେ କାର୍ଯ୍ୟ କରିବେ । ସତ୍ୟ ସୁନ୍ଦରଙ୍କ ପିତାଙ୍କ ନାମ କିଶୋର ଚନ୍ଦ୍ର ତ୍ରିପାଠୀ । ୧୯୮୬-୮୭ ବର୍ଷରେ ଖଲ୍ଲିକୋଟ ମହାବିଦ୍ୟାଳୟର ଛାତ୍ର ସଂସଦର ସଭାପତି ଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟ ଓ ଆଇନ ଶିକ୍ଷାରେ ସେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଛନ୍ତି । ଭାରତୀୟ ପୁଲିସ ସେବାରେ କୃତିତ୍ୱ ହାସଲ କରି, ନାଗାଲାଣ୍ଡରେ ଚାକିରୀ ଆରମ୍ଭ କରିଥିଲେ । କିନ୍ତୁ ସମାଜସେବାପ୍ରତି ଆକର୍ଷିତ ହୋଇ, ସେ ଚାକିରୀ ଛାଡିଥିଲେ । ଗତ ୨୦ବର୍ଷ ଧରି ସେ ଜାତିସଂଘର ପରିବେଶ, ମାନବ ଅଧିକାର ଓ ନିରନ୍ତର ବିକାଶ ଆଦି ବିଭିନ୍ନ ବିଭାଗରେ କାମ କରିଛନ୍ତି । ସେ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁଏନଇପି)ର ଦୀର୍ଘସ୍ଥାୟୀ ବିକାଶ ୨୦୩୦ ଯୋଜନାର ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । |
ନାରାୟଣ ଚନ୍ଦ୍ର ପତି (୧୯୧୭ - ୧୯୮୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ନାରାୟଣ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ଯାଜପୁର ପଶ୍ଚିମ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୧୯୬୧ ମସିହାରେ ସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ନାରାୟଣ ଚନ୍ଦ୍ର ପତି ୧୯୧୭ ମସିହାର ଫେବୃଆରୀ ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଦ୍ୟାଧର ପତି ଏବଂ ପତ୍ନୀଙ୍କ ନାମ ସୁଷମା ପତି । ନାରାୟଣଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର । ରାଜନୈତିକ ଜୀବନ ନାରାୟଣ ଚନ୍ଦ୍ର ପତି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ପ୍ରଜା ସୋସିଆଲିଷ୍ଟ ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଦୁଇଥର କାର୍ଯ୍ୟ କରିଥିଲେ । ମୃତ୍ୟୁ ନାରାୟଣ ୧୯୮୧ ମସିହାରେ ମୃତ୍ୟୁବରଣ କରିଥିଲେ । ୨୫ ସେପ୍ଟେମ୍ବର ୧୯୮୧ରେ ବିଧାନ ସଭା ଗୃହରେ ତାଙ୍କ ପାଇଁ ଶୋକ ପାଳନ କରାଯାଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । |
୨୭୨ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ନୃତତ୍ତ୍ୱ ବିଜ୍ଞାନ ଅତୀତ ଓ ବର୍ତ୍ତମାନର ମଣିଷମାନଙ୍କର ବୈଜ୍ଞାନିକ ଅଧ୍ୟୟନର ବିଦ୍ୟା ଅଟେ । ଏହି ଶାସ୍ତ୍ର ସମାଜଶାସ୍ତ୍ର, ମାନବିକୀ ଶାସ୍ତ୍ର, ତଥା ବିଜ୍ଞାନୱର ନାନା ବିଦ୍ୟାଲୋଚନାର ପରମ୍ପରାର ଭିତ୍ତିରେ ଜ୍ଞାନନିର୍ମାଣ କରେ । ଉନବିଂଶ ଶତାବ୍ଦୀର ଶେଷ ଓ ବିଂଶ ଶତାବ୍ଦୀର ଆରମ୍ଭରୁ, ଅର୍ଥାତ୍, ଫ୍ରାଞ୍ଜ୍ ବୋଆସ୍ ଓ ବ୍ରୋନିସ୍ଲ୍ ମାଲିନସ୍କି ଙ୍କର ସମୟରୁ ଯୁକ୍ତରାଜ୍ୟ ଆମେରିକାରେ ସାଂସ୍କୃତିକ ନୃତତ୍ତ୍ୱ ବିଜ୍ଞାନ ଓ ବିଲାତରେ ସାମାଜିକ ନୃତତ୍ତ୍ୱ ବିଜ୍ଞାନ ନିଜକୁ ଏଥ୍ନୋଲୋଜି ଓ ଅନ୍ୟ ସମାଜଶାସ୍ତ୍ରଠାରୁ ପଦ୍ଧତିରେ ଆନ୍ତର୍ସାଂସ୍କୃତିକ ତୁଳନା, ସନ୍ଦର୍ଭର ଦୀର୍ଘମିଆଦୀ ଓ ଗଭୀର ପରୀକ୍ଷା, ଓ ଗବେଷଣାର କ୍ଷେତ୍ରରେ ସହଭାଗୀ ନୀରିକ୍ଷଣର ବ୍ୟବହାର ଯୋଗୁ ଭିନ୍ନ ବୋଲି ପ୍ରତିପାଦିତ କରି ଆସିଛି । ଅଧିକ ବର୍ଣ୍ଣନା ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସମାଜରେ ବଞ୍ଚି ରହିବା ସହିତ ତା 'ର ଦୈନଦିନ ଜୀବନର ଆବଶ୍ୟକତାଗୁଡ଼ିକ ପୂରଣ କରିବା ପାଇ ସେ ସମାଜରେ ବାସ କରୁଥିବା ଅନ୍ୟାନ୍ୟ ବ୍ୟତ୍କି ଏବଂ ପ୍ରାକ୍ରୁତିକ ପରିବେଶ ଉପରେ ନିର୍ଭର କରିଥାଏ । ଜୀବନକୁ ସରଶ ସୁନ୍ଦର କରିବା ପାଇ ସେ ସମୂହର ସହଯୋଗ ମଧ୍ୟ ଆବଶ୍ୟକ କରିଥାଏ । ମାନବ ସମ୍ବନ୍ଧରେ ପ୍ରଚଳିତ ଅନ୍ୟାନ୍ୟ ବିଜ୍ଞାନ ମଧ୍ୟରେ ନୃତତ୍ତ୍ୱ ଏକ ସ୍ୱତନ୍ର ସ୍ଥାନ ଅଧିକାର କରିଅଛି । ଏହା ମାନବର ଶାରୀରିକ, ସାମାଜିକ ଓ ସାଂସ୍କ୍ରୁତିକ ବିକାଶ ସଂପର୍କରେ ଅଧ୍ୟୟନ କରିଥାଏ । ଇଂରାଜୀ ଭାଷାରେ ଆନ୍ଥ୍ରୋପୋଲୋଜି ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦ 'ଆନ୍ଥ୍ରୋପସ୍' ଅର୍ଥ 'ମାନବ' ଏବଂ "ଲୋଗସ୍" ଅର୍ଥ 'ବିଜ୍ଞାନ' ଶବ୍ଦଦ୍ୱୟର ସମ୍ମିଶଣରେ ଗଠିତ । ସୁତରାଂ ଆନ୍ଥ୍ରୋପୋଲୋଜିର ପ୍ରକୃତ ଅର୍ଥ ହେଲା ମାନବ ବିଜ୍ଞାନ ବା , ଏବଂ ଓଡ଼ିଆ ଭାଷାରେ ଏହାକୁ ନୃତତ୍ତ୍ୱ କୁହାଯାଏ । ପୁନଶ୍ଚ ଏଠାରେ 'ନୃ "ର ଅର୍ଥ ହେଲା ନର ବା ମାନବ ଏବଂ 'ତତ୍ତ୍ୱ' ର ଅର୍ଥ ହେଲା ଜ୍ଞାନ ବା ଗବେଶଣା । ତେଣୁ ନୃତତ୍ତ୍ୱର ଅର୍ଥ ହେଉଛି ମାନବ ସମ୍ବନ୍ଧରେ ଅଧ୍ୟଯନ କରୁଥିବା ବିଜ୍ଞାନ । |
ସୀତାଂଶୁ ଶେଖର ମହାପାତ୍ର ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୮୨,୨୮୨ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ପ୍ରଫୁଲ୍ଲ ସାମଲଙ୍କୁ ୧୬,୦୬୮ ଖଣ୍ଡ ଭୋଟ୍ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । |
ଆତ୍ସୁତା ଶାଳ ବା ଆତ୍ସୁତା ଜିଙ୍ଗୁ ହେଉଛି ସମ୍ରାଟ କେଏକୋଙ୍କ ରାଜୁତି କାଳରେ ଆଇଚି ରାଜ୍ଯ ନାଗୋୟାର ଆତ୍ସୁତା ସାହିରେ ତିଆରି କରାଯାଇ ଥିବା ଏକ ଶିଣ୍ଟୋଶାଳ । ଏହି ଶାଳକୁ ସମ୍ମାନର ସହ ଆତ୍ସୁତା ସାମା ବା ମିଆ ବୋଲି କୁହାଯାଏ । ଏହାକୁ ଇଶେ ମହାଶାଳ ସହ ତୁଳନା କରାଯାଏ । ଇତିହାସ କୋଯିକୀରେ ଲେଖାଅଛି ଯେ ଏକ କିମ୍ବଦନ୍ତୀ ଖଡ୍ଗ କୁସାନାଗିନୋ ତ୍ସୁରୁଗି (କୁସାନାଗିର ଖଣ୍ଡା)କୁ ରଖିବା ପାଇଁ ଆତ୍ସୁତା ଶାଳ ନିର୍ମିତ । ପାରମ୍ପରିକ ସ୍ରୋତ ଅନୁସାରେ ସମ୍ରାଟ କେଇକୋଙ୍କ ଶାସନର ୪୩ ଅଙ୍କରେ 43 (ଅର୍ଥାତ୍ ୧୧୩ ଖ୍ରୀଷ୍ଟାବ୍ଦରେ) ୟାମାତୋ ତାକେରୁଙ୍କ ମୃତ୍ଯୁ ହୋଇଥିଲା । ମୃତ ରାଜକୁମାରଙ୍କ ଜିନିଷ ସବୁ କୁସାନାଗି ଖଡ୍ଗ ସହ ସଂଗ୍ରହ କରାଗଲା । ତାଙ୍କ ବିଧବା ପତ୍ନୀ ନିଜ ଘରେ ତାଙ୍କ ସ୍ମରଣରେ ଶାଳ ତିଆରି କଲେ । କିଛି ସମୟ ପରେ, ଏହି ସ୍ମାରକ ସବୁକୁ ବର୍ତ୍ତମାନର ଆତ୍ସୁତା ଶାଳ ପାଖରେ ନେଇ ରଖାଗଲା ଓ ଏକ ଶାଳ ତିଆରି କରାଗଲା । ନିହୋଁ ଶୋକୀ ଅନୁସାରେ ଏହି ପରିବର୍ତ୍ତନଟି କେଇକୋଙ୍କ ୫୧ ଅଙ୍କରେ ଘଟିଥିଲା । କିନ୍ତୁ ଶାଳର ପରମ୍ପରାଗତ ଲେଖ, ଏହି ଘଟଣାଟି ଚୁଆଇ ସମ୍ରାଟଙ୍କ ପ୍ରଥମ ଅଙ୍କରେ ହୋଇଥିଲା ବୋଲି କହେ । ଉତ୍ତର ଓ ଦକ୍ଷିଣ ସଭା ଯୁଗରେ ଏହା ବିଶ୍ବାସ କରାଯାଉଥିଲା ଯେ ଆତ୍ସୁତା ଶାଳରେ କୁସାନାଗିନୋ ତ୍ସୁରୁଗି ରଖାଯାଇଅଛି । ତେଣୁକରି ବହିଷ୍କୃତ ସମ୍ରାଟ ଗୋ ଦାଇଗୋ (ଦକ୍ଷିଣ ଦରବାର) ଏବଂ ନୂଆ ସମ୍ରାଟ ଆଶିକାଗା ତାକାଉଜିଙ୍କ (ଉତ୍ତର ଦରବାର) ମଧ୍ଯରେ ଏହା ଉପରେ ନିଜର ଅଧିକାର ସାବ୍ଯସ୍ତ କରିବା ପାଇଁ ଚାହୁଁ ଥିଲେ । ସମ୍ରାଟ ଗୋ ଦାଇଗୋ, ଏହି ଶାଳର କର୍ମଚାରୀ ଆତ୍ସୁତା ମାସାୟୋଶୀଙ୍କର ଜଣେ ପୃଷ୍ଠପୋଷକ ଥିଲେ । ୧୩୩୬ ମସିହାରେ ସେ ଓ ମାସାୟୋଶୀ ହିଏ ପର୍ବତକୁ ପଳାୟନ କରିଥିଲେ ଏବଂ ୧୩୩୭ରେ ସମ୍ରାଟଙ୍କ ପାଇଁ ସୈନ୍ଯବାହିନୀ ନିୟନ୍ତ୍ରଣ କରିଥିଲେ । ୧୩୩୫ରେ ଗୋ ଦାଇଗୋଙ୍କ ବିରୁଦ୍ଧରେ ବିଦ୍ରୋହ କରି, ତାକାଉଜି ଏକ ନୂଆ କାନ୍ନୁଶୀ ନିଯୁକ୍ତି ଦେଲେ । ମିନାମୋତୋନୋ ୟୋରିତୋମୋଙ୍କ ପଦାନୁସରଣ କରି, ତାକାଉଜି ସେହିଠାରେ ପ୍ରାର୍ଥନା କଲେ ଓ ରାଜଧାନୀ ଆଡକୁ ଅଗ୍ରସର ହେଲେ । ୧୩୩୮ରେ, ଯେତେବେଳେ କିତାବାତାକେ ଆକୀଏ ଏକ ବିଶାଳ ସୈନ୍ଯ ନେଇ ଆସିଲେ, ଦକ୍ଷିଣ ଶାସନକୁ ଆତ୍ସୁତା ଅଧିକାର କରିବା ପାଇଁ ଆଉ ଏକ ସୁଯୋଗ ମିଳିଲା । ୧୩୩୮ର ପ୍ରଥମ ମାସରେ ଆକିଏ ମଧ୍ଯ ଶାଳରେ ପ୍ରାର୍ଥନା କରିଥିଲେ, କିନ୍ତୁ ଯୁଦ୍ଧରେ ସେ ଖୁବ୍ ଶୀଘ୍ର ମରିଗଲେ । ଫଳରେ ଆଶିକାଗା ଆତ୍ସୁତା ଉପରେ ନିଜ ଅଧିକାର ସାବ୍ଯସ୍ତ କଲେ । ୧୮୬୨ ମସିହାରୁ ୧୯୪୬ ମସିହା ପର୍ଯ୍ୟନ୍ତ, ଆତ୍ସୁତା ଶାଳ ଆନୁଷ୍ଠାନିକ ଭାବରେ କାମ୍ପେଇ ତାଇଶା ଉପାଧି ପାଇଲା । ସ୍ଥାପତ୍ୟ ଦାନରେ ମିଳୁଥିବା ଅର୍ଥରେ ଶାଳର ପରିସରର ଯତ୍ନ ନିଆଯାଉଥିଲା । ସେଙ୍ଗୋକୁ ଯୁଗର ଅନେକ ମାନ୍ଯଗଣ୍ଯ ବ୍ଯକ୍ତି, ଯେପରିକି ଓଗା ନୋବୁନାଗାତୋୟୋତୋମୀ ହିଦେୟୋଶୀ ତଥା ତୋକୁଗାୱା ଆଦି, ଅର୍ଥ ଦାନ କରିଥିଲେ । ନୋବୁନାଗା ବାଇ, ଏକ ୭.୪ ମି. ଉଚ୍ଚ କାଦୁଅର କାନ୍ଥକୁ ନୋବୁନାଗାମାନଙ୍କଦ୍ୱାରା ୧୫୬୦ରେ ଶାଳକୁ ଦାନ କରାଯାଇଥିଲା । ୧୮୯୩ରେ, ଶିନ୍ମେଜୁକୁରୀ ସ୍ଥାପତ୍ଯଶୈଳୀରେ ଏହାର ପୁନଃସ୍ଥାପନ କରାଯାଇ ଥିଲା । ୧୯୩୫ରେ ଏକ ଉତ୍ସବ ପରେ ଶାଳର ସମ୍ପୂର୍ଣ୍ଣ ପୁନର୍ବିନ୍ଯାସ କରାଯାଇ ଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧର ବୋମାବର୍ଷଣ ସମୟରେ ଅଗ୍ନିଦ୍ୱାରା ଆତ୍ସୁତାର ଅନେକ କୋଠା ଧ୍ବଂସ ହୋଇଯାଇଥିଲା । ଶାଳର ମୁଖ୍ଯ କୋଠା ହୋନ୍ଦେଁକୁ ପୁଣି ତିଆରି କରାଗଲା ଯାହା ୧୯୫୫ରେ ସମ୍ପୁର୍ଣ୍ଣ ହେଲା । ଶାଳର ସଂଗ୍ରହାବଳୀ, ପାଣ୍ଡୁଲିପି ତଥା ଅନ୍ୟାନ୍ଯ ନଥିପତ୍ର ଆଦିକୁ ରଖିବା ପାଇଁ ୧୯୬୬ରେ ରତ୍ନଭଣ୍ଡାରକୁ ସମ୍ପୂର୍ଣ୍ଣ କରାଗଲା । ଶିଣ୍ଟୋ ବିଶ୍ୱାସ ଆତ୍ସୁତାନୋ ଓକାମିଙ୍କ ଉପାସନା ପାଇଁ ଏହି ଶାଳଟି ସମର୍ପିତ । ଏହି ଶାଳରେ ଆତ୍ସୁତାର ପଞ୍ଚମହାକାମି ନାମରେ ଖ୍ଯାତ - ଆମାତେରାଶୁ ଓମିକାମି, ତାକେହାୟା ସୁସାନୋନୋ ମିକୋତୋ, ୟାମାତୋ ତାକେରୁନୋ ମିକୋତୋ, ମିଆସୁହିମେନୋ ମିକୋତୋ, ତଥା ତାକେ ଇନାଦାନେନୋ ମିକୋତୋ. ଆଦି ପାଞ୍ଚ କାମିଙ୍କୁ ପ୍ରତିଷ୍ଠା କରାଯାଇଛି । କୁସାନାଗୀନୋ ତ୍ସୁରୁଗି ବା କୁସାନାଗୀର ଖଡ୍ଗ, ଯାହାକୁ ଜାପାନର ପବିତ୍ର ତ୍ରିନିଧି, ପାରମ୍ପରିକ ଭାବରେ ଆତ୍ସୁତାରେ ରହିଆସୁଛି । ଏହି ବିଶେଷ ଖଡ୍ଗଟି ଶିଣ୍ଟୋବାଦରେ ଅତି ମହତ୍ତ୍ବପୂର୍ଣ୍ଣ ଅଟେ କାରଣ ଏହା ଦେବୀ ଆମାତେରାଶୁଙ୍କ ତରଫରୁ ଶାଳର ଅଧିଷ୍ଠାତାଙ୍କୁ ଏକ ଉପହାର । ଅନେକ ସମୟ ପୂର୍ବରୁ ଏହି ଖଡ୍ଗଟି ଜାପାନୀ ସମ୍ରାଟଙ୍କ ଅଧିକାର ଓ ସମ୍ମାନର ସୂଚକ ରୂପେ ସ୍ଥାନ ପାଇଛି । ସମ୍ରାଟ ସୁଜିନଙ୍କ ରାଜତ୍ବ କାଳରେ, ଏହି ରାଜଚିହ୍ନକୁ ଚୋରିରୁ ବଞ୍ଚାଇବା ପାଇଁ ଏହାର କେତେକ ନକଲ ତିଆରି କରାଯାଇଥିଲା । ଚୋରିର ଏହି ଭୟ ଶେଷରେ ସତ ହେଲା, ଯେତେବେଳେ ସମ୍ରାଟ ତେଞ୍ଜିଙ୍କ ରାଜତ୍ବରେ ପବିତ୍ର ଖଡ୍ଗଟି ଆତ୍ସୁତାରୁ ଚୋରି ହୋଇଯାଇଥିଲା । ଦୀର୍ଘ ସମୟ ପରେ, ସମ୍ରାଟ ତେନ୍ମୁଙ୍କ ରାଜତ୍ବରେ ଖଡ୍ଗଟି ପୁନଃ ଆତ୍ସୁତା ଶାଳକୁ ଅଣାଯାଇ ପାରିଲା । ସେହି ସମୟରୁ ସାଧାରଣ ଜନତା ଖଡ୍ଗଟିର ଦର୍ଶନ କରିପାରି ନାହାଁନ୍ତି, କିନ୍ତୁ ଏହା ବିଶ୍ବାସ କରାଯାଏ ଯେ ଖଡ୍ଗଟି ଶାଳରେ ସୁରକ୍ଷିତ ରହିଛି । ନିଧିସମୂହ ଶାଳର "ବୁଙ୍କାଦେଁ" ବା ରତ୍ନଭଣ୍ଡାରରେ ୪,୦୦୦ରୁ ଉର୍ଦ୍ଧ୍ୱ ପ୍ରାଚୀନ ସ୍ମାରକ ସବୁ ରହିଛି, ଏଥିରେ ୧୭୪ଟି ମହତ୍ତ୍ବପୂର୍ଣ୍ଣ ସାଂସ୍କୃତିକ ସମ୍ପତ୍ତି ତଥା ଜାପାନର ଜାତୀୟ ନିଧି ଭାବେ ଅଭିହିତ ଏକ କଟାରି ଅନ୍ତର୍ଭୁକ୍ତ । ଆତ୍ସୁତା ଜିଙ୍ଗୁ ମ୍ଯୁଜିଅମ, ଅନେକ ଐତିହାସିକ ପଦାର୍ଥ, ଯେପରିକି - "କୋଶିମ୍ପୋ" (ସ୍ଥାପିତ କାମିଙ୍କ ବ୍ଯବହାର ପାଇଁ ପବିତ୍ର ବସ୍ତ୍ର, ଆସବାବପତ୍ର ତଥା ବାସନକୁସନ ଇତ୍ୟାଦି) ଆଦିର ସଂରକ୍ଷଣ ଓ ପ୍ରଦର୍ଶନ କରିଥାଏ । ଅସଂଖ୍ଯ ଦାନ କରାଯାଇଥିବା ଖଡ୍ଗ, ଦର୍ପଣ ତଥା ଅନ୍ଯାନ୍ଯ ବସ୍ତୁଗୁଡ଼ିକ ଏହି ଶାଳ ଅଧିନରେ ରହିଛି; ଏଥିରେ "ବୁଗାକୁ" ମାସ୍କ ତଥା ରାଜଦରବାରରେ ପ୍ରଦର୍ଶିତ ନୃତ୍ଯ ସହ ସମ୍ପୃକ୍ତ ପଦାର୍ଥ ଆଦି ଅନ୍ତର୍ଭୁକ୍ତ । ଆଇଚି ରାଜ୍ଯ ୧୭୪ଟି ବୁଙ୍କାଦେଁ ସାମଗ୍ରୀକୁ ମହତ୍ତ୍ବପୂର୍ଣ୍ଣ ସାଂସ୍କୃତିକ ସମ୍ପତ୍ତି ବୋଲି ଅଭିହିତ କରିଅଛି । ପର୍ବପର୍ବାଣି ବାର୍ଷିକ ୭୦ରୁ ଉର୍ଦ୍ଧ୍ୱ ସଂସ୍କାର ଓ ପର୍ବପର୍ବାଣି ଏହି ଶାଳରେ ପାଳନ କରାଯାଏ । ହାତ୍ସୁ-ଏବିସୁ (୫ ଜାନୁଆରୀ): ଭାଗ୍ୟର କାମି, ଏବିସୁଙ୍କଠାରୁ ନବବର୍ଷରେ ସୌଭାଗ୍ଯ ମାଗିବା ପାଇଁ । ଯୋଦାମେଶୀ ଶିଞ୍ଜି (୭ ଜାନୁଆରୀ): ପୂର୍ବରତ୍ନଭଣ୍ଡାର ଗୃହର ଚଟାଣ ତଳେ ରଖାଯାଇଥିବା ଏକ ପାତ୍ରରେ ଥିବା ଜଳର ପରିମାଣ ମାପି ଆଗାମୀ ବର୍ଷର ବାର୍ଷିକ ବର୍ଷାର ଭବିଷ୍ଯବାଣୀ କରିବା । |
