text
stringlengths
17
85.6k
୧୦୩୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଭର୍ଟିଓକ୍ସେଟିନ (ଇଂରାଜୀ ଭାଷାରେ , ଏକ ବିକ୍ରୟ ନାମ ଟ୍ରିଣ୍ଟେଲିକ୍ସ/ ) ଏକ ଔଷଧ ଯାହା ପ୍ରମୁଖ ଅବସାଦ ବେମାରୀ ଚିକିତ୍ସାରେ ବ୍ୟବ‌ହାର କରାଯାଏ । ଭର୍ଟିଓକ୍ସେଟିନ ଏହି ଔଷଧ ଅନ୍ୟାନ୍ୟ ଆଣ୍ଟିଡିପ୍ରେସାଣ୍ଟ ଔଷଧ ଭଳି ସମତୁଲ ପ୍ରଭାବଶୀଳ ହୁଏ । ଦୁଇଟି ଆଣ୍ଟିଡିପ୍ରେସାଣ୍ଟ ଔଷଧ ପ୍ରଭାବ‌ହୀନ ହେଲେ ଏହି ଔଷଧ ଦିଆଯାଏ । ଏହା ପାଟିରେ ଦିଆଯାଏ । ଭର୍ଟିଓକ୍ସେଟିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ ଓ ଅଇ ହୋଇପାରେ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ରକ୍ତସ୍ରାବ, ସେରୋଟୋନିନ ସିଣ୍ଡ୍ରୋମ, ମାନିଆ , ଏସଆଇଏଡିଏଚ ଓ ରୋଗୀ ବୟସ ୨୫ରୁ କମ୍ ଥିଲେ ଆତ୍ମହତ୍ୟା ପ୍ରବଣ ହୋଇପାରେ । ଏହି ଔଷଧ ଶୀଘ୍ର ବନ୍ଦ କରିଦେଲେ ଉଇଥଡ୍ରାଆଲ ସିଣ୍ଡ୍ରୋମ ହୋଇପାରେ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ଦିଆଯାଏ ନାହିଁ । ସେରୋଟୋନିନ ମୋଡ୍ୟୁଲେଟର ଶ୍ରେଣୀରେ ଏହାକୁ ଅନ୍ତର୍ଭୁକ୍ତ କରାଯାଏ । ଏହାର କାର୍ଯ୍ୟବିଧି ଅଜଣା ଥିଲେ ମଧ୍ୟ ସେରୋଟୋନିନ ସ୍ତର ଅଧିକ କରି ଏହା କାର୍ଯ୍ୟକ୍ଷମ ହେଉଥିବା ବିଶ୍ୱାସ କରାଯାଏ । ସନ ୨୦୧୩ରେ ଭର୍ଟିଓକ୍ସେଟିନ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା । ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସକୁ ଏହାର ଏକ ମାସର ଡୋଜ ପିଛା ପ୍ରାୟ ୨୭.୭୨ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୩୬୮.୪୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । ସନ ୨୦୧୬ରେ ଏହାର ୧ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୬୦ତମ ସ୍ଥାନରେ ଥଲା ।
ଭାସ୍କର (ଖ୍ରୀ ୬୦୦-୬୮୦) ହେଉଛନ୍ତି ୭ମ ଶତାବ୍ଦୀର ଜଣେ ଭାରତୀୟ ଗଣିତଜ୍ଞ ‌ । ସଂଖ୍ୟା ପଦ୍ଧତିରେ ଶୂନ ଲିଖନ ଓ ସାଇନ୍ ର ମୂଲ୍ୟନିରୂପଣରେ ତାଙ୍କର ଭୂମିକା ଉଲ୍ଲେଖନୀୟ । ସେ ଖ୍ରୀ ୬୨୯ରେ ଆର୍ଯ୍ୟଭଟୀୟଭାସ୍ୟ ରଚନା କରିଥିଲେ । ଆର୍ଯ୍ୟଭଟଙ୍କର ଜ୍ୟୋତିର୍ବିଜ୍ଞାନକୁ ଆଧାର କରି ସେ ମହାଭାସ୍କରୀୟ ଓ ଲଘୁଭାସ୍କରୀୟ ପୁସ୍ତକ ରଚନା କରିଥିଲେ ‌।
ରାମକୃଷ୍ଣ ପରମହଂସ ବଙ୍ଗଳା: ‍‍ (୧୮ ଫେବୃଆରୀ,୧୮୩୬-୧୬ ଅଗଷ୍ଟ,୧୮୮୬) ପୂର୍ବନାମ ଗଦାଧର ଚଟ୍ଟୋପାଧ୍ୟାୟ । ଉନବିଂଶ ଶତାବ୍ଦୀର ବିଖ୍ୟାତ ଯୋଗୀ,ଦାର୍ଶନିକ ଓ ହିନ୍ଦୁ ଧର୍ମଗୁରୁ । ତାଙ୍କ ପ୍ରଚାରିତ ଧର୍ମୀୟ ଚିନ୍ତାଧାରାରେ ରାମକୃଷ୍ଣ ମିଶନର ପ୍ରତିଷ୍ଠା କରିଥିଲେ ତାଙ୍କର ପ୍ରଧାନ ଶିଷ୍ୟ ସ୍ୱାମୀ ବିବେକାନନ୍ଦ । ଉନବିଂଶ ଶତାବ୍ଦୀର ହିନ୍ଦୁ ନବଜାଗରଣରେ ଉଭୟଙ୍କର ଦାନ ଅତୁଳନୀୟ । ଜୀବନ ଜନ୍ମ ଓ ପରିବାର ଶ୍ରୀରାମକୃଷ୍ଣ ହୁଗୁଳୀ ଜିଲ୍ଲାର କାମାରପୁକୁର ଗାଁରେ ଏକ ବ୍ରାହ୍ମଣ ବଂଶରେ ଜନ୍ମଗ୍ରହଣ କରିଥିଲେ । ସେ ଦିନ ଥିଲା ୧୨୪୨ ସାଲର ଛଅ ଫାଲ୍‌ଗୁନ, ବୁଧବାର, ଶୁକ୍ଳ ଦ୍ୱିତୀୟା ତିଥି ୧୮୩୬ ଖ୍ରୀ:ର ଫେବୃଆରୀ ୧୮ ତାରିଖ । ତାଙ୍କ ପିତାଙ୍କ ନାମ କ୍ଷୁଦିରାମ ଚଟ୍ଟୋପାଧ୍ୟାୟ ଓ ମାତା ଚନ୍ଦ୍ରମଣି ଦେବୀ । କ୍ଷୁଦିରାମ ଅତି ନିଷ୍ଠାବାନ, ତେଜସ୍ୱୀ, ଦେବଦେବୀଙ୍କ ପ୍ରତି ଭକ୍ତିପରାୟଣ, ସତ୍ୟବାଦୀ ଓ ସଦାଚାରୀ ବ୍ରାହ୍ମଣ ଥିଲେ । ତାଙ୍କର ବିଶ୍ୱାସ ଥିଲା ଜ୍ୱଳନ୍ତ । ଶୀତଳା ଦେବୀ ବାଳିକା ରୂପରେ ଆସି ପ୍ରତ୍ୟୁଷରେ ପୂଜାଫୁଲ ତୋଳିବାରେ କ୍ଷୁଦିରାମଙ୍କୁ ସାହାଯ୍ୟ କରୁଥିଲେ । ଚନ୍ଦ୍ରମଣି ଦେବୀ ସରଳତା ଓ ଦୟାର ପ୍ରତିମୂର୍ତ୍ତି ଥିଲେ । ତାଙ୍କର ପୂର୍ବ ବାସସ୍ଥାନ ଥିଲା ଦେରେ ଗାଁରେ, କାମାରପୁକୁରଠାରୁ ତିନି ମାଇଲ ଦୂରରେ । ସେହି ଗ୍ରାମର ଜମିଦାରଙ୍କ ପକ୍ଷରେ ମିଥ୍ୟା ସାକ୍ଷ୍ୟ ନ ଦେବା ଫଳରେ, ଚାଳିଶ ବର୍ଷ ବୟସରେ କ୍ଷୁଦିରାମଙ୍କୁ ସ୍ୱଜନବର୍ଗଙ୍କ ସହ ପୈତୃକ ବାସସ୍ଥାନ ଛାଡ଼ି କାମାରପୁକୁରରେ ଏକ ବନ୍ଧୁଙ୍କ ଦାନ ସ୍ୱରୂପ ସାମାନ୍ୟ ଏକ କୁଟୀରରେ ଆଶ୍ରୟ ନେବାକୁ ପଡ଼ିଥିଲା । ଥରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଦେବା ଲାଗି ସେ ଗୟାତୀର୍ଥକୁ ଯାଇଥିଲେ । ନାରାୟଣ ତାଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ, କ୍ଷୁଦିରାମ, ତୁମର ଭକ୍ତିରେ ମୁଁ ସନ୍ତୁଷ୍ଟ ହୋଇଛି । ତୁମର ସେବା ଗ୍ରହଣ କରିବା ପାଇଁ ତୁମର ପୁତ୍ର ରୂପେ ମୁଁ ଜନ୍ମ ନେବି । କ୍ଷୁଦିରାମ କାନ୍ଦି ପକାଇ କହିଲେ, ମୁଁ ଯେ ବଡ଼ ଗରୀବ ଆପଣଙ୍କର ସେବା ମୁଁ କରିପାରିବ ତ ପ୍ରଭୁ? ସେହି ଜ୍ୟୋତିର୍ମୟ ପୁରୁଷ ସ୍ନେହବିଗଳିତ କଣ୍ଠରେ କହିଲେ, ଭୟ କର ନାହିଁ ବ୍ରାହ୍ମଣ ତୁମେ ଯେଉଁ ଭାବରେ ମୋର ସେବା କରନା କାହିଁକି, ସେଥିରେ ମୁଁ ତୁପ୍ତ ହେବି । ଏଣେ ତାଙ୍କ ଗୃହରେ ଚନ୍ଦ୍ରମଣି ଦେବୀଙ୍କର ନାନା ପ୍ରକାର ଦିବ୍ୟ ଦର୍ଶନ ଓ ଅନୁଭୂତି ହେବାକୁ ଲାଗିଲା । ସେ ଅନୁଭବ କଲେ ଯେ ଏକ ପ୍ରକାଣ୍ଡ ଜ୍ୟୋତି ସତେ ଯେମିତି ତାଙ୍କ ଉଦରରେ ପ୍ରବେଶ କରିଛି । ଯଥା ସମୟରେ ଶ୍ରୀରାମକୃଷ୍ଣଙ୍କର ଜନ୍ମ ହେଲା । ସ୍ୱପ୍ନକଥା ମନେ ପକାଇ କ୍ଷୁଦିରାମ ନବଜାତକର ନାମ ଗଦାଧର ରଖିଲେ । ପଞ୍ଚମ ବର୍ଷରେ ବିଦ୍ୟାରମ୍ଭ କରାଇ କ୍ଷୁଦିରାମ ଗଦାଧରଙ୍କୁ ଗ୍ରାମ ପାଠଶାଳାରେ ନାମ ଲେଖାଇ ଦେଲେ । ପଢ଼ାପଢ଼ି ବେଶୀ ଦୂର ଅଗ୍ରସର ହେଲା ନାହିଁ । ପାଠଶାଳାରେ ଅଙ୍କ ପାଠଟା ଗଦାଧରଙ୍କର ବୋଧଗମ୍ୟ ହେଲା ନାହିଁ । ସପ୍ତମ ବର୍ଷରେ ପିତାଙ୍କ ମୃତ୍ୟୁପରେ ଗଦାଧର ମା ଙ୍କୁ ଗୃହ କର୍ମରେ ସାହାଯ୍ୟ କରିବାକୁ ଲାଗିଲେ । ସେ ଗୃହଦେବତାଙ୍କ ସେବାରେ ମଧ୍ୟ ବହୁ ସମୟ କଟାଉଥିଲେ । ଏଗାର ବର୍ଷ ବୟସରେ ଉପନୟନ ପରେ ସେ ଗୃହଦେବତା ରଘୁବୀରଙ୍କ ପୂଜାର ଭାର ଗ୍ରହଣ କଲେ । ଫୁଲ ତୋଳି ମାଳ ଗୁନ୍ଥୁଥିଲେ ଏବଂ ନିତ୍ୟ ପୂଜା-ଅର୍ଚ୍ଚନାଦି କରୁଥିଲେ । ଅତି ଅଳ୍ପ ବୟସରୁ ଶ୍ରୀରାମକୃଷ୍ଣଙ୍କର ଭଗବଦ୍‌ଭାବର ଆବେଶ ହେବାକୁ ଲାଗିଲା । ଯେତେବେଳେ ତାଙ୍କୁ ମାତ୍ର ସାତ ବର୍ଷ ବୟସ, ଦିନେ ସକାଳେ ଅଣ୍ଟିରେ ମୁଢ଼ି ଧରି ଖାଇ ଖାଇ ଚାଲିଛନ୍ତି ବିଲର ହିଡ଼ବାଟରେ । ଆକାଶରେ କଳା ମେଘର ବିସ୍ତାର ତଳେ ଉଡ୍‌ଡୀୟମାନ ବଗଙ୍କର ସ୍ୱଚ୍ଛନ୍ଦ ଗତି ଦେଖୁ ଦେଖୁ ଅପୂର୍ବ ଭାବର ଆବେଶରେ ସେ ଅଜ୍ଞାନ ହୋଇ ପଡ଼ିଗଲେ । ବାଟୋଇ ଲୋକେ ଦେଖିପାରି ତାଙ୍କୁ ଆଣି ଘରେ ପହଞ୍ଚାଇ ଦେଇଗଲେ । ଆଉ ଦିନେ ଗାଁର ସ୍ତ୍ରୀ-ଭକ୍ତଗଣଙ୍କ ସହିତ ଗଦାଧର ନିକଟବର୍ତ୍ତୀ ଆନୁଡ଼ଗ୍ରାମର ଜାଗ୍ରତା ଦେବୀ ବିଶାଳାକ୍ଷୀଙ୍କ ଦର୍ଶନ ପାଇଁ ଯାଉଥିଲେ । ସେତେବେଳେ ଅକସ୍ମାତ୍‌ ଅନ୍ତର ଭିତରେ ଏକ ଅଦ୍ଭୁତ ଜ୍ୟୋତି ଦର୍ଶନ କରି ଦେବୀଙ୍କର ଆବେଶରେ ସେ ବାହ୍ୟଜ୍ଞାନ ହରାଇ ବସିଲେ । ଲୋକେ କହିଲେ ମୂର୍ଚ୍ଛା । ଏହାକୁ ପୁଅର ବେମାରି ମନେ କରି ଚନ୍ଦ୍ରମଣି ଦେବୀ ବହୁ ଗୁଣିଗାରଡ଼ି ଚିକିତ୍ସା ପ୍ରଭୃତି କରାଇଥିଲେ । ଗଦାଧର କିନ୍ତୁ କହିଥିଲେ-ତାଙ୍କର ଅନ୍ତର ଦିବ୍ୟାନନ୍ଦରେ ଭରି ଉଠିଥିଲା । ଶ୍ରୀରାମକୃଷ୍ଣ ପିଲାଦିନେ ଗଦାଇ ନାମରେ ପରିଚିତ ଥିଲେ । ସେ ଅତି ସୁନ୍ଦର ଗୀତ ଗାଇ ପାରୁଥିଲେ । ତାଙ୍କର ସୁମଧୁର କଣ୍ଠସ୍ୱର ସହିତ ପ୍ରବଳ ସ୍ମୃତିଶକ୍ତି ମଧ୍ୟ ରହିଥିଲା । ତେଣୁ ଥରଟିଏ ମାତ୍ର ଯାତ୍ରା ବା ପାଲା ଗୀତ ଶୁଣି ସେଥିରୁ ଅଧିକାଂଶ ଗୀତ ଗାଇପାରୁଥିଲେ ଏବଂ ସମଗ୍ର ଯାତ୍ରା ଅଭିନୟ କରି ସମସ୍ତଙ୍କୁ ଆନନ୍ଦ ଦେଉଥିଲେ । ଏହି ସଦାନନ୍ଦ ବାଳକକୁ ପଡ଼ିଶାର ଆବାଳବୃଦ୍ଧବନିତା ସମସ୍ତେ ଅତ୍ୟନ୍ତ ଭଲ ପାଉଥିଲେ । ଘର ନିକଟରେ ଲାହାବାବୁଙ୍କର ଅତିଥିଶାଳାରେ ବହୁ ସାଧୁସମାଗମ ହେଉଥିଲା । ଶ୍ରୀରାମକୃଷ୍ଣ ସେଠାରେ ସାଧୁମାନଙ୍କର ସେବା ଯତ୍ନ କରୁଥିଲେ, ସେମାନଙ୍କର ମୁହଁରୁ ବହୁ ଧର୍ମକଥା ତନ୍ମୟ ହୋଇ ଶୁଣୁଥିଲେ । କଥକମାନଙ୍କର ପୁରାଣପାଠ ଶୁଣି ସେ ସବୁ କଣ୍ଠସ୍ଥ କରି ପକାଉଥିଲେ । ଏହିପରି ରାମାୟଣ, ମହାଭାରତ, ଶ୍ରୀମଦ୍‌ଭାଗବତର କଥାସବୁ ତାଙ୍କର ହୃଦୟଙ୍ଗମ ହୋଇଗଲା । ତାଙ୍କର ସୁଲଳିତ କଣ୍ଠରୁ ଏହିସବୁ ଧର୍ମଗ୍ରନ୍ଥ ପାଠ ଓ ବ୍ୟାଖ୍ୟା ଶୁଣି ଗ୍ରାମର ସ୍ତ୍ରୀ ପୁରୁଷ ସଭିଏଁ ମୁଗ୍‌ଧ ହୋଇ ଯାଉଥିଲେ । ପିଲାଦିନୁ ଶ୍ରୀରାମକୃଷ୍ଣଙ୍କର ଉଚ୍ଚନୀଚ ବୋଧ ନ ଥିଲା । ନିମ୍ନ ଜାତିର ଲୋକଙ୍କ ଘରକୁ ଯାଇ ମଧ୍ୟ ସେ ପ୍ରହ୍ଲାଦଚରିତ, ଧ୍ରୁବଚରିତ ବା ରାମାୟଣ ପାଠ କରି ଆନନ୍ଦ ବିତରଣ କରୁଥିଲେ । କଲିକତା ଆଗମନ ଘରେ ରହି ଗଦାଇର ପାଠ ହେଉ ନାହିଁ ଦେଖି ତାଙ୍କୁ ବଡ଼ଭାଇ ରାମକୁମାର କଲିକତା ଝାମାପୁକୁରସ୍ଥିତ ତାଙ୍କ ଟୋଲକୁ ପଢ଼ିବା ପାଇଁ ନେଇ ଗଲେ । ସେତେବେଳେ ତାଙ୍କ ବୟସ ସତର ବର୍ଷ । କିନ୍ତୁ ପାଠ ପଢ଼ାରେ ତାଙ୍କର ସେପରି ଉତ୍ସାହ ଦେଖାଗଲା ନାହିଁ । ବାଲ୍ୟକାଳରୁ ଧର୍ମସମ୍ବନ୍ଧୀୟ ବିଷୟ ଛଡ଼ା ଅନ୍ୟ କେଉଁ ପାଠରେ ତାଙ୍କର ମନ ଲାଗୁ ନ ଥିଲା । ପଢ଼ାପଢ଼ିରେ ତାଙ୍କର ଔଦାସୀନ୍ୟ ରାମକୁମାରଙ୍କୁ ବିଶେଷ ଚିନ୍ତିତ କଲା । ବଡ଼ଭାଇଙ୍କ ପ୍ରଶ୍ନରେ ଶ୍ରୀରାମକୃଷ୍ଣ ସହଜ କଣ୍ଠରେ ଉତ୍ତର ଦେଲେ, ଏ ସବୁ ଚାଉଳ-କଦଳୀ ବନ୍ଧା ବିଦ୍ୟା ମୁଁ ଶିଖିବି ନାହିଁ । ମୁଁ ଏପରି ବିଦ୍ୟା ଅର୍ଜନ କରିବାକୁ ଚାହେଁ, ଯେଉଁଥିରେ ଯଥାର୍ଥ ଜ୍ଞାନ ଲାଭ କରି ମାନବଜୀବନ ସାର୍ଥକ ହେବ । କଲିକତା ଆସି ଶ୍ରୀରାମକୃଷ୍ଣ ଝାମାପୁକୁର ଓ ଅନ୍ୟାନ୍ୟ ସ୍ଥାନରେ କେତେ ଦିନ ପୂଜା ଅର୍ଚ୍ଚନା ମଧ୍ୟ କରିଥିଲେ । ରାଣୀ ରାସମଣି ବହୁ ଅର୍ଥବ୍ୟୟରେ ଗଙ୍ଗାକୂଳବର୍ତ୍ତୀ ଦକ୍ଷିଣେଶ୍ୱରରେ ବିଭିନ୍ନ ମନ୍ଦିର ନିର୍ମାଣ କରି ଶ୍ରୀରାଧାଗୋବିନ୍ଦ ଓ ମା କାଳୀଙ୍କ ବିଗ୍ରହ ସ୍ଥାପନ କଲେ । ୧୨୬୨ ସାଲର ଜ୍ୟେଷ୍ଠ ୧୮ ତାରିଖ ଗୁରୁବାର ସ୍ନାନଯାତ୍ରା ଦିନ ଇଂରାଜୀ ୩୧ ମେ ୧୮୫୫ ଖ୍ରୀ. । ଶ୍ରୀ ରାମକୃଷ୍ଣଙ୍କ ବଡ଼ଭାଇ ପଣ୍ଡିତ ରାମକୁମାର କାଳୀମନ୍ଦିରର ପ୍ରଥମ ପୂଜକ ରୂପେ ନିଯୁକ୍ତ ହେଲେ । ରାମକୃଷ୍ଣ ମଧ୍ୟ ବେଳେ ବେଳେ କଲିକତାରୁ ସେଠାକୁ ଆସୁଥିଲେ ଏବଂ ଘଟଣାଚକ୍ରରେ କିଛି ଦିନ ପରେ ନିଜେ ମଧ୍ୟ ପୂଜା-କାର୍ଯ୍ୟରେ ବ୍ରତୀ ହେଲେ । ସେତେବେଳେ ତାଙ୍କର ବୟସ ମାତ୍ର ୨୧/୨୨ ବର୍ଷ । କେତେ ଦିନ ପୂଜା କଲା ପରେ ଶ୍ରୀରାମକୃଷ୍ଣଙ୍କ ମନରେ ପ୍ରଶ୍ନ ଉଠିଲା- ମୁଁ କାହାର ପୂଜା କରୁଛି? ମା ପାଷାଣମୟୀ ନା ଚିନ୍ମୟୀ? ଯଦି ଚିନ୍ମୟୀ, ତା ହେଲେ ମୋତେ କାହିଁକି ଦେଖା ଦେଉ ନାହାନ୍ତି । ଏତେ ତ ଡାକୁଛି, କେତେ ତ କାନ୍ଦୁଛି । କ୍ରମଶଃ ତାଙ୍କ ମନର ଅବସ୍ଥା ଅନ୍ୟ ପ୍ରକାର ହୋଇଗଲା । ସବୁବେଳେ ମା ଦେଖା ଦିଅ, ମା ଦେଖା ଦିଅ କହି ଅତି ବ୍ୟାକୁଳ ହୋଇ କାନ୍ଦୁଥିଲେ । ଜଙ୍ଗଲ ଭିତରକୁ ଯାଇ ଧ୍ୟାନରେ ବସି କେତେ ରାତି କଟାଇ ଦେଉଥିଲେ । ଦିନ ଶେଷରେ ଗଙ୍ଗାକୂଳ ଭୂଇଁ ଉପରେ ମୁହଁ ଘଷି ଘଷି ଆର୍ତ୍ତନାଦ କରି ଡାକୁଥିଲେ, ଏତେ ଦିନ ତ ବିତିଗଲା ମା , ତଥାପି ତୋର ଦେଖା ପାଇଲି ନାହିଁ । ତୋତେ ନ ଦେଖିଲେ ମୋର ବଞ୍ଚି ରହିବା ବୃଥା ସିନା ଭୂଇଁରେ ଏତେ ଜୋର୍‌ରେ ମୁହଁ ଘଷୁଥିଲେ ଯେ, ମୁହଁ ରକ୍ତାକ୍ତ ହୋଇଯାଉଥିଲା । ସେଥିପ୍ରତି ଏହି ଦିବ୍ୟ-ଉନ୍ମାଦଙ୍କର ଆଦୌ ଖିଆଲ ରହୁ ନ ଥିଲା । ଆହାର ନିଦ୍ରା ତ୍ୟାଗ କରି ଭବତାରିଣୀଙ୍କ ପ୍ରତିମା ସମ୍ମୁଖରେ ବସି ଛାତି ବାଡ଼େଇ କାନ୍ଦୁଥିଲେ । ତାଙ୍କର ସାଧନା ଓ ବ୍ୟାକୁଳତା ଚରମ ସୀମାରେ ପହଞ୍ଚିଗଲା । ଦିନେ ମନ୍ଦିରରେ ବସି କାନ୍ଦୁ କାନ୍ଦୁ ତାଙ୍କର ମନେ ହେଲା- ମା ଙ୍କର ଦର୍ଶନ ଯେତେବେଳେ ପାଇଲି ନାହିଁ, ସେତେବେଳେ ଏ ଜୀବନ ରଖି ଆଉ ଲାଭ କ ଣ? ହଠାତ୍‌ ସେ ଉନ୍ମାଦ ଭଳି ମନ୍ଦିର କାନ୍ଥରୁ ମା ଙ୍କ ଖଣ୍ଡାଟି ଟାଣି ଆଣି କହିଲେ, ଆଜି ଏଇଠି ଏ ଜୀବନ ବଳି ଦେବି । ଏହା କହି ନିଜକୁ ବଧ କରିବା ପାଇଁ ଯେତେବେଳେ ସେ ଖଣ୍ଡା ଉଠାଇଲେ, ସେତେବେଳେ ହଠାତ୍‌ ମା କାଳୀ ଜ୍ୟୋତିର୍ମୟୀ ମୂର୍ତ୍ତି ଧରି ତାଙ୍କୁ ଦର୍ଶନ ଦେଲେ । ଅନ୍ତରରେ ଓ ବାହାରେ ବରାଭୟା ମୂର୍ତ୍ତିରେ ମା ଙ୍କୁ ଦେଖି ରାମକୃଷ୍ଣ ସଂଜ୍ଞାଶୂନ୍ୟ ହୋଇ ପଡ଼ିଗଲେ । ଦୁଇ ତିନି ଦିନ ସେହି ଅବସ୍ଥାରେ ଆନନ୍ଦରେ ଆତ୍ମହରା ହୋଇ ରହିଲେ । ଏହି ପ୍ରଥମ ଦର୍ଶନ ପରେ ଶ୍ରୀରାମକୃଷ୍ଣଙ୍କ ବ୍ୟାକୁଳତା ଆହୁରି ବଢ଼ି ଉଠିଲା; ସତେ ଯେପରି ମା ଙ୍କୁ ଛାଡ଼ି ମୂହୁର୍ତ୍ତେ ମଧ୍ୟ ରହିପାରିବେ ନାହିଁ । ସେ ଚିନ୍ମୟୀ ମା ଙ୍କ ଛାଡ଼ି ମୂହୁର୍ତ୍ତେ ମଧ୍ୟ ରହିପାରିବେ ନାହିଁ । ସେ ଚିନ୍ମୟୀ ମା ଙ୍କ ସାଙ୍ଗରେ କଥା କହୁଥିଲେ, ହସୁଥିଲେ । ନାନା ଭାବରେ ମା ଙ୍କୁ ପାଇ ଆନନ୍ଦରେ ବିଭୋର ହୋଇ ରହୁଥିଲେ । ମନ୍ଦିରର ଭବତାରିଣୀ ପାଷାଣ ପ୍ରତିମା ହୋଇ ଆଉ ନାହାନ୍ତି । ସେ ଚିନ୍ମୟୀରୂପରେ, ଆନନ୍ଦମୟୀ ରୂପରେ ରାମକୃଷ୍ଣଙ୍କ ନିକଟରେ ଧରା ଦେଇ ଲୀଳାନନ୍ଦ-ରସରେ ତାଙ୍କୁ ବୁଡ଼ାଇ ରଖିଲେ । ରାମକୃଷ୍ଣଙ୍କ ଜୀବନରେ ଚିନ୍ମୟୀଙ୍କର ନାନା ଭାବର ବିଳାସ ଆଧ୍ୟାତ୍ମିକ ଇତିହାସରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ଘଟଣା । ବିବାହ ଗଦାଧର ଉନ୍ମାଦ ହୋଇଯାଇଛି; ମନ୍ଦିରରେ ଆଉ ପୂଜାର୍ଚ୍ଚନା କରୁ ନାହିଁ; ସବୁବେଳେ ମା , ମା , ମା , ବୋଲି କାନ୍ଦୁଛି; ଆହାର ନିଦ୍ରା ଛାଡ଼ିଛି; ପାଗଳଭଳି କାନ୍ଧରେ ଠେଙ୍ଗା ଧରି ଘୂରି ବୁଳୁଛି; କାଙ୍ଗାଳୀମାନଙ୍କ ଅଇଁଠା ଖାଉଛି-ଏହିସବୁ କଥା ଶୁଣି କାମାରପୁକୁରରେ ତାଙ୍କ ଜନନୀ ଚନ୍ଦ୍ରମଣି ବିଶେଷ ଉଦ୍‌ବିଗ୍ନ ହୋଇପଡ଼ିଥିଲେ । ସେ ଭାବିଲେ, ଗଦାଇର ପିଲାବେଳର ବାୟୁରୋଗ ପୁଣି ହୁଏତ ବାହରିଛି । ତେଣୁ ଚିକିତ୍ସା ପାଇଁ ଗଦାଧରକୁ କାମାରପୁକୁରକୁ ଡକାଇ ଆଣିଲେ । ନାନା ଚିକିତ୍ସା ସତ୍ତ୍ୱେ ରୋଗର ସାମାନ୍ୟ ଉପଶମ ମଧ୍ୟ ହେଲା ନାହିଁ । ତେଣୁ ଆତ୍ମୀୟସ୍ୱଜନଙ୍କ ପରାମର୍ଶରେ ବିବାହର ଚେଷ୍ଟା ଚାଲିଲା । କିନ୍ତୁ କେଉଁଠି ହେଲେ ମନଲାଖି ପାତ୍ରୀ ମିଳିଲା ନାହିଁ । ଏସବୁ ଦେଖି ଶ୍ରୀରାମକୃଷ୍ଣ ନିଜେ ପାତ୍ରୀର ସନ୍ଧାନ ଦେଲେ- ଜୟରାମବାଟୀରେ ରାମଚନ୍ଦ୍ର ମୁଖୋପାଧ୍ୟାୟଙ୍କ ଘରେ ପାତ୍ରୀ କୁଟାବନ୍ଧା ହୋଇ ରହିଛି, ସେଇଠି ଯାଇ ଦେଖ । ଲୋକ ପଠାଇ କନ୍ୟାର ସନ୍ଧାନ ନେଲେ । ଦୁଇ ତରଫର ସମ୍ମତି ହେଲା; ପରବର୍ତ୍ତୀ ବୈଶାଖ ମାସର ଏକ ଶୁଭଲଗ୍ନରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା । ଶ୍ରୀରାମକୃଷ୍ଣଙ୍କର ତେଇଶ ବର୍ଷ ପୂର୍ଣ୍ଣ ହୋଇଛି, ସାରଦାମଣି ମାତ୍ର ପାଞ୍ଚ ବର୍ଷର ବାଳିକା । ଜୟରାମବାଟୀର ନାରୀଗଣ କୁହାକୁହି ହେଲେ ଆହା ସାରଦାର କପାଳ ଖରାପ, ବରର ପୁଣି ମୁଣ୍ଡ-ପାଗଳ ଦୋଷ ଅଛି । ବିବାହ ପରେ ଶ୍ରୀରାମକୃଷ୍ଣ କେତେଦିନ କାମାରପୁକୁରରେ ଥିଲେ ଏବଂ ନିକଟବର୍ତ୍ତୀ ଶ୍ମଶାନକୁ ଯାଇ ନାନା ସାଧନା କରୁଥିଲେ । ରାତି ପାହି ଯାଉଥିଲା ସେ ସାଧନାରେ । ସେତିକିବେଳେ କୁଳପ୍ରଥାନୁସାରେ ତାଙ୍କୁ କିଛି ଦିନ ପାଇଁ ଶ୍ୱଶୁରଘର ଜୟରାମବାଟୀକୁ ଯିବାକୁ ପଡ଼ିଥିଲା । ଏକ ଶୁଭ ଦିନରେ ସ୍ୱାମୀ ସ୍ତ୍ରୀ ଦୁହେଁ କାମାରପୁକୁରକୁ ଫେରି ଆସିଥିଲେ । ସେତେବେଳକୁ ସାରଦାଦେବୀ ସପ୍ତମ ବର୍ଷରେ ପଦାର୍ପଣ କରିଥାଆନ୍ତି । ପାଲିଙ୍କିରେ ବସି ଆସିଲାବେଳେ ଶ୍ରୀରାମକୃଷ୍ଣ ସ୍ତ୍ରୀଙ୍କୁ କହିଲେ- କେହି ଯଦି ପଚାରେ, ତୁମକୁ ମୁଁ ଭଲ ପାଏ କି ନାହିଁ, କହିବ ଖୁବ୍‌ ଭଲ ପାଏ । ସାତ ବର୍ଷ ବୟସର ବଧୂ ସାରଦାମଣି କେବଳ ମୁଣ୍ଡ ହଲାଇ ସ୍ୱାମୀଙ୍କ କଥା ଅନୁମୋଦନ କଲେ । ଏହାର କେତେ ଦିନ ପରେ ପ୍ରାୟ ସୁସ୍ଥ ଶରୀରରେ ଶ୍ରୀରାମକୃଷ୍ଣ ତାଙ୍କର ସାଧନାପୀଠ ଦକ୍ଷିଣେଶ୍ୱରକୁ ଫେରିଆସିଲେ, ଏବଂ ସାରଦାମଣି ବାପଘରକୁ ଫେରିଯାଇ ନିଜ ପିତାମାତାଙ୍କ ସେବାରେ ବ୍ରତୀ ହେଲେ । ଦକ୍ଷିଣେଶ୍ୱରକୁ ଫେରିଆସି ଶ୍ରୀରାମକୃଷ୍ଣ ପୁଣି ତୀବ୍ର ସାଧନା ଆରମ୍ଭ କଲେ; ଫଳରେ ତାଙ୍କର ଉନ୍ମାଦନା ଆରମ୍ଭ ହେଲା ଆହୁରି ତୀବ୍ର ରୂପରେ-ସେହି ଗାତ୍ରଦାହ, ସେହି ଅସ୍ଥିରତା, ସବୁବେଳେ ଛାତି ଲାଲ ହୋଇ ରହୁଥିଲା, ଆଖିର ପଲକ ପଡ଼ୁ ନଥିଲା, ସବୁବେଳେ ମା ମା ବୋଲି ଡାକି କାନ୍ଦୁଥିଲେ ।... ମନ୍ଦିରର କର୍ମଚାରୀ ଓ ବିଶେଷତଃ ରାଣୀ ରାସମଣିଙ୍କ ଜାମାତା ମଥୁରବାବୁ ବିସ୍ମୟ ପ୍ରକାଶ କଲେ । ବାହା ହେଲା ପରେ ତ ମନଟା ବାଗକୁ ଆସିବା କଥା, କିନ୍ତୁ ବର୍ତ୍ତମାନ ଦେଖୁଛୁ ଠିକ୍‌ ତା ର ଓଲଟା ହେଉଛି । ଏଥିରେ ଶ୍ରୀରାମକୃଷ୍ଣଙ୍କ ପ୍ରତି ମଥୁରବାବୁଙ୍କର ଶ୍ରଦ୍ଧା-ଭକ୍ତି ଆହୁରି ବଢ଼ିଗଲା । ସେ କଲିକତାର ବିଖ୍ୟାତ ବୈଦ୍ୟମାନଙ୍କୁ ଡାକି ତାଙ୍କ ଚିକିତ୍ସାର ବ୍ୟବସ୍ଥା କରାଇଲେ । ଜନୈକ ପ୍ରବୀଣ ବୈଦ୍ୟ କହିଲେ, ଏହାଙ୍କର ତ ଦିବ୍ୟଉନ୍ମାଦ ଅବସ୍ଥା, ଏହା ଯୋଗଜ ବ୍ୟାଧି ଔଷଧରେ ଏ ତ ଭଲ ହେବ ନାହିଁ । ତାହା ହିଁ ସତ୍ୟ ହେଲା । ରୋଗର ଉପଶମ ହେବା ଦୂରେ ଥାଉ, ବରଂ ଦିନକୁ ଦିନ ସେହି ଉନ୍ମାଦ ଅବସ୍ଥା ବଢ଼ି ଚାଲିଲା । ଇତି ମଧ୍ୟରେ ମଥୁରବାବୁଙ୍କର ଏକ ଅଲୌକିକ ଦର୍ଶନ ହେଲା । ସେ ଶ୍ରୀରାମକୃଷ୍ଣଙ୍କ ଭିତରେ ମା କାଳୀ ଓ ଦେବାଦିଦେବ ମହାଦେବଙ୍କର ଦର୍ଶନ ପାଇଲେ । ଏହି ଦର୍ଶନ ପରେ ମଥୁରବାବୁଙ୍କର ସନ୍ଦେହ ଭାଙ୍ଗିଲା । ସେହିଦିନଠାରୁ ଜୀବନର ଶେଷ ଦିନ ପର୍ଯ୍ୟନ୍ତ ସେ ଶ୍ରୀରାମକୃଷ୍ଣଙ୍କୁ ନରଦେହଧାରୀ ଦେବତା ଜ୍ଞାନ କରି ଭକ୍ତି ଓ ସେବା କରୁଥିଲେ । ଦକ୍ଷିଣେଶ୍ୱରକୁ ଫେରିଆସି ଶ୍ରୀରାମକୃଷ୍ଣ ମନ୍ଦିରରେ ଭବତାରିଣୀଙ୍କ ପୂଜାରେ ବ୍ରତୀ ହେଲେ । କାଳୀବିଗ୍ରହ ପୂଜା କରୁ କରୁ ଅଦ୍ଭୁତ ଈଶ୍ୱରୀୟ ରୂପମାନ ଦର୍ଶନ କରୁଥିଲେ । ଆଳତି କରୁଛନ୍ତି ତ କରୁଛନ୍ତି; ଆଳତି ଆଉ ଶେଷ ହେଉ ନାହିଁ । ପୂଜା କରିବାକୁ ବସିଲେ ପୂଜା ଆଉ ଶେଷ ହୁଏ ନାହିଁ ।... ହୁଏତ ଦେବୀଙ୍କ ପାଦରେ ଫୁଲ ଦେବାକୁ ଯାଇ ନିଜ ମୁଣ୍ଡ ଉପରେ ଫୁଲ ରଖନ୍ତି । ଦେବୀଙ୍କୁ ନୈବେଦ୍ୟ ନିବେଦନ କରି କହନ୍ତି, ମୋତେ ଖାଇବାକୁ କହୁଛୁ ହଉ, ମୁଁ ତା ହେଲେ ଖାଉଛି, ଆଉ ତୁ ବି ଖାଆ କହି ନିଜେ ଟିକିଏ ଖାଇ ସେହି ନୈବେଦ୍ୟ ଦେବୀଙ୍କ ମୁହଁ ନିକଟରେ ଟେକି ଧରନ୍ତି । ଦେବୀଙ୍କୁ ଶଯ୍ୟା ନିବେଦନ କରିବାକୁ ଯାଇ ନିଜେ ସେହି ଶଯ୍ୟାରେ ଶୋଇ ପଡ଼ନ୍ତି ଏପରି କେତେ କଥା । ସାଧନା କ୍ରମେ ସେ ଆଉ ପୂଜା କରିପାରିଲେ ନାହିଁ, ଉନ୍ମାଦ ଭଳି ବ୍ୟବହାର କରିବାକୁ ଲାଗିଲେ । ମଥୁରବାବୁ ତାଙ୍କୁ ମହାପୁରୁଷ ଜ୍ଞାନ କରି ତାଙ୍କର ସେବାଯତ୍ନ କରିବାକୁ ଲାଗିଲେ ଓ ଅତଃପର ଅନ୍ୟ ବ୍ରାହ୍ମଣଙ୍କଦ୍ୱାରା ମା କାଳୀଙ୍କ ନିତ୍ୟପୂଜାର ବ୍ୟବସ୍ଥା କଲେ । ଏହାପରେ ଶ୍ରୀରାମକୃଷ୍ଣ ବହୁ କଠୋର ସାଧନାରେ ବ୍ରତୀ ହେଲେ । ଲୋଷ୍ଟ୍ର ଓ କାଞ୍ଚନ ସମାନ ଏହି ଜ୍ଞାନରେ ପ୍ରତିଷ୍ଠିତ ହେବା ପାଇଁ ସେ ଟଙ୍କା-ମାଟି ମାଟି-ଟଙ୍କା କହି ସମବୁଦ୍ଧିରେ ଟଙ୍କା ଓ ମାଟି ଗଙ୍ଗାଜଳରେ ନିକ୍ଷେପ କଲେ । କାଞ୍ଚନ ପ୍ରତି ଆସକ୍ତି ତାଙ୍କର ଚିରଦିନ ପାଇଁ ଦୂର ହେଲା । ଦିନେ ଶ୍ରୀରାମକୃଷ୍ଣ ମା କାଳୀଙ୍କୁ କହିଲେ, ମା , ମୁଁ ଲେଖାପଢ଼ା ଜାଣେ ନାହିଁ, ଶାସ୍ତ୍ର ଜାଣେ ନାହିଁ । ତୁ ଦୟା କରି ମୋତେ ସବୁ ଧର୍ମର, ସବୁ ଶାସ୍ତ୍ରର ସାର କହି ଦେ । ଜଗଜ୍ଜନନୀଙ୍କ ଇଚ୍ଛାରେ ସେହି ଦିନଠାରୁ ନାନା ଭାବର ନାନା ଧର୍ମର ଆଚାର୍ଯ୍ୟଗଣ ଦକ୍ଷିଣେଶ୍ୱରକୁ ଆଗମନ କରି ଶ୍ରୀରାମକୃଷ୍ଣଙ୍କୁ ବିଭିନ୍ନ ଧର୍ମର ସାଧନାରେ ଦୀକ୍ଷିତ କଲେ । କ୍ରମେ କ୍ରମେ ସକଳ ସାଧନାରେ ସିଦ୍ଧିଲାଭ କରି ସେ ଉପଲବ୍‌ଧି କଲେ ଯେ ସବୁ ଧର୍ମ ସତ୍ୟରେ ପ୍ରତିଷ୍ଠିତ, ସବୁ ଧର୍ମର ଲକ୍ଷ୍ୟ ଈଶ୍ୱରଲାଭ । ଯେତେ ମତ, ସେତେ ପଥ -ସବୁ ଧର୍ମ ସେହି ଏକ ପରମେଶ୍ୱରଙ୍କ ନିକଟକୁ ନେଇ ଯାଏ ।... ଜଣେ ଭୈରବୀ ବ୍ରାହ୍ମଣୀ ଦକ୍ଷିଣେଶ୍ୱରକୁ ଆସି ଶ୍ରୀରାମକୃଷ୍ଣଙ୍କୁ ତନ୍ତ୍ରମତରେ ବହୁ ସାଧନା କରାଇଲେ ଏବଂ ତାଙ୍କୁ ଗୌରାଙ୍ଗ ଭାବି ଶ୍ରୀଚୈତନ୍ୟଚରିତାମୃତ ପ୍ରଭୃତି ବୈଷ୍ଣବ ଗ୍ରନ୍ଥସବୁ ପଢ଼ି ଶୁଣାଇଲେ । ଏହି ସନ୍ନ୍ୟାସିନୀ ତନ୍ତ୍ରଶାସ୍ତ୍ରରେ ବିଶେଷ ପାରଦର୍ଶିନୀ ଥିଲେ ଓ ସବୁ ସାଧନାରହସ୍ୟ ମଧ୍ୟ ଜାଣିଥିଲେ । ତାଙ୍କ ଉପଦେଶାନୁଯାୟୀ ଶ୍ରୀରାମକୃଷ୍ଣ ପ୍ରଧାନ ଚୌଷଠି ପ୍ରକାର ତନ୍ତ୍ର-ସାଧନାରେ ସିଦ୍ଧିଲାଭ କଲେ । କୌଣସି ସାଧନାରେ ସିଦ୍ଧିଲାଭ କରିବାକୁ ତାଙ୍କୁ ତିନି ଦିନରୁ ବେଶୀ ସମୟ ଲାଗି ନାହିଁ । ଏହି ସମୟରେ ଦଶଭୁଜାଠାରୁ ଆରମ୍ଭ କରି ଦ୍ୱିଭୁଜା ପର୍ଯ୍ୟନ୍ତ କେତେ ଯେ ଦେବଦେବୀଙ୍କ ମୂର୍ତ୍ତି ସେ ଦର୍ଶନ କରିଥିଲେ ତା ର ଠିକଣା ନାହିଁ । ଗଙ୍ଗାକୂଳରେ ପଞ୍ଚବଟୀ, ତୁଳସୀକାନନ ଓ ପଞ୍ଚମୁଣ୍ଡିର ଆସନ ପ୍ରଭୃତି ପ୍ରସ୍ତୁତ କରି ଶ୍ରୀରାମକୃଷ୍ଣ ନାନା ସାଧନାରେ ରତ ଥିଲେ । ତାନ୍ତ୍ରିକ ସାଧନାରେ ସିଦ୍ଧିଲାଭ କରି ସେ ବୈଷ୍ଣବ-ତନ୍ତ୍ର ସାଧନାରେ ବ୍ରତୀ ହେଲେ ଏବଂ ଶାନ୍ତ, ଦାସ୍ୟ ପ୍ରଭୃତି ଭାବ ସାଧନା କରି ଭଗବାନଙ୍କର ଦର୍ଶନ ଲାଭ କଲେ । ପୁଣି ପଞ୍ଚରାତ୍ର ଗୌଡ଼ୀୟ ପ୍ରଭୃତି ବିଭିନ୍ନ ପନ୍ଥାର ମଧ୍ୟ ଅନୁସରଣ କରିଥିଲେ । ମଧୁରଭାବ ସାଧନା କାଳରେ ସେ ଶ୍ରୀରାଧାଙ୍କ ସଖୀ ଭାବରେ ନାରୀପୋଷାକ ପରିଧାନ କରି ରହୁଥିଲେ । ଏହି ସମୟରେ ତାଙ୍କ ଶ୍ରୀରାଧା-ଦର୍ଶନ ହେଲା ଏବଂ ଶ୍ରୀରାଧା ତାଙ୍କ ଅଙ୍ଗରେ ବିଲୀନ ହୋଇଗଲେ । ସେ କହିଥିଲେ, ଶ୍ରୀମତୀଙ୍କ ଅଙ୍ଗକାନ୍ତି ନାଗକେଶର ଫୁଲ ଭଳି ଗୌରବର୍ଣ୍ଣ । ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ଶ୍ରୀରାମକୃଷ୍ଣ ମଧୁରଭାବ ସାଧନା କରିଥିଲେ ଓ ରାଧାରାଣୀଙ୍କ ଭାବରେ ପ୍ରେମୋନ୍ମତ୍ତ ହୋଇ ସ୍ୱଳ୍ପକାଳ ଅବସ୍ଥାନ କରି ଅବଶେଷର ଶ୍ରୀକୃଷ୍ଣଙ୍କର ଦର୍ଶନ ମଧ୍ୟ ପାଇଥିଲେ । ସେହି ଦିବ୍ୟମୂର୍ତ୍ତି ଶ୍ରୀରାମକୃଷ୍ଣଙ୍କ ଅଙ୍ଗରେ ବିଲୀନ ହୋଇଗଲେ । ସେତେବେଳେ ଛ ମାସ ପର୍ଯ୍ୟନ୍ତ ସେ ସର୍ବତ୍ର ଶ୍ରୀକୃଷ୍ଣଙ୍କୁ ଦେଖୁଥିଲେ । ଶ୍ରୀଗୌରାଙ୍ଗଙ୍କୁ ଧ୍ୟାନଚିନ୍ତା କରି ଶ୍ରୀରାମକୃଷ୍ଣ ତାଙ୍କର ମଧ୍ୟ ଦର୍ଶନ ଲାଭ କଲେ । ଭାବଚକ୍ଷୁରେ ଶ୍ରୀଗୌରାଙ୍ଗଙ୍କ ମହାସଂକୀର୍ତ୍ତନ ଦଳକୁ ମଧ୍ୟ ଦେଖିଲେ । ତା ପରେ ହନୁମାନଙ୍କ ଭାବରେ ଶ୍ରୀରାମଚନ୍ଦ୍ରଙ୍କର ଉପାସନା କଲେ । ପୁଣି ରାମମନ୍ତ୍ରରେ ଦୀକ୍ଷିତ ହୋଇ ବାତ୍ସଲ୍ୟଭାବରେ ସାଧନା କରି ରାମଲାଲା ମୂର୍ତ୍ତି ମଧ୍ୟରେ ଶ୍ରୀରାମଚନ୍ଦ୍ରଙ୍କ ଦର୍ଶନ ପାଇଥିଲେ । ଏହି ସମୟରେ ବୈଷ୍ଣବ ସାଧକଗଣ ତାଙ୍କ ନିକଟକୁ ଆସିବା ଆରମ୍ଭ କଲେ । ବୈଷ୍ଣବ ପଣ୍ଡିତ ବୈଷ୍ଣବଚରଣ ଶ୍ରୀରାମକୃଷ୍ଣଙ୍କୁ କଲୁଟୋଲାସ୍ଥିତ ଚୈତନ୍ୟସଭାକୁ ନେଇଯାଇଥିଲେ । ଏହି ସଭାରେ ଶ୍ରୀରାମକୃଷ୍ଣ ଭାବାବିଷ୍ଟ ହୋଇ ଶ୍ରୀଚୈତନ୍ୟଦେବଙ୍କ ଆସନରେ ଯାଇ ବସିଥିଲେ । ଏହା ଦେଖି ବୈଷ୍ଣବଚରଣ ମଥୁରାନାଥଙ୍କୁ କହିଥିଲେ, ଏ ଉନ୍ମାଦ ସାମାନ୍ୟ ବା ତୁଚ୍ଛ ନୁହେଁ, ଏହା ପ୍ରେମୋନ୍ମାଦ ଅବସ୍ଥା । ସେ ଈଶ୍ୱରଙ୍କ ପାଇଁ ପାଗଳ- ଚୈତନ୍ୟଦେବଙ୍କ ଆସନରେ ବସିବାର ଯୋଗ୍ୟ । ଭୈରବୀ ବ୍ରାହ୍ମଣୀ, ବୈଷ୍ଣବଚରଣ, ଗୌରୀ ପଣ୍ଡିତ ପ୍ରଭୃତି ଦେଖିଲେ ଶ୍ରୀରାମକୃଷ୍ଣଙ୍କର ମହାଭାବର ଅବସ୍ଥା । ଶ୍ରୀଚୈତନ୍ୟଦେବଙ୍କ ଭଳି କେତେବେଳେ ଅନ୍ତର୍ଦ୍ଦଶା, କେତେବେଳେ ଜଡ଼ବତ ସମାଧିସ୍ଥ, କେତେବେଳେ ବା ଅର୍ଦ୍ଧବାହ୍ୟଦଶା, ପୁଣି କେତେବେଳେ ବାହ୍ୟଦଶା । ସକଳ ପ୍ରକାର ଦ୍ୱୈତ ସାଧନାରେ ସିଦ୍ଧି ଲାଭ କରି ଶ୍ରୀରାମକୃଷ୍ଣଙ୍କ ମନରେ ଭାବାତୀତ ଅଦ୍ୱୈତ-ସାଧନାର ଇଚ୍ଛା ବଳବତୀ ହେଲା । ଦକ୍ଷିଣେଶ୍ୱର କାଳୀବାଡ଼ିରେ ସଦାବ୍ରତର ବ୍ୟବସ୍ଥା ଥିଲା । ବହୁ ସାଧୁ ସନ୍ନ୍ୟାସୀ ସେଠାକୁ ଆସୁଥିଲେ । ସେତିକିବେଳେ ପୁରୀ ସଂପ୍ରଦାୟର ଜଟାଜୁଟଧାରୀ ବ୍ରହ୍ମଦର୍ଶୀ ନାଗା (ଉଲଙ୍ଗ) ସନ୍ନ୍ୟାସୀ ତୋତାପୁରୀ ଦକ୍ଷିଣେଶ୍ୱରକୁ ଆସିଲେ । ଶ୍ରୀରାମକୃଷ୍ଣଙ୍କୁ ଦେଖି ସେ ବେଦାନ୍ତ ସାଧନାର ଉତ୍ତମ ଅଧିକାରୀ ବୋଲି ଚିହ୍ନିପାରିଲେ ଏବଂ ତାଙ୍କୁ ବେଦାନ୍ତ-ସାଧନ କରିବେ କି ନାହିଁ ବୋଲି ପଚାରିଲେ । ଶ୍ରୀରାମକୃଷ୍ଣ ମା ଭବତାରିଣୀଙ୍କ ଆଦେଶ ନେଇ ତୋତାପୁରୀଙ୍କ ନିକଟରୁ ବିଧିବଦ୍ଧ ସନ୍ନ୍ୟାସ ଗ୍ରହଣ କରି ବେଦାନ୍ତସାଧନର ଉପଦେଶ ଗ୍ରହଣ କଲେ ଓ ସେଥିରେ ମନ ନିବିଷ୍ଟ କଲେ । ଅଳ୍ପ ସମୟ ମଧ୍ୟରେ ଶ୍ରୀରାମକୃଷ୍ଣଙ୍କ ମନ ନିର୍ବିକଳ୍ପ ସମାଧିରେ ଲୀନ ହୋଇଗଲା । ଯେଉଁ ସମାଧିଭୂମିରେ ଅଧିଷ୍ଠିତ ହେବାକୁ ତାଙ୍କୁ ଦୀର୍ଘ ଚାଳିଶ ବର୍ଷ କଠୋର ସାଧନା କରିବାକୁ ପଡ଼ିଥିଲା, ଶିଷ୍ୟ ଅନାୟାସରେ କେଇଦିନ ଭିତରେ ସେହି ଅବସ୍ଥା ଲାଭ କରିବା ଦେଖି ତୋତାପୁରୀ ଚମତ୍କୃତ ହୋଇଗଲେ । ଆପଣା ଶିଷ୍ୟକୁ ତିନିଦିନ କାଳ ସେହି ନିର୍ବିକଳ୍ପ ସମାଧିରେ ଅବସ୍ଥାନ କରିବା ଦେଖି ତୋତାପୁରୀ ଯୌଗିକ ପ୍ରକ୍ରିୟାରେ ଶିଷ୍ୟଙ୍କ ମନକୁ ସହଜ ଅବସ୍ଥାକୁ ଫେରାଇ ଆଣିଲେ । ତା ପରେ ନିର୍ବିକଳ୍ପ ସମାଧିରେସ୍ଥିତ ହେବା ଶ୍ରୀରାମକୃଷ୍ଣଙ୍କ ପକ୍ଷରେ ସହଜ ହୋଇଗଲା । ସେ ଏକଦା ଛଅ ମାସ କାଳ ନିର୍ବିକଳ୍ପ ସମାଧିରେ ମଗ୍ନ ଥିଲେ । ଏହିଭଳି ଭାବରେ ଦୀର୍ଘ ବାର ବର୍ଷ ନିରନ୍ତର ସାଧନାଦ୍ୱାରା ହିନ୍ଦୁଧର୍ମର ସକଳ ପ୍ରକାର ଧର୍ମମତର ସାଧନାରେ ସିଦ୍ଧିଲାଭ କରି ସେ ପରମହଂସ ଶ୍ରୀରାମକୃଷ୍ଣ ହେଲେ । ଗୋଟିଏ ଗୋଟିଏ ମତରେ ସିଦ୍ଧିଲାଭ କରି ସେ କିଛି କାଳ ସେହି ଭାବରେ ତନ୍ମୟ ହୋଇ ରହୁଥଲେ । ସେତେବେଳେ ସେହିସବୁ ମତର ସାଧକଗଣ ଭାରତର ନାନା ପ୍ରାନ୍ତରୁ ଆସି ଶ୍ରୀରାମକୃଷ୍ଣଙ୍କ ନିକଟରୁ ସାଧନୋପଦେଶ ଗ୍ରହଣ ନିମନ୍ତେ ଦକ୍ଷିଣେଶ୍ୱରରେ ସମବେତ ହେଉଥିଲେ । ଏହି ବାରବର୍ଷ କାଳ ସେ ନିମିଷକ ପାଇଁ ମଧ୍ୟ ଶୋଇ ନାହାନ୍ତି । ଏହି ଦୀର୍ଘ ସମୟରେ ତାଙ୍କର ଆହାରାଦିର ମଧ୍ୟ କୌଣସି ନିୟମ ନ ଥିଲା । ଦିନରାତି ଯେ କିଭଳି କଟି ଯାଉଥିଲା ସେ ଆଡ଼କୁ ତାଙ୍କର ଦୃଷ୍ଟି ନ ଥିଲା । ସେ ବହୁ ଦିବ୍ୟଶକ୍ତିର ଅଧିକାରୀ ହୋଇଥିଲେ, ଇଚ୍ଛାମାତ୍ରକେ ଯେ କୌଣସି ଲୋକର ମନରେ ଧର୍ମଭାବର ସଞ୍ଚାର କରିପାରୁଥିଲେ, ସ୍ପର୍ଶମାତ୍ରକେ ଲୋକଙ୍କୁ ସମାଧିସ୍ଥ କରି ଦେଉଥିଲେ । ତାଙ୍କର ଆଶୀର୍ବାଦରୁ ଅନେକ ଲୋକ କଠିନ ରୋଗରୁ ଆରୋଗ୍ୟ ଲାଭ କରୁଥିଲେ; କିନ୍ତୁ ଏ ସବୁଥିରେ ତାଙ୍କର ବିନ୍ଦୁମାତ୍ର ଅହଂକାର ନ ଥିଲା । ସେ ସମାଧିଭୂମିରୁ ତାଙ୍କ ମନକୁ ଜୀବକଲ୍ୟାଣ ପାଇଁ ତଳକୁ ଟାଣି ଆଣି ମା ମା ବୋଲି କାନ୍ଦୁଥିଲେ । ସର୍ବଦା ମା ଙ୍କ ସଂଗେ କଥା କହୁଥିଲେ । ମା ଙ୍କ ନିକଟରୁ ଉପଦେଶ ମାଗୁଥିଲେ-ମଣିଷର ଆଧ୍ୟାତ୍ମିକ କଲ୍ୟାଣ ନିମନ୍ତେ ମା ଙ୍କ ନିକଟରେ କେତେ ପ୍ରାର୍ଥନା କରୁଥିଲେ । କହୁଥିଲେ, ମା , ତୋ ରି କଥା କେବଳ କହ, କେବଳ ତୋ ରି କଥା ଶୁଣିବି । ମୁଁ ଶାସ୍ତ୍ର ଜାଣେ ନାହିଁ, ସାହିତ୍ୟ ଜାଣେ ନାହିଁ, ତୁ ବୁଝାଇଲେ ଯାଇ ବିଶ୍ୱାସ କରିବି । ଶ୍ରୀରାମକୃଷ୍ଣ ଜାଣିଥିଲେ, ଯିଏ ପରଂବ୍ରହ୍ମ ଅଖଣ୍ଡ ସଚ୍ଚିଦାନନ୍ଦ ସେ ହିଁ ମା , କାଳୀ । ଜଗନ୍ମାତା ଶ୍ରୀରାମକୃଷ୍ଣଙ୍କୁ କହିଥିଲେ, ତୁ ଆଉ ମୁଁ ଏକ । ତୁ ଭକ୍ତି ଘେନି ଭାବମୁଖରେ ଥା, ଜୀବ ମଙ୍ଗଳ ପାଇଁ ତୋ ନିକଟକୁ ବହୁ ଭକ୍ତ ଆସିବେ, ତୁ ସେମାନଙ୍କର କଲ୍ୟାଣ କର । କେତେ ଶୁଦ୍ଧସତ୍ତ୍ୱ, କାମନାଶୂନ୍ୟ ଭକ୍ତ ତୋ ନିକଟକୁ ଆସିବେ ।... ତୋ ନିକଟକୁ ଆସି ସେମାନେ ଭକ୍ତିଲାଭ କରିବେ, ଜ୍ଞାନଲାଭ କରିବେ । ତୀର୍ଥଯାତ୍ରା ଶ୍ରୀରାମକୃଷ୍ଣଙ୍କ ମାତୃଭକ୍ତି ଅନନ୍ୟାସାଧାରଣ । ସେ ମାତା ଚନ୍ଦ୍ରମଣିଙ୍କୁ ଜଗଜ୍ଜନନୀଙ୍କ ରୂପାନ୍ତର ଜ୍ଞାନରେ ସେବାପୂଜାଦି କରୁଥିଲେ । ଜ୍ୟେଷ୍ଠଭ୍ରାତା ରାମକୁମାର ଓ ରାମେଶ୍ୱରଙ୍କ ସ୍ୱର୍ଗଲାଭ ପରେ ମାତା ଚନ୍ଦ୍ରାମଣି ପୁତ୍ରଶୋକରେ ଅଧୀର ହୋଇ ପଡ଼ିଥିଲେ । କେତେ କାଳ ପରେ ଶ୍ରୀରାମକୃଷ୍ଣ ତାଙ୍କ ମା ଙ୍କୁ ଦକ୍ଷିଣେଶ୍ୱର କାଳୀବାଡ଼ିକୁ ନେଇ ଆସି ନିଜ ପାଖରେ ରଖିଥିଲେ । ପ୍ରତିଦିନ ପ୍ରତ୍ୟୁଷରେ ଉଠି ପ୍ରଥମେ ମା ଙ୍କ ନିକଟକୁ ଯାଉଥିଲେ ଏବଂ ଅସୀମ ଶ୍ରଦ୍ଧା ସହକାରେ ତାଙ୍କ ପଦଧୂଳି ଗ୍ରହଣ କରି କୁଶଳ ପ୍ରଶ୍ନ ପଚାରୁଥିଲେ । ନାନା ଭାବରେ ସେବାଯତ୍ନ କରି ଜନନୀଙ୍କୁ ପ୍ରସନ୍ନ ରଖିବା ନିମନ୍ତେ ତାଙ୍କର ଚେଷ୍ଟା ଥିଲା ଅନ୍ତହୀନ । ଶ୍ରୀରାମକୃଷ୍ଣ ତୀର୍ଥଦର୍ଶନ ପାଇଁ ବାହାରିଥିଲେ ୧୮୬୮ ଖ୍ରୀଷ୍ଟାବ୍ଦରେ । ସସ୍ତ୍ରୀକ ମଥୁରବାବୁ ଓ ଭଣଜା ହୃଦୟ ତାଙ୍କ ସଙ୍ଗରେ ଯାଇଥିଲେ । ବୈଦ୍ୟନାଥ, କାଶୀ, ପ୍ରୟାଗ ଓ ଶ୍ରୀବୃନ୍ଦାବନ ଦର୍ଶନ କଲେ । ବୈଦ୍ୟନାଥରେ ଶତ ଶତ ଗରିବ ସାନ୍ତାଳଙ୍କୁ ଦେଖି ତାଙ୍କ ଅନ୍ତରରେ ଦୟାର ଉଦ୍ରେକ ହେଲା । ସେ ମଥୁରାନାଥଙ୍କୁ କହି ସେମାନଙ୍କୁ ନାରାୟଣ ମନେକରି ଅନ୍ନବସ୍ତ୍ରାଦିଦ୍ୱାରା ସେବାର ବ୍ୟବସ୍ଥା କଲେ । କାଶୀର ମଣିକର୍ଣ୍ଣିକାରେ ବିଶ୍ୱନାଥଙ୍କ ଗମ୍ଭୀର ଚିନ୍ମୟ ରୂପ ଦର୍ଶନ କରି ସେ ସମାଧିସ୍ଥ ହୋଇଗଲେ । ସେ ଦେଖିଥିଲେ ମା କାଳୀଙ୍କୁ ସଙ୍ଗରେ ଘେନି ବିଶ୍ୱନାଥ ପ୍ରତ୍ୟେକ ଶବ ର କାନେ କାନେ ତାରକବ୍ରହ୍ମନାମ ଦେଉଛନ୍ତି ଏବଂ ମା କାଳୀ ଚିତା ଉପରେ ବସି ଜୀବର କର୍ମବନ୍ଧନ ମୁକ୍ତ କରି ଦେଉଛନ୍ତି । କାଶୀରେ ଶ୍ରୀରାମକୃଷ୍ଣ ମୌନବ୍ରତଧାରୀ ତ୍ରୈଲଙ୍ଗସ୍ୱାମୀଙ୍କ ସଙ୍ଗରେ ସାକ୍ଷାତ କରି ତାଙ୍କୁ ପାୟସ ନିବେଦନ କରିଥିଲେ । କାଶୀରୁ ମଥୁରବାବୁଙ୍କ ସହିତ ସେ ପ୍ରୟାଗକୁ ଯାଇଥିଲେ ଓ ସଙ୍ଗମରେ ସ୍ନାନ କରି ସେଠାରେ ତ୍ରିରାତ୍ର ବାସ କରିଥିଲେ । ସେଠାରୁ କାଶୀ ଫେରି ଆସି ବୃନ୍ଦାବନକୁ ଗଲେ । ବୃନ୍ଦାବନରେ ଶ୍ରୀକୃଷ୍ଣଙ୍କ ଲୀଳାସ୍ଥଳ ଦେଖି କୃଷ୍ଣ କୃଷ୍ଣ ଉଚ୍ଚାରଣ କରି ସେ କାନ୍ଦି କାନ୍ଦି ଆକୁଳ ହୋଇଗଲେ । ମଥୁରାର ଧ୍ରୁବଘାଟରେ ବସୁଦେବଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି ସେ ଭାବସ୍ଥ ହେଲେ । ଶ୍ରୀବୃନ୍ଦାବନରେ ସନ୍ଧ୍ୟାବେଳେ ଗୋଧୂଳି ଲଗ୍ନରେ ଗୃହମୁଖୀ ଧେନୁପଲ ସହ ଶ୍ରୀକୃଷ୍ଣ ଯମୁନା ପାର ହୋଇ ଆସୁଥିବା ପ୍ରଭୃତି ଲୀଳା ସେ ଭାବଚକ୍ଷୁରେ ଦର୍ଶନ କରିଥିଲେ । ନିଧୁବନରେ ରାଧାପ୍ରେମରେ ବିଭୋର ଗଙ୍ଗାମାତାଙ୍କ ସହ ସାକ୍ଷାତ ହେଲାକ୍ଷଣି ସେହି ବୃଦ୍ଧା ତପସ୍ୱିନୀ ତାଙ୍କୁ ସେଠାରେ ରହିବା ପାଇଁ ଜିଦ୍‌ କଲେ । ଶ୍ରୀରାମକୃଷ୍ଣ ମଧ୍ୟ ରହିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ; କିନ୍ତୁ ତାଙ୍କ ଅଦର୍ଶନରେ ବୃଦ୍ଧା ଜନନୀ ଶୋକାନ୍ୱିତା ହେବେ ଭାବି ସେ ବୃନ୍ଦାବନରେ ରହିଲେ ନାହିଁ । ଏଥିରୁ ଶ୍ରୀରାମକୃଷ୍ଣଙ୍କ ଗଭୀର ମାତୃଭକ୍ତିର ପରିଚୟ ମିଳେ । ସେ ବୃନ୍ଦାବନର ଧୂଳି ସଙ୍ଗରେ ଆଣି ଦକ୍ଷିଣେଶ୍ୱରରେ ପଞ୍ଚବଟୀର ଚାରିଆଡ଼େ ବିଞ୍ଚିଦେଲେ ଓ କିଛି ଧୂଳି ଆପଣା ସାଧନକୁଟୀରରେ ପ୍ରୋତ୍‌ଥିତ କଲେ ଏବଂ ଆନନ୍ଦରେ ଉତ୍‌ଫୁଲ୍ଲ ହୋଇ କହିଲେ, ଆଜିଠାରୁ ଏହି ସ୍ଥାନ ଶ୍ରୀବୃନ୍ଦାବନ ଭଳି ଦେବଭୂମି ହେଲା । ଏହା ଶ୍ରୀକୃଷ୍ଣଙ୍କ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧାର ନିଦର୍ଶନ । ଅଣହିନ୍ଦୁ ଧର୍ମ ସାଧନା ଶ୍ରୀରାମକୃଷ୍ଣ କହିଥିଲେ, ମୋତେ ସବୁ ଧର୍ମ ଥରଟିଏ କରି ଗ୍ରହଣ କରିବାକୁ ପଡ଼ିଥିଲା । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟାନ, ପୁଣି ବୈଷ୍ଣବ, ବେଦାନ୍ତ, ଏହିସବୁ ପଥ ଧରି ମଧ୍ୟ ଆସିବାକୁ ପଡ଼ିଛି । ସବୁଠି ସେହି ଏକ ଈଶ୍ୱରଙ୍କୁ ଦେଖିଲି; ତାଙ୍କରି ପାଖକୁ ସଭିଏଁ ଆସୁଛନ୍ତି ଭିନ୍ନ ଭିନ୍ନ ପଥ ଧରି । ଶ୍ରୀରାମକୃଷ୍ଣ ଜଗନ୍ମାତାଙ୍କୁ କହିଲେ, ମା ଅନ୍ୟାନ୍ୟ ଧର୍ମାବଲମ୍ବୀଗଣ ତୋତେ କିପରି ଭାବରେ ଭଜନ କରନ୍ତି, ତା ମୋତେ ଜଣାଇ ଦେ । ଏହାର କିଛି ଦିନ ପରେ ଦକ୍ଷିଣେଶ୍ୱରକୁ ସୁଫୀ ସଂପ୍ରଦାୟର ମୁସଲମାନ ଫକିର ଆସିଲେ, ନାମ ଗୋବିନ୍ଦ ରାୟ । ଫକିରଙ୍କ ଈଶ୍ୱରପ୍ରେମ ଓ ସରଳତା ଶ୍ରୀରାମକୃଷ୍ଣଙ୍କୁ ଖୁବ୍‌ ମୁଗ୍‌ଧ କଲା । ସେ ତାଙ୍କ ନିକଟରୁ ଦୀକ୍ଷା ଓ ଶିକ୍ଷା ଗ୍ରହଣ କରି ଇସ୍‌ଲାମ ଧର୍ମସାଧନାରେ ପ୍ରବୃତ୍ତ ହେଲେ । ସେ ସେତେବେଳେ କେବଳ ଆଲ୍ଲାଙ୍କ ନାମ ଜପ କରୁଥିଲେ, ନମାଜ ପଢ଼ୁଥିଲେ ଏବଂ ଆହାର ବିହାରରେ ସଂମ୍ପୂର୍ଣ୍ଣ ମୁସଲମାନଭାବାପନ୍ନ ହୋଇ ଯାଇଥିଲେ । ମନ୍ଦିରକୁ ଯିବା ବନ୍ଦ କରିଦେଲେ । ଏହି ଭାବରେ ତିନୋଟି ଦିନ ସାଧନା କଲାପରେ ଏକ ଦୀର୍ଘ ଶ୍ମଶ୍ରୁଧାରୀ ସୁଗମ୍ଭୀର ଜ୍ୟୋତିର୍ମୟ ପୁରୁଷପ୍ରବରଙ୍କ ଦିବ୍ୟଦର୍ଶନ ସେ ଲାଭ କରିଥିଲେ । ତା ପରେ ତାଙ୍କ ମନ ତୁରୀୟ ନିର୍ଗୁଣ ବ୍ରହ୍ମରେ ଲୀନ ହୋଇ ଯାଇଥିଲା । ତେରଶହ ବର୍ଷ ପୂର୍ବେ ମହମ୍ମଦ ସଗୁଣ ଏକେଶ୍ୱରବାଦ ପ୍ରଚାର କରିଥିଲେ । ତାଙ୍କର ପ୍ରଧାନ ଉପଦେଶ, ଏକ ଈଶ୍ୱର, ଏକ ଧର୍ମ । ତାହା ବେଦାନ୍ତର ସଗୁଣ ବ୍ରହ୍ମର ନାମାନ୍ତର ମାତ୍ର । ଆପାତଃଦୃଷ୍ଟିରେ ଯାହା ବହୁ ଧର୍ମ, ତାହା ହିଁ ପାରମାର୍ଥିକ ଦୃଷ୍ଟିରେ ଏକ ଧର୍ମ । ମହମ୍ମଦ ଶ୍ରୀରାମକୃଷ୍ଣଙ୍କୁ ଆଲିଙ୍ଗନ କରି ତାଙ୍କ ଭିତରେ ସମାହିତ ହୋଇଗଲେ । ଶ୍ରୀରାମକୃଷ୍ଣ ହେଲେ ସର୍ବଧର୍ମର ସମନ୍ୱୟସ୍ୱରୂପ ମହଦ୍ଧର୍ମର ପ୍ରତୀକ । ଜୀବନର ଶେଷ ଭାଗରେ କାଶୀପୁର ଉଦ୍ୟାନରେ ଅବସ୍ଥାନ କାଳରେ ଶ୍ରୀରାମକୃଷ୍ଣ ଆପଣା ଛବିକୁ ଦେଖାଇ କହିଥିଲେ, ଏହି ମୂର୍ତ୍ତିର ପୂଜା ଘରେ ଘରେ ହେବ । ଆଉ ତାଙ୍କର ଅଭୟ ବାଣୀ- ଯାହାଙ୍କର ଶେଷ ଜନ୍ମ, ସେମାନଙ୍କୁ ଏଠାକୁ ତତ୍‌ ପ୍ରଚାରିତ ଉଦାର ଧର୍ମ ମତକୁ ଆସିବାକୁ ପଡ଼ିବ । ଏହାର ପ୍ରାୟ ସାତବର୍ଷ ପରର ଘଟଣା । ଶ୍ରୀରାମକୃଷ୍ଣ ଦିନେ ବ୍ୟାକୁଳ ହୋଇ ଭବତାରିଣୀ ମା ଙ୍କୁ କହିଲେ, ମା , ତୋର ଖ୍ରୀଷ୍ଟିୟାନ ଭକ୍ତଗଣ ତୋତେ କିପରି ଡାକନ୍ତି, ତାହା ମୁଁ ଦେଖିବି, ମୋତେ ଦେଖା । କେଇଟା ଦିନ ପରେ ଶ୍ରୀରାମକୃଷ୍ଣ କଲିକତା ଯାଇ ଏକ ଗୀର୍ଜାର ଦ୍ୱାରରେ ଛିଡ଼ା ହୋଇ ଉପାସନା ଦେଖି ଫେରିଆସି କହିଲେ, ମୁଁ ଖାଜାଞ୍ଚି ଡରରେ ଭିତରକୁ ଯାଇ ବସିଲି ନାହିଁ; ଭାବିଲି କେଜାଣି ଅବା ମୋତେ କାଳୀଙ୍କ ଘରେ ଆଉ ପଶିବାକୁ ଦେବ ନାହିଁ । ଏତିକି ବେଳେ ଦିନେ ସେ ମନ୍ଦିର ନିକଟସ୍ଥ ଯଦୁ ମଲ୍ଲିକଙ୍କ ବଗିଚାକୁ ଯାଇ ବୈଠକଖାନାରେ ବସି ମେରୀଙ୍କ କୋଳରେ ଯୀଶୁଙ୍କ ଛବିଟିକୁ ତନ୍ମୟ ହୋଇ ଦେଖୁଥିଲେ । ହଠାତ୍‌ ଦେଖିଲେ ଛବି ଖଣ୍ଡକ ଜ୍ୟୋତିର୍ମୟ ହୋଇ ଉଠୁଛି ଏବଂ ଦେବଜନନୀ ଓ ଦେବଶିଶୁଙ୍କ ଅଙ୍ଗରୁ ଦିବ୍ୟ ଜ୍ୟୋତି ବିଚ୍ଛୁରିତ ହୋଇ ତାଙ୍କ ମଧ୍ୟରେ ପ୍ରବେଶ କରୁଛି । ଏହି ଭାବମଗ୍ନ ଅବସ୍ଥାରେ ସେ କାଳୀବାଟୀକୁ ଫେରି ଆସିଲେ । ତିନି ଦିନ କାଳ ସେହି ତନ୍ମୟତା ରହିଲା । ଏହି କେତୋଟି ଦିନ ସେ କାଳୀମନ୍ଦିରକୁ ଯାଇ ନାହାନ୍ତି । ଶେଷଦିନ ଯୀଶୁଙ୍କ ଭାବରେ ବିଭୋର ହୋଇ ପଞ୍ଚବଟୀ ତଳେ ସେ ପଦଚାରଣ କରୁଛନ୍ତି, ଦେଖିଲେ ଗୌରବର୍ଣ୍ଣ ଏକ ଦେବମାନବ ମୂର୍ତ୍ତି ତାଙ୍କ ଆଡ଼କୁ ଆଗେଇ ଆସୁଛନ୍ତି । ତାଙ୍କ ହୃଦୟରେ ଧ୍ୱନିତ ହେଲା, ଏହି ଯେ ସେହି ଈଶାମସି । ସେହି ପରମପୁରୁଷ ଧୀର ପଦଚାଳନାରେ ଆଗେଇ ଆସି ଶ୍ରୀରାମକୃଷ୍ଣଙ୍କୁ ଆଲିଙ୍ଗନ କରି ତାଙ୍କର ଶରୀର ମଧ୍ୟରେ ଲୀନ ହୋଇଗଲେ । ଶ୍ରୀରାମକୃଷ୍ଣଙ୍କ ମନ ବ୍ରହ୍ମସମୁଦ୍ରରେ ନିମଗ୍ନ ହେଲା । ଭଗବାନ ବୁଦ୍ଧଙ୍କ ସମ୍ବନ୍ଧରେ ଶ୍ରୀରାମକୃଷ୍ଣ କହିଥିଲେ- ସେ ଦଶାବତାରଙ୍କ ମଧ୍ୟରୁ ଜଣେ । ବ୍ରହ୍ମ ଅଟଳ ଅଚଳ ନିଷ୍କ୍ରିୟ ବୋଧସ୍ୱରୂପ । ବୁଦ୍ଧି ଯେତେବେଳେ ଏହି ବୋଧସ୍ୱରୂପରେ ଲୀନ ହୁଏ, ସେତେବେଳେ ବ୍ରହ୍ମଜ୍ଞାନର ଉଦୟ ହୁଏ, ସେତେବେଳେ ମଣିଷ ବୁଦ୍ଧ ହୋଇଯାଏ । ଜୈନଧର୍ମର ପ୍ରବର୍ତ୍ତକ ତୀର୍ଥଙ୍କରଗଣଙ୍କ ଉପରେ ଏବଂ ଶିଖ୍‌ଗୁରୁ ନାନକଙ୍କ ଉପରେ ମଧ୍ୟ ତାଙ୍କର ଗଭୀର ଶ୍ରଦ୍ଧା ଥିଲା ଏବଂ ଏହି ସବୁ ଧର୍ମକୁ ମଧ୍ୟ ଭଗବତ୍‌ ପ୍ରାପ୍ତିର ପଥ ବୋଲି ସେ ନିର୍ଦ୍ଦେଶ କରୁଥିଲେ । ତାଙ୍କ କୋଠରୀରେ ଅନ୍ୟାନ୍ୟ ଦେବଦେବୀଙ୍କର ଆଲେଖ୍ୟ ସହ ମହାବୀର ତୀର୍ଥଙ୍କରଙ୍କର ଗୋଟିଏ ପ୍ରସ୍ତରମୂର୍ତ୍ତି ମଧ୍ୟ ସ୍ଥାପିତ ହୋଇଥିଲା । ଷୋଡ଼ଶୀ ପୂଜା ଆପାତଃଦୃଷ୍ଟିରେ ମନେ ହୁଏ, ଶ୍ରୀରାମକୃଷ୍ଣ ବିବାହ କରିଥିଲେ; କିନ୍ତୁ ସେ ସଂସାରଧର୍ମ ସଂସାରୀଭାବରେ ପାଳନ କରି ନାହାନ୍ତି । ସ୍ତ୍ରୀଙ୍କ ସହିତ ତାଙ୍କର କୌଣସି ଦୈହିକ ସମ୍ପର୍କ ନ ଥିଲେ ମଧ୍ୟ ତାଙ୍କ ପ୍ରତି ସେ କେବେହେଲେ ବିନ୍ଦୁମାତ୍ର ଔଦାସୀନ୍ୟ ଦେଖାଇ ନାହାନ୍ତି । ସ୍ତ୍ରୀଙ୍କୁ ସେ ଖୁବ୍‌ ଭଲ ପାଉଥିଲେ, ନାନାଭାବରେ ସ୍ତ୍ରୀଙ୍କ ସୁଖସ୍ୱାଚ୍ଛନ୍ଦ୍ୟ ବିଧାନରେ ସଦା ତତ୍ପର ରହୁଥିଲେ ଏବଂ ସ୍ତ୍ରୀଙ୍କୁ ଖୁବ୍‌ ସମ୍ମାନ ଦୃଷ୍ଟିରେ ଦେଖୁଥିଲେ ଓ ଦେବୀଜ୍ଞାନ କରୁଥିଲେ । ସେ କହୁଥିଲେ, ଏ ଯେ ସାରଦା, ସରସ୍ୱତୀ, ସେଥିପାଇଁ ତ ସାଜସଜ୍ଜାକୁ ଏତେ ଭଲପାଏ । ତେଣୁ ସ୍ତ୍ରୀଙ୍କ ପାଇଁ ସେ ଯତ୍ନ ସହକାରେ ସୁନାର ଗହଣା ଗଢ଼ାଇ ଦେଇଥିଲେ । ଦେହସ୍ପର୍ଶ- ନିରପେକ୍ଷ ଏ ଯେପରି କେବଳ ଦୁଇଟି ଆତ୍ମାର ଅମୃତ ମିଳନ ସ୍ତ୍ରୀଙ୍କୁ ସେ ଖୁବ୍‌ ଶ୍ରଦ୍ଧା କରୁଥିଲେ । ସାରଦାଦେବୀ ଅଠର ବର୍ଷ ବୟସରେ ଯେତେବେଳେ ଦକ୍ଷିଣେଶ୍ୱରକୁ ସ୍ୱାମୀ-ସାହଚର୍ଯ୍ୟ ଲାଭ ପାଇଁ ଆସିଲେ, ଶ୍ରୀରାମକୃଷ୍ଣ ତାଙ୍କୁ ଅତି ସମାଦରରେ ଗ୍ରହଣ କଲେ ଏବଂ ତାଙ୍କୁ ଦେବୀ ଷୋଡ଼ଶୀ ତ୍ରୀପୁରାସୁନ୍ଦରୀ ଜ୍ଞାନରେ ଯଥାବିଧି ପୂଜା କରିଥିଲେ ଏବଂ ଅତି ଯତ୍ନ ସହକାରେ ଆପଣା ନିକଟରେ ରଖିଥିଲେ । ତାଙ୍କ ସୁଖସ୍ୱାଚ୍ଛନ୍ଦ୍ୟର ବ୍ୟବସ୍ଥା କରି ଧର୍ମଜୀବନ-ଯାପନରେ ନାନାଭାବରେ ସାହାଯ୍ୟ କରିଥିଲେ । ପରସ୍ପର ମଧ୍ୟରେ ସେମାନଙ୍କର ନିବିଡ଼ ପ୍ରୀତିବନ୍ଧନ ଥିଲା । ସାରଦାଦେବୀ ଏକଦା କହିଥିଲେ, ଆହା, ସେ ମୋ ସହିତ କିପରି ବ୍ୟବହାର କରିଛନ୍ତି ଦିନେହେଲେ ମୋ ମନରେ ବ୍ୟଥା ଲାଗିଲା ଭଳି କିଛି କହିନାହାନ୍ତି । ଗୋଟିଏ ଫୁଲର ଆଘାତ ମଧ୍ୟ ମୋତେ ଦେଇନାହାନ୍ତି ।...ଯେଉଁଥିରେ ମୁଁ ଭଲରେ ରହିବି, କେବଳ ସେହି ବ୍ୟବସ୍ଥା ହିଁ କରିଛନ୍ତି । ନାରୀଗଣଙ୍କ ପ୍ରତି ଶ୍ରୀରାମକୃଷ୍ଣଙ୍କର ମାତୃବୁଦ୍ଧି । ...ସେ କହିଥିଲେ, ଆମେ ଦିହେଁ ମା ଙ୍କର ସଖୀ । ତା ନ ହେଲେ ସ୍ତ୍ରୀକୁ ପାଖରେ ରଖି ଆଠ ମାସ କାଳ କିପରି ରହି ପାରିଲି? ଶ୍ରୀରାମକୃଷ୍ଣଙ୍କ ସହ ଏକତ୍ରବାସ ଫଳରେ ସାରଦାଦେବୀଙ୍କ ଅନ୍ତରରେ ବିଶ୍ୱମାତୃତ୍ୱର ଅକୁଣ୍ଠ ଚେତନା ଜାଗ୍ରତ ହୋଇଥିଲା । ସେ ଯେ ଜଗଜ୍ଜନନୀ । ଶ୍ରୀରାମକୃଷ୍ଣଦେବ ନିଜର ଦେହତ୍ୟାଗ ପୂର୍ବରୁ ସାରଦାଦେବୀଙ୍କ ଉପରେ ଜୀବତ୍ରାଣ ଓ ଜୀବକଲ୍ୟାଣ-କାର୍ଯ୍ୟର ସମ୍ପୂର୍ଣ୍ଣ ଭାର ଅର୍ପଣ କରିଥିଲେ । ସେ ମଧ୍ୟ ଆଦେଶ ମନେକରି ସେହି ସମସ୍ତ ଦାୟିତ୍ୱ, ଆନ୍ତରିକତା ସହ ପୂର୍ଣ୍ଣ କରିଥିଲେ । ସେହି ମାତୃତ୍ୱରେ ଧନୀ-ନିର୍ଦ୍ଧନ, ପଣ୍ଡିତ-ମୂର୍ଖ, ବ୍ରାହ୍ମଣ-ଚଣ୍ଡାଳ, ସନ୍ନ୍ୟାସୀ-ଗୃହୀ, ସ୍ତ୍ରୀ-ପୁରୁଷ ତଥା ସଜ୍ଜନ-ଦୁର୍ଜ୍ଜନ ଭେଦ ନ ଥିଲା । ସେ ଥିଲେ ସଭିଙ୍କର ମା , ସେ ଥିଲେ ପ୍ରକୃତ ମା ।... ଭକ୍ତ ଆଗମନ ଶ୍ରୀରାମକୃଷ୍ଣଙ୍କ ନିକଟକୁ ସବୁ ଧର୍ମର ସାଧକଗଣ ଆସୁଥିଲେ । ସେ ମଧ୍ୟ ସେମାନଙ୍କୁ ପରମ ଆତ୍ମୀୟ ମନେକରି ସାଧନା ପଥରେ ସାହାଯ୍ୟ କରୁଥିଲେ । କେଶବ ଚନ୍ଦ୍ର ସେନ ୧୮୭୫ ଖ୍ରୀଷ୍ଟାବ୍ଦରେ ଯେତେବେଳେ ବେଲଘରିଆ ଉଦ୍ୟାନରେ ଭକ୍ତମଣ୍ଡଳୀ ସହ ଈଶ୍ୱରଙ୍କ ଧ୍ୟାନଚିନ୍ତାରେ ନିମଗ୍ନ ଥିଲେ, ସେତେବେଳେ ଶ୍ରୀରାମକୃଷ୍ଣ ତାଙ୍କ ସହିତ ଦେଖା କରିବାକୁ ଗଲେ । ସେହି ପରିଚୟ କ୍ରମେ ଗଭୀର ଆତ୍ମୀୟତାରେ ପରିଣତ ହେଲା । ପରେ ଶ୍ରୀରାମକୃଷ୍ଣ କେଶବଙ୍କୁ ବ୍ରାହ୍ମମନ୍ଦିର ଓ ସାଧାରଣ ସମାଜ ଉପାସନା ସମୟରେ ଦେଖିବାକୁ ଯାଇଥିଲେ । ସେ କେଶବଙ୍କ ଘରକୁ ମଧ୍ୟ ଯାଉଥିଲେ । ବ୍ରାହ୍ମଭକ୍ତଙ୍କ ସହ କେତେ ଆନନ୍ଦ କରୁଥିଲେ । କେଶବ ମଧ୍ୟ ବେଳେବେଳେ ଭକ୍ତଗଣଙ୍କ ସହିତ, କେତେବେଳେ ବା ଏକାକୀ ଦକ୍ଷିଣେଶ୍ୱରକୁ ଆସୁଥିଲେ ଏବଂ ଶ୍ରୀରାମକୃଷ୍ଣଙ୍କ ପଦପ୍ରାନ୍ତରେ ବସି ବହୁ ଶିକ୍ଷା ଲାଭ କରୁଥିଲେ । ଶ୍ରୀରାମକୃଷ୍ଣଙ୍କ ପୁଣ୍ୟଦର୍ଶନ ଓ ଜ୍ଞାନଗର୍ଭ ବାଣୀରେ କେଶବ ଜୀବନ-ପଥରେ ଯେତେ ନୂତନ ଆଲୋକ ଦେଖିବାକୁ ପାଇଲେ, ସେତେ ବକ୍ତୃତା ତଥା ବ୍ରାହ୍ମସମାଜର ପତ୍ରିକାଗୁଡ଼ିକରେ ମୁକ୍ତ କଣ୍ଠରେ ଶ୍ରୀରାମକୃଷ୍ଣଙ୍କ ମହିମା ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବାକୁ ଲାଗିଲେ । ଶ୍ରୀରାମକୃଷ୍ଣ କେଶବଙ୍କୁ ଏତେ ଭଲ ପାଇଥିଲେ ଯେ, ତାଙ୍କର ଅନ୍ତିମ ଅସୁସ୍ଥତା ସମୟରେ ରୋଗମୁକ୍ତି ପାଇଁ ମା କାଳୀଙ୍କ ନିକଟରେ ମାନସିକ କରିଥିଲେ । ବ୍ରାହ୍ମସମାଜର ଅନେକେ ଶ୍ରୀରାମକୃଷ୍ଣଙ୍କ ନିକଟକୁ ସର୍ବଦା ଯାଉଥିଲେ । ତାଙ୍କ ମଧ୍ୟରୁ ବିଜୟକୃଷ୍ଣ, ପ୍ରତାପଚନ୍ଦ୍ର, କାଳୀ (ବସୁ), ଶିବନାଥ ଶାସ୍ତ୍ରୀ, ଅମୃତ, ତ୍ରେିଲୋକ୍ୟ ପ୍ରଭୃତିଙ୍କ ନାମ ବିଶେଷ ଭାବରେ ଉଲ୍ଲେଖଯୋଗ୍ୟ । ଶ୍ରୀରାମକୃଷ୍ଣ ମଧ୍ୟ ବ୍ରାହ୍ମଗଣଙ୍କୁ ଦେଖିବାକୁ ଯାଉଥିଲେ ଏବଂ ବହୁ ଧର୍ମାଳାପ କରି ସେମାନଙ୍କୁ ଆନନ୍ଦ ଦେଉଥିଲେ । ଶ୍ରୀରାମକୃଷ୍ଣ ବହୁପୂର୍ବେ ଦେବେନ୍ଦ୍ରନାଥ ଠାକୁରଙ୍କୁ ତାଙ୍କ ଘରେ ଓ ଆଦି ବ୍ରାହ୍ମସମାଜରେ ଉପାସନା ବେଳେ ଦେଖିବାକୁ ଯାଇଥିଲେ । ଭାରତର ତତ୍‌କାଳୀନ ବହୁ ସାଧକ, ସିଦ୍ଧପୁରୁଷ, ଭକ୍ତ ଓ ପଣ୍ଡିତ ଶ୍ରୀରାମକୃଷ୍ଣଙ୍କ ସଙ୍ଗଲାଭ କରି ଆପଣାକୁ ଧନ୍ୟ ମନେ କରୁଥିଲେ । ଅନ୍ତରଙ୍ଗ ପାର୍ଷଦ ଓ ଭକ୍ତଗଣ ଶ୍ରୀରାମକୃଷ୍ଣଙ୍କ ନିକଟକୁ ଆସିବା ପୂର୍ବରୁ କୃଷ୍ଣକିଶୋର, ମଥୁର, ଶମ୍ଭୁ ମଲ୍ଲିକ, ନାରାୟଣ ଶାସ୍ତ୍ରୀ, ଇଂଦେଶର ଗୌରୀ ପଣ୍ଡିତ, ଚନ୍ଦ୍ର, ଅଚଳାନନ୍ଦ ପ୍ରଭୃତି ବହୁ ସାଧକ ଶ୍ରୀରାମକୃଷ୍ଣଙ୍କୁ ଦର୍ଶନ କରି ତାଙ୍କୁ ଈଶ୍ୱରଙ୍କ ଅବତାର ଭାବି ସମ୍ମାନ କରୁଥିଲେ । ବର୍ଦ୍ଧମାନର ରାଜପଣ୍ଡିତ ପଦ୍ମଲୋଚନ ଓ ବୈଷ୍ଣବ ସାଧକ ବୈଷ୍ଣବଚରଣ ଶ୍ରୀରାମକୃଷ୍ଣଙ୍କୁ ଅବତାର ବୋଲି ଘୋଷଣା କଲେ । ବୈଷ୍ଣବଚରଣ ପଣ୍ଡିତସଭାରେ କହିଲେ, ଏ ଉନ୍ମାଦ ସାମାନ୍ୟ ନୁହେଁ, ଏହା ପ୍ରେମୋନ୍ମାଦ । ସେ ଦେଖିଲେ-ଶ୍ରୀରାମକୃଷ୍ଣଙ୍କର ମହାଭାବର ଅବସ୍ଥା । ଚୈତନ୍ୟଦେବଙ୍କ ଭଳି କେତେବେଳେ ଅନ୍ତର୍ଦ୍ଦଶା, କେତେବେଳେ ଜଡ଼ବତ୍‌ ସମାଧିସ୍ଥ; କେତେବେଳେ ବା ଅର୍ଦ୍ଧବାହ୍ୟ, ପୁଣି କେତେବେଳେ ବାହ୍ୟଦଶା । ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ଶଶଧର ପଣ୍ଡିତ, ଡାକ୍ତର ରାଜେନ୍ଦ୍ର, ଡାକ୍ତର ସରକାର, ବଙ୍କିମ ଚାଟାର୍ଜୀ, ଆମେରିକାର କୁକ୍‌ ସାହେବ, ଭକ୍ତ ଉଇଲିୟମ୍‌, ମିଶର୍‌ ସାହେବ, ମାଇକେଲ୍‌ ମଧୁସୂଦନ, କୃଷ୍ଣଦାସ ପାଲ୍‌, ପଣ୍ଡିତ ଦୀନବନ୍ଧୁ, ନୀଳକଣ୍ଠ ପ୍ରଭୃତି ସାଧକଗଣ ଶ୍ରୀରାମକୃଷ୍ଣଙ୍କୁ ମହାମାନବ ଜ୍ଞାନରେ ଦର୍ଶନ କରି ତାଙ୍କର କୃପା ଲାଭ କରିଥିଲେ ଏବଂ ତାଙ୍କର ସମାଧି ଅବସ୍ଥା ଦେଖି ମୁଗ୍‌ଧ ହୋଇଥିଲେ । କାଲ୍‌ନାର ଭଗବାନଦାସ ବାବାଜୀ ଜଣେ ଉଚ୍ଚକୋଟୀର ସାଧକ ରୂପେ ବୈଷ୍ଣବ ସମାଜରେ ବିଶେଷ ସମ୍ମାନର ପାତ୍ର ଥିଲେ । ସେ ଶ୍ରୀରାମକୃଷ୍ଣଙ୍କ ନିକଟରୁ ବହୁ ଶିକ୍ଷା ଲାଭ କରିଥିଲେ ଏବଂ ଶେଷରେ କହିଥିଲେ, ମହାପୁରୁଷ ଶ୍ରୀଚୈତନ୍ୟଦେବ ହିଁ ଆପଣଙ୍କ ଦେହରେ ଆବିର୍ଭୂତ ହୋଇଛନ୍ତି । ଏମାନେ ଯେତେବେଳେ ଶ୍ରୀରାମକୃଷ୍ଣଙ୍କ ନିକଟକୁ ଆସନ୍ତି, ସେତେବେଳେ ତାଙ୍କର ଭାବୋନ୍ମାଦ ଅବସ୍ଥା କଟିଯାଇଛି । ସେତେବେଳେ ଶାନ୍ତ ସଦାନନ୍ଦ ଶିଶୁର ଅବସ୍ଥା; କିନ୍ତୁ ସବୁବେଳେ ପ୍ରାୟ ସମାଧିସ୍ଥ- କେତେବେଳେ ଜଡ଼ ସମାଧି ତ ଆଉ କେତେବେଳେ ଭାବ-ସମାଧି । ସମାଧି ଭାଙ୍ଗିଲା ପରେ ଭାବରାଜ୍ୟରେ ବିଚରଣ କରୁଥିଲେ । ସତେ ଯେପରି ପାଞ୍ଚ ବର୍ଷ ବୟସର ବାଳକ ସବୁବେଳେ ମା ମା ବୋଲି ଡାକୁଥିଲେ । ୧୮୭୫ ଖ୍ରୀଷ୍ଟାବ୍ଦରୁ ତାଙ୍କ ନିକଟକୁ ଅନ୍ତରଙ୍ଗ ଭକ୍ତଗଣ ଆସିବା ଆରମ୍ଭ କଲେ । ବିଶ୍ୱନାଥ ଉପାଧ୍ୟାୟ, ସିଁଥିର ଗୋପାଳ, ମହେନ୍ଦ୍ର କବିରାଜ, କିଶୋରୀ ଓ ମହିମା ଚରଣ ପ୍ରଭୃତି ଶ୍ରୀରାମକୃଷ୍ଣଙ୍କୁ ଦର୍ଶନ କରିବାକୁ ଆସିଥିଲେ । ତା ପରେ ରାମ ଓ ମନମୋହନ ୧୮୭୯ ଖ୍ରୀ: ସୁଦ୍ଧା ଏବଂ କେଦାର, ସୁରେନ୍ଦ୍ର ପ୍ରଭୃତି ଓ ଚୁନୀ, ଲାଟୁ, ତାରକ ପରେ ଆସିଥିଲେ । ୧୮୮୧ ଖ୍ରୀଷ୍ଟାବ୍ଦରୁ ନରେନ୍ଦ୍ର, ରାଖାଲ, ଭବନାଥ, ବାବୁରାମ, ବଳରାମ, ନିରଞ୍ଜନ, ମାଷ୍ଟର, ଯୋଗେନ୍‌ ପ୍ରଭୃତି ଦକ୍ଷିଣେଶ୍ୱରକୁ ଆସି ଶ୍ରୀରାମକୃଷ୍ଣଙ୍କ ପଦପ୍ରାନ୍ତରେ ମିଳିତ ହେଲେ । ସେତିକିବେଳୁ ଶ୍ରୀରାମକୃଷ୍ଣ ଏହି ତ୍ୟାଗୀ ଓ ଗୃହୀ ଭକ୍ତଗଣଙ୍କ ଧର୍ମଜୀବନ ଗଠନରେ ବ୍ରତୀ ହେଲେ । ଭଜନ, କୀର୍ତ୍ତନ, ରାତି ରାତି ଜପଧ୍ୟାନ, ତପସ୍ୟା ଓ ଧର୍ମାଲୋଚନା ପ୍ରଭୃତିରେ ଶ୍ରୀରାମକୃଷ୍ଣଙ୍କ କ୍ଷୁଦ୍ର ପ୍ରକୋଷ୍ଠଟି ସର୍ବଦା ମୁଖରିତ ରହୁଥିଲା । ଶ୍ରୀରାମକୃଷ୍ଣ କହୁଥିଲେ- ଫୁଲ ଫୁଟିଲେ ଭ୍ରମର ଆପେ ଆପେ ଆସେ ମଧୁପାନ କରିବାକୁ; ତାକୁ ଡାକିବାକୁ ପଡ଼େ ନାହିଁ ।...