text
stringlengths
17
85.6k
ସିମେପ୍ରେଭିର (ଇଂରାଜୀ ଭାଷାରେ ), ଏହାର ଏକ ବିକ୍ରୟ ନାମ ଓଲିସିଓ, ଏକ ଔଷଧ ଯାହା ହେପାଟାଇଟିସ ସି ରୋଗର ଚିକିତ୍ସା ନିମନ୍ତେ ଅନ୍ୟ ଔଷଧ ସ‌ହିତ ଦିଆଯାଏ । ନିର୍ଦ୍ଦିଷ୍ଟ ଭାବରେ ହେପାଟାଇଟିସ ସି ଜେନୋଟାଇପ ୧ ଓ ୪ ନିମନ୍ତେ ବ୍ୟବ‌ହାର କରାଯାଏ । ଏହା ସୋଫୋସବୁଭିର ବା ରିବିଭିରିନ ଓ ପେଜିଣ୍ଟରଫେରନ-ଆଲଫା ସ‌ହିତ ଦିଆଯାଏ । ଏହାର ଆରୋଗ୍ୟ ହାର ପ୍ରାୟ ୮୦ରୁ ୯୦% । ଏଚଆଇଭି/ଏଡସ ରୋଗରେ ମଧ୍ୟ ଏହା ଦିଆଯାଏ । ଦିନ‌କୁ ଥରେ ୧୨ସପ୍ତାହ ପର୍ଯ୍ୟନ୍ତ ପାଟିରେ ଏହା ଦିଆଯାଏ । ସାଧାରଣ ପ୍ରତିକ୍ରିୟା ମଧ୍ୟରେ ଥକ୍କା ଲାଗିବା, ମୁଣ୍ଡବଥା, ରାସ, ଗଲୁ ଓ ସୂର୍ଯ୍ୟାଲୋକ ସମ୍ଭେଦନଶୀଳତା ଉତ୍ୟାଦି ଲକ୍ଷଣ ଦେକାଯାଏ । ପୂର୍ବରୁ ହେପାଟାଇଟିସ ବି ଥିଲେ ପୁନରାବୃତ୍ତି ହୋଇପାରେ । ଯକୃତ ସମସ୍ୟା ଥିଲେ ଏହାକୁ ଦେବା ଉଚିତ ନୁହେଁ । ଗର୍ଭାବସ୍ଥାରେ ରିବାଭିରିନ ସ‌ହିତ ଦେଲେ ଶିଶୁ ପ୍ରତି ବିପଦ ହୁଏ, ସୋଫୋସବୁଭିର ସ‌ହିତ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ । ସିମେପ୍ରେଭିର ଏକ ଏଚସିଭି ପ୍ରୋଟିଏଜ ଇନହିବିଟର । ମେଡିଭିର ଏବି ଓ ଜାନସେନ ଫର୍ମାସିଉଟିକାଲ ଏହି ସିମେପ୍ରେଭିର ଔଷଧ ପ୍ରସ୍ତୁତ କରିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୩ରେ ଏହା ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ଜେନେରିକ ଔଷଧ ନାମରେ ସନ ୨୦୧୫ ସୁଦ୍ଧା ଉପଲବ୍‌ଧ ହୋଇନାହିଁ । ଇଂଲଣ୍ଡରେ ସନ ୧୦୧୫ରେ ସିମେପ୍ରେଭିର, ରିବିଭିରିନ ଓ ପେଜିଣ୍ଟରଫେରନ-ଆଲଫାର ଗୋଟିଏ କୋର୍ଷର ଖର୍ଚ୍ଚ ପ୍ରାୟ ୨୯,୭୦୦ ପାଉଣ୍ଡ । ୟୁକ୍ତରାଷ୍ଟ୍ର ଆମେରିକାରେ ସିମାପ୍ରେଭିର ଓ ସୋଫୋସବୁଭି କୋର୍ଷର ଖର୍ଚ୍ଚ ପ୍ରାୟ ୧୭୧,୦୦୦ ଡଲାର ଓ ସେଥିରୁ କେବଳ ସିମେପ୍ରେଭିର ମୂଲ୍ୟ ପ୍ରାୟ ୬୬,୩୬୦ ଆମେରିକୀୟ ଡଲାର ।
ଦିଗମ୍ବର ବେହେରା ( ଜନ୍ମ - ୧୯୫୩), ଜଣେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଚିକିତ୍ସକ । ସେ ଫୁସଫୁସ ସମ୍ବନ୍ଧୀୟ ରୋଗର ବିଶେଷଜ୍ଞ ଓ ଫୁସଫୁସ କର୍କଟ ବେମାରୀରେ ଦରକାର କେମୋଥେରାପିରେ ଧୁରନ୍ଧର ଡାକ୍ତର ଭାବରେ ତାଙ୍କର ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ରହିଛି । ୨୦୨୦ ମସିହାରେ ଭାରତ ସରକାର ଦିଗମ୍ବରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ । କରୋନା ଭୂତାଣୁ ସଂକ୍ରମଣ ବିଷୟରେ ଭାରତରେ ହେଉଥିବା ଗବେଷଣା ନିମନ୍ତେ ଗଠିତ ୬ ଜଣିଆ କ୍ଲିନିକାଲ୍‌ ରିସର୍ଚ୍ଚ ଗ୍ରୁପର ଅଂଶ ଭାବରେ ସେ ଭାରତ ସରକାରଙ୍କଦ୍ୱାରା (ଆଇସିଏମାଅର) ମନୋନୀତ ହୋଇଛନ୍ତି । ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ ସେ ବହୁ ଦେଶୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁବାର ପୁରସ୍କୃତ ହୋଇଛନ୍ତି । ଜୀବନୀ ଦିଗମ୍ବର ୧୯୫୩ ମସିହାରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଏକ ମଧ୍ୟବିତ୍ତ ପରିବାର ଥିଲା ଓ ତାଙ୍କ ପିତାମାତା ଅଶିକ୍ଷିତ ଥିଲେ । ଦିଗମ୍ବରଙ୍କ ୪-୫ କିଲୋମିଟର ଦୂର ବିଦ୍ୟାଳୟକୁ ଖାଲି ପାଦରେ ଚାଲି ଚାଲି ଯିବାକୁ ପଡୁଥିଲା । ପାଠ ପଢ଼ିବା ସହ ସେ ନିଜ ପିତାଙ୍କୁ ଚାଷ କାମରେ ମଧ୍ୟ ସାହାଯ୍ୟ କରୁଥିଲେ । ୧୯୭୮ ମସିହାରେ ସେ କଟକର ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରୁ ଏମବିବିଏସ ଡିଗ୍ରୀ ଅର୍ଜନ କରିଥିଲେ । ୧୯୮୧ରେ ଚଣ୍ଡିଗଡ଼ର ପିଜିଆଇ ମେଡିକାଲ କଲେଜରୁ ଫୁସଫୁସ ସମ୍ବନ୍ଧୀୟ ମେଡିସିନର ବିଶେଷଜ୍ଞ ଭାବରେ ଏମ୍‌ଡି ଡିଗ୍ରୀ ହାସଲ କରିଥିଲେ । ଏମ୍‌ଡି ଡିଗ୍ରୀ ହାସଲପରେ ସେ ପିଜିଆଇ ମେଡିକାଲ କଲେଜରେ ବିଭିନ୍ନ ସ୍ତରରେ କାର୍ଯ୍ୟ କରିଛନ୍ତି । ବୃତିଗତ ଜୀବନ ଯକ୍ଷ୍ମା ଦୂରୀକରଣ ଓ ଫୁସଫୁସ କର୍କଟ ଚିକିତ୍ସାରେ ଡାକ୍ତର ବେହେରା ସିଦ୍ଧହସ୍ତ । ତାଙ୍କର ୫୫୦ ଡାକ୍ତରୀ ଗବେଷଣା ପ୍ରବନ୍ଧ ପ୍ରକାଶ ପାଇଛି ଓ ସେ ୯ଟି ପୁସ୍ତକ ରଚନା କରିଛନ୍ତି । ଇଣ୍ଡିଆନ୍‌ ଷ୍ଟଡି ଫର୍‌ ଦି ଷ୍ଟଡି ଅଫ୍‌ ଲଙ୍ଗ୍‌ କ୍ୟାନ୍‌ସରର ସେ ପ୍ରତିଷ୍ଠାତା ସଭାପତି ଅଟନ୍ତି । ସେ ଇଣ୍ଡିଆନ୍‌ କଲେଜ ଅଫ୍‌ ଫିଜିସିଆନ୍‌, ଇଣ୍ଟରନ୍ୟାଶନାଲ କଲେଜ ଅଫ୍‌ ଏଞ୍ଜିଓଲୋଜି, ଇଣ୍ଡିଆନ୍‌ ଚେଷ୍ଟ ସୋସାଇଟି ଏବଂ ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ଅଙ୍କଲୋଜିର ଫେଲୋ ଭାବେ ମନୋନୀତ । ୨୦୦୬ରୁ ୨୦୧୨ ଯାଏ ଏଲ୍‌ଆର୍‌ଏସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟ୍ୟୁବରକ୍ୟୁଲୋସିସ୍‌ ଆଣ୍ଡ୍‌ ରେସ୍‌ପିରେଟୋରି ଡିଜିଜେସ୍‌ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଇଣ୍ଡିଆନ୍‌ ଜର୍ନାଲ ଅଫ୍‌ ଟ୍ୟୁବରକ୍ୟୁଲୋସିସ୍‌ ଆଣ୍ଡ୍‌ ଦି ଇଣ୍ଡିଆନ୍‌ ଜର୍ନାଲ ଅଫ୍‌ ଚେଷ୍ଟ ଡିଜିଜେସ୍‌ ଆଣ୍ଡ୍‌ ଆଲାଏଡ୍‌ ସାଇନ୍‌ସେସ୍‌ ଆଦି ବୈଜ୍ଞାନିକ ପତ୍ରିକାରେ ସମ୍ପାଦନା ମଣ୍ଡଳିରେ ମଧ୍ୟ ସେ ସ୍ଥାନ ପାଇଛନ୍ତି । ୨୦୨୦ରେ ଗଠିତ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟର ଆଧୁନିକୀକରଣର ଉପଦେଷ୍ଟା କମିଟିରେ ମଧ୍ୟ ସେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରୁଛନ୍ତି ।
ଇକବାଲ ଅଜାଦ ଜଣେ ଭାରତୀୟ ଅଭିନେତା, ଯିଏକି ମୁଖ୍ୟତଃ କଥାଚିତ୍ର ଓ ଦୂରଦର୍ଶନ ଆଦିରେ କାମ କରନ୍ତି । ତାଙ୍କ ଅଭିନୀତ ନାଦାନିଆଁ, ତେଡ଼ି ମେଡ଼ି ଫ୍ଯାମିଲି ଏବଂ ବେପାନ୍ନାଃ ଆଦି ଧାରାବାହିକ ପାଇଁ ସେ ଜାଣଶୁଣା । ସେ ମୁକ୍ତ (୨୦୦୧), ୩୪୦ (୨୦୦୯) ଏବଂ ଇଟ୍ ଇସ୍ ଏ ମ୍ୟାନ୍ ୱାଲ୍ଡ (୨୦୧୦) ଭଳି କଥାଚିତ୍ରରେ ମଧ୍ୟ କାମ କରିଛନ୍ତି ।
ଜ୍ୱାଳା ଗୁଟ୍ଟା , ଜଣେ ଭାରତୀୟ ମହିଳା ବେଡମିଣ୍ଟନ ଖେଳାଳି । ତାଙ୍କୁ ଭାରତର ସର୍ବଶ୍ରେଷ୍ଠ ମହିଳା ଦବଳସ୍ ଖେଳାଳିର ମାନ୍ୟତା ଦିଆଯାଇଥାଏ । ସେ ୧୪ ଥର ଜାତୀୟ ବେଡମିଣ୍ଟନ ଚମ୍ପିୟାନଶିପରେ ମହିଳା ଦବଳସ୍ରେ ବିଜୟୀ ହେଇଛନ୍ତି । ପ୍ରଥମେ ଶ୍ରୁତି କୁରିଏନଙ୍କ ସହ ପାର୍ଟନରଶିପ ଓ ପରେ ଅଶ୍ୱିନୀ ପୋନାପ୍ପାଙ୍କ ସହ ମିଶି ସେ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗିତା ଜିତି ପରିଛନ୍ତି । ବିଶ୍ୱ ରେଙ୍କିଙ୍ଗରେ ସେ ଅଶ୍ୱିନୀଙ୍କ ସହ ୨୦ ରେଙ୍କ ଭିତରେ ବହୁଦିନ ଧରି ରହିଛନ୍ତି ।ଅର୍ଜୁନ ପୁରସ୍କାର ସମେତ ଅନେକ ପୁରସ୍କାରର ବିଜେତା ଜ୍ୱାଳା ମହିଳା ସଶକ୍ତିକରଣର ଜଣେ ବଳିଷ୍ଠ କର୍ମୀ । ପ୍ରାରମ୍ଭିକ ଜୀବନୀ ଓ ଜୁନିଅର ସ୍ତରରେ ଉପଲବ୍ଧି ଜ୍ୱାଳା ଗୁଟ୍ଟା ୧୯୮୩ ମସିହା ସେପ୍ଟେମ୍ବର ୭ରେ ୱାର୍ଦ୍ଧା , ମହାରାଷ୍ଟ୍ରଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ପରେ ହାଇଦ୍ରାବାଦ , ଆନ୍ଧ୍ରପ୍ରଦେଶରେ ରହିଥିଲେ । ତାଙ୍କର ପିତା କ୍ରାନ୍ତି ଗୁଟ୍ଟା ଜଣେ ସ୍ୱାଧୀନତା ସଂଗ୍ରାମୀ ପରିବାରରୁ ଆସିଥିଲେ ଓ ମାତା ଚାଇନୀଜ ଥିଲେ । ମହାତ୍ମା ଗାନ୍ଧୀଙ୍କ ସେବାଶ୍ରମ ଆଶ୍ରମରେ ତାଙ୍କ ପିତା ମାତାଙ୍କ ପରିଚୟ ହେବା ପରେ ବିବାହ ହେଇଥିଲା । ପ୍ରଥମେ ଟେନିସ ଖେଳିବାକୁ ଆଗ୍ରହୀ ଥିବା ଜ୍ୱାଳା ତାଙ୍କ ପିତା ଓ କୋଚ ଏସ . ଏମ . ଆରିଫଙ୍କ ସୁପାରିସ କ୍ରମେ ଜିମ୍ନାଷ୍ଟିକ ଓ ସନ୍ତରଣରେ ୨ ବର୍ଷ ତାଲିମ ନେବା ପରେ ୬ ବର୍ଷ ବୟସରୁ ବେଡମିଣ୍ଟନରେ ତାଲିମ ନେଲେ । ଏଥିରେ ତାଙ୍କର ଚାଇନୀଜ ମାଙ୍କ ପ୍ରେରଣା ମୁଖ୍ୟ ଅବଦାନ ରହିଥିଲା । ମାତ୍ର ୧୩ ବର୍ଷ ବୟସରେ ଜ୍ୱାଳା ମିନି ଜାତୀୟ ବେଡମିଣ୍ଟନ ପ୍ରତିଯୋଗିତାରେ ଜୁନିଅର ବାଳିକା ଚମ୍ପିୟାନ ହେଇ ସେହି ବର୍ଷ ମହିଳା ଜୁନିଅର ଜାତୀୟ ଡବଲସ ଚମ୍ପିୟାନ ହେଇଥିଲେ । ପରେ ଶ୍ରୁତି କୁରିଏନଙ୍କ ସହ ମିଶି ସିନିଯର ଡବଲସ ମଧ୍ୟ ବିଜୟିନୀ ହେଇଥିଲେ । ଏହି କ୍ରମ ସେ ୨୦୦୨ରୁ ୨୦୦୮ ପର୍ଯ୍ୟନ୍ତ ଜାରି ରଖିଥିଲେ । ଜାତୀୟ ସ୍ତରରେ ପ୍ରଦର୍ଶନ ଜାତୀୟ ସ୍ତରରେ ଜ୍ୱାଳା ପ୍ରଥମ ମହିଳା ଭାବରେ ଡବଲସରେ ୧୪ ଥର ଚମ୍ପିୟାନ ହେଇଥିଲେ । ୨୦୧୪ ଥୋମାସ ଓ ଉବାର କପରେ ସେ ବ୍ରୋଞ୍ଜ ପଦକ ପାଇଥିଲେ । ୨୦୦୯ ମସିହାରେ ସେ ଦିଜୁଙ୍କ ସହ ମିଶି ମିକ୍ସ ଦବାଲ୍ସରେ ବହୁ ପ୍ରତିଯୋଗିତା ଜିତି ଥିଲେ । ଜ୍ୱାଳା ବେଡମିଣ୍ଟନରେ ପ୍ରଥମ କରି ତୀବ୍ର ଗତିରେ ଖେଳିବା ଶୈଳୀ ଆରମ୍ଭ କରିଥିଲେ । ତାଙ୍କର ସ୍ମାଶ ଶଟ ଅତ୍ୟନ୍ତ ଶକ୍ତିଶାଳୀ ହେଇଥିଲେ ମଧ୍ୟ କୋର୍ଟ ଭିତରେ ତାଙ୍କର ମୁଭମେଣ୍ଟ ସେତେଟା ପ୍ରଭାବୀ ହେଇପାରୁ ନଥିବାରୁ ସେ କିଛି ଭୁଲ କରିଥାନ୍ତି । ଆହତ ଜନିତ ସମସ୍ୟା ମଧ୍ୟ ତାଙ୍କର ଅନେକ ସମୟରେ ରହୁଥିଲା । ଆନ୍ତର୍ଜାତିକ ପ୍ରଦର୍ଶନ ଆନ୍ତର୍ଜାତିକ ସ୍ତରରେ ସେ ମିକ୍ସ୍ଡ ଡବଲସରେ ଭାଲିୟବେଟ୍ଟୀ ଦିଜୁଙ୍କ ସହ ମିଶି ଆନ୍ତର୍ଜାତିକ ପ୍ରତିଯୋଗିତାମାନଙ୍କୁ ଯୋଗ ଦେଇ ବିଶ୍ୱର ୧୦ ନମ୍ବର ରେଙ୍କିଙ୍ଗ ଭିତରେ ରହିଥିଲେ । ୨୦୧୦ ମସିହାରେ ସେ ବିଶ୍ୱର ୬ ନମ୍ବର ଯୋଡି ହେଇଥିଲେ । ସେ ଅଲିମ୍ପିକ ବ୍ଯତୀତ ଅନ୍ୟ ସମସ୍ତ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଦବାଲ୍ସ ଓ ମିକ୍ସ ଦବାଲ୍ସରେ ପଦକ ପାଇଛନ୍ତି । ୨୦୧୧ ବିଶ୍ୱ ଚମ୍ପିଅଂଶିପରେ ସେ ବ୍ରୋଞ୍ଜ ପଦକ ପାଇବା ସହ କମନୱେଲ୍‌ଥ ଗେମ ରେ ୨୦୧୦ରେ ସ୍ୱର୍ଣ୍ଣ ଓ ୨୦୧୪ରେ ରୌପ୍ୟ ପଦକ ପ୍ରାପ୍ତ ହେବା ତାଙ୍କର ବଡ଼ ଉପଲବ୍ଧି । ୨୦୧୨ ଲଣ୍ଡନ ଅଲିମ୍ପିକ ପାଇଁ ସେ ଉଭୟ ମହିଳା ଦବାଲସ ଓ ମିକ୍ସ ଦବାଲସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ୨୦୧୬ ଅଲିମ୍ପିକ ପାଇଁ ମଧ୍ୟ ଡବଲସରେ ଯୋଗ୍ୟତା ଅର୍ଜନ କରିଥିଲେ । ମାତ୍ର ସେ ଉଭୟ ଅଲିମ୍ପିକରେ ପଦକ ପାଇବା ପାଇଁ ସଫଳ ହେଇନଥିଲେ । ୨୦୧୫ କାନାଡା ଗ୍ରାଣ୍ଡ ପ୍ରିକ୍ସରେ ସେ ସେମିଫାଇନାଲ ଯାଏ ପହଞ୍ଚିଥିଲେ ।ଏହା ବ୍ଯତୀତ ସେ ଶ୍ରୀଲଙ୍କା , ପାକିସ୍ଥାନ , ନେପାଲ ଓ ହଲାଣ୍ଡଠାରେ ପ୍ରତିଯୋଗିତା ଜିତି ଥିଲେ । ବ୍ୟକ୍ତିଗତ ଜୀବନ ଓ ଅନ୍ୟ ସମାଜସେବା କାର୍ଯ୍ୟ 320 320 ପିକସେଲଜ୍ୱାଳା ଓ ସାଥି ବେଡମିଣ୍ଟନ ଖେଳାଳି ଚେତନ ଆନନ୍ଦ , ୨୦୦୫ ମସିହାରେ ବିବାହ ପରେ ୨୦୦୫ ମସିହାରେ ଜ୍ୱାଳା ସାଥି ବେଡମିଣ୍ଟନ ଖେଳାଳି ଚେତନ ଆନନ୍ଦଙ୍କୁ ବିବାହ କରିଥିଲେ । କିନ୍ତୁ ତାଙ୍କର ୨୦୧୧ରେ ବିବାହ ବିଚ୍ଛେଦ ଘଟିଥିଲା । ତାଙ୍କର କ୍ରିକେଟ ଖେଳାଳି ମହମ୍ମଦ ଅଝାରୁଦ୍ଦିନଙ୍କ ସହ ପ୍ରେମ ସମ୍ପର୍କର ଗୁଜବ ମଧ୍ୟ ଉଠିଥିଲା । ତେବେ ତାହାର ପ୍ରମାଣ ମିଳି ନଥିଲା । ଜ୍ୱାଳା ସର୍ବଦା ମହିଳା ଖେଳାଳି ମାନଙ୍କ ଉନ୍ନତି ପାଇଁ ସ୍ୱର ଉତ୍ତୋଳନ କରିଥାନ୍ତି । ଏହା ବ୍ଯତୀତ ସେ ତମାଖୁ ବର୍ଜନ . ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେଇଥାନ୍ତି । ବେଡମିଣ୍ଟନର ପ୍ରସାର ପାଇଁ ସେ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ ଦିଗରେ ମଧ୍ୟ ଧ୍ୟାନ ଦେଇଛନ୍ତି । . ପୁରସ୍କାର ଓ ସମ୍ମାନ ଜ୍ୱାଳା ୨୦୧୧ ମସିହାରେ ଭାରତ ସରକାରଙ୍କଦ୍ୱାରା ଅର୍ଜୁନ ପୁରସ୍କାର ପ୍ରାପ୍ତ ହେଇଥିଲେ । ଏହା ବ୍ୟତୀତ ସେ ଦେଶ ବିଦେଶରେ ଅନେକ ପୁରସ୍କାର ପାଇଥିଲେ ।
ଅମରେନ୍ଦ୍ର ମାଧବ ଦାଶ (ଜନ୍ମ: ୧୯୭୮) ଜଣେ କବି । ସେ ନିଜ କାବ୍ୟଗ୍ରନ୍ଥ "କାନ୍ଦ କାନ୍ଦ ମଣିଷ" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ "ଯୁବ ପୁରସ୍କାର" ଲାଭ କରିଛନ୍ତି । ଅମରେନ୍ଦ୍ର, ୧୯୭୮ମସିହାରେ ଅନୁଗୋଳ ଜିଲ୍ଲାର ତାଳଚେରରେ ଜନ୍ମଗ୍ରହଣ କରିଥିଲେ । ଚତୁର୍ଥ/ପଞ୍ଚମ ଶ୍ରେଣୀରେ ପଢ଼ିବା ବେଳରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ । ଅଷ୍ଟମ ଶ୍ରେଣୀରେ ପଢ଼ିବା ବେଳକୁ ସ୍କୁଲ ପତ୍ରିକା "ବ୍ରାହ୍ମୀ" ରେ ତାଙ୍କର କବିତା ପ୍ରକାଶ ପାଇଥିଲା । ଯୁକ୍ତ ଦୁଇ ପଢିଲାବେଳକୁ କଲେଜ ପତ୍ରିକାରେ ପ୍ରକାଶ ପାଇଥିଲା କବିତା "ଫେରିଆସ ବାପୁ" । ଏହି କବିତା ତାଙ୍କୁ କଲେଜ ତଥା ତାଳଚେର ସହରରେ "କବି" ର ପରିଚିତି ଆଣିଦେଇଥିଲା ।
୯୩୦ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ସ୍ୱର୍ଣ୍ଣ୍ଣକୁମାରୀ ଦେବୀ ୨୮ ଅଗଷ୍ଟ ୧୮୫୫ ୩ ଜୁଲାଇ ୧୯୩୨ ଜଣେ ଭାରତୀୟ କବି, ଉପନ୍ୟାସ ଲେଖକ , ସଙ୍ଗୀତକାର ଏବଂ ସମାଜ ସେବିକା ଥିଲେ । ସେ ବେଙ୍ଗଲୀର ପ୍ରଥମ ମହିଳା ଲେଖକ ରୂପେ ପ୍ରତୀଷ୍ଠାଅର୍ଜନ କରିଥିଲେ । ପରିବାର ଶ୍ରୀମତୀ ସ୍ୱର୍ଣ୍ଣ୍ଣକୁମାରୀ ଦେବୀ ଠାକୁର (ଟାଗୋର) ବଂଶର ଜଣେ କନ୍ୟା ଥିଲେ । ସେ ଦେବେନ୍ଦ୍ରନାଥ ଠାକୁରଙ୍କ କନ୍ୟା ଏବଂ ଦ୍ୱାରକାନାଥ ଠାକୁରଙ୍କ ନାତୁଣୀ ଥିଲେ । ସୌଦାମିନୀ, ସୁକୁମାରୀ ଏବଂ ଶରତକୁମାରୀ ତାଙ୍କର ତିନି ଭଉଣୀ ଥିଲେ । ସେ ରବୀନ୍ଦ୍ରନାଥ ଠାକୁରଙ୍କଠୁ ପାଞ୍ଚ ବର୍ଷ ସାନ ଥିଲେ । ସ୍ୱର୍ଣ୍ଣ୍ଣକୁମାରୀ ତାଙ୍କ ପ୍ରାଥମିକ ଶିକ୍ଷା ନିଜ ଘରୁ ଆରମ୍ଭ କରିଥିଲେ । ବିବାହ ସେ ୧୮୬୮ ମସିହାରେ ଜାନକୀନାଥ ଘୋଷାଲଙ୍କୁ ବିବାହ କରିଥିଲେ । ଜନକୀନାଥ ଘୋଷାଲ ଜଣେ ଉଚ୍ଚ ଶିକ୍ଷିତ ଏବଂ ନଦିଆ ଜିଲ୍ଲାର ଜମିଦାର ପରିବାର ଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠାତା ଥିଲେ । ହିରଣ୍ମୟୀ ଦେବୀ, ଜ୍ୟୋତ୍ସ୍ନାନାଥ ଘୋଷାଲ ଏବଂ ଶାରଳା ଦେବୀ ଚୌଧୁରାନୀ ତାଙ୍କର ତିନି ପୁତ୍ର ଏବଂ କନ୍ୟା ଥିଲେ ।
୧୮୨ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ମୁଜାଗଡ଼, ଗଞ୍ଜାମ ଜିଲ୍ଲାର ଭଂଜନଗର ବ୍ଳକ ଅନ୍ତର୍ଗତ ଗୋଟିଏ ଗ୍ରାମ ପଞ୍ଚାୟତ । ଏହି ପଞ୍ଚାୟତର ବଡ ଗ୍ରାମ ମୁଜାଗଡ । ଏହାର ଅଧିକାଂଶ ଅଧିବାସୀ କୃଷକ ତଥା ଆଦିବାସି ସଂପ୍ରଦାୟର । ଏହି ଗ୍ରାମର ଲୋକମାନେ କୃଷି କରି ନିଜର ଜିବିକା ନିର୍ବାହ କରନ୍ତି । ସହରାଞ୍ଚଳ ଭଳି ଏହି ଗ୍ରାମଟିରେ କୋଳାହଳ ନାହିଁ । ମୁଜାଗଡ଼ ଗ୍ରାମଟି ପ୍ରଦୁଷଣ ମୁକ୍ତ ହୋଇଥିବାରୁ ଏହି ଗ୍ରାମ ସ୍ୱଚ୍ଚ ଅଟେ । ଶିକ୍ଷା ଓ ସଂସ୍କୃତି ଏହି ଗ୍ରାମରେ ଶିକ୍ଷାହାର ଖୁବ୍ କମ୍ ଅଟେ ଏହି ଗ୍ରାମରେ ପାଞ୍ଚଟି ସ୍କୁଲ୍ ଅଛି ଯଥା ମୁଜାଗଡ଼ ଉଚ୍ଚ ବିଦ୍ୟାଳୟ ପ୍ରାଥମିକ ବିଦ୍ୟାଳୟ ସତ୍ୟଭାମା ବାଳିକା ଉଚ୍ଚ ବିଦ୍ୟାଳୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ହାଟସାହି ପ୍ରାଥମିକ ବିଦ୍ୟାଳୟ କବି ସମ୍ରାଟ ମହାବିଦ୍ୟାଳୟ ଏହି ଗ୍ରାମଠାରୁ ୧୩ କି.ମି ଦୁରରେ ଅବସ୍ଥିତ । ୨୦୧୧ ଜନଗଣନା ଅନୁଯାୟି ସମୁଦାୟ ୪୪୪୩ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ପୁରୁଷ ସଂଖ୍ୟା ୨୨୪୬ ଏବଂ ମହିଳା ସଂଖ୍ୟା ୨୧୯୭ । ଏହି ଗ୍ରାମରେ ଦଣ୍ଡନାଚ ଏବଂ ଠାକୁରାଣି ଯାତ୍ରା ପାଳିତ ହୁଏ ଗମନାଗମନ ଏହି ଗ୍ରାମକୁ ଯାତାୟତ ନିମିତ୍ତ ବସ୍ ହିଁ ଏକ ମାତ୍ର ମାଧ୍ୟମ ଅଟେ । ଜାତୀୟ ରାଜପଥ ନଂ-୧୫୭ ଏହି ଗ୍ରାମ ଦେଇ ଯାଇଛି। ଏହି ଗ୍ରାମ ସହ ସିଧା ସଳଖ ରେଳ ସଂଯୋଗ ନାହିଁ । ଏହାର ନିକଟତମ ରେଳଷ୍ଟେସନ ବ୍ରହ୍ମପୁର ଅଟେ । ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ଏହା ୧୭୯ କି.ମି ଦୁରରେ ଅବସ୍ଥିତ ।
ଆସାମରେ ଜନ୍ମିତ ଭୁପେନ ହଜାରିକା ଜଣେ ଭାରତୀୟ ପ୍ରଚ୍ଛଦପଟ ଗାୟକ, ଗୀତିକାର, ସଂଗୀତଜ୍ଞ, କବି ତଥା ଚଳଚ୍ଚିତ୍ର ନିର୍ମାତା ଥିଲେ । ମୁଖ୍ୟତଃ ଆସାମ ଭାଷାରେ ତାଙ୍କଦ୍ୱାରା ଲିଖିତ ଗୀତଗୁଡିକ ମାନବିକତା ଏବଂ ସର୍ବଭାରତୀୟ ଭାତୃଭାବ ନିମନ୍ତେ ଜଣାଶୁଣା । ତାଙ୍କର ଏହି ଗୀତଗୁଡିକ ଅନେକ ଭାଷାରେ,ବିଶେଷତଃ ବଙ୍ଗଳା ଏବଂ ହିନ୍ଦୀରେ ଅନୁବାଦ ଏବଂ ଗାନ କରାଯାଇଛି । ସାମ୍ପ୍ରଦାୟିକ ବନ୍ଧୁତା, ସର୍ବଭାରତୀୟ ନ୍ୟାୟ ଏବଂ ସମବେଦନା ଉପରେ ଆଧାରିତ ତାଙ୍କର ଗୀତଗୁଡ଼ିକ ଆସାମ (ଭାରତ), ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଲୋକମାନଙ୍କ ମଧ୍ୟରେ ବିଶେଷ ଲୋକପ୍ରିୟ ସେ ଆସାମ ଏବଂ ଉତ୍ତର ପୂର୍ବ ଭାରତର ସଂସ୍କୃତି ଏବଂ ଲୋକ ସଂଗୀତକୁ ଜାତୀୟ ସ୍ତରରେ ହିନ୍ଦୀ ସିନେମା ମାଧ୍ୟମରେ ପରିଚିତ କରାଇଥିଲେ । ସେ ୧୯୭୫ରେ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ସଂଗୀତ ନାଟକ ଏକାଡେମୀ ପୁରସ୍କାର (୧୯୮୭), ପଦ୍ମଶ୍ରୀ (୧୯୭୭), ପଦ୍ମଭୂଷଣ (୨୦୦୧), ଏବଂ ଦାଦା ସାହେବ ଫାଲକେ ପୁରସ୍କାର (୧୯୯୨) ପାଇଥିଲେ ତାଙ୍କୁ ୨୦୧୨ ମସିହାରେ ଭାରତର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଭୂଷଣ, ଏବଂ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ହଜାରିକା ଡିସେମ୍ବର ୧୯୯୮ରୁ ଡିସେମ୍ବର ୨୦୦୩ ପର୍ଯ୍ୟନ୍ତ "ସଂଗୀତ ନାଟକ ଏକାଡେମୀ" ର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ବ୍ୟକ୍ତିଗତ ଜୀବନ ଜଣେ ସଂଗୀତଜ୍ଞ ଭାବରେ ଖ୍ୟାତି ଅର୍ଜନ କରିଥିବା ହଜାରିକା, ୮ ସେପ୍ଟେମ୍ବର ୧୯୨୬ରେ ଆସାମର ସାଦିଆରେ ପିତା ନୀଳକଣ୍ଠ ଏବଂ ମାତା ଶାନ୍ତିପ୍ରିୟା ହାଜାରିକାଙ୍କ ଜ୍ୟେଷ୍ଠପୁତ୍ର ଭାବେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ମୂଳତଃ ଶିଭସାଗର ଜିଲ୍ଲାର ଏକ ସହର ନାଜିରାର ବାସିନ୍ଦା ଥିଲେ । ଦଶ ପିଲାଙ୍କ ମଧ୍ୟରୁ ବଡ଼, ଭୁପେନ ହାଜାରିକା (ତଥା ତାଙ୍କ ଭାଇଭଉଣୀମାନେ) ତାଙ୍କ ମା ଙ୍କ ସଂଗୀତ ପ୍ରଭାବରେ ପ୍ରଭାବିତ ହୋଇଥିଲେ । ଫଳରେ ସେ ଆସାମର ପାରମ୍ପାରିକ ସଙ୍ଗୀତ ଶିକ୍ଷା କରିବା ଅବସର ସେ ଲାଭ କରିଥିଲେ । ତାଙ୍କ ପିତା ୧୯୨୯ ମସିହାରେ ଆଉକିଛି ଭଲ ଜୀବିକା ସନ୍ଧନରେ ଗୁଆହାଟିର ଭରାଲୁମୁଖ ଅଞ୍ଚଳକୁ ଚାଲିଆସିଥିଲେ । ସେଠାରେ ଭୁପେନ ହଜାରିକା ତାଙ୍କର ବାଲ୍ୟକାଳ ବିତାଇଥିଲେ । ପୁଣି ଜୀବିକା ସନ୍ଧାନ କରୁ କରୁ ୧୯୩୨ ମସିହାରେ ତାଙ୍କ ପିତା ଧୁବ୍ରି ଏବଂ ୧୯୩୫ରେ ତେଜପୁରକୁ ଚାଲିଗଲେ । ତେଜପୁରରେ ଭୁପେନ ହଜାରିକାଙ୍କୁ ଯେତେବେଳେ ୧୦ ବର୍ଷ ବୟସ, ଏକ ସାଧାରଣ କାର୍ଯ୍ୟକ୍ରମରେ ତାଙ୍କ ମାଆଙ୍କଦ୍ୱାରା ଶିଖାଯାଇଥିବା ଏକ ବୋର୍ଗିତ (ଶ୍ରୀମନ୍ତ ଶଙ୍କରଦେବ ଏବଂ ଶ୍ରୀ ଶ୍ରୀ ମାଧବଦେବଙ୍କଦ୍ୱାରା ଲିଖିତ ପାରମ୍ପାରିକ ଶାସ୍ତ୍ରୀୟ ଆସାମୀୟ ଭକ୍ତି ଗୀତ) ଗାନ କଲାବେଳେ ଜ୍ୟୋତିପ୍ରସାଦ ଅଗ୍ରୱାଲା, ଆସାମର ଗୀତିକାର, ନାଟ୍ୟକାର ତଥା ପ୍ରଥମ ଆସାମର ଚଳଚ୍ଚିତ୍ର ନିର୍ମାତା ତଥା ଆସାମର ଜଣାଶୁଣା କଳାକାର ତଥା ବିପ୍ଳବୀ କବି ବିଷ୍ଣୁ ପ୍ରସାଦ ରାଧାଙ୍କଦ୍ୱାରା ଭୁପେନଙ୍କ ପ୍ରତିଭା ଆବିଷ୍କୃତ ହୋଇଥିଲା । ସିନେମା ଜଗତକୁ ଅବଦାନ ସେ ତାଙ୍କ ମାତୃଭାଷା ଆସାମ ବ୍ୟତୀତ ବଙ୍ଗଳା ଏବଂ ହିନ୍ଦୀ ସମେତ ଅନ୍ୟାନ୍ୟ ଭାଷାରେ ମଧ୍ୟ ଅନେକ ଗୀତ ଗାଇଛନ୍ତି । ତାଙ୍କର ଗୀତ ଏବଂ ରଚନାଗୁଡ଼ିକର ସମାହାରକୁ ଆସାମରେ ଭୁପେନ୍ଦ୍ର ସଂଗୀତ କୁହାଯାଏ । ଆସାମର ଚଳଚ୍ଚିତ୍ର ଶିଳ୍ପରେ ଜଣେ ଅଗ୍ରଦୂତ ଭାବରେ ଶ୍ରୀ ଭୁପେନ ହାଜାରିକା ଆସାମ ସିନେମାକୁ ବିଶ୍ୱ ମାନଚିତ୍ରରେ ଆଣିବାରେ ସାହାଯ୍ୟ କରିଛନ୍ତି । ସେ ସିନେମା ଏବଂ ସଙ୍ଗୀତର ମାଧ୍ୟମ ମାଧ୍ୟମରେ ସମସ୍ତ ଉତ୍ତର-ପୂର୍ବ ରାଜ୍ୟକୁ ସଫଳତାର ସହ ଯୋଡିଛନ୍ତି । ସେ ଆସାମର ଲୋକପ୍ରିୟ ମାସିକ ପତ୍ରିକା "ଅମର ପ୍ରତିନିଧି" ଏବଂ "ପ୍ରତିଧ୍ୱନୀ" ର ସମ୍ପାଦକ ମଧ୍ୟ ରହିଥିଲେ ।
ସୋମେଶ୍ୱର , ଭାରତୀୟ ରାଜ୍ୟ ଉତ୍ତରଖଣ୍ଡର ଅଲମୋରା ଜିଲ୍ଲାରେ ଅବସ୍ଥିତ ଥିବା ଏକ ଶୈଳ ନିବାସ ସହର । ଏହି ସହର କୋଶୀ ଓ ସାଇ ନଦୀର ସାଙ୍ଗମା ସ୍ଥଳରେ ଅବସ୍ଥିତ ଓ ପ୍ରସିଦ୍ଧ ପର୍ଯ୍ୟଟକ ସ୍ଥଳୀ କୌସାନିଠାରୁ 10 କିଲୋମିଟର ଦୁରବର୍ତୀ ।ଜୟନ୍ତୀ ଓ ଅଋ ପର୍ବତର ଶିଖର ନିକଟରେ ଏହା ରହିଛି ।ହିନ୍ଦୁ ଧର୍ମର ଏକ ପ୍ରସିଦ୍ଧ ଧର୍ମପୀଠ ହିସାବରେ ସୋମେଶ୍ୱର ଭକ୍ତ ତଥା ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ । ଭୌଗୋଳିକ ଅବସ୍ଥିତି ସୋମେଶ୍ୱରର ଭୌଗୋଳିକ ଅବସ୍ଥିତି ହିମାଲୟର ପଦ ଦେଶରେ ଥିବାରୁ ଓ ଏଠାରେ ଉଭୟ ପାର୍ବତ୍ଯ ଓ ଉପତ୍ୟକା ସମତଳ ଇଲାକା ଥିବାରୁ ଏହାର ପରିବେଶ ଖୁବ ଆନନ୍ଦକର ।
ପାପ, ୨୦୨୧ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କବୀର ଦାସ । ସଞ୍ଜୟ ମହାକୁଳ ଓ ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଅଶୋକ ପତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏଲିନା ସାମନ୍ତରାୟ । ଅଙ୍କିତ କୁମାର ଦଳବେହେରା, ପିଙ୍କି ପ୍ରଧାନ, ଅଶ୍ରୁମୋଚନ ମହାନ୍ତି, ଅଭିଶେକ, ରାଜା ଡି., ପିୟାଲି, କୁନାଲ, ଚୌଧୁରୀ ଜୟପ୍ରକାଶ ଦାସ, ନୂପୁର, ବିଜୁ ବଡ଼ଜେନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୧ ମସିହାର ଜାନୁଆରୀ ୧୦ ତାରିଖରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍‌ରେ ମୁକ୍ତିଲାଭ କରିଥିଲା । ଅଭିନୟ ଏଲିନା ସାମନ୍ତରାୟ ଅଙ୍କିତ କୁମାର ପିଙ୍କି ପ୍ରଧାନ ଅଶ୍ରୁମୋଚନ ମହାନ୍ତି ଅଭିଶେକ ରାଜା ଡି. ପିୟାଲି କୁନାଲ ଚୌଧୁରୀ ଜୟପ୍ରକାଶ ଦାସ ନୂପୁର ବିଜୁ ବଡ଼ଜେନା କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ଗୀତିକାର ସରୋଜ ପଟ୍ଟନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜ, ଭାରତୀୟ ରାଜ୍ୟ ଓଡ଼ିଶାର ଅନୁଗୋଳ ସହରରେ ଅବସ୍ଥିତ ଏକ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ । ଏହା ୧୯୫୭ ମସିହାରେ ସରକାରଙ୍କଦ୍ୱାରା ସ୍ଥାପିତ ହେଇଥିଲା । ଏହା ଜାତୀୟ ରାଜପଥ ୫୫ରୁ ମାତ୍ର ୧ କିଲୋମିଟର ଦୂରରେ ସହରର ମଧ୍ୟ ସ୍ଥଳୀରେ ଅବସ୍ଥାପିତ । ଇତିହାସ ବିଭିନ୍ନ ନାମ ଦିଆ ହୋଇଥିବା ଏହି କଲେଜ ପରିଶେଷରେ 'ଅନୁଗୋଳ ସରକାରୀ କଲେଜ' ଭାବରେ ୧୯୭୬ରୁ ରହିଛି ଓ ଏହା ଉତ୍କଳ ବିଶ୍ୱବିଦ୍ୟାଳୟ ସହ ସହବନ୍ଧିତ । ୨୦୦୬-୭ରେ ଏହି କଲେଜ ଦ୍ୱାରା ଏକ ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପ୍ରାପ୍ତ ହେଲା । ବିଭାଗ ସବୁ କଳା ବାଣିଜ୍ୟ ଓ ବିଜ୍ଞାନରେ ସ୍ନାତକ ପାଠ୍ୟକ୍ରମ ସହିତ ଏଠାରେ ବିଭିନ୍ନ କର୍ମଭିତ୍ତିକ ବିଷୟରେ ଅନର୍ସ ପାଠ୍ୟକ୍ରମ ରହିଛି । ଏମବିଏ ପାଇଁ ମଧ୍ୟ ଏଠାରେ ସ୍ୱତନ୍ତ୍ର ବିଭାଗ ଅଛି । ଛାତ୍ରାବାସ ମହାବିଦ୍ୟାଳୟରେ ପର୍ଯ୍ୟାପ୍ତ ହଷ୍ଟେଲ ସୁବିଧା ମଧ୍ୟ ରହିଛି । ୩ଟି ବାଳକ ହଷ୍ଟେଲ ସହ ୨ଟି ବାଳିକା ହଷ୍ଟେଲ ରହିଛି । +୨ ସ୍ତର ପିଲାଙ୍କ ପାଇଁ ସ୍ୱତନ୍ତ୍ର ହଷ୍ଟେଲ ରହିଛି ।
କାର୍ତ୍ତିକମାସ ପୂର୍ଣ୍ଣିମାରେ ପାରମ୍ପରିକ ରୀତି ମତେ ଶ୍ରୀମନ୍ଦିରର ରତ୍ନସିଂହାସନ ଉପରେ ବିରାଜିତ ତିନି ଠାକୁରଙ୍କୁ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଥାଏ । ଏହା ସୁନାବେଶର ଅନୁରୂପ । ଅତୀତରେ ଓଡ଼ିଶାର ବହୁ ରାଜା , ଜମିଦାର ଓ ସାମନ୍ତ ବର୍ଗ ଶ୍ରୀମନ୍ଦିରକୁ ଆଗମନ ପୂର୍ବକ ଦାରୁବ୍ରହ୍ମ ରୂପୀ ଶ୍ରୀବିଗ୍ରହମାନଙ୍କର ଏହି ରାଜ ବେଶ ଦର୍ଶନରେ ପରମ ସନ୍ତୋଷ ଲାଭ କରିବା ସଙ୍ଗେ ସଙ୍ଗେ ଠାକୁରମାନଙ୍କର ଉଦ୍ଦେଶ୍ୟରେ ନାନାଦି ରତ୍ନ ଅଳଙ୍କାର ଦାନ କରୁଥିଲେ । ମୟୁରଭଞ୍ଜର ରାଜା ଓ ପାରଳାଖେମୁଣ୍ଡି ରାଜ୍ୟର ଗଜପତିମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଠାକୁରମାନଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରି ମହାପ୍ରଭୁଙ୍କୁ ସୁନିଆ ଭେଟିଦେଇ ମହୋତ୍ସବ କରାଉଥିବା ଜଣାଯାଏ । ଉତ୍କଳର ରାଜା ସାମନ୍ତରାଜାଙ୍କ ପକ୍ଷେ ଏହି ବେଶ ଅତ୍ୟନ୍ତ ପବିତ୍ର ଓ ଦର୍ଶନୀୟ ଥିଲା । ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜୀଉମାନଙ୍କୁ ରାଜବେଶରେ ସଜାଇଥାନ୍ତି । ଏହି ବେଶରେ ଠାକୁରମାନେ ଶ୍ରୀଭୁଜ, କିରୀଟ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, କୁଣ୍ଡଳ, ଚିତା, ଚନ୍ଦ୍ରିକା, ଶଙ୍ଖ, ଚକ୍ର, ହଳ, ମୂଷଳ, ତ୍ରିଶାଖା, ଅଳକା, ତଡ଼ଗି, ଶ୍ରୀମୁଖ ପଦ୍ମ, ଘାଗଡ଼ା ମାଳି, କଦମ୍ବ ମାଳି, ହରିଡ଼ା କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ବାଘନଖି ମାଳି ଓ ସେବତୀମାଳି ଆଦି ରତ୍ନ ଅଳଙ୍କାର ଧାରଣ କରିଥାନ୍ତି । ଏହି ବେଶରେ ଗୋପାଳ ବଲ୍ଲଭ, ସକାଳଧୁପ ଓ ଭୋଗମଣ୍ଡପ ଆଦି ନୀତି ଶେଷହେବା ପରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ସାହାଣମେଲା କରାଯାଇଥାଏ । ‌ ଶ୍ରୀକ୍ଷେତ୍ର ପୁରୀଠାରେ ଶ୍ରୀଜଗନ୍ନାଥ ଏକ ଲୋକାୟତ ପରଂପରା ରୂପେ ଏହି ଦୋଳଯାତ୍ରାକୁ ବୈଷ୍ଣବୀୟ ଢ଼ଙ୍ଗରେ ପାଳନ କରନ୍ତି । ଏହା ଚାଚେରୀ ଲୀଳା ନାମରେ ପ୍ରଖ୍ୟାତ । ଏହି ପର୍ବରେ ଫଗୁଦଶମୀ ଦୋଳବିମାନରେ ଦୋଳଗୋବିନ୍ଦ, ଲକ୍ଷ୍ମୀ ଓ ସରସ୍ୱତୀ ପ୍ରତି ସନ୍ଧ୍ୟାରେ ଶ୍ରୀଜଗନ୍ନାଥବଲ୍ଲଭ ଉଦ୍ୟାନକୁ ଚାଚେରୀ ଖେଳିବାଜୁ ଯାଆନ୍ତି । ଶ୍ରୀମନ୍ଦିର ବେଢା ପରିକ୍ରମା କରି ବାହାକମାନଙ୍କ କାନ୍ଧରେ ସିଂହଦ୍ୱାର ଗୁମୁଟ ଟପି ଅରୁଣସ୍ତମ୍ଭ ପାରହେଲା ପରେ ଲୋକଙ୍କର ଉତ୍ସାହ ଓ ଉଦ୍ଦୀପନା ଏକ ଭାବଭକ୍ତି ପୂର୍ଣ୍ଣ ଦୃଶ୍ୟ ସୃଷ୍ଟି କରିଥାଏ । ଦୋଳ ବେଦିରେ ପହଞ୍ଚି ଆରମ୍ଭ ହୁଏ ଫଗୁଲାଗି । ପୁଷ୍ପମାଲ୍ୟ, କୁନ୍ଦପୁଷ୍ପ ପରି ସୁବାସିତ ପୁଷ୍ପ ଓ ଲାଲ୍ ବେଶରେ ଚାଚେରୀ ବେଶରେ ଦୋଳଗୋବିନ୍ଦ ବିଜେ ହୁଅନ୍ତି । ପୂଜାଅର୍ଚ୍ଚନା ଓ ଭୋଗରାଗ ପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡି ଆସନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନାବେଶ ମଧ୍ୟ ଏହି ଅବସରରେ ଅନୁଷ୍ଠିତ ହୋଇଥାଏ । ଏହାକୁ ରାଜରାଜେଶ୍ୱର ବେଶ କୁହାଯାଏ ।
ପୁରୀ ଓଡ଼ିଶାର ପୂର୍ବରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହା ରାଜଧାନୀ ଭୁବନେଶ୍ୱରରୁ ୬୦ କିମି ଦୁରରେ ଅବସ୍ଥିତ । ପୁରୀ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସସବୁ ଅଛି । ଭୂଗୋଳ ପୁରୀ ଓଡ଼ିଶାର ଏକ ସମୁଦ୍ର କୁଳିଆ ଜିଲ୍ଲା ହେଇଥିବାରୁ ଏଠାରେ ବର୍ଷସାରା ଜଳବାୟୁ ପ୍ରାୟ ସମାନ ଥାଏ । ପୁରୀ ଜିଲ୍ଲା ୧୯ ଡିଗ୍ରି ୨୮ ମିନିଟ୍ରୁ ୨୬ ଡିଗ୍ରି ୩୫ ମିନିଟ୍ ଅକ୍ଷାଂଷ ଓ ୮୪ ଡିଗ୍ରି ୪୯ ମିନିଟ୍ରୁ ୮୬ ଡିଗ୍ରି ୨୫ ମିନିଟ୍ ଦ୍ରାଘିମା ମନ୍ଧ୍ୟରେ ପ୍ରାୟ ୩୦୫୧ ବର୍ଗ କି. ମି. ବା ୨୬୪୯୮୮ ହେକ୍ଟର ଅଞ୍ଚଳରେ ବିସ୍ତ୍ରୁତ । ନଦୀ କୁଶଭଦ୍ରା ଦୟା ଭାର୍ଗବୀ ରତ୍ନଚିରା ପ୍ରାଚୀ ଦେବୀ ନଦୀ ହ୍ରଦ ଚିଲିକା ସର ହ୍ରଦ ଜନଗଣନା ୨୦୧୧ ଜନଗଣନା ଅନୁସାରେ ପୁରୀ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୬,୯୭,୯୮୩ ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୪,୩୨,୫୩୭ ଓ ସହରାଞ୍ଚଳରେ ୨,୬୫,୪୪୬ ଲୋକ ବାସ କରନ୍ତି ପୁରୁଷ: ୮,୬୫,୨୦୯ ମହିଳା: ୮,୩୨,୭୭୪ ଛ ବର୍ଷରୁ କମ: ୧,୬୪,୩୮୮ ପଢୁଆ ହାର: ୮୫.୩୭% ପୁରୁଷ: ୯୧.୮୪% ମହିଳା: ୭୮.୬୭% ପର୍ଯ୍ୟଟନ ସ୍ଥଳ ଶ୍ରୀ ଜଗନ୍ନାଥ ମନ୍ଦିର ଲୋକନାଥ ମନ୍ଦିର ପୁରୀ ବେଳାଭୂମି ସାକ୍ଷୀଗୋପାଳ ମନ୍ଦିର କୋଣାର୍କ ସୂର୍ଯ୍ୟ ମନ୍ଦିର ପିପିଲି ବାଲିହରଚଣ୍ଡୀ। ସାତଲହଡି ମଠ । କପେଳଶ୍ୱରପୁର । ମାଣିକପାଟଣା । ଗୁଣ୍ଡିଚା ମନ୍ଦିର । ସୁନାର ଗୌରାଙ୍ଗ । ଦକ୍ଷିଣକାଳୀ ମନ୍ଦିର,ବୀରଗୋବିନ୍ଦପୁର । କାମରୁପା କାଳୀ ମନ୍ଦିର,ବୀରପ୍ରତାପପୁର । ଉଗ୍ରତାରା କାଳୀ ମନ୍ଦିର, ସମଯାଜପୂର । ଦକ୍ଷିଣ କାଳୀ ପୀଠ, ବୀରନରସିଂହପୁର । ବରାଳ ବାଲୁଙ୍କେଶ୍ୱର ମନ୍ଦିର,ବରାଳ ବାବା ଶ୍ରୀ ସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହି । ନୀଳକଣ୍ଠେଶ୍ୱର ମନ୍ଦିର, ଷ୍ଟାଣ୍ଡରା । ବାୟାବାବା ଗାଦି । ପଞ୍ଚୁପାଣ୍ଡବ ମନ୍ଦିର ସମୂହ । ବାଟ ମଙ୍ଗଳା । ଇନ୍ଦ୍ରେଶ୍ୱର ମହାଦେବ,ଓଲ୍ଲ ଓ ଅନ୍ୟାନ୍ୟ ମଠ ମନ୍ଦିର । ରଘୁରାଜପୁର ପଟ୍ଟଚିତ୍ର ଗ୍ରାମ ରାମଚଣ୍ଡୀ କାକଟପୁର ମଙ୍ଗଳା ଜାହାନିଆ (ଅସ୍ତରଙ୍ଗ) ଚନ୍ଦ୍ରଭାଗା ଚିଲିକା ହ୍ରଦ ସାତପଡା ଅଲାରନାଥ ମନ୍ଦିର,ବ୍ରହ୍ମଗିରି ସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହି କାଳିଅବୁଦା ଗାଦି,ଓଟାଙ୍ଗ କପିଳେଶ୍ୱର ମନ୍ଦିର . ଲୋକକଳା ସଙ୍ଗୀତ ଓ ନାଟ ହାତକଳା ଜଣାଶୁଣା ଖାଦ୍ୟ ଖଜା: ଖଜା ବା ଫେଣି ଏକ ଓଡ଼ିଆ ପିଠା ଯାହା ମ‌ଇଦାରୁ ତିଆରି ହୋଇଥାଏ । ଏହା ଦେଖିବାକୁ ଲମ୍ବା ଓ ପରସ୍ତ ପରସ୍ତ ହୋଇଥାଏ । ଏହା ଜଗନ୍ନାଥଙ୍କ ସକାଳ ଧୂପରେ ଠାକୁରମାନଙ୍କୁ ଅର୍ପଣ କରାଯାଇଥାଏ । ଖଜା (ଫେଣି) ପୁରୀର ଏକ ପ୍ରସିଦ୍ଧ ମିଠା । ଅଭଡା:ପୁରୀ ଜଗନ୍ନାଥଙ୍କ ଅଭଡା ଭାରତ ପ୍ରସିଦ୍ଧ।ଏହାକୁ ଲୋକମାନେ ମହାପ୍ରସାଦ ରୂପେ ଗ୍ରହଣ କରନ୍ତି।
ଆକାଶରୁ ଜଳ ପୃଥିବୀ ପୃଷ୍ଠରେ ପଡ଼ିବାକୁ ବୃଷ୍ଟିପାତ ବା ବର୍ଷା କୁହାଯାଏ । ମାତ୍ର ପୃଥିବୀ ପୃଷ୍ଠରେ ସବୁ ସ୍ଥାନରେ ସମାନ ଭାବରେ ବର୍ଷା ହୁଏ ନାହିଁ । ପୃଥିବୀରେ ଏପରି କେତେକ ସ୍ଥାନ ରହିଛି ସେଠାରେ ପ୍ରାୟ ବର୍ଷ ସାରା ବର୍ଷା ହେଉଥାଏ । ପୁଣି ପୃଥିବୀରେ ଆଉ କେତେକ ସ୍ଥାନରେ କେତେବେଳେ କେମିତି କାଁ ଭାଁ ବର୍ଷା ହେଉଥାଏ । ଏହି ବର୍ଷା ଉପରେ ଅନେକ କାମ ନିର୍ଭର କରିଥାଏ । ଠିକ୍ ରୂପେ ବର୍ଷା ହେଲେ ପୃଥିବୀରେ ପାଣିର ଅଭାବ ରହେ ନାହିଁ । କୃଷି କାର୍ଯ୍ୟ କରିବାରେ ଅସୁବିଧା ହୁଏ ନାହିଁ । ସେଥିପାଇଁ କୌଣସି ଅ ଳରେ କେତେ ବର୍ଷା ହୁଏ ତାହାର ହିସାବ ରଖାଯାଏ । କୌଣସି ଅ ଳରେ ହେଉଥିବା ବର୍ଷାର ପରିମାଣ ମାପ କରିବା ପାଇଁ ଗୋଟିଏ ଉପକରଣ ରହିଛି । ଏହାକୁ ରେନ୍ଗଜ୍ ବା ବୃଷ୍ଟିମାପକ ଯନ୍ତ୍ର କହନ୍ତି । ଏହା ସାହାଯ୍ୟରେ ବର୍ଷାର ପରିମାଣକୁ ମିଲିମଟର, ବା ଇ ୍ ଏକକରେ ମାପ କରାଯାଏ । ଖ୍ରୀଷ୍ଟ ପୂର୍ବ ୩୦୦ ବେଳକୁ ପ୍ରାଚୀନ ଗ୍ରୀସରେ ବୃଷ୍ଟିପାତ ମାପ ଆରମ୍ଭ ହୋଇଥିବାର ଜଣାପଡ଼ିଛି । ଭାରତରେ ମଧ୍ୟ ବୃଷ୍ଟିପାତ ମାପ ଖୁବ୍ ପୁରୁଣା । କୌଟିଲ୍ୟ ଲେଖିଥିବା ଅର୍ଥ ଶାସ୍ତ୍ର ପୁସ୍ତକରେ ବୃଷ୍ଟିପାତ ସମ୍ପର୍କରେ ବର୍ଣ୍ଣନା ରହିଛି । ତେବେ ପ୍ରଥମେ ୧୬୬୨ ମସିହାରେ ଇଂଲଣ୍ଡର ଖ୍ରୀଷ୍ଟଫର ରେନ୍ ଗୋଟିଏ ଆଧୁନିକ ରେନ୍ ଗଜ ତିଆରି କରିଥିଲେ । ଏହାଥିଲା ଗୋଟିଏ ଟିପିଙ୍ଗ ବକେଟ ରେନ୍ଗଜ୍ । ଏବେ ବିଭିନ୍ନ ପ୍ରକାରର ରେନଗଜ୍ ବାହାରିଲାଣି । ଗୋଟିଏ ମାନକ ରେନଗଜ ଯନ୍ତ୍ରରେ ୧୨.୫ ସେ.ମି.ରୁ ୨୦ସେ.ମି ବ୍ୟାସ ବିଶିଷ୍ଟ ଓ ୫୦ ସେ.ମି. ଲମ୍ବର ଗୋଟିଏ ତମ୍ବା ସିଲିଣ୍ଡର ରହିଥାଏ । ଏହାର ମୁହଁରେ ସେହି ସମାନ ବ୍ୟାସର ଗୋଟିଏ କାହାଳୀ ଲାଗିଥାଏ । ଏହି ତମ୍ବା କାହାଳୀଟିର ଗୋଜିଆ ପାଖଟି ସିଲିଣ୍ଡର ମଧ୍ୟରେ ରଖାଯାଇଥିବା ଅନ୍ୟ ଗୋଟିଏ କାଚ ଜାର୍ ବା ତମ୍ବା ପାତ୍ର ମଧ୍ୟକୁ ଲମ୍ବିଥାଏ । କାହାଳୀଟି ତଳେ ରହିଥିବା ଛିଦ୍ରଟି ଅତି ଛୋଟ ହୋଇଥାଏ । ବର୍ଷାଜଳ କାହାଳୀରେ ପଡ଼ିବା ମାତ୍ରେ ତାହା ଏହି ଛିଦ୍ର ବାଟ ଦେଇ ଭିତର ପାଖରେ ଥିବା କାଚ ପାତ୍ରଟିରେ ସଂଗୃହୀତ ହୋଇ ରହେ । ସମୁଦାୟ ତମ୍ବା ସିଲିଣ୍ଡରଟିକୁ ଅନ୍ୟ ଏକ ଟିଣ ଖୋଳ ମଧ୍ୟରେ ରଖାଯାଇଥାଏ । ଏହି ଉପକରଣଟିକୁ ଗୋଟିଏ ଖୋଲା ସ୍ଥାନରେ ଭୂମିଠାରୁ ପ୍ରାୟ ୩୦ ସେ.ମି. ଉଚ୍ଚତାରେ ରଖାଯାଇଥାଏ । ବର୍ଷା ସମୟରେ କାଚ ପାତ୍ର ମଧ୍ୟରେ ଯେଉଁ ଜଳ ସଂଗୃହୀତ ହୋଇ ରହିଥାଏ ତାହାକୁ ମାପ କରି ବୃଷ୍ଟି ପାତର ପରିମାଣ ନିରୂପଣ କରାଯାଏ । ଏଥିପାଇଁ ଗୋଟିଏ ସ୍ୱତନ୍ତ୍ର କାଚ ତିଆରି ମାପପାତ୍ର ବ୍ୟବହାର କରାଯାଏ । ବର୍ଷା ପରେ ରେନ୍ଗଜରୁ କାହାଳୀଟି ବାହାର କରି ଆଣି ବର୍ଷା ଜଳକୁ ଏହି ମାପ ପାତ୍ରଟିରେ ଢାଳି ଦିଆଯାଏ । ଏଥିରୁ ବୃଷ୍ଟିପାତର ପରିମାଣ ଜଣାଯାଏ । ଆଉ ଏକ ରେନଗଜ ସ୍ୱୟଂଚାଳିତ ହୋଇଥାଏ । ଏଥିରେ ବର୍ଷା ଜଳର ପରିମାଣ ମାପ କରାଯିବା ପରେ ତାହା ଚାର୍ଟ କାଗଜରେ ଆପେ ଆପେ ଲେଖି ହୋଇଯାଏ । ଏଥିରୁ କୌଣସି ଦିନର ବୃଷ୍ଟିପାତ ଜଣା ପଡ଼ିଯାଏ । ଆମ ଦେଶର ସବୁ ପାଣିପାଗ କେନ୍ଦ୍ର, କୃଷି ବିଜ୍ଞାନ କେନ୍ଦ୍ରରେ ୫୦୦୦ରୁ ଅଧିକଟି ରେନଗଜ୍ ରହିଛି ।
