text
stringlengths
17
85.6k
ଆହେ ନୀଳଶଇଳ, ୨୦୨୨ ମସିହାରେ ମଞ୍ଚସ୍ଥ ଏକ ଐତିହାସିକ ନାଟକ । ନାଟକଟି ଜଗନ୍ନାଥ କିମ୍ବଦନ୍ତୀ ଉପରେ ପର୍ଯ୍ୟବେସିତ ଥିଲା । ଏହି ନାଟକଟିର ନିର୍ଦ୍ଦେଶନା ଦେଇଥିଲେ ଲାଲା ବୀରେନ ରାୟ, ଯାହାକି ଓଡ଼ିଶାର ବିଭିନ୍ନ ସ୍ଥାନ ସମେତ ଓଡ଼ିଶା ବାହାରେ ମଧ୍ୟ ମଞ୍ଚସ୍ଥ ହୋଇଛି ।
ନୁସିନରସେନ, ଏକ ବେପାର ନାମ ସ୍ପିନରାଜା, ହେଉଛି ମେରୁଦଣ୍ଡୀୟ ମାଂସପେଶୀ ଆଟ୍ରୋଫି ର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । ଏହା ମୋଟର କାର୍ଯ୍ୟକୁ ଉନ୍ନତ କରିଥାଏ । ଏହା ମେରୁଦଣ୍ଡ କେନାଲରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ୱାସକ୍ରିୟା ସଂକ୍ରମଣ, କୋଷ୍ଠକାଠିନ୍ୟ ଏବଂ କାନ ସଂକ୍ରମଣ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ ପ୍ଲାଟେଲେଟ୍, ରକ୍ତସ୍ରାବ ଏବଂ ବୃକ୍‌କ ସମସ୍ୟା ହୋଇପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । ଏହା ଏକ ଆଣ୍ଟିସେନ୍ସ ଓଲିଗୋନ୍ୟୁକ୍ଲିଓଟାଇଡ଼ ଯାହା ମୋଟୋର ନିଉରନ ବୃଦ୍ଧି କରେଇଥାଏ । ୨୦୧୬ ମସିହାରେ ଆମେରିକାରେ ଏବଂ ୨୦୧୭ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ନୁସିନରସେନ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ଏକ ମାତ୍ରାର ମୂଲ୍ୟ ୨୦୨୧ ମସିହାର ୭୫,୦୦୦ ପାଉଣ୍ଡ ଥିଲେ । ଯୁକ୍ତରାଷ୍ଟରେ ଏହାର ମୂଲ୍ୟ ପ୍ରାୟ ୧୩୩,୦୦୦ ଡଲାର ଅଟେ ।
୧୩୫୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା ୟୁନିକ ଆଇଡେଣ୍ଟିଫିକେସନ ନମ୍ବର । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ଫିଫା ବିଶ୍ୱକପ (ଈଂରାଜୀରେ ) ହେଉଛି ଅନ୍ତର୍ଜାତୀୟ ଫୁଟବଲ୍ ସଂଘଦ୍ୱାରା ଆୟୋଜିତ ଏକ ଫୁଟବଲ୍ ପ୍ରତିଯୋଗିତା । ଲୋକେ ଏହାକୁ ଫୁଟବଲ୍ ବିଶ୍ୱକପ ବୋଲି ମଧ୍ୟ କହିଥାନ୍ତି । ଏଥିରେ ବିଶ୍ୱର ଫୁଟବଲ୍ ପରିଚାଳକ ସଂସ୍ଥା ଫିଫା ର ସଦସ୍ୟ ରାଷ୍ଟ୍ରମାନେ ଅଂଶ ଗ୍ରହଣ କରିଥାନ୍ତି । ୧୯୩୦ ମସିହାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ପ୍ରତି ୪ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ । ୧୯୪୨ ଓ ୧୯୪୬ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିବା ଯୋଗୁଁ ଫୁଟବଲ୍ ବିଶ୍ୱକପ ଆୟୋଜିତ ହୋଇନଥିଲା । ସଦ୍ୟ ସମାପ୍ତ ହୋଇଥିବା ‍ (୨୦୧୮ ମସିହାରେ ଋଷିଆରେ ଅନୁଷ୍ଠିତ) ବିଶ୍ୱକପ ପ୍ରତିଯୋଗିତାରେ ଫ୍ରାନ୍ସ ବିଶ୍ୱବିଜେତା ଦଳ ହେବାର ଗୌରବ ଲାଭ କରିଥିଲା । ବର୍ତ୍ତମାନ ସମୟରେ ବିଶ୍ୱକପ ପୂର୍ବରୁ ସେଥିରେ କେଉଁ କେଉଁ ଦଳ ଖେଳିବେ ତାହା ନିର୍ଣ୍ଣୟ କରିବା ପାଇଁ ସଦସ୍ୟ ରାଷ୍ଟ୍ରମାନଙ୍କୁ ଏକ ଯୋଗ୍ୟତା ଲାଭ ସ୍ତର ଦେଇ ଗତି କରିବାକୁ ହୁଏ । ବିଶ୍ୱକପ ଆୟୋଜନ ବର୍ଷର ପୂର୍ବ ତିନି ବର୍ଷ ମଧ୍ୟରେ ବିଭିନ୍ନ ଯୋଗ୍ୟତା ହାସଲକାରୀ ପ୍ରତିଯୋଗିତା ହୁଏ ଓ ସେଥିରୁ ୩୨ ଗୋଟି ଦଳ ବିଶ୍ୱକପ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି । ଯେଉଁ ଦେଶରେ ବିଶ୍ୱକପ ପ୍ରତିଯୋଗିତା ଆୟୋଜିତ ହୁଏ, ସେ ଦେଶ ସ୍ୱତଃ ଯୋଗ୍ୟତା ହାସଲ କରେ ଓ ବିଶ୍ୱକପରେ ଅଂଶ ଗ୍ରହଣ କରିଥାଏ । ପ୍ରାୟ ୧ ମାସ ଧରି ଏହି ଫୁଟବଲ ମହାସମାରୋହ ଅନୁଷ୍ଠିତ ହୋଇଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ୮ଟି ଦେଶ ୨୦ ଥର ବିଶ୍ୱକପ ହାସଲ କରିଛନ୍ତି । ବ୍ରାଜିଲ ସର୍ବାଧିକ ୫ ଥର ବିଶ୍ୱବିଜୟୀ ହୋଇଛି ଏବଂ ଏହି ଏକମାତ୍ର ଦଳ ସମସ୍ତ ବିଶ୍ୱକପ ପ୍ରତିଯୋଗିତାରେ ଖେଳିବାର ଯୋଗ୍ୟତା ହାସଲ କରିଆସିଛି । ଉଭୟ ଜର୍ମାନୀ ଓ ଇଟାଲୀ ୪ ଥର ଲେଖାଏଁ, ଆର୍ଜେଣ୍ଟିନା ୩ ଥର, ଉରୁଗୁଏ ଓ ଫ୍ରାନ୍ସ ୨ ଥର ଲେଖାଏଁ ବିଶ୍ୱବିଜୟୀ ହୋଇଛନ୍ତି । ୧୯୩୦ ମସିହାରେ ଆୟୋଜିତ ପ୍ରଥମ ବିଶ୍ୱକପରେ ଉରୁଗୁଏ ବିଜୟଶ୍ରୀ ମଣ୍ଡନ କରିଥିଲା । ଏହା ବ୍ୟତୀତ ଲଂଲଣ୍ଡ ଓ ସ୍ପେନ୍ ଗୋଟିଏ ଥର ଲେଖାଏଁ ଏହି ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି । ଫିଫା ବିଶ୍ୱକପ ବିଶ୍ୱର ସବୁଠାରୁ ଅଧିକ ଆଦୃତ ଓ ଲୋକପ୍ରିୟ ଫୁଟବଲ୍ ପ୍ରତିଯୋଗିତା । ଏହାର ଲୋକପ୍ରିୟତା ଓ ବିଶ୍ୱବ୍ୟାପୀ ଦର୍ଶକଙ୍କ ସଂଖ୍ୟା ଅଲମ୍ପିକ୍ କ୍ରୀଡ଼ାକୁ ମଧ୍ୟ ପଛରେ ପକାଇ ଦେଇଥାଏ । ୨୦୦୬ ଫିଫା ବିଶ୍ୱକପର ସର୍ବମୋଟ ଦର୍ଶକ ସଂଖ୍ୟା ୨୬୨୯୦ କୋଟି ଏବଂ ୨୦୦୬ ବିଶ୍ୱକପ ଫାଇନାଲ୍ ୭୧.୫୧ କୋଟି ଦର୍ଶକ ଉପଭୋଗ କରିଥିଲେ । ଏହି ସଂଖ୍ୟା ସମୁଦାୟ ବିଶ୍ୱର ଜନସଂଖ୍ୟାର ୯ ଭାଗରୁ ଏକ ଭାଗ । ଇତିହାସ ପୂର୍ବରୁ ଖେଳାଯାଇଥିବା ଅନ୍ୟ ଅନ୍ତର୍ଜାତୀୟ ପ୍ରତିଯୋଗିତା ୧୮୭୨ ମସିହାରେ ବିଶ୍ୱର ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତାମୂଳକ ଫୁଟବଲ୍ ମ୍ୟାଚ୍ ସ୍କଟଲ୍ୟାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଗ୍ଲାସ୍‍ଗୋଠାରେ ଖେଳାଯାଇଥିଲା । ଏହି ମ୍ୟାଚ୍‍ରେ ଉଭୟ ଦଳ କୌଣସି ଗୋଲ୍ କରିପାରି ନଥିଲେ ଓ ମ୍ୟାଚ୍‍ଟି ଡ୍ର ହୋଇଯାଇଥିଲା । ବିଶ୍ୱର ପ୍ରଥମ ବହୁଦଳୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତା ୧୮୮୪ ମସିହାରେ ଅନୁଷ୍ଠିତ ହୋଇଥିଲା ଓ ଏହାର ନାମ ଥିଲା "ବ୍ରିଟିଶ୍ ଘରୋଇ ପ୍ରତିଯୋଗିତା" । ଦ୍ୱାଦଶ ଶତାବ୍ଦୀର ଆରମ୍ଭ ବେଳକୁ ସମଗ୍ର ବିଶ୍ୱରେ ଫୁଟବଲ୍ ଖେଳର ଲୋକପ୍ରିୟତା କ୍ରମଶଃ ବଢ଼ି ଚାଲିଥିଲା । ତେଣୁ ୧୯୦୦, ୧୯୦୪ ଓ ୧୯୦୬ ମସିହାର ଗ୍ରୀଷ୍ମକାଳୀନ ଅଲମ୍ପିକ୍ ଖେଳରେ ପ୍ରଦର୍ଶନୀ ଫୁଟବଲ୍‍ ମ୍ୟାଚ୍ ଅନୁଷ୍ଠିତ ହେଉଥିଲା ଓ ପୁରସ୍କାର ରୂପେ କୌଣସି ପଦକ ଦିଆଯାଉନଥିଲା । ତେବେ ଅନ୍ତର୍ଜାତୀୟ ଅଲମ୍ପିକ୍ ସମିତି ପରବର୍ତ୍ତୀ ସମୟରେ ଏହି ଖେଳମାନଙ୍କୁ ଅନ୍ତର୍ଜାତୀୟ ପ୍ରତିଯୋଗିକତାମୂଳକ ଖେଳର ମାନ୍ୟତା ମିଳିଥିଲା । ୧୯୦୪ ମସିହାରେ ଫିଫା ପ୍ରତିଷ୍ଠିତ ହେବା ପରେ ଅଲମ୍ପିକ୍ ସଭ୍ୟ ପରିସରରୁ ବାହାରେ ଥିବା ରାଷ୍ଟ୍ରମାନଙ୍କୁ ମିଶାଇ ୧୯୦୬ ମସିହାରେ ସ୍ୱିଜରଲ୍ୟାଣ୍ଡଠାରେ ଏକ ଅନ୍ତର୍ଜାତୀୟ ଫୁଟବଲ୍ ପ୍ରତିଯୋଗିତା ଆୟୋଜନ କରିବାର ନିଷ୍ପତ୍ତି ନିଆଗଲା । ଅନ୍ତର୍ଜାତୀୟ ସ୍ତରର ଫୁଟବଲ୍ ପ୍ରତିଯୋଗିତା ଆୟୋଜନ କ୍ଷେତ୍ରରେ ଏହା ପ୍ରାରମ୍ଭିକ ସମୟ ଥିଲା ଓ ଫିଫା ଏହି ପ୍ରତିଯୋଗିତାକୁ ଏକ ଅସଫଳ ପ୍ରୟାସ ଭାବେ ଗଣନା କରେ । ଲଣ୍ଡନରେ ଅନୁଷ୍ଠିତ ୧୯୦୮ ମସିହା ଗ୍ରୀଷ୍ମକାଳୀନ ଅଲମ୍ପିକ୍ ଫୁଟବଲ୍ ଏକ ପ୍ରତିଯୋଗିତାମୂଳକ କ୍ରୀଡ଼ା ରୂପେ ଉଭା ହେଲା । ଇଂଲଣ୍ଡର ଫୁଟବଲ୍ ପରିଚାଳକ ସମିତି "ଦ ଫୁଟବଲ୍ ଏଶୋସିଏସନ୍" ଏହାର ଆୟୋଜନ କରିଥିଲା । ଏଥିରେ ଗ୍ରେଟ୍ ବ୍ରିଟେନ୍ ସ୍ୱର୍ଣ୍ଣ ପଦକ ଲାଭ କରିଥିଲା । ଷ୍ଟକ୍‍ହୋମ୍‍ରେ ଅନୁଷ୍ଠିତ ୧୯୧୨ ଗ୍ରୀଷ୍ମକାଳୀନ ଅଲମ୍ପିକ୍ ଖେଳରେ ମଧ୍ୟ ଗ୍ରେଟ୍ ବ୍ରିଟେନ୍ ବିଜୟ ଲାଭ କରିଥିଲା । ଅଲମ୍ପିକ୍ ପ୍ରତିଯୋଗିତାରେ ଖେଳୁଥିବା ସମସ୍ତ ଫୁଟବଲ୍ ଖେଳାଳୀମାନେ ଉନ୍ନତମାନର କ୍ରୀଡ଼ାଜୀବୀ ନଥିଲେ ବରଂ ସାମୟିକ ଖେଳାଳୀ ଥିଲେ । ଏହି ସମୟରେ ୧୯୦୯ ମସିହାରେ ତୁରିନ୍‍ଠାରେ ସାର୍ ଥୋମାସ୍ ଲିପ୍ଟନ୍ ସାର୍ ଲିପ୍ଟନ୍ ଥୋମାସ୍ ଟ୍ରଫି ନାମକ ଏକ ପ୍ରତିଯୋଗିତାର ଆୟୋଜନ କଲେ । ଲିପ୍ଟନ୍ ପ୍ରତିଯୋଗିତାରେ ବିଭିନ୍ନ ଦେଶର ଜାତୀୟ ଦଳ ଖେଳୁନଥିଲେ । ବରଂ ବିଭିନ୍ନ ଦେଶର କିଛି ଫୁଟବଲ୍ କ୍ଲବ୍ ଅଂଶଗ୍ରହଣ କରୁଥିଲେ । ପ୍ରତି କ୍ଲବ୍‍କୁ ନିଜ ନିଜ ଦେଶର ପ୍ରତିନିଧି ଭାବେ ଗଣନା କରାଯାଉଥିଲା । ବେଳେବେଳେ ଏହି ପ୍ରତିଯୋଗିତାକୁ ପ୍ରଥମ ବିଶ୍ୱକପ ବୋଲି ଅଭିହିତ କରାଯାଏ । ଏହି ପ୍ରତିଯୋଗିତାରେ ଇଟାଲୀ, ଜର୍ମାନୀ ଓ ସ୍ୱିଜରଲ୍ୟାଣ୍ଡର ପ୍ରଖ୍ୟାତ କ୍ଲବ୍‍ମାନେ ଅଂଶଗ୍ରହଣ କରିଥିଲେ; କିନ୍ତୁ ଇଂଲଣ୍ଡର ଫୁଟବଲ୍ ଏଶୋସିଏସନ୍ ଏହି ପ୍ରତିଯୋଗିତାକୁ ଏକ ଈଂରାଜୀ କ୍ଲବ୍ ଦଳ ପଠାଇବାକୁ ମନା କରିଦେଇଥିଲା । ଲିପ୍ଟନ୍ ପରେ ଇଂଲଣ୍ଡର ପ୍ରତିନିଧିତ୍ୱ କରିବା ପାଇଁ ଡର୍‍ହାମ୍ କାଉଣ୍ଟିର ପଶ୍ଚିମ ଅକ୍‍ଲାଣ୍ଡ କ୍ଲବ୍‍କୁ ଆମନ୍ତ୍ରଣ କରିଥିଲେ । ପଶ୍ଚିମ ଅକ୍‍ଲାଣ୍ଡ କ୍ଲବ୍ ୧୯୦୯ରେ ଏହି ପ୍ରତିଯୋଗିତାରେ ବିଜୟ ଲାଭ କରିଥିଲା ଓ ପୁଣି ୧୯୧୧ ମସିହାରେ ନିଜ ବିଜେତା ପଦବୀ ବଜାୟ ରଖିବାରେ ସଫଳ ହୋଇଥିଲା । ଗ୍ରୀଷ୍ମକାଳୀନ ଅଲମ୍ପିକ୍‍ରେ ଖେଳାଯାଉଥିବା ଫୁଟବଲ୍ ମ୍ୟାଚ୍‍ଗୁଡ଼ିକୁ ଅନୌପଚାରିକ ବିଶ୍ୱ ଫୁଟବଲ୍ ଚାମ୍ପିୟନ୍‍ଶିପ୍ ଭାବେ ୧୯୧୪ ମସିହାରେ ଫିଫା ମାନ୍ୟତା ଦେଲା ଓ ଏହି ସବୁ ଖେଳର ଆୟୋଜନର ଦାୟିତ୍ୱ ନିଜ ହାତକୁ ନେଲା । ବିଭିନ୍ନ ମହାଦେଶର ଦଳମାନେ ଭାଗ ନେବା ଫଳରେ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାର ମୂଳଦୁଆ ପଡ଼ିଥିଲା । ୧୯୨୦ ଗ୍ରୀଷ୍ମକାଳୀନ ଅଲମ୍ପିକ୍ ଖେଳରେ ମିଶର ସମେତ ୧୩ଟି ଦଳ ଫୁଟବଲ୍ ପ୍ରତିଯୋଗିତାରେ ଖେଳିଥିଲେ ଏବଂ ଏହି ପ୍ରତିଯୋଗିତାରେ ବେଲ୍‍ଜିୟମ୍ ଦଳ ବିଜୟୀ ହୋଇଥିଲା । ୧୯୨୪ ଓ ୧୯୨୮ ଗ୍ରୀଷ୍ମକାଳୀନ ଅଲମ୍ପିକ୍ ଖେଳରେ ଉରୁଗୁଏ ଦଳ ବିଜୟୀ ହୋଇଥିଲା । ୧୯୨୪କୁ ଫିଫାର ଔପଚାରିକ କାର୍ଯ୍ୟକାଳର ଆରମ୍ଭ ଭାବେ ଗଣନା କରାଯାଇଥାଏ ଏବଂ ଏହି ଦୁଇ ଚାମ୍ପିୟନ୍‍ଶିପ୍‍କୁ ବିଶ୍ୱର ପ୍ରଥମ ଦୁଇ ମୁକ୍ତ ପ୍ରତିଯୋଗିତା କୁହାଯାଇଥାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ଅନୁଷ୍ଠିତ ବିଶ୍ୱକପ ଅଲମ୍ପିକ୍‍ରେ ଖେଳାଯାଉଥିବା ଫୁଟବଲ୍‍ର ସଫଳତା ଓ ଲୋକପ୍ରିୟତା ଯୋଗୁଁ ଫିଫା ସଭାପତି ଜୁଲ୍‍ସ୍ ରିମେଟ୍ ଫିଫାର ଏକ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରିବାର ମନ ବଳାଇଲେ । ୧୯୨୮ ମସିହା ମଇ ୨୮ ତାରିଖ ଦିନ ଆମ୍‍ଷ୍ଟରଡାମ୍ ସହରରେ ଏକତ୍ରିତ ହୋଇଥିବା ଫିଫା କଂଗ୍ରେସ୍‍ର ସଦସ୍ୟମାନେ ଏକ ସ୍ୱତନ୍ତ୍ର ବିଶ୍ୱ ଚାମ୍ପିୟନ୍‍ଶିପ୍ ଆୟୋଜନ କରିବା ନିଷ୍ପତ୍ତିକୁ ଅନୁମୋଦନ ପ୍ରଦାନ କଲେ । ମଣ୍ଟେଭିଡ଼ିଓ ଚୁକ୍ତିନାମା (୧୯୨୮) ଓ ଉରୁଗୁଏର ସ୍ୱାଧୀନତା ଉତ୍ସବ ପାଳନ କରିବା ଅବସରରେ ୧୯୩୦ ମସିହାରେ ଫିଫା ଉରୁଗୁଏକୁ ପ୍ରଥମ ଆୟୋଜକ ଭାବେ ଚୟନ କଲା । ଉରୁଗୁଏରେ ୧୯୩୦ ମସିହାର ପ୍ରଥମ ଫିଫା ବିଶ୍ୱକପ୍ ଖେଳାଯାଇଥିଲା । କିଛି ନିର୍ଦ୍ଦିଷ୍ଟ ଦେଶରୁ ଗୋଟିଏ ଲେଖାଏଁ ଜାତୀୟ ଦଳ ପଠାଇବାକୁ ଅନୁରୋଧ କରାଗଲା । କିନ୍ତୁ ଉରୁଗୁଏ ପହଞ୍ଚିବା ପାଇଁ ୟୁରୋପୀୟ ଦଳମାନଙ୍କୁ ଆଟ୍‍ଲାଣ୍ଟିକ୍ ମହାସାଗର ଅତିକ୍ରମ କରି ଏକ ଲମ୍ବା ଓ ବ୍ୟୟବହୁଳ ଯାତ୍ରାରେ ଯିବାକୁ ପଡ଼ୁଥିଲା । ଏହି କାରଣରୁ ବିଶ୍ୱକପ୍ ଆରମ୍ଭ ହେବାକୁ ମାତ୍ର ୨ ମାସ ରହିଥିଲେ ହେଁ କୌଣସି ୟୁରୋପୀୟ ଦେଶ ନିଜ ଦଳ ପଠାଇବାକୁ ରାଜି ହେଲେନାହିଁ । ଜୁଲ୍‍ସ୍ ରିମେଟ୍ ବେଲ୍‍ଜିୟମ୍, ଫ୍ରାଂସ୍, ରୋମେନିଆ ଓ ୟୁଗୋସ୍ଲାଭିଆ ଦଳମାନଙ୍କୁ ପରେ ମନାଇବାରେ ସଫଳ ହେଲେ ଓ ଏହି ଦଳ ସବୁ ବିଶ୍ୱକପ୍ ଖେଳିବା ପାଇଁ ଯାତ୍ରା କଲେ । ଏହି ବିଶ୍ୱକପ୍‍ରେ ସର୍ବମୋଟ ୧୩ଟି ଦଳ ଦକ୍ଷିଣ ଆମେରିକାରୁ ୭, ୟୁରୋପ୍‍ରୁ ୪ ଓ ଉତ୍ତର ଆମେରିକାରୁ ୨ ଭାଗନେଇଥିଲେ । ୧୯୩୦ ମସିହା ଜୁଲାଇ ୧୩ ତାରିଖ ଦିନ ପ୍ରଥମ ବିଶ୍ୱକପର ଦୁଇଟି ମ୍ୟାଚ୍ ଖେଳାଗଲା ଏବଂ ଏହି ମ୍ୟାଚ୍‍ଗୁଡ଼ିକରେ ଫ୍ରାଂସ୍ ମେକ୍ସିକୋକୁ ୪-୧ ଗୋଲ୍‍ରେ ହରାଇ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ବେଲ୍‍ଜିୟମ୍‍କୁ ୩-୦ ଗୋଲ୍‍ରେ ହରାଇ ବିଜୟ ଲାଭ କରିଥିଲେ । ଫ୍ରାଂସ୍‍ର ଲୁସିଏନ୍ ଲରେଣ୍ଟ୍ ଫିଫା ବିଶ୍ୱକପର ପ୍ରଥମ ଗୋଲ୍ କରିଥିଲେ । ୧୯୩୦ ମସିହାରେ ମଣ୍ଟେଭିଡ଼ିଓ ସହରର ୯୩ ହଜାର ଦର୍ଶକଙ୍କ ସାମନାରେ ଫିଫା ବିଶ୍ୱକପ ଫାଇନାଲ୍ ମ୍ୟାଚ୍ ଖେଳାଗଲା ଯେଉଁଥିରେ ଉରୁଗୁଏ ୪-୨ ଗୋଲ୍‍ରେ ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲା ଓ ପ୍ରଥମ ଦେଶ ଭାବେ ଫିଫା ବିଶ୍ୱକପ ବିଜୟୀ ହୋଇଥିଲା । ଏହି ବିଶ୍ୱକପ ପରେ ଗ୍ରୀଷ୍ମକାଳୀନ ଅଲମ୍ପିକ୍‍ରେ ସଉକ ଦୃଷ୍ଟିରୁ ଖେଳାଯାଉଥିବା ଫୁଟବଲ୍ ମ୍ୟାଚ୍‍କୁ ନେଇ ଫିଫା ଓ ଅନ୍ତର୍ଜାତୀୟ ଅଲମ୍ପିକ୍ ସମିତି ମଧ୍ୟରେ ମତାନ୍ତର ସୃଷ୍ଟି ହେଲା । ତେଣୁ ୧୯୩୨ ଗ୍ରୀଷ୍ମକାଳୀନ ଅଲମ୍ପିକ୍ ଖେଳରୁ ଫୁଟବଲ୍ ବାଦ୍ ପଡ଼ିଥିଲା । ପୁଣି ୧୯୩୬ ଅଲମ୍ପିକ୍ ଖେଳରେ ଫୁଟବଲ୍ ସ୍ଥାନ ପାଇଲା କିନ୍ତୁ ସେତେବେଳକୁ ଅଲମ୍ପିକ୍ ଫୁଟବଲ୍ ତୁଳନାରେ ବିଶ୍ୱକପର ଲୋକପ୍ରିୟତା ଓ ଚାହିଦା ବଢ଼ି ସାରିଥିଲା । ସେ ସମୟରେ ଲାଗି ରହୁଥିବା ଯୁଦ୍ଧ ଓ ଏକ ମହାଦେଶରୁ ଅନ୍ୟ ମହାଦେଶକୁ ଖେଳିବା ପାଇଁ କରିବାକୁ ପଡ଼ୁଥିବା ଲମ୍ବା ଯାତ୍ରା ପ୍ରାରମ୍ଭିକ ବିଶ୍ୱକପ ଆୟୋଜନରେ ବାଧା ସୃଷ୍ଟି କରୁଥିଲେ । ୧୯୩୪ ବିଶ୍ୱକପ ପାଇଁ ଅଳ୍ପସଂଖ୍ୟକ ଉତ୍ତର ଓ ଦକ୍ଷିଣ ଆମେରିକୀୟ ଦଳ ରାଜିଥିଲେ । ବ୍ରାଜିଲ୍ ଓ କ୍ୟୁବାକୁ ଛାଡ଼ି ଅଧିକାଂଶ ଦକ୍ଷିଣ ଆମେରିକୀୟ ଏବଂ ଉତ୍ତର ଆମେରିକୀୟ ଦଳ ୧୯୩୮ ଫିଫା ବିଶ୍ୱକପର ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । କେବଳ ବ୍ରାଜିଲ୍ ଏହି ଉଭୟ ବର୍ଷ ଭାଗ ନେଇଥିଲା । ୧୯୪୨ ଓ ୧୯୪୬ ମସିହାର ଫିଫା ବିଶ୍ୱକପ ଯଥାକ୍ରମେ ଜର୍ମାନୀ ଓ ବ୍ରାଜିଲ୍ ଆୟୋଜକ ହେବାକୁ ସ୍ଥିର କରିଥିଲେ କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ଏହି ପ୍ରତିଯୋଗିତା ସବୁ ରଦ୍ଦ କରି ଦିଆଯାଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଅନୁଷ୍ଠିତ ବିଶ୍ୱକପ ୧୯୫୦ ମସିହାର ଫିଫା ବିଶ୍ୱକପ ବ୍ରାଜିଲଦ୍ୱାରା ଆୟୋଜିତ ହୋଇଥିଲା ଏବଂ ଏଥିରେ ପ୍ରଥମ ଥର ପାଇଁ ବ୍ରିଟିଶ୍ ଦଳ ଅଂଶଗ୍ରହଣ କରିଥିଲା । ୧୯୨୦ ମସିହାରେ ବ୍ରିଟିଶ୍ ଦଳଗୁଡ଼ିକ ଫିଫାରୁ ଓହରି ଯାଇଥିଲେ । ଏହି ବିରୋଧର ମୁଖ୍ୟ କାରଣ ହେଲା - ଏକଦା ବ୍ରିଟିଶ୍‍ମାନେ ଯୁଦ୍ଧରେ ହରାଇଥିବା ଦେଶମାନଙ୍କ ସହିତ ଖେଳିବା, ଫୁଟବଲରେ ଅନ୍ୟ ଦେଶମାନଙ୍କ ପ୍ରଭାବ ବଢ଼ୁଥିବା ବ୍ରିଟେନ୍‍କୁ ପସନ୍ଦ ନଥିଲା । ତେବେ ପରେ ୧୯୪୬ ମସିହାରେ ଫିଫାର ଆମନ୍ତ୍ରଣରେ ବ୍ରିଟେନ୍ ପୁଣି ଫିଫାରେ ଯୋଗ ଦେଲା । ପୂର୍ବ ଦୁଇ ବିଶ୍ୱକପକୁ ପ୍ରତ୍ୟାଖ୍ୟାନ କରିଥିବା ଓ ୧୯୩୦ ମସିହାର ବିଶ୍ୱବିଜୟୀ ଦଳ ଉରୁଗୁଏ ମଧ୍ୟ ଏକ ଅନ୍ତରାଳ ପରେ ଏହି ପ୍ରତିଯୋଗିତାରେ ପୁନଃ ଯୋଗଦାନ କଲା । ଆୟୋଜକ ବ୍ରାଜିଲ୍‍କୁ ଫାଇନାଲରେ ପରାସ୍ତ କରି ଉରୁଗୁଏ ପୁଣି ବିଶ୍ୱବିଜେତା ଉପାଧି ମଣ୍ଡିତ କରିଥିଲା । ୧୯୩୪ ଓ ୧୯୭୮ ମଧ୍ୟରେ ପ୍ରତି ବିଶ୍ୱକପରେ ୧୬ଟି ପ୍ରତିଯୋଗୀ ଦଳ ରହିଥିଲେ । କେବଳ ୧୯୩୮ ମସିହାରେ ଏକ ବ୍ୟତିକ୍ରମ ଦେଖାଯାଇଥିଲା ଯେଉଁଥିରେ ଯୋଗ୍ୟତା ହାସଲ କରିଥିବା ଅଷ୍ଟ୍ରିଆ ଦଳକୁ ନାଜି ଜର୍ମାନୀ ଦଳରେ ମିଶାଇ ଦିଆଯାଇଥିଲା । ତେଣୁ ପ୍ରତିଯୋଗିତାର ଦଳ ସଂଖ୍ୟା ୧୫ ହୋଇଯାଇଥିଲା । ସେହିପରି ୧୯୫୦ରେ ମଧ୍ୟ ଭାରତ, ସ୍କଟଲ୍ୟାଣ୍ଡ ଓ ତୁର୍କୀ ପ୍ରତିଯୋଗିତାରୁ ଓହରି ଯାଇଥିଲେ ଏବଂ ସମୁଦାୟ ଦଳ ସଂଖ୍ୟା ୧୩ ହୋଇଯାଇଥିଲା । ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ଅଧିକାଂଶ ଦଳ ୟୁରୋପ୍ କିମ୍ବା ଦକ୍ଷିଣ ଆମେରିକାର ଦେଶ ଥିଲେ । ଉତ୍ତର ଆମେରିକା, ଏସିଆ, ଆଫ୍ରିକା ବା ଓସେନିଆରୁ ଖୁବ୍ କମ୍ ଦଳ ଏହି ସବୁ ପ୍ରତିଯୋଗିତାରେ ଖେଳୁଥିଲେ । ୟୁରୋପ୍ ଓ ଦକ୍ଷିଣ ଆମେରିକାର ଦଳଗୁଡ଼ିକ ଏମାନଙ୍କୁ ସହଜରେ ହରାଇ ଦେଉଥିଲେ । ୧୯୮୨ ପର୍ଯ୍ୟନ୍ତ ୟୁରୋପୀୟ ବା ଦକ୍ଷିଣ ଆମେରିକୀୟ ବ୍ୟତୀତ ଯେଉଁ ଅଳ୍ପ କିଛି ଦଳ ପ୍ରଥମ ପର୍ଯ୍ୟାୟରୁ ଆଗକୁ ଯାଇପାରିଥିଲେ, ସେମାନେ ହେଲେ ଯୁକ୍ତରାଷ୍ଟ୍ର ଆମେରିକା (୧୯୩୦ରେ ଶ୍ରେଷ୍ଠ ୪ ପର୍ଯ୍ୟନ୍ତ), କ୍ୟୁବା (୧୯୩୮ରେ ଶ୍ରେଷ୍ଠ ୮ ପର୍ଯ୍ୟନ୍ତ), ଉତ୍ତର କୋରିଆ (୧୯୬୬ରେ ଶ୍ରେଷ୍ଠ ୮ ପର୍ଯ୍ୟନ୍ତ), ମେକ୍ସିକୋ ୧୯୭୦ରେ ଶ୍ରେଷ୍ଠ ୮ ପର୍ଯ୍ୟନ୍ତ । ୩୨ଟି ପ୍ରତିଯୋଗୀ ଦଳ ବ୍ୟବସ୍ଥା ୧୯୮୨ ମସିହାରେ ବିଶ୍ୱକପର ପ୍ରତିଦ୍ୱନ୍ଦୀ ସଂଖ୍ୟା ୨୪ଟି ଦଳକୁ ଓ ତାହା ପରେ ୧୯୯୮ରେ ୩୨କୁ ବଢ଼ାଇ ଦିଆଗଲା । ଉତ୍ତର ଆମେରିକା, ଏସିଆ ଓ ଆଫ୍ରିକାରୁ ଅଧିକ ଦଳ ଖେଳିବାର ସୁଯୋଗ ମଧ୍ୟ ଦିଆଗଲା । ଏହା ପରଠାରୁ ଅନେକ ନୂତନ ଦଳ ବିଶ୍ୱକପରେ ଭଲ ପ୍ରଦର୍ଶନ କରି ନିଜ ଦେଶର ଯଶ ବୃଦ୍ଧି କରିଛନ୍ତି । ୧୯୮୬ରେ ମେକ୍ସିକୋ (ଶ୍ରେଷ୍ଠ ୮ ପର୍ଯ୍ୟନ୍ତ), ୧୯୯୦ରେ କ୍ୟାମେରୁନ୍ (ଶ୍ରେଷ୍ଠ ୮ ପର୍ଯ୍ୟନ୍ତ), ୨୦୦୨ରେ ଦକ୍ଷିଣ କୋରିଆ, ସେନେଗାଲ୍ ଓ ଯୁକ୍ତରାଷ୍ଟ୍ର ଆମେରିକା (ଶ୍ରେଷ୍ଠ ୮ ପର୍ଯ୍ୟନ୍ତ), ୨୦୧୦ରେ ଘାନା (ଶ୍ରେଷ୍ଠ ୮ ପର୍ଯ୍ୟନ୍ତ), ୨୦୧୪ରେ କୋଷ୍ଟାରିକା (ଶ୍ରେଷ୍ଠ ୮ ପର୍ଯ୍ୟନ୍ତ) ଉନ୍ନୀତ ହୋଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିପାରିଥିଲେ । ତେବେ ମଧ୍ୟ ୟୁରୋପୀୟ ଓ ଦକ୍ଷିଣ ଆମେରିକୀୟ ଦଳଗୁଡ଼ିକ ନିଜର ପ୍ରଭୁତ୍ୱ ବଜାୟ ରଖିପାରିଛନ୍ତି । ୧୯୯୪, ୧୯୯୮ ଓ ୨୦୦୬ ମସିହାର ଶ୍ରେଷ୍ଠ ୮ ସ୍ଥାନକୁ ୟୁରୋପୀୟ ଓ ଦକ୍ଷିଣ ଆମେରିକୀୟ ଦଳମାନେ ଅକ୍ତିଆର କରିପାରିଥିଲେ । ଫିଫା ବିଶ୍ୱକପରେ ଯୋଗ୍ୟତା ପାଇଁ ୨୦୦୨ ମସିହାରେ ୨୦୦ଟି ଦଳ, ୨୦୦୬ରେ ୧୯୮ଟି ଦଳ ଏବଂ ୨୦୧୦ ମସିହାରେ ୨୦୪ଟି ଦଳଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ୪୮ଟି ପ୍ରତିଯୋଗୀ ଦଳ ବ୍ୟବସ୍ଥା ୨୦୧୩ ମସିହା ଅକ୍ଟୋବର ମାସରେ ସେପ୍ ବ୍ଲାଟର୍ ବିଶ୍ୱକପରେ କ୍ୟାରିବିଆନ୍ ଫୁଟବଲ୍ ସଂଘକୁ ସ୍ଥାନ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୨୦୧୩ ମସିହା ଅକ୍ଟୋବର ୨୫ ତାରିଖରେ ପ୍ରକାଶିତ ଫିଫା ସାପ୍ତାହିକୀର ସଂସ୍କରଣରେ ବ୍ଲାଟର୍ ଲେଖିଥିଲେ ଯେଖେଳୁଆଡ଼ ମନୋଭାବ ଦୃଷ୍ଟିରୁ ମୁଁ କ୍ରୀଡ଼ାର ଭୂମଣ୍ଡଳୀକରଣ ପ୍ରତି ଜୋର ଦେବାକୁ ଚାହେଁ । ମୁଁ ଚାହେଁ ଯେ ଆଫ୍ରିକୀୟ ଓ ଏସୀୟ ଦେଶର ସଂଘମାନଙ୍କୁ ଫିଫା ବିଶ୍ୱକପରେ ସେମାନଙ୍କ ପ୍ରାପ୍ୟ ସ୍ଥାନ ଓ ମାନ ମିଳୁ । ୟୁରୋପୀୟ ଓ ଦକ୍ଷିଣ ଆମେରିକୀୟ ଦେଶର ସଂଘମାନେ ଏକଚାଟିଆ ବିଶ୍ୱକପରେ ସର୍ବାଧିକ ସ୍ଥାନ ଅଧିକାର କରୁଥାନ୍ତୁ ଏହା ଠିକ୍ ନୁହେଁ ।" ଅଧିକ ଲୋକଙ୍କୁ ଖୁସି କରାଇଥିବା ଏପରି ମତରୁ କିଛି ବିଶ୍ଳେଷକଙ୍କୁ ମନେ ହେଲା ଯେ ବ୍ଲାଟର୍ ଫିଫାର ସଭାପତି ଭାବେ ପୁନଃ ନିର୍ବାଚିତ ହେବା ପାଇଁ ଚେଷ୍ଟା ଚଳାଇଛନ୍ତି । ପତ୍ରିକା ପ୍ରକାଶିତ ହେବା ପରେ ବ୍ଲାଟର୍‍ଙ୍କ ଭବିଷ୍ୟତର ପ୍ରତିଦ୍ୱନ୍ଦୀ ଓ ୟୁରୋପୀୟ ଫୁଟବଲ୍ ସଂଘର ତତ୍କାଳୀନ ସଭାପତି ମିସେଲ୍ ପ୍ଲାଟିନି ବିଶ୍ୱକପରେ ୪୦ଟି ଦଳ ଭାଗ ନେବା ସପକ୍ଷରେ ମତ ପୋଷଣ କରିଥିଲେ । ପ୍ଲାଟିନି କହିଲେ ଯେ ସେ ୟୁରୋପୀୟ ସଂଘକୁ ଅତିରିକ୍ତ ୧ଟି, ଏସୀୟ ଓ ଆଫ୍ରିକୀୟ ସଂଘକୁ ଅତିରିକ୍ତ ୨ଟି ଲେଖାଏଁ, ଓ ମଧ୍ୟରେ ୨ଟି, ଓସେନିଆ ସଂଘକୁ ଏକ ସ୍ଥାୟୀ ସ୍ଥାନ ଦେଇ ପ୍ରତିଯୋଗୀ ଦଳଙ୍କ ସଂଖ୍ୟା ୩୨ରୁ ବଢ଼ାଇ ୪୦ କରିବେ । ବିଶ୍ୱକପରେ ଦଳ ସଂଖ୍ୟା ବୃଦ୍ଧି କରିବା ବିଷୟରେ ପ୍ଲାଟିନି ସ୍ପଷ୍ଟ ମତ ରଖି କହିଥିଲେ ଯେ ବିଶ୍ୱକପରେ ପ୍ରତିଯୋଗିତାର ମାନ ବୃଦ୍ଧି ଉପରେ ଜୋର୍ ଦିଆଯାଏ ନାହିଁ କାରଣ ୩୨ଟି ପ୍ରତିଯୋଗୀ ଦଳଙ୍କ ମଧ୍ୟରୁ ସମସ୍ତେ ବିଶ୍ୱର ଶ୍ରେଷ୍ଠ ଓ ଉନ୍ନତ ଦଳ ବୋଲି କହିହେବ ନାହିଁ । କାମ ଚଳାଇବା ଦୃଷ୍ଟିରୁ ଏହା ଏକ ଉତ୍ତମ ପନ୍ଥା ମାତ୍ର । ଅଧିକ ଆଫ୍ରିକୀୟ ବା ଅନ୍ୟ ଦଳ ଭାଗ ନେବା ଏକ ରାଜନୈତିକ ପ୍ରଶ୍ନ ହୋଇପାରେ । କିନ୍ତୁ ପ୍ରତିଯୋଗିତାର ଲକ୍ଷ୍ୟ ହେଲା ସମଗ୍ର ବିଶ୍ୱବାସୀଙ୍କୁ ନିକଟତର କରାଇବା । ଯଦି ଅନ୍ୟ ଦଳମାନଙ୍କୁ ଭାଗ ନେବାର ସୁଯୋଗ ଦିଆ ନଯାଏ, ସେମାନଙ୍କ ଖେଳରେ ଉନ୍ନତି ଆଣିବା ଅସମ୍ଭବ ।" ୨୦୧୬ ମସିହା ଅକ୍ଟୋବରରେ ଫିଫା ସଭାପତି ଜିଆନି ଇନ୍ ‍ଫାଣ୍ଟିନୋ ୨୦୨୬ ବିଶ୍ୱକପକୁ ଏକ ୪୮ ଦଳୀୟ ପ୍ରତିଯୋଗିତା କରିବା ସପକ୍ଷରେ ମତ ପୋଷଣ କଲେ । ୨୦୧୭ ମସିହା ଜାନୁଆରୀ ୧୦ ତାରିଖ ଦିନ ଫିଫା ଘୋଷଣା କଲା ଯେ ୨୦୨୬ ବିଶ୍ୱକପରେ ୪୮ଟି ଦଳ ଭାଗ ନେବେ । ୨୦୧୫ ଫିଫା ଦୁର୍ନୀତି ବିବାଦ ମଇ ୨୦୧୫ ବେଳକୁ ଫିଫାରେ ଲାଞ୍ଚ, ଠକେଇ ଓ ପ୍ରସାରଣ ଅଧିକାରର ଆବଣ୍ଟନରେ ଦୁର୍ନିତି, କଳାଧନକୁ ଧଳା କରିବା ଏପରି ଅନେକ ଅଭିଯୋଗ ଯୋଗୁଁ ଫିଫା ଆୟୋଜିତ ପ୍ରତିଯୋଗିତା ସବୁ ଲୋକଙ୍କ ଆଶଙ୍କାର କଳା ବାଦଲ ଘୋଡ଼ାଇ ହୋଇଯାଇଥିଲା । ୨୪ ବର୍ଷରେ ଫିଫା ଅଧିକାରୀମାନେ ୧୫ କୋଟି ଆମେରିକୀୟ ଡଲାର୍‍ରୁ ଅଧିକ ଲାଞ୍ଚ ଗ୍ରହଣ କରିଥିବାର ଅଭିଯୋଗ ହୋଇଥିଲା । ମଇ ମାସର ଶେଷ ବେଳକୁ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାୟ ବିଭାଗ ୧୪ ଜଣ ଫିଫା ଅଧିକାରୀଙ୍କ ବିରୁଦ୍ଧରେ ୪୭ଟି ବିଭିନ୍ନ ପ୍ରକାରର ଅପରାଧିକ ମାମଲା ରୁଜୁ କରିଥିଲା । ପରେ ମଇ ୨୯ ଓ ଡିସେମ୍ବର ୩ ତାରିଖରେ ୧୨ ଜଣ ଫିଫା ଅଧିକାରୀ ଗିରଫ ମଧ୍ୟ ହୋଇଥିଲେ । ୨୦୧୫ ମସିହାର ଶେଷ ବେଳକୁ ୯ ଜଣ ଫିଫା ଅଧିକାରୀ, ୫ ଜଣ କ୍ରୀଡ଼ା ପ୍ରସାରଣ ସଂସ୍ଥାର କର୍ମଚାରୀଙ୍କ ବିରୁଦ୍ଧରେ ଦୁର୍ନୀତିର ମାମଲା ରୁଜୁ କରାଯାଇ ସାରିଥିଲା । ଏହି ସମୟରେ ଫିଫା ସଭାପତି ସେପ୍ ବ୍ଲାଟର୍ ୨୦୧୬ ମସିହା ଫେବୃଆରୀ ମାସରେ ଇସ୍ତଫା ଦେବାର ଘୋଷଣା କରିଥିଲେ। ୨୦୧୫ ମସିହା ଜୁନ୍ ୪ ତାରିଖରେ ଚକ୍ ବ୍ଲେଜର୍ ପଚରାଉଚରା ବେଳେ ସେ ଏବଂ ଅନେକ ଫିଫା ଅଧିକାରୀ ୧୯୯୮ ଓ ୨୦୧୦ ବିଶ୍ୱକପର ଆୟୋଜନକୁ ନେଇ ଲାଞ୍ଚ ଗ୍ରହଣ କରିଥିବା ବିଷୟ ଏଫ୍. ବି. ଆଇ. ଓ ସ୍ୱିସ୍ ଅନୁସନ୍ଧାନକାରୀ ସଂସ୍ଥାଙ୍କ ସମ୍ମୁଖରେ ମାନିଥିଲେ । ୨୦୧୫ ମସିହା ଜୁନ୍ ୧୦ ତାରିଖରେ ସ୍ୱିସ୍ ଅନୁସନ୍ଧାନକାରୀ ସଂସ୍ଥା ସେପ୍ ବ୍ଲାଟର୍‍ଙ୍କ ସମସ୍ତ କାର୍ଯ୍ୟାଳୟର କମ୍ପ୍ୟୁଟରରୁ ବହୁ ତଥ୍ୟ ବରାମତ କରିଥିଲେ । ୨୦୧୮ ଓ ୨୦୨୨ ବିଶ୍ୱକପର ଆୟୋଜନକୁ ନେଇ ପୁଣି ଦୁର୍ନୀତି ଅଭିଯୋଗ (ଗାର୍ସିଆ ରିପୋର୍ଟ୍) ପ୍ରକାଶ ପାଇବାରୁ ସେହିଦିନ ଫିଫା ୨୦୨୬ର ଆୟୋଜନ ପାଇଁ ହେବାକୁ ଥିବା ନିଲାମ ପ୍ରକ୍ରିୟାକୁ ଘୁଞ୍ଚାଇ ଦେଇଥିଲା । ଫିଫାର ତତ୍କାଳୀନ ସେକ୍ରେଟାରୀ ଜେନେରାଲ୍ ଜେରୋମ୍ ୱାଲ୍‍କେ କହିଥିଲେ ଯେ "ବର୍ତ୍ତମାନର ପରିସ୍ଥିତିରେ କୌଣସି ପ୍ରକାରର ନିଲାମ ପ୍ରକ୍ରିୟା ଆରମ୍ଭ କରିବା ଠିକ୍ ହେବନାହିଁ ।" ୨୦୧୫ ଅକ୍ଟୋବର ୨୮ ତାରିଖରେ ବ୍ଲାଟର୍ ଓ ଫିଫା ଉପସଭାପତି ମିସେଲ୍ ପ୍ଲାଟିନି ୯୦ଦିନ ପାଇଁ ନିଲମ୍ବିତ ହୋଇଥିଲେ । ତେବେ ଗଣମାଧ୍ୟମ ସମ୍ମୁଖରେ ଉଭୟ ନିଜକୁ ନିର୍ଦ୍ଦୋଷ ବୋଲି ମତ ରଖିଥିଲେ । ୨୦୧୫ ମସିହା ଡିସେମ୍ବର ୩ ତାରିଖରେ ଜୁରିକ୍ ସହରର ଏକ ହୋଟେଲ୍‍ରୁ ଆଉ ୨ ଜଣ ଫିଫା ଉପସଭାପତିଙ୍କୁ ଗିରଫ କରାଯାଇଥିଲା । ପୂର୍ବେ ମଇ ମାସରେ ଏହି ହୋଟେଲ୍‍ରୁ ୭ ଜଣ ଫିଫା କର୍ମଚାରୀଙ୍କୁ ଗିରଫ କରାଯାଇଥିଲା । ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାୟ ବିଭାଗ ତରଫରୁ ପୁଣି ୧୬ଟି ଅପରାଧିକ ମାମଲା ଯୋଡ଼ା ଯାଇଥିଲା । ଅନ୍ୟ ଫିଫା ପ୍ରତିଯୋଗିତା ବିଶ୍ୱକପ ଟ୍ରଫି ୧୯୩୦ରୁ ୧୯୭୦ ପର୍ଯ୍ୟନ୍ତ ବିଶ୍ୱକପ ବିଜେତା ଦଳକୁ ଜୁଲ୍‍ସ୍ ରିମେଟ୍ ଟ୍ରଫି ପ୍ରଦାନ କରାଯାଉଥିଲା । ଏହି ଟ୍ରଫିକୁ ବିଶ୍ୱକପ ବା କୁପେ ଡୁ ମୋଣ୍ଡେ ବୋଲି କୁହାଯାଉଥିଲା । ପ୍ରଥମ ଫିଫା ବିଶ୍ୱକପର ପ୍ରାରମ୍ଭ କରାଇଥିବାରୁ ୧୯୪୬ ମସିହା ପରଠାରୁ ଏହାକୁ ଜୁଲ୍‍ସ୍ ରିମେଟ୍‍ଙ୍କ ନାମରେ ନାମିତ କରାଯାଇଥିଲା । ୧୯୭୦ ମସିହା ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ଜିତିବା ପରେ ବ୍ରାଜିଲ ଦଳକୁ ବିଶ୍ୱକପ ଟ୍ରଫି ସବୁ ଦିନ ପାଇଁ ରଖିଦେବାର ଅନୁମତି ମିଳିଲା । ଅବଶ୍ୟ ୧୯୮୩ ମସିହାରେ ଏହି ଟ୍ରଫି ଚୋରି ହୋଇଯାଇଥିଲା । ଚୋରମାନେ ଏହି ଟ୍ରଫିଟିକୁ ତରଳାଇ ଦେଇଥିବାରୁ ଏହି ଟ୍ରଫି ସେମାନଙ୍କଠାରୁ ଜବତ କରାଯାଇପାରିଲା ନାହିଁ । ୧୯୭୦ ମସିହା ପରେ ଏକ ନୂଆ ଫିଫା ବିଶ୍ୱକପ ଟ୍ରଫିର ପ୍ରଚଳନ କରାଗଲା । ୭ଟି ଦେଶର ଫିଫା ପ୍ରତିନିଧିଙ୍କ ଦେଖରେଖରେ ୫୩ଟି ବିଭିନ୍ନ ମଡେଲ୍‍ ମଧ୍ୟରୁ ଇଟାଲୀୟ ଶିଳ୍ପୀ ସିଲ୍‍ଭିଓ ଗାଜ୍ଜାନିଗାଙ୍କ ବିଶ୍ୱକପ ଟ୍ରଫି ମଡେଲ୍‍ଟିକୁ ଚୟନ କରାଯାଇଥିଲା । ନୂଆ ବିଶ୍ୱକପ ଟ୍ରଫିଟିର ଉଚ୍ଚତା ୩୬ ସେଣ୍ଟିମିଟର୍ ଓ ଏହା ୧୮ କ୍ୟାରେଟ୍ (୭୫%) ଶୁଦ୍ଧ ସୁନାରେ ନିର୍ମିତ । ଏହାର ଓଜନ ପ୍ରାୟ ୬.