କେଉଁ ଏକ ଅଜ୍ଞାତ ଆକର୍ଷଣରେ ଦକ୍ଷିଣେଶ୍ୱରକୁ ଛୁଟି ଆସିଲେ ଆବାଳ ବୃଦ୍ଧ-ବନିତା, ସମାଜର ସବୁ ସ୍ତରର, ସବୁ ଧର୍ମର ଲୋକେ । ଉଚ୍ଚ-ନୀଚ, ବ୍ରାହ୍ମଣ-ଚଣ୍ଡାଳର କୌଣସି ଭେଦ ନ ଥିଲା । ସେ ଥିଲେ କରୁଣାସାଗର । ସଭିଙ୍କ ପ୍ରତି ତାଙ୍କର ସମାନ କରୁଣା, ସମାନ ଦୟା । ସଭିଙ୍କୁ ସେ ଭଗବତ୍‌-ପ୍ରାପ୍ତି ନିମନ୍ତେ ସାହାଯ୍ୟ କରୁଥିଲେ । ସେ ଥିଲେ ତ୍ରିକାଳଦର୍ଶୀ ମହାପୁରୁଷ । ଅନ୍ତର ଭିତରେ ପଶି କିଏ କେଉଁ ଭାବର ଲୋକ, ତାହା ଜାଣି ସେହି ଭାବରେ ସଭିଙ୍କୁ ଉପଦେଶ ଦେଉଥିଲେ । ତାଙ୍କ ଭିତରେ ଏପରି ଆଧ୍ୟାତ୍ମିକ ଶକ୍ତିର ବିକାଶ ହୋଇଥିଲା ଯେ ଥରଟିଏ ମାତ୍ର ସ୍ପର୍ଶ କରି ଭକ୍ତଗଣଙ୍କୁ ସମାଧିସ୍ଥ କରି ଦେଇପାରୁଥିଲେ, ଈଶ୍ୱର ଦର୍ଶନ କରାଇ ପାରୁଥିଲେ । ଦିନେ ଭାବାବେଶରେ କହିଥିଲେ, ବର୍ତ୍ତମାନ ମାଆଙ୍କୁ (ଜଗଜ୍ଜନନୀଙ୍କୁ) କହୁଥିଲି-ମା ଥରଟିଏ ଛୁଇଁଦେଲେ ଯେପରି ଲୋକଙ୍କର ଚୈତନ୍ୟ ଉଦୟ ହୁଏ । ଜୀବର ଦୁଃଖରେ ସେ କାନ୍ଦୁଥିଲେ-ଆର୍ତ୍ତଗଣଙ୍କ ଦୁଃଖରେ ପ୍ରାଣରେ ଗଭୀର ବେଦନା ଅନୁଭବ କରୁଥିଲେ ଏବଂ ତା ର ପ୍ରତିକାର କରୁଥିଲେ । ଥରେ ମଥୁରନାଥଙ୍କ ଜମିଦାରୀକୁ ଯାଇ ପ୍ରଜାଙ୍କ ଦୁଃଖ ଦେଖି ସେ ମଥୁରବାବୁଙ୍କୁ କହି ପ୍ରଜାମାନଙ୍କର ଖଜଣା ଛାଡ଼ କରାଇ ଦେଇଥିଲେ ଏବଂ ମରୁଡ଼ି ପାଇଁ ଫସଲ ହୋଇ ନାହିଁ ଦେଖି ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିଥିଲେ । ସେ ସାଧକଗଣଙ୍କୁ ବିମୁଖ କରୁ ନ ଥିଲେ । ତାଙ୍କ କୃପାଦୃଷ୍ଟିରେ ମଣିଷର ମନ ପରିବର୍ତ୍ତିତ ହୋଇ ଯାଉଥିଲା, ଅନ୍ତରରେ ଐଶୀ ଭାବ ଜାଗ୍ରତ ହୋଇ ଉଠୁଥିଲା ଏବଂ ଫଳରେ କାହାରି କାହାରି ଦିବ୍ୟଜ୍ୟୋତି ବା ଦେବଦେବୀଙ୍କ ଜ୍ୟୋତିର୍ମୟ ରୂପ ଦର୍ଶନ ହେଉଥିଲା; କେହି ଗଭୀର ଧ୍ୟାନରେ ମଗ୍ନ ହୋଇ ଯାଉଥିଲେ, କେହି ବା ଈଶ୍ୱରଲାଭ ପାଇଁ ବ୍ୟାକୁଳ ହୋଇ ଉଠୁଥିଲେ । ସେହି ମହାଶକ୍ତିର ଆକର୍ଷଣରେ କେବଳ କଲିକତା ବା ପାର୍ଶ୍ୱବର୍ତ୍ତୀ ସ୍ଥାନରୁ ନୁହେଁ, ବହୁ ଦୂର ଦୂର ସ୍ଥାନରୁ ବିବିଧ ଭାଷାଭାଷୀ, ବିଭିନ୍ନ ଧର୍ମର ଅନୁରାଗୀ ଓ ମୁକ୍ତିକାମୀ ଲୋକ ଆସି ସମବେତ ହେଉଥିଲେ ଦକ୍ଷିଣେଶ୍ୱରର ଏହି ପୂଜକ ବ୍ରାହ୍ମଣଙ୍କ ପାଦତଳେ । ସେ ଦିନେ ଭାବାବେଶରେ କହିଥିଲେ, ଯେଉଁମାନେ ଆନ୍ତରିକ ଧ୍ୟାନ-ଜପ କରିଛନ୍ତି, ଭଗବାନଙ୍କୁ ଡାକିଛନ୍ତି, ସେମାନଙ୍କୁ ଏଠାକୁ ଅର୍ଥାତ୍‌ ତାଙ୍କ ନିକଟକୁ ଆସିବାକୁ ପଡ଼ିବ । ଶ୍ରୀରାମକୃଷ୍ଣ ତାଙ୍କ ଦେହତ୍ୟାଗର ସମୟ ଜାଣିପାରି ଏକ ଶ୍ରେଣୀର ତ୍ୟାଗୀ ଶିଷ୍ୟଗଣଙ୍କୁ ତାଙ୍କ ନିକଟରେ ସମବେତ କରାଇଲେ ଏବଂ ତ୍ୟାଗ, ତପସ୍ୟା, ପବିତ୍ରତା ଓ ବିଭିନ୍ନ ସାଧନାର ସାହାଯ୍ୟରେ ଆତ୍ମନଃ ମୋକ୍ଷାର୍ଥଂ ଜଗଦ୍ଧିତାୟ ଚ ବ୍ରତରେ ଜୀବନ ଉତ୍ସର୍ଗ କରିବା ପାଇଁ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ । ସେହି ତ୍ୟାଗୀ ଯୁବକ-ଭକ୍ତଗଣଙ୍କର ନେତା କଲେ ତାଙ୍କ ପ୍ରିୟ ଶିଷ୍ୟ ନରେନ୍ଦ୍ରନାଥଙ୍କୁ, ପରବର୍ତ୍ତୀ କାଳରେ ଯିଏ ବିବେକାନନ୍ଦ ନାମରେ ସମଗ୍ର ବିଶ୍ୱରେ ଶ୍ରୀରାମକୃଷ୍ଣ-ଆଚରିତ ବିଶ୍ୱଧର୍ମର ବାଣୀ ପ୍ରଚାରିତ କରିଥିଲେ । ଯେତେ ମତ ସେତେ ପଥ -ବିଶ୍ୱଧର୍ମର ଏହି ନବ ରୂପ । ଶ୍ରୀରାମକୃଷ୍ଣଙ୍କ କଥା ଯିଏ ରାମ, ଯିଏ କୃଷ୍ଣ, ଏବେ (ଆପଣା ଶରୀରକୁ ଦେଖାଇ) ସେ ଏହି ଦେହକୁ ଆସିଛନ୍ତି । ...କିନ୍ତୁ ଏଥର ଛଦ୍ମବେଶରେ ଆସିଛନ୍ତି; ଯେପରି ଜମିଦାର ଗୋପନରେ କେବେ କେବେ ଜମିଦାରୀ ଦେଖିବାକୁ ଯାଆନ୍ତି, ଠିକ୍‌ ସେହିଭଳି । ଶ୍ରୀରାମକୃଷ୍ଣଙ୍କର କୌଣସି ପ୍ରକାର ଐଶ୍ୱର୍ଯ୍ୟ ନ ଥିଲା । ସେ ଏକ ପ୍ରକାର ନିରକ୍ଷର ହୋଇ ଆସିଥିଲେ । ଜଟା ବଳ୍‌କଳ ମଧ୍ୟ ଧାରଣ କରି ନାହାନ୍ତି । ହିମାଳୟର ଗହ୍ୱରକୁ ମଧ୍ୟ ତପସ୍ୟା କରିବାକୁ ଯାଇ ନାହାନ୍ତି । ବାହ୍ୟତଃ ସେ ଥିଲେ ଅତି ସାଧାରଣ ମଣିଷ । କେବଳ ପରାଭକ୍ତି, ପରମ ଜ୍ଞାନ, ଅପୂର୍ବ ତ୍ୟାଗ, ଜ୍ୱଳନ୍ତ ବୈରାଗ୍ୟ ଉଦ୍‌ବେଳ ଈଶ୍ୱରପରାୟଣତା ଓ ବିଶ୍ୱପ୍ଳାବୀ ପ୍ରେମ-ଏହା ହିଁ ଥିଲା ତାଙ୍କର ଏକମାତ୍ର ଐଶ୍ୱର୍ଯ୍ୟ । ସେ ଦିନେ ଭକ୍ତମାନଙ୍କୁ କହିଥିଲେ, ବହୁ ଲୋକ ଯେତେବେଳେ ଈଶ୍ୱରଜ୍ଞାନରେ ଶ୍ରଦ୍ଧାଭକ୍ତି କରିବେ, ସେତେବେଳେ ଏହାର (ଶରୀରର) ଅନ୍ତର୍ଦ୍ଧାନ ହେବ । ବ୍ୟାଧିର କାରଣ ୧୮୮୫ ଖ୍ରୀ:ର ଏପ୍ରିଲ ଶେଷ ଆଡ଼କୁ ଶ୍ରୀରାମକୃଷ୍ଣଙ୍କ ଶରୀରରେ କଠିନ ରୋଗର ସଞ୍ଚାର ହେଲା । ଗଳାଭିତର ଫୁଲିଯାଇ କ୍ରମେ ସେଥିରେ ଘାଆ ହେଲା । କଥା କହିବା ମଧ୍ୟ କଷ୍ଟକର ହୋଇ ପଡ଼ିଲା । ଏଡ଼େ ଅସୁସ୍ଥ ଶରୀରରେ ମଧ୍ୟ ସେ ଲୋକମାନଙ୍କୁ ଉପଦେଶ ଦେବାରୁ ବିରତ ହେଉ ନ ଥିଲେ । ଧର୍ମପିପାସୁ କେହି ଆସିବା ମାତ୍ରକେ ଅବିରାମ ଭଗବତ୍‌ଚର୍ଚ୍ଚା କରୁଥିଲେ । କାହାକୁ ବା ସ୍ପର୍ଶ କରି, କାହାପ୍ରତି କୃପାଦୃଷ୍ଟି ଢାଳି, କାହାକୁ ବା ଆଶୀର୍ବାଦ କରି ମନରେ ଧର୍ମଭାବର ସଞ୍ଚାର କରିଦେଉଥିଲେ । ଏଣେ ସାମାନ୍ୟ ଭଗବତ୍‌ଚର୍ଚ୍ଚାରେ ହିଁ ସେ ଗଭୀର ସମାଧିସ୍ଥ ହୋଇ ପଡ଼ୁଥିଲେ ଏବଂ ସେହି ଭାବାବସ୍ଥାରେ ସ୍ତ୍ରୀ-ପୁରୁଷ ସଭିଙ୍କୁ କୃପା କରି ସଭିଙ୍କ ଅନ୍ତରରେ ଧର୍ମଭାବ ଉଦ୍‌ବୁଦ୍ଧ କରି ଦେଉଥିଲେ । ଚିକିତ୍ସା ପାଇଁ ଭକ୍ତଗଣ ତାଙ୍କୁ ପ୍ରଥମେ କଲିକତାର ଶ୍ୟାମପୁକୁରକୁ ଓ ପରେ କାଶୀପୁର ଉଦ୍ୟାନବାଟୀକୁ ନେଇ ଆସିଲେ । ନାନା ଚିକିତ୍ସା ସତ୍ତ୍ୱେ ରୋଗର ଉପଶମ ହେଲା ନାହିଁ । ଦିନେ ଭାବାବେଶରେ ସେ କହିଲେ, ମା ଦେଖାଇ ଦେଲେ-କେତେ ପ୍ରକାର ଭାବର ଲୋକ ଆସି ଛୁଅଁନ୍ତି, ତାଙ୍କର ଦୁର୍ଦ୍ଦଶା ଦେଖି ମନରେ ଦୟା ହୁଏ; ସେସବୁର (ଦୁଷ୍କର୍ମର) ଫଳ ତ ଭୋଗିବାକୁ ହେବ । ସେହିସବୁ ଗ୍ରହଣ କରି ଏ ଅବସ୍ଥା ହେଲା । ନ ହେଲେ ଏ ଶରୀର କେବେ କିଛି ଅନ୍ୟାୟ କରି ନାହିଁ-ସେଥିରେ ରୋଗ ହେବ କାହିଁକି ? ଜୀବର ପାପଭାର ଗ୍ରହଣ କରି ତାଙ୍କ ଦେହରେ ଏହି କଠିନ ରୋଗ ହୋଇଥିଲା । ପରମହଂସଦେବ ଅସୁସ୍ଥ ହୋଇ କଲିକତା ଆସିଛନ୍ତି-ଏ ସମ୍ବାଦ ପ୍ରଚାରିତ ହେବା ସଙ୍ଗେ ସଙ୍ଗେ ଦଳ ଦଳ ହୋଇ ଲୋକେ ତାଙ୍କୁ ଦର୍ଶନ ପାଇଁ ଆସିବାକୁ ଲାଗିଲେ । ସେ ସଭିଙ୍କୁ ଆଶାର ବାଣୀ ଶୁଣାଉଥିଲେ, ନାନା ଭାବର କୃପା କରୁଥିଲେ ଏବଂ ଏହି ଦେହର ଅସୁସ୍ଥତା ଅବଲମ୍ବନ କରି ଠାକୁର ଶ୍ରୀରାମକୃଷ୍ଣ କାଶୀପୁର-ଉଦ୍ୟାନରେ ତ୍ୟାଗୀ ଶିଷ୍ୟଗଣଙ୍କୁ ନେଇ ଭାବୀ ଧର୍ମସଂଘ ର ସୂଚନା କରିଥିଲେ । ତ୍ୟାଗୀଗଣଙ୍କର ପ୍ରଥମ ଶିକ୍ଷା ହେଲା କାମ-କାଞ୍ଚନ ତ୍ୟାଗ । ତ୍ୟାଗ-ବୈରାଗ୍ୟ, ପ୍ରେମ-ଦୟା, ଭକ୍ତି-ବିଶ୍ୱାସ, ସାରଲ୍ୟ-ସତ୍ୟନିଷ୍ଠାର ପ୍ରତିମୂର୍ତ୍ତି ଓ ସର୍ବଜୀବଙ୍କ ସୁହୃଦ୍‌ ଶ୍ରୀରାମକୃଷ୍ଣ ଦେହତ୍ୟାଗ ପୂର୍ବରୁ ତାଙ୍କ ଶିଷ୍ୟଗଣଙ୍କ ମଧ୍ୟରେ ବିଶେଷ ଆଧ୍ୟାତ୍ମିକ ଶକ୍ତି ସଂଚାରିତ କରି ଜୀବ-କଲ୍ୟାଣ ପାଇଁ ସେମାନଙ୍କର ଜୀବନ-ଉତ୍ସର୍ଗ କରିବାକୁ ନିର୍ଦ୍ଦେଶ ଦେଲେ । ୧୮୮୬ ଖ୍ରୀଷ୍ଟାବ୍ଦରେ ଜାନୁଆରୀ ପହିଲା ଏକ ବିଶେଷ ସ୍ମରଣୀୟ ଦିନ । ସେଦିନ କୃପାମୂର୍ତ୍ତି ଶ୍ରୀରାମକୃଷ୍ଣ କାଶୀପୁର ଉଦ୍ୟାନରେ ଯେତେ ଭକ୍ତ ଥିଲେ, ସମସ୍ତଙ୍କୁ ଭାବାବେଶରେ କହିଥିଲେ, ତୁମ ସମସ୍ତଙ୍କର ଚୈତନ୍ୟ ହେଉ । ଏତିକି କହି ସମସ୍ତଙ୍କ ବକ୍ଷସ୍ଥଳ ସ୍ପର୍ଶ କରି ସେମାନଙ୍କର ଚୈତନ୍ୟ ସମ୍ପାଦନ କରି ସଭିଙ୍କୁ ବନ୍ଧନରୁ ମୁକ୍ତ କରି ଦେଇଥିଲେ । ଏହି ଶକ୍ତିପୂର୍ଣ୍ଣ ସ୍ପର୍ଶର ଫଳସ୍ୱରୂପ ଭକ୍ତଗଣଙ୍କ ଅନ୍ତର ଭୂମାନନ୍ଦରେ ପ୍ରତିଷ୍ଠିତ ହୋଇଥିଲା । ଦିନେ ଭାବାବେଶରେ ଶ୍ରୀରାମକୃଷ୍ଣ କହିଲେ, ଅବତାରଙ୍କୁ ଦେଖିବା ଯାହା, ଭଗବାନଙ୍କୁ ଦେଖିବା ମଧ୍ୟ ସେଇଆ । ଅନ୍ୟ ସମୟରେ ଗଭୀର ସମାଧିରୁ ବ୍ୟୁତ୍‌ଥିତ ହୋଇ କହିଥିଲେ, ଏହା ଭିତରେ ଅର୍ଥାତ୍‌ ତାଙ୍କ ଶରୀରରେ ଦୁହେଁ ଅଛନ୍ତି-ଜଣେ ସେ ସ୍ୱୟଂ, ଆଉ ଜଣେ ଭକ୍ତ ହୋଇ ରହିଛନ୍ତି, ଯାହାଙ୍କ ହାତ ଭାଙ୍ଗିଥିଲା ଦକ୍ଷିଣେଶ୍ୱରରେ ।...ଦିନେ ଭାବାବେଶରେ ପଡ଼ିଯାଇ ଶ୍ରୀରାମକୃଷ୍ଣଙ୍କର ହାତ ଭାଙ୍ଗିଯାଇଥିଲା । ବହୁ ଦିନ ଧରି ପଟା ବାନ୍ଧି ହାତକୁ ରଖିବାକୁ ପଡ଼ିଥିଲା । ସେହି ଘଟଣା ଉଲ୍ଲେଖ କରି ସେ ଏକଥା କହିଥିଲେ । ତାଙ୍କରି ପୁଣି ରୋଗ ହୋଇଛି ।...ସେ ଅବତାର ହୋଇ ମଣିଷ ରୂପରେ ଭକ୍ତ ମେଳକୁ ଆସନ୍ତି । ଭକ୍ତଗଣ (ପାର୍ଷଦଗଣ) ତାଙ୍କ ସଙ୍ଗରେ ଆସି ପୁଣି ଚାଲିଯାଆନ୍ତି । ନରେନ୍ଦ୍ରନାଥ ଶ୍ରୀରାମକୃଷ୍ଣ କ୍ରମେ ମହାଯାତ୍ରା ପାଇଁ ପ୍ରସ୍ତୁତ ହେଲେ ଏବଂ ତ୍ୟାଗୀ ଅନ୍ତରଙ୍ଗ ପାର୍ଷଦଗଣଙ୍କୁ ସଂଘବଦ୍ଧ କରି କିପରି ଭାବରେ ଯୁଗବାଣୀ ଓ ମହଦ୍ଧର୍ମ ଜଗତରେ ପ୍ରଚାର କରିବାକୁ ହେବ, ତାହା ଶିକ୍ଷା ଦେବାକୁ ଲାଗିଲେ । ନରେନ୍ଦ୍ରନାଥଙ୍କୁ ଲକ୍ଷ୍ୟ କରି କହିଲେ, ନରେନ୍‌ ଲୋକଶିକ୍ଷା ଦେବ । ଅନ୍ୟାନ୍ୟ ଶିଷ୍ୟମାନଙ୍କୁ ମଧ୍ୟ ନାନା ଭାବରେ ଲୋକଶିକ୍ଷାର ନିର୍ଦ୍ଦେଶ ଓ ଶିକ୍ଷା ଦେଲେ । ସେତେବେଳେ ତାଙ୍କ ଶରୀର ଅତି ଦୁର୍ବଳ-କଙ୍କାଳସାର; କେଇଟା ଦିନ ପରେ କଥା ମଧ୍ୟ ଅସ୍ପଷ୍ଟ ହୋଇଗଲା । ସେହି ଅବସ୍ଥାରେ ମଧ୍ୟ ପ୍ରତ୍ୟେକଙ୍କୁ ପୃଥକ୍‌ ପୃଥକ୍‌ ଭାବରେ ଗୁହ୍ୟ ସାଧନାର ଉପଦେଶ ଦେଉଥିଲେ । ମୁହୁର୍ମୁହୁଃ ଭାବସମାଧି ହେଉଛି-ତାହାରି ଭିତରେ ତ୍ୟାଗୀ ସନ୍ତାନଗଣଙ୍କୁ ନିକଟକୁ ଡାକି ନିଭୃତରେ କେତେ ଶିକ୍ଷା ଦେଇଛନ୍ତି । ଏଥିପୂର୍ବରୁ ସେ ଏଗାର ଜଣ ଶିଷ୍ୟଙ୍କୁ ଗୈରିକବସ୍ତ୍ର, ଜପମାଳା ଇତ୍ୟାଦି ଦେଇ ସନ୍ନ୍ୟାସଧର୍ମରେ ଦୀକ୍ଷିତ କରିଥିଲେ । ନରେନ୍ଦ୍ରନାଥଙ୍କ ପ୍ରାଣ ନିର୍ବିକଳ୍ପ ସମାଧିରେସ୍ଥିତ ହେବା ପାଇଁ ଅତିଶୟ ବ୍ୟାକୁଳ । ଅସ୍ଥିର ପ୍ରାଣରେ ସେ ଦିନେ ଶ୍ରୀରାମକୃଷ୍ଣଙ୍କ ନିକଟରେ ଅଳି କଲେ । ତୁ କଅଣ ଚାହୁଁ, କହ ତ? ସ୍ମିତମୁଖରେ ଶ୍ରୀରାମକୃଷ୍ଣ ପଚାରିଲେ । ଛଳ ଛଳ ଆଖିରେ ନରେନ୍ଦ୍ରନାଥ କହିଲେ, ମୋର ଇଚ୍ଛା ହେଉଛି, ସମାଧିରେ ବୁଡ଼ି ରହିବି । ଏହା ଶୁଣି ଶ୍ରୀରାମକୃଷ୍ଣ ଗମ୍ଭୀର ହୋଇଗଲେ । ପରେ ତିରସ୍କାର ସ୍ୱରରେ କହିଲେ, ଛି ଛି । ତୁ ଏତେ ବଡ଼ ଆଧାର ତୋ ମୁହଁରେ ଏଇ କଥା? ତା ଠାରୁ ମଧ୍ୟ ଉଚ୍ଚ ଅବସ୍ଥା ଯେ ରହିଛି ଆହୁରି ମଧ୍ୟ କହିଲେ- ମୁଁ ଭାବିଥିଲି, ତୁ କେଉଁଠି ଏକ ବିଶାଳ ବଟବୃକ୍ଷ ଭଳି ହେବୁ । ତୋର ଛାୟାରେ ହଜାର ହଜାର ଲୋକ ଆଶ୍ରୟ ପାଇବେ, ତା ନ ହୋଇ ତୁ କେବଳ ନିଜର ମୁକ୍ତି ଚାହୁଁଛୁ? ଏହା ଶୁଣି ନରେନ୍ଦ୍ର ମୁହଁ ତଳକୁ ପୋତି ଅଶ୍ରୁ ବିସର୍ଜନ କଲେ; ଭାବିଲେ-ଆହା, ତାଙ୍କ ହୃଦୟ କେଡ଼େ ବିଶାଳ ଏହାର କିଛି ଦିନ ପରେ ସନ୍ଧ୍ୟାବେଳେ ଧ୍ୟାନ କରୁ କରୁ ନରେନ୍ଦ୍ରଙ୍କ ମନ ନିର୍ବିକଳ୍ପ ସମାଧିରେ ମଗ୍ନ ହୋଇଗଲା । ସେହି ଅବସ୍ଥାରେ ବହୁ ସମୟ ରହିଲା ପରେ ଗଭୀର ରାତ୍ରିରେ ନିର୍ବିକଳ୍ପ ନିର୍ବିଷୟରୁ ନରେନ୍ଦ୍ରଙ୍କ ମନ ବାହ୍ୟ ଜଗତକୁ ଫେରି ଆସିଲା । ନରେନ୍ଦ୍ର ଧ୍ୟାନରୁ ଉଠି ଶ୍ରୀରାମକୃଷ୍ଣଙ୍କ ରୋଗଶଯ୍ୟା ନିକଟକୁ ଯାଇ ଉପସ୍ଥିତ ହେଲା ମାତ୍ରକେ ସେ ଗମ୍ଭୀର ସ୍ୱରରେ କହିଲେ, କିରେ, ଏଥର ତ ମା ତୋତେ ସବୁ ଦେଖାଇ ଦେଇଛନ୍ତି, ପୂର୍ଣ୍ଣଜ୍ଞାନରେ ପ୍ରତିଷ୍ଠିତ କରିଛନ୍ତି । ଯାହା ଦେଖୁଛୁ ସେସବୁ ବର୍ତ୍ତମାନ ବନ୍ଦ ରହିବ । ଚାବିକାଠି ମୋ ହାତରେ ରହିଲା । ଏଥର ତୋତେ ମା ଙ୍କ କାମ କରିବାକୁ ପଡ଼ିବ । କାମ ଶେଷ ହେଲେ ପୁଣି ଏ ଅବସ୍ଥା ଫେରି ପାଇବୁ । ନରେନ୍ଦ୍ର ନୀରବରେ ମୁଣ୍ଡ ନୁଆଁଇ ବସି ରହିଲେ । ଦେହତ୍ୟାଗର ଛ ସାତ ଦିନ ପୂର୍ବେ ସେ ପାଞ୍ଜି ଦେଖି ମହାପ୍ରସ୍ଥାନ ପାଇଁ ଦିନ ସ୍ଥିର କଲେ । ଶ୍ରାବଣ ସଂକ୍ରାନ୍ତି, ତିନି ଚାରି ଦିନ ମାତ୍ର ବାକି । ଶ୍ରୀରାମକୃଷ୍ଣ ନରେନ୍ଦ୍ରଙ୍କୁ ନିଜ ଶଯ୍ୟାପାର୍ଶ୍ୱକୁ ଡାକିଲେ ଏବଂ ଦ୍ୱାର ବନ୍ଦ କରିବାକୁ କହିଲେ । କୋଠରୀଟି ନିସ୍ତବ୍‌ଧତାରେ ଭାରାକ୍ରାନ୍ତ । ନରେନ୍ଦ୍ରଙ୍କୁ ସମ୍ମୁଖରେ ବସିବାକୁ ଇଙ୍ଗିତ କରି ସେ ନରେନ୍ଦ୍ରଙ୍କ ଆଖି ଉପରେ ଦୃଷ୍ଟି ନିବଦ୍ଧ କରି କ୍ରମେ ସମାଧିସ୍ଥ ହେଲେ । ସେତେବେଳେ ନରେନ୍ଦ୍ର ଅନୁଭବ କଲେ-ଶ୍ରୀରାମକୃଷ୍ଣଙ୍କ ଦେହରୁ ଯେପରି ଗୋଟିଏ ସୂକ୍ଷ୍ମ ତେଜରଶ୍ମି ତାଙ୍କ ଭିତରକୁ ଆସି ପ୍ରବେଶ କରୁଛି । କ୍ରମେ ବାହ୍ୟ ଚେତନା ବିଲୁପ୍ତ ହୋଇ ତାଙ୍କ ମନ ଗଭୀର ସମାଧିରେ ଲୀନ ହୋଇଗଲା । ବହୁ ସମୟ ପରେ ନରେନ୍ଦ୍ରଙ୍କ ବାହ୍ୟ ଚେତନା ଫେରି ଆସିଲା । ଶ୍ରୀରାମକୃଷ୍ଣ କହିଲେ, ଆଜି ତୋତେ ସବୁ ଦେଇ ମୁଁ ଫକିର ହେଲି । ତୁ ଏହି ଶକ୍ତିବଳରେ ଜଗତର ପ୍ରଭୂତ କଲ୍ୟାଣ କରିବୁ । କାମ ଶେଷ ହେଲେ ସ୍ୱଧାମକୁ ଫେରିଯିବୁ । ଦେହତ୍ୟାଗର ଦୁଇ ଦିନ ମାତ୍ର ବାକୀ । ଶ୍ରୀରାମକୃଷ୍ଣ ଅସହ୍ୟ ରୋଗ ଯାତନାରେ କାତର; ତା ରି ଭିତରେ ସେ ବାରମ୍ବାର ସମାଧିମଗ୍ନ ହେଉଛନ୍ତି । ଭକ୍ତଗଣ ନୀରବରେ ଅଧୋବଦନ ହୋଇ ଚାରିଆଡ଼େ ଘେରି ବସିଛନ୍ତି । ନରେନ୍ଦ୍ରନାଥ ମଧ୍ୟ ମ୍ଳାନମୁଖରେ ଗଭୀର ଚିନ୍ତାମଗ୍ନ ହୋଇ ବସିଛନ୍ତି । ଶ୍ରୀରାମକୃଷ୍ଣଙ୍କୁ ଶତ ଶତ ଲୋକ ଅବତାର ବୋଲି ଘୋଷଣା କରିଛନ୍ତି । ଭକ୍ତଗଣଙ୍କ ମଧ୍ୟରୁ ଅନେକଙ୍କର ବିଶ୍ୱାସ ଯେ ସେ ଭଗବାନଙ୍କର ଅବତାର । ନରେନ୍ଦ୍ରଙ୍କ ମନ କିନ୍ତୁ ସେତେବେଳେ ସୁଦ୍ଧା ଦ୍ୱିଧାଶୂନ୍ୟ ହୋଇନାହିଁ । ନିଜେ ତା ର ପ୍ରମାଣ ନ ପାଇଲେ ସେ ପାଞ୍ଚଜଣଙ୍କ କଥାରେ ବିଶ୍ୱାସ କରିବା ଲୋକ ନୁହନ୍ତି । ଏତିକିବେଳେ ହଠାତ୍‌ ତାଙ୍କର ମନେ ହେଲା ଏହି ନିଦାରୁଣ କଷ୍ଟବେଳେ ଯଦି ସେ କହିବେ ଯେ ମୁଁ ସ୍ୱୟଂ ଭଗବାନ , ତା ହେଲେ ମୁଁ ବିଶ୍ୱାସ କରିବି । ଆଶ୍ଚର୍ଯ୍ୟ ନରେନ୍ଦ୍ରଙ୍କ ମନରେ ଏହି ଚିନ୍ତା ଉଦୟ ହେବା ମାତ୍ରକେ ଶ୍ରୀରାମକୃଷ୍ଣ ନରେନ୍ଦ୍ରଙ୍କ ଆଡ଼କୁ ମୁହଁ ବୁଲାଇ ସ୍ୱାଭାବିକ କଣ୍ଠରେ କହିଲେ, ଯିଏ ରାମ ପୁଣି ଯିଏ କୃଷ୍ଣ, ବର୍ତ୍ତମାନ ସେ ନିଜେ (ଏହି ଦେହରେ) ରାମକୃଷ୍ଣ ରୂପେ ଅବତୀର୍ଣ୍ଣ । ନରେନ୍ଦ୍ର ଅପରାଧୀ ଭଳି ମୁହଁ ପୋତି ରହିଲେ । ତାଙ୍କର ମନ ସଂଶୟ-ମେଘମୁକ୍ତ ହେଲା । ସେ ଶ୍ରୀରାମକୃଷ୍ଣଙ୍କୁ ଅବତାର ବୋଲି ଗ୍ରହଣ କଲେ । ମହାସମାଧି ୧୨୯୩ ସାଲର ୩୧ ଶ୍ରାବଣ ଆଗତ । ନିଦାରୁଣ ରୋଗଯନ୍ତ୍ରଣାରେ ସେ କାତର । ଭକ୍ତଗଣ ନୀରବରେ ଅଶ୍ରୁ ବିସର୍ଜନ କରୁଛନ୍ତି । କିନ୍ତୁ ସନ୍ଧ୍ୟାର କିଛିକ୍ଷଣ ପରେ ଶ୍ରୀରାମକୃଷ୍ଣ ଗଭୀର ସମାଧିମଗ୍ନ ହେଲେ । ଶରୀର ନିସ୍ପନ୍ଦ, ସ୍ଥିର । ଭକ୍ତଗଣ ସ୍ତବ୍‌ଧ ହୋଇ ସମାଧିରୁ ତାଙ୍କର ବ୍ୟୁତ୍‌ଥାନ ପାଇଁ ଅପେକ୍ଷା କରିଛନ୍ତି । ମଝି ରାତିରେ ତାଙ୍କର ସମାଧିଭଙ୍ଗ ହେଲା । ଭକ୍ତଗଣ ତାଙ୍କୁ ତକିଆରେ ଆଉଜାଇ ବସାଇଦେଲେ । ସେ ସମବେତ ଭକ୍ତଙ୍କ ଉପରେ ସସ୍ନେହ ଦୃଷ୍ଟିପାତ କରି ସ୍ୱାଭାବିକ କଣ୍ଠରେ ତିନିଥର କାଳୀ ନାମ ଉଚ୍ଚାରଣ କରି ପୁନର୍ବାର ସମାଧିମଗ୍ନ ହେଲେ । ରାତି ଗୋଟାଏ ଦୁଇ ମିନିଟ୍‌ ବେଳେ ହଠାତ୍‌ ତାଙ୍କ ସର୍ବାଙ୍ଗରେ ମୁହୁର୍ମୁହୁଃ ପୁଲକ ଓ ରୋମାଞ୍ଚ ହେବାକୁ ଲାଗିଲା । ଦୃଷ୍ଟି-ନାସାଗ୍ର-ନିବଦ୍ଧ । ମୁଖମଣ୍ଡଳରେ ଦିବ୍ୟାନନ୍ଦର ଦୀପ୍ତି । ଶ୍ରୀରାମକୃଷ୍ଣ ଗଭୀର ସମାଧିମଗ୍ନ ହେଲେ । ଭକ୍ତଗଣ ଭାବିଲେ ଶୀଘ୍ର ପୁଣି ବାହ୍ୟଜ୍ଞାନ ଫେରି ଆସିବ । ରାତି ଶେଷ ହୋଇଗଲା, କିନ୍ତୁ ତାଙ୍କ ସମାଧି ଭଙ୍ଗ ହେଲା ନାହିଁ । ଏହି ସମାଧି ପର୍ଯ୍ୟବସିତ ହେଲା ମହାସମାଧିରେ । ୧୮୮୬ ଖ୍ରୀ: ଅଗଷ୍ଟ ୧୬ ତାରିଖ ଶ୍ରୀରାମକୃଷ୍ଣ ସ୍ୱ-ସ୍ୱରୂପରେ ଲୀନ ହେଲେ । ତା ପରଦିନ ଅପରାହ୍ନରେ ପୁଣ୍ୟତୋୟା ଗଙ୍ଗାକୂଳରେ ତାଙ୍କ ଦେହର ସଂସ୍କାର କରାଗଲା । ଶ୍ରୀରାମକୃଷ୍ଣ ନରଦେହ ତ୍ୟାଗ କରିଛନ୍ତି । ତାଙ୍କ ଭାବରାଶି ଦ୍ରୁତଗତିରେ ଦିଗଦିଗନ୍ତକୁ ପକ୍ଷ ବିସ୍ତାର କରି ଚାଲିଛି-ଉତ୍ତର-ଦକ୍ଷିଣ, ପୂର୍ବପଶ୍ଚିମ, ଦେଶଦେଶାନ୍ତର, ଦୂରଦୂରାନ୍ତରକୁ-ଚାଲିଛି ବିଶ୍ୱମାନବର ସକଳ ଚେତନା ଭିତରେ, ନାନା ଛନ୍ଦରେ, ବିଚିତ୍ର ଭଙ୍ଗୀରେ ପ୍ରାଣଶକ୍ତି ସଞ୍ଚୟ କରି, ଅଭିନବ ଚେତନା ଉଦ୍‌ବୁଦ୍ଧ କରି । ସ୍ୱାମୀ ବିବେକାନନ୍ଦ ପୃଥିବୀର ସର୍ବତ୍ର ବୁଲି ତାଙ୍କ ଗୁରୁଦେବଙ୍କର ଭାବ ପ୍ରଚାର କରିବାକୁ ଲାଗିଲେ । ଶ୍ରୀରାମକୃଷ୍ଣଙ୍କର ସନ୍ନ୍ୟାସୀ ଓ ଭକ୍ତମଣ୍ଡଳୀ ଭାରତ ଓ ଭାରତ ବାହାରେ ନାନା ସ୍ଥାନରେ ମଠ ଓ ମିଶନର ବହୁ କେନ୍ଦ୍ର ସ୍ଥାପନ କରି ଶ୍ରୀରାମକୃଷ୍ଣଙ୍କ ଜୀବନ-ବେଦ ଓ ଭାବଧାରା ପ୍ରଚାର କରି ଚାଲିଛନ୍ତି । ଉପଦେଶ ୧. ଈଶ୍ୱରଙ୍କ ନାମଗୁଣ ଗାନ ସର୍ବଦା କରିବାକୁ ହୁଏ ଏବଂ ସତ୍‌ସଙ୍ଗ ମଧ୍ୟ କରିବାକୁ ହୁଏ । ୨. ବେଳେବେଳେ ନିର୍ଜନକୁ ଯାଇ ତାଙ୍କର ଧ୍ୟାନ ଓ ଚିନ୍ତା କରିବା ଦରକାର । ପ୍ରଥମ ଅବସ୍ଥାରେ ବେଳେବେଳେ ନିର୍ଜନ ନ ହେଲେ ଈଶ୍ୱରଙ୍କ ଉପରେ ମନୋନିବେଶ କରିବା କଠିନ ହୋଇଥାଏ । ୩. ଧ୍ୟାନ କରିବ ମନରେ, କୋଣରେ ଓ ବନରେ । ୪. ସର୍ବଦା ସତ୍‌ ଅସତ୍‌ ବିଚାର କରିବ । ଈଶ୍ୱର ହିଁ ସତ୍‌, ଅର୍ଥାତ୍‌ ନିତ୍ୟ ବସ୍ତୁ; ଆଉସବୁ ଅସତ୍‌, ଅନିତ୍ୟ । ୫. ବିଚାର କରୁ କରୁ ମନ ଭିତରୁ ଅନିତ୍ୟ ବସ୍ତୁ ତ୍ୟାଗ କରିବ । ୬. ସବୁ କାମ କରିବ, କିନ୍ତୁ ମନ ଈଶ୍ୱରଙ୍କ ନିକଟରେ ରଖିବ । ୭. ଈଶ୍ୱରଙ୍କ ପାଦପଦ୍ମରେ ଭକ୍ତିଲାଭ ନ କରି ଯଦି ସଂସାର କରିବାକୁ ଯାଅ, ତା ହେଲେ ଆହୁରି ବନ୍ଧନରେ ପଡ଼ିବ । ୮. ତେଲ ଲଗାଇ ପଣସ ଭାଙ୍ଗିବାକୁ ହୁଏ, ତା ନ ହେଲେ ହାତରେ ଅଠା ଲାଗିବ । ଈଶ୍ୱର-ଭକ୍ତିର ତେଲ ଲଗାଇ ସଂସାର କାର୍ଯ୍ୟରେ ହାତ ଦେବାକୁ ହୁଏ । ୯. ସଂସାର ହେଉଛି ପାଣି, ଆଉ ମନ ହେଉଛି ଦୁଧ । ତା କୁ ଯଦି ପାଣିରେ ଢାଳିଦେବ, ତା ହେଲେ ଦୁଧ ଓ ପାଣି ମିଶିଯିବ । ଦୁଧକୁ ବସାଇ ସେଥିରୁ ଲହୁଣୀ ବାହାର କରି ସଂସାର-ପାଣିରେ ରଖିଲେ ତାହା ମିଶିବ ନାହିଁ, ଭାସି ଉଠିବ । ୧୦. ବିଚାର କରିବା ଖୁବ୍‌ ଦରକାର । କାମ-କାଞ୍ଚନ ଅନିତ୍ୟ, ଈଶ୍ୱର ଏକମାତ୍ର ନିତ୍ୟ ବସ୍ତୁ-ଏହାର ନାମ ବିଚାର । ୧୧. ଈଶ୍ୱର-ଦର୍ଶନ ନିଶ୍ଚିତ ସମ୍ଭବ । ବେଳେବେଳେ ନିର୍ଜନ-ବାସ, ତାଙ୍କର ନାମଗୁଣ ଗାନ, ବସ୍ତୁ-ବିଚାର-ଏହିସବୁ ଉପାୟ ଅବଲମ୍ବନ କରିବାକୁ ହୁଏ । ୧୨. ଖୁବ୍‌ ବ୍ୟାକୁଳ ହୋଇ କାନ୍ଦିଲେ ତାଙ୍କୁ ଦେଖିପାରିବ । ୧୩. ବିଷୟୀର ବିଷୟ ଉପରେ, ମା ର ସନ୍ତାନ ଉପରେ, ଆଉ ସତୀର ପତି ଉପରେ ଆକର୍ଷଣ-ଏହି ତିନି ଆକର୍ଷଣ ଏକ ହେଲେ ଯାଇ ଭଗବାନ ଦେଖା ଦିଅନ୍ତି । ୧୪. ଅସଲ କଥା, ଈଶ୍ୱରଙ୍କ ପ୍ରତି ପ୍ରୀତିର ଟାଣ ରଖିବାକୁ ହେବ । ୧୫. ବିଶ୍ୱାସ ଆସିଲେ ହେଲା । ବିଶ୍ୱାସଠାରୁ ଅଧିକ କିଛି ନାହିଁ । ୧୬. ଜ୍ଞାନୀଗଣ ଯାହାକୁ ବ୍ରହ୍ମ କହନ୍ତି, ଯୋଗୀଗଣ ତାହାଙ୍କୁ ହିଁ ଆତ୍ମା କହନ୍ତି, ଆଉ ଭକ୍ତଗଣ ତାହାଙ୍କୁ ହିଁ ଭଗବାନ କହନ୍ତି । ୧୭. କାଳୀ କ ଣ କଳା ଦୂରରେ, ତେଣୁ କଳା; ବୁଝିପାରିଲେ କଳା ନୁହନ୍ତି । ୧୮. ମନ ହେଉଛି ସବୁ । ମନରେ ବଦ୍ଧ, ମନରେ ହିଁ ମୁକ୍ତ । ମନକୁ ଯେଉଁ ରଙ୍ଗରେ ରଙ୍ଗେଇବ, ତାହା ସେହି ରଙ୍ଗ ଧରିବ । ୧୯. ଭଗବାନ ନାମ ଜପିଲେ ମଣିଷର ଦେହ ମନ ସବୁ ଶୁଦ୍ଧ ହୋଇଯାଏ । ୨୦. ସଂସାରରେ ରହି ଈଶ୍ୱର ଲାଭ ହେବ ନାହିଁ କାହିଁକି ? ଜନକଙ୍କର ତ ହୋଇଥିଲା । ୨୧. ବିବେକ-ବୈରାଗ୍ୟ ଲାଭ କରି ସଂସାର କରିବାକୁ ହୁଏ । ଈଶ୍ୱରଙ୍କ ପ୍ରତି ଅନୁରାଗ ହେଲେ ହେଲା । ୨୨. ସଚ୍ଚିଦାନନ୍ଦ ଅସଲ ଗୁରୁ; ସେ ଶିକ୍ଷା ଦେବେ । ୨୩. କର୍ମ ତ୍ୟାଗ କରିବ କାହିଁକି ? ଈଶ୍ୱରଙ୍କ ଚିନ୍ତା, ତାଙ୍କ ନାମଗୁଣ ଗାନ, ନିତ୍ୟକର୍ମ-ଏହିସବୁ କଲେ ହେଲା । ୨୪. କର୍ମଯୋଗ ଅତ୍ୟନ୍ତ କଠିନ । ଭକ୍ତିଯୋଗ ହିଁ ଯୁଗଧର୍ମ । ୨୫. ଚୈତନ୍ୟଦେବ କହିଥିଲେ-ଈଶ୍ୱରଙ୍କ ନାମର ମାହାତ୍ମ୍ୟ ବହୁତ; ଶୀଘ୍ର ଫଳ ନ ମିଳିପାରେ, କିନ୍ତୁ କେବେ ନା କେବେ ତା ର ଫଳ ନିଶ୍ଚୟ ମିଳିବ । ୨୬. ପୂର୍ଣ୍ଣଜ୍ଞାନର ଲକ୍ଷଣ-ପୂର୍ଣ୍ଣଜ୍ଞାନରେ ମଣିଷ ଚୁପ୍‌ ହୋଇଯାଏ । ୨୭. କବୀର କହୁଥିଲେ ନିରାକାର ମୋର ବାପ, ସାକାର ମୋର ମା । ଯେ ସାକାର, ସେ ହିଁ ନିରାକାର । ୨୮. ତୁମମାନଙ୍କ ପାଇଁ ଭକ୍ତିପଥ ଉତ୍ତମ ଓ ସହଜ । ୨୯. ପୂର୍ବଜନ୍ମର ସଂସ୍କାର ମାନିବାକୁ ହୁଏ । ୩୦. ଯାହାର ବୈରାଗ୍ୟ ତୀବ୍ର, ସେ ଭଗବାନ ବ୍ୟତୀତ ଆଉ କିଛି ଚାହେଁ ନାହିଁ । ୩୧. ଯେ ଈଶ୍ୱର ଲାଭ କରିଛନ୍ତି, ସେ ଠିକ୍‌ ଦେଖନ୍ତି ନାରୀଗଣ ମା ବ୍ରହ୍ମମୟୀଙ୍କ ଅଂଶ, ତେଣୁ ମା ଭାବି ସେମାନଙ୍କୁ ପୂଜା କରନ୍ତି । ୩୨. ମୁଁ ମଲେ ଜଞ୍ଜାଳ ଯିବ । ମୁଁ ଅକର୍ତ୍ତା ଏହି ବୋଧ ଆସିଲେ ସେ ଜୀବନ୍ମୁକ୍ତ ହୋଇଯିବ । ୩୩. ପ୍ରଭୁ, ବିନା ଅନୁରାଗ, କରି ଯଜ୍ଞଯାଗ, ତୁମକୁ କି ଜାଣି ହେବ ? ଏହି ଅନୁରାଗ, ଏହି ପ୍ରେମ, ଏହି ପରାଭକ୍ତି, ଏହି ପ୍ରୀତି ଯଦି ହୁଏ, ତା ହେଲେ ସାକାର ନିରାକାର ଉଭୟର ସାକ୍ଷାତକାର ହୁଏ । ୩୪. ଅଭିମାନଶୂନ୍ୟ ହେବା ବଡ଼ କଠିନ । ପିଆଜ ରସୁଣକୁ କୌଣସି ପାତ୍ରରେ ରଖିବା ପରେ ପାତ୍ରଟିକୁ ଶହେଥର ଧୋଇଲେ ମଧ୍ୟ ତା ର ଗନ୍ଧ ଯେପରି କୌଣସିମତେ ଯାଏ ନାହିଁ, ସେହିପରି ଅଭିମାନର ଲେଶ କିଛି ନା କିଛି ରହିଯାଏ । ୩୫. ସହସ୍ର ଚେଷ୍ଟା କର, କିନ୍ତୁ ତାଙ୍କର କୃପା ନ ହେଲେ କିଛି ହେବ ନାହିଁ । କୃପା ନ ହେଲେ ତାଙ୍କର ଦର୍ଶନ ମିଳିବ ନାହିଁ । କୃପା ହେଲେ ଦର୍ଶନ ମିଳିବ । ସେ ଜ୍ଞାନସୂର୍ଯ୍ୟ । ଚିତ୍ତଶୁଦ୍ଧି ପ୍ରୟୋଜନ । ଈଶ୍ୱରଙ୍କୁ ପ୍ରାର୍ଥନା କର । ପ୍ରାର୍ଥନାରେ ଶକ୍ତି ବହୁତ । ୩୬. ମିଥ୍ୟା ଆଦୌ ଭଲ ନୁହେଁ । ଯେଉଁମାନେ ସତ୍‌, ଅଭିନୟରେ ମଧ୍ୟ ତାଙ୍କ ପକ୍ଷରେ ମିଥ୍ୟା କଥା ବା କାର୍ଯ୍ୟ ଭଲ ନୁହେଁ । ୩୭. ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଯେଉଁ କାମ କରୁଛି, ସେସବୁ ଭଲ । ଦୟା ଅତି ଭଲ, ସର୍ବଭୂତରେ ସମାନ ପ୍ରୀତି ହିଁ ଦୟା । ୩୮. ଯାହାର ମନ, ପ୍ରାଣ, ଅନ୍ତରାତ୍ମା ଈଶ୍ୱରଙ୍କ ନିକଟରେ ଅର୍ପିତ, ସେ ପ୍ରକୃତ ସାଧୁ । ୩୯. ସାଧୁସଙ୍ଗ, ତାଙ୍କର ନାମ, ଗୁଣଗାନ, ତାଙ୍କୁ ସର୍ବଦା ପ୍ରାର୍ଥନା କରିବା ଈଶ୍ୱର ଲାଭରେ ସାହାଯ୍ୟ କରେ । ୪୦. ଯଦି ପାଗଳ ହେବ ତ ସାଂସାରିକ ବସ୍ତୁ ପାଇଁ ପାଗଳ ହେବ କାହିଁକି ? ଯଦି ପାଗଳ ହେବ ତ ଭଗବାନଙ୍କ ପାଇଁ ପାଗଳ ହୁଅ । ୪୧. ଅନାସକ୍ତ ଭାବରେ କର୍ମ କରିଯିବାର ନାମ କର୍ମଯୋଗ । ବଡ଼ କଠିନ । ଏବେ ତ କଳିଯୁଗ, -ସହଜରେ ଆସକ୍ତି ଆସିଯାଏ । ୪୨. କଳିରେ ଭକ୍ତିଯୋଗ, ନାରଦୀୟ ଭକ୍ତି । ଭଗବାନଙ୍କ ନାମ, ଗୁଣଗାନ ଓ ବ୍ୟାକୁଳ ହୋଇ ପ୍ରାର୍ଥନା କର, ହେ ପ୍ରଭୁ ମୋତେ ଜ୍ଞାନ ଦିଅ, ଭକ୍ତି ଦିଅ, ମୋତେ ଦେଖା ଦିଅ । ୪୩. ଜୀବନର ଉଦ୍ଦେଶ୍ୟ ଭଗବତ୍‌ ପ୍ରାପ୍ତି । କର୍ମ ତ ଆଦିକାଣ୍ଡ; ତାହା ଜୀବନର ଉଦ୍ଦେଶ୍ୟ ନୁହେଁ । ତେବେ ନିଷ୍କାମ କର୍ମ ଗୋଟିଏ ଉପାୟ କିନ୍ତୁ ଉଦ୍ଦେଶ୍ୟ ନୁହେଁ । ୪୪. ଜ୍ଞାନଯୋଗରେ ଜ୍ଞାନୀ ବ୍ରହ୍ମକୁ ଜାଣିବାକୁ ଚାହେଁ-ବ୍ରହ୍ମ ସତ୍ୟ ଜଗତ୍‌ ମିଥ୍ୟା-ଏହି ବିଚାର କରେ । ବିଚାରର ଶେଷ ଯେଉଁଠି, ସେଠାରେ ସମାଧି ହୁଏ ଓ ବ୍ରହ୍ମଜ୍ଞାନ ଲାଭ ହୁଏ । ୪୫. କର୍ମଯୋଗ-କର୍ମ କଲାବେଳେ ଭଗବାନଙ୍କ ନିକଟରେ ମନକୁ ଅର୍ପିତ କରିବା । ଭଗବାନଙ୍କ ନିକଟରେ ଫଳ ଅର୍ପଣ କରି ପୂଜା-ଜପ କରିଯିବାର ନାମ ମଧ୍ୟ କର୍ମଯୋଗ । ଭଗବତ୍‌-ଲାଭ କର୍ମଯୋଗର ଉଦ୍ଦେଶ୍ୟ । ୪୬. ଭକ୍ତିଯୋଗ-ଭଗବାନଙ୍କ ନାମଗୁଣ କୀର୍ତ୍ତନ ପ୍ରଭୃତି କରି ତାଙ୍କ ନିକଟରେ ମନକୁ ନିବିଷ୍ଟ କରିବା । ୪୭. ଭଗବତ୍‌-ଲାଭ ପାଇଁ ସଂସାରରେ ରହି ଗୋଟିଏ ହାତରେ ଭଗବତ୍‌ ପାଦପଦ୍ମ ଧରି ରଖିଥିବ, ଅନ୍ୟ ହାତରେ କର୍ମ । ୪୮. ଅଧର୍ମ ଅର୍ଥାତ୍‌ ଅସତ୍‌ କର୍ମ । ଧର୍ମ ଅର୍ଥାତ୍‌ ବୈଧୀ କର୍ମ- ଏତେ ଦାନ କରିବାକୁ ହେବ, ଇତ୍ୟାଦି । ୪୯. ଅବତାରଙ୍କ ଭିତରେ ତାଙ୍କର ବିଶେଷ ଶକ୍ତିର ପ୍ରକାଶ; ସେହି ଶକ୍ତି ବେଳେବେଳେ ପୂର୍ଣ୍ଣଭାବରେ ଥାଏ । ଶକ୍ତି ହିଁ ଅବତାର । ଅବତାରଙ୍କୁ ଦେଖିବା ଅର୍ଥ ତାଙ୍କୁ ଦେଖିବା । ୫୦. କେବଳ ପାଣ୍ଡିତ୍ୟରେ କ ଣ ହେବ ? ବହି, ଶାସ୍ତ୍ର-ଏସବୁ କେବଳ ଭଗବାନଙ୍କ ନିକଟରେ ପହଞ୍ଚିବାର ବାଟ ବତାଇଦିଏ । ଶାସ୍ତ୍ରର ମର୍ମ ଗୁରୁଙ୍କ ମୁହଁରୁ ଶୁଣି ସାଧନ କରିବାକୁ ହୁଏ । ୫୧. ସେ ଶୁଦ୍ଧ ବୁଦ୍ଧିର ଗୋଚର । ଶୁଦ୍ଧ ବୁଦ୍ଧି, ଶୁଦ୍ଧ ଆତ୍ମା ଏକ । ଋଷିଗଣ ଶୁଦ୍ଧ ବୁଦ୍ଧି, ଶୁଦ୍ଧ ମନଦ୍ୱାରା ଶୁଦ୍ଧ ଆତ୍ମାର ସାକ୍ଷାତକାର କରିଥିଲେ । ୫୨. ବ୍ରହ୍ମ ଓ ଶକ୍ତି ଅଭେଦ । ତାଙ୍କୁ ହିଁ ମୁଁ ଶକ୍ତି କହେ, କାଳୀ କହେ ।...ବ୍ରହ୍ମ ଓ କାଳୀ ଅଭେଦ, ଯେପରି ଅଗ୍ନି ଓ ଦାହିକା ଶକ୍ତି । ଅଗ୍ନି କଥା ଭାବିଲେ ହିଁ ଦାହିକା-ଶକ୍ତିର କଥା ଭାବିବାକୁ ହୁଏ । ୫୩. ଜନକ ନିର୍ଲିପ୍ତ ବୋଲି ତାଙ୍କର ଅନ୍ୟ ନାମ ବିଦେହ, ଅର୍ଥାତ୍‌ ତାଙ୍କର ଦେହବୁଦ୍ଧି ନାହିଁ । ସେ ସଂସାରରେ ରହି ମଧ୍ୟ ଜୀବନ୍ମୁକ୍ତ ହୋଇଥିଲେ । ୫୪. ଜପଦ୍ୱାରା ଭଗବତ୍‌-ପ୍ରାପ୍ତି ହୁଏ । ନିର୍ଜନରେ, ଗୋପନରେ ତାଙ୍କର ନାମ ଜପୁ ଜପୁ ତାଙ୍କ କୃପା ମିଳେ । ତା ପରେ ଦର୍ଶନ । ୫୫. ସବୁ କାମ ଛାଡ଼ି ସନ୍ଧ୍ୟାବେଳେ ତୁମେ ତାଙ୍କୁ ଡ଼ାକ । ୫୬. ଭକ୍ତିଦ୍ୱାରା ସବୁ ମିଳେ । ଯେଉଁମାନେ ବ୍ରହ୍ମଜ୍ଞାନ ଚାହାନ୍ତି, ସେମାନେ ଯଦି ଭକ୍ତିପଥ ଧରି ଥାଆନ୍ତି, ତା ହେଲେ ବ୍ରହ୍ମଜ୍ଞାନ ମଧ୍ୟ ପାଆନ୍ତି । ୫୭. ଅସଲ କଥା ହେଲା ବିଶ୍ୱାସ । (ଗୁରୁବାକ୍ୟରେ) ବିଶ୍ୱାସ ହେବା ଦରକାର, ବାଳକର ବିଶ୍ୱାସ ଭଳି । ୫୮. ନାମ କଅଣ କମ୍‌ ? ସେ ଏବଂ ତାଙ୍କ ନାମରେ ଫରକ୍‌ ନାହିଁ । ନାମ ଓ ନାମୀ ଅଭେଦ । ୫୯. ଯେ ପାପ ହରଣ କରନ୍ତି ସେ ହରି । ହରି ତ୍ରିତାପ ହରଣ କରନ୍ତି । ଚୈତନ୍ୟଦେବ ହରିନାମ ପ୍ରଚାର କରିଥିଲେ । ହରିନାମର ଅପାର ମାହାତ୍ମ୍ୟ । ୬୦. କାହାରି ନିନ୍ଦା କର ନାହିଁ-ପୋକ ମାଛିର ମଧ୍ୟ ନୁହେଁ । ଯେପରି ଭକ୍ତି ପ୍ରାର୍ଥନା କରିବ, ସେହିପରି ଏହା ମଧ୍ୟ କହିବ- ମୁଁ ଯେପରି କାହାରି ନିନ୍ଦା ନ କରେ । ୬୧. ଅନ୍ନ ଦାନଠାରୁ ଜ୍ଞାନ ଦାନ, ଭକ୍ତି ଦାନ ଆହୁରି ବଡ଼ । ଚୈତନ୍ୟଦେବ ସେଥିପାଇଁ ଆଚଣ୍ଡାଳ ଭକ୍ତି ବିତରଣ କରିଥିଲେ । ୬୨. ନାରୀଙ୍କର ଲଜ୍ଜା ହିଁ ଭୂଷଣ । ୬୩. ସତ୍ୟ ହିଁ କଳିର ତପସ୍ୟା । ଯେଉଁମାନେ ବିଷୟକର୍ମ କରନ୍ତି-ଅଫିସ କାମ ହେଉ ବା ବ୍ୟବସାୟ ହେଉ-ସେମାନେ ମଧ୍ୟ ସତ୍ୟରେ ରହିବା ଉଚିତ୍‌ । ୬୪. ଯେପରି ପାଦରେ ଜୋତା ଥିଲେ ଲୋକ ସ୍ୱଚ୍ଛନ୍ଦରେ କଣ୍ଟା ଉପରେ ମଧ୍ୟ ଚାଲିଯାଏ, ସେହିପରି ତତ୍ତ୍ୱଜ୍ଞାନ ଲାଭ କଲେ ମଣିଷ ଏହି କଣ୍ଟକମୟ ସଂସାରରେ ଅନାୟାସରେ ବିଚରଣ କରିପାରେ । ୬୫. ସାକାର ଓ ନିରାକାର କିପରି ଜାଣ ? ଯେପରି ପାଣି ଓ ବରଫ । ଯେତେବେଳେ ପାଣି ଜମାଟ ବାନ୍ଧି ରହେ, ସେତେବେଳେ ସାକାର, ଆଉ ଯେତେବେଳେ ତରଳି ପାଣି ହୁଏ, ସେତେବେଳେ ନିରାକାର । ୬୬. ପାଣି ଗୋଳିଆ ଥିଲେ ଚନ୍ଦ୍ର-ସୂର୍ଯ୍ୟର ପ୍ରତିବିମ୍ବ ସେଥିରେ ଠିକ୍‌ ଦେଖାଯାଏ ନାହିଁ । ସେହିଭଳି ମାୟା ଅର୍ଥାତ୍‌ ମୁଁ ଓ ମୋର ଏହି ବୋଧ ଯେତେବେଳ ଯାଏ ନ ଯିବ, ସେତେବେଳ ଯାଏ ଆତ୍ମାର ସାକ୍ଷାତ୍‌କାର ହେବ ନାହିଁ । ୬୭. ରେଳଗାଡ଼ିର ଇଞ୍ଜିନ ଆପେ ଚାଲିଯାଏ ଏବଂ କେତେଗୁଡ଼ିଏ ମାଲଗାଡ଼ିକୁ ମଧ୍ୟ ଟାଣି ନେଇଯାଏ । ଅବତାରଗଣ ସେହିପରି ସହସ୍ର ସହସ୍ର ଲୋକଙ୍କୁ ଭଗବାନଙ୍କ ନିକଟକୁ ନେଇଯାଆନ୍ତି । ୬୮. ଯେ ମୂଳା ଖାଇଥାଏ, ତା ର ହାକୁଟିରେ ମୂଳାର ଗନ୍ଧ ମିଳେ । ସେହିପରି ଯେ ଧାର୍ମିକ ତା ସହିତ ଆଳାପ କଲେ ସେ କେବଳ ଧର୍ମପ୍ରସଙ୍ଗ କରେ ଏବଂ ଯେ ବିଷୟୀ, ସେ କେବଳ ବିଷୟ ଚର୍ଚ୍ଚା କରେ । ୬୯. ସୂର୍ଯ୍ୟର କିରଣ ସବୁ ଜାଗାରେ ସମାନ ଭାବରେ ପଡ଼ିଲେ ମଧ୍ୟ ପାଣି, ଦର୍ପଣ ବା କୌଣସି ସ୍ୱଚ୍ଛ ପଦାର୍ଥରେ ବେଶୀ ପ୍ରକାଶିତ ହୁଏ । ସେହିପରି ଭଗବାନ ସକଳ ହୃଦୟରେ ସମାନ ଥିଲେ ମଧ୍ୟ ସାଧୁମାନଙ୍କ ହୃଦୟରେ ତାଙ୍କର ବେଶୀ ପ୍ରକାଶ ଦେଖାଯାଏ । ୭୦. ବାଘ ଭିତରେ ମଧ୍ୟ ଭଗବାନ ଅଛନ୍ତି, କିନ୍ତୁ ବାଘ ମୁହଁକୁ ଯିବା ଉଚିତ୍‌ ନୁହେଁ । ସେହିଭଳି ଦୁଷ୍ଟ ଲୋକଙ୍କ ଭିତରେ ମଧ୍ୟ ଭଗବାନ ଅଛନ୍ତି, କିନ୍ତୁ ତାଙ୍କର ସଙ୍ଗ କରିବା ଉଚିତ୍‌ ନୁହେଁ । ୭୧. ସତ୍‌ଲୋକର ରାଗ କିଭଳି ଜାଣ ? ଯେପରି ପାଣିର ଗାର । ପାଣି ଉପରେ ଗାର କାଟିଲେ ଯେପରି ସଙ୍ଗେ ସଙ୍ଗେ ମିଳେଇଯାଏ, ସେହିପରି ସତ୍‌ ଲୋକର ରାଗ କ୍ଷଣକ ପରେ ଶାନ୍ତ ହୋଇଯାଏ । ୭୨. ମଣିଷ ଓ ମାନହୁଁସ୍‌ । ଯେଉଁମାନେ ଭଗବାନଙ୍କ ପାଇଁ ବ୍ୟାକୁଳ ସେମାନେ ମାନହୁଁସ୍‌ । ଆଉ ଯେଉଁମାନେ କାମ-କାଞ୍ଚନରୂପକ ବିଷୟରେ ମତ୍ତ, ସେମାନେ ସବୁ ସାଧାରଣ ମଣିଷ । ୭୩. ତାକ୍‌ ତେରେ କେଟେ ତାକ୍‌ ତାଳ ମୁହଁରେ କହିବା ସହଜ, କିନ୍ତୁ ହାତରେ ବଜାଇବା କଠିନ । ସେହିଭଳି ଧର୍ମକଥା ମୁହଁରେ କହିବା ସହଜ, କିନ୍ତୁ କାମରେ କରିବା କଠିନ । ୭୪. ଲୁଚକାଳି ଖେଳରେ ଯେପରି ବୁଢ଼ୀକୁ ଛୁଇଁଲେ ଚୋର ହୁଅନ୍ତି ନାହିଁ, ସେହିପରି ଭଗବାନଙ୍କ ପାଦପଦ୍ମ ଛୁଇଁଲେ ଆଉ ସଂସାରରେ ଆବଦ୍ଧ ହେବାକୁ ପଡ଼େ ନାହିଁ । ୭୫. ସଂସାରରେ ଥାଇ ମଧ୍ୟ ଯିଏ ସାଧନା କରିପାରନ୍ତି, ସେ ବୀର ସାଧକ । ବୀର ପୁରୁଷ ଯେପରି ମୁଣ୍ଡରେ ବୋଝ ବୋହି ମଧ୍ୟ ଚାରିଆଡ଼କୁ ଅନାଇଁ ପାରନ୍ତି, ବୀର ସାଧକ ମଧ୍ୟ ସେହି ଭଳି ସଂସାରର ବୋଝ କାନ୍ଧରେ ବୋହି ଭଗବାନଙ୍କ ନିକଟରେ ମନ ନିବିଷ୍ଟ କରିପାରନ୍ତି । ୭୬. ପାଣିରେ ନୌକା ରହିଲେ କ୍ଷତି ନାହିଁ । କିନ୍ତୁ ନୌକା ଭିତରେ ପାଣି ଯେପରି ନ ପଶେ, ତା ହେଲେ ନୌକା ବୁଡ଼ିଯିବ । ସାଧକ ସଂସାରରେ ରହୁ, କ୍ଷତି ନାହିଁ, କିନ୍ତୁ ସାଧକର ମନ ଭିତରେ ଯେପରି ସଂସାର ନ ରହେ । ୭୭. ମନ ମୁହଁ ଏକ କରିବା ହେଉଛି ପ୍ରକୃତ ସାଧନା । ନ ହେଲେ ମୁହଁ କହୁଛି- ହେ ଭଗବାନ, ତୁମେ ମୋର ସର୍ବସ୍ୱ ଧନ -ଆଉ ମନ ଭିତରେ ବିଷୟକୁ ସର୍ବସ୍ୱ ଜ୍ଞାନ କରି ବସି ରହିଛି । ଏଭଳି ଲୋକଙ୍କ ସକଳ ସାଧନା ବିଫଳ ହୁଏ । ୭୮. ବାସନାର ଲେଶ ମାତ୍ର ଥିଲେ ଭଗବାନଙ୍କୁ ଲାଭ କରି ହୁଏ ନାହିଁ, ଯେପରି ସୂତା ଭିତରେ କେଉଁଠି ଟିକେ ଆଁଶୁଥିଲେ ଛୁଞ୍ଛିରେ ଗଳେ ନାହିଁ । ମନ ଯେତେବେଳେ ବାସନା ଶୂନ୍ୟ ହୋଇ ଶୁଦ୍ଧ ହୁଏ, ସେତେବେଳେ ଯାଇ ସଚ୍ଚିଦାନନ୍ଦ ପ୍ରାପ୍ତି ହୁଏ । ୭୯. ଯେପରି ପବନ ବାଜି ପାଣି ହଲିଲେ ପ୍ରତିବିମ୍ବ ଠିକ୍‌ ଦେଖାଯାଏ ନାହିଁ, ସେହିପରି ମନ ସ୍ଥିର ନ ହେଲେ ସେଥିରେ ଭଗବାନଙ୍କର ପ୍ରକାଶ ହୁଏ ନାହିଁ । ୮୦. ସହ୍ୟ ଗୁଣଠାରୁ ଆଉ ଗୁଣ ନାହିଁ । ଯେ ସହେ, ସେ କେବଳ ରହେ । ଯେ ନ ସହେ, ସେ ନାଶ ହୁଏ । ସକଳ ବର୍ଣ୍ଣ ଭିତରେ ସ ତିନୋଟି-ଶ, ଷ, ସ । ୮୧. ଲକ୍ଷ ଲକ୍ଷ ଟଙ୍କାର ହୀରା, ମୋତି ବଜାରରେ ମିଳିବ, କିନ୍ତୁ କୃଷ୍ଣଙ୍କୁ ଅର୍ପିତ ମନ କେତୋଟି ମିଳିବ ? ୮୨. ସନ୍ଧ୍ୟା ଆହ୍ନିକ ସେତିକି ଦିନ ଯାଏ ଦରକାର, ଯେତେ ଦିନ ଯାଏ ତାଙ୍କ ପାଦପଦ୍ମରେ ଭକ୍ତି ପ୍ରେମ ନ ହୋଇଛି ଓ ତାଙ୍କ ନାମ ଜପୁ ଜପୁ ଆଖିରୁ ଅଶ୍ରୁ ନ ଝରିଛି, ଆଉ ଶରୀର ରୋମାଞ୍ଚିତ ନ ହୋଇଛି । ୮୩. ଅହଲ୍ୟା କହିଥିଲେ- ହେ ରାମ ଯଦି ଶୂକର ଯୋନିରେ ମୋର ଜନ୍ମ ହୁଏ, ତା ବି ମୁଁ ସ୍ୱୀକାର କରିବି, କିନ୍ତୁ ଯେପରି ତୁମର ଶ୍ରୀପାଦପଦ୍ମରେ ମୋର ଅଚଳା ଶ୍ରଦ୍ଧାଭକ୍ତି ରହେ । ଆଉ ଅଧିକ କିଛି ମୁଁ ଚାହେଁ ନାହିଁ । ୮୪. ଯେପରି ଆମ୍ବ ପାଚିଲେ ଡେମ୍ଫରୁ ଆପଣା ଛାଏଁ ଖସି ପଡ଼େ, ସେହିପରି ଜ୍ଞାନ ଲାଭ ହେଲେ ଆତ୍ମାଭିମାନ ଆପଣା ଛାଏଁ ଚାଲିଯାଏ । ଜୋର କରି ଜାତି ତ୍ୟାଗ କରିବା ଉଚିତ ନୁହେଁ । ୮୫. ଛାତ ଉପରକୁ ଉଠିବାକୁ ହେଲେ ନିଶୁଣି, ବାଉଁଶ, ପାହାଚ ପ୍ରଭୃତି ନାନା ମାଧ୍ୟମରେ ଉଠିବାକୁ ପଡ଼େ; ସେହିପରି ପରମେଶ୍ୱରଙ୍କ ନିକଟକୁ ଯିବାର ବହୁ ଉପାୟ ରହିଛି । ପ୍ରତ୍ୟେକ ଧର୍ମ ହେଉଛି ତାହାର ଗୋଟିଏ ଉପାୟ । ୮୬. ଯେପରି କାଳୀ ମନ୍ଦିରକୁ ଆସିବାକୁ ହେଲେ କିଏ ନୌକାରେ, କିଏ ଗାଡ଼ିରେ, କିଏ ବା ପାଦରେ ଚାଲି ଆସନ୍ତି, ସେହିପରି ଭିନ୍ନ ଭିନ୍ନ ମତ ଆଶ୍ରୟ କରି ମଣିଷ ସଚ୍ଚିଦାନନ୍ଦ-ଲାଭ ହୋଇଥାଏ । ଯେତେ ମତ ସେତେ ପଥ । ୮୭. ଯେଉଁମାନଙ୍କର ସଂକୀର୍ଣ୍ଣ ଭାବ ସେହିମାନେ ହିଁ କେବଳ ଅନ୍ୟମାନଙ୍କ ଧର୍ମକୁ ନିନ୍ଦା କରନ୍ତି ଓ ଆପଣା ଧର୍ମକୁ ଶ୍ରେଷ୍ଠ ବୋଲି କହନ୍ତି । ୮୮. ଭଗବାନ ଏକ, ସାଧକ ଓ ଭକ୍ତଗଣ ଭିନ୍ନ ଭିନ୍ନ ଭାବରେ ଓ ରୁଚି ଅନୁସାରେ ତାଙ୍କର ଉପାସନା କରନ୍ତି । ୮୯. ଭଗବାନଙ୍କ ନାମ ଓ ଚିନ୍ତା ଯେଉଁଭାବରେ କରନା କାହିଁକି, ସେଥିରେ କଲ୍ୟାଣ ହେବ । ଯେପରି ମିଶ୍ରିର ରୁଟି ସିଧା କରି ଖାଅ ବା ଆଡ଼ ପଟୁ ଖାଅ, ମିଠା ଲାଗିବ ହିଁ ଲାଗିବ । ୯୦. ହାତ ତାଳି ମାରି ସକାଳ ଓ ସନ୍ଧ୍ୟାରେ ହରି ନାମ କର, ତା ହେଲେ ସବୁ ପାପତାପ ଦୂର ହେବ । ୯୧. ଗୀତାର ସାର ଅର୍ଥ-ହେ ଜୀବ, ସବୁ ତ୍ୟାଗ କରି ଭଗବାନଙ୍କୁ ପାଇବା ପାଇଁ ସାଧନା କର । ୯୨. ବ୍ରହ୍ମ ଯେ କି ବସ୍ତୁ, ମୁହଁରେ କହିହେବ ନାହିଁ । ସବୁ ଜିନିଷ ଅଇଁଠା ହୋଇଛି ଅର୍ଥାତ୍‌ ମୁହଁରେ କୁହାଯାଇଛି -କିନ୍ତୁ ବ୍ରହ୍ମ କଅଣ, ତା କେହି ମୁହଁରେ କହିପାରି ନାହାନ୍ତି । ତେଣୁ ତାହା ଅଇଁଠା ହୋଇ ନାହିଁ । ୯୩. ମୁଁ ରାମ ରାମ କରି ପାଗଳ ହୋଇଥିଲି ।...ରାମଲାଲା -ରାମଲାଲା କହି କହି ପାଗଳ ହୋଇଗଲି । ୯୪. ଭକ୍ତି ଘେନି ରହିଲେ ଜ୍ଞାନ ଭକ୍ତି ଉଭୟ ହୁଏ । ଦରକାର ହେଲେ ସେ ବ୍ରହ୍ମଜ୍ଞାନ ମଧ୍ୟ ଦିଅନ୍ତି । ଖୁବ୍‌ ଉଚ୍ଚ ଆଧାର ହେଲେ ଉଭୟ ଦିଅନ୍ତି । ୯୫. ବ୍ରହ୍ମ ବାକ୍ୟ ଓ ମନର ଅତୀତ । ଲୁଣର ପିତୁଳା ସମୁଦ୍ର ମାପିବାକୁ ଯାଇଥିଲା, କିନ୍ତୁ ଖବର ଦେବା ପାଇଁ ଆଉ ଫେରିଲା ନାହିଁ- ସମୁଦ୍ରରେ ମିଶିଗଲା । ୯୬. ବ୍ୟାକୁଳତା ଦରକାର । ବ୍ୟାକୁଳ ହେଲେ ସେ ଶୁଣିବେ ନିଶ୍ଚୟ । ସେ ତୁମର ବାପ, ସେ ତୁମର ମା -ତାଙ୍କ ଉପରେ ଜୋର କରିବା ଚଳେ । ୯୭. କୁମାରୀ-ପୂଜା କରନ୍ତି କାହିଁକି ? ସବୁ ସ୍ତ୍ରୀ ଲୋକ ଭଗବତୀଙ୍କର ଗୋଟିଏ ଗୋଟିଏ ରୂପ । ଶୁଦ୍ଧାତ୍ମା କୁମାରୀ ଭିତରେ ଭଗବତୀଙ୍କର ବେଶୀ ପ୍ରକାଶ । ୯୮. ଭଗବାନ ହିଁ କେବଳ ବସ୍ତୁ, ଆଉ ସବୁ ଅବସ୍ତୁ । ସର୍ବାନ୍ତଃକରଣରେ ତାଙ୍କର ଆରାଧନା କରିବା ଉଚିତ । ୯୯. ପାନ ଗୁଣ୍ଡି ଛାଡ଼ିଲେ କଅଣ ହେବ ? କାମ-କାଞ୍ଚନ ତ୍ୟାଗ ହିଁ ତ୍ୟାଗ । ୧୦୦. ଜ୍ୱଳନ୍ତ ବିଶ୍ୱାସ ଦରକାର । କଅଣ ଥରେ କାଳୀନାମ, ଦୁର୍ଗାନାମ ଜପିଛି, ଥରେ ରାମନାମ ଜପିଛି, ମୋର ପୁଣି ପାପ ୧୦୧. ମୁଁ ମା ଙ୍କୁ ଏପରି ଡାକୁଥିଲି ମା ଆନନ୍ଦମୟୀ ଦେଖା ଦେବାକୁ ହେବ । ପୁଣି କହୁଥିଲି- ହେ ଦୀନନାଥ, ଜଗନ୍ନାଥ, ମୁଁ ତ ଜଗତଛଡ଼ା ନୁହେଁ ନାଥ ମୁଁ ଜ୍ଞାନହୀନ, ଭକ୍ତିହୀନ, ମୁଁ କିଛି ଜାଣେ ନାହିଁ-ଦୟାକରି ମୋତେ ଦେଖା ଦିଅ
ଇଷ୍ଟ୍ରାଡେଫାଇଲିନ (ଇଂରାଜୀ ଭାଷାରେ ), ନ୍ୟୁରିୟାନ୍ଜ୍ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ପାର୍କିନ୍‌ସନ୍ ରୋଗର ପିଡି ଅଫ୍ ଏପିସୋଡ୍/ ବୃତ୍ତାନ୍ତ ପାଇଁ ଲେଭୋଡୋପା/କାର୍ବିଡୋପା ସହିତ ବ୍ୟବହୃତ ହୁଏ । ଏକ "ଅଫ୍" ଏପିସୋଡ୍ ଅର୍ଥ ହେଉଛି ଏକ ସମୟ ଯେତେବେଳେ ପାର୍କିନ୍‌ସନ୍ ରୋଗ ନିମନ୍ତେ ଅନ୍ୟ ଔଷଧଗୁଡିକ ଭଲ କାମ କରୁନଥିବା ଫଳସ୍ୱରୂପ କମ୍ପନ ଏବଂ ଚାଲିବାରେ ଅସୁବିଧା ହୋଇଥାଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅନିଚ୍ଛାକୃତ ମାଂସପେଶୀ ଗତି, କୋଷ୍ଠକାଠିନ୍ୟ, ହାଲୁସିନେସନ୍, ମୁଣ୍ଡ ବୁଲାଇବା, ବାନ୍ତି, ଏବଂ ଶୋଇବାରେ ଅସୁବିଧା ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବାଧ୍ୟତାମୂଳକ ଆଚରଣ ଅନ୍ତର୍ଭୁକ୍ତ ହୋଇପାରେ ଏହା ଏକ ଆଡେନୋସିନ ଏ୨ଏ ( 2 ) ରିସେପ୍ଟର ଆଣ୍ଟାଗୋନିଷ୍ଟ ୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇଷ୍ଟ୍ରାଡେଫାଇଲିନ ଅନୁମୋଦିତ ହୋଇଥିଲା । ୟୁରୋପରେ ଲାଭ ବିଷୟରେ ଅସ୍ପଷ୍ଟ ପ୍ରମାଣ ହେତୁ ୨୦୨୧ରେ ଅନୁମୋଦନ ମନା କରାଯାଇଥିଲା । ଯୁକ୍ତରାଜ୍ୟରେ ଏହା ଉପଲବ୍ଧ ନୁହେଁ ଯୁକ୍ତରାଷ୍ଟ୍ରରେ ଏହା ପିଛା ମାସକୁ ପ୍ରାୟ ୧୫୦୦ ଡଲାର ଖର୍ଚ୍ଚ ହୋଇଥାଏ ।
କ୍ୟାପ୍ଟେନ୍ ମନୋଜ କୁମାର ପାଣ୍ଡେ, ପିଭିସି (୨୫ ଜୁନ୍ ୧୯୭୫ - ୩ ଜୁଲାଇ ୧୯୯୯) ଭାରତୀୟ ସେନାର ଜଣେ ଅଧିକାରୀ ଥିଲେ ଯିଏ କି ୧୯୯୯ରେ କାର୍ଗିଲ ଯୁଦ୍ଧ ସମୟରେ ତାଙ୍କର ଦୁଃସାହସିକ ସାହସ ଏବଂ ନେତୃତ୍ୱ ପାଇଁ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ସାମରିକ ସମ୍ମାନ ପରମବୀର ଚକ୍ରରେ ସମ୍ମାନିତ ହୋଇଥିଲେ । ପ୍ରଥମ ବାଟାଲିୟନ ୧୧ ଗୋର୍ଖା ରାଇଫଲ୍ସ (୧/୧୧ ଜିଆର)ର ଅଧିକାରୀ ଭାବେ ସେ କାର୍ଗିଲର ଗାର୍କୋନ ଆର୍ଯ୍ୟନ ଉପତ୍ୟକାର ଗ୍ରାମରେ ଥିବା ଖଲୁବର ପାହାଡ଼ର ବଙ୍କର ପାହାଡ଼ କୂଳରେ ହୋଇଥିବା ଯୁଦ୍ଧରେ ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିଲେ । ପ୍ରାରମ୍ଭିକ ଜୀବନ ମନୋଜ ୧୯୭୫ ମସିହା ଜୁନ୍ ୨୫ ତାରିଖରେ ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାର ରୁଧା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଲକ୍ଷ୍ନୌରେ ରହୁଥିବା ଏକ ଛୋଟ ସହରର ବ୍ୟବସାୟୀ ଗୋପୀ ଚାନ୍ଦ ପାଣ୍ଡେ ଏବଂ ମୋହିନୀଙ୍କ ଘରେ ତାଙ୍କର ଜନ୍ମ ହୋଇଥିଲା । ସେ ତାଙ୍କ ପରିବାରରେ ସବୁଠାରୁ ବଡ଼ ଥିଲେ । ସେ ଲକ୍ଷ୍ନୌର ଉତ୍ତର ପ୍ରଦେଶ ସୈନିକ ସ୍କୁଲ ଏବଂ ରାଣୀ ଲକ୍ଷ୍ମୀ ବାଇ ମେମୋରିଆଲ ସିନିୟର ସେକେଣ୍ଡାରୀ ସ୍କୁଲରେ ଶିକ୍ଷା ଲାଭ କରିଥିଲେ । ବିଶେଷ କରି ବକ୍ସିଂ ଓ ବଡି ବିଲ୍ଡିଂ ସହିତ କ୍ରୀଡ଼ା ପ୍ରତି ତାଙ୍କର ଗଭୀର ଆଗ୍ରହ ଥିଲା। ୧୯୯୦ ମସିହାରେ ସେ ଉତ୍ତରପ୍ରଦେଶ ନିର୍ଦ୍ଦେଶାଳୟର ଜୁନିୟର ଡିଭିଜନ ଏନସିସିର ଶ୍ରେଷ୍ଠ କ୍ୟାଡେଟ୍ ଭାବେ ବିବେଚିତ ହୋଇଥିଲେ । ଚୟନ ପୂର୍ବରୁ ସର୍ଭିସ ସିଲେକ୍ସନ ବୋର୍ଡ (ଏସଏସବି)ର ସାକ୍ଷାତକାର ସମୟରେ ସାକ୍ଷାତକାରଦାତା ତାଙ୍କୁ ପଚାରିଥିଲେ, ଆପଣ କାହିଁକି ସେନାରେ ଯୋଗ ଦେବାକୁ ଚାହୁଁଛନ୍ତି? ସେ ସଙ୍ଗେ ସଙ୍ଗେ ଉତ୍ତର ଦେଲେ, ମୁଁ ପରମବୀର ଚକ୍ର ଜିତିବାକୁ ଚାହୁଁଛି। କ୍ୟାପ୍ଟେନ୍ ମନୋଜ କୁମାର ପାଣ୍ଡେ ମରଣୋତ୍ତର ଭାବେ ଦେଶର ସର୍ବୋଚ୍ଚ ସାହସିକତା ସମ୍ମାନ ଜିତିଥିଲେ। ସାମରିକ ପେଶା ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀରୁ ୯୦ତମ ପାଠ୍ୟକ୍ରମରେ ସ୍ନାତକ ହାସଲ କରିଥିଲେ ଏବଂ ମାଇକ୍ ସ୍କ୍ୱାର୍ଡନ (ମୁସ୍ତାଙ୍ଗସ)ର ସଦସ୍ୟ ଥିଲେ । ପାଣ୍ଡେ ୧୯୯୭ ମସିହା ଜୁନ୍ ୭ ତାରିଖରେ ପ୍ରଥମ ବାଟାଲିୟନ ୧୧ ଗୋର୍ଖା ରାଇଫଲ୍ସରେ ଲେଫ୍ଟନାଣ୍ଟ ଭାବେ ନିଯୁକ୍ତ ହୋଇଥିଲେ । କାର୍ଗିଲ ଯୁଦ୍ଧ ମେ ମାସ ପ୍ରାରମ୍ଭରେ କାର୍ଗିଲ ସେକ୍ଟରରେ ଅନୁପ୍ରବେଶ ହୋଇଥିବା ସୂଚନା ମିଳିଥିଲା। ୧/୧୧ ଗୋର୍ଖା ରାଇଫଲ୍ସ ବାଟାଲିୟନ ସିଆଚେନ୍ ଗ୍ଲେସିୟରରେ ଦେଢ଼ ବର୍ଷର କାର୍ଯ୍ୟକାଳ ଶେଷ କରି ପୁଣେରେ ଏହାର ଶାନ୍ତିକାଳୀନ ସ୍ଥାନକୁ ଯାଉଥିଲା । ଏହି ବାଟାଲିୟନକୁ କାର୍ଗିଲର ବଟାଲିକ ସେକ୍ଟରକୁ ଯିବାକୁ କୁହାଯାଇଥିଲା। ଏହି କ୍ଷେତ୍ରରେ ସାମିଲ ହୋଇଥିବା ପ୍ରଥମ ୟୁନିଟ୍ ମଧ୍ୟରୁ ଏହି ବାଟାଲିୟନ ଅନ୍ୟତମ ଥିଲା । କର୍ଣ୍ଣେଲ ଲଳିତ ରାୟଙ୍କ ନେତୃତ୍ୱରେ ଥିବା ଏହି ୟୁନିଟକୁ ଜୁବର, କୁକର୍ଥାମ୍ ଏବଂ ଖଲୁବର ଅଞ୍ଚଳର ଦାୟିତ୍ୱ ଦିଆଯାଇଥିଲା ଏବଂ ସେମାନଙ୍କ ବାଟାଲିଅନ୍ ମୁଖ୍ୟାଳୟ ୟେଲଡୋରରେ ଥିଲା। ଏହି ବାଟାଲିୟନର ସଦସ୍ୟ ଭାବେ ପାଣ୍ଡେ ସାହସିକତାର ସହ ଏକାଧିକ ଆକ୍ରମଣରେ ସମ୍ପୃକ୍ତ ଥିଲେ। ସେ ମଧ୍ୟ ଏକାଧିକ କାର୍ଯ୍ୟରେ ଭାଗ ନେଇଥିଲେ ଯାହା ଫଳରେ ଜୁବାର ଟପ‌କୁ ଦଖଲ କରାଯାଇଥିଲା। ଶତ୍ରୁକୁ ପରାସ୍ତ କରି ଦ୍ରାସ ଉପତ୍ୟକାକୁ ସୁରକ୍ଷିତ ରଖିବା ପାଇଁ ମନୋଜ ପାଣ୍ଡେ ନିଜ ଜୀବନବଳି ଦେଇଥିଲେ । ପରମବୀର ଚକ୍ର କାର୍ଯ୍ୟାନୁଷ୍ଠାନ ଜୁଲାଇ ପ୍ରାରମ୍ଭରେ ୧/୧୧ ଜିଆରର 'ବି' କମ୍ପାନିକୁ ଖଲୁବର ଟପ୍ ଧରିବା ପାଇଁ ଦାୟିତ୍ବ ଦିଆଯାଇଥିଲା। ପାଣ୍ଡେ ଏହି କମ୍ପାନୀରେ ଏକ ପ୍ଲାଟୁନ୍ କମାଣ୍ଡ କରୁଥିଲେ। ପରିସ୍ଥିତିକୁ ତୁରନ୍ତ ନିୟନ୍ତ୍ରଣ କରି ସେ ଦୁଇ ଜଣ ଶତ୍ରୁ ଯବାନଙ୍କୁ ହତ୍ୟା କରିଥିଲେ ଏବଂ ଆଉ ଦୁଇ ଜଣଙ୍କୁ ହତ୍ୟା କରି ଦ୍ୱିତୀୟ ସ୍ଥାନକୁ ଧ୍ୱଂସ କରିଥିଲେ । କାନ୍ଧ ଓ ଗୋଡ଼ରେ ଆଘାତ ଲାଗିଥିଲେ ମଧ୍ୟ ସେ ପ୍ରଥମ ବଙ୍କରରେ ବନ୍ଦ ହେବା ପର୍ଯ୍ୟନ୍ତ ଗମ୍ଭୀର ନିଷ୍ଠାର ସହ ନିଜ ଏକାକୀ ଆକ୍ରମଣକୁ ଜାରି ରଖିଥିଲେ। ଦୁଇ ସେନା ମଧ୍ୟରେ ଭୟଙ୍କର, ହାତମୁହାଁ ମୁହାଁମୁହିଁ ଯୁଦ୍ଧ ହୋଇଥିଲା। ସୈନ୍ୟମାନେ ଶତ୍ରୁଙ୍କ ଉପରକୁ ଆକ୍ରମଣ କରି ସେମାନଙ୍କ ଉପରକୁ ଖସି ପଡ଼ିଥିଲେ। ନିଜ ଗମ୍ଭୀର ଆଘାତର ଯତ୍ନ ନନେଇ ସେ ଚତୁର୍ଥ ସ୍ଥାନରେ ଆକ୍ରମଣ ଜାରି ରଖିଥିଲେ ଏବଂ ତାଙ୍କ କପାଳରେ ମାରାତ୍ମକ ବିସ୍ଫୋରଣ ଘଟିଥିଲେ ମଧ୍ୟ ଗ୍ରେନେଡ୍ ସାହାଯ୍ୟରେ ଏହାକୁ ନଷ୍ଟ କରିଦେଇଥିଲେ। ସେ ଅନ୍ତିମ ବଙ୍କରରେ ପଡ଼ି ଯାଇଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରଶଂସାପତ୍ର ପରମବୀର ଚକ୍ର ପ୍ରଶଂସାପତ୍ରରେ ନିମ୍ନଲିଖିତ ଲେଖାଯାଇଛି: ୧/୧୧ ଗୋର୍ଖା ରାଇଫଲ୍ସର ଯୁବ ଅଧିକାରୀ ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ ଅପରେସନ ବିଜୟ ସମୟରେ ସାହସିକତାର ସହ ଏକାଧିକ ଆକ୍ରମଣରେ ଭାଗ ନେଇଥିଲେ, ଯାହା ଫଳରେ ଜୁବାର ଟପ‌କୁ ଦଖଲ କରିବା ସମେତ ବାଟଲିକରେ ଅନୁପ୍ରବେଶକାରୀମାନଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ିଥିଲା। ତାଙ୍କର ସର୍ବୋତ୍ତମ ସମୟ ଥିଲା ଖାଲୁବର ଯିବା ସମୟରେ, ଯେତେବେଳେ ସେ ୫ ନମ୍ବର ପ୍ଲାଟୁନ କମାଣ୍ଡର ଥିଲେ । ୧୯ ମସିହା ଜୁଲାଇ ୨/୩ ତାରିଖ ରାତିରେ ପ୍ଲାଟୁନ ଏହାର ଚୂଡ଼ାନ୍ତ ଲକ୍ଷ୍ୟ ନିକଟରେ ପହଞ୍ଚିବା ପରେ ଆଖପାଖ ଉଚ୍ଚତାରୁ ଏହା ଶତ୍ରୁପକ୍ଷର ପ୍ରବଳ ଓ ତୀବ୍ର ଗୁଳିର ଶିକାର ହୋଇଥିଲା। ଏହି ଅଧିକାରୀଙ୍କୁ ଶତ୍ରୁ ପକ୍ଷର ହସ୍ତକ୍ଷେପ କାରୀ ପଦବୀଗୁଡ଼ିକୁ ସଫା କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା, ଯାହାଦ୍ୱାରା ତାଙ୍କ ବାଟାଲିୟନ ଏକ ସମ୍ବେଦନଶୀଳ ସ୍ଥିତିରେ ଥିବାରୁ ଦିବାଲୋକରେ ଯିବାରୁ ରକ୍ଷା ପାଇପାରିବେ । ଅଧିକାରୀ ଜଣକ ତୁରନ୍ତ ଶତ୍ରୁପକ୍ଷର ତୀବ୍ର ଗୁଳିରେ ନିଜ ପ୍ଲାଟୁନକୁ ଏକ ଲାଭଦାୟକ ସ୍ଥାନକୁ ସ୍ଥାନାନ୍ତର କରିଥିଲେ ଏବଂ ଡାହାଣ ପଟରୁ ଶତ୍ରୁର ସ୍ଥିତି ସଫାକରିବାପାଇଁ ଗୋଟିଏ ସେକ୍ସନ ପଠାଇଥିଲେ ଏବଂ ସେ ନିଜେ ବାମପାର୍ଶ୍ୱରେ ଥିବା ଅନ୍ୟ ଚାରିଟି ଶତ୍ରୁ ସ୍ଥାନକୁ ସଫାକରିବାକୁ ଆଗେଇ ଯାଇଥିଲେ। ପ୍ରଥମ ଶତ୍ରୁଙ୍କ ଉପରେ ନିର୍ଭୟରେ ଆକ୍ରମଣକରି ସେ ଦୁଇଜଣ ଶତ୍ରୁ ଯବାନଙ୍କୁ ହତ୍ୟାକରିବା ସହ ଦ୍ୱିତୀୟ ଉପରେ ଆକ୍ରମଣ କରି ଶତ୍ରୁପକ୍ଷର ଆଉ ଦୁଇଜଣ ଯବାନଙ୍କୁ ହତ୍ୟା କରି ଧ୍ୱଂସ କରିଥିଲେ। ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ ତୃତୀୟ ସ୍ଥାନ ସଫାକରିବା ବେଳେ ଶତ୍ରୁପକ୍ଷର ଗୁଳିରେ କାନ୍ଧ ଓ ଗୋଡ଼ରେ ଆଘାତ ଲାଗିଥିଲା। ନିଜ ଗମ୍ଭୀର ଆଘାତର ଯତ୍ନ ନନେଇ ସେ ଚତୁର୍ଥ ସ୍ଥାନରେ ଆକ୍ରମଣର ନେତୃତ୍ୱ ନେଇଥିଲେ ଏବଂ ତାଙ୍କ କପାଳରେ ଏକ ମାରାତ୍ମକ ମିଡିୟମ୍ ମେସିନ୍ ଗନ୍ ଫାଟିଯିବା ପରେ ଗ୍ରେନେଡ୍ ସାହାଯ୍ୟରେ ଏହାକୁ ନଷ୍ଟ କରିଥିଲେ। ଏହି ଅଧିକାରୀଙ୍କ ଏହି ଏକମାତ୍ର କାର୍ଯ୍ୟ ହିଁ କଂପାନିଗୁଡ଼ିକ ପାଇଁ ଗୁରୁତ୍ୱପୂର୍ଣ୍ଣ ଫାର୍ମ ବେସ୍ ପ୍ରଦାନ କରିଥିଲା, ଯାହା ଶେଷରେ ଖଲୁବରକୁ ଦଖଲ କରିବାରେ ସହାୟକ ହୋଇଥିଲା। ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ ଶତ୍ରୁଙ୍କ ସମ୍ମୁଖରେ ଅତ୍ୟନ୍ତ ସାହସିକତା, ଅଦମ୍ୟ ସାହସ, ଦୃଷ୍ଟାନ୍ତମୂଳକ ବ୍ୟକ୍ତିଗତ ବୀରତ୍ୱ, ଉତ୍କୃଷ୍ଟ ନେତୃତ୍ୱ ଏବଂ ଅତ୍ୟନ୍ତ ଉଚ୍ଚ ସ୍ତରର କର୍ତ୍ତବ୍ୟ ପ୍ରତି ନିଷ୍ଠା ପ୍ରଦର୍ଶନ କରି ସେନାର ସର୍ବୋଚ୍ଚ ପରମ୍ପରାରେ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ବୀରତା ପୁରସ୍କାର ସମାରୋହ ଯୁଦ୍ଧ ଶେଷ ହେବାର ଏକ ମାସ ପରେ ୧୯୯୯ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ପାଣ୍ଡେ ଏବଂ ଅନ୍ୟ ତିନି ଜଣ କ୍ୟାପଟେନ୍ ବିକ୍ରମ ବାତ୍ରା, ରାଇଫଲମ୍ୟାନ୍ ସଞ୍ଜୟ କୁମାର ଏବଂ ଗ୍ରେନାଡିୟର ଯୋଗେନ୍ଦ୍ର ସିଂହ ଯାଦବଙ୍କୁ ପରମବୀର ଚକ୍ର ପ୍ରଦାନକୁ ଅନୁମୋଦନ କରିଥିଲେ । ତାଙ୍କ ପିତା ଗୋପୀଚାନ୍ଦ ପାଣ୍ଡେ ୨୬ ଜାନୁଆରୀ ୨୦୦୦ରେ ନୂଆଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପରେଡ୍ ସମୟରେ ଭାରତର ରାଷ୍ଟ୍ରପତି କେ ଆର ନାରାୟଣନଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ସମ୍ମାନ ଓ ପରମ୍ପରା ଭାରତର ସର୍ବୋଚ୍ଚ ସାମରିକ ସମ୍ମାନରେ ସମ୍ମାନିତ ହୋଇଥିବା ୨୧ ଜଣଙ୍କ ମଧ୍ୟରୁ ପାଣ୍ଡେ ଅନ୍ୟତମ। ପିଭିସି ପୁରସ୍କାର ପ୍ରାପ୍ତ ବ୍ୟକ୍ତି ଭାବରେ ତାଙ୍କର ପ୍ରତିମୂର୍ତ୍ତି ଜାତୀୟ ଯୁଦ୍ଧ ସ୍ମାରକୀସ୍ଥିତ ପରମ ଯୋଦ୍ଧା ସ୍ଥଳରେ ରହିଛି । ତାଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଏକାଧିକ ସ୍ଥାନର ନାମକରଣ କରାଯାଇଛି। ରାଣୀ ଲକ୍ଷ୍ମୀ ବାଇ ସ୍ମାରକୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସେମାନେ ତାଙ୍କ ନାମରେ ଏକ ଅଡିଟୋରିୟମ ନିର୍ମାଣ କରିଥିଲେ, ଯାହାକୁ ତାଙ୍କ ପିତାମାତା ଉଦଘାଟନ କରିଥିଲେ। ୟୁପି ସୈନିକ ସ୍କୁଲ ପାଣ୍ଡେଙ୍କର ଜନ୍ମସ୍ଥାନ ଲକ୍ଷ୍ନୌର ଉତ୍ତର ପ୍ରଦେଶ ସୈନିକ ସ୍କୁଲର ନାମ ଏହାର ସବୁଠାରୁ ପ୍ରସିଦ୍ଧ ପୂର୍ବତନ ଛାତ୍ରଙ୍କ ନାମରେ ନାମିତ କରାଯାଇଥିଲା । ଏବେ ଏହାର ନାମ କ୍ୟାପଟେନ୍ ମନୋଜ କୁମାର ପାଣ୍ଡେ ୟୁପି ସୈନିକ ସ୍କୁଲ, ଲକ୍ଷ୍ନୌ। ସ୍କୁଲର ଏକ ଅଡିଟୋରିୟମ୍ ତାଙ୍କ ନାମରେ ନାମିତ ହୋଇଥିଲା। ୨୦୧୧ରେ ଜେନେରାଲ ଭିକେ ସିଂହ ଏହାର ଶିଳାନ୍ୟାସ କରିଥିଲେ। ଏହି ବିଦ୍ୟାଳୟରେ ପ୍ରତିବର୍ଷ ଏକ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଏ - 'ସ୍ୱର୍ଗତ କ୍ୟାପ୍ଟେନ୍ ମନୋଜ କୁମାର ପାଣ୍ଡେ ପିଭିସି ଫୁଟ୍ ବଲ୍ ଟୁର୍ଣ୍ଣାମେଣ୍ଟ ଟ୍ରଫି' । ମୁଖ୍ୟ ଫାଟକତାଙ୍କ ନାମରେ ନାମିତ ହୋଇଥିଲା । ଜାତୀୟ ପ୍ରତିରକ୍ଷା ଏକାଡେମୀ (ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ) ଜାତୀୟ ପ୍ରତିରକ୍ଷା ଏକାଡେମୀ ଏହି ବିଜ୍ଞାନ ବ୍ଲକକୁ "ମନୋଜ ପାଣ୍ଡେ ବ୍ଲକ" ନାମରେ ନାମିତ କରିଛି । ଏକାଡେମୀର ମାଇକ ସ୍କ୍ୱାର୍ଡନରେ ତାଙ୍କ ଫଟୋ ଝୁଲୁଛି । ସେବା ଚୟନ ବୋର୍ଡ, ଆହ୍ଲାବାଦ ସର୍ଭିସ ସିଲେକ୍ସନ ବୋର୍ଡ ଆହ୍ଲାବାଦରେ କ୍ୟାପଟେନ୍ ମନୋଜଙ୍କ ନାମରେ ଏକ ହଲ୍ ନିର୍ମାଣ କରାଯାଇଛି ଯାହାର ନାମ ମନୋଜ ପାଣ୍ଡେ ବ୍ଲକ। କ୍ୟାପଟେନ୍ ମନୋଜ ପାଣ୍ଡେ ମେମୋରିଆଲ ସ୍ପୋର୍ଟସ ଷ୍ଟାଡିୟମ, ଗାର୍କୋନଠାରେ କ୍ୟାପଟେନ ମନୋଜ ପାଣ୍ଡେ ଷ୍ଟାଡିୟମ ଭାରତର କାର୍ଗିଲ ଜିଲ୍ଲାର ଆର୍ଯ୍ୟନ ଭ୍ୟାଲି ବାଟାଲିକ ସେକ୍ଟରର ଗାର୍କନ ଗ୍ରାମରେ ଅବସ୍ଥିତ ଏକ କ୍ରୀଡ଼ା କ୍ଷେତ୍ର । ୧୯୯୯ରେ କାର୍ଗିଲ ଯୁଦ୍ଧ ସମୟରେ ସାହସିକତା ପାଇଁ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ସାମରିକ ସମ୍ମାନ ପରମବୀର ଚକ୍ରରେ ସମ୍ମାନିତ ହୋଇଥିବା ଭାରତୀୟ ସେନା ଅଧିକାରୀ କ୍ୟାପଟେନ ମନୋଜ କୁମାର ପାଣ୍ଡେଙ୍କ ସ୍ମୃତିରେ ଏହି ଷ୍ଟାଡିୟମ ଉତ୍ସର୍ଗ କରାଯାଇଛି । ଉତ୍ତରପ୍ରଦେଶ ରାଜ୍ୟର କ୍ୟାପଟେନ୍ ମନୋଜ କୁମାର ପାଣ୍ଡେ ଯୁଦ୍ଧ ସମୟରେ ବାଟଲିକ ସେକ୍ଟରରେ ଥିବା ଖଲୁବର ପାହାଡ଼କୁ ଦଖଲ କରିବାରେ ନିଜ ସେନାର ନେତୃତ୍ୱ ନେଇଥିଲେ। ସେ ସାହସିକତାର ସହ ଶତ୍ରୁ ବାହିନୀ ବିରୋଧରେ ଲଢ଼େଇ କରିଥିଲେ ଏବଂ ନିଜ ଦେଶର ସୀମାକୁ ରକ୍ଷା କରି ନିଜ ଜୀବନକୁ ତ୍ୟାଗ କରିଥିଲେ । ତାଙ୍କ ବୀରତ୍ୱ ଏବଂ ଦେଶ ପ୍ରତି ସମର୍ପଣପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ଏହି ଷ୍ଟାଡିୟମ ନିର୍ମାଣ କରାଯାଇଛି । ବିଭିନ୍ନ କ୍ରୀଡ଼ା ପାଇଁ ଅତ୍ୟାଧୁନିକ ସୁବିଧା ଥିବା ଏହି ଷ୍ଟାଡିୟମକୁ ବହୁ ସଂଖ୍ୟକ ଦର୍ଶକଙ୍କ ରହିବା ପାଇଁ ଡିଜାଇନ୍ କରାଯାଇଛି। ଏହା କ୍ୟାପଟେନ୍ ମନୋଜ କୁମାର ପାଣ୍ଡେ ଏବଂ କାର୍ଗିଲ ଯୁଦ୍ଧ ସମୟରେ ଦେଶ ପାଇଁ ଲଢ଼ିଥିବା ସମସ୍ତ ବୀର ଯବାନଙ୍କ ଅଦମ୍ୟ ମନୋବଳ ଏବଂ ବଳିଦାନର ପ୍ରତୀକ ଭାବେ କାର୍ଯ୍ୟ କରୁଛି। ଏହି ଷ୍ଟାଡିୟମ ସର୍ବସାଧାରଣଙ୍କ ପାଇଁ ଖୋଲା ରହିଛି ଏବଂ ଦେଶର ସୁରକ୍ଷା ଏବଂ କଲ୍ୟାଣ ପାଇଁ ପ୍ରାଣ ବଳି ଦେଇଥିବା ବୀର ଯବାନଙ୍କ ବଳିଦାନକୁ ମନେ ପକାଇଦେଉଛି । ରାସ୍ତା ଓ କୋଠା ଆର୍ମି ୱେଲ୍ଫେୟାର ହାଉସିଂ ଅର୍ଗାନାଇଜେସନ୍ (ଏଡବ୍ଲ୍ୟୁଏଚ୍ଓ) ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଭେଟେରାନ୍ମାନଙ୍କ ପାଇଁ ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସ ଡିଜାଇନ୍ କରି ନିର୍ମାଣ କରିଛି ଏବଂ ପାଣ୍ଡେଙ୍କ ନାମରେ ଏହାକୁ 'ମନୋଜ ବିହାର' ନାମରେ ନାମିତ କରିଛି। ପୁଣେର କାର୍ଡିଓ ଥୋରାସିକ୍ ସେଣ୍ଟର (ସିଟିସି) ହସ୍ପିଟାଲ ନିକଟରେ ଥିବା ଆର୍ମି କ୍ୱାର୍ଟର୍ସକୁ ସହିଦ କ୍ୟାପଟେନ୍ ମନୋଜ ପାଣ୍ଡେଙ୍କ ନାମରେ 'କ୍ୟାପ୍ଟେନ୍ ମନୋଜ ପାଣ୍ଡେ ଏନକ୍ଲେଭ୍' ନାମରେ ନାମିତ କରାଯାଇଛି। ସହିଦ କ୍ୟାପଟେନ୍ ମନୋଜ ପାଣ୍ଡେଙ୍କ ନାମରେ ତାଙ୍କ ନିଜ ଜିଲ୍ଲା ସୀତାପୁର, ଉତ୍ତରପ୍ରଦେଶ ଏବଂ ଉତ୍ତର ପ୍ରଦେଶର ଲକ୍ଷ୍ନୌସ୍ଥିତ ଗୋମତୀ ନଗରର କେନ୍ଦ୍ରରେ "କ୍ୟାପଟେନ ମନୋଜ ପାଣ୍ଡେ ଛକ" ନାମରେ ଏକ ଛକ ନାମିତ ହୋଇଛି । ଦ୍ରାସସ୍ଥିତ କାର୍ଗିଲ ଯୁଦ୍ଧ ସଂଗ୍ରହାଳୟର ଏକ ଗ୍ୟାଲେରୀ ତାଙ୍କ ନାମରେ ନାମିତ ହୋଇଛି। ଜେନେରାଲ ଏମଏମ ନରଭାଣେ ୧୯ ମାର୍ଚ୍ଚ ୨୦୨୧ରେ କ୍ୟାପଟେନ ମନୋଜ ପାଣ୍ଡେଙ୍କୁ ତାଙ୍କ ପୈତୃକ ଗ୍ରାମ ରୁରାରେ ଏକ ସ୍ମାରକୀ ଉତ୍ସର୍ଗ କରିଥିଲେ । ଅଫିସର୍ସ ଟ୍ରେନିଂ ଏକାଡେମୀ କ୍ୟାଡେଟ୍ ମେସ‌ର ନାମ କ୍ୟାପ୍ଟେନ୍ ମନୋଜ ପାଣ୍ଡେ ମେସ୍ ରଖାଯାଇଛି । ଲୋକପ୍ରିୟ ସଂସ୍କୃତିରେ ଚଳଚ୍ଚିତ୍ର ଏଲଓସି: କାର୍ଗିଲରେ ଅଜୟ ଦେବଗନ ତାଙ୍କ ଭୂମିକାରେ ଅଭିନୟ କରିଥିଲେ ।
