text
stringlengths 17
85.6k
|
---|
ଫୁଲକରି ଫୁଲକରି ପଞ୍ଜାବୀ: ଛୁଞ୍ଚିକାର୍ଯ୍ୟ ସମ୍ବନ୍ଧିତ ଏକ ପ୍ରଯୁକ୍ତିବିଦ୍ୟା, ଯାହା ପଞ୍ଜାବ ଅଞ୍ଚଳରୁ (ଭାରତ ଓ ପାକିସ୍ତାନ ମଧ୍ୟରେ ଭାଗ ହୋଇଯାଇଛି) ଆସିଅଛି, ତା 'ର ସାହିତ୍ୟିକ ଅର୍ଥ ହେଉଛି ଫୁଲ କାର୍ଯ୍ୟ । ଏକ ସମୟରେ ଏହା ଛୁଞ୍ଚିକାର୍ଯ୍ୟ ପାଇଁ ଏକ ଶବ୍ଦ ହିସାବରେ ବ୍ୟବହୃତ ହେଉଥିଲା । ମାତ୍ର ବର୍ତ୍ତମାନ ଏହି ଫୁଲକରି ଶବ୍ଦ ଚଦର ଓ ମୁଣ୍ଡ ର ଛୁଞ୍ଚିକାର୍ଯ୍ୟ ମଧ୍ୟରେ ସୀମିତ ରହିଛି । ସାଧାରଣ ଓ ଛୁଞ୍ଚିକାର୍ଯ୍ୟ ହୋଇଥିବା ଓଢ଼ଣୀ (ମୁଣ୍ଡ ), ଓନି ଓ ଚଦର ସମସ୍ତଙ୍କ ବ୍ୟବହାର ପାଇଁ ତିଆରି କରାଯାଏ, ଯାହାକୁ ଫୁଲକରିଜ୍ କୁହାଯାଏ । ମାତ୍ର ପର୍ବପର୍ବାଣି ତଥା ଉତ୍ସବ ଯଥା ବିବାହ ଓ ଏକ ପୁଅର ଜନ୍ମଦିନ ଉପଲକ୍ଷେ ସମ୍ପୂର୍ଣ୍ଣ ଶରୀରକୁ ଘୋଡାଉଥିବା, ଛୁଞ୍ଚିକାର୍ଯ୍ୟର ଏହି ବୁଣାପୋଷାକକୁ ବାଗସ୍ (ବଗିଚା) କୁହାଯାଏ ଓ ଉପରେ ବିଚ୍ଛୁରିତ କାର୍ଯ୍ୟକୁ ଆଧା ବାଗସ୍ (ଅଧା ବଗିଚା) କୁହାଯାଏ । ଏହି ସମସ୍ତ କାର୍ଯ୍ୟ କାର୍ପାସ ଖଦଡ ଉପରେ ଧଳା କିମ୍ବା ହଳଦିଆ ରେଶମୀ ସୂତାଦ୍ୱାରା କରାଯାଏ । ଏହି କାର୍ଯ୍ୟ ବୁଣାଲୁଗା ଉପରେ କେନ୍ଦ୍ରରୁ ଆରମ୍ଭ ହୋଇ ଚାରିଆଡ଼କୁ ଖେଳାଇହୁଏ, ଯାହାକୁ ଚଷମେ-ଏ-ବୁଲବୁଲ କୁହାଯାଏ । ଶବ୍ଦ ପ୍ରକରଣ ଫୁଲ ଶବ୍ଦର ଅର୍ଥ ଫୁଲ ଓ କରି ଶବ୍ଦର ଅର୍ଥ ହସ୍ତତନ୍ତ । ଏହିପରି ଭାବେ ଏହାର ସାହିତ୍ୟିକ ଅର୍ଥ ହେଉଛି ଫୁଲକାର୍ଯ୍ୟ ବା ଫୁଲ ହସ୍ତତନ୍ତ । ସାଧାରଣ ସମୀକ୍ଷା ପଞ୍ଜାବ ଏହାର ଫୁଲକରି ପାଇଁ ପ୍ରସିଦ୍ଧ । ଏହାର ସୂତାକାର୍ଯ୍ୟ କାର୍ପାସ ଉପରେ ଖଦଡା ରେଶମୀ ସୂତାରେ ହାତଦ୍ୱାରା ବୁଣା ଯାଇଥାଏ । ସାଧାରଣତଃ ଫୁଲକରି ଉପରେ ଜ୍ୟାମିତିକ ନକ୍ସାର ସୂତା କାର୍ଯ୍ୟ କରାଯାଇଥାଏ । ସମଗ୍ର ପଞ୍ଜାବରେ ବିବାହ ପର୍ବ ଓ ଅନ୍ୟାନ୍ୟ ଆନନ୍ଦ ମୂହୁର୍ତ୍ତରେ ମହିଳମାନେ ଫୁଲକରି ଓ ବାଗ୍ ପିନ୍ଧନ୍ତି । ସେଗୁଡ଼ିକ ମହିଳାମାନଙ୍କଦ୍ୱାରା ନିଜର ତ୍ଥା ନିଜ ପରିବାରର ସଦସ୍ୟଙ୍କ ବ୍ୟବହାର ପାଇଁ ତିଆରି କରାଯାଇଥାଏ, ବଜାରରେ ବିକ୍ରି ପାଇଁ ନୁହେଁ । ଏହିପରି ଏହା ଏକ ସମ୍ପୂର୍ଣ୍ଣ ଘରୋଇ କଳା, ଯାହା କେବଳ ସେମାନଙ୍କ ତିଆରି କରିବା କଳାକୁ ବିକଶିତ କରି ନ ଥାଏ, ବରଂ ଦୈନ୍ୟନ୍ଦିନ ଜୀବଙ୍କୁ ମଧ୍ୟ ରଙ୍ଗୀନ କରିଥାଏ । ଏହା ଏକ ପ୍ରକାରର ଲୋକ କଳା ।ବିବାହ ସମୟରେ ଫୁଲକରି ଓ ବାଗ୍କୁ କନ୍ୟାକୁ ଦେବା ପ୍ରଥା ରହି ଆସିଛି । ବାଗ୍ ପାଇଁ ଅତି ଉତ୍ତମ ମାନର ସୂତା କାର୍ଯ୍ୟ ହଜାରା, ପେଶୱାର, ସିଆଲକୋଟ, ଝେଲମ, ରାୱଲପିଣ୍ଡି, ମୁଲତାନ, ଅମୃତସର, ଜଳନ୍ଧର, ଅମ୍ବାଲା,ନଭା, ଜିନ୍ଦ, ଫରିଦକୋଟ, କାପୁରଥାଲା ଓ ପଞ୍ଜାବ ପ୍ରଦେଶର ଛକୱାଲାରେ ହୁଏ ବୋଲି ଜଣାଯାଏ । ବାଗ୍ ଓ ଫୁଲକରିର ସୂତାକାର୍ଯ୍ୟ ଗୁଜରାଟର ପ୍ସିଦ୍ଧ ସୂତାକାର୍ଯ୍ୟ 'ହେର ଭାରତ' କୁ ଏହାର ଜ୍ୟାମିତିକ ନକ୍ସାରେ ଅନୁପ୍ରାଣିତ କରିଛି କେତେକଙ୍କ ମତରେ ଏହା ମଧ୍ୟ ଏସିଆରୁ ଜାଠ ଜାତି ସହ ଆସିଅଛି, ଯେଉଁମାନେ ଭାରତକୁ ପ୍ରବାସୀ ଭାବେ ଆସି ପଞ୍ଜାବ, ହରିଆଣା ଓ ଗୁଜରାଟରେ ସ୍ଥାୟୀ ଭାବେ ରହି ଯାଇଥିଲେ । ଏହା ବେଦ, ମହାଭାରତ, ଗୁରୁ ଗ୍ରନ୍ଥ ସାହିବ ଓ ପଞ୍ଜାବ ଲୋକ ଗୀତରେ ଦେଖିବାକୁ ମିଳେ ଯେ ପଞ୍ଚଦଶ ଶତାବ୍ଦୀରୁ ଫୁଲକରିର ଲୋକପ୍ରିୟତା ରହୁଛି । ଫୁଲକରି ସୂତାକାର୍ଯ୍ୟର ମୁଖ୍ୟ ବୈଶିଷ୍ଟ୍ଯ ହେଉଛି, କାର୍ପାସର ଅପର ପାର୍ଶ୍ୱରେ ରେଶମି ସୁତାରେ ଚିରି ଯାଇଥିବା ଅଂଶର ସିଲାଇ କରିବା । ପଞ୍ଜାବୀ ମହିଳାମାନେ ସେମାନଙ୍କର ଦକ୍ଷତାଦ୍ୱାରା ଚିରି ଯାଇଥିବା ଅଂଶରେ ମଧ୍ୟ ସୁନ୍ଦର ଭାବେ କାରୁକାର୍ଯ୍ୟ କରିବା । ଏହାର ମୁଖ୍ୟ ଖଦର ଲୁଗା ଯାହା ପଶ୍ଚିମ ପଞ୍ଜାବରେ ବ୍ୟଭୃତ ହୁଏ ମଧ୍ୟ ପଞ୍ଜାବ ଅପେକ୍ଷା ଅଧିକ ସୂକ୍ଷ୍ମ । କଳା/ନୀଳ ପଶ୍ଚିମ ପଞ୍ଜାବରେ ପସନ୍ଦ କରାଯାଏନାହିଁ, ମାତ୍ର ଧଳା ପୂର୍ବ ପଞ୍ଜାବରେ ବ୍ୟବହାର କରାଯାଏ ନାହିଁ । ପଶ୍ଚିମ ପଞ୍ଜାବରେ ୨ ବା ୩ ଖଣ୍ଡ କନାକୁ ଏକାଠି କରି ଯୋଡ଼ି ଦିଆଯାଏ । ପୂର୍ବ ପଞ୍ଜାବରେ ପ୍ରଥମେ କନାକୁ ଜୋଡ଼ାଯାଏ ଓ ପରେ ସେଥିରେ ସୂତା କାର୍ଯ୍ୟ କରାଜାଏ । ଫୁଲକରି କନାରେ ହେଉଥିବା କାମ, ମାତ୍ର ବାଗରେ ଏହି କାମ ସମ୍ପୂର୍ଣ୍ଣ ଭାବେ କନାକୁ ଘୋଡ଼ାଇଥାଏ, ଯେପରି ଏହା ଦେଖାଯିବ ନାହିଁ । ପଲ୍ଲବର ଶେଷ ପାର୍ଶ୍ୱରେ ଫୁଲକରି କାର୍ଯ୍ୟ ହୋଇଥାଏ । ସବୁଠୁ ଅଧିକ ପସନ୍ଦର ରଙ୍ଗ ହେଉଛି ନାଲି, କାରଣ ବାଗ୍ ଓ ଫୁଲକରି ବିବାହରେ ବ୍ୟବହୃତ ହୁଏ । ହିନ୍ଦୁ ଓ ଶିଖମାନଙ୍କଦ୍ୱାରା ନାଲିକୁ ଶୁଭ ଭାବେ ଗ୍ରହଣ କରାଯାଇଥାଏ । ଅନ୍ୟ ରଙ୍ଗଗୁଡ଼ିକ ହେଲା ମାଟିଆ, ନୀଳ, କଳା, ଧଳା । ଅଧିକ ବୟସର ମହିଳମାନଙ୍କ ପାଇଁ ବାଗ୍ରେ ଧଳା ରଙ୍ଗ ଥାଏ । ରେଶମୀ ସୂତା କାଶ୍ମୀର, ଆଫଗାନିସ୍ଥାନ ଓ ବେଙ୍ଗଲରୁ ଆସିଥାଏ ।ସବୁଠାରୁ ଭଲ ରେଶମୀ ସୂତା ଚୀନରୁ ଆସିଥାଏ ।. ଧର୍ମ ସମ୍ବନ୍ଧୀୟ କୌଣସି ପରଦାରେ ସୂତାକାର୍ଯ୍ୟ କରାଯାଇ ନ ଥାଏ । ଫୁଲକରି ଗାଁ ଜୀବଙ୍କୁ ଘେରି ରହିଥାଏ । ପଞ୍ଜାବୀ ମହିଳାମାନଙ୍କ ସୃଜନଶୀଳତା ବହୁ ପ୍ରକାରର ଚିତ୍ର କରିବାରେ ସାହାଜ୍ୟ କରିଥାଏ । ତଥାପି ଦୈନ୍ୟନ୍ଦିନ ଜୀବନରେ ମୋତିଫ ଚିତ୍ର ଥାଏ । ଗହମ ଓ ଯଅର କାନ ସହିତ ଚିତ୍ର ସାଧାରଣତଃ ଥାଏ । ପ୍ରକାର ଚୋପ ଓ ସୁବାର କନ୍ୟାଦ୍ୱାରା ଦୁଇଟି ପ୍ରକାରର ଚୋପ ଓ ସୁଭାର ପିନ୍ଧାଯାଏ । କନାର ଦୁଇ ପାର୍ଶ୍ୱରେ ସୂତାକାର୍ଯ୍ୟ କରାଗଲେ ତାହାକୁ ଚୋପ କୁହାଯାଏ । ସୂକ୍ଷ୍ମ ସୂତାକାର୍ଯ୍ୟରେ କେବଳ ଧଡି ଓ ଚାରୋଟିଯାକ ଧାରରେ କରାଯାଏ । ସୁଭାରରେ କେନ୍ଦ୍ରରେ ଗୋଟିଏ ଓ ଚାରୋଟି କୋଣରେ ଚାରୋଟି କାର୍ଯ୍ୟ କରାଯାଇଥାଏ । ଟିଲ ପତ୍ର ଟିଲ ପତ୍ରରେ ସୂକ୍ଷ୍ମ କାରୁକାର୍ଯ୍ୟ କରାଯାଇଥାଏ, ଯେପରି ଏଥିରୁ ରାଶି ମଞ୍ଜି ବୁଣି ହୋଇଯୌଛି । ' ' . ଟିଲକ ନିଲକ ଫୁଲକରି କଳା ଓ ନାଲି ପ୍ରଚ୍ଚଦପଟରେ ହଳଦିଆ କିମ୍ବା ଫିକା ନାଲି ରଙ୍ଗର ସୂତାକାର୍ଯ୍ୟରେ ହୋଇଥାଏ । ଫୁଲକରିର ରଙ୍ଗରେ ଧାତୁ ମିଶିଥାଏ । ଘୁଙ୍ଘଟ ବାଗ ରାୱଲପିଣ୍ଡିରୁ ସୃଷ୍ଟି ଘୁଙ୍ଘଟ ବାଗରେ ମଝି ଓ ଧାରରେ ଓଜନିଆ ସୂତା କାମ ହୋଇଥାଏ, ଯାହାକୁ ମୁଣ୍ଡରେ ପିନ୍ଧାଯାଏ । ସୂତାକାର୍ଯ୍ୟ ହୋଇଥିବା ମଝି ଅଂଶକୁ ଓଢ଼ଣା ଭଳି ମୁହଁରେ ଘୋଡ଼ାଯାଏ । ଛମାସ ଏହି ଫୁଲକରି ରୋହତକ, ଗୁରଗାଓଁ, ହିସାର ଓ ଦିଲ୍ଲୀରୁ ଅଣାଯାଇଛି । ଏଥିରେ ଛୋଟ ଛୋଟ ଦର୍ପଣକୁ ହଳଦିଆ, ଧଳା ବା ନୀଳ ରଙ୍ଗର ସୂତାରେ ଲଗା ଯାଇଥାଏ । ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ପଞ୍ଝାବର ଫୁଲକରି ଏହି ଫୁଲକରିରେ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ପଞ୍ଜାବ ଅଞ୍ଚଳରେ ପଶୁପକ୍ଷୀଙ୍କ ଚିତ୍ର କରାଯାଇଥାଏ । ଏଥିରେ ଚୋପ ଭଳି କନାର ଦୁଇ ପଟରେ ସୂତା କାର୍ଯ୍ୟ କରାଯାଇଥାଏ । , . ସେଞ୍ଚି ଫୁଲକରି ଏହି ଫୁଲକରୋ ଫିରୋଜପୁରରେ ଖୁବ ଲୋକପ୍ରିୟ । ଏଥିରେ ପକ୍ଷୀ, ଅଳଙ୍କାର ଯେପରି କାନଫୁଲ, ମୁଦି, ହାର ପ୍ରଭୃତିର ଚିତ୍ର କରାଯାଇଥାଏ । ପୁନଃଉତ୍ଥାନ ଓ ଆଧୁନିକ ପ୍ରଯୁକ୍ତିବିଦ୍ୟା ପାରମ୍ପରିକ ଭାବେ ଫୁଲକରି ପୋଷାକ ଏକ ନବବିବାହିତା ଝିଅର ବିବାହ ପୋଷାକ ଭାବେ ଦିଆଯାଏ । ଏହା ତାର ଭାବନାକୁ ପ୍ରହାଶ କରେ ଓ ଫୁଲକରି ପୋଷାକର ସଂଖ୍ୟା ତାର ପରିବାରର ମର୍ଯ୍ୟାଦା ଦେଖାଏ । ବର୍ଷ ବର୍ଷ ଧରି ସରକାର ଫୁଲକରିର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି, ଯେପରି କି ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ, ମେଳା ଓ ପଦର୍ଶନୀ । ଯେହେତୁ ଅଧିକାଂଶ ମହିଳା କାରିଗର ଅଣସଂଗଠିତ ଅନୁଷ୍ଠାନରେ ଦଲାଲମାନଙ୍କଦ୍ୱାରା କାର୍ଯ୍ୟ କରୁଛନ୍ତି, ତେଣୁ ସେମାନେ ନିଜ ଜିନିଷର ସଠିକ ମୂଲ୍ୟ ପାଇପାରନ୍ତି ନାହିଁ । ଏହି ଅସୁବିଧା ଦୂର କରିବା ପାଇଁ ପଞ୍ଜାବ କ୍ଷୁଦ୍ର ଶିଳ୍ପ ରପ୍ତାନୀ ଆୟୋଗ ( , ) ସିଧାସଳଖ ଉତ୍ପାଦ ବିକ୍ରି କରି ଅଧିକ ଲାଭ ପାଇବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ମାନ ତିଆରି କରିଛନ୍ତି ।. ଇନ୍ଦିରା ଗାନ୍ଧୀ ଜାତୀୟ କଳା ଅନୁଷ୍ଠାନ ୧୯୯୪ରେ ଏହାର ଅଭିଲେଖା ପାଇଁ କେତେକ ବଛା ବଛା ଫୁଲକରି ଅଧିଗ୍ରହଣ କରିଥିଲା । କେତେକ ଆଧୁନିକ ପୋଷାକ ନକ୍ସାକାର ଏହି ସୁତାକାର୍ଯ୍ୟକୁ ସେମାନଙ୍କର ପୋଷାରେ ବ୍ୟବହାର କରୁଛନ୍ତି ଓ ଏହାର ପ୍ରଚଳନ ସାଲୱାର କମିଜ ଓ ଦୁପଟ୍ଟା ବାହାରେ ଜ୍ୟାକେଟ, ମୁଣା, ତକିଆ ଖୋଳ, ମେଜର ଚଟ, ଜୋତା ଓ ପିଲାଙ୍କ ପୋଷାକ ପ୍ରଭୃତିରେ ବ୍ୟବହାର ହେଲାଣି । ୨୦୧୧ରେ, ଦୀର୍ଘ ପାଞ୍ଚ ବର୍ଷର ମକୋଦ୍ଦମା ପରେ ଭାରତରେ ଫୁଲକରିକୁ ଭୌଗୋଳିକ ସଙ୍କେତ ( , ) ସମ୍ମାନ ଦିଆଯାଇଥିଲା , ଯାହାର ଅର୍ଥ କେବଳ ପଞ୍ଜାବ ହରିୟାଣା ଓ ରାଜସ୍ଥାନର ସ୍ୱୀକୃତିପ୍ରାପ୍ତ ନିର୍ମାଣକାରୀ ଓ ବ୍ୟବସାୟକାରୀମାନେ ହିଁ ପାରମ୍ପରିକ ହସ୍ତତନ୍ତରେ ଏହାକୁ ବ୍ୟବହାର କରିପାରିବେ ଓ ମାତ୍ର ପେଟେଣ୍ଟ ସୂଚନା କାର୍ଯ୍ୟାଳୟ ( , ) ଓ ପଞ୍ଜାନ ରାଜ୍ୟ ବିଜ୍ଞାନ କାଉନସିଲ ନିର୍ଦ୍ଦିଷ୍ଟ ଉତ୍ପାଦ ପାଇଁ ଲୋଗୋ ଦେବା ପରେ । |
ଫେନଟରମାଇନ ଇଂରାଜୀ ଭାଷାରେ , ରାସାୟନିକ ନାମ < " " > </ > -< " " > </ > - < " " > </ >, ବିକ୍ରୟ ନାମ ଲୋନାମାଇନ ଏକ ଔଷଧ ଯାହା ମେଦ ବହୁଳତା ନିମନ୍ତେ ଉପଯୁକ୍ତ ଖାଦ୍ୟ ଓ ବ୍ୟାୟାମ ସହିତ ଦିଆଯାଏ । ଏହା ପାଟିରେ କିଛି ସପ୍ତାହ ପର୍ଯ୍ୟନ୍ତ ଦିଆଯାଏ । କିଛି ସପ୍ତାହ ପରେ ଏହାର ଉପକାରୀତା ରହେନାହିଁ । ଏକ ଯୁଗ୍ମ ଔଷଧ ଭାବରେ ଏହା ଫେନଟରମାଇନ/ଟୋପିରାମେଟ ନାମରେ ଉପଲବ୍ଧ ହୁଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଦ୍ରୁତ ହୃତ୍ପିଣ୍ଡ ଗତି, ଉଚ୍ଚ ରକ୍ତଚାପ, ଶୋଇବାରେ ଅସୁବିଧା, ମୁଣ୍ଡ ବୁଲାଇବା ଏବଂ ଅସ୍ଥିରତା ହୋଇପାରେ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଫୁସଫୁସ ଉଚ୍ଚ ରକ୍ତଚାପ, ଭଲଭୁଲାର ହୃଦରୋଗ ଏବଂ ଅପବ୍ୟବହାର ହୋଇପାରେ । ଗର୍ଭାବସ୍ଥା କିମ୍ବା ସ୍ତନ୍ୟପାନ ସମୟରେ ଏହାର ବ୍ୟବହାର ସୁପାରିଶ କରାଯାଏ ନାହିଁ। ଏସଏସଆରଆଇ କିମ୍ବା ମାଓ ଇନହିବିଟର ସହିତ ଏକତ୍ର ବ୍ୟବହାର ସୁପାରିଶ କରାଯାଏ ନାହିଁ ଏହା କେନ୍ଦ୍ରୀୟ ସ୍ନାୟୁ ଉତ୍ତେଜକ ହୋଇଥିବାରୁ ଏକ ଭୋକ ଦମନକାରୀ ଭାବରେ କାର୍ଯ୍ୟ କରୁଥାଇପାରେ ରାସାୟନିକ ଭାବରେ, ଫେନଟରମାଇନ ଏକ ପ୍ରକାର ଆମ୍ଫେଟାମାଇନ ୧୯୫୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଫେନଟରମାଇନ ଅନୁମୋଦିତ ହୋଇଥିଲା ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ଯୁକ୍ତରାଷ୍ଟ୍ରରେ ଏକ ମାସର ଯୋଗାଣର ହୋଲସେଲ ମୂଲ୍ୟ ପ୍ରାୟ $ ୨.୫୫ ଅଟେ । ୨୦୧୭ ମସିହାରେ, ଏହା ଯୁକ୍ତରାଷ୍ଟ୍ରରେ ୨୧୦ ତମ ସାଧାରଣ ଷଧ ଥିଲା, ଯେଉଁଥିରେ ଦୁଇ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା। ୨୦୦୦ରେ ଯୁକ୍ତରାଜ୍ୟର ବଜାରରୁ ଫେନଟରମାଇନ୍ ପ୍ରତ୍ୟାହାର କରାଯାଇଥିବାବେଳେ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ୧୯୯୭ରେ ବଜାରରୁ ଏହାର ମିଶ୍ରିତ ଔଷଧ ମଧ୍ୟ ପ୍ରତ୍ୟାହାର କରାଯାଇଥିଲା । |
କାର୍ଲ ହେନେରିକ ମାର୍କସ (୫ ମଇ ୧୮୧୮-୧୪ ମାର୍ଚ ୧୮୮୩) ଜଣେ ଜର୍ମାନୀୟ ଦାର୍ଶନିକ, ଅର୍ଥନୀତିୀ, ସମାଜବାଦୀ, ଐତିହାସିକ ତଥା ସାମ୍ୟବାଦର ପ୍ରଣେତା ଥିଲେ । ଅର୍ଥନୀତିରେ ମାର୍କସଙ୍କ ଗବେଷଣା, ଶ୍ରମିକ ବର୍ଗର ଅର୍ଥନୈତିକ ଅବସ୍ଥା ବୁଝିବା ପାଇଁ ମୂଳଦୁଆ କୁହାଯାଇପାରେ ଏବଂ ଏହା ପରବର୍ତ୍ତୀ ସମୟରେ ଅନେକ ଅର୍ଥନୀତିୀୟ ଚିନ୍ତାଧାରାକୁ ପ୍ରଭାବିତ କରିଛି । ସେ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ପୁସ୍ତକର ରଚନା କରିଥିଲେ ଯେଉଁଗୁଡ଼ିକ ମଧ୍ୟରୁ ଦି କମ୍ୟୁନିଷ୍ଟ ମ୍ୟାନିଫେଷ୍ଟୋ (୧୮୪୮) ଏବଂ ଦାସ କ୍ୟାପିଟାଲ ବହୁ ଗୁରୁତ୍ତ୍ୱପୂର୍ଣ୍ଣ । ପ୍ରାରମ୍ଭିକ ଜୀବନ ବାଲ୍ୟକାଳ ଓ ଶିକ୍ଷା : ୧୮୧୮-୧୮୩୫ କାର୍ଲ ମାର୍କସ ୫ ମଇ, ୧୮୧୮ରେ ପ୍ରୋସିଆର ତ୍ରିଏରଠାରେ ଏକ ଇହୁଦୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । କାର୍ଲଙ୍କର ପିତା ହର୍ସେଲ ମାର୍କସ ଧର୍ମ ନିରପେକ୍ଷ ଶିକ୍ଷା ପାଇଥିଲେ ଏବଂ ଅପେକ୍ଷାକୃତ ବିତ୍ତଶାଳୀ ଥିଲେ, ଏବଂ ଅନେକ ଗୁଡ଼ିଏ ଅଙ୍ଗୁର ବଗିଚାର ଅଧିକାରୀ ଥିଲେ । ଜୀଉମାନଙ୍କ ବିରୁଦ୍ଧରେ ହେଉଥିବା ବିରୋଧାଭାସ ପାଇଁ ସେ ଇହୁଦୀରୁ ପ୍ରୋଟେଷ୍ଟାଣ୍ଟ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରି, ହେନେରିକ ଭଳି ଏକ ଜର୍ମାନ ନାମକୁ ଆଦରି ନେଇଥିଲେ । କାର୍ଲଙ୍କର ବାଲ୍ୟକାଳରେ ଏକ କମ ଜଣାଥିବା ତଥ୍ୟ ହେଉଛି, ପିତାମାତାଙ୍କ ୯ଟି ସନ୍ତାନ ମଧ୍ୟରୁ ସେ ତୃତୀୟ ଥିଲେ ମଧ୍ୟ ତାଙ୍କ ବଡ଼ଭାଇ ମୋରିଜଙ୍କ ୧୮୧୯ରେ ମୃତ୍ୟୁ ହେବାପରେ ସେ ପରିବାରର ବଡ଼ ସନ୍ତାନ ହୋଇଥିଲେ; ଏବଂ ଅନ୍ୟ ଭାଇଭଉଣୀ ଯଥା ସୋଫି, ହର୍ମାନ, ହେନେରିଟା, ଲୁଇସ, ଏମିଲି ଓ କାରୋଲିନଙ୍କ ସହ ଅଗଷ୍ଟ ୧୮୨୪ରେ ଖ୍ରୀଷ୍ଟଧର୍ମ ପାଇଁ ଦୀକ୍ଷିତ ହୋଇଥିଲେ । ୧୮୩୦ ପର୍ଯ୍ୟନ୍ତ ସେ ସେ ଗରୋଇ ଶିକ୍ଷା ଗ୍ରହଣ କଇଥିଲେ, ଏବଂ ସେହି ବର୍ଷ ତ୍ରିଏର ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଥିଲେ ଯାହାର ପ୍ରଧାନଶିକ୍ଷକ ହ୍ୟୁଗୋ ୱେଟେନବାକ ଥିଲେ । ପ୍ରଶାସନକୁ କ୍ରୋଧିତ କରି ୱେଟେନବାକ ଅନେକ ମାନବବାଦୀ ଶିକ୍ଷକଙ୍କୁ ବିଦ୍ୟାଳୟରେ ନିଯୁକ୍ତି ଦେଇଥିଲେ, ଯଦ୍ୱାରା ୧୮୩୨ରେ ବିଦ୍ୟାଳୟ ଉପରେ ପୁଲିସ ଚଢ଼ଉ ହୋଇଥିଲା । ୧୮୩୫ରେ, ୧୭ ବର୍ଷ ବୟସରେ କାର୍ଲ ବୋନ ବିଶ୍ୱବିଦ୍ୟାଳୟକୁ ସାହିତ୍ୟ ଓ ଦର୍ଶନ ପଢ଼ିବାର ଇଚ୍ଛାନେଇ ଯାଇଥିଲେ ମଧ୍ୟ ପିତାଙ୍କ ନିର୍ଦ୍ଦେଶ କ୍ରମେ ଆଇନ ପଢ଼ିଥିଲେ । ଦୁର୍ବଳ ସ୍ୱାସ୍ଥ୍ୟ ପାଇଁ ୧୮ ବର୍ଷରେ ବାଧ୍ୟତାମୂଳକ ସୈନ୍ୟବାହିନୀରେ ଯୋଗଦେବରୁ ସେ ମୁକ୍ତ ହୋଇଥିଲେ, ଏବଂ ବୋନଠାରେ ପୋଲିସଦ୍ୱାରା ନିୟନ୍ତ୍ରିତ "ପୋଏଟ କ୍ଲବ" ରେ ଯୋଗ ଦେଇଥିଲେ । ଆହୁରି ମଧ୍ୟ "ତ୍ରିଏର ଟ୍ରାଭର୍ଣ କ୍ଲବ" ରେ ସେ ଯୋଗ ଦେଇ ଉପ-ସଭାପତି ନିର୍ବାଚିତ ହୋଇଥିଲେ । ଏହାବ୍ୟତୀତ ସେ ଅନ୍ୟ ବହୁ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ; ଯାହା ମଧ୍ୟରୁ ଅଗଷ୍ଟ ୧୮୩୬ରେ ବିଶ୍ୱବିଦ୍ୟାଳୟ କର୍ମକର୍ତ୍ତାଙ୍କ ସହ ଯୁକ୍ତିତର୍କ ଅନ୍ୟତମ । ଶିକ୍ଷାବର୍ଷର ପ୍ରଥମ ଭାଗରେ ତାଙ୍କର ପ୍ରଦର୍ଶନ ଆଶାଜନକ ଥିଲେ ମଧ୍ୟ, ପରେ ଦ୍ରୁତ ଅବନ୍ନତି ଘଟିବାରୁ ତାଙ୍କ ପିତା ପାଠ୍ୟ ଖସଡ଼ା ଉପରେ ଅଧିକ ଧ୍ୟାନ ଦେଉଥିବା "ବର୍ଲିନ ବିଶ୍ୱବିଦ୍ୟାଳୟ" ରେ ପଢିବାକୁ ପଠେଇ ଦେଇଥିଲେ । ହେଗେଲଙ୍କ ଚିନ୍ତାଧାରାର ପ୍ରଭାବ : ୧୮୩୬-୧୮୪୩ ଏକ ସାମ୍ୟବାଦ ପ୍ୟାରିସ : ୧୮୪୩-୧୮୪୫ ବ୍ରସେଲସ : ୧୮୪୫-୧୮୪୭ କଲୋଜିନ : ୧୮୪୮-୧୮୪୯ ଲଣ୍ଡନରେ ବିତାଇଥିବା ସମୟ ଚିନ୍ତାଧାରା ଆଧାର ଅଧିକା ପଢ଼ନ୍ତୁ ଜୀବନୀ . ( , 2009) . : ( , 1963) 0-19-520052-7 , . , 1973 978-0-06-012829-6 , . : ( , 2003) . (1980),978-0-333-27882-6 . : ( , 1975) 0-631-15780-8 , . : - ( . & ; 2013) 648 ; , . ' : . ( . ), 2009. , . : 2013-04-10 ., ( , 1999), 1-85702-637-3 ମାର୍କସଙ୍କ ଉପରେ ବିଭିନ୍ନ ମତ 2005. ,. : , 2009. ( , 1968) 0-521-09619-7 . , ( ,1976). , . ( , 2006) ,. : , 1998. ( , 1983) . ( , 2000) . ' : ( , 1978) 0-691-07068-7 , . ( , 2004) , ' 4 |
ବିରଳା ମନ୍ଦିର ଭାରତର ତେଲେଙ୍ଗାନା ରାଜ୍ୟସ୍ଥିତ ହାଇଦ୍ରାବାଦଠାରେ ଥିବା ଏକ ଏକ ହିନ୍ଦୁ ମନ୍ଦିର । ଏହାର ଉଚ୍ଚତା ୨୮୦ ଫୁଟ ଏବଂ ଏହା ନଉବତ ପାହାଡ଼ ଉପରେ ଅବସ୍ଥିତ । ଏହା ତିଆରି କରିବାକୁ ୧୦ ବର୍ଷ ସମୟ ଲାଗିଥିଲା ଓ ୧୯୭୬ ମସିହାରେ ରାମକୃଷ୍ଣ ମିସନର ସ୍ୱାମୀ ରଙ୍ଗନାଥାନନ୍ଦ ଏହାକୁ ଉନ୍ମୋଚନ କରିଥିଲେ । ବିରଳା ଫାଉଣ୍ଡେସନ ମାଧ୍ୟମରେ ବିରଳା ପରିବାର ଏହି ମନ୍ଦିର ତିଆରି କରେଇଥିଲେ ଓ ଭାରତରେ ଏହିଭଳି ଅନେକ ମନ୍ଦିର ତୋଳେଇଥିଲେ । ଏହି ସବୁ ମନ୍ଦିରଙ୍କର ନାମ ବିରଳା ମନ୍ଦିର ଦିଆଯାଇଛି । ସ୍ଥାପତ୍ୟ ଏହି ମନ୍ଦିର ଦ୍ରାବିଡ଼, ରାଜସ୍ଥାନୀ ଓ ଉତ୍କଳ ସ୍ଥାପତ୍ୟ ଶୈଳୀରେ ନିର୍ମିତ ହୋଇଛି । ଏହି ମନ୍ଦିର ତିଆରୀରେ ୨୦୦୦ ଟନ ଧଳା ଶଙ୍ଖ ମର୍ମର ପଥର ବ୍ୟବହୃତ ହୋଇଛି । ମନ୍ଦିର ଅଧିଷ୍ଠାତା ପ୍ରଭୁ ଭେଙ୍କଟଶ୍ୱରଙ୍କର ୧୧ ଫୁଟ ଉଚ୍ଚର ବିଗ୍ରହ ଗ୍ରାନାଇଟ ପ୍ରସ୍ତରରେ ତିଆରି ହୋଇଛି ଓ ଉପରେ ଛତା ଆକାରର ଏକ ପଦ୍ମ ଫୁଲ ପ୍ରତିମୂର୍ତ୍ତି ଅଛି । ଏହାର ପିତ୍ତଳରେ ତିଆରି ପତାକା ସ୍ତମ୍ଭର ଉଚ୍ଚତା ପ୍ରାୟ ୪୨ ଫୁଟ । ମନ୍ଦିରଟି ତପସ୍ୟା କରିବାକୁ ଉପଯୁକ୍ତ ହେବା ପାଇଁ ସେଠାରେ କୌଣସି ଘଣ୍ଟ ନାହିଁ ଓ ରଙ୍ଗନାଥନନ୍ଦଙ୍କ ଉପଦେଶ ଅନୁସାରେ ଏହି ବନ୍ଦବୋସ୍ତ ହୋଇଛି । ମନ୍ଦିର ବିଷୟରେ ମୂଖ୍ୟ ମନ୍ଦିର ବ୍ୟତୀତ ପ୍ରଭୁ ଭେଙ୍କଟେଶ୍ୱରଙ୍କ ପତ୍ନୀ ପଦ୍ମାବତୀ ଓ ଅଣ୍ଡଳଙ୍କ ନାମରେ ଦୁଇଟି ଛୋଟ ମନ୍ଦିର ଅଛି । ଏହା ବ୍ୟତୀତ ଶିବ, ଶକ୍ତି, ଗଣେଶ, ହନୁମାନ, ବ୍ରହ୍ମା, ସରସ୍ୱତୀ ଓ ଲକ୍ଷ୍ମୀଙ୍କର ଭିନ୍ନ ଭିନ୍ନ ମନ୍ଦିର ଅଛି । ମନ୍ଦିର କାନ୍ଥରେ ଗୁରୁବାଣୀ ଓ ବିଭିନ୍ନ ଧରଣର ଶିକ୍ଷଣୀୟ ବାର୍ତ୍ତା ଖୋଦିତ ହୋଇଛି । ମହାତ୍ମା ଗାନ୍ଧୀ ଓ ଅନ୍ୟ ହିନ୍ଦୁ ନେତାଙ୍କ ଉପଦେଶ ଅନୁସାରେ ମନ୍ଦିରଟି ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କ ନିମନ୍ତେ ଖୋଲା ରହେ । ପରିବହନ ଏହି ମନ୍ଦିର ହାଇଦ୍ରାବାଦର ଲକଡ଼ି-କା-ପୁଲ ମେଟ୍ରୋ ଷ୍ଟେସନ ଓ ହାଇଦ୍ରାବାଦ ମେଟ୍ରୋ ଷ୍ଟେସନ ନିକଟରେ ଅବସ୍ଥିତ । ବସ ଓ ଅନ୍ୟାନ୍ୟ ପରିବହନ ମାଧ୍ୟମରେ ମନ୍ଦିରକୁ ସହଜରେ ଯାଇହେବ । ବସ ନମ୍ବର: ୫କେ, ୫ଏସ, ୫ ସିକନ୍ଦରାବାଦରୁ ମେହଦୀପଟନମ ଯେ କୌଣସି ୧୧୩ ନମ୍ବର ବସ ଉପଲରୁ ମେହଦୀପଟନମ ପାର୍କିଂ ସୁବିଧା ଅତି ଜନପ୍ରିୟ ହୋଇଥିବାରୁ ଏହି ମନ୍ଦିରକୁ ବହୁତ ଗାଡ଼ି ଆସିବାଦ୍ୱାରା ମନ୍ଦିର ପାଖରେ କମ ପାର୍କିଂ ସ୍ଥାନ ମିଳେ । ଏହି ଅସୁବିଧା ଦୂର କରିବା ପାଇଁ ଗାଇଡମାନେ ଗାଡ଼ିକୁ ନଉବତ ପାହାଡ଼ ନିମ୍ନ ଦେଶରେ ପାର୍କ କରିବାକୁ ଉପଦେଶ ଦିଅନ୍ତି । । ସେଠାକୁ ଚାଲି ଚାଲି ଗଲେ ୨ ମିନିଟ ମାତ୍ର ଲାଗେ । |
ରସଗୋଲା ଛେନା ଓ ଚିନିରୁ ତିଆରି ଏକ ସିରାଯୁକ୍ତ ମିଠା ଓ ଏହା ଭାରତୀୟ ଉପମହାଦେଶ ଓ ଦକ୍ଷିଣ ଏସୀୟ ବଂଶୋଦ୍ଭବମାନେ ବାସ କରୁଥିବା ସ୍ଥାନଗୁଡ଼ିକରେ ଜଣାଶୁଣା । ଏହା ପେଣ୍ଡୁ ଆକାରରେ ହୋଇଥାଏ ଏବଂ ଛେନା ଓ ସୁଜିରୁ ତିଆରି ହୋଇ ଚିନି ସିରାରେ ଛଣାଯାଇଥାଏ । ସିରାରେ ରସଗୋଲା ସମ୍ପୂର୍ଣ୍ଣ ଭରିଯିବାଯାଏ ଏହାକୁ ଛଣାଯାଇଥାଏ । ଏହା ପୂର୍ବ ଭାରତରେ ଜନ୍ମଲାଭ କରିଥିଲା ଓ ଏବେର ଓଡ଼ିଶା ଓ ପଶ୍ଚିମବଙ୍ଗ ଏହାର ଜନ୍ମସ୍ଥାନ ବୋଲି ଅନେକ ଦାବୀ କରିଛନ୍ତି । ୨୦୧୬ ମସିହାରେ ଓଡ଼ିଶା ସରକାରଙ୍କଦ୍ୱାରା ସ୍ଥାପିତ ଏକ କମିଟି ରସଗୋଲାର ମୂଳ ଓଡ଼ିଶା ବୋଲି ପ୍ରମାଣ କରିଥିଲା । ରଥଯାତ୍ରାର ଶେଷକୁ ବାହୁଡ଼ା ପରେ ନୀଳାଦ୍ରୀ ବିଜେ ବେଳେ ଜଗନ୍ନାଥଙ୍କ ନିକଟରେ ରସଗୋଲା ଲାଗି କରାଯାଇଥାଏ । । ପଶ୍ଚିମବଙ୍ଗର କର୍ମକର୍ତ୍ତାମାନେ ଜଣାଇଥିଲେ ଯେ ସେମାନେ କେବଳ "ବଙ୍ଗଳାର ରସଗୋଲା" (ପଶ୍ଚିମବଙ୍ଗରେ ଜଣାଶୁଣା ଏକପ୍ରକାର ରସଗୋଲା) ଜିଓଗ୍ରାଫିକାଲ ଇଣ୍ଡିକେସନ ପାଇଁ ଆବେଦନ କରିଥିଲେ । ସେମାନେ ଜଣାଇଥିଲେ ଯେ ଏହା କେବଳ ସେମାନଙ୍କ ଆଞ୍ଚଳିକ ରସଗୋଲାକୁ ରକ୍ଷାକରିବା ପାଇଁ ଓ ଓଡ଼ିଶା ସହ ସେମାନଙ୍କ କୌଣସି ଦ୍ୱନ୍ଦ ନାହିଁ । ୨୦୧୯ ମସିହା ଜୁଲାଇ ମାସ ୨୯ ତାରିଖରେ ଓଡ଼ିଶାର ରସଗୋଲା କୁ ଓଡ଼ିଶାର ବୋଲି ଭୌଗଳିକ ଉପଦର୍ଶନ (ଜିଆଇ) ପ୍ରମାଣପତ୍ର ମିଳିଥିଲା । ଖାଦ୍ୟସାର ୧୦୦ ଗ୍ରାମର ରସଗୋଲାରେ ୧୮୬ କାଲୋରି ଥାଏ, ଯେଉଁଥିରୁ ପଖାପାଖି ୧୫୩ କାଲୋରିର କାର୍ବୋହାଇଡ୍ରେଟ, ୧.୮୫ ଗ୍ରାମର ଫ୍ୟାଟ ଓ ୪ ଗ୍ରାମର ପ୍ରୋଟିନ ଥାଏ । ପ୍ରସ୍ତୁତ ପ୍ରଣାଳୀ ରସଗୋଲା ତିଆାରି ପାଇଁ ସବୁଠାରୁ ମୁଖ୍ୟ ସାମଗ୍ରୀ ହେଉଛି ଛେନା । ଆଉ ଛେନା ସବୁବେଳେ ତାଜା ରହିଥିବ ଏହା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ । ଛେନାକୁ ପ୍ରଥମେ ମେସିନଦ୍ୱାରା କିମ୍ବା ହାତରେ ସାମାନ୍ୟ ଘିଅ ବାହରିଲା ଯାଏଁ ଚକଟା ଯାଇଥାଏ । ପୁଣି କିଛି ସମୟ ପରେ ଏଥିରେ ସାମାନ୍ୟ ଅଳେଇଚ ଗୁଣ୍ଡ ମିଶାଇ ଆଉ କିଛି ସମୟ ଚକଟା ଯାଇଥାଏ । ବେଳେ ବେଳେ ଏହି ସମୟରେ ଛେନା ସହ ମଇଦା, ଆରାରୋଟ୍, ସୁଜି ମିଶାଇବାର ନଜିର୍ ରହିଛି । ଏହାକୁ ସେପର୍ଯ୍ୟନ୍ତ ଚକଟାଯାଇଥାଏ ଯେପର୍ଯ୍ୟନ୍ତ ଏହା ଅଟା ଭଳି ହୋଇଯିବ । ଏହା ପରେ ଆବଶ୍ୟକ ଅନୁଯାୟୀ ଏହାର ଛୋଟ ଛୋଟ ଗୋଲା ତିଆାରି କରାଯାଏ । ଏହାପରେ ସିରା ତିଆରି ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଚିନିରେ ପାଣି ମିଶାଯାଇ ଏହାକୁ ଗରମ କରାଯାଇଥାଏ । ସିରା ଗରମ ହୋଇଗଲା ପରେ ଏଥିରେ ଛେନାରେ ତିଆରି ହୋଇଥିବା ଗୋଲାକୁ ପକାଯାଇଥାଏ । ଏହାପରେ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ଏହାକୁ ସିରାପାଣିରେ ରନ୍ଧାଯାଇଥାଏ । ମଝିରେ ମଝିରେ ଅଳ୍ପ ଅଳ୍ପ ପାଣି ମିଶାଯାଇଥାଏ । ଓଡ଼ିଶାରେ ସାଧାରଣତଃ ଅମିଶା ଛେନାରୁ ରସଗୋଲା ତିଆରି କରଯାଏ ଏବଂ ଇଷତ ନାଲି ରଙ୍ଗ ସିଝିବାକୁ ଦିଆଯାଏ । ଯେତେବେଳେ ରସଗୋଲା ପ୍ରାୟ ନିଜ ଆକାରର ଦୁଇ ଗୁଣ ହୋଇଯାଏ, ବୁଝନ୍ତୁ ରସଗୋଲା ତିଆରି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରସଗୋଲାକୁ ସେହି ସିରା ଥଣ୍ଡା ହେବାକୁ ଦିଅନ୍ତୁ । ଇତିହାସ ଶ୍ରୀମନ୍ଦିର ପରମ୍ପରାରେ ରସଗୋଲାର ବ୍ୟବହାର ଅନେକ ଶତାବ୍ଦୀ ତଳୁ ହୋଇ ଆସୁଛି । ରଥଯାତ୍ରା ସମୟରେ, ଭାଇ ଭଉଣୀଙ୍କୁ ଜଗନ୍ନାଥ ସାଥିରେ ଧରି ଫେରିବା ବେଳକୁ ଲକ୍ଷ୍ମୀଙ୍କ ଅତିଶୟ କ୍ରୋଧିତ ଥାଆନ୍ତି । ଲକ୍ଷ୍ମୀଙ୍କର କ୍ରୋଧକୁ ଶାନ୍ତକରିବା ପାଇଁ, ଜଗନ୍ନାଥ ନିଜ ହାତରେ ରସଗୋଲା ତିଆରି କରି, ତାଙ୍କୁ ଖୁଆଇ ମାନଭଞ୍ଜନ କରନ୍ତି । ଜଗନ୍ନାଥ ସଂସ୍କୃତି ସହ ରସଗୋଲା ଜଡ଼ିତ ରହିଥିବାରୁ, ରସଗୋଲାର ଜନ୍ମ ଓଡ଼ିଶାରେ ବୋଲି ଦାବି କରାଯାଏ । ବଳରାମ ଦାସଙ୍କ ଜଗମୋହନ ରାମାୟଣ ବା ଦାଣ୍ଡି ରାମାୟଣରେ ରସଗୋଲାର ଉଲ୍ଲେଖ ଦେଖାଯାଏ । ବିକଳାନନ୍ଦ କରଙ୍କ ସାଲେପୁର ରସଗୋଲା ଓ ପାହାଳରେ ପ୍ରସ୍ତୁତ ରସଗୋଲା ଭାରତ ତଥା ଭାରତ ବାହାରେ ମଧ୍ୟ ପରିଚିତ । ଉନ୍ନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ବେଳକୁ "କେଳୁ ଚରଣ ବେହେରା" , ପାହାଳଠାରେ ରସଗୋଲା ପ୍ରସ୍ତୁତକରି, ବ୍ୟବସାୟ ଆରମ୍ଭ କରିଥିଲେ । ଓଡ଼ିଶାର ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଗୋଶାଲା ଛକ ଭଗବାନ ପାଣିଙ୍କ ରସଗୋଲା ପାଇଁ ପ୍ରସିଦ୍ଧ । ଏହି ରସଗୋଲା ସ୍ଥାନୀୟ ଅଂଚଳରେ ଗୋଶାଲା ମିଠା ନାମରେ ପରିଚିତ । କିମ୍ବଦନ୍ତୀ ପାହାଳ ରସଗୋଲା ପାହାଳ ରସଗୋଲାକୁ ନେଇ କେତେକ ଲୋକକଥା ରହିଛି । ପାହାଳରେ ଅଧିକାଂଶ ଲୋକ ଗାଈ ପାଳୁଥିଲେ । ପ୍ରଚୁର କ୍ଷୀର ଉତ୍ପାଦନ ହେଉଥିଲା । ଖାଇବା ପରେ ଯାହା ବଳୁଥିଲା ତାକୁ ସ୍ଥାନୀୟ ବାସିନ୍ଦା ବାହାରେ ଫୋପାଡି ଦେଉଥିଲେ । ପୁରୀ ଜଗନ୍ନାଥ ମନ୍ଦିରର ଜଣେ ସେବାୟତଙ୍କ ନଜରରେ ଏହା ପଡିଥିଲା । ପ୍ରଚୁର କ୍ଷୀର ନଷ୍ଟ ହେଉଥିବାରୁ ଦେଖି ସେବାୟତ ଜଣକ ଲୋକଙ୍କୁ ସେଥିରୁ ଛେନା ଓ ଛେନାରୁ ତିଆରି ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ଶିଖାଇଥିଲେ । ସେବେଠୁ ପାହାଳରେ ଛେନାରୁ ରସଗୋଲା ତିଆରି ହୋଇ ଆସୁଛି । ଭୌଗଳିକ ଉପଦର୍ଶନ ମାନ୍ୟତା (ଜିଆଇ) ୨୦୧୮ ମସିହାରେ ଓଡ଼ିଶା ସରକାର ଓଡ଼ିଶାର ରସଗୋଲାକୁ ଜିଆଇ ମାନ୍ୟତା ଦେବାକୁ ଆବେଦନ କରିଥିଲେ । ୨୦୧୯ ମସିହା ଜୁଲାଇ ମାସ ୨୯ ତାରିଖରେ ଏହାକୁ ସ୍ୱୀକୃତି ମିଳିଥିଲା । ଓଡ଼ିଶାର କ୍ଷୁଦ୍ର ଶିଳ୍ପ କର୍ପୋରେସନ ଲିମିଟେଡ (ଏକ ଓଡ଼ିଶା ସରକାରଙ୍କ ସଂସ୍ଥା) ଏବଂ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତିଙ୍କ ନାମରେ ମିଳିତ ଭାବରେ ଭୌଗଳିକ ଉପଦର୍ଶନ ପ୍ରମାଣପତ୍ର ମିଳିଥିଲା । |
ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି । ଇତିହାସ ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଏକ ଶାସ୍ତ୍ରୀୟ ଭିତ୍ତ ଭୂମିର ଲୀଳା । ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବରୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ । ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ । ସେତେବେଳେ ସ୍ନାନମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହୋଇଥିଲା । ସେଥିପାଇଁ ଅନେକ ଶାସ୍ତ୍ରରେ ଏହା ମଞ୍ଚସ୍ନାନ ବୋଲି ଉଲ୍ଲେଖ ହୋଇଛି । ଶାସ୍ତ୍ରମତରେ ୧୦୮ ସୁନା କଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁବ୍ରହଙ୍କ ଆଦ୍ୟ ସ୍ଥାନଲୀଳା ସମାପନ ହୋଇଥିଲା । ସେହି ଶାସ୍ତ୍ରୀୟ ମତକୁ ଅନୁସରଣ କରି ଆଜି ବି ସେହିପରି ସ୍ନାନଯାତ୍ରା ଅନୁଷ୍ଠିତ ହେଉଅଛି । ସୂଚନାଯୋଗ୍ୟ, ଶାସ୍ତ୍ର ମତରେ ଜ୍ୟୋଷ୍ଠ ପୂର୍ଣ୍ଣିମା ଦିବସରେ ମହାପ୍ରଭୁଙ୍କ ଆବିର୍ଭାବ ହୋଇଥିଲା । ଜ୍ୟୋଷ୍ଠମାସ ପୂର୍ଣ୍ଣମୀରେ ମହାପ୍ରଭୁଙ୍କ ପ୍ରଥମ ସ୍ଥାନଲୀଳା ଜାତି, ବର୍ଣ୍ଣ, ନିର୍ବଶେଷରେ ସମସ୍ତେ ଦର୍ଶନ କରିଥିବାରୁ ଏହି ଲୀଳାକୁ ପତିତପାବନ ଲୀଳା କୁହାଯାଏ । ଉପଚାର ବିଧି ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସାଧାରଣ ଦିନପରି ଶ୍ରୀମନ୍ଦିରରେ କବାଟଫିଟା, ପାହାନ୍ତିଆ ଅବକାଶ, ଗୋପାଳବଲ୍ଲଭ,ସକାଳଧୂପ, ଦ୍ୱିପ୍ରହରଧୂପ ଆଦି ସମସ୍ତ ନୀତିର ସମାପନ ପରେ ସ୍ୱଳ୍ପସମୟ ପାଇଁ ପହୁଡ଼ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ । ଏହିଦିନ କୋଠ ସିଆଁସିଆ ମନ୍ଦିରରେ ପ୍ରବେଶ କରନ୍ତି ଓ ପହଣ୍ଡି ପାଇଁ ଚାରମାଳ ବାନ୍ଧନ୍ତି ପ୍ରଭୁଙ୍କର ସେନାପଟା ଓ ବାହୁଟିନାଗି ହୁଏ । ରତ୍ନ ସିଂହାସନ ଉପରେ ମଙ୍ଗଳାର୍ପଣ କରାଯାଏ । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାମାନେ ପହଣ୍ଡି କରାଉଥିବା ବେଳେ ମଦନମୋହନଙ୍କୁ କେବଳ ମହାଜନ ସେବକମାନେ (ବ୍ରାହ୍ମଣ ଗୋଷ୍ଠୀର ସେବକ) ବିଜେ କରାଇଥାନ୍ତି । ପହଣ୍ଡି ବିଜେ ସମୟରେ ସାତ ପାହଚ ଉପରେ ଠାକୁରମାନେ ଚୂଳ ଓ ଟାହିଆ ଲାଗି ହୁଅନ୍ତି । ଏହି ସାତପାହଚ ଉପରେ ଟାହ୍ୟାନାଗି ହେବାପରେ ଦ୍ୱିତୀୟ ମଙ୍ଗଳାର୍ପଣ ହୁଏ । ତା ପରେ ବନ୍ଦାପନା ଓ ପରେ ପରେ ରାଘବଦାସ ମଠରୁ ଆସିଥିବା ଘଷା ନାଗି କରାଯାଏ । ତା ପରେ ପନ୍ତି ଖାଇ ଖାଇ ଠାକୁରମାନେ ସ୍ନାନବେଦିକୁ ଯାଇ ନିଜର ଆସ୍ଥାନ ଉପରେ ଅବସ୍ଥାନ କରନ୍ତି ସୁଆର ବଡୁ ଅମ୍ଭୂଣିଆ ପାଣି ଛିଞ୍ଚନ୍ତି ଗରାବଡୁ ସୁବର୍ଣ୍ଣକଳସ ଧରି ଶିତଳାଦେବୀଙ୍କ ସମ୍ମୁଖସ୍ଥ ଓ ବର୍ଷତମାମ ଅପବ୍ୟବହୃତ ହୋଇ ରହିଥିବା ସ୍ୱର୍ଣ୍ଣକୂପରୁ ଜଳ ଆଣନ୍ତି । ଦେବସ୍ଥାନ ପୂର୍ଣ୍ଣିମାର ପୂର୍ବ ଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ଦେବଯାନ ମାର୍ଗରେ ଅବା ସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ । ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହଙ୍କ ମଧ୍ୟରେ ଅବସ୍ଥିତ । ପରେ ଯେପରି ଏହି କୂଅକୁ ବର୍ଷସାରା ସିଂହ ହିଁ ସୁରକ୍ଷିତ ରଖିଥାଏ । କୂଅର ବ୍ୟବହାର ବର୍ଷସାରା ନଥବାରୁ ଜନପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଏ । ସ୍ନାନଲୀଳାରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହେଉଥବା ବେଳେ ସ୍ଥାନ କାଳରେ ତାନ୍ତ୍ରିକ ବିଧିରେ ତେରଟି ପଦାର୍ଥ ମିଶ୍ରଣ କରାଯାଏ । ଯଜ୍ଞ ପରମ୍ପରାରେ ଏହି କୂଅକୁ ପ୍ରଣୀତାକୂପ ' ବୋଲି କୁହାଯାଏ । ପ୍ରାଚୀନ କାଳରେ ମଧ୍ୟ ଓଡ଼ିଶାରେ ଛୁଆଟିଏ ଜନ୍ମ ହେଲେ ତାହାକୁ ଅଣତୁଠ ପାଣି ମିଶ୍ରଣ କରାଯାଇ ସ୍ନାନ କରିବାର ପରମ୍ପରା ରହିଥଲା । ଏହାଦ୍ୱାରା ଦୁଷ୍ଟ ଶକ୍ତିଙ୍କ ପ୍ରଭାବ କଅଁଳା ପିଲାଙ୍କ ଉପରେ ପଡ଼େନାହିଁ । ଅଭିମନ୍ତ୍ରିତ ହୋଇଥିବା ଜଳରେ ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରତ କରାଯାଏ । ଏହି ମହୌଷଧି ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଏ । ସେହି ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହଙ୍କୁ ଶ୍ରୀଜୀଉମାନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଏ । ଏହାକୁ "ପ୍ରତ୍ୟେକ୍ଷ ଅବକାଶ" କହନ୍ତି । ପ୍ରଭୁଙ୍କୁ ଏହି ଦିନ ଗଜାନନ ବେଶ କରାଯାଏ । ଏହି ଦିନ ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରାଙ୍କୁ ଫୁଲଚୂଳ, ଚନ୍ଦ୍ରିକା ଓ ଛତ୍ରି ନାଗି କରାଯାଇ ବେଶ କରାଯାଏ । ଗୋପାଳତୀର୍ଥ ମଠଦ୍ୱାରା ପ୍ରଦତ୍ତ ଶ୍ରୀବଳଭଦ୍ରଙ୍କୁ ଗଜାନନ ବେଶ ଓ ଶୁଦର୍ଶନଙ୍କୁ ଚକ୍ର ଲାଗି କରାଯାଏ । ଏହି ଦିନ ତିନି ଧୂପ ବଦଳରେ ଗୋଟିଏ ଧୂପ ଦିଆଯାଏ । ତାପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି । ଭିତର କାଠପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବାପରେ ତାଟି ବନ୍ଧାଯାଏ ଓ ପଟିମୂର୍ତି ସ୍ଥାପନା କରାଯାଏ । ତାପରେ ଏହି ଚତୁର୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦିର୍ଘ ୧୫ ଦିନ ଧରି ଜ୍ୱରରେ ପଡ଼ନ୍ତି । ଏହାକୁ ଅଣସର କୁହାଯାଏ । ଏହି ୧୫ ଦିନ ଭକ୍ତମାନେ ଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ । ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରନ୍ତି । ଗଜବେଶ ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଗଜବେଶରେ ସଜ୍ଜିତ ହୁଅନ୍ତି । ଏହା ପଛରେ ଏକ କିମ୍ବଦନ୍ତୀ ନିହିତ । ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ। ସେ ଭଗବାନ ଗଣେଶଙ୍କର ଭକ୍ତ ଥିଲେ । ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ । ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା । ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ । ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ହୋଇଗଲା । ଏ ଅଲୌକିକ ଘଟଣା ଦେଖି ତାଙ୍କର ଜ୍ଞାନୋଦୟ ହେଲା ଏବଂ ସେ ନିଜର ଭୂଲ ବୁଝିପାରିଲେ । ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କଲେ ଯେ, ପ୍ରତିବର୍ଷ ଏହି ଦିନରେ ସେ ଗଜବେଶ ଧାରଣ କରିବେ । ଏହି ଘଟଣା ପରଠାରୁ ପ୍ରତିବର୍ଷ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜବେଶ ଧାରଣ କରନ୍ତି । |