୧୩୮୩ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ବାଳ ଗଙ୍ଗାଧର ତିଳକ କିମ୍ବା ଲୋକମାନ୍ୟ ତିଳକ, ଉଚ୍ଚାରଣ ; (1856-07-23)୨୩ ଜୁଲାଇ ୧୮୫୬ ୧ ଅଗଷ୍ଟ ୧୯୨୦ ୧୯୨୦-୦୮-୦୧ , ଜଣେ ଭାରତୀୟ ଜାତୀୟବାଦୀ, ସାମ୍ବାଦିକ, ଶିକ୍ଷକ, ସମାଜ ସଂସ୍କାରକ, ଓକିଲ ଏବଂ ସ୍ୱାଧୀନତା ଆନ୍ଦୋଳନକାରୀ ଥିଲେ । ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ପ୍ରଥମ ନେତା ଥିଲେ । ବ୍ରିଟିସ ଉପନିବେଶ ଅଧିକାରୀଗଣ ତାଙ୍କୁ "ଭାରତୀୟ ଆନ୍ଦୋଳନର ପିତା" ନାମରେ ଅଭିହିତ କରିଥିଲେ । ସେ "ଲୋକମାନ୍ୟ" ଉପାଧୀରେ ମଧ୍ୟ ଭୂଷିତ ହୋଇଥିଲେ ଯାହାର ଅର୍ଥ "ଲୋକଙ୍କଦ୍ୱାରା (ନେତା ଭାବେ) ମାନ୍ୟ ବା ଗୃହୀତ "। ତିଳକ ସ୍ୱରାଜ (ଆପଣା ଶାସନ) ଆନ୍ଦୋଳନରପ୍ରଥମ ଏବଂ ବଳିଷ୍ଠତମ ସମର୍ଥକ ଥିଲେ ତଥା ଭାରତୀୟ ଚେତନାର ଜଣେ ଶକ୍ତ ପ୍ରବର୍ତ୍ତକ ଥିଲେ । ସେ ନିଜର "ସ୍ୱରାଜ ମୋର ଜନ୍ମଗତ ଅଧିକାର, ଏବଂ ମୁଁ ତାହାକୁ ନିଶ୍ଚେ ହାସଲ କରିବି" ଉକ୍ତି ପାଇଁ ଭାରତରେ ଜନବିଦିତ। ସେ ଭାରତୀୟ ଗୃହଶାସନ ଆନ୍ଦୋଳନ କାଳରେ ପାକିସ୍ଥାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ସହ ଗୁଢ଼ ସମ୍ବନ୍ଧ ସ୍ଥାପନ କରିଥିଲେ । ଆଧାର ଅଧିକ ପଠନ ଲୋକମାନ୍ୟ ତିଳକ: ଏ ବାଇଓଗ୍ରାଫି, ଏକେ ଭାଗବତ ଏବଂ ଜି ପି ପ୍ରଧାନ ବିରଚିତ (ପ୍ରକାଶକ ) ଶ୍ରୀମଦ ଭାଗବତ ଗୀତା: ଗୀତା ରହସ୍ୟ ଲୋକମାନ୍ୟ ତିଳକ ବିରଚିତ (ଶାରଦା ପ୍ରକାଶନ) . (2011). ଫାଉଣ୍ଡେସନସ ଅଫ ତିଳକସ ନ୍ୟାସନାଲିଜିମ: ଡିସକ୍ରିମିନେସନ, ଏଜୁକେସନ ଏଣ୍ଡ ହିନ୍ଦୁତ୍ୱ. 978-81-250-4268-6. ବାହାର ଲିଙ୍କ (1908) : , 1908, " " " , " . (12 .). 1922. { }: : 4 , 2 , 8 , 5 , 7 , 10 , 6 , 9 , 11 , 1 , |
୮୪୬ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ପୁଲୱାମା ଆକ୍ରମଣ ୧୪ ଫେବୃୟାରୀ ୨୦୧୯ ମସିହାରେ ହୋଇଥିଲା । ଏହି ଆକ୍ରମଣରେ କିଛି ଭାରତୀୟ ସୈନ୍ୟବାହିନୀଙ୍କୁ ନେଇ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ଏକ ପ୍ରତିରକ୍ଷା ବାହିନୀ ଗାଡ଼ିକୁ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀଦ୍ୱାରା ଅବନ୍ତିପୁରା ନିକଟସ୍ଥ ଲେଥପୋରା, ପୁଲୱାମା ଜିଲ୍ଲା, ଜମ୍ମୁ ଓ କାଶ୍ମୀରଠାରେ ଆକ୍ରମଣ କରାଯାଇଥିଲା । ଏଥିରେ ୪୬ଜଣ ସିଆରପିଏଫ ସୈନ୍ୟ ଶହୀଦ ହୋଇଥିଲେ, ଏଥି ସହ ବିସ୍ଫୋରଣକାରୀର ମଧ୍ୟ ମୃତ୍ୟୁ ଘଟିଥିଲା । ଏହି ଆକ୍ରମଣକୁ ପାକିସ୍ତାନରେ ଥିବା ଏକ ଇସଲାମ ସଙ୍ଗଠନ, ଜୈଶ-ଏ-ମହମ୍ମଦ ଘଟାଇଥିବା ଦାବି କରିଛି । ଏହି ଆତଙ୍କବାଦ ଆକ୍ରମଣରେ ଶହୀଦ ହୋଇଥିବା ୪୬ ଜଣ ସୈନ୍ୟମାନଙ୍କ ଭିତରେ ଦୁଇ ଓଡ଼ିଆ ଥିଲେ । ସେମାନେ ହେଲେ, ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ପଞ୍ଚାୟତର ପାରିଶିଖର ଗ୍ରାମର ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ରତନପୁର ଗାଁର ମନୋଜ କୁମାର ବେହେରା । ୧୯୮୯ ପରଠାରୁ ଭାରତୀୟ ସେନାବାହିନୀ ଉପରେ ଏହା ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ଥିଲା । ପୃଷ୍ଠଭୂମି ୨୦୧୫ ମସିହାଠାରୁ ଭାରତୀୟ ସେନା ବାହିନୀଙ୍କ ବିରୁଦ୍ଧରେ ପାକିସ୍ତାନରେସ୍ଥିତ ଅନେକ ସଙ୍ଗଠନ ଆତ୍ମଘାତୀ ଆକ୍ରମଣ ସଂଖ୍ୟା ବୃଦ୍ଧି ଘଟିଥିଲା । ଜୁଲାଇ ୨୦୧୫ ମସିହାରେ ତିନି ଜଣ ବନ୍ଧୁକଧାରୀ ଗୁରୁଦାସପୁରଠାରେ ଏକ ବସ ଏବଂ ପୁଲିସ ଥାନା ଉପରେ ଆକ୍ରମଣ କରିଥିଲେ । ୨୦୧୬ ମସିହାରେ ଚାରିରୁ ଛଅ ଜଣ ବନ୍ଧୁକଧାରୀ ପଠାନକୋଟ ବାୟୁସେନା କେନ୍ଦ୍ର ଉପରେ ଆକ୍ରମଣ କରିଥିଲେ । ପାମ୍ପୋରଠାରେ ଆତଙ୍କବାଦୀଗଣ ଆକ୍ରମଣରେ ଫେବୃୟାରୀ ଏବଂ ଜୁନ ମାସ ୨୦୧୬ ମସିହାରେ ଯଥାକ୍ରମେ ୯ ଏବଂ ୮ ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ । ଉରୀଠାରେ ସେପ୍ଟେମ୍ବର ୨୦୧୬ ମସିହାରେ ୧୯ ଜଣ ସୁରକ୍ଷାକର୍ମୀ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ । ୩୧ ଡିସେମ୍ବର ୨୦୧୭ ମସିହାରେ ଆତଙ୍କବାଦୀ ଆକ୍ରମଣରେ ପୁଣି ପାଞ୍ଚ ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ । ଏହି ସବୁ ଆକ୍ରମଣ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥ ପାଖାପାଖି ଘଟିଥିଲା । ଆକ୍ରମଣ ୧୪ ଫେବୃୟାରୀ ୨୦୧୯ ମସିହାରେ ୨୫୦୦ରୁ ଅଧିକ ସିଆରପିଏଫ ପ୍ରତିରକ୍ଷାବାହିନୀ ୭୮ଟି ଗାଡ଼ିରେ ଜମ୍ମୁରୁ ଶ୍ରୀନଗର ଜାତୀୟ ରାଜପଥ ୪୪ରେ ଯାଉଥିଲେ । ଗାଡ଼ିଗୁଡ଼ିକ ଭୋର ସକାଳ ୩:୩୦ରେ ଜମ୍ମୁରୁ ଯାତ୍ରା ପ୍ରାରମ୍ଭ କରିଥିଲେ । ଆଗରୁ ଜାତୀୟ ରାଜପଥ ଦୁଇ ଦିନ ଧରି ବନ୍ଦ ଥିଲା, ଦୁଇଦିନପାରେ ସେହିଦିନ ଖୋଲିଥିବାରୁ ଏତେ ମାତ୍ରାରେ ସେନା ସ୍ଥାନାନ୍ତରିତ ହେଉଥିଲେ । ସନ୍ଧ୍ୟାପୂର୍ବରୁ ଶ୍ରୀନଗରରେ ପହଁଚିବାର ଯୋଜନା କରାଯାଇଥିଲା । ଗାଡ଼ିଗୁଡ଼ିକ ଅବନ୍ତିପୁରା ନିକଟସ୍ଥ ଲେଠାପୁରା ଦେଇ ଅପରାହ୍ନ ୩:୧୫ରେ ଗତି କରୁଥିଲେ । ସେହି ସମୟରେ ପ୍ରଚୁର ମାତ୍ରାରେ ବିସ୍ଫୋଟକ ସାମଗ୍ରୀରେ ଭର୍ତ୍ତି ଏକ ମହିନ୍ଦ୍ରା ସ୍କୋର୍ପିଓ ଆସି କିଛି ଯବାନ ଯାଉଥିବା ଏକ ବୁଲେଟ ପ୍ରୁଫ ନଥିବା ବସକୁ ଜୋରରେ ଧକ୍କା ଦେଇଥିଲା । ଏକ ୱିସ୍ଫୋଟ ହୋଇଥିଲା ଯେଉଁଥିରେ ଅତି କମରେ ୭୬ତମ ବାଟାଲିୟନର ୪୬ ଜଣ ଯବାନ ଶହୀଦ ହେବ ସହ ଅନେକ ଆଘାତପ୍ରାପ୍ତ ହୋଇଥିଲେ । ଏହି ଆକ୍ରମଣକୁ ପାକିସ୍ତାନରେ ଥିବା ଏକ ଇସଲାମ ସଙ୍ଗଠନ, ଜୈଶ-ଏ-ମହମ୍ମଦ ଘଟାଇଥିବା ଦାବି କରିଛି । ଆକ୍ରମଣ କରିଥିବା ଆଦିଲ ଅହମ୍ମଦ ଦାର ନାମକ ବ୍ୟକ୍ତି, ଗତବର୍ଷ ଜୈଶ-ଏ-ମହମ୍ମଦ ସଙ୍ଗଠନରେ ଯୋଗଦାନ କରିଥିଲେ । ସେ ଆକ୍ରମଣ ସ୍ଥଳୀରୁ ମାତ୍ର ୧୦ କିଲୋମିଟର ଦୂରତା ମଧ୍ୟରେ ରହୁଥିଲେ । ପାକିସ୍ତାନ ସରକାର ଏହି ଆକ୍ରମଣ ପଛରେ ତାଙ୍କର କୌଣସି ହାତ ନାହିଁ ବୋଲି କହିଛନ୍ତି । ତଦନ୍ତ ବାରଜଣ ସଦସ୍ୟ ବିଶିଷ୍ଟ ଏକ ଜାତୀୟ ତଦନ୍ତ ଏଜେନ୍ସି ଏବଂ ଜମ୍ମୁ ଓ କାଶ୍ମୀର ପୁଲିସ ଏହି ଆକ୍ରମଣର ତଦନ୍ତ କରିବେ । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି କି ସ୍କୋର୍ପିଓରେ ୩୦୦ କିଲୋରୁ ଅଧିକ ବିସ୍ଫୋରକ ସାମଗ୍ରୀ ଥିଲା, ଯେଉଁଥିରେ ୮୦ କିଲୋଗ୍ରାମ ଅରଡିଏକ୍ସ ମଧ୍ୟ ଅନ୍ତର୍ଭୁକ୍ତ । ଏହି ଅରଡିଏକ୍ସ ମାସ ମାସ ଧରି କୋଇଲା ବୋଝେଇ ଟ୍ରକଦ୍ୱାରା ପାକିସ୍ତାନରୁ ଭାରତକୁ ଅଣାଯାଉଥିଲା । ପରିଣାମ ଏହି ଆକ୍ରମଣରେ ଉତ୍ତେଜିତ ହୋଇ ବଜରଙ୍ଗ ଦଳ ଏବଂ ବିଶ୍ୱହିନ୍ଦୁ ପରିଷଦର କର୍ମୀଗଣ କାଶ୍ମିରୀ ଛାତ୍ରୀଛାତ୍ରଙ୍କୁ ଡେରାଡୁନଠାରେ ମାଡ଼ ମାରିଥିଲେ । ଏଠି ସହ "ହିନ୍ଦୁସ୍ଥାନ କେ ଗଦ୍ଦାରୋଂକୋ ଗୋଲି ମରୋ" ସ୍ଲୋଗାନ ମଧ୍ୟ ଦେଇଥିଲେ । ଏଥିରେ ଭୟଭୀତ ହୋଇ ଛାତ୍ରୀଛାତ୍ରଗଣ ନିଜକୁ ଘର ଭିତରେ ବନ୍ଦ କରି ରଖିଥିଲେ । ଅନେକ ଭାରତୀୟ ଅନ୍ୟାନ୍ୟ ସହରରେ କାଶ୍ମିରୀ ଛାତ୍ରୀଛାତ୍ରମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ଏଥିପାଇଁ ଟୋଲ ଫ୍ରି ନମ୍ବର ୧୪୪୧୧ କିମ୍ବା ଏସଏମଏସ ନମ୍ବର ୭୦୮୨୮୧୪୪୧୧ ମଧ୍ୟ ଉପଲବ୍ଧ କରାଯାଇଥିଲା । କିନ୍ତୁ କିଛି ସମ୍ବାଦପତ୍ର ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଏହାକୁ ମିଛ ସମ୍ବାଦ ଏବଂ ଏଭଳି କିଛି ଘଟଣା ଆଦୌ ଘଟିନାହିଁ ବୋଲି କହିଥିଲେ । ଏହି ସମ୍ବାଦ ଟ୍ୱିଟରରେ ପ୍ରଚାର କରିବା ଆରମ୍ଭ କରିଥିବାରୁ ଜେଏନୟୁ ଗବେଷଣାକାରୀ ସ୍ନେହା ରଶିଦଙ୍କ ବିରୁଦ୍ଧରେ ଏଫଆଇଆର ଦିଆଯାଇଥିଲା । ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆରପିଏଫ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବ୍ୟବସାୟୀ ମହାସଂଘ ଆହ୍ୱାନରେ ସୋମବାର, ୧୮ ଫେବୃୟାରୀ ୨୦୧୯ରେ ଦେଶବ୍ୟାପୀ ଦୋକାନବଜାର ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ କରାଯାଇଥିଲା । ଓଡ଼ିଶାରେ ଏହାକୁ ଜନସମର୍ଥନ ମିଳିଥିଲା । ଭାରତର ୧୨ଟି ମିରେଜ-୨୦୦୦ ଲଢୁଆ ବିମାନ ପାକିସ୍ତାନ ଓ଼କ୍ୟୁପାଏଡ କାଶ୍ମୀର ବା ପାକିସ୍ତାନୀ ଭାଷାରେ ଆଜାଦ କାଶ୍ମୀରରେ ଆକ୍ରମଣ କରି ବହୁ ଜୈଶ-ଏ-ମହମ୍ମଦ ସଙ୍ଗଠନର ଶିବିର ଧ୍ୱଂସ କରିଦେଇଥିଲେ । କିଛି କ୍ଷୟକ୍ଷତି ଛବି ପାକିସ୍ତାନ ମେଜର ଜେନେରାଲ ଆସିଫ ଗଫୁର ଟ୍ୱିଟରରେ ଛାଡ଼ି ଭାରତ ସୀମା ଉଲଙ୍ଘନ କରିଥିବା ଅଭିଯୋଗ କରିଥିଲେ । ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ମୁଦାସିରର ଘନିଷ୍ଠ ସହଯୋଗୀ ଜୈସେ ମହମ୍ମଦ ଆତଙ୍କବାଦୀ ସାଜ୍ଜିଦ ଖାନଙ୍କୁ ଦିଲ୍ଲୀରେ ଗିରଫ କରାଯାଇଥିଲା । ପ୍ରତିକ୍ରିୟା ଭାରତ : ଭାରତର ପ୍ରଧାନମନ୍ତ୍ରୀଙ୍କ ସମେତ, ବହୁ ରାଜନୈତିକ ବ୍ୟକ୍ତି ଏବଂ ସମାଜର ବିଭିନ୍ନ ବର୍ଗରୁ ଏହି ଆକ୍ରମଣର କଡ଼ା ନିନ୍ଦା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବଳିଦାନ ବେକାର ଯିବନି ବୋଲି ଟ୍ୱିଟ କରିଥିଲେ । ସମାଜର ବିଭିନ୍ନ ମହଲରୁ ଶହୀଦ ପରିବାରଙ୍କୁ ଆର୍ଥିକ ସହାୟତା ଘୋଷଣା ଏବଂ ଦାନ କରାଯାଇଥିଲା । ଅନ୍ତର୍ଜାତୀୟ : ପାକିସ୍ତାନ ଉପରେ ହୋଇଥିବା ଏହି ଆକ୍ଷେପକୁ ସେମାନେ ଏଡ଼େଇ ଦେଇଥିଲେ । ଆକ୍ରମଣରେ ତାଙ୍କର କିଛି ହାତ ନାହିଁ ବୋଲି କୁହାଯାଇଛି ପାକିସ୍ତାନର ଫେଡେରାଲ ତଥ୍ୟ ଅଫିସର ଫୱାଦ ଚୌଧୁରୀ, ଜୈଶ-ଏ-ମହମ୍ମଦ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଭାରତକୁ ପାକିସ୍ତାନ ଯଥାସାଧ୍ୟ ସହଯୋଗ କରିବ ବୋଲି କହିଥିଲେ । ଅନ୍ୟ ପକ୍ଷରେ ପାକିସ୍ତାନର ଏକ ଦୈନିକ ଇଂରାଜୀ ଖବରକାଗଜ, ଦ ନେସନ ଏହାର ମୁଖ୍ୟ ପୃଷ୍ଠାରେ "ଜଣେ ସ୍ୱାଧୀନତା ସଂଗ୍ରାମୀ କାଶ୍ମୀରରେ ଜବରଦସ୍ତି କବଜା କରିଥିବା ଅନେକଙ୍କୁ ଆକ୍ରମଣ କରି ମାରିଲେ" ବୋଲି ଲେଖିଥିଲେ । , ,, ,, ଏବଂ ଏହି ଆକ୍ରମଣକୁ ନିନ୍ଦା କରିଥିଲେ । ୫୮ଟି ଦେଶ ପକ୍ଷରୁ ଏହି ଆକ୍ରମଣକୁ ନିନ୍ଦା କରାଯାଇଥିଲା । ଯୁକ୍ତରାଷ୍ଟ୍ର ଆମେରିକା, ପାକିସ୍ତାନକୁ ତା ମାଟିରୁ ଆତଙ୍କବାଦୀମାନଙ୍କୁ ବାହାର କରିବାକୁ କହିଥିଲା । |