୧୭୫ କିଲୋଗ୍ରାମ୍ । ଟ୍ରଫିର ତଳଭାଗରେ ଦୁଇଟି ସ୍ତର ମାଲାକାଇଟ୍ ରହିଥାଏ । ୧୯୭୪ ମସିହା ପରଠାରୁ ବିଶ୍ୱକପ ପ୍ରତିଯୋଗିତାର ଆୟୋଜନ ବର୍ଷ ଓ ସେହି ବର୍ଷର ବିଜେତାମାନଙ୍କ ନାମ ଟ୍ରଫିର ନିମ୍ନ ଭାଗରେ ଖୋଦିତ ହୋଇ ଲେଖାଯାଇଥାଏ । ଏହି ଟ୍ରଫିର ବ୍ୟାଖ୍ୟା ପ୍ରଦାନ କରି ଗାଜ୍ଜାନିଗା ଲେଖିଛନ୍ତି ,. " ବର୍ତ୍ତମାନ ସମୟରେ ବିଶ୍ୱବିଜେତା ଦଳକୁ ଟ୍ରଫିଟିଏ ସବୁବେଳ ପାଇଁ ପ୍ରଦାନ କରିଦିଆଯାଉଛି । ବିଶ୍ୱକପ ଜିତିବା ପରେ ହେଉଥିବା ବିଜୟ ସମ୍ବର୍ଦ୍ଧନା ଉତ୍ସବ ପର୍ଯ୍ୟନ୍ତ ବିଜୟୀ ଦଳ ମୁଖ୍ୟ ଟ୍ରଫିଟି ଧରିବାର ସୁଯୋଗ ପାଆନ୍ତି । ତାହା ପରେ ସେମାନଙ୍କୁ ସୁନା ଚଢ଼ା ହୋଇଥିବା ଏକ ଅବିକଳ ନକଲ ଟ୍ରଫିଟିଏ ସବୁ ବେଳ ପାଇଁ ପ୍ରଦାନ କରାଯାଇଥାଏ । ବର୍ତ୍ତମାନ ସମୟରେ ବିଜୟୀ ଦଳର ଖେଳାଳୀ, ପ୍ରଶିକ୍ଷକ ଓ ମୁଖ୍ୟ ତତ୍ତ୍ୱାବଧାରକଙ୍କୁ ଫିଫା ବିଶ୍ୱକପ ଟ୍ରଫିର ଚିତ୍ର ରହିଥିବା ଏକ ପଦକ ପ୍ରଦାନ କରାଯାଇଥାଏ । ବିଜେତା, ଦ୍ୱିତୀୟ ସ୍ଥାନ ଓ ତୃତୀୟ ସ୍ଥାନର ଦଳମାନଙ୍କୁ ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ନିର୍ମିତ ଏହି ପଦକ ପ୍ରଦାନ କରାଯାଏ । ୨୦୦୨ ବିଶ୍ୱକପରେ ଚତୁର୍ଥ ସ୍ଥାନରେ ରହିଥିବା ଆୟୋଜକ ଦକ୍ଷିଣ କୋରିଆ ଦଳକୁ ମଧ୍ୟ ପଦକ ପ୍ରଦାନ କରାଯାଇଥିଲା । ୧୯୭୮ ବିଶ୍ୱକପ ପୂର୍ବରୁ ଫାଇନାଲ୍ ମ୍ୟାଚ୍ ଓ ତୃତୀୟ ସ୍ଥାନ ପାଇଁ ଉଦ୍ଦିଷ୍ଟ ମ୍ୟାଚ୍ ଶେଷରେ ଦଳର ୧୧ ଖେଳାଳୀଙ୍କୁ ପଦକ ପ୍ରଦାନ କରାଯାଉଥିଲା । ୨୦୦୭ ନଭେମ୍ବରରେ ୧୯୩୦ରୁ ୧୯୭୪ ବିଜେତା ସମସ୍ତ ଦଳକୁ ପଦକ ଦିଆଯିବା ନେଇ ଫିଫା ନିଷ୍ପତ୍ତି ନେଇଥିଲା । ବିଶ୍ୱକପକୁ ରାସ୍ତା ଯୋଗ୍ୟତା ନିର୍ଣ୍ଣୟ ପର୍ଯ୍ୟାୟ ମୁଖ୍ୟ ବିଶ୍ୱକପ ପ୍ରତିଯୋଗିତା ଆୟୋଜକ ଚୟନ ପ୍ରକ୍ରିୟା ରାଷ୍ଟ୍ରମାନଙ୍କ ପ୍ରଦର୍ଶନ ରାଷ୍ଟ୍ରମାନଙ୍କ ଅଂଶଗ୍ରହଣ ଉତ୍ସ: ଫିଫା ବେତାର ଓ ଟେଲିଭିଜନ୍ ପ୍ରସାରଣ ବିଶ୍ୱକପମାନଙ୍କରେ ଫଳାଫଳ ପ୍ରଥମ ଚାରୋଟି ସ୍ଥାନ ଅକ୍ତିଆର କରିଥିବା ଦଳସମୂହ ମହାଦେଶ ଅନୁଯାୟୀ ରାଷ୍ଟ୍ରମାନଙ୍କ ପ୍ରଦର୍ଶନ ବିଶ୍ୱକପରେ ଦିଆଯାଉଥିବା ଅନ୍ୟ ପୁରସ୍କାର ପ୍ରତି ବିଶ୍ୱକପର ସମାପନରେ ବିଭିନ୍ନ ଦଳ ଓ ଖେଳାଳୀମାନଙ୍କୁ ବିଶେଷ ପ୍ରଦର୍ଶନ ପାଇଁ ପୁରସ୍କାର ଦିଆଯାଇଥାଏ । ଖେଳାଳୀଙ୍କ ଦଳର କ୍ରମ ଉପରେ ଏହି ପୁରସ୍କାର ନିର୍ଭର କରେନାହିଁ । ଫିଫା ବିଶ୍ୱକପରେ ଦିଆଯାଉଥିବା ୬ଟି ବିଭିନ୍ନ ପୁରସ୍କାର ହେଲା : ସୁନେଲି ବଲ୍ (ଗୋଲ୍ଡେନ୍ ବଲ୍ - ) : ଏହି ପୁରସ୍କାର ସବୁଠାରୁ ଉତ୍ତମ ପ୍ରଦର୍ଶନ କରିଥିବା ଖେଳାଳୀକୁ ମିଳିଥାଏ । ଗଣମାଧ୍ୟମର ପ୍ରତିନିଧିମାନଙ୍କ ମତାନୁସାରେ ଏହି ପୁରସ୍କାର ନିର୍ଣ୍ଣୟ କରାଯାଏ । ୧୯୮୨ ମସିହାରେ ପ୍ରଥମେ ଏହି ପୁରସ୍କାର ଦିଆଯାଇଥିଲା । ଭୋଟିଂ ଅନୁସାରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଖେଳାଳୀଙ୍କୁ ଯଥାକ୍ରମେ ରୌପ୍ୟ ବଲ୍ ଓ କାଂସ୍ୟ ବଲ୍ ପ୍ରଦାନ କରାଯାଇଥାଏ । ସୁନେଲି ଯୋତା (ଗୋଲ୍ଡେନ୍ ବୁଟ୍ - ) : ବିଶ୍ୱକପରେ ସର୍ବାଧିକ ଗୋଲ୍ କରିଥିବା ଖେଳାଳୀକୁ ଏହି ପୁରସ୍କାର ଦିଆଯାଇଥାଏ । ପ୍ରଥମେ ୧୯୮୨ ମସିହାରେ ଏହି ପୁରସ୍କାର ଦିଆଯାଇଥିଲା । କିନ୍ତୁ ପିଛିଲା ଭାବେ ୧୯୩୦ ବିଶ୍ୱକପରୁ ସର୍ବାଧିକ ଗୋଲ୍ କରିଥିବା ସବୁ ଖେଳାଳୀଙ୍କୁ ମଧ୍ୟ ଏହି ପୁରସ୍କାର ମଧ୍ୟ ଦିଆଯାଇଥିଲା । କିଛି ବର୍ଷ ହେଲା ୨ୟ ଓ ୩ୟ ସ୍ଥାନରେ ରହିଥିବା ଖେଳାଳୀଙ୍କୁ ଯଥାକ୍ରମେ ରୌପ୍ୟ ଯୋତା ଓ କାଂସ୍ୟ ଯୋତା ଦିଆଯାଉଛି । ସୁନେଲି ହାତମୌଜା (ଗୋଲ୍ଡେନ୍ ଗ୍ଲଭ୍ - ) : ଏହାକୁ ପୂର୍ବେ ୟାସିନ୍ ଏୱାର୍ଡ଼୍ ବୋଲି କୁହାଯାଉଥିଲା । ବିଶ୍ୱକପର ଶ୍ରେଷ୍ଠ ଗୋଲ୍ କିପର୍‍କୁ ଏହି ପୁରସ୍କାର ମିଳିଥାଏ । ଫିଫାର ଟେକ୍‍ନିକାଲ୍ ଷ୍ଟଡ଼ିଦଳ ଏହି ପୁରସ୍କାରର ବିଜେତା ଚୟନ କରନ୍ତି । ଏହି ପୁରସ୍କାର ୧୯୯୪ ମସିହାରେ ପ୍ରଥମ ଥର ପାଇଁ ଦିଆଯାଇଥିଲା । ଶ୍ରେଷ୍ଠ ଯୁବ ଖେଳାଳୀ (ବେଷ୍ଟ୍ ୟଂଗ୍ ପ୍ଲେୟାର୍ - ) : ୨୧ ବର୍ଷରୁ କମ୍ ବୟସ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ ଏହି ପୁରସ୍କାର ମିଳେ । ଫିଫାର ଟେକ୍‍ନିକାଲ୍ ଷ୍ଟଡ଼ିଦଳ ଏହି ପୁରସ୍କାରର ବିଜେତା ଚୟନ କରନ୍ତି । ୨୦୦୬ ମସିହାରୁ ଏହି ପୁରସ୍କାର ଆରମ୍ଭ ହୋଇଥିଲା । ଶ୍ରେଷ୍ଠ କ୍ରୀଡ଼ା ମନୋଭାବ ପୁରସ୍କାର (ଫିଫା ଫେଆର୍ ପ୍ଲେ ଟ୍ରଫି - ) : ଉତ୍ତମ କ୍ରୀଡ଼ାବିତ୍ ମନୋଭାବ ପ୍ରଦର୍ଶନ କରିଥିବା ଦଳକୁ ଏହି ପୁରସ୍କାର ମିଳିଥାଏ । ଫିଫା ଫେଆର୍ ପ୍ଲେ ସମିତି ଏହି ପୁରସ୍କାର ପାଇଁ ଆବଶ୍ୟକୀୟ ମାନଦଣ୍ଡ ନିର୍ଦ୍ଧାରଣ କରିଥାନ୍ତି । ୧୯୭୮ ମସିହାରୁ ଏହି ପୁରସ୍କାର ଦିଆଯାଉଛି । ଶ୍ରେଷ୍ଠ ମନୋରଞ୍ଜକ ଦଳ (ମୋଷ୍ଟ୍ ଏଣ୍ଟର୍ଟେନିଂ ଟିମ୍ - ) : ଦର୍ଶକଙ୍କୁ ସବୁଠାରୁ ଅଧିକ ମନୋରଞ୍ଜନ ଯୋଗାଇ ଦେଇଥିବା ଦଳ ଏହି ପୁରସ୍କାର ପାଇଥାଏ । ସାଧାରଣ ଜନତାଙ୍କ ପାଇଁ ଉଦ୍ଦୀଷ୍ଟ ଭୋଟିଂ ବ୍ୟବସ୍ଥାରୁ ଏହି ପୁରସ୍କାରର ବିଜେତା ନିର୍ଦ୍ଧାରଣ କରାଯାଏ । ପ୍ରଥମେ ୧୯୯୪ ମସିହାରେ ଏହି ପୁରସ୍କାର ଦିଆଯାଇଥିଲା । ପ୍ରତିଯୋଗିତାର ସମସ୍ତ ଶ୍ରେଷ୍ଠ ଖେଳାଳୀଙ୍କୁ ଫିଫାର ସର୍ବ-ତାରକା ଦଳରେ ସ୍ଥାନୀତ କରାଯାଇଥାଏ । ୧୯୯୮ରୁ ଏହି ପୁରସ୍କାର ଦିଆଯାଇ ଆସୁଛି । କିର୍ତ୍ତୀମାନ ଓ ପରିସଂଖ୍ୟାନ ବିଶ୍ୱକପରେ ସବୁଠାରୁ ଅଧିକ ମ୍ୟାଚ୍ ଖେଳିବାର କିର୍ତ୍ତୀମାନ ମିଳିତ ଭାବେ ୩ ଜଣଙ୍କ ନାମରେ ରହିଛି । ସେମାନେ ହେଲେ ମେକ୍ସିକୋର ଆଣ୍ଟୋନିଓ କାର୍ବାୟାଲ୍ (୧୯୫୦-୧୯୬୬) ଓ ରାଫାଏଲ୍ ମାର୍କ୍ୱେଜ୍ (୨୦୦୨-୨୦୧୮) ଏବଂ ଜର୍ମାନୀର ଲୋଥାର୍ ମାଟ୍‍ହେଉସ୍ ୧୯୮୨-୧୯୯୮ । ସର୍ବାଧିକ ୨୫ଟି ମ୍ୟାଚ୍ ସହିତ ମାଟ୍‍ହେଉସ୍ ହେଉଛନ୍ତି ସବୁଠାରୁ ଅଧିକ ବିଶ୍ୱକପ ମ୍ୟାଚ୍ ଖେଳିଥିବା ଖେଳାଳୀ । ବ୍ରାଜିଲର ଡେଲ୍‍ମା ସାଣ୍ଟୋସ୍ (୧୯୫୪, ୧୯୫୮, ୧୯୬୨), ପଶ୍ଚିମ ଜର୍ମାନୀର ଫ୍ରାଂଜ୍ ବେକେନ୍‍ବାଉଅର୍ (୧୯୬୬, ୧୯୭୦, ୧୯୭୪) ଓ ଜର୍ମାନୀର ଫିଲିପ୍ ଲାମ୍ (୨୦୦୬, ୨୦୦୮, ୨୦୧୪) ତିନି ବର୍ଷ ଧରି ଫିଫା ବିଶ୍ୱକପର ସର୍ବ-ତାରକା ଦଳରେ (ଅଲ୍ ଷ୍ଟାର୍ ଟିମ୍) ସ୍ଥାନ ପାଇଥିଲେ । ଏପରି କୀର୍ତ୍ତିମାନ କେବଳ ଏହି ତିନିଜଣଙ୍କ ନାମରେ ରହିଛି । ଜର୍ମାନୀର ମିରୋସ୍ଲାଭ୍ କ୍ଲୋଜା ୨୦୦୨ରୁ ୨୦୧୪ ବିଶ୍ୱକପ ଯାଏଁ ନିଜ ଦେଶର ପ୍ରତିନିଧିତ୍ୱ କରି ଆସିଛନ୍ତି ଏବଂ ବିଶ୍ୱକପରେ ସର୍ବାଧିକ ୧୬ଟି ଗୋଲ୍ କରିଛନ୍ତି । ୧୯୯୮ର ୨୦୦୬ ବିଶ୍ୱକପ ଖେଳିଥିବା ବ୍ରାଜିଲର ଫୁଟବଲ୍ ତାରକା ରୋନାଲ୍‍ଡୋ ତାହା ପୂର୍ବରୁ ୧୫ଟି ଗୋଲ୍ କରି ରେକର୍ଡ଼୍ କରିଥିଲେ । ୨୦୧୪ ମସିହା ବ୍ରାଜିଲ୍ ବନାମ ଜର୍ମାନୀ ସେମିଫାଇନାଲ୍ ମ୍ୟାଚ୍‍ରେ କ୍ଲୋଜା ରୋନାଲ୍‍ଡୋଙ୍କ ରେକର୍ଡ଼୍ ଅତିକ୍ରମ କରିଥିଲେ । ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଥିବା ଖେଳାଳୀ ହେଲେ ପଶ୍ଚିମ ଜର୍ମାନୀର ଗେର୍ଡ୍ ମ୍ୟୁଲର୍ । ସେ ୧୯୭୦ ଓ ୧୯୭୪ ବିଶ୍ୱକପ ଖେଳି ୧୪ଟି ଗୋଲ୍ କରିଛନ୍ତି । ଫ୍ରାଂସ୍‍ର ଜଷ୍ଟ୍ ଫୋଣ୍ଟେନ୍ ଏହି ତାଲିକାର ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ସେ ୧୯୫୮ ବିଶ୍ୱକପରେ ସମୁଦାୟ ୧୩ଟି ଗୋଲ୍ କରିଛନ୍ତି । ଗୋଟିଏ ବିଶ୍ୱକପ ପ୍ରତିଯୋଗିତାରେ ସର୍ବାଧିକ ଗୋଲ କରିବାର କୀର୍ତ୍ତିମାନ ଫୋଣ୍ଟେନ୍‍ଙ୍କ ନାମରେ ରହିଛି । ୧୯୩୦ରୁ ୧୯୭୪ ମସିହା ମଧ୍ୟରେ ଖେଳାଯାଇଥିବା ସମସ୍ତ ବିଜେତା ଦଳଙ୍କୁ ପଦକ ଦେବାକୁ ଫିଫା ୨୦୦୭ ମସିହା ନଭେମ୍ବର ମାସରେ ନିଷ୍ପତ୍ତି ନେଇଥିଲା । ଏହି ନିଷ୍ପତ୍ତି ଫଳରେ ବ୍ରାଜିଲର ପେଲେ ୧୯୫୮, ୧୯୬୨ ଓ ୧୯୭୦ ମସିହାର ବିଶ୍ୱକପ ପାଇଁ ପଦକ ପାଇଥିଲେ । ଏପରି ଭାବେ ତିନି ବର୍ଷ ବିଜେତା ପଦକ ପାଇଥିବାର ସମ୍ମାନ ହାସଲ କରିବାରେ ପେଲେ ହେଉଛନ୍ତି ଏକମାତ୍ର ଖେଳାଳୀ । ୧୯୬୨ ମସିହାର ବିଶ୍ୱକପରେ ପେଲେ ଆଘାତ ଯୋଗୁଁ ଖେଳିପାରି ନଥିଲେ କିନ୍ତୁ ଦଳର ସଦସ୍ୟ ହୋଇଥିବାରୁ ପଦକ ପାଇଥିଲେ । ଦୁଇ ବର୍ଷ ବିଜେତା ପଦକ ପାଇଥିବା ଅନେକ ଖେଳାଳୀ ରହିଛନ୍ତି । ଏବେ ପର୍ଯ୍ୟନ୍ତ ୭ ଜଣ ଖେଳାଳୀ ସମସ୍ତ ଭିନ୍ନ ପଦକ (ବିଜେତା, ଦ୍ୱିତୀୟ ଓ ତୃତୀୟ ଦଳର ପଦକ) ପାଇଛନ୍ତି । ସେମାନେ ହେଲେ ପଶ୍ଚିମ ଜର୍ମାନୀର ବେକେନ୍‍ବାଉଅର୍ (୧୯୬୬-୧୯୭୪), ୟୁର୍ଗେନ୍ ଗ୍ରାବୋସ୍କି, ହୋର୍ଷ୍ଟ୍-ଡିଟର୍ ହୋଟ୍‍ଗେସ୍, ସେପ୍ ମାୟର୍ ଓ ୱୁଲ୍‍ଫ୍‍ଗାଂଗ୍ ଓଭେରାଥ୍ (୧୯୬୬-୧୯୭୪), ଇଟାଲୀର ଫ୍ରାଂକୋ ବାରେସି (୧୯୮୨, ୧୯୯୦, ୧୯୯୪) ଓ ଜର୍ମାନୀର ମିରୋସ୍ଲାଭ୍ କ୍ଲୋଜା ୨୦୦୨-୨୦୧୪ । ଖେଳାଳୀ ଓ ପ୍ରଶିକ୍ଷକ (କୋଚ୍) ଭାବେ ବିଶ୍ୱକପ ଜିତିଥିବା ମାତ୍ର ଦୁଇ ଜଣ ଖେଳାଳୀ ହେଲେ ବ୍ରାଜିଲର ମାରିଓ ଜାଗାଲୋ ଓ ପଶ୍ଚିମ ଜର୍ମାନୀର ଫ୍ରାଂଜ୍ ବେକେନ୍‍ବାଉଅର୍ । ଜାଗାଲୋ ଖେଳୁଥିବା ବେଳେ ବ୍ରାଜିଲ୍ ୧୯୫୮ ଓ ୧୯୬୨ ମସିହାରେ ଏବଂ କୋଚ୍ ଥିବା ସମୟରେ ୧୯୭୦ ମସିହାରେ ବିଜେତା ହୋଇଥିଲା । ବେକେନ୍‍ବାଉଅର୍ ଖେଳୁଥିବା ବେଳେ ୧୯୭୪ ଓ କୋଚ୍ ଥିବା ବେଳେ ୧୯୯୦ ମସିହାରେ ଜର୍ମାନୀ ବିଶ୍ୱବିଜେତା ହୋଇଥିଲା । ନିଜ ଦଳକୁ ଦୁଇଟି ବିଶ୍ୱକପରେ (୧୯୩୪ ଓ ୧୯୩୮) ବିଜୟୀ କରାଇଥିବା ବିଶ୍ୱର ଏକମାତ୍ର କୋଚ୍ ହେଲେ ଇଟାଲୀର ଭିଟ୍ଟୋରିଓ ପୋଜ୍ଜୋ । ସମସ୍ତ ବିଶ୍ୱବିଜେତା ଦଳର କୋଚ୍ ତାଙ୍କ ନିଜ ଦେଶର । ଅନ୍ୟ ପ୍ରକାରରେ କହିଲେ କୌଣସି ବିଦେଶୀ କୋଚ୍‍ଙ୍କ ଦଳ କେବେ ବିଶ୍ୱକପ ଜିତିପାରି ନାହିଁ । ଜାତୀୟ ଦଳମାନଙ୍କ ମଧ୍ୟରେ ଜର୍ମାନୀ ସବୁଠାରୁ ଅଧିକ ୧୦୬ଟି ବିଶ୍ୱକପ ମ୍ୟାଚ୍ ଖେଳିଛି, ୮ ଥର ଫାଇନାଲ୍, ୧୩ ଥର ସେମିଫାଇନାଲ୍ ଓ ୧୬ ଥର କ୍ୱାର୍ଟର୍ ଫାଇନାଲ୍ ପର୍ଯ୍ୟନ୍ତ ଉନ୍ନୀତ ହୋଇଛି ଏବଂ ବିଶ୍ୱକପରେ ସର୍ବାଧିକ ୨୨୪ଟି ଗୋଲ୍ ମାରିଛି । ଅପର ପକ୍ଷରେ ବ୍ରାଜିଲ୍ ସର୍ବାଧିକ ଥର (୨୦ଟି) ବିଶ୍ୱକପରେ ଖେଳିଛି । ବ୍ରାଜିଲ ଓ ଜର୍ମାନୀ ପରସ୍ପରକୁ ବିଶ୍ୱକପରେ ଦୁଇଥର ଭେଟିଛନ୍ତି । ୨୦୦୨ ମସିହାର ବିଶ୍ୱକପ ଫାଇନାଲରେ ବ୍ରାଜିଲ୍ ବିଜୟୀ ହୋଇଥିବା ବେଳେ ୨୦୧୪ ବିଶ୍ୱକପ ସେମିଫାଇନାଲ୍‍ରେ ଜର୍ମାନୀ ବିଜୟୀ ହୋଇଥିଲା ।
ହ୍ୟୁମାନ ସାଗର ହେଉଛନ୍ତି ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଚ୍ଛଦପଟ୍ଟ ଗାୟକ । ତାଙ୍କୁ ସ୍ଥାନୀୟ ଅଧିବାସୀ ଓଡ଼ିଶାର ଅରିଜିତ ସିଂ କହି ମଧ୍ୟ ସମ୍ବୋଧନ କରିଥାନ୍ତି । ତରଙ୍ଗ ଚ୍ୟାନେଲରେ ପ୍ରସାରିତ ରିୟଲିଟି ସୋ "ଭଏସ ଅଫ ଓଡ଼ିଶା ସିଜନ-୨" ରେ ଜିତିକରି ସେ ଲୋକଲୋଚନକୁ ଆସିଥିଲେ । ସଂଗୀତ ପ୍ରତି ତାଙ୍କର ନିଶା ଯୋଗୁଁ ସେ ଡାକ୍ତରୀ ପାଠପଢ଼ା ଅଧାରୁ ଛାଡିଦେଇଥିଲେ । ଜୀବନୀ ହ୍ୟୁମାନ ତୃତୀୟ ଶ୍ରେଣୀର ଛାତ୍ର ଥିବା ଅବସ୍ଥାରୁ ହିଁ ଗୁରୁ ଶ୍ରୀ ଶୁଭ୍ରାଂଶୁ ମିଶ୍ରଙ୍କର ସହାୟତାରେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ତାଙ୍କ ନିଜ ଘର ବଲାଙ୍ଗୀରର ଜିଲ୍ଲାର ଟିଟଲାଗଡ ସହରରେ । ପିଲାଟିବେଳୁ ସେ ବିଭିନ୍ନ ସଂଗୀତ ପ୍ରତିଯୋଗିତାରେ ଭାଗନେଇ ପୁରସ୍କାର ଜିତୁଥିଲେ । ତାଙ୍କର ଜେଜେବାପା ବିଭିନ୍ନ ସମ୍ବଲପୁରୀ ଲୋକଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ହ୍ୟୁମାନ ତାଙ୍କ ବାନ୍ଧବୀ ଶ୍ରୀୟାଙ୍କ ସହ ବିବାହ କରିଥିଲେ । ତାଙ୍କର ବାପା ଜଣେ ଅଲ ଇଣ୍ଡିଆ ରେଡ଼ିଓ 'ବି' ଗ୍ରେଡ଼ ଗାୟକ, ତାଙ୍କ ମାତା ଜଣେ ସଂଗୀତକାର । ସେ ଡାକ୍ତର ହେବା ପାଇଁ ମେଡିକାଲ କଲେଜରେ ଯୋଗ ଦେଇଥିଲେ, ମାତ୍ର ସଂଗୀତ ପ୍ରତି ତାଙ୍କର ଅହେତୁକ ଭଲ ପାଇବା ଏବଂ ନିଶା ଯୋଗୁଁ ପ୍ରଥମ ବର୍ଷରୁହିଁ ସେ ଡାକ୍ତରୀ ପାଠପଢ଼ା ଛାଡିଦେଇ ଚାଲିଆସିଥିଲେ ସଙ୍ଗୀତର ଦୁନିଆକୁ । ସଂଗୀତ ଜୀବନ ଅଭିଜିତ ମଜୁମଦାରଙ୍କର ନିର୍ଦ୍ଦେଶନାରେ ଇସ୍କ ତୁ ହି ତୁ ଚଳଚ୍ଚିତ୍ରର ମୁଖ୍ୟ ଗୀତଟି ଗାଇଥିଲେ ଯାହା ତାଙ୍କୁ ଶ୍ରୋତାଗଣରେ ଲୋକପ୍ରିୟ କରାଇପାରିଥିଲା । ସେ ୨୦୧୭ ମସିହାରେ ଗଜଲ ଗଜଲ ଗୀତ ନିମିତ୍ତ ସେ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଚକୋଲେଟ ପୁରସ୍କାର ଜିତିଥିଲେ । ସେ ଏକ ହିନ୍ଦୀ ଆଲବମ "ମେରା ୟେ ଜହାଁ " ରେ ମଧ୍ୟ କଣ୍ଠଦାନ କରିଛନ୍ତି ।
ଭାଗଲ୍‌ପୁର ଏକ ଭାରତୀୟ ପୌର ପରିଷଦ ଅଟେ । ଏହା ବିହାରର ‌‌ଭଗଲ୍ପୁର୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ଭାଗଲ୍‌ପୁର ୨୫.୨୪୪୫ ଉତ୍ତର ଅକ୍ଷାଂଶ ଓ ୮୬.୯୭୧୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୫୦ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଭାଗଲ୍‌ପୁର ସହରର ମୋଟ ଜନସଂଖ୍ୟା ୩୪୦୩୪୯ ଅଟେ । ସେଥି ମଧ୍ୟରୁ ୫୩.୬୮% ଜଣ ପରୁଷ ହୋଇଥିବା ବେଳେ ୪୬.୩୨% ଜଣ ନାରୀ ଅଟନ୍ତି । ଭାଗଲ୍‌ପୁରର ସାକ୍ଷରତା ହାର ୬୪.୩୪% ଅଟେ । ଏହା ଜାତୀୟ ହାରଠାରୁ ୦.୫୦% ପ୍ରତିଶତ କମ ଅଟେ । ସେଥିରୁ ୩୭.୪୩% ପ୍ରତିଶତ ପୁରୁଷ ଓ ୨୬.୯୧% ନାରୀ ଅଟନ୍ତି । ୧୪.୨୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ଭାଗଲ୍‌ପୁରର ସରକାରୀ ଭାଷା ଅଟେ । ପାଣିପାଗ ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ଭାଗଲ୍‌ପୁରରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୨.୩ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୧.୩ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୨୫୫.୨ / ହୋଇଥାଏ ।
୫୯୮ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଅଜବ ସଞ୍ଜୁର ଗଜବ ଲଭ୍, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନିହାର ସାମଲ ଏବଂ ବିନି ସାମଲ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ମହନ୍ତି ଏବଂ ଅର୍ଚ୍ଚିତ ସାହୁ । ମିହିର ଦାସ, ଜୀବନ ପଣ୍ଡା, ବବି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମକାରେ ଅଭିନୟ କରିଛନ୍ତି । ଅଭିନୟ ବାବୁଶାନ୍ ଅର୍ଚ୍ଚିତା ସାହୁ ମିହିର ଦାସ ଜୀବନ ପଣ୍ଡା ବବି ମିଶ୍ର ସୋମଦତ୍ତ ଦାସ କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ସୁବ୍ରତ ସ୍ୱାଇଁ, ବସନ୍ତରାଜ ସାମଲ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ବାବୁଶାନ୍, ଦୀପ୍ତିରେଖା ପାଢ଼ୀ, ଆଶୁତୋଷ, ସବିଶେଷ ଆଦି କଣ୍ଠଶୀଳ୍ପିମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ସୌଭିକ ବିଶ୍ୱାଳ (ଜନ୍ମ: ୨୨ ମାର୍ଚ୍ଚ ୧୯୯୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚୌଦ୍ୱାର - କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ସୌଭିକ ବିଶ୍ୱାଳ ୧୯୯୨ ମସିହାର ମାର୍ଚ୍ଚ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରଭାତ ରଞ୍ଜନ ବିଶ୍ୱାଳ । ସେ ୨୦୨୨ ମସିହାରେ ଅନନ୍ୟା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ । ତାଙ୍କ ବାପା ପ୍ରଭାତ ରଞ୍ଜନ ବିଶ୍ୱାଳ ଜଣେ ରାଜନେତା ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି । ରାଜନୈତିକ ଜୀବନ ସୌଭିକ ବିଶ୍ୱାଳ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।
ରାସ ବିହାରୀ ବେହେରା (ଜନ୍ମ: ୧୨ ଅପ୍ରେଲ ୧୯୩୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର ଓ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୭୭ ଓ ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋକସରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ ଓ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦ ଭାରତୀୟ ସାଧାରଣ ନିର୍ବାଚନରେ ସେ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ରାସ ବିହାରୀ ବେହେରାଙ୍କ ସୃଷ୍ଟି ସମ୍ଭାର- ଉପନ୍ୟାସ-ବିଜୟୀ ଭ୍ରମଣ ସାହିତ୍ୟ-ଅନନ୍ୟସୃଷ୍ଟି କାନାଡ଼ା ଜନ୍ମ, ପରିବାର ଓ ଶିକ୍ଷା ରାସ ବିହାରୀ ବେହେରା ୧୯୩୮ ମସିହାର ଅପ୍ରେଲ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରସନ୍ନ କୁମାର ବେହେରା ଓ ପତ୍ନୀଙ୍କ ନାମ ରାଜେଶ୍ୱରୀ ବେହେରା । ରାଜନୈତିକ ଜୀବନ ରାସ ବିହାରୀ ବେହେରା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିବା ସହିତ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।
୨୦୧୧ ମସିହାରେ ହେଇଥିବା କ୍ରିକେଟ ବିଶ୍ୱ କପ, ବିଶ୍ୱ କପ ଇତିହାସରେ ୧୦ ମ ବିଶ୍ୱ କପ ଥିଲା । ଏହା ମିଳିତ ଭାବରେ ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶରେ ଆୟୋଜିତ ହେଇଥିଲା । ଭାରତ ଏହି ଟୁର୍ଣାମେଣ୍ଟ ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଜିତିଥିଲା । ଏହା ଭାରତର ୧୯୮୩ ପରେ ଜିତିଥିବା ଅନ୍ୟତମ ବିଶ୍ୱ କପ ବିଜୟ । ଏହା ଜିତିବା ପରେ ଭାରତ ନିଜ ଦେଶରେ ଆୟୋଜିତ ହଉଥିବା ବିଶ୍ୱ କପ ଜିତିବାରେ ପ୍ରଥମ ଦେଶ ମଧ୍ୟ ହେଲା । ଏହି ବିଶ୍ୱ କପରେ ଯୁବରାଜ ସିଂହ " ପୁରସ୍କାର ଜିତିଥିଲେ । ପ୍ରଥମ ଥର ପାଇଁ ୨ଟି ଏସୀୟ ଦେଶ ବିଶ୍ୱ କପ ଫାଇନାଲ ଖେଳିଥିଲେ ଓ ଅଷ୍ଟ୍ରେଲିଆ ୧୯୯୨ ପରେ ପ୍ରଥମ ଥର ପାଇଁ ଫାଇନାଲକୁ ଯାଇ ନଥିଲା । ଏହି ବିଶ୍ୱ କପରେ ୧୪ଟି ଦଳ ଅଂଶ ଗ୍ରହଣ କରିଥିଲେ । ଏଥିରେ ଟେଷ୍ଟ ମାନନ୍ୟତା ପ୍ରାପ୍ତ ୧୦ଟି ଦେଶ ସମେତ ର ଯୋଗ୍ୟତା ଅର୍ଜନ ଟୁର୍ଣ୍ଣାମେଣ୍ଟରୁ ବାକି ୪ଟି ଦଳ ଚୟନ କରା ଯାଇଥିଲା । ଫର୍ମାଟ ୨୦୦୭ ମସିହାରେ ଦ୍ୱାରା ଆହୁତ ସମ୍ମିଳନୀରେ ବିଶ୍ୱ କପର ପ୍ରଚଳିତ ଫର୍ମାଟର ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନିଆଗଲା । ୧୪ଟି ଦଳକୁ ନେଇ ଦୁଇଟି ଗ୍ରୁପରେ ୭ଟି ଲେଖା ଦଳ ଭିତରେ ରାଉଣ୍ଡ ରବୀନ ପଦ୍ଧତିରେ ମେଚ ଅନୁଷ୍ଠିତ କରି ପ୍ରତି ଗ୍ରୁପରୁ ଶ୍ରେଷ୍ଠ ୪ଟି ଲେଖା ଟିମକୁ ନେଇ ସୁପର ୮ ପ୍ରତିଯୋଗିତା ହେବାର ସ୍ଥିର ହେଇଥିଲା । ଯୋଗ୍ୟତା ଅର୍ଜନ ଟେଷ୍ଟ ମାନ୍ୟତାରେ ଥିବା ୧୦ଟି ଦଳକୁ ସିଧା ସଳଖ ପ୍ରବେଶ ଦିଅ ଯାଇ ଅବଶିଷ୍ଟ ୪ଟି ସ୍ଥାନ ପାଇଁ ଯୋଗ୍ୟତା ପ୍ରତିଯୋଗିତା ଆୟୋଜନ କରା ଯାଇଥିଲା । ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଏହି ଯୋଗ୍ୟତା ପ୍ରତିଯୋଗିତାରେ ଆୟରଲଣ୍ଡ, କାନାଡା, ହଲାଣ୍ଡ ଓ କେନିୟା ଏହି ପ୍ରତିଯୋଗତାର ପ୍ରଥମ ୪ଟି ସ୍ଥାନରେ ରହି ଯୋଗ୍ୟତା ଅର୍ଜନ କଲେ । ଅଂଶ ଗ୍ରହଣ କାରୀ ଦଳର ସୂଚୀ ୧୪ଟି ଅଂଶ ଗ୍ରହଣ ଯୋଗ୍ୟ ଦଳଙ୍କ ମଧ୍ୟରେ ଗ୍ରୁପ ଓ ଗ୍ରୁପ ଗଠିତ ହେଲା ପ୍ରସ୍ତୁତି ପାକିସ୍ତାନର ସହ ଆୟୋଜକ ହେବାର ଯୋଗ୍ୟତା ରଦ୍ଦ ଏହି ପ୍ରତିଯୋଗିତା ପାଇଁ ପାକିସ୍ତାନ ମଧ୍ୟ ସହ ଆୟୋଜକ ହେବାର ସ୍ଥିର ହେଇଥିଲା । ତେବେ ୨୦୦୯ ମସିହାରେ ଆତଙ୍କବାଦୀମାନଙ୍କଦ୍ୱାରା ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ବସରେ ଆକ୍ରମଣ ହେଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନକୁ ମେଚ ଆୟୋଜନ ସୁଯୋଗରୁ ବାଦ ଦିଆ ଯିବାର ନିଷ୍ପତ୍ତି ନିଆଯାଇଥିଲା । ଯୋଗ୍ୟତା ଅର୍ଜନ ଗାନ ଏହି ବିଶ୍ୱ କପ ପାଇଁ ହିନ୍ଦୀ, ସିଂହଳୀ ଓ ବାଂଲା ଭାଷାରେ ୩ଟି ଗାନ ଚୟନ କରାଯାଇଥିଲା । ଉଦ୍ଧଘାଟନ ସମାରୋହରେ ଏହି ସବୁ ଗାନ ପରିବେଷିତ ହେଇଥିଲା । ମାସ୍କଟ " ସ୍ତୁମ୍ପି " ନାମ ଦିଅ ହେଇଥିବା ଏକ ହାତିଶାବକକୁ ମାସ୍କଟ ଭାବରେ ସ୍ୱୀକୃତି ଦିଅ ଯାଇଥିଲା । ଏକ ଅନଲାଇନ ପ୍ରତିଯୋଗିତା ମାଧ୍ୟମରେ ଏହା ବଛା ଯାଇଥିଲା । ଉଦଘାଟନ ସମାରୋହ ବାଂଲାଦେଶର ରାଜଧାନୀ ଢାକାର ବଙ୍ଗବନ୍ଧୁ ଜାତୀୟ ଷ୍ଟାଡିଅମରେ ୧୭ ଫେବୃଆରୀ, ୨୦୧୧ରେ ଏହି ବିଶ୍ୱ କପର ଉଦଘାଟନ ସମାରୋହ ଅନୁଷ୍ଠିତ ହେଇଥିଲା । ପୁରସ୍କାର ରାଶି ଏହି ପ୍ରତିଯୋଗିତାରେ ଦଳ ମାନଙ୍କ ପାଇଁ ପୁରସ୍କାର ରାଶିର ବର୍ଦ୍ଧନ କରା ଯାଇଥିଲା କ୍ୱାଟର ଫାଇନାଲରୁ ବାହାରିଥିବା ଦଳ -୨୫୦,୦୦୦ ଡଲାର ୪ ର୍ଥ ସ୍ଥାନିତ ଦଳ -୫୦୦,୦୦୦ ଡଲାର ୩ ୟ ସ୍ଥାନିତ ଦଳ -୫୦୦,୦୦୦ ଡଲାର ରାନର୍ସ ଅପ - ୧.୫୦୦,୦୦୦ ଡଲାର ବିଜେତା - ୩.୨୫୦,୦୦୦ ଡଲାର ପ୍ରାଙ୍ଗଣ ସବୁ ଆମ୍ପୟର ଦଳ ସବୁ ପ୍ରତେକ ଦଳରେ ୧୫ ଜଣ ଖେଳାଳିଙ୍କୁ ଆସିବାକୁ ଅନୁମତି ଦିଆ ଯାଇଥିଲା । ଅଭ୍ଯାସ ମେଚ ପରିସ୍ଥିତି ସହ ଖାପ ଖୁଆଇବାକୁ ବିଶ୍ୱ କପ ମେଚ ଆରମ୍ଭ ହେବା ଆଗରୁ ପ୍ରତି ଦଳ ପାଇଁ ଅଭ୍ଯାସ ମେଚ ସବୁର ଆୟୋଜନ କରା ଯାଇଥିଲା । ଗ୍ରୁପ ସ୍ତର ଗ୍ରୁପ ଗ୍ରୁପର ୭ଟି ଦଳ ମଧ୍ୟରୁ ଶ୍ରେଷ୍ଠ ୪ଟି ଦଳ କ୍ୱାଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ଗ୍ରୁପ ଗ୍ରୁପର ୭ଟି ଦଳ ମଧ୍ୟରୁ ଶ୍ରେଷ୍ଠ ୪ଟି ଦଳ କ୍ୱାଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ କ୍ୱାଟର ଫାଇନାଲ ସେମି ଫାଇନାଲ ଫାଇନାଲ ପରିସଙ୍ଖ୍ୟାଁନ ବିବାଦୀୟ ପରିସ୍ଥିତି ବାଂଲାଦେଶର କିଛି ଦର୍ଶକ ୱେଷ୍ଟ ଇଣ୍ଡିଜ ଦଳ ଉପରେ ଟେକା ପଥର ଫୋପଡିଥିବାର ଅଭିଯୋଗ ହେଇଥିଲା । ତାହା ପରେ ଦଳକୁ ଦିଆଯାଉଥିବା ସୁରକ୍ଷ୍ୟା ବଢ଼େଇ ଦିଅ ଯାଇଥିଲା । ମୁମ୍ବାଇରେ ଶିବ ସେନା ପାକିସ୍ତାନ ଦଳକୁ ଅନ୍ତର୍ଭୁକ୍ତ କରା ଯାଇଥିବାରୁ ବିରୋଧ ପ୍ରଦର୍ଶନ କରିଥିଲେ ମଧ୍ୟ ମେଚ ହେବାରେ କିଛି ଅସୁବିଧା ହେଇ ନ ଥିଲା । ଗୃପ ସ୍ତରରେ ଭାରତ ବନାମ ଇଂଲଣ୍ଡ ମେଚରେ ଅମ୍ପାୟରଙ୍କ ନିଷ୍ପତ୍ତି ନେଇ ବିବାଦ ଉପୁଜିଥିଲା । ଫାଇନାଲରେ ମେଚ ରେଫରି ଦର୍ଶକଙ୍କ କୋଳାହଳଦ୍ୱାରା ଟସରେ ଶ୍ରୀଲଙ୍କା ଅଧିନାୟକ କହିଥିବା କଥା ଠିକ ଶୁଣି ପାରିନଥିବାରୁ ଟସ ଆଉଥରେ ହେଇଥିଲା । ଏପରି ଦୃଷ୍ଟାନ୍ତ କ୍ରିକେଟରେ ପ୍ରଥମ ଥର ପାଇଁ ହେଲା ।
୧୩୧୯ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
କାଡ୍ରାକ ଆପଲ ସ୍ୱାମୀ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ କଂଗ୍ରେସର ପ୍ରାର୍ଥୀ ଭାବରେ ରାୟଗଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୮୭,୪୮୨ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ଅନୁସୟା ମାଝୀଙ୍କୁ ୨୯,୧୮୬ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ପ୍ରିୟା ମୋ ଆସିବ ଫେରି, ୨୦୦୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏସ୍ ଏମ୍ ଅଗ୍ର‌ୱାଲ । ସୂର୍ଯ୍ୟ ମିଶ୍ର ଏହି କଥାଚିତ୍ରଟିର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମେଘ୍ନା ମିଶ୍ର । ହାତୀ, ରବି ମିଶ୍ର, ସଲିଲ ମିତ୍ର, ପିଣ୍ଟୁ ନନ୍ଦ, ଦୀପକ ପରିଡ଼ା, ରାଜଦୀପ, ସୋନାଲି, ସୁମନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ମଦ୍ୟାତ୍ୟୟ (ଇଂରାଜୀ ଭାଷାରେ ଆଲକୋହୋଲିଜ୍ମ ବା ଆଲକୋହୋଲ ୟୁଜ ଡିଜଅର୍ଡର ବା ଆଲକୋହୋଲ ଡିପେଣ୍ଡେନ୍ସ ସିଣ୍ଡ୍ରୋମ ଯଥାକ୍ରମେ , ବା ବା ), ଏକ ବିସ୍ତାରିତ ଶବ୍ଦ ଯାହା ଅତ୍ୟଧିକ ଆଲକୋହୋଲ ବା ମଦ୍ୟପାନ କରିବା ପରେ ହେଉଥିବା ଅସୁବିଧା ସମୂହକୁ ବୁଝାଏ । ପୂର୍ବରୁ ଏହା ଆଲକୋହୋଲ ଆବ୍ୟୁଜ ଓ ଆଲକୋହୋଲ ଡିପେଣ୍ଡେନ୍ସ ନାମରେ ଦୁଇଭାଗରେ ବିଭକ୍ତ କରାଯାଉଥିଲା । ଚିକିତ୍ସା ବିଜ୍ଞାନରେ ନିମ୍ନ ଲିଖିତ ଅସୁବିଧାମାନଙ୍କ ମଧ୍ୟରୁ ଦୁଇ ବା ତତୋଧିକ ଅସୁବିଧା ଥିଲେ ମଦ୍ୟାତ୍ୟୟ ବା ଆଲକୋହୋଲିଜ୍ମ ନାମ ଦିଆଯାଏ ଯଥା:- ଜଣେ ବ୍ୟକ୍ତି ବହୁତ ଦିନଧରି ଅତ୍ୟଧିକ ମଦ୍ୟପାନ କରୁଥିବ, ମଦ୍ୟପାନ ନିମନ୍ତେ ଅନେକ ସମୟ ବ୍ୟୟ କରୁଥିବ, ଅତ୍ୟଧିକ ମଦ୍ୟପାନ ଇଚ୍ଛା କରୁଥିବ, ମଦ୍ୟପାନ କରି ନିଜର କର୍ତ୍ତବ୍ୟ ସମ୍ପାଦନ କରୁନଥିବ, ସାମାଜିକ ସମସ୍ୟା ସୃଷ୍ଟି କରୁଥିବ, ସ୍ୱାସ୍ଥ୍ୟ ସମସ୍ୟା ହେଉଥିବ, ସଙ୍କଟଜନକ ଅବସ୍ଥା ସୃଷ୍ଟି କରୁଥିବ, ମଦ୍ୟପାନ ବନ୍ଦକଲେ ନିରୋଧନ ବା ଉଇଥଡ୍ରୟାଲ ଲକ୍ଷଣ ବାହାରୁଥିବ ଓ ଏହାର ବ୍ୟବହାର- ଅସହନଶୀଳତା ହେଉଥିବ । ଆଲକୋହୋଲ ସେବନ କଲେ ଶରୀରର ସମସ୍ତ ଅଙ୍ଗ ପ୍ରଭାବିତ ହୁଅନ୍ତି ଯେପରିକି ମସ୍ତିଷ୍କ, ହୃତପିଣ୍ଡ, ଯକୃତ, ଅଗ୍ନାଶୟ ଓ ଇମ୍ମ୍ଯୁନିଟି ବିଭାଗ । ଏହା ଫଳରେ ମାନସିକ ରୋଗ, ୱେର୍ଣିକ କୋର୍ସାକୋଫ ସିଣ୍ଡ୍ରୋମ, ଅନିୟମିତ ହୃତ୍‌ସ୍ପନ୍ଦନ, ସିରୋସିସ୍ ଓ କର୍କଟ ସମ୍ଭାବନା ଦେଖାଯାଏ । ଗର୍ଭାବସ୍ଥାରେ ମଦ୍ୟପାନ କଲେ ଗର୍ଭସ୍ଥ ଶିଶୁର ଫିଟାଲ ଆଲକୋହୋଲ ସ୍ପେକ୍ଟ୍ରମ ଡିଜଅର୍ଡର ହୁଏ । ମଦର ବିପଦଜନ‌କ ଶାରୀରିକ ଓ ମାନସିକ ପ୍ରଭାବ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଉପରେ ଅଧିକ ପଡ଼େ । ଉଭୟ ଜେନେଟିକ ଓ ପରିବେଶ ଉପାଦାନ ଯୋଗୁ ଆଲକୋହୋଲିଜ୍ମ ହେବା ବିଶ୍ୱାସ କରାଯାଏ ଓ ଉଭୟ ସମପରିମାଣରେ ଏଥି ନିମନ୍ତେ ଦାୟୀ । ଆଲକୋହୋଲିକ ଥିବା ଜଣେ ପିତାମାତା ବା ଭାଇ ଭଉଣୀ ଥିଲେ ୩ରୁ ୪ ଗୁଣ ଅଧିକ ସଙ୍କଟ ରହେ । ସାମାଜିକ, ସାଂସ୍କୃତିକ ଓ ବ୍ୟବହାରିକ ପ୍ରଭାବ ମଧ୍ୟ ରହେ । ଉଚ୍ଚ ଧରଣର ମାନସିକ ଚାପ, ଉତ୍କଣ୍ଠା ଓ ସହଜ ଲବ୍ଧ ଆଲକୋହୋଲ ଏହି ରୋଗ ସଙ୍କଟ ବଢ଼େଇ ଦିଏ । ରୋଗ ଲକ୍ଷଣ କମେଇବା ନିମନ୍ତେ ବା ପ୍ରତିରୋଧ କରିବା ନିମନ୍ତେ ଆଂଶିକ ଭାବେ ଆଲକୋହୋଲ ପିଆଯାଇପାରେ । ମଦ୍ୟ ପାନ ସଂପୂର୍ଣ୍ଣ ବନ୍ଦ କଲେ ମଧ୍ୟ କିଛି ମାସ ଧରି ଲକ୍ଷଣ ଚାଲୁ ରହେ । ଚିକିତ୍ସା ବିଜ୍ଞାନ ଅନୁସାରେ ଆଲକୋହୋଲିଜ୍ମ ଉଭୟ ଶାରୀରିକ ଓ ମାନସିକ ରୋଗ ରୂପେ ବିବେଚନା କରାଯାଏ । ପ୍ରଶ୍ନାବଳୀ ଓ ରକ୍ତ ପରୀକ୍ଷା କରି ସନ୍ଦେହାତ୍ମକ ରୋଗ ନିର୍ଣ୍ଣୟ କରାଯାଏ । ରୋଗ ନିଧାର୍ଯ୍ୟ ନିମନ୍ତେ ଅଧିକ ତଥ୍ୟ ସଂଗ୍ରହ କରାଯାଏ । ଆଲକୋହୋଲ ବା ମଦର ସୀମିତ ବିକ୍ରି ଓ ନିୟନ୍ତ୍ରଣ, ଆଲକୋହୋଲ ଟିକସ ବୃଦ୍ଧି ଓ ଶସ୍ତା ଚିକିତ୍ସା ଉପଲବ୍ଧ କଲେ ମଦ୍ୟାତ୍ୟୟ ଦୂର କରିବା ସମ୍ଭବପର ହେବ । କେତେ ଗୁଡ଼ିଏ ସୋପାନ ଦେଇ ଚିକିତ୍ସା କରାଯାଏ । ମଦ ହଠାତ ତ୍ୟାଗ କଲେ ସ୍ୱାସ୍ଥ୍ୟ ସଙ୍କଟ ଦେଖାଯାଏ, ତେଣୁ ନିୟନ୍ତ୍ରିତ ଆଲକୋହୋଲ ଡିଟକ୍ସିଫିକେସନ କରାଯାଏ । ଏଥି ନିମନ୍ତେ ବେଞ୍ଜୋଡାଏଜେପିନ ଦଳର ଡାଏଜେପାମ ସାଧାରଣତଃ ବ୍ୟବହାର କରାଯାଏ । ଏହି ଚିକିତ୍ସା ଡାକ୍ତରଖାନାରେ ଆଡମିସନ ନେଇ କରାଯାଏ କିମ୍ବା କ୍ୱଚିତ ଘରେ ସ୍ୱତନ୍ତ୍ର ନିରୀକ୍ଷାରେ କରାଯାଏ । ଏହାର ଚିକିତ୍ସାରେ ମାନସିକ ବ୍ୟାଧି ଓ ଅନ୍ୟ ନିଶା ଜଟିଳତା ସୃଷ୍ଟି କରିବା ସମ୍ଭାବନା ଥାଏ । ଡିଟକ୍ସିଫିକେସନ ପରେ ଦଳଗତ ଥେରାପି ଓ ସାହାଯ୍ୟକାରୀ ଦଳ ରୋଗୀକୁ ପୁନର୍ବାର ନିଶାଗ୍ରସ୍ତ ହେବାରୁ ରକ୍ଷା କରିବାରେ ସାହାଯ୍ୟ କରନ୍ତି । ଅନାମଧେୟ ମଦ୍ୟାସକ୍ତ ଦଳ ସାଧାରଣତଃ ସାହାଯ୍ୟ କରନ୍ତି । ଆକାମ୍ପ୍ରୋସେଟ, ଡାଇସଲଫିରାମ ବା ନାଲଟ୍ରେକସୋନ ଭଳି ଔଷଧ ପୁନର୍ବାର ମଦ୍ୟପାନ କରିବାରୁ ରକ୍ଷାକରିବାକୁ ଦିଆଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ହିସାବ ଅନୁସାରେ ସନ ୨୦୧୦ରେ ସାରା ପୃଥିବୀରେ ୨୦୮ ନିୟୁତ (୧୫ ବର୍ଷ ବୟସ ଉପରେ ୪. ୧ % ଲୋକ) ଲୋକ ଏହି ରୋଗରେ ପୀଡ଼ିତ ଥିଲେ । ଆମେରିକାରେ ୧୭ ନିୟୁତ ବୟସ୍କ (୭ %) ଲୋକ ଓ ୦.୭ ନିୟୁତ (୦.୭) ବଡ଼ ପିଲା (୧୨ରୁ ୧୭ ବୟସ) ମଦ୍ୟାତ୍ୟୟର ଶୀକାର ହୁଅନ୍ତି । ଅଳ୍ପ ବୟସ୍କ ଯୁବକଙ୍କୁ ଅଧିକ ରୋଗ ହୁଏ ଓ ମଧ୍ୟ ବୟସ ତଥା ବୃଦ୍ଧ ବୟସରେ ଏହା କମ ଦେଖାଯାଏ । ଏହା ସବୁଠାରୁ କମ (୧.୧ %) ଆଫ୍ରିକାରେ ଓ ସର୍ବାଧିକ (୧୧ %) ପୂର୍ବ ୟୁରୋପରେ ଦେଖାଯାଏ । ସାନା ୧୯୯୦ରେ ମଦ୍ୟାତ୍ୟୟ ମୃତ୍ୟୁ ୧୧୨,୦୦୦ ଥିବା ବେଳେ ସନ ୨୦୧୩ରେ ଏହା ବଢିଯାଇ ୧୩୯,୦୦୦ ହୋଇଥିଲା । ସମୁଦାୟ ମୃତ୍ୟୁ ସଂଖ୍ୟାର ୫.୯ % ବା ୩.୩ ନିୟୁତ ଲୋକ କେବଳ ମଦ୍ୟାଶକ୍ତି ଯୋଗୁ ହୁଏ । ମଣିଷର ଆୟୁଷ ଏହା ଯୋଗୁ ୧୦ ବର୍ଷ କମିଯାଏ । ଆମେରିକାରେ ଏହା ଯୋଗୁ ସନ ୨୦୦୬ରେ ଆର୍ଥିକ କ୍ଷତି $୨୨୪ ବିଲିଅନ ଡଲାର ହୋଇଥିଲା । ମଦ୍ୟାସକ୍ତ ଲୋକଙ୍କୁ ଲୋକମାନେ ଅସମ୍ମାନ ଜନକ ଟ୍ରିପଲର, ମଦୁଆ, ଡିପଶୋମାନିଆକ ଇତ୍ୟାଦି ନାମରେ ଡାକୁଥିଲେ । ସନ ୧୯୭୯ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏଭଳି ନାମକୁ ନାପସନ୍ଦ କରି ଆଲକୋହୋଲ ଡିପେଣ୍ଡେନ୍ସ ସିଣ୍ଡ୍ରୋମ ନାମକରଣ କରିଥିଲେ ।
ପ୍ରେଟି ଗୁଡ ପ୍ରାଇଭେସି (ଇଂରାଜୀ: - /ପିଜିପି) ତଥ୍ୟ ଯୋଗାଯୋଗ ପାଇଁ କ୍ରିପ୍ଟୋଗ୍ରାଫିକ ଗୋପନୀୟତା ଏବଂ ବୈଧିକରଣ ପ୍ରଦାନ କରୁଥିବା ଏକ ଏନକ୍ରିପସନ ପ୍ରୋଗ୍ରାମ । ପାଠ୍ୟ, ଇ-ମେଲ, ଫାଇଲ, ଡାଇରେକ୍ଟୋରୀ ଏବଂ ସମ୍ପୂର୍ଣ୍ଣ ଡିସ୍କ ବିଭାଜନକୁ ଦସ୍ତଖତ, ଏନକ୍ରିପ୍ଟ କରିବା ଏବଂ ଡିକ୍ରିପ୍ଟ କରିବା ତଥା ଇ-ମେଲ ଯୋଗାଯୋଗର ସୁରକ୍ଷା ବୃଦ୍ଧି କରିବା ପାଇଁ ପିଜିପି ବ୍ୟବହୃତ ହୁଏ । ଫିଲ ଜିମରମ୍ୟାନ ୧୯୯୧ ମସିହାରେ ପିଜିପି ତିଆରି କରିଥିଲେ । ପିଜିପି ଏବଂ ସମାନ ସଫ୍ଟୱାର ତଥ୍ୟକୁ ଏନକ୍ରିପ୍ଟ ଏବଂ ଡିକ୍ରିପ୍ଟ କରିବା ପାଇଁ ଏନକ୍ରିପ୍ସନ ସଫ୍ଟୱେର ଷ୍ଟାଣ୍ଡାର୍ଡର ( 4880) ଏକ ଖୋଲା ମାନକ (ଓପନପିଜିପି) ବ୍ୟବହାର କରନ୍ତି । ଡିଜାଇନ ପିଜିପି ଏନକ୍ରିପସନ ହ୍ୟାସିଂ, ଡାଟା କମ୍ପ୍ରେସନ, ସିମେଟ୍ରିକ-କି କ୍ରିପ୍ଟୋଗ୍ରାଫି ଏବଂ ପରିଶେଷରେ ପବ୍ଲିକ-କି କ୍ରିପ୍ଟୋଗ୍ରାଫିର ଏକ କ୍ରମିକ ମିଶ୍ରଣ ବ୍ୟବହାର କରିଥାଏ । ପ୍ରତ୍ୟେକ ସୋପାନ ଅନେକ ସମର୍ଥିତ ଆଲଗରିଦିମ ମଧ୍ୟରୁ ଗୋଟିଏ ବ୍ୟବହାର କରିଥାଏ । ପ୍ରତ୍ୟେକ ସାର୍ବଜନୀନ କି ଗୋଟିଏ ବ୍ୟବହାରକାରୀ ନାମ କିମ୍ବା ଗୋଟିଏ ଇ-ମେଲ ଠିକଣା ସହିତ ସମ୍ବନ୍ଧିତ । ଏହି ବ୍ୟବସ୍ଥାର ପ୍ରଥମ ସଂସ୍କରଣକୁ ସାଧାରଣତଃ .509 ସିଷ୍ଟମର (ଏହା ସାର୍ଟିଫିକେଟ କର୍ତ୍ତୃତ୍ୱ ଆଧାରିତ ଏକ କ୍ରମିକ ଦୃଷ୍ଟିକୋଣ ବ୍ୟବହାର କରେ) ବିପରୀତ କରିବା ପାଇଁ ୱେବ ଅଫ ଟ୍ରଷ୍ଟ ଭାବେ ଜଣାଶୁଣା ଥିଲା ଏବଂ ଏହା ପରେ ପିଜିପିକୁ କାମରେ ଲଗାଇବା ବେଳେ ଯୋଡ଼ାଯାଇଥିଲା । ପିଜିପି ଏନକ୍ରିପସନର ସାମ୍ପ୍ରତିକ ସଂସ୍କରଣଗୁଡ଼ିକରେ ଏକ ସ୍ୱୟଂଚାଳିତ କି ମ୍ୟାନେଜମେଣ୍ଟ ସର୍ଭର ଦେଇ ବିକଳ୍ପସବୁ ରହିଛି ।