ତୁଷାର କପୁର ହିନ୍ଦୀ ଚଲଚ୍ଚିତ୍ର ଜଗତର ଜଣେ ଅଭିନେତା । ସେ ହେଉଛନ୍ତି ଜଣାଶୁଣା ଅଭିନେତା ଜିତେନ୍ଦ୍ରଙ୍କ ପୁତ୍ର ଏବଂ ହିନ୍ଦୀ ସିନେମା ଓ ଦୂର ଦର୍ଶନ ଧାରାବାହିକ ପଯୋଜିକା ଏକତା କପୁରଙ୍କ ଭାଇ । ଏହା ବ୍ୟତୀତ ବାଲାଜୀ ଟେଲିଫିଲ୍ମ ଏବଂ ବାଲାଜୀ ମୋସନ ପିକ୍ଚର ଅନୁଷ୍ଠାନର ସେ ସହ ମାଲିକ । ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା ମୁମ୍ବାଇଠାରେ ସନ ୧୯୭୬ ନଭେମ୍ବର ୨୦ ତାରିଖରେ ତୁଷାରଙ୍କ ଜନ୍ମ । ଷ୍ଟିଫେନ୍ ଏମ୍ ରସ୍ ସ୍କୁଲ ଅଫ ବିଜିନେସରେ ( . ) ବି.ବି.ଏ. ଡିଗ୍ରୀ ପାଇବା ପରେ ସେ ମିଚିଗାନ ବିଶ୍ୱବିଦ୍ୟାଳୟରେ ସେ ଅଧ୍ୟାପନା କଲେ । ଅଭିନତା ଜୀବନ ଅଭିନେତା ଭାବେ ନିଜକୁ ଉପସ୍ଥାପନା କରିବା ପୂର୍ବରୁ ସେ ଡେଭିଡ ଧାବନଙ୍କ ପାଖରେ ସହ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଅଭିନୟ କ୍ଷେତ୍ରରେ ତାଲିମ ମଧ୍ୟ ନେଇଥିଲେ । ତୁଷାର କପୁର ୨୦୦୧ ମସିହାରେ "ମୁଝେ କୁଛ୍ କେହେନା ହୈ" ହିନ୍ଦୀ କଥାଚିତ୍ର ଜରିଆରେ ନିଜର ଅଭିନେତା ଜୀବନ ଆରମ୍ଭ କରିଥିଲେ । ଉକ୍ତ କଥାଚିତ୍ରରେ ସେ ନବାଗତ ଶ୍ରେଷ୍ଠ ଅଭିନେତା (ପୁରୁଷ) ଶ୍ରେଣୀରେ ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲେ । ଏହା ପରବର୍ତ୍ତୀ କଥାଚିତ୍ର ଥିଲା କ୍ୟା ଦିଲ୍ ନେ କହା ଯେଉଁଥିରେ ସେ ଇଷା ଦେଓଲଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ପରେ ସେ ଦୁଇଟି ହିନ୍ଦୀ ଚଳଚ୍ଚିତ୍ର ଯାହାକି ତେଲୁଗୁ କଥାଚିତ୍ରର ରିମେକ୍ ଥିଲା, ସେହି ଦୁଇ ଚିତ୍ର ଯଥା ଜୀନା ସିର୍ଫ୍ ମେରେ ଲିୟେ (୨୦୦୨) ଓ ୟେ ଦିଲ୍ (୨୦୦୩) ନିଜ ଅଭିନୟ ଦକ୍ଷତା ପ୍ରତିପାଦନ କରିଥିଲେ ।
ଲକ୍ଷ୍ମୀବାଇ ତିଳକ (ଜନ୍ମ ୧୮୬୮, ମୃତ୍ୟୁ ୧୯୩୬) ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ଜଣେ ମରାଠୀ ଭାଷାର ଲେଖିକା ଥିଲେ । ଜୀବନୀ ସେହି ସମୟରେ ନାରୀ ଶିକ୍ଷାର ପ୍ରସାର ହେଇନଥିବାରୁ ଲକ୍ଷ୍ମୀବାଇ ଖୁବ ସ୍ୱଳ୍ପ ଶିକ୍ଷା ଲାଭ କରିଥିଲେ । ବାଲ୍ୟ ବିବାହର ମଧ୍ୟ ପ୍ରଚଳନ ହେତୁ ସେ ମାତ୍ର ୧୧ ବର୍ଷ ବୟଶରେ ତାଙ୍କ ପିତା ମାତା ତାଙ୍କୁ ନାରାୟଣ ୱାମନ ତିଳକଙ୍କ ସହ ବିବାହ ସମ୍ପନ୍ନ କରେଇଥିଲେ । ତାଙ୍କ ସ୍ୱାମୀ ନାରାୟଣ ଜଣେ ଯଶସ୍ୱୀ ମରାଠୀ କବି ଥିଲେ । ନୈଷ୍ଠିକ ନାରାୟଣ ହିନ୍ଦୁ ଧର୍ମ ତ୍ୟାଗ କରି ହଠାତ୍ ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରିବା ଘଟନା ଲକ୍ଷ୍ମୀବାଇଙ୍କୁ ଗଭୀର ଆଘାତ ଦେଇଥିଲେ ମଧ୍ୟ ସେ ଧୀରେ ଧୀରେ ସେଥିରେ ଅଭ୍ୟସ୍ତ ହେଇଯାଇଥିଲେ ଓ ନିଜେ ଖ୍ରୀଷ୍ଟିୟାନ ଧର୍ମକୁ ଗ୍ରହଣ କରିଥିଲେ । ସେ ଏହି ବିଷୟରେ ତାଙ୍କର ପୁସ୍ତକ " ଅଗାଡି ଷ୍ଟେପ ବାଇ ଷ୍ଟେପ " ରେ ଖୁବ ସରଲ ଭାବରେ ବର୍ଣ୍ଣନା କରିଛନ୍ତି । ସ୍ୱାମୀ ନାରାୟଣଙ୍କଠାରୁ ଉତ୍ଶାହ ଓ ପ୍ରେରଣା ପାଇଁ ଲକ୍ଷ୍ମୀବାଇ ନିଜେ ସ୍ୱଳ୍ପ ଶିକ୍ଷିତ ହେଇଥିଲେ ମଧ୍ୟ କେତେକ ଖୁବ ଆକର୍ଷଣୀୟ କବିତା ରଚନା କରି ପାରିଥିଲେ । " ଶ୍ମ୍ରୁତିଚିତ୍ରେ " ନାମରେ ନାମିତ ତାଙ୍କର ଆତ୍ମଜୀବନୀ ମରାଠୀ ଭାଷା ସାହିତ୍ୟର ଏକ ଅନବଦ୍ୟ ରଚନା ଭାବରେ ମାନ୍ୟତା ପାଇ ଆସୁଛି । ଏହି ଆଟ5ମାଜିବାଣୀ ୧୯୩୪ ମସିହାରୁ ୧୯୩୭ ମସିହା ମଧ୍ୟରେ ୪ଟି ଅଧ୍ୟାୟରେ ପ୍ରକାଶିତ ହେଇଥିଲା । ଏହି ବହୁ ଆଦୃତ ମରାଠୀ ପୁସ୍ତକକୁ ୧୦୫୦ ମସିହାରେ ଇ . ଜୋସେଫାଇନ ଇଙ୍କଷ୍ଟର ଇଂରାଜୀ ଭାଷାରେ " ଫେଲୋ ଆଫ୍ତର" ନାମରେ ଅନୁବାଦ କରି ପ୍ରକାଶ କରିଥିଲେ । ଲକ୍ଷ୍ମୀବାଇଙ୍କ ସ୍ୱାମୀ ନାରାୟଣ ୱାମନ ତିଳକ ମରାଠୀ ଭାଷାରେ ଯୀଶୁ ଖ୍ରୀଷ୍ଟଙ୍କ କର୍ଜ୍ୟାବଳି ଉପରେ ଏକ ବିଶାଳ ପୁସ୍ତକର ରଚନା ଆରମ୍ଭ କରିଥିଲେ । ଏହାର ନାମ "କ୍ରିଷ୍ଟାୟନ " ରଖିଥିଲେ । ମାତ୍ର ଏହାର ଦଶଟି ଅଧ୍ୟାୟ ସମାପ୍ତ ହେଲା ପରେ ତାଙ୍କର ପରଲୋକ ଘଟିଥିଲା । ଏହାର କିଛି କାଳ ପରେ ଲକ୍ଷ୍ମୀବାଇ ଏଥିରେ ନିଜେ ଆହୁରି ୬୪ଟି ଅଧ୍ୟାୟ ସଂରଚନା କରି ଏହାକୁ ସମ୍ପୂର୍ଣତା ଦେଇଥିଲେ । ଲକ୍ଷ୍ମୀବାଇଙ୍କ ଲେଖାବଳି ଓ ତର୍ଜମା ପୁସ୍ତକ ସବୁ , 1. 15 19342. 19353, 19364. 15 1935. [ 1937?
ପଞ୍ଚଲିଙ୍ଗେଶ୍ୱର ଶିବ ମନ୍ଦିର ଓଡ଼ିଶାର ବାଲେଶ୍ୱର ଜିଲାର ନୀଳଗିରି ପାଖରେ ଥିବା ପଞ୍ଚଲିଙ୍ଗେଶ୍ୱରରେ ଅବସ୍ଥିତ । ଏହି ଲିଙ୍ଗଗୁଡ଼ିକର ଦର୍ଶନ କରିବା ପାଇଁ ଜଣକୁ ପାହାଡ଼଼ି ଚଟାଣ ଭିତରେ ବହିଯାଇଥିବା ଝରଣା ପାଣି ଦେଇ ହାତରେ ଛୁଇଁ ଜାଣିବାକୁ ପଡ଼ିବ । ଏଠାରେ ପାହାଡ଼଼ୀ ଝରଣା ଭିତରେ ପାଞ୍ଚୋଟି ଶିବଲିଙ୍ଗ ପୂଜାପାଉଛନ୍ତି ଯାହାଙ୍କ ନାମ ଅନୁସାରେ ଏହି ଜାଗାର ନାମ ପଞ୍ଚଲିଙ୍ଗେଶ୍ୱର ହୋଇଛି ।ବାଲେଶ୍ୱର ସମୁଦ୍ର ଉପକୂଳରେ ବଙ୍ଗୋପସାଗରର ବେଳାଭୂମିକୁ ସାମନ୍ତରାଳଭାବରେ କୁପାରୀଠାରୁ ନୀଳଗିରି ପର୍ଯ୍ୟନ୍ତ ପୂର୍ବଘାଟ ପର୍ବତମାଳା ଲମ୍ବିଆସିଛି । ୧୦୦୦ ଫୁଟ ଛୋଟ ଛୋଟ ପାହାଡ଼ "ଦେବଗିରି" ପର୍ବତମାଳାର ପଞ୍ଚେଲିଙ୍ଗେଶ୍ୱର ଏକ ଅଂଶ ବିଶେଷ । ଏହି ଶୈବପୀଠର ପାଦଦେଶରେ ଝରଣାଟିଏ ବହିଯାଇଛି । ଏହି ଜଳସ୍ରୋତ ମଧ୍ୟରେ ଅଦୃଶ୍ୟ ପାଞ୍ଚଗୋଟି ଲିଙ୍ଗ ହେଉଛନ୍ତି ପଞ୍ଚେଲିଙ୍ଗେଶ୍ୱର ପୀଠ । ଭକ୍ତମାନେ ଜଳସ୍ରୋତ ମଧ୍ୟରେ ପଞ୍ଚେଲିଙ୍ଗେଶ୍ୱରଙ୍କୁ ଦର୍ଶନ କରି ପୂଜାକରନ୍ତି । ପ୍ରସ୍ତର ଉପରେ ବସି ପୁଜକ ଶିବଲିଙ୍ଗ ପୂଜା କରିଥାନ୍ତି । ରାଜ୍ୟ ପର୍ଯ୍ୟଟନ ତରଫରୁ ଯାତ୍ରୀନିବାସର ଆନୁସାଙ୍ଗିକ ବ୍ୟବସ୍ଥା ମଧ୍ୟ ରହିଛି । ସରସ୍ୱତୀ ପୂଜା ସମୟରେ ପାଞ୍ଚ ଦିନ ବ୍ୟାପୀ ମେଳା ହୁଏ । ବହୁ ଲୋକ ଏଠାକୁ ଆସି ଦେବଦର୍ଶନ କରିଥାନ୍ତି ଓ ମନୋହାରୀ ଜିନିଷ କିଣିଥାନ୍ତି । ଦେବଗିରି ପର୍ବତର ଶିଖର ଦେଶରେ ମଣ୍ଡଳେଶ୍ୱରୀ ଦେବୀସ୍ଥାନ ରହିନ୍ତି । ଏହାଙ୍କୁ ବର୍ଷାଦେବୀ ମଧ୍ୟ କହାଯାଏ । ବର୍ଷା ନହେଲେ ଦେବୀଙ୍କୁ ପୂଜାକଲେ ବର୍ଷା ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି । ଦେବଗିରି ପର୍ବତମାଳା ପରିବେଷ୍ଟିତ ପର୍ବତର ଶୀର୍ଷଦେଶରୁ ମଙ୍ଗଳପୁର ପ୍ରାଚୀନ ପଥ ଓ ଦୁର୍ଗପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ରହିଛି । ଜନଶୃତି ଅଛି ଯେ ପଞ୍ଚଲିଙ୍ଗେଶ୍ୱର ପାହାଡ଼ର ପାଦଦେଶରୁ ଏହି ସୁଡଙ୍ଗ ରହିଛି । ଗମନାଗମନ ଏହା ନୀଳଗିରିଠାରୁ ୧୦ କିଲୋମିଟର, ବାଲେଶ୍ୱରଠାରୁ ୩୦ କି.ମି. ଓ ବାରିପଦାଠାରୁ ୮୫ କିମି ଦୂରତାରେ ରହିଛି। ଏହି ଦୁଇ ସହରଠାରୁ ବସଯୋଗେ ଗମନାଗମନର ସୁବିଧା ଅଛି । ଏଠାରେ ଏକ ସରକାରୀ ପାନ୍ଥଶାଳା ଅଛି ।
ଭଗବାନ ଜୟସିଂହ (ଜନ୍ମ ୧ ଡିସେମ୍ବର ୧୯୫୨) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ଓ ସମାଲୋଚକ । ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖନ୍ତି । ଓଡ଼ିଆରେ ତାଙ୍କର ୭ଟି ଓ ଇଂରାଜୀରେ ୫ଟି କବିତା ସଂକଳନ ପ୍ରକାଶ ପାଇଛି । ବୃତ୍ତିରେ ସେ ଜଣେ ଶିକ୍ଷାବିତ । ୨୦୧୬ ବର୍ଷ ପାଇଁ ସେ ନିଜ କବିତା ପୁସ୍ତକ ଫେରନ୍ତି ଘର ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।
ତାଳଚେର ସହରଠାରୁ ମାତ୍ର ୯କି.ମି. ଦୂରତ୍ୱରେ ଥିବା ସରାଙ୍ଗ ଗ୍ରାମରେ ଐତିହାସିକ ଅନନ୍ତଶାୟୀ ବିଷ୍ଣୁଙ୍କ ପ୍ରତିକୃତି ଅବସ୍ଥିତ । ତାଳଚେର ବ୍ଳକ ସରାଙ୍ଗ ଗ୍ରାମର ଏକ ପାର୍ଶ୍ୱଦେଇ ବୋହି ଯାଉଥିବା ବ୍ରାହ୍ମଣୀ ନଦୀ କୂଳର ମୁଗୁନି ପଥର ଚଟାଣରେ ପଥରକୁ କଟାଯାଇ ତିଆରି କରାଯାଇଥିବା ପୁରାଣ କଥିତ ଭଗବାନଙ୍କ ବିଷ୍ଣୁଙ୍କ ଅନନ୍ତଶୟନର ଛାପ ଦେଖିବାକୁ ମିଳେ । ବ୍ରାହ୍ମଣୀ ନଦୀଗର୍ଭର ଜଳସ୍ରୋତ ମଧ୍ୟରେ ବୁଡ଼ି ରହିଥିବା ଏହି ଅନନ୍ତ ଶୟନ ରୂପ କାଳକ୍ରମେ ବ୍ରାହ୍ମଣୀ ନଦୀର ଜଳପତ୍ତନ କମିବା ପରେ ଲୋକଲୋଚନକୁ ଆସିଥିଲା । ନବମ ଶତାବ୍ଦୀରେ ଭୌମକର ବଂଶର ରାଜତ୍ୱ ସମୟରେ ଏହି ପ୍ରତିକୃତି ଖୋଦେଇ କରାଯାଇଥିଲା । ବିଷ୍ଣୁଙ୍କ ଏହି ପ୍ରତିକୃତିର ଲମ୍ବ ୫୧ଫୁଟ, ଚଉଡା ୨୩ଫୁଟ ଓ ମୋଟେଇ ପ୍ରାୟ ୨ଫୁଟ ୪ଇଞ୍ଚ । ବିଷ୍ଣୁଙ୍କ ଚାରିହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ରହିଥିବା ବେଳେ, ତାଙ୍କ ମସ୍ତକକୁ ଅନନ୍ତ ସର୍ପ ଘେରି ରହିଛି । ଏହା ଏକ ସରକାରୀ ମାନ୍ୟତା ପ୍ରାପ୍ତ ପର୍ଯ୍ୟଟନସ୍ଥଳୀ ଓ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ "ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ" ଉପରେ ନ୍ୟସ୍ତ ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୯ ସେପ୍ଟେମ୍ବର ବର୍ଷର ୨୫୨ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୨୫୩ତମ । ବର୍ଷ ଶେଷ ହେବା ପାଇଁ ଆଉ ୧୧୩ ଦିନ ବାକି ଅଛି । ଘଟଣାବଳୀ ୧୭୯୧: ଆମେରିକାର ରାଷ୍ଟ୍ରପତି ଜର୍ଜ ୱାଶିଂଟନ୍‌ଙ୍କ ନାମ ଅନୁସାରେ ଆମେରିକାର ରାଜଧାନୀ ୱାଶିଂଟନ୍ ନାମିତ ହୋଇଥିଲା । ୧୯୪୮: କୋରିଆରେ ଗଣତନ୍ତ୍ର ଦିବସ ପାଳିତ ହୋଇଥିଲା । ୧୯୫୭: କୋଷ୍ଟାରିକାରେ ଶିଶୁ ଦିବସ ପାଳନ ଆରମ୍ଭ ହୋଇଥିଲା । ୧୯୬୫: ନ୍ୟୁ ଅର୍‌ଲିନ୍ସ୍ ଘୂର୍ଣ୍ଣିଝଡ଼ରେ ୭୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ୧୯୯୧: ତାଜିକିସ୍ତାନ ରୁଷିଆଠାରୁ ସ୍ୱାଧୀନ ହୋଇଥିଲା । ୧୯୯୪: ଡିସ୍‌କଭରି-୨୦ ମହାକାଶଯାନର ଉତ୍‌କ୍ଷେପଣ କରାଯାଇଥିଲା । ୨୦୧୨: ଇରାକ ଘୂର୍ଣ୍ଣିଝଡ଼ରେ ୧୦୦ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ୨୦୧୬: ଭାରତୀୟ ତଟରକ୍ଷୀ ବାହିନୀରେ ଅତ୍ୟାଧୁନିକ ପଇଁତରା ଜାହାଜ ସାରଥିକୁ ସାମିଲ କରାଯାଇଥିଲା । ଭାରତର ଓଡ଼ିଶା ରାଜ୍ୟସ୍ଥିତ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକଠାରେ ଏକ ପୋଲରୁ ବସ୍ ଖସି ୧୯ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିଲେ ।
କୋଷ୍ଠକାଠିନ୍ୟ (ଇଂରାଜୀ ଭାଷାରେ ) ଏକ ଅବସ୍ଥା ଯେଉଁଥିରେ କଠିନ ମଳତ୍ୟାଗ କଦବା କେମିତି ହୁଏ । ଅଧିକାଂଶ ସମୟରେ ମଳ ଶୁଖିଲା ଓ କଠିନ ଥାଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ପେଟ ଯନ୍ତ୍ରଣା, ପେଟ ଫୁଲା ଓ ଅନ୍ତନଳୀ କାମ ନ କରିବା ଅନୁଭବ ହୁଏ । ଜଟିଳ ହେଲେ ଅର୍ଶ , ମଳାଶୟ ଫିସର୍ ବା ମଳ ଜାମ୍ ହୋଇଯାଏ । ସାଧାରଣତଃ ବୟଃପ୍ରାପ୍ତ ଲୋକ ଦିନ‌କୁ ୩ ଥରରୁ ସପ୍ତାହକୁ ୩ ଥର ମଳ ତ୍ୟାଗ କରନ୍ତି । ଛୋଟ ଶିଶୁ ଦିନ‌କୁ ୩ରୁ ୪ଥର ଓ ବଡ଼ ପିଲା ଦିନ‌କୁ ୨-୩ ଥର ମଳ ତ୍ୟାଗ କରନ୍ତି । କୋଷ୍ଠକାଠିନ୍ୟର ଅନେକ କାରଣ ଅଛି । ସାଧାରଣ କାରଣମାନଙ୍କ ମଧ୍ୟରେ କୋଲୋନ ମଧ୍ୟରେ ମଳର ଧୀର ସଞ୍ଚାଳନ, ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ , ସିଲିଆକ ଡିଜିଜ , ପେଲଭିକ ଫ୍ଲୋର ବେମାରୀଗଣ ଓ ନନ୍ ସିଲିଆକ ଗ୍ଲୁଟେନ ସେନ୍‌ସିଟିଭିଟି । ଅନ୍ତର୍ନିହିତ ଅନ୍ୟାନ୍ୟ ରୋଗମାନଙ୍କ ନାମ ହାଇପୋଥାଇରଏଡିଜ୍‌ମ , ମଧୁମେହ, ପାର୍କିନ୍‌ସନ୍ ରୋଗ, ଗ୍ଲୁଟେନ ସମ୍ପର୍କୀୟ ବେମାରୀ , କୋଲୋନ କର୍କଟ, ଡାଇଭର୍ଟିକୁଲାଇଟିସ , ଇନଫ୍ଲାମେଟାରି ବାୱେଲ ଡିଜିଜ । କୋଷ୍ଠକାଠିନ୍ୟ ସୃଷ୍ଟି କରୁଥିବା କେତେକ ଔଷଧମାନଙ୍କ ନାମ ଓପିଅଏଡ , କେତେକ ଆଣ୍ଟାସିଡ , କ୍ୟାଲସିଅମ ଚ୍ୟାନେଲ ବ୍ଲକର ଓ ଆଣ୍ଟକଲିନର୍ଜିକ୍‌ସ । ଓପିଅଏଡ ସେବନ କରୁଥିବା ଲୋକଙ୍କ ମଧ୍ୟରୁ ୯୦% ଲୋକଙ୍କର କୋଷ୍ଠକାଠିନ୍ୟ ହୁଏ । କୋଷ୍ଠକାଠିନ୍ୟ ସାଥୀରେ ଆନିମିଆ, ରକ୍ତମିଶା ମଳ , ବୃଦ୍ଧାବସ୍ଥାରେ କୋଷ୍ଠକାଠିନ୍ୟ, ଇନଫ୍ଲାମେଟରି ବାୱେଲ ରୋଗ ବା କୋଲୋନ କର୍କଟ ରୋଗର ଇତିହାସ ପରିବାରରେ ଥିଲେ ଚିନ୍ତାର ବିଷୟ ହୁଏ । କୋଷ୍ଠକାଠିନ୍ୟର ପ୍ରକାର ଓ ଅବଧି ଉପରେ ଚିକିତ୍ସା ନିର୍ଭର କରେ । ପ୍ରଚୁର ତରଳ ପଦାର୍ଥ ପାନ, ଫାଇବର ଥିବା ଖାଦ୍ୟ ଖାଇବା ଓ ବ୍ୟାୟାମ କଲେ ଅନେକ ଉପକାର ହୁଏ । ଏହାଦ୍ୱାରା ଉପକାର ନହେଲେ ପରିମାଣ ବୃଦ୍ଧିକାରୀ ରେଚକ , ଅସମୋଟିକ ଏଜେଣ୍ଟ , ମଳ ନରମକାରୀ , ବା ଲୁବ୍ରିକାଣ୍ଟ ଟାଇପ ଦିଆଯାଏ । ଏହା ସତ୍ତ୍ୱେ ଉପକାର ନ ମିଳିଲେ ଉତ୍ତେଜକ ରେଚକ ଦିଆଯାଏ । ଅନ୍ୟ ଏକ ଚିକିତ୍ସା ବାୟୋଫିଡବ୍ୟାକ ବା କ୍ୱଚିତ ଅପରେଶନ କରାଯାଇପାରେ । ମୋଟ ଜନସଂଖ୍ୟାର ୨ରୁ ୩% ଲୋକ ଏହି ରୋଗରେ ପୀଡ଼ିତ ହୁଅନ୍ତି । ଜରାଶ୍ରମରେ ବାସ କରୁଥିବା ଲୋକଙ୍କ ମଧ୍ୟରୁ ୫୦-୭୦% ଲୋକଙ୍କର ଏହି ରୋଗ ହୁଏ । ଯୁକ୍ତରାଷ୍ଟ୍ର ଆମେରିକାରେ ଲୋକମାନେ ଏହି ରୋଗ ବାବଦ ବାର୍ଷିକ ପ୍ରାୟ ୨୫୦ ନିୟୁତ ଆମେରିକୀୟ ଡଲାରରୁ ଅଧିକ ଖର୍ଚ୍ଚ କରନ୍ତି ।
ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ ଗୋଦାବରୀଶ ମିଶ୍ରଙ୍କର ଆତ୍ମଜୀବନୀ ଅଟେ । ପୁସ୍ତକଟି ୧୯୬୩ମସିହାରେ ଗ୍ରନ୍ଥମନ୍ଦିରଦ୍ୱାରା ପ୍ରକାଶିତ ହୋଇଥିଲା । ଏହି ବହି ପାଇଁ ୧୯୬୧ରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ଦିଆଯାଇଥିଲା ।
ଅଶ୍ୱିନୀ କୁମାର ଘୋଷ (୧୮୯୨-୧୯୬୨) ଜଣେ ଭାରତୀୟ ଓଡ଼ିଆ-ଭାଷୀ ନାଟ୍ୟକାର, ଗୀତିକାର ଓ ଔପନ୍ୟାସିକ ଥିଲେ । ସେ ପ୍ରାୟ ଏକଚାଳିଶଟି ଓଡ଼ିଆ ନାଟକ ରଚନା କରିଥିଲେ । ଏଥିମଧ୍ୟରୁ ପାଞ୍ଚଟି ପୌରାଣିକ ଓ କିମ୍ବଦନ୍ତୀଭିଭିକ । ସେ ଉଭୟ ଓଡ଼ିଆ ଉପନ୍ୟାସ ଓ ନାଟ୍ୟ ରଚନା କ୍ଷେତ୍ରରେ ନୂତନ ଶୈଳୀର ପ୍ରୟୋଗ ପାଇଁ ସେ ଜଣାଶୁଣା । ତାଙ୍କ ରଚିତ ଲୋକପ୍ରିୟ ମଞ୍ଚନାଟକ ମଧ୍ୟରେ ରଘୁ ଅରକ୍ଷିତ, ବନ୍ଧୁ ମହାନ୍ତି, ଚଣ୍ଡାଳୁଣୀ, ଶ୍ରୀଲୋକନାଥ ଓ ଚଷାଝିଅ ଆଦି ଅନ୍ୟତମ । ସେ ରଚନା କରିଥିବା ଚଳଚ୍ଚିତ୍ର କାହାଣୀ ମଧ୍ୟରେ ସେ ତୃତୀୟ ଓଡ଼ିଆ ଚଳଚ୍ଚିତ୍ର ଶ୍ରୀ ଜଗନ୍ନାଥ (୧୯୫୦) ଓ ଶ୍ରୀ ଲୋକନାଥ ( ୧୯୬୦) ଅନ୍ୟତମ । ସେ ଶ୍ରୀ ଜଗନ୍ନାଥର ଗୀତ ମଧ୍ୟ ରଚନା କରିଥିଲେ ଯାହା ତାଙ୍କ ଏକମାତ୍ର ଗୀତି ରଚନା । ରାମଶଙ୍କର ରାୟ ତାଙ୍କର ବଡ଼ଭାଇ, କାର୍ତ୍ତିକ କୁମାର ଘୋଷ ସାନଭାଇ ଓ ଗୌରୀଶଙ୍କର ରାୟ ତାଙ୍କର ଅଜା ଥିଲେ । ୧୯୬୨ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା । ଜୀବନୀ ଓ ଶିକ୍ଷା ଅଶ୍ୱିନୀ କୁମାର ଘୋଷ ୧୮୯୨ ମସିହାରେ ଅକ୍ଷୟ କୁମାର ଘୋଷ ଓ ସୁନ୍ଦରମଣିଦେବୀଙ୍କ ଜ୍ୟେଷ୍ଠ ପୁତ୍ର ଭାବେ କଟକରେ ଜନ୍ମଗ୍ରହଣ କରିଥିଲେ । ରାମଶଙ୍କର ରାୟ ତାଙ୍କର ବଡ଼ଭାଇ, କାର୍ତ୍ତିକ କୁମାର ଘୋଷ ତାଙ୍କର ସାନ ଭାଇ ଆଉ ଗୌରୀଶଙ୍କର ରାୟ ତାଙ୍କର ଅଜା । ସେ ରେଭେନ୍ସା ମହାବିଦ୍ୟାଳୟରୁ ଏଫ.ଏ. ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାପରେ କଲିକତାର ବିଦ୍ୟାସାଗର ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ସାହିତ୍ୟ ରଚନା ମଞ୍ଚନାଟକ ଘୋଷ ପ୍ରାୟ ଏକଚାଳିଶଟି ନାଟକ ରଚନା କରିଛନ୍ତି । ପାଞ୍ଚଟି ପୌରାଣିକ ଓ କିମ୍ବଦନ୍ତୀଭିଭିକ ନାଟକ । ୧୯୧୫ ମସିହାରେ ଘୋଷ ତାଙ୍କର ପ୍ରଥମ ନାଟକ ପୁରାଣ ଆଧାରିତ ତାଙ୍କର ପ୍ରଥମ ନାଟକ ଭୀଷ୍ମ ରଚନା କରିଥିଲେ । ଶେଓଜୀ ଥିଲା ତାଙ୍କର ଦ୍ୱିତୀୟ ଏବଂ ଏକ ଐତିହାସିକ ନାଟକ । ୧୯୧୮ ମସିହାରେ ଏହି ନାଟକ ପରିବେଷଣ ଅବସରରେ ପୁରୀ ଜିଲ୍ଲା ବଳଙ୍ଗା ଗ୍ରାମର ଜମିଦାର ବନମାଳି ପତିଙ୍କ ସହ ତାଙ୍କେ ସାକ୍ଷାତ ହୋଇଥିଲା । ପତି ତାଙ୍କର ରାଧାକୃଷ୍ଣ ଥିଏଟର୍ ନିମନ୍ତେ ନିୟମିତ ନାଟକ ଲେଖିବା ପାଇଁ ଅଶ୍ୱିନୀଙ୍କୁ ଅନୁରୋଧ କରିଥିଲେ ଯାହା ଫଳସ୍ୱରୂପ ସେ ଅନେକ ନାଟକ ରଚନା କଲେ । ଏହି ଥିଏଟରରେ ତାଙ୍କ ରଚିତ ୧୯୨୨ରେ କଳାପାହାଡ଼ ଏବଂ ୧୯୨୭ରେ କୋଣାର୍କ ଦୀର୍ଘଦିନ ଧରି ପ୍ରର୍ଦଶିତ ହୋଇଥିଲା । ବନମାଳୀ ପତିଙ୍କ ବିୟୋଗ ପରେ ସେ ନିଜ ଘର ବନ୍ଧା ପକାଇ ଥିଏଟରଟିକୁ କିଣିନେଇଥିଲେ ଏବଂ ପତିଙ୍କ ନାମାନୁସାରେ ଏହାର ନାମ ବନମାଳୀ ଆର୍ଟ ଥିଏଟର ରଖିଥିଲେ । ତେବେ ସେ ତାହା ବେଶୀଦିନ ଚଳାଇ ପାରିନଥିଲେ । ଥିଏଟରଟି ବନ୍ଦ ହୋଇଯିବା ପରେ ସେ ନୂଆକରି ଗଢ଼ାଯାଇଥିବା ଅନ୍ନପୂର୍ଣ୍ଣା ଥିଏଟର ପାଇଁ ନାଟକ ଲେଖିଲେ । ସେଠାରେ ତାଙ୍କର ରଘୁ ଅରକ୍ଷିତ, ବନ୍ଧୁ ମହାନ୍ତି, ଚଣ୍ଡାଳୁଣୀ, ଶ୍ରୀଲୋକନାଥ ଓ ଚଷାଝିଅ ଆଦି ଅନେକ ନାଟକ ଅଭିନୀତ ହୋଇ ବହୁ ଲୋକପ୍ରିୟ ହୋଇଥିଲା । ଚଳଚ୍ଚିତ୍ର ସେ ତୃତୀୟ ଓଡ଼ିଆ ଚଳଚ୍ଚିତ୍ର ଶ୍ରୀ ଜଗନ୍ନାଥର (୧୯୫୦) କାହାଣୀକାର ଓ ଗୀତିକାର ଥିଲେ । ସେ ଶ୍ରୀ ଲୋକନାଥ ( ୧୯୬୦) ଚଳଚ୍ଚିତ୍ରର କାହାଣୀକାର ଥିଲେ । ତାଙ୍କ ଗୀତରେ ଓଡ଼ିଆ ଲୋକରୀତି ଓ କାବ୍ୟରୀତି ଆଦି ବିଭାବରେ ପରିବର୍ତ୍ତିତ ହୋଇଥିଲା । ସେ ଚଳଚ୍ଚିତ୍ର ଗୀତ ରଚନାରେ ସଞ୍ଚାରଣଶୀଳ ଧ୍ୱନି ଓ ଯମଜ ଶବ୍ଦ ପ୍ରୟୋଗକୁ ଅଧିକ ଗୁରୁତ୍ୱ ଦେଇଥିଲେ । ଉଦାହରଣସ୍ୱରୂପ ଶ୍ରୀ ଜଗନ୍ନାଥର ଏକ ଗୀତର ଉଦ୍ଧୃତି "ଅଭିଯାନ ପଯୋଥ ଯହିଁ ଘଟେ ପରମାଦ, ଜାଣିବୁ ରହିଛି ତହିଁ ପରମ ସମ୍ପଦ, ଦେଖରେ ପରଖି ବାରେ ଲଗାଇ ଲୟ, ନାହିଁ ଭୟ, ହବ ଜୟ" ରେ ସଞ୍ଚାରଣଶୀଳ ଧ୍ୱନି ଓ ଶବ୍ଦ ଚାତୁର୍ଯ୍ୟ ରହିଛି । ଏହି ଗୀତ ବ୍ୟତୀତ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଆଉ କୌଣସି ଗୀତ ରଚନା କରିନାହାନ୍ତି ।
ମହାଧମନୀ ସ୍ଥାନାନ୍ତରଣ (ଇଂରାଜୀରେ / ) ଏକ ଜନ୍ମଗତ ହୃତ୍‌ପିଣ୍ଡ ସମ୍ପର୍କୀୟ ତୃଟି ଯେଉଁଥିରେ ଆଓର୍ଟା ବା ମହାଧମନୀ ଏବଂ ଫୁସଫୁସ ଧମନୀଦ୍ୱୟର ସ୍ଥାନାନ୍ତର ହୋଇଥାଏ ଏହାର ଦୁଇଟି ମୁଖ୍ୟ ପ୍ରକାର ଥାଏ ଯଥା:- ଡେକ୍ସଟ୍ରୋ-ଟିଜିଏ ଏବଂ ଲେଭୋ-ଟଜିଏ । ଡେକ୍ସଟ୍ରୋ-ଟିଜିଏ ରୋଗରେ ସାଧାରଣତଃ ଚର୍ମ ନୀଳ ଦେଖାଯାଏ, ଦୃତ ଶ୍ୱାସକ୍ରିୟା ହୁଏ ଓ ଜୀବନର ପ୍ରଥମ ମାସରେ ହୃତ୍‌ପିଣ୍ଡର ମରମର ଧ୍ୱନୀ ଶୁଣାଯାଏ । ଲେଭୋ-ଟଜିଏରେ ଜୀବନର ଶେଷ ଭାଗ ପର୍ଯ୍ୟନ୍ତ ଲକ୍ଷଣ ପର୍ଯ୍ୟନ୍ତ ଲକ୍ଷଣ ସୃଷ୍ଟି ନହୋଇ ଶେଷରେ ହୃଦ୍‌ପାତ ହୋଇପାରେ ଏହାର କାରଣ ସାଧାରଣତଃ ପଡ଼ିନାହିଁ ବୟସ୍କ ମାତା, ଜେନେଟିକ୍ସ, ମାତୃ ମଧୁମେହ, ମଦ୍ୟପାନ, ଧୂମପାନ ଏବଂ ଗର୍ଭାବସ୍ଥାରେ ରୁବେଲା ରୋଗ ଇତ୍ୟାଦି ଏହାର ବିପଦ କାରକ ଅଟନ୍ତି । ଭେଣ୍ଟ୍ରିକୁଲାର ସେପ୍ଟାଲ୍ ତ୍ରୁଟି, ଆଟ୍ରିଆଲ୍ ସେପ୍ଟାଲ୍ ତ୍ରୁଟି କିମ୍ବା ଫୁସଫୁସ ସ୍ଟେନୋସିସ ଭଳି ଅନ୍ୟ ହୃଦୟର ତ୍ରୁଟି ସହିତ ଜଡ଼ିତ ହୋଇଥାଏ । ଅଲଟ୍ରାସାଉଣ୍ଡ ମାଧ୍ୟମରେ ଜନ୍ମ ପୂର୍ବରୁ କିମ୍ବା ପରେ ରୋଗ ନିର୍ଣ୍ଣୟ ହୋଇପାରେ ଡେକ୍ସଟ୍ରୋ-ଟିଜିଏ ଥିଲେ ସାଧାରଣତଃ ଜୀବନର ପ୍ରଥମ ମାସରେ ଅସ୍ତ୍ରୋପଚାର କରାଯାଏ ଅସ୍ତ୍ରୋପଚାର କରିବା ପର୍ଯ୍ୟନ୍ତ ଅମ୍ଳଜାନ ଚିକିତ୍ସା, ପ୍ରୋଷ୍ଟାଗ୍ଲାଡିନ ଇ୧, କିମ୍ବା ବେଲୁନ ଆଟ୍ରିଆଲ ସେପ୍ଟୋଷ୍ଟୋମି ମାଧ୍ୟମରେ ଶିଶୁର ଅବସ୍ଥା ସ୍ଥିର ରଖିବା ପାଇଁ ଚେଷ୍ଟା କରାଯାଏ ଜୀବନର ପରବର୍ତ୍ତୀ କାଳରେ କେତେକ ରୋଗୀଙ୍କର ହୃତ୍‌ପିଣ୍ଡ ପ୍ରତିରୋପଣ ଆବଶ୍ୟକ ହୁଏ ଡେକ୍ସଟ୍ରୋ-ଟିଜିଏ ରୋଗରେ ଅସ୍ତ୍ରୋପଚାର କଲେ ଫଳାଫଳଗୁଡ଼ିକ ଆପେକ୍ଷାକୃତ ଭଲ ହୁଏ ଓ ବଞ୍ଚିବାର ହାର ୯୦%ରୁ ଅଧିକ ହୁଏ ୩,୪୦୦ ନବଜାତ ଶିଶୁଙ୍କ ମଧ୍ୟରୁ ଜଣକର ଡେକ୍ସଟ୍ରୋ-ଟିଜିଏ ରୋଗ ଥିବା ଦେଖାଯାଏ । ସ୍ୟାନୋସିସ ସୃଷ୍ଟି କରୁଥିବା ରୋଗମାନଙ୍କ ମଧ୍ୟରେ ଟେଟ୍ରୋଲୋଜି ଅଫ ଫ୍ୟାଲଟ ପରେ ହୃତ୍‌ପିଣ୍ଡ ଜନ୍ମ ତ୍ରୁଟି ସମ୍ପର୍କୀୟ ଦ୍ୱିତୀୟ ହୃତ୍‌ପିଣ୍ଡ ରୋଗ ହୋଇଥାଏ । ଲେଭୋ- ଟିଜିଏ ଅପେକ୍ଷା ଡେକ୍ସଟ୍ରା-ଟିଜିଏ ଅଧିକ ସାଧାରଣ ସାଧାରଣ ରୋଗ ଅଟେ ଟିଜିଏ ରୋଗ ପ୍ରଥମେ ୧୭୯୭ ମସିହାରେ ମାଥ୍ୟୁ ବେଲିଙ୍କଦ୍ୱାରା ବର୍ଣ୍ଣନା କରାଯାଇଥିଲା
ଚିତ୍ତରଞ୍ଜନ ତ୍ରିପାଠୀ ଜଣେ ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ ଓ ଅଭିନେତା ଅଟନ୍ତି । ଏହା ବ୍ୟତିତ ସର୍ବଭାରତୀୟ ସ୍ଥରରେ ସେ ଜଣେ ଜଣାଶୁଣା ନାଟ୍ୟକର୍ମୀ । ସେ ଟେଲିଭିଜନ ସିରିଆଲରେ ମଧ୍ୟ ନିର୍ଦ୍ଦେଶନା ଦିଅନ୍ତି । ୨୦୨୩ ମସିହାରେ ସେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ । ଶିକ୍ଷା ଚିତ୍ତରଞ୍ଜନ ତ୍ରିପାଠୀ, ରେଭେନ୍ସା ମହାବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରୁ ସମାଜଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି । ୧୯୯୩ରୁ ୧୯୯୬ ମସିହା ପର୍ଯ୍ୟନ୍ତ ସେ ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ଅଭିନୟରେ ଡିପ୍ଳୋମା ହାସଲ କରିଛନ୍ତି । ଏହାପରେ ସେ ଚାର୍ଲସ ବାଲେସ ଫେଲୋସିପ ପାଇ ଲଣ୍ଡନର ଗିଲ୍ଡଫୋର୍ଡ୍ ସ୍କୁଲ ଅଫ ଆକ୍ଟିଙ୍ଗରୁ ନିର୍ଦ୍ଦେଶନା କ୍ଷେତ୍ରରେ ଶିକ୍ଷାଗ୍ରହଣ କରିଛନ୍ତି । ଏହା ବ୍ୟତିତ, ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ମଧ୍ୟ ପାରଙ୍ଗମ । ପେଶାଦାର ଜୀବନ ୨୦୦୭ ମସିହାରେ, ସେ ଧଉଳି ଏକ୍ସପ୍ରେସ୍ ସିନେମା ନିର୍ମାଣ କରି, ଓଡ଼ିଆ କଥାଚିତ୍ର ଜଗତରେ ପାଦ ରଖିଥିଲେ । ଏହି ଚଳଚ୍ଚିତ୍ରରେ ସେ ଏକାଧାରରେ ସେ ପ୍ରଯୋଜକ, ନିର୍ଦ୍ଦେଶକ, କାହାଣୀକାର, ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ଓ ପ୍ରଛଦପଟ ଗାୟକର ଭୂମିକା ତୁଲାଇ ଥିଲେ । ଏହି କଥାଚିତ୍ର ବିଭିନ୍ନ ବିଭାଗରେ ରାଜ୍ୟସ୍ତରୀୟ ପୁରସ୍କାର ଲାଭ କରିଥିଲା। ୨୦୦୯ ମସିହାରେ ସେ ମୁଖ୍ୟମନ୍ତ୍ରୀ ନାମକ ଆଉ ଏକ କଥାଚିତ୍ର ନିର୍ମାଣ କରିଥିଲେ । ଏହା ବ୍ୟତିତ ସେ ସର୍ବଭାରତୀୟ ସ୍ଥରରେ ୫୦ରୁ ଅଧିକ ନାଟକ , ଟିଭି ଧାରାବାହିକ ଓ ଏକ ହିନ୍ଦୀ ଟେଲି ଫିଲ୍ମ ନିର୍ମାଣ କରିଛନ୍ତି । ଟେଲିଭିଜନରେ ପ୍ରସାରିତ ଢୁଣ୍ଡ ଲେଗି ମଞ୍ଜିଲ ହମେ, ୟେ ଇସ୍କ ହେ, ଜାନି ପେହଚାନି ସି ଅଜନବି, ମାନୋ ୟା ନା ମାନୋ, ସାବଧାନ ଇଣ୍ଡିଆ ଆଦି ସିରିଆଲର କେତେକ ଭାଗରେ ସେ ନିର୍ଦ୍ଦେଶନା ଦେଇଛନ୍ତି । ବ୍ୟଙ୍ଗଧର୍ମି ନାଟକ ପ୍ରସ୍ତୁତ କରିବାରେ ସେ ସିଦ୍ଧହସ୍ତ । ହିନ୍ଦୀ ନାଟକ 'ତାଜମହଲ କା ଟେଣ୍ଡର' ତାଙ୍କର ଏକ ସଫଳ କୃତି । ହିନ୍ଦୀ ଚଳଚ୍ଚିତ୍ର ଦିଲ୍ଲୀ ୬, ଫାଣ୍ଟମ୍, ସାନଦାର, ତଲବାର ଓ ତେରା ମେରା ତେଢ଼ା ମେଢ଼ାରେ ସେ ଅଭିନୟ କରିଛନ୍ତି । ଓଟିଟି ମାଧ୍ୟମରେ ସେ ସାକ୍ରେଡ଼ ଗେମ୍ସ ଭଳି ୱେବସିରିଜରେ ଅଭିନୟ କରିଥିଲେ ।
ଶ୍ରୀଗୁଣ୍ଡିଚା ପରେ ମାଉସୀ ମନ୍ଦିରରୁ ତିନି ଦିଅଁଁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ବାହୁଡ଼ା ଯାତ୍ରା ସାରି ଜଗତି ଉପରେ ବିଜେ କରିବା ନୀଳାଦ୍ରୀ ବିଜେ ନାମରେ ଜଣା । ଗୁଣ୍ଡିଚା ଦିନ ତିନିଠାକୁର ରଥରେ ଗୁଣ୍ଡିଚା ମନ୍ଦିର ଯାଏ ଯାଇ ବାହୁଡ଼ା ଯାତ୍ରାରେ ବଡ଼ଦେଉଳକୁ ଲେଉଟନ୍ତି । ଲେଉଟିବା ପରେ ରଥରୁ ଠାକୁରମାନେ ରତ୍ନବେଦୀକୁ ବିଜେ କରନ୍ତି । ଏହା ନବଦିନ ବ୍ୟାପୀ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ । ନୀତି ଗହଳ, ଚହଳରେ ଶ୍ରୀଜୀଉମାନେ ପହଣ୍ଡି କରନ୍ତି ନୀଳକନ୍ଦରକୁ । ଆରମ୍ଭ ହୁଏ ଲକ୍ଷ୍ମୀଙ୍କର ଅଭିମାନ । ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ଅବସରରେ ଜଗନ୍ନାଥ ରସଗୋଲା ପରସିବା ବିଧି ରହିଛି । ମାନଭଞ୍ଜନ ପରେ ସିଂହଦ୍ୱାର ଫିଟେ ଏବଂ ଦିଅଁମାନେ ରତ୍ନ ସିଂହାସନକୁ ବିଜେ କରନ୍ତି ଗୋଟି ପହଣ୍ଡିରେ । ମାତ୍ର ରଥାରୂଢ଼ ସମୟରେ ହୋଇଥାଏ ଧାଡ଼ି ପହଣ୍ଡି । ଏହି ପହଣ୍ଡିରେ ଗୋଟିଏ ଦିଅଁ ନିନ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ଅନ୍ୟ ଦିଅଁମାନେ ଯାନ୍ତି ସେଇ ଶୈଳୀରେ । ଏହା ମଧ୍ୟ ଏକ ସ୍ୱତନ୍ତ୍ର ବିଧି । ଏହିଭଳି ଏକ ଅଭୂତପୂର୍ବ ଭକ୍ତିପୂର୍ଣ୍ଣ ପରିବେଶରେ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରା ବିରାଜମାନ କରନ୍ତି ରତ୍ନ ସିଂହାସନରେ ।
୫୮୫ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଆରୋନ ହିଲେଲ ସ୍ୱାର୍ଜ ନଭେମ୍ବର ୮, ୧୯୮୬ ଜାନୁଆରୀ ୧୧, ୨୦୧୩ ଜଣେ ଆମେରିକୀୟ କମ୍ପ୍ୟୁଟର ପ୍ରୋଗ୍ରାମର, ଉଦ୍ୟୋଗୀ, ଲେଖକ, ରାଜନୈତିକ ଆୟୋଜକ ଏବଂ ଇଣ୍ଟରନେଟ ହାକ୍ଟିଭିଷ୍ଟ ଥିଲେ । ସେ ଆରଏସଏସ ୱେବ ଫିଡ ଫର୍ମାଟ, ମାର୍କଡାଉନ ପ୍ରକାଶନ ଫର୍ମାଟ, କ୍ରିଏଟିଭ କମନ୍ସ ସଂଗଠନ, ଏବଂ . ୱେବସାଇଟ ଫ୍ରେମୱାର୍କ, ଆଦିର ବିକାଶରେ ସକ୍ରିୟ ଥିଲେ ଏବଂ ସାମାଜିକ ସମ୍ବାଦ ସାଇଟ ରେଡିଟର ପ୍ରତିଷ୍ଠାର ଛଅ ମାସ ପରେ ଯୋଗ ଦେଇଥିଲେ । ନଟ ଏ ବଗ, ଇଙ୍କ. (ସ୍ୱାର୍ଜଙ୍କ ପ୍ରକଳ୍ପ ଇନଫୋଗାମି ଓ ଆଲେକ୍ସିସ ଓହାନିଆନ ଏବଂ ଷ୍ଟିଭ ହଫମ୍ୟାନ ପରିଚାଳନା କରୁଥିବା କମ୍ପାନୀ ରେଡବ୍ରିକ୍ସ ସଲ୍ୟୁସନ୍ସର ମିଶ୍ରଣ ପରେ) କମ୍ପାନୀ ଗଠନ ପରେ ୱାଇ କମ୍ବିନେଟରର ମାଲିକ ପଲ ଗ୍ରାହାମ ତାଙ୍କୁ ରେଡିଟର ସହ-ପ୍ରତିଷ୍ଠାତା ପଦବୀ ପ୍ରଦାନ କରିଥିଲେ । ଆରୋନ ସ୍ୱାର୍ଜଙ୍କ କାର୍ଯ୍ୟ ନାଗରିକ ସଚେତନତା ଏବଂ ଆକ୍ଟିଭିଜିମ ଉପରେ କେନ୍ଦ୍ରୀତ ଥିଲା । ପ୍ରଭାବଶାଳୀ ଅନଲାଇନ ଆକ୍ଟିଭିଜିମ ବଢ଼ାଇବା ନିମନ୍ତେ ସେ ୨୦୦୯ ମସିହାରେ ପ୍ରୋଗ୍ରେସିଭ ଚେଞ୍ଜ କ୍ୟାମ୍ପେନ କମିଟି ଆରମ୍ଭ କରିବାରେ ସାହାଯ୍ୟ କରିଥିଲେ । ୨୦୧୦ ମସିହାରେ ସେ ହାର୍ଭାଡ଼ ବିଶ୍ୱବିଦ୍ୟାଳୟସ୍ଥିତ ଲରେନ୍ସ ଲେସିଗଙ୍କ ନିର୍ଦ୍ଦେଶିତ ସାଫ୍ରା ଗବେଷଣା ଲ୍ୟାବ ଅନ ଇନଷ୍ଟିଚ୍ୟୁସନାଲ କର୍ପୋରେସନରେ ଜଣେ ଗବେଷଣା ଫେଲୋ ହୋଇଥିଲେ । ସେ ଷ୍ଟପ ଅନଲାଇନ ପାଇରେସି ଆକ୍ଟ ବିରୋଧରେ ଅଭିଯାନ ପାଇଁ ଜଣାଶୁଣା ଅନଲାଇନ ଦଳ ଡିମାଣ୍ଡ ପ୍ରୋଗ୍ରେସ ସ୍ଥାପନ କରିଥିଲେ । ୨୦୧୧ ମସିହାରେ ଦେଶ ଭଙ୍ଗା ଓ ପ୍ରବେଶ (ଷ୍ଟେଟ ବ୍ରେକିଂ-ଆଣ୍ଡ-ଏଣ୍ଟରିଂ) ଅଭୋଯୋଗରେ ମାସାଚୁସେଟ୍ସ ଇନଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜି (ଏମଆଇଟି) ପୋଲିସଦ୍ୱାରା ସ୍ୱାର୍ଜଙ୍କୁ ଗିରଫ କରାଯାଇଥିଲା । ସେ ଏକ କମ୍ପ୍ୟୁଟରକୁ ଏକ ଅଚିହ୍ନିତ ଏବଂ ଅନଲକ ହୋଇଥିବା କ୍ଲୋଜେଟ ଦେଇ ଏମଆଇଟି ନେଟୱାର୍କ ସହିତ ସଂଯୋଗ କରିଥିଲେ । ଏମଆଇଟିଦ୍ୱାରା ଦିଆଯାଇଥିବା ଅତିଥି ବ୍ୟବହାରକାରୀ ଆକାଉଣ୍ଟ ବ୍ୟବହାର କରି ସେ ରୁ ଶିକ୍ଷା ଜର୍ଣ୍ଣାଲସବୁ ଡାଉନଲୋଡ଼ କରିବା ପାଇଁ ଏହି କମ୍ପ୍ୟୁଟରକୁ ବ୍ୟବହାର କରିବା ଉଦ୍ଦେଶ୍ୟରେ କରିଥିଲେ । ରାଜଓକିଲମାନେ ପରେ ତାଙ୍କୁ ଦୁଇଟି ତାର ଜାଲିଆତି ଏବଂ ଏଗାରଟି କମ୍ପ୍ୟୁଟର ଫ୍ରଡ ଆଣ୍ଡ ଆବ୍ୟୁଜ ଆଇନର ଉଲ୍ଲଙ୍ଘନ ଅଭିଯୋଗ ପ୍ରମାଣ କରିଥିଲେ ଫଳରେ ତାଙ୍କୁ ମୋଟ ୧ ମିଲିୟନ ଡଲାର ଜୋରିମାନା, ୩୫ ବର୍ଷ ଜେଲଦଣ୍ଡ, ସମ୍ପତ୍ତି ବ୍ୟାଜ୍ୟାପ୍ତି, କ୍ଷତିର ଫେରସ୍ତ ଏବଂ ପର୍ଯ୍ୟବେକ୍ଷିତ ମୁକ୍ତି ଆଦି ଦଣ୍ଡ ମିଳିଥିଲା । ସ୍ୱାର୍ଜ ଏକ ବୁଝାମଣା ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ଯାହା ଅଧୀନରେ ସେ କେନ୍ଦ୍ରୀୟ କାରାଗାରରେ ଛଅ ମାସ ଦଣ୍ଡ ଭୋଗିଥାନ୍ତେ । ଅଭିଯୋଗକାରୀ ସ୍ୱାର୍ଜଙ୍କ ଏକ ପ୍ରତିଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବାର ଦୁଇ ଦିନ ପରେ ତାଙ୍କୁ ସେ ତାଙ୍କ ବ୍ରୁକଲିନ ଆପାର୍ଟମେଣ୍ଟରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପରେ ମୃତ ଅବସ୍ଥାରେ ମିଳିଥିଲେ । ୨୦୧୩ ମସିହାରେ ସ୍ୱାର୍ଜଙ୍କୁ ମରଣୋତ୍ତର ଭାବେ ଇଣ୍ଟରନେଟ ହଲ ଅଫ ଫେମ ଯୋଡ଼ାଯାଇଥିଲା ।
ସୁଶାନ୍ତ ପଟ୍ଟନାୟକ ଜଣେ ଉଦ୍ଭାବକ, ଉଦ୍ୟୋଗପତି ଏବଂ ଜଣେ ପ୍ରେରଣାଦାୟକ ବକ୍ତା ଯିଏକି ୬ଥର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ହୋଇଛନ୍ତି । ସେ ତାଙ୍କର କିଶୋର ଅବସ୍ଥାରେ ସର୍ବକନିଷ୍ଠ ବକ୍ତା ଭାବରେ ରେ ବକ୍ତୃତ ପ୍ରଦାନ କରିବାର ସୁଯୋଗ ପାଇଥିଲେ । ୨୦୧୧ ମସିହାରେ ସେ ନାସା ତରଫରୁ ମଧ୍ୟ ସମ୍ମାନିତ ହୋଇଥିଲେ । ୧୭ ବର୍ଷ ବୟସରେ ସେ ଯେତେବେଳେ ସ୍କୁଲର ନବମ ଶ୍ରେଣୀରେ ପଢ଼ୁଥିଲେ, ସେତେବେଳେ ଶାରିରୀକ ଅକ୍ଷମ ଲୋକମାନଙ୍କ ପାଇଁ ନାମକ ଗୋଟିଏ ଚକଥିବା ଚୈକି ଉଦ୍ଭାବନ କରିଥିଲେ । ପ୍ରାରମ୍ଭିକ ଜୀବନ ସୁଶାନ୍ତ ଭୁବନେଶ୍ୱରର ୟୁନିଟ-୮ର ପବ୍ଲିକ ସ୍କୁଲରେ ପଢ଼ୁଥିଲେ । ପିଲାଦିନୁ ଇଲେକ୍ଟ୍ରୋଟିକ ଯନ୍ତ୍ରପାତିକୁ ଖୋଲିବ ଏବଂ ଯୋଡ଼ିବାରେ ତାଙ୍କର ବ‌ହୁତ ଆଗ୍ରହ ଥିଲା । ସେ ସ୍କୁଲରେ ପଢ଼ିବାବଳେ ଅନେକ ପୁରସ୍କାର ମଧ୍ୟ ପାଇଥିଲେ । ୧୭ ବର୍ଷ ବୟସରେ ସେ ରେ ତାଙ୍କର ଲେଖା ଛପାଇଥିଲେ । ୧୯ ବର୍ଷ ବୟସରେ ସେ ରେ ବକ୍ତୃତା ଦେଇଥିଲେ । ଉଦ୍ଭାବନ ଶ୍ୱାସ-ପ୍ରଶ୍ୱାସରେ ଚାଳିତ ଚୈକି ୨୦୦୮ ମସିହାରେ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ସୁଶାନ୍ତ ୧୭ ବର୍ଷ ବୟସରେ ଶାରିରୀକ ଅକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଏକ ଚକଲଗା ଚୈକିର ଉଦ୍ଭାବନ କରିଥିଲେ, ଯାହା ପାଇଁ ସେ ପ୍ରତିଭା ପାଟିଲଙ୍କଦ୍ୱାରା ଡଃ ଏ.ପି.ଜେ ଅବଦୁଲ କଲାମଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ସମ୍ମାନରେ ପୁରସ୍କୃତ ହୋଇଥିଲେ । ଏହି ଯନ୍ତ୍ରଟି ଶାରିରୀକ ଅକ୍ଷମମାନଙ୍କ ପାଇଁ ଦେବତା ସଦୃଶ ଥିଲା । ଏହି ଚୈକିଟି ଶ୍ୱାସପ୍ରଶ୍ୱାସ ସ‌ହିତ ଜଡ଼ିତ ଏକ ସେନସର ଯୋଗେ କାର୍ଯ୍ୟ କରେ । ମଣିଷର ଶ୍ୱାସପ୍ରଶ୍ୱାସ ଇଲେକ୍ଟ୍ରୋମାଗ୍ନେଟିକ ଶକ୍ତିରେ ପରିଣତ ହୋଇ ଅନ୍ୟମାନଙ୍କ ସ‌ହ ଭାବର ଅଦାନ ପ୍ରଦାନରେ ସାହାଯ୍ୟ କରେ । ଏକଦା ସେ ଡାକ୍ତରଖାନାରେ ଜଣେ ପାରାଲିସିସ୍ ରୋଗୀଙ୍କୁ ଦେଖିଥିଲେ, ଯିଏକି ତାଙ୍କର ମନର କଥା ତାଙ୍କର ପରିବାର ଲୋକଙ୍କୁ ଜଣାଇବା ପାଇଁ ସଂଗ୍ରାମ କରୁଥିଲେ । ସେତେବେଳେ ତାଙ୍କ ମନରେ ଏହି ଧାରଣା ତାଙ୍କ ମନରେ ଆସିଲା । ଏହାର ଦୁଇ ବର୍ଷ ପରେ ପାଖାପାଖି ୩ ଲକ୍ଷ ଟଙ୍କାର ଖର୍ଚ୍ଚ କରି ସେ ଏହି ଯନ୍ତ୍ରଟି ଉଦ୍ଭାବନ କଲେ । ଏହି ପ୍ରକଳ୍ପଟି ପାଇଁ ତାଙ୍କର ପଦାର୍ଥ ବିଜ୍ଞାନ ଶିକ୍ଷକ ଅଜୟ ସାମନ୍ତରାୟ ତାଙ୍କୁ ସାହାଯ୍ୟ କରିଥିଲେ ଏବଂ ତାଙ୍କର ପିତାମାତା ତାଙ୍କୁ ଏହି ପ୍ରକଳ୍ପ ପାଇଁ ସମସ୍ତ ଖର୍ଚ୍ଚ ଯୋଗାଇଥଲେ । ଗୋଟିଏ ହେଡଫୋନରେ ଶ୍ୱାସପ୍ରଶ୍ୱାସ ସ‌ହିତ ଜଡ଼ିତ ସେନସର ସଂଯୋଗ କରାଯାଇଥାଏ । ଜଣେ ନିଜର ନିଃଶ୍ୱାସ-ପ୍ରଶ୍ୱାସଦ୍ୱାରା ଏହି ସେନସର ମାଧ୍ୟମରେ ସେହି ଚୈକିକୁ ଗତିଶୀଳ କରିପାରିବ, ବୈଦୁତିକ ଯନ୍ତ୍ରପାତି ଆଦିକୁ କାର୍ଯ୍ୟକ୍ଷମ କରିପାରିବ । ହେଡଫୋନରେ ଲାଗିଥିବା ସ୍ୱତନ୍ତ୍ର ମୋବାଇଲ ଫୋନଦ୍ୱାରା ସେମାନେ ଫୋନ କଲ୍ ମଧ୍ୟ କରିପାରିବେ । ଏହି ମାଧ୍ୟମରେ ସାଧାରଣ କଥୋପକଥନ ଅପେକ୍ଷା ସାମାନ୍ୟ ଅଧିକ ସମୟ ଲାଗେ । ସ୍ୱଳ୍ପ ମୂଲ୍ୟରେ ବିଦ୍ୟୁତ ଶକ୍ତି ଉତ୍ପାଦନ ପ୍ରଣାଳୀ ଯେତେବେଳେ ସୁଶାନ୍ତ ମଧ୍ୟପ୍ରଦେଶର ଏକ ଗ୍ରାମକୁ ଯାଇଥିଲେ, ସେଠାକାର ବିଦ୍ୟୁତଶକ୍ତି ବିଷୟରେ ସେ ଜାଣିବାକୁ ପାଇଲେ । ସେହି ସ୍ଥାନର ଲୋକମାନେ ସେମାନଙ୍କର ଜୀବନରେ କେବେ ବିଦ୍ୟୁତ ଶକ୍ତି ଦେଖି ନ ଥିଲେ । ସେମାନେ ୧୦ଟଙ୍କା ଲେଖାଏଁ ଦେଇ ମୋବାଇଲ ଫୋନ ଚାର୍ଜ କରିବାକୁ ୭-୮ କିଲୋମିଟର ଚାଲିଚାଲି ଯାଉଥିଲେ । ସେତେବେଳେ ସ୍ୱଳ୍ପ ମୂଲ୍ୟରେ ବିଦ୍ୟୁତଶକ୍ତି ଉତ୍ପାଦନ କରିବାର ଚିନ୍ତା ସୁଶାନ୍ତଙ୍କ ମୁଣ୍ଡକୁ ଆସିଲା, ଯାହାକି ସେଠାକାର ଲୋକମାନଙ୍କ ପାଇଁ ବିଦ୍ୟୁତଶକ୍ତି ଯୋଗାଇଦେବ । ସେମାନଙ୍କ ପାଇଁ ବିଜୁଳିବତୀ ଏବଂ ପଙ୍ଖାର ଦରକାରୀ ବିଦ୍ୟୁତଶକ୍ତି ଉତ୍ପାଦନ ହୋଇପାରିଲେ ସେମାନଙ୍କର ସ୍ୱପ୍ନ ସାକାର ହୋଇଯିବ ବୋଲି ସେ ଭାବିଲେ । ସେଥିପାଇଁ ୨୦୧୨ ମସିହାରେ ସେ ଏକ ଯନ୍ତ୍ରର ଉଦ୍ଭାବନ କଲେ ଯାହାକି ଗ୍ରାମରେ ଗୋଟିଏ ବିଜୁଳିବତୀ ଏବଂ ପଙ୍ଖାକୁ କିଛି ଘଣ୍ଟା ଧରି ଚଲାଇପାରିଲା । ଏହି ଯନ୍ତ୍ରଟି ସେମାନଙ୍କର ସାଇକେଲ ଚଲାଇବାଦ୍ୱାରା ପୁନଃଚାର୍ଜ ହୋଇପାରିଲା । ସେମାନଙ୍କୁ କେବଳ ୩୦-୪୫ ମିନିଟ୍ ସେମାନଙ୍କର ସାଇକେଲ ଚଲାଇବାକୁ ପଡ଼ିଥାଏ । ସାଇକେଲ ଚଲାଇବାଦ୍ୱାରା ଏହାର ପଛ ଚକାରେ ଖଞ୍ଜାଯାଇଥିବା ଦୁଇଟି ଡାଇନୋମାର ଘୁର୍ଣ୍ଣନ ଫଳରେ ପାଖାପାଖି ୧୫ ଭୋଲ୍ଟର ବିଦ୍ୟୁତ ଉତ୍ପନ ହୁଏ ଏବଂ ଏହି ୧୫ ଭୋଲ୍ଟର ବୈଦୁତିକ ଶକ୍ତି ବ୍ୟାଟେରୀ ଚାର୍ଜ କରାଇଥାଏ । ଏହି ବ୍ୟାଟେରୀଟି ସମ୍ପୂର୍ଣ୍ଣରୂପେ ଚାର୍ଜିତ ହେବକୁ ୩୦ରୁ ୪୫ ମିନିଟ୍ ସମୟ ଲାଗିଥାଏ । ବ୍ୟାଟେରୀଟି ସମ୍ପୂର୍ଣ୍ଣ ଚାର୍ଜିତ ହୋଇଗଲା ପରେ ସେଥିରେ ସଂଯୋଗ ହୋଇଥିବା ଅଟୋମେସନ ସାର୍କଟ୍‌ଟି ଏହାକୁ ଚାର୍ଜ ହେବାରୁ ବନ୍ଦ କରେ । ଫଳରେ ବୈଦୁତିକ ଶକ୍ତିର ଅବକ୍ଷୟ ହୁଏ ନାହିଁ । ଥରେ ବ୍ୟାଟେରୀଟି ସମ୍ପୂର୍ଣ୍ଣ ଚାର୍ଜିତ ହୋଇଗଲା ପରେ ଏହା ବତୀ ଏବଂ ପଙ୍ଖା ଚଳାଇବା ପାଇଁ ବିଦ୍ୟୁତ ଯୋଗାଇଥାଏ । ରକ୍ଷା ଫିତା ଝିଅମାନଙ୍କୁ ବଳାତ୍କାରୀମାନଙ୍କଠାରୁ ରକ୍ଷା କରିବା ପାଇଁ ଏହି ଯନ୍ତ୍ରଟିର ଉଦ୍ଭାବନ କରିଥିଲେ ସୁଶାନ୍ତ । ଏହି ଯନ୍ତ୍ରଟି ବ‌ହୁତ ହାଲୁକା ଏବଂ ସ‌ହଜରେ ବ୍ୟବ‌ହାର କରାଯାଇପାରେ । ଏହା ହାତରେ ବାନ୍ଧିବାକୁ ଥିବା ଏକ ଫିତା ସଦୃଶ, ଯାହାକି ଝିଅମାନଙ୍କୁ ସେମାନଙ୍କର ସୁରକ୍ଷା ଯୋଗାଇଥାଏ । ଏହି ଯନ୍ତ୍ରଟି ଝିଅମାନଙ୍କର ସୁରକ୍ଷା ଏବଂ ପ୍ରତିହତ ପାଇଁ ତିଆରି କରାଯାଇଛି । କୌଣସି ବ୍ୟକ୍ତିବିଶେଷ ଝିଅମାନଙ୍କୁ ଆକ୍ରମଣ କରିବାପାଇଁ ଚେଷ୍ଟା କଲେ ଏହି ଯନ୍ତ୍ରଦ୍ୱାରା ସେମାନେ ସେମାନଙ୍କର ରକ୍ଷା କରିପାରିବେ । ଏହି ଯନ୍ତ୍ରଟିରେ ଥିବା ବିଭିନ୍ନ ସୁବିଧାମାନ: କ୍ଷୁଦ୍ର ସେଲୁଲାର ପ୍ରଯୁକ୍ତିବିଦ୍ୟା, ଯାହାଦ୍ୱାରା ଗୋଟିଏ ବଟନ ଚିପିବାଦ୍ୱାରା ଆଖପାଖର ପୋଲିସ ଥାନାକୁ ଫୋନ ଲାଗିଯାଇଥାଏ ଏବଂ ଏହାର ସ୍ପିକର ମଧ୍ୟ ଚାଲୁହୋଇଯାଇଥାଏ । ଯାହ ଫଳରେ ପୋଲିସ ସେହି ଆକ୍ରମଣକାରୀକୁ ମଧ୍ୟ ଧମକ ଦେଇପାରିବ । କ୍ଷୁଦ୍ର ହିଟର ପ୍ରଯୁକ୍ତିବିଦ୍ୟା, ଯାହାକି ଆତ୍ମସୁରକ୍ଷା ପାଇଁ ବ୍ୟବ‌ହାର କରାଯାଏ । ଯଦି ଆକ୍ରମଣକାରୀ ଝିଅମାନଙ୍କର ହାତକୁ ଧରିବାକୁ ଚେଷ୍ଟା କରେ ଏହାଦ୍ୱାରା ତାରା ହାତ ଜଳିଯିବ । ଏପରିକି ସେ ଗ୍ଲୋବସ୍ ବ୍ୟବ‌ହାର କରିଥିଲେ ମଧ୍ୟ ତା 'ର ହାତକୁ ରକ୍ଷା କରିପାରିବ ନାହିଁ । ଏହା ୪ରୁ ୫ ସେକେଣ୍ଡ ମଧ୍ୟରେ ୧୦୦ ଡୀଗ୍ରୀ ସେଲସିୟସରୁ ଅଧିକ ତାପମାତ୍ରା ପର୍ଯ୍ୟନ୍ତ ଗରମ ହୋଇଯାଏ ଏବଂ ଝିଅଟିର ହାତର କୌଣସି କ୍ଷତି ନ କରି ଅଧିକ ତାପମାତ୍ରା ପର୍ଯ୍ୟନ୍ତ ବଢ଼ିଚାଲେ । ଏହାଦ୍ୱାରା ଝିଅମାନଙ୍କୁ କୌଣସି କ୍ଷତି ନ ପ‌ହ‌ଞ୍ଚାଇବା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଥାଏ । ଏହି ସୁବିଧା ପାଇଁ ଆକ୍ରମଣକାରୀଟି ଅସଫଳ ହୋଇଥାଏ । ସୁପର ଫ୍ଲାସ୍ ବିମ୍ ଏହି ସ୍ୱତନ୍ତ୍ର ଫିତାଟିର ଅନ୍ୟ ଏକ ଗୁଣ, ଯହାକି ପ୍ରତିରକ୍ଷା ପାଇଁ ସାହାଯ୍ୟ କରେ । ଏହି ଫ୍ଲାସ୍‌ର ଆଲୋକଗୁଚ୍ଛ ଏତେ ଶକ୍ତିଶାଳୀ ହୋଇଥାନ୍ତି ଯେ, ଏହା ଆକ୍ରମଣକାରୀକୁ କିଛି କ୍ଷଣ ପାଇଁ ଅନ୍ଧ କରିଦେଇପାରେ । ସୁପର ମାଇକ୍ରୋ ସାଇରନ୍ ଯାହାକି ଆଖପାଖରେ ଏକ ଶବ୍ଦ ସୃଷ୍ଟି କରିଥାଏ ଏବଂ ଆକ୍ରମଣକାରୀଟି ଧରାପଡ଼ିଯିବା ଭୟରେ ଦୌଡ଼ିପଳାଇଥାଏ । ମାଇକ୍ରୋ ହାଇ ଆମ୍ପିୟର ବ୍ୟାଟେରୀ ଏହି ଯନ୍ତ୍ରଟିକୁ ଅଧିକ ସମୟ ଚାଲୁରଖିବାରେ ସକ୍ଷମ କରାଇଥାଏ । ଏହି ଫିତାଟି ଆକାରରେ ଛୋଟ, ଜଳରୋଧକ, ହାଲୁକା ଏବଂ ପରିଧାନ ଯୋଗ୍ୟ ହୋଇଥିବାରୁ ଏହାକୁ ବ୍ୟବ‌ହାର କରିବାରେ କୌଣସି ବାଧା ଉପୁଜେ ନାହିଁ କିମ୍ବା ଏହାକୁ ଧାରଣ କରି ଯିବାରେ କୌଣସି ଅସୁବିଧା ନ ଥାଏ । ଅନ୍ୟାନ୍ୟ ଉଦ୍ଭାବନ କମ୍ପ୍ୟୁଟର କିବୋର୍ଡ଼ ଏବଂ ମାଉସର ବ୍ୟବ‌ହାର ବିନା କମ୍ପ୍ୟୁଟର ଏବଂ ଲ୍ୟାପଟପକୁ ଚଳେଇ ହେବ । ଏହି ଯନ୍ତ୍ରଟି ମଣିଷର ସ୍ୱରକୁ ଅନୁସରଣ କରି କାର୍ଯ୍ୟ କରିଥାଏ । ଏହି ପ୍ରକଳ୍ପର ଧାରଣ ତାଙ୍କୁ ହିନ୍ଦୀ ଚଳଚ୍ଚିତ୍ର କ୍ରିସରୁ ମିଳିଥିଲା । ଲେଜର କିରଣ ମାଧ୍ୟମରେ ବଡ଼ ବଡ଼ ଉଲ୍କା ପିଣ୍ଡମାନଙ୍କୁ ନଷ୍ଟକରିପାରୁଥିବା ଅନ୍ତରୀକ୍ଷ ଯାନଉଦ୍ଭାବନ ହିଁ ତାଙ୍କୁ ୨୦୧୧ ଜୁନରେ ନାସାକୁ ଆମନ୍ତ୍ରିତ କରାଇଥିଲା । ସେ ନବମ ଶ୍ରେଣୀରେ ପଢ଼ୁଥିବାବେଳେ ଏକ ନିରାପତ୍ତା ଯନ୍ତ୍ର ଉଦ୍ଭାବନ କରିଥିଲେ । ଏହି ଯନ୍ତ୍ରଟି ଲେଜର କିରଣଦ୍ୱାରା ପରିଚାଳିତ ହୋଇଥାଏ । ଘର ଚାରିପଟେ ଏକ ଲେଜର କିରଣର ଗୁଚ୍ଛ ଘରାଯାଇଥାଏ । ଯଦି କୌଣସି ଚୋର ଏହି ଲେଜର କିରଣକୁ ଭେଦ କରି ଭିତରକୁ ପ୍ରବେଶ କରେ, ଘର ପରିସୀମାରେ ଖଞ୍ଜାଯାଇଥିବା ପରିଧି ବାହାରି ଚୋରଟିକୁ ଖସିଯିବାକୁ ଦିଏ ନାହିଁ । ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ସେ ଦୁର୍ଘଟଣା ରହିତ ଯାନର ଉଦ୍ଭାବନ କରିଥିଲେ । ଏହି ଯାନର ଅଗ୍ରାଂଶରେ କ୍ରମିକ ସଂଖ୍ୟାର ଫଳକ ପାଖରେ ଏକ ସେନସର ଲଗାଯାଇଥାଏ, ଯାହା ସାମ୍ନାକୁ ଦୁର୍ଘଟଣା ଘଟାଇବା ଭଳି କୌଣସି ବସ୍ତୁ ଆସିଲେ, ସେ ରହିଯାଏ । ଏହି ପ୍ରକଳ୍ପଟି ତାଙ୍କୁ -ଅହମଦାବାଦରେ ଡଃ ଅବଦୁଲ କଲାମଙ୍କଦ୍ୱାରା ସମ୍ମାନିତ କରିଥିଲା ।