ସୋପୋର ଏକ ଭାରତୀୟ ସହର ଅଞ୍ଚଳ କମିଟି ଅଟେ । ଏହା ଜାମ୍ମୁ ଓ କାଶ୍ମୀରର ବରମୁଲ ଜିଲ୍ଲାରେ ଅବସ୍ଥିତ । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସୋପୋର ସହରର ମୋଟ ଜନସଂଖ୍ୟା ୫୩୨୪୬ ଅଟେ । ସେଥି ମଧ୍ୟରୁ ୫୩.୧୩% ଜଣ ପରୁଷ ହୋଇଥିବା ବେଳେ ୪୬.୮୭% ଜଣ ନାରୀ ଅଟନ୍ତି । ସୋପୋରର ସାକ୍ଷରତା ହାର ୫୪.୭୫% ଅଟେ । ଏହା ଜାତୀୟ ହାରଠାରୁ ୧୦.୦୯% ପ୍ରତିଶତ କମ ଅଟେ । ସେଥିରୁ ୩୩.୩୬% ପ୍ରତିଶତ ପୁରୁଷ ଓ ୨୧.୩୯% ନାରୀ ଅଟନ୍ତି । ୧୧.୫୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ଇଂରାଜୀ, କାଶ୍ମିରୀ, ଉର୍ଦ୍ଦୁ ସୋପୋରର ସରକାରୀ ଭାଷା ଅଟେ । |
ବୁଟୋକୋନାଜୋଲ, ଏକ ବିକ୍ରୟ ନାମ ଜିନାଜୋଲ -୧, ଯାହା ଯୋନୀପଥ କବକ ସଂକ୍ରମଣ ପାଇଁ ଏକ କବକରୋଧୀ ଓଷଧ ଅଟେ। ଏହା ଯୋନୀ ଭିତରେ ବ୍ୟବହୃତ ହୁଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱାଳା, କୁଣ୍ଡେଇ ହେବା ଏବଂ ପେଟ ଯନ୍ତ୍ରଣା ହୋଇପାରେ । ଏହାର ବ୍ୟବହାର କଲେ ପ୍ରୟୋଗର ୩ ଦିନ ପରେ କଣ୍ଡୋମକୁ ଦୁର୍ବଳ କରିପାରେ। ଏହା ଗର୍ଭାବସ୍ଥାରେ ବ୍ୟବହୃତ ହୋଇପାରେ । ଏହା ଏକ ଇମିଡାଜୋଲ୍ ବୁଟୋକୋନାଜୋଲ ପ୍ରଥମେ ୧୯୭୮ରେ ତିଆରି ହୋଇଥିଲା ଏବଂ ୧୯୯୫ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା। ଏହା ପ୍ରେସକ୍ରିପସନ ବିନା ଉପଲବ୍ଧ। ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୧୦୫ ଡଲାର ଅଟେ। |
୮୩ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ମୁଜାଗଡ଼, ଗଞ୍ଜାମ ଜିଲ୍ଲାର ଭଂଜନଗର ବ୍ଳକ ଅନ୍ତର୍ଗତ ଗୋଟିଏ ଗ୍ରାମ ପଞ୍ଚାୟତ । ଏହି ପଞ୍ଚାୟତର ବଡ ଗ୍ରାମ ମୁଜାଗଡ । ଏହାର ଅଧିକାଂଶ ଅଧିବାସୀ କୃଷକ ତଥା ଆଦିବାସି ସଂପ୍ରଦାୟର । ଏହି ଗ୍ରାମର ଲୋକମାନେ କୃଷି କରି ନିଜର ଜିବିକା ନିର୍ବାହ କରନ୍ତି । ସହରାଞ୍ଚଳ ଭଳି ଏହି ଗ୍ରାମଟିରେ କୋଳାହଳ ନାହିଁ । ମୁଜାଗଡ଼ ଗ୍ରାମଟି ପ୍ରଦୁଷଣ ମୁକ୍ତ ହୋଇଥିବାରୁ ଏହି ଗ୍ରାମ ସ୍ୱଚ୍ଚ ଅଟେ । ଶିକ୍ଷା ଓ ସଂସ୍କୃତି ଏହି ଗ୍ରାମରେ ଶିକ୍ଷାହାର ଖୁବ୍ କମ୍ ଅଟେ ଏହି ଗ୍ରାମରେ ପାଞ୍ଚଟି ସ୍କୁଲ୍ ଅଛି ଯଥା ମୁଜାଗଡ଼ ଉଚ୍ଚ ବିଦ୍ୟାଳୟ ପ୍ରାଥମିକ ବିଦ୍ୟାଳୟ ସତ୍ୟଭାମା ବାଳିକା ଉଚ୍ଚ ବିଦ୍ୟାଳୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ହାଟସାହି ପ୍ରାଥମିକ ବିଦ୍ୟାଳୟ କବି ସମ୍ରାଟ ମହାବିଦ୍ୟାଳୟ ଏହି ଗ୍ରାମଠାରୁ ୧୩ କି.ମି ଦୁରରେ ଅବସ୍ଥିତ । ୨୦୧୧ ଜନଗଣନା ଅନୁଯାୟି ସମୁଦାୟ ୪୪୪୩ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ପୁରୁଷ ସଂଖ୍ୟା ୨୨୪୬ ଏବଂ ମହିଳା ସଂଖ୍ୟା ୨୧୯୭ । ଏହି ଗ୍ରାମରେ ଦଣ୍ଡନାଚ ଏବଂ ଠାକୁରାଣି ଯାତ୍ରା ପାଳିତ ହୁଏ ଗମନାଗମନ ଏହି ଗ୍ରାମକୁ ଯାତାୟତ ନିମିତ୍ତ ବସ୍ ହିଁ ଏକ ମାତ୍ର ମାଧ୍ୟମ ଅଟେ । ଜାତୀୟ ରାଜପଥ ନଂ-୧୫୭ ଏହି ଗ୍ରାମ ଦେଇ ଯାଇଛି। ଏହି ଗ୍ରାମ ସହ ସିଧା ସଳଖ ରେଳ ସଂଯୋଗ ନାହିଁ । ଏହାର ନିକଟତମ ରେଳଷ୍ଟେସନ ବ୍ରହ୍ମପୁର ଅଟେ । ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ଏହା ୧୭୯ କି.ମି ଦୁରରେ ଅବସ୍ଥିତ । |
ରାଇସୁଆଁ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଏକ ପ୍ରମୁଖ ଗ୍ରାମ ପଞ୍ଚାୟତ ଅଟେ। ଏହା କେନ୍ଦୁଝର ସବଡ଼ିଭିଜନ ଅନ୍ତର୍ଭୁକ୍ତ ଅଟେ ଏବଂ ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୭ କିମି ଦୂରରେ ଜାତୀୟ ରାଜପଥ ୨୧୫ ସନ୍ନିକଟରେ ଅବସ୍ଥିତ। |
ଫତେହାବାଦ, ହରିଆଣା ଏକ ଭାରତୀୟ ପୌର କମିଟି ଅଟେ । ଏହା ହରିଆଣାର ଅତେହବଦ୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ଫତେହାବାଦ, ହରିଆଣା ୨୯.୫୧୫୩ ଉତ୍ତର ଅକ୍ଷାଂଶ ଓ ୭୫.୪୫୫୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଫତେହାବାଦ, ହରିଆଣା ସହରର ମୋଟ ଜନସଂଖ୍ୟା ୫୯୮୬୩ ଅଟେ । ସେଥି ମଧ୍ୟରୁ ୫୩.୩୮% ଜଣ ପରୁଷ ହୋଇଥିବା ବେଳେ ୪୬.୬୨% ଜଣ ନାରୀ ଅଟନ୍ତି । ଫତେହାବାଦ, ହରିଆଣାର ସାକ୍ଷରତା ହାର ୬୫.୭୫% ଅଟେ । ଏହା ଜାତୀୟ ହାରଠାରୁ -୦.୯୧% ପ୍ରତିଶତ କମ ଅଟେ । ସେଥିରୁ ୩୭.୮୫% ପ୍ରତିଶତ ପୁରୁଷ ଓ ୨୭.୯୧% ନାରୀ ଅଟନ୍ତି । ୧୪.୦୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ଫତେହାବାଦ, ହରିଆଣାର ସରକାରୀ ଭାଷା ଅଟେ । |
୧୫୫ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
୧୬୭୬ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଲୋକରତ୍ନ କୁଞ୍ଜବିହାରୀ ଦାଶ, (୭ ମାର୍ଚ୍ଚ ୧୯୧୪ - ୧୪ ମାର୍ଚ୍ଚ ୧୯୯୪) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଅଧ୍ୟାପକ, ଲେଖକ ଓ ଗବେଷକ ଥିଲେ । ତାଙ୍କର ଆମେରିକାରୁ ୟୁରୋପ୍ ଆଫ୍ରିକା ପୁସ୍ତକ ପାଇଁ ସେ ୧୯୬୫-୬୭ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ମୋ କାହାଣୀ ପାଇଁ ୧୯୭୯ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପାଇଥିଲେ । କଲିକତା ଏକାଡେମୀ ଅଫ୍ ଫୋକଲୋର ତାଙ୍କୁ ୧୯୭୮ ମସିହାରେ "ଲୋକରତ୍ନ" ଉପାଧି ପ୍ରଦାନ କରିଥିଲା । ଜଣେ ସାରସ୍ୱତ ସଂଗଠକ ଭାବରେ ସେ ବହୁ ସାହିତ୍ୟ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ । ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷା କୁଞ୍ଜବିହାରୀ ଦାଶ ୧୯୧୪ ମସିହାରେ ପୁରୀ ଜିଲ୍ଲାର ନିମାପଡ଼ା ନିକଟସ୍ଥ ରେଞ୍ଚ ଶାସନରେ ଜନ୍ମଗ୍ରହଣ କରିଥିଲେ । ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଟିଉସନ କରି ସେ ନିଜ ଶିକ୍ଷାଖର୍ଚ୍ଚ ମେଣ୍ଟାଉଥିଲେ । ଉଚ୍ଚଶିକ୍ଷା ଓ ବୃତ୍ତିଗତ ଜୀବନ ସେ କଲିକତା ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଅଧ୍ୟୟନ କରିଥିଲେ । ସେଠାରେ ସେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରି ପୁରସ୍କାର ସ୍ୱରୂପ ତିନୋଟି ସ୍ୱର୍ଣ୍ଣ ମୁଦ୍ରା ଓ ଦୁଇ ଶହ ଟଙ୍କା ପାଇଥିଲେ । ଜଣେ ଶିକ୍ଷକ ଭାବରେ ସେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରେ "ଓଡ଼ିଆ ଲୋକଗୀତ ଓ କାହାଣୀ" ଉପରେ ଗବେଷଣା କରି ସେ ନିଜ ଡକ୍ଟରେଟ ହାସଲ କରିଥିଲେ । ପରବର୍ତ୍ତୀ ସମୟରେ ସେ ରେଭେନ୍ସା ମହାବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । ସାହିତ୍ୟ ରଚନା କିଶୋର ବୟସରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ । ଲାବଣ୍ୟ କୁସୁମ ଥିଲା ତାଙ୍କ ଲିଖିତ ପ୍ରଥମ କାବ୍ୟ । କ୍ରମେ ସେ ଅନ୍ୟାନ୍ୟ ସାହିତ୍ୟ ବିଭାବ ମଧ୍ୟ ରଚନା କରିଥିଲେ । ମୃତ୍ୟୁ ୧୯୯୪ ମସିହା ମାର୍ଚ୍ଚ ୧୪ ତାରିଖରେ ତାଙ୍କଙ୍କର ଦେହାନ୍ତ ହୋଇଥିଲା । |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୬ ନଭେମ୍ବର ବର୍ଷର ୩୩୦ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୩୩୧ତମ । ବର୍ଷ ଶେଷ ହେବା ପାଇଁ ଆଉ ୩୫ ଦିନ ବାକି ଅଛି । |
୧୮୧୭ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଛବିଳ ମଧୁ ବର୍ଣ୍ଣବୋଧ ଓଡ଼ିଶାର ଏକ ଶିଶୁ ପୁସ୍ତକ ଅଟେ । ଏହା ଭକ୍ତକବି ମଧୁସୂଦନ ରାଓଙ୍କଦ୍ୱାରା ୧୮୯୫ ମସିହାରେ ଲେଖାଯାଇଥିଲା । ଓଡ଼ିଆ ଭାଷା ଶିଖିବା ପାଇଁ (ବିଶେଷ କରି ପିଲାମାନଙ୍କପାଇଁ) ଏକ ସଂପୂର୍ଣ ପୁସ୍ତକ ଅଟେ । ଏଥିରେ ଓଡ଼ିଆ ବର୍ଣ୍ଣମାଳା ସହ ମାତ୍ରା ଓ ଯୁକ୍ତାକ୍ଷର ରହିଛି, ଯାହାକି ପିଲାଙ୍କ ମନେରହିବା ପରି ଲେଖାମାନଙ୍କରେ ଦର୍ଶାଯାଇଛି । ଏହି ବହିଟିରେ ଇଂରାଜୀ ଏବଂ ହିନ୍ଦୀ ବର୍ଣ୍ଣମାଳା ମଧ୍ୟ ଅଛି । ଏଥିସହିତ ବହି ଶେଷରେ ପ୍ରାର୍ଥନା ଓ ପଣକିଆ ବହିଟିକୁ ଏକ ସଂପୂର୍ଣ୍ଣ ପ୍ରାଥମିକ ପୁସ୍ତକ କରିଛି । ଛବିଳ ମଧୁ ବର୍ଣ୍ଣବୋଧର ପ୍ରଥମ ସଂସ୍କରଣ ଲଣ୍ଡନଠାରେ ପ୍ରକାଶ କରାଯାଇଥିଲା । ୧୯୬୦ ବେଳକୁ ଏହି ବହି ବଜାରରେ ଆଉ ମିଳୁ ନଥିଲା । ଏହାର ବିକଳ୍ପ ଭାବରେ ଛବିଳ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧ ଓ ସହଜ ମଧୁ ବର୍ଣ୍ଣବୋଧ ନାମରେ ଅନେକ ବହି ବିକ୍ରୀ ହେଉଥିଲା । ୨୦୧୩ ମସିହାରେ ଏହି ପୁସ୍ତକକୁ ବ୍ରେଲୀ ଅକ୍ଷରରେ ପ୍ରକାଶ କରାଯିବାକୁ ଯୋଜନା କରାଯାଇଥିଲା । ସେହିପରି ୨୦୧୪ ମସିହାରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ବହିଟିକୁ ପୁନଃପ୍ରକାଶନ କରି ଅନେକ ତୃଟି ବିଚ୍ୟୁତି ଯୋଗୁ ବିବାଦଘେରକୁ ଆସିଥିଲା । |
ହାଣ୍ଟାଭୂତାଣୁ ସଂକ୍ରମଣ ଅନେକ ଗୁଡ଼ିଏ ରୋଗରେ ହୁଏ ଯଥା: ହେମୋରେଜିକ ଫିଭର ଉଇଥ ରେନାଲ ସିଣ୍ଡ୍ରୋମ ବା ଏଚଏଫଆରଏସ ଏବଂ ହାଣ୍ଟାଭୂତାଣୁ ପଲମୋନାରୀ ସିଣ୍ଡ୍ରୋମ ବା ଏଚପିଏସ ଏଚଏଫଆରଏସର ଲକ୍ଷଣ ମଧ୍ୟରେ ସାଧାରଣତଃ ମୁଣ୍ଡବିନ୍ଧା, ଉଦର ଯନ୍ତ୍ରଣା, ଜ୍ୱର, ବାନ୍ତି, ରକ୍ତସ୍ରାବ ଏବଂ ବୃକ୍କ ବିଫଳତା ଦେଖାଯାଏ ଏଚପିଏସର ଲକ୍ଷଣ ମଧ୍ୟରେ ଥକ୍କା, ଜ୍ୱର, ମାଂସପେଶୀ ଯନ୍ତ୍ରଣା, କାଶ ଏବଂ ଅଣନିଶ୍ୱାସ ହୋଇପାରେ ପ୍ରାରମ୍ଭିକ ଲକ୍ଷଣଗୁଡ଼ିକର ଆରମ୍ଭ ସାଧାରଣତଃ ସଂସ୍ପର୍ଶରେ ଆସିବାର ୧ରୁ ୮ ସପ୍ତାହ ପରେ ଆରମ୍ଭ ହୋଇଥାଏ ଏଚଏଫପିଏସ ପୁରୁଣା ପୃଥିବୀ ହାଣ୍ଟାଭୂତାଣୁ କାରଣରୁ ହୋଇଥିବାବେଳେ ଏଚପିଏସ ନୂଆ ପୃଥିବୀ ହାଣ୍ଟାଭୂତାଣୁ କାରଣରୁ ହୁଏ ୨୮ ପ୍ରକାରରୁ ଅଧିକ ନିର୍ଦ୍ଦିଷ୍ଟ ହାଣ୍ଟାଭୂତାଣୁ ମଣିଷଠାରେ ରୋଗ ସୃଷ୍ଟି କରେ ମୁଷା ଜାତୀୟ ଜୀବାମାନଙ୍କଦ୍ୱାରା ପ୍ରଦୂଷିତ ବାୟୁ ପ୍ରଶ୍ୱାସରେ ଗ୍ରହଣ କରିବା ଯୋଗୁ ଏହି ରୋଗ ବ୍ୟାପିଥାଏ । ଉଭୟ ରୋଗରେ ପ୍ଲାଟେଲେଟ ସଂଖ୍ୟା କମିଯାଏ ଓ ରକ୍ତନଳୀରେ ଛିଦ୍ର ହୋଇଥାଏ । ରକ୍ତ ପରୀକ୍ଷା ଓ ସେରୋଲୋଜି ପରୀକ୍ଷା ଆଧାରରେ ରୋଗ ନିର୍ଣ୍ଣୟ କରାଯାଏ । ଏହି ରୋଗରେ ମୁଖ୍ୟତଃ ସହାୟକ ଚିକିତ୍ସା କରାଯାଏ ଏଥିରେ ଅମ୍ଳଜାନ ଚିକିତ୍ସା, ଯାନ୍ତ୍ରିକ ଭେଣ୍ଟିଲେସନ, ଡାଏଲିସିସ, କିମ୍ବା ପ୍ଲାଲେଟ୍ ଟ୍ରାନ୍ସଫ୍ୟୁଜନ ଦିଆଯାଏ ଏଚଏଫଆରଏସ ଆରମ୍ଭ ହେବା ସଙ୍ଗେ ସଙ୍ଗେ ରିବାଭିରିନ୍ ଦେଲେ ଉପଯୋଗୀ ହୁଏ । ମୃତ୍ୟୁ ହେବାର ଆଶଙ୍କା ସହିତ ପ୍ରାୟ 12% ଏବଂ ସହିତ ପ୍ରାୟ 40% ସନ ୧୯୯୩ ପରଠାରୁ ବର୍ଷକୁ ପ୍ରାୟ ୧୦୦,୦୦୦ ଏଚଏଫଆରଏସ ରୋଗ ଓ ୧୦୦୦ ଏଚପିଏସ ରୋଗ ଚିହ୍ନଟ କରାଯାଇଛି ।ପ୍ରାୟ ୧୦୦୦ ମସିହା ପରଠାରୁ ହାଣ୍ଟାଭୂତାଣୂ ବର୍ଣ୍ଣନା ହୋଇଥିବା ବିଶ୍ୱାସ କରାଯାଏ । ୧୯୭୬ ମସିହାରେ ଏହି ଭୂତାଣୁ ଦକ୍ଷିଣ କୋରିଆର ହାଣ୍ଟାନ ଅଞ୍ଚଳରେ ଆବିଷ୍କୃତ ହୋଇଥିଲା |