ରସିଆର କେଥ୍ରୀନ୍ ୨ ଯିଏ କି କେଥ୍ରୀନ୍ ଦ ଗ୍ରେଟ ନାମରେ ମଧ୍ୟ ପ୍ରସିଦ୍ଧ ହେଉଛନ୍ତି ରସିଆର ସର୍ବାଧିକ ରାଜତ୍ୱକାଳରେ ରହିଥିବା ଓ ଜଣେ ଖ୍ୟତିସମପର୍ଣ୍ଣ ନେତା ଥିଲେ।ସେ୧୮୬୨ରୁ ତାଙ୍କ ମୃତ୍ୟୁ ବର୍ଷ ୧୭୯୬ ଯାଏଁ ରସିଆରେ ରାଜତ୍ୱ କରୁଥିଲେ।ସେ ୬୭ ବର୍ଷରେ ମୃତ୍ୟୁବରଣ କରିଥିଲେ।ସେ ସେଟ୍ଟୀନ,ପୋମେରାନିଆ, ପ୍ରୁସିଆରେ ସୋଫି ଫ୍ରିଡ଼େରିକ୍ ଅଗସ୍ତେ ଭୋନ-ଜର୍ବ୍ସ୍ତ-ଦୋର୍ନବର୍ଗ ନାମରେ ଜନ୍ମ ଗ୍ରହଣ କରିଥିଲେ।ତାଙ୍କ ସ୍ୱାମୀ ପିଟର୍ ୩ଙ୍କ ମୃତ୍ୟୁ ପରେ ସେ ଶାସନରେ ଆସିଥିଲେ।ତାଙ୍କ ଶାସନ ଅଧିନୟରେ ରସିଆ ପୁନର୍ବାର ଶକ୍ତିଶାଳୀ ହୋଇଥିଲା,ରସିଆର ଆକାର ବୃଦ୍ଧି ପାଇଥିଲା।ରସିଆ ଏବେ ଇଉରୋପର ଶକ୍ତିଶାଳୀ ରାଷ୍ଟ୍ରମାନଙ୍କ ମଧ୍ୟରେ ଗୋଟିଏରେ ଗଣା ହେଉଥିଲା। ବାଲ୍ୟ ଜୀବନ କେଥ୍ରୀନ୍ଙ୍କ ପିତା କ୍ରିଶ୍ଚିଆନ୍ ଅଗ୍ସ୍ତେ,ଆନ୍ହାଲଟ୍ର ରାଜପୁତ୍ର ଥିଲେ,କିନ୍ତୁ ସେ ଜର୍ମାନିର ରାଜପରିବାର ର୍ ବଂଶଧର ଥିଲେ।।ସେ ପ୍ରସିଆନ୍ ସେନାଧିକ୍ଷ ସ୍ତରରେ ନାମିତ ହୋଇଥିଲେ। ଏହା ସହ ସେ ସେଟ୍ଟୀନ୍ ସହରର ମୁଖ୍ୟ ସଚିବ ରୂପେ ଦାୟିତ୍ୱ ନେଇଥିଲେ। ସୋଫିଆ ଫ୍ରିଡ଼େରିକ୍ ଅଗସ୍ତେ ଭୋନ-ଜର୍ବ୍ସ୍ତ-ଦୋର୍ନବର୍ଗ ତାଙ୍କ ଦୁଇ ବଡ଼ ଭାଇ ଯିଏ କି ଭବିଷ୍ୟତରେ ସ୍ୱିଡେନ୍ର ରାଜା ଗୁସ୍ତଭ ୩ ଓ ଚା୍ଲ୍ସ୍ ୧୨ଙ୍କ ସହ ବଢ଼ିଥିଲେ। |
ଦି ଟାଇମସ୍ ଗ୍ରୁପ୍, ମାର୍ଚ୍ଚ ୨୦୧୫ ଅନୁସାରେ ଫାଇନାନସିଆଲ୍ ଟାଇମସ୍ ଏହାର ଫ୍ଲାଗସିପ୍ କମ୍ପାନୀ ବେନେଟ୍, କୋଲେମନ୍ ଓ କମ୍ପାନୀ ଲିମିଟେଡ୍ (ବି ସି ସି ଏଲ୍) ସହ, ଭାରତର ସର୍ବବୃହତ୍ ଗଣମାଧ୍ୟମ । ମେ ୨୦୧୪ରେ ଦି ଅଡିଟ୍ ବ୍ୟୁରୋ ଅଫ୍ ସରକୁଲେସନ୍ ଉପସ୍ଥାପନ କଲା ଯେ, ଦି ଟାଇମସ୍ ଗ୍ରୁପ୍, ପୃଥିବୀରେ ଯେ କୌଣସି ଇଂରାଜୀ ଭାଷାର ଖବରକାଗଜ ମଧ୍ୟରେ ସର୍ବବୃହତ୍ ବଣ୍ଟନକାରୀ ଖବରକାଗଜ, ଯାହାର ହାରାହାରି ବିକ୍ରୟ ୩,୩୨୧,୭୦୨ । ଏହି କମ୍ପାନୀ ଏକ ପାରିବାରିକ ମାଲିକାନା ବ୍ୟବସାୟ ଭାବେ ରହିଥିଲା, କାରଣ ସାହୁ ଜୈନଙ୍କ ଉତ୍ତରାଧୀକାରୀଙ୍କର ଏକ ବୃହତ୍ ଭାଗିଦାରୀ ଏଥିରେ ଥିଲା । ଦି ଟାଇମସ୍ ଗ୍ରୁପର ୧୧,୦୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ ଅଛନ୍ତି ଓ ଏହାର ଆୟ $୧।୫ରୁ ଉର୍ଦ୍ଧ୍ୱ । ଇତିହାସ ଛାଞ୍ଚ: ୧୮୩୮: ୩ ନଭେମ୍ବର ୧୮୩୮ରେ ଏହାର ପ୍ରଥମ ସଂସ୍କରଣ, ଦି ବମ୍ବେ ଟାଇମସ୍ ଏଣ୍ଡ୍ ଜର୍ଣ୍ଣାଲ୍ ଅଫ୍ କମର୍ସର ଅର୍ଦ୍ଧ ସାପ୍ତାହୀକ ସଂସ୍କରଣ ରୂପେ, ଜଣେ ମରାଠୀ ସଂସ୍କାରକ ରାଓବାହାଦୁର ନାରାୟଣ ଦୀନାନାଥ ଭେଲକାରଙ୍କଦ୍ୱାରା ପ୍ରକାଶ ପାଇଲା । ଏହି ଖବରକାଗଜଟି ସପ୍ତାହକୁ ଦୁଇ ଥର (ଶନିବାର ଓ ବୁଧବାର), ସମ୍ପାଦକ ଜେ ଇ ବ୍ରେନାନଙ୍କ ତତ୍ତ୍ୱାବଧାନରେ ପ୍ରକାଶ ପାଇଲା । ଏହା ମୁଖ୍ୟତଃ ଏକ ସ୍ଥାନୀୟ ଖବରକାଗଜ ରୂପେ ବମ୍ବେର ବ୍ୟବସାୟିକ ସଂସ୍ଥାର ଖବର ପ୍ରକାଶ କରୁଥିଲା । ୧୮୪୦-୧୮୫୭: ଏହି ଖବରକାଗଜର ସମ୍ପାଦକ ପରିବର୍ତ୍ତନ ହେଲେ । ଜର୍ଜ ବୁଇଷ୍ଟ ଜର୍ଜ ବୁଇଷ୍ଟ ୧୮୪୦- ୧୮୫୭ ମସିହା ପର୍ଯ୍ୟନ୍ତ ଏହାର ସମ୍ପାଦକ ହେଲେ । |
ଆଲ୍ଟେପ୍ଲେସ (ଇଂରାଜୀ ଭାଷାରେ ) ଏକ ଥ୍ରମ୍ବୋଲାଇଟିକ ଔଷଧ ଯାହା ଆକ୍ୟୁଟ ଏସଟି ଏଲିଭେସନ ମାୟୋକାର୍ଡ଼ିଆଲ ଇନଫାର୍କସନ, ନିମ୍ନ ରକ୍ତଚାପ ଜନିତ ପଲମୋନାରି ଏମ୍ବୋଲିଜ୍ମ, ଆକ୍ୟୁଟ ଇସକେମିକ ଷ୍ଟ୍ରୋକ ଓ ଅବରୋଧ ହୋଇଥିବା ସେଣ୍ଟ୍ରାଲ ଭେନସ ଆକସେସ ଡିଭାଇସମାନଙ୍କ ଚିକିତ୍ସାରେ ବ୍ୟବହୃତ ହୁଏ । ଏହା ଶିରା ବା ଧମନୀରେ ଇଞ୍ଜେକସନ ଆକାରରେ ଦିଆଯାଏ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଣ୍ଟ୍ରାକ୍ରାନିଆଲ ରକ୍ତସ୍ରାବ ଓ ପାକସ୍ଥଳୀ-ଅନ୍ତନଳୀରେ ରକ୍ତସ୍ରାବ ହୋଇପାରେ ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୱଚିତ୍ ଆଲର୍ଜି ପ୍ରତିକ୍ରିୟା ଅନୁଭୁତ ହୋଇପାରେ ଜେନ୍ଟାମାଇସିନ ଓଷଧର ଆଲର୍ଜି ନିମନ୍ତେ ଏହା ଦିଆଯାଏ ନାହିଁ ଗର୍ଭାବସ୍ଥାରେ ବ୍ୟବହାର କଲେ ଏହାର ନିରାପତ୍ତା ଅସ୍ପଷ୍ଟ ଅଟେ ଏହା ତନ୍ତୁ ପ୍ଲାଜମିନୋଜେନ ଆକ୍ଟିଭେଟର ଆକାରରେ ପ୍ରସ୍ତୁତ କରାଯାଏ ଜମାଟ ରକ୍ତରେ ଥିବା ପ୍ଲାଜମିନୋଜେନକୁ ଏହା ପ୍ଲଜମିନରେ ପରିଣତ କରିଦିଏ । ସନ ୧୯୮୭ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ନିମନ୍ତେ ଆଲଟେପ୍ଲେସ ଅନୁମୋଦିତ ହୋଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହା ନାମ ଲିପିବଦ୍ଧ ଅଛି । ଯୁକ୍ତରାଜ୍ୟରେ ୨୦୧୮ରେ ଗୋଟିଏ ଚିକିତ୍ସା ପାଇଁ ପ୍ରାୟ 864 ଖର୍ଚ୍ଚ ହୋଇଛି। ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ୨୦୧୯ରେ ପ୍ରାୟ ୯,୧୯୭ ଆମେରିକୀୟ ଡଲାର ଥିଲା । |
ଅମିତ ମିଶ୍ର (ଜନ୍ମ 24 ନଭେମ୍ବର ,1982) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ଜଣେ ଆକ୍ରାମକ ଲେଗ ସ୍ପିନର ହେବା ସହ ତଳ ଅର୍ଡର ବେତସ ମେନ ମଧ୍ୟ । ସେ ହରିୟଣା ରାଜ୍ୟ ଦଳ ପାଇଁ ଘରେଇ କ୍ରିକେଟ ଖେଳିବା ସହ ଦିଲ୍ଲୀ ଦଳ ପାଇଁ ଆଇପିଏଲ ଖେଳନ୍ତି । ସେ ଭାରତୀୟ ଜାତୀୟ ଦଳ ପାଇଁ ଟେଷ୍ଟ , ଏକଦିବାସୀୟ ଓ 20 ଅନ୍ତର୍ଜାତିକ ଖେଳନ୍ତି । ପ୍ରଥମ ଥର ପାଇଁ ସେ 2002 ମସିହାରେ ୱେଷ୍ଟ ଇଣ୍ଡିଜ ବିପକ୍ଷ୍ୟରେ ଟେଷ୍ଟ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିଲେ । ମାତ୍ର ଖେଳି ନଥିଲେ । ସେ 2003 ମସିହାରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଏକ ଏକଦିବାସୀୟ ମେଚ ଖେଳିଥିଲେ । ଅମିତ ପ୍ରଥମ ଟେଷ୍ଟ ପଦାର୍ପଣ ଅଷ୍ଟ୍ରେଲିଆ ବିରୁଦ୍ଧରେ ମୋହାଳିଠାରେ କରିଥିଲେ । ଅଧିନାଯକ ଅନିଲ କୁମ୍ବଲେ ଆହତ ହେବା କାରଣରୁ ସେ ସ୍ଥାନ ପାଇ ସେହି ମେଚରେ ପ୍ରଥମ ପାରିରେ 5/71 ନେବା ସହ ଦ୍ୱିତୀୟ ପାରିରେ 2/35 ନେଇଥିଲେ ଓ ଭାରତ ସେହି ମେଚ ନିର୍ନାୟକ ଭାଙ୍ଗିରେ ଜିତିଥିଲା । ତଥାପି ଅନିଲ କୁମ୍ବଲେଙ୍କ ପ୍ରତ୍ୟାବର୍ତନ ପରେ ସେ ତାଙ୍କ ସ୍ଥାନ ହରେଇବାକୁ ପଡିଥାନ୍ତା ଯଦି ଅନନ୍ୟ ସ୍ପିନର ହରଭଜନ ସିଂହ ଆହତ କାରଣରୁ ବାହାରି ନ ଥାନ୍ତେ । 22009 ମସିହାରେ ଅମିତ ନିଉଜିଲାଣ୍ଡ ଗସ୍ତ ପାଇଁ ଦଳରେ ଥିଲେ , ମାତ୍ର ସେଠାରେ ମାତ୍ର ଜଣେ ସ୍ପିନର ଖେଳିବାର ଥିବାର ଚୁଡାନ୍ତ ଏକାଦଶରେ ସ୍ଥାନ ପାଇ ନଥିଲେ । 2009 ଚାମିପୀୟନ ଟ୍ରଫିରେ ଅମିତ ଖେଳିଥିଲେ । ନଭେମ୍ବର 2009ରେ ଅମିତ ମିଶ୍ର ତାଙ୍କ ସ୍ଥାନ ପ୍ରଜ୍ଞାନ ଓଝାଙ୍କଠାରେ ହରେଇଥିଲେ । ବାଂଲାଦେଶ ଗସ୍ତ ପାଇଁ ଅମିତ ସ୍ଥାନ ପାଇ ପ୍ରଥମ ଟେଷ୍ଟରେ 50 ରଣ କରିବା ସହ 7 ୱିକେଟ ନେଇଥିଲେ । ହେଲେ ପୁଣି ତାଙ୍କ ସ୍ଥାନ ପ୍ରଜ୍ଞାନ ଅଧିକାର କରିନେଇଥିଲେ । ପରେ 2013 ମସିହାରେ ଇଂଲଣ୍ଡ ଗସ୍ତରେ ସେ ତାଙ୍କର ସର୍ବୋଚ ସ୍କୋର 84 କରିଥିଲେ । 2013 ଜିମ୍ବାବ୍ୱେ ଗସ୍ତରେ ସେ ସ୍ଥାନ ପାଇ 3 ଯ ଏକଦିବାସୀୟରେ 4/47 ନେବା ସହ ପୁରସ୍କାର ପାଇଲେ ।ସେହି ସିରିଜରେ ସେ 18 ୱିକେଟ ନେଇ ବାହାରେ ଖେଲାଯାଇଥିବା ସିରିଜରେ ଥିବା ଶ୍ରୀନଥଙ୍କ ରେକର୍ଡର ସମକକ୍ଷ ହେଇଥିଲେ । 2014 ଏସିଆ କପରେ ମିଶ୍ର ପାକିସ୍ତାନ ସହ ମେଚରେ 10 ଓଭରରେ ମାତ୍ର 28 ରଣ ଦେଇ 2ଟି ୱିକେଟ ନେଇଥିଲେ । 2016 ୱେଷ୍ଟ ଇଣ୍ଡିଜ ଗସ୍ତରେ ମିଶ୍ର 2ଟି ଟେଷ୍ଟ ଖେଳି 6ଟି ୱିକେଟ ନେବା ସହ 20ରେ ମଧ୍ୟ 3 ୱିକେଟ ନେଇଥିଲେ । ସେହି ବର୍ଷ ନିଉଜିଲାଣ୍ଡର ଭାରତ ଗସ୍ତରେ ଅମିତ 5ଟି ଏକଦିବସୀୟରେ 15ଟି ୱିକେଟ ନେଇ ଥିଲେ ଯାହା ମଧ୍ୟରେ 5/18 ଶ୍ରେଷ୍ଠ ଥିଲା ଓ ଭାରତ ସିରିଜ 3-2ରେ ଜିତିଥିଲା । ଅମିତ ସେଥିରେ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହେଇଥିଲେ । ଆଇପିଏଲ ଆଇପିଏଲର ଅଦ୍ୟାବଧି ହେଇଥିବା ସମସ୍ତ ସିଜନରେ ଅମିତ ମିଶ୍ର ବହୁ ସଂଖ୍ୟାରେ ୱିକେଟ ନେଇଛନ୍ତି । ତଳ ଅର୍ଡରରେ ବେଟିଙ୍ଗରେ ମଧ୍ୟ ତାଙ୍କର ମୂଲ୍ଯବାନ ଅବଦାନ ରହିଥାଏ । 2013 ଆଇପିଏଲରେ ଅମିତ ହାଇଦେରବାଦ ଦଳ ପକ୍ଷ୍ୟରୁ ଖେଳି ପୁନେ ବିପକ୍ଷ୍ୟରେ ହାଟ-ଟ୍ରିକ ନେବାର କୃତି ହାସଲ କରିଥିଲେ । ସେ ଆଇପିଏଲର ପ୍ରଥମ ଖେଳାଳି ଭାବରେ 3ଟି ହାଟ୍ରିକ ନେଇଛନ୍ତି । 2015 ଓ 16 ମସିହାରେ ସେ ଦିଲ୍ଲୀ ଦଳ ତରଫରୁ ଆଇପିଏଲ ଖେଳୁଥିଲେ । |
ରବକବି ବାନାତ୍ତି ଏକ ଭାରତୀୟ ନଗର ପୋରପାଳିକା ଅଟେ । ଏହା କର୍ଣ୍ଣାଟକର ବଗଲ୍କୋତ୍ ଜିଲ୍ଲାରେ ଅବସ୍ଥିତ । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରବକବି ବାନାତ୍ତି ସହରର ମୋଟ ଜନସଂଖ୍ୟା ୭୦୨୪୨ ଅଟେ । ସେଥି ମଧ୍ୟରୁ ୫୦.୯୧% ଜଣ ପରୁଷ ହୋଇଥିବା ବେଳେ ୪୯.୦୯% ଜଣ ନାରୀ ଅଟନ୍ତି । ରବକବି ବାନାତ୍ତିର ସାକ୍ଷରତା ହାର ୫୮.୨୬% ଅଟେ । ଏହା ଜାତୀୟ ହାରଠାରୁ ୬.୫୮% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୪.୨୪% ପ୍ରତିଶତ ପୁରୁଷ ଓ ୨୪.୦୨% ନାରୀ ଅଟନ୍ତି । ୧୩.୨୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା କନ୍ନଡ ରବକବି ବାନାତ୍ତିର ସରକାରୀ ଭାଷା ଅଟେ । |
ସରୋଜକାନ୍ତ କାନୁନଗୋ (ମୃତ୍ୟୁ: ୪ ମାର୍ଚ୍ଚ ୧୯୮୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସରୋଜକାନ୍ତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ପରିବାର ଓ ଶିକ୍ଷା ସରୋଜକାନ୍ତ କାନୁନଗୋଙ୍କ ବାପାଙ୍କ ନାମ ରାଧାକାନ୍ତ କାନୁନଗୋ ଏବଂ ପତ୍ନୀଙ୍କ ନାମ ଶାନ୍ତି କାନୁନଗୋ । ସରୋଜକାନ୍ତଙ୍କର ଶିକ୍ଷାଗ ଯୋଗ୍ୟତା କଳାରେ ଇଣ୍ଟରମିଡିଏଟ୍ ଥିଲା । ରାଜନୈତିକ ଜୀବନ ସରୋଜକାନ୍ତ କାନୁନଗୋ ଓଡ଼ିଶା ରାଜନୀତିରେ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ସରୋଜକାନ୍ତ କାନୁନଗୋ ୧୯୮୮ ମସିହାର ମାର୍ଚ୍ଚ ମାସ ୪ ତାରିଖରେ ମୃତ୍ୟୁବରଣ କରିଥିଲେ । ୭ ମାର୍ଚ୍ଚ ୧୯୮୮ରେ ତାଙ୍କ ପାଇଁ ବିଧାନ ସଭା ଗୃହରେ ଶୋକ ପାଳନ କରାଯାଇଥିଲା । |
ରାଜା ମାନ୍ଧାତାଙ୍କ ପୁତ୍ର ତଥା ମହାନ ରାଜା ଅମ୍ବରୀଷଙ୍କ ଭାଇ ହେଉଛନ୍ତି ମୁଚୁକୁନ୍ଦ ଯିଏ ଈକ୍ଷ୍ୱାକୁ ବଂଶରେ ଜନ୍ମଗ୍ରହଣ କରିଥିଲେ । ଈକ୍ଷ୍ୱାକୁ ବଂଶ, ସୂର୍ଯ୍ୟବଂଶ ନାମରେ ମଧ୍ୟ ଜଣାଶୁଣା । ଏହି ରାଜବଂଶର ଅନ୍ୟ ମହାନ ରାଜାମାନେ ହେଉଛନ୍ତି ହରିଶ୍ଚନ୍ଦ୍ର, ଦିଲୀପ, ରଘୁ ଏବଂ ରାମଚନ୍ଦ୍ର । ଅସୁରମାନଙ୍କ ସହ ଯୁଦ୍ଧ ଥରେ ଏକ ଯୁଦ୍ଧରେ ଦେବତାମାନେ ଅସୁରମାନଙ୍କଦ୍ୱାରା ପରାସ୍ତ ହୋଇଥିଲେ । ଅସୁର ମାନଙ୍କଦ୍ୱାରା ଯନ୍ତ୍ରଣା ପାଇ ସେମାନେ ରାଜା ମୁଚୁକୁନ୍ଦଙ୍କ ସାହାଯ୍ୟ ଲୋଡ଼ିଥିଲେ । ରାଜା ମୁଚୁକୁନ୍ଦ ସେମାନଙ୍କୁ ସାହାଯ୍ୟ କରିବାକୁ ରାଜି ହେଲେ ଏବଂ ଦୀର୍ଘ ଦିନ ଧରି ଅସୁର ବିରୁଦ୍ଧରେ ଲଢିଥିଲେ । ଦେବତାମାନଙ୍କ ପାଖରେ ଜଣେ ଦକ୍ଷ ସେନାପତି ନ ଥିବାରୁ ଦେବତାମାନେ ଭଗବାନ ଶିବଙ୍କ ପୁତ୍ର କାର୍ତ୍ତିକେୟଙ୍କ ପରି ଜଣେ ଦକ୍ଷ ସେନାପତି ପାଇବା ପର୍ଯ୍ୟନ୍ତ ରାଜା ମୁଚୁକୁନ୍ଦ ସେମାନଙ୍କୁ ଅସୁରଙ୍କ ଆକ୍ରମଣରୁ ରକ୍ଷା କରିଥିଲେ । ତା ପରେ ଦେବତାମାନଙ୍କର ରାଜା ଇନ୍ଦ୍ର, ରାଜା ମୁଚୁକୁନ୍ଦଙ୍କୁ କହିଲେ, "ହେ ମହାରାଜ, ଆପଣ ନିଜ ପରିବାରର ସ୍ୱାର୍ଥକୁ ବଳି ଦେଇ ଆମକୁ ଦେଇଥିବା ସାହାଯ୍ୟ ଏବଂ ସୁରକ୍ଷା ପାଇଁ ଆମେ ଆପଣଙ୍କ ନିକଟରେ ଋଣୀ ଅଟୁ । ଏଠାରେ ସ୍ୱର୍ଗରେ ଗୋଟିଏ ଦିନ ପୃଥିବୀର ଗୋଟିଏ ବର୍ଷ ସହିତ ସମାନ । ଏପରି ସ୍ଥଳେ ଆପଣ ସ୍ୱର୍ଗର ଏକ ବର୍ଷ ପାଇଁ ଅସୁରମାନଙ୍କ ସହିତ ଯୁଦ୍ଧ କରିଥିଲେ । ଏହି ଦୀର୍ଘ ଦିନ ଭିତରେ ତୁମର ରାଜ୍ୟ ଏବଂ ପରିବାରର କୌଣସି ଖୋଜ ଖବର ନାହିଁ, କାରଣ ଏସବୁ ସମୟ ସହିତ ନଷ୍ଟ ହୋଇଯାଇଛି । ଆମେ ଆପଣଙ୍କ ଉପରେ ସନ୍ତୁଷ୍ଟ, ତେଣୁ ପ୍ରତିଦାନରେ ଆମେ ଆପଣଙ୍କୁ ମୋକ୍ଷ (ମୁକ୍ତି) ବ୍ୟତୀତ ଯେ କୌଣସି ବର ଦେବା ପାଇଁ ପ୍ରସ୍ତୁତ । କାରଣ ମୋକ୍ଷ (ମୁକ୍ତି) ବରଦାନ ଆମର ସାମର୍ଥ୍ୟ ବାହାରେ । ଇନ୍ଦ୍ରଙ୍କ ଅନୁରୋଧରେ ମୁଚୁକୁନ୍ଦ ଇନ୍ଦ୍ରଙ୍କୁ ଏହି ବର ମାଗିବାକୁ ଚାହିଁଲେ ଯେ ସେ ଦୀର୍ଘ ସମୟ ଶୋଇବାକୁ ଚାହାଁନ୍ତି । ଦେବତାଙ୍କ ପକ୍ଷରେ ରହି ଯୁଦ୍ଧ କରୁଥିବାବେଳେ ରାଜା ମୁଚୁକୁନ୍ଦ କିଛି କ୍ଷଣ ପାଇଁ ମଧ୍ୟ ଶୋଇବାର ସୁଯୋଗ ପାଇଲେ ନାହିଁ । ବର୍ତ୍ତମାନ, ଯେହେତୁ ତାଙ୍କର ଦାୟିତ୍ୱ ସମାପ୍ତ ହେଲା, ସେ ବହୁତ ନିଦ୍ରା ଅନୁଭବ କରୁଥିଲେ । ତେଣୁ ସେ କହିଥିଲେ, "ହେ ଦେବତାମାନଙ୍କର ରାଜା, ମୁଁ ଶୋଇବାକୁ ଚାହେଁ । ଯିଏ ମୋ ନିଦକୁ ବ୍ୟାଘାତ କରିବାକୁ ସାହସ କରେ ସେ ତୁରନ୍ତ ପୋଡ଼ି ପାଉଁଶ ହୋଇଯିବା ଉଚିତ୍ ।" ଇନ୍ଦ୍ର କହିଛନ୍ତି, " ତଥାସ୍ତୁ " ବା " ସେହିପରି ହିଁ ହେଉ " । ପୃଥିବୀକୁ ଯାଅ ଏବଂ ତୁମର ନିଦକୁ ଉପଭୋଗ କର, ଯିଏ ତୁମକୁ ଜାଗ୍ରତ କରେ, ସେ ପାଉଁଶ ହୋଇଯିବ । ଏହା ପରେ, ରାଜା ମୁଚୁକୁନ୍ଦ ପୃଥିବୀକୁ ଓହ୍ଲାଇ ଏକ ପାହାଡ ଉପରେ ଏକ ଗୁମ୍ଫା ବାଛିଲେ, ଯେଉଁଠାରେ ସେ ନିରବଚ୍ଛିନ୍ନ ଭାବରେ ଶୋଇପାରନ୍ତି । ମୁଚୁକୁନ୍ଦ ବିଶ୍ରାମ ନେଇଥିବା ଏହି ପାହାଡ ଏବଂ ଗୁମ୍ଫା ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାସ୍ଥିତ ପାଲନାଡୁ ଅଞ୍ଚଳର ଗୁଟ୍ଟିକୋଣ୍ଡା ବିଲାମ ପହାଡ଼ ଉପରେ ଅବସ୍ଥିତ । କାଳଯବନ ବଦ୍ଧ କାଳଯବନ, ଯିଏ ଏକ ଯବନ ମହାଯୋଦ୍ଧା ଥିଲେ, ମୁଚୁକୁନ୍ଦଙ୍କ କୋପଦୃଷ୍ଟି ଯୋଗୁଁ ହିଁ ତାଙ୍କର ବିନାଶ ହୋଇଥିଲା । କାଳଯବନ ବରପ୍ରାପ୍ତି ହୋଇଥିବା ଯୋଗୁଁ ତାକୁ ପରାସ୍ତ କରିବା ଅସମ୍ଭବ ଥିଲା । ସେ ଜାଣିବାକୁ ପାଇଲେ ଯେ କେବଳ କୃଷ୍ଣ ହିଁ ତାଙ୍କୁ ପରାସ୍ତ କରିପାରିବ । ଏହି କାରଣରୁ କାଳଯବନ ଦ୍ୱାରକା ଉପରେ ଆକ୍ରମଣ କରିଥିଲେ । କାଳଯବନ ପାଇଥିବା ବର ଯୋଗୁଁ ତାଙ୍କୁ ପରାସ୍ତ କରିବା କଷ୍ଟକର ଥିଲା । ଶ୍ରୀକୃଷ୍ଣ ଏକ ଯୁକ୍ତି ଦେଇ ଯୁଦ୍ଧ ଛାଡିଦେଇ ପଳାୟନ କଲେ ଏବଂ ସେ ମୁଚୁକୁନ୍ଦ ଶୋଇଥିବା ଗୁମ୍ଫାରେ ପ୍ରବେଶ କରି ଶୟନରତ ମୁଚୁକୁନ୍ଦଙ୍କ ଉପରେ ନିଜ ପୋଷାକ ଘୋଡାଇଦେଲେ । ଏହି କାରଣରୁ, କାଳଯବନ ଭାବିଲେ ଯେ ଶ୍ରୀକୃଷ୍ଣ ସେଠାରେ ଶୋଇଛନ୍ତି । ଅନ୍ଧାରରେ ନ ଦେଖିପାରି ସେ ମୁଚୁକୁନ୍ଦଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟିକଲେ ଏବଂ ଫଳସ୍ୱରୂପ ଶାପଗ୍ରସ୍ତ ହୋଇ ପୋଡ଼ି ପାଉଁଶ ହୋଇଗଲେ । ଏହାପରେ ମୁଚୁକୁନ୍ଦ ପ୍ରଥମେ ଗନ୍ଧମାର୍ଦ୍ଦନ ପର୍ବତ ଏବଂ ପରେ ବଦରିକା ଆଶ୍ରମକୁ ଚାଲିଗଲେ ଏବଂ ସେଠାରେ ତପସ୍ୟାରତ ହେଲେ । |
ମହେଶ ଶ୍ରୀନିବାସନ ଭୂପତି (୧୯୭୪ ଜୁନ ୭) ଭାରତୀୟ ଟେନିସ ତାରକା ।ଜାତୀୟ ସ୍ତରରେ ଅନେକ ସଫଳତା ପାଇବା ପରେ ୧୯୯୫ରେ ପେସାଦାର ଖେଳାଳୀ ଭାବେ ପଦାର୍ପଣ କରିଥିଲେ।ସିଙ୍ଗଲ୍ସରେ ତାଙ୍କୁ ଅଧିକ ସଫଳତା ମିଳି ନଥିଲା।ସେ ତିନିଥର ୱିମ୍ବେଲଡନ ଖେଳି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା ବେଳେ ଡବଲ୍ସ ହିଁ ତାଙ୍କୁ ଆନ୍ତର୍ଜାତୀୟ ଖେଳାଳିର ମାନ୍ୟତା ଦେଇଥିଲା । ୧୯୯୭ମସିହାରେ ଗ୍ରାଣ୍ଡସ୍ଲାମ ଜିତି ଇତିହାସ ସୃଷ୍ଟିକରିବା ପରେ ଆଉ ପଛକୁ ଫେରି ଚାହିଁନଥିଲେ।୯୦ ଦଶକର ଶେଷଭାଗ ଏବଂ ପରେ ଡବଲ୍ସ ଓ ମିକ୍ସ ଡବଲ୍ସରେ ଏକ ନମ୍ବର ଖେଳାଳୀଭବେ ମାନ୍ୟତା ପାଇଥିଲେ। ପାରିବାରିକ ଜୀବନ ମହେଶ ଭୂପତି ୧୯୭୪ ମସିହା ଜୁନ ୭ରେ ମାଡ୍ରାସ (ଚେନ୍ନାଇ)ଠାରେ ଜନ୍ମ ଗ୍ରହଣ କରିଥିଲେ । ମଡେଲ ଶ୍ୱେତା ଜୟଶଙ୍କରଙ୍କ ସହ ସାତ ବର୍ଷ ବୈବାହିକ ଜୀବନ ଅତିବାହିତ କରିବାପରେ ୨୦୦୧୧ରେ ବିବାହ ବିଚ୍ଛେଦ ଘଟିଥିଲା । ସେହି ବର୍ଷ ସେ ବଲିଉଡ ଅଭିନେତ୍ରୀ ଲାରା ଦତ୍ତଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି । ପ୍ରଦର୍ଶନ ଫ୍ରେଞ୍ଚ ଓପନରେ ୧୯୯୭ର ମିକ୍ସ ଡବଲ୍ସରେ ମହେଶ ଭୁପତି ଜାପାନର ରିକା ହିରାକୀଙ୍କୁ ସାଥି କରି ଏହି ମର୍ଯ୍ୟାଦାଜନକ ଟାଇଟଲ ଜିତିଥିଲେ। ଗ୍ରାଣ୍ଡସ୍ଲାମରେ ଯେ କୌଣସି ଟାଇଟଲ ଜିତିବା ଜଣେ ଭାରତୀୟଙ୍କ ପାଇଁ ଏହା ଥିଲା ପ୍ରଥମ ଅବସର । ଅବଶ୍ୟ ପୂର୍ବରୁ ରାମନାଥନ କ୍ରିଷ୍ଣନ୧୯୬୦ ଏବଂ ୧୯୬୧ରେ ଦୁଇଥର ୱିମ୍ବେଲଡନ ସିଙ୍ଗଲ୍ସ ସେମିଫାଇନାଲ ଖେଳିବା ଏବଂ ଲିଆଣ୍ଡର ପେସ ୧୯୯୬ ମସିହାରେ ଆଟଲାଣ୍ଟା ଅଲିମ୍ପିକରେ ବ୍ରୋଞ୍ଜ ପଦକ ଜିତିବା ଭାରତୀୟ ଟେନିସ ଜଗତ ପାଇଁଥିଲା ଶ୍ରେଷ୍ଠ ସଫଳତା । କିନ୍ତୁ ଯେ କୈଣସି ଗ୍ରାଣ୍ଡସ୍ଲାମରେ ପ୍ରଥମ ଟାଇଟଲ ଜିତି ମହେଶ ଭୂପତି ଭାରତ ପାଇଁ ସୃଷ୍ଟି କରିଥିଲେ ସଫଳତାର ନୂଆ ଅଧ୍ୟାୟ । ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରେ ଉଭୟ ଡବଲ୍ସ (ପୁରୁଷ ଏବଂ ମିକ୍ସଡ)ରେ ଭୂପତି ୧୨ଟି ଏବଂ ଲିଆଣ୍ଡର ପେସ ୧୩ଟି ଟାଇଟଲ ହାସଲ କରିଛନ୍ତି ।ଏହା ମଧ୍ୟରୁ ଭାରତ ପାଇଁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ମହେଶ ମିକ୍ସଡ ଡବଲ୍ସରେ ସର୍ବାଧିକ ୮ଟି ଟାଇଟଲ ଜିତିଛନ୍ତି । ଏହା ବ୍ୟତିତ ସେ ଚାରି ଥର ରନର୍ସ ଅଫ ମଧ୍ୟ ହେଇଛନ୍ତି । ଗ୍ରାଣ୍ଡସ୍ଲାମର ମିକ୍ସଡ ଡବଲ୍ସରେ ମହେଶଙ୍କର ପ୍ରାଧାନ୍ୟ ରହିଛି।ନିଜ କ୍ୟାରିଅରରେ ୯୦ଥର ବିଭିନ୍ନ ପ୍ରକାର ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଡବଲ୍ସ ଫାଇନାଲରେ ପ୍ରବେଶ କରିଥିବା ଭୂପତି ୫୦ଟି ଟାଇଟଲ ଜିତିଛନ୍ତି।ଏହା ମଧ୍ୟରେ ତାଙ୍କର ପାର୍ଟନର ଲିଆଣ୍ଡର ପେସ ଅଧିକ ଟୁର୍ଣ୍ଣାମେଣ୍ଟରେ ଟାଇଟଲ ଜିତିବାରେ ସହାୟତା କରିଛନ୍ତି।ଭୂପତିଙ୍କର ଖେଳର କୌଶଳ ଯାହା ହେଉନା କାହିଁକି ସେ ବିଶ୍ୱର ଶ୍ରେଷ୍ଠ ମହିଳା ଖେଳାଳୀଙ୍କ ସହ ଯୋଡ଼ିହେଇ ସଫଳତା ପାଇବାରେ ଆଗୁଆ ରହିଛନ୍ତି । ୨୦୦୬ରେ ସୁଇଜରଲ୍ୟାଣ୍ଡର ମାର୍ଟିନା ହିଙ୍ଗିସଙ୍କ ସହ ୱାଇଲ୍ଡ କାର୍ଡ ସହୟତାରେ ଅଷ୍ଟ୍ରେଲିଆନ ଓପନ ଖେଳିବାର ସୁଯୋଗ ପାଇ ଚାମ୍ପିୟନ ହେଇଥିଲେ । କେବଳ ଗ୍ରାଣ୍ଡସ୍ଲାମ ନୁହେଁ, ଅନ୍ୟ ପ୍ରତିଯୋଗିତାରେ ମଧ୍ୟ ଭୂପତି ନିଜର କମାଲ ଦେଖାଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡାରେ ବ୍ରୋଞ୍ଜ,ଏସିଆନ ଗେମ୍ସରେ ୨ଟି ସ୍ୱର୍ଣ୍ଣ ପଦକ,୧୪ଟି ର୍ଔପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଭୂପତିଙ୍କ ଚାମ୍ପିଆନ ସହଯୋଗୀ ୧୯୯୭ : ରିକା ହିରାକୀ (ଜାପାନ)- ଫ୍ରେଞ୍ଚ ଓପନ ୧୯୯୯ : ଆଇ ସୁଗିୟାମା (ଜାପାନ)-ୟୁଏସ ଓପନ ୨୦୦୨ : ଏଲିନା ଲିଖୋଭସୋଭା (ଋଷିଆ)-ୱିମ୍ବେଲଡନ ୨୦୦୫ : ମେରୀ ପିୟର୍ସ (ଫ୍ରାନ୍ସ) -ୱିମ୍ବେଲଡନ ୨୦୦୫ : ଡାନିଏଲ ହଣ୍ଟୁକୋଭା (ସ୍ଲୋଭାକିଆ)-ୟୁଏସ ଓପନ ୨୦୦୬ : ମାର୍ଟିନା ହିଙ୍ଗିସ (ସୁଇଜରଲ୍ୟାଣ୍ଡ)- ଅଷ୍ଟ୍ରେଲିଆନ ଓପନ ୨୦୦୯ : ସାନିଆ ମିର୍ଜା (ଭାରତ)-ଅଷ୍ଟ୍ରେଲିଆନ ଓପନ ୨୦୧୨ : ସାନିଆ ମିର୍ଜା (ଭାରତ)-ଫ୍ରେଞ୍ଚ ଓପନ ପୁରସ୍କାର ଓ ସଂଗଠନ ୨୦୦୧ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଛି ।ନିଜର ଏକ ସ୍ପୋର୍ଟସ ମ୍ୟାନେଜମେଣ୍ଟ କମ୍ପାନୀ ଗ୍ଲୋବା ସ୍ପୋର୍ଟ ମାଧ୍ୟମରେ ଭାରତୀୟ ଟେନିସର ଉନ୍ନତି ପାଇଁ ଚେଷ୍ଟାଚଳାଇଛନ୍ତି।ତାଙ୍କର ଅନ୍ୟ ଏକ ସଂସ୍ଥା ଭୂପତି ଟେନିସ ଏକଡେମୀ ବାଙ୍ଗାଲୋରରେ କାମ କରୁଛି। |
ନାରାୟଣ ପୃଷେଠ (୧୯୪୩-୨୫ ନଭେମ୍ବର ୨୦୧୧) ଜଣେ ଭାରତୀୟ ଶିକ୍ଷାବିଦ୍, ଅର୍ଥନୀତିଜ୍ଞ ଓ ଓଡ଼ିଆ ଲେଖକ ଥିଲେ । ସେ ବରପାଲୀ ମହାବିଦ୍ୟାଳୟରେ ଅର୍ଥଶାସ୍ତ୍ର ବିଭାଗର ଅଧ୍ୟାପକ ଥିଲେ ।ତାଙ୍କର ଉଲ୍ଲେଖନୀୟ ପୁସ୍ତକଗୁଡ଼ିକ ମଧ୍ୟରେ ଚେତନାର ଦିଗ୍ବଳୟ, ହଳଦୀ ବସନ୍ତ, ନୃସିଂହ ଚରିତ, ମଜା ମଜା ଗପ, ଏକାଙ୍କିକା: ଆମ ସମୟର ଆଦି ଅନ୍ୟତମ । ତାଙ୍କ ରଚିତ ଅନୁବାଦ ସାହିତ୍ୟ ପୁସ୍ତକ ଜୟକାନ୍ତଙ୍କ କଥା ଓ କାହାଣୀ ପାଇଁ ସେ ୧୯୯୮ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ୨୦୧୧ ନଭେମ୍ବର ୨୫ ତାରିଖରେ ଭୁବନେଶ୍ୱରରେ ତାଙ୍କର ୬୮ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ଜୀବନୀ ନାରାୟଣ ପୃଷେଠ ୧୯୪୩ ମସିହାରେ ଓଡ଼ିଶାର ବରଗଡ଼ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ସ୍ମୃତିରେ ନାରାୟଣ ପୃଷେଠ ସ୍ମୃତି ସମିତି ବରଗଡ଼ ନାମକ ଏକ ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଥିଲା ଏହି ଅନୁଷ୍ଠାନ ତରଫରୁ "ପ୍ରଫେସର ନାରାୟଣ ପୃଷେଠ ସ୍ମୃତି ସମ୍ମାନ" ପ୍ରଦାନ କରାଯାଏ । ୨୦୧୧ ମସିହା ନଭେମ୍ବର ୨୫ ତାରିଖରେ ତାଙ୍କ ଭୁବନେଶ୍ୱର ବୀର ସୁରେନ୍ଦ୍ର ସାଏ ନଗର ବାସଭବନରେ ୬୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ରଚନାବଳୀ କେତେ ଦୃଷ୍ଟି କେତେ ଦିଗନ୍ତ ଚେତନାର ଦିଗବଳୟ (୧ମ ଓ ୨ୟ ଭାଗ) ହଳଦୀ ବସନ୍ତ (ଗଳ୍ପ ସଂକଳନ) ନୃସିଂହ ଚରିତ ଗଙ୍ଗାଧର ମେହେର (ନାଟକ) ଶତାବ୍ଦୀର ଡାକ (ନାଟକ) ଏକାଙ୍କିକା: ଆମ ସମୟର (ନାଟକ ସଂକଳନ, ୧୯୯୧) ଜୟକାନ୍ତଙ୍କ କଥା ଓ କାହାଣୀ (୧୯୯୮) ମଜା ମଜା ଗପ (ଶିଶୁଗଳ୍ପ ସଂକଳନ) ପ୍ରାରମ୍ଭିକ ଅର୍ଥନୀତି ମୌଦ୍ରିକ ଅର୍ଥନୀତି ସମ୍ମାନ ଓ ପୁରସ୍କାର ତାଙ୍କର ଅନୁବାଦ ସାହିତ୍ୟପୁସ୍ତକ ଜୟକାନ୍ତଙ୍କ କଥା ଓ କାହାଣୀ ପାଇଁ ସେ ୧୯୯୮ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । |
କେନ୍ଦୁଝର ଓଡ଼ିଶାର କେନ୍ଦୁଝର ଜିଲ୍ଲାର ସଦର ମହକୁମା ଓ ଏକ ମୁଖ୍ୟ ସହର । ଏହି ସହର ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୨୪୦ କିଲୋମିଟର ଦୂରରେ ଅବସ୍ଥିତ । କେନ୍ଦୁଝର ସହର ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ । କେନ୍ଦୁଝରରେ ବଳଦେବଜୀଉ ମନ୍ଦିର, ରାଜଉଆସ, ସାନଘାଗରା ଜଳପ୍ରପାତ, ବଡ଼ଘାଗରା ଜଳପ୍ରପାତ, ସିଦ୍ଧମଠ ଆଦି ଦର୍ଶନୀୟ ସ୍ଥାନସବୁ ଅଛି । ଏହି ସହର ବିପ୍ଳବୀ ଧରଣୀଧର ଭୂୟାଁ ଏବଂ ତାଙ୍କର ପ୍ରଖ୍ୟାତ ପ୍ରଜାମେଳିର ମୁକସାକ୍ଷୀ ହୋଇ ଛିଡାହୋଇଛି । ଇତିହାସ ଆରମ୍ଭରୁ କେନ୍ଦୁଝର ସହରହିଁ ଜିଲ୍ଲାର ମୂଖ୍ୟ ପ୍ରଶାସନିକ କେନ୍ଦ୍ର ରହି ଆସିଛି । ୧୨ଶ ଶତାବ୍ଦୀର ମଧ୍ୟଭାଗରେ ଖିଚିଂଠାରୁ ଅଲଗା ହେବାପରଠାରୁ ଭଞ୍ଜବଂଶର ରାଜମାନେ ଏହିଠାରୁହିଁ ରାଜ୍ୟର ଶାସନକାର୍ଯ୍ୟ ଚଳାଇଆସୁଥିଲେ । ଖିଚିଂଠାରୁ ଅଲଗା ହେବା ପରେ ରାଜା ଶ୍ରୀ ଜ୍ୟୋତି ଭଞ୍ଜ ଏହାର ଶାସନଭାର ଗ୍ରହଣ କରନ୍ତି । କାଳକ୍ରମେ ଯେଉଁ ଯେଉଁ ରାଜାମାନେ କେନ୍ଦୁଝରର ଶାସକ ହୋଇଥିଲେ ନିମ୍ନରେ ତାଙ୍କର ତାଲିକା ଦିଆଗଲା । ଶ୍ରୀ ଜଗନ୍ନାଥ ଭଞ୍ଜ (୧୬୮୮-୧୭୦୦) ଶ୍ରୀ ରଘୁନାଥ ଭଞ୍ଜ (୧୭୦୦-୧୭୧୯) ଶ୍ରୀ ଗୋପୀନାଥ ଭଞ୍ଜ (୧୭୧୯-୧୭୩୬) ଶ୍ରୀ ନରସିଂହ ନାରାୟଣ ଭଞ୍ଜ (୧୭୩୬-୧୭୫୭) ଶ୍ରୀ ଧନେଶ୍ୱର ନାରାୟଣ ଭଞ୍ଜ (୧୭୫୭-୧୭୫୮) ଶ୍ରୀ ଜଗତେଶ୍ୱର ନାରାୟଣ ଭଞ୍ଜ (୧୭୫୮-୧୭୬୨) ଶ୍ରୀ ପ୍ରତାପ ବଳଭଦ୍ର ଭଞ୍ଜ (୧୭୬୪-୧୭୯୨ ଅଥବା ୧୭୬୨-୧୭୯୭) ଶ୍ରୀ ଜନାର୍ଦ୍ଦନ ଭଞ୍ଜ (୧୭୯୪-୧୮୨୫ ଅଥବା ୧୭୯୭-୧୮୩୨) ଶ୍ରୀ ଗଦାଧର ନାରାୟଣ ଭଞ୍ଜଦେଓ (୧୮୨୫-୧୮୬୧ ଅଥବା ୧୮୩୨-୧୮୬୧) ଶ୍ରୀ ଧନୁର୍ଯୟ ନାରାୟଣ ଭଞ୍ଜଦେଓ (୧୮୬୧-୧୯୦୫) ଶ୍ରୀ ଗୋପୀନାଥ ନାରାୟଣ ଭଞ୍ଜଦେଓ (୧୯୦୫-୧୯୨୬) ଶ୍ରୀ ବଳଭଦ୍ର ନାରାୟଣ ଭଞ୍ଜଦେଓ (୧୯୨୬-୧୯୪୮) ବିପ୍ଳବୀ ଧରଣୀଧରଙ୍କର ପ୍ରଜାମେଳି ୧୮୯୧ ମସିହାରେ, ରାଜା ଧନୁର୍ଯୟ ନାରାୟଣ ଭଞ୍ଜଦେଓଙ୍କ ଶାସନକାଳରେ ସଂଘଠିତ ହୋଇଥିଲା । ଭୂଗୋଳ କେନ୍ଦୁଝରର ଭୌଗୋଳିକ ଅବସ୍ଥିତି ହେଉଛି ୨୧.୬୫ ଉ. ୮୫.୬୦ ପୂ. ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୫୯୬ ମିଟର । କେନ୍ଦୁଝର, ଜଙ୍ଗଲ-ପାହାଡ ଘେରା ପ୍ରାକୃତିକ ଶୋଭାମଣ୍ଡିତ ଏକ ସହର । କେନ୍ଦୁଝରର ଜଳବାୟୁ ଗ୍ରୀଷ୍ମ ଦିନେ ଉଷ୍ମ ଓ ଆର୍ଦ୍ର ଏବଂ ଶୀତ ଦିନେ ଶୀତଳ ଓ ଶୁଷ୍କ ଅନୁଭୂତ ହୁଏ । ସମ୍ପ୍ରତି ଏହି ସହରରେ ଗ୍ରୀଷ୍ମର ପ୍ରଭାବ ଅନେକ ବୃଦ୍ଧି ପାଇଛି; ପାହାଡ଼ିଆ ଚତୁପାର୍ଶ୍ୱ ହେତୁ ଶୀତର ପ୍ରକୋପ ମଧ୍ୟ ଖୁବ ବେଶୀ । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କେନ୍ଦୁଝର ସହରର ମୋଟ ଜନସଂଖ୍ୟା ୩୫୦୪୩ । ସେଥି ମଧ୍ୟରୁ ୫୧.୨୪% ଜଣ ପରୁଷ ହୋଇଥିବା ବେଳେ ୪୮.୭୬% ଜଣ ନାରୀ ଅଟନ୍ତି । କେନ୍ଦୁଝରର ସାକ୍ଷରତା ହାର ୭୨.୦୮% । ଏହା ଜାତୀୟ ହାରଠାରୁ -୭.୨୪% ପ୍ରତିଶତ କମ । ସେଥିରୁ ୪୦.୮୭% ପ୍ରତିଶତ ପୁରୁଷ ଓ ୩୧.୨୨% ନାରୀ ଅଟନ୍ତି । ୧୧.୬୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ଓଡ଼ିଆ କେନ୍ଦୁଝରର ସରକାରୀ ଭାଷା । ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ଜିଲ୍ଲା ମୁଖ୍ୟ ଗ୍ରନ୍ଥାଳୟ କେନ୍ଦୁଝର ସହରର ଏହି ଗ୍ରନ୍ଥାଳୟଟି ୧୯୭୭ ମସିହାରୁ କାର୍ଯ୍ୟ କରିଆସୁଛି । ଉପଲବ୍ଧ ଗ୍ରନ୍ଥପଞ୍ଜି ଅନୁସାରେ, ଏହି ଗ୍ରନ୍ଥାଳୟରେ ମୋଟ ୧୦୮୭୦ଟି ପୁସ୍ତକ ରହିଛି । ଏହି ଗ୍ରନ୍ଥାଳୟ ସୋମବାର ବ୍ୟତୀତ ଅନ୍ୟ ସବୁଦିନ ଦିନ ୧୧ଟାଠାରୁ ସନ୍ଧ୍ୟା ୬ଟା ଯାଏ ଖୋଲାରହେ । ଜିଲ୍ଲା ସଂଗ୍ରହାଳୟ ଏହା କେନ୍ଦୁଝରର ପୁରୁଣା ବଜାରରେ ଥିବା ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଅବସ୍ଥିତ । ଏହି ସଂଗ୍ରହାଳୟର ଏକ ଶାଖା ମୟୂରଭଞ୍ଜ ଜିଲ୍ଲାର ଖିଚିଂଠାରେ ମଧ୍ୟ ରହିଛି । ଦର୍ଶନୀୟ ସ୍ଥାନ ବଳଦେବଜୀଉ ମନ୍ଦିର ଓଡ଼ିଶାର ଇଷ୍ଟଦେବତା ମହାପ୍ରଭୁ ଜଗନ୍ନାଥଙ୍କର ଏହି ସୁଦୃଶ୍ୟ ମନ୍ଦିରଟି କେନ୍ଦୁଝରର ପୁରୁଣା ବଜାର ଅଞ୍ଚଳରେ ଅବସ୍ଥିତ । ପ୍ରତିବର୍ଷ ଏଠାରେ ମହା ସମାରୋହରେ ଶ୍ରୀ ଜୀଉଙ୍କର ରଥଯାତ୍ରା ପାଳନ କରାଯାଏ । ଏହି ମନ୍ଦିରର ଅନତି ଦୂରରେ ବଣଜଙ୍ଗଲ ଘେରା ସିଦ୍ଧମଠଠାରେ ସିଦ୍ଧକାଳୀଙ୍କର ମନ୍ଦିର ଅଛି । ସାନଘାଗରା ସହର ଉପକଣ୍ଠରେ, ମାତ୍ର ୬କି.ମି. ଦୂରତାରେ ଥିବା ଏହି ଜଳପ୍ରପାତଟି ଏକ ଅତ୍ୟନ୍ତ ମନୋରମ ସ୍ଥାନ । ୧୦୦ଫୁଟ ଉଚ୍ଚତାର ଏହି ପ୍ରପାତ ନିକଟରେ ବର୍ଷସାରା ଜନଗହଳି ଲାଗିରହିଥାଏ । ଏଠାରେ ଏକ କୃତ୍ରିମ ଜଳଭଣ୍ଡାର ନିର୍ମାଣ କରାଯାଇ ପର୍ଯ୍ୟଟକ ମାନଙ୍କପାଇଁ ନୌ-ବିହାରର ବ୍ୟବସ୍ଥା କରାଯାଇଛି । ଏଠାରେ ଥିବା ପ୍ରମୋଦ ଉଦ୍ୟାନରେ ବିଭିନ୍ନ ପ୍ରଜାତିର ଫୁଲ/ଫଳ ବୃକ୍ଷମାନ ଲଗାଯାଇଛି । ବଡ଼ଘାଗରା ସହରରୁ ମାତ୍ର ୯କି.ମି. ଦୂରତାରେ ଅବସ୍ଥିତ ଏହା ଅନ୍ୟ ଏକ ମନୋରମ ଜଳପ୍ରପାତ । ଏହାର ଉଚ୍ଚତା ୨୦୦ଫୁଟ । ଶିକ୍ଷା ମହାବିଦ୍ୟାଳୟ ଧରଣୀଧର ବିଶ୍ବବିଦ୍ୟାଳୟ ଓଡ଼ିଶା ସ୍କୁଲ ଅଫ ମାଇନିଂ ଇଞ୍ଜିନିୟରିଂ ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝର ଆଇନ ମହାବିଦ୍ୟାଳୟ ଧରଣୀଧର ଭେଷକ ମହାବିଦ୍ୟାଳୟ ବିଦ୍ୟାଳୟ ଧନୁର୍ଯୟ ନାରାୟଣ (ଡି.ଏନ.) ଉଚ୍ଚ ବିଦ୍ୟାଳୟ ନରସିଂହ ସ୍ୱାଇଁ (ଏନ.ଏସ.) ପୋଲିସ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରୀୟ ବିଦ୍ୟାଳୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରାଜନୀତି କେନ୍ଦୁଝର ବିଧାନ ସଭା ଆସନରୁ ଶ୍ରୀ ମୋହନ ଚରଣ ମାଝୀ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । କେନ୍ଦୁଝର ଲୋକ ସଭା ଆସନରୁ ଚନ୍ଦ୍ରାଣୀ ମୁର୍ମୁ ନିର୍ବାଚିତ ହୋଇ ସାଂସଦ ଭାବେ ଜିଲ୍ଲାର ପ୍ରତିନିଧିତ୍ୱ କରୁଛନ୍ତି । ପରିବହନ ଓ ଯୋଗାଯୋଗ ଜାତୀୟ ରାଜପଥ ନଂ୦୬ ଏବଂ ୨୧୫ ଏହି ସହରର ପରିବହନରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଏହି ଦୁଇ ରାଜପଥ ସହରର ମଧ୍ୟଭାଗ ଦେଇ ଯାଇଛନ୍ତି । ୨୦୦୮-୦୯ରୁ ଏହି ସହରରୁ ରେଳ ପରିବହନ କାର୍ଯ୍ୟକାରୀ କରାଯାଇଛି । ରାଜ୍ୟର ରାଜଧାନୀ ଭୁବନେଶ୍ୱରକୁ ପ୍ରତିଦିନ ନିୟମିତ ଭାବରେ ଯାତ୍ରୀବାହୀ ରେଳ ଚାଲୁଅଛି । |
ହାଣ୍ଟାଭୂତାଣୁ ପଲମୋନାରୀ ସିଣ୍ଡ୍ରୋମ ବା ହାଣ୍ଟାଭାଇରସ ପଲମୋନାରୀ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ ) ଦୁଇଟ ସମ୍ଭାବ୍ୟ ଘାତକ ସିଣ୍ଡ୍ରୋମ (ଏକ ନିର୍ଦ୍ଦଷ୍ଟ ଲକ୍ଷଣ ପୁଞ୍ଜ) ମଧ୍ୟରୁ ଗୋଟିଏ ଯାହା ହାଣ୍ଟାଭୂତାଣୁ ପ୍ରଜାତିମାନଙ୍କ ଯୋଗୁ ହୁଏ ଓ ପ୍ରାଣୀମାନଙ୍କଠାରୁ ମାନବକୁ ସଂକ୍ରମିତ ହୋଇଥାଏ । ଏହି ଭୁତାଣୁମାନଙ୍କର ନାମ: ବ୍ଲାକ କ୍ରିକ କେନାଲ ଭୂତାଣୁ ( ), ନିୟୁ ୟୋର୍କ ଅର୍ଥୋହାଣ୍ଟାଭାଇରସ ( ), ମୋନୋହାଗେଲା ଭାଇରସ ( ), ସିନ ନୋମ୍ବ୍ରେ ଅର୍ଥୋହାଣ୍ଟାଭାଇରସ ( ) ଓ ଅନ୍ୟ କେତେକ ହାଣ୍ଟାଭାଇରସ ପ୍ରଜାତିର ଭୂତାଣୁ ଯେଉଁମାନେ ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡ଼ାରେ ଦେଖାଯାଆନ୍ତି । ଇଂରାଜୀରେ ରୋଡେଣ୍ଟ କୁହାଯାଉଥିବା ପ୍ରାଣୀ ଯଥା: ମୂଷା, ଚୁଚୁନ୍ଦ୍ରା, ଝିଙ୍କ ଇତ୍ୟାଦି ଜୀବଙ୍କଦ୍ୱାରା ଏହି ରୋଗ ବ୍ୟାପିଥାଏ । ଏହାର ମୁଖ୍ୟ ବାହକମାନଙ୍କର ନାମ ଯଥାକ୍ରମେ: ଦକ୍ଷିଣ ଫ୍ଲୋରିଡାରେ ବ୍ଲାକ କ୍ରିକ କେନାଲ ଭୂତାଣୁ ବାହକ 'ହିସପିଡ କଟନ ମୂଷା' ( ), କାନାଡ଼ା ଓ ଯୁକ୍ତରାଷ୍ଟ୍ର ଆମେରିକରେ ସିନ ମୋମ୍ବ୍ରେ ଭୂତାଣୁର ବାହକ 'ଡିଅର ମାଉସ' ବା ହରିଣ ମୂଷା, ପୂର୍ବ ଯୁକ୍ତରାଷ୍ଟ୍ର ଆମେରିକାରେ ନିୟୁ ୟୋର୍କ ଭୂତାଣୁର ବାହକ 'ହ୍ୱାଇଟ ଫୁଟେଡ ମୂଷା' - । ଦକ୍ଷିଣ ଆମେରିକାରେ ଓଲିଗୋରିଜୋମିସ ଲଙ୍ଗିକଡାଟସ ଓ ଜେନସ୍ ଓଲିଗୋରିଜୋମିସ ପ୍ରଜାତିର କେତେକ ମୂଷା ଆଣ୍ଡେସ ଭୂତାଣୁର ବାହକ ହୋଇଥିବା ଲିଖିତ ଅଛି । ଲକ୍ଷଣ ଓ ଚିହ୍ନ ପ୍ରାରମ୍ଭିକ ଲକ୍ଷଣ ଓ ଚିହ୍ନ ମଧ୍ୟରେ ଫ୍ଲୁ ଭଳି ଲକ୍ଷଣ ଯେପରିକି ଜ୍ୱର, କାଶ, ଜଙ୍ଘ ପିଚା ଓ ପିଠିର ମାଂସପେଶୀ ଯନ୍ତ୍ରଣା, ଥକ୍କାଣ, ମୁଣ୍ଡ ବିନ୍ଧା, କାଲୁଆ ଅନୁଭବ, ଅଇ, ବାନ୍ତି, ତରଳ ଝାଡ଼ା, ଆଳସ୍ୟ ଓ ଅଣନିଶ୍ୱାସୀ ଲାଗେ ଯାହା ଦୃତ ଗତିରେ ବୃଦ୍ଧି ହୋଇ 'ତୀବ୍ର ଶ୍ୱାସକ୍ରିୟା ଫେଲ' ରେ ପରିଣତ ହୁଏ । ହଠାତ୍ ଅଣନିଶ୍ୱାସୀ ଲକ୍ଷଣ ଆରମ୍ଭ ହୋଇ ଦୃତ ଗତିରେ ପଲମୋନାରୀ ଇଡିମା ହୋଇଯାଏ; ଅଧିକାଂଶ ସମୟରେ ମେକାନିକାଲ ଭେଣ୍ଟିଲାସନ ଓ ମୂତ୍ର ବର୍ଦ୍ଧକ ଔଷଧ (ଡାଇୟୁରେଟିକ) ଦେବା ସତ୍ତ୍ୱେ ଏହା ଘାତକ ହୋଇ ମୃତ୍ୟୁ ହୁଏ । ଏହାର ମୃତ୍ୟୁ ହାର ପ୍ରାୟ ୩୬% । ସଂଚାର ମୂଷାମାନଙ୍କର ମଳ, ମୂତ୍ରର ଏରୋସୋଲ ଯୋଗୁ ଏହି ରୋଗ ମାନବକୁ ସଞ୍ଚାରିତ ହୁଏ ଓ ଏହାହିଁ ଏକମାତ୍ର ପନ୍ଥା । ଲୁଗାପଟା, ବାସନ କୁଶନ ବା କ୍ଷୁଦ୍ର ତରଳ-କଣା ପଦାର୍ଥ ଯୋଗୁ ଏହି ସଞ୍ଚାରିତ ହୁଏନାହିଁ । ରୋଗ ନିର୍ଣ୍ଣୟ କେଭିନ ଲିଟମାନ-ନାଭାରୋ ମତରେ ଏହି ରୋଗର ଫ୍ଲୁ ରୋଗ ଭଳି ଲକ୍ଷଣ ଥିବାରୁ ସହଜରେ ବାରିହୁଏନି । ସଂକ୍ରମିତ ହେବାର କିଛି ସପ୍ତାହ ମଧ୍ୟରେ ରୋଗୀର ଜ୍ୱର, କାଶ, ଜଙ୍ଘ ପିଚା ଓ ପିଠିର ମାଂସପେଶୀ ଯନ୍ତ୍ରଣା, ଥକ୍କାଣ, ମୁଣ୍ଡ ବିନ୍ଧା, କାଲୁଆ ଅନୁଭବ, ଅଇ, ବାନ୍ତି, ତରଳ ଝାଡ଼ା, ଆଳସ୍ୟ ଇତ୍ୟାଦି ଲକ୍ଷଣ ପ୍ରକାଶ ପାଏ । ଲକ୍ଷଣ ଆରମ୍ଭ ହେବାର ଏକ ସପ୍ତାହ ପରେ ଲକ୍ଷଣ ଉପଶମ ହୋଇଯାଏ ଓ ଦ୍ୱିତୀୟ ସୋପାନ ଆରମ୍ଭ ହୁଏ ଯେଉଁଥିରେ ଫୁସଫୁସରେ ତରଳ ପଦାର୍ଥ ଭରିଯିବାରୁ ରୋଗୀର ଅତ୍ୟଧିକ କାଶ ହୋଇ ଅଣନିଶ୍ୱାସୀ ହୋଇଯାଏ । ଏହା ପରେ ଫୁସଫୁସ ନଷ୍ଟ ହୋଇ ପ୍ରାୟ ୩୮% ରୋଗୀଙ୍କର ମୃତ୍ୟୁ ହୁଏ । ପ୍ରତିଷେଧ ବାସସ୍ଥାନରେ ଓ ଚାରିପାଖରେ ମୂଷା ବଂଶର ନିୟନ୍ତ୍ରଣ କରିବା ଆବଶ୍ୟକ ଓ ତାଙ୍କ ସଂସ୍ପର୍ଶରେ ନ ଆସିବାକୁ ଚେଷ୍ଟିତ ହେବା ଉଚିତ । ବନ୍ଦ ପଡ଼ିଥିବା ଘର ଓ କ୍ୟାବିନ ସବୁ ଏହାର ଆଦର୍ଶ ସଞ୍ଚାର ସ୍ଥାନ । ତେଣୁ ଏ ସମସ୍ତ ସ୍ତାନରେ ବାୟୁ ଚଳାଚଳ ହେବା ନିମନ୍ତେ ବନ୍ଦପୋସ୍ତ କରିବାକୁ ହୁଏ । ସେହି ପ୍ରାଣୀମାନଙ୍କ ବାସ ସ୍ଥାନକୁ ଯିବାକୁ ହେଲେ ମୁହଁରେ ମାସ୍କ ଲଗେଇ ଯିବେ ଓ ସେହି ପ୍ରାଣୀଙ୍କର ଦେହଜାତ ଏରୋସୋଲ ପଦାର୍ଥଠାରୁ ଦୂରରେ ରହିବେ । ଚିକିତ୍ସା ଏହି ରୋଗ ଆରୋଗ୍ୟ ସାଧ୍ୟ ନୁହେଁ । ଏହାର ଶ୍ୱାସକ୍ରିୟ ଫେଲ ହେବା ଅବସ୍ଥା ଥିଲେ ଚିକିତ୍ସାରେ କେବଳ ମେକାନିକାଲ ଭେଣ୍ଟିଲେସନ ଓ ଆବଶ୍ୟକ ସ୍ଥଳେ ଅମ୍ଳଜାନ ସହାୟକ ଥେରାପି ଦିଆଯାଏ । ଶୀଘ୍ରାତିଶୀଘ୍ର ଚିହ୍ନଟ ହେଲେ ଉତ୍ତମ ଫଳାଫଳର ପୂର୍ବାନୁମାନ କରାଯାଇପାରେ । ରୋଗାନୁଶୀଳନ ଦକ୍ଷିଣପଶ୍ଚିମ ଯୁକ୍ତରାଷ୍ଟର ଫୋରକର୍ଣ୍ଣର ସ୍ଥାନରେ ସନ ୧୯୯୩ରେ ପ୍ରଥମେ ହାଣ୍ଟାଭୂତାଣୁ ପଲମୋନାରୀ ସିଣ୍ଡ୍ରୋମ ଚିହ୍ନଟ ହୋଇଥିଲା । ଏହି ରୋଗ ଡ: ବ୍ରୁସ ଟେମ୍ପେଷ୍ଟ ପ୍ରଥମେ ଚିହ୍ନଟ କରିଥିଲେ । ଏହି ରୋଗକୁ ପ୍ରଥମେ ଫୋର କର୍ଣ୍ଣର ରୋଗ କୁହାଯାଉଥିଲା ଯାହାକୁ ସ୍ଥାନୀୟ ଲୋକମାନେ ସ୍ଥାନର କଳଙ୍କ ଲାଗିବା ଅଭିଯୋଗ କରିବା କାରଣରୁ ନାମ ପରିବର୍ତ୍ତନ କରି ସିନ ନୋମ୍ବ୍ରେ ଭୁତାଣୁ ନାମ ଦିଆଗଲା । |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୪ ଫେବୃଆରୀ ବର୍ଷର ୩୫ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୩୦ ଦିନ ବାକି ଅଛି ଅଧିବର୍ଷ ଗୁଡ଼ିକରେ ୩୩୧ ଦିନ । ଘଟଣାବଳୀ ୧୮୪୭ : ପ୍ରଥମ ଆମେରିକୀୟ ଟେଲିଗ୍ରାଫ କମ୍ପାନୀ ମେରିଲାଣ୍ଡରେ ସ୍ଥାପିତ। ୧୮୯୯ : ଫିଲିପାଇନ୍ସ-ଆମେରିକା ମଧ୍ୟରେ ଯୁଦ୍ଧ ଆରମ୍ଭ। ୧୯୨୦ : ପ୍ରଥମ ଥର ଲଣ୍ଡନରୁ ଦକ୍ଷିଣ ଆଫ୍ରିକା ବିମାନ ଉଡାଣ ଆରମ୍ଭ। ୧୮୪୮ : ଶ୍ରୀଲଙ୍କା ସ୍ୱାଧୀନ ହେଲା। ୧୯୧୬ : ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା ୧୯୯୫ : ଜିମ୍ବାୱେ ପ୍ରଥମଥର ଟେଷ୍ଟ କ୍ରିକେଟରେ ବିଜୟ ଲାଭ କଲା। ୨୦୧୪ : ସ୍କଟଲ୍ୟାଣ୍ଡରେ ସମଲିଙ୍ଗୀ ବିବାହକୁ ଆଇନ ସମ୍ମତ। |