ଏଲୋରା ପଟ୍ଟନାୟକ (ଜନ୍ମ: ୫ ସେପ୍ଟେମ୍ବର ୧୯୬୮) ଜଣେ ଭାରତୀୟ, କାନାଡିଆନ ଫିଲ୍ମ ଓ ଥିଏଟର ଅଭିନେତ୍ରୀ ଓ ଓଡ଼ିଶୀ ନୃତ୍ୟଶିଳ୍ପୀ । ସଂକ୍ଷିପ୍ତ ଜୀବନୀ ବାଲ୍ୟ ଜୀବନ କାନାଡ଼ାର ଟରଣ୍ଟୋ ସହରରେ ଜନ୍ମିତ ଏଲୋରା ହେଉଛନ୍ତି ତାଙ୍କ ବାପା ମାଆଙ୍କର ବଡ଼ ଝିଅ । ତାଙ୍କ ତଳେ ସାନ ଭାଇ ଦେବରାଜ ପଟ୍ଟନାୟକ ଜନ୍ମ ହୋଇଥିଲେ ଯିଏ ତାଙ୍କଠାରୁ ବୟସରେ ସାତ ବର୍ଷ ସାନ । ତାଙ୍କ ବାବା ମାଆ ଶ୍ରୀ ପ୍ରମୋଦ ଓ ଶ୍ରୀମତୀ ଚିତ୍ରଲେଖା ପଟ୍ଟନାୟକ ଓଡ଼ିଶାରେ ଜନ୍ମିତ ଓ ୧୯୬୦ରେ ଭାରତ ଛାଡ଼ି କାନାଡା ଚାଲି ଯାଇଛନ୍ତି । ନିଜ ପରିବାରବର୍ଗଙ୍କ ସହ ବାରମ୍ବାର ଭାରତ ଯାତ୍ରା କରିବା ପରେ ତାଙ୍କ ବାପା ପ୍ରଥମେ କାନାଡାର ଓକାଭିଲେ ଓ ପରେ ପରେ ବର୍ଲିଂଟନ, ଓଣ୍ଟାରିଓରେ ସ୍ଥାୟୀ ଭାବେ ବସବାସ କରିବାକୁ ଲାଗିଲେ। ସେ ଓଣ୍ଟାରିଓର ଏମ.ଏମ. ରବିନସନ ହାଇସ୍କୁଲରୁ ଶିକ୍ଷା ପାଇଛନ୍ତି। ୧୯୮୬ରେ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ସ୍ୱର୍ଗତ କେଳୁଚରଣ ମହାପାତ୍ର ତାଙ୍କୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେବାପାଇଁ ଚୟନ କରିଥିଲେ। ଫଳତଃ ସେ ଓଡ଼ିଶୀ ନୃତ୍ୟ ଅନୁସନ୍ଧାନ କେନ୍ଦ୍ର, ଓଡ଼ିଶା, ଭାରତକୁ ନୃତ୍ୟ ଅଧ୍ୟୟନ ଓ ଅଭ୍ୟାସ ପାଇଁ ଚାଲି ଆସିଥିଲେ । ନୃତ୍ୟ ପ୍ରଶିକ୍ଷଣ ଏଲୋରାଙ୍କ ପ୍ରଥମ ଓ ମୂଳ ନୃତ୍ୟ ଗୁରୁ ହେଉଛନ୍ତି, ତାଙ୍କ ମାଆ ଚିତ୍ରଲେଖା ପଟ୍ଟନାୟକ, ଯିଏ ତାଙ୍କୁ କଞ୍ଚା ବୟସରୁ ଓଡ଼ିଶୀ ଶିଖାଉଥିଲେ । ଏହା ଛଡ଼ା ସେ ମଧ୍ୟ ପଦ୍ମଶ୍ରୀ ସ୍ୱର୍ଗତ ପଙ୍କଜ ଚରଣ ଦାସ, ସ୍ୱର୍ଗତ ପଦ୍ମଭୂଷଣ କେଳୁଚରଣ ମହାପାତ୍ର, ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀ ଓ ପଦ୍ମଶ୍ରୀ ଗଙ୍ଗାଧର ପ୍ରଧାନଙ୍କଠାରୁ ଶିକ୍ଷା ଲାଭ କରିଥିଲେ। ଅଭିନୟ ଏଲୋରା ଆମେରିକୀୟ ନାଟ୍ୟକଳା ଏକାଡେମୀ ରୁ ୧୯୯୨ଠାରୁ ୧୯୯୪ ଯାଏ ଶିକ୍ଷାଲାଭ କରିଥିଲେ ଓ ପରେ ପରେ ତୃତୀୟ ବର୍ଷରେ ସେ ଏହି କମ୍ପାନୀର ସଦସ୍ୟ ମଧ୍ୟ ହୋଇ ଯାଇଥିଲେ। ସେ ଚଳଚ୍ଚିତ୍ର, ଦୂରଦର୍ଶନ, ଥିଏଟର (ରଙ୍ଗମଞ୍ଚ) ଇତ୍ୟାଦିରେ ଅଭିନୟ କରିଛନ୍ତି । ୨୦୦୯ରେ ସେ କାନାଡା ଦୂରଦର୍ଶନ (ୱାଇଟିଭି)ର ପ୍ରସିଦ୍ଧ ଧାରାବାହିକ ହାଓ ଟୁ ବି ଇଣ୍ଡି ରେ ଇଣ୍ଡି ମେହେଟାଙ୍କ ମାଆ ଜ୍ୟୋତି ମେହେଟା ଭୂମିକାରେ ଅଭିନୟ କରିଥିଲେ । ସେ ୨୦୧୦ରେ ଏହି ଧାରାବାହିକର ସିଜନ ୨ରେ ଆଉଥରେ ମଧ୍ୟ ଅଭିନୟ କରିଥିଲେ। କର୍ମ ଜୀବନ ଓଡ଼ିଶି ନୃତ୍ୟଗୁରୁ ଏଲୋରା ୧୯୮୦ମସିହାର ମଧ୍ୟବର୍ତ୍ତି କାଳରୁ ଓଡ଼ଶି ନାଚ ଶିକ୍ଷା ଦେଉ ଅଛନ୍ତି। ୧୯୯୦ରୁ ସେ ଚିତ୍ରଲେଖା ନୃତ୍ୟ ଏକାଡେମୀର ଏକଜିକ୍ୟୁଟିଭ ଡାଇରେକ୍ଟର ପଦବୀ ମଣ୍ଡନ କରିଛନ୍ତି।
ଗୀତା ରାଓ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୧୯୭୦ ମସିହାରେ ଓଡ଼ିଆ କଥାଚିତ୍ର ଅଦିନ ମେଘରୁ ଅଭିନୟ ଆରମ୍ଭ କରିଥିଲେ । ସେ ୧୮ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ଗୀତା ଶଙ୍ଖ ମହୂରୀ, ଆରତୀ, ଗୃହ ଲକ୍ଷ୍ମୀ, କୋଟିଏ ମଣିଷ ଗୋଟିଏ ଜଗା, ସାଗର ଗଙ୍ଗା, ସୁନା ଭାଉଜ, ଭାଇ ହେଲା ଭଗାରି ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।
ଇଶ୍ୱର ଚାନ୍ଦ ପାଣ୍ଡେ (ଜନ୍ମ 15 ଅଗଷ୍ଟ , 1989 ) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ଘରେଇ କ୍ରିକେଟରେ ମଧ୍ୟ ପ୍ରଦେଶ ତରଫରୁ ଖେଳିବା ସହ ଆଇପିଏଲରେ ଚେନ୍ନଇ ସୁପର କିଂ ତରଫରୁ ଖେଳନ୍ତି । ସେ ଜଣେ ଡାହାଣ ହାତି ଦ୍ରୁତ ବୋଲର । ରଣଜୀ ଟ୍ରଫି 2012/13ରେ ସେ ସର୍ବାଧିକ ୱିକେଟ ନେଇଥିଲେ । ସେ ଭାରତ ଦଳ ପାଇଁ ଖେଳିବା ସହ 2014 ମସିହାରେ ନିଉଜିଲାଣ୍ଡ ସହ ଖେଳିବାପାଇଁ ଘୋଷିତ ଟେଷ୍ଟ ଓ ଏକଦିବଶୀୟ ଦଳରେ ସ୍ଥାନ ପାଇଥିଲେ । ବର୍ତ୍ତମାନ ସେ ପୁନେ ଦଳ ତରଫରୁ ଖେଳୁଛନ୍ତି ପ୍ରାରମ୍ଭିକ ଜୀବନ ଇଶ୍ୱର ମଧ୍ୟପ୍ରଦେଶ ରେୱା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ଅବସରପ୍ରାପ୍ତ ଅଫିସର ଥିଲେ । ଇଶ୍ୱର ତାଙ୍କ କ୍ରିକେଟ ତାଲିମ ଏମଆରଏଫ କ୍ରିକେଟ ଫାଉଣ୍ଡସନରୁ ପାଇଥିଲେ । . 2010 ମସିହାରେ ଇଶ୍ୱର ଗୋଆ ସହ ଖେଳି ତାଙ୍କର ପ୍ରଥମ ଶ୍ରେଣୀ କ୍ରିକେଟ ଜୀବନ ଆରମ୍ଭ କରିଥିଲେ । ସେହି ସିଜନରେ ସେ ମାତ୍ର 9ଟି ୱିକେଟ ନେଇଥିଲେ ମଧ୍ୟ 2011/12 ସିଜନରେ 25ଟି ୱିକେଟ ପାଇଥିଲେ । ପରବର୍ତ୍ତୀ ସିଜନରେ ସେ ଆହୁରି ଉନ୍ନତି କରି 48ଟି ୱିକେଟ ନେବା ସହ ସର୍ବାଧିକ ୱିକେଟ ହାସଲକାରୀ ହେଲେ । ସେ ସେହି ସିଜନରେ ମଧ୍ୟ ପ୍ରଦେଶକୁ ବଙ୍ଗଳା ବିରୁଦ୍ଧ ମେଚରେ ଏକା 5/87 ଓ 5/58 ନେଇ ଜିତାଇଥିଲେ । ତାହା ପରେ ସେ ଭାରତ ପାଇଁ ମନୋନୀତ ହେଇଥିଲେ । 2013ରେ ସେ ଆଇପିଏଲ ପାଇଁ ପୁନେ ଦଳରେ ଥିଲେ । 2013ରେ ସେ ଭାରତ ଦଳ ପାଇଁ ଦକ୍ଷିଣ ଆଫ୍ରିକା ବିରୁଦ୍ଧ ଅଣଅଫିସିଆଲ ଟେଷ୍ଟରେ ରେ 4/46 ଓ 3/25 ନେଇ ଦଳକୁ ବିଜୟୀ କରିଥିଲେ । ଦ୍ୱିତୀୟ ଟେଷ୍ଟରେ ପୁଣି 3/67 ଓ 1/16 ନେଇଥିଲେ । 2016 ମସିହାରେ ସେ 20 ମେଚରେ ଆନ୍ଧ୍ର ପ୍ରଦେଶ ବିରୁଦ୍ଧରେ ରେ ହାଟତ୍ରିକ ଅର୍ଜନ କରିଥିଲେ ।
ସମ୍ବିତ ରାଉତରାୟ (ଜନ୍ମ: ୨୧ ମାର୍ଚ୍ଚ ୧୯୭୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାରାଦ୍ୱୀପ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ସମ୍ବିତ ରାଉତରାୟ ୧୯୭୩ ମସିହାର ମାର୍ଚ୍ଚ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦାମୋଦର ରାଉତ ଓ ମାଆଙ୍କ ନାମ ସ୍ନେହା ରାଉତ ଏବଂ ପତ୍ନୀଙ୍କ ନାମ ଗୀତାଞ୍ଜଳି ରାଉତରାୟ । ତାଙ୍କ ବାପା ଜଣେ ରାଜନେତା ଭାବରେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ତଥା ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ପତ୍ନୀ ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ବିଜେଡିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ, ମାତ୍ର ପରାସ୍ତ ହୋଇଥିଲେ । ରାଜନୈତିକ ଜୀବନ ସମ୍ବିତ ରାଉତରାୟ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରଧାନ ସେବକ ଭାବେ ଗଜପତି ମହାରାଜାଙ୍କର ସେବା ହେଉଛି ବଂଶାନୁକ୍ରମିକ । ଏହା ଏକା ଏକା ସେବା ସେବା, ଗୋଷ୍ଠୀ ସେବା ନୁହେଁ । ଶ୍ରୀଜଗନ୍ନାଥ ମନ୍ଦିର ସ୍ୱତ୍ୱଲିପିରେ ଏହିସେବାକୁ ଗଜପତି ମହାରାଜା ସେବା ଭାବରେ ଉଲ୍ଲେଖ କରାଯାଇଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରଥମ ସେବକ ଭାବେ ଗଜପତି ମହାରାଜା ପ୍ରତ୍ୟହ ଶ୍ରୀମନ୍ଦିରରୁ ଖେଇ ସ୍ୱରୂପ ମହାପ୍ରସାଦ ପାଇଥାନ୍ତି । ପ୍ରତିଦିନ ମହାପ୍ରଭୁ (ଜଗନ୍ନାଥ) ବାଡ଼ପହୁଡ଼ ସମୟର ମାଳଚୂଳ, ପଇଡ଼ ଇତ୍ୟାଦି ଏବଂ ମଙ୍ଗଳ ଆଳତି ପ୍ରସାଦ ଚର୍ଚ୍ଚା କର୍ମଚାରୀ ଶ୍ରୀନଅରକୁ ନେଇଥାନ୍ତି । ମହାପ୍ରଭୁଙ୍କ ଅବକାଶ ନୀତି ଜଳ ପ୍ରତିଦିନ ମୂଖପ୍ରଖାଳ ପ୍ରତିହାରୀ ଶ୍ରୀନଅରରେ ଦିଅନ୍ତି । ବଡୁ ମହାପାତ୍ର ପ୍ରତ୍ୟେକ ଧୂପରେ, ପର୍ବପର୍ବାଣି ଦିନମାନଙ୍କରେ ଶ୍ରାଦ୍ଧ ଓ ସ୍ୱନକ୍ଷତ୍ର ଦିବସରେ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ତାଟ ଦିଅନ୍ତି । ମହାରାଣୀ ଓ ଜେନାମଣି ଖେଇ ସ୍ୱରୂପ ମହାପ୍ରସାଦ ପାଇଥାନ୍ତି । ଗଜପତି ମହାରାଜା, ମହାରାଣୀ ଏବଂ ଜେନାମଣିଙ୍କ ସ୍ୱନକ୍ଷତ୍ରରେ ଶ୍ରୀମନ୍ଦିରରେ ଅଧିକ ଭୋଗ ହୋଇ ଶ୍ରୀନଅରକୁ ତାଟ ଯାଏ । ପ୍ରତି ଏକାଦଶୀ ତିଥି ନିଶାର୍ଦ୍ଧରେ ଗଜପତିଙ୍କ ଶୁଭକାମନା କରି ଶ୍ରୀମନ୍ଦିର ନୀଳଚକ୍ରଠାରେ ମହାଦୀପ ଉଠେ । ସୁନିଆଁ ଉତ୍କଳୀୟ ସଂସ୍କୃତି ଓ ସାମାଜିକ ଜୀବନରେ ଗଜପତିଙ୍କ ନାମରେ ଆରମ୍ଭ ହୁଏ ନବବର୍ଷ । ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ସୁନିଆ ଦିନ ଆରମ୍ଭ ହୁଏ ଗଜପତିଙ୍କ ନୂତନ ଅଙ୍କ । ତେଣୁ ସୁନିଆକୁ ଉତ୍କଳୀୟ ନବବର୍ଷ ବୋଲି ଧରାଯାଏ । ଓଡ଼ିଆ ପାଇ ଓ ଜାତକରେ ବର୍ଷ, ମାସ, ତାରିଖ, ତିଥି ଓ ନକ୍ଷତ୍ର ଉଲ୍ଲେଖ ହୁଏ । ସୁନିଆ ଦିନଠାରୁ ଗଜପତି ମହାରାଜାଙ୍କ ଗାଦିନାସୀନ ବର୍ଷର ଗଣନା ହୋଇଥାଏ । ସୁନିଆ ଦିନ ଷୋଳଶାସନରୁ ବ୍ରାହ୍ମଣମାନେ ଶ୍ରୀନଅରକୁ ଆସି ଗୋଟିଏ ଲେଖାଏଁ ନଡ଼ିଆ ଗଜପତିଙ୍କୁ ଭେଟିଦେଇ ମହାରାଜାଙ୍କୁ ଆଶିର୍ବାଦ କରିଥାନ୍ତି । କରଣସାମନ୍ତମାନେ ମଧ୍ୟ ଶ୍ରୀନଅରକୁ ଆସି ଗଜପତି ମହାରାଜାଙ୍କୁ ଭେଟିଦେଇଥାନ୍ତି । ସମସ୍ତଙ୍କୁ ଶ୍ରୀନଅରରେ ମହାପ୍ରସାଦ ସେବନରେ ଆପ୍ୟାୟିତ କରାଯାଏ । ସୁନିଆ ଦିନ ଗଜପତି ମହାରାଜା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି କନକ ଭେଟି ଅର୍ପଣ କରିବାର ପ୍ରଥା ଅଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଗଜପତି ପୁରୁଣା ନଅର ସ୍ଥଳକୁ ଯାଇ ଶ୍ୟାମାକାଳୀ ଓ ଅଷ୍ଟଶମ୍ଭୁଙ୍କୁ ଦର୍ଶନକରି ଶ୍ରୀନଅର ପ୍ରତ୍ୟାବର୍ତ୍ତନ କରିଥାନ୍ତି । ସୁନିଆ ଦିନ ସ୍ୱର୍ଣ୍ଣମୁଦ୍ରାରେ ଗଜପତି ମହାରାଜାଙ୍କ ନୂତନ ଅଙ୍କ କଟାଯାଇ ସେହିଦିନଠାରୁ ନୂତନ ଅଙ୍କର ଗଣନା ଆରମ୍ଭ ହୁଏ । ସେବା ଓ ବିଧିବିଧାନ ମହାପ୍ରଭୁଙ୍କ ସେବା କିମ୍ବା ଦର୍ଶନ ପାଇଁ ଗଜପତି ମହାରାଜା ଶ୍ରୀମନ୍ଦିରକୁ ଗଲେ କେତେକ ବିଶେଷ ବିଧିବିଧାନ ପାଳନ କରାଯାଇଥାଏ । ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ସେବା ପାଇଁ ଯିବାକୁ ହେଲେ ଗଜପତି ମହାରଜା ଶ୍ରୀନଅରରୁ ତାମଯାନରେ ବିଜେକରି କଳାଛତି, ଧଳାଛତି, ବାଦ୍ୟବାଜଣା ସହ ପଟୁଆରରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଆସିଥାନ୍ତି । ତାମଜାନ ଅରୁଣ ସ୍ତମ୍ଭ ପାଖରେ ରୁହେ ।ଗଜପତି ସେଠାରୁ ଖାଲି ପାଦରେ ଚାଲି ସିଂହଦ୍ୱାର ଗୁମୁଟରେ ପତିତପାବନ ଏବଂ ବାଇଶିପାହାଚରେ କାଶୀ ବିଶ୍ୱନାଥଙ୍କୁ ଦର୍ଶନକରି କୂର୍ମବେଢାରେ ପ୍ରବେଶ କରନ୍ତି । କଳ୍ପବଟ ତଳେ ବଟଗଣେଶ ଏବଂ ବଟମଙ୍ଗଳାଙ୍କୁ ଦର୍ଶନ କରି ସାତପାହାଚ ବାଟେ ନାଟମଣ୍ଡପରେ ପ୍ରବେଶ କରନ୍ତି । ଗରୁଡ଼ସ୍ତମ୍ଭ ପାଖରେ ମହାପ୍ରଭୁଙ୍କୁ ପ୍ରଣାମ କରି ଦର୍ଶନ କରନ୍ତି । ନାଟମଣ୍ଡପରୁ ଜୟବିଜୟ ଦ୍ୱାର ଦେଇ ଜଗମୋହନକୁ ଯାଇ କଳାହାଟ ଦ୍ୱାର ବାଟ ଦେଇ ଗର୍ଭଗୃହ ମଧ୍ୟକୁ ସେବାନୀତି ପାଳନ ପାଇଁ ଯାଇଥାନ୍ତି । ରତ୍ନ ସିଂହାସନ ସମ୍ମୁଖରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରି ଗଜପତି ମହାରାଜା ଦଣ୍ଡ ପ୍ରଣାମ କରନ୍ତି । ପରମ୍ପରା କ୍ରମେ ବିଧି ପୂର୍ବକ କର୍ପୂର ଆଳତି, ଆଲଟ ସେବା, ଚାମର ସେବା, ପୁଷ୍ପାଞ୍ଜଳି, ବନ୍ଦାପନା ଆଦି ନୀତି ସମ୍ପାଦନ କରି ଗଜପତି ରତ୍ନ ସିଂହାସନ ଚତୁଃପାର୍ଶ୍ୱ ସମାର୍ଜନ କରି ରାଜନୀତି ପାଳନ କରନ୍ତି । ଗଜପତି ମହାରାଜା ସେବା ନୀତି ପାଳନ କରିଥିବା ସମୟରେ ଜୟବିଜୟ ଦ୍ୱାର ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ ଥାଏ । ସେବା ନୀତି ସମାପନ କରି ଗଜପତି ଜଗମୋହନରେ ଭଣ୍ଡାର ଲୋକନାଥଙ୍କୁ ଦର୍ଶନ ପରେ ବେହେରଣ ଦ୍ୱାର ଦେଇ ମନ୍ଦିର ବାହାରକୁ ଆସି ଦକ୍ଷିଣ ଘରେ ବିଜେ ପ୍ରତିମାଙ୍କୁ ଏବଂ ନୃସିଂହ ମନ୍ଦିର ନୃସିଂହଙ୍କୁ ପ୍ରଣାମ କରି ମୁକ୍ତିମଣ୍ଡପ ପଣ୍ଡିତମାନଙ୍କ ଆଶିର୍ବାଦ ଗ୍ରହଣ କରନ୍ତି । ତା ପରେ ବିମଳା , ସରସ୍ୱତୀ, ଭୁବନେଶ୍ୱରୀ ଏବଂ ମହାଲକ୍ଷ୍ମୀଙ୍କୁ ଦର୍ଶନ କରି ଶ୍ରୀନଅରକୁ ତାମଯାନରେ ଫେରି ଆସନ୍ତି । ନୀତି ଗଜପତି ମହାରାଜା ସେବାରେ ଉଲ୍ଲେଖ ଥିବା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଓ ମର୍ଯ୍ୟାଦାଜନକ ସେବା ହେଉଛି ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଜନତାଙ୍କ ସମ୍ମୁଖରେ ତିନିରଥ ଉପରେ ଗଜପତି ମହାରାଜାଙ୍କ ଛେରାପହଁରା ସେବା । ସ୍ୱତ୍ୱଲିପି ଅନୁସାରେ ଶ୍ରୀଗୁଣ୍ଡିଚା ଯାତ୍ରା ଏବଂ ବାହୁଡ଼ାଯାତ୍ରାରେ ଶ୍ରୀଜୀଉମାନେ ରଥଉପରେ ବିଜେ ହେବା ପରେ ଗଜପତି ମହାରାଜା ଶ୍ରୀନଅରରୁ ପଟୁଆରରେ ଆସି ଛେରାପହଁରା କରନ୍ତି । ଚନ୍ଦନ ଯାତ୍ରାରେ ଚାପ ଉପରେ ପ୍ରଥମ ଦିନ ଓ ଶେଷଦିନ, ଦେବ ସ୍ନାନ ପୂର୍ଣ୍ଣିମାଦିନ ସ୍ନାନ ବେଦି ଉପରେ ଏବଂ ଦୋଳ ପୂର୍ଣ୍ଣିମାଦିନ ଦୋଳବେଦିରେ ଛେରାପହଁରା କରିବା ଏକ ପ୍ରାଚୀନ ପରମ୍ପରା । ଛେରାପହଁରା ସେବା ସୂଚିତ କରାଏ ଯେ ମହାପ୍ରଭୁଙ୍କ ସମକ୍ଷରେ ସମସ୍ତେ ସମାନ । ବାହୁଡ଼ାଯାତ୍ରାରେ ଲକ୍ଷ୍ମୀନାରାୟଣ ଭେଟରେ ଶ୍ରୀନଅର ଦୁଆରେ ଗଜପତି ମହାରାଜା ବନ୍ଦାପନା ନୀତି ପାଳନ କରି ଲକ୍ଷ୍ମୀ ଠାକୁରାଣୀଙ୍କୁ ନିଜ ହାତରେ ବିଜେ କରାଇ ଜଗନ୍ନାଥଙ୍କ ସହିତ ଭେଟ କରନ୍ତି । ନବକଳେବର ସକାଶେ ଦାରୁ ଅନ୍ୱେଷଣକାରୀ ବନଯାଗ ଯାତ୍ରୀ ଦଳଙ୍କୁ (ଦଇତା ଓ ବ୍ରାହ୍ମଣମାନଙ୍କୁ) ଗୁଆଟେକା ନୀତି ସମାପନ କରନ୍ତି । ଆଶ୍ୱିନ ମାସରେ ବିମଳା ମନ୍ଦିର ଓ ଅନ୍ୟ ଦେବଦେବୀ ପର୍ବନୀତି ପାଳନ ପାଇଁ ବ୍ରାହ୍ମଣମାଙ୍କୁ ବରଣ କରନ୍ତି । ଚମ୍ପକ ଦ୍ୱାଦଶୀ ଦିନ ପ୍ରଭୁ ଏବଂ ଦେବୀ ରୁକ୍ମିଣୀଙ୍କୁ ଶ୍ରୀନଅର ଭିତରକୁ ପାଛୋଟି ନେଇ ରାଜନୀତି ପାଳନ କରନ୍ତି । ଅଣସର ବେଳେ ଶ୍ରୀନଅରକୁ ରାଜପ୍ରସାଦ ଓ ଖଡ଼ିପ୍ରସାଦ ବିଜେ ହେଲେ ସମ୍ପୃକ୍ତ ସେବକଙ୍କୁ ଶାଢ଼ୀ ବାନ୍ଧନ୍ତି । ନୂତନ ଦାରୁବିଗ୍ରହ ଗଠନ ଉଦ୍ଦେଶ୍ୟରେ ହେଉଥିବା ନୀତି ସମ୍ପୃକ୍ତ ଯଜ୍ଞରେ ପୂର୍ଣ୍ଣାହୁତି ଦିଅନ୍ତି । ଏହି ସବୁ ନୀତି ବ୍ୟତିତ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ବିଭିନ୍ନ ପର୍ବପର୍ବାଣିମାନଙ୍କରେ ଡୋରଲାଗି, ପୁଷ୍ପାଞ୍ଜଳି ଆଦି କେତେକ ନୀତି ରାଜନୀତି ଭାବରେ ପାଳିତ ହୁଏ । ଗଜପତିଙ୍କ ଅନୁପସ୍ଥିତରେ ତାଙ୍କର ପ୍ରତିନିଧି ରୂପେ ମୁଦିରସ୍ତ ଏବେ ଏହିସବୁ ରାଜନୀତି ପାଳନ କରୁଛନ୍ତି। ଗହଣ ବିଜେ : ମହାପ୍ରଭୁଙ୍କ ଦର୍ଶନ ପାଇଁ ମହାରଣୀ ଶ୍ରୀମନ୍ଦିରକୁ ବିଜେ କଲେ ତାହାକୁ ଗହଣ ବିଜେ କୁହାଯାଏ । ନାମ କରଣ ଗଜପତି ବଂଶ ପରମ୍ପରା କ୍ରମେ ଗଜପତି ମହାରାଜାଙ୍କ ଜ୍ୟେଷ୍ଠପୁତ୍ର ଉତ୍ତରାଧିକାରୀ ସୂତ୍ରରେ ଗଜପତି ମହାରାଜା ରୂପେ ଗାଦିନସୀନ ହୋଇ ଶ୍ରୀମନ୍ଦିରରେ ଗଜପତି ମହାରାଜା ସେବା କରି ପାରିବେ । ଗଜପତି ମହାରାଜାଙ୍କ କନ୍ୟାସନ୍ତାନ ଗଜପତି ମହାରାଜା ସେବା କରିପାରିବେ ନାହିଁ । ତେଣୁ ମହାରାଜାଙ୍କ ପୁତ୍ର ନଥିଲେ ପୋଷ୍ୟପୁତ୍ର ଗ୍ରହଣ କରିବାକୁ ହୁଏ । ଗଜପତି ମହାରାଜାଙ୍କ ଜ୍ୟେଷ୍ଠପୁତ୍ର ବା ଯେଉଁ ପୁତ୍ର ଭବିଷ୍ୟତରେ ଉତ୍ତରାଧିକାରୀ ଭାବେ ରାଜଗାଦିରେ ଅଭିଷିକ୍ତ ହେବାର ଥିବ ତାଙ୍କୁ ଜେନାମଣି ବା ବଡ଼ ଜେନାମଣି ଭାବେ ସମ୍ବୋଧନ କରାଯାଏ । ତାଙ୍କ ସାନଭାଇଙ୍କୁ ଥାଟରାଜା କୁହାଯାଏ । ଉତ୍ତରାଧିକାରୀ ସୂତ୍ରେ ଗଜପତି ମହାରାଜା ଗାଦିନସୀନ ବା ଅଭିଷେକ, ତା ପରେ ବ୍ରତୋପୟନ ଏବଂ ଶାଢ଼ୀବନ୍ଧା ପର୍ବ ସମାପନ ପରେ ସେ 'ଗଜପତି ମହାରାଜା ସେବା' କରିପାରିବେ । 'ଶାଢ଼ୀବନ୍ଧା' ପ୍ରଥା ହେଉଛି ଶ୍ରୀମନ୍ଦିରରେ ସେବାନିର୍ବାହ କରିବା ପାଇଁ ମହାପ୍ରଭୁଙ୍କ ଆଜ୍ଞାପ୍ରଦାନ । ଗଜପତି ମହାରାଜା ରୂପେ ଅଭିଷିକ୍ତ ହେବା ପୂର୍ବରୁ ଜେନାମଣିଙ୍କର ଅନ୍ୟ ନାମ ଥାଏ । ବର୍ତ୍ତମାନର ଗଜପତି ମହାରାଜାଙ୍କର ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ବଂଶର ପରମ୍ପରା କ୍ରମେ ଗଜପତି ମହାରାଜା ପଦରେ ଅଭିଷିକ୍ତ ହେବା ପରେ କ୍ରମାନୁସାରେ ଚାରୋଟି ନାମରେ ନାମିତ ହୋଇଥାନ୍ତି । ଗଜପତି ମୁକୁନ୍ଦଦେବ ଗଜପତି ରାମଚନ୍ଦ୍ରଦେବ ଗଜପତି ବୀରକିଶୋରଦେବ ଗଜପତି ଦିବ୍ୟସିଂହଦେବ ଭୋଇ ବଂଶ ଗଜପତି ରାଜା (୧୬ଷ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତର ତାଲିକା) ଇତିହାସ ବର୍ତ୍ତମାନର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପିତୃଦେବ ଗଜପତି ବୀରକିଶୋର ଦେବଙ୍କ ଦେହାନ୍ତ ପରେ ତାଙ୍କ ମରଶରୀର ଶ୍ରୀକ୍ଷେତ୍ରରେ ୧୯୭୦ ମସିହା ଜୁଲାଇ ୭ ତାରିଖରେ ପହଞ୍ଚିଥିଲା । ସେଦିନ ଶ୍ରୀକ୍ଷେତ୍ରରେ ଗୁଣ୍ଡିଚାଯାତ୍ରା ଥିଲା । ତିନି ଠାକୁର ପହଣ୍ଡି ବିଜେ କରି ରଥରେ ବିରାଜମାନ କରିଥାନ୍ତି । ବାକିଥାଏ ଗଜପତି ମହାରାଜାଙ୍କର ରଥ ଉପରେ ଛେରାପହଁରା । ସେତେବେଳକୁ ଉତ୍ତରାଧୀକାରୀ ଜେନାମଣି କାମାର୍ଣବ ଦେବ ଗଜପତି ରୂପେ ଅଭିଷିକ୍ତ ହୋଇନଥାନ୍ତି । ତେଣୁ ସେ ବର୍ଷ ଛେରାପହଁରା ନୀତି ମୁଦିରଥ ସମାପନ କରିଥିଲେ । ପ୍ରଥା ଗଜପତି ବଂଶର ପରମ୍ପରା କ୍ରମେ ନୂତନ ରାଜା ରାଜଗାଦିରେ ଯଥାବିଧି ଅଭିଷିକ୍ତ ହେବାପରେ ତାଙ୍କ ଆଦେଶନୁସାରେ ପୂର୍ବତନ ରାଜାଙ୍କ ମର ଶରୀର ସତ୍କାର କରାଯାଇଥାଏ । ଗଜପତି ରାଜଗାଦି କେବେ ଶୂନ୍ୟ ରହେ ନାହିଁ । ପୂର୍ବତନ ମହାରାଜାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର ଶ୍ମଶାନରେ ସତ୍କାର କରାଯାଏ । ସାଧାରଣତଃ ସର୍ବସାଧାରଣଙ୍କ ଶବ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପତିତପାବନଙ୍କୁ ଦର୍ଶନ କରାଇ ସ୍ୱର୍ଗଦ୍ୱାରକୁ ନିଆଯାଇଥାଏ । କିନ୍ତୁ ଗଜପତିଙ୍କ ମରଶରୀର ଶୋଭାଯାତ୍ରା ଶ୍ରୀମନ୍ଦିର ସମ୍ମୁଖରେ ନିଆନଯାଇ ଉତ୍ତର ଦ୍ୱାର, ପଶ୍ଚିମ ଦ୍ୱାର ଓ ଦକ୍ଷିଣ ଦ୍ୱାର ବୁଲାଇ ନିଆଯାଇଥାଏ । ତେବେ ମହାରାଣୀ ବା ରାଜମାତାଙ୍କ ଦେହାନ୍ତ ହେଲେ ତାଙ୍କ ଶବ ଶୋଭାଯାତ୍ରା ଅନ୍ୟ ପ୍ରକାର ହୋଇଥାଏ । ଗଜପତି ମହାରାଜା ମହାପ୍ରଭୁଙ୍କ ଆଦ୍ୟସେବକ ହୋଇଥିବାରୁ ପରମ୍ପରାକ୍ରମେ ନିଜ ଲୋକଙ୍କ ପରଲୋକ ହେଲେ ମଧ୍ୟ ସେ ଶବ ସ୍ପର୍ଶ କରିବା, ମୁଖାଗ୍ନି ଦେବା ଅଥବା ଅଶୌଚ ପାଳନ କରିବା ବାରଣ ଅଛି ।
ଡକ୍ସେପିନ (ଇଂରାଜୀ ଭାଷାରେ ) ଏକ ଔଷଧ ଯାହା ପ୍ରମୁଖ ଅବସାଦ ବେମାରୀ, ଉଦ୍‌ବେଗ ଅବ୍ୟବସ୍ଥା, କ୍ରନିକ ହାଇଭ୍‌ସ ଓ ନିଦ୍ରା ସମସ୍ୟା ଭଳି ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ । ହାଇଭ୍‌ସ ରୋଗରେ ଆଣ୍ଟିହିସ୍ଟାମିନ ଅଧିକ ପସନ୍ଦ କରାଯାଏ । ନିଦ୍ରା ମମସ୍ୟାରେ ଏହା ସାମାନ୍ୟ ବା ମଧ୍ୟମ ଧରଣର ଉପକାର ଦିଏ । ଆଟୋପିକ ଡର୍ମାଟାଇଟିସ, ଲାଇଚେନ ସିମ୍ପ୍ଲେକ୍ସ କ୍ରନିକସ ରୋଗରେ ହେଉଥିବା ଗଲୁ ନିମନ୍ତେ ଏହା ଏହାର କ୍ରିମ ବ୍ୟବ‌ହାର କରାଯାଏ । ଡକ୍ସେପିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଶୁଷ୍କ ପାଟି, ଅଇ ଓ ଝାପ୍‌ସା ଦୃଷ୍ଟି ହୋଇପାରେ । ପ୍ରତିକ୍ରିୟା ସାଂଘାତିକ ହେଲେ ୨୫ ବର୍ଷ ବୟସରୁ କମ୍ ଲୋକମାନେ ଆତ୍ମହତ୍ୟା ପ୍ରବଣ, ମାନିଆ ଓ ୟୁରିନାରି ରିଟେନସନ ହୋଇପାରେ । ଏହାର ମାତ୍ରା ଶୀଘ୍ର କମେଇ ଦେଲେ ଉଇଥଡ୍ରଆଲ ସିଣ୍ଡ୍ରୋମ ହୋଇପାରେ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ଦିଆଯାଏ ନାହିଁ । ଏହା ଏକ ପ୍ରକାର ଟ୍ରାଇସାକ୍ଲିକ ଆଣ୍ଟିଡିପ୍ରେସାଣ୍ଟ ବା ଟିସିଏ ଔଷଧ । ଏହାର କାର୍ଯ୍ୟଧାର ଅସ୍ପଷ୍ଟ ଥିଲେ ମଧ୍ୟ ନର୍‌ଏପିନେଫ୍ରିନ ସ୍ତର ବୃଦ୍ଧି କରୁଥାଇପାରେ । ଏହାର ଆଣ୍ଟିହିସ୍ଟାମିନ , ଆଣ୍ଟିକଲିନର୍ଜିକ ଓ ଆଣ୍ଟସେରୋଟୋନର୍ଜିକ ପ୍ରଭାବ ଅଛି । ସନ ୧୯୬୯ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଡକ୍ସେପିନ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା । ଏହା ଜେନେରିକ ଔଷଧ ନାମରେ ବିକ୍ରୟ ହୁଏ । ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସକୁ ଏହାର ଏକ ମାସର ଡୋଜ ପିଛା ପ୍ରାୟ ୧୦୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୨୩ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । ସନ ୨୦୧୬ରେ ଏହାର ୨ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୩୯ତମ ସ୍ଥାନରେ ଥଲା ।
ଫର୍ମିଅମ ହେଉଛି ଏକ ରାସାୟନିକ ମୌଳିକ ଯାହାର ପ୍ରତୀକ ଓ ପରମାଣୁ କ୍ରମାଙ୍କ ୧୦୦ ।
ଅଷ୍ଟ୍ରାଲୋଡକସ୍ ଯାହାର ଅର୍ଥ ଦକ୍ଷିଣୀ ବିମ୍, ଲାଟିନ୍ ଶବ୍ଦ ଅଷ୍ଟାଲିସ୍ ଏବଂ ଗ୍ରୀକ୍ ଶବ୍ଦ ଡୋକସ୍‌ରୁ ଏହି ଶବ୍ଦର ସୃଷ୍ଟି । ଏକ ପ୍ରକାରର ଡାଇନୋସର । ଏହି ପ୍ରକାରର ଡାଇନୋସର ୧୫କୋଟି ବର୍ଷ ପୂର୍ବରୁ ଜୁରାସିକ ଯୁଗରେ ବାସ କରୁଥିଲେ । ଏହି ଅଞ୍ଚଳ ସେବେକାର ଜର୍ମାନ ଏବଂ ଏବେକାର ପୂର୍ବ ଆଫ୍ରିକାର ତାଞ୍ଜାନିଆ ଭାବରେ ଜଣା । ଏହାର ବୈଜ୍ଞାନିକ ନାମ ଫାଇନଲକୋସର ଦକ୍ଷିଣୀ (ଗୋଣ୍ଡବାନ) ଶ୍ରେଣୀ ଅନୁସାରେ ନାମିତ କରାଯାଇଛି । ଏହି ପ୍ରାଜାତିର ନାମ ତାଞ୍ଜାନିଆର ଏକ ପ୍ରସିଦ୍ଧ ଦଳ ବୋହେତି ବିନ୍ ଅମରାନି ଅନୁସାରେ ହୋଇଛି । ଇତିହାସ ଅଷ୍ଟ୍ରାଲୋଡକସ୍‌ ବେବିଟିର ଅବଶେଷ ତାଞ୍ଜାନିଆର ତାରାଗୁଏ ଉପତ୍ୟକାରୁ ଉଦ୍ଧାର କାରଯାଇଥିଲା । ଏହି ଯାଗାକୁ ଅନେକ ଜୁରାସିକ୍ ଡାଇନୋସରଙ୍କର ସ୍ଥଳୀ ଭାବରେ ମଧ୍ୟ ଗଣନା କରାଯାଏ । ଅଷ୍ଟ୍ରାଲୋଡକସ୍‌ ନିଜେ ଦୁଇଟି ବେକ ଥିବା ଡିନୋସର । ୧୯୦୯ ମସିହାରେ ଏହି ଡାଇନୋସରର ଅସ୍ଥି ଉଦ୍ଦାର କରାଯାଇଥିଲା, ମାତ୍ର ୨ୟ ବିଶ୍ୱଯୁଦ୍ଧ ସମୟରେ ଏହା ନଷ୍ଟ ହୋଇଯାଇଥିଲା । ଆକାର ଗ୍ରେଗୋରୀ ଏସ୍. ପଲ୍ ୨୦୧୦ରେ ଅନୁମାନ ଲାଗାଇଥିଲେ ଯେ ଏହି ଡାଇନୋସରର ଲମ୍ବ ପାଖାପାଖି ୧୭ ମିଟର ହେବ ଏବଂ ଓଜନ ୪୦୦୦କିଲୋଗ୍ରାମ ହେବ ।
ଟୋପାଏ ସିନ୍ଦୂର ଦି ଟୋପା ଲୁହ, ୨୦୦୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ବିଜୟ କନ୍ଦୋଇ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ପ୍ରଦୀପ ନନ୍ଦ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ମହ‌ମଦ ସାଫି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବସନ୍ତ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ । ମିହିର ଦାସ, ଅପରାଜିତା ମହାନ୍ତି, ସୁରେଶ ବଳ, ଦେବୁ ବୋଷ, ହରିହର ମହାପାତ୍ର, ଜୟୀରାମ ସାମଲ, ବ୍ରଜ ସିଂହ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନୟ ସିଦ୍ଧାନ୍ତ ମହାପାତ୍ର ଅନୁଭବ ମହାନ୍ତି ଅନୁ ଚୌଧୁରୀ ବର୍ଷା ପ୍ରିୟଦର୍ଶିନୀ ମିହିର ଦାସ ଅପରାଜିତା ମହାନ୍ତି ସୁରେଶ ବଳ ଦେବୁ ବୋଷ ହରିହର ମହାପାତ୍ର ଜୟୀରାମ ସାମଲ ବ୍ରଜ ସିଂହ ଜର୍ଜ ତିଆଡ଼ି କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ କୃଷ୍ଣ ସାହୁ । ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ପଞ୍ଚାନନ ନାୟକ, ନିଜାମ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ତପୁ ମିଶ୍ର, ଉଦିତ ନାରାୟଣ, ଶୈଳଭାମା ମହାପାତ୍ର, ସୁରେଶ ୱାଡ଼େକର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଝରଣା ଦାସ ( ୧୯୪୫ - ୦୧ ଡିସେମ୍ବର ୨୦୨୨) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଥିଲେ । ମଲାଜହ୍ନ, ଅମଡ଼ା ବାଟ ଓ ଅଭିନେତ୍ରୀ ଆଦି କଥାଚିତ୍ରରେ ସେ ଅଭିନୟ କରିଥିଲେ । ସେ କଟକ ଦୂରଦର୍ଶନ କେନ୍ଦ୍ରର ସହକାରୀ କାର୍ଯ୍ୟନିର୍ଦ୍ଦେଶିକା ଓ କଲିକତା ଦୂରଦର୍ଶନ କେନ୍ଦ୍ରର କେନ୍ଦ୍ର-ନିର୍ଦ୍ଦେଶକ ଭ।ବରେ ମଧ୍ୟ କାମ କରିଥିଲେ । ବ୍ୟକ୍ତିଗତ ଜୀବନ ଝରଣା ଦାସଙ୍କ ଜନ୍ମ ୧୯୪୫ ମସିହ।ରେ କଟକର ଚାନ୍ଦିନି ଚୌକର ଏକ ଖ୍ରୀଷ୍ଟିୟାନ ଯୌଥ ପରିବାରରେ ହୋଇଥିଲା । ତାଙ୍କ ପିତା ଏଡ଼ୱିନ ସୁକୁମାର ଦାସ ଜଣେ ସ୍କୁଲ ଶିକ୍ଷକ ଓ ମା ଚାରୁପ୍ରଭା ଦାସ ବିଡ଼ିଓ ଥିଲେ । ପରିବାରରେ ୩ ପୁଅ ଓ ୨ ଝିଅଙ୍କ ମଧ୍ୟରେ ଝରଣା ଥିଲେ ଦ୍ୱିତୀୟ ସନ୍ତାନ । ସମେସ୍ତ ତାଙ୍କୁ ଶ୍ରଦ୍ଧ।ରେ ଡାକୁଥିଲେ ଝୁମୁ । ଝରଣାଙ୍କ ଘରେ ସେମାନେ ଥିଲେ ଦଶ ଭାଇ ଭଉଣୀ । ତାଙ୍କ ମା ଲେଖିଦେଇଥିବା ନାଟକକୁ, ଘରେ ଖଟ ଯୋଡ଼ି ଓ ଶାଢ଼ୀ ଟାଣି ମଞ୍ଚା କରି ଭାଇ ଭଉଣୀ ମିଶି ଅଭିନୟ କରୁଥିଲେ । ଝରଣା ଦାସ ନରସିଂହ ମହାପାତ୍ରଙ୍କ ଏକ ନାଟକରେ ପ୍ରଥମକରି ନାୟିକା ଭାବେ ଅଭିନୟ କରିଥିଲେ । ତାଙ୍କ ବଡ଼ ଭାଇଙ୍କ ଅନ୍ତରଙ୍ଗ ବନ୍ଧୁ ଅଭିନେତା ଅକ୍ଷୟ ମହାନ୍ତି (କାଶ୍ୟପ) ଓ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି ଚାହୁଁଥିଲେ ଝୁମୁ ଅଭିନେତ୍ରୀ ହୁଅନ୍ତୁ । କଳାକାର ହେବାର କିଛି ପ୍ରତିଭା ବି ପିଲାଦିନୁ ଦେଖିବାକୁ ମିଳିଥିଲା ଝରଣା ଦାସଙ୍କ କ୍ଷେତ୍ରରେ । ସେ ଅନେକ ସମୟରେ ବାପାଙ୍କ ଗୀଟାର ଲୁଚାଇ ଲୁଚାଇ ବଜାଉଥିଲେ । ବିନା ତାଲିମରେ ସ୍କୁଲରେ ପଢୁଥିବା ସମୟରେ ଆକାଶବାଣୀ କଟକର 'ଶିଶୁ ସଂସାର' କାର୍ଯ୍ୟକ୍ରମରେ ଭାଗ ନେଉଥିଲେ । ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ ଝରଣା ଦାସ । ଚିତ୍ରତ୍ତୋଳକ ଦୀପକ ଦାସଙ୍କୁ ସେ ବିବାହ କରିଥିଲେ । ଶିକ୍ଷା ଝରଣା ଦାସଙ୍କ ଘରେ ତାଙ୍କ ବାପା, କକା ଆଦି ସଙ୍ଗୀତ ସାଧକ ଥିଲେ ଓ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଉଥିଲେ । ଝରଣାଙ୍କ ଘରେ ସେମାନେ ଥିଲେ ଦଶ ଭାଇ ଭଉଣୀ । ତାଙ୍କ ମା ଲେଖିଦେଇଥିବା ନାଟକକୁ, ଘରେ ଖଟ ଯୋଡ଼ି ଓ ଶାଢ଼ୀ ଟାଣି ମଞ୍ଚା କରି ଭାଇ ଭଉଣୀ ମିଶି ଅଭିନୟ କରୁଥିଲେ । ସେ ଆକାଶବାଣୀ କଟକରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ମିସନ୍‌ ଗର୍ଲସ ସ୍କୁଲରୁ (ଏବର ବକଲି ଗର୍ଲସ ସ୍କୁଲ) ମ୍ୟାଟ୍ରିକ ପାସ କଲା ପରେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ସ୍ନ ।ତକ ଡିଗ୍ରୀ ହାସଲ କରିଥିଲେ ଝରଣା ଦାସ । ସେ ସ୍ନାତକ ଶିକ୍ଷାପ୍ରାପ୍ତ କରିଥିବା ପ୍ରଥମ ଓଡ଼ିଆ ଅଭିନେତ୍ରୀ । ଶୈଳବାଳା କଲେଜର ପଢୁଥିବା ସମୟରେ ବେତାର ନାଟକ କରିବା ଆରମ୍ଭ କରିଥିଲେ । ନରସିଂହ ମହାପାତ୍ରଙ୍କ ଏକ ନାଟକରେ ପ୍ରଥମକରି ନାୟିକା ଭାବେ ଅଭିନୟ କରିଥିଲେ । ସେ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷାଲାଭ କରିଥିଲେ । ରକ୍ଷଣଶୀଳ ପରିବାରରେ ସିନେମାରେ ଅଭିନୟ କରିବା ପାଇଁ ଅନୁମତି ନଥିଲା । ଅଭିନୟ ଓ ନିର୍ଦ୍ଦେଶନା ୧୯୬୪ ମସିହାରେ ନିର୍ମିତ କଥାଚିତ୍ର ଅମଡ଼ା ବାଟ ମାଧ୍ୟମରେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ଥାପିଥିଲେ । ୧୯୬୨ରେ ସେ ମଲାଜହ୍ନରେ ନାୟିକା ଭାବେ ଅଭିନୟ କରିଥିଲେ, ତେବେ ଏହା ବହୁ ବିଳମ୍ବରେ ୧୯୬୫ରେ ମୁକ୍ତିଲାଭ କରିଥିଲା ।ଚଳଚ୍ଚିତ୍ର ବ୍ୟତୀତ, ସେ ଆକାଶବାଣୀ ଓ ଦୂରଦର୍ଶନ ସହିତ ମଧ୍ୟ ଜଡ଼ିତ ରହିଛନ୍ତି । ହରେକୃଷ୍ଣ ମହତାବଙ୍କ ଉପରେ ନିର୍ମିତ ଏକ ବୃତ୍ତଚିତ୍ରରେ ସେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ସେ ସେଠାରେ ଥିବା ବେଳେ ସେ "ଘର ଭଡ଼ା ଦିଆ ଯିବ" ଓ "ମଣିଷ" ଆଦି କାର୍ଯ୍ୟକ୍ରମରେ ଅଭିନୟ କରିଥିଲେ । ଏଥିସହିତ ସେ ନିଜର ଫିଲ୍ମରେ ଅଭିନୟ ଚାଲୁରଖିଥିଲେ । ଅଭିନୀତ ଚଳଚ୍ଚିତ୍ର ଝରଣା ଦାସଙ୍କ ଅଭିନୀତ କଥାଚିତ୍ରଗୁଡ଼ିକ ହେଲା: ପୁରସ୍କାର ଓ ସମ୍ମାନ ଜୟଦେବ ପୁରସ୍କାର, ୧୯୯୭ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଆୱାର୍ଡ଼, ୨୦୧୧ ଓଡ଼ିଶା ସୋସାଇଟି ଅଫ ଆମେରିକା ସମ୍ମାନ, ୨୦୧୧ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ - ୨୦୧୬ (ଜୀବନବ୍ୟାପି ଅବଦାନ) ମୃତ୍ୟୁ ୨୦୨୨ ମସିହା ଡିସେମ୍ବର ୧ ତାରିଖରେ କଟକର ଚଣ୍ଡିଛକ ନିକଟସ୍ଥ ବାସଭବନରେ ଝରଣାଙ୍କର ପରଲୋକ ଘଟିଥିଲା । ମୃତ୍ୟ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ।
ଗ୍ରୀନଲାଣ୍ଡ, ଉତ୍ତର ଆମେରିକାର ଏକ ଦେଶ ।
ବଟକୃଷ୍ଣ ଓଝା (ଜନ୍ମ - ୧୯୩୬) ଜଣେ ଓଡ଼ିଆ ସାହିତ୍ୟିକ । ସେ ମୁଖ୍ୟତଃ ଶିଶୁ ସାହିତ୍ୟ ରଚନା କରିଛନ୍ତି । ଶିଶୁ ସାହିତ୍ୟରେ ଅବଦାନ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ବାଳ ପୁରସ୍କାର ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ବୃତ୍ତିରେ ସେ ଜଣେ ଶିକ୍ଷକ ଥିଲେ ।
ମହମ୍ମଦ ଅତାହାର‌ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିର ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଅତାହାର‌ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୫୨ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ମାହାଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ ମହମ୍ମଦ ଅତାହାର‌ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।
ଶ୍ରୀଜଗନ୍ନାଥଙ୍କ ରାମାବତାରଲୀଳାର ଅଂଶବିଶେଷ ସାହି ଯାତ ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପାରମ୍ପରିକ ସମରକଳାର ପ୍ରତୀକ ରୂପେ ପରିଚିତ । ପୁରୀରେ ସାହିଯାତ ଚୈତ୍ର ଶୁକ୍ଳ ଅଷ୍ଟମୀ ଠାରୁ ବୈଶାଖ କୃଷ୍ଣ ଦ୍ୱିତୀୟା ପର୍ଯ୍ୟନ୍ତ ୯ କିମ୍ବା ୧୦ଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ । ଅନନ୍ତ ବର୍ମା ଚୋଡ଼ଗଙ୍ଗଦେବଙ୍କ ସମୟରୁ ଏହା ଆରମ୍ଭ ହୋଇଥିଲା । ଏହି ସାହି ଯାତ ସମୟରେ ପୁରୀ ସହରର ସାତଟି ସାହିରୁ ବାହାରୁ ଥିବା ପଟୁଆର ଓ ଯାତ୍ରା ଆଦି ବାଦି ସାହିଗୁଡ଼ିକରେ ସେମାନଙ୍କ କଳାକୌଶଳ ଆଦି ପ୍ରଦର୍ଶନ କରିଥାଆନ୍ତି । ସାହିଯାତରେ ସମରକଳା, ଲୋକକଳା, ଲୋକନୃତ୍ୟ, ଲୋକଗୀତ ତଥା ଲୋକବାଦ୍ୟ ପରମ୍ପରାର ସମ୍ମିଳିତ ରୂପ ଦେଖିବାକୁ ମିଳିଥାଏ । ପରମ୍ପରା ଶ୍ରୀକ୍ଷେତ୍ରର ସାହି ଯାତର ପରମ୍ପରା ସହ ବାଲ୍ମିକୀ ରାମାୟଣର ପର୍ଶୁରାମଙ୍କ ବର୍ଣ୍ଣିତ ରୂପ ସହ ଜଗନ୍ନାଥଙ୍କ ନାଗାର୍ଜୁନ ବେଶର ସାଦୃଶ୍ୟ ରହିଥିବାରୁ ତାହା ରାମାନନ୍ଦଙ୍କ ପ୍ରଭାବରେ ଆରମ୍ଭ ହୋଇଛି ବୋଲି ଅନୁମାନ କରାଯାଉଛି। ଶ୍ରୀରାମ ନବମୀଠାରୁ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ଶେଷହେବା ପରେ ଆଜ୍ଞାମାଳ ପାଇ ରାମ ଓ ଲକ୍ଷ୍ମଣଙ୍କ ଚଳନ୍ତି ବିଗ୍ରହ ପାଲିଙ୍କିରେ ବିଜେହୋଇ ଜଗନ୍ନାଥବଲ୍ଲଭ ମଠକୁ ଯାଇଥାନ୍ତି । ସେଠାରେ ଯଜ୍ଞରକ୍ଷା, ଶିବଧନୁ ଭଙ୍ଗ, ସୀତା ବିବାହ, ପର୍ଶୁରାମ ଲୀଳା, ବନବାସ ଲୀଳା, ମାୟାମୃଗ ଲୀଳା, ଲଙ୍କାପୋଡ଼ି ହନୁମାନ ଲୀଳା ଓ ରାବଣ ବଧ ଆଦି ସାହିଯାତର ପ୍ରମୁଖ ଲୀଳାମାନ ସମ୍ପନ୍ନ ହୋଇଥାଏ । ଲୀଳା ସମ୍ପନ୍ନ ହେବାପରେ ପୁନଃ ଶ୍ରୀମନ୍ଦିରକୁ ବାହୁଡ଼ନ୍ତି । ରାମ ନବମୀ ଅବସରରେ କାଳିକାଦେବୀ ସାହିରୁ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଓ ବିଶ୍ୱାମିତ୍ର ବାହାରି ଶ୍ରୀମନ୍ଦିରକୁ ଯିବା ସହ ସହର ପରିକ୍ରମା କରିଥାନ୍ତି । ଦଶମୀ ତିଥିରେ ହରଚଣ୍ଡୀ ସାହି ଆଖେଡ଼ା ପକ୍ଷରୁ ଯଜ୍ଞରକ୍ଷା ପର୍ବ ଓ ଋଷ୍ୟଶୃଙ୍ଗ ଯାତ୍ରା ଲାଗି ନାକ କାନ ନୃତ୍ୟ ଅନୁଷ୍ଠିତ ହୋଇଥାଏ । ଏହି ନାକ କାନକୁ ସୁବାହୁ ଓ ମାରିଚ ବୋଲି କୁହାଯାଏ । ଏକାଦଶୀ ତିଥିରେ ହରଚଣ୍ଡୀ ସାହି ଆଖେଡ଼ା ପକ୍ଷରୁ ପର୍ଶୁରାମ ଲୀଳା ପ୍ରଦର୍ଶିତ ହୋଇଥାଏ ।
ଲେଖା ଚାଲିଛି... କବୀର ୧୪୪୦ ୧୫୧୮ ଜଣେ ଧାର୍ମିକ କବି ଓ ସନ୍ଥ ଥିଲେ । କବୀରଙ୍କ ରଚନା ଭକ୍ତି ଆନ୍ଦୋଳନକୁ ଗଭୀର ଭାବେ ପ୍ରଭାବିତ କରିଥିଲା । କବୀରଙ୍କ କବିତା ଶିଖ ଧର୍ମ ପୁସ୍ତକ ଗୁରୁ ଗ୍ରନ୍ଥ ସାହିବରେ ଦେଖିବାକୁ ମିଳେ । ତାଙ୍କର ଲେଖା ମଧ୍ୟରେ ଦୋହା ଖ୍ୟାତି ଲାଭ କରିଥିଲା । କବୀରଙ୍କ ଜନ୍ମ ରହସ୍ୟ ଓ ଲୋକ‌‌କଥାରେ ପରିପୂର୍ଣ୍ଣ । ତାଙ୍କର ଜନ୍ମ ସମୟ ଓ ପିତାମାତାଙ୍କ ବିଷୟରେ ବିଶାରଦମାନଙ୍କର ମତଭେଦ ରହିଛି । ଲୋକ‌କଥା ଅନୁସାରେ ଜଣେ ବ୍ରାହ୍ମଣ କନ୍ୟା ଏକ ହିନ୍ଦୁ ମନ୍ଦିରକୁ ଯିବା ପରେ ଗର୍ଭବତୀ ହୋଇଥିଲେ କିନ୍ତୁ ସେ ବିବାହିତା ନଥିଲେ । ତେଣୁ ନବଜାତ କବୀରଙ୍କୁ ସେ ପରିତ୍ୟାଗ କଲାପରେ ଏକ ମୁସଲମାନ ତନ୍ତୀ ଦମ୍ପତି ତାଙ୍କୁ ଲାଳନ ପାଳନ କରିଥିଲେ । ସେ ବ୍ରାହ୍ମଣ ହୋଇଥିବା ବିଷୟ ସନ୍ଦେହାତ୍ମକ ଥିଲେ ମଧ୍ୟ ହିନ୍ଦୁ ସାଧୁ ରାମାନନ୍ଦ ସେହି ସମ୍ବନ୍ଧରେ ପ୍ରଭାବ ପକେଇଥିଲେ ।
ଭାରତୀୟ ଜନସଂଚାର ପ୍ରତିଷ୍ଠାନ (ଆଇ ଆଇ ଏମ୍ ସି) ଭାରତର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଅଟେ । ଏହି ଶିକ୍ଷାନୁଷ୍ଠାନ ସାମ୍ବାଦିକତା ଓ ଗଣମାଧ୍ୟମର ବିଭିନ୍ନ ବିଭାଗର ପାଠ୍ୟକ୍ରମ ମାନ ପ୍ରଦାନ କରିଥାଏ । ୟୁନେସ୍କୋ ଏବଂ ଫୋର୍ଡ ଫାଉଣ୍ଡେସନ୍ଙ୍କ ସୁପାରିଶ କ୍ରମେ ଭାରତ ସରକାରଙ୍କଦ୍ୱାରା ଦିଲ୍ଲୀରେ ପ୍ରତିଷ୍ଠା କରାଯାଇଥିଲା । ଇତିହାସ ୧୯୬୫ ମସିହା ଅଗଷ୍ଟ ୧୭ ତାରିଖରେ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କଦ୍ୱାରା ଦିଲ୍ଲୀରେ ଏହା ଉଦଘାଟିତ ହୋଇଥିଲା । ପରେ ୧୯୯୩ ମସିହାରେ ଏହି ଅନୁଷ୍ଠାନର ୨ୟ କେନ୍ଦ୍ର ଓଡ଼ିଶାର ଢେଙ୍କାନାଳରେ ପ୍ରତିଷ୍ଠା କରାଯାଇଥିଲା । ଦିଲ୍ଲୀ ପରେ ଢେଙ୍କାନାଳ ଶାଖା ସର୍ବ ପୁରାତନ ଅଟେ । ଏହାର ଅନ୍ୟ ଚାରୋଟି ଶାଖା (କେରଳ)ର କୋଟାୟମ, ଜମ୍ମୁ କାଶ୍ମୀର , ଅମରାବତୀ (ମହାରାଷ୍ଟ୍ର), ଅଇଜଲ (ମିଜୋରାମ)ଠାରେ ରହିଛି । ଅବସ୍ଥିତି ରାଜଧାନୀ ଭୁବନେଶ୍ୱରଠାରୁ ପ୍ରାୟ ୮୦କିମି ଦୂର ଢେଙ୍କାନାଳ ସ‌ହରର ମହିଷାପାଟ ପାହାଡ଼ ଉପରେ ଅବସ୍ଥିତ । ଅନୁଷ୍ଠାନର ନାମାନୁସାରେ ସେହି ସ୍ଥାନର ନାମ ସଂଚାର ମାର୍ଗ ନାମିତ କରାଯାଇଛି । ଜଙ୍ଗଲ ପରିବେଷ୍ଟିତ ପାହାଡ ଘେରା ସ୍ଥାନରେ ଅନୁଷ୍ଠାନର ଅବସ୍ଥିତି ଛାତ୍ରଛାତ୍ରୀମାନଙ୍କୁ ଏକ ଶାନ୍ତ ବାତାବରଣ ପ୍ରଦାନ କରେ । ଏଠାରେ ଜଣେ ଛାତ୍ର ସହରର ପ୍ରଦୂଷିତ ଓ ବ୍ୟସ୍ତ ପରିବେଶଠାରୁ ଦୂରରେ ରହି, ପଢାରେ ମନୋନିବେଶ କରିବାକୁ ଏକ ଉପଯୁକ୍ତ ବାତାବରଣ ପାଇଥାଏ । ପାଠ୍ୟକ୍ରମ ଏହି ଅନୁଷ୍ଠାନରେ ଓଡ଼ିଆ ସାମ୍ବାଦିକତା ଏବଂ ଇଂରାଜୀ ସାମ୍ବାଦିକତା ବିଭାଗରେ ପୋଷ୍ଟ ଗ୍ରାଜୁସନ୍ ଡିପ୍ଲୋମା ପାଠ୍ୟକ୍ରମର ବ୍ୟବସ୍ଥା ରହିଛି। ଏହି ଅନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ ସାମ୍ବାଦିକତାର ବିଭିନ୍ନ ପୃଷ୍ଠଭୂମି ଉପରେ ଶିକ୍ଷାଦାନ କରାଯାଏ । ଛାତ୍ରଛାତ୍ରୀମାନେ ଏଠାରେ ଖବରକାଗଜ, ରେଡିଓ, ଟେଲିଭିଜନ, ୱେବ ସାମ୍ବାଦିକତା ବିଷୟରେ ଜ୍ଞାନ ଆହାରଣ କରିବାକୁ ସୁଯୋଗ ପାଇଥାନ୍ତି । ଏଠାରେ ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀରେ ପାଠ ପଢାଯିବା ସହ ପ୍ରକୃତ କ୍ଷେତ୍ରକୁ ମଧ୍ୟ ଅଭିଜ୍ଞତା ପାଇଁ ପଠାଯାଇଥାଏ । ସହର ତଥା ସହର ବାହାରେ ହେଉଥିବା ବିଭିନ୍ନ ଘଟଣାର ରିପୋର୍ଟିଙ୍ଗ ପାଇଁ ଛାତ୍ରଛାତ୍ରୀମାନେ ଯାଇଥାନ୍ତି । ଅସଲ ଜୀବନରେ କିପରି ପରିସ୍ଥିତିର ସାମ୍ନା କରିବାକୁ ପଡିବ, ସେଥିପାଇଁ ଅନୁଷ୍ଠାନର ଶିକ୍ଷକମାନେ ଛାତ୍ରମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଓ ବୈଷୟିକ ଶିକ୍ଷାଦ୍ୱାରା ପ୍ରସ୍ତୁତ କରାଇଥାନ୍ତି । ଏହାସହ ପ୍ରତିବର୍ଷ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶିକ୍ଷଣୀୟ କର୍ମଶାଳାରେ ଭାଗ ନେବାକୁ ସୁଯୋଗ ଦିଆଯାଇଥାଏ । ଯାହା ଛାତ୍ରଛାତ୍ରୀମାନଙ୍କ ପାଇଁ ଭିନ୍ନ ଅନୁଭୁତି ଆଣିବାସହ ସେମାନଙ୍କ ମଧ୍ୟରେ ବିଭିନ୍ନ ସାମାଜିକ ବିଷୟରେ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଥାଏ । କର୍ମଶାଳା ଭାରତୀୟ ଜନ ସଞ୍ଚାର ସଂସ୍ଥାନ ଏହାର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ କର୍ମଶାଳାରେ ଭାଗ ନେବାର ସୁଯୋଗ ପ୍ରଦାନ କରିଥାଏ । ସ୍ୱେଚ୍ଛାସେବୀ ସଂଗଠନ, ପ୍ରତିଷ୍ଠିତ ଅନୁଷ୍ଠାନ, ଖବରକାଗଜ, ଚଳଚ୍ଚିତ୍ର ପ୍ରତିଷ୍ଠାନମାନଙ୍କଦ୍ୱାରା ଆୟୋଜନ କରାଯାଉଥିବା ବିଭିନ୍ନ କର୍ମଶାଳାରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଭାଗ ନେଇଥାନ୍ତି । ଏହିସବୁ କର୍ମଶାଳାରେ ସେମାନେ ରିପୋର୍ଟିଂ କରିବା, ସାକ୍ଷାତକାର ନେବା, ଡକ୍ୟୁମେଣ୍ଟାରୀ ବନାଇବା ପରି ବିଭିନ୍ନ କ୍ଷେତ୍ରରେ ନିଜ ଦକ୍ଷତା ପ୍ରତିପାଦନ କରିବା ପାଇଁ ସ୍ୱାଧୀନତା ପାଇଥାନ୍ତି । ତେବେ ଭିନ୍ନକ୍ଷମମାନଙ୍କ ପାଇଁ କାମ କରୁଥିବା ଭୁବନେଶ୍ୱରର ସ୍ୱେଛାସେବୀ ସଂସ୍ଥା ସ୍ୱାଭିମାନଦ୍ୱାରା କରାଯାଉଥିବା ଅଞ୍ଜଳି ମହୋତ୍ସବ, ଯତୀନ ଦାସ ସେଣ୍ଟର ଅଫ ଆର୍ଟଙ୍କଦ୍ୱାରା ଅନୁଷ୍ଠିତ ଜେଡିସିଏ ଫିଲ୍ମ ଫେଷ୍ଟିଭାଲ, ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା, ନାଟ୍ୟଗ୍ରାମଦ୍ୱାରା ପ୍ରସ୍ତୁତ ନାଟ୍ୟ ଚେତନା ଏବଂ ଅନ୍ୟାନ୍ୟ କଳାତ୍ମକ କର୍ମଶାଳାରେ ଛାତ୍ରଛାତ୍ରୀମାନଙ୍କୁ ଅଂଶଗ୍ରହଣ କରିବାସହ ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଆହାରଣ କରିବାର ସୁଯୋଗ ମିଳିଥାଏ । ଗଠନ ଏହାର ମୁଖ୍ୟତଃ ୩ଟି ବିଲ୍ଡିଙ୍ଗ୍ ବା ବ୍ଲକ ରହିଛି। ଯଥା- ଏକାଡେମିକ ବ୍ଲକ ଆାଡମିନିଷ୍ଟ୍ରେଟିଭ ବ୍ଲକ ଅଡିଟୋରିଅମ ବ୍ଲକ ଏକାଡେମିକ ବ୍ଲକ ଏହି ବ୍ଲକରେ ଇଂରାଜୀ ଓ ଓଡ଼ିଆ ସାମ୍ବାଦିକତା ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶ୍ରେଣୀ ଗୃହ ରହିଛି । ଏହାଛଡା ଟେଲିଭିଜନ ସମ୍ବାଦ ପାଇଁ ଭିଡିଓ ଲ୍ଯାବ ଓ ରେଡିଓ ସମ୍ବାଦ ପାଇଁ ଅଡିଓ ଲ୍ୟାବ ରହିଛି । ସମ୍ବାଦ ଗ୍ରହଣ, ଗବେଷଣା ଆଦି ପାଇଁ ଏହି ବ୍ଲକରେ ମାଇଣ୍ଡ ସ୍ପେସ୍ ,ଇଣ୍ଟରନେଟ ଲ୍ୟାବ ଏବଂ ଲାଇବ୍ରେରୀ ରହିଛି । ପାଠାଗାର ଅନୁଷ୍ଠାନର ପାଠାଗାରରେ ୫ହଜାରରୁ ଉର୍ଦ୍ଧ୍ୱ ପୁସ୍ତକ ରହିଛି । ପ୍ରିଣ୍ଟ ମିଡିଆ, ପ୍ରସାରଣ ,ସାମ୍ବାଦିକତା,ଗବେଷଣା,ଲୋକ ସମ୍ପର୍କ, ରେଡିଓ ଏବଂ ଟେଲିଭିଜନ, ତଥା ଚଳଚ୍ଚିତ୍ର ଓ ପାମ୍ପରିକ ସାମ୍ବାଦିକତା ବିଷୟରେ ଉପାଦେୟ ପୁସ୍ତକମାନ ରହିଛି । ତା ସହିତ ରାଜନୀତି,ଇତିହାସ,ଆତ୍ମଜୀବନୀ ପ୍ରବନ୍ଧ ,ଇଂରାଜୀ ହିନ୍ଦୀ ଏବଂ ଓଡ଼ିଆ ସାମ୍ବାଦିକତା ଉପରେ ମଧ୍ୟ ବହିମାନ ଏଠାରେ ଉପଲବ୍ଧ । ଏଠାରେ ବିଭିନ୍ନ ଭାଷାରେ ଓ ବିଭିନ୍ନ ବିଭାଗରେ ବହିମାନ ରହିଛି । ଗଳ୍ପଠାରୁ ଆରମ୍ଭ କରି କବିତା, ମନୋରଞ୍ଜନଠାରୁ ଆରମ୍ଭ କରି ପାଠ୍ୟକ୍ରମ, ସାମାଜିକଠାରୁ ଆରମ୍ଭ କରି ରାଜନୈତିକ ବିଭିନ୍ନ ବିଷୟରେ ଜଣେ ଛାତ୍ର ନିଜ ରୁଚି ଅନୁଯାୟୀ ପଢ଼ିବାକୁ ସୁଯୋଗ ପାଇଥାଏ । ଏଠାରେ ମଧ୍ୟ ବିଗତ ବର୍ଷର ଛାତ୍ରଛାତ୍ରୀମାନଙ୍କଦ୍ୱାରା ପ୍ରସ୍ତୁତ ପ୍ରୋଜେକ୍ଟ, ନୋଟ୍ସ ରଖାଯାଇଛି, ଯାହା ନୂଆ ଛାତ୍ର ଛାତ୍ରୀମାନଙ୍କୁ ନିଜର ପ୍ରୋଜେକ୍ଟ ଓ ଆସାଇନମେଣ୍ଟମାନ କରକିବାରେ ସହାୟକ ହୋଇଥାଏ । ଆଡମିନିଷ୍ଟ୍ରେଟିଭ ବ୍ଲକ ଅନୁଷ୍ଠାନର ମୁଖ୍ୟ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କର ଦପ୍ତର ଏହି ବ୍ଲକରେ ରହିଛି । ଏଠାରେ ମଧ୍ୟ ଅନୁଷ୍ଠାନର ସମ୍ମିଳନୀ କକ୍ଷ ରହିଛି । ଏହି କକ୍ଷରେ ସାମ୍ବାଦିକ ସମ୍ମିଳନୀମାନ କରାଯାଏ । ଅନୁଷ୍ଠାନକୁ ଆସୁଥିବା ଅତିଥିମାନଙ୍କର ସ୍ୱାଗତ ଏହି କକ୍ଷରେ କରାଯାଏ । ଏହା ସହ ଏଠାରେ ଅନୁଷ୍ଠାନର ପତ୍ରିକା ଉନ୍ମୋଚନ, ସାଧାରଣ ସଭା ଆଦିର ଆୟୋଜନ କରାଯାଏ । ଅଡିଟୋରିଅମ ବ୍ଲକ ଏହି ବ୍ଲକଟି ଏଠାକାର ସବୁଠାରୁ ସୃଜନାତ୍ମକ ବ୍ଲକ ଅଟେ । ଏହି ବ୍ଲକରେ ଅଡିଟୋରିମ ଗୃହ ସ୍ପନ୍ଦନ,ବିକାଶ ମୁଳକ ଶିଷାକେନ୍ଦ୍ର ଆଙ୍କୁର, ମିଡିଆ ସଂଗ୍ରହାଳୟ ଏବଂ ପଢ଼ିବା ପାଇଁ ରିଡିଙ୍ଗ ରୁମ ରହିଛି । ରିଡିଙ୍ଗ ରୁମରେ ବିଭିନ୍ନ ପ୍ରକାର ସାପ୍ତାହିକ ଓ ମାସିକ ପତ୍ରିକା ମାନ ରହିଛି । ଅନୁଷ୍ଠାନ ଶନିବାର ଓ ରବିବାର ବନ୍ଦ ରହୁଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ଶନିବାର ଦିନ ରିଡିଙ୍ଗ ରୁମ ଖୋଲା ରହିଥାଏ । ତେବେ ମିଡିଆ ସଂଗ୍ରହାଳୟ ଏହି ବ୍ଲକରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଅଟେ । ଏହି ସଂଗ୍ରହାଳୟରେ ବହୁ ପୁରାତନ ତଥା ବିବାଦୀୟ ଜାତୀୟ ଅର୍ନ୍ତଜାତୀୟ ଏବଂ ଆଂଚଳିକ ଖବର କାଗଜ ମାନ ପ୍ରଦର୍ଶନି ନିମନ୍ତେ ରଖାଯାଇଛି । ଏହା ସହିତ ପୂରାତନ ଯନ୍ତ୍ରାଂଶ, ବାଦ୍ୟ ଯନ୍ତ୍ର, କଳାକୃତି, ବିଗତ ବର୍ଷର ଛାତ୍ରଛାତ୍ରୀଙ୍କଦ୍ୱାରା ବ୍ୟଙ୍ଗାତ୍ମକ ଚିତ୍ରକଳା ଓ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଫଟୋଗୁଡ଼ିକ ସଂଗୃହିତ କରି ଏଠାରେ ରଖାଯାଇଛି ।
୧୨୪୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଶ୍ରୋଣୀ ମେଜିଆ ଅବ୍ୟବସ୍ଥା, (ପେଲଭିକ ଫ୍ଲୋର ଡିସଅଫରେନ୍ସ, ପେଲଭିକ୍ ଫ୍ଲୋର୍ ଡିସଫଙ୍କସନ ନାମରେ ମଧ୍ୟ ଜଣାଶୁଣା) କୁହାଯାଏ ଯେତେବେଳେ ଶ୍ରୋଣୀ ମେଜିଆରେ ଥିବା ମାଂସପେଶୀଗୁଡ଼ିକ ସଠିକ୍ ଭାବରେ କାର୍ଯ୍ୟ କରୁନଥାଏ । ଏହାର ଲକ୍ଷଣ ମଧ୍ୟରେ ଶ୍ରୋଣୀ ଯନ୍ତ୍ରଣା ବା ଚାପ, ଯୌନ କ୍ରିୟା ସମୟରେ ଯନ୍ତ୍ରଣା, ଆପେ ଆପେ ପରିସ୍ରା କିମ୍ବା ମଳ ତ୍ୟାଗ, କୋଷ୍ଠକାଠିନ୍ୟ କିମ୍ବା ଶ୍ରୋଣୀର ସ୍ଥାନ ଚ୍ୟୁତି ହୋଇପାରେ । ଏହାର କାରଣ ସାଧାରଣତଃ ଅସ୍ପଷ୍ଟ ରହିଛି। ସମ୍ଭାବ୍ୟ କାରକଗୁଡିକ ମଧ୍ୟରେ ଶ୍ରୋଣୀ ମେଜିଆରେ ଆଘାତ, ଯୌନ ଉତ୍ପୀଡ଼ନ, ତ୍ୟାଗ କରିବା ଉପାୟ, ପିଠି ନିମ୍ନ ଭାଗ ଯନ୍ତ୍ରଣା, ଏଣ୍ଡୋମେଟ୍ରିଓସିସ୍ ଏବଂ କେତେକ ଔଷଧ ଯେପରିକି କ୍ୟାଲସିସମ ଚାନେଲ ବ୍ଲକର କିମ୍ବା ଆଣ୍ଟିହିଷ୍ଟାମିନ ଅନ୍ତର୍ଭୁକ୍ତ ହୋଇପାରେ । ଅଧିକ ଓଜନ, ପୂର୍ବରୁ କରା‌ଯାଇଥିବା ହିଷ୍ଟେରେକ୍ଟୋମି, ଧୂମପାନ ଏବଂ ସନ୍ତାନ ଜନ୍ମ କରିବା ବିପଦ ହୋଇପାରେ । ଅନ୍ତର୍ନିହିତ କ୍ରିୟାବିଧି ମଧ୍ୟରେ ଅଧିକ ବା ହ୍ରାସ କିମ୍ବା ଖରାପ ମାଂସପେଶୀ ସମନ୍ୱୟ ହୋଇପାରେ । ଚିକିତ୍ସାରେ ଜୀବନ‌ଚର୍ଯ୍ୟା ପରିବର୍ତ୍ତନ, ଔଷଧ, ଚିକିତ୍ସା ଉପକରଣ କିମ୍ବା ଅସ୍ତ୍ରୋପଚାର ଅନ୍ତର୍ଭୁକ୍ତ ହୋଇପାରେ । ଜୀବନ‌ଚର୍ଯ୍ୟା ପରିବର୍ତ୍ତନ ମଧ୍ୟରେ ବ୍ୟାୟାମ ଏବଂ ଏକ ସୁସ୍ଥ ଖାଦ୍ୟ ଆବଶ୍ୟକ । ଚିକିତ୍ସା ଉପକରଣଗୁଡ଼ିକରେ ପେସାରୀ ଆବଶ୍ୟକ ହୋଇପାରେ । ମହିଳାମାନଙ୍କଠାରେ ଶ୍ରୋଣୀ ମେଜିଆର ଶାରୀରିକ ପ୍ରଶିକ୍ଷଣ ଉପଯୋଗୀ ହୁଏ । ଶ୍ରୋଣୀ ମେଜିଆ ବ୍ୟାଧି ସାଧାରଣତଃ ପ୍ରାୟ ୨୫% ମହିଳାଙ୍କୁ କିଛି ସମୟରେ ପ୍ରଭାବିତ କରିଥାଏ । ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି । ବୟସ ସହିତ ଏହି ରୋଗ ଅଧିକ ହେଉଥିବା ଦେଖାଯାଏ । ପ୍ରସବ କରିଥିବା ଅର୍ଦ୍ଧେକ ମହିଳାଙ୍କଠାରେ ଶ୍ରୋଣୀ ମେଜିଆର ସ୍ଥାନ ଚ୍ୟୁତି ହୁଏ । କେତେକ ସଂସ୍କୃତିରେ ଏହାକୁ ଏକ ସ୍ଟିଗମା ବା କଳଙ୍କ ମନେକରାଯାଏ ଏବଂ ସେଥିପାଇଁ ମହିଳାମାନେ ଯତ୍ନଶୀଳ ହେବା ଆବଶ୍ୟକ । ଏହିପରି ମୂତ୍ର ସମସ୍ୟା ପାଇଁ ପ୍ରତିବର୍ଷ ପ୍ରତ୍ୟକ୍ଷ ସ୍କ୍ରିନିଂ କରିବାକୁ ପରାମର୍ଶ ଦିଆଯାଏ ।
ସାରୁବାହାଲ ଗାଁ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ ଅନ୍ତର୍ଗତ ଉଡ଼ୁସୁ ଗ୍ରାମପଞ୍ଚାୟତର ଏକ ଗାଆଁ । ଏହି ଗାଆଁଟି ବୀରମିତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଗମନାଗମନ ଏହା ଜିଲ୍ଲାର ସଦର ମହକୁମା ସୁନ୍ଦରଗଡ଼ ଠାରୁ ପ୍ରାୟ ୧୩୦କି.ମି. ଦୂରରେ ଅବସ୍ଥିତ । ଶିକ୍ଷା ଏଠାରେ ଗୋଟିଏ ଉଚ୍ଚ ପ୍ରାଥମିକ ଓ ଗୋଟିଏ ଉଚ୍ଚ ବିଦ୍ୟାଳୟ ଅଛି । ସଂସ୍କୃତି ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ଜାଗର ମେଳା ଅନୁଷ୍ଠିତ ହୋଇଥାଏ ।
କପୁରଚାନ୍ଦ ନାଏକ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ହୋଇଥିବା ଦ୍ୱିତୀୟ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଭାବରେ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ କପୁରଚାନ୍ଦ ନାଏକ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ କାର୍ଯ୍ୟ କରିଥିଲେ ।
ଏନରିକୋ ଫେରମିଂ ୨୯ ସେପ୍ଟେମ୍ବର ୧୯୦୧ ୨୮ ନଭେମ୍ବର ୧୯୫୪ ନୋବେଲ ପୁରସ୍କାର ପାଇଥିବା ଜଣେ ଇଟାଲିଅନ ପଦାର୍ଥ ବିଜ୍ଞାନୀ। ସେ ପ୍ରଥମ ପରମାଣୁ ରିଆକ୍ଟର ତିଆରି କରିଥିଲେ ।