ସାଇମେଟିକୋନ, ସାଇମେଥିକୋନ୍ ବନାନ ମଧ୍ୟ କରାଯାଏ, ଏହା ଏକ ଔଷଧ ଯାହା ଅତ୍ୟଧିକ ଅନ୍ତନଳୀ ଗ୍ୟାସର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହାର ଉପକାରର ପ୍ରମାଣ ଅସ୍ପଷ୍ଟ ଅଛି । ଏହା ପାଟିରେ ଦିଆଯାଏ । ଯୁକ୍ତରାଷ୍ଟ୍ରରେ ବେବି କଲିକ ପାଇଁ ଏହା ଦେବାକୁ ସୁପାରିଶ କରାଯାଏ ନାହିଁ କିନ୍ତୁ ଯୁକ୍ତରାଜ୍ୟରେ ସେହି ଉଦ୍ଦେଶ୍ୟରେ ଏହା ବ୍ୟବହୃତ ହୁଏ । ଏହି ଔଷଧ ସାଧାରଣତଃ ଭଲ ଭାବରେ ସହ୍ୟ କରିହୁଏ । ସ୍ତନ୍ୟପାନ କରେଇବା ଏବଂ ଗର୍ଭଧାରଣ ସମୟରେ ବ୍ୟବହାର ନିରାପଦ ବୋଲି ବିଶ୍ୱାସ କରାଯାଏ । ଏହା ଅନ୍ତନଳୀ ମଧ୍ୟରେ କାର୍ଯ୍ୟ କରେ ଏବଂ ବୁଦବୁଦଗୁଡିକୁ ଭାଙ୍ଗିଦେଇ କାର୍ଯ୍ୟକ୍ଷମ ହୁଏ ବୋଲି କୁହାଯାଏ । ସାଇମେଟିକୋନ ୧୯୫୦ ମସିହା ଦଶକରୁ ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ହେଉଛି । ବିନା ପ୍ରେସକ୍ରିପସନରେ ଏହା ଉପଲବ୍ଧ ହୁଏ । ଏହା ଅପେକ୍ଷାକୃତ ଶସ୍ତା ଅଟେ । ଏହା ଅନ୍ୟାନ୍ୟ ଔଷଧ ଯେପରିକି ଲୋପେରାମାଇଡ୍ ଏବଂ ଆଣ୍ଟାସିଡ୍ ସହିତ ମିଳିତ ଭାବରେ ଉପଲବ୍ଧ ହୋଇପାରେ । |
ଡେଜି ଶାହା (ଜନ୍ମ: ୨୫ ଅଗଷ୍ଟ ୧୯୮୪) ଜଣେ ଭାରତୀଯ କଥାଚିତ୍ର ଅଭିନେତ୍ରୀ, ମଡେଲ, ନର୍ତ୍ତକୀ ଏବଂ ନୃତ୍ୟ ଶିକ୍ଷିକା । ସେ ନୃତ୍ୟଗୁରୁ ଗଣେଶ ଆଚାର୍ଯ୍ୟଙ୍କ ସହ ୧୦ବର୍ଷ ଧରି କାମ କରିଥିଲେ । ୨୦୧୦ରେ ସେ ଏକ ମଲାୟଲମ୍ ଏବଂ ତାମିଲ ଦ୍ୱିଭାଷୀ କଥାଚିତ୍ର ବନ୍ଦେ ମାଆତରମରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ । ଏହାପରେ ସେ ୨୦୧୧ରେ କନ୍ନଡ଼ ଚଳଚ୍ଚିତ୍ର ବଡିଗାର୍ଡ଼ ଜରିଆରେ ମୁଖ୍ୟ ଭୂମିକାରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ୨୦୧୪ରେ ଅଭିନେତା ସଲମାନ ଖାଁଙ୍କ ସହ ଜୟ ହୋ ଚଳଚ୍ଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୫ରେ ସେ ହେଟ୍ ଷ୍ଟୋରୀ- ୩ରେ ଅଭିନେତା ସର୍ମଣ ଜୋସୀ, ଜରୀନ ଖାନଙ୍କ ସହ ଅଭିନୟ କରିଥିଲେ । ପ୍ରାରମ୍ଭିକ ଜୀବନ ଡେଜି ୨୫ ଅଗଷ୍ଟ ୧୯୮୪ରେ ମହାରଷ୍ଟ୍ରର ଏକ ଗୁଜରାଟି ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଛୋଟବେଳୁ ନୃତ୍ୟ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ନୃତ୍ୟ ଶିକ୍ଷା କରିଥିଲେ । ସେ ମୁମ୍ବାଇର ଖଲ୍ସା କଲେଜରେ ପଢ଼ୁଥିଲେ । ଡେଜି ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଏମ୍.ଏସ୍ ଡୋମ୍ବିଲୀ ପ୍ରତିଯୋଗିତାରେ ମିସ୍ ଫଟୋଜେନିକ୍ ପୁରସ୍କାର ପାଇଥିଲେ । ୨୦୦୩ ମସିହାରେ ଡେଜି ନୃତ୍ୟଗୁରୁ ଗଣେଶ ଆଚାର୍ଯ୍ୟଙ୍କ ସହ ଜମିନ୍ ଏବଂ ଖାକି ଭଳି ହିନ୍ଦୀ କଥାଚିତ୍ରରେ ନୃତ୍ୟ ଶିକ୍ଷା ଦେଇଥିଲେ । ଅଭିନୟ ଜୀବନ ଡେଜି ଚଳଚ୍ଚିତ୍ରରେ ନୃତ୍ୟ ଶିକ୍ଷା ଦେବା ପରେ ମଡେଲିଂରେ ମଧ୍ୟ ଯୋଗ ଦେଇଥିଲେ । ବିଭିନ୍ନ ପ୍ରକାରର ପେପର ବିଜ୍ଞାପନ ଏବଂ ଫଟୋ ସୁଟ୍ରେ ସେ ଯୋଗଦେଇଥିଲେ । କନ୍ନଡ଼ ଚଳଚ୍ଚିତ୍ର ନିର୍ଦ୍ଦେଶକ ହର୍ଷ ଡେଜିଙ୍କୁ ଚଳଚ୍ଚିତ୍ର ପାଇଁ ପ୍ରସ୍ତାବ ଦେଇଥିଲେ । ୨୦୧୧ରେ ମୁକ୍ତିଲାଭ କରିଥିବା କନ୍ନଡ଼ ଚଳଚ୍ଚିତ୍ର ବଡିଗାର୍ଡ଼ରେ ସେ ମୁଖ୍ୟ ଭୂମିକାରେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ । ଏହାପରେ ସେ ଦୁଇଟି ଚଳଚ୍ଚିତ୍ରର ଆଇଟମ ଗୀତରେ ନୃତ୍ୟ କରିଥିଲେ । କନ୍ନଡ଼ ଚଳଚ୍ଚିତ୍ର ବଚ୍ଚନ୍ ଏବଂ ହିନ୍ଦୀ ଚଳଚ୍ଚିତ୍ର ବ୍ଲଡି ଇସ୍କରେ ସେ ଆଇଟମ୍ ନୃତ୍ୟ କରିଥିଲେ । ହିନ୍ଦୀ କଥାଚିତ୍ର ଅଭିନେତା ଶନି ଦେଓଲ ଏବଂ ତବୁଙ୍କ ଅଭିନୀତ ଚଳଚ୍ଚିତ୍ର ଖୁଦା କସମରେ ସେ ମଧ୍ୟ ଏକ ଆଇଟମ ନୃତ୍ୟ କରିଥିଲେ । ଏହାପରେ ୨୦୧୪ରେ ଅଭିନେତା ସଲମାନ ଖାଁଙ୍କ ସହ ଡେଜି ହିନ୍ଦୀ କଥାଚିତ୍ର ଜଗତରେ ଜୟ ହୋ ଚଳଚ୍ଚିତ୍ର ଜରିଆରେ ପ୍ରବେଶ କରିଥିଲେ । ପରେ ୨୦୧୫ରେ ସେ ହେଟ୍ ଷ୍ଟୋରୀ-୩ରେ ମଧ୍ୟ ଅଭିନୟ କରିଥିଲେ । |
ଖ୍ରୀଷ୍ଟ ଧର୍ମ ଏକ ଆବ୍ରାହାମିୟ, ଏକେଶ୍ୱରବାଦୀ ଧର୍ମ ଯାହା ନାଜରେତର ଯୀଶୁଙ୍କ ଜୀବନ ଏବଂ ଶିକ୍ଷା ଉପରେ ଅଧାରିତ। ଖ୍ରୀଷ୍ଟ ଧର୍ମାବିଲମ୍ବିଙ୍କୁ ଖ୍ରୀଷ୍ଟିଆନ ମଧ୍ୟ କୁହାଯାଏ। ଧର୍ମାବିଲମ୍ବିଙ୍କ ସଂଖ୍ୟାନୁସାରେ ଖ୍ରୀଷ୍ଟ ଧର୍ମ ପୃଥିବୀର ବୃତ୍ତମ ଧର୍ମ ଅଟେ, ଖ୍ରୀଷ୍ଟିଆନଙ୍କ ସଂଖ୍ୟା ହେଉଛି ପ୍ରାୟ ୨୨୦ କୋଟି। |
ମଧୁମେହ (ଇଂରାଜୀରେ , ସଂକ୍ଷେପରେ , ଡାଏବେଟିସ ନାମରେ ପରିଚିତ) ରୋଗ ମେଟାବୋଲିକ ରୋଗମାନଙ୍କ ଏକ ଦଳକୁ ନିର୍ଦ୍ଦେଶ କରାଏ ଯେଉଁଥିରେ ରକ୍ତଶର୍କରା ସ୍ତର ଉଚ୍ଚ ଥାଏ ଅନେକ ଦିନ ପର୍ଯ୍ୟନ୍ତ । ଉଚ୍ଚ ସ୍ତରର ରକ୍ତଶର୍କରା ଥିବାର ଲକ୍ଷଣମାନ: ପଲିୟୁରିଆ ବା ଘନ ଘନ ପରିସ୍ରା ହୁଏ, ପଲିଡିପ୍ସିଆ ବା ଅଧିକ ଶୋଷ ହୁଏ ଓ ପଲିଫେଜିଆ ବା ଅଧିକ ଭୋକ ହୁଏ । ଚିକିତ୍ସିତ ନ ହେଲେ ଏହି ରୋଗର ଅନେକ ଜଟିଳତା ସୃଷ୍ଟି ହୁଏ । ସେଗୁଡ଼ିକ ନାମ - ଡାଏବେଟିକ କିଟୋଏସିଡୋସିସ ଓ ନନ୍କିଟୋଟିକ ହାଇପରଅସମୋଲାର କୋମା ବା ସାଧାରଣରେ ପରିଚିତ କୋମା । ସାଂଘାତିକ ଦୀର୍ଘକାଳୀନ ଜଟିଳତା ଗୁଡ଼ିକର ନାମ - ହୃତ୍ପିଣ୍ଡରକ୍ତନଳୀ ରୋଗ, ସ୍ଟ୍ରୋକ୍, ବୃକ୍କ ଫେଲ୍, ପାଦ ଘାଆ ଓ ଡାଏବେଟିସ ଜନିତ ରେଟିନୋପାଥି ଅଗ୍ନାଶୟରୁ (ଇଂରାଜୀରେ ) ଇନ୍ସୁଲିନ୍ କ୍ଷରଣ ନ ହେଲେ ବା ନିର୍ଗତ ଇନ୍ସୁଲିନ୍ ପ୍ରତି ଦେହର ଜୀବକୋଷ ପ୍ରତିକ୍ରିୟାହୀନ ହେଲେ ମଧୁମେହ ରୋଗ ହୁଏ । ମୂଖ୍ୟତଃ ତିନି ପ୍ରକାର ମଧୁମେହ ରୋଗ ଦେଖାଯାଏ । ମଧୁମେହ ଟାଇପ ୧ (ଇଂରାଜୀରେ 1 ) - ଯଥେଷ୍ଟ ଇନ୍ସୁଲିନ୍ ସ୍ରାବ ନ ହେବାରୁ ଏହି ରୋଗ ହୁଏ । ଏହି ରୋଗକୁ ପୂର୍ବେ ଇନ୍ସୁଲିନ୍ ଡିପେଣ୍ଡେଣ୍ଟ ଡାଏବେଟିସ୍ ମେଲିଟସ୍ କିମ୍ବା ଜୁଭେନାଅଇଲ ଡାଏବେଟିସ୍ - " " କୁହାଯାଉଥିଲା । କେଉଁ କାରଣରୁ ଏହି ସ୍ରାବ ହୁଏ ନାହିଁ ତାହା ଜଣା ନାହିଁ । ମଧୁମେହ ଟାଇପ ୨ (ଇଂରାଜୀରେ 2 ) ରୋଗରେ ଇନ୍ସୁଲିନ ପ୍ରତି ଜୀବକୋଷ ପ୍ରତିକ୍ରିୟାହୀନ ହୁଏ । ରୋଗ ଆଗେଇଲେ ଇନ୍ସୁଲିନ ଅଭାବ ମଧ୍ୟ ଦେଖାଯାଏ । ପୂର୍ବେ ଏହାକୁ ନନ୍ ଇନ୍ସୁଲିନ୍ ଡେପେଣ୍ଡେଣ୍ଟ ଡାଏବେଟିସ୍ ବା ଆଡଲ୍ଟ ଅନସେଟ ଡାଏବେଟିସ୍ କୁହାଯାଉଥିଲା । ଏହି ରୋଗର ମୂଖ୍ୟ କାରଣ ମଧ୍ୟରେ ଅତ୍ୟଧିକ ଓଜନ ଓ ବ୍ୟାୟାନ ଅଭାବ ପରିଲକ୍ଷିତ ହୋଇଛି । ଗର୍ଭାବସ୍ଥା ଡାଏବେଟିସ୍ - କେତେକ ମହିଳାମାନଙ୍କର ପୁର୍ବରୁ ଅଧିକ ରକ୍ତ ଶର୍କରା ନ ଥାଇ ମଧ୍ୟ ଡାଏବେଟିସ ହୁଏ । ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ବ୍ୟାୟାମ, ଧୁଆଁପତ୍ର ବା ଟୋବାକୋ ବର୍ଜନ ଓ ସଠିକ ଶାରୀରିକ ଓଜନ ଉପରେ ଏହି ରୋଗର ପ୍ରତିଷେଧ ଓ ଚିକିତ୍ସା ନିର୍ଭର କରେ । ଏହି ରୋଗରେ ରକ୍ତଚାପ ନିୟନ୍ତ୍ରଣ ଓ ପାଦଯତ୍ନ ନେବା ନିତାନ୍ତ ଆବଶ୍ୟକ । ଇନ୍ସୁଲିନ୍ ଇଞ୍ଜେକସନ୍ ଦେଇ ମଧୁମେହ ଟାଇପ ୧ ରୋଗ ଚିକିତ୍ସା କରାଯାଏ । ମଧୁମେହ ଟାଇପ ୨ ରୋଗକୁ ଔଷଧ ସାହାଯ୍ୟରେ ଇନ୍ସୁଲିନ୍ର ବିନା ସାହାଯ୍ୟରେ ଚିକିତ୍ସା କରାଯାଏ । କେତେକ ଔଷଧ ପାଟିବେଟେ ଖାଇବାକୁ ଦେଇ ରକ୍ତଶର୍କରା ସ୍ତର କମାଯାଏ । ମୋଟାପଣ ଥିଲେ ଓଜନ କମେଇବା ଅପରେଶନ କରି ଟାଇପ ୨ର ଚିକିତ୍ସା କରାଯାଏ । ଶିଶୁ ପ୍ରସବ ପରେ ଗର୍ଭାବସ୍ଥା ମଧୁମେହ ସାଧାରଣତଃ ଭଲ ହୋଇଯାଏ । ସନ ୨୦୧୪ର ହିସାବ ଅନୁସାରେ ପୃଥିବୀରେ ପ୍ରାୟ ୩୮୭ ନିୟୁତ ଲୋକଙ୍କର ମଧୁମେହ ରୋଗ ଅଛି, ଯାହା ମଧ୍ୟରୁ ୯୦ % କେବଳ ଟାଇପ୍ ୨ ମଧୁମେହ । ଏହା ବୟଃପ୍ରାପ୍ତ ଲୋକଙ୍କ ମଧ୍ୟରୁ ପ୍ରାୟ ୮।୩ % ହେବେ, ଓ ପୁରୁଷ ଓ ମହିଳା ହାର ସମାନ । ସନ ୨୦୧୨ରୁ ୨୦୧୪ ମଧ୍ୟରେ ଏହି ରୋଗ ଯୋଗୁ ବାର୍ଷିକ ୧.୫-୪.୯ ନିୟୁତ ମୃତ୍ୟୁ ହୋଇଥିଲା । ମୃତ୍ୟୁ ସଙ୍କଟ ଡାଏବେଟିସ୍ ଯୋଗୁ ଦୁଇ ଗୁଣ ହୋଇଯାଏ । ସନ ୨୦୩୫ ସୁଦ୍ଧା ଏହି ରୋଗୀ ସଂଖ୍ୟା ୫୯୨ ନିୟୁତ ହେବା ଆଶଙ୍କା କରାଯାଏ । ପୃଥିବୀରେ ଏହି ରୋଗ ଯୋଗୁ ୨୦୧୨ରେ ଆର୍ଥିକ କ୍ଷତି ପ୍ରାୟ ୬୨୧ ବିଲିଅନ ଆମେରିକା ଡଲାର । କେବଳ ଆମେରିକାରେ ୨୦୧୨ରେ ୨୪୫ ବିଲିଅନ ଡଲାର କ୍ଷତି ହୋଇଥିଲା । ଶରୀରରେ ସ୍ୱାଭାବିକ ରକ୍ତ ଶର୍କରା ମାତ୍ରା ଶତକଡା଼ ୧୦୦ ମିଲିଗ୍ରାମରୁ କମ ଓ ଖାଇବାର ୨ ଘଣ୍ଟା ପରେ ଶତକଡା଼ ୧୪୦ ମିଲିଗ୍ରାମରୁ କମ । ରକ୍ତ ଶର୍କରା ମାତ୍ରା ବୃଦ୍ଧିପାଇ ଖାଲି ପେଟରେ ୧୨୬ ମିଲିଗ୍ରାମ ଓ ଖାଇବାର ଦୁଇଘଣ୍ଟା ପରେ ୨୦୦ ମିଲିଗ୍ରାମରୁ ଅଧିକ ହେଲେ ମଧୁମେହ (ଡାଇବେଟିସ) ହୋଇଛି ବୋଲି କୁହାଯାଏ । ରକ୍ତ ଶର୍କରା ଶତକଡା ୧୮୦ ମିଲିଗ୍ରାମରୁ ଅଧିକ ହେଲେ ପରିସ୍ରାରେ ମଧ୍ୟ ଶର୍କରା ଆସିଥାଏ । ଶର୍କରାକୁ ଇଂରାଜୀରେ ଗ୍ଲୁକୋଜ କୁହାଯାଏ।ଫଳରେ ଡାକ୍ତରମାନେ ରକ୍ତ ଗ୍ଲୁକୋଜ ଓ ପରିସ୍ରା ଗ୍ଲୁକୋଜ ମାପିଥାନ୍ତି । ଡାଇବେଟିସ ଏକା ଆସେ ନାହିଁ । କିଛି ଦିନ ଏପରି ରୋଗରେ ଆକ୍ରାନ୍ତ ହେବାପରେ ଉଚ୍ଚ ରକ୍ତଚାପ, ହୃଦ ରୋଗ, ସ୍ନାୟୁ ରୋଗ, ସ୍ମୃତିହାସ ରୋଗ, ଯୌନଶକ୍ତି ହ୍ରାସ, ସଂକ୍ରମଣ ରୋଗ, ଚର୍ମ ରୋଗପରି ବହୁ ରୋଗ ଶରୀରରେ ବସା ବାନ୍ଧନ୍ତି । ୧୯୨୦ ମସିହା ପରଠାରୁ ବ୍ୟାଣ୍ଟିଂ ଓ ବେଷ୍ଟ ଇନସୁଲିନ ଆବିଷ୍କାର କରି ନୋବେଲ ପୁରସ୍କାର ପାଇସାରିବା ପରେ ପ୍ରାୟ ଦଶ ଜଣରୁ ଉର୍ଦ୍ଧ ବୈଜ୍ଞାନିକ ଡାଇବେଟିସ ରୋଗଉପରେ ଗବେଷଣାରେ ନୋବେଲ ପୁରସ୍କାର ପାଇସାରିଲେଣି । ୨୦୧୧ରେ ଭାରତରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଥିଲା ପ୍ରାୟ ଛଅ କୋଟି ଚାଳିଶ ଲକ୍ଷ । ୧୯୭୦-୮୦ ମସିହାରେ ଭାରତରେ ଶହେଜଣରେ ଦୁଇଜଣଙ୍କୁ ଡାଇବେଟିସ ହୋଇଥିବା ବେଳେ ଏବେ ଗ୍ରାମାଞ୍ଚଳରେ ଶହେଜଣରେ ଦଶଜଣ ଓ ସହରାଞ୍ଚଳରେ ୨୦ଜଣଙ୍କୁ ଡାଇବେଟିସ ହେଉଛିବୋଲି ଗଣନାରୁ ଜଣା ପଡ଼ିଛି । କାହାକୁ ଅଧିକ ହେବାର ଆଶଙ୍କା ପରିବାରରେ ବାପା,ମା,ନିକଟ ସମ୍ପର୍କୀୟ ଲୋକଙ୍କର ମଧୁମେହ ଥିଲେ । ୩୫ ବର୍ଷରୁ ଉର୍ଦ୍ଧ ବୟସର ବ୍ୟକ୍ତିଙ୍କୁ ଏହି ରୋଗ ଆଶଙ୍କା ଅଧିକ ଥାଏ । ଆଳସ୍ୟ ପରାୟଣ ଲୋକ ମଧ୍ୟ ଏହାର ଶିକାର ହୋଇଥାନ୍ତି।ଏହା ବ୍ୟତିତ ଅନେକ କାରଣ ଅଛି । ଲକ୍ଷଣ ଅଧିକ ଶୋଷ ଅଧିକ ପରିସ୍ରା ଓଜନ କମିଯିବା ଅଧିକ ଭୋକ ଅଧିକ ଥକା ମାନ୍ଦା ଦୁର୍ବଳ ଲାଗିବା ଆଖିକୁ ଝାପସା ଦିଶିବା ଯୌନାଙ୍ଗରେ ଘା ' ହେବା ଯୌନଶକ୍ତି କମିଯିବା ଗୋଡ଼ ଝିମ୍ ଝିମ୍ ହେଇ କାଦୁଅ ଲାଗିବା ପରି ହେବା ଘା' ନ ଶୁଖିବା ଗୁପ୍ତାଙ୍ଗ ପ୍ରବାହ, ଧଳାସ୍ରାବ, କୁଣ୍ଡାଇ ହେବା, କାଛୁ, ଯାଦୁ, ଚର୍ମ ସଂକ୍ରମଣ, କୁଣ୍ଡିଆ ପ୍ରଭୃତି ବାରମ୍ବାର ହେବା ଇତ୍ୟାଦି । କେତେକଙ୍କର ଗୋଟିଏ ଗୋଟିଏ ଲକ୍ଷଣ ପ୍ରକାଶ ପାଇଲେବି ଅନେକଙ୍କର ଏକାଧିକ ଲକ୍ଷଣ ପ୍ରକାଶ ପାଇଥାଏ । ଆଉ କେତେକଙ୍କର ମଧୁମେହ ଲକ୍ଷଣ ପ୍ରକାଶ ନ ପାଇ ମଧ୍ୟ ଏହି ରୋଗ ହେଇଥାଏ । ହୃଦ ରୋଗ, କିଡନୀ ରୋଗ, ଆଖି ରୋଗ ତଥା ଅନ୍ୟାନ୍ୟ ରୋଗ ପରିକ୍ଷା କଲା ବେଳେ ଏହି ରୋଗ ଧରାପଡ଼ିଥାଏ । ପ୍ରକାର ଭେଦ ଟାଇପ୍ -୧ ଡାଇବେଟିସ (ମଧୁମେହ ) ଟାଇପ୍-୨ ଡାଇବେଟିସ (ମଧୁମେହ ) ଗର୍ଭାବସ୍ଥାରେ ଡାଇବେଟିସ ଅନ୍ୟାନ୍ୟ କାରଣରୁ ଡାଇବେଟିସ ଶହେ ଜଣ ଡାଇବେଟିସ ରୋଗୀଙ୍କ ମଧ୍ୟରେ ପ୍ରାୟ ୯୮ ଜଣ ଟାଇପ୍-୨ ଡାଇବେଟିସ । ଏମାନଙ୍କ ବୟସ ୩୫ ବର୍ଷରୁ ଉର୍ଦ୍ଧ । ଟାଇପ୍ -୧ ଡାଇବେଟିସ ସାଧାରଣତଃ ପିଲା,କିଶୋର ଓ ଯୌବନର ଆଦ୍ୟାବସ୍ଥାରେ ହେଇଥାଏ । ଶହେ ଜଣ ଗର୍ଭବତୀ ମହିଳାଙ୍କ ଶର୍କରା ପରୀକ୍ଷାକଲେ ପାଞ୍ଚ-ସାତଜଣ ଡାଇବେଟିସ ରୋଗ ଭୋଗ କରୁଥିବା ଜଣାଯାଏ । ଗର୍ଭାବସ୍ଥାରେ ଡାଇବେଟିସ ପରିକ୍ଷାନ କଲେ ଗର୍ଭସ୍ଥ ପିଲାର ଓଜନ ବଢିଯାଏ । ଜନ୍ମ ହେଲା ବେଳେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟହୁଏ ଏବଂ ଜନ୍ମ ସମୟରେ ପିଲା ମୃତ୍ୟୁବରଣ କରିବାର ସମସ୍ୟା ଅଧିକ । ଏହି ସମୟରେ ଇନସୁଲିନ୍ ଚିକିତ୍ସା ଆବଶ୍ୟକ ହେଇଥାଏ । ପ୍ରସବପରେ ବହୁ ପ୍ରସୂତିଙ୍କର ଡାଇବେଟିସ ଭଲ ହୋଇଯାଇଥାଏ । ଚିକିତ୍ସା ବହୁ କ୍ଷେତ୍ରରେ ଡାଇବେଟିସ ସାରା ଜୀବନ ରହିଥାଏ । ତେଣୁ ଜୀବନଶୈଳୀ ପରିବର୍ତ୍ତନ ଡାଇବେଟିସର ମୂଳ ଚିକିତ୍ସା।