ନେପାନଗର ଏକ ଭାରତୀୟ ପୌରପାଳିକା ଅଟେ । ଏହା ମଧ୍ୟପ୍ରଦେଶର ଏଅସ୍ତ୍ ନିମର୍ ଜିଲ୍ଲାରେ ଅବସ୍ଥିତ । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନେପାନଗର ସହରର ମୋଟ ଜନସଂଖ୍ୟା ୩୧୬୫୮ ଅଟେ । ସେଥି ମଧ୍ୟରୁ ୫୧.୫୬% ଜଣ ପରୁଷ ହୋଇଥିବା ବେଳେ ୪୮.୪୪% ଜଣ ନାରୀ ଅଟନ୍ତି । ନେପାନଗରର ସାକ୍ଷରତା ହାର ୬୯.୧୨% ଅଟେ । ଏହା ଜାତୀୟ ହାରଠାରୁ ୪.୨୮% ପ୍ରତିଶତ କମ ଅଟେ । ସେଥିରୁ ୩୯.୭୯% ପ୍ରତିଶତ ପୁରୁଷ ଓ ୨୯.୩୩% ନାରୀ ଅଟନ୍ତି । ୧୧.୬୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ନେପାନଗରର ସରକାରୀ ଭାଷା ଅଟେ । |
ତଅପୋଇ ଏକ ଲୋକକଥାର ଚରିତ୍ର । କିମ୍ବଦନ୍ତୀ ଆଗକାଳରେ ଓଡ଼ିଆ ସାଧବ ପୁଅମାନେ ବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ସେହି ସମୟରେ ସାତଜଣ ସାଧବ ଭାଇ ଦୂରଦେଶକୁ ବଣିଜ କରିବାକୁ ଯାଇଥିଲା ବେଳେ ଘରେ ତାଙ୍କର ଘରଣୀ ଓ ଏକମାତ୍ର ସାନ ଭଉଣୀ ତଅପୋଇ ରହିଥିଲା । କେବଳ ସାନ ଭାଉଜଙ୍କୁ ଛାଡ଼ି ତଅପୋଇର ବାକି ସବୁ ଭାଉଜ ତାହାଙ୍କ ଉପରେ ଅନାଚାର କରୁଥିଲେ । ଅଲିଅଳରେ ବଢ଼ିଥିବା ତଅପୋଇକୁ ଘରକାମରେ, ଛେଳି ଚରେଇବା ପାଇଁ ପଠାଉଥିଲେ । ଭାଇମାନେ ଦୂରରେ ଥିବାରୁ ତଅପୋଇ ଏସବୁ କଥା ଆଉ କାହା ପାଖରେ କହିପାରୁନଥିଲା । ଏପରିକି ଭାତ ବଦଳରେ ଖୁଦ ଖାଇବାକୁ ଦେଉଥିଲେ । କେବଳ ତାହାଙ୍କର ସାନଭାଉଜ ତାହାଙ୍କୁ ଲୁଚାଇ ଲୁଚାଇ ଖାଇବାକୁ ଦେଉଥିଲେ ଓ ସ୍ନେହ କରୁଥିଲେ । ଅନେକ ଦିନ ଅନ୍ତେ ଭାଇମାନେ ବିଦେଶରୁ ଫେରିବାରେ ଡେରି ହେବାରୁ ତଅପୋଇ ନଦୀ ବାଲିରେ ଉପରେ ମାଟିରେ ମୂର୍ତ୍ତି ଗଢ଼ି ଖୁଦୁରୁକୁଣି ଓଷା କରି ଭାଇମାନଙ୍କ ମଙ୍ଗଳ ମନାସି ସହଳ ଘରକୁ ଫେରାଇ ଆଣିବା ନିମନ୍ତେ ଠାକୁରାଣୀଙ୍କ ପାଖରେ ତାହାଙ୍କୁ ମିଳିଥିବା ଖୁଦ ଭୋଗ ଭାବରେ ଦେଇ ପ୍ରାର୍ଥନା କରିଥିଲା । ତାହାଙ୍କର ଡାକ ଶୁଣିପାରି ମା ମଙ୍ଗଳା (ଖୁଦୁରୁକୁଣି) ଭାଇମାନଙ୍କୁ ଘରକୁ ଲେଉଟାଇବା ପାଇଁ ପବନର ଗତି ବଦଲାଇ ଦେଇଥିଲେ । ଭାଇମାନଙ୍କୁ ବନ୍ଦାପନା କରିବା ନିମନ୍ତେ ସବୁ ଭାଉଜ ଯାଇଥିବା ବେଳେ ତଅପୋଇକୁ ଭାଉଜମାନେ ଘରକୋଣରେ ବାନ୍ଧି ଦେଇଥିଲେ । ତେବେ ତଅପୋଇ ନ ଆସିଲେ ଆମ୍ଭେ ବୋଇତରୁ ଓହ୍ଲାଇବୁ ନାହିଁ ବୋଲି ଭାଇମାନେ ଜିଦ ଧରି ବସିବାରୁ ସାନଭାଉଜ ସବୁ ଗୋପନ କଥା ଭାଇମାନଙ୍କ ଆଗରେ ଫିଟାଇ କହିଲେ । ଦଣ୍ଡ ସ୍ୱରୁପ କେବଳ ସାନ ଭାଉଜଙ୍କୁ ଛାଡ଼ି ସାତ ସାଧବ ବାକି ସମସ୍ତଙ୍କର ନାକ କଟାଇ ଥିଲେ । ଓଡ଼ିଆ ଚଳଣିର ଏହି ଲୋକକଥାକୁ ନେଇ କୁଆଁରୀ ଝିଅମାନେ ଭାଇମାନଙ୍କ ଶୁଭ ମନାସି ଭୋଦୁଅଁ (ଭାଦ୍ରବ) ମାସରେ ଭାଲୁକୁଣି ଓଷା ବା ଖୁଦୁରୁକୁଣି ଓଷା କରିଥାନ୍ତି । |
ଅଲିମ୍ପିକ ଉପାଧିପତ୍ର ଏକ ପେପର ପ୍ରମାଣ ପତ୍ର ଅଟେ ଯାହା ଅଲିମ୍ପିକ ଖେଳ ପ୍ରତିଯୋଗୀତାରେ ଶୀର୍ଷ ଆଠ ଜଣ ପ୍ରତିଯୋଗୀଙ୍କୁ ଦିଆଯାଇଥାଏ । ୧୮୯୬ ମସିହାରେ ଅଲିମ୍ପିକ ପରେ ଶୀର୍ଷ ତିନି ଜଣ ଫାଇନାଲିଷ୍ଟଙ୍କୁ "ଅଲିମ୍ପିକ ପଦକ" ପ୍ରାପ୍ତ ହୋଇଥିଲା, ୧୯୪୯ ମସିହାରେ ଚତୁର୍ଥ, ପଞ୍ଚମ, ଓ ଷଷ୍ଠ ସ୍ଥାନରେସ୍ଥିତ ଖେଳାଳୀଙ୍କ ପାଇଁ ଉପାଧିପତ୍ର ସ୍ଥାପିତ କରାଯାଇଥିଲା ଏବ 1981 ମସିହାରେ ସପ୍ତମ ଓ ଅଷ୍ଟମ ସ୍ଥାନର ଖେଳାଳୀଙ୍କ ପାଇଁ ଉପାଧିପତ୍ର ଯୋଡ଼ା ଯାଇଥିଲା । ଅନ୍ତଃରାଷ୍ଟ୍ରୀୟ ଅଲିମ୍ପିକ ସମିତିର ଅଧ୍ୟକ୍ଷଙ୍କ ହସ୍ତାକ୍ଷର, ପ୍ରତ୍ୟେକ ଅଲିମ୍ପିକ ପାଇଁ ଅଲିମ୍ପିକ ଆୟୋଜନ ସମିତିର ପ୍ରମୁଖଙ୍କ ସହିତ ଅଟୋପେନଙ୍କଦ୍ୱାରା ଉପାଧିପତ୍ର ଲେଖା ହୋଇଛି । ଅଲିମ୍ପିକ ପଦକର ଡିଜାଇନ ସହିତ ଉପାଧିପତ୍ରର ଡିଜାଇନ, ଆଇଓସିଦ୍ୱାରା ଅନୁମୋଦିତ ହେବା ଦରକାର । ଏକ ଏଥିଲିକ୍ଟ, ଯେପରି ଉପାଧିପତ୍ର ପ୍ରାପ୍ତ ହୋଇଥାଏ ଏବଂ ପରେ ଆଇଓସି କୋଡ ଅଫ ଏଥିକ୍ସର ଉଲଙ୍ଘନ ପାଇଁ ସ୍ୱୀକୃତ କରାଯାଇଥାଏ, ବିଶ୍ୱ ଆଣ୍ଟି-ଡମ୍ପିଙ୍ଗ କୋଡ କିମ୍ବା ଅନ୍ୟ ଚାର୍ଟରର ଉପାଧିପତ୍ରକୁ ଆଇଓସିରେ ଫେରସ୍ତ କରିବାକୁ ପଡିବ । |
୧୫ ତିଥିରେ ଏକ ପକ୍ଷ ହୁଏ । କୃଷ୍ଣପକ୍ଷ ପୂର୍ଣ୍ଣିମାର ପରଦିନ କୃଷ୍ଣପକ୍ଷର ଆରମ୍ଭ ହୁଏ । କୃଷ୍ଣପକ୍ଷର ପ୍ରଥମ ତିଥି ପ୍ରତିପଦ, ତାପରେ ଯଥାକ୍ରମେ ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ, ଏକାଦଶୀ, ଦ୍ୱାଦଶୀ, ତ୍ରୟୋଦଶୀ, ଚତୁର୍ଦ୍ଦଶୀ ଓ ଅମାବାସ୍ୟା ଏପରି ୧୫ ତିଥିରେ କୃଷ୍ଣପକ୍ଷ ଅମାବାସ୍ୟା ଦିନ ଶେଷ ହୁଏ ।ଚନ୍ଦ୍ର ଅମାବାସ୍ୟାର ଅନ୍ଧକାରକୁ ଅଗ୍ରସର ହେଉଥିବାରୁ କୃଷ୍ଣ ପକ୍ଷ ବା ଅନ୍ଧାର ପକ୍ଷ ମଧ୍ୟ କୁହାଯାଏ ଶୁକ୍ଳପକ୍ଷ ଅମାବାସ୍ୟାର ପରଦିନ ଶୁକ୍ଳପକ୍ଷ ଆରମ୍ଭ ହୁଏ ଶୁକ୍ଳପକ୍ଷର ପ୍ରଥମ ତିଥି ପ୍ରତିପଦ, ତାପରେ ଯଥାକ୍ରମେ ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ, ଏକାଦଶୀ, ଦ୍ୱାଦଶୀ, ତ୍ରୟୋଦଶୀ, ଚତୁର୍ଦ୍ଦଶୀ ଆଦି ୧୫ ତିଥିରେ ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନ ଶେଷ ହୁଏ । ଅପରପକ୍ଷ ହିନ୍ଦୁ ଧର୍ମ ପରମ୍ପରା ଅନୁଯାୟୀ ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦଠାରୁ ଅମାବାସ୍ୟା ପଯ୍ୟନ୍ତ 'ଅପରପକ୍ଷ' ବା 'ପିତୃପକ୍ଷ' ପାଳନ କରାଯାଏ । ଦେବୀ ପକ୍ଷ ଆଶ୍ୱିନ ଶୁକ୍ଳ ପକ୍ଷକୁ ଦେବୀ ପକ୍ଷ ' ମଧ୍ୟ କହାଯାଏ । ଏହି ପକ୍ଷରେ ନବରାତ୍ରି ଓ ଦୁର୍ଗା ପୂଜା ପାଳନ କରାଯାଏ । ଧାର୍ମିକ ମହତ୍ତ୍ୱ ମହାଳୟା ଅମାବାସ୍ୟା ଦିନ ପିତୃ ପକ୍ଷ ଶେଷ ହେବା ସହ ଏହି ପକ୍ଷ ଆରମ୍ଭ ହୁଏ । ଏହି ଦିନରେ ଦେବ, ଦେବୀମାନେ ମଧ୍ୟ ଦୁର୍ଗା ପୂଜା ଲାଗି ପ୍ରସ୍ତୁତି ଆରମ୍ଭ କରୁଥିବା ଏକ ହିନ୍ଦୁ ଧାମିକ ବିଶ୍ୱାସ । ଦେବୀ ପକ୍ଷର ପ୍ରଥମ ଦିନ ମାଆ ଦୁର୍ଗାଙ୍କର ପୃଥିବୀ ଯାତ୍ରା ଆରମ୍ଭ ହୁଏ । ପ୍ରଭୁ ରାମଚନ୍ଦ୍ରଙ୍କ ପୂର୍ବରୁ ଚୈତ୍ର ମାସରେ ମାଆଙ୍କ ପୂଜା କରାଯାଉଥିଲା, ଯାହା ବାସନ୍ତୀ ଦୂର୍ଗା ପୂଜା ଭାବେ ଏବେ ବି ପ୍ରଚଳିତ । ରାମଚନ୍ଦ୍ର ହିଁ ଶାରଦୀୟ ଦୂର୍ଗା ପୂଜା ଆରମ୍ଭ କରିଥିଲେ। ଲଙ୍କାନରେଶ ରାବଣଙ୍କ ଉପରେ ବିଜୟ ପ୍ରାପ୍ତି ପାଇଁ ସେ ଅସମୟରେ ଦୂର୍ଗାଙ୍କୁ ଆବାହନ କରିଥିଲେ । ତେଣୁ, ଶାରଦୀୟ ଦୁର୍ଗା ପୂଜାକୁ ଅକାଳ ବୋଧନ ମଧ୍ୟ କହାଯାଏ । |
କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡୁଥିବା ଚାନ୍ଦ୍ରମାସକୁ କାର୍ତ୍ତିକ ମାସ କହନ୍ତି । ଏହାର ପୂର୍ବବର୍ତ୍ତୀ ମାସ ଆଶ୍ୱିନ ଓ ପରବର୍ତ୍ତୀ ମାସ ମାର୍ଗଶୀର । ନାରଦୀୟ ପୁରାଣ ମତେ ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ, ଯେପରି ଯୁଗ ମଧ୍ୟରେ ଶ୍ରେଷ୍ଠ ସତ୍ୟଯୁଗ । ଏହା ଧର୍ମ ମାସ ହୋଇଥିବାରୁ ଗାଁରୁ ସହର ପର୍ଯ୍ୟନ୍ତ ଜନଗଣ ଏ ମାସଟିକୁ ନିଷ୍ଠା ସହକାରେ ପାଳନ କରନ୍ତି । ମାସସାରା ପାଳି ନ ପାରିଲେ ପଞ୍ଚୁକ ପାଞ୍ଚଦିନ ପାଳନ୍ତି । ଏହି ସମୟରେ ଦୀପାବଳି ଦୀପଦାନ, ବୋଇତ ବନ୍ଦାଣ, ରାଧା ଦାମୋଦର ପୂଜା, ବଡ଼ଓଷା, ବାଲୁଙ୍କା ପୂଜା ଇତ୍ୟାଦି କରନ୍ତି । ଏହି ମାସରେ ଓଡ଼ିଆ ହିନ୍ଦୁମାନେ ଆମିଷ ଖାଆନ୍ତି ନାହିଁ। ଏହା ଓଡ଼ିଆ ହିନ୍ଦୁମାନଙ୍କର ସପ୍ତମ ମାସ। ଏହା ଓ ଏହାର ପରବର୍ତ୍ତୀ ମାସ ହେମନ୍ତ ଋତୁ। ପୌରାଣିକ ମତେ ପରମପିତା ବ୍ରହ୍ମା ଦେବର୍ଷି ନାଦଙ୍କୁ କାର୍ତ୍ତିକ ମାସର ମହାତ୍ମ୍ୟ ବୁଝାଇ କହୁଛନ୍ତି ମାସମାନଙ୍କ ମଧ୍ୟରେ କାର୍ତ୍ତିକ, ଦେବତାମାନଙ୍କ ମଧ୍ୟରେ ଭଗବାନ ବିଷ୍ଣୁ ଏବଂ ତୀର୍ଥମାନଙ୍କ ମଧ୍ୟରେ ନାରାୟଣ ତୀର୍ଥ ବଦରିକାଶ୍ରମ ଶ୍ରେଷ୍ଠ ଅଟେ । ଏ ତିନି କଳିଯୁଗରେ ଅତ୍ୟନ୍ତ ଦୁର୍ଲଭ ନା କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ ନ ବେଦ ସଦୃଶଂ ଶାସ୍ତ୍ରଂ ନ ତୀର୍ଥଂ ଗଙ୍ଗାୟା ସମମ୍ "। ଅର୍ଥାତ କାର୍ତ୍ତିକ ପରି ମାସ ନାହିଁ, ସତ୍ୟଯୁଗ ପରି ଯୁଗ ନାହିଁ, ବେଦସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ । କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ । ତନ୍ମଧ୍ୟରୁ ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପବିତ୍ର ଦିବସ । ଏହି ପାଞ୍ଚଦିନକୁ ଭୀଷ୍ମ ପଞ୍ଚକ, ବକ ପଞ୍ଚକ, ମହାପଞ୍ଚକ ଇତ୍ୟାଦି କୁହାଯାଏ । |
ଅକ୍ଷୟ ପରିଜା ପ୍ରଯୋଜନା କେ. ଏମ. କ୍ରିଷ୍ଣାଙ୍କ ନିର୍ଦ୍ଦେଶନାରେ ଓଡ଼ିଆ ଚଳଚ୍ଚିତ୍ର ଅଗସ୍ତ୍ୟ ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା । ଏହି ସିନେମାର ମୁଖ୍ୟ ଭୂମିକାରେ ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା । ଗୀତଗୁଡ଼ିକ ସୂଚାରୁରୂପେ ସଜାଇବାର ଦାୟିତ୍ୱ ନେଇଥିଲେ ପ୍ରେମ ଆନନ୍ଦ । ୨୦୧୪ ମସିହାରେ କନଡ଼ ଭାଷାରେ ନିର୍ମିତ ହୋଇଥିବା ଉଗ୍ରମ୍ ଚଳଚ୍ଚିତ୍ରର କାହାଣୀକୁ ରୂପାନ୍ତରିତ କରାଯାଇ ଏହା ତିଆରି କରାଯାଇଛି । ଅଭିନୟରେ ଓଡ଼ିଆଚଳଚ୍ଚିତ୍ର ଅଗସ୍ତ୍ୟରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ : ଅନୁଭବ ମହାନ୍ତି ଆକାଶ ଦାସନାୟକ ଝିଲିକ୍ ଭଟ୍ଟାଚାର୍ଯ୍ୟ ମିହିର ଦାସ ପ୍ରିୟଙ୍କା ପଟ୍ଟନାୟକ ମନୋଜ ମିଶ୍ର ସଲିଲ ମିତ୍ର ମୀନକେତନ ମୁନ୍ନା ସେଠୀ ଗୀତ ଓ ସଙ୍ଗୀତ ଏହି ଚଳଚ୍ଚିତ୍ରରେ ସର୍ବମୋଟ ୫ଟି ଗୀତ ଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ପ୍ରେମ ଆନନ୍ଦ । ସୁବ୍ରତ ସ୍ୱାଇଁ ଏବଂ ଅରୁଣ ମନ୍ତ୍ରୀ ଗୀତ ରଚନା କରିଛନ୍ତି । ହ୍ୟୁମାନ ସାଗର, ବିଷ୍ଣୁମୋହନ କବି, ସତ୍ୟଜିତ, ଆଶୁତୋଷ, ପ୍ରଜ୍ଞା ଓ ଶିଶୁ କଣ୍ଠଶିଳ୍ପୀ ଆର୍ୟାନ ଗୀତଗୁଡ଼ିକୁ ଗାଇଛନ୍ତି । ତେବେ ପ୍ରଥମ ଥର ପାଇଁ ଇଣ୍ଡିଆନ୍ ଆଇଡଲ୍ ଜୁନିୟର୍ ବିଜେତା ଅନନ୍ୟା ଶ୍ରୀତମ ନନ୍ଦ ଏହି ଫିଲ୍ମରେ କଣ୍ଠଦାନ କରିଛନ୍ତି । |
ନବୀନ ପଟ୍ଟନାୟକ (୧୬ ଅକ୍ଟୋବର ୧୯୪୬) ଜଣେ ଭାରତୀୟ ରାଜନେତା, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳର ମୁଖ୍ୟ । ସେ କ୍ରମାଗତ ଭାବେ ପଞ୍ଚମ ଥର ନିର୍ବାଚିତ ହୋଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୨୦୦୦ ମାର୍ଚ୍ଚ ୫ ତାରିଖରୁ ୨୦୨୪ ଜୁନ ୫ ଯାଏ କାର୍ଯ୍ୟଭାର ତୁଲାଉଥିଲେ । ସଂକ୍ଷିପ୍ତ ଜୀବନୀ ନବୀନ ପଟ୍ଟନାୟକ ପିତା ବିଜୁ ପଟ୍ଟନାୟକ ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସାନ ପୁଅ ଭାବରେ କଟକଠାରେ ଜନ୍ମ ନେଇଥିଲେ । ସେ ଡେରାଡୁନର ଉଏଲହାମ ସ୍କୁଲ ଓ ଡୁନ ସ୍କୁଲରେ ଶିକ୍ଷାଲାଭ କରିଥିଲେ । ତାହା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କୀ ରୋକି ମଲ୍ଲ ମହାବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରି ହାସଲ କରିଥିଲେ । ବିଦ୍ୟାଳୟରେ ପଢୁଥିବାବେଳେ ଗୋଲରକ୍ଷକଭାବେ ହକି ଖେଳୁଥିଲେ । ନବୀନ ପଟ୍ଟନାୟକ ଯୁବକ ବେଳରେ ଥିଲେ ଜଣେ ଲେଖକ ଏବଂ ଯୁବା ଅବସ୍ଥା ସେ ଓଡ଼ିଶା ଓ ରାଜନୀତିଠାରୁ ଦୂରରେ ଥାଇ କଟାଇଥିଲେ । ବିଜୁଙ୍କ ଦେହାନ୍ତ ପରେ ସେ ୧୯୯୭ରେ ରାଜନୀତିରେ ପ୍ରବେଶ କରିଥିଲେ । ଏହାର ୧ ବର୍ଷ ପରେ ସେ ବିଜୁ ଜନତା ଦଳର ସ୍ଥାପନା କରିଥିଲେ । ସେ ଅବିବାହିତ । ରାଜନୀତିକ ଜୀବନ କଲେଜ ଜୀବନରେ ନବୀନ ରାଜନୀତିଠୁ ଦୂରରେ ଥିଲେ । ବିଜୁ ପଟ୍ଟନାୟକଙ୍କ ତିରୋଧାନ ପରେ ସେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ । ଏହାର ବର୍ଷକ ଭିତରେ ସେ ଜନତା ଦଳକୁ ବିଜୁବାବୁଙ୍କ ନାମରେ ବିଜୁ ଜନତା ଦଳ ଭାବରେ ତିଆରି କରିଥିଲେ । ଲେଖକ ନବୀନ ପଟ୍ଟନାୟକ ଏ ସେକେଣ୍ଡ ପାରାଡାଇଜ: ଇଣ୍ଡିଆନ କଣ୍ଟ୍ରି ଲାଇଫ ୧୫୯୦-୧୯୪୭ 2009-03-15 ., ଏ ଡେଜର୍ଟ କିଙ୍ଗଡମ: ଦି ପିପୁଲ ଅଫ ବିକାନେର 2009-03-15 . ଓ ଗାର୍ଡେନ ଅଫ ଲାଇଫ: ଆନ ଇଣ୍ଟ୍ରୋଡ଼କସନ ଟୁ ଦି ହିଲିଙ୍ଗ ପ୍ଲାଣ୍ଟସ ଅଫ ଇଣ୍ଡିଆ ନାମରେ ତିନୋଟି ଇଂରାଜୀ ବହି ରଚନା କରିଥିଲେ । ପୁରସ୍କାର ଏବଂ ସମ୍ମାନ ପୁରସ୍କାର ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ନବୀନଙ୍କୁ ହକି ଖେଳର ପ୍ରଚାର ଓ ପ୍ରସାର ନିମନ୍ତେ ଅବଦାନ ପାଇଁ "ଏଫ.ଆଇ.ଏଚ. ସଭାପତି ପୁରସ୍କାର" ପ୍ରଦାନ କରାଯଇଛି । |
ଶ୍ରୀମଦ୍ଭଗବତ୍ଗୀତା ବା ଗୀତା ସଂସ୍କୃତ: ହେଉଛି ମହାଭାରତର ଅଂଶ। ଶ୍ରୀ ବ୍ୟାସଦେବ ହେଉଛନ୍ତି ଏହାର ସଙ୍କଳନ କର୍ତ୍ତା। ଶ୍ରୀକୃଷ୍ଣ ନିଜ ଉପଦେଶର ଅଧିକାଂଶ ଶ୍ଳୋକରେ ହିଁ କହିଥିଲେ ବ୍ୟାସଦେବ ତାହା ଅବିକଳ ଲିପିବଦ୍ଧ କରିଛନ୍ତି। ଯେଉଁ ଅଂଶ ସେ ଗଦ୍ୟରେ କହିଥିଲେ, ତାହା ବ୍ୟାସଦେବ ନିଜେ ଶ୍ଳୋକବଦ୍ଧ କରିଦେଇଛନ୍ତି; ତା ସଙ୍ଗେ ସଙ୍ଗେ ସେ ଅର୍ଜୁନ, ସଞ୍ଜୟ ଏବଂ ଧୃତରାଷ୍ଟ୍ରଙ୍କ ବଚନକୁ ମଧ୍ୟ ନିଜ ଭାଷାରେ ଶ୍ଳୋକବଦ୍ଧ କରିଛନ୍ତି। ଗୀତାରେ ପ୍ରକୃତ ଶ୍ରୀକୃଷ୍ଣ କଥିତ ଶ୍ଳୋକସଂଖ୍ୟା ୬୨୦, ଅର୍ଜୁନ କଥିତ ଶ୍ଳୋକ ସଂଖ୍ୟା ୫୭, ସଞ୍ଜୟ କଥିତ ଶ୍ଳୋକ ସଂଖ୍ୟା ୬୭ ଏବଂ ଧୃତରାଷ୍ଟ୍ରଙ୍କଦ୍ୱାରା ଗୋଟିଏ ଶ୍ଳୋକ କଥିତ। ଏହି ୭୪୫ଶ୍ଳୋକରେ ସମ୍ପୂର୍ଣ୍ଣ ହୋଇଥିବା ଗୀତା ଗ୍ରନ୍ଥକୁ ଅଠର ଅଧ୍ୟାୟରେ ବିଭକ୍ତ କରି ମହାଭାରତର ଅଂଶଭାବେ ଯୋଗ କରିଛନ୍ତି। ଗୀତାର ୧୮ଟି ଅଧ୍ୟାୟ ହେଉଛି ୧୮ଟି ଯୋଗ। ପ୍ରଥମ ୬ଅଧ୍ୟାୟରେ ନିଷ୍କାମ କର୍ମଯୋଗ, ଦ୍ୱିତୀୟ ୬ଅଧ୍ୟାୟରେ ଭକ୍ତିଯୋଗ ଏବଂ ଶେଷ ୬ଅଧ୍ୟାୟରେ ଜ୍ଞାନଯୋଗ ବର୍ଣ୍ଣନା କରାଯାଇଛି । ପ୍ରଥମ ଅଧ୍ୟାୟ: ଅର୍ଜୁନଙ୍କ ବିଷାଦ ଯୋଗ । କଠୋର କର୍ତ୍ତବ୍ୟ ନିକଟରେ ବନ୍ଧୁବାନ୍ଧବ, କୁଟୁମ୍ବ, ଭାଇ ଓ ପିତା ମାତା ଆଦିଙ୍କର ସ୍ଥାନ ନାହିଁ । ଏମାନଙ୍କ ଅନୀତିକୁ ପ୍ରଶ୍ରୟ ଦେଲେ କର୍ତ୍ତବ୍ୟରେ ଅବହେଳା ହୁଏ ବୋଲି ଶ୍ରୀକୃଷ୍ଣ କହୁଛନ୍ତି। ଦ୍ୱିତୀୟ ଅଧ୍ୟାୟ: ସାଂଖ୍ୟଯୋଗ: ଏଥିରେ ମୁଖ୍ୟତଃ ଆତ୍ମତତ୍ତ୍ୱ ଆଲୋଚିତ ହୋଇଛି । ମନୁଷ୍ୟ ସ୍ଥିତପ୍ରଜ୍ଞ ହେଲେ ଆତ୍ମବଶୀଭୂତ ଇନ୍ଦ୍ରିୟ ମାଧ୍ୟମରେ କର୍ମକରି ମଧ୍ୟ କର୍ମରେ ଆବଦ୍ଧ ହୁଅନ୍ତି ନାହିଁ ବୋଲି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି। ତୃତୀୟ ଅଧ୍ୟାୟ: କର୍ମଯୋଗ: ଏଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମର ମାହତ୍ମ୍ୟ ଏବଂ ନିଷ୍କାମ କର୍ମର ପ୍ରେରଣା ଦେଇଛନ୍ତି। ଚତୁର୍ଥ ଅଧ୍ୟାୟ: ଜ୍ଞାନ ଯୋଗ: ଏଥିରେ ଶ୍ରୀକୃଷ୍ଣ ଜ୍ଞାନର ସ୍ୱରୂପ, ଆତ୍ମଜ୍ଞାନର ପ୍ରୟୋଜନୀୟତା ଓ ମାହତ୍ମ୍ୟ ବୁଝାଇଛନ୍ତି । ପଞ୍ଚମ ଅଧ୍ୟାୟ: ସନ୍ନ୍ୟାସ ଯୋଗ: ଏଥିରେ ଶ୍ରୀକୃଷ୍ଣ ଷଷ୍ଠ ଅଧ୍ୟାୟ: ଧ୍ୟାନଯୋଗ: ଏଥିରେ ଶ୍ରୀକୃଷ୍ଣ ଚଞ୍ଚଳ ମନ ଅର୍ଥାତ ଚିତ୍ତବୃତ୍ତିକୁ ନିରୋଧ କରିବା ପାଇଁ ଧ୍ୟାନ ଏକାନ୍ତ ଆବଶ୍ୟକ ବୋଲି କହିଛନ୍ତି । ସପ୍ତମ ଅଧ୍ୟାୟ: ବିଜ୍ଞାନଯୋଗ: ଏଥିରେ ଭଗବାନଙ୍କର ସ୍ୱରୂପ ବିଷୟରେ ଆଲୋଚନା କରାଯାଇଛି । ଅଷ୍ଟମ ଅଧ୍ୟାୟ: ଅକ୍ଷୟ ବ୍ରହ୍ମ ଯୋଗ: ନବମ ଅଧ୍ୟାୟ: ରାଜଯୋଗ: ଦଶମ ଅଧ୍ୟାୟ: ବିଭୂତି ଯୋଗ: ଏକାଦଶ ଅଧ୍ୟାୟ: ବିଶ୍ୱରୂପ ଦର୍ଶନ ଯୋଗ: ଦ୍ୱାଦଶ ଅଧ୍ୟାୟ: ଭକ୍ତି ଯୋଗ: ତ୍ରୟୋଦଶ ଅଧ୍ୟାୟ: ଏଥିରେ ପ୍ରକୃତି ଓ ପୁରୁଷ, ଦେହ ଓ ଆତ୍ମା, ଜ୍ଞାନ ଓ ଜ୍ଞେୟ ଇତ୍ୟାଦି ତତ୍ତ୍ୱ ବିଷୟରେ ଶ୍ରୀକୃଷ୍ଣ କହିଛନ୍ତି । ଚତୁର୍ଦ୍ଦଶ ଅଧ୍ୟାୟ: ତ୍ରିଗୁଣ ବିଭାଗ ଯୋଗ: ଏଥିରେ ଶ୍ରୀକୃଷ୍ଣ ସୃଷ୍ଟି ରହସ୍ୟ, ପୁରୁଷର ସଂସାର ବନ୍ଧନ, ସାତ୍ତ୍ୱିକ ଆଦି ତ୍ରିବିଧ ଗୁଣର ଲକ୍ଷଣ ବର୍ଣ୍ଣନା କରିଛନ୍ତି । ପଞ୍ଚଦଶ ଅଧ୍ୟାୟ: ପୁରୁଷୋତ୍ତମ ଯୋଗ: ଏଥିରେ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ବ୍ୟକ୍ତି ଅନନ୍ୟ ଚିତ୍ତରେ ଭଗବାନଙ୍କୁ ଭଜନ କରନ୍ତି, ସେ ତ୍ରିଗୁଣାତୀତ ହୋଇ ବ୍ରହ୍ମଭାବରେ ନିମଜ୍ଜିତ ହୁଅନ୍ତି । ଷୋଡ଼ଷ ଅଧ୍ୟାୟ: ଦୈବାସୁର ସମ୍ପଦ ବିଭାଗ ଯୋଗ। ସପ୍ତଦଶ ଅଧ୍ୟାୟ: ଶ୍ରଦ୍ଧାତ୍ରୟ ବିଭାଗ ଯୋଗ: ଏଥିରେ ଶ୍ରୀକୃଷ୍ଣ ତ୍ରିବିଧ ଶ୍ରଦ୍ଧା, ତ୍ରିବିଧ ଆହାର ଓ କର୍ମରେ ବ୍ରହ୍ମ ନିର୍ଦ୍ଦେଶ ସମ୍ବନ୍ଧରେ ବିଶଦ୍ ଆଲୋଚନା କରିଛନ୍ତି । ଅଷ୍ଟାଦଶ ଅଧ୍ୟାୟ: ମୋକ୍ଷଯୋଗ । ଏଥିରେ କର୍ମତତ୍ତ୍ୱର ବିଶ୍ଲେଷଣ, କର୍ମଯୋଗରେ ମୋକ୍ଷଲାଭର ଉପାୟ, ସର୍ବଧର୍ମ ତ୍ୟାଗ ଅଭୟବାଣୀ ଓ ଶରଣାଗତ ସମ୍ବନ୍ଧରେ ବିସ୍ତୃତ ବର୍ଣ୍ଣନା କରାଯାଇ ଉପସଂହାରରେ କୁହାଯାଇଛି: ସର୍ବଧର୍ମାନ ପରିତ୍ୟଜ ମାକେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ ଯତ୍ର ଯୋଗେଶ୍ୱରଃ କୃଷ୍ଣୋ ଯତ୍ର ପାର୍ଥୋ ଧନୁର୍ଧରଃ ତତ୍ର ଶୀର୍ବିଜୟୋ ଭୂତିର୍ଧୃବା ନୀତିର୍ମତିର୍ମମ। |
ଚିତ୍ରା ଦେବ (୨୪ ନଭେମ୍ବର ୧୯୪୩ - ୨ ଅକ୍ଟୋବର ୨୦୧୭) ଜଣେ ବଙ୍ଗଳା-ଭାଷୀ ଔପନ୍ୟାସିକା ତଥା ସମ୍ପାଦିକା ଥିଲେ । ପ୍ରାରମ୍ଭିକ ଜୀବନ ସେ ୧୯୪୩ ମସିହାରେ ବ୍ରିଟିଶ ଭାରତର ପୂର୍ଣ୍ଣିଆରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ସ୍ନାତକୋତ୍ତର ଓ ପିଏଚ୍.ଡି. କଲିକତା ବିଶ୍ୱବିଦ୍ୟାଳୟରୁ ବଙ୍ଗଳା ସାହିତ୍ୟରେ ସମାପ୍ତ କରିଥିଲେ । ସାହିତ୍ୟିକ ବୃତ୍ତି ଚିତ୍ରା ଆନନ୍ଦବଜାର ପତ୍ରିକାରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ୧୯୮୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେହି ପତ୍ରିକାରେ କାର୍ଯ୍ୟ କରିଥିଲେ । ସେ ଏବିପିର ଲାଇବ୍ରେରୀ ବିଭାଗର ଦାୟିତ୍ୱରେ ଥିଲେ । ଦେବ ଅନେକ ପୁସ୍ତକ ସମ୍ପାଦନ ଓ ଅନୁବାଦ କରିଛନ୍ତି ଏବଂ ପିଲାମାନଙ୍କ ପାଇଁ ତାଙ୍କର କିଛି ଐତିହାସିକ ଉପନ୍ୟାସ ମଧ୍ୟ ରହିଛି । ସେ ବଙ୍ଗଳାର ସାମାଜିକ ତଥା ସାଂସ୍କୃତିକ ଇତିହାସରେ ମହିଳାମାନଙ୍କ ଅବଦାନ ଉପରେ ଗବେଷଣା କରି ସେମାନଙ୍କ ବିଷୟରେ ଲେଖିଛନ୍ତି । ଦେବଙ୍କର ସବୁଠାରୁ ଲୋକପ୍ରିୟ କାର୍ଯ୍ୟ ଠାକୁର ପରିବାରର ମହିଳାମାନଙ୍କ ସହିତ ସମ୍ବନ୍ଧିତ ହୋଇଥାଏ । ତାଙ୍କ ପୁସ୍ତକ ଠାକୁରବୀର ଅନ୍ଦରମହଲ ୧୯୮୦ ମସିହାରେ ପ୍ରକାଶିତ ହୋଇଥିଲା ଯାହା ବଙ୍ଗଳା ଏକାଡେମୀଦ୍ୱାରା ପୁରସ୍କୃତ ହୋଇଥିଲା ଏବଂ ଅନେକ ଭାଷାରେ ଅନୁବାଦ କରାଯାଇଥିଲା ।. ସେ ବଙ୍ଗି ସାହିତ୍ୟ ପରିଷଦଦ୍ୱାରା 'ଚିତ୍ତରଂଜନ ବୃନ୍ଦୋପାଧ୍ୟାୟ ଜନ୍ମ ଶତବାର୍ଷିକୀ ପୁରସ୍କାର' ମଧ୍ୟ ପାଇଥିଲେ । ତାଙ୍କର ପୁସ୍ତକଗୁଡ଼ିକ ହେଉଛି: ଠାକୁରବୀର ଅନ୍ଦରମହଲ ଠାକୁରବୀର ବାହିରମାହଲ ବିବାହୋବସୋରେର କାବ୍ୟୋକଥା ଅନ୍ତୋପୁରର ଆତ୍ମୋକଥା ମହିଳା ଡକ୍ଟର ଭିଙ୍ଗ୍ରାହର ବାସିନ୍ଦା ଆପନ ଖିଆଲେ ଚୋଲେନ ରାଜା ରୁପୋବୋତୀର ମାଲା ଭରତେର ରାଣୀ ବୁଦ୍ଧଦେବ କେମାନ ଦେଖତେ ଚିଲେନ ଅଦ୍ଭୁତ ଜାତୋ ହାତିର ଗାଲପୋ ସିଦ୍ଧିଦତାର ଅନ୍ତୋରଧନ ମୃତ୍ୟୁ ମ୍ୟାସ୍ଥେନିଆ ଗ୍ରାଭିସ ରୋଗର ଶିକାର ହୋଇ ୨ ଅକ୍ଟୋବର ୨୦୧୭ରେ କଲିକତାରେ ମୃତ୍ୟୁ ବରଣ କରିଥିଲେ ସେ । |
ସକ୍ସାମେଥୋନିଅମ କ୍ଲୋରାଇଡ (ଇଂରାଜୀ ଭାଷାରେ , ଡାକ ନାମ ସକ୍ସାମେଥୋନିଅମ/ ବା ସକସିନିଲ କୋଲିନ/ ) ଏକ ଔଷଧ ଯାହା ଶାରୀରିକ ନିଶ୍ଚେତନ କରିବା ପୂର୍ବରୁ ସ୍ୱଳ୍ପକାଳୀନ ପାରାଲିସିସ ନିମନ୍ତେ ଦିଆଯାଏ ଓ ସେହି ସମୟ ମଧ୍ୟରେ ଟ୍ରାକିଆଲ ଇନଟ୍ୟୁବେସନ ବା ଇଲେକ୍ଟ୍ରୋକନଭଲସିଭ ଥେରାପି ଦିଆଯାଏ । ଏହା ଶିରାଭ୍ୟନ୍ତରରେ ବା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ । ଶିରାଭ୍ୟନ୍ତରରେ ଦେଲେ ୧ମିନିଟ ମଧ୍ୟରେ ଏହା କାର୍ଯ୍ୟକାରୀ ହୋଇ ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ କାମ କରେ । ସକ୍ସାମେଥୋନିଅମ କ୍ଲୋରାଇଡର ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ , ଅଧିକ ଲାଳ ତିଆରି, ମାଂସପେଶୀ ଯନ୍ତ୍ରଣା ଓ ରାସ ଆଦି ଲକ୍ଷଣ ଦେଖାଯାଇପାରେ । ସାଂଘାତିକ ପ୍ରତିକ୍ରିୟାରେ ମାଲିଗନାଣ୍ଟ ହାଇପରଥର୍ମିଆ ଓ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ଅଧିକ ରକ୍ତ ପଟାସିଅମ ସଙ୍କଟ ଥିଲେ ବା ମାୟୋପାଥି ରୋଗ ଇତିହାସ ଥିଲେ ଏହି ଔଷଧ ଦିଆଯାଏନାହିଁ । ଗର୍ଭାବସ୍ଥାରେ ଏହି ଔଷଧ ଦେଲେ ଶିଶୁପ୍ରତି ନିରାପଦ ହେବା ଜଣାଯାଏ । ନିଉରୋମସ୍କୁଲାର ବ୍ଲକର ଶ୍ରେଣୀର ସକ୍ସାମେଥୋନିଅମ ଏକ ଡିପୋଲାରାଇଜିଙ୍ଗ ଔଷଧ । କଙ୍କାଳୀୟ ମାଂସପେଶୀ ଉପରେ କାମ କରୁଥିବା ଆସେଟାଇଲକୋଲିନକୁ ଏହି ଔଷଧ ଅବରୋଧ କରି କାର୍ଯ୍ୟକାରୀ ହୁଏ । ସନ ୧୯୦୬ରେ ସକ୍ସାମେଥୋନିଅମ ବିଷୟର ବର୍ଣ୍ଣନା କରାଯାଇଥିଲା ଓ ସନ ୧୯୫୧ରେ ଏହାର ଡାକ୍ତରୀ ବ୍ୟବହାର ଆରମ୍ଭ ହେଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ' ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ଜେନେରିକ ନାମରେ ବିକ୍ରୟ ହୁଏ । ବିକାଶଶୀଳ ଦେଶମାନଙ୍କରେ ଏହି ଔଷଧର ଏକ ଦିନ ଡୋଜର କ୍ରୟ ମୂଲ୍ୟ ୦.୪୫ରୁ ୧.୩୧ ଆମେରିକୀୟ ଡଲାର । କଥାବାର୍ତ୍ତାରେ ଏହାକୁ ସକ୍ସ ନାମ ଦେଇ କହନ୍ତି । |
କେଦାରନାଥ, ଉତ୍ତରାଖଣ୍ଡ ରାଜ୍ୟର ପ୍ରମୂଖ ସହର ତଥା ଏକ ଧାର୍ମିକ ଯାତ୍ରାଧାମ । ଏହା ପ୍ରମୁଖ ଚାରଧାମ ମଧ୍ୟରୁ ଗୋଟିଏ ଧାମ । ଏଠାକୁ ପହଞ୍ଚିବାକୁ କୌଣସି ସଡକ ସୁବିଧା କିମ୍ବା ରେଳରାସ୍ତା ନାହିଁ । ୧୪କି ମି ଦୁର୍ଗମ ରାସ୍ତା ଚାଲିବାକୁ ପଡ଼ିଥାଏ । ଶୀତ ଛଅ ମାସ ଏହି ମନ୍ଦିର ବନ୍ଦ ରୁହେ ଓ ଭଗବାନ ଶିବଙ୍କୁ (କେଦାରନାଥ) ଉଖି ମଠରେ ପୂଜା କରାଯାଇଥାଏ । ପ୍ରତିବର୍ଷ ଅକ୍ଷୟ ତୃତୀୟାରେ ଭଗବାନଙ୍କୁ ଉଖି ମଠରୁ କେଦାରନାଥ ଅଣାଯାଇଥାଏ । ସେହିଦିନ କେଦାରନାଥ ମନ୍ଦିର ଖୋଲେ ଏବଂ ଗ୍ରୀଷ୍ମ ଛଅ ମାସ ଭଗବାନ ସେଠାରେ ପୂଜା ପାଇଥାନ୍ତି । ଉଖି ମଠ ରୁଦ୍ରପ୍ରୟାଗରୁ ୪୧ କି ମି ଦୂରରେ ଅବସ୍ଥିତ । ଭୂଗୋଳ କେଦାରନାଥ ଉତ୍ତରାଖଣ୍ତ ରାଜ୍ୟର ରୁଦ୍ରପ୍ରୟାଗ ଜିଲ୍ଲାରେ ଅବସ୍ଥିତ । ଇତିହାସ ଏହି ମନ୍ଦିର ପାଣ୍ତବ ମାନଙ୍କଦ୍ୱାରା ତିଆରି କରାଯାଇଥିଲା ଏବଂ ଆଦି ଶଙ୍କରାଚାର୍ଯ୍ୟ ଏହାର ରଚୟିତା ଥିଲେ । ଏଠାରେ ଶିବ ଗୋଟିଏ ଅଧା ଷଣ୍ଢ ରୂପରେ ପୂଜା ପାଅନ୍ତି । କେବଳ ଷଣ୍ଢର ଦେହ ଏଠାରେ ଅବସ୍ଥିତ ଥିଲାବେଳେ ମୁଣ୍ତ ଭାଗଟି ନେପାଳର ଭକତପୁରର ଡୋଲେଶ୍ୱର ମହାଦେବ ମନ୍ଦିରରେ ପୂଜା ପାଆନ୍ତି । ଯେତେବେଳେ ପାଣ୍ତବମାନେ ମହାଭାରତ ଯୁଦ୍ଧ ଜିତି ସାରି ଶିବଙ୍କ ପାଖକୁ ଏତେ ଲୋକଙ୍କୁ ମାରିବା ପାପରୁ ପ୍ରାୟଶ୍ଚିତ କରିବା ସକାଶେ କାଶୀ ଯାଇଥିଲେ ସେତେବେଳେ ଶିବ ସେମାନଙ୍କୁ ଦେଖି ଲୁଚିଯାଇଥିଲେ । ପାଣ୍ତବମାନେ ଶିବଙ୍କୁ ଖୋଜି ଖୋଜି କାଶୀରୁ କେଦାରନାଥ ଆସିବା ସମୟରେ ନକୁଳ ଓ ସହଦେବଙ୍କୁ ଗୋଟିଏ ବିଚିତ୍ର ଷଣ୍ଢ ଦେଖାଯାଇଥିଲା । ସେତିକିବେଳେ ଅର୍ଜୁନ ନିଜ ଧନୁରେ ସେହି ଷଣ୍ଢକୁ ଆକ୍ଷେପ କରିଥିବା ବେଳେ ସେହି ଷଣ୍ଢର ମୁଣ୍ତଟି ଯାଇ ନେପାଳରେ ପଡ଼ିଥିଲା ଏବଂ ଦେହଟି କେଦାରନାଥରେ ରହିଥିଲା । ଦର୍ଶନୀୟ ସ୍ଥାନ ଗଡ଼ୱ୍ଆଲ ଅଞ୍ଚଳରେ ସମୁଦ୍ର ପତ୍ତନରୁ ପ୍ରାୟ ୩୫୮୧ ମିଟର ଉଚ୍ଚ କେଦାର ଉପତ୍ୟକାରେ ପବିତ୍ର ମନ୍ଦାକିନୀ ନଦୀ ତଟରେ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ମନ୍ଦିର ଅବସ୍ତିତ । ଭଗବାନ ଶିବ ଶ୍ରୀକେଦାରନାଥ ଜ୍ୟୋଲିର୍ଲିଙ୍ଗ ରୂପେ ହିମାଳୟ କୋଳରେ ବିରାଜ ମାନ ହେଇଛନ୍ତି । ହିନ୍ଦୁଶାସ୍ତ୍ର,ପୁରାଣ ଓ ପୁରାତନ ରଚନାମାନଙ୍କରେ ଏହି ଅଞ୍ଚଳକୁ କେଦାରଖଣ୍ଡ ଭାବେ ବର୍ଣ୍ଣନା କରାଯାଇଛି । |
ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ମା ଓ ମମତା ୧୯୮୦ ମସିହାରେ ମୁକ୍ତିଲାଭ କରିଥିଲା । |
ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ।ପୁରାଣମତେ ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି । ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ । ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି । ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ଦେବତାମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ଏହାଙ୍କଦ୍ୱାରା ବିନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ । ମଣିଷର କାର୍ଯ୍ୟର ପାର୍ଥକ୍ୟରେ ଯେପରି ଜାତିର ସୃଷ୍ଟି ସେହିପରି ଭଗବାନଙ୍କୁ ନାନା ରୂପରେ କଳ୍ପନା କରାଯାଇଛି । ଯେତେବେଳେ ସୃଷ୍ଟି କରନ୍ତି ସେତେବେଳେ ସେ ବ୍ରହ୍ମା, ଯେତେବେଳେ ପାଳନ କରନ୍ତି ସେତେବେଳେ ବିଷ୍ଣୁ, ଯେତେବେଳେ ସଂହାର କରନ୍ତି ସେତେବେଳେ ସେ ରୁଦ୍ର ସେହିପରି ସେ ଯେତେବେଳେ ଶିଳ୍ପୀ ସେତେବେଳେ ସେ ବିଶ୍ୱକର୍ମା ବୋଲି ପରିଚିତ ହୁଅନ୍ତି । ବିଶ୍ୱକର୍ମା ଅନ୍ୟ ଅର୍ଥରେ ବିଶ୍ୱର ସୃଷ୍ଟିକର୍ତ୍ତା । ଅନନ୍ତଶାୟୀ ନାରାୟଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା । ଏଣୁ ବିଶ୍ୱକର୍ମାଙ୍କୁ ବ୍ରହ୍ମାରୂପେ କଳ୍ପନା କରି ପୂଜା କରାଯାଏ । ଅବତାର ଓ ପଞ୍ଚମୁଖ ଶାସ୍ତ୍ରରେ ବିଶ୍ୱକର୍ମାଙ୍କ ପାଞ୍ଚ ଅବତାର କଥା ବର୍ଣ୍ଣନା କରାଯାଇଛି । ସେ ପାଞ୍ଚ ଅବତାର ହେଲେ ବିରାଟ ବିଶ୍ୱକର୍ମା , ଧର୍ମବଂଶୀ ବିଶ୍ୱକର୍ମା , ଅଗ୍ନିବଂଶୀ ବିଶ୍ୱକର୍ମା , ସୁଧନ୍ୱା ବିଶ୍ୱକର୍ମା ଓ ଭୃଗୁବଂଶୀ ବିଶ୍ୱକର୍ମା । ସ୍କନ୍ଧ ପୁରାଣ ଅନୁସାରେ ବ୍ରହ୍ମା ସ୍ୱରୂପ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ମୁଖ । ବିଶ୍ୱକର୍ମାଙ୍କର ପଞ୍ଚମୁଖ ତଥା ତାଙ୍କର ପଞ୍ଚପୁତ୍ରଙ୍କ ନାମ ହେଲା - ମନୁ, ମୟ, ତ୍ୱଷ୍ଟା, ଶିଳ୍ପୀ ଓ ଦେବଜ୍ଞ ଏମାନେ ଜଣେ ଜଣେ ସମାଜର ହିତକାରୀ ପ୍ରଚଣ୍ଡ ଦିବ୍ୟ ମହର୍ଷି ଅଟନ୍ତି । ଏହି ପଞ୍ଚମୁଖର ନାମକରଣ ଅନୁସାରେ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ପୁତ୍ର ସଂସାରର ହିତ ପାଇଁ ତଥା ଯାନ୍ତ୍ରିକ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରିଥିଲେ । ମନୁ ଋଷି ବିଶ୍ୱକର୍ମାଙ୍କ ଜ୍ୟଷ୍ଠ ପୁତ୍ର, ତାଙ୍କର ବିବାହ ଅଙ୍ଗିରା ଋଷିଙ୍କ କନ୍ୟା ସମ୍ପାଙ୍କ ସହିତ ହୋଇଥିଲା । ଦ୍ୱିତୀୟ ପୁତ୍ର ମୟ ଋଷି, ତାଙ୍କର ବିବାହ ପରାଶର ଋଷିଙ୍କ କନ୍ୟା ସୌମ୍ୟା ସହିତ ହୋଇଥିଲା । ତୃତୀୟ ପୁତ୍ର ତ୍ୱଷ୍ଟା ଋଷି, ତାଙ୍କର ବିବାହ କୌଷିକ ଋଷିଙ୍କ କନ୍ୟା ଜୟନ୍ତୀଙ୍କ ସହ ହୋଇଥିଲା । ଚତୁର୍ଥ ପୁତ୍ର ଶିଳ୍ପୀ ଋଷି , ତାଙ୍କର ବିବାହ ଭୃଗୁ ଋଷିଙ୍କ କନ୍ୟା କରୁଣାଙ୍କ ସହିତ ହୋଇଥିଲା । ପଞ୍ଚମ ପୁତ୍ର ଦେବଜ୍ଞ ଋଷି , ତାଙ୍କର ବିବାହ ଜୈମିନୀ ଋଷିଙ୍କ କନ୍ୟା ଚନ୍ଦ୍ରିକାଙ୍କ ସହିତ ହୋଇଥିଲା । ତାଙ୍କ କୃପା ବଳରେ ବିଭିନ୍ନ ଜ୍ଞାନ କୌଶଳରେ ନୂଆ ନୂଆ ଜିନିଷ ଉଦ୍ଭାବନ ହୁଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି । ବଂଶାବଳୀ ଦେବଶିଳ୍ପୀ ବିଶ୍ୱକର୍ମା କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୂତ ହୋଇଥିଲେ । ବିଶ୍ୱ ସ୍ୱସ୍ୟ କର୍ମନ୍ ଇତି ବିଶ୍ୱକର୍ମା । ବିଶ୍ୱକର୍ମା ମଧ୍ୟ ତ୍ୱଷ୍ଟା ନାମରେ ବିଦିତ । ସେ ଚିତ୍ରଙ୍ଗଦାଙ୍କ ପିତା ଥିଲେ । ଚିତ୍ରଙ୍ଗଦାୟଃ ପିତରଂ ମାଂ ତ୍ୱଷ୍ଟାରଂ ତପୋଧନେ ବାମନ ପୁରାଣ - ୬୫ /୧୦୨ । ତ୍ୱଷ୍ଟା - ତ୍ୱକ୍ଷତଚ୍ ଅର୍ଥାତ୍ ତ୍ୱଷ୍ଟା ବଢ଼ାଇ, ନିର୍ମାତା, କାରିଗର ଆଦି ଅର୍ଥରେ ବ୍ୟବହୃତ ହେବା ସହିତ ବିଶେଷକରି ବିଶ୍ୱକର୍ମା ଅର୍ଥରେ ପ୍ରଜୁଯ୍ୟ । ବ୍ରହ୍ମ ବୈବର୍ତ୍ତ ପୁରାଣରେ ବିଶ୍ୱକର୍ମାଙ୍କ ବଂଶାନୁଚରିତ ବିବର୍ଣ୍ଣିତ । ପୁନଶ୍ଚ ଉକ୍ତ ପୁରାଣରୁ ଜଣାଯାଏ ଯେ, ଘୃତାଚୀ ସ୍ୱର୍ଗବେଶ୍ୟା ହିଁ ବିଶ୍ୱକର୍ମାଙ୍କ ପତ୍ନୀ ଥିଲେ । ଅମର କୋଷ ବର୍ଣ୍ଣନା ଅନୁସାରେ ସ୍ୱର୍ଗ ବେଶ୍ୟାମାନଙ୍କ ମଧ୍ୟରେ ଘୃତାଚୀ ଅନ୍ୟତମ ଥିଲେ । ବ୍ରହ୍ମବୈବର୍ତ୍ତ ପୁରାଣମତେ ଏକଦା ଘୃତାଚୀ ବେଶଭୂଷା ହୋଇ କାମଦେବଙ୍କ ନିକଟକୁ ରମଣାର୍ଥେ ପୁଷ୍କର ତୀର୍ଥକୁ ଗମନ କରୁଥିଲେ । ସେହି ସମୟରେ ଦେବଶିଳ୍ପୀ ବିଶ୍ୱକର୍ମା ସ୍ୱର୍ଗଲୋକରୁ ପ୍ରତ୍ୟାବର୍ତ୍ତନ କରୁଥିବା ଅବସ୍ଥାରେ ଘୃତାଚୀଙ୍କୁ ଭେଟିଥିଲେ । ଘୃତାଚୀ ସୌନ୍ଦର୍ଯ୍ୟରେ ବିମୁଗ୍ଧ ହୋଇ ବିଶ୍ୱକର୍ମା ଆସକ୍ତ ମାନସିକତାରେ ଉପନୀତ ହୋଇଥିଲେ । ଘୃତାଚୀ କିନ୍ତୁ କାମଦେବଙ୍କ ସହ ରମଣ ଉଦ୍ଦେଶ୍ୟରେ ଗମନ କରୁଥିଲେ । ଏଣୁ ସେ ବିଶ୍ୱକର୍ମାଙ୍କୁ ପ୍ରବୃତ୍ତିରୁ ନିବୃତ୍ତି ହେବାକୁ ପରାମର୍ଶ ଦେଲେ । କହିଲେ ହେ ଦେବଶିଳ୍ପୀ, ସ୍ୱର୍ଗର ନିୟମ ଅନୁସାରେ ଯେଉଁ ଦିନ ଦେବତାଙ୍କ ପ୍ରତି ସ୍ୱର୍ଗବେଶ୍ୟାମାନଙ୍କ ଅଭିଳାଷ ଥାଏ ସେଦିନ ସେହି ନିର୍ଦ୍ଦିଷ୍ଟ ଦେବତା ହିଁ ପତି ସ୍ୱରୂପ । ଏଣୁ କାମଦେବ ମୋ ପକ୍ଷେ ଆଜି ଦିନର ପତି ସ୍ୱରୂପ । ତୁମେ ବିଶ୍ୱକର୍ମା ମଧ୍ୟ କାମଦେବଙ୍କ ଶିଷ୍ୟ ଅଟ । ଏଣୁ ଗୁରୁପତ୍ନୀ ହରଣ କରିବା ଅବିଧେୟ । ଆସନ୍ତାକାଲି ତୁମେ ମୋର ପତି ହେବ ନିଶ୍ଚୟ । ଘୃତାଚୀଙ୍କ ଘୋର ବାରଣ ହେତୁ ବିଶ୍ୱକର୍ମା ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଘୃତାଚୀଙ୍କୁ ମର୍ତ୍ତ୍ୟରେ ଶୂଦ୍ରନାରୀ ଭାବେ ଜନ୍ମହେବାକୁ ଅଭିଶାପ ଦେଲେ । ଘୃତାଚୀ ମଧ୍ୟ ବିଶ୍ୱକର୍ମାଙ୍କୁ ମର୍ତ୍ତ୍ୟରେ ମାନବ ହୋଇ ଜନ୍ମହେବାକୁ ପ୍ରତି ଅଭିଶାପ ଦେଲେ । ବିଶ୍ୱକର୍ମା ଘୃତାଚୀର ଅଭିଶାପ ପ୍ରସଙ୍ଗ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ଜଣାଇଲେ ଓ ତାହାର ନିରାକରଣ ବିଷୟରେ ପ୍ରଶ୍ନକଲେ । କିନ୍ତୁ ବ୍ରହ୍ମା ଘୃତାଚୀର ଭିନ୍ନ ବୃତ୍ତି ସତ୍ତ୍ୱେ ସ୍ୱର୍ଗରେ ପତିବ୍ରତା ସତୀର ମାନ୍ୟତା ଦେବାରୁ ତାହାର ଅଭିଶାପ ନିଷ୍ଫଳ ନୁହେଁ ବୋଲି ବିଶ୍ୱକର୍ମାଙ୍କୁ ଅବଗତ କରିଥିଲେ । ପରବର୍ତ୍ତୀ କାଳରେ ବିଶ୍ୱକର୍ମା ବ୍ରାହ୍ମଣ କୂଳରେ ଜନ୍ମ ନେଇଥିଲେ ଓ ତାଙ୍କର ଜାତିସ୍ମର ଥିବାରୁ ସେ ସବୁକଥା ଜାଣିପାରୁଥିଲେ । ରାଜାଙ୍କ ଆଦେଶରେ ସେ ପ୍ରୟାଗ ତୀର୍ଥରେ ଅନେକ ଦେବାଦେବୀଙ୍କ ମନ୍ଦିର ନିର୍ମାଣ କରୁଥିବା ବେଳେ ଏକଦା ସେହି ସମୟରେ ଗଙ୍ଗାରେ ସ୍ନାନ କରୁକରୁ ଏକ ଅନିନ୍ଦ୍ୟ ରୂପବତୀ କନ୍ୟାକୁ ଦେଖିଲେ ଓ ଅନୁଭବ କରି ଜାଣିପାରିଲେ ଯେ, ସେ ଘୃତାଚୀ ବୋଲି । ଘୃତାଚୀ ମଧ୍ୟ ବିଶ୍ୱକର୍ମାଙ୍କୁ ଜାଣିପାରିଲେ । ବ୍ରହ୍ମାଙ୍କ କଥା ଅନୁସାରେ ଉଭୟ ଗଙ୍ଗାତୀରସ୍ଥ ମଳୟ ବନରେ ବିବାହ କରି ଏକାଠି ବାରବର୍ଷ ବିତାଇଲେ । ତାଙ୍କଠାରୁ ନଅଟି ସନ୍ତାନ ଉତ୍ପତ୍ତି ହୋଇଥିଲେ । ପୁତ୍ରମାନଙ୍କ ମଧ୍ୟରେ ମାଳାକାର, କର୍ମକାର, କଂସାରି, ଶଙ୍ଖାରି, କୁମ୍ଭକାର, କୁନ୍ଦବିକ, ସୂତ୍ରଧର, ସ୍ୱର୍ଣ୍ଣକାର ଓ ଚିତ୍ରକର । ସେହି ପୁତ୍ରଙ୍କ ମଧ୍ୟରୁ ମାଳାକାରଙ୍କୁ ପୁଷ୍ପଶିଳ୍ପ, କର୍ମକାରଙ୍କୁ ଲୌହ ଶିଳ୍ପ, କାଂସ୍ୟକାରଙ୍କୁ କଂସା ଶିଳ୍ପ, ସୂତ୍ରଧରଙ୍କୁ କାଠ ଶିଳ୍ପ, ତନ୍ତୀଙ୍କୁ ବୟନଶିଳ୍ପ, କୁମ୍ଭକାରଙ୍କୁ ମୃତ୍ତିକା ଶିଳ୍ପ, ସ୍ୱର୍ଣ୍ଣକାରଙ୍କୁ ଅଳଙ୍କାର ଓ ଚିତ୍ରକାରଙ୍କୁ ଅଙ୍କନ ଶିଳ୍ପ ବିଦ୍ୟା ଶିକ୍ଷା ଦେଇ ବିଶ୍ୱକର୍ମା ସେମାନଙ୍କୁ ସୁଶିକ୍ଷିତ କରାଇଥିଲେ । କନ୍ୟା ଚିତ୍ରାଙ୍ଗଦା ମଧ୍ୟ ପିତାଙ୍କଠାରୁ ଶିଲେଇ ଶିଳ୍ପ ଶିକ୍ଷାଦାନ ପାଇଥିଲେ । ପୁନଶ୍ଚ ଉକ୍ତ ପୁରାଣରେ ଉଲ୍ଲେଖ ଅନୁସାରେ ପୁତ୍ରମାନଙ୍କ ମଧ୍ୟରୁ ଜଣେ ବ୍ରାହ୍ମଣର ସୁନା ଚୋରୀ କରିବାରୁ ସ୍ୱର୍ଣ୍ଣକାର ପତିତ ରୂପେ ବିବେଚିତ ହେଲେ । ସେହିପରି ଯଜ୍ଞ ସମୟରେ ସୂତ୍ରଧର କାଠ ଯୋଗାଣରେ ବିଳମ୍ବ କରି ମଧ୍ୟ ପତିତ ହୋଇଥିଲେ । ବୈଦିକ ଜାଗଯଜ୍ଞରେ ବଢ଼େଇଙ୍କ ବାରିସୀ ହଣା କାଠର ବ୍ୟବହାର ଏବେବି ପ୍ରଚଳନ ରହିଛି । ଚିତ୍ରକାର ଏକ ଶୂଦ୍ର ବେଶ୍ୟା ସହ ଆଶକ୍ତ ହୋଇ ଅଟ୍ଟାଳିକାର (ରାଜମିସ୍ତ୍ରୀ) ରୂପେ ଆର୍ବିଭୂତ ହୋଇଥିଲେ । ଏଣୁ ସମସ୍ତ ଶ୍ରେଣୀର ଶିଳ୍ପୀ ଓ କାରିଗର ଜାତି ବିଶ୍ୱକର୍ମାଙ୍କ ବଂଶଧର ଅଟନ୍ତି । ବାମନ ପୁରାଣ ଉଲ୍ଲେଖ ଅନୁସାରେ ଦେବଶିଳ୍ପୀ ବିଶ୍ୱକର୍ମା ଅଭିଶପ୍ତ ହୋଇ ଦାନବ ରୂପ ଧାରଣ କରିଥିଲେ । ଋଷି ଋତୁଧ୍ୱଜଙ୍କଠାରୁ ବର ଲାଭକରି ଘୃତାଚୀଙ୍କ ସହ ସଂପର୍କ ରଖି 'ନଳ' ଙ୍କୁ ଜନ୍ମକରି ଶାପମୁକ୍ତ ହୋଇଥିଲେ- ବାନର ସେନାପତି ନଳ, ଯେଉଁ ପଥର ଖଣ୍ଡକୁ ସ୍ପର୍ଶ କରୁଥିଲେ, ତାହା ହାଲୁକା ହୋଇ ପାଣିରେ ଭାସୁଥିଲା । ନଳ ପଥରମାନଙ୍କୁ ସ୍ପର୍ଶ କରିବାପରେ ସେହି ଭାସମାନ ପଥରଦ୍ୱାରା ରାମଚନ୍ଦ୍ର ସମୁଦ୍ରରେ ସେତୁବନ୍ଧ ବନ୍ଧାଇ ସମୁଦ୍ରକୁ ପାର ହୋଇ ଲଙ୍କା ଗଡ଼ରେ ପହଞ୍ଚିଥିଲେ । ବିଶ୍ୱକର୍ମାଙ୍କର ଏକପୁତ୍ରୀ ଚିତ୍ରଙ୍ଗଦା ରାଜା ସୁରଥଙ୍କୁ ବିବାହ କରିଥିଲେ । ପୌରାଣିକ କଥା ଅନୁସାରେ ଦେବଶିଳ୍ପୀ ବିଶ୍ୱକର୍ମା ବା ତ୍ୱଷ୍ଟାଙ୍କୁ ଅଗ୍ନିଦେବତା ଭାବେ ସ୍ୱୀକାର କରାଯାଇଥାଏ । ଯାହାଙ୍କର ତ୍ରିଶିରା ନାମକ ପୁତ୍ର ତଥା ସଂଜ୍ଞା ନାମକ କନ୍ୟା ଥିଲେ । ସଂଜ୍ଞାଙ୍କୁ ସୂର୍ଯ୍ୟଙ୍କ ସହ ସେ ବିବାହ ସଂପନ୍ନ କରାଇଥିଲେ । ସୂର୍ଯ୍ୟଙ୍କ ପ୍ରଚଣ୍ଡ ତେଜରାଶିକୁ ସଂଜ୍ଞା ସହି ନପାରିବାରୁ ତ୍ୱଷ୍ଟା ବିଶ୍ୱକର୍ମା ୧୦୮ ସୂର୍ଯ୍ୟସ୍ତୋତ୍ର ପାଠକରି ସୂର୍ଯ୍ୟଙ୍କୁ ପ୍ରସନ୍ନ କରିଥିବା କଥା ନରସିଂହ ପୁରାଣରେ ବର୍ଣ୍ଣିତ ହୋଇଛି । ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରାଇବା ଫଳରେ ତାଙ୍କ ଉଗ୍ର ତେଜରାଶିକୁ ବିଶ୍ୱକର୍ମା ତାଞ୍ଛି ପକାଇଥିଲେ । ଫଳରେ ସେହି ତେଜ ପୁଞ୍ଜରୁ କ୍ରମେ ବିଷ୍ଣୁଙ୍କ ଚକ୍ର ଓ ଶିବଙ୍କ ତ୍ରିଶୂଳ ତଥା ଅନ୍ୟ ଦେବତାମାନଙ୍କ ଅସ୍ତ୍ରଶସ୍ତ୍ର ପ୍ରଭୃତି ନିର୍ମିତ ହୋଇଥିଲା । ଏହା ମହାକବି କାଳିଦାସଙ୍କ ରଘୁବଂଶମ୍ ମହାକାବ୍ୟରେ ମଧ୍ୟ ପ୍ରତିଫଳିତ- ରାମାୟଣ ବର୍ଣ୍ଣନା ଅନୁସାରେ ରାବଣର ସ୍ୱର୍ଣ୍ଣ ଲଙ୍କାପୁର, ହରିବଂଶ ବର୍ଣ୍ଣନା ଅନୁସାରେ ଦ୍ୱାରିକାଧାମ, ସ୍କନ୍ଧପୁରାଣ ବର୍ଣ୍ଣନା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀ ବିଗ୍ରହ ଆଦି ବିଶ୍ୱକର୍ମାଙ୍କଦ୍ୱାରା ବିନିର୍ମିତ । ବିଶ୍ୱକର୍ମାଙ୍କର କନ୍ୟା ସଂଜ୍ଞା ଓ ପୁତ୍ର ନଳ ନାମକ ବାନର। ସଂଜ୍ଞା ବିଶ୍ୱକର୍ମାଙ୍କ କନ୍ୟା । ସୂର୍ଯ୍ୟଦେବ ଏହାଙ୍କ ପାଣି ଗ୍ରହଣ କରିଥିଲେ । ସଂଜ୍ଞାଙ୍କ ଗର୍ଭରେ ସୂର୍ଯ୍ୟଙ୍କ ଔରସରେ ବୈବସ୍ୱତ ମନୁ, ଯମ, ଯମୁନା ଓ ଅଶ୍ୱିନୀ-କୁମାର ଦ୍ୱୟ ଜନ୍ମ ଗ୍ରହଣ କରିଥିଲେ । ବାନର ସେନାପତି ନଳ, ଘୃତାଚୀ ଅପ୍ସରୀର ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ଏ ଯେଉଁ ପଥର ଖଣ୍ଡକୁ ସ୍ପର୍ଶ କରୁଥିଲେ, ତାହା ହାଲୁକା ହୋଇ ପାଣିରେ ଭାସୁଥିଲା । ଏ ପଥରମାନଙ୍କୁ ସ୍ପର୍ଶ କରିବାରୁ ସେହି ଭାସମାନ ପଥରଦ୍ୱାରା ରାମଚନ୍ଦ୍ର ସମୁଦ୍ରରେ ସେତୁବନ୍ଧ ବନ୍ଧାଇ ସମୁଦ୍ରକୁ ପାର ହୋଇ ଲଙ୍କା ଗଡ଼ରେ ପହଞ୍ଚିଥିଲେ । ଜଗନ୍ନାଥଙ୍କ ଦାରୁ ମୂର୍ତ୍ତି ଓ ବିଶ୍ୱକର୍ମା କିମ୍ବଦନ୍ତୀ ଅନୁଯାୟୀ ଜଗନ୍ନାଥଙ୍କ ଦାରୁ ମୂର୍ତ୍ତି ବିଶ୍ୱକର୍ମା ନିର୍ମାଣ କରିଥିଲେ । ଇନ୍ଦ୍ରଦ୍ୟୁମ୍ନ ରାଜା ବାଙ୍କି ମୁହାଣରୁ ସଂଗ୍ରହ କରିଥିବା ଦାରୁରେ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିବାକୁ ନାନା ଦେଶରୁ ଦକ୍ଷ ଶିଳ୍ପୀମାନଙ୍କୁ ଅଣାଇ କାମରେ ଲଗାଇଥିଲେ କିନ୍ତୁ ସେମାନଙ୍କ ନିହାଣ ମୁନରେ ସେ ଦାରୁ ଖୋଳାଯାଇ ପାରିଲା ନାହିଁ, ବରଂ ସେଗୁଡ଼ିକର ଧାର ଓଲଟି ଗଲା । ମୂର୍ତ୍ତି ଗଢ଼ିବାରେ ବିଫଳ ହୋଇ ସମସ୍ତେ ଫେରିବାରେ ଲାଗିଲେ ଓ ଦିନକୁ ଦିନ ରାଜା ରାଣୀଙ୍କ ମନରେ ଭାଳେଣି ପଡ଼ିଲା । କିଛିଦିନ ଗତ ହେବା ପରେ ଦିନେ ଜଣେ ବୁଢ଼ା ବଢ଼େଇ ଆସି ମୂର୍ତ୍ତି ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କଲା । ପରିଶେଷରେ ବୁଢ଼ା ବଢ଼େଇକୁ ନିର୍ମାଣ ଦାୟିତ୍ୱ ଦିଆଗଲା । ବୁଢ଼ା ବଢ଼େଇର ସର୍ତ୍ତ ରଖିଲା ୨୧ଦିନ ପର୍ଯ୍ୟନ୍ତ ମନ୍ଦିର ଦ୍ୱାର ଫିଟିବ ନାହିଁ, ସେ ଉପବାସ ରହି ମୂର୍ତ୍ତି ନିର୍ମାଣ କରିବ । ଏଥିରେ ରାଜା ରାଜି ହୋଇ ମନ୍ଦିର ଦ୍ୱାର ବନ୍ଦ କଲେ । ପ୍ରତ୍ୟେକ ଦିନ ରାଜା ଭିତରର ଠକ୍ ଠକ୍ ଶବ୍ଦ ଶୁଣିବାର ବ୍ୟବସ୍ଥା କରିଥାନ୍ତି । କିଛିଦିନପରେ ଭିତରୁ ଶବ୍ଦ ଆସିବା ବନ୍ଦ ହୋଇଯିବା ପରେ ଗୁଣ୍ଡିଚା ରାଣୀ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ । ବୁଢ଼ା ବଢ଼େଇ ଉପବାସରେ ମୃତ୍ୟୁବରଣ କରିଛି ବୋଲି ସେ ଭାବିଲେ ଓ ରାଜାଙ୍କୁ ଦ୍ୱାର ଖୋଲିବାକୁ ଅନୁରୋଧ କଲେ । ଦ୍ୱାର ଉନ୍ମୁକ୍ତ କଲାପରେ ଦେଖାଗଲା ଯେ ବୁଢ଼ା ବଢ଼େଇ ଅନ୍ତର୍ଦ୍ଧ୍ୟାନ ହୋଇଯାଇଛି, ଅଛି କେବଳ ଦରଗଢ଼ା ମୂର୍ତ୍ତି । ଏଥିରେ ରାଜା ରାଣୀ ଘୋର ଚିନ୍ତାରେ ପଡ଼ିବାରୁ ଶୂନ୍ୟବାଣୀ ହେଲାଯେ- ମୋର ଯେଉଁ ରୂପରେ ଆବିର୍ଭାବ ହେବାର ଇଚ୍ଛା ମୁଁ ସେହି ରୂପରେ ହିଁ ଆବିର୍ଭାବ ହୋଇଛି, ତେଣୁ ଏଥିରେ ଶୋଚନା କରିବାର କିଛି ନାହିଁ । ଏହି ବୁଢ଼ା ବଢ଼େଇ ଥିଲେ ସ୍ୱୟଂ ଦେବଶିଳ୍ପୀ ବିଶ୍ୱକର୍ମା । ଭକ୍ତର ଭଗବାନ ସ୍ୱୟଂ ବଢ଼େଇ ରୂପରେ ଭକ୍ତର ମନୋବାଞ୍ଛା ପୂରଣ କରିବା ପାଇଁ ଆସି ନିଜର ମୂର୍ତ୍ତିକୁ ନିଜେ ଗଢ଼ିଥିଲେ ବୋଲି, ଓଡ଼ିଶାରେ ସାଧାରଣତଃ ଏହି ବୁଢ଼ା ବଢ଼େଇ ରୂପକୁ ହିଁ ବିଶ୍ୱକର୍ମାଙ୍କ ରୂପ ବୋଲି କଳ୍ପନା କରାଯାଏ । ବିଶ୍ୱକର୍ମା ପୂଜା ଗଣେଷ ପୂଜାର ଅବ୍ୟବହିତ ପରେ/ ପୂର୍ବରୁ, ଭାଦ୍ରବ ମାସ, କନ୍ୟା ସଂକ୍ରାନ୍ତି ( ସେପ୍ଟେମ୍ବର) ଦିନ ବିଶ୍ୱକର୍ମାଙ୍କ ଚତୁର୍ଭୁଜ ମୂର୍ତ୍ତି ପୂଜା ପାଳନ କରାଯାଏ । ପୁରାଣର ପ୍ରସିଦ୍ଧ ଯନ୍ତ୍ରୀ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପ୍ରତି କୃତଜ୍ଞତା ଓ ଶ୍ରଦ୍ଧାଞ୍ଜଳୀର ନିଦର୍ଶନ ସ୍ୱରୂପ ଏଇ ଉତ୍ସବ ପାଳନ କରାଯାଏ । । ଶିଳ୍ପପ୍ରଧାନ ଅଞ୍ଚଳ ଯଥା ନାଲକୋନଗର, ହୀରାକୁଦ, ପାରାଦ୍ୱୀପ ଓ ରାଉରକେଲା ଆଦି ସହର ତଥା ଓଡ଼ିଶାର ସର୍ବତ୍ର ପ୍ରତ୍ୟେକ ଶିଳ୍ପାନୁଷ୍ଠାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ମୃଣ୍ମୟ ମୂର୍ତ୍ତି ପୂଜା କରାଯାଏ। |
ଫେସୋଟେରୋଡାଇନ (ଇଂରାଜୀ ଭାଷାରେ ), ଅନ୍ୟମାନଙ୍କ ମଧ୍ୟରେ ଟୋଭିଆଜ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହାକି ଅତିସକ୍ରିୟ ମୂତ୍ରାଶୟ ସିଣ୍ଡ୍ରୋମ ର ଲକ୍ଷଣମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏପରି ସମସ୍ୟାରେ ବ୍ୟବହାର ପାଇଁ ଏହା ଦ୍ୱିତୀୟ ଧାଡ଼ିର ଏକ ଔଷଧ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି ଏବଂ କୋଷ୍ଠକାଠିନ୍ୟ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମୂତ୍ର ଧାରଣ, ଶୋଇବାରେ ଅସୁବିଧା ଏବଂ ମୁଣ୍ଡ ବୁଲାଇବା ଅନ୍ତର୍ଭୁକ୍ତ ହୋଇପାରେ । ଯକୃତ ଜନିତ ସମସ୍ୟା କିମ୍ବା ମ୍ୟାସ୍ଥେନିଆ ଗ୍ରାଭିସ୍ ଥିବା ଲୋକମାନଙ୍କଠାରେ ଏହା ଦେବାକୁ ସୁପାରିଶ କରାଯାଏ ନାହିଁ । ଏହା ଏକ ଆଣ୍ଟିମସ୍କାରିନିକ ଯାହା ଟୋଲଟେରୋଡିନ ପରି ସମାନ ରାସାୟନିକ ପଦାର୍ଥ ମାଧ୍ୟମରେ କାର୍ଯ୍ୟ କରେ । ୨୦୦୭ ମସିହାରେ ୟୁରୋପରେ, ୨୦୦୮ରେ ଆମେରିକାରେ ଏବଂ ୨୦୧୨ରେ କାନାଡ଼ାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫେସୋଟେରୋଡାଇନ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୦୧ ସୁଦ୍ଧା ଏହାର ଚିକିତ୍ସା ପିଛା ମାସକୁ ପ୍ରାୟ ୩୧୦ ଡଲାର ଖର୍ଚ୍ଚ ହୋଇଥାଏ । ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୨୬ ପାଉଣ୍ଡ । |
ଆକାଶ ଦାସନାୟକ (ଜନ୍ମ ୧୭ ସେପ୍ଟେମ୍ବର ୧୯୮୦) ଜଣେ ଅଭିନେତା ଓ ଓଡ଼ିଶା ବିଧାନ ସଭା ସଭ୍ୟ । ଚଳଚ୍ଚିତ୍ର ଜୀବନ ୨୦୦୮ ମସିହାରେ କଳିଙ୍ଗପୁତ୍ର କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ଆକାଶ, ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ଓଡ଼ିଆ ଓ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । ବ୍ୟକ୍ତିଗତ ଜୀବନ ଆକାଶ ହେଉଛନ୍ତି ମାୟାଧର ଦାଶ ଓ ଇନ୍ଦିରା ଦାଶଙ୍କ ସୁପୁତ୍ର ଓ ପାହଙ୍ଗା (ଯାଜପୁର)ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ଯାଜପୁର ରୋଡସ୍ଥିତ ବ୍ୟାସନଗର କଲେଜରୁ ତାଙ୍କ ସ୍ନାତକ (ଏଲଏଲବି) ହାସଲ କରିଥିଲେ । ତାଙ୍କ ଆଣ୍ଟି ଅନିତା ଦାଶ ଜଣେ ଉଞ୍ଚକୋଟିର ଅଭିନେତ୍ରୀ ଅଟନ୍ତି । ସେ ୨୦୧୪ ନିର୍ବାଚନରେ କୋରେଇ ନିର୍ବାଚନ ମଣ୍ଡଳୀରୁ ଭୋଟ ପାଇ (ବିଜେଡ଼ି) ବିଜୟୀ ହୋଇଥିଲେ । |
ଅରବିନ୍ଦ ଆଡ଼ିଗା (ଜନ୍ମ ୨୩ ଅକ୍ଟୋବର ୧୯୭୪) ଜଣେ ଭାରତୀୟ-ଅଷ୍ଟ୍ରେଲିଅ ଲେଖକ ଏବଂ ସାମ୍ବାଦିକ । ସେ ନିଜ "ଦି ହୁଆଇଟ୍ ଟାଇଗର" ପୁସ୍ତକ ଯୋଗୁଁ ସମ୍ମାନଜନକ ୨୦୦୮ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ବାଲ୍ୟ ଜୀବନ ଓ ଶିକ୍ଷା ଅରବିନ୍ଦ ଆଡ଼ିଗାଙ୍କଙ୍କ ଜନ୍ମ ୨୩ ଅକ୍ଟୋବର ୧୯୭୪ରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଡ. କେ ମାଧବ ଆଡ଼ିଗା ଓ ମାତାଙ୍କ ନାମ ଉଷା ଆଡ଼ିଗା । ତାଙ୍କ ଜନ୍ମସ୍ଥାନ ମାଡ୍ରାସ (ଚେନ୍ନାଇ) ଅଟେ ।ଅରବିନ୍ଦ ମାଙ୍ଗାଲୋରରେ ନିଜର ବାଲ୍ୟକାଳ ବିତେଇ ଥିଲେ । ସେ କାନାରା ଉଚ୍ଚ ବିଦ୍ୟାଳୟରେ ପଢ଼ିଥିଲେ । ଏହାପରେ ସେ . ଉଚ୍ଚ ବିଦ୍ୟାଳୟ ରୂ ଉଚ୍ଚ ମାଧ୍ୟମିକ ପାସ କରିଥିଲେ ତାହା ମଧ୍ୟ ସମଗ୍ର ରାଜ୍ୟରେ ପ୍ରଥମ ହୋଇ । ବୃତ୍ତିଗତ ଜୀବନ ଅରବିନ୍ଦ ନିଜର ସାମ୍ବାଦିକତା ବୃତି ଜଣେ ବାଣିଜିକ ସାମ୍ବାଦିକ ଭାବେ ଆରମ୍ଭ କରିଥିଲେ ।ସେ ଫାଇନାନ୍ସିଅଲ୍ ଟାଇମ୍ସ ରେ ନିଜର ବୃତ୍ତିର ଆରମ୍ଭ କରିଥିଲେ ଏବଂ ଏହାପରେ ସେ ଏବଂ ପୁରସ୍କାର ପ୍ରାପ୍ତ ଲେଖକ ଙ୍କ ସାକ୍ଷାତକାରା ନେଇଥିଲେ।ଏହାପରେ ସେ ଟାଇମ୍ ମାଗାଜିନରେ କାମ କରିଥିଲେ ୩ ବର୍ଷ ଓ ଏହାପରେ ମୁକ୍ତ ସମ୍ବାଦିକତାକୁ ଅସିଥିଲେ । ସେ ମୁକ୍ତ ସାମ୍ବାଦିକ ଥିବା ସମୟରେ ସେ ତାଙ୍କର ବୁକର ପୁରସ୍କାର ପ୍ରାପ୍ତ ପୁସ୍ତକ "ଦି ହୁଆଇଟ୍ ଟାଇଗର" ଲେଖିଥିଲେ।ସେ ବର୍ତ୍ତମାନ ଭାରତର ମୁମ୍ବାଇରେ ରହୁଛନ୍ତି। ବୂକର୍ ପୁରସ୍କାର ସେ ନିଜର ପ୍ରଥମ ନଭେଲ୍ ଦି ହୁଆଇଟ୍ ଟାଇଗର ହେତୁ ସେ ବୂକର୍ ପୁରସ୍କାର୍ ପାଇଥିଲେ । |
ମୁନ୍ନା- ଏ ଲଭ୍ ଷ୍ଟୋରୀ, ୨୦୦୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କେ. ଏମ୍. ରାୟ । ରମଣ ରଞ୍ଜନ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏନ୍ ପାଢ଼ୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି, ନୈନା ଦାସ, ଦୁଷ୍ମନ୍ତ ପଣ୍ଡା, ରୋମି । ମିହିର ଦାସ, ରାଇମୋହନ ପରିଡ଼ା, ବିଜୁ ବଡ଼ଜେନା, ଦେବୀ ବାରିକ, ଦେବୁ ବ୍ରହ୍ମା, ଅନୀତା ଦାସ, ହାଡ଼ୁ, ହରିପ୍ରିୟା, ଚକ୍ରଧର ଜେନା, ବନୁ ମହାନ୍ତି, ପ୍ରକାଶ ମହାନ୍ତି, ପିଣ୍ଟୁ ନନ୍ଦ, ସନ୍ତୋଷ ନାୟକ, ସୁମନ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନୟ ଅନୁଭବ ମହାନ୍ତି ନୈନା ଦାସ ଦୁଷ୍ମନ୍ତ ପଣ୍ଡା ରୋମି ମିହିର ଦାସ ରାଇମୋହନ ପରିଡ଼ା ବିଜୁ ବଡ଼ଜେନା ଦେବୀ ବାରିକ ଦେବୁ ବ୍ରହ୍ମା ଅନିତା ଦାସ ହାଡ଼ୁ ହରିପ୍ରିୟା ଚକ୍ରଧର ଜେନା ବନୁ ମହାନ୍ତି ପ୍ରକାଶ ମହାନ୍ତି ପିଣ୍ଟୁ ନନ୍ଦ ସନ୍ତୋଷ ନାୟକ ସୁମନ ଜର୍ଜ ତିଆଡ଼ି କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ସୌମେନ୍ଦ୍ର ମହାପାତ୍ର, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ପଞ୍ଚାନନ ନାୟକ, ରଜନୀ ରଞ୍ଜନ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅଭିଜିତ ମଜୁମଦାର, ଶକ୍ତି ମିଶ୍ର, ଇରା ମହାନ୍ତି, ପମି, ବାବୁଲ ସୁପ୍ରିଓ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । |
୬୦୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ତପି ଜାଲ (୧ ଜୁଲାଇ ୧୯୪୦ - ୧୨ ମାର୍ଚ୍ଚ ୨୦୦୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଟିଟିଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବା ଓ ଶିକ୍ଷା ତପି ଜାଲ ୧୯୪୦ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଜାରମ ଜାଲ ଓ ପତ୍ନୀଙ୍କ ନାମ ମନୋରମା ଜାଲ । ରାଜନୈତିକ ଜୀବନ ତପି ଜାଲ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ମୃତ୍ୟୁ ତପି ଜାଲ ୨୦୦୯ ମସିହାର ମାର୍ଚ୍ଚ ୧୨ ତାରିଖରେ ୬୮ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । |
ଆଲପେଲିସିବ, ବିକ୍ରୟ ନାମ ପିକ୍ରାଇ, ହେଉଛି ଏକ କେମୋଥେରାପି ଔଷଧ ଯାହାକି କେତେକ ପ୍ରକାରର ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ଫଲଭେଷ୍ଟ୍ରାଣ୍ଟ ସହିତ ଏକତ୍ର ବ୍ୟବହୃତ ହୁଏ । ରୋଗ ଖରାପ ନହୋଇ ପ୍ରାୟ ୫ ମାସର ଜୀବନ ଅଧିକ ଦେଇଥାଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ ଶର୍କରା, ବୃକ୍କ ସମସ୍ୟା, ତରଳ ଝାଡ଼ା, ରାସ, ନିମ୍ନ ରକ୍ତ କଣିକା, ଯକୃତ ସମସ୍ୟା, ଅଗ୍ନାଶୟ ପ୍ରଦାହ, ବାନ୍ତି ଏବଂ କେଶହାନୀ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ୍, ଅନୁର୍ବରତା ଏବଂ ନିମୋନିଆ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । ଏହା ଏକ ଆଲଫା-ନିର୍ଦ୍ଦିଷ୍ଟ ପିଆଇକେ ( 3 ) ପ୍ରତିବନ୍ଧକ । ୨୦୧୯ରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୦ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା। ଯୁକ୍ତରାଷ୍ଟ୍ରରେ ଏହି ଔଷଧର ଏକ ମାସ ଖର୍ଚ୍ଚର ମୂଲ୍ୟ ୧୭,୦୦୦ ଡଲାର । |
ଆଟୋମେକ୍ସେଟିନ (ଇଂରାଜୀ ଭାଷାରେ , ଏକ ବିକ୍ରୟ ନାମ ସ୍ଟ୍ରାଟେରା/ ) ଏକ ଔଷଧ ଯାହା ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର ରୋଗର ଚିକିତ୍ସାରେ ବ୍ୟବହାର କରାଯାଏ । ଅତି କମ୍ରେ ଏହାର ବ୍ୟବହାର ନିମନ୍ତେ ରୋଗୀର ବୟସ ୬ ବର୍ଷ ବା ଅଧିକ ହେବା ଆବଶ୍ୟକ । ଏହା ପାଟିରେ ଦିଆଯାଏ । ଆଟୋମେକ୍ସେଟିନର ପାର୍ଶ୍ୱ ପ୍ରତିକ୍ରିୟାରେ ଉଦର ଯନ୍ତ୍ରଣା, ଅରୁଚି, ଅଇ, ଥକ୍କା ଅନୁଭବ ଓ ମୁଣ୍ଡ ଓଜନିଆ ଲାଗିପାରେ । ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆଞ୍ଜିଓଇଡିମା, ଯକୃତ ସମସ୍ୟା, ସ୍ଟ୍ରୋକ, ସାଇକୋସିସ, ହୃତପିଣ୍ଡ ସମସ୍ୟା, ଆତ୍ମହତ୍ୟା ପ୍ରବଣ ଓ ଆକ୍ରମଣାତ୍ମକ ବ୍ୟବହାର ଦେଖାଯାଇପାରେ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହାର ପ୍ରତିକ୍ରିୟା ସ୍ପଷ୍ଟ ହୋଇନାହିଁ । ଆଟୋମେକ୍ସେଟିନ ଏକ ନରେପିନେଫ୍ରିନ ରିଅପଟେକ ଇନହିବିଟର ଭାବରେ କାମ କରେ । ସନ ୨୦୦୨ରେ ଆଟୋମେକ୍ସେଟିନ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା । ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସକୁ ଏହାର ଏକ ମାସର ଡୋଜ ପିଛା ପ୍ରାୟ ୫୩ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ପ୍ରାୟ ୭୭ ଆମେରିକୀୟ ଡଲାର । ସନ ୨୦୧୬ରେ ଏହାର ୨ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୪୫ତମ ସ୍ଥାନରେ ଥଲା । |
ବିନ୍ଦୁସାର ମୌର୍ଯ୍ୟ (ଖ୍ରୀ.ପୂ. ୩୨୦-୨୭୨) ମୌର୍ଯ୍ୟ ବଂଶର ରାଜା ଥିଲେ । ନିଜ ରାଜୁତି କାଳରେ ସେ ନିଜର ସାମ୍ରାଜ୍ୟ ଦକ୍ଷିଣ ଆଡ଼କୁ ବିସ୍ତାର କରିଥିଲେ । ବିନ୍ଦୁସାରଙ୍କ ଦୁଇଜଣ ପୁତ୍ର ସୁଶୀମ ଏବଂ ଅଶୋକ ଥିଲେ ଓ ସେମାନେ ତକ୍ଷଶିଳା ଓ ଉଜୟିନୀର ସମ୍ରାଟ ଥିଲେ । ଗ୍ରୀକ୍ ବାସୀ ବିନ୍ଦୁସାରଙ୍କୁ "ସ୍ଲାୟର ଅଫ୍ ଏନିମିଜ" ବା ଶତ୍ରୁ ଘାତକ/ଶତ୍ରୁ ସଂହାରକ କହୁଥିଲେ । ତାଙ୍କୁ ଅଜାତଶତ୍ରୁ (ବା ଯାହାର କେହି ଶତ୍ରୁ ନ ଥିବା) ରାଜା ବୋଲି ମଧ୍ୟ କୁହାଯାଉଥିଲା । ଏହାକୁ ଅଜାତଶତ୍ରୁଙ୍କ ସହ ମିଶାଇବେ ନାହିଁ । ଅଜାତଶତ୍ରୁ ହେଲେ ବିମ୍ବିସାରଙ୍କ ପୁତ୍ର ଯିଏକି ୪୯୧-୪୬୧ ହରୟଙ୍କା ମଗଧ ଶାସନ କରୁଥିଲେ । ପ୍ରାରମ୍ଭିକ ଜୀବନ ବିନ୍ଦୁସାର ପ୍ରଥମ ମୌର୍ଯ୍ୟ ରାଜା, ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଏବଂ ମହାରାଣୀ ଦୁର୍ଧରାଙ୍କ ପୁତ୍ର ଥିଲେ । ତାଙ୍କର ଜନ୍ମ ନାମ ସିଂହସେନା ଥିଲା । ଜୈନ କିମ୍ବଦନ୍ତୀ ଅନୁସାରେ ଉଲ୍ଲିଖିତ ଯେ ଚନ୍ଦ୍ରଗୁପ୍ତଙ୍କ ପରାମର୍ଶଦାତା ଚାଣକ୍ୟ ଚନ୍ଦ୍ରଗୁପ୍ତଙ୍କୁ ଶତ୍ରୁମାନଙ୍କ ସମ୍ଭାବିତ ଗାଦିକୁ ଗ୍ରହଣ କରିବା ଚେଷ୍ଟାଠାରୁ ବଞ୍ଚାଇରଖିବା ଓ ପ୍ରତିରକ୍ଷା ବୃଦ୍ଧି ନିମିତ୍ତ ତାଙ୍କୁ ପ୍ରତିଦିନ ଅଳ୍ପ ଅଳ୍ପ ବିଷପାନ କରାଉଥିଲେ । ଏହି ବିଷ ବିଷୟରେ ଅଜଣା ଚନ୍ଦ୍ରଗୁପ୍ତ ଥରେ ନିଜ ସ୍ତ୍ରୀ ଦୁର୍ଧରା ଙ୍କୁ, ଯିଏ କି ନଅ ମାସ ଗର୍ଭରେ ଥିଲେ, ସେହି ବିଷଯୁକ୍ତଖାଦ୍ୟ ଖାଇବାକୁ ଦେଇଥିଲେ ଯଦ୍ୱାରା କିଛି ସମୟମଧ୍ୟରେ ଦୁର୍ଧରାଙ୍କ ମୃତ୍ୟୁ ଘଟିଥିଲା । ସେତିକିବେଳେ ଠିକ୍ ଚାଣକ୍ୟ ସେଠାରେ ପହଞ୍ଚିଥିଲେ ଓ ଗର୍ଭମଧ୍ୟରେ ଥିବା ଶିଶୁକୁ ବଞ୍ଚାଇବା ପାଇଁ ଦୁର୍ଧରାଙ୍କ ପେଟକୁ କାଟି ଶିଶୁକୁ ବାହାର କରାଯାଇଥିଲା । ସେହି ସମୟମଧ୍ୟରେ ବିଷର କିଛି ଅଂଶ ଶିଶୁ ଦେହରେ ମାଡ଼ି ଯାଇଥିଲା ଓ ତଦ୍ୱାରା ଶିଶୁର ମଥାରେ ଗୋଟିଏ ବିନ୍ଦୁ ହୋଇଯାଇଥିଲା । ତେଣୁ ସେ ଶିଶୁର ନାମ ବିନ୍ଦୁସାର ରଖାଗଲା । ବିନ୍ଦୁସାର ମାତ୍ର ୨୨ ବର୍ଷ ବୟସରେ ପିତାଙ୍କର ବହୁତ ବଡ଼ ସାମ୍ରାଜ୍ୟ ବର୍ତ୍ତମାନର ଉତ୍ତର, ମଧ୍ୟ ଓ ପୂର୍ବ ଭାରତ ତଥା ଆଫଗାନିସ୍ଥାନ ଏବଂ ବାଲୁଚିସ୍ଥାନର ମାଲିକ ହୋଇଯାଇଥିଲେ । ବିନ୍ଦୁସାର ଏହାକୁ ଦକ୍ଷିଣ ଭାରତର ଆଧୁନିକ ରାଜ୍ୟ କର୍ଣ୍ଣାଟକ ଯାଏଁ ବିସ୍ତାର କରିଥିଲେ । ବିନ୍ଦୁସାରଙ୍କ ରାଜୁତି ବେଳେ ୧୬ଟି ରାଜ୍ୟ ଏବଂ ପ୍ରାୟ ପୁରା ଭାରତ ମୌର୍ଯ୍ୟ ବଂଶ ଅଧିନସ୍ଥ କରିଦେଇଥିଲେ । ଓଡ଼ିଶା ଓ ତାମିଲ ରାଜ୍ୟକୁ ଛାଡ଼ି ସାରା ଭାରତ ନିଜ ଅଧିନସ୍ଥ କରିଥିଲେ । ପରେ ତାଙ୍କ ପୁତ୍ର ଅଶୋକ କଳିଙ୍ଗ ବିଜୟ ହାସିଲ କରିଥିଲେ । ବିନ୍ଦୁସାରଙ୍କ ଗୁରୁ ପିଙ୍ଗଳଭତ୍ସ୍ୟ ଅଜିବୀକା ସଂପ୍ରଦାୟର ଜଣେ ବ୍ରାହ୍ମଣ ଓ ମକ୍କାଲି ଗୋସାଳା ଅଜିବୀକାଙ୍କ ଅନୁଚର ଥିଲେ । ତାଙ୍କ ଗୋଟିଏ ସ୍ତ୍ରୀ ଶୁଭଦ୍ରାଙ୍ଗୀ ମଧ୍ୟ ବ୍ରାହ୍ମଣ ପରିବାର ଚମ୍ପାନଗରୀରୁ ଥିଲେ । ବିନ୍ଦୁସାରଙ୍କ ବ୍ରାହ୍ମଣ ମଠ, ମନ୍ଦିରରେ ଆର୍ଥିକ ସାହାଯ୍ୟ କରିବାର ମାନ୍ୟତା ମଧ୍ୟ ରହିଛି। ବିନ୍ଦୁସାର ଖ୍ରୀ.ପୂ. ୨୭୨ରେ ନିଜ ରାଜଗାଦୀ ଅଶୋକଙ୍କୁ ଦେଇ ତପସ୍ୟା କରିବାକୁ ଚାଲିଯାଇଥିଲେ । |
ସାରଦା ପ୍ରସାଦ ମିଶ୍ର, (୧ ଫେବୃଆରୀ ୧୯୬୨ - ୧୭ ଅପ୍ରେଲ ୨୦୧୬ ) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଥିଲେ । ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖୁଥିଲେ । ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନି ଚାଳନା କରୁଥିଲେ ମଧ୍ୟ କ୍ଷୁଦ୍ରଗଳ୍ପ ତାଙ୍କୁ ବିଶେଷ ପରିଚିତି ଆଣି ଦେଇଥିଲା । ସେ ରାଜ୍ୟପାଳଙ୍କ ଜନ ସମ୍ପର୍କ ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ । ସାରଦା ପ୍ରସାଦ, ୧୯୬୨ ମସିହା ଫେବୃଆରୀ ୧ତାରିଖରେ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ନିକଟସ୍ଥ ସରଡ଼ାପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ପ୍ରବୋଧ କୁମାର ମିଶ୍ର ଜଣେ ସଂସ୍କୃତ ବିଦ୍ୱାନ, କବି ତଥା ସାମ୍ବାଦିକ ଥିଲେ । ମାତାଙ୍କ ନାମ ଶକୁନ୍ତଳା ମିଶ୍ର । ସେ ଥିଲେ ଘରର ବଡ଼ ପୁଅ । ପିଲାଦିନରୁ ସେ ଥିଲେ ସାହିତ୍ୟାନୁରାଗୀ । ରେଭେନ୍ସା ମହାବିଦ୍ୟାଳୟରୁ ସାରଦା ମନସ୍ତତ୍ତ୍ୱରେ ସ୍ନାତକ ଉପାଧି ହାସଲ କରିଛନ୍ତି । ସାହିତ୍ୟ ସର୍ଜନା ୧୯୮୨ ମସିହାରେ "ଇସ୍ତାହାର" ପତ୍ରିକାରେ ସାରଦାଙ୍କର ପ୍ରଥମ ଗଳ୍ପ ପ୍ରକାଶ ପାଇଥିଲା । ସେବେଠାରୁ, ଆଜି ପର୍ଯ୍ୟନ୍ତ ସେ ୮୦ରୁ ଉର୍ଦ୍ଧ ଗଳ୍ପ, ୮ଟିରୁ ଅଧିକ ଉପନ୍ୟାସ, ୨୦ରୁ ଅଧିକ ଅନୁବାଦ ଗଳ୍ପ, ୧୫ଟି ଦୀର୍ଘ ଫିଚର, ୫୦ରୁ ଅଧିକ କବିତା ଓ ବିଭିନ୍ନ ପତ୍ରପତ୍ରିକା ପାଇଁ ପ୍ରବନ୍ଧ ଲେଖିଯାଇଛନ୍ତି । ତାଙ୍କ ପ୍ରଥମ ଗଳ୍ପ ପୁସ୍ତକ "ଅପହଞ୍ଚ ଇଲାକାର ଅଧୀଶ୍ୱର" ୧୯୯୨ମସିହାରେ ପ୍ରକାଶିତ ହୋଇଥିଲା । ଉପନ୍ୟାସ ଉତ୍ତାନପାଦ ଜୁଲି ଜୀବାଶ୍ମ ଗଳ୍ପ ଅପହଞ୍ଚ ଇଲାକାର ଅଧୀଶ୍ୱର - ୧୯୯୨ ରାତିର ଅଜବ ଦୃଶ୍ୟ ଆହୁରି ଉପରକୁ ହାତ କବିତା କଥା ଗୋଲାପି ସ୍ମୃତିର କବିତା ଅନ୍ୟାନ୍ୟ ସମ୍ମାନ ଓ ପୁରସ୍କାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୧ (ରାତିର ଅଜବ ଦୃଶ୍ୟ ପାଇଁ) ନୀଳକଇଁ ସାହିତ୍ୟ ସମ୍ମାନ କାଦମ୍ବିନୀ ସମ୍ମାନ ଟାଇମପାସ ବୁକର ପୁରସ୍କାର ଶିବଶଙ୍କର ଗନ୍ତାୟତ ସ୍ମୃତି ସମ୍ମାନ ଡକ୍ଟର ଶିବରାମ ପାତ୍ର ସ୍ମୃତି ସମ୍ମାନ ଭାତୃସ୍ମୃତି ପୁରସ୍କାର ଯୁବ ପୁରସ୍କାର ସ୍ୱର୍ଗତ ଇଶ୍ୱର ଚନ୍ଦ୍ର ସାମଲ ସାରସ୍ୱର ପୁରସ୍କାର ଗୋକର୍ଣ୍ଣିକା ପୁରସ୍କାର କର୍କଟ ରୋଗରେ ଆକ୍ରାନ୍ତ ହୋଇ, ସାରଦା ପ୍ରସାଦ ୨୦୧୬ ଅପ୍ରେଲ ୧୮ତାରିଖରେ ମୃତ୍ୟୁବରଣ କରିଥିଲେ । |
ସୁଜାତା ପ୍ରିୟମ୍ବଦା ଜଣେ ଭାରତୀୟ ଓଡ଼ିଆ-ଭାଷୀ ନାଟ୍ୟ ନିର୍ଦ୍ଦେଶିକା ଓ ନାଟ୍ୟାଭିନେତ୍ରୀ । ସେ ଓଡ଼ିଶାର ହାତଗଣତି ନାଟ୍ୟ ନିର୍ଦ୍ଦେଶିକାଙ୍କ ଭିତରୁ ଅନ୍ୟତମ । ସେ ନାଟ୍ୟ ଚେତନା ନାମକ ନାଟକ ସଂଗଠନ ସହ ମିଶି ୨୫ ବର୍ଷ ଧରି ନାଟକ ନିର୍ଦ୍ଦେଶନା ଓ ନାଟକରେ ଅଭିନୟ ସମେତ ନାଟକ ପରିଚାଳନା କରିଆସିଛନ୍ତି । ତାଙ୍କ ଅଭିନୀତ ଉଲ୍ଲେଖନୀୟ ନାଟକ ଭିତରେ ସୀତା ଅସୀତା, ଫକୀରମୋହନ ସେନାପତିଙ୍କ ରଚିତ "ରେବତୀ" ଗଳ୍ପର ନାଟ୍ୟରୂପ ଆଦି ଅନ୍ୟତମ । ୨୦୦୪ ମସିହାରେ ତାଙ୍କର ସାମାଜିକ ନାଟକ ପ୍ରତି ଅବଦାନ ପାଇଁ ତାଙ୍କୁ ସାରଳା ସାହିତ୍ୟ ସଂସଦ ତରଫରୁ ମାନସିଂହ ସମ୍ମାନ ପ୍ରଦାନ କରାଯାଇଥିଲା । ତାଙ୍କ ନାଟକଗୁଡ଼ିକରେ ଆଧୁନିକ ଭାରତୀୟ ସମାଜ ଓ ବିଶେଷ କରି ଓଡ଼ିଶାରେ ନାରୀମାନଙ୍କ ଭୂମିକା ବର୍ଣ୍ଣିତ ଏବଂ ସେ ପ୍ରାୟ ୫୦ ନାଟକରେ ଏବଂ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ମଞ୍ଚରେ ଅଭିନୟ କରିଛନ୍ତି । ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ସୁଜାତା ପ୍ରିୟମ୍ବଦା ରାଉରକେଲାରେ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କ ମାଆଙ୍କ ନାମ ବିଜୟ ଲକ୍ଷ୍ମୀ ଚୌଧୁରୀ ଓ ବାପାଙ୍କ ନାମ ଶରତ ଚନ୍ଦ୍ର ଚୌଧୁରୀ । ସେ ସୁଶୀଳାବତୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ଅଧ୍ୟୟନ କରିଥିଲେ ଓ ସେଠାରେ ଛାତ୍ରୀ ସଂସଦର ସମ୍ପାଦିକା ହୋଇଥିଲେ । ପରେ ସେ ନାଟକ ଅଭିନୟରେ ସ୍ନାତକୋତ୍ତର ଲାଭକରିଥିଲେ । ବୃତ୍ତିଗତ ଜୀବନ ପ୍ରାରମ୍ଭିକ ନାଟ୍ୟାଭିନୟ ସେ ୨୦ ବର୍ଷ ବୟସରୁ ନାଟକରେ ଅଭିନୟ ଆରମ୍ଭ କରିଥିଲେ । ସେ ପିଲାଦିନେ ଦୂରଦର୍ଶନରେ ବିଭିନ୍ନ ନାଟକ ଓ ସିନେମା ଦେଖି କଳାକାରମାନଙ୍କ ଅଭିନୟ ପ୍ରତି ଆକୃଷ୍ଟ ହୋଇଥିଲେ । ପରେ ସ୍କୁଲରେ ପଢ଼ୁଥିବା ବେଳେ ଘରେ କଟକଣା ସତ୍ତ୍ୱେ ଗୀତ ଓ ନାଚ ଶିଖୁଥିଲେ । ରାଉରକେଲାରେ ମହୁମାଛି ନାମକ ନାଟକ ଅନୁଷ୍ଠାନ ତରଫରୁ ଏକ ଶିଶୁନାଟକ ପ୍ରତିଯୋଗିତାରେ ଅସଫଳ ଭାବେ ଭାଗ ନେଇଥିଲେ । ପରେ ସୁଶୀଳାବତୀ ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ମହିଷାମର୍ଦ୍ଦିନୀ ଗୀତିନାଟ୍ୟରେ ନାରଦ ଚରିତ୍ରରେ ଅଭିନୟ କରିଥିଲେ । ପ୍ରାରମ୍ଭିକ ଅଭିନୟ କାଳରେ ଓଡ଼ିଆ ସିନେ ଅଭିନେତ୍ରୀ ସୁଜାତା ଆନନ୍ଦ ଓ ଅନୀତା ଦାସଙ୍କ ଅଭିନୟ ତାଙ୍କୁ ବିଶେଷ ଭାବେ ପ୍ରଭାବିତ କରିଥିଲା । ରେଡିଓରେ ଘୋଷଣା ସେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଜଣେ ଅସ୍ଥାୟୀ ରେଡ଼ିଓ କଳାକାର ଭାବେ କାର୍ଯ୍ୟ କରିଥିଲେ । ଆକାଶବାଣୀ ରାଉରକେଲାରେ ଜଣେ ଘୋଷକ ଭାବେ କାର୍ଯ୍ୟ କରିଥିଲି । ସ୍ନାତକୋତ୍ତର ପରେ ସେ ଅଲ ଇଣ୍ଡିଆ ରେଡିଓ ଏବଂ ଏକ ସ୍ଥାନୀୟ କେବୁଲ ଟେଲିଭିଜନ ଚ୍ୟାନେଲ ପାଇଁ କାର୍ଯ୍ୟକ୍ରମ ଘୋଷିକା ଭାବେ କାର୍ଯ୍ୟ କରୁଥିଲେ ନାଟକ ତାଲିମ ସେ ୧୯୯୪ ମସିହାରେ ଢେଙ୍କାନାଳରେ ଏକ ନାଟକ କର୍ମଶାଳାରେ ଯୋଗ ଦେଇଥିଲେ । ପରେ ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା, କଲିକତାର ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆଦିରେ ନାଟ୍ୟଶିବିରରେ ଯୋଗଦେଇଥିଲେ । ସୁବୋଧ ପଟ୍ଟନାୟକଙ୍କ ସଂସ୍ଥାପିତ ନାଟ୍ୟ ଚେତନା ତରଫରୁ ଆୟୋଜିତ ମହିଳାଙ୍କ ଉଦ୍ଦେଶ୍ୟରେ ନାଟକ ଲିଖନ, ଅଭିନୟ, ନିର୍ଦ୍ଦେଶନା ଓ ପରିଚାଳନା ଆଦି ଉପରେ ତାଲିମ ଗ୍ରହଣ କରିଥିଲେ । ଏଥିରେ ମଞ୍ଚ ଅଭିନୟ ବ୍ୟତୀତ ସେ କଣ୍ଢେଇ ନାଚ, ନାଟକ ପାଇଁ ପୋଷ୍ଟର ଡିଜାଇନିଂ ଓ ନାଟକ ରଚନା ଆଦି ଶିଖିଥିଲେ । ନାଟକ ଅଭିନୟ ଓ ନିର୍ଦ୍ଦେଶନା ସେ ବିଧିବଦ୍ଧ ଭାବରେ ୧୯୯୨ରେ ରଙ୍ଗମଞ୍ଚ ଥିଏଟର ଗ୍ରୁପରେ ୨୦ ବର୍ଷ ବୟସରେ ମଞ୍ଚ ଅଭିନୟ ଆରମ୍ଭ କରିଥିଲେ । ଦୁଇ ବର୍ଷ ପରେ ୧୯୯୪ରେ ନାଟ୍ୟ ଚେତନାରେ ତାଲିମ ପାଇବା ପରେ ତାଙ୍କର ବୃତ୍ତିଗତ ଜୀବନ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଇଥିଲା । ନାଟ୍ୟ ଚେତନାର ପ୍ରତିଷ୍ଠାତା ସୁବୋଧ ପଟ୍ଟନାୟକ ତାଙ୍କର ଉତ୍ତର ଅଭିନୟ ଜୀବନର ଶିକ୍ଷକ । ସେ ପ୍ରାୟ ୫୦ଟି ନାଟକରେ, ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ମଞ୍ଚରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ନାଟକ ମଧ୍ୟରେ କଳାପାଣି, ୨୫ ଭୂତ, ମାୟାଜାଲ ଭଳି ଚେତନାଧର୍ମୀ ନାଟକ ଏବଂ କାଠ, ଗୀତ, ଭୂତ, ବାବୁ ଓ ରେବତୀ ଆଦି ଅନ୍ତରଙ୍ଗ ନାଟକ ଅନ୍ୟତମ । ତାଙ୍କର ଉଲ୍ଲେଖନୀୟ ଅଭିନୟ ଭିତରେ କରୋନା ସମୟରେ ଜଣେ ଦାଦନ ଫେରନ୍ତା ମହିଳା ଶ୍ରମିକ ତାଙ୍କର ୧୭ଦିନର ଶିଶୁକୁ କାନ୍ଧରେ ବାନ୍ଧି ଶହ ଶହ କିଲୋମିଟର ଦୂରରୁ ଗାଁକୁ ଫେରିବା କାହାଣୀ ବର୍ଣ୍ଣିତ ମୁଁ ତୋ ମା, ସମେତ ସୀତା ଅସୀତା ଓ ରେବତୀ ଆଦି ନାଟକ ଉଲ୍ଲେଖନୀୟ । ସେ ଫକୀର ମୋହନ ସେନାପତିଙ୍କ ରଚିତ ଓ ପ୍ରଥମ ଓଡ଼ିଆ ଯୁଦ୍ରଗଳ୍ପ "ରେବତୀ" ର ନାଟ୍ୟରୂପ ଦେଇ ତାହାର ନିର୍ଦ୍ଦେଶନା ଦେଇଥିଲେ ଓ ସେଥିରେ ଅଭିନୟ ମଧ୍ୟ କରିଥିଲେ । ଦୂରଦର୍ଶନର ଫକୀର ମୋହନ ସେନାପତିଙ୍କ ୧୫୦ତମ ଜନ୍ମ ଉତ୍ସବ ଉପଲକ୍ଷେ ହେଉଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ନାଟକ ପ୍ରଦର୍ଶନ କରାଯାଇଥିଲା । ୨୦୨୩ ବେଳକୁ ନାଟ୍ୟ ଚେତନା ସହ ୨୫ ବର୍ଷ ଧରି ସେ ଜଡ଼ିତ ଥାଇ ନାଟକରେ ଅଭିନୟ ସହ ନିର୍ଦ୍ଦେଶନା ଓ ପରିଚାଳନା କରିଆସିଛନ୍ତି । ନାଟକ ଓ ଭାରତ ତଥା ବିଶ୍ୱ ଭ୍ରମଣ ଓଡ଼ିଶା ଭିତରେ ପୁରୀ, କଟକ, ଖୋର୍ଦ୍ଧା, ଗଞ୍ଜାମ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ସୁନ୍ଦରଗଡ଼, ନୟାଗଡ଼, କଳାହାଣ୍ଡି, ଫୁଲବାଣୀ ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜିତ ନାଟ୍ୟ ମଞ୍ଚରେ ତଥା ଦିଲ୍ଲୀ, ଆସାମ, ମେଘାଳୟ, ତ୍ରିପୁରା ସମେତ ଭାରତର ବିଭିନ୍ନ ସ୍ଥାନରେ ଏବଂ ନେପାଳ, ଇଂଲଣ୍ଡ, ନେଦରଲ୍ୟାଣ୍ଡ, ଫ୍ରାନ୍ସ, ଇଟାଲୀ, ବାଂଲାଦେଶ ଭଳି ବିଦେଶରେ ଓଡ଼ିଆ ନାଟକରେ ଅଭିନୟ କରିଛନ୍ତି । ସେ ଫରାସୀ ନାଟ୍ୟନିର୍ଦ୍ଦେଶକ ପାର୍ଟିକ ନାଭାଟି ଓ ଭାରତୀୟ ବି.ଭି. କରାନ୍ଥଙ୍କ ସହ ମିଶି ନାଟକରେ ଅଭିନୟ ଓ ନିର୍ଦ୍ଦେଶନା ଦେଇଛନ୍ତି । ନାଟ୍ୟ ଚେତନା ସହ ସେ ଫ୍ରାନ୍ସ, ବେଲଜିୟମ, ନେଦରଲ୍ୟାଣ୍ଡ ଏବଂ ଇଟାଲୀରେ ଅନ୍ତର୍ଜାତୀୟ ଥିଏଟରରେ ଅଭିନୟ କରିଛନ୍ତି । ତାଙ୍କର ବିଶ୍ୱ ନାଟକ ଭ୍ରମଣ ଭିତରୁ ହଂକଂରେ ଡ୍ରାମା ୱାର୍ଲ୍ଡ କଂଗ୍ରେସ, ଇଣ୍ଡୋଫ୍ରେଞ୍ଚ୍- ଥିଏଟର ଡୁ-ଫିଲ , ବେଲଜିୟମର ଥିଏଟର ଡୁ କମ୍ୟୁନିଟି ଏବଂ ଯୁକ୍ତରାଜ୍ୟର ବେଲଫାଷ୍ଟ ଅନ୍ତର୍ଜାତୀୟ ମହୋତ୍ସବ ଓ କାର୍ଯ୍ୟକ୍ରମ ଆଦି ଅନ୍ୟତମ । କୃତି ତାଙ୍କ ଅଭିନୀତ ଓ ନିର୍ଦ୍ଦେଶିତ ନାଟକଗୁଡ଼ିକ ମଧ୍ୟରେ ସୀତା ଅସୀତା ଏବଂ ରେବତୀ, ଭୂତ, ଫୁଲ, ନିଆଁ ଆଦି ଅନ୍ତରଙ୍ଗ ନାଟକ ତଥା କଳାପାଣି, ୨୫ ଭୂତ ଆଦି ଚେତନାଧର୍ମୀ ନାଟକ ଅନ୍ୟତମ । ଚେତନାଧର୍ମୀ ନାଟକ କଳାପାଣି ୨୫ ଭୂତ ମାୟାଜାଲ ଧଳାସୁନା ମାଠିଏ ପାଣି ଜଙ୍ଗଲ ଯନ୍ତା ଅନ୍ତରଙ୍ଗ ନାଟକ କାଠ ଗୀତ ଭୂତ ଫୁଲ ନିଆଁ ବାବୁ ରେବତୀ ଫକୀରମୋହନ ସେନାପତିଙ୍କ ରଚିତ "ରେବତୀ" ଗଳ୍ପର ନାଟ୍ୟରୂପ ସମ୍ମାନ ଓ ପୁରସ୍କାର ୨୦୦୪ ମସିହାରେ ତାଙ୍କର ନାଟକ ପ୍ରତି ସାମଗ୍ରୀକ ଅବଦାନ ପାଇଁ ସେ ସାରଳା ସାହିତ୍ୟ ସଂସଦ ତରଫରୁ ମାନସିଂହ ସମ୍ମାନ ପାଇଥିଲେ । |