ଗୋପାଳ କୃଷ୍ଣ ରଥ, (୩ ଅଗଷ୍ଟ ୧୯୪୫ - ୩୦ ଡିସେମ୍ବର ୨୦୧୬) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ କବି ଥିଲେ । ଜୀବନୀ ଗୋପାଳ କୃଷ୍ଣ, ୧୯୪୫ ମସିହା ଅଗଷ୍ଟ ୩ ତାରିଖରେ ସମ୍ବଲପୁର ଜିଲ୍ଲାର କଂସାରୀପଡ଼ାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଗଣେଷ ପ୍ରସାଦ ରଥ ଓ ମାତା ରୁକ୍ମିଣୀ ଦେବୀ । ସେ ସମ୍ବଲପୁର ଜିଲ୍ଲା ସ୍କୁଲ ଓ ଗଙ୍ଗାଧର ମେହେର କଲେଜରୁ ଶିକ୍ଷା ଲାଭ କରିଥିଲେ । ମଧୁସୁଦନ ଆଇନ କଲେଜରୁ ଆଇନ ଶିକ୍ଷାଲାଭ କରି, ସେ ଅାଇନଜୀବୀ ଭାବେ ପେସା ଆରମ୍ଭ କରିଥିଲେ । ପରେ ଓଡ଼ିଶା ବିଚାର ବିଭାଗ ସେବାରେ ଯୋଗ ଦେଇଥିଲେ । ୨ବର୍ଷ ପରେ ଇସ୍ତଫା ଦେଇ ଲଜପତ ରାୟ ଅାଇନ ମହାବିଦ୍ୟାଳୟରେ ଅଧ୍ୟାପକ ଓ ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଅାଇନ ବିଭାଗରେ ପ୍ରାଧ୍ୟାପକ ହୋଇଥିଲେ । ୨୦୦୫ରେ ସେ ସ୍ନାତକୋତ୍ତର ଶ୍ରେଣୀ ବିଭାଗ ସମୂହର ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ । ୬ବର୍ଷ କାଳ ସେ ଓଡ଼ିଶା ସାହିତ୍ୟ ଏକାଡେମିର ସାଧାରଣ ପରିଷଦ ସଭ୍ୟ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ । ୨୦୦୬ରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀ ଅାକାଶବାଣୀଦ୍ୱାରା ଅାୟୋଜିତ କବି ସମ୍ମିଳନୀରେ ଓଡ଼ିଅା ଭାଷାର ଏକକ ପ୍ରତିନିଧିତ୍ୱ କରିଥିଲେ । ୨୦୧୪ ମସିହାରେ ସନ୍ନ୍ୟାସ ଦିକ୍ଷା ଗ୍ରହଣ କରି ସେ ସ୍ୱାମୀ ଗୁରୁ ରୂପାନନ୍ଦ ସରସ୍ୱତୀ ଭାବେ ପରିଚିତ ହୋଇଥିଲେ ଓ ଭୁବନେଶ୍ୱରସ୍ଥ "ବିଶୁଦ୍ଧାନନ୍ଦ ସାରସ୍ୱତ ସଂଘ" ମନ୍ଦିରରେ ପତ୍ନୀ କିରଣବାଳା ରଥଙ୍କ ସହ ସନ୍ୟାସୀ ଭାବରେ ଅବସ୍ଥାନ କରୁଥିଲେ । ପୁଣେରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ହୃଦ୍‌ଘାତ ଯୋଗୁଁ ୨୦୧୬ ଡିସେମ୍ବର ୩୦ତାରିଖରେ ତାଙ୍କର ପରଲୋକ ଘଟିଥିଲା । ରଚନାବଳୀ ୧୯୮୦ମସିହାରେ ତାଙ୍କର ପ୍ରଥମ କବିତା ସଂକଳନ ଏକଲା ମଣିଷ ପ୍ରକାଶ ପାଇଥିଲା । ବର୍ତ୍ତମାନ ତାଙ୍କର ମୋଟ ୬ଗୋଟି କବିତା ସଙ୍କଳନ ପ୍ରକାଶ ପାଇଛି। ପ୍ରତି ଦଶବର୍ଷର ଜୀବନ ଶୈଳୀକୁ ନେଇ ସେ କବିତା ସଂକଳନ ରଚନା କରୁଥିଲେ । କିନ୍ତୁ ବିହ୍ୱଳ ବେଳାଭୂମି ଓ ଅରୁଣ ଉଦ୍ଭାସ କବିତା ସଂକଳନ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଯାଏ ୩ବର୍ଷର ବ୍ୟବଧାନ । ତାଙ୍କ ପତ୍ନୀ କିରଣବାଳା ରଥଙ୍କ ସମ୍ପଦନାରେ ଗୋପାଳକୃଷ୍ଣ ରଥଙ୍କ କବିତା ସମଗ୍ର ପ୍ରକାଶ ପାଇଛି ୨୦୧୯ ମସିହାରେ।
ସମୟ ଗଣନା ସମୟ/କାଳକୁ ଗଣିବାକୁ ବୁଝାଇଥାଏ । ବିଜ୍ଞାନ ଓ ନାନାଦି ଧର୍ମଧାରାରେ ଏହା ଅଲଗା ଅଲଗା ଭାବରେ ଗଣାଯାଇଥାଏ । ହିନ୍ଦୁ ଧର୍ମ ବିଶ୍ୱାସ କଳ୍ପ ହିନ୍ଦୁ ପୁରାଣ ମତେ ବ୍ରହ୍ମାଙ୍କର ଏକଦିନ ବା ଏକରାତିର ସମୟ, ଏହା ମଣିଷମାନଙ୍କର ୪୩୨ କୋଟି ବରଷ କାଳ । ବର୍ତ୍ତମାନ (୨୦୧୧ସାଲରେ) ଶ୍ୱତବାରାହ କଳ୍ପାବ୍ଦରେ ୧୯୭କୋଟି ୨୯ଲକ୍ଷ ୫୦ହଜାର ୧୩ବର୍ଷ ଚଳୁଅଛି । ଶ୍ୱେତବରାହ କଳ୍ପ ଏହା ବ୍ରହ୍ମାଙ୍କ ସୃଷ୍ଟିର ଆଦିଯୁଗର ପ୍ରଥମ କଳ୍ପ । ଏହି କଳ୍ପାବ୍ଦର ପରିମାଣ ମୋଟରେ ୪୩୨କୋଟି ବର୍ଷ । ଏହି କଳ୍ପର ସପ୍ତବିଂଶ ଯୁଗ ଅତୀତ ହୋଇ ଅଷ୍ଟାବିଂଶ ଯୁଗ ବର୍ତ୍ତମାନ ଚାଲୁଅଛି । ଏ କଳ୍ପରେ ସ୍ୱାୟମ୍ଭୁବ, ସ୍ୱାରୋଚିଷ, ଉତ୍ତମଜ, ତାମସ, ରୈବତ ଓ ଚାକ୍ଷୁଷ ମନୁମାନଙ୍କର ଅଧିକାର ଶେଷ ହୋଇଛି, ବର୍ତ୍ତମାନ ବୈବସ୍ୱତ ନାମକ ସପ୍ତମ ମନୁଙ୍କ ଅଧିକାର ଚଳୁଅଛି । ବର୍ତ୍ତମାନ ଶ୍ୱେତବାରାହ କଳ୍ପାବ୍ଦରେ ୧୯୭କୋଟି ୨୯ଲକ୍ଷ ୫୦ହଜାର ୧୩ବର୍ଷ ଚଳୁଅଛି । ଶ୍ୱେତବରାହ କଳ୍ପର ଆରମ୍ଭ ହେଲାବେଳେ ଏ ପୃଥିବୀ ସୃଷ୍ଟି ହୋଇ ନ ଥିଲା । ଏ କଳ୍ପାରମ୍ଭର ୧କୋଟି ୭୦ଲକ୍ଷ ୬୪ହଜାର ବର୍ଷପରେ ଏ ପୃଥିବୀର ସୃଷ୍ଟି ହୋଇଛି । ବର୍ତ୍ତମାନ ପୃଥିବୀର ବୟସ ୧୯୫ କୋଟି ୫୮ଲକ୍ଷ ୮୬ହଜାର ୧୩ବର୍ଷ । ମନୁ ବ୍ରହ୍ମାଙ୍କର ୧୪ଜଣ ମାନସ ପୁତ୍ର ଯଥା- ସ୍ୱାୟଂଭୁବ, ସ୍ୱାରୋଚିଷ, ଉତ୍ତମ, ତାମସ, ରୈବତ, ଚାକ୍ଷୁସ, ବୈବସ୍ୱତ, ସାବର୍ଣ୍ଣି, ଦକ୍ଷ ସାବର୍ଣ୍ଣି, ବ୍ରହ୍ମସାବର୍ଣ୍ଣି, ଧର୍ମସାବର୍ଣ୍ଣି, ରୁଦ୍ରସାବର୍ଣ୍ଣି, ଦେବସାବର୍ଣ୍ଣି ଓ ଇନ୍ଦ୍ରସାବର୍ଣ୍ଣି । ସୃଷ୍ଟିର ପ୍ରତ୍ୟେକ କଳ୍ପରେ ଏହି ୧୪ଜଣ ମନୁ ବ୍ରହ୍ମାଙ୍କ ମନରୁ ଜାତ ହୁଅନ୍ତି ଓ ଯଥାକ୍ରମେ ସୃଷ୍ଟି କର୍ମରେ ଲାଗନ୍ତି ଓ ସୃଷ୍ଟିରେ ଅଧିକାରି ହୁଅନ୍ତି । ପୃଥିବୀର ବର୍ତ୍ତମାନ ମନ୍ୱନ୍ତରରେ ବୈବସ୍ୱତ ମନୁଙ୍କର ଅଧିକାର । ସତ୍ୟଯୁଗ ଉତ୍ପତ୍ତି: ବୈଶାଖ ଶୁକ୍ଳ ତୃତୀୟା, ରବିବାର । ପରିମାଣ ୧୭ଲକ୍ଷ ୨୮ ହଜାର ବର୍ଷ । ଅବତାର ମତ୍ସ୍ୟ, କୂର୍ମ, ବରାହ, ନୃସିଂହ । ତ୍ରେତାଯୁଗ ଉତ୍ପତ୍ତି: କାର୍ତ୍ତିକ ଶୁକ୍ଳପକ୍ଷ ନବମୀ- ଅଅଁଳା ନବମୀ, ସୋମବାର ।ପରିମାଣ ୧୨ ଲକ୍ଷ ୯୬ହଜାର ବର୍ଷ । ଅବତାର: ବାମନ, ପରଶୁରାମ, ଶ୍ରୀରାମ । ଦ୍ୱାପରଯୁଗ ଉତ୍ପତ୍ତି: ଭାଦ୍ର, କୃଷ୍ଣ ତ୍ରୟୋଦଶୀ, ଗୁରୁବାର । ପରିମାଣ ୮ଲକ୍ଷ ୬୪ ହଜାର ବର୍ଷ । ଅବତାର ଶ୍ରୀକୃଷ୍ଣ, ବୁଦ୍ଧ । କଳିଯୁଗ ଉତ୍ପତ୍ତି: ମାଘ ପୂର୍ଣ୍ଣିମା, ଶୁକ୍ରବାର, ପରିମାଣ ୪ ଲକ୍ଷ ୩୨ ହଜାର ବର୍ଷ । ଆଧୁନିକ ଗଣନା ଅନୁସାରେ କଳିଯୁଗର ଆରମ୍ଭକାଳ ଖ୍ରୀଷ୍ଟପୂର୍ବ ୩୧୦୧ ସାଲ, ଅତଏବ ୨୦୧୧ ସାଲ ପର୍ଯ୍ୟନ୍ତ କଳିଯୁଗର ୫୧୧୨ ବର୍ଷ ଭୋଗ ହୋଇଛି ଓ ୪ଲକ୍ଷ ୨୬ ହଜାର ୮୮୮ ବର୍ଷ ବାକି ଅଛି । ସମ୍ବତ ରାଜା ବିକ୍ରମାଦିତ୍ୟଙ୍କ ପ୍ରବର୍ତ୍ତିତ ଅବ୍ଦ। ଖ୍ରୀଷ୍ଟଜନ୍ମର ୫୭ ବର୍ଷ ପୂର୍ବରୁ ଏ ଅବ୍ଦ ପ୍ରବର୍ତ୍ତିତ ହୋଇ ଆସିଅଛି । ଖ୍ରୀଷ୍ଟାବ୍ଦ ସଙ୍ଗେ ୫୭ ସଂଖ୍ୟା ଯୋଗକଲେ ସମ୍ବତ ଅବ୍ଦର ସଂଖ୍ୟା ମିଳେ । ଶକାବ୍ଦ ଶକ ବା ସିଦିଆନ୍ ମାନେ ଭାରତରେ ରାଜତ୍ୱ କରିବା ସମୟରେ ଶକରାଜା ଶାଳିବାହନଙ୍କ ରାଜତ୍ୱ କାଳରୁ ଏହି ସନ ଗଣନାର ଆରମ୍ଭ ହୋଇଥିଲା । ଏହା ଖ୍ରୀଷ୍ଟାବ୍ଦ ସଂଖ୍ୟା ଅପେକ୍ଷା ୭୮ ବର୍ଷ କମ୍‌, ଅର୍ଥାତ ଖ୍ରୀଷ୍ଟାବ୍ଦ ୭୮ମସିହାରେ ଏହା ଆରମ୍ଭ ହୋଇଥିଲା । ଶକାବ୍ଦ ମହାବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) ଦିନ ଆରମ୍ଭ ହୁଏ ।
ଚିତ୍ତରଞ୍ଜନ ତ୍ରିପାଠୀ ଜଣେ ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ ଓ ଅଭିନେତା ଅଟନ୍ତି । ଏହା ବ୍ୟତିତ ସର୍ବଭାରତୀୟ ସ୍ଥରରେ ସେ ଜଣେ ଜଣାଶୁଣା ନାଟ୍ୟକର୍ମୀ । ସେ ଟେଲିଭିଜନ ସିରିଆଲରେ ମଧ୍ୟ ନିର୍ଦ୍ଦେଶନା ଦିଅନ୍ତି । ୨୦୨୩ ମସିହାରେ ସେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ । ଶିକ୍ଷା ଚିତ୍ତରଞ୍ଜନ ତ୍ରିପାଠୀ, ରେଭେନ୍ସା ମହାବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରୁ ସମାଜଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି । ୧୯୯୩ରୁ ୧୯୯୬ ମସିହା ପର୍ଯ୍ୟନ୍ତ ସେ ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ଅଭିନୟରେ ଡିପ୍ଳୋମା ହାସଲ କରିଛନ୍ତି । ଏହାପରେ ସେ ଚାର୍ଲସ ବାଲେସ ଫେଲୋସିପ ପାଇ ଲଣ୍ଡନର ଗିଲ୍ଡଫୋର୍ଡ୍ ସ୍କୁଲ ଅଫ ଆକ୍ଟିଙ୍ଗରୁ ନିର୍ଦ୍ଦେଶନା କ୍ଷେତ୍ରରେ ଶିକ୍ଷାଗ୍ରହଣ କରିଛନ୍ତି । ଏହା ବ୍ୟତିତ, ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ମଧ୍ୟ ପାରଙ୍ଗମ । ପେଶାଦାର ଜୀବନ ୨୦୦୭ ମସିହାରେ, ସେ ଧଉଳି ଏକ୍ସପ୍ରେସ୍ ସିନେମା ନିର୍ମାଣ କରି, ଓଡ଼ିଆ କଥାଚିତ୍ର ଜଗତରେ ପାଦ ରଖିଥିଲେ । ଏହି ଚଳଚ୍ଚିତ୍ରରେ ସେ ଏକାଧାରରେ ସେ ପ୍ରଯୋଜକ, ନିର୍ଦ୍ଦେଶକ, କାହାଣୀକାର, ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ଓ ପ୍ରଛଦପଟ ଗାୟକର ଭୂମିକା ତୁଲାଇ ଥିଲେ । ଏହି କଥାଚିତ୍ର ବିଭିନ୍ନ ବିଭାଗରେ ରାଜ୍ୟସ୍ତରୀୟ ପୁରସ୍କାର ଲାଭ କରିଥିଲା। ୨୦୦୯ ମସିହାରେ ସେ ମୁଖ୍ୟମନ୍ତ୍ରୀ ନାମକ ଆଉ ଏକ କଥାଚିତ୍ର ନିର୍ମାଣ କରିଥିଲେ । ଏହା ବ୍ୟତିତ ସେ ସର୍ବଭାରତୀୟ ସ୍ଥରରେ ୫୦ରୁ ଅଧିକ ନାଟକ , ଟିଭି ଧାରାବାହିକ ଓ ଏକ ହିନ୍ଦୀ ଟେଲି ଫିଲ୍ମ ନିର୍ମାଣ କରିଛନ୍ତି । ଟେଲିଭିଜନରେ ପ୍ରସାରିତ ଢୁଣ୍ଡ ଲେଗି ମଞ୍ଜିଲ ହମେ, ୟେ ଇସ୍କ ହେ, ଜାନି ପେହଚାନି ସି ଅଜନବି, ମାନୋ ୟା ନା ମାନୋ, ସାବଧାନ ଇଣ୍ଡିଆ ଆଦି ସିରିଆଲର କେତେକ ଭାଗରେ ସେ ନିର୍ଦ୍ଦେଶନା ଦେଇଛନ୍ତି । ବ୍ୟଙ୍ଗଧର୍ମି ନାଟକ ପ୍ରସ୍ତୁତ କରିବାରେ ସେ ସିଦ୍ଧହସ୍ତ । ହିନ୍ଦୀ ନାଟକ 'ତାଜମହଲ କା ଟେଣ୍ଡର' ତାଙ୍କର ଏକ ସଫଳ କୃତି । ହିନ୍ଦୀ ଚଳଚ୍ଚିତ୍ର ଦିଲ୍ଲୀ ୬, ଫାଣ୍ଟମ୍, ସାନଦାର, ତଲବାର ଓ ତେରା ମେରା ତେଢ଼ା ମେଢ଼ାରେ ସେ ଅଭିନୟ କରିଛନ୍ତି । ଓଟିଟି ମାଧ୍ୟମରେ ସେ ସାକ୍ରେଡ଼ ଗେମ୍ସ ଭଳି ୱେବସିରିଜରେ ଅଭିନୟ କରିଥିଲେ ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୩୦ ମାର୍ଚ୍ଚ ବର୍ଷର ୮୯ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୯୦ତମ । ବର୍ଷ ଶେଷ ହେବା ପାଇଁ ଆଉ ୨୭୬ ଦିନ ବାକି ଅଛି ।
ସିୱାନ, ବିହାର ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ ଅଟେ । ଏହା ବିହାରର ସିୱନ୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ସିୱାନ, ବିହାର ୨୬.୨୨୧୫ ଉତ୍ତର ଅକ୍ଷାଂଶ ଓ ୮୪.୩୫୮୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୦୯ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିୱାନ, ବିହାର ସହରର ମୋଟ ଜନସଂଖ୍ୟା ୨୦୮୭୮ ଅଟେ । ସେଥି ମଧ୍ୟରୁ ୫୦.୪୩% ଜଣ ପରୁଷ ହୋଇଥିବା ବେଳେ ୪୯.୫୭% ଜଣ ନାରୀ ଅଟନ୍ତି । ସିୱାନ, ବିହାରର ସାକ୍ଷରତା ହାର ୫୦.୩୩% ଅଟେ । ଏହା ଜାତୀୟ ହାରଠାରୁ ୧୪.୫୧% ପ୍ରତିଶତ କମ ଅଟେ । ସେଥିରୁ ୩୦.୫୮% ପ୍ରତିଶତ ପୁରୁଷ ଓ ୧୯.୭୫% ନାରୀ ଅଟନ୍ତି । ୧୯.୧୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ସିୱାନ, ବିହାରର ସରକାରୀ ଭାଷା ଅଟେ ।
୬୭୭ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୯ ଅପ୍ରେଲ ବର୍ଷର ୧୧୯ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୧୨୦ତମ । ବର୍ଷ ଶେଷ ହେବା ପାଇଁ ଆଉ ୨୪୬ ଦିନ ବାକି ଅଛି ।
ଗୀତା ଦାଶ ଜଣେ ଓଡ଼ିଆ ଗାୟିକା । ସେ ଉଭୟ ମଞ୍ଚ ଓ ପ୍ରଚ୍ଛଦପଟ୍ଟ ଗୀତ ଗାଆନ୍ତି । ସେ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଓଡ଼ିଆ ଗୀତ ଗାଇଛନ୍ତି । ହଜାରରୁ ଅଧିକ ମଞ୍ଚରେ ସେ ପରିବେଷଣ କରିଛନ୍ତି । ଓଡ଼ିଆ ଗୀତ ସହ ସେ ମଧ୍ୟ ବଙ୍ଗଳା ଚଳଚ୍ଚିତ୍ର, ହିନ୍ଦୀ ଧାରାବାହିକ, ଏବଂ ଡ଼ିଡ଼ି ମେଟ୍ରୋ ଦିଲ୍ଲୀରେ ସଂଗୀତ ପରିବେଷଣ କରିଛନ୍ତି । ଜୀବନୀ ବ୍ୟକ୍ତିଗତ ଜୀବନ ଗୀତା ଦାଶଙ୍କର ଜନ୍ମସ୍ଥାନ କଟକ । ତାଙ୍କ ପିତାଙ୍କ ପୌତୃକ ଗ୍ରାମ ନୟାଗଡ଼ ଜିଲ୍ଲାର ବିରାଡ଼ିହି । ତାଙ୍କ ପିତାଙ୍କ ନାମ ଥିଲା ହରିହର ମିଶ୍ର ଓ ମାତାଙ୍କ ନାମ ରତ୍ନମଣୀ ମିଶ୍ର । ତାଙ୍କ ବାପା ଚାହୁଁନଥିଲେ ସେ ଜଣେ ଗାୟିକା ହୁଅନ୍ତୁ । ତାଙ୍କ ମାଙ୍କ ପ୍ରୋତ୍ସାହନ ଯୋଗୁ ସେ ଗାୟିକା ହୋଇପାରିଥିଲେ । ବିବାହ ପରେ ତାଙ୍କ ସ୍ୱାମୀ ପ୍ରଦୀପ କୁମାର ଦାଶଙ୍କର ମଧ୍ୟ ତାଙ୍କ ଗୀତ ଗାଇବା ପାଇଁ ସମର୍ଥନ ଥିଲା । ସେ ନିଜ ସ୍ୱାମୀ ଓ ତିନି ଝିଅଙ୍କ ସହିତ ଭୁବନେଶ୍ୱରରେ ରହନ୍ତି । ସଙ୍ଗୀତ ଜୀବନ ଗୀତା ପ୍ରଥମେ ୧୦ ବର୍ଷ ବୟସରେ ସମ୍ବଲପୁର ଆକାଶବାଣୀରୁ ତାଙ୍କ ସଙ୍ଗୀତ ପରିବେଷଣ କରିଥିଲେ । ଗୀତଟି ଥିଲା "ଆଈ ବାଛୁଥିଲା ଖଇ" । କ୍ଷୀରୋଦ ଚନ୍ଦ୍ର ପୋଥାଳ ଏହି ଗୀତଟିକୁ ଲେଖିଥିଲେ । ୧୯୭୭ ମସିହାରେ ଗୀତା ସେତେବେଳର ଲୋକପ୍ରିୟ ମେଲୋଡ଼ି ଦଳ ହବିବ ମେଲୋଡ଼ିରେ ଯୋଗ ଦେଇଥିଲେ । ହବିବ ମେଲୋଡ଼ିରେ ଗୀତ ଗାଇବାପରେ ସେ ଲୋକଲୋଚନକୁ ଆସି ପାରିଥିଲେ ଓ ସଙ୍ଗୀତ ନିର୍ଦ୍ଦେଶକମାନେ ତାଙ୍କୁ ନିଜ ଗୀତରେ କଣ୍ଠଦାନ କରେଇବା ପାଇଁ ଇଚ୍ଛାପ୍ରକାଶ କରିଥିଲେ । ୧୯୮୧ରେ ସେ ଆକାଶବାଣୀ କଟକରେ ଗାଇଥିଲେ । ୧୯୮୨ରେ ସେ ପ୍ରଥମେ ଛଅମାଣ ଆଠ ଗୁଣ୍ଠ ଚଳଚ୍ଚିତ୍ରରେ ପ୍ରଛଦପଟ ଗାୟିକା ଭାବେ କଣ୍ଠଦାନ କରିଥିଲେ । ଏହାପରେ ସେ ଚଳଚ୍ଚିତ୍ର 'ସାତ କଳସ ଆଠ ଦିଗ' ରେ ନିଜ କଣ୍ଠଦାନ କରିଥିଲେ । ୧୯୮୫ରେ ସେ ଦୂରଦର୍ଶନରେ ନିଜ ସଙ୍ଗୀତ ପରିବେଷଣ କରିଥିଲେ । ଏହାପରେ ସେ ନିଜ ଜୀବନରେ ଆଗକୁ ବଢ଼ିଛନ୍ତି । ପାଞ୍ଚଥର ନିଜ ସଂଗୀତ ପାଇଁ ସେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ।
ଜିଡୋଭୁଡିନ ବା ଜେଡ‌ଡିଭି (ଇଂରାଜୀ ଭାଷାରେ ବା ) ଅନ୍ୟ ନାମ ଆଜିଡୋଥାଇମିଡିନ ଏକ ଆଣ୍ଟିରେଟ୍ରୋଭାଇରାଲ ଔଷଧ ଯାହା ଏଚଆଇଭି/ଏଡସ ରୋଗର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ଦିଆଯାଏ । ଏହା ଅନ୍ୟ ରେଟ୍ରୋଭାଇରାଲ ଔଷଧମାନଙ୍କ ସ‌ହିତ ଦିଆଯାଏ । ଏହା ଭର୍ଟିକାଲ ସଂକ୍ରରମଣ ଅର୍ଥାତ ମାତାଠାରୁ ଶିଶୁର ସଂକ୍ରମଣ ରୋକିବାକୁ ଦିଆଯାଏ ଓ ଇଞ୍ଜେକସନ ଛୁଞ୍ଚି ସାହାଯ୍ୟରେ ବା ଅନ୍ୟାନ୍ୟ ସମ୍ଭାବ୍ୟ ସଂକ୍ରମଣକୁ ରୋକୁବାକୁ ଦିଆଯାଏ । ଏହା ଏକ‌କ ଭାବରେ ଦିଆଯାଏ ବା ଅନ୍ୟ ଔଷଧ ସ‌ହିତ ମଧ୍ୟ ଦିଆଯାଏ ଯେପରିକି ଲାମିଭୁଡିନ/ଜିଡୋଭୁଡିନ ଓ ଆବାକାଭିର/ଲାମିଭୁଡିନ/ଜିଡୋଭୁଡିନ । ଏହା ପାଟିରେ ଦିଆଯାଏ ବା ଧୀର ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ । ଏହି ଔଷଧ ଯୋଗୁ ହେଉଥିବା ସାଧାରଣ ପ୍ରତିକ୍ରିୟାରେ ମୁଣ୍ଡବଥା, ଜ୍ୱର ଓ ଅଇ ହୁଏ । ସଂଘାତିକ ପ୍ରତିକ୍ରିୟାରେ ଯକୃତ ସମସ୍ୟା , ମାଂସପେଶୀ କ୍ଷତି ଓ ଲାକ୍ଟିକ ଏସିଡୋସିସ ହୁଏ । ଏହା ଗର୍ଭାବସ୍ଥାରେ ମଧ୍ୟ ବ୍ୟବ‌ହାର କରାଯାଏ ଓ ଶିଶୁ ନିମନ୍ତେ ନିରାପଦ ଜଣାଯାଏ । ଏହା ନ୍ୟୁକ୍ଲିଓସାଇଡ ଆନାଲଗ ରିଭର୍ସ-ଟ୍ରାନ୍ସକ୍ରିପ୍ଟେଜ ଇନହିବିଟର]] - ବା ଶ୍ରେଣୀର ଔଷଧ । ଡିଏନଏ ପ୍ରସ୍ତୁତ କରିବାକୁ ଭୁତାଣୁ ଯେଉଁ ରିଭର୍ସ ଟ୍ରାନ୍ସକ୍ରିପ୍ଟେଜ ଏଞ୍ଜାଇମ ବ୍ୟବ‌ହାର କରେ ତାହାକୁ ଏହି ଔଷଧ ଅବରୋଧ କରିବା ଯୋଗୁ ଭୁତାଣୁର ରେପ୍ଲିକେସନ ହୋଇପାରେନାହିଁ । ସନ ୧୯୬୪ରେ ସର୍ବପ୍ରଥମେ ଜିଡୋଭୁଡିନ ବିଷୟ ବର୍ଣ୍ଣନା କରାଯାଇଥିଲା । ସନ ୧୯୮୬ରେ ପ୍ରଥମେ ଆମେରିକାରେ ମଞ୍ଜୁରୀ ପାଇଥିଲା ଓ ଏଚଆଇଭି ନିମନ୍ତେ ପ୍ରଥମ ଚିକିତ୍ସା ଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ । ବିକାଶଶୀଳ ଦେଶରେ ଏହାର ମାସିକ ଖର୍ଚ୍ଚ ୫.୧୦ରୁ ୨୫.୬୦ଆମେରିକୀୟ ଡଲାର । ସନ ୨୦୧୫ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ଖର୍ଚ୍ଚ ୨୦୦ଡଲାରରୁ ଅଧିକ ଥିଲା ।
ଅକ୍ସିକୋଡୋନ/ପାରାସେଟାମୋଲ, ଅକ୍ସିକୋଡୋନ/ ଆସେଟାମିନୋଫେନ ଭାବରେ ମଧ୍ୟ ଜଣାଶୁଣା ଏବଂ ବିକ୍ରୟ ନାମ ପେରକୋସେଟ, ଏକ ଔଷଧ ଯେଉଁଥିରେ ଓପିଏଡ୍ ଅକ୍ସିକୋଡୋନ ସହିତ ପାରାସିଟାମୋଲ (ଆସିଟାମିନୋଫେନ୍)ର ମିଶ୍ରଣ ଥାଏ ଓ ଏହା ମଧ୍ୟମରୁ ଗମ୍ଭୀର ଧରଣର ସ୍ୱଳ୍ପ ସମୟ ଯନ୍ତ୍ରଣା ପାଇଁ ବ୍ୟବହୃତ ହୁଏ । ଏହା ତୁରନ୍ତ ଏବଂ ବିସ୍ତାରିତ କାର୍ଯ୍ୟକ୍ଷମ ଔଷଧ ଭାବରେ ଆସେ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ ଏବଂ ମୁଣ୍ଡ ବୁଲାଇବା ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିଶାଗ୍ରସ୍ତ, ନିଦ୍ରାଳୁ ଭାବ, ଗଲୁ, କୋଷ୍ଠକାଠିନ୍ୟ, ଆନାଫାଇଲାକ୍ସିସ୍, ନିମ୍ନ ରକ୍ତଚାପ ଏବଂ ଶ୍ୱାସକ୍ରିୟା ହ୍ରାସ ହୋଇପାରେ। ଗର୍ଭାବସ୍ଥାରେ ବ୍ୟବହାର ଶିଶୁର ନବଜାତ ଓପିଓଏଡ୍ ପ୍ରତ୍ୟାହାର ସିଣ୍ଡ୍ରୋମ ହୋଇପାରେ । ୧୯୭୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା । ଯୁକ୍ତରାଷ୍ଟ୍ରରେ ଏହା ଏକ ନିୟନ୍ତ୍ରିତ ଦ୍ରବ୍ୟ ଅଟେ । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଷ୍ଟ୍ରରେ ୨୦୨୦ ମସିହା ସୁଦ୍ଧା ୯୦ଟି ବଟିକାର ମୂଲ୍ୟ ପ୍ରାୟ 22 ଡଲାର ଥିଲା ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୯ ଜାନୁଆରୀ ବର୍ଷର ୧୯ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୪୬ ଦିନ ବାକି ଅଛି ଅଧିବର୍ଷ ଗୁଡ଼ିକରେ ୩୪୭ ଦିନ । ଘଟଣାବଳୀ ୧୯୦୩ : ପ୍ରଥମଥର ଆମେରିକା-ଇଂଲଣ୍ଡ ମଧ୍ୟରେ ରେଡିଓ କାର୍ଯ୍ୟକ୍ରମ ପ୍ରସାରଣ। ୧୯୫୭ : ଋଷିଆ ପରମାଣୁ ପରୀକ୍ଷା କରିଥିଲା। ୧୯୬୬ : ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ହେଇଥିଲେ। ୧୯୭୭ : ବିଶ୍ୱର ସବୁଠାରୁ ବଡ଼ ଭିଡ଼ ଭାରତୀୟ କୁମ୍ଭ ମେଳାରେ ହୋଇଥିଲା।
୧୫୧୦ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଆଶୁତୋଷ ପରିଡ଼ା (ଜନ୍ମ : ୧୯୪୬) ଜଣେ ଭାରତୀୟ ବୈଜ୍ଞାନିକ ଓ ଓଡ଼ିଆ ଭାଷୀ ସାହିତ୍ୟିକ । ସେ ୧୯୯୦ ମସିହାରେ ତାଙ୍କ କବିତା ସଂକଳନ ଇପସିତ କ୍ରୋଧ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ତାଙ୍କ କବିତା ଅନ୍ୟ ଭାରତୀୟ ଭାଷାମାନଙ୍କରେ ଅନୂଦିତ ହୋଇଛି । ସେ ଭୁବନେଶ୍ୱରସ୍ଥିତ ଖଣିଜ ଏବଂ ପଦାର୍ଥ ପ୍ରୌଦ୍ଯୋଗିକୀ ସଂସ୍ଥାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି । ଜୀବନୀ ଆଶୁତୋଷ ୧୯୪୬ ମସିହା ଫେବୃଆରୀ ମାସରେ କେନ୍ଦ୍ରାପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଆରଇସି ରାଉରକେଲାରୁ ଇଞ୍ଜିନିୟରିଂରେ ସ୍ନାତକ ଓ ଆଇଆଇଟି ଖଡ଼ଗପୁରରେ ଆବର୍ତ୍ତ ପୃଥକୀକରଣ ଯନ୍ତ୍ରର ପ୍ରସ୍ତୁତି ନେଇ ଗବେଷଣା କରିଛନ୍ତି । ସେ ଭୁବନେଶ୍ବର ଆଞ୍ଚଳିକ ଗବେଷଣା କେନ୍ଦ୍ରରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରିଥିଲେ ।
ରୋମିଓ- ଦ ଲଭର୍ ବୟ, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜୟ ନାୟକ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ହର ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ଏବଂ ଲଭ୍‌ଲି । ଉଭୟ ବାବୁଶାନ୍ ଏବଂ ଲଭ୍‌ଲି ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଉତ୍ତମ ମହାନ୍ତି, ଅରପରାଜିତା ମହାନ୍ତି, ଅରିନ୍ଦମ ରାୟ, ପ୍ରିତୀରାଜ ସତପଥୀ, ବିଜୟ ମହାନ୍ତି, ମାଳା ବୋଷ, ହର ପଟ୍ଟନାୟକ, ବିଭୂତି ସାହୁ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ଅଭିନୟ ବାବୁଶାନ୍ ଲଭ୍‌ଲି ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ଅରିନ୍ଦମ ରାୟ ପ୍ରିତୀରାଜ ସତପଥୀ ବିଜୟ ମହାନ୍ତି ମାଳା ବୋଷ ହର ପଟ୍ଟନାୟକ ବିଭୂତି ସାହୁ କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ । ସ୍ୱରୂପ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ବାବୁଶାନ୍, ସୁଜିତ୍ ଭୋଇ, ତପୁ ମିଶ୍ର, ଦେବାଶିଷ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ସରସ୍ୱତୀ ସମ୍ମାନ, ଭାରତୀୟ ଭାଷାରେ ଉତ୍କୃଷ୍ଟ ସାହିତ୍ୟ ରଚନା ପାଇଁ ଦିଆଯାଉଥିବା ଏକ ବାର୍ଷିକ ପୁରସ୍କାର ଅଟେ । ଏହି ପୁରସ୍କାର ଭାରତୀୟ ସମ୍ବିଧାନର ସିଡୁଲ-୮ରେ ତାଲିକାଭୁକ୍ତ ଯେକୌଣସି ଭାଷା ପାଇଁ ଦିଆଯାଇଥାଏ । ଏହା ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନମାନଙ୍କ ଭିତରେ ଅନ୍ୟତମ । ଏହି ପୁରସ୍କାର ପାଇଁ ୭.୫ ଲକ୍ଷ ଟଙ୍କା, ପ୍ରଶସ୍ତି ପତ୍ର ଓ ଏକ ଫଳକ ପ୍ରଦାନ କରାଯାଏ । ଏହା କେ.କେ. ବିର୍ଲା ଫାଉଣ୍ଡେସନଦ୍ୱାରା ୧୯୯୧ରେ ସ୍ଥାପିତ ହୋଇଥିଲା ।
ମୁକ୍ତିକାନ୍ତ ମଣ୍ଡଳ ହେଉଛନ୍ତି ଜଣେ ଭାରତୀୟ ରାଜନୀତିଜ୍ଞ । ୨୦୧୪ ମସିହା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ, ବିଷ୍ଣୁ ଚରଣ ସେଠୀଙ୍କୁ ପରାସ୍ତ କରି ଧାମନଗର, ଭଦ୍ରକରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କର ଧର୍ମପତ୍ନୀ, ମଞ୍ଜୁଲତା ମଣ୍ଡଳ ଭାରତର ୧୭ଶ ଲୋକ ସଭାକୁ ଭଦ୍ରକରୁ ନିର୍ବାଚିତ ହୋଇଥିଲେ । ବିବାଦ ଓ ମାମଲା ୨୦୦୨ ମସିହାରେ ହୋଇଥିବା ନିରଞ୍ଜନ ଜେନା ହତ୍ୟାକାଣ୍ଡରେ ମୁକ୍ତିକାନ୍ତଙ୍କର ହାତକୁ ନେଇ ସନ୍ଦେହ କରାଯାଇଥିଲା । ୨୦୧୮ ଜୁନରେ ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଷ ଘୋଷିତ କରାଯାଇଥିଲା ।
୧୬୩୭ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ରାମ ଜନ୍ମଭୂମି ମାମଲା ବା ରାମ ଜନ୍ମଭୂମି-ବାବ୍ରି ମସଜିଦ ମାମଲାର ମୂଳ କାରଣ ହେଉଛି ଉତ୍ତରପ୍ରଦେଶର ଅଯୋଧ୍ୟାରେସ୍ଥିତ ୨ ଏକର ୭୭ ଡେସିମିଲ ଜମି ଉପରେ ମାଲିକାନାକୁ ନେଇ ବିବାଦ । ଏହି ବିବାଦିତ ଜମିକୁ ନେଇ ହିନ୍ଦୁ, ମୁସଲିମ ଏବଂ ନିର୍ମୋହି ଆଖାଡା ତରଫରୁ ବିବାଦ ଦେଖାଦେଇଥିଲା । ବିବାଦିତ ସ୍ଥଳକୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଏବଂ ସେଠାରେ ଥିବା ରାମ ମନ୍ଦିରକୁ ଭାଙ୍ଗି ମସଜିଦ କରାଯାଇଛି ବୋଲି ହିନ୍ଦୁମାନେ ଦାବୀ କରିବା ସହ ତଥା କଥିତ ଭଗ୍ନ ରାମ ମନ୍ଦିର ସ୍ଥଳରେ ଏକ ନୂତନ ରାମ ମନ୍ଦିର ଗଢିବାକୁ ଏକଧିକ ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ତେବେ ସେଠାରେ ଏକ ମସଜିଦ ଥିବାରୁ ମୁସଲମାନ ଗୋଷ୍ଠୀ ଏହି ନୂତନ ରାମ ମନ୍ଦିର ନିର୍ମାଣକୁ ବିରୋଧ କରୁଥିଲେ । ବିଭିନ୍ନ ସମୟରେ ଏହି ବିବାଦ ଅଦାଲତରେ ପହଞ୍ଚିଥିଲେ ମଧ୍ୟ ତନ୍ମଧ୍ୟରୁ ଏ ସଂପର୍କିତ ଆଲାହାବାଦ ଉଚ୍ଚ ନ୍ୟାୟାଳୟଙ୍କ ରାୟ ଏବଂ ପରିଶେଷରେ ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ମହତ୍ତ୍ୱପୂର୍ଣ୍ନ । ଆଲାହବାଦ ଉଚ୍ଚ ନ୍ୟାୟାଳୟଙ୍କ ରାୟ ମାମଲାର ପୃଷ୍ଠଭୂମି ହିନ୍ଦୁମାନଙ୍କର ବିଶ୍ୱାସ ଯେ ଉକ୍ତ ବିବାଦିତ ସ୍ଥଳ ହିଁ ପ୍ରଭୁ ରାମଙ୍କର ଜନ୍ମ ଭୂମି ଏବଂ ଏଠାକାର ଏକ ପୂରାତନ ରାମ ମନ୍ଦିରକୁ ଭାଙ୍ଗି ସେଠାରେ ମସଜିଦ ତିଆରି କରାଯାଇଛି । ବିମାମଲାଟି ଅଦାଲତରେ ପହଞ୍ଚିବା ପୂର୍ବରୁ ସେହି ବିବାଦିତ ସ୍ଥଳରେ ମୁସଲମାନମାନେ ମସଜିଦର କେନ୍ଦ୍ରିୟ-କୋଠରୀରେ ପୂଜା କରୁଥିବା ବେଳେ ହିନ୍ଦୁମାନେ ମସଜିଦର ବାହାର ଭାଗ ଅଧିକାର କରି ରଖିଥିଲେ । ୧୯୪୯ ମସିହାରେ ଉଭୟ ପକ୍ଷ ମଧ୍ୟରେ ବିବାଦ ଉପୁଜିବାରୁ ସଂପ୍ରଦାୟୀକ ହିଂସା ଆଶଙ୍କା କରି ଉକ୍ତ ବିବାଦିତ ସ୍ଥଳକୁ ସିଲ କରିଦିଆଯାଇଥିଲା । ତେବେ ୧୯୮୬ ମସିହାରେ ଏକ ଅଦାଲତି ଆଦେଶ ବଳରେ ସେହି ସ୍ଥାନରେ ସିଲ ଖୋଲାଯାଇ ହିନ୍ଦୁମାନଙ୍କୁ ପୂଜା କରିବାଅକୁ ଅନୁମତି ଦିଆଗଲା । ପରବର୍ତ୍ତୀ ସମୟରେ ଏହି ବିବାଦ ବୃଦ୍ଧି ପାଇ ୧୯୯୨ ମସିହାରେ ଉଗ୍ରରୂପ ଧାରଣ କରିଥିଲା । ୧୯୯୨ ମସିହା ଡିସେମ୍ବର ୬ ତାରିଖ ଦିନ କିଛି ହିନ୍ଦୁଙ୍କଦ୍ୱାରା ବାବ୍ରୀ ମସଜିଦ ଭାଙ୍ଗି ଦିଆଯିବାପରେ ବିବାଦିତ ରାମଜନ୍ମଭୂମିର ମାଲିକାନାକୁ ନେଇ ସେତେବେଳେ ଉତ୍ତର ପ୍ରଦେଶର ଆଲାହାବାଦ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ଦାୟର କରାଯାଇଥିଲା । ନ୍ୟାୟାଳୟର ଏକ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରି ୨୦୧୦ ମସିହା ସେପ୍ଟେମ୍ବର ୩୦ ତାରିଖ ଦିନ ଫଇସଲା ପ୍ରଦାନ କରିଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ଏହି ରାୟରେ ୧୯୫୦ରୁ ୧୯୮୯ ମଧ୍ୟରେ ଦାୟର ହୋଇଥିବା ପାଞ୍ଚୋଟି ଦେୱାନୀ ମାମଲାକୁ ନେଇ ଏହି ଶୁଣାଣି ହୋଇଥିଲା । ଉଚ୍ଚ ନ୍ୟାୟାଳୟଙ୍କ ରାୟ ମାମଲାର ଶୁଣାଣୀ କରୁଥିବା ତିନିଜଣିଆ ଖଣ୍ଡପୀଠରେ ଥିଲେ ଜଷ୍ଟିସ ଏସ୍ ୟୁ ଖାନ୍, ଜଷ୍ଟିସ ସୁଧୀର ଅଗ୍ରୱାଲା ଏବଂ ଜଷ୍ଟିସ ଧରମବୀର ଶର୍ମା । ମାମଲାଟିର ମୂଳ ରାୟ ପ୍ରକାଶ ବେଳେ ପ୍ରତ୍ୟେକ ନ୍ୟାୟାଧୀଶ ନିଜର ସ୍ୱତନ୍ତ୍ର ରାୟ ଲେଖିଥିଲେ ଯାହାକି ସମୁଦାୟ ୮୦୦୦ ପୃଷ୍ଠାରୁ ଅଧିକ ଥିଲା । ଅନେକ ବିଷୟରେ ବିଶେଷ ଭାବେ ବିବାଦିତ ଜମିକୁ ଭାଗ ଭାଗ କରିଦେବା ବିଷୟରେ ସମସ୍ତ ନ୍ୟାୟାଧୀଶ ନିଜର ଏକମତ ପ୍ରଦାନ କରିଥିଲେ ହେଁ ଅନ୍ୟ କିଛି ବିଷୟରେ ସେମାନଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଥିଲା । ତେବେ ନ୍ୟାୟାଳୟ ଏହି ଫଇସଲାରେ ସ୍ପଷ୍ଟଭାବେ ଉଲ୍ଲେଖ କରିଥିଲେ କି ହିନ୍ଦୁମାନଙ୍କର ବିଶ୍ୱାସ ଅନୁଯାୟୀ ସେହି ବିବାଦିତ ସ୍ଥଳ ରାମଲାଲାଙ୍କ ଜନ୍ମଭୂମି ଏବଂ ଏହି ବିବାଦିତ ସ୍ଥଳରେ ଏକ ହିନ୍ଦୁ ମନ୍ଦିର ଭଙ୍ଗାଯାଇ ବାବ୍ରୀ ମସଜିଦ ଗଢାଯାଇଛି । ବିବାଦିର ଜମିର ମାଲିକାନା ସଂପର୍କରେ ଉଚ୍ଚ ନ୍ୟାୟାଳୟ ଏହି ନିଷ୍ପତ୍ତିରେ ପହଞ୍ଚିଥିଲେ କି ଉକ୍ତ ବିବାଦିତ ଜମିରେ ତିନି ପକ୍ଷ ଯଥା ହିନ୍ଦୁ, ସୁସଲିମ ଏବଂ ନିର୍ମୋହି ଆଖାଡା ମିଳିତଭାବେ ମାଲିକାନାର ହକଦାର । ଅତଏବ ବିବାଦିତ ଜମି ତିନି ଭାଗ ହୋଇ ପ୍ରତି ଆବେଦନକାରୀଙ୍କୁ ମୋଟ ଜମିର ଏକ- ତୃତୀୟାଂଶ ପ୍ରଦାନ କରାଯିବ । ତେବେ ହିନ୍ଦୁଙ୍କ ଭାଗରେ କେନ୍ଦ୍ରୀୟ ମସଜିଦର ସମ୍ମୁଖଭାଗ ଯେଉଁଠାରେ ରାମଲାଲାଙ୍କର ପୂଜା ଅର୍ଚନା କରାଯାଉଥିଲା, ସେହି ଅଂଶ, ମୁସଲିମଙ୍କୁ ମସଜିଦ ରହିଥିବା ଅଂଶ ଏବଂ ନିର୍ମୋହି ଆଖାଡାକୁ ମସଜିଦର ବାହାର ଅଂଶରେ ଥିବା ବାକି ଏକ-ତୃତୀୟାଂଶ ଦିଆଯିବା ପାଇଁ ରାୟରେ ଉଲ୍ଲେଖ ରହିଲା । ଏଥିସହ ପ୍ରତ୍ୟେକ ପକ୍ଷ, ଅନ୍ୟ ପକ୍ଷ ପାଇଁ ଯିବା ଆସିବାରେ ଯେପରି କାହାରି ଅଧିକାର ବ୍ୟାଘାତ ନ ହୁଏ, ତାହା ବଜାୟ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ଏହି ରାୟରେ ଏହା ମଧ୍ୟ ଉଲ୍ଲେଖ ଥିଲା କି ବିବାଦିତ ଜମିର ବିଷମ ପରିମାଣ ଦୃଷ୍ଟିରୁ ସମ ଆବଣ୍ଟନ ବେଳେ ଯଦି କୌଣସି ପକ୍ଷ ନିଜର ନ୍ୟାଯ୍ୟ ଅଂଶ ପାଇବାରୁ ବଞ୍ଚିତ ହୁଅନ୍ତି, ତେବେ ସେହି ପକ୍ଷକୁ ସରକାର ଏହି ଜମି ସହ ଲାଗି ରହିଥିବା ସରକାରୀ ଜମିରୁ କିଛି ଅଂଶ ଦେଇ ଛୋଟମୋଟ ସମାୟୋଜନ କରିପାରିବେ । ତେବେ ବିବାଦିତ ଜମିରେ ବାସ୍ତବରେ ଏକ ହିନ୍ଦୁ ମନ୍ଦିର ଥିଲା କି ନାହିଁ ସେହି ବିଷୟରେ ତିନିଜଣ ନ୍ୟାୟାଧୀଶଙ୍କ ମଧ୍ୟରେ ସହମତି ନ ଥିଲା । ଏହାଛଡା ବାବ୍ରୀ ମସଜିଦ ପ୍ରକୃତରେ କିଏ ନିର୍ମାଣ କରିଥିଲେ, ଏହି ବିଷୟରେ ମଧ୍ୟ ତିନିଜଣ ନ୍ୟାୟାଧୀଶ ସହମତ ହୋଇପାରି ନ ଥିଲେ । ଜଷ୍ଟିସ ଶର୍ମାଙ୍କ ମତ ଏ ସଂକ୍ରାନ୍ତରେ ବେଶ ପ୍ରଣିଧାନ ଯୋଗ୍ୟ । ତାଙ୍କ ମତରେ, "ଯଦିଓ ବାବ୍ରୀ ମସଜିଦ ବାବରଙ୍କ ଅମଳରେ ନିର୍ମାଣ ହେବାର ପ୍ରମାଣ ରହିଛି, ତଥାପି ଏହା ଇସଲାମ ଧର୍ମର ମୌଳିକ ଭାବନା ବିରୁଦ୍ଧରେ ଗଢାଯାଇଥିବାରୁ ଏହା ମସଜିଦ ପଦବାଚ୍ୟ ହୋଇ ନ ପାରେ" ( ,) ଉକ୍ତ ମାମଲାର ସମସ୍ତ ପକ୍ଷ ଉଚ୍ଚତମ ନ୍ୟାୟାଳୟରେ ଏହି ରାୟ ବିରୁଦ୍ଧରେ ଅପିଲ କରିବା ପରେ ଉଚ୍ଚତମ ନ୍ୟାୟାଲୟ ଆଲାହାବାଦ ଉଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ଉପରେ ୨୦୧୧ ମସିହାରେ ରହିତାଦେଶ ଜାରି କରିଥିଲେ । ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ଭାରତର ଉଚ୍ଚତମ ନ୍ୟାୟାଳୟରେ ଏହି ବିଶେଷ ମାମଲାର ( 10866-10867 2010 & )ଶୁଣାଣୀ ୨୦୧୯ ମସିହା ଅକ୍ଟୋବର ମାସ ୧୬ ତାରିଖରେ ସମାପ୍ତ ହେବା ପରେ ରାୟ ସୁରକ୍ଷିତ ରହିଲା । ତେବେ ମାମଲାର ଏକ ଆପୋଷ ସମାଧାନ ପାଇଁ ନ୍ୟାୟାଳୟଦ୍ୱାରା କରାଯାଇଥିବା ପ୍ରଚେଷ୍ଟା ବିଫଳ ହେବା ପରେ ହିଁ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ଶୁଣାଣୀ ଶେଷରେ ମଧ୍ୟ ନ୍ୟାୟାଳୟ ଉଭୟ ପକ୍ଷଙ୍କୁ ମାମଲାରେ ବିବାଦିତ ବିଷୟର ପରିସର ସଂକୁଚିତ କରିବା ପାଇଁ ତିନିଦିନ ସମୟ ପ୍ରଦାନ କରିଥିଲେ । ପରିଶେଷରେ ୨୦୧୯ ନଭେମ୍ବର ୯ ତାରିଖଦିନ ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ପ୍ରକାଶ ପାଇଲା । ରାୟ ମୁତାବକ ଏହି ବିବାଦିତ ସ୍ଥଳ ସରକାରଙ୍କଦ୍ୱାରା ଗଠିତ ଏକ ଟ୍ରଷ୍ଟକୁ ହସ୍ତାନ୍ତର କରାଯିବ ଏବଂ ଏହି ଟ୍ରଷ୍ଟଦ୍ୱାରା ସେଠାରେ ଏକ ରାମ ମନ୍ଦିର ନିର୍ମାଣ କରାଯିବ । ଏହାସହ ସୁନ୍ନୀ ୱାକଫ୍ ବୋର୍ଡକୁ ସରକାର ଅଯୋଧ୍ୟାର ଏକ ଉନ୍ନତ ସ୍ଥାନରେ ମସଜିଦ ନିର୍ମାନ ଲାଗି ୫ ଏକର ଯାଗା ପ୍ରଦନ କରିବେ । ଉକ୍ତ ରାୟରେ ଉଚ୍ଚତମ ନ୍ୟାୟାଳୟ ସ୍ପଷ୍ଟ କଲେ କି, ନିର୍ମୋହୀ ଆଖାଡା ରାମଲାଲାଙ୍କ ସେବାୟତ ନୁହେଁ ଏବଂ ତାଙ୍କର ମାମଲା ଆଇନତଃ ସମୟସୀମା ମଧ୍ୟରେ କରାଯାଇନ ଥିବାରୁ ତାଙ୍କର ଦାବୀ ଗ୍ରହଣ ଯୋଗ୍ୟ ନୁହେଁ । ଓଡ଼ିଶା ସଂଦର୍ଭ ଉଚ୍ଚତମ ନ୍ୟୟାଲୟଙ୍କ ୧୦୪୫ ପୃଷ୍ଠା ବିଶିଷ୍ଟ ରାୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦୁଇଟି ରାୟର ସଂଦର୍ଭ ଉଲ୍ଲେଖ ରହିଛି । ପ୍ରଥମ ମାମଲା ହେଉଛି ୧୯୬୬ ମସିହାର ମହନ୍ତ ଶ୍ରୀନିବାସ ରାମାନୁଜ ବନାମ ସୁର୍ଯ୍ୟନାରାୟନ ଦାସ ଏବଂ ଦ୍ୱୀତୀୟ ମାମଲାଟି ହେଉଛି ରାଧାକୃଷ୍ଣ୍ଣ ଦାସ ବନାମ ରାଧାରମଣ ସ୍ୱାମୀ ।