ଜୀବନଶୈଳୀରେ ଖାଦ୍ୟ, ଯୋଗ, ବ୍ୟାୟମ, ମାନସିକ ସନ୍ତୁଳନ ରକ୍ଷା, ହିଂସା, ଲୋଭ, ଆସକ୍ତି ସମ୍ବନ୍ଧୀୟ ନିଜ ମନର ବୁଝାମଣା, ଉତ୍ତମ ପାରିବାରିକ ସମ୍ବନ୍ଧ, ଭଲ ବହି ପଢ଼ିବା, ଆର୍ଥିକ ସଂଗତି, ନିଶାଦ୍ରବ୍ୟ ବର୍ଜନ ଓ ଆଠ ଘଣ୍ଟା ନିଦ୍ରା ଗୁରୂତ୍ୱପୂର୍ଣ୍ଣ । ଏଥିରେ ଯଦି ଡାଇବେଟିସ ମାତ୍ରା ଅନୁସାରେ ନିୟନ୍ତ୍ରିତ ନ ହୁଏ ତେବେ ଔଷଧ ସେବନ ଓ ଇନସୁଲିନ୍ ଇଞ୍ଜେକସନ ଚିକିତ୍ସା କରାଯାଇଥାଏ । ଆୟୁର୍ବେଦିକ ଚିକିତ୍ସା ଆୟୁର୍ବେଦ ଅନୁସାରେ, ମଧୁମେହ ବାତ, ପିତ୍ତ ଓ କଫର ସନ୍ତୁଳନ ଅଭାବରୁ ହୋଇଥାଏ । ଏହି ରୋଗର ଆୟୁର୍ବେଦିକ ଚିକିତ୍ସାରେ ଔଷଧ ସହ ଜୀବନଶୈଳୀରେ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଇଥାଏ । ମଧୁମେହର ପ୍ରଭାବ କମ୍ କରିବା ପାଇଁ ଦୈନିକ ପରିଶ୍ରମ ଓ ବ୍ୟାୟାମ ସହିତ ଧୂମପାନ ଏବଂ ମଦ୍ୟପାନରୁ ବିରତ ରହିବା ଆବଶ୍ୟକ । ଏହି ରୋଗର ଆୟୁର୍ବେଦିକ ଚିକିତ୍ସାରେ ଚକ୍ଷୁ ଓ ପାଦର ଯତ୍ନ ଉପରେ ଅଧିକ ଗୁରୁତ୍ୱ ଦିଆଯାଏ । ଖାଦ୍ୟରେ ଭାତ, ଆଳୁ, ଚିନି ଛାଡ଼ିଦେବାକୁ କୁହାଯାଏ ଏବଂ କଲରା, ନିମ୍ବ, ବେଲ, ଜାମୁକୋଳି ଏତ୍ୟାଦି ପିତା ଓ କଷା ଖାଦ୍ୟ ନିୟମିତ ଖାଇବାକୁ କୁହାଯାଏ । ଆୟୁର୍ବେଦରେ ମଧୁମେହ ପାଇଁ ମେଥି, ହଳଦୀ ଆଦି ଚୁନା କରି ଖାଇବା, ଦାରୁ ହରିଦ୍ରା ଚୁନା, ତୁଳସୀ ପତ୍ର ପାଣି ଆଦି ପିଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଚିକିତ୍ସାରେ ଔଷଧରେ ବସନ୍ତକୁସୁପାକର ରସ, ଶିଳାଜିତ୍, ଚନ୍ଦ୍ରକଳା ବଟି, ମଧୁନାଶିନୀ ଆଦି ଖାଇବାକୁ ଦିଆଯାଏ । ଯୋଗ, ଯଥା: ସୂର୍ଯ୍ୟ ନମସ୍କାର, ମତ୍ସ୍ୟନ୍ଦ୍ରାସନ, ହଳାସନ, ମଣ୍ଡୁକାସନ, ଭୁଜଗାସନ ଆଦି ମଧୁମେହ ପାଇଁ ବହୁତ ଉପକାରୀ । ତମ୍ବା ପାତ୍ରରେ ଏକ କପ୍ ପାଣି ରାତିରେ ରଖି ସକାଳୁ ପିଇଲେ ମଧ୍ୟ ଲାଭ ମିଳିଥାଏ । ତେବେ ଏ ସବୁ ଚିକିତ୍ସା ଆୟୁର୍ବେଦିକ ଡାକ୍ତରଙ୍କ ତତ୍ତ୍ୱାବଧାନରେ କରିବା ଉଚିତ୍ । ଏ ପ୍ରକାର ଚିକିତ୍ସା କଲାବେଳେ ପ୍ରତି ସପ୍ତାହରେ ରକ୍ତ ଶର୍କରା ଓ ପ୍ରତି ତିନି ମାସରେ ଥରେ ରକ୍ତର ଏଚ୍ବିଏ ୱାନ୍ ସି ପରୀକ୍ଷା କରିବା ଉଚିତ୍ । ରକ୍ତ ଶର୍କରା ଖାଲି ପେଟରେ ୧୨୦ ମିଗ୍ରା ଓ ଖାଇବା ପରେ ୧୪୦ ମିଗ୍ରା ମଧ୍ୟରେ ରହିବା ଦରକାର । ପ୍ରତି ତିନି ମାସରେ ଥରେ ଏୱାନ୍ସି ପରୀକ୍ଷା କଲେ, ଏହା ୬.୩ ତଳେ ରହିବା ଦରକାର । ଆୟୁର୍ବେଦିକ ଚିକିତ୍ସା ବେଳେ ଯଦି ମଧୁମେହ ରୋଗ ଜଟିଳ ହୁଏ, ତେବେ ବୃକକ୍, ହୃତ୍ପିଣ୍ଡ, ଆଖି, ସ୍ନାୟୁ ଆଦି ଆକ୍ରାନ୍ତ ହୋଇଥାଏ । ଏପରି ହେଲେ ଆୟୁର୍ବେଦିକ ଚିକିତ୍ସା ବନ୍ଦ କରି ମଧୁମେହ ବିଶେଷଜ୍ଞ ଓ ଏଲୋପାଥିକ୍ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ବାରମ୍ବାର ରକ୍ତ ଶର୍କରା ପରୀକ୍ଷା ତଥା ଜଟିଳତା ଚିହ୍ନଟ କରିବା ପାଇଁ ରକ୍ତ ପରୀକ୍ଷା କରିବା ମଧୁମେହ ରୋଗୀଙ୍କ ପକ୍ଷେ ନିହାତି ଦରକାର । ଡାଇବେଟିସର କେତେକ ସ୍ୱତନ୍ତ୍ର ପରୀକ୍ଷା ଏଚ୍ ବି ଏ ୱ୍ଆନ୍ ସି ଦୁଇ ତିନି ମାସ ଧରି ରକ୍ତ ଶର୍କରା ନିୟନ୍ତ୍ରିତ ଅଛି କି ନାହିଁ ଜାଣିବା ପାଇଁ ଏହି ପରୀକ୍ଷା କରାଯାଇଥାଏ । ଯେଉଁମାନେ ଦୀର୍ଘ ଦିନ ଧରି ଡାଇବେଟିସ ଚିକିତ୍ସାରେ ଅଛନ୍ତି, ସେମାନେ ବାରମ୍ବାର ରକ୍ତ ଶର୍କରା ପରୀକ୍ଷା ନ କରି ପ୍ରତିବର୍ଷ ଦୁଇଥର କରି ପାରନ୍ତି । ଏହାର ମାତ୍ରା ସର୍ବଦା ଶତକଡା ସାତ ତଳେ ରହିବା ଦରକାର । ଶତକଡା ସାତ ଛ ହେଲା ଆଦର୍ଶ ଡାଇବେଟିସ କଣ୍ଟ୍ରୋଲ । ବର୍ଷ ସାରା ଏହି ସଂଖ୍ୟା ସାତ ଛ ରହିଲେ ଡାଇବେଟିସ ରୋଗ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଅଛି ଏବଂ ସୁସ୍ଥଲୋକ ସହିତ ସମାନ । ଉଚ୍ଚ ରକ୍ତଚାପ ପରୀକ୍ଷା ସବୁ ଡାଇବେଟିସ ରୋଗୀଙ୍କର ରକ୍ତଚାପ ୧୧୫-୩୦/୭୫-୮୫ ମିଲିମିଟର ପାରଦ ମଧ୍ୟରେ ରହିଲେ ହୃଦ ରୋଗ, କିଡନୀ ରୋଗ, ଚକ୍ଷୁ ରୋଗ ହୋଇନ ଥାଏ । ସେଥିପାଇଁ ଆବଶ୍ୟକ ହେଲେ ସ୍ୱତନ୍ତ୍ର ଔଷଧ ଖାଇ ନିୟନ୍ତ୍ରଣ କରିବା ଉଚିତ । ବର୍ଷରେ ଚାରିଥର ଉଚ୍ଚ ରକ୍ତଚାପ ପରୀକ୍ଷାକରି ନିୟନ୍ତ୍ରଣରେ ରହିବା ଭଲ । ରକ୍ତର ଚର୍ବି ଅଂଶ ରକ୍ତର ଚର୍ବି ଅଂଶକୁ ଡାକ୍ତରୀ ଭାଷାରେ ସିରମ୍ ଲିପିଡ୍ କୁହାଯାଏ । ସେଥିରେ ଭଲ କଲେଷ୍ଟରଲ, ଖରାପ କଲେଷ୍ଟରଲ, ଟ୍ରାଇ ଗ୍ଲିସେରାଇଡ ମପାଯାଏ । ଏହାର ମାପ ବଢିଯାଇଥିଲେ ଷ୍ଟାଟିନ୍ ଔଷଧ ଖାଇବା ଦରକାର ହୁଏ । ଏହାକୁ ଠିକ ସୀମାରେ ରଖିଲେ ହାର୍ଟ୍ ଆଟାକ୍,ବ୍ରେନ ଆଟାକ୍ ବହୁତ କମିଯାଏ । ଓଜନ ପରୀକ୍ଷା ଓ ପେଟ ମାପ ବୟସ,ଉଚ୍ଚତା ଅନୁସାରେ ଓଜନ ଠିକ ରଖିବା ଉଚିତ । ନାହି ଉପରେ ପେଟର ମାପ କେବେ ନବେ ସେଣ୍ଟିମିଟରରୁ ଅଧିକ ନ କଲେ ଭଲ । |
କମଳ ଲୋଚନ ମହାନ୍ତି ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖକ ଓ ନାଟ୍ୟକାର । ସେ ୧୯୮୩ ମସିହାରେ ତାଙ୍କ ରଚିତ ପୁସ୍ତକ ଏକାଙ୍କିକା ତରଙ୍ଗ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ଶ୍ରୀକୃଷ୍ଣ ରାସଲୀଳାରେ ସେ ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ଜୀବନୀ କମଳ ଲୋଚନ ମହାନ୍ତି ୧୯୨୨ ମସିହାରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଝିଅ ଅରୁଣା ମହାନ୍ତି ଜଣେ ପଦ୍ମଶ୍ରୀ ସମ୍ମାନିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ । ୧୯୯୧ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା । |
ଏକବୀଜପତ୍ରୀ ଉଦ୍ଭିଦମାନଙ୍କର ମଞ୍ଜିରେ କେବଳ ଗୋଟିଏ ବୀଜପତ୍ର ରହିଥାଏ । ଏଗୁଡ଼ିକ ସାଧାରଣତଃ ଆବୃତବୀଜୀ ସପୁଷ୍ପକ ଉଦ୍ଭିଦ । ଏକବୀଜପତ୍ରୀର ଉଦାହରଣ - ଧାନ, ଗହମ, ମକା, ବାଜରା, ଆଖୁ, ବାଉଁଶ, ନଡିଆ, ପିଆଜ, ସବାଇଘାସ ଇତ୍ୟାଦି ୨୦୦୯ ମସିହାର ଏପିଜି ୩ ପ୍ରଣାଳୀରେ ଏକବୀଜପତ୍ରୀକୁ ଏକ ବିଭାଗ ବୋଲି ସ୍ୱୀକାର କରାଯାଇଛି କିନ୍ତୁ କୌଣସି ସ୍ତର ଦିଆଯାଇ ନାହିଁ । ଏକବୀଜପତ୍ରୀ ବିଭାଗରେ ପ୍ରାୟ ୬୦,୦୦୦ରୁ ଉର୍ଦ୍ଧ୍ୱ ଜାତିର ଉଦ୍ଭିଦ ରହିଛନ୍ତି । ଜାତିସଂଖ୍ୟା ଦୃଷ୍ଟିରୁ ଓର୍କିଡାସି କୁଳ ସର୍ବବୃହତ । ଏହି କୁଳରେ ପ୍ରାୟ ୨୦,୦୦୦ରୁ ଉର୍ଦ୍ଧ୍ବ ଜାତି ରହିଛି । ଏହାର ପ୍ରାୟ ଅଧା ଜାତିର ଉଦ୍ଭିଦ ପୋଆସି କୁଳରେ ଅଛନ୍ତି । |
ଚିନ୍ତାର ଗଭୀରତା ଓ ବ୍ୟାପକତା କିପରି ମଣିଷ ସମାଜକୁ ପ୍ରଭାବିତ କରେ, ପ୍ରସିଦ୍ଧ ଗ୍ରୀକ ବୈଜ୍ଞାନିକ ଓ ଦାର୍ଶନିକ ଆରିଷ୍ଟୋଟଲଙ୍କ ଜୀବନୀରୁ ତାହା ସହଜରେ ପ୍ରମାଣିତ ହୁଏ । ତାଙ୍କ ଚିନ୍ତା ଓ ବିଶ୍ଳେଷଣ, ସମଗ୍ର ମାନବ ସମାଜ ଉପରେ ପ୍ରାୟ ୧୫୦୦ ବର୍ଷ ଧରି ପ୍ରଭାବ ବିସ୍ତାର କରିଥିଲା । ସେ ତାଙ୍କ ଜୀବନ କାଳ ମଧ୍ୟରେ ଅନେକ ବିକ୍ଷିପ୍ତ ବିଷୟରେ ବହୁତ ଉପାଦେୟ ପୁସ୍ତକ ରଚନା କରିଯାଇଛନ୍ତି , ଆଜି ତାହା କଳ୍ପନାତୀତ । ବାଲ୍ୟ ଶିକ୍ଷା ଖ୍ରୀ.ପୂ. ୩୮୪ରେ ଏଜିଆନ ସାଗରର ଉତ୍ତର ପ୍ରାନ୍ତରେ ଥିବା ଷ୍ଟାଗିରା ସହରରେ ଆରିଷ୍ଟୋଟଲ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା, ନିକୋମାକସ ସମ୍ରାଟ ଆଲେକଜାଣ୍ଡରଙ୍କ ପିତାମହଙ୍କ ରାଜବୈଦ୍ୟ ଥିଲେ । ବାଲ୍ୟକାଳୁ ସେ ସମୃଦ୍ଧି ଓ ବିଭବ ମଧ୍ୟରେ ଲାଳିତ ପାଳିତ ହୋଇଥିଲେ । କୌଣସି ଅନୁଷ୍ଠାନକୁ ନଯାଇ ସେ ଘରେ ପଢାପଢି ଆରମ୍ଭ କରିଥିଲେ । ତାଙ୍କ ପିତା ତାଙ୍କୁ ପ୍ରକୃତି ବିଜ୍ଞାନ ସମ୍ପର୍କରେ ବ୍ୟାପକ ଧାରଣା ଦେଇଥିଲେ । ଖ୍ରୀ.ପୂ. ୩୬୭, ଏଥେନସରେ ଥିବା ପ୍ରସିଦ୍ଧ ବିଦ୍ୟାପୀଠରେ ସେ ମାତ୍ର ୧୭ ବର୍ଷ ବୟସରେ ଯୋଗଦେଲେ । ସେ ସମୟର ପ୍ରସିଦ୍ଧ ଦାର୍ଶନିକ ପ୍ଲାଟୋଙ୍କ ଅଧୀନରେ ଶିକ୍ଷାଲାଭ କରିବାର ସୁଯୋଗ ତାଙ୍କୁ ମିଳିଗଲା । ଫଳରେ ତାଙ୍କର ସ୍ୱଚ୍ଛନ୍ଦ ଚିନ୍ତାଧାରା ଓ ଗଭୀର ବିଶ୍ଳେଷଣ ଶକ୍ତି ବିକଶିତ ହେବାକୁ ଲାଗିଲା । ବେଳେବେଳେ ଆଲୋଚନାରେ ଗୁରୁଙ୍କ ସହ ତାଙ୍କର ମତାନ୍ତର ହୁଏ । ଛାତ୍ରର ଏତାଦୃଶ ବିକାଶରେ ଗୁରୁ ଆତ୍ମ ବିଭୋର ଓ ଗର୍ବିତ ହୋଇ ଉଠୁଥିଲେ । କର୍ମମୟ ଜୀବନ ଶିକ୍ଷା ସମାପ୍ତି ପରେ ଜଣେ ପ୍ରତିଷ୍ଠିତ ଶିକ୍ଷକ ରୂପେ ଆରିଷ୍ଟୋଟଲଙ୍କ ସୁଖ୍ୟାତି ମଧ୍ୟ ବ୍ୟାପିବାକୁ ଲାଗିଲା । ତାଙ୍କୁ ଆଲେକଜାଣ୍ଡରଙ୍କ ଶିକ୍ଷକ ରୂପେ ନିଯୁକ୍ତ କରାଯାଇଥିଲା । ଆଲେକଜାଣ୍ଡର ନିଜ ଗୁରୁଙ୍କ ବୈଜ୍ଞାନିକ ଅନୁଧ୍ୟାନ ଓ ଗବେଷଣା ପାଇଁ ପ୍ରଚୁର ଅର୍ଥର ବ୍ୟବସ୍ଥା କରିଦେଇଥିଲେ । ଗବେଷଣା କ୍ଷେତ୍ରରେ ବୋଧହୁଏ ପ୍ରଥମେ ସେ କେତେକ ଲୋକଙ୍କୁ ଏକାଠି କରି ଏକ ଗବେଷଣା ମଣ୍ଡଳୀ ଗଢିଥିଲେ । ତାଙ୍କ ନିର୍ଦ୍ଦେଶନାରେ ପ୍ରାୟ ୧୦୦୦ ଲୋକ ଗ୍ରୀସ୍ ଓ ଏସିଆର ବିଭିନ୍ନ ସ୍ଥାନ ବୁଲିବୁଲି ଅଦ୍ଭୁତ ଜୀବଜନ୍ତୁ ଓ ବୃକ୍ଷଲତାଙ୍କ ସମ୍ପର୍କରେ ବିବରଣୀ ଦେଉଥିଲେ । ଆରିଷ୍ଟୋଟଲ ତାଙ୍କ ଉତ୍କୃଷ୍ଟ ପ୍ରକାଶ ଭଙ୍ଗୀ ଓ ସୂକ୍ଷ୍ମ ବିଚାରଧାରାଦ୍ୱାରା ଉପାଦେୟ ପୁସ୍ତକ ରୂପେ ସେଗୁଡିକୁ ପରିବେଷଣ କରୁଥିଲେ । ଉଦ୍ଭିଦ ଓ ପ୍ରାଣୀ ବିଜ୍ଞାନ ସମ୍ବନ୍ଧରେ ତାଙ୍କର କେତେକ ଅବଦାନ ଏପର୍ଯ୍ୟନ୍ତ ସତ୍ୟାରୂପେ ପ୍ରତିଷ୍ଠିତ । ଅବସ୍ଥା ଓ ପରିସ୍ଥିତିର ପ୍ରବଳ ଚାପରେ କିପରି ଜୀବଜଗତ ପ୍ରଭାବିତ ହୁଏ ତାହା ସେ ନାନା ଉଦାହରଣରୁ ପ୍ରମାଣିତ କରିଛନ୍ତି । ପ୍ରାଣୀ ଶରୀର ବ୍ୟବଚ୍ଛେଦଦ୍ୱାରା ସେ ଛାତ୍ରଙ୍କୁ ଶିକ୍ଷାଦାନ କରୁଥିଲେ । ଏଚ.ଜି.