ଶୁଭଶ୍ରୀ ଲେଙ୍କା ଜଣେ ଭାରତୀୟ ଓଡ଼ିଆ-ଭାଷୀ ଅଧ୍ୟାପକ, ଲେଖକ, ଚିତ୍ରଶିଳ୍ପୀ, ସମାଜସେବୀ ଓ ସମ୍ପାଦକ । ତାଙ୍କର ଜନପ୍ରିୟ ରଚନା ମଧ୍ୟରେ ୨୦୧୩ ମସିହାରେ ପ୍ରକାଶିତ ଚିତ୍ରରାତି (୨୦୧୩), ସେଇ ଶବ୍ଦମାନେ (୨୦୧୮), ଆକାଶରେ ଆଜି ଜହ୍ନ ନାହିଁ (୨୦୧୦) ଏବଂ ଓ (୨୦୦୭), ଆସ (୨୦୦୫) ଆଦି ଅନ୍ୟତମ । ସେ ବାଲେଶ୍ୱରରେ ଜନ୍ମିତ ଓ ସେଠାରେ ଓଡ଼ିଶା ସରକାରର ମହିଳା ଓ ଶିଶୁ ବିକାଶ ବିଭାଗର ନାବାଳକ ନ୍ୟାୟ ବୋର୍ଡ଼ର ସଦସ୍ୟ ଥିଲେ । ୨୦୦୯ରୁ ସେ ସମ୍ବାଦର ସାହିତ୍ୟ ସଂଗଠନ "ସାହିତ୍ୟ ଘର" ର ରାଜ୍ୟ ସଂଯୋଜକ ଥିଲେ । ୨୦୨୧ ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ରାଜ୍ୟ କାର୍ଯ୍ୟକାରିଣୀକୁ ମନୋନୀତ ହୋଇଥିଲେ । ସେ ଫକୀରମୋହନ ସାହିତ୍ୟ ପରିଷଦର ପ୍ରଥମ ନାରୀ ସଂପାଦିକା ଥିଲେ । ସେ ଏଫଏମ ରେଡ଼ିଓ ଚ୍ୟାନେଲରେ ଓଡ଼ିଆ ସାହିତ୍ୟ ସମ୍ପର୍କିତ କାର୍ଯ୍ୟକ୍ରମର ଆଲେଖ୍ୟ, ପ୍ରସ୍ତୁତି ଓ ଉପସ୍ଥାପନା କରିଛନ୍ତି । ସେ ସମ୍ପାଦନା କରିଥିବା ପ୍ରକାଶନଗୁଡ଼ିକ ମଧ୍ୟରୁ ଦି ଫକୀର, ସାହିତ୍ୟ ବାହିକା, ସୁବର୍ଣ୍ଣଭୂମି, କୋଶମ୍ବିକା, ଇନ୍ଦ୍ରଧନୁ ପୃଷ୍ଠା (ସମ୍ବାଦ ସାହିତ୍ୟଘର) ଆଦି ଅନ୍ୟତମ । ସେ ୨୦୧୮ ମସିହାରେ ବସନ୍ତ ମୁଦୁଲି କବିତା ପୁରସ୍କାର, ୨୦୧୯ ମସିହାରେ ସେ କଟକ ଲିଟେରାରୀ ଫେଷ୍ଟିଭାଲ ସମ୍ମାନ, ୨୦୨୧ରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳଙ୍କଠାରୁ କଟକ ସାଇ ଏଜୁକେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟର ସାଇ ଗ୍ୟାଲେଣ୍ଟାରି ଏକ୍ସିଲେ୍ସି ସମ୍ମାନ, ଝାଡ଼ଖଣ୍ଡ ଖଣ୍ଡାମୌଦା ସାହିତ୍ୟଘର ତରଫରୁ ସରୋଜିନୀ ଦେବୀ କବିତା ସମ୍ମାନ, ଓ୍ୱାର୍ଲଡ଼୍ ପୋଏଟ୍ରି କଂଗ୍ରେସ ସମ୍ମାନରେ ଲାଭକରିଥିଲେ । ବୃତ୍ତିଗତ ଜୀବନ ଶୁଭଶ୍ରୀ ଲେଙ୍କା ଫକୀରମୋହନ ସାହିତ୍ୟ ପରିଷଦର ପ୍ରଥମ ନାରୀ ସଂପାଦିକା ଥିଲେ ଏବଂ ଓଡ଼ିଶା ଲେଖିକା ସାମୁଖ୍ୟ ଓ ଉତ୍କଳ ସାହିତ୍ୟ ସମାଜ ଆଦି ଭାଷା ସାହିତ୍ୟ ଅନୁଷ୍ଠାନ ସହିତ ଜଡ଼ିତ । ସେ ୨୦୦୧ରେ ସମ୍ବାଦ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଭାବରେ ଯୋଗଦେଇଥିଲେ । |
ରାନୁ ମିଶ୍ର ଜଣେ ଭାରତୀୟ ଜନସେବା ଅଧିକାରୀ ଓ ସେ ଓଡ଼ିଶାର ପ୍ରଥମ ମହିଳା କମିଶନର ଥିଲେ । ସେ ଓଡ଼ିଶାର ରାଜ୍ୟ ମହିଳା ଆୟୋଗରେ ୧୯୯୩ ଜାନୁଆରୀ ୧୪ରୁ ୧୯୯୬ ନଭେମ୍ବର ୨୨ ପର୍ଯ୍ୟନ୍ତ ଅଧ୍ୟକ୍ଷ୍ୟ ଥିଲେ । |
ଗୋପୀନାଥ ଗଜପତି (୬ ମାର୍ଚ୍ଚ ୧୯୪୩ - ୧୦ ଜାନୁଆରୀ ୨୦୨୦) ; ଜନ୍ମନାମ: ଗୋପୀନାଥ ଗଜପତି ନାରାୟଣ ଦେଓ ପାରଳାଖେମୁଣ୍ଡିର ରାଜା ଏବଂ ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ମୃତ୍ୟୁପରେ ବାଙ୍ଗାଲୋରରୁ ଆସିଥିଲେ ଏବଂ ପାରଳା ରାଜସିଂହାସନରେ ଅଭିଷିକ୍ତ ହୋଇଥିଲେ । ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧ ଭାବରେ ସେ ବ୍ରହ୍ମପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଏବଂ ୧୦ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ଏବଂ ପୁଣି ୨୦୦୯ରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । |
୧୩୪୭ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
କେନ୍ଦ୍ରୀୟ ରେଟିନା ଧମନୀ ଅବରୋଧ କୁହାଯାଏ ଯେତେବେଳ ଆଖିର କେନ୍ଦ୍ରୀୟ ରେଟିନା ଧମନୀର ହଠାତ୍ ଅବରୋଧ ହୋଇଯାଏ । ଗୋଟିଏ ଆଖି ଦୃଷ୍ଟିହାନୀ ହୋଇଯାଏ । ଏହା ହଠାତ୍ ଆରମ୍ଭ ହୁଏ । ରୋଗ ଜଟିଳ ହେଲେ ଗ୍ଲୁକୋମା ଏବଂ ଭିଟ୍ରିଅସ ରକ୍ତସ୍ରାବ ହୋଇପାରେ । କାରଣଗୁଡ଼ିକରେ ଆଥେରୋସ୍କ୍ଲେରୋସିସ୍, କୋଲାଜେନ୍-ଭାସ୍କୁଲାର୍ ରୋଗ, ପ୍ରଦାହଜନକ ରୋଗ ଏବଂ ହାଇପରକୋଏଗୁଲେବଲ୍ ଅବସ୍ଥା ଯୋଗୁ ହୋଇପାରେ । ଏହା ସାଧାର ଏମ୍ବୋଲାଇଜିମ୍ କାରଣରୁ ଘଟିଥାଏ, ସମ୍ଭବତ କାରୋଟିଡ୍ ଧମନୀ କିମ୍ବା ହୃତ୍ପିଣ୍ଡ ଭଲଭରୁ ହୋଇଥାଏ । ଅନ୍ୟାନ୍ୟ କାରଣ ମଧ୍ୟରେ ଲୁପସ୍ କିମ୍ବା ଟେମ୍ପୋରାଲ ଧମନୀ ପ୍ରଦାହ ଯୋଗୁ ହୋଇପାରେ । ଉଚ୍ଚ ରକ୍ତଚାପ, ଧୂମପାନ ଏବଂ ମଧୁମେହ ମଧ୍ୟ ବିପଦ କାରଣ ହୋଇପାରେ । ଫଣ୍ଡୋସ୍କୋପି ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ। ଚିକିତ୍ସା ବିବାଦୀୟ ଅଟେ । ଜମାଟ ବାନ୍ଧିବାକୁ ଚେଷ୍ଟା କରିବା ପାଇଁ ଇଣ୍ଟ୍ରୋଅକୁକୁଲାର ଚାପ ହ୍ରାସ କରି ରକ୍ତ ଜମାଟ ବାହାର କରିବାକୁ ଚେଷ୍ଟା କରାଯାଏ । ଟାଇମୋଲୋଲ୍ ଆଖି ବୁନ୍ଦା କିମ୍ବା ଆସେଟାଜୋଲାମାଇଡ୍ ବ୍ୟବହାର କରି ଏହା କରାଯାଇପାରେ । କେତେକ ଆଖିର ମାଲିସ୍ କରିବାକୁ ଚେଷ୍ଟା କରିଛନ୍ତି ଏବଂ ଥ୍ରୋମ୍ବୋଲାଇସିସ୍ ଅଧ୍ୟୟନ ମଧ୍ୟ କରାଯାଉଛି । ପ୍ରଭାବିତ ଆଖିରେ କିଛି ମାତ୍ରାରେ ସ୍ଥାୟୀ ଦୃଷ୍ଟି ଶକ୍ତି ହ୍ରାସ ହୁଏ। ବର୍ଷକୁ ପ୍ରାୟ ୫୦,୦୦୦ ଲୋକଙ୍କ ମଧ୍ୟରୁ ଜଣକାର ଏହି ରୋଗ ହୁଏ । ଏହା ସାଧାରଣତ ବୟସ୍କ ବ୍ୟକ୍ତିଙ୍କଠାରେ ଦେଖାଯାଏ; ୯୦%ରୁ ଅଧିକ ୪୦ ବର୍ଷରୁ ଅଧିକ ବୟସର ଲୋକଙ୍କଠାରେ ଘଟିଥାଏ। ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି। |
ରାଧାଗୋବିନ୍ଦ ସାହୁ (ଜନ୍ମ: ୫ ମଇ ୧୯୨୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୧୯୮୦ ଓ ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ ଓ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ରାଧାଗୋବିନ୍ଦ ୧୯୨୮ ମସିହାର ମଇ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନଟବର ସାହୁ ଓ ପତ୍ନୀଙ୍କ ନାମ ଶଶିରେଖା ସାହୁ । ରାଜନୈତିକ ଜୀବନ ରାଧାଗୋବିନ୍ଦ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । |
ସୁନ୍ଦରଗଡ଼ ଏକ ଭାରତୀୟ ପୌରପାଳିକା । ଏହା ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ୨୦୧୧ ଭାରତୀୟ ଜନଗଣନା ଅନୁସାରେ ସୁନ୍ଦରଗଡ଼ ସହରର ଜନସଂଖ୍ୟା ୪୫,୦୩୬ । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସୁନ୍ଦରଗଡ଼ ସହରର ମୋଟ ଜନସଂଖ୍ୟା ୨୯୪୩୪ । ସେଥି ମଧ୍ୟରୁ ୫୦.୬୮% ଜଣ ପରୁଷ ହୋଇଥିବା ବେଳେ ୪୯.୩୨% ଜଣ ନାରୀ ଅଟନ୍ତି । ସୁନ୍ଦରଗଡ଼ର ସାକ୍ଷରତା ହାର ୬୨.୮୮% । ଏହା ଜାତୀୟ ହାରଠାରୁ ୧.୯୬% ପ୍ରତିଶତ ଅଧିକ । ସେଥିରୁ ୩୫.୯୯% ପ୍ରତିଶତ ପୁରୁଷ ଓ ୨୬.୮୯% ନାରୀ ଅଟନ୍ତି । ୧୩.୧୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ଓଡ଼ିଆ ସୁନ୍ଦରଗଡ଼ର ସରକାରୀ ଭାଷା । |
ଚନ୍ଦ୍ରଯାନ-୩ ସଂସ୍କୃତ: -3 ହେଉଛି ଭାରତୀୟ ମହାକାଶ ଗବେଷଣା ସଂଗଠନ, ଇସ୍ରୋଦ୍ୱାରା ତୃତୀୟ ଚନ୍ଦ୍ର ଅନୁସନ୍ଧାନ ଅଭିଯାନ । ଏଥିରେ ଚନ୍ଦ୍ରଯାନ-୨ ଭଳି ଲ୍ୟାଣ୍ଡର ଓ ରୋଭର ରହିଥିଲେ ହେଁ ଏଥିରେ ପରିକ୍ରମଣକାରୀ (ଅର୍ବିଟର) ନାହିଁ । ଏହାର ପ୍ରୋପଲ୍ସନ୍ ମଡ୍ୟୁଲ୍ ଏକ ଯୋଗାଯୋଗ ରିଲେ ସାଟେଲାଇଟ୍ ଭଳି ଆଚରଣ କରେ । ମହାକାଶଯାନ ୧୦୦ କିଲୋମିଟର ଚନ୍ଦ୍ର କକ୍ଷପଥରେ ରହିବା ପର୍ଯ୍ୟନ୍ତ ପ୍ରୋପଲସନ ମଡ୍ୟୁଲ ଲ୍ୟାଣ୍ଡର ଏବଂ ରୋଭର ବହନ କରିଥାଏ । ଚନ୍ଦ୍ରଯାନ-୨ ପରେ ସଫ୍ଟ ଲ୍ୟାଣ୍ଡିଂ ଗାଇଡେନ୍ସ ସଫ୍ଟୱେୟାରରେ ଶେଷ ମୁହୂର୍ତ୍ତରେ ସଫ୍ଟ ଲ୍ୟାଣ୍ଡିଂ ଗାଇଡେନ୍ସ ସଫ୍ଟୱେୟାରରେ ତ୍ରୁଟି ଯୋଗୁଁ ସଫଳ କକ୍ଷପଥ ପ୍ରବେଶ ପରେ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ ପ୍ରୟାସ ବିଫଳ ହେବା ପରେ ଆଉ ଏକ ଚନ୍ଦ୍ର ଅଭିଯାନ ପ୍ରସ୍ତାବ ଦିଆଯାଇଥିଲା। ଏହି ଅଭିଯାନକ୍ରମେ ୨୦୨୪ ମସିହାରେ ଜହ୍ନର ଦକ୍ଷିଣ ମେରୁରେ ରୋଭର (ଚନ୍ଦ୍ର ଉପରେ ବୁଲାବୁଲି କରି ତାହାର ମାଟିର ନମୁନା ସଂଗ୍ରହ କରିବା) ଏବଂ ଏକ ଲ୍ୟାଣ୍ଡର (ଚନ୍ଦ୍ର ଉପରେ ଓଲ୍ହାଇବା) ପଠାଯାଇ ନିରୀକ୍ଷଣ କରାଯିବ । ଏହି ଅଭିଯାନଟି ନୂତନ ଭୂମି ଅନୁଧ୍ୟାନ ସହିତ ଜଡ଼ିତ କଳାକୌଶଳ ଯଥା ଯାନ ପରିବହନ ଏବଂ କିଛି ଶହ କିଲୋଗ୍ରାମ ଓଜନର ଆସବାବପତ୍ର ସହିତ ମେରୁ ସ୍ଥାନରେ କିପରି ଦୀର୍ଘସ୍ଥାୟୀ ରାତ୍ରଯାପନ ହୋଇପାରିବ ତାହା ଉପରେ ଅଧିକ ଅନୁଧ୍ୟାନ କରିବ । ସମ୍ଭାବିତ ପାଣିର ଖୋଜା, ନମୁନା ସଂଗ୍ରହ ଏବଂ ତଦନ୍ତ ମୁଖ୍ୟତଃ ଏହି ଅଭିଯାନର ଲକ୍ଷ୍ୟ ହୋଇପାରେ । ଅନ୍ୟାନ୍ୟ ଅନ୍ତରୀକ୍ଷ ସଂସ୍ଥାଗୁଡ଼ିକରୁ ପେଲୋଡ ବା ଆସବାବପତ୍ର ନେବାକୁ ପ୍ରସ୍ତାବ ଦିଆଯିବ । ୧୪ ଜୁଲାଇ ୨୦୨୩ ତାରିଖରେ ଚନ୍ଦ୍ରଯାନ-୩କୁ ସଫଳତାର ସହିତ ଏଲଭିଏମ୩ ଏମ୪ ରକେଟଦ୍ୱାରା କକ୍ଷପଥରେ ସ୍ଥାପନ କରାଯାଇଥିଲା । ଲ୍ୟାଣ୍ଡର ଓ ରୋଭର ୨୩ ଅଗଷ୍ଟ ୨୦୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳ ନିକଟରେ ଅବତରଣ କରିଥିଲେ। ୨୩ ଅଗଷ୍ଟ ୨୦୨୩, ଭାରତୀୟ ସମୟ ଅନୁଯାୟୀ ଅପରାହ୍ନ ପ୍ରାୟ ୫ଟା ୪୫ ମିନିଟରେ ଏହି ଅବତରଣ ଘଟିଥିଲା ଏବଂ ସେହି ଦିନ ସନ୍ଧ୍ୟା ପ୍ରାୟ ୬.୦୨ ମିନିଟରେ ଚନ୍ଦ୍ରପୃଷ୍ଠକୁ ସ୍ପର୍ଶ କରିଥିଲା, ଯାହା ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ସଫଳତାର ସହ ମହାକାଶଯାନ ଅବତରଣ କରିବାରେ ପ୍ରଥମ ଦେଶ ଏବଂ ଚନ୍ଦ୍ରରେ ଧୀର ଅବତରଣ କରିଥିବା ଚତୁର୍ଥ ଦେଶ ଥିଲା। ଲକ୍ଷ୍ୟ ଚନ୍ଦ୍ରଯାନ-୩ ମିଶନର ଉଦ୍ଦେଶ୍ୟ ଗୁଡ଼ିକ ହେଲା: ଚନ୍ଦ୍ର ପୃଷ୍ଠରେ ସୁରକ୍ଷିତ ଏବଂ ଧୀର ଅବତରଣ ପ୍ରଦର୍ଶନ କରିବା ଚନ୍ଦ୍ରରେ ରୋଭର ଚଲାଇବାର ପ୍ରଦର୍ଶନ କରିବା ଏବଂ ନିୟନ୍ତ୍ରିତ ବ୍ୟବସ୍ଥାରେ ବୈଜ୍ଞାନିକ ପରୀକ୍ଷଣ କରିବା । ମିଶନ ଫଳାଫଳ ନିୟନ୍ତ୍ରିତ ବ୍ୟବସ୍ଥାରେ ବୈଜ୍ଞାନିକ ପରୀକ୍ଷଣ ନିୟନ୍ତ୍ରିତ ବ୍ୟବସ୍ଥାରେ ବୈଜ୍ଞାନିକ ପରୀକ୍ଷଣରୁ ଚନ୍ଦ୍ରପୃଷ୍ଠରେ ନିମ୍ନୋକ୍ତ ରାସାୟନିକ ଥିବା ଜଣାପଡ଼ିଥିଲା: ଆଲୁମିନିୟମ , ସଲଫର , କ୍ୟାଲସିୟମ , ଲୁହା , କ୍ରୋମିୟମ , ଏବଂ ଟିଟାନିୟମ । ଆହୁରି ମାପରୁ ମାଙ୍ଗାନିଜ , ସିଲିକନ ଏବଂ ଅମ୍ଳଜାନ ର ଉପସ୍ଥିତି ଜଣାପଡ଼ିଥିଲା । ଚନ୍ଦ୍ରର ତାପମାତ୍ରା ମାପିବା ଏଠାରେ ବିକ୍ରମ ଲ୍ୟାଣ୍ଡରରେ ଥିବା ' ଚନ୍ଦ୍ର ପୃଷ୍ଠର ତାପମାତ୍ରା ଆଚରଣ ବୁଝିବା ପାଇଁ ମେରୁ ଚାରିପଟେ ଚନ୍ଦ୍ରର ଶୀର୍ଷ ମାଟିର ତାପମାତ୍ରା ପ୍ରୋଫାଇଲ୍ ମାପିଥିଲା । ଭୂପୃଷ୍ଠ ତଳେ ୧୦ ସେଣ୍ଟିମିଟର ଗଭୀରତାରେ ପହଞ୍ଚିବାର ସହିତ ତାପମାତ୍ରା ମାପ କରିଥିଲା । ଚନ୍ଦ୍ରର ଦିନ ସମୟରେ ଭୁପୃଷ୍ଠରେ ପାଖାପାଖି ୫୦ ଡିଗ୍ରୀ ସେଣ୍ଟିଗ୍ରେଡ଼ ଥିବାବେଳେ ଭୁପୃଷ୍ଠର ୮ ସେଣ୍ଟିମିଟର ତଳେ ତାପମାତ୍ରା -୧୦ ଡିଗ୍ରୀ ସେଣ୍ଟିଗ୍ରେଡ଼ ରହିଥିଲା । ଓଡ଼ିଶାର ଅବଦାନ ଭୁବନେଶ୍ୱରରେସ୍ଥିତ ସିଟିଟିସି ଚନ୍ଦ୍ରଯାନ-୩ ପାଇଁ ୧୭,୦୦୦ରୁ ଉର୍ଦ୍ଧ ଉପକରଣ ପ୍ରଦାନ କରିଥିଲା, ଯାହାର ମୂଲ୍ୟ ପାଖାପାଖି ୧୦ କୋଟି ଭାରତୀୟ ମୁଦ୍ରା ଥିଲା । |
କଙ୍ଗୋ ପଶ୍ଚିମ ଆଫ୍ରିକାରେ ଥିବା ଏକ ଦେଶ। |
ପୁର୍ନିଆ ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ ଅଟେ । ଏହା ବିହାରର ପୁର୍ନିଅ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ପୁର୍ନିଆ ୨୫.୭୭୯୦ ଉତ୍ତର ଅକ୍ଷାଂଶ ଓ ୮୭.୪୭୪୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୧୧ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପୁର୍ନିଆ ସହରର ମୋଟ ଜନସଂଖ୍ୟା ୨୫୧୮୩ ଅଟେ । ସେଥି ମଧ୍ୟରୁ ୫୪.୮୬% ଜଣ ପରୁଷ ହୋଇଥିବା ବେଳେ ୪୫.୧୪% ଜଣ ନାରୀ ଅଟନ୍ତି । ପୁର୍ନିଆର ସାକ୍ଷରତା ହାର ୫୧.୯୮% ଅଟେ । ଏହା ଜାତୀୟ ହାରଠାରୁ ୧୨.୮୬% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୩.୨୭% ପ୍ରତିଶତ ପୁରୁଷ ଓ ୧୮.୭୧% ନାରୀ ଅଟନ୍ତି । ୧୭.୯୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ପୁର୍ନିଆର ସରକାରୀ ଭାଷା ଅଟେ । |
ଗେମ ଅଫ ଥ୍ରୋନ୍ସ ( : ) ହେଉଛି ଡେଭିଡ ବେନୀଅଫ ଏବଂ ଡି.ବି. ୱୈଶଙ୍କଦ୍ୱାରା ନିର୍ମିତ ଆମେରିକୀୟ କାଳ୍ପନିକ ଓ ନାଟକ ଜାତୀୟ ଧାରାବାହିକ । ଏହା ଜର୍ଜ ଆର. ଆର. ମାର୍ଟିନଙ୍କରଦ୍ୱାରା ରଚିତ କାଳ୍ପନିକ ଉପନ୍ୟାସ ଶୃଙ୍ଖଳା, ଏ ସଙ୍ଗ ଅଫ ଆଇସ ଆଣ୍ଡ ଫାୟାର ଉପରେ ଆଧାରିତ ଅଟେ । ଏହି ଧାରାବାହିକଟିର ପ୍ରସାରଣ ୧୭ ଏପ୍ରିଲ ୨୦୧୧ ତାରିଖରେ ଏଚବିଓ ଚ୍ୟାନେଲରେ ଆରମ୍ବ ହୋଇଥିଲା । ଏହାର ସପ୍ତମ ଋତୁ ପ୍ରସାରିତ ହେବା ୨୭ ଅଗଷ୍ଟ ୨୦୧୭ ତାରିଖରେ ଉଦଯାପିତ ହୋଇଥିଲା । ଏହି ଧାରାବାହିକ ଶୃଙ୍ଖଳାର ଶେଷ, ଅଷ୍ଟମ ଋତୁଟି ଏପ୍ରିଲ ୧୪, ୨୦୧୯ରୁ ପ୍ରସାରଣ ଆରମ୍ଭ ହୋଇ ୧୯ ମଇ ୨୦୧୯ ତାରିଖରେ ସମାପ୍ତ ହୋଇଥିଲା । ୱେଷ୍ଟେରୋସ୍ ଓ ଏସୋସ୍ ନାମକ କାଳ୍ପନିକ ମହାଦେଶରେ ରଚିତ, ଗେମ ଅଫ ଥ୍ରୋନ୍ସରେ ଅନେକ କଥାନକ ଏବଂ କଳାକାର ସମୂହ ଅଛନ୍ତି । ଏ ମଧ୍ୟରୁ ତିନଟି ଗଳ୍ପ ଧାରା ପ୍ରମୁଖ । ପ୍ରଥମ ଗଳ୍ପ ଧାରାଟିର କେନ୍ଦ୍ର ବିନ୍ଦୁ ଅଟେ 'ସାତ ଗୋଟି ରାଜ୍ୟ' ର ଏକ 'ଲୌହ ସିଂହାସନ' । ଏଥିରେ ଅନେକ ରାଜ ପରିବାରମାନଙ୍କ ମଧ୍ୟର ସମ୍ବନ୍ଧ ଓ ଶତୃତାର କାହାଣି ବର୍ଣ୍ଣିତ, ଯୋଉଥିରେ ସେମାନେ ଲୌହ ସିଙ୍ଘାସନ ପାଇବା ପାଇଁ ଅଥବା ତା 'ଠାରୁ ସ୍ୱାଧୀନ ହେବା ପାଇଁ ନିରନ୍ତର ଚେଷ୍ଟିତ । ଦ୍ୱିତିୟ ଗଳ୍ପ ଧାରାଟି କେନ୍ଦ୍ରିତ ଅଟେ ମହାଦେଶର ପୂର୍ବତନ ବିତାଡ଼ିତ ଶାସକ ପରିବାରର ଶେଷ ମୁଣ୍ଡ ଓ ତାଙ୍କ ଶାସନ ଫେରି ପାଇବାର ସଙ୍ଗ୍ରାମ ଉପରେ । ତୃତୀୟ ଗଳ୍ପ ଧାରାଟି ପ୍ରାଚୀନ କାଳରୁ ଥିବା ଭାତୃସଙ୍ଘ ଏବଂ ସେମାନଙ୍କ ଉପରେ ଥିବା ଦାୟିତ୍ୱ ଉପରେ କେନ୍ଦ୍ରିତ । ସୁଦୂର ଉତ୍ତରରୁ ଆସୁଥିବା ନୃଶଂସ ବ୍ୟକ୍ତି ଓ ଜୀବମାନଙ୍କ ପ୍ରାଚୀନ ଖଳ ଶକ୍ତିଠାରୁ ମହାଦେଶକୁ ରକ୍ଷା କରିବା ସେମାନଙ୍କ ଦାୟିତ୍ୱ । ଅବଲୋକନ ଏହି ଧାରାବାହିକଟି ମାର୍ଟିନଙ୍କର ଉପନ୍ୟାସ ଏ ସଙ୍ଗ ଅଫ ଆଇସ ଆଣ୍ଡ ଫାୟାର ଶୃଙ୍ଖଳା ଉପରେ ପର୍ଯ୍ୟବସିତ ଥିଲା । କିନ୍ତୁ ନୂତନ ଅଧ୍ୟାୟଗୁଡ଼ିକପାଇଁ କାହାଣୀ ନୂତନରୂପେ ଲେଖାଯାଇଥିଲା । ଅଭିନୟ ଏହି ଧାରାବାହିକରେ ଅଭିନୟ କରୁଥିବା ପୀଟର ଡିଙ୍କଲେଜ ୨୦୧୧, ୨୦୧୫ ଏବଂ ୨୦୧୮ରେ ଶ୍ରେଷ୍ଠ ସହ-କଳାକାର ଭାବରେ ଏମୀ ପୁରସ୍କାର ଜିତିଥିଲେ । ଦର୍ଶକ ସଂଖ୍ୟା ଯୁକ୍ତରାଜ୍ୟରେ ଏହି ଧାରାବାହିକଟି ଦର୍ଶକ ସଂଖ୍ୟାରେ ରେକର୍ଡ଼ ସୃଷ୍ଟି କରିଥିଲା । ହାରାହାରି ୫୦ ଲକ୍ଷ ଲୋକ ଏହାକୁ ୨୦୧୬ ମସିହାରେ ଦେଖିଥିଲେ ଏବଂ ଅଷ୍ଟ୍ରେଲିଆରେ ପାଖାପାଖି ୧୨ ଲକ୍ଷ ଲୋକ ଦେଖିଥିଲେ । |
ଟ୍ରାଲୋକିନୁମାବ (ଇଂରାଜୀ ଭାଷାରେ ), ଆଡ୍ରାଲଜା ଏବଂ ଆଡବ୍ରି ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଆଟୋପିକ ଡର୍ମାଟାଇଟିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ନିର୍ଦ୍ଦିଷ୍ଟ ଭାବରେ ଏହା ମଧ୍ୟମରୁ ଗୁରୁତର ରୋଗ ପାଇଁ ବ୍ୟବହୃତ ହୁଏ ଯାହା ଚର୍ମରେ ପ୍ରୟୋଗ କରାଯାଉଥିବା ଅନ୍ୟାନ୍ୟ ଔଷଧଦ୍ୱାରା ନିୟନ୍ତ୍ରିତ ହୁଏ ନାହିଁ । ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ ଯେପରିକି ସାଧାରଣ ଥଣ୍ଡା, ଇଞ୍ଜେକସନ ସ୍ଥାନରେ ପ୍ରତିକ୍ରିୟାଏବଂ ଆଖିରେ ଯନ୍ତ୍ରଣା ଓ ଲାଲ ରଙ୍ଗ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ ଏବଂ ଆଞ୍ଜିଓଇଡିଡେମା ହୋଇପାରେ । ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ, ଏପରି ବ୍ୟବହାର ଭଲ ଅଧ୍ୟୟନ କରାଯାଇ ନାହିଁ । ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ସାଇଟୋକାଇନ ଇଣ୍ଟରଲିଉକିନ ୧୩ର କାର୍ଯ୍ୟକଳାପକୁ ଅବରୋଧ କରିଥାଏ । ୨୦୨୧ ମସିହାରେ ୟୁରୋପ, ଆମେରିକା ଏବଂ ଯୁକ୍ତରାଜ୍ୟରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟ୍ରାଲୋକିନୁମାବ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ୨୦୨୨ ସୁଦ୍ଧା ଏହାର ୬୦୦ ମିଗ୍ରାର ମୂଲ୍ୟ ପ୍ରାୟ ୧୦୭୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୁଲ୍ୟ ପ୍ରାୟ ୩୩୦୦ ଡଲାର ଅଟେ । |
ପ୍ରଷ୍ଟେରନ, ଅନ୍ୟ ନାମ ଡିହାଇଡ୍ରୋଏପିଆଣ୍ଡ୍ରୋଷ୍ଟେରୋନ ଏବଂ ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଇଣ୍ଟ୍ରୋସା, ହେଉଛି ଏକ ଔଷଧ ଏବଂ ଖାଦ୍ୟ ପରିପୂରକ । ଏକ ଔଷଧ ଭାବରେ ଏହା ଋତୁବନ୍ଦ ହୋଇଥିବା ମହିଳାମାନଙ୍କର ଯୋନୀ ଆଟ୍ରୋଫିର ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ । ଏହି ଉଦ୍ଦେଶ୍ୟରେ ଏହା ଯୋନୀରେ ବ୍ୟବହୃତ ହୁଏ । ଏହା ଆଣ୍ଟି-ଏଜିଙ୍ଗ୍ ଗୁଣଗୁଡିକର ଦାବି ସହିତ ଏକ ସପ୍ଲିମେଣ୍ଟ ଭାବରେ ବିକ୍ରି ହୁଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯୋନୀ ସ୍ରାବ ଏବଂ ଅସ୍ୱାଭାବିକ ପ୍ୟାପ୍ ସ୍ମିଅର ଅନ୍ତର୍ଭୁକ୍ତ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଓଜନ ପରିବର୍ତ୍ତନ, ବ୍ରଣ, ତେଲିଆ ଚର୍ମ ଏବଂ କେଶ ବୃଦ୍ଧି ହୋଇପାରେ । ଏହା ଏକ ପ୍ରାକୃତିକ ଭାବରେ ଘଟୁଥିବା ଷ୍ଟିରଏଡ୍ ହରମୋନ ଯାହା ଆଣ୍ଡ୍ରୋଜେନ୍ ଏବଂ ଇଷ୍ଟ୍ରୋଜେନରେ ପରିବର୍ତ୍ତିତ ହୁଏ । ୧୯୩୪ ମସିହାରେ ପ୍ରଷ୍ଟେରନ ଆବିଷ୍କୃତ ହୋଇଥିଲା। ୨୦୧୮ ମସିହାରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଥିଲା । ଯୁକ୍ତରାଷ୍ଟ୍ରରେ ଓଭର-ଦି-କାଉଣ୍ଟର ସପ୍ଲିମେଣ୍ଟର ମାର୍କେଟିଂ ଅନୁମତିପ୍ରାପ୍ତ । |
ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ହୀରାନୀଳା ୧୯୮୬ ମସିହାରେ ମୁକ୍ତିଲାଭ କରିଥିଲା । |
୨୦୧୬ ଗ୍ରୀଷ୍ମ ଅଲମ୍ପିକ ବକ୍ସିଙ୍ଗ ପ୍ରତିଯୋଗିତା କାର୍ଯ୍ୟକ୍ରମ ୬ରୁ ୨୧ ଅଗଷ୍ଟ ୨୦୧୬ ରିଓ ଡ଼ି ଜେନେରିଓର ରିଓସେନ୍ଟ୍ରୋ ପଭିଲିଅନ ୬ରେ ଆୟୋଜିତ ହେବ । ପ୍ରତିଯୋଗିତା ପ୍ରାରୂପ (ଫରମେଟ) ମାର୍ଚ୍ଚ ୨୩, ୨୦୧୩ରେ ଆମେଟିଅର ଇନଣ୍ଟନେଶନାଲ ଆସୋସିଅସନ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଥିଲା । ହେଡ଼ଗେଅରକୁ ବାହାର କରାଯାଇ "୧୦-ଅଙ୍କ ଜରୁରୀ" ଗଣନା ପ୍ରଣାଳୀର ସ୍ୱୀକୃତି ଦିଆଯାଇଥିଲା ଯାହାକି ଆମେଟିଅର ଓ ପ୍ରୋ ଫରମେଟ ମଧ୍ୟରେ ଥିବା ଭେଦକୁ ସ୍ୱଷ୍ଟ କରୁଛି । ୨୦୧୨ର ଫରମେଟ ଭଳି, ପୁରୁଷମାନେ ନିମ୍ନଲିଖିତ ପ୍ରତିଯୋଗିତା ପ୍ରସଙ୍ଗ ଗୁଡ଼ିକରେ ଭାଗନେବା ଯୋଗ୍ୟ: ଛାଞ୍ଚ: ଛାଞ୍ଚ: ଛାଞ୍ଚ: ଛାଞ୍ଚ: ଛାଞ୍ଚ: ଛାଞ୍ଚ: ଛାଞ୍ଚ: ଛାଞ୍ଚ: ଛାଞ୍ଚ: ଛାଞ୍ଚ: ମହିଳାମାନେ ନିମ୍ନଲିଖିତ ପ୍ରତିଯୋଗିତା ଗୁଡ଼ିକରେ ଭାଗନେବାର ଯୋଗ୍ୟ: ଛାଞ୍ଚ: ଛାଞ୍ଚ: ଛାଞ୍ଚ: ପାତ୍ରତା ମାନଦଣ୍ତ ପ୍ରତ୍ୟେକ ରାଷ୍ଟ୍ରିୟ ଅଲମ୍ପିକ ସମିତି ଗୋଟିଏ ଏଥଲୀଟ ପାଇଁ ଗୋଟିଏ ଘଟଣା/ପ୍ରସଙ୍ଗରେ ପ୍ରବେଶ କରିବା ଅନୁମତି ଦିଆଯାଇଥାଏ । ୬ ଜାଗା (୫ ପୁରୁଷ ଓ ୧ ମହିଳା) ଆତିଥେୟ ଦେଶ ସକାଶେ ଅଲଗା ରଖାଯାଇଥାଏ । |
ଏମିଲି ଏଲିଜାବେଥ ଡିକିନସନ ଇଂରାଜୀ ଭାଷାରେ ୧୦ ଡିସେମ୍ବର ୧୮୩୦ ୧୫ ମଇ ୧୮୮୬ ଜଣେ ଆମେରିକୀୟ କବୟିତ୍ରୀ ଥିଲେ । ଆମହେର୍ସ୍ଟ, ମାସାଚୁସେଟର ( , ) ଏକ ଉଲ୍ଲେଖନୀୟ ପରିବାରରେ ଡିକିନସନ ଜନ୍ମ ଗ୍ରହଣ କରିଥିଲେ ଓ ସେହି ପରିବାରର ତାଙ୍କ ସମାଜ ସହିତ ଦୃଢ଼ ସମ୍ବନ୍ଧ ଥିଲା । ଆମହେର୍ସ୍ଟ କଲେଜରେ ସେ ସାତ ବର୍ଷ ଶିକ୍ଷାଲାଭ କରିବା ପରେ କିଛି ଦିନ ପାଇଁ ମାଉଣ୍ଟ ହୋଲ୍ୟୋକ ଏକାଡେମୀରେ ଯୋଗଦାନ ପରେ ନିଜ ପରିବାରର ଘରକୁ ଫେରି ଆସିଲେ । ଡିକିନସନ ଜୀବନର ଅଧିକାଂଶ ସମୟ ଏକାନ୍ତରେ ରହୁଥିବାର ପ୍ରମାଣ ମିଳେ । ସ୍ଥାନୀୟ ଲୋକମାନେ ତାଙ୍କୁ ବାଇଆ ବା ବିଲକ୍ଷଣଯୁକ୍ତ ବୋଲି ଭାବୁଥିଲେ । ସେ ଧଳା ପୋଷାକ ପିନ୍ଧିବାକୁ ଅଧିକ ଆଗ୍ରହୀ ଥିଲେ ଓ ଅତିଥିମାନଙ୍କୁ ଅଭିବାଦନ କରିବାକୁ ଅନିଚ୍ଛୁକ ଥିଲେ । ପରବର୍ତ୍ତୀ ଜୀବନରେ ସେ ତାଙ୍କ ଶୋଇବା ଘରୁ ମଧ୍ୟ ବାହାରୁନଥିଲେ । ସେ ବିବାହ କରିନଥିଲେ ଓ ପତ୍ର ବ୍ୟବହାରଦ୍ୱାରା ତାଙ୍କ ବନ୍ଧୁମାନଙ୍କ ଉପରେ ନିର୍ଭର କରୁଥିଲେ । ଡିକିନସନ ନିଜ ଜୀବଦ୍ଦସାରେ ଜଣେ ଅତି ସଫଳ କବୟିତ୍ରୀ ଥିଲେ ମଧ୍ୟ ତାଙ୍କ ରଚିତ ପ୍ରାୟ ୧୮୦୦ କବିତା ମଧ୍ୟରୁ ଏକ ଡଜନରୁ କମ କବିତା ପ୍ରକାଶିତ ହୋଇଥିଲା । ତାଙ୍କ କବିତାଗୁଡ଼ିକ ପାରମ୍ପରିକ କବିତା ନିୟମ ଅନୁସାରେ ପ୍ରକାଶିତ ହୋଇଥିଲା । ତାଙ୍କ ଯୁଗକୁ ଲକ୍ଷ କଲେ ସେ କବିତାଗୁଡ଼ିକ ଅଦ୍ୱିତୀୟ ଥିଲା । କବିତାର ଧାଡ଼ିଗୁଡ଼ିକ ଛୋଟ ଥିଲା, କୌଣସି ଶୀର୍ଷକ ନଥିଲା ଓ ତେର୍ଚ୍ଛା ଛନ୍ଦ ସହିତ ଅଣପରମ୍ପରାଗତ ବିରାମ ଚିହ୍ନ ପ୍ରୟୋଗ ହୋଇଥିଲା । ତାଙ୍କର ଅଧିକାଂଶ କବିତା ମୃତ୍ୟୁ ଓ ଅମରତ୍ୱ ଉପରେ ଆଧାରିତ ହୋଇଥିଲା ଓ ସାଙ୍ଗମାନଙ୍କ ପାଖକୁ ଏକା ଶିର୍ଷକ ଥିବା କବିତା ମଧ୍ୟ ଯାଉଥିଲା । ଡିକିନସନଙ୍କ ପରିଚିତ ଲୋକମାନେ ତାଙ୍କ ଲେଖା ସହ ସଚେତନ ଥିଲେ ମଧ୍ୟ ସନ ୧୮୮୬ରେ ତାଙ୍କ ମୃତ୍ୟୁ ହେବା ପରେ ତାଙ୍କ ଛୋଟ ଭଉଣୀ ଲାଭିନିଆ ସେହି କବିତାଗୁଡ଼ିକ ଆବିଷ୍କାର କରିଥଲେ ଓ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଲାଭିନିଆଙ୍କ ପରିଚିତ ଥୋମାସ ୱେଣ୍ଟୱଥ ହିଗିନସନ ଓ ମାବେଲ ଲୁମିସ ଟୋଡଙ୍କଦ୍ୱାରା ଅନେକ ସମ୍ପାଦନ ପରେ ସନ ୧୮୯୦ରେ ତାଙ୍କର ପ୍ରଥମ କବିତା ସଂଗ୍ରହ ପ୍ରକାଶିତ ହୋଇଥିଲା । ଡିକିନସନଙ୍କ କବିତାରୁ ସୁସାନ ନାମଟି ଜାଣିଶୁଣି ବାଦ ଦିଆଯିବା କଥା ସନ ୧୯୯୮ରେ ନିଉୟୋର୍କ ଟାଇମସ ଲୋକଲୋଚଙ୍କୁ ଆଣିଥିଲେ । ଅତି କମ୍ରେ ତାଙ୍କର ସମ୍ପର୍କୀୟ ସୁସାନ ହଣ୍ଡିଙ୍ଗଟନ ଗିଲବର୍ଟ ଡିକିନସନଙ୍କୁ ସମର୍ପିତ ଏଗାରଟି କବିତାର ସୁସାନ ନାମ ଟଡଙ୍କଦ୍ୱାରା ବାଦ ଦିଆଯାଇଥିଲେ । ସନ ୧୯୫୫ରେ ତାଙ୍କର ସମ୍ପୁର୍ଣ୍ଣ ଅଣବିକୃତ ଲେଖାଗୁଡ଼ିକୁ ଥୋମାସ ଏଚ ଜନସନ ପ୍ରଥମେ ପ୍ରକାଶିତ କରିଥିଲେ । ଅନୁବାଦ ବିଭିନ୍ନ ଭାଷା ଯେପରିକି ଫରାସୀ ଭାଷା , ସ୍ପାନିଶ , ଫାର୍ସି ([[: : }]]), କୁର୍ଦ୍ଦିସ , ଜର୍ଜିଆନ ଓ ରଷିଆନ ଭାଷାରେ ତାଙ୍କର କବିତା ଅନୁବାଦିତ ହୋଇଛି । |
କୁରାଳ ପଞ୍ଚମୀ (ଓଢ଼ଣ ଷଷ୍ଠୀ ପର୍ବ ନାମରେ ମଧ୍ୟ ଜଣା) ଏକ ହିନ୍ଦୁ ପର୍ବ । କୁରାଳ ପଞ୍ଚମୀ କୁମ୍ଭାରମାନେ ପାଳନ କରିଥାଆନ୍ତି । ମାର୍ଗଶିର ମାସ ପଞ୍ଚମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ କୁମ୍ଭାରମାନେ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିଥାଆନ୍ତି । ପୂଜା ପାଞ୍ଚଦିନ ଧରି ଚାଲେ । ଏହି ପୂଜା ପଣ୍ଡୁ ପୂର୍ଣ୍ଣିମାରେ ପଣ୍ଡୁଓଷା ନାମରେ ପାଳନ କରାଯାଏ । କିମ୍ବଦନ୍ତୀ କିମ୍ବଦନ୍ତୀ ଅନୁସାରେ ପାଣ୍ଡବମାନେ ବନବାସ କାଳରେ କୁମ୍ଭାରଶାଳରେ ଆଶ୍ରୟ ନେଇଥିଲେ । କୌରବମାନେ ଜଉଘରେ ପାଣ୍ଡବମାନଙ୍କୁ ପୋଡ଼ିଦେବାକୁ ଉଦ୍ୟମ କରିଥିଲେ । ଜଉଘରର ଏକ ଗୁପ୍ତ ସୁଡ଼ଙ୍ଗ ଥିବା ବିଷୟରେ ବିଦୂର ଶ୍ରୀକୃଷ୍ଣଙ୍କୁ କହିଥିଲେ । ଶ୍ରୀକୃଷ୍ଣ ସେହି ଗୁପ୍ତ ସୁଡ଼ଙ୍ଗର ସୂଚନା ପାଣ୍ଡବମାନଙ୍କୁ ଦେଇଥିଲେ । ଉକ୍ତ ସୁଡ଼ଙ୍ଗ ଦେଇ ପାଣ୍ଡବମାନେ ଆସି କୁମ୍ଭାରଶାଳରେ ଆଶ୍ରୟ ନେଇଥିଲେ, ଯାହାକି ଦ୍ରୁପଦ ରାଜ୍ୟରେ ଅବସ୍ଥିତ । ଅର୍ଜୁନ ମାଛ ଆଖିକୁ ଲାକ୍ଷ ବିନ୍ଧି ଦୌପଦୀଙ୍କୁ ପଞ୍ଚମୀ ଦିନ ବିବାହ କରି କୁମ୍ଭାରଶାଳକୁ ଆସି ହସ୍ତିନା ଫେରିଥିଲେ । |
ଗୟା ଅଶ୍ୱତ୍ଥ ବା ଗୟା ଓସ୍ତ ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ଏହାର ପତ୍ର ଗୋସାଇଁଳି ପତ୍ର ପରି ଦିଶେ । ବହୁ ଶାଖା ପ୍ରଶାଖାଯୁକ୍ତ ଏହି ଗଛ ମୁଖ୍ୟତଃ ଗଡ଼ଜାତ ଅଞ୍ଚଳର ଜଙ୍ଗଲରେ ଦେଖିବାକୁ ମିଳିଥାଏ । ବିବିଧ ଭାରତୀୟ ପ୍ରାଦେଶିକ ନାମ ଶାସ୍ତ୍ରୋକ୍ତ ଗୁଣ ମଧୁର କଷାୟ ମିଶ୍ରିତ ତିକ୍ତରସ, ଲଘୁ, ଶୀତବୀର୍ଯ୍ୟ, ଶୁକ୍ର ବର୍ଦ୍ଧକ, ପୁଷ୍ଟିକର, କଟୁ ବିପାକ, ମଳ ରୋଧକର ଓ ଗ୍ରାହୀ ଏବଂ ବ୍ରଣ, ମେହ, କୁଷ୍ଠ, ରକ୍ତଦୋଷ, କଫ, ପିତ୍ତ, ଦାହ, ଶିରପୀଡ଼ା ଓ ବାୟୁଦୋଷ ନିବାରକ ଅଟେ। ମାତ୍ରା ଦୁଇ ଅଣାରୁ ଆଠ ଅଣା ବ୍ୟବହାର ଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ। ମଣିଷ ଚିକିତ୍ସା ମେହ ଓ ପ୍ରମେହରେ ଏହାର କୋମଳ ପତ୍ରକୁ ମହୁ ସହିତ ବାଟି ସେବନ କରାଯାଏ। ବ୍ରଣ, ବିଚର୍ଚ୍ଚିକା, କଣ୍ଡୁ, ଦଦ୍ରୁ, ପ୍ରମେହ, ଉପଦଂଶ, ବାତରକ୍ତ ଓ କୁଷ୍ଠରୋଗ ଆଦିରେ ଏହାର ଛେଲିକୁ ଜଳରେ ସିଝାଇ କ୍ୱାଥ ପ୍ରସ୍ତୁତ କରି ସେହି କ୍ୱାଥ ସହିତ, କିମ୍ବା ଏହାର ଛେଲିକୁ ଛେଚି ଚିପୁଡି ମହୁ ବା ମିଶ୍ରିଗୁଣ୍ଡ ମିଶାଇ ସେବନ କରାଯାଏ। ଅତିସାର ଝାଡ଼ାରେ ଏହାର ଫଳକୁ ଜଳରେ ବାଟି ସେଥିରେ ଅଳ୍ପ ମିଶ୍ରିଗୁଣ୍ଡା ମିଶାଇ ସେବନ କରାଯାଏ। ମୁଣ୍ଡବ୍ୟଥାରେ ଏହାର ଫୁଲର ରସ ସହିତ ମିଶ୍ରି ଗୁଣ୍ଡ ମିଶାଇ ସେବନ କରାଯାଏ ଓ ପତ୍ରର ରସକୁ ମସ୍ତିସ୍କରେ ମର୍ଦ୍ଦନ କରାଯାଏ। ପଶୁ ଚିକିତ୍ସା ଅଗସ୍ତିପତ୍ର ସହିତ ଏହାର ଛେଲିକୁ ବାଟି ଗୋରୁମାନଙ୍କ ଦେହଲେ ଲେପିଲେ ସେମାନଙ୍କର ଚର୍ମରୋଗ ଦୂରହୁଏ। ଏହାର କୋମଳ ପତ୍ର ଗୋରୁଙ୍କୁ ଖୁଆଇଲେ ସେମାନେ ନୀରୋଗ ହୁଅନ୍ତି। ବାହାର ଆଧାର ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ। |
ଓକିଲ ଦିବସ ଓଡ଼ିଶାର ପ୍ରଥମ ବାରିଷ୍ଟର ତଥା ପ୍ରଥମ ସ୍ନାତକ ମଧୁସୁଦନ ଦାସଙ୍କ ଜନ୍ମତିଥି (ଜୟନ୍ତୀ)ରେ ପାଳିତ ଏକ ବିଶେଷ ଦିବସ ଯାହା ମଧୁବାବୁଙ୍କୁ ସମ୍ମାନ ଜଣାଇ ପାଳନ କରାଯାଇଥାଏ । ମଧୁବାବୁଙ୍କ ଜୀବନ ଚରିତ ଉତ୍କଳର ଅର୍ଦ୍ଧଶତାବ୍ଦୀର ଇତିହାସ । ସେ ହିଁ ଥିଲେ ଅନେକ କ୍ଷେତ୍ରରେ ପ୍ରଥମ ଓଡ଼ିଆ । କଲିକତା ବିଶ୍ୱବିଦ୍ୟାଳୟରୁ ଏମ୍.ଏ, ବି.ଏଲ୍. ଡିଗ୍ରୀ ହାସଲ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ । ଓକିଲାତି କ୍ଷେତ୍ରରେ ସେ ଥିଲେ ଏକ ଆଦର୍ଶ ତଥା ଅନନ୍ୟ ପ୍ରତିଭା । ନିଜର ଓକିଲାତି ବାକ୍ ଚାତୁରୀ ଓ ତର୍କଜ୍ଞାନର ପ୍ରଭାବରେ ରାଣୀ ସୂର୍ଯ୍ୟମଣୀ ପାଟମହାଦେଈଙ୍କ ପକ୍ଷ ରଖି ଶ୍ରୀମନ୍ଦିର ପରିଚାଳନାର ଭାର ସେ ତତ୍କାଳୀନ ସରକାରଙ୍କ ହାତମୁଠାରୁ ଛଡ଼ାଇ ଆଣିପାରିଥିଲେ । ସେ କେବଳ ଉତ୍କଳ ଗୌରବ ନ ଥିଲେ, ସେ ଥିଲେ ଯଥାର୍ଥରେ ଭାରତର ଗର୍ବ । ଓଡ଼ିଶାରେ ନାରୀଜାତିକୁ ଓକିଲାତି କ୍ଷେତ୍ରରେ ପ୍ରୋତ୍ସାହିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେହି ମହାନ୍ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ଜଣାଇ ତାଙ୍କର ଜନ୍ମ ଦିନକୁ ସାରା ଓଡ଼ିଶାରେ ଓକିଲ ଦିବସ ଭାବେ ପାଳନ କରାଯାଉଛି । ଏହି ଦିନକୁ ସ୍ୱାଭିମାନ ଦିବସ ରୂପେ ମଧ୍ୟ ପାଳନ କରାଯାଉଛି । ଇତିହାସ ପାଳନ ଏହି ଦିନ ରାଜ୍ୟର ବାର ଆସୋସିଏସନ୍ ଗୁଡିକରେ ତଥା ନ୍ୟାୟିକ ଦପ୍ତର ମାନଙ୍କରେ ମଧୁବାବୁଙ୍କ ସମ୍ମାନରେ ସଭା ସମିତି ତଥା ଆଲୋଚନାଚକ୍ର ଅନୁଷ୍ଠିତ ହୁଏ । |
କେରଳର ପଥାନାମଥିଟ୍ଟା ଜିଲ୍ଲାର ପଶ୍ଚିମଘାଟ ପର୍ବତମାଳା ନିକଟସ୍ଥ ଘନ ଜଙ୍ଗଲ ଭିତରେ ପାହାଡ଼ଘେରା ନିଭୃତ ଅଞ୍ଚଳରେ ଭଗବାନ ଅୟପ୍ପାଙ୍କ ମନ୍ଦିର ରହିଛି । ଏହାର ଚାରିପାଖରେ ୧୮ଟି ସୁଉଚ୍ଚ ପର୍ବତ ରହିଛି । ସମୁଦ୍ରପତ୍ତନଠାରୁ ମନ୍ଦିର ୪୮୦ମିଟର (୧୫୭୪ଫୁଟ) ଉଚ୍ଚତାରେ ଅବସ୍ଥିତ । ବିଷ୍ଣୁଙ୍କର ଅନ୍ୟତମ ଅବତାର ପ୍ରଭୁ ପର୍ଶୁରାମ ଏହି ମନ୍ଦିର ଓ ଅୟପ୍ପାଙ୍କ ମୂର୍ତ୍ତି ପ୍ରତିଷ୍ଠା କରିଥିବାର ବିଶ୍ୱାସ କରାଯାଏ । ଏଠାରେ ଶୈବ, ବୈଷ୍ଣବ ଓ ଶାକ୍ତ ପରମ୍ପରାର ପ୍ରଭାବ ଦେଖିବାକୁ ମିଳେ । ପ୍ରଭୁଙ୍କ ଦର୍ଶନ ପାଇଁ ୩ରୁ ୪କୋଟି ଭକ୍ତ ଏହି ପୀଠକୁ ଆସନ୍ତି । କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଓ ମହାରାଷ୍ଟ୍ରରୁ ସବୁଠାରୁ ବେଶୀ ଭକ୍ତ ଆସନ୍ତି । ଅନ୍ୟ ମନ୍ଦିରଗୁଡ଼ିକ ପରି ଏହି ମନ୍ଦିର ବର୍ଷସାରା ଖୋଲାଯାଏ ନାହିଁ । ମଣ୍ଡଳ ପୂଜା, କିଛି ବିଶେଷ ପୂଜା ଓ ପର୍ବ ଅବସରରେ ଏହାର ଫାଟକ ଭକ୍ତଙ୍କ ପାଇଁ ଖୋଲାଯାଏ । ମଣ୍ଡଳ ପୂଜା ମକର ସଂକ୍ରାନ୍ତିରୁ ଆରମ୍ଭ ହୁଏ । ଏହି ଦିନ ରାତିରେ ପ୍ରଭୁ ଅୟପ୍ପା ଜ୍ୟୋତି ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ବୋଲି ଭକ୍ତ ମହଲରେ ବିଶ୍ୱାସ ରହିଛି । ତେଣୁ ଏହିଦିନ ପୀଠଟି ସ୍ଥାନୀୟ ଓ ଦୂରଦୂରାନ୍ତରୁ ଆସିଥିବା ଭକ୍ତଙ୍କ ଭିଡ ଜମେ । ନଭେମ୍ବରରୁ ଜାନୁଆରୀ ପର୍ଯ୍ୟନ୍ତ ପ୍ରାୟ ତିନି ମାସ ଧରି ଏଠାରେ ଧାର୍ମିକ ମେଳା ଅନୁଷ୍ଠିତ ହୁଏ । ଠାକୁର ଦର୍ଶନ ପାଇଁ ଭକ୍ତମାନଙ୍କୁ ତୀଖ ପାହାଡି ରାସ୍ତାରେ ପାଞ୍ଚକିଲୋମିଟର ଚାଲି ଚାଲି ଯିବାକୁ ହୁଏ । ଆରବର ମକ୍କାକୁ ପୃଥିବୀର ସବୁଠାରୁ ବେଶୀ ମୁସଲିମ୍ ତୀର୍ଥଯାତ୍ରୀ ଆସନ୍ତି । ତା 'ତଳକୁ ସବରିମାଳା ଦ୍ୱିତୀୟ ସ୍ଥାନ । କିମ୍ବଦନ୍ତୀ ପାଣ୍ଡାଲମ୍ର ରାଜା ମଣିକନ୍ଦନ ନିଃସନ୍ତାନ ଥିଲେ । ଥରେ ଜଙ୍ଗଲରେ ଶୀକାର କରୁଥିବା ବେଳେ ଏକ ପରିତ୍ୟକ୍ତ ଶିଶୁ ତଳେ ପଡ଼ିଥିବାର ଦେଖିଲେ ଓ ତାକୁ ଉଠାଇ ରାଜପ୍ରାସାଦ ନେଇଗଲେ । ପିଲାଟି ରାଜାଙ୍କ ଅନାବିଳ ସ୍ନେହ ପାଇ ରାଜପୁତ୍ରଭାବରେ ବଢ଼ିଲା । ନାଁ ଦିଆଯାଇଥିଲା ଅୟାପ୍ପା । ସେ ବାଲ୍ୟକାଳରୁ ସଂସାର ପ୍ରତି ବିମୁଖ ଥିଲେ, ବ୍ରହ୍ମଚାରୀ ହୋଇ ରହିଲେ ଓ ସବରିମାଳା ପାହାଡ଼ ଉପରେ ଧ୍ୟାନରେ ବସି ରହିଲେ । ଜଣେ ଅପୂର୍ବ ସୁନ୍ଦରୀ ଦେବୀ ମଲିକାପୁରଥାମା ତାଙ୍କୁ ବିବାହ ପାଇଁ ନିବେଦନ କରିବାରୁ ଅୟାପ୍ପା ମନା କରିଦେଲା । ଭଙ୍ଗାମନ ନେଇ ମଲିକାପୁରଥାମା ଅବିବାହିତ ରହି, ପାହାଡ଼ ତଳେ ଏକ ମନ୍ଦିରରେ ରହିଲେ । ଧ୍ୟାନରତ ଅୟାପ୍ପା ଶେଷରେ ବିଷ୍ଣୁ ଲୀନ ହେଲେ ଓ ସେଇଦିନଠାରୁ ତାଙ୍କୁ ବିଷ୍ଣୁଙ୍କ ଅବତାର ଭାବେ ପୂଜା କରାଯାଉଅଛି । ଅୟପ୍ପା ମହାଦେବ ଓ ବିଷ୍ଣୁଙ୍କର ମୋହିନୀ ରୂପର ମିଳନରୁ ଉତ୍ପନ୍ନ ପୁତ୍ର ଓ ବ୍ରହ୍ମଚାରୀ । ଅୟପ୍ପାଙ୍କ ଦର୍ଶନ ନିମିତ୍ତ ନୀତି ନିୟମ ପ୍ରଭୁ ଅୟପ୍ପାଙ୍କ ଦର୍ଶନ ଯିବା ପୂର୍ବରୁ ପ୍ରତ୍ୟେକ ଭକ୍ତଙ୍କୁ ୪୧ଦିନ ଉପବାସ ରହିବାକୁ ପଡ଼େ/ ଏକ ମାସ ପୂର୍ବରୁ ତାହା ସହିତ ଆମିଷ ଖାଦ୍ୟ ଓ ମୈଥୁନ ତ୍ୟାଗ କରି ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବାକୁ ପଡ଼େ । ଯେଉଁ ଭକ୍ତ ଶାରୀରିକ ଓ ମାନସିକ ପବିତ୍ରତା ସହ ଦର୍ଶନ ବେଳେ ତୁଳସୀକଣ୍ଠୀ ବା ରୁଦ୍ରାକ୍ଷମାଳ ଧାରଣ କରନ୍ତି ସେମାନଙ୍କ ସମସ୍ତ କାମନା ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ପ୍ରଭୁ ଅୟପ୍ପାଙ୍କ ଦର୍ଶନ ଯିବା ପୂର୍ବରୁ ଭକ୍ତମାନେ ପ୍ରଥମେ ଚିରକୁମାରୀ ମାଲିକାପୁରଥାମ୍ମାଙ୍କ ଦର୍ଶନ କରନ୍ତି ଓ ତା 'ପରେ ପ୍ରଭୁ ଅୟପ୍ପାଙ୍କ ଦର୍ଶନ ପାଇଁ ଯାଆନ୍ତି । ଯେଉଁ ମୁସଲମାନ ପ୍ରଭୁ ଅୟପ୍ପାଙ୍କ ଦର୍ଶନ ପାଇଁ ଯାଆନ୍ତି । ପ୍ରଥମେ ପାହାଡ ତଳେ ଥିବା ଏକ ମସ୍ଜିଦ୍ରେ ପ୍ରଥମେ ନମାଜ ପଢ଼ି ସାରି ଅୟପ୍ପାଙ୍କ ଦର୍ଶନକରିବାକୁ ଯାଆନ୍ତି । ୧୦ରୁ ୫୦ବର୍ଷ ବୟସ୍କା ମହିଳାମାନଙ୍କୁ ପ୍ରଭୁଙ୍କ ଦର୍ଶନ ମନା ।କିନ୍ତୁ, ୧୦ବର୍ଷରୁ କମ୍ ଓ ୫୦ବର୍ଷରୁ ଉର୍ଦ୍ଧ୍ୱ ମହିଳାମାନଙ୍କୁ ପ୍ରଭୁଙ୍କ ଦର୍ଶନ ପାଇଁ କଟକଣା ନାହିଁ । |