ରସିକା ଯୋଶୀ ୧୨ ସେପ୍ଟେମ୍ବର ୧୯୭୨ ୭ ଜୁଲାଇ ୨୦୧୧ ଜଣେ ଭାରତୀୟ ଅଭିନେତ୍ରୀ ଥିଲେ, ଯିଏକି ମୁଖ୍ୟତଃ ମରାଠୀ ଏବଂ ହିନ୍ଦୀ କଥାଚିତ୍ର ଜଗତରେ କାମ କରୁଥିଲେ । ସେ ମରାଠୀ ଥିଏଟର ଏବଂ ଭାରତୀୟ ଦୂରଦର୍ଶନ ଜଗତରେ କାମ କରିବା ସହିତ ହନ୍ଦୀ କଥାଚିତ୍ରରେ ମରାଠୀ ବ୍ୟକ୍ତିତ୍ୱ ଅଭିନୟ ପାଇଁ ଜଣାଶୁଣା ଥିଲେ । ବ୍ୟକ୍ତିଗତ ଜୀବନ ରସିକା ୧୯୭୨ ମସିହାର ସେପ୍ଟେମ୍ବର ୧୨ ତାରିଖରେ ମୁମ୍ବାଇରେ ଏକ ମରାଠୀ ହିନ୍ଦୁ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ନିର୍ଦ୍ଦେଶକ ତଥା ଅଭିନେତା ଗିରିଶ ଯୋଶୀଙ୍କୁ ବିବାହ କରିଥିଲେ । ପେଷା ସେ ଲତା ନାଭେଦକରଙ୍କଦ୍ୱାରା ନିର୍ମିତ ମରାଠୀ ନାଟକ ଉଞ୍ଚା ମାଝା ଜୋକା ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ଅବିନାଶ ମସୁରେକର ଓ ସ୍ମିତା ତଲୱାଲକରଙ୍କ ସହିତ କାମ କରିଥିଲେ । ତାଙ୍କ ଅଭିନୀତ ଶେଷ କଥାଚିତ୍ର ଥିଲା ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ନଟ୍ ଏ ଲଭ୍ ଷ୍ଟୋରୀ । ସେ ହ୍ୱାଇଟ୍ ଲିଲି ଆଣ୍ଡ୍ ନାଇଟ୍ ରାଇଡର୍ ନାଟକରେ ଲେଖିକା, ନିର୍ଦ୍ଦେଶିକା ଏବଂ ଅଭିନେତ୍ରୀ ଭାବରେ କାମ କରିଥିଲେ । ଅଭିନୀତ କଥାଚିତ୍ର ହିନ୍ଦୀ ଗାୟବ (୨୦୦୪) ଏକ ହାସିନା ଥି (୨୦୦୪) ବାସ୍ତୁ ଶାସ୍ତ୍ର (୨୦୦୪) ଡର୍‌ନା ଜରୁରୀ ହୈ (୨୦୦୬) ମାଲାମାଲ୍ ଉଇକ୍‌ଲି (୨୦୦୬) ଡାର୍ଲିଂ (୨୦୦୭) ଜନି ଗଦ୍ଦାର୍ (୨୦୦୭) ଢୋଲ୍ (୨୦୦୭) ଭୁଲ୍ ଭୁଲୈୟା (୨୦୦୭) ଦେ ତାଲି (୨୦୦୮) ବିଲୁ (୨୦୦୯) ନଟ୍ ଏ ଲଭ୍ ଷ୍ଟୋରୀ (୨୦୧୧) ଦୂରଦର୍ଶନ ପ୍ରପଞ୍ଚ (ମରାଠୀ) ଘାଡ଼ଲେ ବିଘଡ଼ଲେ (ମରାଠୀ) ବୁଆ ଆଲା (ମରାଠୀ) ୟେ ଦୁନିୟା ହୈ ରଙ୍ଗୀନ (ମରାଠୀ; ୧୯୯୯) ବନ୍ଦିନୀ (ହିନ୍ଦୀ; ୨୦୦୯-୨୦୧୧) ମୃତ୍ୟୁ ଲିଉକେମିଆରେ ପୀଡ଼ିତ ହୋଇ ୨୦୧୧ ମସିହାର ଜୁଲାଇ ୭ ତାରିଖରେ ସେ ମୁମ୍ବାଇର ଏକ ନରସିଂହୋମ୍‌ରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୩୮ ବର୍ଷ ବୟସ ହୋଇଥିଲା ।
ଜୟା ସ୍ୱାମୀ, ଜଣେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ । ସେ ୫୦ଟିରୁ ଉର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ର ଏବଂ ଅନେକ ଟିଭି ଧାରାବାହିକରେ ଅଭିନୟ କରିଛନ୍ତି । ସେ ବଙ୍ଗଳା, ଗୁଜରାଟୀ ଓ ରାଜସ୍ଥାନୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ବ୍ୟକ୍ତିଗତ ଜୀବନ ଜୟାଙ୍କ ପରିବାର, ବିଶାଖାପାଟଣାର ମୂଳ ନିବାସୀ । ବାପାଙ୍କ ଚାକିରୀ ପାଇଁ ସେମାନେ ଚୌଦ୍ୱାରରେ ରହୁଥିଲେ । ଜୟା ତାଙ୍କ ମାମୁଙ୍କ ଘରେ ଜଗଦଲପୁରଠାରେ ନିଜର ଶିକ୍ଷା ଗ୍ରହଣ କରିଥିଲେ । ଦୟାନିଧି ଦାସଙ୍କଠାରୁ ସେ ଓଡ଼ିଶୀ ନୃତ୍ୟ ଶିକ୍ଷାଲାଭ କରିଥିଲେ । ସେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜି କେ ଯୋଗେଶଙ୍କୁ ବିବାହ କରିଛନ୍ତି । ଅଭିନୟ ଜୀବନ ୧୯୭୮ ମସିହାରେ ମୁକ୍ତି ଲାଭ କରିଥିବା ଝିଲିମିଲି ଚଳଚ୍ଚିତ୍ରରୁ ଜୟା ନିଜ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ । ୧୯୮୫ ମସିହାର ଚଳଚ୍ଚିତ୍ର ହାକିମ ବାବୁରେ ଅଭିନୟ କରିବା ପରେ ସେ କିଛି ବର୍ଷ ଅଭିନୟରୁ ଦୂରେଇ ରହିଥିଲେ । ପୁଣି ୨୦୦୫ ମସିହାରେ ନିଜ ସ୍ୱାମୀ ଜି କେ ଯୋଗେଶଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଭାଗ୍ୟ ଚକ୍ର ମାଧ୍ୟମରେ ସେ ଅଭିନୟକ ପ୍ରତ୍ୟାବର୍ତ୍ତନ କରିଥିଲେ । ଚଳଚ୍ଚିତ୍ର ଭିନ୍ନ ସେ ଅନେକ ଓଡ଼ିଆ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି ।
୭୩ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ପୋତାପୋଖରୀ ଗାଁ ଓଡ଼ିଶାର କଟକ ଜିଲ୍ଲାର କଟକ ସଦର ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଗମନାଗମନ ଏହା ଜିଲ୍ଲାର ସଦର ମହକୁମା କଟକ ଠାରୁ ୧୨ କି.ମି. ଦୂରରେ ଅବସ୍ଥିତ । ଶିକ୍ଷା ସଂସ୍କୃତି ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବ ମନ୍ଦିର, ତ୍ରିନାଥ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ଜାଗର ମେଳା , ଦୋଳ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥାଏ ।
ଅର୍ଜୁନ ସାମଲ (୦୩ ଜୁନ ୧୯୪୧ - ୨୬ ଜାନୁଆରୀ ୨୦୧୯) ଜଣେ ଓଡ଼ିଆ ଗାୟକ ଥିଲେ । ସେ ୧୦୦୦ରୁ ଅଧିକ ଓଡ଼ିଆ ଭଜନ , ଜଣାଣ , ଛାନ୍ଦ , ଚମ୍ପୂ , ଶାସ୍ତ୍ରୀୟ ଓ ପଲ୍ଲୀ ଗୀତ ଗାଇଥିଲେ । ସୁନା ସଂସାର ଆଦି ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଚ୍ଚଦପଟ୍ଟ ଗାୟକ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ସଙ୍ଗୀତ ନାଟକ ଏକା‌ଡେମୀର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ବୃତ୍ତିରେ ସେ ଜଣେ ପ୍ରଶାସନିକ ଅଧିକାରୀ ଥିଲେ । ଅର୍ଜୁନ, ୧୯୪୧ ମସିହାରେ ଯାଜପୁର ଜିଲ୍ଲାର ଚିକଣା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀଗ୍ରାମଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ସ୍ୱାଧୀନତା ସଂଗ୍ରାମୀ ଭାଗବତ ସାମଲ ଓ ମାତା ଗେହ୍ଲମଣି ସାମଲ । ୧୯୫୮ରେ ଭଦ୍ରକରେ ଅନୁଷ୍ଠିତ ନିଖିଳ ଓଡ଼ିଶା ସଙ୍ଗୀତ ସମାରୋହରେ ସେ ହିନ୍ଦୁସ୍ଥାନୀ ଓ ସୁଗମ ସଙ୍ଗୀତରେ ପ୍ରଥମ ହୋଇ ଲୋକଲୋଚନକୁ ଆସିଥିଲେ । "କିସ ମୁଁ ଲେଖିବି ଗୋଲାପ କଢ଼ି" ଥିଲା ତାଙ୍କର ପ୍ରଥମ ରେଡ଼ିଓ ଗୀତ । ପରେ ଆକାଶବାଣୀରୁ ଅନ୍ୟ କାର୍ଯ୍ୟକ୍ରମ ଯଥା ସଜଫୁଲ , ପଲ୍ଲୀଗୀତ, ରାଗମଂଜରୀ , ଅତସି କୁସୁମରେ ଗୀତ ଗାଇ ଲୋକାଦୃତ ହୋଇଥିଲେ । ସ୍ନାତକତ୍ତୋର ପାଠ ଉପରାନ୍ତେ, ସେ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ଅଧିକାରୀଭାବରେ କାର୍ଯ୍ୟ କରୁଥିଲେ ।
ନାଇଲା ନାୟେମ ବଙ୍ଗଳା: ଜଣେ ବଙ୍ଗଳାଦେଶୀ ମଡେଲ ଏବଂ ଅଭିନେତ୍ରୀ । ସେ ପ୍ରଥମେ ଜଣେ ମଡେଲ ଭାବରେ ରଙ୍ଗୀନ ଦୁନିଆରେ ନିଜର ପେଶା ଆରମ୍ଭ କରିଥିଲେ ଓ ବିଭିନ୍ନ ବ୍ରାଣ୍ଡ ତ‌ଥା ବ୍ୟବସାୟ ପାଇଁ ମେଡେଲ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ପ୍ରାରମ୍ଭିକ ଜୀବନ ନାଇଲା ନାୟେମ ବଙ୍ଗଳାଦେଶର ବାରିସାଲଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଦାନ୍ତ ଚିକିତ୍ସକ ହେବା ପାଇଁ ଇଚ୍ଛା ରଖିଥିଲେ ଏବଂ ଢାକା ସିଟି ଡେଣ୍ଟାଲ କଲେଜ ନାମକ ଏକ ଘରୋଇ ମେଡିକାଲ କଲେଜରୁ ସେ ଡେଣ୍ଟାଲ ସର୍ଜନରେ ସ୍ନାତକ ହାସଲ କରିଥିଲେ । ଅଭିନୟ ଜୀବନ ନାଇଲା ନାୟେମ ୨୦୦୩ ମସିହାରେ ଏକ ବ୍ୟବସାୟର ବ୍ରାଣ୍ଡ ପାଇଁ ମଡେଲିଂ କରିବା ଆରମ୍ଭ କରିଥିଲେ । ଏହାପରେ ସେ ବିଭିନ୍ନ ବିଜ୍ଞାପନ ଆଦିରେ ଅଭିନୟ କରିଥିଲେ । ମଡେଲିଂ କରିବା ପରେ ପରେ ତାଙ୍କୁ ବିଭିନ୍ନ ଦୂରଦର୍ଶନ କାର୍ଯ୍ୟକ୍ରମରେ ସୁଯୋଗ ମିଳିଥିଲା । ବିଭିନ୍ନ ନାଟକ ତ‌ଥା ଧାରାବାହିକରେ ଅଭିନୟ କରିବାପରେ ନାଇଲା ୨୦୧୫ ମସିହାରେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ କଥାଚିତ୍ର ଥିଲା "ରନ୍ ଆଉଟ୍" । ତନ୍ମୟ ତାନ୍‌ସେନ୍‌ଙ୍କ ନିର୍ଦ୍ଦେଶିତ ଏହି କଥାଚିତ୍ରରେ ନାଇଲାଙ୍କ ସ‌ହ ସାଜଲ ନୁର୍ ଓ ମୌସୁମୀ ନାଗ ଆଦି କଳାକାରମାନେ ଅଭିନୟ କରିଥିଲେ । ୨୦୧୩ ମସିହାରେ ନାଇଲା ସୁନୀଲ ଗଙ୍ଗୋପାଧ୍ୟାୟଙ୍କ ରଚିତ ଏକ ଉପନ୍ୟାସ ଘାଟ ବାବୁ ଉପରେ ଆଧାରିତ ନାଟକ ଘାଟ ବାବୁ ନିତାଇ ଚନ୍ଦ୍ରରେ ଅଭିନୟ କରିଥିଲେ । ନାଇଲା କଥାଚିତ୍ରରେ ଅଭିନୟ କରିବା ସ‌ହି କିଛି ଚଳଚ୍ଚିତ୍ରର ଆଇଟମ ଗୀତରେ ମଧ୍ୟ ନୃତ୍ୟ କରିଥିଲେ । ମାରୁଫ ଟାକା ଧୋରେନ ନାମକ ଅନ୍ୟ ଏକ ବଙ୍ଗଳା ଚଳଚ୍ଚିତ୍ରରେ ସେ ମଧ୍ୟ ଅଭିନୟ କରିଥିଲେ । ଯଦିଓ ପୂର୍ବରୁ ନାଇଲା ଫେସବୁକରେ କେବେ ଯୋଗଦେବେ ନାହିଁ ବୋଲି ସ୍ଥିର କରିଥିଲେ, ମାତ୍ର ପରବର୍ତ୍ତୀ ସମୟରେ ସେ ନିଜର କାର୍ଯ୍ୟ ଏବଂ ନିଜ ବିଷୟରେ ଅଧିକ ପ୍ରଚାର କରିବା ପାଇଁ ସୋସିଆଲ ମିଡ଼ିଆକୁ ଏକ ବଡ଼ ମାଧ୍ୟମ ରୂପେ ବାଛିଥିଲେ । ଅନ୍‌ଲାଇନ୍‌ରେ ଖାଦ୍ୟ ଯୋଗାଉଥିବା ସଂସ୍ଥା ଫୁଡ୍‌ପାଣ୍ଡାର ନାଇଲାଙ୍କୁ ସୋସିଆଲ ମିଡ଼ିଆରେ ତାଙ୍କର ବିଜ୍ଞାପନ ପ୍ରଚାର କରିବାପାଇଁ ଚୁକ୍ତି କରିଥିଲା । ବାଂଲାଦେଶର ଟେଲି କମୁନିକେସନ ସଂସ୍ଥା ଗ୍ରାମୀଣଫୋନଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ନାଇଲା ଅନନ୍ତ ଜୋଇଲିଙ୍କ ସ‌ହ କାର୍ଯ୍ୟ କରିଥିଲେ । ୨୦୧୫ ମସିହାରେ ବାଘର ବଚ୍ଚା ଡିଜିଟାଲ ସଂସ୍ଥାଦ୍ୱାରା ଏଲ୍‌ଜି ଇଲେକ୍ଟ୍ରୋନିକ୍‌ସ୍ ପାଇଁ ନିର୍ମିତ ଏକ ବିଜ୍ଞାପନରେ ନାଇଲା କାର୍ଯ୍ୟ କରିଥିଲ ଏବଂ ବିଜ୍ଞାପନଟି ଏକ ପୁରସ୍କାର ମଧ୍ୟ ପାଇଥିଲା । ନାଇଲା ବଙ୍ଗଳାଦେଶର କ୍ରିକେଟ ଖେଳାଳୀ ସାବିର ରହମାନଙ୍କ ସ‌ହ ଏକ ବିଜ୍ଞାପନରେ କାର୍ଯ୍ୟ କରିଥିଲେ, ଯେଉଁଥିରେ ସେମାନେ ଏକ ମାଦକ ପାନୀୟ ଉପରେ ବିଜ୍ଞାପନ ନିର୍ମାଣ କରିଥିଲେ, ମାତ୍ର ଏହାର ପ୍ରସାରଣ ଉପରେ ବଙ୍ଗଳାଦେଶ କ୍ରିକେଟ ସଂଘ ରୋକ ଲଗାଇ ଦେଇଥିଲା । ସିଏମ୍‌ଭିଦ୍ୱାରା ନିର୍ମିତ ଏକ ୱେବ ସିରିଜ୍‌ରେ ନାଇଲା ଅଭିନୟ କରିଥିଲେ, ଯାହାର ଶୀର୍ଷକ ଥିଲା ଦ ଲିଷ୍ଟ । ବ୍ୟକ୍ତିଗତ ଜୀବନ ନାଇଲାଙ୍କ ପୂର୍ବ ସ୍ୱାମୀ, ତାସ୍ୱିଫ ହୁସେନ ତୁଷାର ସିରିୟାରେ ଇସ୍‌ଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଦଳରେ ଯୋଗ ଦେଇଥିଲେ, ଯାହାକି ସେମାନଙ୍କର ନିଯୁକ୍ତି ଭିଡ଼ିଓ ଜରିଆରେ ଲୋକଲୋଚନ‌କୁ ଆସିଥିଲା ।
ସୁବାସ ଦାଶ (୧୯ ମଇ ୧୯୬୦) , ଜଣେ ଓଡ଼ିଆ ଗାୟକ ଓ ସଙ୍ଗୀତକାର । ସେ ୧୪୬ଟି ଓଡ଼ିଆ ଚଳଚ୍ଚିତ୍ର, ୨ଟି ବଙ୍ଗଳା ଓ ୨ଟି ଭୋଜପୁରୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି । ବ୍ୟକ୍ତିଗତ ଜୀବନ ସୁବାସ ଦାଶ ୧୯୬୦ ମସିହା ମଇ ମାସ ୧୯ ତାରିଖରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅନ୍ତର୍ଗତ ମଉସୁଧା ମୌଜାର ଗୌଡ଼ୁଣୀପୋଖରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଆଦିକନ୍ଦ ଦାଶ ଓ ମାତାଙ୍କ ନାମ ଜୟମଣୀ ଦାଶ । ସେ ଦାଖା ହାଇସ୍କୁଲ, ଭଦ୍ରକ ମହାବିଦ୍ୟାଳୟ ଓ ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିଲେ । ବାଲ୍ୟକାଳରୁ ସେ ମୁରଲୀଧର ଗିରି, ଦିପକ ବାସୁ ଏବଂ ଜେ.ଭି.ଏସ. ରାଓଙ୍କଠାରୁ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ । ତାଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଦାଶ ମଧ୍ୟ ଜଣେ କଣ୍ଠଶିଳ୍ପୀ । ତାଙ୍କ ପୁତ୍ରଙ୍କ ନାମ ବିଶାଳ ସାୟମଜିତ ଓ କନ୍ୟାଙ୍କ ନାମ ଶିବରଞ୍ଜନୀ । କର୍ମଜୀବନ ସୁବାସ ଦାଶ ୧୯୭୭ ମସିହାରେ ପ୍ରଥମେ ଆକାଶବାଣୀରେ ଏବଂ ୧୯୮୧ ମସିହାରେ ଦୂରଦର୍ଶନରେ ସଙ୍ଗୀତ ପରିବେଷଣ କରିବାର ସୁଯୋଗ ପାଇଥିଲେ । ୧୯୮୦ ମସିହାରେ ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ମାନସୀ କଥାଚିତ୍ରରେ ପ୍ରଥମକରି କଣ୍ଠଦାନ କରିବାର ସୁଯୋଗ ପାଇଥିଲେ । ଓଡ଼ିଆ ବ୍ୟତିତ ସେ ବଙ୍ଗଳା, ଭୋଜପୁରୀ ଓ କନ୍ନଡ଼ ସିନେମାରେ ମଧ୍ୟ କଣ୍ଠଦାନ କରିଛନ୍ତି । ସେ ପ୍ରାୟ ୫୦୦ରୁ ଅଧିକ ଆଲବମରେ ମଧ୍ୟ କଣ୍ଠଦାନ କରିଛନ୍ତି । ଦେଶ, ବିଦେଶରେ ବହୁବାର ସଙ୍ଗୀତ ପରିବେଷଣ କରିଛନ୍ତି ।
ଦୁର୍ଗୀ, ବିଷମ କଟକ ବ୍ଳକ ଅଧିନସ୍ଥ ରାୟଗଡ଼ା ଜିଲ୍ଲା ତଥା ଓଡ଼ିଶା ରାଜ୍ୟର ଗୋଟିଏ ଗ୍ରାମ ପଞ୍ଚାୟତ । ଏହି ଗାଁରେ ମୋଟ ୪୩୯ଟି ପରିବାର ବସବାସ କରନ୍ତି । ଦୁର୍ଗୀ ଗ୍ରାମ ଚାରିପାଖେ ମୋଟା ମୋଟି ୧୯ଟି ଛୋଟବଡ ଗାଁ ରହିଛି, ଯଥା:- ଭାଲେରି, କୁନ୍ଦନପଦର, ରିଙ୍ଗାବାଇ, ବାରଙ୍ଗପଦର, ତୁମ୍ବାଲ୍‌ପାଡୁ, ବୁଦ୍ଧ ନଗର, କାଚାପାଈ, କାଳିପଦର, ତେନ୍ତୁଳି କାଳିପଦର, କୁରାଙ୍କୁଲ୍, ବାଲିପଦର, ଖାରିଗୁଡା, ମୁଳିପଡା, ଧର୍ମଗୁଡା, ହାଡୁଗୁଡା, ହାଜାର୍ ଡାଙ୍ଗ୍, ହୁରୁଗୁଡା ଓ ଆଇ.ଏ.ଓ କୋଲୋନୀ ଇତ୍ୟାଦି, ଯାହା ଦୁର୍ଗୀ ପଞ୍ଚାୟତ ଅଧିନରେ ଆସେ । ଭୌଗୋଳିକ ଅବସ୍ଥିତି ଦୁର୍ଗୀ ଗ୍ରାମର ଭୌଗୋଳିକ ଅବସ୍ଥିତି ହେଉଛି ଦ୍ରା: ୧୯.୩୪ ଉ, ଅ: ୮୩.୬୦ ପୂ, ଏବଂ ଏହା ସମୁଦ୍ର ପତ୍ତନଠାରୁ ହାରାହାରି ୩୪୨ ମିଟର (୧୧୨୨ ଫୁଟ) ଉଚ୍ଚତାରେ ଅବସ୍ଥିତ । ଏହି ଗ୍ରାମ ଜିଲ୍ଲା ସଦର ମହକୁମା ରାୟଗଡ଼ାଠାରୁ ୫୧ କି.ମି ପୂର୍ବଦିଗ ଏବଂ ରାଜ୍ୟ ରାଜଧାନୀ ଭୂବନେଶ୍ୱରଠାରୁ ୩୭୦କି.ମି. ଦୂର ଦକ୍ଷିଣ ଦିଗରେ ଅବସ୍ଥିତ । ଏହି ଗ୍ରାମଟି ସବୁଜ ବନାନୀ ତଥା ପ୍ରାକୃତିକ ପରିବେଶ ମଧ୍ୟରେ ଘେରି ରହିଛି । ବଣ, ପାହାଡ, ଝରଣା, ଜଙ୍ଗଲରେ ଭରା ଏହି ଗ୍ରାମର ଚତୁଃର୍ପାଶ୍ୱରେ ମୁଖ୍ୟତଃ ଶାଳ, ପିଆଶାଳ, ଟେକି, ବାଉଁସ ଓ ଆମ୍ବ ଗଛ ବହୁଳ ଭାବେ ଦେଖିବାକୁ ମିଳେ । ଜନଗଣନା ପରିସଂଖ୍ୟାନ ୨୦୧୧ ଜନଗଣନା ଅନୁଯାୟୀ ଦୁର୍ଗୀ ଗ୍ରାମର ମୋଟ ଲୋକସଂଖ୍ୟା ୧,୭୯୨ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୮୫୮ ଏବଂ ମହିଳା ସଂଖ୍ୟା ୯୩୪ । ଦୁର୍ଗୀ ଗ୍ରାମର ସ୍ୱାକ୍ଷ୍ୟରତା ହାର ୭୫.୫୧% ଯାହା ରାଜ୍ୟର ସ୍ୱାକ୍ଷ୍ୟରତା ହାର ୭୨.୮୭%ଠାରୁ ମଧ୍ୟ ଅଧିକ ଅଟେ। ଏହି ଗ୍ରାମରେ ବିଭିନ୍ନ ପ୍ରକାର ଜାତି ଓ ଜନଜାତିର ଲୋକେ ମଧ୍ୟ ବସବାସ କରନ୍ତି। ୨୦୧୧ ଜନଗଣନା ଅନୁଯାୟୀ, ଗାଁର ମୋଟ ଲୋକସଙ୍ଖ୍ୟାର ୨୯.୮୦% ହରିଜନ ଓ ୧୫.୭୯% ଆଦିବାସୀ ଏହି ଗ୍ରାମରେ ବସବାସ କରନ୍ତି । ଏହି ଗ୍ରାମର ମୋଟ ଜନସଙ୍ଖ୍ୟାର ୧୨.୯୫% ଶିଶୁ ୦-୬ ବର୍ଷ ବୟସ ସୀମା ମଧ୍ୟରେ । ଓଡ଼ିଆ ଏ ଅଞ୍ଛଳର ମୁଖ୍ୟ ପ୍ରଚଳିତ ଭାଷା ଅଟେ । ଯଦିଓ "ଓଡ଼ିଆ" ଏ ଅଞ୍ଚଳର ମୁଖ୍ୟ ପ୍ରଚଳିତ ଭାଷା, ତଥାପି ତେଲୁଗୁ ଏବଂ ହିନ୍ଦୀ ଭାଷା ମଧ୍ୟ ଏ ଅଞ୍ଛଳରେ ଲୋକଙ୍କଦ୍ୱାରା କିଛି ମାତ୍ରାରେ ବ୍ୟବହୃତ । ଏହା ବ୍ୟତିତ, ଦୁର୍ଗୀ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଆଦିବାସୀ ଗ୍ରାମର ଲୋକେ "କନ୍ଧ" ଭାଷାରେ ମଧ୍ୟ କଥାବାର୍ତ୍ତା ହୁଅନ୍ତି । ଧର୍ମାନୁଷ୍ଠାନ ଅନେକ ମନ୍ଦିର ଓ ଧର୍ମାନୁଷ୍ଠାନ ଦୁର୍ଗୀ ଗ୍ରାମର ସାଂସ୍କୃତିକ ପରିବେଶକୁ ଆହୁରି ସୌନ୍ଦଯ୍ୟମୟ କରୁଛି। ସେଗୁଡିକ ହେଲା:- ସ୍ଥାନୀୟ ଜଗନ୍ନାଥ ମନ୍ଦିର, ଦୁର୍ଗୀ ଭୈରବୀ ମନ୍ଦିର ମାଁ ଗ୍ରାମ ଦେବୀ ମନ୍ଦିର (ସ୍ଥାନୀୟ ପୁରାତନ ଶକ୍ତିପୀଠ) ଶ୍ରୀ ନିଳକଣ୍ଠେଶ୍ୱର ମନ୍ଦିର (୧୭୦ ବର୍ଷ ପୁରାତନ ଶୈବ ପୀଠ) ମାଣିକେଶ୍ୱରୀ ମନ୍ଦିର ରାଧାକାନ୍ତ ମନ୍ଦିର ଶ୍ରୀ ସତ୍ୟ ସାଇବାବା ମନ୍ଦିର ପର୍ଯ୍ୟଟନ ସ୍ଥଳୀ ସ୍ଥାନୀୟ ନୂତନ ଜଗନ୍ନାଥ ମନ୍ଦିର ଏହି ଅଞ୍ଚଳର ଏକ ଦର୍ଶନୀୟ ସ୍ଥାନ ପାଲଟିଛି । ଦୁର୍ଗୀଠାରୁ ୨ କି.ମି ଦୂରରେ ଅବସ୍ଥିତ ତୁମ୍ବାଲ୍‌ପାଡୁ ଜଳପ୍ରପାତ ଏ ଅଞ୍ଚଳର ମୁଖ୍ୟ ଏକ ପର୍ଯ୍ୟଟନ ସ୍ଥଳୀ । ଗାଁ ଉପକଣ୍ଠରେ ଥିବା "କୁନ୍ଦନ ପଦର ଡ୍ୟାମ୍" ମଧ୍ୟ ଅନ୍ୟ ଏକ ସ୍ଥାନୀୟ ପର୍ଯ୍ୟଟନ ସ୍ଥଳୀ। ଏତଦ୍‌ ବ୍ୟତୀତ ଗାଁର ଅନ୍ୟ ମୁଖ୍ୟ ପର୍ଯ୍ୟଟନ ସ୍ଥାନଗୁଡ଼ିକ ମଧ୍ୟରେ "ବ୍ରାହ୍ମଣୀଦେଈ" ପାହାଡ ଅନ୍ୟତମ । "କୁନ୍ଦନ ପଦର ଡ୍ୟାମ୍" ଦୁର୍ଗୀ ଅଞ୍ଚଳର ଲୋକଙ୍କ ପାଇଁ, ପର୍ଯ୍ୟଟନ କ୍ଷେତ୍ରରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ, ପ୍ରାକୃତିକ ଦୃଶ୍ୟଭରା "ତୁମ୍ବାଲ୍ ‌ପାଡୁ ଜଳପ୍ରପାତ " ବଣ ଭୋଜି ପାଇଁ ଏ ଅଞ୍ଚଳବାସୀଙ୍କୁ ସର୍ବଦା ଆକୃଷ୍ଟ କରି ଆସିଛି । ଶିକ୍ଷାନୁଷ୍ଠାନ ଦୁର୍ଗୀ ଓ ଏହାର ଚାରିପାଖ ଅଞ୍ଚଳରେ ଶିକ୍ଷାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ, ଏହି ଗ୍ରାମର ଶିକ୍ଷନୁଷ୍ଠାନମାନଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ। ଦୁର୍ଗୀ ଅଞ୍ଛଳର ଲୋକେ, ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶିକ୍ଷା ନିମନ୍ତେ ଏହି ଗ୍ରାମର ଶିକ୍ଷ୍ୟନୁଷ୍ଠାନ ଉପରେ ନିର୍ଭରଶୀଳ। ଏଠାକାର ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡିକ ହେଲା:- ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦୁର୍ଗୀ (୧୦୦ ବର୍ଷ ପୁରାତନ) ମଧ୍ୟ ଇଂରାଜୀ ବିଦ୍ୟାଳୟ, ଦୁର୍ଗୀ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ, ଦୁର୍ଗୀ (୫୦ ବର୍ଷ ପୁରାତନ) ସରସ୍ୱତି ଶିଶୁ ବିଦ୍ୟା ମନ୍ଦିର, ଦୁର୍ଗୀ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଦୁର୍ଗୀ କେନ୍ଦ୍ରୀୟ ଆଧୁନିକ ବିଦ୍ୟାଳୟ (ପ୍ରସ୍ତାବିତ) ସାମାଜିକ ଓ ଆର୍ଥିକ ଅନୁଷ୍ଠାନ ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍, ଦୁର୍ଗୀ ଭାରତୀୟ ଡାକ ବିଭାଗ, ଦୁର୍ଗୀ ଆଧୁନିକ ଚିକିସାଳୟ, ଦୁର୍ଗୀ ପଶୁ ବିଭାଗ ଚିକିତ୍ସାଳୟ, ଦୁର୍ଗୀ ପୁର୍ତ୍ତ ବିଭାଗ ଡାକ ବଙ୍ଗଳା, ଦୁର୍ଗୀ ରାଜସ୍ୱ ବିଭାଗ ଡାକ ବଙ୍ଗଳା, ଦୁର୍ଗୀ ବିଜୟାନନ୍ଦ ଯୁବକ ସଂଘ, ଦୁର୍ଗୀ ପର୍ବ ପର୍ବାଣି ଓ ସଂସ୍କୃତି ଓଡ଼ିଆ ସଂସ୍କୃତି ଅନୁଯାୟୀ ଦୁର୍ଗୀରେ ମଧ୍ୟ ବାର ମାସରେ ତେର ପର୍ବ ପାଳିତ ହୁଏ । ତେବେ ଯେଉଁ ପର୍ବଗୁଡିକ ଲାଗି ଦୁର୍ଗୀ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ ସେଗୁଡିକ ହେଲା:- ସ୍ଥାନୀୟ ଠାକୁରାଣୀ ଯାତ୍ରା, ଜଗନ୍ନାଥ ରଥ ଯାତ୍ରା, ଦୋଳୋ ପୂର୍ଣିମା ଓ କାର୍ତ୍ତିକ ମାସ ଅଷ୍ଟପ୍ରହର ଈତ୍ୟାଦି । ଏହାଛଡା ଅନ୍ୟାନ୍ୟ ହିନ୍ଦୁ ପର୍ବପର୍ବାଣି ମଧ୍ୟ ଦୁର୍ଗୀରେ ଆଡ଼ମ୍ବର ସହ ପାଳିତ ହୁଏ । ଧାର୍ମିକ ପର୍ବ ବ୍ୟତୀତ ସମସ୍ତ ଜାତୀୟ ପର୍ବ ଯଥା ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ ଆଦିକୁ ମଧ୍ୟ ଦୁର୍ଗୀବାସୀ ବେଶ୍ ନିଷ୍ଠା ସହକାରେ ପାଳନ କରନ୍ତି । ଦୁର୍ଗୀର ମୁଖ୍ୟ ଆକର୍ଷଣ ଏହି ଗାଁର ଠାକୁରାଣୀ ପର୍ବ । ଗାଁ ବାସିନ୍ଦାଙ୍କ ବିଶ୍ୱାସର ପର୍ବ, ଠାକୁରାଣୀ ପର୍ବ । ଗାଁରେ ସୁଖ, ସମୃଦ୍ଧି ଓ ଶାନ୍ତି ବଜାୟ ରଖିବା ପାଇଁ, ଗ୍ରାମ ଦେବୀଙ୍କୁ ବର୍ଷକେ ଥରେ ମନ୍ଦିରରୁ ବହାରକୁ ଆଣି, ଗାଁ ମଧ୍ୟ ଭାଗରେ ପୁଜାର୍ଚ୍ଚନା କରାଯାଇଥାଏ । ଏହି ସମୟରେ ଲୋକଙ୍କ ଆମୋଦ ପ୍ରମୋଦ ପାଇଁ, ବିଭିନ୍ନ ପ୍ରକାର ସାଂସ୍କୃତିକ କର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ବିଶେଷ ରୂପେ ଗାଁ ବାସୀନ୍ଦାଙ୍କଦ୍ୱାରା ପ୍ରଦର୍ଶିତ ପଥପ୍ରାନ୍ତ ନାଟକ ଓ ସ୍ଥାନୀୟ ଡ଼ମ୍ବ ବାଇଦ ସଂଗୀତ ଏହି ସମୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ପରିବହନ ଓ ଯୋଗାଯୋଗ ଦୁର୍ଗୀ ଗ୍ରାମକୁ ଯାତାୟତ କରିବା ନିମିତ୍ତ ବସ୍‌ର ସୁବିଧା ଉପଲବ୍ଧ । ଏହାର ନିକଟତମ ରେଳପଥ ହେଉଛି ଗୁଣପୁର (୪୦ କି.ମି), ମୁନିଗୁଡା (୩୫ କି. ମି) ଓ ରାୟଗଡା (୫୧ କି.ମି) ଏବଂ ନିକଟତମ ଆକାଶପଥ ହେଉଛି ବିଶଖପାଟଣା (୨୪୦ କି.ମି), ରାୟପୁର ୩୪୦ କି.ମି ଓ ଭୁବନେଶ୍ୱର ୩୭୦ କି.ମି । ଏହା ବ୍ୟତିତ, ଯୋଗାଯୋଗ ନିମନ୍ତେ ଚିଠିରୁ ଆରମ୍ଭ କରି ଟେଲିଗ୍ରାମ୍, ବ୍ରଡ୍‍ବ୍ୟାଣ୍ଡ ଆଦି ସୁବିଧା ଏହି ଗ୍ରାମରେ ସହଜରେ ଉପଲବ୍ଧ । ସରକାରଙ୍କଦ୍ୱାରା ପରିଚାଳିତ "ଭାରତ ସଞ୍ଚାର ନିଗମ" ବ୍ୟତୀତ "ରିଲାଏନ୍ସ ଟେଲିକୋମ୍" ପରି ଘରୋଇ ଜାତୀୟ ସଞ୍ଚାର ସଂସ୍ଥା ପକ୍ଷରୁ ଏଠାରେ ଉଭୟ ଲ୍ୟାଣ୍ଡଲାଇନ ଓ ମୋବାଇଲ୍ ସେବା ଉପଲବ୍ଧ । ଭାରତ ସଞ୍ଚାର ନିଗମ ତରଫରୁ ବ୍ରଡ୍‍ବ୍ୟାଣ୍ଡ ଇଣ୍ଟରନେଟ ସେବା ମଧ୍ୟ ଯୋଗାଇ ଦିଆଯାଇଛି । ରାଜନୀତି ଭାରତୀୟ ସମ୍ବିଧାନ ଏବଂ ପଞ୍ଚାୟତିରାଜ ଆଇନ୍ ଅନୁସାରେ, ଦୁର୍ଗୀ ଗ୍ରାମ ତଥା ପଞ୍ଚାୟତ, ସରପଞ୍ଚ (ଗାଁ ମୁଖିଆ)ଙ୍କଦ୍ୱାରା ପରିଚାଳିତ ହୁଏ, ଯିଏ ଲୋକଙ୍କ ଦ୍ୱରା ପ୍ରତ୍ୟକ୍ଷ ଭାବେ ପ୍ରତି ୫ ବର୍ଷରେ ଥରେ ନିର୍ବାଚିତ ହୋଇଥାନ୍ତି । ଦୁର୍ଗୀ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି । ଭାରତର ସଂସଦରେ କୋରାପୁଟ ଲୋକ ସଭା ଆସନ ଏହି ଗ୍ରାମର ପ୍ରତିନିଧିତ୍ୱ କରେ । ଶ୍ରୀ ଝିନ୍ନ ହିକକ୍କା (ବିଜୁ ଜନତା ଦଳ) କୋରାପୁଟ ଲୋକ ସଭା (ସଂରକ୍ଷିତ) ଆସନର ସାଂସଦ ଅଟନ୍ତି । ଓଡ଼ିଶା ବିଧାନ ସଭାରେ ବିଧାୟକ ଶ୍ରୀ ଜଗନ୍ନାଥ ସାରକା (ବିଜୁ ଜନତା ଦଳ) ବିଷମ କଟକ ନିର୍ବାଚନ ମଣ୍ଡଳୀ (ସଂରକ୍ଷିତ) ତରଫରୁ ପ୍ରତିନିଧିତ୍ୱ କରୁଛନ୍ତି । ସ୍ୱାଧୀନତା ପରଠାରୁ, ବିଷମ କଟକ ନିର୍ବାଚନ ମଣ୍ଡଳୀ ଓ ରାୟଗଡା ଜିଲ୍ଲା ରାଜନୀତିରେ, ଦୁର୍ଗୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି । ଶ୍ରୀ ତ୍ରୀନାଥ ଦାସ (ବ୍ଲକ୍ ଚେୟାରମ୍ୟନ୍, ବିଷମ କଟକ) ଓ ଶ୍ରୀ ସୁଧୀର ଦାସ (ସଭାପତି, ବିଜୁ ଜନତା ଦଳ, ରାୟଗଡା ଜିଲ୍ଲା) ଭଳି ଚର୍ଚ୍ଚିତ ବ୍ୟକ୍ତିତ୍ୱ ଏହି ଗ୍ରାମର ଅଟନ୍ତି । ଓଡ଼ିଶାର ଅନେକ ମୁଖ୍ୟମନ୍ତ୍ରୀ ଯଥା:- ସ୍ୱର୍ଗତ ବିଜୁ ପଟ୍ଟନାୟକ, ଗିରିଧର ଗୋମଙ୍ଗ ଓ ନବୀନ ପଟ୍ଟନାୟକ ନିଜର ରାଜନୀତିକ ଓ ସାମାଜିକ କାର୍ଯ୍ୟ ନିମନ୍ତେ ଦୁର୍ଗୀ ଗ୍ରାମକୁ ଅନେକ ଥର ଆସିଛନ୍ତି।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୩ ମଇ ବର୍ଷର ୧୩୩ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୧୩୪ତମ । ବର୍ଷ ଶେଷ ହେବା ପାଇଁ ଆଉ ୨୩୨ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୧ ଅଗଷ୍ଟ ବର୍ଷର ୨୨୩ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୨୨୪ତମ । ବର୍ଷ ଶେଷ ହେବା ପାଇଁ ଆଉ ୧୪୨ ଦିନ ବାକି ଅଛି । ଘଟଣାବଳୀ ଜନ୍ମ ୧୯୦୬- କାହ୍ନୁ ଚରଣ ମହାନ୍ତି, କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ସମ୍ମାନିତ ଔପନ୍ୟାସିକ (ମୃତ୍ୟୁ: ୧୯୯୪) ମୃତ୍ୟୁ ୧୯୫୬- ଜ୍ୟାକ୍‌ସନ ପୋଲୋକ, ଆମେରିକୀୟ ଚିତ୍ରଶିଳ୍ପୀ ।
କାର୍ଲ୍ ସେଗାନ୍ (ନଭେମ୍ବର ୯, ୧୯୩୪ - ଡିସେମ୍ବର ୨୦, ୧୯୯୬) ଜଣେ ଆମେରିକୀୟ ଜ୍ୟୋତିର୍ବିଜ୍ଞାନୀ ଓ ବିଜ୍ଞାନ ମୁଖପାତ୍ର ଥିଲେ । ତାଙ୍କର ବିଭିନ୍ନ କାର୍ଯ୍ୟକଳାପ ମଧ୍ୟରେ ବିଗ୍ରହୀ ଜୀବନ ସନ୍ଧାନ ଓ ବିଜ୍ଞାନ ଶିକ୍ଷା ଉଲ୍ଲେଖନୀୟ ଅଟେ। ଜନସାଧାରଣଙ୍କ ପାଖରେ ବିଜ୍ଞାନ ପରିଚିତ କରେଇବାରେ ତାଙ୍କ ଟିଭି ଧାରାବାହିକ କସମସ୍ ଏକ ବିଶେଷ ସୃଷ୍ଟି। ସେ ବୈଜ୍ଞାନିକ ପଦ୍ଧତିକୁ ସମର୍ଥନ କରୁଥିଲେ। କସମସ୍ ଧାରାବାହିକରେ ସେ ବ୍ରହ୍ମାଣ୍ଡର ସୃଷ୍ଟି, ପୃଥିବୀରେ ଜୀବନର ସୃଷ୍ଟି ଓ ଜୈବବିବର୍ତ୍ତନ, ବୈଜ୍ଞାନିକ ପଦ୍ଧତି, ସାମ୍ଭାବ୍ୟ ବିଗ୍ରହୀ ଜ୍ଞାନୀ ଜୀବନ ଇତ୍ୟାଦି ବୈଜ୍ଞାନିକ ପ୍ରସଙ୍ଗରେ ବିଷଦ ଆଲୋଚନା କରିଛନ୍ତି। ପୃଥିବୀର ଇତିହାସ ତଥା ବିଜ୍ଞାନର ଇତିହାସ ବିଷୟରେ ଆଲୋଚନା ବେଳେ ବିଶ୍ୱତାପନ, ବିଶ୍ୱଯୁଦ୍ଧ ପରି ଅଘଟଣକୁ ଏଡ଼େଇବା ପାଇଁ ବିଜ୍ଞାନର ଉପକାରିତା ସେ ବୁଝାଇଛନ୍ତି। ପୃଥିବୀରୁ ସାମ୍ଭାବ୍ୟ ବିଗ୍ରହୀ ଜୀବନ ଉଦ୍ଦେଶ୍ୟରେ ସେ ସନ୍ଦେଶ ସମ୍ପାଦନ କରିଥିଲେ। ଏହି ସନ୍ଦେଶ ପାୟୋନିଅର୍ ତଥା ଭୟେଜର୍ ଯାନରେ ବିଗ୍ରହୀ ଜୀବ ଉଦ୍ଦେଶ୍ୟରେ ଗତିଶୀଳ। ପ୍ରାରମ୍ଭରେ ହାର୍ଭାର୍ଡର ଜଣେ ସହକାରୀ ପ୍ରଫେସର ସେଗାନ୍ ପରେ କର୍ନେଲକୁ ଯାଇଥିଲେ ଯେଉଁଠାରେ ସେ ତାଙ୍କ କ୍ୟାରିୟରର ଅଧିକାଂଶ ସମୟ ବିତାଇଥିଲେ ସେଗାନ୍ ୬୦୦ରୁ ଅଧିକ ବୈଜ୍ଞାନିକ କାଗଜପତ୍ର ଏବଂ ପ୍ରବନ୍ଧ ପ୍ରକାଶ କରିଥିଲେ ଏବଂ ୨୦ରୁ ଅଧିକ ପୁସ୍ତକର ଲେଖକ, ସହ-ଲେଖକ କିମ୍ବା ସମ୍ପାଦକ ଥିଲେ ସେ ଅନେକ ଲୋକପ୍ରିୟ ବିଜ୍ଞାନ ପୁସ୍ତକ ଲେଖିଥିଲେ, ଯେପରିକି ଡ୍ରାଗନ୍ସ ଅଫ୍ ଇଡେନ୍, ବ୍ରୋକାଙ୍କ ବ୍ରେନ୍, ପାଲେ ବ୍ଲୁ ଡଟ୍ ଏବଂ ପୁରସ୍କାର ବିଜେତା ୧୯୮୦ ଟେଲିଭିଜନ ଧାରାବାହିକ କସମୋସ୍: ଏ ପର୍ସନାଲ୍ ଭୋଏଜ୍ ବର୍ଣ୍ଣନା ଏବଂ ସହ-ଲେଖିଥିଲେ ଆମେରିକୀୟ ସାର୍ବଜନୀନ ଟେଲିଭିଜନ ଇତିହାସରେ ସବୁଠାରୁ ଅଧିକ ଦେଖାଯାଇଥିବା ସିରିଜ୍, କସମୋସ୍ ୬୦ଟି ଦେଶରେ ଅତି କମରେ ୫୦୦ ନିୟୁତ ଲୋକ ଦେଖିଛନ୍ତି ଏହି ଧାରାବାହିକ ସହିତ କସମୋସ୍ ପୁସ୍ତକ ପ୍ରକାଶିତ ହୋଇଥିଲା । ସେ ୧୯୮୫ ବିଜ୍ଞାନ କାଳ୍ପନିକ ଉପନ୍ୟାସ କଣ୍ଟାକ୍ଟ ମଧ୍ୟ ଲେଖିଥିଲେ, ଯାହା ସମାନ ନାମର ୧୯୯୭ ଚଳଚ୍ଚିତ୍ରର ଆଧାର ତାଙ୍କର କାଗଜପତ୍ର, ଯେଉଁଥିରେ ୫୯୫,୦୦୦ ସାମଗ୍ରୀ ଅଛି, କଂଗ୍ରେସର ଲାଇବ୍ରେରୀରେ ଅଭିଲେଖ କରାଯାଇଥିଲା ସେଗାନ୍ ବୈଜ୍ଞାନିକ ସନ୍ଦେହଜନକ ଅନୁସନ୍ଧାନ ଏବଂ ବୈଜ୍ଞାନିକ ପଦ୍ଧତିକୁ ସମର୍ଥନ କରିଥିଲେ, ଏକ୍ସୋବାୟୋଲୋଜିର ଅଗ୍ରଗାମୀ ହୋଇଥିଲେ ଏବଂ ଏକ୍ସଟ୍ରା-ଟେରେଷ୍ଟ୍ରିଆଲ୍ ଇଣ୍ଟେଲିଜେନ୍ସ (ସେଟି) ସନ୍ଧାନକୁ ପ୍ରୋତ୍ସାହିତ କରିଥିଲେ ସେ ତାଙ୍କ କ୍ୟାରିୟରର ଅଧିକାଂଶ ସମୟ କର୍ନେଲ ବିଶ୍ୱବିଦ୍ୟାଳୟରେ ଜ୍ୟୋତିର୍ବିଜ୍ଞାନର ପ୍ରଫେସର ଭାବରେ ବିତାଇଥିଲେ, ଯେଉଁଠାରେ ସେ ପ୍ଲାନେଟାରୀ ଷ୍ଟଡିଜ୍ ପାଇଁ ଲାବୋରେଟୋରୀ ନିର୍ଦ୍ଦେଶନା ଦେଇଥିଲେ ସେଗାନ୍ ଏବଂ ତାଙ୍କ କାର୍ଯ୍ୟଗୁଡ଼ିକ ନାସା ବିଶିଷ୍ଟ ଜନସେବା ପଦକ, ଜାତୀୟ ବିଜ୍ଞାନ ଜନକଲ୍ୟାଣ ପଦକ, ତାଙ୍କ ପୁସ୍ତକ ଦି ଡ୍ରାଗନ୍ସ ଅଫ୍ ଇଡେନ୍ ପାଇଁ ଜେନେରାଲ୍ ଅଣ-ଫିକ୍ସନ୍ ପାଇଁ ପୁଲିଜର୍ ପୁରସ୍କାର ଏବଂ କସମୋସ୍: ଏ ପର୍ସନାଲ୍ ଭୋଏଜ୍, ଦୁଇଟି ଏମି ପୁରସ୍କାର, ପିବୋଡି ପୁରସ୍କାର ଏବଂ ହୁଗୋ ପୁରସ୍କାର ସମେତ ଅନେକ ପୁରସ୍କାର ଏବଂ ସମ୍ମାନ ପାଇଥିଲେ ସେ ତିନି ଥର ବିବାହ କରିଥିଲେ ଏବଂ ତାଙ୍କର ପାଞ୍ଚଟି ସନ୍ତାନ ଥିଲେ । ମାଇଲୋଡିସ୍ପ୍ଲାସିଆ ବିକଶିତ ହେବା ପରେ, ସେଗାନ୍ ଡିସେମ୍ବର ୨୦, ୧୯୯୬ରେ ୬୨ ବର୍ଷ ବୟସରେ ନିମୋନିଆରେ ମୃତ୍ୟୁବରଣ କରିଥିଲେ ।
ମାଲକାନଗିରି ଭାରତର ଓଡ଼ିଶାରେ ଥିବା ମାଲକାନଗିରି ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର ।
ପାଲାକ୍କଡ଼ ଏକ ଭାରତୀୟ ପୌରପାଳିକା ଅଟେ । ଏହା କେରଳର ପଲକ୍କଦ୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ପାଲାକ୍କଡ଼ ୧୦.୭୭୪୪ ଉତ୍ତର ଅକ୍ଷାଂଶ ଓ ୭୬.୬୫୬୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୦୫ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାଲାକ୍କଡ଼ ସହରର ମୋଟ ଜନସଂଖ୍ୟା ୩୧୮୮୪ ଅଟେ । ସେଥି ମଧ୍ୟରୁ ୪୮.୭୦% ଜଣ ପରୁଷ ହୋଇଥିବା ବେଳେ ୫୧.୩୦% ଜଣ ନାରୀ ଅଟନ୍ତି । ପାଲାକ୍କଡ଼ର ସାକ୍ଷରତା ହାର ୭୮.୯୨% ଅଟେ । ଏହା ଜାତୀୟ ହାରଠାରୁ -୧୪.୦୮% ପ୍ରତିଶତ କମ ଅଟେ । ସେଥିରୁ ୪୦.୭୩% ପ୍ରତିଶତ ପୁରୁଷ ଓ ୩୮.୧୯% ନାରୀ ଅଟନ୍ତି । ୯.୦୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ମାଲୟଲାମ ପାଲାକ୍କଡ଼ର ସରକାରୀ ଭାଷା ଅଟେ ।
୧୬୮୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ପାକସ୍ଥଳୀ ଘାଆ ବା ପିୟୁଡି, (ଇଂରାଜୀରେ , ), କ‌ହିଲେ ପାକସ୍ଥଳୀ ବା ଅନ୍ତନଳୀର ପ୍ରଥମ ଭାଗ ବା ଏସୋଫେଗସର ନିମ୍ନ ଭାଗର ଅନ୍ତଃସ୍ତରରେ ହେଉଥିବା ଘାଆକୁ ବୁଝାଏ । ପାକସ୍ଥଳୀର ଘାଆକୁ ଗ୍ୟାସ୍ଟ୍ରିକ ଅଲ୍‌ସର, ଅନ୍ତନଳୀର ପ୍ରଥମ ଭାଗରେ ହେଉଥିବା ଘାଆକୁ ଡୁଓଡେନାଲ ଅଲ୍‌ସର କୁହାଯାଏ । ଏହାର ସବୁଠାରୁ ସାଧାରଣ ଲକ୍ଷଣ ହେଲା ପେଟର ଉପର ମଝି ଭାଗରେ ଯନ୍ତ୍ରଣା ହେତୁ ନିଦ୍ରାଭଙ୍ଗ ହୁଏ ଓ ଏହି ଯନ୍ତ୍ରଣା କିଛି ଖାଦ୍ୟ ଖାଇଲେ ଉପଶମ ହୁଏ । ଏହି ଯନ୍ତ୍ରଣାକୁ ରୋଗୀ 'ପୋଡ଼ାଜଳା' ବା 'ସାମାନ୍ୟ କଷ୍ଟ' ହେଉଛି ବୋଲି ବର୍ଣ୍ଣନା କରେ । ଢ଼କାର ମାରିବା, ବାନ୍ତି ହେବା, ଓଜନ ହ୍ରାସ ଓ ଅରୁଚି ଇତ୍ୟାଦି ଏହି ରୋଗର ଅନ୍ୟାନ୍ୟ ଲକ୍ଷଣ । ବୟସ ବୃଦ୍ଧି ହୋଇଥିବା ଲୋକଙ୍କ ମଧ୍ୟରୁ ଏକ ତୃତୀୟାଂଶ ଲୋକଙ୍କର କୌଣସି ଲକ୍ଷଣ ନ ଥାଏ । ଏହି ରୋଗ ଜଟିଳ ହେଲେ ପାକସ୍ଥଳୀ-ଅନ୍ତନଳୀରୁ ରକ୍ତସ୍ରାବ, ପାକସ୍ଥଳୀ-ଅନ୍ତନଳୀରେ ଛିଦ୍ର ଓ ପାକସ୍ଥଳୀ ସଙ୍କୋଚନ ହେତୁ ଖାଦ୍ୟର ଅଗ୍ରଗତି ବାଧାପ୍ରାପ୍ତ ହୁଏ । ଏହି ରୋଗୀଙ୍କ ମଧ୍ୟରୁ ୧୫ % ଲୋକଙ୍କର ରକ୍ତସ୍ରାବ ହୁଏ । ଏହି ରୋଗର ମୂଖ୍ୟ କାରଣ ହେଉଛି ହେଲିକୋବ୍ୟାକ୍ଟର ପାଇଲୋରି ଜୀବାଣୁ ଓ ସ୍ଟିରଏଡ ବିହୀନ ଆଣ୍ଟିଇନଫ୍ଲାମେଟରି ଔଷଧ ଏନ‌.ଏସ.ଆଇ.ଡି. ଅନ୍ୟାନ୍ୟ ସାଧାରଣ କାରଣ ମଧ୍ୟରେ ଧୂମ୍ରପାନ। ସାଂଘାତିକ ରୋଗର ଚାପ, ବେସେଟ ରୋଗ , ଜୋଲିଞ୍ଜର-ଏଲିସନ ସିଣ୍ଡ୍ରୋମ, କ୍ରୋନ ରୋଗ, ଓ ଯକୃତ ସିରୋସିସ । ବୟସ୍କ ଲୋକଙ୍କର ଅଧିକ ଏନ‌.ଏସ.ଆଇ.ଡି. ଔଷଧ ସେବନ ଯୋଗୁ ଘାଆ ହୁଏ । ସ୍ୱାଭାବିକ ଭାବେ ଏହାର ଲକ୍ଷଣ ଉପସ୍ଥାପନ ଯୋଗୁ ରୋଗ ନିର୍ଣ୍ଣୟ କରାଯାଏ ଯାହା ଏଣ୍ଡୋସ୍କୋପି କିମ୍ବା ବେରିଅମ ସ୍ୱାଲୋ ପରୀକ୍ଷା କରି ନିଧାର୍ଯ୍ୟ କରାଯାଏ । ଏଚ. ପାଇଲୋରି ଜୀବାଣୁ ଉପସ୍ଥିତି ନିମନ୍ତେ ରକ୍ତରେ ଆଣ୍ଟିବଡି, ୟୁରିଆ ବ୍ରେଥ ପରୀକ୍ଷା, ମଳରେ ଜୀବାଣୁ ଉପସ୍ଥିତି ନିମନ୍ତେ ପରୀକ୍ଷା କିମ୍ବା ବାୟୋପ୍ସି କରାଯାଏ । ସମାନ ଲକ୍ଷଣ ଦେଖାଉଥିବା ଅନ୍ୟ ରୋଗମାନଙ୍କର ନାମ ପାକସ୍ଥଳୀ କର୍କଟ, କରୋନାରୀ ହୃଦରୋଗ, ପାକସ୍ଥଳୀ ପ୍ରଦାହ ଓ ପିତ୍ତକୋଷରେ ଲିଥିଆସିସ । ଏହି ରୋଗ ସୃଷ୍ଟିରେ ଖାଦ୍ୟ କୌଣସି ଭୂମିକା ନେଇ ନ ଥାଏ । ଏହି ରୋଗ ସୃଷ୍ଟିକାରୀ କାରକ ଯଥା ଧୂମ୍ରପାନ, ଏନ‌.ଏସ.ଆଇ.ଡି. ଓ ମଦ୍ୟପାନ ବନ୍ଦ କରିବାକୁ ଉପଦେଶ ଦିଆଯାଏ ଓ ପାକସ୍ଥଳୀରୁ ଏସିଡ ସ୍ରାବ କମେଇବା ନିମନ୍ତେ ଔଷଧ ଦିଆଯାଏ । ଏସିଡ କମେଇବା ନିମନ୍ତେ ପ୍ରୋଟିନ ପମ୍ପ ଇନହିବିଟର (ପିପିଆଇ) କିମ୍ବା ଏଚ୨ ବ୍ଲକର ଔଷଧ ୪ ସପ୍ତାହ ନିମନ୍ତେ ପ୍ରଥମେ ଦିଆଯାଏ । ଆମୋକ୍ସିସିଲିନ ସ‌ହିତ କ୍ଲାରିଥ୍ରୋମାଇସିନ ଓ ଗୋଟିଏ ପିପିଆଇ ଦିଆଯାଏ । ଆଣ୍ଟିବାୟୋଟିକ ପ୍ରତିରୋଧ ବୃଦ୍ଧି ହେବା ଯୋଗୁ ଏହି ଚିକିତ୍ସା ସର୍ବଦା ଫଳପ୍ରଦ ହେଉନାହିଁ । ଏଣ୍ଡୋସ୍କୋପିଦ୍ୱାରା ରକ୍ରସ୍ରାବ ଚିକିତ୍ସା କରାଯାଏ, ଏହା ସଫଳ ନ ହେଲେ ଅପରେଶନ କରାଯାଏ । ସମୁଦାୟ ଜନସଂଖ୍ୟାର ୪ % ଲୋକ ଏହି ରୋଗ‌ଗ୍ରସ୍ତ ଅଟନ୍ତି । ସନ ୧୯୯୦ରେ ଏହି ରୋଗ ମୃତ୍ୟୁ ୩୨୭,୦୦୦ ଥିଲା ବେଳେ ସନ ୨୦୧୩ରେ ଏହା କମିଯାଏ ୩୦୧,୦୦୦ ହୋଇଥିଲା । ପେପ୍‌ଟକ ଅଲ୍‌ସର ଛିଦ୍ର ରୋଗ ଇଂଲଣ୍ଡର ରାଜକୁମାରୀ ହେନରିଏଟଙ୍କୁ ହୋଇଥିବା ବର୍ଣ୍ଣନା ପ୍ରଥମେ ୧୬୭୦ରେ ପ୍ରକାଶ ପାଇଥିଲା । ୧୯୮୧ ମସିହାରେ ବାରି ମାର୍ସାଲ ଓ ରବିନ ୱାରେନ ପ୍ରଥମେ ଏଚ ପାଇଲୋରି ଆବିଷ୍କାର କରଥିଲେ । ବର୍ଗୀକରଣ ସ୍ଥାନ ଅନୁଯାୟୀ ଡୁଓଡେନମ ବା କ୍ଷୁଦ୍ର ଅନ୍ତନଳୀର ପ୍ରଥମ ଭାଗ ଏସୋଫେଗସ୍ ପାକସ୍ଥଳୀ ମେକେଲ ଡାଇଭର୍ଟିକୁଲମ ' ଜନସନ ପରିବର୍ତ୍ତିତ ବର୍ଗୀକରଣ ଟାଇପ ୧: ଏହା ପାକସ୍ଥଳୀ ଦେହରେ ଓ ମୂଖ୍ୟତଃ ଲେସର ବର୍ଡରର ଇନ୍‌ସାଇସୁରା ଆଙ୍ଗୁଲାରିସରେ ଦେଖାଯାଏ । ଅଧିକ ଅମ୍ଳ କ୍ଷରଣ ସହ ଏହାର ସମ୍ପର୍କ ନ ଥାଏ । ଟାଇପ ୨: ଉଭୟ ପାକସ୍ଥଳୀ ଦେହ ଓ ଡୁଓଡେନମରେ ଦେଖାଯାଏ । ଅଧିକ ଅମ୍ଳ କ୍ଷରଣ ସହ ସମ୍ପର୍କ ଥାଏ । ଟାଇପ ୩: ପାଇଲୋରିକ ଚାନେଲର ୩ ସେ.ମି. ଭିତରେ । ଟାଇପ ୪: ନିକଟବର୍ତ୍ତୀ ଗ୍ୟାଷ୍ଟ୍ରୋଏସୋଫେଜିଆଲ ଅଲସର । ଟାଇପ ୫: ପାକସ୍ଥଳୀର ଯେ କୌଣସି ସ୍ଥାନରେ ହୋଇପାରେ । ଏହା ଔଷଧ (ଆସ୍ପିରିନ) ଖାଇବାର ପରିଣାମରେ ହୁଏ । ଚିହ୍ନ ଓ ଲକ୍ଷଣ ପେଟରେ ଯନ୍ତ୍ରଣା: ଉପର ପେଟର ମଝି ସ୍ଥାନରେ କଷ୍ଟ ହୁଏ । ପାକସ୍ଥଳୀ ଅଳସର ହେଲେ ଅନେକ ଲୋକଙ୍କର ଖାଇବାର ଅଧ ଘଣ୍ଟା ପରେ ବଦ ହଜମି ଲାଗେ ଭଳି ଲାଗେ । ପୋଡିଲା ଭଳି ଓ ଭୋକ ସମୟରେ ଯେଉଁ ଅନୁଭୂତି ହୁଏ ତାହା ଏହି ରୋଗରେ ହୁଏ । ଡୁଓଡେନାଲ ଅଳସରରେ ଖାଇବାର ପ୍ରାୟ ତିନି ଘଣ୍ଟା ପରେ ଯନ୍ତ୍ରଣା ହୁଏ ବା ରାତି ଅଧରେ ପେଟରେ ଥିବା ଖାଦ୍ୟ କମିଗଲେ କଷ୍ଟ ହୁଏ । ପେଟ ଫୁଲେ ବା ପେଟ ଭର୍ତ୍ତି ହେଲା ଭଳି ଲାଗେ । ବାରମ୍ବାର ଛେପ ଢୋକିବାକୁ ହୁଏ । ବାନ୍ତି ଲାଗେ ଓ ବହୁତ ବାନ୍ତି ହୁଏ । ଭୋକ ମରିଯାଏ ଓ ଓଜନ ହ୍ରାସ ହୁଏ । ରକ୍ତ ବାନ୍ତି ହୁଏ । ମେଲିନା ବା ଦୁର୍ଗନ୍ଧଯୁକ୍ତ ପିଚୁ ଭଳି କଳା ଝାଡା । କ୍ୱଚିତ ଖାଦ୍ୟ ନଳୀ କଣା ହୋଇ ଛୁରୀ ମାରିବା ଭଳି ପ୍ରବଳ କଷ୍ଟ ସହ ପେରିଟୋନାଇଟିସ ହୁଏ ଓ ସଙ୍ଗେ ସଙ୍ଗେ ଅପରେସନ ଦରକାର ହୁଏ ।