ୱେଲସ ମନିଛନ୍ତି ଯେ ଆରିଷ୍ଟୋଟଲ ଶ୍ରୁଙ୍ଖଳିତ ଶିକ୍ଷାର ପକ୍ଷପାତି ଥିଲେ । ତାଙ୍କ ପୂର୍ବରୁ ଲୋକ କେବଳ କଳ୍ପନା ଓ ପରୋକ୍ଷ ଯୁକ୍ତିଦ୍ୱାରା ଜ୍ଞାନ ଲାଭ କରୁଥିଲେ । କିନ୍ତୁ ସେ ଯୁବକମାନଙ୍କୁ ଏକତ୍ରକରି କିପରି ପର୍ଯ୍ୟବେକ୍ଷଣ ଓ ତୁଳନାକରି ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କରିବାକୁ ହେବ ତାହା ଦେଖାଇ ଦେଇଥିଲେ । ସମାଲୋଚନା ଆରିଷ୍ଟୋଟଲ ତାଙ୍କ ଜୀବନ କାଳ ମଧ୍ୟରେ ପ୍ରାୟ ୪୦୦ରୁ ୧୦୦୦ଟି ପୁସ୍ତକ ବିଭିନ୍ନ ବିଷୟରେ ରଚନା କରିଥିଲେ । କେହି କେହି ସନ୍ଦେହ କରନ୍ତି ସେ ସମସାମୟିକ ବୈଜ୍ଞାନିକ ଓ ଦାର୍ଶନିକଙ୍କ ଚିନ୍ତାଧାରାକୁ ଉତ୍ତାରି ପକାଉଥିଲେ । ବୈଜ୍ଞାନିକ ରୋଜର ବେକନ ଦିନେ ବ୍ୟସ୍ତ ହୋଇ କହିପକାଇଥିଲେ "ମୋର ଯଦି କୌଣସି ଉପାୟ ଥାନ୍ତା, ତାହାହେଲେ ଆରିଷ୍ଟୋଟଲ ଯେତେ ପୁସ୍ତକ ଲେଖିଯାଇଥାନ୍ତି, ସେ ସବୁକୁ ପୋଡ଼ି ପାଉଁଶ କରିଦିଅନ୍ତି । ସେ ଗୁଡିକର ଅଧ୍ୟୟନ କେବଳ ସମୟର ଅପଚୟ । ତାକୁ ପଢ଼ିଲେ ପାଠକ ପ୍ରମାଦଗ୍ରସ୍ତ ହୁଏ ଓ କ୍ରମଶଃ ତାର ଅଜ୍ଞତା ବୃଦ୍ଧି ପାଏ ।" ଏହାର କାରଣ, ଆରିଷ୍ଟୋଟଲଙ୍କ ପ୍ରାଣୀ ବିଜ୍ଞାନ ତଥ୍ୟାବଳୀ ପର୍ଯ୍ୟବେକ୍ଷଣ ଉପରେ ଯେପରି ପ୍ରତିଷ୍ଠିତ ହୋଇଥିଲା , ପଦାର୍ଥ ବିଜ୍ଞାନର ସତ୍ୟଗୁଡିକ ସେପରି ହୋଇନଥିଲା । ପଦାର୍ଥ ବିଜ୍ଞାନ ସମ୍ବନ୍ଧରେ ସେ ଯେଉଁ ଧାରଣା ପ୍ରଚାର କରୁଥିଲେ ସେଗୁଡ଼ିକ ଅତି ପ୍ରମାଦ ପୂର୍ଣ ଓ ବିଭ୍ରାନ୍ତିକର ଥିଲା । ସାଧାରଣ ଲୋକ ସେହି ଭ୍ରାନ୍ତି ଧାରଣାର ପ୍ରଭାବରୁ ମୁକ୍ତ ହୋଇପାରିଲେନାହିଁ । ପରବର୍ତ୍ତୀ ପଦାର୍ଥବିତମାନେ ପ୍ରକୃତ ସତ୍ୟ ପ୍ରତିଷ୍ଠା ଭୀଷଣ ବିରୋଧର ସମ୍ମୁଖୀନ ହୋଇଥିଲେ । ଆରିଷ୍ଟୋଟଲ ଧାରଣା ଥିଲା ବୃତ୍ତ ଏକ ପରିପୂର୍ଣ୍ଣ ଚିତ୍ର , ତେଣୁ ପରମ ବା ବିଶୁଦ୍ଧ ଗତି କେବଳ ବୃତ୍ତକାରରେ ଘଟେ । କିନ୍ତୁ ୧୬୦୯ ଖ୍ରୀଷ୍ଟାବ୍ଦରେ କେପ୍ଲର ସନ୍ତୋଷଜନକ ଭାବେ ପ୍ରମାଣ କଲେ ଯେ ମହାକାଶରେ ଗ୍ରହଗୁଡ଼ିକ ବୃତ୍ତକାରରେ ନଘୂରି ଉପାବୃତ୍ତାକାର ପଥରେ ଘୂରନ୍ତି । କିନ୍ତୁ ସେ ଆରିଷ୍ଟୋଟଲଙ୍କ ବିରୁଦ୍ଧରେ ଯାଉଥିବାରୁ ତାଙ୍କୁ କେହି ଶୁଣିଲେ ନାହିଁ । ତାଙ୍କ ଅକାଟ୍ୟ ପ୍ରମାଣ ଗୁଡିକୁ ମଧ୍ୟ କେହି ଖାତିର କାଲେ ନାହିଁ । ପ୍ରାୟ ୧୫୦୦ ବର୍ଷ ପରେ ଗାଲିଲିଓ ଆରିଷ୍ଟୋଟଲଙ୍କ ମତବାଦର ବିରୋଧ କଲେ । ସେ କହିଲେ ବାୟୁ ନଥିଲେ ଓଜନିଆ, ହାଲୁକା ବସ୍ତୁ ଉପରୁ ତଳେ ପଡ଼ିବାକୁ ଏକା ସମୟ ନିଅନ୍ତା । କିନ୍ତୁ ଆରିଷ୍ଟୋଟଲଙ୍କ ମତରେ ଏକ ପାଉଣ୍ଡର ବସ୍ତୁ ସମାନ ଦୂରତା ଅତିକ୍ରମ କରିବା ପାଇଁ ଯେତିକି ସମୟ ନିଏ ଦୁଇ ପାଉଣ୍ଡର ବସ୍ତୁ ତାର ଅଧା ସମୟ ନିଏ । ସାଧାରଣ ଲୋକ ବାୟୁ ନଥିଲେ କଅଣ ହୁଆନ୍ତା ଅନୁମାନ କରିପାରିନଥିଲେ ବରଂ ଆରିଷ୍ଟୋଟଲଙ୍କ ବିରୁଦ୍ଧାଚରଣ କରୁଥିବାରୁ ଗାଲିଲିଓଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହବାକୁ ପଡ଼ିଥିଲା । ଶେଷ କଥା ବୈଜ୍ଞାନିକ ଦୃଷ୍ଟିକୋଣରୁ ଚିନ୍ତା କଲେ ସେ ସମୟରେ ଆରିଷ୍ଟୋଟଲ ଜଣେ ମହାନ ବ୍ୟକ୍ତି ଥିଲେ । କିନ୍ତୁ ଦୁଃଖର କଥା ସେ ଅତି ମହାନ ହୋଇଗଲେ । ସାଧାରଣ ଲୋକ, ତାଙ୍କ ସତ୍ୟ ବିଚାର ସହିତ ପ୍ରମାଦପୂର୍ଣ୍ଣ ଧାରଣା ଗୁଡିକୁ ମଧ୍ୟ ଗ୍ରହଣ କରିନେଲେ । ସବୁ କଥାର ଉତ୍ତର ଓ ସତ୍ୟାସତ୍ୟ ନିର୍ଣ୍ଣୟ ପାଇଁ ପ୍ରମାଣ ଆରିଷ୍ଟୋଟଲଙ୍କ ଲେଖା ବା ଉକ୍ତିରୁ ଲୋକେ ଭିଡି ଓଟାରି ବାହାର କରିବାକୁ ଚେଷ୍ଟା କଲେ; ଯୁଗ ଯୁଗ ପାଇଁ ସେଗୁଡିକ ଅଖଣ୍ଡନୀୟ ସତ୍ୟ ବୋଲି ପ୍ରତିଷ୍ଠା କରିବାକୁ ଉଦ୍ୟମ କଲେ । ଫଳରେ ପ୍ରକୃତ ସତ୍ୟ ପ୍ରତିଷ୍ଠିତ ହବାକୁ ଅଧିକ ସମୟ ଲାଗିଲା । ଖ୍ରୀ.ପୂ. ୩୨୩ରେ ଆଲେକଜାଣ୍ଡର ପ୍ରାଣତ୍ୟାଗ କଲେ । ତା 'ପରେ ଆରିଷ୍ଟୋଟଲଙ୍କ ଦୁର୍ଦ୍ଦିନ ଉପସ୍ଥିତ ହେଲା । ସେ ପ୍ରାଣଭୟରେ ରାଜ୍ୟ ଛାଡି ପଳାୟନ କଲେ । ତା ' ପର ବର୍ଷ ମାନସିକ ଦୁଶ୍ଚିନ୍ତାରେ ସେ ପ୍ରାଣତ୍ୟାଗ କଲେ । ଆରିଷ୍ଟୋଟଲଙ୍କ ପ୍ରାଣରକ୍ଷା ପାଇଁ ବିଶେଷ ଉଦ୍ୟମ ହୋଇ ନଥିଲା; କିନ୍ତୁ ତାଙ୍କ ଚିନ୍ତାଧାରାକୁ ବଞ୍ଚାଇ ରଖିବାକୁ ଲୋକେ ଆପ୍ରାଣ ଉଦ୍ୟମ କରିଥିଲେ । ଆଧାର ବୈଜ୍ଞାନିକ ଜୀବନୀ (ପଦାର୍ଥ ବିଜ୍ଞାନ) , ପ୍ରଥମ ଭାଗ-୧୯୭୪ , ଡଃ.କୁଳମଣି ସାମଲ , (ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା) ବାହାର ଲିଙ୍କ : ,, , . ' 11- 1837 ' 2022-11-24 . |
୯୨୯ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ବାଲୋକ୍ସାଭିର ମାର୍ବୋକ୍ସିଲ , ବେପାର ନାମ ଜୋ୍ଲୁଜା , ଏକ ଭୂତାଣୁରୋଧୀ ଔଷଧ ଯାହା ସ୍ୱାଇନ୍ ଫ୍ଲୁ (ଫ୍ଲୁ)ର ଚିକିତ୍ସା ତଥା ପ୍ରତିରୋଧ ପାଇଁ ବ୍ୟବହୃତ ହୁଏ । ଏହା ୧୧ ବର୍ଷରୁ ଅଧିକ ବୟସ୍କ ରୋଗୀମାନଙ୍କରେ ବ୍ୟବହୃତ ହୁଏ ଯେଉଁମାନେ ୪୮ ଘଣ୍ଟାରୁ କମ୍ ସମୟ ଧରି ଅସୁସ୍ଥ ଥିବେ । ଏହା ପୁନରୁଦ୍ଧାର ସମୟକୁ ପ୍ରାୟ ଗୋଟିଏ ଦିନ ହ୍ରାସ କରିଥାଏ । ଏହାକୁ ଗୋଟିଏ ମାତ୍ରା ଭାବରେ ଗ୍ରହଣ କରାଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ବ୍ରୋଙ୍କାଇଟିସ୍, ବାନ୍ତି, ସାଇନୁସାଇଟିସ୍ ଏବଂ ମୁଣ୍ଡବିନ୍ଧା ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ୍ ହୋଇପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। ଏହା ଏକ ଇନ୍ଫ୍ଲୁଏଞ୍ଜା ଜୀବାଣୁ ପଲିମେରେଜ୍ ଏସିଡ୍ ଏଣ୍ଡୋନ୍ୟୁକ୍ଲିଜ୍ ଇନହିବିଟର । ଆମେରିକା ଏବଂ ଜାପାନରେ ଚିକିତ୍ସା ବ୍ୟବହାର ପାଇଁ ବାଲୋକ୍ସାଭିର ମାର୍ବକ୍ସିଲକୁ ୨୦୧୮ ମସିହାରେ ଅନୁମୋଦନ କରାଯାଇଥିଲା। ୨୦୨୧ ମସିହାରେ ୟୁରୋପ ଏବଂ ବ୍ରିଟେନରେ ଏହାକୁ ଅନୁମୋଦନ କରାଯାଇଥିଲା। ୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଏହାର ଚିକିତ୍ସା ଖର୍ଚ୍ଚ ୧୬୦ ଡଲାର । |
୭୯୭ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଚନ୍ଦ୍ରଶେଖର ମହାଦେବ ମନ୍ଦିର ଭୁବନେଶ୍ୱରର ପଟିଆସ୍ଥିତ ଏକ ହିନ୍ଦୁ ଶିବ ମନ୍ଦିର । ମନ୍ଦିର ମଧ୍ୟରେ ଏକ ଗୋଲାକାର ଯୋନୀ ପୀଠରେ ଭଗବାନ ଶିବ ପୂଜା ପାଉଛନ୍ତି । ମନ୍ଦିରଟି ଏକ ବେସରକାରୀ ବ୍ୟବସ୍ଥାଦ୍ୱାରା ପରିଚାଳିତ । ମନ୍ଦିରଟି ପ୍ରାୟତଃ ଉନ୍ନବିଂଶ ଶତାବ୍ଦୀର ବୋଲି ଜଣାଯାଏ । ମନ୍ଦିରର ଗଠନ ଶୈଳୀ ତଥା ଏହାର କାରୁକାର୍ଯ୍ୟ ଦେଖି ଏହା ଅନୁମାନ କରାଯାଇପାରେ । ମନ୍ଦିରରେ ଅନେକ ପର୍ବ ପର୍ବାଣି ପାଳିତ ହୋଇ ଆସୁଅଛି । ସଂକ୍ରାନ୍ତି, ବଡ଼ ଓଷା ଭଳି ଅନେକ ପର୍ବ ଏଠାରେ ପାଳିତ ହୁଏ । ପଟିଆର ଗ୍ରାମ ମଙ୍ଗଳୀ ଟ୍ରଷ୍ଟ ମାଧ୍ୟମରେ ଏହି ମନ୍ଦିରର ପରିଚାଳନା ହୋଇ ଆସୁଅଛି । |
ଦଉଲତ ଗଣ୍ଡ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୋନପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ ଓ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ଦଉଲତ ଗଣ୍ଡଙ୍କ ବାପାଙ୍କ ନାମ ଶ୍ରୀରାମ ଗଣ୍ଡ ଏବଂ ପତ୍ନୀଙ୍କ ନାମ ନୀରା ଗଣ୍ଡ ଓ ବିଲା ଗଣ୍ଡ । ରାଜନୈତିକ ଜୀବନ ଦଉଲତ ଗଣ୍ଡ ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । |
ଆଶାପୁରା ମାତା (ଇଂରାଜୀ ଭାଷାରେ ) ଦେବୀଙ୍କର ଏକ ଆକାର ଯାହାଙ୍କୁ କୁଚ ଜିଲ୍ଲାରେ ମୂଖ୍ୟ ଦେବୀ ଭାବରେ ପୂଜା କରାଯାଏ । ତାଙ୍କ ନାମରୁ ସେ ତାଙ୍କୁ ପୂଜା ଓ ବିଶ୍ୱାସ କରୁଥିବା ସମସ୍ତ ଲୋକଙ୍କର ଆଶା ଓ ଇଚ୍ଛା ପୂରଣ କରୁଥିବା ଦେବୀ ବୋଲି ଜଣାଯାଏ । ଅନେକ ଜାଗାରେ ତାଙ୍କର ସାତ ଯୋଡ଼ା ଆଖି ଥିବା ମୂର୍ତ୍ତି ଦେଖାଯାଏ । ଆଶାପୁରା ମାତାଙ୍କର ମନ୍ଦିରମାନ ମୂଖ୍ୟତଃ ଗୁଜରାଟରେ ଦେଖାଯାଏ । ସେ ଅନ୍ନପୂର୍ଣ୍ଣା ଦେବୀଙ୍କର ଅବତାର ବୋଲି ଅନେକ ଲୋକ ବିବେଚନା କରନ୍ତି । କୁଳଦେବୀ କୁଚି ଗୋଷ୍ଠୀର ଲୋକ, ବିଲୋର ଓ ଚୌହାନମାନଙ୍କର ଜାତି ଦେବୀ, ଜାଡେଜା ରାଜପୁତ , କୁଚ ରାଜ୍ୟର ଶାସକ, ନୱନଗର ରାଜ୍ୟ , ରାଜକୋଟ , ମୋରଭି , ଗୋଣ୍ଡଲ ରାଜ୍ୟ , ଆମ୍ବ୍ଲିଆରା ରାଜ୍ୟ , ଓ ଧ୍ରୋଲ ବରିଆ ରାଜ୍ୟ ଗୁଡ଼ିକରେ ତାଙ୍କୁ କୁଳଦେବୀ ମାନ୍ୟତା ଦିଅନ୍ତି । କୁଚରେ ଥିବା ମାତା ନୋ ମଧ ମୂଖ୍ୟ ମନ୍ଦିରରେ ସେ ଜାଡେଜା ଶାସକମାନଙ୍କର କୁଳଦେବୀ ଓ ଅଭିଭାବକ ଦେବୀ ଭାବରେ ପୂଜା ପାଆନ୍ତି । କୁଚରେ ଥିବା ଗୋସର ଓ ପୋଲାଡ଼ିଆ ଜାତୀର ଲୋକମାନେ ତାଙ୍କୁ କୂଳଦେବୀ ଭାବରେ ପୂଜା କରନ୍ତି । ସିନ୍ଧି ଗୋଷ୍ଠୀର ଖିଚଡ଼ି ଦଳ ତାଙ୍କର କୁଳଦେବୀ ଭାବରେ ଆଶାପୁରାଙ୍କର ପୂଜା କରନ୍ତି । ଗୁଜରାଟ ଜୁନାଗଡ଼ର ଦେବଚନ୍ଦ ପରିବାର ଉପରକୋଟରେ ଥିବା ମନ୍ଦିରରେ ଆଶାପୁରାଙ୍କୁ କୁଳଦେବୀ ରୂପରେ ପୂଜା କରନ୍ତି । ଗୁଜରାଟରେ ଅନେକ ଚୌହାନମାନେ ଯେପରିକି ପୁରବିଆ ଚୌହାନ ମଧ୍ୟ ତାଙ୍କୁ କୁଳଦେବୀ ମାନନ୍ତି ପୂଜା କରନ୍ତି । ଦେବଦା ରାଜପୁତମାନେ ମଧ୍ୟ ତାଙ୍କୁ କୁଳଦେବୀ ରୂପେ ପୂଜା କରନ୍ତି । ବିଲ୍ଲୋର, ଗୌର ଥାଙ୍କି, ପଣ୍ଡିତ ଓ ଦାଭେ ପୁଷ୍କର୍ଣ୍ଣ, ସୋମ୍ପୁରା ସଲତ ଆଦି ବ୍ରାଜ୍ମଣମାନେ ମଧ୍ୟ ତାଙ୍କୁ କୁଳଦେବୀ ମାନନ୍ତି । ବୈଶ୍ୟ ଜାତିର ଲୋକମାନେ ମଧ୍ୟ ତାଙ୍କୁ କୁଳଦେବୀ ମାନନ୍ତି । ବ୍ରହ୍ମ କ୍ଷତ୍ରୀମାନେ ବି ତାଙ୍କୁ କୁଳଦେବୀ ମାନନ୍ତି । ଧାର୍ଫା , ସୁରତ ଓ ରାଜକୋଟରେ ଥିବା ଲୋହନା ଜାତିର ଲୋକମାନେ ତାଙ୍କୁ କୁଳଦେବୀ ଭାବରେ ପୂଜା କରନ୍ତି । ମନ୍ଦିର ଆଶାପୁରା ମାତାଙ୍କର ମୂଳ ମନ୍ଦିର କୁଚର 'ମାତା ନୋ ମଧ' ସ୍ଥାନରେ ଅଛି ଯେଉଁଠାରେ କୁଚର ଜାଡେଜା ଶାସକମାନେ ତାଙ୍କୁ କୁଳଦେବୀ ଓ ସ୍ଥାନର ସୁରକ୍ଷାକାରିଣୀ ଭାବରେ ପୂଜା କରନ୍ତି । ମୂଳ ମନ୍ଦିର ଭୁଜର ୮୦କି:ମି: ଦୂରରେ ଅଛି ଓ ହଜାର ହଜାର ବର୍ଷର ପୁରୁଣା ମନ୍ଦିର ଥିଲା । ଏହାକୁ ସନ ୧୩୦୦ରେ କୁଚ ଶାସକଙ୍କର ସଭାସଦ ଥିବା ବଣିଆ ଜାତିର କରଦ ପୁନଃନିର୍ମାଣ କରିଥିଲେ । ଦେବୀଙ୍କର ଆଶିର୍ବାଦ ପାଇ ଯୁଦ୍ଧରେ ଜୟଯୁକ୍ତ ହେବାପରେ ଜାଡେଜା ଶାସକ ତାଙ୍କୁ କୁଳଦେବୀ ରୂପେ ଗ୍ରହଣ କରିଥିଲେ । ପ୍ରତି ବର୍ଷ ନବରାତ୍ରୀ ବାର୍ଷିକ ମେଳା ଦିନ ଲକ୍ଷ ଲକ୍ଷ ଲୋକ ମୁମ୍ବାଇ ଓ ଗୁଜରାଟରୁ 'ମାତା ନୋ ମଧ' ଆସି ଠାକୁରାଣୀଙ୍କର ପୂଜାର୍ଚ୍ଚନା କରନ୍ତି । ଅନ୍ୟ ଏକ ମଧିର ଭୁଜରେ ଅଛି ଯାହା ପୂର୍ବରୁ କଚ ରାଜ୍ୟର ରାଜଧାନୀ ଥିଲା । ତାଙ୍କର ମନ୍ଦିରମାନ ଥିବା ଅନ୍ୟାନ୍ୟ ସ୍ଥାନଗୁଡ଼ିକର ନାମ: ରାଜକୋଟ , ଜାସଦାନ , ମୋର୍ବି , ଗୋନ୍ଦଲ , ଜାମନଗର , ଘୁମଲି , ଯେଉଁଠାକୁ ଜାଡେଜାମାନେ କଚରୁ ଆସି ମନ୍ଦିର ତିଆରି କରି ତାଙ୍କୁ କୁଳ ଦେବୀର ମାନ୍ୟତା ଦେଲେ । ବରଦା ପାହାଡ଼ ଉପରେ ସତୀଙ୍କ ଅନୁରୋଧ କ୍ରମେ ମା ଶକ୍ତି ଗୋଟିଏ ରାକ୍ଷସକୁ ମାରିଦେବା ପରେ ତାଙ୍କୁ ସେହି ପାହାଡ଼ ଉପରେ ରହିବାକୁ ସତୀ ଅନୁରୋଧ କରିଥିଲେ ଓ ତାଙ୍କୁ ଆଶାପୁରା ନାମ ଦେଇଥିଲେ । ଏହା ମାତାଜୀଙ୍କର ପ୍ରଥମ ମନ୍ଦିର । ତାଙ୍କ କଥା ଓ ତାଙ୍କର ସିଂହର ଗର୍ଜନ ଏବେବି ଶୁଣାଯାଏ । ଅମରେଲି ଜିଲ୍ଲାର ଗଧକଡ଼ା ଗ୍ରାମରେ ଆଶାପୁରା ମାତାଜୀଙ୍କର ମନ୍ଦିର ଅଛି । ନବରାତ୍ରୀର ପ୍ରଥମ ଦିନରେ ଅନେକ ଲୋକ ମାତାଜୀଙ୍କର ଯଜ୍ଞ ଦେଖିବାକୁ ଏଠାକୁ ଆସନ୍ତି । ରାଜସ୍ଥାନର ପୋଖରାନ , ମୋଦ୍ରାନ ଓ ନାଡୋଲରେ ତାଙ୍କର ମନ୍ଦିର ଅଛି । ମୁମ୍ବାଇରେ ତାଙ୍କର ପ୍ରସିଦ୍ଧ ଆଶାପୁରା ମାତା ମନ୍ଦିର ଅଛି । ବେଙ୍ଗାଳୁରୁର ବନେରଘଟ୍ଟ ଜାତୀୟ ଉଦ୍ୟାନ ପାଖରେ ଆଶାପୁରା ମାତାଜୀ ମନ୍ଦିର ତାଙ୍କ ନାମରେ ଉତ୍ସର୍ଗ ହୋଇଛି । ପୁଣେର କୋନ୍ଧୱା ପାଖରେ ତାଙ୍କର ମନ୍ଦିର ଅଛି । |