ଫ୍ଲୁଡାରାବିନ (ଇଂରାଜୀ ଭାଷାରେ , ବିକ୍ରୟ ନାମ ଫ୍ଲୁଡାରା) ଏକ କେମୋଥେରାପି ଔଷଧ ଯାହା ଲିଉକେମିଆ ଓ ଲିମ୍ଫୋମା ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ । ଏହି ରୋଗମାନଙ୍କ ମଧ୍ୟରେ କ୍ରନିକ ଲିମ୍ଫୋସାଇଟିକ ଲିଉକେମିଆ , ନନ୍-ହଜକିନସ ଲିମ୍ଫୋମା - ' , ଆକ୍ୟୁଟ ମାୟେଲଏଡ ଲିଉକେମିଆ ଓ ଆକ୍ୟୁଟ ଲୋମ୍ଫୋସାଇଟିକ ଲିଉକେମିଆ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହି ଔଷଧ ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ ବା ପାଟିରେ ମଧ୍ୟ ଦିଆଯାଇପାରେ । ଫ୍ଲୁଡାରାବିନର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା, ଜ୍ୱର, ରାସ, ଅଣନିଶ୍ୱାସୀ, କାଲୁଆ ଅନୁଭବ, ଦୃଷ୍ଟି ପରିବର୍ତ୍ତନ ଓ ଥକ୍କା ଅନୁଭବ ଇତ୍ୟାଦି ଲକ୍ଷଣ ଦେଖାଯାଇପାରେ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ଏନସେଫାଲୋପାଥି , ସ୍ୱଳ୍ପ ରକ୍ତ କଣିକା ଓ ନିମୋନିଆ ଇତ୍ୟାଦି ରୋଗମାନ ହୋଇପାରେ । ଗର୍ଭାବସ୍ଥାରେ ଏହା ଗର୍ଭସ୍ଥ ଶିଶୁର କ୍ଷତି କରେ । ଏହା ପ୍ୟୁରିନ ଆନାଲଗ ଶ୍ରେଣୀର ଏକ ଔଷଧ ଓ ଡିଏନଏ ସଂଶ୍ଳେଷ କାର୍ଯ୍ୟରେ ବାଧା ସୃଷ୍ଟିକରି କାର୍ଯ୍ୟକ୍ଷମ ହୁଏ । ଫ୍ଲୁଡାରାବିନ, ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୧ରେ ସ୍ୱୀକୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ' ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ବିକାଶଶୀଳ ଦେଶମାନଙ୍କରେ ଏହି ଔଷଧର ଏକ ୫୦ମିଗ୍ରା ଭାଏଲର କ୍ରୟ ମୂଲ୍ୟ ପ୍ରାୟ ୫୪.୦୦ ଆମେରିକୀୟ ଡଲାର । ଇଂଲଣ୍ଡରେ ଏହାର ଏକ ୫୦ ମିଗ୍ରା ଭାଏଲର ହୋଲସେଲ ମୂଲ୍ୟ ପ୍ରାୟ ୧୫୫.୦୦ ପାଉଣ୍ଡ ।
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପୃଥିବୀର ନିକଟତମ କକ୍ଷପଥରେ ଥିବା ବାସଯୋଗ୍ୟ ଏକ କୃତ୍ରିମ ଉପଗ୍ରହ ବା ମହାକାଶ ଯାନ। ପୃଥିବୀ କକ୍ଷପଥରେ ଥିବା ସମସ୍ତ ମନୁଷ୍ୟକୃତ ପଦାର୍ଥ ମଧ୍ୟରେ ଏହା ବୃହତ୍ତମ ଅଟେ। ପୃଥିବୀର ନିକଟତମ କକ୍ଷପଥରେ ଥିବାରୁ ଏହା ପ୍ରାୟତଃ ପୃଥିବୀପୃଷ୍ଠରୁ ଖାଲି ଆଖିରେ ଦେଖାଯାଇଥାଏ। ଏହି ମହାକାଶ କେନ୍ଦ୍ର ଯୁକ୍ତରାଷ୍ଟ୍ର ଆମେରିକା,ରୁଷିଆ,ଜାପାନ,ୟୁରୋପ ଓ କାନାଡାର ମହାକାଶ ଗବେଷଣା ସଂସ୍ଥାମାନଙ୍କର ଏକ ମିଳିତ ଉଦ୍ୟମ। ଇତିହାସ ୧୮୬୯ ମସିହାରେ ଜଣେ ଆମେରିକୀୟ ଉପନ୍ୟାସିକଙ୍କ କାହାଣୀରେ ହିଁ ପ୍ରଥମେ ମନୁଷ୍ୟବାସୀ ଏକ ମହାକାଶ ଉପଗ୍ରହ ସମ୍ବନ୍ଧରେ ଉଲ୍ଲେଖ ଅଛି । ପୃଥିବୀପୃଷ୍ଠରୁ ଚନ୍ଦ୍ର ଏବଂ ମଙ୍ଗଳକୁ ଯାତ୍ରା କରିବା ପାଇଁ ମହାକାଶରେ ଚକ୍ର-ସଦୃଶ ଏକ କୃତ୍ରିମ ଉପଗ୍ରହର ଆବଶ୍ୟକତା ସମ୍ବନ୍ଧରେ କହିବାକୁ ଯାଇ ୧୯୨୩ ମସିହାରେ ରୋମାନର ପଦାର୍ଥ ବିଜ୍ଞାନୀ ପ୍ରଥମେ " " (ମହାକାଶ କେନ୍ଦ୍ର) ଶବ୍ଦର ପ୍ରୟୋଗ କରିଥିଲେ ।୧୯୫୨ ମସିହାରେ ୱେର୍ନର ଭନ ବ୍ରୁଆନ କୋଲିୟର୍ସ ପତ୍ରିକାରେ ମହାକାଶ କେନ୍ଦ୍ର ବିଷୟରେ ନିଜର ତଥ୍ୟ ପ୍ରକାଶ କରିଥିଲେ। ପୃଥିବୀପୃଷ୍ଠରୁ ୧୦୦୦ ମାଇଲ ଊର୍ଦ୍ଧରେ ୨୫୦ ଫୁଟ ପରିଧି ବିଶିଷ୍ଟ ଏକ ମହାକାଶ କେନ୍ଦ୍ରର ସେ ପରିକଳ୍ପନା କରିଥିଲେ। ମହାକାଶକୁ ମନୁଷ୍ୟ ପ୍ରେରଣର ଦଶନ୍ଧି ପରେ ୧୯୭୧ ମସିହାରେ ସୋଭିଏତ ସଂଘ ( ରୁଷିଆ ) ପ୍ରେରଣ କରିଥିଲା ବିଶ୍ୱର ପ୍ରଥମ ମହାକାଶ କେନ୍ଦ୍ର ସେଲୟୁତ-୧ । ଏହାର ବର୍ଷେ ପରେ ୧୯୭୪ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଏହାର ପ୍ରଥମ ମହାକାଶ କେନ୍ଦ୍ର ସ୍କାଇଲାବ୍ର ଉତକ୍ଷେପଣ କରିଥିଲା ଓ ପରେ ୩ଜଣ ମହାକାଶବାସୀଙ୍କୁ ପଠାଇଥିଲା। ରୁଷିଆ ନିଜର ମହାକାଶ ଗବେଷଣାକୁ ତ୍ୱରାନିତ କାରିବା ଲକ୍ଷ୍ୟରେ ୧୯୮୬ ମସିହାରେ ମିର୍ ନାମକ ବୃହତ୍ତର ମହାକାଶ କେନ୍ଦ୍ରର ପ୍ରଥମ ଉପକରଣାଂଶର ଉତକ୍ଷେପଣ କରିଥିଲା। ୧୯୯୮ ମସିହାର ଶେଷ ବେଳକୁ ପ୍ରଥମେ ରୁଷିଆ ଓ ପରେ ଆମେରିକାଦ୍ୱାରା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ଉପକରଣାଂଶ ପ୍ରେରଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅନ୍ୟ ଉପକରଣାଂଶଗୁଡ଼ିକ ପ୍ରେରଣ କରାଯାଇ ମହାକାଶରେ ସେଗୁଡିକୁ ଯୋଡ଼ା ଯାଇଥିଲା। ୨୦୦୨ ମସିହା ନଭେମ୍ବର ୨ରେ ଏହି ମହାକାଶ କେନ୍ଦ୍ରକୁ ୩ଜଣ ମହାକାଶବାସୀଙ୍କୁ ପଠାଗଲା ଏବଂ ଏହି କେନ୍ଦ୍ର ଏଯାବତ ଅହରହ ଭାବେ ମହାକାଶବାସୀଙ୍କୁ ଆଶ୍ରୟ ଦେଇଆସିଛି। ଅଭିଯାନ କାଳକ୍ରମ ୨୦ ନଭେମ୍ବର ୧୯୯୮: ରୁଷିଆରଦ୍ୱାରା ନିର୍ମିତ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ପ୍ରଥମ ଉପକରଣାଂଶ ଜାର୍ୟାର ଉତକ୍ଷେପଣ। ୪ ଡିସେମ୍ବର ୧୯୯୮: ଆମେରିକା ନିର୍ମିତ ପ୍ରଥମ ଉପକରଣାଂଶ ୟୁନିଟିର ଉତକ୍ଷେପଣ। ୨ ନଭେମ୍ବର ୨୦୦୦: ଏକ୍ସପେଡିଶନ-୧ ନାମରେ ଏକ ୩ଜଣିଆ ମହାକାଶବାସୀ ଦଳ ସୁଏଜ ରୋକେଟଦ୍ୱାରା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଅବତରଣ। ୭ ଫେବୃଆରୀ ୨୦୦୧: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ସହ ଯୋଡ଼ାଗଲା ଆମେରିକୀୟ ଗବେଷଣାଗାର ଉପକରଣାଂଶ ଡେଷ୍ଟିନୀ। ୭ ଫେବୃଆରୀ ୨୦୦୮: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ସହ ଯୋଡିହେଲା ୟୁରୋପୀୟ ଗବେଷଣାଗାର ଉପକରଣାଂଶ କଲୋମ୍ବସ। ୧୧ ମାର୍ଚ୍ଚ ୨୦୦୮: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ସହ ଯୋଡିହେଲା ଜାପାନୀ ଗବେଷଣାଗାର ଉପକରଣାଂଶ କିବୋ। ଅଭିଯାନର ଲକ୍ଷ୍ୟ ଏହାକୁ ମହାକାଶରେ ପୃଥିବୀର ନିକଟତମ କକ୍ଷପଥରେ ଥିବା ଏକ ଗବେଷଣାଗାର,ପର୍ଯ୍ୟବେକ୍ଷଣାଗାର ଓ କ୍ଷୁଦ୍ର କାରଖାନା ଭାବେ ପରିକଳ୍ପନା କରାଯାଇଥିଲା। ଭବିଷ୍ୟତରେ ହେବାକୁ ଥିବା ଚନ୍ଦ୍ର,ମଙ୍ଗଳ ଓ ଅନ୍ୟ ମହାକାଶ ଅଭିଯାନ ପାଇଁ ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଯୋଜନା କରାଯାଇଥିଲା।
ସିନ୍ଧୁ ଜଳ ଚୁକ୍ତି ବା ସିନ୍ଧୁ ଜଳ ବୁଝାମଣା (ଇଂରାଜୀରେ ) ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ବିଭାଜନକୁ ଆଧାର କରି ହୋଇଥିବା ଏକ ଐତିହାସିକ ଚୁକ୍ତି । ବିଶ୍ୱବ୍ୟାଙ୍କର ମଧ୍ୟସ୍ତତାରେ ଭାରତରୁ ପାକିସ୍ତାନକୁ ପ୍ରବାହିତ ସିନ୍ଧୁ ନଦୀ ଓ ତାହାର ଉପନଦୀମାନଙ୍କ ଜଳକୁ ଉଭୟ ଦେଶ ମଧ୍ୟରେ ଆବଣ୍ଟିତ କରାଯାଇଥିଲା । ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖ ଦିନ ପାକିସ୍ତାନର କରାଚୀ ସହରରେ ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁ ଓ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଆୟୁବ ଖାଁଙ୍କଦ୍ୱାରା ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହି ବୁଝାମଣା ଅନୁସାରେ, ପୂର୍ବ ପଟର ୩ଟି ନଦୀରେ (ବେଆସ୍, ରାବୀ ଓ ଶତଲେଜ) ପ୍ରବାହିତ ବାର୍ଷିକ ୩.୩ କୋଟି ଏକର-ଫୁଟ୍ ପାଣି ଉପରେ ଭାରତର ନିୟନ୍ତ୍ରଣ ରହିଲା ଏବଂ ପଶ୍ଚିମ ପଟର ୩ଟି ନଦୀରେ (ସିନ୍ଧୁ, ଚେନାବ ଓ ଝେଲମ) ପ୍ରବାହିତ ବାର୍ଷିକ ୮ କୋଟି ଏକର-ଫୁଟ୍ ପାଣି ଉପରେ ପାକିସ୍ତାନର ନିୟନ୍ତ୍ରଣ ରହିଲା । ଏହି ଚୁକ୍ତିରେ ପାଣି ଆବଣ୍ଟନ ସମ୍ପର୍କିତ ପ୍ରସ୍ତାବ ଅଧିକ ବିବାଦୀୟ ଥିଲା । ଯେହେତୁ ପାକିସ୍ତାନର ନଦୀଗୁଡ଼ିକର ଅଧିକାଂଶ ଭାଗ ପାଣି ଭାରତରୁ ଆସେ, ତେଣୁ ପଶ୍ଚିମ ପଟର ନଦୀମାନଙ୍କ ପାଣିକୁ ଭାରତ ନିୟନ୍ତ୍ରିତ ଜଳସେଚନ, ଜଳବିଦ୍ୟୁତ୍ ଉତ୍ପାଦନ, ଜଳ ପରିବହନ, ମତ୍ସ୍ୟ ପାଳନ ଇତ୍ୟାଦି ଉଦ୍ଦେଶ୍ୟରେ ବ୍ୟବହାର କରିପାରିବ ବୋଲି ଚୁକ୍ତିରେ ପ୍ରସ୍ତାବ ରହିଲା । କୌଣସି ପ୍ରକଳ୍ପ ନିର୍ମାଣ ପାଇଁ ଭାରତକୁ କିଛି ନିୟମାବଳୀର ଅନୁସରଣ କରିବାକୁ ହେବ । ଭାରତ ଓ ପାକିସ୍ତାନର ମଧ୍ୟରେ ରହିଆସିଥିବା ଦୋଳାୟମାନ ସମ୍ପର୍କ ଯୋଗୁଁ ଯୁଦ୍ଧ ସମୟରେ ଭାରତ ସିନ୍ଧୁ ଓ ଅନ୍ୟ ନଦୀମାନଙ୍କ ଜଳକୁ ନିଜ ଇଚ୍ଛାରେ ନିୟନ୍ତ୍ରଣ କରି ପାକିସ୍ତାନରେ ବନ୍ୟା ବା ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ପାକିସ୍ତାନର ଆଶଙ୍କା (ବା ଅଭିଯୋଗ) ରହିଆସିଛି । ତେଣୁ ସିନ୍ଧୁ ଜଳ ଚୁକ୍ତିର ଉପକ୍ରମରେ ବନ୍ଧୁତା, ସମନ୍ୱୟ ଓ ସଦ୍ଭାବ ରକ୍ଷାକରି ଏବଂ ଉଭୟ ଦେଶଙ୍କ ଅଧିକାରର ସମ୍ମାନ କରି ସିନ୍ଧୁ ଅବବାହିକା ବ୍ୟବସ୍ଥାରୁ ଉପଯୁକ୍ତ ଓ ଯଥେଷ୍ଟ ପରିମାଣର ଜଳ ଆବଣ୍ଟିତ କରିବା ଏହି ଚୁକ୍ତିର ଉଦ୍ଦେଶ୍ୟ । ଚୁକ୍ତିର ଅନୁଚ୍ଛେଦ (୨) ଅନୁସାରେ ୧୯୬୦ ମସିହା ଅପ୍ରେଲ ପହିଲାଠାରୁ ଚୁକ୍ତି ଲାଗୁ ହେବା ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ସମ୍ବନ୍ଧୀୟ ବିବାଦ ବା ଯୁଦ୍ଧ ହୋଇନାହିଁ । ବିବାଦ କିମ୍ବା ଅସହମତିର ସ୍ଥିତି ଉପୁଜିଲେ ଚୁକ୍ତିର ନିୟମାବଳୀକୁ ଆଧାର କରି ମାମଲାର ବିଚାର କରାଯାଏ ଓ ବୁଝାମଣା ହୁଏ । ଆଧୁନିକ ସମୟରେ ବୁଦ୍ଧିଜୀବୀ ଓ ଗବେଷକ ମତ ଦିଅନ୍ତି ଯେ ଏହି ଚୁକ୍ତିରେ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ନିୟମ ରହିବା କଥା କିନ୍ତୁ ତଥାପି ଜଳ ଆବଣ୍ଟନ ପରିପ୍ରେକ୍ଷୀରେ ସିନ୍ଧୁ ଜଳ ଚୁକ୍ତିକୁ ବିଶ୍ୱର ସଫଳ ଚୁକ୍ତିମାନଙ୍କ ମଧ୍ୟରେ ପରିଗଣନା କରାଯାଏ । ଚୁକ୍ତିରେ ଗୃହୀତ ପ୍ରସ୍ତାବ ଅନୁସାରେ ଭାରତ ସିନ୍ଧୁ ନଦୀ ବ୍ୟବସ୍ଥାର ଜଳର ୨୦% ଏବଂ ପାକିସ୍ତାନ ଅବଶିଷ୍ଟ ବ୍ୟବହାର କରିପାରିବ । କିନ୍ତୁ ଭାରତ ପଶ୍ଚିମ ପଟର ନଦୀମାନଙ୍କ ପାଣିକୁ ଘରୋଇ ଜଳଯୋଗାଣ, ଔଦ୍ୟୋଗିକ ଜଳଯୋଗାଣ ବା ଅନ୍ୟ କୌଣସି ଉପଭୋଗ୍ୟ କାର୍ଯ୍ୟ ପାଇଁ ବ୍ୟବହାର କରିପାରିବ ନାହିଁ । ଚୁକ୍ତିରେ ଗୃହୀତ ପ୍ରସ୍ତାବ ସିନ୍ଧୁ ନଦୀ ବ୍ୟବସ୍ଥାରେ ପଶ୍ଚିମ ପଟରେ ୩ଟି ନଦୀ (ସିନ୍ଧୁ, ଝେଲମ ଓ ଚେନାବ) ଏବଂ ପୂର୍ବ ପଟରେ ୩ଟି ନଦୀ (ବେଆସ, ରାୱି ଓ ଶତଲେଜ) ରହିଛନ୍ତି । ସିନ୍ଧୁ ଜଳ ଚୁକ୍ତିର ଅନୁଚ୍ଛେଦ-୧ ଅନୁଯାୟୀ ଚୁକ୍ତିରେ ଉଲ୍ଲିଖିତ ପାଞ୍ଚ ଉପନଦୀ ବ୍ୟତୀତ ସିନ୍ଧୁର ଅନ୍ୟ ଉପନଦୀ, ତ୍ରିକୋଣଭୂମିସ୍ଥ ଜୁଆରିଆ ଶାଖାନଦୀ, ନଦୀ ସହ ସଂଯୁକ୍ତ ହ୍ରଦ ଇତ୍ୟାଦି ସିନ୍ଧୁ ନଦୀର ଅଂଶ ବୋଲି ଧରାଯିବ । ଚୁକ୍ତି ଅନୁସାରେ ପୂର୍ବ ପଟର ନଦୀଗୁଡ଼ିକର ପାଣିର ଅନୁମତିପ୍ରାପ୍ତ ଅଂଶ ପାକିସ୍ତାନ ବ୍ୟବହାର କରିବା ପରେ ଏହାର ପାଣିର ବ୍ୟବହାରର ପୂର୍ଣ୍ଣ ଅଧିକାର ଭାରତକୁ ପ୍ରାପ୍ତ ହୋଇଛି । ପୂର୍ବ ପଟର ନଦୀଗୁଡ଼ିକ ପୁଣି ପାକିସ୍ତାନ ଆଡ଼କୁ ପ୍ରବାହିତ ହୋଇ ସିନ୍ଧୁ ସହିତ ମିଳିତ ହୋଇଛନ୍ତି । ସେହିପରି ପଶ୍ଚିମ ପଟର ନଦୀଗୁଡ଼ିକ ଭାରତରେ ପ୍ରବାହିତ ହେବା ସମୟରେ ଭାରତ ତାହାର ଅନୁମତିପ୍ରାପ୍ତ ଅଂଶ ବ୍ୟବହାର କରିବା ପରେ ଏମାନଙ୍କ ଜଳ ଉପରେ ପାକିସ୍ତାନର ପୂର୍ଣ୍ଣ ଅଧିକାର ରହିଛି । ସିନ୍ଧୁ ଜଳ ଚୁକ୍ତିର ଅନୁଚ୍ଛେଦ-୪ (୧୪) ଅନୁଯାୟୀ କୌଣସି ଦେଶରେ ପାଣିର ସମ୍ପୂର୍ଣ୍ଣ ବିନିଯୋଗ କରାଯାଉନଥିଲେ ଓ ଅନ୍ୟ ଦେଶ ଜଳର ବ୍ୟବହାର କରୁଥିଲେ ମଧ୍ୟ ଏହା ଜଳ ଉପରେ ପୂର୍ବୋକ୍ତ ଦେଶର ଅଧିକାରର ସ୍ଥିତି ବଦଳାଇ ପାରିବ ନାହିଁ । ଚୁକ୍ତି ଲାଗୁ ହେବା ସମୟରେ ୧୦ ବର୍ଷର ସଂକ୍ରମଣ ଅବଧି ଧାର୍ଯ୍ୟ କରାଗଲା । ଏହି ସମୟରେ ଭାରତ ପୂର୍ବ ନଦୀମାନଙ୍କ ପାଣି ପାକିସ୍ତାନକୁ ଯୋଗାଉଥିଲା । ଏହି ୧୦ ବର୍ଷ ମଧ୍ୟରେ ପାକିସ୍ତାନକୁ ପଶ୍ଚିମ ନଦୀମାନଙ୍କରେ ଜଳସେଚନ ପାଇଁ କେନାଲ୍ ବ୍ୟବସ୍ଥା ନିର୍ମାଣ କରିବାର ସମୟ ଓ ସୁଯୋଗ ମିଳିଲା । ସିନ୍ଧୁ ଜଳ ଚୁକ୍ତିର ଅନୁଚ୍ଛେଦ-୫.୧ ଅନୁଯାୟୀ ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ କେନାଲ୍ ଓ ଅନ୍ୟାନ୍ୟ ଜଳ ସମ୍ପର୍କିତ ନିର୍ମାଣ କାର୍ଯ୍ୟ ପାଇଁ ଭାରତ ପାକିସ୍ତାନକୁ ୬ କୋଟି ୨୦ ଲକ୍ଷ ୬୦ ହଜାର (୬,୨୦,୬୦,୦୦୦) ଯୁକ୍ତରାଜ୍ୟ ପାଉଣ୍ଡ୍ ଷ୍ଟର୍ଲିଂର (କିମ୍ବା ୧୨୫ ମେଟ୍ରିକ୍ ଟନ୍ ସୁନା) ଅନୁଦାନ ଦେବାକୁ ରାଜି ହୋଇଥିଲା । ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ହୋଇଥିବା ସତ୍ତ୍ୱେ ଭାରତ ୧୦ଟି ବାର୍ଷିକ କିସ୍ତିରେ ଏହି ଅନୁଦାନ ପାକିସ୍ତାନକୁ ଯୋଗାଇଥିଲା । ୨୦୧୯ ମସିହାର ମୁଦ୍ରା ବିନିମୟ ହାର ଓ ସୁନାର ଦରରେ ବୃଦ୍ଧିକୁ ବିଚାର କଲେ, ଭାରତ ପାକିସ୍ତାନକୁ ପ୍ରାୟ ୫୨୦ କୋଟି ଆମେରିକୀୟ ଡଲାର୍ (୩୫୯୦୦ କୋଟି ଭାରତୀୟ ଟଙ୍କା) ଅନୁଦାନରେ ଦେଇଥିଲା ବୋଲି ଧରାଯିବ । ଚୁକ୍ତି ଅନୁସାରେ ଉଭୟ ଦେଶ ଜଳର ବ୍ୟବହାର ସମ୍ବନ୍ଧୀୟ ତଥ୍ୟ ଆଦାନପ୍ରଦାନ ଓ ସମନ୍ୱୟ ରକ୍ଷା କରିବାକୁ ରାଜି ହେଲେ । ଚୁକ୍ତି ଅନୁସାରେ ସ୍ଥାୟୀ ସିନ୍ଧୁ ଆୟୋଗ ପିଆଇସି ପ୍ରତିଷ୍ଠିତ ହେଲା ଯେଉଁଥିରେ ଭଭୟ ଦେଶ ପକ୍ଷରୁ ଜଣେ ଲେଖାଏଁ ପ୍ରତିନିଧି (କମିଶନର) ରହିଲେ । ଭବିଷ୍ୟତରେ ଜଳ ଆବଣ୍ଟନ ନେଇ କୌଣସି ବିବାଦ ବା ମତଭେଦ ହେଲେ ଏକ ନିର୍ଦ୍ଦିଷ୍ଟ ନିୟମାବଳୀ ଆଧାର କରି ଏହାର ସମାଧାନ କରିବା ଉକ୍ତ ଆୟୋଗର ଲକ୍ଷ୍ୟ । ଚୁକ୍ତି ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିନୋଟି ଯୁଦ୍ଧ (୧୯୬୫, ୧୯୭୧ ଓ ୧୯୯୯) ହୋଇଥିଲେ ହେଁ ଆୟୋଗ ତିଷ୍ଠି ରହିଛି ଓ ପୂର୍ବବତ୍ ବିବାଦର ସମାଧାନ କରିବାର କାର୍ଯ୍ୟ କରୁଛି । ବର୍ଷକୁ ଥରେ ଆୟୋଗର ବୈଠକ ହୁଏ ଯେଉଁଥିରେ ସିନ୍ଧୁ ନଦୀ ବ୍ୟବସ୍ଥାର ବିକାଶ, ଜଳ ବିନିଯୋଗରେ ସମନ୍ୱୟ ପନ୍ଥା ଏବଂ ସମ୍ଭାବ୍ୟ ବିବାଦର ଦୂରୀକରଣ ପ୍ରଭୃତି ପ୍ରସଙ୍ଗ ଆଲୋଚିତ ହୋଇଥାଏ । ଉଭୟ ପକ୍ଷ ଅପର ପକ୍ଷକୁ ନିର୍ମାଣ କାର୍ଯ୍ୟ ବା ପ୍ରକଳ୍ପ ସମ୍ପର୍କିତ ତଥ୍ୟ ଜଣାଇବାକୁ ବାଧ୍ୟ । ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେଉ ବା ସୌହାର୍ଦ୍ୟପୂର୍ଣ୍ଣ ରହୁ, କିନ୍ତୁ ଆୟୋଗର ବାର୍ଷିକ ପରିଦର୍ଶନ ଓ ତଥ୍ୟ ବିନିମୟ ଧାରା ବଜାୟ ରହିଥାଏ । ସଲାଲ ଜଳବିଦ୍ୟୁତ୍ ପ୍ରକଳ୍ପ (ନଦୀବନ୍ଧ ଯୋଜନା) ଉଭୟ ଦେଶର ସହମତି ପରେ ନିର୍ମିତ ହୋଇଥିଲା । କିନ୍ତୁ ଅନେକ ଆଲୋଚନା ପରେ ମଧ୍ୟ ତୁଲ୍‍ବୁଲ୍ ପ୍ରକଳ୍ପର ନିର୍ମାଣ ପାଇଁ ବିଗତ ଅନେକ ଦଶନ୍ଧି ଧରି ସହମତି ହାସଲ ହୋଇନାହିଁ । ଅସହମତି ସ୍ଥିତିରେ ମଧ୍ୟସ୍ତତା କରିବା ପାଇଁ ସ୍ଥାୟୀ ମଧ୍ୟସ୍ତତା ନ୍ୟାୟାଳୟ ପିସିଏ ବା କୌଣସି ନିରପେକ୍ଷ ବିଶେଷଜ୍ଞଙ୍କ ସାହାଯ୍ୟ ଲୋଡ଼ାଯାଇଥାଏ । ଅତୀତରେ ବଗ୍ଲିହାର ବିଦ୍ୟୁତ୍ କେନ୍ଦ୍ରର ନିର୍ମାଣ ପାଇଁ ବିଶେଷଜ୍ଞଙ୍କ ରାୟ ଏବଂ କିଶନଗଙ୍ଗା ଜଳବିଦ୍ୟୁତ୍ ପ୍ରକଳ୍ପର ମଞ୍ଜୁରୀ ପାଇଁ ସ୍ଥାୟୀ ମଧ୍ୟସ୍ତତା ନ୍ୟାୟାଳୟର ଆଦେଶ ଲୋଡ଼ା ଯାଇଥିଲା । ପାକିସ୍ତାନ ଭାରତର ଜାମୁ ଓ କାଶ୍ମୀରରେ ୮୫୦ ମେଗାୱାଟ୍ କ୍ଷମତାସମ୍ପନ୍ନ ରାଟଲେ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣକାର୍ଯ୍ୟ ସିନ୍ଧୁ ଜଳ ଚୁକ୍ତିର ଉଲ୍ଲଂଘନ ବୋଲି ଅଭିଯୋଗ କରିଆସୁଛି । ଭାରତର ଭୂଖଣ୍ଡରେ ଥିବା ରାୱି ଓ ଶତଲେଜ୍ ଅବବାହିକାର ଅଂଶରୁ ପାକିସ୍ତାନ ନିଜ ବ୍ୟବହାର ପାଇଁ ଭୂତଳଜଳ ବାହାର କରୁଥିଲେ ହେଁ ଭାରତ ବର୍ତ୍ତମାନ ସୁଦ୍ଧା ଚୁକ୍ତିର ଅନୁଚ୍ଛେଦ ୨ର ଉଲ୍ଲଂଘନ ସମ୍ପର୍କରେ କୌଣସି ଅଭିଯୋଗ କରିନାହିଁ । ନଦୀର ନିମ୍ନାଂଶରେ ଜଳର ଶୀଘ୍ର ଅପସରଣ ପାଇଁ ପାକିସ୍ତାନ ନିର୍ମାଣ କରିଥିବା ଭିତ୍ତିଭୂମି ଯୋଗୁଁ ବନ୍ୟା ପରିସ୍ଥିତିରେ ପାକିସ୍ତାନରେ ବନ୍ୟା ଜଳ ହ୍ରାସ ପାଉଛି କିନ୍ତୁ ଏହି ବନ୍ୟାଜଳ ଭାରତର କଚ୍ଛ ଲବଣମରୁକୁ ପ୍ଳାବିତ କରୁଛି ; ଯାହା ଅନୁଚ୍ଛେଦ ୪ (୩କ)ର ଉଲ୍ଲଂଘନ । ପାକିସ୍ତାନ ବାରମ୍ବାର ଭାରତ-ବିରୋଧୀ ଅଭିଯୋଗ ନେଇ ସ୍ଥାୟୀ ମଧ୍ୟସ୍ତତା ନ୍ୟାୟାଳୟ (ପିସିଏ) ବା ଅନ୍ତର୍ଜାତୀୟ ମଧ୍ୟସ୍ତତା ନ୍ୟାୟାଳୟର (ଆଇସିଏ) ଦ୍ୱାରସ୍ଥ ହେବା ସିନ୍ଧୁ ଜଳ ଚୁକ୍ତିର ଅବସାନର କାରଣ ହୋଇପାରେ । ଇତିହାସ ଓ ପୃଷ୍ଠଭୂମି ସିନ୍ଧୁ ନଦୀ ବ୍ୟବସ୍ଥାରେ ସମସ୍ତ ନଦୀ ମୁଖ୍ୟତଃ ଚୀନର ତିବ୍ବତ ଅଞ୍ଚଳ ଓ ଭାରତର ହିମାଚଳ ପ୍ରଦେଶ ଓ ଜାମୁ ଓ କାଶ୍ମୀରରେ ଥିବା ହିମାଳୟ ପର୍ବତମାଳାରୁ ବାହାରିଛନ୍ତି । ଏହି ନଦୀଗୁଡ଼ିକ ପଞ୍ଜାବ, ହରିଆଣା, ରାଜସ୍ଥାନ ଓ ସିନ୍ଧ ପ୍ରଦେଶରେ ପ୍ରବାହିତ ହେବା ପରେ କରାଚୀ ସହରର ଦକ୍ଷିଣକୁ ରହିଥିବା ଗୁଜରାଟର କୋରି କ୍ରିକ୍‍ଠାରେ ଆରବ ସାଗରରେ ସମ୍ମିଳିତ ହୋଇଥାନ୍ତି । ପାକିସ୍ତାନକୁ ଏହି ନଦୀମାନଙ୍କରୁ ବାର୍ଷିକ ହାରାହାରି ୧୭.୭ କୋଟି ଏକର-ଫୁଟ୍ ବା ୨୧,୮୪୦ କୋଟି ଘନ ମିଟର୍ ଜଳ ସମ୍ବଳ ପ୍ରାପ୍ତ ହୋଇଥାଏ । ପୂର୍ବେ ଏହି ଅବବାହିକାର ଏକ କ୍ଷୁଦ୍ର ଭାଗ ଜଳସେଚିତ ହେଉଥିଲା । କିନ୍ତୁ କେନାଲ୍ ଓ ଜଳଭଣ୍ଡାରମାନ ନିର୍ମାଣ କରାଯାଇ ୨୦୦୯ ମସିହା ବେଳକୁ ଏହି ଅବବାହିକାରୁ ପାକିସ୍ତାନର ୪୭୦ ଲକ୍ଷ ଏକର ଅଞ୍ଚଳକୁ ଜଳ ପହଞ୍ଚି ପାରୁଛି । ବିଶ୍ୱରେ କୌଣସି ନଦୀ ଅବବାହିକାରୁ ଜଳସେଚିତ ଅଞ୍ଚଳମାନଙ୍କ ମଧ୍ୟରେ ଏହା ବୃହତ୍ତମ । ଇଂରେଜ ଶାସନରୁ ସ୍ୱାଧୀନତା ହାସଲ କରିବା ସମୟରେ ଭାରତୀୟ ଭୂଖଣ୍ଡର ବିଭାଜନ ହୋଇ ଭାରତ ଓ ପାକିସ୍ତାନ ସୃଷ୍ଟି ହେବା ପରେ ସିନ୍ଧୁ ଅବବାହିକାର ଜଳକୁ ନେଇ ବିବାଦ ସୃଷ୍ଟି ହେଲା । ନୂତନ ଭାବେ ପ୍ରସ୍ତୁତ ଦୁଇ ଦେଶ କିପରି ଭାବେ ରହି ଆସିଥିବା ଏକ ଜଳସେଚନ ବ୍ୟବସ୍ଥାରୁ ଉପକୃତ ହେବେ ଓ କିପରି ନିଜର ଭାଗ ନେବେ ତାହା ବିବାଦର କାରଣ ହେଲା । ପୁଣି ଭୌଗୋଳିକ ଦୃଷ୍ଟିକୋଣରୁ ବିଭାଜନ ଏପରି ସ୍ଥାନରେ ହେଲା ଯେ ନଦୀମାନଙ୍କ ଉତ୍ସ ଭାରତ ପଟେ ରହିଲା ଓ ସେମାନେ ପାକିସ୍ତାନ ପଟକୁ ପ୍ରବାହିତ ହେଉଥିଲେ । ଉପନଦୀମାନଙ୍କ ଜଳ ସମ୍ବଳର ନିୟନ୍ତ୍ରଣ ଭାରତଦ୍ୱାରା ହେଲେ ଏହା ପାକିସ୍ତାନରେ ଜନସାଧାରଣଙ୍କ ବେଉସା ଓ ଦୈନନ୍ଦିନ ଜୀବନ ପ୍ରଭାବିତ ବା ଜଞ୍ଜାଳମୟ କରିବ ବୋଲି ପାକିସ୍ତାନ ଚିନ୍ତିତ ହେଲା । ଏହି ନଦୀମାନଙ୍କ ଜଳକୁ ଉନ୍ନତିମୂଳକ କାର୍ଯ୍ୟରେ ବ୍ୟବହାର କରିବା ଭାରତର ଆକାଂକ୍ଷା ରହିବା ସ୍ୱାଭାବିକ କିନ୍ତୁ ଜଳସେଚନର ଏକ ମୁଖ୍ୟ ଉତ୍ସ ଅଭାବରେ ପାକିସ୍ତାନର ଦୁଇ କୃଷିପ୍ରଧାନ ପ୍ରାନ୍ତରେ କୃଷି ବ୍ୟବସ୍ଥା ଧରାଶାୟୀ ହେବାର ଆଶଙ୍କା ଦେଖାଦେଲା । ବିଭାଜନ ପରେ ପ୍ରଥମ କିଛି ବର୍ଷ ପାଇଁ ୧୯୪୮ ମସିହା ମଇ ୪ ତାରିଖରେ ପ୍ରଣୀତ ଇଣ୍ଟର୍ ଡୋମିନିୟନ୍ ଏକର୍ଡ୍ (ଦୁଇ ଔପନିବେଶିକ ସ୍ୱାଧୀନ ରାଷ୍ଟ୍ର ମାଧ୍ୟରେ ରହିଥିବା ବୁଝାମଣା) ଅନୁଯାୟୀ ଜଳ ଆବଣ୍ଟିତ ହେଲା । ଏହି ବୁଝାମଣା ଅନୁସାରେ ଭାରତ ପାକିସ୍ତାନ ପାଇଁ ଯଥେଷ୍ଟ ପରିମାଣର ଜଳ ଛାଡ଼ୁଥିଲା ଓ ପାକିସ୍ତାନ ଭାରତକୁ ବାର୍ଷିକ ପାଉଣା ଦେଉଥିଲା । ପାକିସ୍ତାନରେ ଜଳର ଆବଶ୍ୟକତାକୁ ତୁରନ୍ତ ପୂରଣ କରିବା ପାଇଁ ଏହି ବୁଝାମଣା ଏକ ସାମୟିକ ସମାଧାନ ଥିଲା ଓ ଏକ ସ୍ଥାୟୀ ସମାଧାନ ପାଇଁ ପରେ ଅନେକ ଆଲୋଚନା କରାଯାଇଥିଲା । କିନ୍ତୁ ଉଭୟ ଦେଶ ନିଜ ଜିଦରେ ଅଟଳ ରହିବାରୁ ସେମାନଙ୍କ ମଧ୍ୟରେ କୌଣସି ପ୍ରକାରର ବୁଝାମଣା ହୋଇପାରିଲା ନାହିଁ । ଭାରତୀୟ ଦୃଷ୍ଟିକୋଣରୁ ଭାବିଲେ ଭାରତ ଉପରେ ଚାପ ନଥିଲା କାରଣ ନଦୀର ଉପର ମୁଣ୍ଡରେ ନିର୍ମାଣ କରି ପାଣି ଅଟକାଇଲେ ବା ମାତ୍ରାଧିକ ପାଣି ଛାଡ଼ିଦେଲେ ପାକିସ୍ତାନ ତଳ ମୁଣ୍ଡରେ ରହି କିଛି କରିପାରିବ ନାହିଁ । ପାକିସ୍ତାନ ଏହି ପ୍ରସଙ୍ଗକୁ ନେଇ ଅନ୍ତଃରାଷ୍ଟ୍ରୀୟ ନ୍ୟାୟାଳୟରେ ଉପସ୍ଥାପିତ କରିବାକୁ ଇଚ୍ଛା କଲା, କିନ୍ତୁ ଦ୍ୱିପାକ୍ଷିକ ଆଲୋଚନା ବିନା ଏହି ବିବାଦର ସମାଧାନ ହେବ ନାହିଁ ବୋଲି ଭାରତ ମନା କରିଦେଇଥିଲା । ମଧ୍ୟସ୍ତତା ଓ ବିଶ୍ୱବ୍ୟାଙ୍କର ଭୂମିକା ସେହି ବର୍ଷ ଟେନେସି ଭେଲି ଅଥରିଟି ଓ ଯୁକ୍ତରାଷ୍ଟ୍ର ଆମେରିକା ଆଣବିକ ଶକ୍ତି ସମିତିର ସଭାପତି ରହିଥିବା ଡେଭିଡ୍ ଲିଲିଏନ୍ଥାଲ୍ ଭାରତ-ପାକିସ୍ତାନ ଗସ୍ତରେ ଆସିଥିଲେ ଓ କଲିଅର୍ସ୍ ପତ୍ରିକାରେ ସେ ଅନେକ ଲେଖା ପ୍ରକାଶ କରିଥିଲେ । ଭାରତୀୟ ଉପମହାଦେଶର ବିଭିନ୍ନ ପ୍ରସଙ୍ଗରେ ଡେଭିଡ୍‍ଙ୍କ ରୁଚି ରହିଥିଲା ଓ ତାଙ୍କ ଗସ୍ତ ସମୟରେ ଉଭୟ ଦେଶର ସରକାରଙ୍କ ଉଚ୍ଚ ପଦାଧିକାରୀ ତାଙ୍କ ସହ ଦେଖା କରିଥିଲେ । ଯଦିଓ ଡେଭିଡ୍‍ଙ୍କ ଗସ୍ତ କଲିଅର୍ସ୍ ପତ୍ରିକାଦ୍ୱାରା ପ୍ରାୟୋଜିତ ଏକ ବେସରକାରୀ ଗସ୍ତ ଥିଲା, ତଥାପି ସେ ବିଭି୍ନ୍ନ ସରକାରୀ ପ୍ରତିନିଧିଙ୍କୁ ଭେଟିଥିଲେ ଯେଉଁମାନେ ଦୁଇ ଦେଶ ମଧ୍ୟରେ ରହିଥିବା ସମସ୍ୟାର ଅନୁଧ୍ୟାନ କରି ଏହାକୁ କମ୍ କରିବାରେ ଡେଭିଡ୍ ସହାୟକ ହୋଇପାରିବେ ବୋଲି ଆଶା ପୋଷଣ କରିଥିଲେ । ଏହି ଗସ୍ତରେ ଡେଭିଡ୍‍ଙ୍କୁ ଭାରତ-ପାକିସ୍ତାନ ସମସ୍ୟାର ଗଭୀରତା ଜଣାପଡ଼ିଲା ଏବଂ ଗୋଟିଏ ବଡ଼ ପ୍ରଚେଷ୍ଟାରେ ଏହାର ସମାଧାନ ସମ୍ଭବ ନୁହେଁ ବୋଲି ତାଙ୍କର ହୃଦବୋଧ ହେଲା । ସେ ନିଜ ଲେଖା ମାଧ୍ୟମରେ କୁହନ୍ତି: କାଶ୍ମୀର ପାଇଁ ଭାରତ ଓ ପାକିସ୍ତାନ ଯୁଦ୍ଧର ଅତି ନିକଟବର୍ତ୍ତୀ ଥିଲେ । ଅଶାନ୍ତ ପରିସ୍ଥିତି ଦୂର ନହେବା ଯାଏଁ କଥାବାର୍ତ୍ତା ବା ବୁଝାମଣାର କୌଣସି ସମ୍ଭାବନା ନଥିଲା । ଏହି ଶତ୍ରୁତା ଦୂର କରିବାର ଗୋଟିଏ ରାସ୍ତା ହେଲା ... ଅନ୍ୟ ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମନ୍ୱୟ ଆସିପାରିବ ସେହି ପ୍ରସଙ୍ଗ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉ । ଏହି ସବୁ ବିଷୟରେ ପ୍ରଗତି ହେଲେ ଉଭୟ ଦେଶ ମଧ୍ୟରେ ବନ୍ଧୁତା ବଢ଼ିବ ଓ ସମୟ ଆସିବ ଯେବେ କାଶ୍ମୀର ସମସ୍ୟାରେ ମଧ୍ୟ ବୁଝାମଣା ହୋଇଯିବ । ତେଣୁ ମୁଁ ପ୍ରସ୍ତାବ ଦେଲି ଯେ ଭାରତ ଓ ପାକିସ୍ତାନ ମିଳିତ ଭାବେ ସିନ୍ଧୁ ଅବବାହିକାର ଜଳ ପରସ୍ପର ମଧ୍ୟରେ ଆବଣ୍ଟିତ କରିବାର ମାର୍ଗ ଖୋଜନ୍ତୁ ଯାହା ଉଭୟ କୃଷିପ୍ରଧାନ ରାଷ୍ଟ୍ରଙ୍କ ଜଳସେଚନ ପାଇଁ ଜରୁରୀ । ନୂଆ ନଦୀବନ୍ଧ ଓ ଜଳସେଚନ କେନାଲ ନିର୍ମାଣ କରି ଉଭୟ ଦେଶ ନିଜର କୃଷି ଉତ୍ପାଦନ ବଢ଼ାଯାଇ ପାରିବ । ମୁଁ ନିଜ ଲେଖାରେ କହିଛି ଯେ ବିଶ୍ୱବ୍ୟାଙ୍କ ଉଭୟ ଦେଶ ମଧ୍ୟରେ ମୀମାଂସା କରାଇ ପାରିବ ଓ ସିନ୍ଧୁ ବିକାଶ ପ୍ରକଳ୍ପ ପାଇଁ ଅର୍ଥନୈତିକ ସହାୟତା ମଧ୍ୟ ପ୍ରଦାନ କରିପାରିବ । ଡେଭିଡ୍‍ଙ୍କ ଏହି ବିଚାର ବିଶ୍ୱବ୍ୟାଙ୍କର (ସେତେବେଳେ ନାମରେ ପରିଚିତ) ଅଧିକାରୀଙ୍କ ମନକୁ ପାଇଲା ତଥା ଉଭୟ ଭାରତ ସରକାର ଓ ପାକିସ୍ତାନ ସରକାର ସହମତି ପ୍ରଦାନ କଲେ । ବିଶ୍ୱବ୍ୟାଙ୍କର ତତ୍କାଳୀନ ଅଧ୍ୟକ୍ଷ ୟୁଗିନ୍ ବ୍ଲାକ୍ ଡେଭିଡ୍‍ଙ୍କ ପ୍ରସ୍ତାବ ସବୁ ଦୃଷ୍ଟିରୁ ଭଲ ବୋଲି ଡେଭିଡ୍‍ଙ୍କୁ ଜଣାଇଲେ । ୟୁଗିନ୍ ଲେଖିଥିଲେ ଯେ ବିଶ୍ୱବ୍ୟାଙ୍କ ଉଭୟ ରାଷ୍ଟ୍ରର ଉନ୍ନତି ଓ ବିକାଶ ପାଇଁ ଆଗ୍ରହୀ ଏବଂ ସିନ୍ଧୁ ଜଳ ବିବାଦ ଏହି ବିକାଶ ପାଇଁ ବାଧା ସୃଷ୍ଟି କରିପାରେ । କୌଣସି ତୃତୀୟ ପକ୍ଷର ମଧ୍ୟସ୍ତତାର ବିରୋଧ କରୁଥିବା ଭାରତକୁ ବିଶ୍ୱବ୍ୟାଙ୍କ ଆଶ୍ୱସ୍ତ କଲା ଯେ ସେ ସମସ୍ୟାର କୌଣସି ବିଚାର କରିବ ନାହିଁ ବରଂ କେବଳ ଆପୋଷ ବୁଝାମଣା ପାଇଁ କେବଳ ମଧ୍ୟସ୍ତତା କରିବ । ୟୁଗିନ୍ ସିନ୍ଧୁ ବିବାଦର "କାର୍ଯ୍ୟକାରିତା" ଏବଂ "ରାଜନୈତିକ" ପ୍ରସଙ୍ଗଗୁଡ଼ିକର ପୃଥକୀକରଣ କରିଥିଲେ । ଭାରତ ଓ ପାକିସ୍ତାନର ନେତାଙ୍କ ସହ ପତ୍ରାଳାପରେ ୟୁଗିନ୍ ରାଜନୈତିକ ବିବାଦକୁ ଅଲଗା ରଖି କାର୍ଯ୍ୟକାରିତା ସମ୍ବନ୍ଧୀୟ ଅସହମତିକୁ ପ୍ରଥମେ ଦୂର କରିବା ଉପରେ ଗୁରୁତ୍ୱ ଦେଲେ । ଐତିହାସିକ ଅଧିକାର ଓ ଆବଣ୍ଟନ ଇତ୍ୟାଦି ବିଷୟକୁ ଦୂରରେ ରଖି ସିନ୍ଧୁ ଅବବାହିକାର ଜଳର ଉତ୍ତମ ବିନିଯୋଗ କିପରି କରାଯାଇପାରିବ ତାହାର ସମାଧାନ ପାଇଁ ସେ ଏକ ଦଳ ଗଠନ କଲେ । କିଛି ଭାରତୀୟ, ପାକିସ୍ତାନୀ ଓ ବିଶ୍ୱବ୍ୟାଙ୍କର ଯନ୍ତ୍ରୀମାନଙ୍କୁ ନେଇ ସେ ଏକ କାର୍ଯ୍ୟକାରିଣୀ ଦଳ ଗଠନ କଲେ । ବିଶ୍ୱବ୍ୟାଙ୍କ ଅଧିକାରୀମାନେ କେବଳ ପରାମର୍ଶଦାତା ଓ ଆଲୋଚନାର ନିର୍ବାହକ ଭୂମିକା ଗ୍ରହଣ କଲେ । କାର୍ଯ୍ୟକାରିଣୀ ଦଳକୁ ନିଜର ପ୍ରଥମ ଉଦବୋଧନ ବେଳେ ୟୁଗିନ୍ ଦଳର ସଫଳତା କାମନା କରି କହିଥିଲେ : ଡେଭିଡ୍‍ଙ୍କ ପ୍ରସ୍ତାବର ଗୋଟିଏ ଦିଗ ମୋତେ ପ୍ରଥମେ ପ୍ରଭାବିତ କରିଥିଲା । ତାହା ହେଲା - ସିନ୍ଧୁ ଜଳ ବିବାଦ ଯାନ୍ତ୍ରିକ ବିଦ୍ୟା ସମ୍ବନ୍ଧୀୟ ଓ କେବଳ ଯନ୍ତ୍ରୀମାନେ ଏହାର ସମାଧାନ କରିପାରିବେ । ବିଶ୍ୱର ସମସ୍ତ ଯନ୍ତ୍ରୀଙ୍କ ଶକ୍ତି ଓ ସାମର୍ଥ୍ୟ ଏହି ଯେ ସେମାନେ ଏକ ଭାଷାରେ (ଯାନ୍ତ୍ରିକ ବିଦ୍ୟାର ଭାଷା) କଥା ହୁଅନ୍ତି ଓ ସମାଧାନ ଖୋଜିବାରେ ତାଙ୍କ ପନ୍ଥା ମଧ୍ୟ ଏକ ମାପଦଣ୍ଡକୁ ଅନୁସରଣ କରେ । କିନ୍ତୁ ସିନ୍ଧୁ ବିବାଦର ଆଶୁ ସମାଧାନକୁ ଚାହିଁ ବସିଥିବା ୟୁଗିନ୍‍ଙ୍କ ଆଶା ପୂରଣ ହେଲା ନାହିଁ । ଉଭୟ ପକ୍ଷ ଜଳ ଆବଣ୍ଟନକୁ ନେଇ ରାଜି ହୋଇଯିବେ ବୋଲି ବିଶ୍ୱବ୍ୟାଙ୍କ ଆଶା ରଖିଥିବା ବେଳେ, ଭାରତ କିମ୍ବା ପାକିସ୍ତାନ କେହି ନିଜ ଜିଦରୁ ହଟିଲେ ନାହିଁ । ସିନ୍ଧୁ ଅବବାହିକାର ଜଳ ଉପରେ ପାକିସ୍ତାନର ପାରମ୍ପରିକ ଅଧିକାର ରହିଛି ଓ ଏହା ବିନା ପଶ୍ଚିମ ପଞ୍ଜାବ ଶୁଷ୍କଭୂମିରେ ପରିଣତ ହେବାର ଆଶଙ୍କା ରହିଛି ବୋଲି ପାକିସ୍ତାନ ଯୁକ୍ତି ବାଢ଼ିଥିବା ବେଳେ ଭାରତ ମତ ରଖିଲା ଯେ ଭବିଷ୍ୟତରେ କିପରି ଜଳ ବିତରଣ କରାଯିବ ତାହା ଅତୀତରେ ଘଟିଥିବା ଜଳ ବିତରଣ ଧାର୍ଯ୍ୟ କରିପାରିବ ନାହିଁ । ଭାରତୀୟ ପକ୍ଷ ଆଉ ଏକ ପ୍ରସ୍ତାବ ଦେଲା ଯେ ସିନ୍ଧୁ ଅବବାହିକାର ସମସ୍ତ ପଶ୍ଚିମ ପଟର ଉପନଦୀ ଉପରେ ପାକିସ୍ତାନର ଓ ପୂର୍ବ ପଟର ଉପନଦୀ ଉପରେ ଭାରତର ପୂର୍ଣ୍ଣ ଅଧିକାର ରହୁ । ଯେଉଁ ରାଜନୈତିକ ପ୍ରସଙ୍ଗକୁ ଅଲଗା ରଖି ୟୁଗିନ୍ ଏହି ସମସ୍ୟାର ସମାଧାନ ଚାହିଁଥିଲେ ସେହି ପ୍ରସଙ୍ଗର ଚାପରେ ବୈଷୟିକ ଓ ଯାନ୍ତ୍ରିକ ଶିକ୍ଷା ଜନିତ ଆଲୋଚନା ଦବିଗଲା । ଆଲୋଚନାରେ ଅଗ୍ରଗତି ହେଉନଥିବାରୁ ବିଶ୍ୟବ୍ୟାଙ୍କ ହତାସ ହୋଇପଡ଼ିଲା । ପ୍ରଥମେ ବୈଷୟିକ ସମସ୍ୟା ପରି ବୋଧ ହେଉଥିବା ଓ ଶୀଘ୍ର ସମାଧାନ ଦିଗକୁ ଯାଇପାରିବା ବିଷୟ ଜଟିଳତର ହୋଇଯାଇଥିଲା । ଯୋଜନାର କାର୍ଯ୍ୟାରମ୍ଭ ଦୂରରେ ଥାଉ, ଭାରତ ଓ ପାକିସ୍ତାନ ଆବଣ୍ଟନର ବୈଷୟିକ ପ୍ରସଙ୍ଗମାନଙ୍କ ଉପରେ ମଧ୍ୟ ସହମତ ହେଲେ ନାହିଁ । ଦୁଇ ବର୍ଷ ଧରି ଆଲୋଚନା ଚାଲିଲା ପରେ ୧୯୫୪ ମସିହାରେ ବିଶ୍ୱବ୍ୟାଙ୍କ ନିଜ ସୀମିତ ଭୂମିକାରୁ ଉପରକୁ ଉଠି ଏକ ପ୍ରସ୍ତାବ ରଖିଲା । ସିନ୍ଧୁ ନଦୀର ତିନି ପୂର୍ବ ଉପନଦୀ ଉପରେ ଭାରତର ଓ ପଶ୍ଚିମ ପଟର ୩ ନଦୀ ଉପରେ ପାକିସ୍ତାନର ଅଧିକାର ରହୁ ଓ କେନାଲ୍ ନିର୍ମାଣ କରି ମିଳୁନଥିବା ଜଳର ଆବଶ୍ୟକତା ପୂରଣ କରାଯାଉ ବୋଲି ବିଶ୍ୟବ୍ୟାଙ୍କ ପ୍ରସ୍ତାବ ରଖିଲା । ବିଶ୍ୱବ୍ୟାଙ୍କର ପ୍ରସ୍ତାବକୁ ଭାରତୀୟ ପକ୍ଷ ମାନିଲା କିନ୍ତୁ ପାକିସ୍ତାନ ଅସହମତ ହୋଇ ରହିଲା । ବିଶ୍ୱବ୍ୟାଙ୍କ ପୂର୍ବ ତିନି ନଦୀ ଭାରତକୁ ଓ ପଶ୍ଚିମ ତିନି ନଦୀ ପାକିସ୍ତାନକୁ ଆବଣ୍ଟିତ କଲା ଓ ଏହି ଆବଣ୍ଟନରେ ଅତୀତରେ ହୋଇଥିବା ବିତରଣକୁ ଉପେକ୍ଷା କରାଗଲା । ପଶ୍ଚିମ ପଞ୍ଜାବର କିଛି ଅଂଶ ମରୁଭୂମି ପାଲଟିଯିବା ଆଶଙ୍କା ଆବଣ୍ଟନରେ ପାକିସ୍ତାନର ପକ୍ଷକୁ ଦୁର୍ବଳ କରୁଥିଲା । ଭାରତ ଏକ ନୂଆ ଆବଣ୍ଟନ ବ୍ୟବସ୍ଥା ଚାହୁଁଥିଲା ଯାହା ତା କୁ ଦିଆଗଲା କିନ୍ତୁ ଦେଶ ବିଭାଜନ ପୂର୍ବର ସ୍ଥିତିକୁ ଆଗରେ ରଖି ଜଳ ଆବଣ୍ଟନ କରିବାର ପାକିସ୍ତାନର ଦାବୀ ପ୍ରତି ଦୃଷ୍ଟି ପକାଗଲା ନାହିଁ । ବିଶ୍ୱବ୍ୟାଙ୍କର ପ୍ରସ୍ତାବ ଭାରତକୁ ସୁହାଇଲା ଭଳି ହୋଇଥିବା ଅଭିଯୋଗ କରି ପାକିସ୍ତାନର ଅଧିକାରୀମାନେ ରାଗରେ କାର୍ଯ୍ୟକାରିଣୀ ଦଳ ପରିତ୍ୟାଗ କରିବାର ଧମକ ଦେଲେ । ବିନା ସଫଳତାରେ ବୁଝାମଣା ଓ ଆଲୋଚନାର ଅବସାନ ନିକଟତର ହେଲା । କିନ୍ତୁ ଉଭୟ ପକ୍ଷ ଆଲୋଚନା ବନ୍ଦ କରିବାକୁ ଉତ୍ସାହୀ ନଥିଲେ । ପାକିସ୍ତାନୀ ଗଣମାଧ୍ୟମରେ ଗୁଜବ ପ୍ରଚାରିତ ହେଲା ଯେ ବୃଦ୍ଧି ପାଉଥିବା ଶତ୍ରୁତା ଯୋଗୁଁ ସିନ୍ଧୁ ବିବାଦ ଆଲୋଚନା ବନ୍ଦ ହୋଇଗଲା ଓ ଭାରତ ସହ କଥାବାର୍ତ୍ତା ବନ୍ଦ କରି ଯୁଦ୍ଧ କରିବା ପାଇଁ ପାକିସ୍ତାନ ପ୍ରସ୍ତୁତ ନଥିବାରୁ ନିଜ ଯୁକ୍ତି ବିଷୟରେ ପୁନର୍ବିଚାର କରୁ । ଭାରତ ମଧ୍ୟ ସିନ୍ଧୁ ସମସ୍ୟାର ସମାଧାନ ପାଇଁ ବ୍ୟଗ୍ର ଥିଲା । କଥାବାର୍ତ୍ତା ଯୋଗୁଁ ଅନେକ ପ୍ରକଳ୍ପର କାମ ଅଧାରେ ବନ୍ଦ ହୋଇଯାଇଥିଲା ଓ ଭାରତୀୟ ରାଜନେତାମାନେ ଜଳସେଚନ ପାଇଁ ଉଦ୍ଦିଷ୍ଟ କେନାଲ୍ ଯଥା ସମ୍ଭବ କମ୍ ସମୟରେ ନିର୍ମାଣ କରିବାକୁ ଚାହୁଁଥିଲେ । ୧୯୫୪ ମସିହା ଡିସେମ୍ବର ମାସରେ ଉଭୟ ପକ୍ଷ ପୁଣି ଆଲୋଚନା ଆରମ୍ଭ କଲେ । ବିଶ୍ୱବ୍ୟାଙ୍କର ପ୍ରସ୍ତାବ ଶେଷ ନିଷ୍ପତ୍ତି ନୁହେଁ ବରଂ ଆଲୋଚନା ପରେ ବୁଝାମଣାରୁ ଶେଷ ନିଷ୍ପତ୍ତି ନିଆଯିବା ସ୍ଥିର ହେବାରୁ କଥାବାର୍ତ୍ତା ଆଗାମୀ ୬ ବର୍ଷ ପର୍ଯ୍ୟନ୍ତ ଚାଲିଲା । ବୁଝାମଣାର ଶେଷ ବାଧା ଥିଲା କେନାଲ ଓ ଜଳଭଣ୍ଡାରଗୁଡ଼ିକର ନିର୍ମାଣର ଆର୍ଥିକ ସହାୟତା । ପାକିସ୍ତାନ ପୂର୍ବ ପଟର ନଦୀମାନଙ୍କ ଅଧିକାର ହରାଉଥିବାରୁ ପଶ୍ଚିମ ପଟର ନଦୀର ଜଳ ଗଚ୍ଛିତ ରଖିବା ଜରୁରୀ ଥିଲା । ବିଶ୍ୱବ୍ୟାଙ୍କ ପ୍ରଥମେ ଏହି ନିର୍ମାଣ କାର୍ଯ୍ୟର ଆର୍ଥିକ ଭାର ଭାରତକୁ ଦେବାକୁ ଚାହୁଁଥିଲା ଯାହାକୁ ନେଇ ଭାରତ ରାଜି ହେଲା ନାହିଁ । ବିଶ୍ୱବ୍ୟାଙ୍କ ଏଥିପାଇଁ ଏକ ଯୋଜନା କଲା । ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖରେ କରାଚୀ ସହରରେ ପାକିସ୍ତାନ, ଅଷ୍ଟ୍ରେଲିଆ, କାନାଡ଼ା, ପଶ୍ଚିମ ଜର୍ମାନୀ, ନ୍ୟୁଜିଲ୍ୟାଣ୍ଡ, ଯୁକ୍ତରାଜ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ଓ ବିଶ୍ୱବ୍ୟାଙ୍କ ମିଳିତ ଭାବେ ସିନ୍ଧୁ ଅବବାହିକା ଉନ୍ନୟନ କୋଷ ଚୁକ୍ତି ରେ ସ୍ୱାକ୍ଷର କଲେ । ଏହି ଦେଶ ଓ ସଂସ୍ଥା ପାକିସ୍ତାନକୁ ଆର୍ଥିକ ଅନୁଦାନ ତଥା ଋଣ ଦେବାକୁ ରାଜି ହେଲେ । ଏହା ସିନ୍ଧୁ ଜଳ ବିବାଦର ବୁଝାମଣାରେ ସହାୟକ ହେଲା ଓ ସେହି ଦିନ ସିନ୍ଧୁ ଜଳ ଚୁକ୍ତି ଉଭୟ ଦେଶଙ୍କଦ୍ୱାରା ସ୍ୱାକ୍ଷରିତ ହେଲା । ଜଳଚୁକ୍ତି ଅନୁଚ୍ଛେଦ ୧୧ (୩) ଅନୁସାରେ ଆର୍ଥିକ ସହାୟତା ଚୁକ୍ତିର ନିୟମ ଜଳ ଆବଣ୍ଟନ ଚୁକ୍ତିରୁ କୌଣସି ପ୍ରକାରରେ ପ୍ରଭାବିତ କରେନାହିଁ । ୧୯୬୪ ମସିହାରେ ପାକିସ୍ତାନକୁ ଅତିରିକ୍ତ ଋଣ ଓ ଅନୁଦାନ ପ୍ରଦାନ କରାଯାଇଥିଲା । ପାକିସ୍ତାନକୁ ମିଳିଥିବା ଋଣ ଓ ଅନୁଦାନ ବର୍ତ୍ତମାନ ଏହି ଜଳ ଚୁକ୍ତିରେ ବିଶ୍ୱବ୍ୟାଙ୍କର ଭୂମିକା ହେଉଛି ଯେ କୌଣସି ପକ୍ଷ ଅରାଜି ହେଲେ ବା ଅସହଯୋଗ କଲେ ଚୁକ୍ତିର ନିୟମାବଳୀ ଅନୁସାରେ ବିବାଦର ସମାଧାନ ପ୍ରକ୍ରିୟାକୁ ଚାଲୁ ରଖିବା । ଚୁକ୍ତିର ନିହିତ୍ତାର୍ଥ ସିନ୍ଧୁ ଜଳ ଚୁକ୍ତିରୁ ଭାରତକୁ ୧୬% (ପ୍ରାୟ ୩.୩ କୋଟି ଏକର-ଫୁଟ୍) ଜଳ ମିଳୁଥିବା ବେଳେ ପାକିସ୍ତାନକୁ ୮୪% (୧୭୭ କୋଟି ଏକର-ଫୁଟ୍) ଜଳ ମିଳିଥାଏ । ତେବେ ପଶ୍ଚିମ ପଟର ନଦୀମାନଙ୍କ ପାଣିରୁ ୧୨.୫ ଲକ୍ଷ ଏକର-ଫୁଟ୍ ଗଚ୍ଛିତ କରି ଭାରତ ୭,୦୧,୦୦୦ ଏକର ଅଞ୍ଚଳରେ ଜଳସେଚନ କରିପାରିବ, ୧୬ ଲକ୍ଷ ଏକର-ଫୁଟ୍ ପାଣି ଗଚ୍ଛିତ ରଖି ଜଳବିଦ୍ୟୁତ୍ ପ୍ରକଳ୍ପରେ ଉପଯୋଗ କରିପାରିବ ଏବଂ ୭.୫ ଲକ୍ଷ ଏକର-ଫୁଟ୍ ପାଣି ବନ୍ୟା ନିୟନ୍ତ୍ରଣ ପାଇଁ ଗଚ୍ଛିତ ରଖିପାରିବ । ଏହି ଚୁକ୍ତିରୁ ମିଳୁଥିବା ଜଳ ଜାମୁ ଓ କାଶ୍ମୀରର ଅଳ୍ପ ଅଞ୍ଚଳରେ ଜଳସେଚନ ହୋଇପାରୁଥିବା ବେଳେ ପାକିସ୍ତାନର ୮୦% ଜମି ଜଳସେଚିତ ହୋଇପାରେ । ଚୁକ୍ତି ଅନୁସାରେ ଭାରତରେ ଜଳବିଦ୍ୟୁତ୍ ଉତ୍ପାଦନ ପାଇଁ ଯେତିକି ଜଳ ଗଚ୍ଛିତ ରଖିପାରିବାର ପ୍ରସ୍ତାବ ରହିଛି, ଯଦି କେବଳ ଜାମୁ-କାଶ୍ମୀରର ନଦୀମାନଙ୍କର ସମ୍ପୂର୍ଣ୍ଣ ଜଳକୁ ବାନ୍ଧି ରଖାଯାଏ ତେବେ ତାହାଠାରୁ ଅଧିକ ପଟୁମାଟି ବନ୍ଧରେ ଜମା ହେବ । ଜାମୁ-କାଶ୍ମୀରରେ ବନ୍ଧ ବାନ୍ଧିବାର ବିରୋଧ ନକଲେ ପାକିସ୍ତାନକୁ ନିଜ ଭୂଖଣ୍ଡରେ ଛୋଟ ଛୋଟ ବନ୍ଧ ନିର୍ମାଣର ଆବଶ୍ୟକତା ରହିବ ନାହିଁ । ପରିଣାମ ସ୍ୱରୂପ ଜାମୁ-କାଶ୍ମୀରରେ ଥିବା ଜଳଭଣ୍ଡାରମାନଙ୍କୁ ସଚଳ ରଖିବା ପାଇଁ ପ୍ରତିବର୍ଷ ଜମା ପଟୁ ମାଟି ଓ ବାଲି ଅଧିକ ଅର୍ଥ ବ୍ୟୟରେ ସଫା କରିବାକୁ ପଡ଼ୁଛି । କିନ୍ତୁ ପାକିସ୍ତାନରେ ୪୫୦୦ ମେଗାୱାଟ କ୍ଷମତାସମ୍ପନ୍ନ ଡାୟମର୍-ବାଶା ବନ୍ଧ, ୩୬୦୦ ମେଗାୱାଟ କ୍ଷମତାସମ୍ପନ୍ନ କାଲାବାଘ ବନ୍ଧ, ୬୦୦ ମେଗାୱାଟ କ୍ଷମତା ସମ୍ପନ୍ନ ଅଖୋରି ବନ୍ଧ, ଦାସୁ ବନ୍ଧ, ବୁଞ୍ଜି ବନ୍ଧ, ଥାକୋଟ ବନ୍ଧ, ପଟାନ ବନ୍ଧ ପରି ବହୁମୁଖୀ ଯୋଜନାର ନିର୍ମାଣ ହୋଇପାରୁଛି । ଏହି ସମସ୍ତ ବନ୍ଧ ଭୂମିକମ୍ପ-ପ୍ରବଣ ବଳୟର ଅନ୍ତର୍ଭୁକ୍ତ ଓ ଦୈବାତ୍ ଭୂମିକମ୍ପ ଯୋଗୁଁ ନଦୀବନ୍ଧ ଭାଙ୍ଗିଗଲେ ପାକିସ୍ତାନରେ ସିନ୍ଧୁର ତଳମୁଣ୍ଡ ଓ କଚ୍ଛ ଲବଣମରୁ ଅତ୍ୟଧିକ ବନ୍ୟା ପ୍ଳାବିତ ହେବାର ଆଶଙ୍କା ରହିଛି । ୨୦୦୩ ମସିହାରେ ସିନ୍ଧୁ ଜଳ ଚୁକ୍ତିରେ ପୁନର୍ବିଚାର ଓ ପରିବର୍ତ୍ତନ କରାଯାଉ ବୋଲି ପୁରାତନ ଜାମୁ ଓ କାଶ୍ମୀର ରାଜ୍ୟ ବିଧାନ ସଭାରେ ଏକ ପ୍ରସ୍ତାବ ସର୍ବସମ୍ମତିରେ ଗୃହୀତ ହୋଇଥିଲା । ୨୦୧୬ ମସିହାରେ ଏହାର ପୁନରାବୃତ୍ତି ଘଟିଥିଲା । ଜାମୁ-କାଶ୍ମୀରର ତତ୍କାଳୀନ ବିଧାୟକମାନେ ମତ ରଖିଥିଲେ ଯେ ଏହି ଚୁକ୍ତି ଜାମୁ-କାଶ୍ମୀରକୁ ସମ୍ପୂର୍ଣ୍ଣ ଭାବେ ଉପେକ୍ଷା କରି ଏହାର ନାଗରିକଙ୍କ ଅଧିକାର କ୍ଷୁଣ୍ଣ କରୁଛି । କିନ୍ତୁ ସିନ୍ଧୁ ଜଳ ଚୁକ୍ତି ଯୋଗୁଁ ଭାରତକୁ ଏକ ସାମରିକ ଲାଭ ମଧ୍ୟ ମିଳିଛି । ସିନ୍ଧୁ ଜଳ ଚୁକ୍ତିର ଅନଚ୍ଛେଦ ୨ (୧ରୁ ୪) ଓ ଅନୁଚ୍ଛେଦ ୩ (୨ରୁ ୩) ଅନୁସାରେ ଭାରତରେ ପ୍ରବାହିତ ପୂର୍ବ ଓ ପଶ୍ଚିମ ପଟର ନଦୀ ଅବବାହିକା ଓ ପାକିସ୍ତାନର ରାୱି-ଶତଲେଜ ଅବବାହିକା ଚୁକ୍ତିର ପରିଧି ମଧ୍ୟରେ ରହିଛନ୍ତି । ଜଳ ଚୁକ୍ତିରେ ଦୁଇ ଦେଶ ମଧ୍ୟରେ କେବଳ ଜଳ ଆବଣ୍ଟନ ସମ୍ପର୍କିତ ନିୟମ ରହିଛି । ଚୁକ୍ତିର ନିୟମ ଅନୁସାରେ ପାକିସ୍ତାନର ବୋମା ବା ଗୋଳା ବର୍ଷଣ ଯୋଗୁଁ ଭାରତରେ ସିନ୍ଧୁ ନଦୀ ବ୍ୟବସ୍ଥାର ଅଂଶ କୌଣସି ବନ୍ଧ, ବ୍ୟାରେଜ୍, ଜଳବିଦ୍ୟୁତ୍ କେନ୍ଦ୍ର ଇତ୍ୟାଦି କ୍ଷତିଗ୍ରସ୍ତ ହେଲେ ଜଳ ଚୁକ୍ତି ରଦ୍ଦ ହେବାର ସମ୍ଭାବନା ରହିଛି । ଚୁକ୍ତିର ପୁନର୍ବିଚାର ମତବାଦ କଚ୍ଛ ଲବଣମରୁ ସିନ୍ଧୁ ନଦୀ ଭାରତୀୟ ପ୍ରଦେଶ ଗୁଜରାଟକୁ ପୁନଃ ପ୍ରବେଶ କରି କଚ୍ଛ ଲବଣମରୁର କୋରି କ୍ରିକ୍‍କୁ ପ୍ରବାହିତ ହୋଇଛି । ତ୍ରିକୋଣଭୂମିରେ ଏହାର ଶାଖାକୁ ନାରା ନଦୀ (ବା ନାରା କେନାଲ୍) କୁହାଯାଏ ଯାହା ଶକୁର ହ୍ରଦ ହୋଇ ଆରବ ସାଗରକୁ ପ୍ରବାହିତ ହୋଇଥାଏ । ଭାରତର ବିନା ସହମତିରେ ପାକିସ୍ତାନ ୧୯୮୭ରୁ ୧୯୯୭ ମଧ୍ୟରେ ବିଶ୍ୱବ୍ୟାଙ୍କର ଆର୍ଥିକ ସହାୟତାରେ ଲେଫ୍ଟ ବ୍ୟାଙ୍କ ଆଉଟ୍‍ଫଲ୍ ଡ୍ରେନ୍ ନିର୍ମାଣ କରିଛି । ଏହି ପ୍ରକଳ୍ପ କଚ୍ଛ ଲବଣମରୁ ମଧ୍ୟ ଦେଇ ଗତି କରିଛି । ସିନ୍ଧୁ ଜଳ ଚୁକ୍ତିର ଅନୁଚ୍ଛେଦ ୪ (୧୦)ର ଉଲ୍ଲଂଘନ କରୁଥିବା ଏହି ସହଯୋଗୀ କେନାଲ୍‍ର ଲକ୍ଷ୍ୟ ହେଲା ପାକିସ୍ତାନର ସିନ୍ଧୁ ତ୍ରିକୋଣଭୂମିକୁ ପ୍ରବାହିତ ଲବଣାକ୍ତ ଓ ପ୍ରଦୂଷିତ ପାଣିକୁ କଚ୍ଛ ଲବଣମରୁ ଦେଇ ସମୁଦ୍ରକୁ ବିସ୍ଥାପିତ କରିବା । ଏହି କେନାଲରେ ପାଣି ଛଡ଼ାଗଲେ ବନ୍ୟାର ଆଶଙ୍କା ଦେଖାଦେବା ସହ ଏଠାରେ ରହିଥିବା ଲୁଣମରା ଜମିକୁ ଯେଉଁ ସବୁ ଜଳାଶୟରୁ ପାଣି ଆସେ, ସେଗୁଡ଼ିକ ମଧ୍ୟ ପ୍ରଦୂଷିତ ହୋଇଥାଏ । କେନାଲ୍ ଭାରତ ଓ ପାକିସ୍ତାନ ମଧ୍ୟରେ ରହିଥିବା ବିବାଦୀୟ ସର୍ କ୍ରିକ୍‍ଠାରେ ସମୁଦ୍ରକୁ ସଂଯୁକ୍ତ ହେବାର ଯୋଜନା ଥିଲେ ହେଁ ଅନେକ ବନ୍ୟାର ସମ୍ମୁଖୀନ ହୋଇ ଏହାର ବାମ ତଟ ବହୁ ସ୍ଥାନରେ କ୍ଷତିଗ୍ରସ୍ତ ହୋଇଛି ଓ ଏହାର ଜଳ ଭାରତକୁ ପ୍ରବେଶ କରୁଛି । ଯେହେତୁ ଭାରତର ଗୁଜରାଟ ସିନ୍ଧୁ ଅବବାହିକାର ନିମ୍ନତମ ସ୍ଥାନ, ଉପରମୁଣ୍ଡରେ ଥିବା ସମସ୍ତ ନିର୍ମାଣ କାର୍ଯ୍ୟ ବିଷୟରେ ପାକିସ୍ତାନ ଭାରତକୁ ଜଣାଇବାକୁ ବାଧ୍ୟ । ଭାରତରେ କୌଣସି ଭୌତିକ କ୍ଷତି ନ ହେବା ପାଇଁ ଚୁକ୍ତିର ଅନୁଚ୍ଛେଦ ୪ରେ ଏପରି ପ୍ରସ୍ତାବ ରହିଛି ଏବଂ ମଧ୍ୟସ୍ତତାଦ୍ୱାରା ଏପରି ଅସହମତିର ସମାଧାନ ନ ହେବା ଯାଏଁ ନିର୍ମାଣ ହୋଇପାରିବ ନାହିଁ ବୋଲି ଉଲ୍ଲିଖିତ ରହିଛି । ଆତଙ୍କବାଦୀ ଆକ୍ରମଣ ପରେ ପୁନର୍ବିଚାର ୨୦୧୬ ମସିହାର ଉରି ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଜଳ ଚୁକ୍ତିକୁ ସମାପ୍ତ କରିବାର ଧମକ ଦେଇଥିଲା । ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି "ରକ୍ତ ଓ ପାଣି ଏକା ସାଥୀରେ ପ୍ରବାହିତ ହୋଇପାରିବେ ନାହିଁ" ବୋଲି ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଭାରତ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ । କିନ୍ତୁ କାଶ୍ମୀର ଉପତ୍ୟକାରେ ଝେଲମ୍ ନଦୀ ଉପରେ ପୂର୍ବରୁ ପାକିସ୍ତାନର ଅସହମତି ଯୋଗୁଁ ଅଟକି ପଡ଼ିଥିବା ତୁଲ୍‍ବୁଲ୍ ପ୍ରକଳ୍ପର କାର୍ଯ୍ୟ ପୁନରାରମ୍ଭ କରିବାକୁ ଭାରତ ନିଷ୍ପତ୍ତି ନେଇଥିଲା । ପାକିସ୍ତାନର ହସନ ଅସ୍କାରି ରିଜଭି ନାମକ ଜଣେ ରାଜନୈତିକ ବିଶ୍ଳେଷକ ମତ ରଖିଥିଲେ ଯେ ପାକିସ୍ତାନକୁ ଜଳଯୋଗାଣରେ ପରିବର୍ତ୍ତନ ଘଟିଲେ ପାକିସ୍ତାନରେ କୃଷିର ସ୍ଥିତି ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେବ । ଭାରତଦ୍ୱାରା ଜଳ ବ୍ୟବହାରର ବିଚାର ୨୦୧୯ ମସିହାର ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତର ସଡ଼କ ଓ ଜଳ ସମ୍ବଳ ମନ୍ତ୍ରୀ ନିତିନ ଗଡ଼କରୀ କହିଥିଲେ ଯେ ତିନି ପୂର୍ବ ନଦୀରେ ପାକିସ୍ତାନକୁ ପ୍ରବାହିତ ସମସ୍ତ ପାଣି ପଞ୍ଜାବ, ହରିଆଣା ଓ ରାଜସ୍ଥାନରେ ନାନାବିଧ କାର୍ଯ୍ୟ ପାଇଁ ଉପଯୋଗ କରାଯିବ । ସିନ୍ଧୁ ନଦୀ ବ୍ୟବସ୍ଥାର ନଦୀମାନଙ୍କରେ ବାର୍ଷିକ ପ୍ରାୟ ୨୧ କୋଟି ଏକର-ଫୁଟ୍ ଜଳ ପ୍ରବାହିତ ହୁଏ ଓ ଭାରତକୁ ଆବଣ୍ଟିତ ପୂର୍ବ ନଦୀମାନଙ୍କରୁ ଭାରତ କେବଳ ୩.୩ କୋଟି ଏକର-ଫୁଟ୍ (ସମୁଦାୟର ୧୬%) ବ୍ୟବହାର କରେ । ଏହା ବ୍ୟତୀତ ପଶ୍ଚିମ ପଟର ନଦୀମାନଙ୍କରୁ ମଧ୍ୟ ଭାରତକୁ ସୀମିତ ଜଳସେଚନ, ବିଦ୍ୟୁତ୍ ଉତ୍ପାଦନ ପାଇଁ ଜଳ ମିଳିବାର ନିୟମ ରହିଛି । ୨୦୧୯ ମସିହାର ତଥ୍ୟ ଅନୁଯାୟୀ ଭାରତକୁ ଆବଣ୍ଟିତ ଅଂଶର ୯୫% (୩.୧ କୋଟି ଏକର-ଫୁଟ୍) ଭାରତ ବ୍ୟବହାର କରେ ଓ ବଳକା ୫% (୨୦ ଲକ୍ଷ ଏକର-ଫୁଟ୍) ପାକିସ୍ତାନକୁ ପ୍ରବାହିତ ହୋଇଯାଏ । ତିନୋଟି ନୂତନ ପ୍ରକଳ୍ପଦ୍ୱାରା ଭାରତ ଏହି ୫% ପାଣିର ଉପଯୋଗ କରିବାର ଯୋଜନା ରଖିଛି । ଏହି ପ୍ରକଳ୍ପଗୁଡ଼ିକ ହେଲେ - (କ) ରାୱି ନଦୀ ଉପରେ ଶାହପୁରକାନ୍ଦି ବନ୍ଧ ଯୋଜନା, (ଖ) ରାୱି-ବେଆସ୍ ସଂଯୋଗୀକରଣ ଓ (ଗ) ଜାମୁ ଓ କାଶ୍ମୀରର ଉଝ୍ ନଦୀ ଉପରେ ଉଝ୍ ବନ୍ଧ । ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ ଓ ଉତ୍ତରର ପାହାଡ଼ିଆ ଅଞ୍ଚଳରେ ଏହି ଜଳକୁ ଉପଯୋଗ କରାଯାଇପାରିବ ।