ମୁର୍ଲିଗଞ୍ଜ ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ ଅଟେ । ଏହା ବିହାରର ମଧେପୁର ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ମୁର୍ଲିଗଞ୍ଜ ୨୫.୮୯୬୯ ଉତ୍ତର ଅକ୍ଷାଂଶ ଓ ୮୬.୯୯୫୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୭୭ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମୁର୍ଲିଗଞ୍ଜ ସହରର ମୋଟ ଜନସଂଖ୍ୟା ୨୨୯୨୧ ଅଟେ । ସେଥି ମଧ୍ୟରୁ ୫୩.୧୨% ଜଣ ପରୁଷ ହୋଇଥିବା ବେଳେ ୪୬.୮୮% ଜଣ ନାରୀ ଅଟନ୍ତି । ମୁର୍ଲିଗଞ୍ଜର ସାକ୍ଷରତା ହାର ୪୫.୪୫% ଅଟେ । ଏହା ଜାତୀୟ ହାରଠାରୁ ୧୯.୩୯% ପ୍ରତିଶତ କମ ଅଟେ । ସେଥିରୁ ୨୮.୨୯% ପ୍ରତିଶତ ପୁରୁଷ ଓ ୧୭.୧୫% ନାରୀ ଅଟନ୍ତି । ୧୮.୫୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ମୁର୍ଲିଗଞ୍ଜର ସରକାରୀ ଭାଷା ଅଟେ ।
ସୋମା ବାନାର୍ଜୀ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ବଙ୍ଗଳା କଥାଚିତ୍ର ଓ ଧାରାବାହିକରେ କାମ କରନ୍ତି । ସେ ଡିଡି ବାଂଲାରେ ବଙ୍ଗଳା ଦୂରଦର୍ଶନ ଧାରାବାହିକ ଜନ୍ମଭୂମି ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହାପରେ ଷ୍ଟାର୍ ଜଲ୍‌ସାରେ ପ୍ରସାରିତ ଧାରାବାହିକ ମା... ତୋମାଏ ଚରା ଘୁମ ଆଶେନା ଜରିଆରେ ଲୋକପ୍ରିୟତା ପାଇଥିଲେ । ସେ ଭଜ ଗୋବିନ୍ଦ, ଅପରାଜିତା ଅପୁ, ଉମା ଭଳି ଧାରାବାହିକରେ କାମ କରିଛନ୍ତି ।
ଆର୍ଟେସୁନେଟ (ଇଂରାଜୀ ଭାଷାରେ ବା ) ଗୋଟିଏ ଔଷଧ ଯାହା ମ୍ୟାଲେରିଆ ରୋଗର ଚିକିତ୍ସା ନିମନ୍ତେ ଦିଆଯାଏ । ସାଂଘାତିକ ମ୍ୟଲେରିଆ ହେଲେ କୁଇନିଡିନ ଅପେକ୍ଷା ଏହି ଔଷଧକୁ ଶିରାରେ ଦେବାକୁ ଅଧିକ ପସନ୍ଦ କରାଯାଏ । ଏହା ଯୁଗ୍ମ ଥେରାପି ଭାବରେ ବ୍ୟବ‌ହାର କରାଯାଏ । ମ୍ୟାଲେରିଆ ପ୍ରତିଷେଧକ ଭାବରେ ଏହା ଦିଆଯାଏ ନାହିଁ । ଆର୍ଟେସୁନେଟ ଶିରାଭ୍ୟନ୍ତର ଇଞ୍ଜେକସନ , ମାଂସପେଶୀ ଇଞ୍ଜେକସନ ବା ପାଟିରେ ଦିଆଯାଏ । ଆର୍ଟେସୁନେଟ ସାଧାରଣତଃ ଦେହରେ ଉତ୍ତମ ଭାବରେ ସ‌ହ୍ୟ କରିହୁଏ । ପାର୍ଶ୍ୱ ପ୍ରତିକ୍ରିୟାରେ ହୃତ୍‌ପିଣ୍ଡ ଗତି ଧୀର ହୋଇପାରେ, ଆଲର୍ଜି, ମୁଣ୍ଡବୁଲା ଓ ଶ୍ୱେତ ରକ୍ତ କଣିକା କମ ହୁଏ । ଗର୍ଭାବସ୍ଥାରେ ଏହା ନିରାପଦ ଜଣାଯାଏ ଯଦିଓ ପଶୁ ପରୀକ୍ଷାରେ ଶିଶୁକୁ କ୍ଷତି କରିବା ଦେଖାଯାଇଛି । ସ୍ତନ୍ୟପାନ ସମୟରେ ଏହା ନିରାପଦ ଜଣାଯାଏ । ଏହା ଆର୍ଟେମିସିନିନ ଶ୍ରେଣୀର ଔଷଧ । ଆର୍ଟେସୁନେଟର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ବିକାଶଶୀଳ ଦେଶମାନଙ୍କରେ ଏହାର ଏକ ଡୋଜ ପିଛା ହୋଲସେଲ ମୂଲ୍ୟ ପ୍ରାୟ ୩.୦୯ରୁ ୨.୫୭ ଆମେରିକୀୟ ଡଲାର । ବ୍ୟବସାୟୀକ ସୂତ୍ରରେ ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ମିଳେନାହିଁ କିନ୍ତୁ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନରେ ମିଳେ । ଏହା ପ୍ରଥମେ ସୁଇଟ ୱର୍ମଉଡ ଗଛରୁ ତିଆରି କରାଯାଉଥିଲା ।
ଓଲୁଅ ଏକ କଚୁବର୍ଗର ଖାଦ୍ୟକନ୍ଦ ବିଶିଷ୍ଟ ଗୁଳ୍ମ । ଓଡ଼ିଆ ରାନ୍ଧଣାରେ ବ୍ୟବହୃତ ହେଉଥିବା ଏକ ପରିବା । ବୈଜ୍ଞାନିକ ନାମ । ହାତିପାଦ ଆଳୁ , ଧଳାଦାଗିଆ ରାକ୍ଷସ ସାରୁ , ଗନ୍ଧୁରା କଇଁ ଆଦି ଇଂରାଜୀ ନାମ ପ୍ରଚଳିତ । ଓଲୁଅଟି ଏକ ଗ୍ରୀଷ୍ମପ୍ରଧାନ ଅଞ୍ଚଳରେ ଜନ୍ମୁ ଥିବା ଗୁଳ୍ମ ତେଣୁ ଆଫ୍ରିକା, ଦକ୍ଷିଣ ଏସିଆ, ଦକ୍ଷିଣ ପୂର୍ବ ଏସିଆ ତଥା ଗ୍ରୀଷ୍ମପ୍ରଧାନ ପ୍ରଶାନ୍ତ ସାଗରୀୟ ଦ୍ୱୀପଗୁଡ଼ିକରେ ଦେଖାଯାଇଥାଏ । ଚାରିଆଡେ ହେଉଥିଲେ ହେଁ ଏହାର ଜନ୍ମସ୍ଥଳୀ ଦକ୍ଷିଣ ପୂର୍ବ ଏସିଆରେ ଏକଥା ଅଧିକାଂଶ ଗବେଷକ ମତ ଦିଅନ୍ତି । ଓଡ଼ିଶାର ଲୋକଙ୍କ ଘର ପଛପାଖ ବାଡ଼ିମାନଙ୍କରେ ବିନା ରକ୍ଷଣାବେକ୍ଷଣରେ ମଧ୍ଯ ବର୍ଷାଦିନେ ଏ ଗଛ ଉଠୁଥିବା ଦେଖାଯାଏ । ପ୍ରତିବର୍ଷ ଓଲୁଅ ଖୋଳାଯାଇ ପୁଣି ଛୋଟ ପୁଆ ପୋତା ଯାଇଥାଏ । ଔଷଧ ଓ ଖାଦ୍ୟରେ ବ୍ୟବହାର ଓଲୁଅଟା ଗୋଟାଏ ଔଷଧୀୟ ଗଛ ବୋଲି ଆମ ଆର୍ୟୁବେଦ ତଥା ଅନ୍ଯ ପ୍ରାଚୀନ ବୈଦଗ୍ରନ୍ଥରେ ଲେଖା ଅଛି । କୋଷ୍ଠକାଠିନ୍ୟ କରେ ଓ ଯକୃତକୁ ସୁସ୍ଥ ରଖେ । ମଧୁମେହ ବା ଡାଇବେଟିସ ରୋଗୀଙ୍କୁ ଏହା ମାଟି ଜାତୀୟ ଫଳ ହୋଇଥିବାରୁ ଡ଼ାକ୍ତର ଖାଇବାକୁ ବାରଣ କରିଥାଅନ୍ତି । ବଣ ଓଲୁଅକୁ ଖାଇଲେ ତଣ୍ଟି ଗଲୁ କରେ ତେଣୁ ଲୋକେ ଆଗେ ଉଷୁନା ଧାନରେ ପୋତି, କାଞ୍ଜିପାଣିରେ ସିଞ୍ଜାଇ ତା ଗଲୁ ମାରନ୍ତି । ଏଥିରୁ ଓଲୁଅ ଭରତା ଓ ଓଲୁଅ ପିଠା ତିଆରି କରାଯାଏ ।
ଆଶା ଭୋସଲେ ୧୯୩୩ ସାଲ ସେପ୍ଟେମ୍ବର ମାସ ଆଠ ତାରିଖରେ ଜନ୍ମ ନେଇଥିବା ଏଇ ମହିଳା ଜଣକ ହିନ୍ଦୀ ସିନେମାର ଏକ ପ୍ରଥିତଯଶା ଗାୟିକା। ମହାରାଷ୍ଟ୍ରରେ ଜନ୍ମିତ ହୋଇଥିବାରୁ ତାଙ୍କ ମାତୃଭାଷା ମରାଠୀରେ ମଧ୍ୟ ସେ ଅନେକ ଲୋକପ୍ରିୟ ସଂଗୀତ ଗାଇଛନ୍ତି। ୧୯୪୩ ମସିହାରେ ସେ ସଂଗୀତ ଜଗତରେ ପାଦଦେଲେ। ପାଖାପାଖି ୬ ଦଶନ୍ଧି ଧରି ସେ ସଂଗୀତ ଜଗତରେ ଲୋକପ୍ରିୟ ରହି ଆସିଛନ୍ତି। ହଜାର ହଜାର ହିନ୍ଦୀ ଛାୟାଛବିରେ ସେ ନିଜ ସୁଲଳିତ କଣ୍ଠସ୍ୱର ପ୍ରଦାନ କରିଛନ୍ତି। ତା ସାଙ୍ଗକୁ ସେ ଅନେକ ଆଲବମ ଓ ଏକକ ସଂଗୀତ ଆଦିରେ ଭାରତ ଓ ଭାରତ ବାହାରେ ଅନେକ କାର୍ଯ୍ୟକ୍ରମ କରିଛନ୍ତି। ସେ ହେଉଛନ୍ତି ପ୍ରସିଦ୍ଧ ପାର୍ଶ୍ୱଗାୟିକା ଲତା ମଙ୍ଗେସ୍କର ଓ ଉଷା ମଙ୍ଗେସ୍କରଙ୍କର ଭଗିନୀ। ଏଇ ମହିୟସୀଙ୍କର ଜୀବନ ଅନେକ ପୁରସ୍କାର ଓ ସମ୍ମାନରେ ସମୃଦ୍ଧ। ପୁରସ୍କାର ପିଲ୍ମଫେୟାର ପୁରସ୍କାର ୧୮ଟି ନାମାଂକନ ଭିତରୁ ଆଶା ଭେସଲେ ୭ଟି ମହିଳା ପାର୍ଶ୍ୱଗାୟିକା ପୁରସ୍କାର ପାଇଛନ୍ତି। ୧୯୬୭ ଓ ୧୯୬୮ରେ ସେ ପ୍ରଥମ ଦୁଇଟି ପୁରସ୍କାର ଜିଣିଥିଲେ। (ନୂଆ ପ୍ରତିଭାମାନଙ୍କୁ ସୁଯୋଗ ଦେବାପାଇଁ ୧୯୬୯ଠାରୁ ତାଙ୍କୁ ମନୋନୟନ ପାଇଁ ଗ୍ରହଣ ନକରାଯାଉ ବୋଲି ସେ କହିଥିଲେ) ୧୯୭୯ରେ ଏହି ପୁରସ୍କାର ପାଇ ପୁନଃ ସେ ଏହି ଅନୁରୋଧ କରିଥିଲେ । ତଥାପି ବି ଆଲ୍କା ୟାଗ୍ନିକଙ୍କ ପରି ସେ ହେଉଛନ୍ତି ଆଜିଯାଏଁ ସର୍ବାଧିକବାର ପୁରସ୍କାର ଜିତିଥିବା ଗାୟିକା। ପରବର୍ତୀକାଳରେ ୧୯୬୬ରେ ରଙ୍ଗିଲା ଛାୟାଛବିପାଇଁ ତାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା ଓ ଫିଲ୍ମଫେୟାର ଲାଇଫଟାଇମ ଆଚିଭମେଣ୍ଟ ଏୱାର୍ଡ ୨୦୦୧ରେ ପ୍ରଦାନ କରାଯାଇଥିଲା। ସେ ଜିତିଥିବା ଫିଲ୍ମଫେୟାର ପୁରସ୍କାର ଗୁଡ଼ିକ ନିମ୍ନରେ ପ୍ରଦତ୍ତ ହେଲା। ଫିଲ୍ମ ଫେୟାର ଶ୍ରେଷ୍ଠ ମହିଳା ପାର୍ଶ୍ୱଗାୟିକା ସମ୍ମାନ ୧୯୬୮ଗରୀବୋ କୀ ସୁନୋ " (ଦସ ଲାଖ, ୧୯୬୬) ୧୯୬୯ପରଦେ ମେ ରହନେ ଦୋ " (ଶିଖର, ୧୯୬୮) ୧୯୭୨ପିୟା ତୁ ଅବ ତୋ ଆଜା " (କାରୱାଁ, ୧୯୭୧) ୧୯୭୩ଦମ ମାରୋ ଦମ " (ହରେ ରାମା ହରେ କୃଷ୍ଣା, ୧୯୭୨) ୧୯୭୪ହୋନେ ଲଗୀ ହୈ ରାତ " (ନୈନା, ୧୯୭୩) ୧୯୭୫ଚୈନ ସେ ହମକୋ କଭୀ " (ପ୍ରାଣ ଜାଯେ ପର ବଚନ ନ ଜାଏ, ୧୯୭୪) ୧୯୭୯ୟେ ମେରା ଦିଲ " (ଡନ୍, ୧୯୭୮) ସ୍ୱତନ୍ତ୍ର ସମ୍ମାନ ୧୯୯୬ - ସ୍ୱତନ୍ତ୍ର ସମ୍ମାନ (ରଙ୍ଗିଲା ଛାୟାଛବି, ୧୯୯୫) ଫିଲ୍ମ ଫେୟର ଲାଇଫଟାଇମ ଏଚୀବମେଂଟ ଏୱାର୍ଡ ୨୦୦୧ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ଶ୍ରେଷ୍ଠ ଚଳଚ୍ଚିତ୍ର ପାର୍ଶ୍ୱଗାୟିକା ଭାବରେ ଆଶା ଭୋସଲେ ଦୁଇଟି ଚଳଚ୍ଚିତ୍ର ସମ୍ମାନ ପାଇଛନ୍ତି ୧୯୮୧ - ଦିଲ ଚୀଜ କ୍ୟା ହୈ [ଉମରାଓ ଜାନ] ୧୯୮୬ - ମେରା କୁଛ ସାମାନ [ଇଜାଜତ] ଇଫା ସମ୍ମାନ ଶ୍ରେଷ୍ଠ ଚଳଚ୍ଚିତ୍ର ପାର୍ଶ୍ୱଗାୟିକା ଭାବରେ ଇଫା ସମ୍ମାନ ୨୦୦୨ରାଧା କୈସେ ନା ଜଲେ " ( ଲଗାନ) ଅନ୍ୟାନ୍ୟ ମୁଖ୍ୟ ପୁରସ୍କାର ଆଶାଜୀ ଅନ୍ୟାନ୍ୟ ଅନେକ ପୁରସ୍କାରରେ ମଧ୍ୟ ସମ୍ମାନିତା ।
ତୁଷାର କପୁର ହିନ୍ଦୀ ଚଲଚ୍ଚିତ୍ର ଜଗତର ଜଣେ ଅଭିନେତା । ସେ ହେଉଛନ୍ତି ଜଣାଶୁଣା ଅଭିନେତା ଜିତେନ୍ଦ୍ରଙ୍କ ପୁତ୍ର ଏବଂ ହିନ୍ଦୀ ସିନେମା ଓ ଦୂର ଦର୍ଶନ ଧାରାବାହିକ ପଯୋଜିକା ଏକତା କପୁରଙ୍କ ଭାଇ । ଏହା ବ୍ୟତୀତ ବାଲାଜୀ ଟେଲିଫିଲ୍ମ ଏବଂ ବାଲାଜୀ ମୋସନ ପିକ୍ଚର ଅନୁଷ୍ଠାନର ସେ ସହ ମାଲିକ । ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା ମୁମ୍ବାଇଠାରେ ସନ ୧୯୭୬ ନଭେମ୍ବର ୨୦ ତାରିଖରେ ତୁଷାରଙ୍କ ଜନ୍ମ । ଷ୍ଟିଫେନ୍ ଏମ୍ ରସ୍ ସ୍କୁଲ ଅଫ ବିଜିନେସରେ ( . ) ବି.ବି.ଏ. ଡିଗ୍ରୀ ପାଇବା ପରେ ସେ ମିଚିଗାନ ବିଶ୍ୱବିଦ୍ୟାଳୟରେ ସେ ଅଧ୍ୟାପନା କଲେ । ଅଭିନତା ଜୀବନ ଅଭିନେତା ଭାବେ ନିଜକୁ ଉପସ୍ଥାପନା କରିବା ପୂର୍ବରୁ ସେ ଡେଭିଡ ଧାବନଙ୍କ ପାଖରେ ସହ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଅଭିନୟ କ୍ଷେତ୍ରରେ ତାଲିମ ମଧ୍ୟ ନେଇଥିଲେ । ତୁଷାର କପୁର ୨୦୦୧ ମସିହାରେ "ମୁଝେ କୁଛ୍ କେହେନା ହୈ" ହିନ୍ଦୀ କଥାଚିତ୍ର ଜରିଆରେ ନିଜର ଅଭିନେତା ଜୀବନ ଆରମ୍ଭ କରିଥିଲେ । ଉକ୍ତ କଥାଚିତ୍ରରେ ସେ ନବାଗତ ଶ୍ରେଷ୍ଠ ଅଭିନେତା (ପୁରୁଷ) ଶ୍ରେଣୀରେ ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲେ । ଏହା ପରବର୍ତ୍ତୀ କଥାଚିତ୍ର ଥିଲା କ୍ୟା ଦିଲ୍ ନେ କହା ଯେଉଁଥିରେ ସେ ଇଷା ଦେଓଲଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ପରେ ସେ ଦୁଇଟି ହିନ୍ଦୀ ଚଳଚ୍ଚିତ୍ର ଯାହାକି ତେଲୁଗୁ କଥାଚିତ୍ରର ରିମେକ୍ ଥିଲା, ସେହି ଦୁଇ ଚିତ୍ର ଯଥା ଜୀନା ସିର୍ଫ୍ ମେରେ ଲିୟେ (୨୦୦୨) ଓ ୟେ ଦିଲ୍ (୨୦୦୩) ନିଜ ଅଭିନୟ ଦକ୍ଷତା ପ୍ରତିପାଦନ କରିଥିଲେ ।
କୃତାର୍ଥ ଆଚାର୍ଯ୍ୟ (୨୦ ମାର୍ଚ୍ଚ ୧୯୦୦ - ୭ ମଇ ୧୯୭୯) ଜଣେ ସମାଜସେବୀ ଥିଲେ । ସେ ୧୯୫୪ ମସିହାରେ ସମ୍ବଲପୁରୀ ବସ୍ତ୍ରାଳୟ ନାମରେ ଏକ ତନ୍ତୁବାୟ ସମବାୟ ସମିତି ଗଠନ କରିଥିଲେ । ସମାଜସେବା ଓ ସମ୍ବଲପୁରୀ ବସ୍ତ୍ରର ଉନ୍ନତି ପାଇଁ ୧୯୬୫ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ । ଜୀବନୀ ଆଚାର୍ଯ୍ୟ, ୧୯୦୦ ମସିହାରେ ବରଗଡ଼ ଜିଲ୍ଲାର ଜବକାଟିକରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପରିବାରର ଆର୍ଥିକ ଦୁରାବସ୍ଥା ଯୋଗୁ, ତାଙ୍କର ବାଲ୍ୟକାଳ ଅସୁବିଧାରେ କଟିଥିଲା । ସେ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରିନଥିଲେ । ରୋଜଗାର ପାଇଁ, ସେ ଜଣେ ମୁସଲମାନ ବ୍ୟବସାୟୀଙ୍କ ପାଖରେ କାମ କରିବା ସହିତ ଶିକ୍ଷକତା ଆରମ୍ଭ କରିଥିଲେ । ମହାତ୍ମା ଗାନ୍ଧୀଙ୍କ "କାଟି ଖାଅ, କୁଟି ପିନ୍ଧ" କଥାକୁ ସେ ଅନୁସରଣ କରୁଥିଲେ । ବରଗଡ଼ର ଆମ୍ବପାଲିଠାରେ କିଛି ହରିଜନ ବୁଣାକାରଙ୍କ ଲୁଗାବୁଣାର ନୂତନ ବିଧି ଶିଖେଇଥିଲେ । ସମ୍ବଲପୁରୀ ବସ୍ତ୍ରାଳୟ ମାଧ୍ୟମରେ ସେ ବୁଣାକାରମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣି ପାରିଥିଲେ । "କୃଷକ ଟ୍ରେଡିଂ" କମ୍ପାନୀ ପ୍ରତିଷ୍ଠା କରି, କୃଷକମାନଙ୍କର ଉନ୍ନତି କରିଥିଲେ । ଗରିବ ଛାତ୍ରମାନଙ୍କର ଶିକ୍ଷା ପାଇଁ ସେ ବୃତ୍ତି ବ୍ୟବସ୍ଥା କରିଥିଲେ । ୧୯୪୫ରେ ବ୍ରିଟିଶ ସରକାର ତାଙ୍କୁ 'ରାୟ ବାହାଦୂର' ଉପାଧୀ ପ୍ରଓ ଦାନ କରିଥିଲେ । ଭାରତ ସରକାରଙ୍କ ତରଫରୁ ତାଙ୍କୁ ପଦ୍ମଶ୍ରୀ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ଡି ଲିଟ ଉପାଧି ପ୍ରଦାନ କରାଯାଇଥିଲା । ୧୯୭୯ ମସିହାରେ କୃତାର୍ଥ ଆଚାର୍ଯ୍ୟଙ୍କର ତିରୋଧାନ ଘଟିଥିଲା ।
ମୂତ୍ରାଶୟ କର୍କଟ (ଇଂରାଜୀ ଭାଷାରେ ) ରୋଗ ମୂତ୍ରାଶୟରେ ଥିବା ଅନେକ ପ୍ରକାରର ତନ୍ତୁରୁ ଜାତ ବିଭିନ୍ନ ପ୍ରକାର କର୍କଟ ରୋଗର ଏକ ସାମୁହିକ ନାମ । ଏହି ରୋଗରେ ଜୀବକୋଷ ଅସାଧାରଣ ଓ ଅନିୟମିତ ଭାବରେ ବୃଦ୍ଧି ଓ ଦେହର ଅନ୍ୟ ସ୍ଥାନ‌କୁ ମେଟାସ୍ଟାସିସ ବା ବିସ୍ତାର ଲାଭ କରନ୍ତି । ହେମାଚୁରିଆ ବା ପରିସ୍ରାରେ ରକ୍ତ , ଡିସୟୁରିଆ ବା ମୂତ୍ରତ୍ୟାଗ ବେଳେ ଯନ୍ତ୍ରଣା ବା କଟି ଯନ୍ତ୍ରଣା ଆଦି ଲକ୍ଷଣ ଏହି ରୋଗରେ ଦେଖାଯାଏ । ଧୂମ୍ରପାନ , ପାରିବାରିକ ଇତିହାସ, ପୂର୍ବରୁ ପାଇଥିବା ରାଡିଏସନ ଥେରାପି , ବାରମ୍ବାର ମୂତ୍ରାଶୟ ସଂକ୍ରମଣ , କେତେକ ରାସାୟନିକ ଦ୍ରବ୍ୟ ଏହି ରୋଗର ସଙ୍କଟ କାରକ ହୁଅନ୍ତି । ଏହି ରୋଗ ଦଳ ମଧ୍ୟରେ ଟ୍ରାଞ୍ଜିସନାଲ ସେଲ କାର୍ସିନୋମା ସର୍ବାଧିକ ସାଧାରଣ ରୋଗ । ଅନ୍ୟ ରୋଗ ମଧ୍ୟରେ ସ୍କ୍ୱାମସ ସେଲ କାର୍ସିନୋମା , ଆଡେନୋକାର୍ସିନୋମା ନାମ ଉଲ୍ଲେଖ‌ଯୋଗ୍ୟ । ସିସ୍ଟୋସ୍କୋପି ଓ ତନ୍ତୁ ବାୟୋପ୍ସି କରି ରୋଗ ନିର୍ଣ୍ଣୟ କରାଯାଏ । ରୋଗର ସୋପାନ ଜାଣିବା ନିମନ୍ତେ ସିଟି ସ୍କାନ ଓ ବୋନ ସ୍କାନ ଭଳି ମେଡିକାଲ ଇମେଜିଙ୍ଗର ସାହାଯ୍ୟ ନିଆଯାଏ । ରୋଗର ସୋପାନ ଉପରେ ଚିକିତ୍ସା ନିର୍ଭର କରେ । ଅପରେଶନ, ରାଡିଏସନ ଥେରାପି, କେମୋଥେରାପି , ଇମ୍ମ୍ୟୁନୋଥେରାପି ସାହାଯ୍ୟରେ ଚିକିତ୍ସା କରାଯାଏ । ସୋପାନ ଅନୁସାରେ ଟ୍ରାନ୍ସୟୁରେଥ୍ରାଲ ରିସେକସନ, ଆଂଶିକ ବା ସମ୍ପୁର୍ଣ୍ଣ ମୂତ୍ରାଶୟ ବ‌ହିସ୍କାର ବା ୟୁରିନାରି ଡାଇଭର୍ସନ ଆଦି ଅପରେଶନ କରାଯାଏ । ଯୁକ୍ତରାଷ୍ଟ୍ର ଆମେରିକାରେ ରୋଗୀର ପାଞ୍ଚ ବର୍ଷିଆ ଆୟୁଷ ୭୭% ଲୋକଙ୍କର ଥାଏ । ସନ ୨୦୧୫ ସୁଦ୍ଧା ମୂତ୍ରାଶୟ କର୍କଟ ରୋଗରେ ପ୍ରାୟ ୩.୪ ନିୟୁତ ଲୋକ ପୀଡ଼ିତ ହୁଅନ୍ତି ଓ ପ୍ରତିବର୍ଷ ପ୍ରାୟ ୪୩୦,୦୦୦ ନୂଆ ରୋଗୀ ଚିହ୍ନଟ ହୁଅନ୍ତି । ଏହି ରୋଗ ପ୍ରାୟ ୬୫ରୁ ୮୫ ବର୍ଷ ବୟସରେ ଆକ୍ରମଣ କରେ । ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ସଂଖ୍ୟରେ ପୀଡ଼ିତ ହୁଅନ୍ତି । ସନ ୨୦୧୫ରେ ୧୮୮,୦୦୦ ରୋଗୀଙ୍କର ମୃତ୍ୟୁ ହୋଇଥିଲା ।
ବିମଳ ଲୋଚନ ଦାସ (୧୧ ଅକ୍ଟୋବର ୧୯୩୯ - ୨୩ ଫେବୃଆରୀ ୨୦୨୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ବିମଳ ଓଡ଼ିଶା ରାଜନୀତିରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି । ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବାରିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ବିମଳ ଲୋଚନ ଦାସ ୧୯୩୯ ମସିହାର ଅକ୍ଟୋବର ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ତ୍ରିଲୋଚନ ଦାସ ଏବଂ ତାଙ୍କ ପତ୍ନୀଙ୍କ ନାମ କଲ୍ୟାଣିରାଣୀ ଦାସ । ବିମଳଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ । ରାଜନୈତିକ ଜୀବନ ବିମଳ ୧୯୫୮ରେ ଯୁବ କଂଗ୍ରେସରେ ଯୋଗଦାନ କରି ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୯୭ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ଥିଲେ । ୨୦୦୦ ମସିହାରେ ବାରିପଦା ନିର୍ବାଚନ ମଣ୍ଡଳୀରୁ ଭାଜପା ପ୍ରତିନିଧି ଭାବେ ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିଲେ । ୨୦୦୪ମସିହାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଟିକଟରେ ବାରିପଦାରୁ ନିର୍ବାଚିତ ହୋଇଥିଲେ । ସୀମା ପୁନଃନିର୍ଦ୍ଧାରଣ ପରେ ୨୦୦୯ରେ ମୋରଡ଼ା ବିଧାନ ସଭା ଆସନରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ମୃତ୍ୟୁ ବିମଳ ୨୩ ଫେବୃଆରୀ ୨୦୨୧ମସିହାରେ ମୃତ୍ୟବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।
ଏରିଦେମା ନୋଡୋସମ (ଇଏନ/ ), ଏକ ରୋଗ ଯେଉଁଥିରେ ଚର୍ମ ତଳେ ଥିବା ଚର୍ବି କୋଷମାନଙ୍କରେ ପ୍ରଦାହ ହୁଏ । ଏହାର ମୁଖ୍ୟ ଲକ୍ଷଣରେ ଗୋଡ଼ରେ ଥିବା ସିନ ଅସ୍ଥି ଦ୍ୱୟ ଉପରେ ଦରଜ‌ଯୁକ୍ତ ଲାଲ ଗଣ୍ଠି ବା ଗୋଟାଳି ସୃଷ୍ଟି ହୁଏ ଏହି ଗଣ୍ଠି ଗୁଡ଼ିକର ପ୍ରସ୍ଥ ସାଧାରଣତଃ ୧ରୁ ୧୦ ସେମି ପ୍ରସ୍ଥ ହୋଇଥାଏ ଅନ୍ୟାନ୍ୟ ଲକ୍ଷଣରେ ଗଣ୍ଠି ଯନ୍ତ୍ରଣା ଏବଂ ସାମାନ୍ୟ ଜ୍ୱର ହୋଇପାରେ ଘା କିମ୍ବା ଚର୍ମ ଭାଙ୍ଗିବା ହୁଏ ନାହିଁ ଏହାର କାରଣ ଅସ୍ପଷ୍ଟ ରହିଛି ବେଳେବେଳେ ଏହା ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ, ଯକ୍ଷ୍ମା, ପ୍ରଦାହଜନ‌କ ଖାଦ୍ୟନଳୀ ରୋଗ, କର୍କଟ, ସାର୍କୋଏଡୋସିସ ଏବଂ କେତେକ ଔଷଧ ହେତୁ ହୋଇପାରେ ଅନ୍ତର୍ନିହିତ କାର୍ଯ୍ୟବିଧିରେ ଏକ ଆଣ୍ଟିଜେନ ପ୍ରତି ଅଧିକ ସମ୍ବେଦନଶୀଳ ଯୋଗୁ ହେଉଥିବା ସନ୍ଦେହ କରାଯାଏ । ଲକ୍ଷଣ ଏବଂ ପରୀକ୍ଷା ଉପରେ ଆଧାରିତ କରି ରୋଗ ନିର୍ଣ୍ଣୟ କରାଯାଏ ଓ ଅସ୍ପଷ୍ଟ କ୍ଷେତ୍ରରେ ବାୟୋପ୍ସି ଆବଶ୍ୟକ ହୁଏ । ଏହି ରୋଗ ନିମନ୍ତେ ବିଶ୍ରାମ ଓ ନନଷ୍ଟେରଏଡାଲ ଆଣ୍ଟିଇନଫ୍ଲାମେଟୋରୀ ଔଷଧ ଦେଇ ସ‌ହାୟକ ଚିକିତ୍ସା କରାଯାଏ । ଅନ୍ତର୍ନିହିତ ଅବସ୍ଥାକୁ ସମାଧାନ କରିବାକୁ ପଡ଼ିପାରେ ପ୍ରତ୍ୟେକ ଲିଜନ ଦୁଇ ସପ୍ତାହ ପର୍ଯ୍ୟନ୍ତ ରହିପାରେ ଏବଂ ଆକ୍ରମଣ ଛଅ ସପ୍ତାହ ପର୍ଯ୍ୟନ୍ତ ରହିଥାଏ ୨0,000ରୁ ୧00,000 ଲୋକଙ୍କ ମଧ୍ୟରୁ ପ୍ରାୟ ଜଣେ ଏହି ରୋଗରେ ପ୍ରଭାବିତ ହୁଏ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଛଅ ଗୁଣ ଅଧିକ ପ୍ରଭାବିତ ହୁଅନ୍ତି ୨0ରୁ ୪୦ ବର୍ଷ ବୟସରେ ଏହା ସାଧାରଣତଃ ଦେଖାଯାଏ ଏହାକୁ ପ୍ରଥମେ ଇଂରାଜୀରେ ୧୮୦୭ ମସିହାରେ ରବର୍ଟ ଉଇଲାନ ବର୍ଣ୍ଣନା କରିଥିଲେ।
ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପ୍ରତିବର୍ଷ ୧୫ ମାର୍ଚ୍ଚରେ ସାରା ବିଶ୍ୱରେ ପାଳିତ ହୁଏ । ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ଉପଭୋକ୍ତା ଅଧିକାର ଆନ୍ଦୋଳନକୁ ଅଧିକ ସକ୍ରିୟ କରିବା ସହ ଉପଭୋକ୍ତା ଅଧିକାର ଏବଂ ଆବଶ୍ୟକତା ବିଷୟରେ ବିଶ୍ୱସ୍ତରୀୟ ସଚେତନତା ସୃଷ୍ଟି କରିବା । ଏହି ଦିବସରେ ସମସ୍ତ ଗ୍ରାହକଙ୍କର ଅଧିକାରକୁ ସମ୍ମାନ ଏବଂ ସୁରକ୍ଷା ଦିଆଯାଉ ବୋଲି ଦାବି କରିବା ସହ ଉପଭୋକ୍ତା ବିରୁଦ୍ଧରେ ବଜାରର ଅତ୍ୟାଚାର ଏବଂ ସାମାଜିକ ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କରିବା । ଇତିହାସ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ବାସ୍ତବରେ ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କ ଚିନ୍ତାଧାରଦ୍ୱାରା ଅନୁପ୍ରାଣିତ । ସେ ୧୫ ମାର୍ଚ୍ଚ ୧୯୬୨ରେ ଆମେରିକା କଂଗ୍ରେସକୁ ଏକ ସ୍ୱତନ୍ତ୍ର ବାର୍ତ୍ତା ପଠାଇଥିଲେ ଯେଉଁଥିରେ ସେ ଉପଭୋକ୍ତା ଅଧିକାର ପ୍ରସଙ୍ଗକୁ ଆନୁଷ୍ଠାନିକ ଭାବରେ ସମ୍ବୋଧିତ କରିଥିଲେ । ସେ ଏହା କରିବାରେ ପ୍ରଥମ ବିଶ୍ୱ ନେତା ଥିଲେ । ଉପଭୋକ୍ତା ଆନ୍ଦୋଳନ ପ୍ରଥମେ ୧୯୮୩ ମସିହାରେ ସେହି ତାରିଖରେ ଆନୁଷ୍ଠାନିକ ଭାବେ ଅରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଅଭିଯାନ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତ୍ୟେକ ବର୍ଷର ସେହି ଦିନକୁ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ଭାବେ ବ୍ୟବହାର କରିଥାଏ ।
ସରକାରୀ ବିଜୟାନନ୍ଦ ହାଇସ୍କୁଲ, ପଦ୍ମପୁର ଓଡ଼ିଶାର ପଦ୍ମପୁରରେ ଥିବା ଏକ ସରକାରୀ ଓଡ଼ିଆ ମାଧ୍ୟମ ଉଚ୍ଚବିଦ୍ୟାଳୟ । ଅବସ୍ଥିତି ଏହି ବିଦ୍ୟାଳୟଟି ରାୟଗଡ଼ା ଜିଲ୍ଲାରେ ଥିବା ପଦ୍ମପୁରଠାରେ ଅବସ୍ଥିତ । ଇତିହାସ ବିଜୟାନନ୍ଦ ହାଇସ୍କୁଲ ୧୯୫୯ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଅର୍ଦ୍ଧଶତାବ୍ଦୀ ପୂର୍ବେ ନିର୍ମିତ ଏହି ବିଦ୍ୟାଳୟଟି ତତ୍କାଳିନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ହୋଇଥିବାରୁ ତାଙ୍କରି ନାମାନୁସାରେ ସ୍କୁଲଟି ନାମିତ । ପ୍ରତିଷ୍ଠା ବର୍ଷରୁ ଏ ଯାବତ ବହୁ ଛାତ୍ର ଉଚ୍ଚ ପଦ ପଦବୀରେ ରହି ବିଦ୍ୟାଳୟ ପାଇଁ ସୁନାମ ଅର୍ଜନ କରିଛନ୍ତି । ଏହି ବିଦ୍ୟାଳୟଟି ରାୟଗଡ଼ା ଜିଲ୍ଲାର ଅନ୍ୟତମ ପୁରାତନ ବିଦ୍ୟାଳୟ । ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏହି ବିଦ୍ୟାଳୟଟି ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷାବ୍ୟବସ୍ଥାରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଆସିଛି । ଏଠାରେ ଓଡ଼ିଆ ମାଧ୍ୟମରେ ଶିକ୍ଷାଦାନ କରାଯାଏ ଓ ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ପାଠ ପଢ଼ାଯାଇଥାଏ । ଅଧୁନା ଏହି ବିଦ୍ୟାଳୟରେ ପ୍ରାୟ ୬୫୦ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । ଏହି ବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ସୁବିଧା ରହିଛି । ସ୍କୁଲଟି ମାଧ୍ୟମିକ ଶିକ୍ଷା ପରିଷଦଦ୍ୱାରା ଅନୁବନ୍ଧିତ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ। ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଛି । ଇତିହାସ ଦ୍ୱାଦଶ ଶତାବ୍ଦୀରେ ଗଙ୍ଗ ବଂଶର ରାଜା ଅନଙ୍ଗବର୍ମା ଚୋଡ଼ଗଙ୍ଗ ଦେବ ବର୍ତ୍ତମାନ ବଡ଼ଦାଣ୍ଡ ପତନଠାରୁ ୨୧୪ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଶ୍ରୀମନ୍ଦିର କାର୍ଯ୍ୟ ଆରମ୍ଭ କରିଥିଲେ ଓ ଅନଙ୍ଗ ଭୀମଦେବ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି ଶ୍ରୀବିଗ୍ରହମାନଙ୍କୁ ଅଧିଷ୍ଠିତ କରାଇଥିଲେ। ଏହା ଦଶ ଏକର ଆୟତନ ବିଶିଷ୍ଟ ଜମି ଉପରେ ଅବସ୍ଥିତ । ୧୪୫୨ ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ମେଘନାଦ ପାଚେରୀର ନିର୍ମାଣ କରାଇଥିଲେ । ଏହାର ଦୈର୍ଘ୍ୟ ୬୬୫ ଫୁଟ ଓ ପ୍ରସ୍ଥ ୬୪୦ ଫୁଟ, ଉଚ୍ଚତା ୨୨ ଫୁଟ ଓ ସ୍ଥାନେ ସ୍ଥାନେ ୨୦ରୁ ୨୪ ଫୁଟ ଉଚ୍ଚତା ମଧ୍ୟ ରହିଥିବା ଦେଖାଯାଇଛି। ମେଘନାଦ ପାଚେରି ପରେ କୂର୍ମ ବେଢାର ଦୈର୍ଘ୍ୟ ୪୨୦ ଫୁଟ,୩୫୦ ଫୁଟ ପ୍ରସ୍ଥ ଓ ୨୦ ଫୁଟ ଉଚ୍ଚତାରେ ନିର୍ମିତ ହୋଇଛି। ଶ୍ରୀମନ୍ଦିରର ଶୋଭା ନୀଳଚକ୍ର ବୃଦ୍ଧି କରୁଛି ଓ ଏହା ଉପରେ ପତିତପାବନ ବାନା ଫର ଫର ହୋଇ ଉଡି ଅଗଣିତ ଭକ୍ତ, ପାପୀ ତପୀଙ୍କୁ ନିଜ ପାଖକୁ ଟାଣି ଆଣି ଅଭୟ ଦେଉଛି ଓ ଶରଣ ପଞ୍ଜର ନାମକୁ ସାର୍ଥକ କରୁଛି। ବର୍ତ୍ତମାନର ଶ୍ରୀମନ୍ଦିର ଗଙ୍ଗବଂଶୀୟ ରାଜା ଚୋଡ଼ଗଙ୍ଗଙ୍କଦ୍ୱାରା ନିର୍ମିତ ଓ ଏହା ଏକାଦଶ ଶତାବ୍ଦୀର ବିଷୟ । ଏଥିପୂର୍ବରୁ ଶ୍ରୀମନ୍ଦିରର ନାଭିକଟା ମଣ୍ଡପ ଓ ଶ୍ରୀଜଗନ୍ନାଥଙ୍କ ପାଦୁକାନଳା ମଧ୍ୟବର୍ତ୍ତୀ ସ୍ଥାନରେ ଦକ୍ଷିଣାଭିମୂଖୀ ଭାବେ ଅବସ୍ଥିତ ଥିବା ଜଣାଯାଏ । ଉକ୍ତ ମନ୍ଦିରର କଳା ଓ ଭାସ୍କର୍ଯ୍ୟ ଖ୍ରୀଷ୍ଟୀୟ ଦ୍ୱିତୀୟ କିମ୍ବା ତୃତୀୟ ଶତକର ବୋଲି କେହି କେହି ପ୍ରତ୍ନତାତ୍ତ୍ୱିକ ପରିଦୃଶ୍ୟମାନ ଭଗ୍ନ ମନ୍ଦିରର ମୂଳଭିତ୍ତିରୁ ଅନୁମାନ କରନ୍ତି । ଏହି ମନ୍ଦିରର ମୂଳଭିତ୍ତି ଉପରେ ବର୍ତ୍ତମାନ ଅମୁହିଁ ଦେଉଳ ବା ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଅବସ୍ଥିତ । ବର୍ତ୍ତମାନ ମଧ୍ୟ ଏହି ମନ୍ଦିରର ମୁଖ ଶ୍ରୀଜଗନ୍ନାଥଙ୍କ ବାହାର ଗମ୍ଭୀରା ବା ଜଗମୋହନ ଦିଗକୁ ରହିଛି । ପୂର୍ବ ଦିଗସ୍ଥ ଜୟବିଜୟ ଦ୍ୱାର ବ୍ୟତୀତ ଭକ୍ତ ଗମ୍ଭୀରାକୁ ଗମନାଗମନର ଅପର ଏକ ଦ୍ୱାର ଦକ୍ଷିଣାଭିମୁଖରେ ଅବସ୍ଥିତ । ବେଢ଼ା ମଧ୍ୟରୁ ଭକ୍ତ ଦ୍ୱାର ଦେଇ ପ୍ରବେଶ କରିବାକୁ ହେଲେ ଦ୍ୱାରଦେଶରେ ପହଞ୍ଚିବାନିମନ୍ତେ କେତୋଟି ପାହାଚ ଚଢ଼ିବାକୁ ପଡେ । ଉକ୍ତ ପାବଚ୍ଛ ଶ୍ରେଣୀର ଉଭୟ ପାର୍ଶ୍ୱରେ ଦୁଇଟି ସିଂହମୂର୍ତ୍ତି ବିଦ୍ୟମାନ । ତେଣୁ ଏହାକୁ ଏକ ସିଂହଦ୍ୱାର କୁହାଯାଇପାରେ । ଦ୍ୱାର ପ୍ରବେଶ ପଥର ପୂର୍ବରେ ମାଜଣା ମଣ୍ଡପ ଓ ପଶ୍ଚିମରେ ଦକ୍ଷିଣି ଘର ଅବସ୍ଥିତ । ଭକ୍ତ ପ୍ରବେଶ ପଥର ଅନତି ଦୂରର ଦକ୍ଷିଣରେ ମୁକ୍ତିମଣ୍ଡପ, ଯେଉଁ ସ୍ଥାନରେ କି ଝୁଲଣଯାତ୍ରା ଅନୁ ଷ୍ଠିତ ହୋଇଥାଏ । ମୁକ୍ତି ମଣ୍ଡପର ପଶ୍ଚିମ ଦିଗରେ ଶ୍ରୀନୃସିଂହ ମନ୍ଦିର ବା ପୁରୁଷୋତ୍ତମ ମନ୍ଦିର ଏବଂ ପୂର୍ବ ଦିଗରେ କ୍ଷେତ୍ରପାଳ ମନ୍ଦିର ରହିଛି । କ୍ଷେତ୍ରପାଳ ମନ୍ଦିରର ମୁଖ ଦକ୍ଷିଣ ଦିଗକୁ ଏବଂ ଏହି ମନ୍ଦିରରେ ଶକ୍ତି ଯୁକ୍ତ ଶିବଲିଙ୍ଗ ପୂଜା ପାଉଥିଲେ ମଧ୍ୟ ବିଗ୍ରହର ପଶ୍ଚାତ ଭାଗର ଭିତ୍ତିଚିତ୍ର ଶିବଙ୍କର ନହୋଇ ଭୈରବ ନାମରେ ଅଭିହତି । ମନ୍ଦିରର ତିନି ପାର୍ଶ୍ୱରେ କାର୍ତ୍ତିକ, ପାର୍ବତୀ ଓ ଗଣେଶଙ୍କ ପରିବର୍ତ୍ତେ ନୃମୁଣ୍ଡମାଳିନୀ ଖଡ୍ଗଧାରିଣୀ ଭୈରବୀ ମୂର୍ତ୍ତିମାନ ରହିଛନ୍ତି । ଏଥି ମଧ୍ୟରୁ ପୂର୍ବ ପାର୍ଶ୍ୱଗଢା ଭୈରବୀ କୁତାମଚଣ୍ଡୀ ରୂପେ ସର୍ବଜନ ପରିଚିତା ଓ ଆରାଧିତା ଅଟନ୍ତି । ମନ୍ଦିରର ପୂର୍ବଦିଗରେ ଅନନ୍ତଶୟନ ବାସୁଦେବ, ଦକ୍ଷିଣ ପଶ୍ଚିମ କୋଣରେ ମୁକ୍ତେଶ୍ୱର ମହାଦେବ, ପଶ୍ଚିମରେ ମୁକ୍ତିମଣ୍ଡପ ଏବଂ ଉତ୍ତର ଦିଗରେ ସୂର୍ଯ୍ୟ ପୂଜା ମଣ୍ଡପାଦିଦ୍ୱାରା ପରିବେଷ୍ଟିତ ରହି ଏକ ପ୍ରକାର ଅବହେଳିତ ତଥା ଲୋକଲୋଚନର ଅଗୋଚରରେ ରହିଛି । କିମ୍ବଦନ୍ତୀ ବାଇଶି ପାହାଚ କିମ୍ବଦନ୍ତୀ ମତେ ଭାନୁଦେବ ନାମରେ ଜଣେ ନିଃସନ୍ତାନ ରାଜା ଜମ୍ବେଶ୍ୱରଙ୍କୁ ଆରାଧନା କରି ସୁନ୍ଦର ପୁତ୍ର ସନ୍ତାନଟିଏ ଲାଭକଲେ । ଜାତକ ତିଆରି କଲାବେଳେ ରାଜା ଜାଣିଲେ ତାଙ୍କ ପୁତ୍ରର ଆୟୁଷ କେବଳ ୨୨ବର୍ଷ । ପୁତ୍ରର ଅଳ୍ପାୟୁ ବାବଦରେ ଅବଗତ ହୋଇ ରାଜା ଭାନୁଦେବ ପୁନଶ୍ଚ ଜମ୍ବେଶ୍ୱରଙ୍କୁ ଆରାଧନା କଲେ। ଜମ୍ବେଶ୍ୱର ରାଜାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଶ୍ରୀମନ୍ଦିର ଭିତରେ ବାଇଶି ପାହାଚ ନିର୍ମାଣ କରିବାକୁ ଆଜ୍ଞା ଦେଲେ । ରାଜା ବାଇଶି ପାହାଚ ନିର୍ମାଣ କରି ତାଙ୍କ ସନ୍ତାନର ଆୟୁ ବୃଦ୍ଧି ପାଇଁ ସେହି ବାଇଶି ପାହାଚରେ ଗଡ଼ାଇ ଦେଇଥିଲେ । ଶ୍ରଦ୍ଧାଳୁମାନେ ସେଥିପାଇଁ ନିଜ ନିଜ ପିଲାମାନଙ୍କର ଆୟୁଷ ବୃଦ୍ଧି ନିମନ୍ତେ ବାଇଶି ପାହାଚରେ ଗଡ଼ାଇ ଦେଇଥାନ୍ତି । ଦେଉଳ ସ୍ଥାପତ୍ୟ ମୁଖ୍ୟଦେଉଳ ମୁଖ୍ୟ ଦେଉଳଟି ପଞ୍ଚରଥ ଶୈଳୀରେ ନିର୍ମିତ । ଦେଉଳ ଚାରିପଟେ "ମେଘନାଦ ପାଚେରୀ" (୬୬୫ଫୁଟ ଦୈର୍ଘ୍ୟ, ୬୪୦ଫୁଟ ପ୍ରସ୍ଥ ଓ ୨୦ରୁ ୨୪ଫୁଟ ଉଚ୍ଚତା) ରହିଛି । ମେଘନାଦ ପାଚେରୀ ଭିତର ପଟେ "କୂର୍ମ ପାଚେରୀ" (୪୨୦ଫୁଟ ଦୈର୍ଘ୍ୟ ଓ ୩୧୫ଫୁଟ ପ୍ରସ୍ଥ) ନାମକ ଆଉ ଏକ ପାଚେରୀ ରହିଛି । କୂର୍ମପାଚେରୀ ମଝିରେ ଥିବା "କୂର୍ମବେଢ଼ା" ମଝି ଭାଗରେ ବଡ଼ଦେଉଳ । ଦେଉଳଟି ଚାରି ଭାଗରେ ବିଭକ୍ତ: ବିମାନ (ମୁଖ୍ୟ ମନ୍ଦିର ବା ଗର୍ଭଗୃହ) ଜଗମୋହନ ବା ମୁଖଶାଳା ନାଟମଣ୍ଡପ ଓ ଭୋଗମଣ୍ଡପ । ଭୋଇବଂଶ ପ୍ରଥମ ରାଜା ରାମଚନ୍ଦ୍ର ଦେବଙ୍କ ସମୟରେ ମନସିଂହଙ୍କ ପତ୍ନୀ ଗୌରୀ ମହାଦେବୀ ମୁକ୍ତିମଣ୍ଡପର ନିର୍ମାଣ କରାଇଥିଲେ । ୩୮ ଫୁଟ ଦୈର୍ଘ୍ୟ ଓ ୩୮ ଓସାରର ଓ ୧୬ଟି ସ୍ତମ୍ବ ବିଶିଷ୍ଟ ମୁକ୍ତି ମଣ୍ଡପ ନିର୍ମାଣ କରାଯାଇଥିଲା। ନୀଳଚକ୍ର ରତ୍ନସିଂହାସନ ରତ୍ନସିଂହାସନ (ଜଗତି ଓ ରତ୍ନବେଦୀ ନାମରେ ମଧ୍ୟ ଜଣା) ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧିଷ୍ଠିତ ହୋଇଥିବା ଜଗତି/ବେଦୀ । ଏଥିରେ ମୋଟ ୭ ଜଣ ଠାକୁର ବିଜେ କରିଛନ୍ତି: ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ ମାଧବ ଦାରୁମୂର୍ତ୍ତି (ଦାରୁମୂର୍ତ୍ତି) ମଦନମୋହନ (ଅଷ୍ଟଧାତୁ ପ୍ରତିମା) ଶ୍ରୀଦେବୀ (ସୁନା ମୂର୍ତ୍ତି) ଭୂଦେବୀ (ରୂପା ମୂର୍ତ୍ତି) ଶ୍ରୀମନ୍ଦିର ଗର୍ଭଗୃହର ଆକାର ଉଭୟ ଲମ୍ବ ଓ ପ୍ରସ୍ଥରେ ୩୦ ଫୁଟ ଲେଖାଁଏ ଓ ଉଚ୍ଚତା ୪୮ ଫୁଟ । ଗର୍ଭଗୃହରେ ପ୍ରତିଷ୍ଠିତ ରତ୍ନସିଂହାସନ (୧୬ଫୁଟ ଦୈର୍ଘ୍ୟ, ୧୩ଫୁଟ ପ୍ରସ୍ଥ ଓ ୪ଫୁଟ ଉଚ୍ଚତା ) ଉପରେ କାଷ୍ଠ ନିର୍ମିତ କନକ ମୁଣ୍ଡି ରହିଛି । ଜଗମୋହନର ଉଚ୍ଚତା ୧୦୦ ଫୁଟ। କନକ ମୁଣ୍ଡିର ତଳେ ଏକ ବିରାଟ ଚାନ୍ଦୁଆ ଆବରଣ ହୋଇଛି । ଏହି ରତ୍ନବେଦୀ ଉପରେ ତିନୋଟି କଳା ମୁଗୁନି ପ୍ରସ୍ତରର ଚକା ରହିଛି, ଯାହା ଉପରେ ଚତୁର୍ଦ୍ଧା ଦାରୁମୁର୍ତ୍ତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଅଧିଷ୍ଠିତ ହୋଇଛନ୍ତି । ଚତୁର୍ଦ୍ଧା ଦାରୁମୁର୍ତ୍ତିଙ୍କ ସହ ନୀଳମାଧବ ଏବଂ ଶ୍ରୀଦେବୀ (ଲକ୍ଷ୍ମୀଙ୍କ ସୁବର୍ଣ୍ଣ ମୁର୍ତ୍ତୀ) ଓ ଭୂଦେବୀ (ସରସ୍ୱତୀଙ୍କ ରୂପା ମୁର୍ତ୍ତି) ମଧ୍ୟ ରତ୍ନସିଂହାସନାସୀନ । ରତ୍ନସିଂହାସନ ଚାରିପଟେ ପରିକ୍ରମା କରିବା ପାଇଁ ବାଟ ଅଛି । ଦ୍ୱାର ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ମେଘନାଦ ପାଚେରୀରେ ଚାରିଦିଗରେ ଚାରିଗୋଟି ଦ୍ୱାର ଅଛି ଓ ତନ୍ମଧ୍ୟରୁ ପୂର୍ବ ଦିଗର ଦ୍ୱାରଟି ମୁଖ୍ୟ, ଏହାକୁ ସିଂହଦ୍ୱାର କୁହାଯାଏ । ଏହାକୁ ଧର୍ମ ବା ମୋକ୍ଷ ଦ୍ୱାର ବୋଲି କୁହାଯାଏ । ହନୁମାନ ଏହାର ଦ୍ୱାରପାଳ ଅଟନ୍ତି । ମାଦଳା ପାଞ୍ଜି ଅନୁଯାୟୀ ରାଜା ମତଭାନୁ କପିଳେନ୍ଦ୍ର ଦେବଙ୍କ ୧୫ଅଙ୍କରେ ଏହି ସିଂହଦ୍ୱାର, ମେଘନାଦ ପାଚେରୀ, ବାହାର ବେଢ଼ା, ଦୁଇ ପାର୍ଶ୍ୱରେ ଦୁଇଟି ବୃହତ ସିଂହ ମୂର୍ତ୍ତି ସ୍ଥାପନା କରାଇଛନ୍ତି । ଗୋଲାକାର ସ୍ଥମ୍ଭ ସଂଲଗ୍ନିତ ଜୟ ବିଜୟ ମୂର୍ତ୍ତି ଓ ମୂର୍ତ୍ତି ଦୁଇଟି ପଛରେ ମୁଗୁନି ପ୍ରସ୍ତରର ଅନ୍ୟ ଦୁଇଟି ଜୟ ବିଜୟ ବିଗ୍ରହ ସିଂହଦ୍ୱାର (ମୂଖ୍ୟଦ୍ୱାର)ରେ ଲାଗି ରହିଛି, ଯାହାର ଉଚ୍ଚତା ଅଢେଇ ଫୁଟ ଓ ଚତୁର୍ଭୁଜ ବିଶିଷ୍ଟ ଅଟନ୍ତି । ଅନ୍ୟ ଦ୍ୱାର ଗୁଡ଼ିକ ହେଲା ବ୍ୟାଘ୍ର ଦ୍ୱାର (ପଶ୍ଚିମ ଦିଗର ଦ୍ୱାର), ହାତୀ ଦ୍ୱାର (ଉତ୍ତର ଦିଗର ଦ୍ୱାର) ଓ ଅଶ୍ୱଦ୍ୱାର ଦକ୍ଷିଣ ଦିଗର ଦ୍ୱାର । ମୁଖ୍ୟ ମନ୍ଦିର ସାମନାରେ ଜଗମୋହନ ଓ ମଝିରେ ପବିତ୍ର କଳାଘାଟ ଦ୍ୱାର । ନାଟମନ୍ଦିରରୁ ଜଗମୋହନକୁ ଯିବା ବାଟରେ ଥିବା ଦ୍ୱାର ହେଲା ଜୟ-ବିଜୟ ଦ୍ୱାର । ଏହା ବ୍ୟତୀତ ବେହରଣ ଦ୍ୱାର, ସାତପାହାଚ ଦ୍ୱାର, ଧୁକୁଡି ଦ୍ୱାର, ପଣ୍ଡା ଦ୍ୱାର, ମୁଦୁଲି ଦ୍ୱାର ଓ ଘଣ୍ଟାଦ୍ୱାର ଆଦି ଅଛି । ବେହରଣ ଦ୍ୱାର ବଡ଼ ଦେଉଳ ବେହରଣ ଦ୍ୱାରର ବାମପଟେ ରହିଛି ଦକ୍ଷିଣୀଘର । ଏହି ଦକ୍ଷିଣୀ ଘରକୁ ପୂର୍ବରୁ ବେହରଣ ବୋଲି କୁହାଯାଉଥଲା । ଏହା ଗଜପତି ମହାରାଜାଙ୍କ ଦେଉଳ କଚେରି ଥିଲା। ରାଜା ଦେଉଳ ଚଳାଉଥବା ବେଳେ ଏଠାରେ ଆସି କଚେରି କରୁଥଲେ । ଠାକୁରଙ୍କ ସକାଳ ପହଡ଼ ପର୍ଯ୍ୟନ୍ତ ନୀତି କରଣ ଓ ବ୍ରାହ୍ମଣମାନେ ଦେଖୁଥିଲେ । ଏହି ବ୍ରାହ୍ମଣ ଓ କରଣମାନେ ଆସି ସେହି ଶ୍ରେବହରଣକୋର ଦେଉଳକରଣଙ୍କୁ ଜଣାଉଥଲେ । ଦେଉଳକରଣ ସମସ୍ତ ତଥ୍ୟ ରାଜାଙ୍କ ପାଖେ ରଖୁଥିଲେ । ରାଜା ବଡ଼ଦେଉଳକୁ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରୁଥିଲେ । ଦକ୍ଷିଣ ଦ୍ୱାରରେ ପ୍ରବେଶ କରିବା ପରେ ମୁକ୍ତିମଣ୍ଡପ ଦେଇ ଠାକୁରଙ୍କ ଦର୍ଶନ କରିବା ପରେ ବେହରଣରେ ଆସି ବସୁଥିଲେ । ସେଠାରେ ଦେଉଳର ସବୁ ହିସାବନିକାଶ କରାଯାଉଥିଲା । କେଉଁ ସେବକଙ୍କର କି କି ସମସ୍ୟା ରହିଛି, କିଏ କି ଅସୁବିଧାରେ ପଡ଼ିଛି, ଠାକୁରଙ୍କ ରୀତିନୀତିର କିଛି ଅସୁବିଧା ରହିଛି କି, କିଏ କିଛି ଭୁଲ କରିଛି କି, କିଏ ଭଣ୍ଡ କାମ କରିଛି କି ନାଁ ନାହିଁ, ଏସବୁ ଅସୁବିଧାର ସମାଧାନ ସେଠାରେ ହେଉଥିଲା । କେହି କିଛି ଭୁଲ କରିଥିଲେ ଡାକୁଆଦ୍ୱାରା ତାଙ୍କୁ ଗଜପତି ଏହି ବେହରଣକୁ ଡକାଉଥିଲେ । ସେଠାରେ ଦଣ୍ଡବିଧାନ ମଧ୍ୟ ହେଉଥିଲା । ଅଧୁନା ଏହି ବେହରଣରେ କଚେରି ବସୁନାହିଁ । ରାଜାଙ୍କ ହାତରୁ ଦେଉଳ ଶ୍ରୀମନ୍ଦିର ପ୍ରଶାସନ ହାତକୁ ଯିବାପରେ ସେଠାରେ ବସି ସେବକମାନଙ୍କ ସମସ୍ୟା ଓ ଦେଉଳ ନୀତି ସମସ୍ୟା ସମ୍ପର୍କରେ ଆଉ ଆଲୋଚନା ହେଉନାହିଁ । ଏହା ଏବେ ବିଜେପ୍ରତିମାଙ୍କ ଆସ୍ଥାନ ଘର ହୋଇ ରହିଛି । ଗରୁଡ଼ ଓ ଅରୁଣ ସ୍ତମ୍ଭ ଶ୍ରୀମନ୍ଦିର ଜଗମୋହନରେ ୧୦ଫୁଟ ଉଚ୍ଚତା ବିଶିଷ୍ଟ ଗରୁଡ଼ ସ୍ତମ୍ବ ଅଛି । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ୩୩ଫୁଟ ୮ଇଞ୍ଚ ଉଚ୍ଚତା (ବେଦୀ: ୬ଫୁଟ, ସ୍ତମ୍ବ: ୨୫ଫୁଟ ୨ଇଞ୍ଚ, ଅରୁଣାସନ: ୨ଫୁଟ ୬ଇଞ୍ଚ) ବିଶିଷ୍ଟ ଅରୁଣସ୍ତମ୍ବ ଅଛି । ଅଷ୍ଟାଦଶ ଶତାବ୍ଦୀରେ ଦ୍ୱିତୀୟ ଦିବ୍ୟସିଂହଙ୍କ ରାଜତ୍ୱ କାଳରେ ଅରୁଣସ୍ତମ୍ବକୁ କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଅଣାଯାଇ ଏଠାରେ ସ୍ଥାପିତ କରାଯାଇଥିଲା । ବାଇଶି ପାହାଚ ସିଂହଦ୍ୱାର ଗୁମୁଟରୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅର୍ଥାତ କୁର୍ମବେଢ଼ା, ରୋଷଶାଳ, ଆନନ୍ଦ ବଜାର ଯିବା ପାଇଁ ଥିବା ବାଇଶି ଗୋଟି ପାହାଚ ବାଇଶି ପାହାଚ ନାମରେ ଜଣା । ବାଇଶି ପାହାଚ ବଉଳମାଳା ମାଙ୍କଡ଼ା ପଥରରେ ତିଆରି । ପାହାଚଗୁଡ଼ିକର ଓସାର ୬ଫୁଟ, ଲମ୍ବ ୭୦ଫୁଟ ଓ ଉଚ୍ଚତା ୬ଇଞ୍ଚରୁ ୭ଇଞ୍ଚ ମଧ୍ୟରେ ହେବ । ବାଇଶି ପାହାଚରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ । ଭକ୍ତମାନେ ବର୍ଷସାରା ବାଇଶି ପାହାଚ ବାଟଦେଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ଶ୍ରୀଜୀଉମାନେ ଶ୍ରୀମନ୍ଦିରର ରତ୍ନସିଂହାସନ ଛାଡ଼ି ବାଇଶି ପାହାଚ ବାଟ ଦେଇ ବଡ଼ଦାଣ୍ଡରେ ଥିବା ରଥକୁ ଆସିଥାନ୍ତି । ବାଇଶି ପାହାଚର ଅଧିଷ୍ଠାତ୍ରୀ ଦେବୀଗଣ ହେଲେ ମାୟା, ଚେତନା, ବୁଦ୍ଧି, ନିଦ୍ରା, କ୍ଷୁଧା, ଛାୟା, ତୃଷ୍ଣା, କ୍ଷାନ୍ତି, ଜାତି, ଲଜ୍ଜା, ଶାନ୍ତି, କାନ୍ତି, ବୃତ୍ତି, ସ୍ମୃତି, ଦୟା, ତୁଷ୍ଟି, ବିକ୍ରୀ, ମାତୃ, ଭ୍ରାନ୍ତି ଓ ପ୍ରଜ୍ଞା । ବିଶ୍ୱାସ ଅଛି ଯେ, ପ୍ରତ୍ୟେକ ମଣିଷ ୨୨ ପ୍ରକାର ପାପରୁ ମୋକ୍ଷ ନିମନ୍ତେ ୨୨ ପାହାଚ ଅତିକ୍ରମ କରିବା ଆବଶ୍ୟକ । ୨୨ ପାହାଚ ଯୋଗ ବିଦ୍ୟା ବର୍ଣ୍ଣିତ ୨୨ଟି ସ୍ତରର ପ୍ରତୀକ । ବାଇଶି ପାହାଚରେ ଦ୍ୱିତୀୟ ସୋପାନରେ ରହିଛି ଜମଶିଳା । ଶ୍ରଦ୍ଧାଳୁମାନେ ଏହି ଶିଳାକୁ ସ୍ପର୍ଶ କରି ଜଗନ୍ନାଥଙ୍କୁ ଦର୍ଶନ କଲେ ଅକାଳ ମୃତ୍ୟୁ ହୁଏ ନାହିଁ ଓ ସମସ୍ତ ପାପ ନାଶ ହୋଇ ଜୀବ ବୈକୁଣ୍ଠଗାମୀ ହୁଏ ବୋଲି ଲୋକ ବିଶ୍ୱାସ ରହିଛି । ରୋଷ ଘର ଓ ଭୋଗ ଶ୍ରୀମନ୍ଦିର ରୋଷ ଘରେ ସ୍ୱତ୍ତ୍ୱଲିପି ମୁତାବକ ୨୪୦ଟି ଚୂଲି ଅଛି ଓ ସେଥିମଧ୍ୟରୁ ଚୂଲି କୋଠ ଭୋଗ ଚୂଲି ରୂପେ ପରିଚିତ। ଶ୍ରୀମନ୍ଦିରରେ ବିରାଜିତ ଶ୍ରୀବିଗ୍ରହମାନଙ୍କ ଉଦ୍ଦେଶ୍ୟରେ ନାନାଦି ନୈବେଦ୍ୟ ଭୋଗ ଲାଗି କରାଯାଇଥାଏ । ସେଥି ମଧ୍ୟରୁ ଦୁଇଟି ପ୍ରମୁଖ ନୈବେଦ୍ୟ ହେଉଛି ବଲ୍ଲଭ ଭୋଗ ଓ ସକାଳ ଧୂପ। ବଲ୍ଲଭ ଭୋଗ : ଏଇ ଭୋଗରେ ପାଗ ଖଇ, ପାଚିଲା କଦଳୀ, ଦହି, ସର, ଖୁଆ, ମଣ୍ଡା, ସେଓ, ଚାଉଳିଆ, ନଡ଼ିଆ ପାତି, କମଳା, ସେପାଟା, କାକୁଡ଼ି ଆଦି ନୈବେଦ୍ୟ ହୋଇଥାଏ। ସକାଳ ଧୂପ : ସକାଳ ଧୂପରେ ସାଦା ଅନ୍ନ, ମୁଗ ଖେଚୁଡ଼ି, ଘିଅ ଅନ୍ନ, ଡାଲି, ଡାଲମା, ଶାଗ, ବେସର, ଭଜା, ମହୁର, ଖଟା, ବିଭିନ୍ନ ବିରି ଓ ଅଟା ଜାତୀୟ ପିଠା ଇତ୍ୟାଦି ଲାଗିଥାଏ।ସ୍ଥଳ ବିଶେଷରେ ମାଟି କୁଡୁଆ, ପିତଳ ହାଣ୍ଡିରେ ରନ୍ଧନ କରାଯାଇ ଭୋଗ ବଢାଯାଏ।ପଞ୍ଚୋପଚାର/ଷୋଡ଼ଶପଚାର ମନ୍ତ୍ରରେ ପୂଜା କରାଯାଏ।ଏହି ପୂଜା ଅଷ୍ଟାଦଶାକ୍ଷର ଗୋପାଳ ମନ୍ତ୍ର / ଏକାକ୍ଷରୀ ଭୁବନେଶ୍ୱରୀ ମନ୍ତ୍ର ଏବଂ ଓଁ ନମୋ ଭଗବତେ ବାସୁଦେବାୟ (ଦ୍ୱାଦଶାକ୍ଷର) ମନ୍ତ୍ରରେ ପୂଜା କରାଯାଏ । ବ୍ୟବହୃତ ପରିବା ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଭୋଗରେ ଦେଶୀଆଳୁ, କଖାରୁ, କଞ୍ଚା କଦଳୀ, ପଣସ, ମୂଳା, ପୋଟଳ, ଶିମ୍ବ, କାଙ୍କଡ଼, ଜହ୍ନି, ବାଇଗଣ, ସାରୁ, କନ୍ଦମୂଳ, ଅଦା, ଧନିଆପତ୍ର, ନଡ଼ିଆ ପ୍ରଭୃତି ଡାଲମା ଓ ତରକାରୀ ଇତ୍ୟାଦିରେ ବ୍ୟବହୃତ ହୋଇଥାଏ । କୋଶଳା, ଲେଉଟିଆ ଓ ଅଗସ୍ତି ଶାଗ ବ୍ୟତିତ ଅନ୍ୟ କୈଣସି ଶାଗ ଭୋଗରେ ବ୍ୟବହାର କରାଯାଏନାହିଁ । ତେଲ ଓ ମସଲା ଭୋଗ ପ୍ରସ୍ତୁତିରେ ତେଲ ବ୍ୟବହାର କରାଯାଏ ନାହିଁ, କେବଳ ଘିଅ ବ୍ୟବହୃତ ହୁଏ । ଜିରା, ଗୋଲମରିଚ, ଡାଲଚିନି, ବଡ଼ ଅଳେଇଚ, ହେଙ୍ଗୁ, ପାନମଧୁରୀ, ସୋରିଷ ଇତ୍ୟାଦି ବିଭିନ୍ନ ଭୋଗ ଦ୍ରବ୍ୟ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ । ମନ୍ଦିରରେ ନିଷିଦ୍ଧ ପରିବା : ବିଲାତି ଆଳୁ, ଟମାଟୋ,ସଜନା ଛୁଇଁ, ଅମୃତଭଣ୍ଡା, ଲାଉ, ଭେଣ୍ଡି, ପିଆଜ ଷଣ୍ଢା, ଝୁଡ଼ଙ୍ଗ, କ୍ୟାପସିକମ, କଞ୍ଚାଲଙ୍କା, ଫୁଲ କୋବି, ପତ୍ର କୋବି, ବିମ୍, କଲରା, ବିଟ୍, ଗାଜର, ମଟର ଛୁଇଁ, ଇତ୍ୟାଦି ନିଷିଦ୍ଧ । ମସଲା : ପିଆଜ, ରସୁଣ, ଲଙ୍କାଗୁଣ୍ଡ, ଗରମ ମସଲା, କଳାଜିରା, କାଜୁ, ଗୁଜୁରାତି ନିଷିଦ୍ଧ । ଆନନ୍ଦବଜାରଠାରେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଭକ୍ତମାନେ ଏକାଠି ବସି ମହାପ୍ରସାଦ ସେବନ କରି ଥାଆନ୍ତି । ରତ୍ନଭଣ୍ଡାର ଜଗନ୍ନାଥ ମନ୍ଦିରରେ ଠାକୁରମାନଙ୍କୁ ପିନ୍ଧାଯିବା ସକାଶେ ବିଭିନ୍ନ ଅଳଙ୍କାର ରଖିବା ପାଇଁ ଦେଉଳ ତୋଳା ହେବା ବେଳେ ଏକ ରତ୍ନଭଣ୍ଡାରର ନିର୍ମାଣ କରାଯାଇଥିଲା । ବିଭିନ୍ନ ରାଜ୍ୟ ଜୟ କରିବା ସମୟରେ ସେଠାରୁ ମିଳିଥିବା ସୁନା, ରୂପା, ହୀରା, ଲୀଳା ଆଦି ରତ୍ନ ରାଜା-ମହାରାଜାମାନେ ଦେଉଳକୁ ଦାନ ଦେଉଥିଲେ । ଶହଶହ ବର୍ଷଧରି ରତ୍ନଭଣ୍ଡାରରେ ତାହା ସବୁ ତାଲାପଡ଼ି ରହିଆସିଛି । ୧୯୫୨ ଏବଂ ୧୯୭୮ ମସିହାରେ ରତ୍ନଭଣ୍ଡାରର ତିନିଟି ସିନ୍ଦୁକ ଖୋଲାଯାଇ ତାଲିକା ତିଆରି ନିମନ୍ତେ ସେଥିରୁ ଅଳଙ୍କାର ବାହାର କରାଯାଇଥିଲା । ଏହି ସମ୍ପୂର୍ଣ୍ଣ ତାଲିକା ତିଆରି କରାଯାଇ ପାରିନାହିଁ । କିଛି ଅଳଙ୍କାର ଭାରତୀୟ ରିଜର୍ଭ ବ୍ୟାଙ୍କରେ ଗଚ୍ଛିତ କରାଯାଇଥିଲା । ଆଉ କିଛି ଅଳଙ୍କାର ଠାକୁରଙ୍କ ଦୈନନ୍ଦିନ ଜଗନ୍ନାଥଙ୍କ ବେଶରେ ବ୍ୟବହାର ପାଇଁ ଭଣ୍ଡାରଘରେ ରଖାଯାଇଛି । ଅନେକ ଅଳଙ୍କାର ସମୟକ୍ରମେ ରକ୍ଷନାବେକ୍ଷଣା ବିନା ଭାଙ୍ଗିରୁଜି ଯାଇଛି । ରତ୍ନଭଣ୍ଡାରରେ ତିନିଟି ଚାବି ପଡ଼ିଛି ଯହିଁରୁ ଗୋଟେ ପୁରୀ ଗଜପତିଙ୍କ ପାଖରେ ଥିବା ବେଳେ ଅନ୍ୟ ୨ଟି ଶ୍ରୀମନ୍ଦିର ପ୍ରଶାସନ ଏବଂ ଭଣ୍ଡାର ମେକାପଙ୍କ ପାଖରେ ରହିଛି । ତିନୋଟି ଚାବି ଏକାଠି ହେଲେ ରତ୍ନଭଣ୍ଡାର ଖୋଲାଯାଇ ପାରିବ । ପ୍ରାୟ ୫୦ଟି ବଡ଼ ସିନ୍ଦୁକରେ ରହିଛି ବିଭିନ୍ନ ପ୍ରକାରର ମୂଲ୍ୟବାନ ଅଳଙ୍କାର ଭପୂର ହୋଇ ରହିଛି ବୋଲି ଜଣାଯାଏ । ପ୍ରତି ବର୍ଷ ହରିଶୟନ ଏକାଦଶୀ ତିଥିରେ ରଥ ଉପରେ ସୁନାବେଶ ବେଲେ, ଦୋଳପୂର୍ଣ୍ଣିମା, ବିଜୟାଦଶମୀ, ପୌଷ ପୂର୍ଣ୍ଣିମା ଏବଂ କାର୍ତ୍ତିକ ପୂର୍ଣ୍ଣିମା ଭଳି ତିଥିମାନଙ୍କରେ ରତ୍ନସିଂହାସନ ଉପରେ ଜଗନ୍ନାଥଙ୍କୁ ସୁନାବେଶ ବା ରାଜରାଜେଶ୍ୱର ବେଶ କରାଯାଏ । ସବୁଠାରୁ ଅଧିକ ସୁନାଗହଣା ହରିଶୟନ ଏକାଦଶୀ ତିଥିରେ ବ୍ୟବହାର ବ୍ୟବହାର ହୋଇଥାଏ । ଗଜଉଦ୍ଧାରଣ ବେଶ, ରଘୁନାଥ ବେଶ, ବଣଭୋଜି ବେଶ, କୃଷ୍ଣବଳରାମ ବେଶ, ରାଧା ଦାମୋଦର ବେଶ, ଲକ୍ଷ୍ମୀନାରାୟଣ ବେଶ, ବାଙ୍କଚୂଡା ବେଶ, ଆଡ଼କିଆ ବେଶ, ଲକ୍ଷ୍ମୀନୃସିଂହ ବେଶ, ବାମନ ବେଶ, ଚାଚେରୀ ବେଶ ଏବଂ ଚନ୍ଦନ ବେଶରେ ଜଗନ୍ନାଥଙ୍କୁ ଅଳଙ୍କାର ଆଭୂଷଣ କରାଯାଇଥାଏ । ପାର୍ଶ୍ୱଦେବତା ମୁଖ୍ୟ ମନ୍ଦିର ତିନି ଦିଗରେ ରାହା ପାଗରେ ତିନି ମୁଖ୍ୟ ପାର୍ଶ୍ୱଦେବତାଙ୍କୁ ପ୍ରତିଷ୍ଠିତ କରାଯାଇଛି । ତନ୍ମଧ୍ୟରେ ବିମାନର ଉତ୍ତରରେ କଳା ମୁଗୁନି ପ୍ରସ୍ତର ନିର୍ମିତ ବାମନ ବା ତ୍ରିବିକ୍ରମ, ଦକ୍ଷିଣରେ ବରାହ ଓ ପଶ୍ଚିମରେ ନୃସିଂହ ରହିଛନ୍ତି । ଏହି ତିନି ବିଗ୍ରହଙ୍କ ନିମିତ୍ତ ତିନିଗୋଟି ଉଚ୍ଚ ମନ୍ଦିର ମଧ୍ୟ ନିର୍ମିତ ହୋଇଛି । ପ୍ରତ୍ନତତ୍ତ୍ୱବିତ୍‌ମାନେ ପୁରୀ ବଡ଼ଦେଉଳ ସଂଲଗ୍ନ ହୋଇ ତିନି ଦିଗରେ ଥିବା ଏହି ପାର୍ଶ୍ୱ ମନ୍ଦିରଗୁଡ଼ିକ ମୁଖ୍ୟ ମନ୍ଦିରର ଭାରସାମ୍ୟ ରକ୍ଷା କରିବାରେ ସହାୟକ ହେଉଥିବା ପ୍ରକାଶ କରିଥାନ୍ତି । ଏଥିସହ ମନ୍ଦିରରେ ଅଷ୍ଟ ଦିଗପାଳ, ଦଶ ଅବତାର ଓ ଅନ୍ୟ ବହୁ ଦେବ-ଦେବୀଙ୍କ ମୂର୍ତ୍ତି ଦେଖିବାକୁ ମିଳେ । ମୁଖ୍ୟ ମନ୍ଦିର ଭିତର ଓ ବାହାର ବେଢ଼ା ମଧ୍ୟରେ ଛୋଟ ବଡ଼ ପ୍ରାୟ ଶତାଧିକ ମନ୍ଦିର ଅଛି । ବେଢ଼ା ଦେବଦେବୀ ପତିତପାବନ ଶ୍ରୀଜଗନ୍ନାଥ ପତିତମାନଙ୍କୁ ଉଦ୍ଧାର କରୁଥିବାରୁ ତାଙ୍କର ଅନ୍ୟ ନାମ ପତିତପାବନ । ବିଶେଷ କରି ସିଂହଦ୍ୱାର ଗୁମୁଟ ଭିତରେ ଡାହାଣ ପଟରେ ଥିବା ପୂର୍ବାଭିମୁଖୀ ଜଗନ୍ନାଥ ମୂର୍ତ୍ତିଙ୍କୁ ପତିତପାବନ ବୋଲି କୁହାଯାଏ । ଯେଉଁମାନେ ଧର୍ମାନ୍ତର ହେଉଥିଲେ ସେମାନେ ମନ୍ଦିର ନ ଯାଇପାରି ଅରୁଣ ସ୍ତମ୍ଭରୁ ପତିତପାବନଙ୍କୁ ଦର୍ଶନ କରି ପାରୁଥିଲେ। ପରମ୍ପରା ଅନୁଯାୟୀ ପତିତପାବନଙ୍କର ଅଣସର ବିଧି, ଦୁଆର ଫିଟା, ମଙ୍ଗଳ ଆଳତୀ, ବିଭିନ୍ନ ବେଶ ପ୍ରମୁଖ କରାଯାଏ । ଫତେ ହନୁମାନ ଗୁମୁଟର ପ୍ରବେଶ ମାର୍ଗରେ ବାମ ଭାଗରେ ଫତେ ହନୁମାନ, ରାଧାକୃଷ୍ଣ, ଗଣେଶ ଓ ଦୁର୍ଗାଙ୍କ ଚିତ୍ର ପ୍ରତିମା । ଫତେ ହନୁମାନ ସିଂହଦ୍ୱାର ଗୁମୁଟର କାନ୍ଥରେ ଏକ ଠଣା ସଦୃଶ କ୍ଷୁଦ୍ର ମନ୍ଦିରରେ ବିରାଜିତ । ପୂର୍ବ ଦିଗରୁ ଶ୍ରୀମନ୍ଦିର ସୁରକ୍ଷା କାର୍ଯ୍ୟରେ ଫତେ ହନୁମାନ ରହିଛନ୍ତି । ସେ ପୂର୍ବ ଦ୍ୱାରର ରକ୍ଷକ ଓ ପଞ୍ଚ ରାମାନନ୍ଦୀ ଖାଲସାଙ୍କ ଆରାଧ୍ୟ ଦେବତା। କାଶୀ ବିଶ୍ୱନାଥ ଆସି ବାଇଶି ପାହାଚରେ ଚଢ଼ି ଯିବା ମାତ୍ରେ ବାମ ପାର୍ଶ୍ୱରେ (ଦକ୍ଷିଣ ଦିଗରେ) କାଶୀ ବିଶ୍ୱନାଥ ପ୍ରାୟ ୧୫ଫୁଟ ଉଚ୍ଚତାର ମନ୍ଦିର ଯାହା ୧୬୧୧ ଖ୍ରୀଷ୍ଟାବ୍ଦରେ ବିଧିବଦ୍ଧ ଭାବେ ପ୍ରତିଷ୍ଟିତ ହୋଇଥିବା ଗବେଷକ ପଣ୍ଡିତ ସଦାଶିବ ରଥଶର୍ମା ମତ ପୋଷଣ କରିଛନ୍ତି । ଯୋଗଶାସ୍ତ୍ର ମତେ ବିଷ୍ଣୁ ଦର୍ଶନ ପୂର୍ବରୁ ଯୋଗେଶ୍ୱରଙ୍କୁ ଦର୍ଶନଙ୍କୁ କରିବାକୁ ପଡ଼ି଼ଥାଏ। ଆଉ ଯୋଗେଶ୍ୱରଙ୍କ ପ୍ରତୀକ ହେଲେ ଶିବ ଓ ବିଷ୍ଣୁ ସ୍ୱୟଂ ଜଗନ୍ନାଥ। କାଶୀ ବିଶ୍ୱନାଥ ଲିଙ୍ଗର ଉଚ୍ଚତା ପ୍ରାୟ ୧୦ଇଞ୍ଚ ଓ ଶକ୍ତି ଉତ୍ତର ଦିଗାଭିମୁଖୀ । ପ୍ରସ୍ତର ନିର୍ମିତ ହର ପାର୍ବତୀ ମୂର୍ତ୍ତି ୧୦ଇଞ୍ଚ ଉଚ୍ଚତା ବିଶିଷ୍ଟ ପୂଜିତ। ପ୍ରବେଶ ଦ୍ୱାରର ଓସାର ମାତ୍ର ଅଢେ଼ଇ ଫୁଟ ଓ ଉଚ୍ଚତାରେ ୪ଫୁଟ । ଶୀତଳ ଷଷ୍ଠୀ, ଶିବ ବିବାହ ଉତ୍ସବ ଠାକୁରଙ୍କ ଜଳାଶାୟୀ ନୀତି ହୋଇଥାଏ। ପଶ୍ଚିମାଭିମୁଖୀ ଅନନ୍ତ କ୍ଷୁଦ୍ର ମନ୍ଦିରଟି ଭାରତ ବର୍ଷରେ ଖ୍ୟାତି ଓ ପ୍ରସିଦ୍ଧି ରହିଛି। ରାମାଭିଷେକ ବାଇଶି ପାହାଚ କାଶୀ ବିଶ୍ୱନାଥଙ୍କ ପାର୍ଶ୍ୱରେ ରାମାଭିଷେକରେ ରାମସୀତାଙ୍କ ସିଂହାସନ ଆରୋହଣ ସହ ୪ ଭ୍ରାତା, ସଙ୍କଟ ମୋଚନ ହନୁମାନ, ସୁଗ୍ରୀବ, ଜାମ୍ବବାନ ଓ ସମସ୍ତ ବାନର ଭକ୍ତ ପ୍ରମୁଖ ପ୍ରଭୁଙ୍କୁ ପ୍ରଣିପାତ କରୁଥିବାର ଦେଖାଯାଏ । ନୃସିଂହନାଥ ପରବର୍ତ୍ତୀ କ୍ଷୁଦ୍ର ମନ୍ଦିରରେ ନୃସିଂହ ନାଥଙ୍କ ଶିଳା ମୂର୍ତ୍ତି ଓ ପାର୍ଶ୍ୱରେ ଗଣନାଥଙ୍କ ମୂର୍ତ୍ତି ଦେଖାଯାଏ । ଅଗ୍ନୀଶ୍ୱର ମନ୍ଦିର କୁର୍ମବେଢ଼ା ବା ଭିତର ବେଢ଼ା ପହଞ୍ଚିବା ଓ ବାମ ପଟେ ଚାଲିଲେ ଅଗ୍ନୀଶ୍ୱରଙ୍କ ମନ୍ଦିର ପଡେ । ଏହା କୁର୍ମବେଢ଼ା ଓ ଶ୍ରୀଜଗନ୍ନାଥଙ୍କ ପାକଶାଳକୁ ଯାଇଥିବା ଉଦ୍ଦିଷ୍ଟ ରାସ୍ତାରେ ଆଗ୍ନେୟ କୋଣକୁ ଲାଗି ଅଗ୍ନୀଶ୍ୱରଙ୍କର କ୍ଷୁଦ୍ର ମନ୍ଦିର ରହିଛି। ସେ ହେଉଛନ୍ତି କୁର୍ମବେଢ଼ାର ପ୍ରତିପାଳକ, ରକ୍ଷକ ଓ ରୋଷର ବିଶୋଧକ । ଅନନ୍ତ ଶୟନରେ ନାରାୟଣ ଭୋଗ ମନ୍ଦିରକୁ ଯେଉଁ ରାସ୍ତା ଦେଇ ନିଆଯାଉଛି ଠିକ୍ ଅଗ୍ନୀଶ୍ୱର ମନ୍ଦିର ପାର ହୋଇ ମନ୍ଦିର ମଧ୍ୟସ୍ଥ ପାହାଚକୁ ଉଠିବା ପୂର୍ବରୁ ଡାହାଣ କାନ୍ଥରେ ବିଶାଳ ଅନନ୍ତ ଶୟନରେ ନାରାୟଣଙ୍କ ପ୍ରତିମା, ଲକ୍ଷ୍ମୀ-ସରସ୍ୱତୀ, ବ୍ରହ୍ମା, ବିଷ୍ଣୁ ଓ ଦେବଲୋକଙ୍କ ସହ ଅନନ୍ତ ସର୍ପ ଉପରେ ଶୟନ କରିଥିବା ଭକ୍ତମାନେ ଦର୍ଶନ କରିଥାନ୍ତି । ସତ୍ୟ ନାରାୟଣ ମନ୍ଦିର ଶ୍ରୀଅଗ୍ନୀଶ୍ୱର ମହାଦେବ ଓ ଭୋଗ ରାସ୍ତା ପାର ହୋଇ କୂର୍ମବେଢା଼ରେ ଦକ୍ଷିଣକୁ ଆଗେଇ ଆସିଲେ ୫ଫୁଟ ୧୦ଇଞ୍ଚ କଳା ମୁଗୁନି ପ୍ରସ୍ତରରେ ନିର୍ମିତି ସତ୍ୟ ନାରାୟଣଙ୍କ ବିଗ୍ରହ ଦେଖାଯାନ୍ତି। ବେଢ଼ାର ପତନଠାରୁ ୨୫ ଫୁଟ ଉଚ୍ଚତା ଓ ପଞ୍ଚ ରଥ ବିଶିଷ୍ଟ ଏହି ମନ୍ଦିରଟି ଦେଖିବାକୁ ମିଳେ । ଦୁଇ ପାର୍ଶ୍ୱରେ ଶ୍ରୀଦେବୀ ଓ ଭୂଦେବୀ ବିଦ୍ୟାମାନ । ପ୍ରତ୍ୟେକ ପୂର୍ଣ୍ଣିମା ଓ ସଂକ୍ରାନ୍ତିରେ ଏହି ମନ୍ଦିରରେ ଭକ୍ତମାନଙ୍କ ଭିଡ଼ ହୋଇଥାଏ । ବେଢ଼ା ପରିକ୍ରମା ସମୟରେ ଅଗ୍ନୀଶ୍ୱର, ଅନନ୍ତ ବାସୁଦେବ ଓ ସତ୍ୟ ନାରାୟଣଙ୍କୁ ଦର୍ଶନ ନ କରି ଏହି ମନ୍ଦିର ଆଗରେ ଠିଆହୋଇ ଦୁଇ ହାତ ଉପରକୁ ଉଠେଇ ଚକ୍ର ନାରାୟଣ, ନୀଳଚକ୍ର, ଧ୍ୱଜାବୀର, ପତିତପାବନ, କପିଚନ୍ଦ୍ରଙ୍କୁ ଚାହିଁ ନିଜକୁ ସମର୍ପିତ ଭାବେ ଅର୍ପଣ କରିଦେଲେ ସେହି କାଳିଆ ଠାକୁର ପ୍ରାପ୍ତି ହୋଇଥାନ୍ତିର ବିଶ୍ୱାସ ରହିଛି । ଶ୍ରୀ ବାଳମୁକୁନ୍ଦ ମନ୍ଦିର ବଟ ଜଗନ୍ନାଥଙ୍କ ସମ୍ମୁଖରେ ବଟ ମଙ୍ଗଳାଙ୍କ ଦକ୍ଷିଣ କୋଣରେ ବାଳମୁକୁନ୍ଦ ମନ୍ଦିର ଯେଉଁଥିରେ ଏକ ଫୁଟ ଲମ୍ବ ବିଶିଷ୍ଟ କଳା ଚିକ୍କଣ ମୁଗୁନି ପ୍ରସ୍ତରରେ ନିର୍ମିତ ବାଳମୁକୁନ୍ଦ ବିଗ୍ରହ ଦକ୍ଷିଣା ଆଡ଼କୁ ମସ୍ତକ ରଖି ଚିତି ହୋଇ ପ୍ରସ୍ତରରେ ନିର୍ମିତ ବଟ ପତ୍ରରେ ଶୋଇ ରହିଛନ୍ତି। ପଦର ଅଙ୍ଗୁଠିକୁ ହସ୍ତରେ ଧରି ମୁଖ ପଦ୍ମରେ ପ୍ରବେଶ କରାଇଛନ୍ତି । ଗଜପତି ମହାରାଜ ବୀରକିଶୋର ଦେବଙ୍କ ଜଣେ ପାତ୍ର ଶ୍ରୀଧର ପଟ୍ଟନାୟକ ବଟ ମୂଳରେ ମନ୍ଦିରଟି ଠିଆ କରି ବାଳମୁକୁନ୍ଦଙ୍କୁ ସ୍ଥାପିତ କରାଇଥିଲେ । ବଟକୃଷ୍ଣ ବାଳମୁକୁନ୍ଦ ମନ୍ଦିରର ଏକ କାନ୍ଥ ସଂଲଗ୍ନ ଠଣା ମଧ୍ୟରେ ଦେଢ଼ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରସ୍ତର ନିର୍ମିତ ବଟକୃଷ୍ଣ ବିଗ୍ରହ ସ୍ଥାପିତ ହୋଇଛନ୍ତି । ପୂର୍ବେ ଏଠାରେ ସ୍ୱତନ୍ତ୍ର ମନ୍ଦିର ରହିଥିଲା । ମନ୍ଦିରଟି ଭାଙ୍ଗି ଯିବାରୁ ଅନେକ ବର୍ଷ ଧରି ବାଳମୁକୁନ୍ଦ ଓ ବଟକୃଷ୍ଣ ଗୋଟିଏ ମନ୍ଦିରରେ ପୂଜିତ ହେଉଛନ୍ତି । 'ଶଙ୍ଖଚକ୍ର ଗଦାପଦ୍ମ ଧାରିଣଂ ବନମାଳୀନଂ । ବଟ ନାରାୟଣଂ ବନ୍ଦେ ମମ ପାପକ୍ଷୟଂ କୁରୁ ମାର୍କଣ୍ଡେୟ ପାଦୁକା ବାଳମୁକୁନ୍ଦ ମନ୍ଦିର ଓ ବଟ ମଙ୍ଗଳାଙ୍କ ଦକ୍ଷିଣ କୋଣର ବାମ ପାର୍ଶ୍ୱରେ ମାର୍କଣ୍ଡେୟ ପାଦୁକା ରହିଛନ୍ତି । ବଟ ଗଣେଶ ଶ୍ରୀମନ୍ଦିର ଭିତର ବେଢା଼ରେ ଥିବା ସମସ୍ତ ଗଣେଶଙ୍କ ମଧ୍ୟରେ ବଟ ଗଣେଶ ପ୍ରଥମ ଓ ମୂଖ୍ୟ ଅଟନ୍ତି । ସେ କଳ୍ପ ଗଣେଶ, ଚିନ୍ତାମଣି ଗଣେଶ, ବଟ ଗଣେଶ ଓ ସିଦ୍ଧ ଗଣେଶ ନାମରେ ପୂଜା କରାଯାଏ। ଶ୍ରୀ ଗଣେଶଙ୍କ ଏହି ବଟ ଗଣେଶ ମନ୍ଦିର ଶ୍ରୀଜଗନ୍ନାଥଙ୍କ ମନ୍ଦିରଠାରୁ ପ୍ରାଚୀନ । ୭୦୦ ବର୍ଷର ପୁରାତନ ବୋଲି ଅନୁମାନ କରାଯାଏ । ହରି ସହଦେବ ବାଳମୁକୁନ୍ଦ ଓ କଳ୍ପବଟ ସମ୍ମୁଖରେ ହରି ସହଦେବ ମହାଦେବଙ୍କ କ୍ଷୁଦ୍ର ମନ୍ଦିରଟି ରହିଛି । ବେଢା଼ ପରିକ୍ରମା ସମୟରେ ଭକ୍ତମାନଙ୍କର ଅଭିଳାଷକୁ ସାକାର କରି ରିଷ୍ଟ ଖଣ୍ଡନ କରିବାକୁ ଓ ଭବିଷ୍ୟତ ପଥକୁ କୁସୁମିତ କରିବା ଲକ୍ଷ୍ୟରେ ପାଣି ଲାଗି କରିଥାନ୍ତି । ବଟ ଅବକାଶ ପୂର୍ବ-ପଶ୍ଚିମ ମୁଖା ବଟ ଗଣପତି ସମୁଖରେ ହରି ସହଦେବ ମନ୍ଦିର ପାର୍ଶ୍ୱରେ ବଟ ଜଗନ୍ନାଥ ମନ୍ଦିର । ଏଠାରେ ଜଗନ୍ନାଥଙ୍କ ବିଗ୍ରହ ପୂଜିତ । ସଦା ସର୍ବଦା ସୁନା ବେଶର ମୁକୁଟ, କିରୀଟ କଳା ବଦନର ଶୋଭାକୁ ଦୁଇ ଗୁଣିତ କରୁଅଛି। ମୂର୍ତ୍ତିର ଉଚ୍ଚତା ୫ ଫୁଟ। ବାମ ପାର୍ଶ୍ୱରେ ଲକ୍ଷ୍ମୀଙ୍କ ମୂର୍ତ୍ତି । ଏହା ସମ୍ମୁଖରେ ପୁରାଣ ପଢ଼ିବା ବେଳେ ଅତିବଡ଼ି ଜଗନ୍ନାଥ ଦାସଙ୍କ ସହିତ ଚୈତନ୍ୟ ଭେଟ ହୋଇଥିଲେ । ଯବନ/ବିଧର୍ମୀମାନେ ଶ୍ରୀଜଗନ୍ନାଥଙ୍କୁ ଯେତେବେଳେ ଆକ୍ରମଣ କରନ୍ତି ସେହି ସମୟରେ ମହାପ୍ରଭୁଙ୍କ ସୁରକ୍ଷା ନିମନ୍ତେ ବଟ ବିହାରୀ ଜଗନ୍ନାଥଙ୍କୁ କଳାହାଟ ଦ୍ୱାରରେ ରଖି ଶତ୍ରୁଙ୍କୁ ଠକା ଯାଇଛି। ମହାସ୍ନାନ ସ୍ନାନ ପୂର୍ଣ୍ଣିମା ଦିନ ସମ୍ପାଦିତ ହୋଇ ଅଣସର ନୀତି ପାଳିତ ହୁଏ । ନବକଳେବରରେ ଏଠାକୁ ଦାରୁ ଆସେ । ଜଗନ୍ନାଥ ଦାସ ବଟ ବିହାରୀ ଜଗନ୍ନାଥଙ୍କ ସମ୍ମୁଖରେ କଳ୍ପବଟ ତଳେ ତାଙ୍କର ଭାଗବତ ରଚନା ଓ ଅନ୍ୟାନ୍ୟ ଗ୍ରନ୍ଥ ଲେଖିଥିଲେ । ଏଣୁ ବଟ ବିହାରୀ ଜଗନ୍ନାଥ 'ଭାଗବତ କାଳିଆ ବୋଲି ନାମିତ ହୋଇଛନ୍ତି । କଳ୍ପବଟ/ବାଞ୍ଛା ବଟ କଳ୍ପବଟ ଓ ବାଞ୍ଛା ବଟ ଦୁଇଟି ପ୍ରାଚୀନ ସର୍ବ ପାବନ ସ୍ଥଳ।ଶ୍ରୀମନ୍ଦିର ମଧ୍ୟରେ ଯାହା ଆଜି ଅବସ୍ଥିତ ତାହା କଳ୍ପ ଆରମ୍ଭ, ପ୍ରଳୟ ଶେଷ ସବୁ ସମୟରେ ଏହା ବିଦ୍ୟମାନ । ଭଗବାନ ବିଷ୍ଣୁ ସ୍ୱୟଂ ଶିଶୁ ରୂପରେ ବଟ ପତ୍ରରେ ଶୟନ କରି ଭାସୁଥିବା ଓ ଜଗନ୍ନାଥଙ୍କ ଦାରୁ ବିଗ୍ରହ ପୂର୍ବରୁ ନୀଳମାଧବ ରୂପେ ବିଶ୍ୱାବସୁ ଶବର ପୂଜା କରୁଥିବାର କିମ୍ବଦନ୍ତୀ ରହିଛି । କଳ୍ପବଟର ଚତୁଃପାର୍ଶ୍ୱରେ ବଟେଶ୍ୱର, ବଟକୃଷ୍ଣ, ବାଳମୁକୁନ୍ଦ, ବଟ ମଙ୍ଗଳା, ବଟ ନାରାୟଣ, ବଟ ଗଣେଶ, ରାଧାକୃଷ୍ଣ, ପତିତପାବନ/ଶ୍ରୀଜଗନ୍ନାଥଙ୍କ (ବଟ ଅବକାଶ),ପଞ୍ଚୁ ପାଣ୍ଡବ, ମହାଦେବ ପ୍ରମୁଖ ରହିଛନ୍ତି ।କଳ୍ପବଟ ଚତୁଃବର୍ଣ୍ଣ ଫଳପ୍ରଦ ମୁଖ୍ୟ ପାବନକାରୀ ତୀର୍ଥ ।ପ୍ରାୟ ସମସ୍ତ ଆଦି ସନାତନ ଧର୍ମ ପୁରାଣରେ ଏହି କଳ୍ପବଟର ମହାତ୍ମ୍ୟ ବର୍ଣ୍ଣନା ହୋଇଛି।ଯଥା ସ୍କନ୍ଧ ପୁରାଣ, ବ୍ରହ୍ମ ପୁରାଣ, ତୀର୍ଥ ଚିନ୍ତାମଣି, ଭାଗବତ ମହାପୁରାଣ, ହରିବଂଶ, ଭବିଷ୍ୟ ପର୍ବ, ପ୍ରେମ ଭକ୍ତି, ବ୍ରହ୍ମ ଗୀତା, ଚନ୍ଦ୍ରକଳା, ରସିକ ହାରାବଳୀ, ସାରଗୁପ୍ତ ଗୀତା, ତୁଳାଭିଣା, ଅଷ୍ଟ ଗୁଜ୍ଜରୀ ପ୍ରଭୃତି ପୁରାଣ, ଶାସ୍ତ୍ର/କାବ୍ୟ ଗ୍ରନ୍ଥ । କାର୍ତ୍ତିକ ମାସ ଶୁକ୍ଳ ତ୍ରୟୋଦଶୀ ତିଥିରେ ବଟ ଦେବତାଙ୍କର ଜୟନ୍ତୀ ଉତ୍ସବ ପାଳିତ ହୁଏ।କାର୍ତ୍ତିକର ପଞ୍ଚକ ଅବସରରେ କଳ୍ପବଟର ପୂଜା ଆରଧନା ନିଶ୍ଚିତ ରୂପେ ପରମ ପବିତ୍ର ଓ ତାତ୍ପର୍ଯ୍ୟପୂର୍ଣ୍ଣ।କଳ୍ପବଟ ଦର୍ଶନ କରିବା ମାତ୍ରେ ଏହାର ଛାୟାରେ ବାରମ୍ବାର ପାଦ ପକାଇବ।ଶ୍ରୀମନ୍ଦିର ବେଢ଼ା ପରିକ୍ରମା ସମୟରେ କଳ୍ପବଟ ତଳେ ବସି ନୀଳଚକ୍ର ପତିତପାବନ, ଧ୍ୱଜାବୀର-କପିଚକ୍ରକୁ ଚାହିଁ ପ୍ରଣିପାତ କରିବା ସହ ରିଷ୍ଟ ଖଣ୍ଡନ ସହ ସିଦ୍ଧି, ମୁକ୍ତି ମିଳିଥାଏ।କଳ୍ପବଟ ଚିନ୍ତନ ସର୍ବ ପାପକୁ ଅନନ୍ତ ଗର୍ଭରେ କ୍ଷୟ କରି ପୁଣ୍ୟକୁ ଅକ୍ଷୟ କରି ତୋଳିବାରେ ସହାୟକ ହୋଇ ଆସିଛି । ଶ୍ରୀ ବଟ ସର୍ବମଙ୍ଗଳା ଦେବୀ ଶ୍ରୀକ୍ଷେତ୍ରର ଅନ୍ତର୍ବେଦୀ ରତ୍ନ ସିଂହାସନର ସୁରକ୍ଷା ପାଇଁ ପ୍ରତିଷ୍ଠିତ ଥିବା ଅନ୍ୟାନ୍ୟ ଦେବୀ ବିଗ୍ରହ ମଧ୍ୟରୁ ସର୍ବମଙ୍ଗଳା ଅନ୍ୟତମ।ମନ୍ଦିରଟି ପଶ୍ଚିମ ମୁଖା।ପଞ୍ଚଦଶ ଶତାଦ୍ଦୀରେ ନିର୍ମିତ ହୋଇଛି । ଦେବୀ ସର୍ବମଙ୍ଗଳା ଚତୁର୍ଭୁଜା ଓ ତ୍ରିନେତ୍ରୀ ଅଟନ୍ତି । ମୁଖ୍ୟ ପ୍ରବେଶ ଦ୍ୱାରର ଦୁଇ ପାର୍ଶ୍ୱରେ ଛାୟା ଓ ମାୟା ଦେବୀ ରହିଥିବା ଓ ଏମାନଙ୍କ ଉପରେ ଦୁଇଟି କ୍ଷୁଦ୍ର ହନୁମାନ ମୂର୍ତ୍ତି ରହିଛନ୍ତି । ଦ୍ୱାର ସମ୍ମୁଖରେ ଏକ ସ୍ତମ୍ଭରେ ସିଂହ । ସଙ୍କଟ ତାରିଣୀ ସର୍ବ ମଙ୍ଗଳା ମନ୍ଦିର ବାହାର ପଟ ଉତ୍ତର ପାର୍ଶ୍ୱସ୍ଥ କାନ୍ଥରେ ସଙ୍କଟ ତାରିଣୀଙ୍କ ଏକ କ୍ଷୁଦ୍ର ମୂର୍ତ୍ତି ପୂଜା ପାଉଛନ୍ତି । ମା ' ସର୍ବମଙ୍ଗଳାଙ୍କ ମନ୍ଦିରରେ ଷୋଳ ପୂଜା,କାଳୀ ପୂଜା,ଓଢ଼ଣ ଷଷ୍ଠୀ, କୁମାର ପୂର୍ଣ୍ଣିମା, ଶିବରାତ୍ରି ଓ ଦୋଳ ପୂର୍ଣ୍ଣିମାରେ ଏଠାରେ ବିଶେଷ ନୀତି ପାଳିତ ହୋଇଥାଏ । ମହା ବଜ୍ରେଶ୍ୱରୀ/ଇନ୍ଦ୍ରାଣୀ କଳ୍ପବଟ ସମ୍ମୁଖରେ ମନ୍ଦିରଟି ରହିଛି । କ୍ଷେତ୍ରପାଳ ଶିବଙ୍କ ଶକ୍ତି ରୂପେ ମହା ବ୍ରଜେଶ୍ୱରୀଙ୍କୁ ଉପାସନା କରାଯାଏ । ଇନ୍ଦ୍ରାଣୀ ଦେବୀ ରୂପେ ପୂଜିତା।କାମଦେବ ରାଜାଙ୍କ କୀର୍ତ୍ତି ରୂପେ ଏହା ଖ୍ୟାତ।ଶ୍ରୀମନ୍ଦିରର ନାଟ ମଣ୍ଡପରେ ଦକ୍ଷିଣ ପଟକୁ ଲାଗି ମାଜଣା ମଣ୍ଡପ ଆଡ଼କୁ ଯିବାବେଳେ ଡାହାଣ ପାର୍ଶ୍ୱରେ ଇନ୍ଦ୍ରାଣୀ ଦେବୀଙ୍କ ମନ୍ଦିର । ଇନ୍ଦ୍ରାଣୀଙ୍କ ସିଂହାସନରେ ନିମ୍ନ ଭାଗରେ ଶିବଲିଙ୍ଗ ଶ୍ରୀବଟେଶ୍ୱର ରହିଛନ୍ତି। ସମ୍ମୁଖରେ ବୃଷଭ ପାର୍ଶ୍ୱରେ ସିଦ୍ଧି ଗଣେଶ ମୂର୍ତ୍ତି କଳା ଗଣେଶ ପ୍ରସ୍ତରରେ ନିର୍ମିତ୍ତ ହୋଇଛନ୍ତି।ଇନ୍ଦ୍ରାଣୀଙ୍କ ବିଗ୍ରହ ଦ୍ୱିଭୁଜା ଓ ଉପବେଶନ ଭଙ୍ଗୀରେ ବିଦ୍ୟମାନ।ସିଂହାସନ ନିମ୍ନରେ ହସ୍ତୀ ଅଛି । ଶ୍ରୀଜୀଉମାନଙ୍କ ପ୍ରତ୍ୟକ ଧୂପ ପରେ ଥାଳି ମହାପ୍ରସାଦ ବିମଳାଙ୍କୁ ସମର୍ପଣ କରାଯିବ ପରେ ସମ୍ପୃକ୍ତ ସୂପକାର ସେବକ ସେହି ରାସ୍ତାରେ ଆନନ୍ଦ ବଜାରକୁ ନେବାବେଳେ "ମା" ଇନ୍ଦ୍ରାଣୀଙ୍କୁ ମଧ୍ୟ ସମର୍ପଣ କରିଥାନ୍ତି । ପଞ୍ଚ ମହାଦେବ ମନ୍ଦିର କଳ୍ପବଟ ତଳେ ସର୍ବମଙ୍ଗଳାଙ୍କ ସମ୍ମୁଖଭାଗରେ ଶ୍ରୀ ଲୋକନାଥ, ଶ୍ରୀ ଯମେଶ୍ୱର, ଶ୍ରୀ ନୀଳକଣ୍ଠଶ୍ୱର, ମହାମୃତ୍ୟୁଞ୍ଜୟ, ଶ୍ରୀ ମାର୍କଣ୍ଡେୟ ଓ ଶ୍ରୀକପାଳ ମୋଚମ ପଞ୍ଚୁ ପାଣ୍ଡବ ମହାଦେବ ମନ୍ଦିର ଅବସ୍ଥିତ । ଏହି ପଞ୍ଚୁ ପାଣ୍ଡବ ମନ୍ଦିର ମଧ୍ୟରେ ଅଧିମାସ ଠାକୁର (ନାରାୟଣ)ଙ୍କର କ୍ଷୁଦ୍ର ମନ୍ଦିରଟିଏ ରହିଛି । ମାର୍କଣ୍ଡେଶ୍ୱର ପଞ୍ଚ ମହାଦେବଙ୍କର ମନ୍ଦିରର ଉଚ୍ଚତା ସର୍ବାଧିକ ଓ ପଶ୍ଚିମାଭିମୁଖୀ ହୋଇ ଶକ୍ତି ପ୍ରତିଷ୍ଠା ହୋଇଛନ୍ତି । ଶ୍ରୀମନ୍ଦିରର ଭିତର ବେଢ଼ା ଚଟାଣଠାରୁ ୭/୮ ଫୁଟ୍ ତଳେ ମାର୍କଣ୍ଡେୟ ମନ୍ଦିରର ଗର୍ଭ ଗୃହସ୍ଥ ମଧ୍ୟ ଭାଗରେ ମାର୍କଣ୍ଡେଶ୍ୱର ଶିବଲିଙ୍ଗ ବିଦ୍ୟମାନ।ମୃତ୍ୟୁଞ୍ଜୟ ଦେବ ରାଜଗୁରୁ କେଶରୀ ବଂଶର ରାଜା ଉଦ୍ୟୋତ କେଶରୀଙ୍କ ସମୟରେ ସ୍ଥାପନ ହୋଇଥିବା ଜଣାଯାଏ।ଉତ୍ତରାଭିମୁଖୀ ମାଧବ (ବଟ ନାରାୟଣ) ବିଗ୍ରହ ମାର୍କଣ୍ଡେଶ୍ୱରଙ୍କ ଲିଙ୍ଗ ସମ୍ମୁଖରେ ରହିଛନ୍ତି ।ଏଣୁ ଯଥାର୍ଥରେ ଧ୍ୟାନ କରାଯାଏ- ସୂର୍ଯ୍ୟ ନାରାୟଣ ମୁକ୍ତି ମଣ୍ଡପର ଐଶାନ୍ୟ କୋଣରେ ସୂର୍ଯ୍ୟ ନାରାୟଣଙ୍କ ଯେଉଁ କ୍ଷୁଦ୍ର ମନ୍ଦିରଟିଏ ଅଛି ତାହା ବାସ୍ତବରେ "ସୂର୍ଯ୍ୟ ଯନ୍ତ୍ର" ମନ୍ଦିର ବୋଲି କୁହାଯାଏ।ଶ୍ରୀମନ୍ଦିରର ଦୈନନ୍ଦିନ ନୀତି ସହିତ ଏହି ମନ୍ଦିରର ସମ୍ପର୍କ।ଗ୍ରହଣ ନୀତିରେ ଏଠାରେ ଅଧିକ ପୂଜା ହୁଏ । ଏହି ମନ୍ଦିରଟି ଚୋଡ଼ଗଙ୍ଗ ଦେବଙ୍କଦ୍ୱାରା ପ୍ରତିଷ୍ଠିତ।କପିଳେନ୍ଦ୍ର ଦେବ ଏହାକୁ ପୁନଃ ନିର୍ମାଣ କରିଥିଲେ । ସୂର୍ଯ୍ୟ ନାରାୟଣଙ୍କୁ ଦର୍ଶନ ନ କରି ଶ୍ରୀମନ୍ଦିରରେ ପ୍ରବେଶ କରି ପ୍ରଭୁ ଚକନୟନଙ୍କୁ ଦର୍ଶନ କଲେ ଶ୍ରୀଜଗନ୍ନାଥ ଦର୍ଶନ ପ୍ରାପ୍ତି ହୋଇନଥିବା ବିଶ୍ୱାସ ରହିଛି । ଆଦି ବ୍ରହ୍ମ ପୁରାଣ ମତରେ ଏଇଠି ସୂର୍ଯ୍ୟ ଯନ୍ତ୍ର ସ୍ଥାପିତ ହୋଇଛି ଓ ସୂର୍ଯ୍ୟ ପୂଜା ପାଇଁ ଏହା ହିଁ ଉଦ୍ଦିଷ୍ଟ । କୁତ୍ତାମ ଚଣ୍ଡୀ ମୁକ୍ତି ମଣ୍ଡପର ପୂର୍ବ ଦିଗରେ ପ୍ରତିଷ୍ଠିତ କ୍ଷେତ୍ରପାଳ ମନ୍ଦିରର ପୂର୍ବ ପଟ କାନ୍ଥ ସଂଲଗ୍ନ ଏକ କୁକୁର (କୁତ୍ତା) ଉପରେ ବିରାଜିତ ପ୍ରସ୍ତର ନିର୍ମିତ ଦେବୀ ବିଗ୍ରହ "କୁତ୍ତାମ ଚଣ୍ଡୀ" ରୂପରେ ପୂଜିତା।ଅନନ୍ତ ବାସୁଦେବ ମନ୍ଦିରର ଉତ୍ତର ପାର୍ଶ୍ୱ କାନ୍ଥରେ (ଜଗମୋହନ ଆଡ଼କୁ ମୁହଁ କରି) ଏକ କୁକୁର ମୂର୍ତ୍ତି ପୂଜା ପାଉଛନ୍ତି । ଏହା ଦେବୀଙ୍କର ବାହାନ କୁକୁର ହୋଇ କୁତ୍ତାମ ଚଣ୍ଡୀଙ୍କୁ ପ୍ରଣିପାତ କରି ରହିଛି । ୧୪୯୮ ଖ୍ରୀଷ୍ଟାବ୍ଦରେ ଦେବୀ ପୂଜା ପାଇବା ଉଲ୍ଲେଖ ରହିଛି । ଶ୍ରୀଜୀଉଙ୍କ ଭୋଗ, ସେବା ପୂଜାରେ ବ୍ୟାଘାତ ହେବାରୁ ଉଜ୍ଜୟିନୀରୁ ଆସିଥିବା ତାନ୍ତ୍ରିକ ଦିଗନା ପ୍ରତିକାର ସ୍ୱରୂପ କୁତ୍ତାମ ଚଣ୍ଡୀ ସ୍ଥାପନା ହେବା ପରେ ଶ୍ରୀମନ୍ଦିରକୁ କୁକୁର ଆଉ ପ୍ରବେଶ କଲେ ନାହିଁ । ଦିନେ କୁତ୍ତାମ ଚଣ୍ଡୀ ରତ୍ନ ସିଂହାସନ ଗର୍ଭ ଗୃହରେ ପୂଜା ପାଉଥିଲେ।କିନ୍ତୁ ବାଦ ବିବାଦ ମଧ୍ୟରେ ମରହଟ୍ଟା ଶାସନ,ବୌଦ୍ଧ ଧର୍ମ ପ୍ରଭାବ ଓ ଇଂରାଜୀ ଶାସନ ମଧ୍ୟରେ ଏଠାକୁ ଅନ୍ୟ ଏକ ରୂପାନ୍ତରରେ ସ୍ଥାନାନ୍ତରିତ ହୋଇଥିବା ଜଣାଯାଇଛି । ଅନନ୍ତ ବାସୁଦେବ ମୁକ୍ତି ମଣ୍ଡପର ବାମ ପାର୍ଶ୍ୱରେ ଅନନ୍ତ ବାସୁଦେବଙ୍କ ସ୍ୱତନ୍ତ୍ର ଧରଣର ମନ୍ଦିର ଯାହାର ମୁଖଶାଳାଟି ବଡ଼ ଥିବା ବେଳେ ଗର୍ଭ ଗୃହଟି ଛୋଟ । ଅନନ୍ତ କେଶରୀଙ୍କ ପାଟ୍ଟଜେମା ଚନ୍ଦ୍ରିକା ପାଟ୍ଟ ମହାଦେଇଙ୍କଦ୍ୱାରା କ୍ଷୁଦ୍ର ବିଷ୍ଣୁ ମୂର୍ତ୍ତି ଅନନ୍ତ ନାଗ ଉପରେ ଶୟନ କରିଥିବା ବିଗ୍ରହକୁ ସ୍ଥାପନା କରିଥିଲେ । ଅନନ୍ତ ବାସୁଦେବଙ୍କ ଏହି ମନ୍ଦିରରେ ଆଦିଶେଷଙ୍କ ବିଗ୍ରହ ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ ଦିନ (ଅନନ୍ତ ଚତୁର୍ଦ୍ଦଶୀ) ସନ୍ଧ୍ୟା ଧୂପ ସରିବା ପରେ ଅନନ୍ତଙ୍କ ବ୍ରତ କଥା ପାଠ କଲା ଉତ୍ତାରେ ବନ୍ଦାପନା କରିଥାନ୍ତି ।ବାମନ ଜନ୍ମଦିନ ଏଠାରେ ଦେଉଳ ପୁରୋହିତ ହୋମ କରିଥାନ୍ତି । ଅନନ୍ତ ବାସୁଦେଙ୍କ ମନ୍ଦିରର ପଶ୍ଚିମକୁ ଦିଗପାଳ ମନ୍ଦିର, ଯାହା ଦକ୍ଷିଣ ମୁଖୀ । ଏଥିରେ ଦିଗପାଳମାନେ ପୂଜା ପାଉଛନ୍ତି । ଶ୍ରୀ କ୍ଷେତ୍ରପାଳ (ମହାଦେବ) ମନ୍ଦିର ମୁକ୍ତି ମଣ୍ଡପର ପଛଭାଗରେ ଦକ୍ଷିଣାଭିମୁଖୀ ମହାଦେବ ମନ୍ଦିରଟିକୁ କ୍ଷେତ୍ରପାଳ ମହାଦେବ କୁହାଯାଏ ।ଏହା ଅନନ୍ତ ବାସୁଦେବ ମନ୍ଦିରର ନିକଟରେ ପୂଜା ପାଉଛନ୍ତି।ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ରକ୍ଷକ ରୂପେ କ୍ଷେତ୍ରପାଳ ମହାଦେବ ସମସ୍ତଙ୍କର ନମସ୍ୟ।ଗଙ୍ଗ ବଂଶୀୟ ନରପତି ଅନଙ୍ଗ ଭୀମଦେବ ଏହାକୁ ନିର୍ମାଣ କରିଥିଲେ । ଅଣଚାଶ ଦେବତାଙ୍କ ଏକ ଗାଁ ବିଶେଷ ଭୈରବ ମହାଦେବ ହିଁ କ୍ଷେତ୍ରପାଳ ଓ ଏହାକୁ ଉପାସନା କଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଅନୁମତିପ୍ରାପ୍ତ କରିଥାଆନ୍ତି । ଶ୍ରୀକ୍ଷେତ୍ରପାଳ ମହାଦେବଙ୍କ ମନ୍ଦିରରେ ନନ୍ଦୀ, ଭ୍ରୁକୁଟି, ବୃଷଭ, କୀର୍ତ୍ତି ମୁଖ କେହି ନ ଥିଲେ ମଧ୍ୟ ଶ୍ରୀମହାଲକ୍ଷ୍ମୀ ଓ ଜୟ ବିଜୟ ସ୍ଥାପିତ ହୋଇ ପୂଜା ପାଉଛନ୍ତି । ଶଙ୍ଖ କ୍ଷେତ୍ରରେ ନାଭି ମଣ୍ଡଳରେ ଶ୍ରୀମନ୍ଦିର ଓ କ୍ଷେତ୍ରର ଅଧିପତି କ୍ଷେତ୍ରପାଳ । ଶ୍ରୀକ୍ଷେତ୍ରପାଳଙ୍କୁ ଦର୍ଶନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ହିଁ ଶ୍ରୀକ୍ଷେତ୍ର ଦର୍ଶନ ଓ ଶ୍ରୀଜଗନ୍ନାଥଙ୍କ ପ୍ରାପ୍ତି ଫଳ ମିଳେ । ମୁକ୍ତି ମଣ୍ଡପ: ଯଜ୍ଞ ଶ୍ରୀନୃସିଂହ ମନ୍ଦିର ମନ୍ଦିରର ଅଧିଷ୍ଠାତା ହେଲେ ଯଜ୍ଞ ନୃସିଂହ ବା ମୁକ୍ତ ନୃସିଂହ।ଜଣାଯାଏ ଚୋଡ଼ଗଙ୍ଗ ଦେବ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରି ତା 'ର ପ୍ରତିଷ୍ଠା କରିବାର ପୂର୍ବରୁ ଯଜ୍ଞ ନୃସିଂହ ସ୍ଥାପନା କରିଥିଲେ।ଏ ସମ୍ପର୍କରେ ମନ୍ଦିର ଗାତ୍ରରେ ଶିଳାଲିପି ଖୋଦିତ ହୋଇଥିବା ଦେଖିବାକୁ ମିଳେ, ଯାହାକୁ ଡକ୍ଟର ସତ୍ୟନାରାୟଣ ରାଜଗୁରୁ ପାଠୋଦ୍ଧାର କରି ଲେଖିଛନ୍ତି।୧୧୪୨ ଖ୍ରୀଷ୍ଟାବ୍ଦ ବେଳକୁ ଚୋଡ଼ଗଙ୍ଗ ଦେବ ଓ ତାଙ୍କର ପୁଅ କାମାର୍ଣ୍ଣବଙ୍କର ସମୟରେ ବଳଭଦ୍ର, ପୁରୁଷୋତ୍ତମ ଓ ସୁଭଦ୍ରା ଏହି ନୃସିଂହ ମନ୍ଦିରରେ ପୂଜା ପାଉଥିଲେ।୫୮ ଫୁଟ ଉଚ୍ଚତା ଓ ଏହା ପୂର୍ବାଭିମୁଖୀ। ରୋହିଣୀ କୁଣ୍ଡ ଶ୍ରୀକ୍ଷେତ୍ରର ପଞ୍ଚ ତୀର୍ଥ ମଧ୍ୟରେ ରୋହିଣୀ ତୀର୍ଥ ଅନ୍ୟତମ।ପ୍ରଳୟ ସମୟରେ କୁଣ୍ଡରେ ଥିବା ଜଳ ପରିବ୍ୟାପ୍ତ ହୋଇ ପୁଣି ଏହି କୁଣ୍ଡରେ ହିଁ ଲୀନ ହୋଇଯାଏ।ଦାରୁବ୍ରହ୍ମଙ୍କର ଏହି କୁଣ୍ଡରେ ଆବିର୍ଭାବ ହୋଇଥିଲା।ନୀଳମାଧବ ହିଁ ଦାରୁବ୍ରହ୍ମ ଶ୍ରୀପୁରୁଷୋତ୍ତମ ଓ ପରବର୍ତ୍ତୀ ସମୟରେ "ଶ୍ରୀ ଜଗନ୍ନାଥ " ନାମରେ ପ୍ରତିଷ୍ଠିତ ହୋଇଛନ୍ତି।କଳ୍ପବଟ ଓ ରୋହିଣୀ କୁଣ୍ଡ ମଧ୍ୟସ୍ଥ ପାର୍ଶ୍ୱରେ ଏହି ଦାରୁବ୍ରହ୍ମ ନୀଳମାଧବ ପୂଜା ପାଉଥିଲେ।ଏହି କୁଣ୍ଡରେ ଏକ ତୃଷାର୍ତ୍ତ କାକ ପାଣିରେ ବୁଡି ପ୍ରାଣ ହାରି ମୋକ୍ଷ ଲାଭ କରିଥିଲା। ରୋହିଣୀ କୁଣ୍ଡରେ ଚତୁର୍ଭୁଜ କାକ ଓ ପାଦ ପଦ୍ମ ରହିଛନ୍ତି।ମା ' ବିମଳାଙ୍କ ମନ୍ଦିର ସମ୍ମୁଖରେ ଓ ଭିତର ଚନ୍ଦନ ଯାତ୍ରାର ଜଳକ୍ରୀଡ଼ା ମଣ୍ଡପ ପାର୍ଶ୍ୱରେ ଏହା ଅବସ୍ଥିତ। ବର୍ତ୍ତମାନ ୪ଫୁଟ ପ୍ରସ୍ଥ, ୧୦ ଫୁଟ୍ ଲମ୍ବ ଓ ୧ ଫୁଟ ଉଚ୍ଚରେ କୁଣ୍ଡଟିର ଚଟାଣରେ ଦୁଇଟି ଚତୁଷ୍କୋଣ କଳା ମୁଗୁନି ପଥର ଉପରେ ଭୂଷଣ୍ଡ କାକ (ନାରାୟଣ) ଓ ନାଭିଚକ୍ର ରହିଛନ୍ତି, ଯାହା ନୀଳଚକ୍ର ଆକୃତି ସଦୃଶ୍ୟ । ଜଳକ୍ରୀଡା଼ ମଣ୍ଡପ ବାହାର ଚନ୍ଦନ ୨୧ଦିନ ନରେନ୍ଦ୍ରରେ ଚାପ, ଭଉଁରୀ ଓ ହଳଦିପାଣିରେ ଶେଷ ହେଲା ପରେ ୨୧ ଦିନ ଭିତର ଚନ୍ଦନ ଯାତ୍ରା ଜଳକ୍ରୀଡ଼ା ମଣ୍ଡପରେ ଜୀଉଙ୍କର ହୋଇଥାଏ।ଏହା ବିମଳା ମନ୍ଦିର ସମ୍ମୁଖ, ରୋହିଣୀ କୁଣ୍ଡ ଦକ୍ଷିଣ ପାର୍ଶ୍ୱ ଓ ଯଜ୍ଞ ଶ୍ରୀନୃସିଂହ ମନ୍ଦିରର ପଶ୍ଚିମ ଭାଗରେ ଅବସ୍ଥିତ।ମଦନମୋହନ,ଭୂଦେବୀ ଓ ଶ୍ରୀଦେବୀ ସୁବାସିତ ଚନ୍ଦନ କୁଣ୍ଡରେ ବୁଡି ଜଳକ୍ରୀଡ଼ା କରିଥାନ୍ତି। ନାଟ ଗଣେଶ/ନୃତ୍ୟ ଗଣେଶ କଳା ଚିକ୍କଣ ମୁଗୁନି ପଥରରେ ଅତ୍ୟନ୍ତ କମନୀୟ, ମନୋଲୋଭା ଢ଼ଙ୍ଗରେ ୧ଫୁଟ ଉଚ୍ଚ ବିଶିଷ୍ଟ ସିଂହାସନ ଉପରେ ନୃତ୍ୟରତ ଭଙ୍ଗୀ, ଠାଣୀରେ "ନାଟୁଆ ଗଣେଶ" ୬ ଫୁଟ ଉଚ୍ଚତା ଓ ୩ ଫୁଟ ଓସାରରେ ଅଷ୍ଟଭୁଜ ବିଶିଷ୍ଟ ବିଦ୍ୟମାନ।ବିମଳାଙ୍କ ମନ୍ଦିରର ସମ୍ମୁଖ ଭାଗରେ ଦକ୍ଷିଣାଭିମୁଖୀ ୩୫ ଫୁଟ୍ ଉଚ୍ଚତା ବିଶିଷ୍ଟ ମନ୍ଦିର ମଧ୍ୟରେ ପୂଜା ପାଉଛନ୍ତି।କାଞ୍ଚି ଅଭିଯାନ ସମୟରେ ଗଜପତି ଶ୍ରୀପୁରୁଷୋତ୍ତମ ଦେବ ଏହି ନୃତ୍ୟ ଗଣପତିଙ୍କୁ ଆଣି ସ୍ଥାପନ କରିଛନ୍ତି।ଗଣେଶ ପୂଜା ଅବସରରେ ସନ୍ଧ୍ୟା ଧୂପ ପରେ ଏହି ବିଗ୍ରହଙ୍କୁ ପ୍ରସାଦ ଲାଗି ଭୋଗ ଓ ବନ୍ଦାପନା କରାଯାଏ। ୠକ୍ମିଣୀ ହରଣ ଏକାଦଶୀ ଦିନ ମହାଲକ୍ଷ୍ମୀ ବିମଳା ମନ୍ଦିରକୁ ବିଜେ କଲା ପରେ ୠକ୍ମିଣୀ ହରଣ ନିମିତ୍ତ ମଦନମୋହନ ବିଜେ ହୋଇ ନାଟ ଗଣେଶଙ୍କ ସମ୍ମୁଖରେ ଲୁଚି ରହିଥାନ୍ତି। କଥିତ ଅଛି ବେଢ଼ା ପରିକ୍ରମା ସମୟରେ ନାଟୁଆ ଗଣେଶଙ୍କୁ ଦର୍ଶନ କରିବା ନିତାନ୍ତ ଆବଶ୍ୟକ।କାରଣ ସମସ୍ତ ଭକ୍ତଙ୍କ ତାଲିକା ସେ ରଖନ୍ତି ଓ ପ୍ରଭୁ ଶ୍ରୀ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କୁ ରାତ୍ର ଦରବାରରେ ଉପସ୍ଥାପନା କରିଥାନ୍ତି। ଶ୍ରୀକ୍ଷେତ୍ରାଧିଶ୍ୱରୀ ରାଜରାଜେଶ୍ୱରୀ ଶ୍ରୀ ବିମଳା ଦେବୀ ଏକାନ୍ତ ଗୋପନୀୟ ସିଦ୍ଧ ତନ୍ତ୍ର ପୀଠ ଓ ଦେବୀ ନିଜେ ବିମଳା ମହାଭୈରବୀ ଆଦିଶକ୍ତି ଅଟନ୍ତି।ମା ' ବିମଳା ପାଦ ପୀଠେଶ୍ୱରୀ ଓ କେହି କେହି ଏହାକୁ ଜିହ୍ୱା ପୀଠ, ଶ୍ରୀପୀଠ, ଉଦ୍ଦିଷ୍ଟ ପୀଠ, ନାଭି ପୀଠ, ମସ୍ତକ ପୀଠ ବୋଲି ବର୍ଣ୍ଣନା କରିଛନ୍ତି । ଶ୍ରୀକ୍ଷେତ୍ରେଶ୍ୱରୀ ରାଜରାଜେଶ୍ୱରୀ ବିମଳା ମା ' ତାନ୍ତ୍ରିକ ପୀଠ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି । ଯଥାର୍ଥରେ- ଶାକ୍ତମାନେ ବିଶ୍ୱାସ କରନ୍ତି ଯେ ବିମଳା ଭୈରବୀ ହିଁ ଆଦିଶକ୍ତି ଅଟନ୍ତି ଓ ନିଜେ ଜଗନ୍ନାଥ ତାଙ୍କର ଭୈରବ ଅଟନ୍ତି। ଅଷ୍ଟମ/ନବମ ଶତାବ୍ଦୀ ବେଳକୁ କଳା ମୁଗୁନି ପଥରରେ ମା ' ବିମଳାଙ୍କ ବିଗ୍ରହ ନିର୍ମିତ ହୋଇଥିଲା । ବିମଳା ମା ' ପୂଜା ପାଉଥିବା ମନ୍ଦିରର ଉଚ୍ଚତା ୬୦ ଫୁଟ୍ ଓ ଏହା ୩ ଭାଗରେ ବିଭକ୍ତ । ମୁଖଶାଳା ବା ବିମାନ, ଜଗମୋହନ ବା ନାଟ ମଣ୍ଡପ।୪ହସ୍ତ ଓ ତ୍ରିଚକ୍ଷୁ ୫ ଫୁଟ୍ଉଚ୍ଚତା ବିଶିଷ୍ଟ ବିଗ୍ରହ ( ପ୍ରଭା ବା ସିଂହାସନ ସହ ୬ ଫୁଟ୍)ଙ୍କ ଦକ୍ଷିଣ ପାର୍ଶ୍ୱରେ ମାୟା ଓ ବାମ ପାର୍ଶ୍ୱରେ ଛାୟା ଦେବୀ ଅବସ୍ଥିତା ।ଆଦି ଶଙ୍କରାଚାର୍ଯ୍ୟଙ୍କଦ୍ୱାରା ଷଷ୍ଠ ଶତାବ୍ଦୀରେ ଦେବୀ ବିଗ୍ରହ ପ୍ରତିଷ୍ଠା ହୋଇଥିବା କୁହାଯାଇଛି।ଷୋଡ଼ଶ ମାତୃକା ଓ ଯୋଗିନୀଙ୍କର ୪୪ଟି ଚିତ୍ର ନାଟ ମଣ୍ଡପ କାନ୍ଥରେ ଚିତ୍ରିତ ହୋଇଛି । ଗଞ୍ଜାମର ତରଳାର ରାଜା ଦିବ୍ୟସିଂହ ଦେବ (୧୬୯୩-୧୭୨୦)ଙ୍କ ସମୟରେ ମା ବିମଳାଙ୍କ ଭୋଗ ମଣ୍ଡପ ବା ନାଟ ମଣ୍ଡପ ନିର୍ମାଣ କରିଥିଲେ ।ଶାରଦୀୟ ପାର୍ବଣ ନୀତି ଷୋଳ ପୂଜାରେ ବିମଳା ମା 'ଙ୍କର ୧୧ ବେଶ ହୋଇଥାଏ । ଶ୍ରୀ ଗୋପେଶ୍ୱର ମନ୍ଦିର ଗୋପୀ ଓ ଗୋପର ରକ୍ଷକ ରୂପେ ଗୋପେଶ୍ୱର ଉଭା ହୋଇଥିଲେ । ଏହି ମନ୍ଦିରରେ ଶିବ ଓ ଶ୍ରୀକୃଷ୍ଣ ଉଭୟଙ୍କ ପରିବାର ପୂଜିତ ହେଉଛନ୍ତି । ଏହି ସୁଉଚ୍ଚ ପୀଠ ମନ୍ଦିରଟି ଶୈବ ଓ ବୈଷ୍ଣବ ଉଭୟ ସମ୍ପ୍ରଦାୟର ମିଳନ ପୀଠ ରୂପେ ପ୍ରସିଦ୍ଧି ଲାଭ କରିଛି । ଗୋପେଶ୍ୱର ମହାଶିବ ଓ ମହାବିଷ୍ଣୁଙ୍କ ସମାହାର ଅଟନ୍ତି । ରାଜା ଗୋପେଶ୍ୱର ଦେବଙ୍କଦ୍ୱାରା ମନ୍ଦିର ନିର୍ମାଣ ସହ ସବୁ ଠାକୁରଙ୍କୁ ଏଠାରେ ସମାନ ଭାବେ ପୂଜା କରାଯାଉଛି।ଶ୍ରୀମନ୍ଦିରର ପଶ୍ଚିମ ପାର୍ଶ୍ୱ ଭିତର ବେଢାରେ ପୂର୍ବାଭିମୁଖୀ ମନ୍ଦିରଟିରେ ବିଷ୍ଣୁଙ୍କର ବିଭିନ୍ନ ଅବତାର ସ୍ଥାନିତ ହୋଇଛି । ବେଣୁ ମାଧବ ମନ୍ଦିର ରାଧା ଓ କୃଷ୍ଣଙ୍କର ତ୍ରିଭଙ୍ଗୀ ଠାଣି, ବଂଶୀବାଦନଯୁକ୍ତ ଛୋଟ ଛୋଟ ବିଗ୍ରହଟି ମନ୍ଦିରଟିରେ ବିଦ୍ୟମାନ କିନ୍ତୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦାରୁବ୍ରହ୍ମ ଏହି ମନ୍ଦିରରେ ଶୋଭା ପାଉଛି।ପୂର୍ବାଭିମୁଖୀ ମନ୍ଦିରଟି ମା ' ବିମଳା ଓ ଗୋପେଶ୍ୱର ମନ୍ଦିରର ମଧ୍ୟଭାଗରେ ଅବସ୍ଥିତ।ଏହାକୁ ପଟିଦିଅଁ ମନ୍ଦିର କୁହାଯାଇଥାଏ । ଠାକୁରଙ୍କ ଅଣସର/ଅନବସର ସମୟରେ ପଟିଦିଅଁମାନେ ଏଠାରୁ ଯାଆନ୍ତି ଓ ପରେ ଆସି ରଖାଯାଆନ୍ତି । ଶ୍ରୀ ସାକ୍ଷୀଗୋପାଳ ସାକ୍ଷୀଗୋପାଳ ମନ୍ଦିରରେ ସାକ୍ଷୀଗୋପାଳ ଓ ଶ୍ରୀରାଧାଙ୍କର ବିଗ୍ରହ ସୁନ୍ଦର ରୂପେ ସ୍ଥାପନା କରାଯାଇ ପୂଜା କରାଯାଉଛି । ଏହି ମନ୍ଦିରଟି ପଶ୍ଚିମ ପାର୍ଶ୍ୱ ଭିତର ବେଢାରେ ପୂର୍ବ ମୁହାଁ ହୋଇ ସ୍ଥାପନ କରାଯାଇଛି । ପୁରୁଷୋତ୍ତମ ଦେବ ଗଜପତିଙ୍କର କାଞ୍ଚି ଅଭିଯାନରୁ ଅଣାଯାଇଥିବା ସାକ୍ଷୀ ଗୋପୀନାଥଙ୍କ ବିଗ୍ରହ ପ୍ରଥମେ ଏଠାରେ ପୂଜା ପାଇଥିଲେ । ଏଠାରୁ ସାକ୍ଷୀଗୋପାଳ ସତ୍ୟବାଦୀକୁ ସୁଉଚ୍ଚ ମନ୍ଦିର ନିର୍ମାଣ କରାଯାଇ ସ୍ଥାନାନ୍ତରିତ କରାଯାଇ ଏହି ବିଗ୍ରହକୁ ସ୍ମାରକୀ ଉପାସନା ନିମନ୍ତେ ସ୍ଥାପନା କରାଯାଇଛି । କାର୍ତ୍ତିକ ମାସ ଅଁଳା ନବମୀରେ ଗୋପାଳ ଓ ଶ୍ରୀରାଧା ପାଦ ଦର୍ଶନ କରିବାକୁ ଏଠାରେ ପ୍ରବଳ ଭିଡ଼ ଲାଗି ରହେ।ଗୋଟିଏ କୋଠରୀ ମଧ୍ୟରେ ୪ ଫୁଟର ବିଗ୍ରହ ସାକ୍ଷୀଗୋପାଳ ଓ ରାଧା କଳା ମୁଗୁନି ପଥରରେ ନିର୍ମିତ। ଶ୍ରୀକାଞ୍ଚି ଗଣେଶ/ଭଣ୍ଡ ଗଣେଶ କାଞ୍ଚି ଗଣେଶଙ୍କ ମନ୍ଦିର ଶ୍ରୀମନ୍ଦିର କୁର୍ମ ବେଢାର ପଶ୍ଚିମ ପାର୍ଶ୍ୱରେ ସାକ୍ଷୀଗୋପାଳଙ୍କ ପାର୍ଶ୍ୱରେ ପୂର୍ବାମୁଖୀରେ ଅବସ୍ଥିତ।କାଞ୍ଚି ରାଜା ଶାଲ୍ୱ ନରସିଂହ ଦେବଙ୍କୁ ୧୪୭୪ ଖ୍ରୀଷ୍ଟାବ୍ଦରେ ଗଜପତି ମହାରାଜା ପୁରୁଷୋତ୍ତମ ଦେବ ଯୁଦ୍ଧରେ ପରାସ୍ତ କରି କାଞ୍ଚିର ଇଷ୍ଟଦେବ ଗଣେଶଙ୍କୁ ସାକ୍ଷୀଗୋପାଳଙ୍କ ସହ ନେଇ ଆସିଥିଲେ।ଜଗନ୍ନାଥ-ବଳଭଦ୍ର କଳା-ଧଳା ଘୋଡାରେ କାଞ୍ଚି ଅଭିଯାନରେ ଯାଇ ଜଗନ୍ନାଥ ପ୍ରଥମେ ଏହି ଗଣେଶଙ୍କୁ ପରାସ୍ତ କରିବାରୁ କାଞ୍ଚି ରାଜା ପରାସ୍ତ ହେଲେ।ଏହାକୁ ଭଣ୍ଡ ଗଣେଶ,ଗୌର ଗଣେଶ, କାମଦ ଗଣେଶ, କାଞ୍ଚି ବିଜୟ ଗଣେଶ, ଉଦ୍ଦିଷ୍ଟ ଗଣେଶ ବୋଲି କୁହାଯାଇଥାଏ।ଗଣେଶଙ୍କ ଜାନୁ ଦେଶରେ ଦେବୀ ଦ୍ୱିହସ୍ତା ନାନା ଅଳଙ୍କାର ଭୂଷିତା ସିଦ୍ଧିଦେବୀ/ବିଘ୍ନେଶ୍ୱରୀ ଅଟନ୍ତି। ଏହି ବିଗ୍ରହ ଚତୁର୍ଭୁଜ ବିଶିଷ୍ଟ ଓ ୫ ଫୁଟ୍ ଉଚ୍ଚତା ବିଶିଷ୍ଟ ।ଏହାର ଗଠନ ଅତ୍ୟନ୍ତ କମନୀୟ ଓ ଆକର୍ଷଣୀୟ ।ଡାହାଣ ପଟ ଉପର ହସ୍ତରେ ଅର୍ଦ୍ଧ ଭଗ୍ନ ଦାନ୍ତ, ତଳ ହସ୍ତରେ ରୁଦ୍ରାକ୍ଷ ମାଳା, ବାମ ପଟ ଉପର ହସ୍ତରେ ଫାର୍ଶା ଓ ତଳ ହସ୍ତଟି ତଳ ଦେଶରେ।ଗଳାରେ ପରତା ଓ ସର୍ପ ରହିଛି।ମନ୍ଦିରଟି ବେଢ଼ା ପତ୍ତନଠାରୁ ୨୨ଫୁଟ୍ ଉଚ୍ଚତା ବିଶିଷ୍ଟ । କ୍ଷୀରଚୋରା ଗୋପୀନାଥ ଶ୍ରୀକାଞ୍ଚି ଗଣେଶ ମନ୍ଦିର ପାର୍ଶ୍ୱରେ କ୍ଷୀରଚୋରା ଗୋପୀନାଥ ମନ୍ଦିର ଅବସ୍ଥିତ।ଏହି ମନ୍ଦିରରେ କମନୀୟ ରାଧା କୃଷ୍ଣଙ୍କ ମୂର୍ତ୍ତି ପୂଜା ପାଉଛନ୍ତି।ଜୟ ଶ୍ରୀ ରାଧେ ରାଧେ କୃଷ୍ଣ ଗୋପାଳଙ୍କର ଛୋଟ ବିଗ୍ରହ ଏହି ମନ୍ଦିର ନିକଟରେ ଅନ୍ୟ ଏକ ଛୋଟ ମନ୍ଦିର ମଧ୍ୟରେ ଅବସ୍ଥାପିତ ଓ ପୂଜିତ। ଶ୍ରୀ ଭୁବନେଶ୍ୱରୀ ମନ୍ଦିର ଶକ୍ତି ପୂଜା ମତରେ ପାଞ୍ଚଟି ଆଦି ମାତୃକାଙ୍କର ଆରଧନା କରାଯାଇଥାଏ । ଏହି ଆଦି ମାତୃକାମାନେ ହେଲେ:-୧ ଦେବୀ ସରସ୍ୱତୀ,୨ ଦେବୀ ଗାୟତ୍ରୀ, ୩ ଦେବୀ ସାବିତ୍ରୀ, ୪ ଷଷ୍ଠୀ ଓ ୫ ଭୁବନେଶ୍ୱରୀଦେବୀ।ଏହି ପଞ୍ଚ ମାତୃକା ଆଦି ଲୋକ ମାତୃକା ରୂପେ ବେଶ୍ ପରିଚିତ ଓ ପୂଜିତା। ଭିତର ବଖରାରେ ମା ' ଭୁବନେଶ୍ୱରୀ ବିଦ୍ୟମାନ ଓ ତାଙ୍କୁ କମଳା ସତ୍ୟଭାମା ରୂପେ ସମ୍ବୋଧିତ କରାଯାଇଥାଏ।ବାହାର ବଖରାର ବାମ ପଟେ ମା 'ସରସ୍ୱତୀ, ନୃସିଂହ ଓ ଡାହାଣ ପଟେ ଷଷ୍ଠୀ, ସାବିତ୍ରୀ, ଗାୟତ୍ରୀ ଓ ମନଷୀ ପୂଜିତ ହେଉଛନ୍ତି। ୧୭୦୦ ଖ୍ରୀଷ୍ଟାବ୍ଦରେ ଏହି ଭୁବନେଶ୍ୱରୀ ମା 'ଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା।ଏହି ୩୫ ଫୁଟ୍ ଉଚ୍ଚତା ବିଶିଷ୍ଟ ମନ୍ଦିରରେ ମା ' ଭୁବନେଶ୍ୱରୀଙ୍କ ବିଗ୍ରହ ୫ ଫୁଟ୍ ଉଚ୍ଚତା ବିଶିଷ୍ଟ ।ମା 'ଭୁବନେଶ୍ୱରୀ ୧୦ ମହାବିଦ୍ୟାରୁ ଅନ୍ୟତମା।ଚତୁର୍ଭୁଜ ବିଶିଷ୍ଟ ପାଶ ଅଙ୍କୁଶ, ଅଭୟ ଓ ବରଦା ମୁଦ୍ରାରେ ସୁଶୋଭିତା। ଶ୍ରୀ ସରସ୍ୱତୀ ମା ' ଭୁବନେଶ୍ୱରୀ ଦେବୀଙ୍କ ମନ୍ଦିରର ନାଟ ମଣ୍ଡପରେ ମା ସରସ୍ୱତୀ ଏକ ଛୋଟ ମନ୍ଦିରରେ ହଂସ ବାହନ ଉପରେ ବିରାଜମାନ ହୋଇଛନ୍ତି।ସରସ୍ୱତୀ ଦେବୀଙ୍କ ଉଚ୍ଚତା ୧ ଫୁଟ୍ ଓ ଦେବୀଙ୍କ ଡାହାଣ ପାର୍ଶ୍ୱରେ ୧ ଫୁଟ୍ ଉଚ୍ଚତାରେ ନୃସିଂହଙ୍କ ଏକ କ୍ଷୁଦ୍ର ମୂର୍ତ୍ତି ପ୍ରତିଷ୍ଠିତ ହୋଇଛି।ଶ୍ରୀ ବସନ୍ତ ପଞ୍ଚମୀ ଦିନ କାକରା ପିଠା ଭୋଗ କରାଯାଏ।ସନ୍ଧ୍ୟା ଧୂପ ପରେ ମା ' ସରସ୍ୱତୀଙ୍କ ନିକଟରେ ୨୨ଟି ନଡ଼ିଆ ଭୋଗ କରାଯାଇ ମାଦଳା ପାଞ୍ଜି ପୂଜା କରାଯାଇଥାଏ। ମା ଷଷ୍ଠୀ, ସାବିତ୍ରୀ, ଗାୟତ୍ରୀ ଓ ମନସା ଦେବୀ ମା ' ଭୁବନେଶ୍ୱରୀଙ୍କ ମନ୍ଦିରର ନାଟ ମଣ୍ଡପରେ ଦକ୍ଷିଣ ପଟେ ଏକ କ୍ଷୁଦ୍ର ମନ୍ଦିର ପରି ପ୍ରକୋଷ୍ଠରେ ମା' ଷଷ୍ଠୀ, ସାବିତ୍ରୀ, ଓ ଗାୟତ୍ରୀଙ୍କ ବିଗ୍ରହ ପୂଜା କରାଯାଏ।ଷଷ୍ଠୀ ଦେବୀଙ୍କ ପରିବାର ଏଠି ପୂଜିତ ଓ କେତେକ ମନସା ଦେବୀ ଭାବରେ ପୂଜା କରିଥାନ୍ତି। ଜନ୍ମଦିନମାନଙ୍କରେ ମା ' ଷଷ୍ଠୀ ଦେବୀଙ୍କଠାରେ ପିଲାମାନଙ୍କର ଦୀର୍ଘାୟୁ ଏବଂ ସର୍ବ କୁଶଳ ପାଇଁ କାମନା କରି ପୂଜାର୍ଚ୍ଚନା କରାଯାଇଥାଏ।ମା ' ଷଷ୍ଠୀ ଦେବୀ ତ୍ରିଭୂଜା ଅଟନ୍ତି।ତାଙ୍କ ବାମ କୋଳରେ ଦିବ୍ୟ ଶିଶୁ ଆତ୍ମ ସୁଖ ଲାଭ କରୁଛନ୍ତି। ଶ୍ରୀସାବିତ୍ରୀ ସଧବା ସ୍ତ୍ରୀମାନେ ନିଜ ନିଜ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ଜ୍ୟେଷ୍ଠ ଅମାବାସ୍ୟା ଦିନ ଏହି ମା 'ଙ୍କ ପାଖରେ ସାବିତ୍ରୀ ବ୍ରତ କରିଥାନ୍ତି। ଶ୍ରୀଗାୟତ୍ରୀ ଏଠାରେ ମା 'ଗାୟତ୍ରୀ ଦେବୀ ମଧ୍ୟ ପୂଜିତା ଓ ସର୍ବ ବିଗ୍ରହ ପୂର୍ବାଭିମୁଖୀ ଅଟନ୍ତି। ଶ୍ରୀନୀଳମାଧବ ଶ୍ରୀନୀଳମାଧବ ମନ୍ଦିର ଶ୍ରୀମନ୍ଦିରର ଉତ୍ତର-ପଶ୍ଚିମ କୋଣରେ ଅବସ୍ଥିତ।ପ୍ରଥମେ ନୀଳମାଧବ ଶବର ରାଜା ବିଶ୍ୱାବସୁଙ୍କଦ୍ୱାରା ପୂଜିତ ହେଉଥିଲେ।ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ଆଗରୁ ଶ୍ରୀକ୍ଷେତ୍ରରେ ଅପ୍ରାକୃତିକ ନୀଳମାଧବ ମୂର୍ତ୍ତି ଗାଲ ମାଧବ ସିଂହାସନ ଉପରେ ପୂଜା କରୁଥିଲେ।ଇନ୍ଦ୍ରଦ୍ୟୁମ୍ନ ତାହାକୁ ଏଠାକୁ ସ୍ଥାନାନ୍ତରିତ କରିଛନ୍ତି।ନୀଳମାଧବ ମନ୍ଦିରର ଉଚ୍ଚତା ୩୪ ଫୁଟ୍।ଗର୍ଭଗୃହ ଓ ଜଗମୋହନ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି।ମନ୍ଦିରର ଉତ୍ତର ପାର୍ଶ୍ୱରେ ୨ ଫୁଟ୍ ଉଚ୍ଚତା ବିଶିଷ୍ଟ ତ୍ରିବିକ୍ରମ ପୃଥ୍ୱୀ ଦେବୀଙ୍କୁ ଏକ ପାଦରେ ଟେକି ଧରିଛନ୍ତି।ନୀଳମାଧବ ଚତୁର୍ଭୁଜ ବିଶିଷ୍ଟ ଅଟନ୍ତି।ଡାହାଣ ହସ୍ତରେ ଚକ୍ର, ତଳ ହସ୍ତରେ ପଦ୍ମ ଥିବା ବେଳେ ବାମ ଉପର ହସ୍ତରେ ଶଙ୍ଖ ଓ ନିମ୍ନ ହସ୍ତରେ ଗଦା ଧାରଣ କରିଛନ୍ତି।ନୀଳମାଧବ ବିଗ୍ରହଙ୍କର ଉଚ୍ଚତା ୨ ଫୁଟ୍ ବିଶିଷ୍ଟ ।ଅତୀବ ଭାସ୍କର୍ଯ୍ୟ ପୂର୍ଣ୍ଣ ଓ ପ୍ରାଣବନ୍ତ ଶବର ରାଜା ବିଶ୍ୱାବସୁ ଦୁଇ ହସ୍ତରେ ପାଚିଲା ଫଳ ଓ ନୈବେଦ୍ୟ ମାଧବଙ୍କୁ ଦେଉଥିବା ଓ ନିଜ ପଛେ ଶର ତୁଣି ଧରିଥିବା ଦେଖାଯାନ୍ତି।।ବିଶ୍ୱାବସୁଙ୍କ ବିଗ୍ରହ ୬ଇଞ୍ଚ ବିଶିଷ୍ଟ । ନୀଳମାଧବଙ୍କ ଡାହାଣରେ କଳା ମୁଗୁନି ପ୍ରସ୍ତରରେ ନିର୍ମିତ ୧ଫୁଟର ବଂଶୀଧାରୀ ଶ୍ରୀକୃଷ୍ଣ ରହିଛନ୍ତି।ବାମ ପଟେ ୨ ଫୁଟ୍ ଉଚ୍ଚତାର ଦାରୁ ବିଗ୍ରହ ଶ୍ରୀଜଗନ୍ନାଥଙ୍କର ପୂଜା ପାଉଛନ୍ତି।ଶ୍ରୀକୃଷ୍ଣ,ନୀଳମାଧବ ଓ ଶ୍ରୀଜଗନ୍ନାଥ ତ୍ରିଦେବ ହିଁ ନୀଳମାଧବ ନାମରେ ପୂଜା ପାଉଛନ୍ତି। ଶ୍ରୀବେଢାକାଳୀ ଶ୍ରୀମନ୍ଦିରର ପଶ୍ଚିମ କୋଣରେ ଶ୍ରୀନୀଳମାଧବ ଓ ଶ୍ରୀଲକ୍ଷ୍ମୀଙ୍କ ମନ୍ଦିର ମଧ୍ୟରେ ଏହି ମା 'ଙ୍କ ମନ୍ଦିର ଅବସ୍ଥିତ।ଏହି ମା 'ଙ୍କୁ ଭଦ୍ରକାଳୀ ବା ଗୁହ୍ୟ କାଳୀ କୁହାଯାଇଥାଏ।ପୂର୍ବରୁ ଚାରିପାର୍ଶ୍ୱ ଘଞ୍ଚ ବୃକ୍ଷ ରାଶି ଛାୟା ବେଢ଼ି ରହିଥିଲା।ଏଣୁ ବହୁ ଲୋକ ମୃତ୍ୟୁମୁଖରେ ପଡିଛନ୍ତି।ମରହଟ୍ଟା ରାଜତ୍ୱରେ ବାବା ବ୍ରହ୍ମଚାରୀଙ୍କ ଉଦ୍ୟମରେ କାଳୀଙ୍କ ସମ୍ମୁଖରେ ବର୍ତ୍ତମାନର ବିଗ୍ରହ ସ୍ଥାପନା କରାଯାଇଥିଲା ଓ ଯନ୍ତ୍ର କାଳୀ ଓ ବେଢ଼ାକାଳୀଙ୍କ ପ୍ରକୋପକୁ ଶାନ୍ତ କରାଯାଇଥିଲା।କୁର୍ମ ବେଢ଼ା, ଶ୍ରୀମନ୍ଦିରର ରକ୍ଷକ ରୂପେ ବେଢ଼ାକାଳୀ ପ୍ରଭୁଙ୍କ ପହୁଡ଼ ପରେ ଜାଗ୍ରତ ହୋଇ ରହିଥାନ୍ତି।ମା 'ଭଦ୍ରକାଳୀ ତଥା ବେଢ଼ା କାଳୀ ଗର୍ଭ ଗୃହରେ ପୂଜା ପାଆନ୍ତି।ଭଦ୍ରକାଳୀ ପରମ ବୈଷ୍ଣବୀ ଅଟନ୍ତି।ଏହି କାଳୀ ମା 'ଙ୍କ ମୂର୍ତ୍ତି ଝୁଣା ଓ ତୈଳ ମିଶ୍ରିତ ଉପାଦାନ "ଓଷୁଅ" ରେ ନିର୍ମିତ କିନ୍ତୁ ମୂଳ ପଥର ମୂର୍ତ୍ତି ଏହାଙ୍କ ପଶ୍ଚାତ ଭାଗରେ ଅଧିଷ୍ଠିତା।ବର୍ତ୍ତମାନର ମୂର୍ତ୍ତିର ଡାହାଣ ପାର୍ଶ୍ୱକୁ ଏକ କଣା ରହିଛି ଯେଉଁ ବାଟେ ହିଁ ପ୍ରତିଦିନ ଫୁଲ ଚନ୍ଦନ ମୂଳ ଦେବୀଙ୍କୁ ଅର୍ପଣ କରାଯାଏ। ଶ୍ରୀ ଲକ୍ଷ୍ମୀନାରାୟଣ ମା ' ବେଢ଼ାକାଳୀଙ୍କ ଉତ୍ତର ଦିଗରେ ଶ୍ୱେତ ମାର୍ବଲର ଅତୀବ କମନୀୟ ଲକ୍ଷ୍ମୀ-ନାରାୟଣଙ୍କ ବିଗ୍ରହ ପୂଜା ପାଉଛନ୍ତି।ବିଶ୍ୱାସ ଅଛି ଯେ, ଏଠାରେ ମାନସିକ ରଖି ବିବାହ ପ୍ରସ୍ତାବ ନିମନ୍ତେ ନଡ଼ିଆ, ଦୀପ, ପୁଷ୍ପ, ବସ୍ତ୍ର ଲାଗି କରିଦେଲେ ତୁରନ୍ତ ପୁଅ ଝିଅଙ୍କ ବିବାହ ହୋଇଯାଏ।ମହାଲକ୍ଷ୍ମୀଙ୍କର ମନ୍ଦିରର ପଶ୍ଚାତ ଭାଗରେ ଏହି ମନ୍ଦିରଟି ବିଦ୍ୟମାନ। ଶ୍ରୀମହାଲକ୍ଷ୍ମୀ ଶ୍ରୀମନ୍ଦିରର ବାୟୁ କୋଣରେ ୬୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଶ୍ରୀମହାଲକ୍ଷ୍ମୀ ମନ୍ଦିରଟି ଅବସ୍ଥିତ।ଏହି ମନ୍ଦିରଟି ୪ ଭାଗରେ ବିଭକ୍ତ।ଯଥା:-୧ ଗର୍ଭ ଗୃହ ବା ବିମାନ, ୨ ଜଗମୋହନ, ୩ ନାଟ ମଣ୍ଡପ, ୪ ଅଚିନ୍ତା ମଣ୍ଡପ।ଦକ୍ଷିଣ ଦ୍ୱାରରୁ ପ୍ରବେଶ କରି ଗର୍ଭ ଗୃହକୁ ଆସିବା ପରେ କାନ୍ଥରେ ଲକ୍ଷ୍ମୀ-ନୃସିଂହଙ୍କର ମଣିମୟ ବିଗ୍ରହ ଓ ଉତ୍ତରରେ ବିଦ୍ୟମାନ ହୋଇଛନ୍ତି।ଆଦି ଶଙ୍କରାଚାର୍ଯ୍ୟ ପୂଜା କରୁଥିବା ଲକ୍ଷ୍ମୀ-ନୃସିଂହ ମୂର୍ତ୍ତି ଏଠାରେ ବିଦ୍ୟମାନ ଅଟନ୍ତି।ଲକ୍ଷ୍ମୀ-ନୃସିଂହଙ୍କର ପାଦ ତଳେ ଆଦି ଶଙ୍କରାଚାର୍ଯ୍ୟଙ୍କ ଚିତ୍ରପଟ ମଧ୍ୟ ରହିଛି । ଐତିହାସିକମାନେ/ଗବେଷକମାନେ ଭିନ୍ନ ଭିନ୍ନ ମତ ରଖନ୍ତି ଯେ, ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଅନଙ୍ଗ ଭୀମଦେବ କିମ୍ବା ଚୋଡ଼ଗଙ୍ଗ ଦେବ କରାଇଛନ୍ତି।ମାଦଳା ପାଞ୍ଜି ଅନୁଯାୟୀ ପ୍ରଥମେ ଏହି ମନ୍ଦିର କାର୍ଯ୍ୟ ଯଯାତି କେଶରୀ ଓ ପରେ ଅନଙ୍ଗ ଭୀମଦେବ କରାଇଛନ୍ତି।ମନ୍ଦିରର ପୂର୍ବ ଦିଗକୁ ଛାଡ଼ି ତିନି ପଟେ ଗଜଲକ୍ଷ୍ମୀଙ୍କ ବିଗ୍ରହ ବିଦ୍ୟମାନ ହୋଇଛନ୍ତି।ଗର୍ଭ ଗୃହର ଦୁଇ ପାର୍ଶ୍ୱରେ ମା ' ଗଙ୍ଗା ଓ ଯମୁନାଙ୍କ ମୂର୍ତ୍ତି ବିରାଜିତା। ଲକ୍ଷ୍ମୀ ମନ୍ଦିରର ବିମାନ ନିର୍ମାଣ କାର୍ଯ୍ୟ ଗଜପତି ବଳଭଦ୍ର ଦେବଙ୍କ ପୁତ୍ର ମୁକୁନ୍ଦ ଦେବଙ୍କ ପୁତ୍ର ପିତାମ୍ବର ବିଦ୍ୟାଧର ମହାପାତ୍ର କରାଇଥିଲେ।କଳା ମୁଗୁନି ପଥରରେ ନିର୍ମିତ ଦେବୀଙ୍କ ବିଗ୍ରହ ସିଂହାସନ ଉପରେ ବିରାଜିତା ହୋଇଛନ୍ତି।ଏହି ମୂର୍ତ୍ତି ପ୍ରଭାସହ ୪ ଫୁଟ୍ ଉଚ୍ଚତା ବିଶିଷ୍ଟ।ଦେବୀ ପଦ୍ମାସନା ଓ ଚତୁର୍ଭୁଜା ହୋଇ ବିରାଜମାନ ହୋଇଛନ୍ତି।ଦୁଇ ପଟେ ଦୁଇ ଯୁଗଳ ହସ୍ତୀ ସ୍ୱର୍ଣ୍ଣ କୁମ୍ଭରୁ ମହାଲକ୍ଷ୍ମୀଙ୍କୁ ଜଳ ଢାଳୁଛନ୍ତି।ଏହି ରୂପ ମହାଲକ୍ଷ୍ମୀଙ୍କର "ଗଜଲକ୍ଷ୍ମୀ" ରୂପେ ପ୍ରଖ୍ୟାତ।ଜଗମୋହନ, ମହାଲକ୍ଷ୍ମୀ ମନ୍ଦିରରେ "ତ୍ରିପଦ ଭକ୍ତି ବୈକୁଣ୍ଠ ମଣି ମଣ୍ଡପ" ନାମରେ ଖ୍ୟାତି ଲାଭ କରିଛନ୍ତି। ନବଗ୍ରହ ମନ୍ଦିର ଲକ୍ଷ୍ମୀ ମନ୍ଦିରର ନାଟ ମଣ୍ଡପର ଉତ୍ତର ପାର୍ଶ୍ୱରେ ନବ ଗ୍ରହ ମନ୍ଦିରରେ ୪ ଫୁଟ୍ ଉଚ୍ଚ କାନ୍ଥକୁ ଲାଗି ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁ ବିଗ୍ରହ ବିପରୀତ କ୍ରମାନୁଯାୟୀ ପ୍ରତିଷ୍ଠିତ ହୋଇ ଦକ୍ଷିଣରୁ ବାମକୁ ପୂଜା ହେଉଛନ୍ତି।ଏଥିପାଇଁ ଗ୍ରହମାନଙ୍କ ଅବସ୍ଥିତିରେ ବୈଷମ୍ୟ ଉପଲବ୍ଧ କରାଯାଇଥାଏ।ପଥର ପୂର୍ବାଭିମୁଖୀ ନବଗ୍ରହ ବିଗ୍ରହମାନଙ୍କ ବ୍ୟତୀତ ସମଲେଶ୍ୱରୀ, ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ବିଗ୍ରହ ମଧ୍ୟ ପୂଜିତ ହୋଇଥାଏ। ଶ୍ରୀବଦ୍ରିନାରାୟଣ-ଦ୍ୱାରିକାନାଥ ନବଗ୍ରହ ଓ ସୂର୍ଯ୍ୟନାରାୟଣ ମଧ୍ୟସ୍ଥ ଏବଂ ଲକ୍ଷ୍ମୀ ମନ୍ଦିରର ପୂର୍ବ ଦ୍ୱାରର ପ୍ରାରମ୍ଭ ଉତ୍ତର ପାର୍ଶ୍ୱରେ ଶ୍ରୀବଦ୍ରିନାରାୟଣ ମନ୍ଦିର ଓ ଦ୍ୱାରିକାନାଥ ମନ୍ଦିରରେ ଲକ୍ଷ୍ମୀ ନାରାୟଣ ପୂଜା ହେଉଛନ୍ତି। ସୂର୍ଯ୍ୟ-ଚନ୍ଦ୍ର ମନ୍ଦିର ଧର୍ମ ଦେବତାଙ୍କ ନିମନ୍ତେ ପ୍ରାରମ୍ଭରେ ଏହି ମନ୍ଦିର ନିର୍ମାଣ ହୋଇଥିଲା।ଏହି ମନ୍ଦିରରେ ବୈବାହିକ ନିର୍ବନ୍ଧ କାର୍ଯ୍ୟ କରାଯାଇଥାଏ।ଏହି ମନ୍ଦିର ଇନ୍ଦ୍ର ମନ୍ଦିର ନାମରେ ମଧ୍ୟ ସୁପରିଚିତ ଥିଲା।ମାଦଳା ପାଞ୍ଜିରୁ ଜଣାଯାଏ ଯେ, ଭୋଇ ବଂଶର ରାଜା ନରସିଂହ ଦେବ ୧୬୨୨-୧୬୪୪ ଖ୍ରୀଷ୍ଟାବ୍ଦ ମଧ୍ୟରେ କୋଣାର୍କରୁ ସୂର୍ଯ୍ୟ ଚନ୍ଦ୍ରଙ୍କୁ ଆଣି ଏଠାରେ ସ୍ଥାପନା କରିଥିଲେ।୧୬୨୮ ମସିହା ମାର୍ଚ୍ଚ ୧୭ ତାରିଖରେ ଗଜପତି ନରସିଂହ ଦେବ କୋଣାର୍କ ମନ୍ଦିରରୁ ଆଣି ଇନ୍ଦ୍ରଙ୍କ ମନ୍ଦିରରେ ସ୍ଥାପନା କରିଥିଲେ ବୋଲି ଜଣା ପଡିଛି।ଏହି ମନ୍ଦିରଟି ୩ ଭାଗରେ ବିଭକ୍ତ ଯଥା:- ୧ ବିମାନ, ୨ ଜଗମୋହନ, ୩ ନାଟ ମନ୍ଦିର।ଏହି ମନ୍ଦିର ୬୩ ଫୁଟ୍ ଉଚ୍ଚତା ବିଶିଷ୍ଟ ।ଶ୍ରୀମନ୍ଦିର ପରେ ଏହି ମନ୍ଦିରଟି ଅନ୍ୟ ମନ୍ଦିରମାନଙ୍କ ଅପେକ୍ଷାରେ ବଡ଼।ଇନ୍ଦ୍ରଙ୍କ ଅର୍ଦ୍ଧ ଭଗ୍ନ ବିଗ୍ରହ ସୂର୍ଯ୍ୟ ନାରାୟଣଙ୍କ ମଣି ବିଗ୍ରହର ଠିକ୍ ପଛ ପାର୍ଶ୍ୱରେ ଥିବା ଜଣାଯାଏ।ଜଗମୋହନର ମଧ୍ୟ ଭାଗରେ ଏକ ରଥାକୃତି କାଷ୍ଠ ସିଂହାସନରେ ଧାତୁ ନିର୍ମିତ ସୂର୍ଯ୍ୟ ପ୍ରତିମାଙ୍କ ଚଳନ୍ତି ବିଗ୍ରହ ଓ ବାମ ଭାଗରେ ଛାୟା ବିଗ୍ରହ ବା ଉତ୍ତରାୟଣ ବା ଚନ୍ଦ୍ର ବିଗ୍ରହ ବୋଲି କୁହାଯାଏ।ଏଠାରେ ଥିବା "ଜ୍ୱର ଦେବତା" ଙ୍କ ମଣି ବିଗ୍ରହ ତିନି ମୁଣ୍ଡ, ପାଞ୍ଚ ହାତ ବିଶିଷ୍ଟ ।ରଥ ଉପରେ "ପଦ୍ମ ମାଧବ" ବିଗ୍ରହ ରଥାସୀନ ହୋଇଛନ୍ତି। ଶ୍ରୀଦଧୀବାମନ ଜୀଉ ସୂର୍ଯ୍ୟ ମନ୍ଦିର ଗର୍ଭଗୃହ ପାଖରେ ୩୦ ହାତ ଉଚ୍ଚତା ବିଶିଷ୍ଟ ରଥାକୃତି ମନ୍ଦିର ଓ ଜଗମୋହନ ରହିଛି।ମୁଖ୍ୟ ମନ୍ଦିର ଚୂଡ଼ାରେ ଚକ୍ର ଶୋଭା ପାଉଛନ୍ତି।ମନ୍ଦିରର ଉତ୍ତରରେ ଶ୍ରୀବଳି ବାମନ, ଦକ୍ଷିଣରେ ଶ୍ରୀବରାହ ଓ ପଶ୍ଚିମ ପାର୍ଶ୍ୱରେ ଶ୍ରୀନୃସିଂହ ବିରାଜମାନ ହୋଇଛନ୍ତି।ମୁଖ୍ୟ ପ୍ରବେଶ ଦ୍ୱାର ଦକ୍ଷିଣ ଦିଗକୁ ରହିଛି।ମୁଖ୍ୟ ବିଗ୍ରହ ପୂର୍ବାଭିମୁଖୀ ଅଟନ୍ତି।ଏକ ଫୁଟ୍ ଉଚ୍ଚତା ବିଶିଷ୍ଟ ପ୍ରସ୍ତର ସିଂହାସନ ଉପରେ ଶାଳଗ୍ରାମ ଶିଳାରେ୪ ଫୁଟ୍ ଉଚ୍ଚତା ବିଶିଷ୍ଟ ମୁରଲୀଧାରୀ ହସ୍ତ ଓ ଛନ୍ଦା ପୟରରେ ନୃତ୍ୟରତ ହୋଇଥିବା ଦଧିବାମନ ଠାକୁର ବିରାଜିତ ହୋଇଛନ୍ତି। ଶ୍ରୀଗୋପୀନାଥ ଓ ରାମଚନ୍ଦ୍ର ମନ୍ଦିର ଶ୍ରୀ ଗୋପୀନାଥ ଓ ରାମଚନ୍ଦ୍ର ମନ୍ଦିରରେ ରାମାୟଣ ଓ ମହାଭାରତ ଯୁଗର ସହାବସ୍ଥାନ ଦେଖାଯାଇଥାଏ।ଏଠାରେ ପ୍ରଭୁ ଶ୍ରୀକୃଷ୍ଣ ଓ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ପୂଜା କରାଯାଇଥାଏ। ବଳୀ ପାତାଳ ମନ୍ଦିର କୁର୍ମ ବେଢାର ଉତ୍ତର ପାର୍ଶ୍ୱ ଦ୍ୱାର ନିକଟରେ ପଶ୍ଚିମ ଦିଗକୁ ପୂର୍ବାଭିମୁଖୀ ହୋଇ ବଳୀ ପାତାଳ ମନ୍ଦିର ରହିଛି।ଏହି ମନ୍ଦିରକୁ ଶ୍ରୀପାତାଳେଶ୍ୱର ମନ୍ଦିର ବୋଲି ମଧ୍ୟ କୁହାଯାଇଥାଏ।ଏହା ବେଢାର ପତନଠାରୁ ଅଧେ ଅଂଶ ପୋତି ହୋଇ ରହିଲା ପରି ଲାଗୁଛି।ଏହି ମନ୍ଦିରଟି ରାଜା ଅନଙ୍ଗ ଭୀମ ଦେବ ନିର୍ମାଣ କରିଥିଲେ।ଏହି ମନ୍ଦିରଟି କେବଳ ଗର୍ଭ ଗୃହ ବା ବିମାନ ସମ୍ବଳିତ ମନ୍ଦିର ।ଭଗବାନ ବିଷ୍ଣୁ ବାମନ ଅବତାର ଧାରଣ କରି ନିଜ ପାଦରେ ଚାପି ଦେଇଥିବା ବଳୀ ଏଠାରେ ପାତାଳେଶ୍ୱର ନାମରେ ରହିଛନ୍ତି ଓ ନୀଳଚକ୍ର ପତିତପାବନକୁ ଚାହିଁ ଶ୍ରୀବିଷ୍ଣୁଙ୍କ ସାନିଧ୍ୟ ପାଇଛନ୍ତି ବୋଲି ଲୋକେ ବିଶ୍ୱାସ କରୁଛନ୍ତି। ୨୨ ପାହାଚ ତଳକୁ ଗଲେ ୨୦ ଫୁଟ ତଳେ ପାତାଳେଶ୍ୱର ମହାଦେବ ବିଦ୍ୟମାନ ଅଟନ୍ତି।ପୋଖରିଆର ମଧ୍ୟରେ ଅଢ଼େଇ ଫୁଟ୍ ବ୍ୟାସ ବିଶିଷ୍ଟ ଶିବଲିଙ୍ଗ, ଶକ୍ତି ଓ ଶକ୍ତିଙ୍କ ଉପରେ ପାଞ୍ଚଟି ତମ୍ବା ନିର୍ମିତ ସର୍ପ ପୂଜା ପାଉଛନ୍ତି।ଗମ୍ଭୀରାର ପଶ୍ଚିମ କାନ୍ଥକୁ ଲାଗି ୩ ଫୁଟ ଉଚ୍ଚତାର ବଳୀ ମହାରାଜ, ଦେଢ଼ ଫୁଟ୍ ଉଚ୍ଚତାର ଏକ ଭଗ୍ନ ଗଣେଶ ଓ ୨ ଫୁଟ୍ ଉଚ୍ଚତାର କାଳୀୟ ଦଳନ ମୂର୍ତ୍ତି , ଖିଲାଣ ଉପରେ ନବଗ୍ରହ, ରାହୁ ଓ ଶଙ୍କରାଚାର୍ଯ୍ୟ ଆଦିଙ୍କ ମୂର୍ତ୍ତି ଓ ରାମନନ୍ଦୀ ଚିତା ରହିଛି।ଏହାର ବାମରେ କ୍ଷୁଦ୍ର ବୃଷଭ ରହିଛି।ଏହାର ଦୁଇ ପାର୍ଶ୍ୱର କାନ୍ଥରେ ଗଙ୍ଗବଂଶୀ ରାଜା ଅନଙ୍ଗଭୀମ ଦେବଙ୍କ ସାତଟି ଶିଳାଲେଖ ଉଦ୍ଧାର ହୋଇଛି। ପାତାଳେଶ୍ୱର ମହାଦେବଙ୍କ ଦର୍ଶନ ସାରି ଉତ୍ତର ଦ୍ୱାର ମାର୍ଗରେ ଭକ୍ତିପୂର୍ବକ ଐଶାନେଶ୍ୱର, ଶୀତଳା, ଉତ୍ତରାୟଣୀ ଲୋକେଶ୍ୱର, ବୈକୁଣ୍ଠେଶ୍ୱର ଓ ତପସ୍ୱୀ ହନୁମାନ ୬ ଜଣ ଦେବତାଙ୍କ ଦର୍ଶନର ବିଧି ରହିଛି। ପାଦପଦ୍ମ କୁର୍ମ ବେଢାର ଉତ୍ତର ପାର୍ଶ୍ୱର ଦ୍ୱାରର ପୂର୍ବ ଦିଗକୁ, ଭକ୍ତ ଶ୍ରୀଚୈତନ୍ୟଙ୍କ ପଦ ଚିହ୍ନ ଯାହା ଗରୁଡ଼ ପଛରେ, ଜଗମୋହନରେ ଥିଲା ତାକୁ ଦର୍ଶନ କରିବାର ସୌଭାଗ୍ୟ ମିଳିବ।କୀର୍ତ୍ତନ ଚକଡାରେ ଏହା ଥିବାରୁ ସଂକୀର୍ତ୍ତନ କରାଯାଏ । ଚତୁର୍ଦ୍ଧାମୂର୍ତ୍ତି ନାରାୟଣଙ୍କ ବିଗ୍ରହ କ୍ଷୁଦ୍ର ମନ୍ଦିର ମଧ୍ୟରେ ରହିଛନ୍ତି।କଳା ମୁଗୁନି ପ୍ରସ୍ତରରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥିବା ମନୋମୁଗ୍ଧକର ବିଗ୍ରହମାନେ ପୂଜା ପାଉଛନ୍ତି ଓ ଏହି ମନ୍ଦିରର ଆଗରେ ଥିବା ମଣ୍ଡପରେ ଫୁଲହାର ପ୍ରଭୁଙ୍କର ଗୁନ୍ଥାଯାଏ। ଶୁଆ-ସାରୀ ମନ୍ଦିର ରାମଚନ୍ଦ୍ର ତଥା ରାଧାକୃଷ୍ଣଙ୍କ ବିଗ୍ରହ ପାଦପଦ୍ମ ନିକଟରେ କ୍ଷୁଦ୍ର ମନ୍ଦିରର ପୂଜା ପାଆନ୍ତି। ଶ୍ରୀ ଐଶାନେଶ୍ୱର ମହାଦେବ ଶ୍ରୀମନ୍ଦିରର ଐଶାନ୍ୟ କୋଣରେ ବେଢାର ପତନଠାରୁ ୨୫ ଫୁଟ୍ ତଳେ ଈଶାନେଶ୍ୱର ପ୍ରଭୁଙ୍କ ମନ୍ଦିର ରହିଛି । ଭିତର ବେଢାରୁ ଉତ୍ତର ଦ୍ୱାରକୁ ଯିବା ସମୟରେ ପୂର୍ବ ପଟ ସଂଲଗ୍ନ ହୋଇ ଈଶାନେଶ୍ୱର ମହାଦେବ ବିଦ୍ୟମାନ ହୋଇଛନ୍ତି ଓ ଏହାର ପ୍ରବେଶ ଦ୍ୱାରଟି ଉତ୍ତରାଭିମୁଖୀ ହୋଇ ରହିଛି।ମାଦଳା ପାଞ୍ଜିରୁ ଜଣାପଡେ ଯେ ଏହାକୁ ଧ୍ରୁବ କେଶରୀ ନିର୍ମାଣ କରିଛନ୍ତି । ଈଶାନେଶ୍ୱରଙ୍କୁ ଶ୍ରୀଜଗନ୍ନାଥଙ୍କ ଗୁରୁ ବୋଲି ବିବେଚନା କରାଯାଏ ଓ ଶ୍ରୀଜଗନ୍ନାଥ ମନ୍ଦିର ବହୁ ପୂର୍ବରୁ ସେ ଏଠାରେ ରହିଛନ୍ତି।ଗର୍ଭଗୃହରେ ୨ ଫୁଟରେ ୨ ଫୁଟ୍ ଆୟତନର ଉତ୍ତରାଭିମୁଖୀ ଶକ୍ତି ପୂଜା ପାଉଛନ୍ତି । ଏହାର ଲିଙ୍ଗ ୧ ଫୁଟ୍ ଉଚ୍ଚତା ବିଶିଷ୍ଟ । ପର୍ବ ପର୍ବାଣି ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ବର୍ଷସାରା ପର୍ବପର୍ବାଣି ଲାଗି ରହିଥିଲେ ମଧ୍ୟ ସେଥିମଧ୍ୟରୁ ବାରଗୋଟି ବିଶିଷ୍ଟ ଉତ୍ସବ ଭାବେ ପାଳିତ ହୁଏ ସେଗୁଡ଼ିକ ଦ୍ୱାଦଶ ଯାତ୍ରା ନାମରେ ଅଭିହିତ । ସ୍ନାନ ପୂର୍ଣ୍ଣିମା: ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା: ଶ୍ରୀଜଗନ୍ନାଥଙ୍କ ଜନ୍ମଦିନ, ଗଜ ବେଶ ରଥଯାତ୍ରା: ଆଷାଢ଼ ଶୁକ୍ଳ ଦ୍ୱିତୀୟା: ରଥରେ ଆଡ଼ପ ମଣ୍ଡପ ଗୁଣ୍ଡିଚା ମନ୍ଦିରକୁ ବିଜେ କରନ୍ତି । ହରିଶୟନ ଏକାଦଶୀ: ଆଷାଢ଼ ଶୁକ୍ଳ ଏକାଦଶୀ: ବାହୁଡ଼ା ଏକାଦଶୀ । କର୍କଟ ସଂକ୍ରାନ୍ତି: ଶ୍ରାବଣ କୃଷ୍ଣ ଦ୍ୱିତୀୟା: ଦକ୍ଷିଣାୟନ ଯାତ୍ରା ପାର୍ଶ୍ୱପରିବର୍ତ୍ତନ ଏକାଦଶୀ: ଭାଦ୍ରବ ଶୁକ୍ଳ ଏକାଦଶୀ: ହରି ଉତ୍ଥାପନ ଏକାଦଶୀ: କାର୍ତ୍ତିକ ଶୁକ୍ଳ ଏକାଦଶୀ: ଦେବୋତ୍ଥାନ ଏକାଦଶୀ ବା ପ୍ରବୋଧନ ଯାତ୍ରା । ପ୍ରାବରଣ ଷଷ୍ଠୀ: ମାର୍ଗଶିର ଶୁକ୍ଳ ଷଷ୍ଠୀ: ଓଢ଼ଣ ଷଷ୍ଠୀ: ଏହିଦିନଠାରୁ ଶୀତ ବସ୍ତ୍ର ପରିଧାନ କରନ୍ତି । ଘୋଡ଼ଲାଗି ବେଶ ଆରମ୍ଭ ହୁଏ । ପୁଷ୍ୟାଭିଷେକ: ଫାଲ୍‌ଗୁନ ଶୁକ୍ଳ ପୂର୍ଣ୍ଣିମା: ମକର ସଂକ୍ରାନ୍ତି: ମାଘ କୃଷ୍ଣ ସପ୍ତମୀ: ଉତ୍ତରାୟଣ ଯାତ୍ରା ଦୋଳୋତ୍ସବ (ବସନ୍ତୋତ୍ସବ): ଫାଲ୍‌ଗୁନ ଶୁକ୍ଳ ପୂର୍ଣ୍ଣିମା ଦମନକ ଲାଗି ବା ଦମନକ ଚୋରି: ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ ଚନ୍ଦନ ଯାତ୍ରା: ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା): ଗନ୍ଧଲେପନ ଯାତ୍ରା ମନ୍ଦିର ଉପରେ ଅତୀତରେ ହୋଇଥିବା ଆକ୍ରମଣ ଏବଂ ବିଗ୍ରହ ସ୍ଥାନାନ୍ତର ଇତିହାସରୁ ଜଣାଯାଏ ଯେ ଶ୍ରୀମନ୍ଦିର ଉପରେ ସମୁଦାୟ ଅଠରଥର ଆକ୍ରମଣ ହୋଇଥିଲା । ଏଥିମଧ୍ୟରୁ ପାଞ୍ଚଥର ଆକ୍ରମଣର ସବିଶେଷ ବିବରଣୀ ଗବେଷଣା ହୋଇ ଆଲୋଚନା ପରିସରକୁ ଆସିନାହିଁ । ତେରଥର ଆକ୍ରମଣ କାଳରେ ମହାପ୍ରଭୁ ଶ୍ରୀମନ୍ଦିର ରତ୍ନବେଦିରୁ ଯାଇ ଓଡ଼ିଶାର ବିଭିନ୍ନ ସ୍ଥାନକୁ ୨୧ ଥର ସ୍ଥାନାନ୍ତର ହୋଇଛି । ସେଥିମଧ୍ୟରୁ ଦୁଇଥର ଶ୍ରୀକ୍ଷେତ୍ର ଭିତରେ ଲୀଳା ହୋଇଥିବା ବେଳେ ଶ୍ରୀକ୍ଷେତ୍ର ବାହାରେ ଉଣେଇଶ ଥର ସ୍ଥାନାନ୍ତର ହୋଇ ଲୀଳା କରିଛନ୍ତି । ଚିଲିକାର ଗୁରୁବାଈଗଡ଼ ଓ ବାଣପୁର ତହସିଲର ନଈରୀଗ୍ରାମର ହରେଶ୍ୱର ମଣ୍ଡପକୁ ଦୁଇ ଦୁଇ ଥର ବିଜେ କରି ଲୀଳା କରିଥିଲେ । ମହାପ୍ରଭୁ ସମୁଦାୟ ଦୁଇଥର ପାତାଳୀ ଲୀଳା କରିଛନ୍ତି । ଥରେ ସୋନପୁରଠାରେ ଓ ୧୫୬୮ ମସିହାରେ କଳାପାହାଡ଼ ଆକ୍ରମଣରେ ଚିଲିକାର ହାତୀପଡ଼ାଠାରେ ମହାପ୍ରଭୁଙ୍କର ପାତାଳୀଲୀଳା ହୋଇଥିଲା । ଦୁଇଥର ମହାପ୍ରଭୁ ବ୍ରହ୍ମଲୀଳା କରିଛନ୍ତି । ଏହାଥିଲା ମହାପ୍ରଭୁଙ୍କର ଅଭିନବ ବ୍ରହ୍ମଲୀଳା । ନଷ୍ଟ ହେଇଯାଉ ଦାରୁ ବିଗ୍ରହ, କିନ୍ତୁ ବ୍ରହ୍ମ ସୁରକ୍ଷିତ ଥାଆନ୍ତୁ । ଏ ଜାତିର 'ବିଶ୍ୱାସ' ଟିକକ ହସ୍ତାନ୍ତର ହୋଇ ନଯାଉ କି ମନୋବଳ ଭାଙ୍ଗି ଚୁରମାର ହୋଇ ନଯାଉ । ସେହି ବିଶ୍ୱାସରେ ବ୍ରହ୍ମଲୀଳା ସମ୍ପନ୍ନ ହୋଇଥିଲା । ପ୍ରଥମ ବ୍ରହ୍ମଲୀଳା ବିଶର ମହାନ୍ତିଙ୍କଦ୍ୱାରା ହୋଇଥିଲା । ଦ୍ୱିତୀୟ ବାର ବ୍ରହ୍ମଲୀଳା ୧୬୨୨ ମସିହାରେ ମିର୍ଜା ଅହମ୍ମଦ ବେଗ ସମୟରେ ହୋଇଥିଲା । ଖୁବ ଗୋପନରେ ଗଜପତିଙ୍କ ପରାମର୍ଶରେ ସେବକମାନେ ଖୋର୍ଦ୍ଧାଜିଲାର ଗଡ଼ମାଣତ୍ରୀରେ ବ୍ରହ୍ମଲୀଳା କରେଇଥିଲେ । ୧୭୩୧ ମସିହାରେ ଶ୍ରୀମନ୍ଦିର ଉପରେ ତକି ଖାଁ ଦ୍ୱିତୀୟବାର ଆକ୍ରମଣ କରିଥିଲେ । ସେତିକିବେଳେ ମହାପ୍ରଭୁଙ୍କୁ ଭାର୍ଗବୀ ନଦୀର ଦୋବନ୍ଧା ପେଣ୍ଠରୁ ବଡ଼ ପରୀକ୍ଷା ପରମାନନ୍ଦ କୁଅଁର ମହାପାତ୍ର ଓ ସାନ ପରୀକ୍ଷା ବିଷ୍ଣୁ ପଶ୍ଚିମ କବାଟ ଚିଲିକା ବାଟଦେଇ ନଈରୀ ଗ୍ରାମର ମଣ୍ଡପରେ ଗୋପନରେ ବିଜେ କରାଇଥିଲେ । ଶ୍ରୀମନ୍ଦିର ଉପରେ ପ୍ରଥମେ ୬୭୦ ମସିହାରେ ଆକ୍ରମଣ ହୋଇଥିଲା । ଏହା ୧୭୩୩ ମସିହା ପର୍ଯ୍ୟନ୍ତ ଚାଲିଥିଲା । ଏହି ସମୟ ମଧ୍ୟରେ ହାରାହାରି ୨୫୦ ବର୍ଷରୁ ଅଧିକ ସମୟ ମହାପ୍ରଭୁ ଶ୍ରୀକ୍ଷେତ୍ର ବାହାରେ ଲୀଳା କରିଥିଲେ । ତାଙ୍କର ଲୀଳାରେ ଶ୍ରୀକ୍ଷେତ୍ର ବାହାରେ ନଈରୀଠାରେ ଗୋଟିଏ ଥର ରଥଯାତ୍ରା ହୋଇଥିଲା । ଶ୍ରୀମନ୍ଦିରର ଦେବଦାସୀ ( ମାହାରୀ)ପ୍ରଥା ଚୋଡଗଙ୍ଗ ଦେବ ପୁରୀ ଜଗନ୍ନାଥ ମନ୍ଦିର ସ୍ଥାପନ କଲା ପରେ ସେବା କାର୍ଯ୍ୟ ପାଇଁ ୩୬ ପ୍ରକାରର ସେବକ ପାଇଁ ବ୍ୟବସ୍ଥା କରିଥିଲେ । ତାହା ମଧ୍ୟରୁ ଦେବଦାସୀ ବା ମାହାରୀ ଅନ୍ୟତମ ।ସେ ସେମାନଙ୍କ ପାଇଁ ଜମି ପ୍ରଦାନ କରିବାର ବ୍ୟବସ୍ଥା କରି "କୌଡଙ୍ଗସାହି " ନାମକ ସ୍ଥାନରେ ସେମାନଙ୍କୁ ସ୍ଥାପିତ କରି ତାଙ୍କର ନିୟମିତ ଚଲିବା ପାଇଁ ବ୍ୟବସ୍ଥା କରିଥିଲେ । ସେମାନଙ୍କ ଶୃଙ୍ଖଳିତ ବ୍ୟବହାର ପାଇଁ ସେ ନୀତି ନିୟମ ମଧ୍ୟ ପ୍ରଣଯନ କରିଥିଲେ । ସେହି ସବୁ ନୀତି ନିୟମ ବିଷୟରେ " ମାଦଳା ପାଞ୍ଜି " ରେ ବିଷଦ ଭାବରେ ବର୍ଣ୍ଣନା ରହିଛି । ଦେବଦାସୀମାନେ ନିଜକୁ ଭଗବାନଙ୍କ ପତ୍ନୀ ହିସାବରେ ଆଜୀବନ ସମର୍ପଣ କରିଥାନ୍ତି ଓ ଭଗବାନଙ୍କ ସେବା ନିଷ୍ଠାର ସହ ପାଳନ କରିଥାନ୍ତି ।ପର୍ବ ପର୍ବାଣି ସମୟରେ ଏହି ଦେବଦାସୀମାନେ ଭଗବାନଙ୍କ ସମ୍ମୁଖରେ ନୃତ୍ୟ କରିଥାଆନ୍ତି ।ଯଦିଓ ବାହାର ନାର୍ତକୀମାନେ ମଧ୍ୟ ଏହି ମାହାରୀ ନୃତ୍ୟ ମଣ୍ଡପ ମାନଙ୍କରେ ପରିବେଷଣ କରିଥାନ୍ତି ଏହି ନୃତ୍ୟ ପ୍ରଥମରୁ ଦେବଦାସୀ ବ ମାହାରୀ ମାନଙ୍କଦ୍ୱାରା ମନ୍ଦିରରେ କରାଯାଉଥିଲା । କେତେକ କ୍ଷେତ୍ରରେ ଦେବଦାସୀମାନେ ସାବିତ୍ରୀ ବ୍ରତ ଦିନ ଭଗବାନ ଜଗନ୍ନାଥଙ୍କ ନାମରେ ସାବିତ୍ରୀ ବ୍ରତ ମଧ୍ୟ ପାଳନ କରୁଥିଲେ । ମାହାରୀମାନଙ୍କୁ ଶ୍ରୀମନ୍ଦିରରେ ଖୁବ ସମ୍ମାନ ଦିଆଯାଇଥାଏ ଓ ଜଗନ୍ନାଥଙ୍କ ପତ୍ନୀ ମହାଲକ୍ଷ୍ମୀଙ୍କ ତଳକୁ ତାଙ୍କର ସ୍ଥାନ ବୋଲି କୁହାଯାଇଥାଏ । ଏକଦା ଶ୍ରୀମନ୍ଦିରରେ ୨୫ ଜଣ ଦେବଦାସୀ ବା ମାହାରୀ ରହିଥିଲେ । ସେ ମଧ୍ୟରୁ ଶଶିମଣି ଦେବୀ ୧୨ ବର୍ଷ ବୟଶରୁ ଦେବଦାସୀ ଭାବରେ ସେବା କରି ୯୨ ବର୍ଷ ବୟଶରେ ଶେଷ ଜୀବିତ ଦେବଦାସୀ ଭାବରେ ୨୦୧୫ , ମାର୍ଚ ୧୯ ତାରିଖରେ ପୁରୀଠାରେ ସ୍ୱର୍ଗାରୋହଣ କରିଥିଲେ ।ତାଙ୍କ ପରେ ବହୁ କାଳରୁ ଚାଲି ଆସିଥିବା ଏହି ପ୍ରଥା ଶ୍ରୀମନ୍ଦିରରେ ବନ୍ଧ ହେଇଯାଇଛି ।
ଲାନ୍ସୋପ୍ରାଜୋଲ (ଇଂରାଜୀ ଭାଷାରେ , ଏକ ବିକ୍ରୟ ନାମ ପ୍ରିଭାସିଡ/ ) ଏକ ଔଷଧ ଯାହା ଯାହା ପାକସ୍ଥଳୀର ଅମ୍ଳ କମେଇଦିଏ । ଏହା ପେପଟିକ ଅଲସର ଡିଜିଜ , ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ ଓ ଜୋଲିଞ୍ଜର ଏଲିସନସ ଡିଜିଜ ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ । ଅନ୍ୟାନ୍ୟ ପ୍ରୋଟୋନ ପମ୍ପ ଇନହିବିଟର ବା ପିପିଆଇ ଔଷଧ ସ‌ହ ସମତୁଲ ଭାବରେ କାମ କରେ । ଏହା ପାଟିରେ ଦିଆଯାଏ । ଏହାର ପ୍ରଭାବ କିଛି ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ଦୁଇ ଦିନ ପର୍ଯ୍ୟନ୍ତ ରହେ । ଲାନ୍ସୋପ୍ରାଜୋଲର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ଉଦର ଯନ୍ତ୍ରଣା ଓ ଅଇ ହୋଇପାରେ । ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଓଷ୍ଟିଓପୋରୋସିସ, ଅଳ୍ପ ରକ୍ତ ମାଗନେସିଅମ , କ୍ଲସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ ଓ ନିମୋନିଆ ଆଦି ରୋଗ ହୋଇପାରେ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହାର ନିରାପତ୍ତା ସନେହ ଜନ‌କ । ପାକସ୍ଥଳୀର ପାରାଏଟାଲ ଜୀବକୋଷରେ ଥିବା ହାଇଡ୍ରୋଜେନ ପୋଟାସିଅମ ଏଟିପେଜକୁ ( +/ +- ) ଅବରୋଧ କରି ଏହା କାର୍ଯ୍ୟକ୍ଷମ ହୁଏ । ଲାନ୍ସୋପ୍ରାଜୋଲ ସନ ୧୯୮୪ରେ ପେଟେଣ୍ଟ ହେବା ପରେ ସନ ୧୯୯୨ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା । ଏହା ଜେନେରିକ ଔଷଧ ନାମରେ ବିକ୍ରୟ ହୁଏ । ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସକୁ ଏହାର ଏକ ମାସର ଡୋଜ ପିଛା ପ୍ରାୟ ୫ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୫.୪୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । ସନ ୨୦୧୬ରେ ଏହାର ୪ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୧୪୧ ତମ ସ୍ଥାନରେ ଥଲା ।
ଦୁର୍ଗା ପ୍ରସନ ନାୟକ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ ସୀତାଂଶୁ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ମହାକାଳପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୧,୦୯,୬୫୩ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କୁ ୩୩,୫୨୬ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ପଲ୍ ଜେକସନ ପୋଲୋକ ( ୨୮ ଜାନୁଆରୀ ୧୯୧୨- ୧୧ ଅଗଷ୍ଟ ୧୯୫୬) ଜଣେ ପ୍ରସିଦ୍ଧ ପ୍ରଭାବୀ ଆମେରିକୀୟ ଚିତ୍ରଶିଳ୍ପୀ । ଏହି ଚିତ୍ରଶିଳ୍ପୀଙ୍କୁ ବିଂଶଶତାବ୍ଦୀର ଚିତ୍ର ଜଗତର ଧ୍ରୁବତାରା ବୋଲି କୁହାଯାଏ । ଆମେରିକାର ଏହି ଚିତ୍ରକରଙ୍କର ବିଶେଷତା ଥିଲା ଡ୍ରିପ୍ ପେଣ୍ଟିଂରେ । ସେ ଅବ୍ୟବସ୍ଥିତ ପ୍ରକୃତି ତଥା ମଣିଷମାନଙ୍କର ମନକୁ ନେଇ ଅତି ସୁନ୍ଦର ଭାବରେ ଚିତ୍ର ପ୍ରସ୍ତୁତ କରିପାରୁଥିଲେ । ଜୀବନର ସ୍ୱଳ୍ପ ପରିଧୀ ମଧ୍ୟରେ ସେ ଲାଭ କରିଛନ୍ତି ଅସୁମାରି ଶ୍ରଦ୍ଧା ଓ ଖ୍ୟାତି । ନିର୍ଜନତା ଥିଲା ତାଙ୍କର ଅତ୍ୟନ୍ତ ପ୍ରିୟ । ସେ ସବୁଠୁ ବେଶୀ ଖୁସି ପାଉଥିଲେ ଯେତେବେଳେ ତାଙ୍କୁ ନିଃସଙ୍ଗତା ମିଳିଯାଉଥିଲା। ସେଥିଲାଗି ତାଙ୍କୁ ଅନେକ ସନ୍ୟାସୀ ଚିତ୍ରଶିଳ୍ପୀ ବୋଲି ସମ୍ବୋଧନ କରୁଥିଲେ । ୧୯୪୫ ମସିହାରେ ତାଙ୍କର ବିବାହ ହୋଇଥିଲା ଶିଳ୍ପୀ ଲୀ କ୍ରାସନରଙ୍କ ସହିତ । ବିବାହ ପରେ ଲୀ ଙ୍କ ପ୍ରେରଣା ତାଙ୍କର ଚିତ୍ରକର ଜୀବନକୁ ଅଧିକ ଶାଣିତ ଓ ରଙ୍ଗମୟ କରିଥିଲା । ପ୍ରାଥମିକ ଜୀବନ ଜେକସନ ପୋଲୋକଙ୍କ ଜନ୍ମ ୧୯୧୨ ମସିହାରେ ଆଇୱର ଟିଙ୍ଗଲେଠାରେ । ସେ ତାଙ୍କ ପିତା ମାତାଙ୍କର ଥିଲେ ପଞ୍ଚମ ସନ୍ତାନ । ବାପାଙ୍କ ନାମ ଲୀ ରୟ ପୋଲକ ଓ ମାଆଙ୍କ ନାମ ଷ୍ଟେଲା ମାଏ । ବାସ୍ତବରେ ତାଙ୍କ ବାପାଙ୍କର ସାଙ୍ଗିଆ ପୋଲକ ପୋଲକ ନ ଥିଲା। ସେ ଏହାକୁ ତାଙ୍କର ଜଣେ ପଡୋଶୀଙ୍କଠାରୁ ହାସଲ କରିଥିଲେ । ତଥ୍ୟ ଅନୁଯାୟୀ, ଲୀ ରୟ ଜନ୍ମ ହେବା ପରେ ପରେ ତାଙ୍କ ବାପା ମାଆଙ୍କୁ ହରାଇ ଜଣେ ପଡୋଶୀଙ୍କଦ୍ୱାରା ପ୍ରତିପାଳିତ ହୋଇଥିଲେ । ସେ ପଡୋଶୀଙ୍କ ସାଙ୍ଗିଆ ଥିଲା ପୋଲକ । ସେଥି ଲାଗି ସେ ବଡ଼ ହୋଇ ପୋଲକ ଭାବରେ ପରିଚିତ ହୋଇଥିଲେ । ଜେକସନ ପୋଲୋକଙ୍କ ବାପା ଲୀ ରୟ ପୋଲକ ଥିଲେ ଜଣେ ଚାଷୀ । ପରେ ପରେ ସେ ସ୍ଥାନୀୟ ସରକାରଙ୍କ ଜମିନ୍ ସର୍ବେକ୍ଷଣ ବିଭାଗରେ ଚାକିରୀ ପାଇଥିଲେ। ଜ୍ୟାକସନଙ୍କ ପିଲାଦିନ ବିଭିନ୍ନ ସ୍ଥାନରେ କଟିଥିଲା। କାରଣ ସରକାରୀ ଚାକିରି ପାଇବା ପରେ ତାଙ୍କ ବାପାଙ୍କ ବିଭିନ୍ନ ଜାଗାକୁ ବଦଳି ହେଉଥିଲା। ସେଥିପାଇଁ ଆରିଜୋନା, ଚିକାଗୋ, କାଲିଫର୍ଣ୍ଣିଆ ଆଦି ସ୍ଥାନରେ ବେଶ ଅବ୍ୟବସ୍ଥିତ ଭାବରେ ତାଙ୍କର ପାଠପଢା଼ ଆରମ୍ଭ ହୋଇଥିଲା। ଲସ ଏଞ୍ଜେଲେସରେ ଥିବା ବେଳେ ସେ ସେଠାକାର ଏକ ଆର୍ଟ ହାଇସ୍କୁଲରେ ନାମ ଲେଖାଇଥିଲେ। ମାତ୍ର ଖୁବ କମଦିନ ମଧ୍ୟରେ ତାଙ୍କ ବାପାଙ୍କର ସେଠାରେ ବଦଳି ହେବାରୁ ତାଙ୍କୁ ସେହି ସ୍କୁଲ ଛାଡିବାକୁ ପଡିଥିଲା। ତାଙ୍କ ବାପାଙ୍କ ଜମି ସର୍ବେକ୍ଷଣ ବିଭାଗରେ ଚାକିରି ଥିବାରୁ ଅନେକ ସମୟରେ ତାଙ୍କର ନିଯୁକ୍ତି ମଫସଲ ତଥା ତଳିଆ ଅଞ୍ଚଳରେ ହେଉଥିଲା। ସେ ନିଜ ପରିବାରକୁ ସାଥିରେ ନେଇ ବୁଲୁଥିଲେ। ସେଥିପାଇଁ ପିଲାଟି ଦିନରୁ ଜ୍ୟାକସନ ଆମେରିକାର ବିବିଧ ଗ୍ରାମ୍ୟ ସଂସ୍କୃତି ସହିତ ପରିଚିତ ହୋଇଥିଲେ। ବିବାହ ୧୯୪୫ ମସିହାରେ ଜ୍ୟାକ୍‌ସନ ପୋଲୋକଙ୍କର ସାକ୍ଷାତ ହୋଇଥିଲା ଲୀ କ୍ରାସନର ନାମକ ଜୈନିକା ଯୁବତୀଙ୍କ ସହିତ । ସେତେବେଳେ ଆମେରିକାର ମହିଳା ପେଣ୍ଟରଙ୍କ ମଧ୍ୟରେ ଲୀ କ୍ରାସନରଙ୍କ ବେଶ ସୁନାମ ଥିଲା। ସେଥିପାଇଁ ପ୍ରଥମ ସାକ୍ଷାତ ହିଁ ପ୍ରେମରେ ପରିବର୍ତ୍ତିତ ହେଲା। ସେମାନେ ସେହି ବର୍ଷ ଅର୍ଥାତ ୧୯୪୫ ମସିହା ଅକ୍ଟୋବର ମାସରେ ବିବାହ କରିଥିଲେ। ବିବାହ ପରେ ପରେ ସେମାନେ ନ୍ୟୁୟର୍କ ଚାଲିଆସି ନିଜର ଏକ ଷ୍ଟୁଡିଓ ସ୍ଥାପନ କଲେ । ଏବେ ସେହି ଷ୍ଟୁଡିଓକୁ ପୋଲୋକ-କ୍ରାସନର ହାଉସ ବୋଲି କୁହାଯାଉଛି। ଏକ୍ସପେରିମେଣ୍ଟ ନ୍ୟୁୟର୍କରେ ସ୍ତ୍ରୀଙ୍କ ସହିତ ରହିବା ସମୟରେ ପେଣ୍ଟିଂକୁ ନେଇ ଏକ୍ସପେରିମେଣ୍ଟ ଆରମ୍ଭ ହେଲା ଜ୍ୟାକ୍‌ସନଙ୍କର । ଏ କ୍ଷେତ୍ରରେ ସହାୟତା ଯୋଗାଇ ଦେବା ପାଇଁ ତାଙ୍କ ସହିତ ଥିଲେ ଅତାଙ୍କ ଚିତ୍ରକର ସ୍ତ୍ରୀ ଲୀ କ୍ରାସନର। ଆଉ ଛୋଟ କାନଭାସ୍ରେ ଚିତ୍ର ନ ଆଙ୍କି ସେ ବୃହତ କାନଭାସ ପ୍ରତି ମନ ବଳାଇଲେ। ସେଥି ପାଇଁ ଘରର ଚଟାଣ ପାଲଟି ଗଲା କାନଭାସ୍ । ସେଠାରେ ଆରମ୍ଭ କଲେ ଡ୍ରିପ ପେଣ୍ଟିଂ । ସେ ପାରମ୍ପାରିକ ଶୈଳୀକୁ ଛାଡି ଚିତ୍ର ଆଙ୍କିବା ପାଇଁ ବ୍ୟବହାର କଲେ ସିରିଞ୍ଜ, ବାଡି଼ ଭଳି କିଛି ଆବସର୍ଡ଼ ସରଞ୍ଜାମ । ସେହି ଭଳି ପାଓରିଂ ଟେକନିକ୍ ବା ରଙ୍ଗଢାଳି ଚିତ୍ର କରିବା ପଦ୍ଧତିକୁ ସେ ବେଶ ସଫଳତାର ସହିତ ପ୍ରୟୋଗ କରିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ । ସେଥିଲାଗି ଜେକସନଙ୍କ ନିକଟରୁ ଦିନକୁ ଦିନ ନୂଆନୂଆ ପେଣ୍ଟିଂ ଦେଖିବାକୁ ମିଳିଲା । ସେ ଖୁବ କମ ଦିନ ମଧ୍ୟରେ ସେ ପହଞ୍ଚି ଗଲେ ଚର୍ଚ୍ଚାର ଶିଖର ପ୍ରଦେଶରେ । ଜଣ ଆର୍ଟ-କ୍ରିଟିକ ତାଙ୍କ ସମ୍ପର୍କରେ ମତବ୍ୟକ୍ତ କରି କହିଥିଲେ ଯେ, ଜେକସନଙ୍କ ହାତରେ ତମେ ଯେ କୈଣସି ଜିନିଷ ଧରେଇ ଦିଅ ସେ ତାହାକୁ ବ୍ୟବହାର କରି ଏକ ସୁନ୍ଦର ଚିତ୍ର ତିଆରି କରି ଦେଇ ପାରିବେ । ବୋଧେ ସେଥିପାଇଁ ଜେକସନଙ୍କୁ ଯଥାର୍ଥରେ ଆବଷ୍ଟ୍ରାକ୍ଟ ଏକ୍ସପ୍ରେସନିଣ୍ଟ ମୁଭମେଣ୍ଟର ରୂପକାର ବୋଲି କୁହାଯାଏ । ଶେଷ ଜୀବନ ଜ୍ୟାକ୍‌ସନ ପୋଲୋକ ଶେଷ ଜୀବନରେ ଖୁବ ସକ୍ରିୟ ଥିଲେ । ବାସ୍ତବରେ ତାହାକୁ ତାଙ୍କର ଶେଷ ସମୟ ବୋଲି କହିବା ସେତେବେଶୀ ସମୀଚୀନ ମନେ ହୋଇନ ପାରେ । କାରଣ ସେ ଅସ୍ୱାଭାବିକ ଭାବରେ ମାତ୍ର ୪୪ ବର୍ଷ ବୟସରେ ପ୍ରାଣ ହରାଇଥିଲେ। ଶେଷ ଜୀବନରେ ସେ ସୃଷ୍ଟି କରିଥିବା ଆବଷ୍ଟ୍ରାକ୍ଟ ପେଣ୍ଟିଂ ସବୁ ଆଜି ତାଙ୍କ ଅସାଧାରଣ ଦକ୍ଷତାର ପରିଚୟ ପ୍ରଦାନ କରେ । ବ୍ୟକ୍ତିଗତ ଜୀବନରେ ଜେକସନ ଖୁବ ଆଲକୋହଲିକ୍ ଥିଲେ। ସେଥିପାଇଁ ଅନେକ ସମୟରେ ତାଙ୍କର ସ୍ୱାସ୍ଥ୍ୟ ଭଲ ରହୁ ନଥିଲା। ୧୯୫୬ ମସିହା ଅଗଷ୍ଟ ୧୧ ତାରିଖରେ ରାତି ପ୍ରାୟ ୧୦ଟା ବେଳେ ସେ ନିଜ କାର ଚଳାଇ ଆସୁଥିବା ସମୟରେ ତାଙ୍କର ଦୁର୍ଘଟଣା ହେଲା ଓ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। ଆଧାର ବାହାର ତଥ୍ୟ - - 2016-03-03 . , ' , - 1950 . ' 2014-08-05 . ୟୁ-ଟବ୍‌ରେ ?: , 1 , 1948 ' : 31, 1950 2014-08-27 . ' 1948; ?