ଫେନୋପ୍ରୋଫେନ (ଇଂରାଜୀ ଭାଷାରେ ), ନାଲଫୋନ ଏକ ବିକ୍ରୟ ନାମ, ହେଉଛି ଏକ ନନ୍ ଷ୍ଟେରଏଡାଲ୍ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ ଯାହା ସାମାନ୍ୟରୁ ମଧ୍ୟମ ଧରଣର ଯନ୍ତ୍ରଣା ଏବଂ ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ରିଉମାଟଏଡ ଆର୍ଥ୍ରାଇଟିସ୍, ଗାଉଟ ଏବଂ ଅଷ୍ଟିଓଆର୍ଥ୍ରାଇଟିସରେ ଇତ୍ୟାଦି ରୋଗମାନ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରନ୍ତି । ଏହା ପାଟିରେ ଦିଆଯାଏ । ଏହାର ପ୍ରଭାବ ୩୦ ମିନିଟ ମଧ୍ୟରେ ଆରମ୍ଭ ହୋଇ ୬ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବୁକୁଜ୍ୱାଳା, ଅଇ, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଉଦ୍‌ବେଗ ଏବଂ ଫୁଲା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ, ଆନାଫାଲାକ୍‌ସିସ, ବୃକ୍‌କ ସମସ୍ୟା, ହୃଦ୍‌ପାତ, ପାକସ୍ଥଳୀ ରକ୍ତସ୍ରାବ, ହୃଦଘାତ ଏବଂ ଉଚ୍ଚ ରକ୍ତଚାପ ଅନ୍ତର୍ଭୁକ୍ତ ହୋଇପାରେ । ଗର୍ଭାବସ୍ଥାର ଶେଷ ଭାଗରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ସିଓଏକ୍ସ ୧ ଏବଂ ସିଓଏକ୍ସ ୨ ( 1 ଏବଂ 2) ଦ୍ୱୟକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । ୧୯୭୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫେନୋପ୍ରୋଫେନ୍ ଅନୁମୋଦିତ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଷ୍ଟ୍ରରେ ୬୦୦ ମିଗ୍ରା ବିଶିଷ୍ଟ ୩୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୩୦ ଡଲାର ଥିଲା । ୨୦୨୧ ସୁଦ୍ଧା ଏହା ବ୍ରିଟେନରେ ଉପଲବ୍ଧ ନୁହେଁ ।
ବାଇକାଲୁଟାମାଇଡ (ଇଂରାଜୀ ଭାଷାରେ , ବିକ୍ରୟ ନାମ କାସୋଡେକ୍ସ/ ) ଏକ ଆଣ୍ଡ୍ରୋଜେନ ବିରୋଧୀ ଔଷଧ ଯାହା ପ୍ରୋସ୍ଟେଟ କର୍କଟ ରୋଗର ଚିକିତ୍ସା ନିମନ୍ତେ ଦିଆଯାଏ । ମେଟାସ୍ଟାସିସ ହୋଇଥିବା ପ୍ରୋସ୍ଟେଟ କର୍କଟ ରୋଗରେ ବା ଓର୍କିଡେକ୍ଟୋମି କରାଯାଇଥିଲେ ଏହା ଗୋନାଡୋଟ୍ରପିନ-ରିଲିଜିଙ୍ଗ ହରମୋନ ଆନାଲଗ ( - ) ସାଥିରେ ଦିଆଯାଏ । ମହିଳାଙ୍କର ଅତ୍ୟଧିକ ବାଳ ବୃଦ୍ଧି ହୋଇଥିଲେ ବାଇକାଲୁଟାମାଇଡ ଦିଆଯାଏ, ଟ୍ରାନ୍ସଜେଣ୍ଡର ମହିଳାଙ୍କର ହରମୋନ ଥେରାପିର ଏହା ଉପାଦାନ ଥାଏ, ପ୍ରିଆପିଜ୍ମ ପ୍ରତିଷେଧ ନିମନ୍ତେ ଦିଆଯାଏ, ଓ ବାଳକମାନଙ୍କର ସମୟ ପୂର୍ବ ଯୌବନ ପ୍ରାପ୍ତି ରୋଗମାନଙ୍କ ନିମନ୍ତେ ଏହା ଦିଆଯାଏ । ଏହି ଔଷଧ ପାଟିରେ ଦିଆଯାଏ । ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ତନ ବୃଦ୍ଧି , ସ୍ତନ ଯନ୍ତ୍ରଣା ଓ ଦେହ ଲାଲ ପଡ଼ିଯିବା ଦେଖାଯାଏ । ପୁରୁଷମାନଙ୍କର ମହିଳାତ୍ୱ ପ୍ରକାଶ ପାଏ ଓ ସେମାନେ ଯୌନ କ୍ରିୟାହୀନ ହୋଇଯାଆନ୍ତି । ମହିଳାମାନଙ୍କର ଅଳ୍ପ ପ୍ରତିକ୍ରିୟା ହେଲେ ମଧ୍ୟ ଏହା ବ୍ୟବ‌ହାର କରିବାକୁ ଏଫଡିଏ ( ବା ) ମନା କରେ । ଗର୍ଭାବସ୍ଥାରେ ଶିଶୁର କ୍ଷତି ହୋଇପାରେ । ପ୍ରାୟ ୧% ଲୋକଙ୍କର ବାଇକାଲୁଟାମାଇଡ ଯୋଗୁ ଟ୍ରାନ୍ସାଆମିନେଜ ସ୍ତର ବୃଦ୍ଧି ପାଏ । ଏହା ଯୋଗୁ କ୍ୱଚିତ୍ ଯକୃତ୍ ବିଷକ୍ରିୟା , ଓ ଫୁସଫୁସ ବିଷକ୍ରିୟା ଦେଖାଯାଇପାରେ । ଯକୃତ ପରିବର୍ତ୍ତନ ଓ କ୍ଷତି ସଙ୍କଟ କମ୍ ଥିଲେ ମଧ୍ୟ ଚିକିତ୍ସା ସମୟରେ ଲିଭର ଫଙ୍କସନ ଟେଷ୍ଟ କରିବାକୁ ଉପଦେଶ ଦିଆଯାଏ ।
ଡାଇହାଇଡ୍ରୋଆର୍ଟେମିସିନିନ/ପିପେରାକୁଇନ ବା ଡିଏଚଏ/ପିପିକ୍ୟୁ (ଇଂରାଜୀ ଭାଷାରେ ) ଏକ ସ୍ଥିରୀକୃତ ମାତ୍ରାର ଔଷଧ ମିଶ୍ରଣ ଯାହା ଯାହା ମ୍ୟାଲେରିଆ ରୋଗର ଚିକିତ୍ସାରେ ଦିଆଯାଏ । ଏହି ଔଷଧରେ ଡାଇହାଇଡ୍ରୋଆର୍ଟେମିସିନିନ ଓ ପିପେରାକୁଇନ ଔଷଧଦ୍ୱୟ ଥାଏ । ନିର୍ଦ୍ଦିଷ୍ଟ ଭାବରେ ପି ଫାଲସିପାରମ ( . ) ଓ ପି ଭାଇଭାକ୍ସ ( . ) ଧରଣର ମ୍ୟାଲେରିଆ ନିମନ୍ତେ ଦିଆଯାଏ । ଏହା ପାଟିରେ ଦିଆଯାଏ । କ୍ୱଚିତ ଏହି ରୋଗର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । କ୍ୟୁଟି ପ୍ରଲୋଙ୍ଗେସନ ହେବାର ସମ୍ଭାବନା ରହେ । ପିଲାଙ୍କ ବ୍ୟବ‌ହାର ନିମନ୍ତେ ଭିନ୍ନ ଭିନ୍ନ ଧରଣର ସଂସ୍କରଣର ଔଷଧ ମିଳେ । ପ୍ରାକ୍ ଗର୍ଭାବସ୍ଥାରେ ଏହା ଦେବା ବିଧେୟ ନୁହେଁ । ଦୁଇଟ ଔଷଧର କାର୍ଯ୍ୟଧାରା ଭିନ୍ନ ଥାଏ । ସନ ୨୦୧୧ରେ ୟୁରୋପରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଏହା ସ୍ୱୀକୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ' ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏକ ସମ୍ପୁର୍ଣ୍ଣ ଔଷଧ କୋର୍ଷର ମୂଲ୍ୟ ୬ ଡଲାରରୁ କମେଇ ୧ ଡଲାର କରିବା ପ୍ରଚେଷ୍ଟା ଜାରିରହିଛି । ଆଫ୍ରିକା ଓ ଏସିଆରେ ଏହା ବ୍ୟବସାୟୀକ ଭିତ୍ତିରେ ମିଳେ । ସନ ୨୦୧୭ରେ ପ୍ରାୟ ୪.୫ ନିୟୁତ ରୋଗୀ ଏହି ଚିକିତ୍ସାରେ ଥିଲେ ।
୨୩୬ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଭକ୍ତ ଓ ଭଗବାନ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନାରାୟଣ ଘଡ଼େଇ ଏବଂ ନିର୍ଦ୍ଦେଶନା ଦେଇଥିଲେ ଅମୂଲ୍ୟ ଜେନା । ନାରାୟଣ ଚଳଚ୍ଚିତ୍ରର ପ୍ରଯୋଜନା ସ‌ହ କାହାଣୀ, ସଂଳାପ, ଚିତ୍ରନାଟ୍ୟ ଏବଂ ବୈଷୟିକ ନିର୍ଦ୍ଦେଶନା ଦାୟିତ୍ୱ ବ‌ହନ କରିଥିଲେ । ଏହି ଚଳଚ୍ଚିତ୍ରର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ପ‌ପୁ । ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନେ ହେଲେ ଦେବଦତ୍ତ, ରିତିକା, ପୂଜା, ଲୀନା, ଦେବୁ ବ୍ରହ୍ମା, ଦେବୀ ବାରିକ, ଚକ୍ରଧର ଜେନା, ପ୍ରିୟ ମିଶ୍ର, ନଟବର ଆଚାର୍ଯ୍ୟ । ଅଭିନୟ ଦେବଦତ୍ତ ରିତିକା ପୂଜା ଲୀନା ଦେବୁ ବ୍ରହ୍ମା ଦେବୀ ବାରିକ ଚକ୍ରଧର ଜେନା ପ୍ରିୟ ମିଶ୍ର ନଟବର ଆଚାର୍ଯ୍ୟ କାହାଣୀ ଗୀତ ଏବଂ ସଙ୍ଗୀତ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଦ୍ୟୁତ୍‌ ରଏ, ହିମାଂଶୁ ଶେଖର ମହାନ୍ତି ଏବଂ ଜିତ୍‌ ।
ସଚ୍ଚିଦାନନ୍ଦ ଦଲାଲ (ଜନ୍ମ: ୧ ଅକ୍ଟୋବର ୧୯୪୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୧୯୯୦, ୨୦୦୪, ୨୦୦୯, ୨୦୧୪ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବୌଦ୍ଧ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ସଚ୍ଚିଦାନନ୍ଦ ଦଲାଲ ୧୯୪୧ ମସିହାର ଅକ୍ଟୋବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦର୍ଶନୀ ଦଲାଲ ଓ ପତ୍ନୀଙ୍କ ନାମ ସ୍ନେହଲତା ଦଲାଲ । ରାଜନୈତିକ ଜୀବନ ସଚ୍ଚିଦାନନ୍ଦ ଦଲାଲ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୧୯୯୮ ମସିହାରୁ ୨୦୦୦ ମସିହାଯାଏଁ ସେ ଓଡ଼ିଶା ବିଧାନ ସଭାରେ ବିରୋଧି ଦଳ ନେତା ଭାବରେ କାର୍ଯ୍ୟ କରିଥିଲେ ।
‌ପୂଜା ହେଗଡ଼େ‌ ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ, ଯିଏକି ତେଲୁଗୁ, ତାମିଲ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ପୂଜା ୨୦୧୦ର ମିସ୍ ଇଉନିଭରସ୍ ଇଣ୍ଡିଆ ପ୍ରତିଯୋଗିତାରେ ୩ୟ ସ୍ଥାନରେ ରହିଥିଲେ । ଏହା ପରେ ୨୦୧୨ରେ ସେ ତାମିଲ ଚଳଚ୍ଚିତ୍ର ‌ମୁଗାମୁଡ଼ି‌ ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ସେ ତେଲୁଗୁ ଚଳଚ୍ଚିତ୍ର ଅଭିନେତା ଅକ୍କିନେନି ନାଗାର୍ଜୁନଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‌ଓକ୍କା ଲୈଲା କୋସମ୍‌‌ରେ ଅକ୍କିନେନି ନାଗା ଚୈତନ୍ୟ ସ‌ହ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୬ରେ ପୂଜା ହିନ୍ଦୀ କଥାଚିତ୍ର ‌ମହେଞ୍ଜୋଦାରୋ‌ ଚଳଚ୍ଚିତ୍ରରେ ଅଭିନେତା ହ୍ରିତିକ ରୋଶନଙ୍କ ସ‌ହ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ପ୍ରାରମ୍ଭିକ ଜୀବନ ପୂଜାଙ୍କର ପରିବାର କର୍ଣ୍ଣାଟକର ମାଙ୍ଗାଲୋରେ ନିବାସୀ ହୋଇଥିଲେ ମଧ୍ୟ ସେ ମୁମ୍ବାଇରେ ଛୋଟରୁ ବଡ଼ ହୋଇଥିଲେ । ସେ ପ୍ରାଞ୍ଜଳ ଭାବରେ ତୁଲୁ ଭାଷା, ଇଂରାଜୀ, କନ୍ନଡ଼ ଭାଷା ଏବଂ ହିନ୍ଦୀ କ‌ହିପାରନ୍ତି । ସେ ଛୋଟବେଳୁ ନୃତ୍ୟ ଏବଂ ମଡେଲିଂ ପ୍ରତି ଆକର୍ଷିତ ହୋଇଥିଲେ ଏବଂ କଲେଜରେ ପଢ଼ୁଥିବାବେଳେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥିଲେ । ଅଭିନୟ ଜୀବନ ୨୦୦୯ରେ ମିସ୍ ଇଣ୍ଡିଆ ପ୍ରତିଯୋଗୀତାରେ ପୂଜା ଅଂଶଗ୍ରହଣ କରିଥିଲେ, କିନ୍ତୁ ପ୍ରଥମରୁ ହିଁ କଟିଯାଇଥିଲେ । ଏହା ପରେ ସେ ପୁଣିଥରେ ସେହି ପ୍ରତିଯୋଗିତାରେ ଭାଗନେଇଥିଲେ ଏବଂ ୩ୟ ସ୍ଥାନରେ ରହିଥିଲେ । ସେହି ପ୍ରତିଯୋଗିତାରେ ତାଙ୍କର ଦକ୍ଷିଣ ଭାରତୀୟ କେଶ ପାଇଁ ତାକୁ ଏକ ଉପାଧି ମଧ୍ୟ ମିଳିଥିଲା । ଏହା ପରେ ସେ ୨୦୧୨ରେ ତାମିଲ କଥାଚିତ୍ର ‌ମୁଗାମୁଡ଼ି‌ ଜରିଆରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ସେ ୨ୟ ଦକ୍ଷିଣ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ପାଇଁ ଶ୍ରେଷ୍ଠ ନବାଗତା ନାୟିକା ଭାବରେ ମନୋନୀତ ହୋଇଥିଲେ । ଏହା ପରେ ୨୦୧୪ରେ ପୂଜା ତେଲୁଗୁ ଚଳଚ୍ଚିତ୍ର ‌ଓକ୍କା ଲୈଲା କୋସମ୍‌‌ରେ ଅଭିନେତା ନାଗା ଚୈତନ୍ୟଙ୍କ ସ‌ହ ଅଭିନୟ କରିଥିଲେ । ତେଲୁଗୁ ଭାଷାରେ ତାଙ୍କର ଏହି ପ୍ରଥମ ଅଭିନୀତ ଚଳଚ୍ଚିତ୍ର ପାଇଁ ସେ ୬୨ତମ ଦକ୍ଷିଣ ଭାରତୀୟ ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନାୟିକା ଭାବରେ ମନୋନୀତ ହୋଇଥିଲେ । ୨୦୧୬ରେ ପୂଜା ଅଭିନେତା ହ୍ରିତିକ ରୋଶନଙ୍କ ସ‌ହ ହିନ୍ଦୀ କଥାଚିତ୍ର ‌ମହେଞ୍ଜୋଦାର‌ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।
ରେବେଲଗଞ୍ଜ ଏକ ଭାରତୀୟ ପୌରପାଳିକା ଅଟେ । ଏହା ବିହାରର ସରନ୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ରେବେଲଗଞ୍ଜ ୨୫.୭୮୫୫ ଉତ୍ତର ଅକ୍ଷାଂଶ ଓ ୮୪.୬୪୦୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୫୭ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରେବେଲଗଞ୍ଜ ସହରର ମୋଟ ଜନସଂଖ୍ୟା ୩୪୦୪୪ ଅଟେ । ସେଥି ମଧ୍ୟରୁ ୫୧.୭୨% ଜଣ ପରୁଷ ହୋଇଥିବା ବେଳେ ୪୮.୨୮% ଜଣ ନାରୀ ଅଟନ୍ତି । ରେବେଲଗଞ୍ଜର ସାକ୍ଷରତା ହାର ୪୪.୬୫% ଅଟେ । ଏହା ଜାତୀୟ ହାରଠାରୁ ୨୦.୧୯% ପ୍ରତିଶତ କମ ଅଟେ । ସେଥିରୁ ୨୯.୨୧% ପ୍ରତିଶତ ପୁରୁଷ ଓ ୧୫.୪୪% ନାରୀ ଅଟନ୍ତି । ୧୭.୪୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ରେବେଲଗଞ୍ଜର ସରକାରୀ ଭାଷା ଅଟେ ।
ଜାମସେଦପୁର (ସାନ୍ତାଳୀ: : { }: ) ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ ଅଟେ । ଏହା ଝାଡ଼ଖଣ୍ଡର ପୁର୍ବି ସିଙ୍ଘ୍‌‌ଭୁମ୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ଜାମସେଦପୁର ୨୨.୮୦୨୮ ଉତ୍ତର ଅକ୍ଷାଂଶ ଓ ୮୬.୧୮୫୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଜାମସେଦପୁର ସହରର ମୋଟ ଜନସଂଖ୍ୟା ୫୭୦୩୪୯ ଅଟେ । ସେଥି ମଧ୍ୟରୁ ୫୨.୬୧% ଜଣ ପରୁଷ ହୋଇଥିବା ବେଳେ ୪୭.୩୯% ଜଣ ନାରୀ ଅଟନ୍ତି । ଜାମସେଦପୁରର ସାକ୍ଷରତା ହାର ୭୬.୧୩% ଅଟେ । ଏହା ଜାତୀୟ ହାରଠାରୁ -୧୧.୨୯% ପ୍ରତିଶତ କମ ଅଟେ । ସେଥିରୁ ୪୨.୬୦% ପ୍ରତିଶତ ପୁରୁଷ ଓ ୩୩.୫୩% ନାରୀ ଅଟନ୍ତି । ୧୧.୦୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ଓଡ଼ିଆ, ହିନ୍ଦୀ ଜାମସେଦପୁରର ସରକାରୀ ଭାଷା ଅଟେ । ପାଣିପାଗ ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ଜାମସେଦପୁରରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୨.୨ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୦.୪ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୫୦୮.୫ / ହୋଇଥାଏ ।
ଭାଗିରଥୀ ନାଏକ (ଜନ୍ମ: ୧ ମଇ ୧୯୪୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଭାଗିରଥୀ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୭୪ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ଶିକ୍ଷା ଓ ପରିବାର ଭାଗିରଥୀ ୧୯୪୩ ମସିହାର ମଇ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପିତବାସ ନାଏକ ଓ ପତ୍ନୀଙ୍କ ନାମ ଶଙ୍କର ପ୍ରତାପ ସିଂହ ଦେଓ । ରାଜନୈତିକ ଜୀବନ ଭାଗିରଥୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।
୩୩୨ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
୩୦୭ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ସୁରେନ୍ଦ୍ରନାଥ ଦାସ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ସ୍ୱାଧୀନା ପୂର୍ବରୁ ଏବଂ ସ୍ୱାଧୀନତା ପରେ ଗଠିତ ଓଡ଼ିଶା ବିଧାନ ସଭାରେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ସ୍ୱାଧୀନା ପୂର୍ବରୁ ୧୯୪୬ ମସିହାରେ କେନ୍ଦ୍ରୀୟ ବାଲେଶ୍ୱର ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ଏବଂ ସ୍ୱାଧୀନତା ପରେ ୧୯୫୨ ମସିହାରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ ସୁରେନ୍ଦ୍ରନାଥ ଦାସ ଭାରତ ସ୍ୱାଧୀନ ହେବା ଆଗରୁ ଏବଂ ସ୍ୱାଧୀନତା ପରେ ଓଡ଼ିଶା ବିଧାନ ସଭାରେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ଆଗରୁ ୧୯୪୬ ମସିହାରେ ସୁରେନ୍ଦ୍ରନାଥ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ କେନ୍ଦ୍ରୀୟ ବାଲେଶ୍ୱର ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସ୍ୱାଧୀନ ଭାରତରେ ସେ ୧୯୫୨ ମସିହାରେ ପ୍ରଥମ ବିଧାନ ସଭା ନିର୍ବାଚନରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ମୃତ୍ୟୁ ସୁରେନ୍ଦ୍ରନାଥ ଦାସ ୧୯୭୨ ମସିହାରେ ମୃତ୍ୟୁବରଣ କରିଥିଲେ ।
ଭାରତୀୟ କୋକିଶିଆଳ ବା ଭାରତୀୟ କୋକିଶିଆଳୀ (ଇଂରାଜୀରେ ବା , ଜୀବବିଜ୍ଞାନ ନାମ ) ଭାରତୀୟ ଉପମହାଦେଶରେ ଦେଖାଯାଉଥିବା ସ୍ଥାନୀୟ କୋକିଶିଆଳ ପ୍ରଜାତି । ଏହି ପ୍ରଜାତି ଉତ୍ତରରେ ହିମାଳୟ ପର୍ବତମାଳା ପାଦଦେଶସ୍ଥ ନେପାଳର ତେରାଇ ଅଞ୍ଚଳରୁ ନେଇ ଦକ୍ଷିଣ-ଭାରତ ପର୍ଯ୍ୟନ୍ତ ଓ ପଶ୍ଚିମରେ ଦକ୍ଷିଣ ଓ ପୂର୍ବ ପାକିସ୍ତାନରୁ ପୂର୍ବ-ଭାରତ ଓ ଦକ୍ଷିଣ-ପୂର୍ବ ବଙ୍ଗଳାଦେଶ ପର୍ଯ୍ୟନ୍ତ ଦେଖିବାକୁ ମିଳନ୍ତି । ଆକୃତି ଓ ରୂପ ଭାରତୀୟ କୋକିଶିଆଳ ଆକାରରେ ଏକ କ୍ଷୁଦ୍ର ଜନ୍ତୁ । ଏହାର ମୁହଁଟି ଗୋଜିଆ ହୋଇ ଆଗକୁ ବାହାରିଥାଏ; ଏହାର କାନ ଦୁଇଟି ଲମ୍ବା ଓ ଗୋଜିଆ; ଏହାର ଲାଞ୍ଜଟି ଘନ ଲୋମଶ ଏବଂ ଲାଞ୍ଜର ଦୈର୍ଘ୍ୟ ମୁଣ୍ଡରୁ ନିତମ୍ବ ପର୍ଯ୍ୟନ୍ତ ଶରୀରର ଦୈର୍ଘ୍ୟର ଶତକଡ଼ା ୫୦-୬୦ ପ୍ରତିଶତ । ଏହାର ଶରୀରର ଛାଲ ଭିନ୍ନ ଭିନ୍ନ ରଙ୍ଗର ହୋଇପାରେ, କିନ୍ତୁ ଅଧିକାଂଶ କୋକିଶିଆଳଙ୍କ ଶରୀରର ରଙ୍ଗ ପାଉଁଶିଆ ବା ଅବସନ୍ନ ରଙ୍ଗର ହୋଇଥାଏ । ଏହାର ଗୋଡ଼ଗୁଡ଼ିକ ମାଟିଆ ବା ନାଲିମିଶା ମାଟିଆ ରଙ୍ଗର ହୋଇଥାଏ । ଗାଠନିକ ସୌନ୍ଦର୍ଯ୍ୟ ଦୃଷ୍ଟିକୋଣରୁ ଉତ୍ତର ଗୋଲାର୍ଦ୍ଧରେ ଦେଖାଯାଉଥିବା ନାଲି କୋକିଶିଆଳ ଅପେକ୍ଷା ଭାରତୀୟ କୋକିଶିଆଳ ଉନ୍ନତତର । ଭାରତୀୟ କୋକିଶିଆଳର ଲାଞ୍ଜଟି ଅତି ଝଙ୍କାଳିଆ ଭାବେ ଲୋମଶ ଏବଂ ଏହାର ଶେଷ ଭାଗଟି କଳା ରଙ୍ଗର । ନାଲି କୋକିଶିଆଳ ଓ ଭାରତୀୟ କୋକିଶିଆଳଙ୍କ ଲାଞ୍ଜ ମଧ୍ୟରେ ଏହା ଏକ ମୁଖ୍ୟ ତଫାତ । ଭାରତୀୟ କୋକିଶିଆଳର କାନ ପଛପଟ ଗାଢ଼ ମାଟିଆ ରଙ୍ଗର ଏବଂ ଏହା ଉପରେ କଳା ରଙ୍ଗର ପଟିଦାଗ ରହିଥାଏ । ଏହାର ନାସାଗ୍ର ଲୋମହୀନ ଏବଂ ଓଠଟି କଳା । ମୁହଁର ଗୋଜିଆ ଅଂଶ ଓ ଆଖି ପାଖ ଅଂଶରେ କଳା ରଙ୍ଗର ଅଳ୍ପ ଲୋମ ରହିଥାଏ । କାନର ରଙ୍ଗ ମୁଣ୍ଡର ପଶ୍ଚାତ ଭାଗର ରଙ୍ଗ ପରି କିମ୍ବା ତାହାଠାରୁ ଅଳ୍ପ ଗାଢ଼ ହୋଇପାରେ । ନାଲି କୋକିଶିଆଳ ପରି ଭାରତୀୟ କୋକିଶିଆଳଙ୍କ କାନ ପଛରେ କଳା ଦାଗ ନଥାଏ । ଯଦିଓ ସ୍ଥାନ ଓ ସମୟାନୁସାରେ ଏମାନଙ୍କ ଛାଲର ରଙ୍ଗରେ ବିଭିନ୍ନତା ଦେଖାଯାଏ, ତଥାପି ଏମାନଙ୍କ ରଙ୍ଗ ପାଉଁଶିଆ ବା ଫିକା ମାଟିଆ ରଙ୍ଗର ହୋଇଥାଏ । ମୁଣ୍ଡକୁ ମିଶାଇ ଭାରତୀୟ କୋକିଶିଆଳର ଶରୀରର ଦୈର୍ଘ୍ୟ ୪୬ ସେଣ୍ଟିମିଟର (୧୮ ଇଞ୍ଚ) ଏବଂ ଏହାର ଲାଞ୍ଜର ଦୈର୍ଘ୍ୟ ପ୍ରାୟ ୨୫ ସେଣ୍ଟିମିଟର ୧୦ ଇଞ୍ଚ । ଏମାନଙ୍କ ଓଜନ ହାରାହାରି ୨.୩-୪.୧ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ । ଭାରତୀୟ ଉପମହାଦେଶରେ କପାଳର ଆକାରର ଭିନ୍ନତା ଯୋଗୁଁ ଭଲପେସ୍ ପ୍ରଜାତି, କ୍ୟାନିସ୍ ଓ ଚୁଅନ୍ ପ୍ରଜାତିଠାରୁ ସହଜରେ ବାରି ହୋଇପଡ଼ନ୍ତି । କୋକିଶିଆଳମାନଙ୍କ ଗୋଜିଆ ମୁଖାଗ୍ର ହାଡ଼ ଅବତଳ ହୋଇଥିବା ବେଳେ ଅନ୍ୟ କ୍ୟାନିଡ୍ ଶ୍ୱାନ ପ୍ରଜାତିର ଜୀବଙ୍କ କ୍ଷେତ୍ରରେ ଏହି ହାଡ଼ଟି ଉତ୍ତଳ । କୋକିଶିଆଳମାନଙ୍କ ଶ୍ୱାନଦାନ୍ତ ଅପେକ୍ଷାକୃତ ଲମ୍ବା । ଭୌଗୋଳିକ ବିତରଣ ଓ ପରିବାସ ଭାରତୀୟ କୋକିଶିଆଳ ଆର୍ଦ୍ର ଅରଣ୍ୟ ଓ ଅତ୍ୟନ୍ତ ଶୁଷ୍କ ସ୍ଥାନମାନଙ୍କ ବ୍ୟତୀତ ଭାରତୀୟ ଉପମହାଦେଶରେ ପ୍ରାୟ ସବୁ ସ୍ଥାନରେ ବ୍ୟାପ୍ତ । ଉତ୍ତରରେ ହିମାଳୟ ପର୍ବତମାଳା ଓ ଉତ୍ତର-ପଶ୍ଚିମରେ ସିନ୍ଧୁ ନଦୀ ଏମାନଙ୍କ ଭୌଗୋଳିକ ବ୍ୟାପ୍ତିକ୍ଷେତ୍ରର ସୀମା । ମୁକ୍ତ ତୃଣଭୂମି, ବୁଦାଳିଆ ବା କଣ୍ଟାଗଛ ଜଙ୍ଗଲ ଏହି ଜୀବର ମୁଖ୍ୟ ପରିବାସ । ଏମାନେ ଅତି ଢାଲୁଆ ଭୂମି ଓ ଉଚ୍ଚ ଘାସ ଥିବା ତୃଣଭୂମି ଅଞ୍ଚଳଠାରୁ ଦୂରରେ ରହନ୍ତି । ଏହି ଜୀବ ସବୁ ପ୍ରକାରର ପରିବାସରେ ଖାପଖୁଆଇ ରହିପାରେ କିନ୍ତୁ ଅଳ୍ପ ଶୁଷ୍କ, କ୍ଷୁଦ୍ର ଘାସଯୁକ୍ତ ତୃଣଭୂମିରେ ରହିବା ଅଧିକ ପସନ୍ଦ କରିଥାଏ । ପରିସ୍ଥିତିକ ବ୍ୟବହାର ଭାରତୀୟ କୋକିଶିଆଳମାନେ ପ୍ରାୟ ଭୋର (ପାହାନ୍ତା) କିମ୍ବା ଗୋଧୂଳି ସମୟରେ ବିଚରଣ କରିଥାନ୍ତି ଓ ସକ୍ରିୟ ରହନ୍ତି । ଦିନବେଳା ସୂର୍ଯ୍ୟଙ୍କ ଉତ୍ତାପରୁ ରକ୍ଷା ପାଇବା ପାଇଁ ଏମାନେ କୌଣସି ବୁଦା ତଳେ ଅଥବା ନିଜେ ଖୋଳିଥିବା ଗାତ ଭିତରେ ଲୁଚି ରହିଥାନ୍ତି । କୋକିଶିଆଳ ଖୋଳିଥିବା ଗାତ ବଡ଼ ଓ ତାହା ମଧ୍ୟରେ ଅନେକ ଗୁଡ଼ିଏ ପ୍ରକୋଷ୍ଠ ଓ ବିପଦ ପଡ଼ିଲେ ଖସିଯିବା ପାଇଁ ଗଳାବାଟ ପ୍ରଭୃତି ମଧ୍ୟ ରହିଥାଏ । । ସୂର୍ଯ୍ୟୋଦୟ ବା ସୂର୍ଯ୍ୟାସ୍ତ ସମୟରେ ଏକ ସାମାନ୍ୟ ଉଚ୍ଚ ସ୍ଥାନରେ ବସି ଏମାନେ ଖରା ପୋଇଁବା ମଧ୍ୟ ଦେଖିବାକୁ ମିଳିଥାଏ । ଚିଡ଼ିଆଖାନାରେ ରଖାଯାଇଥିବା କୋକିଶିଆଳମାନଙ୍କ ଜୀବନକାଳ ୬-୮ ବର୍ଷ ପର୍ଯ୍ୟନ୍ତ ହୋଇଥାଏ । ଆହାର ବିଭିନ୍ନ ପ୍ରକାରର ମୂଷା, ସରୀସୃପ, କଙ୍କଡ଼ା, ଊଈ, କୀଟପତଙ୍ଗ, ଛୋଟ ପକ୍ଷୀ ଓ ଫଳ ଇତ୍ୟାଦି ଭାରତୀୟ କୋକିଶିଆଳର ମୁଖ୍ୟ ଆହାର । ଶାବକମାନଙ୍କ ବର୍ଯ୍ୟବସ୍ତୁର ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଏମାନେ ଅଧିକାଂଶ ସମୟରେ ମୂଷାମାନଙ୍କୁ ମାରି ଖାଇଥାନ୍ତି । ପ୍ରକୃତରେ ଏମାନେ ଅତି ସୁବିଧାବାଦୀ ଶିକାରୀ । କୋକିଶିଆଳ ଡାକ କୋକିଶିଆଳମାନେ ବିଭିନ୍ନ ପ୍ରକାରର ଡାକଦ୍ୱାରା ଯୋଗାଯୋଗ ଓ ବାର୍ତ୍ତା ବିନିମୟ କରିଥାନ୍ତି । ଦବା ଗଳାରେ ଗର୍ଜନ କରିବା, ଦବାଗଳାରେ କିମ୍ବା ଉଚ୍ଚ ସ୍ୱରରେ ରୋଦନ କରିବା ଏବଂ ଭୁକିବା ଇତ୍ୟାଦି । ଅନ୍ୟ କିଛି ଶ୍ୱାନ ଜାତୀୟ ଜୀବଙ୍କ ପରି କୋକିଶିଆଳ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ମଳତ୍ୟାଗ କରନ୍ତି ନାହିଁ । ଦଳବଦ୍ଧ ଭାବେ ରାତିରେ କୋକିଶିଆଳ ବୋବାଇବା ମଧ୍ୟ ଶୁଣିବାକୁ ମିଳିଥାଏ । ପ୍ରଜନନ ଭାରତୀୟ କୋକିଶିଆଳ ପ୍ରଜାତିରେ ଏକ ଯୁଗଳ ପ୍ରାୟତଃ ନିଜର ସମ୍ପୂର୍ଣ୍ଣ ଜୀବନକାଳ ପାଇଁ ପରସ୍ପର ପ୍ରତି ଅନୁରକ୍ତ ରହିଥାନ୍ତି । କିଛି କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଘଟିବା ମଧ୍ୟ ଦେଖାଯାଇଛି । ଶରତ ଓ ହେମନ୍ତ ଋତୁ (ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଅକ୍ଟୋବର-ନଭେମ୍ବର ମାସ) ଏମାନଙ୍କ ମିଳନର ପ୍ରକୃଷ୍ଟ ସମୟ । ମାଈ କୋକିଶିଆଳର ଗର୍ଭଧାରଣ ସମୟ ପ୍ରାୟ ୫୦ରୁ ୬୦ ଦିନ ପର୍ଯ୍ୟନ୍ତ ହୋଇଥାଏ । ମାଈ କୋକିଶିଆଳ ଏକା ଥରକେ ୨-୪ଟି ଶାବକଙ୍କୁ ନିଜ ଗାତରେ ଜନ୍ମ ଦେଇଥାଏ । ଶାବକଙ୍କ ଲାଳନପାଳନର ଦାୟିତ୍ୱ ଉଭୟ ମାଈ ଓ ଅଣ୍ଡିରା କୋକିଶିଆଳ ମିଳିତ ଭାବେ ନିର୍ବାହ କରିଥାନ୍ତି । ୩ରୁ ୪ ମାସରେ ଶାବକମାନେ ମା କ୍ଷୀର ଖାଇବା ଛାଡ଼ନ୍ତି । ଜନ୍ମର ପ୍ରାରମ୍ଭିକ ମାସମାନଙ୍କରେ କୋକିଶିଆଳ ଶାବକଙ୍କ ମୃତ୍ୟୁହାର ଅଧିକ ଥିବା ଜଣାପଡ଼ିଛି । ମା ବ୍ୟତୀତ ଅନ୍ୟ ମାଈ କୋକିଶିଆଳମାନେ ଶାବକମାନଙ୍କ ଯତ୍ନ ନେବାର ଦୃଷ୍ଟାନ୍ତ ମଧ୍ୟ ରହିଛି । ଦିନ ବେଳେ ଶାବକମାନେ ବୁଦାମୂଳରେ ଆଶ୍ରୟ ନେବା ଦେଖାଯାଏ, କିନ୍ତୁ ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ଉତ୍ତାପରୁ ରକ୍ଷା ପାଇବା ପାଇଁ ଶାବକମାନେ ଗାତ ଭିତରେ ଲୁଚି ରହନ୍ତି । କୋକିଶିଆଳଙ୍କ ପ୍ରତି ରହିଥିବା ବିପଦ ପରିବାସ କ୍ଷୟ ଭାରତୀୟ କୋକିଶିଆଳଙ୍କ ଅସ୍ଥିତ୍ୱ ପାଇଁ ଏକ ମହାନ ସଙ୍କଟ ସୃଷ୍ଟି କରିଛି । ଉଦାହରଣ ସ୍ୱରୂପ, ଦକ୍ଷିଣ ଭାରତର କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟମାନଙ୍କରେ ସମ୍ପୂର୍ଣ୍ଣ କୋକିଶିଆଳ ପରିବାସର କେବଳ ୨% ସଂରକ୍ଷିତ ଅଞ୍ଚଳର ଅନ୍ତର୍ଗତ । ଛାଲ ଓ ମାଂସ ପାଇଁ କୋକିଶିଆଳମାନଙ୍କୁ ଶିକାର କରାଯାଇଥାଏ । କୃଷିକାର୍ଯ୍ୟ, ଶିଳ୍ପୋଦ୍ୟୋଗ, ଜୈବିକ ଇନ୍ଧନ ପ୍ରସ୍ତୁତି ପାଇଁ ଏମାନଙ୍କ ତୃଣଭୂମି ପରିବାସର ଅଧିକାଂଶ ଭାଗ କ୍ଷୟପ୍ରାପ୍ତ ହୋଇଥାଏ ଓ ଏମାନଙ୍କ ସଂଖ୍ୟା ମଧ୍ୟ ବହୁ ମାତ୍ରାରେ ହ୍ରାସ ପାଇଛି । ଏହାର ଶରୀରର କିଛି ଅଂଶ ପାରମ୍ପରିକ ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହୁଏ ଓ କିଛି ସ୍ଥାନରେ ଲୋକେ କୋକିଶିଆଳ ମାଂସ ମଧ୍ୟ ଖାଇଥାନ୍ତି । ଦକ୍ଷିଣ ଭାରତର ନାରିକୁରୁୱା ଜନଜାତି କୋକିଶିଆଳଙ୍କ ଶିକାର କରିବାର ଉଲ୍ଲେଖ ମିଳେ । ସଂକ୍ରାନ୍ତି ଉତ୍ସବ ପାଳନର ପରମ୍ପରା ପାଇଁ କର୍ଣ୍ଣାଟକରେ କିଛି ସ୍ଥାନରେ କୋକିଶିଆଳଙ୍କୁ ଫାସ ପକାଇ ଧରାଯିବା ବିଷୟର ମଧ୍ୟ ଉଲ୍ଲେଖ ମିଳେ । ଭାରତୀୟ କୋକିଶିଆଳଙ୍କ ପାଇଁ କ୍ୟାନାଇନ୍ ଡିଷ୍ଟେମ୍ପର୍ ଭୂତାଣୁ ସଂକ୍ରମଣ ଓ ଜଳାତଙ୍କ ରୋଗ ଆଉ ଏକ ବିପଦ । ଏହି ରୋଗ ସଂକ୍ରମଣ ମୁଖ୍ୟତଃ କୋକିଶିଆଳ ବାସ କରୁଥିବା ଅଞ୍ଚଳର ସ୍ଥାନୀୟ ବୁଲା କୁକୁରଙ୍କ ଯୋଗୁଁ ବ୍ୟାପିଥାଏ ।
ବାସନ୍ତି ହେମ୍ବ୍ରମ ଜଣେ ଓଡ଼ିଆ ରାଜନୀତିଜ୍ଞା । ବାସନ୍ତି ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କରଞ୍ଜିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ ବାସନ୍ତି ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ବାସନ୍ତି ହେମ୍ବ୍ରମ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ କରଞ୍ଜିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୨୦୧୯ ମସିହାରୁ ଏବେଯାଏଁ କାର୍ଯ୍ୟ କରୁଛନ୍ତି ।
ସେବେଲିପେଜ ଆଲଫା (ଇଂରାଜୀ ଭାଷାରେ ), କାନୁମା ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଲାଇସୋସୋମାଲ ଏସିଡ ଲାଇପେଜ ଅଭାବ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ୱୋଲମାନ ରୋଗରେ ଏହି ଔଷଧର ଉପକାର ସ୍ପଷ୍ଟ ହୋଇଛି । ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଜ୍ୱର, ଗଳା ଯନ୍ତ୍ରଣା, ଅଇ, ଏବଂ କୋଷ୍ଠକାଠିନ୍ୟ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇପାରେ । ଏହା ଲାଇସୋସୋମାଲ ଏସିଡ ଲାଇପେଜ୍ ଏନଜାଇମର ଏକ ରେକମ୍ବିନାଣ୍ଟ ଫର୍ମ ଯାହା ସ୍ନେହସାର ଭାଙ୍ଗିବାରେ ସାହାଯ୍ୟ କରେ । ୨୦୧୫ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ନିମନ୍ତେ ସେବେଲିପେଜ୍ ଆଲଫା ଅନୁମୋଦିତ ହୋଇଥିଲା । ୨୦୧୮ରେ ଜଣେ ବୟସ୍କ‌ଙ୍କ ପାଇଁ ବର୍ଷକୁ କାନାଡାରେ ପ୍ରାୟ ୮୯୨,୦୦୦ କାନାଡ଼ା ଡଲାର ଖର୍ଚ୍ଚ ହେଉଥିଲା । ଯୁକ୍ତରାଷ୍ଟ୍ରରେ ଏହା ନିମନ୍ତେ ୨୦୨୧ ସୁଦ୍ଧା ଏହାର ମୂଲ୍ୟ ବାର୍ଷିକ ପ୍ରାୟ ୯୭୦,୦୦୦ ଡଲାର ଅଟେ । ଏହାର ବ୍ୟବହାର ଯୁକ୍ତରାଜ୍ୟରେ ୨୦୧୭ ମସିହାରେ ଏହାର ବ୍ୟବ‌ହାର ପ୍ରତ୍ୟାଖ୍ୟାନ କରାଯାଇଥିଲା ।
ରାମକୃଷ୍ଣ ପରମହଂସଙ୍କ ମାନସ ପୁତ୍ର ସ୍ୱାମୀ ବ୍ରହ୍ମାନନ୍ଦ ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନର ପ୍ରଥମ ସଭାପତି ଥିଲେ । ତାଙ୍କ ଜନ୍ମ ବସିରହାଟ ମହକୁମା ଅନ୍ତର୍ଗତ ଶିକରା ନାମକ ଗ୍ରାମରେ ଏକ ଧନୀ ପରିବାରରେ ହୋଇଥିଲା । କଲେଜ ଜୀବନରେ ସେ ବିବେକାନନ୍ଦଙ୍କ ସାଥୀ ଥିଲେ। ୧୮୮୭ରେ ବରାହନଗର ମଠରେ ସନ୍ୟାସ ଗ୍ରହଣ କରିବା ପରେ ସେ ସ୍ୱାମୀ ବ୍ରହ୍ମାନନ୍ଦ ନାମରେ ପରିଚିତ ହେଲେ ।୧୮୯୭ରେ ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନ ପ୍ରତିଷ୍ଠା ହେବ ପରେ ସେ ଏହାର କଲିକତା ଶାଖାର ସଭାପତି ହେଲେ । ଏହାର କିଛି ଦିନ ପରେ ସ୍ୱାମୀ ବିବେକାନନ୍ଦ ତାଙ୍କୁ ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନର ପ୍ରଥମ ସଭାପତି ପଦରେ ଅଧିଷ୍ଠିତ କରିଥିଲେ । ସେଭୁବନେଶ୍ୱରଠାରେ ରାମକୃଷ୍ଣ ମଠର ସ୍ଥାପନା କରିଥିଲେ।