ଦୟାନନ୍ଦ ସରସ୍ୱତୀ (ଖ୍ରୀ.ଅ ୧୮୨୪ - ୧୮୮୩) ଥିଲେ ଜଣେ ଲେଖକ, ସମାଜ ସଂସ୍କାରକ ଓ ଆର୍ଯ୍ୟ ସମାଜର ସଂସ୍ଥାପକ । ଦୟାନନ୍ଦ ସଂସ୍କୃତ ଓ ହିନ୍ଦୀ ଭାଷାରେ ପ୍ରଭାବଶାଳୀ ବକ୍ତା ଭାବେ ପରିଚିତ । ସେ କହୁଥିଲେ ମୃତ ବ୍ୟକ୍ତିକୁ ଶ୍ରାଦ୍ଧ ତର୍ପଣ ନଦେଇ ଜୀବିତ ପିତାମାତା ଓ ବୃଦ୍ଧ ବ୍ୟକ୍ତିକୁ ସେବା କରିବା ହେଲା ପିତୃଯଜ୍ଞ । ଫଳିତ ଜ୍ୟୋତିଷ, ସାମୁଦ୍ରିକ ବିଦ୍ୟା, ହସ୍ତରେଖା ଆଦି ଅଯଥାର୍ଥ ଓ ଅନାବଶ୍ୟକ କାମ । ଲୈାକିକ ବ୍ୟବହାରରେ ସାଧୁତା, ଯଥାର୍ଥ କର୍ମସାଧନା, କର୍ତ୍ତବ୍ୟ ପ୍ରତି ନିଷ୍ଠା ବଳରେ ପ୍ରାଣୀ ଫଳପ୍ରାପ୍ତ ହୁଅନ୍ତି ପ୍ରତିମା ପୂଜାଦେଇ ନୁହେଁ । ତାଙ୍କର ଉପଲବ୍ଧ ସତ୍ୟକୁ ପ୍ରତିପାଦିତ କରିବାକୁ ଯାଇ ସେ ଅପୌତ୍ତଳିକତା ଓ ନିଚ୍ଛକ ବୈଦିକ ସତ୍ୟର ଆଲୋଚନା ପାଇଁ ଆର୍ଯ୍ୟ ସମାଜ ସ୍ଥାପନ କରିଥିଲେ । ଆର୍ଯ୍ୟ ସମାଜ ଜରିଆରେ ଶିକ୍ଷାର ପ୍ରସାର କରାଇ ନାରୀକୁ ପୁରୁଷ ସହ ସମାନ ଅଧିକାର ଦେବାର ଯୁକ୍ତି ସେ ଦର୍ଶାଇଥିଲେ । ଜୀବନୀ ଦୟାନନ୍ଦଙ୍କର ପିଲାଦିନର ନାମ ଥିଲା ମୂଳାଶଙ୍କର ଅମ୍ବାଶଙ୍କର । ସନ ୧୮୨୪ ମସିହାରେ ସୌରାଷ୍ଟ୍ର (କାଠିଆବାଡ)ର ମୋରଜୀ ନାମକ ଭୂତପୂର୍ବ ଦେଶୀୟ ରାଜ୍ୟର ଏକ ଗ୍ରାମରେ ଏକ ଧନୀ ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ । ତାଙ୍କର ମାତାଙ୍କର ନାମ ଥିଲା ଅମୂବା ଅର୍ଥାତ ଅମୃତବେନ । ପିତାଙ୍କର ନାମ ଥିଲା କରଷନଜୀ କର୍ଷନ ତିଓ୍ୱାରୀ । ତାଙ୍କ ପରିବାରରେ ଭଗବାନ ଶଙ୍କରଙ୍କର ଆରାଧନା କରାଯାଏ । ଥରେ ଶିବରାତ୍ରି ଦିନ ମୂଳାଶଙ୍କର ଅମ୍ବାଶଙ୍କରଙ୍କର ବାପା ତାଙ୍କୁ (ପୁଅକୁ) ରାତି ଉଜାଗର ରହି ଧ୍ୟାନଧାରଣାପୂର୍ବକ ଶିବଦର୍ଶନ କରିବାରେ ଉପଦେଶ ଦେଲେ । ତରୁଣ ଅମ୍ବାଶଙ୍କରଙ୍କର ପିତୃବାକ୍ୟ ପ୍ରତି ଗଭୀର ବିଶ୍ୱାସ ରହିଥିଲା । ଶିବ ଭକ୍ତିରେ ଉପବାସ କରି ରାତ୍ରି ଉଜାଗର ରହି ସେ ଶିବ ମନ୍ଦିରରେ ଦୀପ ଜାଳି ବସିଲେ । ଶିବ ଆବିର୍ଭାବ ହେବେ ପରା ଅର୍ଦ୍ଧରାତ୍ରି । ଚାରିଆଡ଼େ ନିସ୍ତବ୍ଧ । ମୂଷାଟିଏ ଆସି ଶିବଲିଙ୍ଗ ଉପରେ ଚଢ଼ି ପ୍ରସାଦ ରୂପେ ଅର୍ପିତ ତଣ୍ଡୁଳାଦିକୁ ଭକ୍ଷଣ କରିବାକୁ ଲାଗିଲା । ଦେବତା ପ୍ରତିକ୍ରିୟାହୀନ । ଦେବତାଙ୍କ ଉପରେ ମୂଷିକର ଆକ୍ରମଣ ଅଥଚ ଦେବତା ନିଷ୍କ୍ରିୟ । ଏହି ପ୍ରତ୍ୟକ୍ଷ ଅନୁଭବ ମୂଳାଶଙ୍କରଙ୍କର ଜୀବନର ଗତିପଥରେ ପରିବର୍ତ୍ତନ ଆଣିଲା । ମୂର୍ତ୍ତିପୂଜା ପ୍ରତି ତାଙ୍କର ଅବିଶ୍ୱାସ ଜାତ ହେଲା । ତାଙ୍କ ପରିବାରରେ ଦୁଇଭାଇ ଓ ଜଣେ ଭଉଣୀର ମୃତ୍ୟୁ ଘଟିଲା । ଏହା ତରୁଣ ମୂଳାଶଙ୍କରଙ୍କ ପ୍ରାଣକୁ ଦୋହଲାଇ ଦେଇଥିଲା । ଇଶ୍ୱରତା ଲାଭ ଉଦ୍ଦେଶ୍ୟରେ ମୂଳାଶଙ୍କର ମାତ୍ର ୧୫ ବର୍ଷ ବୟସରେ ଗୃହତ୍ୟାଗ ପୂର୍ବକ ମଥୁରା ଚାଲିଗଲେ । ସେଠାରେ ସେ ବିରଜାନନ୍ଦ ସରସ୍ୱତୀଙ୍କୁ ଗୁରୁ କରି ତାଙ୍କର ତତ୍ତ୍ୱାବଧାନରେ ସକଳ ବେଦ ଅଧ୍ୟୟନ କଲେ । ସନ୍ନ୍ୟାସ ଦୀକ୍ଷା ଗ୍ରହଣ କ୍ରମେ ତାଙ୍କର ନୂତନ ନାମ ହେଲା ଦୟାନନ୍ଦ । ବେଦାଧ୍ୟୟନ ଓ ତାହାର ଗୂଢ଼ ନିହିତାର୍ଥ ବ୍ୟାଖ୍ୟାରୁ ତାଙ୍କର ଗଭୀର ଜ୍ଞାନର ପରିଚୟ ମିଳିଥିଲା । ସେ ବହୁ ପ୍ରତିବାଦୀ ପଣ୍ଡିତମାନଙ୍କ ସହ ତର୍କ ଆଲୋଚନା କରି ବିଜୟୀ ହୋଇଥିଲୋ ତାଙ୍କୁ ସରସ୍ୱତୀ ଉପାଧି ପ୍ରଦାନ କରାଯାଇଥିଲା । ସନ୍ନ୍ୟାସୀ ଦୟାନନ୍ଦଙ୍କୁ ସ୍ୱାମୀଜୀ ଆଖ୍ୟା ପ୍ରଦାନ କରାଗଲା । ସନ୍ନ୍ୟାସୀ ଦୟାନନ୍ଦ ଏହାପରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ନାମରେ ସର୍ବ ପରିଚିତ ହେଲେ । ବୈଦିକ ଜ୍ଞାନର ସରଳ ତତ୍ତ୍ୱ ପାଇଁ ସତ୍ୟାର୍ଥ ପ୍ରକାଶ (୧୮୭୫) ନାମକ ତାତ୍ତ୍ୱିକ ପୁସ୍ତକ ରଚନା କରିଥିଲେ । ଦୟାନନ୍ଦ ପିତୁଳା ପୂଜାର ଅସାରତା ଓ ପୁରୋହିତ ମାଧ୍ୟମରେ ପୂଜାର୍ଚ୍ଚନାର ପ୍ରତିବାଦ ଜଣାଇ ପ୍ରଥମ ଅବସ୍ଥାରେ ମୌଳବାଦୀମାନଙ୍କର ଅପ୍ରିୟଭାଜନ ହେଇଥିଲେ । ରଚନାବଳୀ ଦୟାନନ୍ଦଙ୍କ ରଚନାବଳୀ (ମୋଟ ୩୨ ଖଣ୍ଡ ଯାହା ମିଳୁଅଛି) ମଧ୍ୟରୁ ୧୮୭୫ରେ ପ୍ରକାଶିତ "ସତ୍ୟାର୍ଥ ପ୍ରକାଶ ' ଦୁଇ ଭାଗରେ ବିଭକ୍ତ । ପ୍ରଥମ ଅର୍ଦ୍ଧରେ ରହିଛି- ସନ୍ତାନର ଶିକ୍ଷା, ଜୀବନର ଚାରି ଆଶ୍ରମ, ଯଥା- ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ, ସନ୍ନ୍ୟାସାଶ୍ରମ ସହ ରାଜଧର୍ମ, ଜଗତର ସୃଷ୍ଟିସ୍ଥିତ ବିଲୟ, ବିଦ୍ୟା-ଅବିଦ୍ୟା, ବନ୍ଧନ-ମୋକ୍ଷ, ଆଚାର- ଅନାଚାର, ଭକ୍ଷ୍ୟ-ଅଭକ୍ଷ୍ୟ ଆଦିର ଆଲୋଚନା ଓ ଦ୍ୱିତୀୟ ଭାଗରେ ରହିଛି କେତେଜଣ ଦାନିକଙ୍କର ମତ-ମତାନ୍ତର, ବୈାଦ୍ଧ-ଜୈନ-ଖ୍ରୀଷ୍ଟ-ଇସଲାମ ଧର୍ମାଦିର ଆଲୋଚନା । ଦୟାନନ୍ଦଙ୍କଦ୍ୱାରା ରଚିତ ଅନ୍ୟାନ୍ୟ କେତେଗୋଟି ପୁସ୍ତକ ହେଲା- ଦୟାନନ୍ଦଙ୍କ ଜୀବନର କେତେକ ଘଟଣା ବାଲ୍ୟ ବିବାହ ପ୍ରଥା ଉଛେଦରେ ଯୋଗଦାନ ସେତେବେଳେ ବାଲ୍ୟବିବାହ ପ୍ରଚଳିତ ଥିଲା । ଦୟାନନ୍ଦ ଏହାର ବିରୋଧ କଲେ । ପରିପକ୍ୱ ବୟସରେ ଦାୟିତ୍ୱ ଜ୍ଞାନ ଆସିବା ପରେ ବିବାହ କଲେ ସ୍ତ୍ରୀ ପୁରୁଷ ସମର୍ଥବନ୍ତ ହୁଅନ୍ତି ଓ ବିବାହ ସଫଳ ହୁଏ ବୋଲି କହି ସେ ଘୋର ସାମାଜିକ ବିରୋଧର ସମ୍ମୁଖୀନ ହେଲେ । ପରବର୍ତ୍ତୀ କାଳରେ ତାଙ୍କ ଯୁକ୍ତିର ସାରବତ୍ତାକୁ ଶିକ୍ଷିତ ଲୋକେ ଗ୍ରହଣ କରିନେଲେ ଓ ସେ ସଫଳକାମ ହୋଇପାରିଲେ । ଏଥିସହିତ ସେ ବିଧବା ବିବାହର ସପକ୍ଷରେ ଯୁକ୍ତି କରି ଓ ଅନେକ କ୍ଷେତ୍ରରେ ବିଧବା ବିବାହ କରାଇ ବହୁ ତର୍କର ସମ୍ମୁଖୀନ ହେଇଥିଲେ । ଦୟାନନ୍ଦ ସରସ୍ୱତୀଙ୍କ ଆର୍ଯ୍ୟ ସମାଜ ଭଳି ଅନ୍ୟ ଏକ ସଂସ୍ଥା ବ୍ରାହ୍ମ ସମାଜ ମଧ୍ୟ ହିନ୍ଦୁଧର୍ମୀ ପୌତ୍ତଳିକତା ଓ ଜାତିପ୍ରଥା ବିରୋଧରେ ସ୍ୱର ଉତ୍ତୋଳନ କରିଥାଏ । ଏହି ବ୍ରାହ୍ମ ସମାଜର ପୃଷ୍ଠପୋଷକ ଥିଲେ କେଶବଚନ୍ଦ୍ର ସେନ, ରାଜା ରାମମୋହନ ରାୟ, ଦେବେନ୍ଦ୍ରନାଥ ଠାକୁର ଓ ତାଙ୍କର ପୁତ୍ର ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ଆଦି । ତେବେ ଆର୍ଯ୍ୟ ସମାଜ ଓ ବ୍ରାହ୍ମ ସମାଜ ପରସ୍ପର ପ୍ରତି ସମ୍ବେଦନଶୀଳ ସମକାଳୀନ ଦୁଇଗୋଟି ସମାଜ ସୁଧାରକ ସଂସ୍ଥା ଯାହାକି ଅଦ୍ୟାବଧି ଆପଣା ଲକ୍ଷ୍ୟ ସାଧନରେ ବ୍ରତୀ ଅଟନ୍ତି । ଡିଏଭି ସ୍କୁଲ ସ୍ଥାପନ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦୟାନନ୍ଦଙ୍କର ମତ ଓ ପଥ ଅତି ପ୍ରାସଙ୍ଗିକ ଓ ଯୁକ୍ତି ସମ୍ମତ । ବାସ୍ତବ ଜୀବନରେ ଏହାର ପ୍ରୟୋଗରେ ସଫଳତା ଉପଲବ୍ଧ ହେଉଥିବା ଦୃଷ୍ଟିରୁ ଦୟାନନ୍ଦ ସରସ୍ୱତୀ ଅତ୍ୟନ୍ତ ଲୋକପ୍ରିୟତା ଅର୍ଜନ କରିପାରିଥିଲେ । ଫଳତଃ ଶିକ୍ଷିତ ଗୋଷ୍ଠୀରେ ଆର୍ଯ୍ୟ ସମାଜ ବେଶ୍ ସୁଦୃଢ଼ ଆସନ ପାତି ପାରିଥିଲା ଓ ପାରିଅଛି ମଧ୍ୟ । ଦୟାନନ୍ଦଙ୍କର ଜୀବିତାବସ୍ଥାରେ ଦିଲ୍ଲୀ, ବନାରସ ଅଜମୀର, ଜୟପୁର ଆଦି ସ୍ଥାନମାନଙ୍କରେ ଡି.ଏ.ଭି ସ୍କୁଲ କଲେଜମାନ ସ୍ଥାପିତ ହୋଇପାରିଥିଲା ସତ୍ୟ ଅନୁସନ୍ଧାନରେ ଥରେ ପର୍ଯ୍ୟଟନ କ୍ରମରେ ଦୟାନନ୍ଦ "ଓଖା ' ମଠର ମହନ୍ତଙ୍କ ସଂପର୍କରେ ଆସିଲୋ ମହନ୍ତ ଦେଖିଲେ ଦୟାନନ୍ଦ ଜଣେ କର୍ମଠ-ବୁଦ୍ଧିମାନ-ସୁପଣ୍ଡିତ ଯୁବକା ତେଣୁ ସେ ଦୟାନନ୍ଦଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବେ ସମସ୍ତ ସଂପତ୍ତି ଲାଭର ପ୍ରଲୋଭନ ଦେଖାଇଲେ । ଉତ୍ତରରେ ସ୍ୱାମୀଜୀ ମହନ୍ତଙ୍କୁ ନାସ୍ତିବାଣୀ ଶୁଣାଇଲେ । ଯଦି ଧନପ୍ରତି ତାଙ୍କର ଲୋଭ ଥାଆନ୍ତା, ତେବେ ସେ ନିଜର ପୈତୃକ ସଂପତ୍ତି ଓ ଦେବାୟତନକୁ ଛାଡ଼ି ଆସିଥାନ୍ତେ କାହିଁକି ? ସ୍ୱାମୀଜୀଙ୍କର ଲକ୍ଷ୍ୟ ଥିଲା ସତ୍ୟର ଅନୁସନ୍ଧାନା ଦେଶଓ ଜାତିକୁ ମୂଢ଼ତାରୁ ମୁକ୍ତ କରିବାା ଲୋକଙ୍କୁ ବିଦ୍ୟା କ 'ଣ ବୁଝାଇ ଅବିଦ୍ୟା-ଅନ୍ଧକାରକୁ ଦୂରେଇ ଦେବା । ଜଣେ ବିପ୍ଲବୀ ସନ୍ୟାସୀ ଭାବେ ଜାନୁଆରୀ ୧୮୭୩ରେ କଲିକତାର ଆର୍ଚ ବିଶପ (ଚର୍ଚ୍ଚର ମୁଖ୍ୟ ପୁରୋହିତ)ଙ୍କ ଅନୁରୋଧକ୍ରମେ ତତ୍କାଳୀନ ବଡ଼ଲାଟ ନର୍ଥବ୍ରୁକଙ୍କ ସହ ଦୟାନନ୍ଦଙ୍କର ସାକ୍ଷାତ ଆଲୋଚନା ହୋଇଥିଲା । ଏଥିପୂର୍ବରୁ ବଡ଼ଲାଟଙ୍କୁ ସୂଚନା ଦିଆଯାଇଥିଲା କି ସ୍ୱାମୀ ଦୟାନନ୍ଦ ହେଲେ ଜଣେ ସଂସ୍କୃତିସଂପନ୍ନ ବେଦପଣ୍ଡିତ ତଥା ସଂସ୍କାରକ । ସାକ୍ଷାତକାରରେ ବଡ଼ଲାଟ ସ୍ୱାମୀଜୀଙ୍କର ପ୍ରଶଂସାପୂର୍ବକ ଇଂଲଣ୍ଡର ରାଣୀ ଓ ଇଂରେଜ ସରକାରଙ୍କର ବିଜୟ ପାଇଁ ପ୍ରାର୍ଥନା କରିବାକୁ କହିବାରୁ ଦୟାନନ୍ଦ ସରସ୍ୱତୀ ତତକ୍ଷଣାତ ଉତ୍ତର ଦେଇଥିଲେ,...ବର୍ତ୍ତମାନ ନୁହେ । ବର୍ତ୍ତମାନର ପ୍ରାର୍ଥନା ହେଲା ଭାରତବର୍ଷ ବିଦେଶୀ ଶାସନରୁ ମୁକ୍ତିଲାଭ କରୁ । ବଡ଼ଲାଟ ସ୍ୱାମୀଜୀଙ୍କର ନିର୍ଭୀକ ବଚନରେ ସ୍ତବ୍ଧ ହେଲ । ଲଣ୍ଡନରେ ଥିବା ଭାରତ ସଚିବଙ୍କ ନିକଟକୁ ଚିଠି ଦେଲେ- ସ୍ୱାମୀ ଦୟାନନ୍ଦ ଜଣେ ବିପ୍ଲବୀ ସନ୍ନ୍ୟାସୀ । ତାଙ୍କ ରାଜନୀତିକ ବିଚାର ଇଂରେଜ ଶାସନର ପରିପନ୍ଥୀ । ଆର୍ଯ୍ୟସମାଜ ପ୍ରତିଷ୍ଠା ସନ ୧୮୭୫, ଅପ୍ରେଲ ୦୭ ତାରିଖା ବମ୍ବେ (ବର୍ତ୍ତମାନର ମୁମ୍ବାଇ) ନଗରର ଗିରିଗାଁଓ ଅଞ୍ଚଳର ଡକଫର ମାଣିକଚାନ୍ଦଙ୍କ ବଗିଚାରେ ସ୍ୱାମୀଜୀ "ଆର୍ଯ୍ୟସମାଜ ' ପ୍ରତିଷ୍ଠା କଲେ । ବେଦମନ୍ତ୍ର ପଠନ କରାଗଲା । ଆର୍ଯ୍ୟ ସମାଜର ଦୃଷ୍ଟିଭଙ୍ଗୀ ବିଜ୍ଞାନ ସମ୍ମତ ଓ ପ୍ରଗତିଧର୍ମୀ । ମୂର୍ତ୍ତିପୂଜନ ଓ ଅବତାରବାଦକୁ ଏଡ଼ାଇ ଏକେଶ୍ୱର ଉପାସନା ପାଇଁ ଆହ୍ୱାନ କରାଗଲା । ଜାତି-ଧର୍ମ-ବର୍ଣ୍ଣ-ଲିଙ୍ଗ ନିର୍ବିଶେଷରେ ସମସ୍ତେ ବେଦପାଠ କରିପାରିବେ । ସ୍ତ୍ରୀ ବା ଶୁଦ୍ରଙ୍କ ପାଇଁ କୌଣସି ବାରଣ ନାହି । ସମସ୍ତେ ପ୍ରଭୁଙ୍କର ସନ୍ତାନ । ବେଦପାଠ ଓ ଯୋଗ ସାଧନରେ ସମସ୍ତଙ୍କର ଅଧିକାର ଅଛି । ମନୁଷ୍ୟର ଜାତି (ବର୍ଣ୍ଣ) ଜନ୍ମରୁ ହୁଏ ନାହିଁ । ତାହା ଗୁଣ-କର୍ମ ସ୍ୱଭାବରୁ ନିର୍ଣ୍ଣିତ ହୁଏ । ସେଠାରେ ଗୁରୁକୁଳ, ଅନାଥାଶ୍ରମ, ଯୋଗାଶ୍ରମ, ବାନପ୍ରସ୍ଥାଶ୍ରମ ଆଦି ଜନକଲ୍ୟାଣକର ସଂସ୍ଥା ସ୍ଥାପନର ସଂକଳ୍ପ ନିଆଗଲା । ପ୍ରକାଶ ଥାଉକି ବମ୍ବେ ଆର୍ଯ୍ୟ ସମାଜର ପ୍ରଥମ ସଭାପତି ଥିଲେ ଶ୍ରୀ ଗିରିଧରଲାଲ କୋଠାରୀ । ସଂସ୍କାର ମୂଳକ ୧୧ଟି ଭାଷଣ ଓ ଗୋ-ଶାଳା ପ୍ରତିଷ୍ଠା ସନ ୧୮୭୮, ଡିସେମ୍ବର ୨୪ରେ ସ୍ୱାମୀଜୀ ପହଞ୍ଚିଲେ ରାଜସ୍ଥାନର ରେବାଡ଼ିଠାର । ତା ' ପୂର୍ବରୁ ସେ ଦିଲ୍ଲୀ, ଆଜମୀର, ପୁଷ୍କର ଓ ମସୂଦାଠାରେ ଭାଷଣ ଦେଇସାରିଥିଲୋ ଏବେ ରେବାଡ଼ିରେ ସେ ସଂସ୍କାରମୂଳକ କାର୍ଯ୍ୟନେଇ ୧୧ଟି ଭାଷଣ ଦେଲ । ମୂର୍ତ୍ତି ପୂଜାର ଅସାରତା, ମୃତକ ଶ୍ରାଦ୍ଧ ଏବଂ ବାଲ୍ୟବିବାହର କୁଫଳ ସଂବନ୍ଧରେ ସେ ଗୁରୁତ୍ୱପୂର୍ଣ୍ଣ କଥାମାନ କହିଥିଲୋ ତାଙ୍କ ପ୍ରେରଣାରେ ରେବାଡ଼ିରେ ଗୋ-ସଦନ ପ୍ରତିଷ୍ଠିତ ହେଲା ଏହା ଆଧୁନିକ ଭାରତବର୍ଷର ପ୍ରଥମ ଗୋ-ଶାଳା । ସ୍ୱାମୀଜୀ ରାଜା ଜୟକୃଷ୍ଣ ଦାସଙ୍କ ଅତିଥି ହୋଇ ତାଙ୍କ ରାଜ ପ୍ରାସାଦରେ ଅବସ୍ଥାନ କରୁଥିଲୋ ପରବର୍ତ୍ତୀ କାଳରେ ସେହି ରାଜାଙ୍କ ଅନୁରୋଧକ୍ରମେ ସେ ସତ୍ୟାର୍ଥ ପ୍ରକାଶ ଲେଖିଥିଲେ। ବିଦେଶୀ ବର୍ଜନ ଥରେ ଜଣେ ପଣ୍ଡିତ ସ୍ୱାମୀଜୀଙ୍କ ପାଖକୁ ଆସି ତାଙ୍କ ନିମନ୍ତେ ସବୁଠାରୁ ଉଚ୍ଚ ଆସନର ବ୍ୟବସ୍ଥା ପାଇଁ ଅନୁରୋଧ କଲୋ ସେଠାରେ ଉପସ୍ଥିତ ଥିବା ଲୋକେ ପଣ୍ଡିତଙ୍କର ଅନ୍ୟାୟ ଅନୁରୋଧକୁ ପସନ୍ଦ କରୁନଥିଲେ । ସେତେବେଳେ ସ୍ୱାମୀଜୀ ବିନୋଦପୂର୍ଣ୍ଣ ଭାବରେ ମନ୍ତବ୍ୟ ଦେଇଥିଲେ- ଗଛରେ ବସିଥିବା କାଉ ସମସ୍ତଙ୍କଠାରୁ ଉଚ୍ଚ ଆସନରେ ବସିଛି । ଏବେ ପଣ୍ଡିତକୁ ବୁଝାପଡ଼ିଲା ତାଙ୍କ ପ୍ରଶ୍ନର ଉତ୍ତରଟି । ଶ୍ରୋତାଗଣ ମଧ୍ୟ ମନ୍ତବ୍ୟର ତାତ୍ପର୍ଯ୍ୟ ବୁଝିଲେ । ସେହି ଗହଣରେ ଥିଲେ ଉଧୋସିଂହ ନାମକ ଧନାଢ଼୍ୟ ବ୍ୟକ୍ତି । ବେଶ ମୂଲ୍ୟବାନ ବିଦେଶୀ ପୋଷାକ ପରିଧାନ କରି ଆସିଥିଲେ ସ୍ୱାମୀଜୀଙ୍କର ଦର୍ଶନ ଲାଭ ପାଇ । ତାଙ୍କ ପ୍ରତି ସ୍ୱାମୀ ଦୟାନନ୍ଦ କହିଥିଲେ- ଆପଣ ଏପରି ପୋଷାକ ପିନ୍ଧିଲେ ଆମ ଦେଶର କାରିଗରମାନଙ୍କର ଜୀବିକା ବୁଡ଼ିଯିବ । ପ୍ରକାଶ ଥାଉ କି, ଏହା ଥିଲା ଜାତୀୟ କଂଗ୍ରେସର ସ୍ୱଦେଶୀ ଦ୍ରବ୍ୟ ଆଦର ଓ ବିଦେଶୀ ଦ୍ରବ୍ୟ ବର୍ଜନ ଆନ୍ଦୋଳନର ପାଖାପାଖି ଷାଠିଏ ବର୍ଷର ପୂର୍ବବର୍ତ୍ତୀ ଘଟଣା । ଏଥିରୁ ସ୍ୱାମୀ ଦୟାନନ୍ଦଙ୍କର ସ୍ୱଦେଶପ୍ରୀତି ଆକଳନ କରାଯାଇପାରେ । ଦେହାନ୍ତ ୧୮୫୭-୧୮୬୦ ଖ୍ରୀ.ଅ ପର୍ଯ୍ୟନ୍ତ ତିନିବର୍ଷ ଦୟାନନ୍ଦ ଅଜ୍ଞାତବାସରେ ଥିଲେ । ତାହା ଥିଲା ସିପାହୀ ବିଦ୍ରୋହର କାଳ । ଐତିହାସିକ ପୃଥ୍ୱୀସିଂହଙ୍କ ମତରେ ସ୍ୱାମୀଜୀ ଥିଲେ ୧୮୫୭, ସିପାହୀ ବିଦ୍ରୋହରେ ପରୋକ୍ଷ ଭାବରେ ନାନା ସାହେବ, ଆଜିମୁଲ୍ଲା ଖାଁ, କୁମ୍ବର ସିଂହ, ରାଣୀ ଲକ୍ଷ୍ମୀବାଈ ଆଦି ନେତୃବୃନ୍ଦଙ୍କର ପରାମର୍ଶଦାତା ତଥା ପଥପ୍ରଦର୍ଶକ । ଏହିପରି "ଆର୍ଯ୍ୟସମାଜ 'ର ପରିକଳ୍ପିତ ଉନ୍ନତି ରୂପରେଖର ପ୍ରଚାର- ପ୍ରସାର କାର୍ଯ୍ୟ କରୁ କରୁ ଦୟାନନ୍ଦ ସରସ୍ୱତୀ ରାଜସ୍ଥାନର ଯୋଧପୁରରେ ପହଞ୍ଚିଲେ । ସ୍ୱାମୀଜୀଙ୍କର ବ୍ରହ୍ମଚର୍ଯ୍ୟ ତଥା ସଦାଚାରମୂଳକ ଉପଦେଶ ତତ୍କାଳୀନ ରାଜାଙ୍କୁ କିମ୍ବା ତାଙ୍କର ପରିଚାରକମାନଙ୍କୁ ଭଲ ଲାଗୁ ନଥିଲା । ଫଳତଃ ଏହାଥିଲା ୧୮୮୩, ସେପ୍ଟେମ୍ବର ମାସ, ଶେଷ ସପ୍ତାହରେ ଷଡ଼ଯନ୍ତ୍ରକ୍ରମେ ସ୍ୱାମୀଜୀଙ୍କ ପାଚକ ଜଗନ୍ନାଥକୁ ଉତ୍କୋଚ ଦେଇ ସ୍ୱାମୀଜୀ ପାନ କରୁଥିବା ଦୁଗ୍ଧରେ ବିଷାକ୍ତ କାଚଗୁଣ୍ଡ ମିଶାଇ ଦିଆଗଲା । ବିଷ ଦେଇଥିବା ପାଚକକୁ ସ୍ୱାମୀଜୀ କ୍ଷମା କରିଥିଲେ ନିଜର ଉଦାର ଗୁଣରେ । ବିଷ ମଶ୍ରିତ କ୍ଷୀର ପାନ କରିଥିବା ଯୋଗୁଁ ସେ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ, ପ୍ରାୟ ମାସକ ପରେ ୩୦ ଅକ୍ଟୋବର ୧୮୮୩ରେ ତାଙ୍କର ମୃତ୍ୟୁ ହେଇଥିଲା ।
ଲାପାଜ , ବୋଲିଭିଆର ରାଜଧାନୀ ।
ସୁନାଗୋସ୍ୱାମୀ ମଠ ଓଡ଼ିଶାର ପୁରୀରେ ଥିବା ଏକ ମଠ । ଏହା ପୁରୀରେ ଥିବା ସବୁଠାରୁ ପୁରୁଣା ମଠମାନଙ୍କ ମଧ୍ୟରେ ଅନ୍ୟତମ । ଏହି ମଠର ମହନ୍ତ ମଧ୍ୟ ଦର୍ପନାରାୟଣ ମଠର ମହନ୍ତ ଅଟନ୍ତି । ଜଗନ୍ନାଥଙ୍କ ସେବାରେ ଯୋଗଦାନ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ସମୟରେ ଗହଣା ଯଥା ଅଳକା ଏବଂ ଚଉସରା ଯୋଗାଇଥାଏ । ବନକଲାଗି ସମୟରେ ରତ୍ନବେଦୀ ମଜଣା ଏବଂ ସ୍ନାନ ପୁର୍ଣ୍ଣିମା ରୀତି ସମୟରେ ଶୀତଳା କୂପରୁ ଅଧିବାସ ଜଳ ଯୋଗାଇଥାଏ ଏବଂ ଅଗ୍ନିଉତ୍ସବରେ ଦୋଳ ଗୋବିନ୍ଦଙ୍କ ପାଖରେ ପଙ୍କ୍ତି ଭୋଗ ଲାଗି କରିଥାନ୍ତି ।
କ୍ରନିକ ବୃକ୍‌କ ରୋଗ (ଇଂରାଜୀ ଭାଷାରେ ବା ସିକେଡି/ ) ଏକ ପ୍ରକାର ବୃକ୍‌କ ରୋଗ ଯେଉଁଥିରେ ମାସ ମାସ ଓ ବର୍ଷ ବର୍ଷା ଧରି ବୃକ୍‌କର କାର୍ଯ୍ୟ ସମ୍ପାଦନ ହୋଇପାରେନି । ଆରମ୍ଭରେ ଏହାର କୌଣସି ଲକ୍ଷଣ ଦେଖାଯାଏ ନାହିଁ । ପରବର୍ତ୍ତୀ କାଳରେ ପାଦ ଇଡିମା , ଥକ୍କା ଅନୁଭବ, ବାନ୍ତି , ଅରୁଚି, ଦ୍ୱନ୍ଦ୍ୱ ଇତ୍ୟାଦି ଲକ୍ଷଣମାନ ବିକଶିତ ହୁଏ । ରୋଗ ଜଟିଳ ହେଲେ ହୃଦରକ୍ତନାଳୀ ରୋଗ, ଉଚ୍ଚ ରକ୍ତଚାପ, ରେନାଲ ଓଷ୍ଟିଓଡିସଟ୍ରୋଫି ଓ ଆନିମିଆ ହୋଇପାରେ । ମଧୁମେହ ନିଉରୋପାଥି , ଉଚ୍ଚ ରକ୍ତଚାପ, ଗ୍ଲୋମେରୁଲୋନେଫ୍ରାଇଟିସ , ପଲିସିସ୍ଟିକ ବୃକ୍‌କ ରୋଗ ଇତ୍ୟାଦି ରୋଗ‌ଗୁଡ଼ିକ ଏହି କ୍ରନିକ ବୃକ୍‌କ ରୋଗ ସୃଷ୍ଟି କରିବାରେ ସାହାଯ୍ୟ କରନ୍ତି । ପରିବାରରେ ଏହି ରୋଗ ଇତିହାସ ଥିଲେ ପରବର୍ତ୍ତୀ ପଢ଼ିର ରୋଗ ସଙ୍କଟ ରହିପାରେ । ରକ୍ତ ପରୀକ୍ଷାରୁ ଜିଏଫଆର ମାପ କରି ଓ ମୂତ୍ର ପରୀକ୍ଷାରୁ ଆଲବୁମିନ ପରିମାଣ ମାପ କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ରେନାଲ ଅଲଟ୍ରାସାଉଣ୍ଡ ଓ ବୃକ୍‌କ ବାୟୋପ୍ସି କରି ଅନ୍ତର୍ନିହିତ କାରଣ ଖୋଜିହୁଏ । ଏହାର ଅନେକ ପ୍ରକାର ବର୍ଗୀକରଣ କରାଯାଇଛି । ଏହି ରୋଗ ସଙ୍କଟାପନ୍ନ ଲୋକଙ୍କର ନିୟମିତ ସ୍କ୍ରୀନିଙ୍ଗ କରିବା ଉଚିତ । ପ୍ରାରମ୍ଭିକ ଭାବରେ ଉଚ୍ଚ ରକ୍ତଚାପ, ରକ୍ତ ଶର୍କରା ଓ ସ୍ୱଳ୍ପ କୋଲେସ୍ଟେରୋଲ ନିମନ୍ତେ ଔଷଧ ଚିକିତ୍ସା କରାଯାଏ । ଏନଏସଏଆଇଡି ଦେବାକୁ ନିଷେଧ କରାଯାଏ । ଖାଦ୍ୟ ପରିବର୍ତ୍ତନ କରିବା ସ‌ହିତ ସକ୍ରିୟ ଜୀବନ‌ଯାପନ କରିବାକୁ ଉପଦେଶ ଦିଆଯାଏ । କେତେକ ରୋଗରେ ରେନାଲ ରିପ୍ଲେସମେଣ୍ଟ ଥେରାପି ବା ବୃକ୍‌କ ଟ୍ରାନ୍ସପ୍ଲାଣ୍ଟ କରାଯାଏ । ଆନିମିଆ ଓ ହାଡ଼ ରୋଗର ମଧ୍ୟ ଉପ‌ଯୁକ୍ତ ଚିକିତ୍ସା କରାଯାଏ । ସନ ୨୦୧୬ରେ ସାରା ପୃଥିବୀରେ ୪୧୭ ଜଣ ମହିଳା ଓ ୩୩୬ ଜଣ ପୁରୁଷଙ୍କ ସ‌ହିତ ମୋଟ ୭୫୩ ଜଣ ଲୋକ ଏହି କ୍ରନିକ ବୃକ୍‌କ ରୋଗରେ ଆକ୍ରାନ୍ତ ହୋଇଥିଲେ । ସନ ୨୦୧୫ରେ ପ୍ରାୟ ୧.୨ ନିୟୁତ ଲୋକ ଏହି ରୋଗରେ ମୃତ୍ୟୁ ବରଣ କରିଥିଲେ । ଏମାନଙ୍କ ମଧ୍ୟରୁ ଉଚ୍ଚ ରକ୍ତଚାପରେ ୫୫୦,୦୦୦ ଜଣ, ମଧୁମେହରେ ୪୧୮,୦୦୦ ଜଣ ଓ ଗ୍ଲୋମେରୁନେଫ୍ରାଇଟିସରେ ୨୩୮,୦୦୦ ଜଣ ରୋଗାକ୍ରାନ୍ତ ଥିଲେ ।
ରାମଟେକ ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ନଗ୍ପୁର୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ରାମଟେକ ୨୧.୩୯୫୫ ଉତ୍ତର ଅକ୍ଷାଂଶ ଓ ୭୯.୩୨୭୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୧୭୪ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାମଟେକ ସହରର ମୋଟ ଜନସଂଖ୍ୟା ୨୨୫୧୭ ଅଟେ । ସେଥି ମଧ୍ୟରୁ ୫୧.୨୪% ଜଣ ପରୁଷ ହୋଇଥିବା ବେଳେ ୪୮.୭୬% ଜଣ ନାରୀ ଅଟନ୍ତି । ରାମଟେକର ସାକ୍ଷରତା ହାର ୭୫.୧୧% ଅଟେ । ଏହା ଜାତୀୟ ହାରଠାରୁ ୧୦.୨୭% ପ୍ରତିଶତ କମ ଅଟେ । ସେଥିରୁ ୪୧.୯୧% ପ୍ରତିଶତ ପୁରୁଷ ଓ ୩୩.୨୦% ନାରୀ ଅଟନ୍ତି । ୧୨.୨୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ମରାଠୀ ରାମଟେକର ସରକାରୀ ଭାଷା ଅଟେ ।
ରେସଲିଜୁମାବ (ଇଂରାଜୀ ଭାଷାରେ ), ଅନ୍ୟମାନଙ୍କ ମଧ୍ୟରେ ସିନକେୟାର ବ୍ରାଣ୍ଡ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଅନିୟନ୍ତ୍ରିତ ଇଓସିନୋଫିଲିକ ଆଜମା ପାଇଁ ବ୍ୟବହୃତ ହୋଇଥାଏ । ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ବ୍ୟବହୃତ ହୁଏ । ସ୍କଟଲ୍ୟାଣ୍ଡରେ ଖର୍ଚ୍ଚ ଅନୁପାତରେ ଲାଭର ଅଭାବ ହେତୁ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜିକ ନାକ ପ୍ରଦାହ, ଅଣନିଶ୍ୱାସ ଏବଂ ମାଂସପେଶୀ ନଷ୍ଟ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କର୍କଟ ଏବଂ ଆନାଫାଇଲକସିସ ଅନ୍ତର୍ଭୁକ୍ତ ହୋଇପାରେ । ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇଣ୍ଟରଲୁକିନ୍ -୫ (ଆଇଏଲ୍ -୫) ସ‌ହିତ ସଂଲଗ୍ନ ହୋଇ ତାକୁ ଅବରୋଧ କରେ । ୨୦୧୬ ରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ରେସଲିଜୁମାବ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ୧୦୦ ମିଗ୍ରା ଭାଏଲର ମୂଲ୍ୟ ପ୍ରାୟ ୧୦୫୦ ଡଲାର ଥିଲା । ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୫୦୦ ଡଲାର ଅଟେ ।
ରାଜାରାଣୀ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ଶିବ ମନ୍ଦିର । ଏହା ସୋମବଂଶୀ ଶାସକଙ୍କଦ୍ୱାରା ଏକାଦଶ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା । ସେହି ସମୟରେ ଏହା ଇନ୍ଦ୍ରେଶ୍ୱର ମନ୍ଦିର ନାମରେ ପରିଚିତ ଥିଲା । ବିବରଣୀ ରାଜାରାଣୀ ମନ୍ଦିର ହଳଦିଆ ଓ ନାଲି ରଙ୍ଗ ମିଶ୍ରିତ ବାଲିପଥରରେ ନିର୍ମିତ, ଯାହାକୁ ରାଜାରାଣୀୟ ପଥର କୁହାଯାଇଥାଏ । ମନ୍ଦିରଟି ପୂର୍ବ ଦିଗକୁ ମୁଁହାଇରହିଛି । ମନ୍ଦିରର ଗର୍ଭଗୃହ ରେଖା ଶୈଳୀ ଏବଂ ଜଗମୋହନ ପିଢ଼ା ଶୈଳୀରେ ନିର୍ମିତ । ରାଜାରାଣୀ ମନ୍ଦିର ପଞ୍ଚରଥ ଶୈଳୀରେ ତିଆରି ହୋଇଛି । ଏହି ମନ୍ଦିର ପୁରୀର ଜଗନ୍ନାଥ ମନ୍ଦିରର ସମକାଳୀନ ଅଟେ । ବର୍ତ୍ତମାନ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ରାଜାରାଣୀ ମନ୍ଦିରର ରକ୍ଷଣାବେକ୍ଷଣ କରୁଅଛି । ପର୍ବପର୍ବାଣି ଓଡ଼ିଶା ସରକାରଦ୍ୱାରା ପ୍ରତିବର୍ଷ ଜାନୁଆରୀ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜାରାଣୀ ମନ୍ଦିରରେ ରାଜାରାଣୀ ସଙ୍ଗୀତ ମହୋତ୍ସବ ଅନୁଷ୍ଠିତ କରାଯାଏ । ଭାରତର ବିଭିନ୍ନ ଅଞ୍ଚଳରୁ ସଙ୍ଗୀତଶିଳ୍ପୀ ଏଥିରେ ସଙ୍ଗୀତ ପରିବେଷଣ କରିଥାନ୍ତି ।
ଭାରତର ନୃତ୍ୟକଳା ଏକ ସର୍ବପୁରାତନ କାଳରୁ ଭିନ୍ନ ଭିନ୍ନ ଭାବ ଭଙ୍ଗୀରେ ସୃଷ୍ଟି ହୋଇ ଆସିଛି । ଭାରତୀୟ ନୃତ୍ୟକଳା ଓ ଏହାର ସ୍ଥାପତ୍ୟ ସର୍ବ ଜନସାଧାରଣମାନଙ୍କୁ ଏକତ୍ର କରି ରଖିପାରିଛି । ସମଗ୍ର ଭାରତ ବର୍ଷରେ କାହିଁ କେଉଁ ଯୁଗରୁ ଆଜି ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ନିଜ ନିଜ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ଯାଇ ସଂସ୍କୃତି ସମ୍ପନ୍ନ ନୃତ୍ୟକୁ ପରିବେଷଣ କରିଥାନ୍ତି । ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଏକତା ଓ ମାନସିକ ଶାନ୍ତି ଉଜ୍ଜୀବିତ ହୁଏ । ସମସ୍ତ ପ୍ରକାରର ପର୍ବପର୍ବାଣି, ଆଡମ୍ବର ଅନୁଷ୍ଠାନ ଏବଂ ମନର ଶାନ୍ତି ଭାବନାକୁ ଉଜ୍ଜୀବିତ କରି ରଖିବା ପାଇଁ ଲୋକମାନେ ନିଜ ନିଜ ସାଂସ୍କୃତିକ ଶୈଳୀରେ ନୃତ୍ୟ ପରିବେଷଣ କରିଥାନ୍ତି । ଏହାଦ୍ୱାରା ଧାର୍ମିକ , ସାଂସ୍କୃତିକ ଓ ଶାସ୍ତ୍ରୀୟ ନୃତ୍ୟର ମାର୍ଜନା ହୋଇଥାଏ । ଓଡ଼ିଶୀ ଓଡ଼ିଶୀ ନୃତ୍ୟ ଆମ ଓଡ଼ିଶାର ମୁଖ୍ୟ ନୃତ୍ୟକଳା ଅଟେ । ଏହା ଆମ ସଂସ୍କୃତି ଓ କଳାକୁ ଆହୁରି ସମୃଦ୍ଧ କରିଛି । ଏହି ନୃତ୍ୟକଳା କେବଳ ଆମ ରାଜ୍ୟ, ଆମ ଦେଶ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଛି । ଏହା ଉଡ୍ର-ମଗଧ ଶୈଳୀର ଶାସ୍ତ୍ରୀୟ ନୃତ୍ୟରୁ ଉତ୍ପତି ଲାଭ କରିଥିବା କଥିତ ଅଛି । ଏହା ନୃତ୍ୟକଳାକୁ ଗୁରୁ କେଳୁଚରଣ ମହାପାତ୍ର ଏକ ନୂତନ ପରିଚୟ ପ୍ରଦାନ କରିଥିଲେ । ସେ ଓଡ଼ିଶୀ ନୃତ୍ୟକଳାର କ୍ରମ ବିକାଶ କରିବାସହ ଏହାର ପ୍ରଚାର ଓ ପ୍ରସାର ମଧ୍ୟ କରିଥିଲେ । ତେବେ ଆଜିର ସମୟରେ ଏହି ନୃତ୍ୟକଳା ଦେଶବିଦେଶରେ ଆଦୃତ ହେବାସହ ଆମ ରାଜ୍ୟକୁ ଜାତୀୟ ଗୌରବ ଆଣି ଦେଇଛି । ଏହିନୃତ୍ୟର ବିଶେଷତ୍ୱ ହେଲା ଏଥିରେ ପାଦର ଚଳନ ଏବଂ ମୁଦ୍ରା । ତ୍ରିଭଙ୍ଗୀ ଓ ଚୌକ ଠାଣୀ ଏହି ନୃତ୍ୟକୁ ଆକର୍ଷଣୀୟ କରିଥାଏ । ମୁଖ୍ୟତଃ ଏଥିରେ ୫ଟି ପର୍ଯ୍ୟାୟ ଥାଏ, ଯଥା: ମଙ୍ଗଳାଚରଣ ବାଟୁ ନୃତ୍ୟ ପଲ୍ଲବୀ ଅଭିନୟ ମୋକ୍ଷ ଏହି ନୃତ୍ୟରେ ମଙ୍ଗଳାଚରଣରେ ଭୂମି ପ୍ରଣାମ ଓ ଗୁରୁବନ୍ଦନା କରାଯାଏ । ଏହାପରେ ଶୁଦ୍ଧନୃତ୍ୟ ବା ବାଟୁନୃତ୍ୟ ପରିବେଷଣ କରାଯାଏ । ଏହାପରେ ବିବିନ୍ନ ରାଗ ଉପରେ ପଲ୍ଲବୀ ଆଧାରିତ । ପଲ୍ଲବୀ ପରେ ଅଭିନୟ ନୃତ୍ୟ ପରିବେଷଣ କରାଯାଇଥାଏ। ସାଧାରଣତଃ ପୁରାତନ ସଂସ୍କୃତ ରଚନା ଗୀତଗୋବିନ୍ଦ ଉପରେ ଏହା ସଂଯୋଜନା କରାଗଲା। ଓଡ଼ିଶୀ ନୃତ୍ୟର ବୈଶିଷ୍ଟ ହେଲା ଅଙ୍ଗଭଙ୍ଗୀ ଓ ଲାଳିତ୍ୟ ଓ ଏହାର ପାଞ୍ଚଗୋଟି ପର୍ଯ୍ୟାୟ ହେଲା : ମଙ୍ଗଳାଚରଣ,ବଟୁ,ପଲ୍ଲବୀ,ଅଭିନୟ ଓ ମୋକ୍ଷ । ନୃତ୍ୟ ଆରମ୍ଭରେ ନର୍ତ୍ତକୀ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପାଞ୍ଜଳୀଦ୍ୱାରା ପ୍ରଣାମ ନିବେଦନ କରେ ଓ ଶେଷରେ ମୋକ୍ଷ ଲାଭ କାମନା କରି ପ୍ରଣତି ଜଣାଏ। ଏହି ନୃତ୍ୟରେ ପଖଉଜ,ବେହେଲା,ଗିନି,ଝାଞ୍ଜ,ବଂଶୀ ଇତ୍ୟାଦି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଏ । ଆଜି ଓଡ଼ିଶୀ ନୃତ୍ୟ ସମଗ୍ର ଭାରତ ବର୍ଷ ଓ ପୃଥିବୀରେ ବିଶେଷଭାବେ ଆଦୃତ ହୋଇପାରିଛି । ଓଡ଼ିଶୀ ଭାରତର ଆଠଟି ଶାସ୍ତ୍ରୀୟ ନାଟ ଭିତରୁ ଗୋଟିଏ । ଏହା ଓଡ଼ିଶାରୁ ଜନ୍ମ ଲାଭ କରିଛି । ପୁରାତନ ତତ୍ତ୍ୱ ଅନୁସାରେ ଏହା ଭାରତର ଜୀବନ୍ତ ନୃତ୍ୟକଳା ଭିତରୁ ଗୋଟିଏ । ଭାରତୀୟ ନୃତ୍ୟକଳାର ପୋଥି ନାଟ୍ୟ ଶାସ୍ତ୍ର ଏହାକୁ ଓଡ୍ର-ମାଗଧି ବୋଲି କହେ । ପ୍ରଥମ ଖ୍ରୀଷ୍ଟପୂର୍ବ ବେଳକୁ ଭୁବନେଶ୍ୱରର ଖଣ୍ଡଗିରି ଓ ଉଦୟଗିରିଠାରେ ଓଡ଼ିଶୀ ଏକ ଉନ୍ନତ ନୃତ୍ୟକଳାରେ ପରିଣତ ହୋଇସାରିଥିଲା ଯାହା ସେ କେତେ ପୁରୁଣା ସେକଥା ପ୍ରମାଣ କରେ । ପରାଧୀନ ଭାରତରେ ଫିରିଙ୍ଗିମାନଙ୍କ ଦେଇ ଏହା କିଛି ପରିମାଣରେ ଦବିଯାଇଥିଲେ ହେଁ ସ୍ୱାଧୀନତା ପରେ ଓଡ଼ିଶୀ ପୁଣି ତାର ଆଗର ଗୌରବ ଫେରିପାଇଥିଲା । ଏହାର ତ୍ରିଭଙ୍ଗୀ ଠାଣି ବା ଦେହର ତିନୋଟି ଅଙ୍ଗ- ମୁଣ୍ଡ , ଛାତି ଓ ଅଣ୍ଟାର ସ୍ୱାଧୀନ ଗତି ଏହାକୁ ବାକି ଭାରତୀୟ ନାଟଠାରୁ ପୁରାପୁରି ନିଆରା କରି ଗଢ଼ିତୋଳିଛି । ଆଉ ମୌଳିକ ଚଉକୋଣ ନାଚକୁ ଚଉକା କୁହାଯାଏ । ସାହିଯାତ ଶ୍ରୀଜଗନ୍ନାଥଙ୍କ ରାମାବତାରଲୀଳାର ଅଂଶବିଶେଷ ସାହି ଯାତ ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପାରମ୍ପରିକ ସମରକଳାର ପ୍ରତୀକ ରୂପେ ପରିଚିତ । ପୁରୀରେ ସାହିଯାତ ଚୈତ୍ର ଶୁକ୍ଳ ଅଷ୍ଟମୀ ଠାରୁ ବୈଶାଖ କୃଷ୍ଣ ଦ୍ୱିତୀୟା ପର୍ଯ୍ୟନ୍ତ ୯ କିମ୍ବା ୧୦ଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ । ଅନନ୍ତ ବର୍ମା ଚୋଡ଼ଗଙ୍ଗଦେବଙ୍କ ସମୟରୁ ଏହା ଆରମ୍ଭ ହୋଇଥିଲା । ଏହି ସାହି ଯାତ ସମୟରେ ପୁରୀ ସହରର ସାତଟି ସାହିରୁ ବାହାରୁ ଥିବା ପଟୁଆର ଓ ଯାତ୍ରା ଆଦି ବାଦି ସାହିଗୁଡ଼ିକରେ ସେମାନଙ୍କ କଳାକୌଶଳ ଆଦି ପ୍ରଦର୍ଶନ କରିଥାଆନ୍ତି । ସାହିଯାତରେ ସମରକଳା, ଲୋକକଳା, ଲୋକନୃତ୍ୟ, ଲୋକଗୀତ ତଥା ଲୋକବାଦ୍ୟ ପରମ୍ପରାର ସମ୍ମିଳିତ ରୂପ ଦେଖିବାକୁ ମିଳିଥାଏ । ଶ୍ରୀକ୍ଷେତ୍ରର ସାହି ଯାତର ପରମ୍ପରା ସହ ବାଲ୍ମିକୀ ରାମାୟଣର ପର୍ଶୁରାମଙ୍କ ବର୍ଣ୍ଣିତ ରୂପ ସହ ଜଗନ୍ନାଥଙ୍କ ନାଗାର୍ଜୁନ ବେଶର ସାଦୃଶ୍ଯ ରହି ଥିବାରୁ ତାହା ରାମାନନ୍ଦଙ୍କ ପ୍ରଭାବରେ ଆରମ୍ଭ ହୋଇଛି ବୋଲି ଅନୁମାନ କରାଯାଉଛି। ଶ୍ରୀରାମ ନବମୀଠାରୁ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ଶେଷହେବା ପରେ ଆଜ୍ଞାମାଳ ପାଇ ରାମ ଓ ଲକ୍ଷ୍ମଣଙ୍କ ଚଳନ୍ତି ବିଗ୍ରହ ପାଲିଙ୍କିରେ ବିଜେହୋଇ ଜଗନ୍ନାଥବଲ୍ଲଭ ମଠକୁ ଯାଇଥାନ୍ତି । ସେଠାରେ ଯଜ୍ଞରକ୍ଷା, ଶିବଧନୁ ଭଙ୍ଗ, ସୀତା ବିବାହ, ପର୍ଶୁରାମ ଲୀଳା, ବନବାସ ଲୀଳା, ମାୟାମୃଗ ଲୀଳା, ଲଙ୍କାପୋଡ଼ି ହନୁମାନ ଲୀଳା ଓ ରାବଣ ବଦ୍ଧ ଆଦି ସାହିଯାତର ପ୍ରମୁଖ ଲୀଳାମାନ ସମ୍ପନ୍ନ ହୋଇଥାଏ । ଲୀଳା ସମ୍ପନ୍ନ ହେବାପରେ ପୁନଃ ଶ୍ରୀମନ୍ଦିରକୁ ବାହୁଡ଼ନ୍ତି । ରାମ ନବମୀ ଅବସରରେ କାଳିକାଦେବୀ ସାହିରୁ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଓ ବିଶ୍ୱାମିତ୍ର ବାହାରି ଶ୍ରୀମନ୍ଦିରକୁ ଯିବା ସହ ସହର ପରିକ୍ରମା କରିଥାନ୍ତି । ଦଶମୀ ତିଥିରେ ହରଚଣ୍ଡିସାହି ଆଖେଡ଼ା ପକ୍ଷରୁ ଯଜ୍ଞରକ୍ଷା ପର୍ବ ଓ ଋଷ୍ୟଶୃଙ୍ଗ ଯାତ୍ରା ଲାଗି ନାକ କାନ ନୃତ୍ୟ ଅନୁଷ୍ଠିତ ହୋଇଥାଏ । ଏହି ନାକ କାନକୁ ଶୁବାହୁ ଓ ମାରିଚ ବୋଲି କୁହାଯାଏ । ଏକାଦଶୀ ତିଥିରେ ହରଚଣ୍ଡିସାହି ଆଖେଡ଼ା ପକ୍ଷରୁ ପର୍ଶୁରାମ ଲୀଳା ପ୍ରସର୍ଶିତ ହୋଇଥାଏ । ଲୀଳା ଜନପ୍ରିୟ ଲୋକ ନାଟକ ହିସାବରେ ମଣିପୁରୀ [[ରାସଲୀଳା]ର ସ୍ଥାନ ଖୁବ୍ ଉଚ୍ଚରେ । ପରଂବ୍ରହ୍ମ ଭଗବାନଙ୍କ ବିଭିନ୍ନ ଅବତାର ଅଲୌକିକ ଘଟଣାକୁ ଉପଜିବ୍ୟ କରି ଯେଉଁ ଲାଳିତ୍ୟପୂର୍ଣ୍ଣ ସଙ୍ଗୀତମୟ ତଥା ରସମୟ ଅଭିନୟୋପଯୋଗୀ ରଚନା ସୃଷ୍ଟି ହୁଏ ତାହା ଲୀଳା ନାମରେ ଅଭିହିତ । ଲୀଳାଗୁଡ଼ିକ ଛନ୍ଦ ଯୁକ୍ତ କାବ୍ୟ ବା ଗୀତ ଗୁଣ ରୂପେ ଗ୍ରହଣ କରାଯାଏ । ମୁଖ୍ୟତଃ ୨ ଆରାଧ୍ୟ ଦେବତା କୃଷ୍ଣ ଏବଂ ରାମଙ୍କ କୌତୁକ ପୂର୍ଣ୍ଣ ଜୀବନବୃତ୍ତାନ୍ତ ଭିତ୍ତି କରି ଓଡ଼ିଆ ଲୀଳା ସମୃଦ୍ଧ । ଲୀଳା (ରାଧାପ୍ରେମ ଲୀଳା, ରାମ ଲୀଳା, କୃଷ୍ଣ ଲୀଳା, ଗୋପ ଲୀଳା, ଭାରତ ଲୀଳା) ଆଦି ପ୍ରମୁଖ ।
ପେନସନ ବ୍ୟବସ୍ଥାକୁ ବ୍ୟାପକ କରିବା ଲକ୍ଷ୍ୟରେ ସମଗ୍ର ଦେଶରେ ୧ ମଇ ୨୦୧୫ରେ ନରେନ୍ଦ୍ର ମୋଦୀଙ୍କଦ୍ୱାରା ଅଟଳ ପେନସନ ଯୋଜନା ଶୁଭାରମ୍ଭ ହୋଇଛି । ଏହା କେନ୍ଦ୍ର ସରକାରଙ୍କ ସମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ଏବଂ ଅର୍ଥ ମନ୍ତ୍ରଣାଳୟ ପରିଚାଳିତ ଏକ ଯୋଜନା । ଓଡ଼ିଶାରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସମନ୍ୱୟ ରାଜ୍ୟ ମନ୍ତ୍ରୀ ଉଷା ଦେବୀଙ୍କ ଉପସ୍ଥିତିରେ ରାଜ୍ୟପାଳ ଏସ ସି ଜମିରଙ୍କଦ୍ୱାରା ୯ ମଇ ୨୦୧୫ରେ ଭୁବନେଶ୍ୱର କିଟ କନଭେନସନ ସେଣ୍ଟରଠାରେ ଅଟଳ ପେନସନ ଯୋଜନା ଶୁଭାରମ୍ଭ କରିଛନ୍ତି । ଲକ୍ଷ୍ୟ ଅବ୍ୟବସ୍ଥିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଗରିବ କର୍ମଜୀବୀଙ୍କ ପାଇଁ ବାର୍ଦ୍ଧକ୍ୟ ରୋଜଗାର ସୁରକ୍ଷା ସୃଷ୍ଟି ଏବଂ ସେମାନଙ୍କୁ ଜାତୀୟ ପେନସନ ବ୍ୟବସ୍ଥା ରେ ଯୋଗଦେବାପାଇଁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ଯୋଜନା ରଚନା କରାଯାଇଛି । ପୁର୍ବରୁ ଥିବା ସ୍ୱାବଲମ୍ବନ ଯୋଜନାରେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ନିଶ୍ଚିତ ପେନସନ ସୁବିଧା ନଥିବାରୁ ଏହି ଯୋଜନାର ଆବଶ୍ୟକତା ହେଲା । ସୁବିଧା ଏହି ଯୋଜନାରେ ସାଧାରଣ ବ୍ୟକ୍ତିଟିଏ ବର୍ଷକୁ ୧ ହଜାର ଟଙ୍କା ଲେଖାଏଁ ୫ ବର୍ଷ ପର୍ଯ୍ୟନ୍ତ ପ୍ରିମିୟମ ପ୍ରଦାନ କଲେ ୬୦ ବର୍ଷ ପରେ ସେମାନଙ୍କୁ ମାସିକ ୫ ହଜାର ଟଙ୍କା ପେନସନ ଦେବାର ବ୍ୟବସ୍ଥା ହୋଇଛି । ଉପଭୋକ୍ତାମାନଙ୍କୁ ୧୦୦୦ଟଙ୍କାରୁ ୫୦୦୦ଟଙ୍କା ପର୍ଯ୍ୟନ୍ତ ସ୍ଥିର ପେନସନ ସୁବିଧା । ଯଦି ସେ ୧୮ରୁ ୪୦ ବର୍ଷ ମଧ୍ୟରେ ହୋଇଥାନ୍ତି ଅବଦାନ ସ୍ତର ଭିନ୍ନ ଭିନ୍ନ ହୋଇପାରେ । ଯଦି ସେ ଜଲ୍ଦୀ ଯୋଗଦିଅନ୍ତି ତେବେ କମ ଏବଂ ଯଦି ବିଳମ୍ବରେ ଯୋଗ ଦିଅନ୍ତି ଅଧିକ ହେବ । ଉପଭୋକ୍ତାଙ୍କର ମନୋନୟନକାରୀଙ୍କୁ କର୍ପସ ପାଣ୍ଠିର ଫିକ୍ସଡ ରିଟର୍ନ ମାସିକ ପେନସନ ମିଳିବ । ଉଦାହରଣ: ଯଦି ବୟସ ୧୮ ଏବଂ ୧୦୦୦ରୁ ୫୦୦୦ଟଙ୍କା ପାଇବା ପାଇଁ ଚାହୁଁଛନ୍ତି ଅବଦାନ ରାଶି ୪୨ରୁ ୨୧୦ ଟଙ୍କା ମଧ୍ୟରେ ଦେବାକୁ ହେବ । ସେହି ପେନସନ ସ୍ତର ପାଇବା ପାଇଁ ୪୦ ବର୍ଷରେ ଏହି ଯୋଜନାରେ ଜଣେ ଯୋଗଦିଅନ୍ତି, ୨୯୧ରୁ ୧୪୫୪ ଅବଦାନ ରାଶି ଟଙ୍କା ଦେବାକୁ ହେବ । ସ୍ୱାବଲମ୍ବନ ଯୋଜନାରେ ପୁର୍ବରୁ ଥିବା ଉପଭୋକ୍ତା ସ୍ୱତଃ ଭାବେ ଏହି ଯୋଜନାକୁ ପରିବର୍ତ୍ତିତ ହୋଇଯିବେ ଯଦି ସେମାନେ ଏହାକୁ ବିରୋଧ ନକରନ୍ତି । ହିତାଧିକାରୀଙ୍କ ଯୋଗ୍ୟତା ଏହା ସମସ୍ତଙ୍କ ପାଇଁ ଉନ୍ମୁକ୍ତ ଅଛି ଯଦି ସେ କୌଣସି ବୈଧାନିକ ସୁରକ୍ଷା ଯୋଜନାରେ ନାହାନ୍ତି । ସେମାନେ ୩୧ ଡିସେମ୍ବର ୨୦୧୫ ପୁର୍ବରୁ ଜାତୀୟ ପେନସନ ବ୍ୟବସ୍ଥା ଯୋଗ ଦେଇଥିବେ ଏବଂ ଆୟକରଦାତା ହୋଇନଥିବେ । ଯୋଗଦେବାର ଏବଂ ଅବଦାନକରିବାର ବୟସ ସର୍ବନିମ୍ନ ବୟସ ୧୮ ଏବଂ ସର୍ବାଧିକ ୪୦ ବର୍ଷ ବୟସ ମଧ୍ୟରେ ହେବ ଉଚିତ । ଏଣୁ ଉପଭୋକ୍ତାମାନଙ୍କର ଅବଦାନର ସର୍ବନିମ୍ନ ଅବଧି ୨୦ ବର୍ଷ ଏବଂ ତତୋଧିକ ଅଟେ । ଫୋକସରେ ଅଣବ୍ୟବସ୍ଥିତ କ୍ଷେତ୍ରର କର୍ମଜୀବୀମାନେ । ଉପଭୋକ୍ତାମାନଙ୍କ ନାମାଙ୍କନ ଏବଂ ପୈଠ ଯୋଗ୍ୟ ଶ୍ରେଣୀର ସମସ୍ତ ବ୍ୟାଙ୍କ ଆକାଉଣ୍ଟଧାରୀ ଏହି ସ୍ୱତଃକାଟ (ଅଟୋ-ଡେବିଟ)ସୁବିଧାରେ ଯୋଗଦେଇପାରିବେ । ନାମାଙ୍କନ କରୁଥିବା ସଂସ୍ଥା ସମସ୍ତ ସେବା ପ୍ରଦାନକାରୀ ଜାତୀୟ ପେନସନ ବ୍ୟବସ୍ଥାରେ ସ୍ୱାବଲମ୍ବନ ଯୋଜନା ଅଧିନରେ ଉପଭୋକ୍ତାମାନଙ୍କୁ ନାମାଙ୍କନ କରାଇବେ । ପରିଚାଳନା ଏହା କେନ୍ଦ୍ର ସରକାରଙ୍କ ଯୋଜନା ଯାହା ପେନସନ ପାଣ୍ଠି ପରିଚାଳନା ଏବଂ ଉନ୍ନୟନ ପ୍ରାଧିକରଣ ଦ୍ୱାରା ପରିଚାଳିତ ହେଉଛି । ଜାତୀୟ ପେନସନ ବ୍ୟବସ୍ଥାର ଇନଷ୍ଟିଚ୍ୟୁସନାଲ ଆର୍କିଟେକଚର ଏହି ଯୋଜନାରେ ନାମାଙ୍କନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ । ପାଣ୍ଠି ସରକାରଙ୍କଦ୍ୱାରା ଫିକ୍ସଡ ପେନସନ ରାଶିର ଗ୍ୟାରେଣ୍ଟୀ ଦିଆଯାଏ । ୨୦୧୪ ବଜେଟରେ ଗୃହିତ ଏହି ଯୋଜନା ପାଇଁ ୨୦୧୫-୧୬ରୁ ୨୦୧୯-୨୦ (୫ ବର୍ଷ ପାଇଁ)ଯାଏଁ ସରକାର ଯୋଗ୍ୟ ଉପଭୋକ୍ତାମାନଙ୍କୁ ୧୦୦୦ଟଙ୍କା କିମ୍ବା ୫୦% ପ୍ରିମିୟମ (ଯେଉଁଟି ସର୍ବନିମ୍ନ) ଦେବେ । ଉନ୍ନୟନ ପ୍ରଚାର କାର୍ଯ୍ୟକ୍ରମ ଏବଂଲୋକଙ୍କୁ ଯୋଜନାରେ ଯୋଡୁଥିବା ଏବଂ ଅବଦାନ ସଂଗ୍ରହରେ ବ୍ରୀତ ସଂସ୍ଥାମାନଙ୍କ ପାଇଁ ପ୍ରୋତ୍ସାହନ ରାଶି ସରକାର ଯୋଗାଇବେ ।
କେନ୍ଦ୍ରାପଡ଼ା ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । କେନ୍ଦ୍ରାପଡ଼ା ଏହାର ପ୍ରଶାସନିକ ମୁଖ୍ୟାଳୟ । କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମା ରାଜ୍ୟ ରାଜଧାନୀଠାରୁ ୮୫ କି.ମି. ଦୁରରେ ଅବସ୍ଥିତ । ଇତିହାସ ଐତିହ୍ୟ ବିମଣ୍ଡିତ କେନ୍ଦ୍ରାପଡ଼ା ଜିଲ୍ଲା ବା ପ୍ରାଚୀନ ତୁଳସୀକ୍ଷେତ୍ରର ଇତିହାସ ଯେପରି ଘଟଣାବହୁଳ, ସେହିପରି ସୁଦୂରପ୍ରସାରୀ । ଏହି ମାଟିର ପରମ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଙ୍କ କନ୍ଦରାସୁର ଉପାଖ୍ୟାନଙ୍କୁ ନେଇ ଏହାର ନାମ କେନ୍ଦ୍ରାପଡ଼ା ହୋଇଥିବାର ପୌରାଣିକ ତଥ୍ୟକୁ ବାଦ ଦେଲାପରେ ଅନେକ ପଲ୍ଲୀ ବା ଗ୍ରାମର ମଧ୍ୟସ୍ଥଳ ଭାବରେ ଏହାକୁ ପୂର୍ବେ କେନ୍ଦ୍ରପଲ୍ଲୀ କୁହାଯାଉଥିବାର ଐତିହାସିକ ପ୍ରମାଣନୁଯାୟୀ ଏହାକୁ କେନ୍ଦ୍ରାପଡ଼ା କୁହାଯାଇଥାଏ ବୋଲି ବିଜ୍ଞ ଓ ଗବେଷକମାନେ ମତ ପୋଷଣ କରିଥାଆନ୍ତି । ଶ୍ରୀ ବଳଦେବ ମହାପ୍ରଭୁଙ୍କୁ ବାଦ ଦେଲାପରେ କେନ୍ଦ୍ରାପଡ଼ା ଥିଲା ପ୍ରାଚୀନ ନୌବାଣିଜ୍ୟର ଗନ୍ତାଘର । କେନ୍ଦ୍ରାପଡ଼ା ଅନ୍ତର୍ଗତ ତତ୍କାଳୀନ କନିକା ରାଜ୍ୟର ମାଈପୁର ବା ସାଂପ୍ରତିକ ମୟୁରୀ ଗାଁକୁ ଐତିହାସିକ ଟଲେମୀ ମୟୀଡ଼େରା ବନ୍ଦର ଭାବରେ ଚିତ୍ରଣ କରି ଅଛନ୍ତି । ଏହି କନିକାରେ ପୁରାତନକାଳରେ ହୀରା ମିଳୁଥିବାର ପ୍ରମାଣ ମଧ୍ୟ ଉକ୍ତ ବିବରଣୀରୁ ମିଳିଥାଏ । ଏହାଛଡା ପୂର୍ବଦିଗ ସମୁଦ୍ର ଉପକୂଳରେ ଅବସ୍ଥିତ ଜମ୍ବୁ ଦୀପ, କଳଦୀପ (କୋକିଳଦୀପ) ବା ସାତଭାୟା ଥିଲା ସେ ସମୟର ମୁଖ୍ୟ ବାଣିଜ୍ୟକେନ୍ଦ୍ର ବା ବନ୍ଦର । ଏହି ସାତଭାୟାର ବାଣିଜ୍ୟକୁ କେନ୍ଦ୍ର କରି ସୃଷ୍ଟି ହୋଇଛି ତଅପୋଇ କାହାଣୀ । ନୌବାଣିଜ୍ୟର କେନ୍ଦ୍ର ଭାବରେ ପଟ୍ଟାମୁଣ୍ଡାଇ (ପଟ୍ଟାମୁଣ୍ଡାଇ), ବୋଇତରକୁଦ ବୋଇତାଳପାଟ ଉତିକଣ , ଚାନ୍ଦୋଳ ଓ ଗରାପୁର ଆଦି ସ୍ଥାନର ନାମ ଇତିହାସ ପୃଷ୍ଠାରେ ଉଲ୍ଲେଖଯୋଗ୍ୟ।ପରବର୍ତ୍ତୀ ସମୟରେ ଇଂରେଜ ସରକାରଦ୍ୱାରା ୧୮୨୬ ଖ୍ରୀ ଅ ମେ ମାସ ୨୪ ତାରିଖରେ ପ୍ରତିଷ୍ଠା ହୋଇଥିଲା ପ୍ରଥମ ବତୀଘର ଓ ଫଲ୍ସ ପଏଣ୍ଟ ବନ୍ଦର । ୧୮୬୯ ମସିହା ମେ ୨୬ ତାରିଖରେ ଓଡ଼ିଶାର ସର୍ବପ୍ରଥମ ନୌଚାଳନାକ୍ଷମ କେନ୍ଦ୍ରାପଡ଼ା କେନାଲ ଖୋଲାଯାଇ ଏହି ବନ୍ଦର ସହିତ ସଂଯୋଗ କରାଯାଇଥିଲା । ଏହି ବନ୍ଦର ନିକଟସ୍ଥ ଜମ୍ବୁ ଅଞ୍ଚଳରେ ସରକାର ପ୍ରତିଷ୍ଠା କରିଥିଲେ ୧୮୬୧ ମସିହାରେ ଓଡ଼ିଶାରେ ପ୍ରଥମ ଡାକଘର । ପ୍ରାଚୀନ କେନ୍ଦ୍ରପଡ଼ାରେ ଥିଲା ତିନିଗୋଟି ରାଜ୍ୟ ଯଥା କୁଜଙ୍ଗ, ଆଳି ଓ କନିକା । କୁଜଙ୍ଗ ରାଜବଂଶରେ ଷଣ୍ଢବଂଶୀୟ,ଆଳି ରାଜବଂଶରେ ଦେବବଂଶୀୟ ଓ କନିକା ରାଜବଂଶରେ ଭଞ୍ଜ ବଂଶୀୟ ନରପତିମାନେ ଶାସନ କରୁଥିଲେ । କନିକା ରାଜବଂଶର ଅପରାଜୟ ସ୍ୱାଧୀନଚେତା ରାଜା ବଳଭଦ୍ରଭଞ୍ଜ ଓ କୁଜଙ୍ଗର ଦୁର୍ଦାନ୍ତ ଷଣ୍ଢ ରାଜା ଚନ୍ଦ୍ରଧ୍ୱଜଷଣ୍ଢ ସର୍ବପ୍ରଥମେ ମିଳିତ ଭାବେ ହରିଶପୁର ରାଜା ନୀଳକଣ୍ଠ ମଙ୍ଗରାଜଙ୍କ ସହ ହାତ ମିଳେଇ ଇଂରେଜ ବିରୁଦ୍ଧରେ ସଂଗ୍ରାମ କରିଥିଲେ । ଆଳି ରାଜା ନୀଳକଣ୍ଠ ଦେବଙ୍କଦ୍ୱାରା ବର୍ତ୍ତମାନର ପ୍ରସିଦ୍ଧ ଆଳି ଶ୍ରୀ ଶ୍ରୀ ବରାହଜିଉଙ୍କ ମନ୍ଦିର ନିର୍ମିତ ହୋଇଥିବା ସମୟରେ କନିକା ରାଜା ବଳଭଦ୍ରଭଞ୍ଜ ରିଘାଗଡର ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଓ କେରଡାଗଡର ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ ଏହି କେରଡାଗଡରେ ଜନ୍ମ ନେଇଥିଲେ ଦୁଇ ମହାନ ସନ୍ଥ ନାମାଚାର୍ଯା ବାୟାବାବା ଓ ଶୂନ୍ୟବାଦୀ ପୁରୁଷ କ୍ଷେତ୍ରବାସୀ ବାବା, କୁଜଙ୍ଗ ନରେଶ ଅନନ୍ତ ନରେନ୍ଦ୍ର ସାମନ୍ତ କୁଜଙ୍ଗର ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ । ଉନ୍ନବିଂଶ ଶତାବ୍ଦୀର ଓଡ଼ିଶା ଇତିହାସ ପୃଷ୍ଠାରେ କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଅଛି । ଓଡ଼ିଶାରେ ସଂଗଠିତ ନଅଙ୍କ ଦୁର୍ଭିକ୍ଷ ସମୟରେ କେନ୍ଦ୍ରାପଡ଼ାର ଖ୍ୟାତନାମା ଜମିଦାର ରାଧାଶ୍ୟାମ ନରେନ୍ଦ୍ରଙ୍କ ଅକୁଣ୍ଠ ଚିତ୍ତ ସମଗ୍ର ଓଡ଼ିଶା ଲୋକଙ୍କୁ ଯେପରି ଭାବରେ ବୀନା ମୂଲ୍ୟରେ କ୍ଷ୍ଯୁଦାର୍ତ ଲୋକମାନଙ୍କୁ ମାସ ମାସ ଧରି ଆହାର ଯୋଗେଇ ଥିଲେ, ତାହା ସବୁଦିନ ପାଇଁ ଓଡ଼ିଶା ଇତିହାସରେ ଲିପିବଦ୍ଧ ହୋଇ ରହିବ । ଉଲ୍ଲେଖ ଅଛି ଯାଜପୁର ପାଇଁ ରାଧାଶ୍ୟାମ ନରେନ୍ଦ୍ର ୭୫ ହଜାର ମହଣ ଧାନ ବୀନା ମୂଲ୍ୟରେ, ଆଦି ନେତା ବିଚିତ୍ରାନନ୍ଦ ଦାସଙ୍କ ଅନୁରୋଧରେ ଦାନ କରିଥିଲେ । ଏଥିପାଇଁ ଦିଲ୍ଲୀ ଦରବାର ଓ କଟକରେ ଉପସ୍ଥିତ ସମସ୍ତ ରାଜାମାନଙ୍କ ସମ୍ମୁଖରେ ରାଧାଶ୍ୟାମ ନରେନ୍ଦ୍ରଙ୍କୁ ସମ୍ମାନିତ କରାଯାଇଥିଲା । ଏହି ରାଧାଶ୍ୟାମ ନରେନ୍ଦ୍ରଙ୍କ ପିଉସା ଥିଲେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତରାୟ । ସେ ୧୭୮୫ ମସିହାରେ ରାଧାଶ୍ୟାମ ନରେନ୍ଦ୍ରଙ୍କ ପିଉସୀ ବା ସଦାଶିବ ଜାଣ। (ନରେନ୍ଦ୍ରଙ୍କ ପିତା) ଓ ଭଗ୍ନୀ ବିମଳା ଦେବୀଙ୍କୁ ବିବାହ କରିଥିଲେ । ରାଧାଶ୍ୟାମ ନରେନ୍ଦ୍ରଙ୍କ ଜ୍ୟଷ୍ଠା ଭଗ୍ନୀ ସୁଲକ୍ଷଣାଙ୍କୁ କୁଜଙ୍ଗ ଷଣ୍ଢ ରାଜା ଚନ୍ଦ୍ରଧ୍ୱଜ ଷଣ୍ଢ ବିବାହ କରିଥିଲେ । ଏହି ଚନ୍ଦ୍ରଧ୍ୱଜ ଷଣ୍ଢଙ୍କର ନାତି ଜଗନ୍ନାଥ ବୀରବରଙ୍କ ପୋଷ୍ୟ ପୁତ୍ର ଥିଲେ କୁଜଙ୍ଗ ଗାନ୍ଧୀ ନାରାୟଣ ବୀରବର ସାମନ୍ତ । ରାଧାଶ୍ୟାମ ନରେନ୍ଦ୍ରଙ୍କ ଜମିଦାରୀ ମଧ୍ୟରେ ରହିଥିଲେ ଲଳିତଗିରି, ଉଦୟଗିରି ଓ ରତ୍ନଗିରି । ଏହି ଅଞ୍ଚଳଗୁଡ଼ିକ ତତ୍କାଳୀନ ଅଳତୀ ପ୍ରଗଣା ଭୁକ୍ତ ହୋଇଥିଲା । ରାଧାଶ୍ୟାମ ନରେନ୍ଦ୍ରଙ୍କ ତାଙ୍କ ଜମିଦାରୀ ଅଞ୍ଚଳ ମଧ୍ୟରୁ ଓଳାସୁଣୀ ପାହାଡକୁ ସାଧୁ ଅରଖିତଙ୍କୁ ଦାନକରି ତାଙ୍କ ନାମରେ ଉଇଲ କରିନେଇଥିଲେ । ନରେନ୍ଦ୍ର କନିକା ରାଜା ବିନାୟକଭଞ୍ଜଙ୍କ ମୁରବୀ ଭାବରେ ଅଧିଷ୍ଠିତ ହୋଇ କନିକା ରାଜା ବଂଶକୁ ସୁରକ୍ଷା ପ୍ରଦାନ କରିଥିଲେ । ଉନ୍ନବିଂଶ ଶତାବ୍ଦୀରେ, ଯେଉଁ ସମୟରେ ଓଡ଼ିଆ ଭାଷା ବଙ୍ଗବାସୀଙ୍କ ଦ୍ୱାରାକବଳିତ,ସେହି ସମୟରେ ଓଡ଼ିଆ ଭାଷାକୁ ପାଥେୟ କରି ବଡ଼କୋଠା ମଧ୍ୟସ୍ଥ ରଙ୍ଗ ମହଲରେ ଓଡ଼ିଆ ସଂଗୀତର ଆସର ତୋଳୁଥିଲେ ସଙ୍ଗୀତଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ । ଏଠାରେ ସମ୍ମିଳିତ ହେଉଥିଲେ ଭାରତର ଶ୍ରେଷ୍ଠ ସଙ୍ଗୀତଜ୍ଞ, ବଡ଼ ଗୋଲମ ଅଲ୍ଲୀ, ରୋସ୍ନାରା ବେଗମ, ହାଫିଜ ଅଲ୍ଲୀ ଖାଁ, ରାୟଚାନ୍ଦ ବରାଳ ଇତ୍ୟାଦି । ଏହି ଆସର ସହିତ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ହୋଇଥିଲେ ପଦ୍ମଶ୍ରୀ ବାଣୀକଣ୍ଠ ନିମାଇ ହରିଚନ୍ଦନ ଓ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ । ୧୮୯୯ ମସିହାରେ ସର୍ବ ପ୍ରଥମେ ସଙ୍ଗୀତ ଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ ରେକର୍ଡିଂ କରିଥିଲେ ଓଡ଼ିଆ ସଙ୍ଗୀତ ସଜନିରେ . ସଜନି। ବାଣୀକଣ୍ଠ ଥିଲେ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ପୁତୁରା ଓ ବୃନ୍ଦାବନ ହରିଚନ୍ଦନଙ୍କ ପୁତ୍ର ଓ ପୁରୀ ବାଳକଟୀ ଗ୍ରାମର ବାଳକୃଷ୍ଣ ଦାସ ଥିଲେ ଗୋକୁଳ ଶ୍ରୀଚନ୍ଦଙ୍କର ଶିଷ୍ୟ ।ବିଂଶ ଶତାବ୍ଦୀର ଇତିହାସ ପୃଷ୍ଠାରେ କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଅଛି । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ କେନ୍ଦ୍ରପାଡ଼ାର ବରେଣ୍ୟ ନେତା ଯଦୁମଣି ମଙ୍ଗରାଜ ,ନାରାୟଣ ବୀରବର ସାମନ୍ତ,ପୀତାମ୍ବର ଜଗଦେବ ,ଆଶାଦୁଲ୍ଲା,ଅମର ଚାଟାର୍ଜୀ,ଆଳିର ଗାନ୍ଧୀ ସହଦେବ ପ୍ରଧାନ ଆଦି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏମାନଙ୍କ ଆହ୍ୱାନରେ ଗାନ୍ଧୀଜୀ କେନ୍ଦ୍ରାପଡ଼ାକୁ ପଦଯାତ୍ରା କରିଥିଲେ ।ହରିଜନ ପଦଯାତ୍ରା ବେଳେ ବହୁ ସଂଖ୍ୟକ ନାରୀମାନେ ମଧ୍ୟ ଏଥିରେ ଭାଗନେଇଥିଲେ । ଶିକ୍ଷା କ୍ଷେତ୍ରରେ କେନ୍ଦ୍ରାପଡ଼ା ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ଅନେକ ଆଗରେ ରହିଛି । ୧୮୪୪ ମସିହାରେ ସର୍ବ ପ୍ରଥମେ ଓଡ଼ିଶାର (କଟକ ସହର ନୁହେଁ) ହରିପୂର,ରେମୁଣା,କେନ୍ଦ୍ରାପଡ଼ାରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା ।୧୮୬୩ ମସିହାରେ ଏହି ବିଦ୍ୟାଳୟ ମଧ୍ୟ ଇଂରାଜୀ ଓ ୧୮୮୩ ମସିହାରେ ତତ୍କାଳୀନ ଏସଡିଓ କୀର୍ତିଗୋବିନ୍ଦ ଗୁପ୍ତଙ୍କଦ୍ୱାରା ଉଚ ବିଦ୍ୟାଳୟରେ ପରିଚିତ ହୋଇଥିଲା ।ବିଶିଷ୍ଟ ଶିକ୍ଷାବିତ ଜାମାଲଉଦ୍ଦୀନ ଓ ପଲ୍ଲୀକବି ନନ୍ଦକିଶୋର ବଳ ଏହି ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଥିଲେ।ଏହାପରେ ୧୮୯୩ ମସିହାରେ କେନ୍ଦ୍ରାପଡ଼ା ସହରରେ ନାରୀଶିକ୍ଷାର ପ୍ରସାର ପାଇଁ ଫ୍ରେଜର ବାଳିକା ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ୧୮୯୩ ମସିହାରେ ,ସର୍ବ ପ୍ରଥମେ କେନ୍ଦ୍ରାପଡ଼ାରେ ଏକ ସର୍ବସାଧାରଣ ପାଠାଗାର ସ୍ଥାପିତ ହୋଇଥିଲା,ଏହାର ନାମ ତତ୍କାଳୀନ ଥିଲା ନରେନ୍ଦ୍ର ପାଠାଗାର ମାତ୍ର ମହାରାଣୀ ଭିକ୍ଟୋରିଆଙ୍କ ଜନ୍ମ ଜୟନ୍ତୀରେଏହାର ନାମ ଡାଏମଣ୍ଡଯୁବଲୀ ଲାଇବ୍ରେରୀ ହୋଇଥିଲା । ସ୍ୱାୟତ ଶାସନ ପ୍ରସଙ୍ଗରେ ସର୍ବପ୍ରଥମେ କେନ୍ଦ୍ରାପଡ଼ାରେ ତା ୧୦.୦୩.୧୮୬୯ ମସିହାରେ ମୁନିସିପାଲିଟି ସ୍ଥାପିତ ହୋଇଥିଲା । ଏହି ପୌରସଂସ୍ଥା ଓଡ଼ିଶାର ସର୍ବପ୍ରଚୀନ ଓ ସର୍ବପ୍ରଥମ ପୌରସଂସ୍ଥା ଭାବରେ ନମିତା ହୋଇଛି । କଟକ ଗେଜେଟିୟରରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି। ଭୂଗୋଳ କେନ୍ଦ୍ରାପଡ଼ା ଜିଲ୍ଲା ରାଜ୍ୟର ପୂର୍ବ ଭାଗରେ ଅବସ୍ଥିତ ଓ ଏହା ୨୦ ୨୦ ' ଉ.ରୁ ୨୦ ୩୭ ' ଉ. ଅକ୍ଷାଂଶ ଓ ୮୬ ୧୪ ' ପୂ.ରୁ ୮୭ ୦୧ ' ପୂ. ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ବେଳାଭୂମି ୮୯ କି.ମି. ପର୍ଯ୍ୟନ୍ତ ପରିବ୍ୟାପ୍ତ ଯାହା ଧାମରା ମୁହାଣରୁ ବତୀଘର ଯାଏଁ ବ୍ୟାପିଅଛି । କେନ୍ଦ୍ରାପଡ଼ା ଜିଲ୍ଲାର ପୂର୍ବରେ: ବଙ୍ଗୋପସାଗର ପଶ୍ଚିମରେ: କଟକ ଜିଲ୍ଲା ଉତ୍ତରରେ: ଭଦ୍ରକ ଜିଲ୍ଲା ଦକ୍ଷିଣରେ: ଜଗତସିଂହପୁର ଜିଲ୍ଲା ଦକ୍ଷିଣ-ପଶ୍ଚିମରେ : ଯାଜପୁର ଜିଲ୍ଲା ଅବସ୍ଥିତ। ଜନସଂଖ୍ୟା ୨୦୧୧ ଜନଗଣନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ଲୋକସଂଖ୍ୟା ୧୪,୩୯,୮୯୧ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୫୬,୩୫୧ ଓ ସହରାଞ୍ଚଳରେ ୮୩,୫୪୦ ଲୋକ ବାସ କରନ୍ତି । ପୁରୁଷ: ୭,୧୭,୬୯୫ ମହିଳା: ୭,୨୨,୧୯୬ ଛ ବର୍ଷରୁ କମ: ୧,୫୩,୪୪୩ ସାକ୍ଷରତା ହାର ୮୫.୯୩% ପୁରୁଷ: ୯୨.୪୫% ମହିଳା: ୭୯.୫୧% ବିଭାଗ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ପ୍ରତିନିଧି ନିତ୍ୟାନନ୍ଦ କାନୁନଗୋ: ୧୯୫୨ ସୁରେନ୍ଦ୍ରନାଥ ଦ୍ୱିବେଦୀ: ୧୯୫୭, ୧୯୬୨ ଓ ୧୯୬୭ ସୁରେନ୍ଦ୍ର ମହାନ୍ତି: ୧୯୭୧ ବିଜୁ ପଟ୍ଟନାୟକ: ୧୯୭୭, ୧୯୮୦ ଓ ୧୯୮୪ ଶରତ କୁମାର ଦେବ: ୧୯୮୫ ରବି ରାୟ: ୧୯୮୯ ଓ ୧୯୯୧ ଶ୍ରୀକାନ୍ତ ଜେନା: ୧୯୯୬ ପ୍ରଭାତ କୁମାର ସାମନ୍ତରାୟ : ୧୯୯୮ ଓ ୧୯୯୯ ଅର୍ଚ୍ଚନା ନାୟକ: ୨୦୦୪ ବୈଜୟନ୍ତ ପଣ୍ଡା: ୨୦୦୯ ଓ ୨୦୧୮ ଅନୁଭବ ମହାନ୍ତି:୨୦୧୯ ପ୍ରାୟ ୧୨ ଲକ୍ଷ ବାସିନ୍ଦାଙ୍କ ମଧ୍ୟରୁ ୭ଲକ୍ଷ ଭୋଟର ମତଦାନ କରନ୍ତି । ଅବସ୍ଥିତ ମୁଖ୍ୟନଦୀ ବ୍ରାହ୍ମଣୀ ମହାନଦୀ ହଂସୁଆ ଲୁଣା କରାଣ୍ଡିଆ ପାଇକା ଚିତ୍ରତ୍ତ୍ୱଳା ଗୋବରୀ ପାଟଶାଳା ନଦୀ ବଙ୍ଗୋପସାଗର ବେଷ୍ଟୀତ ଏହି ଅଞ୍ଚଳ ସର୍ବଦା ବାତ୍ୟା ଓ ବନ୍ୟା ପ୍ରପିଡିତ । ଶୀଳ୍ପ ବିହୀନ ଅଞ୍ଚଳରେ ଏବେ ଜାହଜ ନିର୍ମାଣ କାରଖାନା କରିବାକୁ ଶିଳ୍ପପତିମାନେ ଆଗ୍ରହ ପ୍ରକାଶ କରୁଛନ୍ତି । ପରିବେଶବିତମାନେ ଜୈବ ବିବିଧତା ନଷ୍ଟ ଆଳରେ ବିରୋଧ କରୁଛନ୍ତି । ମାଛ, ଚିଙ୍ଗୁଡିଧରା ଓ ରପ୍ତାନି ଏଠାରେ ମୁଖ୍ୟ ବ୍ୟବସାୟ । ତହସିଲ ଆଳି କେନ୍ଦ୍ରାପଡ଼ା ରାଜକନିକା ପଟ୍ଟାମୁଣ୍ଡାଇ ମାର୍ଶାଘାଇ ରାଜନଗର ଡେରାବିଶି ଗରଦପୁର ମହାକାଳପଡ଼ା ଗମନାଗମନ କେନ୍ଦ୍ରାପଡ଼ା ସହରକୁ ଗମନା ଗମନ ପାଇଁ ସଡକ ପଥ ହିଁ ଏକମାତ୍ର ପନ୍ଥା । ଭୁବନେଶ୍ୱର ଓ କଟକରୁ ବସଦ୍ୱାରା ଯଥାକ୍ରମେ ତିନି ଓ ଦୁଇ ଘଂଟାରେ ପହଂଚି ହେବ।ଭଦ୍ରକରୁ ଭାୟା ଚାନ୍ଦବାଲି ରାଜ୍ୟ ରାଜପଥଦ୍ୱାରା ଆସିପାରିବେ। ଏହାବାଦ ବନ୍ଦର ସହର ପାରାଦୀପରୁ ଏକ ଘଣ୍ଟା ମଧ୍ୟରେ ପହଂଚି ହେବ । ପର୍ଯ୍ୟଟନ ସ୍ଥଳ 'କେନ୍ଦ୍ରାପଡ଼ା ଜିଲ୍ଲା' ରେ ରାଜ୍ୟସରକାରଙ୍କଦ୍ୱାରା ମାନ୍ୟତାପ୍ରାପ୍ତ ୧୩ଟି ପର୍ଯ୍ୟଟନ ସ୍ଥଳ ରହିଛି ।
ଶ୍ୱେତସାର ଏକ ଜୈବପଦାର୍ଥ । ଏହା ଉଦ୍ଭିଦର କୋଷିକାରେ ଥିବା ହରିତ୍‌କଣାରେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାଦ୍ୱାରା ତିଆରି ହୋଇଥାଏ । ଏଗୁଡ଼ିକ ସାଧାରଣତଃ ଅଙ୍ଗାରକ, ଉଦ୍‌ଜାନ ଏବଂ ଅମ୍ଳଜାନ ଅଣୁର ଏକ ନିର୍ଦ୍ଦିଷ୍ଟ ଅନୁପାତରେ (୧:୨:୧) ଗଠିତ । ସାଧାରଣରେ ଏହାକୁ ( 2 ) ଭାବରେ ପ୍ରକାଶ କରାଯାଇଥାଏ । ବ୍ୟବ‌ହାର ଶ୍ୱେତସାର ଜୀବ ଶରୀରରେ ଇନ୍ଧନ ହିସାବରେ ବ୍ୟବ‌ହୃତ ହୋଇଥାଏ । ଶ୍ୱେତସାରରୁ ଜାରଣ ପ୍ରକ୍ରିୟାରେ ଜୀବ କୋଷିକାରେ ଶକ୍ତି ଉତ୍ପନ୍ନ ହୁଏ । ଏହା ବ୍ୟତୀତ ଏଗୁଡ଼ିକ ଉଦ୍ଭିଦ କୋଷିକାରେ ଗଠନ ପ୍ରକ୍ରିୟାରେ ମଧ୍ୟ ସ‌ହାୟକ ହୋଇଥାଏ । ପ୍ରକାର ଶ୍ୱେତସାର ସାଧାରଣତଃ ଦୁଇପ୍ରକାରର । ଯଥା: ସରଳ ଓ ଜଟିଳ । ଦ୍ରାକ୍ଷାଶର୍କରା , ଫଳଶର୍କରା ଗୁଡ଼ିକ ସରଳ ଶ୍ୱତସାର ଅନ୍ତର୍ଭୁକ୍ତ । ଏଗୁଡ଼ିକ ବିଭିନ୍ନ ଚୟାପଚୟ ପ୍ରକ୍ରିୟାରେ ସାହାଯ୍ୟ କରିଥାନ୍ତି । ମଣ୍ଡଦ , ସେଲ୍ୟୁଲୋଜ୍ ଓ ଗ୍ଲାଇକୋଜେନ୍ ଇତ୍ୟାଦି ଜଟିଳ ଶ୍ୱେତସାର ଅନ୍ତର୍ଭୁକ୍ତ । କୋଷିକାର ଗଠନ ତ‌ଥା ସଞ୍ଚିତ ଖାଦ୍ୟ ଭାବରେ ଏହା ବ୍ୟବ‌ହୃତ ହୋଇଥାଏ । ଶ୍ରେଣୀ ବିଭାଗ ଜଳ ଅପଘଟନ ପ୍ରକ୍ରିୟାରେ ଏମାନ‌ଙ୍କ ବ୍ୟବ‌ହାର ଏବଂ ଗଠନ ପ୍ରଣାଳୀର ଜଟିଳତା ଆଧାରରେ ଶ୍ୱେତସାରକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇଥାଏ । ସେଗୁଡ଼ିକ ହେଲା: ମନୋସାକାରାଇଡ୍ ଡାଇସାକାରାଇଡ୍ ପଲିସାକାରାଇଡ୍ ମନୋସାକାରାଇଡ୍ ମନୋସାକାରାଇଡ୍ (ମନୋ ବା ଏକ ଓ ସାକାରନ୍ ବା ଶର୍କରା) ତିନିରୁ ଛଅ ଅଙ୍ଗାରକ ଅଣୁ ବିଶିଷ୍ଟ ସରଳ ଶର୍କରା ବା ମନୋମେରିକ୍ ଶର୍କରା । ଏହା ଘନୀଭୂତ ହୋଇ ଜଟିଳ ଶର୍କରା ପ୍ରସ୍ତୁତ କରିଥାଏ । ଏହି ସରଳ ଶର୍କରାରେ ଥିବା ଅଙ୍ଗାରକ ଅଣୁ ସଂଖ୍ୟା ଅନୁସାରେ ଏମାନ‌ଙ୍କୁ ଟ୍ରାୟୋଜ୍ , ପେଣ୍ଟୋଜ୍ , ହେକ୍ସୋଜ୍ ଆଦି ନାମକରଣ କରାଯାଇଛି । ଟ୍ରାୟୋଜ୍ ଶର୍କରା ତିନି ଅଙ୍ଗାରକ ଅଣୁ ବିଶିଷ୍ଟ ସବୁଠାରୁ ସରଳ ଶର୍କରା । ଗ୍ଲିସେରାଲ୍‌ଡିହାଇଡ୍ ଟ୍ରାୟୋଜ୍ ଶର୍କରାର ଏକ ଉଦାହରଣ । ସେହିପରି ରାଇବୋଜ୍ ଓ ଡିଅକ୍ସିରାଇବୋଜ୍ ପାଞ୍ଚ ଅଙ୍ଗାରକ ଅଣୁ ବିଶିଷ୍ଟ ଶର୍କରା ପେଣ୍ଟୋଜ୍‌ର ଉଦାହରଣ ଏବଂ ଦ୍ରାକ୍ଷାଶର୍କରା ଓ ଫଳଶର୍କରା ଛଅ ଅଙ୍ଗାରକ ଅଣୁ ବିଶିଷ୍ଟ ଏକ‌କ ଶର୍କରା ହେକ୍ସୋଜ୍‌ର ଉଦାହରଣ । ପ୍ରତ୍ୟେକ ଏକ‌କ ଶର୍କରା ସ୍ପଟିକୀୟ, ଜଳରେ ଦ୍ରବଣୀୟ ଏବଂ ମିଠା ସ୍ୱାଦଯୁକ୍ତ ଅଟେ । ଡାଇସାକାରାଇଡ୍ ଡାଇସାକାରାଇଡ୍ (ଡାଇ ବା ଦୁଇ ଓ ସାକାରନ୍ ବା ଶର୍କରା) ୨ଟି ମନୋସାକାରାଇଡ୍‌ର ସଂଯୋଜନଦ୍ୱାରା ଗଠିତ ଶର୍କରା । ଚିନି ବା ସୁକ୍ରୋଜ୍ରେ ଗୋଟିଏ ଦ୍ରାକ୍ଷାଶର୍କରା ଓ ଗୋଟିଏ ଫଳଶର୍କରା ଅଣୁ ରହିଥାଏ । ଏହା ଘନୀଭବନ ପ୍ରକ୍ରିୟାରୁ ପ୍ରସ୍ତୁତ ହୋଇଥାଏ । ଆମ ଖାଦ୍ୟରେ ଏଭଳି ଶର୍କରାର ପରିମାଣ ବେଶୀ । ଜୈବଶର୍କରା ୨ଟି ଦ୍ରାକ୍ଷାଶର୍କରା ଅଣୁ ଏବଂ ଦୁଗ୍ଧଶର୍କରା ଗୋଟିଏ ଫଳଶର୍କରା ଓ ଗୋଟିଏ ଗାଲାକ୍‌ଟୋଜ୍ ଅଣୁର ଘନୀଭବନରୁ ଉତ୍ପନ୍ନ ହୋଇଥାଏ । ଏହି ଏକ‌କ ଶର୍କରାଗୁଡ଼ିକ ସ‌ହସଂଯୋଜକ ବନ୍ଧ ଦ୍ୱାରା ଯୋଡ଼ି ହେଉଥିବାରୁ ଏହାକୁ ଗ୍ଲାଇକୋସିଡିକ୍ ବଣ୍ଡ କୁହାଯାଏ । ଡାଇସାକାରାଇଡ୍‌ଗୁଡ଼ିକ ସ‌ହଜରେ ଜଳ ଅପଘଟିତ ହୋଇ ଏକ‌କ ଶର୍କରାରେ ପରିଣତ ହୋଇଥାନ୍ତି । ଡାଇସାକାରାଇଡ୍ ସ୍ପଟିକୀୟ, ଜଳରେ ଦ୍ରବଣୀୟ ଓ ମିଠା ସ୍ୱାଦଯୁକ୍ତ ଅଟେ । ପଲିସାକାରାଇଡ୍ ପଲିସାକାରାଇଡ୍ (ପଲି ବା ଅନେକ ଓ ସାକାରନ୍ ବା ଶର୍କରା) ଅନେକ ଗୁଡ଼ିଏ ମନୋସାକାରାଇଡ୍ ଶର୍କରାର ଏକ ଲମ୍ବା ଶିକୁଳି କିମ୍ବା ଶାଖାୟିତ ଶିକୁଳି ଅଟେ । ଏକା ପ୍ରକାରର ଏକ‌କ ଶର୍କରାଦ୍ୱାରା ଗଠିତ ପଲିସାକାରାଇଡ୍‌କୁ ସମ-ପଲିସାକାରାଇଡ୍ କୁହାଯାଏ । ଭିନ୍ନ ଭିନ୍ନ ପ୍ରକାରର ଏକ‌କ ଶର୍କରାଦ୍ୱାରା ଗଠିତ ହେଲେ ଏହାକୁ ବିଷମ-ପଲିସାକାରାଇଡ୍ କୁହାଯାଏ । ଏଗୁଡ଼ିକ ଅସ୍ପଟିକୀୟ, ସ୍ୱାଦରହିତ ଏବଂ ଜଳରେ ଅଦ୍ରବଣୀୟ ବା ସାମାନ୍ୟ ପରିମାଣରେ ଦ୍ରବଣୀୟ ଅଟନ୍ତି । ଶ୍ରେଣୀ ବିଭାଗ ପଲିସାକାରାଇଡ୍ ଦୁଇ ଭାଗରେ ବିଭକ୍ତ । ଯଥା: ସଞ୍ଚୟ ଗାଠନିକ ମଣ୍ଡଦ ଓ ଗ୍ଲାଇକୋଜେନ୍ ସଞ୍ଚୟ ଶ୍ରେଣୀର ଅନ୍ତର୍ଭୁକ୍ତ । ମଣ୍ଡଦ ଏକ ଦ୍ରାକ୍ଷାଶର୍କରାର ସମାହାର । ଏହା ଉଦ୍ଭିଦରେ ସଞ୍ଚିତ ହୋଇ ରହିଥାଏ । ବିପାଚନ ପ୍ରକ୍ରିୟାରେ ଏହା ଛୋଟ ଛୋଟ ଖଣ୍ଡରେ ବିଭକ୍ତ ହୋଇଥାଏ । ଉଦ୍ଭିଦ କୋଷିକାରେ ଆମାଇଲେଜ୍ ଓ ଆମାଇଲୋପେକ୍ଟିନ୍ ନାମକ ମଣ୍ଡଦ ଗଚ୍ଛିତ ଥାଏ । ତେଣୁ ଉଦ୍ଭିଦର ଯେଉଁ ଲବକରେ ଏହା ସଞ୍ଚିତ ହୋଇଥାଏ, ତାହା ଆମାଇଲୋପ୍ଲାଷ୍ଟ ନାମରେ ନାମିତ । ଗ୍ଲାଇକୋଜେନ୍ ଅନେକ ପ୍ରକାରର କବକ , ପ୍ରାଣୀମାନ‌ଙ୍କ ଯକୃତ ଓ ମାଂସପେଶୀରେ ସଞ୍ଚିତ ଜୈବଶର୍କରା । ମଣ୍ଡଦ ଅପେକ୍ଷା ଜଳରେ ଅଧିକ ଦ୍ରବଣୀୟ । ଶରୀରରେ ଶକ୍ତିର ଆବଶ୍ୟକତା ଅନୁସାରେ ଜୈବଶର୍କରା ବିଭାଜିତ ହୋଇ ଦ୍ରାକ୍ଷାଶର୍କରାରେ ପରିଣତ ହୋଇଥାଏ । ରକ୍ତରେ ଆବଶ୍ୟକ ହେଉଥିବା ଶର୍କରାର ପରିମାଣ ସ୍ଥିର ରହିବାରେ ଏହାର ଭୂମିକା ରହିଛି । କାର୍ଯ୍ୟ ଶ୍ୱେତସାରର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ହେଲା: ଶ୍ୱେତସାର ଜୀବମାନ‌ଙ୍କ କୋଷିକାରେ ଖାଦ୍ୟ ପଦାର୍ଥ ଭାବରେ ସଞ୍ଚିତ ହୋଇ ରହିଥାଏ । ଆବଶ୍ୟକ ସ୍ଥଳେ ଏଗୁଡ଼ିକ ବିପାଚିତ ହୋଇ ଦ୍ରାକ୍ଷାଶର୍କରାରେ ପରିଣତ ହୋଇଥାନ୍ତି, ଯାହାକି କୋଷିକା ମଧ୍ୟରେ ଶ୍ୱସନ ପ୍ରକ୍ରିୟାରେ ଭାଗ ନେଇ ଶକ୍ତି ଉତ୍ପନ୍ନ କରିଥାନ୍ତି । ଉଦ୍ଭିଦ କୋଷିକା ପ୍ରାଚୀରର ପ୍ରଧାନ ଉପାଦାନ ସେଲ୍ୟୁଲୋଜ୍ । ଏହି ସେଲ୍ୟୁଲୋଜ୍ ପ୍ରାୟ ୧୫୦୦ଟି ଦ୍ରାକ୍ଷାଶର୍କରାର ଏକ ଶିକୁଳି ଅଟେ । କୋଷିକାର ସଂପ୍ରସାରଣ ତ‌ଥା ଜଳ ଓ ଅନ୍ୟାନ୍ୟ ଦ୍ରବ୍ୟ ପ୍ରବାହରେ ଏହି ପ୍ରାଚୀର ସ‌ହାୟକ ହୋଇଥାଏ । ହେପାରିନ୍ ନାମକ ଏକ ପ୍ରକାରର ପଲିସାକାରାଇଡ୍ ରକ୍ତ ଜମାଟ ବାନ୍ଧିବା କାର୍ଯ୍ୟକୁ ରୋକିବାରେ ସାହାଯ୍ୟ କରେ । ଶ୍ୱେତସାରଯୁକ୍ତ ଖାଦ୍ୟ ନିମ୍ନ ଲିଖିତ ଖାଦ୍ୟଗୁଡ଼ିକରେ ଶ୍ୱେତସାର ଖୁବ୍ ଅଧିକ ପରିମାଣରେ ଥାଏ । ଚିନି ମକା କଦଳୀ ସେଓ ଅଙ୍ଗୁର ସପୁରୀ ପଣସ ଲିଚୁ କମଳା ଖଜୁରୀ କୋଳି ଆଳୁ କନ୍ଦମୂଳ ବାଦାମ ଝୁଡ଼ଙ୍ଗ କ୍ଷୀର ଦ‌ହି ଭାତ ବାର୍ଲି ବାଜରା ଯଅ ‌ଗ‌ହମ ଶାଗୁ ଶ୍ୱେତସାରଜନିତ ରୋଗ ଶ୍ୱେତସାର ଅଭାବରେ ହେଉଥିବା ରୋଗ ନିମ୍ନ ଲିଖିତ ରୋଗ‌ଗୁଡ଼ିକ ଶ୍ୱେତସାରର ଅଭାବରେ ହୋଇଥାଏ । ଏସିଡୋସିସ୍ କେଟୋସିସ୍ କ୍ଷୀଣ ରକ୍ତ ଶର୍କରା ବା ହାଇପୋଗ୍ଲାଇସେମିଆ କ୍ଳାନ୍ତି ଏବଂ ଦୁର୍ବଳତା ମାଂସପେଶୀରେ ପୀଡ଼ା ଓଜନ କ୍ଷୟ ନିର୍ଜଳୀକରଣ ସୋଡ଼ିୟମ୍ କ୍ଷୟ କ୍ଷୀଣ ରୋଗ ପ୍ରତିରୋଧକ ଶକ୍ତି କୋଷ୍ଠ କାଠିନ୍ୟ ଅନ୍ୟମନସ୍କତା ଏବଂ ଅବସାଦ ଶ୍ୱେତସାର ଆଧିକ୍ୟରେ ହେଉଥିବା ରୋଗ ନିମ୍ନ ଲିଖିତ ରୋଗ‌ଗୁଡ଼ିକ ଶ୍ୱେତସାରର ଆଧିକ୍ୟରେ ହୋଇଥାଏ ।