ସାକ୍ଷୀ ଗୋପୀନାଥ, ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପି. ସି. ଜେନା । ବସନ୍ତ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଗଣେଶ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଦୁଃଖିରାମ ସ୍ୱାଇଁ, ମାଳା ବୋଷ, ଗ୍ଲୋରିଆ ମହାନ୍ତି, କେଦାର ଗୁରୁ, ଜର୍ଜ ତିଆଡ଼ି, ପଦ୍ମା ଖାନ୍ନା, ଭୋଳାନାଥ, ପ୍ରଦୀପ, ରୁକ୍ମଣୀ, ଗଦି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନୟ ଦୁଃଖିରାମ ସ୍ୱାଇଁ ମାଳା ବୋଷ ଗ୍ଲୋରିଆ ମହାନ୍ତି କେଦାର ଗୁରୁ ଜର୍ଜ ତିଆଡ଼ି ପଦ୍ମା ଖାନ୍ନା ଭୋଳାନାଥ ପ୍ରଦୀପ ରୁକ୍ମଣୀ ଗଦି କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାସୁଦେବ ରଥ । ସୁରେନ୍ଦ୍ର ବିଦ୍ୟାଧର, ବସନ୍ତ ମହାପାତ୍ର, ଗଣେଶ ମହାପାତ୍ର, କାଳୀଚରଣ ପଟ୍ଟନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମନ୍ନା ଦେ, ଚିତ୍ତ ଜେନା, ଅନୁରାଧା ପୌଡ଼ୱାଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଅନୁଗୁଳ (କିମ୍ବା ଅନୁଗୋଳ) ଏକ ସହର ଓ ଏକ ପୌରାଞ୍ଚଳ ଏବଂ ଅନୁଗୁଳ ଜିଲ୍ଲାର ସଦରମହକୁମା । ଏହା ଓଡ଼ିଶା ରାଜ୍ୟରେ ଓ ଭାରତ ଦେଶରେ ଅବସ୍ଥିତ। ଏହି ସହରକୁ ଶୈଳ ଶ୍ରୀକ୍ଷେତ୍ର ମଧ୍ୟ କୁହାଯାଏ। ଜନଗଣନା ୨୦୧୧ ଜଣଗଣନା ଅନୁସାରେ, ଅନୁଗୁଳର ଲୋକସଂଖ୍ୟା ୪୪,୩୯୦ । ପୁରୁଷ ୫୫% ଆଉ ମହିଳା ୪୫% । ଅନୁଗୁଳର ସାକ୍ଷରତା ହାର ୬୮.୭୯%, ଯାହାକି ଜାତୀୟ ସାକ୍ଷରତା ହାର ୫୯.୫%ଠାରୁ ବେଶୀ । ଲୋକସଂଖ୍ୟାର ୧୧% ଛ ବର୍ଷରୁ କମ । ଭୌଗଳିକ ଅନୁଗୁଳ ଭୌଗୋଳିକ ଅବସ୍ଥିତି ହେଉଛି ୨୦.୫ ଉ. ୮୫.୮୩ ପୂ. ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୧୯୫ ମି ୬୪୦ଫୁଟ । ପାଣି ପାଗ ସାଧାରଣତଃ ଅନୁଗୁଳ ଜ଼ିଲ୍ଲାରେ ୪ଟି ମୁଖ୍ୟ ଋତୁ ଦେଖାଦିଏ। ଅପ୍ରେଲରୁ ଜୁନ ପର୍ଯ୍ୟନ୍ତ ଗ୍ରୀଷ୍ମ,ଜୁଲାଇରୁ ଅକ୍ଟୋବର ଜାଏଂ ବର୍ଷା, ନଭେମ୍ବରରୁ ଫେବୃୟାରୀ ଜାଏଂ ଶୀତ ଓ ଫେବୃୟାରୀ ଓ ମାର୍ଚ୍ଚରେ ବସନ୍ତ ଋତୁ ଥାଏ । ବାର୍ଷିକ ହାରା ହାରୀ ସର୍ବମୋଟ୍ ୧୪୨୧ ମିମି ବର୍ଷା ହୋଇଥାଏ । ତାପମାତ୍ରା ଅନଗୁଳଠାରେ ଏକ ପାଣିପାଗ ଅନୁସ୍ଠାନ ଅବସ୍ଥିତ.ସର୍ବୋଚ ତାପମାତ୍ରା ୪୪ ଡିଗୀ ହାରା ହାରୀ ଏବଂ ସର୍ବ ନିମ୍ନ ୧୧ ଡିଗୀ ସେଲସିଅସ୍ ଜଣା ପଡ଼ିଛି. ଅତ୍ୟନ୍ତ ଉତ୍ତପ୍ତ ଦିନ ୫୦ ଡିଗୀ ଥିଲା ବେଳେ ସର୍ବନିମ୍ନ ୫.୨ ଡିଗୀ ଜଣା ପଡ଼ିଛି। ପବନ ବେଗ ବର୍ଷ ସାରା ମୃଦୁ ପବନ ବୋହିବା ସଂଗେ ସଂଗେ ପଶ୍ଚିମ ମୌସୁମୀ ବାୟୁ ଯୋଗୁଁ ପବନର ବେଗରେ ଆଧିକତ୍ୟା ଦେଖାଦିଏ.୨୦୧୩ରେ ମହା ବାତ୍ୟା ଫାଇଲିଂ ଯୋଗୁଁ ଅନଗୁଳରେ ୧୦୦ରୁ ଅଧିକ ବେଗରେ ପବନ ପ୍ରବାହିତ ହୋଇଥିଲା. ବିରଳ ପାଣିପାଗ ୧୨ ଅପ୍ରିଲ୍ ୨୦୦୩ରେ କୁଆ ପଥର ସହ ଝଡ଼ ବାତ୍ୟା ପ୍ରଭୁଦ କ୍ଷତି ଘଟାଇଥିଲା. ଉପଲବ୍ଧ ସେବା ବିଜୁଳି ସେବା ଦ୍ୱାରା ପରିଚାଳିତ ହେଉଥିଲା ବେଳେ ଅନ୍ୟ ବେତାର ମାର୍ଗର ଯୋଗାଯୋଗ , ଇତ୍ୟାଦି ସେବାକାରୀସଂସ୍ଥାମାନେ ଯୋଗାଇ ଅସୁଛନ୍ତି ପାଣି ଯୋଗାଣ ଏବଂ ରାସ୍ତା ନିର୍ମାଣରେ ଓ ର କାର୍ଯ୍ୟ କାରିତା ରହିଛି ।
ପାଟେଲାର ଡିସଲୋକେସନ (ଇଂରାଜୀ ଭାଷାରେ ) ଏକ ଆଣ୍ଠୁ ଆଘାତ ଯେଉଁଥିରେ ପାଟେଲା ସ୍ଥାନ‌ଚ୍ୟୁତ ହୋଇଯାଏ । ଆଣ୍ଠୁ ଆଂଶିକ ବଙ୍କା ଦେଖାଯାଏ, ଯନ୍ତ୍ରଣା ହୁଏ ଓ ଆଣ୍ଠୁ ଫୁଲିଯାଏ । ପାଟେଲା ତା ନିଜ ସ୍ଥାନ ବାହାରେ ଥିବା ଦେଖାଯାଏ ଓ ସ୍ପର୍ଶକରି ଅନୁଭବ କରିହୁଏ । ଜଟିଳ ଅବସ୍ଥା ଥଲେ ପାଟେଲା ଅସ୍ଥି ଭଗ୍ନ ବା ଆର୍ଥ୍ରାଇଟିସ ହୋଇପାରେ । ସାଧାରଣତଃ ଆଣ୍ଠୁ ସିଧା ଥିବାବେଳେ ଗୋଡ଼ ବାହାର ଦିଗକୁ ମୋଡ଼ିହେଲେ ଏହି ଆଘାତ ହୁଏ । ବେଳେବେଳେ ଆଣ୍ଠୁ ବଙ୍କା ଥିବାବେଳେ ପାଟେଲାକୁ ସିଧା ଆଘାତ ମିଳିଲେ ମଧ୍ୟ ଏହି ଡିସଲୋକେସନ ହୁଏ । ଫୁଟବଲ , ଜିମନାସ୍ଟିକସ ଓ ଆଇସ ହକି ଭଳି ଖେଳ ଖେଳିଲାବେଳେ ଏହି ଆଘାତ ହୁଏ । ପାଟେଲା ସାଧାରଣତଃ ଆଣ୍ଠୁର ବାହାର ପାଖକୁ ଘୁଞ୍ଚିଯାଏ । ଲକ୍ଷଣ ଅନୁଯାୟୀ ସନ୍ଦେହ କଲାପରେ ଏକ୍ସ-ରେ ସାହାଯ୍ୟରେ ରୋଗ ନିଶ୍ଚିତ କରାଯାଏ । ଗୋଡ଼ ସିଧା କରିବାକୁ ଚେଷ୍ଟା କରି ପାଟେଲାକୁ ତା ନିଜ ସ୍ଥାନ‌କୁ ଠେଲିଦେଇ ସ୍ଥାନିତ କରାଯାଏ । ଏହା ପରେ ଆଣ୍ଠୁ ସିଧା ଅବସ୍ଥାରେ କିଛି ସପ୍ତାହ ନିମନ୍ତେ ଏକ ସ୍ପ୍ଲିଣ୍ଟ ଦିଆଯାଏ । ସ୍ପ୍ଲିଣ୍ଟ ଖୋଲିବା ପରେ ଫିଜିଓଥେରାପି କରାଯାଏ . ପ୍ରଥମ ଡିସଲୋକେସନ ସମୟରେ ଅପରେଶନର ଉପକାରୀତା ବିଶେଷ ସ୍ପଷ୍ଟ ନୁହେଁ । ପାଟେଲାର ଅଂଶ ଭାଙ୍ଗିଯାଇ ଗଣ୍ଠି ଭିତରେ ରହିଯାଇଥିଲେ ବା ବାରମ୍ବାର ଡିସଲୋକେସନ ହେଉଥିଲେ ଅପରେଶନ କରିବାକୁ ଉପଦେଶ ଦିଆଯାଏ । ପ୍ରତି ବର୍ଷ ପ୍ରାୟ ୧ ଲକ୍ଷ ଲୋକରେ ୬ ଜଣଙ୍କର ଏହି ଡିସଲୋକେସନ ହୁଏ । ସମୁଦାୟ ଆଣ୍ଠୁ ଆଘାତର ପ୍ରାୟ ୨% ଏହି ଏହି ଆଘାତ ହୁଏ । ସାଧାରଣତଃ ୧୦-୧୭ ବର୍ଷ ବୟସ୍କ ଲୋକଙ୍କର ଏହି ଆଘାତ ହୁଏ । ପୁରୁଷ ଓ ମହିଳା ସମ ହାରରେ ଏହି ଆଘାତ ପାଆନ୍ତି । ପ୍ରାୟ ୩୦% ଡିସଲୋକେସନ ରୋଗୀଙ୍କର ପୁନଶ୍ଚ ଏହି ଡିସଲୋକେସନ ହୁଏ ।
ରାଜବିର କୌର, ଜଣେ ପୂର୍ବତନ ଭାରତୀୟ ମହିଳା ହକି ଅଧିନାୟକ । ସେ ଭାରତୀୟ ରାଜ୍ୟ ପଞ୍ଜାବର ଚଣ୍ଡୀଗଡ଼ ସହର ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ 1984 ମସିହାରେ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା । ରାଜବିର ଏକ ମାତ୍ର ମହିଳା ହକି ଖେଳାଳି ଯେ କି କ୍ରମାଗତ 4ଟି ଏସୀୟ କ୍ରୀଡ଼ାରେ ଭାରତ ପାଇଁ ହକି ଖେଳିଥିଲେ । ସେ ୧୯୮୨ , ୧୯୮୫, ୧୯୯୦ ଓ ୧୯୯୪ ମସିହା ଏସୀୟ କ୍ରୀଡ଼ାରେ ଭରତ ତରଫରୁ ଖେଳିଥିଲେ ।
ମଙ୍ଗୋଲିଆ ମଧ୍ୟ-ପୂର୍ବ ଏସିଆରେ ଥିବା ଏକ ଦେଶ । ହେଲେ ଦୁଇ ଦେଶ ମଧ୍ୟରେ ରାଜନୈତିକ ସମ୍ପର୍କ ୧୯୫୫ ଡିସେମ୍ବର ୨୪ ତାରିଖରେ ପ୍ରତିଷ୍ଠା ହୋଇଥିଲା । ସୋଭିଏତ ସଂଘ ବାଦ୍ ଭାରତ ଏପରି ପ୍ରଥମ ଦେଶ ଥିଲା ଯିଏ ମଙ୍ଗୋଲିଆ ପ୍ରତି ବନ୍ଧୁତାର ହାତ ବଢାଇଥିଲା । ୧୯୭୧ରେ ମଙ୍ଗୋଲିଆ ବଙ୍ଗଳାଦେଶ ମୁକ୍ତି ସଂଗ୍ରାମ ଅବସରରେ ଭାରତକୁ ସମର୍ଥନ କରିଥିଲା । ଇତିହାସ ଚେଙ୍ଗିଜ୍ ଖାଁ ନାମକ ଜଣେ ଯୋଦ୍ଧା ୧୨୦୬ଖଷ୍ଟାବ୍ଦରେ ମଙ୍ଗୋଲ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ଏହା ପରବର୍ତ୍ତୀ ସମୟରେ ମଙ୍ଗୋଲିଆ ନାମରେ ପରିଚିତ ହେଲା । ଏହି ସାମ୍ରାଜ୍ୟରେ ଚୀନଠାରୁ ମଧ୍ୟଏସିଆର ଇରାନ, ଇରାକ, ତୁର୍କୀ ଏବଂ ଇଉରୋପର ପୋଲାଣ୍ଡ ସୀମା ପର୍ଯ୍ୟନ୍ତ ଅଞ୍ଚଳ ଅନ୍ତର୍ଭୁକ୍ତ ଥିଲା । ଏକ ସମୟରେ ପ୍ରାୟ ସମ୍ପୂର୍ଣ୍ଣ ଏସିଆ ଏହି ସାମ୍ରାଜ୍ୟ କବ୍ଜାରେ ରହିଥିଲା । ଭୂଗୋଳ ୧୫,୬୪, ୧୧୬ ବର୍ଗ କି.ମି. କ୍ଷେତ୍ରଫଳ ବିଶିଷ୍ଟ ମଙ୍ଗୋଲିଆ ପୃଥିବୀର ଉନବିଂଶ (୧୯ଶ) ସର୍ବବୃହତ ଅଞ୍ଚଳ ଥିବା ଦେଶ । ଏହା ଉପକୂଳ ନଥିବା ଦ୍ୱିତୀୟ ସର୍ବବୃହତ ଦେଶ । ଏହି ଦେଶରେ ପ୍ରାୟ ୩୦ ଲକ୍ଷ ଲୋକ ବାସ କରନ୍ତି । ମଙ୍ଗୋଲିଆର ରାଜଧାନୀ ଉଲାନବାଟରରେ ରହିଛି ୧୩୧ଫୁଟର ଚେଙ୍ଗିଜ୍ ଖାଁ ଏକ ଘୋଡାରେ ବସିଥିବାର ପ୍ରତିମୂର୍ତ୍ତି ଯାହା ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି । ଧର୍ମ ମଙ୍ଗୋଲିଆର ସର୍ବାଧିକ ଲୋକ ବୌଦ୍ଧ ଧର୍ମାବଲମ୍ବୀ । ପ୍ରଶାସନିକ ବିଭାଜନ ମଙ୍ଗୋଲିଆ ୨୧ଟି ପ୍ରଦେଶ (ସ୍ଥାନୀୟ ଭାଷା: ଏମାଗ ), ଓ ୩୨୯ଟି ଜିଲ୍ଲାରେ (ସ୍ଥାନୀୟ ଭାଷା: ସମ ) ବିଭକ୍ତ । ରାଜଧାନୀ ଉଲାନବାଟର ପ୍ରଦେଶ ମାନ୍ୟତାପ୍ରାପ୍ତ ଏକ ସ୍ୱୟଂଶାସିତ ରାଜଧାନୀ ସହର । ଭାଷା ଏଠାକାର ସରକାରୀ ଭାଷା ମଙ୍ଗୋଲିଆନ୍ । ଏହା ସହିତ ତୁର୍କି ଏବଂ ଋଷୀୟ ଭାଷା ବି ଏଠାରେ ପ୍ରଚଳିତ । ମହାଭାରତ ଧାରାବାହିକକୁ ମଙ୍ଗୋଲୀୟ ଭାଷାରେ ଡବ୍ କରି ଉଲାନବଟୋର ଟିଭିରେ ପ୍ରସାରିତ କରାଯାଇଛି । ହିନ୍ଦୀ ଫିଲ୍ମ ବି ଏଠାରେ ଖୁବ୍ ଲୋକପ୍ରିୟ । ପଞ୍ଚତନ୍ତ୍ର, ରାମାୟଣ, ଶକୁନ୍ତଳା, କାମସୂତ୍ର, ଗୋଦାନ ଏବଂ କଟି ତଙ୍ଗ ଆଦିକୁ ମଧ୍ୟ ମଙ୍ଗୋଲୀୟ ଭାଷାରେ ପ୍ରକାଶ କରାଯାଇସାରିଛି ।
ମେହୁଲ କାଜାରିଆ ଜଣେ ଭାରତୀୟ ଅଭିନେତା, ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ ଅଭିନୟ ପାଇଁ ଜଣାଶୁଣା । ୨୦୦୧ ମସିହାରୁ ଧାରାବାହିକରେ ଅଭିନୟ ଆରମ୍ଭ କରିବା ପରେ ସେ କିଛି ଧାରବାହିକ, କଥାଚିତ୍ର ଓ ଓଟିଟି ସିରିଜ୍ ଆଦିରେ ଅଭିନୟ କରିଛନ୍ତି । ଅଭିନୟ ଜୀବନ ୨୦୦୧ ମସିହାରେ ମେହୁଲ ହିନ୍ଦୀ ଦୂରଦର୍ଶନ ଧାରାବାହିକ କୋଇ ଅପନା ସା ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୧୬ ମସିହାରେ ସେ ଏକ କ୍ଷୁଦ୍ର ଚଳଚ୍ଚିତ୍ରରେ କାମ କରିଥିଲେ ଏବଂ ୨୦୧୮ ମସିହାରେ ଏକ ଗୁଜରାଟି କଥାଚିତ୍ରରେ ଅଭିନୟ କରିଥିଲେ । ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଶାହିଦ କପୁରଙ୍କ ଅଭିନୀତ ୱେବ୍ ସିରିଜ୍ ଫର୍ଜିରେ ସେ କାମ କରିଥିଲେ ।
ଡିସିସନ ଟ୍ରି ଲର୍ଣିଂ ଏକ ଡିସିସନ ଟ୍ରି ଉପଯୋଗ କରି ଏକ ଦ୍ରବ୍ୟକୁ ଅନୁଧ୍ୟାନ କରି ଏହାର ଲକ୍ଷ୍ୟ ମୂଲ୍ୟ ନିର୍ଦ୍ଧାରଣ କରିଥାଏ । ଏହା ହେଉଛି ଏକ ପ୍ରକାର ପ୍ରେଡିକ୍ଟିଭ ମଡେଲିଂ ଉପାୟ ଯାହା ପରିସଂଖ୍ୟାନ, ଡାଟା ମାଇନିଂ ଏବଂ ମେସିନ ଲର୍ଣିଂରେ ଉପଯୋଗ କରାଯାଇଥାଏ । ଟ୍ରିର ଶେଷ ମୂଲ୍ୟ ଯଦି ଏକ ନିର୍ଦ୍ଧିଷ୍ଟ ପରିମାଣର ଥାଏ ତେବେ ତାହାକୁ କ୍ଲାସିଫିକେସନ ଟ୍ରି କୁହାଯାଏ, ଅନ୍ୟଥା ଯଦି ଶେଷ ମୂଲ୍ୟ ନିରନ୍ତର ଥାଏ ତେବେ ଏହାକୁ ରିଗ୍ରେସନ୍ ଟ୍ରି କୁହାଯାଇଥାଏ । ଏହା ହେଉଛି ଏକ ନିର୍ଣ୍ଣୟ ନେବା ପ୍ରଣାଳୀ ଯାହାକି ଏକ ଗଛର ଆକୃତି ଭଳି ନିଜର ଆଲଗୋରିଦମକୁ ଦର୍ଶାଇଥାଏ । ସାଧାରଣ ଏକ ଫ୍ଲୋ ଚାର୍ଟ ପରି ଏହାକୁ କଳନା କରାଯାଇପାରେ । ଯନ୍ତ୍ରକୁ ନିର୍ଣ୍ଣୟ ନେବାରେ ଯେବେ ଅସୁବିଧା ହୁଏ, ଏହା ସାହାର୍ଯ୍ୟରେ ସୁବିଧା ହୋଇପାରିଥାଏ । ଏହି ପ୍ରକାର ଆଲଗୋରିଦମ ମେସିନ ଲର୍ଣିଂର ଉଭୟ କ୍ଲାସିଫିକେସନ୍ ଏବଂ ରିଗ୍ରେସନ୍ ସମସ୍ୟାବେଳେ ବ୍ୟବହାର ହୋଇପାରେ । ଏହି ପ୍ରକ୍ରିୟା ମେସିନ ଲର୍ଣିଂରେ ବହୁଳ ଭାବରେ ଉପଯୋଗ କରାଯାଇଥାଏ ।
ବଳଦେବଜୀଉ ମନ୍ଦିର କେନ୍ଦ୍ରାପଡ଼ା ସହରର ୨ କି.ମି. ଦକ୍ଷିଣ ପଶ୍ଚିମକୁ, ଇଚ୍ଛାପୁର ଗାଁର କେନ୍ଦ୍ରରେ ଅବସ୍ଥିତ । ଏହା ଓଡ଼ିଶାର ଐତିହାସିକ କିର୍ତ୍ତୀରାଜିମାନଙ୍କ ଭିତରେ ଅନ୍ୟତମ । ଏହା ଅଷ୍ଟାଦଶ ଶତାବ୍ଦୀରେ ମରାଠା ଶାସନ କାଳରେ ତିଆରି ହୋଇଥିବାର ଅନୁମାନ କରାଯାଏ । ନାଗପୁରର ରଘୁଜୀ ଭୋସଲେ ନାମକ ମରାଠା ଶାସକ ଏହାକୁ ଗଢ଼ିଥିଲେ ବୋଲି କୁହାଯାଏ । ଦୁଇଏକର ୬ ଡ଼େସିମିଲ ପରିମିତ ସ୍ଥାନରେ ଅବସ୍ଥିତ ଏଇ ମନ୍ଦିର ଦୁଇ ଭାଗରେ ବିଭକ୍ତ । ଗୋଟିଏ ପାଖରେ ବିଭିନ୍ନ ମନ୍ଦିର ରହିଛି ଓ ଅନ୍ୟ ପାଖଟି ଉଦ୍ୟାନ । ଏହି ମନ୍ଦିରର ପାଚେରୀ ୧୪ ଫୁଟ ଉଚ୍ଚ । ମନ୍ଦିର ବର୍ଣ୍ଣନା ପ୍ରଥମ ବେଢ଼ାରେ ୪ଟି ମନ୍ଦିର ଅଛି ବଡ଼ ଦେଉଳ ବା ଶ୍ରୀମନ୍ଦିର ମଝି ମନ୍ଦିର ବା ଭୋଗ ମଣ୍ଡପ ଜଗମୋହନ ବା ନାଟ ମଣ୍ଡପ ଓ ବାଟ ମନ୍ଦିର ବା ମୁଖଶାଳା ମନ୍ଦିରର ଅରୁଣସ୍ତମ୍ଭଟି ୪୦ ଫୁଟ ଉଚ୍ଚତା ବିଶୀଷ୍ଟ । ମୁଖ୍ୟ ମନ୍ଦିର (ଶ୍ରୀ ମନ୍ଦିର)ର ଉଚ୍ଚତା ୭୫ ଫୁଟ ଓ ଓସାର ୪୦ ଫୁଟ । ପୁରାତନ ସପ୍ତପାବଚ୍ଛ ନିର୍ମାଣଶୈଳୀର ଆଧାରରେ ଏହା ବଉଳମାଳିଆ ପଥର ବ୍ୟବହାର କରି ତିଆରି କରାଯାଇଛି। ମନ୍ଦିରର ଚୂଡ଼ାରେ ରାମାନନ୍ଦୀ ଚିତା, ବ୍ରହ୍ମ ନୀଳଚକ୍ର ରହିଛି ଓ ଏହାର ଶୀର୍ଷରେ ନୀଳଚକ୍ର ବାନା ଉଡୁଛି । ମନ୍ଦିରର ଗର୍ଭଗୃହରେ ଥିବା ରତ୍ନ ସିଂହାସନରେ ତିନି ମୂର୍ତ୍ତୀ ବିଜେ କରିଛନ୍ତି : ଶ୍ରୀ ବଳଦେବ ଜୀଉ, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରା । ମନ୍ଦିର ଭିତରେ ଥିବା ଅନ୍ୟ ମୂର୍ତ୍ତୀମାନେ ହେଲେ, ଶ୍ରୀ ଗୋବିନ୍ଦ ଜୀଉ, ମହାଲକ୍ଷ୍ମୀ, ଶ୍ରୀ ସୁଦର୍ଶନ, ଶ୍ରୀ ବାଳଗୋପାଳ ଓ ଶାଳଗ୍ରାମ । ମୁଖ୍ୟ ମନ୍ଦିରଠାରୁ ମଝି ମନ୍ଦିରଟି ଟିକେ ସାନ ଯାହା ପଞ୍ଚ-ପାବଚ୍ଛୀ ନିର୍ମାଣ ଶୈଳୀରେ ଗଠିତ । ଗରୁଡ଼ ସ୍ତମ୍ଭଟି ଜଗମୋହନରେ ରହିଛି। ମନ୍ଦିରର ମୁଖ୍ୟ ଦ୍ୱାରସାମନାରେ ଦୁଇ ପାଖରେ ଗଜକୁ ସିଂହମାଡ଼ିବସିଥିବାର ଦୁଇ ବିଶାଳ ମୂର୍ତ୍ତି ରହିଛି । ଏହା ପରେ ସାତଟି ପବିତ୍ର ପାହାଚକୁ ଅତିକ୍ରମ କଲେ ମୁଖଶାଳାକୁ ପ୍ରବେଶ କରିହୁଏ । ଏଠାରେ ନବଗ୍ରହଙ୍କର ମୂର୍ତ୍ତି ସହିତ ପତିତପାବନ ଓ କ୍ଷେତ୍ର ରକ୍ଷକ ହନୁମାନଙ୍କର ମୂର୍ତ୍ତୀ ରହିଛି। ଏଇ ପବିତ୍ର ସାତଟି ପାହାଚ ଅତିକ୍ରମ କରି ସାମନାକୁ ଦେଖିଲେ ସେଠାରେ ଉପବିଷ୍ଟା ତୁଳସୀ ଦେବୀଙ୍କର ଏକ ସୁନ୍ଦର ମୂର୍ତ୍ତୀ ରହିଛି । ମନ୍ଦିର ବେଢ଼ାରେ ଥିବା ଅନ୍ୟ ପ୍ରମୁଖ ମନ୍ଦିର ଗୁଡ଼ିକ ହେଲେ ଅଷ୍ଟଶମ୍ଭୁ ମନ୍ଦିର, ବୈକୁଣ୍ଠନାଥ ମନ୍ଦିର, କନକ ଦୁର୍ଗା ମନ୍ଦିର, ପାଦପଦ୍ମ ମନ୍ଦିର, ନବଗ୍ରହ ମନ୍ଦିର, ବାସୁଦେବ ମନ୍ଦିର, ଶ୍ରୀଗଣେଶ ମନ୍ଦିର, ରେବତୀ ମନ୍ଦିର, ତୁଳସୀ ମନ୍ଦିର, କଳ୍କୀ ମନ୍ଦିର, ଷଡ଼ଭୁଜ ଗୌରାଙ୍ଗ ମନ୍ଦିର ଓ ଶ୍ରୀରାମ ମନ୍ଦିର। ଝୁଲଣ ଗୃହ, ରତ୍ନଭଣ୍ଡାର, ସ୍ନାନ ମଣ୍ଡପ, ମୁକ୍ତି ମଣ୍ଡପ ଆଦି ଆଉ କିଛି ସଂରଚନା ମଧ୍ୟ ବେଢ଼ା ଭିତରେ ରହିଛି। ଭକ୍ତମାନେ ବସି ପ୍ରସାଦ ସେବନ କରିବା ପାଇଁ ବେଢା ଭିତରେ ଆନନ୍ଦ ବଜାର ରହିଛି। ବେଶ ବିଭିନ୍ନ ପ୍ରକାରର ପୋଷାକ ପରିଚ୍ଛଦ, ଆଭୂଷଣ, ଫୁଲ ଓ ତୁଳସୀପତ୍ରଦ୍ୱାରା ରତ୍ନସିଂହାସନସ୍ଥ ଦିଅଁମାନଙ୍କର ବିଭିନ୍ନ ବେଶ କରାଯାଏ। ସେଗୁଡ଼ିକ ହେଲେ : ପ୍ରସାଦ (ଧୂପ) ଏଇ ମନ୍ଦିରରେ ଦିଅଁମାନଙ୍କ ପାଇଁ ୩ଟି ଧୂପ ଓ ୫ଟି ଅବକାଶ ରହିଛି । ସକାଳ ଧୂପ: ୯ଟାରୁ ୧୦ଟା ମଧ୍ୟାହ୍ନ ଧୂପ: ୧୧ଟାରୁ ୧୨ଟା ଦ୍ୱିପହର ଧୂପ/ଅନ୍ନ ଧୂପ: ୨ଟା ୩୦ରୁ ୩ଟା ୩୦ ସନ୍ଧ୍ୟା ଧୂପ: ୬ଟାରୁ ୭ଟା ବଡ଼ ସିଂହାର ଧୂପ: ୯ଟା ୩୦ରୁ ୧୦ଟା କେନ୍ଦ୍ରାପଡ଼ା ଅଞ୍ଚଳ ରସାବଳି ପାଇଁ ପ୍ରସିଦ୍ଧ। ତେଣୁ ଏଇ ମନ୍ଦିରରେ ରସାବଳି ପ୍ରସାଦ ଠାକୁରଙ୍କୁ ଅର୍ପଣ କରାଯାଏ। ଏହାଛଡ଼ା, ବଉଳ ଘଣ୍ଟିଆ, ଚଉରାଶୀ ବ୍ୟଞ୍ଜନ, ମକର ଚାଉଳ, ପୁର କାକରା, ପୋଟଳୀ ପିଠା, ଚିପା କାକରା, କରଞ୍ଜି, ଖଜା, ଲଡୁ, ଖୁଡୁମା, ଛେନା କାକରା ଇତ୍ୟାଦି ପ୍ରସାଦ ଚଢ଼ାଯାଏ। ବଳଦେବଙ୍କ ସ୍ତୁତି ବଳଦେବାଜୀଉଙ୍କ ବିଶେଷ ସ୍ତୋତ୍ର ରହିଛି । ବଳଦେବଜୀଉଙ୍କ ରଥ ମନ୍ଦିରର ଦିଅଁମାନେ ଯେଉଁ ରଥରେ ବସି ରଥ ଯାତ୍ରାରେ ବାହାରନ୍ତି ତାକୁ ବ୍ରହ୍ମତାଳଧ୍ୱଜ ରଥ କୁହାଯାଏ । ଏହି ରଥ ପୃଥିବୀର ସବୁଠାରୁ ବଡ଼ରଥ। କୁହାଯାଏ, ବଳଦେବଜୀଉଙ୍କ ଆଜ୍ଞାମାଳ ନ ପାଇଲା ଯାକେ ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥ ଆଗକୁ ବଢ଼େନାଇଁ।
ସୋଟୋରାସିବ, ବେପାର ନାମ ଲୁଟାକ୍ରାସ୍ ଏବଂ ଲୁମିକ୍ରାସ୍, ଏକ ଅଣ-ଛୋଟ-ଜୀବକୋଷ ଫୁସଫୁସ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । ନିର୍ଦ୍ଦିଷ୍ଟ ଭାବରେ ଏହା ପ୍ରଗତି ହୋଇଥିବା ରୋଗ ପାଇଁ ବ୍ୟବହୃତ ହୁଏ ଯେଉଁଥିରେ କେଆରଏ‌ଏସ ଜି୧୨ସି ମ୍ୟଟେସନ ହୋଇଛି ( 12 -ମ୍ୟୁଟେସନ୍) ଏବଂ ଅନ୍ୟାନ୍ୟ ଚିକିତ୍ସା ବିଫଳ ହୋଇଛି । ଏହା ପାଟିଦ୍ୱାରା ନିଆଯାଏ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, କଙ୍କାଳୀୟ ମାଂସପେଶୀ ଯନ୍ତ୍ରଣା, ଅଇ, ଥକାପଣ, ଯକୃତ ନଷ୍ଟ ଏବଂ କାଶ ହୋଇପାରେ। ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇଣ୍ଟରସ୍ଟିସିଆଲ୍ ଫୁସଫୁସ ରୋଗ ହୋଇପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। ଏହା କେଆରଏଏସ ପି ଜି ୧୨ ସି ( . 12 ) ମ୍ୟୁଟେସନ ଥିବା ଆର ଏ ଏସ ଜିଟିପେଜ ପରିବାରର ନିରୋଧୀ ଭାବରେ କାର୍ଯ୍ୟକ୍ଷମ ପରିବାରର ହୁଏ । ୨୦୨୧ ମସିହାରେ ଏବଂ ୨୦୨୨ ମସିହାରେ ୟୁରୋପରେ ସୋଟୋରାସିବକୁ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା ଯୁକ୍ତରାଜ୍ୟରେ ଏକ ମାସର ଔଷଧ ଖର୍ଚ୍ଚ ୬୯୦୦ ପାଉଣ୍ଡ ଥିଲା। ଯୁକ୍ତରାଷ୍ଟ୍ରରେ ଏହି ରାଶିର ଖର୍ଚ୍ଚ ପ୍ରାୟ ୧୮ ,୯୦୦ ଡଲାର ଥିଲା ।
ଓଡ଼ିଆ ସିନେମା ଜଗତରେ ୧୯୯୬ରେ ତିଆରି ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର
୧୫୬୨ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ସିଜୋଆଫେକ୍ଟିଭ ବେମାରୀ ( , ) ହେଉଛି ଏକ ମାନସିକ ବିକୃତି ଯେଉଁଥିରେ ସିଜୋଫ୍ରେନିଆର ଲକ୍ଷଣ ସ‌ହିତ ମନୋଦଶା ବେମାରୀ ମିଶ୍ରିତ ଥାଏ । ଏହାର ଲକ୍ଷଣଗୁଡିକରେ ଯାହା ଶୁଣାଯାଏ କିମ୍ବା ଦେଖାଯାଏ ତାହା ପ୍ରକୃତରେ ନ ଥାଏ, ଦୃଢ଼ ମିଥ୍ୟା ବିଶ୍ୱାସ, ଅସଂଗଠିତ ଚିନ୍ତାଧାରା, ଉଦାସୀନ ମନୋଭାବ, କିମ୍ବା ମାନିଆ ଅନ୍ତର୍ଭୁକ୍ତ କରିପାରେ । ଜଟିଳତା ମଧ୍ୟରେ ଉଦ୍‌ବେଗ, ପଦାର୍ଥ ଅପବ୍ୟବହାର ଏବଂ ଆତ୍ମହତ୍ୟା ଅନ୍ତର୍ଭୁକ୍ତ ହୋଇପାରେ । ଜେନେଟିକ୍ସ, ସାମାଜିକ କାରଣ, ଭାବପ୍ରବଣ ଆଘାତ ଏବଂ ମାନସିକ ଚାପ ଯୋଗୁ ଏହି ସଙ୍କଟ ସୃଷ୍ଟି ହୋଇପାରେ । ଏହାର ମୂଳ କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ଡୋପାମିନ୍, ନରଏପିନେଫ୍ରିନ ଏବଂ ସେରୋଟୋନିନ୍ ଜଡିତ ହୋଇପାରନ୍ତି । ରୋଗ ନିର୍ଣ୍ଣୟ ନିମନ୍ତେ ଅନ୍ତତଃ ପକ୍ଷେ ଏକ ମାସ ପର୍ଯ୍ୟନ୍ତ ଲକ୍ଷଣ ରହିବା ଆବଶ୍ୟକ, ଅନ୍ତତଃ ପକ୍ଷେ ଦୁଇ ସପ୍ତାହ ସାଇକୋସିସ ସହିତ ଭାବ ପ୍ରବଣତା ସମସ୍ୟା ନ ଥିବା ଆବଶ୍ୟକ । ଏହାର ଦୁଇଟି ବାଇପୋଲାର ପ୍ରକାର ଅଛି ଯଥା ମାନିଆର ଲକ୍ଷଣ ସହିତ କେବଳ ଉଦାସୀନତାର ଲକ୍ଷଣ ସହିତ । ସମାନ ଭାବରେ ଉପସ୍ଥାପିତ ହେଉଥିବା ଅନ୍ୟାନ୍ୟ ରୋଗମାନଙ୍କର ନାମ ସାଇକୋଟିକ୍ ଡିପ୍ରେସନ୍, ବାଇପୋଲାର ଡିଜଅଡରଏବଂ ସିଜୋଫ୍ରେନିଆ । ପରାମର୍ଶ, ଆଣ୍ଟିସାଇକୋଟିକ୍ସ, ମୁଡ୍ ଷ୍ଟାବିଲାଇଜର୍ ଏବଂ ଆଣ୍ଟିଡିପ୍ରେସାଣ୍ଟର କିଛି ମିଶ୍ରଣ ସହିତ ଚିକିତ୍ସା କରାଯାଏ । ଯଦି ଏହି ରୋଗୀ ନିଜ ପାଇଁ କିମ୍ବା ଅନ୍ୟମାନଙ୍କ ପାଇଁ ବିପଦପୂର୍ଣ୍ଣ ଥାଏ, ତେବେ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ ହୋଇପାରେ । ପ୍ରତିରୋଧକ କ୍ଷେତ୍ରରେ ଇଲେକ୍ଟ୍ରୋକନଭଲ୍‌ସିଭ ଥେରାପି ବ୍ୟବହାର କରାଯାଇପାରେ । ଜନସଂଖ୍ୟାର ୦.୩ % ଏହି ରୋଗରେ ପ୍ରଭାବିତ ହୁଅନ୍ତି । ଆରମ୍ଭ ସାଧାରଣତ ପ୍ରାକ୍ ଯୁବାବସ୍ଥାରେ ହୋଇଥାଏ । ଏହା ପ୍ରଥମେ ୧୯୫୨ ମସିହାରେ ସ୍କିଜୋଫ୍ରେନିଆର ଏକ ଉପ ପ୍ରକାର ଭାବରେ ଅନ୍ତର୍ଭୂକ୍ତ କରାଯାଇଥିଲା ।
୨୬୫ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ବିଜେପୁର (କ୍ରମିକ ସଂଖ୍ୟା: ୨) ବରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ୧୯୬୧ରୁ ୨୦୨୪ ମଧ୍ୟରେ ମୋଟ ୧୭ ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଗତ ୨୦୨୪ ନିର୍ବାଚନରେ ଭାଜପା ପ୍ରାର୍ଥୀ ସନତ ଗଡତିଆ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜୁ ଜନତା ଦଳ ପ୍ରାର୍ଥୀ ରୀତା ସାହୁଙ୍କୁ ପରାସ୍ତ କରିଥିଲେ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବରପାଲି (ବି), ବିଜେପୁର ବ୍ଲକ, ଗାଇସିଲଟ ବ୍ଳକ ଓ ବରପାଲି ବ୍ଳକର କିଛି ଅଂଶ ।
୭୬୫ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଡୁଡୁକାଠେଙ୍ଗା, ଓଡ଼ିଶାର କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି କଳାହାଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଗମନାଗମନ ଏହା ଜିଲ୍ଲାର ସଦର ମହକୁମା ଭବାନିପାଟଣାଠାରୁ ୭୩ କି.ମି. ଦୂରରେ ଅବସ୍ଥିତ । ଶିକ୍ଷା ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି। ସଂସ୍କୃତି ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।
ପବିତ୍ର ବନ୍ଧନ ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ କୁମାର ଲେଙ୍କା । ନିର୍ଦ୍ଦେଶକ ରବି କିନ୍ନାଗୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନାରେ ହେଇଥିଲେ । ଅଭିନୟ ମିହିର ଦାସ ରଚନା ବାନାର୍ଜୀ ସ୍ନିଗ୍ଧା ମହାନ୍ତି ଦେବୁ ବୋଷ ଦେବୁ ବ୍ରହ୍ମା ସୁରେଶ ବଳ ଗୀତ ଓ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଅମରେନ୍ଦ୍ର ମହାନ୍ତି । ଦେବୀଶ୍ୱେତା ମିଶ୍ର ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
କୃଷ୍ଣ ଓ ଚୈତନ୍ୟଙ୍କ ସମ୍ବନ୍ଧୀୟ ଗୀତ ଗାନ ହେଉଛି ସଙ୍କୀର୍ତ୍ତନ । ଖୋଳ, କରତାଳ ଓ ନୃତ୍ୟ ସହିତ ସଙ୍କୀର୍ତ୍ତନ ବୋଲାଯାଏ । ସଙ୍କୀର୍ତ୍ତନ ଶିକ୍ଷାକୁ ସଙ୍କୀର୍ତ୍ତନ ଆଖଡ଼ା ଏବଂ ଦଳକୁ ସଙ୍କୀର୍ତ୍ତନିଆ କୁହାଯାଏ । ଗ୍ରାମରେ ଥିବା ଭାଗବତ ଟୁଙ୍ଗୀ ସଙ୍କୀର୍ତ୍ତନ ଆଖଡ଼ା ରୂପେ ବ୍ୟବହୃତ ହୁଏ । ଇତିହାସ ଏବଂ ଧର୍ମୀୟ ଭାବନା ଶ୍ରୀ ଚୈତନ୍ୟଦେବଙ୍କ ଅମଳରୁ ଓଡ଼ିଶାରେ ସଙ୍କୀର୍ତ୍ତନ ପ୍ରଚଳିତ ହୋଇଥିବା ଜଣାଯାଏ । ଦୋଳ ଦଶହରା ଆଦି ଯାନୀଯାତ୍ରାରେ ଦେବତାମାନଙ୍କ ଶୋଭାଯାତ୍ରା ଓ ଦେବ ମେଳଣ ବେଳେ ଖୋଳ କରତାଳ ବଜାଯାଇ ସଙ୍କୀର୍ତ୍ତନ କରାଯାଏ । ପୁରୀ ରଥଯାତ୍ରା ସମୟରେ ସଙ୍କୀର୍ତ୍ତନ ଚୈତନ୍ୟ ଦେବଙ୍କ ଅମଳରୁ ପ୍ରଚଳିତ । ଏକଦା ସେ ପ୍ରଚାର କରିଥିଲେ କଳିଯୁଗରେ ହରିନାମ ସଙ୍କୀର୍ତ୍ତନ ହିଁ ମନୁଷ୍ୟ ପାଇଁ ମୁକ୍ତିଲାଭର ଏକ ମାତ୍ର ପଥ । ଏହାର କିର୍ତ୍ତନୀୟ ନାମ ହେଉଛି- ହରେର୍ନାମ ହରେର୍ନାମ ହରେର୍ନାମୈବ କେବଳମ୍ କଳୌ ନାସ୍ତ୍ୟୋବ ନାସ୍ତ୍ୟୋବ ନାସ୍ତ୍ୟୋବ ଗତିର୍ନ୍ୟଥା । ଯେଉଁଠାରେ ନାମ ସଙ୍କୀର୍ତ୍ତନ ହୁଏ, ତାହା ପ୍ରଧାନତମ ତୀର୍ଥ ଏବଂ ଯେଉଁଠି ସଙ୍କୀର୍ତ୍ତନକାରୀଙ୍କର ପାଦ ପଡ଼େ ସେହି ସ୍ଥାନ ପବିତ୍ରତମ । କୀର୍ତ୍ତନ ଧ୍ୱନିରେ ପାପ କ୍ଷୟ ହୁଏ ଏବଂ ଶ୍ରୋତା ତଥା ଗାୟକମାନଙ୍କ ତଳ ଓ ଉପର ସାତପୁରୁଷ ଉଦ୍ଧାର ପଆନ୍ତି । ଶାସ୍ତ୍ରରେ ଉଲ୍ଲେଖ ଅଛି ସତ୍ୟ ଯୁଗରେ ତୀର୍ଥ, ତ୍ରେତୟାରେ ଯଜ୍ଞ, ଦ୍ୱାପରରେ ଦାନ ଏବଂ କଳି ଯୁଗରେ ନାମ ସଙ୍କୀର୍ତ୍ତନ ହିଁ ଯୁଗଧର୍ମ । ଦାନ, ବ୍ରତ, ତପସ୍ୟା, ଯଜ୍ଞ ଏସମସ୍ତ ଅପେକ୍ଷା ସଙ୍କୀର୍ତ୍ତନ ଅଧିକତମ ଫଳପ୍ରଦ ଓ ମୁକ୍ତିପ୍ରଦ ଅଟେ । ସଙ୍କୀର୍ତ୍ତନ ପଦ ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେହରେ ହରେରାମ ହରେରାମ ରାମ ରାମ ହରେହରେ । କୃଷ୍ଣ କେଶବ କୃଷ୍ଣ କେଶବ କୃଷ୍ଣ କେଶବ ପହିମାଂ ରାମ ରାଘବ ରାମ ରାଘବ ରାମ ରାଘବ ତ୍ରାହିମାଂ । ବ୍ୟବହୃତ ବାଦ୍ୟ ଉପକରଣ ସଙ୍କୀର୍ତ୍ତନରେ ବ୍ୟବହୃତ ମୃଦଙ୍ଗକୁ ଖୋଳ ଏବଂ ଝାଞ୍ଜକୁ କରତାଳ କୁହାଯାଏ । ଏହାକୁ ବଜାଇ ସଙ୍କୀର୍ତ୍ତନ ପଦ ବୋଲାଯାଏ । ଏହି କାର୍ଯ୍ୟରେ ଆଠରୁ ଦଶଟି ମୃଦଙ୍ଗ ଦଶହଳ ଝାଞ୍ଜ ଓ ରାମତାଳି ବ୍ୟବହାର ହୁଏ । ସଙ୍କୀର୍ତ୍ତନଶେଷରେ ଖୋଳ ଏବଂ ଅନ୍ୟାନ୍ୟ ଉପକରଣକୁ ଭୋଗ ଓ ନୂଆ ବସ୍ତ୍ର ଅର୍ପଣ ପୂର୍ବକ ପୂଜା କରାଯାଏ । ପ୍ରକାର ଆମ ଓଡ଼ିଶାରେ ସାତ ପ୍ରକାର କୀର୍ତ୍ତନ ପରିଲକ୍ଷିତ ହୋଇଥାଏ ଯଥା ଓଡ଼ିଶୀ, ଦକ୍ଷିଣୀ, ପୁରୀ, ବିଷ୍ଣୁ, ଉତ୍କଳୀ, ରାଣୀଘାଟି ଓ ରାଢ଼େନ ।
୧୭୬୬ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ମାହାରୀ ଓଡ଼ିଶାର ଏକ ପାରମ୍ପାରିକ ନୃତ୍ୟ। ମାହାରୀ ଓ ଓଡ଼ିଶୀ ନୃତ୍ୟହେଉଛି ଉତ୍କଳୀୟ ସଂସ୍କୃତିର ଏକ ପ୍ରମୁଖ ଅଙ୍ଗ। ପୂର୍ବେ ଦେବଦାସୀମାନଙ୍କଦ୍ୱାରା ପୁରୀ ଜଗନ୍ନାଥ ମନ୍ଦିରରେ ମାହାରୀ ନୃତ୍ୟ ପ୍ରଦର୍ଶନ କରାଯାଉଥିଲା। ରାଜା ଚୋଡ଼ଗଙ୍ଗଦେବ ସମ୍ଭବତଃ ଥିଲେ ଜଗନ୍ନାଥ ମନ୍ଦିରରେ ମାହାରୀ ନୃତ୍ୟର ପ୍ରବର୍ତ୍ତକ ।
ମନୋହର ସିଂହ ନାଏକ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୫୨ ଓ ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଝାରସୁଗୁଡ଼ା-ରାମ୍ପେଲ୍ଲା ଓ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ଓ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ମନୋହର ସିଂହ ନାଏକଙ୍କ ବାପାଙ୍କ ନାମ ଭାଗିରଥି ସିଂହ ନାଏକ ଓ ପତ୍ନୀଙ୍କ ନାମ ହରପ୍ରିୟା ସିଂହ ନାଏକ । ରାଜନୈତିକ ଜୀବନ ମନୋହର ସିଂହ ନାଏକ ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।
ନୀଳଗିରି ହନୁ ମାଙ୍କଡ଼ (ଜୀବବିଜ୍ଞାନ ନାମ ) ଆଦିବାନରମାନଙ୍କ ଲୁଟୁଂଗ୍ ଶ୍ରେଣୀର ମାଙ୍କଡ଼ । ଏହି ମାଙ୍କଡ଼ମାନଙ୍କୁ ଇଣ୍ଡିଆନ୍ ହୁଡେଡ୍ ଲିଫ୍ ମଂକି , ଜନ୍‍ସ୍ ଲଂଗୁର୍ ' ଓ ବ୍ଲାକ୍ ଲିଫ୍ ମଂକି ବୋଲି ମଧ୍ୟ କୁହାଯାଏ । ଏହି ମାଙ୍କଡ଼ର ମାଂସ ଖାଇଲେ ସଂଭୋଗ ଶକ୍ତି ବୃଦ୍ଧି ପାଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି । ଶରୀର ଗଠନ ଅଣ୍ଡିରା ମାଙ୍କଡ଼ମାନଙ୍କ ମୁଣ୍ଡରୁ ଏମାନଙ୍କ ଶରୀରର ଦୈର୍ଘ୍ୟ ପ୍ରାୟ ୭୮-୮୦ ସେଣ୍ଟିମିଟର୍ ଓ ମାଈମାନଙ୍କ ଦୈର୍ଘ୍ୟ ପ୍ରାୟ ୫୮-୬୦ ସେଣ୍ଟିମିଟର୍ । ଲାଞ୍ଜ ଯୋଗୁଁ ଶରୀରର ଦୈର୍ଘ୍ୟ ୬୮.୫ରୁ ୯୬.୫ ସେଣ୍ଟିମିଟର୍ ବଢ଼ିଯାଏ । ଅଣ୍ଡିରା ମାଙ୍କଡ଼ମାନଙ୍କ ଓଜନ ୯.୧-୧୪.୮ କି.ଗ୍ରା. ଓ ମାଈମାନଙ୍କ ଶରୀରର ଓଜନ ୧୦.୯-୧୨ କି.ଗ୍ରା. ପର୍ଯ୍ୟନ୍ତ ହୋଇଥାଏ । ଏହି ଆଦି ବାନରର ଶରୀରରେ କଳାରଙ୍ଗର ଚିକ୍କଣିଆ ଲୋମ ଓ ମୁଣ୍ଡରେ ସୁନେଲି-ମାଟିଆ ରଙ୍ଗର ଲୋମ ରହିଥାଏ । ଏମାନଙ୍କର ଶରୀରର ଆକାର ଓ ଲାଞ୍ଜ ସାଧାରଣ ହନୁ ମାଙ୍କଡ଼ ପରି ହୋଇଥାଏ । ମାଈ ମାଙ୍କଡ଼ମାନଙ୍କ ଜଙ୍ଘର ଭିତର ପାଖରେ ଧଳାରଙ୍ଗର ଲୋମ ରହିଥାଏ । ଏମାନଙ୍କ ଲାଞ୍ଜର ଝଙ୍କାଳିଆ ଲୋମ ଈଷତ୍ ଧଳା ରଙ୍ଗର । ବ୍ୟବହାର ପ୍ରାୟ ୯-୧୦ଟି ସଦସ୍ୟବିଶିଷ୍ଟ ଦଳରେ ଏମାନେ ରହିଥାନ୍ତି । ଏକ ମାଙ୍କଡ଼ ଦଳରେ ଗୋଟିଏ ମୁଖିଆ ଅଣ୍ଡିରା ମାଙ୍କଡ଼ ଓ ୧୫ରୁ ଅଧିକ ମାଈ ମାଙ୍କଡ଼ ରହିଥାନ୍ତି । ଦଳରେ ତରୁଣ ଅଣ୍ଡିରା ମାଙ୍କଡ଼ ମଧ୍ୟ ରହିଥାନ୍ତି । ମାଙ୍କଡ଼ ଦଳଟି ଜଙ୍ଗଲରେ ଖାଦ୍ୟ ଅନ୍ୱେଷଣରେ ଘୁରି ବୁଲନ୍ତି । ତରୁଣ ମାଙ୍କଡ଼ମାନଙ୍କ ମଧ୍ୟର ମାଈ ମାଙ୍କଡ଼ ସହିତ ସହବାସ କରିବା ପାଇଁ ସଂଘର୍ଷ ହୋଇଥାଏ । କିନ୍ତୁ ଅଣ୍ଡିରା ମୁଖିଆ ସମ୍ମୁଖରେ ଏପରି କରାଗଲେ ସେ ସେମାନଙ୍କୁ ଦଳରୁ ଘଉଡ଼ାଇ ଦିଏ । ଏପରି କରିବାଦ୍ୱାରା ଦଳରେ ଅଣ୍ଡିରା ମୁଖିଆର କ୍ଷମତା ଓ ଏକଛତ୍ରବାଦ ବଢ଼େ ଓ ପ୍ରତିଯୋଗିତା କମିଯାଏ । ଏମାନଙ୍କ ଗର୍ଭଧାରଣ ସମୟ ସମ୍ପର୍କରେ ଅଧିକ ତଥ୍ୟ ଜଣାନାହିଁ କିନ୍ତୁ ସାଧାରଣ ହନୁ ମାଙ୍କଡ଼ ପରି ଏମାନଙ୍କ ଗର୍ଭଧାରଣ ସମୟ ୨୦୦ ଦିନର ହୋଇଥିବ ବୋଲି ଅନୁମାନ କରାଯାଏ । ପ୍ରାୟତଃ ମଇରୁ ନଭେମ୍ବର୍ ମାସ ମଧ୍ୟରେ ମୌସୁମୀ ବର୍ଷା ଯୋଗୁଁ ଗଛମାନଙ୍କରେ ନୂଆ ପତ୍ର କଅଁଳେ ଓ ଏହି ସମୟରେ ମାଈ ନୀଳଗିରି ହନୁମାଙ୍କଡ଼ମାନେ ଶିଶୁମାନଙ୍କୁ ଜନ୍ମ ଦେଇଥାନ୍ତି । ମାଙ୍କଡ଼ ଦଳ ମୁଖ୍ୟତଃ ଅପରାହ୍ନରେ ବୁଲିବା ଆରମ୍ଭ କରନ୍ତି । ସନ୍ଧ୍ୟା ବେଳକୁ ଏମାନେ ନିଜର ଶୟନସ୍ଥଳରେ ପହଞ୍ଚିଯାନ୍ତି । ଶୟନସ୍ଥଳରେ ଏମାନେ ନିଜର ସାମାଜିକ କାର୍ଯ୍ୟକଳାପରେ ବ୍ୟସ୍ତ ରହିଥାନ୍ତି । ବିଭିନ୍ନ ପ୍ରକାରର ଧ୍ୱନି ଓ ଶବ୍ଦ ମାଧ୍ୟମରେ ଏମାନେ ପରସ୍ପର ସହିତ ଯୋଗାଯୋଗ ସ୍ଥାପନ କରିଥାନ୍ତି । ଖାଦ୍ୟପେୟ ଏହି ମାଙ୍କଡ଼ମାନେ ୧୦୦ରୁ ଉର୍ଦ୍ଧ୍ୱ ପ୍ରଜାତିର ପତ୍ର ଖାଉଥିବାରୁ ଏମାନଙ୍କ ଅନ୍ୟନାମ କଳା ପତ୍ରଭୋଜୀ ମାଙ୍କଡ଼ ନାମର ଯଥାର୍ଥତା ପ୍ରତିପାଦିତ ହୁଏ । ପତ୍ର ବ୍ୟତୀତ ଏହି ମାଙ୍କଡ଼ ଗଛର ଫଳ, କରଡ଼ି, ଫୁଲ, ମଞ୍ଜି ଇତ୍ୟାଦି ମଧ୍ୟ ଆହରଣ କରିଥାନ୍ତି । ଅଧିବାସ ଦକ୍ଷିଣ ଭାରତସ୍ଥିତ ପଶ୍ଚିମଘାଟ ପର୍ବତମାଳାର ଅଂଶ ନୀଳଗିରି ପର୍ବତରେ ଏହି ମାଙ୍କଡ଼ ଦେଖାଯାନ୍ତି । ନୀଳଗିରି ପର୍ବତର ୨-୬ ହେକ୍ଟର୍ ପରିମୀତ ଅଞ୍ଚଳରେ ଏମାନେ ବସବାସ କରିବା ଦେଖାଯାଇଛି । ଖାଦ୍ୟର ଅଭାବ ହେଲେ ଏମାନେ ଅନ୍ୟ ଅଞ୍ଚଳକୁ ଚାଲିଯାନ୍ତି । କର୍ଣ୍ଣାଟକର କୋଡ଼ାଗୁ, ତାମିଲ୍‍ନାଡ଼ୁର କୋଡାୟାର୍ ପାହାଡ଼ ଓ ଅନ୍ୟ ପାହାଡ଼ିଆ ଅଞ୍ଚଳ ତଥା କେରଳର ଉଚ୍ଚଭୂମି ଅଞ୍ଚଳରେ ଏମାନେ ଦୃଶ୍ୟମାନ ହୁଅନ୍ତି । ଏହି ସବୁ ଅଞ୍ଚଳ ମୁଦହଲ୍ଲି ହାତୀ ଇଲାକାର ନିକଟବର୍ତ୍ତୀ । ସଂରକ୍ଷଣ ଏହି ମାଙ୍କଡ଼ମାନଙ୍କ ଚମଡ଼ା ବ୍ୟବହାର କରି ଲୋକ ବଦ୍ୟଯନ୍ତ୍ର ବା ଢୋଲ ଇତ୍ୟାଦି ତିଆରି କରନ୍ତି । ମାଂସ ଓ ଦେହର ଅନ୍ୟ ଅଂଶରୁ କାମୋଦ୍ଦୀପକ ଔଷଧ ତିଆରି କରାଯାଏ । ଅଧିବାସ କ୍ଷୟ, ଚମଡ଼ା ଓ ମାଂସ ପାଇଁ ଅବୈଧ ଶିକାର ଯୋଗୁଁ ଏମାନଙ୍କ ସ୍ଥିତି ବର୍ତ୍ତମାନ ସଙ୍କଟାପନ୍ନ ଅବସ୍ଥାରେ ରହିଛି । ବର୍ତ୍ତମାନ ବଣୁଆ ନୀଳଗିରି ହନୁମାଙ୍କଡ଼ମାନଙ୍କ ସର୍ବମୋଟ ସଂଖ୍ୟା ମାତ୍ର ୫୦୦୦ । ତେଣୁ ଦ୍ୱାରା ଏହି ପ୍ରଜାତିକୁ ଶ୍ରେଣୀଭୁକ୍ତ କରାଯାଇଛି । ଅଧିବାସ କ୍ଷୟ, ଖଣି ପ୍ରତିଷ୍ଠା, ନଦୀବନ୍ଧ ନିର୍ମାଣ, ମଣିଷମାନଙ୍କ ଜଙ୍ଗଲ ଭିତରକୁ କ୍ରମଶଃ ଅନୁପ୍ରବେଶ ଯୋଗୁଁ ଏମାନେ ଅନ୍ୟ ସ୍ଥାନକୁ ଯିବାକୁ ବାଧ୍ୟ ହୁଅନ୍ତି । କିନ୍ତୁ ନୂତନ ସ୍ଥାନେ ପୁଣି ନିଜର ଦଳ ସଂଗଠିତ କରି ଜୀବନଯାପନ କରିପାରନ୍ତି ଓ ଖାପଖୁଆଇ ଚଳି ପାରନ୍ତି । ଏହି ମାମଲାରେ ଏମାନେ ସିଂହଲାଙ୍ଗୁଡ଼ିଆ ମାଙ୍କଡ଼ଠାରୁ ଅଧିକ ଦକ୍ଷ ଓ ଚତୁର ।
ଆନିମାଣ୍ଟର୍କ୍ସ : ; - - - ; " " ଡାଇନୋସର ବଂଶର ଜୀବ ଅଟେ । ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ । ଏହାର ଜୀବାଶ୍ମ ଓ ଅବଶେଷ ଉତ୍ତର ଆମେରିକାରୁ ମିଳିଥିଲା । ଏହି ଡାଇନୋସରଟି କ୍ରେଟାସିଅସ ଯୁଗରେ ବାସ କରୁଥିଲା । ଆନିମାଣ୍ଟର୍କ୍ସ ଏକ ତୃଣଭୋଜୀ ଜୀବ ଥିଲା । ଆବିଷ୍କାର ଏବଂ ପ୍ରଜାତି ଜେନେରିକ ନାମ ନିଜ ଆରମୋର ପ୍କୃତିର ଉଲ୍ଲେଖ କରିଥାଏ, ଲାଟିନ ଶବ୍ଦ "ଏନିମେଟସ" (ଜୀବିତ କିମ୍ବା ଏନିମେଟସ) ଓ "ଆର୍ଫ" (ଗଡ଼ କିମ୍ବା ଦୁର୍ଗ)ରୁ ତିଆରି ହୋଇଥାଏ । ବିଶେଷ ରୂପେ, ଏହି ନାମ ପେଲିୟୋଟୋଲାଜିଷ୍ଟ "ଆର.ଏସ ଲୁଲ" ଏଙ୍କିଲୋସରଙ୍କ ସମ୍ବନ୍ଧରେ ଏକ ଏନିମେଟେଡ ଗଢ ଋପେ ଏହି ଜୀବଙ୍କୁ ବ୍ୟବହାରିକ ଋପେ ଅଜଣା ହେବା ଦରକାର ।" ଏବେ ପର୍ଯ୍ୟନ୍ତ " ଆନିମାଣ୍ଟର୍କ୍ସ "ର ଏକ ନମୁନା ଖୋଜାଯାଇଛି । ଏବଶେଷରେ ତଳ ପାଟିହାଡ ଏବଂ ଖପୁରୀର ପଛପଟୁ ଅଧା, ବେକ ଏବଂ ପଛ ମେରୁହାଡ ଓ ବିଭିନ୍ନ ଅଙ୍ଗ ତତ୍ତ୍ୱ ସହିତ ସାମିଲ ରହିଛି । ଆନିମାଣ୍ଟର୍କ୍ସ ଏକ ଉଚ୍ଚ ଗମ୍ବୁଜ ଖପୁରୀ ପଛ, ପୋଷ୍ଟରବିଟା ଏବଂ କ୍ୱାଡ୍ରଟୋଜୁଗା ଖପୁରୀର ହାଡ, ଏବଂ ଏକ ମ୍ୟାଣ୍ଡବଲ ସହିତ ବିଶେଷତାର ଏକ ଅଦ୍ୱିତୀୟ ସଂଯୋଜନର ବିଶେଷତା ଅଟେ । ଏହି କ୍ଷେତ୍ରରେ ଜୀବାଷ୍ମ ପ୍ରାୟତଃ ଅଳ୍ପ ରେଡିୟୋଧର୍ମୀ ହୋଇଥାଏ, ଏବଂ ରମଲ ଜୋନ୍ସଦ୍ୱାରା ପ୍ରଦତ୍ତ କ୍ଷେତ୍ରର ରେଡିୟୋଲୋଜିକଲ ସର୍ବେକ୍ଷଣ ପରେ ବାସ୍ତବରେ "ଆନିମାଣ୍ଟର୍କ୍ସ" ର ଅବଶେଷ ମିଳିଥାଏ ଯାହା ଏକ ନିଶ୍ଚିତ ସ୍ଥାନରେ ରେଡିୟୋଧର୍ମୀତାର ଉଚ୍ଚ ସ୍ତରରେସ୍ଥିତ ହୋଇଥାଏ । ଏହି ସାଇଟରେ ପରେ ଉତ୍ଖନନ "ଆନିମାଣ୍ଟର୍କ୍ସ" ର ଜୀବାଷ୍ମ କଙ୍କାଳକୁ ବଦଳେଇ ଥିଲା; ଉପରିଭାଗରେ କୌଣସି ହାଡର ପ୍ରକଟ କରାଯାଇଥିଲା । ବର୍ଗୀକରଣ "ଆନିମାଣ୍ଟର୍କ୍ସ" କୁ ସାର୍ବଭୌମିକ ଋପେ ନୋଡୋସାରିଡ ଏଙ୍କିଲୋସାର ଋପେ ବିଚାର କରାଯାଇଥାଏ, ଯଦିଓ ସେହି ପରିବାର ସହିତ ତାହାର ସଠିକ ସମ୍ବନ୍ଧ ଅନିଶ୍ଚିତ ରହିଥାଏ । ଏଙ୍କିଲୋସର ଫିଲୋଜେନୀର ସବୁଠାରୁ ସାମ୍ପ୍ରତିକ କ୍ଲାଡିଷ୍ଟିକ ବିଶ୍ଳେଷଣରେ "ଆନିମାଣ୍ଟର୍କ୍ସ" ଶାମିଲ ନାହିଁ । ଯଦିଓ ଲେଖକମାନେ ଗୋଟସକୁ ନୋଡୋସୌରିଡେ ଋପେ ଜାଣିଥାନ୍ତି । ଦୁଇ ଅଲଗା ଅଲଗା ଅଧ୍ୟୟନରୁ ନୋଡୋସୌରିଡ ଭିତରେ "ଆନିମାଣ୍ଟର୍କ୍ସ" ର ଭଉଣୀ ଟାକ୍ସନ ହେବାପାଇଁ "ଆନିମାଣ୍ଟର୍କ୍ସ" କୁ ଖୋଜାଯାଇଅଛି ।