୧୩୨୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
୮୫୨ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିଅମ, ହେଉଛି ନୂଆ ଦିଲ୍ଲୀରେ ଥିବା ଏକ ହକି ଷ୍ଟାଡିଅମ । ଏହି ଷ୍ଟାଡିଅମର ପୂର୍ବ ନାମ ଥିଲା ନ୍ୟାସନାଲ୍ ଷ୍ଟାଡିଅମ । ଏହି ଷ୍ଟାଡିଅମର ନାମ ପୂର୍ବତନ ଭାରତୀୟ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ନାମରେ ନାମିତ ହୋଇଛି । ୧୯୫୧ ମସିହାରେ ପ୍ରଥମ ଏସିଆନ୍ ଗେମ୍ସରେ ଏହି ଷ୍ଟାଡିଅମରେ ମଧ୍ୟ ଆୟୋଜନ କରାଯାଇଥିଲା । ଇତିହାସ ଏହି ଷ୍ଟାଡିଅମଟି ୧୯୩୩ ମସିହାରେ ନିର୍ମାଣ କରାଯାଇଥିଲା, ଯାହାକି ଭବନଗରର ମହାରାଜାଙ୍କ ତରଫରୁ ଦିଲ୍ଲୀ ପାଇଁ ଏକ ଉପହାର ସ୍ୱରୂପ ନିର୍ମିତ ହୋଇଥିଲା । ଏହା ପ୍ରଥମରୁ ଏକ ବହୁମୁଖୀ ଷ୍ଟାଡିଅମ ଥିଲା ଏବଂ ଏହାର ନାମ ଇରୱିନ୍ ଆମ୍ଫିଥେଟର ରଖାଯାଇଥିଲା । ଏହି ଷ୍ଟାଡିଅମଟି ଆନ୍ଥୋନି ଏସ୍. ଡିମିଲୋଙ୍କଦ୍ୱାରା ଡିଜାଇନ୍ କରାଯାଇଥିଲା ଏବଂ ଲର୍ଡ ୱିଲିଙ୍ଗଡନ୍ ଏହାର ଉଦ୍ଘାଟନ କରିଥିଲେ । ନୂଆଦିଲ୍ଲୀର ସ୍ଥପତି ଏଡୱିନ୍ ଲୁଟିଏନ୍ସଙ୍କର ମୂଳ ନକ୍ସା ଅନୁଯାୟୀ, ପୃଷ୍ଠଭୂମିରେ ଐତିହାସିକ ପୁରୁନା କିଲ୍ଲାର (ପୁରୁଣା ଦୁର୍ଗ) ସ୍ପଷ୍ଟ ଦୃଶ୍ୟ ପ୍ରଦାନ କରିବା ପାଇଁ ସେଠାରେ ବଗିଚା ରହିବା ଆବଶ୍ୟକ ଥିଲା, କିନ୍ତୁ କିଛି ଅସୁବିଧା ହେତୁ ସେହି ଯୋଜନାକୁ ଅଗ୍ରାହ୍ୟ କରାଯାଇଥିଲା । ୧୯୫୧ ଏସିଆନ୍ ଗେମ୍ସ ପୂର୍ବରୁ ଏହାର ନାମ ଜାତୀୟ ଷ୍ଟାଡିୟମ୍ ରଖାଯାଇଥିଲା, ୨୦୦୨ ମସିହାରେ ଧ୍ୟାନ ଚାନ୍ଦଙ୍କ ନାମରେ ନାମିତ କାଯାଇଥିଲା । ପ୍ରମୁଖ ମରାମତି କାର୍ଯ୍ୟ ୨୦୧୦ ପୁରୁଷ ହକି ବିଶ୍ୱକପ୍ ପାଇଁ ଧ୍ୟାନଚାନ୍ଦ ଷ୍ଟାଡିୟମ୍ ମୁଖ୍ୟ ଆୟୋଜନ ସ୍ଥାନ ଥିଲା । ଏହା ମଧ୍ୟ ୨୦୧୦ କମନୱେଲ୍ଥ ଗେମ୍ସର ଫିଲ୍ଡ ହକି ସ୍ଥାନ ଥିଲା । ହକି ବିଶ୍ୱକପ ୨୦୧୦ ପୂର୍ବରୁ ଷ୍ଟାଡିୟମରେ ଏକ ପ୍ରମୁଖ ପୁନଃ-ନିର୍ମାଣ ପ୍ରକଳ୍ପ କରାଯାଇଥିଲା । ୨୪ ଜାନୁଆରୀ ୨୦୧୦ରେ ଏହା ୨୦୧୦ କମନୱେଲ୍ଥ୍ ଗେମ୍ସର ପ୍ରଥମ ସ୍ଥାନ ଭାବରେ ଉନ୍ମୋଚିତ ହୋଇଥିଲା । ଷ୍ଟାଡିଅମକୁ ୨୬୨ କୋଟି ଟଙ୍କା ବ୍ୟୟରେ ପୁନଃ-ନିର୍ମାଣ କରାଯାଇଥିଲା, ଯାହା ମୂଳ ବଜେଟଠାରୁ ୫୦ କୋଟି ଅଧିକ ଥିଲା । ଆଧାର ବାହାର ଆଧାର ପୁରୁଷ ହକି ବିଶ୍ୱକପ୍ ୨୦୧୦ କାର୍ଯ୍ୟସୂଚୀ ୨୦୧୦ କମନୱେଲଥ୍ ହକି ଷ୍ଟାଡିୟମ୍ |
୩୧୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ପ୍ରେମଚାନ୍ଦ ଭଗତ (୧୧ ଜୁନ ୧୯୩୧ - ୧୫ ଅପ୍ରେଲ ୧୯୯୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୬୧, ୧୯୬୭, ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାଜଗାଙ୍ଗପୁର, ବିଶ୍ରା ଓ ବୀରମିତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ, ୪ର୍ଥ ଓ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ପ୍ରେମଚାନ୍ଦ ଭଗତ ୧୯୩୧ ମସିହାର ଜୁନ ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପୂରଣ ଭଗତ ଓ ପତ୍ନୀଙ୍କ ନାମ ମଇନା ଦେବୀ । ରାଜନୈତିକ ଜୀବନ ପ୍ରେମଚାନ୍ଦ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଏହା ପୂର୍ବରୁ ସେ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । |
୧୮୯ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ଟଙ୍ଗ୍ଷ୍ଟନ ; ଓଲ୍ଫ୍ରାମ୍ ଭାବେ ବି ଜଣା ହେଉଛି ଏକ ରାସାୟନିକ ମୌଳିକ ଯାହାର ପ୍ରତୀକ ଓ ପରମାଣୁ କ୍ରମାଙ୍କ ୭୪ । |
୧୬୧୨ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
୧୮୬୬ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
୬୬୮ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ମୃଗଶିରା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାନ ମାସକୁ ମାର୍ଗଶିର ବା ମଗୁଶିର କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ କାର୍ତ୍ତିକ ଓ ପରବର୍ତ୍ତୀ ମାସ ପୌଷ । ମାର୍ଗଶିର ଓ ଏହାର ପୂର୍ବବର୍ତ୍ତୀ ମାସ କାର୍ତ୍ତିକ ହେମନ୍ତ ଋତୁ । ଏହା ଓଡ଼ିଆ ହିନ୍ଦୁମାନଙ୍କର ଅଷ୍ଟମ ଚାନ୍ଦ୍ରମାନ ମାସ ଅଟେ। |
ଅବଳା ଲେଡି ବୋଷ (୮ ଅଗଷ୍ଟ ୧୮୬୫ - ୨୫ ଅପ୍ରେଲ ୧୯୫୧) ଜଣେ ଭାରତୀୟ ସାମାଜିକ କର୍ମୀ ଏବଂ ନାରୀବାଦୀ ଥିଲେ । ସେ ମହିଳା ଶିକ୍ଷା କ୍ଷେତ୍ରରେ ସହଯୋଗ ଏବଂ ବିଧବାମାନଙ୍କୁ ସାହାଯ୍ୟ କରିବା ପାଇଁ ଜଣାଶୁଣା । ପେଷା ୧୮୮୦ ଦଶକରେ ଆବଳାଙ୍କୁ କଲିକତା ମେଡିକାଲ କଲେଜରେ ପାଠ ପଢ଼ିବା ପାଇଁ ବାରଣ କରାଯାଇଥିଲା କାରଣ ଏହି ମହାବିଦ୍ୟାଳୟରେ ଛାତ୍ରୀମାନଙ୍କର ପଢ଼ିବା ମନା ଥିଲା । ୧୮୮୨ ମସିହାରେ ସେ ବଙ୍ଗଳା ସରକାରୀ ଛାତ୍ରୀବୃତ୍ତି ପାଇଁ ମେଡ଼ିସିନ୍ ଉପରେ ଅଧ୍ୟୟନ ପାଇଁ ମାଡ୍ରାସ (ବର୍ତ୍ତମାନର ଚେନ୍ନାଇ) ଯାଇଥିଲେ କିନ୍ତୁ ଅସୁସ୍ଥତା ହେତୁ ପାଠପଢ଼ା ବନ୍ଦ କରିଥିଲେ । ୧୮୮୭ ମସିହାରେ ସେ ବୈଜ୍ଞାନିକ ଜଗଦୀଶ ଚନ୍ଦ୍ର ବୋଷଙ୍କୁ ବିବାହ କରିଥିଲେ । ପରବର୍ତ୍ତୀ ବର୍ଷରେ ସେ ତାଙ୍କ ସ୍ୱାମୀଙ୍କ ସହ ବିଦେଶ ଗସ୍ତରେ ଯାଇଥିଲେ । ଜଣେ ଶିକ୍ଷାବିତ୍ ଭାବରେ କାର୍ଯ୍ୟ କରିବା ବ୍ୟତୀତ, ବୋଷ ଜଣେ ନାରୀବାଦୀ ଥିଲେ । ଇଂରାଜୀ ପତ୍ରିକା ମଡର୍ନ ରିଭ୍ୟୁରେ ଲେଖି ସେ ଦାବି ଉପସ୍ଥାପନା କରିଥିଲେ ଯେ ମହିଳାମାନେ ଏକ ଉତ୍ତମ ଶିକ୍ଷା ପାଇବା ଉଚିତ । ବେଥୁନ ସ୍କୁଲରେ ତାଙ୍କ ସହ ପାଠ ପଢ଼ୁଥିବା କାମିନୀ ରୟ ତାଙ୍କଠାରୁ ନାରୀବାଦ ପାଇଁ ପ୍ରେରଣ ପାଇଥିଲେ ।।୧୯୧୬ ମସିହାରେ ତାଙ୍କ ସ୍ୱାମୀଙ୍କ ସାଙ୍ଗିଆ ଅନୁସାରେ ସେ ସେ ଲେଡି ବୋଷ ଭାବରେ ପରିଚିତା ହୋଇଥିଲେ । ଲେଡି ବୋଷ ୧୯୧୦ରୁ ୧୯୩୬ ପର୍ଯ୍ୟନ୍ତ ବ୍ରହ୍ମ ବାଳିକା ଶିକ୍ଷାଳୟର ସଚିବ ଭାବରେ କାର୍ଯ୍ୟ କରିଥିଲେ । ସେ ୨୫ ଅପ୍ରେଲ ୧୯୫୧ରେ ୮୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୮ ମାର୍ଚ୍ଚ ବର୍ଷର ୬୭ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୬୮ତମ । ବର୍ଷ ଶେଷ ହେବା ପାଇଁ ଆଉ ୨୯୮ ଦିନ ବାକି ଅଛି । |
ଅନିସ ଜଙ୍ଗ (ଜନ୍ମ. ହାଇଦ୍ରାବାଦ ୧୯୪୪) ଜଣେ ଭାରତୀୟ ମହିଳା ଲେଖିକା, ସାମ୍ବାଦିକ ଓ ଭାରତ ତଥା ବିଦେଶର ମୁଖ୍ୟ ଖବରକାଗଜରେ ସ୍ତମ୍ଭାକାର । ତାଙ୍କର ପ୍ରସିଦ୍ଧ କାମ ହେଲା, ଅନଭେଲିଂ ଇଣ୍ଡିଆ (୧୯୮୭), ଯାହା ଭାରତରେ ମହିଳାମାନଙ୍କର ବିସ୍ତୃତ ଜୀବନୀ, ମୁଖ୍ୟତଃ ପରଦା ପଛରେ ମୁସଲିମ ମହିଳାଙ୍କ ଜୀବନୀ ଉପରେ ଆଧାରିତ । ଆଦ୍ୟ ଜୀବନ ଓ ଶିକ୍ଷା ରାଉରକେଲାରେ ଜନ୍ମ ହୋଇଥିବା, ଅନିସ ହାଇଦ୍ରାବାଦର ଏକ ସମ୍ଭ୍ରାନ୍ତ ପରିବାରର । ତାଙ୍କ ବାପା ନୱାବ୍ ହୋସିଆର୍ ଜଙ୍ଗ ଜଣେ ପ୍ରତିଷ୍ଠିତ ଜ୍ଞାନୀ ଓ କବି, ଓ ହାଇଦ୍ରାବାଦର ଶେଷ ନିଜାମ (ରାଜକୁମାର)ଙ୍କ ଉପଦେଶକର୍ତ୍ତା ଥିଲେ । ତାଙ୍କ ମାଆ ଓ ଭାଇ ମଧ୍ୟ ପ୍ରସିଦ୍ଧ ଉର୍ଦ୍ଦୁ କବି । ସ୍କୁଲ ଓ ଓସମାନିଆ ମହାବିଦ୍ୟାଳୟରେ ଶିକ୍ଷା ପରେ ସେ ଯୁକ୍ତରାଷ୍ଟ୍ର ଆମେରିକାର ମିଚିଗାନ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ପାଇଁ ଯାଇଥିଲେ ।। ସେ ସେଠାରେ ସାମାଜିକ ବିଜ୍ଞାନ ଓ ଆମେରିକୀୟ ପାଠ୍ୟକ୍ରମରେ ସ୍ନାତ୍ତକୋତର କରିଥିଲେ । ବୃତ୍ତି ସେ ନିଜର ଲେଖିକା ଜୀବନ ଟାଇମସ୍ ଅଫ୍ ଇଣ୍ଡିଆର ୟୁଥ୍ ଟାଇମସ୍ରୁ ଆରମ୍ଭ କରିଥିଲେ, ଯେଉଁଥିରେ ସେ ୧୯୭୬ରୁ ୧୯୭୯ ପର୍ଯ୍ୟନ୍ତ ସାମ୍ବାଦିକା ଓ ସମ୍ପାଦିକା ଭାବେ କାର୍ଯ୍ୟ କରିଥିଲେ । ସେ ପରେ ଖ୍ରୀଷ୍ଟିଆନ୍ ସାଇନ୍ସ୍ ମନିଟର୍ ଓ ଇଣ୍ଟରନ୍ୟାସନାଲ୍ ହେରାଲ୍ଡ୍ ଟ୍ରିବ୍ୟୁନ୍ରେ କାର୍ଯ୍ୟ କରିଥିଲେ । ଅନିସ ବର୍ତ୍ତମାନ ଦିଲ୍ଲୀରେ ରହୁଛନ୍ତି । ବହି ୧୯୮୭ରେ ଅନଭେଲିଂ ଇଣ୍ଡିଆର ପ୍ରକାଶନ ପରେ ସେ ଲୋକଲୋଚନକୁ ଆସିଥିଲେ, ଯାହା ମବିଳାମାନଙ୍କ ସହ ସାକ୍ଷାତକାରକୁ ନେଇ ଏକ ଭ୍ରମଣ ଡାଏରୀ ଥିଲା । ପରେ ସେ ମହିଳାମାନଙ୍କର ଦୈନ୍ୟନ୍ଦିନ ଜୀବନକୁ ନେଇ କେତେକ ବହି ଲେଖିଥିଲେ, ଯଥା: ନାଇଟ୍ ଅଫ୍ ଦି ନ୍ୟୁ ମୁନ୍: ଏନକାଉଣ୍ଟରସ୍ ୱିଥ୍ ମୁସଲିମ୍ ୱିମେନ୍ ଇନ୍ ଇଣ୍ଡିଆ (୧୯୯୩), ସେଭେନ୍ ସିଷ୍ଟରସ୍ ୧୯୯୪ । ବ୍ରେକିଂ ଦି ସାଇଲେନ୍ସ (୧୯୯୭) ବିଶ୍ୱବ୍ୟାପୀ ମହିଳାମାନଙ୍କ ଜୀବନୀ ଉପରେ ଆଧାରିତ । ଅନଭେଲିଂ ଇଣ୍ଡିଆରେ କଥା ହୋଇଥିବା ମହିଳାମାନଙ୍କର ଝିଅମାନଙ୍କ କଥା ଓ ବହୁତ ଭୟାନକ କଥାକୁ ନେଇ ୨୦୦୩ରେ ବିୟଣ୍ଡ ଦି କୋର୍ଟୟାର୍ଡ ଲେଖିଥିଲେ । ତାଙ୍କର ୨୦୦୫ ବହି ଲଷ୍ଟ୍ ସ୍ପ୍ରିଙ୍ଗ୍: ଷ୍ଟୋରିଜ୍ ଅଫ୍ ଦି ଲଷ୍ଟ୍ ଚିଲ୍ଡ୍ରେନ୍, ସମାଜର ତଳ ସ୍ତରର ପିଲାମାନଙ୍କୁ ନେଇ ଓ ଇଡ୍ରିଜ୍ ନାମକ ଏକ ପିଲା, ଯେ ଅପହରଣ ହୋଇଥିଲା ଓ ମିର୍ଜାପୁରର କାର୍ପେଟ୍ ଶିଳ୍ପରେ କାମ କରିବାକୁ ବାଧ୍ୟ ହୋଇଥିଲା, ତାହା ଉପରେ ଆଧାରିତ । ଅନ୍ୟମାନେ ମଦୁଆ ବାପାଙ୍କଦ୍ୱାରା ନିର୍ଯ୍ୟାତିତ ହୋଇଥିଲେ କିମ୍ବା ଶୀଘ୍ର ବିବାହ କରିଥିଲେ କିମ୍ବା ଯୌନ ଶୋଷଣର ଶୀକାର ହୋଇଥିଲେ, ଯଦିଓ କେତେଜଣ ପ୍ରତିଷ୍ଠିତ ଲାଭବିହୀନ ସରକାରୀ ସଂସ୍ଥାଦ୍ୱାରା ଚାଳିତ ବିଦ୍ୟାଳୟରେ ଶରଣାର୍ଥୀ ହୋଇପାରିଥିଲେ । ଏହି ବହିର ଏକ ଅଂଶ ବହୁତ ଭାରତୀୟ ବିଦ୍ୟାଳୟରେ ଇଂରାଜୀ ଶିକ୍ଷାରେ ଦିଆଯାଉଛି । ଜଙ୍ଗ ତାଙ୍କର ଜୀବନ୍ତ ଓ ଜୀବନ୍ତ ବିସ୍ତାର ଶୈଳୀ ପାଇଁ ବିଖ୍ୟାତ । ଜଙ୍ଗଙ୍କ ଅନ୍ୟ ବହି ହେଉଛି, ହ୍ୱେନ୍ ଅ ପ୍ଲେସ୍ ବିକମସ୍ ଅ ପର୍ସନ୍ (୧୯୭୭) ଓ ଦି ସଙ୍ଗ ଅଫ୍ ଇଣ୍ଡିଆ ୧୯୯୦ । |
ମଧ୍ୟ ପ୍ରାଚ୍ୟ ଶ୍ୱାସକ୍ରିୟା ସିଣ୍ଡ୍ରୋମ (ଇଂରାଜୀ ଭାଷାରେ / , ଯାହା ଓଟ ଫ୍ଲୁ ଭାବରେ ମଧ୍ୟ ଜଣାଶୁଣା ) ଏକ ରୋଗ ଯାହା ଏମଇଆରଏସ-ସିଓଭି ଭୂତାଣୁଦ୍ୱାରା ସଂକ୍ରମିତ ହୁଏ । ଏହାର ଲକ୍ଷଣଗୁଡ଼ିକ ମଧ୍ୟରେ ଶୂନରୁ ଆରମ୍ଭ କରି ମୃଦୁ ଓ ଗମ୍ଭୀର ପର୍ଯ୍ୟନ୍ତ ଦେଖାଯାଇପାରେ ସାଧାରଣତଃ ଜ୍ୱର, କାଶ, ତରଳ ଝାଡ଼ା ଏବଂ ଅଣନିଶ୍ୱାସ ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । ଅନ୍ୟ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଏହି ରୋଗ ସାଧାରଣତଃ ଅଧିକ ଗମ୍ଭୀର ହୋଇଯାଏ। ଏମଇଆରଏସ-ସିଓଭି ଭୂତାଣୁ ବାଦୁଡ଼ିଠାରୁ ଆସୁଥିବା ବିଶ୍ୱାସ କରାଯାଏ ତଥାପି ସ୍ୱାଭାବିକ ଭାବରେ ମାନବ ଓଟଠାରୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସଂକ୍ରମିତ ହୋଇଥାଏ । ସଂକ୍ରମିତ ବ୍ୟକ୍ତିଙ୍କ ସହିତ ଘନିଷ୍ଠ ସମ୍ପର୍କ ଯୋଗୁ ଏହା ବ୍ୟାପିଥାଏ ଡାକ୍ତରଖାନା ବାହାରେ ଏହାର ବିସ୍ତାର କ୍ୱଚିତ ହୁଏ । ତେଣୁ, ବିଶ୍ୱ ଜନସଂଖ୍ୟା ପାଇଁ ଏହାର ବିପଦ ବର୍ତ୍ତମାନ ଯଥେଷ୍ଟ କମ୍ ବୋଲି ଧରାଯାଏ ରକ୍ତର ଆରଆରଟି-ପିସିଆର ଓ ରେସ୍ପିରେଟରି ନମୁନା ପରୀକ୍ଷଣଦ୍ୱାରା ଏହି ରୋଗ ନିର୍ଣ୍ଣୟ କରାଯାଇଥାଏ । ୨୦୨୦ ମସିହା ସୁଦ୍ଧା ଏହି ରୋଗ ନିମନ୍ତ କୌଣସି ଟିକା ବା ଚିକିତ୍ସା ପ୍ରସ୍ତୁତ ହୋଇନାହିଁ, କିନ୍ତୁ ତିଆରି ଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିସ ଅନୁସାରେ ସଂକ୍ରମିତ ଓଟ ସଂସ୍ପର୍ଶରେ ଆସୁଥିବା ଲୋକ ଭଲରୂପେ ହାତ ଧୁଅନ୍ତୁ ଓ ରୋଗଣା ଓଟକୁ ଛୁଅନ୍ତୁ ନାହିଁ । ଓଟ ସମ୍ପର୍କୀୟ ଖାଦ୍ୟ ଭଲରୂପେ ସିଦ୍ଧ କରି ଖାଆନ୍ତୁ । ସାଧାରଣ ଲକ୍ଷଣ ଶରୀରକୁ ଚଳନକ୍ଷମ ରଖିବା ପାଇଁ ଉପଯୁକ୍ତ ଚିକିତ୍ସା କରାଯାଇପାରେ । ୨୦୧୨ ମସିହାରେ ସାଉଦି ଆରବରେ ପ୍ରଥମ ଥର ଏହି ରୋଗ ଚିହ୍ନଟ ହୋଇଥିଲା ଏବଂ ଅଧିକାଂଶ ମାମଲା ଆରବ ଦ୍ୱୀପପୁଞ୍ଜରେ ହୋଇଥିଲା । ୨୦୨୦ ମସିହା ଜାନୁଆରୀ ମାସରେ ପ୍ରାୟ ୨,୫୦୦ ମାମଲା ରିପୋର୍ଟ ହୋଇଥିଲା । ନିର୍ଣ୍ଣୟ ହୋଇଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୩୫% ମୃତ୍ୟୁ ବରଣ କରନ୍ତି । ଦକ୍ଷିଣ କୋରିଆରେ ୨୦୧୫ ଓ ସାଉଦି ଆରବରେ ୨୦୧୮ ମସିହାରେ ବଡ଼ ଧରଣର ମହାମାରୀ ଘଟିଛି। |
ଗୋପୀନାଥ ବାଗ (ଜନ୍ମ: ୮ ଜୁନ ୧୯୬୭) ଜଣେ ଭାରତୀୟ ଅଧ୍ୟାପକ ଓ ଓଡ଼ିଆ-ଭାଷୀ ଦଳିତ ଲେଖକ । ସେ ଦଳିତ ଚେତନା ସମ୍ବଳିତ ତାଙ୍କର ସମକାଳୀନ ଓଡ଼ିଆ କବିତା ରଚନା ନିମନ୍ତେ "ଖଣ୍ଡର କବି" ନାମରେ ପରିଚିତ । ସେ ମୁଖ୍ୟତଃ ପ୍ରବନ୍ଧ, ସମାଲୋଚନା ଓ କବିତା ରଚନା ପାଇଁ ଜଣାଶୁଣା । ତାଙ୍କ ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ କିଛି କହିବାର ଅଛି, ଚନ୍ଦ୍ରସେଣା ଓ ୨୦୧୯ ମସିହାରେ ପ୍ରକାଶିତ କକରେ କଁ ଆଦି କବିତା ସଂକଳନ ତଥା ଅନ୍ତରଙ୍ଗ ଅନ୍ନେଷା, ରାମଚନ୍ଦ୍ର ବେହେରାଙ୍କ ଉପନ୍ୟାସର ଶୈଳୀ ଓ ସଂରଚନା, ଡମ ସଂସ୍କୃତି ଏବଂ ୨୦୧୬ ମସିହାରେ ପ୍ରକାଶିତ ଭୁବନେଶ୍ୱର ବେହେରା: ଜୀବନ ଓ ସୃଜନ ଆଦି ଆଲୋଚନା ପୁସ୍ତକ ଅନ୍ୟତମ । ସେ ବୃତ୍ତିରେ ଜଣେ ପ୍ରାଧ୍ୟାପକ ଓ ଅଧୁନା ସମ୍ବଲପୁର ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟକରନ୍ତି । ସେ ଦ୍ୱିମାସିକ ଓଡ଼ିଆ ପତ୍ରିକା ସପ୍ତର୍ଷିର ପରିଚାଳନା ସମ୍ପାଦକ । ସେ ତାଙ୍କର ସାହିତ୍ୟ ଅବଦାନ ନିମନ୍ତେ ୨୦୧୭ରେ ରୁମ୍କୁ ଝୁମାନା ସାହିତ୍ୟ ସମ୍ମାନ, ୨୦୧୮ରେ ଶବ୍ଦ ସାହିତ୍ୟ ସଂସଦ ସମ୍ମାନ, ୨୦୨୧ରେ ମାଟିଲଗ୍ନଶ୍ରୀ ସମ୍ମାନ ଏବଂ ୨୦୨୨ରେ ସାହିତ୍ୟ ସାରଥୀ ସମ୍ମାନ ପାଇଛନ୍ତି । ସଂକ୍ଷିପ୍ତ ଜୀବନୀ ସେ ବୃତ୍ତିରେ ଜଣେ ଓଡ଼ିଆ ଭାଷା ବିଦ୍ୱାନ ଓ ପ୍ରାଧ୍ୟାପକ ଏବଂ ସମ୍ବଲପୁର ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟକରନ୍ତି । ସାହିତ୍ୟ ରଚନା ୧୯୯୧ ମସିହାରେ ଭାରତୀୟ ସମ୍ବିଧାନ ପ୍ରଣେତା ଓ ସମାଜ ସଂସ୍କାରକ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜନ୍ମ ଶତବାର୍ଷିକୀ ପାଳନ କାଳରେ ଓଡ଼ିଆ ସାହିତ୍ୟରେ ଦଳିତ ସାହିତ୍ୟ ରଚନା ବଳବତ୍ତର ହୋଇଥିଲା । ଏହି ସମୟରେ ସମକାଳୀନ ଓଡ଼ିଆ କବିତା ରଚନା ପାଇଁ ଜଣା କବିମାନଙ୍କ ମଧ୍ୟରୁ ଗୋପୀନାଥ ବାଗ ଅନ୍ୟତମ । ୨୦୧୯ ମସିହାରେ ତାଙ୍କ ରଚିତ କକରେ କଁ କବିତା ସଂକଳନରେ ସ୍ଥାନିତ ୪୬ ଗୋଟି କବିତାରେ ଦଳିତମାନଙ୍କ ଜୀବନ, ପ୍ରକୃତି ଓ ସଂସ୍କୃତିର ଚିତ୍ରଣ କରିଛନ୍ତି । ତାଙ୍କ ୨୦୧୬ରେ ପ୍ରକାଶିତ ଭୁବନେଶ୍ବର ବେହେରା: ଜୀବନ ଓ ସୃଜନ ଗବେଷଣା ଗ୍ରନ୍ଥଟି ଓଡ଼ିଆ ଗାଳ୍ପିକ ଭୁବନେଶ୍ବର ବେହେରାଙ୍କ ସୃଷ୍ଟିସମୂହର ଏକ ତଥ୍ୟାତ୍ମକ ସମାଲୋଚନା । ଏହି ପୁସ୍ତକଟି ତାଙ୍କର ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଡକ୍ଟରେଟ କାଳର ଗବେଷଣା ଥେସିସରୁ ସୃଷ୍ଟ । ସେ ଦ୍ୱିମାସିକ ଓଡ଼ିଆ ପତ୍ରିକା ସପ୍ତର୍ଷିର ପରିଚାଳନା ସମ୍ପାଦକ । |
ଗୁରୁଦିବସ ବା ଶିକ୍ଷକ ଦିବସ ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ ଦିବସ । ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବା ସମ୍ପ୍ରଦାୟରେ ସେମାନଙ୍କର ବିଶେଷ ଅବଦାନ ନିମନ୍ତେ ସମ୍ମାନ ଦେବା ପାଇଁ ଏହି ଉତ୍ସବ ଆୟୋଜନ କରାଯାଇଥାଏ । ଉନବିଂଶ ଶତାବ୍ଦୀରେ ଅନେକ ଦେଶରେ ଶିକ୍ଷକ ଦିବସ ପାଳନ କରିବାର ଧାରଣା ଆରମ୍ଭ ହୋଇଥିଲା । ଅଧିକାଂଶ କ୍ଷେତ୍ରରେ ଜଣେ ସ୍ଥାନୀୟ ଶିକ୍ଷାବିତ୍ କିମ୍ବା ଶିକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଥିବା ବ୍ୟକ୍ତିଙ୍କ ଅବଦାନକୁ ପାଳନ କରାଯାଇଥାଏ । ଏହି ପ୍ରାଥମିକ କାରଣରୁ ବିଭିନ୍ନ ଦେଶ ଏହି ଦିନକୁ ବିଭିନ୍ନ ତାରିଖରେ ପାଳନ କରିଥାନ୍ତି । ଉଦାହରଣ ସ୍ୱରୂପ, ଭାରତରେ ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ (ସେପ୍ଟେମ୍ବର ୫) ଜନ୍ମଦିନ ୧୯୬୨ ପରଠାରୁ ଗୁରୁ ଦିବସ ଭାବେ ପାଳନ କରାଯାଏ । ପାରମ୍ପାରିକ ଭାବରେ ହିନ୍ଦୁମାନଙ୍କଦ୍ୱାରା ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଗୁରୁ ପୂର୍ଣ୍ଣିମା ମଧ୍ୟ ପାଳନ କରାଯାଏ । ଆର୍ଜେଣ୍ଟିନା ୧୯୧୫ ମସିହାରୁ ସେପ୍ଟେମ୍ବର ୧୧ରେ ଡୋମିଙ୍ଗୋ ଫାଉଷ୍ଟିନୋ ସାର୍ମିଏଣ୍ଟୋଙ୍କ ମୃତ୍ୟୁ ଦିବସକୁ ଶିକ୍ଷକ ଦିବସ ଭାବରେ ପାଳନ କରିଆସୁଛି । ୧୯୯୪ରେ ୟୁନେସ୍କୋଦ୍ୱାରା ସ୍ଥାପିତ ବିଶ୍ୱ ଶିକ୍ଷକ ଦିବସ ସହିତ ମିଳିତ ଭାବରେ ଅନେକ ଦେଶ ଅକ୍ଟୋବର ୫ ତାରିଖରେ ସେମାନଙ୍କର ଶିକ୍ଷକ ଦିବସ ପାଳନ କରନ୍ତି । |
ଦିୱାନା ଦିୱାନୀ, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରମୋଦ କୁମାର ସ୍ୱାଇଁ ଏବଂ ଶିବ ପ୍ରସାଦ ଦାସ । ପ୍ରମୋଦ କୁମାର ସ୍ୱାଇଁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ମହାନ୍ତି ଏବଂ ମଧୁମିତା ଚକ୍ରବର୍ତ୍ତୀ । ମଧୁମିତା ଜଣେ ବଙ୍ଗାଳୀ ଅଭିନେତ୍ରୀ । ସେ ଏହି ଚଳଚ୍ଚିତ୍ର ଜରିଆରେ ପ୍ରଥମ କରି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ପୂର୍ବରୁ ସେ କୌଣସି ଚଳଚ୍ଚିତ୍ରରେ ଅଭିନୟ କରିନଥିଲେ । ମିହିର ଦାସ, ମୀନକେତନ, ଦେବାଶିଷ ପାତ୍ର, ପିଣ୍ଟୁ ନନ୍ଦ, ରୁନୁ ପରିଜା, ପିଙ୍କି ପ୍ରଧାନ, ଜୀବନ ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ଅଭିନୟ ବାବୁଶାନ୍ ମଧୁମିତା ଚକ୍ରବର୍ତ୍ତୀ ମିହିର ଦାସ ମୀନକେତନ ଦେବାଶିଷ ପାତ୍ର ପିଣ୍ଟୁ ନନ୍ଦ ରୁନୁ ପରିଜା ପିଙ୍କି ପ୍ରଧାନ ଜୀବନ ପଣ୍ଡା ଅଳକା ଷଡ଼ଙ୍ଗୀ କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ । ବାପୁ ଗୋସ୍ୱାମୀ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ସଂଗ୍ରାମ ମହାନ୍ତି, ହ୍ୟୁମାନ ସାଗର, ନିବେଦିତା, ତାରିକ୍ ଅଜିଜ୍, ଜାଗୃତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ । |
ଟେଲମିସାର୍ଟାନ (ଇଂରାଜୀ ଭାଷାରେ , ଏକ ବିକ୍ରୟ ନାମ ମିକାର୍ଡ଼ିସ/ ) ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍ପାତ ଓ ମଧୁମେହ ବୃକ୍କ ରୋଗ ଇତ୍ୟାଦି ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ । ଉଚ୍ଚ ରକ୍ତଚାପ ରୋଗରେ ଏହା ଏକ ଉଚିତ ପ୍ରାରମ୍ଭିକ ଚିକିତ୍ସା । ଏହା ପାଟିରେ ଦିଆଯାଏ । ଏହାର ଅନ୍ୟାନ୍ୟ ମିଶ୍ରିତ ସଂସ୍କରଣମାନ ଟେଲମିସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡ ଓ ଟେଲମିସାର୍ଟାନ/ଆମ୍ଲୋଡିପିନ ନାମରେ ମିଳେ । ଟେଲମିସାର୍ଟାନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ , ତରଳ ଝାଡ଼ା ଓ କଟି ଯନ୍ତ୍ରଣା ହୋଇପାରେ । ପ୍ରତିକ୍ରିୟା ସାଂଘାତିକ ହେଲେ ବୃକ୍କ ସମସ୍ୟା, ଅଳ୍ପ ରକ୍ତଚାପ ଓ ଆଞ୍ଜିଓଇଡିମା ହୋଇପାରେ । ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତିକାରକ ହୁଏ ଓ ସ୍ତନ୍ୟପାନ ସମୟରେ ଏହା ଦିଆଯାଏ ନାହିଁ । ଏହା ଏକ ଆଞ୍ଜିଓଟେନସିନ ୨ ରିସେପ୍ଟର ଆଣ୍ଟାଗୋନିସ୍ଟ ଓ ଆଞ୍ଜିଓଟେନସିନ ୨ର ପ୍ରଭାବକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । ଟେଲମିସାର୍ଟାନ ସନ ୧୯୯୧ରେ ପେଟେଣ୍ଟ ହେବା ପରେ ସନ ୧୯୯୯ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା । ଏହା ଜେନେରିକ ଔଷଧ ନାମରେ ବିକ୍ରୟ ହୁଏ । ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସକୁ ଏହାର ଏକ ମାସର ଡୋଜ ପିଛା ପ୍ରାୟ ୨ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୧୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । ସନ ୨୦୧୬ରେ ଏହାର ୧.୯ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୪୬ତମ ସ୍ଥାନରେ ଥଲା । |
ମନାଲି ଅଭୟାରଣ୍ୟ ଉତ୍ତର ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ମନାଲିଠାରୁ ୨ କିଲୋମିଟର ଦୂରରେ ଥିବା ଏକ ବନ୍ୟ ପ୍ରାଣୀ ଅଭୟାରଣ୍ୟ । ଏହା "ମନସୁଲୁ ଖାଦ" ନାମକ ଅଞ୍ଚଳ ସମୂହର ଜଳ ଅରହଣ ଅଞ୍ଚଳ ଭିତରେ ରହିଛି । ମନାଲିସ୍ଥିତ ପର୍ଯ୍ୟଟନ କୁଟୀର ଓ ଢୁଂରୀ ମନ୍ଦିର ଯାଏ ଯାଇଥିବା ରାସ୍ତା ଏହି ଅଭୟାରଣ୍ୟ ମଧ୍ୟ ଦେଇ ଯାଇଛି । ଏହି ଅରଣ୍ୟରେ ଦେବଦାରୁ, କାଇଲ, କାଜୁ ଓ ମେପଲ ବୃକ୍ଷର ଘଞ୍ଚ ବନାନୀ ସହ କସ୍ତୁରୀ ମୃଗ, ମୋନାଲ, ଭାଲୁ, ଚିତା ବାଘ, ଧଳା ଚିତାବାଘ ବହୁ ସଂଖ୍ୟାରେ ରହିଥାନ୍ତି । ଗ୍ରୀଷ୍ମ କାଳରେ ଇବେକ୍ସ ଜାତୀୟ ପ୍ରାଣୀମାନଙ୍କର ବଡ଼ ଦଳ ଏଠାରେ ବିଚରଣ କରୁଥିବାର ଦେଖାଯାଇଥାଏ । ଏହି ଅଭୟାରଣ୍ୟର ଆୟତନ ୩୧.୮ ବର୍ଗ କିଲୋମିଟର । ଏହାକୁ ୧୯୫୪ ଫେବୁଆରି ୨୬ରେ ପଞ୍ଜାବ ରାଜ୍ୟ ପକ୍ଷୀ ଓ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୩୩ ଅନୁଯାୟୀ ବନ୍ୟ ପ୍ରାଣୀ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଥିଲା । |
ନାଲଡେମେଡାଇନ (ଇଂରାଜୀ ଭାଷାରେ ) ସିମ୍ପ୍ରୋଏକ୍ ଏବଂ ରିଜମୋୟିକ୍ ଦ୍ୱୟ ବେପାର ନାମ, ହେଉଛି ଏକ ଔଷଧ ଯାହାକି କ୍ରନିକ୍ ଅଣ-କର୍କଟ ରୋଗରେ ହେଉଥିବା ଯନ୍ତ୍ରଣାରେ ଓପିଓଏଡ ପ୍ରଭାବିତ କୋଷ୍ଠକାଠିନ୍ୟର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଯେତେବେଳେ ରେଚକ ଔଷଧ ପ୍ରଭାବଶାଳୀ ନଥାଏ ସେତେବେଳେ ଏହା ବ୍ୟବହୃତ ହୋଇପାରେ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ କଷ୍ଟ, ଅଇ ଓ ତରଳ ଝାଡ଼ା ହୋଇପାରେ । ପାର୍ଶ୍ୱ ପ୍ରତିକ୍ରିୟାରେ ପାକଅନ୍ତନଳୀ ଛିଦ୍ର, ଆଲର୍ଜି ଓ ଓପିଓଏଡ ପ୍ରତ୍ୟାହାର ହୋଇପାରେ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ଅସ୍ପଷ୍ଟ ଅଟେ । ଏହା ପ୍ରାନ୍ତୀୟ କ୍ରିୟାକାରୀ -ଓପିଓଏଡ ରିସେପ୍ଟର ଯାହା ଅନ୍ତନଳୀରେ ରିସେପ୍ଟର ସହିତ ଓପିଓଏଡ ଅନୁବନ୍ଧିତ ହେବାକୁ ପ୍ରତିରୋଧ କରେ । ଏହା ସାଧାରଣତଃ ଯନ୍ତ୍ରଣା ପରିଚାଳନାକୁ ପ୍ରଭାବିତ କରେନି । ୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ନାଲଡେମେଡାଇନ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୩୩୦ ଡଲାର ଥିଲା । ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୪୨ ପାଉଣ୍ଡ ହୋଇଥାଏ । |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୪ ଜୁନ ବର୍ଷର ୧୭୫ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୧୭୬ତମ । ବର୍ଷ ଶେଷ ହେବା ପାଇଁ ଆଉ ୧୯୦ ଦିନ ବାକି ଅଛି । |
କୁହୁଡ଼ି ବାୟୁମଣ୍ଡଳରେ ଜଳୀୟବାଷ୍ପର ଏକ ପରିବର୍ତ୍ତିତ ଅବସ୍ଥା । ଶୀତଦିନ ରାତିରେ ତାପ ବିକିରଣ କରି ପୃଥିବୀ ଥଣ୍ଡା ହେବା ସଙ୍ଗେ ସଙ୍ଗେ ବାୟୁର ନିମ୍ନ ଭାଗ ଥଣ୍ଡା ହୋଇଯାଏ ଏବଂ ବାୟୁର ତାପମାତ୍ରା ଶିଶିରାଙ୍କ ତଳକୁ ଖସିଯାଏ । ଫଳରେ ବାୟୁରେ ଥିବା ଜଳୀୟବାଷ୍ପ ଘନ ହୋଇଯାଏ ଏବଂ ବାୟୁରେ ଥିବା ଧୂଳିକଣା ଆଦିକୁ ଆଶ୍ରୟ କରି ସୂକ୍ଷ୍ମ ଜଳକଣା ଆକାରରେ ଭୂପୃଷ୍ଠରୁ ଅତି ଅଳ୍ପ ଉଚ୍ଚତାରେ ବାୟୁମଣ୍ଡଳରେ ଭାସିବୁଲେ । ବାୟୁମଣ୍ଡଳରେ ଜଳୀୟବାଷ୍ପର ଏ ପ୍ରକାର ପରିବର୍ତ୍ତିତ ଅବସ୍ଥାକୁ କୁହୁଡ଼ି କୁହାଯାଏ । ପ୍ରକାର କୁହୁଡ଼ି ସାଧାରଣତଃ ଦୁଇ ପ୍ରକାରର । ଯଥା: ବିକିରଣ କୁହୁଡ଼ି ଅଭିବହନ କୁହୁଡ଼ି ବିକିରଣ କୁହୁଡ଼ି ଭୂପୃଷ୍ଠରେ ତାପ ବିକିରଣ ଫଳରେ ଯେଉଁ କୁହୁଡ଼ି ସୃଷ୍ଟି ହୁଏ, ତାହାକୁ ବିକିରଣ କୁହୁଡ଼ି କୁହାଯାଏ । ଏହି ପ୍ରକାର କୁହୁଡ଼ି ପାଇଁ ଲମ୍ବା ଶୀତ ରାତି, ନିର୍ମଳ ଆକାଶ ଓ ଧୀର ପବନ ଆବଶ୍ୟକ । ଅଭିବହନ କୁହୁଡ଼ି ଅଭିବହନ କୁହୁଡ଼ି ଉଷ୍ଣ ବାୟୁ ଓ ଶୀତଳ ବାୟୁର ମିଶ୍ରଣ ଯୋଗୁଁ ହୋଇଥାଏ । ଉଦାହରଣ ସ୍ୱରୂପ, ଯେଉଁଠାରେ ସମୁଦ୍ରର ଉଷ୍ଣ ସ୍ରୋତ ଓ ଶୀତଳ ସ୍ରୋତ ମିଳିତ ହୁଅନ୍ତି, ସେଠାରେ ଏହି ପ୍ରକାରର କୁହୁଡ଼ି ସୃଷ୍ଟି ହୁଏ । ଉତ୍ତର ଆଟ୍ଲାଣ୍ଟିକ୍ ମହାସାଗରର ଲାବ୍ରାଡର ଶୀତଳ ସ୍ରୋତ ଓ ଉପସାଗରୀୟ ଉଷ୍ଣ ସ୍ରୋତର ମିଳନ ସ୍ଥାନରେ ଏ ପ୍ରକାର କୁହୁଡ଼ି ଦେଖାଯାଏ । ମିଷ୍ଟ୍ କୁହୁଡ଼ି ଅତି ପତଳା ହେଲେ ତାହାକୁ ମିଷ୍ଟ୍ କୁହାଯାଏ । ଅଧିକ ଘନତା ଯୋଗୁଁ କୁହୁଡ଼ି ସାଧାରଣତଃ ଏକ କିଲୋମିଟର ବା ତହିଁରୁ କମ୍ ଦୂରରେ ଥିବା ବସ୍ତୁକୁ ଦେଖିବାରେ ବାଧା ଜନ୍ମାଇଥାଏ । ମାତ୍ର ମିଷ୍ଟ୍ କୁହୁଡ଼ି ଅପେକ୍ଷାକୃତ ପତଳା ହୋଇଥିବାରୁ ଏଥିରେ ଏକ କିଲୋମିଟରରୁ କିଛି ଅଧିକ ଦୂରରେ ଥିବା ବସ୍ତୁକୁ ଦେଖିହୁଏ । ସ୍ମଗ୍ ବଡ଼ ବଡ଼ ଶିଳ୍ପାଞ୍ଚଳମାନଙ୍କରେ ବାୟୁରେ ଥିବା ବିଷାକ୍ତ ରାସାୟନିକ ଅଣୁ ବିଶିଷ୍ଟ ଧୂଆଁ ଜଳୀୟବାଷ୍ପକୁ ଆକୃଷ୍ଟ କରି ଏକ ପ୍ରକାର କୁହୁଡ଼ି ସୃଷ୍ଟି କରିଥାନ୍ତି । ଏହାକୁ ସ୍ମଗ୍ ( + ) କୁହାଯାଏ । |
ମହିଳା ସ୍ୱାସ୍ଥ୍ୟ ଅର୍ଥାତ୍ ସ୍ତ୍ରୀଲୋକମାନଙ୍କର ସ୍ୱାସ୍ଥ୍ୟ, ଯାହାକି ପୁରୁଷମାନଙ୍କଠାରୁ ଅନେକ କ୍ଷେତ୍ରରେ ଅଲଗା । ମହିଳା ସ୍ୱାସ୍ଥ୍ୟ ହେଉଛି ଜନ ସ୍ୱାସ୍ଥ୍ୟର ଏକ ଉଦାହରଣ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମତରେ ସ୍ୱାସ୍ଥ୍ୟମାନେ, "ସମ୍ପୁର୍ଣ୍ଣ ଶାରୀରିକ, ମାନସିକ ଏବଂ ସାମାଜିକ ସୁଖ ସମୃଦ୍ଧି। କେବଳ ନିରୋଗତା ନୁହେଁ ।" ସାଧାରଣତଃ ମହିଳା ସ୍ୱାସ୍ଥ୍ୟକୁ ମହିଳା ପ୍ରଜନନ ସ୍ୱାସ୍ଥ୍ୟ ହିସାବରେ ନିଆଯାଏ କିନ୍ତୁ ଅନେକ ସଂସ୍ଥା ଏହା ବିରୁଦ୍ଧରେ ସ୍ୱର ଉଠାଉଛନ୍ତି । ଏହି ବ୍ୟବଧାନଗୁଡ଼ିକ ଏକ ବିକାଶଶୀଳ ଦେଶରେ ଆହୁରି ଅଧିକ ଯେଉଁଠାରେ ମହିଳାମାନଙ୍କର ସ୍ୱାସ୍ଥ୍ୟ ଉଭୟ ଆଶଙ୍କା ଏବଂ ଅନୁଭବ ଉପରେ ନିର୍ଭର କରେ । ଯଦିଓ ଆଦ୍ୟୋଗୀକ ଦେଶଗୁଡ଼ିକରେ ମହିଳାଙ୍କର ବଞ୍ଚିବାର ବୟସ ପୁରୁଷଙ୍କ ତୁଳନାରେ ପାଖାପାଖି ହୋଇଆସିଲାଣି ଏବଂ ଅଧିକ ବର୍ଷ ମଧ୍ୟ ବଞ୍ଚିଲେଣି, ତଥାପି ବହୁ କ୍ଷେତ୍ରରେ ସେମାନେ ପୁରୁଷଙ୍କ ତୁଳନାରେ ଶୀଘ୍ର ରୋଗଗ୍ରାସ କରନ୍ତି ଏବଂ ଏହାର ଫଳ ଭଲ ମଧ୍ୟ ହୋଇନଥାଏ । ଯେହେତୁ ମହିଳାମାନଙ୍କ କ୍ଷେତ୍ରରେ ତାଙ୍କର ସ୍ୱାସ୍ଥ୍ୟ କେବଳ ଆଖପାଖର ପରିବେଶ ଛଡ଼ା ଅନ୍ୟାନ୍ୟ ଅବସ୍ଥା ଯେପରିକି ଦାରିଦ୍ର୍ୟ, ରୋଜଗାରକ୍ଷମତା ଏବଂ ପରିବାର ଦାୟିତ୍ୱ ଉପରେ ନିର୍ଭର କରେ ତେଣୁ ଲିଙ୍ଗଗତ ପ୍ରଭେଦ ସାମାଜିକ କ୍ଷେତ୍ରରେ ମହିଳା ସ୍ୱାସ୍ଥ୍ୟର ଅବସ୍ଥା ଜାଣିବାରେ ଗୁରୁତ୍ୱପୂର୍ଣ୍ଣ ଅଟେ । ବହୁତ ବର୍ଷହେଲା ମହିଳାମାନଙ୍କୁ ସାମାଜିକ ଓ ଆର୍ଥନୀତିକ ଶକ୍ତିରୁ ଦୂରରେ ରଖାଯାଇ ଆସୁଛି, ଯାହାଦ୍ୱାରା ତାଙ୍କର ସାଧାରଣ ଆବଶ୍ୟକତା, ଯେଉଁଥିରେ ସ୍ୱାସ୍ଥ୍ୟ ସେବା ମଧ୍ୟ ଜଡ଼ିତରୁ ବଂଚିତ କରାଯାଉଅଛି । ବିକାଶଶୀଳ ଦେଶଗୁଡ଼ିକରେ ମହିଳାଙ୍କ ସ୍ୱାସ୍ଥ୍ୟରେ ଏହାର କୁପ୍ରଭାବ ଅଧିକ । ନାରୀମାନଙ୍କର ପ୍ରଜନନ ଓ ଲିଙ୍ଗଗତ ସ୍ୱାସ୍ଥ୍ୟ ପୁରୁଷମାନଙ୍କ ସ୍ୱାସ୍ଥ୍ୟଠାରୁ ସମ୍ପୂର୍ଣ୍ଣ ଭାବରେ ଅଲଗା । ଏହିପରିକି ବିକଶିତ ଦେଶଗୁଡିକରେ ମଧ୍ୟ ଗର୍ଭଧାରଣ ଓ ପ୍ରସବ ଜନିତ ବିଭିନ୍ନ ଜଟିଳତା କାରଣରୁ ବର୍ଷକୁ ୨,୫୦,୦୦୦ରୁ ଅଧିକ ମହିଳା ମୃତ୍ୟୁବରଣ କରୁଛନ୍ତି । ଏହି ସଂଖ୍ୟା ବିକାଶଶୀଳ ଦେଶଗୁଡ଼ିକରେ ବହୁତ ଅଧିକ । ଏକ ସାଙ୍ଗରେ ଦୁଇ ବା ତଦୁର୍ଦ୍ଧ ରୋଗହେବା କାରଣରୁ ଯଥା ହୃଦରକ୍ତନାଳୀ ରୋଗ ଯୋଗୁଁ ଉଭୟ ମୃତ୍ୟ ଓ ରୋଗୀଙ୍କ ସଂଖ୍ୟା ବଢିଥାଏ ଓ ପ୍ରିଏକ୍ଲାମ୍ପସିଆ ମଧ୍ୟ ହୋଇପାରେ । ଯୌନକ୍ରିୟା ସଞ୍ଚାରିତ ରୋଗସମୂହ ଯୋଗୁଁ ଉଭୟ ମା ଓ ଶିଶୁକୁ ଗମ୍ଭୀର ରୋଗଗୁଡ଼ିକ ହୋଇପାରେ ଯେଉଁଥିରେ ମା 'ଠାରୁ ଶିଶୁକୁ ରୋଗ ସଂକ୍ରମିତ ହୋଇଥାଏ ଉଦାହରଣ ସ୍ୱରୂପ: ମୃତ ପ୍ରସବ, ଶିଶୁମୃତ୍ୟୁ, ପେଲଭିସ ପ୍ରବାହ ରୋଗ ଯାହାକି ପରେ ଅନୁବ୍ରରତା କରିପାରେ । ଏଥିସହ ଅନ୍ୟକେଉଁବି କାରଣ ଯୋଗୁଁ ଅନୁବ୍ରରତା, ଜନ୍ମ ନିରୋଧ, ଅବାଞ୍ଛିତ ଗର୍ଭଧାରଣ, ଜବରଦସ୍ତି ଯୌନ କାର୍ଯ୍ୟକ୍ରମ ଏବଂ ଗର୍ଭପାତ କରିବାନିମିତ୍ତ ହେଉଥିବା ଅସୁବିଧା ମହିଳାଙ୍କ ନିମିତ୍ତ ଅନ୍ୟାନ୍ୟ ଅସୁବିଧା ତିଆରି କରିଥାଏ । ଯଦିଓ ଯେଉଁ ଯେଉଁ ରୋଗ ମୃତ୍ୟ ନିମିତ୍ତ ଦାୟୀ ଉଭୟ ମହିଳା ଓ ପୁରୁଷଙ୍କ କ୍ଷେତ୍ରରେ ସମାନ ତେବେବି ମହିଳାମାନେ ରୋଗରେ ଭିନ୍ନ ଅନୁଭବ କରିଥାନ୍ତି । ଫୁସଫୁସ କର୍କଟ, କର୍କଟ ରୋଗଗୁଡ଼ିକ ମଧ୍ୟରେ ମହିଳାଙ୍କ ମୃତ୍ୟୁର ପ୍ରମୁଖ କାରଣ ଅଟେ, ଏହାପରେ ରୋଗଗୁଡ଼ିକ ବଡରୁ ସାନକ୍ରମେ ହେଲା: ସ୍ତନ କର୍କଟ, ବୃହଦନ୍ତ୍ର-ମଳାଶୟ କର୍କଟ, ଡିମ୍ବାଶୟ କର୍କଟ, ଇଉଟେରିନ ଏବଂ ଗର୍ଭାଶୟ ଗ୍ରୀବା କର୍କଟ । ଧୁମ୍ରପାନ ଫୁସଫୁସ କର୍କଟ ରୋଗର ମୁଖ୍ୟ କାରଣ ଅଟେ, ଅନ୍ୟ ପକ୍ଷରେ ବିକାଶଶୀଳ ଦେଶଗୁଡ଼ିକରେ ଧୁମ୍ରପାନ କରୁନଥିବା ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା କର୍କଟ ରୋଗରେ ପଡ଼ିବା ତିନି ଗୁଣା ସମ୍ଭାବନା ଅଧିକ ଏବଂ ଏହା ହେଉଛି ଏକ ମୁଖ୍ୟ ରୋଗ । ଏହା ସହ ଗର୍ଭାଶୟ କର୍କଟ ବିକାଶଶୀଳ ଦେଶଗୁଡ଼ିକରେ ଏକ ପ୍ରମୁଖ ରୋଗ ଅଟେ ଯାହା ପାପିଲୋମା ଭୁତାଣୁ ସଂକ୍ରମଣ ସହ ଜଡ଼ିତ । ଏଚପିଭି ଟିକାଦ୍ୱାରା ଏହି ରୋଗଗୁଡ଼ିକୁ ଆୟତ କରାଯାଇପାରେ । ଅନ୍ୟ ମୁଖ୍ୟ ମହିଳା ରୋଗଗୁଡ଼ିକ ହେଲା ହ୍ରୁଦରକ୍ତନଳୀ ରୋଗ, ଅବସାଦ, ଡୀମେନ୍ସିଆ, ଓଷ୍ଟିଓପୋରୋସିସ ଏବଂ ରକ୍ତହୀନତା । ମହିଳା ସ୍ୱାସ୍ଥ୍ୟରେ ମୁଖ୍ୟ ବାଧକ ସାଜିଛି ଗବେଷଣା ଓ ଅନ୍ୟାନ୍ୟ କ୍ଷେତ୍ରରେ ଅସାମଞ୍ଜସ୍ୟତା । ପରିଭାଷା ଓ କ୍ଷେତ୍ର ମହିଳାମାନେ ଯେଉଁଭଳି ଭାବେ ରୋଗଗୁଡ଼ିକୁ ଅନୁଭବ କରିଥାନ୍ତି ତାହା ପୁରୁଷମାନଙ୍କଠାରୁ ଅଲଗା ଅଟେ କାରଣ ପ୍ରାକୃତିକ, ସାମାଜିକ ଏବଂ ବ୍ୟବହାରଜନିତ ଅବସ୍ଥା ଉଭୟଙ୍କ କ୍ଷେତ୍ରରେ ସମାନ ନୁହେଁ । ଜୈବିକ ବିବିଧତା ବ୍ୟବହାରିକ ଆରମ୍ଭ କରି କୋଷ ପର୍ଯ୍ୟନ୍ତ ଅଛି ଯାହାକି ସ୍ୱତନ୍ତ୍ର ପ୍ରକାର ରୋଗ ସୃଷ୍ଟି କରିବାର ସମ୍ଭାବନା ଶୃଷ୍ଟି କରିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମତରେ ସ୍ୱାସ୍ଥ୍ୟମାନେ, "ସମ୍ପୁର୍ଣ୍ଣ ଶାରୀରିକ, ମାନସିକ ଏବଂ ସାମାଜିକ ସୁଖ ସମୃଦ୍ଧି। କେବଳ ନିରୋଗତା ନୁହେଁ ।" ମହିଳା ସ୍ୱାସ୍ଥ୍ୟ ହେଉଛି ଜନ ସ୍ୱାସ୍ଥ୍ୟର ଏକ ଉଦାହରଣ, ଏକ ନିର୍ଦ୍ଧିଷ୍ଟ ଜନସଂଖ୍ୟାର ସ୍ୱାସ୍ଥ୍ୟ । ମହିଳା ସ୍ୱାସ୍ଥ୍ୟକୁ "ଗୋଟିଏ ଗଡ଼ବଡ଼ କାମ ଯାହା ଶୂନ୍ୟସ୍ଥାନରେ ଭରପୁର" । ଯେଉଁ ସବୁ ପାରିପାଶ୍ୱିକ ଅବସ୍ଥାଗୁଡିକ ଉଭୟ ମହିଳା ଓ ପୁରୁଷଙ୍କୁ ପ୍ରଭାବିତ କରେ ଯଥା ହ୍ରୁଦରକ୍ତନଳୀ ରୋଗ, ଓଷ୍ଟିଓପୋରୋସିସ ଇତ୍ୟାଦି । ବିଶ୍ୱର ପରିପେକ୍ଷ: ବିଶ୍ୱ ପରିପେକ୍ଷୀରେ ଦେଖିଲେ ରୋଗ ନିରୂପଣ ଓ ଲକ୍ଷଣ ଓ ନିବାରଣରେ ଲିଙ୍ଗ ଗତ ପ୍ରଭେଦ ଏକ ମୁଖ୍ୟ କାରଣ ଅଟେ । ଯଦିଓ ଅଧିକାଂଶ ତଥ୍ୟ ବିକଶିତ ଦେଶଗୁଡିକରୁ ଆସିଥାଏ, ମହିଳାମାନଙ୍କର ଭୂମିକା ଏବଂ ସ୍ୱାସ୍ଥ୍ୟ ବିକାଶଶୀଳ ଓ ବିକଶିତ ଦେଶରେ ଅନେକ ପ୍ରଭେଦ ଅଛି । ବଞ୍ଚିବାର ସମୟ ଯେକୌଣସି ଅଞ୍ଚଳ ବା ପ୍ରଜାତିର ମନୁଷ୍ୟହୁଅନ୍ତୁ ନା କାହିଁକି, ମହିଳାମାନେ ପୁରୁଷମାନଙ୍କଠାରୁ ଅଧିକ ବର୍ଷ ବଞ୍ଚିଥାନ୍ତି । ଐତିହାସିକ ଦୃଷ୍ଟିକୋଣରୁ ଦେଖିଲେ ଗର୍ଭଧାରଣ ସମୟରେ ମାତୃ ମୃତ୍ୟୁହାର ଯୋଗୁଁ, ମହିଳା ମୃତ୍ୟୁହାର ପୁରୁଷଙ୍କ ଅପେକ୍ଷା ଅଧିକ । ଔଦ୍ୟୋଗିକ ଦେଶଗୁଡିକରେ ମୁଖ୍ୟତଃ ବିକଶିତ ଦେଶଗୁଡିକରେ ଔଦ୍ୟୋଗିକ କ୍ରାନ୍ତିପରେ ଏହି ଲିଙ୍ଗଗତ ମୃତ୍ୟୁହାର ପ୍ରଭେଦ କମିଛି ଏବଂ ଓଲଟା ହୋଇଯାଇଛି । ତଥାପି ବହୁ କ୍ଷେତ୍ରରେ ସେମାନେ ପୁରୁଷଙ୍କ ତୁଳନାରେ ଶୀଘ୍ର ରୋଗଗ୍ରାସ କରନ୍ତି ଏବଂ ଏହାର ଫଳ ଭଲ ମଧ୍ୟ ହୋଇନଥାଏ । ସାମାଜିକ ଓ ସାଂସ୍କୃତିକ କାରକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହିସାବରେ ମହିଳାମାନଙ୍କ କ୍ଷେତ୍ରରେ ତାଙ୍କର ସ୍ୱାସ୍ଥ୍ୟ କେବଳ ଆଖପାଖର ପରିବେଶ ଛଡ଼ା ଅନ୍ୟାନ୍ୟ ଅବସ୍ଥା ଯେପରିକି ଦାରିଦ୍ର୍ୟ, ରୋଜଗାରକ୍ଷମତା ଏବଂ ପରିବାର ଦାୟିତ୍ୱ ଉପରେ ନିର୍ଭର କରେ ତେଣୁ ଲିଙ୍ଗଗତ ପ୍ରଭେଦ ସାମାଜିକ କ୍ଷେତ୍ରରେ ମହିଳା ସ୍ୱାସ୍ଥ୍ୟର ଅବସ୍ଥା ଜାଣିବାରେ ଗୁରୁତ୍ୱପୂର୍ଣ୍ଣ ଅଟେ । ବହୁତ ବର୍ଷହେଲା ମହିଳାମାନଙ୍କୁ ସାମାଜିକ ଓ ଆର୍ଥନୀତିକ ଶକ୍ତିରୁ ଦୂରରେ ରଖାଯାଇ ଆସୁଛି, ଯାହାଦ୍ୱାରା ତାଙ୍କର ସାଧାରଣ ଆବଶ୍ୟକତା, ଯେଉଁଥିରେ ସ୍ୱାସ୍ଥ୍ୟ ସେବା ମଧ୍ୟ ଜଡ଼ିତରୁ ବଂଚିତ କରାଯାଉଅଛି । ବିକାଶଶୀଳ ଦେଶଗୁଡ଼ିକରେ ମହିଳାଙ୍କ ସ୍ୱାସ୍ଥ୍ୟରେ ଏହାର କୁପ୍ରଭାବ ଅଧିକ । ୧୯୭୪ ମସିହାରେ ମହିଳା ସ୍ୱାସ୍ଥ୍ୟ ସେବା ଯେପରିକି ଲିଚହାର୍ଟ ମହିଳା ସମୁଦାୟ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପିତ ହୋଇଥିଲା, ଯାହାକି ଅଷ୍ଟ୍ରେଲିଆରେ ସ୍ଥାପିତ ପ୍ରଥମ ସଂସ୍ଥା ଯାହାକି ସେବା ଯୋଗାଇ ଦେଉଥିଲା । ମହିଳା ସ୍ୱାସ୍ଥ୍ୟରେ ମୁଖ୍ୟତଃ ପ୍ରଜନନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ନିମନ୍ତେ ବହୁ ନାରୀବାଦ ସଂସ୍ଥା କାମ କରୁଛନ୍ତି । ଜୈବିକ କାରକ ପୁରୁଷ ଓ ମହିଳା ଉଭୟେ ଜୈବିକ କ୍ଷେତ୍ରରେ ନାନାଦି ପ୍ରକାରରେ ଭିନ୍ନ ଅଟନ୍ତି ଯଥା: କ୍ରୋମୋଜୋମ ସଂରଚନା, ପ୍ରୋଟିନ ଜିନ, ଜେନାମିକ ଗଣନ, ଜିନ ପରିଭାଷା, ସିଗ୍ନାଲିଙ୍ଗ୍ ପାଥବେ ଏବଂ ହର୍ମୋନ ପରିବେଶ । ଏହି ସବୁ ଆବଶ୍ୟକୀୟ ସାବଧାନତା ଗୋଟିଏ ଲିଂଗାରୁ ଅନ୍ୟ ଲିଙ୍ଗକୁ ତଥ୍ୟ କାଢ଼ିବାରେ ସହଯୋଗ କରିଥାଏ । ମହିଳାମାନେ ମୁଖ୍ୟତଃ ଜୀବନରେ ଦୁଇଟି ସମୟରେ ଟିକେ ବିପଦପୂର୍ଣ୍ଣ ହୋଇଯାନ୍ତି । ପ୍ରଥମେ ଯୁବତୀ ଓ କିଶୋରୀମାନେ ଯୌନରୋଗ ସଂକ୍ରମିତ ରୋଗରେ ପୀଡ଼ିତ ହୋଇପାରନ୍ତି ବା ଗର୍ଭଧାରଣ ବେଳର ଜଟିଳତା ବା ଅସୁରକ୍ଷିତ ଗର୍ଭପାତ । ଦ୍ୱିତୀୟରେ ପ୍ରୌଢ଼ ମହିଳାମାନଙ୍କ ପାଖରେ କମ ଜିନିଷ ଥାଏ ଏବଂ ପୁରୁଷଙ୍କ ତୁଳନାରେ କ୍ଷତିରେ ପଡନ୍ତି ଆହୁରି ମଧ୍ୟ ସେମାନେ ଡୀମେନ୍ସିଆ, ଦୁଷ୍ପ୍ରୟୋଗ ଓ ସାଧାରଣତଃ ଖରାପ ସ୍ୱାସ୍ଥ୍ୟ ଦେଇ ଗତି କରନ୍ତି । ପ୍ରଜନନ ଏବଂ ଯୌନ ସ୍ୱାସ୍ଥ୍ୟ ମହିଳାମାନେ ପ୍ରଜନନ ଓ ଯୌନ ଦୃଷ୍ଟିରୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡନ୍ତି । ମୁଖ୍ୟତଃ ୧୫ରୁ ୪୪ ବର୍ଷ ବୟସରେ ଏହା ହୋଇଥାଏ, ତନ୍ମଧ୍ୟରୁ ବିକାଶଶୀଳ ଦେଶଗୁଡିକରେ ଅସୁରକ୍ଷିତ ଯୌନ ସମ୍ପର୍କ ହେଉଛି ଏକ ମୁଖ୍ୟ ବିପଦ । ଅନେକ ଅବସ୍ଥା ଯାହା ଗରିବ ଓ ବିକାଶଶୀଳ ଦେଶର ମହିଳାମାନେ ଗତି କରନ୍ତି ତାହା ବିକଶିତ ଦେଶଗୁଡ଼ିକର ମହିଳାଙ୍କୁ ଅଜଣା କହିଲେ ଭୁଲ ହେବ ନାହିଁ ଯଥା ମହିଳା ଯୌନାଙ୍ଗ ଛେଦନ ଏବଂ ଆବଶ୍ୟକୀୟ ଜିନିଷ ଓ ତଥ୍ୟପ୍ରତି ଅଜ୍ଞାନତା । ମାନସିକ ସ୍ୱାସ୍ଥ୍ୟ ବିକଶିତ ଦେଶଗୁଡିକରେ ଆଧୁନିକ ବିଜ୍ଞାନ ଓ ଟେକ୍ନୋଲୋଜି ସତ୍ତ୍ୱେ ଆଜିମଧ୍ୟ ଗର୍ଭାବସ୍ଥା ସମୟରେ ମହିଳାଙ୍କର ସ୍ୱାସ୍ଥ୍ୟରେ ଅନେକ ବିପଦ ରହିଛି । ମାତୃ ମୃତ୍ୟୁହାର ଏବେ ମଧ୍ୟ ବିଶ୍ୱରେ ଏକ ଚିନ୍ତାର ବିଷୟ ହୋଇ ରହିଛି । ଗର୍ଭାବସ୍ଥା ଗୋଟିଏ ଝିଅର ଜୀବନରେ ଅନେକ କିଛି ପରିବର୍ତ୍ତନ ନେଇ ଆସିଥାଏ ଯଥା: ଶାରୀରିକ, ଭାବନାରେ, ସାମାଜିକ ଓ ଆର୍ଥନୀତିକ ହିସାବରେ ଏବଂ ତାହାର ବୟସ୍କ ହେବାକୁ ବହୁଗୁଣରେ ପ୍ରଭାବିତ କରିଥାଏ । ମାତୃ ମୃତ୍ୟୁ ବିଶ୍ୱରେ ୨୦୧୩ ମସିହାରେ ପାଖାପାଖି ୨,୮୯,୦୦୦ ମହିଳା (ଦିନକୁ ୮୦୦ ଜଣ) ଗର୍ଭବସ୍ଥା ଯୋଗୁଁ ହେଉଥିବା କିଛି ଜଟିଳତା ଯୋଗୁଁ ମୃତ୍ୟୁବରଣ କରିଥିଲେ, ଯେଉଁଥିରେ ବିକଶିତ ଓ ବିକାଶଶୀଳ ଦେଶ ମଧ୍ୟରେ ପ୍ରଭେଦ ବହୁତ ବେଶୀ । ଏଥି ମଧ୍ୟରୁ ୮୬% ମହିଳା ଦକ୍ଷିଣ ଏସିଆ ଓ ପ୍ରାନ୍ତୀୟ ସାହାରା ଆଫ୍ରିକୀୟ ଦେଶଗୁଡିକରୁ ଅଟନ୍ତି । ଏଗୁଡ଼ିକର ଅନୁସନ୍ଧାନ ହୁଏ ନାହିଁ, କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହିସାବରେ ଏହି ମୃତ୍ୟୁ ହାରର ୯୯% ପ୍ରସାବର ୨୪ ଘଣ୍ଟା ମଧ୍ୟରେ ହୋଇଥାଏ, ଯାହାକୁ ଉପଯୁକ୍ତ ଶିକ୍ଷା, ଉପକରଣ ଓ ସୁବିଧାଦ୍ୱାରା ଏଡାଇଦିଆଯାଇପାରେ । ଗର୍ଭାବସ୍ଥାରେ ଘଟୁଥିବା ଜଟିଳତା ଗର୍ଭାବସ୍ଥାରେ ଓ ପ୍ରସବ ସମୟରେ ଘଟୁଥିବା ମୃତ୍ୟୁହାର ସହିତ, ଗର୍ଭାବସ୍ଥା ବିଭିନ୍ନ ଘାତକହୀନ ସ୍ୱାସ୍ଥ୍ୟ ପରିସ୍ଥିତି ମଧ୍ୟ ସୃଷ୍ଟି କରିପାରେ ଯଥା: ଅବସ୍ତ୍ରେଟିକ୍ସ ଫିସଚୁଲା, ଅଥାନ ଗର୍ଭ, ଅବଧିପୁର୍ବ ପ୍ରସବ, ଗର୍ଭାବଧି ମଧୁମେହ, ଗର୍ଭିଣୀ ଅତିବମନ, ରକ୍ତହୀନତା ଓ ପ୍ରିକ୍ଲାମ୍ପସିଆ ହୋଇପାରେ । ଏହା ଆକଳନ କରାଯାଇଛିକି ବିଶ୍ୱରେ ପ୍ରତିବର୍ଷ ୧ରୁ ୨ କୋଟି ମହିଳା ଗର୍ଭାବସ୍ଥା ଓ ପ୍ରସବଜନିତ ଜଟିଳତା ଯୋଗୁଁ ମାନସିକ ଓ ଶାରୀରିକ ଅକ୍ଷମତାରେ ପୀଡ଼ିତ ହୁଅନ୍ତି । ଅବସ୍ତ୍ରେଟିକ୍ସ ଫିସଚୁଲା ଅବସ୍ଟେଟ୍ରିକ୍ସ ଫିସଚୁଲା (ଇଂରାଜୀ ଭାଷାରେ ) ଏକ ରୋଗ ଯେଉଁଥିରେ ପ୍ରସବ ଫଳରେ ଯୋନିପଥ ବା ପ୍ରସବନଳୀରେ କଣା ବା ଫିସଚୁଲା ହୋଇଯାଏ । ଯୋନୀପଥ , ମଳାଶୟ , ୟୁରେଟର ବା ମୂତ୍ରାଶୟରେ ଏହି ଫିସଚୁଲା ହୋଇପାରେ । ଏହା ଫଳରେ ପରିସ୍ରା ବା ମଳତ୍ୟାଗ ଉପରେ ନିୟନ୍ତ୍ରଣ ରହେନି । ଅବସାଦ , ବାଞ୍ଝ ଦୋଷ , ଦାରିଦ୍ର୍ୟ ଓ ସାମାଜିକ ପରିତ୍ୟକ୍ତ ଆଦି ଜଟିଳ ସମସ୍ୟା ସୃଷ୍ଟି ହୋଇପାରେ । ଯୌନ ସ୍ୱାସ୍ଥ୍ୟ ଗର୍ଭନିରୋଧ ଜନ୍ମ ନିରୋଧ ବା ଜନ୍ମ ନିୟନ୍ତ୍ରଣ ବା ପ୍ରଜନନ ଶକ୍ତି ନିୟନ୍ତ୍ରଣ ଏକ ପଦ୍ଧତି ଯାହାଦ୍ୱାରା ଗର୍ଭ ନିରୋଧ କରାଯାଏ ଅର୍ଥାତ ପିଲା ଜନ୍ମ ନ ହେବା ନିମନ୍ତେ ବନ୍ଦବୋସ୍ତ କରାଯାଏ । ଯୋଜନା, ବନ୍ଦବୋସ୍ତ ଓ ଜନ୍ମ ନିୟନ୍ତ୍ରଣକୁ ସାମୁହିକ ଭାବରେ ପରିବାର ଯୋଜନା ବା ପରିବାର ନିୟନ୍ତ୍ରଣ କହନ୍ତି । ପୁରାକାଳରୁ ଜନ୍ମ ନିରୋଧ ପଦ୍ଧତିର ପ୍ରଚଳନ ଚାଲିଆସିଛି କିନ୍ତୁ ବିଂଶ ଶତାବ୍ଦୀରେହିଁ ଫଳପ୍ରଦ ଓ ନିରାପଦ ପଦ୍ଧତି ଉପଲବ୍ଧ ହେଲା । ଧାର୍ମିକ, ନୈତିକ ଓ ରାଜନୈତିକ କାରଣରୁ ଅନେକ ସଂସ୍କୃତିରେ ଜନ୍ମ ନିରୋଧକୁ ବିରୋଧ କରାଯାଏ । ବିକାଶଶୀଳ ଦେଶମାନଙ୍କରେ ଗର୍ଭବତୀ ନ ହେବା ନିମନ୍ତେ ପ୍ରାୟ ୨୨୨ ନିୟୁତ ମହିଳା ଇଚ୍ଛା କରୁଥିଲେ ମଧ୍ୟ କୌଣସି ଆଧୁନିକ ଜନ୍ମ ନିରୋଧକ ଉପାୟ ଅବଲମ୍ବନ କରୁନାହାନ୍ତି । ଏହି ଦେଶମାନଙ୍କରେ ଜନ୍ମ ନିରୋଧ ବ୍ୟବହାର କରିବାଦ୍ୱାରା ମାତୃ ମୃତ୍ୟୁ ହାର ପ୍ରାୟ ୪୦% (ସନ ୨୦୦୮ରେ ୨୭୦,୦୦୦ ମୃତ୍ୟୁ) କମିଛି; ଜନ୍ମ ନିରୋଧ ଉପାୟ ଗ୍ରହଣ କରିଥିଲେ ପ୍ରାୟ ୭୦% ମୃତ୍ୟୁ କମିଯାଇଥାଆନ୍ତା । ଦୁଇ ଗର୍ଭାଧାନ ମଝିର ସମୟ ଦୀର୍ଘ ହେଲେ ପ୍ରସବ ଫଳାଫଳ ଓ ଶିଶୁ ବଞ୍ଚିବା ହାର ଅଧିକ ହେବ । ଜନ୍ମ ନିରୋଧକ ବ୍ୟବହାରଦ୍ୱାରା ବିକାଶଶୀଳ ଦେଶମାନଙ୍କରେ ମହିଳାଙ୍କର ରୋଜଗାର, ବଡ଼ି ମାସ୍ ଇଣ୍ଡେକ୍ସ, ପିଲାମାନଙ୍କର ଶିକ୍ଷା ଓ ସମ୍ପତ୍ତି ବୃଦ୍ଧି ହେବ । ଜନ୍ମ ନିୟନ୍ତ୍ରଣ ଯୋଗୁ ଅଳ୍ପ ପିଲା ଜନ୍ମ ହେବାଦ୍ୱାରା ଅର୍ଥନୈତିକ ବିକାଶ ସାଧନ ହୁଏ । ଗର୍ଭପାତ ଗର୍ଭପାତ ଏକ ପଦ୍ଧତି ଯାହାଦ୍ୱାରା ବର୍ଭସ୍ଥ ଶିଶୁ ବା (ଫିଟସ୍)କୁ ଓ ଭୃଣକୁ ତାର ନିଜସ୍ୱ ଜୀବନ ନିର୍ବାହ ଶକ୍ତି ପାଇବା ପୂର୍ବରୁ ଗର୍ଭଚ୍ୟୁତ କରାଯାଏ । ସ୍ୱତଃ ଗର୍ଭପାତ ହେଲେ ତାହାକୁ ଇଂରାଜୀରେ ମିସ୍କ୍ୟାରେଜ ନାମ ଦିଆଯାଏ । ଇଚ୍ଛାନୁଯାୟୀ କଲେ ଏହାକୁ ଇନ୍ଡ୍ୟୁସ୍ଡ୍ ଗର୍ଭପାତ (ଇଂରାଜୀରେ ) କୁହାଯାଏ । ସାଧାରଣ ଭାବେ ଇଚ୍ଛାକୃତ ଗର୍ଭାପାତକୁ ହିଁ ଗର୍ଭପାତ ବୋଲି ବୁଝାଯାଏ । ବଞ୍ଚିବା ଶକ୍ତି ଆସିବା ପରେ ଗର୍ଭାବସ୍ଥାକୁ ସମାପ୍ତ କଲେ ତାହାକୁ ବିଳମ୍ବିତ ଗର୍ଭାବସ୍ଥା ସମାପ୍ତି (ଇଂରାଜୀରେ ) କୁହାଯାଏ । ପ୍ରତିବର୍ଷ ପୃଥିବୀରେ ପ୍ରାୟ ୪୪ ନିୟୁତ ଗର୍ଭପାତ କରାଯାଉଛି ଓ ତନ୍ମମଧ୍ୟରୁ ଅଧାରୁ କମ୍ ଅସୁରକ୍ଷିତ ଅଟେ । ଦଶବର୍ଷାଧିକର ପରିବାର ନିୟନ୍ତ୍ରଣ ଓ ଜନ୍ମ ନିୟନ୍ତ୍ରଣ ଶିକ୍ଷା ସତ୍ତ୍ୱେ ସନ ୨୦୦୩ରୁ ୨୦୦୮ ମଧ୍ୟରେ ଗର୍ଭପାତ ହାର କିଛି କମ୍ ହୋଇନି । ସନ ୨୦୦୮ରେ ପୃଥିବୀର ମହିଳାମାନେ କୌଣସି ପ୍ରଶ୍ନ ବିନା କାନୁନୀ ଗର୍ଭପାତ କରାଇଛନ୍ତି, କିନ୍ତୁ କେତେ ପର୍ଯ୍ୟନ୍ତ କରିପାରିବେ, ତାହାର ଏକ ସୀମା ଅଛି । ଯୌନକ୍ରିୟା ସଞ୍ଚାରିତ ରୋଗ ଯୌନ କ୍ରିୟା ସଞ୍ଚାରିତ ସଂକ୍ରମଣ (ଇଂରାଜୀରେ ବା ), ଅନ୍ୟ ନାମ ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ ଓ ଭେନେରିଆଲ ରୋଗ ଇଂରାଜୀରେ ; ଅନେକ ପ୍ରକାର ସଂକ୍ରାମକ ରୋଗକୁ ବୁଝାଏ ଯାହା ମନୁଷ୍ୟର ଯୌନକ୍ରିୟାଦ୍ୱାରା (ମୁଖ୍ୟତଃ ଯୋନୀପଥ ଯୌନ ସଙ୍ଗମ, ମଳଦ୍ୱାର ସଙ୍ଗମ ଓ ମୁଖ ସଙ୍ଗମ) ସଞ୍ଚାରିତ ହୁଏ । ଅଧିକାଂଶ ରୋଗ ଆରମ୍ଭରୁ କୌଣସି ଲକ୍ଷଣ ଦେଖାନ୍ତି ନାହିଁ । ତେଣୁ ରୋଗ ଅନ୍ୟ ସୁସ୍ଥ ଲୋକମାନଙ୍କୁ ସଂକ୍ରମିତ ହେବା ସମ୍ଭାବନା ଅଧିକ ରହେ । ଏହାର ଲକ୍ଷଣ ଓ ଚିହ୍ନ ମଧ୍ୟରେ ଯୋନୀପଥ ବିସର୍ଜନ, ପୁଲିଙ୍ଗ ବିସର୍ଜନ, ଯୌନାଙ୍ଗ ଓ ଏହା ଚାରପାଖରେ ଘାଆ ଓ ବସ୍ତିଦେଶରେ ଯନ୍ତ୍ରଣା ହୁଏ । ଜନ୍ମ ପୂର୍ବରୁ ଓ ଜନ୍ମ ସମୟରେ ଏହି ରୋଗ ସଂକ୍ରମିତ ହେଲେ ଫଳାଫଳ ଖରାପ ହୁଏ । କେତେକ ରୋଗରେ ମହିଳାମାନେ ଗର୍ଭବତୀ ହୋଇପାରନ୍ତି ନାହିଁ । . ୩୦ ପ୍ରକାରରୁ ଉର୍ଦ୍ଧ୍ୱ ଜୀବାଣୁ, ଭୁତାଣୁ ଓ ପରଜୀବୀ ଏହି ରୋଗ ସୃଷ୍ଟି କରନ୍ତି । ଜୀବାଣୁ ସଂକ୍ରମଣ ମଧ୍ୟରେ ଗନୋରିଆ ସିଫିଲିସ୍ ଓ କ୍ଲାମିଡିଆ ଅନ୍ୟତମ । ଭାଇରାସ୍ ରୋଗ ମଧ୍ୟରେ ଗୁପ୍ତାଙ୍ଗ ହର୍ପିସ୍, ଏଡ୍ସ୍ ଓ ଗୁପ୍ତାଙ୍ଗ ୱାର୍ଟ ମୂଖ୍ୟ ସ୍ଥାନ ଅଧିକାର କରିଛନ୍ତି । ପରଜୀବୀ ମଧ୍ୟରେ ଟ୍ରାଇକୋମୋନିଆସିସ୍ ମୁଖ୍ୟ । ଯୌନ ସଙ୍ଗମଦ୍ୱାରା ଏହା ସଞ୍ଚାରିତ ହେଲେ ମଧ୍ୟ ଅଣ-ଯୌନକ୍ରିୟା ସଂସ୍ପର୍ଶରେ ଯଥା ପ୍ରଦୂଷିତ ରକ୍ତ, ସ୍ତନ୍ୟପାନ କିମ୍ବା ଶିଶୁ ଜନ୍ମ ସମୟରେ ଏହା ସଂଞ୍ଚାରିତ ହୁଏ । ବିକଶିତ ଦେଶମାନଙ୍କରେ ରୋଗନିର୍ଣ୍ଣୟକାରୀ କିଟ୍ ମିଳେ କିନ୍ତୁ ବିକଶିତ ଦେଶମାନଙ୍କରେ ଏହି ସମ୍ଭାବ ହୋଇପାରି ନାହିଁ । ମହିଳା ଯୌନାଙ୍ଗ ଛେଦନ ମହିଳା ଯୌନାଙ୍ଗ ଛେଦନ ଇଂରାଜୀରେ ବା ଏଫ.ଜି.ଏମ୍ , ଅନ୍ୟ ନାମ ମହିଳା ଯୌନାଙ୍ଗ କର୍ତ୍ତନ (ଇଂରାଜୀରେ ) ଓ ମହିଳା ସୁନ୍ନତ୍ (ଇଂରାଜୀରେ ), ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅର୍ପିତ ସଂଜ୍ଞା ଅନୁସାରେ ସମସ୍ତ ପ୍ରଣାଳୀ ଯେଉଁଥିରେ ଯୌନାଙ୍ଗକୁ ଅଣଡାକ୍ତରୀ କାରଣ ଯୋଗୁ ଆଂଶିକ ବା ସମ୍ପୁର୍ଣ୍ଣ ବହିଷ୍କାର କରାଯାଏ ବା ଆଘାତ ଦିଆଯାଏ । ଆଫ୍ରିକାର ୨୭ଟି ଦେଶର ଓ ଏସିଆ, ମଧ୍ୟ ପୂର୍ବ ତଥା କେତେକ ଦେଶାନ୍ତରୀ ଲୋକଙ୍କର ଅନେକ ସମ୍ପ୍ରଦାୟ ଏହାକୁ ସାଂସ୍କୃତିକ ପ୍ରଥା ହିସାବରେ ପାଳନ କରନ୍ତି । ଜନ୍ମର କିଛି ଦିନ ପରଠାରୁ ଆରମ୍ଭ କରି ପୁଷ୍ପବତୀ ହେବା ପର୍ଯ୍ୟନ୍ତ ଏହି ପ୍ରଥା ଅନୁସରଣ କରାଯାଏ, ଅର୍ଦ୍ଧେକ ଜଣାଶୁଣା ଦେଶମାନଙ୍କର ଅଧିକାଂଶ ଝିଅ ୫ ବର୍ଷ ବୟସ ପୂର୍ବରୁ ଏହି ପ୍ରଥାର ଶିକାର ହୁଅନ୍ତି । ଏହି ପ୍ରଥାରେ ବିଭିନ୍ନ ଗୋଷ୍ଠି ଏକ ବା ଏକାଧିକ ପଦ୍ଧତି ଅବଲମ୍ବନ କରନ୍ତି । ୧୩୦ ନିୟୁତରୁ ଅଧିକ ମହିଳା ଓ ଝିଅମାନେ ୨୯ଟି ଦେଶରେ ଏହା ଅନୁଭବ କରୁଛନ୍ତି । ଡିଜିବାଉଟି, ଏରିଟ୍ରିଆ, ସୋମାଲିଆ ଓ ସୁଦାନ ଦେଶମାନଙ୍କରେ ୮ ନିୟୁତ ମହିଳା ଯୋନିବନ୍ଦ ପ୍ରଥାର ଶୀକାର ହୋଇଛନ୍ତି । ଏହି ପ୍ରଥା ଚାଲୁଥିବା ଅଧିକାଂଶ ଦେଶମାନଙ୍କରେ ଏଫ.ଜି.ଏମ୍. ପ୍ରଥାକୁ କାନୁନ ବଳରେ ବେନିୟମ ବା ବନ୍ଦ କରିଦିଆଯାଇଛି କିନ୍ତୁ ଏହି ନିୟମ ବଳବତ୍ତର ହୋଇପାରୁ ନାହିଁ । ୧୯୭୦ ମସିହାଠାରୁ ଏହି ପ୍ରଥାକୁ ପରିତ୍ୟାଗ କରିବାକୁ ଲୋକଙ୍କୁ ବୁଝେଇ କୁହାଯାଉଛି ଓ ୟୁନାଇଟେଡ ନେସନ୍ସ ଜେନେରାଲ ଆସେମ୍ବ୍ଲି ଏହାକୁ ମାନବିକ ଅଧିକାର ପରିପନ୍ଥି ଭାବେ ବିଚାର କରିଛି । ବିରୋଧୀମାନେ ମଧ୍ୟ ସମାଲୋଚନା ବିହୀନ ନୁହନ୍ତି ବିଶେଷତଃ ନୃତତ୍ତ୍ୱବିଦ୍ମାନେ । ଏରିକ୍ ସିଲ୍ଭର୍ମ୍ୟାନ୍ ଲେଖିଛନ୍ତି ଯେ ଏଫ.ଜି.ଏମ୍. ପ୍ରଥା ନୃତତ୍ତ୍ୱବିଦ୍ମାନଙ୍କର କେନ୍ଦ୍ରୀୟ ବିଷୟ, ଯେଉଁଥିରେ ସାଂସ୍କୃତିକ ଆପେକ୍ଷିକତା, ସହନଶୀଳତା ଓ ମାନବିକା ଅଧିକାର ଉପରେ ପ୍ରଶ୍ନବାଚୀ ଚିହ୍ନ ଅଛି । ଅନୁବ୍ରରତା ଆମେରିକାରେ ଅନୁବ୍ରରତା ୧୫ ଲକ୍ଷରୁ ଅଧିକ ଦମ୍ପତିଙ୍କୁ ପ୍ରଭାବିତ କରୁଛି । ଅନେକ ଦମ୍ପତି ଅନୁବ୍ରରତା ପାଇଁ ସହାୟକ ପ୍ରଜନନ ଟେକ୍ନୋଲୋଜି ଖୋଜିଥାନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୧୦ ମସିହାରେ ୧,୪୭,୨୬୦ଟି କୁତ୍ରିମ ପ୍ରଜନନ (ଇଂରାଜୀରେ ) ପ୍ରଣାଳୀ ହୋଇଥିଲା । ୨୦୧୩ରେ ଏହା ୧,୬୦,୫୨୧ଟିକୁ ବୃଦ୍ଧି ପାଇଥିଲା । ୨୦୧୫ ମସିହାରେ ୨,୧୩,୦୦୦ଥର ଏହି ପ୍ରଣାଳୀ ହୋଇଥିଲା ଏବଂ ୬୮,୦୦୦ ଶିଶୁ ଏହି ପ୍ରଣାଳୀରେ ଜନ୍ମ ଗ୍ରହଣ କରିଥିଲେ । ୧୯୮୭ରୁ ୨୦୧୫ ସୁଧା ୧୦,୦୦,୦୦୦ ଦଶ ଲକ୍ଷ ଶିଶୁ ବିଭିନ୍ନ ପ୍ରକାରର କୁତ୍ରିମ ପ୍ରଣାଳୀରେ ଯୁକ୍ତରାଷ୍ଟ୍ର ଆମେରିକାରେ ଜନ୍ମ ନେଇସାରିଲେଣି । ବାଲ୍ୟ ବିବାହ ବାଲ୍ୟ ବିବାହ ହେଉଛି ନିର୍ଦ୍ଦିଷ୍ଟ ବୟସ ସୀମା ନ ହେଉଣୁ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଓୌପଚାରିକ ଅବା ଅଣ ଓୌପଚାରିକ ବିବାହ । ବିଭିନ୍ନ ସଙ୍ଗଠନ ଓ ୟୁନିସେଫଦ୍ୱାରା ନାବାଳକଙ୍କ ବୟସ ସୀମା ୧୮ବର୍ଷ ଧାର୍ଯ୍ୟ କରାଯାଇଛି । ଆଇନଗତ ଭାବେ ବିବାହ ବୟସ ୧୮ ବର୍ଷରୁ କମ୍ ହୋଇଥିଲେ ଏହା ଆଇନର ବିରୁଦ୍ଧ ଅଟେ । ଅଭିଭାବକଙ୍କ ସହମତି ଅବା ଟିନ ଏଜ ଗର୍ଭଧାରଣ କରିବା ଭଳି କ୍ଷେତ୍ରରେ ଅନେକ ଆଇନ ବୟସ ପୁର୍ବରୁ ବିବାହକୁ ସ୍ୱୀକୃତି ଦେଇଥାନ୍ତି । ଯଦିଓ କିଛି ଦେଶରେ ବିବାହର ବୟସ ସୀମା ୧୮ ବର୍ଷ ରହିଛି କିନ୍ତୁ ପାରମ୍ପରିକ ବିଶ୍ୱାସ ଏକ୍ଷେତ୍ରରେ ଆଇନ ଉପରେ ଭାରି ପଡିଥାଏ । ମାତ୍ର ଏକଥାକୁ ଅସ୍ୱୀକାର କରାଯାଇ ନପାରେ ଯେ ବାଲ୍ୟ ବିବାହ ଉଭୟ ପୁଅ ଓ ଝିଅଙ୍କ ଉପରେ କୁପ୍ରଭାବ ପାକାଇଥାଏ, ଏହି କ୍ଷେତ୍ରରେ ବିଶେଷ ଭାବେ ଝିଅମାନେ ଅଧିକ ପ୍ରଭାବିତ ହୋଇଥାନ୍ତି । ବହୁ ଦିନ ଧରି ବହୁ ସ୍ଥାନରେ ବାଲ୍ୟ ବିବାହ ପରମ୍ପରା ଚାଲି ଆସୁଛି । ଜାତିସଙ୍ଘର ବିଭିନ୍ନ ସଂସ୍ଥାର କହିବା କଥା କେବଳ ସମ୍ମନ୍ୱିତ ଯୌନ ଶିକ୍ଷା ଏଭଳି ପରମ୍ପରାକୁ ଦୂର କରିପାରିବ । ଦାରିଦ୍ର୍ୟତା, ରାଜନୈତିକ ଓ ଅର୍ଥନୈତିକ ସ୍ୱଚ୍ଛତାର ଅଭାବ କାରଣରୁ ଇତିହାସରେ ବାଲ୍ୟ ବିବାହ ବିଭିନ୍ନ ସମାଜରେ ଦେଖିବାକୁ ମିଳୁଥିଲା । ଆଜି ମଧ୍ୟ ଅନେକ ଦେଶରେ ବିଶେଷତଃ ଆଫ୍ରିକା,ଦକ୍ଷିଣ ଆଫିକ୍ରା,ଦକ୍ଷିଣ ଏସିଆ,ଦକ୍ଷିଣ ପୂର୍ବ ଏସିଆ,ପଶ୍ଚିମ ଏସିଆ,ଲାଟିନ ଆମେରିକା,ଓସୋଏନିଆ ଭଳି ଦେଶରେ ବାଲ୍ୟ ବିବାହ ପରମ୍ପରା ବହୁଳ ଭାବେ ପ୍ରସାରିତ । ଏପରିକି ଆମେରିକା ଭଳି ବିକଶିତ ଦେଶରେ ଆଇନଗତ କୋହଳ, ଅର୍ଥାତ ୨୫ଟି ରାଜ୍ୟ ରହିଛି ଯେଉଁଠି ବିବାହ ପାଇଁ ସର୍ବନିମ୍ନ ବୟସର ଆବଶ୍ୟକତା ନାହିଁ । ଅବଶ୍ୟ ସମ୍ପୂର୍ଣ୍ଣ ବିଶ୍ୱରେ ବାଲ୍ୟ ବିବାହ ଘଟଣା କମି କମି ଯାଉଛି । କିନ୍ତୁ ୧୮ ବର୍ଷ ପୂର୍ବରୁ ବାଲ୍ୟ ବିବାହ ଘଟଣା ନାଇଜର,ଚାଦ୍,ମଳି,ଗୁଏନିଆ,ବାଂଲାଦେଶ ଓ କେନ୍ଦୀୟ ଆଫ୍ରିକୀୟ ଗଣତନ୍ତ୍ରରେ ୬୦%ରୁ ଅଧିକ । ୨୦୦୩-୨୦୦୯ର ସର୍ଭେ ଅନୁସାରେ ଚାଦ୍,ମଳି,ବାଂଲାଦେଶ,ଇଥିଓପିଆ ଓ ନାଇଜରରେ ୨୦%ରୁ ଅଧିକ ବାଲ୍ୟ ବିବାହ ୧୫ବର୍ଷ ବୟସ ପୂର୍ବରୁ ହେଉଛି । ଭାରତରେ ବାଲ୍ୟ ବିବାହ ଭଳି କୁତ୍ସିତ ପ୍ରଥାକୁ ରୋକିବା ପାଇଁ ଭାରତ ସରକାରଙ୍କଦ୍ୱାରା ବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬ ୧ ନଭେମ୍ବର ୨୦୦୭ରୁ ଲାଗୁ କରାଯାଇଛି । |
ସିକନ୍ଦର ବେଗମ (ସେପ୍ଟେମ୍ବର ୧୮୧୭ - ଅକ୍ଟୋବର ୧୮୬୮) ଭୋପାଳର ଦ୍ୱିତୀୟ ମହିଳା ଶାସକ ଥିଲେ । ପ୍ରଥମ ମହିଳା ଶାସକ ତାଙ୍କ ମାତା କୁଦସିଆ ବେଗମ ଥିଲେ । ସିକନ୍ଦର ବେଗମ ୧୮୬୦ ମସିହାରୁ ୧୮୬୮ ମସିହା ପର୍ଯ୍ୟନ୍ତ ଭୋପାଳର ନବାବ ଥିଲେ । ୧୮୪୪ ମସିହାରେ ତାଙ୍କର ନଅ ବର୍ଷର ଝିଅ ଶାହା ଜାହାନ ବେଗମ ରାଜପ୍ରତିନିଧି ଭାବରେ ନିଯୁକ୍ତ ହୋଇଥିଲେ, କିନ୍ତୁ ୧୮୬୦ ମସିହାରେ ସେ ନବାବ ଭାବରେ ମାନ୍ୟତା ପାଇଲେ । ୧୮୫୭ ମସିହାର ସିପାହୀ ବିଦ୍ରୋହ ସମୟରେ, ସିକନ୍ଦରଙ୍କ ବ୍ରିଟିଶ ସମର୍ଥକ ଆଭିମୁଖ୍ୟ ତାଙ୍କୁ ଜଣେ ଷ୍ଟାର ଅଫ ଇଣ୍ଡିଆ (ନାଇଟ ଗ୍ରାଣ୍ଡ କମାଣ୍ଡର) ଭାବରେ ପରିଣତ କରିଥିଲା । ୧୮୬୩ ମସିହାରେ, ସେ ହଜ କରିଥିବା ପ୍ରଥମ ଭାରତୀୟ ମହିଳା ଶାସକ ଥିଲେ । ସିକନ୍ଦର ବେଗମ ଟଙ୍କାଶାଳା, ସଚିବାଳୟ, ସାଂସଦ ଏବଂ ଏକ ଆଧୁନିକ ନ୍ୟାୟପାଳିକା ଗଠନ ସମେତ ରାଜ୍ୟରେ ଅନେକ ସଂସ୍କାର ଆଣିଥିଲେ । ପ୍ରାରମ୍ଭ ଜୀବନ ସିକନ୍ଦର ୧୦ ସେପ୍ଟେମ୍ବର ୧୮୧୭ ମସିହାରେ ବ୍ରିଟିଶ ଭାରତର ଭୋପାଳ ରାଜ୍ୟର ଗୌହର ମହଲରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତା ନାସିର ମହମ୍ମଦ ଖାନ ଏବଂ କୁଦସିଆ ବେଗମ ଏହି ରାଜ୍ୟର ପୂର୍ବତନ ନବାବ ଥିଲେ । ଶାସନ ୩ ଜାନୁୟାରୀ ୧୮୪୭ ମସିହାରେ, ସିକନ୍ଦର ବେଗମଙ୍କ ନଅ ବର୍ଷର ଝିଅ "ଶାହା ଜାହାନ ବେଗମ" ରାଜପ୍ରତିନିଧି ଭାବରେ ଭୋପାଳର ସିଂହାସନ ଆରୋହଣ କରିଥିଲେ । ଭାରତର ଗଭର୍ଣ୍ଣର-ଜେନେରାଲଙ୍କ ରାଜନୈତିକ ପ୍ରତିନିଧି "ଜୋସେଫ ଡେଭି କୁନିଙ୍ଘମ" ସେହି ବର୍ଷ ୨୭ ଜୁଲାଇରେ ସିକନ୍ଦରଙ୍କୁ ରାଜପ୍ରତିନିଧି ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଥିଲେ । ଗଭର୍ନର-ଜେନେରାଲ ଶାହା ଜାହାନଙ୍କୁ ରାଜ୍ୟର କାର୍ଯ୍ୟନିର୍ବାହୀ କ୍ଷମତା ପ୍ରଦାନ କରିଥିଲେ । ୧୮୫୭ ମସିହାର ସିପାହୀ ବିଦ୍ରୋହ ସମୟରେ ସିକନ୍ଦର ବ୍ରିଟିଶମାନଙ୍କ ପକ୍ଷ ରଖିଥିଲେ । ଭୋପାଳରେ ହୋଇଥିବା ବିଦ୍ରୋହକୁ ଦୂର କରିବା ପାଇଁ ସେ ବ୍ରିଟିଶ ବିରୋଧୀ ପ୍ରଚାର ପତ୍ର ପ୍ରକାଶନ ତଥା ପ୍ରଚାରକୁ ବାରଣ କରିଥିଲେ । ସେ ଗୁପ୍ତଚର ନେଟୱାର୍କକୁ ମଜବୁତ କରିବା ସହିତ ବ୍ରିଟିଶ ବିରୋଧୀ ସୈନିକମାନଙ୍କୁ ପାର୍ଶ୍ୱ ପରିବର୍ତ୍ତନ କରିବାକୁ ଲାଞ୍ଚ ଦେଇଥିଲେ । ଅଗଷ୍ଟ ମାସରେ, ସିପାହୀର ଏକ ଦଳ ସିହୋର ଏବଂ ବେରାସିଆରେ ବ୍ରିଟିଶର ରକ୍ଷକସେନା ଉପରେ ଆକ୍ରମଣ କରିଥିଲେ । ବ୍ରିଟିଶ ସମର୍ଥକ ଆଭିମୁଖ୍ୟ ଯୋଗୁଁ ରାଜ୍ୟରେ ତାଙ୍କ ପ୍ରତି କ୍ରୋଧ ବୃଦ୍ଧି ପାଇଥିଲା । ସିକନ୍ଦରଙ୍କ ମାତାଙ୍କଦ୍ୱାରା ଉତ୍ସାହିତ ହୋଇ ସିପାହୀ ଦଳ ଡିସେମ୍ବରରେ ତାଙ୍କ ପ୍ରାସାଦକୁ ଘେରି ଯାଇଥିଲେ । ସେମାନଙ୍କ ସହ ବୁଝାମଣା କରିବା ପାଇଁ ସିକନ୍ଦର ତାଙ୍କ ଜ୍ୱାଇଁ ଉମ୍ରାଓ ଦୌଲାଙ୍କୁ ପଠାଇଥିଲେ । ଯେତେବେଳେ ସେ ଘୋଷଣା କଲେ ଯେ ସେମାନଙ୍କର ଦରମା ବୃଦ୍ଧି କରାଯିବ ବୋଲି, ସେତେବେଳେ ସୈନିକମାନେ ଘେରାଉ ଶେଷ କରିଥିଲେ । ୧୮୬୧ ମସିହାରେ, ସିକନ୍ଦର ବିଦ୍ରୋହ ସମୟରେ ବ୍ରିଟିଶ ସମର୍ଥକଙ୍କ ଆଭିମୁଖ୍ୟ ପାଇଁ ନାଇଟ ଗ୍ରାଣ୍ଡ କମାଣ୍ଡର ପୁରସ୍କାର ଗ୍ରହଣ କରିଥିଲେ । ବ୍ରିଟିଶମାନେ ସିକନ୍ଦରଙ୍କୁ ୩୦ ସେପ୍ଟେମ୍ବର ୧୮୬୦ ମସିହାରେ ଭୋପାଳର ନବାବ ଭାବରେ ସ୍ୱୀକୃତି ଦେଇଥିଲେ । ପରବର୍ତ୍ତୀ ବର୍ଷ ତାଙ୍କର ସାମରିକ ଅଭିବାଦନ ପାଇଁ ୧୯ଟି ବନ୍ଧୁକ ବୃଦ୍ଧି କରାଯାଇଥିଲା । ହଜ ୧୮୬୩ ମସିହାରେ, ସିକନ୍ଦର ବେଗମ ହଜ କରିଥିବା ପ୍ରଥମ ଭାରତୀୟ ମହିଳା ଶାସକ ଥିଲେ । ତାଙ୍କ ସହିତ ପ୍ରାୟ ୧,୦୦୦ ହଜାର ଲୋକ ଥିଲେ, ସେଥିମଧ୍ୟରୁ ମୁଖ୍ୟତଃ ମହିଳାମାନେ ଅଧିକ ଥିଲେ । ସିକନ୍ଦର ଉର୍ଦ୍ଦୁରେ ନିଜର ଯାତ୍ରା ବିଷୟରେ ଏକ ସ୍ମୃତି ଲେଖିଥିଲେ ଏବଂ ୧୮୭୦ ମସିହାରେ ସେହି ଲେଖାର ଏକ ଇଂରାଜୀ ଅନୁବାଦ ପ୍ରକାଶ ପାଇଥିଲା । ସୁଧାର ସିକନ୍ଦର ରାଜ୍ୟକୁ ତିନୋଟି ଜିଲ୍ଲା ଏବଂ ୨୧ଟି ଉପ-ଜିଲ୍ଲାରେ ବିଭକ୍ତ କରିଥିଲେ । ପ୍ରତ୍ୟେକ ଜିଲ୍ଲା ପାଇଁ ଜଣେ ରାଜସ୍ୱ ଅଧିକାରୀ ଏବଂ ପ୍ରତ୍ୟେକ ଉପ-ଜିଲ୍ଲା ପାଇଁ ପ୍ରଶାସକ ନିଯୁକ୍ତ ହୋଇଥିଲେ । ସିକନ୍ଦର ଏକ ସୀମାଶୁଳ୍କ କାର୍ଯ୍ୟାଳୟ, ସଚିବାଳୟ, ଗୁପ୍ତଚର ନେଟୱାର୍କ, ଟଙ୍କାଶାଳା, ଡାକ ସେବା ଯାହାକି ରାଜ୍ୟକୁ ବାକି ଭାରତ ସହ ଯୋଡିଥିଲା ଏବଂ ଅଦାଲତ ସହିତ ଏକ ଆଧୁନିକ ନ୍ୟାୟପାଳିକା ପ୍ରତିଷ୍ଠା କରିଥିଲେ । ସେ ବାଳିକାମାନଙ୍କ ପାଇଁ ଭିକ୍ଟୋରିଆ ସ୍କୁଲ ଏବଂ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ଉର୍ଦ୍ଦୁ ଏବଂ ହିନ୍ଦୀ ମାଧ୍ୟମିକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ୧୮୪୭ ମସିହାରେ ସିକନ୍ଦର ଏକ "ମଜଲିସ୍-ଇ-ଶୋରା" (ସଂସଦ) ଆରମ୍ଭ କରିଥିଲେ । ସ୍ଥାପତ୍ୟ ସିକନ୍ଦର ବେଗମ ନାଲି ବାଲୁକା ପଥରରେ ନିର୍ମିତ ଏକ ମୋତି ମସଜିଦ, ମୋତି ମହଲ ଏବଂ ଶୌକତ ମହଲ ନାମରେ ପ୍ରାସାଦଗୁଡିକ ନିର୍ମାଣ କରିଥିଲେ । ବ୍ୟକ୍ତିଗତ ଜୀବନ ୧୮ ଏପ୍ରିଲ ୧୮୩୫ ମସିହାରେ ସିକନ୍ଦର ବେଗମ ନବାବ ଜାହାଙ୍ଗୀର ମହମ୍ମଦ ଖାନଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ଝିଅ ଶାହା ଜାହାନ ବେଗମ ଥିଲେ । ତାଙ୍କ ମାତା କୁଦସିଆ ବେଗମଙ୍କ ପରି ସିକନ୍ଦର ମଧ୍ୟ ଜଣେ ଧର୍ମନିଷ୍ଠ ମୁସଲମାନ ଥିଲେ । ସିକନ୍ଦର ବେଗମ ୩୦ ଅକ୍ଟୋବର ୧୮୬୮ ମସିହାରେ ବୃକ୍କ ବିଫଳତାରେ ମୃତ୍ୟୁ ବରଣ କରିଥିଲେ । ତାଙ୍କୁ ଫରହତ ଅଫଜା ବାଗରେ କବର ଦିଆଯାଇଥିଲା । ପରେ ସିକନ୍ଦରଙ୍କ ଝିଅ ଭୋପାଳର ନବାବ ଭାବରେ ଉତ୍ତରାଧିକାରୀ ହୋଇଥିଲେ । |
ଆକାନ୍ଥୋଫୋଲିସ : ;;ମାନେ " " ଡାଇନୋସର ବଂଶର ଜୀବ ଅଟେ । ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ । ଏହାର ଜୀବାଶ୍ମ ଓ ଅବଶେଷ ଇଉରୋପରୁ ମିଳିଥିଲା । ଏହି ଡାଇନୋସରଟି କ୍ରେଟାସିଅସ ଯୁଗରେ ବାସ କରୁଥିଲା । ଇତିହାସ ଶ୍ରେଣୀ ବିଭାଗ ଆହୁରି ଦେଖନ୍ତୁ ଟୀକା ଆଧାର , (2001). " " . , . 455 480. 0-253-33964-2. { }: |
ହେପାଟାଇଟିସ ବି ଇମ୍ୟୁନୋଗ୍ଲୋବୁଲିନ (ଇଂରାଜୀ ଭାଷାରେ / ) ହେଉଛି ଏକ ଔଷଧ ଯାହା ହେପାଟାଇଟିସ ବି ଏକ୍ସପୋଜର ପରେ ରୋକିବା ପାଇଁ ବ୍ୟବହୃତ ହୁଏ । ହେପାଟାଇଟିସ ବି ପଜିଟିଭ ଥିବା ମହିଳାଙ୍କ ଶିଶୁ ଜନ୍ମ ପରେ, ହେପାଟାଇଟିସ ବି ରୋଗୀର ଲିଭର ପ୍ରତିରୋପଣ ପରେ ଏବଂ ଯେଉଁମାନେ ରୋଗ ପ୍ରତିରୋଧକ ନଥାଇ ଏକ୍ସପୋଜର ବା ଅନାବରଣ କେଶରେ ଏହା ଦିଆଯାଏ । ଏହା ଶିରା କିମ୍ବା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଇପାରେ । ହେପାଟାଇଟିସ୍ ବି ଟିକା ସହିତ ଏକ ସମୟରେ ଔଷଧ ଦିଆଯାଇପାରେ, କିନ୍ତୁ ଏକ ଶରୀରର ଭିନ୍ନ ଭିନ୍ନ ସ୍ଥାନରେ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ଦିଆଯାଇଥିବା ସ୍ଥାନରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଅଇ, ମୁଣ୍ଡ ହାଲୁକା ଏବଂ ଜ୍ୱର ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇପାରେ ଆବଶ୍ୟକ ସମୟରେ ଏହା ଗର୍ଭାବସ୍ଥାରେ ବ୍ୟବହୃତ ହୋଇପାରେ । ଏହା ହେପାଟାଇଟିସ୍ ବି ପୃଷ୍ଠ ଭାଗ ଆଣ୍ଟିଜେନ୍ (ଆଣ୍ଟି-ଏଚ୍) ବିରୁଦ୍ଧରେ ଆଣ୍ଟିବଡି ଅଟେ । ୧୯୭୪ ମସିହାରେ ଚିକିତ୍ସା କ୍ଷେତ୍ରରେ 'ହେପାଟାଇଟିସ ବି ଇମ୍ୟୁନୋଗ୍ଲୋବୁଲିନ' ଔଷଧର ବ୍ୟବହାର ଆରମ୍ଭ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଜ୍ୟରେ ୫୦୦ ଯୁନିଟ/ଏକକର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୫୦୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ୫ ମି.ଲି. ଔଷଧର ମୂଲ୍ୟ ୮୩୦ ଡଲାର ଥିଲା । ଏହା ମାନବ ପ୍ଲାଜ୍ମାରୁ ତିଆରି ହୁଏ । |
ମୋ ସାଇକେଲ ଭୁବନେଶ୍ୱରରେ ସାଇକେଲ ଚାଳନା ବଢ଼ାଇବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ଏକ ଯୋଜନା । ଏହି ଯୋଜନା ଓଡ଼ିଶା ସରକାରଙ୍କଦ୍ୱାରା ୨୦୧୮ ମସିହାରେ ଆରମ୍ଭ କରାଯାଇଥିଲା । ଏହି ସାଇକେଲ ବ୍ୟବହାର କରିବା ପାଇଁ ମୋବାଇଲ ଆପଦ୍ୱାରା ବୁକିଂ କରିବାକୁ ପଡ଼େ ଓ ସାଇକେଲଗୁଡ଼ିକ ଜିପିଏସଦ୍ୱାରା ନିରିକ୍ଷଣ କରାଯାଏ । ଇତିହାସ ମୋ ସାଇକେଲ ଯୋଜନା ୨୦୧୮ ମସିହା ନଭେମ୍ବର ୨୭ ତାରିଖରେ ଆରମ୍ଭ କରାଯାଇଥିଲା । ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ଼ (ବିଏସସିଏଲ) କର୍ତ୍ତୁପକ୍ଷ ଏହି ଯୋଜନା ଆରମ୍ଭ କରିଥିଲେ ଓ ଏହାର ପରିଚାଳନା ଭାର କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ( କ୍ରୁଟ ) କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିଲା । ଭୁବନେଶ୍ୱର ପାଇଁ ୩ଟି ସାଇକେଲ କମ୍ପାନୀ ମାଧ୍ୟମରେ ୨୦୦୦ଟି ସାଇକେଲ ଆସିଥିଲା । ହେକ୍ସି କମ୍ପାନୀକୁ ଏକ ହଜାର ସାଇକେଲ ପାଇଁ ଅଢ଼େଇ କୋଟି, ୟୋନୋ କମ୍ପାନୀକୁ ୫୦୦ ସାଇକେଲ ପାଇଁ ୧ କୋଟି ୨୫ ଲକ୍ଷ ଏବଂ ୟୁଲୁ କମ୍ପାନୀକୁ ୫୦୦ ସାଇକେଲ ପାଇଁ ୧ କୋଟି ୨୫ ଲକ୍ଷ ଟଙ୍କା ଦିଆଯାଇ ସାଇକେଲ କିଣା ଯାଇଥିଲା । ପ୍ରତି ସାଇକେଲର ଦର ୨୫୦୦୦ଟଙ୍କା ଥିଲା । ଭୁବନେଶ୍ୱରର ୧୨୦ଟି ସ୍ଥାନରେ ଏହି ସାଇକେଲ ରଖାଯାଇଥାଏ । ୨୦୨୦ ମସିହାରେ କରୋନା ମହାମାରୀ ସମୟରେ ହୋଇଥିବା ଲକଡାଉନ ସମୟରେ ଏହି ଯୋଜନା ବନ୍ଦ ରଖାଯାଇଥିଲା । ୨୦୧୮ ମସିହାରୁ କ୍ରୁଟ ଏହି ପରିଚାଳନା କରିଥିଲା, କିନ୍ତୁ ଏହି କାର୍ଯ୍ୟକ୍ରମ ସଫଳ ହୋଇ ପାରିନଥିଲା । ୨୦୨୦ ମସିହାରେ ବିଏସସିଏଲ କର୍ତ୍ତୁପକ୍ଷ ଭୁବନେଶ୍ୱର ମୁନିସିପାଲ କମିସନର ସହ ମିଶି ଏହି କାର୍ଯ୍ୟକ୍ରମର ପରିଚାଳନା ନିଜ ହାତକୁ ନେଇଥିଲେ । ମୋ ସାଇକେଲ ଯୋଜନାରେ ଗୋଟିଏ ଦିନରେ ୨୫୦ରୁ ୨୭୫ଟି ସାଇକେଲ ବୁକ ହୋଇଥାଏ ଓ ୧୦ରୁ ୨୦ ନୂତନ ଚାଳକ ମୋ ସାଇକେଲ ଆପରେ ନିଜକୁ ପଞ୍ଜିକୃତ କରିଥାନ୍ତି ବୋଲି ୨୦୨୨ ମସିହା ଜୁନ ମାସରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ଼ର ମହାପ୍ରବନ୍ଧକ କମଲଜିତ ଦାସ କହିଥିଲେ । |