ମସ୍ତିଷ୍କ ଅର୍ବୁଦ (ଇଂରାଜୀରେ ) ବା ଖପୁରୀ ମଧ୍ୟସ୍ଥ ଅର୍ବୁଦ ସୃଷ୍ଟି ହୁଏ ଯେତେବେଳେ ମସ୍ତିଷ୍କରେ ଅସାଧାରଣ ଜୀବକୋଷ ବୃଦ୍ଧି ହୋଇଚାଲେ । ଦୁଇ ପ୍ରକାର ମୂଖ୍ୟ ଅର୍ବୁଦ ଦେଖାଯାଏ; ମୃଦୁ ଓ ଦୃତବୃଦ୍ଧି ଅର୍ବୁଦ । ଦୃତବୃଦ୍ଧି ଅର୍ବୁଦମାନଙ୍କୁ ମଧ୍ୟ ଦୁଇ ଭାଗରେ ବିଭକ୍ତ କରାଯାଏ; ପ୍ରାଥମିକ ଅର୍ବୁଦ, ଯାହା ମସ୍ତିଷ୍କରେ ସୃଷ୍ଟି ହୁଏ ଓ ମସ୍ତିଷ୍କ ମେଟାସ୍ଟାସିସ, ଯାହା ଅନ୍ୟ କୌଣସି ସ୍ଥାନରେ ସୃଷ୍ଟି ହୋଇ ମସ୍ତିଷ୍କକୁ ଆସିଥାଏ । ଏଠାରେ କେବଳ ମସ୍ତିଷ୍କରୁ ସୃଷ୍ଟ ଅର୍ବୁଦ ବିଷୟରେ ଆଲୋଚନା କରାଯିବ । ସମସ୍ତ ପ୍ରକାର ଅର୍ବୁଦ ଲକ୍ଷଣ ଦେଖାନ୍ତି, ମସ୍ତିଷ୍କ ଅଂଶ ଭେଦରେ ଅଲଗା ହୁଏ । ମୁଣ୍ଡବଥା, ବାତ ମାରିବା, ଦୃଷ୍ଟିଦୋଷ, ବାନ୍ତି ଓ ମାନସିକ ପରିବର୍ତ୍ତନ ଭଳି ଲକ୍ଷଣ ଦେଖାଯାଏ । ମୁଣ୍ଡବଥା ସକାଳେ ଉତ୍କଟ ହୁଏ ଓ ବାନ୍ତି ହେବାପରେ ଛାଡ଼ିଯାଏ । ଚାଲିବାରେ, କହିବାରେ ଓ ସ୍ପର୍ଶ କରିବାରେ ଅସୁବିଧା ହୁଏ । ରୋଗ ଆଗେଇଲେ ଚେତନଶୂନ୍ୟତା ହୁଏ । ଅଧିକାଂଶ କ୍ଷେତ୍ରରେ କାରଣ ଅଜଣା । କେତେକ ସଙ୍କଟାବସ୍ଥା ଯେପରିକି ଅନେକ ଜେନେଟିକ ସିଣ୍ଡ୍ରୋମ, ନିଉରୋଫାଇବ୍ରୋମାଟୋସିସ, କେତେକ ରାସାୟନିକ ଦ୍ରବ୍ୟ ଯେପରିକି ଭିନାଇଲ କ୍ଲୋରାଇଡ, ଏପସ୍ଟେନ ବାର ଭୁତାଣୁ ଓ ଆୟୋନିଜିଙ୍ଗ ରାଡିଏସନ । ମୋବାଇଲ ଫୋନର କିଛି ସମ୍ପର୍କ ଥିବାର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ । ବୟଃପ୍ରାପ୍ତଙ୍କର ପ୍ରାଥମିକ ଅର୍ବୁଦମାନଙ୍କର ନାମ: ମେନିଞ୍ଜିଓମା, ଆସ୍ଟ୍ରୋସାଇଟୋମା ଯେପରିକି ଗ୍ଲାୟୋବ୍ଲାସ୍ଟୋମା । ପିଲାମାନଙ୍କର ମେଡୁଲୋବ୍ଳାସ୍ଟୋମା ଅର୍ବୁଦ ଅତି ସାଧାରଣ । ଡାକ୍ତରୀ ପରୀକ୍ଷା, କମ୍ପ୍ୟୁଟେଡ ଟୋମୋଗ୍ରାଫିକିମ୍ବା ମାଗ୍ନେଟିକ ରେଜୋନାନ୍ସ ଇମେଜିଙ୍ଗ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । ବାୟୋପ୍ସିଦ୍ୱାରା ରୋଗ ନିଶ୍ଚିତ କରାଯାଏ । ବାୟୋପ୍ସିଦ୍ୱାରା ଅର୍ବୁଦର ଭୟାବହତା ଜଣାପଡ଼ିସାରିବା ପରେ ଗ୍ରେଡିଙ୍ଗ କରାଯାଏ । ଅପରେଶନ, ରାଡିଏସନ ଥେରାପି ଓ କେମୋଥେରାପି ସାହାଯ୍ୟରେ ଚିକିତ୍ସା କରାଯାଏ । ବାତ ବା ପେଶୀପ୍ରକମ୍ପନ ହେଲେ ଆଣ୍ଟିକନ୍ଭଲ୍ସାଣ୍ଟ ଦିଆଯାଏ । ଅର୍ବୁଦ ଚତୁର୍ଦିଗରୁ ଫୁଲା କମେଇବା ପାଇଁ ଡେକ୍ସାମେଥାଜୋନ ଓ ଫୁରୋସେମାଇଡ ଦିଆଯାଏ । କେତେକ ଅର୍ବୁଦ ଏତେ ଧୀରେ ବଢ଼ନ୍ତି ଯେ ତାଙ୍କ ଉପରେ କେବଳ ନଜର ରଖିବା ଯଥେଷ୍ଟ ହୁଏ । ରୋଗୀର ଇମ୍ମ୍ୟୁନ ସିସ୍ଟମ ବ୍ୟବହାର କରି ଚିକିତ୍ସା କରିବା ନିମନ୍ତେ ଚେଷ୍ଟା ଚାଲିଛି । ରୋଗ ନିର୍ଣ୍ଣୟ କରିବା ସମୟରେ ରୋଗ କେତେ ଦୂର ଆଗେଇଛି ଓ କି ପ୍ରକାର ଅର୍ବୁଦ, ତାହା ଉପରେ ଚିକିତ୍ସା ଫଳାଫଳ ନିର୍ଭର କରେ । ମେନିଞ୍ଜିଓମା ଫଳାଫଳ ଭଲ କିନ୍ତୁ ଗ୍ଲାୟୋବ୍ଲାସ୍ଟୋମାର ଖରାପ । ଆମେରିକାରେ ପାଞ୍ଚ ବର୍ଷ ଆୟୁଷ ହାର ୩୩ % । ପ୍ରାଥମିକ ଅର୍ବୁଦ ଅପେକ୍ଷା ମେଟାସ୍ଟାଟିକ ମସ୍ତିଷ୍କ ଅର୍ବୁଦ ଅଧିକ ଦେଖାଯାଏ, ଯାହାର ଅଧା ଫୁସଫୁସ କର୍କଟରୁ ଆସିଥାଏ । ପୃଥିବୀରେ ପ୍ରାୟ ବାର୍ଷିକ ୨୫୦,୦୦୦ ପ୍ରାଥମିକ ମସ୍ତିଷ୍କ ଅର୍ବୁଦ ଯାହା ସମୁଦାୟ କର୍କଟ ସଂଖ୍ୟାର ୨ %ରୁ କମ । ୧୫ ବର୍ଷରୁ କମ ପିଲାଙ୍କର କ୍ଷେତ୍ରରେ ଆକ୍ୟୁଟ ଲୋମ୍ଫୋବ୍ଲାସ୍ଟିକ ଲିଉକେମିଆ ପରେ ଏହା ଦ୍ୱିତୀୟ କର୍କଟ ସ୍ଥାନ ଅଧିକାର କରେ । ଅଷ୍ଟ୍ରେଲିଆରେ ଏହି କର୍କଟ ନିମନ୍ତେ ହାରାହାରି ଆର୍ଥିକ ଖର୍ଚ୍ଚ ୧.୯ ମିଲିଅନ ଡଲାର । |
ଗୋ, ଡଗ। ଗୋ : , . ହେଉଛି ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଆମେରିକୀୟ କାର୍ଟୁନ୍ । କାର୍ଟୁନ୍କୁ ଚିତ୍ରନାଟ୍ୟ ନିର୍ଦ୍ଦେଶକ ହେଉଛନ୍ତି ଆଣ୍ଡ୍ରିୟୁ ଡଙ୍କନ୍ ଏବଂ କିରଣ ଶାନଗେରା । ଚରିତ୍ର ଟ୍ୟାଗ୍ ବାର୍କର୍ ସ୍କୋଚ୍ ପୁଚ୍ ମା ବାର୍କର୍ ପାଉ ବାର୍କର୍ ଚେଡର୍ ବିସ୍କୁଟ୍ ସ୍ପାଇକ୍ ବାର୍କର୍ ଗିଲବର୍ ବାର୍କର୍ ୟିପ୍ ବାର୍କର୍ ଲେଡି ଲିଡିଆ ସାମ୍ ୱିପେଟ୍ କିଟ୍ ୱିସର୍ଟନ୍ ଫେଚର୍ ଫ୍ରାଙ୍କ୍ ବିନ୍ସ ଲିଓ ହାଟୀ ଦି ବାରକାପେଲାସ୍ ଜେରାଲ୍ଡ ମଟଫିଲ୍ଡ ମେୟର ସ୍ନିଫିଙ୍ଗଟନ୍ ଆଧାର ବାହ୍ୟ ଆଧାର ଇଣ୍ଟରନେଟ ମୁଭି ଡାଟାବେସରେ ଗୋ, ଡଗ। ଗୋ |
ସାହାଣୀ ଘର କାହାଣୀ, ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଅଭିନେତ୍ରୀ ଲିପ୍ସା ମିଶ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିରଞ୍ଜନ ବେହେରା । ସଙ୍ଗୀତକାର ଅସଦ ନିଜାମ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବୁଲୁ ଓ ଲିପ୍ସା ମିଶ୍ର । ମହାଶ୍ୱେତା ରାୟ, ପିଣ୍ଟୁ ନନ୍ଦ, ଜୀବନ ପଣ୍ଡା, ଗୁଡ୍ଡୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜାନୁଆରୀ ୨ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା । ଅଭିନୟ ବୁଲୁ ଲିପ୍ସା ମିଶ୍ର ମହାଶ୍ୱେତା ରାୟ ପିଣ୍ଟୁ ନନ୍ଦ ଜୀବନ ପଣ୍ଡା ଗୁଡ୍ଡୁ କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅସଦ ନିଜାମ । ଗୀତିକାର ପୁଷ୍ପକ ପରିଡ଼ା ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅସୀମା ପଣ୍ଡା, ଆଶୁତୋଷ ଷଡ଼ଙ୍ଗୀ, କୁଳଦୀପ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । |
ଭଦୋଦରା ଗୁଜରାଟର ଏକ ସହର ।ଯାହା ପୁର୍ବେ ବରୋଦା ନାମରେ ପରିଚିତ ଥିଲା।ଏହା ଗୁଜରାଟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି। |
ସୁକ ଭାଇର ସୋଲେ ୨୦୨୩ ମସିହାରେ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୌଶିକ ଦାସ । ନିର୍ଦ୍ଦେଶକ ସ୍ନେହାଶିଷ ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । କଣ୍ଠଶିଳ୍ପୀ ଅଭିଜିତ ମିଶ୍ର ଏହି କଥାଚିତରଟିର ସ୍ୱର ସଂଯୋଜନା କରିଥିଲେ । ସତ୍ୟ ରଞ୍ଜନ, ଅନୁଭା ସୌର୍ଯ୍ୟା, ସୁକାନ୍ତ ରଥ, ଚୌଧୁରୀ ଜୟପ୍ରକାଶ ଦାସ, ଧରିତ୍ରୀ ଖଣ୍ଡୁଆଳ, ପ୍ରଣବ ପ୍ରସନ୍ନ ରଥ, ଶଶଧର ପ୍ରଧାନ, ଚୁନି, ସସ୍ମିତା, ମଧୁସୂଦନ ମିଶ୍ର, ତ୍ରିପତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନୟ ସତ୍ୟ ରଞ୍ଜନ ଅନୁଭା ସୌର୍ଯ୍ୟା ସୁକାନ୍ତ ରଥ ଚୌଧୁରୀ ଜୟପ୍ରକାଶ ଦାସ ଧରିତ୍ରୀ ଖଣ୍ଡୁଆଳ ପ୍ରଣବ ପ୍ରସନ୍ନ ରଥ ଶଶଧର ପ୍ରଧାନ ଚୁନି ସସ୍ମିତା ମଧୁସୂଦନ ମିଶ୍ର ତ୍ରିପତି ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମିଶ୍ର । ଗୀତ ମୁକ୍ତିଲାଭ ଏହି କଥାଚିତ୍ରଟି ୨୦୨୩ ମସିହାର ଜୁନ ୧୦ ତାରିଖରେ ଆଓ ନେକ୍ସଟ ଓଟିଟିରେ ମୁକ୍ତିଲାଭ କରିଥିଲା । ଏହାକୁ ପରେ ବଙ୍ଗଳାରେ ଭାଷାରେ ଡବିଂ କରାଯାଇଥିଲା । |
୬୫୬ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୭ ଜୁନ ବର୍ଷର ୧୭୮ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୧୭୯ତମ । ବର୍ଷ ଶେଷ ହେବା ପାଇଁ ଆଉ ୧୮୭ ଦିନ ବାକି ଅଛି । |
ସରହପାଦ ଓ ସରହ ଏଠାକୁ ଫେରାଇ ଆଣିଥାନ୍ତି । ସରହପା ବୌଦ୍ଧ ଧର୍ମର ଜଣେ ମହାସିଦ୍ଧ ଥିଲେ । ଜୀବନକାଳ ସିଦ୍ଧ କବିମାନଙ୍କ ମଧ୍ୟରେ ସିଦ୍ଧଚାର୍ଯ ସରହପା ଆଦି ସିଦ୍ଧ ବା ସର୍ବ ପ୍ରାଚୀନ ସିଦ୍ଧ ଭାବେ ପରିଚିତ। ସେ ଥିଲେ ଜଣେ ବ୍ରାହ୍ମଣ ଭିକ୍ଷୁ । ତାଙ୍କ ପିତା ଥିଲେ ଜଣେ ବ୍ରାହ୍ମଣ,ମାତ୍ର ମାତା ଥିଲେ ନୀଚକୁଳ ସମ୍ଭୁତ।। ଲାମା ତାରନାଥଙ୍କ ବିବରଣୀ ଅନୁସାରେ ସରହପାଙ୍କ ଜନ୍ମ ଓଡ଼ିଶାରେ। ସେ ଥିଲେ "ଉଡ୍ଡ଼ୀୟା" ର ଅଧିବାସୀ ।'ପାଗ-ସମ-ଯୋଂଗ୍-ଯାଂଗ୍' ପୁସ୍ତକ ଅନୁସାରେ ସେ ପ୍ରାଚ୍ୟ ଦେଶର ଲୋକ ସୂଚିତ। ପ୍ରାଚ୍ୟ ଦେଶରେ ଉଡ୍ଡ଼ୀୟମାନେ ଅନ୍ତର୍ଭୁକ ହେଉଥିବାରୁ ସରହପାଙ୍କ ଜନ୍ମ ଜେ, ଓଡ଼ିଶାରେ ଏଥିରେ ସନ୍ଦେହର ଅବକାଶ ନାହି।ସେ ଓଡ଼ିଶାରେ ଅଧ୍ୟୟନ କରିସାରିବା ପରେ ଉଚ୍ଚ ଶିକ୍ଷା ପାଈଁ ବାହାରକୁ ଯାଇଥିଲେ। ପରେ ସେ ସେଠାରେ କିଛିକଳା ଅଧ୍ୟାପନା କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ । ପରେ ସେ ନାଳନ୍ଦା ଯାତ୍ରା କରି ସେଠାରେ 'ଶର' ତିଆରି କରୁଥିବା ଜଣେ ବ୍ୟକ୍ତିଙ୍କ କନ୍ୟାଙ୍କୁ ବିବାହ କରିଥିଲେ।ଏହାପରେ ସେ ସଦା ସର୍ବଦା ହାତରେ ଏକ ସର ଧାରଣ କଲେ ।ଶର ପ୍ରସ୍ତୁତ କରୁଥିବା ସମ୍ପ୍ରଦାୟରେ ବିବାହ ହେତୁ ହାତରେ ସର୍ବଦା ଶର ଧାରଣ କରୁଥିବାରୁ ତାଙ୍କ ନାମ ହୋଇଥିଲା ସରହପା। ସେ ରାହୁଳ ଭଦ୍ର,ମହାଶବର,ସରହ,ଆଚାର୍ଯ୍ୟ, ଆଦି ନାମରେ ନାମିତ ହୋଇଥିଲେ। ରଚନାବଳୀ ସରହପା ତାହାଙ୍କର ଚର୍ଯାପଦର ଅନେକ ରଚନା ନିମନ୍ତେ ଖ୍ୟାତ । ସେ 25ଟି ଗ୍ରନ୍ଥର ରଚୟିତା। ଏହି ଗ୍ରନ୍ଥ ମଧ୍ୟରେ ତାଙ୍କର 'ଦୋହାକୋଷ' ଅନ୍ୟତମ। ଚର୍ଯା ଗୀତିକାରେ ଥିବା ତାଙ୍କର 4ଟି ଗିତିକା ହେଲା 22,32,38,39 ନମ୍ବର ଗିତିକା। ସେ ତାଙ୍କ ଗିତିକାରେ ନିଜକୁ ଅଚିନ୍ତ୍ୟ ଯୋଗୀ ଭାବରେ ସୂଚାଇଛନ୍ତି। ଜନ୍ମ,ମରଣ,ସ୍ଥିତି ସଂପର୍କରେ ସେ ନିର୍ବିକଳ୍ପ। ଏ ସବୁରେ ସେ ପ୍ରଭେଦ ଦେଖି ନାହାନ୍ତି। ତେଣୁ ଏସବୁରେ ଆନ୍ତରିକତା ଆଣିବା ପାଈଁ ସେ ସାଧନାର ଜଟିଳ ପଥ ପରିହାର କରିବା ପାଈଁ ସେ ପରାମର୍ଶ ଦିଅନ୍ତି।ସହଜ ମାର୍ଗ ଅବଲମ୍ବନ କରି ନିଜ ମଧ୍ୟରେ ଥିବା ଅନ୍ତର୍ନିହିତ ତତ୍ତ୍ୱକୁ ଉପଲବ୍ଧି କରିବା ପାଈଁ ସେ କହିଛନ୍ତି। ତାଙ୍କ 'ମନଃ ଶିକ୍ଷା ଚର୍ଯା' ରେ 'ନୈକାଚର୍ଯା' ତାଙ୍କର ଏକ ରୂପ ଗିତିକା। ଏଥିରେ ସେ କହିଛନ୍ତି,କାୟା ରୂପକ ନୈକାରେ ବିଶୁଦ୍ଧ ମନକୁ ହାଲୁକା କରି ଏବଂ ସଦଗୁରୁ ଅନୁସାରେ ହାତରେ ମଙ୍ଗ ଧରି ସ୍ଥିର ଚିତ୍ତରେ ସେହି ନୈକାକୁ ଆଶ୍ରୟ କରିବା ପାଈଁ ସେ ଉପଦେଶ ଦେଇଛନ୍ତି। ଶୂନ୍ୟ ସାଧନା ଏବଂ କାୟା ସାଧନା ତାଙ୍କ ଗୀତିକାରେ ସ୍ଥାନ ପାଇଛି। ସେ କହନ୍ତି ଘୋର ଅନ୍ଧକାରରେ ଚନ୍ଦ୍ରକାନ୍ତ ମଣି ଯେଭଳି ଆଲକ ବିଛୁରିତ କରେ ଠିକ ସେହିପରି ପରମ ମହାସୁଖ ମଧ୍ୟ ମନୁଷ୍ୟର ଅଶେଷକୁ ଦୁରିତ ହରଣ କରି ତାକୁ ନିର୍ୱାଣ ପଥ ଦର୍ଶାଇଏ। ତେଣୁ ସେ କହିଛନ୍ତି- "ଯଦି ମନ ପବନ ନ ସଂଚରଇରବି ସସୀ ନାହିଁପବସେ ତହି ବଟ ଚିତ୍ତ ବିସାମକରୁ ସରେହେ କହିଓ ଭୱସେ । ଘୋର ଅନ୍ଧାରେ ଚନ୍ଦ୍ରମଣି ଜିମି ଉତ୍ ଜୋଳା କରେଇ ପରମ ମହାସୁଖ ଏଣୁ କଣେ ହୁରିଓ ଅଶେଷ ହରେଇ । |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୪ ନଭେମ୍ବର ବର୍ଷର ୩୧୮ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୩୧୯ତମ । ବର୍ଷ ଶେଷ ହେବା ପାଇଁ ଆଉ ୪୭ ଦିନ ବାକି ଅଛି । |
କକବରକ ଭାଷା (ତିପ୍ରାକ୍ କିମ୍ବା ତ୍ରିପୁରୀ ଭାଷା ନାମରେ ବି ପରିଚିତ) ହେଉଛି ଭାରତର ତ୍ରିପୁରା ଏବଂ ପଡ଼ୋଶୀ ଦେଶ ବାଂଲାଦେଶରେ ରହୁଥିବା ତ୍ରିପୁରୀ ଲୋକଙ୍କ ମାତୃଭାଷା; କକବରକ ଶବ୍ଦ ଦୁଇଟି ଅଂଶରେ ଗଠିତ । କକର ଅର୍ଥ ହେଉଛି ଭାଷା ଏବଂ ବରକର ଅର୍ଥ ହେଉଛି ଲୋକ , ବିଶେଷକରି ତ୍ରିପୁରୀ ଜାତିର ଲୋକ; ଅର୍ଥାତ୍ କକବାରକ ଶବ୍ଦର ଅର୍ଥ ହେଉଛି ତ୍ରିପୁରୀ ଲୋକଙ୍କ ଭାଷା। |
ଆର୍ଡ଼ୋନିକ୍ସ : ଆଫ୍ରିକୀୟ , " " + ଗ୍ରୀକ , " , " ଡାଇନୋସର ବଂଶର ଜୀବ ଅଟେ । ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ । ଏହାର ଜୀବାଶ୍ମ ଓ ଅବଶେଷ ଆଫ୍ରିକାରୁ ମିଳିଥିଲା । ଏହି ଡାଇନୋସରଟି ଜୁରାସିକ ଯୁଗରେ ବାସ କରୁଥିଲା । |