ଆଖିରେ ଆଖିରେ, ୨୦୧୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା 'ସାର୍ଥକ ଫିଲ୍ମ୍ ‌ସ ' ବ୍ୟାନରରେ, ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା । ଏହି ଚଳଚ୍ଚିତ୍ର ତେଲୁଗୁ ଚଳଚ୍ଚିତ୍ର ଇଶ୍କର ରିମେକ୍ ଅଟେ ।
ନିୟମିତ ଇନସୁଲିନ (ଇଂରାଜୀ ଭାଷାରେ , ଅନ୍ୟ ନାମ ନିଉଟ୍ରାଲ ଇନସୁଲିନ ବା ସଲ୍ୟୁବ୍ଲ ଇନସୁଲିନ) ଏକ ପ୍ରକାର ସ୍ୱଳ୍ପ କାଳୀନ ଇନସୁଲିନ । ଏହା ମଧୁମେହ ଟାଇପ ୧, ମଧୁମେହ ଟାଇପ ୨, ଗର୍ଭାବଧି ମଧୁମେହ, ମଧୁମେହର ଜଟିଳ ବେମାରୀ ଯେପରିକି ଡାଏବେଟିକ କିଟୋଏସିଡୋସିସ ଓ ହାଇପରଅସମୋଲାର ହାଇପରଗ୍ଲାଇସେମିକ ଷ୍ଟେଟ ଇତ୍ୟାଦି । ହାଇପରକାଲେମିଆ ଥିଲେ ଏହା ସ‌ହିତ ଗ୍ଲୁକୋଜ ଦିଆଯାଏ । ସ୍ୱାଭାବିକ ଭାବରେ ଏହା ଚମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ଓ କେତେକ ପ୍ରକାର ଔଷଧ ଶିରାଭ୍ୟନ୍ତର ଓ ମାଂସପେଶୀ ଇଞ୍ଜେକସନ ଆକାରରେ ଦିଆଯାଏ । ଏହାର ପ୍ରଭାବ ୩୦ ମିନିଟ ମଧ୍ୟରେ ଆରମ୍ଭ ହୋଇ ପ୍ରାୟ ୮ ଘଣ୍ଟା ପର୍ଯ୍ୟନ୍ତ ରହେ । ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତ ଶର୍କରା ଦେଖାଯାଏ । ଏହା ବ୍ୟତୀତ ଇଞ୍ଜେକସନ ଦେଇଥିବା ସ୍ଥାନରେ ଯନ୍ତ୍ରଣା ଓ ଚର୍ମରେ ପରିବର୍ତ୍ତନ, ହାଇପୋକାଲେମିଆ ଓ ଆଲର୍ଜି ପ୍ରତିକ୍ରିୟା ଦେଖାଯାଏ । ଗର୍ଭାବସ୍ଥାରେ ଏହା ଶିଶୁପ୍ରତି ଅପେକ୍ଷାକୃତ ନିରାପଦ । ଗାଈ ଓ ଘୁଷୂରିର ଅଗ୍ନାଶୟରୁ ଇନସୁଲିନ ପ୍ରସ୍ତୁତ କରାଯାଏ । ଘୁଷୂରି ସଂସ୍କରଣକୁ ସଂଶୋଧନ କରି ବା ରିକମ୍ବିନାଣ୍ଟ ଟେକନୋଲୋଜି ସାହାଯ୍ୟରେ ମାନବ ସଂସ୍କରଣ ତିଆରି କରାଯାଏ । ସନ ୧୯୨୨ରେ କାନାଡ଼ାରେ ପ୍ରଥମେ ଚାର୍ଲସ୍ ବେଷ୍ଟ ଓ ଫ୍ରେଡେରିକ୍ ବାଣ୍ଟିଙ୍ଗ ଇନସୁଲିନ‌କୁ ଔଷଧ ଭାବରେ ବ୍ୟବ‌ହାର କରିଥିଲେ । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ' ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ବିକାଶଶୀଳ ଦେଶମାନଙ୍କରେ ଏହାର ୧୦୦୦ଇଣ୍ଟରନ୍ୟାସନାଲ ୟୁନିଟର ହୋଲସେଲ ମୂଲ୍ୟ ୨.୩୯ରୁ ୧୦.୬୧ ଆମେରିକୀୟ ଡଲାର । ସଂଯୁକ୍ତ ରାଷ୍ଟ୍ରରେ ଏହାର ମୂଲ୍ୟ ପ୍ରାୟ ୭.୪୮ ପାଉଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ପ୍ରାୟ ୧୩୪.୦୦ ଆମେରିକୀୟ ଡଲାର । ଏନପିଏଚ ଇନସୁଲିନ ଭଳି ଦୀର୍ଘ କାଳୀନ ଇନସୁଲିନର ମିଶ୍ରତ ସଂସ୍କରଣ ମଧ୍ୟ ମିଳୁଛି ।
ଅରବିନ୍ଦ କେଜରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଓ ଆମ ଆଦମୀ ପାର୍ଟିର ମୁଖ୍ୟ । ୨୦୧୫ ଦିଲ୍ଲୀ ବିଧାନ ସଭା ନିର୍ବାଚନରେ ତାଙ୍କ ଦଳ ପୂର୍ଣ୍ଣ ବହୁମତ ସହିତ ସଂଖ୍ୟା ଗରିଷ୍ଠତା ଲାଭ କରିଥିଲା। ୨୦୧୫ ଫେବୃଆରୀ ୧୪ ତାରିଖରେ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କେଜରିୱାଲଙ୍କ ଜନ୍ମ ୧୯୬୮ ଜୁନ୍‍ ୬ରେ ହରିୟାଣାର ହିସାରରେ ହୋଇଥିଲା । ପିତା ଗୋବିନ୍ଦରାମ କେଜରିୱାଲ ଜିନ୍ଦଲ ଷ୍ଟିଲରେ ଇଞ୍ଜିନିୟର ଥିଲେ । ସେ ୧୯୮୯ରେ ଆଇଆଇଟି ଖଡଗପୁରରୁ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ ବିଟେକ୍‍ ଡିଗ୍ରୀ ହାସଲ କରିଥିଲେ । ଇଞ୍ଜନିୟରିଂ କରିବା ପରେ କେଜରିୱାଲଙ୍କୁ ଟାଟା ଷ୍ଟିଲ କମ୍ପାନୀରେ ଚାକିରି ମିଳିଥିଲା । ହେଲେ କିଛି ବର୍ଷ ପରେ ସେ ଚାକିରି ଛାଡି ଦେଇଥିଲେ । ୧୯୯୫ରେ ସେ ଭାରତୀୟ ରାଜସ୍ୱ ସେବା ଆଇଆରଏସ୍‍ ପାଇଁ ମନୋନୀତ ହୋଇଥିଲେ ଏବଂ ଦିଲ୍ଲୀରେ ତାଙ୍କର ପ୍ରଥମ ନିଯୁକ୍ତି ହୋଇଥିଲା । ଫେବୃୟାରୀ ୨୦୦୬ରେ ସେ ଚାକିରିରୁ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇଥିଲେ । ଏହାପରେ ସେ ପରିବର୍ତ୍ତନ ନାମକ ଅଣସରକାରୀ ସଂଗଠନ (ଏନ.ଜି.ଓ) ଆରମ୍ବ କରି ଦୁର୍ନୀତି ବିରୁଦ୍ଧରେ କାମ କରିବାକୁ ଆରମ୍ଭ କଲେ । ଏହି ସମୟରେ ସେ ଶ୍ରୀମତୀ ଅରୁଣା ରାୟଙ୍କ ପରି କିଛି ସମାଜସେବୀଙ୍କ ସାଙ୍ଗରେ ମିଶି 'ରାଇଟ୍ ଟୁ ଇନଫର୍ମେସନ' ବା 'ସୂଚନା ଅଧିକାର ଆଇନ' ଆଣିବାରେ ବହୁତ କାମ କରିଥିଲେ । ଏହି କାମ ପାଇଁ ତାଙ୍କୁ ରମଣ ମ୍ୟାଗାସେସ ପୁରସ୍କାର ମଧ୍ୟ ମିଳିଥିଲା । ଏହାପରେ ସେ ସୂଚନା ଅଧିକାର ଆଇନ ଲାଗି ଅଭିଯାନ ଆରମ୍ଭ କରିଥିଲେ । ଆନ୍ନା ହଜାରେଙ୍କ ସଙ୍ଗରେ ମିଶି ସେ ଏକ ସଶକ୍ତ ଜନଲୋକପାଳ ଆଇନ ଆଣିବା ପାଇଁ ସାରା ଦେଶରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଆନ୍ନାଙ୍କ ସଫଳ ଆନ୍ଦୋଳନ ପରେ କେଜରିୱାଲ ୨୦୧୨ ନଭେମ୍ବର ୨୬ରେ ଆମ ଆଦମୀ ପାର୍ଟି ଗଠନର ଆନୁଷ୍ଠାନିକ ଘୋଷଣା କରିଥିଲେ । ୨୦୧୩ ଦିଲ୍ଲୀ ବିଧାନ ସଭା ନିର୍ବାଚନରେ, ସେ ନୂଆଦିଲ୍ଲୀ ଆସନରୁ ପ୍ରତିଦ୍ୱନ୍ଦିତା କରି ୧୫ବର୍ଷଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିବା ଶୀଲା ଦୀକ୍ଷିତଙ୍କୁ ୨୫ହଜାରରୁ ଅଧିକ ଭୋଟରେ ହରାଇ ନିର୍ବାଚିତ ହୋଇଥିଲେ । ୨୦୧୩ ନିର୍ବାଚନରେ ଆପ୍‍ ୨୮ଟି ଆସନରେ ଜିତି ଦିଲ୍ଲୀ ରାଜନୀତିରେ ଚହଳ ସୃଷ୍ଟି କରିଥିଲା । କଂଗ୍ରେସକୁ ମାତ୍ର ୮ଟି ଆସନ ମିଳିଥିଲା । ବିଜେପି ମେଣ୍ଟ ୩୨ଟି ଆସନ ପାଇଥିଲା । ଶେଷରେ କଂଗ୍ରେସ ସମର୍ଥନରେ କେଜରିୱାଲ ସରକାର ଗଠନ କରିଥିଲେ । ୨୮ ଡିସେମ୍ବର ୨୦୧୩ରେ କେଜରିୱାଲ ଦିଲ୍ଲୀର ସପ୍ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ସେ ଦିଲ୍ଲୀରେ ବିଦ୍ୟୁତକର ଓ ଜଳକର ହ୍ରାସ କରିଥିଲେ । କିନ୍ତୁ ବିଧାନ ସଭାରେ ଜନଲୋକପାଳ ଆଇନକୁ ବିଜେପି ଓ କଂଗ୍ରେସ ସମର୍ଥନ ନ କରିବାରୁ ଏହା ଗୃହୀତ ହୋଇ ପାରିନଥିଲା । ତେଣୁ କେଜରିଓ୍ୱାଲ ଗାଦିରେ ବସିବାର ମାତ୍ର ୪୯ ଦିନ ପରେ ମୁଖ୍ୟମନ୍ତ୍ରୀ ପଦରୁୂ ଇସ୍ତଫା ଦେଇଥିଲେ । ୨୦୧୪ ଲୋକ ସଭା ନିର୍ବାଚନରେ କେଜରି ଉତ୍ତରପ୍ରଦେଶର ବାରାଣସୀ ଆସନରୁ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ ।
କବିସୂର୍ଯ୍ୟ ବଳଦେବ ରଥ (୧୭୮୯ - ୧୮୪୫) ଜଣେ ରୀତିଯୁଗୀୟ ଓଡ଼ିଆ କବି ଏବଂ ଓଡ଼ିଶୀ ସଙ୍ଗୀତଜ୍ଞ ଥିଲେ । ଓଡ଼ିଶାରେ ବିଶେଷ ଆଦୃତ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କବିସୂର୍ଯ୍ୟଙ୍କ ଶ୍ରେଷ୍ଠତମ ସାହିତ୍ୟିକ ଓ ସାଙ୍ଗୀତିକ ରଚନା । କବିସୂର୍ଯ୍ୟଙ୍କ ରଚିତ ଓ ପାରମ୍ପରିକ ଉତ୍କଳୀୟ ରାଗରାଗିଣୀରେ ସ୍ୱର ସଂଯୋଜିତ ଶତାଧିକ ଓଡ଼ିଶୀ ଗୀତ, ଚମ୍ପୂ, ଛାନ୍ଦ ଆଦି ଅଦ୍ୟାବଧି ଓଡ଼ିଶାରେ ଅତ୍ୟନ୍ତ ଜନପ୍ରିୟ । ସେ ଢୁମ୍ପା ସଙ୍ଗୀତର ପ୍ରତିଷ୍ଠାତା ଏବଂ ନିଜେ ମଧ୍ୟ ଅନେକ ଢୁମ୍ପା ଗୀତ ରଚନା କରିଛନ୍ତି । ସେ ୧୭୮୯ ମସିହାରେ ଗଞ୍ଜାମ ଜିଲ୍ଲା ବଡ଼ଖେମୁଣ୍ଡି ଗଡ଼ରେ ଜନ୍ମଗ୍ରହଣ କରିଥିଲେ ଓ ୧୮୪୫ ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ପ୍ରାଣତ୍ୟାଗ କରିଥିଲେ । ଜୀବନୀ ପ୍ରାରମ୍ଭିକ ଜୀବନ ବଳଦେବଙ୍କ ପିତା ଉଜ୍ଜ୍ୱଳ ରଥ ପୁରୀ ଜିଲ୍ଲାର ମଣିପୁର ଶାସନରୁ ଆସି ବଡ଼ଖେମୁଣ୍ଡି ଗଡ଼ରେ ବସବାସ କରିଥିଲେ । ସେ ୧୭୮୯ ଖ୍ରୀ.ଅ.ରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବଡ଼ଖେମୁଣ୍ଡି ଗଡ଼ରେ ଜନ୍ମ ନେଇଥିଲେ । ସାନବେଳେ ପିତାଙ୍କଠାରୁ ସେ ସଂସ୍କୃତ ଶିକ୍ଷା କରୁଥିଲେ । ଲୋକକଥା ଅନୁଯାୟୀ ତାଙ୍କୁ ମାତ୍ର ୧୦ ବର୍ଷ ହୋଇଥିବା ବେଳେ ତାଙ୍କ ମା 'ଙ୍କ ଦେହାନ୍ତ ହୋଇଥିଲା । ମା 'ଙ୍କ ଦେହାନ୍ତ ଖବର ଶୁଣି ଯେତେବେଳେ ଏକାକୀ ଅନୁଭବ କରୁଥୁଲେ ତାଙ୍କ ଅଜା ତ୍ରୀପୁରାରି ହୋତା (ଓତା) ତାଙ୍କର ସବୁ ଲାଳନପାଳନର ଦାୟିତ୍ୱ ନେଇଥିଲେ । ବଂଶାବଳୀ କବିସୂର୍ଯ୍ୟ ଉପାଧି ଶ୍ରୀଜଗନ୍ନାଥଙ୍କ ଦର୍ଶନ ଉଦ୍ଦେଶ୍ୟରେ ପୁରୀ ଯାଇଥିବା ବେଳେ ପୁରୀର ଗଜପତି ରାଜା ମୁକୁନ୍ଦଦେବ ତାଙ୍କ କବିପ୍ରତିଭା ଲାଗି ତାଙ୍କୁ "କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର" ଉପାଧି ଦେଇଥିଲେ । ଜଳନ୍ତରର ରାଜା ରାମଚନ୍ଦ୍ର ଛୋଟରାୟ ବଳଦେବ ରଥଙ୍କ ଅସାଧାରଣ ପାଣ୍ଡିତ୍ୟ ଓ ଶକ୍ତିମତାରେ ମୁଗ୍ଧ ହୋଇ ତାଙ୍କୁ ' କବିସୂର୍ଯ୍ୟ ' ଉପାଧି ପ୍ରଦାନ କରିଥଲେ। ( ଓଡ଼ିଆ ସାହତ୍ୟର ଇତିହାସ. ସୁରେନ୍ଦ୍ର କୁମାର ମହାରଣା ) ପୃଷ୍ଠା-୩୨୩ କିମ୍ବଦନ୍ତୀ ସେ ଠାକୁରାଣୀ ଭୂବନେଶ୍ୱରୀଙ୍କ କ୍ଷୀର ପାନ କରିବା ବିଷୟରେ ଏକ କିମ୍ବଦନ୍ତୀ ରହିଛି । ଏହି କିମ୍ବଦନ୍ତୀ ଅନୁସାରେ ସେ ଭୂବନେଶ୍ୱରୀଙ୍କ କ୍ଷୀର ପାନ କରି ଅଲୌକିକ ଜ୍ଞାନ ଓ ଅସାଧାରଣ ପାଣ୍ଡିତ୍ୟ ପାଇଥିଲେ । ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ସେ କବିତା ରଚନା କରି ବନଜଙ୍ଗଲର ପଶୁପକ୍ଷୀଙ୍କୁ ମଧ୍ୟ ନିଜ ଆଡ଼କୁ ଆକର୍ଷିତ କରିପାରୁଥିଲେ । ରଚନାର ଭାଷା ତାଙ୍କ ରଚନାରେ ଦେଶଜ ଓଡ଼ିଆ ଶବ୍ଦ ସହ ବୈଦେଶିକ ଶବ୍ଦର ପ୍ରୟୋଗ ଦେଖାଯାଏ । ଦେଶଜ ଭାଷା ମଧ୍ୟରେ ଗୋଳିଆ, ଚିନାଏ, ଚିରାମରା, ଟାକର, ଟାକିଛି, ଠୋକରି, ଠଣାଠୁଙ୍କି, ଲସାଇ, ସୁସାର, ଆଡ଼ରୁଷା, ନିକୁଞ୍ଜ ଦଉଡ଼, ପାଦ ଫାଟିଯିବା ଇତ୍ୟାଦି ବ୍ଯବହୃତ ହୋଇଛି । ଅପର ପକ୍ଷରେ ତାଙ୍କ ରଚନାରେ ଦରଦ, ମରଜି, ଦିବାଲା, ଧମକାଇଲା, ଫତୁରିଖୋର, ଆଖର, ଫୁକାରା, ଫତୁଆ, ଫରିଆଦ, ଫଜିତ, ଫରମାସ ଇତ୍ୟାଦି ବୈଦେଶିକ ଓ ଯାବନିକ ଶବ୍ଦ ମଧ୍ୟ ରହିଛି ।
୮୨ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଭାରତ, ଜମ୍ବୁଦ୍ୱୀପର ଦକ୍ଷିଣ ଭାଗର ଭୌଗଳିକ ନାମ, ଯାହା ହିମାଳୟ ପର୍ବତମାଳାର ଦକ୍ଷିଣରୁ ସାଗର ପର୍ଯ୍ୟନ୍ତ ବିସ୍ତୃତ। ବର୍ତ୍ତମାନ ଭାରତରେ ଛଅଟି ରାଜନୈତିକ କ୍ଷେତ୍ର ବା ରାଜ୍ୟ ଅଛନ୍ତି, ଯଥା- ଭାରତୀୟ ଗଣରାଜ୍ୟ, ଇସ୍ଲାମୀୟ ଉପଗଣସ୍ଥାନୀ ଗଣରାଜ୍ୟ, ଇସ୍ଲାମୀୟ ପାକିସ୍ଥାନୀ ଗଣରାଜ୍ୟ, ଲୋକତାନ୍ତ୍ରୀକ ବଙ୍ଗଳାଦେଶୀ ଗଣରାଜ୍ୟ, ପ୍ରଜାତାନ୍ତ୍ରୀକ ନେପାଳୀ ସଂଘୀୟ ଗଣରାଜ୍ୟ, ଭୂଟାନୀ ସାମ୍ରାଜ୍ୟ। ଭାରତ ଦକ୍ଷିଣରେ ରତ୍ନାକର ସାଗର, ସିଂହଳ ଦ୍ୱୀପ-ରାଷ୍ଟ୍ର ଓ ମାଳଦ୍ୱୀପ ଦ୍ୱୀପରାଷ୍ଟ୍ର, ପୂର୍ବରେ ମହୋଦଧି ଓ ବ୍ରହ୍ମଦେଶ, ଉତ୍ତର ଓ ଅଗ୍ନି କୋଣରେ ହିମାଳୟ ପର୍ବତମାଳା ଓ ତିବ୍ବତୀୟ ଉଚ୍ଚଭୂମି, ପଶ୍ଚିମ ଓ ବାୟୁ କୋଣରେ ହୁଣ-କୁଶାଣ ଭୂମି ଓ ପାରସ୍ୟ ଏବଂ ସିନ୍ଧୁ ସାଗରଦ୍ୱାରା ଆବଦ୍ଧ। ପ୍ରାୟ ଖ୍ରୀଷ୍ଟପୂର୍ବ ତିନି ସହସ୍ରାବ୍ଦରେ ଭାରତରେ ସିନ୍ଧୁ ନଦୀ କୂଳରେ ସିନ୍ଧୁ ସଭ୍ୟତା ଗଢିଉଠିଥିଲା। ପରବର୍ତ୍ତୀ ସହସ୍ରାବ୍ଦରେ ସନାତନବାଦର ସର୍ବ ପୁରାତନ ଗ୍ରନ୍ଥମାନ ରଚନା ଆରମ୍ଭ ହୋଇଯାଇଥିଲା। ପ୍ରାୟ ଖ୍ରୀଷ୍ଟପୂର୍ବ ପ୍ରଥମ ସହସ୍ରାବ୍ଦରେ ବର୍ଣାଶ୍ରମର ସ୍ଥାପନ ହେଲା ଓ ଜାତିଭେଦର ଆଗମନ ହେଲା। ତତ୍ପରେ ସମାଜରେ ବୃଦ୍ଧି ପାଉଥିବା ବ୍ରାହ୍ମଣମାନଙ୍କର ଜାତିବାଦ ବିରୋଧରେ ଜୈନ ଧର୍ମ ଓ ପରେ ବୌଦ୍ଧ ଧର୍ମର ସ୍ଥାପନା ଓ ପ୍ରସାର ହେଲା। ମଧ୍ୟଯୁଗରେ ଭାରତକୁ ଇହୁଦୀ, ଜୋରାଷ୍ଟୀୟ, ଖ୍ରୀଷ୍ଟୀୟ ଓ ଯବନ ଧର୍ମର ଆଗମନ ଓ ପ୍ରସାର ହେଲା ଏବଂ ତତ୍ ସହିତ ଶିଖ ଧର୍ମର ଅଭ୍ୟୁଦୟ ହେଲା। ମଧ୍ୟଯୁଗରେ ଉତ୍ତର ଭାରତରେ ଦିଲ୍ଲୀ, ଦକ୍ଷିଣ ଭାରତରେ ବୀଜୟନଗର, ପୂର୍ବ ଭାରତରେ କଟକ ଆଦି ରାଜନୈତିକ ଓ ଅର୍ଥନୈତିକ ରାଜଧାନୀ ଭାବେ ପ୍ରତିଷ୍ଠିତ ହୋଇଥିଲେ। ସପ୍ତଦଶ ଶତାବ୍ଦୀରେ ମୁଗଲ ସମ୍ରାଟ ଆକବର ଭାରତରେ ଏକଛତ୍ର ସାମ୍ରାଜ୍ୟର ନିର୍ମାଣ କରିଥିଲେ। ଅଷ୍ଟାଦଶ ଶତାବ୍ଦୀର ଶେଷାର୍ଦ୍ଧରେ ଅଧିକାଂଶ ଭାରତୀୟ ଅଞ୍ଚଳ ପୂର୍ବ ଭାରତୀୟ ସଂସାଦ (ଇଷ୍ଟ୍ ଇଣ୍ଡିଆ କମ୍ପାନି)ର ଅଧିନରେ ଓ ପରେ ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ସମଗ୍ର ଭାରତ (ଗାନ୍ଧାର ବ୍ୟତୀତ) ସଂଯୁକ୍ତ ସାମ୍ରାଜ୍ୟର ରାଜ ମୁକୁଟର ପ୍ରତ୍ୟକ୍ଷ ଶାସନାଧିନ ହେଲା ଏବଂ ମହାରାଣୀ ଭିକ୍ଟୋରିଆ ଏହାର ସମ୍ରାଜ୍ଞୀ ହେଲେ । ଅନେକ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଆପ୍ରାଣ ଉଦ୍ୟମଦ୍ୱାରା ଇଂରେଜ ଶାସନାଧିନ ଭାରତ ଚାରୋଟି ସ୍ୱତନ୍ତ୍ର ରାଷ୍ଟ୍ରରେ ଏବଂ ଗାନ୍ଧାର ପ୍ରଦେଶ ଅନ୍ୟ ଏକ ସ୍ୱତନ୍ତ୍ର ରାଷ୍ଟ୍ର ରୂପେ ପ୍ରତିଷ୍ଠିତ ହେଲା। ନିରୁକ୍ତି ଓ ନାମକରଣ ଓଡ଼ିଆ ଓ ଅନ୍ୟାନ୍ୟ ଭାରତୀୟ ଭାଷାମାନଙ୍କରେ ଏହାର ନାମ ହେଉଛି ଭାରତ, ଭାରତଖଣ୍ଡ, ଭାରତବର୍ଷ, ଜମ୍ବୁଦ୍ୱୀପ। କେତେକ କ୍ଷେତ୍ରରେ ଉତ୍ତର ଭାରତକୁ ଆର୍ଯ୍ୟାବର୍ତ୍ତ ଓ ଦକ୍ଷିଣ ଭାରତକୁ ଦ୍ରାବିଡବର୍ତ୍ତ କୁହାଯାଏ। ପାରସୀ ଓ ଏହାଦ୍ୱାରା ପ୍ରଭାବିତ ଭାଷାମାନଙ୍କରେ ଏହାର ନାମ ହିନ୍ଦୁସ୍ଥାନ୍, ହିନ୍ଦୁସ୍ତାନ୍, ଇଣ୍ଡିଆ, ଇତ୍ୟାଦି। ସଂସ୍କୃତରେ ଭାରତର ନାମକରଣର ଦୁଇଟି କାରଣ ଥାଇପାରେ (1) ଭାରତରେ ବସବାସ କରୁଥିବା ସର୍ବ ପୁରାତନ ଭରତ ଜାତିର ଲୋକମାନଙ୍କ ନାମାନୁସାରେ, ଅଥବା (2) ଭାରତର ପ୍ରଥମ ଚକ୍ରବର୍ତ୍ତୀ ଭରତଙ୍କ ସାମ୍ରାଜ୍ୟ ହୋଇଥିବାରୁ । ଇଂରାଜୀ ନାମ ଇଣ୍ଡିଆ ଗ୍ରୀକ୍ ଭାଷାର ଇଣ୍ଡସ୍-ରୁ ଆସିଅଛି, ଯାହା ଯଥାକ୍ରମେ ଭାରତର ପାରସୀ ନାମ ହିନ୍ଦୁରୁ ଉଦ୍ଧାରିତ। ପାରସୀ ହିନ୍ଦୁ ସଂସ୍କୃତ ସିନ୍ଧୁରୁ ନିଆଯାଇଥିଲା। ଇତିହାସ ପ୍ରାକ୍ ଐତିହାସିକ ଭାରତ ବର୍ତ୍ତମାନର ଭାରତୀୟ ଗଣରାଜ୍ୟର ତାମିଳ ନାଡୁ ରାଜ୍ୟରେ 1.5 ଅୟୁତ ବର୍ଷ ପୁରୁଣା ମାଡ୍ରସୀ ସଂସ୍କୃତି ଭାରତର ସର୍ବ ପୁରାତନ ପ୍ରାଚୀନ ପ୍ରସ୍ତର ଯୁଗୀୟ ସ୍ଥଳୀ। ସମକାଳୀନ ମଧ୍ୟ ପ୍ରସ୍ତର ଯୁଗୀୟ ପ୍ରସ୍ତର କଳାକୃତି ଭାରତର ଅନେକ ସ୍ଥାନରେ ମିଳିଅଛି। ଭୀମବୈଠକା ପ୍ରସ୍ତର ଆଶ୍ରୟସ୍ଥଳୀ ତନ୍ମଧ୍ୟରୁ ଅନ୍ୟତମ। ଖ୍ରୀଷ୍ଟପୂର୍ବ ସପ୍ତମ ସହସ୍ରାବ୍ଦ ବେଳକୁ ମେହେରଗଡ ଆଦି ସ୍ଥାନମାନଙ୍କରେ ଜ୍ଞାତ ସର୍ବ ପୁରାତନ ନୂତନ ପ୍ରସ୍ତର ଯୁଗୀୟ ଜନବସତିର ପ୍ରମାଣ ମିଳେ। କ୍ରମଶଃ ଏହି ଜନବସତିଗୁଡିକ ଭାରତର ସର୍ବ ପ୍ରଥମ ନଗର ସଂସ୍କୃତି ସିନ୍ଧୁ ସଭ୍ୟତାରେ ପରିଣତ ହେଲା। 2500-1900 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ସଭ୍ୟତା ସିନ୍ଧୁ ନଦୀର କୂଳରେ ବିସ୍ତାରିତ ହୋଇସାରିଥିଲା। ମହେଞ୍ଜୋଦାରୋ, ହରପ୍ପା, ଢୋଲାବୀର ଓ କାଳୀବାଗାନ ଇତ୍ୟାଦି ସ୍ଥାନମାନଙ୍କରେ କେନ୍ଦ୍ରୀଭୂତ ଏହି ସଭ୍ୟତାର ସଭ୍ୟମାନେ ହସ୍ତଶିଳ୍ପ ଓ ବାଣିଜ୍ୟ ବ୍ୟବସାୟରେ ବିଜ୍ଞ ଥିଲେ।
୧୨୫ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
କୃତ୍ରିମ ରୋଗ ଅନ୍ୟ ଉପରେ ଆରୋପଣ (ଇଂରାଜୀ ଭାଷାରେ / ), ଅନ୍ୟ ନାମ ମଞ୍ଚୋସନ ସିଣ୍ଡ୍ରୋମ୍ ବାଇ ପ୍ରକ୍ସି ଭାବରେ ମଧ୍ୟ ଜଣାଶୁଣା, ହେଉଛି ଏକ ଅବସ୍ଥା ଯାହାଦ୍ୱାରା ଜଣେ ଯତ୍ନକାରୀ ଅନ୍ୟ ବ୍ୟକ୍ତି, ସାଧାରଣତଃ ସେମାନଙ୍କ ପିଲାଙ୍କଠାରେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଥିବା ଦେଖାଯାଏ । ଏଥି ଘଟଣାରେ ଶିଶୁକୁ ଆଘାତ କିମ୍ବା ପରୀକ୍ଷା ନମୁନା ପରିବର୍ତ୍ତନ କରାଯାଇପାରେ । ଏହା ପରେ ସେମାନେ ବ୍ୟକ୍ତିଙ୍କୁ ଅସୁସ୍ଥ କିମ୍ବା ଆହତ ବୋଲି ଉପସ୍ଥାପନ କରନ୍ତି । ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପାଇଁ ଏହା କୌଣସି ବିଶେଷ ଲାଭ ବିନା ଘଟିଥାଏ । ଶିଶୁର ସ୍ଥାୟୀ ଆଘାତ କିମ୍ବା ମୃତ୍ୟୁ ହୋଇପାରେ । ଏହାର କାରଣ ଜଣା ପଡିନାହିଁ । ପ୍ରାଥମିକ ଉଦ୍ଦେଶ୍ୟ ହୁଏତ ଧ୍ୟାନ ଆକର୍ଷଣ କରିବା ଏବଂ ଚିକିତ୍ସକମାନଙ୍କୁ ନିୟନ୍ତ୍ରଣ କରିବା ହୋଇପାରେ । ଗର୍ଭଧାରଣ ସମ୍ବନ୍ଧୀୟ ଜଟିଳତା, ଏବଂ ଜଣେ ମା ଯିଏ ପିଲାବେଳେ ନିର୍ଯାତିତ ହୋଇଥିଲେ କିମ୍ବା ନିଜ ଉପରେ କୃତ୍ରିମ ରୋଗ ଆରୋପଣ ଅନ୍ତର୍ଭୁକ୍ତ କରିଥିଲେ। ଶିଶୁର ଯତ୍ନ‌କାରୀ ଲୋକଠାରୁ ରୋଗୀକୁ ଅନ୍ୟ ସ୍ଥାନ‌କୁ ନେଇ ଚିକିତ୍ସା କରିବାଦ୍ୱାରା ରୋଗର ଲକ୍ଷଣ କିମ୍ବା ଭିଡିଓ ସିସିଟିଭିରେ ଉନ୍ନତି ଆସିଲେ ରୋଗ ନିର୍ଣ୍ଣୟ କରାଯାଏ । ପ୍ରଭାବିତ ଲୋକମାନେ ଶାରୀରିକ ନିର୍ଯାତନା ତଥା ଚିକିତ୍ସା ଅବହେଳାର ଶିକାର ହୋଇଥିଲେ। ଏହାର ପରିଚାଳନାରେ ଶିଶୁକୁ ପୋଷ୍ୟ ଚିକିତ୍ସାରେ ରଖିବା ଆବଶ୍ୟକ ହୁଏ । ଯେତେବେଳେ ଯତ୍ନକାରୀ ସେମାନଙ୍କର ସାହାଯ୍ୟ ଆବଶ୍ୟକ କରିବା ଅନୁଭନ କଲେ ଥେରାପିରେ ସାହାଯ୍ୟ କରିପାରେ । ଏହା କେତେ ସାଧାରଣତ ତାହା ଜଣାଯାଇ ନାହିଁ, ତଥାପି ଏହା ଅପେକ୍ଷାକୃତ ବିରଳ ଦେଖାଯାଏ । ୯୫%ରୁ ଅଧିକ ମାମଲା ଜଣେ ବ୍ୟକ୍ତିର ମା ସହିତ ଜଡିତ । ଏହି ଅବସ୍ଥା ପ୍ରଥମେ ୧୯୭୭ ମସିହାରେ ରୟ ମେଡୋଦ୍ୱାରା ନାମ କରଯ ହୋଇଥିଲା । ବିଶୃଙ୍ଖଳାର ଉପସ୍ଥିତି ଅପରାଧିକ ଆଚରଣକୁ ସୂଚାଇପାରେ ।
ସମ୍ବଲପୁର ଜିଲ୍ଲାର ଭତରା ଗ୍ରାମଠାରେ ୧୯୭୪ ମସିହାରେ ନିର୍ମିତ ଏହି ମନ୍ଦିରଟିରେ ମହାତ୍ମା ଗାନ୍ଧୀ ପୂଜା ପାଆନ୍ତି । ଏହା ଭାରତର ପ୍ରଥମ ଗାନ୍ଧୀ ମନ୍ଦିର ଅଟେ । ଇତିହାସ ୧୯୬୦ଦଶକରେ ସମ୍ବଲପୁରରେ ଛୁଆଁ-ଅଛୁଆଁ ଭେଦଭାବ ରହିଥିଲା । ଏହି ଭେଦଭାବକୁ ଦୂର କରିବା ପାଇଁ ଭତରା ଗାଁର ବୁଦ୍ଧିଜୀବିମାନେ ଗାଁରେ ମହାତ୍ମା ଗାନ୍ଧୀଙ୍କ ମନ୍ଦିର ନିର୍ମାଣ କରିବା ପାଇଁ ସିଦ୍ଧାନ୍ତ ନେଇଥିଲେ । ରେଢାଖୋଲର ତତ୍କାଳୀନ ବିଧାୟକ ଅଭିମନ୍ୟୁ କୁମାରଙ୍କ ଉଦ୍ୟମରେ ୧୯୭୧ମସିହାରେ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ମନ୍ଦିର ନିର୍ମାଣ ଶେଷ ହୋଇ, ୧୯୭୪ ଅପ୍ରେଲ ୧୧ତାରିଖ ଦିନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କଦ୍ୱାରା ମନ୍ଦିର ଉଦଘାଟନ କରାଗଲା । ପୂଜାବିଧି ମନ୍ଦିର ଭିତରେ ଗାନ୍ଧୀଜିଙ୍କର ୩.୫ଫୁଟ ଉଚ୍ଚତାର ମୂର୍ତ୍ତୀ ପୂଜା ପାଉଛନ୍ତି । ଚତୁର୍ପାର୍ଶ୍ୱରେ ବରପୁତ୍ରମାନଙ୍କ ଫଟୋଚିତ୍ର ରହିଛି । ମନ୍ଦିର ସମ୍ମୁଖରେ ଅଶୋକ ସ୍ତମ୍ବ ରହିଛି । ମନ୍ଦିର ଶିଖରେ ତ୍ରିରଙ୍ଗା ପତାକା ଉଡୁଛି । ମନ୍ଦିର ପରିସରରେ ଗାନ୍ଧୀଜିଙ୍କ ଜୀବନର ବିଭିନ୍ନ ସ୍ମରଣୀୟ ଘଟଣାବଳୀ ସହ, ତିନି ମାଙ୍କଡ଼ର ପ୍ରତିଛବି ରହିଛି । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଗାନ୍ଧୀଜିଙ୍କ ପ୍ରତିମୂର୍ତ୍ତୀରେ ଧୂପ, ଦୀପ ଓ ଫୁଲ ଦେଇ ପୂଜା କରାଯାଏ । ବିଭିନ୍ନ ଫଳମୂଳ ଓ ମିଷ୍ଟାନ୍ନ ଭୋଗ ଲଗାଯାଏ । ଜାନୁଆରୀ ୨୬, ଅଗଷ୍ଟ ୧୫, ଅକ୍ଟୋବର ୨ ଓ ଜାନୁଆରୀ ୩୦ତାରିଖରେ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଏ । ପ୍ରତିଦିନ ସକାଳେ ରାମଧୂନ ଓ ସନ୍ଧ୍ୟାରେ ରାମାୟଣ, ଭାଗବତ ଆଦି ପଢାଯାଏ । ଗମନାଗମନ ଗାନ୍ଧୀ ମନ୍ଦିରଠାରୁ ଅଧ କିମି ଦୂରରେ ୫୩ନଂ ଜାତୀୟ ରାଜପଥ ରହିଛି । ୧୦କିମି ଦୂରରେ ରହିଛି କ୍ଷେତରାଜପୁର ରେଳ ଷ୍ଟେସନ ।୨୬କିମି ଦୂରରେ ରହିଛି ଜମାଦାରପଲ୍ଲି ଏୟାର ଷ୍ଟ୍ରିପ ଓ ୬୧କିମି ଦୂରତାରେ ରହିଛି ଝାରସୁଗୁଡ଼ା ବିମାନ ବନ୍ଦର । ଭୁବନେଶ୍ୱର ସମ୍ବଲପୁର ବସ ବା ଟ୍ରେନ୍ ଯୋଗେ ଆସି, ସେଠାରୁ ମନ୍ଦିରକୁ ଯିବା ସୁବିଧା ମଧ୍ୟ ଅଛି ।
ବାଘା ଯତୀନ ଯତୀନ୍ଦ୍ରନାଥ ମୁଖୋପାଧ୍ୟାୟ (୭ ଡିସେମ୍ବର ୧୮୭୯-୧୦ ସେପ୍ଟେମ୍ବର ୧୯୧୫) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଫିରିଙ୍ଗିମାନଙ୍କ ବିରୋଧରେ ଲଢ଼ାଇ କରି ଦେଶ ପାଇଁ ପ୍ରାଣବଳି ଦେଇଥିଲେ । ବାଲେଶ୍ୱର-ହଳଦୀପଦା ରାସ୍ତାରେ ଥିବା ଚଷାଖଣ୍ଡ ଗାଁରେ ତାଙ୍କର ଜନ୍ମ ହୋଇଥିଲା । ଏଠାରେ ତାଙ୍କ ସ୍ମୃତିରେ ସ୍ମାରକୀ ନିର୍ମିତ । ସବୁ ବର୍ଷ ସେପ୍ଟେମ୍ବର ୧୦ ତାରିଖରେ ଏଠାକାର ଲୋକମାନେ ତାଙ୍କର ସ୍ମାରକୀ ପାଳନ କରିଥାନ୍ତି । ସେ "ଯୁଗାନ୍ତର" ଆନ୍ଦୋଳନର ମୁଖିଆ ଥିଲେ । ବାଘାଯତୀନ ଓଡ଼ିଶାରେ ଅନେକ କାଳ ଅତିବାହିତ କରିବା ଅନ୍ତେ ବ୍ରିଟିଶ ହାତରେ ଧରାପଡ଼ି ବାଲେଶ୍ୱରଠାରେ ମୃତ୍ୟୁଦଣ୍ଡ ବରଣ କରିଥିଲେ ।
ଭୂଇଁ ଅଅଁଳା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହି ଗଛର ଉଚ୍ଚତା ଅତି ବେଶିରେ ଦୁଇଫୁଟ ହେଇଥାଏ। ପତ୍ର ଗୁଡ଼ିକ ତେନ୍ତୁଳି ପତ୍ର ପରି ଦିଶିଲେ ମଧ୍ୟ ଆକାରରେ ସାନ ହୋଇଥାନ୍ତି। ପତ୍ରର ତଳେ ଥିବା ଡେମ୍ଫରେ ଫଳ ଗୁଡ଼ିକ ଧାଡ଼ି ଧାଡ଼ି ହୋଇ ଲାଖିଥାଏ, ଉପରକୁ ଦିଶୁ ନ ଥାଏ। ଶ୍ୱେତ ଓ ପୀତ ଭେଦରେ ଏହା ଦୁଇ ପ୍ରକାରର। ପୀତ ଅପେକ୍ଷା ଶ୍ୱେତ ବାଡ଼ି ଅଁଳାର ଔଷଧୀୟ ଗୁଣ ଅଧିକ। ବିବିଧ ଭାରତୀୟ ପ୍ରାଦେଶିକ ନାମ ଶାସ୍ତ୍ରୋକ୍ତ ଗୁଣ ସ୍ନିଗ୍ଧ, ଶୀତବୀର୍ଯ୍ୟ, ମଧୁର ରସ ବ୍ୟବହାର ଭୂଇଁ ଅଁଳା ଭାରତୀୟ ଆୟୁର୍ବେଦ ପଦ୍ଧତିରେ ପାକସ୍ଥଳୀ, ରେଚନ-ଜନନ ସଂସ୍ଥାନ, ଯକୃତ ଓ ବୃକ୍କ ଆଦିର ଚିକିତ୍ସାରେ କାମରେ ଲାଗିଥାଏ। ମଳ ରୋଧକ, ବଳ କାରକ, କାନ୍ତି ପ୍ରଦ, ଗ୍ରହ ଦୋଷ, ଶିଶୁ ରୋଗ, ଭୁତାବେଶ, ପିହୁଳା, ଜ୍ୱର, ଅପସ୍ମାର, ବାୟୁ, ଉନ୍ମାଦ, କ୍ଷତ ଓ ବହୁମୂତ୍ର ଆଦି ରୋଗ ନିବାରକ। ଜଡା ତେଲ ସହିତ ଏହାର ରସକୁ ମାଲିସ କଲେ କଣ୍ଡୁ, ଦଦ୍ରୁ, କ୍ଷତ ଓ ମସ୍ତକ ରୋଗ ଦୂର ହୁଏ। ବାଗୀ, ବାଳିଆ ଦାଢୀ, କଟାଘାଆରେ ଏହାର ଲେପ, ମୁଣ୍ଡବିନ୍ଧା, ମସ୍ତିସ୍କ ଭ୍ରମରେ ରାଶି ତେଲ କିମ୍ବା ଜଡ଼ା ତେଲ ସହିତ, କ୍ଷତ, ଗରମ ଘାଆରେ ସୋରିଷ ତେଲ ସହିତ, ପିଲାଙ୍କ ଚର୍ମ ରୋଗରେ ହଳଦୀ ସହିତ, ସ୍ତ୍ରୀମାନଙ୍କ ରଜରୋଧରେ ବଚ ସହିତ, ଯମଜ ଜ୍ୱରରେ ମହୁ ସହିତ, ବାୟୁ ଶୂଳରେ ଶୁଣ୍ଠୀ ଓ ଗୋଲ ମରିଚ ସହିତ ଏହାର ପ୍ରୟୋଗ କରାଯାଇଥାଏ। ଆଧାର ବାହାର ଆଧାର ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।
୫୩୮ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନ, କଟକରେ ଥିବା ଏକ ସ୍ୱୟଂଶାସିତ ବୈଷୟିକ ଶିକ୍ଷାନୁଷ୍ଠାନ । ଏଠାରେ ଚଳଚ୍ଚିତ୍ର ସମ୍ବନ୍ଧିତ ବୈଷୟିକ ଜ୍ଞାନକୌଶଳ ଶିକ୍ଷା ଦିଆଯାଏ । ଏହା ଓଡ଼ିଶା ସରକାରଙ୍କଦ୍ୱାରା ବିଶ୍ୱବ୍ୟାଙ୍କ ସହାୟତାରେ ଫିଲ୍ମ ନିର୍ମାଣ ଓ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସ୍ତୁତି ପାଇଁ ଦରକାର ହେଉଥିବା ବୈଷୟିକ ଜ୍ଞାନପ୍ରାପ୍ତ ଜନସମ୍ବଳ ସୃଷ୍ଟି ପାଇଁ ପ୍ରତିଷ୍ଠା କରାଯାଇଛି । ମହାନଦୀ କୁଳରେ ଓଡ଼ିଶା ରାଜ୍ୟର ସର୍ବପୁରାତନ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂର ପରିସର ମଧ୍ୟରେ ଏହା ରହିଛି । ଓଡ଼ିଶା ସରକାରଙ୍କ ଆର୍ଥିକ ସହାୟତାରେ ପରିଚାଳିତ ଏହି ପ୍ରତିଷ୍ଠାନରେ ନିଯୁକ୍ତି, ବୈଷୟିକ ଶିକ୍ଷା ଓ ତାଲିମ , ବିଭାଗରେ ୩ଟି ସ୍ୱତନ୍ତ୍ର ବିଭାଗ, ଯଥା ସିନେମାଟୋଗ୍ରାଫି , ଶବ୍ଦ ଓ ଟିଭି ଇଂଜିନିଯରିଂ ଏବଂ ଫିଲ୍ମ ଓ ଭିଡିଓ ଏଡିଟିଂରେ ଶିକ୍ଷା ପ୍ରଦାନ କରାଯାଇଥାଏ । ଇତିହାସ ୧୯୯୮ ମସିହାରେ ଏହି ପ୍ରତିଷ୍ଠାନର ସ୍ଥାପନ ହେଇଥିଲା । ଏଥିପାଇଁ ମୂଳ ବିନିଯୋଗ ପାଇଁ ବିଶ୍ୱବ୍ୟାଙ୍କରୁ ଆର୍ଥିକ ସହାୟତା ନିଆ ଯାଇଥିଲା । ଏଠାରେ ଫିଲ୍ମ ଶୁଟିଙ୍ଗ ପାଇଁ ଦରକାର ହଉଥିବା ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି ଏବଂ ଏଠାରେ ସିନେମାଟୋଗ୍ରାଫି , ଶବ୍ଦ ଗ୍ରହଣ ଓ ଚିତ୍ର ସମ୍ପାଦନ ଶିକ୍ଷା ପ୍ରଦାନ ପାଇଁ ପ୍ରବୀଣ ଶିକ୍ଷକମାନେ ରହିଛନ୍ତି । ଏହି ପ୍ରତିଷ୍ଠାନରୁ ଅଦ୍ୟାବଧି ୧୪ଟି ବ୍ୟାଚର ଛାତ୍ର ପ୍ରଶିକ୍ଷଣ ନେଇ ବିଭିନ୍ନ ମିଡ଼ିଆ ଚ୍ୟାନେଲ , ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି । ଅନୁଷ୍ଠାନରେ ଚଳଚ୍ଚିତ୍ର ସମ୍ବନ୍ଧିୟ ସମ୍ପାନ, ବିଶ୍ୱ ସିନେମା ଦିବସ ଭଳି ମହୋତ୍ସବ ମଧ୍ୟ ପାଳନ କରାଯାଏ । ପାଠ୍ୟକ୍ରମ ଏହି ପ୍ରତିଷ୍ଠାନରେ ସିନେମାଟୋଗ୍ରାଫି, ଶବ୍ଦ ଓ ଟେଲିଭିଜନ ଇଂଜିନିୟରିଂ ଏବଂ ଫିଲ୍ମ ଓ ଭିଡିଓ ଏଡିଟିଂ ଏହି ୩ଟି ବିଷୟରେ ୩ ବର୍ଷୀୟ ଡିପ୍ଲୋମା ପାଠ୍ୟକ୍ରମ ରହିଛି ।
ନର୍ଲା ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ । ଏହା କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରୁ ୩୫ କି.ମି ତଥା ରାଜଧାନୀ ଭୁବନେଶ୍ୱରଠାରୁ ହାରାହାରି ୫୧୦ କି.ମି ଦୂରତାରେ ଅବସ୍ଥିତ । ଗମନାଗମନ ନର୍ଲାରୋଡ୍ ରେଳଷ୍ଟେସନଠାରୁ ଏହା ମାତ୍ର ୨ କିଲୋମିଟର ଓ ଉତ୍କେଲା ଉଡାଜାହାଜ ପଡ଼ିଆଠାରୁ ଏହା ୪୦ କିଲୋମିଟର ଦୂରତାରେ ଅବସ୍ଥିତ।
ଥ୍ରେଡ଼ସ୍ ହେଉଛି ଏକ ଅନଲାଇନ୍ ସୋସିଆଲ୍ ମିଡ଼ିଆ ଏବଂ ସୋସିଆଲ୍ ନେଟୱାର୍କିଂ ସେବା କମ୍ପାନୀ । ଏହା ଆମେରିକୀୟ ଟେକ୍ନୋଲୋଜି କମ୍ପାନୀ ମେଟା ପ୍ଲାଟଫର୍ମର ଏକ ଅଶଂ ବିଶେଷ । ଏହି ଆପ୍‌ଟି ଛୋଟ ଛୋଟ ଲେଖା, ଫଟୋ ଏବଂ ଭିଡିଓ ଆଦି ସେୟାର୍ କରିବା ପାଇଁ ନିର୍ମାଣ କରାଯାଇଛି, ଯେଉଁଥିରେ ଟୁଇଟର ଭଳି ଲାଇକ୍, ରି-ଥ୍ରେଡ୍, କୋଟ୍, ରିପ୍ଲାଏ ଆଦି ସମାନ ଧରଣର ସୁବିଧା ଉପଲବ୍ଧ ଅଛି । ଏହି ଆପ୍ ଆଇଓଏସ୍ ଏବଂ ଆଣ୍ଡ୍ରଏଡ଼ରେ ଉପଲବ୍ଧ ଅଛି । ଏହି ଆପ୍‌ରେ ଇନ୍‌ଷ୍ଟାଗ୍ରାମ ଜରିଆରେ ଲଗ୍ଇନ୍ ବା ସାଇନ୍ଅପ୍ କରିହେବ । ତେଣୁ ସାଇନ୍ ଅପ୍ କରିବାକୁ ଉପଭୋକ୍ତାଙ୍କର ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ଥିବା ଆବଶ୍ୟକ ଏବଂ ସମାନ ବ୍ୟବହାରକାରୀ ନାମ ରହିବା ଆବଶ୍ୟକ । ଇଲନ ମସ୍କ ଟୁଇଟର କିଣିବା ପରେ ମେଟାର କର୍ମଚାରୀମାନେ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖା ପୋଷ୍ଟ କରିବା ପାଇଁ ଇନ୍‌ଷ୍ଟାଗ୍ରାମ ନୋଟସ୍ ନାମକ ଏକ ନୂଆ ଫିଚର୍ ଯୋଡ଼ିବାକୁ ଆଲୋଚନା କରିଥିଲେ । ଏହି ଫିଚର୍‌କୁ ଇନ୍‌ଷ୍ଟାଗ୍ରାମ୍ ସହିତ ଯୋଡ଼ିବା ପରିବର୍ତ୍ତେ ଏକ ନୂଆ ଆପ୍ କରିବାକୁ କିଛି କର୍ମଚାରୀମାନେ ମନ୍ତବ୍ୟ ରଖିଥିଲେ, ଯେଉଁ ଆଲୋଚନାରୁ ଥ୍ରେଡ଼ସ୍‌ର ଆରମ୍ଭ ହୋଇଥିଲା । ୨୦୨୩ ମସିହାର ଜାନୁଆରୀ ମାସରେ ଏହି ଆପ୍‌ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା, ଏବଂ "ପ୍ରୋଜେକ୍ଟ ୯୨" ଭାବରେ ନାମିତ ହୋଇଥିଲା । ମାର୍ଚ୍ଚ ମାସରେ ଥ୍ରେଡ଼ସ୍ ବିଷୟରେ ସୂଚନା ପ୍ରକାଶ କରାଯାଇଥିଲା ଏବଂ ଜୁନ୍ ମାସରେ ଭକ୍ସ ମିଡ଼ିଆଦ୍ୱାରା ପରିଚାଳିତ ଦି ଭର୍ଜରେ ଏହା ଉପରେ ଏକ ବିବରଣୀ ପ୍ରକାଶିତ ହୋଇଥିଲା । ଜୁଲାଇ ମାସରେ ଏହି ଆପ୍ ବିଷୟରେ ସବିଶେଷ ତଥ୍ୟ ପ୍ରକାଶିତ ହେବା ପରେ ଜୁଲାଇ ୩ ତାରିଖରେ ଆପଲ୍ ଆପ୍ ଷ୍ଟୋର୍‌ରେ ଏହି ଆପ୍ ଉପଲବ୍ଧ ହେବା ସହିତ ୬ ତାରିଖରୁ ଡାଉନ୍‌ଲୋଡ଼ ତଥା ବ୍ୟବହାର କରିବା ପାଇଁ ଉପଲବ୍ଧ ହେବ ବୋଲି ଜଣାପଡ଼ିଥିଲା । ଦୈନିକ ଦେଖୁଥିବା ଟୁଇଟ୍‌ର ସଂଖ୍ୟାରେ ଅଙ୍କୁଶ ଲାଗିବା ପରେ ଏହି ଆପ୍‌ଟି ସିଧାସଳଖ ଲୋକଙ୍କ ସାମ୍ନାକୁ ଆସିଥିଲା । ଏହି ଆପ୍‌ର ଏକ ୱେବ୍‌ସାଇଟ୍ ଏହାର ମୁକ୍ତିଲାଭ ତାରିଖ ଦର୍ଶାଇବା ସହିତ ଅପେକ୍ଷାର ସମୟକୁ ଦର୍ଶାଇ ଉପଲବ୍ଧ ହୋଇଥିଲା । ଜୁଲାଇ ୫ ତାରିଖର ସନ୍ଧ୍ୟା ୭ଟା ବେଳେ ଏହି ଅପେକ୍ଷା ସମୟ ବନ୍ଦ ହୋଇଗଲା ଏବଂ ଆପ୍‌ଟି ଉପଲବ୍ଧ ହୋଇଥିଲା । ଯୁକ୍ତରାଷ୍ଟ୍ର ଆମେରିକା, ଯୁକ୍ତରାଜ୍ୟ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, କାନାଡ଼ା ଏବଂ ଜାପାନ ସମେତ ୧୦୦ଟି ଦେଶରେ ଜୁଲାଇ ୫ ତାରିଖରେ ଏହି ଆପ୍‌ଟି ଆନୁଷ୍ଠାନିକ ଭାବରେ ଉପଲବ୍ଧ ହୋଇଥିଲା । ଏହାର ଆରମ୍ଭ ହେବାର ଗୋଟିଏ ଦିନ ପରେ, ଏଥିରେ ୫ କୋଟିରୁ ଅଧିକ ଲୋକ ପଞ୍ଜୀକୃତ କରିଥିଲେ । ଜୁଲାଇ ୬ ସୁଦ୍ଧା ଏହି ଆପ୍‌ଟିକୁ ୩ କୋଟିରୁ ଅଧିକ ଲୋକ ଡାଉନ୍‌ଲୋଡ଼ କରିଥିଲେ, ଯାହାକି ଦୃତତମ ଡାଉନ୍‌ଲୋଡ଼ ହୋଇବା ଆପ୍ ଚାଟ୍ ଜିପିଟିର ରେକର୍ଡ଼ କାଟିଦେଇଥିଲେ । ବିବାଦ ଏହି ଆପ୍‌ଟି ଉପଲବ୍ଧ ହେବା ପରେ ଟୁଇଟର ଓକିଲମାନେ ମେଟା ପ୍ଲାଟଫର୍ମ ବିରୁଦ୍ଧରେ ମକୋଦ୍ଦମା ଆରମ୍ଭ କରିଥିଲେ । ମେଟା ଥ୍ରେଡ୍ ଆପଣ ନିର୍ମାଣ କରିବା ପାଇଁ ଟୁଇଟର୍‌ର ଆଭ୍ୟନ୍ତରୀଣ ବାଣିଜ୍ୟିକ ରହସ୍ୟ ବ୍ୟବହାର କରିଥିବା କଥା ଅଭିଯୋଗ କରିଥିଲେ । ବୈଶିଷ୍ଟ୍ୟ ଏହି ଆପ୍‌ଟିର ଗଠନ ଶୈଳୀ ପାଖାପାଖି ଟୁଇଟର ସହିତ ସମାନ, ଯାହାକି ରିଅଲ୍-ଟାଇମ୍ କଥୋପକଥନ ସହିତ ଲେଖା, ଫଟୋ ଓ ଭିଡିଓ ସେୟାର୍ କରିବା ପାଇଁ ସୁବିଧା ପ୍ରଦାନ କରୁଛି । ଏହି ସିଧାସଳଖ ଭାବରେ ଏହାର ମୂଳ ସଂସ୍ଥା ମେଟାର ଅନ୍ୟତମ ଆପ୍ ଇନ୍‌ଷ୍ଟାଗ୍ରାମ୍ ସହିତ ଜଡ଼ିତ । ଏହି ଆପ୍‌ର ପୋଷ୍ଟରେ ୫୦୦ଟି ଅକ୍ଷର ଏବଂ ୫ ମିନିଟ୍ ପର୍ଯ୍ୟନ୍ତ ଭିଡିଓ ପୋଷ୍ଟ କରିବାର ସୁବିଧା ରହିଛି । ବ୍ୟବହାରକାରୀ ଖାତା ଏହି ଆପ୍‌ରେ ଯୋଡ଼ି ହେବାକୁ ହେଲା ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍ ଥିବା ଆବଶ୍ୟକ । ଥ୍ରେଡ଼ସ୍ ଏବଂ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟଗୁଡ଼ିକ ସମାନ ବ୍ୟବହାରକାରୀ ନାମ, ପ୍ରୋଫାଇଲ୍ ଫଟୋ ଏବଂ ନାମ ରହିବ । ଇନ୍‌ଷ୍ଟାଗ୍ରାମ୍ ଜରିଆରେ ଏହି ତିନୋଟି ଜିନିଷକୁ ବଦଳାଇ ହେବ ଏବଂ କେବଳ ନିଜ ତଥ୍ୟ ଓ ଗୋଟିଏ ୱେବ୍‌ସାଇଟ୍ ଲିଙ୍କ୍ ଥ୍ରେଡ଼ରେ ଯୋଡ଼ିହେବ । ଇନ୍‌ଷ୍ଟାଗ୍ରାମରେ ଫଲୋ କରୁଥିବା ବ୍ୟବହାରକାରୀଙ୍କୁ ଥ୍ରେଡ଼ସ୍‌ରୁ ସିଧାସଳଖ ଫଲୋ କରିହେବ ଏବଂ ଉପଲବ୍ଧ ନଥିବା ନଥିବା ବ୍ୟବହାରକାରୀଙ୍କୁ ମଧ୍ୟ ଇନ୍‌ଷ୍ଟାଗ୍ରାମ୍ ଜରିଆରେ ଫଲୋ କରିହେବ, ଫଳରେ ସେମାନେ ଯୋଗ ଦେବା ପରେ ଆପେ ଆପେ ଥ୍ରେଡ଼ସ୍‌ରେ ଫଲୋ ହୋଇଯିବ । ଉପଲବ୍ଧତା ଅଧିକାଂଶ ସାମାଜିକ ନେଟୱାର୍କିଂ ସେବା ପରି ଏହାର ମଧ୍ୟ ଆପଲ‌ର ଆଇଓଏସ୍ ଏବଂ ଗୁଗୁଲର ଆଣ୍ଡ୍ରଏଡ୍ ଆପ୍‌ଷ୍ଟୋର୍‌ରେ ଉପଲବ୍ଧ ଅଛି । ଏହାର ୱେବ୍ ଆପ୍‌ଲିକେସନ୍ ଉପଲବ୍ଧ ନାହିଁ, କିନ୍ତୁ . /@ ଜରିଆରେ ପ୍ରୋଫାଇଲ୍ ଗୁଡ଼ିକ ଉପଲବ୍ଧ ହେଉଛି, ଯାହାକି ବ୍ୟବହାରକାରୀଙ୍କ ଇନ୍‌ଷ୍ଟାଗ୍ରାମ୍ ପ୍ରୋଫାଇଲ୍‌ରେ ମଧ୍ୟ ଦେଖାଉଛି । ଏହା ଡାଉନ୍‌ଲୋଡ଼ ପାଇଁ ଉପଲବ୍ଧ ହେବାର ଦୁଇ ଦିନ ଆଗରୁ ଆପ୍‌ଷ୍ଟୋର୍‌ରେ ଉପଲବ୍ଧ ହୋଇଥିଲା । ସରକାରୀ ନିୟମ ପାଇଁ ଅନ୍ୟ ଆପ୍ ଗୁଡ଼ିକ ଭଳି ଏହା ଇରାନରେ ଉପଲବ୍ଧ ହେଉନାହିଁ । ଏହା ଇଉରୋପୀୟ ସଂଘରେ ମଧ୍ୟ ଉପଲବ୍ଧ ହେଉନାହିଁ । ସମାଲୋଚନା ଏବଂ ଚିନ୍ତା ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ସହିତ ସିଧାସଳଖ ଯୋଡ଼ି ହୋଇଥିବାରୁ ଏହାକୁ ଅନେକ ସମାଲୋଚନା କରୁଛନ୍ତି, କାରଣ ଥ୍ରେଡ଼ସ୍‌ରେ ଆକାଉଣ୍ଟ ଡିଲିଟ୍ କରିବାକୁ ହେଲେ ସିଧାସଳଖ ଡିଲିଟ୍ କରାଯାଇପାରିବ ନାହିଁ, ବରଂ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍ ଡିଲିଟ୍ କରିବାକୁ ପଡ଼ିବ ।। ଇନ୍‌ଷ୍ଟାଗ୍ରାମ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଡାମ ମୋସେରୀ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି ଯେ, ଇନ୍‌ଷ୍ଟାଗ୍ରାମ ବ୍ୟତୀତ ଥ୍ରେଡ଼ସ୍‌କୁ ଡିଲିଟ୍ କରିବାକୁ ସେମାନେ ଉପାୟ ଖୋଜୁଛନ୍ତି । ଥ୍ରେଡ଼ସ୍‌ର ବ୍ୟବହାରକାରୀମାନେ ମେଟାର ଟ୍ରାକିଂ ଏବଂ ପ୍ରୋଫାଇଲିଂକୁ ଅକ୍ଷମ କରିପାରିବେ ନାହିଁ । ଇଉରୋପୀୟାନ୍ ସଂଘର ଡିଜିଟାଲ୍ ମାର୍କେଟସ୍ ଆକ୍ଟ ପାଇଁ ଥ୍ରେଡ଼ସ୍ ସେଠାରେ ଉପଲବ୍ଧ ହୋଇପାରିନାହିଁ ।