ଭାଙ୍ଗିପୁରାପୁ ଭେଙ୍କଟ ସାଇ ଲକ୍ଷ୍ମଣ (ଜନ୍ମ: ୧ ନଭେମ୍ବର ୧୯୭୪) ଜଣେ ଭାରତୀୟ କ୍ରିକେଟ ଦଳର ପ୍ରମୁଖ ସଦସ୍ୟ । ସେ ୨୦୧୨ ମସିହା ଅଗଷ୍ଟ ମାସରେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଗ୍ରହଣ କରିଥିଲେ।
ଗୁରୁବାରୀ କର୍ମକାର (ମୃତ୍ୟୁ ୧୯୩୧), ଦ୍ୱିତୀୟ ଭାରତୀୟ ମହିଳା, ଯେ ୧୮୮୬ରେ ପେନ୍‌ସିଲ୍‌ଭାନିଆ ମହିଳା ଡାକ୍ତରୀ ମହାବିଦ୍ୟାଳୟରୁ ସ୍ନାତ୍ତକ ପ୍ରାପ୍ତ କରିଥିଲେ । ଡାକ୍ତରୀ ଜୀବନ ଗୁରୁବାରୀ କର୍ମକାର ନିଜ ଡାକ୍ତରୀ ଡିଗ୍ରୀ ପାଇବା ପରେ ୧୮୯୩ରେ ଭାରତକୁ ଫେରିଥିଲେ । ସେ ବମ୍ବେର ଏକ ଖ୍ରିଷ୍ଟୀଆନ୍ ଡାକ୍ତରଖାନା, ଆମେରିକାନ୍ ମରାଠୀ ମିଶନ୍‌ରେ ୨୩ ବର୍ଷ କାମ କରିଥିଲେ । ତାଙ୍କ ଡାକ୍ତରୀ କାମ ମୁଖ୍ୟତଃ ଭାରତୀୟ ସମାଜରେ ଥିବା ଜାତିପ୍ରଥାଦ୍ୱାରା ପୀଡ଼ିତ ସଭ୍ୟଙ୍କ ପାଇଁ ଥିଲା । ତାଙ୍କ ସେବା କାମର ଏକ ଦଳରେ ସମସ୍ତ ଜାତିର ମହିଳାମାନେ ଥିଲେ । ମିଶନ୍‌ର ମହିଳା ବୋର୍ଡ଼୍‌କୁ ଲେଖିଥିବା ଏକ ଚିଠିରେ, ଡଃ କର୍ମକାର, ନିଜେ ଚିକିତ୍ସା କରିଥିବା ଦୁଇଜଣ ଛୁଆ-ସ୍ତ୍ରୀଙ୍କ ବିଷୟରେ ଲେଖିଥିଲେ । ଉଭୟ ମହିଳା ସେମାନଙ୍କ ସ୍ୱାମୀ ଓ ଶାଶୁ ଘର ଲୋକଙ୍କ ଅତ୍ୟାଚାର ସ‌ହୁଥିଲେ । ଖସି ନଯିବା ପାଇଁ ପ୍ରଥମ ମହିଳାଙ୍କ ଗୋଡ଼ରେ ବେଡି ପଡ଼ିଥିଲା ଓ ଦ୍ୱିତୀୟ ମହିଳା କୁପୋଷଣର ଶିକାର ହେବା ସ‌ହ ପ୍ରବଳ ଜ୍ୱରରେ ପୀଡ଼ିତ ଥିଲେ । ଡଃ କର୍ମକାର ଏହି ଦୁଇଟି କାହାଣୀକୁ ତାଙ୍କ ଆମେରିକୀୟ ସାଥୀଙ୍କୁ, ଭାରତୀୟ ମହିଳାଙ୍କ ପରିସ୍ଥିତି ନୁଝାଇବା ପାଇଁ ବ୍ୟବ‌ହାର କରିଥିଲେ । କର୍ମକାର ଭାରତରେ ଜାତୀୟ ବୋର୍ଡ଼ରେ ସଭ୍ୟ ଥିଲେ ।
ଦୀପା କର୍ମକାର ବଙ୍ଗାଳି: , ଇଂରାଜୀ: (ଜନ୍ମ: ୯ ଅଗଷ୍ଟ ୧୯୯୩) ଏକ କଳାତ୍ମକ ଜିମ୍ନାଷ୍ଟିକ ଅଟନ୍ତି ଯାହା ୨୦୧୬ ଗ୍ରୀଷ୍ମକାଳୀନ ଅଲମ୍ପିକରେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି । ଅଲମ୍ପିକରେ ପ୍ରତିଭାଗ କରୁଥିବା ପ୍ରଥମ ଭାରତୀୟ ମହିଳା ଜିମ୍ନାଷ୍ଟ ଅଟନ୍ତି , ଏବଂ ପୂର୍ବ ୫୨ ବର୍ଷ ଧରି ଏମିତି କରିଥିବା ପ୍ରଥମ ଭାରତୀୟ , ପୁରୁଷ ଅଥବା ମହିଳା ଜିମ୍ନାଷ୍ଟ ଅଟନ୍ତି । ପ୍ରାରମ୍ଭିକ ଜୀବନ ଓ କ୍ୟାରିଅର କର୍ମକାର ପୂର୍ବୋତ୍ତର ଭାରତର ତ୍ରିପୁରା ରାଜ୍ୟର ଅଗରତାଳରୁ ଆସିଛନ୍ତି । ସେ ୬ ବର୍ଷ ବୟସରୁ ହିଁ ଜିମ୍ନାଷ୍ଟିକ୍ସ ଆରମ୍ଭ କରିଦେଇଥିଲେ ଏବଂ ସେହି ସମୟରେ ନିଜ କୋଚ ବିଶ୍ୱେଶ୍ୱର ନନ୍ଦିଙ୍କ ନିର୍ଦ୍ଦେଶନାରେ ଅଭ୍ୟାସ କରୁଥିଲେ । ଜିମ୍ନାଷ୍ଟିକ୍ସ କକ୍ଷରେ ପଞ୍ଜିକରଣ ସମୟରେ ଦୀପା ଫ୍ଲାଟ ଫିଟ ସମସ୍ୟାରେ ଗ୍ରସ୍ତ ଥିଲେ । କୋଚ ନନ୍ଦିଙ୍କ ଅନୁସାରେ ଫ୍ଲାଟ ଫିଟ କାରଣରୁ ଦୀପାଙ୍କର ଡେଇଁବାରେ ସମସ୍ୟା ଆସୁଥିଲା । ଏହାକୁ ଠିକ କରିବା ଉଭୟଙ୍କ ପ୍ରତି ଏକ ଲକ୍ଷପୂର୍ଣ୍ଣ କାରଣ ଥିଲା । ୨୦୦୭ ମସିହାରେ ଜଳପାଇଗୁଡିରେ ସେ ଜୁନିଅର ନ୍ୟାସନାଲ ଜିତିଥିଲେ । ୨୦୦୭ ମସିହାରୁ ଦୀପା ରାଜ୍ୟ, ରାଷ୍ଟ୍ରୀୟ ଏବଂ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ୭୭ଟି ପଦକ ଜିତିଥିଲେ ଯେଉଁଥିରୁ ୬୭ଟି ସ୍ୱର୍ଣ୍ଣ ପଦକ ରହିଛି । ୨୦୧୬ ଅଲମ୍ପିକ ଦୀପା ୨୦୧୬ ଗ୍ରୀଷ୍ମକାଳୀନ ଅଲମ୍ପିକରେ ଭାରତର ପ୍ରତିନିଧିତ୍ୱ କରିଥିଲେ । କୌଣସି ଅଲମ୍ପିକରେ ପ୍ରତିଭାଗ କରୁଥିବା ସେ ପ୍ରଥମ ମହିଳା ଜିମ୍ନାଷ୍ଟିକ୍ସ ଅଟନ୍ତି । ଏହି ଅଲମ୍ପିକରେ ସେ ଫାଇନାଲରେ ନିଜର ଜାଗା ବନେଇଥିଲେ ଏବଂ ଫାଇନାଲରେ ମଧ୍ୟ ସେ ସାଧାରଣ ଅନ୍ତର (0.150)ରେ ସିଲଭର ପଦକ ପାଇବାରୁ ବଞ୍ଚିତ ହେଲେ ଏବଂ ଚତୁର୍ଥ ସ୍ଥାନରେ ରହିଲେ । ସେ ବହୁ କଠିନ ମନା ଯାଉଥିବା ପ୍ରଦୁନୋବା ବୋଲ୍ଟର ସଫଳ ପ୍ରଦର୍ଶନ କରିଥିଲେ ଯେପରି ଆଜି ପର୍ଯ୍ୟନ୍ତ ବିଶ୍ୱର ଗଣତିରେ ୫ଟି ଜିମ୍ନାଷ୍ଟିକ୍ସ ହିଁ ସଫଳତା ପୂର୍ବକ ପୁରା କରିପାରିଛନ୍ତି । ଯଦିଓ ସେମାନେ କୌଣସି ପଦକ ଜିତି ନାହାନ୍ତୁ କିନ୍ତୁ ଏହି ଉପଲବ୍ଧିରେ ତାଙ୍କୁ ସମସ୍ତ ଭାରତରେ ପ୍ରସିଦ୍ଧି କରିଦେଲା । ଭାରତର ମହାନତମ କ୍ରିକେଟ ଖିଲାଡୀମାନଙ୍କ ମଧ୍ୟରୁ ଜଣେ ସଚିନ ତେନ୍ଦୁଲକର କହିଥିଲେ କି - "ଜିତିବା ଏବଂ ହାରିବା ଖେଳର ରେଖା ଅଟେ । ନିଜ ଲକ୍ଷ ଲୋକଙ୍କ ହୃଦୟକୁ ଜିତ ଏବଂ ପୁରା ଦେଶକୁ ନିଜ ଉପଲବ୍ଧିରେ ଗର୍ବ ଅନୁଭବ କରାଅ ।" ବିଜିଙ୍ଗ ଅଲମ୍ପିକରେ ଜିତିଥିବା ଭାରତୀୟ ଲକ୍ଷବାଜ ଅଭିନବ ବିନ୍ଦ୍ରା କହିଲେ କି - " ଦୀପା କର୍ମକାର ଆପଣ ମୋ ହିରୋ ଅଟନ୍ତି ।
ବନଫୁଲ ଓ ଉଦ୍ୟାନ କୁସୁମ, ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ରଚିତ ଏକ କବିତା ଅଟେ । କବିତାଟି କବିଙ୍କ ରଚିତ ଅର୍ଚ୍ଚନା ପୁସ୍ତକର ଶତଦଳ ଅଧ୍ୟାୟରୁ ଉଦ୍ଧୃତ
ହିରୋ ନଂ ୱାନ୍, ୨୦୧୭ ଦୂର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଥିଲା । ନିର୍ଦ୍ଦେଶକ ତାପସ ସରଘରିଆ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି ଚଳଚ୍ଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ବାବୁଶାନ୍ ଏବଂ ନାୟିକା ଭୂମିକା ଦାଶ । ଭୂମିକା ନାୟିକା ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ତୁ ମୋ ଲଭ୍ ଷ୍ଟୋରୀରେ ତରଙ୍ଗ ସିନେ ପ୍ରଡକ୍ସନ ସ‌ହ କାର୍ଯ୍ୟ କରିଥିଲେ । ଏହି ଚଳଚ୍ଚିତ୍ରଟି ତାଙ୍କର ୨ୟ ଚଳଚ୍ଚିତ୍ର ଥିଲା । ଏଥିରେ ଭୂମିକା ଜଣେ ସମ୍ବାଦ‌ଦାତାର ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ମିହିର ଦାସ, କୁନା ତ୍ରିପାଠୀ, ପିଣ୍ଟୁ ନନ୍ଦ, ଦୀପକ ମିଶ୍ର, ଅସୀତ ପତି, ତ୍ରିଭୁବନ, ଜୟପ୍ରକାଶ, ପୁଷ୍ପା ପଣ୍ଡା, ଶକ୍ତି ବରାଳ, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଅଭିନୟ କରିଥିଲେ । ଅଭିନୟ ବାବୁଶାନ୍- ସଞ୍ଜୁ ଭୂମିକା ଦାଶ ମିହିର ଦାସ କୁନା ତ୍ରିପାଠୀ ପିଣ୍ଟୁ ନନ୍ଦ ଦୀପକ ମିଶ୍ର ଅସୀତ ପତି ତ୍ରିଭୁବନ ପଣ୍ଡା ଜୟପ୍ରକାଶ ପୁଷ୍ପା ପଣ୍ଡା ଶକ୍ତି ବରାଳ ପ୍ରଦ୍ୟୁମ୍ନ ଲେଙ୍କା କାହାଣୀ କାହାଣୀ ଅନୁସାରେ ନାୟକ ସଞ୍ଜୁ ଓଡ଼ିଆ ଅଭିନେତା ବାବୁଶାନ୍ ମହାନ୍ତିଙ୍କର ଜଣେ ପ୍ରଶଂସକ । ସେ ଓଡ଼ିଆ କଥାଚିତ୍ର ଜଗତର ନାୟକ ହେବା ତା 'ର ସ୍ୱପ୍ନ । ତା 'ର ବାପା ବୃତ୍ତିରେ ଜଣେ ଓକିଲ, ତାଙ୍କର ଇଚ୍ଛା, ତାଙ୍କ ପୁଅ ଜଣେ ଓକିଲ ହେଉ । ସେଇଥିପାଇଁ ସେ ତାକୁ ଏକ ବଡ଼ କଲେଜରେ ପାଠ ପଢ଼ାନ୍ତି, ମାତ୍ର ସେ ଜାଣିଶୁଣି ପରୀକ୍ଷା ନ ଦେଇ ଫେଲ ହେଇଯାଏ ଆଉ ଅଭିନୟରେ ମାତିଯାଏ । ମାତ୍ର ସମାଜର କିଛି ପରିସ୍ଥିତି ତାକୁ ପୁଣିଥରେ ଓକିଲାତିକୁ ଟାଣିନିଏ ଆଉ ସେ ଭଲପାଇବସେ ସେହି ପେଷାକୁ । ସମାଜରେ ହେଉଥିବା ଅସୁବିଧା ଉପରେ ଆଙ୍ଗୁଳି ଉଠାଇ ସଞ୍ଜୁ ସେ ସବୁ ଉପରେ ଲୋକଙ୍କୁ ନ୍ୟାୟ ଦେବାରେ ଲାଗିଯାଏ । ଗୀତ ଏବଂ ସଙ୍ଗୀତ ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲ ଅଭିଜିତ ମଜୁମଦାର । ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।
କୋଟାଗିରି ଭାରତୀୟ ରାଜ୍ୟ ତାମିଲନାଡୁର ଏକ ପଞ୍ଚାଯତ ସ୍ତରୀୟ ସହର । ଏହା ନିଳଗିରି ଜିଲ୍ଲାରେ ଅବସ୍ଥିତ । ସମୁଦ୍ର ପତ୍ତନଠାରୁ ୧୭୯୩ ମିଟର ଉପରେ ଥିବା କୋଟାଗିରି ଏକ ଶୈଳନିବାସ । କୋଟାଗିରିର ଅବସ୍ଥିତି 11.43 76.88 .ଠାରେ ହେଇଥିବା ବେଳେ ଏହାର ପତ୍ତନ ନିକଟସ୍ଥ ଇଲାକାରୁ ଅଧିକ । ଜନସଂଖ୍ୟା ୨୦୧୧ ଜନଗଣନା ଅନୁସାରେ କୋଟାଗିରି ସହରର ଜନସଂଖ୍ୟା ୨୮,୨୦୭ ଥିଲା ଯାହା ମଧ୍ୟରୁ ପୁରୁଷ ସଂଖ୍ୟା ୧୩,୬୦୭ ଥିବା ବେଳେ ମହିଳା ସଂଖ୍ୟା ୧୪,୬୦୦ ଥିଲା ।୬ ବର୍ଷରୁ କମ ପିଲାଙ୍କ ସଂଖ୍ୟା ୨୩୪୦ ଥିଲା । କୋଟାଗିରିର ସାକ୍ଷ୍ୟରତା ହାର ୮୬.୭୯ % ଯାହା ଜାତୀୟ ହାରଠାରୁ ଢେର ଅଧିକ । ଏହା ଏପରିକି ରାଜ୍ୟ ହାରଠାରୁ ମଧ୍ୟ ଅଧିକ ।
ବାଜିରାଓ ମସ୍ତାନୀ ହେଉଛି ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଐତିହାସିକ କଥାବସ୍ତୁ ଉପରେ ପର୍ଯ୍ୟବସିତ ତଥା ପ୍ରେମ ପ୍ରସଙ୍ଗ ଯୁକ୍ତ ହିନ୍ଦୀ ଚଳଚ୍ଚିତ୍ର । ଚଳଚ୍ଚିତ୍ରର ଚିତ୍ରନାଟ୍ୟ ନିର୍ଦ୍ଦେଶକ ହେଉଛନ୍ତି ସଞ୍ଜୟ ଲୀଲା ଭଂସାଲୀ । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ରଣବୀର ସିଂ, ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା, ତନ୍ୱି ଆଜମି ଇତ୍ୟାଦି । ସଞ୍ଜୟ ଲୀଲା ଭଂସାଲୀ ଏବଂ କିଶୋର ଲୁଲ୍ଲାଙ୍କଦ୍ୱାରା ପ୍ରଯୋଜିତ ଏହି ଚଳଚ୍ଚିତ୍ରଟି ଭଂସାଲୀ ପ୍ରଡକସନସ୍ ବ୍ୟାନରରେ ନିର୍ମିତ । ଚଳଚ୍ଚିତ୍ରର ପ୍ରମୁଖ ଅଂଶ ମୁମ୍ବାଇର ଫିଲ୍ମସିଟି ଷ୍ଟୁଡିଓରେ ଶୁଟିଂ ହୋଇଛି । କାହାଣୀ . ଙ୍କ ଲିଖିତ ମରାଠୀ ଉପନ୍ୟାସ ରାଉର କାହାଣୀ (ମରାଠା ପେଶୱା ବାଜିରାଓଙ୍କ କାହାଣୀ) ନେଇ ଚଳଚ୍ଚିତ୍ରଟି ନିର୍ମିତ । ଅଷ୍ଟାଦଶ ଶତାବ୍ଦୀର ପ୍ରଥମ ଭାଗରେ ମରାଠା ରାଜା ଛତ୍ରପତି ଶାହୁଜୀ ଏକ ନୂଆ ପେଶୱା (ରାଜ ଦରବାରରେ ମନ୍ତ୍ରୀମାନଙ୍କ ମଧ୍ୟରେ ପ୍ରମୁଖ ଅଧିକାରୀ) ନିଯୁକ୍ତି କରିବାକୁ ଚାହିଁଲେ । ଶ୍ରୀପଦ ରାଓ ନିଜେ ଏହି ପଦବୀ ନିମିତ୍ତ ଏକ ଦାବେଦାର ଥିଲେ ମଧ୍ୟ ଅମ୍ବାଜି ପନ୍ତ ବାଜିରାଓ ନାମକ ଆଉ ଏକ ଯୁବକଙ୍କ ନାମ ଏଥିପାଇଁ ମନୋନୀତ କଲେ । ତେବେ ପଦବୀ ମଣ୍ଡିତ କରିବା ଆଗରୁ ଏହି ଯୁବକର ଆଧ୍ୟାତ୍ମିକ ଜ୍ଞାନ ତଥା ଯୁଦ୍ଧ ପଟୁତା ପରୀକ୍ଷା କରିବା ଜରୁରୀ ଥିଲା । ଶ୍ରୀପଦ ଏହି ପରୀକ୍ଷା କରିବା ଆଳରେ ତାକୁ ଧନୁ ଶରଦ୍ୱାରା ଏକ ମୟୂରର ପକ୍ଷିକୁ ଦୁଇଫାଳ କରିବାକୁ ଆଦେଶ ଦେବାମାତ୍ରେ ସେ ତାହା କରି ଦେଖାଇଲେ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତେ ତାଙ୍କୁ ପେଶୱା ପଦବୀରେ ନିଯୁକ୍ତି ଦିଆଗଲା । ଘଟଣାର ଦଶ ବର୍ଷ ପରେ ଥରେ ବାଜିରାଓଙ୍କ ପତ୍ନୀ କାଶୀବାଇଙ୍କୁ ଭେଟିବାକୁ ତାଙ୍କ ପିଲାଦିନର ସାଥୀ ଭାନୁ (ଯିଏ କି ବିଧବା ହୋଇସାରିଥିଲେ) ଆସିଥିଲେ । ଏଠାରେ କହିରଖେ ଯେ ଭାନୁର ସ୍ୱାମୀ ରାଜ୍ୟ-ବିରୋଧୀ ଗୁପ୍ତଚର ଗତିବିଧୀ ପାଇଁ ବାଜିରାଓଙ୍କ ଆଦେଶ କ୍ରମେ ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିଲେ । ଏହି ଦେଖା ସାକ୍ଷାତ ବେଳେ ଭାନୁ କୁହନ୍ତି ଯେ ଆଜି ସେ ଯେପରି ତାଙ୍କ ପରଲୋକଗତ ସ୍ୱାମୀଙ୍କ ପାଇଁ ବିଳାପ କରୁଛନ୍ତି, ଦିନ ଆସିବେ କାଶିବାଇ ମଧ୍ୟ ବାଜିରାଓଙ୍କ ପାଇଁ ବିଳାପ କରିବ । ବାଜିରାଓଙ୍କ ସିରୋଞ୍ଜା ଗସ୍ତ ବେଳର କଥା । ବାଜିରାଓଙ୍କ ଅସ୍ଥାୟୀ ତମ୍ବୁ ଭିତରକୁ ହଠାତ ଏକ ମହିଳା ପଶିଆସିଲେ । ନିଜକୁ ମସ୍ତାନୀ (ବୁନ୍ଦେଲଖଣ୍ଡର ରାଜଦୂତ) ପରିଚୟ ଦେଇ ସେ ବୁନ୍ଦେଲଖଣ୍ଡ ସୀମାରୁ ଆକ୍ରମଣକାରୀଙ୍କୁ ତଡିବାରେ ବାଜିରାଓଙ୍କ ସାହାଯ୍ୟ ଭିକ୍ଷା କଲେ । ଜଣେ ହିନ୍ଦୁ ରାଜପୁତ ରାଜା ଛତ୍ରଶାଳଙ୍କ ଝିଅ ବୋଲି ପରିଚୟ ହେଉଥିବା ଏହି ଝିଅର ଯୁଦ୍ଧ ପଟୁତାରେ ବାଜିରାଓ ଅତ୍ୟନ୍ତ ପ୍ରୀତ ହୋଇ ନିଜର ସୈନ୍ୟ ସାମନ୍ତଙ୍କୁ ନେଇ ବୁନ୍ଦେଲଖଣ୍ଡର ସହାୟତା କରି ସୀମାରୁ ଆକ୍ରମଣ କାରୀଙ୍କୁ ତଡିବାରେ ସମର୍ଥ ହେଲେ । ବୁନ୍ଦେଲଖଣ୍ଡର ଅନୁରୋଧ କ୍ରମେ ଏହି ବିଜୟ ଉତ୍ସବରେ ବାଜିରାଓ ଯୋଗଦେଲେ । ଘଟଣା ଚକ୍ରରେ ବାଜିରାଓ ଏବଂ ମସ୍ତାନୀଙ୍କ ମଧ୍ୟରେ ସମ୍ପର୍କ ପ୍ରେମର ରୁପ ନେଲା । କାହାଣିରେ ଅନେକ ରୋଚକ ମୋଡ ତଥା ପ୍ରେମ ପାଇଁ ବଳିଦାନର ନିଦର୍ଶନ ରହିଛି । ଜୀବଦ୍ଦଶାରେ ବାଜିରାଓ ଏବଂ ମସ୍ତାନୀ ପରସ୍ପରଠାରୁ ଅଲଗା ହୋଇଛନ୍ତି ଏବଂ କାହାଣି ଶେଷରେ ଏକ ଦୁଃଖଦ ଅନ୍ତରେ ଦୁହେଁ ମୃତ୍ୟୁବରଣ କରିଛନ୍ତି । ଚରିତ୍ର ରଣବୀର ସିଂ,--- ବାଜିରାଓ (ପ୍ରଥମ) ଭୁମିକାରେ ଦୀପିକା ପାଦୁକୋନ,--- ମସ୍ତାନୀ ଭୁମିକାରେ ପ୍ରିୟଙ୍କା ଚୋପ୍ରା -- କାଶିବାଇ ଭୁମିକାରେ ତନ୍‌ଭୀ ଆଜମି --- ରାଧାବାଇ ଭୁମିକାରେ ମିଲିନ୍ଦ ସୋମନ-- ଅମ୍ବାଜି ପନ୍ତ ଭୁମିକାରେ ଏହା ଛଡା ଅନ୍ୟାନ୍ୟ ଗୌଣ ଚରିତ୍ରରେ ଇର୍ଫାନ ଖାନ, ଆଦିତ୍ୟ ପାଞ୍ଚୋଲି ଇତ୍ୟାଦି ମଧ୍ୟ ଚଳଚ୍ଚିତ୍ରଟିରେ ଅଭିନୟ କରିଛନ୍ତି ।
ଡୋକ୍ସାଜୋସିନ (ଇଂରାଜୀ ଭାଷାରେ , ଏକ ବିକ୍ରୟ ନାମ କାର୍ଡ଼ୁରା/ ) ଏକ ଔଷଧର ନାମ ଯାହା ବିନାଇନ ପ୍ରୋସ୍ଟାଟିକ ହାଇପରପ୍ଲାସିଆ ଓ ଉଚ୍ଚ ରକ୍ତଚାପ ରୋଗ ଚିକିତ୍ସାରେ ଦିଆଯାଏ । ଉଚ୍ଚ ରକ୍ତଚାପ ନିମନ୍ତେ ଏହା କମ୍ ପସନ୍ଦ କରାଯାଏ । ପାଟିରେ ଏହି ଔଷଧ ଦିଆଯା । ଡୋକ୍ସାଜୋସିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ଓଜନିଆ, ଫୁଲା, ନିଦ୍ରାଳୁ, ଅଇ, ଅଣନିଶ୍ୱାସୀ ଓ ଉଦର ଯନ୍ତ୍ରଣା ହୋଇପାରେ । ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଠିଆ ହେଲେ ଅଳ୍ପ ରକ୍ତଚାପ , ଅନିୟମିତ ହୃଦ୍‌ଗତି ଓ ପ୍ରାୟାପିଜ୍ମ ହୋଇପାରେ । ଏହି ଔଷଧ ଦେବା ପୂର୍ବରୁ ପ୍ରୋସ୍ଟେଟ କର୍କଟ ନଥିବା ନିଶ୍ଚିତ କରାଯାଏ । ଏହା ଏକ ଆଲଫା-୧ ବ୍ଲକର ( ୧- ) ଯାହା କୁଇନାଜୋଲିନ ଶ୍ରେଣୀର ଯୌଗିକ ପଦାର୍ଥ ଅନ୍ତର୍ଭୁକ୍ତ । ଡୋକ୍ସାଜୋସିନ ସନ ୧୯୭୭ରେ ପେଟେଣ୍ଟ ହେବା ପରେ ସନ ୧୯୮୮ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା । ଏହା ଜେନେରିକ ଔଷଧ ନାମରେ ବିକ୍ରୟ ହୁଏ । ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସକୁ ଏହାର ଏକ ମାସର ଡୋଜ ପିଛା ପ୍ରାୟ ୦.୫୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୫.୫୦ ଆମେରିକୀୟ ଡଲାର । ସନ ୨୦୧୬ରେ ଏହାର ୪ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୧୫୭ତମ ସ୍ଥାନରେ ଥଲା ।
ଶ୍ରୀଲଙ୍କାର ୪୩ ତମ ପ୍ରଧାନ ବିଚାରପତି ଶିରାନୀ ବନ୍ଦରନାଇକେ ସଂସଦଦ୍ୱାରା ମହାଭିଯୋଗର ସମ୍ମୁଖୀନ ହୋଇଥିଲେ ଏବଂ ପରେ ଜାନୁୟାରୀ ୨୦୧୩ରେ ରାଷ୍ଟ୍ରପତି ମହିନ୍ଦା ରାଜପାକ୍‌ସେଙ୍କଦ୍ୱାରା ତାଙ୍କୁ ପଦରୁ ହଟାଇ ଦିଆଯାଇଥିଲା ।ଆର୍ଥିକ ଅନିୟମିତତା ଏବଂ ଆଇନଗତ ମାମଲାରେ ବେଆଇନ ହସ୍ତକ୍ଷେପ ସମେତ ବନ୍ଦରନାଇକେଙ୍କ ବିରୋଧରେ ଅନେକ ଅଭିଯୋଗ ହୋଇଥିଲା, ଯାହାକୁ ସେ ଅସ୍ୱୀକାର କରିଛନ୍ତି । ଏହି ମହାଭିଯୋଗ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ସରକାରଙ୍କ ବିରୁଦ୍ଧରେ ଏକ ରାୟ ଶୁଣାଇଛନ୍ତି, ଯେଉଁଥିରେ ରାଷ୍ଟ୍ରପତି ରାଜପକ୍ସାଙ୍କ ଭାଇ ମନ୍ତ୍ରୀ ବେସିଲ ରାଜପକ୍ସାଙ୍କଦ୍ୱାରା ପ୍ରସ୍ତାବିତ ଏକ ବିଲ୍ ମଧ୍ୟ ରହିଛି । ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୋହନ ପେରିସଙ୍କଦ୍ୱାରା ବନ୍ଦରନାଇକେଙ୍କୁ ମୁଖ୍ୟ ବିଚାରପତି ଭାବରେ ବଦଳି କରାଯାଇଥିଲା । ପେରିସ୍ ରାଷ୍ଟ୍ରପତି ରାଜପାକ୍‌ସେଙ୍କ ସହଯୋଗୀ ଭାବରେ ବିବେଚନା କରାଯାଏ ଏବଂ ତାଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ତଥା ତାଙ୍କ ପରିବାରଦ୍ୱାରା କ୍ଷମତାର ଏକୀକରଣ ଭାବରେ ସମାଲୋଚକମାନେ ଦେଖନ୍ତି । ବନ୍ଦରନାଇକେ ମହାଭିଯୋଗରେ ଆସିଥିବା ସବୁ ଅଭିଯୋଗକୁ ସ୍ୱୀକାର କରିବାକୁ ମନା କରିଦେଇଥିଲେ ଏବଂ ଆଇନଜୀବୀ ଗୋଷ୍ଠୀ ନୂତନ ପ୍ରଧାନ ବିଚାରପତିଙ୍କ ସହ କାମ କରିବାକୁ ମନା କରିଦେଇଥିଲେ । ବନ୍ଦରନାଇକେଙ୍କ ବିବାଦୀୟ ମହାଭିଯୋଗ ଶ୍ରୀଲଙ୍କା ଭିତର ତଥା ବାହାରେ ବହୁ ସମାଲୋଚନା ଓ ବିବାଦର ସମ୍ମୁଖୀନ ହୋଇଥିଲା । ୨୮ ଜାନୁୟାରୀ ୨୦୧୫ରେ ସେ ପୁନଃ ଅବସ୍ଥାପିତ ହୋଇଥିଲେ ଏବଂ ପରଦିନ ଅର୍ଥାତ ୨୯ ଜାନୁଆରୀରେ ଅବସର ନେଇଥିଲେ । ପୃଷ୍ଠଭୂମି ରାଷ୍ଟ୍ରପତି ଚନ୍ଦ୍ରିକା କୁମାରତୁଙ୍ଗାଙ୍କଦ୍ୱାରା ୩୦ ଅକ୍ଟୋବର ୧୯୯୬ରେ ବନ୍ଦରନାଇକେ ସୁପ୍ରିମକୋର୍ଟରେ ନିଯୁକ୍ତ ହୋଇଥିଲେ । ୨୦୧୧ରେ ରାଷ୍ଟ୍ରପତି ମହିନ୍ଦ୍ରା ରାଜାପାକ୍‌ସେ ବନ୍ଦରନାଇକେଙ୍କୁ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରିଥିଲେ । ସେ ୧୮ ମଇ ୨୦୧୧ରେ ରାଷ୍ଟ୍ରପତି ରାଜପାକ୍‌ସେଙ୍କ ନିକଟରେ ଶପଥ ଗ୍ରହଣ କରିଥିଲେ । ତେବେ ବିଭିନ୍ନ ସମୟରେ ସରକାରଙ୍କ କିଛି ବେନିୟମ ପଦକ୍ଷେପକୁ ଆଇନଗତ ବାଧା ସୃଷ୍ଟି କରି ସେ ସରକାରଙ୍କ ଚକ୍ଷୁ ଶୂଳ ହୋଇଥିଲେ । ସହର ଏବଂ ଦେଶ ଯୋଜନା (ସଂଶୋଧନ) ବିଲ୍ ସହର ଏବଂ ଦେଶ ଯୋଜନା (ସଂଶୋଧନ) ବିଲ୍ ଶ୍ରୀଲଙ୍କା ଗେଜେଟରେ ୧୭ ଅକ୍ଟୋବର ୨୦୧୧ରେ ପ୍ରକାଶିତ ହୋଇଥିଲା । ଏହି ବିଲ୍ ସରକାରଙ୍କୁ ପୌରସଂସ୍ଥା, ସହରୀ ବିକାଶ କିମ୍ବା ସଡକ ବିକାଶ କ୍ଷେତ୍ରରେ ଯେ କୌଣସି ଜମିକୁ "ସଂରକ୍ଷିତ" , "ସଂରକ୍ଷଣ" , "ସ୍ଥାପତ୍ୟ" , "ଐତିହାସିକ" କିମ୍ବା "ପବିତ୍ର" ଅଞ୍ଚଳ ଭାବରେ ଘୋଷଣା କରିବାକୁ ଏବଂ ସେହି ଜମି ସରକାରଙ୍କଦ୍ୱାରା ଅଧିଗ୍ରହଣ କରିବାକୁ ଅନୁମତି ଦେଲା । ଶ୍ରୀଲଙ୍କାର ସମ୍ବିଧାନ ଅନୁଯାୟୀ ଅଧିକାଂଶ ଜମି ସମସ୍ୟା ଦେଖରେଖ କରିବା କେବଳ ପ୍ରାଦେଶିକ ପରିଷଦକୁ ଦିଆଯାଇଛି । ଶ୍ରୀଲଙ୍କା ସରକାର ସଂସଦରେ ୮ ନଭେମ୍ବର ୨୦୧୧ରେ ଏହି ବିଲ୍ ଆଗତ କରିଥିଲେ । ସୁପ୍ରିମକୋର୍ଟରେ 'ସେଣ୍ଟର ଫର ପଲିସି ବିକଳ୍ପସମୂହ' (ସିପିଏ) ଏବଂ ପାଇକାଇସୋଥୀ ସାରଭାନାମତ୍ତୁ ଏହି ବିଲ୍‌ର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରିଥିଲେ । ୨୧ ନଭେମ୍ବର ୨୦୧୧ରେ ଏହି ଆବେଦନ ଶୁଣାଣି ଅଦାଲତଙ୍କଦ୍ୱାରା (ବନ୍ଦରନାଇକେ, ଚନ୍ଦ୍ର ଏକାନାୟାକେ ଏବଂ କେ ଶ୍ରୀପାଭାନ୍) ହୋଇଥିଲା । ଅଦାଲତର ନିର୍ଣ୍ଣୟ (ଏସସି ସ୍ୱତନ୍ତ୍ର ନିର୍ଣ୍ଣୟ ନମ୍ବର 03/2011) ରାଷ୍ଟ୍ରପତି ରାଜାପାକାଙ୍କ ଅନ୍ୟ ଭାଇ ସ୍ପିକର ଚାମଲ ରାଜପକ୍ସାଙ୍କୁ ୨ ଡିସେମ୍ବର ୨୦୧୧ରେ ଜଣାଇଦିଆଯାଇଥିଲା ଏବଂ ୩ ଡିସେମ୍ବର ୨୦୧୧ରେ ବାଚସ୍ପତି ସଂସଦରେ ଅଦାଲତଙ୍କ ଏହି ନିର୍ଣ୍ଣୟ ଘୋଷଣା କରିଥିଲେ । ନିର୍ଣ୍ନୟ ଏହିପରି ଥିଲା ଯେ ଯେହେତୁ ଜମି ସମସ୍ୟା ପ୍ରାଦେଶିକ ପରିଷଦ ତାଲିକାରେ ସ୍ଥାନିତ ହୋଇଛି ତେଣୁ ଏହି ବିଲ ପ୍ରତ୍ୟେକ ପ୍ରାଦେଶିକ ପରିଷଦକୁ ପଠାଯାଇ ନଥିଲେ ଆଇନ ହୋଇପାରିବ ନାହିଁ । ଫଳରେ ସରକାର ଏହି ବିଲକୁ ସଂସଦରୁ ପ୍ରତ୍ୟାହାର କରି ନଅଟି ପ୍ରାଦେଶିକ ପରିଷଦକୁ ପଠାଇବାକୁ ବାଧ୍ୟ ହେଲେ । ତେଣେ ପ୍ରାଦେଶିକ ପରିଷଦ ଏହି ବିଲ୍‌କୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ଏବଂ ଏହାର ସଂଶୋଧନ ପାଇଁ ପରାମର୍ଶ ଦେଇଥିଲେ । ଏହି ବିଲ୍‌କୁ ଶ୍ରୀଲଙ୍କା ମୁସଲିମ୍ କଂଗ୍ରେସ ଏବଂ ତାମିଲ ମକ୍କଲ ବିଦୁଥଲାଇ ପୁଲିକଲ, ୟୁନାଇଟେଡ୍ ପିପୁଲ୍ସ ଫ୍ରିଡମ୍ ଆଲାଇନ୍ସ (ୟୁପିଏଫ୍ଏ), ରାଷ୍ଟ୍ରପତି ରାଜପାକସାଙ୍କ ଦଳ ତଥା ବିରୋଧୀ ୟୁନାଇଟେଡ୍ ନ୍ୟାସନାଲ ପାର୍ଟି ମଧ୍ୟ ବିରୋଧ କରିଥିଲେ । ଏତେ ସବୁ ବିରୋଧର ସମ୍ମୁଖୀନ ହୋଇ ସରକାର ଏପ୍ରିଲ ୨୦୧୨ରେ ଏହି ବିଲ୍ ପ୍ରତ୍ୟାହାର କରିଥିଲେ । ଡିଭି ନେଗୁମା ବିଲ୍ ଡିଭି ନେଗୁମା ବିଲ୍ ୨୭ ଜୁଲାଇ ୨୦୧୨ରେ ଶ୍ରୀଲଙ୍କା ଗେଜେଟରେ ପ୍ରକାଶିତ ହୋଇଥିଲା । ଏହି ବିଲ୍ ଶ୍ରୀଲଙ୍କାର ସମୃଦ୍ଧି ପ୍ରାଧିକରଣ, ଶ୍ରୀଲଙ୍କାର ଦକ୍ଷିଣ ବିକାଶ ପ୍ରାଧିକରଣ ଏବଂ ଉଦାରତା ବିକାଶ ପ୍ରାଧିକରଣକୁ ଉଚ୍ଛେଦ ପୂର୍ବକ ନୂତନ ଡିଭି ନେଗୁମା ବିକାଶ ବିଭାଗ ମାଧ୍ୟମରେ ବହୁ ଗୋଷ୍ଠୀ ଅନୁଷ୍ଠାନ, ବ୍ୟାଙ୍କ ଏବଂ ବ୍ୟାଙ୍କିଙ୍ଗ୍ ସୋସାଇଟି ଗଠନ କରିଥିଲା । ଉକ୍ତ ବିଲ୍‌ ଅନୁଯାୟୀ ଡିଭି ନେଗୁମା ବିକାଶ ବିଭାଗ ରାଷ୍ଟ୍ରପତି ରାଜପାକସାଙ୍କ ଭାଇ ବେସିଲ ରାଜପାକସାଙ୍କ ନେତୃତ୍ୱରେ ଅର୍ଥନୈତିକ ବିକାଶ ମନ୍ତ୍ରଣାଳୟଦ୍ୱାରା ନିୟନ୍ତ୍ରିତ ହେବ ଏବଂ ବିକାଶମୂଳକ କାର୍ଯ୍ୟ ସମ୍ପାଦନ କରିବ । ଶ୍ରୀଲଙ୍କାର ସମ୍ବିଧାନ ଅନୁଯାୟୀ ଅଧିକାଂଶ ବିକାଶମୂଳକ କାର୍ଯ୍ୟ ପ୍ରାଦେଶିକ ପରିଷଦକୁ ଦିଆଯାଇଛି । ୧୦ ଅଗଷ୍ଟ ୨୦୧୨ରେ ଶ୍ରୀଲଙ୍କା ସରକାର ସଂସଦରେ ଏହି ବିଲ୍ ଆଗତ କରିଥିଲେ । ସୁପ୍ରିମକୋର୍ଟରେ ଚାରିଜଣ ଆବେଦନକାରୀ ତିନିଟି ପିଟିସନଦ୍ୱାରା ଏହି ବିଲ୍‌ର ସାମ୍ବିଧାନିକତାକୁ ଚୁନୋତି ଦେଇଥିଲେ । ୨୭ ଏବଂ ୨୮ ଅଗଷ୍ଟ ୨୦୧୨ରେ ଆବେଦନଗୁଡ଼ିକର ଶୁଣାଣି ପାଇଁ କୋର୍ଟ (ବୃନ୍ଦାରାୟାକେ, ପ୍ରିୟସଥ ଡିପ ଏବଂ ଇଭା ୱାନାସୁଣ୍ଡେରା)ଦ୍ୱାରା ହୋଇଥିଲା ଏବଂ ବାଚସ୍ପତି ଚାମଲ ରାଜପକ୍ସା ୧୮ ସେପ୍ଟେମ୍ବର ୨୦୧୨ରେ ସଂସଦରେ ସୁପ୍ରିମକୋର୍ଟଙ୍କ ନିର୍ଣ୍ଣୟ (ଏସସି ସ୍ୱତନ୍ତ୍ର ନିର୍ଣ୍ଣୟ ନମ୍ବର 01/2012, 02/2012 ଏବଂ 03/2012) ଘୋଷଣା କଲେ । ଏହି ନିର୍ଣ୍ଣୟ ଅନୁସାରେ ପ୍ରାଦେଶିକ ପରିଷଦ ତାଲିକାରେ ଧାର୍ଯ୍ୟ ହୋଇଥିବା ପ୍ରସଙ୍ଗଗୁଡିକ ଉପରେ ଏହି ବିଲ୍ ଥିବା ସତ୍ତ୍ୱେ ଯେହେତୁ ଏହା ପ୍ରତ୍ୟେକ ପ୍ରାଦେଶିକ ପରିଷଦକୁ ସୂଚିତ ହୋଇ ନ ଥିଲା ତେଣୁ ତାହା ଆଇନରେ ପରିଣତ ହୋଇପାରିବ ନାହିଁ । ନଅଟି ପ୍ରାଦେଶିକ ପରିଷଦ ମଧ୍ୟରୁ ମାତ୍ର ଆଠଟି ପରିଷଦ ୨୫ ସେପ୍ଟେମ୍ବର ୨୦୧୨ରୁ ୩ ଅକ୍ଟୋବର ୨୦୧୨ ମଧ୍ୟରେ ଡିଭି ନେଗୁମା ବିଲ୍ ଅନୁମୋଦନ କରିଥିଲେ । ନବମ ପ୍ରାଦେଶିକ ପରିଷଦ ୨୦୦୭ରେ ପ୍ରତିଷ୍ଠିତ ହେବା ପରଠାରୁ ଏକ ନିର୍ବାଚିତ ସଂସ୍ଥା ଭାବରେ କାର୍ଯ୍ୟ କରୁନଥିଲା । ଅତଏବ ଏହି ବିଲକୁ ସେହି ପ୍ରଦେଶର ରାଜ୍ୟପାଳ ଜି ଏ ଚନ୍ଦ୍ରଶ୍ରୀଙ୍କଦ୍ୱାରା ଅନୁମୋଦନ କରାଯାଇଥିଲା ଯାହା ରାଷ୍ଟ୍ରପତି ରାଜପାକସାଙ୍କଦ୍ୱାରା ନିଯୁକ୍ତ ହୋଇଥିଲା । ଏହା ପରେ ବିଲ୍ ସଂସଦକୁ ଫେରିଥିଲା ଏବଂ ବିଲ୍ର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏଗାରଟି ଆବେଦନ କରାଯାଇଥିଲା । ଅଦାଲତ ବନ୍ଦ୍ରନାଇକେ, ଏନ। ଜି ଅମରତୁଙ୍ଗା ଏବଂ କେ ଶ୍ରୀପାଭାନ୍ ୧୮, ୨୨, ଏବଂ ୨୩ ଅକ୍ଟୋବର ୨୦୧୨ରେ ଏହି ପିଟିସନର ଶୁଣାଣି କରିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଣ୍ଣୟ ୩୧ ଅକ୍ଟୋବର ୨୦୧୨ରେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିଲା । ବାଚସ୍ପତି ଚମଲ ରାଜପକ୍ସା ୬ ନଭେମ୍ବର ୨୦୧୨ରେ ସଂସଦରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଘୋଷଣା କରିଥିଲେ । ନିର୍ଣ୍ଣୟ ଅନୁସାରେ ପ୍ରାଦେଶିକ ପରିଷଦଙ୍କ କାର୍ଯ୍ୟ ନ କରିବା ସ୍ଥଲେ ଏହାକୁ ରେଫେରେଣ୍ଡମଦ୍ୱାରା ଅନୁମୋଦନ କରାଯିବା ଆବଶ୍ୟକ; ଏବଂ ସଂସଦର ସ୍ୱତନ୍ତ୍ର ସଂଖ୍ୟାଗରିଷ୍ଠତା (ଦୁଇ-ତୃତୀୟାଂଶ)ଦ୍ୱାରା ପାରିତ ହେବା ଆବଶ୍ୟକ ଥିଲା । ଉକ୍ତ ରାଜ୍ୟପାଳଙ୍କ ପାଖରେ ଏହି ବିଲ୍କୁ ସମର୍ଥନ କରିବାର କ୍ଷମତା ନାହିଁ । ଫଳରେ ସରକାର ଏହି ବିଲ୍‌ରେ ସଂଶୋଧନ କରିବାକୁ ବାଧ୍ୟ ହୋଇଥିଲେ । ମହାଭିଯୋଗ ୧୧୭ ଜଣ ସାଂସଦଙ୍କଦ୍ୱାରା ଏହି ମହାଭିଯୋଗ ନଭେମ୍ବର ୨୦୧୨ରେ ତତକାଳୀନ ବାଚସ୍ପତି ଚମଲ ରାଜପାକ୍‌ସେଙ୍କୁ ହସ୍ତାନ୍ତର କରାଯାଇଥିଲା । ବାଚସ୍ପତି ଚମଲ ରାଜପାକ୍‌ସେ ୬ ନଭେମ୍ବର ୨୦୧୨ରେ ବନ୍ଦରନାଇକେଙ୍କ ବିରୋଧରେ ୧୪ଟି ଅଭିଯୋଗ ପ୍ରକାଶ କରିଥିଲେ ଯେଉଁଥିରେ ଆର୍ଥିକ ଅନିୟମିତତା, କ୍ଷମତାର ଅପବ୍ୟବହାର ଏବଂ ସମ୍ବିଧାନକୁ ଅବମାନନା କରାଯିବା ଭଳି ଅଭିଯୋଗ ରହିଥିଲା । ତେବେ ବନ୍ଦରନାଇକେ ଏହି ଅଭିଯୋଗକୁ ଅସ୍ୱୀକାର କରି ତାଙ୍କ ପଦରୁ ଇସ୍ତଫା ଦେବାକୁ ମନା କରି ଦେଇଥିଲେ । ମହାଭିଯୋଗ ଘଟଣାର ତଦନ୍ତ ପାଇଁ ଶ୍ରୀ ରଜିତା ସେନାରତ୍ନେ, ଶ୍ରୀ ଅନୁରା ପ୍ରିୟଦର୍ଶନା ୟାପା, ଶ୍ରୀ ସୁସିଲ ପ୍ରେମଜୟନ୍ତେ ଏବଂ ଚାରିଜଣ ବିରୋଧୀ ସାଂସଦଙ୍କୁ ନେଇ ମୋଟ ଏକାଦଶ ସଦସ୍ୟ ବିଶିଷ୍ଟ 'ସଂସଦୀୟ ଚୟନ କମିଟି' (ପିଏସସି) ନିଯୁକ୍ତ କରାଯାଇଥିଲା । ୨୩ ନଭେମ୍ବର ୨୦୧୨, ୪ ଡିସେମ୍ବର ୨୦୧୨ ଏବଂ ୬ ଡିସେମ୍ବର ୨୦୧୨ରେ ଯେତେବେଳେ ମହାଭିଯୋଗର ଶୁଣାଣି ଅନୁଷ୍ଠିତ ହୋଇଥିଲା,ଯେତେବେଳେ ବନ୍ଦରନାଇକେ କକ୍ଷତ୍ୟାଗ କରିଥିଲେ । ବିରୋଧୀ ସାଂସଦମାନେ ୭ ଡିସେମ୍ବର ୨୦୧୨ରେ 'ସଂସଦୀୟ ଚୟନ କମିଟି' ରୁ ଓହରି ଯାଇଥିଲେ । 'ସଂସଦୀୟ ଚୟନ କମିଟି' ର ରିପୋର୍ଟ ୮ ଡିସେମ୍ବର ୨୦୧୨ରେ ସଂସଦରେ ଉପସ୍ଥାପିତ ହୋଇଥିଲା । 'ସଂସଦୀୟ ଚୟନ କମିଟି' ଜାଣିବାକୁ ପାଇଲା ଯେ ବନ୍ଦରନାଇକେଙ୍କ ବିରୋଧରେ ପାଞ୍ଚଟି ଅଭିଯୋଗ ମଧ୍ୟରୁ ତିନୋଟି ପ୍ରମାଣିତ ହୋଇଛି । ଚୟନ କମିଟି ମତରେ ତାଙ୍କୁ ପଦରୁ ହଟାଇବା ପାଇଁ ଏହା ଯଥେଷ୍ଟ ଥିଲା । ରାଷ୍ଟ୍ରପତି ମହିନ୍ଦା ରାଜପକ୍‌ସେ ସଂସଦଦ୍ୱାରା ପାରିତ ହୋଇଥିବା ମହାଭିଯୋଗ ଅନୁମୋଦନ କରିବା ପରେ ୧୩ ଜାନୁୟାରୀ ୨୦୧୩ରେ ବନ୍ଦରନାଇକେଙ୍କୁ ପଦରୁ ହଟାଇ ଦିଆଯାଇଥିଲା । ବନ୍ଦରନାଇକେ 'ସଂସଦୀୟ ଚୟନ କମିଟି' ର ଏହି ରେପୋର୍ଟ ବିରୋଧରେ ଆବେଦନ କରିଥିଲେ ଏବଂ ୭ ଜାନୁୟାରୀ ୨୦୧୩ରେ ଏହି ଆବେଦନକୁ ବିଚାରପୂର୍ବକ ଅଦାଲତ 'ସଂସଦୀୟ ଚୟନ କମିଟି' ର ଅନୁସନ୍ଧାନକୁ ରଦ୍ଦ କରିଥିଲେ । ଏହାପରେ ସେ ୨୯ ଜାନୁୟାରୀ ୨୦୧୫ରେ ଶ୍ରୀଲଙ୍କାରେ ପୁନଃନିଯୁକ୍ତିର ଗୋଟିଏ ଦିନ ପରେ ସେ ଏହି ପଦରୁ ଅବସର ନେଇଥିଲେ । ପରବର୍ତ୍ତୀ ଘଟଣାକ୍ରମ ମହାଭିଯୋଗ ସଂସଦରେ ପାରିତ ହେବା ପରେ ବନ୍ଦରନାଇକେ ସୂଚନା ଦେଲେ ଯେ ସୁପ୍ରିମକୋର୍ଟ ପିସିସିକୁ ଅସାମ୍ବିଧାନିକ ଘୋଷଣା କରିଥିବା ହେତୁ ସେ ପଦବୀରୁ ହଟିବେ ନାହିଁ । ଓକିଲ ଗୋଷ୍ଠୀ ମଧ୍ୟ ଏହାର ବିରୋଧ ପୁର୍ବକ ସୁପ୍ରିମକୋର୍ଟର ବିଚାରପତିମାନଙ୍କୁ କୌଣସି ନୂତନ ପ୍ରଧାନ ବିଚାରପତିଙ୍କ ସହ ନ ବସିବାକୁ ଅନୁରୋଧ କରିଥିଲେ । ତେବେ ୧୫ ଜାନୁୟାରୀ ୨୦୧୩ରେ ବନ୍ଦରନାଇକେ ତାଙ୍କ ସରକାରୀ ବାସଭବନ ଖାଲି କରି ଏକ ବିବୃତ୍ତି ଜାରି କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ସେ ତଥାପି ବୈଧ ପ୍ରଧାନ ବିଚାରପତି ଅଟନ୍ତି ଏବଂ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସବୁ ମିଥ୍ୟା କଥା । ସେ ଏକଥା ମଧ୍ୟ୍ ସାମ୍ବାଦିକମାନଙ୍କୁ କହିଥିଲେ ଯେ ସେ ତାଙ୍କ ପରିବାରର ସୁରକ୍ଷା ପାଇଁ ଭୟ କରୁଛନ୍ତି । ରାଷ୍ଟ୍ରପତି ରାଜପାକ୍‌ସେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୋହନ ପେଇରିସଙ୍କୁ ବନ୍ଦରନାଇକେଙ୍କ ସ୍ଥାନରେ ମନୋନୀତ କରିଥିଲେ । ଶ୍ରୀଲଙ୍କାର ସମ୍ବିଧାନ ଅନୁଯାୟୀ ରାଷ୍ଟ୍ରପତି ତାଙ୍କ ସୁପାରିସକପତ୍ରକୁ "ପର୍ଯ୍ୟବେକ୍ଷଣ" ପାଇଁ ସଂସଦୀୟ ପରିଷଦକୁ ପଠାଇବାକୁ ପଡିବ ତେବେ ରାଷ୍ଟ୍ରପତି ହିଁ ଏହି ନିଯୁକ୍ତିକୁ ପ୍ରଦାନ କରିବେ । ଏହି ପାଞ୍ଚ ସଦସ୍ୟ ବିଶିଷ୍ଟ ସଂସଦ ପରିଷଦରେ ବାଚସ୍ପତି, ପ୍ରଧାନମନ୍ତ୍ରୀ, ବିରୋଧୀ ଦଳର ନେତା, ପ୍ରଧାନମନ୍ତ୍ରୀଙ୍କ ମନୋନୀତ ପ୍ରାର୍ଥୀ ତଥା ବିରୋଧୀଦଳର ନେତାଙ୍କ ମନୋନୀତ ପ୍ରାର୍ଥୀଙ୍କ ନାମ ରହିଛି । ଏହି ନିଯୁକ୍ତି ସମ୍ପର୍କରେ ଆଲୋଚନା ପାଇଁ ୧୫ ଜାନୁୟାରୀ ୨୦୧୩ରେ ସଂସଦୀୟ ପରିଷଦର ବୈଠକ ବସିଥିଲା । କିନ୍ତୁ ବିରୋଧୀ ଦଳର ନେତା ରାନିଲ ୱିକ୍ରେମାସିଂହେ ଏବଂ ତାଙ୍କ ପ୍ରାର୍ଥୀ ଡି. ଏମ. ସ୍ୱାମୀନାଥନ ପରିଷଦକୁ ବିରୋଧ କରୁଥିବାରୁ ସେମାନେ ଯୋଗ ଦେଇନଥିଲେ । ପେଇରିସଙ୍କ ନିଯୁକ୍ତି ପାଇଁ ସଂସଦୀୟ ପରିଷଦ ୧୫ ଜାନୁୟାରୀ ୨୦୧୩ରେ ଏହି ସୁପରିଶକୁ ଅନୁମୋଦନ ଦେଇଥିଲା । ୧୫ ଜାନୁଆରୀ ୨୦୧୩ରେ ରାତି ୧୨.୩୦ରେ ପେଇରିସ୍ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ । ପେଇରିସ୍ ରାଷ୍ଟ୍ରପତି ରାଜପାକ୍‌ସେ ଏବଂ ତାଙ୍କ ସରକାରଙ୍କ ଜଣେ ଆଇନ ପରାମର୍ଶଦାତା ଥିଲେ ଏବଂ ମାନବ ଅଧିକାରର ଉଲ୍ଲଂଘନ ତଥା ନିଖୋଜ ହୋଇଯାଇଥିବା ଅଭିଯୋଗରୁ ରାଜପାକ୍‌ସେ ସରକାରଙ୍କୁ ରକ୍ଷା କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ କେବେ ବି ବିଚାରପତି ଭାବେ କାର୍ଯ୍ୟ କରିନାହାଁନ୍ତି ଏବଂ ତାଙ୍କୁ ସର୍ବଦା ରାଷ୍ଟ୍ରପତିଙ୍କ ସହଯୋଗୀ ଭାବରେ ଦେଖାଯାଉଥିଲା । ମହାଭିଯୋଗ ପରେ ବନ୍ଦରନାଇକେଙ୍କୁ ସମର୍ଥନ କରିଥିବା ତିନିଜଣ ବରିଷ୍ଠ ଆଇନଜୀବୀଙ୍କୁ ଧମକପୂର୍ଣ୍ଣ ଚିଠି ମଧ୍ୟ ମିଳିଥିଲା । ଆନୁଷ୍ଠାନିକ ଭାବେ ୨୩ ଜାନୁଆରୀ ୨୦୧୩ରେ ସୁପ୍ରିମକୋର୍ଟରେ ଏକ ସମାରୋହରେ ପେଇରିସଙ୍କୁ ମୁଖ୍ୟ ବିଚାରପତି ଭାବେ ମାନ୍ୟତା ମିଳିଥିଲା । ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ବ୍ୟତୀତ ଅନ୍ୟ ସବୁ ଗଣମାଧ୍ୟମକୁ ଏହି ବୈଠକକୁ ବାରଣ କରାଯାଇଥିଲା । ଦେଶର ସର୍ବ ବୃହତ ଆଇନଜୀବୀ ସଙ୍ଗଠନ ଶ୍ରୀଲଙ୍କାର ବାର୍ ଆସୋସିଏସନ୍ ଏହି ବୈଠକକୁ ପ୍ରତ୍ୟାଖାନ କରିଥିଲେ । ତେବେ ଏହି ସମାରୋହରେ ସୁପ୍ରିମକୋର୍ଟର ସହଯୋଗୀ ବିଚାରପତିଙ୍କ ସମେତ ଅନ୍ୟ ବିଚାରପତିମାନେ ଯୋଗ ଦେଇଥିଲେ । ଅନ୍ତର୍ଜାତୀୟ ବାର୍ ଆସୋସିଏସନର ମାନବ ଅଧିକାର ପ୍ରତିଷ୍ଠାନ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜେ. ଏସ୍. ବର୍ମାଙ୍କ ନେତୃତ୍ୱରେ ଏକ ଚାରିଜଣିଆ ପ୍ରତିନିଧୀ ଦଳ ଗଠନ କରି ଏହି ମହାଭିଯୋଗର ତଥ୍ୟ ଅନୁସନ୍ଧାନ ପାଇଁ ଶ୍ରୀଲଙ୍କା ଗସ୍ତରେ ଯାଇଥିଲେ । ପ୍ରତିନିଧୀ ଦଳର ଅନ୍ୟ ସଦସ୍ୟମାନେ ହେଲେ ବରୁଣେଶ ପ୍ରଶର, ସଚିନ କିନାନ ଏବଂ ସଦାକତ କାଦ୍ରି । ଶ୍ରୀଲଙ୍କା ସରକାର ୨୯/୩୦ ଜାନୁଆରୀ ୨୦୧୩ରେ ଏହି ପ୍ରତିନିଧି ଦଳର ସଦସ୍ୟମାନଙ୍କର ଭିସା ପ୍ରତ୍ୟାହାର କରିଦେବା ପରେ ଏହି ମିଶନକୁ ବାତିଲ କରିବାକୁ ପଡିଥିଲା ।
ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଜନ୍ମାଷ୍ଟମୀ ବା ହରିଜନ୍ମ ଇତ୍ୟାଦି ନାମରେ ଆମେ ପାଳନ କରୁ ଥାଇଁ ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ରାଧାଷ୍ଟମୀ ଭାବେ ପାଳନ କରନ୍ତି ସେମାନଙ୍କ ମତରେ କୃଷ୍ଣଭକ୍ତି ପ୍ରାପ୍ତିର ମାଧ୍ୟମ ଶ୍ରୀରାଧାଙ୍କ ସ୍ତୁତି ଓ ପୂଜନ ପୌରାଣିକ ଦିନେ ନାରଦ ଶ୍ରୀକୃଷ୍ଣଙ୍କୁ ପଚାରିଲେ- ଭଗବାନ ଆପଣଙ୍କ ଶ୍ରୀମୁଖରୁ ଅନେକ ବ୍ରତ କଥା ଶୁଣିଛି ବର୍ତ୍ତମାନ ମୋତେ ଶ୍ରୀରାଧାଙ୍କର ଜନ୍ମଦିନର ବ୍ରତ କଥା କୁହନ୍ତୁ ଶ୍ରୀକୃଷ୍ଣ କହିଲେ ଦେବର୍ଷି, ତୁମେ ମୋର ପ୍ରିୟ ଭକ୍ତ ସେଥିପାଇଁ ତୁମେ ଏ ବ୍ରତ ଶ୍ରବଣ କରିବାର ଯୋଗ୍ୟ ଅଟ ଏକଦା ସୂର୍ଯ୍ୟଦେବ ବ୍ରହ୍ମାଣ୍ଡ ପରିଭ୍ରମଣ କରୁକରୁ ନାନା ପ୍ରକାରର ଐଶ୍ୱର୍ଯ୍ୟ ଦେଖି ତପସ୍ୟା କରିବାକୁ ମନ ବଳାଇଲେ ତେଣୁ ସେ ମନ୍ଦର ପର୍ବତ ଗୂହାରେ କଠିନ ତପସ୍ୟାରତ ହେଲେ ଫଳରେ ପୃଥିବୀ ଅନ୍ଧକାରାଚ୍ଛନ୍ନ ହେଲା, ଦେବତାଗଣ ଭୀତ ହେଲେ ଇନ୍ଦ୍ର ଦେବତାଗଣଙ୍କ ସହ ମିଶି ମୋତେ ପ୍ରାର୍ଥନା କଲେ ମୁଁ ଦେବଗଣଙ୍କୁ ଆଶ୍ୱାସନା ଦେଇ ସୂର୍ଯ୍ୟଙ୍କୁ ଦର୍ଶନ ଦେଇ କହିଲି ହେ ଦିବାକର ତୁମେ ତପସ୍ୟାରେ ସିଦ୍ଧି ଲାଭ କରିଛ ତୁମେ ବର ପ୍ରାର୍ଥନା କର ସୂର୍ଯ୍ୟଦେବ କହିଲେ ପ୍ରଭୁ ମୋତେ ଗୋଟିଏ ଗୁଣବତୀ କନ୍ୟାର ବର ଦିଅନ୍ତୁ ଏବଂ ଆପଣ ଚିରଦିନ ସେହି କନ୍ୟାପ୍ରତି ବଶୀଭୂତ ରହିବେ ଏହା ବ୍ୟତୀତ ମୋର ଆଉ କିଛି ଇଚ୍ଛା ନାହିଁ ମୁଁ ତଥାସ୍ତୁ କହିଲି ଏହି ପୃଥିବୀରେ ମୁଁ କେବଳ ଶ୍ରୀରାଧାଙ୍କର ବଶୀଭୂତ ଶ୍ରୀରାଧା ଏବଂ ମୋ ମଧ୍ୟରେ କୌଣସି ପ୍ରଭେଦ ନାହିଁ ମୁଁ ପୃଥିବୀର ଭାର ଲାଘବ ପାଇଁ ବୃନ୍ଦାବନର ନନ୍ଦାଳୟରେ ଅବତୀର୍ଣ୍ଣ ହେବି ତୁମେ ସେଠାରେ ବୃଷଭାନୁ ରାଜା ନାମରେ ଜନ୍ମ ଗ୍ରହଣ କରିବ ଶ୍ରୀରାଧା ତୁମର କନ୍ୟାରୂପେ ଅବତୀର୍ଣ୍ଣ ହେବେ ଶ୍ରୀହରି ମଥୁରାରେ ଜନ୍ମଗ୍ରହଣ କରି ନନ୍ଦାଳୟକୁ ଆସିଲେ ସୂର୍ଯ୍ୟଦେବ ବୈଶ୍ୟ କୁଳରେ ବୃଷଭାନୁ ନାମରେ ଜନ୍ମ ଗ୍ରହଣ କଲେ ଯଥା କାଳେ ଗୋପକନ୍ୟା କୀର୍ତ୍ତିଦାଙ୍କ ସହିତ ତାଙ୍କ ବିବାହ ହେଲା, ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ବିଶାଖା ନକ୍ଷତ୍ରରେ କୀର୍ତ୍ତିଦାଙ୍କ ଗର୍ଭରେ ରାଧିକା ଜନ୍ମଗ୍ରହଣ କଲେ ଗୋପଗୋପୀ ଗଣ ଆନନ୍ଦରେ ଶ୍ରୀରାଧାଙ୍କ ଜନ୍ମ ପାଳନ କରିଥିଲେ କାଳକ୍ରମେ ଶ୍ରୀରାଧା ଚନ୍ଦ୍ରସେଣା ନାମକ ନପୁଂସକ ଗୋପାଳଙ୍କୁ ବିବାହ କଲେ, କିନ୍ତୁ ସେ ପରମପୁରୁଷ ଜ୍ଞାନରେ ଶ୍ରୀକୃଷ୍ଣଙ୍କ ସହ ବିହାର କଲେ, ତେଣୁ ଶ୍ରୀକୃଷ୍ଣଙ୍କର କରୁଣା ଲାଭ ପାଇଁ ଶ୍ରୀରାଧାଙ୍କ ଜନ୍ମଦିନକୁ ଶ୍ରୀରାଧାଷ୍ଟମୀ ଭାବରେ ପାଳନ କରାଯାଏ ଆମର ଓଡ଼ିଶାରେ ଶ୍ରୀମନ୍ଦିର ଓ ସାକ୍ଷୀଗୋପାଳ ମନ୍ଦିରରେ ଏହି ନୀତି ଯଥାବିଧି ପାଳନ କରାଯାଏ ଏବଂ ଅନୁଗୋଳର କୀର୍ତ୍ତନ ଘରେ ପ୍ରାୟତଃ ୧୯୨୦ ମସିହାରୁ ରାଧାଷ୍ଟମୀ ମହୋତ୍ସବ ଧୁମଧାମରେ ପାଳନ କରା ଯାଇଆସୁଛି ରାଧାଷ୍ଟମୀ ବ୍ରତ ଭାଦ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀରେ ଏହି ବ୍ରତ ପାଳନ କରାଯାଏ । ପୂର୍ବେ ଏହି ତିଥିରେ ଦୁର୍ବାଷ୍ଟମୀ ପାଳନ ହେଉଥିଲା । କ୍ରମେ ଦୁର୍ବାଷ୍ଟମୀ ଅପ୍ରଚଳିତ ହୋଇଗଲାଣି । ରାଧାଷ୍ଟମୀ ବୈଷ୍ଣବମାନଙ୍କ ମଧ୍ୟରେ ବିଶେଷ ଭାବରେ ପ୍ରଚଳିତ । ଏଥିରେ ରାଧାଙ୍କର ଜନ୍ମବୃତ୍ତାନ୍ତ ବ୍ୟତୀତ ଏକ ବ୍ରତ କଥା ପଠିତ ହୁଏ । କାହାଣୀଟି ଅତି ସରଳ । ସତ୍ୟଯୁଗରେ ଗୋଟିଏ ବାରଙ୍ଗନା ଥିଲା । ତା ' ନାମ ଲୀଳାବତୀ । ସେ ଥରେ ନିଜ ନଗରରୁ ଅନ୍ୟ ଏକ ନଗରକୁ ଯାଉଥିଲା । ବାଟରେ ଗୋଟିଏ ମନ୍ଦିର ଦେଖିଲା । ସେଠାରେ କେତେଜଣ ବୈଷ୍ଣବ ସନ୍ୟାସୀ ରାଧାଷ୍ଟାମୀ ପାଳୁଥିଲେ । ଧୂପ, ଦୀପ, ନୈବେଦ୍ୟ ଦେଇ ଦିବ୍ୟ ବସ୍ତ୍ର ଅଲଙ୍କାର ବିନ୍ଧାଇ ଶ୍ରୀରାଧାଙ୍କ ମୂର୍ତ୍ତିଙ୍କୁ ପୂଜା କରୁଥିଲେ । ତା 'ର ମନରେ ପରିବର୍ତ୍ତନ ଆସିଲା । ସେ ଏହି ବ୍ରତ କରିବ ବୋଲି ସଂକଳ୍ପ କଲା । ସଂକଳ୍ପ କରିବା କ୍ଷଣି ତାର ସବୁପାପ ଦୂର ହେଲା । ସେ ମୃତ୍ୟୁ ପରେ ବୈକୁଣ୍ଠକୁ ଗଲା ।
ମହମ୍ମଦ ମହସୀନ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତା ଓ ନିର୍ଦ୍ଦେଶକ । ମୁମ୍ବାଇରେ କେତେକ ହିନ୍ଦୀ ସିନେମାରେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ମହମ୍ମଦ ମହସୀନ ଓଡ଼ିଶାକୁ ଫେରି ପ୍ରଶାନ୍ତ ନନ୍ଦଙ୍କ ସହଯୋଗୀ ଭାବେ ଶେଷ ଶ୍ରାବଣ, ବଳିଦାନ, ମା ଓ ମମତା, ପୂଜା ଓ ହିସାବ ନିକାଶ ଇତ୍ୟାଦି କଥାଚିତ୍ରରେ କାମ କରିଥିଲେ । ବାରିପଦାର ପ୍ରଯୋଜକ ବଟକୃଷ୍ଣ ନାୟକ ୧୯୮୨ ମସିହାରେ ଫୁଲ ଚନ୍ଦନ କଥାଚିତ୍ରରେ ମହମ୍ମଦ ମହସୀନଙ୍କୁ ପ୍ରଥମେ ସ୍ୱାଧୀନ ଭାବେ ନିର୍ଦ୍ଦେଶନା ଦେବାର ସୁଯୋଗ ଦେଇଥିଲେ ।
ଫ୍ଲେଲ ଚେଷ୍ଟ ହୋଇଥିବା କୁହାଯାଏ ଯେତେବେଳେ କୌଣସି ଆଘାତ ଯୋଗୁ ଛାତି କାନ୍ଥର ଏକ ଅଂଶ ଅଲଗା ହୋଇଯାଏ । ଏହାର ଲକ୍ଷଣ ମଧ୍ୟରେ ଛାତି ଯନ୍ତ୍ରଣା ଏବଂ ଅଣନିଶ୍ୱାସ ହୋଇପାରେ । ଅବସ୍ଥା ଜଟିଳ ହେଲେ ଫୁସଫୁସ ସଂକ୍ରମଣ (ଫୁସଫୁସ ଟିସୁର କ୍ଷତ) ଏବଂ ନିମୋଥୋରାକ୍ସ ହୋଇପାରେ । ଏହାର କାରଣ ମଧ୍ୟରେ ସାଧାରଣତଃ ଛାତିରେ ବିନା ଧାର ଆଘାତ ଯୋଗୁ ଯେପରିକି ମୋଟର ଯାନ ଧକ୍କା ସମୟରେ ହୋଇଥାରେ । ବିପଦ କାରଣଗୁଡ଼ିକ ମଧ୍ୟରେ ବୃଦ୍ଧାବସ୍ଥା ଏବଂ ଓଷ୍ଟିଓଜେନେସିସ ଇମ୍ପରଫେକ୍ଟା ଅନ୍ତର୍ଭୁକ୍ତ । ଆଘାତ ଶୈଳୀରେ ଅନ୍ତତ ପକ୍ଷେ ଦୁଇଟି ସ୍ଥାନରେ ଅତି କମରେ ତିନୋଟି ସଂଲଗ୍ନ ପାଖାପାଖି ପଞ୍ଜରା ହାଡ଼ ଭାଙ୍ଗିଯାଇଥାଏ ଓ ସେଥି ନିମନ୍ତେ ସେହି ଭଙ୍ଗା ଅଂଶ ସ୍ୱାଧୀନ ଭାବରେ ଗତି କରେ । ଏହା ଫଳରେ ଏହି ଅଂଶ ଛାତିରେ ଅନ୍ୟ ଅଂଶର ବିପରୀତ ଦିଗକୁ ଗତି କରେ । ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରିହୁଏ ଓ ମେଡିକାଲ ଇମେଜିଙ୍ଗଦ୍ୱାରା ସମର୍ଥିତ ହୋଇପାରେ । ପ୍ରାରମ୍ଭିକ ପରିଚାଳନାରେ ଅମ୍ଳଜାନ ଚିକିତ୍ସା, ନ‌ନ୍-ଇନଭେସିଭ ଭେଣ୍ଟିଲେସନ କିମ୍ବା ଯାନ୍ତ୍ରିକ ଭେଣ୍ଟିଲେସନ୍ କରାଯାଇପାରେ । ଇଞ୍ଜେକସମ ସାହାଯ୍ୟରେ ସ୍ନାୟୁ ଅବରୋଧ କରି ଯନ୍ତ୍ରଣା ପରିଚାଳନା କରାଯାଇପାରେ । ଭଙ୍ଗା ଅଂଶକୁ ଯୋଡ଼ିବା ପାଇଁ ଅସ୍ତ୍ରୋପଚାର କଲେ ଭଲ ଫଳାଫଳ ହେବା ଦେଖାଯାଏ । ପୁନରୁଦ୍ଧାର ପରେ କିଛି ଲୋକଙ୍କର ସ୍ଥାୟୀ ବା କ୍ରନିକ ଯନ୍ତ୍ରଣା ହୁଏ କିମ୍ବା ଅକ୍ଷମତା ରହିଥାଏ । ବଡ଼ ଛାତି ଆଘାତର ପ୍ରାୟ ୭% କ୍ଷେତ୍ରରେ ଏହି ଅବସ୍ଥା ହୋଇପାରେ । ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି । ମୃତ୍ୟୁ ହେବାର ଆଶଙ୍କା ପ୍ରାୟ ୧୫% ଅଟେ; ଯଦିଓ ପ୍ରାୟତ ସଂପୃକ୍ତ ଆଘାତ ହେତୁ ହୋଇଥାଏ । ଏହି ଅବସ୍ଥା ପ୍ରଥମେ ୧୯୫୫ ମସିହାରେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଥିଲା ।
ଭଗବାନ ଶିବ ଶ୍ରୀପଶୁପତିନାଥ ରୂପେ ନେପାଳରେ ରାଜଧାନୀ କାଠମାଣ୍ଡୁ ନଗରରେ ବିରାଜ ମାନ ହେଇଛନ୍ତି । ହିନ୍ଦୁ ଜଗତର ପବିତ୍ର ଶୈବପୀଠ ଶ୍ରୀପଶୁପତିନାଥଙ୍କର ମନ୍ଦିର କାଠମାଣ୍ଡୁର ବାଗମତୀ ନଦୀ ତଟରେ ଅବସ୍ତିତ। ପଶୁପତିନାଥ ମନ୍ଦିର ଏକ ବିଶ୍ୱ ଐତିହ୍ୟ ସ୍ଥଳ ଭାବେ ଘୋଷିତ । ମନ୍ଦିର ଏହି ମନ୍ଦିର ପ୍ରଥମ ଶତାବ୍ଦୀରେ ନିର୍ମିତ ହୋଇଥିବା କୁହାଯାଏ ।ସମୟ କ୍ରମେ ମନ୍ଦିରର ବହୁବାର ଜିର୍ଣ୍ଣୋଦ୍ଧାର ହୋଇଛି । ପାଗୋଡ଼ା ଶୈଳୀରେ ନିର୍ମିତ ବର୍ତ୍ତମାନର ପଶୁପତିନାଥ ମନ୍ଦିରର ଦ୍ୱିତଳ ବିଶିଷ୍ଟ ଶିଖର ଦେଶ ସୁନାରେ ଛାଉଣୀ ହୋଇଛି । ମନ୍ଦିରର ରୌପ୍ୟ ଆଚ୍ଛାଦିତ କବାଟ କାରୁକାର୍ଯ୍ୟ ବିମଣ୍ଡିତ । ମନ୍ଦିର ସମ୍ମୁଖରେ ସୁବର୍ଣ୍ଣ ନନ୍ଦୀ ବିଗ୍ରହ ବିରାଜିତ । ମନ୍ଦିର ଗର୍ଭଗୃହର ଚାରିଦିଗକୁ ଚାରିଟି ଦ୍ୱାର । ଗର୍ଭଗୃହ ମଧ୍ୟରେ ସ୍ୱୟମ୍ଭୁ ଶିବଲିଙ୍ଗ ବିଦ୍ୟାମାନ । ଶିବଲିଙ୍ଗର ଉଚ୍ଚତା ପ୍ରାୟ ତିନି ଫୁଟ । ଶ୍ରୀପଶୁପତିନାଥ ପଞ୍ଜାନନ ଶିବ ଭାବେ ପୂଜା ପାଉଛନ୍ତି । ଶିବଲିଙ୍ଗର ଚାରିମୂଖ ସମ୍ମୁଖରେ ଚାରିଦ୍ୱାର । ପୌରାଣିକ ବର୍ଣ୍ଣନା ଅନୁସାରେ ଭଗବାନ ସଦାଶିବ ବିଭିନ୍ନ କଳ୍ପରେ ଭିନ୍ନ ଭିନ୍ନ ରୂପରେ ପ୍ରକଟିତ ହେଇଥିଲେ । ପଶୁପତିନାଥ ଶିବଲିଙ୍ଗ ପ୍ରତିରୂପରେ ଦକ୍ଷିଣ ହସ୍ତରେ ରୁଦ୍ରାକ୍ଷମାଳ ଏବଂ ବାମ ହସ୍ତରେ କମଣ୍ଡଳକୁ ଧାରଣ କରିଛନ୍ତି । ଇତିହାସ ପୌରାଣିକ ପୌରାଣିକ ଆଖ୍ୟାୟିକା ଅନୁସାରେ ମହାଭାରତ ଯୁଦ୍ଧରେ ପାଣ୍ଡବମାନେ ନିଜରପିତାମହ,ଗୁରୁ ଓ ଭାଇମାନଙ୍କୁ ବିନାଶ କରିବା ଜନିତ ଦୋଷରୁ ମୁକ୍ତି ପାଇବା ପାଇଁ ଭଗବାନ ଶଙ୍କରଙ୍କ ଆଶିର୍ବାଦ ଲାଭ ଉଦ୍ଦେଶ୍ୟରେ କାଶୀ, ଗୁପ୍ତକାଶୀ ଆସି କେଦାରଖଣ୍ଡରେ ପହଞ୍ଚିଲେ । ପ୍ରଭୁ ପାଣ୍ଡବମାନଙ୍କ ଆନ୍ତରିକତା ପରୀକ୍ଷା କରିବା ପାଇଁ ସେମାନଙ୍କୁ ଦର୍ଶନ ନଦେଇ ଏକ ମହିଷ ବା ଷଣ୍ଢ ରୂପରେ ବିଚରଣ କରିବାକୁ ଲାଗିଲେ । ପାଣ୍ଡବମାନେ ଏହା ଜାଣିପାରିବାରୁ ମହିଷରୂପୀ ଶିବ ପୃଥିବୀ ଗର୍ଭରେ ପ୍ରବେଶ କରିବାକୁ ଲାଗିଲେ । ଦ୍ୱିତୀୟ ପାଣ୍ଡବ ମହିଷ ରୂପୀ ଶିବଙ୍କର ପୃଷ୍ଠ ଭାଗକୁ କୁଣ୍ଢାଇ ଧରିବାରୁ ମହିଷର ପୃଷ୍ଠଭାଗ କେଦାରନାଥ ଅନ୍ୟ କେତେକ ଭାଗ ମଦମହେଶ୍ୱର, ତୁଙ୍ଗନାଥ, ରୁଦ୍ରନାଥ ଓ କଳ୍ପେଶ୍ୱରରେ ଏବଂ ଶିରଭାଗ ନେପାଳର କାଠମାଣ୍ଡୁରେ ଶିବଲିଙ୍ଗରୂପେ ପ୍ରକଟିତ ହେଲେ । ନେପାଳରେ ପ୍ରକଟିତ ହେଇଥିବା ଶିବଲିଙ୍ଗ ହେଉଛନ୍ତି ଶ୍ରୀପଶୁପତିନାଥ ଶିବଲିଙ୍ଗ । ତେଣୁ ବିଶ୍ୱାସ କରାଯାଏ ଶ୍ରୀକେଦାରନାଥ ଓ ଶ୍ରୀପଶୁପତିନାଥ ଏକ ଓ ଅଭିନ୍ନ ଏବଂ ଉଭୟେ ମିଶି ଗୋଟିଏ ଜ୍ୟୋତିର୍ଲିଙ୍ଗ । ପୂଜା ପଦ୍ଧତି ଆଦି ଶଙ୍କରାଚାର୍ଯ୍ୟ ଶ୍ରୀପଶୁପତିନାଥଙ୍କ ସେବା ପୂଜାରେ କେତେକ ସଂସ୍କାର କରାଇ ତାଙ୍କର ଶିଷ୍ୟ ବିମଳାନନ୍ଦଙ୍କୁ ସେବାପୂଜା ଭାର ଅର୍ପଣ କରିଥିବା ଜଣାଯାଏ । ବିମଳାନନ୍ଦ ଦକ୍ଷିଣ ଭାରତର କେରଳରୁ ସୁଦକ୍ଷ ପୂଜକ ଅଣାଇ ଶ୍ରୀପଶୁପତିନାଥଙ୍କ ସେବାପୂଜା କାର୍ଯ୍ୟରେ ନିଯୁକ୍ତ କରାଇଥିଲେ । ସେହି ସମୟରୁ ଦକ୍ଷିଣ ଭାରତୀୟ କେରଳୀ ପୂଜକମାନେ ଶ୍ରୀପଶୁପତିନାଥଙ୍କ ସେବାପୂଜା ନିର୍ବାହ କରିଆସୁଛନ୍ତି । ସେମାନେ ବଂଶାନୁକ୍ରମେ ଏହି ସେବାପୂଜା କାର୍ଯ୍ୟ ନିର୍ବାହ କରିନଥାନ୍ତି । ଶାସ୍ତ୍ରୀୟ ପୂଜା ପଦ୍ଧତିରେ ଉପଯୁକ୍ତ ଶିକ୍ଷା ଏବଂ ଦକ୍ଷତା ଅନୁସାରେ ସେମାନଙ୍କୁ ଶ୍ରୀପଶୁପତିନାଥଙ୍କ ସେବାପୂଜା କାର୍ଯ୍ୟରେ ନିଯୁକ୍ତ କରାଯାଇଥାଏ । ଏହି ପୂଜକମାନେ ଭଟ୍ଟ ବା ଭଟ୍ଟକୀ ନାମରେ ପରିଚିତ । ଶ୍ରୀପଶୁପତିନାଥଙ୍କ ସେବାପୂଜାରେ ସେମାନଙ୍କୁ ସାହାଯ୍ୟ କରିବାପାଇଁ ନେପାଳୀ ପୂଜାରୀ ନିଯୁକ୍ତ ଅଛନ୍ତି । କିନ୍ତୁ ନେପାଳୀ ପୂଜାରୀମାନେ ଶ୍ରୀପଶୁପତିନାଥ ଶିବଲିଙ୍ଗକୁ ସ୍ପର୍ଶକରି ପୂଜା କରିପାରିବେ ନାହିଁ । ସେମାନେ କେବଳ ଭଟ୍ଟମାନଙ୍କୁ ସେବାପୂଜା ନିର୍ବାହ କରିବାରେ ସାହାଯ୍ୟ କରିପାରିବେ ।
ତୀର୍ଯ୍ୟକ ଦୃଷ୍ଟି ବା ଟେରା ଦୋଷ (ଇଂରାଜୀ ଭାଷାରେ ସ୍ଟ୍ରାବିସମସ/ , ବା ) ଏକ ଦୃଷ୍ଟି ଦୋଷ ଯେଉଁଥିରେ ଗୋଟିଏ ବସ୍ତୁ ଉପରେ ଦୃଷ୍ଟିପାତ କଲେ ଦୁଇ ଆଖି ସଠିକ ଭାବରେ ସମରେଖଣ ହୋଇପାରେ ନାହିଁ । କେନ୍ଦ୍ରୀଭୁତ କରୁଥିବା ତୀର୍ଯ୍ୟକ ଆଖିର ପରିବର୍ତ୍ତନ ମଧ୍ୟ ହୁଏ । ଏହି ଦୋଷ ସାମୟିକ ବା ସ୍ଥାୟୀ ହୋଇପାରେ । ପିଲାଦିନେ ବ‌ହୁତ ଦିନ ଧରି ରହିବା ଫଳରେ କ୍ଷୀଣ ଦୃଷ୍ଟି ହୁଏ ଓ ଆଖିର ଗଭୀରତା ଜ୍ଞାନ ରହେନି । ବଡ଼ ମଣିଷଙ୍କର ଦୈତ ଦୃଷ୍ଟି ରହିପାରେ । ମାଂସପେଶୀ ଶଥିଳ ଥିଲେ, ଦୂରଦୃଷ୍ଟି ଥିଲେ, ମସ୍ତିଷ୍କ ସମସ୍ୟା, ଆଘାତ ବା ସଂକ୍ରମଣ ଥିଲେ ତୀର୍ଯ୍ୟକ ଦୃଷ୍ଟି ହୁଏ । ଏହି ରୋଗ ସଙ୍କଟ କାରକମାନଙ୍କ ନାମ: ଅବଧୀପୂର୍ବ ପ୍ରସବ , ସେରେବ୍ରାଲ ପାଲ୍ସି ଓ ରୋଗର ପାରିବାରିକ ଇତିହାସ । ଦୁଇ ପ୍ରକାର ତୀର୍ଯ୍ୟକ ଦୃଷ୍ଟି ଦେଖାଯାଏ ଯଥା:- ଏସୋଟ୍ରୋପିଆ ଯେଉଁଥିରେ ଚକ୍ଷୁ ଦୃଷ୍ଟି ପରଷ୍ପରକୁ ଛେଦ କରେ, ଏକ୍ସୋଟ୍ରୋପିଆ ଯେଉଁଥିରେ ଦୃଷ୍ଟି ପରଷ୍ପରଠାରୁ ଦୂରେଇ ଯାଏ ଓ ହାଇପରଟ୍ରୋପିଆ ଯେଉଁଥିରେ ଲମ୍ବ ଭାବରେ ସମରେଖିକ ନ ଥାଏ । ଆଉ ଦୁଇ ପ୍ରକାର ଶ୍ରେଣୀଭୁକ୍ତ ମଧ୍ୟ କରାଯାଏ: କମିଟାଣ୍ଟ, ଯେଉଁଥରେ ସବୁଦିଗରେ ସମସ୍ୟା ଥାଏ ଓ ଇନ‌କମିଟାଣ୍ଟ, ଯେଉଁଥିରେ ଦିଗ ଅନୁସାରେ ଥାଏ । ଚକ୍ଷୁ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ - ଆଖି ଭିତରୁ ପ୍ରତିଫଳିତ ରଶ୍ମୀ ପୁତ୍ତଳୀର ମଧ୍ୟ ସ୍ଥଳରେ ନ ଆସିଲେ ନିର୍ଣ୍ଣୟ କରାଯାଏ । ଖପୁରୀୟ ସ୍ନାୟୁ ବେମାରୀ ଥିଲେ ମଧ୍ୟ ସମାନ ଲକ୍ଷଣ ଦେଖାଯାଏ । ଶ୍ରେଣୀ ଓ କାରଣ ଅନୁସାରେ ଏହି ରୋଗର ଚିକିତ୍ସା କରାଯାଏ । ଚଷମା ଓ ଅପରେଶନ ମାଧ୍ୟମରେ ଏହାର ଚିକିତ୍ସା ହୁଏ । କେତେକ ରୋଗୀ ଶୀଘ୍ର ଅପରେଶନ କଲେ ଉପକାର ପାଆନ୍ତି । ପ୍ରାୟ ୨% ପିଲାଙ୍କର ଏହି ରୋଗ ଥାଏ । ଗ୍ରୀକ ଭାଷାର ଶବ୍ଦରୁ ଏହି ସ୍ଟ୍ରାବିସମସ ଶବ୍ଦ ନିଆଯାଇଛି ଯାହାର ଅର୍ଥ ଟେରାଭାବରେ ଅନେଇବା ।
ବର୍ଣ୍ଣନା ଦି ଟାଇମସ୍ ଅଫ ଇଣ୍ଡିଆ (ଟି.ଓ.ଆଇ) ଇଂରାଜୀ ଭାଷାର ଏକ ଭାରତୀୟ ଦୈନିକ ସମ୍ବାଦପତ୍ର । 'ଅଡିଟ୍ ବ୍ୟୁରୋ ଅଫ୍ ସରକୁଲେସନ୍' (ଭାରତ) ଅନୁସାରେ ଏହା ଭାରତର ତୃତୀୟ ସର୍ବବୃହତ ଓ ପୃଥିବୀର ସର୍ବବୃହତ ବିକ୍ରୟ କରାଯାଉଥିବା ଇଂରାଜୀ ଭାଷାର ଦୈନିକ ସମ୍ବାଦପତ୍ର । 'ଇଣ୍ଡିଆନ ରିଡରସିପ୍ ସର୍ଭେ' (ଆଇ.ଆର୍.ଏସ୍) ୨୦୧୨ ଅନୁସାରେ 'ଟି.ଓ.ଆଇ' ଭାରତରେ ସର୍ବାଧିକ ପାଠ କରାଯାଉଥିବା ସମ୍ବାଦପତ୍ର ଓ ଏହାର ପାଠକ ସଂଖ୍ୟା ପ୍ରାୟ ୭.୬୪୩ ନିୟୁତ । ଏହି ପାଠକ ସଂଖ୍ୟା ଅନୁସାରେ 'ଟି.ଓ.ଆଇ' ଇଂରାଜୀ ଭାଷାର ଦୈନିକ ସମ୍ବାଦପତ୍ରରେ ପ୍ରଥମ ସ୍ଥାନରେ ଅଛି । ଏହା 'ବେନେଟ୍, କୋଲେମାନ୍ ଓ କୋ. ଲିମିଟେଡ଼୍' ର ମାଲିକାନା ଅନ୍ତର୍ଭୁକ୍ତ ଓ ଏହାଦ୍ୱାରା ମଧ୍ୟ ପ୍ରକାଶିତ ହୁଏ । ଏହି ସଂସ୍ଥାର ମାଲିକ ହେଉଛନ୍ତି ସାହୁ ଜୈନ ପରିବାର ।'ବ୍ରାଣ୍ଡ୍ ଟ୍ରଷ୍ଟ ରିପୋର୍ଟ' ଅନୁସାରେ 'ଟି.ଓ.ଆଇ' ଭାରତର ସବୁଠାରୁ ବିଶ୍ୱାସଯୋଗ୍ୟ ଉତ୍ପାଦନ ମଧ୍ୟରେ, ୨୦୧୨ ମସିହାରେ ୮୮ତମ, ୨୦୧୩ ମସିହାରେ ୧୦୦ତମ ଓ ୨୦୧୪ ମସିହାରେ ୧୭୪ତମ ସ୍ଥାନରେ ଥିଲା । ଇତିହାସ ଆରମ୍ଭ ଦି ଟାଇମସ୍ ଅଫ୍ ଇଣ୍ଡିଆ, ଏହାର ପ୍ରଥମ ସଂସ୍କରଣ ୩ ନଭେମ୍ବର ୧୮୩୮ ଦିନ ଦି ବମ୍ବେ ଟାଇମସ୍ ଓ ଜର୍ଣ୍ଣାଲ୍ ଅଫ କମର୍ସ୍ ନାମରେ ପ୍ରକାଶ ପାଇଥିଲା ।ଏହି ସମ୍ବାଦପତ୍ର ବୁଧବାର ଓ ଶନିବାର ଜଣେ ମରାଠୀ ସଂସ୍କରବାଦୀ ରାଓବାହାଦୂର ନାରାୟଣ ଦୀନାନାଥ ଭେଲକାରଙ୍କ ନିର୍ଦ୍ଦେଶନାରେ ପ୍ରକାଶ ପାଇଥିଲା ଏବଂ ଏଥିରେ ବ୍ରିଟେନ୍ ଓ ସମଗ୍ର ବିଶ୍ୱର ଖବର ଓ ତା ' ସହିତ ଭାରତୀୟ ଉପମହାଦେଶର ଖବର ମଧ୍ୟ ପ୍ରକାଶ ପାଇଥିଲା ।୧୮୫୦ ମସିହାରେ ଏହାର ଦୈନିକ ସଂସ୍କରଣ ପ୍ରକାଶ ପାଇଲା । ୧୮୬୦ ମସିହାରେ ସମ୍ପାଦକ ରବର୍ଟ ନାଇଟ (୧୮୨୫-୯୨), ପ୍ରତିଦ୍ୱନ୍ଦୀ ବମ୍ବେ ଷ୍ଟାଣ୍ଡାର୍ଡ ସହ ମିଶ୍ରଣ କରି ଭାରତୀୟ ସେୟାରଧାରୀଙ୍କ ଇଚ୍ଛା ବଢାଇଥିଲେ ଏବଂ ଭାରତର ପ୍ରଥମ ଖବର ସଂସ୍ଥା ଗଢିଥିଲେ । ୧୮୬୧ ମସିହାରେ ସେ ଏହାର ନାମ ବମ୍ବେ ଟାଇମସ୍ ଏଣ୍ଡ୍ ଷ୍ଟାଣ୍ଡାର୍ଡ୍ରୁ ଦି ଟାଇମସ୍ ଅଫ୍ ଇଣ୍ଡିଆକୁ ପରିବର୍ତ୍ତନ କଲେ ।ନାଇଟ ଏକ ମୁକ୍ତ ଗଣମାଧ୍ୟମ ପାଇଁ ସଙ୍ଘର୍ଷ କରିଥିଲେ ଓ ବାରମ୍ବାର ସରକାର, ବ୍ୟବସାୟୀ ଗୋଷ୍ଠୀଙ୍କ ଚେଷ୍ଟାକୁ ପ୍ରତିରୋଧ ମଧ୍ୟ କରିଥିଲେ ଏବଂ ସମ୍ବାଦପତ୍ରକୁ ଜାତୀୟ ପ୍ରାଧାନ୍ୟତା ଦେବାରେ ନେତୃତ୍ୱ ନେଇଥିଲେ ।୧୯ଶତକରେ ଏହି ସମ୍ବାଦପତ୍ର ସଂଘ ପ୍ରାୟ ୮୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଥିଲା ଏବଂ ଭାରତ ଓ ୟୁରୋପରେ ବଣ୍ଟନ ହେଉଥିଲା । ବେନେଟ୍ ଏବଂ କୋଲେମାନ୍ ମାଲିକାନା ଦି ଟାଇମସ୍ ଅଫ୍ ଇଣ୍ଡିଆ ୧୮୯୨ ମସିହା ପର୍ଯ୍ୟନ୍ତ ବାରମ୍ବାର ଏହାର ମାଲିକାନା ପରିବର୍ତ୍ତନ ଦେଖି ଆସୁଥିଲା । ମାତ୍ର ଥୋମାସ୍ ବେନେଟ୍ ଏବଂ ଫ୍ରାଙ୍କ ମୋରିସ୍ କୋଲେମାନ୍ , ଯେଉଁମାନେ ୧୯୧୫ ମସିହାରେ ଏସ୍ ଏସ୍ ପର୍ସିଆ ନାମକ ଏକ କମ୍ପାନୀ ସହ ବୁଡି ଯାଇଥିଲେ, ସେମାନେ ଏହି 'ଟି ଓ ଆଇ' ସମ୍ବାଦପତ୍ରକୁ, ସେମାନଙ୍କ ନୂଆ କମ୍ପାନୀ, ବେନେଟ୍, କୋଲେମାନ୍ ଏଣ୍ଡ କୋ. ଲିମିଟେଡ଼୍ଦ୍ୱାରା ଅଧିକାର କଲେ । ଡାଲମିଆ ମାଲିକାନା ୧୯୪୬ ମସିହାରେ, କମ୍ପାନୀକୁ ଚିନି ବ୍ୟବସାୟୀ ରାମକ୍ରିଷ୍ଣ ଡାଲମିଆ, ସେତେବେଳର ପ୍ରସିଦ୍ଧ ଶିଳ୍ପପତି ଡାଲମିଆ ପରିବାରକୁ, ୨୦ ନିୟୁତ ଟଙ୍କାରେ ସେମାନେ ବିକ୍ରି କରାଗଲା । ୧୯୫୫ ମସିହାରେ ଭିଭିଆନ୍ ବୋଷ୍, ଯେ କି ଅନୁସନ୍ଧାନର କମିଶନର୍ ଥିଲେ, ଜାଣିବାକୁ ପାଇଲେ ଯେ ୧୯୪୭ ମସିହାରେ ରାମକୃଷ୍ଣ ଡାଲମିଆ ଏହି ବୃହତ ଗଣମାଧ୍ୟମ ବେନେଟ୍, କୋଲେମାନ୍କୁ, ଏକ ବ୍ୟାଙ୍କ ଓ ଏକ ବୀମା କମ୍ପାନୀ, ଯାହାର ସେ ନିଜେ ଅଧ୍ୟକ୍ଷ ଥିଲେ, ସେଥିରୁ ଅର୍ଥ ବଦଳ କରି ଅଧିଗ୍ରହଣ କରିଛନ୍ତି । ନ୍ୟାୟାଳୟରେ ରାମକୃଷ୍ଣ ଡାଲମିଆଙ୍କୁ ଟଙ୍କା ଆତ୍ମସାତ୍ ଏବଂ ପ୍ରବଞ୍ଚନା ଅଭିଯୋଗରେ ତିହାର କାରାଗାରରେ ୨ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ କରାଗଲା । ମାତ୍ର କାରାଦଣ୍ଡର ଅଧିକାଂଶ ସମୟ ସେ ଚିକିତ୍ସାଳୟରେ କଟାଇଥିଲେ । ମୁକ୍ତି ପରେ ତାଙ୍କ ଜାମାତା ସାହୁ ଶାନ୍ତି ପ୍ରସାଦ ଜୈନ ଯାହାକୁ ସେ ବିଶ୍ୱାସ କରି ବେନେଟ୍, କୋଲେମାନ୍ ଏଣ୍ଡ କୋ. ଲିମିଟେଡ଼୍ର ପରିଚାଳନା ଭାର ଦେଇଥିଲେ, ସେ, ତାଙ୍କର କମ୍ପାନୀର ପୁଣିଥରେ ନେତୃତ୍ୱ ନେବା ଉଦ୍ୟମକୁ ପ୍ରତ୍ୟାଖ୍ୟାନ କରିଥିଲେ । ଜୈନ ପରିବାର (ଶାନ୍ତି ପ୍ରସାଦ ଜୈନ) ୧୯୬୦ ମସିହାର ଆରମ୍ଭରେ, ଶାନ୍ତି ପ୍ରସାଦ ଜୈନ କଳାବଜାରରେ ବିକିବା ଅପରାଧରେ ବନ୍ଦୀ ହୋଇଥିଲେ ଏବଂ ଭିଭିଆନ୍ ବୋଷ୍ କମିଶନର ପୂର୍ବ ତଥ୍ୟ (ଯାହା ଡାଲମିଆ-ଜୈନ ଗ୍ରୁପର ସମସ୍ତ କଳା କାରନାମା ପଦାରେ ପକାଇଥିଲା)କୁ ଭିତ୍ତିକରି, ଶାନ୍ତି ପ୍ରସାଦ ଜୈନଙ୍କ ବିପକ୍ଷରେ ଭାରତ ସରକାର ଏକ ପିଟିସନ ଦାଖଲ କଲେ ଏବଂ ବେନେଟ୍, କୋଲେମାନ୍ ଏଣ୍ଡ୍ କମ୍ପାନୀର ପରିଚାଳନାକୁ ବେଦଖଲ କଲେ । ଫଳାଫଳ ଅନୁଯାୟୀ ବିଚାରପତି ସରକାରଙ୍କୁ ସମ୍ବାଦପତ୍ରର ନିୟନ୍ତ୍ରକ ବୋଲି ମାନିନେବାକୁ ନିର୍ଦ୍ଦେଶ ଦେଲେ ।ଯାହାଫଳରେ ଅଧା ନିର୍ଦ୍ଦେଶକଙ୍କ ପରିବର୍ତ୍ତେ ବମ୍ବେ (ବର୍ତ୍ତମାନ ମୁମ୍ବାଇ) ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶଙ୍କୁ ଅଧ୍ୟକ୍ଷ ରୂପେ ନିଯୁକ୍ତ କରାଗଲା । ଭାରତ ସରକାରଙ୍କ ଅଧୀନରେ ଭିଭିଆନ୍ ବୋଷ କମିଶନଙ୍କ ବିବୃତି ପରେ, ଯାହା ୨୮ ଅଗଷ୍ଟ ୧୯୬୯ ମସିହାରେ ଡାଲମିଆ-ଜୈନ ଗ୍ରୁପର କଳାକାରନାମା ଦର୍ଶାଇଥିଲା, ମାନ୍ୟବର ବମ୍ବେ ଉଚ୍ଚ ନ୍ୟାୟାଳୟ, ନ୍ୟାୟାଧୀଶ ଜେ.ଏଲ୍ ନଏନଙ୍କ ଅଧ୍ୟକ୍ଷତାରେ, ଚାଲୁଥିବା ବେନେଟ୍, କୋଲେମାନ୍ ମଣ୍ଡଳୀକୁ ଭାଙ୍ଗିବା ପାଇଁ ଓ ସରକାରଙ୍କ ଅଧୀନରେ ନୂଆ ମଣ୍ଡଳୀ ତିଆରି କରିବା ପାଇଁ ଏକ ମଧ୍ୟବର୍ତ୍ତୀକାଳୀନ ବିବୃତି ଦେଲେ ।ନ୍ୟାୟାଳୟଙ୍କ ଅନୁଯାୟୀ "ଏପରି ପରିସ୍ଥିତିରେ, ଅର୍ଜିଦାତାଙ୍କଦ୍ୱାରା କରାଯାଇଥିବା ଅଭିଯୋଗ ଅନୁଯାୟୀ କମ୍ପାନୀଦ୍ୱାରା କରାଯାଇଥିବା ସମସ୍ତ କାର୍ଯ୍ୟ ଲୋକ ହିତକର ଓ କମ୍ପାନୀର ସ୍ୱାର୍ଥ ଅନୁସାରେ ସମସ୍ତ ଠିକ ଏହି ମନ୍ତବ୍ୟ ଦେବା ସର୍ବୋତ୍କୃଷ୍ଟ କାର୍ଯ୍ୟ ଥିଲା । ଏହି ମନ୍ତବ୍ୟକୁ ଆଧାର କରି ଶାନ୍ତି ପ୍ରସାଦ ଜୈନଙ୍କୁ ନିର୍ଦ୍ଦେଶକ ହେବାରୁ ରୋକାଗଲା ଓ କମ୍ପାନୀ ଜୈନଙ୍କର ଏକମାତ୍ର ସାଙ୍କେତିକ ଲେଖକଙ୍କ ସହ ଭାରତ ସରକାରଙ୍କଦ୍ୱାରା ନିଯୁକ୍ତ ନୂଆ ନିର୍ଦ୍ଦେଶକଙ୍କ ସହ କାର୍ଯ୍ୟ କରିବାକୁ ଲାଗିଲା । କୌତୁହଳପୂର୍ଣ୍ଣଭାବେ ନ୍ୟାୟାଳୟ ଡି କେ କୁନ୍ତେଙ୍କୁ ମଣ୍ଡଳୀର ଅଧ୍ୟକ୍ଷ ରୂପେ ନିଯୁକ୍ତ କଲେ । ମାତ୍ର ଜଣେ ସ୍ୱାଧୀନତା ସଂଗ୍ରାମୀ ଏବଂ ନିର୍ଦ୍ଦୋଷ ଓ ସାଧୁତାର ପ୍ରତୀକ କୁନ୍ତେଙ୍କର କୌଣସି ବ୍ୟବସାୟିକ ଅଭିଜ୍ଞତା ନ ଥିଲା ଏବଂ ସେ ମଧ୍ୟ ଲୋକ ସଭାରେ ବିରୋଧୀ ଦଳରେ ଥିଲେ । ଜୈନ ପରିବାରକୁ ପର୍ତ୍ତ୍ୟାବର୍ତ୍ତନ ୧୯୭୬ ମସିହାରେ, ଭାରତରେ ଜରୁରୀକାଳୀନ ପରିସ୍ଥିତି ସମୟରେ, ସରକାର ସମ୍ବାଦପତ୍ରର ମାଲିକାନା ପୁଣିଥରେ ଅଶୋକ କୁମାର ଜୈନ ସାହୁ ଶାନ୍ତି ପ୍ରସାଦ ଜୈନଙ୍କ ପୁଅ ଏବଂ ରାମକୃଷ୍ଣ ଡାଲମିଆଙ୍କ ନାତି ଏବଂ ସମୀର ଜୈନ ଓ ବିନୀତ ଜୈନଙ୍କ ବାପାଙ୍କ ନାମରେ କରିଥିଲେ । ତେବେ ଜୈନ 'ମନି ଲଣ୍ଡରିଂ' ପ୍ରତାରଣା ଅଭିଯୋଗରେ ଫସିଥିଲେ ଏବଂ ଅଶୋକ କୁମାର ଜୈନଙ୍କୁ ମଧ୍ୟ ଦେଶ ଛାଡିବାକୁ ପଡିଥିଲା ଯେତେବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୧୯୯୮ ମସିହାରେ ବେନିୟମ ଭାବେ ୟୁ ଏସ୍ $୧.୨୫ ନିୟୁତ ଅର୍ଥ ସ୍ୱିଜରଲ୍ୟାଣ୍ଡ୍.ର ଏକ ବିଦେଶୀ ଖାତାକୁ ଚାଲାଣ କରିଥିବା ଅଭିଯୋଗ କଲା । ସଂସ୍କରଣ ଓ ପ୍ରକାଶନ ଦି ଟାଇମସ୍ ଅଫ ଇଣ୍ଡିଆ ମିଡିଆ ଗ୍ରୁପ ବେନେଟ୍, କୋଲେମାନ୍ ଏଣ୍ଡ୍ କୋ. ଲିମିଟେଡ଼୍ଦ୍ୱାରା ପ୍ରକାଶ ପାଇଥିଲା । ଏହି କମ୍ପାନୀ, ନିଜର ଅନ୍ୟ କମ୍ପାନୀ ସହ ଦି ଟାଇମସ୍ ଗ୍ରୁପ୍ ନାମରେ ଜଣାଶୁଣା ।ଏହା ମଧ୍ୟ ଅନ୍ୟ କେତେଗୁଡିଏ ସମ୍ବାଦପତ୍ର ପ୍ରକାଶ କରେ, ଯଥା - ଅହମଦାବାଦ୍ ମିରର୍, ବାଙ୍ଗାଲୋର ଟାଇମସ୍, ଦିଲ୍ଲୀ ଟାଇମସ୍, ଦି ଇକୋନୋମିକ୍ ଟାଇମସ୍, ଏଇ ସମୟ, (ଏକ ବଙ୍ଗଳା ଦୈନିକ), ମହାରାଷ୍ଟ୍ର ଟାଇମସ୍, (ଏକ ମରାଠୀ-ଭାଷା ଦୈନିକ), ମୁମ୍ବାଇ ମିରର୍, ନବଭାରତ ଟାଇମସ୍, (ଏକ ହିନ୍ଦୀ-ଭାଷା ଦୈନିକ) ଏବଂ ପୁନେ ମିରର୍ । ଦି ଟାଇମସ୍ ଅଫ ଇଣ୍ଡିଆର ବଜାର କେତେକ ମୁଖ୍ୟ ସହର ଯଥା ମୁମ୍ବାଇ, ଅହମଦାବାଦ, ଔରଙ୍ଗାବାଦ, ବାଙ୍ଗାଲୋର, ଭୋପାଳ, ଭୁବନେଶ୍ୱର, କାଲିକଟ, ଚଣ୍ଡୀଗଡ଼, ଚେନ୍ନାଇ, କୋଇମ୍ବାଟୋର, ଦିଲ୍ଲୀ, ଗୌହାଟି, ହାଇଦ୍ରାବାଦ, ଇନ୍ଦୋର, ଜୟପୁର, କୋଲ୍ହାପୁର, କୋଲକାତା, ମଦୁରାଇ, ପାଟନା, ପୁଡୁଚେରୀ, ପୁଣେ, କୋଚି, ଲକ୍ଷ୍ନୌ, ନାଗପୁର, ନାଶିକ, ପାଣାଜୀ, ମହୀଶୂର, ହୁବଳି, ମାଙ୍ଗାଲୋର, ରାୟପୁର, ରାଞ୍ଚି, ସୁରତ, ତ୍ରିଚି, ତ୍ରିବେନ୍ଦ୍ରମ, ବାରଣାସୀ , ବିଜୟ୍ୱାଡ଼ା ଏବଂ ବିଶାଖାପଟନମ୍ । ସମ୍ପାଦକୀୟ ମତଭେଦ ୨୬ ଜାନୁଆରୀ ୧୯୭୫, ଭାରତରେ ଏକ ଜରୁରୀକାଳୀନ ପରିସ୍ଥିତିର ପରଦିନ, ଦି ଟାଇମସ୍ ଅଫ୍ ଇଣ୍ଡିଆର ବମ୍ବେ ସଂସ୍କରଣ ଏକ ମୃତ୍ୟୁ ସମ୍ବାଦର ସ୍ତମ୍ଭ ସହ ପ୍ରବେଶ କରିଥିଲା, ଯାହାର ନାମ ଥିଲା, "ଡି.ଇ.ଏମ୍.ଓ ' କ୍ରେସି ବିଲଭଡ୍ ହଜବ୍ୟାଣ୍ଡ୍ ଅଫ ଟି. ରୁଥ୍, ଫାଦର ଅଫ ଏଲ୍.ଆଇ. ବର୍ଟି, ବ୍ରଦର୍ ଅଫ୍ ଫେଥ୍, ହୋପ୍ ଏଣ୍ଡ ଜଷ୍ଟିକା ଏକ୍ସପାୟାର୍ଡ ଅନ୍ ୨୬ ଜୁନ । ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୨୧-ମାସ ଜରୁରୀକାଳୀନ ପରିସ୍ଥିତିର ଏକ ସମାଲୋଚନା ଥିଲା ଯାହାକି ବର୍ତ୍ତମାନ ବିସ୍ତୃତ ଭାବରେ ଦି ଏର୍ମଜେନ୍ସି ଭାବରେ ଜଣାଶୁଣା ଏବଂ ଏହାକୁ ଅଧିକାଂଶ ଭାରତ ସରକାରଙ୍କ ସମ୍ପୂର୍ଣ୍ଣ ଆଜ୍ଞାକାରୀର ଯୁଗ ରୂପେ ଦେଖିଥାନ୍ତି । ଟାଇମସ୍ ଗ୍ରୁପ ନେଟୱର୍କ ଜିଗହ୍ୱିଲସ୍ : ଏକ ୱେବସାଇଟ୍, ଯାହା କାର୍ ଓ ସେମାନଙ୍କ ସମୀକ୍ଷା, ରାସ୍ତା ପରୀକ୍ଷା ଏବଂ ଅନ୍ୟ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ଉପରେ ଆଧାରିତ । ସ୍ପିକିଙ୍ଗ୍ ଟ୍ରି : ଏକ ଆଧ୍ୟାତ୍ମିକ ନେଟୱର୍କ । ହେଲଥ୍ ମି ଅପ୍ : ସ୍ୱାସ୍ଥ୍ୟ, ଖାଦ୍ୟ ଓ ସୁସ୍ଥ ରହିବାର ଏକ ୱେବସାଇଟ । କ୍ରିକ୍ ବଜ୍ : ନଭେମ୍ବର ୨୦୧୪ ମସିହାରେ ଦି ଟାଇମସ୍ ଗ୍ରୁପ୍ ଏହାକୁ ଅଧିଗ୍ରହଣ କରିଥିଲା ।କ୍ରିକେଟର ଖବର ଓ ଚାଲିଥିବା ଖେଳର ସ୍କୋର ଏହି ୱେବସାଇଟ ଦିଏ । ପ୍ରମୁଖ କର୍ମଚାରୀ ଶାମ୍ ଲାଲ୍, ସମ୍ପାଦକ ସମୀର ଜୈନ, ଉପାଧ୍ୟକ୍ଷ ଓ ପ୍ରକାଶକ ବିନୀତ ଜୈନ, ଏମ୍ ଡି ଓ ବର୍ତ୍ତମାନର ଅଧ୍ୟକ୍ଷ ଯୁଗ୍ ସୁରୈୟା ସହକାରୀ ସମ୍ପାଦକ, ସ୍ତମ୍ଭକାର, "ଜୁଗୁଲାର୍ ଭେନ୍," କାର୍ଟୁନିଷ୍ଟ, "ଦୁବ୍ୟମାନ୍ " ସ୍ୱାମୀନାଥନ୍ ଆୟାର ସ୍ତମ୍ଭକାର, "ସ୍ୱାମୀନୋମିକ୍ସ" ଆର୍. କେ. ଲକ୍ଷ୍ମଣ "ୟୁ ସେଡ୍ ଇଟ୍" ସମ୍ପାଦକୀୟ କାର୍ଟୁନ୍, ବିଷୟବସ୍ତୁ ସାଧାରଣ ବ୍ୟକ୍ତି ଏମ୍ ଜେ ଆକବର୍, ସ୍ତମ୍ଭକାର, "ଦି ସେଜ୍ ୱିଦିନ୍" ଏବଂ ପୂର୍ବତନ ସମ୍ପାଦକ ଦଳ ଚେତନ୍ ଭଗତ୍, ସ୍ତମ୍ଭକାର, ରବିବାରଟି ଓ ଆଇ ଶଶୀ ଥରୁର, "ଶଶୀ ଅନ୍ ସଣ୍ଡେ" ର ସ୍ତମ୍ଭକାର ନିକଟ ଅଧୁନାତନ ୨୦୦୬ ମସିହାର ଶେଷ ଭାଗରେ, ଦି ଟାଇମସ୍ ଗ୍ରୁପ୍ ବିଜୟାନନ୍ଦ ପ୍ରିଣ୍ଟର୍ସ ଲିମିଟେଡ଼୍ (ଭି ପି ଏଲ୍) ଅଧିଗ୍ରହଣ କଲା । ପୂର୍ବରୁ ଭିପିଏଲ୍ ଦୁଇଟି କନ୍ନଡ଼ ଭାଷାର ସମ୍ବାଦପତ୍ର ବିଜୟ କର୍ଣ୍ଣାଟକ ଓ ଊଷା କିରଣ ଏବଂ ଏକ ଇଂରାଜୀ ଭାଷାର ଦୈନିକ ବିଜୟ ଟାଇମସ୍ ପ୍ରକାଶ କରୁଥିଲା । ବିଜୟ କର୍ଣ୍ଣାଟକ ସେତେବେଳେ କନ୍ନଡ଼ ଭାଷାର ଅଗ୍ରଣୀ ସମ୍ବାଦପତ୍ର ଥିଲା । ଏହି ସମ୍ବାଦପତ୍ର ତା 'ର ଚେନ୍ନାଇ ସଂସ୍କରଣ, ୧୨ ଅପ୍ରେଲ ୨୦୦୮ରେ ପ୍ରକାଶ କଲା । ଏହା ଫେବୃଆରୀ ୨୦୧୩ରେ କୋହ୍ଲାପୁର ସଂସ୍କରଣ ମଧ୍ୟ ପ୍ରକାଶ କରିଥିଲା । ଅଧିକ ପଢିବେ ଅଲେଟ୍ଟା, କେନ୍ସିଟିଜେନସ୍ ଜୈନ ହ୍ୱାଏ ଇଣ୍ଡିଆ 'ସ୍ ନ୍ୟୁଜ୍ ପେପର ଇଣ୍ଡଷ୍ଟ୍ରି ଇଜ୍ ଥ୍ରାଇଭିଂ ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୩ ଅକ୍ଟୋବର ବର୍ଷର ୨୯୬ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୨୯୭ତମ । ବର୍ଷ ଶେଷ ହେବା ପାଇଁ ଆଉ ୬୯ ଦିନ ବାକି ଅଛି ।