କୃଷ୍ଣ ହିନ୍ଦୁ ଦେବତା ଓ ଭଗବାନ ବିଷ୍ଣୁଙ୍କ ଅବତାର। କୃଷ୍ଣ ଅନ୍ୟ ହିନ୍ଦୁ ଦେବାଦେବୀଙ୍କଠାରୁ ଅଧିକ ଆଦରଣୀୟ ଏବଂ ଲୋକପ୍ରିୟ ଦେବତା ମଧ୍ୟରେ ଅନ୍ୟତମ। ଅବତାର ଅର୍ଥ ଅବତୀର୍ଣ୍ଣ ହେବା,ଭକ୍ତମାନଙ୍କୁ ଦିବ୍ୟାନନ୍ଦ ପ୍ରଦାନ ନିମିତ୍ତ ଓ ଭଗବତ ଧର୍ମ ଠିକ ସ୍ଥାନରେ ଲାଗି ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। ଶଙ୍ଖ,ଚକ୍ର,ଗଦା,ପଦ୍ମଧାରୀ ସ୍ୱରୂପରେ ମାତାପିତାଙ୍କୁ ଦର୍ଶନ ଦେଇଥିଲେ। ବାଳକ ରୂପରେ ଲୀଳା ଛଳରେ ଦୈତ୍ୟମାନଙ୍କୁ ସ୍ୱଧାମକୁ ପଠେଇ ପୃଥିବୀର ପାପ ଭାର ଲାଘବ କରିଥିଲେ। ବ୍ରହ୍ମା,ଶଙ୍କର ସନକାଦି ମୂନିଋଷିଙ୍କର ପୂଜ୍ୟ ହୋଇମଧ୍ୟ ସାଧାରଣ ବାଳକ ପରି ଲୀଳା କରୁଥିଲେ। ମାନବ ଜାତିର ଉନ୍ନତିକଳ୍ପେ ଭଗବାନ ଶ୍ରୀକୃଷ୍ଣ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇ ଲୀଳା କରିଥିଲେ।ମହାଭାରତ ଯୁଦ୍ଧକୁ ଏଡେଇବା ପାଇଁ ଶାନ୍ତିର ବାର୍ତ୍ତାନେଇ ଦୁର୍ଯ୍ୟୋଧନଙ୍କ ନିକଟକୁ ଗମନ କରିଥିଲେ।ଏଠାରେ ପଂରବ୍ରହ୍ମ ଶ୍ରୀକୃଷ୍ଣ ଶାନ୍ତିଦୂତର ଭୂମିକା ନିଭାଇ ଥିଲେ। ମହାଭାରତ ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କ ରଥର ସାରଥୀହେଇ ରଥକୁ ସୁଚାରୁ ରୂପେ ଚାଳନା କରିଥିଲେ। ଯୁଦ୍ଧର ପ୍ରାରମ୍ଭରେ ନିଜର ଜ୍ଞାତି କୁଟୁମ୍ବମାନଙ୍କୁ ଅବଲୋକନ କରି ଅର୍ଜୁନଙ୍କ ମନରେ ବିଷାଦ ଆସିଥିଲା ଓ ଯୁଦ୍ଧ ନକରିବା ପାଇଁ ଶ୍ରୀକୃଷ୍ଣଙ୍କୁ ମନାକରିଦେଇଥିଲେ। ଏଠାରେ ଭଗବାନ ଗୁରୁ ରୂପରେ ଅବତୀର୍ଣ୍ଣ ହେଇ ଅର୍ଜୁନଙ୍କୁ ଗୀତାଜ୍ଞାନ ପ୍ରଦାନ କରି ଧର୍ମସ୍ଥାପନ ପାଇଁ ଯୁଦ୍ଧ କରିବାଲାଗି ତାଙ୍କୁ ମନେଇବାରେ ସକ୍ଷମ ହେଇଥିଲେ। କୂଟନୀତି ପ୍ରୟୋଗ କରି ପାଣ୍ଡବମାନଙ୍କୁ ଯୁଦ୍ଧରେ ଜିତାଇଥିଲେ।ଏଠାରେ ତାଙ୍କୁ ବିଚକ୍ଷଣ କୂଟନୀତିଜ୍ଞ ରୂପରେ ମାନ୍ୟତା ଦିଆଯାଏ। ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ ନିମିତ୍ତମାତ୍ର କରି ମାନବ ସମାଜକୁ ଯେଉଁ ସାଂଖ୍ୟଯୋଗ,କର୍ମଯୋଗ,ଜ୍ଞାନଯୋଗ ଓ ଭକ୍ତିଯୋଗ ଶିକ୍ଷାପ୍ରଦାନ କରିଛନ୍ତି,ତାହାକୁ ପାଥେୟ କରି ବିଷୟାସକ୍ତ ଅଜ୍ଞାନ ଜୀବ ନିଜର ସାଧାରଣ ଜୀବନରେ ବାସ୍ତବ ସମସ୍ୟାକୁ ଉପଲବ୍ଧି କରି ନିଜକୁ ଉଦ୍ଧାର କରୁଛନ୍ତି।ଏହା ଶ୍ରୀମଦ ଭଗବତ ଗୀତା ନାମରେ ବିଶ୍ୱ ବିଖ୍ୟାତ। ଶ୍ରୀମଦ ଭଗବତ ଗୀତା ବିଶ୍ୱ ସାହିତ୍ୟ ଭଣ୍ଡାରରେ ଏକ ଅନନ୍ୟ ସ୍ଥାନ ଅଧିକାର କରିଛି। ଏଥିରେ ରଚିତ ହେଇଥିବା ଭଗବାନ ଶ୍ରୀକୃଷ୍ଣଙ୍କର ମୁଖନିଃସୃତ ବାଣୀ ଦିବ୍ୟ ଓ ସନାତନ। ଜନ୍ମ ବୃତ୍ତାନ୍ତ ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ । ହିନ୍ଦୁମାନଙ୍କର ଏହା ହୋଇଛି ଏକ ମୂଖ୍ୟ ପର୍ବ। ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗର ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହେଇଥିଲେ। ତାଙ୍କର ଲୀଳା ଅବଧୀ ଥିଲା ୧୨୫ ବର୍ଷ ୭ ମାସ। ଯେଉଁ ଦିନ କୃଷ୍ଣଙ୍କର ପରଲୋକ ହେଲା ସେଦିନଠାରୁ କଳି ଯୁଗ ଆରମ୍ଭ ହେଇଛି ଏବଂ ବର୍ତ୍ତମାନ କଳିଭୋଗବ୍ଦ ୫୧୧୩ ଚାଲିଛି।ତେଣୁ ଆଜକୁ ୫୨୩୮ ବର୍ଷ ପୂର୍ବେ ଲୀଳା ପୁରୁଷୋତ୍ତମ ଏହି ଧରାଧାମରେ ଅବତରଣ କରିଥିଲେ। ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ ତାଙ୍କର ଜନ୍ମ ହେଇଥିଲା। ଏହା ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ। ଏଇଦିନ ଲଗ୍ନରେ ରୋହିଣୀ ନକ୍ଷତ୍ର ରହିଥାନ୍ତି। ଏହା ଗ୍ରେଗୋରିଆନ (ଇଂରାଜୀ) କ୍ୟାଲେଣ୍ଡରରେ ସର୍ବଦା ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ଭିତରେ ହିଁ ଆସିଥାଏ । ଉତ୍ତର ଭାରତ ଓ ଦକ୍ଷିଣ ଭାରତରେ ଗଣନା ପଦ୍ଧତିର ବୈସମ୍ୟ ଯୋଗୁଁ ଏହାର ପାଳନ ଗୋଟିଏ ଦିନ ଆଗପଛ ହୋଇଥାଏ। ଯେପରିକି ୨୦୧୧ ମସିହାରେ ଉତ୍ତର ଭାରତରେ ଏହା ୨୨ ଅଗଷ୍ଟରେ ପାଳନ କରାଯାଇଥିଲେ ମଧ୍ୟ ଦକ୍ଷିଣ ଭାରତରେ (କେରଳାଦି ରାଜ୍ୟରେ) ୨୧ ଅଗଷ୍ଟରେ ପାଳିତ ହୋଇଥିଲା ।ଭାଦ୍ର କୃଷ୍ଣାଷ୍ଟମୀ ଅର୍ଧରାତ୍ର ସମୟରେ ଜନ୍ମାଷ୍ଟମୀ ହିନ୍ଦୁ ଜଗତରେ ପାଳିତ ହୋଇଥାଏ। କିନ୍ତୁ ବିଷ୍ଣୁପୁରାଣରେ କୃଷ୍ଣଙ୍କର ଜନ୍ମ ଶ୍ରାବଣମାସ କୃଷ୍ଣ ଅଷ୍ଟମୀରେ ହୋଇଥିବାର ଉଲ୍ଲେଖ ରହିଛି। ମୁଖ୍ୟଚାନ୍ଦ୍ରମାସ ଓ ଗୌଣ ଚାନ୍ଦ୍ରମାସ ଗଣନା ଏ ପ୍ରଭେଦର କାରଣ ବୋଲି ଅନୁମେୟ। ପୌରାଣିକ ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ବସୁଦେବ ଓ ଦେବକୀଙ୍କ ପୁଅରୂପେ ଧରାବତରଣ କରିଥିଲେ ଭଗବାନ କୃଷ୍ଣ। କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦୀଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ ଜନ୍ମ ଲାଭ କଲେ ଶ୍ରୀକୃଷ୍ଣ। ସେ ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ଯ। ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ। ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଛନ୍ତି। ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିବେ । ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତାଙ୍କୁ କହିଲେ। ପରଂବ୍ରହ୍ମଙ୍କ ଆଜ୍ଞାକୁ ମାନି ପିତା ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ରାତିରେ ବାହାରିଲେ । ଜଗନ୍ନାଥ ଦାସଙ୍କ ଭାଗବତରେ ବର୍ଣ୍ଣିତ କଥାମୃତ ଅନୁଯାୟୀ ବନ୍ଦୀଶାଳା ଦିବ୍ୟ ଆଲୋକରେ ଆଲୋକିତ ହେଇଗଲା ,ବସୁଦେବଙ୍କ ଗୋଡରୁ ବେଡି ଖୋଲିଗଲା ଏବଂ ବନ୍ଦୀଶାଳାର ଦ୍ୱାର ମଧ୍ୟ ଆପେଆପେ ଖୋଲିଗଲା। ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହେଇ ଗୋପପୁର ଗଲେ।ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ନିଜର ବିଶାଳ ଫଣା ଢାଙ୍କି ଚାଲିଲେ। ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମ ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ। ଶ୍ରୀକୃଷ୍ଣଙ୍କ ଅଷ୍ଟ ପଟ୍ଟମହିଷୀ: ରୁକ୍ମିଣୀ ସତ୍ୟଭାମା କାଳିନ୍ଦୀ ଶୁଚିସ୍ମିତା ମିତ୍ରବିନ୍ଦା ଜାମ୍ବବତୀ ନାଗ୍ନଜିତୀ ସୁଲକ୍ଷଣା ଶ୍ରୀଚୈତନ୍ୟଙ୍କ ମତରେ ଚୈତନ୍ୟଦେବଙ୍କ ଅଚିନ୍ତ୍ୟ ଭେଦାଭାବ ଦର୍ଶନ ମତରେ - ଶ୍ରୀକୃଷ୍ଣ ହେଉଛନ୍ତି ଅଚ୍ୟୁତ । ଅର୍ଥାତ ଜୀବଜଗତର କାହାଠାରୁ ସେ ବିଚ୍ୟୁତ ନୁହନ୍ତି । ଜୀବ ମଧ୍ୟ ଶ୍ରୀକୃଷ୍ଣଙ୍କ ସେବକ ଭାବରେ ନିତ୍ୟ ଦାସ । ହରି ଶରଣାଗତ ଗୃହୀ ତଥା ଗୃହତ୍ୟାଗୀଙ୍କ ପକ୍ଷରେ ନାମ-ଭକ୍ତି, ଏକ ସମୟରେ ପରିବାର ପୋଷଣ ସହିତ ହରି ଭଜନ କରିବାର ସୁଗମ ପନ୍ଥା । ଜୀବଜନ୍ତୁମାନେ ଆତ୍ମାରାମ ହୋଇ ମଧ୍ୟ ପ୍ରେମୀ ଭକ୍ତ ଭାବରେ ଶ୍ରୀକୃଷ୍ଣଙ୍କର ସେବାର୍ଚ୍ଚନା କରନ୍ତି । ବ୍ରଜାଙ୍ଗନା ମଧ୍ୟ ଭବବନ୍ଧନମୁକ୍ତ ନିତ୍ୟସିଦ୍ଧା ଥିଲେ । ସେମାନଙ୍କର ଜଡୀୟ ଗୁଣମୟ ଦେହଭାବ ଦୂର ହୋଇଥିଲା ଏବଂ ଯୋଗମାୟାଙ୍କଦ୍ୱାରା ସେମାନେ ଲାଭ କରିଥିଲେ ଅପ୍ରାକୃତ ସିଦ୍ଧ ଦେହ । ଶ୍ରୀଚୈତନ୍ୟଙ୍କ ଭାଷାରେ ଅଦୈୟ ଶ୍ରୀଜଗନ୍ନାଥ-ଶ୍ରୀକୃଷ୍ଣ ନୀଳାଚଳରେ ବିଦ୍ୟାମାନ । ତେଣୁ ନୀଳାଚଳ ଧାମ ପୁରୀ ହେଉଛି ମର୍ତ୍ତ୍ୟର ବୈକୁଣ୍ଠ ଧାମ । |
ଦୂତୀ ବାହନ ଓଷା (ଦୁତିଆ ଓଷା, ଦୂତୀଆ ଓଷା, ପୁଅ ଜିଉଁତିଆ ଓଷା, ଦୁତିବାମନ ଓଷା ବା ଜୀମୂତବାହନ ଉପବାସ ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ ଓଷା । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହା ଭିନ୍ନ ଭିନ୍ନ ନାମରେ ଜଣାଶୁଣା । ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା "ପୁଅ ଜିଉଁତିଆ" ନାମରେ ଏକ ମୁଖ୍ୟ ଓଷା ଭାବେ ପାଳିତ ହେଉଥିବା ବେଳେ ବାକି କେତେକ ସ୍ଥାନରେ "ଦୁତିଆ/ଦୂତୀଆ" ବା "ଦୂତୀ ବାହନ ଓଷା" ନାମରେ ପାଳିତ । ଜନନୀମାନେ ପୁଅର ଦୀର୍ଘ ଜୀବନ କାମନା କରି ଏବଂ ବିବାହିତା ନାରୀ, ବନ୍ଧ୍ୟା ଓ ପୁତ୍ରହରା ନାରୀମାନେ ପୁତ୍ରଲାଭ କରିବା ଆଶାରେ ଏହି ନିର୍ଜଳା ଉପବାସ କରି ଓଷା ପାଳନ କରିଥାନ୍ତି । ଏହା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୋଇଥାଏ । ଏହି ଦିନ ମା 'ମାନେ ସାରାଦିନ ଜଳସ୍ପର୍ଶ ନ କରି ଉପବାସ କରିଥାନ୍ତି । କେତେକ ସ୍ଥାନରେ ଭାଇମାନଙ୍କର ଶୁଭମନାସୀ ଭଉଣୀମାନେ ଏ ପ୍ରକାର ଓଷା କରୁଥିବାର ଦୃଷ୍ଟାନ୍ତ ରହିଛି । କାରଣ ସାମାଜିକ ପିତା ମାତାଙ୍କ ମୃତ୍ୟୁ ପରେ ପୁଅ ପିଣ୍ଡଦାନ କରିବାର ସାମାଜିକ ଚଳଣି ଓଡ଼ିଶାରେ ପ୍ରଚଳିତ । ପୁତ୍ରଲାଭ କରିବା ଓ ତା 'ର ମଙ୍ଗଳ କାମନା କରିବା ନିମନ୍ତେ ଏହି ଓଷା ପାଳନ କରାଯାଇଥାଏ । ବୈଜ୍ଞାନିକ ଆୟୁର୍ବେଦ ଅନୁସାରେ ଯୁଇର ବନ୍ଧ୍ୟା ନିରାକରଣ ଶକ୍ତି ଥିବାରୁ ଏହାର ବ୍ୟବହାର କରାଯାଏ । ଅପାମାର୍ଗ ବାତନାଶକ ହୋଇଥିବାରୁ ଏହାର ବ୍ୟବହାର ନାରୀମାନଙ୍କ ସନ୍ତାନଲାଭ ପାଇଁ ହିତକର ହୋଇଥାଏ । ଗଜାମୁଗ ଓ ଚଣାରେ ପୁଷ୍ଟିସାର ତାହା ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ ହିତକର । ପାଳନ ବିଧି ଏହି ବ୍ରତର ଉପାସ୍ୟ ଦେବତା ଜିମୂତ ବାହନ । ଓଡ଼ିଆ କବି ପୁରୁଷୋତ୍ତମ ଦାସଙ୍କ ରଚିତ "ଦୂତୀଆ ଓଷା କଥା" ରେ ଜିମୂତବାହନ ସୂର୍ଯ୍ୟଙ୍କ ପୁଅ ବୋଲି ଅଭିହିତ କରାଯାଇଛି । କେବଳ ସଧବା ନାରୀମାନେ ଏହି ଓଷା କରିଥାନ୍ତି । ଜିଉଁତିଆର ପୂର୍ବ ଦିନ ଓଷା କାରିଣୀମାନେ ନଦୀ କିମ୍ବା ପୋଖରୀ ତୁଠକୁ ଭଲ ଭାବରେ ପରିଷ୍କାର କରିଦିଅନ୍ତି । ୧୦୮ ଅକ୍ଷତ ଅରୁଆ ଚାଉଳ, ୧୦୮ ଦୁବ, ନାନାପ୍ରକାରର ଫୁଲ ଓ ଆଖୁ, କଦଳୀ, କନ୍ଦମୂଳ, ନଡ଼ିଆ, ଗଜା ମୁଗ, ବଡ଼ଚଣା, ସୋଲା, ନାରଙ୍ଗ, ପାନ, କାକୁଡି, କମଳା, ଜହ୍ନି, କଖାରୁ ଆଦି୨୧ ପ୍ରକାରର ଫଳ ଓ ପରିବା ଆଣିଥାନ୍ତି । ସପ୍ତମୀ ରାତ୍ରିରେ ଚିଲ ଓ ଶିଆଳକୁ ମନେମନେ ସ୍ମରଣକରି ତା 'ପରଦିନ ପ୍ରଭାତରୁ ତାଙ୍କୁ ଯାଇ ଭେଟିବାକୁ ହୁଏ । ସ୍ନାନ ଶେଷକରି ସେହି ଦିନଯାକ ନିର୍ଜଳା ଉପବାସ କରିବାକୁ ପଡ଼େ । ସନ୍ଧ୍ୟା ସମୟରେ ପୂଜା ସ୍ଥାନକୁ ପବିତ୍ର କରି ସେଠାରେ ଗୋଟିଏ କୋଠି ତିଆରି କରାଯାଏ । ଚାରିପାଖରୁ ମାଟିଖୋଳି ନେଇ ମଝିଟିକୁ ଛାଡ଼ି ଦିଆଯାଏ ସତେ ଯେମିତି ଚାରିପାଖରେ ପାଣି ରହିଲେ ମଝି ଅଂଶ ଗୋଟିଏ ଦ୍ୱୀପପରି ଜଣାପଡ଼ିବ । ଏହି କୋଠି ଅତି କମରେ ଦୁଇହାତ ଲମ୍ବା ହେବା ଦରକାର । ତା 'ମଝିରେ ତୁଳସୀଗଛ ଲଗାଯାଏ ଏବଂ କଦଳୀ ଗଛ ପୋତାଯାଏ । ଖୋଳାଯାଇ ଏକ ବିଲ ତିଆରି କରି ତହିଁରେ ବାଲି ଦେଇ ବେଦୀ ନିର୍ମାଣ କରାଯାଇଥାଏ । ବେଦୀର ପୂର୍ବ ପାଖରେ ସୂର୍ଯ୍ୟ ଓ ପଶ୍ଚିମ ପାଖରେ ଏକ କଦଳୀ ଗଛକୁ ଜିମୂତବାହନଙ୍କ ପ୍ରତୀକ ରୂପେ ପୂଜା କରାଯାଇଥାଏ । ଲେଉଟିଆ ଶାଗ ବ୍ୟତୀତ ଅନ୍ୟାନ୍ୟ ପନିପରିବାକୁ ନେଇ ବ୍ୟଞ୍ଜନ ପ୍ରସ୍ତୁତ କରି ଖିରିପିଠା ଇତ୍ୟାଦି ପ୍ରସ୍ତୁତ କରି ସନ୍ଧ୍ୟାରେ ସ୍ନାନ କରି ଗଙ୍ଗାମାତାଙ୍କୁ ପୂଜା କରି ରାତିରେ ଦୂତୀବାହନଙ୍କୁ ଫଳ ଭୋଗ ଦେଇ ଓଷାର ଉପାଖ୍ୟାନ ଶୁଣିଥା 'ନ୍ତି । ଯଦି କେହି ଅପୁତ୍ରିକ ଥାଆନ୍ତି ତା 'ହେଲେ ବାସ ଓ ଯୁଇ ଡାଳ ଆଣି ତାରି ପାଖରେ ପୋତି ରଖନ୍ତି । ବିଭିନ୍ନ ବର୍ଣ୍ଣର ମୁରୁଜ କରି ସୂର୍ଯ୍ୟ ଦେବତାଙ୍କର କାଳ୍ପନିକ ଚିତ୍ର ଆଙ୍କି, ଚିଲ ଏବଂ ଶିଆଳକୁ ଉତ୍ତରରେ ରଖି ପଶ୍ଚିମରେ ଦୂତୀବାହନଙ୍କୁ ସ୍ଥାପନ କରି ଥାଆନ୍ତି । ବ୍ରତ ଧାରଣ କରିଥିବା ନାରୀମାନେ ବାଲିରେ ଚିଲ ଏବଂ ଶିଆଳର ଚିତ୍ର ଆଙ୍କି ଅପାମାର୍ଗ କାଠିରେ ଦାନ୍ତ ଘସିଥାନ୍ତି । ସେଦିନ ସମସ୍ତେ ଶୁକ୍ଳବସ୍ତ୍ର ପରିଧାନ କରନ୍ତି । ଏଥିପାଇଁ ଯୋଗାଡ଼ କରିଥିବା ୨୧ପ୍ରକାର ଫଳ ଓ ପରିବାକୁ ଚାଙ୍ଗୁଡ଼ିରେ ଥୋଇ ତା ' ଉପରେ ଗୋଟିଏ ନୂଆଲୁଗା ପକାଇ ଆସ୍ଥାନ ପାଖରେ ନେଇ ରଖାଯାଏ । ତା 'ସହିତ କଉଡ଼ି, ଚଉରାଅଶୀଟା ଗୁଆ ସେହି କୋଠି ଭିତରେ ପକାଇବାକୁ ହୁଏ । ଏହି ପ୍ରକାର ବିଧିରେ ଓଷା ଶେଷକରି ଓଷା ଦ୍ରବ୍ୟକୁ ନିଜେ ନଖାଇ ରାତି ନ ପାହୁଣୁ ସ୍ନାନ କରି ବିବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ସମସ୍ତଙ୍କୁ ବାଣ୍ଟି ଦିଆଯାଏ । ସାଧାରଣତଃ ଅପୁତ୍ରିକ ପୁତ୍ର ଲାଭ ଆଶାରେ ଓଷା ଶେଷରେ ଓଷାରେ ବ୍ୟବହୃତ ପୂଜା ସାମଗ୍ରୀକୁ ଓଷାକାରିଣୀମାନେ ଗିଳିବା ବା ଚୋବାଇବାର ପରମ୍ପରା ରହିଛି । ତା 'ସହିତ ଧୂପଦୀପ ଦେଇ ତାଙ୍କୁ ପୂଜା କରନ୍ତି । ପୂଜା ଶେଷକରି ସୂର୍ଯ୍ୟଦେବତାଙ୍କୁ ପ୍ରଣାମକରି ଏକମୁହାଁ ହୋଇ ଘରକୁ ଲେଉଟି ଆସନ୍ତି । ଓଷାର ପରଦିନ ସେମାନେ ନୂଆ ଲୁଗା ପିନ୍ଧି ଘରେ ପୂର୍ଣ୍ଣ କୁମ୍ଭ ବସାଇ ଗୋଟିଏ ସ୍ଥାନକୁ ଗୋବର ପାଣିରେ ଲିପି ପୋଛି ରନ୍ଧାବଢ଼ା କରିଥିବା ଜିନିଷକୁ ସେଇଠାରେ ଥୋଇ ଦିଅନ୍ତି । କୁମ୍ଭ ଆଗରେ ଦୀପ ଜାଳି ପୂଜା ସ୍ଥଳରେ ୧୦୮ ଚାଉଳ ଓ ୧୦୮ ଦୁବ ସହ ଏକ କଷି କାକୁଡ଼ିକୁ ଶାଳପତ୍ରରେ ବାନ୍ଧି ପୁଅମାନଙ୍କୁ ବନ୍ଦାଇଥାନ୍ତି । ତାକୁ ସେମାନେ ଦୂତୀବାହନଙ୍କୁ ନୈବେଦ୍ୟ ଦିଅନ୍ତି । ସେହି ସାମଗ୍ରୀକୁ ପୁଅମାନଙ୍କ ଆପାଦମସ୍ତକ ଛୁଆଁଇ ବ୍ରତ ବା "ଜିଉଁତିଆ" କୁ ସେମାନଙ୍କ ହାତରେ କବଚ ଭଳି ବାନ୍ଧି ଦେଇଥାନ୍ତି ଓ ବନ୍ଧୁବାନ୍ଧବ ପିଲା ସମସ୍ତଙ୍କୁ ପରସିଥାନ୍ତି। ସନ୍ତାନବତୀ ମା ' ସନ୍ତାନମାନଙ୍କର ଦୀର୍ଘଜୀବନ କାମନ କରି ଏ ପ୍ରକାର ଓଷା କରୁଥିବାରୁ ଏହି ଓଷା ପ୍ରତ୍ୟେକ ଓଡ଼ିଆ ନାରୀ ପ୍ରାଣରେ ଗଭୀର ରେଖାପାତ କରିଥାଏ । କୌଣସି ଲୋକ ବିପଦରୁ ରକ୍ଷା ପାଇଲେ ଲୋକମାନେ କହିଥା 'ନ୍ତି, ' ସତରେ ମା ' ତୋର ଦୂତୀଆ ପୂଜିଥିଲା । ତେଣୁ ରକ୍ଷା ପାଇଗଲୁ ।' ପୁତ୍ରବତୀ ମା' ପୁତ୍ରର ଚନ୍ଦ୍ର ରିଷ୍ଟ ଖଣ୍ଡନ ପାଇଁ ଦୂତୀଆ ଓଷା କରିଥାନ୍ତି । ତେଣୁ ଜନ୍ମ ସମୟରେ ଚନ୍ଦ୍ରର ପ୍ରଭାବକୁ ଲାଘବ କରିବା ପାଇଁ ଦ୍ୱୀତୀୟା ଚାନ୍ଦ ପୂଜା କରିବା ଯେପରି ଦରକାର ପଡ଼େ ସେହିପରି ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ପାଇଁ ଏ ପ୍ରକାର ବିଧି ବିଧାନର ଆୟୋଜନ କରାଯାଇଛି । ପୁଅ ଜିଉଁତିଆ ଓଷା ମଣିଷର ଧର୍ମୀୟ ଅନୁଚିନ୍ତାକୁ ସୁଦୃଢ଼ କରିବା ସହିତ ମାତାପୁତ୍ରର ଅନାବିଳ ସ୍ନେହ ମମତାକୁ ଋଦ୍ଧିମନ୍ତ କରିଥାଏ । ଏହି ଓଷା ପଶ୍ଚିମ ଓଡ଼ିଶାରେ ସର୍ବତ୍ର ପାଳିତ ହୋଇଥାଏ ଏବଂ ଏହି ଦିନଠାରୁ ପାର୍ବଣ ଋତୁର ଶୁଭାରମ୍ଭ ହୋଇଥାଏ । ଚିରଶୁଦ୍ଧି, ଧର୍ମୋପାସନା ଓ ଭାଗବତପ୍ରାପ୍ତି ଦିଗରେ ଏହି ପୁଅ ଜିଉଁତିଆ ଓଷାର ଉପାଦେୟତା ଅପରିହାର୍ଯ୍ୟ[ କିମ୍ବଦନ୍ତୀ ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀକୁ ମୂଳାଷ୍ଟମୀ କୁହାଯାଏ । ଏହିଦିନ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦୂତିଆ ଓଷା ପାଳିତ ହୁଏ । ଦୂତିବାହାନ ଏହି ଓଷାର ଦେବତା । ପ୍ରଚଳିତ ଓଷା କଥା ଅନୁସାରେ ସେ ସୂର୍ଯ୍ୟଙ୍କର ପୁତ୍ର ଏବଂ ଜଣେ ବିଧବା ବ୍ରାହ୍ମଣୀ ଗର୍ଭରୁ ଜନ୍ମ ହୋଇଥିଲେ । ଏହି ପ୍ରସଙ୍ଗରେ ଦୁଇଟି କଥା ରହିଛି । ପ୍ରଥମ ଗରିବ ବ୍ରାହ୍ମଣୀଟିଏ ଥାଏ ବାଳୁତ କାଳରୁ ବିଧବା । ସାହା ଭରସା ହେବାକୁ ଦାସୀଟିଏ ରଖିଥାଏ। ସେମାନେ ଧାନକୁଟି ଚଳନ୍ତି। ଆଶ୍ୱିନ ମାସ ପିତୃପକ୍ଷ ପଡ଼ିଲା । ରାଜା କୁଟୂତୁଣିମାନଙ୍କୁ ଡକାଇ ଧାନ ଦେଲେ ଏବଂ କୋଠ ଖନ୍ଦା କରି ଚାରିଦିନରେ ଚାଉଳ ଦେବାକୁ ବରାଦ ଦେଲେ । ମେଘ ଉଠାଇଲା । ଧାନ ଶୁଖାଇ ଚାଉଳ କରିଦେବା କଷ୍ଟ। ବ୍ରାହ୍ମଣୀଟି ସୂର୍ଯ୍ୟଦେବତାଙ୍କ ପାଖେ ଖରାକଲେ ଅଙ୍ଗଦାନ କରିବାକୁ ମାନସିକ କଲା। ସୂର୍ଯ୍ୟଦେବତା ତା ଦାଣ୍ଡରେ ଖରାକଲେ । ନିର୍ଦ୍ଦିଷ୍ଟ ସମୟରେ ସେ ରାଜାଘରେ ଚାଉଳ ଦେଲା । କିନ୍ତୁ ସୂର୍ଯ୍ୟ ଦେବତା ନିର୍ଦ୍ଧାରିତ ରାତ୍ରିରେ ଅଙ୍ଗସଙ୍ଗ ପାଇଲେ ନାହିଁ । ବ୍ରାହ୍ମଣୀଟି ତା ଦାସୀକୁ ତା ସ୍ଥାନରେ ଶୁଆଇ ଦେଇ ଆତ୍ମଗୋପନ କଲା । ଦେବତା ଦାସୀ ଅଙ୍ଗ ସ୍ପର୍ଶ ନ କରି ନିରାଶ ହୋଇ ବାହୁଡିବା ବେଳେ ଲେଉଟିଆ ପଟାଳିରେ ପରିସ୍ରା କରି ଦେଇଗଲେ । ସେ ସେତେବେଳେ କାମାର୍ତ୍ତ ଅବସ୍ଥାରେ ଥିଲେ । ସେଠି ଇଚ୍ଛାଶାଗ ଉଠିଲା ମନକୁ ମନ, ଗହଳିଆ ହୋଇ ଉଠିଥିବା ଲେଉଟିଆ ଶାଗ ଖାଇ ବ୍ରାହ୍ମଣୀ ଗର୍ଭବତୀ ହେଲା । ବିଧବାର ଗର୍ଭବାସ ଏକ ଗର୍ହିତ ଅପରାଧ । ସେ ସେଥିପାଇଁ ରାଜରୋଷ ଏବଂ ସାମାଜିକ ବାସନ୍ଦର ସମ୍ମୁଖୀନ ହେଲା । ଆଶ୍ୱିନ କୃଷ୍ଣ ଅଷ୍ଟମୀ ଦିନ ତା ର ପୁଅଟିଏ ହେଲା । ମିଥୁନ ଲଗ୍ନରେ ହୋଇଥିଲା । ତା ର ନାମ ଦୂତିବାହାନ ରଖାଗଲା । ପୁଅ କ୍ରମେ ବଡ଼ ହୋଇ ଚାହାଳୀରେ ପଢ଼ିଲା । ଦିନେ ତା ର ଖଡ଼ି ଗୋଟାଳି ଗଡ଼ି ଯିବାରୁ ଜଣେ ସାଙ୍ଗକୁ ବଢ଼ାଇ ଦେବାକୁ ଅନୁରୋଧ କଲା। ସେ ପିଲାଟି ଦୋସାଧୁର ପୁଅ । ତାକୁ ଖଡ଼ି ଗୋଟାଳି ବଢ଼ାଇ ଦେବାକୁ କହୁଥିବା ରାଣ୍ଡୀ ବ୍ରାହ୍ମଣୀ ପୁଅକୁ ସେ ଅଣବାପୁଆ ବୋଲି କହି ଅପମାନିତ କଲା । ପୁଅ ଘରକୁ ଫେରି ତା ର ଜନକ କିଏ ବୋଲି ଜାଣିବାକୁ ମାଆ ପାଖରେ ଦାବୀ କଲା । ମାଆ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଲେ । ରାତି ପାହିଲା । ଅରୁଣ ରଥରେ ବସି ସପ୍ତାଶ୍ୱ ବାହନ ସୂର୍ଯ୍ୟ ଆକାଶରେ ଦେଖାଦେଲେ । ମାଆ ଚିହ୍ନାଇ ଦେଇ କହିଲେ ଇଏ ତୋ ବାପା । ପୁଅ ଦୂତିବାହାନ ସୂର୍ଯ୍ୟଙ୍କୁ ଦେଖି ନମସ୍କାର କଲା । ସୂର୍ଯ୍ୟ ହାତ ବଢ଼ାଇ କୋଳକୁ ଟେକି ନେଲେ । କୋଳରେ ବସାଇ ନାନା ଅଳଙ୍କାର ପିନ୍ଧାଇ ଦେଲେ । ଆକାଶରୁ ନାନା ଅଳଙ୍କାର ପାଟଶାଢୀ ଖସିଲା । ଏହି ବିଚିତ୍ର ଦୃଶ୍ୟଦେଖି ବହୁ ସଂଖ୍ୟାରେ ଲୋକ ଜମିଗଲେ । ଉପସ୍ଥିତ ନରନାରୀ ବିସ୍ମିତ ହେଲେ । ପୁଅ ସୂର୍ଯ୍ୟଦେବଙ୍କୁ ପଚାରିଲା- ବାପା ମୋର ମାଆ କାହିଁକି ଅସତୀ ବୋଲି ନିନ୍ଦା ପାଉଛନ୍ତି ? ଆପଣ ଯଦି ମୋର ବାପା ତେବେ ମୁଁ ଅଣବାବୁଆ ବୋଲି ଅପମାନିତ ହେଉଛି ? ସୂର୍ଯ୍ୟଦେବ ଆଶ୍ୱସନା ଦେଇ କହିଲେ- ତୋ ମାଆ ସତୀ । କିଛିଦିନ ପରେ ତୁ ଓ ତୋ ମାଆ ପୃଥିବୀରେ ପୂଜା ପାଇବ । ଦ୍ୱିତୀୟ ଗୋଟିଏ ଚିଲ ଏବଂ ଗୋଟିଏ ଶୃଗାଳ ଏହି ଓଷା ପାଳନ କରିଥିଲେ । କେତେକ ସ୍ତ୍ରୀଲୋକ ଓଷାକୋଠି ପାଖରେ ବସି ଓଷା ପୂଜୁଥିବାରୁ ଦେଖି ସେମାନେ ଏଥିପ୍ରତି ମନ ବଳାଇଲେ । ଓଷେଇତି ଓଷା ଶେଷରେ ଯେଉଁ ପୂଜା ଜିନିଷ ଫୋପାଡ଼ି ଦେଇଥିଲେ ତାହା ସେମାନେ ସଂଗ୍ରହ କଲେ । ସେମାନେ ଛାଡ଼ି ଯାଇଥିବା ହଳଦୀ ଲଗାଇ ସ୍ନାନ କଲେ । ଚିଲଟି ନିଷ୍ଠାର ସହିତ କାଷ୍ଠାରେ ଓଷା କଲା । କିନ୍ତୁ ଶୃଗାଳଟି ଭୋକ ସମ୍ଭାଳି ପାରିଲାନାହିଁ । ରାତି ଭିତରେ କୋରଡ଼ ଭିତରେ ପଶି ମାଂସ ଖାଇଦେଲା । ଚିଲ କିଛି ଜାଣିନପାରି ଶିଆଳକୁ ପଚାରିଲା- ଭଉଣୀ ତୁ ଏତେବେଳେ କ ଣ କଡ଼ମଡ଼ କରି ଚୋବାଉଛୁ ? ଶିଆଳ କହିଲା- କ ଣ ଅଛି ଯେ ଚୋବାଇବି ? ଥଣ୍ଡାରେ ମୋ ଦାନ୍ତ କଡ଼ମଡ଼ ଶବ୍ଦ ହେଉଛି । ପର ଜନ୍ମରେ ଓଷା ପ୍ରଭାବରୁ ଏହି ଚିଲ ଓ ଶୃଗାଳ ମଣିଷ ଜନ୍ମ ପାଇଲେ । ଉତ୍ତମ କୁଳରେ ଦୁଇ ଭଉଣି ହୋଇ ଜନ୍ମ ହେଲେ । ଶିଆଳ ବଡ଼ ଭଉଣୀ ହେଲା, ଚିଲ ସାନ ଭଉଣୀ ଜନ୍ମ ହେଲା । ବଡ଼ ଭଉଣୀ ମନ୍ତ୍ରୀ ଓ ସାନ ଭଉଣୀ ସାଧବକୁ ବିବାହ କଲେ । ପୂର୍ବ ଜନ୍ମରେ ବ୍ରତ ଖଣ୍ଡିତ କରିଥିବାରୁ ମନ୍ତ୍ରୀ ପତ୍ନୀ ପିଲାଛୁଆ ନହେବାରୁ କଷ୍ଟ ଓ ଦୁଃଖ ଅନୁଭବ କଲା । କିନ୍ତୁ ସାଧବାଣୀ ପୁତ୍ରବତୀ ହୋଇ ସୁଖରେ କାଳ କଟାଇଲା । ଫଳରେ ବଡ଼ ଭଉଣୀ ସାନ ଭଉଣୀକୁ ଇର୍ଷା କଲା । ସାନ ଭଉଣୀ (ସାଧବ ପତ୍ନୀ)ର ସନ୍ତାନମାନେ ମାଉସୀ ଘରକୁ ଖେଳିବାକୁ ଯାଆନ୍ତି । ବଡ଼ ଭଉଣୀ ତଥା ମନ୍ତ୍ରୀ ପତ୍ନୀ ଶୀଳାବତୀ ସେମାନଙ୍କୁ ବିଭିନ୍ନ ଭାବରେ ହତ୍ୟା କରି ସାଧବ ସ୍ତ୍ରୀ ପାଖକୁ ହାଣ୍ଡି, ଚାଙ୍ଗୁଡ଼ି ଇତ୍ୟାଦିରେ ପ୍ରତିଥର ମୃତ ପୁତ୍ରଙ୍କର ଶରୀର ପଠାଏ ଏବଂ ଦୂତୀବାହାନଙ୍କ ମହିମାରୁ ପୁଅମାନେ ଭଲରେ ଥାଆନ୍ତି । ପଠା ହୋଇଥିବା ମାୟା ପୁତ୍ରମାନଙ୍କର ଶରୀର ନଡ଼ିଆ, ଆଖୁ, ଅଦା, ଚଣା ଇତ୍ୟାଦି ଖାଦ୍ୟ ପଦାର୍ଥ ପାଲଟନ୍ତି । ସରଳ ସାଧବ ସ୍ତ୍ରୀ ଏକଥା ଜାଣିପାରେ ନାହିଁ । ପୁଅମାନେ ଠିକ୍ ସମୟରେ ବାହୁଡ଼ନ୍ତି ଏବଂ ମାଉସୀ ପଠାଇଥିବା ଖାଦ୍ୟ ଖାଇ ଖୁସି ହୁଅନ୍ତି । ବାରମ୍ବାର ମାରିବା ପରେ ପୁଅମାନେ ନ ମରିବାରୁ ଶୀଳାବତୀ ଆତଙ୍କିତ ହେଲା । ଏହି ଅବସରରେ ମନ୍ତ୍ରୀ ଏକଥା ଜାଣି ତାକୁ ଭର୍ତ୍ସନା କଲେ । ଶୀଳାବତୀକୁ ନେଇ ସାଧବାଣୀ ପାଖରେ କ୍ଷମା ମାଗିଲେ । କିନ୍ତୁ ଦୂତିବାହାନ ସାଧବାଣିକୁ ପୂର୍ବରୁ ସ୍ୱପ୍ନରେ ସବୁକଥା କହିଦେଇଥିଲେ । ସେ ଭଉଣୀ ଉପରେ ରାଗିଥିଲେ ମଧ୍ୟ ଦୂତୀବାହାନଙ୍କ ଓଷା କରିଥିବାରୁ ସବୁ ପ୍ରକାରେ ସାହାଯ୍ୟ କଲା । ସେମାନେ ଓଷା ପୂଜିବା ସମୟରେ ଦୂତୀବାହାନ ସାତବର୍ଷର ପିଲା ବେଶରେ ଧନୁରେ ଜୁଈର କାଠିଶର ଜୋଖି ଶୀଳାବତୀକୁ କାଣ୍ଡ ବିନ୍ଧିଲେ ଓ ତା ର ମଡ଼ିଛି ଦୋଷ ଭଗ୍ନ ହୋଇ ସେ ପୁତ୍ରବତୀ ହେଲା । |
ମହମଦ ଅମିନ ସାଇନା ଜଣେ ବଙ୍ଗଳାଦେଶୀ ଦୂରଦର୍ଶନ ଓ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ । ୨୦୦୫ରେ ସେ ଜଣେ ମଡେଲ ଭାବରେ କିଛି ବିଜ୍ଞାପନରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ ମୁଖ୍ୟତଃ ସାଇନା ଅମିନ ନାମରେ ପରିଚିତା । ୨୦୦୬ରେ ସେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ସେ କ୍ରସ କନେକ୍ସନ ଧାରାବାହିକ ଜରିଆରେ ଦୂରଦର୍ଶନ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ କିଛି ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଆସୁଛନ୍ତି । ୨୦୧୧ରେ ସାଇନା ଅମିନ ଚଳଚ୍ଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ନିର୍ଦ୍ଦେଶକ ରୁବାଇୟତଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ମେହେରାଜନ ଚଳଚ୍ଚିତ୍ର ଜରିଆରେ ସେ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ସେ ଏହି ଚଳଚ୍ଚିତ୍ରରେ ଜଣେ ଯୁବା ମେହେରାଜନ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ୨୦୧୨ରେ ଏବଂ ୨୦୧୫ରେ ଆଉ ଦୁଇଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ଦୁଇଟି ହେଉଛି ପିତା- ଦ ଫାଦର ଏବଂ ପୁତ୍ରୋ ଏଖୁନ ପୋୟଶାଳା । ପିତା ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ମସୁଦ ଅଖଣ୍ଡ ଏବଂ ପୁତ୍ରୋ ଏଖୁନ ପୋୟଶାଳାର ନିର୍ଦ୍ଦେଶନା ଦେଇଥିଲେ ନର୍ଗିସ ଅଖତାର । ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା ସାଇନା ସାଉଦି ଆରବିଆର ମକାଃଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାମାତା ବଙ୍ଗଳାଦେଶର ଅଧିବାସୀ ଥିଲେ । ତାଙ୍କ ବାପା ନୁରୁଲ ଅମିନ ଜଣେ ବ୍ୟବସାୟୀ ଏବଂ ମାଆ ହାସନା ଅମିନ ଜଣେ ଗୃହିଣୀ । ତାଙ୍କୁ ଦେଢ଼ ବର୍ଷ ହୋଇଥିଲା ବେଳେ, ତାଙ୍କ ପିତାମାତା ବଙ୍ଗଳାଦେଶକୁ ସ୍ଥାନାନ୍ତରିତ ହୋଇଯାଇଥିଲେ ଏବଂ ଲାଲମାଟିଆରେ ଅବସ୍ଥାନ କରିଥିଲେ । ସେ ଶିବ୍ଲି ମହମଦଙ୍କଠାରୁ ନୃତ୍ୟ ଶିକ୍ଷା କରିଥିଲେ ଏବଂ ନୃତ୍ୟାଙ୍ଗ ନାମକ ଏକ ନୃତ୍ୟ ଶିକ୍ଷା ବିଦ୍ୟାଳୟରେ ଯୋଗ ଦେଇଥିଲେ । ସେ ଲାଲମାଟିଆ ମହିଳା ମହାବିଦ୍ୟାଳୟରେ ପଢ଼ୁଥିଲେ ଏବଂ ପରେ ଢକାରେ ପଢ଼ୁଥିଲେ । ଅଭିନୟ ଜୀବନ ମଡେଲିଂ ଏବଂ ଦୂରଦର୍ଶନ ୨୦୦୫ରେ ସାଇନା ଜଣେ ମଡେଲ ଭାବରେ ତାଙ୍କର ପେଷା ଆରମ୍ଭ କରିଥିଲେ । ସେ ସନ୍ସିଲ୍କ ସାମ୍ପୋର ଦୂରଦର୍ଶନ ବିଜ୍ଞାପନରେ ଜଣେ ମଡେଲ ଭାବରେ ଅଭିନୟ କରିଥିଲେ । ସେତେବେଳେ ସେ ଦଶମ ଶ୍ରେଣୀରେ ପଢ଼ୁଥିଲେ । ଏହା ପରବର୍ଷ, ୨୦୦୬ରେ ସେ ଦୂରଦର୍ଶନ ଧାରାବାହିକରେ ଅଭିନୟ ଆରମ୍ଭ କରିଥିଲେ । ବଦ୍ରୁଲ ଇସଲାମ ସାଉଦଙ୍କ ନିର୍ଦ୍ଦେଶିତ ଧାରାବାହିକ କ୍ରସ କନେକ୍ସନରେ ସେ ଅଭିନୟ କରିଥିଲେ । ଏହାପରଠାରୁ ସେ ଦୂରଦର୍ଶନ ଧାରାବାହିକ ଏବଂ ବିଜ୍ଞାପନରେ ଅଭିନୟ କରିଆସୁଛନ୍ତି । ୨୦୦୮ରେ ସେ ପ୍ରେମର ଅଙ୍ଗକୁ ଶୀର୍ଷକ ଧାରାବାହିକରେ ଅଭିନୟ କରିଥିଲେ । ଏହି ଧାରାବାହିକଟିର ନିର୍ଦ୍ଦେଶନା ଦେଇଥିଲେ ଆବୁଲ ଅଲ ସାୟେଦ । ମୋନ ଉଚଟୋନ ଧାରାବାହିକରେ ସେ ମଧ୍ୟ ଅଭିନୟ କରିଥିଲେ । ୨୦୧୧ରେ ସାଇନା ଲାଇଫ୍ ଇଜ୍ ବିଉଟିଫୁଲ, କିମିଙ୍ଗ୍ ସୁନ୍ ଏବଂ ଲୋକଲୋୟ ଭଳି ଧାରାବାହିକରେ ଅଭିନୟ କରିଥିଲେ । ସେ ଅନ୍ତୁ କରିମଙ୍କ ସହ ଏକ ଆଲବମ୍ ଗୀତରେ ମଧ୍ୟ ଅଭିନୟ କରିଥିଲେ । ଏହି ଆଲବମ୍ ଗୀତଟିର ନାମ ଥିଲା ଏକ ଜୀବନ । ଶାହିଦ ଏହି ଗୀତଟି ଲେଖିଥିଲେ ଏବଂ ଶୁଭସ୍ମିତା ବାନାର୍ଜୀ ଓ ଶାହିଦ ଏହି ଗୀତଟି ଗାଇଥିଲେ । ୨୦୧୧ରେ ଏହି ଗୀତଟି ସବୁଠି ଅଧିକ ଲୋକପ୍ରିୟ ହୋଇଥିଲା । ୨୦୧୨ ଏବଂ ୨୦୧୩ ମଧ୍ୟରେ, ଅମିନ ଅପ୍ରତିଷ୍ଠାନିକ ଶିକ୍ଷା ସଫର, ପିୟ ମାଅ, କଲେଜ, ରିଲେସନ, ଅନ୍ତହୀନ ଏବଂ ଜିନୀ ମେଡ୍ ଇନ୍ ଜିନିଜିରା ଭଳି ଧାରାବାହିକରେ ଅଭିନୟ କରିଥିଲେ । ୨୦୧୪ରେ ଅମିନ ଏକ ଭାଲେନଣ୍ଟାଇନ ଡେ ପାଇଁ ସ୍ୱତନ୍ତ୍ର ଧାରାବାହିକରେ ଅଭିନୟ କରିଥିଲେ । ଏହି ଧାରାବାହିକଟୀର ଶୀର୍ଷକ ଥିଲା "ମାଇଁ ଏକ୍ସ ଗାର୍ଲଫ୍ରେଣ୍ଡ" । କଲର୍ ଏବଂ ଦାଗ ନାମକ ଦୁଇଟି ଦୂରଦର୍ଶନ ଧାରାବାହିକରେ ସେ ଅଭିନୟ ମଧ ଅଭିନୟ କରିଥିଲେ । ଏହିସହ ସ୍ୱପ୍ନର ସୁରୁ ଓ ଶେଷ, ପ୍ରେୟାଷି, ସେଇ ମେୟେତି, ଇନ୍ ଏ ରିଲେସନସିପ୍ ଏବଂ ସାଧାରଣ ଜ୍ଞାନ ଭଳି ଧାରାବାହିକରେ ଅଭିନୟ କରିଥିଲେ । ଚଳଚ୍ଚିତ୍ର ୨୦୧୧ରେ ସାଇନା ଅମିନ ଚଳଚ୍ଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ମେହେରଜାନ ନାମକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଭାରତୀୟ ନିର୍ଦ୍ଦେଶକ ଭିକ୍ଟର ବାନାର୍ଜୀ, ଜୟା ବଚ୍ଚନ ଏବଂ ବଙ୍ଗଳାଦେଶୀ ଅଭିନେତା ହୁମାୟୁନ ଫରିଦି ଅଭିନୟ କରିଥିଲେ । ୨୦୧୨ରେ ସେ ପିତା- ଦ ଫାଦର ଶୀର୍ଷକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଦୁଇଟିଯାକ ଚଳଚ୍ଚିତ୍ର ୧୯୭୧ର ବଙ୍ଗଳାଦେଶ ସ୍ୱାଧୀନ ଯୁଦ୍ଧ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟିରେ ସେ ଜଣେ ହିନ୍ଦୁ ଗର୍ଭବତୀ ମହିଳା ଭୂମିକାରେ ଅଭିନୟ କରିଥିଲେ । ୨୮ ଡିସେମ୍ବର ୨୦୧୨ରେ ଏହି ଚଳଚ୍ଚିତ୍ରଟି ବଙ୍ଗଳାଦେଶରେ ମୁକ୍ତିଲାଭ କରିଥିଲା । ଏହାପରେ ସେ ଏକ ଚଳଚ୍ଚିତ୍ର ପାଇଁ ଚୁକ୍ତିବଦ୍ଧ ହୋଇଥିଲେ ମାତ୍ର କୌଣସି ଅସୁବିଧା କାରଣରୁ ଏହାର ମୁକ୍ତିଲାଭରେ ବିଳମ୍ବ ହୋଇଥିଲା । ୨୦୧୫ରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ପୁତ୍ରୋ ଏଖୁନ ପୋୟଶାଳା ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ୧୫ ଜାନୁଆରୀ ୨୦୧୫ରେ ମୁକ୍ତିଲାଭ କରିଥିଲା । |
ସିନ୍ଥିଆ ଏକ ଭାରତୀୟ ପୌରପାଳିକା ଅଟେ । ଏହା ପଶ୍ଚିମବଙ୍ଗର ବିର୍ଭୁମ୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ସିନ୍ଥିଆ ୨୩.୯୪୮୩ ଉତ୍ତର ଅକ୍ଷାଂଶ ଓ ୮୭.୬୮୦୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୦ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିନ୍ଥିଆ ସହରର ମୋଟ ଜନସଂଖ୍ୟା ୩୯୨୪୪ ଅଟେ । ସେଥି ମଧ୍ୟରୁ ୫୧.୨୫% ଜଣ ପରୁଷ ହୋଇଥିବା ବେଳେ ୪୮.୭୫% ଜଣ ନାରୀ ଅଟନ୍ତି । ସିନ୍ଥିଆର ସାକ୍ଷରତା ହାର ୬୫.୯୪% ଅଟେ । ଏହା ଜାତୀୟ ହାରଠାରୁ ୧.୧୦% ପ୍ରତିଶତ କମ ଅଟେ । ସେଥିରୁ ୩୭.୩୪% ପ୍ରତିଶତ ପୁରୁଷ ଓ ୨୮.୬୦% ନାରୀ ଅଟନ୍ତି । ୧୧.୦୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ବଙ୍ଗାଳୀ ସିନ୍ଥିଆର ସରକାରୀ ଭାଷା ଅଟେ । |
ପ୍ରେମ ଏକ ଭାବନାକୁ ବୁଝାଇଥାଏ । ଏହାଛଡା ବ୍ୟକ୍ତିଗତ ସ୍ନେହ ଓ ସଂଯୋଗକୁ ମଧ୍ୟ ପ୍ରେମ କୁହାଯାଏ । ଦୁଇଜଣଙ୍କ ମଧ୍ୟରେ ଥିବା ଦୟା, କ୍ଷମା, ସ୍ନେହ, ପ୍ରଣୟ ଇତ୍ୟାଦି ପ୍ରେମର ଏକ ରୂପ । ପ୍ରେମ ଶବ୍ଦଟି ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରରେ ବ୍ୟବହାର ହୋଇଥାଏ । ବିଭିନ୍ନ ଭାଷାରେ ଏହାର ସଜ୍ଞା ଭିନ୍ନ ଭିନ୍ନ । ପ୍ରେମ ବ୍ୟକ୍ତିଗତ କିମ୍ବା ସାର୍ବଜନୀନ ହୋଇପାରେ । ବୈଜ୍ଞାନିକ ଚିନ୍ତାଧାରା ଗବେଷଣା ଅନୁଯାୟୀ ବିପରୀତ ଲିଙ୍ଗର ପ୍ରାଣୀମାନଙ୍କ ମଧ୍ୟରେ ଥିବା ଆକର୍ଷଣ ଯୋଗୁ ସେମାନେ ପରସ୍ପରର ନିକଟବର୍ତ୍ତୀ ହୋଇଥାନ୍ତି, ଏହାକୁ ପ୍ରେମ କୁହାଯାଏ । ଭାରତୀୟ/ଓଡ଼ିଆ ଚିନ୍ତାଧାରା ଭାରତୀୟମାନେ ସାଧାରଣତଃ ପ୍ରେମକୁ ଏକ ଶାଶ୍ୱତ ଭାବନା ବା ଭକ୍ତ ଭଗବାନଙ୍କ ସମ୍ପର୍କକୁ ବୁଝିଥାନ୍ତି । ଏହା ଛଡା କିଶୋର କିଶୋରୀମାନଙ୍କ ମଧ୍ୟରେ ଅଧିକ ଭାବେ ଏହି ପ୍ରେମ ଦେଖାଯାଏ । ହିନ୍ଦୁତ୍ୱ ହିନ୍ଦୁ ଧର୍ମରେ କାମଦେବଙ୍କ ସୂଚୀତ ସୁଖଦ, ଯୌନ ସମ୍ବଳିତ ପ୍ରେମ ହେଉଛି କାମ ।ବେଦରେ କାମକୁ ତୃତୀୟ ପୁରୁଷାର୍ଥ ଭାବେ ବର୍ଣ୍ଣନା କରାଯାଇଛି ।କାମଦେବ ଆଖୁର ଧନୁ ଓ ପୁଷ୍ପଶର ଧରି ଶୁକ ବାହନରେ ଭ୍ରମଣ କରନ୍ତି ।ପତ୍ନୀ ରତି ଓ ଋତୁରାଜ ବସନ୍ତ ତାଙ୍କର ସଦା ସହଚର ଥାଆନ୍ତି ।କର୍ଣାଟକର ବେଲୁର୍ ଚେନ୍ନାକେଶବ ମନ୍ଦିର କବାଟରେ କାମଦେବ ଓ ରତିଙ୍କର ଯୁଗଳମୂର୍ତ୍ତୀ ଦଣ୍ଡାୟମାନ ।କାମ ହେଉଛି ପ୍ରେମର ଅନ୍ୟ ଏକ ନାମ । ଏହା ବ୍ୟତୀତ ଭାରତରେ ଅନେକ ହିନ୍ଦୁ ମନ୍ଦିରରେ କାମ ତଥା ପ୍ରେମର ମୂର୍ତ୍ତି ଦେଖିବାକୁ ମିଳିଥାଏ ପ୍ରକ୍ରିୟା ପ୍ରେମ ପ୍ରଦର୍ଶନର ବିଭିନ୍ନ ପ୍ରକ୍ରିୟା ଅଛି । ସ୍ମିତହାସ୍ୟ, ଚୁମ୍ବନ, କୋଳାକୋଳି, ଆଲିଙ୍ଗନ ଇତ୍ୟାଦି । ଭର୍ତ୍ତୃହରିଙ୍କ ରଚିତ ଶୃଙ୍ଗାର ଶତକ, ଶ୍ରୀ ଜୟଦେବଙ୍କ ଗୀତ ଗୋବିନ୍ଦ ଓ ବ୍ୟାସଦେବଙ୍କ ରଚିତ ଭାଗବତ ଆଦି ଗ୍ରନ୍ଥରେ ଏହି ବିଷୟରେ ବର୍ଣ୍ଣନା କରାଯାଇଅଛି । |
ନେଭେଲି ଏକ ଭାରତୀୟ ସହର ଅଟେ । ଏହା ତାମିଲନାଡୁର କୁଦ୍ଦଲୋରେ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ନେଭେଲି ୧୩.୨୦୦୦ ଉତ୍ତର ଅକ୍ଷାଂଶ ଓ ୭୯.୯୦୦୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୦ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନେଭେଲି ସହରର ମୋଟ ଜନସଂଖ୍ୟା ୧୨୮୧୩୩ ଅଟେ । ସେଥି ମଧ୍ୟରୁ ୫୧.୨୨% ଜଣ ପରୁଷ ହୋଇଥିବା ବେଳେ ୪୮.୭୮% ଜଣ ନାରୀ ଅଟନ୍ତି । ନେଭେଲିର ସାକ୍ଷରତା ହାର ୭୭.୫୯% ଅଟେ । ଏହା ଜାତୀୟ ହାରଠାରୁ ୧୨.୭୫% ପ୍ରତିଶତ କମ ଅଟେ । ସେଥିରୁ ୪୨.୪୯% ପ୍ରତିଶତ ପୁରୁଷ ଓ ୩୫.୦୯% ନାରୀ ଅଟନ୍ତି । ୧୧.୮୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ତାମିଲ ନେଭେଲିର ସରକାରୀ ଭାଷା ଅଟେ । |
ଚାନ୍ଦ ବାଉରି ଗୋଟିଏ ପାହାଚ କୂଅ ରାଜସ୍ଥାନର ଜୟପୁର ନିକଟରେ ଥିବା ଅଭାନେରି ଗ୍ରାମରେ ଅଛି । ଭୌଗୋଳିକ ଅବସ୍ଥିତି ଅଭାନେରି ଗ୍ରାମ ରାଜସ୍ଥାନର ଦଉସା ଜିଲ୍ଲାରେ ଅବସ୍ଥିତ । ଏହି ଗ୍ରାମଟି ରାଜସ୍ଥାନ ଠାରୁ ୯୫ କି ମି ଦୂରରେ ଯଇପୁର ଆଗ୍ରା ରାସ୍ତାରେ ଅଛି । ଚାନ୍ଦ ବାଉରି ହରସତ ମାତା ମନ୍ଦିରର ବିପରୀତ ଦିଗରେ ଅବସ୍ଥିତ ଆଉ ଏହା ୮୦୦ ଏ ଡିରେ ତିଆରି ହୋଇଥିଲା । ଏଥିରେ ୩୫୦୦ଟି ସିଡ଼ି ଅଛି । ବିଶେଷତ୍ୱ ୩୫୦୦ ପାହାଚ ଏବଂ ୧୩ ମହଲା ବିଶିଷ୍ଟ ଏହି କୂଅ ରାଜସ୍ଥାନର ଏକ ଦର୍ଶନୀୟ ସ୍ଥାନ ସହିତ ଦେଶର ବୃହତ୍ତମ ତଥା ଗଭୀରତମ କୂଅ । କୂଅର ନିମ୍ନ ସ୍ତରରେ ଜଳର ତାପମାତ୍ରା ସାଧାରଣତଃ ଉପରସ୍ତରର ଜଳଠାରୁ ୫ରୁ ୬ ଡିଗ୍ରୀ ଶୀତଳ ଅଟେ । ଏହି ସ୍ଥାନର ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏଠାରେ ଭୁଲ ଭୁଲ୍ଲେୟା ସହ ଅନ୍ୟ କେତେକ ଚଳଚ୍ଚିତ୍ର ଶୁଟିଂ କରାଯାଇଛି । |
ଚଣ୍ଡୀଗଡ଼, ଭାରତର ଦୁଇଟି ରାଜ୍ୟ ପଞ୍ଜାବ ଓ ହରିଆଣାର ରାଜଧାନୀ । |
ଶାୟରୀ ଶାୟରୀ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାଜେନ୍ଦ୍ର ପ୍ରସାଦ ପାତ୍ର । ପ୍ରମୋଦ କୁମାରୀ ପାତ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିର୍ଦ୍ଦେଶକ ରଣଜିତ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମ୍ୟୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୁର୍ଗାମାଧବ ପାତ୍ର ଓ ପ୍ରିୟଙ୍କା ସାହୁ । ପ୍ରଦ୍ୟୁମ୍ନ ଲେଙ୍କା, ପିଣ୍ଟୁ ନନ୍ଦ, ଅକ୍ଷୟ ବସ୍ତିଆ, ଅସୀତ ପତି, ବ୍ରଜ ସିଂହ, ପ୍ରଶାନ୍ତ ପତି, ଜୀବନ ପଣ୍ଡା, ପ୍ରକାଶ ମହାପାତ୍ର, ଅଳକା ଶତପଥୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୧୪ ଅପ୍ରେଲ ୨୦୨୩ ଦିନ ପଣା ସଂକ୍ରାନ୍ତି ଅବସରରେ ମୁକ୍ତିଲାଭ କରିଥିଲା । ଅଭିନୟ ଦୁର୍ଗାମାଧବ ପାତ୍ର ପ୍ରିୟଙ୍କା ସାହୁ ପ୍ରଦ୍ୟୁମ୍ନ ଲେଙ୍କା ପିଣ୍ଟୁ ନନ୍ଦ ଅକ୍ଷୟ ବସ୍ତିଆ ଅସୀତ ପତି ବ୍ରଜ ସିଂହ ପ୍ରଶାନ୍ତ ପତି ଜୀବନ ପଣ୍ଡା ପ୍ରକାଶ ମହାପାତ୍ର ଅଳକା ଶତପଥୀ ଭାଗ୍ୟଶ୍ରୀ ଶୁଭଙ୍କରୀ ସୋନାଲିସା ରଶ୍ମିତା ରାଜଶ୍ରୀ କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ବାପୁ ଗୋସ୍ୱାମୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, କୁମାର ବାପି, ଅସୀମା ପଣ୍ଡା, ଦୀପ୍ତିରେଖା ପାଢ଼ୀ, ସଞ୍ଜୁ, ଅମ୍ରିତା ନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । |
ବର୍ଷା ସିଂହ ବରିହା ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୨ ମସିହାରେ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚରେ, ସେ ପଦ୍ମପୁରରୁ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ତାଙ୍କ ବାପାଙ୍କ ନାମ ବିଜୟ ରଞ୍ଜନ ସିଂହ ବରିହା ଓ ମାଅଙ୍କ ନାମ ତିଳୋତ୍ତମା ସିଂହ ବରିହା । ତାଙ୍କ ବାପା ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ତାଙ୍କ ଶଶୁର ରମାରଞ୍ଜନ ବଳିଆରସିଂହ ମଧ୍ୟ ରାଜନୀତିରେ ସକ୍ରିୟ ଅଛନ୍ତି । ରାଜନୈତିକ ଜୀବନ ବର୍ଷା ତାଙ୍କ ବାପାଙ୍କ ମୃତ୍ୟୁ ପରେ ରାଜନୀତିରେ ଯୋଗ ଦେଇଥିଲେ ଏବଂ ପରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୨ ମସିହାରେ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଥିବା ଉପ-ନିର୍ବାଚନରେ ସେ ବିଜେଡିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୧,୨୦,୮୦୭ ଖଣ୍ଡ ଭୋଟ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୪୨,୬୭୯ ଖଣ୍ଡ ଭୋଟରେ ପରାସ୍ତ କରି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । |
Subsets and Splits