ଚିତ୍ତରଞ୍ଜନ ଷଡ଼ଙ୍ଗୀ (ଜନ୍ମ: ୧ ଜୁନ ୧୯୫୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି । ୧୯୯୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ଶିକ୍ଷା ଓ ପରିବାର ଚିତ୍ତରଞ୍ଜନ ଷଡ଼ଙ୍ଗୀ ୧୯୫୦ ମସିହାର ଜୁନ ମାସ ୧ ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚିନ୍ତାମଣୀ ଷଡ଼ଙ୍ଗୀ । ଚିତ୍ତରଞ୍ଜନଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ଓକିଲାତି । ସେ ପେଶାରେ ଜଣେ ଓକିଲ । ତାଙ୍କ ପତ୍ନୀଙ୍କ ନାମ ଗିରିବାଳା ଷଡ଼ଙ୍ଗୀ । ରାଜନୈତିକ ଜୀବନ ଚିତ୍ତରଞ୍ଜନ ଓଡ଼ିଶା ବିଧାନ ସଭାରେ ଜଣେ ସ୍ୱାଧୀନ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଚିତ୍ତରଞ୍ଜନ ଷଡ଼ଙ୍ଗୀ ସ୍ୱାଧୀନ ପ୍ରାର୍ଥୀ ଭାବରେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୯୦ ମସିହାରୁ ୧୯୯୫ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ଲ‌ଲିତା ଶିବକୁମାର (ଇଂରାଜୀ ଭାଷାରେ ) ଜଣେ କର୍ଣ୍ଣାଟକୀ ସଙ୍ଗୀତ ଶିକ୍ଷୟିତ୍ରୀ ଓ ଗୀତିକାର ଥିଲେ । ତାଙ୍କର ମାତା କର୍ଣ୍ଣାଟକୀ ଗାୟିକା ସ୍ୱର୍ଗୀୟ ଡି କେ ପଟ୍ଟାମ୍ମାଲ ସ‌ହିତ ଯାଇ ସେ କନସର୍ଟରେ ଯୋଗଦାନ କରୁଥିଲେ । ଭାରତୀୟ ସଂଗୀତର ପ୍ରସିଦ୍ଧ ଗାୟକ ଡ: ନିତ୍ୟଶ୍ରୀ ମହାଦେବନଙ୍କର ସେ ମାତା ଓ ଗୁରୁ ଥିଲେ । ଡିକେପି କର୍ଣ୍ଣାଟକୀ ସଙ୍ଗୀତ ସ୍କୁଲର ସେ ଜଣେ ପୁରୁଖା ଓ ପ୍ରସିଦ୍ଧ ଗୁରୁ ଥିଲେ । ପ୍ରାକ୍ ଜୀବନ ଲ‌ଲିତା ଶିବକୁମାର‌ଙ୍କ ପିତା ପାଲଘାତ ମଣୀ ଆୟାର କର୍ଣ୍ଣାଟକୀ ସଂଗୀତର ଜଣେ ପୁରୁଖା ମୃଦଙ୍ଗ ବାଦକ ଥିଲେ ଓ ପ୍ରଥମ ମୃଦଙ୍ଗ ବାଦକ ଭାବରେ ସଂଗୀତ କଳାନିଧି ତ‌ଥା ପଦ୍ମ‌ଭୁଷଣ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ଅଠର ବର୍ଷ ବୟସରେ ସେ ଡି କେ ପଟ୍ଟାମ୍ମାଲଙ୍କ ପୁତ୍ର ଆଇ ଶିବକୁମାରଙ୍କୁ ବିବାହ କରିଥିଲେ । ବିବାହ ପରଦିନଠାରୁ ସେ ଡି କେ ପଟ୍ଟାମ୍ମାଲଙ୍କଠାରୁ କର୍ଣ୍ଣାଟକୀ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ପେଷା ଅଳ୍ପଦିନ ଅନ୍ତରେ ସେ ଡି କେ ପଟ୍ଟାମ୍ମାଲ ସ‌ହିତ ଯାଇ ଏକ‌କ ବା ଯୁଗ୍ମ ଭାବରେ ସଂଗୀତ ପରିବେଷଣ କରି ସେତେବେଳକାର ପ୍ରସିଦ୍ଧ କର୍ଣ୍ଣାଟକୀ ଗାୟକ ଡି କେ ଜୟରମନ ( . ), ପଲଘଟ କୋଲେଙ୍ଗୋଡ଼ ବିଶ୍ୱନାଥ ନାରାୟଣସ୍ୱାମୀ ( . ) ଓ ଏମ ଏସ ସୁବ୍ବୁଲକ୍ଷ୍ମୀ ( . ) ଇତ୍ୟାଦି ଲୋକଙ୍କଠାରୁ ପ୍ରଶଂସା ପାଇଥିଲେ । ତାଙ୍କର ଏକ‌କ ପ୍ରଦର୍ଶନ ବ‌ହୁତ କମ୍ ଦିନ ପାଇଁ ଥିଲା ଓ ତା 'ପରେ ତାଙ୍କ ଗୁରୁଙ୍କ ସ ‌ହିତ ଯାଇ ଗାୟନ କରିଥିଲେ । ଲ‌ଲିତ ଶିବକୁମାର ଭାରତର ଅନେକ ଭାଷାରେ ଅନେକ ସଂଖ୍ୟକ କ୍ରିତି , ତିଲ୍ଲିନା ଓ ଭଜନର ଗୀତ ଲେଖିଥିଲେ, ସୁର ସଂଗୀତ ଦେଇଥିଲେ । ଶ୍ରୀମତୀ ଲ‌ଲିତ ଶିବକୁମାରଙ୍କର ପ୍ରତିଭା ଓ ଅବଦାନ‌କୁ ଅନେକ ଅନୁଷ୍ଠାନ ସୀକୃତି ଦେଇଥିଲେ । ତାଙ୍କର ସଂଗୀତ ପରମ୍ପରାକୁ ସ୍ୱୀକୃତ ଦେବାକୁ ୪ ଜାନୁଆରୀ ୨୦୧୬ରେ ମାଡ୍ରାସ ଚାରିଟେବ୍ଲ ଟ୍ରଷ୍ଟ ଓ ପରଫରମାନ୍ସ ଅଫ ଇଣ୍ଡିଆନ ଥିଏଟର ଆର୍ଟ ତାଙ୍କୁ ଇସଇ ରସ ମାମନି ' ' ଉପାଧିରେ ଭୁଷିତ କରିଥିଲେ । ଜଣେ ଶିକ୍ଷୟିତ୍ରୀ ଭାବରେ ଲ‌ଲିତାଙ୍କ ଜୀବନ ବ‌ହୁତ ସଫଳ ଥିଲା । ଡିକେପି କର୍ଣ୍ଣାଟକୀ ସଂଗୀତ ସ୍କୁଲର ଖ୍ୟାତି ଦେଶ ବିଦେଶରେ ପରିବ୍ୟାପ୍ତ ହୋଇଥିଲା । ଏଠାରୁ ଶିକ୍ଷା ଲାଭ କରିଥିବା ଅନେକ ଶିକ୍ଷାର୍ଥୀ ତାଙ୍କର କଳା ପ୍ରଦର୍ଶନ କରି ସଫଳ ହୋଇଥିଲେ । ତାଙ୍କର ଅନେକ ଛାତ୍ର ଛାତ୍ରୀ ପୃଥିବୀର ଅନେକ ସ୍ଥାନରେ ଶିକ୍ଷା ଦାନ କରି ସଫଳ ହୋଇଥିଲେ । ଜଣେ ଅନୁଭବୀ ଶିକ୍ଷୟିତ୍ରୀ ଭାବରେ ସେ ପୃଥିବୀରେ ଡିକେପି ପରମ୍ପରା ସ୍ଥାପନ କରିଥିଲେ । ତାଙ୍କର ଶିକ୍ଷା ଅପୂର୍ବ ଓ ବିଶ୍ୱସନୀୟ ଥିଲା ଯାହା ଶାସ୍ତ୍ରୀୟ ସଙ୍ଗୀତ ଓ ତାହାର ଭାଷାର ନୀତିକୁ ଜଗି ରଖିଥିଲା ଏବଂ ତାହା ସତ୍ତ୍ୱେ ସେଥିରେ କୌଣସି ଉନ୍ନତି କରିବା ପ୍ରୟାସକୁ ଅନୁମୋଦନ କରୁଥିଲେ । କର୍ଣ୍ଣାଟକୀ ସଙ୍ଗୀତର ନୀତିକୁ କାଏମ ରଖିବାକୁ ସେ ଜୋର ଦେଉଥିଲେ ଓ ଅନେକ ବିଖ୍ୟାତ ଓ ବରିଷ୍ଟ ଲୋକମାନେ ଏହି ସ୍କୁଲକୁ ଏହାର ରଚ୍ଚାରଣ ଓ ପ୍ରଦର୍ଶନ ନିମନ୍ତେ ବିଖ୍ୟାତ କରିବାରେ ସ‌ହାୟକ ହୋଇଥିଲେ । ଛାତ୍ର ଛାତ୍ରୀଙ୍କୁ ସେ ଭାରତରେ ପ୍ରତ୍ୟକ୍ଷ ଭାବରେ ଓ ଭାରତ ବାହାରେ ପରୋକ୍ଷ ଭାବରେ ଉନ୍ନତ ଗାୟନ ଶୈଳୀ ଶିକ୍ଷା ଦେଉଥିଲେ । ଡ: ନିତ୍ୟଶ୍ର ମହାଦେବନ ଓ ତାଙ୍କର ନାତୁଣୀ ଲାବଣ୍ୟ ସୁନ୍ଦରରମନ , ଡ: ନିରଞ୍ଜନ ଶ୍ରୀନିବାସନ,ବ୍ୟତୀତ ନଳିନୀ କୃଷ୍ଣନ, ମହାରାଜପୁରମ ଶ୍ରୀନିବାସନ, ଡ: ପେରିସ୍ୱାମୀ ଇତ୍ୟାଦି ମଧ୍ୟ ତାଙ୍କର ଶିଷ୍ୟ ଥିଲେ । ତାଙ୍କର ସଙ୍ଗୀତ ଜ୍ଞାନର ପ୍ରମାଣ ସ୍ୱରୂପ ଭାରତର ଅନେକ କର୍ଣ୍ଣାଟକୀ ଓ ଭକ୍ତି ସଙ୍ଗୀତ ପ୍ରତିଯୋଗୀତାମାନଙ୍କରେ ସେ ପସନ୍ଦ ଯୋଗ୍ୟ ବିଚାରକ ଥିଲେ ।
ଆଇସୋନିଆଜିଡ/ରିଫାପେଣ୍ଟାଇନ ହେଉଛି ଯକ୍ଷ୍ମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ମିଶ୍ରଣ । ନିର୍ଦ୍ଦିଷ୍ଟ ଭାବରେ ଏହା ସପ୍ତାହରେ ଥରେ ତିନି ମାସ ନିମନ୍ତେ ଲୁକ୍କାୟିତ ଯକ୍ଷ୍ମା ରୋଗର ଚିକିତ୍ସା ବ୍ୟବହୃତ ହୁଏ । ଏହା ସଂକ୍ରମଣରୁ ରୋଗ ହେବା ପର୍ଯ୍ୟନ୍ତ ପ୍ରଗତିର ବିପଦକୁ ୬୦ରୁ ୯୦% ହ୍ରାସ କରେ । ଏହାକୁ ପାଟିରେ ଦିଆଯାଏ । ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, କମ୍ ପ୍ଲାଟେଲେଟ୍ ଏବଂ ଆଲର୍ଜି ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ । ସେଠାରେ ଅନେକ ସମ୍ଭାବ୍ୟ ଔଷଧର ପାରସ୍ପରିକ ପ୍ରତିକ୍ରିୟା ଅଛି । ଏହା ଆଇସୋନିଆଜିଡ ଓ ରିଫାପେଣ୍ଟାଇନ ଔଷଧର ଏକ ମିଶ୍ରଣ। ବ୍ୟାକ୍ଟେରିଆର କୋଷ ପ୍ରାଚୀର ଗଠନକୁ ବାଧା ଦେଇ ଆଇସୋନିଆଜିଡ କିଛି ଅଂଶ କାମ କରେ । ମାଇସିନ୍ ରିଫାମାଇସିନ ପରିବାରର ରିଫାପେଣ୍ଟାଇନ ଔଷଧ ଅଛି ଏବଂ ଡିଏନଏ-ନିର୍ଭରଶୀଳ ଆରଏନଏ ପଲିମେରେଜକୁଅବରୋଧ କରି କାର୍ଯ୍ୟ କରେ । ଏହି ମିଶ୍ରଣକୁ ୨୦୨୧ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଯୋଗ କରାଯାଇଥିଲା । ଏକ‌କ ଔଷଧଗୁଡ଼ିକ ପୂର୍ବରୁ ୨୦୧୫ ଏବଂ ୧୯୭୭ରେ ଅନ୍ତର୍ଭୁକ୍ତ କରାଯାଇଥିଲା ୨୦୨୨ ସୁଦ୍ଧା ବିକାଶଶୀଳ ଦେଶରେ ଏକ ପର୍ଯ୍ୟାୟ ଚିକିତ୍ସାର ମୂଲ୍ୟ ପ୍ରାୟ ୭୩ ଡଲାର ଥିଲା ।
କାମାକ୍ଷାନଗର,ଢେଙ୍କାନାଳ ଜିଲ୍ଲାର ଏକ ତହସିଲ ।
୧୪୯୯ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୦ ଅଗଷ୍ଟ ବର୍ଷର ୨୩୨ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୨୩୩ତମ । ବର୍ଷ ଶେଷ ହେବା ପାଇଁ ଆଉ ୧୩୩ ଦିନ ବାକି ଅଛି ।
ମଣିଷ ତା 'ନିଜ ଚାରିପଟକୁ ବୁଝିବା, ଜାଣିବା ପାଇଁ ସବୁବେଳେ କୌତୂହଳୀ । ଏଇ କୌତୂହଳରୁ ହିଁ ତା 'ର ଜ୍ଞାନ ବଢ଼ିଚାଲିଛି । ସେ ଯେତେବେଳେ ଦଳବାନ୍ଧି ରହିବା ପାଇଁ ଆରମ୍ଭ କଲା, ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ ପାଇଁ ବିଭିନ୍ନ ଶବ୍ଦ ଓ ସଙ୍କେତ ବ୍ୟବହାର କଲା ଏବଂ ଚାରିପାଖର ଜିନିଷକୁ ମନେରଖିବା ପାଇଁ ଗୋଟିଏ ଗୋଟିଏ ନାଁ ଦେଲା । ବିଭିନ୍ନ ଘଟଣା, ମନର ଭାବକୁ ବର୍ଣ୍ଣନ କରିବା ପାଇଁ ଅଧିକରୁ ଅଧିକ ଶବ୍ଦ ଦରକାର ହେଲା । ଏହିଭିଳି ଧୀରେ ଧୀରେ ଭାଷା ସୃଷ୍ଟି ହେଲା । ଆଦିମ ଅବସ୍ଥାରୁ ବିକଶିତ ହୋଇ ମଧ୍ୟଯୁଗରେ ମଣିଷର ଜ୍ଞାନ କଳା, କାରିଗରୀ, ଇତିହାସ, ଶରୀର ବିଜ୍ଞାନ, ରସାୟନ ଶାସ୍ତ୍ର, ଗଣିତ, ଜୀବ ବିଜ୍ଞାନ ଆଦି କେତେକ ନିର୍ଦ୍ଦିଷ୍ଟ ବିଷୟ ଭିତରେ ହିଁ ସୀମିତ ଥିଲା । ଏବେ କିନ୍ତୁ ତା 'ର ଜ୍ଞାନର ପରିସୀମା ବହୁତ ବଢ଼ିଯାଇଛି । ପ୍ରତି ବିଭାଗ ଅନ୍ୟ ବିଭାଗ ସହ ଅଳ୍ପ ବହୁତ ଯୋଡ଼ାହୋଇଛି । ତେଣୁ ଗୋଟିଏ ବିଷୟରେ ଜାଣିବାକୁ ହେଲେ ଅନ୍ୟ ବିଷୟରେ ବି କିଛିଟା ଧାରଣା ରହିବା ଜରୁରୀ । ବିଭିନ୍ନ ବିଷୟରେ ଊଣା ଅଧିକେ ଜଣାଇବା ପାଇଁ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆର ଜନ୍ମ । ଜ୍ଞାନକୋଷର ଜନ୍ମ ପ୍ରାୟ ୨୦୦୦ ବର୍ଷ ତଳୁ ଜ୍ଞାନକୋଷ ରହିଛି । ସବୁଠାରୁ ପୁରୁଣା ଜ୍ଞାନକୋଷ ହେଉଛି ୭୭ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ "ନାଚୁରାଲିସ ହିଷ୍ଟୋରିଆ ' । ପ୍ଲିନୀ ନାମକ ଜଣେ ରୋମୀୟ ବ୍ୟକ୍ତି ଏହାର ନିର୍ମାତା ଥିଲେ । ଏଥିରେ ପ୍ରାକୃତିକ ଇତିହାସ, କଳା ଏବଂ ପୃଥିବୀର ଅନ୍ୟାନ୍ୟ ବିଷୟ ଉପରେ ୩୭ଟି ଅଧ୍ୟାୟ ଥିଲା । ସେ ତାଙ୍କର ମୁଖବନ୍ଧରେ କହିଛନ୍ତି ଯେ ଏଥିରେ ୨୦୦ ଲେଖକଙ୍କର ୨୦୦୦ କାମରୁ ସେ ୮୦,୦୦୦ ତଥ୍ୟ ସଂଗ୍ରହ କରିଛନ୍ତି । ଏଥିରେ ସେ ତାଙ୍କ ନିଜ ଅନୁଭୂତିରୁ ମଧ୍ୟ କିଛି ଯୋଡ଼ିଛନ୍ତି । ୭୭-୭୯ ଖ୍ରୀଷ୍ଟାବ୍ଦ ଭିତରେ ଏହା ପ୍ରକାଶିତ ହୋଇଥିଲା । ୭୯ ମସିହାରେ ବିସୁଭିୟସ ଆଗ୍ନେୟଗିରି ଉଦ୍ଗିରଣ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ବୋଧହୁଏ ସେ ସମୟ ଯାଏ ସେ ତାଙ୍କ କାମର ତ୍ରୁଟି ସଂଶୋଧନ ଶେଷ କରିପାରି ନଥିଲେ । ଏହା ଆଗରୁ ମାକେଙଏଛାସ ଟେରେଣ୍ଟିଅସ ଭାରୋ ନାମକ ଜଣେ ବ୍ୟକ୍ତି ଏହିଭଳି ଗୋଟିଏ ପ୍ରଚେଷ୍ଟା କରିଥିଲେ । କିନ୍ତୁ ତାହା ସେତେ ଜଣାଶୁଣା ହୋଇପାରିନଥିଲା । ପ୍ଲିନୀଙ୍କ ଏନସାଇକ୍ଲୋପିଡିଆ ରୋମରେ ବହୁତ ଲୋକପ୍ରିୟ ଥିଲା । ଏହାର ଅନେକଗୁଡ଼ିଏ ନକଲ କରାଯାଇ ପାଶ୍ଚାତ୍ୟ ଦେଶମାନଙ୍କରେ ପ୍ରସାର କରାଯାଇଥିଲା । ୧୪୭୦ ମସିହାରେ ପୁନଃ ପ୍ରକାଶିତ ହୋଇଥିବା ଅନେକଗୁଡ଼ିଏ ମୌଳିକ ପାଣ୍ଡୁଲିପି ଭିତରୁ ଏହା ଗୋଟିଏ । ରୋମର କଳା, କାରିଗରୀ, ଯାନ୍ତ୍ରିକୀ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଁ ଏହା ଅତି ଉପାଦେୟ ପୁସ୍ତକ ଥିଲା । ସେ ସମୟର ଲେଖକମାନଙ୍କଦ୍ୱାରା ଆଲୋଚିତ ହୋଇନଥିବା ଭେଷଜ ବିଜ୍ଞାନ, କଳା, ଖଣିଜ ବିଜ୍ଞାନ, ପ୍ରାଣିବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ଭୂବିଜ୍ଞାନ ଭଳି ଅନେକ ବିଷୟରେ ମଧ୍ୟ ଏଥିରେ ଆଲୋଚନା କରାଯାଇଥିଲା । ସେଭିଲାର ସନ୍ଥ ଇସିଦୋର ମଧ୍ୟଯୁଗର ଜଣେ ପ୍ରସିଦ୍ଧ ଜ୍ଞାନୀ ଥିଲେ । ଏନସାଇକ୍ଲୋପିଡିଆ ଏଟିମାଲୋଜିଆ ବା ଅରିଜିନର ପ୍ରସ୍ତୁତକର୍ତ୍ତା ଭାବରେ ସେ ବେଶ ଜଣାଶୁଣା । ଏହା ପ୍ରାୟ ୬୩୦ ମସିହା ବେଳକୁ ପ୍ରକାଶିତ ହୋଇଥିଲା । ସେ ସମୟରେ ଉପଲବ୍ଧ ଜ୍ଞାନର ଅଧିକାଂଶ ଭାଗକୁ ସେ ଏଥିରେ ଏକାଠି କରିଥିଲେ । ଏହି ଏନସାଇକ୍ଲୋପିଡିଆରେ ୨୦ଟି ଭାଗରେ ୪୪୮ଟି ଅଧ୍ୟାୟ ରହିଛି । ଏହାର ବିଶେଷତ୍ୱ ହେଉଛି ସେଥିରେ ଥିବା ଅନେକ ଲେଖକଙ୍କ ଲେଖା ଏବଂ ଉକ୍ତିର ଉଦ୍ଧୃତି । ଏଥିରେ ସଂଗୃହୀତ ହୋଇ ନ ଥିଲେ ବୋଧହୁଏ ସେଗୁଡ଼ିକ ବିଲୁପ୍ତ ହୋଇଯାଇଥା 'ନ୍ତା । ସେହିଭଳି ୯୬୦ ମସିହା ବେଳକୁ ଅନେକ ମୁସଲମାନ ପଣ୍ଡିତ ମଧ୍ୟ ଏନସାଇକ୍ଲୋପିଡ଼ିଆ ପ୍ରସ୍ତୁତ କରିଥିଲେ । ଆଧୁନିକ ଯୁଗର ଜ୍ଞାନକୋଷ ଆଧୁନିକ ଯୁଗର ଏନସାଇକ୍ଲୋପିଡ଼ିଆ ଭିତରେ ରହିଛି ୧୭୨୮ ମସିହାରେ ପ୍ରକାଶିତ ଚାମ୍ବର୍ସ ସାଇକ୍ଲୋପିଡ଼ିଆ ଏବଂ ତା 'ର ପ୍ରାୟ ୪୦ ବର୍ଷ ପରେ ପ୍ରକାଶ ପାଇଥବା ଏନସାଇକ୍ଲୋପିଡ଼ିଆ ବ୍ରିଟାନିକା । ଏଥିରେ ବିଷୟଗୁଡ଼ିକ ଅକ୍ଷର କ୍ରମରେ ରହିଛି ଏବଂ କେତେ ଜାଗାରେ ଗଭୀର ଭାବରେ ଆଲୋଚିତ ହୋଇଛି । ଏନସାଇକ୍ଲୋପିଡ଼ିଆ ବ୍ରିଟାନିକା ପ୍ରଥମେ ସ୍କଟଲ୍ୟାଣ୍ଡରୁ ପ୍ରକାଶିତ ହୋଇଥିଲା । ସେତେବେଳେ ଏହା ମାତ୍ର ୨୩୯୧ ପୃଷ୍ଠାର ତିନୋଟି ଭାଗ ( , - ଏବଂ - )ରେ ରହିଥିଲା । ୧୭୭୭-୮୪ରେ ୧୦ଟି ଭାଗ ଏବଂ ୮୫୯୫ ପୃଷ୍ଠାର ଦ୍ୱିତୀୟ ସଂସ୍କରଣ ପ୍ରକାଶିତ ହୋଇଥିଲା । ୧୭୯୭ ମସିହାରେ ଏହାର ତୃତୀୟ ସଂସ୍କରଣ ପ୍ରକାଶିତ ହେଲା ବେଳକୁ ତାହା ବଢ଼ିଯାଇ ୧୮ ଭାଗ ହୋଇଥିଲା । ବିଭିନ୍ନ ପରିବର୍ତ୍ତନ ପରେ ୧୯୭୪ ମସିହାରେ ଏହାର ପଞ୍ଚଦଶ ସଂସ୍କରଣ ପ୍ରକାଶିତ ହୋଇଥିଲା । ଏହି ସଂସ୍କରଣଟି ୩୨ ଖଣ୍ଡରେ ପ୍ରାୟ ୩୨୦୦ ପୃଷ୍ଠାର ହୋଇଥିଲା । ଏହାକୁ ଲେଖିବାରେ ୧୩୧ଟି ଦେଶର ୪୦୦୦ ବିଶେଷଜ୍ଞ ଲାଗିଥିଲେ । ୧୯୨୦ ଦଶକ ବେଳକୁ ଅନେକ ଲୋକପ୍ରିୟ ଏବଂ ଶିଶୁ ଏନସାଇକ୍ଲୋପିଡ଼ିଆ ପ୍ରକାଶିତ ହୋଇଥିଲା । ୧୯୫୦-୬୦ ଦଶକ ବେଳକୁ ଆମରେିକାରେ ଅନେକ ଲୋକପ୍ରିୟ ଏନସାଇକ୍ଲୋପିଡିଆ ପ୍ରକାଶିତ ହେଲା ଏବଂ ଏଗୁଡ଼ିକ କିସ୍ତି ଆକାରରେ କିଣିବାର ସୁଯୋଗ ସୃଷ୍ଟି କରାଗଲା । ଏଗୁଡ଼ିକ ଭିତରେ ମୁଖ୍ୟ ଥିଲା ୱାର୍ଲଡ ବୁକ, ଫଙ୍କ ଏବଂ ୱାଗନଲସ ଆଦି । ଭାରତରେ ଜ୍ଞାନକୋଷ ପରାଧୀନ ଭାରତରେ ଇଂରେଜ ସରକାର ଜ୍ଞାନକୋଷ ପ୍ରସ୍ତୁତି ଦିଗରେ କୌଣସି ଆଗ୍ରହ ପ୍ରକାଶ କରି ନ ଥିଲେ । ସେତେବେଳେର ଶିକ୍ଷିତ ଲୋକେ ବି ଭାବୁଥିଲେ ଯେ କୌଣସି ଭାରତୀୟ ଭାଷାରେ ବିଜ୍ଞାନ ସମ୍ବନ୍ଧୀୟ ଲେଖା ଲେଖିବା ସମ୍ଭବ ନୁହେଁ । କିନ୍ତୁ ଊନବିଂଶ ଶତାବ୍ଦୀର ଶେଷ ବେଳକୁ ବଙ୍ଗ ପ୍ରଦେଶର ନଗେନ୍ଦ୍ର ନାଥ ବସୁ ଏ ଦିଗରେ ପ୍ରଚେଷ୍ଟା ଆରମ୍ଭ କରିଥିଲେ । ନିଜର କଠୋର ପରିଶ୍ରମ ଓ ମନୋବଳକୁ ନେଇ ଏକା ଏକା ବଙ୍ଗଳା ବିଶ୍ୱକୋଷ ଲେଖିବାରେ ଲାଗିପଡ଼ିଥିଲେ । ଏହା ୧୯୧୧ ମସିହାରେ ୨୨ ଖଣ୍ଡରେ ପ୍ରକାଶିତ ହୋଇଥିଲା । ପରେ ଏହାର ହିନ୍ଦୀ ଅନୁବାଦ ବି କରାଯାଇଥିଲା । ଏହାପରେ ମରାଠୀ ଭାଷାରେ ଏନସାଇକ୍ଲୋପିଡ଼ିଆ ପ୍ରସ୍ତୁତ କରାଯାଇଥିଲା । ଓଡ଼ିଆ ଜ୍ଞାନକୋଷ ବିଂଶ ଶତାବ୍ଦୀର ତୃତୀୟ ଦଶକ ବେଳକୁ ଲାଲା ମାଧବ ଲାଲ ଓଡ଼ିଆ ଭାଷାରେ ଏହିଭଳି ଗୋଟିଏ ତଥ୍ୟ ସମ୍ବଳିତ ପୁସ୍ତକ ପ୍ରସ୍ତୁତ କରିଥିଲେ ଏବଂ ଏହାର ନାଁ ରଖିଥିଲେ ବିବିଧ ସଂଗ୍ରହ । ଏଥିରେ ବିଷୟଗୁଡିକ ଅକ୍ଷରକ୍ରମରେ ନଥିଲା ବା କୌଣସି ନିର୍ଦ୍ଦିଷ୍ଟ କ୍ରମରେ ମଧ୍ୟ ନଥିଲା । ତେଣୁ ପ୍ରକୃତ ଅର୍ଥରେ ଏହାକୁ ଗୋଟିଏ ଜ୍ଞାନକୋଷ କୁହାଯାଇ ପାରିବନାହିଁ । ଏହାପରେ ଭାଗୀରଥି ମହାପାତ୍ର, ଲାଲା ନଗେନ୍ଦ୍ରକୁମାର ରାୟ ଏବଂ ଅକ୍ଷୟକୁମାର ଚକ୍ରବର୍ତ୍ତୀ ଯଥାକ୍ରମେ ରତ୍ନକୋଷ, ବିବିଧରତ୍ନ ସଂଗ୍ରହ ଏବଂ ବିବିଧସାର ସଂଗ୍ରହ ସଙ୍କଳନ କରିଥିଲେ । ଏସବୁ ଗୋଟିଏ ଗୋଟିଏ ଖଣ୍ଡରେ ପ୍ରକାଶିତ ହୋଇଥିଲା । ଏଭିତରୁ ଲାଲା ନଗେନ୍ଦ୍ରକୁମାରଙ୍କ ପୁସ୍ତକଟି ସବୁଠାରୁ ଅଧିକ ବ୍ୟବସ୍ଥିତ ଥିଲା । ୧୯୩୦ ଦଶକରେ ପ୍ରକାଶିତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଏକ ବିଶାଳ ଅଭିଧାନ ଥିଲା । ସାତ ଖଣ୍ଡରେ ପ୍ରକାଶିତ ପ୍ରାୟ ୧୦,୦୦୦ ପୃଷ୍ଠାର ଏହି ଭାଷାକୋଷରେ ୧,୮୫,୦୦୦ ଶବ୍ଦ ରହିଛି । ଏଭିତରୁ ଅନେକ ଶବ୍ଦର ବେଶ ଲମ୍ବା ବ୍ୟାଖ୍ୟା ରହିଛି । ତେଣୁ ଏହା କେବଳ ଗୋଟିଏ ସାଧାରଣ ଅଭିଧାନ ବା ଭାଷାକୋଷ ନଥିଲା । ସେଥିରେ କିଛି ସଂକ୍ଷିପ୍ତ ଓ ବିସ୍ତୃତ ରଚନା ରହିଥିଲା ଯାହା ତାକୁ ଏକ ଜ୍ଞାନକୋଷର ମାନ୍ୟତା ଦେଇପାରିବ । ବାଳକୃଷ୍ଣ କରଙ୍କ ଶିଶୁସଙ୍ଖ।ଳି ଓଡ଼ିଆ ଭାଷାରେ ପ୍ରଥମ ଯୋଜନାବଦ୍ଧ ଜ୍ଞାନକୋଷ । ୧୯୩୨ ମସିହା ବେଳକୁ ଏହାର ପରିକଳ୍ପନା କରାଯାଇଥିଲା । ଦଶବର୍ଷର କାମ ପରେ ୧୯୪୧ ମସିହାରେ ତାହାର ପ୍ରଥମ ଖଣ୍ଡ - ବିଚିତ୍ର ଜୀବଜଗତ - ପ୍ରକାଶ ପାଇଥିଲା । ବର୍ଷକ ପରେ ଦ୍ୱିତୀୟ ଖଣ୍ଡ - ବିଚିତ୍ର ଇତିହାସ -ପ୍ରକାଶିତ ହେଲା । ତିନି-ଚାରି ବର୍ଷ ଭିତରେ ବିଚିତ୍ର ବିଶ୍ୱ, ବିଚିତ୍ର ବିଜ୍ଞାନ, ବିଚିତ୍ର ଉଦ୍ଭାବନ, ବିଚିତ୍ର ଦେଶ, ବିଚିତ୍ର ଶିଳ୍ପ, ବିଚିତ୍ର ଭାରତ ନାମରେ ଅନ୍ୟ ଖଣ୍ଡମାନ ପ୍ରକାଶ ପାଇବାର ଯୋଜନା ରହିଥିଲା । କିନ୍ତୁ ଅନେକ ଅସୁବିଧା ଯୋଗୁଁ ତାହା ବନ୍ଦ ରହିଲା । ୧୯୫୭ ମସିହାରେ ଶିଶୁସଙ୍ଖ।ଳିର ପୁନରୁଦ୍ଧାର କରି ବିଜ୍ଞାନ ବିଷୟକ ସଂଖ୍ୟାଗୁଡ଼ିକ ପ୍ରଥମେ ବାହାର କରିବାର ଚେଷ୍ଟା କରାଗଲା । ଏହି କ୍ରମରେ ବିଚିତ୍ର ଜୀବଜଗତର ପୁନଃପ୍ରକାଶନ ସହିତ ବିଚିତ୍ର ବିଶ୍ୱ ପ୍ରକାଶିତ ହେଲା । କିନ୍ତୁ ଯୋଜନାଟି ଆଉ ଆଗେଇ ନପାରି ସବୁଦିନ ପାଇଁ ଅପୂର୍ଣ୍ଣ ରହିଗଲା । ଏହା ମୁଖ୍ୟତଃ ଶିଶୁ ଓ କିଶୋରମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ବିଷୟଭିତ୍ତିକ କରାଯାଇଥିଲା । ସରଳ ଭାଷା, ମନଛୁଆଁ ବର୍ଣ୍ଣନା ଏବଂ ବେଶ କିଛି ସାଦା ଓ ରଙ୍ଗିନ ଚିତ୍ର ଥିଲା ଶିଶୁସଙ୍ଖ।ଳିର ବିଶେଷତା । ଏହାର ଅପ୍ରକାଶିତ ପାଞ୍ଚଖଣ୍ଡଯାକ ପ୍ରକାଶ ପାଇଥିଲେ ଶିଶୁ ଓ କିଶୋର ସାହିତ୍ୟ ପାଇଁ ଏକ ଅମୂଲ୍ୟ ସମ୍ପଦ ହୋଇଥା 'ନ୍ତା ସେଥିରେ ସନ୍ଦେହ ନାହିଁ । ଏହାପରେ ୧୯୫୦ ଦଶକରେ ଉତ୍କଳ ବିଶ୍ୱବିଦ୍ୟାଳୟଦ୍ୱାରା ଜ୍ଞାନକୋଷ ପ୍ରସ୍ତୁତି କାମ ଆରମ୍ଭ ହୋଇଥିଲା । ବଡ଼ ଧରଣର ଜ୍ଞାନକୋଷ ସଂକଳନ ଯଦିଓ ଏହାର ଲକ୍ଷ୍ୟ ଥିଲା ତାହା ପୂରଣ ହୋଇପାରିଲା ନାହିଁ । ଶେଷରେ ୧୯୬୩ ମସିହା ବେଳକୁ ୪ଟି ଭାଗରେ ୩୨୦୦ ପୃଷ୍ଠାର ସଂକ୍ଷିପ୍ତ ଓଡ଼ିଆ ଜ୍ଞାନକୋଷର ପ୍ରକାଶନ ସହିତ ଯୋଜନାଟି ବନ୍ଦ ହୋଇଗଲା । ସେହି ସମୟରେ, ୧୯୬୨ ମସିହାରେ, ରାମକୃଷ୍ଣ ନନ୍ଦଙ୍କର ଏକକ ଉଦ୍ୟମର ଫଳରେ ୮୪୦ ପୃଷ୍ଠାର ବିଶ୍ୱ ପରିଚୟ ପ୍ରକାଶ ପାଇଲା । ଆଧାର ଅଧିକ ତଥ୍ୟ , ' - ' . 2008-06-15 . 2013-01-05 . 2001-07-18 . ' , 1728, 1753 , 1851, . ( .) , 9 ., 1875 89, 10 ., 1902 03. , 11 ., 1911, . 2015-11-04 . " . ' . 1921. { }: : " " . 1920. " " . ' . : . 1914. " " . (11 .). 1911. " " . 1907. { }: : 13 , 2 , 8 , 5 , 7 , 10 , 14 , 6 , 9 , 4 , 1 , 11 , 3 ,
‌ଜରୀନ ଖାନ‌ (ଜନ୍ମ: ୧୪ ମଇ ୧୯୮୭) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ହିନ୍ଦୀ କଥାଚିତ୍ର ସ‌ହ ତାମିଲ ଏବଂ ପଞ୍ଜାବୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଜରୀନ ୨୦୧୦ ମସିହାରେ ଅଭିନେତା ସଲମାନ ଖାଁଙ୍କ ସ‌ହ ‌ବୀର୍‌ ଚଳଚ୍ଚିତ୍ର ମାଧ୍ୟମରେ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ପରେ ଜରୀନ ସଲମାନଙ୍କ ରେଡ୍ଡି ଚଳଚ୍ଚିତ୍ରରେ ଆଇଟମ୍ ଗୀତ ‌କାରେକ୍ଟ ଢିଲା‌ ଗୀତରେ ନୃତ୍ୟ କରିଥିଲେ, ଏହି ନୃତ୍ୟ ତାଙ୍କୁ ଅଧିକ ଲୋକପ୍ରିୟ କରାଇଥିଲା । ପରେ ପରେ ସେ ହାଉସଫୁଲ୍-୨ ଏବଂ ହେଟ ଷ୍ଟୋରୀ-୨ରେ ଭଳି ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ । ଜରୀନ ତାମିଲ କଥାଚିତ୍ର ‌ନାନ୍ ରାଜାବାଗା ପୋଗିରେନ୍‌ ଚଳଚ୍ଚିତ୍ର ଜରିଆରେ ତାମିଲ କଥାଚିତ୍ର ଜଗତରେ ଅଭିନୟ କରିଥିଲେ । ପ୍ରାରମ୍ଭିକ ଜୀବନ ଜରୀନ ୧୪ ମଇ ୧୯୮୭ରେ ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜରୀନ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ସେ ହିନ୍ଦୀ, ଉର୍ଦ୍ଦୁ, ଇଂରାଜୀ ଏବଂ ମରାଠୀ କ‌ହିପାରନ୍ତି । ସେ ମୁମ୍ବାଇର ରବି କଲେଜ ଅଫ୍ ସାଇନ୍ସ‌ରୁ ତାଙ୍କର ଶିକ୍ଷା ଶେଷ କରିଛନ୍ତି । ଅଭିନୟ ଜୀବନ ଜରୀନ ପୂର୍ବରୁ ଜଣେ ଡାକ୍ତର ହେବାକୁ ଚାହୁଁଥିଲେ, ମାତ୍ର ପରେ ସେ ଯୁବରାଜ ଚଳଚ୍ଚିତ୍ରର ସୁଟିଂ ସମୟରେ ସେ ଅଭିନେତ୍ରୀ ହେବାକୁ ଇଚ୍ଛା କରିଥିଲେ । ଜରୀନ ୨୦୧୦ରେ ହିନ୍ଦୀ କଥାଚିତ୍ର ‌ବୀର୍‌ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏକ ସ୍କ୍ରିନ୍ ଟେଷ୍ଟରେ ସେ ସଫଳ ହେବା ପରେ ସଲମାନ ତାଙ୍କୁ ଏହି ଭୂମିକାରେ ଅଭିନୟ ପାଇଁ ବାଛିଥିଲେ । ଏହାପରେ ସେ ‌ହାଉସଫୁଲ୍-୨‌, ‌ଅମର ମଷ୍ଟ ଡାଏ‌ ଏବଂ ‌ହେଟ ଷ୍ଟୋରୀ-୨‌ ଭଳି ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ । ଜରୀନ ତାମିଲ କଥାଚିତ୍ର ‌ନାନ୍ ରାଜାବାଗା ପୋଗିରେନ୍‌ ଚଳଚ୍ଚିତ୍ର ଜରିଆରେ ତାମିଲ କଥାଚିତ୍ର ଜଗତରେ ଅଭିନୟ କରିଥିଲେ । ‌ଜ୍ୟାଟ୍ ଜେମ୍‌ସ୍ ବଣ୍ଡ୍‌ କଥାଚିତ୍ର ଜରିଆରେ ସେ ପଞ୍ଜାବୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏଥି ସ‌ହ ଜରୀନ ରେଡ୍ଡି, ବିରାପ୍ପାନ, ବଜା ତୁମ୍ ହୋ ଭଳି କଥାଚିତ୍ରରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ।
୧୧୪୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଜୀବସାର ଗ (ଇଂରାଜୀ ଭାଷାରେ , ଅନ୍ୟ ନାମ ଆସକର୍ବିକ ଏସିଡ/ ଓ - ) ଏକ ଜୀବସାର ଯାହା ଖାଦ୍ୟରେ ଥାଏ ଓ ଖାଦ୍ୟ ଅନୁପୂରକରେ ଦିଆଯାଇଥାଏ । ଖାଦ୍ୟ ଅନୁପୂରକ ଭାବରେ ଏହା ସ୍କର୍ଭି ରୋଗର ଚିକିତ୍ସା ତ‌ଥା ପ୍ରତିଷେଧ ଭାବରେ ବ୍ୟବ‌ହୃତ ହୁଏ । ଶର୍ଦ୍ଦି ରୋଗର ପ୍ରତିଷେଧ ନିମନ୍ତେ ଜନ ସାଧାରଣଙ୍କୁ ଏହା ଦେବା ସପକ୍ଷରେ କୌଣସି ପ୍ରମାଣ ମିଳୁନାହିଁ । ଏହା ପାଟିରେ ଦିଆଯାଏ ବା ଇଞ୍ଜେକସନ ଆକାରରେ ଦିଆଯାଏ । ଦେହ ସାଧାରଣତଃ ଜୀବସାର ଗ ସ‌ହ୍ୟ କରିପାରେ । ମାତ୍ରାଧିକ ହେଲେ ପେଟ ଗୋଳମାଳ, ମୁଣ୍ଡବଥା, ନିଦ୍ରା ସମସ୍ୟା ଓ ଚମ ଲାଲ ଦେଖାଯାଏ । ଗର୍ଭାବସ୍ଥାରେ ସାଧାରଣ ମାତ୍ରାରେ ଦେଲେ ଏହ ନିରାପଦ ରହେ । ତନ୍ତୁ ମରାମତିରେ ଏହା ଅତ୍ୟାବଶ୍ୟକୀୟ ପୋଷକ କାମ କରେ । ଲେମ୍ବୁଜାତୀୟ ଖାଦ୍ୟ , ଟମାଟୋ , ଲାଲ ଲଙ୍କା ଓ ଆଳୁରେ ଏହି ଜୀବସାର ଥାଏ । ସନ ୧୯୧୨ରେ ଜୀବସାର ଗ ଆବିଷ୍କୃତ ହୋଇ ସନ ୧୯୨୮ରେ ପୃଥକ କରାଯାଇଥିଲା ଓ ସନ ୧୯୩୩ରେ ପ୍ରଥମେ ତିଆରି କରାଯାଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ' ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ଜେନେରିକ ଔଷଧ ନାମରେ ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ । ସନ ୨୦୧୫ରେ ବିକାଶଶୀଳ ଦେଶମାନଙ୍କରେ ଏହି ଔଷଧର ଏକ ବଟିକାର ମୂଲ୍ୟ ୦.୦୦୩ରୁ ୦.୦୦୭ ଆମେରିକୀୟ ଡଲାର । ଅନେକ ଦେଶରେ ସକାଳ ଖାଦ୍ୟରେ ଏହା ଯୋଗ କରାଯାଇଥାଏ ।
ପାରାଦୀପ , ଜଗତସିଂହପୁର ଜିଲ୍ଲାର ଏକ ପ୍ରମୂଖ ସହର ଓ ବାଣିଜ୍ୟ କେନ୍ଦ୍ର । ଏଠାରେ ଭାରତର ଏକ ପ୍ରଧାନ ବନ୍ଦର ରହିଛି । ପାରାଦୀପ ପୂର୍ବ ଭାରତରେ ସାମୁଦ୍ରିକ ବାଣିଜ୍ୟର ଏକ ପ୍ରମୁଖ ସ୍ଥାନ । ଏଠାରେ ବନ୍ଦର ବ୍ୟତୀତ ଅନେକ ଛୋଟ ବଡ଼ କଳ କାରଖାନା ଗଢ଼ି ଉଠିଛି । କଞ୍ଚାମାଲ ଆମଦାନୀର ସୁବିଧା ହେତୁ ସାର କାରଖାନା, ତୈଳ ବିଶୋଧନାଗାର ଆଦି ଶିଳ୍ପ ସ୍ଥାପିତ ହୋଇଛି ।କ୍ରମବର୍ଦ୍ଧିଷ୍ଣୁ ଶିଳ୍ପ ଓ ଜନସଂଖ୍ୟା ଯୋଗୁ ଏହି ସହର ଧୀରେ ଧୀରେ ପ୍ରସାରିତ ହେଉଛି । ଏହି ସହର ଓଡ଼ିଶାର ଏକ ପ୍ରମୁଖ ଜାତୀୟ ଓ ଅନ୍ତର୍ଜାତୀୟ ବାଣିଜ୍ୟ ସ୍ଥାନ ରୂପେ ଓଡ଼ିଶା ଅର୍ଥନୀତିକୁ ବିପୁଳ ଭାବେ ପ୍ରଭାବିତ କରିଛି । ଭୌଗୋଳିକ ଅବସ୍ଥିତି ଏହି ସ୍ଥାନଟି ୨୦.୧୬ ଉ. ଓ ୮୬.୪୦ ପୂ.ରେ ଅବସ୍ଥିତ । ଏଠାରେ ଓଡ଼ିଶାର ପ୍ରଧାନ ନଦୀ ମହାନଦୀ ବଙ୍ଗୋପସାଗରରେ ମିଶିଅଛି । ୧୯୯୩ ମସିହାରେ ଜିଲ୍ଲା ବିଭାଜନ ପୂର୍ବରୁ ଅବିଭକ୍ତ କଟକ ଜିଲ୍ଲାର ଅଂଶ ଥିବା ଏହି ସହର ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାରେ ରହିଛି । ପାରାଦୀପ ସଡ଼କ ପଥଦ୍ୱାରା କଟକ ଓ ଭୁବନେଶ୍ୱର ସହ ସଂଯୁକ୍ତ । ରାଜ୍ୟ ରାଜପଥ ବ୍ୟତୀତ ଏକ ଦ୍ରୁତଗାମୀ ଜାତୀୟ ରାଜପଥଦ୍ୱାରା ଏହା ଚଣ୍ଡିଖୋଲ, ଦୈତାରୀ, ଡୁବୁରୀ ଆଦି ସ୍ଥାନ ସହ ସଂଯୁକ୍ତ । କଟକରୁ ଏଠାକୁ ରେଳପଥର ସଂଯୋଗ ରହିଛି । ଜିଲ୍ଲା ସଦରମହକୁମା ଜଗତସିଂହପୁର ସହରଠାରୁ ଏହା ୬୦ କି.ମି. ଓ କଟକ ସହରଠାରୁ ୯୦ କି.ମି. ଦୂର । ବିଭିନ୍ନ ମାଲ ରପ୍ତାନୀ ଓ ଆମଦାନୀ ପାରାଦୀପ ବନ୍ଦର ମଧ୍ୟଦେଇ ହେଉଥିବାରୁ ଉଭୟ ସଡ଼କ ଓ ରେଳପଥର ଗୁରୁତ୍ତ୍ୱ ବୃଦ୍ଧି ପାଇଛି । ଇତିହାସ ପ୍ରାଚୀନ କାଳର ପାରଦୀପ ସମ୍ପର୍କରେ ଯଦିଓ ଅଧିକ ତଥ୍ୟ ହସ୍ତଗତ ହୋଇନାହିଁ, ତଥାପି ଏହାକୁ ପ୍ରାଚୀନ ବନ୍ଦର ମନ୍ନଦର ସ୍ଥାନରେ ଥିବାର ବିଶ୍ୱାସ କରାଯାଏ । ଇଂରେଜ ଅଧୀନକୁ ଆସିବା ପୂର୍ବରୁ ଏହା କୁଜଙ୍ଗ ରାଜ୍ୟର ଅଂଶ ଥିଲା । ତତ୍କାଳୀନ ଦେଶୀୟ ରାଜ୍ୟ କୁଜଙ୍ଗର ରାଜଧାନୀ ଗଡ଼କୁଜଙ୍ଗ ଏହି ସ୍ଥାନ ନିକଟରେ । ପାରାଦୀପରେ ସମ୍ଭବତଃ ଏକ ଦୁର୍ଗ ବା ଗଡ଼ ରହିଥିଲା । କୁଜଙ୍ଗର ଷଣ୍ଢ ରାଜାଙ୍କ ନାମରେ ଏଠାରେ ଥିବା ଷଣ୍ଢକୂଦ ନାମିତ ହୋଇଛି । ସ୍ୱାଧୀନତା ପରେ ୧୯୫୬ ମସିହାରେ ଏହି ସ୍ଥାନରେ ପାରାଦୀପ ବନ୍ଦରର ଶିଳାନ୍ୟାସ ହୋଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏହି ବନ୍ଦରର ଭିତ୍ତିପ୍ରସ୍ଥର ଜାନୁୟାରୀ ୦୩, ୧୯୬୨ରେ ସ୍ଥାପନ କରିଥିଲେ । ପରବର୍ତ୍ତୀ କିଛି ବର୍ଷ ମଧ୍ୟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଏହି ବନ୍ଦରର ବିକାଶ ହୋଇ ଏହା ଏକ ପ୍ରଧାନ ବନ୍ଦରରେ ପରିଣତ ହୋଇଥିଲା । ବିଗତ କିଛି ବର୍ଷ ମଧ୍ୟରେ ଏଠାରେ ଅନେକ ନୂତନ ଶିଳ୍ପ ସ୍ଥାପିତ ହୋଇଛି । ଶିଳ୍ପ ଓ ଅର୍ଥନୀତି ପାରାଦୀପ ପୂର୍ବ ଭାରତର ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର । ଏଠାରେ ଥିବା ବନ୍ଦରଦ୍ୱାରା ଅନେକ ପ୍ରକାରର ମାଲ ଆମଦାନୀ ରପ୍ତାନୀ ହୋଇଥାଏ । କଞ୍ଚାମାଲର ଉପଲବ୍ଧି ଯୋଗୁ ଏଠାରେ ଅନେକ ଶିଳ୍ପ ଗଢ଼ି ଉଠିଛି । ତନ୍ମଧ୍ୟରେ ପାରାଦୀପ ଫସପେଟସ ଲିମିଟେଡ଼ ଓ ଇଫକୋର ସାର କାରଖାନା, ଇଣ୍ଡିଆନ ଅଏଲଦ୍ୱାରା ନିର୍ମିତ ତୈଳ ବିଶୋଧନାଗାର ପ୍ରମୁଖ ଅଟେ । ଏହି ବନ୍ଦର ମଧ୍ୟ ଦେଇ ଲୁହାପଥର ବିଦେଶକୁ ରପ୍ତାନୀ କରାଯାଇ ଥାଏ ତଥା କୋଇଲା ଓ ଅନ୍ୟାନ୍ୟ କଞ୍ଚାମାଲ ଓ ଭାରୀ କଳ-କବଜା ପ୍ରଭୁତି ଆମଦାନୀ ହୋଇଥାଏ । ଏଠାରେ ଥିବା ମାଛଧରା ବନ୍ଦର ବିଭିନ୍ନ ସାମୁଦ୍ରିକ ଖାଦ୍ୟର ବାଣିଜ୍ୟ ବୃଦ୍ଧି କରିଛି। ଦର୍ଶନୀୟ ସ୍ଥାନ ପାରାଦୀପ ମହାନଦୀର ସଙ୍ଗମ ସ୍ଥଳୀରେ ଅବସ୍ଥିତ । ଏହି ସ୍ଥାନଟି ଏକ ଲୋକପ୍ରିୟ ବଣଭୋଜି ସ୍ଥଳୀ । ମାଳିକାରେ ବର୍ଣ୍ଣିତ ଉଦୟବଟ ଏହା ନିକଟରେ ରହିଛି । ପାରାଦୀପ-ଚଣ୍ଡିଖୋଲ ରାସ୍ତାରେ ବୌଦ୍ଧ ପୀଠ ଲଳିତଗିରି, ରତ୍ନଗିରି ପ୍ରଭୁତି ପଡିଥାଏ । ଇଂରେଜ ଶାସନ କାଳରେ ସ୍ଥାପିତ ବତୀଘର ବା ହୁକିଟାଲାକୁ ଏଠାରୁ ଜଳପଥରେ ଯାଇହୁଏ ।
ରାଜୀବ ରମେଶ କୁଲକାର୍ଣୀ (ଜନ୍ମ 25 ସେପ୍ଟେମ୍ବର 1962 , ବମ୍ବେ , ମହାରାଷ୍ଟ୍ର ) ଜଣେ ଉର୍ବତନ ଭାରତୀୟ କ୍ରିକେଟର । ସେ ଘରେଇ କ୍ରିକେଟ ବମ୍ବେ ପାଇଁ ଏକ ଦ୍ରୁତବୋଲର ହିସାବରେ ଖେଳୁଥିଲେ । ସେ ରଣଜୀ ଟ୍ରଫି ଫାଇନାଲରେ 1982-83 ମସିହାରେ 11 ରନ ଦେଇ 8 ୱିକେଟ ନେଇଥିଲେ । ସେ ତାଙ୍କର ପ୍ରଥମ ଅନ୍ତର୍ଜାତିକ ଏକ ଦିବାସୀୟ ମେଚ ଡିସେମ୍ବର 1983 ମସିହାରେ ଖେଳିଥିଲେ । ତାଙ୍କୁ 1986 ମସିହାରେ ଅଷ୍ଟ୍ରେଲିଆ ସହ ବମ୍ବେରେ ହେବାକୁ ଥିବା ଟେଷ୍ଟ ମେଚ ପାଇଁ ଶେଷମୁହୂର୍ତରେ ଡକା ଯାଇଥିଲା ଓ ସେ ସେଥିରେ ତାଙ୍କର ପ୍ରଥମ ଟେଷ୍ଟ ଖେଳିଥିଲେ ।ସେ ତାହା ପରେ ଫେବୃଆରୀ 1987ରେ ପାକିସ୍ତାନ ସହ 2ଟି ଟେଷ୍ଟ ଖେଳିଥିଲେ । ତାହା ପରେ ସେ ଔ ଟେଷ୍ଟ ଖେଳିବାର ସୁଯୋଗ ପାଇ ନ ଥିଲେ । ସେ ସମୁଦାୟ 10ଟି ଏକଦିବସୀୟ ଅନ୍ତର୍ରାଷ୍ଟ୍ରୀୟ ମେଚ ଖେଳି ଥିଲେ । ସେ 1990 ମସିହାରେ ଏସିଆ କପ ପାଇଁ ଦଳରେ ଥିଲେ ମଧ୍ୟ ଖେଳି ନ ଥିଲେ । ସେ 1992 ମସିହାରେ ସକ୍ରିୟ ଖେଳରୁ ଅବସର ନେଇଥିଲେ ଓ ତାଙ୍କ କ୍ରୀଡ଼ା ସରଞ୍ଜାମ ବ୍ୟବସାୟରେ ରହିଲେ ।
ରେବା ରାୟ ୧୮୭୬ ଆଷାଢ‌ - ୭ ଅଗଷ୍ଟ ୧୯୫୭ ଜଣେ ଓଡ଼ିଆ ଲେଖିକା,ସମ୍ପାଦିକା, ପ୍ରାବନ୍ଧିକା, ଶିକ୍ଷାବିତ୍‍ ଓ ସମାଜ ସଂସ୍କାରିକା ଥିଲେ । ପରିବାର ସେ ଭକ୍ତକବି ମଧୁସୂଦନ ରାଓଙ୍କ ଝିଆରୀ ଓ ଯାଜପୁର ନିବାସୀ ସାଧୁଚରଣ ରାୟଙ୍କ ପତ୍ନୀ । ଓଡ଼ିଆ ସାହିତ୍ୟରେ ଭୂମିକା ଓଡ଼ିଆ ଭାଷାରେ ପ୍ରଥମ ଗଳ୍ପ ଲେଖିକା ହେଉଛଂତି ରେବା ରାୟ । ତାଙ୍କ ଲିଖିତ "ଶକୁନ୍ତଳା" ଗଳ୍ପ (୧୯୦୦ ଖ୍ରୀଷ୍ଟାବ୍ଦ) ହେଉଛି ଓଡ଼ିଆରେ ଲିଖିତ ପ୍ରଥମ ନାରୀ ଲେଖିକାଙ୍କ ଗଳ୍ପ । ଗଳ୍ପ ଗବେଷିକା ଡକ୍ଟର କବିତା ବାରିକଙ୍କ ଭାଷାରେ ଗଭୀର ତାତ୍ତ୍ୱିକତା ଓ ଅସ୍ତିତ୍ୱବାଦ ସହ ଅନ୍ୱେଷଣାତ୍ମକ ଦୃଷ୍ଟିର ସମ୍ମିଶ୍ରଣ ରେବା ରାୟଙ୍କ ସର୍ଜ୍ଜନାତ୍ମକ ବିଶେଷତ୍ୱ ଥିଲା । ପ୍ରକାଶିତ ପୁସ୍ତକ ଅଞ୍ଜଳି (ଚାଳିଶିଟି କବିତାର ସଙ୍କଳନ - ୧୯୦୩) ଶକୁନ୍ତଳା - ଗଳ୍ପ ସଂକଳନ (୧୯୦୪) ସମ୍ପାଦନା ରେବା ପ୍ରଥମ ନାରୀ ପତ୍ରିକା ଆଶା ଓ ପ୍ରଥମ ଶିଶୁ ସାହିତ୍ୟ ପତ୍ରିକା ପ୍ରଭାତ (୧୯୦୯)ର ସମ୍ପାଦିକା ଥିଲେ । ରେବା ରାୟ ଓଡ଼ିଆରେ ପ୍ରଥମ କରି ନାରୀ ଲେଖିକାମାନଙ୍କର ଲେଖାରେ ନୂଆ ବିପ୍ଳବ ଆଣିଥିଲେ ଯାହା ତାଙ୍କ ପରର ଲେଖିକାମାନଙ୍କୁ ଅଧିକ ଓଡ଼ିଆ ସାହିତ୍ୟ ତିଆରି କରିବାକୁ ପ୍ରେରଣା ଦେଇଥିଲା । । ଗଳ୍ପ ଗବେଷିକା ଡକ୍ଟର କବିତା ବାରିକଙ୍କ ଭାଷାରେ ଗଭୀର ତାତ୍ତ୍ୱିକତା ଓ ଅସ୍ତିତ୍ୱବାଦ ସହ ଅନ୍ୱେଷଣାତ୍ମକ ଦୃଷ୍ଟିର ସମ୍ମିଶ୍ରଣ ରେବା ରାୟଙ୍କ ସର୍ଜ୍ଜନାତ୍ମକ ବିଶେଷତ୍ୱ ଥିଲା ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୦ ଜୁଲାଇ ବର୍ଷର ୨୦୧ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୨୦୨ତମ । ବର୍ଷ ଶେଷ ହେବା ପାଇଁ ଆଉ ୧୬୪ ଦିନ ବାକି ଅଛି ।
କ୍ୟାଡ଼ମିଅମ ହେଉଛି ଏକ ରାସାୟନିକ ମୌଳିକ ଯାହାର ପ୍ରତୀକ ଓ ପରମାଣୁ କ୍ରମାଙ୍କ ୪୮ ।