ଡୁପିଟ୍ରେନ୍ସ କଣ୍ଟ୍ରାକଚର ଇଂରାଜୀ ଭାଷାରେ ' ଏକ ରୋଗ ଯେଉଁଥିରେ ହାତର ଏକ ବା ଏକାଧିକ ହାତ ଆଙ୍ଗୁଠି ଫ୍ଲେକ୍ସନ ପୋଜିସନରେ ବଙ୍କା ହୋଇ ରହିଯାଏ । ପାପୁଲିରେ ଏହା ଏକ ଛୋଟ ଶକ୍ତ ନୋଡ୍ୟୁଲ ଆକାରରେ ଆରମ୍ଭ ହୁଏ । ସମୟକ୍ରମେ ଏହା ଅଧିକ ଖରାପ ହୋଇଯାଏ ଓ ଏହାକୁ ସିଧା କରିହୁଏନାହିଁ; ଏହା ଅଧିକ ଯନ୍ତ୍ରଣା ଦାୟକ ନହେଲେ ମଧ୍ୟ ସାମାନ୍ୟ କଷ୍ଟ ଦାୟକ ହୋଇପାରେ ଓ ଗଲୁ ହୋଇପାରେ । ଏହି ରୋଗରେ ସାଧାରଣତଃ ପ୍ରଥମେ ଅନାମିକା ଆଙ୍ଗୁଠି ବଙ୍କା ହୁଏ ଓ ତା 'ପରେ କାଣୀ ଓ ମଝି ଆଙ୍ଗୁଠି ବଙ୍କା ହୋଇଯାଏ । ଆଙ୍ଗୁଠି ବଙ୍କା ହେବା ଫଳରେ କେତେକ ଦୈନନ୍ଦିନ କାମ ଯେପରିକି ଖାଦ୍ୟ ପ୍ରସ୍ତୁତି, ଲେଖିବା ଓ ଅନ୍ୟାନ୍ୟ କାମ ସୁଚାରୁ ରୂପେ କରିବା ବାଧାପ୍ରାପ୍ତ ହୁଏ । ଏହାର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । ପାରବାରିକ ଇତିହାସ , ମଦ୍ୟାତ୍ୟୟ, ଧୂମ୍ରପାନ , ଥାଇରଏଡ ସମସ୍ୟା , ଯକୃତ ରୋଗ , ମଧୁମେହ, ଅପସ୍ମାର ବାତ ଇତ୍ୟାଦି ଥିଲେ ଏହି ରୋଗ ସଙ୍କଟ ଥାଏ । କୌଣସି ଅଜ୍ଞାତ କାରଣରୁ ପାମାର ଫାସାରେ ଅସାଧାରଣ ଭାବରେ ଅଧିକ କନେକ୍ଟିଭ ତନ୍ତୁ ଜମାହୋଇଯାଏ । ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ । ପ୍ରାରମ୍ଭିକ ଅବସ୍ଥାରେ ରୋଗ ହେଉଥିବା ସ୍ଥାନରେ କର୍ଟିକୋସ୍ଟିରଏଡ ଇଞ୍ଜେକସନ ଦିଆଯାଏ ଓ ଫିଜିଓଥେରାପି କରିବାକୁ ଉତ୍ସାହିତ କରାଯାଏ । ରୋଗ ବୃଦ୍ଧିପ୍ରାପ୍ତ ହେଲେ କ୍ଲୋସ୍ଟ୍ରିଡିଆଲ କୋଲାଜେନେଜ ଇଞ୍ଜେକସନ ବା ଅପରେଶନ କରିବାକୁ ଉପଦେଶ ଦିଆଯାଏ । ରାଡିଏସନ ଥେରାପି ଦିଆଯାଉଥିଲେ ମଧ୍ୟ ତାହାର ଉପକାରର ବିଶେଷ ପ୍ରମାଣ ମିଳିନାହିଁ । ଚିକିତ୍ସା କରିବା ସତ୍ତ୍ୱେ ଏହା ଆଉଥରେ ହୋଇପାରେ । ପଚାଶ ବର୍ଷରୁ ଉର୍ଦ୍ଧ୍ୱ ପୁରୁଷମାନଙ୍କୁ ସାଧାରଣତଃ ଏହି ରୋଗ ହୁଏ । ଏସିଆ ଓ ଆଫ୍ରକାର ଲୋକଙ୍କ ଅପେକ୍ଷା ଗୋରା ଲୋକଙ୍କୁ ଏହି ରୋଗ ଅଧିକ ହୁଏ । ଯୁକ୍ତରାଷ୍ଟ୍ର ଆମେରିକାରେ ୫% ଲୋକଙ୍କୁ ଓ ନରୱେ ଦେଶରେ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ମଧ୍ୟରୁ ୩୦% ଲୋକଙ୍କୁ ଏ ରୋଗ ହୁଏ । ସଂଯୁକ୍ତ ରାଷ୍ଟ୍ରରେ ୬୫ ବର୍ଷ ବୟସ ପରେ ପ୍ରାୟ ୨୦% ଲୋକ ଏହି ରୋଗର ଶିକାର ହୁଅନ୍ତି । ସନ ୧୮୩୩ରେ ଗିଲମ ଡୁପିଟ୍ରେନ ଏହି ରୋଗ ବିଷୟରେ ପ୍ରଥମେ ବର୍ଣ୍ଣନା କରିଥିବାରୁ ତାଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଛି । |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୪ ଫେବୃଆରୀ ବର୍ଷର ୪୫ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୨୦ ଦିନ ବାକି ଅଛି ଅଧିବର୍ଷ ଗୁଡ଼ିକରେ ୩୨୧ ଦିନ । |
ବସନ୍ତ କୁମାର ବିଶ୍ୱାଳ (୨୩ ଜୁଲାଇ ୧୯୩୬ - ୭ ସେପ୍ଟେମ୍ବର ୨୦୦୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୮୦, ୧୯୯୦ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ତିର୍ତ୍ତୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୧୦ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ବସନ୍ତ କୁମାର ବିଶ୍ୱାଳ ୧୯୩୬ ମସିହାର ଜୁଲାଇ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କ୍ଷେତ୍ରମୋହନ ବିଶ୍ୱାଳ ଓ ପତ୍ନୀଙ୍କ ନାମ ମୀରା ବିଶ୍ୱାଳ । ରାଜନୈତିକ ଜୀବନ ବସନ୍ତ କୁମାର ବିଶ୍ୱାଳ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ବିଧାନ ସଭା ସଭ୍ୟ ବିବରଣୀ ମୃତ୍ୟୁ ବସନ୍ତ କୁମାର ବିଶ୍ୱାଳ ୨୦୦୩ ମସିହାର ସେପ୍ଟେମ୍ବର ୭ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । |
କାମଧେନୁ ଇଂରାଜୀ ଭାଷାରେ ସଂସ୍କୃତ: , , , ସୁରଭି ନାମରେ ମଧ୍ୟ ଜଣାଶୁଣା , ଜଣେ ସ୍ୱର୍ଗୀୟ ଗାଈ ଯାହାଙ୍କୁ ହିନ୍ଦୁ ଧର୍ମରେ ଗୋମାତା ବା ସମସ୍ତ ଗାଈମାନଙ୍କର ମା ଭାବରେ ବର୍ଣ୍ଣନା କରାଯାଇଛି । ସେ ଜଣେ ପ୍ରାଚୁର୍ଯ୍ୟର ଗାଭୀ ଯିଏ ତାଙ୍କର ମାଲିକଙ୍କୁ ତାଙ୍କ ଇଚ୍ଛାନୁଯାୟୀ ସ୍ୱାସ୍ଥ୍ୟ, ଧନ, ସୁଖ ସମ୍ବୃଦ୍ଧି ଦେବାର କ୍ଷମତା ରଖିଥାଆନ୍ତି ଓ ସେଥିପାଇଁ ତାଙ୍କୁ ସମସ୍ତ ଗୋଜାତିର ମାତା ଭାବରେ ଚିତ୍ରଣ କରାଯାଏ । ତାଙ୍କୁର ଦୁଇ ପ୍ରକାର ଚିତ୍ର ଦେଖାଯାଏ; ଗୋଟିଏ ଚିତ୍ରରେ ଧଳା ଗାଈ, ମହିଳା ମସ୍ତକ ଓ ସ୍ତନ, ପକ୍ଷୀର ଡେଣା ଭଳି ଡେଣା ଓ ଅନ୍ୟ ଏକ ଚିତ୍ରଣରେ ସେ ଧଳା ଗାଈ ଓ ତାଙ୍କ ଶରୀରରେ ଅନେକ ଦେବାଦେବୀ ଥିବାର ଦେଖାଯାଏ । ଗାଈମାନଙ୍କୁ କାମଧେନୁର ଅବତାର ଭାନରେ ପୂଜା କରାଯାଏ । ହିନ୍ଦୁ ଧର୍ମରେ ଗାଈଙ୍କୁ ପବିତ୍ର ମନେକରାଯାଏ ଓ କାମଧେନୁଙ୍କ ଅବତାର ମନେକରାଯାଏ । କିନ୍ତୁ କାମଧେନୁଙ୍କ ନାମରେ କୌଣସି ମନ୍ଦିର ନାହିଁ ଯେଉଁଠାରେ ତାଙ୍କୁ ପୂଜା କରାଯାଏ । ହିନ୍ଦୁ ପୁରାଣମାନଙ୍କରେ କାମଧେନୁଙ୍କ ଜନ୍ମ ସମ୍ଭନ୍ଧରେ ଭିନ୍ନ ଭିନ୍ନ ମତ ଅଛି । କେତେକ ମତରେ ସେ ସମୁଦ୍ର ମନ୍ଥନ ସମୟରେ ସମୁଦ୍ରରୁ ଜାତ ହୋଇଥିଲେ ଓ ଅନ୍ୟ ମତ ଅନୁସାରେ ସେ ଦକ୍ଷଙ୍କର କନ୍ୟା ଓ ଋଷି କଶ୍ୟପଙ୍କର ପତ୍ନୀ ଥିଲେ । ଆହୁରି ଅନେକ ମତରେ ସେ ଋଷି ବଶିଷ୍ଟ ବା ଋଷି ଜମଦଗ୍ନୀଙ୍କର ପାଖରେ ଥିବା ସମୟରେ ରାଜାମାନେ ତାଙ୍କୁ ବଳ ପୂର୍ବକ ହରଣ କରିବା ଚେଷ୍ଟା କରି ଅକୃତକାର୍ଯ୍ୟ ହୋଇଥିଲେ ଓ ତାହାର ଫଳ ଭୋଗ କରିଥିଲେ । ତାଙ୍କୁ ପାଳନ କରୁଥିବା ଋଷିଙ୍କୁ ଆବଶ୍ୟକତା ଅନୁସାରେ ଓ ପୂଜା ନିମନ୍ତେ କ୍ଷୀର ଓ ଦୁଗ୍ଧଜାତ ଦ୍ରବ୍ୟ ଦେଉଥିଲେ; ଓ ଯୋଦ୍ଧାମାନଙ୍କୁ ସୃଷ୍ଟି କରି ନିଜକୁ ଓ ପାଳନକର୍ତ୍ତାଙ୍କର ସୁରକ୍ଷା କରିପାରୁଥିଲେ । ଋଷି ଆଶ୍ରମ ବ୍ୟତୀତ ତାଙ୍କର ସ୍ୱର୍ଗର ଗୋଲୋକ ଧାମରେ ଓ ପାତାଳରେ ମଧ୍ୟ ବାସସ୍ଥାନ ଥିଲା । ଶବ୍ଦ ବ୍ୟୁତ୍ପତ୍ତି ଅନେକ ସମୟରେ କାମଧେନୁ ବଦଳରେ ସୁରଭି ନାମ ବ୍ୟବହାର କରାଯାଏ ଯେଉଁ ନାମ ସାଧାରଣ ଗାଈ ନିମନ୍ତେ ମଧ୍ୟ ବ୍ୟବହୃତ ହୁଏ । ପ୍ରଫେସର ଜାକୋବିଙ୍କ ମତରେ ଗାଈମାନଙ୍କ ଦେହରୁ ବାହାରୁଥିବା ଏକ ପ୍ରକାର ବାସ୍ନା ବାହାରୁଥିବା ଯୋଗୁ ତାଙ୍କର ସୁରଭି ନାମ ରହିଛି । ମନିଏର ଉଇଲିଅମ ସଂସ୍କୃତ ଅଭିଧାନ , 1899 ଅନୁସାରେ ସୁରଭି ଅର୍ଥ ସୁଖଦାୟକ ଓ ସୁବାସଯୁକ୍ତ ବାସ୍ନା ଯାହା ଧରିତ୍ରୀ ଓ ଗାଈ ଦେହରୁ ବାହାରେ । ଏହି ସୁରଭି ନାମ କାମଧେନୁ ନିମନ୍ତେ ପ୍ରଯୁଜ୍ୟ ହୋଇପାରେ ଯେହେତୁ ତାଙ୍କୁ ଗୋଜାତିର ମାତା ଭାବରେ ଗ୍ରହଣ କରାଯାଇଛି ଓ ଅନେକ ସମୟରେ ତାଙ୍କୁ ମାତ୍ରିକା ଦେବୀ ରୂପରେ ମଧ୍ୟ ବର୍ଣ୍ଣନା କରାଯାଇଛି । ତାଙ୍କର ଅନ୍ୟ ଦୁଇଟି ନାମ ଅଛି, ଯଥା:- ସବଳ ଓ କପିଳ । କାମନାରୁ ଯାତ ସମସ୍ତ ପଦାର୍ଥକୁ କାମଦୁହ ବା କାମଦୁହା ମଧ୍ୟ କୁହାଯାଏ ଯାହାର ଅର୍ଥ ସମସ୍ତ ଆବଶ୍ୟକତା ଯାହାଠାରୁ ମିଳିପାରେ । ମହାଭାରତ ଓ ଦେବୀ ଭାଗବତ ପୁରାଣରେ ଭୀଷ୍ମ ଜନ୍ମ ସମ୍ପର୍କରେ କାମଧେନୁ ବଦଳରେ ନନ୍ଦିନୀ ନାମର ପ୍ରୟୋଗ କରାଯାଇଛି । ଅନ୍ୟ କେତେକ ସ୍ଥାନରେ ନନ୍ଦିନୀକୁ କାମଧେନୁ-ସୁରଭିର ଝିଅ ଭାବରେ ବର୍ଣ୍ଣନା କରାଯାଇଛି । ବେଟ୍ଟମ ମଣୀ ମତରେ ନନ୍ଦିନୀ ଓ ସୁରଭି ନାମଦ୍ୱୟ କାମଧେନୁର ପ୍ରତିଶବ୍ଦ । |
ପ୍ରି-ଏକ୍ଲାମ୍ପସିଆ ବା ପିଇ (ଇଂରାଜୀରେ - ସଂକ୍ଷେପରେ ) ଏକ ଗର୍ଭାବସ୍ଥା ଜଟୀଳତା ଯେଉଁଥିରେ ରକ୍ତଚାପ ବଢ଼ିଯାଏ ଓ ପରିସ୍ରାରେ ପ୍ରଚୁର ଆଲବୁମିନ ଥାଏ । ଏହି ବେମାରୀ ଗର୍ଭାବସ୍ଥାର ଶେଷ ତ୍ରୈମାସରେ ବାହାରେ । ରୋଗ ସାଂଘାତିକ ହେଲେ ଲୋହିତ ରକ୍ତ କଣିକା ଫାଟିଯାଏ, ପ୍ଲାଟେଲେଟ ସଂଖ୍ୟା କମିଯାଏ, ଯକୃତ କାମ ବାଧାପ୍ରାପ୍ତ ହୁଏ, ବୃକ୍କ କାର୍ଯ୍ୟ ସଠିକ ହୁଏ ନାହିଁ, ଫୁଲା ଦେଖାଯାଏ, ଦୃଷ୍ଟି ଦୋଷ ହୁଏ ଓ ଫୁସ୍ଫୁସ୍ରେ ତରଳ ପଦାର୍ଥ ଜମିଯିବା ଯୋଗୁ ଛୋଟ ଛୋଟ ଶ୍ୱାସ କ୍ରିୟା ହୁଏ । ପ୍ରି-ଏକ୍ଲାମ୍ପସିଆ ରୋଗ ଉଭୟ ମାତା ଓ ଗର୍ଭସ୍ଥ ଶିଶୁ ନିମନ୍ତେ କ୍ଷତିକାରକ । ଚିକିତ୍ସିତ ନ ହେଲେ ଅବଶେଷରେ ବାତ ମାରେ ଯାହାକୁ ଏକ୍ଲାମ୍ପସିଆ କୁହାଯାଏ । ପ୍ରି-ଏକ୍ଲାମ୍ପସିଆର ସଙ୍କଟ ସୃଷ୍ଟକାରୀ ଅବସ୍ଥା ମଧ୍ୟରେ ମୋଟାପଣ, ଆଗରୁ ଉଚ୍ଚ ରକ୍ତଚାପ ଉପସ୍ଥିତି, ବୟସାଧିକ୍ୟ ଓ ଡାଏବେଟିସ ମେଲିଟସ । ଏହି ରୋଗ ସାଧାରଣତଃ ପ୍ରଥମ ଗର୍ଭାବସ୍ଥାରେ ବା ଯାଆଁଳା ପିଲା ଜରାୟୁରେ ଥିଲେ ହୁଏ । ଏହି ରୋଗ ହେବାର ଅନେକ ଉପାଦାନ ମଧ୍ୟରୁ ପ୍ଲାସେଣ୍ଟାରେ ରକ୍ତନଳୀ ତିଆରି ଅସ୍ୱାଭାବିକ ଥିଲେ ହୁଏ । ପ୍ରସବ ପୂର୍ବରୁ ଅଧିକାଂଶ ରୋଗ କ୍ଷେତ୍ରରେ ରୋଗ ନିର୍ଣ୍ଣୟ ହୋଇଯାଏ । ପ୍ରସବ ପର ସମୟରେ କ୍ୱଚିତ ଏହି ରୋଗ ଦେଖାଯାଏ । ଗତାନୁଗତିକ ଭାବେ ଉଚ୍ଚ ରକ୍ତଚାପ ଥିବା ସହିତ ପରିସ୍ରାରେ ପ୍ରୋଟିନ ଥିଲେ ଏହି ରୋଗ ନିର୍ଣ୍ଣୟ ହେଉଥିଲେ ମଧ୍ୟ ଅନ୍ୟ କେତେକ ସଂଜ୍ଞା ଅନୁସାରେ ଅଙ୍ଗ ଅକ୍ଷମତାକୁ ମଧ୍ୟ ବିଚାରକୁ ନିଆଯାଏ । କୋଡ଼ିଏ ସପ୍ତାହ ଗର୍ଭାବସ୍ଥା ପରେ ଚାରି ଘଣ୍ଟା ଅନ୍ତରରେ ଦୁଇ ଥର ନିଆଯାଇଥିବା ସିସ୍ଟୋଲିକ ଚାପ ୧୪୦ମିମି ପାରଦ ଓ ଡାଏସ୍ଟୋଲିକ ଚାପ ୯୦ରୁ ଅଧିକ ଥାଏ ତେବେ ଉଚ୍ଚ ରକ୍ତଚାପ ନିର୍ଣ୍ଣୟ କରାଯାଏ । ପ୍ରସବ ପୂର୍ବ ଯତ୍ନ ସମୟରେ ପ୍ରି-ଏକ୍ଲାମ୍ପସିଆ ରୋଗ ନିମନ୍ତେ ଯାଞ୍ଚ କରାଯାଏ । ଏହି ରୋଗର ପ୍ରତିଷେଧ ନିମନ୍ତେ ଉଚ୍ଚ ସଙ୍କଟମୟ ରୋଗୀଙ୍କୁ ଆସ୍ପିରିନ, ଅଧିକ କ୍ୟାଲସିଅମ ଦିଆଯାଏ ଓ ଉଚ୍ଚ ରକ୍ତଚାପ ନିମନ୍ତେ ଔଷଧ ଦେବାକୁ ଉପଦେଶ ଦିଆଯାଏ । ଏହି ରୋଗୀଙ୍କର ପ୍ରସବ ଓ ପ୍ଲାସେଣ୍ଟା ନିର୍ଗତ କରିବା ଏକ ଫଳପ୍ରଦ ଚିକିତ୍ସା ଅଟେ । ଗର୍ଭାବସ୍ଥାର ସମୟ ଓ ପ୍ରି-ଏକ୍ଲାମ୍ପସିଆର ଗମ୍ଭୀରତା ଉପରେ ପ୍ରସବ କରେଇବା ନିର୍ଭର କରେ । ଲାବେଟାଲୋଲ ଓ ମିଥାଇଲଡୋପା ଆଦି ରକ୍ତଚାପ ଔଷଧ ଦେଇ ପ୍ରସବ ପୂର୍ବରୁ ଗର୍ଭିଣୀରେ ଅବସ୍ଥରେ ଉନ୍ନତି ଆଣିବାକୁ ଚେଷ୍ଟା କରାଯାଏ । ଏକ୍ଲାମ୍ପସିଆ ପ୍ରତିରୋଧ ନିମନ୍ତେ ସାଂଘାତିକ ରୋଗୀଙ୍କୁ ମ୍ୟାଗନେସିଅମ ସଲଫେଟ ଦିଆଯାଏ । ରୋଗ ଚିକିତ୍ସା ବା ପ୍ରତିଷେଧ ନିମନ୍ତେ ବିଛଣା ବିଶ୍ରାମ ଓ କମ ଲବଣ ଗ୍ରହଣ ଫଳପ୍ରଦ ନ ଥିବା ଜଣାଯାଇଛି । ସାରା ପୃଥିବୀରେ ୨-୮ % ଗର୍ଭାବସ୍ଥାରେ ପ୍ରି-ଏକ୍ଲାମ୍ପସିଆ ଦେଖାଯାଏ । ଗର୍ଭାବସ୍ଥାରେ ମୃତ୍ୟୁର କାରଣମାନଙ୍କ ମଧ୍ୟରେ ଗର୍ଭାବସ୍ଥା ସମ୍ପର୍କୀୟ ଉଚ୍ଚ ରକ୍ତଚାପ ଏକ ମୂଖ୍ୟ କାରଣ । ସନ ୧୯୯୦ରେ ମୃତ୍ୟୁ ସଂଖ୍ୟା ୩୭,୦୦୦ ହୋଇଥିବା ବେଳେ ସନ ୨୦୧୩ରେ ଏହା କମିଯାଇ ୨୯,୦୦୦ ହୋଇଥିଲା । ସାଧାରଣତଃ ୩୨ ସପ୍ତାହ ପରେ ହେଉଥିବା ପ୍ରି-ଏକ୍ଲାମ୍ପସିଆ ରୋଗ ପୂର୍ବରୁ ହେଲେ ଅତି ବିଷମ ଫଳପ୍ରଦ ହୁଏ । ଏହି ରୋଗ ହୋଇଥିବା ମହିଲାମାନଙ୍କର ପରବର୍ତ୍ତୀ ଜୀବନରେ ହୃଦ୍ରୋଗ ସମ୍ଭାବନା ଅଧିକ ରହେ । ଏକ୍ଲାମ୍ପସିଆ ନାମଟି ଏକ ଗ୍ରୀକ ଶବ୍ଦ ଯାହାର ଅର୍ଥ ବିଦ୍ୟୁତ । ଖ୍ରୀ:ପୂ: ୫ମ ଶତାବ୍ଦୀରେ ହିପୋକ୍ରେଟ ପ୍ରଥମେ ଏହି ରୋଗର ବର୍ଣ୍ଣନା କରିଥିଲେ । |