ବିବେକାନନ୍ଦନ କୃଷ୍ଣବେଣୀ ଶଶିକଳା (ଜନ୍ମ: ୧୮ ଅଗଷ୍ଟ ୧୯୫୪; ବିବାହ ପରର ନାମ ଶଶିକଳା ନଟରାଜନ ନାମରେ ମଧ୍ୟ ଜଣାଶୁଣା) ଜଣେ ଭାରତୀୟ ବ୍ୟବସାୟୀ ତଥା ରାଜନେତା । ସେ ତାମିଲନାଡୁର ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନ୍ନେତ୍ରା କାଳଗାମର (ଏଆଇଏଡିଏମକେ) ଜାତୀୟ ସଭାପତି ଭାବରେ କାର୍ଯ୍ୟ କରିଥିଲେ । ସେ ତାମିଲନାଡୁର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ଓ ୧୯୮୯ରୁ ୨୦୧୬ ପର୍ଯ୍ୟନ୍ତ ଏଆଇଏଡିଏମକେର ମୁଖ୍ୟା ଜେ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଥିଲେ ଏବଂ ସ୍ୱର୍ଗତ ଲେଖକ ତଥା ରାଜନେତା ଏମ। ନାଟାରାଜନଙ୍କ ପତ୍ନୀ ଜୟଲଳିତାଙ୍କ ମୃତ୍ୟୁ ପରେ ଦଳର ସାଧାରଣ ପରିଷଦ ତାଙ୍କୁ ଏଆଇଏଡିଏମକେର ସେକ୍ରେଟାରୀ ଜେନେରାଲ ଭାବରେ ମନୋନୀତ କରିଥିଲା । କିନ୍ତୁ ୨୦୧୭ ସେପ୍ଟେମ୍ବରରେ ତାଙ୍କୁ ଦଳର ଏହି ପଦରୁ ବହିଷ୍କାର କରାଯାଇଥିଲା । ସେଟିଟି ଭି ଦିନକରନଙ୍କ ଖୁଡୀ ଓ ଦିନକରନଙ୍କ ସହ ମିଶି ବହିଷ୍କୃତ ହେବା ପରେ ୨୦୧୮ ମସିହାରେ ଆମ୍ମା ମକ୍କାଲ ମୁନ୍ନେତ୍ରା କାଳାଗମ (ଏଏମଏମକେ) ଗଠନ କରିଥିଲେ । ଶଶିକଳା ଏହି ଦଳର ସଭାପତି ଏବଂ ଦିନକରନ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ ହୋଇଥିଲେ । ବ୍ୟକ୍ତିଗତ ଜୀବନ ଶଶିକଳାଙ୍କ ଚେନ୍ନାଇର ଏକ ତାମିଲ ପରିବାରରେ ୧୯୫୪ ମସିହା ଅଗଷ୍ଟ ୧୮ ତାରିଖରେ ଜନ୍ମନେଇଥିଲେ । ତାଙ୍କ ପରିବାର ପରେ ମନ୍ନାରଗୁଡ଼ିକୁ ଚାଲିଯାଇଥିଲେ । ସେ ଏମ ନଟରାଜନଙ୍କୁ ବିବାହ କରିଥିଲେ । ଶଶିକଳା ତିନି ଦଶନ୍ଧି ଧରି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଅବିଚ୍ଛେଦ୍ୟ ବନ୍ଧୁ ଥିଲେ । ପ୍ରାରମ୍ଭରେ ସେ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ କାର୍ଯ୍ୟକ୍ରମରେ ଫଟୋଗ୍ରାଫି କାର୍ଯ୍ୟ କରୁଥିଲେ ଏବଂ ସେହିଠାରୁ ସେ ଜୟଲଳିତାଙ୍କର ଏକ ବିଶେଷ ବନ୍ଧୁ ହୋଇଥିଲେ । ଶଶିକଳା ଜୟଲଳିତାଙ୍କ ସଂଷ୍ପର୍ଶରେ ଆସିବା ପୂର୍ବରୁ ଏକ ଫଟୋଗ୍ରାଫି ଷ୍ଟୁଡିଓ ଚଳାଉ ଥିଲେ ଏବଂ ବିବାହ ଓ କାର୍ଯ୍ୟକ୍ରମରେ ଫଟୋଗ୍ରାଫି କରୁଥିଲେ । ଶଶିକଳାଙ୍କ ସ୍ୱାମୀ ମରୁଥପ୍ପା ନଟରାଜନଙ୍କ ୧୯ ମାର୍ଚ୍ଚ ୨୦୧୮ରେ ଦେହାନ୍ତ ହୋଇଥିଲା । ରାଜନୈତିକ ଜୀବନ ଶଶିକଳାଙ୍କୁ ଜୟଲଳିତାଙ୍କ ସହ ୭ ଡିସେମ୍ବର ୧୯୯୬ରେ ଗିରଫ କରାଯାଇଥିଲା ଏବଂ କଲର ଟିଭି ସ୍କାମ ମାମଲାରେ ତାଙ୍କୁ ୩୦ ଦିନ ପାଇଁ ତାଙ୍କୁ ନ୍ୟାୟିକ ଜେଲକୁ ପଠାଇ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ଭାବରେ ଜୟଲଳିତାଙ୍କ ତିନୋଟି କାର୍ଯ୍ୟକାଳ ମଧ୍ୟରେ ଶଶିକଳା ଜୟଲଳିତାଙ୍କଦ୍ୱାରା ଜମା ହୋଇଥିବା ବିପୁଳ ପରିମାଣର ସମ୍ପତ୍ତି ଲୁଟିନେଇ ଥିବା ଅଭିଯୋଗ ହୋଇଥିଲା । ୨୦୧୭ ଫେବୃଆରୀ ୧୪ରେ ଶଶିକଳାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ବାଙ୍ଗାଲୋର ପାରପାନା ଜେଲରେ ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ଏବଂ ଆତ୍ମସମର୍ପଣ କରିବା ପାଇଁ ୨୪ ଘଣ୍ଟା ସମୟ ଦିଆଯାଇଥିଲା । ଏହାପରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ହେବା ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ । ଜାନୁଆରୀ ୨୦୨୧ ମସିହାରେ ତାଙ୍କୁ ମୁକ୍ତ କରାଯାଇଥିଲା ଏବଂ ମାର୍ଚ୍ଚ ମାସରେ ସେ ରାଜନୀତି ଛାଡିବା ବାବଦରେ ଘୋଷଣା କରିଥିଲେ । ଅନୁପଯୁକ୍ତ ସମ୍ପତ୍ତି ମାମଲା ଅନୁପଯୁକ୍ତ ସମ୍ପତ୍ତି ମାମଲାରେ ସୁପ୍ରିମକୋର୍ଟ ଶଶିକଳାଙ୍କୁ ଚାରି ବର୍ଷ ଦଣ୍ଡିତ କରିବା ପରେ ଶଶିକଳା ୧୫ ଫେବୃଆରୀ ୨୦୧୭ ମସିହାରେ ବାଙ୍ଗାଲୋର ଟ୍ରାଏଲ କୋର୍ଟରେ ଆତ୍ମସମର୍ପଣ କରିଥିଲେ ଯେଉଁଠାରେ ତାଙ୍କୁ ୧୦୭୧୧ କଏଦୀ ନମ୍ବର ଦିଆଯାଇଥିଲା । ଏଥି ସହିତ ତାଙ୍କ ଉପରେ ଦଶ କୋଟି ଟଙ୍କା ଜୋରିମାନା ମଧ୍ୟ ଦିଆଯାଇଛି । ମିଡିଆ ୨୦୧୭ ମସିହାରେ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ଶଶିକଳାଙ୍କର ପ୍ରାରମ୍ଭିକ ଜୀବନ ଏବଂ ତାମିଲନାଡୁ ରାଜନୀତିରେ ପ୍ରବେଶ କରିବା ପାଇଁ ସେ କରିଥିବା ପ୍ରୟାସ ବାବଦରେ ଏକ ଚଳଚ୍ଚିତ୍ର ପାଇଁ ଯୋଜନା କରୁଛନ୍ତି ବୋଲି ଘୋଷଣା କରିଥିଲେ।
ରାମଗଡ଼, ଝାଡ଼ଖଣ୍ଡ ଏକ ଭାରତୀୟ ପୌରପାଳିକା ଅଟେ । ଏହା ରାଜସ୍ଥାନର ସିକର୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ରାମଗଡ଼, ଝାଡ଼ଖଣ୍ଡ ୨୮.୧୭୧୦ ଉତ୍ତର ଅକ୍ଷାଂଶ ଓ ୭୪.୯୭୯୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୯୮୦ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାମଗଡ଼, ଝାଡ଼ଖଣ୍ଡ ସହରର ମୋଟ ଜନସଂଖ୍ୟା ୨୮୪୩୧ ଅଟେ । ସେଥି ମଧ୍ୟରୁ ୫୦.୯୧% ଜଣ ପରୁଷ ହୋଇଥିବା ବେଳେ ୪୯.୦୯% ଜଣ ନାରୀ ଅଟନ୍ତି । ରାମଗଡ଼, ଝାଡ଼ଖଣ୍ଡର ସାକ୍ଷରତା ହାର ୫୮.୮୫% ଅଟେ । ଏହା ଜାତୀୟ ହାରଠାରୁ ୫.୯୯% ପ୍ରତିଶତ କମ ଅଟେ । ସେଥିରୁ ୩୫.୨୬% ପ୍ରତିଶତ ପୁରୁଷ ଓ ୨୩.୬୦% ନାରୀ ଅଟନ୍ତି । ୧୭.୭୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ରାମଗଡ଼, ଝାଡ଼ଖଣ୍ଡର ସରକାରୀ ଭାଷା ଅଟେ ।
ବିଶ୍ୱ ତମାଖୁହୀନ ଦିବସ ପ୍ରତିବର୍ଷ ୩୧ ମଇରେ ପୃଥିବୀ ସାରା ପାଳନ କରାଯାଇଥାଏ । ଏହା ୨୪ ଘଣ୍ଟା ଧରି ପୃଥିବୀରେ ତମାଖୁର ବ୍ୟବହାରକୁ ପୁରାପୁରି ବନ୍ଦ କରିବା ଲକ୍ଷରେ କରାଯାଇଥାଏ । ଏହା ଆହୁରି ମଧ୍ୟ ସ୍ୱାସ୍ଥ୍ୟ ଉପରେ ବିଶ୍ୱରେ ତମାଖୁର ଖରାପ ପ୍ରଭାବ ଉପରେ ଜନସଚେତନତା ତିଆରି କରିବାକୁ ପାଳନ କରାଯାଇଥାଏ ଯାହା ଏବେ ପୃଥିବୀରେ ବାର୍ଷିକ ୫୪ ଲକ୍ଷ ମରଣର କାରଣ ସାଜିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୧୯୮୭ରେ ବିଶ୍ୱ ତମାଖୁହୀନ ଦିବସ ପ୍ରଥମକରି ଆରମ୍ଭ କରିଥିଲେ । ଗତ ୨୦ ବର୍ଷ ଧରି, ଏହି ଦିବସ ସରକାର, ସାମାଜିକ ସ୍ୱାସ୍ଥ୍ୟ ସଙ୍ଗଠନ, ଧୂମପାନକାରୀ, ତମାଖୁ ଚାଷୀ ଓ କାରଖାନାମାନେ ଏହି ଦିବସ ସପକ୍ଷ ଓ ବିପକ୍ଷରେ ମତ ଦେଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ବିଶ୍ୱ ତମାଖୁହୀନ ଦିବସ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ପାଳନ କରାଯାଉଥିବା ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ, ବିଶ୍ୱ ଏଡ୍ସ ଦିବସ ଓ ବିଶ୍ୱ ରକ୍ତଦାନକାରୀ ଦିବସ ଆଦିସ୍ୱାସ୍ଥ୍ୟ ସଚେତନତା ଦିବସମାନଙ୍କ ମଧ୍ୟରୁ ବିଶ୍ୱ ତମାଖୁହୀନ ଦିବସ ଅନ୍ୟତମ ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୮ ଅପ୍ରେଲ ବର୍ଷର ୧୦୮ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୧୦୯ତମ । ବର୍ଷ ଶେଷ ହେବା ପାଇଁ ଆଉ ୨୫୭ ଦିନ ବାକି ଅଛି ।
ଗୀତ , ଏହା ହୃଦୟରୁ ଯାଗ୍ରତ ହୋଇ ଥାଏ । କେତେବେଳେ ଏହା ଦୁଃଖରୁ ଶୃଷ୍ଟ ତ କେତେବେଳେ ହସରୁ , କେତେବେଳେ ପ୍ରାକୃତିକ ସୌନ୍ଦଯ୍ୟରୁ ତ କେତେବେଳେ ଦୈବ ଦୁର୍ବିପାକରୁ । ଏହାକୁ ଚାରି କାନ୍ଥ ମଧ୍ୟରେ ବାନ୍ଧି ହୁଏ ନାହିଁ କି ମାଟି ତଳେ ପୋତି ହୁଏ ନାହିଁ । ଏହାକୁ ବୁଝିବା ପାଇଁ ମନର ଭାବନା ଆବଷ୍ୟକ । ଏହି ଗୀତ ଗୋଟେ ଯାତିକୁ ତାର ମାନ ପ୍ରଦାନ କରିଥାଏ । ଏଥିରେ ଲୁଚି ରହିଥାଏ ଗୋଟେ ଯାତିର ସସ୍କୃତି । ଏହି ଗୀତ ହେଉଛି ଏକତାର ପ୍ରତୀକ । ଏହି ଗୀତଦ୍ୱାରା "କବି" ଏକ ଯାତିକୁ ଲଢିବାକୁ ପ୍ରେରଣା ଯୋଗାଇଥାଏ । ତେଣୁ କେହି କେହି କବିମାନଙ୍କୁ ଶକ୍ତିର ଉତ୍ସ ବୋଲି କହିଥାନ୍ତି ।
ଗଦାଧର ଦତ୍ତ (ଜନ୍ମ: ୨୭ ନଭେମ୍ବର ୧୯୦୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଗଦାଧର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ ସମୁଦାୟ ଚାରିଥର କାର୍ଯ୍ୟ କରିଥିଲେ । ୧୯୪୬ ମସିହାର ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାରେ ସେ ପୂର୍ବ ଯାଜପୁରରୁ ନିର୍ବାଚିତ ହୋଇଥିଲେ ଏବଂ ପରେ ଭାରତ ସ୍ୱାଧୀନ ହେବାପରେ ୧୯୫୨ ଓ ୧୯୫୭ ମସିହାରେ ଯାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ଓ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୬୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଧର୍ମଶାଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ଗଦାଧର ୧୯୦୬ ମସିହାର ନଭେମ୍ବର ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋକୁଳାନନ୍ଦ ଦତ୍ତ ଏବଂ ପତ୍ନୀଙ୍କ ନାମ ବିମଳା ଦତ୍ତ । ଗଦାଧରଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ । ରାଜନୈତିକ ଜୀବନ ଗଦାଧର ଦତ୍ତ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ । ମୃତ୍ୟୁ ଗଦାଧର ୧୯୭୪ ମସିହାର ମାର୍ଚ୍ଚ ମାସ ୨୫ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା ।
ପ୍ରେରଣା ଦେଶପାଣ୍ଡେ (ଇଂରାଜୀ ଭାଷାରେ ) ଜଣେ ଭାରତୀୟ କଥକ ନୃତ୍ୟାଙ୍ଗନା । ସେ ମାତ୍ର ସାତ ବର୍ଷ ବୟସରେ ଶରଦିନି ଗୋଲେ ତ‌ତ୍ତ୍ୱାବଧାନରେ କଥକ ନୃତ୍ୟ ଶିଖିବାକୁ ଆରମ୍ଭ କରିଥଲେ । ପନ୍ଦର ବର୍ଷ ବୟସରେ ଉପନୀତ ହେଲାବେଳେ ସେ ପ୍ରଥମ ନୃତ୍ୟ ପ୍ରଦର୍ଶନ କରିଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ସେ ରୋହିଣୀ ଭାଟେଙ୍କଠାରୁ କଥକ ନୃତ୍ୟ, ଲକ୍ଷ୍ନୌ ଓ ଜୟପୁର ଘରାନାରୁ ୨୨ ବର୍ଷ ଧରି ଶିକ୍ଷା କରିଥିଲେ । ତାଙ୍କର ସୁନ୍ଦର ନୃତ୍ୟ ଗତିବିଧି ଯୋଗୁ ସେ ଜଣାଶୁଣା ଥିଲେ ଓ ଅଭିନୟ ଭଳି ଅନେକ ରକମର କଥକ କଳାରେ ପ୍ରବୀଣ ଥିଲେ । ଲୟରେ ତାଙ୍କର ଆଧିପତ୍ୟ ଥିଲା । ପ୍ରେରଣା ଦେଶପାଣ୍ଡେ ବିଧିବଦ୍ଧ ଭାବରେ ଭାରତର ସାବିତ୍ରୀବାଇ ଫୁଲେ ପୁଣେ ବିଶ୍ୱବିଦାଳ‌ୟର ଲଳିତ କଳା କେନ୍ଦ୍ରରେ କଳା ପ୍ରଦର୍ଶନ ଶିକ୍ଷା କରିଥିଲେ । କଥକ ନୃତ୍ୟରେ ସେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ଓ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଗଣିତରେ ସେ ଏକ ସ୍ନତକ ଡିଗ୍ରୀ ହାସଲ କରିଥିଲେ । ତାଙ୍କର ନୃତ୍ୟରେ ସେ ଗଣିତର ଜ୍ଞାନ ଲାଗୁ କରିଥିଲେ । କଳା ପ୍ରତି ତାଙ୍କର ନିଷ୍ଠା ଯୋଗୁ ପୁଣେରେ ସେ ନୃତ୍ୟଧାମ ନାମକ ଏକ କଥକ ନୃତ୍ୟ କେନ୍ଦ୍ର ସ୍ଥାପନ କରିଥିଲେ ଯେଉଁଠାରେ ଦେଶ ବିଦେଶରୁ ବ‌ହୁତ ଛାତ୍ର ଛାତ୍ରୀ ଆସି ଶିକ୍ଷା ଲାଭ କରିଥିଲେ ଓ ଏକ ସ୍ଥିର ଦଳ ତାଙ୍କର କଳା ପ୍ରଦର୍ଶନ କରୁଥିଲେ ଓ ଉତ୍ସବମାନଙ୍କରେ ଉନ୍ନତ ପ୍ରଦର୍ଶନ ଦେଖାଉଥିଲେ । ସନ ୨୦୧୦ରେ ସୁଜାତା ଓ ପ୍ରେରଣା ଦେଶପାଣ୍ଡେ ଦୁହେଁ ମିଶି ପ୍ରଦର୍ଶନ କରିବାକୁ ଲାଗିଲେ । ସନ ୨୦୧୮ରେ ପଣ୍ଡିତ ମୋହନରାଓ କଲ୍ଲିଅନପୁରକର କରିଥିବା ତାଲକୁ ଅନୁବାଦକମାନେ ତାଲ-ମାଲା ନାମରେ ଏକ ସୁଦୀର୍ଘ ପରିବର୍ତ୍ତନ ଆଣିଥିଲେ ଓ ତାହାର ;ସ୍ପେସ:ତାଲମାଲା ' ନାମକରଣ କରିଥିଲେ । ଏହାର ପ୍ରଥମ ପ୍ରଦର୍ଶନ ନିମନ୍ତେ ରତିକାନ୍ତ ମହାପାତ୍ର ଓ ତାଙ୍କ ଓଡ଼ିଶୀ ଦଳକୁ ନିମନ୍ତ୍ରଣ କରାଯାଇଥିଲା । ପରିବାର ପ୍ରସିଦ୍ଧ ଏକ‌କ ତବଲା ବାଦକ ଶ୍ରୀ ସୁପ୍ରୀତ ଦେଶପାଣ୍ଡେଙ୍କୁ ସେ ବିବାହ କରିଥିଲେ । ଈଶ୍ୱରୀ ଦେଶପାଣ୍ଡେ ତାଙ୍କର ଏକମାତ୍ର କନ୍ୟା ଭାବରେ ଜାତ ହୋଇଥିଲେ ଯିଏ ତାଙ୍କର ନୃତ୍ୟଧାମରେ ଏକ ଅଗ୍ରଣୀ ଛାତ୍ରୀ ଥିଲେ । ସନ ୧୯୯୯ ସମୟ ବେଳକୁ ଈଶ୍ୱରୀ ନୃତ୍ୟ କରିବାକୁ ଆରମ୍ଭ କରିଥିଲେ ଓ କଥକ ନୃତ୍ୟରେ ତାଙ୍କଠାରୁ ୧୨ ବର୍ଷ ବୟସରେ ବଡ଼ ପିଲାଙ୍କଠାରୁ ସେ ବାରି ହୋଇପଡ଼ୁଥିଲେ । ରଚନାତ୍ମକ ସ‌ହ‌ଯୋଗ ପଣ୍ଡିତ ହେମନ୍ତ ଦେଶପାଣ୍ଡେଙ୍କ ଅବଧାରଣାରେ ପ୍ରେରିତ ମୀରା ବାଈଙ୍କର ଜୀବନ ଓ ସଙ୍ଗୀତ ଉପରେ ଆଧାରିତ 'ମ୍ହାରୋ ପ୍ରଣାମ' ନାମକ ଏକ ରଚନାତ୍ମକ ସ‌ହ‌ଯୋଗ ସଙ୍ଗୀତର କଥକ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ପ୍ରେରଣା ଦେଶପାଣ୍ଡେ । ପୃଥିବୀ ଅଜନ୍ତା ଓ ଏଲୋରା ଗୁମ୍ଫାର ଦୃଶ୍ୟ ଦର୍ଶନ କରିବା ପରେ ପ୍ରେରିତ ହୋଇ ସନ ୨୦୦୭ରେ ବିଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ସୁଜାତା ମହାପାତ୍ରଙ୍କ ସାଥିରେ ପ୍ରେରଣା ଦେଶପାଣ୍ଡେ ମିଶି ଏକ କଥକ-ଓଡ଼ିଶୀ ସ‌ହ‌ଯୋଗ ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହାର ଶିର୍ଷକର ନାମ ଥିଲା 'ଅଜନ୍ତା ଜିବନ୍ତ ହୋଇ ଆସୁଛି' , ଯାହା ପୁଣେରେ ୧୮ ଫେବୃଆରୀ ୨୦୦୭ରେ ପ୍ରଦର୍ଶିତ ହୋଇଥିଲା । ଦେଶର ବିଭିନ୍ନ ସ୍ଥାନରେ ସୁନିଲ କୋଠାରୀଙ୍କର ଏହି ସ‌ହ‌ଯୋଗ ନୃତ୍ୟ ପ୍ରଦର୍ଶିତ ହୋଇଥିଲା ।
ଟ୍ରାଇଜେମିନାଲ ନିଉରାଲଜିଆ ( ବା ବା ) ଏକ କ୍ରନିକ ବା ସ୍ଥାୟୀ ଯନ୍ତ୍ରଣା ଯାହା ଟ୍ରାଇଜେମିନାଲ ସ୍ନାୟୁ ବଣ୍ଟନ ହୋଇଥିବା ସ୍ଥାନମାନଙ୍କରେ ଅନୁଭବ ହୁଏ । ଏହା ଦୁଇ ପ୍ରକାରର ଅଛି: ଟିପିକାଲ (ସ୍ୱାଭାବିକ) ଓ ଆଟିପିକାଲ (ଅସ୍ୱାଭାବିକ) ଟ୍ରାଇଜେମିନାଲ ନିଉରାଲଜିଆ । ସ୍ୱାଭାବିକ ରୋଗରେ ହଠାତ ଅତ୍ୟଧିକ ସକ୍ ଭଳି ଯନ୍ତ୍ରଣା ମୁହଁର ଏକ ପାଖରେ ଅନୁଭବ ହୁଏ ଯାହା କିଛି ସେକେଣ୍ଡ ବା କିଛି ମିନିଟ ପର୍ଯ୍ୟନ୍ତ ରହେ । ଏହି ଭଳି ଘଟଣା ବା ଆକ୍ରମଣ କିଛି ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିପାରେ । ଅସ୍ୱାଭାବିକ ରୋଗରେ ଜ୍ୱାଳା ସର୍ବଦା ଲାଗିରହେ କିନ୍ତୁ ଏହା ଅଳ୍ପ ସାଂଘାତିକ । ଯେ କୌଣସି ସ୍ପର୍ଶ ମୁହଁରେ ଲାଗିଲେ ଏହି ଯନ୍ତ୍ରଣା ଟ୍ରିଗର ହୋଇଯାଏ । ଜଣେ ଲୋକର ଉଭୟ ପ୍ରକାର ଯନ୍ତ୍ରଣା ହୋଇପାରେ । ଅତ୍ୟଧିକ ଯନ୍ତ୍ରଣା ଦାୟକ ବେମାରୀମାନଙ୍କ ମଧ୍ୟରୁ ଗୋଟିଏ ଓ ଏହା ଫଳରେ ଅତ୍ୟଧିକ ଅବସାଦ ହୋଇଯାଏ । ଏହି ରୋଗରେ ଏତେ ଅଧିକ ଯନ୍ତ୍ରଣା ହୁଏ ଯେ ଲୋକ ସ‌ହି ନ ପାରି ଆତ୍ମହତ୍ୟା କରନ୍ତି, ଏଣୁ ଏହାର ନାମ ସୁଇସାଇଡ ଡିଜିଜ ବା ଆତ୍ମହତ୍ୟା ରୋଗ କୁହାଯାଏ । ଏହି ରୋଗର କାରଣ ଅଦ୍ୟାବଧି ଅସ୍ପଷ୍ଟ ଥିଲେ ମଧ୍ୟ ଏହି ସ୍ନାୟୁକୁ ଘୋଡ଼େଇ ରଖିଥିବା ମାୟେଲିନ ସିଥ କ୍ଷୟ ହେଉଥିବା ଯୋଗୁ ରୋଗ ହେଉଥିବା ବିଶ୍ୱାସ କରାଯାଏ । ବ୍ରେନ ସ୍ଟେମରୁ ଏହି ସ୍ନାୟୁ ବାହାରକୁ ଆସୁଥିବା ସମୟରେ ଏହାର ରକ୍ତନଳୀ ଚିପି ହୋଇଯିବାରୁ, ମଲ୍ଟିପ୍ଲ ସ୍କ୍ଲେରୋସିସ ଯୋଗୁ, ସ୍ଟ୍ରୋକ ବା ଆଘାତ ଯୋଗୁ ହୋଇପାରେ । ଅର୍ବୁଦ ବା ଆର୍ଟେରିଓଭେନସ ମାଲଫର୍ମେସନ ଭଳି ଅଳ୍ପ ସାଧାରଣ କାରଣ ଯୋଗୁ ମଧ୍ୟ ଏହି ରୋଗ ହୁଏ । ଏହି କଷ୍ଟ ଏକ ପ୍ରକାର ସ୍ନାୟୁ ଯନ୍ତ୍ରଣା । ଲକ୍ଷଣ ଦେଖି ଏହି ରୋଗ ନିର୍ଣ୍ଣୟ କରିବା ପୂର୍ବରୁ ପୋଷ୍ଟ‌ହର୍ପେଟିକ ନିଉରାଲଜିଆ ଭଳି ରୋଗ ନିର୍ଣ୍ଣୟ ଦୂର କରିବାକୁ ହୁଏ । ଔଷଧ ଓ ଅପରେଶନ ଏହାର ଚିକିତ୍ସା ପ୍ରଣାଳୀ । ସାଧାରଣତଃ କାର୍ବାମାଜେପିନ ବା ଓକ୍ସକାର୍ବାଜେପିନ ଔଷଧ ଗ୍ରହଣ କରି ପ୍ରାୟ ୮୦% ଲୋକଙ୍କର ଉପଶମ ହୋଇଯାଏ । ଅନ୍ୟ ବିକଳ୍ପ ଔଷଧମାନଙ୍କର ନାମ: ଲାମୋଟ୍ରିଜିନ , ବାକ୍ଲୋଫେନ , ଗାବାପେଣ୍ଟିନ ଓ ପିମୋଜିଡ । କଷ୍ଟ ଲାଘବ ନିମନ୍ତେ ଆମିଟ୍ରିପ୍ଟିଲିନ ସାହାଯ୍ୟ କରେ କିନ୍ତୁ ଓପିଅଏଡ ସାଧାରଣତଃ ପ୍ରଭାବଶାଳୀ ହୁଏନି । ଔଷଧ କାମ ନ କଲେ ବା ଅନ୍ୟାନ୍ୟ ପଦ୍ଧତି ପ୍ରତି ପ୍ରତିରୋଧ ହେଉଥିଲେ ଅପରେଶନ ଚେଷ୍ଟା କରାଯାଇପାରେ । ହିସାବରୁ ଦେଖାଯାଇଛି, ପ୍ରତିବର୍ଷ ପ୍ରତି ୮,୦୦୦ଲୋକରେ ଜଣେ ଟ୍ରାଇଜେମିନାଲ ନିଉରାଲଜିଆ ରୋଗରେ ପୀଡ଼ିତ ହୁଏ । ପଚାଶ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କୁ ଏହା ଆକ୍ରମଣ କରେ ଓ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କୁ ଅଧିକ ଆକ୍ରମଣ କରେ । ଏହି ରୋଗ ବିଷୟ ପ୍ରଥମେ ସନ ୧୭୭୩ରେ ଜନ ଫଦରଗିଲ ବର୍ଣ୍ଣନା କରିଥିଲେ ।
ଗାଈ ଏକ ଗୃହପାଳିତ ପଶୁ । ସମସ୍ତ ଗୃହପାଳିତ ଜୀବମାନଙ୍କ ମଧ୍ୟରେ ଗାଈମାନଙ୍କ ସଂଖ୍ୟା ସାଧାରଣତଃ ଅଧିକ । ଗାଈମାନଙ୍କୁ ହିନ୍ଦୁ ଘରେ ପୂଜା କରାଯାଇଥାଏ । ଗାଈର କ୍ଷୀରକୁ ଏକ ପୃଷ୍ଟିକର ଖାଦ୍ୟଭାବେ ବିବେଚିତ କରାଯାଏ ।
ବିନୋଦ ରାଉତରାୟ ଜଣେ ଓଡ଼ିଆ ବିଜ୍ଞାନ ସାହିତ୍ୟ ଲେଖକ ତଥା ଅଧ୍ୟାପକ, ଯିଏକି ୧୯୫୬-୫୮ ମସିହାରେ ତାଙ୍କ ରଚିତ ପୁସ୍ତକ ଓଡ଼ିଶୀ ଚିତ୍ର ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଜୀବନୀ ବିଶ୍ୱନାଥ ସାହୁ ଜଣେ ଅଧ୍ୟାପକ ଭାବରେ ସରକାରୀ କଳା ମହାବିଦ୍ୟାଳୟ, ଖଲ୍ଲିକୋଟରେ କାର୍ଯ୍ୟ କରୁଥିଲେ ।
ବିନ୍ଦାସ ରୋମିଓ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଜିନ୍ ବେଉରା । ଜିନ୍ ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ । ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରଟିର ସଂଳାପ ଲେଖିଥିଲେ । ଦୀପକ ସ୍ୱାଇଁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୁ କିଶୋର । ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପୁପୁନ ଏବଂ ପ୍ରକୃତି ମିଶ୍ର । ମୀନକେତନ, ଶ୍ରୀତମ ଦାସ, ମିହିର ଦାସ, ମେଘା, ଚୌଧୁରୀ ବିକାଶ ଦାସ, ପୃଥିରାଜ, ପିଣ୍ଟୁ ନନ୍ଦ, ହର ରଥ, ଜର୍ଜ ତିଆଡ଼ି, ବିଜୁ ବଡ଼ଜେନା, ରାଜା, ମୁନ୍‌ମୁନ୍ ଖୁଣ୍ଟିଆ, ପ୍ରଦ୍ୟୁମ୍ନ ଲେଙ୍କା, ସଲିଲ ମିତ୍ର, ଜ୍ୟୋତି ମିଶ୍ର, ପୁଷ୍ପା ପଣ୍ଡା, ମନିଷା ମିଶ୍ର ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନୟ ପୁପୁନ ପ୍ରକୃତି ମିଶ୍ର ମୀନକେତନ ଶ୍ରୀତମ ଦାସ ମିହିର ଦାସ ମେଘା ଚୌଧୁରୀ ବିକାଶ ଦାସ ପୃଥିରାଜ ପିଣ୍ଟୁ ନନ୍ଦ ହର ରଥ ଜର୍ଜ ତିଆଡ଼ି ବିଜୁ ବଡ଼ଜେନା ରାଜା ମୁନ୍‌ମୁନ୍ ଖୁଣ୍ଟିଆ ପ୍ରଦ୍ୟୁମ୍ନ ଲେଙ୍କା ସଲିଲ ମିତ୍ର ଜ୍ୟୋତି ମିଶ୍ର ପୁଷ୍ପା ପଣ୍ଡା ମନିଷା ମିଶ୍ର କାହାଣୀ ଗୀତ ଏବଂ ସଙ୍ଗୀତ ବିଭୁ କିଶୋର ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।
ଲାଇନ୍ ଏକ ନିଜସ୍ୱ ଆପ୍ଲିକେସନ ଯାହା ତତ୍-କ୍ଷଣାତ୍ ସଯୋଂଗ କରେ ଓ ସ୍ମାର୍ଟଫୋନ୍ ,ଟାବଲେଟ,କମ୍ପ୍ୟୁଟର ପାଇଁ ବ୍ୟବହାର ହେଉଛି । ଲାଇନ୍ ବ୍ୟବହାରକାରୀମାନଙ୍କ ମଧ୍ୟରେ ବାର୍ତ୍ତା, ଛବି, ଭିଡିଓ ଓ ମଧ୍ୟରେ ଭାବର ଆଦାନ ଓ ପ୍ରଦାନ ହୁଏ । ଲାଇନ୍ ୧୫ ଜଣ ର ଲୋକ ଗୋଟେ କମ୍ପାନୀ ଯାହାକୁ କୋରିଅନ୍,ଜାପାନୀଜ,ଚାଇନୀଜ,ଆମେରିକାନ୍ ମିଶି ତିଆରି କରିଥିଲେ । ଲାଇନ୍ କମ୍ପୁନୀକେସନ୍ ପାଇଁ ପ୍ରଥମେ ବୁଦ୍ଦି ଦେଇଥିଲେ ର ଯିଏକି , ର ଓ ଏବେକାର ନାମ ହେଲା । ଇତିହାସ ଲାଇନ୍ ପ୍ରଥମ କରି ଜାପାନରେ ଆରମ୍ଭ ହୋଇଥିଲା କାରଣ ମାର୍ଚ୍ଚ ୨୦୧୧ରେ ଜାପାନରେ ନାମକ ଏକ ଭୁମିକମ୍ପା ହୋଇଥିଲା । ଯାହାଦ୍ୱାରା ସମ୍ପର୍କ ସ୍ଥାପନ କରିବା ବନ୍ଦ ହୋଇଯାଇଥିଲା । କୋରିଆ ପ୍ରଥମ କରି ର ଇଞ୍ଜିନିୟର ଜନସାଧାରଣଙ୍କ ପାଇଁ ଲାଇନ୍ ପ୍ରସ୍ତୁତ କରିଥିଲେ । ଜୁନରେ ଆରମ୍ଭ କରାଯାଇ ଥିଲେ ମଧ୍ୟ ଅକ୍ଟୋବର ମାସ ସୁଧା ଏହା ବହୁତ ଲୋକ ପ୍ରିୟ ହୋଇ ଯାଇଥିଲା । ଲାଇନ୍ ସେବା ଆରମ୍ଭର ୧୮ ମାସ ମଧ୍ୟରେ 100 ଉପଭକ୍ତା ବ୍ୟବହାର କରୁଥିଲେ ତା ପର ୬ ମାସ ମଧ୍ୟ 200 ଉପଭକ୍ତା ବଢ଼ିଥିଲେ । ନଭେମ୍ବର ୨୫,୨୦୧୩ ବେଳକୁ 300 ଉପଭକ୍ତା ବଢ଼ିଥିଲେ ।
ଶିବପୁତ୍ର କାର୍ତ୍ତିକେୟଙ୍କ ଗୁଣ କୀର୍ତ୍ତି ସମ୍ପୂର୍ଣ୍ଣ ଅଲଗା ବୋଲି ତାଙ୍କ ନାମ ଅନୁସାରେ କାର୍ତ୍ତିକ ମାସର ପ୍ରଚଳନ ଅଛି। କାରଣ ଶିବ ପାର୍ବତୀଙ୍କ ଔରସରୁ ଜାତ ପୁତ୍ର ହିଁ ତାରକାସୁରକୁ ନିଧନ କରିବ୤ ଶିବ ପାର୍ବତୀଙ୍କ ବିବାହ ପରେ ଶୃଙ୍ଗାର ସମୟରେ ସେଠାରେ ବିଷ୍ଣୁ ପହଞ୍ଚିବା କ୍ଷଣି ମା ପାର୍ବତୀ ଅତ୍ୟନ୍ତ ଲଜ୍ଜିତ ହୋଇ ବିଷ୍ଣୁଙ୍କୁ ଅଶ୍ୱତ୍‌‌ଥ ବୃକ୍ଷ ଓ ଶିବଙ୍କୁ ବଟବୃକ୍ଷ ହୁଅ ବୋଲି ଅଭିଶାପ ଦେଲେ। ଏଣେ ଶିବଙ୍କର ରେତ ସ୍ଖଳନ ହେବା କ୍ଷଣି ଗଙ୍ଗାନଦୀ ତାକୁ ବହନ କରିନେବା ସମୟରେ କୃତ୍ତିକାଦି ଷଢ଼ ଦେବକନ୍ୟା ଗଙ୍ଗାରେ ସ୍ନାନ ସମୟରେ ସେମାନଙ୍କ ମୁଖରେ ରେତ ସ୍ଥାପନ ହେବାରୁ ସେମାନେ ଅନ୍ତସତ୍ତ୍ୱା ହେଲେ ଏବଂ ସେମାନଙ୍କଠାରୁ ଷଡ ମୁଖଧାରୀ କାର୍ତ୍ତିକେୟଙ୍କର ଜନ୍ମ ଶିବପାର୍ବତୀଙ୍କ ଅଗୋଚରରେ ସ୍ୱର୍ଗରେ ହେଲା। ସେ ବଡ଼ ହୋଇ ସ୍ୱର୍ଗରେ ଦେବତାଙ୍କ ସେନାପତି ହୋଇ ବ୍ରହ୍ମଚାରୀ ଜୀବନ କଟାଇଥିଲେ ଓ ମୟୁର ଯିଏକି ଆଜନ୍ମ ବ୍ରହ୍ମଚାରୀ ତାଙ୍କର ବାହାନ ହୋଇ ତାରକାସୁରକୁ ହତ୍ୟା କରିଥିଲେ। କାର୍ତ୍ତିକ ମାହାତ୍ମ୍ୟ ଅନୁସାରେ ତିନିପତ୍ନି ଥିବା ଦେବଦତ୍ତ ନାମକ ଜଣେ କର୍ତ୍ତବ୍ୟ ଓ ଧର୍ମନିଷ୍ଠ ବ୍ରାହ୍ମଣ କାବ୍ୟକୁବ୍‌ଜରେ ଜନ୍ମଗ୍ରହଣ କରିଥିଲେ। ପ୍ରତ୍ୟେକ ବର୍ଷ କାର୍ତ୍ତିକ ବ୍ରତ ନିଷ୍ଠାର ସହ ପାଳନ କରୁଥିଲେ ୤ ଦିନେ ସେ ସକାଳୁ ଗଙ୍ଗାରେ ସ୍ନାନ ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ଗଡୁରେ ଥିବା ତୁଳସୀ ଜଳକୁ ନେଇ ଅଶ୍ୱତ୍‌‌ଥ ବୃକ୍ଷ ମୂଳରେ ଢ଼ାଳି କିଛି ଜଳ ସେଥିରୁ ସେ ବୃକ୍ଷ ଉପରେ ସିଞ୍ଚି ଦେବା କ୍ଷଣି ଗୋଟିଏ ପିଶାଚିନୀ ମୁକ୍ତି ପାଇ ସୁନ୍ଦର ଯୁବତୀ ରୂପରେ ତାଙ୍କ ସମ୍ମୁଖରେ ଠିଆ ହେଲା ଓ ପ୍ରଣାମ ଜଣାଇ କହିଲା, ହେ ବ୍ରାହ୍ମଣ ଦେବତା ଆପଣ ମୋତେ ଜୀବଦାନ ଦେଇ ମୋର ପିତା ହେଲେ । ଦେବଦତ୍ତ ଚକିତ ହେଲେ ଓ ପିତୃହୃଦୟ କରୁଣାରେ ତରଳି ଗଲା । ସେ ନିଜର ସଞ୍ଚିତ ପୂଣ୍ୟରୁ ଅଧା ସେ ଯୁବତୀକୁ ଦାନକଲେ । ଦେଖୁ ଦେଖୁ ସେ ଯୁବତୀର ମୁଖ ମଣ୍ଡଳରୁ ଅଧିକ ଜ୍ୟୋତି ବାହାରିବାକୁ ଲାଗିଲା ଓ ତାହା ଦେଖିବା ପରେ ସେ ତାଙ୍କର କାର୍ତ୍ତିକ ବ୍ରତ ଉଦ୍‌ଯାପିତ କଲେ । ଏହି ସମୟରେ ଦେବଦତ୍ତ ଦେଖିଲେ, ସ୍ୱର୍ଗରୁ ଗୋଟିଏ ଦେବଯାନ ବିମାନ ଅବତରଣ କଲା ଓ ସେ ଦାନ କରିଥିବା କାର୍ତ୍ତିକ ବ୍ରତରୁ ଅଧେ ପୁଣ୍ୟ ବଳରେ ପିଶାଚିନୀ ମୋକ୍ଷ ପ୍ରାପ୍ତ ହୋଇ ବୈକୁଣ୍ଠଗାମୀ ହେବା ପୂର୍ବରୁ ପ୍ରଣାମ ଜଣାଇ ବିଦାୟ ଦେବାକୁ ଅନୁରୋଧ କଲେ । କାରଣ ଯାହା ଜନ୍ମ ଜନ୍ମ ଧରି ସମ୍ଭବ ହୋଇପାରି ନଥିଲା ତାହା ଆପଣଙ୍କର କାର୍ତ୍ତିକ ବ୍ରତ ପୁଣ୍ୟର ଅଧେ ଦାନଦ୍ୱାରା ସମ୍ଭବ ହୋଇପାରିଲା । ହେ ତ୍ରିପତ୍ନିଙ୍କର ସ୍ୱାମୀ, ଆପଣଙ୍କ ଏ ପୁଣ୍ୟ ବଳରେ ତ୍ରେତୟା ଯୁଗରେ ଆପଣ ରାଜା ଦଶରଥ ହେବେ ଓ ଆପଣଙ୍କର ରାମ, ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ ପରି ୪ପୁତ୍ର ହେବେ ୤ ସେଥିପାଇଁ କାର୍ତ୍ତିକ ମାସରେ ସୂର୍ଯ୍ୟ ପୂଜା, ତୁଳସୀ ବୃକ୍ଷ ପୂଜା ଓ ବାଲୁଙ୍କା ପୂଜା କରି ଶ୍ରୀ ଜଗନ୍ନାଥ ଦର୍ଶନ କଲେ ଅନେକ ଜନ୍ମର ପାପ ତାପ ବିନାଶ ହୋଇଥାଏ ବୋଲି ବିଦିତ ଅଛି ।
ପିଙ୍କି ପ୍ରିୟଦର୍ଶିନୀ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଏବଂ ଦୂରଦର୍ଶନ ଉପସ୍ଥାପିକା । ସେ ୨୦୧୨ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ତୁ ମୋ ଆରମ୍ଭ ତୁ ମୋ ଶେଷ ଜରିଆରେ ତାଙ୍କର କଥାଚିତ୍ର ଜୀବନ ଆରମ୍ଭ କରିଥିଲେ । ଏହା ପୂର୍ବରୁ ସେ ଦୂରଦର୍ଶନରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ପ୍ରାରମ୍ଭିକ ଜୀବନ ପଙ୍କି କଥାଚିତ୍ରରେ ଅଭିନୟ କରିବା ପୂର୍ବରୁ ଫୋନ୍ ଇନ୍, ଆପଣଙ୍କ ସ‌ହ, ରଙ୍ଗିନ ଦୁନିଆ ଆଦି ଦୂରଦର୍ଶନ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଅଭିନୟ ଜୀବନ ୨୦୧୨ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ପିଙ୍କି ଅଭିନୟ ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ତୁ ମୋ ଆରମ୍ଭ ତୁ ମୋ ଶେଷ ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରରେ ଅଭିନେତା ସୁଭାଶିଷ ଶର୍ମା ମଧ୍ୟ ନାୟକ ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଶୁଭାଶିଷ ପୂର୍ବରୁ ଓଡ଼ିଆ କଥାଚିତ୍ର ଜଗତରେ ଚରିତ୍ର ଅଭିନେତା ଭାବରେ କାର୍ଯ୍ୟ କରିଥିଲେ । ନିଶିକାନ୍ତ ଦଳବେହେରା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ମିହିର ଦାସ, ପୁଷ୍ପା ପଣ୍ଡା, ସଲିଲ ମିତ୍ର, ପ୍ରଜ୍ଞା ଖଟୁଆ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୦୧୪ ମସିହାରେ ପିଙ୍କି ଓଡ଼ିଆ କଥାଚିତ୍ର ଖାସ୍ ତୁମରି ପାଇଁରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଦୁଷ୍ମନ୍ତ ପଣ୍ଡା ନାୟକ ଭୂମିକରେ ଅଭିନୟ କରିଥିଲେ ଏବଂ ଦେବଯାନୀ ସମାନ୍ତରଳ ନାୟିକା ଭାବରେ ଅଭିନୟ କରିଥିଲେ । ଜର୍ଜ ତିଆଡ଼ି, ଦେବୁ ବୋଷ, ଦେବୁ ବ୍ରହ୍ମା, ଦେବୀ ବାରିକ, ମାମାଲି ଆଦି କଳାକାରମାନେ ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ସୁଶାନ୍ତ ରଥ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ୨୦୧୩ ମସିହାରେ ସପନର ନାୟିକା କଥାଚିତ୍ରରେ ପିଙ୍କି ଦୀପକ ବାରିକଙ୍କ ସ‌ହ ଅଭିନୟ କରିଥିଲେ । ରାଜ୍ ପ୍ରଦୀପ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଦୈତାରି ପଣ୍ଡା, ମନୋଜ ମିଶ୍ର, ଶ୍ରୀତମ ଦାସ, ଲରେନ୍ସ ବେହେରା, ଚିନ୍ମୟୀ ପ୍ରିୟଦର୍ଶିନୀ, ଗୁଡ୍ଡୁ, ବାଦଲ ମହାନ୍ତି, ଅନନ୍ତ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୦୧୫ ମସିହାରେ ପିଙ୍କି ଓଡ଼ିଆ କଥାଚିତ୍ର ଲେଖିଚି ନାଁ ତୋରରେ ନାୟକ ସମ୍ବିତ ଆଚାର୍ଯ୍ୟଙ୍କ ସ‌ହ ଅଭିନୟ କରିଥିଲେ । ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । କ୍ରିଷ୍ଣା କର, ହରିହର ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୦୧୬ ମସିହାରେ ଆସିଲୁ ଯେବେ ତୁ ଯାଆନା ଫେରି ଚଳଚ୍ଚିତ୍ରରେ ଦୀପକ ବାରିକଙ୍କ ସ‌ହ ଅଭିନୟ କରିଥିଲେ । । ନିର୍ଦ୍ଦେଶକ ବାବୁଦା ଏବଂ ଦିପୁନ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ପୀୟୁଷ, କୁନା ତ୍ରିପାଠୀ, ଅସୀତ ପତି, ଜୀବନ ପଣ୍ଡା, ସଲିଲ ମିତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଲିରାଗ୍ଲୁଟାଇଡ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଭିକ୍ଟୋଜା, ଏକ ଔଷଧ ଯାହାମଧୁମେହ ରୋଗ ଏବଂ ମେଦବହୁଳତାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ମଧୁମେହ ରୋଗରେ ମେଟଫର୍ମିନ୍ ତୁଳନାରେ ଏହା କମ୍ ପସନ୍ଦ କରାଯାଏ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ଫଳାଫଳ ଯେପରିକି ହୃଦରୋଗ ଏବଂ ଆୟୁଷ ଉପରେ ଏହାର ପ୍ରଭାବ ଅସ୍ପଷ୍ଟ ମୋଟାପଣରେ ଯଦି ୧୨ ସପ୍ତାହ ପରେ ଶରୀରର ଓଜନର ୫%ରୁ କମ୍ ହୁଏ, ତେବେ ଔଷଧ ବନ୍ଦ କରିବାକୁ ପରାମର୍ଶ ଦିଆଯାଏ ଏହା ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତ ଶର୍କରା, ବାନ୍ତି, ମୁଣ୍ଡ ବୁଲାଇବା, ପେଟ ଯନ୍ତ୍ରଣା ଏବଂ ଇଞ୍ଜେକ୍ସନ ସ୍ଥାନରେ ଯନ୍ତ୍ରଣା ଅନ୍ତର୍ଭୁକ୍ତ ଅନ୍ୟାନ୍ୟ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ମେଡୁଲାରୀ ଥାଇରଏଡ କର୍କଟ, ଆଞ୍ଜିଓଇଡିମା, ପାନକ୍ର୍ରିୟାଟାଇଟିସ୍, ପିତ୍ତକୋଷ ରୋଗ, ଏବଂ କିଡନୀ ସମସ୍ୟା ହୋଇପାରେ। ଗର୍ଭାବସ୍ଥାରେ ବ୍ୟବହାର ଏବଂ ସ୍ତନ୍ୟପାନ କରାଇବାରେ ସୁରକ୍ଷା ଅସ୍ପଷ୍ଟ ଅଟେ ଲିରାଗ୍ଲୁଟାଇଡ୍ ହେଉଛି ଏକ ଗ୍ଲୁକାଗନ-ସମ୍ମତ ପେପ୍ଟାଇଡ-୧ ରିସେପ୍ଟର ଆଗୋନିଷ୍ଟ ଯାହାର ଅନ୍ୟ ନାମ ଇନ‌କ୍ରେଟିନ ମାଇମେଟିକ । ଏହା ଅଗ୍ନାଶୟରୁ ଇନସୁଲିନ୍ ମୁକ୍ତି ବୃଦ୍ଧି କରି କାର୍ଯ୍ୟକ୍ଷମ ଏବଂ ଅତ୍ୟଧିକ ଗ୍ଲୁକାଗନ ମୁକ୍ତି ହ୍ରାସ କରେ ୨୦୦୯ ମସିହାରେ ୟୁରୋପରେ ଏବଂ ୨୦୧୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଲିରାଗ୍ଲୁଟାଇଡ୍ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ଏକ ମାସର ଯୋଗାଣ ମୂଲ୍ୟ ୭୯ ପାଉଣ୍ଡ ଅଟେ। ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୯୮ ଡଲାର ଅଟେ। ୨୦୧୭ ମସିହାରେ ଏହା ଯୁକ୍ତରାଷ୍ଟ୍ରରେ ୧୬୩ତମ ସାଧାରଣ ପ୍ରେସକ୍ରିପସନ୍ ଔଷଧ ଥିଲା, ଯେଉଁଥିରେ ତିନି ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା
ମା ମାର୍କମା ମନ୍ଦିର ରାୟଗଡ଼ା ଜିଲ୍ଲାର ବିଷମ କଟକଠାରେ ଅବସ୍ଥିତ । ନିକଟସ଼୍ଥ ଆଉ ଏକ ମନ୍ଦିରରେ ଦେବୀ କର୍କମା ପୂଜା ପାଉଅଛନ୍ତି । ଦେବୀ କର୍କମା, ମାର୍କମାଙ୍କ ଭଗିନୀ ରୂପେ ଖ଼୍ୟାତ ଅଟନ୍ତି । କିମ୍ବଦନ୍ତୀ ଅନୁସାରେ ଦେବୀ ଏଠାରେ ବହୁ ଦିନରୁ ପୂଜା ପାଉଅଛନ୍ତି । ତେବେ ମନ୍ଦିରଟି ନୂତନ ରୂପରେ ଗଢାଯାଇଛି । ଏହା ଓଡ଼ିଶାର ଏକ ପର୍ଯ୍ୟଟନସ୍ଥଳି ଅଟେ । ଇତିହାସ ଇତିହାସ କହେ, ସୂର୍ଯ୍ୟବଂଶୀ ରାଜା କଳାହମ଼୍ୱିର ବହୁକାଳ ପୂର୍ବେ ବିଷମକଟକରେ ରାଜୁତି କରୁଥିଲେ । ଦେବୀ ମାର୍କମା ରାଜାଙ୍କର ଇଷ୍ଟଦେବୀ ଥିଲେ । ଶୁଣାଯାଏ, ଦେବୀଙ୍କ ନିକଟରେ ପଶୁବଳୀ ଓ ନରବଳୀ ପ୍ରଚଳନ ଥିଲା । କାଳକ୍ରମେ, ତତ୍କାଳୀନ ଆଞ୍ଚଳିକ ଅଧିକାରୀ ଗଦାଧର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ପଶୁବଳୀ ଓ ନରବଳୀ ଏଠାରେ ବନ୍ଦ ହୋଇଛି । ଶାରଳାଦାଶଙ୍କ ଲିଖିତ ଚ଼ଣ଼୍ଡିପୁରାଣରେ ଦେବୀଙ୍କ ନାମ ଉଲ୍ଲେଖ ରହିଛି । ଏଥିରୁ ମା ମାର୍କମାଙ୍କ ପ୍ରାଚୀନତା ଅନୁମାନ କରିହୁଏ । କିମ୍ବଦନ୍ତୀ କହେ, ଦେବୀ ମାର୍କମା ଶତ୍ରୁସୈନ୍ୟଙ୍କୁ ସମ୍ମୋହିତ କରି ବିଷମକଟକର ତତ୍କାଳୀନ ରାଜାଙ୍କୁ ଯୁଦ୍ଧରେ ସହାୟତା କରିଥିଲେ ।
ଅନନ୍ୟା ଅଗ୍ରୱାଲ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ଶିଶୁ କଳାକାର ଭାବରେ ଭାରତୀୟ ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ରରେ କାମ କରନ୍ତି । ପେଷା ଅନନ୍ୟା ୨୦୦୮ ମସିହାରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ଧାରାବାହିକ ତୁଝ ସଙ୍ଗ ପ୍ରୀତ ଲଗାଇ ସଜନାରେ ପ୍ରେରଣା ଭୂମିକାରେ ପ୍ରଥମ କରି ଅଭିନୟ କରିଥିଲେ । ଏହାପରେ ଲାଇଫ୍ ଓକେରେ ପ୍ରସାରିତ ଧାରାବାହିକ ଅମ୍ରିତ ମନ୍ଥନରେ ନିମ୍ରତ ଓ ଆଗମଙ୍କ ଝିଅ ଗୁରବାନୀ ଭୂମିକାରେ ଅଭିନୟ କରିଥିଲେ । ସେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ବନ୍ଧନରେ ଦର୍ପଣ ଭୂମିକାରେ ଅଭିନୟ କରିଥିଲେ ।
ଫେନାଜୋପାଇରିଡିନ, ଅନ୍ୟମାନଙ୍କ ପାରିଡିଅମ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ମୂତ୍ରନଳୀ ସଂକ୍ରମଣ, ଅସ୍ତ୍ରୋପଚାର କିମ୍ବା ମୂତ୍ରନଳୀରେ ଆଘାତ କାରଣରୁ ହେଉଥିବା ପୀଡ଼ାର ଉପଶମ କରିଥାଏ । ସଂକ୍ରମଣ ପାଇଁ ଏହା ପ୍ରଥମ ଦୁଇ ଦିନ ଆଣ୍ଟିବାୟୋଟିକ୍ ସହିତ ବ୍ୟବହୃତ ହୋଇପାରେ । ଏହା ପାଟିରେ ଦିଆଯାଏ । ପାର୍ଶ୍ୱ ପ୍ରତିକ୍ରିୟାରେ କମଳା ରଙ୍ଗର ପରିସ୍ରା ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହଳଦିଆ ଚର୍ମ, ମେଥେମୋଗ୍ଲୋବିନେମିଆ, ସଲଫେମୋଗ୍ଲୋବିନେମିଆ ଏବଂ ହେମୋଲାଇଟିକ୍ ରକ୍ତହୀନତା ହୋଇପାରେ । କିଡନୀ କିମ୍ବା ଯକୃତ ଜନିତ ସମସ୍ୟାରେ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଥାଏ । ଗର୍ଭାବସ୍ଥାରେ ବ୍ୟବହାର କଲେ କ୍ଷତି ହେବାର କୌଣସି ପ୍ରମାଣ ନାହିଁ । ସ୍ତନ୍ୟପାନ ସମୟରେ ବ୍ୟବହାର କରିବା ସୁପାରିଶ କରାଯାଏ ନାହିଁ । ଫେନାଜୋପାରିଡିନ ହେଉଛି ଏକ ଆଜୋ ରଙ୍ଗଦ୍ରବ୍ୟ ଏବଂ ଏହା କିପରି କାର୍ଯ୍ୟ କରେ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ । ୧୯୩୦ ଦଶକରେ ଫେନାଜୋପାଇରିଡିନ ଚିକିତ୍ସା ବ୍ୟବହାରରେ ଆସିଥିଲା । ଏହା ବିନା ପ୍ରେସକ୍ରିପସନରେ ଉପଲବ୍ଧ । ଯୁକ୍ତରାଷ୍ଟ୍ରରେ ୨୦୦ ମିଗ୍ରାର ଛଅ ମାତ୍ରାର ମୂଲ୍ୟ ପ୍ରାୟ ୮ ଡଲାର ଅଟେ । ୨୦୧୫ ସୁଦ୍ଧା କାନାଡ଼ାରେ ଏହା ସହଜରେ ଉପଲବ୍ଧ ହୋଇନାହିଁ ।
ଚିରାଗ ଜାନି (ଜନ୍ମ: ୧୪ ଅଗଷ୍ଟ ୧୯୮୭) ଜଣେ ଭାରତୀୟ ଅଭିନେତା ଯିଏକି ତାମିଲ, ତେଲୁଗୁ, ଗୁଜରାଟୀ ଏବଂ ହିନ୍ଦୀ ଭାଷାର କଥାଚିତ୍ରରେ ଅଭିନୟ କରନ୍ତି । କଥାଚିତ୍ରରେ ଅଭିନୟ କରିବା ପୂର୍ବରୁ ସେ ହିନ୍ଦୀ ଧାରାବାହିକରେ ଅଭିନୟ କରିଥିଲେ । ରାଜେଶ ବାବରଙ୍କ ନିର୍ଦ୍ଦେଶିତ ତଥା ଶ୍ୟାମାଶିଷ ଭଟ୍ଟାଚାର୍ଯ୍ୟଙ୍କଦ୍ୱାରା ନିର୍ମିତ ହିନ୍ଦୀ ଧାରାବାହିକ ସପ୍ନେ ସୁହାନେ ଲଡ଼କପନ କେ ଜରିଆରେ ତାଙ୍କ ଅଭିନୟ ଜୀବନ ଆରମ୍ଭ ହୋଇଥିଲା, ଯେଉଁଥିରେ ସେ ବୈଷ୍ଣବୀ ମହାନ୍ତଙ୍କ ସହିତ କାମ କରିଥିଲେ । ସେ ଅନେକ କଥାଚିତ୍ରରେ କାମ କରିଛନ୍ତି । କୁମାର ରାଜଙ୍କ ନିର୍ଦ୍ଦେଶିତ ୟାହାଁ ଅମୀନା ବିକ୍ତି ହୈରେ କାମ କରିଥିଲେ । ସେ ଆଧ୍ୟାତ୍ମିକ ଧାରାବାହିକ ବିଘ୍ନହର୍ତ୍ତା ଗଣେଶରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଅନ୍ୟ ଧାରାବାହିକ ଗୁଡ଼ିକ ହେଲା ପୋରୁସ (ଦସ୍ୟୁ ରାଜା ଅନୁନାୟକ ଭାବରେ) ଏବଂ ଦସ୍ତାନ-ଏ-ମୋହବତ୍ ସଲିମ୍ ଅନାରକଲୀ ମିର୍ଜା ମହମ୍ମଦ ହକିମ ଭୂମିକାରେ ।
ଆଲାହାବାଦ, ଭାରତୀୟ ରାଜ୍ୟ ଉତ୍ତର ପ୍ରଦେଶର ଏକ ଐତିହାସିକ ସହର ଓ ଭାରତର ଏକ ପ୍ରମୁଖ ପର୍ଯ୍ୟଟକ ଓ ତୀର୍ଥ ସ୍ଥଳ । ଏହା ବିଶ୍ୱର ଏକ ସର୍ବପୁରାତନ ଐତିହ ସମ୍ପର୍ଣ୍ଣ ସହର । ଏହାର ସ୍ଥାପନ ପରେ ଏଠାରେ ମଧ୍ୟପ୍ରସ୍ତ ସମୟରୁ ଆରମ୍ଭ କରି ମୋଗଲ ଓ ବ୍ରିଟିଶ ଶାସନ କାଳରେ ଏଠାରେ ଅନେକ ମୁଖ୍ୟ ସ୍ଥାପତ୍ୟମାନ ନିର୍ମିତ ହେଇଥିଲା । ଏହା ହିନ୍ଦୁ ଧର୍ମର ସର୍ବପୁରାତନ ମନ୍ଦିର ସହ ଗଙ୍ଗା ଓ ଯମୁନା ନଦୀର ସଙ୍ଗମ ସ୍ଥଳରେ ଅନେକ ହିନ୍ଦୁ ମନ୍ଦିର ଥିବା ସହ ଏହା ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ତୀର୍ଥ ଭାବରେ ସାରା ଭାରତରୁ ଦୈନିକ ବହୁ ସଂଖ୍ୟାରେ ଯାତ୍ରୀଙ୍କୁ ଆକର୍ଷିତ କରିଥାଏ । ଶିକ୍ଷା କ୍ଷେତ୍ରରେ ଆଲାହାବାଦର ଭୂମିକା ବ୍ରିଟିଶ ଅମଳରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଆସିଛି । ତଳେ ଆଲାହାବାଦର ମୁଖ୍ୟ ଆକର୍ଷଣ ମାନଙ୍କ ତାଲିକା ପ୍ରଦତ୍ତ ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୫ ମଇ ବର୍ଷର ୧୨୫ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୧୨୬ତମ । ବର୍ଷ ଶେଷ ହେବା ପାଇଁ ଆଉ ୨୪୦ ଦିନ ବାକି ଅଛି ।
ଗୋବିନ୍ଦ ପ୍ରଧାନ (ମୃତ୍ୟୁ: ୧୯୮୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ସେ ଆସିକା-ସୁରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସ୍ୱାଧୀନତା ପରେ ୧୯୫୨ ଓ ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଟ୍ଟାପୁର ଓ ଭଞ୍ଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ଓ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ଗୋବିନ୍ଦ ପ୍ରଧାନଙ୍କ ବାପାଙ୍କ ନାମ ବଳରାମ ପ୍ରଧାନ ଓ ପତ୍ନୀଙ୍କ ନାମ ଆଶାଲତା ପ୍ରଧାନ । ରାଜନୈତିକ ଜୀବନ ଗୋବିନ୍ଦ ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ଏବଂ ପରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ ଏବଂ ସ୍ୱାଧୀନତା ପରେ ଦୁଇଥର କାର୍ଯ୍ୟ କରିଥିଲେ । ବିଧାନ ସଭା ସଭ୍ୟ ବିବରଣୀ ମୃତ୍ୟୁ ଗୋବିନ୍ଦ ୧୯୮୦ ମସିହାରେ ମୃତ୍ୟୁବରଣ କରିଥିଲେ ।
ସାବରମତୀ ଆଶ୍ରମ, ଭାରତର ପଶ୍ଚିମଭାଗରେ ଅବସ୍ଥିତ ଗୁଜରାଟରାଜ୍ୟର ଅହମଦାବାଦ ଜିଲ୍ଲାର ସାବରମତୀ ନଦୀ କୂଳରେ ଅବସ୍ଥିତ ଏକ ଐତିହାସିକ ଆଶ୍ରମ । ସତ୍ୟାଗ୍ରହ ଆଶ୍ରମ ନାମରେ ପ୍ରସିଦ୍ଧ ଏହି ଆଶ୍ରମର ସ୍ଥାପନା ୧୯୧୭ ମସିହାରେ ମହାତ୍ମା ଗାନ୍ଧୀଙ୍କଦ୍ୱାରା ଅହମଦାବାଦର ପାଲଡିସ୍ଥିତ କୋଚରବ ଆଶ୍ରମଠାରେ ସ୍ଥାପିତ ହୋଇଥିଲା। ୧୯୫୭ ମସିହାରେ ବର୍ତ୍ତମାନସ୍ଥିତ ସାବରମତୀ ନଦୀ କୂଳକୁ ସ୍ଥାନାନ୍ତରିତ କରାଯାଇଥିଲା ।
ନାକରେ ବାହ୍ୟ ପଦାର୍ଥ (ଇଂରାଜୀ ଭାଷାରେ / ), କୁହାଯାଏ ଯେତେବେଳେ ନାକରେ ବାହାର ଜିନିଷ ପଶି ରହିଯାଏ । ଏହାର ଲକ୍ଷଣଗୁଡ଼ିକ ମଧ୍ୟରେ ନାକର ଗୋଟିଏ ପାର୍ଶ୍ୱରୁ ଦୁର୍ଗନ୍ଧଯୁକ୍ତ ଜିନିଷ ବାହାରେ । ସେ ଗୁଡିକ ସାଧାରଣତଃ ଜଣେ ବ୍ୟକ୍ତିଙ୍କର ଡାହାଣ ପାଖରେ ଘଟେ । ଜଟିଳତା ମଧ୍ୟରେରକ୍ତସ୍ରାବ, ସଂକ୍ରମଣ ଏବଂ ବାହ୍ୟ ନିର୍ଗମନ ହୁଏ । ସାଧାରଣତଃ ନାକରେ ଥିବା ବସ୍ତୁଗୁଡ଼ିକରେ କାଗଜ, ଛୋଟ ପଥର ହୋଇପାରେ । ବିପଦ କାରଣଗୁଡ଼ିକ ମଧ୍ୟରେ ମାନସିକ ରୋଗ କିମ୍ବା ବିକାଶ ଅକ୍ଷମତା ହୋଇପାରେ । ସାଧାରଣତଃ ନାକକୁ ଦେଖି ରୋଗ ନିର୍ଣ୍ଣୟ କରାଯାଏ । ବେଳେବେଳେ ଡାକ୍ତରୀ ଇମେଜିଙ୍ଗ୍ ଆବଶ୍ୟକ ହୋଇପାରେ । ଅପସାରଣ ଦ୍ୱାରା ଚିକିତ୍ସା ହୁଏ । ଏହା ଏକ ନାକ ସ୍ପେକୁଲମ, ଫୋରସେପ କିମ୍ବା ବକ୍ର ପଦାର୍ଥ ସାହାଯ୍ୟରେ ଅନୁସନ୍ଧାନ କରାଯାଇପାରେ । ପିଲାଙ୍କ ପାଟି ଉପରେ ବାପା ବା ମାଆ ନିଜ ପାଟି ରଖି ଫୁଙ୍କିଲେ ପ୍ରଭାବଶାଳୀ ହୋଇପାରେ । ନାକରେ ଫିନାଇଲେଫ୍ରିନ ରଖିଲେ ସାହାଯ୍ୟକାରୀ ହୁଏ । ନାକରେ ବାହ୍ୟ ପଦାର୍ଥ ଅପେକ୍ଷାକୃତ ସାଧାରଣ ସମସ୍ୟା ଅଟେ । ସେଗୁଡିକ ସାଧାରଣତଃ ୨ରୁ ୫ ବର୍ଷର ପିଲାମାନଙ୍କଠାରେ ଦେଖାଯାଏ । ଏହା ଝିଅମାନଙ୍କ ଅପେକ୍ଷା ପୁଅମାନଙ୍କଠାରେ ଅଧିକ ଦେଖାଯାଏ ।
ସାକ୍ଷୀଗୋପାଳ ଓଡ଼ିଶାର ପୁରୀ ଜିଲ୍ଲା ଅନ୍ତର୍ଗତ ଏକ ପଞ୍ଚାୟତ ବା ଏକ ଛୋଟ ସହର । ଏହାର ପୁରୁଣା ନାମ ହେଉଛି ସତ୍ୟବାଦୀ। ଭୌଗଳିକ ଅବସ୍ଥିତି ଭୁବନେଶ୍ୱରରୁ ପୁରୀ ଯିବା ରାସ୍ତାରେ ସାକ୍ଷୀଗୋପାଳ ପଡ଼େ। ଏହା ଭୁବନେଶ୍ୱରରୁ ୪୦ କିଲୋମିଟର ଦକ୍ଷିଣ ଓ ପୁରୀଠାରୁ ୧୭ କିଲୋମିଟର ଉତ୍ତରରେ ଅବସ୍ଥିତ। ଏହା ଅନେକ ଗୁଡ଼ିଏ ଛୋଟ ଛୋଟ ଗ୍ରାମର ସମାହାର। ପ୍ରାୟତଃ ସବୁ ଗ୍ରାମଗୁଡ଼ିକ ପୁରୀ ଗଜପତିଙ୍କ ପ୍ରଦତ୍ତ ବ୍ରାହ୍ମଣ ଶାସନର ଅନ୍ତର୍ଗତ । ସାକ୍ଷୀଗୋପାଳ ଦେଇ ରତ୍ନଚୀରା ନଦୀ ଯାଇଅଛି । ଧାନ କ୍ଷେତ, ନଡ଼ିଆ ଗଛ ଓ ସବୁଜ ବନାନୀରେ ଭରପୁର ସାକ୍ଷୀଗୋପାଳ ଅନେକ ଐତିହାସିକ ଘଟଣାବଳୀରେ ମୁକସାକ୍ଷୀ। ଏହାର ପୁରୁଣା ନାମ ହେଉଛି ସତ୍ୟବାଦୀ। ପୌରାଣିକ ମହତ୍ତ୍ୱ କଥିତ ଅଛି ଯେ ମଧ୍ୟଯୁଗରେ ଅଧୁନା ସାକ୍ଷୀଗୋପାଳର ଜଣେ ଗରିବ ବ୍ରାହ୍ମଣ ଯୁବକ ଓ ଉକ୍ତଗ୍ରାମର ମୁଖିଆଙ୍କ ଝିଅ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କିନ୍ତୁ ଉଚ୍ଚ ସ୍ଥାପତ୍ୟ ଯୋଗୁଁ ମୁଖିଆ ଦୁହିଙ୍କ ମଧ୍ୟରେ ବିଭାଘରର ବିରୋଧ କରିଥିଲେ। ଥରେ ସମସ୍ତ ଗ୍ରାମବାସୀ ଉକ୍ତ ମୁଖିଆ ଓ ଯୁବକଙ୍କ ସମେତ କାଶିକୁ ତୀର୍ଥଯାତ୍ରା ଉଦ୍ଦେଶ୍ୟରେ ବାହାରିଲେ। ବାଟରେ ମୁଖିଆ ଜଣକ ରୋଗରେ ପଡ଼ିବା ସତ୍ତ୍ୱେ ଗ୍ରାମବାସୀମାନେ ଏହାକୁ ଦୃଷ୍ଟି ଦେଲେନି। କିନ୍ତୁ, ଯୁବକ ଜଣଙ୍କର ଉପଯୁକ୍ତ ସେବା ପ୍ରଦାନ ଯୋଗୁଁ ମୁଖିଆ ଆରୋଗ୍ୟ ଲାଭ କଲେ । ତାଙ୍କର ସେବାରେ ଖୁସି ହୋଇ ମୁଖିଆ କଥାଦେଲେ ଯେ, ତୀର୍ଥଯାତ୍ରାରୁ ଫେରିଲାପରେ ସେ ତାଙ୍କ ଝିଅ ସହ ଯୁବକଙ୍କ ବିଭାଘର ନିଶ୍ଚୟ କରାଇଦେବେ। କିନ୍ତୁ, ଗାଁକୁ ଫେରିଲା ପରେ ମୁଖିଆ ନିଜର ପ୍ରତିଶୃତିରୁ ଓହରିଗଲେ ଏବଂ ଯୁବକଙ୍କୁ ପ୍ରମାଣ ସ୍ୱରୂପ ସାକ୍ଷୀ ଦବାକୁ କହିଲେ । ଏହି ଘଟଣାରେ ପ୍ରଭୁ କୃଷ୍ଣ ଯାହାଙ୍କୁ "ଗୋପାଳ" ଭାବରେ ମଧ୍ୟ ସମ୍ବୋଧନ କରାଯାଏ, ଉକ୍ତ ଯୁବକଙ୍କ ଭକ୍ତିରେ ସନ୍ତୁଷ୍ଟ ହେଇ ଯୁବକଙ୍କ ପକ୍ଷରେ ସାକ୍ଷୀ ଦେବାପାଇଁ ବଚନ ପ୍ରଦାନ କରିଥିଲେ । ସର୍ତ୍ତ ଏହା ଥିଲା ଯେ, ଭଗବାନ ଗୋପାଳ ଯେମିତି ଚାହିଁବେ ଯୁବକ ଜଣକ ସେଇଆ କରିବେ। ଯୁବକ ଜଣକ ଆଗେ ଆଗେ ଯିବେ ଓ ଗୋପାଳ ପଛେ ପଛେ ଯିବେ କିନ୍ତୁ, ଯୁବକ ପଛକୁ ଚାହିଁବେ ନାହିଁ । ଏହା ପରେ ଯୁବକ ଜଣକ ଆଗେ ଆଗେ ଚାଲିଲେ ଓ ଭଗବାନ ପଛେ ପଛେ.ବାଟରେ ବାଲିଗଦାରେ ଚାଲୁଥିଲା ବେଳେ ଯୁବକଙ୍କୁ ଭଗବାନଙ୍କ ପଦଶବ୍ଦ ଶୁଣାଗଲାନି ତେଣୁ ସେ ବିଚଳିତ ହେଇ ପଛକୁ ଅନେଇଲେ। ଠିକ୍ ସେହି ସମୟରେ ଭଗବାନ ଏକ ପଥର ମୂର୍ତ୍ତି ପାଲଟିଗଲେ । ଏହି ଖବର ବିଜୁଳି ବେଗରେ ଗାଁସାରା ପ୍ରଚାରିତ ହେଇଗଲା ଯେ ସ୍ୱୟଂ ଭଗବାନ ସାକ୍ଷୀ ଦବାକୁ ଆସିଥିଲେ ଏଥିରେ ଗ୍ରାମବାସୀମାନେ ଯୁବକର ଭକ୍ତି ଓ ପ୍ରେମକୁ ସମର୍ଥନ କରି ଉକ୍ତ ଯୁବକ ସହ ମୁଖିଆ ଝିଅଙ୍କ ସହ ବିଭାଘର କରେଇଲେ ଓ ଉକ୍ତ ମୂର୍ତ୍ତିକୁ ନେଇ ଏକ ମନ୍ଦିର ତୋଳେଇଲେ ଯାହାର ପ୍ରଥମ ପୂଜକ ଭାବେ ଉକ୍ତ ଯୁବକଙ୍କୁ ନିଯୁକ୍ତି ଦେଲେ । ତେଣୁ ସାକ୍ଷୀ ଦେବା ପାଇଁ ସ୍ୱୟଂ ଭଗବାନ ଗୋପାଳ ଆସିଥିବାରୁ ସେହି ମନ୍ଦିରର ନାଁ ସାକ୍ଷୀଗୋପାଳ ମନ୍ଦିର ଦିଆଗଲା ଓ ତଦନୁସାରେ ଉକ୍ତ ସହରର ନାମ ସାକ୍ଷୀଗୋପାଳ ହେଲା । ପୂର୍ବରୁ ଏହି ସହରର ନାମ ସତ୍ୟବାଦୀ ଥିଲା। ଐତିହାସିକ ଘଟଣା ଇଂରେଜ ଶାସନ କାଳରେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଏଇଠୁ ପରିଚାଳିତ ହଉଥିଲା । ଏଠିକାର ସତ୍ୟବାଦୀ ବନବିଦ୍ୟାଳୟ ସେତେବେଳେ ଛାତ୍ରମାନଙ୍କୁ ସ୍ୱାଧୀନତା ସଂଗ୍ରାମୀ ରୂପେ ତିଆରି କରୁଥିଲା । ଉତ୍କଳମଣି ଗୋପବନ୍ଧୁ ଦାସ ସାକ୍ଷୀଗୋପାଳର ସୁଆଣ୍ଡୋରେ ଜନ୍ମଗ୍ରହଣ କରିଥିଲେ ଓ ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟ ସଂଗ୍ରାମ ସହ ଭାରତର ସ୍ୱାଧୀନତା ସଂଗ୍ରାମର ମୁଖ୍ୟ ପୁରୋଧା ଥିଲେ । ଆଧୁନିକ ଯୁଗର ପଞ୍ଚସଖା ଗୋପବନ୍ଧୁଙ୍କ ସମେତ ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଦାସ, ଗୋଦାବରୀଶ ମିଶ୍ର, କୃପାସିନ୍ଧୁ ମିଶ୍ର ସମସ୍ତେ ସତ୍ୟବାଦୀ ବନବିଦ୍ୟାଳୟ ପରିଚାଳନା କରୁଥିଲେ ତଥା ନିଜର ଲେଖନୀ ଚାଳନା ବଳରେ ସ୍ୱାଧୀନତା ସଂଗ୍ରାମକୁ ଇନ୍ଧନ ଯୋଗଉଥିଲେ । ପର୍ବ ପର୍ବାଣି ଓଡ଼ିଶାର ସବୁ ମୁଖ୍ୟ ପର୍ବ ଏଠାରେ ପାଳନ କରାଯାଏ । କିନ୍ତୁ ସ୍ଥାନୀୟ ପର୍ବମାନଙ୍କରେ ଦୋଳ ପୂର୍ଣ୍ଣିମା, ଜନ୍ମାଷ୍ଟମୀ, ରାଧାଷ୍ଟମୀ, ମକର ସଂକ୍ରାନ୍ତି,କାଳିୟ ଦଳନ ଏକାଦଶୀ, ଚନ୍ଦନ ଯାତ୍ରା ଓ ଅଁଳା ନବମୀ ରାଧା ପାଦ ଦର୍ଶନ । ଅଁଳା ନବମୀ ଦିନ ରାଧା ପାଦ ଦର୍ଶନ କରିବାକୁ ବହୁତ ଭିଡ଼ ହୁଏ । ଏହିଦିନ ରାଧାପାଦକୁ ଛୁଇଁଲେ ପୁଣ୍ୟ ଅର୍ଜନ ହୁଏ ବୋଲି ଲୋକ ମୁଖରୁ ଶୁଣିବାକୁ ମିଳେ । ଜୀବନ ଜୀବିକା କୃଷି ଏଠାକାର ପ୍ରଧାନ ଜୀବିକା । ଏହା ଛଡ଼ା ଲୋକମାନେ ବ୍ୟବସାୟ ମଧ୍ୟ କରନ୍ତି । କୃଷିଜାତ ଦ୍ରବ୍ୟର ବ୍ୟବସାୟ ପ୍ରଚୁର ହୁଏ । ଗୋଜାତ ଦ୍ରବ୍ୟର ମଧ୍ୟ ଏଠାରେ ଚାହିଦା ଅଛି । ସାକ୍ଷୀଗୋପାଳର "ଛେନା ଗଜା" ମିଠା ଓଡ଼ିଶା ପ୍ରସିଦ୍ଧ । ସୁବିଧା ସୁଯୋଗ ରତ୍ନଚୀରା ନଦୀ ଏହି ଗ୍ରାମର ଜୀବନ ରେଖା । ଏହାକୁ ନିର୍ଭର କରି ଲୋକେ ଚାଷବାସ କରନ୍ତି । ଆମ୍ବ, ପଣସ, ନଡ଼ିଆ, ଖଜୁରି ଇତ୍ୟାଦି ଫଳ ମୂଳ ଚାଷ ହେବା ସହ ଧାନ, ମୁଗ, ବିରି ଇତ୍ୟାଦି ଚାଷ ହୁଏ । ଏଠାକୁ ବିଜୁଳି ସୁବିଧା ସରକାର ଯୋଗାଇ ଦେଇଛନ୍ତି । ଏହା ମଧ୍ୟ ଦେଇ ଜାତୀୟ ରାଜପଥ କ୍ରମାଙ୍କ ୩୧୬ ପଡୁଥିବାରୁ ଯିବାଆସିବା ପାଇଁ କିଛି ଅସୁବିଧା ହୁଏନାହିଁ । ନିକଟସ୍ଥ ରେଳ ଷ୍ଟେସନ ସାକ୍ଷୀଗୋପାଳ (ଷ୍ଟେଶନ କୋଡ଼: ) ଏବଂ ପୁରୀ ।