ଚମ୍ପୂ ଓଡ଼ିଶୀ ସଙ୍ଗୀତ ଏବଂ ସାହିତ୍ୟର ଏକ ବିଶେଷ ଅଂଶ । ଉତ୍କଳୀୟ ଚମ୍ପୂ ଶୈଳୀରେ ବର୍ଣ୍ଣମାଳାର ୩୪ଟି ଅକ୍ଷରକୁ ନେଇ କ୍ରମରେ ୩୪ଟି ଗୀତ ଲେଖାଯାଏ । କୌଣସି ଏକ ଗୀତର ସମସ୍ତ ପାଦ ସେହି ଅକ୍ଷରରେ ଆରମ୍ଭ ହୋଇଥାଏ । ପୁରାତନ ଚଉତିଶା ଶୈଳୀରେ ଗୋଟିଏ ଗୀତ ମଧ୍ୟରେ ୩୪ଟି ପଦ ଲେଖାଯାଇଥାଏ ଏବଂ ପ୍ରତ୍ୟେକ ପଦର ସମସ୍ତ ଧାଡ଼ି ଗୋଟିଏ ଅକ୍ଷରରେ ଆରମ୍ଭ ହୋଇଥାଏ । ଏହି ବିଶେଷ ସାମଞ୍ଜସ୍ୟ ଯୋଗୁଁ କେହି କେହି ଚମ୍ପୂକୁ 'ଚଉପଦୀ-ଚଉତିଶା' ବୋଲି କହିଥାନ୍ତି । ଓଡ଼ିଆରେ ଲିଖିତ ଅନେକ ଚମ୍ପୂ ମଧ୍ୟରୁ କବିସୂର୍ଯ୍ୟ ବଳଦେବ ରଥଙ୍କ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ସବୁଠୁଁ ପ୍ରସିଦ୍ଧ । ଏହା ଏତେ ଜନାଦୃତ ଯେ କେବଳ ଚମ୍ପୂ କହିଲେ ଲୋକେ ଏହି ଗ୍ରନ୍ଥକୁ ବୁଝିଥାନ୍ତି ।
ଘଣ୍ଟେଶ୍ୱର ଗୁରୁ ଭାରତର ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ଜଣେ ଜଣାଶୁଣା ସିନେ ଅଭିନେତା । ସେ ବଲିଉଡ୍ ସିନେମା ଜଗତରେ ଜଣେ ଅଭିନେତା, ନିର୍ଦ୍ଦେଶକ ଭାବରେ କାମ କରିଆସିଛନ୍ତି ।
ବାଇଗଣ ଇଂରାଜୀ : କିମ୍ବା ବଟାନୀକାଲ ନାମ: । ଏହା କୃଷି ଜାତ ବାର୍ଷିକ ଗୁଳ୍ମ । ଏହାର ଫଳକୁ ପରିବା ଭାବେ ବ୍ୟବହାର କରାଯାଏ । ଲୋକେ ବାଇଗଣକୁ ତରକାରୀ, ପୋଡ଼ା ଓ ଭଜା କରି ଖାଆନ୍ତି । ବାଇଗଣ ଧଳା, କଳା, ବାଇଗଣିଆ ଓ ସବଜା ଭେଦରେ ନାନାପ୍ରକାର । କେତେକ ବାଇଗଣ ଡ଼ାଳ ଓ ପତ୍ର ଡ଼େମ୍ଫରେ କଣ୍ଟା ଥାଏ ଏବଂ କେତେକରେ ନ ଥାଏ । ବାଇଗଣ ମଞ୍ଜି ଛୋଟ, ଚେପଟା ଓ ଗୋଲ ଥିବାରୁ ଯେଉଁ ଲେଖା ଅକ୍ଷର ଛୋଟ ଓ ଗୋଲ ହୋଇ ଥାଏ ତାକୁ ବାଇଗଣ ମଞ୍ଜି ସଙ୍ଗେ ତୁଳନା କରାୟାଏ; ବୈଦ୍ୟକମତରେ ଏହା ମଧୁରରସ, ତୀକ୍ଷ୍ଣ, ଉଷ୍ଣବୀର୍ଯ୍ୟ, କଟୁବିପାକ, ଅଗ୍ନିବିପାକ, ଅଗ୍ନିଦୀପକ ଶୁକ୍ରଜନକ, ଲଘୁ ଓ ବାୟୁ ଜର ଏବଂ ଶ୍ଲେଷନାଶକ, କଷି ବାଇଗଣ କଫ ଓ ପିତ୍ତନାଶକ ପାଚିଲା ବାଇଗଣ ପିତ୍ତକାରକ ଓ ଗୁରୁ; ପୋଡ଼ା ବାଇଗଣ କିଞ୍ଚିତ୍ ପିତ୍ତକର, ଲଘୁ, ଅଗ୍ନିଦୀପକ ଓ କଫ, ମେଦ ବାୟୁ ଓ ଆମଦୋଷର ଶାନ୍ତିକର କୁକୁଟାଣ୍ଡ ପରି ଏକ ପ୍ରକାର ଧଳା ବାଇଗଣ ଅର୍ଶରୋଗରେ ବିଶେଷ ହିତକର । ବେଏ କୋଳି ନାମକ କଣ୍ଟାଲତରେ ବାଇଗଣ ପରି ଅତି ଛୋଟ ଛୋଟ ଫଳ ଫଳେ ଏବଂ ତାହା ଔଷଧରେ ବ୍ୟବହୃତ ହୁଏ । ଜଙ୍ଗଲରେ ଏହି ଜାତୀଯ ଏକପ୍ରକାର ଗଛ ୮/୧୦ ହାତ ଉଚ୍ଚରେ ବଢ଼େ ଓ ତହିଁରେ ବାଇଗଣ ଆକୃତି ବିଶିଷ୍ଟ ଗୋଟାଳି ପରି କ୍ଷୁଦ୍ରଫଳ ଧରେ; ଏହାର ନାମ ଗୋଠ ବାଇଗଣ (ବଂ. ଗୋଟବେଗୁନ) ନାମକରଣ କେତେକ ବାଇଗଣ ଛୋଟ ଛୋଟ ଓ ପେନ୍ଥା ପେନ୍ଥା ହୋଇ ଫଳେ ସେମାନଙ୍କୁ ପେଣ୍ଡୀ ବାଇଗଣ ବୋଲାଯାଏ । ବଡ଼ ବଡ଼ ବାଇଗଣକୁ ଭେଲୁଆ ଏବଂ ଖୁବ୍ ବଡ଼ ବଡ଼ ହେଲେ ସେମାନଙ୍କୁ ହନୁମନ୍ତିଆ ବାଇଗଣ ବୋଲାଯାଏ । ସରୁ ଓ ଲମ୍ବା ଏକପ୍ରକର ବାଇଗଣକୁ ନାଇକିରି ବା ନାଡ଼ିକିରି ବା ନାରିକିରି ବାଇଗଣ ବୋଲାଯାଏ । ଅତି କ୍ଷୁଦ୍ର କଣ୍ଟାୟୁକ୍ତ ଏକପ୍ରକାର ଅତି ଛୋଟ ବାଇଗଣ ପଡ଼ିଆ ଜମିରେ ଫଳେ ତାକୁ ଭେଜୀବାଇଗଣ ବୋଳାଯାଏ । ଯେଉଁ ବାଇଗଣ ନଈର ପାଳରେ ଫଳେ ଓ ପାଣିଚିଆ ଲାଗେ ତାକୁ ପାଳୁଅ ବା ଢୁଢୁଆ ବାଇଗଣ କୁହାଯାଏ । ଢୁଢୁଆ ବାଇଗଣ ନଈ କୂଳିଆ ପଟୁମାଟିରେ ହେଉଥିବା ବଡ଼ ବଡ଼ ପାଳୁଆ ବାଇଗଣକୁ ଢଢ଼ୁଆ/ଢୁଢୁଆ ବାଇଗଣ କୁହାଯାଏ ଢଢ଼ୁଆ ଗଡ଼ଜାତରେ ପ୍ରଚଳିତ ଏକ ଶବ୍ଦ । ପହାଡ଼ରୁ ବାହରିଥିବା ଛୋଟ ନାଳ ବା ଯୋରକୁ 'ଢଢ଼ୁଆ' କୁହାଯାଏ ।ଏହି ବାଇଗଣ ପାଣିଚିଆ ଲାଗେ । ଏହାର ଆକାର ନଡ଼ିଆ ଭଳି ବଡ଼ ବଡ଼ ହୋଇଥାଏ । ଓଡ଼ିଶାର ବାଙ୍କୀ ଅଞ୍ଚଳରେ ପ୍ରବାହିତ ମହାନଦୀ କୂଳରେ ଏହି ବାଇଗଣ ପ୍ରଚୁର ପରିମାଣରେ ଚାଷ କରାଯାଏ । ଲୋକକଥାରେ ଢଢ଼ୁଆ ଏବଂ ଇତିହାସ ରଣ, ବଣ, ଛଣ । ବାଙ୍କୀରାଜା ଥାଇବୋଇଲେ ମୋ ଢଢ଼ୁଆ ବାଇଗଣ ।। ଏହା ଏକ ବହୁଳ ପ୍ରଚଳିତ ଢଗ । ଏହାର ଉତ୍ପତି ଏହିପରି: ଡମପଡ଼ା ରାଜ୍ୟରେ ପ୍ରବାହିତ ରଣ ନଈରୁ ମାଛ, ବଣରୁ ଜଙ୍ଗଲ ଜାତ ପଦାର୍ଥ ଏବଂ ନଦୀ ପଠାରୁ ଛଣ ବା ତଣ୍ଡି ମିଳୁଥିଲା । ଏ ସବୁରୁ ବେଶ ଖଜଣା ଆଦାୟ ହେଉଥିଲା । ତେବେ ବାଙ୍କୀ ଅଞ୍ଚଳରେ ଚାଷ ହେଉଥିବା କେବଳ ଢଢ଼ୁଆ ବାଇଗଣରୁ ସେଠାକାର ରାଜା ଅଧିକ ଖଜଣା ପାଉଥିଲେ । ଏହାକୁ ଲକ୍ଷ୍ୟ କରି ଢଗର ସୃଷ୍ଟି । ଚାଷ ପ୍ରଥମେ ମଞ୍ଜିରୁ ଚାରା କରି ଟାରାଗୁଡ଼ିକ ପ୍ରାଯ ୮ ଆଙ୍ଗୁଳ ଉଚ୍ଚ ହୋଇଗଲେ କୋଡ଼ିରେ ହଣା ହୋଇଥିବା କିଆରିରେ ସେମାନଙ୍କୁ ପୋତିବାକୁ ହୁଏ । ବାଇଗଣ ଗଛ ଢ଼ିପ ଯାଗାରେ ହୁଏ ଏବଂ ୩ ଦିନରେ କିଆରିରେ ଥରେ ଲେଖାଏଁ ପାଣି ଦେବାକୁ ହୁଏ । କୃଷକ ୟତ୍ନ କଲେ ବର୍ଷକ ମଧ୍ୟରେ ୩ଥର ବାଇଗଣ ଫସଲ ଆମଦାନି କରି ପାରେ । ଖୁବ୍ ଉଚ୍ଚ ପାର୍ବତ ଦେଶରେ ବାଇଗଣ ଗଛ ଉଧାଏ ନାହିଁ ।
ଜୀବାଣୁ ଭାଜିନୋସିସ (ସଂକ୍ଷେପରେ ବିଭି) ବା ଯୋନିପଥ ଜୀବାଣୁ ରୋଗ ବା ଗାର୍ଡନେରେଲା ଯୋନିପଥ ପ୍ରଦାହ (ଇଂରାଜୀରେ ଯଥାକ୍ରମେ , ), ଏକ ଯୋନିପଥ ରୋଗ ଯାହା ଅତ୍ୟଧିକ ଜୀବାଣୁ ବୃଦ୍ଧିଦ୍ୱାରା ହୁଏ । ଏହି ରୋଗରେ ଯୋନୀପଥରୁ ଅଧିକାଂଶ ସମୟରେ ମାଛ ଭଳି ଗନ୍ଧ ହେଉଥିବା ତରଳ ସ୍ରାବ ବାହାରେ । ଏହି ତରଳ ସ୍ରାବର ରଙ୍ଗ ଧଳା ବା ପାଉଶିଆ ଦେଖାଯାଏ । ପରିସ୍ରା କଲାବେଳେ ଜ୍ୱାଳା ହୁଏ । କ୍ୱଚିତ ଗଲୁ ହୁଏ । ବେଳେ ବେଳେ କୌଣସି ଲକ୍ଷଣ ନ ଥାଏ । ବିଭି ରୋଗ ଥିଲେ ଅନ୍ୟ ଅନେକ ଯୌନସଙ୍ଗମ ସଞ୍ଚାରିତ ସଂକ୍ରମଣ ରୋଗ ହେବା ସଙ୍କଟ ରହେ ଯେପରିକି ଏଚଆଇଭି/ଏଡସ । ଗର୍ଭାବସ୍ଥାରେ ଏହି ରୋଗ ହେଲେ ସଠିକ ସମୟ ପୂର୍ବରୁ ପ୍ରସବ ହେବା ସଙ୍କଟ ରହେ । ଯୋନୀପଥରେ ସ୍ୱାଭାବିକ ଭାବରେ ରହୁଥିବା ଜୀବାଣୁମାନଙ୍କର ସନ୍ତୁଳନ ଠିକ ନ ରହିଲେ ଏହି ରୋଗ ହୁଏ । ସାଧାରଣତଃ ସେଠାରେ ଥିବା ଜୀବାଣୁରେ ପରିବର୍ତ୍ତନ ଘଟି ସେମାନଙ୍କ ସଂଖ୍ୟା ୧୦୦ରୁ ୧୦୦୦ ଗୁଣ ଅଧିକ ହୋଇଯାଏ । ଏହି ରୋଗର ସଙ୍କଟଦାୟକ ଅବସ୍ଥାମାନ ଯଥାକ୍ରମେ ଡୁସ୍ ଦେବା, ନୂଆ ବା ଏକାଧିକ ଯୌନ ସାଥୀ ରଖିବା, ଆଣ୍ଟିବାୟୋଟିକ ବ୍ୟବ‌ହାର କରିବା ଓ ଇଣ୍ଟ୍ରାୟୁଟେରାଇନ ଡିଭାଇସ ବ୍ୟବ‌ହାର କରିବା ଇତ୍ୟାଦି ଅଟେ । ଯାହାହେଲେବି ଏହି ରୋଗକୁ ଯୌନ‌କ୍ରିୟା ସଞ୍ଚାରିତ ରୋଗ କୁହାଯାଏ ନାହିଁ । ରୋଗୀର ଲକ୍ଷଣ ଦେଖି ଓ ଯୋନୀପଥର ସ୍ରାବର ପି.ଏଚ ଅଧିକ ରହିଲେ ଓ ଜୀବାଣୁ ସଂଖ୍ୟା ମାତ୍ରାଧିକ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ । ଯୋନୀପଥ ଇଷ୍ଟ ସଂକ୍ରମଣ କିମ୍ବା ଟ୍ରାଇକୋମୋନାସ ସଂକ୍ରମଣ ସ‌ହିତ ବିଭି ରୋଗ ନିର୍ଣ୍ଣୟ ଅନେକ ସମୟରେ ଦ୍ୱନ୍ଦ ସୃଷ୍ଟି କରେ । ସାଧାରଣତଃ କ୍ଲିଣ୍ଡାମାଇସିନ ଆଣ୍ଟିବାୟୋଟିକ କିମ୍ବା ମେଟ୍ରୋନିଡାଜୋଲ ଦେଇ ଏହି ରୋଗ ଚିକିତ୍ସା କରାଯାଏ । ଦ୍ୱିତୀୟ ବା ତୃତୀୟ ତ୍ରୈମାସିକ ଗର୍ଭାବସ୍ଥାରେ ଏହି ଔଷଧ ଦେଇହେବ । କିନ୍ତୁ ଚିକିତ୍ସା ସତ୍ତ୍ୱେ ଏହି ରୋଗ ଆଉ ଥରେ ହୋଇପାରେ । ପ୍ରୋବାୟୋଟିକ ଦେଲେ ଏହାର ପୁନରୁତ୍ଥାନ ରୋକିପାରେ । ପ୍ରୋବାୟୋଟିକ ବା ଆଣ୍ଟିବାୟୋଟିକ ଦେବାଦ୍ୱାରା ଗର୍ଭାବସ୍ଥାର ଫଳାଫଳ ବିଷୟରେ ସଠିକତା ଜଣାପଡ଼ିନାହିଁ । ପ୍ରଜନନ ବୟସର ମହିଳାମାନଙ୍କଠାରେ ଏହି ବିଭି ସଂକ୍ରମଣ ଏକ ସାଧାରଣ ଯୋନୀପଥ ରୋଗ । ଯେ କୌଣସି ସମୟରେ ୫ %ରୁ ୭୦ % ମହିଳାଙ୍କର ଏହି ରୋଗ ଥାଏ । ଆଫ୍ରିକାର କେତେକ ସ୍ଥାନରେ ଏହି ରୋଗ ଅଧିକ ଦେଖାଯାଏ। ଏସିଆ ଓ ୟୁରୋପରେ ଏହ ଅତି କମ ଦେଖାଯାଏ । ଅମେରିକାରେ ୧୪ରୁ ୪୯ ବର୍ଷିୟ ମହିଳାଙ୍କ ମଧ୍ୟରୁ ୩୦ % ଏହି ରୋଗ ଭୋଗ କରନ୍ତି । ଦେଶର ବିଭିନ୍ନ ଜାତିରେ ଏହି ରୋଗର ହାର ଭିନ୍ନ ଭିନ୍ନ ଥାଏ । ବିଭି ରୋଗ ସ‌ହିତ ସାମଞ୍ଜସ୍ୟ ଥିବା ଅନେକ ରୋଗର ବର୍ଣ୍ଣନା ଅତୀତରେ ଥିଲେ ମଧ୍ୟ ୧୮୯୪ ମସିହାରେ ଏହି ରୋଗ ବିଷୟରେ ସର୍ବପ୍ରଥମେ ଲିପିବଦ୍ଧ ହୋଇଥିଲା ।
‌ଗାର୍ଗୀ ମହାନ୍ତି‌ ଜଣେ ଓଡ଼ିଆ ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ଗାର୍ଗୀ ଜଣେ ଦକ୍ଷ ଏବଂ ପ୍ରଶିକ୍ଷିତ ଓଡ଼ିଶୀ ନର୍ତ୍ତକୀ । ସେ ଅଢ଼େଇ ବର୍ଷ ବୟସରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ । ସେ ପ୍ରଥମେ ଓଡ଼ିଆ ଆଲବମରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ୨୦୦୫ରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଗାର୍ଗୀଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଅର୍ଜୁନ । ସେ ଓଡ଼ିଆ ଦୂରଦର୍ଶନରେ ମଧ୍ୟ ନାୟିକା ଭାବରେ କାର୍ଯ୍ୟ କରିଥିଲେ । ପ୍ରଥମେ ସେ ଡିଡି ଓଡ଼ିଆର ଧାରାବାହିକ ‌କ‌ହିଲେ ତୋ କୁଳ କୁଟୁମ୍ବକୁ ଲାଜ‌ରେ ଅଭିନୟ କରିଥିଲେ । ଅଭିନୟ ଜୀବନ ଗାର୍ଗୀ ମହାନ୍ତି ଅତ୍ୟନ୍ତ ଛୋଟବେଳୁ ଓଡ଼ିଶୀ ନୃତ୍ୟ ଶିଖିଥିଲେ । ସେ ଜଣେ ଦକ୍ଷ ଓଡ଼ିଶୀ ନର୍ତ୍ତକୀ । ନିର୍ଦ୍ଦେଶକ ହରିଶ ମହାନ୍ତିଙ୍କର ଏକ ଭଜନ ଆଲବମ୍‌ରେ ଗାର୍ଗୀଙ୍କୁ ନିଆଯାଇଥିଲା ଯେଉଁଥିରେ ସେ ଅତି ସ‌ହଜରେ ସମସ୍ତ ନୃତ୍ୟର ରେକର୍ଡ଼ କରିଥିଲେ । ଯାହା ଫଳରେ ହରିଶ ତାଙ୍କୁ ଅନ୍ୟ କିଛି ଆଲବମ୍‌ରେ ନେଇଥିଲେ । ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ‌କ‌ହିଲେ ତୋ କୁଳ କୁଟୁମ୍ବକୁ ଲାଜ‌ ଧାରାବାହିକରେ ପ୍ରଥମ କରି ଅଭିନୟ ଆରମ୍ଭ କରିଥିଲେ ଗାର୍ଗୀ । ଧାରାବାହିକର ଅଭିନୟର ମାତ୍ର ଅଳ୍ପଦିନ ପରେ ନିର୍ଦ୍ଦେଶକ ହର ପଟ୍ଟନାୟକ ଗାର୍ଗୀଙ୍କୁ ତାଙ୍କ ଚଳଚ୍ଚିତ୍ର ଅର୍ଜୁନରେ ନାୟିକା ଭାବରେ ନେଇଥିଲେ । ଏହି ଚଳଚ୍ଚିତ୍ରରେ ଗାର୍ଗୀଙ୍କ ସ‌ହ ନାୟକ ଥିଲେ ଅନୁଭବ ମହାନ୍ତି । ଏହା ପରେ ପୁଣି ଗାର୍ଗୀ ଧାରାବାହିକରେ ଅଭିନୟ ଆରମ୍ଭ କରିଥିଲେ । ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ‌ଗାୟତ୍ରୀ‌ରେ ଅଭିନୟ କରିଥିଲେ ଗାର୍ଗୀ । ପରେ ପରେ ସେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ‌ଟୋପାଏ ସିନ୍ଦୂର‌ରେ ଅଭିନୟ କରିଥିଲେ । ଏହା ପରେ ପୁଣି ତରଙ୍ଗରେ ପ୍ରସାରିତ ଧାରାବାହିକ ‌ରାଣୀ‌ରେ ସେ ଶାଶୂ ଭୂମିକାରେ ଅଭିନୟ କରିଥିଲେ । ‌ମାଟିର ବନ୍ଧନ‌ ନାମକ ଚଳଚ୍ଚିତ୍ରରେ ଗାର୍ଗୀ ଅଭିନୟ କରିଥିଲେ, ମାତ୍ର ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରି ନ ଥିଲା । ଏକ ହିନ୍ଦୀ ଆଲବମ୍ ‌ଆଙ୍ଖୋନେ ତୁଝ୍‌କୋ ଦେଖା‌ରେ ମଧ୍ୟ ଗାର୍ଗୀ ଅଭିନୟ କରଥିଲେ ।. ୨୦୧୨ରେ ଗାର୍ଗୀଙ୍କର ଅଭିନୀତ ଅନ୍ୟ ଏକ ଚଳଚ୍ଚିତ୍ର ହେ ସଖା ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି କୃଷ୍ଣ ଏବଂ ତାଙ୍କର ସ‌ଖା ସୁଦାମାଙ୍କ ଉପରେ ପର୍ଯ୍ୟବସିତ ଥିଲା । ଏହି ଚଳଚ୍ଚିତ୍ରରେ ଗାର୍ଗୀ ସୁଦାମାଙ୍କ ପତ୍ନୀ ସୁମତୀ ଭୂମିକାରେ ଅଭିନୟ କରିଥିଲେ । ୨୦୧୬ରେ ଗାର୍ଗୀଙ୍କ ଅନ୍ୟ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା କ୍ରାନ୍ତିଧାରା । ଏହି ଚଳଚ୍ଚିତ୍ରରେ ଗାର୍ଗୀଙ୍କ ସ‌ହ ସମରେଶ ରାଉତରାୟ, ପୁଷ୍ପା ପଣ୍ଡା ପ୍ରଭୃତି ଅଭିନୟ କରିଥିଲେ । ଚଳଚ୍ଚିତ୍ରଟିର ମୂଳ ବାର୍ତ୍ତା ଥିଲା ନାରୀ ସଶକ୍ତିକରଣ । ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ଗାର୍ଗୀଙ୍କ ଅଭିନୟ ୨୬ ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଗାର୍ଗୀ ଶ୍ରେଷ୍ଠ ନାୟିକ ସମ୍ମାନ ମିଳିଥିଲା । ୨୦୧୬ରେ ଗାର୍ଗୀ ଏକ ଡକୁମେଣ୍ଟାରୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଯାହାର ନାମ ହେଉଛି ସ୍ପନ୍ଦନ ।
ନୟାଗଡ଼ ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ନୟାଗଡ଼ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ କାର୍ଯ୍ୟାଳୟ ଆଉ ବେସରକାରୀ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟସବୁ ଅଛି । ନୟଗଡକୁ ବାଘୁଆ ନୟାଗଡ଼ ବୋଲି କୁହନ୍ତି ଇତିହାସ ଭୂଗୋଳ ଜନସଂଖ୍ୟା ୨୦୧୧ ଜନଗଣନା ଅନୁସାରେ, ନୟାଗଡ଼ ଜିଲ୍ଲାର ମୋଟ ଲୋକସଂଖ୍ୟା ୯,୬୨,୨୧୫ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୮,୮୨,୪୮୯ ଓ ସହରାଞ୍ଚଳରେ ୭୯,୭୨୬ ଲୋକ ବାସ କରନ୍ତି ।
ଆଇଜିଏ ନେଫ୍ରୋପାଥି (ବା ଆଇଜିଏଏନ/ ), ଯାହା ବର୍ଗର ରୋଗ ଭାବରେ ମଧ୍ୟ ଜଣାଶୁଣା, ଏକ ବୃକ୍‌କର ରୋଗ ଯେଉଁଥିରେ ଯେତେବେଳେ ଆଇଜିଏ ଗଠନ ହେବା ଫଳରେ ପ୍ରଦାହ ହୁଏ । ପ୍ରାରମ୍ଭରେ ସାଧାରଣତ କୌଣସି ଲକ୍ଷଣ ଦେଖାଯାଏ ନାହିଁ । ଏହି ରୋଗ ଆଗେଇ ଗଲେ ଫେଣ‌ଯୁକ୍ତ ରକ୍ତ ମିଶ୍ରିତ ପରିସ୍ରା ହୋଇପାରେ । ଅନ୍ୟ ଲକ୍ଷଣଗୁଡ଼ିକରେ ଗୋଡ଼ର ଇଡିମା ହୋଇପାରେ । ରୋଗ ଜଟିଳ ହେଲେ ଉଚ୍ଚ ରକ୍ତଚାପ, ବୃକ୍‌କ ବିଫଳତା, ହୃଦ ରୋଗ ଏବଂ ହେନୋକ-ସୁନଲାଇନ ପୁରପୁରା ହୋଇପାରେ । ରୋଗ ପାରିବାରିକ ଇତିହାସ ଥିଲେ, ଏଚ୍.ଆଇ.ଭି/ଏଡସ୍ ଏବଂ ହେପାଟାଇଟିସ୍ ଥିଲେ ଏହି ରୋଗ ସଙ୍କଟ ରହେ । ଏହାର ଅନ୍ତର୍ନିହିତ ପ୍ରଣାଳୀ ହେଉଛି ଏକ ଅଟୋମ୍ୟୁମ୍ୟୁନ ରୋଗ ଯେଉଁଥିରେ ଆଣ୍ଟିବଡି ସହିତ ଆଇଜିଏ ଅନୁବନ୍ଧିତ ହୋଇ ଇମ୍ୟୁନ କମ୍ପ୍ଲେକ୍ସ ତିଆରି କରିଥାଏ । ଏହି କମ୍ପ୍ଲେକ୍ସଗୁଡ଼ିକ ଗଠନ ହୋଇଗଲେ ବୃକ୍‌କରେ ପ୍ରଦାହ ହୁଏ । ଏକ ସଂକ୍ରାମକ ରୋଗଦ୍ୱାରା ଏହି ପ୍ରକ୍ରିୟା ଆରମ୍ଭ ହୋଇପାରେ । ରକ୍ତ ଏବଂ ପରିସ୍ରା ପରୀକ୍ଷା ଉପରେ ଆଧାର କରି ରୋଗ ରୋଗ ନିର୍ଣ୍ଣୟ କରାଯାଏ ଏବଂ ବୃକ୍‌କ ବାୟୋପସିଦ୍ୱାରା ରୋଗ ନିଶ୍ଚିତ କରାଯାଏ । ଏହି ରୋଗ ଆରୋଗ୍ୟସାଧ୍ୟ ନଥିବା ବେଳେ ଚିକିତ୍ସାରେ ପ୍ରତିରକ୍ଷା ପ୍ରଣାଳୀକୁ ଦମନ କରିବା ପାଇଁ କର୍ଟିକୋଷ୍ଟିରଏଡ କିମ୍ବା ସାଇକ୍ଲୋଫୋସଫାମାଇଡ ଭଳି ଔଷଧ ଦିଆଯାଇଥାଏ । ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ ରକ୍ତଚାପ ନିୟନ୍ତ୍ରଣ ନିୟନ୍ତ୍ରଣ ନିମନ୍ତେ ଏସିଇ ଇନହିବିଟର ଏବଂ ଦେହରୁ ଅତିରିକ୍ତ ତରଳ ପଦାର୍ଥ ବାହାର କରିବା ପାଇଁ ଡାଇୟୁରେଟିକ୍ ବ୍ୟବହାର କରାଯାଇପାରେ । ବୃକ୍‌କ ଫେଲ ଥିବା ଲୋକଙ୍କ ପାଇଁ ବୃକ୍‌କ ପ୍ରତିରୋପଣ ଏକ ବିକଳ୍ପ ହୋଇପାରେ । ଫଳାଫଳ ପ୍ରାୟ ଭଲ ହୋଇଥାଏ । ଆଇଏ ନେଫ୍ରୋପାଥି ହେଉଛି କିଡନୀ ରୋଗମାନଙ୍କ ମଧ୍ୟରୁ ଅନ୍ୟତମ । ଏହାର ଆରମ୍ଭ ସାଧାରଣତଃ ପିଲାଦିନରୁ ୩୦ ଦଶକ ପର୍ଯ୍ୟନ୍ତ ହୋଇଥାଏ । ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି । ଏସିଆ ଲୋକ ଏବଂ ଧଳା ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି । ଏହି ଅବସ୍ଥା ପ୍ରଥମେ ୧୯୬୮ ମସିହାରେ ଜଣେ ଫେନ୍ସ ପାଥୋଲୋଜିଷ୍ଟ ଜିନ ବର୍ଗଙ୍କଦ୍ୱାରା ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଥିଲା ।
ଛତିଆ ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ଏକ ପର୍ଯ୍ୟଟକ ସ୍ଥାନ । ଏଠାରେ ଥିବା ପ୍ରସିଦ୍ଧ ବର ଗଛ ପାଇଁ ଏହା 'ଛତିଆବଟ' ନାମରେ ମଧ୍ୟ ପରିଚିତ । ଏଠାରେ ଥିବା ଜଗନ୍ନାଥ ମନ୍ଦିର ଆଧୁନିକ ଉତ୍କଳୀୟ ସ୍ଥାପତ୍ୟ କଳାର ଏକ ଜ୍ୱଳନ୍ତ ଉଦାହରଣ । ଚୋଡ଼ଗଙ୍ଗଦେବଙ୍କର ପାଞ୍ଚଟି ପ୍ରଧାନ ଦୁର୍ଗ ମଧ୍ୟରୁ ଅନ୍ୟତମ ଦୁର୍ଗ ଅମରାବତୀ-କଟକର ଅବଶେଷ ମଧ୍ୟ ଏହିଠାରେ ଅବସ୍ଥିତ। ସାରଳା ମହାଭାରତ ଅନୁସାରେ ପାଣ୍ଡବମାନେ ନିଜର ସ୍ୱର୍ଗଗମନ ପୁର୍ବରୁ କଳିଙ୍ଗ ଯାତ୍ରା କରିଥିଲେ । ଏହି ଯାତ୍ରା ସମୟରେ ସେମାନେ ଅମରାବତୀ-କଟକରେ ୭୫ ବର୍ଷ କାଳ ରହିଥିଲେ । ହରି ସାହୁ ନାମକ ଜନେ ସ୍ଥାନୀୟ ବାସିନ୍ଦା ନିଜ ଝିଅ 'ସୁହାନି କନ୍ୟା' ଙ୍କୁ ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିରଙ୍କୁ ଏହି ସମୟରେ ବିଭା ଦେଇଥିଲେ । ପାଣ୍ଡବମାନଙ୍କର ନାତୀ ପରିକ୍ଷୀତଙ୍କୁ 'ଜଜାନ ନଗର' ର ରାଜା କରାଯାଇଥିଲା । ଜଜାନ ନଗର ' ବର୍ତ୍ତମାନ ଚୌଦ୍ୱାର ନାମରେ ପରିଚିତ । ସନ୍ଥ ହାଡ଼ିଦାସଙ୍କ ରଚିତ ମାଳିକାରେ ଛତିଆର ସ୍ୱତନ୍ତ୍ର ବର୍ଣ୍ଣନା କରାଯାଇଛି । ସନ୍ଥ ହାଡ଼ି ଦାସ ମଧ୍ୟ ଏହିଠାରେ ସମାଧୀ ନେଇଥିଲେ । ମହାପୁରୁଷ ହାଡ଼ିଦାସଙ୍କ ସମ୍ମାନରେ ଏଠାରେ ଥିବା ମହାବିଦ୍ୟାଳୟକୁ ତାଙ୍କ ନାମରେ ନାମିତ କରାଯାଇଅଛି ।
ମୁସୁରୀ ଶାନ୍ତା ପାଙ୍ଗୀ (୧ ସେପ୍ଟେମ୍ବର ୧୯୧୦ - ୨୩ ମାର୍ଚ୍ଚ ୧୯୯୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଟ୍ଟାଙ୍ଗି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ମୁସୁରୀ ଶାନ୍ତା ପାଙ୍ଗୀ ୧୯୧୦ ମସିହାର ସେପ୍ଟେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କାଳିଆ ନାଇକୋ ପାଙ୍ଗୀ ଓ ପତ୍ନୀଙ୍କ ନାମ ସିନ୍ଧୁ ଦେବୀ । ରାଜନୈତିକ ଜୀବନ ମୁସୁରୀ ଶାନ୍ତା ପାଙ୍ଗୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ମୁସୁରୀ ଶାନ୍ତା ୧୯୯୯ ମସିହାର ମାର୍ଚ୍ଚ ୨୩ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା ।
ସ୍ୱର୍ଗତ ପଣ୍ଡିତ ନୃସିଂହନାଥ ଖୁଣ୍ଟିଆ ଓଡ଼ିଶୀ ସଙ୍ଗୀତର ଜଣେ ପ୍ରମୁଖ ଗୁରୁ, ଗାୟକ, ଗବେଷକ ଏବଂ ବିଦ୍ୱାନ ଥିଲେ । ଜୀବନୀ ନୃସିଂହନାଥ ଖୁଣ୍ଟିଆ ୧୯୧୧ ମସିହା ଏପ୍ରିଲ ୭ ତାରିଖରେ ପୁରୀର ଖୁଣ୍ଟିଆ ସାହିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗୋବିନ୍ଦ ଚନ୍ଦ୍ର ଖୁଣ୍ଟିଆ ଓ ମାତାଙ୍କ ନାମ ପଦ୍ମାବତୀ ଦେବୀ । ମାତ୍ର ୬ ବର୍ଷ ବୟସରେ ତାଙ୍କର ମାତୃବିୟୋଗ ଘଟିଥିଲା । ଏହାପରେ ନୃସିଂହ ଆଈଙ୍କ କୋଳରେ ପାଳିତ ହେଲେ । ମାତ୍ର ୧୬ ବର୍ଷ ହୋଇଥବାବେଳେ ତାଙ୍କ ପିତାଙ୍କର ତିରୋଧାନ ହୋଇଥିଲା । ସଙ୍ଗୀତ ଶିକ୍ଷା ନୃସିଂହନାଥଙ୍କ ବଂଶର ସଂଗୀତ ପରମ୍ପରା ତାଙ୍କୁ ସଂଗୀତ ପ୍ରତି ଆକୃଷ୍ଟ କଲା । ତାଙ୍କ ଅଜା ଲୋକନାଥ ପ୍ରତିହାରୀ ଜଣେ ମର୍ଦ୍ଦଳ ବାଦକ ଏବଂ ମାମୁଁ ଫକୀର ପ୍ରତିହାରୀ ବାଦ୍ୟଯନ୍ତ୍ରରେ ନିପୁଣ ଥିଲେ । ଅଜା ଓ ମାମୁଁଙ୍କଦ୍ୱାରା ପ୍ରଭାବିତ ହୋଇ ନୃସିଂହନାଥ ସଂଗୀତ ଶିକ୍ଷା ପ୍ରତି ଆଗ୍ରହ କରିଥଲେ । ସେ ବାଲ୍ୟକାଳରୁ ପୁରୀର ଯାଗା ଆଖଡ଼ାରେ ବରିଷ୍ଠ ସଙ୍ଗୀତଜ୍ଞମାନଙ୍କଠାରୁ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ ଶିକ୍ଷା କରିଥଲେ । ନୃସିଂହନାଥ ଓଡ଼ିଶୀ ସଙ୍ଗୀତର ବିଭିନ୍ନ ପର୍ଯ୍ୟାୟ ଯଥା ଚଉପଦୀ, ଚମ୍ପୂ, ଛାନ୍ଦ, ଚଉତିଶା, ଭଜନ, ଜଣାଣ, ସରିମାନ, ମାଳଶ୍ରୀ, କୁଡ଼ୁକ, ଆଦି ବିଭାଗରେ କୃତିତ୍ୱ ଅର୍ଜନ କରିଥଲେ । ନୃସିଂହନାଥ ବିଧିବଦ୍ଧ ଭାବେ ସଂଗୀତ ଶିକ୍ଷା ଆରମ୍ଭ କରି ବିଶ୍ୱରୂପ ଗୋସ୍ୱାମୀଙ୍କ ନିକଟରୁ କୀର୍ତ୍ତନ ଏବଂ ଗୋପାଳ ଗୋସ୍ୱାମୀଙ୍କଠାରୁ କ୍ଲାରିଓନେଟ ଶିକ୍ଷା କଲେ । କଲିକତାର ପ୍ରସିଦ୍ଧ ସଂଗୀତଜ୍ଞ ବୈଷ୍ଣବ ଘାଟା ଓ ବିଭୂତି ଭୂଷଣ ମୁଖାର୍ଜୀଙ୍କ ନିକଟରୁ ସୀତାରବାଦନ ତଥା ଧୂପଦ-ଧମାର ଆଦି ଗାୟନରେ ଶିକ୍ଷା ଗ୍ରହଣ କଲେ । ସେ ମଧ୍ୟ ପରବର୍ତ୍ତୀ ସମୟରେ ହିନ୍ଦୁସ୍ତାନୀ ସଂଗୀତର ଧୂପଦ, ଧମାର, ଖେୟାଲ, ଗଜଲ ଶିକ୍ଷା କରିଥିଲେ । ତତ୍କାଳୀନ ସଂଗୀତଜ୍ଞ ଓ ଶିକ୍ଷକ ଗୋକୁଳ ଶ୍ରୀଚନ୍ଦନ, ନନ୍ଦନିଧି ଧଳ, ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ, ଶ୍ୟାମସୁନ୍ଦର ଧୀର ଇତ୍ୟାଦିଙ୍କଦ୍ୱାରା ନୃସିଂହନାଥ ବହୁ ପ୍ରଶଂସିତ ହୋଇଥିଲେ ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୫ ଜାନୁଆରୀ ବର୍ଷର ୨୫ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୪୦ ଦିନ ବାକି ଅଛି ଅଧିବର୍ଷ ଗୁଡ଼ିକରେ ୩୪୧ ଦିନ ।
ବିକ୍ରାନ୍ତ ଚତୁର୍ବେଦୀ (ଜନ୍ମ: ୧ ଅଗଷ୍ଟ ୧୯୭୪) ଜଣେ ଭାରତୀୟ ଅଭିନେତା ତଥା ଡବିଂ କଳାକାର । ସେ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରିବା ସହିତ ଭାରତୀୟ ଆନିମେସନ୍ ତଥା ହଲିଉଡର ଅନେକ ହିନ୍ଦୀ ଡବିଂ ଓ ଅନ୍ୟାନ୍ୟ ବିଦେଶୀ କଥାଚିତ୍ର ଏବଂ ଗଣମାଧ୍ୟମ ପାଇଁ ମଧ୍ୟ ସ୍ୱର ଦେଇଛନ୍ତି । ସେ ଚକ୍ରବର୍ତ୍ତୀ ଅଶୋକା ସମ୍ରାଟ ଶୀର୍ଷକ ହିନ୍ଦୀ ଧାରାବାହିକରେ ମିର୍ ଖୋରାସନ ଭୂମିକାରେ ଅଭିନୟ କରିଥିଲେ ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୫ ଜୁନ ବର୍ଷର ୧୫୬ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୧୫୭ତମ । ବର୍ଷ ଶେଷ ହେବା ପାଇଁ ଆଉ ୨୦୯ ଦିନ ବାକି ଅଛି ।
ପ୍ଲୁଟୋ (ପ୍ରତୀକ: ଏବଂ ) ସୌରଜଗତର ଏକ ଅଂଶବିଶେଷ । 'ପ୍ଲୁଟୋ, ୧୩୪୩୪୦ପ୍ଲୁଟୋ, ଏରିଶ ପରେ ସୌରଜଗତର ଦ୍ୱିତୀୟ ବୃହତ୍ତମ ବିଶାଳ ବାମନ ଗ୍ରହ ଓ ଦଶମ ସୂର୍ଯ୍ୟ ଚାରିପଟେ ବୁଲୁଥିବା ଦଶମ ବୃହତ୍ତମ ମହାପିଣ୍ଡ । ଏହା ମୂଳତ ନବମ ଗ୍ରହ ଭାବରେ ନାମିତ ହୋଇଥିଲା, ପରେ ପ୍ଲୁଟୋ ଅନେକ ବିଶାଳ ପିଣ୍ଡ ନବଗଠିତ କୁଇପର ପଟି ଭିତରେ ଥିବା ଥିବା ଏକ ବାମନ ଗ୍ରହ ଓ ପ୍ଲୁଟୋଏଡ଼ ଭାବରେ ନାମିତ ହେଲା । ଅନେକ ବୈଜ୍ଞାନିକ ମତ ଦେଇଥିଲେ ଯେ ପ୍ଲୁଟୋକୁ ଏକ ଗ୍ରହର ଶ୍ରେଣୀରେ ନରଖି ଅନ୍ୟାନ୍ୟ ବାମନ ଗ୍ରହପୁଞ୍ଜ ଭିତରେ ରଖିବା ଉଚିତ । ୧୮ ଫେବୃଆରୀ ୧୯୩୦ରେ କ୍ଲାଏଡ଼ ଟମବଗଙ୍କଦ୍ୱାରା ପ୍ଳୁଟୋ ଆବିଷ୍କୃତ ହୋଇଥିଲା । ୨୪ ଅଗଷ୍ଟ ୨୦୦୬ରେ ଇଣ୍ଟରନ୍ୟାସନାଲ ଆଷ୍ଟ୍ରୋନୋମିକାଲ ୟୁନିଅନ (ଆଇ. ଏ. ୟୁ)ର ପ୍ରେଗଠାରେ ଅନୁଷ୍ଠିତ ସାଧାରଣ ବୈଠକରେ ସଦସ୍ୟମାନଙ୍କ ମତଦାନ ଆଧାରରେ ପ୍ଳୁଟୋକୁ ଗ୍ରହ ବଦଳରେ 'ବାମନ ଗ୍ରହ' ଭାବେ ନାମିତ କରାଗଲା ।
ବିଶ୍ୱନାଥ ପଶାୟତ (୧୦ ଅକ୍ଟୋବର ୧୯୧୨ - ୨୭ ଡିସେମ୍ବର ୧୯୬୪) ଜଣେ ଓଡ଼ିଆ ସ୍ୱାଧିନତା ସଂଗ୍ରାମୀ, ସାହିତ୍ୟିକ ଓ ଆଇନଜୀବୀ ଥିଲେ । ଜୀବନୀ ବିଶ୍ୱନାଥ ୧୯୧୨ ମସିହାରେ ଜଗତସିଂହପୁର ଜିଲ୍ଲାର ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ନିଜ ଜମିଦାରୀ ସଂସ୍କୃତି ଓ ଆଭିଜାତ୍ୟପୂର୍ଣ୍ଣ ଜୀବନକୁ ତ୍ୟାଗକରି ସେ ସାମ୍ୟବାଦ ଆନ୍ଦୋଳନର ପୁରୋଧା ସାଜିଥିଲେ । ବୃତ୍ତିରେ ସେ ଜଣେ ଆଇନଜୀବୀ ଥିଲେ । ନବଯୁଗ ସାହିତ୍ୟ ସଂସଦର ସେ ଥିଲେ ଅନ୍ୟତମ ପ୍ରତିଷ୍ଠାତା । ନବଯୁଗ ସାହିତ୍ୟ ସଂସଦର ପତ୍ରିକା ଆଧୁନିକକୁ ସେ ସମ୍ପାଦନା କରୁଥିଲେ । ସେ ଜଣେ ପ୍ରତିଷ୍ଠିତ ଆଇନଜୀବୀ ଥିଲେ ଓ ନାଟ୍ୟକାର ମନୋରଞ୍ଜନ ଦାସ ତାଙ୍କର ସହଯୋଗୀ ଭାବରେ କାମ କରୁଥିଲେ । ପରିବାର ବିଶ୍ୱନାଥଙ୍କ ପୁତ୍ର ଅରିଜିତ ପଶାୟତ ସୁପ୍ରିମ କୋର୍ଟର ବିଚାରପତି ଭାବରେ କାର୍ଯ୍ୟ କରିଥିଲେ ।
୧୮୬୫ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଟାଇଁସି, ଓଡ଼ିଶାର ଅନୁଗୋଳ ଜିଲ୍ଲାର ଅନୁଗୋଳ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଅନୁଗୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଗମନାଗମନ ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳଠାରୁ ୪୦ କି.ମି. ଦୂରରେ ଅବସ୍ଥିତ । ଶିକ୍ଷା ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି। ସଂସ୍କୃତି ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।
ଟାଇଓଗୁଆନିନ (ଇଂରାଜୀ ଭାଷାରେ , ଅନ୍ୟ ନାମ ଥାଇଓଗୁଆନିନ ବା ୬-ଥାଇଓଗୁଆନିନ ବା ୬-ଟିଜି) ଏକ ଔଷଧ ଯାହା ଆକ୍ୟୁଟ ମାୟେଲଏଡ ଲିଉକେମିଆ ( ବା ), ଆକ୍ୟୁଟ ଲିମ୍ଫୋସାଇଟିକ ଲିଉକେମିଆ ( ବା ) ଓ କ୍ରନିକ ମାୟେଲଏଡ ଲିଉକେମିଆ ( ବା ) ରୋଗମାନଙ୍କ ଚିକିତ୍ସାରେ ବ୍ୟବ‌ହାର କରାଯାଏ । ଦୀର୍ଘକାଳୀନ ବ୍ୟବ‌ହାର ସୁପାରିସ କରାଯାଏନାହିଁ । ଏହା ପାଟିରେ ଦିଆଯାଏ । ଟାଇଓଗୁଆନିନର ପାର୍ଶ୍ୱ ପ୍ରତିକ୍ରିୟାରେ ସାଧାରଣତଃ ଅସ୍ଥିମଜ୍ଜା ଦମନ , ଯକୃତ ସମସ୍ୟା ଓ ପାଟି ପ୍ରଦାହ ଆଦି ରୋଗ ହୋଇପାରେ । ଏହି ଔଷଧ ରୋଗୀ ବ୍ୟବ‌ହାର କଲାବେଳେ ତାହାର ଯକୃତ ଏଞ୍ଜାଇମ ପ୍ରତି ସପ୍ତାହରେ ଚେକ କରିବା ଆବଶ୍ୟକ । ଥାଇଓପ୍ୟୁରିନ ଏସ-ମିଥାଇଲଟ୍ରାନ୍ସଫରେଜର ଜେନେଟିକ ଅଭାବ ଥିବା ଲୋକମାନଙ୍କର ଏହି ରୋଗ ସଙ୍କଟ ଅଧିକ ଥାଏ । ଔଷଧ ନେଉଥିବା ମହିଳା ଓ ପୁରୁଷ, ଉଭୟ ଗର୍ଭାବସ୍ଥା ନହେବା ନିମନ୍ତେ ଚେଷ୍ଟିତ ହେବା ଉଚିତ । ଏହା ଏକ ଆଣ୍ଟିମେଟାବୋଲାଇଟ ଶ୍ରେଣୀର ଏକ ଔଷଧ । ଏହା ଗୁଆନିନର ଏକ ପ୍ୟୁରିନ ଆନାଲଗ ଯାହା ଡିଏନଏ ଓ ଆରଏନଏକୁ ଭାଙ୍ଗିଦେଇ କାର୍ଯ୍ୟକ୍ଷମ ହୁଏ । ସନ ୧୯୪୯ ଓ ୧୯୫୧ ମଧ୍ୟରେ ଟାଇଓଗୁଆନିନ ଆବିଷ୍କୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ' ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ବିକାଶଶୀଳ ଦେଶମାନଙ୍କରେ ସନ ୨୦୧୪ରେ ଏହି ଔଷଧର ଏକ ୪୦ ମି:ଗ୍ରା: ବଟିକାର କ୍ରୟ ମୂଲ୍ୟ ୭.୦୭ ଆମେରିକୀୟ ଡଲାର ଥିଲା । ଇଂଲଣ୍ଡରେ ଏହି ପରିମାଣ ବଟିକାର ମୂଲ୍ୟ ୪.୧୪ ପାଉଣ୍ଡ ।
ଆର୍ଯ୍ୟାବର୍ତ୍ତ ଭାରତ ବର୍ଷର ପ୍ରତ୍ୟେକ ଭାରତୀୟ ଚତୁର୍ଦ୍ଧାମ ରାମେଶ୍ୱର, ପୁରୀ, ବଦ୍ରୀନାଥ ଓ ଦ୍ୱାରକା ଦର୍ଶନର କାମନା କରିଥାନ୍ତି । ଚାରୋଟି ସ୍ଥାନ ଚାରିଧାମ ପରମ ପବିତ୍ର । ଏଥିମଧ୍ୟରୁ ତିନୋଟି ଧାମ ପୁରୀ, ରାମେଶ୍ୱର ଏବଂ ଦ୍ୱାରକା ସାଗର କୂଳରେ ଓ ବଦ୍ରୀନାଥ ଧାମ ହିମାଳୟ ପର୍ବତରେ ଅବସ୍ଥିତ । କଥିତ ଅଛି ଯେ ମନୁଷ୍ୟ ପରି ଭଗବାନ ମଧ୍ୟ ରାମେଶ୍ୱରରେ ସ୍ନାନ କରି ଆଭୂଷଣ ବିମଣ୍ଡିତ ହୁଅନ୍ତି ଦ୍ୱାରକାରେ, ଶ୍ରୀକ୍ଷେତ୍ରରେ ଷାଠିଏ ପଉଟି ଭୋଜନ କରି ବଦ୍ରିକାର ନିଶ୍ଚଳ ଅଞ୍ଚଳରେ ସୁଖ ନିଦ୍ରା ଯାଇଥାନ୍ତି । କାର୍ତ୍ତିକଠାରୁ ବୈଶାଖ ଅକ୍ଷୟ ତୃତୀୟା ପର୍ଯ୍ୟନ୍ତ ଛଅମାସ କାଳ ବଦ୍ରୀନାଥ ମନ୍ଦିର ଦ୍ୱାର ବନ୍ଦ ରହେ । ଅଦ୍ୱୈତ ମତବାଦର ପ୍ରଣେତା ଆଦି ଶଙ୍କରାଚାର୍ଯ୍ୟ ସ୍ୱପ୍ରତିଷ୍ଠିତ ସନ୍ନ୍ୟାସୀ ସଂପ୍ରଦାୟକୁ ଦଶ ଭାଗରେ (ଯଥା- ତୀର୍ଥ, ଆଶ୍ରମ, ବନ, ଅରଣ୍ୟ, ଗିରି, ପର୍ବତ, ସାଗର, ପୁରୀ, ଭାରତୀ ଓ ସରସ୍ୱତୀ) ବିଭକ୍ତ କରି ସେମାନଙ୍କ ବ୍ୟବହାର ପାଇଁ ଭାରତର ଚତୁର୍ଦ୍ଦିଗରେ ଚାରିଟି ମଠ ତାଙ୍କର ଚାରିଜଣ ଶିଷ୍ୟଙ୍କ ଅଧିନରେ ସ୍ଥାପନ କରିଥିଲେ ଓ ପ୍ରତ୍ୟେକ ମଠରେ ଦେବ, ଆଚାର୍ଯ୍ୟ ଏବଂ ମଠ ସେବକ ବ୍ରହ୍ମଚାରୀ ନିଯୁକ୍ତ କରିଥିଲେ । ସେହି ଚାରିଗୋଟି ମଠ ଆଜି ପର୍ଯ୍ୟନ୍ତ ଶିଷ୍ୟ ପ୍ରଶିଷ୍ୟାନୁକ୍ରମେ ମଠଧାରୀମାନଙ୍କଦ୍ୱାରା ପରିଚାଳିତ ହୋଇ ଆସୁଅଛି । ପଶ୍ଚିମରେ ଦ୍ୱାରକାସ୍ଥିତ ଶାରଦା ମଠରେ ପୀଠାଧିକାରୀଙ୍କ ନାମ ହସ୍ତାମଳକାଚାର୍ଯ୍ୟ । ଦଶନାମୀ ସନ୍ନ୍ୟାସୀମାନଙ୍କ ମଧ୍ୟରୁ ତୀର୍ଥ ଓ ଆଶ୍ରମ ନାମଧାରୀ ସନ୍ନ୍ୟାସୀମାନଙ୍କ ବାସ ନିମିତ୍ତ ଏହି ମଠଟି ଉତ୍କୃଷ୍ଟ । ପୂର୍ବରେ ପୁରୀସ୍ଥିତ ଗୋବର୍ଦ୍ଧନ ମଠରେ ପୀଠାଧିକାରୀଙ୍କ ନାମ ପଦ୍ମପାଦାଚାର୍ଯ୍ୟ । ବନ ଓ ଅରଣ୍ୟ ନାମଧାରୀ ସନ୍ନ୍ୟାସୀମାନଙ୍କ ନିମିତ୍ତ ଏହି ମଠଟି ଉତ୍କୃଷ୍ଟ । ଉତ୍ତରରେ ବଦରିକାଶ୍ରମସ୍ଥିତ ଯୋଶୀ ମଠ ବା ଜ୍ୟୋତିଃ ମଠରେ ପୀଠାଧିକାରୀଙ୍କ ନାମ ତ୍ରୋକଟାଚାର୍ଯ୍ୟ । ଗିରି, ପର୍ବତ ଓ ସାଗର ନାମଧାରୀ ସନ୍ନ୍ୟାସୀମାନଙ୍କ ବାସ ନିମିତ୍ତ ଏହି ମଠଟି ଉତ୍କୃଷ୍ଟ । ଦକ୍ଷିଣରେ ଶୃଙ୍ଗେରୀ (ଋଶ୍ୟଶୃଙ୍ଗାଶ୍ରମ) ମଠରେ ପୀଠାଧିକାରୀଙ୍କ ନାମ ସୁରେଶ୍ୱରାଚାର୍ଯ୍ୟ । ପୁରୀ, ଭାରତୀ ଓ ସରସ୍ୱତୀ ନାମଧାରୀ ସନ୍ନ୍ୟାସୀମାନଙ୍କ ବାସାର୍ଥେ ଏହା ଉତ୍କୃଷ୍ଟ ।