କେପଲର ୨୨ବି ଏକ ମହାକାଶ ଜଗତର ଗ୍ରହ । ଅନ୍ୟ ଗ୍ରହରେ ଜୀବନ ସନ୍ଧାନ କରୁଥିବା ନାସାକୁ ଏକ ବଡ଼ ସଫଳତା ମିଳିଛି । କେପଲର ୨୨ବି ଓ ପୃଥିବୀ ମଧ୍ୟରେ ଅନେକ ସମାନତା ଥିବାରୁ ଏହାକୁ ନେଇ ବୈଜ୍ଞାନିକମାନେ ଆଶାବାଦୀ ଅଛନ୍ତି । ସନ୍ଧାନ କେପଲର ୨୨ବି ଗ୍ରହର ସନ୍ଧାନ ପ୍ରଥମେ ୨୦୦୯ର ମଧ୍ୟ ଭାଗରେ ମିଳିଥିଲା ମାତ୍ର ୨୦୧୧ ମସିହା ଡିସେମ୍ବର ୫ ତାରିଖରେ ଏହି ଆବିଷ୍କାରର ଘୋଷଣା ନାସାଦ୍ୱାରା କରାଯାଇଥିଲା। କେପଲର ଟେଲିଷ୍କୋପ୍ ଏହି ଗ୍ରହକୁ ଠାବ କରିଥିଲା। ଅବସ୍ଥିତି କେପଲର ୨୨ବି ପୃଥିବୀଠାରୁ ୫୮୭ ଆଲୋକ ବର୍ଷ ଦୂରରେ ଅବସ୍ଥିତ । ତଥ୍ୟ ପୃଥିବୀ ସହ କେପଲର ୨୨ବିର ଅନେକ ସମାନତା ରହିଛି ତେଣୁ ଏହା ମଣିଷ ବାସ ଉପୋଯୋଗୀ ହୋଇପରିବ କି ନାହିଁ ସେ ନେଇ ଗବେଷଣା କାରାଯାଉଛି । ନାସାର ବୈଜ୍ଞାନିକ ବିଲ୍ବେରୁଚିଙ୍କ ମତରେ କେପଲର ୨୨ବିରେ ତାପମାତ୍ରା ୨୨ ଡିଗ୍ରୀ ହୋଇପାରେ । ଏହି ଗ୍ରହ ସୂର୍ଯ୍ୟ ପରି ଏକ ଗ୍ରହ ଯାହା ଜି-୫ ଚାରିପଟେ ଘୁରିବୁଲୁଛି ଅହି ଗ୍ରହର ଗୋଟିଅ ପରିକ୍ରମଣ ପାଁଇ ଅହାକୁ ୨୯୦ ଦିନ ଲାଗିଥାଏ ମାତ୍ର ଏହା ତା ନିଜ ସୂର୍ଯ୍ୟ (ଜି-୫)ଠାରୁ ପୃଥିବୀ ତୁଳନା ରେ୧୫ ଗୁଣ ପାଖରେ ରହିଛି । ଏହି ଅନୁସନ୍ଧାନରେ ଏଟି ଦୂରବୀକ୍ଷଣ ଯନ୍ତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛି ଏହି ଦୂରବୀକ୍ଷଣ ଯନ୍ତ୍ରରେ ୯୬ ମେଗାପିକସେଲ୍ କ୍ୟାମେର ରହିଛି । ଏହି ଅନୁସନ୍ଧାନର ବ୍ୟୟ ୬୦୦ ନିୟୁତ କୋଟି ଡଲାର ଅଟକଳ କରାଯାଇଛି ।
ଓଷ୍ଟିଓଆର୍ଥ୍ରାଇଟିସ (ଓଏ) ବା କ୍ଷୟକାରୀ ଗଣ୍ଠି ରୋଗ, ଅନ୍ୟ ଜଣାଶୁଣା ନାମ ଡିଜେନେରେଟିଭ ଆର୍ଥ୍ରାଇଟିସ, ଡିଜେନେରେଟିଭ ଗଣ୍ଠି ରୋଗ, ବା ଡିଜେନେରେଟିଭ ଆର୍ଥ୍ରୋସିସ, ଏକ ପ୍ରକାର ଗଣ୍ଠି ରୋଗ ଯେଉଁଥିରେ ଗଣ୍ଠି ଉପାସ୍ଥି ଓ ଏହା ନିମ୍ନସ୍ଥ ଅସ୍ଥି କ୍ଷୟ ହୁଏ । ଏହି ରୋଗର ଅତି ସାଧାରଣ ଲକ୍ଷଣ ମଧ୍ୟରେ ଗଣ୍ଠି ଯନ୍ତ୍ରଣା ଓ ଗଣ୍ଠି ଚଳନ ଅକ୍ଷମତା ମୂଖ୍ୟତଃ ଦେଖାଯାଏ । ପ୍ରଥମେ ପ୍ରଥମେ ବ୍ୟାୟାମ କଲାପରେ ଲକ୍ଷଣ ପ୍ରକାଶ ପାଏ, ସମୟ କ୍ରମେ ଏହା ସର୍ବଦା ପ୍ରକାଶ ପାଏ । ଅନ୍ୟାନ୍ୟ ଲକ୍ଷଣ: ଗଣ୍ଠିରେ ତରଳ ପଦାର୍ଥ ଜମେ, ଗଣ୍ଠିର ଚଳନ କ୍ଷମତା କମିଯାଏ, ପିଠି ଗଣ୍ଠିରେ ରୋଗ ହେଲେ ପିଠି ଦୁର୍ବଳ ଲାଗେ କିମ୍ବା ହାତ ଗୋଡ କାଲୁଆ ହୋଇଯାଏ । ଅଧିକ ରୋଗଗ୍ରସ୍ତ ହେଉଥିବା ଗଣ୍ଠିମାନଙ୍କର ନାମ ଆଙ୍ଗୁଠି ଅଗ ଗଣ୍ଠି, ବୃଦ୍ଧାଙ୍ଗୁଳି ମୂଳ ଗଣ୍ଠି, ବେକ, ଅଣ୍ଟା, ଆଣ୍ଠୁ ଓ ପିଚା ଗଣ୍ଠି । ଦେହର ଏକ ପାଖର ଗଣ୍ଠି ଅଧିକ ରୋଗଗ୍ରସ୍ତ ହୁଏ । ସାଧାରଣତଃ ବର୍ଷ ବର୍ଷ ଧରି ରୋଗ ଧୀରେ ଧୀରେ ହୁଏ । ଏହାଦ୍ୱାରା ବ୍ୟବସାୟ ଓ ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହୁଏ । ଅନ୍ୟାନ୍ୟ ଗଣ୍ଠି ରୋଗ ଭଳି ନ ହୋଇ ଏହା କେତେକ ନିର୍ଦ୍ଦିଷ୍ଟ ଗଣ୍ଠିକୁ ଧରେ । ପୂର୍ବତନ ଗଣ୍ଠି ଆଘାତ, ଅଣବିକଶିତ ବା ଅସ୍ୱାଭାବିକ ଗଣ୍ଠି ଓ ବଂଶାନୁକ୍ରମିକ ତ୍ରୁଟି । ଅଧିକ ଓଜନ, ଅସମାନ ଗୋଡ଼ ଓ ଗଣ୍ଠିରେ ଚାପ ପଡ଼ୁଥିବା କାର୍ଯ୍ୟ ଇତ୍ୟାଦି ଏହି ରୋଗ ସୃଷ୍ଟିର ସହାୟକ ହୁଏ । ଗଣ୍ଠିରେ ଯାନ୍ତ୍ରିକ ଚାପ ଓ ନିମ୍ନ ସ୍ତରର ପ୍ରଦାହ ଏହି ରୋଗ ସୃଷ୍ଟି କରିବାରେ ସହାୟକ ହୁଏ । ଉପାସ୍ଥି କ୍ଷୟରୁ ଆରମ୍ଭ ହୋଇ ଧୀରେ ଧୀରେ ଉପାସ୍ଥି ନିମ୍ନରେ ଥିବା ଅସ୍ଥି କ୍ଷୟ ହୁଏ । ଯନ୍ତ୍ରଣା ଯୋଗୁ ବ୍ୟାୟାମ ନ ହୋଇ ପାରି ମାଂସପେଶୀ କ୍ଷୟ ହୁଏ । ଚିହ୍ନ ଓ ଲକ୍ଷଣ ସହ ମେଡିକାଲ ଇମେଜିଙ୍ଗ କରି ରୋଗ ନିର୍ଣ୍ଣୟ କରାଯାଏ ଓ ଏହା ସହିତ ଅନ୍ୟାନ୍ୟ ପରୀକ୍ଷା ସାହାଯ୍ୟରେ ଅନ୍ୟ ସନ୍ଦେହାତ୍ମକ ରୋଗ ନିର୍ଣ୍ଣୟ ଦୂର କରାଯାଏ । ରିଉମାଟଏଡ ଆର୍ଥ୍ରାଇଟିସ ଭଳି ଏହି ରୋଗରେ ପ୍ରଦାହ ହୁଏନି, ତେଣୁ ଲାଲ ଦେଖାଯାଏନି ବା ଗରମ ଲାଗେନି । ଯନ୍ତ୍ରଣା ଲାଘବକାରୀ ଔଷଧ, ଗଣ୍ଠି ଉପରେ ଚାପ କମେଇବା, ସାହାଯ୍ୟକାରୀ ଦଳ ସହିତ ବ୍ୟାୟାମ କରି ଏହା ଚିକିତ୍ସା କରାଯାଏ । ଗଣ୍ଠି ବିଶ୍ରାମ, ବାଡ଼ି ଓ ବ୍ରେସ ସହାୟତାରେ ଗଣ୍ଠି ଉପରେ ଚାପ କମେଇ ଦିଆଯାଇପାଏ । ଅଧିକ ଓଜନ ସମ୍ପର୍ଣ୍ଣ ଲୋକର ଓଜନ କମେଇଲେ ଉପକାର ମିଳେ । ଯନ୍ତ୍ରଣା ନିମନ୍ତେ ପାରାସେଟାମୋଲ (ଆସେଟାମିନୋଫେନ) ଦିଆଯାଏ । ଏହି ଔଷଧ କାମ ନ କଲେ ନାପ୍ରୋକ୍ସେନ ଭଳି ଏନଏସଆଇଡି ଦିଆଯାଏ । ନିଶା ଭୟରେ ଓପିଏଡ ସ୍ୱଳ୍ପକାଳ ନିମନ୍ତେ ଦିଆଯାଏ । ସାଧାରଣ ଜୀବନଧାରା ବିପର୍ଯ୍ୟୟ ହେଲେ ଗଣ୍ଠି ରୋପଣ କରାଯାଏ । କୃତ୍ରିମ ଗଣ୍ଠି ସ୍ୱଳ୍ପ କାଳ ନିମନ୍ତେ କାମ ଦିଏ । ଅଧିକାଂଶ ରୋଗୀଙ୍କର ଚିକିତ୍ସା ଫଳାଫଳ ଉତ୍ତମ ରହେ । ସନ ୨୦୧୦ ହିସାବ ଅନୁସାରେ ଆଣ୍ଠୁ ଓ ହିପ ଓଷ୍ଟିଓଆର୍ଥ୍ରାଇଟିସ ରୋଗ ଏକ ଅତି ସାଧାରଣ ରୋଗ ଯାହା ଜନସଂଖ୍ୟାର ୩.୮ %ଲୋକଙ୍କୁ ହୋଇଥିଲା । ବୟସ ୬୦ ଉର୍ଦ୍ଧ୍ୱ ୧୦ % ପୁରୁଷମାନଙ୍କୁ ଓ ୧୮ % ମହିଳାମାନଙ୍କୁ ଏହି ରୋଗ ହୁଏ । ଅସାମର୍ଥ୍ୟ ସହିତ ବଞ୍ଚିବାର କାରଣ ମଧ୍ୟରୁ ୨ % ଏହି ରୋଗ ଯୋଗୁ ହୁଏ । ଅଷ୍ଟ୍ରେଲିଆରେ ୧.୯ ନିୟୁତ ଓ ଆମେରିକାରେ ପ୍ରାୟ ୨୭ % ଲୋକଙ୍କୁ ଏହି ରୋଗ ହୁଏ । ବୟସ ୪୫ ପୂର୍ବରୁ ପୁରୁଷମାନଙ୍କୁ ଏହି ରୋଗ ଅଧିକ ହୁଏ ଓ ୪୫ ବର୍ଷ ବୟସ ପରେ ମହିଳାମାନଙ୍କୁ ଏହା ଅଧିକ ହୁଏ । ଅତି ବୟସ ବଢିଗଲେ ଉଭୟ ଲିଙ୍ଗର ଲୋଳଙ୍କୁ ସମ ପରିମାଣରେ ଏହି ରୋଗ ହୁଏ । ଚିହ୍ନ ଓ ଲକ୍ଷଣ ଯନ୍ତ୍ରଣା ଏହି ରୋଗର ମୂଖ୍ୟ ଲକ୍ଷଣ । ଏହା ତୀବ୍ର ହୁଏ ବା ଜଳିବା ଭଳି ହୁଏ; ଗଣ୍ଠିକୁ ଚଲଉଥିବା ମାଂସପେଶୀ ଓ ପେଶୀରଜ୍ଜୁରେ ଅନୁଭୁତ ହୁଏ ଓ ଅକର୍ମନ୍ୟତା ହୁଏ। ଗଣ୍ଠି ଚଲେଇବା ସମୟରେ କଡ଼କଡ଼ ଶବ୍ଦ ହୁଏ ବା ଅନୁଭବ ହୁଏ ଯାହାକୁ କ୍ରେପିଟସ କହନ୍ତି । ମାଂସପେଶୀରେ ସ୍ପାଜ୍ମ ହୁଏ ଓ ସେ ସ୍ଥାନ ଛୁଇଁଲେ ଟାଣ ଲାଗେ । ବେଳେବେଳେ ଗଣ୍ଥି ଭିତରେ ତରଳ ପଦାର୍ଥ ଜମେ । ବାୟୁ ମଣ୍ଡଳ ଚାପ କମ୍ ହେଲେ, ହ୍ୟୁମିଡିଟି ଅଧିକ ହେଲେ ଓ ପାଗ ଥଣ୍ଡା ରହିଲେ କେହି କେହି ଯନ୍ତ୍ରଣା ବଢ଼ିଯିବା କଥା କହନ୍ତି କିନ୍ତୁ ଅନୁଶୀଳନରୁ ଏହାର ସମ୍ପୁର୍ଣ୍ଣ ସତ୍ୟତା ପ୍ରମାଣିତ ହୋଇ ନାହିଁ । ଏହି ରୋଗ ମୂଖ୍ୟତଃ ନିତମ୍ବ ଗଣ୍ଠି, ଆଣ୍ଠୁ ଗଣ୍ଠି, ମେରୁଦଣ୍ଡ, ହାତ ଓ ପାଦ ଇତ୍ୟାଦିକୁ ଆକ୍ରମଣ କରେ ଯଦିଓ ଏହା ଯେ କୌଣସି ଗଣ୍ଠିକୁ ଧରି ପାରେ । ରୋଗ ବଢ଼ିଲେ ଗଣ୍ଠି ବଡ଼ ଦେଖାଯାଏ, ଟାଣ ହୁଏ ଓ ଯନ୍ତ୍ରଣା ଅଧିକ ହୁଏ । ଏହାର ଏକ ବୈଚିତ୍ର୍ୟ ଅଛି: ଅଳ୍ପ ସମୟ ବ୍ୟବହାର କଲେ ଆରାମ ଲାଗେ କିନ୍ତୁ ଅଧିକ ସମୟ ବ୍ୟବହାର କଲେ କଷ୍ଟ ବେଶୀ ହୁଏ । ରିଉମାଟଏଡ ଆର୍ଥ୍ର୍ରାଟିସ ରୋଗରେ ଯନ୍ତ୍ରଣା କେବେ ହେଲେ କମେ ନାହିଁ । ହାତର ଗଣ୍ଠି ଫୁଲିଯାଏ ଓ ବେଶୀ କଷ୍ଟ ହୋଇ ନ ପାରେ । ଏହି ଗଣ୍ଠି ଫୁଲାକୁ ନାମ ଦିଆ ଯାଇଛି । ସନ୍ନିକଟ ଗଣ୍ଠି ଫୁଲାକୁ ବାଉଚାର୍ଡ ନୋଡ ' ଓ ଦୂର ଗଣ୍ଟି ଫୁଲାକୁ ହେବେର୍ଡେନ ନୋଡ ' କୁହାଯାଏ । ଏହି ଫୁଲା ଯୋଗୁ ଗଣ୍ଠି ଟାଣ ହୋଇଯାଏ ଓ ଚଳନ କମିଯାଏ । ପାଦରେ ହେଉଥିବା ଗଣ୍ଠି ଉପରେ ବୁନିଅନ ହେଲେ ଲାଲ ଦେଖାଯାଏ ଓ ଫୁଲିଯାଏ । ଆଣ୍ଠୁରେ ତରଳ ପଦାର୍ଥ ଜମୁଥିବା କାରଣମାନଙ୍କ ମଧ୍ୟରେ ଓଷ୍ଟିଓଆର୍ଥ୍ରାଇଟିସ ପ୍ରଥମ ସ୍ଥାନ ଗ୍ରହଣ କରିଛି । କାରଣ ଗଣ୍ଠି ଚଳନ ଏକ ଯାନ୍ତ୍ରିକ କ୍ରିୟା । ଗଣ୍ଠି ଭିତରେ ଥିବା ଅସ୍ଥି ଓ ଅପାସ୍ଥି ଅଗ୍ରଭାଗରେ ଘର୍ଷଣ ଜନିତ କ୍ଷୟ ଶରୀର ନିଜେ ପୁରଣ କରି ପାରେ ନାହିଁ, ଏହା ହିଁ ଓଷ୍ଟିଓଆର୍ଥ୍ରାଇଟିସର ପ୍ରାଥମିକ କାରଣ । ଅସ୍ଥି ସଜ୍ଜା ଜନ୍ମଗତ ଓ ଅନ୍ୟାନ୍ୟ କାରଣରୁ ଠିକ ହୋଇ ନ ଥିଲେ, ଆଘାତ ପ୍ରାପ୍ତ ଥିଲେ, ଗଣ୍ଠିରେ କୌଣସି ରୋଗ ଥିଲେ, ଦୁର୍ବଳ ମାଂସପେଶୀ ଥିଲେ ବା ହଠାତ ଅନିୟମିତ ଭାବରେ ଗଣ୍ଠି ଚଳନ ହେଲେ ଓଷ୍ଟିଓଆର୍ଥ୍ରାଇଟିସ ହେବା ସମ୍ଭାବନା ରହେ । କୌଣସି ଆଘାତ ନ ଥାଇ କେବଳ ଦୌଡ଼ ବା ବ୍ୟାୟାମ ଯୋଗୁ ଓଷ୍ଟିଓଆର୍ଥ୍ରାଇଟିସ ହେବା ପ୍ରମାଣିତ ହୋଇ ନାହିଁ। ଆଙ୍ଗୁଠି ଫୁଟାଇବାର କୌଣସି ଭୂମିକା ନାହିଁ। ପ୍ରାଥମିକ କାରଣ ଜମଜ ସନ୍ତାନ ସନ୍ତତି ଓ ଭାଇ ଭଉଣୀଙ୍କର ଏହି ରୋଗ ହେବାରୁ ଏହାର ଜେନେଟିକ ପ୍ରଭାବ ଥିବା ଅନୁମାନ କରାଯାଏ । କୌଣସି ଗୋଟିଏ କାରଣ ଜଣାଯାଇ ନାହିଁ, କିନ୍ତୁ ଅଧା ଲୋକଙ୍କର ଜେନେଟିକ ଭୂମିକା ଥିବା ସନ୍ଦେହ କରାଯାଏ ।। ଆଣ୍ଠୁରେ ଆଘାତ ଓ ମୋଟାପଣର ଇତିହାସ ପ୍ରାୟତଃ ମିଳେ । ମୋଟା ଲୋକଙ୍କର ଏହି ରୋଗ ଅଧିକ ହେବା ଓ ଓଜନ କମେଇଦେଲେ ଲକ୍ଷଣ କମି ଆରାମ ଲାଗିବା ଇତିହାସରୁ ସଙ୍କେତ ମିଳେ ଅଧିକ ଓଜନ ଏହାର ଏକ କାରଣ । କେବଳ ମୋଟା ହେବା ନୁହେଁ ତା ସହିତ ମେଟାବୋଲିକ୍ ଲିଙ୍କ ଥିବା ଆଶା କରାଯାଏ । ଋତୁବନ୍ଦ ପରେ ମହିଳାଙ୍କର ଏହି ରୋଗ ଅଧିକ ହେଉ ଥିବାରୁ ହରମୋନର ଭୂମିକା ଥିବା ଜଣାଯାଏ। ମୁଷା ଦେହରେ ପରୀକ୍ଷା କରି ଦେଖା ଯାଇଛି, ମହିଳା ହରମୋନ ଇଞ୍ଜେକ୍ସନ ଦେଲେ ଗଣ୍ଠି ପ୍ରତିରୋଧ ବଢ଼େ ଓ ପୁରୁଷ ହରମୋନ ଦେଲେ କମେ । ଗୌଣ କାରଣ କେତେକ ରୋଗ ହେବା ପରେ ଓଷ୍ଟିଓଆର୍ଥ୍ରାଇଟିସ ହୁଏ, କିନ୍ତୁ ଏହାର ପ୍ରକ୍ରିୟା ସମାନ ଥାଏ । ଆଲକାପ୍ଟୋନୁରିଆ ଜନ୍ମଗତ ଗଣ୍ଠି ରୋଗ ବହୁମୂତ୍ର ବା ଡାଏବେଟିସ ଏହ୍ଲର ଡାନଲୋସ ସିଣ୍ଡ୍ରୋମ ହେମୋକ୍ରୋମାଟୋସିସ ଓ ଉଇଲସନ୍ସ ଡିଜିଜ ' ସମସ୍ତ ସ୍ଥାୟୀ ଗଣ୍ଠି ପ୍ରଦାହ ରୋଗ ' , , ( . ,). , . ଗଣ୍ଠି ଓ ଗଣ୍ଠି ରଜ୍ଜୁ ଆଘାତ ବା ଅପରେଶନ ଜନିତ ଆଘାତ ( , .) ଗଣ୍ଠି କ୍ଷୟ ମାର୍ଫାନ ସିଣ୍ଡ୍ରୋମ ମୋଟାପଣ ସଂକ୍ରମିତ ଗଣ୍ଠି ପ୍ରଦାହ ବିକାରୀ ଶରୀର କ୍ରିୟା ପ୍ରଥମିକ ଓଷ୍ଟିଓଆର୍ଥ୍ରାଇଟିସ ଗୋଟିଏ ବିନଷ୍ଟକାରୀ ରୋଗ ଯାହାର ଅତିକ୍ରାନ୍ତ ବୟସ ସାଥୀରେ ସମ୍ପର୍କ ଅଛି, କିନ୍ତୁ ବୃଦ୍ଧାବସ୍ଥା ରୋଗ ନୁହେଁ, କାରଣ ଅନେକ ବ୍ୟକ୍ତି ନବେ ବର୍ଷରେ ଥିଲେ ମଧ୍ୟ ତାଙ୍କୁ ଏହି ରୋଗ ହୁଏ ନାହିଁ । ଗଣ୍ଠି ଭିତରେ ଥିବା ଉପାସ୍ଥିରେ ବୟସ ବଢିବା ସାଥେ ସାଥେ ପ୍ରୋଟିଓଗ୍ଲାଇକାନ ପରିମାଣ କମିଯିବା ହେତୁ ଜଳୀୟ ଅଂଶ କମିଯାଏ, ତେଣୁ ଏହାର ନମନିୟତା କମିଯାଏ । ଉପାସ୍ଥି ଭିତରୁ ଜଳ ଚାପ ପାଇଲେ ବାହାରି ଆସେ ଓ ଗିବ୍ସ- ଡୋନାନ ଇଫେକ୍ଟ ଓ ପ୍ରୋଟିଓଗ୍ଲାଇକାନଦ୍ୱାରା ଅସ୍ମୋଟିକ ଚାପ ସୃଷ୍ଟି ହୋଇ ଜଳ ଭିତରକୁ ପଶିଯାଏ , । ଏହି ରୋଗର ପ୍ରାରମ୍ଭ ସମୟରେ କଳ ପରିମାଣ ବୃଦ୍ଧି ପାଏ । ଏହା ପ୍ରୋଟିଓଗ୍ଲାଇକାନ କମିବା ଯୋଗୁ କୋଲାଜେନ ଫାଇବରର ସହନଶୀଳତା କମିଯାଏ ଓ ନଷ୍ଟଶୀଳତା ବଢିଯାଏ । ଉପାସ୍ଥିର ନଷ୍ଟ ହୋଇଯାଇଥିବା ଅଂଶ ଗଣ୍ଠି ଭିତରକୁ ଯାଇ ପ୍ରଦାହ ସୃଷ୍ଟି କରେ । ଗଣ୍ଠିର ଅସ୍ଥି ଧାରରୁ ନୂଆ ଅସ୍ଥି ବାହାରେ ଯାହାକୁ ସ୍ପର ବା ଅଷ୍ଟିଓଫାଇଟ କୁହାଯାଏ । ରୋଗନିର୍ଣ୍ଣୟ ରୋଗର ଇତିହାସ ଓ ପରୀକ୍ଷା ସାହାଯ୍ୟରେ ରୋଗ ନିର୍ଣ୍ନୟ କରାଯାଏ ଏବଂ ଏକ୍ସ-ରେଦ୍ୱାରା ସିଦ୍ଧାନ୍ତ କରାଯାଏ । ଏକ୍ସ-ରେ ଫିଲ୍ମରେ ଦେଖାଯାଉଥିବା ପରିବର୍ତ୍ତନ: ଗଣ୍ଠିର ଖାଲି ସ୍ଥାନ ପରିମାଣ କମ ଦେଖାଯାଏ । ଉପାସ୍ଥି ଥିବା ସ୍ଥାନ ତଳେ ଅସ୍ଥି ଛାୟା ଅଧିକ ଗାଢ ଦେଖାଯାଏ ଓ ତା ପାଖ ସ୍ଥାନ ଖାଲି ଥାଏ ଯାହାକୁ ସିସ୍ଟ କୁହାଯାଏ । ଗଣ୍ଠି ହାଡ ଧାରରେ ଅଧିକ ଅସ୍ଥି ଦେଖାଯାଏ, ଏହାକୁ ଓସ୍ଟିଓଫାଇଟ କହନ୍ତି । ଏକ୍ସ-ରେ ଦେଖାଯାଉଥିବା ପରିବର୍ତ୍ତନ ସହ ରୋଗ ଲକ୍ଷଣର ନିଗୁଢ ସମ୍ପର୍କ ରହେନି । ଅନ୍ୟାନ୍ୟ ଇମେଜିଙ୍ଗ ଦରକାର ହୁଏ ନାହିଁ । ଚିକିତ୍ସା ଓଜନ କମ କରିବା ସହ ବ୍ୟାୟାମ କରିବାଦ୍ୱାରା ବହୁତ ଉପକାର ହୁଏ । ଏହା ସହ କଷ୍ଟ ନିବାରକ ଔଷଧ ପାରାସେଟାମଲ ଦିଆଯାଏ । ଏହା ଫଳପ୍ରଦ ନ ହେଲେ ଏନ.ଏସ.ଏ.ଆଇ.ଡି. ଔଷଧ ସହ ମିଶେଇ ଦିଆଯାଏ । ଏହାର ଅପେକ୍ଷାକୃତ ବିପଦମୁକ୍ତ ଗୁଣ ଯୋଗୁ ଏହାକୁ ପ୍ରଥମ ଧାଡ଼ି ଔଷଧ ଭାବେ ବହୁଳ ବ୍ୟବହାର ହୁଏ। ଜୀବନଚର୍ଯ୍ୟା ପରିବର୍ତ୍ତନ ଓଜନ ବେଶୀ ଥିବା ରୋଗୀଙ୍କର ଓଜନ କମେଇବା ଏକ ଅତ୍ୟାବଶ୍ୟକ ଚିକିତ୍ସା । ରୋଗୀଙ୍କୁ ଶିଖେଇଲେ ସେମାନେ ନିଜେ ବ୍ୟାୟାମ କରିପାରିବେ । ଏହାଦ୍ୱାରା ଯନ୍ତ୍ରଣା କମେ, ଗଣ୍ଠି କାର୍ଯ୍ୟ ଦକ୍ଷତା ବଢ଼େ, ଥକ୍କାଣ କମେ ଓ ଔଷଧ କମ ଆବଶ୍ୟକ ହୁଏ। କେବଳ କଷ୍ଟ ନିବାରକ ଔଷଧ ଅପେକ୍ଷା ବ୍ୟାୟାମ ସହିତ ଔଷଧ ଖାଇଲେ ୨୦% କଷ୍ଟ କମ ହୁଏ । ଅତ୍ୟଧିକ କଷ୍ଟ ହେଉଥିଲେ ଔଷଧ ଖାଇ କଷ୍ଟ କିଛି କମିଗଲା ପରେ ବ୍ୟାୟାମ କଲେ ଉପକାର ମିଳେ । ସପ୍ତାହକୁ ତିନି ଥର ବ୍ୟାୟାମ କଲେ ଯଥେଷ୍ଟ ହୁଏ । ମାଲିସ କରିବା ବିଶେଷ ଉପକାରୀ ସାବ୍ୟସ୍ତ ହୋଇ ନାହିଁ । ଆଣ୍ଠୁ ବ୍ରେସ ବ୍ୟବହାର କଲେ ଉପକାର ହୁଏ କିନ୍ତୁ ଜୋତାର ଭିତର ସୋଲ ଉଚ୍ଚ କଲେ ଉପକାର ହେବା ପ୍ରମାଣିତ ହୋଇ ନାହିଁ । ଅପରେଶନ ଅସମ୍ଭାଳ ଯନ୍ତ୍ରଣା ହେଲେ ଅପରେଶନ କରାଯାଏ । ଗଣ୍ଠି ଭିତର ଅସ୍ଥି ଖାଇ ଯାଇଥିଲେ କୃତ୍ରିମ ଗଣ୍ଠି ରୋପଣ ଓ ରିସରଫେସିଙ୍ଗ ଅପରେଶନ କରାଯାଏ । ଉଭୟ ହିପ ଓ ଆଣ୍ଠୁ ଓଷ୍ଟିଓଆର୍ଥ୍ରାଇଟିସ ରୋଗ ଅପରେଶନଦ୍ୱାରା ଆରାମ ଲାଗିବାର ପ୍ରମାଣ ମିଳେ। ଅପରେଶନଦ୍ୱାରା ଆଣ୍ଠୁର କଷ୍ଟ କମେ ଓ କାମ ସହଜରେ ସାଧିତ ହୁଏ । ଆର୍ଥ୍ରୋସ୍କୋପି ଅପରେଶନଦ୍ୱାରା ଅଧିକ ଉପକାର ପ୍ରମାଣିତ ହୋଇ ନାହିଁ। ଖାଦ୍ୟ ଓଷ୍ଟିଓଆର୍ଥ୍ରାଇଟିସ ରୋଗ ନିମନ୍ତେ ବିଭିନ୍ନ ପ୍ରକାର ଖାଦ୍ୟ ଓ ପୋଷକ ଖାଇବାକୁ ପରାମର୍ଶ ଦିଆଯାଇଛି । ଫାଇଟୋଡଲର , ସାମେ . ଚାଇନା ଔଷଧ ଏସ୍.କେ.ଆଇ. ୩୦୬ଏକ୍ସ ( 306 ) ଖାଇଲେ ଯନ୍ତ୍ରଣା ଉପଶମ ହୁଏ । ଆଭୋକାଡୋ/ସୋୟାବିନ ( / ), ବସ‌ୱେଲିଆ ସେରାଟା ଏକ୍ସଟ୍ରାକ୍ଟ , ଏମ୍, ଏସ୍.ଏମ୍. ଓ ରୋଜହିପ୍ ଇତ୍ୟାଦି ଉପକାରୀ ଜଣାଯାଏ । ବହୁଳ ଭାବେ ବ୍ୟବହୃତ ଗ୍ଲୁକୋସାମିନର ଉପକାରୀତା ସ୍ୱିକୃତ ହୋଇ ନାହିଁ। ଏହା ପ୍ଲାସେବୋ ସହ ସମାନ ବା ସାମାନ୍ୟ ଅଧିକ ଉପକାରୀ ଜଣାଯାଏ । ଗ୍ଲୁକୋସାମିନ ସଲ୍‌ଫେଟ୍ କିଛି ପରିମାଣରେ ଉପକାରୀ ଜଣାଯାଏ । ଅନ୍ୟ ବହୁତ ପ୍ରକାର ଖାଦ୍ୟ ସପ୍ଲିମେଣ୍ଟ ଖାଇବାକୁ ଉପଦେଶ ଦିଆଯାଏ, କିନ୍ତୁ ସେମାନଙ୍କର ଉପକାରୀତା ଓ ବିପଦମୁକ୍ତତା ସମ୍ପର୍କରେ ପ୍ରାମାଣିକ ତଥ୍ୟ ନାହିଁ । ଆକୁପଙ୍କଚର ଓ ଟେନ୍ସ ଚିକିତ୍ସା କଲେ କଷ୍ଟ ଲାଘବ ହେବା ଦାବି କରାଯାଏ, କିନ୍ତୁ ଏହା ପ୍ରମାଣିତ ହୋଇ ନାହିଁ ।
ଭ୍ରମରବର ରାୟ (୨୬ ଅଗଷ୍ଟ ୧୯୧୪ - ୬ ସେପ୍ଟେମ୍ବର ୧୯୭୭) ଖଣ୍ଡପଡ଼ାର ଶେଷ ସ୍ୱାଧୀନ ରାଜା ଥିଲେ ଏବଂ ଓଡ଼ିଶା ରାଜନୀତିରେ ଜଣେ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଭ୍ରମରବର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ । ୧୯୫୨, ୧୯୫୭, ୧୯୬୧ ଓ ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୨ୟ, ୩ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ଭ୍ରମରବର ରାୟ ୧୯୧୪ ମସିହାର ଅଗଷ୍ଟ ମାସ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାମଚନ୍ଦ୍ର ସିଂହ ଏବଂ ପତ୍ନୀଙ୍କ ନାମ ଏସ୍. ଏମ୍. ଦେବୀ । ତାଙ୍କ ପୁଅ ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ ମଧ୍ୟ ଜଣେ ଓଡ଼ିଆ ରାଜନୀତିଜ୍ଞ, ଯିଏକି ଓଡ଼ିଶା ବିଧାନ ସଭାରେ ତିନିଥର ବିଧାୟକ ଭାବରେ ଏବଂ ଦୁଇଥର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ଭ୍ରମରବରଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ ଡିପ୍ଲୋମା । ଭ୍ରମରବର ୧୯୨୨ରେ ସିଂହାସନ ଅଧିକାର କରିିଥିଲେ, ଯାହାଙ୍କ ରାଜ୍ୟର ରାଜାଙ୍କ ଚିହ୍ନ ବାଘମୁଣ୍ଡ । ରାଜନୈତିକ ଜୀବନ ଭ୍ରମରବର ରାୟ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ । ଭ୍ରମରବର ୧୯୬୧ ମସିହାରୁ ୧୯୬୫ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ଭ୍ରମରବର ରାୟ ୧୯୭୭ ମସିହାର ସେପ୍ଟେମ୍ବର ମାସ ୬ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା ।
ବିଭିନ୍ନ ପ୍ରକାର ଉପାୟରେ ଓ ଢ଼ଙ୍ଗରେ ନିଜର ଯୌନ ସଂପର୍କିତ ଆଚରଣ ଜଣଙ୍କ ଇଚ୍ଛା ବିରୁଦ୍ଧରେ ବାରମ୍ବାର ତାଙ୍କ ସମ୍ମୁଖରେ ପ୍ରଦର୍ଶନ କରି ତାଙ୍କୁ ଅଯଥା ହଇରାଣ ହରକତ କରିବାର ଅର୍ଥ ହେଉଛି ତାଙ୍କୁ ଯୌନ ଉତ୍ପୀଡ଼ନ ଦେବା। ଏହି କ୍ରମରେ ଆସୁଛି ଜଣକ ଇଚ୍ଛା ବିରୁଦ୍ଧରେ ବା ତାଙ୍କ ପ୍ରତିବାଦ ସତ୍ତ୍ୱେ ତାଙ୍କ ଆଡ଼କୁ ବାରମ୍ବାର ଯୌନ ସଂପର୍କିତ ପ୍ରସ୍ତାବ ଧରି ଅଗ୍ରସର ହେବା, ତାଙ୍କଠାରୁ ଯୌନ ସଂପର୍କିତ ସାହାଯ୍ୟ ବା ସହଯୋଗ ମାଗିବା, ବାଚନିକ ସ୍ତରରେ ଯୌନ ସଂପର୍କିତ କଥା ତାଙ୍କ ସହ ଆଲୋଚନା କରିବା ବା ଶାରୀରିକ ସଂପର୍କ ରକ୍ଷା ପାଇଁ ଅନୁରୋଧ ଜଣାଇବା ଇତ୍ୟାଦି ଇତ୍ୟାଦି ହେଉଛି ଯୌନ ଉତ୍ପୀଡ଼ନର ପରିସରଭୁକ୍ତ। କଣ ରହିଛି କାରଣ ବିଶେଷ ଭାବେ ଜଣଙ୍କର ସାମାଜକ ଓ ଅର୍ଥନୈତିକ ଅବସ୍ଥାର ଫାଇଦା ନେଇ ତାଙ୍କ ସହ ଏତାଦୃଶ ଆଚରଣ ପ୍ରଦର୍ଶନ କରିବା କିମ୍ବା ଜଣଙ୍କୁ ନିଯୁକ୍ତି ପ୍ରଦାନ କରି ତାଙ୍କ ଏପରି କରିବା ହେଉଛି ଯୌନ ଉତ୍ପୀଡ଼ନ। ତେବେ, ଆର୍ଥିକ ସ୍ତରରେ ଅନୁନ୍ନତ ଥିବା ମହିଳାମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ବାହାନାରେ ସେମାନଙ୍କୁ ଯୌନ ଉତ୍ପୀଡ଼ନ ଦେଉଥିବା ସଂପର୍କରେ ଏବେ ବିଶ୍ୱବ୍ୟାପି ଅଭିଯୋଗମାନ ବହୁଳ ଭାବେ ଶୁଣିବାକୁ ମିଳୁଛି। ତେବେ, ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ଯୌନ ଉତ୍ପୀଡ଼ନ ନେଇ ଭିନ୍ନ ଭିନ୍ନ ସଂଜ୍ଞା ଓ ଏହା ବିରୋଧରେ ଭିନ୍ନ ଭିନ୍ନ ଆଇନ୍‌ ରହିଥିବା ଦେଖିବାକୁ ମିଳିଛି। ତେବେ, ବିଶ୍ୱବ୍ୟାପି ବହୁ ରାଷ୍ଟ୍ରରେ ମହିଳାମାନଙ୍କୁ ପଦୋନ୍ନତି ଦେବା ବେଳେ ସେମାନଙ୍କୁ ଯୌନ ଉତ୍ପୀଡ଼ନ ଦେବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। କେବଳ ମାତ୍ର ଯେ ନିଯୁକ୍ତି ଦାତା ଓ କର୍ମଚାରୀଙ୍କ ମଧ୍ୟରେ ଯୌନ ଉତ୍ପୀଡ଼ନ ଘଟଣା ଘଟୁଛି ତା ନୁହେଁ; ଅନେକ କ୍ଷେତ୍ରରେ ଗୋଟିଏ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ମଧ୍ୟ ଯୌନ ଉତ୍ପୀଡ଼ନ ଘଟଣା ବହୁଳ ଭାବେ ଦେଖିବାକୁ ମିଳୁଛି। ଖାଲି ନିଯୁକ୍ତି, ନିଯୁକ୍ତିଦାତା, କର୍ମଚାରୀ, ସହ କର୍ମଚାରୀଙ୍କ ମଧ୍ୟରେ ଯୌନ ଉତ୍ପୀଡ଼ନ ସୀମିତ ରହିନାହିଁ ଏହା ଏବେ ସଂପୃକ୍ତ ସଂସ୍ଥା ସହ ଜଡ଼ିତ ଏଜେଣ୍ଟ ଓ ଗ୍ରାହକମାନଙ୍କ ପର୍ଯ୍ୟନ୍ତ ସୁଦ୍ଧା ବ୍ୟାପିଥିବା ଦେଖିବାକୁ ମିଳିଛି। ଖାଳି ଯେ ପୁରୁଷମାନେ ମହିଳାମାନଙ୍କୁ ଯୌନ ଉତ୍ପୀଡ଼ନ ଦେଉଛନ୍ତ୍‌, ତା ନୁହେଁ; ବହୁ କ୍ଷେତ୍ରରେ ମଧ୍ୟ ମହିଳାମାନେ ମଧ୍ୟ ପୁରୁଷମାନଙ୍କୁ ଯୌନ ଉତ୍ପୀଡ଼ନ ଦେଉଥିବା ଦେଖିବାକୁ ମିଳୁଛି। ସେଥିପାଇଁ ଏବେ ବିଶ୍ୱବ୍ୟାପି ଯୌନ ଉତ୍ପୀଡ଼ନ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଏହାକୁ ରୋକିବାକୁ ବିଭିନ୍ନ ରାଷ୍ଟ୍ର ନିଜ ନିଜର ଆଇନ୍‌ ଅନୁଯାୟୀ ଭିନ୍ନ ଭିନ୍ନ ନିୟମକାନୁନ୍‌ ପ୍ରସ୍ତୁତ କରୁଛନ୍ତି। ପ୍ରକାର ବାଳ ଯୌନ ଶୋଷଣ ବୟସ୍କ ବ୍ୟକ୍ତି ଛୋଟ ପିଲାଙ୍କୁ ଦୁର୍ବ୍ୟବାର କରିବା, ସେମ୍ବଦନଶୀଳ ଅଙ୍ଗରେ ଛୁଇଁବା ତଥା ତାଙ୍କ ଅଜାଣତରେ ତଥା ଜାଣତେର ଯୌନ ସମ୍ପକର୍ ରଖିବାକ ଅାଦିକୁ ବାଳ ଯୌନ ଶୋଷଣ କୁହାଯାଏ । ନିମ୍ନଲିଖିତ ପ୍ରକାରର ଅବସ୍ଥାରେ ଏହାକୁ ବାଲ୍ୟ ଯୌନ ଶୋଷଣ କୁହାଯାଇପାରେ: ଯଦି ଜଣେ ବୟସ୍କ ବ୍ୟକ୍ତି ଅସାମାଜିକରୂପେ ନିଜର ଶରୀରର ଅଙ୍ଗ (ସ୍ତନାଗ୍ର, ପୁରୁଷାଙ୍ଗ ବା ଯୋନୀ ) ଗୋଟିଏ ଶିଶୁ ଆଗରେ ପ୍ରଦର୍ଶନ କରନ୍ତି ଶିଶୁଟିକୁ ଯୌନ ସମ୍ଭୋଗ ପାଇଁ ବାଧ୍ୟ କରିବା ଶିଶୁକୁ ଅଶ୍ଳୀଳ ଭିଡିଓ ଦେଖାଇବା ବା ଶିଶୁକୁ ଉପଯୋଗ କରି ଅଶ୍ଳୀଳ ଭିଡିଓ ତିଆରି କରିବା ପ୍ରାୟ ତିନି ଭାଗରୁ ଏକ ଭାଗ ଯୌନ ଶୋଷଣକାରୀ ଶିଶୁଟିକୁ ଆଗରୁ ଜାଣିଥାନ୍ତି, ସେମାନେ ହୁଏତ ପାରିବାରିକ ବନ୍ଧୁବାନ୍ଧବ, ପଡ଼ୋଶୀ ଆଦି ହୋଇପାରନ୍ତି । ଯୌନ ଶୋଷଣର ଶିକାର ହୋଇଥିବା ପିଲାମାନେ ସବୁବେଳେ ଡରିଡରି ରହନ୍ତି । କାହା ସହ ଅଧିକ କଥା ନେହବା, ଚିନ୍ତା କରିବା, ବିଷାଦଗ୍ରସ୍ତ ହୋଇପଡ଼ନ୍ତି । ବିଶ୍ୱରେ ପାଖାପାଖି ୧୮-୧୯% ମହିଳା ଓ ୮% ପୁରୁଷ, ପିଲାବେଳେ ଯୌନ ଶୋଷଣର ଶିକାର ହୋଇଥିବା ପ୍ରକାଶ କରିଥାନ୍ତି । ଘରୋଇ ହିଂସା ଘରୋଇ ହିଂସା, ଧମକ ଦେବା ଯୌନ ଉତ୍ପୀଡ଼ନ ସହ ଜଡ଼ିତ । ଶାରୀରିକ, ଅାର୍ଥିକ,ଯୌନ ଘେରାଇ ହିଂସା ଘେରାଇ ହିଂସାର ପ୍ରମୁଖ ଅଙ୍ଗ । ନିଜର ପତ୍ନୀ ବା ସ୍ୱାମୀଙ୍କ ସହ ଯୌନ ଶୋଷଣ କରିବା ଏହି ପ୍ରକାର ଅନ୍ତର୍ଗତ ଅଟେ । ବୟସ୍କଙ୍କ ସହ ଯୌନ ହିଂସା ୬୦ ବଷର୍ରୁ ଅଧିକ ବୟସ୍କ ବ୍ୟକ୍ତିବିେଶଷଙ୍କ ସହ ଯୌନ ହିଂସାକୁ ବୟସ୍କ ଯୌନ ହିଂସା କୁହାଯାଏ । ବୟସ୍କ ବ୍ୟକ୍ତିଙ୍କ ଶାରୀରିକ ଅକ୍ଷମତା,ଦୁବର୍ଳତାର ସୁେଯାଗ ନେଇ ଏଫରି କିଛି ଘଟଣାମାନ ଘଟିଥାଏ । ସବର୍ସମ୍ମୁଖରେ ଉତ୍ପୀଡ଼ନ ସାଧାରଣ ସ୍ଥାନରେ, ସମସ୍ତଙ୍କ ସାମ୍ନାରେ ଅସଦାଚରଣ କରିବା ଅାଦି ମଧ୍ୟ ଯୌନ ଉତ୍ପୀଡ଼ନର ଏକ ଅଂଶ । ସଚେତନତା ଏପରି ପରିସ୍ଥିତିରୁ ବଞ୍ଚିବା ପାଇଁ ନିେଜ ସଚେତନ ରହିବା ଜରୁରୀ । ସ୍କୁଲ, କଲେଜ ହେଉ କି କାଯ୍ୟର୍ସ୍ଥଳୀ ହେଉ ମହିଳା ହୁଅନ୍ତୁ କି ପୁରୁଷ ସମେସ୍ତ ସେଚତନ ରହିବା ଉଚିତ । ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସାମାଜିକ ତଥା ଘର ଲୋକଙ୍କ ସାହାଯ୍ୟ ସବୁଠାରୁ ବେଶୀ ମହତ୍ୱପୂଣ୍ଣର୍ । କାରଣ ଯୌନ ହିଂସାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସାଧାରଣରେ ସହଜରେ ଅାପଣାଇ ପାରନ୍ତି ନାହିଁ । ତେଣୁ ଏପରି ଅବସ୍ଥା ଦେଇ ଗତି କରୁଥିବା ବ୍ୟକ୍ତିବିେଶଷଙ୍କୁ ମାନସିକ ମନୋବଳ ଦରକାର ।
ଆଇଭୋସିଡେନିବ (ଇଂରାଜୀ ଭାଷାରେ ), ଟିବସୋଭୋରେ ନାମରେ ବିକ୍ରି ହେଉଛି, ହେଉଛି ଏକ ଔଷଧ ଯାହା ତୀବ୍ର ମାୟେଲଏଡ ଲିଉକେମିଆ ଏବଂ କୋଲାଞ୍ଜିଓକାର୍ସିନୋମା ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ନିର୍ଦ୍ଦିଷ୍ଟ ଭାବରେ ଆଇଡିଏଚ୧ ( 1) ମ୍ୟୁଟେସନ ଥିବା ରୋଗୀଙ୍କ ନିମନ୍ତେ ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଥକ୍କା, ଫୁଲା, ଅଇ, ପେଟ ଯନ୍ତ୍ରଣା, ଅଣନିଶ୍ୱାସ, କ୍ୟୁଟି ବିସ୍ତାର ବା ଲଙ୍ଗ କ୍କ୍ୟୁଟି ସିଣ୍ଡ୍ରମୋ, ସ୍ନାୟୁ ଚିକିତ୍ସା, ନିଉରୋପାଥି, ଯକୃତ ସମସ୍ୟା, କମ୍ ରକ୍ତ ପୋଟାସିୟମ୍ ଏବଂ ବୃକ୍‌କ ସମସ୍ୟା ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଗୁଇଲେନ-ବାରେ ସିଣ୍ଡ୍ରୋମ ଏବଂ ଭିନ୍ନତା " " ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି ହୋଇପାରେ । ଏହା ଏକ ଆଇସୋସାଇଟ୍ରେଟ ଡିହାଇଡ୍ରୋଜେନେଜ-୧ ( 1) ପ୍ରତି ରୋଧକ ଯାହା ୨-ହାଇଡ୍ରୋକ୍ସିଗ୍ଲୁଟାରେଟର (2- ) ଅସ୍ୱାଭାବିକ ଉତ୍ପାଦନ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ଯାହା ଫଳରେ କର୍କଟ କୋଷଗୁଡ଼ିକର ଭିନ୍ନତାକୁ ନେଇଥାଏ । ୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଆଇଭୋସିଡେନିବ ଅନୁମୋଦିତ ହୋଇଥିଲା । ୨୦୨୧ ସୁଦ୍ଧା ଏହା ୟୁରୋପ କିମ୍ବା ବ୍ରିଟେନରେ ଅନୁମୋଦିତ ହୋଇନାହିଁ । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହା ପିଛା ମାସକୁ ପ୍ରାୟ ୩୦,୦୦୦ ଡଲାର ଖର୍ଚ୍ଚ ହୋଇଥାଏ ।
କଳିକେଶ ନାରାୟଣ ସିଂହଦେଓ (ଜନ୍ମ: ୨୬ ମଇ ୧୯୭୪) ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ବିଜୁ ଜନତା ଦଳର ଜଣେ ନେତା । ତାଙ୍କ ବାପା ଅନଙ୍ଗ ଉଦୟ ସିଂହଦେଓ ଏବଂ ଜେଜେବାପା ରାଜେନ୍ଦ୍ର ନାରାୟଣ ସିଂହଦେଓ ଉଭୟ ରାଜନୀତିଜ୍ଞ ଥିଲେ । ତାଙ୍କ ଜେଜେ ରାଜେନ୍ଦ୍ର ନାରାୟଣ ସିଂହଦେଓ ୦୮.୦୩.୧୯୬୭ଠାରୁ ୦୯.୦୧.୧୯୭୧ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । କଳିକେଶ ଡେରାଡୁନ୍‌ର ଡୁନ୍ ସ୍କୁଲରେ ପାଠ ପଢ଼ୁଥିଲେ । ଏହାପରେ ସେ ଦିଲ୍ଲୀର ସେଣ୍ଟ ସ୍ଟିଫେନ କଲେଜରୁ ଅର୍ଥଶାସ୍ତ୍ରରେ ସ୍ନାତକ କରିଥିଲେ । ସାଂସଦ ହେବାପୂର୍ବରୁ କଳିକେଶ ଓଡ଼ିଶା ବିଧାନ ସଭାର କନିଷ୍ଠ ସଦସ୍ୟ ଭାବରେ ୨୦୦୪ରେ ବିଧାୟକ ଭାବରେ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ବଧୂ ନୁହେଁ ମୁଁ ବନ୍ଧୁ, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କିର୍ତ୍ତୀରଞ୍ଜନ ଚୌଧୁରୀ । କବିତା ସାହୁ କଥାଚିତ୍ରଟିର କାହାଣୀ ଲେଖିଥିଲେ । ଚିନ୍ମୟ ଦାସପଟ୍ଟନାୟକ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଶୈଳେନ୍ଦ୍ର ପରିଡ଼ା କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଅରୁଣ ମନ୍ତ୍ରୀ, ଜିତେନ୍ଦ୍ର ପ୍ରଧାନ, ନିଜାମଅରୁଣ ମନ୍ତ୍ରୀ, ଜିତେନ୍ଦ୍ର ପ୍ରଧାନ, ନିଜାମ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପ୍ରଭାସ ଏବଂ ବିଦୁସ୍ମିତା । ମୁନ୍ନା ଖାଁ, ଉତ୍ତମ ମହାନ୍ତି, ପିଣ୍ଟୁ ନନ୍ଦ, ହର ପଟ୍ଟନାୟକ, ସ୍ନିଗ୍ଧା ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନୟ ପ୍ରଭାସ ବିଦୁସ୍ମିତା ମୁନ୍ନା ଖାଁ ଉତ୍ତମ ମହାନ୍ତି ପିଣ୍ଟୁ ନନ୍ଦ ହର ପଟ୍ଟନାୟକ ସ୍ନିଗ୍ଧା ମହାନ୍ତି କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ର । ଅରୁଣ ମନ୍ତ୍ରୀ, ଜିତେନ୍ଦ୍ର ପ୍ରଧାନ ଏବଂ ନିଜାମ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।
ଶ୍ୟାମ ଚରଣ ହାଁସଦା (ଜନ୍ମ: ୩ ଜୁଲାଇ ୧୯୬୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ଲକ୍ଷ୍ମଣ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ଜନ୍ମ, ପରିବାର ଓ ଶିକ୍ଷା ଶ୍ୟାମ ଚରଣ ହାଁସଦା ୧୯୬୫ ମସିହାର ଜୁଲାଇ ମାସ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋପିନାଥ ହାଁସଦା ଏବଂ ପତ୍ନୀଙ୍କ ନାମ ଯଶୋଦାମଣି ହାଁସଦା । ତାଙ୍କର ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ । ରାଜନୈତିକ ଜୀବନ ଶ୍ୟାମ ଚରଣ ହାଁସଦା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।
ବାସୁଦେବ ରଥ (୭ ମାର୍ଚ୍ଚ ୧୯୫୬ - ୭ ଅପ୍ରେଲ ୨୦୧୯) ଜଣେ ଓଡ଼ିଆ ସଙ୍ଗୀତକାର ଥିଲେ । ୧୯୭୮ରେ ମୁକ୍ତିଲାଭ କରିଥିବା ସାକ୍ଷୀ ଗୋପୀନାଥ ଚଳଚ୍ଚିତ୍ରରୁ ଚଳଚ୍ଚିତ୍ର ଦୁନିଆରେ ପାଦ ଥାପିଥିବା ବାସୁଦେବ, ଏଯାବତ୧୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର, ୮୩ଟି ଗୀତିନାଟ୍ୟ ତଥା ୧୨ ହଜାରରୁ ଅଧିକ ଗ୍ରାମୋଫୋନ ରେକର୍ଡ଼ ସହିତ ବେତାର, ଦୂରଦର୍ଶନ ପାଇଁ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇସାରିଛନ୍ତି । ଜୀବନୀ ରେଭେନ୍‌ସା କଲିଜିଏଟ ସ୍କୁଲରେ ବାସୁଦେବ ସପ୍ତମ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ । ପରବର୍ତ୍ତୀ ସ୍କୁଲ ପାଠ ସେ ମାମୁଁଘର ଗାଁ ବୀରହରେକୃଷ୍ଣପୁରଠାରେ ସମାପ୍ତ କରିଥିଲେ । ହାଇସ୍କୁଲ ବେଳରୁ ସେ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ । ବିଭିନ୍ନ ବାଦ୍ୟଯନ୍ତ୍ର କିଣି ନିଜେ ବଜେଇ ଶିଖିବା ସହ, ଗୁରୁ ସୁଧାକରଙ୍କଠାରୁ ତବଲା ବାଦନ ଶିକ୍ଷାକରିଥିଲେ । ସଙ୍ଗୀତ ଶିକ୍ଷାକୁ ପିତା ସୋମନାଥ ରଥ ବିରୋଧ କରୁଥିଲେ ମଧ୍ୟ, ସେ ନିଜ ସଙ୍ଗୀତ ସାଧନାରୁ ବିଚ୍ୟୁତ ହୋଇନଥିଲେ । "ବାସୁଦେବ ରଥ ଆଣ୍ଡ ପାର୍ଟି" ନାମରେ ସେ ଏକ ଅର୍କେଷ୍ଟ୍ରା ଦଳ ଗଢିଥିଲେ । କଟକର ଛତ୍ରବଜାରରୁ ଏହି ଅର୍କେଷ୍ଟ୍ରାଦଳ ସଙ୍ଗୀତ ପରିବେଷଣ ଆରମ୍ଭ କରି, ପରେ କଟକ ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ସଙ୍ଗୀତ ପରିବେଷଣ କରୁଥିଲେ । ୧୯୭୫ ମସିହାରେ ସାକ୍ଷୀ ଗୋପୀନାଥ କଥାଚିତ୍ରରେ ତାଙ୍କୁ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶନା ଦେବାର ସୁଯୋଗ ମିଳିଥିଲା । ମୃତ୍ୟୁ ୨୦୧୯ ମସିହାର ଅପ୍ରେଲ ମାସ ୭ ତାରିଖରେ ବାସୁଦେବ ରଥଙ୍କ ଦେହାନ୍ତ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ପୂର୍ବରୁ ସେ ଅସୁସ୍ଥ ଥିଲେ ଏବଂ କଟକର ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜ ଏବଂ ହସ୍ପାତାଳରେ ତାଙ୍କର ଚିକିତ୍ସା ଚାଲିଥିଲା ।
ତୁମୁଡ଼ିବନ୍ଧ ଭାରତର ଓଡ଼ିଶାରେ ଥିବା କନ୍ଧମାଳ ଜିଲ୍ଲାର ଏକ ଛୋଟ ସହର ଏବଂ ତହସିଲ । ଭୂଗୋଳ ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀ ସହରଠାରୁ ଏହା ପ୍ରାୟ ୯୩ କି.ମି. ଦୂରରେ ଅବସ୍ଥିତ । ମାନଚିତ୍ରରେ ଏହାର ଭୌଗୋଳିକ ଅବସ୍ଥାନ ହେଉଛି ୮୩ ୪୨ ୦୦ ଅକ୍ଷାଂଶ ଏବଂ ୧୯ ୫୭ ୨୫ ଦ୍ରାଘିମା । ଏହାର ପୂର୍ବକୁ କେ.ନୁଆଗାଁ, ଉତ୍ତରକୁ ବାଲିଗୁଡା ତହସିଲ ଅବଂ ଦକ୍ଷିଣକୁ କୋଟଗଡ ତହସିଲ ଅବସ୍ଥିତ । ଜନସଂଖ୍ୟା ଓ ସାକ୍ଷରତା ୨୦୧୧ ଜନଗଣନା ଅନୁସାରେ ଏହାର ଜନସଂଖ୍ୟା ହେଉଛି ୪୯୨୮ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୨୫୩୦ ଓ ମହିଳା ସଂଖ୍ୟା ୨୩୯୮ । ଓଡ଼ିଶାର ହାରାହାରି ସାକ୍ଷରତା ହାର ତୁଳନାରେ ଏହାର ସାକ୍ଷରତା ହାର କମ୍‌ ଅଟେ । ପୁରୁଷ ସାକ୍ଷରତା ହାର ୮୨.୪୯% ଥିବାବେଳେ ମହିଳା ସାକ୍ଷରତା ହାର ହେଉଛି ୬୦.୬୯% । । ଏଠାକାର ହାରାହାରି ଲିଙ୍ଗ ଅନୁପାତ ହେଉଛି ୯୧୦ ଯାହାକି ଓଡ଼ିଶାର ହାରାହାରି ଲିଙ୍ଗ ଅନୁପାତ (୯୪୧)ଠାରୁ କମ୍ । ଭାଷା ଓଡ଼ିଆ, ତୁମୁଡ଼ିବନ୍ଧର ସରକାରୀ ଭାଷା ଅଟେ ।
୭୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ମାଭାକାମ୍ଟେନ (ଇଂରାଜୀ ଭାଷାରେ ), ଯାହା କାମଜିଓସ ନାମରେ ବିକ୍ରି ହୁଏ, ଏକ ଔଷଧ ଯାହା ହାଇପରଟ୍ରଫିକ ଅବଷ୍ଟ୍ରକ୍ଟିଭ କାର୍ଡିଓମାୟୋପାଥି (ଏଚସିଓଏମ) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଏହା ମୁଖରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ଓଜନିଆ ଓ ସିନ୍କୋପ ହୋଇପାରେ । ଏହା ବ୍ୟତୀତ ହୃଦ୍‌ପାତ ମଧ୍ୟ ହୋଇପାରେ । ଗର୍ଭାବସ୍ଥାରେ ଏହା ଦେଲେ ଶିଶୁ ପ୍ରତି ବିପଦ ହୋଇପାରେ । ଏହା ଏକ କାର୍ଡ଼ିଆକ ମାୟୋସିନ ପ୍ରତିରୋଧକ ଔଷଧ । ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବ‌ହାର ପାଇଁ ୨୦୨୨ ମସିହାର ମାଭାକାମ୍ଟେନ ଅନୁମୋଦିତ ହୋଇଥିଲା । ୨୦୨୨ ସୁଦ୍ଧା ଏହା ୟୁରୋପ ବା ଯୁକ୍ତରାଜ୍ୟରେ ଏହା ଉପଲବ୍‌ଧ ହୋଇନଥିଲା । ଯୁକ୍ତରାଷ୍ଟ୍ରରେ ଏକ ମାସରେ ଏହି ଔଷଧ ପିଛା ୭୮୦୦ ଡଲାର ଖର୍ଚ୍ଚ ହୁଏ ।
ଗୋପ ମନ୍ଦିର ଏକ ସୂର୍ଯ୍ୟ ମନ୍ଦିର ଯାହା ଭାରତର ଗୁଜରାଟ ପ୍ରଦେଶସ୍ଥିତ ଜାମନଗର ଜିଲ୍ଲାର ଜିନଭାରି ଗ୍ରାମରେ (ଜାମଯୋଧପୁର ତାଲୁକା) ଅବସ୍ଥିତ । ଗୁଜରାଟରେ ଏହା ଏକ ଷଷ୍ଠ ଶତାବ୍ଦୀରେ ନିର୍ମିତ ଏକ ପ୍ରସ୍ତର ନିର୍ମିତ ହିନ୍ଦୁ ମନ୍ଦିର । ମୂଳ ମନ୍ଦିର ନଷ୍ଟ ହୋଇଥିଲେ ମଧ୍ୟ ଆଂଶିକ ଭାବରେ ତିଷ୍ଠି ରହିଛି । ମନ୍ଦିରର ଉଚ୍ଚତା ୨୩ ଫୁଟ । ଏକ ମୁକୁଟ ଭଳି ଛାତ ତଳେ ଏକ ଗବାକ୍ଷ ଆକାର ଭଳି ସଜା ହୋଇଛି । ସ୍ଥାନ ବରଦା ପର୍ବତର ଗୋପ ପାହାଡ଼ର ଦକ୍ଷିଣ-ପଶ୍ଚିମ ଦିଗରେ ଭର୍ତୁ ନଦୀ କୂଳରେ ଏହା ଅବସ୍ଥିତ । ଜିନାଭରି ଗ୍ରାମକୁ ଜୁନା ବା ନନା ଗୋପ ମଧ୍ୟ କୁହାଯାଏ ଓ ଏହା ଗୋପ ଗ୍ରାମର ପୂର୍ବ ଦିଗରେ ଅବସ୍ଥିତ । ଘୁମାଳୀର ଉତ୍ତର ଦିଗରେ ଏକ ପାହାଡ଼ ଉପରେ ଏହା ବିଦ୍ୟମାନ । ଇତିହାସ ସୌରାଷ୍ଟ୍ରର ବଞ୍ଚି ରହିଥିବା ମନ୍ଦିର ମଧ୍ୟରୁ ଏହା ଗୋଟିଏ । ୧୮୭୬ ମସିହାରେ ବରଜେସ ହିସାବ କରି ଦେଖିଥିଲେ, ଏହା ଷଷ୍ଠ ଶତାବ୍ଦୀ ପରେ ତିଆରି ହୋଇନି । ସଂକଳିଆ ମତରେ ଏହା ପଞ୍ଚମ ଶତାବ୍ଦୀରେ ତିଆରି ହୋଇଛି କିନ୍ତୁ ଜୁନାଗଡ଼ ବୌଦ୍ଧ ଗୁମ୍ଫା ପୂର୍ବରୁ ନୁହେଁ । ଏହାର ସମୟ ସାଧାରଣ ଭାବରେ ଷଷ୍ଠ ଶତାବ୍ଦୀରେ ହୋଇଥିବା ମନେ ହୁଏ 575-600 ।
ଆବ୍ୟୁସିଭ ହେଡ ଟ୍ରମା ବା ଏଏଚଟି ବା ସେକନ ବେବି ସିଣ୍ଡ୍ରୋମ ବା ଏସବିଏସ ଏକ ଆଘାତର ନାମ ଯାହା ଏକ ପିଲାର ମୁଣ୍ଡରେ ଅନ୍ୟ କାହାଯୋଗୁ ଲାଗିଥାଏ । ଏହାର ଲକ୍ଷଣ ସାମାନ୍ୟରୁ ଜଣାପଡ଼ୁଥିବା ଭଳି ହୋଇଥାଏ । ଏହି ରୋଗରେ ସାଂଘାତିକ ବାନ୍ତି ହୁଏ ଓ ଉପଶମ ହୁଏନାହିଁ । ଅଧିକାଂଶ ସମୟରେ ଆଘାତର ଚିହ୍ନ ନଥାଏ । ରୋଗ ଜଟିଳ ହେଲେ ଅପସ୍ମାର ବାତ , ଦୃଷ୍ଟି ପରିବର୍ତ୍ତନ , ସେରେବ୍ରାଲ ପାଲ୍‌ସି , କଗନିଟିଭ ଡେଫିସିଟ ଇତ୍ୟାଦି ହୋଇପାରେ । ମୁଣ୍ଡା ଆଘାତ ବା ଜୋରଦାର ହଲିବା ଯୋଗୁ ଏହା ସଂଘଟିତ ହୋଇଥାଏ । ପିଲାର କ୍ରମାଗତ କ୍ରନ୍ଦନ ଯୋଗୁ ଅସ‌ହନଶୀଳ ଧାଇ ବା ମାଆ ବା ଅନ୍ୟ ନିଜ ଲୋକଙ୍କ ଯୋଗୁ ମଧ୍ୟ ଏହା ହୋଇପାରେ । ଏହାର ନିର୍ଣ୍ଣୟ ଅତ୍ୟନ୍ତ କଷ୍ଟସାଧ୍ୟ । ସନ୍ଦେହ ହେଲେ ସିଟି ସ୍କାନ କରିବାକୁ ନିର୍ଦ୍ଦେଶ ଦିଆଯାଇପାରେ । ଏଥିରେ ରେଟିନା ରକ୍ତସ୍ରାବ ସାଧାରଣତଃ ହେଉଥିଲେ ମଧ୍ୟ ଅନ୍ୟ କାରଣମାନଙ୍କ ଯୋଗୁ ହୋଇପାରେ । ଏହ ଏକ ରକମ ଶିଶୁ ନିର୍ଯ୍ୟାତନା । ଏହି ରୋଗ ନହେବା ନିମନ୍ତେ ନୂତନ ପିତା ମାତାଙ୍କୁ ରୋଗ ଓ ତାହାର କାରଣ ବିଷୟରେ ଶିକ୍ଷାଦାନ କଲେ ଉପକାର ମିଳିବ । ବେଳେ ବେଳେ ଅପରେଶନ କରି ସେରେବ୍ରା ସଣ୍ଟ ଦିଆଯାଏ । ୧୦,୦୦୦ ଶିଶୁଙ୍କ ମଧ୍ୟରୁ ପ୍ରାୟ ୩ରୁ ୪ ଜଣକୁ ଏହି ରୋଗ ହୁଏ । ପାଞ୍ଚ ବର୍ଷ ବୟସରୁ କମ ପିଲାଙ୍କୁ ଏହି ରୋଗ ହୁଏ । ପ୍ରାୟ ୨୫% ପିଲାଙ୍କର ମୃତ୍ୟୁ ହୁଏ । ଏହି ରୋଗ ନିର୍ଣ୍ଣୟ କରାଗଲେ ପିତାମାତାମାନେ ନାୟିକ ପ୍ରଣାଳୀର ଚେନରେ ଫସି ଯାଆନ୍ତି ।
ଆଲାମ ଲୋହାର (ପଞ୍ଜାବୀ: ) ଜଣେ ଉଲ୍ଲେଖନୀୟ ପାକିସ୍ଥାନୀ ପଞ୍ଜାବୀ ଲୋକ ଗୀତ ଗାୟକ ଥିଲେ ।ଜୁଗନି ନାମକ ସଙ୍ଗୀତ ଭାଷା ସେ ସୃଷ୍ଟି କରି ଜନପ୍ରିୟ ହୋଇଥିଲେ । ପ୍ରାକ୍ ଜୀବନ ଓ ବୃତ୍ତି ବ୍ରିଟିଶ ଭାରତର ପଞ୍ଜାବରେ ଥିବା ଗୁଜରାଟ ଜିଲ୍ଲାର ଗୁଜରାଟ ତ‌ହସିଲର କୋଟଲା ଅରବ ଅଲି ଖାନ ପାଖରେ ଥିବା ଅଚ୍ଛରେ ସ୍ଥାନରେ ସେ ଜନ୍ମ ଗ୍ରହଣ କରିଥିଲେ । ସେ ଏକ କମାର ପରିବାରରେ ଜନ୍ମ ହୋଇଥିଲେ । ପିଲା ବୟସରେ ସେ ପଞ୍ଜାବୀ ଗଳ୍ପ ଓ କବିତାର ଏକ ସଂକଳନ ପଢ଼ି ସେହି ବୟସରୁ ଗାଇବାକୁ ଆରମ୍ଭ କରିଥିଲେ । ତାଙ୍କ ପରିବାରର ପିଲାମାନେ ଅଧୁନା ପୃଥିବୀର ଚାରିଆଡ଼େ ଅଛନ୍ତି ଓ ଅଧକାଂଶ ପିଲା ଯୁକ୍ତରାଜ୍ୟରେ ରହୁଛନ୍ତି । ତାଙ୍କ ପିଲାଦିନେ ସେ ସୁଫି କବିତା (ସୁଫିଆନା କଲାମ), ପଞ୍ଜାବୀ ଲୋକ ଗଳ୍ପ ପଢ଼ୁଥିଲେ ଓ ପିଲାମାନଙ୍କର ମେଳରେ ବଡ଼ କବିମାନଙ୍କର ଲେଖା ସମସ୍ତଙ୍କ ଆଗରେ ପଢ଼ିବାରେ ଭାଗ ନେଉଥିଲେ । ସେହି ଛୋଟ ଛୋଟ ଗ୍ରାମ୍ୟ ମେଳିରୁ ସେ ବ‌ହୁତ ଉପରକୁ ଉଠି ବିରାଟ ଗାୟକ ହେଲେ ଓ ତାଙ୍କ ଶ୍ରୋତାଙ୍କୁ ଖୁସି, ଶାନ୍ତି ଓ ଦୁଃଖରେ ଅଭିଭୂତ କରିଦେଇପାରୁଥିଲେ । ଏହା ପରେ ସେ ନିୟମିତ ଭାବରେ ମେଳା ଓ ପର୍ବମାନଙ୍କରେ ଯୋଗ ଦେଇ ପ୍ରଦର୍ଶନ କରୁଥିଲେ । ଏହି ପରି ଭାବରେ ସେ ୧୯୭୦ ମସିହାରେ ଦକ୍ଷିଣ ଏସିଆରେ ସର୍ବାଧିକ ଶ୍ରୋତା ଥିବା ଗାୟକ ହୋଇଥିଲେ । ଆଲାମ ୧୯୭୦ ମସିହାର ଯୁକ୍ତରାଜ୍ୟ, କାନାଡ଼ା, ନରୱେ, ଯୁକ୍ତରାଷ୍ଠ୍ର ଓ ଜର୍ମାନୀକୁ ଯାଇ ସେଠାରେ ତିବା ଦକ୍ଷିଣ ଏସିଆର ନାଗରିକମାନଙ୍କର ମନୋରଞ୍ଜନ କରୁଥିଲେ । ମୃତ୍ୟୁ ଜୁଲାଇ ମାସ ତିନି ତାରିଖ ୧୯୭୯ ମସିହାର ଗୋଟିଏ ଅତ୍ୟଧିକ ଲଦା ହୋଇଥିବା ଟ୍ରକ ତାଙ୍କ କାର ଆଗକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ଧକ୍କା ଲାଗିବାରୁ ଲୋହାରଙ୍କର ମୃତ୍ୟୁ ହୋଇଥିଲା । ପାକିସ୍ଥାନର ଜିଟି ରୋଡ଼ରେ ଲାଲାମୁସା ସ୍ଥାନର ସୀମାରେ ତାଙ୍କର ସମାଧି ଦିଆଗଲା । ତାଙ୍କର ମୃତ୍ୟୁ ପରେ ୧୯୭୯ ମସିହାର ପାକିସ୍ଥାନର ପ୍ରେସିଡେଣ୍ଟ ମୁହମ୍ମଦ ଜିଆ-ଉଲ-ହକ (ମୁହମ୍ମଦ ଜିଆ-ଉଲ-ହକ) ତାଙ୍କୁ ପାକିସ୍ଥାନର ସର୍ବୋଚ୍ଚ ନାଗରିକ ସମ୍ମାନ 'କଳା ଓ ଥିଏଟରର ପ୍ରାଇଡ ଅଫ ପରଫରମାନ୍ସ' ପ୍ରଦାନ କରିଥିଲେ । ତାଙ୍କ ସ୍ମୃତିକୁ ଉଜ୍ଜିବିତ ରଖିବା ପାଇଁ ପାକିସ୍ଥାନ ସରକାର ତାଙ୍କ ଗ୍ରାମଠାରୁ ଗ୍ରାଣ୍ଡ ଟ୍ରକ ରୋଡ଼ ପର୍ଯ୍ୟନ୍ତ ରାସ୍ତାକୁ 'ଆଲାମ ଲୋହାର ରୋଡ଼' ନାମରେ ନାମିତ କରିଥିଲେ । ଆଲାନ ଲୋହାରଙ୍କ ସମସ୍ତ ପ୍ରଦର୍ଶନମାନଙ୍କୁ ଏକତ୍ର କରି ଇସଲାମାବାଦର ଲୋକ ଭିର୍ସା ମିଉଜିଅମରେ (ଲିକ ଭିର୍ସା ମିଉଜିଅମ) ଏକ ଭିଜୁଅଲ ଥିଏଟର ଆକାରରେ ପ୍ରଦର୍ଶନ କରାଯାଉଛି ।
ବବି ମିଶ୍ର ଜଣେ ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଏବଂ ଆଲବମ୍ ଗୀତ ଅଭିନେତା । ବବି ମିଶ୍ର ଓଡ଼ିଆ କଥାଚିତ୍ର ଜଗତରେ ହାସ୍ୟ ଅଭିନେତା, ସ‌ହ ଅଭିନେତା ଏବଂ ଖଳନାୟକ ଭାବରେ ଅଭିନୟ କରିଛନ୍ତି । ସେ ଓଡ଼ିଆ ଆଧୁନିକ ଆଲବମ୍‌ର ଅନେକ ଗୀତରେ ନୃତ୍ୟ କରିଥିଲେ । ୧୯୯୯ ମସିହାରେ ଜୟ ଶ୍ରୀରାମ ଚଳଚ୍ଚିତ୍ରରେ ସେ ପ୍ରଥମ କରି ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ । ଏହାପରେ ସେ ଚଳଚ୍ଚିତ୍ର ସ‌ହ ଦୂରଦର୍ଶନର ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ । ପ୍ରାରମ୍ଭିକ ଜୀବନ ଅଭିନୟ ଜୀବନ ବବି ମିଶ୍ର ଓଡ଼ିଆ କଥାଚିତ୍ର ଜଗତରେ ୧୯୯୯ ମସିହାରେ ଜୟ ଶ୍ରୀରାମ ଚଳଚ୍ଚିତ୍ର ଜରିଆରେ ପ୍ରବେଶ କରିଥିଲେ । ଏହାପରେ ସେ ତୋ ପାଇଁ, ନାରୀ ଆଖିରେ ନିଆଁ, ଫେରିଆ ମୋ ସୁନା ଭଉଣୀ ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୭ ମସିହାରେ ମୁକ୍ତିଲାଭ କରିଥିବା ମୁଁ ତତେ ଲଭ୍ କରୁଚିରେ ସେ ଜଣେ ଖଳନାୟକ ଭାବରେ ଅଭିନୟ କରିଥିଲେ । ଏହାପରେ ତାଙ୍କର ଅଭିନୟ ଜୀବନର ମୋଡ଼ ବଦଳିଯାଇଥିଲା । ଧୀରେ ଧୀରେ ସେ ଅଧିକରୁ ଅଧିକ ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରିଥିଲେ । ଅଭିମନ୍ୟୁ, ପ୍ରେମ ରୋଗୀ ଆଦି ଚଳଚ୍ଚିତ୍ରରେ ସେ ଖଳାନାୟକ ଭାବରେ ଅଭିନୟ କରିଥିଲେ । ଏଥିସ‌ହ ସେ ସ‌ହ-ଅଭିନେତା ଏବଂ ହାସ୍ୟ ଅଭିନେତା ଭାବରେ ମଧ୍ୟ ଅଭିନୟ କରିଥିଲେ । ବବି ମିଶ୍ର ଓଡ଼ିଆ କଥାଚିତ୍ର ସ‌ହ ଓଡ଼ିଆ ଆଧୁନିକ ଆଲବମ୍‌ରେ ଅନେକ ଗୀତରେ ମଧ୍ୟ ନୃତ୍ୟ କରିଥିଲେ । କାଉ ତୋ ବଉକୁ ନଉ, ସାହିତ୍ୟ ଦିଦି, ଆଜି ତୋର ବାହାଘର ପ୍ରିୟା ଆଦି ଅନେକ ଲୋକପ୍ରିୟ ଗୀତରେ ନୃତ୍ୟ କରିଥିଲେ । ବବିଙ୍କର ଅଭିନୀତ ଅନ୍ୟ ଏକ ଓଡ଼ିଆ ଆଲବମ୍ 'ଆହେ ଦୟାମୟ ବିଶ୍ୱ ବିହାରୀ' ତାଙ୍କୁ ବିବାଦଗ୍ରସ୍ତ କରାଇଦେଇଥିଲେ । କଥାଚିତ୍ର ଏବଂ ଆଲବମ୍ ବ୍ୟତୀତ ବବି ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ । ସାର୍ଥକ ଟିଭିରେ ପ୍ରସାରତି ଧାରାବାହିକ 'ଜୀବନ ସାଥୀ' ରେ ସେ ଜଣେ ଖଳନାୟକ ଭାବରେ ଅଭିନୟ କରିଥିଲେ ।
କିଶୋର ପାଣିଗ୍ରାହୀ [ ‌] (ଜନ୍ମ: ୧୧ ଡିସେମ୍ବର ୧୯୭୧) ଜଣେ ଓଡ଼ିଆ କବି, ଲେଖକ ଓ ସମାଲୋଚକ । ୨୦୧୭ ମସିହାରେ ସେ ତାଙ୍କୁ ବସନ୍ତ ମୁଦୁଲି କବିତା ପୁରସ୍କାର ପ୍ରଦାନ କରାଯାଇଥିଲା । ଜନ୍ମ, ପରିବାର ଓ ଶିକ୍ଷା କିଶୋର ପାଣିଗ୍ରାହୀ ୧୯୭୧ ମସିହାର ଡିସେମ୍ବର ୧୧ ତାରିଖରେ ଭଦ୍ରକ ଜିଲ୍ଲାର ଧାମନଗରସ୍ଥିତ ବିରୁହାଁଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା କାହ୍ନୁଚରଣ ପାଣିଗ୍ରାହୀ ଜଣେ ଶିଶୁ ସାହିତ୍ୟିକ । ସେ ପେଷାରେ ଜଣେ ଅଧ୍ୟାପକ ।
ଭୋରାପାକ୍ସର (ଇଂରାଜୀ ଭାଷାରେ ), ଜୋନାଟିଭିଟି ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଆଥେରୋସ୍କ୍ଲେରୋସିସ ରୋଗୀଙ୍କଠାରେ ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା କମାଇବା ପାଇଁ ବ୍ୟବହୃତ ହୁଏ । ତଥାପି ସାମଗ୍ରିକ ଉପକାର ୨୦୨୧ ସୁଦ୍ଧା ଅସ୍ପଷ୍ଟ ରହିଥିଲା । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ହୋଇପାରେ ଯେପରିକି ଖପୁରୀ ମଧ୍ୟସ୍ଥ ରକ୍ତସ୍ରାବ ମଧ୍ୟ ହୋଇପାରେ । ପ୍ରାକୃତିକ ଦ୍ରବ୍ୟ ହିମାବାସିନ୍ ଉପରେ ଆଧାରିତ ଏହା ଏକ ଥ୍ରୋମ୍ବିନ୍ ରିସେପ୍ଟର ( ପ୍ରୋଟିଏଜ-ଆକ୍ଟିଭେଟ୍ ଅଭିଗ୍ରାହକ ବା ରିସେପ୍ଟର, ଭାଗ-୧) ବ୍ଲକର ଅଟେ । ଏହା ପ୍ଲାଟେଲେଟ୍ ଏକତ୍ରୀକରଣକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । ୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଭୋରାପାକ୍ସରକୁ ଅନୁମୋଦନ କରାଯାଇଥିଲା । ୨୦୧୫ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଥିବାବେଳେ ୨୦୧୭ରେ ଏହି ଅନୁମୋଦନ ପ୍ରତ୍ୟାହାର କରାଯାଇଥିଲା ।
ଆଟୋରଭାସ୍ଟାଟିନ (ଇଂରାଜୀ ଭାଷାରେ , ଏକ ବିକ୍ରୟ ନାମ ଲିପିଟର/ ) ଏକ ସ୍ଟାଟିନ ଔଷଧ ଯାହା ଅଧିକ ସଙ୍କଟରେ ଥିବା ହୃଦରକ୍ତନାଳୀ ରୋଗ ଓ ଡିସଲିପିଡେମିଆ ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ । ହୃଦରକ୍ତନାଳୀ ରୋଗ ନିମନ୍ତେ ଏହା ଏକ ପ୍ରଥମ ଧାଡ଼ିର ଔଷଧ । ଏହା ପାଟିରେ ଦିଆଯାଏ । ଆଟୋରଭାସ୍ଟାଟିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଯନ୍ତ୍ରଣା, ତରଳ ଝାଡ଼ା, ଛାତି ଜ୍ୱାଳା, ଅଇ ଓ ମାଂସପେଶୀ ଯନ୍ତ୍ରଣା ହୁଏ । ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ରାବଡୋମାୟୋଲାଇସିସ, ଯକୃତ ସମସ୍ୟା ଓ ମଧୁମେହ ହୋଇପାରେ । ଗର୍ଭାବସ୍ଥାରେ ଶିଶୁର କ୍ଷତି ହୋଇପାରେ । ଯକୃତରେ କୋଲେସ୍ଟେରଲ ପ୍ରସ୍ତୁତ କରୁଥିବା ଏଞ୍ଜାଇମ ଏଚଏମଜି-ସିଓଏ ରିଡକ୍ଟେଜର କାମକୁ ଏହି ଔଷଧ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । ଆଟୋରଭାସ୍ଟାଟିନ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୬ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତ ସ୍ୱୀକୃତ ହୋଇଥିଲା । ଏହା ଜେନେରିକ ଔଷଧ ନାମରେ ମିଳେ । ସନ ୨୦୧୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ହୋଲସେଲ ମୂଲ୍ୟ ୩.୮୦ ଆମେରିକୀୟ ଡଲାର ଥିଲା । ସଂଯୁକ୍ତ ରାଷ୍ଟ୍ରରେ ଏହାର ଏକ ମାସର ଖର୍ଚ୍ଚ ସନ ୨୦୧୮ରେ ୦.୭୦ ପାଉଣ୍ଡ ଥିଲା । ସନ ୨୦୧୬ରେ ଏହି ଔଷଧର ୯୬ ନିୟୁତ ପ୍ରେସକ୍ରିପସନ ହୋଇଥିଲା ଓ ସେ ବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ୩ୟ ସର୍ବାଧିକ ପ୍ରେସକ୍ରିପସନ ଥିଲା ।