ଅନ୍ନପୂର୍ଣ୍ଣା ଇଂରାଜୀ ଭାଷାରେ , : , : , . "ଖାଦ୍ୟ ପରିପୂର୍ଣ୍ଣ" ଖାଦ୍ୟ ଓ ପୋଷଣର ଦେବୀ ହିନ୍ଦୁ ଧର୍ମ । ହିନ୍ଦୁ ଧର୍ମରେ ଧନ‌ଦାତ୍ରୀ ଓ ଅନ୍ନ‌ଦାତ୍ରୀ ହୋଇଥିବା ଯୋଗୁ ଅନ୍ନପୂର୍ଣ୍ଣା ଠାକୁରାଣୀ ଏକ ଜନପ୍ରିୟ ଦେବୀ । ଶିବଙ୍କ ପତ୍ନୀ ପାର୍ବତୀଙ୍କର ସେ ଗୋଟିଏ ଅବତାର ହୋଇଥବା ଯୋଗୁ ଭରତଚନ୍ଦ୍ର ରାୟଙ୍କ ବଙ୍ଗଳା ଭାଷାରେ ରଚିତ କବିତା 'ଆନନ୍ଦ ମଙ୍ଗଳ' ରେ ତାଙ୍କୁ ସ୍ତୁତି କରାଯାଇଛି । ଅନ୍ନପୂର୍ଣ୍ଣା ଶହସ୍ରନାମରେ ୧୦୦୦ ଥର ଓ ଅନ୍ନପୂର୍ଣ୍ଣା ଶତନାମ ସ୍ତୋତ୍ରଂରେ ୧୦୮ ଥର ତାଙ୍କ ନାମର ପ୍ରଶଂସା କରାଯାଇଛି । ବାରାଣସୀରେ ଥିବା ଅନ୍ନପୂର୍ଣ୍ଣା ଦେବୀ ମନ୍ଦିର ଓ କାଶୀ ବିଶ୍ୱନାଥ ମନ୍ଦିର ଦୁଇଟି ଅନ୍ନପୂର୍ଣ୍ଣାଙ୍କ ନାମରେ ଉତ୍ସାର୍ଗ ହୋଇଛି । ଅକ୍ଷୟ ତୃତୀୟା ଦିନ ଅନ୍ନପୂର୍ଣ୍ଣା ଦେବୀଙ୍କର ଜନ୍ମ ଦିବସ ହୋଇଥିବା ବିଶ୍ୱାସ କରିବାର ସେହି ଦିନ ସ୍ୱର୍ଣ୍ଣାଳଙ୍କାର କ୍ରୟ କଲେ ଶୁଭ ବୋଲି ବିଶ୍ୱାସ କରାଯାଏ । ଶବ୍ଦ ବିନ୍ୟାସ ସଂସ୍କୃତ ଭାଷାରେ ଅନ୍ନପୂର୍ଣ୍ଣା ଶବ୍ଦର ଅର୍ଥ ଖାଦ୍ୟ ଓ ପୋଷଣ ଦାତ୍ରୀ । ଅନ୍ନ ଅର୍ଥ ଖାଦ୍ୟ ବା ଶସ୍ୟ ବା ଓଡ଼ିଆରେ ଭାତ, ପୂର୍ଣ୍ଣ ଶବ୍ଦର ଅର୍ଥ ସମ୍ପୂର୍ଣ୍ଣ । ପର୍ବତମାନଙ୍କର ରାଜା ହିମ‌ବତଙ୍କର ଅନ୍ନପୂର୍ଣ୍ଣା ଏକ କନ୍ୟା ହୋଇଥିବା ବିଶ୍ୱାସ କରାଯାଏ ଓ ତାଙ୍କ ନାମାନୁସାରେ ହିମାଳୟରେ ଥିବା ଅନ୍ନପୂର୍ଣ୍ଣା ପର୍ବତର ନାମକରଣ ହୋଇଥିବା ମଧ୍ୟ ବିଶ୍ୱାସ କରାଯାଏ । ପଶ୍ଚିମ ଦେଶଗୁଡ଼ିକରେ ତାଙ୍କୁ ରନ୍ଧନର ହିନ୍ଦୁ ଦେବୀ ସମ୍ମାନ ଦିଅନ୍ତି । ଅନ୍ନପୂର୍ଣ୍ଣାଙ୍କର ଅନ୍ୟ କେତେକ ନାମ: ବିଶାଳାକ୍ଷୀ ସଂସ୍କୃତରେ: ବଡ଼ ଚକ୍ଷୁ ଥିବା ମହିଳା ବିଶ୍ୱଶକ୍ତି ସଂସ୍କୃତରେ: ପୃଥିବୀର ଶକ୍ତି. ବିଶ୍ୱମାତା ସଂସ୍କୃତରେ: ସଂସାରର ମାତା. ସୃଷ୍ଟିହେତୁକାବରଦାନୀ ସଂସ୍କୃତରେ: ପୃଥିବୀ ନିମନ୍ତେ ବରଦାୟିନୀ. ଭୁବନେଶ୍ୱରୀ ସଂସ୍କୃତରେ: ଭୁବନର ଦେବୀ. ରେଣୁ ଅଣୁର ଦେବୀ. ଅନ୍ନ‌ଦା ସଂସ୍କୃତରେ: ଖାଦ୍ୟ ଦାତ୍ରୀ କିମ୍ବଦନ୍ତୀ ଦିନେ ପାର୍ବତୀ 'ପ୍ରକୃତି ବଡ଼' କ‌ହିବାରୁ ଶିବ ମନା କରିଥିଲେ ଓ ପ୍ରକୃତିଠାରୁ ପୁରୁଷ ବଡ଼ କ‌ହିବାରୁ କଳହ ଜାତ ହୋଇଥିଲା । କ୍ରୋଧରେ ପାର୍ବତୀ ତାଙ୍କୁ ପରିତ୍ୟାଗ କରି ଅଦୃଶ୍ୟ ହୋଇଗଲେ । ପାର୍ବତୀ ଅଦୃଶ୍ୟ ହୋଇଯିବାରୁ ସଂସାରରେ ଦୁର୍ଭିକ୍ଷ ଜାତ ହେଲା । ଶିବଙ୍କର ଅନୁଗାମୀମାନେ ତାଙ୍କୁ ଖାଦ୍ୟ ଭିକ୍ଷା ମାଗିଲେ । ଶିବ ଏକ ଭିକ୍ଷା ଥାଳ ଧରି ଦ୍ୱାର ଦ୍ୱାର ବୁଲି ଭିକ୍ଷା ମାଗିଲେ । କାହାରି ପାଖରେ କିଛି ଖାଦ୍ୟ ନଥିବାରୁ କେହି ଭିକ୍ଷା ଦେଇପାରିଲେନି । ଶିବ ଓ ଅନୁଗାମୀମାନେ ଦିନେ ଜାଣିବାକୁ ପାଇଲେ ଯେ କାଶୀରେ ଗୋଟିଏ ରନ୍ଧନ ସ୍ଥାନ ଅଛି ଯେଉଁଠାରେ ଅଦ୍ୟାପି ଖାଦ୍ୟ ମିଳୁଛି । ଖାଦ୍ୟ ଭିକ୍ଷା କରିବାକୁ ଶିବ କାଶୀ ଗଲେ, କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ସେ ଜାଣିବାକୁ ପାଇଲେ ଯେ ଅନ୍ୟ ଏକ ଆକାର ଗ୍ରହଣ କରିଥିବା ପାର୍ବତୀ ସେହି ରନ୍ଧନଶାଳର ମାଲିକାଣୀ । ସେ ସ୍ୱର୍ଗୀୟ ପୋଷାକ ଓ ଅଳଙ୍କାର ପିନ୍ଧି ଏକ ସିଂହାସନରେ ବସି କ୍ଷୁଧିତ ଦେବତା ଓ ପୃଥିବୀର ଲୋକଙ୍କୁ ଜଣକ ପରେ ଜଣକୁ ଖାଦ୍ୟ ବାଣ୍ଟୁଥିଲେ । ତାଙ୍କ ପୁତ୍ର କାର୍ତ୍ତିକେୟ ଓ ଗଣେଷଙ୍କୁ ମଧ୍ୟ ଖାଦ୍ୟ ଯାଚିଲେ । ଅନ୍ନପୂର୍ଣ୍ଣା ଦେବୀ ଆକାରରେ ପାର୍ବତୀ ଥିଲେ ଓ ଅପୂର୍ବ ସୁନ୍ଦର ଦେଖାଯାଉଥିଲେ । ତାଙ୍କୁ ଖାଦ୍ୟ ଦେଇ ଅନ୍ନପୂର୍ଣ୍ଣା ପ୍ରମାଣିତ କରିଦେଲେ ଯେ ଶିବ ନିଜେ ଭୋକାତୁର ହୋଇନପାରନ୍ତି କିନ୍ତୁ ତାଙ୍କର ଅନୁଗାମୀମାନେ ନିଶ୍ଚୟ ଭୋକାତୁର ହେବେ । ଅନ୍ୟ ଏକ ଲୋକ‌କଥା ଅନୁସାରେ ତ୍ରିମୁର୍ତ୍ତୀ ପରସ୍ପର ମଧ୍ୟରେ କିଏ ବଡ଼ କ‌ହି ଯୁକ୍ତି ତର୍କ କରିଥିଲେ । ମହାଦେବୀ ( : ) ଏହି ତର୍କ ଶୁଣି ଶିକ୍ଷା ଦେବା ଉଦ୍ଦେଶ୍ୟରେ ଅଦୃଶ୍ୟ ହୋଇଯିବା ଫଳରେ ଯଜ୍ଞ ହୋଇପାରିଲାନି ଓ ଦେବତାମାନେ ଭୋକରେ ରହି ଦୁର୍ବଳ ହେବାକୁ ଲାଗିଲେ । ସେମାନେ ତ୍ରିମୁର୍ତ୍ତୀଙ୍କୁ ଖାଦ୍ୟ ମାଗିଲେ । ସେତିକିବେଳେ ବିଷ୍ଣୁ ଶିବଙ୍କୁ କ‌ହିଲେ, "ହେ ମହାଦେବ, ଦେବୀ ଅଦୃଶ୍ୟ ହୋଇଯିବାରୁ ସୃଷ୍ଟି ଦୁର୍ବଳ ହୋଇଯାଇଛି । ମୁଁ ଶୁଣିବାକୁ ପାଉଛି ଯେ କାଶୀରେ କେହିଜଣେ ମହିଳା ଲୋକଙ୍କ ପାଇଁ ଖାଦ୍ୟ ଦାନ କରୁଛନ୍ତି ।" ସଙ୍ଗେ ସଙ୍ଗେ ଶିବ ବୁଝିପାରିଲେ ଯେ ସେହି ମହିଳା ଜଗଦମ୍ବାଙ୍କ ବ୍ୟତୀତ ଆଉ କେହି ନୁହେଁ । ଭିକ୍ଷୁକ ଛଦ୍ମ ବେଶରେ ଶିବ କାଶୀ ଯାଇ ଦେବତାଙ୍କ ପାଇଁ ଭିକ୍ଷା ମାଗିଲେ । ଦେବତାମାନେ ଏକ ଶିକ୍ଷା ଲାଭ କରିଛନ୍ତି ଜାଣି ଦେବୀ ସନ୍ତୁଷ୍ଟ ହେଲେ ଓ ଶିବଙ୍କୁ କ‌ହିଲେ, "ମୁଁ ଏହି କାଶୀରେ ଅନ୍ନପୂର୍ଣ୍ଣା ଆକାରରେ ବାସ କରିବି ।
ରାଇବଣିଆ ଦୁର୍ଗ ଉତ୍କଳର ନରପତି ଲାଙ୍ଗୁଳା ନରସିଂହ ଦେବଙ୍କ ନିର୍ମିତ ଓଡ଼ିଶାର ବାଲେଶ୍ୱରର ଲକ୍ଷ୍ମଣନାଥଠାରେ ଥିବା ଏକ ପୁରାତନ ଓ ଐତିହାସିକ ଦୁର୍ଗ । ଏହା ଓଡ଼ିଶାର ବୌଦ୍ଧବାଦର କାଳରେ ଲାଙ୍ଗୁଳା ନରସିଂହ ଦେବଙ୍କ ଦେଇ ଗଢ଼ାଯାଇଥିଲା । ଏଠାରେ ୧୬୧ ଗୋଟି ଦେବୀ ମୂର୍ତ୍ତି ରହିଛି ଯେଉଁ ସବୁ ଦୁର୍ଗା ଦେବତା ବା ଇଷ୍ଟଦେବତା ତଥା ଦଶାଶରୁ ମୂର୍ତ୍ତି ଯାହା ଦେବୀ ଜୟଚଣ୍ଡୀଙ୍କ ସାଙ୍କେତିକ ରୂପ ଭାବରେ ଚିହ୍ନିତ । ଯଦିଓ ଆଇନ-ଇ-ଆକବରିରେ ତିନୋଟି ଦୁର୍ଗ ବାବଦରେ ଲିପିବଦ୍ଧ ହୋଇଛି ଏଠାରେ ୪ ଗୋଟି ଦୁର୍ଗ ରହିଛି, ବଡ଼ ଦୁଇଟି ରାଇବଣିଆ ଗାଁ ନିକଟରେ ରହିଥିବା ବେଳେ ବାକି ଦୁଇଟି ଛୋଟ ଦୁର୍ଗ ଫୁଲଟା (ଫୁଲହତା) ପାଖରେ ରହିଛି । ବାଲେଶ୍ୱର ଗାଜେଟିଅର ଅନୁସାରେ କଳାପାହାଡ଼ ଉତ୍କଳ ଆକ୍ରମଣ କରିବା କାଳରେ ଏହା ଭାଙ୍ଗିଦିଆଯାଇଥିଲା । ଭଙ୍ଗା ଦୁର୍ଗର ଅବଶେଷ ସ୍ଥାନୀୟ ଜମିଦାର ଓ ଗାଁ ଲୋକଙ୍କ ଘର ତୋଳାରେ ବ୍ୟବହାର ହୋଇଥିଲା । ଅବସ୍ଥାନ ରାଇବଣିଆ ଦୁର୍ଗ ସମୂହ ହାତୀଗଡ ନିକଟରେ ଅବସ୍ଥିତ ଯାହା ଜଳେଶ୍ୱରଠାରୁ 9 (14 ) ଦୁଋଅରେ ଅବସ୍ଥିତ ଓ ସୁବର୍ଣ୍ଣରେଖା ନଦୀଠାରୁ 2 (3.2 ) ଦୂରରେ ଅବସ୍ଥିତ । ଇତିହାସ ଉତ୍କଳର ଗଙ୍ଗ ବଂଶର ଶାସକ ଲାଙ୍ଗୁଳା ନରସିଂହ ଦେବ, ବାହାମଣିର ଶାସକ ହୁମାୟୁଁ ଶାହଙ୍କ ବିରୋଧରେ ଯୁଦ୍ଧ କରି ସେଥିରେ ଜିତିବା ପରେ ଓଡ଼ିଶା ଫେରିବା ପଥରେ ଓଡ଼ିଶା ଓ ବଙ୍ଗର ସୀମାନ୍ତରେ ଥିବା ହୁଗୁଳି ନଦୀ ନିକଟରେ ମୁସଲିମ ଶତ୍ରୁ ପ୍ରବେଶକୁ ରୋକିବା ନିମନ୍ତେ ବାଲେଶ୍ୱରର ଜଳେଶ୍ୱର ନିକଟରେ ଏହି ଦୁର୍ଗର ନିର୍ମାଣ କରିଥିଲେ । ବିଶେଷତା ଏହା ସେତେବେଳେ ଓଡ଼ିଶା-ବଙ୍ଗ ପ୍ରବେଶ ଦୁଆର ଭାବରେ ବ୍ୟବହାର କରାଯାଉ ଥିଲା । ଏହି ଦୁର୍ଗର ଚାରିପାଖର ମାଙ୍କଡ଼ା ପଥରରେ ତିଆରି ଚାରିକୋଶ ବ୍ୟାପୀ ଗଡ଼ଦେଇ ବେଢ଼ା । ଗଡ଼ର ପରିଖା ଅତି ବଡ଼ ଓ ଗଭୀର ଥିଲା । ତାହାର ଚାରିପାଖରେ ସୈନ୍ୟ ସାମନ୍ତ ଓ ଅସ୍ତ୍ରଶସ୍ତ୍ର ରହୁଥିଲା । ଏହି ଦୁର୍ଗର ବର୍ଣ୍ଣନା ଆଇନ-ଇ-ଆକବରୀ ପୋଥିରେ ମଧ୍ୟ କରାଯାଇଅଛି । ଗମନାଗମନ ଏହା ଲକ୍ଷ୍ମଣନାଥ ରେଳ ଷ୍ଟେସନଠାରୁ ସଡ଼କ ପଥରେ ୧୮ କି.ମି. ଦୂରରେ ଅବସ୍ଥିତ । ରେଳପଥରେ ଏହା ଜଳେଶ୍ୱରଠାରୁ ୨୫ କି.ମି. ଓ ବାଲେଶ୍ୱରଠାରୁ ୭୫କି.ମି. ଦୂରରେ ସୁବର୍ଣ୍ଣରେଖା ନଦୀର ପଶ୍ଚିମ ପାଖରେ ଅବସ୍ଥିତ । ଏଠାରେ କୌଣସି ଡାକବଙ୍ଗଳା ନଥିଲେ ହେଁ ୨୫ କି.ମି. ଦୂର ଜଳେଶ୍ୱରଠାରେ ଦୂରଗାମୀ ଯାତ୍ରୀମାନେ ରହି ପାରିବେ । ସାହିତ୍ୟରେ ଫକିର ମୋହନଙ୍କ ଲିଖିତ ଲଛମା ଉପନ୍ୟାସ ଏହି ରାଇବଣିଆ ଦୁର୍ଗ ଉପରେ ପର୍ଯ୍ୟବସିତ ।
ବସନ୍ତ କୁମାର ମହାନନ୍ଦ (୭ ନଭେମ୍ବର ୧୯୩୫ - ୨୫ ଅପ୍ରେଲ ୨୦୦୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଜନତା ଦଳ, ଉତ୍କଳ କଂଗ୍ରେସ ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୭୪, ୧୯୭୭ ଓ ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରେଢ଼ାଖୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୭ମ ଓ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ବସନ୍ତ କୁମାର ମହାନନ୍ଦ ୧୯୩୫ ମସିହାରୁ ନଭେମ୍ବର ମାସ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ସାବିତ୍ରୀ ମହାନନ୍ଦ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ । ରାଜନୈତିକ ଜୀବନ ବସନ୍ତ ଓଡ଼ିଶା ରାଜନୀତିରେ ଜନତା ଦଳ, ଉତ୍କଳ କଂଗ୍ରେସ ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ବିଧାନ ସଭା ସଭ୍ୟ ବିବରଣୀ ମୃତ୍ୟୁ ବସନ୍ତ କୁମାର ମହାନନ୍ଦ ୨୦୦୨ ମସିହାର ଅପ୍ରେଲ ମାସ ୨୫ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା ।
ନେଫାଜୋଡୋନ ହେଉଛି ଏକ ଔଷଧ ଯାହା ମୁଖ୍ୟତଃ ପ୍ରମୁଖ ଉଦାସୀନ ବେମାରୀ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ବ୍ୟବ‌ହାର ହେଉଥିବା ଅନ୍ୟାନ୍ୟ ରୋଗମାନଙ୍କର ନାମ ଆକ୍ରମଣାତ୍ମକ ଆଚରଣ ଏବଂ ପ୍ୟାନିକ ଡିଜଅର୍ଡ଼ର ଅନ୍ତର୍ଭୁକ୍ତ । ଏହା ପାଟିରେ ଦିଆଯାଏ । ପ୍ୟାନିକ ଡିଜଅର୍ଡ଼ର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଶୁଖିଲା ପାଟି, ଅଇ, କୋଷ୍ଠକାଠିନ୍ୟ, ଅସ୍ପଷ୍ଟ ଦୃଷ୍ଟିଶକ୍ତି ଏବଂ ଦ୍ୱନ୍ଦ୍ୱ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଆତ୍ମହତ୍ୟା, ବାଇପୋଲାର ଡିଜଅର୍ଡ଼ର, ବାତ ଏବଂ ପ୍ରିଆପିଜ୍ମ ଅନ୍ତର୍ଭୁକ୍ତ ହୋଇପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । ଏହାର କାର୍ଯ୍ୟ ଶୈଳୀ ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ ନୁହେଁ କିନ୍ତୁ ମସ୍ତିଷ୍କ ମଧ୍ୟରେ ୫-ଏଚଟି (5- ) ଏବଂ ନର୍‌ଏପିନେଫ୍ରିନ ଉପରେ ପ୍ରଭାବ ପକାଇପାରେ । ନେଫାଜୋଡୋନ ୧୯୮୨ ମସିହାର ପେଟେଣ୍ଟ କରାଯାଇଥିଲା ଏବଂ ୧୯୮୮ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ମାସକୁ ଏହା ପିଛା ପ୍ରାୟ ୨୬୦ ଡଲାର ଖର୍ଚ୍ଚ ହୋଇଥାଏ । ଏହା ଆଉ ସାଧାରଣତଃ ବ୍ୟବହୃତ ହେଉନାହିଁ ।
ଟିନିଆ କ୍ରୁରିସ, (ଇଂରାଜୀ ଭାଷାରେ ବା ଜକ୍ ଇଚ୍) ଏକ ପ୍ରକାର ଫିମ୍ପି ସଂକ୍ରମଣ ଯାହା ଚର୍ମରେ ହୁଏ । ଏଥିରେ ସାମାନ୍ୟ ଉପରକୁ ଉଠିଥିବା ରାସ ହୁଏ ଯାହା ଦେଖିବାକୁ ଲାଲ ରଙ୍ଗ, କାତି ଭଳି, ବଙ୍କିମ ସୀମା ରେଖା ଥାଏ ଓ ଗଲୁ ହୁଏ ସାଧାରଣତଃ ଏହା ଜଙ୍ଘର ଉପର ଓ ଭିତର ପାଖରେ ହୁଏ ଡର୍ମାଟୋଫାଇଟ ନାମକ ଏକ ପ୍ରକାର ଫିମ୍ପି ଦଳଦ୍ୱାରା ଏହି ରୋଗ ହୁଏ ବିପଦ କାରକ ମଧ୍ୟରେ ଅତ୍ୟଧିକ ଝାଳ ବୋହିବା, ଚିପା ଲଢ଼ୁଆ ପୋଷାକ, ସ୍ପର୍ଶ କ୍ରୀଡ଼ା, ମଧୁମେହ ଏବଂ ଦାରିଦ୍ର୍ୟ ଉଲ୍ଲେଖନୀୟ ଖେଳୁଆଡ଼ ପାଦ, ଫମ୍ପି ନ‌ଖ ସଂକ୍ରମଣ, ସଂକ୍ରମିତ ତଉଲିଆ କିମ୍ବା ଅନ୍ୟାନ୍ୟ ପୋଷାକରୁ ଜଙ୍ଘକୁ ବ୍ୟାପିପାରେ ଅଣୁବୀକ୍ଷଣ ସାହାଯ୍ୟରେ କିମ୍ବା ଚର୍ମ ସ୍କ୍ରାପିଙ୍ଗର କଲଚର କରି ରୋଗ ନିର୍ଣ୍ଣୟ ନିଶ୍ଚିତ ହୋଇପାରେ। ଏକା ଭଳି ଦେଖାଯାଉଥିବା ଅନ୍ୟନ୍ୟ ରୋଗମାନଙ୍କର ନାମ ଯଥାକ୍ରମେ କାଣ୍ଡିଡାଲ ଇଣ୍ଟରଟ୍ରିଗୋ, ଏରିଥ୍ରାସ୍ମା, ଇନଭର୍ସ ସୋରିଆସିସ ଓ ସେବୋରିକ୍ ଡର୍ମାଟାଇଟିସ୍ । ଏହାର ଚିକିତ୍ସାରେ ଫିମ୍ପି ବିରୋଧୀ ବା ଆଣ୍ଟିଫଙ୍ଗାଲ କ୍ରିମ ଦିଆଯାଏ ଯାହା ଲକ୍ଷଣ ଆରମ୍ଭ ହେବା ସଙ୍ଗେ ସଙ୍ଗେ ଦେଲେ ଶୀଘ୍ର ଉପଶମ ହୁଏ ରୋଗ ଅଧିକ ହୋଇଥିଲେ ପାଟି ବାଟେ ଟରବିନାଫାଇନ ଦିଆଯାଏ । ଲକ୍ଷଣର ଉନ୍ନତିକୁ ସ୍ଟିରଏଡ କ୍ରିମ୍ ତ୍ୱରାନ୍ୱିତ କରିପାରେ ରୋଗର ପୁନରାବୃତ୍ତିକୁ ପ୍ରତିରୋଧ କରିବା ନିମନ୍ତେ ଅନ୍ୟ ଫିମ୍ପି ରୋଗ ଚିକିତ୍ସା ଏବଂ ଜଙ୍ଘ ସନ୍ଧି ଶୁଖିଲା ରଖିବା, ଚିପା ବସ୍ତ୍ର ଏଡ଼ାଇବା, ଏବଂ ମୋଟାପା ଥଲେ ଓଜନ କମେଇବା ଇତ୍ୟାଦି ଚିକିତ୍ସା କରାଯାଏ । ଟିନିଆ କ୍ରୁରିସ ଏକ ସାଧାରଣ ରୋଗ ଅଟେ ଏହି ରୋଗରେ ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ଏବଂ ଏହା ସାଧାରଣତଃ ଉଷ୍ମ-ଆର୍ଦ୍ର ଜଳବାୟୁରେ ଦେଖାଯାଏ ପିଲାମାନେ କ୍ୱଚିତ୍ ପ୍ରଭାବିତ ହୁଏ ଏହି ରୋଗ ୩୦ ମସିହାରେ ପ୍ରଥମେ ଅଲୁସ କର୍ନେଲିଅସ ସେଲସସ ବର୍ଣ୍ଣନା କରିଥିଲେ।
୧୭୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ପିପେରାସିଲିନ/ଟାଜୋବାକ୍ଟମ (ଇଂରାଜୀ ଭାଷାରେ / , ଏକ ବିକ୍ରୟ ନାମ ଟାଜୋସିନ) ଏକ ଔଷଧ ଯେଉଁଥିରେ ପିପେରାସିଲିନ ଆଣ୍ଟିବାୟୋଟିକ ଓ ବିଟା-ଲାକ୍ଟାମେଜ ଇନହିବିଟର ଟାଜୋବାକ୍ଟମ ଏକତ୍ର ଥାଏ । ଏହି ଔଷଧ ଗ୍ରାମ-ପଜିଟିଭ , ଗ୍ରାମ-ନେଗେଟିଭ ଜୀବାଣୁ ଯେପରିକି ସୁଡୋମୋନାସ ଏରୁଜିନୋସା ବିରୁଦ୍ଧରେ କାମ କରେ । ପେଲଭିକ ଇନଫ୍ଲାମେଟରି ଡିଜିଜ , ଇଣ୍ଟ୍ରାଆବଡୋମିନାଲ ସଂକ୍ରମଣ , ନିମୋନିଆ, ସେଲ୍ୟୁଲାଇଟିସ ଓ ସେପସିସ୍ ଭଳି ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ । ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଏହା ଦିଆଯାଏ । ପିପେରାସିଲିନ/ଟାଜୋବାକ୍ଟମର ସାଧାରଣ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ରାସ, ଅଇ, କୋଷ୍ଠକାଠିନ୍ୟ ଓ ତରଳ ଝାଡ଼ା ହୋଇପାରେ । ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆନାଫାଇଲାକ୍‌ସିସ ଭଳି ଆଲର୍ଜି ପ୍ରତିକ୍ରିୟା ଓ କ୍ଲସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ ଦେଖାଯାଇପାରେ । ବିଟା-ଲାକ୍ଟମ ପ୍ରତି ଆଲର୍ଜି ଥିଲେ ଏହି ରୋଗ ନିମନ୍ତେ ମଧ୍ୟ ଆଲର୍ଜି ହେବ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହି ଔଷଧ ନେଲେ ସାଧାରଣତଃ ନିରାପଦ ଥାଏ । ଜୀବାଣୁ କାନ୍ଥ ତିଆରିକୁ ଅବରୋଧ କରିବା ଫଳରେ ଏହା ଜୀବାଣୁର ବ୍ୟାକ୍ଟେରିସାଇଡାଲ ମୃତ୍ୟୁ କରାଏ । ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୩ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ପିପେରାସିଲିନ/ଟାଜୋବାକ୍ଟମ ସ୍ୱୀକୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ' ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ଜେନେରିକ ଔଷଧ ନାମରେ ବିକ୍ରୟ ହୁଏ । ସନ ୨୦୧୫ରେ ବିକାଶଶୀଳ ଦେଶମାନଙ୍କରେ ଏହି ଔଷଧର ଏକ ଦିନ ଡୋଜର କ୍ରୟ ମୂଲ୍ୟ ୧୧ ଆମେରିକୀୟ ଡଲାର ଥିଲା । ସନ ୨୦୧୫ରେ ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସ ଏହା ପ୍ରତି ଏକ ଦିନର ଡୋଜ ନିମନ୍ତେ ୩୮.୭୦ ପାଉଣ୍ଡ ଖର୍ଚ୍ଚ କରୁଥିଲା ।
ଛତ୍ରପତି ସମ୍ଭାଜିନଗର ଏକ ଭାରତୀୟ ପୌର ପରିଷଦ ଅଟେ । ଏହା ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ଅଉରଙ୍ଗାବାଦ ୧୯.୮୮୦୯ ଉତ୍ତର ଅକ୍ଷାଂଶ ଓ ୭୫.୩୪୬୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯୪୮ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୧୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅଉରଙ୍ଗାବାଦ ସହରର ମୋଟ ଜନସଂଖ୍ୟା ୧୧,୭୧,୨୬୦ ଅଟେ । ଏଠାରେ ପ୍ରତି ୧୦୦୦ ଜଣ ପୁରୁଷରେ ୯୨୯ ଜଣ ନାରୀ ବାସ କରୁଥିବାବେଳେ ଶିଶୁ ନାରୀ-ପୁରୁଷ ଅନୁପାତ ୮୭୧ ଅଟେ । ଅଉରଙ୍ଗାବାଦର ସାକ୍ଷରତା ହାର ୮୭.୪୯% ଅଟେ । ଏହା ଜାତୀୟ ହାର (୭୫.୩%)ଠାରୁ ୧୨.୧୯% ପ୍ରତିଶତ ଅଧିକ । ସେଥିରୁ ୯୨.୧୮% ପ୍ରତିଶତ ପୁରୁଷ ଓ ୮୨.୫୦% ନାରୀ ଅଟନ୍ତି । ୧୩.୫୧% ଲୋକଙ୍କ ବୟସ ସେଠାରେ ୬ ବର୍ଷ ବୟସରୁ କମ । ଭାଷା ମରାଠୀ ଅଉରଙ୍ଗାବାଦର ସରକାରୀ ଭାଷା ଅଟେ । କିନ୍ତୁ ଆହୀ ଜିଲ୍ଲାରେ ହିଦୀ ବୀ ବହୁ ମତ୍ରା ଏର କୁହା ଜାଏ ପାଣିପାଗ ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ଅଉରଙ୍ଗାବାଦରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୨.୫ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୧୭.୯ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୭୧୦.୭ / ହୋଇଥାଏ । ଆହୁରି ପଢନ୍ତୁ ଆଧାର ବାହାର ଲିଙ୍କ . 1884. { }:
୧୭୪୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ରାମେଶ୍ୱର ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ଶିବ ମନ୍ଦିର । ଏହା ନବମ ଶତାଦ୍ଦୀର ଏକ ଶୈବ ମନ୍ଦିର। ଭଗବାନ ରାମ ରାବଣର ବଦ୍ଧ କରିସାରିବା ପରେ ଏହି ବାଟ ଦେଇ ଆସୁଥିବା ସମୟରେ ମାତା ସୀତା ଶିବ ପୂଜା କରିବା ପାଇଁ ମନସ୍ଥ କରିବରୁ ଶ୍ରୀରାମ ଏଠାରେ ଏକ ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ । ଏହା ମାଉସୀ ମା ମନ୍ଦିର ନାମରେ ବି ଜଣାଶୁଣା ଏହିଠାରେ ଲିଙ୍ଗରାଜଙ୍କ ରୁକୁଣା ରଥ ଅଶୋକାଷ୍ଟମୀଠାରୁ ୪ ଦିନ ପର୍ଯ୍ୟନ୍ତ ରହିଥାଏ ।
ଚନ୍ଦନ କାଠ ସାନ୍ତାଳ ଜାତିୟ ଗଛର ଏକ ଶ୍ରେଣୀ ଜଙ୍ଗଲଗୁଡ଼ିକ ଭାରୀ, ହଳଦିଆ ଏବଂ ସୂକ୍ଷ୍ମ ଶସ୍ୟଯୁକ୍ତ, ଏବଂ ଅନ୍ୟାନ୍ୟ ସୁଗନ୍ଧିତ କାଠ ପରି, ସେମାନେ ଦଶନ୍ଧି ଧରି ସେମାନଙ୍କର ସୁଗନ୍ଧକୁ ବଜାୟ ରଖନ୍ତି ବ୍ୟବହାର ପାଇଁ ଜଙ୍ଗଲରୁ ଚନ୍ଦନ ତେଲ ବାହାର କରାଯାଏ ଚନ୍ଦନ କାଠକୁ ଦୁନିଆର ସବୁଠାରୁ ମହଙ୍ଗା କାଠ ବୋଲି କୁହାଯାଏ ଉଭୟ କାଠ ଏବଂ ତେଲ ଏକ ସ୍ୱତନ୍ତ୍ର ସୁଗନ୍ଧ ସୃଷ୍ଟି କରେ ଯାହା ଶତାବ୍ଦୀ ଧରି ବହୁମୂଲ୍ୟ ହୋଇଆସୁଛି ଫଳସ୍ୱରୂପ, ଏହି ଧୀର ବଢୁଥିବା ଗଛଗୁଡିକର କେତେକ ପ୍ରଜାତି ଅତୀତରେ ଅତ୍ୟଧିକ ଅମଳର ଶିକାର ହୋଇଥିଲେ ନାମକରଣ ଏବଂ ବଂଶର ଟ୍ୟାକ୍ସୋନୋମି ଏହି ପ୍ରଜାତିର ଐତିହାସିକ ଏବଂ ବ୍ୟାପକ ବ୍ୟବହାରରୁ ଉତ୍ପନ୍ନ ବାସ୍ତୁଶାସ୍ତ୍ର ଅନୁସାରେ ଏହା ଶେଷରେ ସଂସ୍କୃତ ଚାନ୍ଦାନା ରୁ ଉତ୍ପନ୍ନ ହୋଇଛି, ଯାହାର ଅର୍ଥ ହେଉଛି ଧୂପ ଜଳାଇବା ପାଇଁ କାଠ ଏବଂ ଦୀପାବଳି, ଉଜ୍ଜ୍ୱଳ, ଚମକିବା ଏବଂ ଲାଟିନ୍ କ୍ୟାଣ୍ଡେର୍ ସହିତ ଜଡିତ ଏହା ଚତୁର୍ଦ୍ଦଶ କିମ୍ବା ୧୫ ଶତାବ୍ଦୀରେ ବିଳମ୍ବ ଗ୍ରୀକ୍, ମଧ୍ୟଯୁଗୀୟ ଲାଟିନ୍ ଏବଂ ପୁରୁଣା ଫ୍ରେଞ୍ଚ ମାଧ୍ୟମରେ ଇଂରାଜୀରେ ପହଞ୍ଚିଥିଲା ଏହାର ମୁଖ୍ୟ ବଣ୍ଟନ ହେଉଛି ଭାରତର ଶୁଖିଲା ଟ୍ରପିକାଲ୍ ଅଞ୍ଚଳରେ ଏବଂ ଇଣ୍ଡୋନେସିଆର ତିମୋର ଏବଂ ସୁମ୍ବା ଦ୍ୱୀପପୁଞ୍ଜରେ।
ପୁରୁଷମାନଙ୍କର ପ୍ରଜନନ ବିଭାଗରେ ପ୍ରୋସ୍ଟେଟ ନାମରେ ଏକ ଗ୍ରନ୍ଥି ଅଛି । ଏହି ଗ୍ରନ୍ଥିରୁ ପ୍ରୋସ୍ଟେଟ କର୍କଟ ଜାତ ହୁଏ । ଅଧିକାଂଶ ପ୍ରୋସ୍ଟେଟ କର୍କଟ ଧୀର ଗତିରେ ବଢେ । ଅନ୍ୟ କେତେକେ ଦୃତ ଗତିରେ ବଢନ୍ତି । ଏହି କର୍କଟ ବିକ୍ଷେପିତ ହୋଇ ଅସ୍ଥି ଓ ଲସିକା ଗ୍ରନ୍ଥିରେ କର୍କଟ ହୁଏ । ଆରମ୍ଭରୁ ଏହାର କୌଣସି ଲକ୍ଷଣ ନ ଥାଏ । ପରବର୍ତ୍ତୀ ସମୟରେ ପରିସ୍ରା କରିବାରେ ଅସୁବିଧା ହୁଏ, ପରିସ୍ରାରେ ରକ୍ତ ପଡ଼େ, ପେଲଭିସରେ ତ‌ଥା ଅଣ୍ଟାରେ ପରିସ୍ରା କଲାବେଳେ କଷ୍ଟ ହୁଏ । ବିନାଇନ ପ୍ରୋସ୍ଟେଟାଟିକ ହାଇପରପ୍ଲାସିଆ ରୋଗରେ ସମାନ ଲକ୍ଷଣ ପ୍ରକାଶ ପାଏ । ପରେ ଲୋହିତ ରକ୍ତ କଣିକା କମ ହେତୁ ଥକ୍କା ଲାଗେ । ଏହି ରୋଗ ହେଲେ ପରିସ୍ରା କଲାବେଳେ କଷ୍ଟ ହୁଏ, ଯୌନ ସମ୍ପର୍କ କ୍ଷତିଗ୍ରସ୍ତ ହୁଏ ଓ ଲିଙ୍ଗ ଉତ୍ଥାନରେ ଅସୁବିଧା ହୁଏ । ବୃଦ୍ଧାବସ୍ଥା, ପରିବାରରେ ଏହି ରୋଗର ଇତିହାସ, ଜାତି ବା ରେସ୍‌ ଇତ୍ୟାଦି ଏହି ରୋଗର ସଙ୍କଟାବସ୍ଥା ସୃଷ୍ଟି କରନ୍ତି । ଏହି ରୋଗ ଭୋଗୁଥିବା ୯୯ % ଲୋକଙ୍କ ବୟସ ୫୦ ବର୍ଷରୁ ଉର୍ଦ୍ଧ୍ୱ । ପ୍ରଥମ ଡିଗ୍ରୀ ସମ୍ପର୍କରେ ଏହି ରୋଗ ସଙ୍କଟ ୨ରୁ ୩ ଗୁଣ ହୁଏ । ଆମେରିକାରେ ଅବସ୍ଥାନ କରୁଥିବା ଆଫ୍ରିକୀୟ ଲୋକମାନ‌ଙ୍କର ଗୋରା ଆମେରିକା କ‌କେଶୀୟ ଲୋକଙ୍କ ଅପେକ୍ଷା ଅଧିକ ପ୍ରୋସ୍ଟେଟ କର୍କଟ ହୁଏ । ପ୍ରକ୍ରିୟାକୃତ ଖାଦ୍ୟ, ଲାଲ ମାଂସ, କ୍ଷୀରଜାତ ଦ୍ରବ୍ୟ ଓ କମ ପରିବା ଯୁକ୍ତ ଖାଦ୍ୟ ଖାଇଲେ ଏହି ସଙ୍କଟ ସୃଷ୍ଟି ହୋଇପାରେ । ଏହି ରୋଗ ବାୟୋପ୍ସିଦ୍ୱାରା ଜଣାପଡ଼େ । ମେଡିକାଲ ଇମେଜିଙ୍ଗ କଲାପରେ ଏହାର ବ୍ୟାପିବା ସ୍ଥାନ ଜଣାପଡ଼େ । ପ୍ରୋସ୍ଟେଟ କର୍କଟ ସ୍କ୍ରନିଙ୍ଗ କରିବା ଏକ ଦ୍ୱନ୍ଦାତ୍ମକ ବିଷୟ । ପ୍ରୋସ୍ଟେଟ କର୍କଟ ନିର୍ଧାରକ ଆଣ୍ଟିଜେନ ପରୀକ୍ଷାଦ୍ୱାରା ଅଧିକ ସଂଖ୍ୟକ ପ୍ରୋସ୍ଟେଟ କର୍କଟ ଚିହ୍ନଟ ହୁଏ କିନ୍ତୁ ମୃତ୍ୟୁ ସଂଖ୍ୟା କମେନି । ଅଧିକାଂଶ ପ୍ରୋସ୍ଟେଟ କର୍କଟ ଲକ୍ଷଣ ବିହୀନ ରହୁଥିବା ହେତୁ ଆମେରିକାର ପ୍ରତିଷେଧ ଟାସ୍କ ଫୋର୍ସ ଏହି ପରୀକ୍ଷା ବିରୁଦ୍ଧରେ ମତ ଦେଉଛନ୍ତି କାରଣ ଏହାଦ୍ୱାର ଅନାବଶ୍ୟକ ଅଧିକ ରୋଗ ନିର୍ଣ୍ଣୟ ହୁଏ । ଏହି ପରୀକ୍ଷା ଜନିତ କ୍ଷତି ଅପେକ୍ଷା ଲାଭ ଅଧିକ ମିଳେନି । ନିମ୍ନ ଗ୍ରେଡ କର୍କଟରେ ୫ - ରିଡକ୍ଟେଜ ଇନ୍‌ହିବିଟରଦ୍ୱାରା କମିଲେ ମଧ୍ୟ ଉଚ୍ଚ ଗ୍ରେଡ କର୍କଟର ସଙ୍କଟରେ ପରିବର୍ତ୍ତନ ହେଉ ନ ଥିବାରୁ ଏହାକୁ ପ୍ରତିଷେଧ ବିସାବରେ ଦିଆଯିବାକୁ ଅନୁମୋଦନ କରାଯାଉନାହିଁ । ଅଧିକ ଖାଦ୍ୟ ବା ଲବଣ ଦେଲେ ଏହି ସଙ୍କଟରେ ପରିବର୍ତ୍ତନ ହୁଏନାହିଁ । ଅନେକ ରୋଗୀଙ୍କୁ ଅଧିକ ସମସ୍ୟା ନ ହେବା ପର୍ଯ୍ୟନ୍ତ କେବଳ ଜଗିବା ଯଥେଷ୍ଟ । ଅପରେଶନ, ରାଡିଏସନ ଥେରାପି, ହରମୋନ ଥେରାପି କିମ୍ବା କେମୋଥେରାପିର ମିଶ୍ରିତ ଚିକିତ୍ସା ଦରକାର ହୁଏ । ରୋଗଟି କେବଳ ପ୍ରୋସ୍ଟେଟ ଗ୍ରନ୍ଥି ମଧ୍ୟ ଭାଗରେ ଥିଲେ ଆରୋଗ୍ୟ ହୋଇଯାଏ । ଅସ୍ଥିକୁ ବ୍ୟାପିଥିଲେ କଷ୍ଟ ଲାଘବ ଔଷଧ, ବାଇଫସ୍‌ଫୋନେଟ ଓ ଟାର୍ଗେଟେଡ ଥେରାପି ଉପକାର କରେ । ରୋଗୀର ବୟସ, ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଓ ଏହାର ବ୍ୟାପକତା ତ‌ଥା ଗମ୍ଭୀରତା ଉପରେ ଫଳାଫଳ ନିର୍ଭର କରେ । ଅଧିକାଂଶ ପ୍ରୋସ୍ଟେଟ କର୍କଟ ରୋଗୀଙ୍କର ରୋଗ ଯୋଗୁ ମୃତ୍ୟୁ ହୁଏନି । ପାଞ୍ଚ ବର୍ଷିଆ ଆୟୁଷ ଆମେରିକାରେ ୯୯ % । ପୃଥିବୀରେ ଏହା ଦ୍ୱିତୀୟ ସାଧାରଣ ରୋଗ ଓ ପୁରୁଷଙ୍କ କର୍କଟ ସମ୍ପର୍କୀୟ ମୃତ୍ୟୁ ମଧ୍ୟରେ ଏହାର ସ୍ଥାନ ପଞ୍ଚମ । ସନ ୨୦୧୨ର ଆକଳନ ଅନୁସାରେ୧.୧ ନିୟୁତ ଲୋକ ଏହି ରୋଗ ଭୋଗିଥିଲେ ଓ ୩୦୭,୦୦୦ ମୃତ୍ୟୁ ହୋଇଥିଲା । ୮୪ଟି ଦେଶର ପୁରୁଷମାନଙ୍କର ଏହା ଅତି ସାଧାରଣ ରୋଗ ଥିଲା ଓ ସାଧାରଣତଃ ବିକଶିତ ଦେଶମାନଙ୍କରେ ହେଉଥିଲା । ବିକାଶଶୀଳ ଦେଶମାନଙ୍କରେ ଏହି ରୋଗ ହାର ବଢ଼ୁଛି । ପି.ଏସ.ଏ. ପରୀକ୍ଷାଦ୍ୱାରା ଏହି ରୋଗର ଚିହ୍ନଟ ୧୯୮୦ ଓ ୧୯୯୦ ମସିହାରେ ବଢ଼ିଛି । ୬୦ ବର୍ଷରୁ ଉର୍ଦ୍ଧ୍ୱ ଅଣସମ୍ବନ୍ଧୀୟ ମୃତକଙ୍କ ମଧ୍ୟରେ ୩୦ରୁ ୭୦ % ରୋଗୀଙ୍କର ପ୍ରୋସ୍ଟେଟ କର୍କଟ ଥିବା ଦେଖାଯାଇଥିଲା । ପୃଥିବୀରେ ପ୍ରୋସ୍ଟେଟ ଅନୁସନ୍ଧାନରେ ତାରତମ୍ୟ ଦେଖାଯାଏ । ଦକ୍ଷିଣ ଓ ପୂର୍ବ ଏସିଆରେ ଏହା ଅଳ୍ପ ଦେଖାଯାଏ, ୟୁରୋପ ଓ ଆମେରିକାରେ ବେଶୀ ଦେଖାଯାଏ । ବୟଷ ୫୦ ପରେ ଏହା ଅଧିକ ହୁଏ ପୃଥିବୀରେ ଏହା ସମୁଦାୟ ମୃତ୍ୟୁ କାରଣରେ ଷଷ୍ଠ ସ୍ଥାନ ଅଧିକାର କରିଛି । । ସାରା ପୃଥିବୀର କର୍କଟ ମୃତ୍ୟୁରେ ପ୍ରୋସ୍ଟେଟ କର୍କଟ ଷଷ୍ଠ ସ୍ଥାନ ଅଧିକାର କଲେ ମଧ୍ୟ ଇଂଲଣ୍ଡରେ ଏହା ପ୍ରଥମ ଓ ଆମେରିକାରେ ଏହା ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ବିକଶିତ ଦେଶମାନଙ୍କରେ ଏହା ଅତି ସାଧାରଣ ରୋଗ ଓ ବିକାଶଶୀଳ ଦେଶମାନଙ୍କରେ ଏହାର ସଂଖ୍ୟା ବଢ଼ିବାକୁ ଲାଗିଛି । ଗୋଟିଏ ଆଶ୍ୱାସନାର ବିଷୟ ପ୍ରୋସ୍ଟେଟ କର୍କଟ ଥାଇ ମଧ୍ୟ ଅନେକ ଲୋକଙ୍କର କୌଣସି ଲକ୍ଷଣ ପ୍ରକାଶ ପାଏ ନାହିଁ, କୌଣସି ଔଷଧ ଦରକାର ହୁଏ ନାହିଁ ଓ ସେମାନେ ଅନ୍ୟ କିଛି ରୋଗରେ ମୃତ୍ୟୁ ବରଣ କରନ୍ତି । ଏହି ରୋଗ ଖାଦ୍ୟ ଓ ଜେନେଟିକ ପ୍ରଭାବରେ ଜାତ ହେବା ବିଶ୍ୱାସ କରାଯାଏ । ରୋଗ ଲକ୍ଷଣ, ରୋଗୀର ପରୀକ୍ଷା, ପ୍ରୋସ୍ଟେଟ ସ୍ପେସିଫିକ୍ ଆଣ୍ଟିଜେନ୍ ଓ ବାୟୋପ୍ସିଦ୍ୱାରା ଏହି ରୋଗ ଧରାଯାଏ । ପ୍ରୋସ୍ଟେଟ ସ୍ପେସିଫିକ୍ ଆଣ୍ଟିଜେନ୍ଦ୍ୱାରା ଏହି ରୋଗ ଧରାଯାଏ କିନ୍ତୁ ଏହାଦ୍ୱାରା ରୋଗର ମୃତ୍ୟୁ ହାର କମେ ନାହିଁ । ଏହି ରୋଗର ବହୁଳ ଅନୁସନ୍ଧାନ କରିବାରେ ଲକ୍ଷଣବିହୀନ ରୋଗୀମାନଙ୍କର ସଂଖ୍ୟା ମିଶିଯିବା ସମ୍ଭାବନା ଥିବାରୁ ୨୦୧୨ ମସିହାରେ ଆମେରିକାରେ ଏହା ବିରୁଦ୍ଧରେ ମତ ପ୍ରକାଶ ପାଇଥିଲା । ରୋଗର ଆକ୍ରମଣ ମାତ୍ରା ଉପରେ ଏହାର ଚିକିତ୍ସା ନିର୍ଭର କରେ । ସ୍ୱଳ୍ପ ସଙ୍କଟ ଜନକ ରୋଗକୁ କେବଳ ଜଗିରଖି ଚିକିତ୍ସା କରାଯାଏ । ଅପରେଶନ୍, ରାଡିଏସନ ଥେରାପି ସାହାଯ୍ୟରେ ଏହି କର୍କଟ ରୋଗ ଚିକିତ୍ସା କରାଯାଏ । ଅଳ୍ପ ସଂଖ୍ୟକ କାୟୋ ଅପରେଶନ୍, ହରମୋନ୍ ଓ କେମୋଥେରାପି ସାହାଯ୍ୟରେ ବଢ଼ି ଯାଇଥିବା କର୍କଟ ରୋଗ ଚିକିତ୍ସା କରାଯାଏ । କେତେକ ଅନୁଶୀଳନରୁ ଜଣାଯାଏ ହସ୍ତ ମୈଥୁନଦ୍ୱାରା ପ୍ରୋସ୍ଟେଟ କର୍କଟ ସଙ୍କଟ କମିଯାଏ । ବୟସ, ବିକ୍ଷେପ, ଅଣୁବୀକ୍ଷଣ ଯନ୍ତ୍ରରେ ଏହାର ଚେହେରା ଅନୁସାରେ ରୋଗର ଶେଷ ଫଳ ନିର୍ଭର କରେ ।
ହରମୋହନ ଖୁଣ୍ଟିଆ, ଜଣେ ଓଡ଼ିଆ ସଙ୍ଗୀତଜ୍ଞ । ତବଲା, ପଖଉଜ ଓ ମୃଦଙ୍ଗ ବାଦନରେ ଦକ୍ଷ ହରମୋହନ ଓଡ଼ିଶୀ ନୃତ୍ୟ ପାଇଁ ବହୁ ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି । ବାଲ୍ୟଜୀବନ ଓ ଶିକ୍ଷା ହରମୋହନ, ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଅନ୍ତର୍ଗତ ମଠକରଗୋଳା ଗ୍ରାମର ଏକ ସଙ୍ଗୀତଜ୍ଞ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିତା ଓ ବଡ଼ଭାଇ ଥିଲେ ପାଲା ଗାୟକ । ଛୋଟବେଳୁ କୀର୍ତ୍ତନ ଉପଭୋଗ କରୁଥିଲେ । ମାଟି କାନ୍ଥରେ ହାତ ବାଡ଼େଇ ସଙ୍ଗୀତ ସୃଷ୍ଟି କରୁଥିଲେ । ପାଞ୍ଚବର୍ଷ ବୟସରୁ ବିନା ଗୁରୁରେ ସଙ୍ଗୀତ ଚର୍ଚ୍ଚା ଆରମ୍ଭ କରିଥିଲେ । ପୁଅରୁ ଦକ୍ଷତା ଦେଖି, ପିତା ତାଙ୍କୁ କଟକର ସାର୍ତ୍ତୋଳକୁ ନେଇ ଆସିଥିଲେ । ସେଠାରେ ଦିନେ ଏକ କୀର୍ତ୍ତନ ସମାବେଶରେ, ତାଙ୍କ ମୃଦଙ୍ଗ ବାଦନ ଶୁଣି, ଠିକାଦାର ଜଳଧର ସ୍ୱାଇଁ, ତାଙ୍କ ସଙ୍ଗୀତ ଶିକ୍ଷାର ବ୍ୟବସ୍ଥା କରିଦେଇଥିଲେ । କଟକରେ ଏକାଧିକ ଗୁରୁଙ୍କଠାରୁ ତବଲା ବାଦାନ ଶିକ୍ଷା କରିବା ସହ, ଠିକାଦାରି ମଧ୍ୟ କରୁଥିଲେ । କିଛି ବର୍ଷ ପରେ, ସେ କଲିକତା ଚାଲିଯାଇ ଗୁରୁ ଜ୍ଞାନ ପ୍ରକାଶ ଘୋଷ ଓ ମଣିଲାଲ ମୁଖାର୍ଜୀଙ୍କଠାରୁ ତବଲା ଶିକ୍ଷାଲାଭ କରିଥିଲେ । ବୃତ୍ତିଗତ ଜୀବନ କଲିକତାରୁ ଫେରି, ହରମୋହନ ୧୯୬୭ ମସିହାରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ । ୧୯୭୦ ମସିହାରେ ଆକାଶବାଣୀ କଟକରେ ଜଣେ ଷ୍ଟାଫ ଆର୍ଟିଷ୍ଟ ଭାବରେ ଯୋଗଦାନ କରିଥିଲେ । ଜଣେ ମର୍ଦ୍ଦଳ ବାଦକ ଭାବରେ ସେ ସଂଯୁକ୍ତା ପାଣିଗ୍ରାହୀ ଓ ରଘୁନାଥ ପାଣିଗ୍ରାହୀଙ୍କ ସହ ବହୁ ମଞ୍ଚରେ ସଙ୍ଗୀତ ପରିବେଷଣ କରିଛନ୍ତି । ଓଡ଼ିଶୀରେ ପ୍ରାୟ ୩୦୦ରୁ ଉର୍ଦ୍ଧ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । କଳିଙ୍ଗ କଳା କ୍ଷେତ୍ର ନାମରେ ଏକ ଅନୁଷ୍ଠାନ ଗଠନ କରି, ସେ ବିଦ୍ୟାର୍ଥୀମାନଙ୍କୁ ସଙ୍ଗୀତ ଶିକ୍ଷାଦାନ କରିଥାନ୍ତି । ହୋମିଓପାଥୀ ଚିକିତ୍ସାକରି, ଲୋକଙ୍କର ବ୍ୟାଧି ନିରାକରଣ ମଧ୍ୟ କରିଥାନ୍ତି ।